CHSE Odisha Class 11 Economics Solutions Unit 1 ଭାରତୀୟ ଅର୍ଥନୀତିର ସ୍ଥିତି

Odisha State Board CHSE Odisha Class 11 Economics Solutions Unit 1 ଭାରତୀୟ ଅର୍ଥନୀତିର ସ୍ଥିତି Questions and Answers.

CHSE Odisha 11th Class Economics Unit 1 Question Answer ଭାରତୀୟ ଅର୍ଥନୀତିର ସ୍ଥିତି

I. ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ଚୟନ କର।
[Choose the Correct answer of the followings from the alternatives as given]

Question ୧।
ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟ :
(i) ସ୍ଵ ମୁଣ୍ଡପିଛା ଆୟ
(ii) ବେକାରୀ ସମସ୍ୟା
(iii) ଦାରିଦ୍ର୍ୟ ସମସ୍ୟା
(iv) ଉପରୋକ୍ତ ସମସ୍ତଟି
Answer:
(iv) ଉପରୋକ୍ତ ସମସ୍ତଟି

Question ୨।
ପାରଂପରିକ କ୍ଷେତ୍ର ଓ ଆଧୁନିକ କ୍ଷେତ୍ରର ସହାବସୁ ନ ଥ‌ିବା ଅର୍ଥ ବ୍ୟବସ୍ଥା :
(i) ଦ୍ବୈତ ଅର୍ଥବ୍ଯବସ୍ଥା
(iii) ଶିକ ଅର୍ଥ ବ୍ୟବସ୍ଥା
(ii) କୃଷି ଅର୍ଥବ୍ୟବସ୍ଥା
(iv) ସମସ୍ତଟି
Answer:
(i) ଦ୍ଵୈତ ଅର୍ଥବ୍ୟବସ୍ଥା

Question ୩।
ଘରୋଇ କ୍ଷେତ୍ର ଓ ଆଧୁନିକ କ୍ଷେତ୍ରର ସହାବସ୍ଥାନ ଥିବା ଅର୍ଥ ବ୍ୟବସ୍ଥା :
(i) ମିଶ୍ରିତ ଅର୍ଥବ୍ଯବସ୍ଥା
(ii) ଶିଳ୍ପ ଅର୍ଥ ବ୍ୟବସ୍ଥା
(iii) କୃଷି ଅର୍ଥ ବ୍ୟବସ୍ଥା
(iv) ସମସ୍ତଟି
Answer:
(i) ମିଶ୍ରିତ ଅର୍ଥବ୍ୟବସ୍ଥା

Question ୪।
ଭାରତୀୟ ଅର୍ଥନୀତି ଏକ :
(i) ଉନ୍ନତ ଅର୍ଥନୀତି
(ii) ଅନୁନ୍ନତ ଅର୍ଥନୀତି
(iii) ବିକାଶଙ୍ଗୋମୁଖୀ
(iv) ସମସ୍ତଟି
Answer:
(iii) ବିକାଶୋନ୍ମୁମୁଖୀ

Question ୫।
ପ୍ରତ୍ୟେକ ବ୍ୟକ୍ତି ପିଛା ଆୟକୁ କ’ଣ କୁହାଯାଏ ?
(i) ମୁଣ୍ଡପିଛା ଆୟ
(ii) ମୋଟ ଆୟ
(iii) ନିଟ୍ ଆୟ
(iv) କୌଣସିଟି ନୁହେଁ
Answer:
(i) ମୁଣ୍ଡପିଚ୍ଛା ଆୟ

CHSE Odisha Class 11 Economics Solutions Unit 1 ଭାରତୀୟ ଅର୍ଥନୀତିର ସ୍ଥିତି

Question ୬।
ଛଦ୍ମବେଶୀ ବେକାରୀ ଭାରତୀୟ ଅର୍ଥନୀତିର କେଉଁ କ୍ଷେତ୍ରରେ ଦେଖାଦେଇଥାଏ ?
(i) କୃଷି
(iii) ସେବା
(ii) ଶିଳ୍ପ
(iv) ସମସ୍ତଟି
Answer:
(i) କୃଷି

Question ୭।
ଭାରତୀୟ ଜନସଂଖ୍ୟା ଭାରତ ପାଇଁ :
(i) ବୋଝ
(ii) ପରିସଂପତ୍ତି
(iii) ଧନ
(iv) ସମସ୍ତଟି
Answer:
(i) ବୋଝ

Question ୮।
ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧିକୁ କ’ଣ କୁହାଯାଏ ?
(i) ଜନ ବିସ୍ଫୋରଣ
(ii) ବେକାରୀ
(iii) ଅର୍ଥ ବେକାରୀ
(iv) ସମସ୍ତଟି
Answer:
(i) ଜନ ବିସ୍ଫୋରଣ

Question ୯।
ବୃତ୍ତି ବା କାର୍ଯ୍ୟକୁ ସାଧାରଣତଃ କେତୋଟି ଭାଗରେ ବିଭକ୍ତ କରାଯାଇଛି ?
(i) ୪
(ii) ୨
(iii) ୩
(iv) ୫
Answer:
(ii) ୩

CHSE Odisha Class 11 Economics Solutions Unit 1 ଭାରତୀୟ ଅର୍ଥନୀତିର ସ୍ଥିତି

Question ୧୦ ।
ପ୍ରକୃତି ସହିତ ସଂଶ୍ଳିଷ୍ଟ ବୃତ୍ତି :
(i) ପ୍ରାଥମିକ ବୃତ୍ତି
(ii) ମାଧ୍ୟମିକ ଚୃତ୍ତି
(iii) ସେବା ବୃତ୍ତି
(iv) ସମସ୍ତଟି
Answer:
(i) ପ୍ରାଥମିକ ବୃତ୍ତି

Question ୧୧ ।
ପ୍ରାଥମିକ ବୃଦ୍ଧିର ଅନ୍ତର୍ଭୁକ୍ତ ହୋଇଥିବା କ୍ଷେତ୍ର :
(i) କୃଷି
(ii) ଗୋ-ପାଳନ
(iii) କକଡ଼ା ଚାଷ
(iv) ସମସ୍ତଟି
Answer:
(iv) ସମସ୍ତଟି

Question ୧୨ ।
ଦ୍ଵିତୀୟତଃ ବା ମାଧ୍ୟମିକ ବୃଦ୍ଧିରେ ଅନ୍ତର୍ଭୁକ୍ତ କ୍ଷେତ୍ର :
(i) ବୃହତ୍ ଶିଳ୍ପ
(ii) ଚିନିର୍ମାଣ କ୍ଷେତ୍ର
(iii) କ୍ଷୁଦ୍ରଶିକ
(iv)ସମସ୍ତଟି
Answer:
(iv)ସମସ୍ତଟି

Question ୧୩ ।
ସେବା କ୍ଷେତ୍ରରେ ଅନ୍ତର୍ଭୁକ୍ତ କ୍ଷେତ୍ର :
(i) ପରିବହନ
(ii) ଯୋଗାଯୋଗ
(iii) ବ୍ୟାଙ୍କ ସେବା
(iv) ସମସ୍ତଟି
Answer:
(iv) ସମସ୍ତଟି

Question ୧୪ ।
୨୦୧୧ ମସିହା ଜନଗଣନା ଅନୁସାରେ ଭାରତରେ ମୋଟ ଜନସଂଖ୍ୟା :
(i) ୧୨୧.୦୨ କୋଟି
(ii) ୧୨୦ କୋଟି
(iii) ୧୩୪ କୋଟି
(iv) ୧୮୦ କୋଟି
Answer:
(i) ୧୨୧,୦୨ କୋଟି

Question ୧୫ ।
କେଉଁ ମସିହାକୁ ଭାରତୀୟ ଜନସଂଖ୍ୟାର ବୃହତ୍ ବିଭାଜନର ବର୍ଷ କୁହାଯାଏ ?
(i) ୧୯୨୧
(ii) ୧୯୨୦
(iii) ୧୯୮୧
(iv) ୧୯୨୦
Answer:
(1) ୧୯୨୧

CHSE Odisha Class 11 Economics Solutions Unit 1 ଭାରତୀୟ ଅର୍ଥନୀତିର ସ୍ଥିତି

Question ୧୬ ।
୨୦୧୧ ମସିହା ଜନଗଣନା ଅନୁସାରେ ଭାରତର ସାକ୍ଷରତା ହାର :
(i) ୭୦ ପ୍ରତିଶତ
(ii) ୭୪ ପ୍ରତିଶତ
(iii) ୮୦ ପ୍ରତିଶତ
(iv) ୪୦ ପ୍ରତିଶତ
Answer:
(ii) ୭୪ ପ୍ରତିଶତ

Question ୧୭ ।
୨୦୧୧ ମସିହା ଜନଗଣନା ଅନୁସାରେ ଭାରତର ଜନସଂଖ୍ୟାର ଘନତ୍ବ ପ୍ରତିବର୍ଗ କିଲୋମିଟର ପିଛା କେତେ ?
(i) ୩୭୦
(ii) ୩୮୨
(iii) ୯୪୦
(iv) ୯୩୦

Question ୧୮ ।
୨୦୧୧ ମସିହା ଜନଗଣନା ଅନୁସାର ଭାରତର ଲିଙ୍ଗାନୁପାତ ହାର କେତେ (ପ୍ରତି ୧୦୦୦ ପୁରୁଷରେ):
(i) ୯୪୩
(ii) ୯୬୯
(iii) ୯୪୦
(iv) ୯୫୦
Answer:
(iii) ୯୪୦

Question ୧୯ ।
୨୦୧୧ ମସିହା ଜନଗଣନା ଅନୁସାରେ ଭାରତୀୟମାନଙ୍କର ବଞ୍ଚିବାର ହାରାହାରି ବୟସ କେତେ ?
(i) ୬୮
(ii) ୭୦
(iii) ୬୯.୦୯
(iv) ୬୦
Answer:
(iii) ୬୯.୦୯

CHSE Odisha Class 11 Economics Solutions Unit 1 ଭାରତୀୟ ଅର୍ଥନୀତିର ସ୍ଥିତି

Question ୨୦ ।
ନୂତନ ଜନସଂଖ୍ୟା ନୀତି କେଉଁ ମସିହାରେ କାର୍ଯ୍ୟକାରୀ ହୋଇଥିଲା ?
(i) ୨୦୦୦
(ii) ୧୯୯୧
(iii) ୧୭୭୭
(iv) ୧୮୯୦
Answer:
(i) ୨୦୦୦

Question ୨୧ ।
ଜନସଂଖ୍ୟା ସ୍ଥିରତା କୋଷ କେବେ ଗଠନ କରାଯାଇଥିଲା ?
(i) ୨୦୦୩
(ii) ୨୦୦୦
(iii) ୨୦୦୨
(iv) ୧୭୭୬
Answer:
(i) ୨୦୦୩

Question ୨୨ ।
ଭାରତର ଜନସଂଖ୍ୟା ବୃଦ୍ଧିର କାରଣ :
(i) ଉଚ୍ଚ ଜନ୍ମହାର
(ii) ଉଚ୍ଚ ମୃତ୍ୟୁହାର
(iii) ନିମ୍ନସ୍ତରର ଜନ୍ମହାର
(iv) ସମସ୍ତଟି
Answer:
(i) ଉଚ୍ଚ ଜନ୍ମହାର

Question ୨୩ ।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜନସଂଖ୍ୟା ବୃଦ୍ଧିର ପ୍ରଭାବ ?
(i) ଖାଦ୍ୟ ସମସ୍ଯ
(ii) ଦାରିଦ୍ର୍ୟ ସମସ୍ୟ
(iii) ବେକାରୀ ସମସ୍ୟା
(iv)ସମସ୍ତଟି
Answer:
(iv)ସମସ୍ତଟି

Question ୨୪ ।
ଭାରତର ପ୍ରଥମ ଜନସଂଖ୍ୟା ନୀତି କେବେ ଘୋଷଣା କରାଯାଇଥିଲା ?
(i) ୧୯୭୬
(ii) ୧୮୯୦
(iii) ୨୦୦୦
(iv) ୨୦୦୨
Answer:
(i) ୧୯୭୬

Question ୨୫ ।
ସ୍ଵାଧୀନତା ପ୍ରାପ୍ତି ସମୟରେ ଭାରତୀୟ ଅର୍ଥନୀତି କିପରି ଥୁଲା ?
(i) ଅନୁନ୍ନତ
(ii) ଉନ୍ନତ
(iii) ବିକଶିତ
(iv) ମସ୍ତଟି
Answer:
(i) ଅନୁନ୍ନତ

Question ୨୬ ।
୨୦୧୧ ମସିହା ଜନଗଣନା ଅନୁସାର ଭାରତର ଜନସଂଖ୍ୟାର ବୃଦ୍ଧି ହାର କେତେ ?
(i) ୧.୬୨ ପ୍ରତିଶତ
(ii) ୧.୯୨ ପ୍ରତିଶତ
(iii) ୧.୪୩ ପ୍ରତିଶତ
(iv) ସମସ୍ତଟି
Answer:
(i) ୧.୬୨ ପ୍ରତିଶତ

II. ନିମ୍ନୋକ୍ତ ଉକ୍ତିଗୁଡ଼ିକର ସଠିକତା ପ୍ରମାଣ କର ।
ଆବଶ୍ୟକ ସ୍ଥଳେ ରେଖାଙ୍କିତ ଅଂଶଗୁଡ଼ିକୁ ନ ବଦଳାଇ ଭ୍ରମ ସଂଶୋଧନ କର ।
[Prove the correctness of the followings, correct them if necessary without changing words underlined]

Question ୧।
ଭାରତର ଜନସଂଖ୍ୟା ଭାରତର ଅର୍ଥନୀତି ପାଇଁ ପରିସଂପରି ।
Answer:
ଭାରତର ଜନସଂଖ୍ୟା ଭାରତର ଅର୍ଥନୀତି ପାଇଁ ବୋଝ (Liabitics)

Question ୨।
ଜନ ବିସ୍ଫୋରଣର ଅର୍ଥ ହେଲା ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ।
Answer:
ସଠିକ୍

Question ୩ ।
ଭାରତର ମୁଣ୍ଡପିଚ୍ଛା ଆୟ ଉନ୍ନତ ଦେଶର ମୁଣ୍ଡପିଛା ଆୟ ତୁଳନାରେ ଅଧିକ ।
Answer:
ଭାରତର ମୁଣ୍ଡପିଛା ଆୟ ଉନ୍ନତ ଦେଶର ମୁଣ୍ଡପିଚ୍ଛା, ଆୟ ତୁଳନାରେ କମ୍।

Question ୫ ।
୨୦୧୧ ମସିହା ଜନଗଣନା ଅନୁସାରେ ଭାରତରେ କେରଳର ସାକ୍ଷରତା ହାର ଅଧିକ ।
Answer:
ସଠିକ୍

CHSE Odisha Class 11 Economics Solutions Unit 1 ଭାରତୀୟ ଅର୍ଥନୀତିର ସ୍ଥିତି

Question ୬।
୨୦୧୧ ମସିହା ଜନଗଣନା ଅନୁସାରେ କେରଳରେ ପ୍ରତି ହଜାର ପୁରୁଷରେ ମହିଳା ମାନଙ୍କର ସଂଖ୍ୟା ୧୦୮୪ ।
Answer:

Question ୭।
କୃଷିକୁ ପ୍ରାଥମିକ ବୃଦ୍ଧିରେ ଅନ୍ତର୍ଭୁକ୍ତ କରାଯାଏ ।
Answer:
ସଠିକ୍

Question ୮।
ପ୍ରାଥମିକ କ୍ଷେତ୍ରକୁ ବିନିର୍ମାଣ କ୍ଷେତ୍ର କୁହାଯାଏ ।
Answer:
ମାଧ୍ୟମିକ କ୍ଷେତ୍ରକୁ ବିନିର୍ମାଣ କ୍ଷେତ୍ର କୁହାଯାଏ ।

Question ୯ ।
ବୀମା ସେବାକୁ ସେବା କ୍ଷେତ୍ରରେ ଅନ୍ତର୍ଭୁକ୍ତ କରାଯାଏ ।
Answer:
ସଠିକ୍

Question ୧୦ ।
ପାରଂପରିକ କ୍ଷେତ୍ର ଓ ଆଧୁନିକ କ୍ଷେତ୍ରରେ ସହାବସ୍ଥାନକୁ ଦୈତ ଅର୍ଥନୀତି କୁହାଯାଏ ।
Answer:
ସଠିକ୍

Question ୧୧ ।
ଭାରତୀୟ ଅର୍ଥନୀତିକ କୃଷି କ୍ଷେତ୍ରର ଅବଦାନ ହ୍ରାସ ପାଉଛି
Answer:
ସଠିକ୍

Question ୧୨ ।
ଭାରତୀୟ ଅର୍ଥନୀତିକୁ ଶିଳ୍ପ କ୍ଷେତ୍ରର ଅବଦାନ ବୃଦ୍ଧି ପାଇଛି ।
Answer:
ଭାରତୀୟ ଅର୍ଥନୀତିକୁ ସେବା କ୍ଷେତ୍ରର ଅବଦାନ ବୃଦ୍ଧି ପାଇଛି

Question ୧୩ ।
ଭାରତରେ ବିହାରର ଜନସଂଖ୍ୟାର ଘନତ୍ଵ ସର୍ବାଧ‌ିକ ।
Answer:
ସଠିକ୍

Question ୧୪ ।
ଭାରତରେ ପରିବାର ନିୟୋଜନ କାର୍ଯ୍ୟକ୍ରମ ୧୯୫୧ ମସିହାରେ ଆରମ୍ଭ ହୋଇଥିଲା ।
Answer:
ଭାରତରେ ପରିବାର ନିୟୋଜନ କାର୍ଯ୍ୟକ୍ରମ ୧୯୫୨ ମସିହାରେ ଆରମ୍ଭ ହୋଇଥିଲା ।

CHSE Odisha Class 11 Economics Solutions Unit 1 ଭାରତୀୟ ଅର୍ଥନୀତିର ସ୍ଥିତି

Question ୧୫ ।
ଦୁଇ ସନ୍ତାନ ପରିବାର ଗଠନ ପରିବାର ନିୟୋଜନ କାର୍ଯ୍ୟକ୍ରମର ମୁଖ୍ୟ ବୈଶିଷ୍ଟ୍ୟ |
Answer:
ସଠିକ୍

Question ୧୬ ।
୨୦୦୦ ମସିହା ଜନସଂଖ୍ୟା ନୀତିରେ ଜନ୍ମ, ମୃତ୍ୟୁ ଏବଂ ବିବାହର ବାଧ୍ୟତାମୂଳକ ପଞ୍ଜିକରଣ କରିବାର ବ୍ୟବସ୍ଥା କରାଯାଇଥିଲା ।
Answer:
ସଠିକ୍

Question ୧୭ ।
୧୯୭୬ ମସିହା ଜନନୀତିରେ ମୋଟ ପ୍ରସୂତିର ୮ ପ୍ରତିଶତ ଘରୋଇ ଡାକ୍ତରଖାନାରେ କରାଇବାର ବ୍ୟବସ୍ଥା କରାଯାଇଥିଲା ।
Answer:
୧୯୭୬ ମସିହା ଜନନୀତିରେ ମୋଟ ପ୍ରସୂତିର ୮ ପ୍ରତିଶତ ସରକାରୀ ଡାକ୍ତରଖାନାରେ କରାଇବାର ବ୍ୟବସ୍ଥା କରାଯାଇଥିଲା ।

Question ୧୮ ।
ଭାରତରେ ପରିବାର ନିୟୋଜନ ଇଚ୍ଛାଧୀନ ଅଟେ ।
Answer:
ସଠିକ୍

Question ୧୯ ।
ବିହାର ଭାରତର ପୂର୍ଣ୍ଣ ସାକ୍ଷର ରାଜ୍ୟ ଅଟେ ।
Answer:
କେରଳ ଭାରତର ପୂର୍ଣ୍ଣ ସାକ୍ଷର ରାଜ୍ୟ ଅଟେ ।

Question ୨୦ ।
ଉଚ୍ଚଜନ୍ମ ହାର ଭାରତର ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ।
Answer:
ସଠିକ୍

Question ୨୧ ।
ପରିବାର ନିୟୋଜନ କାର୍ଯ୍ୟକ୍ରମର ଅନ୍ୟ ନାମ ପରିବାର ଉନ୍ନୟନ କାର୍ଯ୍ୟକ୍ରମ ।
Answer:
ସଠିକ୍

Question ୨୨ ।
୨୦୦୧ ମସିହା ଜନଗଣନା ଅନୁସାରେ ଭାରତର ମୋଟ ଜନସଂଖ୍ୟା ୧୦୨.୦୨ କୋଟି ଥିଲା ।
Answer:
ସଠିକ୍

Question ୨୩ ।
ଜନ୍ମ ଠାରୁ ୧ ବର୍ଷ ବୟସ ମଧ୍ୟରେ ମୃତ୍ୟୁବରଣ କରୁଥିବା ଶିଶୁଙ୍କର ସଂଖ୍ୟାକୁ ମୃତ୍ୟୁହାର କୁହାଯାଏ ।
Answer:
ସଠିକ୍

III. ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟିରୁ ତିନୋଟି ବାକ୍ୟରେ ମଧ୍ଯରେ ଲେଖି ।
[Answer the following questions within 2 to 3 Sentences in each case.

Question ୧ ।
ଭାରତୀୟ ଅର୍ଥନୀତିର ଦୁଇଟି ବୈଶିଷ୍ଟ୍ୟ(Features) ଲେଖ ।
Answer:
ଭାରତୀୟ ଅର୍ଥନୀତିର ଦୁଇଟି ବୈଶିଷ୍ଟ୍ୟ ହେଲା
(୧) ଦ୍ରୁତ ଜନସଂଖ୍ୟା ବୃଦ୍ଧି ଭାରତୀୟ ଅର୍ଥନୀତିର ମୁଖ୍ୟ କାରଣ ।
(୨) କୃଷିକ୍ଷେତ୍ର ଉପରେ ନିର୍ଭରଶୀଳତା ଭାରତୀୟ ଅର୍ଥନୀତିର ଅନ୍ୟ ଏକ ମୁଖ୍ୟ କାରଣ ।

Question ୨।
ଜନସଂଖ୍ୟା ବୃଦ୍ଧିର ଦୁଇଟି କାରଣ (Causes) ଲେଖ ।
Answer:
ଜନସଂଖ୍ୟା ବୃଦ୍ଧିର ଦୁଇଟି କାରଣ ହେଲା
(୧) ତ୍ରୁଟିଯୁକ୍ତ ସାମାଜିକ ବ୍ୟବସ୍ଥା ଭାରତୀୟ ଅର୍ଥନୀତିର ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ।
(୨) ପ୍ରାକୃତିକ ବିପର୍ଯ୍ୟୟ ଉପରେ ନିୟନ୍ତ୍ରଣ ଜନସଂଖ୍ୟା ବୃଦ୍ଧିର ଅନ୍ୟତମ କାରଣ ।

Question ୩ ।
ପରିବାର ନିୟୋଜନ ( Family Planning) କ’ଣ ?
Answer:
ଭାରତ ସରକାରଙ୍କ ଦ୍ଵାରା ଦେଶରୁ ଦ୍ରୁତ ଜନସଂଖ୍ୟାଗ୍ରତ ସମସ୍ୟା ସମାଧାନ କରିବା ଲକ୍ଷ୍ୟରେ ଗ୍ରହଣ କରାଯାଇଥିବା ଯୋଜନାବଦ୍ଧ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ପରିବାର ନିୟୋଜନ କାର୍ଯ୍ୟକ୍ରମ କୁହାଯାଏ । ପରିବାରର ଆର୍ଥିକ ପରିସ୍ଥିତିକୁ ଲକ୍ଷ୍ୟକରି ପରିବାରର ଆକାର ସୀମିତ ରଖୁବା ପାଇଁ ଭାରତ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଯୋଜନାବଦ୍ଧ କାର୍ଯ୍ୟକ୍ରମକୁ ପରିବାର ନିୟୋଜନ କାର୍ଯ୍ୟକ୍ରମ କୁହାଯାଏ । ଦୁଇ ସନ୍ତାନ ବିଶିଷ୍ଟ ପରିବାର ଗଠନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

Question ୪।
ଦ୍ୱୈତ ଅର୍ଥ ବ୍ୟବସ୍ଥା (Dualistic Economic) କ’ଣ ?
Answer:
ଯେଉଁ ଅର୍ଥ ବ୍ୟବସ୍ଥାରେ ଉଭୟ ପାରଂପରିକ କ୍ଷେତ୍ର ଏବଂ ଆଧୁନିକ କ୍ଷେତ୍ରର ସହାବସ୍ଥାନ ଥାଏ, ତାହାକୁ ଦ୍ଵୈତ ଅର୍ଥ ବ୍ୟବସ୍ଥା କୁହାଯାଏ । ଭାରତୀୟ ଅର୍ଥ ବ୍ୟବସ୍ଥା ଏକ ଦ୍ଵୈତ ଅର୍ଥ ବ୍ୟବସ୍ଥା ।

Question ୫।
ମିଶ୍ରିତ ଅର୍ଥନୀତି (Mixed Keonomy) କାହାକୁ କୁହାଯାଏ ?
Answer:
ଯେଉଁ ଅର୍ଥନୀତିରେ ଉଭୟ ସରକାରୀ (କ୍ଷତ୍ର ଓ ଘରୋଇ କ୍ଷେତ୍ରର ସହାବସ୍ଥାନ ଦେଖାଦେଇଥାଏ, ତାହାକୁ ମିଶ୍ରିତ ଅର୍ଥନୀତି ବା ବ୍ୟବସ୍ଥା କୁହାଯାଏ । ଭାରତର ଅର୍ଥ ବ୍ୟବସ୍ଥା ଏକ ମିଶ୍ରିତ ଅର୍ଥ ବ୍ୟବସ୍ଥା !

Question ୬ ।
ଲିଙ୍ଗାନୁପାତ (Sex-Ratio) କ’ଣ ?
Answer:
ପ୍ରତି ଏକ ହଜାର ପୁରୁଷରେ ମହିଳାମାନଙ୍କର ସଂଖ୍ୟାକୁ ଲିଙ୍ଗାନୁପାତ କୁହାଯାଏ । ୨୦୧୧ ମସିହା ଜନଗଣନା ତଥ୍ୟ ଅନୁସାରେ ଭାରତର ଲିଙ୍ଗାନୁପାତ ୯୪୦।

Question ୭ ।
ଜନସଂଖ୍ୟାର ଘନତ୍ଵ (Density Population) କାହାକୁ କୁହାଯାଏ ?
Answer:
ପ୍ରତିବର୍ଗ କିଲୋମିଟର ପିଛା ବସବାସ କରୁଥିବା ଲୋକମାନଙ୍କର ସଂଖ୍ୟାକୁ ଜନସଂଖ୍ୟାର ଘନତ୍ଵ କୁହାଯାଏ । ଦେଶର ମୋଟ ଜନସଂଖ୍ୟାକୁ ଦେଶର ମୋଟ ଅଂଚଳ ସହିତ ଭାଗ କରି ଜନସଂଖ୍ୟାର ଘନତ୍ଵ ନିର୍ଦ୍ଧାରଣ କରାଯାଏ । ୨୦୧୧ ମସିହା ଜନଗଣନା ଅନୁସାରେ ଭାରତର ଜନସଂଖ୍ୟାର ଘନତ୍ଵ ୩୮୨ ।

Question ୮।
ଜନ୍ମହାର (Birth Rate) କାହାକୁ କୁହାଯାଏ ?
Answer:
ପ୍ରତି ଏକ ହଜାର ଜନସଂଖ୍ୟାରେ ହାରାହାରି ଜନ୍ମଲାଭ କରୁଥିବା ଶିଶୁମାନଙ୍କର ସଂଖ୍ୟାକୁ ଜନ୍ମହାର କୁହାଯାଏ । ଉଚ୍ଚ ଜନ୍ମହାର ଭାରତର ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ।

Question ୯।
ଶିଶୁ ମୃତ୍ୟୁହାର (IMR) କ’ଣ ?
Answer:
ଏକ ବର୍ଷ ବୟସ ଅତିକ୍ରମ ହେବା ପୂର୍ବରୁ ପ୍ରତି ଏକ ହଜାର ଶିଶୁ ମଧ୍ୟରୁ ମୃତ୍ୟୁବରଣ କରୁଥିବା ଶିଶୁମାନଙ୍କର ସଂଖ୍ୟାକୁ ଶିଶୁ ମୃତ୍ୟୁହାର କୁହଯାଏ । ଭାରତରେ ଶିଶୁ ମୃତ୍ୟୁହାର ଉନ୍ନତ ଦେଶମାନଙ୍କ ତୁଳନାରେ ଅଧ‌ିକ ।

CHSE Odisha Class 11 Economics Solutions Unit 1 ଭାରତୀୟ ଅର୍ଥନୀତିର ସ୍ଥିତି

Question ୧୦ ।
ସାକ୍ଷରତା ହାର (Literacy Rate) କ’ଣ ?
Answer:
କୌଣସି ରାଷ୍ଟ୍ରର ଜନସଂଖ୍ୟାର ଗୁଣାତ୍ମକ ଦିଗଟିକୁ ପ୍ରଭାବିତ କରୁଥିବା ଏକ ମୁଖ୍ୟ ଉପାଦାନ ହେଲା ସାକ୍ଷରତା ହାର । ଭାରତରେ ବିଭିନ୍ନ ଦଶନ୍ଧିରେ ସାକ୍ଷରତା ହାର କ୍ରମାଗତ ଭାବରେ ବୃଦ୍ଧି ଘଟିଅଛି । ୧୯୦୧ ମସିହାରେ ଭାରତର ସାକ୍ଷରତା ହାର ମାତ୍ର ୫.୪ ପ୍ରତିଶତ ରହିଥିଲା । ପର୍ଯ୍ୟାୟକ୍ରମେ ଏହା ବୃଦ୍ଧି ପାଇ ଚାଲିଛି । ୧୯୦୧ ମସିହାରେ ଏହା ୫.୪ ପ୍ରତିଶତରୁ ବୃଦ୍ଧି ପାଇ ୨୦୧୧ରେ ଏହା ୭୪.୦୪ ପ୍ରତିଶତରେ ପହଞ୍ଚିପାରିଛି ।

Question ୧୧।
ମୃତ୍ୟୁହାର (Death Rate) କ’ଣ ?
Answer:
ଏକ ହଜାର ଜନସଂଖ୍ୟା ୨୦୧୧ ମସିହା ଜନଗଣନା ତଥ୍ୟ ପ୍ରତି ମୃତ୍ୟୁବରଣ କରୁଥିବା ଲୋକମାନଙ୍କର ସଂଖ୍ୟାକୁ ମୃତ୍ୟୁହାର କୁହାଯାଏ । ଅନୁସାରେ ଭାରତର ମୃତ୍ୟୁହାର ପ୍ରତି ୧୦୦୦ ଜନସଂଖ୍ୟାରେ ୭.୧ ୮.

Question ୧୨ ।
ଆୟୁ ପ୍ରତ୍ୟାଶା ବା ପରମାୟୁ (life Expectancy) କ’ଣ ?
Answer:
ଜଣେ ବ୍ୟକ୍ତି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନ କାଳକୁ ପରମାୟୁ କୁହାଯାଏ । ପରମାୟୁ ଧାରଣାଟି ଜନସଂଖ୍ୟାର ଗୁଣାତ୍ମକ ଦିଗ ସହ ସଂଶ୍ଳିଷ୍ଟ ।

Question ୧୩ ।
ବୟସାନୁକ୍ରମିକ ଗଠନ ବା ବୟସ ଢାଞ୍ଚା (Age Structure) କ’ଣ ?
Answer:
କୌଣସି ଦେଶର ଜନ ଶକ୍ତି ବୟସାନୁକ୍ରମିକ ଶ୍ରେଣୀ ପ୍ରକରଣକୁ ବୟସାନୁକ୍ରମିକ ଗଠନ ବା ବୟସ ଢାଞ୍ଚା କୁହାଯାଏ । ୨୦୧୧ ମସିହା ଜନଗଣନା ତଥ୍ୟ ଅନୁସାରେ ୧୫ ରୁ ୫୯ ବର୍ଷ ବୟସ ମଧ୍ୟରେ ୬୪.୪୩ ପ୍ରତିଶତ ଲୋକ ରହିଛନ୍ତି ।

Question ୧୪ ।
୨୦୦୦ ମସିହା ଜନସଂଖ୍ୟା ନୀତିର ଦୁଇଟି ବୈଶିଷ୍ଟ୍ୟ(I’eatures) ଲେଖ ।
Answer:
୨୦୦୦ ମସିହା ଜନସଂଖ୍ୟା ଜାତିର ବୈଶିଷ୍ଟ୍ୟ
(୧) ଜନ୍ମ, ବିବାହ ଏବଂ ମୃତ୍ୟୁର ବାଧ୍ୟତାମୂଳକ ପଞ୍ଜୀକରଣ କରିବାର ବ୍ୟବସ୍ଥା କରାଯାଇଛି ।
(୨) ସଂକ୍ରମଣ ରୋଗର ପ୍ରତିକାର ଏବଂ ପ୍ରତିଷେଧକ ବ୍ୟବସ୍ଥା କରିବା ।

Question ୧୫ ।
୧୯୭୬ ମସିହା ଜନସଂଖ୍ୟା ନୀତିର ଦୁଇଟି ବୈଶିଷ୍ଟ୍ୟ (Features) ଲେଖ ।
Answer:
୧୯୭୬ ମସିହା ଜନସଂଖ୍ୟା ନୀତିର ଦୁଇଟି ବୈଶିଷ୍ଟ୍ୟ ହେଲା-
(୧) ଆଇନ୍‌ଗତ ଭାବରେ ଉଭୟ ପୁରୁଷ ଏବଂ ମହିଳାମାନଙ୍କର ବିବାହ ବୟସକୁ ଯଥାକ୍ରମେ ୨୧ ଏବଂ ୧୮ ବର୍ଷକୁ ବୃଦ୍ଧି କରିବା ।
(୨) ମୋଟ କେନ୍ଦ୍ରୀୟ ଅନୁଦାନ ୮ ପ୍ରତିଶତକୁ କେବଳ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ବିନିଯୋଗ କରିବାର ବ୍ୟବସ୍ଥା କରାଯାଇଥିଲା ।

Question ୧୬ ।
ପ୍ରାଥମିକ କ୍ଷେତ୍ର (Primary Sector) କାହାକୁ କୁହାଯାଏ ?
Answer:
ପ୍ରକୃତି ସହିତ ସଂଶ୍ଳିଷ୍ଟ ହୋଇ ଉତ୍ପାଦନ କରାଯାଉଥିବା କ୍ଷେତ୍ରକୁ ପ୍ରାଥମିକ କ୍ଷେତ୍ର କୁହାଯାଏ । ପ୍ରାଥମିକ କ୍ଷେତ୍ରରେ, କୃଷି ଓ କୃଷି ସଂପର୍କିତ କ୍ଷେତ୍ର ଅନ୍ତର୍ଭୁକ୍ତ କରାଯାଇଥାଏ । କୃଷି, ଗୋ-ଗୋପାଳ, କୁକୁଡ଼ା ଚାଷ, ମାଛ ଚାଷ, କଦଳୀ ଚାଷ ଓ ଛତୁ ଚାଷ ଇତ୍ୟାଦିକୁ ଏହି କ୍ଷେତ୍ରରେ ଅନ୍ତର୍ଭୁକ୍ତ କରାଯାଏ ।

Question ୧୭ ।
ମାଧ୍ୟମିକ କ୍ଷେତ୍ର (Secondary Scctor) କାହାକୁ କୁହାଯାଏ ?
Answer:
ମାଧ୍ୟମିକ କ୍ଷେତ୍ର କହିଲେ ବିନିର୍ମାଣ କ୍ଷେତ୍ରକୁ ବୁଝାଏ । ଏହି କ୍ଷେତ୍ରରେ ସମସ୍ତ ପ୍ରକାରର ଶିଳ୍ପ; ଯଥା : ବୃହତ୍ ଶିଳ୍ପ, କ୍ଷୁଦ୍ର ଶିଳ୍ପ ଓ କୁଟୀର ଶିଳ୍ପକୁ ଅନ୍ତର୍ଭୁକ୍ତ କରାଯାଏ । ଏହି କ୍ଷେତ୍ରର ମଧ୍ୟ ବିନିର୍ମାଣ କ୍ଷେତ୍ର କୁହାଯାଏ ।

Question ୧୮।
ତୃତୀୟକ କ୍ଷେତ୍ର (lertiary Sector)କୁ କ’ଣ ?
Answer:
ତୃତୀୟକ କ୍ଷେତ୍ରକୁ ସେବା କ୍ଷେତ୍ର କୁହାଯାଏ । ଏଥିରେ ଉଭୟ ବ୍ୟକ୍ତିଗତ ସେବା ଓ ବ୍ୟବସାୟିକ ସେବାକୁ – ଅନ୍ତର୍ଭୁକ କରାଯାଏ। ଡାକ୍ତରଙ୍କର ରୋଗୀ ସେବା, ଶିକ୍ଷକଙ୍କର ଶିକ୍ଷକତା, ପରିବହନ, ଯୋଗାଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ, ବୀମା ସେବା ଇତ୍ୟାଦି ଏହିକ୍ଷେତ୍ର ରହିଥାଏ ।

Question ୧୯।
ବୃତିଗତ ବଣ୍ଟନ (Occupational Structure) କାହାକୁ କୁହାଯାଏ ?
Answer:
ଦେଶର ମୋଟ ଶ୍ରମଶକ୍ତିର ବିଭିନ୍ନ ବୃତ୍ତି ବା ଧନ୍ଦା ମଧ୍ୟରେ ବଣ୍ଟନକୁ ବୃତ୍ତିଗତ ବଣ୍ଟନ କୁହାଯାଏ । ବୃତ୍ତିକୁ ସାଧାରଣତଃ, ତିନୋଟି ଶ୍ରେଣୀରେ ବିଭକତ କରାଯାଇଛି । ସେଗୁଡ଼ିକ ହେଲା– ପ୍ରାଥମିକ ବୃଦ୍ଧି, ମାଧ୍ୟମିକ ବୃଦ୍ଧି ଓ ସେବା

Question ୨୦ ।
ମୁଣ୍ଡପିଚ୍ଛା ଆୟ (Percapita Income) କ’ଣ ?
Answer:
ମୁଣ୍ଡପିଚ୍ଛା ଆୟକୁ ପ୍ରତ୍ୟେକ ବ୍ୟକ୍ତି ପିଚ୍ଛା ଆୟ କୁହାଯାଏ । ଦେଶର ମୋଟ ଜନସଂଖ୍ୟାକୁ ଦେଶର ମୋଟ ଭୂଖଣ୍ଡ ସହିତ ରାଗ କରି ମୁଣ୍ଡପିଛା ଆୟ ନିର୍ଦ୍ଧାରଣ କରାଯାଏ ।

Question ୨୧ ।
ଭାରତର ବୃତ୍ତିଗତ ଢାଞ୍ଚାର ଦୁଇଟି ତ୍ରୁଟି (lefects) ଲେଖ ।
Answer:
ଭାରତର ବୃତ୍ତିଗତ ଢାଞ୍ଚାର ଦୁଇଟି ତ୍ରୁଟି ହେଲା-
(୧) ଭାରତୀୟ ଅର୍ଥ ବ୍ୟବସ୍ଥାର ପ୍ରାଥମିକ କ୍ଷେତ୍ର ଉପରେ ଜନସଂଖ୍ୟାର ଚାପ ଅଧିକ ।
(୨) ଭାରତର ମାଧ୍ୟମିକ କ୍ଷେତ୍ର ସ୍ଵଳ୍ପ ବିକଶିତ ।

IV. ପାର୍ଥକ୍ୟ ଦର୍ଶାଅ । [Distinguish between]

Question ୧।
ଉନ୍ନତ ଦେଶ ଓ ଅନୁନ୍ନତ ଦେଶ (leveloped Country and under-developed country)
Answer:
ଉନ୍ନତ ଦେଶ :
୧. ଯେଉଁ ଦେଶର ଲୋକମାନଙ୍କର ମୁଣ୍ଡପିଛା ଆୟ ଅଧିକ ସେହି ଦେଶକୁ ଉନ୍ନତ ଦେଶ କୁହାଯାଏ ।
୨. ସହିତ ବଞ୍ଚିବାରମାନ ଉନ୍ନତ, ସହରୀକରଣ, ଶିଳ୍ପକ୍ଷେତ୍ରର ପ୍ରାଧାନ୍ୟ ଅଧିକ ଏବଂ ଉଚ୍ଚ ପୁଞ୍ଜି ଅଭିବୃଦ୍ଧି । ଏହି ଦେଶଗୁଡ଼ିକର ବୈଶିଷ୍ଟ୍ୟ !
୩. ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, କାନାଡ଼ା ଓ ଫ୍ରାନ୍ସ ଇତ୍ୟାଦି ଦେଶଗୁଡ଼ିକୁ ଉନ୍ନତ ଦେଶ କୁହାଯାଏ !

ଅନୁନ୍ନତ ଦେଶ :
୧. ଯେଉଁ ଦେଶର ମୁଣ୍ଡ ପିଛା ଆୟ କମ୍ ସେହି ଦେଶକୁ ଅନୁନ୍ନତ ଦେଶ କୁହାଯାଏ ।
୨. ସ୍ଵଳ୍ପ ମୁଣ୍ଡପିଚ୍ଛା ଆୟ, ନିମ୍ନ ସ୍ତରର ବଞ୍ଚିବାର ମାନ, ଜନସଂଖ୍ୟା ବୃଦ୍ଧି, ବେକାରୀ ଦ୍ଵୈତ ଅର୍ଥନୀତି ଏବଂ ସ୍ଵଳ୍ପପୁଞ୍ଜି ଅଭିବୃଦ୍ଧି ହାର ଇତ୍ୟାଦି । ଏହି ସମସ୍ତ ଦେଶର ବୈଶିଷ୍ଟ୍ୟ ।
୩. ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବ୍ରାଜିଲ୍ ଇତ୍ୟାଦି ଦେଶଗୁଡ଼ିକୁ ଅନ୍ନନତ ଦେଶ କୁହାଯାଏ ।

୨। ପ୍ରାଥମିକ କ୍ଷେତ୍ର ଓ ମାଧ୍ଯମିକ କ୍ଷେତ୍ର । (Primary Sector and Secondary Sector)
ପ୍ରାଥମିକ କ୍ଷେତ୍ର :
୧. ପ୍ରକୃତି ସହିତ ସଂଶ୍ଳିଷ୍ଟ ହୋଇ କାର୍ଯ୍ୟ କରୁଥିବା କ୍ଷେତ୍ରକୁ ପ୍ରାଥମିକ କ୍ଷେତ୍ର କୁହାଯାଏ ।
୨. ଏହି କ୍ଷେତ୍ରରେ କୃଷି ଓ କୃଷି ସଂପର୍କିତ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଏ ।
୩. ମନୁଷ୍ୟ ବଞ୍ଚି ରହିବା ପାଇଁ ଏହି କ୍ଷେତ୍ର ଉପରେ ନିର୍ଭର କରିଥାଏ ।

ମାଧ୍ୟମିକ କ୍ଷେତ୍ର:୭
୧. ବିନିର୍ମାଣ କ୍ଷେତ୍ର ସହିତ ସଂଶ୍ଳିଷ୍ଟ କ୍ଷେତ୍ରକୁ ମାଧ୍ୟମିକ କ୍ଷେତ୍ର କୁହାଯାଏ ।
୨. ଏହି କ୍ଷେତ୍ରରେ ସମସ୍ତ ପ୍ରକାରର ଶିଳ୍ପକୁ ଅନ୍ତର୍ଭୁକ୍ତ କରାଯାଏ ।
୩. ମନୁଷ୍ୟର ଅନ୍ୟାନ୍ୟ ଆବଶ୍ୟକତା ଏହି କ୍ଷେତ୍ର ଦ୍ବାରା ଉତ୍ପାଦନ କରାଯାଏ !

୩। ଜନ୍ମହାର ଓ ମୃତ୍ୟୁହାର । (Birth Rate and leath Rate)
ଜନ୍ମହାର :
୧. ପ୍ରତି ଏକ ହଜାର ଜନସଂଖ୍ୟାରେ ହାରାହାରି ଜନ୍ମ ଲାଭ କରୁଥିବା ଶିଶୁ ସଂଖ୍ୟାକୁ ଜନ୍ମହାର କୁହାଯାଏ ।
୨. ଭାରତରେ ଜନ୍ମହାର ହ୍ରାସ ପାଉଛି ।
୩. ଉଚ୍ଚ ଜନ୍ମହାର ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ।

ମୃତ୍ୟୁହାର :
୧. ଏକ ହଜାର ଜନସଂଖ୍ୟା ପ୍ରତି ମୃତ୍ୟୁବରଣ କରୁଥିବା ଲୋକସଂଖ୍ୟାକୁ ମୃତ୍ୟୁହାର କୁହାଯାଏ ।
୨. ଭାରତରେ ମୃତ୍ୟୁହାର ହ୍ରାସ ପାଉଛି ।
୩. ନିମ୍ନସ୍ତରର ମୃତ୍ୟୁହାର ଜନସଂଖ୍ୟା ବୃଦ୍ଧିର ଏକ କାରଣ ।

V. ପ୍ରତ୍ୟେକଟି ଉତ୍ତର ୭୫ଟି ଶବ୍ଦର ଦେବାକୁ ହେବ । [Answer in 75 Words.]

Question ୧।
ପ୍ରାଥମିକ କ୍ଷେତ୍ର (Prinary Sector):
Answer:
ଦେଶର ସମସ୍ତ ଉତ୍ପାଦନକ୍ଷମ ଉତ୍ସଗୁଡ଼ିକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା (୧) ପ୍ରାଥମିକ କ୍ଷେତ୍ର, (୨) ମାଧ୍ୟମିକ କ୍ଷେତ୍ର ଏବଂ (୩) ସେବା କ୍ଷେତ୍ର । ପ୍ରାଥମିକ କ୍ଷେତ୍ରକୁ ବୃତ୍ତିଗତ ଢାଞ୍ଚାରେ ପ୍ରଥମ ଏବଂ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରଭାବେ ଗଣନା କରା ପ୍ରାଥମିକ କ୍ଷେତ୍ର କହିଲେ କୃଷିକ୍ଷେତ୍ର ଏବଂ କୃଷି ସଂପର୍କିତ ଅନ୍ୟାନ୍ୟ କ୍ଷେତ୍ରକୁ ବୁଝାଏ । ଏହି କ୍ଷେତ୍ରରେ କୃଷି, ଗୋପାଳନ, କୁକୁଡ଼ା ଚାଷ, ମାଛ ଚାଷ, କଦଳୀ ଚାଷ, ଛତୁ ଚାଷ, ଗୁଣ୍ଡୁରି ଚଢ଼େଇ ଚାଷ, ମହୁ ଚାଷ ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରାଯାଇଥାଏ । ଏହି କ୍ଷେତ୍ର ପ୍ରକୃତି ସହିତ ସଂଶ୍ଳିଷ୍ଟ ଥାଏ । ପ୍ରାକୃତିକ ସମ୍ବଳର ବିନିଯୋଗ ଏହି କ୍ଷେତ୍ରର ଉତ୍ପାଦନ ପ୍ରକ୍ରିୟାରେ ପ୍ରାଧାନ୍ୟ ଲାଭ କରିଥାଏ । ପ୍ରାଥମିକ କ୍ଷେତ୍ରରେ ଉତ୍ପାଦିତ ଦ୍ରବ୍ୟ ଜୀବନ ଧାରଣ ପାଇଁ ଅତ୍ୟନ୍ତ ଆବଶ୍ୟକ !

Question ୨।
ଦ୍ବିତୀୟକ କ୍ଷେତ୍ର (Secondary sector):
Answer:
ଦ୍ଵିତୀୟକ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନେ ନିର୍ମାଣ କାର୍ଯ୍ୟ କରିଥାନ୍ତି । ଏହି କ୍ଷେତ୍ରରେ ପ୍ରାକୃତିକ ସମ୍ବଳକୁ ଉପଯୋଗ କରି ବିଭିନ୍ନ ଖାଉଟି ଦ୍ରବ୍ୟ ତଥା ଉତ୍ପାଦକ ଦ୍ରବ୍ୟ ଉତ୍ପାଦନ କରାଯାଏ । ଏହି କ୍ଷେତ୍ର ପ୍ରକୃତି ସହିତ ସଂଶ୍ଳିଷ୍ଟ ନଥାଏ । ମାଧ୍ୟମିକ କ୍ଷେତ୍ରରେ ସମସ୍ତ ପ୍ରକାରର ଶିଳ୍ପ ; ଯଥା – ବୃହତ୍ ଶିଳ୍ପ, କ୍ଷୁଦ୍ର ଶିଳ୍ପ ଓ କୁଟୀର ଶିଳ୍ପ ଅନ୍ତର୍ଭୁକ୍ତ ହୋଇଥାଏ । ଏତଦ୍‌ବ୍ୟତୀତ ନିର୍ମାଣ, ବିଜୁଳି ଶକ୍ତି, ଜଳଯୋଗାଣ ଇତ୍ୟାଦି ଅର୍ଥନୈତିକ ଓ ଉତ୍ପାଦନଶୀଳ କାର୍ଯ୍ୟକଳପେକୁ ନେଇ ଦ୍ଵିତୀୟକ କ୍ଷେତ୍ର ଗଠିତ । ବୃହତ୍ ଓ କ୍ଷୁତ୍ର ନିର୍ମାଣକାରୀ ସଂସ୍ଥା ଏହି କ୍ଷେତ୍ରରେ ଅନ୍ତର୍ଭୁକ୍ତ । ଏହି କ୍ଷେତ୍ର ପ୍ରାଥମିକ କ୍ଷେତ୍ରର ଉତ୍ପାଦକୁ କଞ୍ଚାମାଲ ରୂପେ ବ୍ୟବହାର କରିଥାଏ । ତେଣୁ ଏହି କ୍ଷେତ୍ର ପୁଞ୍ଜିଭିଭିକ।

Question ୩।
ସେବା କ୍ଷେତ୍ର (Service Sector):
Answer:
ତୃତୀୟକ କ୍ଷେତ୍ର ସମସ୍ତ ସେବା କ୍ଷେତ୍ରକୁ ନେଇ ଗଠିତ । ତୃତୀୟକ କ୍ଷେତ୍ରରେ ଉଭୟ ବ୍ୟକ୍ତିଗତ ସେବା (Personal service) ଓ ବ୍ୟବସାୟିକ ସେବା ଅନ୍ତର୍ଭୁକ୍ତ ହୋଇଥାଏ । ପରିବହନ , ଯୋଗାଯୋଗ, ବ୍ୟାଙ୍କ, ବୀମା, ଶିକ୍ଷା, ସ୍ବାସ୍ଥ୍ୟ ଇତ୍ୟାଦିକୁ ବ୍ୟବସାୟିକ ସେବା କୁହାଯାଏ । ଶିକ୍ଷକଙ୍କ ଶିକ୍ଷକତା, ଡାକ୍ତରଙ୍କ ରୋଗୀସେବା, ଓକିଲଙ୍କ ଓକିଲାତି ଇତ୍ୟାକୁ ବ୍ୟକ୍ତିଗତ ସେବା କୁହାଯାଏ । ମୋଟ ଉପରେ ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପ ଏହି କ୍ଷେତ୍ରରେ ଅନ୍ତର୍ଭୁକ୍ତ । ଏହି କ୍ଷେତ୍ର ଉଭୟ ପ୍ରାଥମିକ ଓ ଦ୍ଵିତୀୟକ କ୍ଷେତ୍ରର ବିକାଶ ପାଇଁ ସହାୟତା କରିଥାଏ । ଏହି ତୃତୀୟକ କ୍ଷେତ୍ରରେ କେବଳ ଅର୍ଥନୈତିକ ସେବାର ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଥାଏ । ଅର୍ଥନୈତିକ ବିକାଶ ପ୍ରକ୍ରିୟା ସହିତ ସେବାକ୍ଷେତ୍ରର ବିକାଶ ହୋଇଥାଏ ।

Question ୪।
ଭାରତର ବୃତ୍ତିଗତ ଢାଞ୍ଚା (Occupational Structure of India):
Answer:
ଭାରତର ବୃତ୍ତିଗତ ଢାଞ୍ଚା, ପ୍ରାଥମିକ, ଦ୍ଵିତୀୟକ ଓ ତୃତୀୟକ କ୍ଷେତ୍ରକୁ ନେଇ ଗଠିତ । ସ୍ଵାଧୀନତା ପ୍ରାପ୍ତି ପୂର୍ବରୁ ଭାରତର ବୃତ୍ତିଗତ ଢ଼ାଞ୍ଚା ଅସନ୍ତୁଳିତ ଥିଲା । ସ୍ଵାଧୀନତାର ପରବର୍ତୀ ସମୟରେ ଆମ ଦେଶର ବୃତ୍ତିଗତ ଢାଞ୍ଚାରେ ପରିବର୍ତ୍ତନ ଆସିଛି । କିନ୍ତୁ, ପାଶ୍ଚାତ୍ୟ ଦେଶମାନଙ୍କରେ ପରିଲକ୍ଷିତ ଢାଞ୍ଚାଗତ ପରିବର୍ତ୍ତନ ଆମ ଦେଶରେ ଅନୁଭୂତ ହୋଇନାହିଁ । କୃଷିକ୍ଷେତ୍ର ଉପରେ ନିର୍ଭରଶୀଳତା, ମନ୍ଥର ଶିଳ୍ପ ବିକାଶ, ନିମ୍ନ ବିକଶିତ ସେବାକ୍ଷେତ୍ର, ନିମ୍ନ ଆୟସ୍ତର, ଅସନ୍ତୁଳିତ ବିକାଶ ଇତ୍ୟାଦି ଆମ ଦେଶର ବୃତ୍ତିଗତ ଢ଼ାଞ୍ଚାର ବୈଶିଷ୍ଟ୍ୟ । ଭାରତର ବୃତ୍ତିଗତ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ହେଲେ ପ୍ରାଥମିକ କ୍ଷେତ୍ର ଉପରେ ନିର୍ଭରଶୀଳତାର ହ୍ରାସ, ଶିଳ୍ପ ଓ ସେବା କ୍ଷେତ୍ରର ବିକାଶସାଧନ, ଜନ ବିସ୍ଫୋରଣ ସମସ୍ୟାର ସମାଧାନ, ଫଳପ୍ରଦ ଆଞ୍ଚଳିକ ବିକାଶ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳରେ ଶିଳ୍ପମାନ ସ୍ଥାପନ ଇତ୍ୟାଦି କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ହେବ ?

Question ୫।
ବୃତ୍ତିଗତ ଢାଞ୍ଚା (Occupational Structure):
Answer:
ବୃତ୍ତିଗତ ଢ଼ାଞ୍ଚା ମୋଟ୍ ଶ୍ରମଶକ୍ତିର ନିଯୁକ୍ତି ଦର୍ଶାଇଥାଏ । ବୃତ୍ତିଗତ ଢାଞ୍ଚା କହିଲେ, ଭିନ୍ନ ଭିନ୍ନ ବୃତ୍ତି ବା କ୍ଷେତ୍ରରେ ନିଯୁକ୍ତି ଥିବା ଶ୍ରମଶକ୍ତିକୁ ବୁଝାଇଥାଏ । ଦେଶର ମୋଟ ଶ୍ରମଶକ୍ତିକୁ ତିନିଗୋଟି ବୃତ୍ତିରେ ବଣ୍ଟନ କରାଯାଇଥାଏ; ଯଥା ପ୍ରାଥମିକ ବୃତ୍ତି, ଦ୍ଵିତୀୟକ ବୃତ୍ତି ଓ ତୃତୀୟକ ବୃତ୍ତି । ଅର୍ଥନୈତିକ ବିକାଶ ଓ ବୃତ୍ତିଗତ ଢାଞ୍ଚା ମଧ୍ୟରେ ନିବିଡ ସଂପର୍କ ରହିଥାଏ । ଅର୍ଥନୈତିକ ବିକାଶ ବୃତ୍ତିଗତ ଢାଞ୍ଚାରେ ପରିବର୍ତ୍ତନ ଆଣିଥାଏ । ଏହି ମୁଖ୍ୟ ତିନିଗୋଟି କ୍ଷେତ୍ର; ଯଥା ପ୍ରାଥମିକ କ୍ଷେତ୍ର, ଦ୍ଵିତୀୟକ କ୍ଷେତ୍ର ଓ ତୃତୀୟକ କ୍ଷେତ୍ରରେ ଶ୍ରମଶକ୍ତିର ନିଯୁକ୍ତିରେ ଯେଉଁ ପରିବର୍ତ୍ତନ ଦେଖାଯାଏ, ତାହା ବୃତ୍ତିଗତ ଢ଼ାଞ୍ଚାରେ ପରିବର୍ତ୍ତନ କୁହାଯାଏ । ପ୍ରଫେସର ଏ.ଜି.ବି ଫିସର୍‌ଙ୍କ ସିଦ୍ଧାନ୍ତ ଅନୁସାରେ ରାଷ୍ଟ୍ରର ବିକାଶ ସହିତ ପ୍ରାଥମିକ କ୍ଷେତ୍ରରେ ନିୟୋଜିତ ଶ୍ରମଶକ୍ତିର ଅନୁପାତ ହ୍ରାସ ପାଏ ଏବଂ ଦ୍ଵିତୀୟକ ଓ ତୃତୀୟକ କ୍ଷେତ୍ରରେ ନିଯୁକ୍ତି ଶ୍ରମଶକ୍ତିର ବୃଦ୍ଧି ଘଟେ । ଦେଶର ବୃତ୍ତିଗତ ଢାଞ୍ଚାରେ ପରିବର୍ତନ ହେଲେ ଦେଶର ଅର୍ଥନୈତିକ ବିକାଶସାଧନ ହୋଇଥାଏ ।

CHSE Odisha Class 11 Economics Solutions Unit 1 ଭାରତୀୟ ଅର୍ଥନୀତିର ସ୍ଥିତି

Question ୬।
ସାମନ୍ତବାଦୀ ଅର୍ଥବ୍ୟବସ୍ତୁ (Feudalistic Economic System):
Answer:
ସାମନ୍ତବାଦ ଏକ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା । ମଧ୍ୟଯୁଗରେ ଇଉରୋପରେ ଏହି ବ୍ୟବସ୍ଥା ଦେଖା ଦେଇଥିଲା । ଏହି ବ୍ୟବସ୍ଥାରେ ସାମନ୍ତବାଦୀମାନେ ଚାଷୀମାନଙ୍କୁ ଚାଷ ନିମନ୍ତେ ଜମି ଦେଇ ସମସ୍ତ ସୁରକ୍ଷା ଯୋଗାଇ ଦେଉଥିଲେ ଏବଂ ପ୍ରତିବଦଳରେ ସେମାନଙ୍କୁ ନିଜ ଆବଶ୍ୟକ ନିମନ୍ତେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେବାପାଇଁ ବାଧ୍ୟ କରୁଥିଲେ । ଇଂରେଜ ଶାସନକାଳ ମଧ୍ୟରେ ସାମନ୍ତବାଦୀ ଅର୍ଥବ୍ୟବସ୍ଥାର ସମ୍ୟକ୍ ଝଲକ ଦେଖ‌ିବାକୁ ମିଳିଥିଲଶ । ଇଂରେଜମାନେ ଆମ ଦେଶର ଭୂ-ରାଜସ୍ୱ ସଂଗ୍ରହର ଅଧିକାର ହାତେଇଥିଲେ । ସେମାନେ ଜମିଦାରୀ ପ୍ରଥାର ପ୍ରଚଳନ କରିଥିଲେ । ଜମିଦାରମାନେ ଚାଷୀମାନଙ୍କଠାରୁ ଜମିର ଖଜଣା ମନଇଛା ଆଦାୟ କରୁଥିଲେ । ସେମାନେ ଚାଷୀମାନଙ୍କୁ ବିଭିନ୍ନ ଉପାୟରେ ଅତ୍ୟାଚାର ଓ ଶୋଷଣ କରୁଥିଲେ । ତେଣୁ ସ୍ଵାଧୀନତା ପ୍ରାପ୍ତି ସମୟରେ ଭାରତୀୟ ଅର୍ଥବ୍ୟବସ୍ଥାରେ କେତେକାଂଶରେ ସମାନ୍ତବାଦୀ ଅର୍ଥବ୍ୟବସ୍ଥାକୁ ରୂପାନ୍ତରିତ ହୋଇଥିଲା

Question ୭।
ଔପନିବେଶିକ ଅର୍ଥବ୍ୟବସ୍ତୁ (Colonial Economic System):
Answer:
ଯେଉଁ ଶାସନ ବ୍ୟବସ୍ଥାରେ ଗୋଟିଏ ରାଷ୍ଟ୍ର ଅନ୍ୟ ଗୋଟିଏ ରାଷ୍ଟ୍ର ଉପରେ ନିଜ ଅର୍ଥନୈତିକ, ରାଜନୈତିକ ଏବଂ ସାର୍ବଭୌମତ୍ବ ଅଧ୍ଯକାର ବିସ୍ତାର କରିଥାଏ, ତାହାକୁ ଔପନିବେଶିକ ଅର୍ଥବ୍ୟବସ୍ଥା କୁହାଯାଏ । ଏହି ବ୍ୟବସ୍ଥାରେ ସମୟ କ୍ରମେ ଶାସନ ରାଷ୍ଟ୍ର ସହିତ ଶାସିତ ରାଷ୍ଟ୍ର ଅର୍ଥନୀତି ମିଶ୍ରଣ ହୋଇଥାଏ । ଇଂରେଜ ସରକାର ଦୀର୍ଘ ୨୦୦ ବର୍ଷରୁ ଉର୍ଦ୍ଧ ଶାସନ କାଳ ସମୟରେ ଭାରତୀୟ ଅର୍ଥବ୍ୟବସ୍ଥାକୁ ଏକ ଔପନିବେଶିକ ଅର୍ଥ ବ୍ୟବସ୍ଥାରେ ପରିଣତ କରିଥିଲେ । ସମ୍ବଳର ବିନିଯୋଗ, ଭିତ୍ତିଭୂମିର ବିକାଶ ଇତ୍ୟାଦି ସମସ୍ତ କ୍ଷେତ୍ରରେ ବ୍ରିଟିଶ୍ ସରକାର ଚୂଡାନ୍ତ ନିଷ୍ପତ୍ତି ନେଉଥଳେ । ଏହି ସମସ୍ତ ନିଷ୍ପଭି ଇଂରେଜ ସରକାରଙ୍କ ସ୍ଵାର୍ଥସାଧନ ନିମନ୍ତେ ପ୍ରେରିତ ଥିଲା । ଭାରତୀୟ ଅର୍ଥବ୍ୟବସ୍ଥାରେ ଇଂରେଜ ସରକାରଙ୍କ ଆଧ‌ିପତ୍ୟ ବୃଦ୍ଧି ପାଇଥିଲା । ଇଂରେଜ ସରକାରଙ୍କର ଏହି ଔପନିବେଶିକ ନୀତି ଭାରତୀୟ ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରି ଦେଇଥିଲା ।

Question ୮।
ଅନଗ୍ରସର ଅର୍ଥନୀତି (lackward Iconomy);
Answer:
ଦୀର୍ଘ ୨୦୦ ବର୍ଷରୁ ଉର୍ଦ୍ଧ୍ଵ ଇଂରେଜ ଶାସନ ଭାରତୀୟ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟନ୍ତ କରିଥିଲା । ନିଜସ୍ଵ ସ୍ଵାର୍ଥ ସାଧନର ଅଭୀପ୍‌ସ! ଭାରତକୁ ଦିନକୁ ଦିନ ଗରିବ କରିଥିଲା । ପ୍ରଚୁର ପୁଞ୍ଜି ଓ ସମ୍ବଳର ବହିର୍ଗମନ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ରୋଗାକ୍ରାନ୍ତ କରିଥିଲା । ନୀତି ଓ ଦିଶାହୀନ ଇଂରେଜ ଶାସନ ଅର୍ଥନୀତିର ପ୍ରତ୍ୟେକ ସ୍ତରରେ ଅଧଃପତନ ଘଟାଇଥିଲା । ଶିଳ୍ପ ଓ କୃଷି ଆଦି କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯିବାରୁ ଦାରିଦ୍ର୍ୟ ଓ ବେକାରୀ ବୃଦ୍ଧି ପାଇଲା । ସ୍ଵାଧୀନତା ପ୍ରାପ୍ତି ସମୟରେ ସମଗ୍ର ବିଶ୍ଵରେ ଭାରତ ଏକ ଅନୁନ୍ନତ ଓ ଅନଗ୍ରସର ଅର୍ଥନୀତିଭାବେ ପରିଗଣିତ ହେଲା ।

Question ୯।
ସୁଣୁ ଅର୍ଥନୀତି (Stagnant [conomy):
Answer:
ଇଂରେଜ ଶାସନ ସମୟରେ ଭାରତର ପ୍ରାକୃତିକ ତଥା ମାନବ ସମ୍ବଳ କ୍ରମାଗତଭାବେ ଶୋଷିତ ହୋଇଥିଲା । ଭାରତର ପ୍ରାକୃତିକ ଓ ମାନବ ସମ୍ବଳ କୁ ଇଂରେଜ ସରାକର ନିଜ ଦେଶକୁ ପ୍ରେରଣ କରି ସେଠାକାର ଉତ୍ପାଦିକ ପଦାର୍ଥକୁ ଭାରତର ଲୋକମାନଙ୍କୁ କ୍ରୟ କରିବାପାଇଁ ବାଧ୍ୟ କରୁଥିଲେ ନିଜସ୍ଵ ସମ୍ବଳରେ ଉତ୍ପାଦିତ ଦ୍ରବ୍ୟକୁ ଇଂରେଜ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଦରରେ କ୍ରୟ କରି ଭାରତର ଲୋକମାନେ ଶୋଷିତ ହେଉଥିଲେ । ସମୟ କ୍ରମେ ଭାରତୀୟ ଶିଳ୍ପଗୁଡ଼ିକ ବନ୍ଦ ହେଲା ଏବଂ ଇଂଲଣ୍ଡର ଶିଳ୍ପଜାତ ଦ୍ରବ୍ୟର ବିକ୍ରି ବୃଦ୍ଧି ହେବା ଫଳରେ ଇଂଲଣ୍ଡର ଶିଳ୍ପିକ ବିକାଶସାଧନ ହେଲା । ଦାରିଦ୍ର୍ୟ ଓ ବେକାରୀ ବୃଦ୍ଧି ଆମ ଦେଶର ଅର୍ଥବ୍ୟବସ୍ଥାକୁ ସ୍ଥାଣୁ କରିଦେଲା ।

ବ୍ୟବସାୟିକ ଉଦ୍ଦେଶ୍ୟ ରଖୁ ଦୀର୍ଘ ୨୦୦ ବର୍ଷ ଧରି ଶାସନ କରିଥିବା ଇଂରେଜ ସରକାର ଭାରତୀୟ ଅର୍ଥନୀତିର ମେରୁଦଣ୍ଡକୁ ଦୁର୍ବଳ କରିଥିଲେ । ଷୋଡଶ ଓ ସପ୍ତଦଶ ଶତାବ୍ଦୀରେ ଯେଉଁ ଭାରତ ଏକ ଶିଳ୍ପସମୃଦ୍ଧ ରାଷ୍ଟ୍ରଭାବେ ବିଶ୍ଵ ଦରବାରରେ ପରିଗଣିତ ହେଉଥିଲା । ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀବେଳକୁ ସେହି ଦେଶ ଶିଳ୍ପକ୍ଷେତ୍ରରେ ଏକ ଦୁର୍ବଳ ରାଷ୍ଟ୍ରଭାବରେ ପରିଚିତ ହେଲା । ସମଗ୍ର ବିଶ୍ବରେ ଖ୍ୟାତି ଅର୍ଜନ କରିଥିବା ଭାରତୀୟ ହସ୍ତଶିଳ୍ପ ଓ କୁଟୀର ଶିଳ୍ପ କ୍ରମଶଃ ନିଜସ୍ଵ ସତ୍ତା ହରାଇଲା । ଭାରତୀୟ ଅର୍ଥନୀତି ମୁଖ୍ୟତଃ ଏକ ଆମଦାନୀକାରୀ ଅର୍ଥନୀତିର ରୂପ ନେଲା ।

Question ୧୦ ।
ଦ୍ଵୈତ ଅର୍ଥନୀତି (Hualistic Economy):
Answer:
ଦୈତ୍ୟ ଅର୍ଥବ୍ୟବସ୍ଥାରେ ପାରମ୍ପରିକ ପଦ୍ଧତି ଓ ଆଧୁନିକ ପଦ୍ଧତିର ସହାବସ୍ଥାନ ଦେଖିବାକୁ ମିଳେ । ଏହି ଅର୍ଥବ୍ୟବସ୍ଥା ଆଧୁନିକ ମୁଦ୍ରା ବ୍ୟବସ୍ଥା ଓ ପାରମ୍ପରିକ ପଣ୍ୟ ବିନିମୟ ବ୍ୟବସ୍ଥାର ସହାବସ୍ଥାନ ଦେଖିବାକୁ ମିଳିଥାଏ । ଅନ୍ୟ ଅନୁନ୍ନତ ଅର୍ଥବ୍ୟବସ୍ଥା ଭଳି ଭାରତୀୟ ଅର୍ଥବ୍ୟବସ୍ଥାକୁ ମଧ୍ୟ ଏକ ଦ୍ଵୈତ ଅର୍ଥବ୍ୟବସ୍ଥା କୁହାଯାଏ । ପ୍ରଥମ ଧରଣର ବ୍ୟବସ୍ଥା ସହରାଞ୍ଚଳରେ ଦେଖିବାକୁ ମିଳିଥାଏ । ଦ୍ଵିତୀୟ ଧରଣର ବ୍ୟବସ୍ଥା ଗ୍ରାମାଞ୍ଜନରେ ଦେଖିବାକୁ ମିଳିଥାଏ । ସହରାଞ୍ଚଳରେ ଆଧୁନିକ ଜୀବନଯାପନ, ସଂଗଠିତ ଶ୍ରମିକ, ଶିଳ୍ପର ବିକାଶ, ଉଚ୍ଚଶିକ୍ଷା ଓ ଉନ୍ନତି ସ୍ଵାସ୍ଥ୍ୟ ବ୍ୟବସ୍ଥା ରହିଥିବାବେଳେ ଗ୍ରାମାଞ୍ଚଳରେ ଅନୁନ୍ନତ ଜୀବନଯାପନ, ଅସଂଗଠିତ ଶ୍ରମିକ, ଅନୁନ୍ନତ କୃଷିକ୍ଷେତ୍ର, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ଘୋର ଅଭାବ ପରିଲକ୍ଷିତ ହୋଇଥାଏ । ଭାରତ ଭଳି ଏକ ଗ୍ରାମବହୁଳ ରାଷ୍ଟ୍ରରେ ଦ୍ଵୈତ ଅର୍ଥବ୍ୟବସ୍ଥା ଦାରିଦ୍ର୍ୟକୁ ତୀବ୍ରତର କରି ରାଷ୍ଟ୍ର ବିକାଶ ପଥରେ ପ୍ରତିବନ୍ଧକ ସୃଷ୍ଟି କରୁଛି ।

Question ୧୧।
ଅର୍ଥବ୍ୟବସ୍ଥାର ରଚନାତ୍ମକ ପରିବର୍ତ୍ତନ :
Answer:
ପ୍ରାଥମିକ, ମାଧ୍ୟମିକ ଓ ସେବା ଭଳି ଉତ୍ପାଦନର କ୍ଷେତ୍ରଗୁଡ଼ିକୁ ବୃତ୍ତିର ଉତ୍ସ ରୂପେ ବିବେଚନା କରାଯାଏ । ଯେଉଁଠାରୁ ଆୟ ଉତ୍ପତ୍ତି ସମ୍ଭବ ହୁଏ, ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମୋଟ ଉତ୍ପନ୍ନ ଆୟରେ ଉତ୍ପାଦନ କ୍ଷେତ୍ରର ଅବଦାନଗତ ଗୁରୁତ୍ଵକୁ ବିଚାର କରିବାକୁ ଉତ୍ପାଦନ ଢାଞ୍ଚା କୁହାଯାଏ । କିନ୍ତୁ ସମୟକୁ ସମୟ ଉତ୍ପାଦନ ଢାଞ୍ଚାରେ ପରିବର୍ତ୍ତନ ବା ଉତ୍ପାଦନ କ୍ଷେତ୍ରଗୁଡ଼ିକର ମୋଟ ଉତ୍ପନ୍ନ ଆୟରେ ତୁଳନାତ୍ମକ ଅବଦାନ ସ୍ଥିତିରେ ପରିବର୍ତ୍ତନକୁ ଅର୍ଥ ବ୍ୟବସ୍ଥାର ରଚନାତ୍ମକ ପରିବର୍ତ୍ତନ କୁହାଯାଏ ।

Question ୧୨ ।
ଭାରତରେ ବୃତ୍ତିଗତ ଢାଞ୍ଚାର ପରିବର୍ତ୍ତନ
(Changes in the occupational structure in India :
Answer:
ବୃତ୍ତି କହିଲେ ଶମଶକ୍ତି ଦ୍ଵାରା ସଂଗଠିତ ଆର୍ଥନୀତିକ କାର୍ଯ୍ୟକଳାପ ଓ ନିୟୋଜିତ ଶ୍ରମଶକ୍ତିର ଏକ ନିର୍ଦ୍ଦିଷ୍ଟ କାଳରେ ବୃତ୍ତିଗତ ଓ ବିଭାଜନଙ୍କ ଗୁରୁତ୍ୱକୁ ଉପସ୍ଥାପନା କରିବାକୁ ବୃତ୍ତିଗତ ଢାଞ୍ଚା କୁହାଯାଏ । ସମୟାନୁକ୍ରମିକ ବୃଭିଗତ ଢାଞ୍ଚାର ଉପସ୍ଥାପନା ବା ନିୟୋଜିତ ଓ ଶ୍ରମଶକ୍ତିର ବୃଭିଗତ ବିଭାଜନ ଢାଞ୍ଚାରେ ପରିବର୍ତ୍ତନର ଉପସ୍ଥାପନାକୁ ବୃଭିଗତ ଢ଼ାଞ୍ଚାର ପରିବର୍ତ୍ତନ କୁହାଯାଏ। ଭାରତରେ ବୃତ୍ତିଗତ ଢାଞ୍ଚାର ନିଷ୍ଠୁର ପରିବର୍ତ୍ତନ ଉପଲବ୍ଧ ନହେଲେହେଁ ଏହାର ପରିବର୍ଭନୀୟ ଗୁଣ ଯାହା ପ୍ରଦର୍ଶନ କରେ ତାହାହେଲେ ପ୍ରାଥମିକ ବୃଭିର ଗୁରୁତ୍ଵ କ୍ରମାଗତ ହ୍ରାସ ପାଉଥିବାବେଳେ ସେବା କ୍ଷେତ୍ରର ଗୁରୁତ୍ଵ ମାଧ୍ୟମିକ କ୍ଷେତ୍ରଠାରୁ କ୍ରମାଗତ ଅଧ‌ିକ ବୃଦ୍ଧି ପାଇ ଆସୁଅଛି ।

Question ୧୩।
ମୁଣ୍ଡପିଛା ଉତ୍ପାଦ(Product Per capita) :
Answer:
ମୁଣ୍ଡପିଛା ଉତ୍ପାଦନ ବ୍ୟକ୍ତିପ୍ରତି ହାରାହାରି ଉତ୍ପାଦନକୁ ବୁଝାଏ । ମୋଟ ଜାତୀୟ ଉତ୍ପାଦନକୁ ଲୋକସଂଖ୍ୟା ଦ୍ଵାରା ଭାଗକରି ଏହା ନିର୍ଦ୍ଧାରଣ କରାଯାଇଥାଏ, ଯାହା ବାସ୍ତବ ମୁଣ୍ଡପିଛା ଆୟ ମଧ୍ୟ ବୁଝାଏ । ଏହା ଜୀବନଧାରଣର ମାନ ନିର୍ଦ୍ଧାରଣକାରୀ ପ୍ରକୃଷ୍ଟ ଉପାଦାନ ରୂପେ ଆର୍ଥିକ ଅଭିବୃଦ୍ଧିର ପରିମାପକ ଅଟେ ।

Question ୧୪।
ଜନ ବିସ୍ଫୋରଣ (Population explosion) :
Answer:
ଜନ ବିସ୍ଫୋରଣ କହିଲେ ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧିକୁ ବୁଝାଏ । ଯେତେବେଳେ ଦେଶର ଜାତୀୟ ଆୟର ବୃଦ୍ଧି ତୁଳନାରେ ଜନସଂଖ୍ୟାର ବୃଦ୍ଧି ଅଧ‌ିକ ହୁଏ ସେତେବେଳେ ଜନସଂଖ୍ୟାର ସମସ୍ୟା ଦେଖାଦେଇଥାଏ । ସ୍ଵାଧୀନତା ପରିବର୍ତୀ ସମୟରେ ଜନଗଣନା ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଭାରତ ଜନବିସ୍ଫୋରଣର ସମସ୍ୟା ଦେଇ ଗତି କରୁଛି । ୧୯୫୧ ଜନଗଣନାରେ ଭାରତର ଜନ୍ମହାର ଓ ମୃତ୍ୟୁହାର ଯଥାକ୍ରମେ ୩୯.୯ ଏବଂ ୨୭.୪ ଥିଲା । ଜନସଂଖ୍ୟାର ବୃଦ୍ଧିହାର ୧.୨୫ ପ୍ରତିଶତ ଥିଲା । ୨୦୧୧ ଜନଗଣନାରେ, ଜନ୍ମହାର ଓ ମୃତ୍ୟୁହାର ଯଥାକ୍ରମେ ୨୦.୯୭ ଏବଂ ୭.୪୮ରେ ପହଞ୍ଚିଛି । ଜନସଂଖ୍ୟାର ବୃଦ୍ଧିହାର ୧.୬୯ ପ୍ରତିଶତକୁ ହ୍ରାସ ପାଇଛି । କିନ୍ତୁ ଜନ୍ମ ହାରର ହ୍ରାସ ମୃତ୍ୟୁହାରର ହ୍ରାସ ତୁଳନାର କମ୍ ହୋଇଥିବାରୁ ଦେଶରେ ଜନ ବିସ୍ଫୋରଣର ସମସ୍ୟା ଦେଖାଦେଇଛି । ଏହି ଜନବିସ୍ଫୋରଣର ସମସ୍ୟା ଦେଶରେ ଅନେକ ସାମାଜିକ ଓ ଆର୍ଥନୀତିକ ସମସ୍ୟା ସୃଷ୍ଟି କରିଛି !

CHSE Odisha Class 11 Economics Solutions Unit 1 ଭାରତୀୟ ଅର୍ଥନୀତିର ସ୍ଥିତି

Question ୧୫।
ପରିବାର କଲ୍ୟାଣ କାର୍ଯ୍ୟକ୍ରମ(Family Planning Programme) :
Answer:
ପଞ୍ଚମ ପଞ୍ଚବାର୍ଷିକ ଯୋଜନା ସମୟରେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ନାମରେ ଏକ ନୂତନ ଜନସଂଖ୍ୟା ନୀତି ପ୍ରଣୟନ କରାଗଲା । ପରିବାର ନିୟୋଜନ ସହିତ ବିଭିନ୍ନ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଏଥରେ ସନ୍ନିବେଶିତ ହେଲା । ଏହି ନୀତି ସ୍ଵାସ୍ଥ୍ୟ, ପୁଷ୍ଟିସାଧନ, ଶିଶୁ ଓ ମାତୃ ମଙ୍ଗଳ ଇତ୍ୟାଦି ଅନେକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ଵ ଦେଲା । ଫଳରେ ନୂତନ ଜନସଂଖ୍ୟା ନୀତି ଅଧ୍ବକ ଲୋକପ୍ରିୟ ହୋଇପାରିଲା । ଏହି କାର୍ଯ୍ୟକ୍ରମର ଲୋକପ୍ରିୟତା ଆଦୌ ଉତ୍ସାହଜନକ ହେଲା ନାହିଁ । ୧୯୭୬-୭୭ରେ ୮୨ଲକ୍ଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିବା ସ୍ଥଳେ ୧୯୭୭-୭୮ରେ ମାତ୍ର ୬୪ ଲକ୍ଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଗଲା ।

Question ୧୬।
ଜାତୀୟ ଜନସଂଖ୍ୟା ନୀତି ୨୦୦୦ ଆଲୋଚନା କର ।
Answer:
୧୯୭୬ ମସିହା ପରବର୍ତ୍ତୀ ୨୪ ବର୍ଷର ଏକ ବିରାଟ ବ୍ୟବଧାନ ପରେ ୨୦୦୦ ମସିହା ଫେବୃୟାରୀ ୧୫ ତାରିଖରେ ତତ୍କାଳୀନ NDA ସରକାର ନୂତନ ଜନସଂଖ୍ୟା ନୀତି ୨୦୦୦ ଘୋଷଣା କଲେ । ଜନସଂଖ୍ୟା ବୃଦ୍ଧିକୁ ୨୦୦୪ ମସିହା ସୁଦ୍ଧା ସ୍ଥିର ରଖୁବା ଏହାର ମୂଳ ଲକ୍ଷ୍ୟ । ଏହି ଜନସଂଖ୍ୟା ନୀତିର ଆଭିମୁଖ୍ୟଗୁଡ଼ିକ ହେଲା:-

ହାସ :
୧।୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ବାଧ୍ୟତାମୂଳକ ଶିକ୍ଷା ଓ ଅଧାରୁ ପାଠ ପଢ଼ା ଛାଡ଼ୁଥିବା ପିଲାଙ୍କର ସଂଖ୍ୟା
୨ । ଶିଶୁ ମୃତ୍ୟୁହାର ଏବଂ ପ୍ରସବକାଳୀନ ମାତା ମୃତ୍ୟୁହାରକୁ ଯଥାକ୍ରମେ ୩୦ ଓ ୧୦କୁ ହ୍ରାସ କରିବା;
୩ । ବାଳିକାମାନଙ୍କ ମଧ୍ୟରେ ବିଳମ୍ବିତ ବିବାହକୁ ପ୍ରୋତ୍ସାହିତ କରିବା;
୪ ।ସଂକ୍ରାମକ ରୋଗର ପ୍ରତିରୋଧ ଓ ନିରାକରଣ;
୫ । ସାର୍ବଜନୀତ ରୋଗ ପ୍ରତିରୋଧକ ଟୀକା ପ୍ରଦାନ;
୬ । ଜନ୍ମ, ମୃତ୍ୟୁ ଓ ବିବାହର ବାଧ୍ୟତାମୂଳକ ପଞ୍ଜୀକରଣ କରିବା;
୭ । ଗର୍ଭପାତ ଆଇନ୍‌ର ସରଳୀକରଣ କରିବା ।

Question ୧୭ ।
ଜନସଂଖ୍ୟା ସଂକ୍ରମଣ ତତ୍ତ୍ବ (lemographic Iransition Theory):
Answer:
ଜନସଂଖ୍ୟା ସଂକ୍ରମଣ ତତ୍ତ୍ବ ବିକଶିତ ରାଷ୍ଟ୍ରଗୁଡ଼ିକର ଏକ ଐତିହାସିକ ଅଭିଜ୍ଞତା ଅଟେ । ଏହା ଦେଶର ଆର୍ଥିକ ବିକାଶ ଜନସଂଖ୍ୟା ବୃଦ୍ଧି ସହିତ କିପରି ସମ୍ପର୍କିତ ତାହାର ସୂଚନା ଦେଇଥାଏ । ଜନସଂଖ୍ୟା ସଂକ୍ରମଣ ତତ୍ତ୍ଵରେ ଜନସଂଖ୍ୟା ବୃଦ୍ଧିର ତିନୋଟି ଅବସ୍ଥା ଦେଖାଦେଇଥାଏ । ପ୍ରାଥମିକ ଅବସ୍ଥାରେ ଜନ୍ମହାର ଏବଂ ମୃତ୍ୟୁହାର କମ୍ ଥାଏ । ଏହା ବିଶେଷ କରି ଅନୁନ୍ନତ ରାଷ୍ଟ୍ର ସହିତ ସମ୍ପୃକ୍ତ । ଏହି ଅବସ୍ଥାରେ ଜନସଂଖ୍ୟା ବୃଦ୍ଧି ହୋଇନଥାଏ । ଦ୍ଵିତୀୟରେ ଅଧିକ ଜନ୍ମହାର ଏବଂ ସ୍ଵଚ୍ଛ ମୃତ୍ୟୁହାର ହୋଇଥାଏ । ଏହା ବିଶେଷ କରି ବିକାଶଶୀଳ ରାଷ୍ଟ୍ର ସହିତ ସଂପୃକ୍ତ । ତୃତୀୟରେ ଉଭୟ ଜନ୍ମହାର ଓ ମୃତ୍ୟୁହାର ସ୍ଵଳ୍ପ ହୋଇଥାଏ । ଏହା ବିକଶିତ ରାଷ୍ଟ୍ର ସହିତ ସମ୍ପୃକ୍ତ ।

Question ୧୮।
ଉଚ୍ଚ ଜନ୍ମହାର (High Birth Rate) :
Answer:
ଭାରତରେ ଜନ୍ମହାର ଅଧିକ ହେବାର ଅନେକ କାରଣ ରହିଛି, ଯାହା ମୁଖ୍ୟତଃ ସାମାଜିକ ଓ ଆର୍ଥନୀତିକ । ଉଚ୍ଚ ଜନ୍ମହାର ବିଭିନ୍ନ କାରଣଗୁଡ଼ିକରୁ ବୃଦ୍ଧି ହୋଇଥାଏ, ସେଗୁଡ଼ିକ ହେଲା, ସାର୍ବଜୀନନ ବିବାହ, ଅଳ୍ପ ବୟସରେ ବିବାହ, କୃଷି ଉପରେ ନିର୍ଭରଶୀଳତା, ଦାରିଦ୍ର୍ୟ, ପୁତ୍ର ସନ୍ତାନ ନିମନ୍ତେ ଅଗ୍ରାଧ‌ିକାର, ଉଚ୍ଚ ଶିଶୁ ମୃତ୍ୟୁହାର ଏବଂ ନିରକ୍ଷରତା ଓ ଅନ୍ଧବିଶ୍ଵାସ । ଭାରତରେ ବିବାହକୁ ଜୀବନ ମାର୍ଗରେ ଏକ ଗୁରୁତ୍ଵପୂର୍ଣ୍ଣ ସୋପାନ ବୋଲି ବିବେଚନା କରାଯାଏ । ଏହାକୁ ଏକ ପବିତ୍ର ବନ୍ଧନ ଓ ପରିବାର ଏବଂ ସମାଜ ପାଇଁ ମୌଳିକ ଆବଶ୍ୟକତା ବୋଲି ସମସ୍ତେ ଭାବନ୍ତି । ଏଣୁ ଆମ ଦେଶର ପ୍ରାୟ ସମସ୍ତେ ବିବାହ କରନ୍ତି, ଅବିବାହିତ ସ୍ତ୍ରୀ ପୁରୁଷଙ୍କ ସଂଖ୍ୟା ନିହାତି ନଗଣ୍ୟ । ଏଣୁ ଏହା ଉଚ୍ଚ ଜନ୍ମହାର ସୃଷ୍ଟି କରିଥାଏ ।

VI. ଦୀର୍ଘଧର୍ମୀ ପ୍ରଶ୍ନୋତ୍ତର ।
[Long Answer Type Questions.]

Question ୧।
ଭାରତରେ ଜନସଂଖ୍ୟାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ଉପସ୍ଥାପନ କର ।
(Explain the important features of India’s Population.)
Answer:
ରାଷ୍ଟ୍ର, ତା’ର ଭୌଗୋଳିକ ଭୂଖଣ୍ଡ ଓ ଅଧିବାସୀଙ୍କୁ ନେଇ ଆତ୍ମପ୍ରକାଶ କରେ । ରାଷ୍ଟ୍ରର ପ୍ରତ୍ୟେକ ଆର୍ଥନୀତିକ କାର୍ଯ୍ୟକ୍ରମ ତା’ର ଅଧିବାସୀମାନଙ୍କ ଦ୍ଵାରା ଓ ସେହିମାନଙ୍କ ଉଦ୍ଦେଶ୍ୟରେ ସଂଗଠିତ ହୁଏ । ମାତ୍ର ଏହାର ପରିଚାଳନାଗତ ଦିଗ ମନୁଷ୍ୟର ବୁଦ୍ଧିମତା ଉପରେ ପର୍ଯ୍ୟବସିତ । ଏହି ଦିଗକୁ ବିଶେଷଜ୍ଞ ବା ଆର୍ଥନୀତିଜ୍ଞମାନେ ପରିଚାଳନା କରନ୍ତି । ଏଥୁରୁ ପ୍ରତ୍ୟେକ ରାଷ୍ଟ୍ରର ଅର୍ଥନୀତି ବା ଅର୍ଥବ୍ୟବସ୍ଥା ଗଢ଼ି ଉଠେ । ତେଣୁ ଅର୍ଥଶାସ୍ତ୍ରର ଅଧ୍ୟୟନ ସ୍ଥଳେ ରାଷ୍ଟ୍ରର ଅଧୂବାସୀ ବା ଜନସଂଖ୍ୟାକୁ ମୂଳପିଣ୍ଡ ରୂପେ ବିବେଚନା କରାଯାଏ । ଏହି ଦୃଷ୍ଟିକୋଣରୁ ଜନସଂଖ୍ୟାର ବିଭିନ୍ନ ଗୁଣ ବା ବୈଶିଷ୍ଟ୍ୟଗୁଡ଼ିକୁ ସ୍ଵତନ୍ତ୍ରତର ସହ ଅଧ୍ୟୟନ କରିବାର ଆବଶ୍ୟକତା ଦେଖାଯାଏ । ଜନସଂଖ୍ୟାର ବୈଶିଷ୍ଟ୍ୟଗୁଡ଼ିକୁ ଆଲୋଚନା କଲାବେଳେ ମୁଖ୍ୟତଃ ସେଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରି ଆଲୋଚନା କରାଯାଏ । ତାହା ହେଲା– (କ) ପରମାଣାତ୍ମକ ଦିଗ (ଖ) ଗୁଣାତ୍ମକ ଦିଗ ।

(କ) ପରିମାଣାତ୍ମକ ଦିଗ (Quantitative Aspect):
ଜନସଂଖ୍ୟାର ପରିମାଣାତ୍ମକ ଦିଗ କହିଲେ ଏହା ସଂଖ୍ୟା ବା ଆକାର ସଂପର୍କିତ ବିଭିନ୍ନ ଗୁଣ ବା ବୈଶିଷ୍ଟ୍ୟର ଆଲୋଚନାକୁ ବୁଝାଏ । ଆକାର ବା ସଂଖ୍ୟାଭିଭିକ ଜନସଂଖ୍ୟାର ବିଭିନ୍ନ ବୈଶିଷ୍ଟ୍ୟଗୁଡ଼ିକୁ ନିମ୍ନରେ ଉପସ୍ଥାପନା କରାଗଲା।

(୧) ଜନସଂଖ୍ୟାର ଆକାର(Sure of Population):
ଜନସଂଖ୍ୟାର ଆକାର, ରାଷ୍ଟ୍ରର ମୋଟ୍ ଅଧିବାସୀ ବା ଜନସଂଖ୍ୟାର ଆକଳନକୁ ବୁଝାଏ । ଏହି ଆକଳନ ଭାରତବର୍ଷରେ ‘ଜନଗଣନା’ ଦ୍ବାରା ପ୍ରତି ଦଶ ବର୍ଷରେ ଥରେ ସଂପାଦିତ ହୁଏ ଓ ପ୍ରତି ଦଶନ୍ଧିର ପ୍ରଥମ ବର୍ଷ ହିଁ ୧୮୯୧ ଠାରୁ କ୍ରମଶଃ ସଂଗଠିତ ହୋଇ ଆସୁଛି । ଏହି ଆକାରରେ ୧୮୯୧ ଜନଗଣନାରେ ଭାରତରେ ୨୩.୬ କୋଟି ଥ‌ିବାବେଳେ ୧୯୧୧ ହିସାବରେ ୨୫.୨ କୋଟିକୁ ବୃଦ୍ଧି ପାଇଥିଲା । ୨୦୧୧ ଜନଗଣନାରେ ମୋଟ ଜନସଂଖ୍ୟା ଥୁଲା ୧୨୧.୦୨ କୋଟି । ଆକାର ଦୃଷ୍ଟିରୁ ଭାରତର ଜନସଂଖ୍ୟା ପୃଥିବୀରେ ଦ୍ଵିତୀୟ ଓ ଚୀନ୍‌ର ଜନସଂଖ୍ୟା ପ୍ରଥମ ଅଟେ । ଆକାର ଦୃଷ୍ଟିରୁ ଭାରତର ଜନସଂଖ୍ୟାକୁ ତୁଳନାତ୍ମକ ଭାବେ ବିଚାର କଲେ ଭାରତ ଏକ ଜଳବହୁଳ ରାଷ୍ଟ୍ର ଭାବରେ ପରିଚିତ । କାରଣ ପୃଥିବୀର ସ୍ଥଳ ଭାଗର ମାତ୍ର ୨.୪ ଭାଗ ଭାରତ ଅଧୀନରେ ଥିବାବେଳେ ପୃଥ‌ିବୀର ଜନସଂଖ୍ୟାର ପ୍ରାୟ ୧୩ ଭାଗ ଭାରତରେ ବସବାସ କରନ୍ତି ।

(୨) ଜନସଂଖ୍ୟାର ଘନତ୍ବ (Density of Population):
ଦେଶର ଭୌଗୋଳିକ ଅବସ୍ଥିତି ବିଚାର କରି ପ୍ରତି ବର୍ଗକିଲୋମିଟରରେ ବସବାସ କରୁଥିବା ହାରାହାରି ଅଧୂବାସୀ ସଂଖ୍ୟାକୁ ସେହି ଦେଶରେ ଜନସଂଖ୍ୟାର ଘନତ୍ଵ ବୋଲି କୁହାଯାଏ । ଦେଶର ଭୌଗୋଳିକ ଭୂଖଣ୍ଡ ଯେତେ ବର୍ଗ କିଲୋମିଟର ମାପ କରାଯାଏ, ଭାରତ ବର୍ଷରେ ଜନସଂଖ୍ୟାର ଘନତ୍ବ ଜନଗଣନାରୁ ଜନଗଣନା ବୃଦ୍ଧି ପାଇବାରେ ଲାଗିଛି । ଏହା ୧୯୦୧ କଗଣନାରେ ୩୩ ଥିବା ବେଳେ ୧୯୧୧ରେ ୮୨, ୧୯୩୧ରେ ୯୦ ଏବଂ ୨୯୧୧ରେ ୩୮୩କୁ ବୃଦ୍ଧି ପାଇଛି । ସ୍ଥଳବିଶେରେ ଜନସଂଖ୍ୟାର ଘନତ୍ବର ପାର୍ଥକ୍ୟ କେତେଗୁଡ଼ିଏ ଉପାଦାନ ଉପରେ ପର୍ଯ୍ୟବେସିତ । ସେ ସବୁ ହେଲେ ଜଳବାୟୁ, ଭୂମିର ଉର୍ବରତା, ପ୍ରାକୃତିକ ସମ୍ବଳର ଉପଲବ୍‌ଧତା ଇତ୍ୟାଦି ।

(୩) ଲିଙ୍ଗାନୁପାତ (Sex Ratio):
ଲିଙ୍ଗାନୁପାତ ଜନସଂଖ୍ୟାକୁ ସାଧାରଣତଃ ପୁରୁଷ ଓ ମହିଳା ଭାବରେ ଦୁଇ ଭାଗରେ ବିଭକ୍ତ କଲାବେଳେ ଦେଶର ପ୍ରତି ହଜାର ପୁରୁଷ ସଂଖ୍ୟା ପାଇଁ ହାରାହାରି ମହିଳା ସଂଖ୍ୟାକୁ ଲିଙ୍ଗାନୁପାତ କୁହାଯାଏ । ଏହା ପୁରୁଷ ଓ ମହିଳାଙ୍କ ମଧ୍ୟରେ ଏକ ପରିମାଶ୍ରାମକ ତୁଳନା ଅଟେ । ୨୦୦୧ ଜନଗଣନା ହିସାବରେ ଭାରତରେ ଲିଙ୍ଗାନୁପାତ ୯୩୩ ଅଟେ । ଅର୍ଥାତ୍ ଭାରତରେ ପ୍ରତି ହଜାର ପୁରୁଷ ସଂଖ୍ୟାରେ ମହିଳା ସଂଖ୍ୟା ୯୩୩ ଅଟେ । ୧୯୯୧ରେ ୯୪୦ ଥ‌ିବାବେଳେ, ୨୦୧୧ରେ ଏହା ୯୪୩ ଥିଲା । ଭାରତରେ ଏହି ଲିଙ୍ଗାନୁପାତକୁ ଜଣାପଡ଼େ ଯେ ଭାରତରେ ପୁରୁଷ ଶିଶୁ ପ୍ରତି ପ୍ରାଧାନ୍ୟ ଦିଆଯାଏ । କିନ୍ତୁ ଋଷିଆ, ଜାପାନ ଓ ଆମେରିକା ପରି ଉନ୍ନତ ରାଷ୍ଟ୍ରମାନଙ୍କରେ ପୁରୁଷ ସଂଖ୍ୟାଠାରୁ ମହିଳା ସଂଖ୍ୟା ଅଧ୍ବକ ।

(୪) ବୟସାନୁକ୍ରମିକ ଶ୍ରେଣୀ ବିଭାବ (Age Composition):
ବୟସକୁ ଭିଭିକରି ଜନସଂଖ୍ୟାକୁ ମୁଖ୍ୟତଃ ୩ ଶ୍ରେଣୀରେ ବିଭକ୍ତ କରାଯାଏ; ଯଥା ଶିଶୁ ଶ୍ରେଣୀ ୦ ରୁ ୧୪ ବର୍ଷ, ନିୟୋଜନ କ୍ଷମ ଶ୍ରେଣୀ – ୧୫ ରୁ ୫୯ ବର୍ଷ ଓ ଶେଷରେ ବାର୍ଦ୍ଧକ୍ୟ ୬୦ ରୁ ଅଧିକ ବୟସର ଜନ । ପ୍ରଥମ ଓ ଶେଷ ଶ୍ରେଣୀର ଜନସଂଖ୍ୟା ଉପାର୍ଜନକ୍ଷମ ହୋଇ ନ ଥିବାରୁ ସେମାନଙ୍କୁ ନିର୍ଭରଶୀଳ କୁହାଯାଏ ଓ ସେମାନଙ୍କର ମୋଟ ଅଂଶ ଜନସଂଖ୍ୟା ୩୯.୪ ଭାଗ ଅଟେ । ଅର୍ଥାତ୍ ଭାରତରେ ୬୦.୧ ଭାଗ ଜନସଂଖ୍ୟା ଉପାର୍ଜନକ୍ଷମ ଓ ସେମାନଙ୍କ ମଧ୍ୟରୁ ଯେଉଁମାନେ ନିୟୋଜିତ । ସେମାନଙ୍କ ଉପରେ ଆବଶ୍ୟକତା ପୂରଣ ପାଇଁ ଦେଶର ମୋଟ ଜନସଂଖ୍ୟା ନିର୍ଭରଶୀଳ ଅଟେ । ୧୯୫୧ରେ ବୟସାନୁକ୍ରମିକ ଶ୍ରେଣୀ ବିଭାଗ ଥୁଲ (୦-୧୪) ବର୍ଷରେ ୩୭.୪, (୧୫ ରୁ ୫୯) ବର୍ଷରେ ୫୬.୯ ଓ (୬୦ ରୁ ଊର୍ଷ) ରେ ୫.୭, ୨୦୧୧ରେ ଏହା ଥିଲା (୦-୧୪) ୩, ୧ (୧୫-୫୯) ରେ ୬୦.୬ ଓ (୬୦-ଊର୍ଦ୍ଧ୍ବରେ) ୮.୩ ।

(ଖ) ଗୁଣାତ୍ମକ ଦିଗ (Qualitative Aspect):
ଜନସଂଖ୍ୟାର ଗୁଣ ବା ମାନକୁ ବିଚାର କରି ମଧ୍ୟ ଜନସଂଖ୍ୟାର କେତେକ ବୈଶିଷ୍ଟ୍ୟ ପ୍ରତିପାଦିତ ହୁଏ ଓ ସେଗୁଡ଼ିକ ଜନସଂଖ୍ୟାର ଗୁଣାତ୍ମକ ଦିଗ ବୋଲି କୁହାଯାଏ ।

ଗୁଣାତ୍ମକ ବୈଶିଷ୍ଟ୍ୟଗୁଡ଼ିକ ହେଲା-
(୧) ଜୀବନ କାଳ (Life Expectancy):
ଜୀବନ କାଳ, ରାଷ୍ଟ୍ରର ହାରାହାରି ଆୟକୁ ବୁଝାଏ | ଭାରତ ବର୍ଷରେ ୯୩ ରୁ ୯୭ ମଧ୍ଯରେ ଆୟୁକାଳ ହାରାହାରି ୬୧.୧ ବର୍ଷ ବୋଲି ଆକଳନ କରାଯାଇଅଛି ଓ ଏହି ସ୍ଥଳେ ପୁରୁଷମାନଙ୍କର ୬୦.୪ ବର୍ଷ ଓ ମହିଳାମାନଙ୍କର ୬୧.୮ ବର୍ଷ । ଭାରତରେ ଆୟୁକାଳ କ୍ରମଶଃ ବୃଦ୍ଧି ଘଟୁଛି । ୧୯୫୧ ରୁ ୩୩ ରୁ ବୃଦ୍ଧି ପାଇଁ ୨୦୧୧ରେ ୬୯.୯ ବର୍ଷରେ ପହଞ୍ଚିଛି ।

(୨) ଶିକ୍ଷାହାର (Rate of literacy):
ଶିକ୍ଷାର ହାର କହିଲେ ସମୁଦାୟ ଜନସଂଖ୍ୟାର ଶିକ୍ଷିତ ବ୍ୟକ୍ତିଙ୍କ ଶତକଡ଼ା ହାରକୁ ବୁଝାଏ । ଶିକ୍ଷିତ ବ୍ୟକ୍ତିମାନଙ୍କର ମଧ୍ୟ ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ରହିଛି । ତାହା ହେଲା ଭାବବ୍ୟକ୍ତ କରି ବୁଝିପାରୁଥିବେ, ପଢ଼ି ପାରୁଥ‌ିବେ ଓ ଲେଖୁ ପାରୁଥୁବେ, ତେବେ ସେ ଜଣେ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ଏହି ସଂଜ୍ଞା ୧୯୮୧ ଠାରୁ ପ୍ରସ୍ଖଳିତ । ମାତ୍ର ଏହା ପୂର୍ବରୁ ସର୍ବନିମ୍ନ ବୟସ ୫ ବର୍ଷ ଥିଲା । ଏହି ସଂଜ୍ଞାକୁ ଆଧାର କରି ୨୦୦୧ ଜନଗଣନା ଭାରତ ଶିକ୍ଷାହାର ୬୫.୪% । ଏହା ପୁରୁଷମାନଙ୍କ କ୍ଷେତ୍ରରେ ୭୫.୮ ଶତକଡ଼ା ଓ ମହିଳାମାନଙ୍କ କ୍ଷେତ୍ରରେ ୫୨.୨% ! ଭାରତରେ ଶିକ୍ଷାହାର, ଶିକ୍ଷାର ପ୍ରସାର ଗୁଣ ପ୍ରକାଶ କରେ । ୧୯୫୧ରେ ଶିକ୍ଷାହାର ୧୮.୩ ପ୍ରତିଶତ । ୨୦୧୧ରେ ଏହା ୭୪କୁ ବୃଦ୍ଧି ପାଇଛି ।

ଅମର୍ତ୍ତ୍ୟ ସେନ୍‌ଙ୍କ ମତରେ ଶିକ୍ଷା ଆର୍ଥିକ ପ୍ରଗତିର ଏକ ଅଙ୍ଗ ହୋଇ ଥିବାରୁ ଶିକ୍ଷାର ପ୍ରସାର ପ୍ରତି ଅବହେଳା ପ୍ରଦର୍ଶନ କରାଯାଇପାରିବ ନାହିଁ । ଭାରତୀୟ ସମ୍ବିଧାନରେ ପ୍ରାଥମିକ ଶିକ୍ଷାକୁ (୦-୧୪) ବର୍ଷ ମାଗଣା ଓ ବାଧ୍ୟତାମୂଳକ କରାଯାଇଥିବା ବେଳେ, ଏହି ଲକ୍ଷ୍ୟ ୧୯୬୦ ମଧ୍ଯରେ ପୂରଣ କରିବାକୁ ଧାର୍ଯ୍ୟ ହୋଇଥିବାବେଳେ ଭାରତରେ ଶିକ୍ଷାର ପ୍ରସାର ଯଥେଷ୍ଟ ଅଗ୍ରଗତି କରିପାରି ନାହିଁ ।

(୩) ସହରୀକରଣ (Urbanisation):
ସହରାଞ୍ଚଳ କହିଲେ ଏହା ସାଧାରତଃ ପୌରାଞ୍ଚଳ, ମହାନଗର ନିଗମ ଓ ବିଜ୍ଞାପିତ ଅଂଚଳଗୁଡ଼ିକୁ ବୁଝାଇବା ସହିତ ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକୁ ବୁଝାଏ । ଯେଉଁ ସବୁ ଅଂଚଳର ଲୋକସଂଖ୍ୟା ସର୍ବନିମ୍ନ ୫୦୦ ହେବା ସହ ଜନସଂଖ୍ୟାର ଘନତ୍ଵ ମଧ୍ୟ ୪୦୦ ରୁ କମ୍ ହୋଇ ନ ଥାଏ ଓ ସେହି ଅଂଚଳର ୭୫ ଭାଗ ଲୋକ ଅଣକୃଷି କ୍ଷେତ୍ର ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି । ଏହାଛଡ଼ା ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକୁ ଗ୍ରାମାଞ୍ଚଳ କୁହାଯାଏ । ୨୦୦୧ ଜନଗଣନା ହିସାବରେ ଭାରତରେ ମୋଟ ଜନସଂଖ୍ୟାର ମାତ୍ର ୨୭.୮ ଭାଗ ସହରାଞ୍ଚଳରେ ବାସ କରନ୍ତି ଓ ଅବଶିଷ୍ଟ ୭୨, ୨ ଭାଗ ଗ୍ରାମାଞ୍ଚଳରେ ବସବାସ କରନ୍ତି । ତେଣୁ ଭାରତକୁ ଏକ ଗ୍ରାମବହୁଳ ଦେଶ କୁହାଯାଏ । ୨୦୧୧ ଜନଗଣନାରେ ମୋଟ ଜନସଂଖ୍ୟାରେ ୬୮.୮ ଗ୍ରାମାଞ୍ଚଳରେ ଏବଂ ୩୧, ୨ ସହରାଞ୍ଚଳରେ ବସବାସ କରନ୍ତି ।

(୪) ବୃତ୍ତିଗତ ଢାଞ୍ଚା (Occupational Structure):
ବୃତ୍ତି କହିଲେ ସମ୍ବଳ ସଂଗ୍ରହ ମାଧ୍ୟମଗୁଡ଼ିକୁ ବୁଝାଏ ଓ ଏହା ମୁଖ୍ୟତଃ ପ୍ରାଥମିକ ଓ ସେବା କ୍ଷେତ୍ର ଭାବରେ ତିନି ଭାଗରେ ବିଭକ୍ତ । ଦେଶର ନିୟୋଜନ କ୍ଷମ ବ୍ୟକ୍ତିମାନେ ଏହି ସବୁ କ୍ଷେତ୍ରଗୁଡ଼ିକର ସମ୍ବଳ ସଂଗ୍ରହ କରନ୍ତି ଓ ଜିବୀକା ନିର୍ବାହ କରନ୍ତି । ତେଣୁ ପ୍ରାଥମିକ କ୍ଷେତ୍ର ମୁଖ୍ୟ ବୃଭିଗତ କ୍ଷେତ୍ର ଭାବରେ ଅବିହିତ ଓ ଏହା ମଧ୍ୟ ବହୁ ପୂର୍ବରୁ ଅନୁନ୍ନତ ହୋଇ ଆସୁଅଛି । ଯଥା : ୧୯୦୧ରେ ୭୧.୭ ଭାଗ, ୧୯୫୧ରେ ୭୨.୧ ଭାଗ ବୃତ୍ତିଗତ ଢାଞ୍ଚା ବୃଦ୍ଧି ପାଇଛି ଓ ୧୯୯୧ରେ ଏହା ୬୬.୮ ଭାଗ ପ୍ରାଥମିକ କ୍ଷେତ୍ରରେ କାର୍ଯ୍ୟ କରି ଆସୁଅଛି ଏବଂ ଏହା କ୍ରମଶଃ ହ୍ରାସ ପାଉଅଛି ।

(୫) ଜୀବନଧାରଣ ମାନ(Standard of Living):
ଭାରତର ଅଧ୍ବବାସୀ ଯେଉଁପରି ଆବଶ୍ୟକତା ପୂରଣ ପାଇଁ ସାମର୍ଥ୍ୟ ପ୍ରକାଶ କରନ୍ତି, ତାକୁ ଜୀବନଧାରଣର ମାନ କୁହାଯାଏ । ମୁଣ୍ଡପିଛା ଆୟକୁ ଏହାର ମାପକରୂପେ ମୁଖ୍ୟତଃ ବିଚାର କରାଯାଏ ଓ ଏହା ନିମ୍ନ ସ୍ତରରୁ ଅଟେ । ୧୯୯୬- ୯୭ ବର୍ଷ ଭାରତର ମୁଣ୍ଡପିଚ୍ଛା ଆୟ ଚଳିତ ଦରରେ ବାର୍ଷିକ ୧୧,୫୬୪ ଟଙ୍କା ଓ ୧୯୯୯-୨୦୦୦ ବର୍ଷ ଆକଳନରେ ୨୬.୧ ଭାଗ ଲୋକ ଦାରିଦ୍ର୍ୟ ସୀମରେଖା ତଳେ ବସବାସ କରନ୍ତି । ଅର୍ଥାତ୍‌, ୨୬.୧ ଭାଗ ଲୋକ ସର୍ବନିମ୍ନ ଆବଶ୍ୟତା ପୂରଣ କରିପାରନ୍ତି ନାହିଁ । ଏହା ସବୁ ଜନସଂଖ୍ୟାର ବିଭିନ୍ନ ପରିମାଣାତ୍ମକ ଓ ଗୁଣାତ୍ମକ ବୈଶିଷ୍ଟ୍ୟ ଅଟେ । ଓ ।

CHSE Odisha Class 11 Economics Solutions Unit 1 ଭାରତୀୟ ଅର୍ଥନୀତିର ସ୍ଥିତି

Question ୨।
୧୯୭୬ ମସିହା ଜାତୀୟ ଜନସଂଖ୍ୟା ନୀତିର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।
(Explain the main features of the Population Policy of 1976.)
Answer:
ଭାରତ ସରକାର ୧୯୭୬ ମସିହା ଏପ୍ରିଲ୍ ମାସରେ ଦେଶଲ ପ୍ରଥମ ଜନସଂଖ୍ୟା ନୀତି ଘୋଷଣା କରିଥିଲେ । ଏହି ନୀତିର କେତେକ ପ୍ରଧାନ ବୈଶିଷ୍ଟ୍ୟ ଦର୍ଶାଯାଉଛି ।
(୧) ଆଇନ୍ ଦ୍ବାରା ଉଭୟ ପୁରୁଷ ଓ ମହିଳାମାନଙ୍କ ବିବାହ ବୟସକୁ ଯଥାକ୍ରମେ ୨୧ ଓ ୧୮କୁ ବୃଦ୍ଧି କରାଯାଉଥିଲା ।
(୨) ଜନସଂଖ୍ୟା ଯୋଜନା କାର୍ଯ୍ୟକ୍ରମର ବିଭିନ୍ନ ରାଜ୍ୟରେ ସଫଳତାକୁ ବିଚାରକୁ ନେଇ କେନ୍ଦ୍ରୀୟ ଅନୁଦାନର ୮ ପ୍ରତିଶତ କେବଳ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ବ୍ୟୟ କରିବାର ବ୍ୟବସ୍ଥା କରାଯାଇଥିଲା ।
(୩) ସବୁରାଜ୍ୟରେ ନାରୀ ଶିକ୍ଷାର ସ୍ତର ବୃଦ୍ଧି କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା।
(୪) ବନ୍ଧ୍ୟାକରଣ ପଦ୍ଧତି ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଓ ସାମୂହିକ ପ୍ରୋତ୍ସାହନର ପରିମାଣ ବୃଦ୍ଧି କରାଗଲା।
(୫) ଜନସଂଖ୍ୟା ଉପରେ ଗବେଷଣା, ଶିକ୍ଷା, ସ୍ବାସ୍ଥ୍ୟ ସେବା ତଥା ମା ଓ ଶିଶୁଙ୍କ ସ୍ଵାସ୍ଥ୍ୟରକ୍ଷା ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା।
(୬) ପରିବାର ନିୟୋଜନ କାର୍ଯ୍ୟକ୍ରମକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବା ପାଇଁ ଚିକିତ୍ସକ ଗୋଷ୍ଠୀ, ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ଶିକ୍ଷକ, ମହିଳା ସମିତି ଓ ସମବାୟ ସମିତି ଆଦିକୁ ସଂଶ୍ଳିଷ୍ଟ କରି ଉପଯୁକ୍ତ ଗୋଷ୍ଠୀ ପ୍ରୋତ୍ସାହନ ଦେବାକୁ ସ୍ଥିର କରାଯାଇଥିଲା ।
(୭) ପରିବାର ଯୋଜନା ବାର୍ତ୍ତା ଘରେ ଘରେ ପହଞ୍ଚାଇବା ନିମନ୍ତେ ଗଣମାଧ୍ୟମର ଅଧିକ ବ୍ୟବହାର କରିବା ନିମନ୍ତେ ନିଷ୍ପତ୍ତି ନିଆଗଲା।

Question ୩ ।
ଜନ ବିସ୍ଫୋରଣ କ’ଣ ? ଏହା କାରଣଗୁଡ଼ିକ ଆଲୋଚନା କର ।
(What is Population Explosion ? Explain its causes.)
Answer:
ଜନସଂଖ୍ୟାର ପରିମାଣାତ୍ମକ ଦିଗ ପ୍ରତି ଧ୍ୟାନ ଦେଲେ ଏହା ପରିବର୍ତ୍ତନୀୟ ଅବସ୍ଥା ଏବଂ ଏହାର ଗତି ଦିନକୁ ଦିନ ଜନସଂଖ୍ୟାର ବୃଦ୍ଧି ଘଟାଉଅଛି । ଭାରତରେ କେବଳ ୧୯୨୧ ଜନଗଣନାକୁ ଛାଡ଼ିଦେଲେ; ଅନ୍ୟ ସମସ୍ତ ଜନଗଣନା ବର୍ଷରେ ଭାରତର ଜନସଂଖ୍ୟା ବୃଦ୍ଧିପାଇ ଆସୁଅଛି । ଜନ ବିସ୍ଫୋରଣ, ଜନସଂଖ୍ୟା ବୃଦ୍ଧିର ଏକ ଅବସ୍ଥା; ଯେଉଁ ଅବସ୍ଥାରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ସମ୍ଭବ ହୋଇ ଦେଶ ଲାଗି ବିପଦସଂକୁଳ ଅବସ୍ଥା ସୃଷ୍ଟି କରେ । ଜନବିସ୍ଫୋରଣ ସେହି ଅବସ୍ଥାକୁ ବୁଝାଏ । ଯେତେବେଳେ ପ୍ରତି ହଜାର ଲୋକସଂଖ୍ୟା ପ୍ରତି ଜନ୍ମଗ୍ରହଣ କରୁଥିବା ଶିଶୁ ସଂଖ୍ୟା ବା ଜନ୍ମହାର ଜାତୀୟ ସ୍ତରରେ ଅଧିକ ଏବଂ ଏହା ହରାହାରି ୩୫ ରୁ ୪୦ ମଧ୍ୟରେ ସ୍ଥିର ରହୁଥ‌ିବା ବେଳେ ପ୍ରତି ହଜାର ଲୋକସଂଖ୍ୟାରେ ହାରାହାରି ମୃତ୍ୟୁବରଣ କରୁଥିବା ଲୋକସଂଖ୍ୟା ବା ମୃତ୍ୟୁହାରର ହ୍ରାସ ଘଟି ୧୫ ରୁ ୨୦ ମଧ୍ୟରେ ସ୍ଥିର ରୁହେ ଏବଂ ଜନସଂଖ୍ୟାର ବାର୍ଷିକ ବୃଦ୍ଧିହାର ୨% ଠାରୁ ଅଧିକ ରୁହେ । ୧୯୫୦ ମସିହା ଠାରୁ ଭାରତରେ ଏହି ଅବସ୍ଥା ପରିଲକ୍ଷିତ ହେଉଅଛି ।

କାରଣ :
ଜନସଂଖ୍ୟା ବୃଦ୍ଧିର ମୁଖ୍ୟ ନିର୍ଣ୍ଣାୟକ ଉପାଦାନଗୁଡ଼ିକ ହେଲା- ଜନ୍ମହାର, ମୃତ୍ୟୁହାର ଏବଂ ଅନୁପ୍ରବେଶ । ମାତ୍ର ଜନବିସ୍ଫୋରଣ ମୁଖ୍ୟତଃ ଜନ୍ମହାର ଓ ମୃତ୍ୟୁହାରକୁ କେନ୍ଦ୍ରକରି ନିର୍ମିତ ହୋଇଥାଏ । .ଏହି ଅବସ୍ଥାରେ ଜନ୍ମହାର ଅପେକ୍ଷାକୃତ ଅଧୂକ ଓ ପ୍ରାୟ ସ୍ଥିର ରୁହେ ଏବଂ ମୃତ୍ୟୁହାରରେ ଦ୍ରୁତ ହ୍ରାସ ଘଟି ଦ୍ରୁତ ଜନସଂଖ୍ୟା ବୃଦ୍ଧି ଘଟାଇଥାଏ । ତେଣୁ ଜନ୍ମବିସ୍ଫୋରଣର ନିର୍ଣ୍ଣାୟକ କ୍ଷେତ୍ରରେ ମୃତ୍ୟୁହାରର ଗୁରୁତ୍ଵ ଯଥେଷ୍ଟ ବେଶୀ। ୧୯୨୦ରୁ ୩୦ ଏବଂ ୧୯୬୧ ରୁ ୩୦ ମଧ୍ୟରେ ଜନ୍ମହାରରେ ମାତ୍ର ୫:୨ ହ୍ରାସ ଘଟିଥିବା ବେଳେ ମୃତ୍ୟୁହାରରେ ୧୭.୩ ହ୍ରାସ ଘଟିଥିଲା ।

ଅଧୂକ ଏବଂ ପ୍ରାୟ ସ୍ଥିର ଜନ୍ମହାର :
ଜନବିସ୍ଫୋରଣର ମୁଖ୍ୟ ବୈଶିଷ୍ଟ୍ୟ ହେଲା ଅନୁନ୍ନତ ଅବସ୍ଥା । ଏହି ଅନୁନ୍ନତ ଅବସ୍ଥା ମଧ୍ୟ ସାମାଜିକ ଜୀବନକୁ ପ୍ରଭାବିତ କରିଥାଏ ଏବଂ ବିସ୍ଫୋରଣ ସମୟରେ ସାମାଜିକ କୁସଂସ୍କାର, ଅନ୍ଧବିଶ୍ବାସ ଇତ୍ୟାଦିର ପ୍ରଭାବ ପରିଲକ୍ଷିତ ହୁଏ । ଦ୍ଵିତୀୟରେ ଶିକ୍ଷାର ଅନଗ୍ରସରତା ମଧ୍ୟ ଜନମାନସରେ ସଚେତନତାର ପ୍ରଭାବ ଏବଂ ସଂକୁଚିତ ପରିବେଶ କ୍ଷେତ୍ରରୁ ଜନ୍ମହାରେ ହ୍ରାସ ଘଟାଇବାକୁ ସକ୍ଷମ ହୋଇପାରେ ନାହିଁ । ଏହି ସବୁ କ୍ଷେତ୍ରରୁ ପରିବାରକୁ ସଂକୁଚିତ କରାଇବାର ଚିନ୍ତାଧାରା ଜନ୍ମହାରରେ ହ୍ରାସ କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଲକ୍ଷ୍ୟ କରାଯାଇପାରେ ନାହିଁ ।

ଦ୍ରୁତ ମୃତ୍ୟୁହାର ହ୍ରାସ :
ବିସ୍ଫୋରଣ ଅବସ୍ଥା ଏକ ଅନୁନ୍ନତ ଅବସ୍ଥାରୁ ଉତ୍ପନ୍ନ ହେଲେ ମଧ୍ୟ ଆର୍ଥିକ ପ୍ରଗତି ସମ୍ଭବ ହୁଏ; ମାତ୍ର ତାହା ଯଥେଷ୍ଟ ହୋଇ ନ ଥାଏ I ଯେତିକି ପ୍ରଗତି ସମ୍ଭବ, ତାହା ଲୋକମାନଙ୍କର ଜନସାଧାରଣ ମାନରେ ପରିବର୍ତ୍ତନ ଆଣି, ଉତ୍ତମ ଖାଦ୍ୟ ଓ ଉତ୍ତମ ଯତ୍ନର ଆୟୁକାଳ ବୃଦ୍ଧି ଘଟାଇ ମୃତ୍ୟୁହାରରେ ହ୍ରାସ ଘଟାଏ ।

ଦ୍ଵିତୀୟରେ, ଶିକ୍ଷାର ପ୍ରସାର ଯେତିକି ସମ୍ଭବ ହୁଏ, ତାହା ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଘଟାଏ; ସ୍ଵାସ୍ଥ୍ୟଗତ ଯତ୍ନ କ୍ଷେତ୍ରରେ କିଛି ଲୋକ ଉପକାର ତଥା ଅପକାରଗତ ବ୍ୟାବହାରିକ ମୂଲ୍ୟ ପ୍ରତି ବିଚାରବନ୍ତ ହୁଅନ୍ତି । ତୃତୀୟରେ, ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବାଗତ କ୍ଷେତ୍ରରେ ପ୍ରସାର ହେତୁ ବ୍ୟକ୍ତିବିଶେଷ ସ୍ଵାସ୍ଥ୍ୟର ଯତ୍ନ ବୋର ସୁବିଧା ଲାଭ କରିଥାନ୍ତି ।

ଚତୁର୍ଥରେ, ଜନମଂଗଳ ରାଷ୍ଟ୍ରଗୁଡ଼ିକରେ ମହାମାରୀ ଦୂରୀକରଣ ଯୋଜନାମାନ କାର୍ଯ୍ୟକ୍ଷମ ହୋଇ ଅକାଳ ମୃତ୍ୟୁ ସବୁକୁ ରୋକାଯାଇପାରୁଅଛି । ଯଥା : ବସନ୍ତ, ମ୍ୟାଲେରିଆ, ହଇଜା ଆଦି ଦୂରୀକରଣ । ଏହିସବୁ କ୍ଷେତ୍ରରେ ଉନ୍ନତି ମୃତ୍ୟୁହାରରେ ଯଥେଷ୍ଟ ହ୍ରାସ ପରିଲକ୍ଷିତ କରାଇଥାଏ ।

ତେଣୁ ଜଳକୁଣ୍ଡରେ ଜଳ ପ୍ରବେଶ ଓ ନିଷ୍କାସନ ପ୍ରଣାଳୀ ସହାୟତାରେ ଜଳପତ ମାପିବା ସଦୃଶ ଯଦି ଜନ୍ମହାରର ବିଶେଷ ହ୍ରାସ ନ ଘଟି ମୃତ୍ୟୁ ହାରରେ ଯଥେଷ୍ଟ ହ୍ରାସ ଘଟେ । ତେବେ ଦେଶରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ସମ୍ଭବ ହୋଇ ବିସ୍ଫୋରଣ ସୃଷ୍ଟି କରେ ଓ ଏହି କ୍ଷେତ୍ରରେ ଦ୍ରୁତ ମୃତ୍ୟୁହାରର ହ୍ରାସ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରେ ।

Question ୪।
ଭାରତୀୟ ଅର୍ଥ ବ୍ୟବସ୍ଥାରେ ଜନବିସ୍ଫୋରଣର ପ୍ରଭାବକୁ ଆଲୋଚନା କର ।
(Discuss the impact of Population Explosion in Indian Economy.)
Answer:
ଭାରତ ଏକ ଜନବହୁଳ ରାଷ୍ଟ୍ର । ପୁନଶ୍ଚ ଦୃତ ଜନସଂଖ୍ୟା ବୃଦ୍ଧି କାରଣରୁ ଜନବିସ୍ଫୋରଣ ଭଳି ସ୍ଥିତି ଉତ୍ପନ୍ନ ହୁଏ । ଏହି ସ୍ଥିତିକୁ ଏକ ସମସ୍ୟା ରୂପେ ବିବେଚନା କରାଯାଏ । କାରଣ ଏହା ଅର୍ଥ ବ୍ୟବସ୍ଥା ଉପରେ ବହୁବିଧ ପ୍ରତିକୂଳ ପ୍ରଭାବ ପକାଇ ଆର୍ଥିକ ପ୍ରଗତି କ୍ଷେତ୍ରରେ ପ୍ରତିବନ୍ଧକ ହୋଇଥାଏ । ଅର୍ଥ ବ୍ୟବସ୍ଥା ପ୍ରତି ଜନବିସ୍ଫୋରଣର ପ୍ରଭାବକୁ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ଉପସ୍ଥାପନ କରାଯାଇପାରେ, ତାହା ନିମ୍ନରେ ଆଲୋଚନା କରାଗଲା ।

ଜନବିସ୍ଫୋରଣର ପ୍ରଭାବ :
(କ) ମୁଣ୍ଡପିଛା ଆୟ : ଦୃତ ଜନସଂଖ୍ୟା ବୃଦ୍ଧି ଫଳରେ ଜାତୀୟ ଆୟ ବୃଦ୍ଧି ଘଟିଲେ ହେଁ ଏହା ମୁଣ୍ଡପିଛା ଆୟ କ୍ଷେତ୍ରରେ ଯଥାର୍ଥ ପ୍ରତିଫଳିତ ହୋଇପାରେ ନାହିଁ । କାରଣ, ଆର୍ଥିକ ଅଭିବୃଦ୍ଧି ହାରଠାରୁ ଜନସଂଖା ଅଧିକ ହାରରେ ବୃଦ୍ଧି ପାଇଥାଏ । ଉଦାହରଣ ସ୍ୱରୂପ ୧୯୫୦-୫୧ ରୁ ୧୯୯୦-୯୧ ମଧ୍ୟରେ ଜାତୀୟ ଆୟ ଶତକଡ଼ା ୮-୯ ଭାଗ ବୃଦ୍ଧି ପାଇଥିଲେ ହେଁ ମୁଣ୍ଡପିଛା ଆୟକ୍ଷେତ୍ରରେ ମାତ୍ର ୨-୪ ଭାଗ ବୃଦ୍ଧି ପରିଲକ୍ଷିତ ହୁଏ । ଅନ୍ୟପକ୍ଷରେ ମୁଣ୍ଡପିଛା ଆୟକୁ ଜୀବନଧାରଣର ମାନ ନିର୍ଦ୍ଧାରକ ରୂପେ ବିଚାର କରାଯାଉଥିବା ବେଳେ ଏହାର ଆର୍ଥିକ ଅନଗ୍ରସରତା ପ୍ରତିପାଦନ କରେ ।

(ଖ) ବୃତ୍ତିଗତ ଢାଞ୍ଚାରେ ଚାପ : ଜନବିସ୍ଫୋରଣ ନିୟୋଜନ କ୍ଷମ ବ୍ୟକ୍ତି ସଂଖ୍ୟା ବୃଦ୍ଧି ପାଇବା ବେଳେ ଅନ୍ୟାନ୍ୟ ବୃତ୍ତିଗତ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇ ନ ପାରିବା କାରଣରୁ କୃଷି କ୍ଷେତ୍ରରେ ଚାପ ପ୍ରତିଫଳିତ ହୁଏ ଓ ଛଦ୍ମବେଶୀ ବେକାରୀ ସହ ଅର୍ଥ ବେକାରୀ ସମସ୍ୟା ଉତ୍ପନ୍ନ ହୁଏ । ଏହା ମଧ୍ୟ ନିର୍ଭରଶୀଳତା ବୃଦ୍ଧି ଘଟାଇବା ସହ ପ୍ରଗତିର ପଥରୋଧ କରେ । ନିର୍ଭରଶୀଳତା ୧୯୬୧ରେ ୬୨.୪ ଭାଗ ଓ ୨୦୦୧ରେ ୬୮.୮ ଭାଗକୁ ବୃଦ୍ଧି ପାଇଛି ।

(ଗ) ଖାଦ୍ୟ ଯୋଗାଣ ଉପରେ ଚାପ : ଅତି ଆବଶ୍ୟକ ପଦାର୍ଥଗୁଡ଼ିକ ମଧ୍ୟରେ ଖାଦ୍ୟ ପ୍ରଥମ | କାରଣ ଏହା ବଞ୍ଚିବା ପାଇଁ ଆବଶ୍ୟକ ହୁଏ । ଜନବିସ୍ଫୋରଣ କାରଣରୁ ଭାରତରେ ଖାଦ୍ୟ ଉତ୍ପାଦନରେ ବିଶେଷ କରି ଉନ୍ନତି ପରିଲକ୍ଷିତ ହେଲେ ହେଁ ମୁଣ୍ଡପିଛା ଉପଲବ୍ଧ ପରିମାଣ ପ୍ରାୟ ଅପରିବର୍ତ୍ତନୀୟ ସ୍ଥିତି ପ୍ରଦର୍ଶନ କରେ । ଉଦାହରଣ : ଭାରତରେ ୧୯୫୬ ବର୍ଷ ନିଟ୍ ଖାଦ୍ୟଶସ୍ୟ ଉତ୍ପାଦନ ୬୩ ନିୟୁତ ଟନ୍ ଥାଇ ମୁଣ୍ଡପିଛା ଖାଦ୍ୟ ପରିମାଣ ଦୈନିକ ୪୩୧ ଗ୍ରାମ୍ ଥ‌ିବାବେଳେ ୧୯୯୦ ବର୍ଷ ୧୪୫ ନିୟୁତ୍ ଟନ୍‌କୁ ବୃଦ୍ଧି ପାଇ ମଧ୍ୟ ୪୭୬ ଗ୍ରାମ୍ ଥୁଲା ଓ ୨୦୦୦ ବର୍ଷ ମଧ୍ୟ ୧୬୮ ନିୟୁତ ଟନ୍ ଉତ୍ପାଦନ ସହ ୪୫୮ ଗ୍ରାମ ରହିଛି ।

(ଘ) ସାକ୍ଷରତା ଉପରେ ଚାପ : ଭାରତରେ ଶିକ୍ଷା ବ୍ୟୟକୁ ଯେତେବେଳେ ସାମାଜିକ ବିନିଯୋଗ ଭାବରେ ବିବେଚନା କରାଯାଏ । ଗୁରୁତ୍ବ ଦୃଷ୍ଟିକୋଣରୁ ଏହା ଉପଲବ୍‌ଧ ହୋଇ ପାରେ ନାହିଁ । କାରଣ ଭାରତ ଭଳି ଗରିବ ଦେଶରେ ଜନସଂଖ୍ୟା ବୃଦ୍ଧି କାରଣରୁ ଏହାର ମୁକାବିଲା କରାଯାଇପାରେ ନାହିଁ। ୬ ରୁ ୧୪ ବର୍ଷ ପିଲାମାନଙ୍କ ପାଇଁ ଭାରତରେ ମୁଣ୍ଡପିଛା ବାର୍ଷିକ ଆୟ ମାତ୍ର ୧୪୪ ଟଙ୍କା । ତେଣୁ ମାନବ ସମ୍ବଳର ଉପଯୁକ୍ତ ଯତ୍ନ ନେଇ ହୁଏ ନାହିଁ; ଶିକ୍ଷା ହାର ମଧ୍ୟ ବିଶେଷ ଅନଗ୍ରସରତା ପ୍ରକାଶ କଲାବେଳେ ବୃଦ୍ଧି ସ୍ଥାନାନ୍ତରଣ ଘଟେ ।

(ଙ) ଦରଦାମ୍ ଉପରେ ପ୍ରଭାବ : ବହୁଳ ଜନସଂଖ୍ୟା କାରଣରୁ ଆବଶ୍ୟକତା ବୃଦ୍ଧି ପାଏ ଓ ଅସମ ବଣ୍ଟନ ସ୍ଥିତିକୁ କିଛି ଲୋକ ଅତ୍ୟାବଶ୍ୟକ ଦ୍ରବ୍ୟ ପୂରଣ କରି ନ ପାରି ଦାରିଦ୍ର୍ୟ ସୀମା ତଳେ ବସବାସ କରୁଥିବାବେଳେ ଚାହିଦା ବୃଦ୍ଧି କାରଣରୁ ବଜାରରେ ମଧ୍ୟ ଦରଦାମ୍ ବୃଦ୍ଧି ଘଟି ମୁଦ୍ରାସ୍ପତି ସୃଷ୍ଟି କରେ ।

(ଚ) ପୁଞ୍ଜି ସୃଷ୍ଟି ପ୍ରତି ପ୍ରଭାବ : ଜନସଂଖ୍ୟା ବୃଦ୍ଧି ଫଳରେ ଉପଯୋଗ ବ୍ୟୟ ବୃଦ୍ଧି ପାଇ ସଞ୍ଚୟ ଓ ବିନିଯୋଗ ହ୍ରାସ ପାଏ। ଫଳରେ ପୁଞ୍ଜି ସୃଷ୍ଟି ସ୍ଵଳ୍ପ ହୋଇଥାଏ । ମାତ୍ର ବାସ୍ତବ ମୁଣ୍ଡପିଛା ଆୟକୁ ଅପରିବର୍ତିତ ରଖୁବା ପାଇଁ ଜାତୀୟ ଆବଶ୍ୟକ । କିନ୍ତୁ ଏଠାରେ ଦ୍ରୁତ ଜନସଂଖ୍ୟା କାରଣରୁ ଆବଶ୍ୟକ ବୃଦ୍ଧିକୁ ଆଟ୍‌ରେ ରଖୁ ଯେତିକି ପ୍ରଗତି ଘଟିବା କଥା, ତାହା ପୁଞ୍ଜି ଆୟର ବୃଦ୍ଧି ଓ ଜନସଂଖ୍ୟା ବୃଦ୍ଧି ସମହାରରେ ହେବା ଅଭିବୃଦ୍ଧି ଘଟିପାରେ ନାହିଁ । ଅନ୍ୟପକ୍ଷରେ, ଜନସଂଖ୍ୟା ସ୍ଵଳ୍ପତାକୁ ବାଧାପ୍ରାପ୍ତ ହୁଏ ।

(ଛ) ପରିବେଶ ପ୍ରତି ପ୍ରଭାବ : ଜନବିସ୍ଫୋରଣ କାରଣରୁ ପରିବେଶ ପ୍ରଦୂଷଣ ହୋଇ ସ୍ଵାସ୍ଥ୍ୟ ସମସ୍ୟାକୁ ଜଟିଳ କରି ଗଢ଼ି ତୋଳେ । ଏହା ନିଜର କବର ନିଜେ ଖୋଳିବା ସଂଗେ ସମାନ ହୁଏ ।

(କ) ସାମାଜିକ ଚାପ : ଜନବିସ୍ଫୋରଣ କାରଣରୁ ସାମାଜିକ ଶାନ୍ତି ରଂଗ ହୁଏ । କାରଣ ଏହା ଗୁଣାତ୍ମକ ବିକାଶ ପ୍ରତିରୋଧ କରିବା ସହ ସାମାଜିକ କାର୍ଯ୍ୟକଳାପକୁ ଉତ୍ସାହିତ କରେ। ଏହା ସବୁ ଜନବିସ୍ଫୋରଣର ବହୁବିଧ ଫଳ ଅଟେ । ତେଣୁ ଭାରତ ଭଳି ଅର୍ଥ ବ୍ୟବସ୍ଥାରେ ଜନସଂଖ୍ୟାର ଦ୍ରୁତବୃଦ୍ଧିକୁ ରୋକିବା ସର୍ବପ୍ରଥମ ଆବଶ୍ୟକତା ଅଟେ ।

Question ୫।
ସ୍ଵାଧୀନତା ପ୍ରାପ୍ତି ସମୟରେ ଭାରତର ଆର୍ଥନୀତିକ ସ୍ଥିତି କିପରି ଥୁଲା ? ଆଲୋଚନା କର।
(Explain the condition of Indian Economy on the eve of Independence.)
Answer:
ଇଂରେଜମାନଙ୍କର ଦୀର୍ଘ ୨୦୦ ବର୍ଷର ଶାସନ ଭାରତୀୟ ଅର୍ଥନୀତି ପାଇଁ ମହଙ୍ଗା ଥିଲା । ଏହି ସମୟ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାର ମୌଳିକ ବୈଶିଷ୍ଟ୍ୟଗୁଡ଼ିକ ବିଶେଷ ପ୍ରଭାବିତ ହୋଇଥିଲା । ଶୋଷଣ ମନୋଭାବ, ସମ୍ବଳର ସ୍ଥାନାନ୍ତର, ଦେଶର ବିଭକ୍ତିକରଣ ଭାରତୀୟ ଅର୍ଥବ୍ୟବସ୍ଥାକୁ ଏକ ଅନୁନ୍ନତ ଅର୍ଥ ବ୍ୟବସ୍ଥାର ରୂପ ଦେଇଥିଲା । ୧୯୪୭ ମସିହାରେ ଭାରତ ଯେତେବେଳେ ସ୍ଵାଧୀନ ହେଲା ଏହାର ଅର୍ଥ ବ୍ୟବସ୍ଥା ସ୍ଥାଣୁ ଓ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା । ସ୍ଵାଧୀନତା ପ୍ରାପ୍ତି ସମୟରେ ଭାରତୀୟ ଅର୍ଥବ୍ୟବସ୍ଥାର ଚିତ୍ର କ’ଣ ଥିଲା ନିମ୍ନରେ ତାହା ଆଲୋଚନା କରାଯାଇଛି ।

(କ) ଔପନିବେଶିକ ଅର୍ଥବ୍ୟବସ୍ଥା (Calonial Economy):
ଯେଉଁ ଶାସନ ବ୍ୟବସ୍ଥାରେ ଗୋଟିଏ ରାଷ୍ଟ୍ୟ ଅନ୍ୟ ଗୋଟିଏ ରାଷ୍ଟ୍ର ଉପରେ ନିଜର ଅର୍ଥନୈତିକ, ରାଜନୈତିକ ଏବଂ ସାର୍ବଭୌମତ୍ଵ ଅଧିକାର ବିସ୍ତାର କରିଥାଏ, ତାହାକୁ ଔପନିବେଶିକ ଅର୍ଥ ବ୍ୟବସ୍ଥା କୁହାଯାଏ । ଏହି ବ୍ୟବସ୍ଥାରେ ସମୟ କ୍ରମେ ଶାସକ ରାଷ୍ଟ୍ର ସହିତ ଶାସିତ ରାଷ୍ଟ୍ରର ଅର୍ଥନୀତି ମିଶ୍ରଣ ହୋଇଥାଏ ।

ଇଂରେଜ ସରକାର ଦୀର୍ଘ ୨୦୦ ବର୍ଷରୁ ଊର୍ଦ୍ଧ୍ୱ ଶାସନ କାଳ ସମୟରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏକ ଔପନିବେଶିକ ଅର୍ଥବ୍ୟବସ୍ଥାରେ ପରିଣତ କରିଥିଲେ । ସମ୍ବଳର ବିନିଯୋଗ, ଭିତ୍ତିଭୂମିର ବିକାଶ ଇତ୍ୟାଦି ସମସ୍ତ କ୍ଷେତ୍ରରେ ବ୍ରିଟିଶ୍ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଉଥିଲେ । ଏହି ସମସ୍ତ ନିଷ୍ପଭି ଇଂରେଜ ସରକାରଙ୍କ ସ୍ଵାର୍ଥ ସାଧନ ନିମନ୍ତେ ପ୍ରେରିତ ଥିଲା । ଭାରତୀୟ ଅର୍ଥବ୍ୟବସ୍ଥାରେ ଇଂରେଜ ସରକାରଙ୍କ ଆଧୂପତ୍ୟ ବୃଦ୍ଧି ହେଲା । ଇଂରେଜ ସରକାରଙ୍କର ଏହି ଔପନିବେଶିକ ନୀତି ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରି ଦେଇଥିଲା ।

(ଖ) ସାମନ୍ତବାଦୀ ଅର୍ଥବ୍ୟବସ୍ଥା (Feudal Economy):
ସାମନ୍ତବାଦ ଏକ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା । ମଧ୍ୟଯୁଗରେ ଇଉରୋପରେ ଏହି ବ୍ୟବସ୍ଥା ଦେଖା ଦେଇଥିଲା । ଏହି ବ୍ୟବସ୍ଥାରେ ସାମନ୍ତବାଦୀମାନେ ଚାଷୀମାନଙ୍କୁ ଚାଷ ନିମନ୍ତେ ଜମି ଦେଇ ସମସ୍ତ ସୁରକ୍ଷା ଯୋଗାଇ ଦେଉଥିଲେ ଏବଂ ପ୍ରତିବଦଳରେ ସେମାନଙ୍କୁ ନିଜ ଆବଶ୍ୟକ ନିମନ୍ତେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ବାଧ୍ୟ କରୁଥିଲେ । ଇଂରେଜ ଶାସନ କାଳ ମଧ୍ୟରେ ସାମନ୍ତବାଦୀ ଅର୍ଥ ବ୍ୟବସ୍ଥାର ସମ୍ୟକ୍ ଝଲକ ଦେଖୁବା ମିଳିଥିଲା । ଇଂରେଜମାନେ ଆମ ଦେଶରେ ଭୂ-ରାଜସ୍ୱ ସଂଗ୍ରହର ଅଧିକାର ହାତେଇ ଥିଲେ । ସେମାନେ ଜମିଦାରୀ ପ୍ରଥାର ପ୍ରଚଳନ କରିଥିଲେ । ଜମିଦାରମାନେ ଚାଷୀମାନଙ୍କଠାରୁ ଜମିରେ ଖଜଣା ମନ ଇଚ୍ଛା ଆଦାୟ କରୁଥିଲେ । ସେମାନେ ଚାଷୀମାନଙ୍କୁ ଭିନ୍ନ ଭିନ୍ନ ଉପାୟରେ ଅତ୍ୟାଚାର ଓ ଶୋଷଣ କରୁଥିଲେ । ତେଣୁ ସ୍ଵାଧୀନତା ପ୍ରାପ୍ତି ସମୟରେ ଭାରତୀୟ ଅର୍ଥ ବ୍ୟବସ୍ଥାର କେତେକାଂଶରେ ସାମନ୍ତବାଦୀ ଅର୍ଥ ବ୍ୟବସ୍ଥାକୁ ରୂପାନ୍ତରିତ ହୋଇଥିଲା ।

(ଗ) ଅନଗ୍ରସର ଅର୍ଥବ୍ୟବସ୍ତା (Backward Economy):
ଦୀର୍ଘ ୨୦୦ ବର୍ଷରୁ ଊର୍ଦ୍ଧ୍ଵ ଇଂରେଜ ଶାସନ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଥିଲା । ନିଜସ୍ଵ ସ୍ଵାର୍ଥ ସାଧନର ଅଭୀପ୍‌ସା ଭାରତକୁ ଦିନକୁ ଦିନ ଗରିବ କରିଥିଲା । ପ୍ରଚୁର ପୁଞ୍ଜି ଓ ସମ୍ବଳର ବହିର୍ଗମନ ଭାରତୀୟ ଅର୍ଥବ୍ୟବସ୍ଥାକୁ ରୋଗାକ୍ରାନ୍ତ କରିଥିଲା । ନୀତି ଓ ଦିଶାହୀନ ଇଂରେଜ ଶାସନ ଅର୍ଥନୀତିର ପ୍ରତ୍ୟେକ ସ୍ତରରେ ଅଧଃପତନ ଘଟାଇ ଥିଲା । ଶିଳ୍ପ ଓ କୃଷି ଆଦି କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯିବାରୁ ଦାରିଦ୍ର୍ୟ ଓ ବେକାରୀ ବୃଦ୍ଧି ପାଇଲା । ସ୍ଵାଧୀନତା ପ୍ରାପ୍ତି ସମ୍ଭରେ ସମଗ୍ର ବିଶ୍ଵରେ ଭାରତ ଏକ ଅନୁନ୍ନତ ଓ ଅନଗ୍ରସର ଅର୍ଥନୀତି ଭାବେ ପରିଗଣିତ ହେଲା ।

(ଘ) ସ୍ଥାଣୁ ଅର୍ଥବ୍ୟବସ୍ଥା (Stagnant Economy):
ଇଂରେଜ ଶାସନ ସମୟରେ ଭାରତର ପ୍ରାକୃତିକ ତଥା ମାନବ ସମ୍ବଳ କୁମାଗତ ଭାବେ ଶୋଷିତ ହୋଇଥିଲା। ଭାରତର ପ୍ରାକୃତିକ ଓ ମାନବ ସମ୍ବଳକୁ ଇଂରେଜ ସରକାର ନିଜ ଦେଶକୁ ପ୍ରେରଣ କରି ସେଠାକାର ଉତ୍ପାଦିତ ପଦାର୍ଥକୁ ଭାରତର ଲୋକମାନଙ୍କୁ କ୍ରୟ କରିବା ପାଇଁ ବାଧ୍ୟ କରୁଥିଲେ । ନିଜସ୍ଵ ସମ୍ବଳରେ ଉତ୍ପାଦିତ ଦ୍ରବ୍ୟକୁ ଇଂରେଜ ସରକାରଙ୍କୁ ଦ୍ବାରା ଧାର୍ଯ୍ୟ ଦରରେ କ୍ରୟକରି ଭାରତର ଲୋକମାନେ ଶୋଷିତ ହେଉଥିଲେ। ସମୟ କ୍ରମେ ଭାରତୀୟ ଶିଳ୍ପଗୁଡ଼ିକ ବନ୍ଦ ହେଲା ଏବଂ ଫଳରେ ଇଂଲଣ୍ଡର ଶିଳ୍ପିକ ବିକାଶ ସାଧନ ହେଲା । ଦାରିଦ୍ର୍ୟ, ବେକାରୀ ବୃଦ୍ଧି ଆମ ଦେଶର ଅର୍ଥବ୍ୟବସ୍ଥାକୁ ସ୍ଥାଣୁ କରିଦେଲା ।

ବ୍ୟାବସାୟିକ ଉଦ୍ଦେଶ୍ୟ ରଖୁ ଦୀର୍ଘ ୨୦୦ ବର୍ଷ ଧରି ଶାସନ କରିଥିବା ଇଂରେଜ ସରକାର ଭାରତୀୟ ଆର୍ଥନୀତିକ ମେରୁଦଣ୍ଡକୁ ଦୁର୍ବଳ କରିଥିଲେ । ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ଯେଉଁ ଭାରତ ଏକ ଶିଳ୍ପ ସମୃଦ୍ଧ ରାଷ୍ଟ୍ରଭାବେ ବିଶ୍ଵ ଦରବାରରେ ପରିଗଣିତ ହେଉଥିଲା; ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀ ବେଳକୁ ସେହି ଦେଶ ଶିଳ୍ପକ୍ଷେତ୍ରରେ ଏକ ଦୁର୍ବଳ ରାଷ୍ଟ୍ରଭାବରେ ପରିଚିତ ହେଲା । ସମଗ୍ର ବିଶ୍ଵରେ ଖ୍ୟାତ ଭାରତୀୟ ହସ୍ତଶିଳ୍ପ ଓ କୁଟୀର ଶିଳ୍ପ କ୍ରମଶଃ ନିଜସ୍ଵ ସତ୍ତା ହରାଇଲା । ଭାରତୀୟ ଅର୍ଥନୀତି ମୁଖ୍ୟତଃ ଏକ ଆମଦାନକାରୀ ଅର୍ଥନୀତିର ରୂପ ନେଲା ।

ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଯେ, ସ୍ଵାଧୀନତା ପ୍ରାପ୍ତି ସମୟରେ ଭାରତୀୟ ଅର୍ଥନୀତି ଏକ ଔପନିବେଶିକ ଅର୍ଥ-ସାମନ୍ତବାଦୀ, ଅନଗ୍ରସର, କୃଷିପ୍ରଧାନ, ସ୍ଥାଣୁ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଥିଲା । ଇଂରେଜ ସରକାରଭକର ଶୋଷଣ ନୀତି ଆମ ଦେଶର ଆର୍ଥିକ ଅନଗ୍ରସରତାର ମୁଖ୍ୟ କାରର ଭାବେ ଦଣ୍ଡାୟମାନ ହୋଇଥିଲା।

CHSE Odisha Class 11 Economics Solutions Unit 1 ଭାରତୀୟ ଅର୍ଥନୀତିର ସ୍ଥିତି

Question ୬ ।
ସମକାଳୀନ ଭାରତୀୟ ଅର୍ଥ ବ୍ୟବସ୍ଥାର ମୌଳିକ ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।
(Explain the characteristics of Contemporary Indian Economy.)
Answer:
ଭାରତ ଏକ ପ୍ରମୁଖ ତୃତୀୟ ବିଶ୍ଵ ରାଷ୍ଟ୍ର । ଦୀର୍ଘଦିନର ବ୍ରିଟିଶ୍ ସାମ୍ରାଜ୍ୟର ଏକ ଉପନିବେଶ ହିସାବରେ ଶୋଷିତ ହେବା ପରେ ଭାରତ ୧୯୪୭ ମସିହାରେ ସ୍ଵାଧୀନ ହୋଇଥିଲା । ସ୍ଵାଧୀନତାର ପରବର୍ତ୍ତୀ ସମୟରେ ଦ୍ରୁତ ଉନ୍ନତି ପାଇଁ କରାଯାଇଥିବା ପ୍ରଚେଷ୍ଟାର ଫଳ ସ୍ଵରୂପ ଭାରତୀୟ ଅର୍ଥବ୍ୟବସ୍ଥାରେ ବିଭିନ୍ନ ବିଭାଗରେ ଆଖୁ ଦୃଶିଆ ବିକାଶ ସଂଘଟିତ ହୋଇଛି । ଏଥଯୋଗୁଁ ଆମ ଅର୍ଥବ୍ୟବସ୍ଥାକୁ ଏବେ ଆଉ ଦୁର୍ବଳ ଅର୍ଥବ୍ୟବସ୍ଥା ବୋଲି ଅଭିହିତ କରା ନ ଯାଇ ବିକାଶୋନୁମୁଖୀ ବୋଲି ବର୍ଣ୍ଣନା କରାଯାଉଛି । ନ ଦୀର୍ଘ ୬୦ ବର୍ଷର ଯୋଜନା ଫଳର ଭାରତ କେତେକ କ୍ଷେତ୍ରରେ ଅଗ୍ରଗତି କରିଥିଲେ ମଧ୍ୟ ଅନେକ କ୍ଷେତ୍ରରେ ପଛୁଆ ହୋଇ ରହିଛି । ଏହି ପୃଷ୍ଠଭୂମିରେ ଭାରତୀୟ ଅର୍ଥବ୍ୟବସ୍ଥାର ମୌଳିକ ବୈଶିଷ୍ଟ୍ୟଗୁଡ଼ିକର ସଂକ୍ଷିପ୍ତ ବିବରଣୀ ନିମ୍ନୋକ୍ତ ମତେ ପ୍ରଦାନ କରାଯାଇଛି ।

(କ) ସ୍ଵଳ୍ପ ମୁଣ୍ଡପିଛା ଆୟ (Lower per Capita Income):
ମୁଣ୍ଡପିଛା ଆୟ ବିକାଶର ଏକ ମାପ କାଠି । ଜାତୀୟ ଆୟକୁ ଜନସଂଖ୍ୟାରେ ଭାଗ କରି ମୁଣ୍ଡପିଛା ଆୟ ନିର୍ଦ୍ଧାରଣ କରାଯାଏ । ପୃଥ‌ିବୀର ଅଧିକାଂଶ ବିକଶିତ ରାଷ୍ଟ୍ର ତୁଳନାରେ ଭାରତର ମୁଣ୍ଡପିଛା ଆୟ ବହୁତ କମ୍ ହୋଇଥିବାରୁ ପରିଲକ୍ଷିତ ହୁଏ । ୨୦୦୩ ମସିହା ପରିସଂଖ୍ୟାନ ଅନୁସାରେ ଭାରତର ମୁଣ୍ଡପିଚ୍ଛା ଆୟ ୫୩୦ ଆମେରିକୀୟ ଡଲାର ଥିବାବେଳେ ସୁଇଜରଲ୍ୟାଣ୍ଡ ଓ ଆମେରିକାରେ ମୁଣ୍ଡପିଚ୍ଛା ଆୟ ଯଥାକ୍ରମେ ୩୯,୮୮୦ ଓ ୩୭,୬୧୦ ଡଲାର ଥିଲା । ଭାରତ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଅର୍ଥନୈତିକ ସର୍ବେକ୍ଷଣ ୨୦୧୦-୧୧ ରେ ପ୍ରଦତ୍ତ ପରିସଂଖ୍ୟାନ ଅନୁସାରେ ୨୦୦୩– ୦୫ରୁ ୨୦୦୯-୧୧ ମଧ୍ଯରେ ମୁଣ୍ଡପିଛା ଆୟ ପ୍ରାୟ ୩୭ ଶତାଂଶ ବୃଦ୍ଧି ପାଇଛି । ୨୦୧୫-୧୬ ଆର୍ଥିକ ସର୍ଭେ ଅନୁସାରେ ଭାରତର ମୁଣ୍ଡପିଚ୍ଛା ଆୟ ୯୩, ୨୩୧ ଟଙ୍କା ।

(ଖ) ବୃଦ୍ଧିଗତ ଢାଞ୍ଚାରେ ତ୍ରୁଟି(lefeet in the Occupational Soructure):
ଆମ ଦେଶର ବୃତ୍ତିଗତ ଢାଞ୍ଚାକୁ ଲକ୍ଷ୍ୟକଲେ ଜଣାଯାଏ ଯେ ମୋଟ ଜନସଂଖ୍ୟାର ପ୍ରାୟ ୬୭ ଶତାଂଶ ଶ୍ରମଶକ୍ତି କେବଳ କୃଷିକ୍ଷେତ୍ର ଉପରେ ନିର୍ଭରଶୀଳ । କିନ୍ତୁ ଆମେରିକା, ଇଂଲଣ୍ଡ, କାନାଡ଼ା ଭଳି ଉନ୍ନତ ଦେଶରେ ମାତ୍ର ୨ ଶତାଂଶରୁ ୩ ଶତାଂଶ ଶ୍ରମଶକ୍ତି କୃଷିକ୍ଷେତ୍ର ଉପରେ ନିର୍ଭରଶୀଳ । ଆମ ଦେଶର ଜାତୀୟ ଆୟକୁ କୃଷିକ୍ଷେତ୍ରର ଅବଦାନ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି । କୃଷିକ୍ଷେତ୍ରରେ ସ୍ଵଳ୍ପ ଉତ୍ପାଦନ କ୍ଷମତାର ସମସ୍ୟା ଦେଖାଦେଇଛି । ପ୍ରାବିଧ‌ିକ ଜ୍ଞାନ କୌଶଳ, ପୁଞ୍ଜି ଓ ଭିଭିଭୂମି ଇତ୍ୟାଦିର ଅଭାବ ଯୋଗୁଁ କୃଷିକ୍ଷେତ୍ରରେ ଉତ୍ପାଦନଶୀଳତା ଅନ୍ୟ ଦେଶ ତୁଳନାରେ ବହୁତ କମ୍ ।

(ଗ) ଜନସଂଖ୍ୟାର ଚାପ (Pressure of Population):
ଭାରତ ବିଶ୍ଵର ଦ୍ଵିତୀୟ ଜନବହୁଳ ରାଷ୍ଟ୍ର । ୨୦୧୧ ମସିହା ଜନଗଣନା ଅନୁସାରେ ଆମ ଦେଶର ମୋଟ ଜନସଂଖ୍ୟା ୧୨୧,୦୨କୋଟି ଏବଂ ଜନସଂଖ୍ୟାର ବୃଦ୍ଧି ହାର ୧.୬୪ ଶତାଂଶ । ଦ୍ରୁତ ଜନସଂଖ୍ୟା ବୃଦ୍ଧି ଭାରତୀୟ ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରରେ ପ୍ରବଳ ଚାପ ସୃଷ୍ଟି କରୁଛି । ଏହା ଦେଶର ଆର୍ଥିକ ଓ ସାମାଜିକ ବିକାଶରେ ଅନ୍ତରାୟ ହେଉଛି ।

(ଘ) ସ୍ଵଳ୍ପ ପୁଞ୍ଜି ଗଠନ (Low Rate of Capital Formation):
ଆମ ଦେଶର ଅର୍ଥନୀତିର ଅନ୍ୟତମ ବୈଶିଷ୍ଟ୍ୟ ହେଲା ପୁଞ୍ଜିର ସ୍ଵଳ୍ପତା ! ପୁଞ୍ଜିର ଅଭାବ ହେତୁ ମୁଣ୍ଡପିଛା ପୁଞ୍ଜିର ପରିମାଣ ଓ ପୁଞ୍ଜି ଗଠନର ହାର କମ୍ ହୋଇଛି । ସ୍ଵଳ୍ପ ପୁଞ୍ଜି ଗଠନ ଦେଶରେ ଶ୍ରମ ଓ ଭୂମିର ଉତ୍ପାଦନଶୀଳତା ହ୍ରାସ କରୁଛି । ସ୍ଵଳ୍ପ ପୁଞ୍ଜି ଗଠନ ଦେଶର ଆର୍ଥିକ ପ୍ରଗତିରେ ମୁଖ୍ୟ ଅନ୍ତରାୟ ଭାବେ ଦଣ୍ଡାୟମାନ ହୋଇଛି ।

(ଙ) ପ୍ରାକୃତିକ ସମ୍ବଳର ସଠିକ୍ ବିନିଯୋଗର ସମସ୍ୟା (Problems of proper utilisation of Natural Resources):
ଆମ ଦେଶରେ ପ୍ରାକୃତିକ ସମ୍ବଳର ସଠିକ୍ ଏବଂ ପୂର୍ଣ ବ୍ୟବହାର ହୋଇପାରୁ ନାହିଁ । ପୁଞ୍ଜିର ଅଭାବ ଏବଂ ପ୍ରାବିଧ‌ିକ ଜ୍ଞାନ କୌଶଳର ଅଭାବ ପ୍ରାକୃତିକ ସମ୍ବଳର ପୂର୍ଣ୍ଣ ବ୍ୟବହାର ନ କରିବାର ପ୍ରଧାନ କାରଣ ଅଟେ।

(ଚ) ସ୍ଵଳ୍ପ ଆଧାରିକ ସଂରଚନା (Inadequate Infrastrcture):
ଦେଶର ଅର୍ଥନୈତିକ ଓ ସାମାଜିକ ବିକାଶରେ ଉଭୟ ଅର୍ଥନୈତିକ ଓ ସାମାଜିକ ଆଧରିକ ସଂରଚନା ଭୂମିକା ଗୁରୁତ୍ଵପୂର୍ଣ୍ଣ । ସ୍ଵାଧୀନତା ପ୍ରାପ୍ତିର ପରବର୍ତୀ ସମୟରେ ଦେଶର ଆଧାରିକ ସଂରଚନାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି କିନ୍ତୁ ଦ୍ରୁତ ଅର୍ଥନୈତିକ ବିକାଶ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ।

(ଛ) ଦୁର୍ବଳମାନବ ପୁଞ୍ଜି (Poor Human Capital):
କୌଣସି ଦେଶର ଆର୍ଥିକ ବିକାଶ ସେହି ଦେଶର ଦକ୍ଷ ଓ ତାଲିମପ୍ରାପ୍ତ ମାନବ ପୁଞ୍ଜି ଉପରେ ନିର୍ଭର କରିଥାଏ । ମାନବ ପୁଞ୍ଜି ଦେଶର ଶ୍ରମ ଗୁଣବତ୍ତାକୁ ବୁଝାଇଥାଏ । ଏହା ଶିକ୍ଷା, ତାଲିମ, ସ୍ଵାସ୍ଥ୍ୟ ଓ ବାସଗୃହ ଇତ୍ୟାଦି ଦ୍ଵାରା ପ୍ରଭାବିତ ହୋଇଥାଏ । ସ୍ଵାଧୀନତାର ପରବର୍ତ୍ତୀ ସମୟରେ ବିଭିନ୍ନ ପଞ୍ଚବାର୍ଷିକ ଯୋଜନାରେ ମାନବ ପୁଞ୍ଜିର ବିକାଶକୁ ଗୁରୁତ୍ଵ ଦିଆଯାଇଥିଲେ ମଧ୍ୟ ଭାରତର ସାମାଜିକ ସଂରଚନା ବା ମାନବ ସମ୍ବଳର ଗୁଣବତ୍ତାରେ ବିଶେଷ ପରିବର୍ତ୍ତନ ହୋଇନାହିଁ । ଏହା ଦେଶର ଆର୍ଥିକ ଅନଗ୍ରସରତାର ଅନ୍ୟତମ କାରଣ ଅଟେ ।

(କ) ବେକାରୀ ଓ ଦାରିଦ୍ର୍ୟ ସମସ୍ୟା (Problems of Unemployment and Roverty):
ଭାରତୀୟ ଅର୍ଥବ୍ୟବସ୍ଥାର ଦୁଇଟି ଗୁରୁତ୍ଵପୂର୍ଣ୍ଣ ସମସ୍ୟା ହେଲା ଲେକାରୀ ଓ ଦାରିଦ୍ର୍ୟ ସମସ୍ୟା । ଦୃତ ଜନସଂଖ୍ୟା ବୃଦ୍ଧି ଦେଶରେ ଶ୍ରମ ଯୋଗାଣରେ ବୃଦ୍ଧି କରୁଛି । ଦେଶର ଆର୍ଥିକ ବିକାଶ ମନ୍ଥର ହୋଇଥିବାରୁ ଶ୍ରମ ଚାହିଦା ମନ୍ଥର ଗତିରେ ବୃଦ୍ଧି ପାଉଛି । ଫଳରେ ଦେଶରେ ବେକାରୀ ସମସ୍ୟା ତୀବ୍ରତର ରୂପ ନେଇଛି । ରୋଜଗାର ସୁବିଧାର ଅଭାବ ହେତୁ ଲୋମକାନଙ୍କର ବଞ୍ଚିବାର ମାନ ହ୍ରାସ ପାଉଛି । ତେଣୁ ଦେଶରେ ଦାରିଦ୍ର୍ୟ ସମସ୍ୟା.ଉତ୍କଟତର ହୋଇଛି ।

(ଝ) ଆୟବଣ୍ଟନରେ ଅସମାନତା (Inequalities in the Distribution of Income):
ଆୟ ବଣ୍ଟନ କ୍ଷେତ୍ରରେ ଥିବା ଅସମାନତା ଭାରତୀୟ ଅର୍ଥ ବ୍ୟବସ୍ଥାର ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟ । ନିମ୍ନ ମୁଣ୍ଡପିଛା ଆୟ ସହିତ ଉଚ୍ଚ ଆୟ ବୈଷମ ଦାରିଦ୍ର୍ୟର ତୀବ୍ରତାକୁ ପ୍ରତିଫଳିତ କରୁଛି । ସ୍ଵଳ୍ପ ସଂଖ୍ୟକ ଭାରତୀୟ ଧନୀ ଥିଲାବେଳେ ଅଧିକାଂଶ ଅତ୍ୟନ୍ତ ଗରିବ ! ବିଶ୍ବବ୍ୟାଙ୍କ ରିପୋର୍ଟ ୨୦୧୦ ଅନୁସାରେ ଶୀର୍ଷ ୨୦ ଶତାଂଶ ଭାରତୀୟଙ୍କ ଆୟ ମୋଟେ ଆୟର ୪୫.୩ ଶତାଂଶ ହେବାବେଳେ ନିମ୍ନ ୨୦ ଶତାଂଶ ଭାରତୀୟଙ୍କ ଆୟ ମାତ୍ର ୮.୧ ଶତାଂଶ ।

(ଞ) ଦ୍ଵୈତ ଅର୍ଥନୀତି (Dualistic Economy):
ଭାରତୀୟ ଅର୍ଥନୀତିର ଅନ୍ୟତମ ବୈଶିଷ୍ଟ୍ୟ ହେଲା ଉଭୟ ପାରଂପରିକ କ୍ଷେତ୍ର ଓ ଆଧୁନିକ କ୍ଷେତ୍ରରେ ସହାବସ୍ଥାନ । ଗ୍ରାମାଞ୍ଚଳରେ ପାରମ୍ପରିକ ପଦ୍ଧତି ଏବଂ ସହରାଞ୍ଚଳରେ ଆଧୁନିକ ପଦ୍ଧତିର ବ୍ୟବହାର ଦେଖିବାକୁ ମିଳିଥାଏ । ଭାରତ ଭଳି ଏକ ଗ୍ରାମ ବହୁଳ ରାଷ୍ଟ୍ରରେ ଦ୍ଵୈତ ଅର୍ଥନୀତି ଗ୍ରାମାଞ୍ଚଳର ଦାରିଦ୍ର୍ୟକୁ ତୀବ୍ରତର କରି ଦେଶର ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରି ଆସୁଛି ।

ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଯେ, ଏକ ନିମ୍ନ ବିକଶିତ ରାଷ୍ଟ୍ରର ସମସ୍ତ ବୈଶିଷ୍ଟ୍ୟ ଭାରତରେ ଦେଖିବାକୁ ମିଳିଥିବାରୁ ଭାରତର ଅର୍ଥନୀତିକୁ ଏକ ଅନୁନ୍ନତ ଅର୍ଥନୀତିରେ ପରିଗଣିତ କରାଯାଇଛି । କିନ୍ତୁ ଏହା ସତ୍ୟ ଯେ ସାଂପ୍ରତିକ ପରିସ୍ଥିତିରେ ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ସଫଳତା ନିକଟ ଭବିଷ୍ୟତରେ ଭାରତକୁ ସମଗ୍ର ବିଶ୍ବରେ ଏକ ବୃହତ୍ ଅର୍ଥନୈତିକ ଶକ୍ତିରେ ପରିଗଣିତ ହୋଇ ବିଶ୍ବ ଅର୍ଥବ୍ୟବସ୍ଥାର ମାର୍ଗଦର୍ଶକ ହେବାର ମସ୍ତ ଲକ୍ଷଣ ଦର୍ଶାଉଅଛି ।

Question ୨। .
ଭାରତୀୟ ବୃତ୍ତିଗତ ଢାଞ୍ଚାର ଲକ୍ଷଣଗୁଡ଼ିକ କ’ଣ ? ଭାରତର ବୃତ୍ତିଗତ ଢାଞ୍ଚାରେ ପରିବର୍ତ୍ତନ ଆଣିବା ପାଇଁ କି କି ପଦକ୍ଷେପ ଗ୍ରହଣ କରାଯାଇଛି ?
(What are the chracteristics of India’s occupation – structure? What are the possible steps to change the occupational structure of India.)
Answer:
ଭାରତର ବୃତ୍ତିଗତ ଢାଞ୍ଚା ବୈଚିତ୍ରମୟ । ଏହି ବୈଚିତ୍ୟମୟ ବୃତ୍ତିଗତ ଢାଞ୍ଚାର କେତେକ ଲକ୍ଷଣ ରହିଛି । ଭାରତର ବୃତ୍ତିଗତ ଢାଞ୍ଚାରେ ପରିଦୃଷ୍ଟ ହେଉଥିବା ଲକ୍ଷଣଗୁଡ଼ିକୁ ନିମ୍ନରେ ଆଲୋଚନା କରାଯାଇଛି

(କ) କୃଷିର ପ୍ରାଧାନ୍ୟ (Importance of Agriculture):
ଭାରତ ଏକ କୃଷି ପ୍ରଧାନ ଦେଶ । ଦୀର୍ଘ ୬୦ ବର୍ଷର କୃଷିକ୍ଷେତ୍ରରେ ନିୟୋଜିତ । ଜନସଂଖ୍ୟାର ଦୃତ ବୃଦ୍ଧି ଏବଂ । କୃଷିକ୍ଷେତ୍ର ଉପରେ ନିର୍ଭରଶୀଳତା ବୃଦ୍ଧି କରିଛି । ତେଣୁ କୃଷିକ୍ଷେତ୍ରରେ ସ୍ଵଚ୍ଛ ଉତ୍ପାଦିତାର ସମସ୍ୟା

(ଖ) ଔଦ୍ୟୋଗିକ ବିକାଶ (Industrial Development):
ଯୋଜନା ପରେ ମଧ୍ୟ ଭାରତର ପ୍ରାୟ ୬୭ ଭାଗ ଶ୍ରମ ଶକ୍ତି ଦ୍ଵିତୀୟକ କ୍ଷେତ୍ର ଓ ତୃତୀୟକ କ୍ଷେତ୍ରର ମନ୍ଥର ବିକାଶ ଦେଖାଦେଇଛି ।
ଆମ ଦେଶର ମୋଟ ଶ୍ରମଶକ୍ତିର ପ୍ରାୟ ୧୩ ଶତାଂଶ ଶ୍ରମଶକ୍ତି ଶିଳ୍ପକ୍ଷେତ୍ରରେ କାର୍ଯ୍ୟରତ । ଆମେରିକା ଓ ଇଂଲଣ୍ଡପରି ଉନ୍ନତ ଦେଶରେ ଯଥାକ୍ରମେ ୩୨ ଶତାଂଶ ଓ ୪୨ ଶତାଂଶ ଶ୍ରମଶକ୍ତି ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ । ଏହିପରି ସଂଖ୍ୟାକର ଏହା ସ୍ପଷ୍ଟ ଯେ ଭାରତ ଶିଳ୍ପ ବିକାଶ କ୍ଷେତ୍ରରେ ଅନଗ୍ରସର ।

(ଗ) ନିମ୍ନ ବିକଶିତ ତୃତୀୟକ କ୍ଷେତ୍ର (low levelopment in the fertiary Sector):
ଭାରତ ମୋଟ୍ ଶ୍ରମଶକ୍ତିର ମାତ୍ର ୨୫,୧ ପ୍ରତିଶତ ତୃତୀୟକ କ୍ଷେତ୍ରରେ କାର୍ଯ୍ୟରତ। ଆମେରିକା ଓ ଇଂଲଣ୍ଡ ଭଳି ଦେଶରେ ଯତାକ୍ରମେ ୬୬ ପ୍ରତିଶତ ଓ ୫୬ ପ୍ରତିଶତ ଶ୍ରମଶକ୍ତି ଦ୍ଵିତୀୟକ ଏବଂ ତୃତୀୟକ କ୍ଷେତ୍ରରେ କାର୍ଯ୍ୟରତ । ତେଣୁ ଏହି ପରିସଂଖ୍ୟାନରୁ ଏହା ସ୍ପଷ୍ଟ ହୁଏ ଯେ ଆମ ଦେଶର ତୃତୀୟକ କ୍ଷେତ୍ରର ବିକାଶ ଉଲ୍ଲେଖନୀୟ ନୁହେଁ ।

(ଘ) ନିମ୍ନ ଆୟ ସ୍ତର (low level of Income):
ଭାରତର ମୋଟ ଶ୍ରମଶକ୍ତି ପ୍ରାୟ ୬୭ ଶତାଂଶ ପ୍ରାଥମିକ କ୍ଷେତ୍ରରେ ନିୟୋଜିତ । ଦ୍ଵିତୀୟକ ଓ ତୃତୀୟକ କ୍ଷେତ୍ର ତୁଳନାରେ ପ୍ରାଥମିକ କ୍ଷେତ୍ରରେ ଆୟ ସୃଷ୍ଟିକାରୀ କ୍ଷମତା କମ୍ । ତେଣୁ ଅଧିକାଂଶ ଭାରତୀୟଙ୍କର ମୁଣ୍ଡପିଛା ଆୟ ସ୍ଵ ଏବଂ ବଞ୍ଚିବାର ମାନ ଅନୁନ୍ନତ।

(ଙ) ଅସୁନ୍ତଳିତ ବିକାଶ (Unbalanced Growth):
ଭାରତର ଶ୍ରମଶକ୍ତି ତିନିଗୋଟି କ୍ଷେତ୍ରରେ ସମାନ ଭାବରେ ନିଯୁକ୍ତ ନ ହୋଇ ପ୍ରାଥମିକ କ୍ଷେତ୍ରରେ ଅଧିକାଂଶ ଶ୍ରମଶକ୍ତି କାର୍ଯ୍ୟରତ । ତେଣୁ ଆମ ଦେଶର ସମସ୍ତ କ୍ଷେତ୍ରର ବିକାଶ ସମପରିମାଣରେ ହୋଇପାରି ନାହିଁ । ଏହା ଭାରତ ପାଇଁ ଏକ ଅସୁନ୍ତଳିତ ଅର୍ଥବ୍ୟବସ୍ଥା ସୃଷ୍ଟି କରିଛି ।

(ଚ) ଅନଗ୍ରସର ଗ୍ରାମୀଣ ଅର୍ଥନୀତି (Undervelopmed Village Economy):
ପ୍ରାଥମିକ କ୍ଷେତ୍ର ମୁଖ୍ୟତଃ ଗ୍ରାମଭିତିକ । ପ୍ରାଥମିକ କ୍ଷେତ୍ର ଉପରେ ଅତ୍ୟଧୂକ ନିର୍ଭରଶୀଳ ଅଧିକାଂଶ ଶ୍ରମଶକ୍ତି ଗ୍ରାମ ଭିତ୍ତିକ । ଭାରତର ଗ୍ରାମୀଣ ଅର୍ଥ ବ୍ୟବସ୍ଥା ପଛୁଆ ଥିବାରୁ ଭାରତୀୟ ଅର୍ଥ ବ୍ୟବସ୍ଥା ମଧ୍ୟ ପଛୁଆ ହୋଇରହିଛି । ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହୁଏ ଯେ ସ୍ଥାଣୁପ୍ରାୟ ବୃତ୍ତିଗତ ଢାଞ୍ଚା ଭାରତୀୟ ଅର୍ଥ ବ୍ୟବସ୍ଥାର ଦୁଃଖଦ ଚିତ୍ର ପ୍ରଦାନ କରୁଛି । ଦେଶର ସମାନୁପାତିକ ବିକାଶ ପାଇଁ ଆମ ଦେଶର ବୃତ୍ତିଗତ ଢାଞ୍ଚାରେ ପରିବର୍ତ୍ତନର ଆବଶ୍ୟକତା ଦେଖାଦେଇଛି । ନିମ୍ନଲିଖିତ ପଦକ୍ଷେପ ଦ୍ବାରା ଆମ ଦେଶର ବୃତ୍ତିଗତ ଢାଞ୍ଚାରେ ପରିବର୍ତ୍ତନ ଅଣାଯାଇପାରିବ । .

୧. ନବିସ୍ଫୋରଣର ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଫଳପ୍ରଦ କାର୍ଯ୍ୟକ୍ରମ ହାତକୁ ନେବା ।
୨. ଗ୍ରାମାଞ୍ଚଳରେ କ୍ଷୁଦ୍ର ଶିଳ୍ପ ଓ କୁଟୀର ଶିଳ୍ପର ବିକାଶ ପାଇଁ ପଦକ୍ଷେପ ନେବା ।
୩. . କୃଷିକ୍ଷେତ୍ରରେ ଆଧୁନିକୀକରଣ କରି କୃଷିକ୍ଷେତ୍ରର ଉତ୍ପାଦନ ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ।
୪. କୃଷିଭିତ୍ତିକ ଶିଳ୍ପର ବିକାଶ କରିବା ।
୫,.ଦେଶରେ ବୃହତ, ଶିଳ୍ପମାନ ସ୍ଥାପନ କରିବା ।
୬. ଦେଶରେ ତୃତୀୟକ କ୍ଷେତ୍ରର ବିକାଶ ସାଧନ କରିବା ।
୭. ଦେଶରେ ଫଳପ୍ରଦ ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା !
୮. ଦେଶରେ ଆତ୍ମନିଯୁକ୍ତି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ।
୯. ଦେଶର ବିକାଶ ସାଧନ ପାଇଁ ଅନ୍ୟ ଦେଶ ଓ ଆନ୍ତର୍ଜାତୀୟ ବଜାର ଉପରେ ପ୍ରାଧାନ୍ୟ ଦେବା ।

CHSE Odisha Class 11 Economics Solutions Unit 1 ଭାରତୀୟ ଅର୍ଥନୀତିର ସ୍ଥିତି

Question ୭।.
ଭାରତରେ ପରିବାର ନିୟୋଜନ କାର୍ଯ୍ୟକ୍ରମ ଆଲୋଚନା କର।
(Discuss the family planning programme in India.)
Answer:
ଭାରତ ପୃଥ‌ିବୀରେ ପ୍ରଥମ ଦେଶ ଯେ କି ପରିବାର ନିୟନ୍ତ୍ରଣକୁ ଏକ ସରକାରୀ କାର୍ଯ୍ୟକ୍ରମ ରୂପରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆରମ୍ଭରୁ କାର୍ଯ୍ୟକାରୀ କରି ଆସୁଅଛି । ୧୯୫୨ ମସିହାରେ ଏକ ପରୀକ୍ଷାମୂଳକ ଭିଭିରେ ଜାତୀୟ ପରିବାର ନିୟୋଜନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଗଲା । ୧୯୫୦ ୟାକୁ ୧୯୬୧ ମସିହା ପର୍ଯ୍ୟନ୍ତ ସମୟକୁ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମର ପରୀକ୍ଷାମୂଳକ ସମୟ ବୋଲି ଧରାଯାଏ । ଏହି କାର୍ଯ୍ୟକ୍ରମକୁ ଲୋକମାନେ ସ୍ଵଇଚ୍ଛାରେ ଗ୍ରହଣ କରିବାର ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ୧୯୬୧ ଜନଗଣନାର ଫଳାଫଳ ସରକାର ତଥା ସଚେତନ ନାଗରିକମାନଙ୍କୁ ବିବ୍ରତ କରିଦେଲା । ୧୯୪୧:୫୧ ଦଶନ୍ଧିରେ ଜନସଂଖ୍ୟାର ବୃଦ୍ଧିହାର ୧୩.୩୪ ପ୍ରତିଶତ ଥିବାବେଳେ, ୧୯୫୧- ୬୧ ଦଶନ୍ଧିରେ ଏହା ୨୧.୬୪ ପ୍ରତିଶତକୁ ବୃଦ୍ଧି ପାଇଲା । ତେଣୁ ତୃତୀୟ ପଞ୍ଚବାର୍ଷିକ ଯୋଜନା ୯୧୯୬୧— ୬୬)ରେ ଦେଶରେ ଜନସଂଖ୍ୟାର ଦୃତ ବୃଦ୍ଧି ହାରକୁ ପ୍ରତିରୋଧ କରିବାର ଲକ୍ଷ୍ୟ କରାଗଲା | ଦମ୍ପତିମାନଙ୍କୁ ପରିବାର ଯୋଜନା ପ୍ରତି ଧ କୃଷ୍ଟ କରିବା ନିମନ୍ତେ ଏକ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଗଲା । ଏହି କାର୍ଯ୍ୟକ୍ରମ ଦେଶର ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବାର ଲକ୍ଷ୍ୟ କରାଗଲା । ୧୯୬୬ ମସିହାରେ ଏକ ସ୍ଵତନ୍ତ୍ର ଜନ୍ମ ନିୟନ୍ତ୍ରଣ ବିଭାଗ ଓ କେନ୍ଦ୍ରରେ ଜନ୍ମ ନିୟନ୍ତ୍ରଣ କମିଶନର ପଦବୀ ସୃଷ୍ଟି କରାଗଲା ।

ଚତୁର୍ଥ ପଞ୍ଚବାର୍ଷିକ ଯୋଜନା କାଳରେ (୧୯୬୯-୭୪) ପରିବାର ଯୋଜନା କାର୍ଯ୍ୟକ୍ରମକୁ ସମୟ ଭିଭିକ ଓ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ମୂଳକ କରାଗଲା । ୧୯୭୬ ଏପ୍ରିଲ୍ ମଧ୍ୟଭାଗରେ ଜାତୀୟ ଜନସଂଖ୍ୟା ନୀତି (National Population Policy) କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷଣା କରାଗଲା । ଏହି ନୀତିର କେତେକ ପ୍ରଧାନ ବୈଶିଷ୍ଟ୍ୟ ନିମ୍ନରେ ପ୍ରଦତ୍ତ କରାଯାଇଛି ।

ବୈଶିଷ୍ଟ୍ୟ (Features):
୧. ଆଇନ ଦ୍ବାରା ଉଭୟ ପୁଅ ଓ ଝିଅମାନଙ୍କର ବିବାହ ବୟସକୁ ଯଥାକ୍ରମେ ୨୧ ଓ ୧୮କୁ ବୃଦ୍ଧି କରାଗଲା । ଏହା ୧୯୭୮ ମସିହାଠାରୁ କାର୍ଯ୍ୟକାରୀ କରାଗଲା ।
୨. ୧୯୭୧ ମସିହା ଜନଗଣନାର ଜନସଂଖ୍ୟାକୁ ୨୦୦୦ ମସିହା ପର୍ଯ୍ୟନ୍ତ ସାଂସଦ ସଭାର ପ୍ରତିନିଧ‌ି ସଂଖ୍ୟା ନିରୂପଣର ଆଧାର ଭାବେ ଗ୍ରହଣ କରିବାର ନିଷ୍ପତ୍ତି ନିଆଗଲା ।
୩. ବିଭିନ୍ନ ରାଜ୍ୟରେ ପରିବାର ନିୟୋଜନ କାର୍ଯ୍ୟକ୍ରମର ସଫଳତାକୁ ବିଚାରକୁ ନେଇ କେନ୍ଦ୍ରୀୟ ଅନୁଦାନର ୮% ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା କରାଗଲା ।
୪. ସବୁ ରାଜ୍ୟରେ ନାରୀ ଶିକ୍ଷାର ସ୍ତର ବୃଦ୍ଧି କରିବା ଉପରେ ଗୁରୁତ୍ବ ଦିଆଗଲା ।
୫. ବନ୍ଧ୍ୟାକରଣ ପଦ୍ଧତି ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଓ ସାମୂହିକ ପ୍ରୋତ୍ସାହନର ପରିମାଣ ବୃଦ୍ଧି କରାଗଲା ।
୬. ଜନସଂଖ୍ୟା ଉପରେ ଗବେଷଣା, ଶିକ୍ଷା, ସ୍ୱାସ୍ଥ୍ୟ ସେବା ତଥା ମା ଓ ଶିଶୁଙ୍କ ସ୍ଵାସ୍ଥ୍ୟ ରକ୍ଷା ଉପରେ ଅଧିକ ପ୍ରାଧାନ୍ୟ ଦିଆଗଲା ।
୭. ପରିବାର ନିୟନ୍ତ୍ରଣକୁ ଏକ ଗଣଆନ୍ଦୋଳନରେ ପରିଣତ କରିବା ପାଇଁ ଚିକିତ୍ସକ ଗୋଷ୍ଠୀ, ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ଶିକ୍ଷକ, ସମବାୟ ସମିତି ଓ ଶ୍ରମିକ ସଂଘ ଆଦିକୁ ସଂଶ୍ଳିଷ୍ଟ କରି ଉପଯୁକ୍ତ ଗୋଷ୍ଠୀ ପ୍ରୋତ୍ସାହନ ଦେବାକୁ ସ୍ଥିର କରାଗଲା ।
୮. ପରିବାର ନିୟୋଜନର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ନିମନ୍ତେ ଗଣମାଧ୍ୟମର ଅଧିକ ବ୍ୟବହାର ନିମନ୍ତେ ନିଷ୍ପତି ନିଆଗଲା ।

ସ୍ଵତନ୍ତ୍ର ଭାବେ ଏହି ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇ ଥିବାରୁ ଏହାକୁ କ୍ରାସ କାର୍ଯ୍ୟକ୍ରମ (Crash Programme) କୁହାଯାଏ । ୧୯୭୫ ମସିହା ଜୁନ୍ ୨୫ ତାରିଖ ଠାରୁ ଦେଶରେ ଜରୁରୀ ଅବସ୍ଥା ଜାରି କରାଗଲା । ଏହାର ସୁଯୋଗ ନେଇ ତତ୍‌କାଳୀନ କେନ୍ଦ୍ର ସରକାର ଘୋଷିତ ଜାତୀୟ ଜନସଂଖ୍ୟା ନୀତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ବାଧ୍ୟତାମୂଳକ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ କଲେ । ଏହାଫଳରେ ୧୯୬୬-୭୭ରେ ବନ୍ଧ୍ୟାକରଣ ନିର୍ଦ୍ଧାରିତ ଲକ୍ଷ୍ୟ ୪.୨ ନିୟୁତ ଥିବା ସ୍ଥଳେ ସମୁଚିତ ଉଦ୍ୟମ ଯୋଗୁ ୮.୨ ନିୟୁତ ଲୋକଙ୍କ ଠାରେ ବନ୍ଧ୍ୟାକରଣ କରାଯାଇଥିଲା । ଏହି ଲକ୍ଷ୍ୟ ହାସଲ ନିମନ୍ତେ ଲୋକମାନଙ୍କୁ ଅନେକ ସ୍ଥଳରେ ବାଧ୍ୟ କରାଯାଇଥିବାର ଅଭିଯୋଗ ହୁଏ । ଯାହାଫଳରେ, ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମ କ୍ରମେ ଜନ ସମର୍ଥନ ହରାଇଲା ଏବଂ ୧୯୭୮ ମସିହା ପର୍ଯ୍ୟନ୍ତ ଏ ଯୋଜନାର ଗତି ଯଥେଷ୍ଟ ଭାବେ ବାଧାପ୍ରାପ୍ତ ହେଲା । ଏହା ପରେ ଅବଶ୍ୟ ଏହି ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମ ନୂତନ ରୂପ ନେଇ ଜନାଦୃତ ହେବାକୁ ଲାଗିଲା ।

୧୯୭୭ ମସିହା ଜୁନ୍ ମାସରେ କେନ୍ଦ୍ରରେ ପ୍ରତିଷ୍ଠିତ ଜନତା ସରକାର ଜନସଂଖ୍ୟା ନୀତି ଘୋଷଣା କଲେ । ଏହି ନୂତନ ନୀତିରେ ପ୍ରଧାନତଃ ଦୁଇଟି ନୂତନ ଆଭିମୁଖ୍ୟ ଲକ୍ଷ୍ୟ କରାଯାଏ । ପ୍ରଥମତଃ, ଏହା ସ୍ୱେଚ୍ଛାକୃତ ପରିବାର ନିୟନ୍ତ୍ରଣ ଉପରେ ଗୁରୁତ୍ଵ ଦେଲା । ଦ୍ଵିତୀୟତଃ, ପରିବାର ନିୟନ୍ତ୍ରଣ ସହିତ ପରିବାରର ସ୍ୱାସ୍ଥ୍ୟ ସେବା ଉପରେ ଏହି ନୀତି ପ୍ରାଧାନ୍ୟ ଦେଲା ଅର୍ଥାତ୍ ଜନ୍ମ ନିୟନ୍ତ୍ରଣ ସହ ସ୍ଵାସ୍ଥ୍ୟସେବା, ମାତୃମଙ୍ଗଳ, ଶିଶୁ ପାଳନ ଓ ପୁଷ୍ଟିସାର ଖାଦ୍ୟ ଯୋଗାଣ ଆଦିକୁ ସଂଶ୍ଳିଷ୍ଟ କରିବା ନୂତନ ନୀତିର ଉଦ୍ଦେଶ୍ୟ ହେଲା । ତେଣୁ ଏହି ନୂତନ ନୀତି ଅନୁସାରେ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମ (Family Planning Programme), ପରିବାର କଲ୍ୟାଣ (Tiamily Welfare Programme) କାର୍ଯ୍ୟକ୍ରମରେ ରୂପାନ୍ତରିତ କରାଗଲା; ମାତ୍ର ଏହାର ଫଳ ଆଦୌ ଉତ୍ସାହ ଜନକ ନ ଥିଲା । ୧୯୭୬-୭୭ରେ ୮୨ ଲକ୍ଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିବା ବେଳେ ୧୯୭୭-୭୮ ରେ ମାତ୍ର ୬୪ ଲକ୍ଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଗଲା ।

ଷଷ୍ଠ ପଞ୍ଚବାର୍ଷିକ ଯୋଜନା (୧୯୮୦-୮୫) ଦେଶର ଜନସଂଖ୍ୟାକୁ ସୀମିତ ରଖୁବାର ଦୀର୍ଘକାଳୀନ ଲକ୍ଷ୍ୟ ସ୍ଥିର କରି, ଏହାର ହାସଲ ନିମନ୍ତେ ନିର୍ଦ୍ଦିଷ୍ଟ ନୀତି ନିର୍ଦ୍ଧାରଣ କରାଗଲା । ୨୦୫୦ ମସିହା ସୁଦ୍ଧା ଭାରତର ମୋଟ ଜନସଂଖ୍ୟା ୧୨୯ କୋଟିରେ ସୀମିତ ରଖୁବାର ଲକ୍ଷ୍ୟ ପରିପୂରଣ କରିବା ପାଇଁ ଆଶାପୋଷଣ କରାଗଲା । ଏଥୁ ନିମନ୍ତେ ବର୍ତ୍ତମାନର ୧.୬୭ ପ୍ରତିଶତ ନିଟ୍ ପ୍ରଜନନ ହାରିକୁ ୧୯୯୬ ମସିହା ସୁଦ୍ଧା ସାମଗ୍ରିକ ଦୃଷ୍ଟିରେ ୧.୦କୁ ଏବଂ ୨୦୦୧ ମସିହା ବେଳକୁ ଏହା, ପ୍ରତ୍ୟେକ ରାଜ୍ୟରେ ହାସଲ କରିବାରେ ଲକ୍ଷ୍ୟ ନୂତନ ସ୍ଵାସ୍ଥ୍ୟ ନୀତିରେ ଧାର୍ଯ୍ୟ କରାଗଲା । ନିଟ୍ ପ୍ରଜନନ ହାର (Nate reproduction rate)ର ଅର୍ଥ ହେଲା ଜଣେ ସନ୍ତାନ ପ୍ରସବ କରିପାରୁଥିବା ମହିଳା ୪୫ ବର୍ଷରେ ପଦାର୍ପଣ କରିସାରିବା ପରେ ହିଁ ମାତ୍ର ଜଣେ ପ୍ରଜନକ୍ଷମ ମହିଳା ସନ୍ତାନ ପ୍ରସବ ପାଇଁ ସାମର୍ଥ୍ୟ ହୋଇପାରୁଥିବ; ମାତ୍ର ଆମ ଦେଶରେ ଜଣେ ପ୍ରଜନନକ୍ଷମ ମହିଳା ୪୫ ବର୍ଷ ପଦାର୍ପଣ ନ କରୁଣୁ, ଏକରୁ ଅଧିକ ୧୫ ବର୍ଷ ପର୍ଯ୍ୟନ୍ତ ଅତିକ୍ରମ କରିପାରୁଥିବା ମହିଳା ପ୍ରଜନନକ୍ଷମ ହୋଇଯାଉଛନ୍ତି । ଏହାଦ୍ଵାରା ଜନସଂଖ୍ୟା ବଢ଼ି ଚାଲିଛି । ଅନ୍ୟପକ୍ଷରେ, ଯେତେବେଳେ ନିଟ୍ ପ୍ରଜନନ ହାର ୧ ହୁଏ, ଜଣେ ପ୍ରଜନନକ୍ଷମ ମହିଳା ୪୪ ବର୍ଷ ଅତିକ୍ରମ କରି ଆଉ ସନ୍ତାନ ପ୍ରସବ କରିବାର କ୍ଷମତା ହରାଇଲା ପରେ ପରେ; ମାତ୍ର ଜଣେ ମହିଳା ୧୫ ବର୍ଷ ଏହାରୁ ପ୍ରଜନନକ୍ଷମ ହୋଇପାରେ । ଏହି ଅବସ୍ଥାରେ ଜନସଂଖ୍ୟା ଅପରିବର୍ତ୍ତିତ ରହେ ।

ସପ୍ତମ ଯୋଜନା ସମୟ ମଧ୍ୟରେ ୯୧୯୮୫-୯୦), ୨୦୦୦ ମସିହା ସୁଦ୍ଧା ସମସ୍ତଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଯୋଗାଇବା ଏବଂ ୨୦୦୦ ମସିହାରୁ ନିଟ୍ ପ୍ରଜନନ ହାର ୧କୁ ହ୍ରାସ କରିବାର ଲକ୍ଷ୍ୟ କରାଯାଇଥିଲା । ଏହି ଯୋଜନାରେ, ମଧ୍ୟ ମାତୃ ଓ ଶିଶୁ ସ୍ଵାସ୍ଥ୍ୟ ଦେବା କାର୍ଯ୍ୟକ୍ରମ (Mankind and Child Icalth Care Programc)କୁ ଅଗ୍ରାଧିକାର ଦିଆଗଲା । ପରିବାର କଲ୍ୟାଣ କାର୍ଯ୍ୟକ୍ରମରେ ଉଭୟ ମାତୃ ଓ ଶିଶୁ ମୃତ୍ୟୁହାରକୁ ହ୍ରାସ, କରିବା ସପ୍ତମ ଯୋଜନାର ମୂଳଲକ୍ଷ୍ୟ ଥିଲା !

୧୯୯୨ ମସିହା ଅପ୍ରେଲ ପହିଲା ତାରିଖରେ ଅଷ୍ଟମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହେଲା । ୧୯୯୧ ମସିହା ଡିସେମ୍ବର ମାସରେ ଯୋଜନା କମିଶନ ଉନ୍ନୟନ ପରିଷଦ (National Development Council)ରେ ‘ଜନସଂଖ୍ୟା ନିୟନ୍ତ୍ରଣ ଆହ୍ବାନ ଓ କୌଶଳ’ ଶୀର୍ଷକ ନାମକ ଦଲିଲ୍‌ ଦସ୍ତାବିଜ ଉପସ୍ଥାପନପ କଲେ । ଏଥିରେ ଉଲ୍ଲେଖ ଥିଲା, “ ଜନସଂଖ୍ୟା ବିସ୍ପୋଣ, ଯାହାକି ଦେଶର ସାମାଜିକ, ଅର୍ଥନୈତିକ ବିକାଶ ନିମନ୍ତେ ସମଗ୍ର ପ୍ରଚେଷ୍ଟାକୁ ପ୍ରତିହତ କରୁଛି, ତାହା ଦେଶ ପକ୍ଷରେ ଏକମାତ୍ର ଅତି ଜରୁରୀ ସମସ୍ୟା” । ତେଣୁ ସରକାର ଏକ କର୍ମ ଯୋଜନା ପ୍ରସ୍ତାବ (Action Plan) ରଖଳେ । ତା’ର ବୈଶିଷ୍ଟ୍ୟ ହେଲା-

୧. ଦେଶବାସୀଙ୍କର ଜୀବନଧାରାର ବିକାଶ ।
୨. ସହରାଞ୍ଚଳ ବସ୍ତିମାନଙ୍କରେ ପରିବାର କଲ୍ୟାଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମର ପ୍ରଚାର ।
୩. ହଜାର ପ୍ରତି ଜନ୍ମହାର ୩୯ ରୁ ଅଧିକ ଥିବା, ରାଜ୍ୟର ୯୦ ଜିଲ୍ଲାରେ ଜନ୍ମହାର ହ୍ରାସ ପାଇଁ ଅଧିକ ଦୃଷ୍ଟି ଦେବ !
୪. ପରିବାର କଲ୍ୟାଣ କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବେସରକାରୀ ସଂଗଠନଗୁଡ଼ିକର ଅଧ‌ିକ ସହଯୋଗ ନେବା ।
୫. କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟମାନଙ୍କୁ ମିଳୁଥ‌ିବା ଅନୁଦାନ ସହ ରାଜ୍ୟମାନଙ୍କ ଜନ୍ମହାର ନିୟନ୍ତ୍ରଣ ସଫଳତା ସହିତ ସଂଯୋଗ ସ୍ଥାପନ କରିବା ଏବଂ
୬. ଦେଶର ଅନେକ ଅଂଚଳରେ ଲୋକମାନଙ୍କର ପୁତ୍ର ସନ୍ତାନଟିଏ ପାଇବାର ଅଦମନୀୟ ମନୋବୃତ୍ତିକୁ ହ୍ରାସ କରିବା !

ନବମ ପଞ୍ଚବାର୍ଷିକ ଯୋଜନା (୧୯୯୬-୨୦୦୨) ଜନସଂଖ୍ୟା ନୀତି ସପ୍ତମ ଦଶକର ଶେଷ ଭାଗ ନିର୍ଦ୍ଧାରିତ ନୀତି ଅପେକ୍ଷା ଅଧ‌ିକ କୋହଳ ବା ଉଦାର ପରି ମନେ ହୁଏ । ଏହାର ଫଳ ନିର୍ଣାୟକାଭିମୁଖୀ (Rcsult Oriented Approach) । ଏ ପର୍ଯ୍ୟନ୍ତ ଜନ୍ମ ନିୟନ୍ତ୍ରଣ କରାଯାଇଥିବା ସମସ୍ତ ପ୍ରଚେଷ୍ଟାର ଫଳ ଆଶାଜନକ ନୁହେଁ । ଜନ୍ମ ନିୟନ୍ତ୍ରଣ ତଥାପି ଏକ ଦିବାସ୍ୱପ୍ନ ପରି ମନେ ହୁଏ । ବିଗତ ଶତାବ୍ଦୀର ଶେଷ ବେଳକୁ ନିଟ୍ ପ୍ରଜନନ ହାର ୧କୁ ହ୍ରାସ କରିବା ନବମ ଯୋଜନାରେ ଲକ୍ଷ୍ୟ କରାଗଲା । ମୋଟ ଉପରେ ବର୍ତ୍ତମାନର ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରାଯାଇ ଏହାକୁ କେବଳ ପ୍ରଚାରରେ ସୀମିତ ନ କରାଯାଇ ଏହାର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଦିଗରେ ଅଧ୍ଵର୍କ ଗୁରୁତ୍ଵ ଦିଆଯାଇଛି । ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଦିଗରେ ଅଧିକ ଗୁରୁତ୍ବ ଦିଆଯାଇଛି । କାରଣ ଏହି ଜନସଂଖ୍ୟା ବିସ୍ଫୋରଣ ବୋମା ବିସ୍ଫୋରଣ ଠାରୁ ଯେ ଅଧିକ ଭୟଙ୍କର ତାହା ସମସ୍ତେ ଅନୁଭବ କଲେଣି।

Question ୮।
ଜାତୀୟ ଜନସଂଖ୍ୟା ନୀତି –୨୦୦୦ ଆଲୋଚନା କର ।
(Discuss the National Population Policy-2000.)
Answer:
୧୯୯୪ ମସିହା ମେ ମାସରେ ଏମ୍.ଏସ୍. ସ୍ଵାମୀନାଥନ୍ କମିଟି ଜାତୀୟ ଜନସଂଖ୍ୟା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ । ଏହାର ୬ ବର୍ଷ ପରେ ୨୦୦୦ ମସିହା ଫେବୃଆରୀ ମାସ ୧୫ ତାରିଖରେ ନୂତନ ଜନସଂଖ୍ୟା ନୀତି ଘୋଷଣା କରାଯାଇଥିଲା । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାରଙ୍କର ଯେଉଁ ମୁଖ୍ୟ ଆଭିମୁଖ୍ୟ ଥିଲା ତାହା ହିଁ ଏହି ନୀତିରେ ପ୍ରତିଫଳିତ ହୋଇଥିଲା । ଉଦାହରଣ ସ୍ଵରୂପ – ପ୍ରଥମତଃ, ନାଗରିକମାନଙ୍କ ଇଚ୍ଛାନୁସାରେ ତାଙ୍କର ପରିବାର ନିୟନ୍ତ୍ରଣ ପନ୍ଥା ସ୍ଥିର କରିବେ । ଦ୍ବିତୀୟତଃ କୌଣସି ନିର୍ଦ୍ଦିଷ୍ଟ ସାଂଖ୍ୟକ ଲକ୍ଷ୍ୟ ରଖୁ ପରିବାର ନିୟନ୍ତ୍ରଣ ସେବା କରାଯିବ ନାହିଁ ।

ନୀତିର ଲକ୍ଷ୍ୟ (Objectives of the Policy):
୨୦୦୪ ମସିହାରେ ଜନସଂଖ୍ୟା ନୀତିରେ ସମୟକୁ ଆଧାର କରି ତିନି ପ୍ରକାର ମୂଳ ଲକ୍ଷ୍ୟ କରାଗଲା । ପ୍ରଥମତଃ, ଯାହାକୁ ତତ୍‌କାଳ ଲକ୍ଷ୍ୟ (Immediate Objcctive) କୁହାଗଲା। ତାହା ହେଲା — ଜନ୍ମ ନିୟନ୍ତ୍ରଣ, ସ୍ଵାସ୍ଥ୍ୟ ସେବାର ଭିଜିଭୂମି ଗଠନ, ଶିଶୁ ସ୍ଵାସ୍ଥ୍ୟ ଯତ୍ନ ଯୋଗାଣ, ନିରାପଦ ମାତୃତ୍ଵ ପ୍ରଦାନ ଓ ସ୍ଵାସ୍ଥ୍ୟକର୍ମୀମାନଙ୍କ ଅଭାବ ପୂରଣ ।

ମଧ୍ୟବର୍ତ୍ତୀକାଳୀନ ଲକ୍ଷ୍ୟ ( Mediur Term Objective) ଭାବରେ ଆନ୍ତଃ କ୍ଷେତ୍ରୀୟ (Inten Sectoral) ପରିଚାଳନା କୌଶଳ ଅବଲମ୍ବନ କରି ୨୦୧୦ ମସିହା ମଧ୍ୟରେ ମୋଟ ସନ୍ତାନ ସନ୍ତତି ଜନ୍ମ କ୍ଷମତା (‘Total Fertility Rate)ହାରରେ ସ୍ଥିରତା ଆଣିବା (୩.୩ ରୁ ୨.୧କୁ ହ୍ରାସ), ପ୍ରତିସ୍ଥାପନ ସ୍ତର ( Replacement level) କୁ ହ୍ରାସ କରିବା ଓ ପ୍ରତି ଦମ୍ପତ୍ତିଙ୍କର ଦୁଇଟି ସନ୍ତାନ ନିୟମ କଡ଼ାକଡ଼ି ଭାବେ ଭାବିବା ।

ନୂତନ ଜନସଂଖ୍ୟା ନୀତିର ଦୀର୍ଘ ମିଆଦି ଲକ୍ଷ୍ୟ (Long Term Objective) ହେଲା- ୨୦୪୫ ମସିହା ସୁଦ୍ଧ ଏକ ସ୍ଥିର ଜନସଂଖ୍ୟା ଅଣାଯିବ ଯାହାକି ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି (Sustainable Iconomic Growth) । ସାମାଜିକ ବିକାଶ ଓ ପରିବାର ସୁରକ୍ଷାର ଆବଶ୍ୟକତା ସହ ସମାନତା ଆଣିପାରିବ।

ତେବେ ଏହି ଲକ୍ଷ୍ୟଗୁଡ଼ିକ ହାସଲ ଦିଗରେ ସହାୟକ ହେବା ଭଳି ୧୬ଟି ଉତ୍ସାହପ୍ରଦ ଓ ପ୍ରରୋଚନା ମୂଳକ ଉପାୟମାନ ଗ୍ରହଣ କରାଯାଇଛି । ସେଗୁଡ଼ିକ ମଧ୍ୟରୁ କେତୋଟି ମୁଖ୍ୟ ଉପାୟମାନ ନିମ୍ନରେ ଉପସ୍ଥାପନ କରାଗଲା । ଲକ୍ଷ୍ୟ ହାସଲ ନିମିତ୍ତ କେତେକ ଉପାୟ (Some measures to attain the objectives):

(୧) ଯୋଜନାର ବିକେନ୍ଦ୍ରୀକରଣ ଓ କାର୍ଯ୍ୟକରିତା (Decentralisation of planning and Implemen-tation):
ଭାରତର ସମ୍ବିଧାନର ୧୯୯୯ ମସିହାର ୭୩ତମ ଓ ୭୪ତମ ସଂଶୋଧନ ସ୍ଵାସ୍ଥ୍ୟସେବା, ପରିବାର କଲ୍ୟାଣ ଓ ପ୍ରାଥମିକ ଶିକ୍ଷାକୁ ଗ୍ରାମ ପଞ୍ଚାୟତଗୁଡ଼ିକର ଅଧୁନକୁ ହସ୍ତାନ୍ତର କରିଅଛି | ଗ୍ରାମ ପଞ୍ଚାୟତ ଓ ଜିଲ୍ଲା ପରିଷଦ ଭଳି ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ କ୍ଷୁଦ୍ର ପରିବାରର ବାର୍ତ୍ତା ପ୍ରଚାର କରିବାରେ ପୁରସ୍କାର ପାଇବେ ବୋଲି ସିଦ୍ଧାନ୍ତ ନିଆଯାଇଛି ।

(୨) ଗ୍ରାମ୍ୟ ସ୍ତରରେ ଆନୁଷ୍ଠାନିକ ସନ୍ତାନ ପ୍ରସବ ସୁବିଧା ( Assistance for Delivery at Village level): ତାଲିମ୍ ପ୍ରାପ୍ତ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ଦ୍ଵାରା ସନ୍ତାନ ପ୍ରସବ ନିମିତ୍ତ ଉପଯୁକ୍ତ ସ୍ଵାସ୍ଥ୍ୟ ପରୀକ୍ଷା, ଔଷଧ ଓ ସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।

(୩) ଉନ୍ନତ ସ୍ୱାସ୍ଥ୍ୟ ଓ ପୁଷ୍ଟିହୀନତା ଦୂର ପାଇଁ ନାରୀ ସଶକ୍ତିକରଣ (Empowering Wome for Health and Nutitition):
ସୁସ୍ଥ ଓ ନିରାପଦ ମାତୃତ୍ଵ ଲାଭ ନିମିତ୍ତ ଉନ୍ନତ ସ୍ଵାସ୍ଥ୍ୟର ଆବଶ୍ୟକ ରହିଛି । ଏଣୁ ନିରାପଦ ମାତୃତ୍ଵ, ସଂକ୍ରାମକ ବ୍ୟାଧ୍ ନିବାରଣ, ପ୍ରଜନନ ପଥ ସଂକ୍ରମଣ ଚିକିତ୍ସା ତଥା ପୁଷ୍ଟିହୀନତା ଦୂରୀକରଣ ନିମିତ୍ତ ନାରୀମାନଙ୍କୁ ଅଧିକ ସଚେତନ ଓ ଶକ୍ତିଶାଳୀ କରିବାର ବ୍ୟବସ୍ଥା ରହିଛି |

(୪) ପରିବାର କଲ୍ୟାଣ ନିମିତ୍ତ ସେବା ପ୍ରଦାନ (Meeting needs for family welfare services):
ନୂତନ ଜନସଂଖ୍ୟା ନୀତି ପରିବାର କଲ୍ୟାଣ ନିମିତ୍ତ ଅଧିକ ସେବା ଯୋଗାଇବା ଉପରେ ଗୁରୁତ୍ଵ ଦେଲା । ପଞ୍ଚାୟତ ସ୍ତରରେ ଯେଉଁ ରୋଗୀମାନଙ୍କ ସେବା ନିମିତ୍ତ ବିଶେଷଜ୍ଞମାନଙ୍କ ସେବାର ଆବଶ୍ୟକ ମନେ ହେଉଛି, ସେମାନଙ୍କୁ ଆମ୍ବୁଲାନ୍ସ ଯୋଗାଇ ବଡ଼ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରାଯାଇଛି ।

(୫) ପରିବାର ନିୟନ୍ତ୍ରଣ, ନିରାପଦ ମାତୃତ୍ଵ ଓ ସୁସୁ ଶିଶୁଲାଭର ବାର୍ତ୍ତା ପ୍ରେରଣ। (The spread of the message of family control with safe motherhood and healthy child):
ଦେଶରେ ଏପରି କେତେକ ସ୍ଥାନ ଅଛି ଯଥା : ସହରୀତଳ ବସ୍ତି, ଆଦିବାସୀ ବହୁଳ ଅଂଚଳ, ପାର୍ବତ୍ୟ ଅଂଚଳ, ସ୍ଥାନଚ୍ୟୁତ ହୋଇଥିବା ଅଧିବାସୀ ଓ ପ୍ରବାସୀ ବାସିନ୍ଦା, ଯେଉଁମାନଙ୍କ ନିକଟରେ ପରିବାର ନିୟନ୍ତ୍ରଣର ବାର୍ତ୍ତା ପହଞ୍ଚିପାରି ନାହିଁ । ସେମାନଙ୍କ ନିକଟରେ ପରିବାର ନିୟନ୍ତ୍ରଣ, ନିରାପଦ ମାତୃତ୍ବ ଓ ସୁସୁ ଶିଶୁ ଲାଭର ବାର୍ତ୍ତା ପହଞ୍ଚାଇ ଜନସଂଖ୍ୟା ନୀତିର ବିଭିନ୍ନ ଲକ୍ଷ୍ୟ ପୂରଣ କରିବା ଉପରେ ଗୁରୁତ୍ବର ଆରୋପ କରାଯାଇଛି ।

(୬) ବିବିଧ ସ୍ଵାସ୍ଥ୍ୟ ସେବା ଯୋଗାଉଥ‌ିବା ଚିକିତ୍ସାଳୟ ସ୍ଥାପନ (Diverse Health Care Clinic):
ଘରୋଇ ଚିକିତ୍ସା କରୁଥିବା ବିଶେଷଜ୍ଞମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ଶ୍ରେଣୀ ଲୋକଙ୍କୁ ବିବିଧ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମିତ୍ତ ସରକାରୀ ସ୍ବୀକୃତି ଦେବା ଓ ସେମାନଙ୍କୁ ଏ ଦିଗରେ ସଂଶ୍ଳିଷ୍ଟ କରିବାର ବ୍ୟବସ୍ଥା ନୂତନ ନୀତିରେ ରହିଛି । (୭) ଦେଶୀୟ ଚିକିତ୍ସା ପଦ୍ଧତି ତଥା ହୋମିଓପ୍ୟାଥ୍ ଚିକିତ୍ସା ପଦ୍ଧରେ ଜନସଂଖ୍ୟା ନିୟନ୍ତ୍ରଣ ଓ ସ୍ଵାସ୍ଥ୍ୟରକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।

(୮) ଜନ୍ମ ନିୟନ୍ତ୍ରଣର ବିଭିନ୍ନ ପଦ୍ଧତି ଉପରେ ଯେଉଁ ଗବେଷଣାମାନ କରାଯାଉଛି, ତା ପାଇଁ ସକାରୀ ଅନୁଦାନ ଦେବାର ଉପଯୁକ୍ତ ବ୍ୟବସ୍ଥା କରାଯାଛି । ଏହା ବ୍ୟତୀତ ପ୍ରଜନନ ଓ ଶିଶୁ ସ୍ଵାସ୍ଥ୍ୟ ଉପରେ ଅଧିକ ଗବେଷଣା ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଛି ।

(୯) ଜନ୍ମସଂଖ୍ୟା ନୀତିର କାର୍ଯ୍ୟକାରିତାକୁ ତଦାରଖ କରିବା ପାଇଁ ଜାତୀୟ ଜନସଂଖ୍ୟା ଆୟୋଗ ସ୍ଥାପନର ପ୍ରସ୍ତାବ ମଧ୍ୟ ରଖାଗଲା।

(୧୦) ସର୍ବଶେଷରେ, ବିଭିନ୍ନ ଗଣମାଧ୍ୟମ ଦ୍ବାରା ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ତ ବାର୍ତ୍ତା ଓ ଶିକ୍ଷା ଲୋକଙ୍କ ପାଖରେ ପହଞ୍ଚାଇ ଦେଶରେ ପ୍ରଚଳିତ ଜନସଂଖ୍ୟା ନିୟନ୍ତ୍ରଣ ଓ ସୁସୁ ପରିବାର ଗଠନର ଜାତୀୟ ଅଭିଯାନକୁ ସଫଳ କରିବାରେ ଉଦ୍ୟମ କରି ରଖୁବା ମଧ୍ୟ ଏହି ନୂତନ ନୀତିରେ ସ୍ଥାନ ପାଇଲା !

୨୦୦ ଜନସଂଖ୍ୟା ନୀତିର ସମୀକ୍ଷା (valuation of NPP 2000):
ବର୍ତ୍ତମାନ ଦେଶର ଜନସାଂଖ୍ୟକ ଅବସ୍ଥା ସହ ଉପରୋକ୍ତ ନୂତନ ନୀତିକୁ ତୁଳନା କରାଗଲେ ନିମ୍ନଲିଖତ ସିଦ୍ଧାନ୍ତରେ ଉପନୀତ ହେବାକୁ ପଡ଼େ ।
(୧) ନୂତନ ଜନସଂଖ୍ୟା ନୀତିରେ ମୋଟ ସନ୍ତାନ ଜନ୍ମ କ୍ଷମତା (Lotal Fertility Ratc) ହାକୁ ୨୦୧୦ ମସିହା ସୁଦ୍ଧା ୩.୩ ରୁ ୨.୧ ପ୍ରତିଶତ ହ୍ରାସ କରିବାର ଲକ୍ଷ୍ୟ ହାସଲ ସମ୍ଭବ ହୋଇପାରି ନାହିଁ ।

(୨) ସନ୍ତାନ ପ୍ରସବ ତାଲିମ ପ୍ରାପ୍ତ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ଦ୍ଵାର ପ୍ରସ୍ତାବିତ ପ୍ରସବ କୁଟୀର ପ୍ରକଳ୍ପ ମାଧ୍ୟମରେ ୧୦୦ ପ୍ରତିଶତ ନିରାପଦ ମାତୃତ୍ଵ ସେବା ଯୋଗାଇବା ଏକ ଉଚ୍ଚ ଅଭିଳାଷ ବୋଲି ବହୁ ବିଶ୍ଵେଜ୍ଞ ମତପୋଷଣ କରନ୍ତି ।

(୩) ଭାରତରେ ଜନସଂଖ୍ୟା ବୃଦ୍ଧିହାର ବିଶେଷଭାବରେ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଓଡ଼ିଶାରେ ଅଧିକ ଦେଖାଯାଏ । ଏହି ରାଜ୍ୟଗୁଡ଼ିକୁ ସଂକ୍ଷେପରୁ ବୀମାରୁ (BIMARU) ରାଜ୍ୟ ବୋଲି କୁହାଯାଏ । ଏହି ରାଜ୍ୟଗୁଡ଼ିକରେ ମୋଟ ଜନସଂଖ୍ୟାର ୮୭ ପ୍ରତିଶତ ଲୋକ ଅଛନ୍ତି ଏବଂ ସମୁଦାୟ ଜନ୍ମିତ ସନ୍ତାନ ସନ୍ତତିମାନଙ୍କ ମଧ୍ୟରୁ ଏହି ରାଜ୍ୟଗୁଡ଼ିକରେ ୪୫ ପ୍ରତିଶତ ଦେଖାଯାଆନ୍ତି । ନୂତନ ଜନସଂଖ୍ୟା ନୀତିରେ ଏହି ରାଜ୍ୟଗୁଡ଼ିକର ଜନସଂଖ୍ୟା ନିୟନ୍ତ୍ରଣ ନିମିତ୍ତ କୌଣସି ବିଶେଷ ପଦକ୍ଷେପ ଉଲ୍ଲେଖ ହୋଇନାହିଁ ।

(୪) ଭାରତରେ ଜନସଂଖ୍ୟାର ସ୍ଥିରତା ବା ୨୦୪୫ ମସିହା ସୁଦ୍ଧା ‘ଶୂନ୍ୟ ବୃଦ୍ଧି’ ପରିସ୍ଥିତି ହାସଲ କରିବାର ଯେଉଁ ଲକ୍ଷ୍ୟ ନୂତନ ନୀତିରେ ରହିଛି, ତାହା ହାସଲ କରିବା ଅସମ୍ଭବ ମନେହୁଏ । ଏପରିକି କେରଳ ରାଜ୍ୟ ଯାହାକି ଜନସଂଖ୍ୟା କମାଇବାରେ ସମଗ୍ର ଦେଶରେ ଏକ ଦୃଷ୍ଟାନ୍ତ ହୋଇପାରିଛି (୯୩ ପ୍ରତିଶତ ବୃଦ୍ଧି- ୨୦୦୧ ଜନଗଣନା ଅନୁସାରେ), ୨୦୩୯ ମସିହା ସୁଦ୍ଧା ଏହି ରାଜ୍ୟ ତା’ର ଜନସଂଖ୍ୟାରେ ସ୍ଥିରତା ହାସଲ କରିପାରିବ ବୋଲି ଗଣନା କରାଯାଇଛି ।

୨୦୧୧ ଜନଗଣନା ତଥ୍ୟ ଏକ ସାର୍ବଜନୀନ ହୋଇଛି । ଏଥିରେ ଦେଶର ବାର୍ଷିକ ହାରାହାରି ଜନସଂଖ୍ୟା ବୃଦ୍ଧିହାର ୧.୬୪ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ଜନ୍ମହାର ହଜାର ପ୍ରତି ୨୨ ସ୍ତରକୁ ହ୍ରାସ ପାଇଛି । ପୁରୁଷ- ମହିଳା ଅନୁପାତ ୯୩୩ ରୁ ୯୪୦କୁ ବୃଦ୍ଧି ପାଇଥିବା ବେଳେ ସାକ୍ଷରତା ହାର ୭୪ ପ୍ରତିଶତକୁ ବୃଦ୍ଧି ପାଇଛି । ଏ ସବୁ ୧ ପ୍ରତିଶତ ସ୍ତରର ନିମ୍ନରେ ରହିଥିବା ବେଳେ ଜନ୍ମହାର ହଜାର ପ୍ରତି ପ୍ରାୟ ୧୦-୧୨ ସ୍ତରରେ ରହିଛି । ସେ ସବୁ ଦେଶରେ ସାକ୍ଷରତା ହାର ପ୍ରାୟ ଶତ ପ୍ରତିଶତ ସ୍ତର ପାଖାପାକୁ ରହିଛି। ତେଣୁ ବ୍ୟାପକ ଜନସଚେତନତା ଓ ଗତି, ଧର୍ମ ତଥା ବର୍ଣ୍ଣ ନିର୍ବିଶେରେ ସମସ୍ତଙ୍କ ମିଳିତ ଉଦ୍ୟମରେ ଆମ୍ଭେ ଯେ ଦ୍ରୁତ ଜନସଂଖ୍ୟା ବୃଦ୍ଧିକୁ ଆଗାମୀ ଦିନରେ ନିୟନ୍ତ୍ରଣ କରିପାରିବା ଏଥିରେ ସନ୍ଦେହ ନାହିଁ ।

CHSE Odisha Class 11 Economics Solutions Unit 1 ଭାରତୀୟ ଅର୍ଥନୀତିର ସ୍ଥିତି

Question ୯।
ଜନସଂଖ୍ୟା ବୃଦ୍ଧିର କାରଣସମୂହ ଆଲୋଚନା କର ।
(Explain the Causes of Population Growth.)
Answer:
ଜନ୍ମହାର ଓ ମୃତ୍ୟୁହାର ମଧ୍ୟରେ ଥିବା ତାରତମ୍ୟକୁ ଜନସଂଖ୍ୟା ବୃଦ୍ଧି ହାର ବା ଜନସଂଖ୍ୟାର ସ୍ଵାଭାବିକ ବୃଦ୍ଧି ହାର କୁପହାଯାଏ । ଗୋଟିଏ ଦେଶର ମୃତ୍ୟୁହାର ତୁଳନାର ଜନ୍ମହାର ଅଧ‌ିକ ହେଲେ, ସେ ଦେଶର ଜନସଂଖ୍ୟା ବୃଦ୍ଧି ପରିଦୃଷ୍ଟ ହୁଏ । ୧୯୨୧ ମସିହା ପୂର୍ବରୁ ଭାରତରେ ଉଭୟ ଜନ୍ମହାର ଓ ମୃତ୍ୟହାର ଅଧିକ ଥିଲା । ଏଣୁ ଜନସଂଖ୍ୟାର ଓ ସ୍ଵାଭାବିକ ବୃଦ୍ଧି ହାର ବହୁତ ନିମ୍ନରେ ଥିଲା । କିନ୍ତୁ ୧୯୨୧ ମସିହା ପରଠାରୁ ଜନ୍ମହାର ତୁଳନାରେ ମୃତ୍ୟୁହାର ଅସାଧରଣ ଭାବେ ହ୍ରାସ ପାଇବାରେ ଲାଗିଛି । ଫଳରେ ଜନସଂଖ୍ୟାର ସ୍ଵାଭାବିକ ବୃଦ୍ଧି ହାର ବଢ଼ିବାରେ ଲାଗିଛି ।
ଭାରତର ଜନସଂଖ୍ୟା ବୃଦ୍ଧିର ଦୁଇଟି କାରଣ ରହିଛି; ଯଥା—

(୧) ଉଚ୍ଚଜନ୍ମହାର(High Birth Rate)- ଭାରତରେ ଜନ୍ମହାର ଉଚ୍ଚ ହେବାର ଅନେକଗୁଡ଼ିଏ କାରଣ ରହିଛି । ଏହା ମୁଖ୍ୟତଃ ସାମାଜିକ ଓ ଅର୍ଥନୈତିକ । ଉଚ୍ଚ ଜନ୍ମହାରର କାରଣଗୁଡ଼ିକ ନିମ୍ନରେ ଦର୍ଶାଯାଇଛି..
(କ) ଭାରତରେ ବିବାହ ସାର୍ବଜନୀନ !
(ଖ) ଭାରତର ଏକ ଗ୍ରୀଷ୍ମପ୍ରଧାନ ଦେଶ ଆମ ଦେଶରେ ବାଳିକାମାନେ ଅଛ ବସୟରେ ଗର୍ଭଧାରଣ କ୍ଷମତାର ଅଧିକାରୀ ହୋଇଥାଆନ୍ତି । ତେଣୁ ଅଳ୍ପ ବୟସରେ ବିବାହ କରିବା ଫଳରେ ସେମାନେ ଅଧୂକ ଶିଶୁ ଜନ୍ମ ଦିଅନ୍ତି ।
(ଗ) ଭାରତ ଏକ କୃଷି ପ୍ରଧାନ ଦେଶ । କୃଷି କାର୍ଯ୍ୟରେ ବିବିଧ କାର୍ଯ୍ୟ କରିବାପାଇଁ ଅନେକ ଶ୍ରମିକଙ୍କର ଆବଶ୍ୟକ ପଡ଼ିଥାଏ । ପିତାମାତା କୃଷିକାର୍ଯ୍ୟକୁ ଅଧ‌ିକ ସହଜ ଓ କାର୍ଯ୍ୟକ୍ଷମ କରିବାପାଇଁ ଅଧ୍ବକ ଶିଶୁ ଜନ୍ମଦେବା ପାଇଁ ଅଗ୍ରହ ପ୍ରକାଶ କରିଥାନ୍ତି ।
(ଘ) ଭାରତରେ ଅଧିକାଂଶ ଲୋକ ଦରିଦ୍ର । ତେଣୁ ସେମାନଙ୍କର ଆର୍ଥିକ ପରିସ୍ଥିତିର ଉନ୍ନତି ଆଣିବା ପାଇଁ ସେମାନେ ଅଧିକ ସନ୍ତାନ ଜନ୍ମ ଦେବା ପାଇଁ ପ୍ରୟାସ କରିଥାନ୍ତି ।
(ଙ) ଭାରତରେ ହିନ୍ଦୁଙ୍କ ସଂଖ୍ୟା ଅଧ‌ିକ । ହିନ୍ଦୁ ସମାଜରେ ଗୋଟିଏ ପୁତ୍ର ସନ୍ତାନ ପୂର୍ବପୁରୁଷଙ୍କର ମସ୍ତ କର୍ମ ସଂପାଦନ କରିଥାଏ । ତେଣୁ ପ୍ରତ୍ୟେକ ପିତାମାତା ଗୋଟିଏ ପୁତ୍ର ପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି। ଏହା ଦେଶରେ ଜନ୍ମହାର ବୃଦ୍ଧି କରିଥାଏ ।
(ଚ) ଭାରତରେ ଶିଶୁ ମୃତ୍ୟୁହାର ଅଧ‌ିକ । ତେଣୁ ପିତାମାତା ଗୋଟିଏ ଦୁଇଟି ଶିଶୁ ଜନ୍ମ ଦେଇ ଜନ୍ମ ନିୟନ୍ତ୍ରଣ ପଦ୍ଧତି ଅବଲମ୍ବନ କରିବାକୁ ଭୟ କରିଥାନ୍ତି । ସେମାନେ ଶିଶୁ ମୃତ୍ୟୁର ଆଶଙ୍କା କରି ଅଧୁକ ଶିଶୁ ଜନ୍ମ ଦେଇଥାନ୍ତି ।
(ଛ) ନିରକ୍ଷରତା ଓ ଅନ୍ଧବିଶ୍ଵାସ ଭାରତୀୟଙ୍କୁ ବାସ୍ତବତାଠାରୁ ଦୂରେ ରଖୁଛି । ସଚେତନତାର ଅଭାବ ସେମାନଙ୍କୁ ଅବାଞ୍ଛିତ ସନ୍ତାନ ଦେବାକୁ ପ୍ରେରିତ କରେ । ସେମାନେ ସନ୍ତାନକୁ ଭଗବାନଙ୍କର ବରଦାନ ଭାବେ ଗ୍ରହଣ କରିଥାନ୍ତି । ଜନ୍ମ ନିୟନ୍ତ୍ରଣ ପଦ୍ଧତିକୁ ଧର୍ମ ବିରୋଧୀ ଭାବି ଗ୍ରହଣ କରି ନ ଥାନ୍ତି ।

(୨) ମୃତ୍ୟୁ ହ୍ରାସରକlରଶ (Caues of Decreases in Death Rate) – ଆମ ଦେଶର ମୃତ୍ୟୁହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ୧୯୫୧ ମସିହା ଜନଗଣନାରେ ଭାରତର ମୃତ୍ୟୁହାର ଥିଲା ୨୭.୪ ପ୍ରତିଶତ । ୨୦୧୧ ମସିହା ଜନଗଣନାରେ ଭାରତର ମୃତ୍ୟୁହାର ୭.୪୮ ପ୍ରତିଶତକୁ ହ୍ରାସ ପାଇଛି । ଭାରତର ମୃତ୍ୟୁହାର ହ୍ରାସ ପାଇବାରେ ଅନେକଗୁଡ଼ିକଏ କାଣ ରହିଛି । ସେଗୁଡ଼ିକ ହେଲା-

(୧) ସ୍ଵାଧୀନତା ପ୍ରାପ୍ତି ପରେ ଆମ ଦେଶରେ ଚିକିତ୍ସା ବିଜ୍ଞାନ ଓ ଚିକିତ୍ସାର ସୁବିଧା ସୁଯୋଗ ବୃଦ୍ଧି ହୋଇଛି । ଦେଶର ଅନୁନ୍ନତ ଅଂଚଳରେ ସରକାର ଡାକ୍ତରଖାନା ପ୍ରତିଷ୍ଠା ହେବା ସହିତ ଲୋକମାନଙ୍କୁ ମାଗଣାର ଡାକ୍ତରୀ ସେବା ଓ ଔଷଧ ପ୍ରଦାନ କରାଯାଉଛି । ତେଣୁ ଦେଶର ମୃତ୍ୟୁହାରରେ ହ୍ରାସ ପରିଲକ୍ଷିତ ହୋଇଛି ।

(୨) ସ୍ଵାଧୀନତା ପ୍ରାପ୍ତି ପରେ ଦେଶରେ ବିଭିନ୍ନ ପ୍ରକାରର ମହାମାରୀ ଯଥା : ବସନ୍ତ, ହଇଜା, ପ୍ଲେଟ୍ ଓ ମ୍ୟାଲେରିଆ ଇତ୍ୟାଦିର ସଫଳଭାବେ ନିୟନ୍ତ୍ରଣ କରାଯାଇପାରିଛି । ତେଣୁ ଦେଶର ମୃତ୍ୟୁହାର ହ୍ରାସ ପାଇଛି ।

(୩) ସ୍ଵାଧୀନତା ପ୍ରାପ୍ତି ପରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ନିୟନ୍ତ୍ରଣ କରାଯାଇପାରିଛି । ସରକାରୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ, ନଦୀବନ୍ଧର ମରାମତି, ଭୂମିକମ୍ପରୁ ରକ୍ଷା ପାଇବା ପାଇଁ ସ୍ଵତନ୍ତ୍ର ଧରଣର ଗୃହ ନିର୍ମାଣ, ସୁନାମିର ରକ୍ଷା ପାଇବା ପାଇଁ ନଦୀ କୂଳରେ ରହୁଥିବା ଲୋକମାନଙ୍କ ପାଇଁ ପାଣିପାଗ ସଚେତନା ଇତ୍ୟାଦି ଅନେକଗୁଡ଼ିଏ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର ବ୍ୟବସ୍ଥା ହାତକୁ ଦେଇଛନ୍ତି । ତେଣୁ ଦେଶରୁ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି।

(୪) ସ୍ଵାଧୀନତା ପ୍ରାପ୍ତି ପରେ ଦେଶରେ ପ୍ରସୂତି ଓ ମାତୃମଙ୍ଗଳ କେନ୍ଦ୍ରର ବ୍ୟାପକ ପ୍ରତିଷ୍ଠା ଫଳରେ ପ୍ରସବକାଳୀନ ମୃତ୍ୟୁ ଯଥେଷ୍ଟ ହ୍ରାସ ପାଇଛି । ବର୍ତ୍ତମାନ ଶତ ପ୍ରତିଶତ ଆନୁଷ୍ଠାନିକ ପ୍ରସ୍ତୁତି ନିମନ୍ତେ ଉଦ୍ୟମ କରାଯାଇଛି ।

Leave a Comment