CHSE Odisha Class 11 Economics Solutions Unit 3 ଅର୍ଥନୈତିକ ଯୋଜନା ଏବଂ ଅର୍ଥନୈତିକ ସଂସ୍କାର

Odisha State Board CHSE Odisha Class 11 Economics Solutions Unit 3 ଅର୍ଥନୈତିକ ଯୋଜନା ଏବଂ ଅର୍ଥନୈତିକ ସଂସ୍କାର Questions and Answers.

CHSE Odisha 11th Class Economics Unit 3 Question Answer ଅର୍ଥନୈତିକ ଯୋଜନା ଏବଂ ଅର୍ଥନୈତିକ ସଂସ୍କାର

I. ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ଚୟନ କର।
[Choose the Correct answer of the following from the Alternatives as given]

Question ୧।
ଯୋଜନା ସମ୍ପର୍କରେ ସର୍ବପ୍ରଥମେ କିଏ ଏକ ସୁଚିନ୍ତିତ ପରିକଳ୍ପନା କରିଥିଲେ ?
(i) ଏମ. ଏନ. ଇୟ
(ii) ଏମ୍. ବିଶ୍ଵେଶ୍ଵରାୟ
(iii)ପିରୁ
(iv) ରବର୍ଟସନ୍ ।
Answer:
(i) ଏମ୍. ବିଶ୍ଵେଶ୍ଵରାୟ ।

Question ୨।.
ପ୍ରଖ୍ୟାତ ଗାନ୍ଧିବାଦୀ ନେତା ଏସ୍.ଏନ୍ ଅଗ୍ରୱାଲା ଦ୍ବାରା ପ୍ରସ୍ତୁତ ଯୋଜନା :
(i) ଲୋକ ଯୋଜନା
(ii) ବମ୍ବେ ଯୋଜନା
(iii) ସାଧାରଣ ଯୋଜନା
(iv) କୌଣସଟି ନୁହେଁ ।
Answer:
(କ) ଲୋକ ଯୋଜନା ।

Question ୩ ।
ଯୋଜନା ଆୟୋଗ କେଉଁ ମସିହାରେ ଗଠନ କରାଯାଇଥିଲା ?
(i) ୧୯୬୦
(ii) ୧୯୫୦
(iii) ୧୯୫୧
(iv) ୧୯୬୨
Answer:
(ii) ୧୯୫୦

Question ୪।
ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ସମୟ ସୀମା :
(i) ୧୯୫୧-୫୬
(ii) ୧୯୫୬-୬୧
(iii) ୨୦୧୨-୧୭
(iv) ୧୯୯୧-୯୬
Answer:
(i) ୧୯୫୧-୫୬ ।

CHSE Odisha Class 11 Economics Solutions Unit 3 ଅର୍ଥନୈତିକ ଯୋଜନା ଏବଂ ଅର୍ଥନୈତିକ ସଂସ୍କାର

Question ୫।
ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନାର ଅବଧୂ:
(i) ୨୦୧୨-୧୭
(ii) ୨୦୦୧-୨୦୦୭
(iii) ୨୦୦୭-୧୨
(iv) ୧୯୫୬-୬୧
Answer:
(i) ୨୦୧୨-୧୭ ।

Question ୬।
ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନାର ଆଭିମୁଖ୍ୟ:
(i) ଦୃତ, ଧାରଣୀୟ ଓ ଅନ୍ତର୍ଭୁକ୍ତି ସମ୍ପର୍ଷ ଅଭିବୃଦ୍ଧି
(ii) ଶିକ୍ଷାର ସାର୍ବଜନୀନକରଣ
(iii) ସହରାଞ୍ଚଳ ଭିତ୍ତି ଭୂମିର ବିକାଶ
(iv) ସମସ୍ତଟି ।
Answer:
(iv) ସମସ୍ତଟି

Question ୭।
ନୀତି ଆୟୋଗ କେବେ ଗଠନ କରାଯାଇଥିଲା ?
(i) ୨୦୧୫
(ii) ୨୦୧୬
(iii) ୨୦୧୪
(iv) ୨୦୧୦
Answer:
(କ) ୨୦୧୫

Question ୮।
ଏକାଦଶ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଆଭିମୁଖ୍ୟ:
(i) ଦେଶର ସାମଗ୍ରୀକ ବିକାଶ
(ii) କର୍ମ ସଂସ୍ଥାନ ସୁଯୋଗ ସୃଷ୍ଟି
(iii) ଭିତ୍ତିଭୂମିର ବିକାଶ
(iv) ସଂପୃକ୍ତିଭିତ୍ତିକ ବିକାଶ
Answer:
(iv) ସଂପୃକ୍ତିଭିତ୍ତିକ ବିକାଶ

Question ୯।
କେଉଁ ପଞ୍ଚବାର୍ଷିକ ଯୋଜନାରେ ବୃହତ ଶିଳ୍ପର ବିକାଶକୁ ପ୍ରାଧାନ୍ୟ ଦିଆଯାଇଥିଲା ?
(i) ଦ୍ଵିତୀୟ
(ii) ଦ୍ଵାଦଶ
(ii) ପ୍ରଥମ
(iv) ଏକାଦଶ
Answer:
(i) ଦ୍ଵିତୀୟ ।

Question ୧୦।
ବମ୍ବେ ଯୋଜନାର ସମୟସୀମା:
(i) ୧୫ ବର୍ଷ
(ii) ୧୦ ବର୍ଷ,
(iii) ୫ ବର୍ଷ
(iv) ସମସ୍ତଟି ।
Answer:
(i) ୧୫ ବର୍ଷ |

Question ୧୧।
ଲୋକ ଯୋଜନାର ସମୟସୀମା:
(i) ୧୦ ବର୍ଷ
(ii) ୧୫ ବର୍ଷ
(iii) ୫ ବର୍ଷ
(iv) ୨୦ ବର୍ଷ
Answer:
(i) ୧୦ ବର୍ଷ

Question ୧୨।
ଭାରତର ପଞ୍ଚବାର୍ଷିକ ଯୋଜନାର ଆଭିମୁଖ୍ୟ:
(i) ଆର୍ଥିକ ଅଭିବୃଦ୍ଧି
(ii) ସ୍ଵାବଲମ୍ବନଶୀଳତା
(iii) ସାମାଜିକ ନ୍ୟାୟ
(iv) ସମସ୍ତଟି
Answer:
(iv) ସମସ୍ତଟି

Question ୧୩ ।
ଆର୍ଥିକ ସଂସ୍କାରର ଆଭିମୁଖ୍ୟ:
(i) ବିତ୍ତୀୟ ନିଅଣ୍ଟିଆ ହ୍ରାସ
(ii) ସରକାରୀ କ୍ଷେତ୍ରର ପରିସର ବୃଦ୍ଧି
(iii) ଶିଳ୍ପ ଆଇନର କଟକଣା ବୃଦ୍ଧି
(iv) ସମସ୍ତଟି
Answer:
(i) ବିତ୍ତୀୟ ନିଅଣ୍ଟିଆ ହ୍ରାସ

Question ୧୪।
୧୯୯୧ ମସିହା ଆର୍ଥିକ ସଂସ୍କାର ନୀତିରେ କେତୋଟି ଶିଳ୍ପ ବ୍ୟତୀତ ଅନ୍ୟ ସମସ୍ତ ଶିଳ୍ପଗୁଡ଼ିକୁ ଲାଇସେନ୍ସ ମୁକ୍ତ କରାଯାଇଥିଲା ?
(i) ୧୮
(iii) ୫
(ii) ୮
(iv) ୪
Answer:
(i) ୧୮।

CHSE Odisha Class 11 Economics Solutions Unit 3 ଅର୍ଥନୈତିକ ଯୋଜନା ଏବଂ ଅର୍ଥନୈତିକ ସଂସ୍କାର

Question ୧୫।
୧୯୯୧ ମସିହା ଆର୍ଥିକ ସଂସ୍କାର ନୀତିରେ ସରକାରୀ କ୍ଷେତ୍ର ପାଇଁ କେତୋଟି ଶିଳ୍ପ ସଂରକ୍ଷିତ ରହିଥୁଲା ?
(i) ୩
(ii) ୪
(iii) ୫
(iv) ୧୦
Answer:
(i) ୩।

Question ୧୬।
୧୯୯୧ ମସିହା ଆର୍ଥିକ ସଂସ୍କାର ନୀତିରେ ବୈଦେଶିକ ନିବେଶ ସୀମା କେତେ ଥିଲା ?
(i) ୫୧
(ii) ୮୦
(iii) ୬୦
(iv) ୭୦
Answer:
(i) ୫୧।

Question ୧୭।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ଼ (S.E.BI) କେଉଁ ମସିହାରେ ଗଠନ କରାଯାଇଥିଲା ?
(i) ୧୯୯୧
(ii) ୧୯୯୦
(iii) ୧୯୮୦
(iv) ୧୯୬୦
Answer:
(i) ୧୯୯୨ ।

Question ୧୮।
ଉଚ୍ଚ ଗୁରୁତ୍ବପୂର୍ଣ ଶିଳ୍ପ କ୍ଷେତ୍ରରେ ପ୍ରତ୍ୟେକ ବୈଦେଶିକ ନିବେଶ ସୀମା କେତେ ଥିଲା ?
(କ) ୫୧ ପ୍ରତିଶତ
(ଖ) ୫୦ ପ୍ରତିଶତ
(ଗ) ୫୫ ପ୍ରତିଶତ
(ଘ) ୪୦ ପ୍ରତିଶତ
Answer:
(କ) ୫୧ ପ୍ରତିଶତ ।

Question ୧୯।
ଘରୋଇ ଅର୍ଥ ବ୍ୟବସ୍ଥାକୁ ବିଶ୍ବ ଅର୍ଥ ବ୍ୟବସ୍ଥା ସହିତ ସମ୍ପୃକ୍ତିକରଣ କାର୍ଯ୍ୟକ୍ରମକୁ କ’ଣ କୁହାଯାଏ ?
(i) ଘରୋଇକରଣ
(ii) ଉଦାରୀକରଣ
(iii) ଜଗତିକରଣ
(iv) ସମସ୍ତଟି
Answer:
(iii) ଜଗତିକରଣ।

Question ୨୦।
ଭାରତୀୟ ଅର୍ଥନୀତିରେ ଜଗତୀକରଣ କାର୍ଯ୍ୟକ୍ରମ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ:
(i) ବାଣିଜ୍ୟ କଟକଣା ହ୍ରାସ
(ii) ମୁଦ୍ରାର ଆଂଶିକ ରୂପାନ୍ତରଣୀକରଣ
(iii) ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ
(iv) ସମସ୍ତଟି।
Answer:
(iv) ସମସ୍ତଟି।

Question ୨୧।
ଆର୍ଥିକ ସଂସ୍କାର ନୀତିରେ ସରକାରୀ କ୍ଷେତ୍ର ପାଇଁ କେଉଁ ଶିଳ୍ପକୁ ସଂରକ୍ଷିତ ରଖାଯାଏ ?
(i) ପ୍ରତିରକ୍ଷା ଉପକରଣ
(ii) ରେଳ ପରିବହନ
(iii) ଆଣବିକ ଶକ୍ତି ଉତ୍ପାଦନ
(iv) ସମସ୍ତଟି
Answer:
(iv) ସମସ୍ତଟି ।

Question ୨୨।
ଆର୍ଥିକ ସଂସ୍କାର ନୀତିରେ ଶିଳ୍ପ କ୍ଷେତ୍ରରେ କେଉଁ ସଂସ୍କାର ଅଣାଯାଇଥୁଲ ?
(i) ଶିଳ୍ପ ଲାଇସେନ୍ସ ବ୍ୟବସ୍ଥାର ଉଚ୍ଛେଦୀକରଣ
(ii) ସରକାରୀ କ୍ଷେତ୍ର ପାଇଁ ଶିଳ୍ପ ସଂରକ୍ଷଣ ହ୍ରାସ
(iii) ପୁଞ୍ଜି ଦ୍ରବ୍ୟ ରପ୍ତାନନି ବୃଦ୍ଧି
(iv) ସମସ୍ତଟି
Answer:
(iv) ସମସ୍ତଟି ।

II. ନିମ୍ନୋକ୍ତ ଉକ୍ତିଗୁଡ଼ିକର ସଠିକତା ପ୍ରମାଣ କର । ଆବଶ୍ୟକ ସ୍ଥଳେ ରେଖାଙ୍କିତ ଅଂଶଗୁଡ଼ିକୁ ନ ବଦଳାଇ ଭ୍ରମ ସଂଶୋଧନ କର ।
[Prove the correctness of the followings correct them if necessary you without changing words underlined]

Question ୧।
ଦ୍ରୁତ ଧାରଣୀୟଶୀଳ ଅନ୍ତର୍ଭୁକ୍ତ ସମ୍ପୂର୍ଣର୍ଷ ଅଭିବୃଦ୍ଧି ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଆଭିମୁଖ୍ୟ ଥିଲା ।
Answer:
ସଠିକ୍ ।

Question ୨।
ଭିତ୍ତିଭୂମିର ବିକାଶ ଦଶମ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଆଭିମୁଖ୍ୟ ଥିଲା |
Answer:
ଭିଭିଭୂମିର ବିକାଶ ଏକାଦଶ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଆଭିମୁଖ୍ୟ ଥିଲା ।

Question ୩।
ତୃତୀୟ ପଞ୍ଚବାର୍ଷିକ ଯୋଜନାରେ ସମାନ୍ତରାଳ ଆଞ୍ଚଳିକ ବିକାଶ ମାଧମରେ ସ୍ୱୟଂ ପରିପୃଷ୍ଟ ଆର୍ଥିକ ସମୃଦ୍ଧିର ଆଶା ଦେଇ ଦୀର୍ଘକାଳୀନ ବିନିଯୋଗ ଉପରେ ପ୍ରାଧାନ୍ୟ ଦିଆଯାଇଥିଲା ।
Answer:
ସଠିକ୍

Question ୪।
ସାମାଜିକ ନ୍ୟାୟ ପ୍ରଦାନ ଭାରତୀୟ ପଞ୍ଚବାର୍ଷିକ ଯୋଜନାର ଅନ୍ୟତମ ଆଭିମୁଖ୍ୟ ।
Answer:
ସଠିକ୍ ।

CHSE Odisha Class 11 Economics Solutions Unit 3 ଅର୍ଥନୈତିକ ଯୋଜନା ଏବଂ ଅର୍ଥନୈତିକ ସଂସ୍କାର

Question ୫।
ଲୋକ ଯୋଜନାର ଇକ୍ଷ୍ୟ ହେଲା ଗ୍ରାମ୍ୟ ଉନ୍ନୟନ, କୃଷିର ଉନ୍ନତ ଏବଂ ଖାଉଟି ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ।
Answer:
ଗାନ୍ଧିବାଦୀ ଯୋଜନାର ।

Question ୬।
ବମ୍ବେ ଯୋଜନାର ବ୍ୟୟ ଅଟକଳ ୧୦,୦୦୦ କୋଟି ଟଙ୍କା ।
Answer:
ସଠିକ୍ ।

Question ୭।
ଲୋକ ଯୋଜନାର ଖର୍ଚ୍ଚ ଅଟକଳ ଟ ୩୫୦୦ କୋଟି ଟଙ୍କା ଥିଲା ।
Answer:
ସଠିକ୍ ।

Question ୮।
ପ୍ରାକୃତିକ ସମ୍ବଳ ତଥା ମାନବ ସମ୍ବଳର ପୁଷ୍ପ ବିନିଯୋଗ ଯୋଜନା ଆୟୋଗର ମୁଖ୍ୟ ଲକ୍ଷ୍ୟ ଥିଲା ।
Answer:
ସଠିକ୍ ।

Question ୯।
ଭାରତୀୟ ଯୋଜନା ୨ ସ୍ତରୀୟ !
Answer:
ଭାରତୀୟ ଯୋଜନା ତ୍ରୀସ୍ତରୀୟ ।

Question ୧୦।
ପ୍ରଧାନମନ୍ତ୍ରୀ ଯୋଜନା ଆୟୋଗର ଅଧ୍ୟକ୍ଷ ।
Answer:
ସଠିକ୍ ।

Question ୧୧।
ଯୋଜନା ଆୟୋଗ ଏକ ସମବାୟ ମୈତ୍ରୀତନ୍ତ୍ର ଭାବେ କାର୍ଯ୍ୟ କରିବ ।
Answer:
ନୀତି ଆୟୋଗ ଏକ ସମବାୟ ମୈତ୍ରୀତନ୍ତ୍ର ଭାବେ କାର୍ଯ୍ୟ କରିବ ।

Question ୧୨।
ରାଷ୍ଟ୍ରୀୟ ସ୍ତରରେ ଅଧୂକୁତନ ପରିଚାଳିତ ଉଦ୍ୟୋଗ ଗୁଡ଼ିକର ଘରୋଇ ସ୍ଵତାଧିକାର ପ୍ରବର୍ତ୍ତନ କରିବାକୁ ଘରୋଇକରଣ – କୁହାଯାଏ ।
Answer:
ସଠିକ୍ ।

Question ୧୩।
ଆର୍ଥିକ ସଂସ୍କାର ନୀତି ୧୯୯୧ ମସିହାରେ କାର୍ଯ୍ୟକାରୀ ହୋଇଥିଲା ।
Answer:
ସଠିକ୍ ।

Question ୧୪ ।
ପରମାଣୁ ଶକ୍ତି ସରକାରୀ କ୍ଷେତ୍ର ପାଇଁ ସଂରକ୍ଷିତ ରହିଥିଲା ।
Answer:
ସଠିକ୍ ।

CHSE Odisha Class 11 Economics Solutions Unit 3 ଅର୍ଥନୈତିକ ଯୋଜନା ଏବଂ ଅର୍ଥନୈତିକ ସଂସ୍କାର

Question ୧୫।
ଆର୍ଥିକ ସଂସ୍କାର ନୀତିରେ ଉଚ୍ଚ ଗୁରୁତ୍ବପୂର୍ଣ୍ଣ ଶିଳ୍ପ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ୫୧ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ଅଂଶ ଗ୍ରହଣକୁ ଅନୁମତି ପ୍ରଦାନ କରାଯାଇଛି ।
Answer:
ସଠିକ୍ ।

Question ୧୬।
ଆର୍ଥିକ ସଂସ୍କାର ନୀତିରେ ୧ କୋଟି ପର୍ଯ୍ୟନ୍ତ ବିଦେଶୀ ବୈଷୟିକ ଜ୍ଞାନର ଆମଦାନିକୁ ଅନୁମତି ଆବଶ୍ୟକ ନଥାଏ ।
Answer:
ସଠିକ୍ ।

Question ୧୭।
ଔଷଧ ଶିଳ୍ପକୁ ଲାଇସେନ୍ସ ମୁକ୍ତ କରାଯାଇ ନାହିଁ ।
Answer:
ସଠିକ୍ ।

Question ୧୮।
ଉଚ୍ଚ ବିତ୍ତୀୟ ନିଅଣ୍ଟିଆ ଭାରତୀୟ ଯୋଜନାର ଏକ ସଫଳତା ।
Answer:
ଉଚ୍ଚ ବିତ୍ତୀୟ ନିଅଣ୍ଟିଆ ଭାରତୀୟ ଯୋଜନାର ଏକ ବିଫଳତା ।

Question ୧୯।
ଜାତୀୟ ଆୟର ବୃଦ୍ଧି ଭାରତୀୟ ଯୋଜନାର ଏକ ସଫଳତା ।
Answer:
ସଠିକ୍ ।

Question ୨୦।
ପ୍ରଧାନମନ୍ତ୍ରୀ ନୀତି ଆୟୋଗର ଅଧ୍ୟକ୍ଷ ।
Answer:
ସଠିକ୍ !

Question ୨୧।
କୃଷି କ୍ଷେତ୍ରରେ ବିକାଶକୁ ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ପ୍ରାଧାନ୍ୟ ଦିଆଯାଇଥିଲା ।
Answer:
ସଠିକ୍ ।

Question ୨୨।
ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ କ୍ଷୁଦ୍ର ଶିଳ୍ପର ବିକାଶକୁ ପ୍ରାଧାନ୍ୟ ଦିଆଯାଇଥିଲା ।
Answer:
ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ବୃହତ ଶିଳ୍ପର ବିକାଶକୁ ପ୍ରାଧାନ୍ୟ ଦିଆଯାଇଥିଲା

Question ୨୩।
ପଞ୍ଚମ ପଞ୍ଚବାର୍ଷିକ ଯୋଜନାରେ ଦାରିଦ୍ର୍ୟ ଦୂରୀକରଣଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା ।
Answer:
ସଠିକ୍ ।

Question ୨୪।
ତୃତୀୟ ପଞ୍ଚବାର୍ଷିକ ଯୋଜନାରେ ଆମ୍ବ ନିର୍ଭରଶୀଳତାକୁ ପ୍ରାଧାନ୍ୟ ଦିଆଯାଇଥିଲା ।
Answer:
ସଠିକ୍ ।

Question ୨୫।
ଆଧୁନୀକରଣ ଭାରତୀୟ ପଞ୍ଚବାର୍ଷିକ ଯୋଜନାରେ ଏକ ଆଭିମୁଖ୍ୟ ।
Answer:
ସଠିକ୍ ।

III. ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟିରୁ ତିନୋଟି ବାକ୍ୟରେ ମଧ୍ଯରେ ଲେଖ।
[Answer the following questions within 2 to 3 Sentences in cach case.]

Question ୧।
ଯୋଜଳା ( Planning) କହିଲେ କ’ଣ ବୁଝ ?
Answer:
ଯୋଜନା କହିଲେ କେତେକ ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ଯୋଜନା ବୋର୍ଡ଼ ଦ୍ଵାରା ଗ୍ରହଣ କରାଯାଇଥିବା କୌଶଳକୁ ବୁଝାଏ । ଯୋଜନା କହିଲେ ଗ୍ରାମ୍ୟ, ବା ସହରର ଯୋଜନା କୁ ବୁଝାଏ ନାହିଁ, ବରଂ ସମଗ୍ର ଅର୍ଥ ବ୍ୟବସ୍ଥାର ଯୋଜନା କୁ ବୁଝାଏ । ଏହି ଯୋଜନା ରେ କ’ଣ, କିପରି ଓ କାହା ପାଇଁ ଉତ୍ପାଦନ କରାଯିବାର ନିଷ୍ପତ୍ତି ନିଆଯାଇଥାଏ ।

Question ୨।
ଭାରତୀୟ ଯୋଜନାର ବୈଶିଷ୍ଟ୍ୟ (Features) ଗୁଡ଼ିକ କ’ଣ ?
Answer:
ଭାରତୀୟ ଯୋଜନାର ବୈଶିଷ୍ଟ୍ୟ ଗୁଡ଼ିକ ହେଲା।
(୧) ଭାରତୀୟ ଯୋଜନା ତ୍ରୀସ୍ତରୀୟ ଯୋଜନା ବ୍ୟବସ୍ଥା ।
(୨) ଭାରତୀୟ ଯୋଜନା ଗଣତାନ୍ତ୍ରିକ ଯୋଜନା ।
(୩) ଭାରତୀୟ ଯୋଜନା ନିରବଚ୍ଛିନ୍ନ ପ୍ରକ୍ରିୟା ଅଟେ ।

Question ୩।
ଭାରତୀୟ ପଞ୍ଚବାର୍ଷିକ ଯୋଜନାର ଆଭିମୁଖ୍ୟ (objectives) (ଦୁଇଟି) ଲେଖ ।
Answer:
ଭାରତୀୟ ପଞ୍ଚବାର୍ଷିକ ଯୋଜନାର ଦୁଇଟି ଆଭିମୁଖ୍ୟ ହେଲା:
(୧) ଉଚ୍ଚ ଆର୍ଥିକ ଅଭିବୃଦ୍ଧି ଭାରତୀୟ ଯୋଜନାର ପ୍ରଥମ ଆଭିମୁଖ୍ୟ ।
(୨) ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ଭାରତୀୟ ଯୋଜନାର ଅନ୍ୟ ଏକ ଆଭିମୁଖ୍ୟ ।

Question ୪।
ଭାରତୀୟ ପଞ୍ଚବାର୍ଷିକ ଯୋଜନାର ଦୁଇଟି ସଫଳତା (success) ଲେଖ ।
Answer:
ଭାରତୀୟ ପଞ୍ଚବାର୍ଷିକ ଯୋଜନାର ଦୁଇଟି ସଫଳତା ହେଲା
(୧) ଜାତୀୟ ଆୟ ଓ ମୁଣ୍ଡପିଛା ଆୟର ବୃଦ୍ଧି ପରିଲକ୍ଷିତ ହୋଇଛି।

CHSE Odisha Class 11 Economics Solutions Unit 3 ଅର୍ଥନୈତିକ ଯୋଜନା ଏବଂ ଅର୍ଥନୈତିକ ସଂସ୍କାର

Question ୫।
୨୦୧୨-୧୭ ପଞ୍ଚବାର୍ଷିକ ଯୋଜନାର ଦୁଇଟି ବୈଶିଷ୍ଟ୍ୟ (features) ଲେଖ ।
Answer:
୨୦୧୨-୧୭ ପଞ୍ଚବାର୍ଷିକ ଯୋଜନାର ଦୁଇଟି ବୈଶିଷ୍ଟ୍ୟ ହେଲା-
(୨) ଆମ ଦେଶ ବିଭିନ୍ନ କ୍ଷେତ୍ର ଯଥା: ଖାଦ୍ୟଶସ୍ୟ ଉତ୍ପାଦନ, ଘରୋଇ ସଞ୍ଚୟ, ପ୍ରତିରକ୍ଷା, କାରିଗରୀ ଜ୍ଞାନ କୌଶଳ ଓ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛି ।
(୧) ଦୃତ, ଧାରଣଶୀଳ ଓ ଅନ୍ତର୍ଭୁକ୍ତ ସମ୍ପନ୍ନ ଅଭିବୃଦ୍ଧି ଦ୍ବାଦଶ ପଞ୍ଚବାର୍ଷିକ ଯୋଜନାର ପ୍ରଥମ ଆଭିମୁଖ୍ୟ ।
(୨) କୃଷି କ୍ଷେତ୍ରର ଉଚ୍ଚତର ଅଭିବୃଦ୍ଧି ହାସଲ କରିବା ଭାରତୀୟ ଯୋଜନାର (ଦ୍ୱାଦଶ) ଅନ୍ୟ ଏକ ମୁଖ୍ୟ ଆଭିମୁଖ୍ୟ ।

Question ୬।
ଏକାଦଶ ପଞ୍ଚବାର୍ଷିକ ଯୋଜନା (୨୦୦୭-୧୨) ର ଦୁଇଟି ଆଭିମୁଖ୍ୟ (objectives) ଲେଖ।
Answer:
ଏକାଦଶ ପଞ୍ଚବାର୍ଷିକ ଯୋଜନା ( ୨୦୦୭-୧୨) ର ଦୁଇଟି ଆଭିମୁଖ୍ୟ ହେଲା
(୧) ଦେଶର ସାମଗ୍ରିକ ବିକାଶ ସାଧନ କରିବା ଏକାଦଶ ପଞ୍ଚଦଶ ଯୋଜନାର ପ୍ରଥମ ଆଭିମୁଖ୍ୟ ।
(୨) ଦେଶରେ ଉପଲବ୍ଧ ସମ୍ବଳର ଇଷ୍ଟତମ ବିନିଯୋଗକୁ ସୁନିଶ୍ଚିତ କରିବା ଭାରତୀୟ ଯୋଜନାର ଅନ୍ୟ ଏକ ଆଭିମୁଖ୍ୟ ।

Question ୭।
ଉଦାରୀକରଣ (Liberalization) କ’ଣ ?
Answer:
ଉଦାରୀକରଣ କହିଲେ ଏହି ନୀତି ନିୟମକୁ ବୁଝାଏ, ଯାହା ଦେଶର ଶିଳ୍ପ, ବାଣିଜ୍ୟ ଆଦି ଆର୍ଥିକ କ୍ଷେତ୍ରରେ ଅନାବଶ୍ୟକ ସରକାରୀ ନିୟନ୍ତ୍ରଣ ଓ କଟକଣାକୁ କୋହଳ କରି ଅର୍ଥ ବ୍ୟବସ୍ଥାରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେଇଥାଏ । ୧୯୯୧ ମସିହା ଶିଳ୍ପ ନୀତିରେ ନିରାପତ୍ତା ଓ ପର୍ଯ୍ୟାବରଣ ସହିତ ସମ୍ପୃକ୍ତ କେତୋଟି ଶିଳ୍ପ ବ୍ୟତୀତ ଅନ୍ୟ ସମସ୍ତ ଶିଳ୍ପ ଉଚ୍ଚରୁ ଲାଇସେନ୍ସ ବ୍ୟବସ୍ଥାର ପ୍ରତ୍ୟାହାର କରାଯାଇଥିଲା ।

Question ୮।
ଘରୋଇକରଣ (Privatisation) କ’ଣ ?
Answer:
ରାଷ୍ଟ୍ରୀୟ ସ୍ତରରେ ଅଧୂକୃତ ଓ ପରିଚାଳିତ ଉଦ୍ୟୋଗ ଗୁଡ଼ିକର ଘରୋଇ ସ୍ଵତ୍ତ୍ଵାଧିକାର ପ୍ରବର୍ତ୍ତନ୍‌କୁ ଘରୋଇକରଣ କୁହାଯାଏ । ଏହି ନୀତି ଅନୁସାରେ ସରକାର କେବଳ ଅସ୍ତ୍ରଶସ୍ତ୍ର ଉତ୍ପାଦନ, ପରମାଣୁ ଶକ୍ତି, କୋଇଲା, ଖଣିଜ ତୈଳ, ରେଳ ପରିବହନ ଓ ପରମାଣୁ ଇନ୍ଧନ ବ୍ୟତୀତ ଅନ୍ୟ ସମସ୍ତ ଶିଳ୍ପକୁ ବେସରକାରୀ ମାଲିକାନାକୁ ହସ୍ତାନ୍ତର କରିଥିଲେ ।

Question ୯।
ଜଗତୀକରଣ (Globalization)କାହାକୁ କୁହାଯାଏ ?
Answer:
ଘରୋଇ ଅର୍ଥବ୍ୟବସ୍ଥାକୁ ବିଶ୍ଵ ଅର୍ଥବ୍ୟବସ୍ଥା ସହିତ ସମ୍ପୃକ୍ତିକରଣକୁ ଜଗତୀକରଣ କୁହାଯାଏ । ଏହାଦ୍ଵାରା ଘରୋଇ ଅର୍ଥବ୍ୟବସ୍ଥା ଓ ଅବଶିଷ୍ଟ ବିଶ୍ଵ ମଧ୍ଯରେ ପୁଞ୍ଜି, ପ୍ରବିଧୂ ଓ ବାଣିଜ୍ୟକୁ ଅବାଧ ପ୍ରବାହ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ ।

୧୦। ଗାନ୍ଧୀବାଦୀ ଯୋଜନା (Gandhian Plan) କ’ଣ ?
Answer:
ଗାନ୍ଧିବାଦୀ ଅର୍ଥବ୍ୟବସ୍ଥାକୁ ଆଧାର କରି ପ୍ରସ୍ତୁତ କରାଯାଇଥିବା ଯୋଜନାକୁ ଗାନ୍ଧିବାଦୀ ଯୋଜନା କୁହାଯାଏ । ଗ୍ରାମର ଉନ୍ନତି ସହିତ ଗ୍ରାମକୁ ସ୍ଵାବଲମ୍ବନଶୀଳ କରିବା ଏହି ଯୋଜନାର ଲକ୍ଷ୍ୟ ।

IV. ପାର୍ଥକ୍ୟ ଦର୍ଶାଅ ![Distinguish Between]

Question ୧।
ଗାନ୍ଧିବାଦୀ ଯୋଜନା ଓ ଲୋକ ଯୋଜନା । (Gandhian Plan and People’s Plan.)
Answer:
ଗାନ୍ଧିବାଦ ଯୋଜନା :
୧. ଏହି ଯୋଜନା ଜଣେ ଗାନ୍ଧିବାଦୀ ଅର୍ଥଶାସ୍ତ୍ରୀ ପ୍ରସ୍ତୁତ କରିଥିଲେ ।
୨. ଏହି ଯୋଜନାର ସମୟ ସୀମା ବର୍ଷ ଥିଲା ।
୩. ଗ୍ରାମକୁ ଉନ୍ନତ କରି ଗ୍ରାମୀଣ ସ୍ଵାବଲମ୍ବନଶୀଳତା ହାସଲ କରିବା ଏହି ଯୋଜନାର ଲକ୍ଷ୍ୟ ।

ଲୋକ ଯୋଜନା :
୧. ଭାରତୀୟ ଶ୍ରମିକ ସଂଘ ଲୋକଯୋଜନା ପ୍ରସ୍ତୁତ କରିଥିଲେ ।
୨. ଏହି ଯୋଜନାର ସମୟ ସୀମା ୧୦ ବର୍ଷ ଥିଲା ।
୩ . କୃଷି ଓ ଖାଉଟି ଦ୍ରବ୍ୟ ଉତ୍ପାଦନ ବୃଦ୍ଧି ଓ ଶିଳ୍ପ ସଂସ୍ଥାର ଜାତୀୟକରଣ ଏହି ଯୋଜନାର ଲକ୍ଷ୍ୟ ।

Question ୨।.
ବମ୍ବେ ଯୋଜନା ଓ ଜନତା ଯୋଜନା (Bobay Plan and People’s Plan)
Answer:
ବମ୍ବେ ଯୋଜନା
୧. ଟାଟା ଓ ବିରଳା ସମେତ ୮ ଜଣ ଶିଳ୍ପପତି ବମ୍ବେ ଯୋଜନା ପ୍ରସ୍ତୁତ କରିଥିଲେ ।
୨. ଏହି ଯୋଜନାର ସମୟସୀମା ୧୫ ବର୍ଷ ଥିଲା।
୩. ଏହି ଯୋଜନାର ବ୍ୟୟବରାଦ ୧୦,୦୦୦ କୋଟି ଟଙ୍କା ଥିଲା।

Question ୩।
ଉଦାରୀକରଣ ଓ ଘରୋଇକରଣ।
(Liberalization and Privatization)
Answer:
ଉଦାରୀକରଣ :
୧. ଉଦାରୀକରଣ କହିଲେ ଦେଶର ଶିଳ୍ପ ବାଣିଜ୍ୟ ଆଦି ଆର୍ଥିକ କ୍ଷେତ୍ରରେ ଅନାବଶ୍ୟକ ସରକାରୀ ନିୟନ୍ତ୍ରଣତା ଓ କଟକଣାକୁ ହ୍ରାସ କୁହାଯାଏ ।
୨. ଏହି ନୀତିର ନିରାପତ୍ତା ଓ ପର୍ଯ୍ୟବରଣ ସହ ସଂପୃକ୍ତ କେତୋଟି ଶିଳ୍ପକୁ ଛାଡ଼ିଦେଇ ଅନ୍ୟ ସମସ୍ତ ଶିଳ୍ପ ଉପରୁ ଲାଇସେନ୍ସ ଉଧ କରାଯାଇଥିଲା ।
୩. ବିଦେଶୀ ବଜାର ସୃଷ୍ଟି ପାଇଁ ବିଦେଶୀ ବାଣିଜ୍ୟିକ ସଂସ୍ଥାଗୁଡ଼ିକୁ ଭାରତୀୟ ବାଣିଜ୍ୟିକ ସଂସ୍ଥାଗୁଡ଼ିକର ୫୧ ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜି ନିବେଶର ଅନୁମତି ପ୍ରଦାନ କରାଯାଇଥିଲା ।

ଘରୋଇକରଣ :
୧. ରାଷ୍ଟ୍ରୀୟ ସ୍ତରରେ ଅଧିକୃତ ଓ ପରିଚାଳିତ ଉଦ୍ୟୋଗ ଗୁଡ଼ିକରେ ଘରୋଇ ସ୍ଵଧିକାର ପ୍ରବର୍ତ୍ତନକୁ ଘରୋଇକରଣ କୁହାଯାଏ ।
୨. ଏହି ନୀତିରେ ପରମାଣୁ ଶକ୍ତି, ଅସ୍ତ୍ରଶସ୍ତ୍ର ଉତ୍ପାଦନ ଓ ‘କୋଇଲା ଭଳି କେତୋଟି ଶିଳ୍ପକୁ ଛାଡ଼ି ଅନ୍ୟ ସମସ୍ତ ଶିଳ୍ପଗୁଡ଼ିକ ବେସରକାରୀ ମାଲିକାନାକୁ ହସ୍ତାନ୍ତର କରାଯାଇଥିଲା ।
୩. ଏହି ନୀତିର ସରକାରୀ କ୍ଷେତ୍ରଗୁଡ଼ିକର ପୁଞ୍ଜି ପ୍ରତ୍ୟାହାର କରିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।

V. ପ୍ରତ୍ୟେକଟି ଉତ୍ତର ୭୫ଟି ଶବ୍ଦର ଦେବାକୁ ହେବ ।
[Answer in 75 Words]

Question ୧।
ଜଗତୀକରଣ (Globalisation)
Answer:
ଜଗତୀକରଣ ନୂତନ ଆର୍ଥିକ ସଂସ୍କାର ନୀତିର ଏକ ଗୁରୁତ୍ଵପୂର୍ଣ ବୈଶିଷ୍ଟ୍ୟ । ଭାରତୀୟ ଅର୍ଥନୀତିକୁ ଉତ୍ପାଦନ, ବାଣିଜ୍ୟ ପୁଞ୍ଜି ବିନିଯୋଗ ଓ ପ୍ରାବଧୂକ କ୍ଷେତ୍ରରେ ବିଶ୍ଵ ଅର୍ଥନୀତି ସଙ୍ଗେ ଏକତ୍ରୀକରଣ ପ୍ରକ୍ରିୟାକୁ ଜଗତୀକରଣ କୁହାଯାଏ ! ଏହାଦ୍ଵାର ଆନ୍ତର୍ଜାତିକ ପୁଞ୍ଜି ଓ ଅତ୍ୟାଧୁନିକ ପ୍ରାବଧୂକ କୌଶଳ ଦେଶ ମଧ୍ୟକୁ ଆକର୍ଷିତ ହେବା ସହ ବିଶ୍ଵ ଶ୍ରମ ବିଭାଜନର ଉପକାରିତା ପାଇପାରିବା ସମ୍ଭବପର ହୋଇଥାଏ । ଜଗତୀକରଣକୁ କ୍ରିୟାଶୀଳ କରିବା ନିମନ୍ତେ ବୈଦେଶିକ ବିନିଯୋଗ କ୍ଷେତ୍ରରେ ଥିବା ସମସ୍ତ କଟକର୍ଣାଗୁଡ଼ିକୁ ଉଚ୍ଛେଦ କରାଯାଇଛି । ଏହା ସହିତ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ, ଦୀର୍ଘକାଳୀନ ବୈଦେଶିକ ବାଣିଜ୍ୟ ନୀତି ପ୍ରଣୟନ, ଭାରତୀୟ ମୁଦ୍ରାର ରୂପାନ୍ତରୀକରଣ, ସୀମା ଶୁଳ୍‌କ ଓ ପ୍ରଶୁଳ୍କ ହ୍ରାସ ଏବଂ ନିଅଣ୍ଟିଆ ଆଦାନପ୍ରଦାନ ସମତୁଲ୍ୟତା ଇତ୍ୟାଦି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହି ସମସ୍ତ ପଦକ୍ଷେପ ଗ୍ରହଣ କରିବା ଦ୍ବାରା ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ବ ଅର୍ଥବ୍ୟବସ୍ଥା ସହିତ ଏକତ୍ରୀକରଣର ବାଟ ଉନ୍ମୁକ୍ତ ହେବ।

Question ୨।
ଘରୋଇକରଣ (Privatisation):
Answer:
ଘରୋଇକରଣ ପ୍ରକ୍ରିୟା ୧୯୯୧ ଆର୍ଥିକ ନୀତିରେ ପ୍ରଣୟନ କରାଯାଇଥିଲା । ସରକାରୀ ଉଦ୍ୟୋଗଗୁଡ଼ିକର ମାଲିକାନା ଘରୋଇ ମାଲିକାନାକୁ ପରିବର୍ତ୍ତନ କରିବାକୁ ଘରୋଇକରଣ କୁହାଯାଏ । ଏହା ବଜାର ଅର୍ଥନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଘରୋଇକରଣ ନୀତିଦ୍ୱାରା ସରକାରୀ କ୍ଷେତ୍ରର ପରିସର ସଙ୍କୁଚିତ କରାଯାଇଛି । ଦେଶର ଅର୍ଥନୈତିକ ପ୍ରକ୍ରିୟାରେ ବେସରକାରୀ, ସଂସ୍ଥାମାନଙ୍କର ଗୁରୁତ୍ଵ ବୃଦ୍ଧି ପାଇଛି । ବିଦେଶୀ ପୁଞ୍ଜି ନିବେଶ କ୍ଷେତ୍ରରେ ବେସରକାରୀ ଘରୋଇ ସଂସ୍ଥାମାନ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି । ଏହି ନୀତିର କାର୍ଯ୍ୟକାରିତା ଫଳରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗପାଇଁ ସଂରକ୍ଷିତ ଉଦ୍ୟୋଗଗୁଡ଼ିକର ସଂଖ୍ୟା ୧୭ ରୁ ୬ କୁ ହ୍ରାସ ପାଇଛି । ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଥା ରାଷ୍ଟ୍ରାୟତ୍ତ ଉଦ୍ୟୋଗର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଠାରୁ ପୁଞ୍ଜି ପ୍ରତ୍ୟାହାର କରାଯାଇଛି । ତେଣୁ ଘରୋଇକରଣ କାର୍ଯ୍ୟକ୍ରମ ସରକାରୀ ଉଦ୍ୟୋଗଗୁଡ଼ିକର ଅପାରଗତା ହ୍ରାସ କରି ଭାରତ୍ରୀ ଉଦ୍ୟୋଗକୁ ଅଧିକ ପ୍ରତିଯୋଗୀ ଓ କ୍ରିୟାଶୀଳ କରି ପାରିଛି ।

Question ୩।
ଉଦାରୀକରଣ (Liberalisation):
Answer:
ଆର୍ଥିକ ସଂସ୍କାର ନୀତିର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଉଦାରୀକରଣ ! ଶିଳ୍ପ, ବାଣିଜ୍ୟ ତଥା ଆର୍ଥିକ କ୍ଷେତ୍ରରେ ରହିଥିବା ଅନାବଶ୍ୟକ ସରକାରୀ ନିୟନ୍ତ୍ରଣ ବା କଟକଣାକୁ କୋହଳ କରି ବିଭିନ୍ନ କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଯୋଗାଇ ଦେବା ନୀତିକୁ ଉଦାରୀକରଣ କୁହାଯାଏ । ସରକାରୀ ପ୍ରୋତ୍ସାହନ ତଥା କଟକଣା ବିନା ଘରୋଇ ଶିଳ୍ପକୁ ପ୍ରତିଯୋଗିତାକ୍ଷମ କରିବା ହେଉଛି ଏହି ନୀତିର ଲକ୍ଷ୍ୟ । ତଦନୁଯାୟୀ ୧୦୦୧ ମସିହା ଆର୍ଥିକ ସଂସ୍କାର ନୀତିରେ ୧୮ଟି ଗୁରୁତ୍ଵପୂର୍ଣ୍ଣ ଶିଳ୍ପ ବ୍ୟତୀତ ଅନ୍ୟ ସମସ୍ତ ଶିଳ୍ପ ଉପରୁ ଲାଇସେନ୍ସ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ବୈଦେଶିକ ପୁଞ୍ଜି ଆଗମନ ଓ ବିନିଯୋଗ କ୍ଷେତ୍ରରେ ମଧ୍ୟ ଉଦାରୀକରଣ ନୀତି ଗ୍ରହଣ କରାଯାଇଛି । ଫଳରେ ୫୧ ପ୍ରତିଶତ ବୈଦେଶିକ ମୂଳଧନ ଥିବା କେତେଗୁଡିଏ ଅଗ୍ରାଧିକାର ଶିଳ୍ପ କ୍ଷେତ୍ରରେ ବୈଦେଶିକ ବିନିଯେଗାକୁ ସ୍ଵୟଂସକ୍ରିୟ ଅନୁମୋଦନ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଦଶ ଲକ୍ଷରୁ କମ୍ ଜନସଂଖ୍ୟାବିଶିଷ୍ଟ ସହରମାନଙ୍କରେ ଶିଳ୍ପ ପ୍ରତିଷ୍ଠାପାଇଁ ଥିବା ଲାଇସେନ୍ସ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ବାସ୍ତବରେ ଉଦାରୀକରଣ ଭାରତୀୟ ନୂତନ ଆର୍ଥିକ ତନୀତିର ଏକ ମୌଳିକ ଲକ୍ଷଣ, ଯାହାଦ୍ଵାର ଭାରତୀୟ ଅର୍ଥବ୍ୟବସ୍ଥାକୁ ନମନୀୟ କରିପାରିଛି ଏବଂ ବିଶ୍ବ ଅର୍ଥନୈତିକ ପରିବର୍ତ୍ତନ ସହିତ ତାଳ ଦେଇ ଗତି କରୁଛି ।

Question ୪।
ଆଧୁନିକୀକରଣ (Modernisation):
Answer:
ଆଧୁନିକୀକରଣ ନୂତନ ଆର୍ଥିକ ସଂସ୍କାର ନୀତିର ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟ । ଏହି ନୀତି ଦେଶର ଅର୍ଥନୀତିର ଆଧୁନିକୀକରଣ ଉପରେ ଯଥେଷ୍ଟ ଗୁରୁତ୍ଵ ଦେଇଛି । ଅଶି ଦଶକର ଦେଶରେ ଉଭୟ ସରକାରୀ ଓ ବେସରକାରୀ ଉଦ୍ୟୋଗ କ୍ଷେତ୍ରରେ ବହୁତ ରୁଗ୍‌ଣ ଶିଳ୍ପ ରହିଥିବାର ଦେଖାଗଲା । ଏଗୁଡ଼ିକରେ ନୂତନ ବୈଜ୍ଞାନିକ ପଦ୍ଧତି ତଥା ପ୍ରାବଧୂକ ଉନ୍ନତି ଆଣି ସେମାନଙ୍କୁ ଅଧିକ ଦକ୍ଷ ତଥା ଉତ୍ପାଦନଶୀଳ କରିବାର ଲକ୍ଷ୍ୟ ରଖାଗଲା ! ଅର୍ଥନୀତିର ଆଧୁନିକୀକରଣ କରିବା ନିମନ୍ତେ ଉଚ୍ଚମାନର ପ୍ରବିଧ୍ ବିଜ୍ଞାନ କୌଶଳ ତଥା କମ୍ପ୍ୟୁଟର ଓ ଇଲେକ୍‌କ୍ସର ବହୁଳ ବ୍ୟବହାର ଉପରେ ପ୍ରାଧାନ୍ୟ ଦିଆଯାଇଛି ।

CHSE Odisha Class 11 Economics Solutions Unit 3 ଅର୍ଥନୈତିକ ଯୋଜନା ଏବଂ ଅର୍ଥନୈତିକ ସଂସ୍କାର

Question ୫ ।
ଯୋଜନା (Plaming):
Answer:
ସମ୍ବଳର ସୁବିନିଯୋଗ କରି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ନିମନ୍ତେ ରାଷ୍ଟ୍ର ନେଉଥୁବା ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମକୁ ଯୋଜନା କୁହାଯାଏ । ଏହା ଏକ ଅର୍ଥନୈତିକ କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ସମସ୍ତ ଅର୍ଥନୈତିକ ସମ୍ବଳକୁ ଆକାଂକ୍ଷିତ ଲକ୍ଷ୍ୟ ପୂରଣପାଇଁ ପ୍ରେରଣ କରାଯାଇଥାଏ । ତେଣୁ ଏକ ସୁକଳ୍ପିତ ଯୋଜନା ଅର୍ଥନୈତିକ ବିକାଶସାଧନପାଇଁ ନିହାତି ଜରୁରୀ । ଶ୍ରୀମତୀ ବାର୍କରା ଉଟନ୍‌ଙ୍କ ମତରେ, ଅର୍ଥନୈତିକ ଯୋଜନା ହେଉଛି ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅର୍ଥନୈତିକ ଅଗ୍ରାଧିକାରର ସ୍ୱେଚ୍ଛାକୃତ ଓ ସୁଚିନ୍ତିତ ଚୟନ । ପ୍ରଫେସର ଡି.ଆର୍.ଆଡ୍‌ଗିଲଙ୍କ ମତରେ, ଏକ ରାଷ୍ଟ୍ରୀୟ ସରକାରଙ୍କ ଅଧୀନରୁ ଯୋଜନା କର୍ତ୍ତୃପକ୍ଷଙ୍କଦ୍ଵାରା ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକ୍ରମକୁ ଦିଆଯାଉଥବା ବାହ୍ୟ ନିର୍ଦ୍ଦେଶ । ତେଣୁ, ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ବଳର ଶ୍ରେଷ୍ଠତମ ଉପଯୋଗ କରି ପୂର୍ବନିର୍ଦ୍ଧାରିତ ଲକ୍ଷ୍ୟର ପରିପୂରଣପାଇଁ ରାଷ୍ଟ୍ରୀୟ ସରକାର ପ୍ରସ୍ତୁତ କରିଥିବା ନୀତି ହିଁ ଯୋଜନା । ଦେଶର ଚଳନ୍ତି ସଂପଦର ପୂର୍ଣ ବିନିଯୋଗ କରି ଦେଶର ସର୍ବାଧିକ କଲ୍ୟାଣସାଧନ କରିବା ହେଉଛି ଯୋଜନାର ଲକ୍ଷ୍ୟ । ଏହା ହେଉଛି ଏକ ସୁଚିନ୍ତିତ ପରିକଳ୍ପନା, ଯାହାଦ୍ୱାରା ଅର୍ଥବ୍ୟବସ୍ତାର ବିକାଶସାଧନ ହୋଇଥାଏ ଏବଂ ଦେଶବାସୀଙ୍କର ସାମୂହିକ କଲ୍ୟାଣସାଧନ ହୋଇଥାଏ ।

Question ୬।
ଯୋଜନା କମିଶନ (Planning Commission):
Answer:
ଅର୍ଥନୈତିକ ଯୋଜନାର ସଫଳ ରୂପାୟନପାଇଁ ୧୯୫୦ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ଯୋଜନା କମିଶନ ଗଠନ କରାଗଲା । ପାର୍ଲିଆମେଣ୍ଟରେ ଏକ ଆଇନ ବଳରେ ଏହି କମିଶନ ଗଠନ କରାଗଲା । ଦେଶର ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷଢ଼ ରହିଥିଲେ । ଜଣେ ଉପାଧ୍ୟକ୍ଷ, ତିନିଜଣ ପୂର୍ଣ୍ଣକାଳୀନ ସଚିବ, ତିନିଜଣ ମନ୍ତ୍ରୀ- ଅର୍ଥମନ୍ତ୍ରୀ, ଯୋଜନା ମନ୍ତ୍ରୀ ଓ ପ୍ରତିରକ୍ଷଢ଼ା ମନ୍ତ୍ରୀ, କେତେଜଣ ପ୍ରଖ୍ୟାତ ଅର୍ଥାତତ୍ତ୍ବବିତ୍ ଓ ବୈଜ୍ଞାନିକ ସଦସ୍ୟଭାବେ ଏବଂ ଆଉ କେତେଜଣ ବିଶିଷ୍ଟ ବ୍ୟକ୍ତି ପରାମର୍ଶଦାତାଭାବେ ନିଯୁକ୍ତି ପାଇଥାନ୍ତି । କେନ୍ଦ୍ରରେ ଯୋଜନା କମିଶନ ପରି ରାଜ୍ୟସ୍ତରରେ ମଧ୍ୟ ଯୋଜନା ଚିଠା ପ୍ରଣୟନ କରିବାପାଇଁ ରାଜ୍ୟ ଯୋଜନା ବୋର୍ଡମାନ ଗଠନ କରାଗଲା ! ଯୋଜନା ପ୍ରସ୍ତୁତ କରିବା, ପ୍ରଣୟନ କରିବା, ରୂପାୟନ କରିବା ଓ ସମୀକ୍ଷା କରିବା ଭଳି ଗୁରୁଦାୟିତ୍ଵ ଯୋଜନା କମିଶନ୍‌ଙ୍କ ଉପରେ ନ୍ୟସ୍ତ କରାଗଲା ।

Question ୭।
ପଞ୍ଚବାର୍ଷିକ ଯୋଜନା (Five Year plan):
Answer:
ତତ୍କାଳୀନ ସୋଭିଏତ୍ ରୁଷର ଯୋଜନା ଶୈଳୀରେ ପ୍ରଭାବିତ ହୋଇ ଭାରତ ମଧ୍ୟ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କଲା । ୧୯୫୦-୫୧ ମସିହାରେ ଭାରତରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହୋଇଥିଲା । ଏହି ପଞ୍ଚବାର୍ଷିକ ଯୋଜନାର ଅବଧୂ ପାଞ୍ଚବର୍ଷ । ଭାରତରେ ଆଜି ସୁଦ୍ଧା ୧୧ଟି ପଞ୍ଚବାର୍ଷିକ ଯୋଜନା ଏବଂ ତିନୋଟି ବାର୍ଷିକ ଯୋଜନା, କାର୍ଯ୍ୟକାରୀ କରାଯାଇଛି। ୨୦୧୨-୧୭ ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନାର ସମୟ । ଆମ ଦେଶର ପଞ୍ଚବାର୍ଷିକ ଯୋଜନାର ବିଭିନ୍ନ ଲକ୍ଷଗୁଡ଼ିକ ହେଲା : ଆର୍ଥିକ ବିକାଶ, ସ୍ଵାବଲମ୍ବନଶୀଳ, ସାମାଜିକ ନ୍ୟାୟ ପ୍ରତିଷ୍ଠା, ଆଧୁନିକୀକରଣ, ପୂର୍ଣ୍ଣ ନିୟୋଜନ, ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଆୟ ଓ ସଂପଦ ବଣ୍ଟନରେ ଅସମାନତା ଦୂରୀକରଣ । ଏହି ସମସ୍ତ ଲକ୍ଷ୍ୟକୁ ପୂରଣ କରିବାପାଇଁ ଉନ୍ନୟନ କୌଶଳମାନ ଗ୍ରହଣ କରାଯାଇଛି ।

Question ୮।
ସ୍ବାବଲମ୍ବଶୀଳତା (Self-reliance):
Answer:
ସ୍ଵାବଲମ୍ବନଶୀଳତା ଭାରତୀୟ ପଞ୍ଚବାର୍ଷିକ ଯୋଜନାର ପ୍ରଧାନ ଲକ୍ଷ୍ୟ । ସ୍ଵାବଲମ୍ବୀ ରାଷ୍ଟ୍ର ନିଜ ସମ୍ବଳର ସୁବିନିଯୋଗ କରି ଯୋଜନାଭିଭିକ ବିକାଶସାଧନ କରିଥାଏ । ଭାରତୀୟ ଯୋଜନାରେ ସ୍ଵାବଲମ୍ବନଶୀଳତା ପ୍ରଭାବ ଆରମ୍ଭରୁ ନଥିଲା । ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ଏହା ଉପରେ ପ୍ରଥମ ଗୁରୁତ୍ବ ଆରୋପ କରିଥିଲା । ଉପଯୁକ୍ତ ଯୋଜନା ପ୍ରଭାବରେ ଭାରତ ଆଜି ବିଭିନ୍ନ କ୍ଷେତ୍ରରେ ସ୍ଵାବଲମ୍ବୀ ହୋଇପାରିଛି । ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତ ସ୍ଵାବଲମ୍ବନଶୀଳ ହୋଇପାରିଛି । ଏତଦ୍‌ବ୍ୟତୀତ ଘରୋଇ ସଂଶୟ, ଜାତୀୟ ପ୍ରତିରଢ଼କ୍ଷା, କାରିଗରୀ ଜ୍ଞାନକୌଶଳ, ଶକ୍ତି ଉତ୍ପାଦନ ଇତ୍ୟାଦି କ୍ଷେତ୍ରରେ ଭାରତ ଆଜି ବିଶ୍ଵସ୍ତରରେ ସ୍ଵାବଲମ୍ବୀ ହୋଇପାରିଛି । ତେଣୁ ସ୍ଵାବଲମ୍ବ ଭାରତ ବିକାଶଧର୍ମୀ ଯୋଜନାର ଅବଦାନ ।

Question ୯।
ଉନ୍ନୟନ କୌଶଳ (Development Strategy)
Answer:
ଯୋଜନାର ଅଭୀଷ୍ଟ ଲକ୍ଷ୍ୟ ପୂରଣପାଇଁ ଦୀର୍ଘକାଳୀନ ନୀତିର ପରିକଳ୍ପନା କରାଯାଏ । ଏହାକୁ ଉନ୍ନୟନ କୌଶଳ କୁହାଯାଏ । ଭାରତ ଭଳି ବିକାଶୋନ୍ମୁଖୀ ରାଷ୍ଟ୍ରରେ ସୀମିତ ତସମ୍ବଳର ସଦୁପଯୋଗ କରିବାପାଇଁ ପ୍ରଥମେ ଦୁର୍ବଳ କ୍ଷେତ୍ରଗୁଡ଼ିକୁ ଚିହ୍ନଟି କରି ସେଥ‌ିରେ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବାକୁ ପଡ଼ିଥାଏ । ଯୋଜନା ଆରମ୍ଭ କାଳରୁ ଭାରତରେ ଯେଉଁ ଉନ୍ନୟନ କୌଶସି ଅବଲମ୍ବନ କରାଯାଇଅଛି, ସେଗୁଡ଼ିକ ହେଲା :
(୧) ଦୀର୍ଘକାଳୀନ ଅଭିବୃଦ୍ଧି ପାଇଁ ଏକ ବଳିଷ୍ଠ ଭିତ୍ତିଭୂମିକ ସ୍ଥାପନ କରିବା,
(୨) ଶିଳ୍ପାୟନକୁ ଅଗ୍ରାଧୁକାର ଦେବା,
(୩) ନିୟୋଜନ ସୃଷ୍ଟିକାରୀ ଉନ୍ନୟନ କୌଶଳ ଅବଲମ୍ବନ କରିବା,
(୪) ପୁଞ୍ଜିଦ୍ରବ୍ୟ ଉତ୍ପାଦନକାରୀ ଶିଳ୍ପ ସ୍ଥାପନକୁ ଗୁରୁତ୍ଵ ଦେବା । ଏହି ମସ୍ତ ଯୋଜନା କୌଶଳକୁ କାର୍ଯ୍ୟକାରୀ କରିପାରିଲେ ଭାରତର ଆର୍ଥିକ ବିକାଶସାଧନ ହୋଇପାରିବ ।

VI. ଦୀର୍ଘଧର୍ମୀ ପ୍ରଶ୍ନୋତ୍ତର। [Long Answer Type Questions]

Question ୧।
ଭାରତୀୟ ଯୋଜନାର ମୌଳିକ ଲକ୍ଷ୍ୟ ଆଲୋଚନା କର ।
Explain the Basic objectives of planning in India
Answer:
ବିଭିନ୍ନ ଯେଜାନାର ସ୍ଵକାଳୀକ ଲକ୍ଷ୍ୟଗୁଡ଼ିକ ଅଲଗା ଅଲଗା ହୋଇଥିଲେ ମଧ୍ୟ ସେଗୁଡ଼ିକର ମୌଳିକ ଲକ୍ଷ୍ୟଗୁଡ଼ିକୁ ଆମେ ତିନିଚାରିଟି ଦୀର୍ଘକାଳୀନ ଲକ୍ଷ୍ୟର ସମ୍ମିଳିତ କରିପାରିବା । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି ।

(କ) ଉଚ୍ଚ ଆର୍ଥିକ ଅଭିବୃଦ୍ଧି (High Economic Growth):
ଦେଶ ସ୍ଵାଧୀନତା ଲାଭ କଲାବେଳକୁ ଲୋକମାନଙ୍କର ଜୀବନଧାରଣର ମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଥିଲା । କୃଷକ ଓ କୃଷି ଶ୍ରମିକ କ୍ଷତିଗ୍ରସ୍ତ ଗ୍ରାମ୍ୟ କାରିଗର ଓ ବୁଣାକାର, ସାମୟିକ ଶ୍ରମିକ ତଥା ବସ୍ତିବାସିନ୍ଦା ସମସ୍ତେ ଅତ୍ୟନ୍ତ ଦୟନୀୟ ତଥା ଅମାବନୀୟ ଅବସ୍ଥାରେ କାଳାତିପାତ କରୁଥିଲେ । ଦୁଃଖ, ଦାରିଦ୍ର୍ୟ, ରୋଗ, ଶୋକ ତଥା ଅଵାହାର ଥୁଲା ଅଧିକାଂଶଙ୍କ ଚିର ସହଚର। ଦେଶବାସୀଙ୍କୁ ଏହି ଅବସ୍ଥାରୁ ମୁକାଳିବା ପାଇଁ ଅର୍ଥନୈତିକ ଯୋଜନାର ଆବଶ୍ୟକତା ଉପଲବ୍ଧ କରାଗଲା ।

(ଖ) ସ୍ଵାବଲମ୍ବନଶୀଳତା (Self reliance):
ଉଚ୍ଚ ଅଭିବୃଦ୍ଧି ସହିତ ଆର୍ଥିକ ସ୍ଵାବଲମ୍ବନଶୀଳତା ହାସଲ କରିବା ହେଉଛି ଭାରତୀୟ ଯୋଜନାର ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଲକ୍ଷ୍ୟ । ଯୋଜନା କାଳର ପ୍ରାରମ୍ଭରେ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟର ଉତ୍ପାଦନ କ୍ଷେତ୍ରରେ ଦେଶ ବହୁତ ପଛରେ ପଡ଼ିଥିଲା । ସେ ସବୁ ଦାବ୍ୟର ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଥୁଲା ଯୋଜନାର ପ୍ରାଥମିକ ଲକ୍ଷ୍ୟ । ସୁତରାଂ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ଓ ବିଦେଶୀ ସାହାଯ୍ୟ ଉପରେ ମାତ୍ରାଧୁକ ନିର୍ଭରଶୀଳ ନ ହେବାକୁ ସ୍ଵାବଲମ୍ବନଶୀଳତା ବୋଲି କୁହାଯାଇପାରେ । ଯାହାକି ଆମ ପଞ୍ଚବାର୍ଷିକ ଯୋଜନାରେ ପ୍ରତିଫଳିତ ହୋଇଥିଲା । ସେହି ଦୃଷ୍ଟିରୁ ପ୍ରଥମ ଯୋଜନାରେ କୃଷି ଉତ୍ପାଦନ ବୃଦ୍ଧି ଉପରେ ଅଗ୍ରାଧୁକାର ଦିଆଯାଇଥିବା ବେଳେ ଶିଳ୍ପ ପ୍ରସାରକୁ ତ୍ଵରାନ୍ବିତ କରିବା ପାଇଁ ଦ୍ଵିତୀୟ ଯୋଜନାରେ ଶିଳ୍ପପ୍ରଗତି ଉପରେ ଅଗ୍ରାଧୁକାର ଦିଆଯାଇଥିଲା ।

(ଗ) ସାମାଜିକ ନ୍ୟାୟ ହାସଲ (Social justice) :
ଦେଶରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ଥିଲା ଆମ ସମ୍ବିଧାନରେ ବର୍ଣିତ ନିର୍ଦ୍ଦେଶମୂଳକ ରାଷ୍ଟ୍ରନୀତି (Direc- tive principles of State Policy) ର ଏକ ବିଶେଷ ପ୍ରାବଧାନ ଓ ଦେଶବାସୀଙ୍କୁ ଅର୍ଥନୈତିକ, ସାମାଜିକ ତଥା ରାଜନୈତିକ ନ୍ୟାୟ ପ୍ରଦାନ କରିବା ହେଉଛି ଆମ ସମ୍ବିଧାନର ଏକ ମୌଳିକ ଲକ୍ଷ୍ୟ । ଏହି ସ୍ଵପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ଆମ ଅର୍ଥନୈତିକ ଯୋଜନାର ଅନ୍ୟତମ ଲକ୍ଷ୍ୟ ଭାବେ ସମାଜରୁ ବୈଷମ୍ୟତା ଦୂର କରିବା ଧନୀ ଗରିବ ଭେଦଭାବ ହ୍ରାସ କରିବା, ଆର୍ଥିକ କ୍ଷମତା ବିକେନ୍ଦ୍ରୀକରଣ କରିବା, ଆଞ୍ଚଳିକ ବୈଷମ୍ୟତା ଦୂର କରିବା ଓ ପଛୁଆ ବର୍ଗର ଲୋକମାନଙ୍କର ପ୍ରଗତି ପାଇଁ ଯତପରୋନାସ୍ତି ଉଦ୍ୟମ କରିବା ଆଦି ପ୍ରୟାସ ସ୍ଥାନ ପାଇଛି ।

(ଘ) ଅର୍ଥନୀତିର ଆଧୁନିକୀକରଣ (Modernisation of the economy):
ଅର୍ଥନୀତିର ଆଧୁନିକୀକରଣ ହେଉଛି ଭାରତୀୟ ଯୋଜନାର ଅନ୍ୟତମ ମୌଳିକ ଲକ୍ଷଣ । ଆଧୁନିକୀକରଣ କହିଲେ ଅର୍ଥନୈତିକ କାର୍ଯ୍ୟକଳାପ ସବୁର ଆଧାରରେ ଦେଖାଦେଉଥ‌ିବା ଢାଞ୍ଚାଗତ ଏବଂ ଆନୁଷ୍ଠାନିକ ପରିବର୍ତ୍ତନକୁ ବୁଝାଏ । ଅର୍ଥବ୍ୟବସ୍ଥାର ଉତ୍ପାଦନ ଢାଞ୍ଚାର ବିକାଶ, କାର୍ଯ୍ୟକଳାପର ବିବିଧିକରଣ, ପ୍ରଯୁକ୍ତିବିଦ୍ୟାର ଉନ୍ନତି ଓ ସଂସ୍ଥାନିକ ନବପ୍ରବର୍ତ୍ତନ ଇତ୍ୟାଦିକୁ ଆଧୁନିକୀକରଣ ସୂଚକ ରୂପେ ଗ୍ରହଣ କରାଯାଇଥାଏ । କୃଷିର ବିକାଶ, ଶିଳ୍ପର ପ୍ରଗତି, ମୌଳିକ ଆଧାରିକ ସଂରଚନାର ବିସ୍ତାର ଏବଂ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମାଜିକ ସେବାର ଉପଲବ୍ଧିତୀଦ୍ଵାରା ହିଁ ଗୋଟିଏ ଦେଶର ଅର୍ଥବ୍ୟବସ୍ଥାର ଆଧୁନିକୀକରଣ ସମ୍ଭବ ହୋଇଥାଏ।

Question ୨।
ଯୋଜନାର ସଂଜ୍ଞା ପ୍ରଦାନ କର ।
(Give definition of Planning.)
Answer:
ଦୀର୍ଘଦିନର ବ୍ରିଟିଶ୍ ଶାସନ ଓ ପ୍ରତିକୂଳ ଅର୍ଥନୀତି ଦେଶର ଅଭିବୃଦ୍ଧି ହାରକୁ ଏକରକମର ସ୍ଥାଣୁ ଅବସ୍ଥାରେ ରଖୁଥିଲା । ୧୯୪୭ ମସିହାରେ ଦେଶ ସ୍ଵାଧୀନତା ହାସଲ କଲାବେଳକୁ ଭାରତୀୟ ମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦୁଃଖ ଦାରିଦ୍ର୍ୟରେ ବୁଡ଼ି ରହିଥିଲେ । କୃଷି ଥିଲା ଜୀବନର ଏକମାତ୍ର ମାର୍ଗ । ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଓ ପରିବହନ ଓ ଯୋଗାଯୋଗ ତଥା ଶିଵ ଆଦି କ୍ଷେତ୍ରରେ ଦେଶ ବହୁ ପଛରେ ରହିଥିଲା । ଦେଶର ଏଭଳି ସମସ୍ୟାକୁ ଆଖରେ ରଖୁ ଅର୍ଥନୈତିକ ଯୋଜନା ପଦ୍ଧତି ଆରମ୍ଭ କରାଯାଇଥିଲା । ଦେଶର ପରିସ୍ଥିତି ଓ ବିକାଶର ଲକ୍ଷ ଭେଦରେ ଯୋଜନାର ରୂପ ଓ ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ । ଶ୍ରୀମତି ବାର୍ବରା ଭଟନ୍‌ଙ୍କ ମତରେ “ ଅର୍ଥନୈତିକ ଯୋଜନା ହେଉଛି ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ବାରା ଅର୍ଥନୈତିକ ଅଗ୍ରାଧୁକାର ର ସ୍ବେଚ୍ଛାକୃତ ଓ ସୁନିଶ୍ଚିତ ଚୟନ । (Planning of Conscious & delibereate Choice of Economic Properties by some public authority)

ଏଚ୍. ଡି. ଡିକ୍‌ସନ୍‌ଙ୍କ ଭାଷାରେ “ ସମଗ୍ର ଅର୍ଥ ବ୍ୟବସ୍ଥାର ବ୍ୟାପକ ସର୍ବେକ୍ଷଣ ଭିରିରେ ନିର୍ମିତ କର୍ତ୍ତୃପକ୍ଷ ଯେଉଁ ହେବ, କିପରି, କେବେ ଓ କେଉଁଠି ଉତ୍ପାଦନ ହେବ ଏବଂ କାହାକୁ ଏହା ଆବଣ୍ଟନ ହେବ- ସେହି ସମସ୍ତ ସ୍ଟେତନ ସିଦ୍ଧାନ୍ତ ଗ୍ରହଣ କରିବାକୁ ଅର୍ଥନୈତିକ ଯୋଜନା କୁହାଯାଏ ।” (Planning is the making of major eco- nomic decission what & how much to be produced, how, when & Where it is to be produced & to whom it to be allocated by the Conscious decissions of authority on the basis of a Comprehnsive survey of the economic system as a whose).

ଦେଶର ଚଳନ୍ତି ସମ୍ପଦର ସମ୍ପୂର୍ଣ ବିନିଯୋଗ କରି ଦେଶର ସର୍ବାଧ‌ିକ କଲ୍ୟାଣ ସାଧନ କରିବା ହେଉଛି ଯୋଜନାର ଲକ୍ଷ । ଏହା ହେଉଛି ଏକ ସୁଚିଷ୍ଠିତ ପରିକଳ୍ପନା, ଯାହଦ୍ୱାରା ଅର୍ଥ ବ୍ୟବସ୍ଥାର ବିକାଶ ସାଧନ ହୋଇଥାଏ ଓ ଦେଶବାସୀଙ୍କର ସାମୂହିକ କଲ୍ୟାଣ ବୃଦ୍ଧିପ୍ରାପ୍ତ ହୁଏ । ସୁତରାଂ ଅର୍ଥନୈତିକ ପ୍ରଗତି ହାସଲ କରିବାର ଏକ ପ୍ରଧାନ ଅବଲମ୍ବନ ହେଉଛି ଅର୍ଥନୈତିକ । ଅର୍ଥନୈତିକ ଯୋଜନା ଦେଶରେ ଜୀବନ ଧାରଣ କ୍ଷମତା, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଯୋଗାଯୋଗ ଆଦି କ୍ଷେତ୍ରରେ ସୁପରିବର୍ତ୍ତନ ଆଣିବା ପାଇଁ ଗୋଷ୍ଠୀ ସଦୃଶ ।

୧୯୫୦ ମସିହାରେ ଭାରତରେ ଯୋଜନାବଦ୍ଧ ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲେ ହେଁ ୧୯୩୪ ମସିହାରେ ପ୍ରକାଶିତ ସାର୍.ଏମ୍.ଏସ୍. ବିଶ୍ଵେଶ୍ଵରଙ୍କ ପୁସ୍ତକ “Planned Economy for India” ରେ ଅର୍ଥନୈତିକ ଯୋଜନାର ମହତ୍ତ୍ବ ପ୍ରତିପାଦିତ କରିଥିଲା । ତେବେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ଗଠିତ ଜାତୀୟ ଯୋଜନା କମିଟି – ଆମ ଦେଶରେ ଯୋଜନାର ମୂଳଦୁଆ ପକାଇଥିଲା ବୋଲି କୁହାଯାଇପାରେ । ସେହିପରି ବମ୍ବେର କେତେଜଣ ଶିଳ୍ପପତିଙ୍କ ଉଦ୍ୟମରେ ଦେଶର ଆର୍ଥିକ ବିକାଶ ପାଇଁ ଏକ ମହତ୍ବାକାଂକ୍ଷୀ ପରିଯୋଜନା (A Plan of Economic Devlopment for India) ପ୍ରସ୍ତୁତ କରାଯାଇଥିଲା । ଯାହାକି ବମ୍ବେ ଯୋଜନା’ ନାମରେ ପରିଚିତ । ଆହୁରି ମଧ୍ୟ ଏମ୍.ଏଚ୍.ରାଏଙ୍କ ଜନତା ଯୋଜନା (Pcople plan) ଓ ଏସ୍. ଏନ୍. ଅଗ୍ରୱାଲ୍‌ଙ୍କ ଗାନ୍ଧିବାଦୀ ଯୋଜନା (Gandhian plan) ଓ ଜୟପ୍ରକାଶ ନାରାୟଣଙ୍କ ସର୍ବୋଦୟ ଯୋଜନା (Sarvodaya Yojana) ପରି ଉଦ୍ୟମ ଭାରତରେ ଅର୍ଥନୈତିକ ଯୋଜନା ର ଲକ୍ଷ ଓ ମହତ୍ତ୍ବ ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥାଏ । ଏତେଗୁଡ଼ିଏ ଯୋଜନା ପ୍ରଣୟନ ହୋଇଥିଲେ ମଧ୍ୟ କୌଣସଟି ସଠିକ୍ ଭାବେ କାର୍ଯ୍ୟକାରୀ ହୋଇନଥିଲା ।

ଆମ ଦେଶ ଭାରତ ୧୯୪୭ ମସିହା ରେ ଦେଶ ସ୍ଵାଧୀନତା ଲାଭ କରିବା ପରେ ୧୯୫୦ ମସିହାରେ ଦେଶରେ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ ହେଲା । ଅର୍ଥନୈତିକ ଯୋଜନାର ସଫଳ ରୂପାୟନ ପାଇଁ ୧୯୫୦ ମାର୍ଚ୍ଚ ୧୫ ତାରିଖରେ ପାର୍ଲିଆମେଣ୍ଟର ଏକ ଆଇନ ବଳରେ ଭାରତୀୟ ଯୋଜନା କମିଶନ୍ ଗଠିତ ହେଲା । ଦେଶରେ ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ରହିଥ‌ିବାବେଳେ, ଜଣେ ଉପାଧ୍ୟକ୍ଷ, ତିନିଜଣ ପୂର୍ଣ୍ଣକାଳୀନ ସଚିବ; ତିନି ଜଣ ମନ୍ତ୍ରୀ (ଅର୍ଥମନ୍ତ୍ରୀ, ଯୋଜନା ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ) କେତେଜଣ ପ୍ରଖ୍ୟାତ ଅର୍ଥତତ୍ତ୍ୱବିତ୍ ଓ ବୈଜ୍ଞାନିକ ସଦସ୍ୟଭାବେ ଓ ଆଉ କେତେଜଣ ବିଶିଷ୍ଟ ବ୍ୟକ୍ତି ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥାନ୍ତି । କେନ୍ଦ୍ରର ଯୋଜନା କମିଶନ୍ (Planning Commission) ପରି ରାଜ୍ୟ ସ୍ତରରେ ଚିଠା ପ୍ରସ୍ତୁତି କରିବା ପାଇଁ ରାଜ୍ୟ ସ୍ତରରେ ଯୋଜନା ବୋର୍ଡ଼ (Planning Board) ମାନ ରହିଥାଏ ।

ଦେଶର ସମ୍ବଳ ସବୁର ଆକଳନ କରିବା ପାଇଁ ଅଗ୍ରାଧୁକାର କ୍ଷେତ୍ର ନିର୍ଣ୍ଣୟ କରିବା; ଯୋଜନାର ସହାୟକ ନୀତି ପ୍ରଣୟନ କରିବା ଓ ଯୋଜନାର ସମୀକ୍ଷା କରିବା ପରି ସମସ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଯୋଜନା କମିଶନ ସମ୍ପାଦନ କରିଥାଏ । ମୂଳତଃ ଯୋଜନା ପ୍ରସ୍ତୁତି, ପ୍ରଣୟନ, ରୂପାୟନ ଓ ସମୀକ୍ଷା ପରି ଗୁରୁଦାୟିତ୍ବ ଯୋଜନା କମିଶନ୍ ଉପରେ ନ୍ୟସ୍ତ ଥାଏ । ଦେଶର ପ୍ରଥମ ପଞ୍ଚବାର୍ଷିକ ଯୋଜନାର ଆର୍ଯ୍ୟ ସମୟ ସୀମା ୧୯୫୧ ଅପ୍ରେଲ ମାସ ପହିଲା ଠାରୁ ୧୯୫୬ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା । ଏବେ ସୁଦ୍ଧା ଆମ ଦେଶରେ ୧୨ଟି ପଞ୍ଚବାର୍ଷିକ ଯୋଜନା ପ୍ରଣୟନ ହୋଇସାରିଛି । ସମ୍ପ୍ରତି ଦେଶରେ ବର୍ତ୍ତମାନ ଯୋଜନା କମିଶନ୍ ପରିବର୍ତ୍ତେ ଆର୍ଥନୈତିକ ବିକାଶ ନିମନ୍ତେ ନୀତି ଆୟୋଗ ବ୍ୟବସ୍ତା ଚାଲୁରହିଛି ।

ଯୋଜନା ସମୟ ସୀମା
୧. ପ୍ରଥମ ପଞ୍ଚବାର୍ଷିକ ଯୋଜନା ୧୯୫୧-୧୯୫୬
୨. ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନା ୧୯୫୬-୧୯୬୧
୩. ତୃତୀୟ ପଞ୍ଚବାର୍ଷିକ ଯୋଜନା ୧୯୬୧-୧୯୬୬
୪. ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ୧୯୬୯-୧୯୭୪
୫. ପଞ୍ଚମ ପଞ୍ଚବାର୍ଷିକ ଯୋଜନା ୧୯୭୪-୧୯୭୯
୬. ଷଷ୍ଠ ପଞ୍ଚବାର୍ଷିକ ଯୋଜନା ୧୯୮୦-୧୯୮୫
୭. ସପ୍ତମ ପଞ୍ଚବାର୍ଷିକ ଯୋଜନା ୧୯୮୫-୧୯୯୪
୮. ଅଷ୍ଟମ ପଞ୍ଚବାର୍ଷିକ ଯୋଜନା ୧୯୯୨-୧୯୯୭
୯. ନବର୍ଗ ପଞ୍ଚବାର୍ଷିକ ଯୋଜନା ୧୯୯୭-୨୦୦୨
୧୦. ଦଶମ ପଞ୍ଚବାର୍ଷିକ ଯୋଜନା ୨୦୦୨-୨୦୦୭
୧୧. ଏକାଦଶ ପଞ୍ଚବାର୍ଷିକ ଯୋଜନା ୨୦୦୭-୨୦୧୨
୧୨. ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନା ୨୦୧୨-୨୦୧୭

ଉପରୋକ୍ତ ସାରଣୀରେ ୧୨ଟି ପଞ୍ଚବାର୍ଷିକ ଯୋଜନା ଓ ତାହାର ସମୟ ସୀମା ବିଷୟରେ ତଥ୍ୟ ପ୍ରଦାନ କରାଯାଇଅଛି । ଏହି ପଞ୍ଚବାର୍ଷିକ ଯୋଜନା ସତ୍ତ୍ଵେ ଏହି ସମୟ ସୀମା ମଧ୍ଯରେ ତିନି ବାର୍ଷିକ ଯୋଜନା ( ୧୯୬୬-୬୯), ବାର୍ଷିକ ଯୋଜନା ମଧ୍ୟ ପ୍ରଣୟନ କରାଯାଇଥିଲା । ଏହି ସମସ୍ତ ଯୋଜନା ଗୁଡ଼ିକ ଦେଶର ବିକାଶ ନିମିତ୍ତ ଉଦ୍ଦିଷ୍ଟ ଥିଲା । ଭାରତୀୟ ଯୋଜନାର ମୌଳିକ ଲକ୍ଷଗୁଡ଼ିକ ଆଲୋଚନା କର ।

CHSE Odisha Class 11 Economics Solutions Unit 3 ଅର୍ଥନୈତିକ ଯୋଜନା ଏବଂ ଅର୍ଥନୈତିକ ସଂସ୍କାର

Question ୩।
(Explain the Fundamental objectives of India’s devleopment planning.)
Answer:
ଭାରତର ଅର୍ଥନୈତିକ, ସାମାଜିକ ଓ ସାର୍ବଜନୀନ ବିକାଶକୁ ଲକ୍ଷରେ ରଖ୍ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରାଯାଇଥିଲା । ପ୍ରତ୍ୟେକ ଯୋଜନାରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଓ ଆର୍ଥିକ ଅଭିବୃଦ୍ଧି କୁ ଦୃଷ୍ଟିରେ ରଖ୍ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ମାନ ଗ୍ରହଣ କରାଯାଇଥିଲା । ପ୍ରତ୍ୟେକ ଯୋଜନାର ସ୍ଵଳ୍ପକାଳୀନ ଲକ୍ଷ୍ୟଗୁଡ଼ିକ ଅଲଗା ହୋଇଥିଲେ ମଧ୍ୟ, କେତେକ ଦୀର୍ଘକାଳୀନ ମୌଳିକ ଲକ୍ଷ ମଧ୍ଯ ରହିଥିଲା । ଭାରତୀୟ ଯୋଜନା ର ଦୀର୍ଘକାଳୀନ ମୌଳିକ ଲକ୍ଷଗୁଡ଼ିକୁ ନିମ୍ନରେ ଆଲୋଚନା କରାଯାଇଅଛି ।

(କ) ଉଚ୍ଚ ଆର୍ଥିକ ଅଭିବୃଦ୍ଧି (High Economic Growth):
ଦେଶ ସ୍ଵାଧୀନତା ଲାଭ କଲାବେଳକୁ ଲୋକମାନଙ୍କର ଜୀବନ ଧାରଣର ମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଥିଲା । କୃଷକ ଓ କୃଷିଶ୍ରମିକ, କ୍ଷତିଗ୍ରସ୍ତ ଗ୍ରାମ୍ୟ କାରିଗର ଓ ବୁଣାକାର, ସାମୟିକ ଶ୍ରମିକ ତଥା ବସ୍ତିବାସିନ୍ଦା ସମସ୍ତେ ଅତ୍ୟନ୍ତ ଦୟନୀୟ ତଥା ଅମାନବୀୟ ଅବସ୍ଥାରେ କାଳାତିପାତ କରୁଥିଲେ । ଦୁଃଖ, ଦାରିଦ୍ର୍ୟ, ରୋଗ, ଶୋକ ତଥା ଅଵାହାର ଥିଲା ଅଧିକାଂଶ ସହରରେ । ଦେଶବାସୀଙ୍କୁ ଏହି ଅବସ୍ଥାରୁ ମୁକାବିଲା ପାଇଁ ଅର୍ଥନୈତିକ ଆବଶ୍ୟକତା ଉପଲବ୍ଧ କରାଗଲା । ଉଚ୍ଚ ଆର୍ଥିକ ଅଭିବୃଦ୍ଧି ହାସଲ କରି ଦେଶବାସୀଙ୍କ ଜୀବନ ଧାରଣର ମାନ ଉନ୍ନତ ସ୍ତରକୁ ଆଣିବା ଥିଲା ପଞ୍ଚବାର୍ଷିକ ଯୋଜନାର ସର୍ବପ୍ରଥମ ଲକ୍ଷ୍ୟ । ପଞ୍ଚବାର୍ଷିକ ଯୋଜନା ଦେଶର ଜାତୀୟ ଆୟ ସଙ୍ଗେ ସଙ୍ଗେ ମୁଣ୍ଡପିଛା ଆୟର ଅଭିବୃଦ୍ଧି ଦିଗରେ ମଧ୍ୟ ଲକ୍ଷ୍ୟ ରଖୁଥିଲା।

ଅର୍ଥନୈତିକ ଯୋଜନା ଆଦରିନେବାର ପ୍ରଥମ ଦଶନ୍ଧି ମଧ୍ୟରେ ଭାରତର ମୋଟ ଘରୋଇ ଉତ୍ପାଦନ (GDP)ର ବାର୍ଷିକ ଅଭିବୃଦ୍ଧି ହାର ମାତ୍ର ୩.୫୭ ପ୍ରତିଶତରେ ସୀମିତ ଥିଲା । ଯାହାକି ଦେଶର ଦାରିଦ୍ର୍ୟ ଓ ବେରୋଜଗାରୀ ପରି ସମସ୍ୟା ଦୂର କରିବାରେ ଅସମର୍ଥ ଥିଲା । ପ୍ରଥମ ଯୋଜନାରେ ଦେଶ ୩.୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବାବେଳେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ଯୋଜନାରେ ଯଥାକ୍ରମେ ୩.୯, ୨.୩ ଓ ୩.୩ ପ୍ରତିଶତ ଅଭିବୃଦ୍ଧି ହାସଲ କରାଯାଇଥିବଲା । ତେବେ ପଞ୍ଚମ ପଞ୍ଚବାର୍ଷିକ ଯୋଜନା କାଳରେ ଦେଶ ୪.୯ ଅଭିବୃଦ୍ଧି ହାସଲ କରିଥିଲା । ଷଷ୍ଠ ଯୋଜନା ଦେଶରେ ଛୋଟ ଘରୋଇ ଉତ୍ପାଦ (GOP) ୫.୪% ଅଭିବୃଦ୍ଧି ହାସଲ କରିଥିବାବେଳେ ସପ୍ତମ ଯୋଜନାରେ ୫.୮% ଅଭିବୃଦ୍ଧି ଲ କରିଥିଲା ।

୧୯୯୦-୯୨ ଦେଶର ଆର୍ଥିକ ସ୍ଥିତି ସଙ୍କଟରେ ଥିବା ଯୋଗୁ ବାର୍ଷିକ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଆର୍ଥିକ ଅସ୍ଥିରତା ସତ୍ତ୍ଵେ ମଧ୍ଯ ଅଷ୍ଟମ ଯୋଜନାରେ ୬.୫% ଅଭିବୃଦ୍ଧି ହାସଲ କରାଯାଇଥିଲା । ନବମ ଯୋଜନାରେ ଅଭିବୃଦ୍ଧି ହାର ୬.୫% ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ୫,୪% ଅଭିବୃଦ୍ଧି ହାସଲ ହୋଇଥିଲା । ୧୦ମ ଯୋଜନାରେ ସର୍ବାଧ‌ିକ ୮.୧% ଓ ଯୋଜନାରେ ୩% ଅଭିବୃଦ୍ଧି ହାସଲ କରାଯାଇଥିଲା।

(ଖ) ସ୍ଵାବଲମ୍ବନଶୀଳତା (Self-Reliance):
ଉଚ୍ଚ ଅଭିବୃଦ୍ଧି ସହିତ ଆର୍ଥିକ ସ୍ଵାବଲମ୍ବନଶୀଳତା ହାସଲ କରିବା ହେଉଛି ଭାରତୀୟ ଯୋଜନାର ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଲକ୍ଷ୍ୟ । ଯୋଜନାକାଳର ପ୍ରାରମ୍ଭରେ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟର ଉତ୍ପାଦନ କ୍ଷେତ୍ରରେ ଦେଶ ବହୁତ ପଛରେ ପଡ଼ିଥିଲା । ସେସବୁ ଦ୍ରବ୍ୟର ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଥଲା ଯୋଜନାର ପ୍ରାଥମିକ ଲକ୍ଷ୍ୟ । ସେହି ଦୃଷ୍ଟିରୁ ପ୍ରଥମ ଯୋଜନାରେ କୃଷି ଉପରେ ଅଗ୍ରାଧିକାର ଦିଆଯାଇଥିବା ବେଳେ ଶିଳ୍ପ ପ୍ରସାରକୁ ତ୍ବରାନ୍ବିତ କରିବା ପାଇଁ ଦ୍ବିତୀୟ ଯୋଜନାରେ ଶିଳ୍ପ ଉପରେ ଅଗ୍ରାଧିକାର ଦିଆଯାଇଥିଲା ।

ଏତଦ୍‌ବ୍ୟତୀତ ଦେଶର ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ମେଣ୍ଟାଇବା ପାଇଁ ଦେଶରେ ମୌଳିକ ଶିଳ୍ପ ଭାରୀ ଶିଳ୍ପ “ ଲୌହ ଓ ଇସ୍ପାତ୍, ଆଲୁମିନିୟମ, ସାଜ ଓ ସିମେଣ୍ଟ କାରଖାନା ସ୍ଥାପନ କରିବା ଉପରେ ମଧ୍ୟ ସରକାର ଗୁରୁତ୍ଵ ଦେଉଥିଲେ । ଫଳତଃ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା ସମୟରେ ସାରା ଦେଶରେ ଅନେକ ଗୁଡ଼ିଏ ମୌଳିକ ତଥା ଭାରୀଶିଳ୍ପ ପ୍ରତିଷ୍ଠା ହୋଇଥିଲା । ପଞ୍ଚବାର୍ଷିକ ସମୟରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ପରମାଣୁ ଶକ୍ତିର ଉପଯୋଗ, କ୍ଷେପଣାସ୍ତ୍ର ଜ୍ଞାନ କୌଶଳ, ମହାକାଶକୁ ଉପଗ୍ରହ ପ୍ରେରଣ ଓ ସୁପର କମ୍ପ୍ୟୁଟର ନିର୍ମାଣ କ୍ଷେତ୍ରରେ ମଧ୍ୟ ଭାରତ ଅଭିବୃଦ୍ଧି ହାସଲ କରିବା ସଙ୍ଗେ ସଙ୍ଗେ ସ୍ଵାବଲମ୍ବୀ ହୋଇପାରୁଛି ।

(ଗ) ସାମାଜିକ ନ୍ୟାୟ (Social Justice) :
ଦେଶବାସୀଙ୍କୁ ଅର୍ଥନୈତିକ, ସାମାଜିକ ତଥା ରାଜନୈତିକ ନ୍ୟାୟ ପ୍ରଦାନ କରିବା ହେଉଛି ଆମ ସମ୍ବିଧାନର ଏକ ମୌଳିକ ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ହାସଲ କରିବା ଉଦ୍ଦେଶ୍ୟରେ ଆମ ଅର୍ଥନୈତିକ ଯୋଜନା ଅନ୍ୟତମ ଲକ୍ଷ୍ୟ ଭାବେ ସମାଜରୁ ବୈଷମ୍ୟତା ଦୂର କରିବା, ଧନୀ ଗରିବ ଭେଦଭାବ ହ୍ରାସ କରିବା, ଆର୍ଥିକ କ୍ଷମତାର ବିକେନ୍ଦ୍ରୀକରଣ, ପଛୁଆ ବର୍ଗର ପ୍ରଗତି ପାଇଁ ଯତ୍ରପରୋନାସ୍ତି ଉଦ୍ୟମ କରିବା ଆଦି ପ୍ରୟାସ ସ୍ଥାନ ପାଇଛି ।

ବିଭିନ୍ନ ପଞ୍ଚବାର୍ଷିକ ଯୋଜନାରେ ଜନସାଧାରଙ୍କ ଜୀବନଧାରଣର ମାନ ଉନ୍ନତ କରିବା । ଦେଶରୁ ଦାରିଦ୍ର୍ୟ, ବେକାର ତଥା ଅର୍ଷବେକାରୀ ପରି ଗମ୍ଭୀର ସମସ୍ୟାର ସମାଧାନ କରିବା ଉପରେ ଅଗ୍ରାଧିକାର ଦିଆଯାଇଅଛି । ସାମାଜିକ ନ୍ୟାୟ ପ୍ରତିଷ୍ଠା ଲକ୍ଷ୍ୟରେ ଭୂ-ସଂସ୍କାର କାର୍ଯ୍ୟକ୍ରମ, ଗୋତିଶ୍ରମିକ ପ୍ରଥାର ଉଚ୍ଛେଦ, ଗ୍ରାମ ଋଣଗ୍ରସ୍ତତାର ପ୍ରତିକାର, କୃଷି ତଥା ଅଣକୃଷି କାର୍ଯ୍ୟପାଇଁ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ, ମୌଳିକ ଆବଶ୍ୟକତା କାର୍ଯ୍ୟକ୍ରମ ଇତ୍ୟାଦିକୁ ପ୍ରବର୍ତନ ଦିଆଯାଇଛି । ଏତଦ୍‌ବ୍ୟତୀତ ଶିକ୍ଷା ଓ ସ୍ୱାସ୍ଥ୍ୟ ଓ ପରିମଳ କ୍ଷେତ୍ରରେ ସମସ୍ତଙ୍କୁ ସମାନତା ପ୍ରଦାନ କରାଯାଇଅଛି । ଫଳସ୍ଵରୂପ ସାକ୍ଷରତା ହାର ଓ ଆୟୁ ହାରରେ ସୁପରିବର୍ତ୍ତନ ପରିଲକ୍ଷିତ ହୋଇଅଛି ।

(ଘ) ଅର୍ଥନୀତିର ଆଧୁନିକୀକରଣ (Modernization of economy):
ଅର୍ଥନୈତିକ ଆଧୁନିକୀକରଣ ହେଉଛି ଭାରତୀୟ ଯୋଜନାର ଅନ୍ୟତମ ମୌଳିକ ଲକ୍ଷଣ । ଆଧୁନିକୀକରଣ କହିଲେ ଅର୍ଥନୈତିକ କାର୍ଯ୍ୟକଳାପ ସବୁର ଦେଖାଦେଉଥ‌ିବା ଢାଞ୍ଚାଗତ ପରିବର୍ତ୍ତନକୁ ବୁଝାଏ । ଅର୍ଥବ୍ୟବସ୍ଥାରେ ଉତ୍ପାଦନ ଢାଞ୍ଚାରେ ବିକାଶ, କାର୍ଯ୍ୟକଳାପର ବିବିଧ‌ିକରଣ ପ୍ରଯୁକ୍ତିବିଦ୍ୟାର ଉନ୍ନତି ଓ ସାସ୍ଥାନିକ ନବପ୍ରବର୍ତ୍ତନ ଇତ୍ୟାଦି ଆଧୁନିକୀକଣର ସୂଚକ ରୂପେ ଗ୍ରହଣ କରାଯାଇଥାଏ । କୃଷିର ବିକାଶ ଶିଳ୍ପର ବିକାଶ, ମୌଳିକ ଆଧାରିକ ସଂରଚନା ବିଭିନ୍ନ ଅତ୍ୟାବଶ୍ୟକୀୟ ସାମାଜିକ ସେବାର ଉପଲବ୍ଧତା ଦ୍ଵାରା ହିଁ ଗୋଟିଏ ଦେଶର ଅର୍ଥବ୍ୟବସ୍ଥାର ଆଧୁନିକୀକରଣ ସମ୍ଭବ ହୋଇଥାଏ । ପଞ୍ଚବାର୍ଷିକ ଯୋଜାର ମୂଳ ଲକ୍ଷ୍ୟ ଥିଲା ଦେଶକୁ ଶିଳ୍ପନ୍ନୀତ ଓ ଆଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ରାଷ୍ଟ୍ରରେ ପରିଣତ କରିବା । ସେଥ‌ିପାଇଁ ମୌଳିକ ଆଧାରିତ ସଂରଚନା ଓ ମୌଳିକ ତଥା ଭାରୀ ଶିଳ୍ପ ଉଦ୍ୟୋଗ ଉପରେ ଅଗ୍ରାଧିକାର ପ୍ରଦାନ କରାଯାଇଅଛି ।

Question ୪।
ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନା ଆଲୋଚନା କର ।
(Explain the 12th Five-Year Plan)
Answer:
ଏକାଦଶ ପଞ୍ଚବାର୍ଷିକ ଯୋଜନା ଦ୍ରୁତ ତଥା ଅନ୍ତର୍ଭୁକ୍ତ ସମ୍ପନ୍ନ ଅଭିବୃଦ୍ଧି ଉପରେ ଅଗ୍ରାଧୁକାର ଦେଇଥିଲା । ଏହା ମୁଖ୍ୟତଃ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ତଥା ଦାରିଦ୍ର୍ୟ ହ୍ରାସ ପାଇଁ ସହାୟକ ହେବ ବୋଲି ଯୋଜନା ପ୍ରଣୟନକାରୀ ମାନେ ଆଶାପୋଷଣ କରିଥିଲେ । ଏହି ଯୋଜନା କାଳରେ ୮.୨% ଅଭିବୃଦ୍ଧି ହାସଲ କରିଥିବାବେଳେ, ମୁଣ୍ଡପିଛା ଘରୋଇ ଉତ୍ପାଦନ ୩୫% ବୃଦ୍ଧି ପାଇଥିଲା । ଏକାଦଶ ଯୋଜନାର ଉପରୋକ୍ତ ସଫଳତା ହାସଲ ପରେ ଆମ ସରକାର ଦ୍ଵାଦଶ ପଞ୍ଚବାର୍ଷିକ ଯେଜନାର ପ୍ରାରମ୍ଭ ଦିଗରେ ପଦକ୍ଷେପ ନେଇଥିଲେ।

ଆମ ଦେଶରେ ଦ୍ବାଦଶ ପଞ୍ଚବାର୍ଷିକ ଯୋଜନା – ୨୦୧୨ ଏପ୍ରିଲ୍ ରୁ ଆରମ୍ଭ ହୋଇ ୨୦୧୭ ମାର୍ଚ୍ଚ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା । ଏହି ଯୋଜନାର ମନ୍ତ୍ର ଥିଲା ଦ୍ରୁତ ଓ ଅବିରତ ଅଭିବୃଦ୍ଧି (Faster, sustainable and more inclusive growth) ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନାର ଲକ୍ଷ୍ୟ ଥିଲା ହ୍ରଦ ଅଭିବୃଦ୍ଧି ଯାହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଭକାରୀ ଓ ଫଳପ୍ରଦ ହୋଇପାରିବ । ଏହି ଯୋଜନାରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଶିଳ୍ପ ଇତ୍ୟାଦିକୁ ବେଶ୍ ଗୁରୁତ୍ଵ ପ୍ରଦାନ କରାଯାଇଥିଲା । ଏହି ଯୋଜନାରେ ଦାରିଦ୍ର୍ୟ ଦୂରୀକରଣ, ଉତ୍ତମ ସ୍ଵାସ୍ଥ୍ୟ ସୁବିଧା ପ୍ରଦାନ, ମୌଳିକୁ ଆବଶ୍ୟକତା ପରିପୂରଣ, ଆନ୍ତଃରାଜ୍ୟ ଆଞ୍ଚଳିକ ଅସାମାନ୍ୟ ଦୂରୀକରଣ ଦିଗରେ ମଧ୍ୟ ଦୃଷ୍ଟି ଦିଆଯାଇଥିଲା।

ଦ୍ଵାଦଶ ଯୋଜନାର ଦଲିଲ୍, ପ୍ରସ୍ତୁତି ପୂର୍ବରୁ ଯୋଜନା କମିଶନ୍ ବିଭିନ୍ନ, ବର୍ଗର ଲୋକ, ନାଗରିକ ମଞ୍ଚ, ବ୍ୟବସାୟ ସଂଗଠନ, ଗଣମାଧ୍ୟମ ପ୍ରତିନିଧ୍ବ ତଥା ଅର୍ଥଶାସ୍ତ୍ରୀମାନଙ୍କ ସହିତ ବ୍ୟାପକ ବିଚାର ବିମର୍ଷ କରିଥିଲେ । ଏକାଦଶ ଯୋଜନାର ଦୁର୍ବଳତା ସବୁକୁ ଆଖି ଆଗରେ ରଖୁ ଏହି ଯୋଜନାରେ ଅଭିବୃଦ୍ଧି ହାର ଲକ୍ଷ୍ୟ ୯.୫% ଧାର୍ଯ୍ୟ କରାଯାଇଥିଲା । ଦ୍ଵାଦଶ ଯୋଜନାର ମୁଖ୍ୟ ଲକ୍ଷ୍ୟ ସବୁ ହେଲା

୧. ଦ୍ରୁତ, ଧାରଣଶୀଳ ଓ ଅନ୍ତର୍ଭୁକ୍ତି ସମ୍ପନ୍ନ ଅଭିବୃଦ୍ଧି ।
୨. କୃଷିକ୍ଷେତ୍ରରେ ନିବେଶ ବୃଦ୍ଧିପୂର୍ବକ ଉଚ୍ଚତର ଆର୍ଥିକ ଅଭିବୃଦ୍ଧି ହାସଲ ।
୩. ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମୋଟ ଘରୋଇ ଉତ୍ପାଦର ୨.୫% ବ୍ୟୟ ବରାଦ ।
୪. ୨୦୧୭ ସୁଦ୍ଧା ମାଧ୍ୟମିକ ଶିକ୍ଷାର ସାର୍ବଜନୀନକରଣ ।
୫. ଅଭିବୃଦ୍ଧି ହାରକୁ ତ୍ବରାନ୍ବିତ କରିବାପାଇଁ ଭିଭିଭୂମି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ।
୬. ଜମି, ଜଳ ଓ ଜଙ୍ଗଲ ସମ୍ପଦର ସୁପରିଚାଳନା ଉପରେ ଅଧିକ ଧ୍ୟାନଦେଇ ଧାରଣଶୀଳ ଅଭିବୃଦ୍ଧି।
୭. ସହରାଞ୍ଚଳ ଭିଭିଭୂମିର ବିକାଶ ।
୮. ଅଧିକ ସଫଳତା ପାଇଁ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ସରକାରୀ ତଥା ଘରୋଇ ଉଦ୍ୟମର ଭାଗିଦାରୀକୁ ସୁନିଶ୍ଚିତ କରିବା ।
୯. ସାମାଜିକ ତଥା ଆଞ୍ଚଳିକ ସମତା ସ୍ଥାପନ
୧୦. ସ୍ଥାନୀୟ ଅନୁଷ୍ଠାନ ସମୂହର ଗୁଣବତ୍ତା ବୃଦ୍ଧି କରିବା
୧୧. ଗ୍ରାମ୍ୟ ଅର୍ଥନୀତିର ବିକାଶ ତଥା ପୁନର୍ଗଠନ ।
୧୨. ପ୍ରାକୃତିକ ସମ୍ପଦର ପ୍ରତିବନ୍ଧକକୁ ଦୂର କରି ନୂତନ ଜ୍ଞାନକୌଶଳ କରିବାରେ ଆର୍ଥିକ ଅଭିବୃଦ୍ଧି ହାସଲ ।
୧୩. ଅନ୍ତର୍ଭୁକ୍ତିସମ୍ପନ୍ନ ଅଭିବୃଦ୍ଧି ହାସଲ ପାଇଁ ସୂଚନା ଯୋଗ୍ୟୟୋଗ ଓ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବିକାଶ ।
୧୪. ଉନ୍ନତ ତାଲିମ ଓ ଦକ୍ଷତା ବିକାଶ କରିବାରେ ଯୁବଶକ୍ତିକୁ ଅଧିକ ସୁଯୋଗ ପ୍ରଦାନ ।
୧୫. ଦୁର୍ନୀତିକୁ ପ୍ରତିହତ କରିବା ପାଇଁ ପ୍ରଶାସନକୁ ଅଧିକ ଉତ୍ତରଦାୟୀ କରିବା ।

ଦ୍ବାଦଶ ପଞ୍ଚବାର୍ଷିକ ଯୋଜନାର ପୁଞ୍ଜି ବଣ୍ଟନ
(Resource allocation in Tweltfh Five Year Plan)

ପ୍ରକାର (କୋଟି) ପ୍ରସ୍ତାବିତ ଅର୍ଥରାଶି ପ୍ରତିଶତ
୧. କୃଷି ଭିତ୍ତିକ କାର୍ଯ୍ୟକ୍ରମ ୩, ୬୩, ୨୭୩ ୪.୭
୨. ଗ୍ରାମୀଣ ଉନ୍ନୟନ ୫୭, ୪୬୪ ୬.୦
୩. ପଛୁଆବର୍ଗ ଅଞ୍ଚଳ ଉନ୍ନୟନ ଯୋଜନା ୮୦,୩୭୦ ୧.୦
୪. ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ୪,୨୨, ୦୧୨ . ୫.୫
୫. ଶକ୍ତି ୧୩,୩୮, ୪୬୬ ୧୮୮
୬. ଶିଳ୍ପ ଓ ଖଣିଜ ଦ୍ରବ୍ୟ ୩,୭୭, ୩୦୨ ୪.୯
୭. ଯାତାୟତ ୧୨,୦୪,୧୭୨ ୧୫.୭
୮. ଯୋଗାଯୋଗ ୮୦,୮୯୪ ୧.୧
୯. ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ପରିବେଶ ୧,୬୭,୩୫୦ ୨.୨
୧୦. ଅର୍ଥନୈତିକ ସେବା ୩, ୦୫, ୬୧୨ ୪.୦
୧୧. ସାମାଜିକ ସେବା ୨୬,୬୪, ୮୯୩ ୩୪.୭
୧୨. ସାଧାରଣ ସେବା ଓ ଅନ୍ୟାନ୍ୟ ୧,୦୭,୯୫୯ ୧.୪
ମୋଟ (Total) ୭୬,୬୯,୮୦୭ ୨୦୦

ଉପରୋକ୍ତ ଆଲୋଚନାରେ ଆମେ ଦ୍ଵାଦଶ ଯୋଜନାର ଲକ୍ଷ୍ୟ ଓ ଯୋଜନାର କାର୍ଯ୍ୟକାରିତା ପାଇଁ ବିଭିନ୍ନ କ୍ଷେତ୍ର ପାଇଁ ପ୍ରସ୍ତାବିତ ଆବଶ୍ୟକୀୟ ପୁଞ୍ଜିର ପରିମାଣ ବିଷୟରେ ତଥ୍ୟ ଜାଣିଲେ । ଭାରତର ଦ୍ରୁତ ଅର୍ଥନୈତିକ ଭିଭି ଏବଂ ତରୁଣ ତଥା ଶକ୍ତିସମ୍ପନ୍ନ ଶ୍ରମଶକ୍ତି ହେଉଛି ଦୁଇଟି ଉଚ୍ଚମାନର ପରିସମ୍ପତ୍ତି । ଏହାକୁ ଉପଯୋଗ କରି ଆମ ଦେଶ ଉଚ୍ଚତର ତଥା ଅନ୍ତର୍ଭୁକ୍ତି ସମ୍ପନ୍ନ ଅଭିବୃଦ୍ଧି ହାସଣ କରିବା ସମସ୍ତ ସାମର୍ଥ୍ୟ ଲିଖୁତ । ଦ୍ଵାଦଶ ଯୋଜନାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଶିକ୍ଷା ଓ ତାଲିମ ପ୍ରଦାନ କରି ମାନବ ସମ୍ବଳର ବିକାଶ ଘଟାଇବା ସହିତ କୃଷିର ବିକାଶ ଦେଶରୁ ଦାରିଦ୍ର୍ୟ ଓ ବେରୋଜଗାର ଦୂର କରିବା ଓ ଦେଶର ସମ୍ବଳର ସଠିକ୍ ବିନିଯୋଗ ଦେଶର ଅଭିବୃଦ୍ଧି ହାର ବୃଦ୍ଧି କରିବା ଭଳି ବିକାଶମୂଳକ କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରାଯାଇଅଛି।

ସଫଳତା :
ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନାରେ ଗ୍ରହଣ କରାଯାଇଥିବା ବିକାଶ ମୂଳକ କାର୍ଯ୍ୟକ୍ରମ ଯୋଗେ ଦେଶ ଅନେକ କ୍ଷେତ୍ରରେ ସଫଳତା ଓ ଅଭିବୃଦ୍ଧି ପ୍ରାପ୍ତ ହୋଇଛି । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା –

  • ଦ୍ଵାଦଶ ଯୋଜନାରେ ଜାତୀୟ ଆୟ ୬.୭% ବୃଦ୍ଧି ପାଇଥିଲା । ଏକାଦଶ ଯୋଜନା ତୁଳନାରେ (୭.୯%) ତାହା କମ୍ ହୋଇଥିଲେ ଓ ବିଶ୍ଵର ମହାମାନ୍ଦ୍ୟ ଅର୍ଥନୈତିକ ସମୟରେ ଏହା ଭାରତ ପାଇଁ ବିକାଶମୂଳକ ଅଟେ।
  • ୨୦୧୬-୧୭ରେ କୃଷି କ୍ଷେତ୍ରରେ ୬.୩% ଶିଳ୍ପ କ୍ଷେତ୍ରରେ ୬.୮% ଓ ସେବା କ୍ଷେତ୍ରରେ ୭.୫% ଅଭିବୃଦ୍ଧି ହାର ରହିଥିଲା ।
  • ୨୦୧୬-୧୭ରେ ଦେଶର ଜାତୀୟ ଉତ୍ପାଦର ୩୦% ସଞ୍ଚୟ ହାର ୩୦.୬% ବିନିଯୋଗ ହାର ରହିଥୁଲା, ଯାହା ଦେଶର ବିକାଶ ଦିଗରେ ସହାୟକ ହୋଇଥିଲା ।
  • ଦ୍ଵାଦଶ ଯୋଜନାରେ ୫୫,୭୪, ୬୬୩ କୋଟି ଅର୍ଥାତ୍ ମୋଟ ଜାତୀୟ ଉତ୍ପାଦର ୮.୧୮% ଦେଶରେ ଭିଭିସଂରଚନା ଓ ନିର୍ମାଣ କ୍ଷେତ୍ରରେ ବିନିଯୋଗ କରାଯାଇଥିଲା । ବିଦ୍ୟୁତୀକରଣ, ଜଳସେଚନ, ଯାତାୟତ, ଯୋଗାଯୋଗ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।
  • ଦ୍ଵାଦଶ ଯୋଜନାରେ ବେକାରୀ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ NRIM, MGNREGA, NULM ଆଦି ବିକାଶମୂଳକ ଯୋଜନା ସ୍ଥାପନ କରାଯାଇଥିଲା । ୨୦୧୬-୧୭ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ୫.୧୨ କୋଟି ଲୋକଙ୍କୁ ରୋଜଗାର ପ୍ରଦାନ କରାଯାଇଥିଲା ।
  • ସାମାଜିକ ସୁରକ୍ଷା ନିମିତ୍ତ ବାର୍ଦ୍ଧକ୍ୟ ଭତ୍ତା, ବୀମା ଯୋଜନା, ସ୍ଵାସ୍ଥ୍ୟ ବୀମା, ଖାଦ୍ୟ ସୁରକ୍ଷା ଆଦି ସୁବିଧା ସୁଯୋଗ ଏହି ଯୋଜନରେ ପ୍ରଦାନ କରାଯାଇଥିଲା ।

ଦ୍ବାଦଶ ପଞ୍ଚବାର୍ଷିକ ଯୋଜନା ୨୦୧୨- ୨୦୧୭, ବାର୍ଷିକ ୮% ଅଭିବୃଦ୍ଧି ଲକ୍ଷ୍ୟ ରଖୁ ବାର୍ଷିକ ୬.୭% ଅଭିବୃଦ୍ଧି ହାସଲ କରିଥିଲା । ଏଥିସହିତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଅନେକ ସଫଳତା ପ୍ରାପ୍ତ ହୋଇଥିଲା। ବିଶ୍ଵର ମହାମାନ୍ଦା ଅବସ୍ଥା ସତ୍ତ୍ଵେ ଏହି ଯୋଜନା ଭାରତରେ କାର୍ଯ୍ୟକାରୀ ହୋଇପାରିଥିଲା । ଆମ ଦେଶର ଆର୍ଥିକ ରାଜନୈତିକ, ସାମାଜିକ ଓ ସାମଗ୍ରିକ ବିକାଶ ଉଭୟ ସରକାରୀ ଓ ବେସରକାରୀ ଳସ୍ତରରେ ଆହୁରି ଅଧ‌ିକ ପ୍ରଚେଷ୍ଟା ଓ ପ୍ରୟାସ ଆବଶ୍ୟକ କରେ । ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ସରକାରଙ୍କ ପ୍ରଚେଷ୍ଟା ବଳରେ ଆମ ଦେଶ ବିଶ୍ବରେ ଏକ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଦେଶରେ ପରିଗଣିତ ହୋଇପାରିବ ।

CHSE Odisha Class 11 Economics Solutions Unit 3 ଅର୍ଥନୈତିକ ଯୋଜନା ଏବଂ ଅର୍ଥନୈତିକ ସଂସ୍କାର

Question ୫।
ରାଷ୍ଟ୍ରୀୟ ପରିବର୍ତନ ସଂସ୍ଥା ବା ନୀତି ଆୟୋଗ ସମ୍ପର୍କରେ ଆଲୋଚନା କର। (Explain about NITI AYOG)
Answer:
ସମସ୍ତେ ଜାଣନ୍ତି ଯେ ୧୯୫୦ରେ ଭାରତରେ ଅର୍ଥନୈତିକ ଯୋଜନାର ପ୍ରସ୍ତୁତି ଏବଂ ତଦାରଖ ପାଇଁ ଏକ ସ୍ଵତନ୍ତ୍ର ସଂସ୍ଥା ସ୍ଥାପନ କରାଯାଇଥିଲା । ଯାହାର ନାମ ହେଉଛି ଯୋଜନା ଆୟୋଗ (Planning Commission) ଦୀର୍ଘଦିନ ଧରି ଯୋଜନା ପ୍ରଣୟନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ସଂସ୍ଥା ମୁଖ୍ୟତଃ ଏକ ନିୟନ୍ତ୍ରକ ରୂପେ କାର୍ଯ୍ୟ କରୁଥିଲା ବୋଲି ସମାଲୋଚକମାନେ ମତ ଦିଅନ୍ତି । ବାସ୍ତବରେ ଏହା ଏକ ନିର୍ଦ୍ଦେଶିତ ଅର୍ଥବ୍ୟବସ୍ଥା (Com- mand economy) ରେ ଉତ୍ତମ ରୂପେ କାର୍ଯ୍ୟ କରିଥାଏ । ଯେତେବେଳେ କି ଭାରତ ଭଳି ସଂଘୀୟ ବ୍ୟବସ୍ଥା ଉପରେ ଆଧାରିକ ତଥା ବିବିଧ୍ଵକୃତ ଅର୍ଥବ୍ୟବସ୍ଥା ପାଇଁ ଏହାର କେତେକ ଦୁର୍ବଳତା ପଦାକୁ ଆସିଥିଲା । ଏହା ରାଜ୍ୟ ତଥା କେନ୍ଦ୍ରଶାସିତ ‘ପ୍ରଦେଶ ଗୁଡ଼ିକର ମତକୁ ଅନେକ ସମୟରେ ଅଣଦେଖା କରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁସାରେ କାର୍ଯ୍ୟ
କରୁଥିବାର ବରାବର ଅଭିଯୋଗ ମଧ୍ୟ ହୋଇଥାଏ ।

୨୦୧୪ ମସିହା ଅଗଷ୍ଟ ମାସ ତଦାନ୍ତୀନ ଯୋଜନା ଆୟୋଗକୁ ଅକାମୀ ଯୋଜନା ସ୍ଥାନରେ ଜାତୀୟ ଉନ୍ନୟନ ତଥା ୧୩ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀଙ୍କ କ୍ୟାବିନେଟ୍ ବୈଠକରେ କରିବାର ନିଷ୍ପତ୍ତି ଗୃହୀତ ହେଲା । ସ୍ଵାଧୀନତା ଦିବସ ଅବସରରେ ଶ୍ରୀ ମୋଦି ସଂସ୍କାର ଆୟୋଗ ଗଠନ କରିବା ବିଷୟ ଘୋଷଣା କଲେ । ଉକ୍ତ ଘୋଷଣାର ଫଳସ୍ଵରୂପ ୨୦୧୫ ମସିହା ଜାନୁୟାରୀ ୧ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସଂକଳ୍ପ ଭିଭିରେ ଯୋଜନା ଆୟୋଗ ସ୍ଥାନରେ ରାଷ୍ଟ୍ରୀୟ ପରିବର୍ତ୍ତନ ସଂସ୍ଥା (National Institution for Transforming India) ନୀତି ଆୟୋଗ ଗଠନ କରିବା ପାଇଁ ପଥ ପରିଷ୍କାର ହେଲା ।

ନୀତି ଆୟୋଗ ୨୦୧୫ ମସିହା ଜାନୁୟାରୀ ୧ ତାରିଖଠାରୁ ବିଧୁବଦ୍ଧ ଭାବେ କାର୍ଯ୍ୟାରମ୍ଭ କଲା । ଏହାର ପ୍ରଥମ ବୈଠକ ଫେବୃୟାରୀ ମାସ ୮ ତାରିଖରେ ଅନୁଷ୍ଠିତ ହୋଇଥିଲା । କହିବାକୁ ଗଲେ ନୀତି ଆୟୋଗ ହେଉଛି ଏକ କ୍ଷମତାପ୍ରାପ୍ତ ସଂସ୍ଥା ଯାହା ବିଶେଷଜ୍ଞମାନଙ୍କୁ ନେଇ ଗଠିତ । ଯେଉଁମାନେକି ସାମାଜିକ ତଥା ଆର୍ଥିକ କ୍ଷେତ୍ରପାଇଁ ନୀତିନିର୍ଦ୍ଧାରଣର କ୍ଷମତା ସରକାରଙ୍କଠାରୁ ହାସଲ କରିଛନ୍ତି ।

ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି ନୀତି ଆୟୋଗର ଅଧ୍ୟକ୍ଷ । ତଦନୁଯାୟୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦି ହେଉଛନ୍ତି ନୀତି ଆୟୋଗର ପ୍ରଥମ ଅଧ୍ୟକ୍ଷ । ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ଏବଂ ଶ୍ରୀ ଅମିତାଭ କାନ୍ତ ହେଉଛନ୍ତି ଏହାର ମୁଖ୍ୟ ନିର୍ବାହୀ ଅଧୂକାରୀ (୧୦) ଯେ କି ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ମନୋନୀତ ହୋଇଥାନ୍ତି। ନୀତି ଆୟୋଗର ପରିଚାଳନା ପରିଷଦ (Governing Council) ରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନେ ସଦସ୍ୟ ଭାବେ ଧାର୍ଯ୍ୟ କରନ୍ତି । ଫଳତଃ ନିଜ ନିଜ ଅଞ୍ଚଳର ଆବଶ୍ୟକତା ଗୁଡ଼ିକୁ ଉପଯୁକ୍ତ ଫୋରମ୍ (ପରିଚାଳନା ପରିଷଦ) ରେ ଉପସ୍ଥାପନା କରିବାକୁ ସୁଯୋଗ ରହିଛି । ଆହୁରି ମଧ୍ୟ ବିଜ୍ଞାନ, ସମାଜ ସେବା, ଅଧାପନା ଓ ଗବେଷଣା ଆଦି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସୁଯୋଗ୍ୟ ବ୍ୟକ୍ତିମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ମନୋନୀତ ବ୍ୟକ୍ତି ଭାବେ ନୀତି ଆୟୋଗର ସଦସ୍ୟଭାବେ ଗ୍ରହଣ କରିବାର ବିଧ୍ଵ ରହିତ । ଏତଦ୍‌ବ୍ୟତୀତ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ପ୍ରଧାନମନ୍ତ୍ରୀ ନୀତି ଆୟୋଗର ସଦସ୍ୟଭାବେ ମନୋନୀତ କରିବାର ବିଧ୍ଵବ୍ୟବସ୍ଥା ରହିଛି ।

ରାଷ୍ଟ୍ରୀୟ’ ଭାରତ ପରିବର୍ତ୍ତନ ସଂସ୍ଥା ବା ନୀତି ଆୟୋଗର ବିଶେଷତ୍ଵ ହେଉଛି ଯେ ଏହା ରାଜ୍ୟମାନଙ୍କ ଉପରେ ନିଜର ନିର୍ଦ୍ଦେଶ ଲଦିନ ଦେଇ, ପାରସ୍ପରିକ ସହଯୋଗ ଓ ସହମତି ଭିତ୍ତିରେ ଏକ ମଞ୍ଚ ଗଠନ କରି ସମ୍ବଳର ଆବଣ୍ଟନ କରିବା ସହିତ ରାଜ୍ୟମାନଙ୍କ ମଧ୍ୟରେ ଥିବା ଦ୍ଵନ୍ଦ୍ବ ଭା ମତାନିକ (conflict) ଆଦିର ସମାଧାନ କ୍ଷେତ୍ରରେ ସହାୟତା କରିବାର ଲକ୍ଷ୍ୟ ରଖୁଛି । କହିବାକୁ ଗଲେ ନୀତି ଆୟୋଗ ହେଉଛି ଏପରି ଏକ ମଞ୍ଚ ଯେଉଁଠି ରାଜ୍ୟମାନେ ପରାମର୍ଶଦାତା ପରିଷଦରେ ଥାଇ ଆପୋଷ ଆଲୋଚନା ମାଧ୍ୟମରେ ବିଭିନ୍ନ ବିଭିନ୍ନ ସମସ୍ୟାର ସମାଧାନ କୂର୍ବକ କରିବାର ସୁଯୋଗ ଲାଭ କରନ୍ତି ଯାହାଦ୍ବାରା ଆର୍ଥିକ ବିକାଶର ପଥ ପ୍ରଶସ୍ତ ହୋଇଯାଇଛି । ସେହି ଦୃଷ୍ଟିରୁ ଦେଖ‌ିଲେ ଏହା ନିଷ୍ପଭି ଗ୍ରହଣ କରିବାର ନିମ୍ନାଭିମୁଖୀ କୌଶଳ ବଦଳର ଉଦ୍ଧାଭିମୁଖୀ କୌଶଳର ସୂଚନା ଦିଏ । ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସବୁର ମୁଖ୍ୟମାନଙ୍କୁ ନେଇ ନୀତି ଆୟୋଗ ପ୍ରସ୍ତୁତ ହୋଇଥିବାରୁ ଏହା ଏକ ସମବାୟ ସଂଘ ରୂପେ କାର୍ଯ୍ୟ କରିବ ଯେଉଁଠି ରାଜ୍ୟ ମାନଙ୍କୁ ପ୍ରାଧାନ୍ୟ ଦିଆଯିବ ।

ପରିଶେଷରେ ଏତିକି କୁହାଯାଇପାରେ ଯେ ଯୋଜନା ଆୟୋଗର କେନ୍ଦ୍ରୀୟ ପାଣ୍ଠି ଆବଣ୍ଟନ କୌଶଳ ତଥା ସରକାରୀ ବିଭାଗୀମାନେ ନାପସନ୍ଦ କରୁଥିବାବେଳେ ଏହା ପ୍ରଧାନମନ୍ତ୍ରୀଙ୍କ ଛତ୍ରଛାୟା ତଳେ ଏକ ସମାନ୍ତରାଳ କ୍ୟାବିନେଟ୍ ରୂପେ କାର୍ଯ୍ୟ କରୁଥିଲା । ଆହୁରି ମଧ୍ୟ ବିଭିନ୍ନ ଯୋଜନାର ପ୍ରଣୟନ କ୍ଷେତ୍ରରେ ଦେଖାଦେଉଥ‌ିବା ଶିଥୁଳତା ଓ କାଳକ୍ଷେପଣ, ନୀତି ହେତୁ ଯୋଜନା ଆୟୋଗ ଅନେକ ସମୟରେ ସମାଲୋଚନାର ଶିକାର ହୋଇଥାଏ । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖ୍ ନୀତି ଆୟୋଗ ଉତ୍ତମ ଆନ୍ତଃମନ୍ତ୍ରଣାଳୟ ସମନ୍ଵୟ ତଥା ଉତ୍ତମ କେନ୍ଦ୍ର ରାଜ୍ୟ ସମନ୍ଵୟ ଜରିଆରେ ଯୋଜନା ପ୍ରଣୟନ କ୍ଷେତ୍ରରେ ଦେଇଥୁବା ଶିଥୁଳତା ଦୂରୀକରଣର ଲକ୍ଷ୍ୟ ରହିଛି । ଏପରି ହେଲେ ସମନ୍ଵୟ ମୈତ୍ରୀତନ୍ତ୍ର ଜରିଆରେ ଦେଶର ଆର୍ଥିକ ବିକାଶ ପଥ ଯେ ସୁଗମ ହେବ ଏଥିରେ ସନ୍ଦେହ ନାହିଁ । ୬। ଆର୍ଥିକ ପ୍ରଗତି କ୍ଷେତ୍ରରେ ବିଭିନ୍ନ ଦୀର୍ଘକାଳୀନ ଲକ୍ଷ୍ୟଗୁଡ଼ିକ ଆଲୋଚନା କର ।

Question ୬।
(Explan the long-run objectives of planning in India.)
କିମ୍ବା, ପଞ୍ଚବାର୍ଷିକ ଯୋଜନାର ବିଭିନ୍ନ ଦୀର୍ଘକାଳୀନ ଲକ୍ଷ୍ୟଗୁଡ଼ିକ ଆଲୋଚନା କର ।
Answer:
ଆର୍ଥିକ ପ୍ରଗତି ଲକ୍ଷ୍ୟରେ, ଯୋଜନା କାର୍ଯ୍ୟକ୍ରମ ଏକ ବ୍ୟସ୍ଥା; ଯାହା ଆର୍ଥିକ ପ୍ରଗତି କ୍ଷେତ୍ରରେ ଏକ ସ୍ଥିରୀକୃତ କାର୍ଯ୍ୟକ୍ରମ ଯେଉଁଠି ଆର୍ଥନୀତିକ ବ୍ୟବସ୍ଥାରେ ସରକାର ହସ୍ତକ୍ଷେପ କରି ଉପସ୍ଥିତ ସମ୍ବଳକୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସହାୟତାରେ ଏପରି ବିନିଯୋଗ କରିପାରିବେ, ଯେଉଁଠି ଜାତୀୟ ସ୍ଵାର୍ଥ ଦୃଷ୍ଟିରୁ ସରକାର ନିଜ ଉଦ୍ୟୋଗ ଗଠନ କରିବା ସହ ଘରୋଇ ଉଦ୍ୟୋଗକୁ ନିଜ ନିୟନ୍ତ୍ରଣରେ ରଖୁ ଆର୍ଥିକ ପ୍ରଗତି ସମ୍ଭବ କରାଇପାରିବେ । ତେଣୁ ପ୍ରଥମେ ଆର୍ଥନୀତିକ ଧାରା କ୍ଷେତ୍ରରେ ପ୍ରଗତିର ବିଭିନ୍ନ ସମ୍ଭାବ୍ୟ ଲକ୍ଷ୍ୟ ପୋଷଣ କରାଯାଏ ଏବଂ ପରେ ଏହି ଲକ୍ଷ୍ୟଗୁଡ଼ିକୁ ବିଭିନ୍ନ ଯୋଜନା ସହାୟତାରେ ହାସଲ କରିବାକୁ ଉଦ୍ୟମ ହୋଇଥାଏ । ପ୍ରଥମେ ଯେଉଁସବୁ ଲକ୍ଷ୍ୟ ପୋଷଣ କରାଯାଏ, ସେଗୁଡ଼ିକ ପ୍ରଗତି କ୍ଷେତ୍ରରେ ଦୀର୍ଘକାଳୀନ ଲକ୍ଷ୍ୟ ବା ଯୋଜନାର ବିଭିନ୍ନ ଲକ୍ଷ୍ୟ ବୋଲି କୁହାଯାଏ । ଲକ୍ଷ୍ୟଗୁଡ଼ିକ ସାଧାରଣତଃ ହେଲା –

(କ) ଅଭିବୃଦ୍ଧି ହାରରେ ବୃଦ୍ଧି
(ଖ) ସାମାଜିକ ନ୍ୟାୟ
(ଗ) ଆର୍ଥନୀତିକ ଆତ୍ମନିର୍ଭରଶୀଳତା
(ଘ) ବେକାରୀ ଦୂରୀକରଣ ଝିଙ) ଦାରିଦ୍ର୍ୟଦୂରୀକରଣ
(ଚ) ଆଧୁନିକୀକରଣ ଇତ୍ୟାଦି ।

(କ) ଅଭିବୃଦ୍ଧି ହାରରେ ବୃଦ୍ଧି :
ପ୍ରଗତିର ବିଶେଷ ସମସ୍ୟା ହେଲା ଦାରିଦ୍ର୍ୟତାର ବିସ୍ତୃତ ପରିସର । ଦାରିଦ୍ର୍ୟତାରୁ ମୁକ୍ତି ପାଇବାକୁ ଆର୍ଥିକ ପ୍ରଗତି କୁହାଯାଏ । ଏହି ପ୍ରଗତି ସାଧାରଣତଃ ସମୁଦାୟ ଜାତୀୟ ଉତ୍ପାଦନ ବା ଜାତୀୟ ଆୟରେ ବୃଦ୍ଧି ଅବସ୍ଥାକୁ ବୁଝାଏ । ତେଣୁ ଜାତୀୟ ଉତ୍ପାଦନ ବା ଆୟ ବୃଦ୍ଧି ପ୍ରତ୍ୟେକ ପଞ୍ଚବାର୍ଷିକ ଯୋଜନାର ମୂଳ ଲକ୍ଷ୍ୟ ଅଟେ । ଏହି ଲକ୍ଷ୍ୟରେ ସମୁଦାୟ ଜାତୀୟ ଉତ୍ପାଦନ ବା ଜାତୀୟ ଆୟ ଯେଉଁ ହାରରେ ବୃଦ୍ଧି ପାଏ ସେହି ବୃଦ୍ଧି ହାର ବୃଦ୍ଧିକୁ ଅଭିବୃଦ୍ଧି ହାରରେ ବୃଦ୍ଧି ବୋଲି କୁହାଯାଏ । ଦେଶର ଜନସଂଖ୍ୟା ବୃଦ୍ଧି ପୁନଶ୍ଚ ଏହି ଲକ୍ଷ୍ୟ ପ୍ରତି ଗୁରୁତ୍ବ ଆରୋପ କରିଥାଏ ।

ଭାରତରେ ଯୋଜନାର ପ୍ରଥମ ୩୦ ବର୍ଷ ମଧ୍ୟରେ ଅଭିବୃଦ୍ଧି ହାର ବୃଦ୍ଧି କ୍ଷେତ୍ରରେ ମାତ୍ର ସୀମିତ ସଫଳତା ହାସଲ କରାଯାଇଥିଲା । ୧୯୮୦-୮୧ ବର୍ଷର ବଜାର ଦାମ୍ ସ୍ଥିତିରେ, ଏହି ୩୦ ବର୍ଷ ମଧ୍ୟରେ ସମୁଦାୟ ଜାତୀୟ ଉତ୍ପାଦନର ହାରାହାରି ବାର୍ଷିକ ୩.୭୪ ଶତକଡ଼ା ବୃଦ୍ଧି ସମ୍ଭବ ହୋଇପାରିଥିଲା । ଏହି ହାର ପୂର୍ବ ହାର ଠାରୁ ଅଧିକ ହେଲେହେଁ ଦେଶର ମୁଖ୍ୟ ସମସ୍ୟାଗୁଡ଼ିକ ଯଥା ଦାରିଦ୍ର୍ୟ, ଅନଗ୍ରସରତା, ବେକାରୀ ସମସ୍ୟା, ବାସଗୃହ, ଶିକ୍ଷା, ସ୍ଵାସ୍ଥ୍ୟ ଏବଂ ପରିବେଶ ଇତ୍ୟାଦି କ୍ଷେତ୍ରରେ ସମାଧାନ ଲାଗି ସନ୍ତୋଷଜନକ ନଥିଲା । ଅଶି ଦଶନ୍ଧିରେ ଏହି ହାରରେ ଏକ ଆଦୃଶିଆ ଉନ୍ନତି ପରିଲକ୍ଷିତ ହୋଇଥିଲା । ୧୯୮୦-୮୧ ରୁ ୯୦-୯୧ ମଧ୍ୟରେ ବାର୍ଷିକ ଅଭିବୃଦ୍ଧି ହାର ୫.୭୬ ଶତକଡ଼ା ସମ୍ଭବ ହେଲା । ଅଷ୍ଟମ ଯୋଜନା କାଳରେ (୧୯୯୨-୯୭) ଅଭିବୃଦ୍ଧି ହାର ୫.୬ ଭାଗ ଲକ୍ଷ୍ୟ ରଖାଯାଇଥିଲା ।

(ଖ) ସାମାଜିକ ନ୍ୟାୟ :
ଭାରତୀୟ ସମ୍ବିଧାନରେ ଯେତେବେଳେ ସାମାଜିକ, ଆର୍ଥନୀତିକ ଓ ରାଜନୈତିକ ନ୍ୟାୟ ପ୍ରତି ଲକ୍ଷ୍ୟ ପ୍ରଦାନ କରାଯାଇଅଛି, ଭାରତ ସରକାର ଏହି ଲକ୍ଷ୍ୟ ହାସଲ କ୍ଷେତ୍ରରେ ଯୋଜନାକୁ ଏକ ଅସ୍ତ୍ର ଭଳି ବ୍ୟବହାର କରି ଆସୁଛନ୍ତି । ଯୋଜନା, ସାମାଜିକ ଓ ଆର୍ଥନୀତିକ ନ୍ୟାୟ କ୍ଷେତ୍ରରେ ଯେଉଁସବୁ ଦିଗ ପ୍ରତି ଦୃଷ୍ଟି ନିକ୍ଷେପ କରେ ସେଗୁଡ଼ିକ ହେଲା – ଗଣତାନ୍ତ୍ରିକ ଢାଞ୍ଚାର ସୁରକ୍ଷା, ଆର୍ଥନୀତିକ ଓ ସାମାଜିକ ସମାନତା ରକ୍ଷା କରିବା ସହିତ ଆଞ୍ଚଳିକ ପ୍ରଗତି କ୍ଷେତ୍ରରେ ମଧ୍ୟ ସମାନତା ରକ୍ଷା କରିବା, ଆର୍ଥନୀତିକ ଶକ୍ତିର ବିକେନ୍ଦ୍ରୀକରଣ ଏବଂ ଅବହେଳିତ ଅନଗ୍ରସର ଶ୍ରେଣୀଗୁଡ଼ିକ ପ୍ରତି ସ୍ୱତନ୍ତ୍ର ଯତୁ।

(ଗ) ଆର୍ଥନୀତିକ ଆତ୍ମନିର୍ଭରଶୀଳତା :
ଭାରତୀୟମାନଙ୍କର ଏହା ଏକ ସାଧାରଣ ବିଶ୍ଵାସ ଯେ ଯଦି ଆର୍ଥନୀତିକ ସ୍ଵାଧୀନତା ହାସଲ ନ ହୁଏ ତେବେ ରାଜନୈତିକ ସ୍ଵାଧୀନତା ମୂଲ୍ୟହୀନ ଅଟେ । ଏହି ଉକ୍ତିକୁ ସମ୍ମାନ ଦେଇ ତୃତୀୟ ପଞ୍ଚବାର୍ଷିକ ଯୋଜନା କାଳରେ ଆତ୍ମନିର୍ଭରଶୀଳତା ଭଳି ଏକ ଲକ୍ଷ୍ୟକୁ ପ୍ରଥମ କରି ଯୋଜନାର ଅନ୍ତର୍ଭୁକ୍ତ କରାଗଲା ଓ ପରବର୍ତୀ ଯୋଜନା କାଳରେ ଏହାକୁ ମଧ୍ୟ ଗ୍ରହଣ କରାଯାଇଥିଲା । ଆତ୍ମନିର୍ଭରଶୀଳତାକୁ ଯୋଜନାର ଏକ ଲକ୍ଷ୍ୟ ରୂପେ ଗ୍ରହଣ କରି ତୃତୀୟ ପଞ୍ଚବାର୍ଷିକ ଯୋଜନାରେ ଏହାର ସଂଜ୍ଞା ଏଭଳି ନିରୂପଣ କରାଯାଇଅଛି ଯେ, ଆତ୍ମନିର୍ଭରଶୀଳତା କହିଲେ ଆର୍ଥିକ ଆତ୍ମନିର୍ଭରଶୀଳତା ପ୍ରତି ଧ୍ୟାନ ଦିଏ ଏବଂ ଏହାର ବିଶେଷ ଗୁଣ ହେଲା ଘରୋଇ ସମ୍ବଳ କ୍ଷେତ୍ରରୁ ଏକ ସନ୍ତୋଷଜନକ ହାରରେ ଦେଶର ପ୍ରଗତି ଘଟାଇବା ଏବଂ ବୈଦେଶିକ ପୁଞ୍ଜି ବିନିଯୋଗ କ୍ଷେତ୍ରକୁ ସୀମିତ ରଖୁବା । ଏହାଦ୍ଵାରା ଦେଶକୁ ବିଦେଶୀ ସରକାର, ସଂସ୍ଥା ବା ଅନୁଷ୍ଠାନମାନଙ୍କ ନିୟନ୍ତ୍ରଣରୁ ରକ୍ଷା କରାଯାଇପାରିବ।

ଏହି ଯୋଜନାରେ, ୧୦ରୁ ୧୨ ବର୍ଷ ମଧ୍ୟରେ, ଅର୍ଥାତ୍ ୧୯୭୦ ସୁଦ୍ଧା ଆତ୍ମନିର୍ଭରଶୀଳତା ଲାଗି ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ୧୯୮୦ ସୁଦ୍ଧା ଏହି ଲକ୍ଷ୍ୟ ହାସଲ ହୋଇପାରିନଥିଲା । ତଥାପି ଏହାକୁ ଯୋଜନାର ଏକ ସାଧାରଣ ଲକ୍ଷ୍ୟ ରୂପେ ନିର୍ଦ୍ଦିଷ୍ଟ ସୀମା ପୋଷଣ ନକରି ଗ୍ରହଣ କରାଯାଇଥିଲା । କିନ୍ତୁ ୧୯୯୧ ରେ ନୂତନ ଆର୍ଥିକ ନୀତି ପ୍ରଚଳିତ ହେବା ପରେ ଆର୍ଥିକ ଉଦାରୀକରଣ ଏବଂ ଉନ୍ମୁକ୍ତ ବଜାର ଏହି ‘ଆତ୍ମନିର୍ଭରଶୀଳତା’ ଲକ୍ଷ୍ୟ ପ୍ରତି ଶକ୍ତି ଧକ୍‌କା ପହଞ୍ଚାଇଅଛି ।

(ଘ) ବେକାରୀ ଦୂରୀକରଣ :
ବେକାରୀ ସମସ୍ୟାର ଯେତେ ବୃଦ୍ଧି ଘଟେ, ଦାରିଦ୍ର୍ୟତା ସେତେ ବିସ୍ତୃତ ହୁଏ । ଏହି ଲକ୍ଷ୍ୟରେ ବେକାରୀ ଦୂରୀକରଣ, ଯୋଜନାର ଏକ ଲକ୍ଷ୍ୟ ଭାବେ ଗୃହୀତ ହୋଇଥିଲେ ହେଁ ଯୋଜନାର ଆରମ୍ଭରୁ ଏଥୁପ୍ରତି ପ୍ରଦାନ କରାଯାଉନଥିଲା । ମାତ୍ର ପଞ୍ଚମ ପଞ୍ଚବାର୍ଷିକ ଯୋଜନା କାଳରେ ପ୍ରଥମ କରି ଆର୍ଥିକ ପ୍ରଗତି କ୍ଷେତ୍ରରେ ବେକାରୀ ସମସ୍ୟା ଏକ ପ୍ରତିବନ୍ଧକ ବୋଲି ଗୁରୁତ୍ଵର ସହ ବିଚାର କରାଯାଇ ଏହାର ପ୍ରତିକାର ଲାଗି ବିହିତ ପଦକ୍ଷେପମାନ ଗ୍ରହଣ କରାଗଲା । ମାତ୍ର ଏହି ଯୋଜନା ପରେ ପରେ ଏହି ଲକ୍ଷ୍ୟ ପୁନର୍ବାର ଏକ ଗୌଣ ଲକ୍ଷ୍ୟର ସ୍ଥାନ ନେଲା । ତଥାପି ଅଷ୍ଟମ ପଞ୍ଚବାର୍ଷିକ ଯୋଜନାଳ କାଳରେ, ଯୋଜନା ଆୟୋଗ ଏହି ଲକ୍ଷ୍ୟ ପ୍ରତି ବିଶେଷ ଧ୍ୟାନ ଅର୍ପଣ କରିଅଛନ୍ତି । କାରଣ ଏହି ଲକ୍ଷ୍ୟ କରାଯାଇ ଆସୁଛି ଯେ, ପ୍ରତ୍ୟେକ ଯୋଜନା ଆରମ୍ଭ ଓ ଶେଷରେ ତୁଳନାତ୍ମକଭାବେ ଦେଖିଲେ ବେକାରୀ ସଂଖ୍ୟା ବୃଦ୍ଧି ଘଟୁଅଛି । ଯୋଜନା ଆୟୋଗର ଏପ୍ରିଲ୍ ୧୯୯୨ ସୁଦ୍ଧା ହିସାବରୁ ଜଣାଯାଏ ଯେ ନୂତନ ନିଯୁକ୍ତି ସନ୍ଧାନରେ ଦେଶର ୨୩ ନିୟୁତ ଲୋକ ଅଛନ୍ତି ।

(ଙ) ଦାରିଦ୍ର୍ୟ ଦୂରୀକରଣ :
ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟ ଯୋଜନା କଳ ଆରମ୍ଭରୁ ପୋଷଣ କରାଯାଇଥିଲେ ମଧ୍ୟ ଯୋଜନାର ଦୁଇଦଶନ୍ଧି ମଧ୍ୟରେ, ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ଶେଷ ସୁଦ୍ଧା, ଦରିଦ୍ରମାନଙ୍କ ପାଇଁ ଯୋଜନାର ବିଶେଷ ସୁଫଳ ମିଳିପାରିନଥିଲା । ୭୦ ଦଶକ ଆରମ୍ଭରେ ଦାରିଦ୍ର୍ୟତା କ୍ଷେତ୍ରରେ ସ୍ଵାଧୀନତା ବେଳର ଅବସ୍ଥା ପରିଲକ୍ଷିତ ହୋଇଥିଲା । ଏହାର ମୁଖ୍ୟ କାରଣଗୁଡ଼ିକ ହେଲା, ତ୍ରୁଟିପୂର୍ଣ୍ଣ ଯୋଜନା ଯାହା ଆର୍ଥନୀତିକ କ୍ଷମତାକୁ ତଥାପି କେତେ ଜଣଙ୍କ ପାଖରେ କେନ୍ଦ୍ରୀଭୂତ କରି ରଖୁଥୁଲା ଓ ମୁଦ୍ରାଙ୍ଗୀତିର ଚାପ ଗରିବ ଲୋକମାନଙ୍କ ଉପରେ ବୃଦ୍ଧି ପାଇଥିଲା । ମାତ୍ର ପଞ୍ଚମ ପଞ୍ଚବାର୍ଷିକ ଯୋଜନା କ୍ଷେତ୍ରରେ ପ୍ରଥମ କରି ଏହି କ୍ଷେତ୍ରରେ ବିହିତ ପଦକ୍ଷେପମାନ ଗ୍ରହଣ କରାଯାଇ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକମାନଙ୍କ ଆକାର ସମୁଦାୟ ଜନସଂଖ୍ୟାର ୪୬ ଭାଗରୁ ହ୍ରାସ ଘଟାଇ ୧୦ ବର୍ଷ ମଧ୍ୟରେ ୨୭ ଭାଗରେ ପହଞ୍ଚାଇବାକୁ ଲକ୍ଷ୍ୟ ପୋଷଣ କଲା । ମାତ୍ର ଯୋଜନା ଆୟୋଗ ଏ କ୍ଷେତ୍ରରେ ସଫଳତା ହାସଲ ଦାବି କରୁଥିବା ବେଳେ ଏକ ପୁନଃ ହିସାବରୁ ଜଣାପଡ଼େ ଯେ ୧୯୮୭-୮୮ ବର୍ଷ ସୁଦ୍ଧା ଭାରତର ୩୯.୩ ଭାଗ ଲୋକ ଦରିଦ୍ର ସୀମାରେଖା ତଳେ ବସବାସ କରନ୍ତି ।

(ଚ) ଆଧୁନିକୀକରଣ :
ଆର୍ଥନୀତିକ ଆଧୁନିକୀକରଣ କହିଲେ ଉତ୍ପାଦନ ପଦ୍ଧତି ଓ ପ୍ରଣାଳୀରେ ବୈପ୍ଳବିକ ପରିବର୍ତ୍ତନ ଘଟାଇ ଦେଶର ଆର୍ଥିକ ପ୍ରଗତି ଓ ଆତ୍ମନିର୍ଭରଶୀଳତାର ହାସଲକୁ ବୁଝାଏ । ତେଣୁ ଉତ୍ପାଦନ କ୍ଷେତ୍ରରେ ବିଜ୍ଞାନ ଓ ଉନ୍ନତ ଜ୍ଞାନ କୌଶଳର ପ୍ରୟୋଗର ଲକ୍ଷ୍ୟ ପ୍ରଥମରୁ ପୋଷଣ କରଯାଇଥିଲେ ହେଁ ସ୍ଵାଧୀନତା ପରଠାରୁ ଆର୍ଥିକ ଅପଗ୍ରସରତା ବିଦେଶୀ ରାଷ୍ଟ୍ରମାନଙ୍କ ଉପରେ ଏ ଦିଗରେ ନିର୍ଭରଶୀଳତା ବୃଦ୍ଧି କରିଥିଲା । ତେଣୁ ଏପରିକି ଷଷ୍ଠ ଯୋଜନା କାଳରୁ ଏଥୁପ୍ରତି ବିଶେଷ ଧ୍ୟାନ ଅର୍ପଣ କରାଯାଇ ଆସୁଅଛି ।

ଏ ସବୁ ହେଲା ଆର୍ଥିକ ପ୍ରଗତି କ୍ଷେତ୍ରରେ ବିଭିନ୍ନ ଦୀର୍ଘକାଳୀନ ଲକ୍ଷ୍ୟ ଯାହା ଭବିଷ୍ୟତରେ ଭାରତକୁ ଏକ ଉନ୍ନତ ରାଷ୍ଟ୍ରର ମର୍ଯ୍ୟାଦା ପ୍ରଦାନ କରିପାରିବ । ଭାରତରେ ପ୍ରଣୀତ ଆର୍ଥନୀତିକ ଯୋଜନା କାଳକୁ ମୋଟାମୋଟି ସମୀକ୍ଷା କରି ସଫଳତାର ବିଭିନ୍ନ ଦିଗଗୁଡ଼ିକୁ ଉପସ୍ଥାପନା କର। (Give a presentation of the success of development planning in India by mak- ing a over all description of different five year plans since Independence.)
Answer:
ସ୍ଵାଧୀନତା ପରେ ଭାରତର ମାନ୍ଦା ଓ ଅନଗ୍ରସର ଆର୍ଥନୀତିକ ବ୍ୟବସ୍ଥାକୁ ଅସମାନ ବଣ୍ଟନର ବିଷମ – ସ୍ଥିତିରୁ ମୁକ୍ତ କରି ପ୍ରଗତି ତଥା ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟରେ ଯୋଜନାକୁ ମୁଖ୍ୟ ଅସ୍ତ୍ର ରୂପେ ଗ୍ରହଣ କରାଗଲା । ଯୋଜନାର ସଫଳ ରୂପାୟନ ପାଇଁ ଭାରତ ସରକାର ମାର୍ଚ୍ଚ ୧୯୫୦ ମସିହାରେ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ଯୋଜନା ଆୟୋଗ ଗଠନ ହେଲା । ଯୋଜନା ଆୟୋଗର ମୂଳ ଚିଠା ପ୍ରସ୍ତାବକୁ ଗ୍ରହଣ କରି ଭାରତ ସରକାର ୧, ଏପ୍ରିଲ, ୧୯୫୧ ଠାରୁ ଦେଶରେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି ଆସୁଅଛନ୍ତି ।

ଭାରତରେ ଯୋଜନା ପ୍ରଣୟନର ଦିନଠାରୁ ଆଜି ପର୍ଯ୍ୟନ୍ତ ପଞ୍ଚବାର୍ଷିକ ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ମୋଟାମୋଟି ସମୀକ୍ଷା କଲେ ଜଣାପଡ଼େ ଯେ ଏହା ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ କରିପାରି ନାହିଁ । ଯଥା, ବିଭିନ୍ନ ଯୋଜନା କାଳରେ ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକ କ୍ଵଚିତ୍ ପୂରଣ ହୋଇଛି । ଏଥ‌ିପାଇଁ ଉପଯୁକ୍ତ କୌଶଳ ଅବଲମ୍ବନର ଅଭାବ ହିଁ କାରଣ ରୂପେ ଅବିହିତ ହୁଏ । ତଥାପି ପ୍ରଣୀତ ଯୋଜନାକୁ ଏକ ସମ୍ପୂର୍ଣ୍ଣ ଅସଫଳ ପ୍ରୟାସ ବୋଲି କୁହାଯାଇପାରିବ ନାହିଁ । ଯୋଜନା ପ୍ରଣୟନର କେତେକ ଧନାତ୍ମକ ପ୍ରଭାବ ଅର୍ଥ ବ୍ୟବସ୍ଥାରେ ପ୍ରତିଫଳିତ ହୋଇ ଏହାର ସଫଳତା ପ୍ରତିପାଦନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ ।

ଯୋଜନା ପ୍ରଣୟନର ସଫଳତା (Achievements of Economic Planning): ନିମ୍ନଲିଖତ ଦୃଷ୍ଟିକୋଣରୁ ଯୋଜନା ପ୍ରଣୟନର ସଫଳତାକୁ ବିଚାର କରାଯାଏ ।
(କ) ଆର୍ଥିକ ଅଭିବୃଦ୍ଧି ଧାରା (Growth Performance): ସ୍ଵାଧୀନତା କାଳରେ ଭାରତର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିଲା ଓ ବଜାର ଭିଭିକ ଅର୍ଥବ୍ୟବସ୍ଥା ସହାୟତାରେ ଏହାର ପ୍ରଗତି ମଧ୍ୟ ସମ୍ଭବ ନଥିଲା । ତେଣୁ ଯୋଜନାକୁ ପ୍ରଗତିର ଏକ ଆୟୁଧ ଭାବରେ ଗ୍ରହଣ କରାଗଲା ଓ ଏହାର ସୁଫଳ ମଧ୍ୟ ପ୍ରଥମ ଯୋଜନା କାଳରେ ହିଁ ଉପଲବ୍ଧ ହୋଇ ଆସୁଅଛି । ୧୯୫୦-୫୧ ରୁ ୯୬-୯୭ ମଧ୍ୟ ଭାରତର ଅଭିବୃଦ୍ଧି ସ୍ଥିତିକୁ ଉଲ୍ଲେଖ କଲେ ୫୦-୫୧ ଠାରୁ ୮୦-୮୧ ପର୍ଯ୍ୟନ୍ତ ଭାରତର ବାର୍ଷିକ ଆର୍ଥିକ ଅଭିବୃଦ୍ଧି ହାର ହାରାହାରି ୩.୪ ଭାଗ ଥିବାବେଳେ ୮୧ ରୁ ୯୭ ମଧ୍ଯରେ ଏହା ବାର୍ଷିକ ୫.୫ ଭାଗ ହୋଇଅଛି । ଏହା ନିଟ୍ ଜାତୀୟ ଉତ୍ପାଦନର ଅଭିବୃଦ୍ଧି ପ୍ରଦର୍ଶନ କରେ । ସେହିପରି ମୁଣ୍ଡପିଛା ନିଟ୍ ଜାତୀୟ ଉତ୍ପାଦନ ୫୦-୫୧ ରୁ ୮୦-୮୧ ମଧ୍ୟରେ ବାର୍ଷିକ ୧.୨ ହାରରେ ବୃଦ୍ଧି ପାଇଥିବାବେଳେ ୮୧ ରୁ ୯୭ ମଧ୍ଯରେ ୩.୩ ହାରରେ ବୃଦ୍ଧି ପାଇଛି ।

ଜାତୀୟ ଆୟ କ୍ଷେତ୍ରରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆରମ୍ଭରୁ ୯୩-୯୪ ବଜାର ଦରରେ ଏହା ୧୩୨,୩୬୭ କୋଟିରୁ ବୃଦ୍ଧି ପାଇ ଅଷ୍ଟମ ପଞ୍ଚବାର୍ଷିକ ଯୋଜନା ଶେଷସୁଦ୍ଧା (୯୬-୯୭) ୮୫୨, ୦୮୫ କୋଟିରୁ ପହଞ୍ଚିଛି ଓ ମୁଣ୍ଡପିଛା ଆୟ ସେହି ଦର ଓ ସେହି କାଳ ମଧ୍ୟରେ ୩୭୮୭ ଟଙ୍କାରୁ ବୃଦ୍ଧି ପାଇ ୯୦୦୭ ଟଙ୍କା ହୋଇଛି । ଏହା ଯୋଜନା ପ୍ରଣୟନ ମୁଖ୍ୟ ସଫଳତାର ଦିଗ ପ୍ରଦର୍ଶନ କରେ ।

(ଖ) କୃଷି ପ୍ରଗତି (Progress in Agriculture)):
ଭାରତ ଏକ କୃଷି ପ୍ରଧାନ ଦେଶ ହେଲେ ହେଁ ସ୍ଵାଧୀନତା କାଳରେ ଦେଶର ଖାଦ୍ୟାଭାବ ସ୍ଥିତି ଏକ ଗୁରୁତର ସମସ୍ୟା ଉତ୍ପନ୍ନ କରିଥିଲା ଓ ଏଥିପାଇଁ ଅମାଦାନୀ କ୍ଷେତ୍ରରେ ପ୍ରଚୁର ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡୁଥିଲା । ମାତ୍ର, ଯୋଜନା ପ୍ରଣୟନ ଫଳରେ କୃଷି କ୍ଷେତ୍ରରେ ଅନଗ୍ରସରତାର କାରଣ ଚିହ୍ନଟ କରାଯାଇ ବିହିତ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଉଦାହରଣସ୍ୱରୂପ ଭୂସଂସ୍କାର ନୀତି ପ୍ରଣୟନ । ଏହା କୃଷି କ୍ଷେତ୍ରକୁ ଶୋଷଣମୁକ୍ତ କରିବା ସହ କୃଷି ଉତ୍ପାଦକତା ବୃଦ୍ଧି ଘଟାଇ ପାରିଛି । ଫଳରେ ଖାଦ୍ୟଶସ୍ୟ କ୍ଷେତ୍ରରେ ଭାରତ ଆଜି ଆତ୍ମନିର୍ଭରଶୀଳତା ହାସଲ କରିଛି । ପୁନଶ୍ଚ, ୧୯୬୨ ରୁ ଭାରତୀୟ କୃଷିରେ ନୂତନ ଜ୍ଞାନ କୌଶଳର ପ୍ରୟୋଗ ବା ସବୁଜ ବିପ୍ଳବର ଫଳସ୍ଵରୂପ ଉତ୍ପାଦନରେ ଏକ ବେଜ୍‌ବିକ ପରିବର୍ତ୍ତନ ଉପଲବ୍‌ଧ ହୋଇଛି, ଯଥା- ଭାରତରେ ଖାଦ୍ୟଶସ୍ୟ ଉତ୍ପାଦନ ୧୯୫୦-୫୧ରେ ନିୟୁତ ଟନ୍ ଥ‌ିବାବେଳେ ୧୯୯୬-୯୭ରେ ତାହା ୧୯୯ ନିୟୁତ ଟନ୍‌ରୁ ୮୨ ନିୟୁତ ଟନ୍ ହୋଇପାରିଛି । ଏହାସବୁ କୃଷି ପ୍ରଗତିରେ ଯୋଜନାର ସୁଫଳ ଅଟେ।

(ଗ) ଶିଳ୍ପ ପ୍ରଗତି (Progress in Industry):
ସ୍ଵାଧୀନତା କାଳରେ ଶିଳ୍ପର ଭିଭିଭୂମି ଅତ୍ୟନ୍ତ ଦୁର୍ବଳ ଥୁଲା ଓ ଶିଳ୍ପ ବିକାଶକୁ ଆର୍ଥିକ ପ୍ରଗତିର ଚାବିକାଠି ରୂପେ ବିବେଚନା କରାଯାଇ ବିଶେଷ କରି ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ବିଶେଷ ଧ୍ୟାନ ପ୍ରଦାନ କରାଯାଇଥିଲା । ଏହାର ଫଳସ୍ଵରୂପ ଦେଶରେ ଆଜି ଶିଳ୍ପ ପ୍ରସାର ସମ୍ଭବ ହୋଇପାରିଛି । ଏଣୁ ବହୁଳ ପୁଞ୍ଜି ନିବେଶ ଦ୍ବାରା ମୌଳିକ ଓ ପୁଞ୍ଜିଭିଭିକ ଶିଳ୍ପଗୁଡ଼ିକ ସରକାରୀ ଉଦ୍ୟୋଗ ଅଧୀନରେ ଗଢ଼ି ଉଠିଛି ଓ ଯନ୍ତ୍ରାଂଶ ଆଦି କ୍ଷେତ୍ରରେ ଦେଶର ନିର୍ଭରଶୀଳତା ହ୍ରାସ ପାଇଛି । ଏହା ଦୁଇ କ୍ଷେତ୍ରରେ ପ୍ରମାଣିତ । ତାହାହେଲେ ଶିଳ୍ପ ଉତ୍ପାଦନ ବୃଦ୍ଧି ଓ ନିଟ୍ ମୁଣ୍ଡପିଛା ଉପଲବ୍ଧ ଅତ୍ୟାବଶ୍ୟକ ଉପଭୋଗ ଦ୍ରବ୍ଯ।

ଫଳରେ ଦେଶରେ ପୁଞ୍ଜି ସୃଷ୍ଟି ମଧ୍ୟ ବୃଦ୍ଧି ପାଇଛି । ୧୯୫୦-୫୧ରେ ସଞ୍ଚୟ ସମୁଦାୟ ଘରୋଇ ଉତ୍ପାଦନର ୧୦. ୪ ଭାଗ ଥ‌ିବାବେଳେ ୯୬-୯୭ରେ ଏହା ୨୬.୧ ଭାଗକୁ ବୃଦ୍ଧି ପାଇଛି । ତେଣୁ, ଶିଳ୍ପ କ୍ଷେତ୍ରକୁ ବିଶେଷ କରି ସରକାରୀ ଉଦ୍ୟୋଗରେ ପରିଚାଳିତ କରି ଓ ଘରୋଇ ଉଦ୍ୟୋଗକୁ ନିୟନ୍ତ୍ରଣ କରି ଯୋଜନାର ଫଳସ୍ଵରୂପ ଆମ ଦେଶ ଶିଳ୍ପ ସମୃଦ୍ଧ ହେବା ସଙ୍ଗେ ସଙ୍ଗେ ବୈଦେଶିକ ଚାପରୁ ମୁକ୍ତ ହୋଇପାରିଛି ।

(ଘ) ଭିତ୍ତିଭୂମିର ବିକାଶ (Development of Infrastructure):
ଆର୍ଥନୀତିକ ଭିତ୍ତିଭୂମି କ୍ଷେତ୍ର କହିଲେ ଏହା ସାଧାରଣତଃ ଶକ୍ତି, ପରିବହନ ଓ ଯୋଗାଯୋଗ କ୍ଷେତ୍ରକୁ ବୁଝାଇଥାଏ । ଏହା ସବୁ ମୁଖ୍ୟତଃ ବିକାଶ କାର୍ଯ୍ୟକ୍ରମକୁ ସହଯୋଗ ଓ ତ୍ବରାନ୍ବିତ କରୁଥିବାରୁ ଭିଭିଭୂମିର ଅନଗ୍ରସରତା ପ୍ରଗତିର ପ୍ରତିବନ୍ଧକ ହୁଏ । ମାତ୍ର ଭିତ୍ତିଭୂମିର ବିକାଶ କେବେ ବଜାରଭିଭିକ ଅର୍ଥ ବ୍ୟବସ୍ଥାରେ ସମ୍ଭବ ହେବ ନାହିଁ । କାରଣ ଭାରତ ପରି ଅନଗ୍ରସର ଦେଶରେ ଭିତ୍ତିଭୂମିର ବିକାଶ ବହୁଳ ପୁଞ୍ଜି ଆବଶ୍ୟକ କଲାବେଳେ ଲାଭଦାୟକ ହୁଏ ନାହିଁ । ତେଣୁ, ଏହା ସରକାରୀ ଉଦ୍ୟୋଗର ଦାୟିତ୍ଵ ରୂପେ ବିବେଚିତ ହୁଏ ଓ ସରକାର ଯୋଜନା କାର୍ଯ୍ୟକ୍ରମ ଅଧୀନରେ ପୁଞ୍ଜି ବିନିଯୋଗ କରି ଭିତ୍ତିଭୂମିର ବିକାଶ ଘଟାଏ । ଫଳସ୍ଵରୂପ, ଶକ୍ତି, ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ସମ୍ଭବ ହୋଇପାରିଛି ।

(ଙ) ସରକାରୀ ଉଦ୍ୟୋଗର ବିକାଶ (Development of Public Sector):
ଯୋଜନାର ସବୁଠାରୁ ସଫଳ ଦିଗ ହେଲା ସରକାରୀ ଉଦ୍ୟୋଗର ଅଭ୍ୟୁଦୟ । ଏହି ଉଦ୍ୟୋଗ ସହାୟତାରେ ଅର୍ଥବ୍ୟବସ୍ଥାର କେତେକ ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ନିୟନ୍ତ୍ରଣ କରାଯାଇ ଅର୍ଥବ୍ୟବସ୍ଥାକୁ ଅଧ‌ିକ ସଙ୍ଗଠିତ ଓ ଶୃଙ୍ଖଳିତ କରାଯାଇପାରିଛି । ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଏହାର ଅବଦାନ ଅତୁଳନୀୟ । ଏହା ଜାତୀୟ ଗୋପନୀୟତା ରକ୍ଷା କରି ଉପଭୋକ୍ତା ମାନଙ୍କ ସ୍ଵାର୍ଥରକ୍ଷା ଠାରୁ ବିପୁଳ ପୁଞ୍ଜିନିବେଶ କ୍ଷେତ୍ର ଓ ଅନାଗ୍ରହ କ୍ଷେତ୍ରଗୁଡ଼ିକ ପ୍ରତି ଧ୍ୟାନ ପ୍ରଦାନ କରିଥାଏ । ଯୋଜନା କାଳରେ ଏହି ଉଦ୍ୟୋଗରେ ସମୁଦାୟ ପୁଞ୍ଜି ନିବେଶରେ ଅଂଶ ୪୫ ଭାଗକୁ ମଧ୍ୟ ବୃଦ୍ଧି ପାଇପାରିଥିଲା । ପୁନଶ୍ଚ, ସରକାରୀ ନିୟନ୍ତ୍ରଣାଧୀନ ଆର୍ଥିକ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ସଞ୍ଚୟ ସଂଗ୍ରହ ଓ ଏହାର ଗତିଶୀଳତା ପ୍ରତି ଯତ୍ନବାନ୍ ହେବା ଫଳରେ ଦେଶରେ ଘରୋଇ ସଞ୍ଚୟ ବୃଦ୍ଧି ଓ ପୁଞ୍ଜି ଗଠନର ବୃଦ୍ଧି ଘଟିଅଛି ।

(ଚ) ଶିକ୍ଷାର ପ୍ରସାର (Educational Progress):
ଏହା ମଧ୍ଯ ଯୋଜନା ପ୍ରଣୟନର ଏକ ସଫଳ ଦିଗ ଯେ ଭାରତରେ ଶିକ୍ଷାର ପ୍ରସାର କାରଣରୁ ଭାରତର ଶିକ୍ଷା, ବ୍ୟବସ୍ଥା ପୃଥ‌ିବୀରେ ଆଜି ତୃତୀୟ ବୃହତ୍ତମ ବ୍ୟବସ୍ଥା ରୂପେ ପରିଚିତ ହୋଇପାରିଛି । ନାମ ଲେଖା କ୍ଷେତ୍ରରେ ୫୦- ୫୧ରେ ୨୩୯ ଲକ୍ଷ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ଏହି ସଂଖ୍ୟା ୯୬-୯୭ରେ ୧୮୨୭ ଲକ୍ଷକୁ ବୃଦ୍ଧି ପାଇପାରିଛି । ୬ ରୁ ୧୧ ବର୍ଷ ମଧ୍ୟରେ ନାମଲେଖା ହାର ଏହି ସମୟ ମଧ୍ୟରେ ଜନସଂଖ୍ୟାର ୩୧ ଭାଗରୁ ୮୪ ଭାଗକୁ ବୃଦ୍ଧି ପାଇଛି । ୧୧ ରୁ ୧୪ ବର୍ଷ ମଧ୍ୟରେ ମୋଟ ଜନସଂଖ୍ୟାର ନାମ ଲେଖା ହାର ୧୩ ରୁ ୬୮ ଭାଗ ଓ ୧୪ ରୁ ୧୭ ବୟସ ମଧ୍ୟରେ ୫.୩ ଭାଗରୁ ୩୨.୪ ଭାଗକୁ ବୃଦ୍ଧି ପାଇଛି ।

କଲେଜ ଶିକ୍ଷା କ୍ଷେତ୍ରରେ ଏହି ସମୟ ମଧ୍ୟରେ ନାମଲେଖା ସଂଖ୍ୟା ୩.୬ ଲକ୍ଷରୁ ୪୩ ଲକ୍ଷକୁ ବୃଦ୍ଧି ପାଇଛି । ଏହାସବୁ ଯୋଜନା ପ୍ରଣୟନର ବିଭିନ୍ନ ସଫଳ ଦିଗ ଅଟେ । ଷଷ୍ଠ ପଞ୍ଚବାର୍ଷିକ ଯୋଜନାରେ ଏହା ମଧ୍ୟ ଦର୍ଶାଇଛି କି ଯୋଜନାର ଫଳସ୍ଵରୂପ ଭାରତ ପରି ଏକ ଅନଗ୍ରସର ଓ ନିର୍ଭରଶୀଳ ଦେଶରେ ଆଧୁନିକୀକରଣର ହାର ପହଞ୍ଚି ପାରିଥିବାବେଳେ ଅଧିକ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରିଛି । ପ୍ରଫେସର D.T. Lakdawala ଙ୍କ ମତରେ ଭାରତରେ ଯୋଜନାର ସୁଫଳ ବିଭିନ୍ନ ଦିଗରୁ ବିଚାର କରାଯାଇପାରେ । ତାହାହେଲା ଆର୍ଥିକ ଅଭିବୃଦ୍ଧି ଓ କ୍ଷମତାର ବିକେନ୍ଦ୍ରୀକରଣ, ସଞ୍ଚୟ ଓ ବିନିଯୋଗ ବୃଦ୍ଧି, ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ଶିଳ୍ପ ବିକାଶ, ମାନବ ସମ୍ବଳର ବିକାଶ, ବ୍ୟାଙ୍କ ସେବାର ପ୍ରସାର, ସମବାୟ ବଜାର ସୃଷ୍ଟି ଇତ୍ୟାଦି ।

ମାତ୍ର ଏହି ସଫଳତାଗୁଡ଼ିକୁ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ସୀମିତ ବୋଲି ବିଚାର କରାଯାଏ। ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ଯଦି ଭାରତରେ ଉପଲବଧୂ ହୋଇ ପାରିଥାନ୍ତା, ତେବେ ଭାରତ ଆଜି ଗରିବ ହୋଇ ରହିନଥାନ୍ତା । ତେଣୁ ଯୋଜନାର ସଫଳ ରୂପାୟନ ଭାରତରେ ହୃଦୟସ୍ପର୍ଶୀ ହୋଇପାରି ନାହିଁ ।

CHSE Odisha Class 11 Economics Solutions Unit 3 ଅର୍ଥନୈତିକ ଯୋଜନା ଏବଂ ଅର୍ଥନୈତିକ ସଂସ୍କାର

Question ୮।
ଭାରତୀୟ ଅର୍ଥବ୍ୟବସ୍ଥାରେ ଯୋଜନା ପ୍ରଣୟନର ବିଫଳତାକୁ ପ୍ରତିପାଦନ କର। (Show the Failures of Planning in India.)
Answer:
ପ୍ରଗତିର ମୁଖ୍ୟ ଅସ୍ତ୍ର ଭାବରେ ଯୋଜନା ସ୍ଵାଧୀନତା ପୂର୍ବରୁ ଦୃଷ୍ଟି ଆକର୍ଷଣ କରି ସ୍ଵାଧୀନତା ପରେ ସମ୍ବିଧାନରେ ସ୍ଥାନିତ ହୋଇଥିଲେ ହେଁ ଏହାର କେତେକ ସଫଳତା ପ୍ରତିପାଦନ ହେଲେ ହେଁ, ଭାରତବାସୀଙ୍କ ଆଶା ଆଙ୍କାକ୍ଷା ପୂରଣ ପରିପାରି ନାହିଁ । କାରଣ ସମୟାନୁକ୍ରମିକ ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକ ଠାରୁ ଯୋଜନା ପଛରେ ପଡ଼ିଯାଇଛି । ଏହା ଆସୁଭାଜନ ହୋଇନ ପାରିବାର କାରଣ ହୁଏ ଓ ଯୋଜନାର ବିଫଳତା ପ୍ରଦର୍ଶନ କରେ।

ଯୋଜନାର ବିଫଳତା (Failures of Economic Planning): ଯୋଜନା ପ୍ରଣୟନର ବିଭିନ୍ନ ବିଫଳତା ଗୁଡ଼ିକୁ ନିମ୍ନରେ ଉପସ୍ଥାପନା କରାଗଲା
(କ) ତ୍ରୁଟିପୂର୍ଣ୍ଣ କୌଶଳ
(ଖ) ଯଥାର୍ଥ ବିତ୍ତୀୟ ନୀତିର ଅଭାବ
(ଗ) ବିନିଯୋଗ ପ୍ରତି ଅନାବଶ୍ୟକ ଗୁରୁତ୍ଵ
(ଘ) ତ୍ରୁଟିପୂର୍ଣ୍ଣ ଶିଳ୍ପନୀତି
(ଙ) କୃଷିପ୍ରତି ଅବହେଳା
(ଚ) ଅବହେଳିତ ନିୟୋଜନ କ୍ଷେତ୍ର
(ଛ) ସାମାଜିକ ନ୍ୟାୟ ପ୍ରତି ଅବହେଳା
(ଜ) ଅସଫଳ କାର୍ଯ୍ୟକାରିତା ।

(କ) ତ୍ରୁଟିପୂର୍ଣ୍ଣ କୌଶଳ (Inappropriate Technique):
ବିଭିନ୍ନ ଯୋଜନା ଗୁଡ଼ିକୁ ଲକ୍ଷ୍ୟ କଲେ ଏହା ଜଣାପଡ଼େ ଯେ ଭାରତରେ ଯୋଜନା ପ୍ରଣୟନକାରୀ ମାନେ ବିଶେଷ ଆଶାବାଦୀ । ପ୍ରତ୍ୟେକ ଯୋଜନାର କଳେବର ତା’ର ପୂର୍ବ ଯୋଜନା ଠାରୁ ବୃହତ୍ତର ଅଟେ । ତେଣୁ, ଯୋଜନା ଗୁଡ଼ିକୁ ଆବଶ୍ୟକତାରୁ ପ୍ରସ୍ତୁତ କରିବା ବେଳେ ସମ୍ବଳ ସଂଗ୍ରହ ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇ ପାରିନାହିଁ । ଫଳରେ ବିଭିନ୍ନ ଧାର୍ଯ୍ୟ ଲକ୍ଷ୍ୟ କ୍ଷେତ୍ରରେ ଅସଫଳତା ପ୍ରକାଶ ପାଏ । ସେହିପରି କେତେକ ଅସଫଳ ଦିଗ ହେଲା ଜାତୀୟ ଆୟ, ବୃହତ୍ ଶିଳ୍ପ, କୃଷି, ବୈଦେଶିକ ଦେୟ, ସଞ୍ଚୟ ଓ ବିନିଯୋଗ ଇତ୍ୟାଦି । ଏହିସବୁ କ୍ଷେତ୍ରର ପ୍ରକୃତ ଅଭିବୃଦ୍ଧି ସର୍ବଦା ଧାର୍ଯ୍ୟ ଲକ୍ଷ୍ୟର ପଛରେ ପଡ଼ିଥାଏ ।

(ଖ) ଯଥାର୍ଥ ବିତ୍ତୀୟ ନୀତିର ଅଭାବ (Absence of Financial Strategy):
ଯଥାର୍ଥ ବିଭିୟ ନୀତି ପ୍ରୟଣନ ନ ହେବାରୁ ଯୋଜନାର ଧାର୍ଯ୍ୟ ସମ୍ବଳ କେବେ ସଙ୍ଗ୍ରହୀତ ହୋଇପାରେ ନାହିଁ । ତେଣୁ ସରକାର ବାଧ୍ୟ ହୋଇ ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରଗୁଡ଼ିକର କାମଚଳା ଆକଳନ କରନ୍ତି ଯାହା ବିଭିୟ ନିଅଣ୍ଟ ସୃଷ୍ଟି କରେ । ଏହି ନିଅଣ୍ଟ ମଧ୍ୟ ପ୍ରତ୍ୟେକ ଯୋଜନା କାଳରେ ବୃଦ୍ଧି ପାଇବାରେ ଲାଗିଛି ଓ ଆର୍ଥିକ ଅସ୍ଥିରତାର କାରଣ ହୋଇ ବିଶେଷ କରି ମୁଦ୍ରାଙ୍ଗୀତି ଘଟାଇଛି ।

(ଗ) ବିନିଯୋଗ ପ୍ରତି ଅନାବଶ୍ୟକ ଗୁରୁତ୍ଵ (Misplaced faith in Investment):
ଆର୍ଥିକ ପ୍ରଗତି ଲାଗି ବିନିଯୋଗ ଗୁରୁତ୍ଵପୂର୍ଣ୍ଣ; ମାତ୍ର ଏହା ପ୍ରଗତିର ସ୍ଵାଧୀନ ଉପାଦାନ ନୁହେଁ । ମାତ୍ର ଯୋଜନା ଅଧୀନରେ ବିନିଯୋଗ ପ୍ରତି ଯେତିକି ଗୁରୁତ୍ଵ ପ୍ରକାଶ ପାଏ, ଅନ୍ୟାନ୍ୟ ଉପାଦାନମାନଙ୍କ ପ୍ରତି ସେତିକି ଗୁରୁତ୍ଵ ପ୍ରଦାନ କରାଯାଏ ନାହିଁ । ଫଳସ୍ଵରୂପ ସମନ୍ଵୟ ଅଭାବରୁ ଆର୍ଥିକ ବିକାଶ କ୍ଷେତ୍ରରେ ସେତେ ସୁବିଧା ମିଳିପାରେ ନାହିଁ । ଏହିପରି ଗୁରୁତ୍ଵରେ ଅବହେଳିତ ପ୍ରଗତିର ଅନ୍ୟାନ୍ୟ ଉପାଦାନ ଗୁଡ଼ିକ ହେଲେ କାର୍ଯ୍ୟ ଦକ୍ଷତାରେ ବୃଦ୍ଧି, କୌଶଳର ଉନ୍ନତି, ଉନ୍ନତ ପଦ୍ଧତିର ଅବଲମ୍ବନ, ପରିଚାଳନା, କାର୍ଯ୍ୟ ପରିସରର ଉନ୍ନତି, ମାନର ସମ୍ବଳର ବିକାଶ ଇତ୍ୟାଦି । ଏହିସବୁ କ୍ଷେତ୍ରର ବିକାଶ ଓ ସମନ୍ବୟର ଅଭାବରୁ ମାନବ ସମ୍ବଳ କ୍ଷେତ୍ରରେ ଅର୍ଥଶାସ୍ତ୍ରୀ ଅମର୍ଭ ସେନ ଓ ପଦାର୍ଥ ବିଜ୍ଞାନୀ ଚନ୍ଦ୍ରଶେଖରଙ୍କ ପରି ବ୍ୟକ୍ତିତ୍ଵ ଭାରତ ଛାଡ଼ି ଅନ୍ୟ ଦେଶମାନଙ୍କ ବିକାଶ ସାମିଲ୍ ହୋଇନଥାନ୍ତେ ।

(ଘ) ତ୍ରୁଟିପୂର୍ଣ୍ଣ ଶିଳ୍ପନୀତି (Defective Industrial Strategy):
ମହଲାନୋବିସ୍କଙ୍କ ମଡ଼େଲରେ ଶିଳ୍ପ କ୍ଷେତ୍ରରେ ତୁରନ୍ତ ଉତ୍ପାଦନକ୍ଷମ ପ୍ରତିଷ୍ଠାନଗୁଡ଼ିକ ପ୍ରତି ଆସ୍ଥା ପ୍ରକଟ କରାଯାଇଥିଲା । ମାତ୍ର ଯୋଜନା ଅଧୀନରେ ଏହାର ସଫଳ ରୂପାୟନ ହୋଇପାରିଲା ନାହିଁ । କ୍ଷୁଦ୍ର ଶିଳ୍ପଗୁଡ଼ିକ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଲେ ହେଁ ସେମାନେ ବଜାର ସୁବିଧା ପାଇ ପାରିଲେ ନାହିଁ । ପ୍ରଚଳିତ ଏକଚ୍ଛତ୍ର ଓ ନିୟନ୍ତ୍ରିତ ବଜାର ଆଇନ ମଧ୍ୟ ସେମାନଙ୍କ ସ୍ଵାର୍ଥରକ୍ଷା କରିପାରିଲା ନାହିଁ । ପୁନଶ୍ଚ, ଉଦାରୀକରଣ ଓ ଜଗତୀକରଣ ଫଳରେ ଏହି କ୍ଷେତ୍ର ପ୍ରତିଯୋଗିତାର ସମ୍ମୁଖୀନ ହୋଇ ନୂତନ ଜ୍ଞାନକୌଶଳ ଆଗରେ ଦୁର୍ବଳ ହୋଇଗଲା । ତେଣୁ, ଶିଳ୍ପ କ୍ଷେତ୍ରରେ ଯୋଜନା ଦକ୍ଷତାବିହୀନ ପ୍ରତିଯୋଗିମାନ ସୃଷ୍ଟି କରି ଏହାର ଭିତ୍ତିଭୂମିକୁ ଅଧ‌ିକ ଦୁର୍ବଳ କରିଦେଲା ।

(ଙ) କୃଷି ପ୍ରତି ଅବହେଳା (Neglect of Agriculture):
ଭାରତ ଭଳି କୃଷିପ୍ରଧାନ ଦେଶରେ କୃଷି ପ୍ରତି ଆବଶ୍ୟକ ଗୁରୁତ୍ବ ପ୍ରଦାନ କରାଯାଇ-ପାରିଲା ନାହିଁ । ଅନ୍ୟ ପକ୍ଷରେ ପୁଞ୍ଜି ନିବେଶ ପ୍ରତି ଯେତିକି ଗୁରୁତ୍ବ ପ୍ରଦାନ କରାଯାଇଛି ତା ର ସୁଫଳ ୭୪ ଭାଗ କର୍ମଚାରୀଙ୍କ ପ୍ରତି ଅନ୍ୟାୟ ବୋଲି ବିବେଚିତ ହୁଏ । ତେଣୁ, ବିକାଶର ସୁଫଳ ଗରିବ ଲୋକମାନଙ୍କ ନିକଟରେ ପହଞ୍ଚି ପାରିଲା ନାହିଁ ଓ ଗ୍ରାମୀଣ କ୍ଷେତ୍ର ଆଜି ବି ପୂର୍ବ ପରି ଅବହେଳିତ ହୋଇ ରହିଗଲା । କୃଷି ପ୍ରତି ଗୁରୁତ୍ଵ ହ୍ରାସ ଘଟି କୃଷିର ଜାତୀୟ ଆୟରେ ଅଂଶ କ୍ରମାଗତ ହ୍ରାସ ପାଇବାରେ ଲାଗିଲା ।

(ଚ) ଅବହେଳିତ ନିୟୋଜନ କ୍ଷେତ୍ର (Neglect of Employment Strategy):
ଯୋଜନା ଅଧୀନରେ ସମସ୍ତଙ୍କୁ କାମ ବା ବେକାରୀ ଦୂରୀକରଣ ଏକ ଦୀର୍ଘକାଳୀନ ଗୁରୁତ୍ଵପୂର୍ଣ ଲକ୍ଷ୍ୟ ହେଲେ ହେଁ, ଭାରତରେ ଯୋଜନା ପରେ ଯୋଜନାର ଆକଳନରୁ ଜଣାପଡ଼େ ଯେ ବେକାରୀ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଅଛି । ଅବଶ୍ୟ ଏଥ‌ିପାଇଁ ଜନସଂଖ୍ୟା ବୃଦ୍ଧି ହିଁ ଦାୟୀ; ମାତ୍ର, ଜନସଂଖ୍ୟା ବୃଦ୍ଧିକୁ ରୋକିବାରେ ଯୋଜନା ସମ୍ପୂର୍ଣ ବିଫଳ ହୋଇଛି ଓ ଲୋକନୀତି କ୍ଷେତ୍ରରେ ମଧ୍ୟ ପକ୍ଷପାତିତା ଉପଲବ୍ଧ ହୋଇଛି । ତେଣୁ ଯୋଜନା କାଳରେ ଉତ୍ପାଦନ ଓ ନିୟୋଜନ ସମସ୍ୟା ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇ ପାରିନାହିଁ । କେତେକ ସ୍ବ-ନିୟୋଜନ ନୀତି ପ୍ରଣୀତ ହୋଇଥିଲେ ହେଁ ତାହା ସମସ୍ୟାର ସମାଧାନ ପାଇଁ ଅସହାୟତା ପ୍ରକାଶ କରେ । ସମ୍ବଳ ସ୍ଵଳ୍ପତା ଏହାର ମୁଖ୍ୟ କାରଣ । ଶେଷରେ, ସରକାର ଶିକ୍ଷାକୁ ଧନ୍ଦାମୂଳକ କରିବା ଲକ୍ଷ୍ୟରେ ମଧ୍ୟ ବିଫଳ ହୋଇଛନ୍ତି ।

(ଛ) ସାମାଜିକ, ନ୍ୟାୟ ପ୍ରତି ଅବହେଳା (Neglect of Social Justice) :
ସାମାଜିକ ନ୍ୟାୟ ପ୍ରତିଷ୍ଠାର ଦୁଇଟି ମୁଖ୍ୟ ଦିଗ ହେଲା ଦାରିଦ୍ର୍ୟ ଦୂରୀକରଣ ଓ ଆର୍ଥନୀତିକ ଅସମାନତା ହ୍ରାସ । ମାତ୍ର ଯୋଜନାର ଫଳସ୍ଵରୂପ ଏହି ଦୁଇ କ୍ଷେତ୍ରରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୁଏ ନାହିଁ । ଗ୍ରାମୀଣ ଜୀବନରେ ଏହି ସମସ୍ୟାର ତୀବ୍ରତା ଅଧିକ ଅନୁଭୂତ ହୁଏ । ଯଥା, ଅନୁନ୍ନତ ଅଞ୍ଚଳରେ ଆଜି ବି ମା’ କୋଳରୁ ଛୁଆ ବିକ୍ରି ଓ ଖାଦ୍ୟାଭାବ ଜନିତ ମୃତ୍ୟୁ ବା ଅନାହାର ମୃତ୍ୟୁ ଦେଖିବାକୁ ମିଳେ । ତେଣୁ, ଯୋଜନା ଆଜି ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ବିଫଳ ହୋଇଅଛି । ଏକ ଅଣସମର୍ଥିତ ସୂତ୍ରକୁ ଆଧାର କରି ଏହା କୁହାଯାଇପାରେ କି ଭାରତର ପ୍ରାୟ ଅର୍ଦ୍ଧେକ ଲୋକ ଦରିଦ୍ର ସୀମାରେଖା ଅବସ୍ଥାନ କରନ୍ତି ଓ ସେମାନେ ଜୀବନର ସର୍ବନିମ୍ନ ଆବଶ୍ୟକତା ଗୁଡ଼ିକୁ ପୂରଣ କରିପାରିନଥାନ୍ତି । ଅନ୍ୟ ପକ୍ଷରେ, ଦେଶରେ ସମାନ୍ତରାଳ କଳାବଜାର ପ୍ରଚଳିତ ହୋଇ କେତେକ ମୁଷ୍ଟିମେୟ ବ୍ୟକ୍ତି ଅଧ‌ିକରୁ ଅଧିକ ଧନୀ ହେବାରେ ଲାଗିଛନ୍ତି।

(ଜ) କ୍ଷେତ୍ରରେ ବିଫଳତା କାର୍ଯ୍ୟକାରିତା (Implementation Failure):
ଯୋଜନାର ଅନ୍ୟ ଏକ ଅସଫଳ ଦିଗ ହେଲା ଯୋଜନାର ଆକଳନ ମୋଟାମୋଟି କାର୍ଯ୍ୟକାରୀ ହେଲେ ହେଁ ଏହାର ସୁଫଳ ଲୋକମାନଙ୍କ ନିକଟରେ ବା ବ୍ୟକ୍ତି ପାଖରେ ପହଞ୍ଚି ପାରୁନାହିଁ । ଏହା ଦୁର୍ନୀତିକୁ ଉତ୍ସାହିତ କରି ଗରିବ ମାନଙ୍କ ଶୋଷଣର ଏକ ପନ୍ଥା ରୂପେ ବିବେଚିତ ହେଲାଣି । ଏହାର ମୁଖ୍ୟ କାରଣ ହେଲା ଯୋଜନା ପ୍ରଣୟନକାରୀ ଯୋଜନାର ନିମ୍ନ ସ୍ତରରେ କାର୍ଯ୍ୟକାରିତା ପ୍ରତି ସଚେତନ ନୁହନ୍ତି । ପୁନଶ୍ଚ, ଯୋଜନାର କାର୍ଯ୍ୟକାରିତା ସମୟସାପେକ୍ଷ ଫଳରେ ଏହା ସମନ୍ଵୟ ରକ୍ଷା କ୍ଷେତ୍ରରେ ଅସୁବିଧା ସୃଷ୍ଟି କରେ । ଶେଷରେ, କାର୍ଯ୍ୟକାରୀ ଏଜେଣ୍ଟମାନେ ପ୍ରଭାବଶାଳୀ ହୋଇଥିବାରୁ ଯୋଜନା ପ୍ରଣୟନକାରୀ ସେମାନଙ୍କ ଉପରୁ ନିୟନ୍ତ୍ରଣ ହରାଇ ବସନ୍ତି।

ତେଣୁ, ଭାରତରେ ପ୍ରଣୀତ ଯୋଜନାକୁ ଏକ ଅସଫଳ ପ୍ରୟାସ କହିଲେ ଅତ୍ୟୁକ୍ତି ହେବ ନାହିଁ । ମାତ୍ର ଏହି ଅସଫଳତା କାରଣରୁ ଯୋଜନାକୁ ଆମେ ତ୍ୟାଗ କରିପାରିବା ନାହିଁ । କାରଣ ଏହା ଯେଉଁ ଢାଞ୍ଚାଗତ ପରିବର୍ତ୍ତନ ଆବଶ୍ୟକ କରିବ, ଭାରତ ତା’ର ମୁକାବିଲା କରିପାରିବ ନାହିଁ । ବରଂ, ଏହା ଲୋକମାନଙ୍କ ଅଧିକ ବିଶ୍ୱାସଭାଜନ ହେବାଭଳି ଅସଫଳ କ୍ଷେତ୍ରଗୁଡ଼ିକରେ ବିହିତ ପ୍ରତିକାର ବ୍ୟବସ୍ଥାମାନ ଗ୍ରହଣ କରିବାର ଆବଶ୍ୟକତା ଉପସ୍ଥାପନା କରେ ।

Question ୯।
୧୯୯୧ ଠାରୁ ଭାରତୀୟ ଅର୍ଥ ବ୍ୟବସ୍ଥାରେ ଆରମ୍ଭ ହୋଇଥିବା ସଂସ୍କାରମୂଳକ କାର୍ଯ୍ୟକ୍ରମର ବୈଶିଷ୍ଟ୍ୟ ଗୁଡ଼ିକୁ ଉପସ୍ଥାପନା କର ।
(Eplain the main objectives of the Economic Reform Programmes of 1991.) ବା, ନୂତନ ଆର୍ଥିକ ନୀତି ୧୯୯୧ର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକୁ ଉପସ୍ଥାପନା କର ।
Answer:
ସ୍ଵାଧୀନତା କାଳରୁ ଭାରତୀୟ ଅର୍ଥ ବ୍ୟବସ୍ଥାରେ ପ୍ରଗତିର ଢାଞ୍ଚା ପ୍ରାୟ ୧୯୯୦-୯୧ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଥିଲା । ମାତ୍ର ସପ୍ତମ ପଞ୍ଚବାର୍ଷିକ ଯୋଜନା କାଳର (୮୫ରୁ୯୦) ଶେଷରେ ଭାରତର ଆନ୍ତର୍ଜାତିକ ଦେୟ କ୍ଷେତ୍ରରେ ଜଟିଳ ସ୍ଥିତି ଉତ୍ପନ୍ନ ହେଲା । ଏହି ସମସ୍ୟାର ସମାଧାନ ପାଇଁ ଭାରତ ସରକାର ବାଧ୍ୟ ହୋଇ ବିଶ୍ବବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିରୁ ବଡ଼ ଧରଣର ଋଣ ପାଇଁ ଆବେଦନ କଲେ। ବିଶ୍ଵବ୍ୟାଙ୍କ ତଥା ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭାରତକୁ ସହାୟତା ପ୍ରଦାନ କରିବା ସହ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅର୍ଥ ବ୍ୟବସ୍ଥାରେ ରଚନାତ୍ମକ ପରିବର୍ତ୍ତନ ଘଟାଇବାକୁ ପ୍ରବର୍ତ୍ତାଇଲେ । ତେଣୁ ଭାରତ ସରକାର ବାଧ୍ୟ ହୋଇ ୧୯୯୧ ଠାରୁ ଦେଶରେ ନୂତନ ଆର୍ଥିକ ସଂସ୍କାରମାନ ନୀତିଗତ ଭାବେ ପ୍ରଣୟନ କଲେ । ଏହା ସ୍ଵାଧୀନତା କାଳରୁ ପ୍ରଚଳିତ ପ୍ରଗତିର ଢାଞ୍ଚା ବଦଳାଇ ଦେଲା ଓ ୧୯୯୧ ଠାରୁ ୨୦୦୦ ବର୍ଷ ପର୍ଯ୍ୟନ୍ତ ଦେଶରେ ପ୍ରଚଳିତ ଆର୍ଥିକ ସଂସ୍କାରଗୁଡ଼ିକୁ ପ୍ରଥମ ପିଢ଼ିର ସଂସ୍କାର (Economic Reforms of First Generation)ରୂପେ ଆଖ୍ୟା ପ୍ରଦାନ କରାଗଲା ।

ନୂତନ ଆର୍ଥିକ ସଂସ୍କାରର ବୈଶିଷ୍ଟ୍ୟ:
୧୯୯୧ ପରଠାରୁ ଭାରତୀୟ ଅର୍ଥ ବ୍ୟବସ୍ଥାରେ ଯେଉଁ ନୂତନ ଆର୍ଥିକ ସଂସ୍କାରମାନ ପ୍ରଣୟନ କରାଗଲା, ସେ ସବୁର ମୁଖ୍ୟ ଉଦ୍ଦେଶ୍ୟ ରହିଲା ଅଭିବୃଦ୍ଧି ହାରରେ ବୃଦ୍ଧି, ମୁଦ୍ରାଙ୍ଗୀତି ନିୟନ୍ତ୍ରଣ, ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧି, ବାଣିଜ୍ୟ ନିଅଣ୍ଟ ହ୍ରାସ ଇତ୍ୟାଦି । ଉଦ୍ଦେଶ୍ୟ ସାଧନ ପାଇଁ ନୂତନ ସଂସ୍କାରଗୁଡ଼ିକ ନିମ୍ନଲିଖ ବୈଶିଷ୍ଟ୍ୟ ପ୍ରତିପାଦନ କରନ୍ତି ।
(କ) ସରକାରୀ ଉଦ୍ୟୋଗର ପ୍ରାଧାନ୍ୟ ହ୍ରାସ
(ଖ) ଘରୋଇ ବଜାରକୁ ବିଦେଶୀ ଘରୋଇ ପୁଞ୍ଜି ନିବେଶକାରୀଙ୍କ ଲାଗି ଉନ୍ମୁକ୍ତ ।
(ଗ) ଆର୍ଥନୀତିକ ଉଦାରୀକରଣ
(ଘ) ଭାରତୀୟ ଓ ଅନ୍ତର୍ଜାତୀୟ ଅର୍ଥ ବ୍ୟବସ୍ଥା ମଧ୍ୟରେ ସମନ୍ଵୟ ।

(କ) ସରକାରୀ ଉଦ୍ୟୋଗର ପ୍ରାଧାନ୍ୟ ହ୍ରାସ (Abandonment of Priority Development of the Public Sector):
ଯେତେବେଳେ ସରକାରୀ ଉଦ୍ୟୋଗ କ୍ଷେତ୍ରରେ ସ୍ଵଳ୍ପ ଉତ୍ପାଦନ ଓ ନିଅଣ୍ଟିଆ ଅବସ୍ଥା ଏକ ସାଧାରଣ ଲକ୍ଷଣ ଭଳି ଦେଖାଦେଲା, ସେତେବେଳେ ସରକାରୀ ଉଦ୍ୟୋଗ ପ୍ରତି ଚିନ୍ତାଧାରାରେ ପରିବର୍ତ୍ତନ ଆସିଲା । ଏହା ମୁଖ୍ୟତଃ ଅନାବଶ୍ୟକ ନିଯୁକ୍ତି, ହାରାହାରି ପରିବ୍ୟୟ ବୃଦ୍ଧି, ‘ବଜାର ନିୟନ୍ତ୍ରଣରେ ଅକୃତକାର୍ଯ୍ୟ, କଞ୍ଚାମାଲର ଅପବ୍ୟବହାର, କାର୍ଯ୍ୟ ଦିବସ ନଷ୍ଟ ଆଦି କାରଣରୁ ସମ୍ଭବ ହେଲା।

ଏଥ‌ିପାଇଁ ସରକାରୀ ଉଦ୍ୟୋଗ କ୍ଷେତ୍ରରେ ସ୍ଵତନ୍ତ୍ରତା ଓ ସଂରକ୍ଷଣ ବ୍ୟବସ୍ଥାରେ କୋହଳନୀତି ପ୍ରଣୟନ କରାଯାଇ ଆବଶ୍ୟକ ଓ ଯଥାର୍ଥସ୍ଥଳେ ଘରୋଇ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇ ଉତ୍ପାଦନ ବୃଦ୍ଧିର ଲକ୍ଷ୍ୟ ରଖାଗଲା । ତେଣୁ ନୂତନ ଆର୍ଥିକ ସଂସ୍କାର ଅଧୀନରେ ସରକାରୀ ଉଦ୍ୟୋଗ ଲାଗି ୧୯୫୬ ଠାରୁ ସଂରକ୍ଷିତ ଥିବା ୧୭ ଟି ଶିଳ୍ପ ମଧ୍ୟରୁ ୯ଟି ଶିଳ୍ପକୁ ଘରୋଇ ଉଦ୍ୟୋଗ ଉଦ୍ଦେଶ୍ୟରେ ସରକ୍ଷଣ ମୁକ୍ତ କରାଗଲା ଓ ବିଶେଷ କରି ପ୍ରତିରକ୍ଷା ଓ ରଚନାତ୍ମକ କ୍ଷେତ୍ର ବା ଢାଞ୍ଚାଗତ କ୍ଷେତ୍ରଗୁଡ଼ିକୁ ସରକାରୀ ଉଦ୍ୟୋଗ ଅଧୀନରେ ରଖାଗଲା । ଏହି ଉଦ୍ୟୋଗର ଆଧୁନିକୀକରଣ ଲକ୍ଷ୍ୟ ମଧ୍ୟ ରଖାଗଲା । ଉଦାହରଣସ୍ୱରୂପ ଲୁହା, ଇସ୍ପାତ୍, ବିଦ୍ୟୁତ୍ ଓ ପରିବହନ ଭଳି ଶିଳ୍ପଗୁଡ଼ିକୁ ସଂରକ୍ଷଣ ମୁକ୍ତ କରାଗଲା । ଏହି ସଂସ୍କାର, ଘରୋଇକରଣର ଭିତ୍ତିପ୍ରସ୍ତର ସ୍ଥାପନା କରେ।

(ଖ) ଘରୋଇ ବଜାରକୁ ବିଦେଶୀ ଘରୋଇ ପୁଞ୍ଜି ନିବେଶକାରୀଙ୍କ ଲାଗି ଉନ୍ମୁକ୍ତ (Open door to foreign private investment):
ପୂର୍ବରୁ ଭାରତ ସରକାର ଆର୍ଥିକ ସହାୟତା ଓ ପୁଞ୍ଜି ସଂଗ୍ରହ ଲାଗି ବୈଦେଶିକ ସରକାର ଓ ଆନ୍ତର୍ଜାତିକ ଅନୁଷ୍ଠାନଗୁଡ଼ିକ ଉପରେ ନିର୍ଭର କରୁଥିଲେ; ମାତ୍ର, ବିଦେଶୀ ଘରୋଇ ପୁଞ୍ଜି ନିବେଶକାରୀମାନଙ୍କ ପୁଞ୍ଜି ନିବେଶକାରୀମାନଙ୍କ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ନିୟନ୍ତ୍ରଣ ନୀତି କାର୍ଯ୍ୟ କରି ଏହି ବିନିଯୋଗକୁ ଯଥା ସମ୍ଭବ ସଙ୍କୁଚିତ କରୁଥିଲା । କିନ୍ତୁ ନୂତନ ନୀତି ବା ସଂସ୍କାର ଅଧୀନରେ ନିୟନ୍ତ୍ରଣ କ୍ଷେତ୍ରକୁ କୋହଳ କରି ଏପରିକି ବିଦେଶୀ ଘରୋଇ ପୁଞ୍ଜି ନିବେଶକୁ ଆହ୍ବାନ କରାଗଲା । ଏହା ଆତ୍ମନିର୍ଭରଶୀଳ ଲକ୍ଷ୍ୟର ବିରୋଧାଚରଣ କରୁଥିଲେ ହେଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ଭବିଷ୍ୟତରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳତା ଲାଗି ଉଦ୍ଦିଷ୍ଟ ଥିଲା । ଏହା ଆର୍ଥନୀତିକ ଉଦାରୀକରଣର ଗୁଣ ପ୍ରକାଶ କରେ ।

(ଗ) ଆର୍ଥନୀତିକ ଉଦାରୀକରଣ (Liberalisation of the Economy):
ଆର୍ଥନୀତିକ ଉଦାରୀକରଣ କହିଲେ, ଅର୍ଥ ବ୍ୟବସ୍ଥାକୁ ସରକାର ପ୍ରତ୍ୟକ୍ଷ ନିୟନ୍ତ୍ରଣ କରି ଯୋଜନାବଦ୍ଧ ଭାବରେ ସମ୍ବଳ ବିନିଯୋଗ କ୍ଷେତ୍ରକୁ ସମ୍ବଳ ଯୋଗାଣ ସହିତ ଉତ୍ପାଦନକୁ ପ୍ରଭାବିତ କରିବା ପରିବର୍ତ୍ତେ, ଅର୍ଥ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ମୁକ୍ତ କରି ପ୍ରଗତିର ଧାରାକୁ ମୁକ୍ତ ବଜାର ଭିଭିକ ଅବସ୍ଥା ଦ୍ଵାରା ନିର୍ଣ୍ଣୟ କରିବା ବା ଦାମ୍ ଓ ପ୍ରତିଯୋଗିତାକୁ ପ୍ରାଧାନ୍ୟ ଦେବାକୁ ବୁଝାଏ ।

ପୂର୍ବରୁ, ସରକାର ବିଭିନ୍ନ ସାମାଜିକ ଗୁରୁତ୍ବକୁ ଚିହ୍ନଟ କରି ଯୋଜନାର ସଫଳ ରୂପାୟନ ପାଇଁ ଅର୍ଥ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ନିୟନ୍ତ୍ରଣ କରିବା ଉପରେ ବିଶ୍ଵାସ ରଖୁଥିଲେ । ଫଳସ୍ଵରୂପ, ଶିଳ୍ପ ଲାଇସେନ୍ଟ, ଦର ଓ ବଣ୍ଟନ ବ୍ୟବସ୍ଥାର ନିୟନ୍ତ୍ରଣ, ଆମଦାନୀ ଲାଇସେନ୍ସ ନୀତି, ବୈଦେଶିକ ମୁଦ୍ରା ନିୟନ୍ତ୍ରଣ, କମ୍ପାନୀମାନଙ୍କ ଅଂଶଧନ ବିକ୍ରୀ, ଋଣ ନିୟନ୍ତ୍ରଣ, ବୃହତ୍ତ ଶିଳ୍ପମାନଙ୍କ ବିନିଯୋଗକୁ ନିୟନ୍ତ୍ରଣ ଆଦି ବିଭିନ୍ନ ନିୟନ୍ତ୍ରଣ ବ୍ୟବସ୍ଥା ପ୍ରଚଳିତ ହେଲା ।

ମାତ୍ର ଆର୍ଥନୀତିକ ସମସ୍ୟା ଉତ୍ପନ୍ନ ହେବାରୁ ସରକାର ଅନୁଭବ କଲେ ଯେ ଏହି ବ୍ୟବସ୍ଥା ଫଳରେ ଦୁର୍ନୀତି କାର୍ଯ୍ୟଦକ୍ଷତା ହ୍ରାସ ପାଇ ପ୍ରଗତିର ପ୍ରତିବନ୍ଧକ ହୋଇଅଛି । ତେଣୁ, ଆର୍ଥିକ ସଂସ୍କାର ଅଧୀନରେ ସରକାର ଏହିସବୁ ନିୟନ୍ତ୍ରଣ ଦୂର କରିବା ସହ ଅର୍ଥ ବ୍ୟବସ୍ଥାକୁ ବଜାରଭିତ୍ତିକ ରୂପ ପ୍ରଦାନ କରି କାର୍ଯ୍ୟଦକ୍ଷତା ବୃଦ୍ଧି, ଗୁଣାତ୍ମକ ମାନରକ୍ଷା ଆଦି ଲକ୍ଷ୍ୟ ରଖିଲେ ।

(ଘ) ଭାରତୀୟ ଅର୍ଥ ବ୍ୟବସ୍ଥା ଓ ଅନ୍ତର୍ଜାତୀୟ ଅର୍ଥ ବ୍ୟବସ୍ଥା ମଧ୍ୟରେ ସମନ୍ଵୟ (Integration of the Indian Economy with World Economy)
ଭାରତୀୟ ବଜାରକୁ ଉନ୍ନତ ରାଷ୍ଟ୍ରମାନଙ୍କ ପ୍ରତିଯୋଗିତା କ୍ଷେତ୍ରରେ ସୁରକ୍ଷା ପ୍ରଦାନ ଓ ଆନ୍ତର୍ଜାତିକ ବଜାରର ଉତ୍ଥାନ ଓ ପତନର ପ୍ରଭାବରୁ ରକ୍ଷା କରିବା ପାଇଁ ପ୍ରଥମରୁ ରକ୍ଷଣଶୀଳ ନୀତିମାନ ପ୍ରଚଳିତ ଥିଲା । ମାତ୍ର, ନୂତନ ଆର୍ଥିକ ସଂସ୍କାର କାଳରେ ବଜାରକୁ ଆନ୍ତର୍ଜାତିକ ବଜାର ଲାଗି ମୁକ୍ତ କରି ଦିଆଗଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭାରତର ଉତ୍ପାଦନ ଶୈଳୀକୁ ଅଧ‌ିକ ପ୍ରତିଯୋଗିତାମୂଳକ କରିବା ସହ ଭାରତକୁ ମୁକ୍ତ ବିନିମୟ ବ୍ୟବସ୍ଥା ସହାୟତାରେ ବିଶେଷ ପୁଞ୍ଜି ଓ ଆଧୁନିକ ଜ୍ଞାନ କୌଶଳ ପ୍ରାପ୍ତ ହେବା । ଏହି ଲକ୍ଷ୍ୟରେ ମୁଦ୍ରାକୁ ପୂର୍ଣ୍ଣ ବିନିମୟକ୍ଷମ କରିବାର ଲକ୍ଷ୍ୟ ରଖାଗଲା । ଏହା ନିଶ୍ଚିତ ଭାବେ ପ୍ରଗତିର ଧାରାକୁ ପ୍ରତ୍ୟକ୍ଷ ରୂପେ ପ୍ରଭାବିତ କରି ଭାରତକୁ ଉନ୍ନତ ରାଷ୍ଟ୍ରର ମର୍ଯ୍ୟାଦା ପ୍ରଦାନ କରିପାରିବ । ତେଣୁ ଭାରତରେ ପ୍ରଚଳିତ ୧୯୯୧ର ଉଦାରୀକରଣ ପ୍ରକ୍ରିୟା ପରେ ନୂତନ ଆର୍ଥିକ ସଂସ୍କାରଗୁଡ଼ିକ ମୁଖ୍ୟତଃ ତିନିଟି ଗୁଣ ପ୍ରକାଶ କରନ୍ତି । ତାହା ହେଲା ଅର୍ଥ ବ୍ୟବସ୍ଥାର ଘରୋଇ କରଣ, ଉଦାରୀକରଣ ଓ ଜଗତିକରଣ । ଏହି ସଂସ୍କାରର ପ୍ରଭାବ ବିଶେଷ କରି ଅଷ୍ଟମ ପଞ୍ଚବାର୍ଷିକ ଯୋଜନା କାଳରେ ପରିଲକ୍ଷିତ ହୁଏ ।

Leave a Comment