CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Odisha State Board CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ Questions and Answers.

CHSE Odisha 11th Class Sociology Unit 1 Question Answer ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

‘କ’ ବିଭାଗ

ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ଉତ୍ତର ଚୟନ କର :

Question ୧।
ସମାଜ ବିଜ୍ଞାନର ଜନକ କିଏ
(i) ଇମାଇଲ୍ ଦୁର୍ଖମ୍
(ii) ଅଗଷ୍ଟ କମ୍‌
(iii) ହରବର୍ଟ ସେନ୍ସର
(iv) କାର୍ଲ ମାର୍କସ୍‌
Answer:
(ii) ଅଗଷ୍ଟ କମ୍

Question ୨।.
(i) ୧୯୨୦
(ii) ୧୭୨୯
(iii) ୧୮୩୯
(iv) ୧୯୨୦
Answer:
(iii) ୧୮୩୯

Question ୩।
ଅଗଷ୍ଟ କମ କେଉଁ ଦେଶର ଦାର୍ଶନିକ ଅଟନ୍ତି ?
(i) ଜର୍ମାନ
(ii) ଫରାସୀ
(iii) ଆମେରିକା
(iv) ଜାପାନ
Answer:
(ii) ଫରାସୀ

Question ୪।
(i) ସାଧାରଣ ବିଜ୍ଞାନ ଅଟେ
(ii) ନିର୍ଦ୍ଦିଷ୍ଟ ବିଜ୍ଞାନ ଅଟେ
(iii) ପ୍ରତିମାନୀୟ ବିଜ୍ଞାନ
(iv) ଏ ସମସ୍ତ
Answer:
(ii) ନିର୍ଦ୍ଦିଷ୍ଟ ବିଜ୍ଞାନ ଅଟେ

Question ୫।
ଔପସ୍ପରିକ ମତବାଦର ମୁଖ୍ୟ ପୁଷ୍ଟପୋଷକ କିଏ ?
(i) ଆଲେକସି ଆଙ୍କିଲେ
(ii) ଜର୍ଜ ସିମେଲ
(iii) ପି. ସରୋକିନ୍
(iv) ଏ ସମସ୍ତ
Answer:
(ii) ଜର୍ଜ ସିମେଇ

CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Question ୬।
ସମାଜବିଜ୍ଞାନ କେଉଁ ଦୁଇଟି ଶବ୍ଦରୁ ଆସିଅଛି ?
(i) ଗ୍ରୀକ୍ ଓ ଜର୍ମାନୀ
(ii) ଲାଟିନ୍ ଓ ଗ୍ରୀକ୍
(iii) ଲାଟିନ୍ ଓ ଫ୍ରାନସ
(iv) ଏ ସମସ୍ତ
Answer:
(ii) ଲାଟିନ୍ ଓ ଗ୍ରୀକ୍

Question ୭।
ସମାଜବିଜ୍ଞାନ ସାମାଜିକ ସମ୍ପର୍କ ସମ୍ବନ୍ଧରେ ସୂଚନା ଦେଇଥାଏ ଏବଂ ଜାଲଭଳି ବୁଣା ହୋଇଥିବା ସାମାଜିକ ସମ୍ପର୍କକୁ ଆମେ ସମାଜ କହିଥାଉ, ଏହି ଉକ୍ତିଟି କେଉଁ ସମାଜବିଜ୍ଞାନୀ କହିଥିଲେ?
(i) ଅଗଷ୍ଟ କମିଟେ
(ii) କାର୍ଲମାକୁ
(iii) ମକାଇଭର ଓ ପେଜ୍
(iv) ମିକ୍ସ ୱେବର
Answer:
(iii) ମକାଇଭର ଓ ପେଜ୍

Question ୮।
ସଙ୍ଗବଦ୍ଧ ଜୀବନଯାପନ କରୁଥିବା ମନୁଷ୍ୟମାନଙ୍କର ପାରସ୍ପରିକ କ୍ରିୟାର ଅଧ୍ୟୟନକୁ ସମାଜବିଜ୍ଞାନ କୁହାଯାଏ। ଏହା କାହାର ମତ ?
(i) ମୋରିସ୍ ଜିନିସ୍‌ବର୍ଗ
(ii) ମାକାଇଭର ଓ ପେଜ୍
(iii) ଗିଲିନ ଏବଂ ଗିଲିନ୍
(iv) ଏ ସମସ୍ତ ଉ.
Answer:
(iii) ଗିଲିନ ଏବଂ ଗିଲିନ

Question ୯।
ସାଂଶ୍ଳେଷିକ ମତବାଦ ଅନୁସାରେ ସମାଜବିଜ୍ଞାନ ଏକ –
(i) ନିର୍ଦ୍ଦିଷ୍ଟ ବିଜ୍ଞାନ ଅଟେ
(ii) ସାଧାରଣ ବିଜ୍ଞାନ ଅଟେ
(iii) ପ୍ରତିମାନୀୟ ବିଜ୍ଞାନ
(iv) ଏ ସମସ୍ତ
Answer:
(ii) ସାଧାରଣ ବିଜ୍ଞାନ ଅଟେ

Question ୧୦।
ସାଂଶ୍ଳେଷିକ ମତବାଦର ମୁଖ୍ୟ ପ୍ରବକ୍ତା ହେଲେ –
(i) କାର୍ଲ ମାଙ୍କସ୍
(ii) ହରବର୍ଟ ସେନସର
(iii) ଇମାଇଇ ଦୁର୍ଖମ୍
(iv) ଏ ସମସ୍ତ
Answer:
(iii) ଇମାଇଲ ଦୁମ୍‌

Question ୧୧।
ପଜିଟିଭ ଫଲୋସଫି ପୁସ୍ତକରେ କେଉଁ ଶବ୍ଦଟି ପ୍ରଥମେ ବ୍ୟବହାର କରାଯାଇଥିଲା ?
(i) ସମାଜବିଜ୍ଞାନ
(ii) ରାଜନୀତିବିଜ୍ଞାନ
(iii) ଇତିହାସ
(iv) ନୃତତ୍ତ୍ଵ
Answer:
(i) ସମାଜବିଜ୍ଞାନ

Question ୧୨।
କିଏ ସମାଜବିଜ୍ଞାନକୁ ସାମାଜିକ ଅନୁଷ୍ଠାନଗୁଡ଼ିକର ବିଜ୍ଞାନ ଅଟେ ?
(i) ଅଗଷ୍ଟ କମ୍
(ii) ଇମାଇଲଦୁର୍ଖମ୍
(iii) ସ୍କୁଲ
(iv) ମାର୍କସ୍
Answer:
(ii) ଇମାଇଲଦୁର୍ଖମ୍

Question ୧୩।
ସମାଜବିଜ୍ଞାନର ପରିସରକୁ କେତୋଟି ଭାଗରେ ବିଭକ୍ତ କରାଯାଇଛି ?
(i) ୨
(ii) ୩
(iii) ୪
(iv) ୫.
Answer:
(i) ୨

Question ୧୪।
ମାନନୀୟ ପାରସ୍କରିକ ସମ୍ପର୍କ, ସେଗୁଡ଼ିକର ଅବସ୍ଥା ଓ ଫଳାଫଳର ଅଧ୍ୟୟନକୁ ସମାଜବିଜ୍ଞାନ କୁହାଯାଏ। ଏହା କିଏ କହିଥିଲେ ?
(i) ଅଗଷ୍ଟ କମଟେ
(ii) ଜିନିସ୍ ବର୍ଗ
(iii) ଦୁର୍ଗମ
(iv) ସ୍କୁଲ
Answer:
(ii) ଜିନିସ୍‌ ବର୍ଗ

CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Question ୧୫।
ନିମ୍ନୋକ୍ତ କେଉଁ କାରଣ ଯୋଗୁଁ ସମାଜବିଜ୍ଞାନ ଏକ ବିଜ୍ଞାନ ନୁହେଁ ?
(i) ସମାଜ ପର୍ଯ୍ୟବେକ୍ଷଣ କରିଥାଏ
(ii) ପରିମାପକତା
(iii) ସମାଜବିଜ୍ଞାନ ପ୍ରାକୃତିକ ବିଜ୍ଞାନ ପରି ପରିକ୍ଷା କରିଥାଏ।
(iv) ଏ ସମସ୍ତ
Answer:
(ii) ପରିମାପକତା

Question ୧୬।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭାରତୀୟ ସମାଜବିଜ୍ଞାନୀ
(i) ଅଗଷ୍ଟ କମ୍‌
(ii) ସ୍କୁଲ
(iii) ଏମ୍. ଏନ୍. ଶ୍ରୀନିବାସ
(iv) ଏ ସମସ୍ତ
Answer:
(iii) ଏମ୍. ଏନ୍. ଶ୍ରୀନିବାସ

Question ୧୭।
ଲାଟିନ୍ ଶବ୍ଦ ସୋସିଅସ୍‌ର ଅର୍ଥ କ’ଣ ?
(i) ସମୁଦାୟ
(ii) ସମାଜ
(iii) ଅନୁଷ୍ଠାନ
(iv) ସଙ୍ଗ

Question ୧୮।
ଗ୍ରୀକ୍ ଶବ୍ଦ ଲୋଗସ୍ତର ଅର୍ଥ କ’ଣ ?
(i) କଳା
(ii) ବିଜ୍ଞାନ
(iii) ସାହିତ୍ୟ
(iv) ହିନ୍ଦୀ
Answer:
(ii) ବିଜ୍ଞାନ

Question ୧୯।
ସୋସିଅସ୍ ବା ସୋସାଇଟସ୍ କେଉଁ ଶବ୍ଦ ଅଟେ ?
(i) କର୍ମାନ
(ii) ଗ୍ରୀକ୍
(iii) ଲାଟିନ୍
(iv) ଫ୍ରାନସ୍
Answer:
(iii) ଲାଟିନ୍

Question ୨୦।
ନିମ୍ନଲିଖତ କେଉଁ ବିଜ୍ଞାନ ସହ ସମାଜବିଜ୍ଞାନର ଘନିଷ୍ଠ ସମ୍ପର୍କ ରହିଛି ?
(i) ରାଜନୀତି ବିଜ୍ଞାନ
(ii) ଇତିହାସ
(iii) ଅର୍ଥଶାସ୍ତ୍ର
(iv) ଏ ସମସ୍ତ
Answer:
(iv) ଏ ସମସ୍ତ

Question ୨୧।
ସମାଜବିଜ୍ଞାନ ଶବ୍ଦଟି ପ୍ରଥମେ କେଉଁ ପୁସ୍ତକରେ ବ୍ୟବହାର ହୋଇଥିଲା ?
(i) ଧର୍ମ ସମ୍ବନ୍ଧୀୟ ସମାଜବିଜ୍ଞାନ
(ii) ପଜଟିଭ ଫିଲୋସଫ
(iii) ସମାଜବିଜ୍ଞାନର ନିୟମ
(iv) ଏସମସ୍ତ
Answer:
(ii) ପଜିଟିଭ୍ ଫିଲୋସଫି

Question ୨୨।
ସମାଜବିଜ୍ଞାନ ଏକ ସ୍ଵତନ୍ତ୍ର ବିଷୟବସ୍ତୁ ରୂପେ ଗ୍ରହଣ ହୋଇଥିଲା
(i) ୧୯୩୦
(ii) ୧୯୨୦
(iii) ୧୮୨୦
(iv) ୧୯୨୦
Answer:
(i) ୧୯୩୦

Question ୨୩।
ସମାଜବିଜ୍ଞାନ ପ୍ରଥମେ ଭାରତ କେଉଁ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେଲା ?
(i) ଦିଲ୍ଲୀ
(ii) ବମ୍ବେ
(iii) ପୁନେ
(iv) କଲିକତା
Answer:
(ii) ବମ୍ବେ

Question ୨୪।
ବମ୍ବେ ବିଶ୍ଵବିଦ୍ୟାଳୟ ସମାଜବିଜ୍ଞାନ କେବେ ଆରମ୍ଭ ହୋଇଥିଲା ?
(i) ୧୯୧୯
(ii) ୧୯୨୦
(iii) ୧୮୧୯
(iv) ୧୯୧୭
Answer:
(i) ୧୯୧୯

Question ୨୫।
ଅର୍ଥଶାସ୍ତ୍ର ପ୍ରକୃତିରେ ସମାଜବିଜ୍ଞାନରେ ଏକ ବ୍ୟାପକ ବା ବିସ୍ତ୍ରୁତ ବିଭାଗ ଅଟେ ଏହା କିଏ କହିଥିଲେ ?
(i) ଥୋମାସ୍
(ii) ଲୁଇ
(iii) ମାର୍ଶାଲ
(iv) ରବିନ୍‌ସନ୍
Answer:
(i) ଥୋମାସ୍

CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Question ୨୬।
ନିମ୍ନୋକ୍ତ ମଧ୍ଯରୁ କିଏ ହେଉଛନ୍ତି ଐତିହାସିକ ?
(i) ଗେଟେଲ
(ii) ଭୋୱାର୍ଡ
(iii) ରାଜନୀତିବିଜ୍ଞାନ
(iv) ଏ ସମସ୍ତ
Answer:
(iv) ଏ ସମସ୍ତ

Question ୨୭।
ସମାଜବିଜ୍ଞାନ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବାରେ ନିର୍ଭର କରିଥାଏ ଏକ ନିର୍ଦ୍ଦିଷ୍ଟ ବିଜ୍ଞାନ ଉପରେ –
(i) ରାଜନୀତି ବିଜ୍ଞାନ
(ii) ନୃ-ବିଜ୍ଞାନ
(iii) ମନୋବିଜ୍ଞାନ
(iv) ଅର୍ଥଶାସ୍ତ୍ର
Answer:
(iii) ମନୋବିଜ୍ଞାନ

Question ୨୮।
ପ୍ରାଣୀମାନଙ୍କର ପରିବେଶନାମ ସମ୍ବନ୍ଧୀୟ କ୍ରିୟାକଳାରେ ବିଜ୍ଞାନସମ୍ମତ ଅଧ୍ୟୟନକୁ କୁହାଯାଏ
(i) ସମାଜବିଜ୍ଞାନ
(ii) ମନୋବିଜ୍ଞାନ
(iii) ଜନ୍ସିଲି
(iv) ଏ ସମସ୍ତ
Answer:
(ii) ମନୋବିଜ୍ଞାନ

(ii) ମନୋବିଜ୍ଞାନ

Question ୨୯।
ରାଜନୀତି ବିଜ୍ଞାନର ବିଷୟବସ୍ତୁ ଅଟେ
(i) ରାଷ୍ଟ୍ର
(ii) ସଂସ୍କୃତି
(iii) ଲୋକନୀତି
(iv) ଏସମସ୍ତ
Answer:
(i) ରାଷ୍ଟ୍ର

Question ୩୦।
ଇତିହାସ ହେଉଛି ଅତୀତ ସମାଜବିଜ୍ଞାନ ଓ ସମାଜବିଜ୍ଞାନ ହେଉଛି ବର୍ତ୍ତମାନର ଇତିହାସ ଏହା କିଏ କହିଥିଲେ ?
(i) ମାର୍କସ୍ ୱେବର
(ii) ଭୋୱାର୍ଡ଼
(iii) କୁଲେ
(iv) ଏ ସମସ୍ତ
Answer:
(ii) ଭୋୱାର୍ଡ଼

Question ୩୧।
ସମାଜବିଜ୍ଞାନ ବ୍ୟତୀତ ଇତିହାସର କୌଣସି ଫଳ ନାହିଁ ବା ଇତିହାସ ଅଧ୍ୟୟନ ବ୍ୟତୀତ ସମାଜବିଜ୍ଞାନର କୌଣସି ମୂଳ ନାହିଁ-ଏହି ଉକ୍ତିଟି କିଏ କହିଥିଲେ ?
(i) ମାକର୍ସ ୱେବର
(ii) ଗେଟେଲ
(iii) କନସିଲି
(iv) ଏସମସ୍ତ
Answer:
(iii) ଜନସିଲି

Question ୩୨।
ସମାଜବିଜ୍ଞାନ ଆର୍ଥନୀତିକ କାର୍ଯ୍ୟକଳାପକୁ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣରୁ ବିଚାର କରିଥାଏ।
(i) ସାଂସ୍କୃତିକ
(ii) ସାମାଜିକ
(iii) ଐତିହାସିକ
(iv) ଏସମସ୍ତ
Answer:
(ii) ସାମାଜିକ

CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Question ୩୩।
ଶାରୀରିକ ନୂ-ବିଜ୍ଞାନ ଆଦିମାନବ ଏକ ନିଦ୍ଧିଷ୍ଟ ଦିଗକୁ ଅଧ୍ୟୟନ କରେ।
(i) ଶାରୀରିକ
(ii) ସାଂସ୍କୃତିକ
(iii) ସାମାଜିକ
(iv) ଏସମସ୍ତ
Answer:
(i) ଶାରୀରିକ

Question ୩୪।
ସମାଜବିଜ୍ଞାନର କେଉଁ ବିଭାଗଟି ପୁରାତନ ମାନବର ଜୈବିକ ବ୍ୟବହାରକୁ ଅଧ୍ୟୟନ କରେ ?
(i) ରାଜନୀତି ବିଜ୍ଞାନ
(ii) ନୃ-ବିଜ୍ଞାନ ଉ.
(iii) ଅର୍ଥଶାସ୍ତ୍ର
(iv) ଇତିହାସ
Answer:
(ii) ନୃ-ବିଜ୍ଞାନ ଉ.

Question ୩୫।
ସମାଜବିଜ୍ଞାନ ଏକ ସ୍ଥିତିସ୍ଥାପକ ବିଜ୍ଞାନ ହୋଇଥିବାରୁ ଏହାର ସୀମା କେଉଁଠାରୁ ଆରମ୍ଭ ହୋଇ କେଉଁଠାରେ ଶେଷ ହୋଇଅଛି ତାହା ନିର୍ଦ୍ଧାରଣ କରିବା କଷ୍ଟ ମାଧ୍ଯ -ଏ ଭକ୍ତି କିଏ ପ୍ରଦାନ କରିଥିଲେ?
(i) କାଇଁ ମୁଲର
(ii) ଭି. ଏଫ. କାଲବର୍ଟନ୍
(iii) ଏସ୍. କେ ୱାକ
(iv) ଏ ସମସ୍ତ
Answer:
(ii) ଭି.ଏଫ. କାଲବର୍ଟନ

ଗୋଟିଏ ଶବ୍ଦରେ ଉତ୍ତର ଦିଅ :

Question ୧।
ସମାଜ ବିଜ୍ଞାନର ଜନକ କିଏ ?
Answer:
ଅଗଷ୍ଟ କମ୍‌

Question ୨।.
ସମାଜବିଜ୍ଞାନ ଶବ୍ଦଟି ପ୍ରଥମେ କିଏ ବ୍ୟବହାର କରିଥିଲେ?
Answer:
ଅଗଷ୍ଟ କମ୍

Question ୩।
ସମାଜବିଜ୍ଞାନ ଶବ୍ଦଟି ପ୍ରଥମେ କେଉଁ ମସିହାରେ ପ୍ରଣୟ ନ ହୋଇଥୁଲା?
Answer:
୧୮୩୯

Question ୪।
ଅଗଷ୍ଟ କମଟେ ପ୍ରଥମେ କେଉଁ ପୁସ୍ତକରେ ସମାଜବିଜ୍ଞାନ ଶବ୍ଦଟିକୁ ବ୍ୟବହାର କରିଥିଲା?
Answer:
ପଜିଟିଭ ଫିଲୋସଫି

Question ୫।
ଭାରତରେ କେଉଁ ମସିହାରେ ସମାଜବିଜ୍ଞାନର ଅଧ୍ୟୟନ ଆରମ୍ଭ ହୋଇଥିଲା ?
Answer:
୧୯୧୯ ମସିହା

CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Question ୬।
ଅଗଷ୍ଟ କମଟେ କେଉଁ ଦେଶର ବ୍ୟକ୍ତି ଅଟନ୍ତି ?
Answer:
ଫ୍ରାନସ୍

Question ୭।
ସମାଜ ବିଜ୍ଞାନ କେତୋଟି ଶବ୍ଦର ମିଶ୍ରଣରେ ଗଠିତ ?
Answer:
୨ଟି

Question ୮।
ସୋସିଅସ୍‌ ଅର୍ଥ କ’ଣ ?
Answer:
ସମାଜ

Question ୯।
ଲୋଗସ୍‌ର ଅର୍ଥ କ’ଣ ?
Answer:
ବିଜ୍ଞାନ ବା ଅଧ୍ୟୟନ

Question ୧୦।
ସମାଜବିଜ୍ଞାନର ପରିସରକୁ କେତୋଟି ସ୍କୁଲ୍ ଅଧ୍ୟୟନ କରିଛନ୍ତି ?
Answer:
୨ଟି

Question ୧୧।
ଜଣେ ସ୍ଵତନ୍ତ୍ର ମତବାଦୀଙ୍କର ନାମ ଲେଖ ?
Answer:
ଜର୍ଜ ସିମେଇ

Question ୧୨।
ଜଣେ ସାଂଶ୍ଳେଷିକ ମତବାଦୀଙ୍କର ନାମ ଲେଖ
Answer:
ଇମାଇଲ ଦୁର୍ଖମ୍

Question ୧୩।
ଜଣେ ଭାରତୀୟ ସମାଜବିଜ୍ଞାନୀଙ୍କର ନାମ ଲେଖ ?
Answer:
ଏମ୍. ଏନ. ଶ୍ରୀନିବାସ

Question ୧୪।
ଅଗଷ୍ଟ କମଟେ କେଉଁ ପୁସ୍ତକରେ ସମାଜବିଜ୍ଞାନ ଶବ୍ଦଟିକୁ ବ୍ୟବହାର କରିଥିଲେ ?
Answer:
ପଜିଟିଭି ଫିଲୋସଫ

Question ୧୫।
ରାଜନୀତି ବିଜ୍ଞାନର କନକ କିଏ ?
Answer:
ଆରିଷ୍ଟୋଟଲ

Question ୧୬।
ଇତିହାସ ହେଉଛି ଅତୀତର ସମାଜବିଜ୍ଞାନ ଓ ସମାଜବିଜ୍ଞାନ ହେଉଛି ବର୍ତ୍ତମାନର ଇତିହାସ ଏହା କାହାର ଭକ୍ତି ?
Answer:
ଜି.ଇ. ହାଓ୍ବାର୍ଡ

Question ୧୭।
କିଏ ସମାଜବିଜ୍ଞାନ ଓ ରାଜନୀତିର୍ବିଜ୍ଞାନକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି କହିଥିଲେ ?
Answer:
କ୍ୟାଟ୍‌ଲିନ୍

CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Question ୧୮।
ସମାଜବିଜ୍ଞାନର କେଉଁ ଶବ୍ଦ ଦୁଇଟିର ମିଶ୍ରଣ ଅଟେ ?
Answer:
ସୋସିଆସ୍ ଓ ଲୋଗସ୍

Question ୧୯।
ଲୋଗସ୍ ଶବ୍ଦଟି କେଉଁ ଦେଶୀୟ ଶବ୍ଦ ଅଟେ ?
Answer:
ଗ୍ରୀକ୍

Question ୨୦।
କାହା ମତରେ, “ ସମାଜବିଜ୍ଞାନ ଏକ ବିଜ୍ଞାନ ଅଟେ । ଯାହାଙ୍କ ସାମାଜିକ ମାନବର ବ୍ୟାଖ୍ୟାମୂଳକ ବୋଧଗମ୍ୟତା ପାଇଁଚେଷ୍ଟା କରିଥାଏ। ”
Answer:
ମାର୍କସ୍ ୱେବର

Question ୨୧।
ସମାଜବିଜ୍ଞାନ କେଉଁ ପ୍ରକାର ବିଜ୍ଞାନ ଅଟେ ?
Answer:
ସାମାଜିକ ବିଜ୍ଞାନ

Question ୨୨।
ସମାଜ ବିଜ୍ଞାନକୁ ଏକ ବିଶୁଦ୍ଧ ଓ ସ୍ଵାଧୀନ ବିଜ୍ଞାନ ଭାବରେ କେଉଁ ମତବାଦ ଉଲ୍ଲେଖ କରେ ?
Answer:
ସ୍ଵତନ୍ତ୍ର ମତବାଦ

Question ୨୩।
କେଉଁ ମତବାଦ ଅନୁସାରେ ସମାଜବିଜ୍ଞାନ ସମାଜରେ ଥିବା ସମସ୍ତ ସାମାଜିକ ବିଜ୍ଞାନର ସମ୍ମିଶ୍ରଣକୁ ବୁଝାଇଥାଏ
Answer:
ସାଂଶ୍ଳେଷିକ ମତବାଦ

Question ୨୪।
ଇମାଇଲ ଦୁର୍ଖମକର ଏକ ଅବଦାନ ଲେଖ ?
Answer:
ଶ୍ରମବିଭାଜନ

Question ୨୫।
ପ୍ରାଗ୍ଲିପିକ ସମାଜର ବିଭିନ୍ନ ପ୍ରକାର ସାଂସ୍କୃତିକ ସମୂହ। ଏହାର ଗୁଣ ଓ ପରିବର୍ତ୍ତନ ସମ୍ବନ୍ଧରେ ଅଧ୍ୟୟନ କରୁଥିବା ବିଜ୍ଞାନକୁ କ’ଣ କୁହାଯାଏ ?
Answer:
ନୂ–ବିଜ୍ଞାନ

Question ୨୬।
ବ୍ୟକ୍ତିର ମସ୍ତିଷ୍କ ଓ ବ୍ୟବହାର ସମ୍ବନ୍ଧରେ ଅଧ୍ୟୟନ କରୁଥିବା ବିଜ୍ଞାନକୁ କ’ଣ କୁହାଯାଏ ?
Answer:
ମନୋବିଜ୍ଞାନ

Question ୨୭।
କିଏ Principle ପୁସ୍ତକର ଲେଖକ କିଏ ?
Answer:
ହରବର୍ଟ ସ୍ଟେନସର

CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Question ୨୮।
କିଏ Positive ପୁସ୍କକର ଲେଖକ କିଏ ?
Answer:
ଅଗଷ୍ଟ କମଟେ

Question ୨୯।
ଆକୃତିଗତ ମତବାଦଟି ଅନ୍ୟ ବାକ୍ୟରେ କ’ଣ କୁହାଯାଏ ?
Answer:
ଔପଚାରିକ ବା ସ୍ନାତନ୍ତ୍ର୍ୟ

Question ୩୦।
ସମାଜବିଜ୍ଞାନ ଓ ବୃ-ବିଜ୍ଞାନ ଦୁଇଟି ଯାଆଁଳା ଭଉଣୀ କିଏ କହିଛନ୍ତି ?
Answer:
ଏ.ଏଲ କ୍ରୋଏବର

Question ୩୧।
ଜଣେ ନୃ-ବିଜ୍ଞାନଙ୍କ ନାମ ଲେଖ।
Answer:
ଏ. ଏଲ. କ୍ଲୋଜେର

Question ୩୨।
ଜଣେ ଔତିହାସିକ ବିତ୍‌ଙ୍କ ନାମ ଲେଖ ?
Answer:
ଟୟନଜା

Question ୩୩।
ଜଣେ ରାଜନିତିଙ୍କ ନାମ ଲେଖ।
Answer:
ଆରିଷ୍ଟ୍ରେଟର

Question ୩୪।
ଇତିହାସର ଜନକ କିଏ ?
Answer:
ଲେରୋଟଟସ୍

Question ୩୫।
ଅର୍ଥଶାସ୍ତ୍ରରେ ଜନକ କିଏ ?
Answer:
ଆଡାମ୍ ସ୍ମିଥ୍

ଭ୍ରମ ଥିଲେ ସଂଶୋଧନ କର :

Question ୧।
ସମାଜବିଜ୍ଞାନର ଜନକ ଇମାଇଲ୍ ଦୁର୍ଖମ୍।
Answer:
ସମାଜବିଜ୍ଞାନର ଜନକ ଅଗଷ୍ଟ କମ୍‌। ସମାଜବିଜ୍ଞାନର ଦ୍ବିତୀୟ ଜନକ ଜର୍ଜ ସିଦ୍ଧେଲ।

Question ୨।
ସମାଜବିଜ୍ଞାନରେ ଦ୍ଵିତୀୟ ଜନକ ଇମାଇଲ।
Answer:
ସମାଜବିଜ୍ଞାନରେ ଦ୍ଵିତୀୟ ଜନକ ଇମାଇଲ ଦୁର୍ଖମ୍।

Question ୩।
ସମାଜବିଜ୍ଞାନ ଶବ୍ଦର ଉତ୍ପରି ୧୮୩୦ ମସିହାରେ ହୋଇଥିଲା।
Answer:
ସମାଜବିଜ୍ଞାନ ଶବ୍ଦର ଉତ୍ପତ୍ତି ୧୮୩୯ ମସିହାରେ ହୋଇଥିଲା।

Question ୪।
ମାକସ୍ ୱେବର ହେଉଛନ୍ତି ସାଂଶ୍ଳେଷିକ ମତବାଦର ପ୍ରବକ୍ତା।
Answer:
ମାକସ୍ ୱେବର ହେଉଛନ୍ତି ସ୍ବାତନ୍ତ୍ର୍ୟ ମତବାଦର ପ୍ରବକ୍ତା।

Question ୫।
ସ୍ବାତନ୍ତ୍ର୍ୟ ମତବାଦରେ ସମାଜ ବିଜ୍ଞାନର ପରିସର ବ୍ୟାପକ ଅଟେ।
Answer:
ସାଂଶ୍ଳେଷିକ ମନୋଦରେ ସମାଜ ବିଜ୍ଞାନର ପରିସର ବତବାଦ ବ୍ୟାପକ ଅଟେ।

Question ୬।
ସମାଜ ବିଜ୍ଞାନ ଏକ ପ୍ରାକୃତିକ ବିଜ୍ଞାନ ଅଟେ।
Answer:
ସମାଜବିଜ୍ଞାନ ଏକ ଆଧୁନିକ ବିଜ୍ଞାନ ଅଟେ।

Question ୭।
ସମାଜ ବିଜ୍ଞାନ ଓ ମନୋବିଜ୍ଞାନ ଦୁଇଟି ଜାଆଁଳା ଭଉଣୀ ସଦୃଶ୍ୟ।
Answer:
ସମାଜ ବିଜ୍ଞାନ ଓ ନୂ–ବିଜ୍ଞାନ ଜାଆଁଳା ଭଉଣୀ ସଦୃଶ୍ୟ ।

Question ୮।
ସମାକବିଜ୍ଞାନ ଓ ରାଜନୀତିର୍ବିଜ୍ଞାନ ସହିତ ସମ୍ପର୍କ ନାହିଁ ।
Answer:
ଉ. ସମାଜ ବିଜ୍ଞାନ ଓ ରାଜନୀତି ରାଜ୍ଞାନ ସହିତ ଅନ୍ଧି ନିବିଡ଼ ସମ୍ପର୍କ ରହିଛି।

Question ୯।
ସୋସିଅସ୍‌ ଅର୍ଥ ବିଜ୍ଞାନ ଅଟେ।
Answer:
ସୋସିଅସ୍‌ର ଅର୍ଥ ସମାନ ଅଟେ।

Question ୧୦।
ଲୋଗସ୍‌ର ଅର୍ଥ ସମାଜ ଅଟେ।
Answer:
ଲୋଗସର ଅର୍ଥ ବିଜ୍ଞାନ ଅଟେ।

CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Question ୧୧।
ଆକୃତିଗତ ମତବାଦ ଅନୁସାରେ ସମାଜବିଜ୍ଞାନ ଏକ ପ୍ରତିମାନିୟ ବିଜ୍ଞାନ ଅଟେ।
Answer:
ଆକୃତିଗତ ମତବାଦ ଅନୁସାରେ ସମାଜବିଜ୍ଞାନ ଏକ ନିର୍ଦ୍ଦିଷ୍ଟ ବିଜ୍ଞା’ ଅଟେ।

Question ୧୨।
ସାଂଶ୍ଳେଷିକ ମତବାଦ ଅନୁସାରେ ସମାଜବିଜ୍ଞାନ ଏକ ନିର୍ଦ୍ଦିଷ୍ଟ ବିଜ୍ଞାନ ଅଟେ।
Answer:
ସାଂଶ୍ଲେଷିକ ମତବାଦ ଅନୁସାରେ ସମାଜବିଜ୍ଞାନ ଏକ ନିର୍ଦ୍ଧିଷ୍ଟ ବିଜ୍ଞାନ ନୁହେଁ।

Question ୧୩।
ସ୍କୁଲ ସାଂଶ୍ଳେଷିକ ମତବାଦୀ ଅଟନ୍ତି।
Answer:
ସ୍କଲ୍ ସାଂଶ୍ଲେଷିକ ମତବାଦୀ ନୁହଁନ୍ତି।

Question ୧୪।
ସମାଜବିଜ୍ଞାନ ବ୍ୟକ୍ତିର ଅଧ୍ୟୟନ ଅଟେ।
Answer:
ସମାଜବିଜ୍ଞାନ ସମାଜର ଅଧ୍ୟୟନ ଅଟେ।

Question ୧୫।
ପ୍ରିନସିଫୁଲସ ଅଫ୍ ସୋସିଅଲୋଜି ଗ୍ରନ୍ଥ କମ୍‌ ରଚନା କରିଥିଲେ।
Answer:
ପ୍ରିନ୍‌ସିଫୁଳସ ଅଫ୍ ସୋସିଅଲୋଜି ଗ୍ରନ୍ଥ ସ୍ଟେନସର ରଚନା କରିଥିଲେ।

Question ୧୬।
ଅଗଷ୍ଟ କମଟେ ହେଉଛନ୍ତି ଔପଚାରିକ ଗୋଷ୍ଠୀର ମୁଖ୍ୟ ପ୍ରବକ୍ତା।
Answer:
ଜର୍ଜ ସିମେଲ ହେଉଛନ୍ତି ଔପଚାରିକ ଗୋଷ୍ଠୀର ମୁଖ୍ୟ ପ୍ରବକ୍ତା।

Question ୧୭।
ଭିରକାଣ୍ଡ ସାଂଶ୍ଳେଷିକ ମତବାଦର ଜଣେ ପ୍ରବକ୍ତା
Answer:
ଭିରକାଣ୍ଡ ଔପରିକ ମତ ଦର ଜଣେ ପ୍ରବକ୍ତା

Question ୧୮।
ଏଲ୍‌. ଟି. ନବହାରସ୍ ସାଂଶ୍ଳେଷିକ ମତବାଦର ପ୍ରବକ୍ତା ନୁହନ୍ତି ।
Answer:
ଏଲ୍. ଟି. ନବହାସ୍ ସାଂଶ୍ଲେଷିକ ମତବାଦର ପ୍ରବକ୍ତା ଅଟନ୍ତି ।

Question ୧୯।
ଫ୍ରଏଡ଼ ଜଣେ ନୃତତ୍ବବିତ
Answer:
ଫ୍ରଏଡ଼ ଜଣେ ମନୋସ୍ତତତ୍ତ୍ୱବିତ୍

Question ୨୦।
ଲୁଇ ଜଣେ ରାଜନୀତି ବିଜ୍ଞାନ।
Answer:
ଲୁଇ ଜଣେ ନୃତତ୍ତ୍ୱବିତ୍

ଶୂନ୍ୟସ୍ଥାନ ପୂରଣ କର :

Question ୧।
ସମାଜବିଜ୍ଞାନ ଶବ୍ଦଟି ଲାଟିନ୍ ଶବ୍ଦ _____ ଓ ଗ୍ରୀକ୍ ଶବ୍ଦର _____ ର ସମ୍ମିଶ୍ରଣରେ ଗଠିତ।
Answer:
ସୋସିଅସ୍ ଓ ଲୋଗସ୍

Question ୨।
ସମାଜବିଜ୍ଞାନ ଶବ୍ଦଟି ପ୍ରଥମେ _____ ପୁସ୍ତକରେ ବ୍ୟବହାର ହୋଇଥିଲା।
Answer:
ପଜିଟିଭ୍ ଫିଲୋସଫି

Question ୩।
_____ ମସିହାରେ ସମାଜବିଜ୍ଞାନ ଶବ୍ଦଟି ପ୍ରଥମେ ବ୍ୟବହାର ହୋଇଥିଲା।
Answer:
୧୮୩୯

Question ୪।
_____ ସମାଜବିଜ୍ଞାନର ଜନକ ଅଟନ୍ତି।
Answer:
ଅଗଷ୍ଟ କମଟେ

Question ୫।
ସମାଜିଜ୍ଞାନ ଶବ୍ଦଟି _____ ଶବ୍ଦ ସୋସିଅସ୍ ଓ ଶବ୍ଦ ଲୋଗସ୍ତର ସମ୍ମିଶ୍ରଣରେ ଗଠିତ।
Answer:
ଲାଟିନ୍ ଓ ଗ୍ରୀକ୍

CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Question ୬।
ଅଗଷ୍ଟ କମଟେ _____ ଦେଶର ବ୍ୟକ୍ତି ଅଟନ୍ତି।
Answer:
ଫ୍ରାନ୍ସ

Question ୭।
ସୋସାଇଟସ୍ ବା ସୋସିଆସ୍ ଶବ୍ଦ ଅର୍ଥ _____ ଅଟେ।
Answer:
ସମାଜ

Question ୮।
ଲୋଗସ୍ ଶବ୍ଦ ଅର୍ଥ _____ ଅଟେ।
Answer:
ଅଧ୍ୟୟନ ବା ବିଜ୍ଞାନ

Question ୯।
ସମାଜବିଜ୍ଞାନ ଶବ୍ଦ ପରିବର୍ତ୍ତେ _____ ଶବ୍ଦ ବ୍ୟବହାର ପାଇଁ କମ୍‌ ଓ ସାଇମନ ସ୍ଥିର କରିଥିଲେ।
Answer:
ସୋସିଆଲ ଫିଜିକ୍‌ସ

Question ୧୦।
ସମାଜବିଜ୍ଞାନ ପରିସର ସମ୍ବନ୍ଧରେ _____ ଟି ମତାବାଦ ରହିଛି।
Answer:
ଦୁଇଟି,

Question ୧୧।
ସମାଜବିଜ୍ଞାନ ପରିସର ସମ୍ବନ୍ଧରେ ଦୁଇଟି ମତବାଦ ହେଲା _____ଓ _____।
Answer:
ସ୍ଵତନ୍ତ୍ର ମତବାଦ, ସାଂଶ୍ଲେଷିକ ମତବାଦ

Question ୧୨।
କର୍ଜ ସିମେଇ _____ ମତବାଦର ସମର୍ଥକ ଅଟନ୍ତି।
Answer:
ସ୍ଵତନ୍ତ୍ର ମତବାଦ

Question ୧୩।
ଇମାଇଲ _____ ଟି ପ୍ରକାରର ପରିସରକୁ ବିଭକ୍ତ କରିଛନ୍ତି ।
Answer:
ତିନୋଟି

Question ୧୪।
ସରୋକିନ୍ _____ ମତବାଦର ସମର୍ଥକ ଅଟନ୍ତି।
Answer:
ସାଂଶ୍ଳେଷିକ ମତବାଦ

CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Question ୧୫।
ଭାରତରେ ସମାଜବିଜ୍ଞାନ ପ୍ରଥମେ _____ ମସିହାରେ ଅଧ୍ୟୟନ ଆରମ୍ଭ ହୋଇଥିଲା।
Answer:
୧୯୧୯

Question ୧୬।
ଭାରତରେ _____ ବିଶ୍ବବିଦ୍ୟାଳୟରେ ପ୍ରଥମେ ସମାଜବିଜ୍ଞାନ ଅଧ୍ୟୟନ ଆରମ୍ଭ ହୋଇଥିଲା।
Answer:
ବମ୍ବେ

Question ୧୭।
ଭାରତରେ _____ ମସିହାରେ ସମାଜବିଜ୍ଞାନ ଏକ ସ୍ବତନ୍ତ୍ର ବିଷୟଭାବେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନ ହୋଇଥିଲା।
Answer:
୧୯୩୦

Question ୧୮।
ସ୍ବତନ୍ତ୍ର ମତବାଦକୁ ମଧ୍ୟ _____ମତବାଦ କୁହାଯାଏ।
Answer:
ଆକୃତିଗତ ମତବାଦ

Question ୧୯।
ସମାଜବିଜ୍ଞାନ ଏକ _____ ବିଜ୍ଞାନ ଅଟେ।
Answer:
ସାମାଜିକ

Question ୨୦।
ଜନ୍ ସେଲିଙ୍କ ମତରେ ସମାଜବିଜ୍ଞାନ ବ୍ୟତୀତ ଇତିହାସ ଅଧ୍ୟୟନରେ କୌଣସି _____ ନାହିଁ ଏବଂ ଇତିହାସ ବ୍ୟତୀତ ସମାଜବିଜ୍ଞାନର _____ ନାହିଁ।
Answer:
ଫଳ, ମୂଳ

Question ୨୧।
ହାୱାଡ଼ଙ୍କ ମତରେ ‘ଇତିହାସ ହେଉଛି _____ ର ସମାଜବିଜ୍ଞାନ ଓ ସମାଜବିଜ୍ଞାନ ହେଉଛି _____ ର ଇତିହାସ।
Answer:
ଅତୀତ, ବର୍ତ୍ତମାନ

Question ୨୨।
କ୍ୟାଟ୍‌ଲିନ୍‌ଙ୍କ ମତରେ ସମାଜବିଜ୍ଞାନ ଓ _____ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ।
Answer:
ସ୍ଵତନ୍ତ୍ର

Question ୨୩।
ପଜିଟିଭ୍ ଫିଲୋସଫି ପୁସ୍ତକର ରଚୟିତା _____ ଅଟନ୍ତି।
Answer:
ଗଷ୍ଟ କମିଟେ

Question ୨୪।
ସମାଜବିଜ୍ଞାନର ମୂଳନୀତି ଜାଣି ନଥିବା ବ୍ୟକ୍ତିକୁ ତତ୍ତ୍ଵ ଶିକ୍ଷା ଦେବା ଯାହା ନିଉଟନ୍‌ଙ୍କ ଗତି ସମ୍ବନ୍ଧୀୟ ନିୟମ ଜାଣ ନ ଥିବା ବ୍ୟକ୍ତିକୁ ଶାସ୍ତ୍ରର ଜ୍ୟୋତିଷ ଓ ତାପର ଗତିଶୀଳତା ଶିକ୍ଷାଦେବା ତାହା ଅଟେ। ଏହା _____ କହିଥିଲେ।
Answer:
ଏଫ. ଏଚ୍. ଗିଡ଼ିଙ୍ଗସ୍‌

Question ୨୫।
ସମାଜବିଜ୍ଞାନ ଓ ନୃତତ୍ତ୍ଵକୁ ଯମଜ ଭଉଣୀ ବୋଲି _____ କହିଥିଲେ।
Answer:
ଏ. ଏଲ. କ୍ରୋବର

Question ୨୬।
ମାନବୀୟ ପାରସ୍ପରିକ କ୍ରିୟା ଏବଂ _____ ସେଗୁଡ଼ିକ ଅବସ୍ଥା ଏବଂ ଫଳାଫଳ ଅଧ୍ୟୟନକୁ ସମାଜବିଜ୍ଞାନ କୁହାଯାଏ।
Answer:
ପାରସ୍ପରିକ ସମ୍ପର୍କ

‘ଖ’ ବିଭାଗ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଦୁଇଟି କିମ୍ବା ତିନୋଟି ବାକ୍ୟରେ ଉତ୍ତର ଦିଅ :

Question ୧।
ସମାଜବିଜ୍ଞାନ କହିଲେ କ’ଣ ବୁଝ ?
Answer:
ସମାଜବିଜ୍ଞାନ ଏକ ସାମାଜିକ ବିଜ୍ଞାନଭାବେ। ଏହି ସମାଜବିଜ୍ଞାନ ଶବ୍ଦଟି ଲାଟିନ୍ ଶବ୍ଦ ସୋସିଅସ୍ ଏବଂ ଗ୍ରୀକ୍ ଶବ୍ଦ ଲୋଗସ୍‌ର ସମ୍ମିଶ୍ରଣରେ ଗଠିତ ! ସୋସିଅସ୍ ବା ସୋସାଇଟିସ୍ ଅର୍ଥ ହେଉଛି ସମାଜ ଏବଂ ଲୋଗସ୍ ଅର୍ଥ ଅଧ୍ୟୟନ ବା ବିଜ୍ଞାନ । ତେଣୁ ଏହି ଅର୍ଥରେ ସମାଜବିଜ୍ଞାନର ଅର୍ଥ ହେଉଛି ସମାଜ ବିଜ୍ଞାନ । ଅନ୍ୟ ଅର୍ଥରେ ସମାଜବିଜ୍ଞାନ ହେଉଛି ମାନବର ସୁବ୍ୟସ୍ଥିତ ଜ୍ଞାନର ଅଧ୍ୟୟନ।

Question ୨।
ସମାଜବିଜ୍ଞାନର ସଂଜ୍ଞା ନିରୂପଣ କର।
Answer:
ମୋରିସ୍ ଜିନ୍ସବର୍ଗଙ୍କ ମତରେ, “ମାନବୀୟ ପାରସ୍ପରିକ କ୍ରିୟା ଓ ପାରସ୍ପରିକ ସମ୍ପର୍କ, ସେଗୁଡ଼ିକର ଅବସ୍ଥା ଏବଂ ଫଳାଫଳର ଅଧ୍ୟୟନକୁ ସମାଜବିଜ୍ଞାନ କୁହାଯାଏ ।”

Question ୩।
ସମାଜବିଜ୍ଞାନ ପରିସର ସମ୍ପର୍କରେ କେଉଁ ପ୍ରକାରର ମତବାଦମାନ ପ୍ରଚଳିତ ?
Answer:
ସମାଜବିଜ୍ଞାନକୁ ନେଇ ଦୁଇଗୋଟି ମତବାଦ ରହିଛି । ସେଗୁଡ଼ିକ ହେଲା ଯଥା – ( ା ) ସ୍ୱାତନ୍ତ୍ର୍ୟ, ଆକୃତିଗତ ମତବାଦ ଏବଂ (୨) ସାଂଶ୍ଲେଷିକ ମତବାଦ।

Question ୪।
ସାଂସ୍କୃତିକ ନୃତତ୍ତ୍ଵ କହିଲେ କ’ଣ ବୁଝ ?
Answer:
ସାଂସ୍କୃତିକ ନୃତତ୍ତ୍ଵ ଆଦିମ ମାନବର ଉଭୟ ବସ୍ତୁଭିଭିକ ଏକ ବସ୍ତୁତ୍ଵର ସାଂସ୍କୃତିକ ଉପାଦାନଗୁଡ଼ିକ ସଂପର୍କରେ ଆଲୋକପାତ କରିଥାଏ।

Question ୫।
ସ୍ୱତନ୍ତ୍ର ମତବାଦ କ’ଣ ?
Answer:
ସମାଜବିଜ୍ଞାନର ପରିସର ସମ୍ବନ୍ଧୀୟ ମତବାଦ ଅନୁସାରେ ସମାଜବିଜ୍ଞାନ ଏକ ବିଶୁଦ୍ଧ ଓ ସ୍ଵତନ୍ତ୍ର ବିଜ୍ଞାନ ଅଟେ। ଏହି ମତବାଦ ଅନୁସାରେ ସମାଜବିଜ୍ଞାନ ଏବଂ ସ୍ଵାଧୀନ ଓ ନିର୍ଦ୍ଦିଷ୍ଟ ବିଜ୍ଞାନ ଅଟେ। ଯାହାକି ସାମାଜିକ ସମ୍ପର୍କର। ବିଭିନ୍ନ ଆକୃତି ଅଧ୍ୟୟନ କରିଥାଏ।

CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Question ୬।
ସାଂଶ୍ଳେଷିକ ମତବାଦ କ’ଣ ?
Answer:
ସାଂଶ୍ଳେଷିକ ମତାମତର ସମାଜବିଜ୍ଞାନୀମାନେ ସମାଜବିଜ୍ଞାନକୁ ଏକ ବିଶୁଦ୍ଧ ବା ସ୍ଵତନ୍ତ୍ର ବିଜ୍ଞାନ ମନେକରି ନ ଥା’ନ୍ତି। ଯେହେତୁ ସାମାଜିକ ଘଟଣାଗୁଡି଼କ ପରସ୍ପର ନିର୍ଭରଶୀଳ। ତେଣୁ ସ୍ଵତନ୍ତ୍ର ଭାବରେ କୌଣସି ବିଷୟ ବା ଘଟଣାକୁ ଅଧ୍ୟୟନ କରିବା ଠିକ୍ ନୁହେଁ। ତେଣୁ ସେମାନେ ସମାଜବିଜ୍ଞାନକୁ ସାମାଜିକ ବିଜ୍ଞାନ କହନ୍ତି।

Question ୭।
ସମାଜବିଜ୍ଞାନର ପ୍ରକୃତି କ’ଣ ?
Answer:
ସମାଜବିଜ୍ଞାନ ଏକ ସ୍ଵାଧୀନ ଓ ସାଧାରଣ ବିଜ୍ଞାନ ଅଟେ। ଏହା ଏକ ତାନ୍ତ୍ରିକ ବା ବିଶୁଦ୍ଧ ବିଜ୍ଞାନ ଅଟେ; ମାତ୍ର ପ୍ରୟୋଗାତ୍ମକ ବିଜ୍ଞାନ ନୁହେଁ। ଏହା ଏକ ସାମାଜିକ ବିଜ୍ଞାନ ଅଟେ। ଏହା ଏକ ନିରପେକ୍ଷ ବିଜ୍ଞାନ ଅଟେ।

Question ୮।
ସ୍ୱତନ୍ତ୍ର ମତବାଦ ସମାଲୋଚିତ ହେବାର କାରଣ ଦର୍ଶାଅ।
Answer:
ସ୍ଵତନ୍ତ୍ର ମତବାଦ ସମାଜବିଜ୍ଞାନର ପରିସରକୁ ସଂକୀର୍ଣ୍ଣ କରିଛି। ସେହିପରି ମତବାଦ ଏକ ବିଶୁଦ୍ଧ ବିଜ୍ଞାନର ପରିକଳ୍ପନା କରିଅଛି। ଯାହାକି ଅସମ୍ଭବ ଅଟେ। ସେହିପରି ସ୍ଵତନ୍ତ୍ର ମତବାଦୀମାନଙ୍କ ମତରେ ସମାଜବିଜ୍ଞାନ କେବଳ ସାମାଜିକ ସମ୍ପର୍କର ବିଭିନ୍ନ ଆକୃତିକୁ ଅଧ୍ୟୟନ କରିଥାଏ।

Question ୯।
ସମାଜବିଜ୍ଞାନକୁ ଏକ ବିଜ୍ଞାନଭାବେ ବିବେଚନା କରିବାର କାରଣ ଦର୍ଶାଅ !
Answer:
ସମାଜବିଜ୍ଞାନକୁ ଏକ ବିଜ୍ଞାନଭାବେ ବିବେଚନା କରୁଥିବା ମତବାଦୀମାନଙ୍କ ମତରେ ସମାଜବିଜ୍ଞାନରେ ପ୍ରାକୃତିକ ବିଜ୍ଞାନ ଭଳି ବୈଜ୍ଞାନିକ ପଦ୍ଧତି ପ୍ରୟୋଗ କରିବା ସଙ୍ଗେ ସଙ୍ଗେ ଭବିଷ୍ୟବାଣୀ ମଧ୍ୟ କରିଥାଏ। ସେହିପରି ସମାଜବିଜ୍ଞାନୀମାନେ ପର୍ଯ୍ୟବେକ୍ଷଣ ସାକ୍ଷାତ୍‌କାର, ପ୍ରଶ୍ନୋତ୍ତର, ଅନୁସୂଚୀ ଆଦି ପଦ୍ଧତିମାନ ବ୍ୟବହାର କରିଥାନ୍ତି । ତେଣୁ ପ୍ରାକୃତିକ ବିଜ୍ଞାନ ଭଳି ସମାଜ ବିଜ୍ଞାନ ଏକ ବିଜ୍ଞାନ ଅଟେ।

Question ୧୦।
ସମାଜବିଜ୍ଞାନର ପରିସର କ’ଣ ?
Answer:
ସମାଜବିଜ୍ଞାନର ପରିସର ସମାଜର ଅଧ୍ୟୟନର କ୍ଷେତ୍ରକୁ ବୁଝାଇଥାଏ। ପରିସର କହିଲେ ବିଷୟବସ୍ତୁକୁ ବୁଝାଇଥାଏ। କୌଣସି ବିଜ୍ଞାନର କ୍ଷେତ୍ର, କେଉଁ ବିଷୟରେ ଅଧ୍ୟୟନ କରାଯିବା ଉଚିତ ଓ ସେହି ବିଜ୍ଞାନର ପରିସୀମାକୁ ପରିସର କୁହାଯାଏ।

ବ୍ୟାଖ୍ୟା କର ଛଅଟି ବାକ୍ୟରେ ଉତ୍ତର ଦିଅ :

Question ୧।
ସମାଜବିଜ୍ଞାନ କହିଲେ କ’ଣ ବୁଝ ?
Answer:
ରାଜନୀତି ବିଜ୍ଞାନ ଏବଂ ସମାଜବିଜ୍ଞାନ ମଧ୍ୟରେ କେତେକ କ୍ଷେତ୍ରରେ ସମାନତା ପରିଲକ୍ଷିତ ହେଉଥିଲେ ମଧ୍ୟ ଏହି ଦୁଇଟି ସାମାଜିକ ବିଜ୍ଞାନ ପରସ୍ପରଠାରୁ କେତେକ କ୍ଷେତ୍ରରେ ପୃଥକ୍ ଅଟନ୍ତି।
(i) ସମାଜବିଜ୍ଞାନ ସଂପୂର୍ଣ୍ଣ ସମାଜର ବିଜ୍ଞାନରୂପେ ପରିଚିତ; କିନ୍ତୁ ରାଜନୀତି ବିଜ୍ଞାନ ରାଷ୍ଟ୍ରର ବିଜ୍ଞାନରୂପେ ପରିଚିତ।
(ii) ସମାଜବିଜ୍ଞାନ ପରିସର ରାଜନୀତି ବିଜ୍ଞାନ ପରିସରଠାରୁ ବ୍ୟାପକ ଅଟେ।
(iii) ରାଜନୀତି ବିଜ୍ଞାନ ଏବଂ ସମାଜବିଜ୍ଞାନ ସେମାନଙ୍କର ଅଧ୍ୟୟନ ପଦ୍ଧତିରେ ପରସ୍ପରଠାରୁ ପୃଥକ୍ ଅଟନ୍ତି।
(iv) ସମାଜବିଜ୍ଞାନ ଉଭୟ ସଙ୍ଗଠିତ ଏବଂ ବିଜ୍ଞାନ ସମୁଦାୟକୁ ଅଧ୍ୟୟନ କରୁଥିବାବେଳେ ରାଜନୀତି ବିଜ୍ଞାନ କେବଳ ସଙ୍ଗଠିତ ସମୁଦାୟକୁ ଅଧ୍ୟୟନ କରିଥାଏ।

Question ୨।
ସମାଜବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ସଂପର୍କ ବିଶ୍ଳେଷଣ କର।
Answer:
ସମାଜବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ଅତି ଘନିଷ୍ଠ ସଂପର୍କ ରହିଛି। ଏହି ଦୁଇଟି ସାମାଜିକ ବିଜ୍ଞାନର ପରସ୍ପରକୁ ବହୁକ୍ଷେତ୍ରରେ ପ୍ରଭାବିତ କରିଥା’ନ୍ତି। ସମାଜ ଅଧିକ ମାତ୍ରାରେ, ଅର୍ଥନୈତିକ କାରଣଗୁଡ଼ିକ ଦ୍ଵାରା ପ୍ରଭାବିତ ହୋଇଥାଏ ଏବଂ ଅର୍ଥନୈତିକ ପ୍ରକ୍ରିୟାମାନ ସମାଜର ପାରିପାର୍ଶ୍ଵକ ଅବସ୍ଥା ଦ୍ଵାରା ନିର୍ଦ୍ଧାରିତ ହୋଇଥା’ନ୍ତି। ଏଥରୁ ସମାଜବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ଥିବା ନିବିଡ଼ ସଂପର୍କର ସୂଚନା ପରିପୃଷ୍ଠ ହୋଇଥାଏ। ଅର୍ଥନୈତିକ କାର୍ଯ୍ୟକଳାପ ସାମାଜିକ କାର୍ଯ୍ୟକଳାପ ସହିତ ଓତଃପ୍ରୋତଭାବେ ଜଡ଼ିତ। ଥୋମାସ୍ (Thomas)ଙ୍କ ମତରେ “ଅର୍ଥଶାସ୍ତ୍ର ପ୍ରକୃତିରେ ସମାଜଶାସ୍ତ୍ରର ବ୍ୟାପକ ଶାଖା ମଧ୍ୟରୁ ଏକ ମୁଖ୍ୟ ଶାଖା। ଯଦିଓ ସମାଜବିଜ୍ଞାନ ଏବଂ ଅର୍ମଶାସ୍ତ୍ର ମଧ୍ୟରେ ଘନିଷ୍ଠ ସଂପର୍କ ନିହିତ, ତଥାପି ଏହି ଦୁଇଟି ସାମାଜିକ ବିଜ୍ଞାନ ସେମାନଙ୍କର ବିଷୟବସ୍ତୁ ପରିସର। ଦୃଷ୍ଟିକୋଣ ଏବଂ ଅଧ୍ୟୟନ ପଦ୍ଧତିରେ ପରସ୍ପରଠାରୁ ଭିନ୍ନ ଅଟନ୍ତି।”

Question ୩।
ସମାଜବିଜ୍ଞାନ ଏବଂ ଇତିହାସ ମଧ୍ୟରେ ଘନିଷ୍ଠ ସମ୍ପର୍କ,ଉଲ୍ଲେଖ କର।
Answer:
ସମାଜବିଜ୍ଞାନ ଏବଂ ଇତିହାସ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି। ପ୍ରଫେସର ଜି, ଇ, ହୋୱାର୍ଡ (G. E. Howard) କହିଛନ୍ତି “ ଇତିହାସ ଅତୀତର ସମାଜବିଜ୍ଞାନ ଏବଂ ସମାଜବିଜ୍ଞାନ ହେଉଛି ବର୍ତ୍ତମାନର ଇତିହାସ। (History is the past Sociology and Sociology is the present History) ଜନ୍ ସେଲି (John Selly)ଙ୍କ ମତରେ, ସମାଜଶାସ୍ତ୍ର ବ୍ୟତୀତ ଇତିହାସ ଅଧ୍ୟୟନ କୌଣସି ଫଳ ନାହିଁ ଏକ ଇତିହାସ ବ୍ୟତୀତ ସମାଜଶାସ୍ତ୍ରର ମୂଳ ନାହିଁ। (History without Sociology has no fruit, Sociology without History has no root) ଇତିହାସ ଅତୀତର ଘଟଣାବଳୀ ସହିତ ଜଡ଼ିତ। ଅତୀତର ଘଟଣାବଳୀକୁ ସମୟାନୁକ୍ରମିକ ଭାବରେ ସଜାଡ଼ି ରଖୁଥାଏ ଇତିହାସ। ଅତୀତର ସାମାଜିକ, ରାଜନୈତିକ, ଧାର୍ମିକ ଏବଂସାଂସ୍କୃତିକ ଘଟଣାଗୁଡ଼ିକୁ ଅଧ୍ୟୟନ କରିଥାଏ। ଗେଟେଲ (Gettle)ଙ୍କ ମତରେ, ଇତିହାସ ହେଉଛି ଅତୀତର ଘଟଣାବଳୀ। ଆନ୍ଦୋଳନ ଏବଂ ସେଗୁଡ଼ିକର କାରଣ ଓ ଆନ୍ତଃ- ସମ୍ପର୍କ ଏକ ନଥପତ୍ର। ଇତିହାସ ମଧ୍ଯ ସମାଜବିଜ୍ଞାନ ଉପରେ ନିର୍ଭରଶୀଳ ଅଟେ।

Question ୪।
ସମାଜବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ।
Answer:
ଅର୍ଥଶାସ୍ତ୍ର ମନୁଷ୍ୟର ଅର୍ଥନୈତିକ କାର୍ଯ୍ୟକଳାପ ସହିତ ଜଡ଼ିତ। ଏହା ମୁଖ୍ୟତଃ ସମାଜରେ ଦ୍ରବ୍ୟ, ଉତ୍ପାଦନ, ଉପଭୋଗ ବିନିମୟ ଏବଂ ବଣ୍ଟନ ପ୍ରକ୍ରିୟା ସହିତ ସଂପୃକ୍ତ ଅଟେ। କିନ୍ତୁ ସମାଜବିଜ୍ଞାନ ସାମାଜିକ ଜୀବନର ସମସ୍ତ ଦିଗଗୁଡ଼ିକୁ ଅଧ୍ୟୟନ କରିଥାଏ।

  1. ସମାଜବିଜ୍ଞାନ ସମସ୍ତ ପ୍ରକାର ସାମାଜିକ ଅର୍ଥକୁ ତା’ର ଅଧ୍ୟୟନର ପରିସରଭୁକ୍ତ କରିବାବେଳେ ଅର୍ଥଶାସ୍ତ୍ର କେବଳ ମନୁଷ୍ୟର ଅର୍ଥନୈତିକ ସଂପର୍କ ବିଷୟରେ ଆଲୋକପାତ କରିଥାଏ।
  2. ଅର୍ଥଶାସ୍ତ୍ର ସମାଜବିଜ୍ଞାନଠାରୁ ବହୁ ପୁରାତନ ଅଟେ। ଅର୍ଥଶାସ୍ତ୍ର ପୁରୁଣା ସାମାଜିକ ବିଜ୍ଞାନରୂପେ ପରିଗଣିତ ହେଉଥିବାବେଳେ ସମାଜବିଜ୍ଞାନ ବର୍ତ୍ତମାନ ମାତ୍ର ତା’ର ଶୈଶବ ସ୍ତର ଅତିକ୍ରମ କରିଛି।
  3. ସମାଜବିଜ୍ଞାନରେ ଅଧ୍ୟୟନର ମୁଖ୍ୟ ପରିସର ହେଉଛି ସମାଜ, ମାତ୍ର ଅର୍ଥଶାସ୍ତ୍ରରେ ବ୍ୟକ୍ତିକୁ ଅଧ୍ୟୟନର ପରିସରଭାବେ ନିଆଯାଇଥାଏ। କାରଣ ସମାଜବିଜ୍ଞାନ ସମ୍ପୂର୍ଣ୍ଣରୂପେ ସମାଜକୁ ଅଧ୍ୟୟନ କରିଥାଏ।
  4. ଏହି ଦୁଇଟି ସାମାଜିକ ବିଜ୍ଞାନ ଅଧ୍ୟୟନ ପଦ୍ଧତି ପରସ୍ପରଠାରୁ ପୃଥକ୍ ଅଟନ୍ତି।

Question ୫।
ସାମାଜବିଜ୍ଞାନ ଏବଂ ମନସ୍ତତ୍ତ୍ଵ ମଧ୍ଯରେ ସଂପର୍କ ଆଲୋଚନା କର।
Answer:
ସମାଜବିଜ୍ଞାନ ଏବଂ ମନସ୍ତତ୍ତ୍ଵ ମଧ୍ଯରେ ସଂପର୍କ ଅତି ନିବିଡ଼ ଅଟେ। ପରସ୍ପର ଆନ୍ତଃ–ସଂପୃକ୍ତ ଏବଂ ଆନ୍ତଃ- ନିର୍ଭରଶୀଳ ଅଟନ୍ତି। ସମାଜବିଜ୍ଞାନ ମାନବ ସମାଜକୁ ଅଧ୍ୟୟନ କରୁଥିବାବେଳେ ମନସ୍ତତ୍ତ୍ଵ ମନୁଷ୍ୟର ମସ୍ତିଷ୍କ ଏବଂ ତା’ର ବ୍ୟବହାରକୁ ଅଧ୍ୟୟନ କରିଥାଏ। ମନସ୍ତତ୍ତ୍ବ ତା’ର ଅଧ୍ୟୟନ ପାଇଁ ଆବଶ୍ୟକ ହେଉଥିବା କେତେକ ଉପାଦାନ ସମାଜବିଜ୍ଞାନଠାରୁ ପାଇଥାଏ। ମନୁଷ୍ୟର ଚରିତ୍ର ଏବଂ ବ୍ୟବହାରକୁ ସଠିକ୍ ରୂପେ ବୁଝିବା ପାଇଁ ମନସ୍ତତ୍ତ୍ଵ ସମାଜବିଜ୍ଞାନ ଉପରେ ନିର୍ଭର କରିଥାଏ। ବ୍ୟକ୍ତିର ମାନସିକ ବିକାଶ କ୍ଷେତ୍ର ଉପରେ ସମାଜ ଗଭୀର ପ୍ରଭାବ ପକାଇଥାଏ। ମନୋବିଜ୍ଞାନୀମାନେ ଏହି ସମାଜଶାସ୍ତ୍ର ଜରିଆରେ ବିଭିନ୍ନ ସାମାଜିକ ସମସ୍ୟାଗୁଡ଼ିକୁ ଅଧ୍ୟୟନ କରିଥା’ନ୍ତି । ମନୋବିଜ୍ଞାନ ଆବଶ୍ୟକ ତଥ୍ୟ ବା ଆଧାର ସମାଜବିଜ୍ଞାନକୁ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ। ସାମାଜିକ ମନସ୍ତତ୍ତ୍ଵ ସଂପର୍କରେ ଆବଶ୍ୟକ ଜ୍ଞାନ ନ ଥିଲେ ମନୁଷ୍ୟ ମଧ୍ୟରେ ଥିବା ପାରସ୍ପରିକ ସଂପର୍କ ଏବଂ କାର୍ଯ୍ୟକଳାଗୁଡ଼ିକୁ ବୁଝିବା ଅସମ୍ଭବ ହୋଇପଡ଼ିବ।

Question ୬।
ସମାଜବିଜ୍ଞାନକୁ ଏକ ବିଜ୍ଞାନ ଭାବରେ ବିବେଚନା କରାଯିବାର କାରଣମାନ ଦର୍ଶାଅ।
Answer:
ପ୍ରାକୃତିକ ବିଜ୍ଞାନ ଭଳି ସମାଜବିଜ୍ଞାନରେ ବସ୍ତୁନିଷ୍ଟ। ନିରପେକ୍ଷତା ବା ସମ୍ପୂର୍ଣ୍ଣ ବାସ୍ତବତା ରକ୍ଷା କରାଯାଇପାରେ ନାହିଁ। ସେହିପରି ମାନବୀୟ ଘଟଣାବଳୀ ସମ୍ପର୍କରେ ଭବିଷ୍ୟବାଣୀ କରିବା ମଧ୍ୟ ଅସମ୍ଭବ ଅଟେ। ସମାଜବିଜ୍ଞାନରେ ବ୍ୟବହୃତ ଶବ୍ଦମାନ ସମ୍ପୂର୍ଣ୍ଣ ସମର୍ଥନ ବହନ କରି ନ ଥା’ନ୍ତେ। ସମାଜବିଜ୍ଞାନର ବିଷୟବସ୍ତୁ ମାନବିକ ସମ୍ପର୍କ ଓ ବ୍ୟବହାର ଉପରେ ପ୍ରତିଷ୍ଠିତ। ଏହାକୁ କୌଣସି ପରୀକ୍ଷାଗାରରେ ପରୀକ୍ଷା କରାଯାଇ ପାରିବ ନାହିଁ ବା ନିରପେକ୍ଷ ଅଧ୍ୟୟନ କରି ହେବ ନାହିଁ। ତେଣୁ ଏହିସବୁ କାରଣ ଯୋଗୁଁ ସମାଜବିଜ୍ଞାନକୁ ଏକ ବିଜ୍ଞାନ କୁହାଯାଇ ନ ପାରେ।

CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Question ୭।
ସମାଜବିଜ୍ଞାନ ଓ ନୃତ୍ବଗ୍ଧ ମଧ୍ୟରେ ଥିବା ସମ୍ପର୍କ ସଂକ୍ଷେପରେ ଦର୍ଶାଅ।
Answer:
ସମାଜବିଜ୍ଞାନ ଏବଂ ନୃତତ୍ତ୍ଵ ପରସ୍ପର ସହିତ ଘନିଷ୍ଠଭାବେ ସଂପୃକ୍ତ। ନୃତତ୍ତ୍ଵ ଇଂରାଜୀ ନାମ ହେଉଛି () ଏହି ଦୁଇଟି ଗ୍ରୀକ୍ ଯଥା – (Anthropos) ଏବଂ Logosରୁ ଆନୀତ । ଏହି Anthropology ଶବ୍ଦର ଅର୍ଥ ମାନବ (Man) ଏବଂ Logos ଶବ୍ଦର ଅର୍ଥ ବିଜ୍ଞାନ (Science) ବା ଅଧ୍ୟୟନ Study। ତେଣୁ ନୃତତ୍ତ୍ଵର ପ୍ରକୃତ ଅର୍ଥ ହେଉଛି ମାନବ ସମ୍ବନ୍ଧୀୟ ଅଧ୍ୟୟନ ବା ମାନବ ଶରୀର ସମ୍ବନ୍ଧୀୟ ବିଜ୍ଞାନ। ଏହି ନୃତତ୍ତ୍ଵକୁ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ କରାଯାଇପାରେ।

  1. ଶାରୀରିକ ନୃତତ୍ତ୍ଵ (Physical Anthropology) : ଏହି ଶାରୀରିକ ନୃତତ୍ତ୍ଵ ଆଦିମ ମାନବର ଶାରୀରିକ ଗୁଣାବଳୀକୁ ଅଧ୍ୟୟନ କରିଥାଏ।
  2. ସାମାଜିକ ନୂତତ୍ତ୍ଵ (Social Anthropology) : ଏହି ସାମାଜିକ ନୂତରୁ ସାମାଜିକ ପରିବେଶରେ ମନୁଷ୍ୟର ବ୍ୟବହାର ସହିତ ସଂପୃକ୍ତ।
  3. ସାଂସ୍କୃତିକ ନୃତତ୍ତ୍ଵ (Cultural Anthropology) : ଏହି ସାଂସ୍କୃତିକ ନୃତତ୍ତ୍ଵ ଆଦିମ ମାନବର ବୟସ୍କ ବସ୍ତୁଭିଭିକ ଏବଂ ଅବସ୍ତୁଭିରିକ ସଂସ୍କୃତି ସହିତ ସଂପୃକ୍ତ।
  4. ପ୍ରାଗ୍-ଐତିହାସିକ ପ୍ରତ୍ନତତ୍ତ୍ବ (Pre-Historric Anthropology) : ପ୍ରାଗ୍ଐତିହାସିକ ପ୍ରାଗୈତିହାସିକ ସମୟର ସଂସ୍କୃତିକୁ ଅଧ୍ୟୟନ କରିଥାଏ।

Question ୮।
ସମାଜବିଜ୍ଞାନର ଆବିର୍ଭାବ ଆଲୋଚନା କର।
Answer:
ସମାଜବିଜ୍ଞାନ ସମାଜର ବିଜ୍ଞାନ ଏବଂ ସାମାଜିକ ଅନୁଷ୍ଠାନର ବିଜ୍ଞାନ ଅଟେ। ଏହା ସମାଜ ଏକ ସାମାଜିକ ଅନୁଷ୍ଠାନଗୁଡ଼ିକୁ ଅଧ୍ୟୟନ କରେ। ଏହା ସାମାଜିକ ସମୂହର ପ୍ରକୃତି ଏବଂ ରକ୍ଷଣ ସାମାଜିକ ଧାରଣାଗୁଡ଼ିକୁ ସାମାଜିକ ଅନୁଷ୍ଠାନଗୁଡ଼ିକୁ ସାମାଜିକ ଆକୃତି ସମୂହ। ଜଟିଳତା ଏବଂ ପଦ୍ଧତିଗୁଡ଼ିକୁ ସାମାଜିକ ବ୍ୟବସ୍ଥାଗୁଡ଼ିକ ସାମାଜିକ ସ୍ତରୀକରଣ । ସାମାଜିକ ପ୍ରକ୍ରିୟା ଏବଂ ଏହାର ଲକ୍ଷଣ ଏବଂ ସେମାନଙ୍କର ପାରସ୍ପରିକ ସମ୍ପର୍କକୁ ବୈଜ୍ଞାନିକ ପଦ୍ଧତିରେ ଆଲୋଚନା କରେ। ସମାଜଶାସ୍ତ୍ରବିତ୍ ଅଗଷ୍ଟ କମ୍‌ ୧୮୩୯ରେ ନୂତନ ଶବ୍ଦ ସୋସିଓଲର୍ଜିକୁ ତାଙ୍କ ପୁସ୍ତକ କୋର୍ସ ଡି ଫିଲୋସଫି ପଜିଟିଭ୍ (Course de Philosophic Positive)ରେ ପ୍ରୟୋଗ କରିଥିଲେ। ସେ ଅତି ପ୍ରାଞ୍ଜଳ ଭାବରେ ଏକ ସ୍ଵତନ୍ତ୍ର ସମାଜବିଜ୍ଞାନ ସୃଷ୍ଟିର ଆବଶ୍ୟକତା ରହିଅଛି ବୋଲି ସ୍ପଷ୍ଟ କରିଦେଇଅଛନ୍ତି। ଏହି ନୂତନ ବିଜ୍ଞାନ ନିଶ୍ଚିତ ଭାବରେ ସାମାଜିକ ଘଟଣାଗୁଡ଼ିକର ବିଶ୍ଳେଷଣ ଏବଂ ବର୍ଣ୍ଣନା କରିବାରେ ସହାୟକ ହୋଇପାରିବ। ସମାଜର ଅଜ୍ଞତା ସମସ୍ତ ସାମାଜିକ ବ୍ୟାଧର ମୂଳଉତ୍ସ ଥିଲା। ଅଗଷ୍ଟ କମ୍‌ ବିଶ୍ଵାସ କରୁଥିଲେ ଯେ ଉତ୍ତମ ସମାଜର ଉନ୍ନତିରେ ସମାଜ ସମ୍ବନ୍ଧୟ ଜ୍ଞାନବିଜ୍ଞାନ, ପଦ୍ଧତି ଉପରେ ପର୍ଯ୍ୟବସିତ ହେବା ନିତାନ୍ତ ଜରୁରୀ।

Question ୯।
ସ୍ୱତନ୍ତ୍ର ମତବାଦ ଓ ସାଂଶ୍ଳେଷିକ ମତବାଦ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ସ୍ଵତନ୍ତ୍ର ମତବାଦ ଅନୁସାରେ ସମାଜବିଜ୍ଞାନ ଏକ ସ୍ଵାଧୀନ ଏବଂ ବିଶୁଦ୍ଧ ସହ ସମ୍ପୃକ୍ତ ସମସ୍ତ ଘଟଣାକୁ ଅଧ୍ୟୟନ କରି ନ ଥାଏ। ଏହି ମତବାଦ ଅନୁସାରେ ସମାଜବିଜ୍ଞାନର ପରିସର ସଂକୀର୍ଣ୍ଣ ଅଟେ। ସାଂଶ୍ଲେଷିକ ମତବାଦର ସମାଜବିଜ୍ଞାନୀମାନେ ସମାଜବିଜ୍ଞାନକୁ ସ୍ଵତନ୍ତ୍ର ଓ ବିଶୁଦ୍ଧ ବିଜ୍ଞାନ ଭାବରେ ବିବେଚନା କରିବା ପରିବର୍ତ୍ତେ ଏହାକୁ ଏକ ସମାଜିକ ବିଜ୍ଞାନ ଭାବରେ ବିବେଚନା କରିଛନ୍ତି। ଏହି ମତବାଦୀମାନଙ୍କ ମତାନୁସାରେ ସାମାଜିକ ଘଟଣାଗୁଡି଼କ ପରସ୍ପର ନିର୍ଭରଶୀଳ ଏବଂ ଏକ ନିର୍ଦ୍ଦିଷ୍ଟ ଅଂଶର ଅଧ୍ୟୟନ ସମ୍ପୂର୍ଣ ସାମାଜିକ ଜୀବନ ସମ୍ବନ୍ଧରେ ଧାରଣା ଦିଏ ନାହିଁ। ତେଣୁ ଏହି ମତବାଦର ସମାଜ ବିଜ୍ଞାନୀମାନେ ସମାଜବିଜ୍ଞାନର ପରିସର ବ୍ୟାପକ ବୋଲି ବିଚାର କରିଥା’ନ୍ତି।

‘ଗ’ ବିଭାଗ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
ସମାଜ ବିଜ୍ଞାନର ବିକାଶ ପ୍ରତିପାଦନ କର।
Answer:
ବିଜ୍ଞାନ ଜଗତରେ ଅନ୍ୟାନ୍ୟ ସହୋଦର ବିଜ୍ଞାନୀଙ୍କ ମଧ୍ୟରେ ସାମଜ ବିଜ୍ଞାନ ଏକ ଅର୍ବାଚୀନ କିଶୋର । ବିଜ୍ଞାନ ଜଗତରେ ଏହାର ଏକ ନିଜସ୍ଵ ପୃଥକ୍ କାମ ନେଇ ଆସନ ପାଇବାର ଇତିହାସକୁ ଶତାବ୍ଦୀର ମାପକାଠିରେ ନୁହେଁ ବରଂ ଦଶକର ମାପକାଠିରେ ମାପିବା ଅଧିକ ଯୁକ୍ତିସଂଗତ ହେବ । ଏ ପରିପ୍ରେକ୍ଷୀରେ ବିଖ୍ୟାତ ସମାଜ ବିଜ୍ଞାନ ମାକାଇଭର ଲେଖୁଛନ୍ତି ~ ‘Sociology is a more or less definite body of systematic knowledge with a distinct place and name among the family of science must be dated by decades rather than by Centuries.” ୧୮୩୯ ମସିହାରେ ଫରାସୀ ଦାର୍ଶନିକ ଓ ସମାଜଶାସ୍ତ୍ରୀ ଅଗଷ୍ଟ କମ୍‌ (Auguste Comte) ପ୍ରଥମ କରି “ ସମାଜବିଜ୍ଞାନୀ ” (Sociology) ଶବ୍ଦଟି ପ୍ରଣୟନ କରିଥିଲେ ଏବଂ ଏହାର ଅଧ୍ୟୟନ ପରିସର ନିର୍ଣ୍ଣୟ କରିବା ସଂଗେ ସଂଗେ ଏହା କେଉଁ ପଦ୍ଧତି ଗ୍ରହଣ କରିବ ତାହା ମଧ୍ୟ ବ୍ୟାଖ୍ୟା କରିଥିଲେ । ତେଣୁ ତାଙ୍କୁ ସମାଜ ବିଜ୍ଞାନର ଜନ୍ମଦାତା ବୋଲି କୁହାଯାଏ ।

ସମାଜ ବିଜ୍ଞାନର ବିକାଶ :
ବିକାଶର ପ୍ରଥମ ଅବସ୍ଥା – ସାମାଜିକ ଜୀବନ ବିଷୟରେ କ୍ରମବଦ୍ଧି ତଥା ଏକ ବ୍ୟବସ୍ଥିତ ଢଙ୍ଗରେ ବିଚାର ଆଲୋଚନା ପାଶ୍ଚାତ୍ୟଜଗତରେ ପ୍ରଥମେ ଗ୍ରୀକ୍ ଦାର୍ଶନିକମାନଙ୍କ ଦ୍ଵାରା ଆରମ୍ଭ ହୋଇଥିଲା। ଗ୍ରୀକ୍ ଦାର୍ଶନିକ ପ୍ଲାଟୋ ନିଜର ପୁସ୍ତକ ”The Republic’’ ଏବଂ ଆରିଷ୍ଟୋଟଲ୍ ନିଜର ପୁସ୍ତକ “Ethics and Politics”ରେ ବିଭିନ୍ନ ପ୍ରକାର ସାମାଜିକ ଘଟଣା ଯଥା – ପାରିବାରିକ ଜୀବନ, ପରମ୍ପରା, ସମାଜରେ ନାରୀର ସ୍ଥାନ ଇତ୍ୟାଦିର ବିସ୍ତୃତ ବର୍ଣ୍ଣନା କରିଅଛନ୍ତି। ଏହି ବିଦ୍ଵାନ୍‌ମାନଙ୍କର ବିଚାରକୁ ସମାଜ, ସମୁଦାୟ, ରାଷ୍ଟ୍ର ଆଦି ମଧ୍ୟରେ କୌଣସି ପ୍ରଭେଦ ଥ‌ିବାର ସ୍ପଷ୍ଟ ହୁଏ ନାହିଁ। ପୁଣି ସେମାନେ ନିଜର ଲେଖାରେ ଏକ ଆଦର୍ଶ ସମାଜ ବ୍ୟବସ୍ଥା ଉପରେ ଅଧିକ ଜୋର୍ ଦେଇଥିଲେ। କିନ୍ତୁ ସାମାଜିକ ଜୀବନର ବାସ୍ତବତା, ଏହାର କାରଣ ନିର୍ଣ୍ଣୟ ଆଦି ଗୁରୁତ୍ଵପୂର୍ଣ୍ଣ ବିଭାଗମାନ ସେମାନଙ୍କ ଲେଖାରୁ ବାଦ୍ ପଡ଼ିଥିଲା। ନିଜର ସମାଜ ବ୍ୟବସ୍ଥାକୁ ସେମାନେ ତୀବ୍ର ସମାଲୋଚନା କରୁଥିଲେ ଅଥବା ଉଚ୍ଛସିତ ପ୍ରଶଂସା କରୁଥିଲେ। ଏଣୁ ସେମାନଙ୍କର ବିଚାରଧାରା ନିରପେକ୍ଷ ନ ହୋଇ ପକ୍ଷପାତିତା ଦୋଷରେ ଲିପ୍ତ ଥିଲା। ପ୍ଲୁଟୋ ଏବଂ ଆରିଷ୍ଟୋଟଲଙ୍କ ପରେ ସମାଜବିଜ୍ଞାନ, ସିସେରୋ, ମାରାକସ୍ ଆଲୋଲିୟସ୍, ସେଷ୍ଟ ଅଗଷ୍ଟିନ୍ ଆଦିଙ୍କ ଅବଦାନ ଉଲ୍ଲେଖଯୋଗ୍ୟ।

ସମାଜ ବିଜ୍ଞାନ ବିକାଶର ଦ୍ଵିତୀୟ ଅବସ୍ଥା : ଷଷ୍ଠ ଶତାବ୍ଦୀଠାରୁ ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ସମୟକୁ ସମାଜ ବିଜ୍ଞାନ ବିକାଶର ଦ୍ଵିତୀୟ ଅବସ୍ଥା ରୂପେ ଧରାଯାଏ। ଏହି ସମୟରେ ଦୀର୍ଘଦିନ ଧରି ଧର୍ମ ଓ ଦର୍ଶନର ପ୍ରଭାବ ପ୍ରଚଳିତ ଥଲା । ତ୍ରୟୋଦଶ ବିକାଶର ଦ୍ଵିତୀୟ ଅବସ୍ଥା ରୂପେ ଧରାଯାଏ । ଏହି ସମୟରେ ଦୀର୍ଘଦିନ ଧରି ଧର୍ମ ଓ ଦର୍ଶନର ପ୍ରଭାବ ପ୍ରଚଳିତ ଥିଲା। ତ୍ରୟୋଦଶ ଶତାବ୍ଦୀବେଳକୁ ଧୀରେ ଧୀରେ ଯୁକ୍ତିବାଦର ବିକାଶ ଯୋଗୁଁ ସାମାଜିକ ଘଟଣାର ଅଧ୍ୟୟନର ଯୁକ୍ତି ମହତ୍ଵ ଲାଗିଲା। ଥୋମାସ୍ ଏକ୍ୟୁନ୍ସ (Thomas Acqwines)ଙ୍କ ପୁସ୍ତକ De-Regmine Principum ତଥା ଦାନ୍ତେଙ୍କ ପୁସ୍ତକ Monarchiaରୁ ଏହା ସ୍ପଷ୍ଟ ସଂକେତ ମିଳିଥାଏ। ଏହି ବିଦ୍ଵାନମାନେ ମନୁଷ୍ୟକୁ ଏକ ସାମାଜିକ ପ୍ରାଣୀ ଏବଂ ସମାଜକୁ ଏକ ବ୍ୟବସ୍ଥିତ ରୂପରେ ପରିଚାଳିତ କରିବା ପାଇଁ ସରକାରର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏକ୍ୟୁସ୍‌ ସାମାଜିକ ସହଯୋଗ, ନ୍ୟାୟ, ଶ୍ରଦ୍ଧା, ଏକତା ଈଶ୍ଵର ଇତ୍ୟାଦିର ଅଧ୍ୟୟନ କରିଥିଲେ। ଏହି ସମୟରେ ପ୍ରାକୃତିକ ଘଟଣା ଓ ତଥା ଅଧ୍ୟୟନ ବିଧିକୁ ମଧ୍ଯ ସମାଜର ଅଧ୍ୟୟନରେ ପ୍ରୟୋଗ କରାଯିବାରେ ଲାଗିଲା। ଏଣୁ ସମାଜ ଅଧ୍ୟୟନରେ କାରଣ -ପରିଣାମ ସମ୍ପର୍କ (Cause effect relationship) ଉପରେ ଅଧ୍ଵକ ପ୍ରାଧାନ୍ୟ ଦିଆଗଲା।

ସମାଜ ବିଜ୍ଞାନ ବିକାଶର ତୃତୀୟ ଅବସ୍ଥା :
ପଞ୍ଚଦଶ ଶତାବ୍ଦୀ ବେଳକୁ ସାମାଜିକ ଘଟଣା ଅଧ୍ୟୟନରେ ବୈଜ୍ଞାନିକ ପଦ୍ଧତିରେ ପ୍ରୟୋଗ ହେବାକୁ ଲାଗିଲା। ଏହି ସମୟରେ ସାମାଜିକ ଜୀବନରେ ବିଭିନ୍ନ ବିଭବ, ରାଜନୈତିକ, ଧର୍ମଗତ, ସାମାଜିକ ଇତ୍ୟାଦିର ସ୍ଵତନ୍ତ୍ର ଅଧ୍ୟୟନ କରାଯିବାରେ ଲାଗିଲା। ପରିଣାମ ସ୍ଵରୂପ ବିଶିଷ୍ଟ ସମାଜିକ ବିଜ୍ଞାନ ଯଥା ଅର୍ଥଶାସ୍ତ୍ରର, ମନୋବିଜ୍ଞାନ, ରାଜନୀତି ବିଜ୍ଞାନ, ଇତିହାସ ଇତ୍ୟାଦିରେ ବିଜ୍ଞାନ ହୋଇଥିଲା। ଏହି ସମୟରେ ବିଦ୍ଵାନଗଣଙ୍କର ବୈଦ୍ଧିକଚିନ୍ତନ ଫଳରେ ସମାଜ ବିଜ୍ଞାନର ବିକାଶ ପାଇଁ ପୃଷ୍ଟଭୂମି ନିର୍ମିତ ହୋଇଥିଲା। ଏହି ଯୁଗର ପ୍ରମୁଖ ବିଚାରକଗଣ ହେଉଛନ୍ତି- ମାଥସ୍ (Malthus), ଥମାସ୍ ହବସ୍ (Thoms Hobbes), ଜନ ଲକ୍ (John Locke), ଋଷୋ (Rousseau), ମଣ୍ଡେସ୍କୁ (Montesqueu) ଇତ୍ୟାଦି। ଏ ସମସ୍ତ ବିଦ୍ଵାନଗଣଙ୍କ ସମାଜ ବିଚ୍ଛନାରେ ବିକାଶ ଦିଗରେ ଯଦିଓ ଅବଦାନ ଥିଲା ତଥାପି ଏମାନଙ୍କର ଅଧ୍ୟୟନରେ ଏକ ରୂପତା ଏବଂ ବିଶେଷୀକରଣର ଅଭାବ ଦେଖିବାକୁ ମିଳିଥାଏ।

ସମାଜ ବିଜ୍ଞାନ ବିକାଶର ଚତୁର୍ଥ ଅବସ୍ଥା : ଫରାସୀ ବିଦ୍ଵାନ ଅଗଷ୍ଟ କମ୍‌ଙ୍କ ସମୟରୁ ହିଁ ସମାଜବିଜ୍ଞାନ ବିକାଶର ଚତୁର୍ଥ ଅବସ୍ଥା ଗଣନା କରାଯାଏ। ଅଗଷ୍ଟ କମଟେ ନିଜର ଗୁରୁ ସେଣ୍ଟସାଇମନଙ୍କୁ ଭୌତିକ ବା ପଦାର୍ଥ ବିଜ୍ଞାନ ପରି ସମାଜ ବିଜ୍ଞାନକୁ ଏପରି ଏକ ବିଜ୍ଞାନରୂପେ ଗଢିବାକୁ ଇଚ୍ଛା କରିଥିଲେ । ଯାହାଦ୍ବାରା ସାମାଜିକ ଘଟଣାଗୁଡ଼ିକ ବ୍ୟବସ୍ଥିତ ଓ କ୍ରମବଦ୍ଧ ଭାବରେ ଅଧ୍ୟୟନ ତଥା ବିଶ୍ଳେଷଣ କରାଯିବା ସଙ୍ଗେ ସଙ୍ଗେ ଏହା ଫଳସ୍ଵରୂପ ସାମାଜିକ ନିୟମାମାନ ନିରୂପଣ କରାଯାଇପାରିବ। ସେଥ‌ିପାଇଁ କମଟେ ବିଶେଷ ଯତ୍ନବାନ ଥିଲେ। ସେ ପ୍ରଥମେ ସମାଜର ଅଧ୍ୟୟନକୁ ସାମାଜିକ ପଦାର୍ଥ ବିଜ୍ଞାନ (Social Physics) ନାମ ଦେଇଥିଲେ। କିନ୍ତୁ ପରେ ଏହି ନାମ ପରିବର୍ତ୍ତେ ସମାଜ ବିଜ୍ଞାନ (Sociology) ନାମ ରଖେଲେ। ସେ ସର୍ବପ୍ରଥମେ ସାମାଜିକ ଦର୍ଶନ ଏବଂ ସାମାଜିକ ବିଜ୍ଞାନ ମଧ୍ୟରେ ଥ‌ିବା ପ୍ରଭେଦ ସ୍ପଷ୍ଟ କରିଥିଲେ। ପ୍ରାକୃତିକ ଘଟଣାପରି ସାମାଜିକ ଘଟଣାଗୁଡିକ ମଧ୍ୟ ବସ୍ତୁନିଷ୍ଟତା (Objectivity) ଏବଂ ପ୍ରତ୍ୟକ୍ଷ ପ୍ରଣାଳୀ (Direct Method) ସାହାର୍ଯ୍ୟରେ ଅଧ୍ୟୟନ କରାଯାଇପାରେ ବୋଲି ସେ ମତପୋଷଣ କରିଥିଲେ। ତାଙ୍କ ସାମାଜିକ ଜୀବନରେ ସମସ୍ତ ବିଭବ ଏକ ସ୍ଵତ୍ରରେ ପନ୍ଥା ଏବଂ ଏହି ଏକତ୍ଵ ଉଦ୍ବର୍ତ୍ତନ କ୍ରିୟାର ପ୍ରଭାବରେ ସମ୍ପୂର୍ଣ୍ଣରୂପେ ପ୍ରଭାବିତ ଅଟେ।

୧୮୪୩ ଜନଷ୍ଟୁଆଟ୍ ମିଲ୍ ଇଂଲଣ୍ଡରେ ସମାଜ ଶାସ୍ତ୍ରକୁ ପରିଚିତ କରାଇଥିଲେ । ଏହାପରେ ପ୍ରସିଦ୍ଧ ବ୍ରିଟିଶ ସମାଜତତ୍ତ୍ବ ହରବର୍ଟ ସେନସର (Herbat Spencer) ସମାଜ ବିଜ୍ଞାନର ବିକାଶରେ ସକ୍ରିୟ ଭାଗ ନେଇଥିଲେ । ସେ ନିଜର ରଚନା (Synthectic Philosophy)ର ଏକ ଭାଗ Principle of Sociologyରେ କମ୍ପେଙ୍କ ବିଚାରକୁ ବିବର୍ତ୍ତନ ଦେବା ପାଇଁ ଚେଷ୍ଟା କରିଥିଲେ। ତାଙ୍କର ପ୍ରସିଦ୍ଧ ନାନା ଅଙ୍ଗ ତତ୍ତ୍ଵ (Theory of Organiastion) ଦ୍ବାରା ସେ ସମାଜର ତୁଳନା ମାନବ ଶରୀର ସହିତ କରିଥିଲେ। ମାତ୍ର ତାଙ୍କର ସାମାଜିକ ଘଟଣାଗୁଡିକର ଜୈବତରୁ ବାଖ୍ୟା ଶତାଦ୍ଦୀରେ ପ୍ରାରମ୍ଭରେ ମନୋବୈଜ୍ଞାନିକ ବାଖ୍ୟ ଦ୍ଵାରା ସ୍ଥାନାନ୍ତରିତ ହେଲା। ମଣିଷ ମନର ଉଦବର୍ତ୍ତନ କିପରି ଅଙ୍ଗାଙ୍ଗୀଭାବେ ଜଡିତ ତାହା ସେନସରଙ୍କ ଉତ୍ତର ପୁରୁଷମାନେ ଯଥା — ଗ୍ରାହାମ୍, ୱାଲାମୂଳ, ମାଡ୍ୟୁଗଲ, ୱର୍ଡଗଡିସ୍, କୁଲେ, ମିଡି ଆଦି ଦର୍ଶାଇଥିଲେ।

ଅଗଷ୍ଟ କମକେଟଙ୍କ ପରେ ଅନ୍ୟ ଫରାସୀ ବିଦ୍ଵାନଙ୍କ ମଧ୍ୟରେ ସମାଜ ବିଜ୍ଞନାକୁ ଅନ୍ୟ ସାମାଜିକ ବିଜ୍ଞାନଠାରୁ ପୃଥକ୍ ଏବଂ ଏକ ସ୍ଵତନ୍ତ୍ର ଓ ବସ୍ତୁନିଷ୍ଠ ବିଜ୍ଞାନ ରୂପେ ଗଢିବାରେ ଇମାଇଲ୍ ଦୁଖିମ୍‌ଙ୍କ ଉଲ୍ଲେଖଯୋଗ୍ୟ ! ସମାଜ . ବିଜ୍ଞାନଙ୍କୁ ସେ ସାମୂହିକ ପ୍ରତିନିଧୁତ୍ଵ ବିଜ୍ଞାନ ଉପର ନିର୍ଭର କରି ସମାଜ ବିଜ୍ଞାନ ତା’ର ଜ୍ଞାନର ଗନ୍ତାଘରକୁ ସମ୍ବନ୍ଧ କରିବା ଉଚିତ ବୋଲି ସେ ସ୍ଵୀକାର କରିଛନ୍ତି” ଏ ପରିପ୍ରେକ୍ଷୀରେ ସେ କହିଛନ୍ତି- ଆମ୍ଭର ବିଶ୍ବାସ ଅଟେ ଯେ, ଅନ୍ୟାନ୍ୟ ସାମାଜିକ ବିଜ୍ଞାନମାନ ଯଥା : ଇତିହାସ, ସାମାଜିକ ଅର୍ଥଶାସ୍ତ୍ର ଇତ୍ୟାଦିରେ ଅନୁସନ୍ଧାନଗୁଡିକୁ ନିୟମିତ ରୂପେ ଅବଗତ ହେବା ପାଇଁ ଅର୍ଥଶାସ୍ତ୍ର ନିତାନ୍ତ ଆବଶ୍ୟକ ଅଟେ ।” କାରଣ ଏହାଦ୍ଵାରା ଉପଲବ୍ଧ ସାମଗ୍ରୀ ଦ୍ବାରା ହିଁ ସମାଜ ବିଜ୍ଞାନର ନିର୍ମାଣ ହେବା ଉଚିତ

ଜର୍ମାନ୍ ସମାଜଶାସ୍ତ୍ରୀ ମାକ୍ସ ୱେବର, ଟିନସ୍ ସିଜେଲ ଆଦିଙ୍କର ସମାଜ ବିଜ୍ଞାନକୁ ଅବଦାନ ମହତ୍ତ୍ଵପୂର୍ଣ୍ଣ ଅଟେ। ସମାଜ ବିଜ୍ଞାନର ବିଜ୍ଞାନରେ ବିଶ୍ବର ବିଭିନ୍ନ ଦେଶର ବିଦ୍ଵାନଗଣଙ୍କର ମହତ୍ତ୍ଵପୂର୍ଣ୍ଣ ଅବଦାନ ରହିଅଛି। ସେମାନଙ୍କ ଉଦ୍ୟମରେ ସମାଜ ବିଜ୍ଞାନ ବିଶ୍ବର ବିଭିନ୍ନ କୋଣରେ ଉତ୍ପତ୍ତିଲାଭ କରିଥିଲା। ସମ୍ଭବତଃ ବିଶଂ ଶତାଦ୍ଦୀରେ ଫ୍ରାନ୍ସ, ଜର୍ମାନୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ବିଷୟରେ ବିକାଶ ଘଟିଥିଲା। ଏକ ସ୍ଵତନ୍ତ୍ର ବିଷୟ ହିସାବରେ ସର୍ବପ୍ରଥମେ ଏହା ୧୮୭୯ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ୟେଲ୍ ବିଶ୍ଵବିଦ୍ୟାଳୟରେ ଆରମ୍ଭ ହୋଇଥିଲା। ଏହାପରେ ୧୮୮୯ରେ ଫ୍ରାନ୍ସ, ୧୯୦୭ରେ ଇଂଲଣ୍ଡ, ୧୯୨୦ରେ ପୋଲାଣ୍ଡ, ୧୯୨୪ରେ ମିଶର, ୧୯୪୭ରେ ସ୍ଵିଡେନ୍, ଶ୍ରୀଲଙ୍କା ଏବଂ ୧୯୫୪ ମସିହାରେ ରେଙ୍ଗୁନ୍ ବିଶ୍ଵବିଦ୍ୟାଳୟରେ ସମାଜ ବିଜ୍ଞନାର ଅଧ୍ୟୟନ ଓ ଅଧ୍ୟାପନା କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତରେ ୧୯୧୪ରେ ବମ୍ବେ ବିଶ୍ଵବିଦ୍ୟାଳୟରେ, ୧୯୧୭ରେ କଲିକତା ବିଶ୍ବବିଦ୍ୟାଳୟ, ୧୯୨୦ରେ ମହୀଶୂର ବିଶ୍ଵବିଦ୍ୟାଳୟ, ୧୯୨୧ରେ ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟ ଓ ଏହାପରେ ଅନ୍ୟ ବିଶ୍ବବିଦ୍ୟାଳୟଗୁଡିକରେ ଏକ ସ୍ଵତନ୍ତ୍ର ବିଷୟ ରୂପେ ଆର୍ବିଭାବ ହୋଇଥିଲା।

ସମାଜ ବିଜ୍ଞାନରେ ବିକାଶରେ ବିଭିନ୍ନ ଦେଶର ମହାନ ସମାଜ ବିଜ୍ଞାନୀମାନଙ୍କରେ ଅବଦାନ ରହିଅଛି ସେମାନଙ୍କ ମଧ୍ୟରୁ ଇଂଲଣ୍ଡରେ ହରବର୍ଟ ସେନସର, ଚାଲର୍ସ ହୁଅ, ହବହାଉସ୍, ୱେଷ୍ଟରମାର୍କ ମାନହୀନ, ଜିସ୍‌ବର୍ଗ, ଇବର୍ଟସନ୍ ଜିକଲ ଫ୍ରାନସର ହୁର୍ଦସ ବ୍ରେଡ ଲିଙ୍କ୍, ଜର୍ମାନରେ ଟନିଜ, ଉନଜ୍, ମାଇସ୍ ୱେବର, କାଲମାକ୍ସ, ଭିରକାଣ୍ଡ ସିଟେଲ୍, ଆମେରିକାର ଗଡ଼ିକମ୍ ସମନର ାକପାର୍କ ବର୍ଗେସ୍‌ ସରୋକିନ୍, ଜିମରମ୍ୟାନ, ମାକ୍‌ଆଇଭର ଅଗବର୍ଷ ପାରସନସ, ମର୍ଟନ କୋଜର, ରସ ବାର୍ଲସ୍ ଇତ୍ୟାଦିଙ୍କୁ ଅବଦାନଗୁଡିକୁ ସମାଜ ବିଜ୍ଞାନ ଜ୍ଞାନରେ ଅଶେଷ ସମୃଦ୍ଧି ଆଣିପାରିଛି।

CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Question ୨।
ସମାଜ ବିଜ୍ଞାନରେ ମୁଖ୍ୟ ତାତ୍ତ୍ଵିକ ଦୃଷ୍ଟିକୋଣମାନ ଆଲୋଚନା କର।
Answer:
ପ୍ରତ୍ୟେକ ବିଷୟରେ ଅନ୍ତର୍ଗତ ବିଷୟବସ୍ତୁ ବିଶ୍ଳେଷଣକରିବା ପାଇଁ କେତେକ ଦୃଷ୍ଟିରେ ରହିଥାଏ। ଏହାଦ୍ଵାରା ଆମ୍ଭେ କୌଣସି ସମସ୍ୟାର ଅଧ୍ୟୟନ କରିପାରିଥାଉ। ସମାଜ ଶାସ୍ତ୍ରର ବିକାଶ ସମାଜବିଜ୍ଞାନୀମାନେ ସମାଜବିଜ୍ଞାନର ବିଷୟବସ୍ତୁକୁ ସରଳ ଓ ସହଜସାଧ୍ୟ ଭାବରେ ବୁଝିବା ପାଇଁ ଆନେକ ସିଦ୍ଧାନ୍ତମାନ ପ୍ରତିଦାନ କରିଛନ୍ତି। ଏହି ସିଦ୍ଧାନ୍ତ ପରିପ୍ରେକ୍ଷୀରେ ସେମାନେ ସମାଜର ବିଭିନ୍ନ ପକ୍ଷକୁ ବିଶ୍ଳେଷଣ କରିବାକୁ ଚେଷ୍ଟା କରିଛନ୍ତି। ସମାଜବିଜ୍ଞାନର ପରିପୃଷ୍ଟ କେତେକ ଦୃଷ୍ଟିକୋଣ ନିମ୍ନରେ ବର୍ଣ୍ଣନା କରାଗଲା।

(୧) ବିବର୍ତ୍ତନବାଦ ଦୃଷ୍ଟିକୋଣ (Evolutionary Perspective): ସ୍ପେନସରଙ୍କ ମତେରେ, “ ସମାଜବିଜ୍ଞାନ ବିବର୍ତ୍ତନରେ ଜଟିଳ ସ୍ଵରୂପକୁ ଅଧ୍ୟୟନ କରିଥାଏ । “ ଏହି ବିବର୍ତ୍ତନ ବିଭିନ୍ନ ରୂପରେ ସଙ୍ଗଠିତ ହୋଇଥାଏ। ଏହା ଏକ ରେଖୀୟ ବା ବହୁରେଖୀୟ ହୋଇପାରେ। କେତେକ ସମାଜବିଜ୍ଞାନୀ ସାମାଜିକ ପରିବର୍ତ୍ତନକୁ ବୃତ୍ତାକର ବା ଚକ୍ରାକାର ଭାବରେ ସୃଷ୍ଟି କରିଛନ୍ତି। ସମାଜବିଜ୍ଞାନର ଜନକ ଅଗଷ୍ଟ କମ୍‌ ଜ୍ଞାନ ଓ ସମାଜର ବିକାଶକୁ ବିବର୍ତ୍ତନର ମାଧ୍ୟମରେ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। ସମାଜବିଜ୍ଞାନମାନେ ସେମାନଙ୍କର ଅଧ୍ୟୟନରେ ଐତିହାସିକ ପକ୍ଷ ଉପରେ ଅଧିକ ମହତ୍ଵ ଦେଇ ସାମାଜିକ ସଂସ୍ଥା, ସାମାଜିକ ମୂଲ୍ୟ, ସାମାଜିକ ପ୍ରକିୟା, ସାମାଜିକ ନୟନ୍ତ୍ରଣ ଏବଂ ଏଥିରୁ ସୃଷ୍ଟି ପ୍ରଭାବଶାଳୀ ସାମାଜିକ ସମ୍ବନ୍ଧରେ ଅଧ୍ୟୟନରେ ବିବର୍ତ୍ତନବାଦୀ ଦୃଷ୍ଟିକୋଣରୁ ସୃଷ୍ଟି କରିଛନ୍ତି।

(୨) ସଂରଚନାତ୍ମକ-ପ୍ରକାର୍ଯ୍ୟାତ୍ମକ ଦୃଷ୍ଟିକୋଣ (Strucure Functional Perspective): ସଂରଚନାତ୍ମକ ଦୃଷ୍ଟିକୋଣ ଦ୍ଵାରା ବୃତ୍ତି ସ୍ଥାନରେ ତା’ର ପ୍ରସ୍ଥିତି ଓ ଭୂମିକାକୁ ବିଶ୍ଳେଷଣ କରାଯାଇଥାଏ। ଏହି ଦୃଷ୍ଟିକୋଣରେ ସମାଜର ବିଭିନ୍ନ ଭାଗ ମଧ୍ୟରେ ଥିବା ପରସ୍ପର ସମ୍ବନ୍ଧକୁ ଅଧ୍ୟୟନ କରାଯାଇଥାଏ। ଏଣୁ ସଂରଚନାତ୍ମକ ପ୍ରକାର୍ଯ୍ୟତ୍ମିକ ସମାଜବିଜ୍ଞାନୀମାନଙ୍କ ମତରେ ସମାଜର ଗୋଟିଏ ଭାଗରେ ପରିବର୍ତ୍ତନ ଘଟିଲେ ଅନ୍ୟ ଭାଗରେ ଅନ୍ୟ ଭାଗରେ ମଧ୍ୟ ତଦନୁରୂପ ପ୍ରଭାବ ପଡିଥାଏ। ଦ୍ଵିତୀୟତଃ, ସଂରଚନାର ବିଭିନ୍ନ ଏକକ କିଭଳି ଭାବରେ ପରସ୍ପର ସହିତ ସମ୍ବନ୍ଧିତ ଏବଂ ଏଗୁଡିକ କିପରି ପରସ୍ପର ସହିତ ସମ୍ବନ୍ଧିତ ହୋଇଥା’ନ୍ତି। ଯାହାଫଳରେ ସମାଜ ଜଟିଳ ରୂପରେ ତିଷ୍ଠି ରହିଅଛି। ତୃତୀୟତଃ ଏହି ଉପାଗମ ଦ୍ଵାରା କୌଣସି ଘଟଣାର ସମାଜ ଉପରେ ପଡ଼ୁଥିବା ପ୍ରଭାକୁ ବିଶ୍ଳେଷଣ କରାଯାଏ। ଏହି ଉପାଗମର ପ୍ରଣେତାମାନଙ୍କ ମତରେ ପ୍ରତ୍ୟେକ ବସ୍ତୁର ସମାଜର ଅନ୍ୟ ଅଙ୍ଗ ଉପରେ ପ୍ରଭାବ ପଡିଥାଏ। ସମାଜବିଜ୍ଞାନୀମାନେ ସଙ୍ଗଠନାତ୍ମକ ପରିଣାମକୁ ପ୍ରକାର୍ଯ୍ୟତ୍ମିକ (Functional) ଏବଂ ବିଘଟନାତ୍ମକ ପ୍ରଭାବକୁ ଅପ୍ରକାର୍ଯ୍ୟ (Dysfunctional) ବୋଲି ବିବେଚନା କରିଛନ୍ତି। ମର୍ଟନ ଏହି ଉପାଗମକୁ ଅଧିକ ସ୍ପଷ୍ଟ କରି ପ୍ରକାର୍ଯ୍ୟକୁ ମର୍ଟନ ଏହି ଉପାଗମକୁ ଅଧ‌ିକ ସ୍ପଷ୍ଟ କରି ପ୍ରକାର୍ଯ୍ୟକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଟଥା : ପ୍ରକଟ ପ୍ରାକର୍ଯ୍ୟ (Manifested functions) ଏବଂ ଅପ୍ରକଟ ପ୍ରକାର୍ଯ୍ୟ (Laten functions)

ସମାଜବିଜ୍ଞାନୀମାନଙ୍କ ବିଚାରରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଯେପରି ପରସ୍ପର ସମ୍ବନ୍ଧିତ ଏବଂ ଏହାର କୌଣସି ଅଙ୍ଗ ଯେପରି ଶରୀରରୁ ଅଲଗା କରି ପୂର୍ଣବିଶ୍ଳେଷଣ ଅସମ୍ଭବ। ଠିକ୍ ସେହିପରି ସମାଜର ବିଭିନ୍ନ ଅଂଶ ଯଥା : ପରିବାର, ଧର୍ମ ଇତ୍ୟାଦିର ଭିନ୍ନ ଭିନ୍ନ ଅଧ୍ୟୟନ ତ୍ରୁଟିପୂର୍ଣ୍ଣ। ପ୍ରକାର୍ଯ୍ୟବାଦୀଙ୍କ ଦୃଷ୍ଟିରେ ସାମାଜିକ ବ୍ୟବସ୍ଥାର ସମସ୍ତ ଏକକଗୁଡିକ ପରସ୍ପର ସହିତ ଏକତାର ସ୍ଵତ୍ରରେ ବାନ୍ଧି ହୋଇଥାନ୍ତି। ସମାଜ ସଂରଚନାର ଅସ୍ଥିତ୍ଵକୁ ସ୍ପଷ୍ଟ କରିବା ପରେ ପ୍ରାକର୍ଯ୍ୟବାଦୀମାନେ ଏହି ସଂରଚନା କିଭଳି କାର୍ଯ୍ୟ କରିଥାଏ, ତାହାକୁ ବାଖ୍ୟା କରିଛନ୍ତି। ସେମାନଙ୍କ ମତରେ ସମାଜ ତିଷ୍ଠି ରହିବା ପାଇଁ କେତେକ ମୌଳିକ ଆବଶ୍ୟକତାର ପ୍ରୟୋଜନ ଥାଏ। ଏହି ଆବଶ୍ୟକତାକୁ ପ୍ରକାର୍ଯ୍ୟତ୍ମକ ପ୍ରୟୋଜନ (Functional Prerequisities) କୁହାଯାଏ। ପୁନଶ୍ଚ ପ୍ରକାର୍ଯ୍ୟାତ୍ମକ ଦୃଷ୍ଟିକୋଣରେ ସମାଜକୁ ଏକ ବ୍ୟବସ୍ଥା ଭାବରେ ବିଚାର କରାଯାଇଥାଏ।

ଏହି ପରିପ୍ରେକ୍ଷୀରେ ବ୍ୟବସ୍ଥାକୁ ବଜାୟ ରଖୁବାକୁ ହେଲେ ଏହାର ବିଭିନ୍ନ ଭାଗ ମଧ୍ଯରେ ମାତ୍ରାରେ ସୁସଂଘଠିତ ଆବଶ୍ୟକତା ପଡିଥାଏ। ଅନେକ ପ୍ରକାର୍ଯ୍ୟବାଦୀଙ୍କ ଯୁକ୍ତି ଯେ, ଏହି ଏକୀକରଣ ସମାଜର ସଭ୍ୟସମାନଙ୍କ ସହମତି ଦ୍ଵାରା ସମ୍ଭବ ହୋଇଥାଏ। ମୂଲ୍ୟବୋଧ ସହ ସହମତି ସହଯୋଗୀ ଭିତ୍ତିସ୍ତମ୍ଭ ଭଳି କାର୍ଯ୍ୟ କରିଥାଏ ଏବଂ ଏହା ସାଧାରଣ ଲକ୍ଷ୍ୟ ପ୍ରାପ୍ତି ବ୍ୟକ୍ତିତ୍ଵ ପ୍ରେରଣା ହୋଇଥାଏ। ମୂଲ୍ୟବୋଧ ପ୍ରତି ସହମତି ଉପରେ ପ୍ରାଧାନ୍ୟ ନେଇ ପ୍ରକାର୍ଯ୍ୟବାଦୀମାନେ ଏହି ସହମତି କିପରି ବଜାୟ ରହିଛି, ଏହାକୁ ବୁଝାଇବାକୁ ଯାଇ ପ୍ରକାର୍ଯ୍ୟବାଦୀମାନେ ସାମାଜିକରଣ ପ୍ରକିୟାକୁ ମହତ୍ତ୍ଵପୂର୍ଣ୍ଣ ସାଧନ ବୋଲି ବିଚାର କରିଥାନ୍ତି। ସେମାନଙ୍କ ବିଚାରରେ ସାମାଜିକୀକରଣ ପ୍ରକ୍ରିୟା ଦ୍ଵାରା ସାମାଜିକ ମୂଲ୍ୟବୋଧଗୁଡ଼ିକ ବ୍ୟକ୍ତି ଆତ୍ମୀକରଣ କରିଦେବା ପରେ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ହସ୍ତାନ୍ତରିତ କରିଥାଏ। ଏ କ୍ଷେତ୍ରରେ ପରିବାର ସାମାଜିକ ସଂରଚନାର ଏକ ମହତ୍ତ୍ଵପୂର୍ଣ୍ଣ ପକ୍ଷ ହୋଇ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାଏ। ସାମାଜିକରୀକରଣ ପ୍ରକ୍ରିୟା ସହିତ ସାମାଜିକ ନିୟନ୍ତ୍ରର, ସାମାଜିକ ସ୍ଥିରତା ରକ୍ଷା କରିବା ଦିଗରେ ଅତ୍ୟନ୍ତ ସହାୟକ ହୋଇଥାଏ।

(୩) ସଂଘର୍ଷ ଦୃଷ୍ଟିକୋଣ (Conflict Persective): ସଂରଚନାତ୍ମକ ପ୍ରକାର୍ଯ୍ୟବାଦୀମାନେ ସମାଜକୁ ଏକ ସନ୍ତୁଳିତ ବ୍ୟବସ୍ଥା (Balanced System) ରୂପେ ଗ୍ରହଣ କରିଥାନ୍ତି। ଅନ୍ୟ ପକ୍ଷରେ ସଂଘର୍ଷ ଦୃଷ୍ଟିକୋଣରେ ବିଚାର କରୁଥିବା ସମାଜବିଜ୍ଞାନୀମାନେ ସମାଜକୁ ଏକ ସନ୍ତୁଳିତ ବ୍ୟବସ୍ଥା ଭାବରେ ଗ୍ରହଣ କରିବା ଏକ ଭ୍ରମରୂପ ଧାରଣା ବୋଲି ଯୁକ୍ତି କରିଥାନ୍ତି। ସେମାନେ ସାଧାରଣ ସହମତିକୁ ଜୀବନର ଭିତ୍ତିଭୂମି ରୂପେ ଗ୍ରହଣ ନକରି ଅସହମତିକୁ ଆଧାର ମନେକରି ବିଶ୍ଳେଷଣ କରିଥାନ୍ତି। ସେମାନେ ସାଧାରଣ ସହମତିକୁ ଜୀବନର ଭିତ୍ତିଭୂମି ରୂପେ ଗ୍ରହଣ ନକରି ଅସହମତିକୁ ଆଧାର ମନେକରି ବିଶ୍ଳେଷଣ କରିଥାନ୍ତି । ସଂଘର୍ଷ ଦୃଷ୍ଟିକୋଣକୁ ମାକ୍ସବାଦୀ ଦୃଷ୍ଟିକୋଣ (Marxian perspective) ମଧ୍ୟ କୁହାଯାଏ।

(୪) ଅନ୍ତଃକ୍ରିୟାବାଦ (Interactionism) : ପ୍ରକାର୍ଯ୍ୟାତ୍ମକ ଓ ମାର୍କ୍ସବାଦ ମଧ୍ୟରେ ଅନେକ ପାର୍ଥକ୍ୟ ପରିଲିକ୍ଷିତ ହୋଇଥାଏ। ତଥାପି ଉଭୟ ସମାଜକୁ ଏକ ବ୍ୟବସ୍ଥାରୂପ ବିବେଚନା କରି ତାହାର ସାଧାରଣ ସାମଗ୍ରିକ ବିଶ୍ଳେଷଣ କରିଥାନ୍ତି। ଏହି ବ୍ୟବସ୍ଥାରେ ମାନବର ବ୍ୟବହାର କିଭଳି ରୂପ ଧାରଣ କରିଥାଏ ତାହା ସ୍ପଷ୍ଟ କରିଥା’ନ୍ତି । ମାର୍କ୍ସବାଦ ଦୃଷ୍ଟିକୋଣରେମାନବର ବ୍ୟବହାର ଅର୍ଥନୈତିକ ଭିତ୍ତିଭୂମି ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ; ମାତ୍ର ଅନ୍ତଃକ୍ରିୟାବାଦ ପରିପ୍ରେକ୍ଷୀରେ ବିଶ୍ଵାସ କରୁଥିବା ସମାଜବିଜ୍ଞାନୀମାନେ ପ୍ରକାର୍ଯ୍ୟତ୍ମକ ଓ ମାର୍କ୍ସବାଦରେ ବିଶ୍ଵାସ କରୁଥିବା ସମାଜବିଜ୍ଞାନୀମାନଙ୍କଠାରୁ ପ୍ରକାର୍ଯ୍ୟତ୍ମିକ ଓ ମାକ୍ସବାଦରେ ବିଶ୍ଵାସ ରଖୁଥ‌ିବା ସମାଜବିଜ୍ଞାନୀମାନଙ୍କଠାରୁ କେତେକାଶଂରେ ଭିନ୍ନମତ ପୋଷଣ କରିଥା’ନ୍ତି।

(୫) ପ୍ରତ୍ୟକ୍ଷବାଦ (Positionism) : ସମାଜବିଜ୍ଞାନର ଜନକ ଅଗଷ୍ଟ କମକେଟଠାରୁ ଆରମ୍ଭ କରି ଅନେକ ସମାଜବିଜ୍ଞାନୀ ପ୍ରତ୍ୟକ୍ଷବାଦ ଦୃଷ୍ଟିକୋଣ୍ଡରେ ସମଜ ଏବଂ ବ୍ୟକ୍ତିତ୍ଵ ଅଧ୍ୟୟନ କରିବା ପାଇଁ ଯୁକ୍ତିବାଢି ଆସିଛନ୍ତି। ସେମାନଙ୍କ ବିଚାରରେ ଭୌତିକ ବା ପ୍ରାକୃତିକ ବିଜ୍ଞାନର ଅଧ୍ୟୟନ ଭଳି ସାମାଜିକ ଘଟଣାର ଅଧ୍ୟୟନ କରାଯାଇପାରିବ। ଅର୍ଥାତ୍ ମାନବ ବ୍ୟବହାର ଭୌତିକ ବା ପ୍ରାକୃତିକ ବସ୍ତୁର ବ୍ୟବହାରକୁ ବସ୍ତୁନିଷ୍ଠ ଭାବରେ ମାପ କରାଯାଇପାରିବ ଏବଂ ଏହାର କାରଣ ତଥା ଫଳାଫଳ ମଧ୍ୟରେ ସମ୍ପର୍କ ସ୍ଥାପନ କରି ପର୍ଯ୍ୟବେସିତ ବ୍ୟବହାରକୁ ବୁଝାଯାଇ ପାରିବ। ପ୍ରତ୍ୟକ୍ଷବାଦୀମାନଙ୍କ ମତରେ ଅର୍ଥ, ଅନୁଭବ ଏବଂ ଉଦ୍ଦେଶ୍ୟ ଇତ୍ୟାଦି ଯେଉଁ ଘଟଣାଗୁଡିକ ସିଧାସଳଖ ପର୍ଯ୍ୟକ୍ଷେଣ ଯୋଗ୍ୟ ନୁହେଁ ସେଗୁଡିକ ସେତେ ମହତ୍ଵପୂର୍ଣ୍ଣ ନୁହନ୍ତି। ଏଣୁ ଏମାନେ ଯେଉଁ ବ୍ୟବହାରଗୁଡିକ ସିଧାସଳଖ ପର୍ଯ୍ୟବେକ୍ଷଣ କରାଯାଇପାରୁଥିବା ବ୍ୟବହାରକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି।

(୬) ଇନ୍ଦ୍ରିୟ ଲବ୍ଧଜ୍ଞାନ (Phenomenological) : ଏହି ଦୃଷ୍ଟିକୋଣରୁ ପୃଷ୍ଠପୋଷକମାନେ ପ୍ରତ୍ୟକ୍ଷବାଦର ଅଧ୍ୟୟନ ପଦ୍ଧତିର ଭୌତିକ ଓ ପ୍ରାକୃତିକ ବିଜ୍ଞନାର ପଦ୍ଧତି ପ୍ରୟୋଗର ସମାଲୋଚକ ଥିଲେ। ସେମାନଙ୍କ ମତରେ ଉଭୟ ବିଜ୍ଞନର ବିଷୟବସ୍ତୁ ଭିନ୍ନ। ତେଣୁ ପ୍ରାକୃତିକ ବିଜ୍ଞାନର ପଦ୍ଧତି ମାନବର ଅଧ୍ୟୟନ ପାଇଁ ଉପଯୁକ୍ତ ନୁହେଁ । ପ୍ରାକୃତିକ ବିଜ୍ଞାନରେ ବସ୍ତୁଗୁଡିକର ଅଧ୍ୟୟନ କରାଯାଇଥାଏ। ଏହି ବସ୍ତୁର ଅଧ୍ୟୟନ ଏବଂ ବାଖ୍ୟା କରିବାକୁହେଲେ ଏହାକୁ କେବଳ ବାହାରୁ ପର୍ଯ୍ୟକ୍ଷେଣ କଲେ ଯଥେଷ୍ଟ, କାରଣ ଏଗୁଡିକର ଆନ୍ତଃ-ପ୍ରତିକ୍ରିୟା ମାନବ ଭଳି ନଥାଏ। ମାନବଠାରେ ଯଥେଷ୍ଟ ସଚେତନ ଶକ୍ତି, ଭାବନା, ଅନୁଭବ କରିବାର କ୍ଷମତା କରିବାର କ୍ଷମତା ଅର୍ଥ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ବ୍ୟବହାର କରିଥାଏ।

(୭) ଏଥେନୋମେଥେଡୋଲୋଜି (Ethnomethodology) : ଷାଠିଏ ଏବଂ ସତୁରି ଦକରେ ଯେଉଁସବୁ ନୂତନ ଉପାଗମଗୁଡିକର ବିକାଶ ହୋଇଥିଲା। ସେଗୁଡିକ ମଧ୍ୟରୁ ଏଥେନୋମେଥେଡୋଲୋଜି ଅନ୍ୟତମ। ଗାରଫିନକେଲ୍ (Garfinkel) ତାଙ୍କର ପୁସ୍ତକStudies in Ethnomethodologyରେ ସର୍ବପ୍ରଥମ ଏହି ଉପାଗର ସୁବ୍ୟବସ୍ଥିତ ବର୍ଣ୍ଣନା କରିଥିଲେ। ସଂରଚନାତ୍ମକ ପ୍ରକାର୍ଯ୍ୟକ ଉପାଗମକରେ କେତେକ ସୀମା ରହିଅଛି। ଯେଉଁ କାରଣରୁ ସାମାଜିକ ବାସ୍ତବିକତାର ମହତ୍ଵପୂର୍ଣ୍ଣ ପକ୍ଷ ଅଧ୍ୟୟନ ପରିସରରୁ ପୃଥକ୍ ହୋଇପାରେ; କିନ୍ତୁ ଏହି ଉପାୟ ମାଧ୍ୟମରେ ସାମାଜିକ ବାସ୍ତବତାକୁ ପ୍ରତ୍ୟକ୍ଷ ଓ ଅତି ନିକଟତର ଅଧ୍ୟୟନ କରାଯାଇପରେ। ବ୍ୟକ୍ତି ଜୀବନରେ ଦୈନଦିନର ସାଧାରଣ କାର୍ଯ୍ୟପ୍ରଣାଳୀ ଓ କ୍ରିୟାକଳାପ ସହିତ ସମ୍ବନ୍ଧିତ ମାନବୀୟ ବ୍ୟବହାରରେ ଅଧ୍ୟୟନ ଏଥେନୋମେଡୋଲୋଗି ଦ୍ଵାରା କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ପୃଷ୍ଠପୋଷକମାନେ ସାମାଜିକ ଅନ୍ତଃକ୍ରିୟାଦ୍ଵାରା ଯେଉଁ ସାମାଜିକ ବାସ୍ତବତାରେ ସ୍ଵତ୍ରପାତ କରନ୍ତି ତାହାରି ଉପେର ଗୁରୁତ୍ଵ ଦେଇଥାନ୍ତି।

Question ୩।
ସମାଜବିଜ୍ଞାନର ମହତ୍ତ୍ଵ ପ୍ରତିପାଦନ କର।
Answer:
ସମାଜବିଜ୍ଞାନୀମାନଙ୍କର ଅବଦାନର ସମାଜବିଜ୍ଞାନର ଉତ୍ତରୋତ୍ତର ଉନ୍ନତି ହେବାରେ ଲାଗିଛି। ଏହା ସହିତ ପ୍ରତ୍ୟେକ ସମାଜରେ ଏହି ବିଜ୍ଞାନରେ ପ୍ରୟୋଗ ଦିନକୁ ଦିନ ଚଢି ଚାଲିଛି। ସମାଜବିଜ୍ଞାନୀମାନେ ପ୍ରତ୍ୟେକ ବିଭବ ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ବିଭାଗର ବିଦ୍ଵାନମାନଙ୍କୁ ସମାଜବିଜ୍ଞନାର ଉପାଦେୟତାକୁ ହୃଦୟଙ୍ଗମ କରାଇପାରନ୍ତି। ଆଜିକାଲି ଏହି ବିଜ୍ଞାନରେ ସିଦ୍ଧାନ୍ତ ଦ୍ଵାରା ଅନ୍ୟାନ୍ୟ ସାମାଜିକ ବିଜ୍ଞାନଗୁଡିକର ଅଧ୍ୟୟନ ସୁଗମ ହୋଇପାରୁଛି ! ଆଧୁନିକ ଜଟିଳ ସମାଜବିଜ୍ଞାନରେ ଉପାଦେୟତା ଅସୀମ। ଏଠାରେ ଅଳ୍ପ କେତେକ ଦୃଷ୍ଟିକୋଣରୁ ଏହାର ପ୍ରାଧାନ୍ୟକୁ ସ୍ପଷ୍ଟ କରାଯାଇଅଛି।

(୧) ସମାଜବିଜ୍ଞାନ ସମାଜକୁ ବୈଜ୍ଞାନିକ ପ୍ରଣାଳୀରେ ଅଧ୍ୟୟନ କରିବାରେ ସାହାର୍ଯ୍ୟ କରିଥାଏ। ସମାଜବିଜ୍ଞାନର ଉତ୍ପତ୍ତି ହେବା ପୂର୍ବରୁ ସମାଜକୁ ଏକ ଜଟିଳ ବ୍ୟବସ୍ଥା ବୋଲି ପରିଗଣିତ କରାଯାଇଥିଲା। କୌଣସି ବିଜ୍ଞାନ ଦ୍ଵାରା ଏହି ଜଟିଳ ବ୍ୟବସ୍ଥାକୁ ବୈଜ୍ଞାନିକ ଦୃଷ୍ଟିକୋଣରେ ଅଧ୍ୟୟନ କରାଯାଇ ନଥୁଲା; ମାତ୍ର ସମାଜବିଜ୍ଞାନରେ ବିକାଶ ହେବା ଦ୍ବାରା ସମାଜର ଜଟିଳ ବ୍ୟବସ୍ଥାଗୁଡିକ ବୈଜ୍ଞାନିକ ପ୍ରଣଶାଳୀରେ ଅଧ୍ୟୟନ କରାଯିବାରେ ଲାଗିଛି। ମାନବ କଲ୍ୟାଣ ଓ ପ୍ରଗତି ପାଇଁ ମାନବ ସମାଜର ବୈଜ୍ଞାନିକ ଅଧୟନର ଏକାନ୍ତ ଆବଶ୍ୟକତା ରହିଛି ବୋଲି ଆଜି ସମ୍ଭବତଃ ସମସ୍ତ ସଭ୍ୟ ସମାଜବିଜ୍ଞାନରେ ମୂଲ୍ୟକୁ ଉପଲବ୍ଧ କରିବାକୁ ଲାଗିଛନ୍ତି।

(୨) ସମାଜବିଜ୍ଞାନ ମାନବର ସାମାଜିକ ଗୁଣକୁ ସ୍ପଷ୍ଟ କରିଥାଏ। ମାନବ ଏବଂ ସମାଜରା ସମ୍ପର୍କ କ’ଣ ? ମାନବ ଉପରେ ସମାଜର ପ୍ରଭାବ କ’ଣ ? ସେ କାହିଁକି ସମାଜିକ ପ୍ରାଣୀ ? କେଉଁ କାରଣରୁ ସେ ସମାଜରେ ବସ କରେ ଇତ୍ୟାଦି ଅନେକ ପ୍ରଶ୍ନର ଉତ୍ତର ସମାଜବିଜ୍ଞନାରେ ଅଧ୍ୟୟନରୁ ସ୍ପଷ୍ଟ ହୋଇଥାଏ।

(୩) ବ୍ୟକ୍ତିର ବିକାଶରେ ସଂସ୍ଥାଗୁଡିକ ଭୂମିକା ସମାଜବିଜ୍ଞାନ ଅଧ୍ୟୟନ ଦ୍ଵାରା ସ୍ପଷ୍ଟ ହୋଇଥାଏ। ପରିବାର, ଶିକ୍ଷା. ଅନୁଷ୍ଠାନ, ରାଜ୍ୟ, ସରକାର, ଶିକ୍ଷାନୁଷ୍ଠାନ, ଧର୍ମ, ନୈତିକତା ଆଇନ୍ ଇତ୍ୟାଦି ସଂସ୍ଥାମାନଙ୍କ ସାହାର୍ଯ୍ୟରେ ଆମ ସାମଜର କାର୍ଯ୍ୟ ସମ୍ପାଦନା କରିଥାଏ। ଏହି ସଂସ୍ଥାଗୁଡିକୁ ମାନବର ବିକାଶରେ କିଭଳି ଭାବରେ ସହାୟତା କରିଥାଏ ଏବଂ କିଭଳି ଅଧ‌ିକରୁ ଅଧିକ ସାହାର୍ଯ୍ୟ କରିପାରିବ ତାହା ସମାଜବିଜ୍ଞାନ ସୂଚାଇ ଥାଏ।

(୪) ସମାଜବିଜ୍ଞାନ ଅଧ୍ୟୟନ ଫଳରେ ସମାଜ ସମ୍ବନ୍ଧରେ ଜ୍ଞାନ ବୃଦ୍ଧି ନେଇଥାଏ। ସମାଜ, ସାମାଜିକ ସମୂହ, ସାମାଜିକ ସଂସ୍ଥା, ସଂଘ ଇତ୍ୟାଦି ସମ୍ବନ୍ଧରେ ଜ୍ଞାନ ସମାଜବିଜ୍ଞାନରୁ ମିଳେ। ଏହି ଜ୍ଞାନଦ୍ଵାରା ମାନବ ନିଜକୁ ଶକ୍ତି, ଦକ୍ଷତା ଏବଂ ସୀମା ସମ୍ବନ୍ଧରେ ଯଥେଷ୍ଟ ଧାରଣା କରିପାରିଥାଏ ଏବଂ ଏ ସମସ୍ତ ଜ୍ଞାନ ସାମାଜିକ ପରିବେଶ ସହିତ ଖାପ ଖୁଆଇବାରେ ଯଥେଷ୍ଟ ସାହାର୍ଯ୍ୟ କରିଥାଏ।

(୫) ସମାଜବିଜ୍ଞାନ ଅଧ୍ୟୟନ ଦ୍ବାରା ଭିନ୍ନ ଭିନ୍ନ ସମାଜର ପ୍ରଥା, ପରମ୍ପରା ଲୋକନିୟମ, ଲୋକନିୟମ, ସ୍ତରୀକରଣ ବ୍ୟବସ୍ଥା, ସଂସ୍କୃତି ସମୁଦାୟର ସେ ସମସ୍ତ ସମାଜରେ ବାସ କରୁଥିବା ଲୋକମାନଙ୍କର ଆଶ, ଆକାଂକ୍ଷା, ବୃତ୍ତି ଇତ୍ୟାଦି ଅନେକ ତଥା ସମ୍ବନ୍ଧରେ ଜ୍ଞାନ ମିଳିଥାଏ।

(୬) ସମାଜବିଜ୍ଞାନ ଅଧ୍ୟୟନ ଦ୍ବାରା ସଙ୍କୁଚିତ ମନୋବୃତ୍ତିରୁ ମୁକ୍ତିଲାଭ କରିଥାଏ। ଜାତି, ବର୍ଣ୍ଣ, ଧର୍ମ ଇତ୍ୟାଦି ସଂକୀର୍ଣ୍ଣତାର ଊଦ୍ଧରେ ରହି ସମସ୍ତ ମାନବ ସମାଜକୁ ଏକ ତାତ୍ତ୍ଵିକ ଓ ବସ୍ତୁନିଷ୍ଠ ଦୃଷ୍ଟିକୋଣରୁ ବିଚାର କରିଥାଏ। ଏହି ବିଜ୍ଞାନର ଅଧ୍ୟୟନ ମାନବର ଜୀବନକୁ ଉନ୍ମୁକ୍ତ, ପୂର୍ଣାଙ୍ଗ ଏବଂ ସାର୍ଥକ କରିଥାଏ।

(୭ ) ସାମାଜିକ ସମସ୍ୟାଗୁଡିକର ସମାଧାନ ପାଇଁ ସମାଜବିଜ୍ଞାନର ଅବଦାନ ଅତୁଳନୀୟ। ଆଜିର ମାନବ ସମାଜ ବହୁବିଧ ସମସ୍ୟା ଯଥା : ଦାରିଦ୍ର୍ୟ, ବେକାରୀ ଜନସଂଖ୍ୟା ବୃଦ୍ଧି ଇତ୍ୟାଦିର ପ୍ରଭାବରେ ଜର୍ଜରିତ, କେତକ ସମସ୍ୟା ଏପରି ରୂପ ଧାରଣ କରିଥାଏ, ଯାହା ସମାଜର ନିତ୍ୟନୈମିତିକ କାର୍ଯ୍ୟ ପ୍ରଣାଳୀରେ ଅନେକ ବାଧା ଉପୁଯାଇଥାଏ। ସେଗୁଡିକର ଉପଯୁକ୍ତ ସମାଧାନ ବିନା ସମାଜରେ ସାମାଜିକ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥାଏ। ଅନ୍ୟ କେତେକ ସମସ୍ୟା ବେଳେବେଳେ ମୁଣ୍ଡଟେକି ଉଠି ମାନବର ସ୍ଵକ୍ଷ୍ମ ଉଦ୍ୟମରେ ପ୍ରଶମିତ ହୋଇଥାଏ। ସମସ୍ୟାର ଯେଉଁ ରୂପ ହେଉନା କାହିଁକି, ଏହାର ପ୍ରଭାବ ଯେତେ ସ୍ଵଦୂରପ୍ରସାରୀ ହେଉନା କାହିଁକି ଏହି ସମସ୍ୟାଗୁଡିକର ବୈଜ୍ଞାନିକ ଅନ୍ଵେଷଣ ଦ୍ଵାରା ଏଗୁଡିକର କାରଣ ଓ ଫଳାଫଳ ମଧ୍ୟରେ ବୈଜ୍ଞାନିକ ସମ୍ବନ୍ଧ ସ୍ଥାପନ କରିବା ସହିତ ବିଘଟିତ ସମାଜଗୁଡିକ କିପରି ପୁର୍ନଗଠିତ କରାଯାଇପାରିବ ତା’ର ପଥ ପ୍ରଦର୍ଶନ କରିଥା’ନ୍ତି।

(୮) ସମାଜ ସଂସ୍କାର ପାଇଁ ଯୋଜନାମାନ ପ୍ରସ୍ତୁତ କରିବାରେ ସମାଜବିଜ୍ଞାନ ମଧ୍ୟ ସାହାଯ୍ୟ କରିଥାଏ। ସମାଜକୁ ପୁନର୍ଗଠନ କରିବାକୁ ହେଉ ବା ସାମାଜିକ ବିକାଶର ଗତିକୁ ତ୍ବରାନ୍ବିତ କରିବାକୁ ହେଉ ପ୍ରତ୍ୟେକ କ୍ଷେତ୍ରରେ ଏକ ସୁଚିନ୍ତିତ ଯୋଜନାର ଆବଶ୍ୟକତା ପଡ଼ିଥାଏ। ଏହି ଯୋଜନା ପ୍ରସ୍ତୁତକାରୀ ଯଦି ସମାଜର ସମସ୍ତ ପକ୍ଷରୁ ବିଚାରକୁ ନେଇ ପକ୍ଷୀକ ଭିତ୍ତିରେ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହାଁନ୍ତି। ତା’ର ସୁଦୂରପ୍ରସାରୀ ପ୍ରଭାବ କ’ଣ ହୋଇପାରେ ତା’ର ଭବିଷ୍ୟତବାଣୀ କରିବାରେ ସମାଜବିଜ୍ଞାନର ଉପାଦେୟତାକୁ ଏଡାଇ ଦିଆଯାଇ ନ ପାରେ। ସେଥ‌ିପାଇଁ ସମ୍ଭବତଃ ସମସ୍ତ ବିକାଶଶୀଳ ସମାଜଗୁଡ଼ିକ ସେମାନଙ୍କର ସାମାଜିକ ଯୋଜନା ପ୍ରସ୍ତୁତି ସମୟରେ ଆଜିକାଲି ବହୁଳ ଭାବରେ ସମାଜବିଜ୍ଞାନୀମାନଙ୍କର ସାହାଯ୍ୟ ଭିକ୍ଷା କରୁଛନ୍ତି।

(୯) ସମାଜବିଜ୍ଞାନ ଅପରାଧ ଓ ଅପରାଧୀମାନଙ୍କ ପ୍ରତି ମାନବର ପ୍ରଚଳିତ ହୋଇ ଆସୁଥିବା ଅଭିରୁଚିରେ ପରିବର୍ତ୍ତନ ଆଣିଛି। ପ୍ରାୟତଃ ପ୍ରତ୍ୟେକ ସମାଜରେ ଅପରାଧୀମାନଙ୍କୁ ଘୃଣ୍ୟ ଦୃଷ୍ଟିରେ ଦେଖାଯାଇଥାଏ। ପ୍ରତ୍ୟେକ ଧର୍ମ ସେମାନଙ୍କୁ ଈଶ୍ବରଙ୍କର ସୃଷ୍ଟି ବୋଲି ବିଚାର କରିଥାଏ। ସମାଜର ଦୃଷ୍ଟିକୋଣର ସେମାନେ ଲାଞ୍ଛିତ ତଥା ଅନେକ ପ୍ରକାରର ତାଡ଼ନାର ଶିକାର ହୋଇଥା’ନ୍ତି। ମାତ୍ର ମାନବର ଏହି ମନୋବୃତ୍ତିରେ ସମାଜବିଜ୍ଞାନ ଅନେକ ପରିବର୍ତ୍ତନ ଆଣିପାରିଛି। ସମାଜବିଜ୍ଞାନୀମାନେ ବୈଜ୍ଞାନିକ ଅଧ୍ୟୟନ ଦ୍ଵାରା ପ୍ରମାଣ କରିଚାଲିଛନ୍ତି ଯେ, ଅପରାଧୀମାନେ ଈଶ୍ବର କୋପ ଦୃଷ୍ଟିରୁ ବା ତାଙ୍କଦ୍ଵାରା ଦଣ୍ଡିତ ବ୍ୟକ୍ତି ନୁହଁନ୍ତି। ବରଂ ସେମାନେ କେତେକ ମାନସିକ ଓ ସାମାଜିକ ପରିସ୍ଥିତିର ଶିକାର ହୋଇ ଏଭଳି କାର୍ଯ୍ୟକଳାପରେ ଲିପ୍ତ ହେଉଛନ୍ତି। ଯଦି ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ପରିବେଶ ମଧ୍ୟରେ ରଖାଯାଏ, ତେବେ ସେମାନେ ମଧ୍ୟ ଅପରାଧ ପ୍ରବଣତାରୁ ଦୂରେଇ ସାଧାରଣ ମାନବ ଭଳି ଜୀବନଯାପନ କରିପାରିବେ।

(୧୦) ପାଠ୍ୟ ବିଷୟଗୁଡ଼ିକ ମଧ୍ୟରେ ସମାଜବିଜ୍ଞାନର ଆଦର ଆଜିକାଲି ବଢ଼ିବାରେ ଲାଗିଛି। ବିଶ୍ୱର ପ୍ରାୟ ସମସ୍ତ ରାଷ୍ଟ୍ରରେ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ସ୍ତରରେ ସମାଜବିଜ୍ଞାନ ପାଠ୍ୟଖସଡ଼ା ମଧ୍ଯରେ ସ୍ଥାନ ପାଇଅଛି। ଚିକିତ୍ସା, କାରିଗରୀ ବ୍ୟବସାୟ ଶିଳ୍ପ, ନଗର ଉନ୍ନୟନ ଯୋଜନା ଇତ୍ୟାଦି କ୍ଷେତ୍ରରେ ସମାଜବିଜ୍ଞାନର ଉପଯୋଗିତାକୁ ଉପଲବ୍ଧ କରି ଉକ୍ତ କ୍ଷେତ୍ର ସହିତ ସମ୍ବନ୍ଧିତ ପାଠ୍ୟକ୍ରମରେ ମଧ୍ଯ ସମାଜବିଜ୍ଞାନର ବିଷୟବସ୍ତୁକୁ ସ୍ଥାନ ଦିଆଯାଉଅଛି। ସେହିପରି ପ୍ରଶାସନ ଓ ପରିଚାଳନା ଆଦି କାର୍ଯ୍ୟରେ ନିଯୁକ୍ତି ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେବା ସମୟରେ ସମାଜବିଜ୍ଞାନ ସମ୍ବନ୍ଧୀୟ ଧାରଣ ପ୍ରଦାନ କରାଯାଇଅଛି।

(୧୧) ସମାଜବିଜ୍ଞାନରେ ଉପାଧ୍ଧଧାରୀମାନେ ବୃତ୍ତିଗତ କ୍ଷେତ୍ରରେ ଅନେକ ସୁବିଧାସୁଯୋଗ ପାଇଁ ପାରୁଛନ୍ତି। ଶିଳ୍ପାନୁଷ୍ଠାନ ଓ ସରକାରୀ ସ୍ତରରେ ଶ୍ରମକଲ୍ୟାଣ ଅଧିକାରୀ, ମାନବ ସମ୍ବଳ ଅଧ୍ବକାରୀ ଓ ବ୍ୟକ୍ତିଗତ ଅଧିକାରୀ, ସୁରକ୍ଷା କ୍ଷେତ୍ରରେ କର୍ମନିୟୋଜନ ଅଧୁକାରୀ, ସମାଜ କଲ୍ୟାଣ କ୍ଷେତ୍ରରେ ସମାଜ କଲ୍ୟାଣ ଅଧିକାରୀ, ଯୁଦ୍ଧ କଲ୍ୟାଣ ଅଧିକାରୀ, ପଲ୍ଲୀ ଉନ୍ନୟନ ଅଧିକାରୀ, ଶିଶୁ କଲ୍ୟାଣ ଅଧିକାରୀ, ହରିଜନ କଲ୍ୟାଣ ଅଧିକାରୀ ଓ ଆଦିବାସୀ କଲ୍ୟାଣ ଅଧିକାରୀ, ସାମାଜିକ ଶିକ୍ଷା ଓ ପୌଢ଼ଶିକ୍ଷା କ୍ଷେତ୍ରରେ ସାମାଜିକ ଶିକ୍ଷା ଅଧ୍ବକାରୀ ଓ ପ୍ରୌଢ଼ ଶିକ୍ଷା ଅଧିକାରୀ, ବିଧବା କଲ୍ୟାଣ କ୍ଷେତ୍ରରେ ସାମାଜିକ ଶିକ୍ଷା ଅଧିକାରୀ ଓ ପ୍ରୌଢ଼ଶିକ୍ଷା ଅଧୂକାରୀ, ବିଧବା କଲ୍ୟାଣ କ୍ଷେତ୍ରରେ ନାରୀ ନିକେତନରେ ଅଧୀକ୍ଷକ।

ପରିବାର ନିୟୋଜକ କ୍ଷେତ୍ରରେ ସାମାଜିକ କର୍ମକର୍ତ୍ତା ବା ଗବେଷକ। ଅପରାଧୂମାନଙ୍କର ସୁଧାର କ୍ଷେତ୍ରରେ ପରିବୀକ୍ଷା ଅଧିକାରୀ, ବାଲ୍ୟ ଅପରାଧୂ ଗୃହ ଓ ସୁଧାର ବିଦ୍ୟାଳୟମାନଙ୍କର ଅଧୀକ୍ଷକ ଆଦି ଅନେକ ଚାକିରି କେବଳ ସମାଜବିଜ୍ଞାନରେ ଉପାଧ୍ ଲାଭ କରିଥିବା ବ୍ୟକ୍ତିମାନଙ୍କୁ ଅଧିକ ସୁଯୋଗ ଦିଆଯାଉଅଛି। ସମାଜବିଜ୍ଞାନର ମହତ୍ଵକୁ ସ୍ପଷ୍ଟ କରିବାକୁ ଯାଇ ପ୍ରଫେସର ଗୀଡ଼ିଙ୍ଗସ୍‌ ଯଥାର୍ଥରେ ଲେଖୁଛନ୍ତି “ ଆମ୍ଭେ ଆମ୍ଭର ଉପସ୍ଥିତ ବସ୍ତୁକୁ କିପରି ପାଇବା ତାହା ଅର୍ଥଶାସ୍ତ୍ର ସୂଚାଇ ଦେଉଥ‌ିବାବେଳେ ଆମ୍ଭେ କ’ଣ ହେବାକୁ ଚାହୁଁଛେ ତାହା କିପରି ହେବ, ଏହା ସମାଜବିଜ୍ଞାନ ସୂଚାଇଥାଏ। ବାସ୍ତବରେ ସଜବିଜ୍ଞାନର ଉଭୟ ବ୍ୟକ୍ତି ଓ ସାମାଜିକ ଦୃଷ୍ଟିକୋଣର ମହତ୍ତ୍ଵପୂର୍ଣ୍ଣ। ଏଣୁ ଆଜିର ସମାଜରେ ସମାଜବିଜ୍ଞାନର ମହତ୍ତ୍ଵ କେବଳ ଏହା, ସମ୍ବନ୍ଧିତ ଜ୍ଞାନର ଆହରଣରେ ଯଥାର୍ଥ ହେବ ନାହିଁ। ବରଂ ଏହି ଜ୍ଞାନର ଯଥାର୍ଥ ସଦ୍‌ଉପଯୋଗ ହିଁ ସମାଜବିଜ୍ଞାନର ବାସ୍ତବ ମହତ୍ତ୍ଵ।

Question ୪।
ସମାଜ ବିଜ୍ଞାନର ସଂଜ୍ଞା ପ୍ରଦାନ କରି ଏହାର ପରିସର ଆଲୋଚନା କର।
Answer:
ଫ୍ରାନ୍ସ ସମାଜର ବିପ୍ଳବ ପରବର୍ତ୍ତୀ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା। ସାମାଜିକ ବ୍ୟବସ୍ଥା କ୍ରମେ ଅବନତି ହେଉଥିଲା। ଏହି ସମୟରେ ଫ୍ରାନ୍ସର ଦାର୍ଶନିକ ଅଗଷ୍ଟକମ୍‌ ସମାଜର ଏହି ଅବ୍ୟବସ୍ଥାକୁ ଲକ୍ଷ୍ୟ କରି ଏହା କିପରି ଠିକ୍ ହୋଇପାରିବ ସେ ସମ୍ପର୍କରେ ଚିନ୍ତା କଲେ ଏବଂ ଏକ ନୂତନ ବିଜ୍ଞାନର ସନ୍ଧାନରେ ରହିଲେ। ସମାଜକୁ ସଂପୂର୍ଣ୍ଣ ଭାବରେ ଅଧ୍ୟୟନ କରି ଏହାର ସମସ୍ୟା ସମାଧାନ କରିପାରୁଥିବା ଏହି ବିଜ୍ଞାନଟିର ନାମକରଣ ପ୍ରଥମେ ସେ ସାମାଜିକ ପଦାର୍ଥ ବିଜ୍ଞାନ ରଖୁଥିଲେ। ମାତ୍ର ପରେ ୧୮୩୯ ମସିହାରେ ସେ ଏହାର ନାମ ପରିବର୍ତ୍ତନ କରି ସମାଜବିଜ୍ଞାନର ରଖୁଲେ। ଏଥ‌ିପାଇଁ ଅଗଷ୍ଟ କମ୍‌ଙ୍କୁ ସମାଜବିଜ୍ଞାନର ଜନକ କୁହାଯାଇଥାଏ। ସେ ସମାଜବିଜ୍ଞାନୀମାନଙ୍କ ମଧ୍ୟରେ ଦାର୍ଶନିକ ଓ ଦାର୍ଶନିକମାନଙ୍କ ମଧ୍ୟରେ ବିଜ୍ଞାନୀଭାବରେ ପରିଚିତ ହୋଇଥାଆନ୍ତି।

ସମାଜବିଜ୍ଞାନ ଦୁଇଟି ଶବ୍ଦର ସମ୍ମିଶ୍ରଣରେ ଗଠିତ। ତାହା ହେଲା ଲାଟିନ ଶବ୍ଦ ‘ସୋସିଅସ’ ବା ସୋସାଇଟସ୍ ଅର୍ଥାତ୍ ସମାଜ ଏବଂ ଗ୍ରୀକ୍ ଶବ୍ଦ ଲୋଗସ୍ ଅର୍ଥବିଜ୍ଞାନ ବା ଅଧ୍ୟୟନ। ତେଣୁ ସମାଜବିଜ୍ଞାନ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି ସମାଜ ସମ୍ବନ୍ଧୀୟ ବିଜ୍ଞାନ ବା ସମାଜ ସମ୍ବନ୍ଧୀୟ ଅଧ୍ୟୟନ।
ସମାଜବିଜ୍ଞାନୀନେ ସମାଜବିଜ୍ଞାନ ସମ୍ବନ୍ଧରେ ସଂଜ୍ଞା ପ୍ରଦାନ କରିଅଛନ୍ତି। େଥ୍ ମଧ୍ୟରୁ କେତୋଟି ମୁଖ୍ୟ ସଂଜ୍ଞା ହେଲା ଭିଲିନ୍ ଏବଂ ଗିଲିନ୍‌ଙ୍କ ମତରେ, “ସଂଘବଦ୍ଧ ଜୀବନଯାପନ କରୁଥିବା ଜୀବମାନଙ୍କର ପାରସ୍ପରିକ କ୍ରିୟାର ଅଧ୍ୟୟନକୁ ସମାଜବିଜ୍ଞାନ କୁହାଯାଏ। ”

ଅଗଷ୍ଟକମ୍‌ କହନ୍ତି, “ସମାଜବିଜ୍ଞାନ ହେଉଛି ସମାଜ ସଂପର୍କୀୟ ବିଜ୍ଞାନ ଯାହା କେତେକ ପ୍ରାକୃତିକ ଏବଂ ପରିବର୍ଭନୀୟ ନିୟମକୁ ଆଖୁ ଆଗରେ ରଖ୍ ତା’ର ଅନୁସନ୍ଧାନ ଆରମ୍ଭ କରିଥାଏ। ” ମାକ୍ ଆଇଭର ଏବଂ ପେଜଙ୍କ ମତରେ, “ସମାଳବିଜ୍ଞାନ ସାମାଜିକ ସମ୍ପର୍କ ସମ୍ବନ୍ଧରେ ଅଧ୍ୟୟନ କରିଥାଏ । ଯେଉଁ ଜାଲ ଭଳି ବୁଣା ହୋଇଥିବା ସାମାଜିକ ସମ୍ପର୍କକୁ ସମାଜ କୁହାଯାଏ ।” ମାକ୍‌ସୱେବରଙ୍କ ମତରେ, “ ସମାଜବିଜ୍ଞାନ ଏକ ବିଜ୍ଞାନ ଅଟେ ଯାହାକି ସାମାଜିକ ଜୀବନ୍ତ ବ୍ୟାଖ୍ୟାତ୍ମକ ବୋଧଗମ୍ୟତା ପାଇଁ ଚେଷ୍ଟା କରିଥାଏ। ମୋରିସ୍ ଜିନିସ୍‌ବର୍ଗଙ୍କ ମତରେ, “ ମାନବିକ ପାରସ୍ପରିକ କ୍ରିୟା ଏବଂ ପାରସ୍ପରିକ ସମ୍ପର୍କ ସେଗୁଡ଼ିକର ଅବସ୍ଥା ଏବଂ ଫଳାଫଳର ଅଧ୍ୟୟନକୁ ସମାଜବିଜ୍ଞାନ କୁହାଯାଏ ।”

ସମାଜବିଜ୍ଞାନର ପରିସର:
ବିଷୟବସ୍ତୁ ବା ପରିସର କହିଲେ ଗୋଟିଏ ବିଷୟର ଅନୁସନ୍ଧାନ ଏବଂ ଅନୁଶୀଳନର ବିଷୟ କ’ଣ ହେବା ଉଚିତ୍ ତାକୁ ହିଁ ବୁଝାଇଥାଏ। ପ୍ରତ୍ୟେକ ବିଜ୍ଞାନର ନିର୍ଦ୍ଦିଷ୍ଟ ପରିସୀମା ରହିଛି। କିନ୍ତୁ ସମାଜବିଜ୍ଞାନର ପରିସୀମା ସଂପର୍କରେ ସମାଜବିତ୍‌ମାନେ ଭିନ୍ନ ଭିନ୍ନ ମତପୋଷଣ କରିଅଛନ୍ତି। ସମାଜଶାସ୍ତ୍ରର ପରିସର ଓ ବିଷୟବସ୍ତୁ ନିର୍ଣ୍ଣୟକୁ କେନ୍ଦ୍ର କରି ସମାଜବିତମାନେ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ପ୍ରଥମ ମତବାଦ ଅନୁସାରେ ସମାଜଶାସ୍ତ୍ର ଏକ ନିର୍ଦ୍ଦିଷ୍ଟ ବିଜ୍ଞାନ ଓ ଏହାର ପରିସର ସୀମିତ। ଦ୍ଵିତୀୟ ମତବାଦ ଅନୁସାରେ ସମାଜଶାସ୍ତ୍ର ଏକ ସାଧାରଣ ବିଜ୍ଞାନ ଓ ଏହର ପରିସର ଅତ୍ୟନ୍ତ ବ୍ୟାପକ। ସେ ମତବାଦ ଦୁଇଟି ହେଲା: (୧) ସ୍ଵାତନ୍ତ୍ର ମତବାଦ, (୨) ସାଂଶ୍ଲେଷିକ ମତବାଦ।

(କ) ସ୍ଵାତନ୍ତ୍ର୍ୟ ମତବାଦ ବା ଆକୃତିଗତ ମତବାଦ: ସ୍ଵାତନ୍ତ୍ର୍ୟ ମତବାଦୀମାନଙ୍କ ମତରେ ସମାଜଶାସ୍ତ୍ରର ପରିସର ସୀମିତ ଅଟେ। ସମାଜଶାସ୍ତ୍ର ଏକ ସ୍ଵତନ୍ତ୍ର ତଥା ନିର୍ଦ୍ଦିଷ୍ଟ ବିଜ୍ଞାନ, ଯାହାକି କେବଳ ସାମାଜିକ ସମ୍ପର୍କରେ ବିଭିନ୍ନ ଆକୃତିକୁ ହିଁ ଅଧ୍ୟୟନ ଅଟେ। ସ୍ଵତନ୍ତ୍ର ମତବାଦର ମୁଖ୍ୟ ପୃଷ୍ଠପୋଷକମାନେ ହେଲେ – ଜର୍ଜ ସିଟେଲ ସ୍ମୟ, ଭିରକଣ୍ଡାଟ୍, ମାକ୍ସ ୱେବର, ଉନୱାଇଜ ଏବଂ ଫଡ଼ିନାଣ୍ଡଟନିସ୍। ଏହି ମତବାଦୀମାନେ ସମାଜବିଜ୍ଞାନକୁ ଏକ ସ୍ଵତନ୍ତ୍ର ଓ ନିରପେକ୍ଷ ବିଜ୍ଞାନଭାବେ ବିଚାର କରିଥାଆନ୍ତି। ସମାଜବିଜ୍ଞାନ ଏକ ନିର୍ଦ୍ଦିଷ୍ଟ ରୂପ ଦେଇ ଅନ୍ୟାନ୍ୟ ସମାଜବିଜ୍ଞାନଠାରୁ ଏହାକୁ ପୃଥକ୍ କରିବା ହେଉଛି ସ୍ଵାତନ୍ତ୍ର୍ୟ ମତବାଦୀମାନଙ୍କର ଆଭିମୁଖ୍ୟ।

(୧) ଜର୍ଜ ସିଷେଲ : ଜର୍ମାନୀ ସମାଜବିତ୍ ଜର୍ଜ ସିମେଲ ମତାନୁସାରେ ସମାଜଶାସ୍ତ୍ର ସକଳ ପ୍ରକାର ସାମାଜିକ ସମ୍ପର୍କକୁ ବର୍ଣ୍ଣନା, ବିଭାଜନ ଓଁ ବିଶ୍ଳେଷଣ ଦ୍ଵାରା ଉପସ୍ଥାପନ କରେ। ତାଙ୍କ ମତରେ ସମାଜଶାସ୍ତ୍ର ମନୁଷ୍ୟର ପ୍ରକୃତ ବ୍ୟବହାର ପରିବର୍ତ୍ତେ ସେମାନଙ୍କର ଆକୃତିଗତ ବ୍ୟବହର ଅଧ୍ୟୟନ କ୍ଷେତ୍ରରେ, ସୀମିତ ରହିବା ଆବଶ୍ୟକ। ତାଙ୍କ ମତରେ ପ୍ରତିଯୋଗିତା, ବଶ୍ୟତା, ପ୍ରଭୂତ୍ଵ, ସାମାଜିକୀକରଣ ଏବଂ ଶ୍ରମବିଭାଜନ ପ୍ରଭୃତି ହେଉଛି ସାମାଜିକ ସଂପର୍କର ମୁଖ୍ୟ ଆକୃତି। ସମାଜବିଜ୍ଞାନର ମୁଖ୍ୟ କାର୍ଯ୍ୟ ହେଲା ସେଗୁଡ଼ିକୁ ପରିସ୍କରଠାରୁ ପୃଥକ୍ କରି ଅଧ୍ୟୟନ ଏବଂ ଅନୁଶୀଳନ କରିବା।

(୨) ସ୍ଵଲ୍ : ସ୍କଲ୍‌ଙ୍କ ମତରେ ସମାଜଶାସ୍ତ୍ରରେ ସମାଜର ପ୍ରତ୍ୟେକ କାର୍ଯ୍ୟକଳାପକୁ ଅଧ୍ୟୟନ କରେ ନାହିଁ। ଏହାର କେବଳ ସମ୍ପର୍କ, ବ୍ୟବହାର ଏବଂ କ୍ରିୟାକଳାପର ଅନୁବଂଶିକ ଆକୃତିକୁ ଅଧ୍ୟୟନ କରିଥାଏ। ପ୍ରତ୍ୟେକ ବିଜ୍ଞାନର ନିର୍ଦ୍ଦିଷ୍ଟ ପରିସୀମା ପରି ଏହାର ପରିସୀମା ରହିଛି।

(୩) ଭିକାଣ୍ଡ : ତାଙ୍କ ମତରେ ସମାଜଶାସ୍ତ୍ର ଏକ ସାମାଜିକ ବିଜ୍ଞାନ। ସମାଜଶାସ୍ତ୍ର ସେହି ପ୍ରକାର ମନସ୍ତାତ୍ତତ୍ତିକ ସମ୍ପର୍କର ବିଚାର କରେ ଯାହା ସମାଜର ମନୁଷ୍ୟମାନଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ଦେଇପାରେ। ତାଙ୍କ ମତରେ ପ୍ରେମ, ଘୃଣା, ପ୍ରତିଯୋଗିତା, ସହଯୋଗିତା ସୂତ୍ରରେ ବାନ୍ଧି ଦେଇପାରେ। ତାଙ୍କ ମତରେ ପ୍ରେମ, ଘୃଣା, ପ୍ରତିଯୋଗିତା ଓ ସହଯୋଗିତା ପ୍ରଭୃତି ସମ୍ପର୍କରେ ଚରମ ଆକୃତିର ଅଧ୍ୟୟନ ସମାଜଶାସ୍ତ୍ରର ବିଷୟବସ୍ତୁ ହେବା ଉଚିତ। ଅତଏବ ସମାଜଶାସ୍ତ୍ରର ପରିସର ମନସ୍ତାତ୍ତ୍ଵିକ ସମ୍ପର୍କଗୁଡ଼ିକୁ ଅଧନ କରିବା ଉଚିତ, ଯାହା ଫଳରେ ବ୍ୟକ୍ତି ସମୂହ ସହିତ ପରିଚିତ ହୋଇଥାଏ।

(୪) ମ୍ୟାକସ୍ ୱେବର : ଜର୍ମାନ ସମାଜତତ୍ତ୍ୱବିତ୍ ମ୍ୟାକ୍‌ସ୍ ୱେବର କହନ୍ତି, “ସାମାଜିକ ବ୍ୟବହାରକୁ ବ୍ୟାଖ୍ୟା କରିବା ଏବଂ ଠିକ୍ ଭାବେ ବୁଝିବା ସମାଜ ଶାସ୍ତ୍ରର ପରିସରଭୁକ୍ତ।” ତାଙ୍କ ମତରେ ସାମାଜିକ ବ୍ୟବହାର ମାନସିକ ସମ୍ପର୍କରେ ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରି ନ ଥାଏ। ସେହିପରି ମାନସିକ ସମ୍ପର୍କ ସାମାଜିକ ନୁହେଁ। ଏହା ଅନ୍ୟମାନଙ୍କର ସମ୍ପର୍କ ସହ ସଂପୃକ୍ତ ଏବଂ ସେମାନଙ୍କ ଦ୍ଵାରା ନିଦ୍ଧାରିତ।

(୫) ଉନ୍‌ଇଜ୍ : ତାଙ୍କ ମତରେ ସାମାଜିକ ବିଜ୍ଞାନ ସାମାଜିକ ସମ୍ପର୍କ ଆକୃତିକୁ ଅଧ୍ୟୟନ କରିବା ଉଚିତ ସେ ଏହି ସାମାଜିକ ସଂପର୍କକୁ ବିଭିନ୍ନ ପ୍ରକାରରେ ବିଭକ୍ତ କରିଛନ୍ତି।

(୬) ଫର୍ଜିନାଣ୍ଡ ଟିନସ୍‌ : ଟନିସ୍‌ଙ୍କ ମତରେ ସାମାଜିକ ବିଜ୍ଞାନ ଏକ ସ୍ଵାଧୀନ ଏବଂ ବିଶୁଦ୍ଧ ସାମାଜିକ ବିଜ୍ଞାନ ! ସେ ସାମାଜିକ ସମ୍ପର୍କର ଆକୃତିକୁ ଭିତ୍ତି କରି ସମାଜ ଓ ସମ୍ପ୍ରଦାୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି ଏବଂ ଏହି ଦୁଇ ପ୍ରକାର ସାମାଜିକ ସମ୍ପର୍କକୁ ନେଇ ସମାଜ ଗଠିତ ବୋଲି ସେ ମତପୋଷଣ କରିଛନ୍ତି।

ସମାଲୋଚନା :
(୧) ସ୍ଵାତନ୍ତ୍ର୍ୟ ମତବାଦ ସାମାଜିକ ବିଜ୍ଞାନର ପରିସରକୁ ଅତ୍ୟନ୍ତ ସଂକୀର୍ଣ୍ଣ କରିଦେଇଛି। ସମାଜଶାସ୍ତ୍ର କେବଳ ସାମାଜଢି ସଂପର୍କର ଆକୃତିକ ଅଧ୍ୟୟନ କରିବା ଉଚିତ ନୁହେଁ।

(୨) ଏହି ମତବାଦ ମୂର୍ଖ ଏହି ମତବାଦ ମୂର୍ଖ ସମ୍ପର୍କକୁ ଅମୂର୍ଖ ସଂପର୍କଠାରୁ ଅଲଗା କରି ପାଠକରି ସାମାଜିକ ବିଜ୍ଞାନ ପରିସରକୁ କ୍ଷୁଦ୍ର କରିଦିଏ।

(୩) ବିଶୁଦ୍ଧ ଏବଂ ସ୍ଵାଧୀନ ସମାଜଶାସ୍ତ୍ର କଳ୍ପନା ଅସମ୍ଭବ ଅଟେ। କୌଣସି ସମାଜବିତ୍ ଏହା କରିବାରେ ଏ ପର୍ଯ୍ୟନ୍ତ ସକ୍ଷମ ହୋଇନାହାନ୍ତି।

(୪) ସମାଜଶାସ୍ତ୍ର କେବଳ ସଂପର୍କ ଓ ଏହାର ବିଭିନ୍ନ ଆକୃତିକୁ ଅଧ୍ୟୟନ କରେ ତାହା ନୁହେଁ। ରାଜନୀତିବିଜ୍ଞାନ, ମନସ୍ତତ୍ତ୍ଵ ଏବଂ ଆନ୍ତର୍ଜାତୀୟ ଆଇନ୍ ଆଦି ଅନେକ ସାମାଜିକ ବିଜ୍ଞାନ ମଧ୍ୟ ସାମାଜିକ ସମ୍ପର୍କକୁ ଅୟନ କରିଥା’ନ୍ତି।

(ଖ) ସାଂଶ୍ଳେଷିକ ମତବାଦ : ସାଂଶ୍ଳେଷିକ ମତବାଦ ଅନୁସାରେ ସମାଜ ଶାସ୍ତ୍ର ହେଉଛି ସାମାଜିକ ବିଜ୍ଞାନର ସଂଶ୍ଳେଷଣ। ଏହି ସବୁ ପ୍ରକାର ବିଜ୍ଞାନର ଏକ ମିଶ୍ରଣଫଳ। ଏହା ଏକ ସ୍ଵତନ୍ତ୍ର ବା ସ୍ଵାଧୀନ ବିଜ୍ଞାନ ନୁହେଁ। ଏହା ଏକ ସାଧାରଣ ବିଜ୍ଞାନ। ଏହି ମତବାଦର ମୁଖ୍ୟ ପ୍ରବକ୍ତାମାନେ ହେଲେ ଇମାଇଲ୍ ଦୁର୍ଖମ୍। ଏଲ.ଟି. ହହାଉସ୍, ପି.ଏ. ସରୋକିନ୍ ଏବଂ ମୋରିସ୍ ଜିନିସ୍‌ବର୍ଗ ଆଦିଙ୍କ ମତରେ ସମାଜଶାସ୍ତ୍ର ଏକ ନିର୍ଦ୍ଦିଷ୍ଟ ସାମାଜିକ ବିଜ୍ଞାନ ନୁହେଁ। ଏହା ସମାଜକୁ ସାଧାରଣଭାବେ ଅଧିନ କରେ। ତେଣୁ ସମାଜଶାସ୍ତ୍ର ପରିସର ଅତି ବ୍ୟାପକ ଓ ବିସ୍ତୃତ। ସମସ୍ତ ସାମାଜିକ ବିଜ୍ଞାନ ସମାଜଶାସ୍ତ୍ରର ପରିସରଭୁକ୍ତ ଅଟନ୍ତି।

(୧) ଇମାଇଲ୍ ଦୁର୍ଖମ୍ : ଫରାସୀ ସମାଜବିଜ୍ଞାନବିତ୍ ଇମାଇଲ୍ ଦୁର୍ଗମ ସମାଜ ବିଜ୍ଞାନକୁ ତିନି ଭାଗରେ ବିଭକ୍ତ କରିଅଛନ୍ତି। ସେଗୁଡ଼ିକ ହେଲା : (୧) ସାମାଜିକ ରୂପତତ୍ତ୍ଵ, (୨) ସାମାଜିକ ଜୀବତତ୍ତ୍ଵ ଓ (୩) ସାଧାରଣ ସାମାଜିକ ବିଜ୍ଞାନ। ସାମାଜିକ ଘଟଣା ଓ କ୍ରିୟାକଳାପରେ ସାଧାରଣ ନିୟମଗୁଡ଼ିକୁ ଅନୁଧ୍ୟାନ କରିବା ହେଉଛି ଏହାର କାର୍ଯ୍ୟ।

(୨) ଏଲ୍. ଟି ହହାଉସ୍ : ଇଂରେଜ ସମାଜତତ୍ତ୍ୱବିତ୍ ଏଲ୍.ଟି. ହବହାଉସ୍‌ଙ୍କ ମତରେ ହେଉଛି ବିଭିନ୍ନ ସାମାଜିକ ବିଜ୍ଞାନର ସଂଶ୍ଳେଷଣ ଜୀବନର ସମସ୍ତ ଦିଗଗୁଡ଼ିକ ସହ ସଂପୃକ୍ତ ।”

(୩) ପି. ଏ ସରୋକିନ୍ : ପି. ଏ. ସରୋକିନ୍‌ଙ୍କ ମତ ଅନୁସାରେ “ ସମାଜଶାସ୍ତ୍ର ବିଭିନ୍ନ ପ୍ରକାରର ସାମାଜିକ ସମ୍ପର୍କ ବିଚାର ଓ ଅନୁଶୀଳନ କରୁଥିବାରୁ ତାକୁ ସ୍ଵତନ୍ତ୍ରଭାବେ ଏକ ବିଜ୍ଞାନ କହିହେବ ନାହିଁ । ସମାଜଶାସ୍ତ୍ର ସାମାଜିକ ଘଟଣାର ବିଭିନ୍ନ ବିଭାଗଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧ୍ୟୟନ କରିଥାଏ ।”

(୪) ମୋରିସ୍ ଜିନିସ୍‌ବର୍ଗ : ଜିନିସ୍‌ବର୍ଗଙ୍କ ମତରେ ସମାଜ ବିଜ୍ଞାନ ମନୁଷ୍ୟ ସହ ସମାଜର ବିଭିନ୍ନ ପ୍ରକାର ସମ୍ପର୍କକୁ ବିଶ୍ଳେଷଣ କରେ। ଏହି ସମ୍ପର୍କ ସାଧାରଣତଃ ତିନି ପ୍ରକାରର। ସମାଜଶାସ୍ତ୍ର ସାମାଜିକ ରୂପତତ୍ତ୍ଵ, ସାମାଜିକ ନିୟନ୍ତ୍ରଣ, ସାମାଜିକ ପ୍ରକ୍ରିୟା ଏବଂ ସାମାଜିକ ବ୍ୟାଧୁତତ୍ତ୍ଵ ପ୍ରଭୃତିକୁ ଅନ୍ତର୍ଭୁକ୍ତ କରିଥାଏ।

(୫) କାର୍ଲମାନ୍‌ଭାଇସ୍‌ଙ୍କ ମତ କାର୍ଲମାନ୍‌ଭାଇସ୍ ସମାଜଶାସ୍ତ୍ରକୁ ଦୁଇଟି ମୁଖ୍ୟ ଶାଖାରେ ବିଭିକ୍ତ କରିଅଛନ୍ତି। ତାହା ହେଲା ସାଧାରଣ ସମାଜଶାସ୍ତ୍ର ଓ ଐତିହାସିକ ସମାଜଶାସ୍ତ୍ର। ତାଙ୍କ ମତରେ “ ସାଧାରଣ ସମାଜଶାସ୍ତ୍ର ସମାଜରେ ମନଷ୍ୟମାନଙ୍କର ଏକତ୍ର ସହାବସ୍ଥାନର ମୁଖ୍ୟ କାରଣଗୁଡ଼ିକ ବିଶ୍ଳେଷଣ କରିଥାଏ।

ସାଂଶ୍ଲେଷିକ ମତବାଦ ସାମାଜିକ ବିଜ୍ଞାନର ଏକ ବ୍ୟାପକ ରୂପ ହୋଇଥିବାରୁ ଏହା ବେଶ୍ ଆଦୃତ ଅଟେ। ଏ ଦୁଇଟି ମତବାଦକୁ ଅଧ୍ୟୟନ କଲେ ଜଣାଯାଏ ସେ ସମାଜ ଶାସ୍ତ୍ରର ପରିସର ଅତ୍ୟନ୍ତ ବ୍ୟାପକ ଅଟେ। ଏହା ଉଭୟ ସାଧାରଣ ଓ ସ୍ଵତନ୍ତ୍ର ବିଜ୍ଞାନ ଭାବରେ ପରିଚିତ ଅଟେ ଏବଂ ଉଭୟ ଚିନ୍ତାଧାରା ଅନ୍ତର୍ଭୁକ୍ତ କରିଥାଏ। ଅନ୍ୟାନ୍ୟ ସାମାଜିକ ବିଜ୍ଞାନ ପରି ସମାଜ ହେଉଛି ସମାଜଶାସ୍ତ୍ରର କେନ୍ଦ୍ରବିନ୍ଦୁ। ଅନ୍ୟାନ୍ୟ ବିଜ୍ଞାନ ସମାଜର ଏକ ନିର୍ଦ୍ଦିଷ୍ଟ ଦିଗକୁ ଅଧ୍ୟୟନ କରୁଥିବାବେଳେ ସମାଜଶାସ୍ତ୍ର ସାମାଜିକ ସମ୍ପର୍କକୁ ଅଧ୍ୟୟନ କରିବା ସହିତ ତା’ର ସମସ୍ତ ଦିଗକୁ ଅଧ୍ୟୟନ କରିଥାଏ। ତେଣୁ ସମାଜଶାସ୍ତ୍ରର ପରିସର କଦାପି ସଂକୀର୍ଣ୍ଣ ହୋଇ ନ ପାରେ। ଏକ କ୍ରମବର୍ଦ୍ଧିଷ୍ଣୁ ସାମାଜିକ ବିଜ୍ଞାନ ହିସାବରେ ଏହାର ପରିସର ଅତ୍ୟନ୍ତ ବ୍ୟାପକ ଅଟେ।

CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Question ୬।
ସମାଜଶାସ୍ତ୍ର ଓ ରାଜନୀତି ବିଜ୍ଞାନ ମଧ୍ୟରେ ଥିବା ସମ୍ପର୍କ ଆଲୋଚନା କର।
Answer:
ସମାଜଶାସ୍ତ୍ର ଓ ରାଜନୀତି ବିଜ୍ଞାନ ଉଭୟ ଆନ୍ତଃନିର୍ଭରଶଳ ଓ ଆନ୍ତଃ ସଂପୃକ୍ତ। ଏହି ଦୁଇଟି ବିଜ୍ଞାନ ପରସ୍ପର ଏତେ ଘନିଷ୍ଠ ଯେ ଗୋଟିଏ ବ୍ୟତୀତ ଅନ୍ୟଟି ଅର୍ଥଶୂନ୍ୟ ଅଟେ। ତେଣୁ କ୍ୟାଟ୍‌ଲିନ୍‌ଙ୍କ ଭାଷାରେ ସମାଜଶାସ୍ତ୍ର ଓ ରାଜନୀତିବିଜ୍ଞାନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ। ହୋଫର୍‌ଙ୍କ ମତରେ, “ରାଷ୍ଟ୍ର ଯାହାକି ରାଜନୀତି ବିଜ୍ଞାନର କେନ୍ଦ୍ରବିନ୍ଦୁ ତାହା ପ୍ରାଥମିକ ଅବସ୍ଥାରେ ଏକ ରାଜନୈତିକ ଅନୁଷ୍ଠାନ ଅପେକ୍ଷା ଏକ ସାମାଜିକ ଅନୁଷ୍ଠାନ ରୂପେ ପରିଚିତ। ସେହିପରି ମୋରିସ୍ ଜିନ୍‌ସବର୍ଗ କହନ୍ତି ଐତିହାସିକ ଭାବେ ସମାଜଶାସ୍ତ୍ରର ମୁଖ୍ୟ ଭିଭି ବା ମୌଳିକ ବସ୍ତୁ ରାଜନୀତି ଓ ଇତିହାସ ଦର୍ଶନର ନିହିତ ।”

ସମାଜଶାସ୍ତ୍ର ମନୁଷ୍ୟର ସାମାଜିକ ଜୀବନକୁ ସଂପୂର୍ଣ୍ଣଭାବରେ ଅଧ୍ୟୟନ କରିଥାଏ। ଏହା ସାମ୍ପ୍ରଦାୟିକ ଜୀବନର ତଥ୍ୟ ଓ ନିୟମଗୁଡ଼ିକ ଆବିଷ୍କାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥାଏ। ମାତ୍ର ରାଜନୀତି ବିଜ୍ଞାନ ମନୁଷ୍ୟର ରାଜନୈତିକ କ୍ରିୟାକଳାପକୁ କରିଥାଏ। ଏହା ହେଉଛି ରାଷ୍ଟ୍ର ଓ ସରକାର ସମ୍ବନ୍ଧୀୟ ବିଜ୍ଞାନ। ଏହା ବିଭିନ୍ନ ପ୍ରକାର ରାଜନୈତିକ କାର୍ଯ୍ୟକଳାପ, ସମ୍ବିଧାନ, ଘଟିଯାଇଥିବା ବିଭିନ୍ନ ପ୍ରକାରର ବିପ୍ଲବ, ନିର୍ବାଚନ ପ୍ରକ୍ରିୟା, ମତଦାନ ଅଧିକାର, ନାଗରିକ କର୍ତ୍ତବ୍ୟ, ରାଷ୍ଟ୍ରର ନିୟମ ପ୍ରଣୟନ ଇତ୍ୟାଦି ସମ୍ବନ୍ଧରେ ଅଧ୍ୟୟନ କରିଥାଏ।

ସମାଜ ଶାସ୍ତ୍ର ରାଜନୀତି ବିଜ୍ଞାନ ଉପରେ ନିର୍ଭରଶୀଳ। ସମାଜର ଉନ୍ନତି ପାଇଁ ରାଷ୍ଟ୍ର ଆଇନ୍‌ମାନ ପ୍ରଣୟନ କରିଥାଏ। ସମାଜରୁ ଅପରାଧ, ଦାରିଦ୍ର୍ୟ, ବେକାର ସମସ୍ୟା, ଯୌତୁକ ପ୍ରଥା, ଅସ୍ପୃଶ୍ୟତା, ଭିକ୍ଷା ବୃତ୍ତି ଆଦି ଅନିଷ୍ଟକାରୀ ସାମାଜିକ ବ୍ୟାଧ୍ୟ ବା ସମସ୍ୟାଗୁଡ଼ିକୁ ସରକାର ହିଁ ଦୂରୀଭୂତ କରନ୍ତି। ସମାଜରେ ପ୍ରଚଳିତ ଅନାବଶ୍ୟକ ପ୍ରଥାଗୁଡ଼ିକର ମୂଳୋତ୍ପାଟନ ସରକାରଙ୍କ ଦ୍ଵାରା ହିଁ ହୋଇଥାଏ। ବନ୍ୟା, ବାତ୍ୟା, ମରୁଡ଼ି ଓ ଦୁର୍ଭିକ୍ଷ ପ୍ରଭୃତି ପ୍ରାକୃତିକ ଦୁର୍ବିପାକ ସମୟର ସରକାର ଲୋକମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥାନ୍ତି। ସାମାଜିକ ଅନୁଷ୍ଠାନଗୁଡ଼ିକ ରାଷ୍ଟ୍ର ଏବଂ ସରକାରଙ୍କ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ। ସମାଜଶାସ୍ତ୍ର ବିଭିନ୍ନ ପ୍ରକାର ରାଜନୈତିକ ଅନୁଷ୍ଠାନ, ସଂଘ, ସଂଗଠନ ଏବଂ ବିଭିନ୍ନ ପ୍ରକାର, ରାଜନୈତିକ କାର୍ଯ୍ୟାବଳୀଗୁଡ଼ିକ ବିଜ୍ଞାନ ମାଧ୍ୟମରେ ହିଁ ଅଧ୍ୟୟନ କରେ। ବିଭିନ୍ନ ଆଇନ ମାନ ପ୍ରଣୟନ କରି ସରକାର ସମାଜରେ ସାମାଜିକ ପରିବର୍ତ୍ତନର ବେଗକୁ ତ୍ୱରାନ୍ଵିତ କରିଥା’ନ୍ତି।

ସେହପରି ରାଜନୀତିବିଜ୍ଞାନ ମଧ୍ୟ ବିଭିନ୍ନ ଦିଗରୁ ସମାଜଶାସ୍ତ୍ର ଉପରେ ନିର୍ଭର କରେ। ସମାଜଶାସ୍ତ୍ର ବିଜ୍ଞାନକୁ ବହୁ ଉପାଦାନ ଯୋଗାଇ ଦେଇଥାଏ। ଲୋକମାନଙ୍କର ରାଜନୈତିକ ଜୀବନ ତଥା କାର୍ଯ୍ୟାବଳୀ ଆଦି ରାଜନୀତି ବିଜ୍ଞାନର ବିଷୟବସ୍ତୁ ସମାଜଶାସ୍ତ୍ର ପରିସରଭୁକ୍ତ। ସୁତରାଂ କେତେକ ସମାଜଶାସ୍ତ୍ରବିତ୍ ରାଜନୀତି ବିଜ୍ଞାନକୁ ସମାଜଶାସ୍ତ୍ରର ଏକ ସ୍ଵତନ୍ତ୍ର ଶାଖାରୂପେ ଅଭିହିତ କରିଛନ୍ତି। ଏହା ନିଶ୍ଚିତ ଯେ, ସମାଜଶାସ୍ତ୍ରର ପୃଷ୍ଠଭୂମି ବ୍ୟତୀତ ରାଜନୀତି ବିଜ୍ଞାନର ଅଧ୍ୟୟନ ଅସମ୍ଭବ। ରାଷ୍ଟ୍ରର ସାର୍ବଭୌମତ୍ବ ଅଧୀନରେ ସଂଗଠିତ ସାମାଜିକ ସମୂହ ସହିତ ରାଜନୀତି ବିଜ୍ଞାନ ସଂପୃକ୍ତ ସରକାରର ପ୍ରକାରଭେଦ, ସରକାରୀ ଦଳର ପ୍ରକୃତି, ଆଇନ୍ ଏବଂ ରାଷ୍ଟ୍ରର କାର୍ଯ୍ୟାବଳୀ ପ୍ରଭୃତି ସମାଜର ପ୍ରକ୍ରିୟା ଦ୍ଵାରା ନିର୍ଦ୍ଧାରିତ। ରାଜନୀତି ବିଜ୍ଞାନ ସମାଜର ଉତ୍ପତି, ସମାଜର ଗଠନ ସମାଜର କାର୍ଯ୍ୟ ଏବଂ ସମାଜର ବିକାଶ ଆଦିକୁ ସମାଜଶାସ୍ତ୍ର ମାଧ୍ୟମରେ ହିଁ ଅର୍ଥୟନ କରିଥାଏ। ସରକାରଙ୍କ ଦ୍ଵାରା ଗଠିତ ଆଇନ୍ ସମାଜରେ ପ୍ରଚଳିତ ପ୍ରଥା, ପରମ୍ପରା, ଲୋକନିୟମ ଓ ପ୍ରତିମାନ ପ୍ରଭୃତି ବିଭିନ୍ନ ଅନୌପଚାରିକ ନୀତିନିୟମ ଉପରେ ପ୍ରତିଷ୍ଠିତ। ଅତୀତରେ ସଂଘଟିତ ହୋଇଥିବା ବିଭିନ୍ନ ରାଜନୈତିକ ତତ୍ତ୍ଵ ସମ୍ବନ୍ଧୀୟ ପରିବର୍ତ୍ତନ କେବଳ ମାତ୍ର ସମାଜଶାସ୍ତ୍ର ଦ୍ଵାରା ହିଁ ସମ୍ଭବ ହୋଇଛି। ରାଜନୈତିକ ସମସ୍ୟାର ଉତ୍ତମ ବ୍ୟାଖ୍ୟା ଏବଂ ସମାଧାନ ପାଇଁ ସମାଜଶାସ୍ତ୍ର ସମ୍ବନ୍ଧୀୟ ଏକାନ୍ତ ଜ୍ଞାନ ଅପରିହାର୍ଯ୍ୟ। କାରଣ ସମସ୍ତ ରାଜନୈତିକ ସମସ୍ୟାମାନ ମୁଖ୍ୟତଃ ସମାଜ ତଥା ସାମାଜିକ ଦିଗ ସହିତ ସଂପୃକ୍ତ।

ଅନେକ ସମସ୍ୟା ଯଥା :
ସାଂପ୍ରଦାୟିକତା, ଜାତିଗତ ସଂଘର୍ଷ, ଅପରାଧ, ବେକାରୀ ଇତ୍ୟାଦି ସାମାଜିକ ଓ ଅର୍ଥନୈତିକ ସମସ୍ୟା ଭାବେ ପରିଚିତ। ଯାହାକୁ ଉଭୟ ଅଧ୍ୟୟନ କରିଥା’ନ୍ତି। ଏହି ପରିପ୍ରେକ୍ଷାରେ ଏଫ୍. ଏଚ. ଗିଡ଼ିଙ୍ଗସ୍ କହିଛନ୍ତି, “ ସମାଜଶାସ୍ତ୍ରର ମୂଳନିୟମ ସମ୍ବନ୍ଧରେ ଅଜ୍ଞ ଥିବା ବ୍ୟକ୍ତିକୁ ରାଷ୍ଟ୍ର ବିଷୟକ ତତ୍ତ୍ବ ବିଷୟରେ ଶିକ୍ଷାଦେବା ଯେପରି ଅଟେ, ନିଉଗତି ସମ୍ବନ୍ଧୀୟ ନିୟମ ଜାଣି ନ ଥିଲା ବ୍ୟକ୍ତିକୁ ଗ୍ରହଣ ବିଜ୍ଞାନ ବିଷୟରେ ଶିକ୍ଷା ଅନୁରୂପ ଅଟେ। ତେଣୁ ସମାଜଶାସ୍ତ୍ର ଏବଂ ରାଜନୀତି ବିଜ୍ଞାନ ପରସ୍ପର ଉପରେ ନିର୍ଭରଶୀଳ ଅଟନ୍ତି। ଉଭୟ ଆନ୍ତଃ ସଂପୃକ୍ତ ଓ ଆନ୍ତଃ ନିର୍ଭରଶୀଳ। ନିବିଡ଼ ତଥା ଘନିଷ୍ଠ ସମ୍ପର୍କ ସତ୍ତ୍ଵେ ଉଭୟ ସମାଜଶାସ୍ତ୍ର ଓ ରାଜନୀତି ବିଜ୍ଞାନ କ୍ଷେତ୍ରରେ ପରସ୍ପରଠାରୁ ଭିନ୍ନ ଅଟନ୍ତି। ସମାଜଶାସ୍ତ୍ର ଓ ରାଜନୀତି ବିଜ୍ଞାନ ମଧ୍ୟରେ ବହୁ ପାର୍ଥକ୍ୟ ପରିଲକ୍ଷିତ ହୁଏ। ସମାଜଶାସ୍ତ୍ର ଓ ରାଜନୀତି ବିଜ୍ଞାନ ମଧ୍ୟରେ ଥିବା ସେହି ପାର୍ଥକ୍ୟମାନ ହେଲା

(୧) ସମାଜଶାସ୍ତ୍ର ସମାଜ ବିଜ୍ଞାନ; ମାତ୍ର ରାଜନୀତି ବିଜ୍ଞାନ ରାଷ୍ଟ୍ର ଓ ସରକାର ସମ୍ବନ୍ଧୀୟ ବିଜ୍ଞାନ। ସମାଜଶାସ୍ତ୍ର ସମାଜକୁ ସଂପୂର୍ଣ୍ଣ ଭାବରେ ଏବଂ ମନୁଷ୍ୟକୁ ଏକ ସାମାଜିକ ପ୍ରାଣୀ ରୂପେ ଅଧ୍ୟୟନ କରୁଥିବା ସମୟରେ ରାଜନୀତି ବିଜ୍ଞାନ ସମାଜର ଏକ ନିର୍ଦ୍ଦିଷ୍ଟ ଦିଗ ଅର୍ଥାତ୍ ମନୁଷ୍ୟକୁ ଏକ ରାଜନୈତିକ ଜୀବ ଭାବେ ଅଧ୍ୟୟନ କରେ।

(୨) ସମାଜଶାସ୍ତ୍ରର ପରିସର ରାଜନୀତି ବିଜ୍ଞାନର ପରିସରଠାରୁ ଅଧିକ ବ୍ୟାପକ। ସମାଜଶାସ୍ତ୍ର ସମାଜର ସାମାଜିକ, ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ଓ ଧାର୍ମିକ ଦିଗ ସହିତ ସଂପୃକ୍ତ ଏବଂ ପରିବାର, ବିବାହ, ଧର୍ମ, ଜ୍ଞାତି ଓ ଜାତି ପ୍ରଭୃତି ସମସ୍ତ ସାମାଜିକ ଅନୁଷ୍ଠାନଗୁଡ଼ିକ ଅଧ୍ୟୟନ କରିଥାଏ । କିନ୍ତୁ ରାଜନୀତି ବିଜ୍ଞାନ କେବଳ ମାତ୍ର ସମାଜର ରାଜନୈତିକ ଦିଗ ସହିତ ସଂପୃକ୍ତ ଏବଂ ଏହା ରାଷ୍ଟ୍ର ଓ ସରକାର ପରି କେତେକ ନିର୍ଦ୍ଦିଷ୍ଟ ରାଜନୈତିକ ଅନୁଷ୍ଠାନକୁ ଅଧ୍ୟୟନ କରିଥାଏ।

(୩) ସମାଜଶାସ୍ତ୍ର ସମସ୍ତ ପ୍ରକାର ସଂଘ ଓ ଅନୁଷ୍ଠାନଗୁଡ଼ିକୁ ଅଧ୍ୟୟନ କରୁଥିବା ସମୟରେ ରାଜନୀତି ବିଜ୍ଞାନ କେବଳ ମାତ୍ର ରାଷ୍ଟ୍ର ଓ ସରକାର ପରି ନିର୍ଦ୍ଦିଷ୍ଟ ପ୍ରକାର ସଂଘ ଓ ସଂଗଠନକୁ ଅଧ୍ୟୟନ କରିଥାଏ।

(୪) ସମାଶାସ୍ତ୍ର ଉଭୟ ଶୃଙ୍ଖଳିତ ଏବଂ ବିଶୃଙ୍ଖଳିତ ସମାଜ ଓ ସଂଗଠନର ଆଲୋଚନା କଲାବେଳେ ରାଜନୀତି ବିଜ୍ଞାନ କେବଳ ଶୃଙ୍ଖଳାବଦ୍ଧ ରାଜନୈତିକ ସଂଗଠନ ଓ ଅନୁଷ୍ଠାନକୁ ବିଶ୍ଳେଷଣ କରିଥାଏ।

(୫) ସମାଜଶାସ୍ତ୍ର ମନୁଷ୍ୟକୁ ଏକ ସାମାଜିକ ପ୍ରାଣୀ ହିସାବରେ ଧରି ନେଇଥାଏ। ମାତ୍ର ରାଜନୀତି ବିଜ୍ଞାନ ମନୁଷ୍ୟକୁ ଏକ ରାଜନୈତିକ ଜୀବ ହିସାବରେ ଧରି ନେଇଥାଏ। ସମାଜବିଜ୍ଞାନ ମନୁଷ୍ୟ କାହିଁକି ଓ କିପରି ଏକ ରାଜନୈତିକ ପ୍ରାଣୀ ଏହାରି ଉପରେ ପର୍ଯ୍ୟବେସିତ ଅଟେ।

(୬) ସମାଜଶାସ୍ତ୍ର ସାମାଜିକ ନିୟନ୍ତ୍ରଣ ସମସ୍ତ ଉପାୟ ତଥା ଅଧ୍ୟୟନ କରିଥାଏ; ମାତ୍ର ରାଜନୀତି ବିଜ୍ଞାନ କେବଳ ମାତ୍ର ରାଷ୍ଟ୍ର ଓ ସରକାରଙ୍କ ଦ୍ଵାରା ସ୍ବୀକୃତିପ୍ରାପ୍ତ ସାମାଜିକ ନିୟନ୍ତ୍ରଣର ମାଧ୍ୟମଗୁଡ଼ିକୁ ଅଧ୍ୟୟନ କରିଥାଏ।

(୭) ସମାଜଶାସ୍ତ୍ର ଏକ ବିକଶିତ ବିଜ୍ଞାନ। ଏହାର ଏକ କ୍ଷୁଦ୍ର ଅତୀତ ରହିଛି; ମାତ୍ର ରାଜନୀତି ବିଜ୍ଞାନର ସୃଷ୍ଟି ଅତି ପୁରୁଣା କାଳରୁ।

(୮) ସମାଜଶାସ୍ତ୍ର ବିଭିନ୍ନ ପ୍ରଥା, ପରମ୍ପରା, ଲୋକନୀତି, ଲୋକନିୟମ ଉପରେ ପ୍ରତିଷ୍ଠିତ। ସମାଜ ଉଭୟ ଓ ଔପଚାରିକ (Formal) ଏବଂ ଅନୌପଚାରିକ (Informal) ନୀତିନିୟମ ସହିତ ସଂପୃକ୍ତ; କିନ୍ତୁ ରାଜନୀତି ବିଜ୍ଞାନ କେବଳ ରାଷ୍ଟ୍ର ଓ ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ଔପଚାରିକ ନୀତିନିୟମ ସହିତ ସଂଶ୍ଳିଷ୍ଟ।

(୯) ରାଜନୀତି ବିଜ୍ଞାନ ମନୁଷ୍ୟର କେବଳ ସଚେତନିକ କାର୍ଯ୍ୟକଳାପକୁ ଅଧ୍ୟୟନ କରିଥାଏ। ମାତ୍ର ସମାଜ ବିଜ୍ଞାନ ଉଭୟ ସଚେତନିକ ଓ ଅଚୈତନିକ କାର୍ଯ୍ୟକଳାପକୁ ଅଧ୍ୟୟନ କରିଥାଏ।

(୧୦ ) ପ୍ରଫେସର ଗାର୍ଶ୍ଵରଙ୍କ ମତରେ ରାଜନୀତି ବିଜ୍ଞାନ କେବଳ ଗୋଟିଏ ପ୍ରକାର ସାମାଜିକ ସମିତିକୁ ଅଧ୍ୟୟନ କରିଥାଏ। ଏହା ହେଉଛି ରାଷ୍ଟ୍ର; ମାତ୍ର ସମାଜବିଜ୍ଞାନ ସମସ୍ତ ପ୍ରକାର ସମିତିଗୁଡ଼ିକୁ ଅଧ୍ୟୟନ କରିଥାଏ। ସମାଜ ବିଜ୍ଞାନ ଓ ନୃବିଜ୍ଞାନ ମଧ୍ୟରେ ସମ୍ପର୍କ ଓ ପାର୍ଥକ୍ୟମାନ ଆଲୋଚନା କର।

Question ୭।
କିମ୍ବା, ସମାଜଶାସ୍ତ୍ର ଓ ନୂତତ୍ତ୍ବ ଦୁଇ ଯଆଁଳା ଭଉଣୀ ଅଟନ୍ତି-ଆଲୋଚନା କର।
Answer:
ନୃତତ୍ତ୍ଵ ଏକ ସାମାଜିକ ବିଜ୍ଞାନ। ଏହି ସାମାଜିକ ବିଜ୍ଞାନ ମଧ୍ୟ ସମାଜବିଜ୍ଞାନ ପରି ମାନବକୁ ଅଧ୍ୟୟନ କରିଥାଏ। ନୃତତ୍ତ୍ଵ ଇଂରାଜୀ ଶବ୍ଦ Authroplogy ଦୁଇଟି ଇଂରାଜୀ ଶବ୍ଦରୁ ସୃଷ୍ଟି ହୋଇଛି। Authroploseର ଅର୍ଥ ମଣିଷ ଓ Logosର ଅର୍ଥ ଅଧ୍ୟୟନ। ତେଣୁ ବ୍ୟବହାରିକ ଦୃଷ୍ଟିରୁ ଏହାର ଅର୍ଥ ହେଲା ମାନବର ବିଜ୍ଞାନ। ଏହି ନୃତତ୍ତ୍ଵ ମଣିଷର କାର୍ଯ୍ୟବଳୀ ଓ ଅଚରଣକୁ ଅଧ୍ୟୟନ କରିଥାଏ। ଅନେକ ସାଧାରଣ ବିଷୟ ଏ ଦୁଇଟି ସାମାଜିକ ବିଜ୍ଞନାର ପରିସରଭୁକ୍ତ ଅଟେ। ସମାଜ, ସଂସ୍କୃତି, ପରିବାର, ଧର୍ମ ଇତ୍ୟାଦିକୁ ଉଭୟ ଅଧ୍ୟୟନ କରନ୍ତି। ତେଣୁ ଏ. ଏଲ୍‌. କ୍ରୋଏବର୍ (A.L. Koreber)ଙ୍କ ମତରେ “ ସମାଜ ବିଜ୍ଞାନ ଓ ନୃବିଜ୍ଞାନ ଦୁଇଟି ଯାଆଁଳା ଭଉଣୀ। ନୃତିଜ୍ଞାନ କହିଲେ ମାନବର ବିଜ୍ଞାନ କିମ୍ବା ମାନବ ସମ୍ବନ୍ଧରେ ଅଧ୍ୟୟନ ଅଟେ।”

ନୃତତ୍ତ୍ଵ ମୁଖ୍ୟତଃ ତିନି ଭାଗରେ ଭାଗ କରାଯାଇଛି । ସେଗୁଡିକ ହେଲା — (୧) ଶାରୀରିକ (Physical Authropology), ( ୨ ) ପ୍ରାକ୍ ଐତିହାସିକ ନୃତତ୍ତ୍ଵ (Pre-historic Authropology) ଏବଂ (୩) ସାମାଜିକ ସାଂସ୍କୃତିକ ନୃତତ୍ତ୍ଵ (Social d Cultural Anthropology)।

ଶରୀରିକ ନୃତତ୍ତ୍ଵ (Physical Authropology): ଶରୀରିକ ନୃତତ୍ତ୍ଵର ମନୁଷ୍ୟର ଶାରୀରିକ ଲକ୍ଷଣମାନ ଅନୁଧ୍ୟାନ କରାଯାଇଥାଏ। ଏଥ‌ିରେ ମନୁଷ୍ୟର ଶରୀରିକ ଅଶଂମାନ ତୁଳନା କରିବା ଏବଂ ସେମାନଙ୍କର ଆଙ୍ଗୁଠି ଛାପ, ଦେହର ଆକୃତି ଇତ୍ୟାଦି ଅଧ୍ୟୟନ କରାଯାଇଥାଏ । ମନୁଷ୍ୟର ସାମାଜିକ ଜୀବନ ସହ ତା’ର ଶାରୀରିକ ଗଠନ ସମ୍ପର୍କ ବିଷୟରେ ବୁଝାଉଥ‌ିବାରୁ ଏହା କେତକେଶଂରେ ସମାଜବିଜ୍ଞାନ ସହ ସମ୍ପୃକ୍ତ।

ପ୍ରାଗ୍ ଐତିହାସିକ ନୃତତ୍ତ୍ୱ (Pre-historic Authropology) : ପ୍ରତ୍ନତାତ୍ତ୍ଵତକ ନୃତତ୍ତ୍ଵ କିମ୍ବା ପ୍ଲାଗ୍ ଐତିହାସିକ ନୃତତ୍ତ୍ଵ କହିଲେ ମାନବ ସଭ୍ୟତାର ପ୍ରାଚୀନତମ ନମୁନାଗୁଡିକ ବିଭିନ୍ନ ଯୋଜନା ସାହାର୍ଯ୍ୟରେ ପ୍ରକାଶ କରାଯାଇଥାଏ। ସାମାଜିକ ଓ ସାଂସ୍କୃତିକ

ନତତ୍ତ୍ୱ (Social and Cultural Anthropology) : ସମାଜବିଜ୍ଞାନରେ ଯେଉଁସବୁ ତଥ୍ୟ ପରିସର ଅନ୍ତର୍ଭୁକ୍ତ, ସାମାଜିକ ଓ ସାଂସ୍କୃତିକ ନୃତତ୍ତ୍ଵରେ ମଧ୍ୟ ସେହିସବୁ ପରିସରକୁ ଅଧ୍ୟୟନ କରାଯାଇଥାଏ। ସମାଜବିଜ୍ଞାନ ନୃବିଜ୍ଞାନ ଉପରେ ସମ୍ପୂର୍ଣ ନିର୍ଭରଶୀଳ। ସମାଜବିଜ୍ଞାନର ଏ ଐତିହାସିକ ଦିଗ ସାଂସ୍କୃତିକ ନୃତିଜ୍ଞାନ ସହିତ ସମ୍ପୃକ୍ତ। ବର୍ତ୍ତମାନର ସାମାଜିକ ଜୀବନକୁ ବୁଝିବା ପାଇଁ ଆମକୁ ନୂବିଜ୍ଞାନର ସାହାର୍ଯ୍ୟ ନେବାକୁ ପଡିଥାଏ। ସମାଜବିଜ୍ଞାନ ସାମ୍ପ୍ରତିକ ସାଂସ୍କୃତିକ ବିଳମ୍ବନ, ସାଂସ୍କୃତିକ ପରିବର୍ତ୍ତନ ଓ ଅନ୍ୟାନ୍ୟ ସସ୍‌ତ୍ୟୟଗୁଡିକୁ ଗ୍ରହଣ କରିଥାଏ। ସେହିପରି ନୂବିଜ୍ଞାନ ମଧ୍ୟ ସମାଜବିଜ୍ଞାନ ଉପରେ ନିର୍ଭର କରିଥାଏ।

ସାମଞ୍ଜସ୍ୟ (Similarity):
ସମାଜବିଜ୍ଞାନ ଓ ନୃତତ୍ତ୍ଵ ପରସ୍ପର ଉପରେ ନିର୍ଭରଶୀଳ ଅଟନ୍ତି। ଉଭୟ ସମାଜବିଜ୍ଞାନ ଓ ନୃତତ୍ତ୍ଵ ମାନବ ସମାଜକୁ ଅଧ୍ୟୟନ କରିଥାଆନ୍ତି। ମାନବ ସମାଜର କ୍ରିୟାକଳାପ, ବ୍ୟବହାର, ଚାଲିଚଳନ, ନୀତିନୀୟମ ଇତ୍ୟାଦିକୁ ଉଭୟକୁ ବିଜ୍ଞାନ ଅଧ୍ୟୟନ କାରିଥାନ୍ତି। ସେମାନଙ୍କର ଅଧ୍ୟୟନରେ ପରିସର ମଧ୍ୟ-ପରିବାର, ଗୋଷ୍ଠୀ, ସମ୍ପ୍ରଦାୟ, ଜାତି ଆସିଥାଆନ୍ତି। ସାଂସ୍କୃତିକ ନୃତତ୍ତ୍ଵର କେତେକ ଚିନ୍ତା ଓ ଚେତନା ସମାଜବିଜ୍ଞାନରେ ଦେଖାଯାଇଥାଏ। ପ୍ରସିଦ୍ଧ ନୃତତ୍ତ୍ବବିତ୍ ରାଡକ୍ଟିଙ୍ଗ ବ୍ରାଉନ୍ (Redcdiff Browin), ବି. ମାଲିନୋକ୍ସି (B. Malinoswki), ରାଲଫ୍ ୟିନ୍ଧନ୍ (Ralph Winton), ଲୁଇ (Lowie), ରେମଣ୍ଡ ଫାର୍ଥ (Raymond Firth), ମାର୍ଗାରେଟ୍ ମିଡ (Margareat Mead) ଇତ୍ୟାଦି ଯାହାସବୁ ଅଧ୍ୟୟନ କରିଛନ୍ତି ସେସବୁ ସମାଜବିଜ୍ଞାନ ପାଇଁ ସାହାର୍ଯ୍ୟ ଯୋଗାଯାଇଛି। ତେଣୁ ସମାଜବିଜ୍ଞାନ ବିନା ନୃତତ୍ତ୍ଵର ସ୍ଥିତି ଏବଂ ନୃତତ୍ତ୍ଵ ବିନା ସମାଜବିଜ୍ଞାନର ସ୍ଥିତି ନାହିଁ । ନୃତତ୍ତ୍ବ ଓ ସମାଜ ବିଜ୍ଞାନ ଉଭୟ ପରିସ୍ପର ପରିପୂରକ ଅଟନ୍ତି । ଉଭୟେ ସମାଜ, ‘ସଂସ୍କୃତି, ଧର୍ମ, ପରିବାର, ବିବାହ ଓ ସାମାଜିକ ସମୂହକୁ ଅଧ୍ୟୟନ କରିଥାଆନ୍ତି । ସମାଜବିଜ୍ଞାନ ଓ ନୃତତ୍ତ୍ଵ ମଧ୍ଯରେ ଘନିଷ୍ଠ ସମ୍ପର୍କ ବା ସମାଞ୍ଜସ୍ୟ ରହିଛି। ମାତ୍ର ଏହି ସବୁ ସମାଞ୍ଜସ୍ୟ ଥାଇ ମଧ୍ୟ ସମାଜବିଜ୍ଞାନ ଓ ନୃତତ୍ତ୍ଵ ମଧ୍ଯରେ ଅନେକ ପାର୍ଥକ୍ୟ ପରିଲିକ୍ଷିତ ହୋଇଥାଏ। ସେଗୁଠିକ ନିମ୍ନରେ ଅଲୋଚନା କରାଗଲା।

(୧) ସମାଜବିଜ୍ଞାନ ଆଧୁନିକ ଶିଳ୍ପା ସଭ୍ୟତା, ସହରୀ ସଭ୍ୟତା ଓ ଶିକ୍ଷିତ ମାନବ ସମାଜକୁ ଅଧ୍ୟୟନ କରିଥାଏ; କିନ୍ତୁ ନୂତତ୍ତ୍ଵ ପୁରାତନ ସମାଜ। ପ୍ରାଗୈତିହାସିକ ଏବଂ ଶିକ୍ଷା ଓ ସଭ୍ୟତାର ଆଲୋକ ଦେଖୁନଥିବା ସମାଜର ଅଧ୍ୟୟନ କରିଥାଏ।

(୨) ସମାଜବିଜ୍ଞାନ ଜଟିଳ, ଆଧୁନିକ ସମାଜର କୌଣସି ଏକ ସାମାଜିକ ଅନୁଷ୍ଠାନରେ ବାଖ୍ୟ କରିଥାଏ। କିନ୍ତୁ ନୂତତ୍ତ୍ୱବିତ୍‌ମାନେ ପ୍ରାଗୈତିହାସିକ କାଳର କ୍ଷୁଦ୍ର ସମାଜକୁ ବାଖ୍ୟ କରିଥାଆନ୍ତି। ଯେପରି କି ବିବାହ, ପରିବାର ଓ ସାମାଜିକ ପରିବର୍ତ୍ତନ ଇତ୍ୟାଦି।

(୩) ସମାଜବିଜ୍ଞାନ ଏକ ଜଟିଳ ଅବସ୍ଥା ହୋଇଥିବାରୁ ଏହାର ପରିସର ବ୍ୟାପକ ଅଟେ; କିନ୍ତୁ ନୃତତ୍ତ୍ଵ ଏକ କ୍ଷୁଦ୍ର ସମାଜକୁ ଅଧ୍ୟୟନ କରୁଥିବାରୁ ଏହାର ପରିସର କ୍ଷୁଦ୍ର ଅଟେ।

(୪) ସମାଜବିଜ୍ଞାନ ପରୋକ୍ଷ ପଦ୍ଧତି ବା ନିୟମରେ ତଥ୍ୟ ସଂଗ୍ରହ କରିଥାଏ। ପରିସଂଖ୍ୟାନ, ପ୍ରଶାବଳୀ, ସାକ୍ଷାତକାର ପଦ୍ଧତି ପ୍ରୟୋଗ କରି ତଥ୍ୟ ସଂଗ୍ରହ କରିଥାଏ; କିନ୍ତୁ ନୂବିଜ୍ଞାନ ପ୍ରତ୍ୟେକ୍ଷ ପର୍ଯ୍ୟବେକ୍ଷଣ ପଦ୍ଧତିରେ ତଥ୍ୟ ସଂଗ୍ରହ କରିଥାଏ

(୫) ସମାଜବିଜ୍ଞାନ ଐତିହାସିକ ତଥ୍ୟ ଉପରେ ଗୁରୁତ୍ଵ ଦେଇଥାଏ; କିନ୍ତୁ ନୃତତ୍ତ୍ଵ ଏହି ଐତିହାସିକ ତଥ୍ୟ ଉପରେ ଗୁରୁତ୍ଵ ଦେଇ ନଥାଏ।

(୬) ସମାଜବିଜ୍ଞାନକୁ ଆଂଶିକ ଅଧ୍ୟୟନ ବୋଲି କୁହାଯାଇଥାଏ । କାରଣ ଏହା ସମାଜର ଗୋଟିଏ ବିଭାଗ ବା କେତେକ ଅନୁଷ୍ଠାନକୁ ଅଧ୍ୟୟନ କରିଥାଏ; କିନ୍ତୁ ନୂତତ୍ତ୍ୱ ଏକ କ୍ଷୁଦ୍ର ସମାଜକୁ ଅଧ୍ୟୟନ କରୁଥିବାରୁ, ସାମଗ୍ରିକ ଭାବରେ ସମାଜର ଅନୁଶୀଳନ କରିଥାଏ ।

(୭) ସମାଜବିଜ୍ଞାନୀମାନେ ବୃହତ୍ତ ସମାଜକୁ ଅନୁଧ୍ୟାନ କରିଥାଆନ୍ତି, କିନ୍ତୁ ନୃବିଜ୍ଞାନୀମାନେ କ୍ଷୁଦ୍ର ସମାଜକୁ ଅଧ୍ୟୟନ କରିଥାଆନ୍ତି।

(୮) ନୂବିଜ୍ଞାନରେ ସଂଗୃହୀତ ତଥ୍ୟାବଳୀ ଅଳ୍ପ କେତେକଙ୍କ ମତରେ ପ୍ରତିଷ୍ଠିତ; କିନ୍ତୁ ସମାଜବିଜ୍ଞାନ କ୍ଷେତ୍ରରେ ସଂଗୃହୀତ ତଥ୍ୟାବଳୀ ଅପେକ୍ଷାକୃତ ବହୁଳ ଅଧ‌ିକ ସଂଖ୍ୟକ ବ୍ୟକ୍ତିଙ୍କ ମତ ଉପରେ ପର୍ଯ୍ୟବେସିତ।

(୯) ସମାଜବିଜ୍ଞାନ ବର୍ତ୍ତମାନର ସାମାଜିକ ଘଟଣାବଳୀ ଓ କାର୍ଯ୍ୟକଳାପକୁ ଅଧ୍ୟୟନ କରିଥାଏ; ମାତ୍ର ନୃତ୍ତତ୍ଵ ଅତୀତର ସାମାଜିକ ଘଟଣାବଳୀ ଓ ପ୍ରାଚୀନ ମାନବର କାର୍ଯ୍ୟକଳାକୁ ଅଧ୍ୟୟନ କରିଥାଏ।

(୧୦) ସମାଜବିଜ୍ଞାନ ଅପରାଧ, ବାଲ୍ୟ ଅପରାଧ, ଦାରିଦ୍ର ସମସ୍ୟା, ଆତ୍ମହତ୍ୟା, ଯୌତୁକ ପ୍ରଥା, ଅସ୍ପୃଶ୍ୟତା ପ୍ରଭୃତି ଆଧୁନିକ ସାମାଜିକ ସମସ୍ୟାଗୁଡିକୁ ଅଧ୍ୟୟନ କରିବା ସହିତ ଦୂରୀକରଣ ପାଇଁ ପଦକ୍ଷେପମାନ ନେଇଥାଏ; କିନ୍ତୁ ନୂତତ୍ତ୍ଵ ଯଦିଓ ସାମାଜିକ ସମସ୍ୟାଗୁଡିକ ଅଧ୍ୟୟନ କରିଥାଏ ତଥାପି ସେଗୁଡିକର ଦୂରୀକରଣ ନିମିତ୍ତ ପଦକ୍ଷେପମାନ ନେଇ ନଥାଏ।

(୧୧) ସମାଜବିଜ୍ଞାନ ମାନବିକ ଆଚରଣକୁ ସାମାଜିକ ଦୃଷ୍ଟିକୋଣରୁ ବିଚାର କରିଥାଏ; କିନ୍ତୁ ନୁବିଜ୍ଞାନ ବା ମନୋବିଜ୍ଞାନ ମାନବିକ ଆଚରଣକୁ ମାନସିକ ଦୃଷ୍ଟିକୋଣରୁ ବିଚାର କରିଥାଏ। ଉପରୋକ୍ତ ପାର୍ଥକ୍ୟ ସତ୍ତ୍ଵେ ଏହା ସତ୍ୟ ଯେ ଉଭୟ ସମାଜଶାସ୍ତ୍ର ଓ ନୃତତ୍ତ୍ଵ ପରସ୍ପର ନିର୍ଭରଶୀଳ ଏବଂ ପରସ୍ପରକୁ ଗଭୀରଭାବେ ପ୍ରଭାବିତ କରିଥାଆନ୍ତି।

CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Question ୮।
ସମାଜ ବିଜ୍ଞାନ ସହିତ ରାଜନୀତି ବିଜ୍ଞାନର ସମ୍ପର୍କ ସମ୍ବନ୍ଧରେ ଆଲୋଚନା କର। କିମ୍ବ, ସମାଜବିଜ୍ଞାନ ସହିତ ରାଜନୀତି ବିଜ୍ଞାନ ମଧ୍ୟରେ ପାର୍ଥକ୍ୟ ଉଲ୍ଲେଖ କର।
Answer:
ରାଜନୀତି ବିଜ୍ଞାନ ରାଷ୍ଟ୍ର ଓ ସରକାରଙ୍କୁ ଅଧ୍ୟୟନ କରିଥାଏ। ଏହା ମୁନଷ୍ୟର ରାଜନୈତିକ କାର୍ଯ୍ୟକଳାକୁ ଅଧ୍ୟୟନ କରେ। ଏହା ରାଷ୍ଟ୍ରର ଉତ୍ପରି, ଗଠନ, କ୍ଷମତା, ପ୍ରଭତ୍ତ୍ଵ, ରାଜନୈତିକ ଦଳର କାର୍ଯ୍ୟବଳୀ ଓ ଆଦର୍ଶ ତଥା ନିର୍ବାଚନ ପଦ୍ଧତି ଇତ୍ୟାଦିକୁ ଅଧ୍ୟୟନ କରିଥାଏ। ରାଜନୀତି ବିଜ୍ଞାନର ରାଷ୍ଟ୍ର ସମାଜର କେନ୍ଦ୍ରବିନ୍ଦୁ ହୋଇଥିବାବେଳେ ସମାଜବିଜ୍ଞାନ ରାଷ୍ଟ୍ରକୁ ଏକ ସାମାଜିକ ଅନୁଷ୍ଠାନ ଆଖ୍ୟା ଦେଇଥାଏ। ରାଜନୀତି ବିଜ୍ଞାନ ସମାଜର କେବଳ ଗୋଟିଏ ଦିଗକୁ ଅନୁଶୀଳନ କଲାବେଳେ ସମାଜବିଜ୍ଞାନ ସମାଜର ସମସ୍ତ ଦିଗକୁ ଅନୁଧ୍ୟାନ କରିଥାଏ। ତେଣୁ ରାଜନୀତି ବିଜ୍ଞାନ ସମାଜବିଜ୍ଞାନର ଅଶଂ ଅଟେ। ରାଷ୍ଟ୍ର ଅଧୀନସ୍ଥ ସମସ୍ତ ସାମାଜିକ ସମୂହ, ସାମାଜିକ ଅନୁଷ୍ଠାନଗୁଡିକୁ ଅଧ୍ୟୟନ କରିବା ରାଜନୀତି ବିଜ୍ଞାନର ପ୍ରଧାନ କାର୍ଯ୍ୟ ଅଟେ। ବିଭିନ୍ନ ଆଇନ୍, ରାଜନୈତିକ ଦଳ, ସମ୍ବିଧାନ, ସରକାରୀ ଦଳରେ ପରିଚାଳନା ପ୍ରଭୃତି ରାଜନୀତି ବିଜ୍ଞନାର ପରରସରଭୁକ୍ତ ଅଟେ।

ସାମଞ୍ଜସ୍ୟ (Similarity):
ରାଜନୀତି ବିଜ୍ଞାନ ଓ ସମାଜିକ ପରସ୍ପର ଅଙ୍ଗାଙ୍ଗୀ ଭାବରେ ଜଡିତ। ବହୁ ପ୍ରାଚୀନ କାଳରୁ ଏହି ଦୁଇଟି ବିଜ୍ଞାନ ମଧ୍ୟରେ ନିବିଡ ସମ୍ପର୍କ ରହିଛି। ରାଜନୀତି ବିଜ୍ଞାନ ବିନା ସମାଜବିଜ୍ଞାନ ନରର୍ଥକ ଏବଂ ସମାଜବିଜ୍ଞାନ ବିନା ରାଜନୀତି ବିଜ୍ଞାନ ମୂଲ୍ୟହୀନ ଅଟେ। ତେଣୁ ରାଜୀନିତି ବିଜ୍ଞାନ ଓ ସମାଜବିଜ୍ଞାନ ପରସ୍ପର ନିର୍ଭରଶୀଳ। ସମାଜବିଜ୍ଞାନକୁ ଛାଡିଦେଇ ରାଜନୀତି ବିଜ୍ଞାନ ତିଷ୍ଠିପାରେ ନାହିଁ କିମ୍ବା ରାଜନୀତି ବିଜ୍ଞାନ ବ୍ୟତିରେକ ସମାଜବିଜ୍ଞାନ ଅଧୟନ ଅସମ୍ଭବ ହୋଇପଡେ। ଗିନ୍ସବର୍ଗ (Ginsberg)ଙ୍କ ମତରେ, “ ଐତିହାସିକ ଦୃଷ୍ଟିକୋଣରୁ ସମାଜବିଜ୍ଞାନର ମୂଳ ଉତ୍ସ ରାଜନୀତି ବିଜ୍ଞାନ, ଇତିହାସ ଓ ଦର୍ଶନ ମଧ୍ୟରେ ରହିଛି ।” ପ୍ଲାଟୋ (Plato)ଙ୍କ ରିପବ୍ଲିକ (Republic) ବା ଆରିଷ୍ଟୋଟଲ (Aristole} ଯେଉଁ ପଲିଟକ୍ସ ( Politics) ଗ୍ରନ୍ଥ ରଚନା କରିଛନ୍ତି, ସେଗୁଡିକ ଉଚ୍ଚ ସାମାଜିକ ଚେତନା ଉପରେ ଆଧାରିତ। ରାଜନୈତିକ କ୍ରିୟାକଳାପ ସାମାଜିକ ଜୀବନର ଅଂଶ ବିଶେଷ। ଏଥୁରୁ କରାଯାଏ ଯେ ସମାଜବିଜ୍ଞାନ ଓ ରାଜନୀତି ବିଜ୍ଞାନ ମଧ୍ୟରେ ଏକ ସାମଞ୍ଜସ୍ୟ ରହିଛି । ଯଦି ଆମର ସମାଜବିଜ୍ଞାନ ସମ୍ପର୍କରେ ଜ୍ଞାନ ନଥୁବ, ତେବେ ସମାଜରେ ଚାଲିଥିବା ରାଜନୀତିକୁ ଠିକ୍ ରୂପେ ବୁଝି ପାରିବା ନାହିଁ। ରାଷ୍ଟ୍ର ସମ୍ବିଧାନ ବା ନାଗରିକ ଅଧିକାର ସେହି ସମାଜ ପୃଷ୍ଟଭୂମିରେ ହିଁ ଜନ୍ମ ନେଇଥାଏ।

ରାଜନୀତି ବିଜ୍ଞାନ ଓ ସମାଜବିଜ୍ଞାନ ସମନ୍ଵୟରେ ଏକ ନୂତନ ବିଜ୍ଞାନର ସୃଷ୍ଟି ହୋଇଛି। ଯହାକି ରାଜନୈତିକ ସମାଜବିଜ୍ଞାନ (Poltical Sociology) ନାମରେ ନାମିତ। ଆଇନ୍, ପ୍ରଥା, ପରମ୍ପରା, ରାଜନୀତି, ରାଷ୍ଟ୍ରର କ୍ଷମତା, ପ୍ରଭୂତ୍ଵ ନେତୃତ୍ଵ, ଜାତି ଇତ୍ୟାଦି ଉଭୟ ସମାଜବିଜ୍ଞାନୀ ଓ ରାଜନୀତି ବିଜ୍ଞାନୀ ଅଧ୍ୟୟନ କରିଥାଆନ୍ତି। ରାଜନୀତି ମନୁଷ୍ୟର ରାଜନୈତିକ ଜୀବନକୁ ଅଧ୍ୟୟନ କରେ। ଏହା ମନୁଷ୍ୟର ସାମାଜିକ ଜୀବନର ଅଂଶ ବିଶେଷ। ଏଥୁରୁ ଜଣାଯାଏ ରାଜନୀତି ବିଜ୍ଞାନ ସମାଜବିଜ୍ଞାନର ପରିସରଭୁକ୍ତ ସୃଷ୍ଟି। ରାଜନୈତିକ ସମସ୍ୟାଗୁଡିକର ମଧ୍ୟ ସାମାଜିକ ଦିଗ ରହିଛି। ସେହି ଦିଗମାନ ଜାଣିବାକୁ ହେଲେ ସମାଜବିଜ୍ଞାନ ସମ୍ବନ୍ଧରେ ଧାରଣା ଥିବା ଆବଶ୍ୟକ।

ସମାଜବିଜ୍ଞାନ ଓ ରାଜନୀତି ବିଜ୍ଞାନ ମଧ୍ୟରେ ସାମଞ୍ଜସ୍ୟ ଥିବାରୁ କମ୍‌ (Comte), କାଟଲିନ୍ (Catline}, ସ୍ପେନସର (Spencer) ଇତ୍ୟାଦି ବିଦ୍ଵାନମାନେ ସମାଜବିଜ୍ଞାନ ଓ ରାଜନୀତି ବିଜ୍ଞାନକୁ ଦୁଇଗୋଟି ବିଷୟ ରୂପେ ଗ୍ରହଣ କରିନାହାନ୍ତି। ଜଣେ ରାଜନୀତି ବିଜ୍ଞାନୀ ସମାଜବିଜ୍ଞାନୀ ହେବା ପାଇଁ ବାଧ, କାରଣ ଉଭୟ ବିଜ୍ଞାନୀ ମଧ୍ୟରେ ସାମଞ୍ଜସ୍ୟ ଥ‌ିବାରୁ କୌଣସି ରାଷ୍ଟ୍ରର ନୀତି, ନିୟମ, ପ୍ରଥା, ପରମ୍ପରା, ଆଚାର, ବିଚାର, ଉପରେ ନିର୍ଭରଶୀଳ। ଯାହାକି ଏଗୁଡିକ ସମାଜବିଜ୍ଞାନର ଅଂଶବିଶେଷ। ଉଦାହରଣସ୍ୱରୂପ ପରିବାର ସମାଜର ଏକ ସ୍ଥାୟୀ ଅନୁଷ୍ଠାନ ଅଟେ । କିନ୍ତୁ ଯେତେବେଳେ ବିବାହ, ବିବାହ ସମ୍ପର୍କୀୟ ଆଇନ୍ ଇତ୍ୟାଦି କଥା ଉଠେ ସେତେବେଳେ ତାହା ରାଜନୀତି ବିଜ୍ଞାନର ଅଂଶବିଶଷ ହୋଇଥାଏ। ତେଣୁ ସମାଜବିଜ୍ଞାନ ଓ ରାଜନୀତି ବିଜ୍ଞାନ ଉପରେ ନିର୍ଭରଶୀଳ ଅଟେ। କେତେକ ବିଷୟ ଅଛି ଯାହା ଉଭୟ ସମାଜବଜ୍ଞାନ ଓ ରାଜନୀତି ବିଜ୍ଞାନୀ ଅଧ୍ୟୟନ କରନ୍ତି । ଯଥା ଭୋଟ, ଯୁଦ୍ଧ ପ୍ରଚାର, ବିପ୍ଲବ, କ୍ଷମତା ଓ ଲୋକମତ ପ୍ରଭୃତି ବିଜ୍ଞାନର ପରିସରଭୁକ୍ତ ଅଟେ। ସାମ୍ପ୍ରଦାୟିକ ଦଙ୍ଗା, ଭାତିଭେଦ ପ୍ରଥା ଇତ୍ୟାଦି ସାମାଜିକ ସମସ୍ୟା ହେଲେ ମଧ୍ୟ ଏହା ରାଜନୀତି ପ୍ରାଣୋଦିତ।

ପାର୍ଥକ୍ୟ (Difference} :
ସମାର୍ଜବିଜ୍ଞାନ ସହ ରାଜନୀତି ଯେତେ ଘନିଷ୍ଠ ସମ୍ପର୍କ ଥିଲେ ମଧ୍ୟ ଏ ଦୁହେଁ ପରସ୍ପରଠାରୁ ପୃଥକ୍ ଅଟନ୍ତି। ସେମାନଙ୍କ ମଧ୍ୟରେ ଯେଉଁ ସବୁ ପାର୍ଥକ୍ୟ ପରିଲିକ୍ଷିତ ହୁଏ ତାହା ନିମ୍ନରେ ଆଲୋଚନା କରାଗଲା।

  1. ସମାଜବିଜ୍ଞାନ ସମଗ୍ର ସାମାଜିକ ଅଧ୍ୟୟନ କରିଥାଏ; କିନ୍ତୁ ରାଜନୀତି ବିଜ୍ଞାନ ରାଷ୍ଟ୍ର ଓ ସରକାରକୁ ଅଧ୍ୟୟନ କରିଥାଏ ।
  2. ସମାଜବିଜ୍ଞାନ କୁହେ ମନୁଷ୍ୟ ଏକ ସାମାଜିକ ପ୍ରାଣୀ; କିନ୍ତୁ ରାଜନୀତି ବିଜ୍ଞାନ କହେ ମନୁଷ୍ୟ ଏକ ରାଜନୈତିକ ପ୍ରାଣୀ।
  3. ସମାଜବିଜ୍ଞାନ ଏକ ନୂତନ ବିଜ୍ଞାନ ଅଟେ; କିନ୍ତୁ ରାଚନୀତି ବିଜ୍ଞାନ ଏକ ପୁରାତନ ବିଜ୍ଞାନ ଅଟେ।
  4. ସମାଜବିଜ୍ଞାନର ପରିସର ବ୍ୟାପକ ଅଟେ; କିନ୍ତୁ ରାଜନୀତି ବିଜ୍ଞାନର ପରିସର ସଂକ୍ଷିପ୍ତ ଅଟେ।
  5. ସମାଜବିଜ୍ଞାନ ଉଭୟ ଶୃଙ୍ଖଳିତ ଓ ବିଶୃଙ୍ଖଳିତ ସମାଜକୁ ଅଧନ କରେ; କିନ୍ତୁ ରାଜୀନତି ବିଜ୍ଞାନ କେବଳ ଶୃଙ୍ଖଳିତ ସମାଜକୁ ଅଧ୍ୟୟନ କରିଥାଏ।
  6. ସମାଜବିଜ୍ଞାନ ସାମ୍ପ୍ରତିକ ସମାଜର ଘଟଣା, ଆଚାର ବିଚାର ଓ ରୀତିନୀତି ଅଲୋଚନା କରିଥାଏ। ଭବିଷ୍ୟତରେ ସମାଜ କି ଆକାର ଧାରଣ କରିବ ଏବଂ କିଭଳି ପରିବର୍ତ୍ତନ ହେବ ସେ ସବୁକୁ ଏହା ବିଚାର କରେ ନାହିଁ; କିନ୍ତୁ ରାଜନୀତି ବିଜ୍ଞାନ ରାଷ୍ଟ୍ରନୀତି ଓ ଶାସନ ବ୍ୟବସ୍ଥା ଭବିଷ୍ୟତରେ କିପାର ଉତ୍ତମ ରୂପେ ଚାଲିପାରିବ ସେ ସଂକ୍ରାନ୍ତରେ ମନ୍ତବ୍ୟ ଦେଇଥାଏ।
  7. ଅଗଷ୍ଟ କମ୍‌ ସମାଜବିଜ୍ଞାନ ଜନକ ଅଟନ୍ତି; କିନ୍ତୁ ଆରିଷ୍ଟୋଟଲ୍ ରାଜନୀତି ବିଜ୍ଞାନର ଜନକ ଅଟନ୍ତି।
  8. ସମାଜବିଜ୍ଞାନ କ’ଣ ସହିତ କିପରି ଓ କାହିଁକି ପ୍ରଶ୍ନର ଉତ୍ତର ଦେଇଥାଏ; କିନ୍ତୁ ରାଜନୀତି ବିଜ୍ଞାନ କେବଳ କ’ଣ ପ୍ରଶ୍ନର ଉତ୍ତର ଦେଇଥାଏ।
  9. ସମାଜବିଜ୍ଞାନର ତଥ୍ୟାବଳୀ ଅନେଙ୍କାଶଂରେ ଅନୁଭାବ୍ୟ (empiric) ଅଟେ; କିନ୍ତୁ ରାଜନୀତି ବିଜ୍ଞାନର ତଥ୍ୟାବଳୀ ତାନ୍ତ୍ରିକ (theoretical) ଅଟେ।
  10. ସମାଜ ସମାଜବିଜ୍ଞାନ ଏକ ସାଧାରଣ ବିଜ୍ଞାନ ଅଟେ; କିନ୍ତୁ ରାଜୀନତି ବିଜ୍ଞାନ ଏକ ସ୍ବତନ୍ତ୍ର ବିଜ୍ଞାନ ଅଟେ।
  11. ସମାଜବିଜ୍ଞାନ ବିଭିନ୍ନ ପ୍ରଥା, ପରମ୍ପରା, ଲୋକରୀତି, ଲୋକନିୟମ ଓ ପ୍ରତିମାନ ଉପରେ ପ୍ରତିଷ୍ଠିତ; କିନ୍ତୁ ରାଜନୀତି ବିଜ୍ଞାନ କେବଳ ରାଷ୍ଟ୍ର ଓ ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥାଏ।

Question ୯।
ସମାଜ ବିଜ୍ଞାନ ଏବଂ ଇତିହାସ ମଧ୍ୟରେ ଥିବା ସମ୍ପର୍କକୁ ବିଶ୍ଳେଷଣ କର।
Answer:
ସମାଜବିଜ୍ଞାନ ଓ ଇତିହାସ ପରସ୍ପର ଅତି ଘନିଷ୍ଠ ଭାବେ ଜଡିତ। ସମୟ ସମାଜବିଜ୍ଞାନୀ ଐତିହାସିକ ମାନବ ସମାଜକୁ ଅଧ୍ୟୟନ କରିଥାଆନ୍ତି; ମାତ୍ର ସାର୍ବଜନୀନ ବର୍ତ୍ତମାନର ମନୁଷ୍ୟ ଓ ସେମାନଙ୍କର କାର୍ଯ୍ୟାବଳୀଗୁଡିକୁ ଅଧ୍ୟୟନ କରିଥାଏ। ଇତିହାସ ଅତୀତର ଘଟଣାବଳୀଗୁଡିକୁ ଅନୁଶୀଳନ କରିଥାଏ, ଯେଉଁଥରେ ମାନବ ସମାଜର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କାର୍ଯ୍ୟବଳୀମାନ ଅଧ୍ୟୟନ କରିଥାଏ। ତେଣୁ ସମାଜଶାସ୍ତ୍ର ଇତିହାସଠାରୁ ଅଲଗା ହୋଇପାରେ ନାହିଁ କି ଇତିହାସ ସମାଜଶାସ୍ତ୍ରଠାରୁ ଅଲଗା ହୋଇପାରରେ ନାହିଁ। ତେଣୁ ଜି. ଇ. ହୋବାର୍ଡ (GE. Howood)ଙ୍କ ମତରେ, “ଇତିହାସ ହେଉଛି ଅତୀତର ସମାଜଶାସ୍ତ୍ର ଏବଂ ସମାଜଶାସ୍ତ୍ର ହେଉଛି ବର୍ତମାନର ଇତିହାସ (History is the past sociology and sociology is the present history) ।” ଜନ୍ ସେଲି (John Seely)ଙ୍କ ମତରେ, “ ସମାଜଶାସ୍ତ୍ର ବ୍ୟତୀତ ଇତହିହାସ ଅଧ୍ୟୟନରେ କୌଣସି ଫଳ ନାହିଁ ଏବଂ ଇତିହାସ ବ୍ୟତୀତ, ସମାଜବିଜ୍ଞାନର ମୂଳ ନାହିଁ ।” (History without sociology has not frunt sociology without history has no root)

ସାମଞ୍ଜସ୍ୟ (Similarity):
ଯେହେତୁ ଇତିହାସ ରାଜନୈତିକ, ଅର୍ଥନୈତିକ, ସାମାଜିକ ଘଟଣାବଳୀ ଉପରେ ଆଲୋକପାତ କରିଥାଏ, ଅତୀତର ଘଟଣାର କାରଣ ଓ ଫଳାଫଳ ଉପରେ ଅଧ୍ୟୟନ କରିଥାଏ, ଇତିହାସ ଅତୀତର ଲୋକମାନଙ୍କର ଚାଲିଚଳନ ବ୍ୟବହାର, ରାଜନୀତିକୁ ଆଧାର କରି ସମାଜବିଜ୍ଞାନୀ ବର୍ତ୍ତମାନର ସମାଜକୁ ଖୁବ୍ ଭଲ ଭାବରେ ଅଧ୍ୟୟନ କରିଥାଏ। ଉଦାହରଣ ସ୍ଵରୂପ ବର୍ତ୍ତମାନ ପରିସ୍ଥିତିରେ ଧର୍ମ, ପରିବାର ତଥା ବିବାହ ଆଦି ଅନୁଷ୍ଠାନର ସାମାଜିକ ଗୁରୁତ୍ବର ଅଧ୍ୟୟନ ପାଇଁ ଏସବୁ ଅନୁଷ୍ଠାନର ଉତ୍ପତ୍ତି ବିଷୟରେ ଜାଣିବା ଆବଶ୍ୟକ। ଇତିହାସ ବର୍ତ୍ତମାନ ଅତୀତର ସାମାଜିକ ଘଟଣାବଳୀ, ଅର୍ଥନୈତିକ କାର୍ଯ୍ୟକଳାପ ଓ ସାଂସ୍କୃତିକ ଜୀବନ ଧାରାଗୁଡିକ ସମୀକ୍ଷା କରିବାରେ ବ୍ୟସ୍ତ।

ଏହିପରି ଭାବରେ ଇତିହାସ ଓ ସମାଜବିଜ୍ଞାନ ଖୁବ୍ ନିକଟତର। ଉଭୟ ସମାଜବିଜ୍ଞାନ ଓ ଇତିହାସ ସଭ୍ୟତା ଓ ସଂସ୍କୃତି ଉପରେ ଅଧ୍ୟୟନ କରିଥାଆନ୍ତି। ମାତ୍ର ବିଜ୍ଞାନରେ ଐତିହାସିକ ପଦ୍ଧତିରେ ବହୁତ ବ୍ୟବହାର କରାଯାଇଛି। ଯଥା — ଦୁର୍ଖମଙ୍କର ଅତ୍ମହତ୍ୟା, କାର୍ଲମାକ୍ସଙ୍କ ଶ୍ରେଣୀ ସଂଘର୍ଷ ଇତ୍ୟାଦିରୁ ଇତିହାସ ବିଷୟରେ ସ୍ପଷ୍ଟ ଜଣାପଡେ। ଉଭୟ ସମାଜବିଜ୍ଞାନ ଓ ଇତିହାସ ସଭ୍ୟତା ଓ ସଂସ୍କୃତି ଉପରେ ଅଧ୍ୟୟନ କରିଥାଆନ୍ତି; ମାତ୍ର ବିଜ୍ଞାନରେ ଐତିହାସିକ ପଦ୍ଧତିରେ ବହୁତ ବ୍ୟବହାର କରାଯାଇଛି। ଯଥା ଦୁର୍ଖମଙ୍କର ଆତ୍ମହତ୍ୟା, କାର୍ଲମାର୍କ୍ସଙ୍କର ଶ୍ରେଣୀ ସଂଘର୍ଷ ଇତ୍ୟାଦିରୁ ଇତିହାସ ବିଷୟରେ ସ୍ପଷ୍ଟ ଜଣାପଡେ। ଉଭୟ ସମାଜବିଜ୍ଞାନ ଓ ଇତିହାସ ପରସ୍ପର ପରିପୂରକ ଓ ନିର୍ଭରଶୀଳ ଅଟନ୍ତି। ସମାଜବିଜ୍ଞାନ ବ୍ୟତିରେକ ଇତିହାସର ମୂଲ୍ୟ କିଛି ନାହିଁ ତଥା ଇତିହାସ ବିନା ସମାଜବିଜ୍ଞାନ ଅଧ୍ୟୟନ ଅସମ୍ଭବ। ସେଥ‌ିପାଇଁ କୁହାଯାଇଛି ସମାଜବିଜ୍ଞାନ ବିନା ଇତିହାସ ଅଧ୍ୟୟନ ଅମମ୍ଭବ ନିଷ୍ପଭି ପୁଣି ଇତିହାସ ବିନା ସମାଜବିଜ୍ଞାନର କୌଣସି ଅସ୍ତିତ୍ଵ ନାହିଁ ।

ସମାଜବିଜ୍ଞାନ ଇତିହାସକୁ ମଧ୍ୟ ଅନୁକରଣ କରେ। ବିଭିନ୍ନ ସାମାଜିକ ସମସ୍ୟା ଓ ଘଟଣାବଳୀ ମଧ୍ୟରୁ ଐତିହାସିକ ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତଗୁଡିକୁ ଖୋଜିପାଏ। ତେଣୁ ସମାଜବିଜ୍ଞାନର ପୃଷ୍ଠଭୂମିରେ ଇତିହାସକୁ ହିଁ ଅଧ୍ୟୟନ କରାଯାଏ। କାର୍ଲମାର୍କ୍ସଙ୍କର ରଚନାଗୁଡିକୁ ଏକାଧାରାରେ ଇତିହାସ ଓ ସମାଜବିଜ୍ଞାନ ଉପରେ ଆଧାରିତ। କେତେକ ପ୍ରସିଦ୍ଧ ଐତିହାସକୁ ମଧ୍ୟ ସମାଜବିଜ୍ଞାନୀ କୁହାଯାଇଥାଏ। ଯଥା – ଆନୋଇଡ ଟଏନବି (Arnold Toynbee), ଓସ୍ୟାଲଡ୍ ସେଙ୍ଗଲର୍ (Oswaldsengler) ଇତ୍ୟାଦି ଐତିହାସିକ ସମାଜବିଜ୍ଞାନ (Historical Sociology) ଏବଂ ସମାଜ ବୈଜ୍ଞାନିକ ଇତିହାସ (Sociology History) ଏହି ଦୁଇ ବିଭାଗ ବର୍ତ୍ତମାନ ଇତିହାସ ଓ ସମାଜବିଜ୍ଞାନର ନୂତନ ଓ ସ୍ଵତନ୍ତ୍ର ଅଧ୍ୟୟନ ଭାବରେ ବେଶ ପରିଚିତ । ତେଣୁ ହାର୍ଡ ଯାହା ମତ ଦେଇଛନ୍ତି ତାହା ହେଉଛି ଇତିହାସ ହେଉଛି ଅତୀତର ସମାଜବିଜ୍ଞାନ ଓ ସମାଜବିଜ୍ଞାନ ହେଉଛି ବର୍ତ୍ତମାନ ଇତିହାସ। ତାହା ଯଥାର୍ଥ ଅଟେ।

ପାର୍ଥକ୍ୟ (Difference) :
ସମାଜବିଜ୍ଞାନ ଇତିହାସ ମଧ୍ଯରେ ଯେତେ ଘନିଷ୍ଠତା ଥିଲେ ସେମାନଙ୍କ ମଧ୍ୟରେ ଅନେକଗୁଡିଏ ପାର୍ଥକ୍ୟ ପରିଲିକ୍ଷିତ ହୋଇଥାଏ। ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା।

  1. ସମାଜବିଜ୍ଞାନ ବର୍ତ୍ତମାନର ସମାଜରୁ ଅନୁଧ୍ୟାନ କରିଥାଏ; କିନ୍ତୁ ଇତିହାସ ଅତୀତ ସମାଜକୁ ଅନୁଧ୍ୟାନ କରିଥାଏ।
  2. ସମାଜବିଜ୍ଞାନର ପରିସର ବ୍ୟାପକ ହୋଇଥାଏ; କିନ୍ତୁ ଇତିହାସର ପରିସର କ୍ଷୁଦ୍ର ହୋଇଥାଏ।
  3. ସମାଜବିଜ୍ଞାନ ଏକ ନୂତନ ବିଜ୍ଞାନ ଅଟେ; କିନ୍ତୁ ଇତିହାସ ଏକ ସ୍ଵତନ୍ତ୍ର ବିଜ୍ଞାନ ଅଟେ।
  4. ସମାଜବିଜ୍ଞାନ ଏକ ସାଧାରଣ ବିଜ୍ଞାନ ଅଟେ; କିନ୍ତୁ ଇତିହାସ ଏକ ସ୍ଵତନ୍ତ୍ର ବିଜ୍ଞାନ ଅଟେ।
  5. ସମାଜବିଜ୍ଞାନ ବିଶ୍ଳେଷଣ ପର୍ଯ୍ୟାଲୋଚନା ଉପରେ ଗୁରୁତ୍ବ ଦିଏ; କିନ୍ତୁ ଇତିହାସ ଘଟଣାର ବର୍ଣ୍ଣନା ଉପରେ ଗୁରୁତ୍ଵ ଦେଇଥାଏ।
  6. ସମାଜବିଜ୍ଞାନ ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ପଦ୍ଧତିରେ ପ୍ରୟୋଗ କରେ, କିନ୍ତୁ ଇତିହାସ କେବଳ ଗୁଣାତ୍ମକ ପଦ୍ଧତିର ପ୍ରୟୋଗ କରିଥାଏ।
  7. ସମାଜବିଜ୍ଞାନ ପ୍ରତ୍ୟେକ ଯୁଦ୍ଧ, ବିପ୍ଳବକୁ ଗୁରୁତ୍ଵ ଦେଇ ନ ଥାଏ। ଏହା ଯୁଦ୍ଧ ବିପ୍ଳବକୁ ସାଧାରଣ ଭାବେ ଅଧ୍ୟୟନ କରିଥାଏ; କିନ୍ତୁ ଇତିହାସ ପ୍ରତ୍ୟେକ ଯୁଦ୍ଧକୁ ଗୁରୁତ୍ଵ ଦେଇ ସ୍ଵତନ୍ତ୍ର ରୂପେ ଅଧ୍ୟୟନ କରିଥାଏ।
  8. ମାଜବିଜ୍ଞାନ ଦୃଷ୍ଟିକୋଣ ସାଧାରଣ ହୋଇଥାଏ; କିନ୍ତୁ ଇତିହାସ ଦୃଷ୍ଟିକୋଣ ସ୍ଵତନ୍ତ୍ର ହୋଇଥାଏ।
  9. ସମାଜବିଜ୍ଞାନ ପର୍ଯ୍ୟବେକ୍ଷଣ ଅନୁସନ୍ଧାନ, ପରୀକ୍ଷଣ ଓ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ଵ ଦିଏ। ସମାଜବିଜ୍ଞାନ ନିଜେ ବିଭିନ୍ନ ଅଞ୍ଚଳରେ ଅବସ୍ଥାନ କରି ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ତଥ୍ୟ ସଂଗ୍ରହ କରିଥାଏ। କିନ୍ତୁ ଇତିହାସ ଶିଳାଲିପି, ସ୍ତୂପ ଓ ସଭ୍ୟତାର ଭଗ୍ନାଂବିଶେଷରୁ ତଥ୍ୟ ସଂଗ୍ରହ କରେ।
  10. ସମାଜବିଜ୍ଞାନର ପରୀକ୍ଷା କରିବା ସମ୍ଭବପରେ ହୋଇଥାଏ। କାରଣ ଏହା ବର୍ତ୍ତମାନକୁ ଅଧ୍ୟୟନ କରିଥାଏ; କିନ୍ତୁ ଇତିହାସ ଯେହେତୁ ଅତୀତ ଘଟଣାବଳୀକୁ ଅଧ୍ୟୟନ କରିଥାଏ, ସେଥୁପାଇଁ ଏହାର ପରୀକ୍ଷା କରିବା ସମ୍ଭବପରେ ହୋଇ ନ ଥାଏ।
  11. ସମାଜବିଜ୍ଞାନ ବ୍ୟକ୍ତିକୁ ଉପେକ୍ଷା କରି ସମାଜକୁ ପ୍ରାଧାନ୍ୟ ଦେଇଥାଏ; କିନ୍ତୁ ଇତିହାସ ବ୍ୟକ୍ତି ବିଶେଷକୁ ଗୁରୁତ୍ଵ ଦେଇଥାଏ।
  12. ସମାଜବିଜ୍ଞାନ ତା’ର ଅଧ୍ୟୟନ ମାର୍ଗ ନିଜେ ପ୍ରସ୍ତୁତ କରେ । ମାନବିକ ଘଟଣାବଳୀରୁ ଏହା ସମାଜତାନ୍ତ୍ରିକ ଦୃଷ୍ଟିରୁ ଦେଖେ। ତା’ ଦୃଷ୍ଟିରେ ଏହି ଘଟଣାବଳୀ ମନୁଷ୍ୟର ସାମାଜିକ ସମ୍ପର୍କର ପରିଣାମ; କିନ୍ତୁ ଇତିହାସ ମାନବିକ ଘଟଣା ସମୂହର କଳାନୁକ୍ରମିକ ବିବରଣୀମାନ ଦିଏ।
  13. ସମାଜବିଜ୍ଞାନ ବସ୍ତୁ ନିରପେକ୍ଷ ଅଟେ; କିନ୍ତୁ ଇତିହାସ ବସ୍ତୁମୂଳକ ଅଟେ।

Question ୧୦।
ସମାଜବିଜ୍ଞାନ ଓ ଅର୍ଥଶାସ୍ତ୍ର ମଧ୍ୟରେ ସମ୍ପର୍କ ଓ ପାର୍ଥକ୍ୟ ବିଶ୍ଳେଷଣ କର।
Answer:
ଅର୍ଥନୀତି ଏକ ସାମାଜିକ ବିଜ୍ଞାନ। କେତେକ ଅର୍ଥନୀତିକ କୁହନ୍ତି “ଅର୍ଥନୀତି ହେଉଛି ସମ୍ପଦ ବିଜ୍ଞାନ। ଅନ୍ୟ କେତେକ ଅର୍ଥନୀତିଜ୍ଞଙ୍କ ମତରେ ଅର୍ଥନୀତି ହେଉଛି ଜନମଙ୍ଗଳକାରୀ ବିଜ୍ଞାନ।” ଅର୍ଥନୀତିରେ ମଣିଷର ଅର୍ଥନୈତିକ କ୍ରିୟାକଳାପକୁ ବିଚାର ଓ ଆଲୋଚନା କରାଯାଏ। ଏହି ଅର୍ଥନୈତିକ କାର୍ଯ୍ୟକଳାପ, ସାମାଜିକ କାର୍ଯ୍ୟକଳାପର ଅଂଶବିଶେଷ ଅଟେ। ସମାଜରେ ଉତ୍ପାଦନ, ବିତରଣ, ବଣ୍ଟନ, ବୃଷ୍ଟି ଓ ଅର୍ଥ ଉତ୍ପାଦନ ଇତ୍ୟାଦି ଅର୍ଥନୀତିର ଅନ୍ତର୍ଗତ। ମଣିଷର ଚାହିଦା ବା ଆବଶ୍ୟକତା ତା’ର ପୂରଣ କରିବାର ପ୍ରଣାଳୀକୁ ଅର୍ଥନୀତି ଅଧ୍ୟୟନ କରେ। ଅର୍ଥନୀତି ଓ ସମାଜବିଜ୍ଞାନ ପରସ୍ପରର ଖୁବ୍ ନିକଟବର୍ତୀ ଅଟନ୍ତି । ଏହି ଦୁଇ ସାମାଜିକ ବିଜ୍ଞାନ ଖୁବ୍ ଘନିଷ୍ଠ ଅଟନ୍ତି।

ସାମଞ୍ଜସ୍ୟ (Similarity) :
ଅର୍ଥନୀତି ଓ ସମାଜବିଜ୍ଞାନ ପରସ୍ପର ନିର୍ଭଶୀଳ ଅଟନ୍ତି। ଅର୍ଥନୀତି ଓ ସମାଜବିଜ୍ଞାନ ପରସ୍ପର ପରିପୂରକ, ଅର୍ଥାତ୍ ଅର୍ଥନୀତି ବିନା ସମାଜବିଜ୍ଞାନର ଅଧ୍ୟୟନ ଅସମ୍ଭବ ଓ ସମାଜବିଜ୍ଞାନ ବିନା ଅର୍ଥନୀତି ଅଧ୍ୟୟନ ଅସମ୍ଭବ ଅଟେ। ମନୁଷ୍ୟର ଅର୍ଥନୈତିକ କାର୍ଯ୍ୟକଳାପ ବିଷୟରେ ଅଧ୍ୟୟନ କରିବାକୁ ହେଲେ ସମାଜବିଜ୍ଞାନୀ ଅର୍ଥନୀତିର ସାହାଯ୍ୟ ନେଇଥାଏ। ଏହି ଅର୍ଥନୈତିକ ଦିଗ ସମ୍ପୂର୍ଣ୍ଣ ରୂପେ ସମାଜବିଜ୍ଞାନ ଉପରେ ନିର୍ଭର କରେ। ଅର୍ଥନୈତିକ କାର୍ଯ୍ୟକଳାପଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରିବା ପାଇଁ ସମାଜବିଜ୍ଞାନର ସାହାଯ୍ୟ ନେବାକୁ ପଡ଼ିଥାଏ। ତେଣୁ ସମାଜବିଜ୍ଞାନ ଓ ଅର୍ଥନୀତି ପରସ୍ପର ଘନିଷ୍ଠଭାବେ ଜଡ଼ିତ।

କାର୍ଲାମାର୍ଚ୍ଚ (Karl Mark)ଙ୍କ ମତ ଅନୁସାରେ ମନୁଷ୍ୟର ଅର୍ଥନୈତିକ ସମ୍ପର୍କ ତା’ର ସାମାଜିକ ସମ୍ପର୍କର କାରଣ ହୋଇଥାଏ। କେତେକ ଅର୍ଥନୀତିଜ୍ଞ ତଥା ସୋମ୍ବାର୍ଟ (Sombert), ମାକସ୍‌ବର (Marxweber), ପାରେଟୋ (Pareto) ପ୍ରଭୃତି ଅର୍ଥନୈତିକ ପରିବର୍ତ୍ତନ ପରିବର୍ତ୍ତନକୁ ସାମାଜିକ ପରିବର୍ତ୍ତନ ପରିଣାମ ଭାବରେ ବିଚାର କରନ୍ତି। ମାକ୍ସୱେବର ସମାଜରେ ଅଣଅର୍ଥନୈତିକ ଉପାଦାନଗୁଡ଼ିକ କିପରି ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରଭାବିତ କରନ୍ତି ତାହା ଦର୍ଶାଇଛନ୍ତି। ଏହା ବ୍ୟତୀତ ତାଙ୍କର ପୁସ୍ତକ ପ୍ରୋଟେଷ୍ଟାଣ୍ଟ ଏଥ୍କସ୍ (Protestant Ethics) ଏବଂ ସ୍ପିରିଟ୍ ଅଫ୍ କ୍ୟାପିଟାଲିଜିମ୍ (Spirit of Capitalism)ରେ ପ୍ରୋଟେଷ୍ଟାଣ୍ଟ ନିୟମାବଳୀ ଓ ଆଧୁନିକ ପୁଞ୍ଜିବାଦ ମଧ୍ୟରେ ସମ୍ପର୍କ ସ୍ଥାପନ କରିଛନ୍ତି। କେତେକ ସାମାଜିକ ସମସ୍ୟା ରହିଛି ଯାହା ଉଭୟ ଅର୍ଥନୀତିଜ୍ଞ ଓ ସମାଜବିଜ୍ଞାନ ମିଳିତ ଭାବେ ଅଧ୍ୟୟନ କରିଥାଆନ୍ତି। ଯାହା ଦାରିଦ୍ର୍ୟ, ବେକାରୀ, ଭିକ୍ଷାବୃତ୍ତି, ଜନବିସ୍ଫୋରଣଜନିତ ସମସ୍ୟା ଇତ୍ୟାଦିରେ ସମାଜବିଜ୍ଞାନୀ ଓ ଅର୍ଥନୈତିକ ବିଜ୍ଞାନୀ ଉଭୟ ସଂଶ୍ଳିଷ୍ଟ ହୋଇଥା’ନ୍ତି। କୌଣସି ସମାଜ ପ୍ରଥା, ପରମ୍ପରା ସେହି ସମାଜର ଅର୍ଥନୀତିକୁ ପ୍ରଭାବିତ କରିଥାଏ। ଅର୍ଥନୈତିକ ବିକାଶ ଓ ସାମାଜିକ ପ୍ରଗତି ଉଭୟ ଉପରେ ନିର୍ଭରଶୀଳ। ଯଥା : ଅନ୍ଧବିଶ୍ଵାସ, କୁସଂସ୍କାର ତଥା ଅପରାଧର ମାତ୍ରା ଅଧିକ ହେଲେ ଆର୍ଥିକ ବିକାଶ ସମ୍ଭବପର ହୁଏ ନାହିଁ। ସେହିଭଳି ବେକାରୀ, ପରିବାର ଏବଂ ଜନସଂଖ୍ୟାର ମାତ୍ରାଧ୍ଵକ ବୃଦ୍ଧି ଦ୍ଵାରା ସମାଜରେ ବିଘଟନ ଓ ବିପର୍ଯ୍ୟସ୍ତ ସୃଷ୍ଟି ହୋଇଥାଏ।

ଅର୍ଥଶାସ୍ତ୍ର ମନୁଷ୍ୟର ଅର୍ଥନୈତିକ ଜୀବନ ବିଷୟରେ ଅଧ୍ୟୟନ ସୃଷ୍ଟି ହୋଇଥାଏ। ଉତ୍ପାଦନ, ଉପଭୋଗ ବଣ୍ଟନ, ବିନିମୟ, ଅର୍ଥନୈତିକ ଆଇନ ପ୍ରଣୟନ, ଦେଶ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ପ୍ରଭୃତି ଅର୍ଥନୀତି ବିଜ୍ଞାନର ପରିସରଭୁକ୍ତ। ଅର୍ଥନୀତି ମନୁଷ୍ୟର ଭୌତିକ କଲ୍ୟାଣ ନିମନ୍ତେ ଦୃଷ୍ଟି ଦେଇଥାଏ। ଅର୍ଥନୈତିକ କଲ୍ୟାଣ ହିଁ ସାମାଜିକ ବିକାଶର ଏକ ଅଂଶ ଅଟେ। ସାମାଜିକ ନିୟମ ବିଷୟରେ ଉପଯୁକ୍ତ ଜ୍ଞାନ ନ ଥଲେ ଅର୍ଥନୈତିକ କଲ୍ୟାଣ ବିଷୟରେ ଅଧ୍ୟୟନ ଅସମ୍ଭବ ହୋଇପଡ଼େ। ଏହିପରି ଭାବରେ ଅର୍ଥଶାସ୍ତ୍ର ସମାଜବିଜ୍ଞାନ ଠାରୁ ସାହାଯ୍ୟ ପାଇଥାଏ। ଉଦାହରଣ ସ୍ଵରୂପ ଅର୍ଥନୀତି ଓ ସମାଜବିଜ୍ଞାନୀମାନେ ବ୍ୟବସାୟ ଚକ୍ର, ମୁଦ୍ରାସ୍ପତି ପ୍ରଭୃତି ଅର୍ଥନୈତିକ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ସେହି ନିର୍ଦ୍ଦିଷ୍ଟ ସମୟରେ ସାମାଜିକ ଘଟଣାଗୁଡ଼ିକୁ ବିଚାରକୁ ନେବାକୁ ଭୁଲି ନ ଥା’ନ୍ତି। ଏଥୁରୁ ଜଣାଯାଏ ଅର୍ଥନୈତିକ ଜୀବନ ଓ ସାମାଜିକ ଜୀବନ କିପରି ପରସ୍ପର ଉପରେ ନିର୍ଭରଶୀଳ। ଅର୍ଥଶାସ୍ତ୍ରର ସାହାଯ୍ୟ ବିନା ସମାଜକୁ ସମ୍ପୂର୍ଣ୍ଣଭାବେ ଅଧ୍ୟୟନ କରିହେବ ନାହିଁ କି ସମାଜବିଜ୍ଞାନ ସାହାଯ୍ୟ ବିନା ଅର୍ଥଶାସ୍ତ୍ରକୁ ଭଲଭାବରେ ବୁଝି ହେବ ନାହିଁ । ତେଣୁ ଅର୍ଥଶାସ୍ତ୍ର ଓ ସମାଜବିଜ୍ଞାନ ପରସ୍ପର ନିର୍ଭରଶୀଳ ଅଟନ୍ତି ।

ସମାଜବିଜ୍ଞାନ ଓ ଅର୍ଥଶାସ୍ତ୍ର ମଧ୍ୟରେ ପାର୍ଥକ୍ୟ (Difference between Sociology and Economics) :

  1. ସମାଜବିଜ୍ଞାନ କହେ ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ତେଣୁ ଏହା ମନୁଷ୍ୟର ସାମାଜିକ କାର୍ଯ୍ୟକଳାପକୁ ଅଧ୍ୟୟନ କରିଥାଏ; କିନ୍ତୁ ଅର୍ଥନୀତି କହେ ମନୁଷ୍ୟ ଏକ ଅର୍ଥନୈତିକ ପ୍ରାଣୀ। ତେଣୁ ଏହା ମନୁଷ୍ୟର ଅର୍ଥନୈତିକ କାର୍ଯ୍ୟକଳାପକୁ ଅଧ୍ୟୟନ କରିଥାଏ।
  2. ସମାଜବିଜ୍ଞାନ ସମଗ୍ର ସମାଜକୁ ଅନୁଧ୍ୟାନ କରିଥାଏ। ତେଣୁ ଏହା ଏକ ସାଧାରଣ ବିଜ୍ଞାନ ଅଟେ। ଅର୍ଥନୀତି ସମାଜର କେବଳ ଅର୍ଥନୈତିକ ଦିଗକୁ ଅଧ୍ୟୟନ କରିଥାଏ। ତେଣୁ ଏହା ଏକ ସ୍ଵତନ୍ତ୍ର ବିଜ୍ଞାନ ଅଟେ।
  3. ଏହା ସମଗ୍ର ସମାଜକୁ ଅନୁଧ୍ୟାନ କରୁଥିବାରୁ ଏହାର ପରିସର ବ୍ୟାପକ ଅଟେ; କିନ୍ତୁ ଅର୍ଥନୀତି ସମଗ୍ର ସମାଜରୁ ଏକ ଅଂଶକୁ ଅଧ୍ୟୟନ କରୁଥିବାରୁ ଏହାର ପରିସର କ୍ଷୁଦ୍ର ଅଟେ।
  4. ସମାଜବିଜ୍ଞାନ ଏକ ନୂତନ ବିଜ୍ଞାନ ଅଟେ; କିନ୍ତୁ ଅର୍ଥନୀତି ପୁରାତନ ଅଟେ।
  5. ସମାଜବିଜ୍ଞାନ ସମାଜକୁ ଅଧ୍ୟୟନର ପରିସରଭୁକ୍ତ କରିଥାଏ; କିନ୍ତୁ ଅର୍ଥନୀତି ବ୍ୟକ୍ତିକୁ ଅଧ୍ୟୟନ ପରିସରଭୁକ୍ତ କରିଥାଏ।
  6. ସମାଜବିଜ୍ଞାନ ସାମାଜିକ ସମ୍ପର୍କକୁ ଅଧ୍ୟୟନ କରିଥାଏ; କିନ୍ତୁ ଅର୍ଥନୀତି ଅର୍ଥନୈତିକ ସମ୍ପର୍କକୁ ଅଧ୍ୟୟନ କରିଥାଏ।
  7. ସମାଜଶାସ୍ତ୍ର ମୌଳିକଭାବେ ଲୋକମାନଙ୍କର ଅର୍ଥନୈତିକ କାର୍ଯ୍ୟକଳାପର ସାମାଜିକ ଦିଗ ସହିତ ସଂଶ୍ଳିଷ୍ଟ; କିନ୍ତୁ ଅର୍ଥଶାସ୍ତ୍ର ମୁଖ୍ୟତଃ ସମ୍ପଦର ଉତ୍ପାଦନ ଉପଭୋଗ, ବଣ୍ଟନ ସମ୍ବନ୍ଧୀୟ ପଦ୍ଧତି ଓ କୌଶଳ ସହିତ ଜଡ଼ିତ। ଯାହା ମନୁଷ୍ୟର ଭୌତିକ ସୁଖ ସ୍ଵାଚ୍ଛନ୍ଦ୍ୟ ସହିତ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ ସମ୍ପୃକ୍ତ।
  8. ସମାଜଶାସ୍ତ୍ର ମାନବବାଦୀ (Humanistic) ଅଟେ; କିନ୍ତୁ ଅର୍ଥଶାସ୍ତ୍ର ବସ୍ତୁବାଦୀ (Materialistic) ଅଟେ।
  9. ସମାଜଶାସ୍ତ୍ରରେ ପର୍ଯ୍ୟବେକ୍ଷଣ ସାକ୍ଷତକାର, ଅନୁସୂଚୀ ଓ ପ୍ରଶ୍ନବଳୀ ଆଦି ବ୍ୟବହୃତ ହୋଇଥାଏ; କିନ୍ତୁ ଅର୍ଥଶାସ୍ତ୍ରରେ ଅବରୋହମୂଳକ ସିଦ୍ଧାନ୍ତ (Deduction), ଆରୋହପଦ୍ଧତି (Induction), ଜନସଂଖ୍ୟା ଓ ପରିସଂଖ୍ୟାନ (Statistics) ପ୍ରଭୃତି ପ୍ରୟୋଗ ହୋଇଥାଏ।
  10. ସମାଜଶାସ୍ତ୍ର ଉଭୟ ସାମାଜିକ ସମସ୍ୟା ସହିତ ଅର୍ଥନୈତିକ ସମସ୍ୟାକୁ ଅଧ୍ୟୟନ କରିଥାଏ; କିନ୍ତୁ ଅର୍ଥନୀତି କେବଳ ଅର୍ଥନୈତିକ ସମସ୍ୟାକୁ ଅଧ୍ୟୟନ କରିଥାଏ।

CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ

Question ୧୧।
ସମାଜଶାସ୍ତ୍ର ଓ ମନସ୍ତତ୍ତ୍ଵ ମଧ୍ଯରେ ସମ୍ପର୍କ ଆଲୋଚନା କର।
Answer:
ମନସ୍ତତ୍ତ୍ଵ ଓ ଇଂରାଜୀ ଶବ୍ଦ (Psychology) ଦୁଇଟି ଗ୍ରୀକ୍ ଶବ୍ଦର ମିଶ୍ରଣରେ ଗଠିତ। ଯଥା : ସାଇକେ (Psyche) ଏବଂ ଲୋଗସ୍ (Logos)। ସାଇକେ (Psyche) ଶବ୍ଦର ଅଇଁ ଆତ୍ମା (Soul) ଏବଂ ଲୋଗସ ଶବ୍ଦର ଅର୍ଥ ଅଧ୍ୟୟନ ବ। ବିଜ୍ଞାନ (Science)। ତେଣୁ ଆଭିଧାନିକ ଅର୍ଥରେ ମନସ୍ତତ୍ତ୍ଵକୁ (Psyche) ଶବ୍ଦର ଅର୍ଥ ଆତ୍ମାର ବିଜ୍ଞାନ (Science of soul) ଅଟେ। ମନସ୍ତତ୍ତ୍ଵ ମନୋବିଜ୍ଞାନ ମଧ୍ୟ କୁହାଯାଏ। ଅର୍ଥାତ୍ ମନୁଷ୍ୟର ମନକୁ କରିବାକୁ କିମ୍ବା ମାନସିକ କ୍ରିୟାକଳାପର ଅଧ୍ୟୟନକୁ ମନସ୍ତତ୍ତ୍ଵ କୁହାଯାଏ । ସମାଜବିଜ୍ଞାନ ଓ ମନସ୍ତତ୍ତ୍ଵ ନିବିଡ଼ ଭାବରେ ସମ୍ପକ୍ତ । ମନସ୍ତତ୍ତ୍ଵ ମନୁଷ୍ୟର ମାନବିକ କାର୍ଯ୍ୟକଳାପକୁ ଅଧ୍ୟୟନ କଲାବେଳେ ସମାଜବିଜ୍ଞାନ ମନୁଷ୍ୟର ସାମାଜିକ କ୍ରିୟାକଳାପକୁ ଅଧ୍ୟୟନ କରିଥାଏ। ଏହି ମାନବିକ ଆଚରଣ ମାଧ୍ୟମରେ ମନସ୍ତତ୍ତ୍ୱବିତ୍ ବ୍ୟକ୍ତିର ବ୍ୟବହାର, ଦୃଷ୍ଟିଭଙ୍ଗୀ, ଚାଲିଚଳନ, ମୂଲ୍ୟବୋଧ ଇତ୍ୟାଦିକୁ ଅଧ୍ୟୟନ କରିଥାଏ। ଏହାଛଡ଼ା ମନୁଷ୍ୟର ବ୍ୟକ୍ତିତ୍ଵକୁ ଅନୁଶୀଳନ କରିଥାଏ। ଏହାଦ୍ଵାରା ବିଭିନ୍ନ ସମସ୍ୟାଗୁଡ଼ିକ ପ୍ରତି ଏହାର ପ୍ରତିକ୍ରିୟା କ’ଣ ତାକୁ ଅନୁଧ୍ୟାନ କରିଥାଏ। ଏହି ମନସ୍ତତ୍ତ୍ଵ ମଧ୍ଯ ସମାଜବିଜ୍ଞାନୀକୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିଥାଏ। ଏହି ମନସ୍ତତ୍ତ୍ଵ ବିଜ୍ଞାନ ମାନସିକ କ୍ରିୟା ଅନୁଭୂତି (Perception) ପ୍ରବର୍ତ୍ତନ (Motive) ବୋଧଶକ୍ତି (Cognition) ଓ ପ୍ରତିଶିକ୍ଷା (Learning) ଇତ୍ୟାଦି ଅଧ୍ୟୟନ କରିଥାଏ। ମଣିଷ ଶରୀର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ଯଥା: ସ୍ନାୟବିକ ଜୀବକୋଷ, ଚେତନା ଓ ଅବଚେତନ ଅବସ୍ଥା । ମସ୍ତିଷ୍କ ସହ ଏସବୁର ସମ୍ପର୍କ ଜୀବବିଜ୍ଞାନ ସହ ଜଡ଼ିତ।

ମନସ୍ତତ୍ତ୍ଵରେ “ ବ୍ୟକ୍ତି” ହିଁ ମନୋବିଜ୍ଞାନର କେନ୍ଦ୍ରବିନ୍ଦୁ ହୋଇଥାଏ। ମାତ୍ର ସମାଜବିଜ୍ଞାନରେ “ ସମାଜ” ହିଁ କେନ୍ଦ୍ରବିନ୍ଦୁ ଅଟେ। ସାମାଜିକ ସମ୍ପର୍କଗୁଡ଼ିକ ସମାଜ ଭିତରେ କିପରି ସୃଷ୍ଟି ହୁଏ, ତାହା ସମାଜବିଜ୍ଞାନର ଅଧ୍ୟୟ ନ ବିଷୟବସ୍ତୁ ହୋଇଥାଏ। ମାତ୍ର ମନସ୍ତତ୍ତ୍ଵ ବ୍ୟକ୍ତିର ମାନସିକ ଓ ଶାରିରୀକ ପ୍ରକ୍ରିୟା ଏବଂ ବ୍ୟକ୍ତିଗତ ଅନୁଭୂତିର ବିଶ୍ଳେଷଣ କରିଥାଏ। ଦୁର୍ଖମୂଙ୍କ ମତରେ ସମାଜବିଜ୍ଞାନ କେବଳ ସାମାଜିକ ଘଟଣାକୁ ଅନୁଧ୍ୟାନ କରିବା ଉଚିତ। ମନସ୍ତାତ୍ତ୍ଵିକ ଘଟଣାକୁ ନୁହେଁ। ମନସ୍ତତ୍ତ୍ଵ ମନୁଷ୍ୟର ଆଚରଣ, ବ୍ୟବହାର, ଚାଲିଚଳନ ଇତ୍ୟାଦିକୁ ଅଧ୍ୟୟନ କରିଥାଏ। ଏହା ବ୍ୟତୀତ ବୁଦ୍ଧି, ବିବେକ, ବିଚକ୍ଷଣତା, ପ୍ରତିଶଷ୍ଟ (Learning) ଆଶା ଓ ଆଶଙ୍କ ତାଥା ଭୟ ଇତ୍ୟାଦିକୁ ଅଧ୍ୟୟନ କରିଥାଏ। ବ୍ୟକ୍ତି କ’ଣ ଭାବେ କ’ଣ ଚିନ୍ତା କରେ ? କ’ଣ ଚାହେଁ ଏସବୁ ମନସ୍ତତ୍ତ୍ଵ ଅଧ୍ୟୟନ କରିଥାଏ। ସମାଜିକ ମନୋବିଜ୍ଞାନ (Social Psychology) ସମାଜଶାସ୍ତ୍ର ଓ ମନସ୍ତତ୍ତ୍ଵ ମଧ୍ଯରେ ସମନ୍ଵୟ ପ୍ରତିଷ୍ଠା କରିଥାଏ। ଏହା ମନୁଷ୍ୟକୁ ଏକ ସାମାଜିକ ପ୍ରାଣୀ ଭାବରେ ତା’ର ବ୍ୟକ୍ତିଗତ ଓ ମାନସିକ ସ୍ତରରେ ଅଧ୍ୟୟନ କରିଥାଏ। ତେଣୁ ସମାଜବିଜ୍ଞାନ ସମ୍ପର୍କ ଖୁବ୍ ଘନିଷ୍ଠ ଅଟେ। ଏହି ଦୁଇଟିକୁ ଅଲଗା କରିବା ସମ୍ଭବପର ନୁହେଁ ।

ସାମଞ୍ଜସ୍ୟ (Similarity) :
ସମାଜବିଜ୍ଞାନ ଓ ମନୋବିଜ୍ଞାନ ମଧ୍ୟରେ ଅନେକ ସାମଞ୍ଜସ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ସଦୃଶ। ଅର୍ଥାତ୍ ଗୋଟିଏ ଅନ୍ୟଟି ବିନା ପରିଲକ୍ଷିତ ହୋଇଥାଏ। ଏହି ଦୁଇଟି ବିଜ୍ଞାନ ତିଷ୍ଠି ପାରିବ ନାହିଁ। କାର୍ଲ ପିଅରସନ୍ (Kart Pearson) ଓ ସିଗମଣ୍ଡ ଫ୍ରଏଡ୍‌ଙ୍କ ମତରେ “ସମସ୍ତ ସାମାଜିକ ଜୀବନ ବା ଘଟଣା, ଶେଷରେ ମନସ୍ତାତ୍ତ୍ଵିକ ଘଟଣାରେ ପରିବର୍ତ୍ତନ ହୋଇଥାଏ ।”

ଗିନସ୍‌ବର୍ଗଙ୍କ ମତରେ ଅନେକଗୁଡ଼ିଏ ସାମାଜିକ ତଥ୍ୟକୁ ଦୃଢ଼ ଭାବରେ ପ୍ରତିପାଦିତ କରିବାକୁ ହେଲେ ସେସବୁକୁ ସାଧାରଣ ମନସ୍ତାତ୍ତ୍ଵିକ ତତ୍ତ୍ଵର ସାହାଯ୍ୟ ନେବାକୁ ପଡ଼ିଥାଏ। ପ୍ରକୃତ ପକ୍ଷେ ମନସ୍ତାତ୍ତ୍ଵିକ ଘଟଣାବଳୀ ସାମାଜିକ ସମ୍ପର୍କକୁ ଉତ୍ପନ୍ନ। ଏଥୁରୁ ସ୍ପଷ୍ଟ ବୁଝାପଡ଼େ ସମାଜବିଜ୍ଞାନ ଓ ମନୋବିଜ୍ଞାନ ପରସ୍ପର ନିର୍ଭରଶୀଳ। ସମାଜବିଜ୍ଞାନ ମନୁଷ୍ୟର ସାମାଜିକ କ୍ରିୟାକଳାପକୁ ଅଧ୍ୟୟନ କଲାବେଳେ ମନସ୍ତତ୍ତ୍ଵ ବ୍ୟକ୍ତିର ମନସ୍ତାତ୍ତ୍ଵିକ କ୍ରିୟାକଳାପ ଅଧ୍ୟୟନ କରିଥାଏ। ଏଣୁ ଉଭୟ ସମାଜବିଜ୍ଞାନୀ ଓ ମନୋବିଜ୍ଞାନୀ ବ୍ୟକ୍ତିକୁ ଅଧ୍ୟୟନ କରିଥାଆନ୍ତି ଏବଂ ଉଭୟ ମଣିଷର ବ୍ୟବହାର ଉପରେ ଗୁରୁତ୍ଵ ଦେଇଥାଆନ୍ତି। ମଣିଷର ସାମାଜିକ ବ୍ୟବହାର ଓ ସମ୍ପର୍କକୁ ବୁଝିବାକୁ ହେଲେ ଉଭୟ ସମାଜବିଜ୍ଞାନ ଓ ମନସ୍ତତ୍ତ୍ଵର ଆବଶ୍ୟକତା ରହିଛ ।

ସମାଜବିଜ୍ଞାନ ଦ୍ଵାରା ମନୋବିଜ୍ଞାନକୁ ଅନେକ ସାହାଯ୍ୟ ମିଳିଥାଏ। ଯଥା : ସାମାଜିକ ଅବସ୍ଥା, ସଂସ୍କୃତି, ସାମାଜିକ ଢାଞ୍ଚାର ଉପଯୁକ୍ତ ଅଧ୍ୟୟନ ବିନା ମଣିଷର ମନସ୍ତତ୍ତ୍ଵକୁ ଠିକ୍ ରୂପେ ବୁଝି ହେବ ନାହିଁ। କେତେକ ସାଧାରଣ ବିଷୟବସ୍ତୁ ରହିଛି। ଯେଉଁଗୁଡ଼ିକ ଉଭୟ ସମାଜବିଜ୍ଞାନୀ ଓ ମନୋବିଜ୍ଞାନୀ ଅଧ୍ୟୟନ କରିଥାଆନ୍ତି। ତେଣୁ ତାଙ୍କ ଭିତରେ ଏକ ସାମଞ୍ଜସ୍ୟ ଦେଖାଯାଇଥାଏ। ଯଥା : ବ୍ୟକ୍ତିଗତ ଆଚରଣରେ ବିଶୃଙ୍ଖଳା, ଅପରାଧ, ବାଲ୍ୟ ଅପରାଧ ଜନମତ, ରାଜନୈତିକ ପ୍ରଚାର, ନେତୃତ୍ଵ, ଯୁଦ୍ଧ, କଳହ, ସାମାଜିକୀକରଣ, ଅନୁକରଣ ଓ ଫେସନ ଇତ୍ୟାଦି ଉଭୟ ସମାଜବିଜ୍ଞାନୀ ଓ ମନୋବିଜ୍ଞାନୀ ଅଧ୍ୟୟନ କରିଥାଆନ୍ତି।

ସାମାଜିକ ମନୋବିଜ୍ଞାନ (Social Psychlogy) ଅନେକ ସାମାଜିକ ସମସ୍ୟାର ସମାଧାନ କରିଥାଏ। ଯଥା : ସାମାଜିକ ଦ୍ଵନ୍ଦୁ, ଧାର୍ମିକ ପକ୍ଷପାତିତା, ଅପରାଧ, ବେଶ୍ୟାବୃତ୍ତି, ଜୁଆଖେଳ, ମଦ୍ୟପାଦ ଇତ୍ୟାଦି ସାମାଜିକ ଘଟଣାର ଅଧ୍ୟୟନ କ୍ଷେତ୍ରରେ ଏହି ମନୋବିଜ୍ଞାନର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଅଛି। ବ୍ୟକ୍ତିଗତ ଚିନ୍ତା ଓ ଚେତନା, ସାମାଜିକ ଚିନ୍ତା ଓ ଚେତନାର ଏକ ଅଂଶ ବିଶେଷ ଅଟେ।

କେତେକ ମନସ୍ତତ୍ତ୍ୱବିତ୍ ଯଥା : ଫ୍ରଏଡ୍, ୟୁଙ୍ଗ, ମର୍ଫି ଇତ୍ୟାଦି ସାମାଜିକ ବିଜ୍ଞାନର ଚିନ୍ତାଧାରାକୁ ସୁଦୃଢ଼ କରିଦେଇଛନ୍ତି । କ୍ରେଟ୍ (Kretch) ଓ କୁଚୁଫିଲଡ୍ (Cruthfield)ଙ୍କ ମତରେ ସାମାଜିକ ମନୋବିଜ୍ଞାନ ହେଉଛି ସେହି ପ୍ରକାର ବିଜ୍ଞାନ ଯାହା ସମାଜ ମଧ୍ୟସ୍ଥ ବ୍ୟକ୍ତି ଆଚରଣକୁ ପ୍ରକାଶ କରିଥାଏ। ଟି.ବି. ବଟ୍‌ଟଙ୍କ ମତରେ, “ସାମାଜିକ ବିଜ୍ଞାନ ହେଉଛି ସାଧାରଣ ମନୋବିଜ୍ଞାନର ଅଂଶବିଶେଷ ଯାହା ସାମାଜିକ ଜୀବନର ମନୋସ୍ତାତ୍ତ୍ଵିକ ଦିଗକୁ ଅଧ୍ୟୟନ କରିଥାଏ ।” ଲାଏପିଏନ୍ (Lapiere)ଙ୍କ ମତରେ, “ଜୀବ ବିଜ୍ଞାନ ଓ ରାସାୟନିକ ବିଜ୍ଞାନ ମଧ୍ୟରେ ଯେଉଁପରି ସଂପର୍କ ଅଛି ଠିକ୍ ସେହିପରି ସାମାଜିକ ବିଜ୍ଞାନ ଓ ମନୋବିଜ୍ଞାନ ମଧ୍ୟରେ ସମ୍ପର୍କ ରହିଛି। ଏହିସବୁ ଦୃଷ୍ଟିରୁ ଅନୁଧ୍ୟାନ କଲେ ଜଣାଯାଏ ସମାଜବିଜ୍ଞାନ ଓ ମନୋବିଜ୍ଞାନ ପରସ୍ପରଠାରୁ ଅଲଗା ନୁହଁନ୍ତି।

Question ୧୨।
ସମାଜବିଜ୍ଞାନ ଓ ମନୋବିଜ୍ଞାନ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ।
Answer:
ସମାଜବିଜ୍ଞାନ ଓ ମନୋବିଜ୍ଞାନ ମଧ୍ୟରେ କେତେକ ପାର୍ଥକ୍ୟ ଦେଖୁବାକୁ ଦେଖୁବାକୁ ମିଳିଥାଏ। ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା।

ସମାକବିଜ୍ଞାନ ମନୋବିଜ୍ଞାନ
(୧) ସମାଜବିଜ୍ଞାନ ସମ୍ପୂର୍ଣ୍ଣ ସମାଜକୁ ଅଧ୍ୟୟ ନ କରିଥାଏ। (୧) ମନସ୍ତତ୍ତ୍ଵ ବ୍ୟକ୍ତିର ମସ୍ତିଷ୍କକୁ ଅଧ୍ୟୟନ କରିଥାଏ। ଏହା ବ୍ୟକ୍ତିର ମାନସିକ ପ୍ରକ୍ରିୟା, ଆନ୍ତଃ ଓ ବାହ୍ୟ ବ୍ୟବହାରକୁ ଅଧ୍ୟୟନ କରିଥାଏ।
(୨) ସମାଜବିଜ୍ଞାନକୁ ଗଠନ କରୁଥିବା ବିଭିନ୍ନ ପ୍ରକାରର ସମୂହଗୁଡ଼ିକ ଅଧୟନ କରିଥାଏ। (୨) ମନସ୍ତତ୍ତ୍ଵ ବ୍ୟକ୍ତିର ମାନସିକ ବିକାଶ ଉପରେ ସମୂହ ଜୀବନର ପ୍ରଭାବ; ସମୂହର ମାନସିକ ଜୀବନର ଉନ୍ନତି ଓ ସେମାନଙ୍କର ପରସ୍ପରସହ ସମ୍ପର୍କ ପ୍ରତିଷ୍ଠା କରେ।
(୩) ସମାଜ ବିଜ୍ଞାନର ପରିସର ବ୍ୟାପକ ଅଟେ। ` (୩) ମନସ୍ତତ୍ତ୍ଵର ପରିସର ସମାଜ ବିଜ୍ଞାନ ତୁଳନାରେ କ୍ଷୁଦ୍ର ଅଟେ।
(୪) ସମାଜବିଜ୍ଞାନ ଏକ ସାଧାରଣ ବିଜ୍ଞା। ` (୫) ମନୋବିଜ୍ଞାନର ତଥ୍ୟାବଳୀକୁ ପରୀକ୍ଷା କରିବା ପାଇଁ ପରୀକ୍ଷାଗାର ନ ଥାଏ।
(୫) ସମାଜବିଜ୍ଞାନର ତଥ୍ୟାବଳୀକୁ ପରୀକ୍ଷା କରିବା ପାଇଁ କୌଣସି ପରୀକ୍ଷାଗାର ନଥାଏ । (୬) ମନସ୍ତତ୍ତ୍ଵ ମନସ୍ତାତ୍ତ୍ଵିକ ଦୃଷ୍ଟିକୋଣରୁ ଭିଭିକରି ଆଲୋଚନା କରିଥାଏ।
(୭ ) ସମାଜବିଜ୍ଞାନରେ ସାମୂହିକ ପର୍ଯ୍ୟବେକ୍ଷଣ ପ୍ରଣାଳୀ (Group observation method) ବ୍ୟବହୃତ ହୋଇଥାଏ। (୭) ମନସ୍ତତ୍ତ୍ଵରେ ବ୍ୟକ୍ତିଗତ ପର୍ଯ୍ୟବେକ୍ଷଣ ପ୍ରଣାଳୀ (Individual observations method)ବ୍ୟବହୃତ ହୋଇଥାଏ।
(୮) ସାମାଜବିଜ୍ଞାନ ପ୍ରତ୍ୟେକ ଘଟଣାକୁ ସାମାଜିକ ଦୃଷ୍ଟିକୋଣରୁ ଆଲୋଚନା କରିଥାଏ। (୮) ମନୋବିଜ୍ଞାନ ମନୁଷ୍ୟର ମାନବିକ ଦୃଷ୍ଟିକୋଣରୁ ଅଧ୍ୟୟନ କରିଥାଏ ।
(୯) ବ୍ୟକ୍ତିଗତ ଜୀବନର ପରିବର୍ତ୍ତେ ଦଳଗତ ଜୀବନ, ଗୋଷ୍ଠୀର ବିକାଶ ଓ ସାମାଜିକ ସଂରଚନା ଆଲୋଚନା କରିଥାଏ। (୯) ବ୍ୟକ୍ତି ଚରିତ୍ର ଗଠନ ଓ ବ୍ୟକ୍ତିର ବ୍ୟକ୍ତିଗତ ବିକାଶ ସାଧନକୁ ଆଲୋଚନା କରିଥାଏ।

Leave a Comment