Odisha State Board CHSE Odisha Class 11 Economics Solutions Unit 2 କ୍ଷେତ୍ରୀୟ ଉନ୍ନୟନ Questions and Answers.
CHSE Odisha 11th Class Economics Unit 2 Question Answer କ୍ଷେତ୍ରୀୟ ଉନ୍ନୟନ
I. ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ଚୟନ କର ।
[Choose the Correct answer of the following from the Alternatives as given]
Question ୧।
ପାରମ୍ପରିକ ଅର୍ଥରେ କୃଷି କହିଲେ କ’ଣ ବୁଝ ?
(i) ଶସ୍ୟ ଉତ୍ପାଦନ
(ii) ଉତ୍ପାଦନ
(iii) ଗୋପାଳନ
(iv) କୁକୁଡ଼ା ଚାଷ
Answer:
(i) ଶସ୍ୟ ଉତ୍ପାଦନ !
Question ୨।
ଆଧୁନିକ ଅର୍ଥରେ କୃଷି କହିଲେ କ’ଣ ବୁଝ ?
(i) ଶସ୍ୟ ଉତ୍ପାଦନ
(ii) ଗୋ-ପାଳନ
(iii) କୁକୁଡ଼ା ଚାଷ
(iv) ସମସ୍ତଟି ।
Answer:
(iv) ସମସ୍ତଟି !
Question ୩।
ସବୁଜ ବିପ୍ଳବର ଜନକ କିଏ ?
(i) ଡ.ଏମ୍. ସ୍ବାମୀନାଥାନ
(ii) ଡ. ନର୍ମାନ୍ ଇ.ବୋଇଲଗ୍
(iii) ପିଗୁ
(iv) ରବର୍ଟସନ୍ ।
Answer:
(ii) ଡ. ନର୍ମାନ୍ ଇ.ବୋଇଲଗ୍
Question ୪।
ସବୁଜ ବିପ୍ଳବର ଉପାଦାନ:
(i) ଏଚ୍.ୱାଇ.ଭି ବିହନର ପ୍ରୟୋଗ
(ii) ଆଧୁନିକ କୃଷି ଯନ୍ତ୍ର ଉପକରଣର ବ୍ୟବହାର
(iii) ରାସାୟନିକ ସାରର ପ୍ରୟୋଗ
(iv) ସମସ୍ତଟି ।
Answer:
(iv) ସମସ୍ତଟି ।
Question ୫।
କେଉଁ ମସିହାରେ ସବୁଜ ବିପ୍ଳବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ?
(i) ୧୯୬୫
(ii) ମାର୍ଶାଲ୍
(iii) ୧୯୬୨
(iv) ୧୯୬୦
Answer:
(i) ୧୯୬୫
Question ୬।
ଭାରତରେ ସବୁଜ ବିପ୍ଲବର ଜନକ କିଏ ?
(i) ଡ.ଏମ୍. ସ୍ଵାମୀନାଥାନ୍
(ii) ପିଗୁ
(iii ମାର୍ଶାଲ
(iv) ମାଇଥପା
Answer:
(i) ଡ.ଏମ୍. ସ୍ଵାମୀନାଥାନ୍
Question ୭।
ଭାରତର ସ୍ବଳ୍ପ କୃଷି ଉତ୍ପାଦନଶୀଳତାର କାରଣ:
(i) ଜନସଂଖ୍ୟାର ଚାପ
(ii) ଆଧୁନିକ କୃଷି ପଦ୍ଧତିର ବ୍ୟବହାର
(iii) ଉନ୍ନତ ଅମଳକ୍ଷମ ବିହନର ପ୍ରୟୋଗ
(iv) ସମସ୍ତଟି ।
Answer:
(i) ଜନସଂଖ୍ୟାର ଚାପ ।
Question ୮।
ଭାରତର ପ୍ରଥମ ଶିଳ୍ପନୀତି କେବେ ଘୋଷଣା କରାଯାଇଥିଲା ?
(i) ୧୯୫୬
(ii) ୧୯୬୪
(iii) ୧୯୯୧
(iv) ୧୯୭୭
Answer:
(ii) ୧୯୬୪
Question ୯।
୧୯୫୬ ମସିହା ଶିଳ୍ପନୀତିରେ କେଉଁ ଶିଳ୍ପର ବିକାଶକୁ ପ୍ରାଧାନ୍ୟ ଦିଆଯାଇଥିଲା ?
(i) ବୃହତ୍ ଶିଳ୍ପ
(ii) କ୍ଷୁଦ୍ର ଶିଳ୍ପ
(iii) କୁଟୀର ଶିଳ୍ପ
(iv) ସମସ୍ତଟି।
Answer:
(କ) ବୃହତ ଶିଳ୍ପ ।
Question ୧୦ ।
ଶିଳ୍ପ ଲାଇସେନସ୍ ବ୍ୟବସ୍ଥା କେବେ କାର୍ଯ୍ୟକାରୀ ହୋଇଥିଲା ?
(i) ୧୯୭୦
(ii) ୧୯୭୧
(iii) ୧୯୭୩
(iv) ୧୯୮୦
Answer:
(i) ୧୯୭୦
Question ୧୧।
M.R.T.P କମ୍ପାନୀ ଗୁଡ଼ିକର ପରିସମ୍ପତ୍ତି ସୀମା କେତେ ?
(i) ୧୦୦ କୋଟ
(ii) ୨୦୦ କୋଟି
(ii) ୧୦୦ କୋଟିରୁ ଅଧିକ
(iv) ସମସ୍ତଟି ।
Answer:
(i) ୧୦୦ କୋଟ
Question ୧୨ ।
୧୯୫୬ ମସିହା ଶିଳ୍ପନୀତିର ବୈଶିଷ୍ଟ୍ୟ:
(i) ସରକାରୀ କ୍ଷେତ୍ର ଓ ଘରୋଇ କ୍ଷେତ୍ର ମଧ୍ୟରେ ସହବସ୍ତାନ
(ii) M.RIP ଆଇନ୍ର ଉଚ୍ଛେଦ
(iii) ଘରୋଇ ପୁଞ୍ଜିକୁ ପ୍ରୋତ୍ସାହନ
(iv) ସମସ୍ତଟି ।
Answer:
(i) ସରକାରୀ କ୍ଷେତ୍ର ଓ ଘରୋଇ କ୍ଷେତ୍ର ମଧ୍ୟରେ ସହବସ୍ଥାନ ।
Question ୧୩।
୧୯୯୧ ମସିହା ଶିଚ୍ଛନୀତିରେ ରାଷ୍ଟ୍ରାୟାତ କ୍ଷେତ୍ର ପାଇଁ କେତୋଟି ଶିଳ୍ପ ସଂରକ୍ଷିତ ରଖାଯାଇଥିଲା ?
(i) ୧୮
(ii) ୮
(iii) ୧୨
(iv) ୧ ୦
Answer:
(ii) ୮
Question ୧୪ ।
ଶିଳ୍ପ ଲାଇସେନସ୍ ବ୍ୟବସ୍ଥାର ଉଚ୍ଛେଦ କେଉଁ ଶିଳ୍ପନୀତିର ବୈଶିଷ୍ଟ୍ୟ :
(i) ୧୯୫୬
(ii) ୧୯୯୧
(iii) ୧୯୪୭
(iv) ୧୯୪୮
Answer:
(ii) ୧୯୯୧ ।
Question ୧୫ ।
ନିମ୍ନୋକ୍ତ ମଧ୍ୟରୁ କେଉଁଟି କୃଷ୍ଣହୀରକ ?
(i) କୋଇଲା
(ii) ସିମେଣ୍ଟ
(iii) କାଠ
(iv) ଇଟା
Answer:
(i) କୋଇଲା ।
Question ୧୬ ।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ନବୀକରଣ ଯୋଗ୍ୟ ସମ୍ବଳ ?
(i) କୋଇଲା
(ii) ସୂର୍ଯ୍ୟକିରଣ
(iii) କାଠ
(iv) ସମସ୍ତଟି ।
Answer:
(ii) ସୂର୍ଯ୍ୟକିରଣ
Question ୧୭ ।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବୈଶିଷ୍ଟ୍ୟ:
(i) ୧ ଲକ୍ଷ ଜନସଂଖ୍ୟା
(ii) ୩୦ଟି ଶଯ୍ୟା
(iii) ୩ଟି ବିଭାଗର ବିଶେଷଜ୍ଞ ଡାକ୍ତର
(iv) ସମସ୍ତଟି
Answer:
(ଘ) ସମସ୍ତଟି ।
Question ୧୮।
ସାମାଜିକ ଆଧାରିକ ସଂରଚନା:
(i) ଶିକ୍ଷା
(ii) ସ୍ୱାସ୍ଥ୍ୟ
(iii) ବାସଗୃହ
(iv) ସମସ୍ତଟି
Answer:
(iv) ସମସ୍ତଟି ।
Question ୧୯ ।
ଭାରତର ପ୍ରଥମ ଶିକ୍ଷା ନୀତି କେବେ ଘୋଷଣା ହୋଇଥିଲା ?–
(i) ୧୯୬୮
(i) ୧୯୬୮ ।
(iii) ୨୦୨୦
(iv) ୧୯୯୧
Answer:
(iii) ୧୯୮୬
Question ୨୦ ।
ଆର୍ଥନୀତିକ ଆଧାରିକ ସଂରଚନା:
(i) ଶକ୍ତି
(ii) ପରିବହନ
(iii) ଯୋଗାଯୋଗ
(iv) ସମସ୍ତଟି ।
Answer:
(iv) ସମସ୍ତଟି ।
Question ୨୧ ।
ନବୀକରଣ ଯୋଗ୍ୟ ସମ୍ବଳର ଉଦାହରଣ :
(i) ଜୁଆର
(ii) ସୌରଶକ୍ତି
(iii) ପବନ ଶକ୍ତି
(iv) ସମସ୍ତଟି
Answer:
(iv) ସମସ୍ତଟି
Question ୨୨ ।
ବ୍ୟବସାୟିକ ଶକ୍ତିର ଉତ୍ସ:
(i) କୋଇଲା
(ii) ବିଦ୍ୟୁତ୍ ଶକ୍ତି
(iii) ଅଶୋଧୀତ ତୈଳ
(iv) ସମସ୍ତଟି ।
Answer:
(iv) ସମସ୍ତଟି ।
Question ୨୩ ।
ଅଣ-ବ୍ୟବସାୟିକ ଶକ୍ତିର ଉତ୍ସ :
(i) କୋଇଲା
(ii) ବିଜୁଳି ଶକ୍ତି
(iii) ଶୁଖୁଲା ଗୋବର
(iv) ସମସ୍ତଟି
Answer:
(iii) ଶୁଖୁଲା ଗୋବର
Question ୨୪ ।
ନିଃଶେଷ ଯୋଗ୍ୟ ଶକ୍ତିର ଉତ୍ସ
(i) ବିଜୁଳି ଶକ୍ତି
(ii) ସୌରଶକ୍ତି
(iii) ପବନ ଶକ୍ତି
(iv) ପବନ ଶକ୍ତି
Answer:
(i) ବିଜୁଳି ଶକ୍ତି ।
Question ୨୫ ।
ଭାରତର ନୂତନ ଜାତୀୟ ଶିକ୍ଷା ନୀତି କେବେ ଘୋଷଣା କରାଯାଇଥିଲା :
(i) ୧୯୬୮
(ii) ୧୯୮୬
(iii) ୨୦୨୦
(iv) ୨୦୨୧
Answer:
(iii) ୨୦୨୦ ।
Question ୨୬ ।
ଭାରତୀୟ ରେଳ ଚଳାଚଳ କେଉଁ ମସିହାର ଆରମ୍ଭ ହୋଇଥିଲା ?
(i) ୧୯୫୩
(ii) ୧୯୫୪
(iii) ୧୯୮୦
(iv) ୧୯୭୦
Answer:
(i) ୧୯୫୩ ।
Question ୨୭।
କେଉଁ ମସିହାରେ ନୂତନ ଦୂର ସଞ୍ଚାର ନୀତି ଘୋଷଣା କରାଯାଇଥିଲା ?
(i) ୧୯୮୦
(ii) ୧୯୯୧
(iii) ୨୦୦୦
(iv) ୨୦୦୧
Answer:
(i) ୧୯୯୧।
Question ୨୮।
କେଉଁ ମସିହା ଠାରୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ?
(i) ୧୯୯୧
(ii) ୧୯୯୫ ।
(iii) ୧୯୯୦
(iv) ୧୯୮୦
Answer:
(ii) ୧୯୯୫ ।
Question ୨୯।
କେଉଁ ମସିହାରେ ଜାତୀୟ ପୌଢ଼ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ?
(i) ୧୯୭୮
(ii) ୧୯୭୦
(ii) ୧୯୮୦
(iv) ୨୦ ୦ ୦
Answer:
(i) ୧୯୭୮
Question ୩୦।
କେଉଁ ପଞ୍ଚବାର୍ଷିକ ଯୋଜନାରେ ଅଣ-ଆନୁଷ୍ଠାନିକ ଶିକ୍ଷାର ପ୍ରଚଳନ ହୋଇଥିଲା ?
(i) ଷଷ୍ଠ
(ii) ପଞ୍ଚମ
(iii) ତୃତୀୟ
(iv) ପ୍ରଥମା
Answer:
(i) ଷଷ୍ଠ
Question ୩୧।
କେଉଁ ମସିହାରେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ହୋଇଥିଲା ?
(i) ୧୯୮୬
(ii) ୨୦୦୧
(iii) ୧୯୯୧
(iv) ୧୯୫୬
Answer:
(i) ୧୯୮୬ ।
Question ୩୨ ।
କେଉଁ ମସିହାରେ କେନ୍ଦ୍ରୀୟ ଅନୁଦାନ ଆୟୋଗ (UGC)ଗଠନ କରାଯାଇଥିଲା ?
(i) ୧୯୫୬
(ii) ୧୯୭୦
(iii) ୧୯୮୦
(iv) 9090
Answer:
(i) ୧୯୫୬।
Question ୩୩ ।
କେଉଁ ମସିହାରେ ନବୋଦୟ ବିଦ୍ୟାଳୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ?
(i) ୧୯୯୫-୯୬
(ii) ୧୯୮୦-୮୧
(iii) ୧୯୭୦-୭୧
(iv) ସମସ୍ତଟି ।
Answer:
(i) ୧୯୯୫-୯୬।
Question ୩୪ ।
କେଉଁ ମସିହାରେ ଜାତୀୟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ମିଶନ (R.R.HM) ଆରମ୍ଭ ହୋଇଥିଲା ?
(i) ୨୦୦୪
(ii) ୨୦୦୫
(iii) ୨୦୦୦
(iv) ୨୦୦୧
Answer:
(ii) ୨୦୦୫
Question ୩୫।
ସ୍ଵାଧୀନତା ପ୍ରାପ୍ତି ପୂର୍ବରୁ ଭାରତର ମୁଖ୍ୟ ବାଣିଜ୍ୟିକ ଅଂଶଦାର (ଦେଶ) :
(i) ଇଂଲଣ୍ଡ
(ii) ଆମେରିକା
(iii) ପାକିସ୍ତାନ
(iv) ଚୀନ୍
Answer:
(i) ଇଂଲଣ୍ଡ
Question ୩୬ ।
ସ୍ଵାଧୀନତା ପ୍ରାପ୍ତି ପରେ ଭାରତର ମୁଖ୍ୟ ବାଣିଜ୍ୟିକ ଅଂଶୀଦାର ଦେଶ :
(i) ଇଂଲଣ୍ଡ
(ii) ଆମେରିକା
(iii) ଋଷ୍
(iv) ସମସ୍ତଟି
Answer:
(ii) ଆମେରିକା
Question ୩୭।
ବହିଁବାଣିଜ୍ୟ ଅର୍ଥନୈତିକ ବିକାଶର ଇଂଜିନ୍ । ଏହା କିଏ କହିଥିଲେ ?
(i) ରବର୍ଟସନ୍
(ii) ପିଗୁ
(iii) ରିକୋଡ଼ା
(iv) ସମସ୍ତଟି
Answer:
(i) ରବର୍ଟସନ୍
II. ନିମ୍ନୋକ୍ତ ଉକ୍ତିଗୁଡ଼ିକର ସଠିକତା ପ୍ରମାଣ କର । ଆବଶ୍ୟକ ସ୍ଥଳେ ରେଖାଙ୍କିତ ଅଂଶଗୁଡ଼ିକୁ ନ ବଦଳାଇ ଭ୍ରମ ସଂଶୋଧନ କର ।
[Prove the correctness of the followings correct them if necessary you without changing words underlined]
Question ୧।
ଭାରତୀୟ ଜାତୀୟ ଆୟକୁ କୃଷି କ୍ଷେତ୍ରରେ ଅବଦାନ ହ୍ରାସ ପାଉଛି ।
Answer:
ସଠିକ୍ ।
Question ୨।
୧୯୯୧ ମସିହା ଶିଳ୍ପନୀତିରେ କ୍ଷୁଦ୍ର ଶିଳ୍ପ ଓ କୁଟୀର ଶିଳ୍ପର ବିକାଶକୁ ପ୍ରାଧାନ୍ୟ ଦିଆଯାଉଥିଲା ।
Answer:
୧୯୭୭ ମସିହା ଶିଳ୍ପ ନୀତିରେ ।
Question ୩ ।
ସବୁଜ ବିପ୍ଳବ କାର୍ଯ୍ୟକ୍ରମରେ ୫ଟି ଖାଦ୍ୟ ଶସ୍ୟକୁ ଅନ୍ତର୍ଭୁକ୍ତ କରାଯାଇଥିଲା ।
Answer:
ସଠିକ୍ ।
Question ୪।
ସବୁଜ ବିପ୍ଳବର ଅନ୍ୟ ନାମ ଗହମ ବିପ୍ଳବ ।
Answer:
ସଠିକ୍ ।
Question ୫।
ଦ୍ରୁତ ଜନସଂଖ୍ୟା ବୃଦ୍ଧି ସ୍ଵଳ୍ପ କୃଷି ଉତ୍ପାଦନଶୀଳତାର ମୁଖ୍ୟ କାରଣ ।
Answer:
ସଠିକ୍ ।
Question ୬ ।
ଶିଳ୍ପ କ୍ଷେତ୍ର କୃଷିଭିତ୍ତିକ ଶିଳ୍ପ ଗୁଡ଼ିକର କଞ୍ଚାମାଲ ଯୋଗାଇଥାଏ ।
Answer:
ସଠିକ୍ ।
Question ୭।
୧୯୪୮ ମସିହା ଶିଳ୍ପ ନୀତିରେ ବୃହତ ଶିଳ୍ପ ଗୁଡ଼ିକୁ ତିନୋଟି ଶ୍ରେଣୀରେ ବିଭାଜନ କରାଯାଇଥିଲା । ଉ. ୧୯୫୬ ମସିହା ଶିଳ୍ପ ନୀତିରେ ବୃହତ ଶିଳ୍ପଗୁଡ଼ିକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ୮। ସ୍ଵାସ୍ଥ୍ୟ ଅର୍ଥନୈତିକ ଆଧାରିକ ସଂରଚନା ।
Answer:
ସ୍ଵାସ୍ଥ୍ୟ ସାମାଜିକ ଆଧାରିକ ସଂରଚନା ।
Question ୯।
ପବନ ଶକ୍ତ ନବୀକରଣ ଯୋଗ୍ୟ ସମ୍ବଳ
Answer:
ସଠିକ୍ ।
Question ୧୦।
କୋଇଲା ଶକ୍ତିର ବ୍ୟବସାୟୀକ ଉତ୍ସ।
Answer:
ସଠିକ୍ ।
Question ୧୧।
୧୯୮୬ ମସିହା ଶିକ୍ଷା ନୀତିରେ ଦେଶରେ +୨ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା ।
Answer:
ସଠିକ୍ ।
Question ୧୨ ।
ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କୁ ମାଗଣାରେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର ପ୍ରାଥମିକ କେନ୍ଦ୍ର ସ୍ଥାପନ କରିଛନ୍ତି ।
Answer:
ସଠିକ୍ ।
Question ୧୩ ।
୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବାର ବ୍ୟବସ୍ଥା କରାଯାଇଛି ।
Answer:
୧ ଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହରାଞ୍ଚଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବାର ବ୍ୟବସ୍ଥା କରାଯାଇଛି ।
Question ୧୪।
ସବୁଜ ବିପ୍ଳବ କାର୍ଯ୍ୟକ୍ରମକୁ ପ୍ରାଥମିକ ଭାବରେ ସଘନ ଆଞ୍ଚଳିକ ଉନ୍ନୟନ କାର୍ଯ୍ୟକ୍ରମ (IADP) ଭାବରେ କାର୍ଯ୍ୟ କରିବା କରାଯାଇଥିଲା !
Answer:
ସଠିକ୍ ।
Question ୧୫ ।
ବିଜୁ ସ୍ଵାସ୍ଥ୍ୟ ବୀମା ସେବା ଯୋଜନା ରାଜ୍ୟ ସରକାରଙ୍କର ଏକ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ।
Answer:
ସଠିକ୍ ।
Question ୧୬ ।
ଆୟୁଷ୍ମାନ ଭାରତ ଯୋଜନା କେନ୍ଦ୍ର ସରକାରଙ୍କ ଏକ ସ୍ଵାସ୍ଥ୍ୟ ସେବା ଯୋଜନା !
Answer:
ସଠିକ୍ ।
Question ୧୭ ।
ସବୁଜ ବିପ୍ଳବ କାର୍ଯ୍ୟକ୍ରମ ଭାରତରେ ରବି ଋତୁରେ କାର୍ଯ୍ୟକାରୀ ହୋଇଥିଲା ।
Answer:
ସବୁଜ ବିପ୍ଳବ କାର୍ଯ୍ୟକ୍ରମ ଭାରତରେ ଖରିଫ୍ ଋତୁରେ ଆରମ୍ଭ ହୋଇଥିଲା ।
Question ୧୮।
ପରିବହନ ଆର୍ଥନୀତିର ଆଧାରିକ ସଂରଚନାର ଉଦାହରଣ ।
Answer:
ସଠିକ୍ ।
Question ୧୯।
୧୯୮୮ ମସିହାରେ ଜାତୀୟ ବାସଗୃହ ନୀତି ଗ୍ରହଣ କରାଯାଇଥିଲା ।
Answer:
ସଠିକ୍ ।
Question ୨୦ ।
୧୯୯୧ ଶିଳ୍ପନୀତିରେ ରାଷ୍ଟ୍ରାୟତ୍ତ କ୍ଷେତ୍ର ପାଇଁ ୧୭ଟି ଶିଳ୍ପକୁ ସଂରକ୍ଷିତ ରଖାଯାଇଥିଲା ।
Answer:
୧୯୯୧ ମସିହା ଶିଳ୍ପନୀତିରେ ରାଷ୍ଟ୍ରାୟତ୍ତ କ୍ଷେତ୍ର ପାଇଁ ୮ଟି ଶିଳ୍ପକୁ ସଂରକ୍ଷିତ ରଖାଯାଇଥିଲା ।
Question ୨୨।
୧୯୯୭ ମସିହାରେ ନୂତନ ବିମାନ ଚଳାଚଳ ଆଇନ୍ କାର୍ଯ୍ୟକାରୀ କରାଯାଇଥିଲା ।
Answer:
ସଠିକ୍ ।
Question ୨୩ ।
୨୦୦୦ ମସିହାରେ ଡାକ ସେବାର କମ୍ପ୍ୟୁଟିକରଣ କରାଯାଇଥିଲା ।
Answer:
୨୦୧୧ ମସିହାରେ ଡାକ ସେବାର କମ୍ୟୁଟିକରଣ କରାଯାଇଥିଲା ।
Question ୨୪ ।
ପ୍ରୌଢ଼ ଶିକ୍ଷାର ପ୍ରସାର ୧୯୬୮ ମସିହା ଶିକ୍ଷା ନୀତିର ବୈଶିଷ୍ଟ୍ୟ ।
Answer:
ସଠିକ୍ ।
Question ୨୫ ।
ଉଚ୍ଚ ଶିକ୍ଷାର ବିଶେଷୀ କରଣ ୧୯୮୬ ମସିହା ଶିକ୍ଷା ନୀତିର ବୈଶିଷ୍ଟ୍ୟ ।
Answer:
ସଠିକ୍ ।
Question ୨୬।
ସ୍ଵାଧୀନତା ପ୍ରାପ୍ତି ପୂର୍ବରୁ ଭାରତ ପାରଂପରିକ ଦ୍ରବ୍ୟ ରପ୍ତାନି କରୁଥିଲା ।
Answer:
ସଠିକ୍
Question ୨୭ ।
ବର୍ତ୍ତମାନ ଭାରତର ଅଣ–ପାରଂପରିକ ଦ୍ରବ୍ୟ ରପ୍ତାନୀ କରୁଅଛି ।
Answer:
ସଠିକ୍
Question ୨୮।
ସମସ୍ତ ରପ୍ତାନୀ ଓ ଆମଦାନୀ ଦ୍ରବ୍ୟ ଆକାରରେ ପ୍ରକାଶ କଲେ ବାଣିଜ୍ୟ ପରିମାଣ ମିଳେ ।
Answer:
ସଠିକ୍
Question ୨୯ ।
ଏକ ନିର୍ଦ୍ଦିଷ୍ଟ ଆର୍ଥିକ ବର୍ଷରେ ଏକ ରାଷ୍ଟ୍ରର ସମସ୍ତ ରପ୍ତାନୀ ଓ ଆମଦାନୀର ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କଲେ ତାହାକୁ ବାଣିଜ୍ୟ ମୂଲ୍ୟ କୁହାଯାଏ।
Answer:
ସଠିକ୍
Question ୩୦।
ଭାରତର OPEC ସଂଗଠନ ଦେଶଗୁଡ଼ିକୁ ସର୍ବାଧିକ ରପ୍ତାନୀ ଓ ଆମଦାନୀ କରୁଛି ।
Answer:
ଭାରତର OFCD ସଂଗଠନ ଦେଶଗୁଡ଼ିକୁ ସର୍ବାଧିକ ରପ୍ତାନୀ ଓ ଆମଦାନୀ କରୁଛି ।
III. ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟିରୁ ତିନୋଟି ବାକ୍ୟରେ ମଧ୍ୟରେ ଲେଖ ।
[Answer the following questions within 2 to 3 Sentences in each case.]
Question ୧।
କୃଷି (Agriculture) କହିଲେ କ’ଣ ବୁଝ ?
Answer:
ସାଧାରଣ ଅର୍ଥରେ କହିଲେ ଶସ୍ୟ ଉତ୍ପାଦନକୁ ବୁଝାଏ । ଆଧୁନିକ ଅର୍ଥରେ, କୃଷି କହିଲେ ଶସ୍ୟ ଉତ୍ପାଦନ ସହିତ କୃଷିଜାତ ଦ୍ରବ୍ୟର ଉତ୍ପାଦନ, ପ୍ରକ୍ରିୟାକରଣ ଓ ବଣ୍ଟନକୁ ବୁଝାଏ ।
Question ୨ ।
ଭାରତର କୃଷି କ୍ଷେତ୍ରର ଭୂମିକା(Role)ଲେଖ ।
Answer:
ଭାରତରେ କୃଷି କ୍ଷେତ୍ରର ଭୂମିକା ମଧ୍ୟରୁ ଦୁଇଟି ହେଲା:-
(୧) କୃଷି ଭାରତର ଅଧିକାଂଶ ଲୋକମାନଙ୍କର ବଞ୍ଚିବାର ମୁଖ୍ୟ ଉତ୍ସ ।
(୨) କୃଷି କ୍ଷେତ୍ର କୃଷିଭିତ୍ତିକ ଶିଳ୍ପଗୁଡ଼ିକୁ କଞ୍ଚାମାଲ ଯୋଗାଇଥାଏ ।
Question ୩ ।
ଭାରତରେ ସ୍ଵଳ୍ପ କୃଷି ଉତ୍ପାଦନଶୀଳତାର ଦୁଇଟି କାରଣ ଲେଖ ।
(Causes of Low Productivity of Agriculture)
Answer:
ଭାରତରେ ସ୍ଵଳ୍ପ କୃଷି ଉତ୍ପାଦନଶୀଳତାର ଦୁଇଟି କାରଣ ହେଲା:-
(୧) ଭୂମି ଉପରେ ଜନସଂଖ୍ୟାର ଚାପ ବୃଦ୍ଧି ଉତ୍ପାଦନଶୀଳତା ହ୍ରାସ ପାଉଛି ।
(୨) ଉନ୍ନତ ଅମଳକ୍ଷମ ବିହନର ସୀମିତ ବ୍ୟବହାର ସ୍ଵଳ୍ପ କୃଷି ଉତ୍ପାଦନଶୀଳତାର ଅନ୍ୟ ଏକ ମୁଖ୍ୟ କାରଣ !
Question ୪।
ସବୁଜ ବିପ୍ଳବ କାର୍ଯ୍ୟକ୍ରମ (Green Revolution Programme) କ’ଣ ?
Answer:
ଭାରତରେ ମୋଟ କୃଷି ଉତ୍ପାଦନ ଓ ଉତ୍ପାଦନଶୀଳତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଭାରତ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ନୂତନ କୃଷି ନୀତିକୁ ସବୁଜ ବିପ୍ଳବ କୁହାଯାଏ । ଆଧୁନିକ କୃଷି ଯନ୍ତ୍ର ଉପକରଣର ବ୍ୟବହାର, ଉନ୍ନତ ଅମଳକ୍ଷମ ବିହନର ପ୍ରୟୋଗ, ରାସାୟନିକ ସାରର ବ୍ୟବହାର, କୀଟନାଶକ ଔଷଧର ପ୍ରୟୋଗ ଓ ଜଳସେଚନ ସୁବିଧାର ବ୍ୟବସ୍ଥା ଇତ୍ୟାଦି ସବୁଜ ବିପ୍ଳବ କାର୍ଯ୍ୟକ୍ରର ଉପାଦାନ ସମୂହ !
Question ୫।
୧୯୯୧ ମସିହା ଶିଳ୍ପନୀତିର ଦୁଇଟି ବୈଶିଷ୍ଟ୍ୟ (Features) ଲେଖ ।
Answer:
୧୯୯୧ ମସିହା ଶିଳ୍ପନୀତିର ଦୁଇଟି ବୈଶିଷ୍ଟ୍ୟ ହେଲା
(୧) ଶିଳ୍ପ ଲାଇସେନ୍ସ ବ୍ୟବସ୍ଥାର ଉଚ୍ଛେଦ କରାଯାଇଥିଲା ।
(୨) MR.N.P ଆଇନ୍ ସଂଶୋଧନ କରାଯାଇଥିଲା ।
Question ୬।
୧୯୫୬ ମସିହା ଶିଚ୍ଛନୀତିର ଦୁଇଟି ବୈଶିଷ୍ଟ୍ୟ (Features) ଲେଖ ।
Answer:
୧୯୫୬ ମସିହା ଶିଜନୀତିର ଦୁଇଟି ବୈଶିଷ୍ଟ୍ୟ ହେଲା:-
(୧) କ୍ଷୁଦ୍ରଶିଳ୍ପ ଓ କୁଟୀରଶିଳ୍ପର ବିକାଶକୁ ପ୍ରାଧାନ୍ୟ ଦିଆଯାଇଥିଲା ।
(୨) ଶିଳ୍ପ ସ୍ଥାପନା କ୍ଷେତ୍ରରେ ସରକାରୀ କ୍ଷେତ୍ର ଏବଂ ଘରୋଇ କ୍ଷେତ୍ର ମଧ୍ୟରେ ନମନୀୟ ବ୍ୟବସ୍ଥା କରାଯାଇଥିଲା ।
Question ୭।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) କ’ଣ ?
Answer:
ସହରାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ମାଗଣାରେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବାର ବ୍ୟବସ୍ଥା କରିଛନ୍ତି । ଏକ ଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ଏହି ସ୍ଵାସ୍ଥ୍ୟ କେନ୍ଦ୍ର ସ୍ଥାପନ କରାଯିବାର ବ୍ୟବସ୍ଥା କରାଯାଇଛି ।
Question ୮।
ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC) କ’ଣ ?
Answer:
ଗ୍ରାମାଞ୍ଚଳରେ ଗରିବ ଲୋକମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଭାରତ ସରକାର ପ୍ରାଥମିକ ସ୍ଵାସ୍ଥ୍ୟ ସ୍ଥାପନ କରିବାର ବ୍ୟବସ୍ଥା କରିଛନ୍ତି | ଏହି ସ୍ଵାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ବୈଶିଷ୍ଟ୍ୟ ହେଲା ଗରିବ ଲୋକମାନଙ୍କୁ ମାଗଣା ଡାକ୍ତରୀ ସେବା ଏବଂ ଔଷଧ ଯୋଗାଇଦେବ ।
Question ୯।
୧୯୪୮ ମସିହା ଶିଳ୍ପନୀତିରେ ଦୁଇଟି ବୈଶିଷ୍ଟ୍ୟ (Features) ଲେଖ ।
Answer:
୧୯୪୮ ମସିହା ଶିଚ୍ଛନୀତିରେ ଦୁଇଟି ବୈଶିଷ୍ଟ୍ୟ ହେଲା–
(୧) ବୃହତ ଶିଳ୍ପକୁ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା
(୨) ଶିଳ୍ପ ସ୍ଥାପନା କ୍ଷେତ୍ରରେ ଘରୋଇ ପୁଞ୍ଜିର ଆଗମନକୁ ପ୍ରୋତ୍ସାହିତ କରାଯାଇଥିଲା ।
Question ୧୦।
ଆଧାରିକ ସଂରଚନା (Infrastructure) କ’ଣ ?
Answer:
ଆଧାରିକ ସଂରଚନା ସେହିସବୁ ସୁବିଧା ସୁଯୋଗ, ସେବା ବା କାର୍ଯ୍ୟକଳାପକୁ ବୁଝାଏ, ଯାହା ଅର୍ଥ ବ୍ୟବସ୍ଥାର ଅନ୍ତର୍ଗତ ଉତ୍ପାଦନ କ୍ଷେତ୍ର ଗୁଡ଼ିକର ପ୍ରତିଷ୍ଠା, କାର୍ଯ୍ୟକାରିତା ଓ ଉନ୍ନୟନଙ୍କୁ ସାହାଯ୍ୟ କରିଥାଏ । ଏହା ପ୍ରତ୍ୟକ୍ଷ ଭାବେ ଦ୍ରବ୍ୟ ଓ ସେବା ଉତ୍ପାଦନ କରେ ନାହିଁ; କିନ୍ତୁ ବିଭିନ୍ନ ବହିରାଗତ ସୁଲଭ ସୃଷ୍ଟି କରି ଉତ୍ପାଦନକୁ ପ୍ରୋତ୍ସାହିତ କରିଥାଏ ।
Question ୧୧।
ଅର୍ଥନୈତିକ ଆଧାରିକ ସଂରଚନା (Economic infrastructure) କାହାକୁ କୁହାଯାଏ ?
Answer:
ଅର୍ଥ ବ୍ୟବସ୍ଥାର ଯେଉଁ ସବୁ ମୌଳିକ ଦ୍ରବ୍ୟ, ସେବା ଓ ସୁବିଧା ପ୍ରତ୍ୟକ୍ଷ ଭାବେ ଆର୍ଥିକ ଅଭିବୃଦ୍ଧି ହାସଲରେ ସାହାଯ୍ୟ କରିଥାଏ, ତାହାକୁ ଅର୍ଥନୈତିକ ଆଧାରିକ ସଂରଚନା କୁହାଯାଏ । ଶକ୍ତି, ଗମନାଗମନ, ଯୋଗାଯୋଗ ଓ ବ୍ୟାଙ୍କ୍ ଓ ବୀମା ଇତ୍ୟାଦି ଅର୍ଥନୈତିକ ଆଧାରିକ ସଂରଚନା ।
Question ୧୨ ।
ସାମାଜିକ ଅର୍ଥନୈତିକ ସଂରଚନା (Social infrastructure)କାହାକୁ କୁହାଯାଏ ?
Answer:
ଅର୍ଥ ବ୍ୟବସ୍ଥାର ଯେଉଁ ସବୁ ମୌଳିକ ଦ୍ରବ୍ୟ, ସେବା ଓ ସୁବିଧା ସୁଯୋଗ ପରୋକ୍ଷ ଭାବେ ଆର୍ଥିକ ଅଭିବୃଦ୍ଧିର ସାହାଯ୍ୟ କରେ, ତାହାକୁ ସାମାଜିକ ଅର୍ଥନୈତିକ ଆଧାରିକ ସଂରଚନା କୁହାଯାଏ । ଶିକ୍ଷା, ସ୍ୱାସ୍ଥ୍ୟ ଓ ବାସଗୃହ ଇତ୍ୟାଦି ସାମାଜିକ ଅର୍ଥନୈତିକ ଆଧାରିକ ସଂରଚନାର ଉଦାହରଣ !
Question ୧୩ ।
M.R.T.P ଆଇନ୍ କ’ଣ ?
Answer:
ଭାରତରେ ବୃହତ୍ ଶିଳ୍ପ ଗୁଡ଼ିକର ଏକଚାଟିଆ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଭାରତ ସରକାର ୧୯୭୧ ମସିହାରେ ଏକାଧୁକାର ନିୟନ୍ତ୍ରିତ, ବାଣିଜ୍ୟ କାରବାର ଆଇନ୍ (M.R.LP) କାର୍ଯ୍ୟକାରୀ କରିଥିଲେ । ଏହି ଆଇନ୍ ଅନୁସାରେ ୧୦୦ କୋଟି ଟଙ୍କାରୁ ଅଧିକ ଅଂଶଧନ ଥିବା ବୃହତ ଶିଳ୍ପ ଗୁଡ଼ିକର କାର୍ଯ୍ୟକଳାପକୁ ସରକାର ନିୟନ୍ତ୍ରଣ କରିଥାନ୍ତି । ୧୯୯୧ ମସିହା ଶିଳ୍ପନୀତିରେ ଏହି ଆଇନକୁ ସଂଶୋଧନ କରାଯାଇଥିଲା ।
Question ୧୪ ।
ଧନ୍ଦାମୂଳକ ଶିକ୍ଷା (Vocational Education) କ’ଣ ?
Answer:
ବାଳକ ଓ ବାଳିକା ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଠ୍ୟକ୍ରମରେ କୃଷି, ଶିଳ୍ପ, ଗୋପାଳନ, ମତ୍ସ୍ୟଚାଷ, କୁକୁଡ଼ା ପାଳନ ଏବଂ ସିଲେଇ ଶିକ୍ଷା ଇତ୍ୟାଦି ବୃଦ୍ଧିକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ୧୯୮୬ ଶିକ୍ଷା ନୀତିରେ ମାଧ୍ୟମିକ ଶିକ୍ଷାକୁ ଧନ୍ଦାମୂଳକ କରିବାର ପ୍ରଚେଷ୍ଟା କରାଯାଇଥିଲା ।
Question ୧୫ ।
ପ୍ରୌଢ଼ ଶିକ୍ଷା କାର୍ଯ୍ୟକ୍ରମ (Adult Education) କ’ଣ ?
Answer:
ନିରକ୍ଷର ପୌଢ଼ମାନଙ୍କୁ ସାକ୍ଷର କରିବା ପାଇଁ ୧୯୭୮ ମସିହାରେ ଦେଶରେ ଯେଉଁ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଥୁଲା, ତାହାକୁ ଜାତୀୟ ପୌଢ଼ ଶିକ୍ଷା କାର୍ଯ୍ୟକ୍ରମ କୁହାଯାଏ । କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସ୍ୱେଚ୍ଛା ସେବା ସଙ୍ଗଠନ ମାନଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇଥିଲା ।
Question ୧୬ ।
ନବୀକରଣ ଯୋଗ୍ୟ ଶକ୍ତି (Renewable Sources) କାହାକୁ କୁହାଯାଏ ?
Answer:
ଶକ୍ତିର ଯେଉଁ ଉତ୍ସଗୁଡ଼ିକ ନିଃଶେଷ ଯୋଗ୍ୟ ନ ହୋଇ ପୁନଃ ବ୍ୟବହାରକ୍ଷମ ହୁଏ; ତାହାକୁ ଶକ୍ତିର ନବୀକରଣ ଯୋଗ୍ୟ ଉତ୍ସ କୁହାଯାଏ । ସୌରଶକ୍ତି ଓ ଜଳ ବିଦ୍ୟୁତ୍ ଶକ୍ତି ଇତ୍ୟାଦି ନବୀକରଣ ଯୋଗ୍ୟ ଶକ୍ତିର ଉତ୍ସ ଅଟେ ।
Question ୧୭ ।
ଶକ୍ତିର ବ୍ୟବସାୟିକ ଉତ୍ସ (Commercial Source)କ’ଣ ?
Answer:
ଶକ୍ତିର ଯେଉଁ ଉତ୍ସଗୁଡ଼ିକ କିଣାବିକା ଓ ହସ୍ତାନ୍ତର ଯୋଗ୍ୟ, ତାହାକୁ ଶକ୍ତିର ବ୍ୟବସାୟିକ ଉତ୍ସ କୁହାଯାଏ । କୋଇଲା, ପେଟ୍ରୋଲ ଓ ବିଜୁଳି ଶକ୍ତି ଇତ୍ୟାଦି ଶକ୍ତିର ବ୍ୟବସାୟିକ ଉତ୍ସ କୁହାଯାଏ ।
Question ୧୮।
ଶକ୍ତିର ଅଣ-ବ୍ୟବସାୟିକ ଉତ୍ସ (Non-Commercial Source) କାହାକୁ କୁହାଯାଏ ?
Answer:
ଶକ୍ତିର ଯେଉଁ ଉତ୍ସ ଗୁଡ଼ିକ କିଣାବିକା ଓ ହସ୍ତାନ୍ତର ଯୋଗ୍ୟ ନୁହେଁ, ତାହାକୁ ଶକ୍ତିର ଅଣ-ବ୍ୟବସାୟିକ ଉତ୍ସ କୁହାଯାଏ । ପ୍ରକୃତି ଓ ଜଙ୍ଗଲରୁ ଉପଲବ୍ଧ ଜାଳେଣି କାଠ, କୃଷିଜାତ ବର୍ଜ୍ୟବସ୍ତୁ ଓ ଶୁଖୁଲା ଗୋବର ଆଦିକୁ ଶକ୍ତିର ଅଣ- ବ୍ୟବସାୟିକ ଉତ୍ସ କୁହାଯାଏ ।
Question ୧୯।
ଜାତୀୟ ଶିକ୍ଷା ନୀତି ୧୯୬୮ର ଦୁଇଟି ବୈଶିଷ୍ଟ୍ୟ (Features) ଲେଖି ।
Answer:
ଜାତୀୟ ଶିକ୍ଷା ନୀତି ୧୯୬୮ର ଦୁଇଟି ବୈଶିଷ୍ଟ୍ୟ ହେଲା
(୧) ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ବାଳକ ଓ ବାଳିକା ମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ।
(୨) ସମଗ୍ର ଦେଶରେ ୧୦ +୨ +୩ ଏକକ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ କରିବା ।
Question ୨୦ ।
ନୂତନ ଜାତୀୟ ଶିକ୍ଷାନୀତି ୧୯୮୬ର ଦୁଇଟି ବୈଶିଷ୍ଟ୍ୟ (Features) ଲେଖ ।
Answer:
ନୂତନ ଜାତୀୟ ଶିକ୍ଷାନୀତି ୧୯୮୬ର ଦୁଇଟି ବୈଶିଷ୍ଟ୍ୟ ହେଲା-
(୧) ସମଗ୍ର ଦେଶରେ ଏକ ପ୍ରକାରର ଶିକ୍ଷା ବ୍ୟବସ୍ଥାର ପ୍ରଚଳନ ଅର୍ଥାତ୍ ୧୦ ବର୍ଷ ପ୍ରାଥମିକ ଶିକ୍ଷା, ୨ବର୍ଷ ଉଚ୍ଚ ପ୍ରାଥମିକ ଏବଂ ୩ ବର୍ଷର ଇଂରାଜୀ ଶିକ୍ଷା ପ୍ରଚଳନ କରିବା ।
(୨) ପରୀକ୍ଷା ପଦ୍ଧତି, ବିଜ୍ଞାନ ଶିକ୍ଷା ଓ ଶାରୀରିକ ଶିକ୍ଷା କ୍ଷେତ୍ରର ସଂସ୍କାର ଉପରେ ଗୁରୁତ୍ବ ଆରୋପ କରିବା ।
Question ୨୧।
ସବୁଜ ବିପ୍ଳବ କାର୍ଯ୍ୟକ୍ରମ ସପକ୍ଷରେ ଦୁଇଟି ଯୁକ୍ତି ଉପସ୍ଥାପନ (Argument Far) କର ।
Answer:
ସବୁଜ ବିପ୍ଳବ କାର୍ଯ୍ୟକ୍ରମ ସପକ୍ଷରେ ଦୁଇଟି ଯୁକ୍ତି ହେଲା:-
(୧) ସବୁଜ ବିପ୍ଳବ କାର୍ଯ୍ୟକ୍ରମ ପ୍ରଭାବରେ ଦେଶର ମୋଟ କୃଷି ଉତ୍ପାଦନ ବୃଦ୍ଧି ହୋଇଛି ।
(୨) ସବୁଜ ବିପ୍ଳବ କାର୍ଯ୍ୟକ୍ରମ ଶ୍ରମିକ ମାନଙ୍କର ବଞ୍ଚିବାର ମାନ ବୃଦ୍ଧି କରିବାରେ ସହାୟକ ହୋଇଛି ।
Question ୨୨।
ଭାରତୀୟ କୃଷି କ୍ଷେତ୍ରରେ ସ୍ଵଚ୍ଛ ଉତ୍ପାଦୀକା ଶକ୍ତି ବୃଦ୍ଧି କରିବାର ଦୁଇଟି ପଦକ୍ଷେପ(steps)ଲେଖ ।
Answer:
ଭାରତୀୟ କୃଷି ସ୍ଵଳ୍ପ ଉତ୍ପାଦୀଜା ଶକ୍ତି ବୃଦ୍ଧିର ଦୁଇଟି ପଦକ୍ଷେପ ହେଲା:-
(୧) ଆଧୁନିକ କୃଷି ଯନ୍ତ୍ର ଉପକରଣର ବ୍ୟବହାର ଦ୍ବାରା ଭାରତୀୟ କୃଷିର ଉତ୍ପାଦନଶୀଳତାର ବୃଦ୍ଧି କରାଯାଇପାରିବ ।
(୨) ଉନ୍ନତ ଅମଳକ୍ଷମ ବିହନ ପ୍ରୟୋଗ କରି ଦେଶର କୃଷି ଉତ୍ପାଦନଶୀଳତାକୁ ବୃଦ୍ଧି କରାଯାଇପାରିବ ।
Question ୨୩।
ବୈଦେଶିକ ବାଣିଜ୍ୟ ସଂରଚନା (Composition of Foreign Trade)କ’ଣ ?
Answer:
ଗୋଟିଏ ରାଷ୍ଟୟର ରପ୍ତାନି ଏବଂ ଆମଦାନି ହୋଇଥିବା ସମସ୍ତ ଦ୍ରବ୍ୟକୁ ବାଣିଜ୍ୟିକ ସଂରଚନା କୁହାଯାଏ ।
ଏହା ରାଷ୍ଟ୍ରର ଅଭିବୃଦ୍ଧିର ମାତ୍ରା ସୃଷ୍ଟି କରିବା ସହିତ ରାଷ୍ଟ୍ରର ଅର୍ଥନୈତିକ ଢାଞ୍ଚା ସୂଚାଇଥାଏ ।
Question ୨୪ ।
ଆମଦାନି ସଂରଚନା (Import Composition) କ’ଣ ?
Answer:
ଗୋଟିଏ ଦେଶ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ୟ ଗୋଟିଏ ଦେଶ ବା ରାଷ୍ଟ୍ରସଂଘଠାରୁ ଆମଦାନି ଦ୍ରବ୍ୟ ଓ ମାଧ୍ୟମିକ ଦ୍ରବ୍ୟକୁ ନେଇ ସଂଗଠିତ ହୋଇଥାଏ ।
Question ୨୫ ।
ରପ୍ତାନି ସଂରଚନା ( Export Composition) କ’ଣ ?
Answer:
ଗୋଟିଏ ଦେଶ ଦ୍ବାରା ଅନ୍ୟ ଗୋଟିଏ ଦେଶ ବା ଆନ୍ତର୍ଜାତୀୟ ବଜାରକୁ ରପ୍ତାନି ହେଉଥିବା ସମସ୍ତ ଦ୍ରବ୍ୟକୁ ରପ୍ତାନି ସଂରଚନା କୁହାଯାଏ। ରପ୍ତାନି ସଂରଚନା ଉଭୟ ପାରମ୍ପାରିକ ଓ ଅଣ-ପାରମ୍ପରିକ ଦ୍ରବ୍ୟକୁ ନେଇ ସଂଗଠିତ ହୋଇଥାଏ ।
Question ୨୬।
ବହିଃବାଣିଜ୍ୟର ଦିଗ (Direction of Irade) କାହାକୁ କୁହାଯାଏ ?
Answer:
କୌଣସି ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହିତ ଥିବା ବାଣିଜ୍ୟିକ ସଂପର୍କକୁ ବହିଃବାଣିଜ୍ୟର ଦିଗ କୁହାଯାଏ । କେଉଁ କେଉଁ ରାଷ୍ଟ୍ରଗୁଡ଼ିକୁ ଏକ ରାଷ୍ଟ୍ର ରପ୍ତାନି କରୁଛି ଏବଂ କେଉଁ କେଉଁ ରାଜ୍ୟରୁ ଆମଦାନି କରୁଛି, ତାହା ବହିଃବାଣିଜ୍ୟ ଦିଗ ହିଁ ପ୍ରତିଫଳିତ କରେ ।
Question ୨୭ ।
ସ୍ଵାଧୀନତାପ୍ରାପ୍ତି ପରେ ଭାରତର ବହିଃବାଣିଜ୍ୟ ଦିଗ କ’ଣ ଥିଲା ?
Answer:
ସ୍ଵାଧୀନତାପ୍ରାପ୍ତି ପରେ ଭାରତର ବହିଃବାଣିଜ୍ୟ ଦିଗରେ ପ୍ରଭୂତ ପରିବର୍ତ୍ତନ ହୋଇଛି । ଇଂଲଣ୍ଡ ଭାରତର ପ୍ରମୁଖ ବାଣିଜ୍ୟିକ ଅଂଶୀଦାର ନହୋଇ ଅର୍ଥନୈତିକ ସହଯୋଗ ଓ ଉନ୍ନୟନ ସଂଗଠନ (OECD), ତୈଳ ଉତ୍ପାଦନ ରପ୍ତାନିକାରୀ ଦେଶ (OPIC), ଉତ୍ତର ଇଉରୋପ ଓ କମନୱେଲଥ୍ ରାଷ୍ଟ୍ରସମୂହ, ବିକାଶମୁଖ୍ୟ ରାଷ୍ଟ୍ର ଓ ଅନ୍ୟାନ୍ୟ ରାଷ୍ଟ୍ରସମୂହ ଏହିପରି ପାଞ୍ଚଗୋଟି ଗୋଷ୍ଠୀ ସହିତ ଭାରତର ବାଣିଜ୍ୟିକ ସଂପର୍କ ବୃଦ୍ଧି ହୋଇଛି ।
Question ୨୮।
ସ୍ଵାଧୀନତାପ୍ରାପ୍ତି ପରେ ଭାରତର ରପ୍ତାନି ସଂରଚନା କ’ଣ ରହିଛି ?
Answer:
ସ୍ଵାଧୀନତାପ୍ରାପ୍ତି ପରେ ଭାରତର ରପ୍ତାନି ସଂରଚନାରେ ପରିବର୍ତ୍ତନ ହୋଇଛି । ସ୍ଵାଧୀନତାପ୍ରାପ୍ତି ପରେ ପାରମ୍ପରିକ ଦ୍ରବ୍ୟ ବ୍ୟତୀତ ଅଣପାରମ୍ପରିକ ଦ୍ରବ୍ୟର ରପ୍ତାନି ବୃଦ୍ଧି ହୋଇଛି । କୃଷି ଓ ସହଜାତ ଦ୍ରବ୍ୟ, ଖାଉଟି ଦ୍ରବ୍ୟ, ଶିଳ୍ପଜାତ ଦ୍ରବ୍ୟ ଖଣିଜ ତୈଳ ଓ ଲୁବ୍ରିକାଣ୍ଟସ୍ ଏବଂ ଅନ୍ୟ ଦ୍ରବ୍ୟସମୂହକୁ ନେଇ ଭାରତର ରପ୍ତାନି ସଂରଚନା ସଂଗଠିତ ହୋଇଛି ।
Question ୨୯।
ସ୍ଵାଧୀନତାପ୍ରାପ୍ତି ପରେ ଭାରତର ଆମଦାନି ସଂରଚନା କ’ଣ ରହିଛି ?
Answer:
ସ୍ଵାଧୀନତାପ୍ରାପ୍ତି ପରେ ଭାରତର ଆମଦାନି ପେଡି ବିବିଧ ଦ୍ରବ୍ୟର ଏକ ସମାହାର ମାତ୍ରା। କଞ୍ଚାମାଲ ଓ ଶିକ୍ସୋପଯୋଗ ମଧ୍ୟବର୍ତ୍ତୀ ଦ୍ରବ୍ୟ, ପେଟ୍ରୋଲଜାତ ଦ୍ରବ୍ୟ, ସାର, ଲୁହା ଓ ଇସ୍ପାତ, ମୁକ୍ତା ଓ ମୂଲ୍ୟବାନ ପଥର, ପୁଞ୍ଜିଦ୍ରବ୍ୟ ଇତ୍ୟାଦିରେ ଆମଦାନିରେ ବିଶେଷ ବୃଦ୍ଧି ପରିଲକ୍ଷିତ ହୋଇଛି ।
Question ୩୦।
ବୈଦେଶିକ ବାଣିଜ୍ୟ ନୀତି (Foreign Trade policy) କ’ଣ ?
Answer:
ଯେଉଁ ନୀତି ସାହାଯ୍ୟରେ ଦେଶର ରପ୍ତାନି ଓ ଆମଦାନି ବାଣିଜ୍ୟକୁ ନିର୍ଦ୍ଧାରଣ କରାଯାଏ, ତାହାକୁ ବେଦେଶିକ ବାଣିଜ୍ୟ ନୀତି କୁହାଯାଏ। ଅନ୍ୟ ଅର୍ଥରେ କହିଲେ, ରପ୍ତାନି ନୀତି ଓ ଆମଦାନି ନୀତିକୁ ନେଇ ଯେଉଁ ନୀତି ନିର୍ଦ୍ଧାରଣ କରାଯାଏ , ତାହାକୁ ବହିଃବାଣିଜ୍ୟ ନୀତି କୁହାଯାଏ।
Question ୩୧।
ଆର୍ଥିକ ସଂସ୍କାର ନୀତିର କାର୍ଯ୍ୟକାରୀ ପରେ ଭାରତର ବାଣିଜ୍ୟିକ ନୀତିର ଲକ୍ଷ୍ୟ କ’ଣ ରହିଛି ?
Answer:
ଆମ ଦେଶର ବାଣିଜ୍ୟିକ ନୀତିର ଉଦ୍ଦେଶ୍ୟ ହେଲା-
(୧) କୋହଳ ଆମଦାନୀ ନୀତି (Liberalised Import Policy) ଏବଂ
(୨) ରପ୍ତାନୀ ପ୍ରୋତ୍ସାହନ (Export Promotion)
Question ୩୨।
୨୦୧୧-୧୨ ମସିହା ଆମଦାନି-ରପ୍ତାନି ନୀତିର ଦୁଇଟି ବୈଶିଷ୍ଟ୍ୟ ଲେଖ ।
Answer:
୨୦୧୧-୧୨ ବାଣିଜ୍ୟ ନୀତିର ଦୁଇଟି ବୈଶିଷ୍ଟ୍ୟ ହେଲା:
(୧) ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ (SIZ) ଏବଂ ରପ୍ତାନି ପ୍ରକ୍ରିୟାକରଣ ଅଞ୍ଚଳ (EP7) ଗୁଡ଼ିକୁ ସ୍ଵତନ୍ତ୍ର ରିହାତି ପ୍ରଦାନ, ଏବଂ
Question ୩୩ ।
୨୦୦୨-୦୭ ଆମଦାନି-ରପ୍ତାନି ନୀତିର ଦୁଇଟି ବୈଶିଷ୍ଟ୍ୟ ଲେଖ।
Answer:
ଯାନ୍ତ୍ରିକ ଦ୍ରବ୍ୟ, ବୈଦ୍ୟୁତିକ ଦ୍ରବ୍ୟ, ହାତବନ୍ଧା ଘଡି, ରାସାୟନିକ ଦ୍ରବ୍ୟ, ଗହଣା ଇତ୍ୟାଦି ୧୦୬ଟି ଦ୍ରବ୍ୟକୁ ରପ୍ତାନି ପ୍ରୋତ୍ସାହନ ପାଇଁ ଅନୁମତି ପ୍ରଦାନ । ହାରାହାରି ୧୧୨୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟରେ ରପ୍ତାନି କରୁଥିବା ସଂସ୍ଥାଗୁଡିକୁ ସୁପରଷ୍ଟାର ବାଣିଜ୍ୟିକ ଗୃହ (Superstar Trading House)
(୨) ଆନ୍ତର୍ଜାତୀୟ ବଜାରରେ ନିଜର କର୍ତ୍ତୃତ୍ଵ ବିସ୍ତାର କରିବାପାଇଁ ଏହି ନୀତି ଉନ୍ନତମାନର ଦ୍ରବ୍ୟ ଓ ସେବା ରପ୍ତାନି ଉପରେ ଗୁରୁତ୍ବ ଦେଇଛି ।
IV. ପାର୍ଥକ୍ୟ ଦର୍ଶାଅ [Distinguish Between]
Question ୧।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। (Community Health Centre and Primary Health Centre)
Answer:
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର :
୧. ଗ୍ରାମାଞ୍ଚଳରେ ଗରିବ ଲୋକମାନଙ୍କୁ ମାଗଣାରେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିଛନ୍ତି ।
୨. ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଜନସଂଖ୍ୟାର ସୀମା ଆବଶ୍ୟକ ନଥାଏ ।
୩. ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ମାଗଣା ସ୍ୱାସ୍ଥ୍ୟ ସେବା ଏବଂ ମାଗଣାରେ ଔଷଧ ପ୍ରଦାନ କରାଯାଇଥାଏ ।
ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର :
୧. ସହରାଞ୍ଚଳରେ ଲୋକମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିଛନ୍ତି ।
୨। ଏକ ଲକ୍ଷ ଜନସଂଖ୍ୟାରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବାର ବ୍ୟବସ୍ଥା କରାଯାଇଛି ।
୩ । ଏହି ସ୍ଵାସ୍ଥ୍ୟ କେନ୍ଦ୍ରରେ ୩ଟି ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ସହିତ ୩୦ଟି ଶଯ୍ୟା ଏବଂ ଅତ୍ୟାଧୁନିକ ଡାକ୍ତରୀ ଯନ୍ତ୍ର ଉପକରଣର ବ୍ୟବସ୍ଥା କରାଯାଇଛି ।
Question୨।
ଅର୍ଥନୈତିକ ଆଧାରିକ ଏବଂ ସାମାଜିକ ଆଧାରିତ ସଂରଚନା ! (Economic Infrastructure and Social Infrastructure)
Answer:
ଅର୍ଥନୈତିକ ଆଧାରିକ :
୧. ଯେଉଁ ସମସ୍ତ ମୌଳିକ ଆବଶ୍ୟକତା ଦେଶରେ ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରତ୍ୟକ୍ଷ ସହାୟକ ହୁଏ, ତାହାକୁ ଅର୍ଥନୈତିକ ଆଧାରିକ ସଂରଚନା କୁହାଯାଏ ।
୨. ଶକ୍ତି, ପରିବହନ ଓ ଯୋଗାଯୋଗ ଇତ୍ୟାଦି । ଅର୍ଥନୈତିକ ଆଧାରିକ ସଂରଚନାର ଉଦାହରଣ ।
ସାମାଜିକ ଆଧାରିତ ସଂରଚନା :
୧. ଯେଉଁ ସମସ୍ତ ମୌଳିକ ଆବଶ୍ୟକତା ଦେଶରେ ଅର୍ଥନୈତିକ ଅଭିବୃଦ୍ଧିରେ ପରୋକ୍ଷ ଭାବରେ ସହାୟକ ହୁଏ ତାହାକୁ ସାମାଜିକ ଆଧ୍ୟାତ୍ମିକ ସଂରଚନା କୁହାଯାଏ ।
୨. ଶିକ୍ଷା, ସ୍ୱାସ୍ଥ୍ୟ ଓ ବାସଗୃହ ଇତ୍ୟାଦି ସାମାଜିକ ଆଧାରିକ ସଂରଚନା ଉଦାହରଣ ।
Question ୩।
୧୯୫୬ ମସିହା ଶିଵନୀତି ଓ ୧୯୯୧ ମସିହା ଶିଜନୀତି !
(1956 Industrial Policy and 1991 Industrial Policy)
Answer:
୧୯୫୬ ମସିହା ଶିଳ୍ପ ନୀତି:
୧. ୧୯୫୬ ମସିହା ର୍ଶନୀତିରେ ଦେଶରେ ଶିଳ୍ପ ସ୍ଥାପନା କରିବା ପାଇଁ ସରକାରଙ୍କ ଠାରୁ ଲାଇସେନ୍ସ ନେବା ଆବଶ୍ୟକ ଥିଲା
୨. ୧୯୫୬ ମସିହା ଶିଳ୍ପନୀତିରେ M.RI.P କମ୍ପାନୀ ଗୁଡ଼ିକର ପରିସମ୍ପରି ସୀମା ୧୦୦ କୋଟି ରଖାଯାଇଥିଲା ।
୧୯୯୧ ମସିହା ଶିଳ୍ପନୀତି :
୧. ୧୯.୯୧ ମସିହା ଶିଵନୀତିରେ ଦେଶରେ ଶିଳ୍ପ ସ୍ଥାପନ ପାଇଁ ଲାଇସେନ୍ସ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିଲା ।
୨. ୧୯୯୧ ମସିହା ଶିଜନୀତିରେ M.R.T.P କମ୍ପାନୀ ଗୁଡ଼ିକର ପରିସମ୍ପତ୍ତି ସୀମାକୁ ଉଚ୍ଛେଦ କରାଯାଇଥିଲା ।
Question ୪ ।
ଶକ୍ତିର ପାରମ୍ପରିକ ଉତ୍ସ ଓ ଶକ୍ତିର ଅଣପାରମ୍ପରିକ ଉତ୍ସ ।
(Commercial sources of Energy and Non-commercial sources of Energy)
Answer:
ଶକ୍ତିର ଅଣବ୍ୟବସାୟିକ ଉତ୍ସ
୧. ଶକ୍ତିର ଯେଉଁ ଉତ୍ସ କିଣାବିକା ଏବଂ ହସ୍ତାନ୍ତର ଯୋଗ୍ୟ ନୁହେଁ, ତାହାକୁ ଶକ୍ତିର ଅଣ-ବ୍ୟବସାୟିକ ଉତ୍ସ କୁହାଯାଏ ।
୨. ଜାଳେଣି କାଠ, କୃଷି ଜାତ ବର୍ଜ୍ୟବସ୍ତୁ ଓ ଶୁଖିଲା ଗୋବର ଆଦିକୁ ଶକ୍ତିର ଅଣ-ବ୍ୟବସାୟିକ ଉତ୍ସ କୁହାଯାଏ ।
ବ୍ୟବସାୟିକ ଉତ୍ସ :
୧. ଶକ୍ତିର ଯେଉଁ ଉତ୍ସଗୁଡ଼ିକ କ୍ରୟ-ବିକ୍ରୟ ଏବଂ ହସ୍ତାନ୍ତର ଯୋଗ୍ୟ, ତାହାକୁ ଶକ୍ତିର ବ୍ୟବସାୟିକ ଉତ୍ସ କୁହାଯାଏ ।
୨. କୋଇଲା, ପେଟ୍ରୋଲ ଓ ବିଜୁଳି ଶକ୍ତିକୁ ଶକ୍ତିର ବ୍ୟବସାୟିକ ଉତ୍ସ କୁହାଯାଏ ।
୫। ଅଣ-ନବୀକରଣ ଯୋଗ୍ୟ ବା ନିଃଶେଷଯୋଗ୍ୟ ସମ୍ବଳ ଓ ନବୀକରଣ ଯୋଗ୍ୟ ସମ୍ବଳ ।
(Renewal Resource and Non-Renewable Resources)
Answer:
ଅଣ-ନବୀକରଣ ଯୋଗ୍ୟ :
୧. ଶକ୍ତିର ଯେଉଁ ଉତ୍ସ ପୁନଃ ବ୍ୟବହାରକ୍ଷମ ନୁହେଁ ତାହାକୁ ଶକ୍ତିର ନିଃଶେଷ ଯୋଗ୍ୟ ଉତ୍ସ କୁହାଯାଏ ।
୨. କୋଇଲା, ପେଟ୍ରୋଲ ଇତ୍ୟାଦି ଶକ୍ତିର ନିଃଶେଷ ଯୋଗ୍ୟ ଉତ୍ସ !
ନବୀକରଣ ଯୋଗ୍ୟ ସମ୍ବଳ :
୧. ଶକ୍ତିର ଯେଉଁ ଉତ୍ସ ପୁନଃ ବ୍ୟବହାରକ୍ଷମ, ତାହାକୁ ନବୀକରଣ ଯୋଗ୍ୟ ଶକ୍ତିର ଉତ୍ସ କୁହାଯାଏ ।
୨. ବିଜୁଳି ଶକ୍ତି, ସୌରଶକ୍ତି ଓ ପବନ ଶକ୍ତି ଇତ୍ୟାଦି ନବୀକରଣ ଯୋଗ୍ୟ ଶକ୍ତିର ଉତ୍ସ ।
Question ୬।
ଆମଦାନି କଟକଣା ଓ ଆମଦାନି ପ୍ରତିସ୍ଥାପନା (Import Restrtiction and Import Substitution)
Answer:
ଆମଦାନି କଟକଣା :
୧. ଦେଶର ବୈଦେଶିକ ଦେଶ-ନେଣ ଅସନ୍ତୁଳନ ଦେଶର ମୋଟ ଆମଦାନି ବ୍ୟୟ ମୋଟ୍ ରପ୍ତାନି ଆୟଠାରୁ ଅଧିକ ହେଲେ ଦେଖାଦିଏ । ତେଣୁ ସରକାର ଆମଦାନି ଉପରେ କଟକଣା ବସାଇଥାନ୍ତି ।
୨. ଦେଶର ଆମଦାନି ପରିମାଣକୁ ହ୍ରାସ କରିବାପାଇଁ ଆମଦାନି ଶୁଳ୍କ ବୃଦ୍ଧି, ବୈଦେଶିକ ମୁଦ୍ରା ନିୟନ୍ତ୍ରଣ, ପରିମାଣାତ୍ମକ କଟକଣା ଲାଗୁ କରାଯାଏ ।
୩. ଏହାଦ୍ଵାରା ଦେଶର ଆମଦାନି ଦ୍ରବ୍ୟର ଯୋଗାଣ ହ୍ରାସପାଇ ଦର ବୃଦ୍ଧି ହୁଏ । କିନ୍ତୁ ଆମଦାନି କଟକଣାଦ୍ବାରା ଘରୋଇ ଚାହିଦା ହ୍ରାସ ପାଏ, ନିଯୁକ୍ତ ଓ ଆୟ ସୃଷ୍ଟି ହୁଏ ନାହିଁ ।
୪. ଆମଦାନୀ କଟକଣାରେ ବୈଦେଶିକ ମୁଦ୍ରାର ଦେଣା ନିୟନ୍ତ୍ରଣ ହୁଏ ।
ଆମଦାନି ପ୍ରତିସ୍ଥାପନ:
୧. ମାତ୍ର ଆମଦାନି ଦ୍ରବ୍ୟର ଚାହିଦାକୁ ଆଖରେ ରଖୁ ଆମଦାନି ପ୍ରତିସ୍ଥାପନା ଦ୍ରବ୍ୟ ଦେଶରେ ଉତ୍ପାଦନ କରିବାକୁ ପ୍ରୋତ୍ସାହନ ଦେବା ଅନ୍ୟ ଏକ ନୀତି ।
୨. ଏହାଦ୍ଵାରା ଦେଶରେ ଉତ୍ପାଦନ ବୃଦ୍ଧି ହୁଏ, ଆମଦାନି ଦେଣା ହ୍ରାସ ପାଏ, ନିଯୁକ୍ତ ଓ ଆୟ ବୃଦ୍ଧି ପାଏ ।
୩. ଏହାଦ୍ବାରା ଦେଶର ଆମଦାନି ଚାହିଦା ବୃଦ୍ଧି ହେବା ସହିତ ଦେଶର ରପ୍ତାନି (ଆମଦାନି ପ୍ରତିସ୍ଥାପନା ଦ୍ରବ୍ୟର) ବୃଦ୍ଧି ହୁଏ ।
୪. କିନ୍ତୁ ଆମଦାନୀ ପ୍ରତିସ୍ଥାପନାରେ ବୈଦେଶିକ ମୁଦ୍ରାର ନିୟନ୍ତ୍ରଣ ଏବଂ ବୃଦ୍ଧି (ରୋଜଗାର) ହୁଏ ।
Question ୭।
ଆମଦାନି ପ୍ରତିସ୍ଥାପନା ଓ ରପ୍ତାନି ପ୍ରୋତ୍ସାହନ(Import Substitution and Export promotion) ଉ. ଆମଦାନି ପ୍ରତିସ୍ଥାପନା :
୧. ଆମଦାନି ପ୍ରତିସ୍ଥାପନା ନୀତି ମାଧ୍ୟମରେ ଦେଶର ଶିଳ୍ପକୁ ବାହ୍ୟ ଶିଳ୍ପଗୁଡ଼ିକର ପ୍ରତିଯୋଗିତାରୁ ସୁରକ୍ଷା ଦିଆଯାଏ ।
୨. ଏହି ନୀତିରେ ବିଦେଶୀ ଦ୍ରବ୍ୟ ଓ ସେବା ଉପରେ କଟକଣା ରଖାଯାଇଥାଏ ।
୩. ଆମଦାନି ଶୁଳ୍କର ବୃଦ୍ଧି, ଆମଦାନି ପରିମାଣ ଉପରେ କଟକଣା, ବିଦେଶୀ ମୁଦ୍ରା ବିନିମୟରେ କଟକଣା ଇତ୍ୟାଦି ଏହି ନୀତିର ଅଂଶବିଶେଷ ।
୪. ଏହି ନୀତିକୁ ନୂତନ ବହିଃବାଣିଜ୍ୟ ନୀତିରେ ଗ୍ରହଣ କରାଯାଇନାହିଁ
୫. ଏହି ନୀତି ଦେଶର ଆର୍ଥିକ ସ୍ଵଚ୍ଛଳତାର ମାନଦଣ୍ଡ ନୁହେଁ ।
ରପ୍ତାନୀ ପ୍ରୋତ୍ସାହନ :
୧. ରପ୍ତାନି ପ୍ରୋତ୍ସାହନ ନୀତି ବିଦେଶରେ ଭାରତୀୟ ଦ୍ରବ୍ୟ ଓ ସେବାର ଚାହିଦା ବଢ଼ାଏ ।
୨. ଏହି ନୀତିରେ ଘରୋଇ ଦ୍ରବ୍ୟ ଓ ସେବାର ରପ୍ତାନିକୁ ଉତ୍ସାହିତ କରାଯାଏ ।
୩. ରପ୍ତାନି ଦ୍ରବ୍ୟ ପ୍ରସ୍ତୁତକାରୀ ସଂସ୍ଥାଗୁଡ଼ିକ ଶକ୍ତି ବୃଦ୍ଧି କରିବା, ସେହି ଶିଳ୍ପଗୁଡ଼ିକୁ କଞ୍ଚାମାଲ ଓ ଅର୍ଥ ସୁବିଧାରେ ଯୋଗାଇବା, ମୁଦ୍ରାର ଅବମୂଲ୍ୟାୟନ ଇତ୍ୟାଦି ରପ୍ତାନି ଉନ୍ନତିର କେତେକ ନୀତି ଅଟେ ।
୪. ରପ୍ତାନି ପ୍ରୋତ୍ସାହନ ନୀତିକୁ ଏଥରେ ଗ୍ରହଣ କରାଯାଇଛି ।
୫. ଏହି ନୀତି ଦେଶରେ ଆର୍ଥିକ ସ୍ଵଚ୍ଛଳତାର ମାନଦଣ୍ଡ ।
V. ଦୀର୍ଘଧର୍ମୀ ପ୍ରଶ୍ନୋତ୍ତର [[Long Answer Type Questions.]
Question ୧।
ଭାରତୀୟ ଅର୍ଥନୀତିରେ କୃଷି କ୍ଷେତ୍ରରେ ଗୁରୁତ୍ଵ ଆଲୋଚନା କର ।
(Explain the Importance in Agriculture in the Indian Economy)
Answer:
ଭାରତ ଏକ କୃଷି ପ୍ରଧାନ ଦେଶ । କୃଷି ବିନା ଭାରତର ସାମାଜିକ ଓ ଅର୍ଥନୈତିକ ଜୀବନ ଚିନ୍ତା କରାଯାଇନପାରେ ଏହା ଏତେ ଗୁରୁତ୍ଵପୂର୍ଣ୍ଣ ଯେ ଭାରତୀୟ ଯୋଜନାର ସୂର୍ଯ୍ୟୋଦୟ କୃଷି ସହିତ ହୋଇଥାଏ । ସମସ୍ତ ପଞ୍ଚବାର୍ଷିକ ଯୋଜନାରେ କୃଷି ବିକାଶ ଉପରେ ଗୁରୁତ୍ବ ଆରୋପ କରାଯାଇଛି । ଭାରତୀୟ ଅର୍ଥନୀତିରେ କୃଷିର ଗୁରୁତ୍ଵ ନିମ୍ନରେ ଆଲୋଚନା କରାଯାଇଛି ।
(କ) ଜାତୀୟ ଆୟକୁ ଅବଦାନ (Contribution to National Income):
ଭାରତର ଜାତୀୟ ଆୟକୁ କୃଷି କ୍ଷେତ୍ରର ଅବଦାନ ଉଲ୍ଲେଖନୀୟ । ୧୯୬୦ ମସିହା ବେଳକୁ ଜାତୀୟ ଆୟରେ କୃଷିର ଅଂଶ ଥୁଲା ୫୦ ପ୍ରତିଶତ । ଏହା ୨୦୦୧-୦୨ ମସିହାରେ ୨୫ ପ୍ରତିଶତକୁ ହ୍ରାସ ପାଇଛି । ଆମେରିକା ଓ ଇଂଲଣ୍ଡ ଭଳି ଦେଶରେ କୃଷିର ଜାତୀୟ ଆୟକୁ ଅବଦାନ ୨ ପ୍ରତିଶତରୁ ୫ ପ୍ରତିଶତ ମଧ୍ୟରେ କରୁଥିବାବେଳେ ଆମ ଦେଶରେ କୃଷି କ୍ଷେତ୍ର ଉପରେ ନିର୍ଭରଶୀଳତା ସର୍ବ (୪୯ ପ୍ରତିଶତ) ହୋଇଥିଲେ ମଧ୍ୟ ଏଥୁରୁ ଭାରତର ଅର୍ଥନୀତିରେ କୃଷିର ପ୍ରାଧାନ୍ୟ ସୁସ୍ପଷ୍ଟ, ମୋଟ ଘରୋଇ ଉତ୍ପାଦକୁ କୃଷି କ୍ଷେତ୍ରର ଅବଦାନ ହ୍ରାସ ପାଇ ୧୭.୪ ପ୍ରତିଶତ ( ୨୦୧୩)ରେ ପହଞ୍ଚିଛି ।
(ଖ) ରୋଜଗାର ମୁଖ୍ୟ ଉତ୍ସ (Main Source of Earning):
କୃଷି ଅଧିକାଂଶ ଭାରତୀୟ ଲୋକମାନମାନଙ୍କର ରୋଜଗାରର ମୁଖ୍ୟ-ଉତ୍ସ । ୧୯୯୧ ମସିହାରେ ମୋଟ ଶ୍ରମଶକ୍ତିର ପ୍ରାୟ ୬୮ ପ୍ରତିଶତ ଶ୍ରମଶକ୍ତି କୃଷି କ୍ଷେତ୍ରରେ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ଏହା ଗ୍ରାମାଞ୍ଚଳରେ ଲୋକମାନଙ୍କର ନିୟୋଜନର ଏକମାତ୍ର ଉତ୍ସ । ଏହା ସର୍ବାଧିକ ଅଣକୁଶଳୀ ଶ୍ରମିକଙ୍କୁ ନିଯୁକ୍ତି ଯୋଗାଇ ଦେବାରେ ସକ୍ଷମ ହୋଇଛି । କୃଷି କ୍ଷେତ୍ରରେ ଅଧିକ ନିଯୁକ୍ତି ଅଣ-କୃଷି କ୍ଷେତ୍ରର ନିଯୁକ୍ତି ବୃଦ୍ଧି କରିଛି ।
(ଗ) ଔଦ୍ୟୋଗିକ ବିକାଶ ପାଇଁ ପ୍ରେରଣା (Source of Inspiration for Industrial Devlopment):
କୃଷି ଓ ଶିଳ୍ପ ପରସ୍ପର ନିର୍ଭରଶୀଳ । ଏହା ଦୁଇଟି କ୍ଷେତ୍ର ଗୋଟିଏ, ମୁଦ୍ରାର ଦୁଇଟି ପାର୍ଶ୍ବ ସାଦୃଶ୍ୟ । ଭାରତୀୟ ବିକାଶ ଧାରାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ କୃଷିର ବିକାଶ ଶିଳ୍ପ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଛି । ଏହା କୃଷି- ଭିତ୍ତିକ ଶିଳ୍ପକୁ କଞ୍ଚାମାଲ୍ ଯୋଗାଇଥାଏ । ଏହା ଶିଳ୍ପଜାତ ଦ୍ରବ୍ୟ; ଯଥା- ଟ୍ରାକ୍ଟର, ପମ୍ପସେଟ୍ ବିଭିନ୍ନ କୃଷି ଉପକରଣ ଇତ୍ୟାଦିର ଚାହିଦା ବୃଦ୍ଧି କରିଛି । ଏହା ଦେଶର ଶିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଛି ।
(ଘ) ବୈଦେଶିକ ବାଣିଜ୍ୟ (Foreign Trade):
ଭାରତର ବୈଦେଶିକ ବାଣିଜ୍ୟ କ୍ଷେତ୍ରରେ କୃଷିକ୍ଷେତ୍ରର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଆମ ଦେଶର ରପ୍ତାନି ପେଡ଼ିରେ କୃଷିଜାତ ଦ୍ରବ୍ୟ ଅଂଶ କୃଷିର ପ୍ରାଧାନ୍ୟ ବୃଦ୍ଧି କରିଛି । ଭାରତୀୟ ରପ୍ତାନୀ ଆୟ ପ୍ରାୟ ୨୦ରୁ ୨୫ ପ୍ରତିଶତ କୃଷିକ୍ଷେତ୍ରରୁ ଆସିଥାଏ । ଚା, କଫି, ମସଲା, ଚିନି, ଧୂଆଁପତ୍ର ଇତ୍ୟାଦି ଭାରତରେ ମୁଖ୍ୟ ରପ୍ତାନି ଦ୍ରବ୍ୟ । ଦେଶର ଆର୍ଥିକ ବିକାଶ କାର୍ଯ୍ୟକ୍ରମରେ କୃଷି କ୍ଷେତ୍ରର ରପ୍ତାନି ଆୟ ସମ୍ବଳର ମୁଖ୍ୟ ଉତ୍ସ ଭାବରେ କାର୍ଯ୍ୟ କରୁଛି ।
(ଙ) ପୁଞ୍ଜି ଗଠନ (Capital formation):
ରାଷ୍ଟ୍ରର ବିକାଶ ତାହାର ପୁଞ୍ଜି ଗଠନ ଉପରେ ନିର୍ଭର କରିଥାଏ । ପୁଞ୍ଜି ଗଠନ ସଞ୍ଚୟ ଉପରେ ନିର୍ଭର କରିଥାଏ । ଆମ ଦେଶର ଲୋକମାନଙ୍କର ରୋଜଗାରର ମୁଖ୍ୟ ଉତ୍ସ କୃଷି କ୍ଷେତ୍ର । ତେଣୁ କୃଷିକ୍ଷେତ୍ରର ବିକାଶକୁ ଲୋକମାନଙ୍କର ଆର୍ଥିକ ପରିସ୍ଥିତି ଉନ୍ନତି ହେବା ସଙ୍ଗେ ସଙ୍ଗେ ଦେଶରେ ସଞ୍ଚୟ ବୃଦ୍ଧି ହୋଇଥାଏ । ପୁଞ୍ଜି ଗଠନ ହାରରେ ବୃଦ୍ଧି ଦେଶର ଆର୍ଥିକ ବିକାଶ ସାଧନ କରିଥାଏ ।
(ଚ) ବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ପଶୁ ସମ୍ପଦଙ୍କ ପାଇଁ ଖାଦ୍ୟ (Food for growing population and fodder):
ଭାରତ ପୃଥିବୀର ଦ୍ଵିତୀୟ ଜନବହୁଳ ରାଷ୍ଟ୍ର । ଏଠାରେ ଜନସଂଖ୍ୟାର ବାର୍ଷିକ ଅଭିବୃଦ୍ଧି ହାର ୧.୬୪% । ଏହି ବର୍ଦ୍ଧିଷ୍ଣୁ ଜନସାଧାରଣଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବାପାଇଁ ଦ୍ରୁତ କୃଷି ବିକାଶ ଆବଶ୍ୟକତା ରହିଛି । ଭାରତ ଏ କ୍ଷେତ୍ରରେ ଆମ୍ ନିର୍ଭରଶୀଳ ହୋଇ ଏକ ବିରାଟ ସଫଳତା ହାସଲ କରିଛି । କୃଣି ମଧ୍ୟ ଭାରତର ପଶୁସମ୍ପଦକୁ
ଖାଦ୍ୟ ଯୋଗାଇଥାଏ ।
(ଛ) ସରକାରୀ ରାଜସ୍ୱକୁ ଅବଦାନ (Contribution to the revenues of the Government)
ସରକାରଙ୍କର ରାଜସ୍ଵକୁ କୃଷିକ୍ଷେତ୍ରର ଅବଦାନ ଗୁରୁତ୍ଵପୂର୍ଣ୍ଣ ଅଟେ । କୃଷିକ୍ଷେତ୍ରରୁ ଖଜଣା, ଲିଜ୍ ଇତ୍ୟାଦି ଆକାରରେ ସରକାର ରାଜସ୍ୱ ସଂଗ୍ରହ କରିଥାନ୍ତି । କୃଷିକ୍ଷେତ୍ରରୁ ଆୟ ଉପରେ ଟିକସ ବସାଇ ଏବଂ କୃଷିଜାତ ଦ୍ରବ୍ୟରେ ଟିକସ ବସାଇ ସରକାର ରାଜସ୍ୱ ସଂଗ୍ରହ କରିଥାନ୍ତି । ତେଣୁ କୃଷି ଆମ ସରକାରଙ୍କ ରାଜସ୍ଵର ଏକ ଗୁରୁତ୍ଵପୂର୍ଣ୍ଣ ଉତ୍ସ ଅଟେ ।
(ଜ) ଆଭ୍ୟନ୍ତରୀଣ ବ୍ୟବସାୟ ଓ ପରିବହନ (Internal trade and Transportation):
ଆଭ୍ୟନ୍ତରୀଣ ବ୍ୟବସାୟ ବୃଦ୍ଧି କ୍ଷେତ୍ରରେ ଭାରତୀୟ କୃଷିର ଭୂମିକା ଅତୁଳନୀୟ । କୃଷିଜାତ ଦ୍ରବ୍ୟର କ୍ରୟ-ବିକ୍ରୟ ବ୍ୟବସାୟ ବୃଦ୍ଧିରେ ସାହାଯ୍ୟ କରେ ଏବଂ ଅର୍ଥବ୍ୟବସ୍ଥାକୁ କ୍ରିୟାଶୀଳ କରାଏ । ଏହା ଅନେକ ଲୋକଙ୍କୁ ରୋଜଗାର ଯୋଗାଇବାରେ ସହାୟକ ହୋଇଥାଏ । କୃଷିଜାତ ଦ୍ରବ୍ୟର ବ୍ୟବସାୟ ବୃଦ୍ଧି ଦେଶର ପରିବହନ ବ୍ୟବସ୍ଥାର ସମ୍ପ୍ରସାରଣ ଘଟାଏ । ଏହା ରାଷ୍ଟ୍ରର ସମସ୍ତ ବ୍ୟବସାୟ ବାଣିଜ୍ୟ ବୃଦ୍ଧି ଘଟାଇ ଦେଶର ଅର୍ଥନୈତିକ ବିକାଶ ସାଧନ କରିଥାଏ । ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହୁଏ ଯେ ଭାରତୀୟ ଅର୍ଥବ୍ୟବସ୍ଥାରେ କୃଷିର ଭୂମିକା ଅତୁଳନୀୟ । ଏହା ଦେଶର ଆର୍ଥିକ ବିକାଶର ମୂଖ୍ୟ ଉତ୍ସ ।
Question ୨।
ସବୁଜ ବିପ୍ଳବ (reen Revolution) କ’ଣ ? ସବୁଜ ବିପ୍ଳବ ସପକ୍ଷରେ ଏବଂ ବିପକ୍ଷରେ ଯୁକ୍ତମାନ ଦର୍ଶାଅ । (What is Green Revolution? Give argumens far and against Green Revolution.)
Answer:
ତୃତୀୟ ପଞ୍ଚବାର୍ଷିକ ଯୋଜନା କାଳରେ ଭାରତୀୟ କୃଷିକ୍ଷେତ୍ରରେ ଏକ ନୂତନ ଯୁଗର ସୂତ୍ରପାତ ହେଲା । ୧୯୬୦ ଦଶନ୍ଧିର ମଧ୍ୟଭାଗରେ ଆମ ଦେଶର କୃଷି କ୍ଷେତ୍ରରେ ଉତ୍ପାଦନ ଓ ଉତ୍ପାଦନ ଶକ୍ତି ବୃଦ୍ଧି କରିବା ଲକ୍ଷ୍ୟରେ ଭାରତ ସରକାର ଇଂଲଣ୍ଡର ଫୋର୍ଡ଼ ଫାଉଣ୍ଡେସନ୍ର ମତାମତକୁ ଗ୍ରହଣ କରି କୃଷିକ୍ଷେତ୍ରରେ ନୂତନ ପଦ୍ଧତିର କାର୍ଯ୍ୟକାରୀ କରିଥିଲେ । ଏହି ନୂତନ କୃଷିକୌଶଳ (New Agriculture Strategy) କୁ ସବୁଜ ବିପ୍ଳବ (Green Revolution) କୁହାଯାଏ ଡଃ. ଏମ୍. ଏସ. ସ୍ଵାମୀନାଥନ୍ ଏହି ସବୁଜ ବିପ୍ଳବ କାର୍ଯ୍ୟକ୍ରମର କର୍ଣ୍ଣଧାର ଥିଲେ ।
ସବୁଜ ବିପ୍ଳବ କାର୍ଯ୍ୟକ୍ରମ ବା ଜଳ, ବିହନ ଓ ସାର କାର୍ଯ୍ୟକ୍ରମ ପ୍ରାଥମିକ ସ୍ତରରେ ସଘନ କୃଷି ଜିଲ୍ଲା ଉନ୍ନୟନ କାର୍ଯ୍ୟକ୍ରମ ଭାବରେ ଦେଶରେ ୭ଟି ରାଜ୍ୟର ୭ଟି ବଛା ବଛା ଜିଲ୍ଲାରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରିଥିଲେ । ପରବର୍ତ୍ତୀ ସମୟରେ ଦେଶର ଅନ୍ୟ ସମସ୍ତ ଅଞ୍ଚଳ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରାଯାଇଥିଲା । ସବୁଜ ବିପ୍ଳବ କାର୍ଯ୍ୟକ୍ରମକୁ ଆମ ଦେଶରେ ଖରିଫ ଋତୁରେ ଏକ ପ୍ୟାକେଜ୍ କାର୍ଯ୍ୟକ୍ରମ ଭାବରେ କାର୍ଯ୍ୟକାରୀ କରାଯାଇଥିଲା । ଏହି ନୂତନ କୌଶଳକୁ ୫ଟି ଖାଦ୍ୟଶସ୍ୟ ଯଥା – ଧାନ, ଗହମ, ମକା, ବାଦାମ ଓ ଯଅ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇଥିଲା । ଏହି ନୂତନ କୃଷି କୌଶଳର ବିଭିନ୍ନ ଉପାଦାନଗୁଡ଼ିକ ହେଲା –
(କ) ଉନ୍ନତ ଅମଳକ୍ଷମ ବିହନର ପ୍ରୟୋଗ;
(ଖ) ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର;
(ଗ) ଜନସେଚନ ସୁବିଧା;
(ଘ) ରାସାୟନିକ ସାରର ପ୍ରୟୋଗ; ଏବଂ
(ଙ) କୀଟନାଶକ ଔଷଧର ପ୍ରୟୋଗ ।
ସବୁଜ ବିପ୍ଳବ କାର୍ଯ୍ୟକ୍ରମର ପ୍ରଭାବ :
ଭାରତୀୟ ଅର୍ଥ୍ୟବସ୍ଥାରେ ସବୁଜ ବିପ୍ଳବର ପ୍ରଭାବ ସୁଦୂରପ୍ରସାରୀ । ଏହି କାର୍ଯ୍ୟକ୍ରମର ଉଭୟ ସୁ-ପ୍ରଭାବ ଓ କୁ- ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ଅନୁଭୁତ ହୋଇଛି ।
(କ) ସବୁଜ ବିପ୍ଳବର ଧନାତ୍ମକ ପ୍ରଭାବ ବା ସପକ୍ଷରେ ଯୁକ୍ତି :
ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ସବୁଜ ବିପ୍ଳବ କାର୍ଯ୍ୟକ୍ରମର ଧନାତ୍ମକ ପ୍ରଭାବ ଉଲ୍ଲେଖନୀୟ ଅଟେ । ସେଗୁଡ଼ିକୁ ନିମ୍ନମତେ ଉପସ୍ଥାପନ କରାଯାଇଛି।
(୧) ଖାଦ୍ୟଶସ୍ୟ ଉତ୍ପାଦନରେ ଅଭିବୃଦ୍ଧି :
ଆଧୁନିକ କୃଷିକୌଶଳର ପ୍ରୟୋଗ କୃଷି ଉତ୍ପାଦନକୁ ବହୁଗୁଣିତ କରିଛି । ସ୍ଵତନ୍ତ୍ର ଖାସଶସ୍ୟ ଉତ୍ପାଦନ କାର୍ଯ୍ୟକ୍ରମର ପ୍ରଣୟନର ଫଳରେ ଧାନ, ଗହମ, ମକା ଓ ଆଳୁର ଉତ୍ପାଦନ ଉଲ୍ଲେଖନୀୟଭାବେ ବୃଦ୍ଧି ପାଇଛି । ଏହି କାର୍ଯ୍ୟକ୍ରମର କାର୍ଯ୍ୟକାରୀ ହେଉଥିବା ଅଞ୍ଚଳର କୃଷକମାନଙ୍କର ଆୟସ୍ତର ଓ ବଞ୍ଚିବାର ମାନରେ ଉନ୍ନତି ସାଧନ ହୋଇପାରିଛି ।
(୨) ନିଯୁକ୍ତି ସୁଯୋଗ ସୃଷ୍ଟି :
ସବୁଳ୍ମ ବିପ୍ଳବ କାର୍ଯ୍ୟକ୍ରମ ଉଭୟ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି । ଭାରତରେ କୃଷି ଏକ ବ୍ୟବସାୟ । କୃଷି କାର୍ଯ୍ୟର ଅଗ୍ରଗତି ସହିତ କୃଷି ଶ୍ରମିକମାନଙ୍କର ଚାହିଦା ବୃଦ୍ଧି ପାଇଛି । ଫଳରେ କୃଷି ଓ ତାହାର ସହଯୋଗୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।
(୩) ଅଗ୍ର ଓ ପଶ୍ଚାଦ୍ ଅନୁବନ୍ଧନ :
ଦ୍ରୁତ ଅଗ୍ର ଓ ପଶ୍ଚାତ୍ ଅନୁବନ୍ଧନ ଦ୍ରୁତ ଅର୍ଥନୈତିକ ବିକାଶରେ ସହାୟକ ହୋଇଥାଏ | କୃଷି ଓ ଶିଳ୍ପ ମଧ୍ୟରେ ସର୍ବଦା ଅନୁବନ୍ଧନ ଥିଲେ ମଧ୍ୟ ସବୁଜ ବିପ୍ଳବ ଏହି ଅନୁବନ୍ଧନକୁ ଅଧିକ ଶକ୍ତିଶାଳୀ କରିଛି । କୃଷିଭିତ୍ତିକ ଶିଳ୍ପକୁ ଅଧିକ କଞ୍ଚାମାଲ୍ ଯୋଗାଇ କୃଷି ଅଗ୍ର ଅନୁବନ୍ଧନ ସୃଷ୍ଟି କରିପାରିଥିବାବେଳେ ଶିଳ୍ପ ଉତ୍ପାଦିତ ରାସାୟନିକ ସାର, ପୋକମରା ଔଷଧ, ବିଭିନ୍ନ କୃଷି ଉପକରଣ ଇତ୍ୟାଦି ବ୍ୟବହାର କରି ଶକ୍ତିଶାଳୀ ପଶ୍ଚାତ୍ ଅନୁବନ୍ଧନରେ ସୃଷ୍ଟି କରିପାରିଛି ।
(୪) ଚିନ୍ତାଧାରାରେ ପରିବର୍ତ୍ତନ :
ସବୁଜ ବିପ୍ଳବ କାର୍ଯ୍ୟକ୍ରମ ଭାରତୀୟ ଚାଷୀର ଚିନ୍ତାଧାରାରେ ପରିବର୍ତ୍ତନ ଆଣିଛି । ସେମାନଙ୍କର ସଚେତନତାର ବିକାଶ ଘଟାଇ ପରିବର୍ତ୍ତନ ସପକ୍ଷରେ ସାଧାରଣ ମନୋଭାବ ସୃଷ୍ଟି କରିବାରେ ସକ୍ଷମ ହୋଇଛି । ବର୍ତ୍ତମାନ ସାଧାରଣ ଜନମାନସରେ କୃଷି ବଞ୍ଚିବାର ଏକ ପନ୍ଥା ନୁହେଁ, ବରଂ ଏହା ଏକ ବ୍ୟବସାୟ ।
(୫) କୃଷକମାନଙ୍କର ବଞ୍ଚିବାର ମାନରେ ଉନ୍ନତିସାଧନ :
ସବୁଜ ବିପ୍ଳବ କାର୍ଯ୍ୟକ୍ରମ ଭାରତୀୟ କୃଷକମାନଙ୍କର ବଞ୍ଚିବାର ମାନରେ ଉନ୍ନତିସାଧନ କରିପାରିଛି । ଯେଉଁ ଅଞ୍ଚଳରେ ସବୁଜ ବିପ୍ଳବ କାର୍ଯ୍ୟକାରୀ ହୋଇଛି ସେହି ଅଞ୍ଚଳରେ ଏହି ନୂତନ କାର୍ଯ୍ୟକ୍ରମ ବିଶେଷ ଫଳପ୍ରଦ ସାବ୍ୟସ୍ତ ହୋଇଛି ।
(ଖ) ସବୁଜ ବିପ୍ଳବର ବିପକ୍ଷରେ ଯୁକ୍ତି (Arguments against Green Revolution):
ସବୁଜ ବିପ୍ଳବ କୃଷିକ୍ଷେତ୍ରରେ କେବଳ ଯେ ଅନୁକୂଳ ପ୍ରଭାବ ପକାଇଛି ତାହା ନୁହେଁ, ଏହାର ମଧ୍ୟ କେତେକ ପ୍ରତିକୂଳ ପ୍ରଭାବ ରହିଛି । ସେଗୁଡ଼ିକୁ ନିମ୍ନରେ ଆଲୋଚନା କରାଯାଇଛି ।
(୧) ବ୍ୟକ୍ତିଭିତ୍ତିକ ବୈଷମ୍ୟତା (Individual inequality):
ନୂତନ କୃଷିକୌଶଳର ଉପଯୋଗ ବ୍ୟୟସାପେକ୍ଷ । ଏହା ସମସ୍ତ କୃଷକମାନଙ୍କ ପାଇଁ ସମ୍ଭବ ନୁହେଁ । ତେଣୁ ସବୁଜ ବିପ୍ଳବର ସଫଳତା କେବଳ ଧନୀ ଓ ବୃହତ୍ କୃଷକଙ୍କ ମଧ୍ୟରେ ସୀମିତ । ଏହି କୌଶଳ ପ୍ରୟୋଗା କରି କ୍ଷୁଦ୍ର ଚାଷୀମାନଙ୍କୁ ସେମାନଙ୍କର ଆୟ ସ୍ତରରେ ବୃଦ୍ଧି କରିବା ସମ୍ଭବପର ନୁହେଁ । ତେଣୁ ଧନୀ ଚାଷୀ ଅଧିକ ଲାଭବାନ ହେବା ସହିତ ଗରିବ ଚାଷୀମାନେ କମ୍ ଲାଭବାନ ହୋଇଥାନ୍ତି । ତେଣୁ ଏହି କାର୍ଯ୍ୟକ୍ରମ ବ୍ୟକ୍ତିଭିତ୍ତିକ ବୈଷମ୍ୟତା ବୃଦ୍ଧି କରାଏ ।
(୨) ପୁଞ୍ଜିବାଦୀ କୃଷିର ଅଭ୍ୟୁଦୟ :
ନୂତନ କୌଶଳ ଅବଲମ୍ବନ ଭାରତରେ ପୁଞ୍ଜିବାଦୀ କୃଷିକୁ ଜନ୍ମ ଦେଇଥାଏ । କୃଷିର ଲାଭଦାୟକାରୀ କ୍ଷମତା ଏହାକୁ ଶିଛର ମାନ୍ୟତା ପ୍ରଦାନ କରିଥାଏ । ଅଧୂକ ନିବେଶ କ୍ଷମତା ଥିବା ବଡ଼ ଚାଷୀମାନେ ପ୍ରଚୁର ଲାଭ କରିଥାନ୍ତି ।
(୩) ଶ୍ରମ ସ୍ଥାନଚ୍ୟୁତି :
ନୂତନ କୃଷିକୌଶଳର ଅବଲମ୍ବନ ଶ୍ରମ ସ୍ଥାନଚ୍ୟୁତ ସମସ୍ୟା ସୃଷ୍ଟି କରିଛି । ବିଭିନ୍ନ ଯନ୍ତ୍ରପାତି କୃଷି ଉପକରଣ ଇତ୍ୟାଦିର ବ୍ୟବହାର ଫଳରେ କୃଷି ଉତ୍ପାଦିତାରେ ପରିବର୍ତ୍ତନ ଆସିଥାଏ । କିନ୍ତୁ ଏହି ପରିବର୍ତ୍ତନ ଶ୍ରମ ନିଯୁକ୍ତି ହ୍ରାସ କରିଥାଏ ଏହି କାର୍ଯ୍ୟକ୍ରମର । ବିଶେଷ ପ୍ରଭାବ କେବଳ ଗହମ ଉତ୍ପାଦନରେ ପଡ଼ିଛି ।
(୪) ଆୟ ବୈଷମ୍ୟ :
ସବୁଜ ବିପ୍ଳବର ଗ୍ରାମାଞ୍ଚଳରେ ଆୟ ବୈଷମ୍ୟ ବୃଦ୍ଧି କରିଛି । ବଡ଼ଚାଷୀ ଅଧିକ ରୋଜଗାର କରୁଥିବାବେଳେ କ୍ଷୁଦ୍ରଚାଷୀର ଆୟ ବୃଦ୍ଧି ପାଇଁ ସମସ୍ତ ସୁଯୋଗ ସୃଷ୍ଟି କରିଛି; କିନ୍ତୁ କ୍ଷୁଦ୍ର ଚାଷୀମାନେ ସମସ୍ତ ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କର ଉତ୍ପାଦିତାରେ ପ୍ରାୟ କୌଶସି ପରିବର୍ତ୍ତନ ହୋଇନଥାଏ । ଏହା ଉତ୍କଟ ଆୟ ବୈଷମ୍ୟର ସୂତ୍ରପାତ କରି ଗ୍ରାମାଞ୍ଚଳରେ ସାମାଜିକ ଅସ୍ଥିରତା ସୃଷ୍ଟି କରିଥାଏ ।
(୫) ଦୁଃଖଦ ସାମାଜିକ ପ୍ରଭାବ :
ଅନେକ ସମୟରେ ନୂତନ କୃଷି ପଦ୍ଧତିର ପ୍ରୟୋଗ ସାମାଜିକ ସ୍ତରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରୁଛି । ଅଧିକାଂଶ କୃଷି କୀଟନାଶକ ଔଷଧ ପ୍ରୟୋଗ ସମ୍ବନ୍ଧରେ ଜ୍ଞାନ ନ ଥିବାରୁ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଥାଏ । ଏହା ଶ୍ରମିକମାନଙ୍କର ସ୍ଵାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ । ଧନୀ ଗରିବ ଭେଦଭାଦ ବୃଦ୍ଧି ହେବା ଫଳରେ ସାମାଜିକ ଅସ୍ଥିରତା ବୃଦ୍ଧି ପାଏ । କ୍ଷୁଦ୍ର ଓ ଗରିବ ନିର୍ଯାତନାର ଶିକାର ହୋଇଥାନ୍ତି ।
ଏହା ନିଃସନ୍ଦେହ ଯେ ସବୁଜ ବିପ୍ଳବ କାର୍ଯ୍ୟକ୍ରମ ଭାରତକୁ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିପାରିଛି । ରାଷ୍ଟ୍ରରେ ସର୍ବାଙ୍ଗୀନ ବିକାଶ ଏବଂ ସମଗ୍ର ବିଶ୍ବରେ ଏହାର ସ୍ଵତନ୍ତ୍ର ପରିଚୟ ସବୁଜ ବିପ୍ଳବର ଏକ ଅବଦାନ । କିନ୍ତୁ ଅନେକ ସଫଳତା ସତ୍ତ୍ବେ କେତେକ ବିଫଳତା ଏହାର ପ୍ରଭାବ କେତେକାଂଶରେ ହ୍ରାସ କରୁଛି । ଭାରତ ସ୍ଵତନ୍ତ୍ର ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଫଳତାକୁ ପ୍ରତିହତ କରିବା ଉଚିତ୍ ।
୩। ଭାରତୀୟ କୃଷି ସ୍ବଚ୍ଛ ଉତ୍ପାଦନଶୀଳତା କାରଣଗୁଡ଼ିକ ଆଲୋଚନା କର।
(Explain the causes of Low Productivity of agriculture in India)
Answer:
କୃଷି ଭାରତୀୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ସଦୃଶ । ଭାରତରେ ମୋଟ ଶ୍ରମଶକ୍ତିର ଅଧିକାଂଶ ଶ୍ରମଶକ୍ତି ଜୀବିକାନିର୍ବାହ ପାଇଁ କୃଷିକ୍ଷେତ୍ର ଉପରେ ନିର୍ଭରଶୀଳ । ଆମ ଦେଶର ଭାରତୀୟ ଆୟକୁ କୃଷିକ୍ଷେତ୍ରର ଅବଦାନ ସର୍ବାଧିକ । ଏହା ସତ୍ତ୍ଵେ ଭାରତୀୟ ଏକ ଅନୁନ୍ନତ କ୍ଷେତ୍ରଭାବରେ ପରିଗଣିତ ହୋଇଛି । ଆମ ଦେଶର କୃଷି ଏବଂ କୃଷକମାନଙ୍କର ଉତ୍ପାଦନଶୀଳତା ଅନ୍ୟତମ ତୁଳନାରେ ପ୍ରାୟତଃ କମ୍ । ଭାରତୀୟ ପଞ୍ଚବାର୍ଷିକ ଯୋଜନାରେ କୃଷିକ୍ଷେତ୍ରରେ ଉତ୍ପାଦନଶୀଳତା ବୃଦ୍ଧି କରିବା ଲକ୍ଷ୍ୟରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ କୃଷି ଉତ୍ପାଦନଶୀଳତା ବୃଦ୍ଧି କ୍ଷେତ୍ରରେ ଏହାର ପ୍ରଭାବ ନିରୁତ୍ସାହଜନକ ଅଟେ । ଭାରତୀୟ କୃଷି କ୍ଷେତ୍ରରେ ସ୍ଵଳ୍ପ ଉତ୍ପାଦକ କ୍ଷମତାରେ ଅନେକଗୁଡ଼ିଏ କାରଣ ରହିଛି । ସେଗୁଡ଼ିକ ୩ଟି ଶ୍ରେଣୀର ବିଭକ୍ତିକରଣ କରାଯାଇଛି । ଯଥା –
(୧) ସାଧାରଣ କାରଣ (General causes): ଭାରତୀୟ କୃଷି ସ୍ଵଚ୍ଛ ଉତ୍ପାଦନ କ୍ଷମତାର କେତେକ ସାଧାରଣ କାରଣ ରହିଛି । ସେଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ।
(କ) ଜନସଂଖ୍ୟାର ଚାପ (Pressure of Population): ସ୍ଵାଧୀନତା ପ୍ରାପ୍ତିପରେ ଜନ ବିସ୍ଫୋରଣ ଭାରତ ପାଇଁ ଏକ ମୁଣ୍ଡବ୍ୟଥାର କାରଣ ହୋଇଛି । ଦୃତ ଜନସଂଖ୍ୟା ବୃଦ୍ଧି କୃଷିକ୍ଷେତ୍ର ଉପରେ ଅତ୍ୟତ୍ଵିକ ଚାପ ସୃଷ୍ଟି ହୋଇଛି । ଏହା ଚାଷୋପଯୋଗୀ ଜମିର ବିଭାଜନ ଓ ବିଖଣ୍ଡନରେ କାରଣ । ତେଣୁ ଏହି ଛୋଟ ଛୋଟ ଚାଷ ଜମିରେ ଆଧୁନିକ ଉପାୟର କୃଷି କାର୍ଯ୍ୟ କରିବା ସମ୍ଭବପର ନୁହେଁ । ତେଣୁ କୃଷିର ଉତ୍ପାଦନ କ୍ଷମତା ସ୍ଵଳ୍ପ ହେବାରେ ଲାଗିଛି ।
(ଖ) ନିରୁତ୍ସାହଜନକ ଗ୍ରାମୀଣ ବାତାବରଣ (Unfavourable rural scenario):
ଭାରତୀୟ କୃଷିକ୍ଷେତ୍ର ଗରିବ ନିରକ୍ଷର କୃଷକମାନଙ୍କ ଦ୍ବାରା ପରିଚାଳିତ । ଅନ୍ଧବିଶ୍ଵାସ ଓ ଭାଗ୍ୟବାଦୀ ଭାରତୀୟ ,କୃଷକ ପୁରୁଣା ବା କୃଷି ପଦ୍ଧତିରେ ଚାଷ କରିଥାନ୍ତି । ସେମାନେ ଆଧୁନିକ କୃଷି ପଦ୍ଧତିର ସଠିକ୍ ବ୍ୟବହାର ବିଷୟରେ ଅଜ୍ଞ । ତେଣୁ ଏହାର ପ୍ରଭାବ କୃଷି ଉତ୍ପାଦନ ଉପରେ ପଡ଼ିଥାଏ ।
କୃଷି ଉତ୍ପାଦନଶୀଳତା ହ୍ରାସ ପାଇଥାଏ ।
(ଗ) ପ୍ରକୃତିର ପ୍ରାଧାନ୍ୟ (Importance of nature) :
ଆମଦେଶରେ ମୋଟ ଚାଷୋପଯୋଗୀ ଜମିର ୩୦ ପ୍ରତିଶତ ଜମିରେ ଜଳସେଚନର ସୁବିଧା ପହଞ୍ଚିପାରିନାହିଁ । ତେଣୁ ଚାଷ କାର୍ଯ୍ୟପାଇଁ କୃଷକମାନଙ୍କୁ ମୌସୁମୀ ଉପରେ ନିର୍ଭର କରିବାକୁ ପଡୁଛି । ମୌସୁମୀ ବାୟୁର ଅନିଶ୍ଚିତା କୃଷି ଉତ୍ପାଦନଶୀଳତାକୁ ପ୍ରଭାବିତ କରୁଛି । ତେଣୁ ଆମଦେଶରେ କୃଷି ଉତ୍ପାଦନଶୀଳତା ସ୍ଵଳ୍ପ ରହିଛି ।
(ଘ) ପର୍ଯ୍ୟାପ୍ତ ଆର୍ଥିକ ସମ୍ବଳର ଅଭାବ(Lack of adequate financial resources):
ଭାରତୀୟ କୃଷକ ପର୍ଯ୍ୟାପ୍ତ ପରିମାଣର ଆନୁଷ୍ଠାନିକ ଋଣର ଅଭାବ ଏକ ମୁଖ୍ୟ ସମସ୍ୟା । ଆଜି ମଧ୍ୟ କୃଷକମାନେ ଗ୍ରାମୀଣ ଋଣ ଉତ୍ସ ଉପରେ ନିର୍ଭରଶୀଳ । ପର୍ଯ୍ୟାପ୍ତ ପରିମାଣରେ ଆର୍ଥିକ ଆନୁଷ୍ଠାନିକ ଋଣ ଅଭାବ ଏବଂ ଠିକ୍ ସମୟରେ ଆର୍ଥିକ ସମ୍ବଳର ଅଭାବ ହେତୁ କୃଷିକାର୍ଯ୍ୟ ବାଧାପ୍ରାପ୍ତ ହେଉଅଛି । ତେଣୁ ଆର୍ଥିକ ସମ୍ବଳର ଅଭାବ କୃଷି ଉତ୍ପାଦନଶୀଳତା ବୃଦ୍ଧ କ୍ଷେତ୍ରରେ ପ୍ରତିବଦ୍ଧକ ସୃଷ୍ଟି କରିଛି ।
(ଙ) ବଜାର ସୁବିଧାର ଅଭାବ (Lack of adequate marketing facilities) :
ଭାରତୀୟ କୃଷିଜାତ ଦ୍ରବ୍ୟର ବଜାର ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ, ପରିବହନ, ପଣ୍ୟାଗାର, ଶୀତଳଭଣ୍ଡାର ଇତ୍ୟାଦି ବ୍ୟବସ୍ଥାର ପର୍ଯ୍ୟାପ୍ତ ପରିମାଣର ଉନ୍ନତି ସାଧନା ହୋଇ ନାହିଁ । ଏ ପର୍ଯ୍ୟନ୍ତ ବଜାର ସୁବିଧା ନଥୁବାର ଗ୍ରାମାଞ୍ଚଳର କୃଷକମାନେ ମଧ୍ୟସ୍ତ ବେପାରୀ ମାନଙ୍କ ଦ୍ଵାରା ଶୋଷିତ ହେଉଛନ୍ତି । ତେଣୁ ସେମାନେ କୃଷି ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇ ପାରୁନାହାନ୍ତି । ଏହି ସମସ୍ୟା କୃଷି ଉତ୍ପାଦନ କ୍ଷମତା କୁ ବୃଦ୍ଧିରେ ପ୍ରତିବନ୍ଧକ ସୃଷ୍ଟି କରିଛି ।
(୨) ସାଂସ୍ମାନିକ କାରଣ (Institutional Factor):
ସାଧାରଣ କାରଣ ଭଳି ସାଂସ୍ଥାନିକ କାରଣ ମଧ୍ଯ କୃଷି କ୍ଷେତ୍ରରେ ସ୍ଵଳ୍ପ ଉତ୍ପାଦନ କ୍ଷମତା ପାଇଁ ଦାୟ। ସେଗୁଡ଼ିକ ମଧ୍ୟରୁ ୨ଟି ସାଂସ୍ଥାନିକ କାରଣ ନିମ୍ନରେ ପ୍ରଦତ୍ତ –
(କ) ଜୋତର ଆକାର (Size of the Holdiny):
ଆମ ଦେଶର କ୍ଷୁଦ୍ର ଜୋତ ବା ବିକ୍ଷିପ୍ତ ଜୋତ କୃଷି ସ୍ଵଚ୍ଛ ଉତ୍ପାଦନ କ୍ଷମତାର ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ କାରଣ କୋତର ହାରାହାରି ଆକାର ୫ ଏକରରୁ କମ୍ । ଅତି କ୍ଷୁଦ୍ର ଓ ବିକ୍ଷିପ୍ତ ଜୋତରେ ଆଧୁନିକ ପ୍ରଣାଳୀରେ ଚାଷ କରିବା ବ୍ୟୟବହୁଳ । ଏହା ସମୟ, ଶ୍ରମ, ପୁଞ୍ଜି, ପଶୁବଳ, ଜଳସେଚନ ସୁବିଧା ଇତ୍ୟାଦିର ଅପଚୟ ଘଟାଇଥାଏ । ତେଣୁ କ୍ଷୁଦ୍ର ଓ ବିକ୍ଷିପ୍ତ ଜୋତ ସ୍ଵଳ୍ପ ଉତ୍ପାଦିତ ପାଇଁ ଦାୟୀ ।
(ଖ) ତ୍ରୁଟିପୂର୍ଣ୍ଣ ଭୂ-ସ୍ଵତ୍ଵାଧୁକାର ଢାଞ୍ଚା (Pefective land Tenure system):
ଭାରତରେ ଅଧିକାଂଶ ଚାଷୀ ଜମିମାଲିକ ନୁହନ୍ତି | ନିର୍ଦ୍ଦିଷ୍ଟ ଆଇନ ଅଭାବ ତଥା ପ୍ରଚଳିତ ଆଇନର ଯଥାଯଥ କାର୍ଯ୍ୟକାରୀ ନ ହେବାକୁ ପ୍ରକୃତ ଚାଷି ଜମିର ମାଲିକାନା ସ୍ଵତ୍ଵରୁ ବଞ୍ଚିତ ରହୁଛି । ଭାଗ ଚାଷକରି ଚାଷ ତା’ର ଶ୍ରମର ଯଥାଯଥ ପାଉଣା ପାଇ ପାରୁନାହିଁ । ତେଣୁ ସେ ଜମିର ଦୀର୍ଘସ୍ଥାୟୀ ଉନ୍ନତି କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହିଁ । ତେଣୁ କୃଷି କ୍ଷେତ୍ରରେ ଉତ୍ପାଦିତା ଶକ୍ତି ବୃଦ୍ଧି କ୍ଷେତ୍ରରେ ଏହା ପ୍ରତିବନ୍ଧକ ସାଜିଛି ।
(୩) ପ୍ରାବଧୂକ କାରଣ (Technical Factor):
ଭାରତୀୟ କୃଷିର ସ୍ଵଚ୍ଛ ଉତ୍ପାଦିତ ପାଇଁ କେତେକ ପ୍ରାବଧୂକ କାରଣ ମଧ୍ୟ ସମପରିମାଣରେ ଦାୟୀ । ସେଗୁଡ଼ିକୁ ନିମ୍ନରେ ଆଲୋଚନା କରାଯାଇଛି ।
(କ) ପୁରାତନ କୃଷି ପଦ୍ଧତି ବ୍ୟବହାର (Use of Traditional Methods of Production):
ଆମ ଦେଶର କୃଷି କ୍ଷେତ୍ରରେ ପ୍ରାୟ ଚାଷୀ ପୁରାତନ କୃଷି ପଦ୍ଧତି ବ୍ୟବହାର କରି ଚାଷ କାର୍ଯ୍ୟ କରୁଛି । ସେମାନେ ପରମ୍ପରା ବିଶ୍ଵାସୀ ଓ ଗରିବ ହୋଇଥିବାରୁ ଆଧୁନିକ କୃଷି ପଦ୍ଧତିକୁ ଗ୍ରହଣ କରିପାରୁନାହାନ୍ତି। କେତେକ କୃଷକ ଆଧୁନିକ ଜ୍ଞାନ କୌଶଳ ବିଷୟରେ ଅଜ୍ଞ । ତେଣୁ ଦେଶରେ କୃଷି ଉତ୍ପାଦିତ ଶକ୍ତିରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହେଉ ନାହିଁ ।
(ଖ) ଅଧିକ ଅମଳକ୍ଷମ ବିହନ ସୀମିତ ପ୍ରୟୋଗ (Limited use of HYV Seeds):
ଆମ ଦେଶରେ ପ୍ରାୟ ଚାଷ ଜମିରେ ପାରମ୍ପରିକ ବିହନ ବହୁଳ ଭାବେ ପ୍ରୟୋଗ ରହିଛି । କୃଷକମାନେ ଅଧିକ ଅମଳକ୍ଷମ ବିହନର ସୀମିତ ବ୍ୟବହାର କରୁଛନ୍ତି । ତେଣୁ ପାରମ୍ପରିକ ବିହନର ପ୍ରୟୋଗ ବୃଦ୍ଧି ସ୍ଵଚ୍ଛ ଉତ୍ପାଦନ କ୍ଷମତାର କାରଣ।
(ଗ) ଜଳସେଚନ ସୁବିଧାର ଅଭାବ (Lack of Irrigational Facilities):
ଆମ ଦେଶରେ ମୋଟ ଚାଷ ଜମି ୫୦ ପ୍ରତିଶତ ଜମିରେ ଜଳସେଚନ ସୁବିଧା ନାହିଁ । ତେଣୁ କୃଷକମାନେ ଚାଷ ପାଇଁ ମୌସୁମୀ ବାୟୁ ଉପରେ ନିର୍ଭର କରିଥାନ୍ତି । ଅନିଶ୍ଚିତ ଜଳବାୟୁ ଦେଶର କୃଷି କ୍ଷେତ୍ରରେ ଉତ୍ପାଦନ କ୍ଷମତା ବୃଦ୍ଧିରେ ପ୍ରତିବନ୍ଧକ ସାଜିଛି । ଜଳସେଚନ ସୁବିଧା ଅଭାବରୁ ବହୁ ଫସଲୀ ଚାଷ ପ୍ରଣାଳୀ ଗ୍ରହଣ କରିବା ସମ୍ଭବପର ନୁହେଁ । ତେଣୁ ଦେଶର କୃଷି ଉତ୍ପାଦନ କ୍ଷମତା ହ୍ରାସ ପାଇଛି ।
(ଘ) ପର୍ଯ୍ୟାପ୍ତ ରାସାୟନିକ ସାରର ଅଭାବ (Lack of Adequate Chemical Fertiles):
ଅଧିକ ଅମଳ କରିବା ପାଇଁ ରାସାୟନିକ ସାରର ଯଥାଯଥ ପରିମାଣର ପ୍ରୟୋଗ କରିବାକୁ ପଡ଼ିଥାଏ । ଆମ ଦେଶର କୃଷକମାନେ ଗରିବ ହୋଇଥିବାରୁ ରାସାୟନିକ ସାର କ୍ରୟ କରିବା ପାଇଁ ଅକ୍ଷମ ଏବଂ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ରାସାୟନିକ ସାରର ପରିମାଣ ଚାଷ ଜମି ଅନୁସାରେ ଯଥେଷ୍ଟ ନୁହେଁ । ତେଣୁ କୃଷି କ୍ଷେତ୍ରରେ ଉତ୍ପାଦନ କ୍ଷମତା ହ୍ରାସ ପାଉଛି ।
(ଙ) କୀଟନାଶକ ଔଷଧର ସ୍ଵଚ୍ଛ ବ୍ୟବହାର (Inadequate Use of Pesticides):
ଆମ ଦେଶର କୃଷି କ୍ଷେତ୍ରରେ ଆବଶ୍ୟକତା ଠାରୁ କମ୍ ପରିମାଣରେ କୀଟନାଶକ ଔଷଧ ପ୍ରୟୋଗ କରାଯାଇଛି । ଦ୍ଵିତୀୟତଃ, ନିରକ୍ଷରତା ହେତୁ ଏହି ଔଷଧର ପ୍ରୟୋଗ ବିଷୟରେ କୃଷକମାନେ ଅଜ୍ଞ। ଶସ୍ୟହାନୀ ହେବାର ସମ୍ଭାବନା ଅଧିକ । ତେଣୁ କୀଟନାଶକ ଔଷଧର ସ୍ଵଚ୍ଛ ବ୍ୟବହାର ଏବଂ ତ୍ରୁଟିପୂର୍ଣ୍ଣ ବ୍ୟବହାର କୃଷି ସ୍ଵଳ୍ପ ଉତ୍ପାଦନ କ୍ଷମତାର ଅନ୍ୟତମ – କାରଣ ଅଟେ ।
Question ୪।
ଭାରତରେ ଆଧାରିକ ସଂରଚନାର ବିକାଶ ଆଲେଚନା କର ।
(Explain the Development of Infrastructure in India)
Answer:
ଉପକ୍ରମ (Introduction): ଅର୍ଥନୈତିକ ବିକାଶ ଯେଉଁ ସବୁ ଉପାଦାନ ଉପରେ ନିର୍ଭର କରେ, ତାହା ମଧ୍ୟରୁ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଉପାଦାନ ହେଉଛି ଆଧାରିକ ସଂରଚନା ବା ଭିତ୍ତିଭୂମି । କୃଷି, ଶିଳ୍ପ ଓ ସେବା କ୍ଷେତ୍ରରେ ବିକାଶ ମୁଖ୍ୟତଃ ଶକ୍ତି, ଜଳସେଚନ ପରିବହନ ଓ ଯୋଗାଯୋଗ, ବ୍ୟାଙ୍କ୍ ଓ ବୀମା ଇତ୍ୟାଦି ସୁବିଧା–ସୁଯୋଗ ଦ୍ଵାରା ପ୍ରଭାବିତ ହୋଇଥାଏ । ଏହି ସମ୍ପର୍କରେ ବିଶ୍ଵବ୍ୟାଙ୍କର ରିପୋର୍ଟରେ ମତପ୍ରକାଶ ପାଇଛି ଯେ, ଉତ୍ପାଦନରେ ବିବିଧ୍ଵକରଣ, ବାଣିଜ୍ୟରେ ପ୍ରସାରଣ, ଜନସଂଖ୍ୟା ବୃଦ୍ଧିରେ ନିୟନ୍ତ୍ରଣ, ଦାରିଦ୍ର୍ୟ ଦୂରୀକରଣ ଓ ପର୍ଯ୍ୟାକରଣରେ ମାନରେ ଉନ୍ନତି ଆଦିରେ ନିଜ ଦେଶର ସଫଳତା ଓ ଅନ୍ୟ ଦେଶର ବିଫଳତା ସାଧାରଣତଃ ଆଧାରିକ ସଂରଚନାର ସୁଲଭତା ଉପରେ ନିର୍ଭର 69 | (The adequacy of infrastructure helps to determine one country’s success to another country’s failure in diversifying production expending trade coping with population growth, reducing poverty and improving environmental conditions.)
ଆଧାରିକ ସଂରଚନାର ସଂଜ୍ଞା (Meaning of Infrastructure):
ଆଧାରିକ ସଂରଚନା କେତେକ ମୌଳିକ ସୁବିଧା ସୁଯୋଗ, ସେବା ବା କାର୍ଯ୍ୟକଳାପକୁ ବୁଝାଏ, ଯାହା ଅର୍ଥ ବ୍ୟବସ୍ଥା ଅନ୍ତର୍ଗତ ଉତ୍ପାଦନ କ୍ଷେତ୍ରଗୁଡ଼ିକ ପ୍ରତିଷ୍ଠା, କାର୍ଯ୍ୟକାରିତା ଓ ଉନ୍ନୟନକୁ ସାହାଯ୍ୟ କରିଥାଏ । ଏହା ଉନ୍ନୟନ ପ୍ରକ୍ରିୟାକୁ ସହଜ ଓ ସୁଷମ କରିଥାଏ । ତେଣୁ ଉନ୍ନୟନ ପାଇଁ ଏହାର ଆବଶ୍ୟକତା ରହିଥାଏ । ଆଧାରିକ ସଂରଚନା ଏକ ନୈତ୍ୟନୈମିତ୍ତିକ ପ୍ରକ୍ରିୟା। ଆଧାରିକ ସଂରଚନା ଯଦିଓ ପ୍ରତ୍ୟକ୍ଷ ଭାବରେ ଦ୍ରବ୍ୟ ବା ସେବା ଉତ୍ପାଦନ କରେ ନାହିଁ, ତେବେ ତାହା ଉତ୍ପାଦନକାରୀ କ୍ଷେତ୍ର ଯଥା- କୃଷି, ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଇତ୍ୟାଦି ପାଇଁ ବିହାରଗତ ସୁବିଧା- ସୁଯୋଗ ସୃଷ୍ଟି କରି ଉତ୍ପାଦନକୁ ପ୍ରୋତ୍ସାହନ ଦେଇଥାଏ ।
ଆଧାରିକ ସଂରଚନାର ବର୍ଗୀକରଣ (Classification of Infrastructure):
ଆଧାରିକ ସଂରଚନା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯଥା:-
(୧) ଅର୍ଥନୈତିକ ଆଧାରିକ ସଂରଚନା ।
(୨) ସାମାଜିକ ଆଧାରିକ ସଂରଚନା ।
(୧) ଅର୍ଥନୈତିକ ଆଧାରିକ ସଂରଚନା (Keonomic Infrastructure):
ଅର୍ଥବ୍ୟବସ୍ଥାରେ ଯେଉଁ ମୌଳିକ ଦ୍ରବ୍ୟ, ସେବା, ସୁବିଧା-ସୁଯୋଗ ପ୍ରତ୍ୟକ୍ଷ ଭାବେ ଆର୍ଥିକ ଅଭିବୃଦ୍ଧି ହାସଲରେ ସହାୟତା କରେ, ତାହାକୁ ଅର୍ଥନୈତିକ ଆଧାରିକ ସଂରଚନା କୁହାଯାଏ । ସେସବୁ ହେଲା-
(କ) ଶକ୍ତି,
(ଖ) ଗମନାଗମନ,
(ଗ) ଯୋଗାଯୋଗ,
(ଘ) ବ୍ୟାଙ୍କ୍ ଓ ବୀମା,
(ଙ) ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି।
(୨) ସାମାଜିକ ଆଧାରିକ ସଂରଚନା (Social Infrastructure):
ଅର୍ଥବ୍ୟବସ୍ଥାରେ, ଯେଉଁ ସେବା, ସୁଯୋଗ ବା ପ୍ରକଳ୍ପ ପରୋକ୍ଷ ଭାବେ ଆର୍ଥିକ ଅଭିବୃଦ୍ଧି ହାସଲରେ ସାହାଯ୍ୟ କରେ, ତାହାକୁ ସାମାଜିକ ଆଧାରିକ ସଂରଚନା । ଭିତ୍ତିଭୂମି କୁହାଯାଏ । ସେଗୁଡ଼ିକ ମଧ୍ୟରେ ରହିଛି
(କ) ଶିକ୍ଷା ଓ ତାଲିମ ବ୍ୟବସ୍ଥା,
(ଖ) ସ୍ଵାସ୍ଥ୍ୟ ସେବା,
(ଗ) ବାସଗୃହ ଯୋଗାଣ ଇତ୍ୟାଦି ।
ଏ ସବୁ ସୁବିଧା ମନୁଷ୍ୟ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ସହିତ ପରୋକ୍ଷ ଭାବରେ ଦେଶର ମୋଟ ଉତ୍ପାଦନକୁ ବୃଦ୍ଧି କରିବାରେ ସାହାଯ୍ୟ କରନ୍ତି । ଏହାକୁ ସାମାଜିକ, ଭିତ୍ତିଭୂମି ବା ସାମାଜିକ ସଂରଚନା (Social Infrastructure) କୁହାଯାଏ ।
ଆଧାରିକ ସଂରଚନାରେ ପୁଞ୍ଜି ନିବେଶର ବିଶେଷ ଲକ୍ଷଣ (Peculiarities of Investment in Infra- structure Development):-
ଆଧାରିକ ସଂରଚନା କ୍ଷେତ୍ରରେ ପୁଞ୍ଜିନିବେଶ ଏକ ମୌଳିକ ଆବଶ୍ୟକତା ବୋଲି ଧରାଯାଏ, ତଥାପି ଏହି ପ୍ରକାର ପୁଞ୍ଜିନିବେଶର କେତେକ ବିଶେଷ ଲକ୍ଷଣ ଦେଖାଯାଏ l ସେଗୁଡ଼ିକ ହେଲା –
(କ) ଯେ କୌଣସି ଆଧାରିକ ସଂରଚନା ପ୍ରକଳ୍ପରେ ଅତ୍ୟଧିକ ପରିମାଣର ପୁଞ୍ଜିନିବେଶ କରିବାକୁ ପଡ଼େ ।
(ଖ) ଏଗୁଡ଼ିକର ପକ୍ବାନାବଧୂ ଅଧିକ; ଅର୍ଥାତ୍ ଏ ସବୁର ସୁଫଳ ବିଳମ୍ବରେ ମିଳେ,
(ଗ) ଏ ପ୍ରକାର କାର୍ଯ୍ୟରେ ପୁଞ୍ଜିନିବେଶ ଲାଭ ପ୍ରଣୋଦିତ ନୁହେଁ ।
(ଘ) ଘରୋଇ ଉତ୍ପାଦନକାରୀମାନେ ଏ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ, କାରଣ ଏହା ଶୀଘ୍ର ଲାଭ ଦେଇପାରେ ନାହିଁ ।
ଉପରୋକ୍ତ ବିଶେଷ ଲକ୍ଷଣଗୁଡ଼ିକ ଉଭୟ ଅର୍ଥନୈତିକ ଆଧାରିକ ‘ସଂରଚନା ଓ ସାମାଜିକ ଆଧାରିକ ସଂରଚନା କ୍ଷେତ୍ରରେ ଦେଖାଯାଏ । ଏହି ଅଧ୍ୟୟରେ ଭାରତରେ ଅର୍ଥନୈତିକ ଓ ସାମାଜିକ ଆଧାରିକ ସଂରଚନାର ବିକାଶ ସମ୍ପର୍କରେ ଆଲୋଚନା କରାଯାଇଛି ।
Question ୫।
ଭାରତର ଅର୍ଥନୈତିକ ଯୋଜନା ସଂଜ୍ଞା ଆଲୋଚନା କର।
(Explain the Economic Planning in India)
Answer:
ଉପକ୍ରମ (Introduction}:ଭାରତ ବିଶେଷ ଅର୍ଥନୈତିକ ପ୍ରଗତି ହାସଲ କରିପାରି ନାହିଁ ପ୍ରକାରର ପ୍ରାକୃତିକ ସମ୍ପଦରେ ଭରପୁର ହୋଇଥିଲେ ମଧ୍ୟ ଦିନର ବ୍ରିଟିଶ ଶାସନ ଓ ପ୍ରତିକୂଳ ଅର୍ଥନୈତିକ ନୀତି ଦେଶର ଅଭିବୃଦ୍ଧି ହାରକୁ ଏକରକମ ସ୍ଥାଣୁ ଅବସ୍ଥାରେ ରକ୍ତ । ଦେଶ ୧୯୪୭ ରେ ସ୍ଵାଧୀନତା ହାସଲ କଲାବେଳକୁ ଭାରତୀୟ ମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦୁଃଖ ଦାରିଦ୍ର୍ୟରେ ବୁଢ଼ି ରହିଥିଲେ । କୃଷି ଥିଲା ଜୀବର ଏକମାତ୍ର ମାର୍ଗ । ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ, ପରିବହନ ଓ ଯୋଗାଯୋଗ ତଥା ଶିଳ୍ପ ଆଦି କ୍ଷେତ୍ରରେ ଦେଶ ବହୁ ପଛରେ ପଡ଼ିଥିଲା । ଫଳତଃ ଭାରତୀୟ ମାନଙ୍କର ଜୀବନ ଧାରଣର ମାନ ଅତ୍ୟନ୍ତ ନିମ୍ନସ୍ତରରେ ରହିଥିଲା । ସ୍ଵାଧୀନ ଭାରତରେ ଏହି ସବୁ ସମସ୍ୟାର ସମାଧାନ କରିବା ଅତ୍ୟନ୍ତ ଜରୁରୀ ଥିଲା। ସଫଳତାର ଚାବିକାଠି ରୂପେ ସରକାର ଅର୍ଥନୈତିକ ଯୋଜନାକୁ କରିଥିଲେ ।
‘ଅର୍ଥନୈତିକ ଯୋଜନା’ ହେଉଛି ଆଜିକାଲିର ଏକ ଅତି ପରିଚିତ ଶବ୍ଦ, ଯାହାକି ବିଭିନ୍ନ ଅର୍ଥନୈତିକ ସମସ୍ୟାର ସମାଧାନ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି । ଯୋଜନା ସମ୍ପର୍କରେ ପ୍ରଥମ ସୂଚନା ପ୍ଲାଟୋଙ୍କ ‘Republic’ ପୁସ୍ତକରେ ଦେଖିବାକୁ ମିଳିଥିଲେ ହେଁ ତତ୍କାଳୀନ ସୋଭିଏତ୍ ସାଧାରଣତନ୍ତ୍ର ହାସଲ କରିଥିବା ଆର୍ଥିକ ପ୍ରଗତି ହିଁ ‘ଅର୍ଥନୈତିକ ଯୋଜନା’ର ରଙ୍ଗ ବଦଳାଇ ଦେଇଥିଲା ।
ସଂଜ୍ଞା (Definition):
ଦେଶର ପରିସ୍ଥିତି ଓ ବିକାଶର ଲକ୍ଷ୍ୟ ଭେଦରେ ଅର୍ଥନୈତିକ ଯୋଜନାର ରୂପ ଓ ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ । ଶ୍ରୀମତୀ ବାର୍କରା ଉଟନ୍ଙ୍କ ମତରେ, “ଅର୍ଥନୈତିକ ଯୋଜନା ହେଉଛି ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ବାରା ଅଗ୍ରଣୀ ଲକ୍ଷ୍ୟ ସବୁର ସ୍ୱେଚ୍ଛାକୃତ ଓ ସୁଚିନ୍ତିତ ଚୟନ ।” (Planning is the conscious and deliberate choice of Economic prioritics by some public authority), ପ୍ରଫେସର ଡାଲଟନଙ୍କ ଭାଷାରେ, “ଯୋଜନା ହେଉଛି ବହୁଳ ଅର୍ଥନୈତିକ ସମ୍ବଳର ଦାୟିତ୍ଵରେ ଥିବା କୌଣସି ନିର୍ମିତ କର୍ତ୍ତୃପକ୍ଷଙ୍କ କେତେକ ମନୋନୀତ ଲକ୍ଷ୍ୟ ପୂରଣ ନିମିତ୍ତ ସୁଚିନ୍ତିତ ନିର୍ଦ୍ଦେଶ ।” ଏଚ୍.ଡ଼ି.ଡିକିନ୍ସନ୍ଙ୍କ ମତରେ, “ ସମଗ୍ର ଅର୍ଥବ୍ୟବସ୍ଥାର ବ୍ୟାପକ ସର୍ବେକ୍ଷଣ ଭିତ୍ତିରେ ନିର୍ମିତ କର୍ତ୍ତୃପକ୍ଷ ଯେଉଁ ଗୁରୁତ୍ଵପୂର୍ଣ ଅର୍ଥନୈତିକ ନିଷ୍ପର୍ଭି ଗ୍ରହଣ କରନ୍ତି – କ’ଣ ଓ କେତେ ଉତ୍ପାଦନ ହେବ, କିପରି କେବେ ଓ କେଉଁଠି ଉତ୍ପାଦନ ହେବ ଏବଂ କାହାକୁ ଏହା ଆବଣ୍ଟନ ହେବ – ସେହି ସମସ୍ତ ସଚେତନ ସିଦ୍ଧାନ୍ତ ଗ୍ରହଣ କରିବାକୁ ଅର୍ଥନୈତିକ ଯୋଜନା କୁହାଯାଏ । ” ଫଳତଃ ଦେଶର ଚଳନ୍ତି ସମ୍ପତ୍ତି ସମ୍ପୂର୍ଣ ବିନିଯୋଗ କରି ଦେଶର ସର୍ବାଧିକ କଲ୍ୟାଣ ସାଧନ କରିବା ହେଉଛି ଯୋଜନାର ଲକ୍ଷ୍ୟ । ଯାହାଦ୍ଵାରା ଅର୍ଥବ୍ୟବସ୍ଥାର ବିକାଶ ସାଧନ ହୋଇଥାଏ । ଦେଶବାସୀଙ୍କର ସାମୂହିକ କଲ୍ୟାଣ ବୃଦ୍ଧିପ୍ରାପ୍ତ ହୁଏ । ସୁତରାଂ ଅର୍ଥନୈତିକ ପ୍ରଗତି ହାସଲ କରିବାର ଏକ ପ୍ରଧାନ ଅବଲମ୍ବନ ହେଉଛି ଅର୍ଥନୈତିକ ଯୋଜନା ।
Question ୬।
ଭାରତର ଶିଳ୍ପର ପ୍ରାଧାନ୍ୟ ଆଲୋଚନା କର ।
(Explain the importance of Industry in India)
Answer:
ଅର୍ଥନୈତିକ ବିକାଶ ଓ ଶିଳ୍ପ ଅଭିବୃଦ୍ଧି ପରସ୍ପର ନିର୍ଭରଶୀଳ । ବିଶ୍ଵର ସମସ୍ତ ଶିଳ୍ପ ସମୃଦ୍ଧ ରାଷ୍ଟ୍ର ବିକଶିତ । ଶିଳ୍ପ ସମ୍ବନ୍ଧରେ ଆଲୋଚନା କଲାବେଳେ ଦୁଇଟି ଶବ୍ଦ ଶିଳ୍ପାୟନ ଓ ଶିଳ୍ପ ବିକାଶ ଅନେକ ସମୟରେ ଦୃଷ୍ଟିଗୋଚର ହୁଅନ୍ତି । ଏହି ଦୁଇଟି ଶବ୍ଦ ପରଷ୍ପରଠାରୁ ପୃଥକ୍ । ଅଷ୍ଟାଦଶ ଶତାବ୍ଦୀରେ ଇଂଲଣ୍ଡରେ ଆରମ୍ଭ ହୋଇଥିବା ଐତିହାସିକ ଶିଳ୍ପ ବିପ୍ଳବ ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରର ଶିଳ୍ପ କ୍ଷେତ୍ରରେ ବିପ୍ଲବ ସୃଷ୍ଟି କରି ଦ୍ରୁତ ଅର୍ଥନୈତିକ ବିକାଶ ପାଇଁ ସହାୟତା ପ୍ରଦାନ କରିଛି । ଉଭୟ ଶିଳ୍ପାୟନ ଓ ଶିଳ୍ପ ଅଭିବୃଦ୍ଧି ରାଷ୍ଟ୍ର ପାଇଁ ନୂତନ ସମ୍ଭାବନା ସୃଷ୍ଟି କରନ୍ତି ।
ଶିଳ୍ପର ପ୍ରାଧାନ୍ୟ :
ଅର୍ଥନୈତିକ ବିକାଶ କ୍ଷେତ୍ରରେ ଶିଳ୍ପାୟନ ଓ ଶିଳ୍ପ ଅଭିବୃଦ୍ଧିର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଦ୍ରୁତ ଶିଳ୍ପାୟନ ଭାରତକୁ ଏକ ପ୍ରମୁଖ ତୃତୀୟ ବିଶ୍ଵ ରାଷ୍ଟ୍ରର ମାନ୍ୟତା ପ୍ରଦାନ କରିଛି । ଶିଳ୍ପର ପ୍ରାଧାନ୍ୟ ସମସ୍ତ ଅର୍ଥବ୍ୟବସ୍ଥାରେ ଅନୁଭୂତ ହେଉଛି ।
(୧) ଆଧୁନିକୀକରଣ :
ଶିଳ୍ପ ଅଭିବୃଦ୍ଧି ଉଭୟ ଉତ୍ପାଦନ ଓ ଉପଭୋଗ କ୍ଷେତ୍ରରେ ଆଧୁନିକତାର ସ୍ପର୍ଶ ଆଣିଛି । ଶିଳ୍ପ ଉତ୍ପାଦିତ ଯନ୍ତ୍ରପାତି, ସରଞ୍ଜାମ ଇତ୍ୟାଦି କୃଷି ଓ ସେବା କ୍ଷେତ୍ରରେ ଆଧୁନିକୀକରଣରେ ସାହାଯ୍ୟ କରିଛି । ବିଭିନ୍ନ ଆଧୁନିକ ଉପଭୋଗ ସାମଗ୍ରୀ ଉତ୍ପାଦନ କରି ଶିଳ୍ପ ଲୋକମାନଙ୍କୁ ଆଧୁନିକ ସୁଖ ସ୍ଵଚ୍ଛନ୍ଦ୍ୟପୂର୍ଣ୍ଣ ଜୀବନ ସହ ପରିଚୟ କରାଇ ପାରିଛି ।
(୨) ବାହ୍ୟ ପ୍ରଭାବ :
ଶିଳ୍ପ ବାହ୍ୟ ପ୍ରଭାବ ସର୍ବାଧିକ । ଏହାର ଦ୍ରୁତ ଅନୁବନ୍ଧନ ଓ ପଶ୍ଚାତ୍ମ ଅନୁବନ୍ଧନ ରହିଛି । ଶିଳ୍ପର ଅଭିବୃଦ୍ଧି ଉଭୟ ଅଗ୍ର ଓ ପଶ୍ଚାତ୍ ଅନୁବନ୍ଧନରେ ସହାୟକ ହୋଇ ଦ୍ରୁତ ବାହ୍ୟ ପ୍ରଭାବ ଆଣିଥାଏ ଏବଂ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ଘଟାଏ । ନୂତନ ସହର ଓ ଶିଳ୍ପ ଜନ୍ମ ନିଏ ।
(୩) କୃଷିର ବିକାଶ :
ଭାରତୀୟ କୃଷିର ସ୍ଵଳ୍ପ ଉତ୍ପାଦିତାର ଏହା ମୁଖ୍ୟ କାରଣ । ଏହି ସମସ୍ୟାର ସମାଧାନ ଶିଳ୍ପ ବିକାଶ ଦ୍ବାରା ସମ୍ଭବ । ଶିଳ୍ପର ବିକାଶ ଫଳରେ ଲୋକମାନଙ୍କର ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସ୍ଥାନାନ୍ତର ଘଟେ । ଏହା ଭୂମି ଉପରେ ଥିବା ଜନସଂଖ୍ୟାର ଚାପ ହ୍ରାସ କରେ । ଜୋତର ବିଭାଗ ଓ ବିଖଣ୍ଡନ ଅପେକ୍ଷାକୃତ କମ୍ ହୁଏ । ଅପେକ୍ଷାକୃତ ବୃହତ୍ତର ଜୋତରେ ଆଧୁନିକ କୃଷି ପ୍ରଣାଳୀ ଉପଯୋଗ କରିବା ଦ୍ଵାରା କୃଷି ଉତ୍ପାଦିତ ବୃଦ୍ଧି ଘଟେ ଏବଂ କୃଷି କ୍ଷେତ୍ରରେ ଅନୁଭୂତ ଛଦ୍ମବେଶୀ ବେକାରୀ ହ୍ରାସ ପାଏ । ତେଣୁ କୃଷି ବିକାଶ କ୍ଷେତ୍ରରେ ଶିଳ୍ପର ଭୂମିକା ସ୍ପଷ୍ଟ ।
(୪) ପ୍ରାଥମିକ କ୍ଷେତ୍ରର ବିକାଶ :
ଶିଳ୍ପାୟନ ଜାତୀୟ ଆୟ ଦ୍ରୁତ ବୃଦ୍ଧି କରିପାରେ। ଫଳରେ ମୁଣ୍ଡ ପିଛା ଆୟ ବୃଦ୍ଧି ପାଏ। ଏହା ଅଣ୍ଡା, ମାଛ, କ୍ଷୀର ଇତ୍ୟାଦି ଅଣକୃଷିଜାତ ଦ୍ରବ୍ୟର ଚାହିଦାର ବୃଦ୍ଧି ଘଟାଏ। କୃଷି କ୍ଷେତ୍ରରେ ଅନୁଭୂତ ଛଦ୍ମବେଶୀ ବେକାରୀ ଓ ଋତୁଭିଭିକ ବେକାରୀ ହ୍ରାସ ପାଏ । ଯେଉଁ ନିୟୋଜିତ ଶ୍ରମ ଶକ୍ତିଙ୍କୁ ହ୍ରାସ କଲେ ମଧ୍ୟ ଉତ୍ପାଦନ ହ୍ରାସ ପାଏ ନାହିଁ ତାହାକୁ ଛଦ୍ମବେଶୀ ବେକାରୀ କୁହାଯାଏ।
(୫) ନିୟୋଜନ ସୃଷ୍ଟି :
ଶିଳ୍ପ ଅଧୂକ ନିୟୋଜନ ସୁଯୋଗ ସୃଷ୍ଟି କରିପାରେ । ଏହାର ସୁଦୂର ପ୍ରସାରୀ ବାହ୍ୟ ପ୍ରଭାବ ଉଭୟ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କ ନିଯୁକ୍ତି ପାଇଁ ବ୍ୟାପକ ପରିସର ତିଆରି କରେ।
(୬) ଉତ୍ପାଦନଶୀଳତା ବୃଦ୍ଧି:
ଶିଳ୍ପ ସମଗ୍ର ଉତ୍ପାଦନ ପ୍ରଣାଳୀର ଆଧୁନିକୀକରଣ କରିବାରେ ସହାୟକ ହୋଇଥାଏ । କୃଷି କ୍ଷେତ୍ରରେ ନିୟୋଜିତ ରାସାୟନିକ ସାର। କୀଟନାଶକ ଔଷଧ । ବିଭିନ୍ନ ଯନ୍ତ୍ରପାତି ଇତ୍ୟାଦି କୃଷି ଉତ୍ପାଦନଶୀଳତାର ବୃଦ୍ଧି ଘଟାଏ । ଶିଳ୍ପ ମଧ୍ୟ ଉଭୟ ଅର୍ଥନୈତିକ ଓ ସାମାଜିକ ଭିତ୍ତିଭୂମିର ଅଭିବୃଦ୍ଧି ଆଣିଥାଏ।
(୭) ଅନୁକୂଳ ବହିଃ ବାଣିଜ୍ୟ :
କୌଣସି ରାଷ୍ଟ୍ରର ଅନୁକୂଳ ବହିଃବାଣିଜ୍ୟ ପାଇଁ ରପ୍ତାନି ମୂଲ୍ୟ ଆମଦାନି ମୂଲ୍ୟଠାରୁ ଅଧିକ ହେବା ଆବଶ୍ୟକ । ଶିଳ୍ପାୟନ ଉଭୟ ଉତ୍ପାଦନ ଓ ଉତ୍ପାଦନଶୀଳତାର ବୃଦ୍ଧି ଘଟାଏ। ରାଷ୍ଟ୍ର ଉନ୍ନତମାନର ଦ୍ରବ୍ୟ ଉତ୍ପାଦନ କରିବାପାଇଁ ସମର୍ଥ ହୋଇପାରେ । ଏହା ରପ୍ତାନି ବୃଦ୍ଧି ପାଇଁ ସହାୟକ ହୋଇଥାଏ।
(୮) ଆଶାବାଦୀ ଚିନ୍ତାଧାରାର ପ୍ରବାହ :
ଅନୁକୂଳ ଭବିଷ୍ୟତ ପାଇଁ ଆଶା, ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ । ଶିଳ୍ପ ଅଭିବୃଦ୍ଧି ଓ ଶିଳ୍ପାୟନ ଅର୍ଥ ବ୍ୟବସ୍ଥାରେ ବିକାଶ ଘଟୁଥିବାର ଚିତ୍ର ଅବତାରଣ କରିଥାନ୍ତି । ସମଗ୍ର ଅର୍ଥ ବ୍ୟବସ୍ଥାରେ ଆଶାବାଦୀ ଚିନ୍ତାଧାରାର ପ୍ରବାହ ଘଟେ।
(୯) ଜାତୀୟ ଆୟ ବୃଦ୍ଧି :
ଉତ୍ପାଦନ, ନିବେଶ, ନିୟୋଜନ ଇତ୍ୟାଦି ପାଇଁ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରେ । ରାଷ୍ଟ୍ରର ଉତ୍ପାଦନ ଓ ଉତ୍ପାଦନଶୀଳତାର ସୁପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ତେଣୁ ଜାତୀୟ ଆୟର ଅଭିବୃଦ୍ଧି ଘଟେ।
(୧୦) ଅର୍ଥନୈତିକ ସମାନତା :
ଶିଳ୍ପ ଉଭୟ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗୁଁ ସୃଷ୍ଟି କ୍ଷେତ୍ରରେ ଉପଯୁକ୍ତ ସହାୟତା ପ୍ରଦାନ କରିଥାଏ । ଲୋକମାନଙ୍କର ଉତ୍ପାଦନଶୀଳତା ବୃଦ୍ଧି ପାଏ । ସେମାନେ ଅଧିକ ରୋଜଗାର କରିପାରନ୍ତି ।
ରାଷ୍ଟ୍ରର ବିକାଶ ପାଇଁ ଉଭୟ ଶିଳ୍ପ ଉନ୍ନୟନ ଓ ଶିଳ୍ପାୟନ ନିତାନ୍ତ ଆବଶ୍ୟକ । ଭାରତ ଭଳି ବିକାଶଶୀଳ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ଶିଳ୍ପ ଦ୍ଵାରା ସମ୍ଭବ । ଜାତୀୟ ଆୟ ବୃଦ୍ଧି, କର୍ମ ନିୟୋଜନ ସୃଷ୍ଟି ଭିତ୍ତିଭୂମିର ଉପଯୁକ୍ତ ବିକାଶ, ସାମାଜିକ ବୈଷମ୍ୟ ହ୍ରାସ ଇତ୍ୟାଦି ପାଇଁ ଶିଳ୍ପ ଅଭିବୃଦ୍ଧି ଓ ଶିଳ୍ପାୟନ ପ୍ରମୁଖ ଆୟୁଧ।
Question ୭।
୧୯୪୮ ମସିହା ଶିଳ୍ପ ନୀତି
(Explain the Industrial Policy of 1948)
Answer:
ଶିଳ୍ପର ବିକାଶ ନିମନ୍ତେ ଘୋଷିତ ସରକାରୀ ନୀତିକୁ ଶିଳ୍ପନୀତି କୁହାଯାଏ । ଏହା ଶିଳ୍ପର ମାଲିକାନା, କାର୍ଯ୍ୟବିଧ, ଅବସ୍ଥିତି, ନିୟନ୍ତ୍ରଣ, ବ୍ୟବସ୍ଥା ଇତ୍ୟାଦିକୁ ସୂଚୀତ କରୁଥିବା ଏକ ସରକାରୀ ନୀତି ।
୧୯୪୮ ମସିହା ଶିଚ୍ଛନୀତି :
ପ୍ରାକ୍ ସ୍ଵାଧୀନତା କାଳରେ ଭାରତର କୌଣସି ଶିଳ୍ପନୀତି ନଥିଲା । ୧୯୪୭ ମସିହା ଅଗଷ୍ଟ ପନ୍ଦର ଦିନ ସ୍ଵାଧୀନତା ପ୍ରାପ୍ତି ପରେ ଭାରତ ଶିଳ୍ପିକ ଉନ୍ନତି ପାଇଁ ଦୃଢ଼ ମତପୋଷଣ କଲା । ଯୋଜନାର ବହୁ ପୂର୍ବରୁ ୧୯୪୮ ମସିହା ଏପ୍ରିଲ୍ ୬ ତାରିଖରେ ପ୍ରଥମ ଶିଚ୍ଛନୀତି ଘୋଷଣା କରି ଶିଳ୍ପୀକ ଅଭିବୃଦ୍ଧି ପାଇଁ ଏକ ଶକ୍ତ ମୁଳଦୁଆର ଭିତ୍ତିପ୍ରସ୍ତର ସ୍ଥାପନ କଲା । ଏହି ଶିଳ୍ପ ନୀତି ଜରିଆରେ ଭାରତକୁ ମିଶ୍ରିତ ଅର୍ଥନୀତିର ମାନ୍ୟତା ପ୍ରଦାନ କରାଗଲା । ଉଭୟ ସରକାରୀ ଓ ବେସରକାରୀ ପ୍ରଚେଷ୍ଟାରେ ଶିଳ୍ପୀକ ଅଭିବୃଦ୍ଧି ପାଇଁ ଏହି ଶିଳ୍ପନୀତି ପ୍ରସ୍ତାବ ରଖୁଲା ୧୯୪୮ ମସିହା ଶିଳ୍ପନୀତିର ବୈଶିଷ୍ଟ୍ୟଗୁଡ଼ିକ ହେଲା-
୧. ଶିଳ୍ପର ବର୍ଗୀକରଣ – ୧୯୪୮ ମସିହା ଶିଳ୍ପନୀତି ଶିଳ୍ପକୁ ଚାରି ଶ୍ରେଣୀରେ ବିଭକ୍ତ କଲା।
(କ) ପ୍ରଥମ ଶ୍ରେଣୀ – ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ଅସ୍ତ୍ରଶସ୍ତ୍ର ଉତ୍ପାଦନ, ଆଣବିକ ଶକ୍ତି ଉତ୍ପାଦନ ଏବଂ ରେଳ ପରିବହନ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କର ମାଲିକାନାରେ ରହିଲା।
(ଖ) ଦ୍ବିତୀୟ ଶ୍ରେଣୀ – ଏହି ଶ୍ରେଣୀରେ ଛଅଗୋଟି ମୌଳିକ ଶିଳ୍ପକୁଚ ଅନ୍ତର୍ଭୁକ୍ତ କରାଗଲା। ସେଗୁଡ଼ିକ ହେଲା, କୋଇଲା, ଜାହାଜ ନିର୍ମାଣ, ଉଡ଼ାଜାହାଜ ନିର୍ମାଣ, ଲୁହା ଓ ଇସ୍ପାତ୍ ଟେଲିଫୋନ୍ ଓ ଖଣିଜ ତୈଳ।
(ଗ) ତୃତୀୟ ଶ୍ରେଣୀ – ଏହି ଶ୍ରେଣୀରେ କାଗଜ, ସିମେଣ୍ଟ, ବୟନଶିଳ୍ପ, ସାର, ଲୁଣ, କଳ ଲଙ୍ଗଳ, ରାସାୟନିକ ଦ୍ରବ୍ୟ ଇତ୍ୟାଦି ୨୦ଟି ଶିଳ୍ପ ଅନ୍ତର୍ଭୁକ୍ତ ।
(ଘ) ଚତୁର୍ଥ ଶ୍ରେଣୀ – ଅବଶିଷ୍ଟ ସମସ୍ତ ଶିଳ୍ପ ଚତୁର୍ଥ ଶ୍ରେଣୀର ଅନ୍ତର୍ଭୁକ୍ତ । ଏଗୁଡ଼ିକ ବେସରକାରୀ ଉଦ୍ୟୋଗର ପ୍ରତିଷ୍ଠିତ ହୋଇ ସରକାରଙ୍କ ନିୟନ୍ତ୍ରଣାଧନ ରହିଲା ।
ମିଶ୍ରିତ ଅର୍ଥନୀତି :
୧୯୪୮ ମସିହା ଶିଚ୍ଛନୀତି ଭାରତରେ ଉଭୟ ସରକାର ଓ ବେସରକାରୀ କ୍ଷେତ୍ରର ସହାବସ୍ଥାନ ପାଇଁ ସୁଯୋଗ ସୃଷ୍ଟି କରି ମିଶ୍ରିତ ଅର୍ଥନୀତିର ମୁଳଦୁଆ ପକାଇଲା।
କ୍ଷୁଦ୍ର ଓ କୁଟୀର ଶିଳ୍ପ :
ଏହି ଶିଳ୍ପନୀତି ଅର୍ଥନୈତିକ ବିକାଶ କ୍ଷେତ୍ରରେ କ୍ଷୁଦ୍ର ଓ କୁଟୀର ଶିଳ୍ପ ଉପରେ ଗୁରୁତ୍ବ ଆରୋପ କଲା । କ୍ଷୁଦ୍ର ଓ କୁଟୀର ଶିଳ୍ପ ସ୍ଥାନୀୟ ସମ୍ବଳର ଉପଯୋଗ କରି ଅଧୂକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବାରୁ ସେଗୁଡ଼ିକର ଉପଯୁକ୍ତ ପ୍ରଗତି ପାଇଁ ଏହି ନୀତି ପ୍ରସ୍ତାବ ରଖିଲା।
ବୈଦେଶିକ ପୁଞ୍ଜି :
ଭାରତୀୟ ଶିଳ୍ପର ଉନ୍ନତି ପାଇଁ ବୈଦେଶିକ ପୁଞ୍ଜିର ଆବଶ୍ୟକତା ଉପରେ ୧୯୪୮ ଶିଳ୍ପନୀତି ଗୁରୁତ୍ବ ଆରୋପ କଲା । ଜାତୀୟ ସ୍ଵାର୍ଥକୁ ବିରୋଧ କରୁନଥୁବା ବୈଦେଶିକ ପୁଞ୍ଜିକୁ ହିଁ ଏହି ନୀତି ସ୍ଵାଗତ କଲା।
ଶ୍ରମିକ ପରିଚାଳକ ସମ୍ପର୍କ :
୧୯୪୮ ଶିଵନୀତି ଶ୍ରମିକ ପରିଚାଳକ ସୁସମ୍ପର୍କ ଉପରେ ଗୁରୁତ୍ବ ଆରୋପ କଲା । ପରିଚାଳନା କ୍ଷେତ୍ରରେ ଶ୍ରମିକମାନଙ୍କ ଅଂଶଗ୍ରହଣ ଓ ଶୃଙ୍ଖଳା ରକ୍ଷା ଏହାର ଆଭିମୁଖ୍ୟ ଥିଲା ।
୧୯୪୮ ମସିହା ଶିଵନୀତି ଭାରତରେ ଶିଳ୍ପବିକାଶର ମୁଳଦୁଆ ପ୍ରତିଷ୍ଠା କଲା । ସରକାରୀ ଓ ବେସରକାରୀ କ୍ଷେତ୍ରର ପରିସୀମା ସ୍ପଷ୍ଟ କରି ସେମାନଙ୍କ ସହଯୋଗ ଏହି ନୀତି କାମନା କଲା ।
Question ୮।
୧୯୫୬ ମସିହା ଶିଳ୍ପନୀତି ଆଲୋଚନା କର ।
(Explain the Industrial Policy of 1956.)
Answer:
୧୯୪୮ ମସିହା ଶିଚ୍ଛନୀତି ପ୍ରବର୍ତ୍ତନର କିଛି ବର୍ଷ ମଧ୍ୟରେ ଅନେକ ଐତିହାସିକ ଘଟଣାପ୍ରବାହ ଅନ୍ୟ ଏକ ଶିଳ୍ପନୀତିର ଆବଶ୍ୟକତା ସୃଷ୍ଟି କଲା । ୧୯୫୧ ମସିହାରେ ଭାରତରେ ଯୋଜନା ଯୁଗର ଆରମ୍ଭ ହେଲା । ୧୯୫୬ ମସିହାରେ ଶେଷ ହୋଇଥିବା ପ୍ରଥମ ପଞ୍ଚବାର୍ଷିକ ଯୋଜନା ଭାରତ ପାଇଁ ଏକ ବିରାଟ ସଫଳତା ଆଣିଥୁଲା । ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହୋଇପାରିଲା । ଅଧୂକ ଆଶାବାଦୀ ହୋଇ ଭାରତ ଶିଳ୍ପ ଉପରେ ସର୍ବୋଚ୍ଚ ଗୁରୁତ୍ବ ଆରୋପ କରି ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତନ କଲା । ଏହି ଯୋଜନାକୁ ସଫଳ କରିବା ପାଇଁ ଏକ ନୂତନ ଶିଳ୍ପନୀତିର ଆବଶ୍ୟକ ହେଲା । ସମାଜବାଦୀ ଢାଞ୍ଚାର ସମାଜ ଗଠନ ଏହାର ପ୍ରମୁଖ ଆଭିମୁଖ୍ୟ ରହିଲା । ଏହାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି ।
(୧) ଶିଳ୍ପର ନୂତନ ବର୍ଗୀକରଣ : New classification of Industry.
୧୯୫୬ ମସିହା ଶିଳ୍ପନୀତି ଶିଳ୍ପଗୁଡ଼ିକୁ ତିନୋଟି ଶ୍ରେଣୀଭୁକ୍ତ କଲା । ସେଗୁଡ଼ିକ ହେଲା
(କ) ଅନୁସୂଚୀ-କ – ଏହି ଅନୁସୂଚୀରେ ୧୭ଟି ଶିଳ୍ପ ରଖାଗଲା । ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ, ଆଣବିକ ଶକ୍ତି ଲୌହ ଓ ଇସ୍ପାତ୍, ଗୁରୁ ଯନ୍ତ୍ରପାତି, କୋଇଲା, ଖଣିଜ ତୈଳ, ଉଡ଼ାଜାହାଜ ନିର୍ମାଣ, ରେଳ ପରିବହନ, ବିମାନ ପରିବହନ, ଟେଲିଫୋନ୍ ଇତ୍ୟାଦି ଶିଳ୍ପ ଏହି ଅନୁସୂଚୀର ଅନ୍ତର୍ଭୁକ୍ତ ।
(ଖ) ଅନୁସୂଚୀ~ଖ – ଏହି ଅନୁସୂଚୀ ୧୨ଟି ଶିଳ୍ପକୁ ନେଇ ଗଠିତ । ଯନ୍ତ୍ରପାତି ଆଲୁମିନିୟମ, ସାର, ରବର, ସାମୁଦ୍ରିକ ପରିବହନ, ସଡ଼କ ପରିବହନ ଇତ୍ୟାଦି ଏହି ଅନୁସୂଚୀର ଅନ୍ତର୍ଭୁକ୍ତ ।
(ଗ) ଅନୁସୂଚୀ-ଗ – ଉପରୋକ୍ତ ଶିକ ବ୍ୟତୀତ ଅନ୍ୟ ସମସ୍ତ ଶିଳ୍ପ ଏହି ଅନୁସୂଚୀର ଅନ୍ତର୍ଭୁକ୍ତ ।
(୨) କ୍ଷୁଦ୍ର ଓ କୁଟୀର ଶିଳ୍ପ : (Small scale and Cottage Industry)
୧୯୫୬ ମସିହା ଶିଜନୀତି କ୍ଷୁଦ୍ର ଓ କୁଟୀର ଶିଳ୍ପ ଉପରେ ପୁନର୍ବାର ଗୁରୁତ୍ବ ଆରୋପ କଲା । ସେମାନଙ୍କର ଅଭିବୃଦ୍ଧି ନିମନ୍ତେ ସମସ୍ତ ପଦକ୍ଷେପ ନେବାପାଇଁ ସରକାରଙ୍କୁ ଏହି ଶିଳ୍ପନୀତି ସୁପାରିଶ କଲା ।
(୩) ସମତୁଲ ଶିଳ୍ପ ବିକାଶ :
୧୯୫୬ ମସିହା ଶିଛନୀତି ଆଞ୍ଚଳିକ ବୈଷମ୍ୟ ହ୍ରାସ ଉପରେ ଗୁରୁତ୍ବ ଆରୋପ କଲା । ପଛୁଆ ଅଞ୍ଚଳରେ ଘରୋଇ ପ୍ରଚେଷ୍ଟାରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଏହି ଶିଳ୍ପନୀତି ପ୍ରସ୍ତାବ ରଖିଲା ।
(୪) ଶ୍ରମିକ ପରିଚାଳକ ସମ୍ପର୍କ :
୧୯୫୬ ମସିହାର ଶିଳ୍ପନୀତି ଶିଳ୍ପ କ୍ଷେତ୍ରରେ ଶାନ୍ତି ବ୍ୟାଘାତ ହେଲେ ଶିଳ୍ପାୟନରେ ବାଧା ସୃଷ୍ଟି ହେବ ବୋଲି ଏହି ଶିଳ୍ପନୀତି ହୃଦୟଙ୍ଗମ କରି ସରକାରଙ୍କ ପାଖରେ ବିଭିନ୍ନ ପ୍ରସ୍ତାବ ରଖୁଲା ।
(୫) ପରିଚାଳନା ଓ ବୈଷୟିକ ଶିକ୍ଷା :
ଶିଳ୍ପାୟନ ପାଇଁ ପରିଚାଳନା ବୈଷୟିକ ଶିକ୍ଷାପ୍ରାପ୍ତି ବ୍ୟକ୍ତଙ୍କ ଆବଶ୍ୟକତା, ୧୯୫୬ ମସିହା ଶିଳ୍ପନୀତି ଉପଲବ୍ଧ କଲା । ଏହା ବୈଷୟିକ ଶିକ୍ଷା ଓ ତାଲିମ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଉପରେ ଗୁରୁତ୍ବ ଆରୋପ କରିଥିଲା ।
(୬) ବିଦେଶୀ ପୁଞ୍ଜି (Foreign Capital):
୧୯୫୬ ମସିହା ଶିଳ୍ପ ବିକାଶ କ୍ଷେତ୍ରରେ ଭାରତରେ ବୈଦେଶିକ ପୁଞ୍ଜିର ଆବଶ୍ୟକତା ଉପଲବ୍ଧ କରିଥିଲା । ଏହି ବିଦେଶୀ ପୁଞ୍ଜିକୁ ଘରୋଇ ପୁଞ୍ଜିର ଅନୁପୂରକ ରୂପେ ଗ୍ରହଣ କରାଗଲା ।
Question ୯।
୧୯୯୧ ମସିହାର ନୂତନ ଶିଳ୍ପନୀତି ଆଲୋଚନା କର।
(Explain the The New Industrial Policy – 1991.)
Answer:
୧୯୯୧ ମସିହା ଭାରତୀୟ ଅର୍ଥନୈତିକ ଇତିହାସର ଏକ ମାଇଲ ଖୁଣ୍ଟ । ଏହି ବର୍ଷ ସମଗ୍ର ଅର୍ଥ ବ୍ୟବସ୍ଥାରେ ବିପ୍ଳବ ସୃଷ୍ଟି କରି ଏକ ନୂଆ ଯୁଗର ସୂତ୍ରପାତ କଲା । ୧୯୯୧ ମସିହାରେ ଘୋଷିତ ନୂତନ ଆର୍ଥିକ ନୀତି (New Economic Policy) କୁ ସହଯୋଗ ଦେବା ପାଇଁ ତତ୍କାଳୀନ କଂଗ୍ରେସ (ଇ) ସରକାର ଏକ ନୂତନ ଶିଳ୍ପନୀତି ୧୯୯୧ ମସିହା ଜୁଲାଇ ୨୪ ତାରିଖ ଦିନ ପ୍ରଣୟନ କଲେ । ଏହି ଐତିହାସିକ ୧୯୯୧ ମସିହାର ଶିଳ୍ପନୀତି ଶିଳ୍ପ କ୍ଷେତ୍ରରୁ ସମସ୍ତ ଅମଲାତାନ୍ତ୍ରିକ ନିୟନ୍ତ୍ରଣ ବ୍ୟବସ୍ଥା ଉଚ୍ଛେଦ କରି ଏକ ଉଦାର ତଥା ମୁକ୍ତ ଅର୍ଥ ବ୍ୟବସ୍ଥା ପ୍ରବର୍ତ୍ତନର କ୍ରାନ୍ତିକାରୀ ପଦକ୍ଷେପ ନେଲା ।
ଆଭିମୁଖ୍ୟ (Objectives):
୧୯୯୧ ମସିହା ଶିଳ୍ପନୀତିର କେତେକ ସ୍ପଷ୍ଟ ଆଭିମୁଖ୍ୟ ରହିଛି । ସେଗୁଡ଼ିକ ହେଲା
(୧) ` ଭାରତୀୟ ଶିଳ୍ପ କ୍ଷେତ୍ରକୁ ଅନାବଶ୍ୟକ ଅମଲାତନ୍ତ୍ର ନିୟନ୍ତ୍ରଣର ବୁଢ଼ିଆଣୀ ଜାଲରୁ ମୁକ୍ତ କରିବା ।
(୨) ଉଦାରୀକରଣ ନୀତି ମାଧ୍ୟମରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ବିଶ୍ଵ ଅର୍ଥ ବ୍ୟବସ୍ଥା ସହ ସଂଯୋଗ କରିବା ।
(୩) ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଥିବା ସମସ୍ତ କଟକଣା ବିଲୋପ କରିବା ।
(୪) Monopolistic and Restrictive Trade Practices ଆଇନ୍ର କଟକଣାରୁ ଘରୋଇ ଉଦ୍ୟୋକ୍ତା ମାନଙ୍କୁ ମୁକ୍ତ ରଖିବା !
(୫) କ୍ଷୁଦ୍ର ଶିଳ୍ପର ଦ୍ରୁତ ବିକାଶ ଘଟାଇବା ।
(୬) ପଛୁଆ ଅଞ୍ଚଳରେ ଶିଳ୍ପ ବିକାଶ ଆଣିବା ।
୧୯୯୧ ମସିହା ଶିଜନୀତି ଦୁଇ ପର୍ଯ୍ୟାୟରେ ଘୋଷଣା କରାଯାଇଥିଲା । ପ୍ରଥମଟି ଜୁଲାଇ ୨୪ ତାରିଖ ଦିନ ଘୋଷିତ ହୋଇଥିବା କେବଳ ଦ୍ବିତୀୟଟି ଅଗଷ୍ଟ ୬ ତାରିଖ ଦିନ ଘୋଷଣା କରାଗଲା ।
ବୈଶିଷ୍ଟ୍ୟ (Features):
ସମସ୍ତ ଆଭିମୁଖ୍ୟକୁ ସାକାର କରିବା ପାଇଁ ନୂତନ ଶିଚ୍ଛନୀତି ଥିବା ବିଭିନ୍ନ ବୈଶିଷ୍ଟ୍ୟ ନିମ୍ନରେ ଆଲୋଚନା କରାଯାଇଛି ।
(୧) ଶିଳ୍ପ ଲାଇସେନ୍ସ ବ୍ୟବସ୍ଥାର ଉଚ୍ଛେଦ (Industrial Licensing):
ଶିଳ୍ପ ପ୍ରତିଷ୍ଠା, ସମ୍ପ୍ରସାରଣ ଇତ୍ୟାଦି ପାଇଁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଅନୁମତି ପତ୍ରକୁ ଲାଇସେନ୍ସ କୁହାଯାଏ । (କ) ନୂତନ ଶିଳ୍ପନୀତି ସର୍ବାଧିକ ଦୁଇକୋଟି ଟଙ୍କାର ପୁଞ୍ଜି, ଦ୍ରବ୍ୟ, ଆମଦାନୀ କରୁଥିବା ଶିଳ୍ପମାନଙ୍କ ପାଇଁ ଲାଇସେନ୍ସ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି ।
(ଖ) ନୂତନ ଶିଳ୍ପନୀତି ପ୍ରଚଳିତ ସମସ୍ତ ଶିଳ୍ପ ପଞ୍ଜିକରଣ ବ୍ୟବସ୍ଥା (Registration Scheme) ଉଚ୍ଛେଦ କଲା।
(୨) ବିଦେଶୀ ନିବେଶକୁ ପ୍ରୋତ୍ସାହନ (Foreign Investment):
ସତୁରୀ ଦଶକରୁ ଭାରତ ପ୍ରତ୍ୟକ୍ଷ ବିଦେଶୀ ନିବେଶ ଉପରେ ଗୁରୁତ୍ବ ଆରୋପ କରି ଆସିଥିଲେ ମଧ୍ୟ ଏ କ୍ଷେତ୍ରରେ ଥିବା ସରକାରୀ କଟକଣା ନିବେଶରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା ।
(କ) ବିଦେଶରେ ଭାରତୀୟ ଦ୍ରବ୍ୟ ପାଇଁ ବଜାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଦେଶୀ ବାଣିଜ୍ୟିକ କମ୍ପାନୀମାନଙ୍କର ସମ୍ପୃକ୍ତିର ଆବଶ୍ୟକତା ନୂତନ ଶିଳ୍ପନୀତି ଅନୁଭବ କଲା ।
(ଖ) ୧୯୯୧ ମସିହା ଶିଳ୍ପନୀତି ବିଦେଶୀ ନିବେଶକାରୀଙ୍କ ପ୍ରାପ୍ୟ ପ୍ରଦାନ ଗଚ୍ଛିତ ବିଦେଶୀ ବିନିମୟ ପରିମାଣ ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ ଜରିଆରେ ସମ୍ପାଦନ କରିବା ପାଇଁ ସ୍ଥିର କଲା ।
(୩) ବିଦେଶୀ ପ୍ରଯୁକ୍ତି ଜ୍ଞାନ ପ୍ରାଧାନ୍ୟ (Foreign Techonology):
୧୯୯୧ ମସିହା ଶିଳ୍ପନୀତି ରାଷ୍ଟ୍ର ମଧ୍ୟକୁ ବିଦେଶୀ ପ୍ରଯୁକ୍ତି ଜ୍ଞାନର ପ୍ରବେଶକୁ ସହଜ କରିବା ପାଇଁ ନିମ୍ନଲିଖ ପଦକ୍ଷେପମାନ ନେଲା ।
(କ) ଉଚ୍ଚ ଅଟ୍ରାଧ୍ଧକାର ଭିଭିକ ଶିଳ୍ପ କ୍ଷେତ୍ରରେ ବିଦେଶୀ ପ୍ରଯୁକ୍ତି ଜ୍ଞାନ ଉପଯୋଗ ପାଇଁ ହୋଇଥିବା ରାଜିନାମାରେ ଯଦି ଏକ କୋଟି ଟଙ୍କା ପର୍ଯ୍ୟନ୍ତ ରୟାଲ୍ଟି ଦିଆଯାଉଥାଏ ତାହାହେଲେ ସରକାର ସ୍ଵତଃ ଅନୁମତି ପ୍ରଦାନ କରିବେ ବୋଲି ନୂତନ ଶିଳ୍ପନୀତି ଘୋଷଣା କଲା।
(ଖ) ବିଦେଶୀ ପ୍ରଯୁକ୍ତି ଜ୍ଞାନ ଉପଯୋଗ ପାଇଁ ସରକାରୀ ଅନୁମତିର କୌଣସି ଆବଶ୍ୟକତା ରହିଲା ନାହିଁ ।
(୪) ରାଷ୍ଟ୍ରାୟତ୍ତ କ୍ଷେତ୍ରର ସଂସ୍କାର (Public Sector):
ନୂତନ ଶିଳ୍ପନୀତି ରାଷ୍ଟ୍ରାୟତ୍ତ କ୍ଷେତ୍ର ପାଇଁ ନିମ୍ନଲିଖତ କାର୍ଯ୍ୟକ୍ରମକୁ ହାତକୁ ନେଲା।
(କ୍) ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମାନଙ୍କୁ ଅଧିକ ସ୍ଵୟଂଚାଳିତ ଓ ଉତ୍ତରଦାୟୀ କରିବା ପାଇଁ ନୂତନ ଶିଳ୍ପନୀତି ସରକାରଙ୍କୁ ପରାମର୍ଶ ଦେଲା ।
(ଖ) ପାଣ୍ଠି ସଂଗ୍ରହ ତଥା ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଜନସାଧାରଣଙ୍କ ଅଂଶଗ୍ରହଣ ନିମନ୍ତେ ଅଂଶଧନର ୨୦ ଶତାଂଶ ଜନସାଧାରଣ, ଉକ୍ତ ଉଦ୍ୟୋଗର ଶ୍ରମିକ, ଆର୍ଥିକ ଅନୁଷ୍ଠାନ ଇତ୍ୟାଦିଙ୍କୁ ବିକ୍ରି କରିବାର ବ୍ୟବସ୍ଥା ରହିଲା।
(୫) ଏକଚାଟିଆ ବ୍ୟବସାୟ ନିୟନ୍ତ୍ରଣ ଆଇନ୍ର ଉଚ୍ଛେଦ (Control over monopoly):
୧୯୭୦ ମସିହାରେ ପ୍ରଚଳିତ MRTP (Monopoly and Restrictive, Trade Practices) ଆଇନ୍କୁ ନୂତନ ଶିଳ୍ପନୀତି ନିମ୍ନମତେ ସଂଶୋଧନ କଲା।
(କ) ୧୯୭୦ ର MRTP ଆଇନ ଅନୁସାରେ ୧୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିଥିବା ସମସ୍ତ ଶିଳ୍ପ ସଂସ୍ଥା ସମ୍ପ୍ରସାରଣ, ଅନ୍ୟ ଶିଳ୍ପର ଅଧ୍ବଗ୍ରହଣ ଇତ୍ୟାଦି ପାଇଁ ସରକାରଙ୍କ ଠାରୁ ଅନୁମତି ନେବା ପାଇଁ ବାଧ୍ୟ ହେଉଥିଲା । ନୂତନ ଶିଳ୍ପନୀତି ଏହି କଟକଣା ସହିତ ପୁଞ୍ଜି ନିବେଶ ସୀମା ସମ୍ପୂର୍ଣ୍ଣ ଉଚ୍ଛେଦ କଲା ।
(ଖ) ନୂତନ ବ୍ୟବସ୍ଥା ଅନୁସାରେ ଅସାଧୁ ଓ ଏକଚାଟିଆ ବ୍ୟବସ୍ଥାୟରେ ଲିପ୍ତ ଥିବା ସମସ୍ତ ଶିଳ୍ପ ପାଇଁ କଟକଣା ଓ ନିୟନ୍ତ୍ରଣ ବ୍ୟବସ୍ଥା ବଳବତ୍ତର କରାଗଲା ।
(୬) କ୍ଷୁଦ୍ରଶିଳ୍ପର ବିକାଶକୁ ପ୍ରାଧାନ୍ୟ (Small Seale Industries):
କ୍ଷୁଦ୍ରଶିଳ୍ପର ବିକାଶ ନିମନ୍ତେ ୧୯୯୧ ମସିହା ଅଗଷ୍ଟ ଛଅ ତାରିଖ ଦିନ ନୂତନ ଶିଳ୍ପନୀତିର ସମ୍ପ୍ରସାରଣ କରାଗଲା । ଏଥିରେ କ୍ଷୁଦ୍ର ଶିଳ୍ପର ସଂଜ୍ଞାରେ ପରିବର୍ତ୍ତନ ଅଣାଗଲା।
(କ) କ୍ଷୁଦ୍ରଶିଵର ବିନିଯୋଗ ସୀମା ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଗଲା ।
(ଖ) ଆନୁସଙ୍ଗିକ ଶିଜ୍ (Ancilliary Industry): ର ବିନିଯୋଗ ସୀମା ୭୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଗଲା ।
(ଗ) ଅତି କ୍ଷୁଦ୍ର ଶିଳ୍ପ (liny Industry) ର ବିନିଯୋଗ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଗଲା ।
Question ୧୦।
ବୈଦେଶିକ ବାଣିଜ୍ୟ କହିଲେ କ’ଣ ବୁଝ ? ଭାରତର ବୈଦେଶିକ ବାଣିଜ୍ୟର ଭୂମିକା ଆଲୋଚନା କର ।
Answer:
ସ୍ଵାଧୀନତାପ୍ରାପ୍ତି ପୂର୍ବରୁ ଭାରତର କୌଣସି ନିର୍ଦ୍ଦିଷ୍ଟ ବୈଦେଶିକ ନୀତି ନଥିଲା । ସେତେବେଳେ ପୃଥିବୀରେ ମୁକ୍ତ ବାଣିଜ୍ୟ ବ୍ୟବସ୍ଥା ପ୍ରଚଳିତ ହେଉଥିଲା । ସ୍ଵାଧୀନ ଭାରତରେ ଉନ୍ନୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେଣୁ ବୈଦେଶିକ ବାଣିଜ୍ୟ ନୀତି ପ୍ରଣୟନ ନିମନ୍ତେ ତଆବ୍ୟକତା ଅନୁଭୂତ ହେଲା । ଦେଶର ବହିଃବାଣିଜ୍ୟ ନୀତିର ପ୍ରଧାନତଃ ଦୁଇଟି ଦିଗ ରହିଛି; ଯଥା-
(୧) ରପ୍ତାନି ନୀତି (Export policy) ; ଏବଂ
(୨) ଆମଦାନି ନୀତି (Import policy)
ଉଭୟ ନୀତିକୁ ନେଇ ଯେଉଁ ନୀତି ନିର୍ଦ୍ଧାରଣ କରାଯାଏ, ତାହାକୁ ବାଣିଜ୍ୟ ନୀତି କୁହାଯାଏ ।
୧୯୫୦-୫୧ ମସିହାରେ ଭାରତରେ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହେଲା । ଏହି ଯୋଜନାରେ ଆର୍ଥିକ ଅଭିବୃଦ୍ଧି ହାରର ବୃଦ୍ଧିକୁ ପ୍ରାଧାନ୍ୟ ଦିଆଗଲା । ଏହି ଆର୍ଥିକ ଉନ୍ନୟନ ସହିତ ବହିଃବାଣିଜ୍ୟର ବିକାଶକୁ ସଂଯୋଗ କରାଗଲା । ପ୍ରାରମ୍ଭିକ ଅବସ୍ଥାରେ ଆମ ଦେଶଣ ବୈଦେଶିକ ବାଣିଜ୍ୟ ନୀତି ଅଧ୍ବକ ରକ୍ଷଣଶୀଳ ଥିଲା । ବିଦେଶୀ ଉତ୍ପାଦନକାରୀମାନଙ୍କ ପ୍ରତିଯୋଗିତାରୁ ଭାରତୀୟ ଉତ୍ପାଦନକାରୀମାନଙ୍କୁ ସୁରକ୍ଷା ଦେବା ନିମିତ୍ତ ଭାରତର ବାଣିଜ୍ୟଭିଭିକ ଶିଳ୍ପଗୁଡ଼ିକୁ ବିଭିନ୍ନ କ୍ଷେତ୍ରରେ ସରକାର ବିଭିନ୍ନ ପ୍ରକାରର କଟକଣା ଓ ପ୍ରୋତ୍ସାହନମାନ ଦେବାକୁ ଆଗେଇ ଆସିଥିଲେ । ତେଣୁ ଆମ ଦେଶର ବାଣିଜ୍ୟନୀତିର ଉଦ୍ଦେଶ୍ୟ ଥିଲା-
(୧) ଆମଦାନିକୁ ନିୟନ୍ତ୍ରଣ କରିବା (restrictions on the Import); ଏବଂ
(୨) ରପ୍ତାନିକୁ ପ୍ରୋତ୍ସାହନ କରିବା (Export promation)
୧୯୯୧ ମସିହାରେ ଭାରତରେ ନୂତନ ଆର୍ଥିକ ସଂସ୍କାର ନୀତି ପ୍ରଣୟନ କରାଗଲା । ଦେଶରେ ଘରୋଇକରଣ, ଉଦାରୀକରଣ ଓ ଜଗତୀକରଣ ଆଭିମୁଖ୍ୟ ନେଇ ବୈଦେଶିକ ବାଣିଜ୍ୟରେ ବିଭିନ୍ନ ପରିବର୍ତ୍ତନ କରାଯାଇଛି । ବାଣିଜ୍ୟ ମାଧ୍ୟମରେ ଭାରତର ଅର୍ଥନୀତିକୁ ସମଗ୍ର ବିଶ୍ବ ଅର୍ଥନୀତି ସହିତ ସଂଯୋଗ ସ୍ଥାପନ ଏହାର ଲକ୍ଷ୍ୟ ଥିଲା । ଦେଶର ଶିଳ୍ପ ବିକାଶ ନିମିତ୍ତ ଯନ୍ତ୍ରପାତି, କଳକବଜା ତଥା ଆଧୁନିକ ଜ୍ଞାନ କୌଶଳର ଆବଶ୍ୟକତା ଉପଲବ୍ଧ ହେଲା । ଏଣୁ ଦେଶର ବାଣିଜ୍ୟ ନୀତିରେ କୋହଳ ଆମଦାନି ମାଧ୍ୟମରେ ରପ୍ତାନି ବୃଦ୍ଧିକୁ ଗୁରୁତ୍ବ ଦିଆଗଲା । ଦେଶକୁ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ଏବଂ ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ଘଟୁଥିବା ପରିବର୍ତ୍ତନକୁ ବାଣିଜ୍ୟ ନୀତିର ପୃଷ୍ଠଭୂମିରେ ରଖୁ ଉପରୋକ୍ତ ପରିବର୍ତ୍ତନ କରାଯାଇଛି । ତେଣୁ ଆର୍ଥିକ ସଂସ୍କାର ନୀତିର କାର୍ଯ୍ୟକାରିତା ପରେ ଆମ ଦେଶର ବାଣିଜ୍ୟ ନୀତିର ଦୁଇଟି ମୁଖ୍ୟ ଲକ୍ଷ୍ୟ ହେଲା-
(୧) ଆମଦାନି ପ୍ରତିସ୍ଥାପନ (Import Substitution); ଏବଂ
(୨) ରପ୍ତାନି ପ୍ରୋତ୍ସାହନ (Export Promotion)
Question ୧୧।
୨୦୧୧-୧୨ ମସିହା ଆମଦାନି-ରପ୍ତାନି ନୀତିର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।
(Explain the main features of the EXIM-Policy 2011-12.)
Answer:
ଆମ ଦେଶର ଅନୁସୃତ ହେଉଥିବା ବାଣିଜ୍ୟ ନୀତି ମୁଖ୍ୟତଃ ଜଗତୀକରଣ ନୀତି ଉପରେ ଆଧାରିତ । ଭାରତ ସରକାରଙ୍କ ବୈଦେଶିକ ବାଣିଜ୍ୟ ନୀତି ୨୦୧୧-୧୨ ର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକୁ ନିମ୍ନମତେ ଆଲୋଚନା
କରାଯାଇଛି:
(୧) ବିଶ୍ବ ଅର୍ଥନୀତିର ଅନିଶ୍ଚିତତା ହେତୁ ସର୍ବାଧିକ ସୀମା ଶୁଳ୍କକକୁ ୧୦ ପ୍ରତିଶତରେ ଅପରିବର୍ତିତ ରଖାଯାଇଛି ।
(୨) ପଶମ ଉପରେ ଥିବା ସୀମା ଶୁଳ୍କକୁ ୩୦ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି ।
(୩) ରେଫ୍ରିଜେରେଟର ଓ ଏୟାର କଣ୍ଡିସନର ଯନ୍ତ୍ରାଂଶକୁ ଉତ୍ପାଦନ ଶୁଳ୍କକ ମୁକ୍ତ ତାଲିକାରେ ସାମିଲ କରାଯାଇଛି ।
(୪) ୩୦.୯.୨୦୧୧ଠାରୁ ଡ୍ୟୁଟି ଏନ୍ଟାଇଟଲମେଣ୍ଟ ପାସବୁକରେ ଅବଧୂ ସମାପ୍ତି କରାଯାଇ ତା ଅଧୀନରେ ଥିବା ଦ୍ରବ୍ଯସବୁକୁ ଡ୍ୟୁଟି ଡ୍ର ବ୍ୟାକ୍ ସିଡ୍ୟୁଲ୍ ଅନ୍ତର୍ଭୁକ୍ତ କରାଯାଇଛି ।
(୫) ୪୦ଟି ଯାନ୍ତ୍ରିକ, ଔଷଧୀୟ ଏବଂ ରାସାୟନିକ ଦ୍ରବ୍ୟ ରପ୍ତାନି ଉପରେ ରପ୍ତାନି ମୂଲ୍ୟର ୧ ପ୍ରତିଶତ ସ୍ଵତନ୍ତ୍ର ରିହାତି ଘୋଷଣା କରାଯାଇଛି ।
(୬) ୪୧ଟି ଦେଶକୁ ରପ୍ତାନି ବୃଦ୍ଧି ନେଇ ସ୍ୱତନ୍ତ୍ର ବଜାର ଲକ୍ଷ୍ୟସ୍ଥଳ ଯୋଜନା (Special locus Market Scheme)ଆରମ୍ଭ କରାଯାଇଛି । ଏହି ସବୁ ଦେଶକୁ ହେଉଥିବା ରପ୍ତାନି ମୂଲ୍ୟ ଉପରେ ୧ ପ୍ରତିଶତ ଅତିରିକ୍ତ ସହାୟତା ଘୋଷଣା କରାଯାଇଛି ।
(୭) ୧୩୦ଟି ରାସାୟନିକ ଔଷଧୀୟ, ବୟନ ସାମଗ୍ରୀ, ହସ୍ତଶିଳ୍ପ ଓ ଯାନ୍ତ୍ରିକ ଦ୍ରବ୍ୟ ରପ୍ତାନି ଉପରେ ରପ୍ତାନି ମୂଲ୍ୟର ୨ ପ୍ରତିଶତ ସ୍ଵତନ୍ତ୍ର ରିହାତି ଘୋଷଣା କରାଯାଇଛି ।
(୮) ଫିରୋଜାବାଦରୁ କାଚ ସାମଗ୍ରୀ, ଭୁବନେଶ୍ବରରୁ ସାମୁଦ୍ରିକ ଦ୍ରବ୍ୟ ଏବଂ ଅଗରତାଲାରୁ ବାଉଁଶଜାତ ସାମଗ୍ରୀ ରପ୍ତାନି ଉତ୍କର୍ଷ ସହରର ମାନ୍ୟତା ପ୍ରଦାନ କରାଯାଇଛି ।
(୯) ସ୍ଵତନ୍ତ୍ର ଅର୍ଥନୈତିକ ଅଞ୍ଚଳ (SEZ) ଏବଂ ରପ୍ତାନି ପ୍ରକ୍ରିୟାକରଣ ଅଞ୍ଚଳ (EPZ) ଗୁଡ଼ିକୁ ସ୍ଵତନ୍ତ୍ର ରିହାତି ପ୍ରଦାନ ଘୋଷଣା କରାଯାଇଛି ।
(୧୦) ଚାଉଳ, ଗହମ, ପିଆଜ ଏବଂ ଖାଇବା ତେଲ ଆମଦାନି ଉପରୁ ଆମଦାନି କର ବାଦ୍ କରାଯାଇଛି ।
ଏହି ସମସ୍ତ ପଦକ୍ଷେପ ବ୍ୟତୀତ ଭାରତ ବିଭିନ୍ନ ଦେଶ ତଥା ଅଞ୍ଚଳ ସହିତ ଦ୍ବିପାକ୍ଷିକ ତଥା ବହୁପାକ୍ଷିକ ବାଣିଜ୍ୟ ରାଜିନାମା ସ୍ଵାକ୍ଷର କରିଛି । ଏହା ବାଣିଜ୍ୟ ବୃଦ୍ଧିରେ ସହାୟକ ହେବ ।”
Question ୧୨।
ଭାରତର ଆର୍ଥିକ ବିକାଶ କ୍ଷେତ୍ରରେ ବୈଦେଶିକ ବାଣିଜ୍ୟର ଗୁରୁତ୍ଵ ଆଲୋଚନା କର ।
(Explain the importance Foreign Trade in the Economic development of India.)
Answer:
ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ବୈଦେଶିକ ବାଣିଜ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବୈଦେଶିକ ବାଣିଜ୍ୟ କହିଲେ ଦେଶ ଦେଶ ମଧ୍ୟରେ ବାଣିଜ୍ୟକୁ କୁହାଯାଏ । ଅନ୍ୟ ଅର୍ଥରେ, ଗୋଟିଏ ଦେଶର ରପ୍ତାନି ଓ ଆମଦାନି ବାଣିଜ୍ୟକୁ ବୈଦେଶିକ ବାଣିଜ୍ୟ କୁହାଯାଏ । ବିଦେଶ ବଜାରକୁ ବାଣିଜ୍ୟ ଉଦ୍ଦେଶ୍ୟରେ ଦ୍ରବ୍ୟର ପ୍ରେରଣକୁ ରପ୍ତାନି କୁହାଯାଏ । ସେହିପରି ଅନ୍ୟ ଗୋଟିଏ ଦେଶରୁ ଦ୍ରବ୍ୟ ଆଣି ନିଜର ଆବଶ୍ୟକତା ପୂରଣ କଲେ, ତାହାକୁ ଆମଦାନି କୁହାଯାଏ । ତେଣୁ ଦ୍ରବ୍ୟର ଆନ୍ତଃରାଷ୍ଟ୍ରୀୟ ବିନିମୟକୁ ବୈଦେଶିକ ବା ଆନ୍ତର୍ଜାତିକ ବାଣିଜ୍ୟ କୁହାଯାଏ । ଭାରତୀୟ ବୈଦେଶିକ ବାଣିଜ୍ୟ ବହୁ ପୁରାତନ ବ୍ରିଟିଶ ଶାସନ ପୂର୍ବରୁ ଭାରତ ବିଦେଶୀ ବଜାରରେ ଏକ ଗୁରୁତ୍ଵପୂର୍ଣ୍ଣ ଅଂଶୀଦାର (ବିକ୍ରେତା) ଭାବେ ସୁନାମ ଅର୍ଜନ କରିଥିଲା; କିନ୍ତୁ ଭାରତରେ ବ୍ରିଟିଶ୍ ସାମ୍ରାଜ୍ୟର ପ୍ରତିଷ୍ଠା ପରେ ବୈଦେଶିକ ବାଣିଜ୍ୟର ରୂପରେଖ ସଂପୂର୍ଣ୍ଣ ବଦଳିଗଲା । ଏ ରାଷ୍ଟ୍ର ଆଉ ଉତ୍ପାଦିତ ପଦାର୍ଥର ରପ୍ତାନିକାରୀ ରାଷ୍ଟ୍ର ନହୋଇ ଉତ୍ପାଦନକାରୀ ପଦାର୍ଥ ବା କଞ୍ଚାମାଲ ରପ୍ତାନିକାରୀ ଦେଶରୂପେ ପରିଗଣିତ ହେଲା । ବ୍ରିଟିଶ ଉପନିବେଶଭାବେ ଭାରତ ଖାଦ୍ୟଶସ୍ୟ ଓ ଖଣିଜପଦାର୍ଥ ପ୍ରାୟତଃ ଇଂଲଣ୍ଡକୁ ରପ୍ତାନି କରି ତା’ ବଦଳରେ ଉତ୍ପାଦିତ ଖାଉଟି ଦ୍ରବ୍ୟ ଆମଦାନି କଲା । ଭାରତ ଆନ୍ତଃରାଷ୍ଟ୍ରୀୟ . ବଜାରରେ ଏକ ଖାଉଟି ରାଷ୍ଟ୍ର ହିସାବରେ ପରିଗଣିତ ହେଲା ।
ବୈଦେଶିକ ବାଣିଜ୍ୟର ପ୍ରାଧାନ୍ୟ (Importance of Foreign Trade):
ଭାରତ ଭଳି ଏକ ବିକାଶଶୀଳ ରାଷ୍ଟ୍ରରେ ବୈଦେଶିକ ବାଣିଜ୍ୟର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ନିମ୍ନରେ ଭାରତୀୟ ଅର୍ଥ ବ୍ୟବସ୍ଥାରେ ବୈଦେଶିକ ବାଣିଜ୍ୟର ଭୂମିକା ବିଷୟରେ ଆଲୋଚନା କରାଯାଇଛି।
୧) ବିଦେଶରେ ପୁଞ୍ଜି ଓ ଜ୍ଞାନକୌଶଳ ସାହାଯ୍ୟରେ ଦେଶର ଥିବା ହୋଇଥାଏ । ସୀମିତ ସମ୍ବଳର ସଠିକ୍ ବିନିଯୋଗ
(୨) ରପ୍ତାନି ବାଣିଜ୍ୟଦ୍ଵାରା ଦେଶ ଅଧିକରୁ ଅଧିକ ବୈଦେଶିକ ମୁଦ୍ରା ଅର୍ଜନ କରିଥାଏ ।
(୩) ବୈଦେଶିକ ବାଣିଜ୍ୟ ସାହାଯ୍ୟରେ ଦେଶରେ ଆଧାରିତ ସଂରଚନାର ବିକାଶ ହୋଇଥାଏ ।
(୪) ଦେଶରେ ଉତ୍ପାଦିତ ହେଉଥିବା ବଳକା ଦ୍ରବ୍ୟକୁରପ୍ତାନି କରି ଓ ଆବଶ୍ୟକ ହେ ଉଥିବା ନିଅଣ୍ଟିଆ ଦ୍ରବ୍ୟଗୁଡିକୁ ଆମାଦନ କରି ଦରଦାମ୍ ସ୍ଥିର ରଖାଯାଇଥାଏ ।
(୫) ବୈଦେଶିକ ବାଣିଜ୍ୟଦ୍ଵାରା ନିଜର ଦେଶର ଉତ୍ପାଦିତ ଦ୍ରବ୍ୟ ବାହାର ଦେଶରେ ବଜାରରେ ବିକ୍ରି କରି ବିଦେଶ ବଜାରରେ ପ୍ରବେଶ କରିବା ସହିତ ନିଜ ଦେଶରେ ଖାଉଟିମାନଙ୍କ କମ୍ ଦରରେ ନୂଆ ଦ୍ରବ୍ୟ ଉପଭୋଗ ନିମନ୍ତେ ସୁଯୋଗ ସୃଷ୍ଟି କରାଯାଇଥାଏ ।
(୬) ବୈଦେଶିକ ବାଣିଜ୍ୟଦ୍ବାରା ଦେଶ ଯେଉଁ ଯେଉଁ ଦ୍ରବ୍ୟର ଉତ୍ପାଦନ ନିମିତ୍ତ ପ୍ରତିଯୋଗିତାର ସମ୍ମୁଖୀନ ହେବାର ସୁଯୋଗ ପାଇଥାଏ, ନିଜସ୍ଵ ସମ୍ବଳ ହେତୁ, ତାହା ଅଧିକ ଉତ୍ପାଦନ ତଥା ରପ୍ତାନି ତକରି ଦେଶର ଅର୍ଥନୈତିକ ବିକାଶ ହାସଲ କରିଥାଏ ।
ଉପରୋକ୍ତ ଆଲୋଚନାରୁ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ଭାରତ ଭଳି ଏକ ଅନୁନ୍ନତ ଦେଶର’ ଆର୍ଥିକ ବିକାଶ କ୍ଷେତ୍ରରେ ବୈଦେଶିକ ବାଣିଜ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ଯଥାର୍ଥରେ ଅର୍ଥଶାସ୍ତ୍ରୀ ରବର୍ଟସନ୍ଙ୍କ ମତରେ, ବୈଦେଶିକ ବାଣିଜ୍ୟ ଅର୍ଥନୈତିକ ଅଭିବୃଦ୍ଧି ନିମିତ୍ତ ଏକ ଇଞ୍ଜିନ୍ ସଦୃଶ କାମ କରେ ।
Question ୧୩।
ବାଣିଜ୍ୟିକ ସଂରଚନା କ’ଣ ? ସ୍ଵାଧୀନତାପ୍ରାପ୍ତି ପରେ ଭାରତର ବାଣିଜ୍ୟିକ ସଂରଚନା (composition) ରେ ଦେଖା ଦେଇଥିବା ପରିବର୍ତ୍ତନଗୁଡ଼ିକ ଆଲୋଚନା କର।
(What is composition of Foreign Trade ? Explain the changes in India’s Foreign Trade in the post Independence Period.)
Answer:
ଏକ ରାଷ୍ଟ୍ରର ରପ୍ତାନି ଓ ଆମଦାନି ହୋଇଥବା ସମସ୍ତ ଦ୍ରବ୍ୟର ସମାହାରକୁ ବାଣିଜ୍ୟ ସଂରଚନା (composition) କୁହାଯାଏ । ଏହାର ଧାରା ଘରୋଇ ଉତ୍ପାଦନ ଢାଞ୍ଚାକୁ ସ୍ପଷ୍ଟ କରିଥାଏ । କୌଣସି ଗୋଟିଏ ଦ୍ରବଣ ଆମଦାନି ହ୍ରାସ, ସେହି ଦ୍ରବ୍ୟର ଉତ୍ପାଦନ ରାଷ୍ଟ୍ର ଭିତରେ ବୃଦ୍ଧି ପାଇବାର କଥା ସୂଚାଏ । ତେଣୁ ବାଣିଜ୍ୟ ସଂରଚନା ରାଷ୍ଟ୍ରର ଅଭିବୃଦ୍ଧିର ମାତ୍ରା ସ୍ପଷ୍ଟ କରିବା ସହିତ ରାଷ୍ଟ୍ରର ଅର୍ଥନୈତିକ ଢାଞ୍ଚା ସୂଚାଇଥାଏ। ବୈଦେଶିକ ବାଣିଜ୍ୟ ସଂରଚନାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି; ଯଥା-
(କ) ଆମଦାନି ସଂରଚନା (Import Composition), ଏବଂ
(ଖ) ରପ୍ତାନି ସଂରଚନା (Export Composition) ।
(କ) ଆମଦାନି ସଂରଚନା (Import Composition):ଭାରତର ଆମଦାନି ପେଡି (Import Composition) ବିବିଧ ଦ୍ରବ୍ୟର ଏକ ସମାହାର ମାତ୍ର । ପରାଧୀନ ଓ ସ୍ଵାଧୀନତୋର ଭାରତର ଆମଦାନି ସଂରଚନାରେ ଥିବା ଦ୍ରବ୍ୟର ଯଥେଷ୍ଟ ଅସାମଞ୍ଜସ୍ୟ ଅନୁଭୂତ ହୁଏ ।
ଭାରତ ଆମଦାନି କରୁଥିବା ଦ୍ରବ୍ୟଗୁଡିକୁ ସାଧାରଣତଃ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି; ଯଥା-
(୧) ଖାଦ୍ୟ, ଦ୍ରବ୍ୟ
(୨) କଞ୍ଚାମାଲ ଓ ଶିଳ୍ପ ଉତ୍ପାଦନରେ ସହାୟକ ଅର୍ଥନିର୍ମିତ ଦ୍ରବ୍ୟ,
(୩) ପୁଞ୍ଜି ଦ୍ରବ୍ୟ,
(୪) ଅନ୍ୟାନ୍ୟ ଦ୍ରବ୍ୟ ।
୧୯୬୦-୬୧ ମସିହାରେ ଭାରତର ମୋଟ୍ ଆମଦାନି ଦ୍ରବ୍ୟର ମୂଲ୍ୟ ଥିଲା ମାତ୍ର ୧୭୯୫ କୋଟି ଟଙ୍କା ୨୦୧୦-୧୧ ଆର୍ଥିକ ବର୍ଷ ସୁଦ୍ଧା ଏହାର ପରିମାଣ ୧୬,୮୩,୪୬୭ କୋଟି ଟଙ୍କାରେ ପହଞ୍ଚିଛି । ସ୍ଵାଧୀନତାପ୍ରାପ୍ତି ପରେ ଭାରତର ଆମଦାନି ସଂରଚନାରେ ଦେଖାଦେଇଥିବା ପରିବର୍ତ୍ତନକୁ ନିମ୍ନମତେ ଉପସ୍ଥାପନ କରାଯାଇଛି:
(୧) ଦେଶରେ ଆମଦାନି ସଂରଚନାରେ ଖଣିଜତୈଳ ଓ ପିଚ୍ଛିଳ ପଦାର୍ଥଗୁଡ଼ିକର ପ୍ରାଧାନ୍ୟ ବୃଦ୍ଧି ପାଇଛି । ଏ । ବାବଦରେ ଆମଦାନି ୧୯୬୦-୬୧ ମସିହାର ୧୦୯ କୋଟି ଥିବାବେଳେ, ୨୦୧୦-୧୧ ରେ ଏହା ୪୮୨୨,୮୨ କୋଟି ଟଙ୍କାକୁ ବୃଦ୍ଧି ହୋଇଛି ।
(୨) ଦେଶର ଆମଦାନି ସଂରଚନାରେ ମୁକ୍ତା ଓ ମୂଲ୍ୟବାନ ପଥର ଆମଦାନିର କ୍ରମଶଃ ବୃଦ୍ଧି ପାଉଥିବାର ଦେଖାଯାଏ । ୨୦୧୦-୧୧ ରେ ଏହା ମୋଟ ଆମଦାନି ବାବଦ ଦେଣାର ୯.୪ ପ୍ରତିଶତ ଥିଲା ।
(୩) ଲୁହା ଓ ଇସ୍ପାତ ଆମଦାନି କ୍ରମାଗତଭାବେ ବୃଦ୍ଧି ପାଉଛି । ୧୯୬୦-୬୧ ରେ ଏ ବାବଦରେ ଦେୟ ୧୯୭ କୋଟି ଟଙ୍କା ଥିଲା ବେଳେ ୨୦୧୦-୧୧ ରେ ଏହା ୪୭,୨୭୫ କୋଟିକୁ ବୃଦ୍ଧି ହୋଇଛି ।
(୪) ରାସାୟନିକ ସାରର ଆମଦାନି ମଧ୍ଯ ବିଶେଷ ବୃଦ୍ଧି ପରିଲକ୍ଷିତ ହୋଇଛି । ୧୯୬୦-୬୧ରେ ଏ ବାବଦରେ ଖର୍ଚ୍ଚ ଥୁଲା ୨୩ କୋଟି ଟଙ୍କା । ୨୦୧୧-୧୧ ରେ ଏହା ୩୧,୫୩୩ କୋଟି ଟଙ୍କାକୁ ବୃଦ୍ଧି ହୋଇଛି ।
(୫) ପୁଞ୍ଜି ଦ୍ରବ୍ୟର ଆମଦାନି ଅତ୍ୟଧୂକ ବୃଦ୍ଧି ହୋଇଛି । ୧୯୬୦-୬୧ରେ ଏ ବାବଦରେ ଦେୟ ଥିଲା ୫୬୦ କୋଟି ଟଙ୍କା । ୨୦୧୦-୧୧ରେ ଏ ବାବଦରେ ଖର୍ଚ୍ଚ ୨,୨୧, ୪୩୭ କୋଟି ଟଙ୍କାକୁ ବୃଦ୍ଧି ହୋଇଛି ।
(୬) ଖାଦ୍ୟଶସ୍ୟ ଆମଦାନିରେ ଉଲ୍ଲେଖନୀୟ ହ୍ରାସ ପରିଲକ୍ଷିତ ହୋଇଛି । ୧୯୬୦-୬୧ରେ ଏ ବାବଦରେ ଆମଦାନି ମୋଟ୍ ଆମଦାନିର ୪୦ ପ୍ରତିଶତ ଥିଲା । ୨୦୧୦-୧୧ରେ ଏ ବାବଦରେ ଖର୍ଚ୍ଚ ୦.୩ ପ୍ରତିଶତକୁ ହ୍ରାସ ପାଇଛି ।
(ଖ) ରପ୍ତାନି ସଂରଚନା (Export Composition) – ପାକ୍ ବ୍ରିଟିଶ କାଳରେ ଭାରତ କେତେକ ପାରମ୍ପରିକ କୃଷିଜାତ ଦ୍ରବ୍ୟ ରପ୍ତାନି କରୁଥିଲା । ଏହାର ରପ୍ତାନି ପେଡି ମୁଖ୍ୟତଃ କେତେକ ପ୍ରାଥମିକ ଦ୍ରବ୍ୟ, ହସ୍ତତନ୍ତ୍ର ଦ୍ରବ୍ୟ ଇତ୍ୟାଦି ଥିଲା । କିନ୍ତୁ ସ୍ଵାଧୀନତାପ୍ରାପ୍ତି ପରେ ଯୋଜନା ଯୁଗର ଆରମ୍ଭରୁ ଭାରତର ରପ୍ତାନି ପେଡିରେ ଥିବା ଦ୍ରବ୍ୟ ଓ ସେବାର ଆକାର ଓ ରଙ୍ଗ ବଦଳିବାକୁ ଆରମ୍ଭ କରିଥିଲା । ନିଜର ବିକାଶ ସହିତ ତାଳ ଦେଇ ଭାରତ ବିଶ୍ଵ ବଜାରରେ ଏକ ମୁଖ୍ୟ ଅଂଶୀଦାରରୂପେ ଉଭା ହୋଇଛି । ଏହାର ରପ୍ତାନି ପେଡି ଅନେକ ଅଣ-ପାରମ୍ପରିକ ଦ୍ରବ୍ୟର ସମାହାର ।
ଭାରତର ରପ୍ତାନି ସଂରଚନା କ୍ଷେତ୍ରରେ ଘଟିଥୁବା ପରିବର୍ତ୍ତନ :
ଭାରତର ରପ୍ତାନି ସଂରଚନା କ୍ଷେତ୍ରରେ ଘଟିଥିବା ପରିବର୍ତ୍ତନକୁ ନିମ୍ନମତେ ଉପସ୍ଥାପନ କରାଯାଇଛି:
- ଯୋଜନା ଆରମ୍ଭରେ ଝୋଟ ଭାରତର ପ୍ରଧାନ ରପ୍ତାନି ଦ୍ରବ୍ୟ ଥିଲା । ୧୯୬୦-୬୧ରେ ଏ ବାବଦରେ ୧୩୫ କୋଟି ଟଙ୍କାର ବୈଦେଶିକ ମୁଦ୍ରା ଦେଶକୁ ଆସୁଥିଲା । ୨୦୧୦-୧୧ରେ ମୋଟ ରପ୍ତାନି ଆୟରେ ଏହାର ଅଂଶ ୦.୮ ପ୍ରତିଶତକୁ ହ୍ରାସ ପାଇଛି ।
- ଚା ଭାରତର ରପ୍ତାନି ପେଡ଼ିରେ ଦ୍ଵିତୀୟ ମୁଖ୍ୟ ଦ୍ରବ୍ୟ ଥିଲା । ୧୯୬୦-୬୧ରେ ଏ ବାବଦରେ ୧୬୬୦ କୋଟି ଟଙ୍କା ବୈଦେଶିକ ପୁଞ୍ଜି ଦେଶକୁ ଆସୁଥିଲା । ୨୦୧୦-୧୧ ବେଳକୁ ଏହି ଅଂଶ ୦. ୨୮ପ୍ରତିଶତକୁ ହ୍ରାସ ପାଇଛି ।
- ଶିଳ୍ପଜାତ ଦ୍ରବ୍ୟଗୁଡ଼ିକର ରପ୍ତାନି ଯୋଜନା କଳା ମଧ୍ଯରେ ବେଶ୍ ଉତ୍ସାହଜନକଭାବେ ବୃଦ୍ଧି ପାଇଛି । ୧୯୬୦-୬୧ରେ ଏ ବାବଦରେ ଭାରତ ୨୯୧ କୋଟି ଟଙ୍କାର ରପ୍ତାନି ଆୟ ସଂଗ୍ରହ କରିଥିଲା । ୨୦୧୦-୧୧ ରେ ଏ ବାବଦରେ ରପ୍ତାନି ଆୟ ୭୭୭୪୨୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ବର୍ତ୍ତମାନ ଦେଶର ରପ୍ତାନି ତାଲିକାରେ ପ୍ରତିଶତ ଆକରରେ ଶୀର୍ଷସ୍ଥାନ ଅଧିକାର କରିଛି ।
- ଭାରତର ରପ୍ତାନି କ୍ଷେତ୍ରରେ ପୋଷାକପତ୍ରରେ ରପ୍ତାନି ଏକ ଆକର୍ଷଣୀୟ ପରିବର୍ତ୍ତନ । ୧୯୯୦ — ୯୧ ରେ ଏ ବାବଦରେ ଆୟ ମାତ୍ର ୪୦୧୨ କୋଟି ଟଙ୍କା ଥିଲା । ୨୦୧୦-୧୧ ରେ ଏହି ଆୟ ୫୧୦୧୦ କୋଟି ଟଙ୍କାରେ ପହଞ୍ଚିଛି ।
- ଦେଶର ରପ୍ତାନି ବାଣିଜ୍ୟରେ ନିକଟରେ ବିଶେଷ ସଫଳତା ହାସଲ କରିଥିବା ଦ୍ରବ୍ୟ ହେଲା, ମେସିନ୍ ଓ ଯାନ୍ତ୍ରିକ ଦ୍ରବ୍ୟ । ୧୯୬୦-୬୧ ରେ ଏହି ବାବଦ ଆୟ ମୋଟ ଆୟ ୨୨ କୋଟି ଟଙ୍କା ଥିବା ବେଳେ ୨୦୧୦-୧୧ ରେ ଏହା ୩୧୩.୩୮୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
- ଦେଶର ରପ୍ତାନି ସଂରଚନାରେ ମୁକ୍ତା ଓ ଅଳଙ୍କାରର ସ୍ଥାନ ଉଚ୍ଚରେ ରହିଛି । ୧୯୬୦-୬୧ରେ ଏ ବାବଦରେ ୧ କୋଟି ଟଙ୍କା ରପ୍ତାନି ଆୟ ଦେଶକୁ ଆସୁଥିଲା । ୨୦୧୦-୧୧ ରେ ଏହା ୧୬୭୮୪୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହୁଏ ଯେ ସ୍ଵାଧୀନତାପ୍ରାପ୍ତି ପରେ ଆମ ଦେଶର ବାଣିଜ୍ୟିକ ସଂରଚନାରେ ବିବିଧ, ବ୍ୟାପକ ତଥା ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି ।
Question୧୪।
ଭାରତର ବହିଃବାଣିଜ୍ୟ ଦିଗ ସମ୍ବନ୍ଧରେ ଆଲୋଚନା କର ।
(Explain the direction of Foreign Trade in India.)
Answer:
ବହିଃବାଣିଜ୍ୟର ଦିଗ କହିଲେ କୌଣସି ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହିତ ଥୁବା ବାଣିଜ୍ୟିକ ସଂପର୍କକୁ ବୁଝାଏ । ବହିଃବାଣିଜ୍ୟ ଦିଗରେ କୌଣସି ପରିବର୍ତ୍ତନ ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ର ସହିତ ବିଣିଜ୍ୟିକ ସଂପର୍କର ପରିବର୍ତ୍ତନ ସୂଚାଏ। ଏଥୁରୁ ରାଷ୍ଟ୍ରର ରାଜନୈତିକ ଏବଂ କୂଟନୈତିକ ସଂପର୍କରେ ହୋଇଥିବା ପରିବର୍ତ୍ତନ ଜଣାପଡ଼େ । ଭାରତର ବହିଃବାଣିଜ୍ୟ ଦିଗ ଭାରତର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହ ଥିବା ରାଜନୈତିକ ଓ କୂଟନୈତିକ ସଂପର୍କର ପରିବର୍ତ୍ତନ ଫଳରେ ବିଭିନ୍ନ ସମୟରେ ହେଉଥିବା ବାଣିଜ୍ୟିକ ସଂପର୍କର ପରିବର୍ତ୍ତନ ଉପସ୍ଥାପନ କରେ ।
ସ୍ଵାଧୀନତାପ୍ରାପ୍ତି ପୂର୍ବରୁ ବ୍ରିଟେନ୍ ଭାରତର ମୁଖ୍ୟ ବାଣିଜ୍ୟିକ ଅଂଶୀଦାର ଥିଲା । ଏହାର ମିତ୍ର ରାଷ୍ଟ୍ରମାନଙ୍କ ସହିତ ମଧ୍ୟ ଭାରତର ବାଣିଜ୍ୟିକ ସଂପର୍କ ଥିଲା; କିନ୍ତୁ ସ୍ଵାଧୀନତ, ପରେ ଇଂଲଣ୍ଡ ସହିତ ଭାରତର ବାଣିଜ୍ୟିକ ସଂପର୍କ ହ୍ରାସ ପାଇଥିଲା ଏବଂ ଅନ୍ୟ ରାଷ୍ଟ୍ର ସହିତ ଭାରତର ବାଣିଜ୍ୟିକ ସଂପର୍କ ବୃଦ୍ଧି ହୋଇଥିଲା । ତେଣୁ ସ୍ଵାଧୀନତାପ୍ରାପ୍ତି ପରେ ଭାରତର ବହିଃବାଣିଜ୍ୟର ଦିଗ ସଂପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା । ବହିଃବାଣିଜ୍ୟ ଇତିହାସରେ ଏକ ନୂତନ ଯୁଗ ସୃଷ୍ଟି ହୋଇଥିଲା । ଭାରତର ବହିଃବାଣିଜ୍ୟ ସହିତ ସଂଶ୍ଳିଷ୍ଟ ରାଷ୍ଟ୍ରମାନଙ୍କୁ ମୁଖ୍ୟତଃ ପାଞ୍ଚଟି ଗୋଷ୍ଠୀରେ ବର୍ଗିକରଣ କରାଯାଇଅଛି ।
ସେମାନେ ହେଲେ-
(୧) ଅର୍ଥନୈତିକ ସହଯୋଗ ଓ ଉନ୍ନୟନ ସଂଗଠନ (OECD),
(୨) ତୈଳ ଉତ୍ପାଦନକାରୀ ଓ ରପ୍ତାନିକାରୀ ଦେଶ (OPEC).
(୩) ପୂର୍ବ ୟୁରୋପୀୟ ରାଷ୍ଟ୍ରସମୂହ (EC),
(୪) ବିକାଶଶୀଳ ରାଷ୍ଟ୍ରସମୂହ, ଏବଂ
(୫) ଅନ୍ୟାନ୍ୟ ରାଷ୍ଟ୍ର ସମୂହ ।
ଆମ ଦେଶର ମୋଟ ରପ୍ତାନିର ସର୍ବାଧିକ ଅଂଶ OECE ଦେଶକୁ ଯାଉଛି । ୧୯୬୦-୬୧ ରେ ଏହି ଗୋଷ୍ଠୀକୁ ୭୮ ପ୍ରତିଶତ ଆମଦାନୀ ହୋଇଥିଲା । ୨୦୦୨-୦୩ ରେ ଏହା ହ୍ରାସ ପାଇ ୩୭.୮ ପ୍ରତିଶତ ହୋଇଥିଲେ ମଧ୍ୟ ଅଂ ଗୋଷ୍ଠୀମାନଙ୍କ ତୁଳନାରେ ଅଧିକ । ସେହିପରି OPEĆଗୋଷ୍ଠୀକ ୧୯୬୦-୬୧ରେ ମୋଟ ଆମଦାନି ଥିଲା ୪.୬ ପ୍ରତିଶତ ଯାହାକି ୨୦୦୩-୦୪ ସୁଦ୍ଧା ୭.୨ ପ୍ରତିଶତକୁ ବୃଦ୍ଧି ହୋଇଛି । ବିକାଶଶୀଳ ରାଷ୍ଟ୍ରମାନଙ୍କଠାରୁ ହେଉଥୁବା ଆମଦାନି କ୍ରମାଗତ ବୃଦ୍ଧିପାଇ ୨୦୦୨-୦୩ରେ ୨୦.୦୧ ପ୍ରତିଶତ ହୋଇଛି । ଦେଶମାନଙ୍କ ମଧ୍ୟରୁ USA କୁ ହେଉଥୁବା ଭାରତର ଆମଦାନି ସର୍ବଦା ସର୍ବାଧିକ ରହି ଆସୁଥିଲେ ମଧ୍ୟ ମୋଟ୍ ଆମଦାନିରେ ଏହାର ଅଂଶ ହ୍ରାସ ପାଇଛି। ବର୍ତ୍ତମାନ ସାଉଦି ଆରବ ମୋଟ୍ ଆମଦାନିର ଦ୍ଵିତୀୟ ବୃହତ୍ ଅଂଶୀଦାର । ୧୯୬୦-୬୧ ରେ ଏହାର ଆମଦାନି ଥୁଲା ୧.୩ ପ୍ରତିଶତ ଏବଂ ୨୦୦୯-୧୦ ରେ ଏହାର ଅଂଶ ୫,୯ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଆମ ଦେଶର ଆମଦାନି କ୍ଷେତ୍ରରେ ଜାପାନ, ଫ୍ରାନ୍ସ, ଜର୍ମାନୀ, ଇରାକ୍ ଇତ୍ୟାଦି ରାଷ୍ଟ୍ରରେ ପ୍ରାଧାନ ଉପଲବ୍ଧ ହୋଇଛି ।
ରପ୍ତାନିର ଦିଗ (Direction of Export):
ସ୍ଵାଧୀନତାପ୍ରାପ୍ତି ପରେ ଆମ ଦେଶର ରପ୍ତାନି ବାଣିଜ୍ୟର ଦିଗରେ ମଧ୍ୟ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି । OECDକୁ ଭାରତର ମୋଟ୍ ରପ୍ତାନି ସର୍ବାଧିକ ଅଂଶ । ୧୯୬୦-୬୧ ରେ ଏହା ୬୬ ଶତାଂଶ ୨୦୦୩-୦୪ ବେଳକୁ ଏହା ୪୬,୪ ପ୍ରତିଶତକୁ ହ୍ରାସ ପାଇଛି । OPEC ଓ ବିକାଶଶୀଳ ରାଷ୍ଟ୍ରକୁ ଆମ ରପ୍ତାନି ବାଣିଜ୍ୟର ୨୦୦୩-୦୩ ୧୫ ପ୍ରତିଶତ ଓ ୩୨,୬ ପ୍ରତିଶତକୁ ବୃଦ୍ଧି ହୋଇଛି । ଦେଶମାନଙ୍କ ମଧ୍ୟରେ USA କୁ (୨୦୦୪୦୦୫)ରେ ଭାରତ ସର୍ବାଧିକ ୧୨.୮ ପ୍ରତିଶତ ରପ୍ତାନି କରିଛି । ସେହିପରି ସଂଯୁକ୍ତ ଆରବ, ଚୀନ, ସିଙ୍ଗାପୁର ଇତ୍ୟାଦି ରାଷ୍ଟ୍ରକୁ ୨୦୦୫-୦୬ ମସିହାରେ ଯଥାକ୍ରମେ ୬.୨,୮.୪ ଓ ୪.୨ ପ୍ରତିଶତ ବୃଦ୍ଧି ହୋଇଛି | ଇଂଲଣ୍ଡକୁ ଆମ ଦେଶର ମୋଟ୍ ରପ୍ତାନି ସେହି ସମୟ ମଧ୍ୟରେ ( ୨୦୦୨୦୦୩ ରୁ ୨୦୦୫୦୦୬) ଯଥାକ୍ରମେ ୪.୬ ପ୍ରତିଶତରୁ ୪.୩ ପ୍ରତିଶତ ଏବଂ ୪.୭ ପ୍ରତିଶତରୁ ୩.୬ ପ୍ରତିଶତକୁ ହ୍ରାସ ପାଇଛି । ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହୁଏ ଯେ ସ୍ଵାଧୀନତା ପ୍ରାପ୍ତିରେ ଭାରତର ବୈଦେଶିକ ବାଣିଜ୍ୟ ଦିଗରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଭାରତର ବାଣିଜ୍ୟର ଅଂଶୀଦାର ଭାବେ ନୂଆ ନୂଆ ଦେଶର ଆବିର୍ଭାବ ହୋଇଛି ।