Odisha State Board CHSE Odisha Class 11 Economics Solutions Chapter 4 କୃଷି Questions and Answers.
CHSE Odisha 11th Class Economics Solutions Chapter 4 କୃଷି
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।
1. 2013-14 ମସିହାବେଳକୁ ଦେଶର ଜି.ଡ଼ି.ପିରେ କୃଷିକ୍ଷେତ୍ରର ଅବଦାନ କେତେ ପ୍ରତିଶତ ?
(i) 50%ରୁ ଅଧ୍ବକ
(ii) 20% ରୁ କମ୍
(iii) 30% ଅଧିକ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) 20%ରୁ କମ୍
2. ଜୀବିକାର୍ଜନ ପାଇଁ ଜନସଂଖ୍ୟାର କେତେ ପ୍ରତିଶତ କୃଷି ଉପରେ ନିର୍ଭରଶୀଳ ?
(i) 80% ରୁ ଉର୍ଦ୍ଧ୍ବ
(ii) 30% ରୁ କମ୍
(iii) 51%
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) 51%
3. କେଉଁ ଫସଲରେ ସବୁଜ ବିପ୍ଳବ ସଫଳ ହୋଇଛି ?
(i) ଅନୁର୍ବର ମୃଭିକା
(ii) ଡାଲି ଫସଲ
(iii) ପୁରାତନ ଚାଷ ପଦ୍ଧତି
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ
4. କେଉଁ ଫସଲରେ ସବୁଜ ବିପ୍ଳବ ସଫଳ ହୋଇଛି ?
(i) ତୈଳବୀଜ
(ii) ଡାଲି ଫସଲ
(iii) ଗହମ
(iv) ଧାନ
Answer:
(iii) ଗହମ
5. ସବୁଜ ବିପ୍ଳବର ଗୋଟିଏ ବିଫଳତା ଲେଖ ।
(i) ଅଧ୍କ ଉପାଦନ
(ii) ଆୟର ଅସମାନତା
(iii) ଉନ୍ନତ ଚାଷ ପଦ୍ଧତି
(iv) କମ୍ ଆୟ
Answer:
(ii) ଆୟର ଅସମାନତା
6. କେଉଁ କ୍ଷେତ୍ର ଭାରତର ପ୍ରମୁଖ ନିୟୋଜନର ଉତ୍ସ ?
(i) କୃଷି
(ii) ଶିଳ୍ପ
(iii) ବାଣିଜ୍ୟ
(iv) ସେବା କ୍ଷେତ୍ର
Answer:
(i) କୃଷି
7. କେଉଁ ଆର୍ଥିକ ବର୍ଷରେ ସଘନ କୃଷି ଜିଲ୍ଲା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଗଲା ?
(i) 1950-51
(ii) 1970-71
(iii) 1960-61
(iv) 1980-81
Answer:
(iii) 1960-61
8. ସଘନ କୃଷି ଜିଲ୍ଲା କାର୍ଯ୍ୟକ୍ରମ ପ୍ରଣୟନର ପ୍ରମୁଖ ଆଭିମୁଖ୍ୟ କ’ଣ ?
(i) ବୃଷକର ଉନ୍ନତି
(ii) କୃଷି କ୍ଷେତ୍ରର ଆଧୁନିକୀକରଣ
(iii) କୃଷିକ୍ଷେତ୍ରର ଉନ୍ନତି
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) କୃଷି କ୍ଷେତ୍ରର ଆଧୁନିକୀକରଣ
9. ସଘନ କୃଷି ଜିଲ୍ଲା କାର୍ଯ୍ୟକ୍ରମ ପଥରେ କେତୋଟି ଜିଲ୍ଲାରେ କାର୍ଯ୍ୟକାରୀ କରାଗଲା ?
(i) 5ଟି
(ii) 7ଟି
(iii) 17ଟି
(iv) 23ଟି
Answer:
(ii) 7ଟି
10. କେଉଁ ଉପାଦାନ ସବୁଜ ବିପ୍ଳବକୁ ପ୍ରଭାବିତ କରିଥିଲା ?
(i) କୃଷି ଗବେଷଣା
(ii) ଅଧିକ ଅମଳକ୍ଷମ ବିହନ କାର୍ଯ୍ୟକ୍ରମ
(iii) ଜଳସେଚନ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ
11. ଏଥୁମଧ୍ୟରୁ କେଉଁ କାରଣ ଯୋଗୁଁ ଭାରତରେ ସବୁଜ ବିପ୍ଳବର ରୂପାୟନ ସମ୍ଭବ ହୋଇଥିଲା ?
(i) ସବୁଜ ସାରର ବ୍ୟବହାର
(ii) ଅଧୂକ ଅମଳକ୍ଷମ ବିହନର ପ୍ରଚଳନ
(iii) ପୋଡୁଚାଷ ପ୍ରଚଳନ
(iv) ମୃତ୍ତିକା କ୍ଷୟ
Answer:
(ii) ଅଧୁକ ଅମଳକ୍ଷମ ବିହନର ପ୍ରଚଳନ
12. ଏଥ୍ ମଧ୍ୟରୁ କେଉଁଟିକୁ ସବୁଜ ବିପ୍ଳବର ପରିଣତି ବୋଲି ବିଚାର କରାଯାଏ ?
(i) ଆୟ ବୈଷମ୍ୟ ହ୍ରାସ
(ii) ଆଞ୍ଚଳିକ ସନ୍ତୁଳନ ସୃଷ୍ଟି
(iii) ଅର୍ଥକାରୀ ଫସଲ ଉତ୍ପାଦନ କୃଷି
(iv) ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି
Answer:
(iv) ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି
B. ଶୂନ୍ୟସ୍ଥାନ ପୂରଣ କର :
1. କୃଷି ଭାରତରେ କେବଳ ଏକ ବ୍ୟବସାୟ ନୁହେଁ, ଏହା ଜୀବନର ଏକ _____________________।
Answer:
ମାର୍ଗ
2. ଜାତୀୟ ଆୟକୁ କୃଷିର ଅବଦାନ ହ୍ରାସ ପାଇଥିଲେ ମଧ୍ୟ ଦେଶର ମୋଟ ଶ୍ରମଶକ୍ତିର __________________ ପ୍ରତିଶତ ଶ୍ରମିକ ଏବେ ବି କୃଷିରେ ନିଯୁକ୍ତ ଅଛନ୍ତି ।
Answer:
56
3. କୃଷି ଯାହା ରପ୍ତାନି କରେ ତା’ଠାରୁ ______________________ ଆମଦାନୀ କରେ ।
Answer:
କମ୍
4. କୃଷିଭିତ୍ତିକ ଅର୍ଥବ୍ୟବସ୍ଥାରେ କୃଷିର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିବା ଯୋଗୁଁ ଦେଶର ପ୍ରଚଳିତ ସାଧାରଣ ଦରଦାମ୍ଭିକୁ ଏହା ___________________ କରିଥାଏ ।
Answer:
ପ୍ରଭାବିତ
5. କୃଷି ଭାରତୀୟ ଅର୍ଥନୀତିର _________________ ରୂପେ ବିବେଚିତ ।
Answer:
ମେରୁଦଣ୍ଡ
6. ଭାରତର କୃଷି ____________________ ର ଏକ ଜୁଆଖେଳ ।
Answer:
ମୌସୁମୀବାୟୁ
7. ______________________ ଭାଗ ଜମିରେ ଜଳସେଚନର ସୁବିଧା ଅଛି ।
Answer:
36
8. ଦେଶର ଯେଉଁ କୃଷକମାନେ ଭୂମି ଚାଷ କରନ୍ତି, ସେମାନେ ଭୂମିମାଲିକଙ୍କର ଜମିକୁ _____________________ ହିସାବରେ ଚାଷ କରନ୍ତି ।
Answer:
ରୟତ
9. କେବଳ ଯେ ଦେଶରେ ହାରାହାରି କ୍ଷୁଦ୍ର ଜୋତଗୁଡ଼ିକ ଅଛି ତାହା ନୁହେଁ, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଭିନ୍ନ ସ୍ଥାନରେ _________________ ହୋଇ ରହିଛନ୍ତି ।
Answer:
ବିକ୍ଷିପ୍ତ
10. ଉନ୍ନତମାନର ବିହନ, ରାସାୟନିକ ସାର, କୀଟନାଶକ ଔଷଧ ଓ ଆଧୁନିକ କୃଷି ଯନ୍ତ୍ରପାତି ପ୍ରୟୋଗ କରି ଜଳସେଚିତ ଅଞ୍ଚଳରେ ଯେଉଁ ଉତ୍ପାଦନର କୌଶଳ ବ୍ୟବହାର କରାଯାଏ, ତାହାକୁ _______________________ କୁହାଯାଏ ।
Answer:
ବୈଷୟିକ କୌଶଳ
11. କୃଷିରେ ଶ୍ରମିକର ସୀମାନ୍ତ ଉତ୍ପାଦନଶୀଳତା ଅଧିକାଂଶ କ୍ଷେତ୍ରରେ ____________________ ବା କେତେକ କ୍ଷେତ୍ରରେ ______________ ଧରାଯାଏ ।
Answer:
ଶୂନ୍ୟ, ବିୟୋଗାତ୍ମକ
12. ଭାରତ ଏହାର ଅନୁନ୍ନତ ଅନୁଷ୍ଠାନ ତଥା ଅନୁନ୍ନତ ମନୋବୃତ୍ତି ଯୋଗୁଁ ହିଁ ____________________ ।
Answer:
ଅନୁନ୍ନତ
13. କୃଷକର ନିରକ୍ଷରତା, ଅଜ୍ଞତା ତଥା _____________________ ଯୋଗୁ ସାମାଜିକ ସ୍ଥିତି ନିମ୍ନରେ ।
Answer:
ଦାରିଦ୍ର୍ୟତା
14. ଅଧିକ ଅମଳକ୍ଷମ ବିହନ, ଉପଯୁକ୍ତ ପରିମାଣର ସାର ଓ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ଉପଯୁକ୍ତ ଜଳସେଚନର ସୁବିଧା ଏବଂ ଉନ୍ନତ ଚାଷ ପଦ୍ଧତିର ଅବଲମ୍ବନରେ କୃଷି ଉତ୍ପାଦନ ବୃଦ୍ଧି କରିବା ପ୍ରୟାସ ହିଁ ନୂତନ କୃଷି କୌଶଳ, ଏହି ନୂତନ କୌଶଳକୁ ________________________ ବୋଲି କୁହାଯାଏ ।
Answer:
ସବୁଜ ବିପ୍ଳବ
15. _________________ ଉଦ୍ଭାବନ ଫଳରେ କୃଷି ଉତ୍ପାଦନ ବୃଦ୍ଧିରେ ବିଶେଷ ସହାୟକ ହୋଇଥିଲା ।
Answer:
ଯାଦୁକାରୀ ବିହନ
16. ସବୁଜ ବିପ୍ଳବର ପ୍ରଥମ ବଡ଼ ପ୍ରତ୍ୟକ୍ଷ ପ୍ରଭାବ ହେଲା କୃଷି ଉତ୍ପାଦନରେ ଉଲ୍ଲେଖନୀୟ ଭାବେ _____________________ ହେଲା ।
Answer:
ବୃଦ୍ଧି
17. ସବୁଜ ବିପ୍ଳବ ଫଳରେ ଦେଶ ଖାଦ୍ୟ ଶସ୍ୟରେ ____________________ ହେବ ସଙ୍ଗେ ସଙ୍ଗେ ବିଦେଶକୁ ସମୟେ ସମୟେ ଗହମ ଓ ଚଉଳ ରପ୍ତାନିରେ ସାହାଯ୍ୟ କଲା ।
Answer:
ଆତ୍ମନିର୍ଭରଶୀଳ
18. ସବୁଜ ବିପ୍ଳବ ଫଳରେ କ୍ଷେତ ଭୂଲିଆମାନଙ୍କ ନିମିତ୍ତ __________________ ର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିଥିଲା ।
Answer:
କର୍ମନିଯୁକ୍ତି
19. ସବୁଜ ବିପ୍ଳବଦ୍ୱାରା ଦେଶର ସାମଗ୍ରିକ ଭାବେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ହୋଇଥିଲେ ମଧ୍ୟ ଆପେକ୍ଷିକ ଭାବେ ଅଞ୍ଚଳ ଅଞ୍ଚଳ ମଧ୍ୟରେ ଆର୍ଥିକ ____________________ ବୃଦ୍ଧି ପାଇଲା ।
Answer:
ବୈଷମ୍ୟ
20. ଭାରତର ବିଶିଷ୍ଟ କୃଷି ବିଜ୍ଞାନବିତ୍ _________________________ ହେଉଛି ଭାରତର ସବୁଜ ବିପ୍ଳବର କର୍ଣ୍ଣଧାର ଓ ପିତା ।
Answer:
ଏମ୍.ଏସ୍.ସ୍ୱାମୀନାଥନ
C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ଭାରତରେ କେଉଁ କ୍ଷେତ୍ର ଅଧୁକ ନିୟୋଜନ ସୁଯୋଗ ସୃଷ୍ଟି କରିଥାଏ ?
Answer:
ଭାରତରେ କୃଷି ଅଧିକ ନିୟୋଜନ ସୁଯୋଗ ସୃଷ୍ଟି କରିଥାଏ ।
2. କୃଷି ଉତ୍ପାଦନଶୀଳତା କହିଲେ କ’ଣ ବୁଝ ?
Answer:
କୃଷିର ଉତ୍ପାଦନଶୀଳତା କୃଷିର ଉତ୍ପାଦନକ୍ଷମତାକୁ ବୁଝାଏ ।
3. ଜୋତର ବିଖଣ୍ଡନ କାହାକୁ କହନ୍ତି ?
Answer:
ବିଭିନ୍ନ ସ୍ଥାନରେ ଥିବା ଜମି ଭାଗ ଭାଗ ହୋଇ ବିକ୍ଷିପ୍ତ ହୋଇ ରହିଲେ ତାହାକୁ ବିଖଣ୍ଡନ କହନ୍ତି ।
4. ଜୋତ ବିଭାଜନ କ’ଣ ?
Answer:
ଏକ ସ୍ଥାନରେ ଥିବା ଜମି ଭାଗଭାଗ କରାଗଲେ ତାହାକୁ ଜୋତ ବିଭାଜନ କୁହାଯାଏ ।
5. ସବୁଜ ବିପ୍ଳବ କାହାକୁ କହନ୍ତି ?
Answer:
କୃଷି ଉତ୍ପାଦିକା ଶକ୍ତି ବୃଦ୍ଧି କରିବାପାଇଁ ଅନୁସୃତ ନୂତନ ଉତପାଦନ କୌଶଳକୁ ସବୁଜ ବିପ୍ଳବ କୁହାଯାଏ ।
6. ସବୁଜ ବିପ୍ଳବକୁ ପ୍ରଭାବିତ କରିଥିବା ଦୁଇଟି ଉପାଦାନର ନାମ ଲେଖ ।
Answer:
ସବୁଜ ବିପ୍ଳବକୁ ପ୍ରଭାବିତ କରୁଥିବା ଦୁଇଟି ଉତ୍ପାଦାନ ହେଲା –
(i) କୃଷି ଗବେଷଣା
(ii) ଅଧିକ ଅମଳକ୍ଷମ ବିହନ ।
7. ଭାରତରେ ସଘନ କୃଷି ଜିଲ୍ଲା ଯୋଜନା କେବେ କାର୍ଯ୍ୟକାରୀ ହୋଇଥିଲା ?
Answer:
1960-61 ମସିହାରେ ସଘନ କୃଷି ଜିଲ୍ଲା ଯୋଜନା କାର୍ଯ୍ୟକାରୀ ହୋଇଥିଲା ।
8. ସବୁଜ ବିପ୍ଳବ କେଉଁ ରାଜ୍ୟକୁ ସର୍ବାଧିକ ସୁଫଳ ଦେଇଛି ?
Answer:
ସବୁଜ ବିପ୍ଳବ ପଞ୍ଜାବ ରାଜ୍ୟକୁ ସର୍ବାଧିକ ସୁଫଳ ଦେଇଛି ।
9. ଭାରତୀୟ କୃଷିର ନିମ୍ନ ଉତ୍ପାଦିତାର ଦୁଇଟି କାରଣ ଉଲ୍ଲେଖ କର ।
Answer:
ଭାରତୀୟ କୃଷିର ନିମ୍ନ ଉତ୍ପାଦିତାର ଦୁଇଟି କାରଣ ହେଲା –
(i) ଜନସଂଖାର ଅତ୍ୟଧ୍ଵ ଚାପ
(ii) ପ୍ରକୃତିର ପ୍ରାଧାନ୍ୟ ।
10. ସବୁଜ ବିପ୍ଳବ ଫଳରେ କେଉଁ ଖାଦ୍ୟ ଶସ୍ୟର ସର୍ବାଧିକ ଉତ୍ପାଦନ ହୋଇଥିଲା ?
Answer:
ସବୁଜ ବିପ୍ଳବ ଫଳରେ ଗହମର ସର୍ବାଧିକ ଉତ୍ପାଦନ ହୋଇଥିଲା ।
D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।
1. ଭାରତ ଏକ ଶିଳ୍ପପ୍ରଧାନ ଦେଶ ।
Answer:
ଭାରତ ଏକ କୃଷିପ୍ରଧାନ ଦେଶ ।
2. ଶିଳ୍ପ ଭାରତର ସର୍ବାଧିକ ନିଯୁକ୍ତିକାରୀ ।
Answer:
କୃଷି ଭାରତର ସର୍ବାଧ୍ଵକ ନିଯୁକ୍ତିକାରୀ ।
3. ସଘନ କୃଷି ଜିଲ୍ଲା ଯୋଜନା ଦଶଟି ଜିଲ୍ଲାରେ ପ୍ରଥମେ କାର୍ଯ୍ୟକାରୀ କରାଯାଇଥିଲା ।
Answer:
ସଘନ କୃଷି ଜିଲ୍ଲା ଯୋଜନା ସାତଟି ଜିଲ୍ଲାରେ ପ୍ରଥମେ କାର୍ଯ୍ୟକାରୀ କରାଯାଇଥିଲା ।
4. ସବୁଜ ବିପ୍ଳବକୁ ‘ଧାନ ବିପ୍ଳବ’ ବୋଲି ସମାଲୋଚନା କରାଯାଏ ।
Answer:
ସବୁଜ ବିପ୍ଳବକୁ ‘ଗହମ ବିପ୍ଳବ’ ବୋଲି ସମାଲୋଚନା କରାଯାଏ ।
5. ଜୋତ ବିଭାଜନ ଜୋତକୁ ବିକ୍ଷିପ୍ତ କରାଏ ।
Answer:
ଜୋତ ବିଭାଜନ ଜୋତକୁ ବିକ୍ଷିପ୍ତ କରାଏ ।
6. ଭାରତର ଜାତୀୟ ଆୟରେ କୃଷିକ୍ଷେତ୍ରର ଅବଦାନ ଅଂଶ ବୃଦ୍ଧି ପାଉଛି ।
Answer:
ଭାରତର ଜାତୀୟ ଆୟରେ କୃଷିକ୍ଷେତ୍ରର ଅବଦାନ ଅଂଶ ହ୍ରାସ ପାଉଛି ।
7. ସବୁଜ ବିପ୍ଳବ ଆଞ୍ଚଳିକ ବୈଷମ୍ୟତା ବୃଦ୍ଧିପାଇଁ ଦାୟୀ ।
Answer:
1960-61 ମସିହାରେ ସଘନ କୃଷି ଜିଲ୍ଲା ଯୋଜନା କାର୍ଯ୍ୟକାରୀ ହୋଇଥିଲା ।
8. ଜୋତର ଚକବନ୍ଦୀକରଣ ଜୋତର ଉତ୍ପାଦିକା ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ।
Answer:
ଜୋତର ଚକବନ୍ଦୀକରଣ ବିକ୍ଷିପ୍ତ ଜୋତର ଏକତ୍ରିକରଣରେ ସହାୟକ ହୋଇଥାଏ ।
9. କୃଷି ଉତ୍ପାଦନ ଦାମ୍ ସ୍ତରକୁ ପ୍ରଭାବିତ କରେ ନାହିଁ ।
Answer:
କୃଷି ଉତ୍ପାଦନ ଦାମ୍ ସ୍ତରକୁ ପ୍ରଭାବିତ କରେ ।
10. ସବୁଜ ବିପ୍ଳବର ପ୍ରଭାବ ପ୍ରଥମେ ଧାନ ଉତ୍ପାଦନରେ ଅନୁଭୂତ ହୋଇଥିଲା ।
Answer:
ସବୁଜ ବିପ୍ଳବର ପ୍ରଭାବ ପ୍ରଥମେ ଗହମ ଉତ୍ପାଦନରେ ଅନୁଭୂତ ହୋଇଥିଲା ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖତ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ଯରେ ଦିଅ ।
1. ସବୁଜ ବିପ୍ଳବ କ’ଣ ?
Answer:
ତୃତୀୟ ପଞ୍ଚବାର୍ଷିକ ଯୋଜନା କାଳରେ ଭାରତୀୟ କୃଷିକ୍ଷେତ୍ରରେ ଏକ ନୂତନ ଯୁଗର ସୂତ୍ରପାତ ହେଲା । 1960- 61 ଆର୍ଥିକ ବର୍ଷରେ କୃଷିକୁ ଆଧୁନିକୀକରଣ କରିବା ଉଦ୍ଦେଶ୍ୟରେ ସଘନ କୃଷି ଜିଲ୍ଲା କାର୍ଯ୍ୟକ୍ରମର ଆରମ୍ଭ କରାଗଲା । ଏହାକୁ ନୂତନ କୃଷି କୌଶଳ କୁହାଯାଏ ।
ଏହି କାର୍ଯ୍ୟକ୍ରମ ସମସ୍ତ ଆଧୁନିକ କୃଷି ନିବେଶକୁ ଏକତ୍ର ଉପଯୋଗ କରି ଖୁବ୍ କମ୍ ସମୟରେ କୃଷି ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆଣିପାରିଲା । କୃଷିକ୍ଷେତ୍ରର ଏହି ଚମକପ୍ରଦ ବୈପ୍ଳବିକ ପରିବର୍ତ୍ତନକୁ ‘ସବୁଜ ବିପ୍ଳବ’ କୁହାଯାଏ । ମେକ୍ସିକୋର କୃଷି ବିଶେଷଜ୍ଞ ଡଃ ଜର୍ମାନ୍ ବୋର୍ଲଗ ଓ ଭାରତୀୟ କୃଷି ବିଶେଷଜ୍ଞ ଡଃ ଏମ୍.ଏସ୍.ସ୍ୱାମୀନାଥନ୍ ଏହାର କର୍ଣ୍ଣଧାର ଥିଲେ ।
2. ଗହମ ବିପ୍ଳବ କହିଲେ କ’ଣ ବୁଝ ?
Answer:
ଭାରତୀୟ କୃଷି ପରିସଂଖ୍ୟାନ ଅନୁସାରେ ଆଧୁନିକ କୌଶଳର ଉପଯୋଗ କୃଷି ଉତ୍ପାଦକୁ ବହୁଗୁଣିତ କରିପାରିଛି । ସ୍ୱତନ୍ତ୍ର ଖାଦ୍ୟଶସ୍ୟ ଉତ୍ପାଦନ କାର୍ଯ୍ୟକ୍ରମର ପ୍ରଣୟନ ଫଳରେ ଗହମ, ଧାନ, ମକା ଓ ଆଳୁର ଉତ୍ପାଦନ ଉଲ୍ଲେଖନୀୟଭାବେ ବୃଦ୍ଧିପାଇଛି । ଅନ୍ୟଏକ ପରିସଂଖ୍ୟାନ ଅନୁସାରେ କୃଷି ଉତ୍ପାଦନଶୀଳତା କ୍ଷେତ୍ରରେ ମଧ୍ୟ ସବୁଜ ବିପ୍ଳବର ସଫଳତା ଉଲ୍ଲେଖ ଯୋଗ୍ୟ ହେବ ।
260% ବୃଦ୍ଧି ପାଇପାରିଛି । ସବୁଜ ବିପ୍ଳବପାଇଁ ଅର୍ଥକାରୀ ଫସଲ ଉତ୍ପାଦନ ବୃଦ୍ଧି ପାଇଥିଲେ ମଧ୍ୟ ଏହା ଉତ୍ସାହଜନକ ନୁହେଁ । କେବଳ ଗହମ ଉତ୍ପାଦନ କ୍ଷେତ୍ରରେ ପ୍ରଭୂତ ସଫଳତା ସବୁଜ ବିପ୍ଳବର ବିଶେଷତ୍ଵ । ତେଣୁ କେତେକ ସମାଲୋଚନକ ସବୁଜ ବିପ୍ଳବକୁ ‘ଗହମ ବିପ୍ଳବ’ ବୋଲି ଅଭିହିତ କରନ୍ତି ।
3. ଶସ୍ୟବୀମା କ’ଣ ?
Answer:
ଭାରତରେ କୃଷିକ୍ଷେତ୍ରରେ ଦେଖାଦେଉଥିବା ଅନିଶ୍ଚିତତାକୁ ଦୂର କରିବାପାଇଁ ଶସ୍ୟବୀମା ପ୍ରଚଳନ କରାଯାଇଛି । ଭାରତରେ କୃଷି ମୁଖ୍ୟତଃ ମୌସୁମୀବାୟୁ ଉପରେ ନିର୍ଭର କରୁଛି । ତେଣୁ ବର୍ଷର ଅନିଶ୍ଚିତତା ଯୋଗୁଁ ବାରମ୍ବାର ଶସ୍ୟହାନୀ ଘଟୁଛି ଏବଂ କୃଷକମାନେ କ୍ଷତିଗ୍ରସ୍ତ ହେଉଛନ୍ତି ।
ଶସ୍ୟବୀମାର ପ୍ରବର୍ତ୍ତନ ଫଳରେ କୃଷକମାନେ ସେମାନଙ୍କର କୃଷି ଉତ୍ପାଦନକୁ ବୀମା ପରିସରଭୁକ୍ତ କରିବାକୁ ସକ୍ଷମ ହୋଇପାରିଛନ୍ତି । ଏହାଫଳରେ ଶସ୍ୟହାନୀ ଘଟିଲେ କୃଷକମାନେ ସେମାନଙ୍କର କ୍ଷତିକୁ ବହୁତାଂଶ କ୍ଷତିପୂରଣ ପାଇପାରିବେ । ଦ୍ବିତୀୟତଃ କୃଷିକ୍ଷେତ୍ରରେ କୃଷକମାନେ ଅଧିକ ପୁଞ୍ଜି ବିନିଯୋଗ କରିବାପାଇଁ ଉତ୍ସାହିତ ହେବେ ।
4. ସହାୟକ ଦାମ୍ କ’ଣ ?
Answer:
କୃଷକମାନେ ସେମାନଙ୍କର ଉତ୍ପାଦିତ ଶସ୍ୟର ପ୍ରକୃତ ଦାମ୍ ପାଇବାରୁ ଅନେକ ସମୟରେ ବଞ୍ଚତ ହୋଇଥା’ନ୍ତି । ଅନେକ ସମୟରେ ସେମାନେ ସେମାନଙ୍କର ଉତ୍ପାଦକୁ ଲାଭକ୍ଷତି ନିର୍ବିଶେଷରେ ବିକ୍ରିକରିବାପାଇଁ ବ୍ୟଗ୍ର ହୋଇଥାନ୍ତି । ଏହାଦ୍ୱାରା କ୍ଷତିର ଆଶଙ୍କା ରହିଥାଏ । ତେଣୁ ସେମାନେ ଉତ୍ପାଦନ ବୃଦ୍ଧି କ୍ଷତିର ଆଶଙ୍କା ରହିଥାଏ । ତେଣୁ ସେମାନେ ଉତ୍ପାଦନ ବୃଦ୍ଧି ନିମନ୍ତେ ପ୍ରେରଣା ପାଇନଥା’ନ୍ତି ।
ଏହାର ପ୍ରତିକାର ସ୍ବରୂପ ସହାୟକ ଦାମ୍ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏହି ବ୍ୟବସ୍ଥା ଅନୁଯାୟୀ ସରକାର କୃଷି ଉତ୍ପାଦର ଏକ ସର୍ବନିମ୍ନ ଦାମ୍ ସ୍ଥିର କରିଥା’ନ୍ତି । ଏହି ନିର୍ଦ୍ଧାରିତ ଦାମ୍ରେ ଯଦି କୃଷି ଉତ୍ପାଦ ବଜାରରେ ବିକ୍ରି ନହୁଏ ସରକାର ସେହି ଦାମ୍ ଦେଇ କୃଷି ଉତ୍ପାଦ କ୍ରୟ କରିଥା’ନ୍ତି । ଏହା ଫଳରେ କୃଷକମାନେ ସେମାନଙ୍କ ଦ୍ରବ୍ୟର ଉପଯୁକ୍ତ ଦାମ୍ ପାଇଥା’ନ୍ତି ।
5. ନିୟନ୍ତ୍ରିତ ବଜାର କାହାକୁ କୁହାଯାଏ ?
Answer:
କୃଷିଜାତ ଦ୍ରବ୍ୟର ବିକ୍ରି କ୍ଷେତ୍ରରେ ଦେଖାଦେଉଥି ଅନିଶ୍ଚିତତାକୁ ଦୂର କରି ଏକ ସୁସଙ୍ଗଠିତ ବଜାର ମାଧ୍ୟମରେ ଉପଯୁକ୍ତ ଦାମ୍ରେ କୃଷି ଉତ୍ପାଦ ବିକ୍ରି କରିବା ନିୟନ୍ତ୍ରିତ ବଜାରର ଲକ୍ଷ୍ୟ । କୃଷକମାନେ ସେମାନଙ୍କର କୃଷି ଉତ୍ପାଦର ଉପଯୁକ୍ତ ଦାମ୍ ପାଇବାରୁ ଅନେକ ସମୟରେ ବଞ୍ଚତ ହୋଇଥା’ନ୍ତି । ତେଣୁ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ଦାମରେ ବିକ୍ରି କରାଇବା ଏହି ନିୟନ୍ତ୍ରିତ ବଜାରର ଲକ୍ଷ୍ୟ । ଯଦ୍ବାରା କୃଷକ ସେମାନଙ୍କ ଦ୍ରବ୍ୟର ଉପଯୁକ୍ତ ଦାମ୍ ପାଇପାରିବେ । ଏହି ନିୟନ୍ତ୍ରିତ ବଜାରଟି ଏକ କମିଟିଦ୍ଵାରା ପରିଚାଳିତ ହୋଇଥାଏ ଯେଉଁ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧ୍, ଆଇନଜ୍ଞ, ବ୍ୟବସାୟୀ ଓ କୃଷକ ନିଜେ ସଭ୍ୟଭାବରେ ରହିଥା’ନ୍ତି ।
6. ଯାଦୁକାରୀ ବିହନ କ’ଣ ?
Answer:
ଡକ୍ଟର ନରମାନ୍ ବୋରଲର୍ଙ୍କ ପରାମର୍ଶ ଓ ପ୍ରତ୍ୟାତ ଭାରତୀୟ କୃଷିବିଜ୍ଞାନୀ ଡକ୍ଟର ଏମ୍.ଏସ୍.ସ୍ୱାମୀନାଥନ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଚ୍ଚକୋଟିର ଗବେଷଣା ଯୋଗୁଁ ଅଧିକ ଅମଳକ୍ଷମ ବିଭିନ୍ନ କିସମର ବିହନ ଓ ଉନ୍ନତ ଚାଷ ପ୍ରଣାଳୀ ଉଦ୍ଭାବିତ ହୋଇଥିଲା, ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ କୃଷି ଉତ୍ପାଦନ ବୃଦ୍ଧିରେ ବିଶେଷ ସହାୟକ ହୋଇଥିଲା ।
ଭାରତୀୟ କୃଷିଗବେଷଣା ପରିଷଦ, ବିଭିନ୍ନ ରାଜ୍ୟର କୃଷି ବିଶ୍ବବିଦ୍ୟାଳୟ ତଥା ଅନ୍ୟାନ୍ୟ ଗବେଷଣା ପ୍ରତିଷ୍ଠାନ ଜରିଆରେ ଅଧିକ ଅମଳକ୍ଷମ ତଥା ବିଭିନ୍ନ ରୋଗପୋକ ସହଣ ଶକ୍ତି ଥି ବିହନସବୁର ଉଦ୍ଭାବନ ସବୁଜ ବିପ୍ଳବକୁ ସାହାଯ୍ୟ କଲା । ଏହିସବୁ ଯାଦୁକାରୀ ବିହନ କୃଷି ଉତ୍ପାଦନ ବୃଦ୍ଧିକରିବା ସହିତ କୃଷକମାନଙ୍କୁ ପ୍ରବର୍ତ୍ତନ ବା ପ୍ରୋତ୍ସାହନ ଯୋଗାଇ ଦେଇଥିଲା ।
F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।
1. ସିଲିଂ ଆଇନ୍ ଓ ଚକବନ୍ଦୀକରଣ ।
Answer:
ଜମିଜୋତର ସର୍ବୋଚ୍ଚ ସୀମା ବା ସିଲିଂ ନିର୍ଦ୍ଧାରଣ କରି ସିଲିଂ ବହିର୍ଭୂତ ଜମିସବୁକୁ ବଳକା ଘୋଷଣା କରି ଭୂମିହୀନଙ୍କ ମଧ୍ୟରେ ବଣ୍ଟନକରି ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାର ପ୍ରୟାସ କରାଗଲା । ଅବଶ୍ୟ ଏହି ପ୍ରୟାସ ସୀମିତ ସଫଳତା ପାଇଥିଲା । କୃଷକମାନଙ୍କର ଅଜ୍ଞତା, ରାଜନୈତିକ ଇଚ୍ଛାଶକ୍ତିର ଅଭାବ । ସରକାରୀ କଳର ଉଦାସୀନତା ଆଦି ଥିଲା ଏହାର କାରଣ । ସର୍ବୋଚ୍ଚ ସୀମା ବହିର୍ଭୁତ ଭୂମିକୁ ଭୂମିହୀନମାନଙ୍କ ମଧ୍ୟରେ ବଣ୍ଟନ କରିବାପାଇଁ ଆଇନତଃ ବ୍ୟବସ୍ଥା ଥିଲେ ହେଁ ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ ।
ଜମିଜୋତର ହାରାହାରି ଆୟତନରେ ଉନ୍ନତି ଆଣିବାପାଇଁ ଜମିଳୋତର ଚକବନ୍ଦୀକରଣ ଆରମ୍ଭ କରାଯାଇଛି । ଯାହାଫଳରେ କି ବିଭିନ୍ନ ସ୍ଥାନରେ କୃଷକମାନଙ୍କର ବିକ୍ଷିପ୍ତ ହୋଇ ରହିଥିବା ଜମିସବୁର ଏକତ୍ରୀକରଣ ହେବାର ବ୍ୟବସ୍ଥା ହୋଇଛି । ହେଲେ ଜମିପ୍ରତି କୃଷକମାନଙ୍କର ଅହେତୁକ ଭାବପ୍ରବଣତା, ଅପାରଗ ସରକାରୀ ଏବଂ ସରକାରୀ କଳର ଦୂରଦୃଷ୍ଟିର ଅଭାବ ହେତୁ ଚକବନ୍ଦୀ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିନାହିଁ ।
2. ଅଗ୍ର ଅନୁବନ୍ଧନ ଓ ପଶ୍ଚାତ ଅନୁବନ୍ଧନ :
Answer:
କୃଷି ଓ ଶିଳ୍ପ ମଧ୍ୟରେ ସର୍ବଦା ଅନୁବନ୍ଧନ ଥିଲେ ମଧ୍ୟ ସବୁଜ ବିପ୍ଳବ ଏହି ଅନୁବନ୍ଧନକୁ ଅଧିକ ଶକ୍ତିଶାଳୀ କରିଛି । କୃଷି ଭିତ୍ତିକ ଶିଳ୍ପକୁ ଅଧୂକ କଞ୍ଚାମାଲ ଯୋଗାଇ କୃଷି ଅଗ୍ର ଅନୁବନ୍ଧନ ସୃଷ୍ଟି କରିଥିଲାବେଳେ ଶିଳ୍ପ ଉତ୍ପାଦିତ ରାସାୟନିକ ସାର, ପୋକମରା ଔଷଧ, ବିଭିନ୍ନ କୃଷି ଉପକରଣ ଇତ୍ୟାଦି ବ୍ୟବହାର କରି ଶକ୍ତିଶାଳୀ ପଶ୍ଚାତ ଅନୁବନ୍ଧନ ସୃଷ୍ଟି କରିପାରିଛି । ଦୃଢ଼ ଅଗ୍ର ଓ ପାଶ୍ଚାତ ଅନୁବନ୍ଧନ ବା ମୋଟ ଅନୁବନ୍ଧନ ଦ୍ରୁତ ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିଛି ।
3. ମୃତ୍ତିକା ସଂରକ୍ଷଣ ଓ ଲବଣାକ୍ତ ଜମିର ପୁନରୁଦ୍ଧାର ।
Answer:
ମୃତ୍ତିକାର ଉର୍ବର ଉପର ସ୍ତର ପବନ ଓ ପାଣିଦ୍ଵାରା ନଷ୍ଟ ହେବାକୁ ମୃତ୍ତିକା କ୍ଷୟ କୁହାଯାଏ । ଜମିରେ ହିଡ଼ଦେଇ, ଢାଲୁ ଜମିକୁ ପାହାଚ ଭଳି ସ୍ତରୀକୃତ କରି, ବୃକ୍ଷରୋପଣ କରି ଓ ଜମିରୁ ଗଡ଼ି ଆସିଥୁବା ନାଳୀଗୁଡ଼ିକୁ ଅବରୋଧ କରି ମୃଭିକା ସଂରକ୍ଷଣ କରାଯାଏ । 1960 ମସିହା ପରଠାରୁ ଦେଶର ବଡ଼ ବଡ଼ ନଦୀ ଅବବାହିକାମାନଙ୍କର ଜଳଗ୍ରହଣ କ୍ଷେତ୍ରରେ ମୃଭିକା ସଂରକ୍ଷଣ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି । ଷଷ୍ଠ ଯୋଜନା ସମୟରୁ ଦେଶର ବନ୍ୟା ପ୍ରବଣ ନଦୀମାନଙ୍କର ଜଳଗ୍ରହଣ କ୍ଷେତ୍ରରେ ସମନ୍ବିତ ଜଳଛାୟା ପରିଚାଳନା ପ୍ରକଳ୍ପମାନ ମଧ୍ଯ କାର୍ଯ୍ୟକାରୀ ହୋଇଛି ।
ପଞ୍ଜାବ, ହରିୟାନା ଓ ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ଜମିର କ୍ଷାରୀୟ ଅଂଶ ଓ ଲବକ୍ଷାଂଶ ବୃଦ୍ଧି ପାଇ ସେଗୁଡ଼ିକୁ ଚାଷପାଇଁ ଅନୁପଯୁକ୍ତ କରିଦେଇଛି । ଏହି ତିନୋଟି ରାଜ୍ୟର ହାରାହାରି ସାତନିୟୁତ ହେକ୍ଟର ଜମିକୁ ଲବଣ ଓ କ୍ଷାରରୁ ମୁକ୍ତ କରିବାପାଇଁ ସରକାର କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି ।
4. କୃଷି ଓ ଦରଦାମ୍ ।
Answer:
ଭାରତର ଅର୍ଥବ୍ୟବସ୍ଥା କୃଷିଭିତ୍ତିକ । ରାଷ୍ଟ୍ରର ଆଭ୍ୟନ୍ତରୀଣ ଦରଦାମ୍ କୃଷି ଉପରେ ନିର୍ଭର କରିଥାଏ । କୃଷି ଉତ୍ପାଦନ କୌଣସି କାରଣରୁ ହ୍ରାସ ପାଇଲେ ଦରଦାମ୍ ବୃଦ୍ଧି ପାଇଥାଏ । ପ୍ରଥମ ପଞ୍ଚବାର୍ଷିକ ଯୋଜନା କାଳରେ ଦରଦାମ୍ ପ୍ରାୟ ସ୍ଥିର ରହିଥିଲା । ଏହାର ମୁଖ୍ୟ କାରଣ କୃଷି ଉତ୍ପାଦନ ବୃଦ୍ଧି ହୋଇଥିଲା । ସପ୍ତମ ଯୋଜନା କାଳରେ କୃଷି ଉତ୍ପାଦନ ସ୍ଵଳ୍ପ ହାରରେ ବୃଦ୍ଧି ପାଇବାରୁ ଦରଦାମ ବୃଦ୍ଧିପାଇଥିଲା । ଭାରତୀୟମାନେ ଆୟର ହାରାହାରି 60 ଶତାଂଶ ଖାଦ୍ୟପାଇଁ ଖର୍ଚ୍ଚ କରୁଥିବାରୁ କୃଷି ଉତ୍ପାଦନ ଦରଦାମ୍କୁ ପ୍ରଭାବିତ କରିଥାଏ ।
5. ପୁରାତନ କୃଷି ପଦ୍ଧତି ଓ ନୂତନ କୃଷି କୌଶଳ ।
Answer:
ଭାରତୀୟ କୃଷକ ସାଧାରଣଭାବେ କୃଷିକାର୍ଯ୍ୟରେ ଦକ୍ଷତା ବିହୀନ ପୁରାତନ ପଦ୍ଧତି ଅବଲମ୍ବନ କରିଥାନ୍ତି । ସେମାନେ ପରମ୍ପରା ବିଶ୍ଵାସୀ ସ ଗରିବ ହୋଇଥିବାରୁ ନୂତନ କୃଷି ପଦ୍ଧତିକୁ ଗ୍ରହଣ କରି ପାରିନଥାନ୍ତି । କୃଷି ଗବେଷଣାଲବ୍ଧ ଜ୍ଞାନ କୌଶଳ ଉପଯୋଗ କରିବାପାଇଁ ସେମାନେ ପ୍ରସ୍ତୁତ ନୁହନ୍ତି । କେତେକ କୃଷକ ଉନ୍ନତ ଉତ୍ପାଦନ କୌଶଳ ବିଷୟରେ ଅଜ୍ଞ ।
ତୃତୀୟ ପଞ୍ଚବାର୍ଷିକ ଯୋଜନା କାଳରେ ଭାରତୀୟ କୃଷି କ୍ଷେତ୍ରରେ ଏକ ନୂତନ ଯୁଗର ସୂତ୍ରପାତ ହେଲା । 1960- 61ରେ କୃଷିକୁ ଆଧୁନିକୀକରଣ କରିବା ଉଦ୍ଦେଶ୍ୟରେ ସଘନ କୃଷି ଜିଲ୍ଲା କାର୍ଯ୍ୟକ୍ରମର ଆରମ୍ଭ କରାଗଲା । ପ୍ରାଥମିକ ସ୍ତରରେ ଏହି କାର୍ଯ୍ୟକ୍ରମ ସାତଟି ଜିଲ୍ଲାପାଇଁ ଉଦ୍ଦିଷ୍ଟ ଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଏହାକୁ ଭାରତର ସମସ୍ତ ଅଞ୍ଚଳକୁ ସମ୍ପ୍ରସାରିତ କରାଯାଇ ଏକ ବିପ୍ଲବ ସୃଷ୍ଟିପାଇଁ ଲକ୍ଷ୍ୟ ରଖଗଲା । ଏହାକୁ ନୂତନ କୃଷିକୌଶଳ କୁହାଯାଏ । ଏହି କାର୍ଯ୍ୟକ୍ରମ ସମସ୍ତ ଆଧୁନିକ କୃଷି ନିବେଶକୁ ଏକତ୍ର ଉପଯୋଗ କରି ଖୁବ୍ କମ୍ ସମୟରେ କୃଷି ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆଣିପାରିଲା ।
6. ଜୋତ ବିଭାଜନ ଓ ଜୋତ ବିଖଣ୍ଡନ ।
Answer:
ସ୍ବାଧୀନତାର ପ୍ରାକ୍ କାଳରୁ ଜନ ବିସ୍ଫୋରଣ ଭାରତ ପାଇଁ ଏକ ବିରାଟ ସମସ୍ୟା ରୂପେ ଦଣ୍ଡାୟମାନ ହୋଇ ଆସିଛି । ଔଦ୍ୟୋଗିକ ଅଭିବୃଦ୍ଧି କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ନିଯୁକ୍ତି ଦେବାପାଇଁ ସକ୍ଷମ ହୋଇନାହିଁ । ଫଳରେ ଲୋକମାନେ ଜୀବିକା ନିର୍ବାହ ପାଇଁ କୃଷି ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । କୃଷି ଉପରେ ଜନସଂଖ୍ୟାର ଅତ୍ୟଧ୍ଵକ ଚାପ ଫଳରେ ଜୋତର ବିଭାଜନ ଓ ବିଖଣ୍ଡନ ହେଉଛି । ଏକ ସ୍ଥାନରେ ଥିବା ଜମି ଭାଗଭାଗ କରାଗଲେ ତାହାକୁ ବିଭାଜନ କୁହାଯାଏ । କିନ୍ତୁ ବିଭିନ୍ନ ସ୍ଥାନରେ ଥିବା ଜମି ଭାଗ ଭାଗ ହୋଇ ବିକ୍ଷିପ୍ତ ହୋଇ ରହିଲେ, ତାହା ଜୋତର ବିଖଣ୍ଡନ ବୋଲି ବିବେଚିତ ହୁଏ ।
7. ପୋଡୁଚାଷ ଓ ସ୍ଥିର ଚାଷ ।
Answer:
ଜଙ୍ଗଲକୁ ପୋଡ଼ି ପରିଷ୍କାର କରି ସେଥିରେ ଚାଷ କରିବାକୁ ପୋଡୁଚାଷ କୁହାରାଏ । ଦୁଇ ତିନିବର୍ଷ ଚାଷ ପରେ ମାଟି ନିରସ ହୋଇଗଲେ ସେଥିରେ ଚାଷ ବନ୍ଦ କରି ଅନ୍ୟତ୍ର ଚାଷପାଇଁ ଜମି ପ୍ରସ୍ତୁତ କରାଯାଏ । ଏପରି ଚାଷରେ ପୁଞ୍ଜିନିବେଶ ଶସ୍ୟ ଅଦଳବଦଳ କରିଥାଏ । ଆବଶ୍ୟକ ହେଲେ ଜୈବିକ ସାର ଓ ରାସାୟନିକ ସାର, କମ୍ପୋଷ୍ଟ, ରୋଗର ସାର ଇତ୍ୟାଦି କରିଥାନ୍ତି । ଏହା ଏକ ଅତ୍ୟନ୍ତ କ୍ଷୟକାରୀ କୃଷିପଦ୍ଧତି ।
8. ଜୈବିକ ନବ ଉନ୍ମେଷ ଓ ଯାନ୍ତ୍ରିକ ନବ ଉନ୍ମେଷ ।
Answer:
ଜୈବିକ ନବ ଉନ୍ମେଷ କୃଷି ଉତ୍ପାଦନଶୀଳତା ବୃଦ୍ଧି କରୁଥିବା ଅଧିକ ଅମଳକ୍ଷମ ବିହନର ପ୍ରଚଳନ ଓ ରାସାୟନିକ ସାର ଆଦିର ପ୍ରୟୋଗ ସହିତ ସଂପୃକ୍ତ । ଯାନ୍ତ୍ରିକ ନବ ଉନ୍ମେଷ ଶ୍ରମ ଅପସାରଣ କରୁଥିବା ନୂତନ ଯାନ୍ତ୍ରିକ ପ୍ରୟୋଗ ସହିତ ସମ୍ବନ୍ଧିତ ହୋଇଥାଏ । ସବୁଜ ବିପ୍ଳବ ଉଭୟ ଶ୍ରେଣୀର ନବ ଉନ୍ମେଷ ସୃଷ୍ଟି କରି ଏକଦିଗରେ ଶ୍ରମପାଇଁ ଅଧିକ ଚାହିଦା ସୃଷ୍ଟି କରୁଥିବାବେଳେ ଅନ୍ୟପକ୍ଷରେ ଶ୍ରମପାଇଁ ଚାହିଦା ମଧ୍ୟ ହ୍ରାସ କରିଥାଏ ।
କିନ୍ତୁ ସବୁଜ ବିପ୍ଳବର ଦ୍ବିତୀୟ ପର୍ଯ୍ୟାୟରେ ଯାନ୍ତ୍ରିକ ପରିବର୍ତ୍ତନ ଅଧୀକ ସକ୍ରିୟ ହୋଇଥିବାରୁ ଏହା କୃଷିକ୍ଷେତ୍ରରୁ ଅଧିକ ଶ୍ରମ ଅପସାରଣ କରି ଗ୍ରାମୀଣ ଭାରତରେ ବେକାରୀ ସମସ୍ୟାକୁ ଆହୁରି ଘନୀଭୂତ କରିଛି । ସବୁଜ ବିପ୍ଲବ ଧନୀ ଓ ଗରିବ କୃଷକଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧିକରି ଗ୍ରାମ୍ୟ ସମାଜରେ ସାମାଜିକ ଅସ୍ଥିରତା ସୃଷ୍ଟି କରିଛି । ସବୁଜ ବିପ୍ଳବ କୃଷିରେ ଜୈବିକ ନବ ଉନ୍ମେଷ ଓ ଯାନ୍ତ୍ରିକ ନବ ଉନ୍ମେଷ ନାମକ ଦୁଇଟି ଶ୍ରେଣୀର ପ୍ରକ୍ରିୟାର ସୂତ୍ରପାତ କରିଥାଏ । ଉତ୍ପାଦନ ବୃଦ୍ଧି ଜୈବିକ ନବ ଉନ୍ମେଷ ଓ ଯାନ୍ତ୍ରିକ ନବ ଉନ୍ମେଷର ଲକ୍ଷ୍ୟ ଥିଲା ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ଭାରତର ଅର୍ଥନୀତିରେ କୃଷିର ଗୁରୁତ୍ଵ ବର୍ଣ୍ଣନା କର ।
କିମ୍ବା, ‘କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ’’– ଆଲୋଚନା କର ।
Answer:
ସାଧାରଣତଃ ଲୋକମାନେ ଆର୍ଥନୀତିକ ପ୍ରଗତି ଓ ଶିଳ୍ପ ଅଭିବୃଦ୍ଧି ସମାର୍ଥବୋଧକ ବୋଲି ବିଚାର କରନ୍ତି । କାରଣ ଆଧୁନିକ ଯୁଗ ହେଉଛି ଶିଳ୍ପର ଯୁଗ । ତେଣୁ ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମରେ କୃଷିର ବିକାଶ ଉପରେ ଗୁରୁତ୍ବ ଦିଆଯାଏ ନାହିଁ । କିନ୍ତୁ ଏହା ଏକ ଭ୍ରାନ୍ତ ଧାରଣା । ସେମାନେ ପରସ୍ପରର ଅନୁପୂରକ । ଗୋଟିକ ବିନା ଅନ୍ୟଟି ଅସମ୍ଭବ । କୃଷି ଉନ୍ନୟନ, ଶିଳ୍ପର ବିକାଶ ଓ ଅର୍ଥନୈତିକ ପ୍ରଗତି, ସମତାଳରେ ଗତି ନ କଲେ କୌଣସିଟିର ସାର୍ଥକ ରୂପାୟନ ହୋଇପାରେ ନାହିଁ ।
କୃଷି ଅନଗ୍ରସରତାର କାରଣ ହେଉଛି ଶିଳ୍ପର ଅନଗ୍ରସରତା । କୃଷି ଓ ଶିଳ୍ପ ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମର ଦୁଇଟି ଅଙ୍ଗବିଶେଷ । ସମତୁଲ ଅର୍ଥନୈତିକ ଅଭିବୃଦ୍ଧି, କୃଷି ଓ ଶିଳ୍ପର ଏକକାଳୀନ ପ୍ରଗତି ଉପରେ ନିର୍ଭର କରେ । ସ୍ମରଣ ରଖୁବାକୁ ହେବ ଯେ, କୃଷିର ବିକାଶରେ ଶିଳ୍ପର ଅଭିବୃଦ୍ଧି, ଶିଳ୍ପର ବିକାଶରେ କୃଷିର ବିକାଶ ଏବଂ ଉଭୟଙ୍କ ପ୍ରଗତିରେ ଅର୍ଥନୈତିକ ଅଭିବୃଦ୍ଧି ।
ଯୁଗ ଯୁଗ ଧରି ଭାରତ ଏକ କୃଷିପ୍ରଧାନ ଦେଶରୂପେ ପରିଚିତ । କୃଷି ହେଉଛି ଭାରତୀୟମାନଙ୍କର ପ୍ରଧାନ ଜୀବିକା ଓ ଦେଶର ଅଗ୍ରଗାମୀ ଶିଳ୍ପ । ବହୁବର୍ଷଧରି ଏହା ଆମ ଅର୍ଥନୀତିକୁ ପ୍ରଭାବିତ କରିଆସୁଛି । ଭାରତୀୟମାନଙ୍କ ପାଇଁ କୃଷି କେବଳ ଏକ ଜୀବିକା ନୁହେଁ । ଏହା ହେଉଛି ସେମାନଙ୍କର ଜୀବନର ଏକ ଧାରା । କୃଷି ଉପରେ ନିର୍ଭରଶୀଳତା ଯୋଗୁଁ ଲୋକମାନଙ୍କର ଭୂମି ପ୍ରତି ଆସକ୍ତି ପ୍ରବଳ । ଭୂମି କେବଳ କୃଷିର ନୁହେଁ, ବନୀକରଣ, ପଶୁପାଳନ, ମତ୍ସ୍ୟ ଚାଷ ଓ ଖଣିଜ ଶିଳ୍ପର ଭିଭିଭୂମି ।
ଆମ ଅର୍ଥନୀତିରେ କୃଷିର ଭୂମିକା ଏତେ ଗୁରୁତ୍ଵପୂର୍ଣ୍ଣ ଯେ, ତାହାକୁ ଦେଶର ମେରୁଦଣ୍ଡ ବୋଲି କହିବାରେ କିଛି ଅତ୍ୟୁକ୍ତି ନାହିଁ । ଏକ କଳନାରୁ ଜଣାଯାଇଛି ଯେ, ଆମ ଦେଶର ୪୦ ଶତାଂଶ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି । ତନ୍ମଧ୍ୟରୁ 57 ଶତାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି । ଏଥୁରୁ ଆମ ଅର୍ଥନୀତିରେ କୃଷିର ଭୂମିକା ସହଜରେ ଅନୁମେୟ । ସଂପ୍ରତି ଆମ ଦେଶରେ ଶିଳ୍ପାୟନ ଉଲ୍ଲେଖନୀୟ ଅଗ୍ରଗତି କରିବାକୁ ଆରମ୍ଭ କରିଛି । ମାତ୍ର କୃଷିର ଗୁରୁତ୍ଵ ହ୍ରାସ ପାଇନାହିଁ । ନିମ୍ନଲିଖ ବିଷୟଗୁଡ଼ିକ ଆଲୋଚନା କଲେ ତାହାର କାରଣ ଅନୁମାନ କରିହୁଏ।
କୃଷିର ଗୁରୁତ୍ଵ :
(1) ଜାତୀୟ ଆୟକୁ କୃଷିର ଅବଦାନ– ଆମ ଦେଶରେ ଜାତୀୟ ଆୟକୁ କୃଷିର ଅବଦାନ ସର୍ବାଧ୍ଵ । 1950-51 ମସିହାରେ କୃଷି ଓ ତା’ର ଆନୁଷଙ୍ଗିକ ବୃତ୍ତିରୁ ଯଥା— ବନୀକରଣ, ପଶୁପାଳନ, ମତ୍ସ୍ୟଚାଷ, ଖଣିଜସଂପଦ ଉତ୍ତୋଳନ- ଜାତୀୟ ଆୟର 61 ଶତାଂଶ ମିଳୁଥିଲା । ତନ୍ମଧ୍ୟରୁ କେବଳ କୃଷିର ଅବଦାନ ଥିଲା 58.7 ଶତାଂଶ । ଦେଶର ପ୍ରଗତି ସଙ୍ଗେ ସଙ୍ଗେ କୃଷିର ଅବଦାନ ସମ୍ପ୍ରତି ଅବଶ୍ୟ ହ୍ରାସ ପାଇଛି । ତଥାପି ଭାରତୀୟ ଅର୍ଥନୀତିର ଚିତ୍ରପଟରେ କୃଷିର ଗୁରୁତ୍ୱ ହ୍ରାସ ପାଇନାହିଁ ।
କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥାର ଏକ କଳନାରୁ ଜଣାଯାଏ ଜାତୀୟ ଆୟକୁ କୃଷିର ଅବଦାନ 1960-61 ରେ 54 ଶତାଂଶକୁ, 1970-71 ରେ 47.2 ଶତାଂଶକୁ, 1986-87 ରେ 34 ଶତାଂଶକୁ ଏବଂ ସଂପ୍ରତି 13.9 ଶତାଂଶକୁ ହ୍ରାସ ପାଇଛି । ଏହି ହ୍ରାସ ପାଇବା ଲକ୍ଷଣ ଅର୍ଥଶାସ୍ତ୍ରବିଦ୍ମାନଙ୍କ ବିଚାରରେ ଶୁଭଙ୍କର ହେଲେହେଁ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶମାନଙ୍କ ତୁଳନାରେ ଏହା ଯଥେଷ୍ଟ ଅଧିକ ।
ଉଦାହରଣସ୍ୱରୂପ ଜାତୀୟ ଆୟକୁ କୃଷିର ଅବଦାନ ଯୁକ୍ତରାଜ୍ୟରେ 3.1 ଶତାଂଶ, ଆମେରିକାରେ 3.2 ଶତାଂଶ, କାନାଡ଼ାରେ 5 ଶତାଂଶ ଏବଂ ଅଷ୍ଟ୍ରେଲିଆରେ 7.6 ଶତାଂଶ । ଭାରତରେ ଜାତୀୟ ଆୟକୁ କୃଷିର ଅବଦାନ ଉଲ୍ଲେଖନୀୟଭାବେ ହ୍ରାସ ହେଉଥିଲେ ମଧ୍ୟ କୃଷି ଉପରେ ଶ୍ରମଶକ୍ତିର ନିର୍ଭରଶୀଳତା ସେହି ଅନୁପାତରେ ହ୍ରାସ ହେଉନାହିଁ ।
(2) ଜୀବିକାର ଉତ୍ସରୂପେ କୃଷି – 1991 ମସିହା ଜନଗଣନା ଅନୁଯାୟୀ ଭାରତର ପ୍ରତ୍ୟେକ 10 ଜଣ ଲୋକଙ୍କ ମଧ୍ୟରୁ 5 ଜଣ କୃଷିକୁ ପ୍ରଧାନ ଜୀବିକାରୂପେ ଗ୍ରହଣ କରିଛନ୍ତି । 1901 ମସିହାରୁ ଆଜିପର୍ଯ୍ୟନ୍ତ ଏହି ଅବସ୍ଥା ପ୍ରାୟ ଅପରିବର୍ତ୍ତିତ ରହିଛି ଏବଂ ଆସନ୍ତା କେତେ ଦଶନ୍ଧି ଧରି ରହିବ । ଏଥୁରୁ ଅର୍ଥନୀତିରେ କୃଷିର ଭୂମିକା ସହଜରେ ଅନୁମେୟ । ଅନ୍ୟାନ୍ୟ ଉନ୍ନତ ଦେଶମାନଙ୍କ ଅବସ୍ଥା ଏହାର ଠିକ୍ ବିପରୀତ । କୃଷି ଉପରେ ନିର୍ଭର କରୁଥିବା ଲେକସଂଖ୍ୟା ଫ୍ରାନ୍ସରେ 25 ଶତାଂଶ, ନିଉଜିଲାଣ୍ଡରେ 20 ଶତାଂଶ, କାନାଡ଼ା ଓ ଜର୍ମାନୀରେ 15 ଶତାଂଶ ।
(3) କୃଷି ଏବଂ କର୍ମ ସଂସ୍ଥାନ– କୃଷି କେବଳ ଆମ ଦେଶର 51 ଶତାଂଶ କାର୍ଯ୍ୟକ୍ଷମ ଲୋକଙ୍କୁ ନିଯୁକ୍ତି ଓ ଜୀବିକା ଯୋଗାଇଥାଏ । ପାଶ୍ଚାତ୍ୟ ଦେଶମାନଙ୍କରେ କୃଷି ଉପରେ ନିର୍ଭର କରୁଥିବା ଲୋକସଂଖ୍ୟା ଯୁକ୍ତରାଜ୍ୟରେ 3 ଶତାଂଶ, ଆମେରିକାରେ 5 ଶତାଂଶ, ଅଷ୍ଟ୍ରେଲିଆରେ 8 ଶତାଂଶ ଓ ଜାପାନରେ 21 ଶତାଂଶ ।
ଏଥିରୁ ଜଣାଯାଏ ଯେ, ଯେଉଁମାନେ ଅନ୍ୟତ୍ର ନିଯୁକ୍ତି ସୁଯୋଗ ପାଆନ୍ତି ନାହିଁ ସେମାନେ ଅଧମ ଉଦ୍ଧାରଣ ପନ୍ଥା ରୂପେ କୃଷିକୁ ଅବଲମ୍ବନ କରିଥା’ନ୍ତି । ଏହାଫଳରେ କୃଷିକ୍ଷେତ୍ର ଲୋକାରଣ୍ୟ ହୁଏ ଏବଂ ଅର୍ଷବେକାର ଓ ଛଦ୍ମବେଶୀ ବେକାରଙ୍କ ସଂଖ୍ୟା ବୃଦ୍ଧି ହୁଏ । କୃଷି ଉପରେ ଜନସଂଖ୍ୟାର ଚାପ ଯୋଗୁଁ କୃଷି ଉତ୍ପାଦନଶୀଳତା ନୂନ ହୁଏ । ଅଧୁନା ଦେଶରେ ଶିଳ୍ପାୟନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଆରୋପ କରାଗଲାଣି । ମାତ୍ର ଦୀର୍ଘ 41 ବର୍ଷର ଯୋଜନା କାଳରେ କୃଷିକ୍ଷେତ୍ରରେ ଜନଗହଳି ଲାଘବ ହୋଇନାହିଁ ।
(4) ଶିଳ୍ପ ବିକାଶରେ କୃଷିର ଭୂମିକା– କୃଷି ଓ ଶିଳ୍ପ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିବା ପରିଲକ୍ଷିତ ହୁଏ । ସେମାନେ ପରସ୍ପର ଉପରେ ନିର୍ଭର କରନ୍ତି । କୃଷିର ବିକାଶ ବିନା ଶିଳ୍ପର ବିକାଶ ଏକପ୍ରକାର ଅସମ୍ଭବ । କାରଣ ଶିଳ୍ପପାଇଁ କୃଷି କଞ୍ଚାମାଲ ଯୋଗାଇଥାଏ ଏବଂ କୃଷିପାଇଁ ଶିଳ୍ପ ଯନ୍ତ୍ରପାତି, ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରଭୃତି ଯୋଗାଇଥାଏ । ଆମ ଦେଶରେ ଅଧିକାଂଶ ଅଗ୍ରଗାମୀ ଶିଳ୍ପ କାଞ୍ଚାମାଲପାଇଁ କୃଷି ଉପରେ ନିର୍ଭର କରିଥା’ନ୍ତି ।
ଉଦାହରଣସ୍ୱରୂପ ବସ୍ତ୍ରଶିଳ୍ପଠାରୁ ଆରମ୍ଭ କରି ଝୋଟ, ଚିନି ଓ ବନସ୍ପତି ପ୍ରଭୃତି ଶିଳ୍ପ ପର୍ଯ୍ୟନ୍ତ, ସମସ୍ତେ କଞ୍ଚାମାଲ ପାଇବା ପାଇଁ କୃଷି ଉପରେ ନିର୍ଭର କରନ୍ତି । ଚା, କଫି ଓ ରବର ପ୍ରଭୃତି ଶିଳ୍ପ ମଧ୍ୟ କୃଷିଭିତ୍ତିକ । ଏହା ବ୍ୟତୀତ ଅନ୍ୟାନ୍ୟ ବହୁ ଶିଳ୍ପ ପରୋକ୍ଷଭାବେ କୃଷି ଉପରେ ନିର୍ଭର କରନ୍ତି । ଅବଶ୍ୟ ସ୍ବୀକାର କରିବାକୁ ହେବ ଯେ, ଲୌହଶିଳ୍ପ ଭଳି କେତେକ ଗୁରୁଶିଳ୍ପ କୃଷି ଉପରେ ପ୍ରତ୍ୟକ୍ଷଭାବରେ ନିର୍ଭର କରନ୍ତି ନାହିଁ । ମାତ୍ର ସେମାନେ କୃଷିକ୍ଷେତ୍ରକୁ କୃଷି ଉପକରଣ ଯୋଗାଇଥା’ନ୍ତି ।
(5) ଭାରତର ବହିର୍ବାଣିଜ୍ୟରେ କୃଷିର ଭୂମିକା– କୃଷିଜାତ ଦ୍ରବ୍ୟ ବିକ୍ରୟ କରି ଆମ ଦେଶ ବୈଦେଶିକ ମୁଦ୍ରା ଲାଭ କରିଥାଏ । ବର୍ତ୍ତମାନ ରପ୍ତାନି କରାଯାଉଥିବା ଦ୍ରବ୍ୟର 50 ଶତାଂଶ ହେଉଛି କୃଷି ଉତ୍ପାଦ । ଏହା ସହିତ ଯଦି ରପ୍ତାନି ହେଉଥିବା କାର୍ପାସ ବସ୍ତ୍ର ଓ ଝୋଟ ଉତ୍ପାଦକୁ ବିଚାରକୁ ନେଉ ତେବେ ମୋଟ ରପ୍ତାନିର 50 ଶତାଂଶ କୃଷିଭିତ୍ତିକ ବୋଲି କୁହାଯିବ । ପୁନଶ୍ଚ କୃଷିଜାତ ଦ୍ରବ୍ୟରେ ଆମର ରପ୍ତାନୀ ବାଣିଜ୍ୟ ବିକେନ୍ଦ୍ରିତ ହୋଇଛି ।
ଅର୍ଥାତ୍ ଆମେ ବିଭିନ୍ନ ଦେଶକୁ ଆମର କୃଷି ଉତ୍ପାଦ ରପ୍ତାନୀ କରୁଛୁ । କୃଷିଜାତ ଦ୍ରବ୍ୟ ମୋଟ ବୈଦେଶିକ ମୁଦ୍ରାର 50 ଶତାଂଶ ଅର୍ଜନ କରୁଥିଲାବେଳେ କୃଷିପାଇଁ ମାତ୍ର 15 ଶତାଂଶ ଆମଦାନୀ କରିବାରେ ବ୍ୟୟ କରୁଛୁ । ଏହା ହେଉଛି ଶିଳ୍ପ ଅଭିବୃଦ୍ଧିପାଇଁ କୃଷିର ଅବଦାନ ।
(6) କୃଷି ଏବଂ ତୃତୀୟ ସ୍ତର – ବାଣିଜ୍ୟ ଓ ପରିବହନ ପ୍ରଭୃତି ତୃତୀୟ ସ୍ତରର ଅନ୍ତର୍ଭୁକ୍ତ । ଏହି ସ୍ତରକୁ କୃଷିର ଅବଦାନ ଉଲ୍ଲେଖନୀୟ । କୃଷିଜାତ ଦ୍ରବ୍ୟରେ ମୁଖ୍ୟତଃ ଅନ୍ତର୍ଦେଶୀୟ ବାଣିଜ୍ୟ କାରବାର ହୋଇଥାଏ । ରେଳ ଓ ସଡ଼କ ପରିବହନ କୃଷି ଉପରେ ନିର୍ଭର କରିଥା’ନ୍ତି । ତାଙ୍କ ଆୟର ବହୁଳାଶ କୃଷି ଓ କୃଷିଜାତ ଦ୍ରବ୍ୟରୁ ମିଳିଥାଏ ।
(7) ସରକାରଙ୍କ ରାଜସ୍ବ– କୃଷି ସରକାରଙ୍କ ରାଜସ୍ବର ଏକ ପ୍ରଧାନ ଉତ୍ସ । ରାଜ୍ୟ ସରକାର ଭୂ-ରାଜସ୍ବ ଆକାରରେ ଏବଂ କୃଷି ଆୟକର ଆକାରରେ ଏକ ଆଖିଦୃଶିଆ ରାଜସ୍ୱ ଲାଭ କରିଥା’ନ୍ତି । କୃଷି ଆୟର ସର୍ବବୃହତ୍ ସୂତ୍ର ହୋଇଥିବାରୁ ଏହା ଲୋକମାନଙ୍କର ସଞ୍ଚୟ ଶକ୍ତିକୁ ପ୍ରଭାବିତ କରି ପୁଞ୍ଜି ଗଠନରେ ସହାୟକ ହୁଏ ।
(8) କୃଷି ଏବଂ ଆନ୍ତର୍ଜାତିକ ବଜାର– ଆନ୍ତର୍ଜାତିକ ବଜାରରେ ଆମର କୃଷି କେତେକ ଦୃଷ୍ଟିରୁ ଉଚ୍ଚସ୍ଥାନ ଅଧିକାର କରିଛି । ଉଦାହରଣସ୍ୱରୂପ, ଚିନାବାଦାମ ଉତ୍ପାଦନରେ ଭାରତର ସ୍ଥାନ ପୃଥିବୀରେ ପ୍ରଥମ । ଧାନ ଉତ୍ପାଦନରେ ଭାରତର ସ୍ଥାନ ଦ୍ଵିତୀୟ ଏବଂ ଚୀନ୍ ଦେଶର ସ୍ଥାନ ପ୍ରଥମ । ତମାଖୁ ଉତ୍ପାଦନରେ ଭାରତର ସ୍ଥାନ ଚୀନ୍ ଓ ଆମେରିକାର ପଛକୁ । ଅର୍ଥାତ୍ ବିଶ୍ଵବଜାରରେ ଏହାର ସ୍ଥାନ ତୃତୀୟ ।
ଉପର୍ୟ୍ୟକ୍ତ ଆଲୋଚନାରୁ ସହଜରେ ଅନୁମାନ କରାଯାଇପାରେ ଯେ, ଭାରତ ନିଶ୍ଚିତଭାବେ ଏକ କୃଷିପ୍ରଧାନ ଦେଶ । କୃଷିକ୍ଷେତ୍ରରୁ ସୃଷ୍ଟି ହେଉଥିବା ଆୟ ସର୍ବାଧିକ । ଏହା ଲୋକମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଏ, ଶିଳ୍ପାୟନର ଅଭିବୃଦ୍ଧିରେ ସହାୟକ ହୁଏ ଏବଂ ବୈଦେଶିକ ମୁଦ୍ରାର ବହୁଳାଶ ଅର୍ଜନ କରେ । ଏହି ଗୁରୁତ୍ୱ ଉପଲବ୍ଧ କରି କୃଷିକୁ ଆମ ଯୋଜନାରେ ଅଗ୍ରାଧିକାର ଦିଆଯାଇଛି ।
2. ଭାରତରେ କୃଷି ଉତ୍ପାଦନଶୀଳତା ସ୍ଵଳ୍ପ ହେବାର ମୁଖ୍ୟ କାରଣାବଳୀ ବର୍ଣନା କର ।
କିମ୍ବା, ଭାରତରେ କୃଷି ଅନଗ୍ରସରତାର ପ୍ରଧାନ କାରଣମାନ ଦର୍ଶାଅ ଓ ପ୍ରତିକାର ନିର୍ଦ୍ଦେଶ କର ।
Answer:
ଏକ ଅର୍ଥନୀତିରେ କୃଷି ଉତ୍ପାଦନଶୀଳତାର ଗୁରୁତ୍ବ ଦୁଇଗୋଟି ଦୃଷ୍ଟିକୋଣରୁ ବିଚାର କରାଯାଇପାରେ । ପ୍ରଥମତଃ, ବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ମେଣ୍ଟାଇବାପାଇଁ କୃଷି ଉତ୍ପାଦନଶୀଳତା ବୃଦ୍ଧି ହେବାର ଆବଶ୍ୟକତା ଉପଲବ୍ଧ କରାଯାଏ । ଦ୍ଵିତୀୟତଃ, ଏକ ବିକାଶୋନ୍ମୁଖୀ ରାଷ୍ଟ୍ରର ମୋଟ ଜାତୀୟ ଆୟକୁ ଅବ୍ୟାହତ ରଖିବାପାଇଁ କୃଷି ଉତ୍ପାଦନଶୀଳତା ବୃଦ୍ଧି କରିବା ଆବଶ୍ୟକ ହୁଏ । ଆତ୍ମନିର୍ଭରଶୀଳତା ଅର୍ଥନୈତିକ ଅଭିବୃଦ୍ଧିପାଇଁ ଏକ ନିର୍ଦ୍ଦିଷ୍ଟ ସ୍ତରର କୃଷି ଉତ୍ପାଦନ ଆବଶ୍ୟକ ।
ତେଣୁ କୃଷି ଉତ୍ପାଦନଶୀଳତା ବୃଦ୍ଧି କରିବା ଅନସ୍ବୀକାର୍ଯ୍ୟ ହୋଇଥିଲାବେଳେ ଭାରତର କୃଷି ଉତ୍ପାଦନଶୀଳତା ସ୍ଵଚ୍ଛ ହୋଇଥିବା ଅସ୍ଵୀକାର କରାଯାଇ ନପାରେ । ଆମ ଦେଶରେ ଯୋଜନାର ଯୁଗ ଆରମ୍ଭ ହେବା ପରଠାରୁ କିୟତ୍ ପରିମାଣରେ ଏହା ବୃଦ୍ଧି ହେବାକୁ ଆରମ୍ଭ କରିଛି । ଏବେ ମଧ୍ୟ କୃଷି ଅଭିବୃଦ୍ଧି ଆମ ଦେଶରେ ପ୍ରାୟ 3 ଶତାଂଶ; ମାତ୍ର ଆତ୍ମନିର୍ଭରଶୀଳତା ଅଭିବୃଦ୍ଧିପାଇଁ କୃଷି ଉତ୍ପାଦନ ହାର ଅନ୍ୟୁନ 5 ଶତାଂଶ ହେବା ଆବଶ୍ୟକ । ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ, ଦେଶର ପ୍ରାୟ 9 ଶତାଂଶ ଲୋକ କୃଷିକ୍ଷେତ୍ରରେ ନିୟୋଜିତ ହେଉଥ୍ଲେହେଁ କୃଷି ଉତ୍ପାଦନ ହାର ଏତେ ସ୍ଵଳ୍ପ ।
କୃଷି ଉତ୍ପାଦନ ବୃଦ୍ଧି ଦୁଇଟି କାରଣ ଉପରେ ନିର୍ଭର କରେ । ଗୋଟିଏ ହେଲା ମୃଭିକାର ଗୁଣାତ୍ମକ ମାନ ଏବଂ ଅନ୍ୟଟି ହେଲା କୃଷି ଶ୍ରମିକମାନଙ୍କର କାର୍ଯ୍ୟଦକ୍ଷତା । ଭାରତରେ ମୃତ୍ତିକାର ଗୁଣାତ୍ମକ ମାନ ନୂନସ୍ତରର । କୃଷି ଶ୍ରମିକମାନେ ଅଦକ୍ଷ ବା କମ୍ ଦକ୍ଷତାସମ୍ପନ୍ନ । ଏହି ଦୁଇଟି କୃଷି ଉତ୍ପାଦନଶୀଳତା କମ୍ ହେବାର ମୁଖ୍ୟ କାରଣ । କୃଷି ଉତ୍ପାଦନଶୀଳତା ସ୍ଵଳ୍ପ ହେବା ଦେଶରେ ଦାରିଦ୍ର୍ୟର ପ୍ରଧାନ କାରଣ । ଲକ୍ଷ ଲକ୍ଷ ଲୋକ ଜୀବନତମାମ ପୁଷ୍ଟିକର ଖାଦ୍ୟାଭାବରୁ ଦୁର୍ବଳ ଓ କମ୍ କାର୍ଯ୍ୟକ୍ଷମ । ଅବଶ୍ୟ ସମ୍ପ୍ରତି ଅବସ୍ଥାର କିଛି ପରିବର୍ତ୍ତନ ହୋଇଛି ସତ ମାତ୍ର ତାହା ସନ୍ତୋଷଜନକ ନୁହେଁ । ସେଥିପାଇଁ ହୁଏତ ଭାରତୀୟ କୃଷି ଅର୍ଥନୀତିରେ ଅନ୍ତର୍ନିହିତ ଥିବା କେତେକ ଦୋଷ ଓ ତ୍ରୁଟି ଦାୟୀ ।
1975 ମସିହାରେ କରାଯାଇଥିବା ଏକ କଳନାରୁ ଜଣାଯାଏ ଯେ, ଭାରତରେ ହେକ୍ଟର ପ୍ରତି ଧାନ ଉତ୍ପାଦନ 1,877 କିଲୋଗ୍ରାମ୍ ଥିଲାବେଳେ ଜାପାନ ଓ ଇଜିପ୍ଟରେ ତାହା ଯଥାକ୍ରମେ 6,185 ଏବଂ 5,326 କିଲୋଗ୍ରାମ୍ ହେଉଥିଲା । 1978- 79 ମସିହାରେ ହେକ୍ଟର ପ୍ରତି ଧାନ ଉତ୍ପାଦନ ଆମ ଦେଶରେ 1339 କିଲୋଗ୍ରାମ୍କୁ ହ୍ରାସ ପାଇଥିବାବେଳେ ଜାପାନରେ ତାହା 6,250 କିଲୋଗ୍ରାମକୁ ବୃଦ୍ଧି ପାଇଥିଲା । ତେଣୁ କୁହାଯାଇପାରେ ଯେ, ଜାପାନର ଧାନ ଉତ୍ପାଦନର ମାତ୍ର ଏକ-ପଞ୍ଚମାଂଶ ହେଉଛି ଭାରତର ଧାନ ଉତ୍ପାଦନଶୀଳତା ।
1976-78 ମସିହାରେ ଭାରତରେ ହାରାହାରି ଗହମ ଉତ୍ପାଦନ 1,425 କିଲୋଗ୍ରାମ୍ ହୋଇଥିବାବେଳେ ଫ୍ରାନ୍ସ ଏବଂ ଜର୍ମାନୀରେ ତାହା ଯଥାକ୍ରମେ 4,345 କିଲୋଗ୍ରାମ୍ ଏବଂ 4,547 କିଲୋଗ୍ରାମ୍ ହୋଇଥିଲା । ଏହିସବୁ ତଥ୍ୟରୁ ସହଜରେ କୁହାଯାଇପାରେ ଯେ, ଆମ ଦେଶରେ କୃଷି ଉତ୍ପାଦିକା ଶକ୍ତି ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଯଥେଷ୍ଟ ଊଣା । 2001-02 ରେ ଖାଦ୍ୟଶସ୍ୟର ଉତ୍ପାଦନ 212 ମିଲିଅନ ଟନ୍ ହୋଇଥିଲା । ମାତ୍ର ପରବର୍ତ୍ତୀ ବର୍ଷ ଅର୍ଥାତ୍ 2002-03 ରେ ଏହା 182.6 ମିଲିଅନ ଟକୁ ହ୍ରାସ ପାଇଲା କାରଣ ଏହିବର୍ଷ ବର୍ଷାର ମାତ୍ରା ଟିକିଏ କମ୍ ହୋଇଥିଲା ।
ସେହିପରି ଆମ ଦେଶରେ ଶ୍ରମର ଉତ୍ପାଦନଶୀଳତା ମଧ୍ୟ ନୂନ । ଆମେରିକାର ଜଣେ ଶ୍ରମିକ ଦିନକୁ ଯେତେ ଉତ୍ପାଦନ କରିପାରେ ତାହା ଭାରତର 5 ରୁ 10 ଜଣଙ୍କ ଉତ୍ପାଦନ ସହିତ ସମାନ । ଭାରତୀୟ ଶ୍ରମିକମାନଙ୍କର ନିରକ୍ଷରତା ଓ ଅଜ୍ଞତା ଏଥିପାଇଁ ମୁଖ୍ୟତଃ ଦାୟୀ । ତେଣୁ ମୋଟାମୋଟି ଆମେ ଏହି ସିଦ୍ଧାନ୍ତରେ ଉପନୀତ ହୋଇପାରୁ ଯେ, ଆମ ଦେଶରେ କୃଷି ଉତ୍ପାଦନଶୀଳତା ଅପେକ୍ଷାକୃତ ଊଣା । ବର୍ତ୍ତମାନ ଅବଶ୍ୟ ଏ ଦିଗରେ କିଛି ଉନ୍ନତି ସାଧୂ ହୋଇଛି, ତଥାପି ଏ ବାବଦରେ ଆମକୁ ଆହୁରି ବହୁ ସୁଦୂର ପଥ ଅତିକ୍ରମ କରିବାକୁ ଅଛି ।
ଅନେକଗୁଡ଼ିଏ ଉପାଦାନ ଦେଶରେ ଉତ୍ପାଦନଶୀଳତାକୁ ପ୍ରଭାବିତ କରିପାରେ । ସେଗୁଡ଼ିକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ; ଯଥା –
(a) ସାଧାରଣ କାରଣ
(b) ଆନୁଷ୍ଠାନିକ କାରଣ
(c) ବୈଷୟିକ କାରଣ ।
(a) ସାଧାରଣ କାରଣ :
(1) ଜନସଂଖ୍ୟାର ଚାପ– ଜନସଂଖ୍ୟାର କୃଷି ଉପରେ ଅତ୍ୟତ୍ଵିକ ଚାପ ଉତ୍ପାଦନଶୀଳତା ଊଣା ହେବାର ପ୍ରଧାନ ଓ ଅନ୍ୟତମ କାରଣ । 70 ଶତାଂଶରୁ ଅଧିକ ଲୋକ ଆମ ଦେଶରେ କୃଷି ଉପରେ ନିର୍ଭର କରନ୍ତି । ଦେଶର ବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ନିଯୁକ୍ତି ଯୋଗାଇଲା ଭଳି ଶିଳ୍ପ ବିସ୍ତାର ଆମ ଦେଶରେ ହୋଇପାରିନାହିଁ । ଫଳତଃ, କୃଷିକ୍ଷେତ୍ରରେ ସର୍ବଦା ଜନଗହଳି ଲାଗି ରହିଛି । କୃଷି ଉପରେ ଅଧ୍ବକସଂଖ୍ୟକ ଲୋକ ନିର୍ଭର କରୁଥିବାରୁ ପରିଣାମସ୍ୱରୂପ ଉପସ୍ଥିତ ଭୂମି ଦିନକୁ ଦିନ ଖଣ୍ଡ ବିଖଣ୍ଡିତ ହେବାରେ ଲାଗିଛି ।
ମୁଣ୍ଡପିଛା ଭୂମି ବଣ୍ଟନ 1921 ମସିହାରେ 1.11 ଏକର ଥିଲାବେଳେ 1991 ମସିହାରେ ତାହା 0.86 ଏକରକୁ ହ୍ରାସ ପାଇଛି । ଏହା ତୁଳନାରେ ପାଶ୍ଚାତ୍ୟ ଦେଶମାନଙ୍କରେ କୃଷି ଉପରେ ନିର୍ଭର କରୁଥିବା ଲୋକସଂଖ୍ୟା ଯଥେଷ୍ଟ ଊଣା । ଉଦାହରଣ ସ୍ୱରୂପ ଜନସଂଖ୍ୟାର ପ୍ରାୟ 20 ଶତାଂଶ ଲୋକ ଆମେରିକା ଦକ୍ଷିଣ ଆଫ୍ରିକା ଓ ହଲାଣ୍ଡରେ କୃଷି ଉପରେ ନିର୍ଭର କରନ୍ତି । ଅଷ୍ଟ୍ରେଲିଆ, ପଶ୍ଚିମ ଜର୍ମାନୀ ଓ ଯୁକ୍ତରାଜ୍ୟରେ ଏହି ଅନୁପାତ ଯଥାକ୍ରମେ 10 ଶତାଂଶ, 29 ଶତାଂଶ ଏବଂ 7 ଶତାଂଶ ।
ଆମ ଦେଶରେ ଜନସଂଖ୍ୟାର ଚାପ କୃଷିକ୍ଷେତ୍ର ବହନ କରିପାରୁ ନଥିବାରୁ, ବେକାରି, ଅର୍ବବେକାରି, ଛଦ୍ମବେଶୀ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ସମସ୍ତର ପରିଣାମ ସ୍ବରୂପ ଉତ୍ପାଦନଶୀଳତା ହ୍ରାସ ହେଉଛି । ଏହି ଦିଗରେ ଅଗ୍ରଗତି କରିବାକୁ ହେଲେ କୃଷିକ୍ଷେତ୍ର ଉପରୁ ଲୋକସଂଖ୍ୟାର ଚାପ ହ୍ରାସ କରିବାକୁ ହେବ । ଶ୍ରମ ଶକ୍ତିକୁ ଯଦି କୃଷିକ୍ଷେତ୍ରରୁ ପ୍ରତ୍ୟାହାର କରି ଅନ୍ୟତ୍ର କର୍ମସଂସ୍ଥାନ କରାନଯାଏ ତେବେ ଉତ୍ପାଦନଶୀଳତା ବୃଦ୍ଧି କରିବା ଦିଗରେ ବିଶେଷ କିଛି ଆଶା କରାନଯାଇପାରେ ।
(2) ମୃତ୍ତିକାର ଅନୁର୍ବରଶୀଳତା– ଭୌଗୋଳିକ ଓ ପ୍ରାକୃତିକ କାରଣରୁ ଆମ ଦେଶର ମୃତ୍ତିକା ଉର୍ବରଶୀଳ ନୁହେଁ । ଯଦିବା କୌଣସି ସ୍ଥାନରେ ଉର୍ବରଶୀଳତା ଅଧୂକ ତାହା କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟ; ଯଥା – ବାତ୍ୟା ଓ ବନ୍ୟାଦ୍ଵାରା ଅବକ୍ଷୟ ହୋଇଥାଏ । ଏହା ଭୂମିର ଉର୍ବରଶୀଳତାକୁ ହ୍ରାସ କରେ । ବହୁ ପରିମାଣ ଭୂମି ମଧ୍ଯ ଜଳମଗ୍ନ ହୋଇ ରହୁଥିବାରୁ କୃଷି ଉପଯୋଗୀ ନୁହେଁ । ସୀମିତ ପରିମାଣର ଅବାଦଯୋଗ୍ୟ ଜମି ବାରମ୍ବାର ଅବିରତ କର୍ଷଣ ହେବା ଫଳରେ ଉର୍ବରଶୀଳତା ହ୍ରସପ୍ରାପ୍ତ’ହୁଏ । କୃଷକମାନେ ନିରକ୍ଷର ଓ ଅଜ୍ଞ ହୋଇଥିବାରୁ ଉପଯୁକ୍ତ ସାର ପ୍ରୟୋଗ କରି ଭୂମିର କ୍ଷୟକ୍ଷତି ଭରଣା କରିପାରନ୍ତି ନାହିଁ । ଏହିସବୁ କାରଣରୁ କୃଷି ଉତ୍ପାଦନଶୀଳତା ଆମ ଦେଶରେ ହ୍ରାସପ୍ରାପ୍ତ ହୁଏ ।
(3) ଉତ୍ପାଦନ କୌଶଳ– କୃଷକମାନେ କୃଷିକ୍ଷେତ୍ରରେ ପୁରାତନ ଓ ଅନୁନ୍ନତ ଉତ୍ପାଦନ କୌଶଳ ଅବଲମ୍ବନ କରନ୍ତି । ବୈଜ୍ଞାନିକ ପଦ୍ଧତି ଅନୁସରଣ କରି କୃଷି କର୍ମ କରିବା ନିରକ୍ଷରତା ଓ ଅଜ୍ଞତା କାରଣରୁ ସେମାନଙ୍କ ପକ୍ଷରେ ସମ୍ଭବପର ହୁଏ ନାହିଁ । ଭୂମିର ଜୋତ କ୍ଷୁଦ୍ରାକାର ହୋଇଥିବାରୁ ସେଥିରେ ବୈଜ୍ଞାନିକ କୌଶଳ ଓ ଉନ୍ନତ ଯନ୍ତ୍ରପାତି ବ୍ୟବହାର କରାଯାଇ ପାରେ ନାହିଁ । ବେଳେବେଳେ ରକ୍ଷଣଶୀଳତାଯୋଗୁଁ ସେମାନେ କୌଣସି ଉନ୍ନତିମୂଳକ ପଦ୍ଧତିର ବିରୋଧ କରନ୍ତି । ଉନ୍ନତ ବିହନ ଓ ସାର କୃଷିକ୍ଷେତ୍ରରେ ପ୍ରୟୋଗ କଥା ସେମାନଙ୍କୁ ଜଣାନାହିଁ । ଏହି ସମସ୍ତ କାରଣରୁ ଆମ ଦେଶରେ କୃଷି ଉତ୍ପାଦନଶୀଳତା ହ୍ରାସ ପାଇଥାଏ ।
(4) ଯଥେଷ୍ଟ ପୁଞ୍ଜିର ଅଭାବ– ଅର୍ଥ ହେଉଛି ଯେକୌଣସି ଶିଜର ପ୍ରାଣ । ଭାରତୀୟ କୃଷକମାନେ ଦରିଦ୍ର ହୋଇଥବାରୁ ଯଥେଷ୍ଟ ପୁଞ୍ଜି ଓ ସମ୍ବଳ କୃଷିକର୍ମରେ ବ୍ୟୟ କରିପାରନ୍ତି ନାହିଁ । କୃଷକମାନେ ମୁଖ୍ୟତଃ କୃଷିର ଉନ୍ନତିପାଇଁ ସ୍ବଳ୍ପକାଳୀନ ଓ ଦୀର୍ଘକାଳୀନ ଋଣ ଆବଶ୍ୟକ କରିଥା’ନ୍ତି । ଗ୍ରାମାଞ୍ଚଳରେ ଆନୁଷ୍ଠାନିକ ଋଣ ସୂତ୍ରରୁ ପୁଞ୍ଜି ପାଇବା ସୁବିଧା ନଥିବାରୁ ସେମାନେ ଋଣପାଇଁ ଗ୍ରାମ୍ୟ
ଅତି ଉଚ୍ଚହାରରେ ସୁଧ ଆଦାୟ କରିଥା’ନ୍ତି । ଏହାଫଳରେ କୃଷକମାନେ ସେମାନଙ୍କ ଶୋଷଣର ଶିକାର ହୁଅନ୍ତି ।
କଥାରେ ଅଛି, ଭାରତୀୟ କୃଷକମାନେ ଋଣ ଭାର ନେଇ ଜନ୍ମ ହୁଅନ୍ତି; ଋଣ ବୋଝ ବୋହି ବଞ୍ଚୁ’ନ୍ତି ଏବଂ ଶେଷରେ ଋଣରେହିଁ ତାଙ୍କର ମୃତ୍ୟୁ ହୁଏ । ସମବାୟ ଋଣ ସମିତି, ଭୂଉନ୍ନୟନ ବ୍ୟାଙ୍କ, ଗ୍ରାମ୍ୟବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ ଭଳି ଋଣ ପ୍ରଦାନକାରୀ ଅନୁଷ୍ଠାନମାନେ ଆମ ଦେଶରେ ଗଢ଼ିଉଠିଲେଣି ।
ତଥାପି ସେମାନେ ଯୋଗାଉଥିବା ଋଣ ସାହାଯ୍ୟ ଯଥେଷ୍ଟ ନ ହେଉଥିବାରୁ କୃଷକମାନେ ଗ୍ରାମ୍ୟ ମହାଜନଙ୍କ ନିକଟରୁ ଋଣ ଆଣିବାକୁ ବାଧ୍ୟ ହୋଇଥା’ନ୍ତି । ଫଳରେ ଗ୍ରାମ୍ୟ ମହାଜନମାନଙ୍କ ପ୍ରାଧାନ୍ୟ ହ୍ରାସ ହୋଇଥିଲେହେଁ ସେମାନଙ୍କର ମୂଳୋତ୍ପାଟନ ଆମ ଦେଶରେ ହୋଇପାରିନାହିଁ । ସୁତରାଂ କୁହାଯାଇପାରେ ଯେ, ପୁଞ୍ଜିର ଅଭାବ ଓ ଋଣର ବ୍ୟୟବହୁଳତା ‘ଆମ ଦେଶରେ କୃଷି ବିକାଶରେ ଅନ୍ତରାୟ ହୋଇ ରହିଛି ।
(5) ବଜାର ସୁବିଧାର ଅଭାବ– ବଜାର ସୁବିଧାର ଅଭାବ ଭାରତୀୟ କୃଷକମାନଙ୍କ ପାଇଁ ବୋଝ ପରେ ନଳିତାବିଡ଼ା ସଦୃଶ । ସେମାନେ ପ୍ରଥମତଃ ବ୍ୟୟବହୁଳ କୃଷିପଦ୍ଧତି ଅନୁସରଣ କରନ୍ତି । ଏହାର ବିଭିନ୍ନ କାରଣ ରହିଛି । ମାତ୍ର ଦ୍ଵିତୀୟତଃ, ସେମାନଙ୍କ ଉତ୍ପାଦପାଇଁ ସେମାନେ ଉପଯୁକ୍ତ ଦାମ୍ ପାଇପାରନ୍ତି ନାହିଁ । ବଜାର ବ୍ୟବସ୍ଥାର ଲକ୍ଷଣ ହେଉଛି ବିକ୍ରେତା କମ୍ ଦାମ୍ରେ କ୍ରୟକରି ଚଢ଼ାଦାମ୍ରେ ବିକ୍ରୟ କରେ । ମାତ୍ର ଭାରତୀୟ କୃଷକ ତାହାର ଉତ୍ପାଦ ବିକ୍ରୟ କଲାବେଳେ ଠିକ୍ ବିପରୀତ ଅବସ୍ଥାର ସମ୍ମୁଖୀନ ହୁଏ ।
ସେ ଚଢ଼ା ଦାମ୍ରେ କିଣେ, ମାତ୍ର ଊଣା ଦାମରେ ବିକେ । ଏପରି ହେବାର କେତେଗୋଟି କାରଣ ରହିଛି । ଶସ୍ୟ ବିକ୍ରୟ ପାଇଁ ଆମ ଦେଶରେ ଯଥେଷ୍ଟ ସୁବିଧାର ଅଭାବ ରହିଛି । ଗମନାଗମନ ଓ ପରିବହନ ସୁବିଧା ଅଭାବରୁ କୃଷକମାନେ ଦୂରଦୂରାନ୍ତ ସ୍ଥାନକୁ ନିଜ ଉତ୍ପାଦ ନେଇ ବିକ୍ରୟ କରି ଉପଯୁକ୍ତ ଦାମ୍ ପାଇବା ସମ୍ଭବ ହୁଏ ନାହିଁ । ସେମାନେ ଦ୍ରବ୍ୟ ସୁବିଧା ନ ଥିବାରୁ କୃଷକମାନେ ଅଧିକ ଦାମ୍ ପାଇବା ଆଶାରେ ଶସ୍ୟ ସଂରକ୍ଷଣ କରିପାରନ୍ତି ନାହିଁ । ଯାହାଫଳରେ ସେମାନେ କମ୍ ଦାମ୍ରେ ତାଙ୍କ ଉତ୍ପାଦନ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି ।
ଏହାର ମଧ୍ୟ ଅନ୍ୟ କାରଣ ରହିଛି । ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଇବାପାଇଁ ଓ ମହାଜନମାନଙ୍କ ଋଣ ପରିଶୋଧ କରିବାପାଇଁ ସେମାନେ ଦ୍ରବ୍ୟ ବିକ୍ରୟ କରିବା ସକାଶେ ତରବର ହୋଇଥା’ନ୍ତି । ବେଳେବେଳେ ପୂର୍ବ ଚୁକ୍ତି ଅନୁଯାୟୀ ମହାଜନମାନଙ୍କୁ କୃଷି ଉତ୍ପାଦ କମ୍ ଦାମ୍ରେ ବିକ୍ରୟ କରିବାକୁ ହୋଇଥାଏ । ଏହିପରି ବିଭିନ୍ନ କାରଣରୁ ଭାରତୀୟ କୃଷକମାନଙ୍କର ଆର୍ଥିକ ସ୍ୱଚ୍ଛଳତାର ଅଭାବ ଦେଖାଯାଏ । ତେଣୁକରି ସେମାନେ କୃଷି ଉତ୍ପାଦନ ବୃଦ୍ଧି କରିବାପାଇଁ ଯଥେଷ୍ଟ ପ୍ରେରଣା ପାଆନ୍ତି ନାହିଁ କି କୃଷି ଉତ୍ପାଦନଶୀଳତା ବୃଦ୍ଧି ହୋଇପାରେ ନାହିଁ ।
(6) ଭାରତରେ କୃଷି ମୌସୁମୀ ବାୟୁର ଏକ ଜୁଆଖେଳ– ଭାରତରେ କୃଷକମାନଙ୍କୁ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ହୁଏ । କୃଷିକର୍ମ ପାଇଁ ଜଳସେଚନର ଯଥେଷ୍ଟ ସୁବିଧା ନ ଥିବାରୁ ସେମାନଙ୍କୁ ମୁଖ୍ୟତଃ ଜଳବାୟୁ ବା ପ୍ରକୃତିର କରୁଣା ଉପରେ ନିର୍ଭର କରିବାକୁ ହୁଏ । ଯେଉଁ ବର୍ଷ ବୃଷ୍ଟିପାତ ଆଶାନୁରୂପ ହୁଏ ଏବଂ ବାତ୍ୟା, ବନ୍ୟାଭଳି, ଦୁର୍ବିପାକ ଘଟେନାହିଁ ସେହିବର୍ଷ କୃଷି ଉତ୍ପାଦନ ବୃଦ୍ଧି ହୁଏ । ଯଦି କୌଣସି ବର୍ଷ ଅନାବୃଷ୍ଟି ହୁଏ ତେବେ ଦେଶରେ କୃଷି ଉତ୍ପାଦନ ହ୍ରାସ ହୋଇ ମରୁଡ଼ିଜନିତ ଆତଙ୍କର ସମ୍ମୁଖୀନ ହେବାକୁ ହୁଏ । ଏପରି ଅବସ୍ଥାରେ ଭାରତୀୟ କୃଷକ ଏକ ପୁଭଳିକା ସଦୃଶ କାର୍ଯ୍ୟ କରେ ।
(b) ଆନୁଷ୍ଠାନିକ କାରଣ :
କୃଷିର ବିକାଶ ବହୁଳ ପରିମାଣରେ ସରକାରଙ୍କ ପୃଷ୍ଠପୋଷକତା ଉପରେ ନିର୍ଭର କରେ । କେତେକ ସରକାରୀ ସଂସ୍ଥାଙ୍କର ସାହାଯ୍ୟ ଓ ସହଯୋଗ ଉପରେ କୃଷିର ବିକାଶ ନିର୍ଭର କରେ । ଆମ ଦେଶରେ ଯେଉଁ କେତେଗୋଟି ସରକାରୀ ସଂସ୍ଥା ଏ ଦିଗରେ କାର୍ଯ୍ୟ କରନ୍ତି ସେମାନଙ୍କର କର୍ମାବଳୀ ଆଶାପ୍ରଦ ଓ ସନ୍ତୋଷଜନକ ନୁହେଁ । ଯେଉଁ ଅନୁଷ୍ଠାନମାନଙ୍କ ଉପରେ କୃଷିର ଉନ୍ନତି ନିର୍ଭର କରେ ସେଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଗଲା ।
(1) ଭୂ-ସ୍ୱତ୍ୱାଧିକାର ବ୍ୟବସ୍ଥା– ଆମ ଦେଶରେ ଅନତିପୂର୍ବେ ଯେଉଁ ଭୂ-ସ୍ୱତ୍ୱାଧିକାର ବ୍ୟବସ୍ଥା ପ୍ରଚଳିତ ଥିଲା ତାହା କୃଷକଙ୍କର କୌଣସି ଜମି ନାହିଁ । ସେମାନେ ମୁଖ୍ୟତଃ ଭୂ-ମାଲିକମାନଙ୍କ ଜମିକୁ ରୟତ ହିସାବରେ ଚାଷ କରନ୍ତି । ପ୍ରାୟ 50 ଶତାଂଶ ଚାଷଯୋଗ୍ୟ ଜମି ରୟତମାନଙ୍କଦ୍ୱାରା ଚାଷ କରାଯାଏ । ରୟତମାନେ ଜମି ଚାଷ କରି ଯେଉଁ ଉତ୍ପାଦ ପାଆନ୍ତି ସେଥ ଭୂ-ମାଲିକମାନେ ଶସ୍ୟ ଆକାରରେ ଅଂଶ ପାଇଥା’ନ୍ତି । ସ୍ଥାନଭେଦରେ ଏହି ଅଂଶ ଧାର୍ଯ୍ୟ ହୋଇଥାଏ ।
ସାଧାରଣତଃ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ରୟତମାନେ ଯାହା ଉତ୍ପାଦନ କରନ୍ତି ତାହାର 50 ଶତାଂଶ ଭୂ-ମାଲିକମାନେ ଭାଗ ସ୍ଵରୂପ ନେଇଥା’ନ୍ତି । ଅବଶ୍ୟ ଏବେ ଆମ ଦେଶରେ ରୟତମାନଙ୍କୁ ମାଲିକମାନଙ୍କ ଶୋଷଣରୁ ମୁକ୍ତ କରିବା ପ୍ରଜାସ୍ୱତ୍ଵ ଆଇନ ପ୍ରଣୟନ ହେଲାଣି । ମାତ୍ର ବାସ୍ତବ କ୍ଷେତ୍ରରେ ଏହି ନିୟମର ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରିଲକ୍ଷିତ ହୁଏ ନାହିଁ । ରୟତମାନଙ୍କର ନିଜସ୍ୱ ଭୂମି ନଥିବାରୁ ଏବଂ କୃଷି ବିନା ସେମାନେ ଜୀବନଧାରଣ କରିବା ସମ୍ଭବ ନ ହେଉଥିବାରୁ ସେମାନେ ମାଲିକମାନଙ୍କ ଚାପ ନିକଟରେ ମୁଣ୍ଡ ନୁଆଁଇ ଯେକୌଣସି ସର୍ଭରେ ଜମି ଚାଷ କରିବାକୁ ବାଧ୍ୟ ହୋଇଥା’ନ୍ତି । ଏଣୁ ଅନେକ ସମୟରେ ଓ କ୍ଷେତ୍ରରେ ସେମାନେ ମାଲିକମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେଇଥା’ନ୍ତି । ତଥାପି ରୟତମାନଙ୍କର ସ୍ବତ୍ବରେ ସ୍ଥାୟିତ୍ଵ ନଥାଏ ।
ଭୂ-ମାଲିକମାନେ କେବଳ ତାଙ୍କ ଅଂଶ ବା ଭାଗ ପାଇବାରେ ଉତ୍ସାହୀ ହୋଇଥିବାରୁ ଭୂମିର କୌଣସି ସ୍ଥାୟୀ ଉନ୍ନତି କରି ଉତ୍ପାଦନ ବୃଦ୍ଧି କରିବାପାଇଁ ଆଗ୍ରହୀ ହୋଇ ନଥା’ନ୍ତି । ରୟତମାନେ ମଧ୍ୟ ସ୍ଥାୟିତ୍ଵ ଅଭାବରୁ ଉତ୍ପାଦନ ବୃଦ୍ଧି କରିବାପାଇଁ କୌଣସି ପଦକ୍ଷେପ ନିଅନ୍ତି ନାହିଁ । ପୁନଶ୍ଚ ଯେଉଁମାନେ ଭୂ-ମାଲିକରୂପେ କୃଷି କର୍ମରେ ନିୟୋଜିତ ସେମାନେ କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଭୂମିରେ ପୁଞ୍ଜି ଲଗାଣ କରିବାପାଇଁ ସେମାନଙ୍କର ଯଥେଷ୍ଟ ସମ୍ବଳ ନ ଥାଏ । ଏହିସବୁ କାରଣରୁ କୃଷି ଉତ୍ପାଦନ ସ୍ଵଳ୍ପ ହୋଇଥାଏ ।
(2) କ୍ଷୁଦ୍ରାକାର ଜୋତ– କ୍ଷୁଦ୍ରାକାର ଜୋତ ଭାରତରେ କୃଷି ପ୍ରତି ଏକ ଅଭିଶାପ । କ୍ଷୁଦ୍ରାକାର ଜୋତର ସଂଖ୍ୟା ଆମ ଦେଶରେ ଅଧୂକ । ଦେଶରେ କୃଷି ଉପଯୋଗୀ ମୋଟ ଜୋତର ପ୍ରାୟ 70) ଶତାଂଶ କ୍ଷୁଦ୍ରାକାର । ଏମାନଙ୍କର ଆୟତନ 2 ହେକ୍ଟରରୁ କମ୍ । ଆମ ଦେଶରେ ହାରାହାରି ଜୋତ ଆକାର 2.6 ହେକ୍ଟର ବା 5.18 ଏକର । ଏହା ତୁଳନାରେ ହାରାହାରି ଜୋତର ଆକାର ଆମେରିକାରେ 168 ଏକର, କାନାଡ଼ାରେ 223 ଏକର, ସ୍କଟଲାଣ୍ଡ ଓ ଜର୍ମାନୀରେ ଯଥାକ୍ରମେ 57 ଏକର ଓ 27 ଏକର ।
ଭାରତରେ ଭୂମି ବଣ୍ଟନରେ ଅସମତା ଓ ଜନସଂଖ୍ୟା ବୃଦ୍ଧି ଏହାର ମୁଖ୍ୟ କାରଣ । ଜୋତର ଆକାର କ୍ଷୁଦ୍ର ହୋଇଥିବାରୁ ତାହା କୃଷକମାନଙ୍କୁ ପୂର୍ବ ଏବଂ ଲାଭଜନକ ନିଯୁକ୍ତି ଦେଇପାରେ ନାହିଁ । ଫଳତଃ; କୃଷିକାର୍ଯ୍ୟ ଅଧ୍ଯକରୁ ଅଧିକ ବ୍ୟୟବହୁଳ ହୁଏ । ପୁନଶ୍ଚ, କାଳକ୍ରମେ ଜନସଂଖ୍ୟାର ଚାପଯୋଗୁଁ ବର୍ଷ ପରେ ବର୍ଷ ଜୋତ ଖଣ୍ଡବିଖଣ୍ଡିତ ଓ ବିକ୍ଷିପ୍ତ ହୋଇଯାଏ । ଜୋତଗୁଡ଼ିକ ଖଣ୍ଡବିଖଣ୍ଡିତ ହେଉଥିବାରୁ ସେଥିରେ ଉନ୍ନତ ବୈଜ୍ଞାନିକ କୌଶଳର ପ୍ରୟୋଗ କରାଯାଇପାରେ ନାହିଁ । ଏହିସବୁ କାରଣରୁ ଭାରତରେ କୃଷିର ପ୍ରଗତି ଓ ଉତ୍ପାଦିକା ଶକ୍ତିର ବୃଦ୍ଧି ବାଧାପ୍ରାପ୍ତ ହୁଏ ।
(C) ବୈଷୟିକ କାରଣ :>
(1) ଅପାରଗ ଉତ୍ପାଦନ କୌଶଳ– ଚାଷୀମାନଙ୍କର ଅଜ୍ଞତାରୁ ହେଉ ବା ସେମାନଙ୍କର ରକ୍ଷଣଶୀଳତାରୁ ହେଉ ଭାରତରେ କୃଷିକ୍ଷେତ୍ରରେ ଯେଉଁ ଯନ୍ତ୍ରପାତି ବ୍ୟବହାର କରାଯାଏ ଏବଂ ଯେଉଁ ଉତ୍ପାଦନ କୌଶଳ ପ୍ରୟୋଗ କରାଯାଏ ତାହା ଉତ୍ପାଦନ ଦକ୍ଷତା ବୃଦ୍ଧିପାଇଁ ଅନୁକୂଳ ନୁହେଁ । ଅଧିକାଂଶ କୃଷକ ଏବେ ମଧ୍ୟ ଆମ ଦେଶରେ ଅତି ପ୍ରାଚୀନ ଯନ୍ତ୍ରପାତି; ଯଥା— କାଠଲଙ୍ଗଳ, ଜୁଆଳି ଓ ବିଦା ପ୍ରଭୃତି ବ୍ୟବହାର କରନ୍ତି । ତାହାଫଳରେ ଭୂମି ଉପଯୁକ୍ତଭାବେ କର୍ଷଣ ହୋଇପାରେ ନାହିଁ ।
ସେମାନେ ମଧ୍ୟ ଆର୍ଥିକ ଅନଟନର ସମ୍ମୁଖୀନ ହୋଇ ଉନ୍ନତ କୃଷି ଉପକରଣ ବ୍ୟବହାର କରିପାରନ୍ତି ନାହିଁ । ସେମାନେ ସାଧାରଣତଃ ନିଜ ବିହନ ବ୍ୟବହାର କରନ୍ତି । ଅଧିକ ଉତ୍ପାଦନକ୍ଷମ ମଞ୍ଜି ବ୍ୟବହାର କରି ଅଧିକ ଉତ୍ପାଦନ କରିବା ବିଷୟରେ ସେମାନେ ସଚେତନି ହୋଇନଥା’ନ୍ତି । ଏହି ସମସ୍ତ କାରଣରୁ କୃଷି ଉତ୍ପାଦନଶୀଳତା ଆମ ଦେଶରେ ନ୍ୟୁନ ହୋଇଥାଏ ।
(2) ଜଳସେଚନ ସୁବିଧାର ଅଭାବ ଭାରତରେ କୃଷକମାନଙ୍କ ଭାଗ୍ୟ ନିୟନ୍ତ୍ରଣ କରିବାରେ ପ୍ରକୃତିର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ସେମାନେ କୃଷିକର୍ମ ପାଇଁ ମୁଖ୍ୟତଃ ପାଗର ଅନୁକୂଳ ଅବସ୍ଥା ଉପରେ ନିର୍ଭର କରିଥା’ନ୍ତି । ଚାଷ ହେଉଥିବା ଜମିର ପ୍ରାୟ 70 ଶତାଂଶ ଜମି ବୃଷ୍ଟିପାତ ଉପରେ ନିର୍ଭର କରେ । ଆମ ଦେଶରେ ଚାଷଜମିର ମାତ୍ର 30 ଶତାଂଶ ଜମିକୁ ଜଳସେଚନ ସୁବିଧା ରହିଛି । ବୃଷ୍ଟିପାତ୍ରର ଅନିଶ୍ଚିତତାଜନିତ ଅସୁବିଧାକୁ ଦୂର କରିବାପାଇଁ ବିଭିନ୍ନ ଯୋଜନାରେ ଜଳସେଚନ ସୁବିଧା ସକାଶେ ବିଭିନ୍ନ ପଦକ୍ଷେପ ନିଆଯାଇଛି ।
ସେଗୁଡ଼ିକ ହେଲା– କୂପ, ଜଳସେଚନ, ଭୂଗର୍ଭସ୍ଥ ଜଳ ଉତ୍ତୋଳନ ଓ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ । ଏହାସତ୍ତ୍ଵେ ବହୁ ପରିମାଣ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇ ପାରୁନାହିଁ ।ସୁବିଧା ସକାଶେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସେଗୁଡ଼ିକ ହେଲା– କୂପ, ଜଳସେଚନ, ଭୂଗର୍ଭସ୍ଥ ଜଳ ଉତ୍ତୋଳନ ଓ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ । ଏହାସତ୍ତ୍ୱେ ବହୁ ପରିମାଣ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇ ପାରୁନାହିଁ ।
(3) ରାସାୟନିକ ସାର ଓ ଉନ୍ନତ ବିହନ ପ୍ରୟୋଗର ଅଭାବ– ଆମ ଦେଶରେ କୃଷି କ୍ଷେତ୍ରରେ ରାସାୟନିକ ସାରର ବ୍ୟବହାର ପ୍ରସାର ଲାଭକରି ନାହିଁ କି ଲୋକପ୍ରିୟ ହୋଇପାରିନାହିଁ । କାରଣ କୃଷକମାନଙ୍କର ରକ୍ଷଣଶୀଳ ମନୋଭାବ ଏଥିପାଇଁ ଦାୟୀ । ସେମାନଙ୍କର ଏକ ଅହେତୁକ ବଦ୍ଧମୂଳ ଧାରଣା ଯେ ରାସାୟନିକ ସାର ପ୍ରୟୋଗ କଲେ ଭୂମିର ନିଜସ୍ୱଗୁଣ, ଅର୍ଥାତ୍ ଉର୍ବରଶୀଳତା ନଷ୍ଟ ହୋଇଯାଏ । ପୁନଶ୍ଚ ଆର୍ଥିକ ଅନଟନ ଯୋଗୁଁ ସେମାନେ ଉଚ୍ଚଦାମ୍ର ରାସାୟନିକ ସାର କ୍ରୟ କରିବାକୁ ଅସମର୍ଥ ହୋଇଥା’ନ୍ତି ।
ଆମ ଦେଶର କୃଷକମାନେ ମୁଖ୍ୟତଃ ଦେଶଜ ସାର, ଅର୍ଥାତ୍ ଗୋବର ଖତ ଜମିରେ ପ୍ରୟୋଗ କରିଥା’ନ୍ତି । ତାହା ମଧ୍ୟ ଯଥେଷ୍ଟ ପରିମାଣରେ ମିଳେ ନାହିଁ । କାରଣ ଲୋକମାନେ ଗୋବରକୁ ଜାଳେଣିରୂପେ ବହୁକାଂଶରେ ବ୍ୟବହାର କରିଥା’ନ୍ତି । ତେଣୁ ଉପଯୁକ୍ତ ସାର ପ୍ରୟୋଗ ଅଭାବରୁ କୃଷିଉତ୍ପାଦନଶୀଳତା ଆମ ଦେଶରେ କମ୍ ହୋଇଥାଏ । ସେହିପରି ଉନ୍ନତ ବିହନ ବ୍ୟବହାର କରିବା ମଧ୍ୟ କୃଷକମାନଙ୍କ ପକ୍ଷରେ ସମ୍ଭବପର ହୁଏନାହିଁ । ସେମାନେ ପ୍ରଥମତଃ ଉନ୍ନତ ବିହନର ଦାମ୍ ଦେବାକୁ ଅସମର୍ଥ ହୋଇଥା’ନ୍ତି । ଦ୍ଵିତୀୟତଃ, କ୍ରୟ କରୁଥିବା ବିହନ ଉପରେ ସେମାନଙ୍କର ଆସ୍ଥା ନଥାଏ । କାରଣ ବହୁସମୟରେ କିଣା ବିହନର ଅଙ୍କୁରୋଦ୍ଗମ ହୁଏନାହିଁ ଏବଂ ଚାଷୀମାନେ ତେଣୁକରି ହତାଶ ହୋଇଥା’ନ୍ତି ।
(4) ଗବେଷଣା ଏବଂ ବିକାଶ– ଅର୍ଥନୈତିକ ପ୍ରଗତିରେ କୃଷିର ଭୂମିକା ଅନସ୍ବୀକାର୍ଯ୍ୟ ହୋଇଥିବାରୁ କୃଷିର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବହୁ ତତ୍ପରତା ପ୍ରକାଶ ପାଇଛି । ବିହନ ପ୍ରୟୋଗ, ସାର ପ୍ରୟୋଗ, କୃଷି କୃଷକମାନେ ଏହାଦ୍ଵାରା ଉପକୃତ ହୋଇପାରୁ ନାହାନ୍ତି । ଏହା ମୁଖ୍ୟତଃ ପ୍ରଶାସନିକ ଅବହେଳା ଓ ତ୍ରୁଟି ଯୋଗୁଁ ଘଟୁଛି ବୋଲି କୁହାଯାଇପାରେ । କୃଷକମାନଙ୍କ ନିକଟରେ ଏହି ଗବେଷଣାଲବ୍ଧ ଜ୍ଞାନ ପହଞ୍ଚାଇବା ପାଇଁ ଅଥବା ଉନ୍ନତ କୃଷିପ୍ରଣାଳୀ ବିଷୟରେ ସେମାନଙ୍କୁ ତାଲିମ ଦେବାପାଇଁ କୌଣସି ବ୍ୟବସ୍ଥା ନାହିଁ ।
ଆମ ଦେଶର କୃଷକମାନେ ପରମ୍ପରାର ଦାସ । ସେମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଚାଷର ଉତ୍କର୍ଷତା ବିଷୟରେ ଅବଗତ ନ କରାଇଲେ ସେମାନେ ଏହାକୁ ଅବଲମ୍ବନ କରିବା ସମ୍ଭବ ନୁହେଁ । ମାତ୍ର ଆମ ଦେଶରେ ତାହା ଯଥାଯଥଭାବେ କରାଯାଇ ପାରୁନାହିଁ ।
ଯେକୌଣସି ଦୃଷ୍ଟିକୋଣରୁ ବିଚାର କରାଯାଉନା କାହିଁକି ଆମ ଦେଶରେ ଯେ କୃଷି ଅବହେଳିତ ଓ ଅନୁତ୍ପାଦନଶୀଳ ଅବସ୍ଥାରେ ଅଛି ତାହା ନିଃସନ୍ଦେହରେ କୁହାଯାଇପାରେ । ଭାରତରେ କୃଷିର ଅନଗ୍ରସରତା ସମ୍ବନ୍ଧରେ ଅନୁସନ୍ଧାନ କରିବାପାଇଁ ଯେଉଁ ରୟାଲ କମିଶନ ନିଯୁକ୍ତ ହୋଇଥିଲା ତାହାର ମତ ହେଉଛି ଯେ, ‘ଭାରତରେ କୃଷକମାନେ ଅନେକାଂଶରେ ଲାଭ ଆଶା ରଖି କୃଷିକର୍ମ କରନ୍ତି ନାହିଁ । ବଞ୍ଚିରହିବାପାଇଁ ଯେତିକି ଆବଶ୍ୟକ ସେତିକି ଉତ୍ପାଦନ କରିବାରେ ସେମାନେ ତୃପ୍ତ ।
ଭୂମିରେ ଜନଗହଳି, ଜୀବନନିର୍ବାହ ପାଇଁ ବିକଳ୍ପ ପନ୍ଥାର ଅଭାବ ଓ ଅନ୍ୟ କୌଣସି ମାର୍ଗ ମିଳିବାର ଅସୁବିଧା ଏବଂ ଅଳ୍ପ ବୟସରେ ପରିବାର ଚଳାଇବାର ଗୁରୁଦାୟିତ୍ଵ ଏକତ୍ର ହୋଇ କୃଷକମାନଙ୍କୁ ଯେକୌଣସି ସ୍ଥାନରେ ଓ ଯେକୌଣସି ସର୍ଭରେ ଖାଦ୍ୟଶସ୍ୟ ଉତ୍ପାଦନ କରିବାପାଇଁ ବାଧ୍ୟ କରିଥାଏ ।’’
ପରିଶେଷରେ ଏବଂ ସଂକ୍ଷେପରେ କହିବାକୁ ଗଲେ ମୃର୍ତ୍ତିକାର ଅବକ୍ଷୟ, ଜଳସେଚନ ସୁବିଧାର ଅଭାବ, ଜଳ ବହୁଳତା ସହିତ ବୃଷ୍ଟିପାତର ଅନିଶ୍ଚିତତା, ଭୂମି ଉପରେ ଅତ୍ୟକ ଲୋକସଂଖ୍ୟାର ଚାପ, ସାମାଜିକ ଅନୁଷ୍ଠାନ, ଜମି ବିଖଣ୍ଡନ, କୃଷକମାନଙ୍କୁ ଶୋଷଣ, ପୁରାତନ ପଦ୍ଧତିରେ ଚାଷ, ପୁଞ୍ଜି ବଜାର ସୁବିଧାର ଅଭାବ ଏକତ୍ରିତ ହୋଇ କୃଷି ଉତ୍ପାଦନଶୀଳତା ବୃଦ୍ଧି କରିବାରେ ଅନ୍ତରାୟ ସୃଷ୍ଟି କରିଥା’ନ୍ତି ।
3. ସବୁଜ ବିପ୍ଳବ କାହାକୁ କୁହାଯାଏ ? ସଂକ୍ଷେପରେ ଏହାର ସାଫଲ୍ୟର ମୂଲ୍ୟାଙ୍କନ କର ।
Answer:
ଭାରତର କୃଷିକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ସଂଘଟିତ ହୋଇଛି ଯାହାକି ଜନସାଧାରଣଙ୍କ ନିକଟରେ ସବୁଜ ବିପ୍ଳବ ନାମରେ ପରିଚିତ । ଏହି ସବୁଜ ବିପ୍ଳବର ପ୍ରଧାନ ଲକ୍ଷ୍ୟ ହେଲା କୃଷି ଉତ୍ପାଦନ ବୃଦ୍ଧି କରିବା । ଭାରତ ସରକାର 1966 ମସିହାର ମଧ୍ୟଭାଗରୁ ଏକ ନୂତନ କୃଷି କୌଶଳ ଅବଲମ୍ବନ କରିଛନ୍ତି । କୃଷିକ୍ଷେତ୍ରରେ ଏହା ବୈଷୟିକ ଉତ୍କର୍ଷତାର ପରଚିୟ ଦିଏ । ଏହି ନୂତନ କୌଶଳଟି ହେଲା – କୃଷିକ୍ଷେତ୍ରରେ ଅଧ୍ବକ ଅମଳକ୍ଷମ ବିହନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ପ୍ରୟୋଗକରି କୃଷି ଉତ୍ପାଦନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା । ଏହି କୌଶଳଟି ଚାରିଗୋଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଏ; ଯଥା –
- ଅଧିକ ଅମଳକ୍ଷମ ବିହନ ବ୍ୟବହାର କରିବା
- ଉପଯୁକ୍ତ ଜଳସେଚନ ବ୍ୟବସ୍ଥା କରିବା
- ବହୁଳ ପରିମାଣରେ ସାର ପ୍ରୟୋଗ କରିବା ଓ
- କୀଟପତଙ୍ଗ ନାଶକ ଔଷଧ ପ୍ରୟୋଗ କରିବା ।
ଏହି ଚାରିଗୋଟି ଉପାୟ ପର୍ଯ୍ୟାୟକ୍ରମେ କୃଷିରେ ବ୍ୟବହୃତ ହେଉଥିଲେ ହେଁ ଏହା ଗୋଟିଏ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ । ପରୀକ୍ଷାସ୍ୱରୂପ ସର୍ବପ୍ରଥମେ ଏହି କାର୍ଯ୍ୟକ୍ରମ 1960 ମସିହାରେ ସାତଗୋଟି । ସାତଗୋଟି ଜିଲ୍ଲାରେ ଆରମ୍ଭ କରାଯାଇଥିଲା । ସେତେବେଳେ ଏହା ସଘନ ଆଞ୍ଚଳିକ ବିକାଶ କାର୍ଯ୍ୟକ୍ରମ (IADP) ନାମରେ ପରିଚିତ ଥିଲା । କାଳକ୍ରମେ ଅର୍ଥାତ୍ 1966 ମସିହାରେ ଏହି କାର୍ଯ୍ୟକ୍ରମ ସବୁ ଅଞ୍ଚଳକୁ ବିସ୍ତାର ଲାଭକଲା ।
ପ୍ରଥମେ 1966 ମସିହାରେ ଏହି କାର୍ଯ୍ୟକ୍ରମ 2 ନିୟୁତ ହେକ୍ଟର ଜମିରେ କାର୍ଯ୍ୟକାରୀ କରାଗଲା । 1981 ମସିହାବେଳକୁ ଏହା 45.25 ନିୟୁତ ହେକ୍ଟର ଜମିକୁ ବିସ୍ତାରିତ ହେଲା । ମୋଟ ଉପରେ ଚାଷ ଉପଯୋଗୀ ଜମିର 26.2 ଶତାଂଶରେ ଏହି କାର୍ଯ୍ୟକ୍ରମ ଚାଲୁ କରାଗଲା । 1985-86 ମସିହାବେଳକୁ ଏହି କାର୍ଯ୍ୟକ୍ରମ 55 ନିୟୁତ ହେକ୍ଟରକୁ ସମ୍ପ୍ରସାରଣ କରାଯାଇଥିଲା । ସବୁଜ ବିପ୍ଳବର କାରଣ – ସବୁଜ ବିପ୍ଳବର ଯୁଗ ଆରମ୍ଭ ହେବା ପଛରେ କେତେକ ଅନ୍ତର୍ନିହିତ କାରଣ ରହିଛି ଯାହାକି ଏହି ବିପ୍ଳବକୁ ପ୍ରେରଣା ଯୋଗାଇଛି । ସେଗୁଡ଼ିକ ହେଲା –
(i) କୃଷି ଗବେଷଣା – ଭାରତର କୃଷି ଗବେଷଣା ପରିଷଦ ଓ କୃଷି ମହାବିଦ୍ୟାଳୟମାନଙ୍କରେ ରବି ଓ ଡାଲିଜାତୀୟ ଶସ୍ୟ ଉତ୍ପାଦନ ବୃଦ୍ଧି କରିବା ଭଳି ଉନ୍ନତ ବିହନର ସନ୍ଧାନ ମିଳିଲା ପରେ ଏହି ସବୁଜ ବିପ୍ଳବ କାର୍ଯ୍ୟକ୍ରମ ଉଦ୍ଜୀବିତ ହୋଇପାରିଲା । ଗହମ, ବାଜରା, ମକା ଓ ଧାନଚାଷପାଇଁ ଉନ୍ନତ ବିହନ ଉତ୍ପାଦନ କରିବାରେ କୃଷିବିଶାରଦମାନେ ସକ୍ଷମ ହେଲେ । ନାଇଟ୍ରୋଜେନ ସାର ପ୍ରୟୋଗର ଉତ୍କର୍ଷତା ପ୍ରମାଣିତ ହେବା ପରେ ତାହାର ବହୁଳ ବ୍ୟବହାର ହେଲା ।
(ii) ଏକାଧ୍ଵ ଶସ୍ୟ ଉତ୍ପାଦନ – ଅଧିକ ଅମଳକ୍ଷମ ବିହନ ପ୍ରୟୋଗ କରାଯିବା ଫଳରେ ଅଳ୍ପଦିନରେ ଶସ୍ୟ ଆଦାୟ କରାଯାଇପାରିଲା । ଏହା ଫଳରେ ଯେଉଁ ଜମିରେ ବର୍ଷକ ମଧ୍ୟରେ ମାତ୍ର ଦୁଇଗୋଟି ଫସଲ ଆଦାୟ କରାଯାଇପାରୁଥିଲା ସେ ଜମିରେ ଚାରିଗୋଟି ଫସଲ କରିବା ସମ୍ଭବପର ହେଲା । ଏହା କୃଷିପଦ୍ଧତିରେ ଏକ ବୈପ୍ଳବିକ ପରିବର୍ତ୍ତନ ଗଢ଼ିତୋଳିଲା ।
(iii) ଆଧୁନିକ ଯନ୍ତ୍ରପାତିର ବ୍ୟବହାର – କୃଷିପାଇଁ ଟ୍ରାକ୍ଟର, ହାରଭେଷ୍ଟର, ନଳକୂପ ପ୍ରଭୃତି ବହୁଳସଂଖ୍ୟାରେ ବ୍ୟବହୃତ ହେଉଛି । ଏହି ଆଧୁନିକ ଯନ୍ତ୍ରପାତି ସବୁର ବ୍ୟବହାର ଏକାଧିକ ଶସ୍ୟ ଉତ୍ପାଦନରେ ସହାୟକ ହୋଇଛି । ଜଳସେଚନ ସୁବିଧା କରାଯାଇପାରିବାରୁ ଅଧିକ ଅମଳକ୍ଷମ ଶସ୍ୟ ଉତ୍ପାଦନ କରାଯାଇପାରୁଛି ।
(iv) ଦାମ୍ ପ୍ରୋତ୍ସାହନ – ସରକାର ବର୍ତ୍ତମାନ ସହାୟକ ଦାମ୍ ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଏହା ଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦପାଇଁ ନ୍ୟାୟୋଚିତ ଦର ପାଇପାରୁଛନ୍ତି । କଠିନ ପରିଶ୍ରମର ଉପଯୁକ୍ତ ପାରିଶ୍ରମିକ ପାଉଥିବାରୁ ସେମାନେ କୃଷିପାଇଁ ଅଧୂକ ସମ୍ବଳ ବିନିଯୋଗ କରିବାକୁ ଉତ୍ସାହିତ ହେଉଛନ୍ତି ।
(v) ଜଳସେଚନ ସୁବିଧାର ସମ୍ପ୍ରସାରଣ – କୃଷକମାନଙ୍କୁ ଯଥେଷ୍ଟ ପରିମାଣରେ ଜଳ ଯୋଗାଇ ଦେବାପାଇଁ ଜଳସେଚନ ସୁବିଧାର ସମ୍ପ୍ରସାରଣ କରାଯାଉଛି । ବିଶେଷତଃ ଯେଉଁ ଅଞ୍ଚଳରେ କୃଷିପାଇଁ ନୂତନ କୌଶଳ ଅବଲମ୍ବନ କରାଯାଇଛି ସେ ଅଞ୍ଚଳରେ
ଜଳସେଚନର ସୁବିଧା ଯୋଗାଇ ଦେବାପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।
(vi) ଋଣ ସୁବିଧାର ବିକାଶ – ବର୍ତ୍ତମାନ କୃଷିକର୍ମପାଇଁ ଋଣ ଯୋଗାଇଦେବା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ଯେପରିକି ଚାଷୀ ଚାଷ କାର୍ଯ୍ୟରେ କୌଣସି ବାଧାବିଘ୍ନର ସମ୍ମୁଖୀନ ନହୁଏ । ଭାରତର 20 ଗୋଟି ବୃହତ୍ ବାଣିଜ୍ୟିକ ବ୍ୟାଙ୍କକୁ ଜାତୀୟକରଣ କରାଯାଇଛି ଏବଂ କୃଷିକାର୍ଯ୍ୟପାଇଁ ଋଣ ସୁବିଧା ଯୋଗାଇଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ନୂତନ କୃଷି କୌଶଳର ପ୍ରୟୋଗ କେତେକ ସୁନିର୍ବାଚିତ ଅଞ୍ଚଳରେ ପର୍ଯ୍ୟବେସିତ ରହିଛି ସତ, ମାତ୍ର କାର୍ଯ୍ୟକ୍ରମକୁ ସଘନ ଭାବରେ କାର୍ଯ୍ୟକାରୀ କରାଯାଉଛି । ତେଣୁ ଏହାକୁ ସଘନ ଆଞ୍ଚଳିକ ବିକାଶ କାର୍ଯ୍ୟକ୍ରମ କୁହାଯାଏ । ଆମର କୃଷିବିଦ୍ମାନେ ଯେଉଁ ଉନ୍ନତ କିସମର ବିହନ ଉତ୍ପାଦନ କରିଛନ୍ତି ତାହାକୁ ପ୍ରୟୋଗ କରିବାପାଇଁ ଉଚ୍ଚ ଉତ୍ପାଦନକ୍ଷମ କାର୍ଯ୍ୟକ୍ରମ (H.Y.V.P.) ଗ୍ରହଣ କରାଯାଉଛି । ଏହା ହେଉଛି ସଘନ ଆଞ୍ଚଳିକ ବିକାଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ।
ସବୁଜ ବିପ୍ଳବର ସାଫଲ୍ୟ ଓ ବିଫଳତା :
(1) ଉତ୍ପାଦନ ବୃଦ୍ଧି – କେତେକ କ୍ଷେତ୍ରରେ ସବୁଜ ବିପ୍ଳବର ସାଫଲ୍ୟ ଉଲ୍ଲେଖନୀୟ ହୋଇଛି । ଅଳ୍ପ କେତେକ ଖାଦ୍ୟଶସ୍ୟ; ଯଥା – ଧାନ, ଗହମ, ମକା, ବାଜରା ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ହୋଇଛି । ଅଣଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏହି ବିପ୍ଳବର ପ୍ରଭାବ ଅନୁଭୂତ ହୋଇନାହିଁ । ସବୁଜ ବିପ୍ଳବର ପ୍ରଭାବରୁ ଖାଦ୍ୟଶସ୍ୟର ଉତ୍ପାଦନ 81 ନିୟୁତ ଟନ୍ରୁ 1981-82 ମସିହାରେ 133 ନିୟୁତ ଟକୁ ବୃଦ୍ଧିପାଇପାରିଛି । ତନ୍ମଧ୍ୟରେ ଗହମ ଉତ୍ପାଦନ ପରିମାଣ ବିଶେଷ ଉଲ୍ଲେଖଯୋଗ୍ୟ ।
ଗହମ ଉତ୍ପାଦନ 1966 ମସିହାରେ ଆମ ଦେଶରେ 11 ନିୟୁତ ଟନ୍ ଥିଲାବେଳେ ତାହା 1982-83 ମସିହାରେ 41.5 ନିୟୁତ ଟନ୍କୁ ବୃଦ୍ଧି ପାଇଛି । ଏହି ବୃଦ୍ଧି ନିଶ୍ଚିତଭାବରେ ବିଶେଷ ଉତ୍ସାହପ୍ରଦ । ଏକର ପ୍ରତି ଗହମ ଉତ୍ପାଦନ ହାର 851 କିଲୋଗ୍ରାମ୍ 1648 କିଲୋଗ୍ରାମକୁ ବୃଦ୍ଧିପାଇଛି । ଏହି ସାଫଲ୍ୟ ଯୋଗୁଁ କେହି କେହି ଭାବପ୍ରବଣ ହୋଇ ସବୁଜ ବିପ୍ଳବକୁ ଗହମ ବିପ୍ଳବ ବୋଲି କହିବାକୁ ଆରମ୍ଭ କରିଛନ୍ତି । କାରଣ 1988-89 ମସିହାରେ କେବଳ ଗହମ ଉତ୍ପାଦନ 54 ନିୟୁତ ଟନ୍କୁ ଏବଂ 1990-91ରେ 54.5 ନିୟୁତ ଟକୁ ବୃଦ୍ଧି କରାଯାଇପାରିଛି ।
(2) ଆଞ୍ଚଳିକ ବୈଷମ୍ୟ – ସବୁଜ ବିପ୍ଳବର ସୁଫଳ ସବୁରାଜ୍ୟକୁ ସମାନଭାବରେ ବିସ୍ତାରଲାଭ କରିନାହିଁ । କେତେକ ଗହମ ଉତ୍ପନ୍ନ କରୁଥିବା ରାଜ୍ୟ ଏହି କାର୍ଯ୍ୟକ୍ରମଦ୍ୱାରା ବିଶେଷ ଭାବରେ ଉପକୃତ ଓ ଲାଭବାନ୍ ହୋଇପାରିଛନ୍ତି । ଏହି ପରିପ୍ରେକ୍ଷୀରେ ଗହମ ଉତ୍ପନ୍ନ କରୁଥିବା ରାଜ୍ୟ ଏହି କାର୍ଯ୍ୟକ୍ରମଦ୍ୱାରା ବିଶେଷ ଭାବରେ ଉପକୃତ ଓ ଲାଭବାନ୍ ହୋଇପାରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ମରଣ ରଖିବାକୁ ହେବ ଯେ, ଗହମ ଉତ୍ପାଦନ ଉପରେ ନିର୍ଭର କରୁଥିବା ସବୁରାଜ୍ୟ ଉପକୃତ ହୋଇପାରି ନାହାନ୍ତି ।
କେବଳ ଯେଉଁ ରାଜ୍ୟରେ ଯଥେଷ୍ଟ ଜଳସେଚନର ସୁବିଧା ରହିଛି ସେହି ରାଜ୍ୟମାନେ ବିଶେଷଭାବେ ଲାଭବାନ୍ ହୋଇଛନ୍ତି । ଉଦାହରଣସ୍ୱରୂପ ପଞ୍ଜାବ, ହରିଆନା ଓ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳ ମୁଖ୍ୟତଃ ଏହି କାର୍ଯ୍ୟକ୍ରମର ସୁଯୋଗ ନେଇପାରିଛନ୍ତି । ମୋଟ ଚାଷ ଉପଯୋଗୀ ଜମିର ମାତ୍ର ଏକ-ଚତୁର୍ଥାଂଶ ଏହି ନୂତନ ଉତ୍ପାଦନ କୌଶଳର ସୁଯୋଗ ପାଇପାରିଛନ୍ତି । ଏହା ଫଳରେ ଦେଶ ମଧ୍ୟରେ ଆଞ୍ଚଳିକ ବୈଷମ୍ୟ ବୃଦ୍ଧିପାଇବା ସଙ୍ଗେ ସଙ୍ଗେ ବ୍ୟକ୍ତିଗତ ଆୟ ବୈଷମ୍ୟ ବୃଦ୍ଧି ପାଇବାରେ ଲାଗିଛି ।
(3) ଧନୀ ଶ୍ରେଣୀର କୃଷକ ଅଧ୍ବକ ଧନୀ ହୋଇଛନ୍ତି – ସବୁଜ ବିପ୍ଳବର ନୂତନ କୌଶଳ ଏକ ବ୍ୟୟବହୁଳ କାର୍ଯ୍ୟକ୍ରମ । ଏଥୁରେ ଏକରପିଛା ଅଧ୍ବକ ପୁଞ୍ଜି ଦ୍ରବ୍ୟ ପ୍ରୟୋଗ କରିବା ଆବଶ୍ୟକ ହୁଏ । ଏକ କଳନାରୁ ଜଣାଯାଏ ଯେ, ପାରମ୍ପରିକ କୃଷିପଦ୍ଧତି ତୁଳନାରେ ଏହି ନୂତନ ପଦ୍ଧତି ତିନିଗୁଣ ଅଧୂକ ବ୍ୟୟବହୁଳ ହୁଏ; ସୁତରାଂ ବହୁସଂଖ୍ୟକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହି ନୂତନ କୌଶଳର ସୁଯୋଗ ନେବାରୁ ବଞ୍ଚିତ ହୁଅନ୍ତି । କେବଳ ଧନୀ ଚାଷୀମାନେ ନୂତନ ପଦ୍ଧତିର ଓ ବର୍ଦ୍ଧିତ ଉତ୍ପାଦନଶୀଳତାର ସୁଯୋଗ ନେଇ ପାରିଛନ୍ତି । ଏଣୁ କୁହାଯାଇପାରେ ଯେ, ସବୁଜ ବିପ୍ଳବ ମୁଖ୍ୟତଃ ଧନୀ କୃଷକମାନଙ୍କ ସ୍ବାର୍ଥକୁ ସୁରକ୍ଷା କରୁଥିଲାବେଳେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହି ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି ।
କୃଷି ଶ୍ରମିକମାନେ ମଧ୍ୟ ସମାନଭାବରେ ଉପକୃତ ହୋଇନାହାନ୍ତି । କେତେକ ଅଞ୍ଚଳରେ କୃଷିକ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଅବସ୍ଥାର ଉନ୍ନତି ହୋଇଥିଲାବେଳେ ଅନ୍ୟ ଅଞ୍ଚଳର ଶ୍ରମିକମାନଙ୍କର ଅବସ୍ଥାରେ ଅବନତି ହୋଇଛି । କୃଷି ଗବେଷକମାନେ ମତ ଦିଅନ୍ତି ଯେ, ପଞ୍ଜାବ ଓ ହରିଆନା ପ୍ରଭୃତି ରାଜ୍ୟରେ ଶ୍ରମିକମାନଙ୍କର ହାରାହାରି ବାସ୍ତବ ଆୟ ହ୍ରାସ ହୋଇଛି । ମାତ୍ର ଉତ୍ତରପ୍ରଦେଶର ଶ୍ରମିକମାନଙ୍କର ହାରାହାରି ବାସ୍ତବ ଆୟ ଅପରିବର୍ତ୍ତିତ ଥିଲାବେଳେ କେରଳରେ ସେମାନଙ୍କ ବାସ୍ତବ ଆୟର ଉଲ୍ଲେଖନୀୟ ବୃଦ୍ଧି ହୋଇଛି ।
(4) ଆନୁଷ୍ଠାନିକ ସଂସ୍କାର – ସବୁଜ ବିପ୍ଳବ କେବଳ ଜଳସେଚନ ସୁବିଧା ଥିବା ଅଞ୍ଚଳରେ ସୀମିତ ହୋଇ ରହିଛି । ଅପେକ୍ଷାକୃତ ଶୁଷ୍କ ଅଞ୍ଚଳରେ ଏବଂ ବୃଷ୍ଟିପାତ ଉପରେ ନିର୍ଭର କରୁଥିବା ଅଞ୍ଚଳରେ ଏହାର କୌଣସି ପ୍ରଭାବ ଅନୁଭୂତ ହୋଇନାହିଁ ।
ତେଣୁ ଯେଉଁ ଅଞ୍ଚଳରେ ଜଳସେଚନ ସୁବିଧା ନାହିଁ ସେହି ଅଞ୍ଚଳକୁ ଜଳସେଚନ ସୁବିଧା ସଂପ୍ରସାରଣ କରି ତାହାକୁ ସବୁଜ ବିପ୍ଳବ କାର୍ଯ୍ୟକ୍ରମର ଅନ୍ତ ର୍ଭୁକ୍ତ କରାଯିବା ଉଚିତ । ପୁନଶ୍ଚ ସବୁଜ ବିପ୍ଳବ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କୃଷକମାନଙ୍କର ଭୂମି ଉପରେ ଅଧିକାର ସ୍ଥାୟୀ ହେବା ଉଚିତ ଏବଂ ଭୂମି ବଣ୍ଟନରେ ଯେତେଦୂର ସମ୍ଭବ ସମତା ରକ୍ଷା କରାଯିବା ଉଚିତ ।
ବର୍ତ୍ତମାନ ଅବସ୍ଥାରେ, ଆମ କୃଷି ସମସ୍ୟାର ଏକମାତ୍ର ସମାଧାନ ହେଉଛି ସଘନ କୃଷି । ଆମ ଦେଶରେ ଲୋକସଂଖ୍ୟା ଯେପରି ଦ୍ରୁତ ଗତିରେ ବୃଦ୍ଧିପାଉଛି, ଭୂମିର ଯୋଗାଣ ସୀମିତ ହୋଇଥିବାରୁ ସଘନ ଚାଷ ବ୍ୟତୀତ ଆମର ଗତ୍ୟନ୍ତର ନାହିଁ । ଏହି ଲକ୍ଷ୍ୟ ନେଇ ସବୁଜ ବିପ୍ଳବ କାର୍ଯ୍ୟକ୍ରମକୁ ଆହୁରି ଅଧିକ ତୀବ୍ର କରିବାକୁ ହେବ ଏବଂ ନିମ୍ନଲିଖିତ ପ୍ରସ୍ତାବସମୂହକୁ ଗୁରୁତ୍ବର ସହିତ ବିଚାର କରିବାକୁ ହେବ ।
(i) କୃଷି ଉତ୍ପାଦନ ଅଭିବୃଦ୍ଧି ଆମ ନୂତନ କୃଷି କୌଶଳର ସାରମର୍ମ ହୋଇଥିବାରୁ ଅଧିକରୁ ଅଧ୍ୱ କିସମ ଶସ୍ୟ ଏହି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରିବାକୁ ହେବ ।
(ii) ଖାଦ୍ୟଶସ୍ୟ ଉତ୍ପାଦନ ଉପରେ ଯେଉଁ ଗୁରୁତ୍ବ ଆରୋପ କରାଯାଇଛି ସେହିପ୍ରକାର ଗୁରୁତ୍ଵ ବ୍ୟାବସାୟିକ ଶସ୍ୟ ପ୍ରତି ପ୍ରଯୁଜ୍ୟ କରିବାକୁ ହେବ ।
(iii) ଜଳଯୋଗାଣ ସବୁଜ ବିପ୍ଳବର ଏକ ମୁଖ୍ୟ ଅଂଶବିଶେଷ ହୋଇଥିବାରୁ ଅଧିକ ଜମିକୁ ଜଳସେଚନ ସୁବିଧା ଯୋଗାଇଦେବାକୁ ହେବ । ଜଳସେଚନ ସୁବିଧା କଲାବେଳେ ସ୍ଥାନୀୟ ପ୍ରାକୃତିକ ସମ୍ବଳକୁ ବିଚାରକୁ ନେବାକୁ ହେବ । ଆବଶ୍ୟକସ୍ଥଳେ କେନାଲଦ୍ଵାରା ଜଳସେଚନ ସୁବିଧା ସହିତ କୂପ, ଗଭୀର ନଳକୂପ ଓ ନଳକୂପ ପ୍ରଭୃତି ସାହାଯ୍ୟରେ ଜଳଯୋଗାଣ କାର୍ଯ୍ୟକୁ ସମ୍ପ୍ରସାରଣ କରିବାକୁ ହେବ ।
(iv) ସବୁଜ ବିପ୍ଳବ ଏକ ବ୍ୟୟବହୁଳ କାର୍ଯ୍ୟକ୍ରମ ହୋଇଥିବାରୁ ଏହାଦ୍ୱାରା ଉପକୃତ ହେଉଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ କଥା ବିଚାରକୁ ନେବାକୁ ହେବ । ସେମାନଙ୍କୁ ସମବାୟ ସମିତି ଜରିଆରେ ଆର୍ଥିକ ସାହାଯ୍ୟ ବ୍ୟତୀତ ଅନ୍ୟାନ୍ୟ ସାହାଯ୍ୟ ମଧ୍ୟ ଯୋଗାଇଦେବାକୁ ହେବ ।
(v) ଯେଉଁସବୁ କୃଷି ନିବେଶ ଉପରେ ସବୁଜ ବିପ୍ଳବର ସାଫଲ୍ୟ ମୁଖ୍ୟତଃ ନିର୍ଭର କରେ ସେସବୁକୁ ଉଚିତ ମୂଲ୍ୟରେ ଯୋଗାଇଦେବାକୁ ହେବ ।
ବିଗତ ଅଳ୍ପ କେତେବର୍ଷ ମଧ୍ୟରେ ଆମ ଦେଶ ଖାଦ୍ୟଶସ୍ୟ ଉତ୍ପାଦନରେ ଯେଉଁ ସାଫଲ୍ୟ ହାସଲ କରିପାରିଛି ତାହା ଆମକୁ ଏକ ନୂତନ ଆଶାର ଆଲୋକ ଦେଖାଉଛି ଯେ, ସବୁଜ ବିପ୍ଳବ ଭବିଷ୍ୟତରେ ଆହୁରି ସାଫଲ୍ୟ ଲାଭ କରିବ । ମାତ୍ର ସବୁକିଛି ନିର୍ଭର କରେ ସରକାରଙ୍କ ନୀତି ଓ ଲୋକମାନଙ୍କର ସହଯୋଗ ଉପରେ ।
4. ସାମ୍ପ୍ରତିକ ସ୍ଥିତିରେ ଭାରତୀୟ କୃଷି – ବର୍ଣ୍ଣନା କର ।
Answer:
କୃଷି ଭାରତୀୟ ଅର୍ଥ ବ୍ୟବସ୍ଥାର ଏକ ମେରୁଦଣ୍ଡ ସଦୃଶ । ଦୀର୍ଘ ତିନି-ଦଶନ୍ଧି ଧରି ଯୋଜନାରେ ଶିଳ୍ପ କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ସତ୍ତ୍ବେ ଏବେ ବି ଭାରତର ଅର୍ଥବ୍ୟବସ୍ଥା କୃଷିକ୍ଷେତ୍ରର ସଫଳତା ଉପରେ ନିର୍ଭରଶୀଳ । ଭାରତର କୃଷିନୀତିରେ ଖାଦ୍ୟଦ୍ରବ୍ୟ ଉତ୍ପାଦନରେ ବୃଦ୍ଧି ଓ ସ୍ଵାବଲମ୍ବୀ ହେବାକୁ ପ୍ରଚେଷ୍ଟା କରାଯାଇଛି । ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ 1951-52ରେ 51 ନିୟୁତ ଟନ୍ରୁ ବୃଦ୍ଧି ପାଇ 2013-14 ମସିହାରେ ସର୍ବାଧିକ 264.77 ନିୟୁତ ଟନ୍ରେ ପହଞ୍ଚିଛି ।
ସବୁଜ ବିପ୍ଳବ ଯୋଗୁଁ ଆଧୁନିକ ଯନ୍ତ୍ରକୌଶଳ ଓ ପଦ୍ଧତି କୃଷକମାନେ ଅନୁସରଣ କରିଲେଣି । ଅର୍ଥକାରୀ ଫସଲ ପାଇଁ କୃଷକ ସମୁଦାୟ ବିଶେଷ ଆଗ୍ରହ ପ୍ରକାଶ କଲେଣି । କିନ୍ତୁ ଭାରତର କୃଷି ମୌସୁମୀ ବାୟୁ ଉପରେ ନିର୍ଭରଶୀଳ ଥିବାରୁ ଏହା ଜଳବାୟୁ ପରିବର୍ତ୍ତନର ପ୍ରଭାବଦ୍ଵାରା ଏକ ଆହ୍ଵାନର ସମ୍ମୁଖୀନ ହୋଇଛି । ଏତଦ୍ ବ୍ୟତୀତ ଅର୍ଥନୀତିଜ୍ଞମାନଙ୍କଦ୍ଵାରା ପ୍ରଦତ୍ତ କୃଷିର ସାମ୍ପ୍ରତିକ ସ୍ଥିତି ନିମ୍ନରେ ଆଲୋଚନା ହୋଇଛି ।
ମାମ୍ପ୍ରତିକ ସ୍ଥିତ – ମୁଖ୍ୟ ବୈଶିଷ୍ଟ୍ୟ :
(i) କୃଷିରେ ଜାତୀୟ ଆୟରେ ହ୍ରାସ – ଭାରତରେ ମୋଟ ଘରୋଇ ଉତ୍ପାଦନ କ୍ଷେତ୍ରରେ କୃଷିର ଅବଦାନ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ କମିବାରେ ଲାଗିଛି; ଯାହା ଏକ ଶୁଭ ସୂଚନା, ମୋଟ ଘରୋଇ ଉତ୍ପାଦନର ଏହା 13.9%କୁ ଖସି ଆସିଛି । କୃଷି କ୍ଷେତ୍ରରେ କର୍ମ ନିଯୁକ୍ତି 2001 ଜନଗଣନା ଅନୁଯାୟୀ 58% ଥିଲାବେଳେ 2012-13 ସୁଦ୍ଧା ଏହା 50% କୁ ହ୍ରାସ ପାଇଛି । ଏହା ଫଳରେ ଗ୍ରାମାଞ୍ଚଳରେ ପ୍ରଚ୍ଛନ୍ନ ବେକାରୀ ଓ ସ୍ଥୂଳଦାରିଦ୍ର୍ୟ ବୃଦ୍ଧି ପାଇଛି । ଭାରତୀୟ କୃଷିର ଏହି ସ୍ଥିତି ସମନ୍ବିତ ଅଭିବୃଦ୍ଧିର ପରିପନ୍ଥୀ ।
(ii) କୃଷି କ୍ଷେତ୍ରର ହ୍ରାସମାନ ଅଭିବୃଦ୍ଧି ହାର – କେବଳ ଅଷ୍ଟମ ଯୋଜନା ବ୍ୟତୀତ ଅନ୍ୟ ସବୁ ଯୋଜନାରେ କୃଷିକ୍ଷେତ୍ରର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ନିର୍ଦ୍ଧାରିତ ଲକ୍ଷ୍ୟ 4%ରୁ ସର୍ବଦା କମ୍ ରହୁଛି । ଦ୍ବାଦଶ ଯୋଜନାର ଆଭିମୁଖ୍ୟ ଦଲିଲ କୃଷିକ୍ଷେତ୍ରରେ ସର୍ବନିମ୍ନ ଅଭିବୃଦ୍ଧି ହାର ବାର୍ଷିକ 4% ହାସଲ କରିବା ପାଇଁ ଆହ୍ଵାନ ଦିଆଯାଇଛି ।
(iii) କୃଷି ଉତ୍ପାଦନରେ ହ୍ରାସବୃଦ୍ଧି – ବିଶେଷକରି ଖାଦ୍ୟଶସ୍ୟ ଉତ୍ପାଦନ ଚାରିବର୍ଷ ଧରି କ୍ରମାଗତ ଭାବେ ବୃଦ୍ଧିପାଇ ଆସୁଅଛି । 2013-14 ବର୍ଷରେ ଏହା ସର୍ବକାଳୀନ ରେକର୍ଡ଼ ସ୍ତର 265 ନିୟୁତ ଟନ୍ରେ ପହଞ୍ଚିଛି । 2009-10ରେ ପ୍ରତିକୂଳ ମୌସୁମୀ ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ ମରୁଡ଼ି ପରିସ୍ଥିତି ଲାଗି ରହିବା ଯୋଗୁ ଖାଦ୍ୟଶସ୍ୟ ଉତ୍ପାଦନ 218.11 ନିୟୁତ ଟନ୍କୁ ହ୍ରାସ ପାଇଥିଲା । ପରବର୍ତ୍ତୀବର୍ଷ ସ୍ଵାଭାବିକ ମୌସୁମୀ ପ୍ରବାହ ଯୋଗୁ ଖାଦ୍ୟଶସ୍ୟ ଉତ୍ପାଦନ 244 ନିୟୁତ ଟନ୍ ରେକର୍ଡ଼ ସ୍ତରକୁ ଆସିପାରିଲା ।
(iv) ହ୍ରାସମାନ ଆବାଦୀ ଜମି ଓ କୃଷି ଉତ୍ପାଦକତାର ସ୍ଥାଣୁତା – ଶିଳ୍ପାନୁଷ୍ଠାନ ଓ ଭିତ୍ତିଭୂମି ନିର୍ମାଣ, ବର୍ଦ୍ଧିତ ଜନସଂଖ୍ୟା ନିମନ୍ତେ ଗୃହ ନିର୍ମାଣ ପାଇଁ ଚାଷଜମିକୁ ବ୍ୟବହାର କରିବା ଦ୍ବାରା ଆବାଦୀ ଜମିର ପରିମାଣ ହ୍ରାସ ପାଉଛି । ଏହାଛଡ଼ା ମୁଣ୍ଡପିଛା ଚାଷଜମି 1921ରୁ 2001 ମଧ୍ୟରେ 1.11 ଏକରରୁ 0.32 ଏକରକୁ ହ୍ରାସ ପାଇଛି । ଅର୍ଥାତ୍ ୫୦ ବର୍ଷ ମଧ୍ୟରେ ମୁଣ୍ଡପିଛା ଚାଷଜମିର ପରମାଣ 71% ହ୍ରାସ ପାଇଛି । ସବୁଜ ବିପ୍ଳବ ଅଞ୍ଚଳ (ପଞ୍ଜାବ-ହରିୟାଣା)ରେ ଖାଦ୍ୟଦ୍ରବ୍ୟ ଉତ୍ପାଦନ ସ୍ଥିର ରହିଛି । ଯାହା ଏକ ଚିନ୍ତାର ବିଷୟ ।
(v) ସଂସ୍କାରକାଳରେ କୃଷିର ଅବହେଳା – ଭାରତରେ ଅର୍ଥନୈତିକ ସଂସ୍କାର ମୁଖ୍ୟତଃ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ସୀମାବଦ୍ଧ ହୋଇ ରହିଛି । 50% ଲୋକ ନିର୍ଭର କରୁଥିବା କୃଷିକ୍ଷେତ୍ର ଏ ପର୍ଯ୍ୟନ୍ତ ସଂସ୍କାର ପରିସରଭୁକ୍ତ ହୋଇନାହିଁ । କୃଷିକ୍ଷେତ୍ରରେ ସରକାରୀ ପୁଞ୍ଜିନିବେଶ 1980-81 ମସିହାରେ ମୋଟ କୃଷି ନିବେଶର 39% ଥିଲା ଯାହା 2011-12 ମସିହାରେ ତାହା 15%କୁ ହ୍ରାସପାଇଛି । ଷଷ୍ଠ ଓ ସପ୍ତମ ଯୋଜନା କାଳରେ କୃଷିପାଇଁ ମୋଟ ଯୋଜନା ବ୍ୟୟର 24% ଥିଲାବେଳେ ଦ୍ବାଦଶ ଯୋଜନା କାଳରେ ତାହା 17.3%କୁ ହ୍ରାସ ପାଇଛି ।
(vi) ପୁଞ୍ଜିବାଦୀ କୃଷିର ଅଭ୍ୟୁଦୟ ଅର୍ଥନୈତିକ ସଂସ୍କାର ପୁଞ୍ଜିବାଦୀ କୃଷିକୁ ପ୍ରୋତ୍ସାହନ ଦେଇଛି । ଭୂ- ସଂସ୍କାର କାର୍ଯ୍ୟକ୍ରମକୁ ଏଡ଼ାଇ କୃଷିକ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଉପରେ ଗୁରୁତ୍ଵ ଦେବା ଫଳରେ ବଡ଼ଚାଷୀ ଓ ଜମିଦାର ଇତ୍ୟାଦି ବହୁଳଭାବେ ଉପକୃତ ହେଉଛନ୍ତି । କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭୂମିହୀନ କୃଷି ଶ୍ରମିକ ଯେଉଁମାନେ ବର୍ତ୍ତମାନ ଭାଗଚାଷୀ ହିସାବରେ ନିୟୋଜିତ ଅଛନ୍ତି, ଏହି ନୂତନ ପ୍ରଯୁକ୍ତିବିଦ୍ୟା ଓ ତା’ ପାଇଁ ସରକାର ପ୍ରଦାନ କରୁଥିବା ବିପୁଳ ସବ୍ସିରୁ ବଞ୍ଚିତ ହେଉଛନ୍ତି ।
(vii) ଜଳବାୟୁ ପରିବର୍ତ୍ତନର ଆହ୍ଵାନ – ଦ୍ରୁତ ଶିଳ୍ପାୟନ, ପ୍ରାକୃତିକ ସମ୍ପଦର ଅତ୍ୟଧ୍ଵ ବ୍ୟବହାର ଆଧୁନିକ ଯନ୍ତ୍ର କୌଶଳର ପ୍ରୟୋଗ ଫଳରେ ପର୍ଯ୍ୟାବରଣ ଅସନ୍ତୁଳନ ହୋଇଛି । ତାପମାତ୍ରା 100 ବର୍ଷ ମଧ୍ୟରେ 0.8°C ବୃଦ୍ଧି ପାଇଛି । ଯାହାଦ୍ଵାରା ଜଳବାୟୁରେ ପରିବର୍ତ୍ତନ ଯୋଗୁଁ କୃଷି ଉତ୍ପାଦନ ବ୍ୟାହତ ହେଉଛି । ସେଥିପାଇଁ ଭାରତୀୟ କୃଷିର ଧାରଣୀୟ ଅଭିବୃଦ୍ଧିକୁ ସୁବ୍ୟବସ୍ଥିତ କରିବା ପାଇଁ 2010 ମସିହା ସେପ୍ଟେମ୍ବରରେ ଭାରତସରକାରଙ୍କ ‘‘ଧାରଣୀୟ କୃଷିବିକାଶ ପାଇଁ ଜାତୀୟ ମିଶନ୍’ ଗଠନ କରି ₹ 350 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।