CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା

Odisha State Board CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା Questions and Answers.

CHSE Odisha 11th Class Economics Unit 5 Question Answer ପରିସଂଖ୍ୟାନର ଉପସ୍ଥାପନା

I. ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ସଠିକ୍ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ଚୟନ କର।
[Choose the Correct answer of the following from the Alternatives as given]

Question ୧।
ଯେଉଁ ତଥ୍ୟ ମୌଳିକ ଉତ୍ସରୁ ସଂଗୃହିତ ହୁଏ, ତାହାକୁ କ’ଣ କୁହାଯାଏ ?
(A) ମୌଳିକ ତଥ୍ୟ
(B) ପ୍ରାଥମିକ ତଥ୍ୟ
(C) ମାଧ୍ୟମିକ ତଥ୍ୟ
(D) ଉପରୋକ୍ତ ସମସ୍ତ
Answer:
(B) ପ୍ରାଥମିକ ତଥ୍ୟ

Question 91
ଅନ୍ୟ କୌଣସି ଉତ୍ସରୁ ସଂଗୃହୀତ ତଥ୍ୟକୁ କ’ଣ କୁହାଯାଏ ?”
(A) ପ୍ରାଥମିକ ତଥ୍ୟ
(B) ମାଧ୍ୟମିକ ତଥ୍ୟ
(C) ମୌଳିକ ତଥ୍ୟ
(D) ସାଂଖ୍ୟକ ତଥ୍ୟ
Answer:
(B) ମାଧ୍ୟମିକ ତଥ୍ୟ

Question ୩।
ପ୍ରାଥମିକ ତଥ୍ୟ ଅଧ୍ବକ : ବ୍ୟୟ ବହୁଳ
(A) ବ୍ୟୟ
(B) ସମୟସାପେକ୍ଷ
(D) ଉରୋକ୍ତ ସମସ୍ତ
(C) ଶ୍ରମ ଅପଚୟ
Answer:
(D) ଉପରୋକ୍ତ ସମସ୍ତ

Question ୪।
ସର୍ବେକ୍ଷଣର ପରିସର ବ୍ୟାପକ ହୋଇଥିଲେ କେଉଁ ପଦ୍ଧତିର ସାହାଯ୍ୟ ନିଆଯାଏ ?
(A) ପ୍ରତ୍ୟକ୍ଷ ବ୍ୟକ୍ତିଗତ ତଦନ୍ତ ପଦ୍ଧତି
(C) ପ୍ରଶ୍ନମାଳା ପଦ୍ଧତି
(B) ପରୋକ୍ଷ ମୌଖିକ ତଦନ୍ତ ପଦ୍ଧତି
(D) ଉପରୋକ ସମସ୍ତ
‍Answer:
(B) ପରୋକ୍ଷ ମୌଖିକ ତଦନ୍ତ ପଦ୍ଧତି

CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା

Question ୫।
ନିମ୍ନୋକ୍ତ ମଧ୍ୟରୁ କେଉଁ ପରୋକ୍ଷ ମୌଖିକ ଅନୁସନ୍ଧାନ ପଦ୍ଧତିର ସୁଗୁଣ ?
(A) ସମୟ ସଂଚୟ
(B) ମିତବ୍ୟୟିତା
(C) ନିର୍ଭରଶୀଳ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

Question ୬।
ନିମ୍ନୋକ୍ତ କେଉଁ ପଦ୍ଧତିରେ ତଥ୍ୟ ‘ପ୍ରଦାନକାରୀ ବ୍ୟକ୍ତି ସହିତ ତଦନ୍ତକାରୀର ବ୍ୟକ୍ତିଗତ ସାକ୍ଷାତ ହୋଇଥାଏ ?
(A) ପ୍ରତ୍ୟକ୍ଷ ବ୍ୟକ୍ତିଗତ ତଦନ୍ତ
(B) ପରୋକ୍ଷ ମୌଖୂକ
(C) ପ୍ରଶ୍ନମାଳା ପଦ୍ଧତି
(D) ସୂଚୀ ପ୍ରଶ୍ନମାଳା ପଦ୍ଧତି
Answer:
(A) ପ୍ରତ୍ୟକ୍ଷ ବ୍ୟକ୍ତିଗତ ତଦନ୍ତ

Question ୭।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରାଥମିକ ତଥ୍ୟର ଉଦାହରଣ ?
(A) ସେନସସ କମିଶନର
(B) ରେଜିଷ୍ଟ୍ରାର ଜେନେରାଲ
(C) କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥା
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

Question ୮।
ଵିତୀୟ ତଥ୍ୟ :
(A) ବ୍ୟୟବହୁଳ
(B) ସମୟସାପେକ୍ଷ
(C) ଶ୍ରମ ସଂଚୟକାରୀ
(D) ଉପରୋକ୍ତ ସମସ୍ତ
Answer:
(C) ଶ୍ରମ ସଂଚୟକାରୀ

Question ୯।
ପ୍ରଶ୍ନମାଳା ପ୍ରସ୍ତୁତି ସମୟରେ ନିମ୍ନଲିଖୂତ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ?
(A) ପ୍ରଶ୍ନ ସଂଖ୍ୟା କମ୍
(B) ପ୍ରଶ୍ନଗୁଡ଼ିକ ସହଜ ଓ ସ୍ପଷ୍ଟ
(C) ପ୍ରଶ୍ନଗୁଡ଼ିକ ଯୁକ୍ତିଯୁକ୍ତ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

Question ୧୦।
ନିମ୍ନଲିଖିତ ମଧ୍ୟରୁ କେଉଁ ପ୍ରକାରର ପ୍ରଶ୍ନ ପ୍ରଶ୍ନମାଳାରେ ରଖାଗଲେ ସୁବିଧାଜନକ ହେବ ?
(A) ହଁ କିମ୍ବା ନାଁ
(C) ଶୂନ୍ୟସ୍ଥାନ ପୂରଣ
(B) ବୈକଳ୍ପିକ ପ୍ରଶ୍ନୋତ୍ତର
(D) ଉଭୟ (A) ଓ (B)
Answer:
(D) ଉଭୟ (A) ଓ (B)

Question ୧୧।
କେଉଁ ପଦ୍ଧତିରେ ଗଣନାକାରୀ ପ୍ରଶ୍ନଗୁଡ଼ିକର ଉତ୍ତର ନିଜ ହସ୍ତାକ୍ଷରରେ ପ୍ରଶ୍ନ ତାଲିକାରେ ପୂରଣ କରିଥାଏ ?
(A) ଗଣନାକାରୀମାନଙ୍କ ଦ୍ୱାରା ତଥ୍ୟ ସଂଗ୍ରହ ପଦ୍ଧତିରେ
(B) ଡାକଯୋଗେ ପ୍ରେରିତ ପ୍ରଶ୍ନମାଳା ପଦ୍ଧତି
(C) ପରୋକ୍ଷ ଦଦନ୍ତ ପଦ୍ଧତି
(D) ପ୍ରତ୍ୟକ୍ଷ ବ୍ୟକ୍ତିଗତ ତଦନ୍ତ
Answer:
(A) ଗଣନାକାରୀମାନଙ୍କ ଦ୍ବାରା ତଥ୍ୟ ସଂଗ୍ରହ ପଦ୍ଧତିରେ

Question ୧୨।
ପରିସଂଖ୍ୟାନର ଜନକ କିଏ ?
(A) ଆଦାମ୍ ସ୍ମିଥ୍
(B) ପ୍ରଫେସର ଆର.ଏ. ଫିସ୍‌ର
(C) ପିଲ୍ମ୍
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ପ୍ରଫେସର ଆର. ଏ.ଫିସ୍‌ର

Question ୧୩ ।
ପରିସଂଖ୍ୟାନ ଶବ୍ଦଟି କେଉଁ ଶବ୍ଦରୁ ଆସିଛି ?
(A) ଲାଟିଡ୍ ଶବ୍ଦ Status
(B) ଜର୍ମାନ୍ ଶବ୍ଦ statistik
(C) ଇଂରାଜୀ ଶବ୍ଦ stastistics
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

Question ୧୪।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ପରିସଂଖ୍ୟାନର ବୈଶିଷ୍ଟ୍ୟ ?
(A) ତଥ୍ୟ ସମୂହର ସମଷ୍ଟି
(B) ସାଂଖ୍ୟକ ଅଭିବ୍ୟକ୍ତି’
(C) ବହୁବିଧ କାରଣ ଦ୍ଵାରା ପ୍ରଭାବିତ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା

Question ୧୫।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ପରିସାଂଖିକ ସମ୍ବନ୍ଧୀୟ ଅନୁସନ୍ଧାନର ସ୍ତର :
(A) ତଥ୍ୟ ସଂଗ୍ରହ
(B) ତଥ୍ୟ ସଂଗଠନ
(C) ତଥ୍ୟ ଉପସ୍ଥାପନ
‍(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

Question ୧୬।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ପରିସଂଖ୍ୟାନର ସୀମାବଦ୍ଧତା ?
(A) ପରିସଂଖ୍ୟାନର ସଂଶୟ
(B) ପରିମାଣତ୍ମକ ଲକ୍ଷଣକୁ ପରିସଂଖ୍ୟାନର ପରିସରଭୁକ୍ତ
(C) ପରିସଂଖ୍ୟାନ ଏକକର ଅଧ୍ୟୟନ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

Question ୧୭।
ନିମ୍ନୋକ୍ତ କେଉଁଟି ପରିସଂଖ୍ୟାନର କାର୍ଯ୍ୟ ?
(A) ତଥ୍ୟାବଳୀର ଉପସ୍ଥାପନା
(B) ତଥ୍ୟାବଳୀର ସଂକ୍ଷିପ୍ତକରଣ
(C) ପୂର୍ବାନୁମାନ
(D) ଉପରୋକ୍ତ ସମସ୍ତ
Answer:
(I)) ଉପରୋକ୍ତ ସମସ୍ତ

Question ୧୮।
ନିମ୍ନୋକ୍ତ ମଧ୍ଯରୁ କେଉଁ ଅର୍ଥଶାସ୍ତ୍ରୀ ପରିସଂଖ୍ୟାନର ଏକବଚନର ସଂଜ୍ଞା ପ୍ରଦାନ କରିଛନ୍ତି ?
(A) କକ୍ସଟନ ଓ କାଓଡେନ୍
(B) ହୋରେସ୍ ସେକ୍ରିଷ୍ଟ
(C) ସ୍କୁଲ ଏବଂ କେଣ୍ଡଲ୍
(D) ଏ. ଏଲ୍‌. ବାଉଲି
Answer:
(A) କକ୍‌ଟନ ଓ କାଓଡେନ୍

Question ୧୯।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ପରିସଂଖ୍ୟାନର ଉତ୍ସ ?
(B) ଗଣିତ
(D) ଉଭୟ (A) ଓ (B)
(A) ସରକାରୀ ନଥ୍
(C) ବିଜ୍ଞାନ
Answer:
(I) ଉଭୟ (A) ଓ (B)

CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା

Question ୨୦।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ପରିସଂଖ୍ୟାନର ପରିସରଭୁକ୍ତ ନୁହେଁ ?
(A) ତଥ୍ୟ ଉପସ୍ଥାପନା .
(B) ନୀତି ନିର୍ଦ୍ଧାରଣ
(C) ଏକକ ତଥ୍ୟର ଅଧ୍ୟୟନ
(D) ସଂକ୍ଷିପ୍ତକରଣ
Answer:
(C) ଏକକ ତଥ୍ୟର ଅଧ୍ୟୟନ

Question ୨୧।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ପରିସଂଖ୍ୟାନର ପରିସରଭୁକ୍ତ :
(A) ତଥ୍ୟ ଉପସ୍ଥାପନ
(B) ନୀତି ନିର୍ଦ୍ଧାରଣ
(C) ସଂକ୍ଷିପ୍ତକରଣ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

Question ୨୨।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅନାନ୍ୟ ସଂଜ୍ଞା ଅନ୍ତର୍ଭୁକ୍ତ ନୁହେଁ ?
(A) ତଥ୍ୟ ସଂଗ୍ରହ
(B) ତଥ୍ୟର ସାଂଖ୍ୟକ ଅଭିବ୍ୟକ୍ତି
(C) ତଥ୍ୟ ସଂଗଠନ
(D) ତଥ୍ୟ ବିଶ୍ଳେଷଣ
Answer:
(B) ତଥ୍ୟର ସାଂଖ୍ୟକ ଅଭିବ୍ୟକ୍ତି

Question ୨୩ ।
ନିମ୍ନୋକ୍ତ କାର୍ଯ୍ୟାବଳୀ ମଧ୍ୟରୁ କେଉଁଟି ପରିସଂଖ୍ୟନାର କାର୍ଯ୍ୟ ନୁହେଁ ?
(A) ପ୍ରାକକଳନ
(B) ପୂର୍ବାନୁମାନ
(C) କାଳ୍ପନିକ ସର୍ଭି ପରୀକ୍ଷା
(D) ବଜାର ମୂଲ୍ୟ ନିର୍ଦ୍ଧାରଣ
Answer:
(D) ବଜାର ମୂଲ୍ୟ ନିର୍ଦ୍ଧାରଣ

Question ୨୪।
ଡାକଯୋଗେ ପ୍ରେରୀତ ପ୍ରଶ୍ନମାଳା ପଦ୍ଧତିର ବୈଶିଷ୍ଟ୍ୟ:
(A) ପ୍ରଶ୍ନଗୁଡ଼ିକର ସରଳ
(B) ବୈକଳ୍ପିକ ଉତ୍ତର ଥ‌ିବା ପ୍ରଶ୍ନ
(C) ପ୍ରଶ୍ନମାଳାକୁ ଡାକଯୋଗେ ପଠାଯାଏ
(D) ସମସ୍ତଟି
Answer:
(D) ସମସ୍ତଟି

CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା

Question ୨୫।
ବିଭିନ୍ନ ସମ୍ବାଦପତ୍ର ସଂସ୍ଥା ଦ୍ବାରା କେଉଁ ପଦ୍ଧତି ସାହାଯ୍ୟରେ ତଥ୍ୟ ସଂଗ୍ରହ କରାଯାଏ ?
(A) ପ୍ରତ୍ୟକ୍ଷ ତଦନ୍ତ ପଦ୍ଧତି
(B) ଗ୍ରାମାଞ୍ଚଳରେ ନିଯୁକ୍ତ ପ୍ରତିନିଧୁମାନଙ୍କ ସାହାଯ୍ୟରେ ତଥ୍ୟ ସଂଗ୍ରହ
(C) ପରୋକ୍ଷ ତଦନ୍ତ ପଦ୍ଧତି
(D) ଗ୍ରାମାଞ୍ଚଳରେ ନିଯୁକ୍ତ ପ୍ରତିନିଧୂମାନଙ୍କ ସାହାଯ୍ୟରେ ତଥ୍ୟ ସଂଗ୍ରହ ସମସ୍ତଟି
Answer:
(D) ଗ୍ରାମାଞ୍ଚଳରେ ନିଯୁକ୍ତ ପ୍ରତିନିଧୂମାନଙ୍କ ସାହାଯ୍ୟରେ ତଥ୍ୟ ସଂଗ୍ରହ ସମସ୍ତଟି

Question ୨୬।
ପରିସଂଖ୍ୟାନର ସୀମାବଦ୍ଧତା ନୁହେଁ:
(A) ବ୍ୟକ୍ତିଗତ ବାରମ୍ବାରତା ବିତରଣ କ୍ଷେତ୍ରରେ ପ୍ରଯୁଜ୍ୟ
(B) ପରିମାଣତ୍ମକ ଚଳ କ୍ଷେତ୍ରରେ ପ୍ରଯୁଜ୍ୟ
(C) ଗୁଣାତ୍ମକ ତଥ୍ୟ କ୍ଷେତ୍ରରେ ପ୍ରଯୁଜ୍ୟ
(D) ଉଭୟ (A) ଓ (C)
Answer:
(B) ପରିମାଣକ ଚଳ କ୍ଷେତ୍ରରେ ପ୍ରଯୁଜ୍ୟ

Question ୨୭।
ବହୁବଚନରେ ପରିସଂଖ୍ୟାନର ବୈଶିଷ୍ଟ୍ୟ:
(A) ତଥ୍ୟାବଳୀର ସମଷ୍ଟି
(B) ଅନେକଗୁଡ଼ିଏ ଉପାଦାନ ଦ୍ଵାରା ପ୍ରଭାବିତ
(C) ସଂଖ୍ୟା ଆକାରରେ ପ୍ରକାଶିତ
(D) ସମସ୍ତଟି
Answer:
(D) ସମସ୍ତଟି

Question ୨୮।
ପରିସଂଖ୍ୟାନର ସଂଶୟକ କହିଲେ କ’ଣ ବୁଝ ?
(A) ପରିସଂଖ୍ୟାନର ସମସ୍ୟା
(B) ପରିସଂଖ୍ୟାନର ବିଶ୍ଵାସ
(C) ପରିସଂଖ୍ୟାନ ଉପରେ ବିଶ୍ବାସର ଅଭାବ
(D) ସମସ୍ତଟି
Answer:
(C) ପରିସଂଖ୍ୟାନ ଉପରେ ବିଶ୍ବାସର ଅଭାବ

Question ୨୯ ।
ପ୍ରାଥମିକ ତଥ୍ୟର ବୈଶିଷ୍ଟ୍ୟ :
(A) ବ୍ୟୟବହୁଳ
(B) ସମୟ ସାପେକ୍ଷ
(C) ଶ୍ରମ ଅପଚୟ
(D) ସମସ୍ତଟି
Answer:
(D) ସମସ୍ତଟି

II. ନିମ୍ନୋକ୍ତ ଉକ୍ତିଗୁଡ଼ିକର ସଠିକତା ପ୍ରମାଣ କର। ଆବଶ୍ୟକ ସ୍ଥଳେ ରେଖାଙ୍କିତ ଅଂଶଗୁଡ଼ିକୁ ନ ବଦଳାଇ ଭ୍ରମ ସଂଶୋଧନ କର।
[Prove the correctness of the followings then if necessary you that changing words underlined.]

Question ୧।
ପରିସଂଖ୍ୟାନ ବିଶୁଦ୍ଧ ବିଜ୍ଞାନ ନୁହେଁ।
Answer:
ସଠିକ୍

Question ୨।
ସମସ୍ତ ସାଂଖ୍ୟକ ତଥ୍ୟ ପରିସଂଖ୍ୟାନ ପଦବାଚ୍ୟ।
Answer:
ସମସ୍ତ ସାଂଖ୍ୟକ ତଥ୍ୟ ପରିସଂଖ୍ୟାନ ପଦବାଚ୍ୟ ନୁହେଁ।

Question ୩।
ପରିସଂଖ୍ୟାନ କେବଳ ବିଜ୍ଞାନ ଅଟେ।
Answer:
ପରିସଂଖ୍ୟାନ ଉଭୟ କଳା ଓ ବିଜ୍ଞାନ ଅଟେ।

Question ୪।
ପରିସଂଖ୍ୟାନ ଶବ୍ଦଟି ଲାଟିନ୍ ଶବ୍ଦ ‘status’ ରୁ ଉଭବ ହୋଇଛି।
Answer:
ସଠିକ୍

Question ୫।
ବହୁର୍ବଚନରେ ପରିସଂଖ୍ୟାନ କହିଲେ ସାଂଖ୍ୟକ ପଦ୍ଧତିକୁ ବୁଝାଏ।
Answer:
ବହୁବଚନରେ ପରିସଂଖ୍ୟାନ କହିଲେ ସାଂଖ୍ୟକ ତଥ୍ୟାବଳୀକୁ ବୁଝାଏ।

CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା

Question ୬।
୧୯୮୪୯ ମସିହାରେ ପ୍ରଫେସର ଗଫ୍ରେଡ୍‌ ଆଚେନୱାଲ ପରିସଂଖ୍ୟାନକୁ ବିଭିନ୍ନ ଦେଶର ରାଜନୀତି ବିଜ୍ଞାନ ଆଖ୍ୟା ଦେଇଥିଲେ।
Answer:
ସଠିକ୍

Question ୭।
ଏକବଚନରେ ପରିସଂଖ୍ୟାନ କହିଲେ ଏକ ବିଷୟବସ୍ତୁକୁ ବୁଝାଏ।
Answer:
ସଠିକ୍

Question ୮।
ଅର୍ଥନୀତି ସମ୍ପର୍କିତ ପରିସଂଖ୍ୟାନ ସଂଖ୍ୟା ଧାରଣ କରିଥିବା ଯେ କୌଣସି ବିବରଣୀକୁ ସାଂଖ୍ୟକ ଅଭିବ୍ୟକ୍ତି କୁହାଯାଏ।
Answer:
ସଠିକ୍

Question ୯।
ପରିସଂଖ୍ୟାନର ଗୁଣାତ୍ମକ ପରିମାପ ସମ୍ଭବପର ।
Answer:
ପରିସଂଖ୍ୟାନର ପରିମାଣାତ୍ମକ ପରିମାପ ସମ୍ଭବପର ।

CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା

Question ୧୦।
ଏକକ ତଥ୍ୟ ପରିସଂଖ୍ୟାନ ପଦବାଚ୍ୟ ।
Answer:
ସମଷ୍ଟିଗତ ତଥ୍ୟ ପରିସଂଖ୍ୟାନ ପଦବାଚ୍ୟ ।

Question ୧୧।
ତୁଳନାତ୍ମକ ସାଂଖ୍ୟକ ତଥ୍ୟ ସମୂହ ପରିସଂଖ୍ୟାନର ଅନ୍ତର୍ଭୁକ୍ତ ।
Answer:
ସଠିକ୍

Question ୧୨।
ତଥ୍ୟ ସଂଗ୍ରହର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ପୂର୍ବ ନିର୍ଦ୍ଧାରିତ ।
Answer:
ସଠିକ୍

Question ୧୩।
ପରୋକ୍ଷ ମୌଖୂକ ଅନୁସନ୍ଧାନରୁ ସଂଗୃହୀତ ତଥ୍ୟ ଅଧୁକ ନିର୍ଭୁଲ୍‌। ଅଧ‌ିକ ନିର୍ଭୁଲ୍।
Answer:
ପ୍ରତ୍ୟକ୍ଷ ମୌଜ୍ଞକ ଅନୁସନ୍ଧାନରୁ ସଂଗୃହୀତ ତଥ୍ୟ

Question ୧୪ ।
ଏକ ପ୍ରଶ୍ନ ତାଲିକାରେ ଅନୁସନ୍ଧାନ ସଂପର୍କିତ ପ୍ରଶ୍ନ ସବୁ ଥାଏ ।
Answer:
ସଠିକ୍

Question ୧୫।
ତଦନ୍ତ ସମ୍ବେଦନଶୀଳ ହୋଇଥିଲେ ପ୍ରତ୍ୟକ୍ଷ ତଦନ୍ତ ପଦ୍ଧତି ସୁବିଧା ହୋଇଥାଏ ।
Answer:
ତଦନ୍ତ ସମ୍ବେଦନଶୀଳ ହୋଇଥିଲେ ପରୋକ୍ଷ ତଦନ୍ତ ପଦ୍ଧତି ସୁବିଧାଜନକ ହୋଇଥାଏ।

Question ୧୬।
ନିୟମିତ ବ୍ୟବଧାନର ତଥ୍ୟର ଆବଶ୍ୟକା ଥିଲେ ସ୍ଥାନୀୟ ପ୍ରତିନିଧୂମାନଙ୍କ ଦ୍ବାରା ତଥ୍ୟ ସଂଗୃହୀତ ପଦ୍ଧତି ବ୍ୟବହୃତ ହୋଇଥାଏ।
Answer:
ସଠିକ୍

CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା

Question ୧୭।
ପ୍ରଶ୍ନମାଳାରେ ସମ୍ବେଦନଶୀଳ ପ୍ରଶ୍ନ ଅନ୍ତର୍ଭୁକ୍ତ କରାଯାଇଥାଏ।
Answer:
ପ୍ରଶ୍ନମାଳାରେ ସଂକ୍ଷିପ୍ତ ଓ ସ୍ପଷ୍ଟ ପ୍ରଶ୍ନ ଅନ୍ତର୍ଭୁକ୍ତ କରାଯାଇଥାଏ।

Question ୧୮।
ପ୍ରଶ୍ନମାଳାରେ ଥ‌ିବା ପ୍ରଶ୍ନଗୁଡ଼ିକ ସଠିକ୍ ପର୍ଯ୍ୟାୟକ୍ରମେ ସଜ୍ଜିତ ହେବା ଆବଶ୍ୟକ।
Answer:
ସଠିକ୍

Question ୧୯।
ପ୍ରଶ୍ନମାଳାରେ ବିକଳ୍ପ ଉତ୍ତରସାପେକ୍ଷ ପ୍ରଶ୍ନ ରଖୁବା ଯଥାଯଥ ଅଟେ।
Answer:
ସଠିକ୍

Question ୨୦।
ପ୍ରଶ୍ନମାଳାର ପ୍ରଶ୍ନଗୁଡ଼ିକର ସଂଖ୍ୟା ଅଧିକ ହେବା ଉଚିତ।
Answer:
ପ୍ରଶ୍ନମାଳାର ପ୍ରଶ୍ନଗୁଡ଼ିକର ସଂଖ୍ୟା

Question ୨୧।
ବିଦ୍ୟାଧରପୁର ଧାନ ଗବେଷଣା କମ୍ ହେବା ଉଚିତ। କେନ୍ଦ୍ର ଦ୍ବାରା (C.R.R.) ପ୍ରକାଶିତ ତଥ୍ୟ ପ୍ରାଥମିକ ତଥ୍ୟର ଉଦହାରଣ।
Answer:
ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ର ଦ୍ବାରା (C.R.R.) ପ୍ରକାଶିତ ତଥ୍ୟ ଦ୍ବିତୀୟକ ତଥ୍ୟର ଉଦହାରଣ।

Question ୨୨।
ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା ଦ୍ୱାରା ପ୍ରକାଶିତ ତଥ୍ୟ ପରୋକ୍ଷ ତଥ୍ୟର ଉଦାହରଣ।
Answer:
ସଠିକ୍

Question ୨୩ ।
ଦୈନିକ ଖବରକାଗଜ ‘ଧରିତ୍ରୀ’ ଦ୍ବାରା ପ୍ରକାଶିତ ତଥ୍ୟ ଦ୍ବିତୀୟକ ତଥ୍ୟ।
Answer:
ସଠିକ୍

Question ୨୪।
ପ୍ରାଥମିକ ତଥ୍ୟ ଅଧୁକ ସମୟସାପେକ୍ଷ
Answer:
ସଠିକ୍

CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା

Question ୨୫।
ଏକ ନିର୍ଦ୍ଦିଷ୍ଟ ଅଂଚଳରେ II..V ଭୂତାଣୁ ଦ୍ବାରା ପ୍ରଭାବିତ ବ୍ୟକ୍ତିଙ୍କର ସଂଖ୍ୟା ଚିହ୍ନଟ କରିବା ପାଇଁ ପ୍ରତ୍ୟକ୍ଷ ବ୍ୟକ୍ତିଗତ ତଦନ୍ତ ପଦ୍ଧତି ବ୍ୟବହାର କରଯାଏ।
Answer:
ଏକ ନିର୍ଦ୍ଦିଷ୍ଟ ଅଂଚଳରେ H.I.V ଭୂତାଣୁ ଦ୍ବାରା ପ୍ରଭାବିତ ବ୍ୟକ୍ତିଙ୍କର ସଂଖ୍ୟା ଚିହ୍ନଟ କରିବା ପାଇଁ ପରୋକ୍ଷ ମୌକ ତଦନ୍ତ ପଦ୍ଧତି ବ୍ୟବହାର କରଯାଏ।

Question ୨୬।
ଡାକଯୋଗେ ପ୍ରେରିତ ପ୍ରଶ୍ନମାଳା ପଦ୍ଧତି ସାହାଯ୍ୟରେ ସଂଗୃହୀତ ତଥ୍ୟ ଅନୁସନ୍ଧାନକାରୀଙ୍କର ବ୍ୟକ୍ତିଗତ ପ୍ରଭାବରୁ ମୁକ୍ତ।
Answer:
ସଠିକ୍

Question ୨୭।
ଦ୍ଵିତୀୟକ ତଥ୍ୟ ଅଧୁକ ସମୟସାପେକ୍ଷ।
Answer:
ପ୍ରାଥମିକ ତଥ୍ୟ ଅଧିକ ସମୟସାପେକ୍ଷ।

Question ୨୮।
ପରିସଂଖ୍ୟାନକୁ ଅପ-ବ୍ୟବହାର କରାଯାଇପାରେ।
Answer:
ସଠିକ୍

Question ୨୯।
ପରିସଂଖ୍ୟାନ ଉଭୟ କଳା ଓ ବିଜ୍ଞାନ।
Answer:
ସଠିକ୍

Question ୩o।
ପରିସଂଖ୍ୟାନ ତଥ୍ୟାବଳୀର ସମଷ୍ଟି।
Answer:
ସଠିକ୍

Question ୩୧।
ଜନଗଣନା ବିଭାଗ ଦ୍ଵାରା ସଂଗୃହିତ ତଥ୍ୟାବଳୀକୁ ପରୋକ୍ଷ ତଥ୍ୟାବଳୀ କୁହାଯାଏ।
Answer:
ସଠିକ୍

Question ୩୨।
ଦ୍ଵିତୀୟକ ତଥ୍ୟ କମ୍ ବ୍ୟୟ ବହୁଳ।
Answer:
ସଠିକ୍

CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା

Question ୩୩।
ପ୍ରତ୍ୟକ୍ଷ ବ୍ୟକ୍ତିଗତ ତଦନ୍ତ ପଦ୍ଧତିରେ ସୂଚନା ପ୍ରଦାନକାରୀ ବ୍ୟକ୍ତିଙ୍କ ସହିତ ବ୍ୟକ୍ତିଗତଭାବେ ତଥ୍ୟ ସଂଗ୍ରହ କରାଯାଏ।
Answer:.
ସଠିକ୍

Question ୩୪।
ପରିସଂଖ୍ୟାନ କହିଲେ ସାଂଖ୍ୟକ ତଥ୍ୟାବଳୀକୁ ବୁଝାଏ।
Answer:
ସଠିକ

Question ୩୫।
ଡାକଯୋଗେ ପ୍ରେରୀତ ପ୍ରଶାବଳୀ ପଦ୍ଧତିର ପ୍ରଶ୍ନଗୁଡ଼ିକ ସରଳ ହୋଇଥାଏ।
Answer:
ସଠିକ୍

III. ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟିରୁ ତିନୋଟି ବାକ୍ୟରେ ମଧ୍ଯରେ ଲେଖ।
[Answer the following questions within 2 to 3 sentences in each case.]

Question ୧।
ବହୁବଚନ (Plural Sense)ରେ ପରିସଂଖ୍ୟାନର ଅର୍ଥ କ’ଣ?
Answer:
ବହୁବଚନରେ ପରିସଂଖ୍ୟାନର ଅର୍ଥ ହେଲା ସାଂଖ୍ୟକ ଅଭିବ୍ୟକ୍ତି। ପ୍ରଫେସର ହୋରେସ୍ ସେକ୍ରିଷ୍ଟିଙ୍କ ମତରେ, ତଥ୍ୟାବଳୀର ସମଷ୍ଟି, ବହୁବିଧ କାରଣ ଦ୍ଵାରା ପ୍ରଭାବିତ ସାଂଖ୍ୟକ ଅଭିବ୍ୟକ୍ତି। ଯୁକ୍ତିଭିତ୍ତିକ, ମାନଭିତ୍ତିକ ଓ ବ୍ୟବସ୍ଥାପିତ ସଂଗୃହୀତ ତଥ୍ୟ ଇତ୍ୟାଦି ବୈଶିଷ୍ଟ୍ୟ ଥ‌ିବା ସାଂଖ୍ୟକ ତଥ୍ୟକୁ ବହୁଚନର ପରିସଂଖ୍ୟାନ କୁହାଯାଏ।

Question ୨।
ପରିସଂଖ୍ୟାନ ସମ୍ବନ୍ଧୀୟ ଅନୁସନ୍ଧାନର ଦୁଇଟି ପର୍ଯ୍ୟାୟ (steps)ଲେଖ।
Answer:
ପରିସଂଖ୍ୟାନ ସମ୍ବନ୍ଧୀୟ ଅନୁସନ୍ଧାନର ଦୁଇଟି ପର୍ଯ୍ୟାୟ ହେଲା-
(୧) ଅନୁସନ୍ଧାନକାରୀ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରିଥାଏ।
(୨) ସଂଗୃହୀତ ତଥ୍ୟକୁ ବିନ୍ୟାସ ଓ ସଂଗଠନ କରାଯାଏ।

Question ୩।
ପରିସଂଖ୍ୟକର ଦୁଇଟି କାର୍ଯ୍ୟାବଳୀ (functions) ଲେଖ।
Answer:
ପରିସଂଖ୍ୟାନର ଦୁଇଟି କାର୍ଯ୍ୟାବଳୀ ହେଲା-
(୧) ପରିସଂଖ୍ୟାନ ତଥ୍ୟାବଳୀକୁ ନିର୍ଦ୍ଦିଷ୍ଟ ଓ ପର୍ଯ୍ୟାୟକ୍ରମରେ ଉପସ୍ଥାପନ କରେ; ଏବଂ
(୨) ଏହା ତଥ୍ୟାବଳୀକୁ ସଂକୁଚିତ ଓ ସଂକ୍ଷିପ୍ତ କରି ଉପସ୍ଥାପନ କରେ।

Question ୪।
ପରିସଂଖ୍ୟାନ ସଂଶୟ (Disgrust of statistics) କହିଲେ କ’ଣ ବୁଝ ?
Answer:
ପରିସଂଖ୍ୟାନର ସଂଶୟର ଅର୍ଥ ଲୋକମାନଙ୍କର ପରିସଂଖ୍ୟାନ ପ୍ରତି ଅବିଶ୍ବାସକୁ ବୁଝାଏ । ପରିସଂଖ୍ୟାନର ଯୁକ୍ତିଯୁକ୍ତ ବିହୀନ ବିଶ୍ଳେଷଣ ଓ ବ୍ୟାଖ୍ୟାନ ଯୋଗୁଁ ଜନସାଧାରଣଙ୍କର ପରିସଂଖ୍ୟାନ ଉପରୁ ବିଶ୍ଵାସ ଧୀରେ ଧୀରେ ହ୍ରାସ ପାଉଛି।

Question ୫।
ସାଂଖ୍ୟକ ତଥ୍ୟ (Numerical Data)କାହାକୁ କୁହାଯାଏ ?
Answer:
ଯେତେବେଳେ କୌଣସି ଏକ ନିର୍ଦ୍ଦିଷ୍ଟ ତଥ୍ୟକୁ ସଂଖ୍ୟା ଆକାରରେ ଅଭିବ୍ୟକ୍ତ ବା ପ୍ରକାଶ କରାଯାଏ, ତାହାକୁ ସାଂଖ୍ୟକ ତଥ୍ୟ କୁହାଯାଏ। ପରିସଂଖ୍ୟାନ କହିଲେ ସାଂଖ୍ୟକ ତଥ୍ୟକୁ ବୁଝାଏ; କିନ୍ତୁ ସମସ୍ତ ସାଂଖ୍ୟକ ତଥ୍ୟକୁ ପରିସଂଖ୍ୟାନ କୁହାଯାଏ ନାହିଁ ।

Question ୬।
ବହୁବଚନରେ ପରିସଂଖ୍ୟାନର ଦୁଇଟି ବୈଶିଷ୍ଟ୍ୟ (features)ଲେଖ।
Answer:
ବହୁବଚନରେ ପରିସଂଖ୍ୟାନର ଦୁଇଟି ବୈଶିଷ୍ଟ୍ୟ ହେଲା
(୧) ପରିସଂଖ୍ୟାନ ବହୁବିଧ କାରଣ ଦ୍ବାରା ପ୍ରଭାବିତ; ଏବଂ
(୨) ପରିସଂଖ୍ୟାନ ସାଂଖ୍ୟକ ଅଭିବ୍ୟକ୍ତ ଅଟେ।

Question ୭।
ପରିସଂଖ୍ୟାନର ଦୁଇଟି ସୀମାବଦ୍ଧତା (limitations)ଲେଖ।
Answer:
ପରିସଂଖ୍ୟାନର ଦୁଇଟି ସୀମାବଦ୍ଧତା ହେଲା-
(୧) ପରିସଂଖ୍ୟାନ ଏକକ ଅଧ୍ୟୟନ ନୁହେଁ; ଏବଂ
(୨) ଗୁଣାତ୍ମକ ଲକ୍ଷଣ ପରିସଂଖ୍ୟାନ ପରିସରଭୁକ୍ତ ନୁହେଁ।

Question ୮।
ଏକବଚନ (Singular sense)ରେ ପରିସଂଖ୍ୟାନ କହିଲେ କ’ଣ ବୁଝ ?
Answer:
ଏକବଚନରେ ପରିସଂଖ୍ୟାନ କହିଲେ ଏକ ବିଷୟ ବସ୍ତୁ ବା ସାଂଖ୍ୟକ ପଦ୍ଧତି (statitical method) କୁହାଯାଏ। କ୍ରକ୍‌ଟନ୍ ଓ କାଓଡେନ୍‌ଙ୍କ ମତରେ, ସାଂଖ୍ୟକ ତଥ୍ୟାବଳୀର ସଂଗ୍ରହ, ସଂଗଠନ, ଉପସ୍ଥାପନ, ବିଶ୍ଳେଷଣ ଓ ବ୍ୟାଖ୍ୟା ସମ୍ବନ୍ଧୀୟ ବିଜ୍ଞାନକୁ ପରିସଂଖ୍ୟାନ କୁହାଯାଏ।

Question ୯।
ଆବୃତ ପ୍ରଶ୍ନ (Shut Questions)କ’ଣ
Answer:
ଯେଉଁ ପ୍ରଶ୍ନର ସମ୍ଭାବ୍ୟ ଉତ୍ତର ଦିଆଯାଇଥାଏ; ତାହାକୁ ସମ୍ଭାବ୍ୟ ଆବୃତ ପ୍ରଶ୍ନ କୁହାଯାଏ । ଏହା ଦୁଇ ପ୍ରକାରର ; ଯଥା : (୧) ବିକଳ୍ପ ଉତ୍ତରମୂଳକ ପ୍ରଶ୍ନ; ଏବଂ (୨) ଏକାଧିକ ଉତ୍ତରସାପେକ୍ଷ ପ୍ରଶ୍ନ ।

CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା

Question ୧୦।
ମୁକ୍ତ ଉତ୍ତରସାପେକ୍ଷ ପ୍ରଶ୍ନ (Open Questions) କ’ଣ ?
Answer:
ଯେଉଁ ପ୍ରଶ୍ନଗୁଡ଼ିକର ବିକଳ୍ପ ଉତ୍ତର ଦିଆଯାଇ ନ ଥାଏ, ତାହାକୁ ମୁକ୍ତ ଉତ୍ତରସାପେକ୍ଷ ପ୍ରଶ୍ନ କୁହାଯାଏ। ତଥ୍ୟ ପ୍ରଦାନକାରୀମାନଙ୍କୁ ନିଜ ଭାଷାରେ ସେମାନଙ୍କର ମତ ପ୍ରଦାନ କରିବା ପାଇଁ ସଂପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଥାଏ।

Question ୧୧।
ପ୍ରଶ୍ନମାଳା (Questionaire) କହିଲେ କ’ଣ ବୁଝ ?
Answer:
ପ୍ରଶ୍ନମାଳା କହିଲେ ଅନୁସନ୍ଧାନ ସଂପର୍କିତ କେତେଗୁଡ଼ିଏ ପ୍ରଶ୍ନର ତାଲିକାକୁ ବୁଝାଏ; ଯେଉଁଥିରେ ଉତ୍ତର ଲେଖୁବା ପାଇଁ ଜାଗା ଦିଆଯାଇଥାଏ। ଗୋଟିଏ ପ୍ରଶ୍ନମାଳାରେ ପ୍ରଶ୍ନଗୁଡ଼ିକ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ; ଯଥା: ଆଦୃତ ପ୍ରଶ୍ନ ଓ ମୁକ୍ତ ଉତ୍ତରସାପେକ୍ଷ ପ୍ରଶ୍ନ। ପ୍ରଶ୍ନମାଳାରେ ପ୍ରଶ୍ନଗୁଡ଼ିକ ସହଜ, ସଂକ୍ଷିପ୍ତ ଓ ସ୍ପଷ୍ଟ ହେବା ଉଚିତ।

Question ୧୨।
ପ୍ରାଥମିକ ତଥ୍ୟ (Primary lata) କାହାକୁ କୁହାଯାଏ ?
Answer:
ଗୋଟିଏ ସାଂଖ୍ୟକ ଅନୁସନ୍ଧାନ ବା କ୍ଷେତ୍ର ଅନ୍ଵେଷଣରୁ ସଂଗୃହୀତ ତଥ୍ୟକୁ ପ୍ରାଥମିକ ତଥ୍ୟ କୁହାଯାଏ। ଅନ୍ୟ ଅର୍ଥରେ, ମୌଳିକ ଉତ୍ସରୁ ସଂଗୃହୀତ ତଥ୍ୟକୁ ପ୍ରାଥମିକ ତଥ୍ୟ କୁହାଯାଏ। କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥା (C.S.O) ଦ୍ଵାରା ସଂଗୃହୀତ ତଥ୍ୟକୁ ପ୍ରାଥମିକ ତଥ୍ୟ କୁହାଯାଏ।

Question ୧୩।
ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପଦ୍ଧତି(Direct Personal Investigation Method) କ’ଣ ?
Answer:
ଯେଉଁ ପଦ୍ଧତିରେ ତଦନ୍ତକାରୀ ବ୍ୟକ୍ତି ଅନୁକାରକ (respondent)କୁ ବ୍ୟକ୍ତିଗତ ଭାବେ ଭେଟି ତଦନ୍ତ ସଂପର୍କିତ ତଥ୍ୟ ସଂଗ୍ରହ କରିଥାନ୍ତି, ସେହି ପଦ୍ଧତିକୁ ପ୍ରତ୍ୟେକ୍ଷ ବ୍ୟକ୍ତିଗତ ତଦନ୍ତ ପଦ୍ଧତି କୁହାଯାଏ। ସର୍ବେକ୍ଷଣର ପରିସର ବ୍ୟାପକ ହୋଇଥିଲେ ଏହି ପଦ୍ଧତି ଫଳପ୍ରଦ ସାବ୍ୟସ୍ତ ହୋଇଥାଏ। ଏହି ପ୍ରଣାଳୀରେ ପ୍ରସ୍ତୁତ ତଥ୍ୟ ନିର୍ଭୁଲ୍ ହୋଇଥାଏ।

Question ୧୪।
ଦ୍ଵିତୀୟକ ତଥ୍ୟ (Secondary data) କାହାକୁ କୁହାଯାଏ ?
Answer:
ଅନ୍ୟ କୌଣସି ବ୍ୟକ୍ତି ବା ଅନ୍ୟ କୌଣସି ଉତ୍ସରୁ ସଂଗୃହୀତ ତଥ୍ୟ ବା ପରୋକ୍ଷ କୁହାଯାଏ। ସମସ୍ତ ପ୍ରକାଶିତ ତଥ୍ୟ ଦ୍ଵିତୀୟକ ବା ପରୋକ୍ଷ ତଥ୍ୟ। ଉଦାହରଣ ସ୍ଵରୂପ C.S.O. ‘ଦ୍ଵାରା ସଂଗୃହୀତ ତଥ୍ୟ କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରାଳୟରେ ପାଇଁ ଦ୍ଵିତୀୟରେକ ତଥ୍ୟ।

Question ୧୫।
ପରୋକ୍ଷ ମୌଖୂକ ପଦ୍ଧତି (indirect oral investigation method) କାହାକୁ କୁହାଯାଏ ?
Answer:
ଯେଉଁ ତଦନ୍ତ ପଦ୍ଧତିରେ ଅନୁସନ୍ଧାନକାରୀ ବ୍ୟକ୍ତି ତଥା ପ୍ରଦାନକାରୀକୁ ବ୍ୟକ୍ତିଗତ ଭାବେ ନଭେଟି ତା’ ସହିତ ସଂପର୍କ ଥିବା ତୃତୀୟ ପକ୍ଷ ବା ପ୍ରତ୍ୟକ୍ଷଦର୍ଶୀ ବ୍ୟକ୍ତିଙ୍କଠାରୁ ମୌଖ୍ୟକ ଭାବରେ ତଥ୍ୟ ସଂଗ୍ରହ କରିଥାନ୍ତି। ତାହାକୁପରୋକ୍ଷ ମୌଖ୍ୟକ ତଦନ୍ତ ପଦ୍ଧତି କୁହାଯାଏ। ଉଦାହରଣ ସ୍ଵରୂପ ମଦ୍ୟପାନ, ଜୁଆଖେଳ, ବ୍ରାଉନ୍ ସୁଗାର ସେବନ, F.I.V, ଭୂତାଣୁ ଦ୍ଵାରା ଆକ୍ରାନ୍ତ ଇତ୍ୟାଦି ସମ୍ବେଦନଶୀଳ ତଦନ୍ତ କାର୍ଯ୍ୟ ପରୋକ୍ଷ ମୌଖୂକ ପଦ୍ଧତି ସାହାଯ୍ୟରେ କରାଯାଏ।

Question ୧୬।
ଦ୍ଵିତୀୟକ ତଥ୍ୟର ଦୁଇଟି ଉତ୍ସ (Source) ଲେଖ।
Answer:
ଦ୍ଵିତୀୟକ ତଥ୍ୟର ଦୁଇଟି ଉତ୍ସ ହେଲା-
(୧) କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ଦ୍ବାରା ପ୍ରକାଶିତ ତଥ୍ୟ; ଏବଂ
(୨) ଅର୍ଦ୍ର ସରକାରଙ୍କ ଅନୁଷ୍ଠାନଗୁଡ଼ିକ ଦ୍ଵାରା ପ୍ରକାଶିତ ତଥ୍ୟ ।

Question ୧୭।
ଡାକଯୋଗେ ପ୍ରେରିତ ପ୍ରଣାଳୀ ପଦ୍ଧତି (Mailed questionnaire method)କାହାକୁ କୁହାଯାଏ?
Answer:
ଯେଉଁ ପଦ୍ଧତିରେ ଅନୁସନ୍ଧାନ ସଂପର୍କିତ ଏକ ପ୍ରଶ୍ନମାଳା ପ୍ରସ୍ତୁତ କରି ତଥ୍ୟ ପ୍ରଦାନକାରୀମାନଙ୍କୁ ପାଖକୁ ଡାକଯୋଗେ ପଠାଯାଏ, ତାହାକୁ ଡାକଯୋଗେ ପ୍ରେରିତ ପ୍ରଶ୍ନମାଳା ପଦ୍ଧତି କୁହାଯାଏ। ଏହି ପଦ୍ଧତିରେ ପ୍ରସ୍ତୁତ ହୋଇଥିବା ପ୍ରଶ୍ନମାଳା, ନିଜର ଠିକଣା ଥିବା ଏକ ଏନ୍‌ଭଲ୍‌ ଏବଂ ଉତ୍ତର ପଠାଇବା ପାଇଁ ଏକ ଅନୁରୋଧ ପତ୍ରକୁ ଏକ ବଡ଼ ଏନଭଲପ୍ ମଧ୍ୟରେ ଭର୍ତ୍ତିକରି ପଠାଯାଏ। ତଥ୍ୟ ପ୍ରଦାନକାରୀଙ୍କୁ ସୁବିଧା ପାଇଁ ଆବଶ୍ୟକୀୟ ଡାକଟିକଟ୍‌କୁ (ନିଜସ୍ଵ ଠିକଣା ଥିବା) Envelope ଉପରେ ମରାଯାଇଥାଏ।

CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା

Question ୧୮।
ଦ୍ବିତୀୟକ ତଥ୍ୟର ଦୁଇଟି ସୁଗୁଣ (Merits) ଲେଖ।
Answer:
ଦ୍ଵିତୀୟକ ତଥ୍ୟର ଦୁଇଟି ସୁଗୁଣ ଥିଲା–
(୧) ଦ୍ଵିତୀୟକ ତଥ୍ୟ ଅଧ୍ବକ ମିତବ୍ୟୟୀ; ଏବଂ
(୨) ଦ୍ବିତୀୟକ ତଥ୍ୟ ଅଧୁକ ସମୟ ସଂଚୟକାରୀ।

Question ୧୯।
ନମୁନା ଚୟନ ପଦ୍ଧତି (Sample survey method) କ’ଣ ?
Answer:
ଯେଉଁ ତଦନ୍ତ ପଦ୍ଧତିରେ ଜନସଂଖ୍ୟାର କେତେକ ବଛା ବଛା ଏକକକୁ ତଦନ୍ତ ପରିସରଭୁକ୍ତ କରାଯାଏ, ତାହାକୁ ନମୁନା ତଦନ୍ତ ପଦ୍ଧତି କୁହାଯାଏ। ଏହି ପଦ୍ଧତି କମ୍ ବ୍ୟୟ ବହୁଳ ଏବଂ କମ୍ ସମୟସାପେକ୍ଷ।

Question ୨୦।
ସାମଗ୍ରୀକ ଗଣନା ପଦ୍ଧତି (Method of Census Survey) କାହାକୁ କୁହାଯାଏ ?
Answer:
ଯେଉଁ ଗଣନା ପଦ୍ଧତିରେ ଜନସଂଖ୍ୟାର ସମସ୍ତ ଏକକଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରାଯାଏ, ତାହାକୁ ସାମଗ୍ରିକ ଗଣନା ପଦ୍ଧତି କୁହାଯାଏ। ଏହି ପଦ୍ଧତି ସାହାଯ୍ୟରେ ସଂଗୃହୀତ ତଥ୍ୟ ଅଧୂକ ନିର୍ଦ୍ଦିଷ୍ଟ ଓ ସଠିକ୍ ହୋଇଥାଏ।

IV. ପାର୍ଥକ୍ୟ ଦର୍ଶାଅ।
[Distinguish between]

Question ୧।
ପ୍ରାଥମିକ ତଥ୍ୟ ଓ ଦ୍ବିତୀୟକ ତଥ୍ୟ (Primary Data and Secondary Data)
Answer:
ପ୍ରାଥମିକ ତଥ୍ୟ :

Question ୧।
ମୌଳିକ ଉତ୍ସରୁ ସଂଗୃହୀତ ତଥ୍ୟକୁ ପ୍ରାଥମିକ ତଥ୍ୟ କୁହାଯାଏ।
Answer:
ଏହି ତଥ୍ୟ କଞ୍ଚାମାଲ ଆକାରରେ ଥାଏ।

Question ୩।
ଏହା ଅଧୁକ ବ୍ୟୟ ବହୁଳ ଓ ସମୟସାପେକ୍ଷ ଅଟେ।
Answer:
ଦ୍ବିତୀୟକ ତଥ୍ୟ :
୧. ଅନ୍ୟ କୌଣସି ଉତ୍ସ ବା ବ୍ୟକ୍ତିଙ୍କଠାରୁ ସଂଗୃହୀତ ତଥ୍ୟାବଳୀକୁ ଦ୍ଵିତୀୟକ ତଥ୍ୟାବଳୀ କୁହାଯାଏ।
୨. ଏହି ତଥ୍ୟ ଉତ୍ପାଦିତ ଦ୍ରବ୍ୟ ଆକାରରେ ଥାଏ।
୩. ଏହି ତଥ୍ୟ କମ୍ ବ୍ୟୟ ବହୁଳ ଓ କମ୍ ସମୟ ସାପେକ୍ଷ ଅଟେ।

CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା

Question ୨।
ବହୁବଚନରେ ପରିସଂଖ୍ୟାନ ଓ ଏକବଟନରେ ପରିସଂଖ୍ୟାନ (Statistics in the Plural Sense nd Statistics in the Singular Sense.)
Answer:
ବହୁଟନରେ ପରିସଂଖ୍ୟାନ
୧.ବହୁବଚନରେ ପରିସଂଖ୍ୟାନ କହିଲେ ସାଂଖ୍ୟକ ତଥ୍ୟାବଳୀକୁ ବୁଝାଏ।
୨. ବହୁବଚନରେ ପରିସଂଖ୍ୟାନରେ ଏକ ପୂର୍ଣାଙ୍ଗ ସଂଜ୍ଞା ପ୍ରଫେସର ହୋରା ସେକ୍ରେଷ୍ଟି ପ୍ରଦାନ କରିଥିଲେ।

ଏକବଚନରେ ପରିସଂଖ୍ୟାନ:
୧. ଏକ ବଚନରେ ପରିସଂଖ୍ୟାନ କହିଲେ ସାଂଖ୍ୟକ ପଦ୍ଧତିକୁ ବୁଝାଏ।
୨. ଏକ ବଚନରେ ପୂର୍ଣ୍ଣାଙ୍ଗ ସଂଜ୍ଞା କୃଷ୍ଟନେ ଓ କାଓ୍ବାଡିକ୍ ପ୍ରଦାନ କରିଥିଲେ।

Question ୩।
ସାମଗ୍ରିକ ଗଣନା ପଦ୍ଧତି ଓ ନମୁନା ଚୟନ ପଦ୍ଧତି।
(Methods of Census Survey and Sample Survey.)
Answer:
ସାମଗ୍ରିକ ଗଣନା ପଦ୍ଧତି:
୧. ଏହି ଗଣନ ପଦ୍ଧତିରେ ଜନସଂଖ୍ୟାର ପ୍ରତ୍ୟେକ ଏକକକୁ ତଦନ୍ତ ପରିସରଭୁକ୍ତ କରାଯାଇଥାଏ।
୨. ଏହି ପଦ୍ଧତି ଅଧୂକ ବ୍ୟୟବହୁଳ ଅଟେ।
୩. ଏହି ପଦ୍ଧତି ସାହାଯ୍ୟରେ ସଠିକ୍ ଓ ନିର୍ଭୁଲ ତଥ୍ୟ ସଂଗ୍ରହ କରାଯାଏ।

ନମୁନା ଚୟନ ପଦ୍ଧତି :
୧. ଏହି ଗଣନା ପଦ୍ଧତିରେ ଜନସଂଖ୍ୟାର କେତେକ ବଛା ବଛା ଏକକକୁ ତଦନ୍ତ ପରିସରଭୁକ୍ତ କରାଯାଏ।
୨. ଏହି ପଦ୍ଧତି କମ୍ ବ୍ୟୟ ବହୁଳ ଅଟେ।
୩. ଏହି ପଦ୍ଧତି ସାହାଯ୍ୟରେ ସଠିକ୍ ଏବଂ ନିର୍ଭୁଲ୍ ତଥ୍ୟ ପାଇବାର ସମ୍ଭାବନା କମ୍।

Question ୪।
ଆଭ୍ୟନ୍ତରୀଣ ଉସ୍ତ ଏବଂ ବାହ୍ୟକ ଉତ୍ସ।
(External Source and Internal Source.)
Answer:
ଆଭ୍ୟନ୍ତରୀଣ ଉତ୍ସ
୧. ବିଭିନ୍ନ ଅନୁଷ୍ଠାନ, ପ୍ରତିଷ୍ଠାନ ତଥା ଉଦ୍ୟୋଗ ଧାରାବାହିକ ଭାବେ ନିଜର ପ୍ରତିଷ୍ଠାନ ତଥା ଉଦ୍ୟୋଗର ଉତ୍ପାଦନ, ଆୟ-ବ୍ୟୟ, ଲାଭ ଓ କ୍ଷତି ବିଷୟରେ ସଠିକ୍ ବିବରଣୀ, ସଂଗ୍ରାମ କରିଥାଏ।
୨. ଭାରତୀୟ ରେଳ ବିଭାଗ ତାହାର ଦୈନନ୍ଦିନ ଯାତ୍ରା ଓ ମାଲ ପରିବହନ ସଂପର୍କିତ ବିବରଣୀକୁ ସାପ୍ତାହିକ ବା ବାର୍ଷିକ ଦ୍ବାରରେ ପ୍ରକାଶ କରିଥାଏ।

ବାହ୍ୟକ ଉତ୍ସ :
୧. ଜଣେ ବ୍ୟକ୍ତି ବା ଗୋଟିଏ ଅନୁଷ୍ଠାନ ନିଜସ୍ୱ କାର୍ଯ୍ୟ ପରିଚାଳନା ବା ଆୟ-ବ୍ୟୟ ବିବରଣୀ ବ୍ୟତୀତ ଅନ୍ୟ ଯେଉଁ ସବୁ ସୂତ୍ରରୁ ଆବଶ୍ୟକୀୟ ସୂଚନା ସଂଗ୍ରହ କରନ୍ତି ସେ ସବୁକୁ ବାହ୍ୟକ ଉତ୍ସ କୁହାଯାଏ
୨. ଭାରତୀୟ ରେଳ ବିଭାଗ ଦ୍ଵାରା ସଂଗୃହୀତ ତଥ୍ୟାବଳୀ ଅନ୍ୟମାନଙ୍କ ପାଇଁ ବାହ୍ୟକ ଉତ୍ସ !

CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା

Question ୫।
ପ୍ରତ୍ୟକ୍ଷ ବ୍ୟକ୍ତିଗତ ତଦନ୍ତ ପଦ୍ଧତି ଓ ପରୋକ୍ଷ ତଦନ୍ତ ପଦ୍ଧତି।
(Personal Direct Investigation and Indirct Oral Investigation.)
Answer:
ପ୍ରତ୍ୟକ୍ଷ ବ୍ୟକ୍ତିଗତ ତଦନ୍ତ ପଦ୍ଧତି :
୧. ଏହି ପଦ୍ଧତିରେ ସୂଚନା ପ୍ରଦାନକାରୀ ଠାରୁ ପ୍ରତ୍ୟକ୍ଷ ଭାବରେ ତଥ୍ୟ ସଂଗ୍ରହ କରାଯାଏ।
୨. ଏହି ପଦ୍ଧତି ଅଧ୍ୟକ ବ୍ୟୟ ବହୁଳ।
୩. ଏହି ପଦ୍ଧତିକୁ ସ୍ଵାଭାବିକ ଘଟଣାବଳୀଗୁଡ଼ିକର ତଦନ୍ତରେ ବ୍ୟବହାର କରାଯାଏ।
୪. ଏହି ପଦ୍ଧତିରେ ଅଧୂକ ବିଶ୍ୱାସଯୋଗ୍ୟ ବା ସଠିକ୍ ତଥ୍ୟ ସଂଗୃହୀତ ହେବାର ସମ୍ଭାବନା ଅଧିକ।

ପରୋକ୍ଷ ତଦନ୍ତ ପଦ୍ଧତି :
୧. ଏହି ତଦନ୍ତ ପଦ୍ଧତିରେ ସୂଚନା ପ୍ରଦାନକାରୀ ବ୍ୟକ୍ତିଙ୍କ ଠାରୁ ପରୋକ୍ଷ ଭାବରେ ତଥ୍ୟ ସଂଗ୍ରହ କରାଯାଏ।
୨. ଏହି ପଦ୍ଧତ କମ୍ ବ୍ୟୟ ବହୁଳ।
୩. ବିଭିନ୍ନ ସମ୍ବେଦନଶୀଳ ପ୍ରସଂଗ ଉପରେ ତଥ୍ୟ ସଂଗ୍ରହ କରିବାରେ ବ୍ୟବହାର କରାଯାଏ।
୪. ଏହି ପଦ୍ଧତିରେ ଅଧ‌ିକ ବିଶ୍ଵାସଯୋଗ୍ୟ ବା ସଠିକ୍ ତଥ୍ୟ ସଂଗ୍ରହ କରିବାର ସମ୍ଭାବନା କମ୍।

V. ଦୀର୍ଘଧର୍ମୀ ପ୍ରଶ୍ନୋତ୍ତର।
[Long Answer type Questions]

Question ୧।
ପରିସଂଖ୍ୟାନର ସଂଜ୍ଞା ନିରୂପଣ କର।
(Give the definitions of Statistics.)
Answer:
ପରିସଂଖ୍ୟାନ ଶବ୍ଦକୁ ଇଂରାଜୀରେ ‘Statistics’ କୁହାଯାଏ । ଏହି ଶବ୍ଦ ସାଧାରଣତଃ । ଲାଟିନ୍ ଶବ୍ଦ ‘Status’, ଇଟାଲୀୟ ଶବ୍ଦ ‘Statista’ ବା ଜର୍ମାନ ଶବ୍ଦ ‘Statistikରୁ ଉଦ୍ଧୃତ ହେବା ବିଶ୍ବାସ କରାଯାଏ। ପରିଂସଖ୍ୟାନର ବିଷୟବସ୍ତୁ ଯାହା ବୁଝାଏ, ତା’ର ମୂଳ ଧାରଣା କେଉଁ ପ୍ରାଚୀନ କାଳରୁ ଉତ୍ପତ୍ତି । ପୂରାତନ କାଳରେ ଏହା ରାଜନୈତିକ ପାଟିଗଣିତ Political Arithmetic’ ବା ରାଜାମାନଙ୍କର ବିଜ୍ଞାନ ‘Science of Kings’ ଭାବରେ ପରିଚିତ ଥିଲା। ମାତ୍ର ଏହି ବିଷୟବସ୍ତୁର ନାମକରଣ ପାଇଁ ୧୭୪୯ ମସିହାରେ ଗଫ୍ରାଏଡ ଆଟେଲ (Gottfried Achenwell) ପ୍ରଥମେ “Statistics” ଶବ୍ଦର ବ୍ୟବହାର କରିଥିଲେ।

ପରିସଂଖ୍ୟାନ ବିଷୟବସ୍ତୁର ମୂଳ ଧାରଣ ବହୁ ପୁରାତନ ହୋଇଥିବାରୁ ଏହା ବିବର୍ତ୍ତନ ପ୍ରକ୍ରିୟାରେ ଉନ୍ନତି ଲାଭ କରିଅଛି ଓ ବିଭିନ୍ନ ଚିନ୍ତକ ଏହାକୁ ବିଭିନ୍ନ ଦୃଷ୍ଟିକୋଣରୁ ବର୍ଣନା କରି ଆସିଅଛନ୍ତି । ମାତ୍ର ସାର୍ ରୋନାଲ୍‌ଡ୍.ଏ.ଫିସର (Sir Roland A. Fisber)ପରିସଂଖ୍ୟାନକୁ କୌଣସି ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣରୁ ଆଲୋଚନା କରିବା ପରିବର୍ତ୍ତେ ବିଭିନ୍ନ ଦୃଷ୍ଟିଭଙ୍ଗୀ ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ ଯାଇ ବିଷୟବସ୍ତୁର ପରିସର ବୃଦ୍ଧି କରିଥିଲେ । ତେଣୁ, ତାଙ୍କୁ ପରିସଂଖ୍ୟାନର ଜନକ “Father of Statistics’ ବୋଲି କୁହାଯାଏ।

ପରିସଂଖ୍ୟାନର ବିଷୟବସ୍ତୁର ପରିବର୍ତ୍ତନୀୟ ଧାରାରେ ପୂର୍ବରୁ ଏହାକୁ ଅର୍ଥଶାସ୍ତ୍ରର ଏକ ଶାଖା ରୂପେ ବିବଚେନା କରାଯାଉଥିଲା। ମାତ୍ର ପରିସଂଖ୍ୟାନର ପରିସର ବୃଦ୍ଧି ଓ ଉପାଦେୟତାକୁ ବିଚାର କରି ଆଜିକାଲି ତାକୁ ଜ୍ଞାନ ପରିସରର ଏକ ସ୍ଵତନ୍ତ୍ର ଓ ସ୍ବାଧୀନ ଶାଖାରୂପେ ବିବେଚନା କରାଯାଉଅଛି। ଏହା ମଧ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଶାଖାର ମର୍ଯ୍ୟାଦା ଲାଭ କରେ। କାରଣ, ଜ୍ଞାନ ପରିସରର ପ୍ରତ୍ୟେକ ଶାଖାଗୁଡ଼ିକରେ ପରିସଂଖ୍ୟାନର ସ୍ଵତନ୍ତ୍ର ଉପାଦେୟତା ଉପଲବ୍ଧ ହୁଏ।

ସଂଜ୍ଞା (Definition):
ବିଭିନ୍ନ ଚିନ୍ତକମାନଙ୍କ ଦ୍ଵାରା ପରିସଂଖ୍ୟାନର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ସଂଜ୍ଞା ନିରୂପଣ କରାଯାଇଅଛି। ଏହାର ମୂଳ କାରଣ ହେଲା ବିବର୍ତ୍ତମାନ ପ୍ରକ୍ରିୟାରେ ପରିସଂଖ୍ୟାନର ବିଷୟବସ୍ତୁର ଯଥେଷ୍ଟ ଉନ୍ନତି ସାଧନ ଓ ପରିସର ବୃଦ୍ଧି ଘଟିଅଛି। ତେଣୁ, ପ୍ରତ୍ୟେକ ପରିବର୍ତ୍ତନୀୟ ସ୍ଥିତିରେ ପୂର୍ବ ସଂଜ୍ଞାର ଯଥାର୍ଥତା ହ୍ରାସ ପାଇବାବେଳେ ଏକ ନୂତନ ସଂଜ୍ଞାନର ଆବଶ୍ୟକତା ଦେଖାଦେଇଛି। ପୁନଶ୍ଚ, ପରିସଂଖ୍ୟାନର ସଂଜ୍ଞାକୁ ସାଧାରଣତଃ ଦୁଇ ଶ୍ରେଣୀରେ ବିଭକ୍ତ କରି ଆଲୋଚନା କରାଯାଇଅଛି। ତାହାହେଲା- ବହୁଳ ଅର୍ଥରେ ପରିସଂଖ୍ୟାନ ଓ ଏକ ଅର୍ଥରେ ପରିସଂଖ୍ୟାନ।

ବହୁଳ ସଂଜ୍ଞା (Plural Definition)
ବହୁଳ ଅର୍ଥରେ ପରିସଂଖ୍ୟାନ କହିଲେ ଏହା ପରିମାଣିକ ଧାରଣା (Quantitative Information) ବା ତଥ୍ୟାବଳୀ (Data)କୁ ବୁଝାଏ । ଏହାକୁ ଶୃଙ୍ଖଳିତ ସଂଖ୍ୟା ସମ୍ବଳିତ ତଥ୍ୟ ବୋଲି କୁହାଯାଏ। ଏହି ଅର୍ଥରେ ଯେତେଗୁଡ଼ିଏ ସଂଜ୍ଞା ପ୍ରଦାନ କରାଯାଇଛି, ସେସବୁ ହେଲା ୱେବ୍‌ଷ୍ଟର ( Webster)ଙ୍କ ସଂଜ୍ଞା, ବାଓଲେ (Bowley)ଙ୍କ ସଂଜ୍ଞା ଇତ୍ୟାଦି। ମାତ୍ର, ବିଭିନ୍ନ ସଂଜ୍ଞାଗୁଡ଼ିକ ମଧ୍ୟରୁ ହୋରେସ୍ ସେକ୍ଳିଷ୍ଟ (Horace Secrist)ଙ୍କ ଦ୍ଵାରା ପ୍ରଦତ୍ତ ସଂଜ୍ଞାକୁ ଏକ ଉତ୍ତମ ସଂଜ୍ଞା ରୂପେ ବିବେଚନା କରାଯାଏ। ତାହାହେଲା – “By statistics we mean aggregate of facts affected to a marked extended by multiplicity of causes Numerical expressed, enumerated or estimated at a reasonable standards of accuracy, collected in a systematic manner for a pre-determined purpose and placed in relation to each other”.

ଏହାର ଅର୍ଥ ହେଲା ପରିସଂଖ୍ୟାନ କହିଲେ ନିର୍ଦ୍ଦିଷ୍ଟ ଉପାଦାନ ସ୍ଥଳେ ସଂଖ୍ୟା ସମ୍ବଳିତ ତଥ୍ୟସମୂହ, ଯାହା ଶୃଙ୍ଖଳିତଭାବରେ ଗୃହୀତ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ସଂଗୃହୀତ ହୋଇ ସମ୍ପର୍କିତ ସ୍ଥଳେ ଆଲୋଚନା ଲାଗି ଉପସ୍ଥାପନ କରାଯାଏ। ଏହି ସଂଜ୍ଞାର ବିଭିନ୍ନ ବୈଶିଷ୍ଟ୍ୟଗୁଡ଼ିକ ନିମ୍ନରେ ଉପସ୍ଥାପନା କରାଗଲା-
(କ) ପରିସଂଖ୍ୟାନ ସଂଖ୍ୟା ସମ୍ବଳିତ ତଥ୍ୟ ସମୂହକୁ ବୁଝାଏ। ଏକକ ସଂଖ୍ୟାକୁ କେବେ ପରିସଂଖ୍ୟାନ କୁହାଯାଏ ନାହିଁ।
(ଖ) ପରିସଂଖ୍ୟାନଗତ ତଥ୍ୟଗୁଡ଼ିକ ଅନେକଗୁଡ଼ିଏ ଉପାଦାନଦ୍ଵାରା ପ୍ରଭାବିତ ହୋଇପାରନ୍ତି।
(ଗ) ପରିସଂଖ୍ୟାନଗତ ତଥ୍ୟ ସର୍ବଦା ସଂଖ୍ୟାକୁ ବୁଝାଏ। ଏହା ଗୁଣ ସମ୍ବନ୍ଧୀୟ ତଥ୍ୟକୁ ବୁଝାଏ ନାହିଁ। ଭଲ ଗୁଣ ବା ମନ୍ଦ ଗୁଣ ପରିସଂଖ୍ୟାନଗତ ତଥ୍ୟ ନୁହନ୍ତି।
(ଘ) ତଥ୍ୟ ସଂଗ୍ରହ କ୍ଷେତ୍ରରେ ସଠିକତା ଲାଗି ଅଧୂକ ଯତ୍ନବାନ ହେବାକୁ ପଡ଼ିଥାଏ।
(ଙ) ତଥ୍ୟଗୁଡ଼ିକ ଶୃଙ୍ଖଳିତ ହୋଇ ସଂଗୃହୀତ ହେବା ଆବଶ୍ୟକ।
(ଚ) ତୁଳନାତ୍ମକ ବିଶ୍ଳେଷଣ ଲାଗି ତଥ୍ୟଗୁଡ଼ିକ ଏକ ପ୍ରକାରର ଓ ଏକଧର୍ମୀ ହେବା ଆବଶ୍ୟକ।

ଏକକ ସଂଜ୍ଞା (Singular Definition):
ଏକକ ଅର୍ଥରେ ପରିସଂଖ୍ୟାନର ସଂଜ୍ଞା ନିରୂପଣ କଲେ ଏହା ପାରିମାଣିକ ଧାରଣା ବା ସଂଖ୍ୟା ସମ୍ବଳିତ ତଥ୍ୟର ପଦ୍ଧତିକୁ (Method of dealing with data) ବୁଝାଏ। ତେଣୁ, ଏକକ ଅର୍ଥରେ ପରିସଂଖ୍ୟାନ କହିଲେ ଶୃଙ୍ଖଳିତ ସଂଖ୍ୟା ସମ୍ବଳିତ ତଥ୍ୟର ବ୍ୟାବହାରିକ ପଦ୍ଧତିକୁ ବୁଝାଏ। ଏହି ଅର୍ଥରେ ପରିସଂଖ୍ୟାନର ସଂଜ୍ଞା ନିରୂପଣ ସ୍ଥଳେ ବିଭିନ୍ନ ସଂଜ୍ଞା ମଧ୍ୟ ଦୃଷ୍ଟିଗୋଚର ହୁଏ। ତାହାହେଲା ବୋଡିଙ୍ଗଟନ୍‌ (Boddington)ଙ୍କ ସଂଜ୍ଞା କିଙ୍ଗ୍ (King) ସଂଜ୍ଞା, ଲୋଭିଟ୍ (Lovit)ଙ୍କ ସଂଜ୍ଞା ଇତ୍ୟାଦି। ମାତ୍ର, ଏଠାରେ କ୍ରକ୍‌ଟନ୍ ଓ କାଓଡିନ୍ (Croston and Cowden)ଙ୍କ ପ୍ରଦତ୍ତ ସଂଜ୍ଞାକୁ ସର୍ବୋତ୍କୃଷ୍ଟଭାବେ ବିବେଚନା କରାଯାଏ। ତାହାହେଲା- “ Statistics may be defied as the science which deals with the collection, organisation, presentation, analysis and interpretation of numerical data.”

  • ଏହି ସଂଜ୍ଞା ପରିସଂଖ୍ୟାନର ଅର୍ଥ ପ୍ରକାଶ କରିବାକୁ ଯାଇ ଚତୁର୍ଥ ପର୍ଯ୍ୟାୟର କାର୍ଯ୍ୟ ଉପସ୍ଥାପନା କରେ।
  • ପ୍ରଥମ, ତଥ୍ୟ ସଂଖ୍ୟା ସମ୍ବଳିତ ଓ ଏହାର ଶୃଙ୍ଖଳିତ ସଂଗ୍ରହ ଆବଶ୍ୟକତା ରହିଅଛି।
  • ଦ୍ଵିତୀୟ, ସଂଗୃହୀତ ତଥ୍ୟକୁ ସଂଗଠିତ କରି ଶୃଙ୍ଖଳିତ ଉପସ୍ଥାପନା କରାଯିବା ଆବଶ୍ୟକ।
  • ତୃତୀୟ, ତଥ୍ୟାବଳୀକୁ ଉପସ୍ଥାପନ କରିବା।
  • ଚତୁର୍ଥ, ତଥ୍ୟକୁ ବିଶ୍ଳେଷଣ କରି ଏହାର ନିର୍ଦ୍ଦିଷ୍ଟ ବ୍ୟବହାରିକ ଦିଗ ନିର୍ଦ୍ଧାରଣ କରିବା।
  • ପଞ୍ଚମ, ତଥ୍ୟକୁ ତର୍ଜମା ବା ବ୍ୟାଖ୍ୟା କରି ସିଦ୍ଧାନ୍ତରେ ଉପନୀତ ହେବା।

ତେଣୁ, ସୀମିତ ଅର୍ଥରେ ପରିସଂଖ୍ୟାନ କହିଲେ ଏହା ଶୃଙ୍ଖଳିତ ସଂଖ୍ୟା ସମ୍ବଳିତ ତଥ୍ୟକୁ ବ୍ୟବହାର କରି ବିଭିନ୍ନ କ୍ଷେତ୍ରରେ ଉତ୍ପନ୍ନ ଜଟିଳ ସମସ୍ୟାମାନର ସର୍ବୋତ୍କୃଷ୍ଟ ସମାଧାନ କରିବା ବା ପ୍ରକୃଷ୍ଟ ସିଦ୍ଧାନ୍ତରେ ଉପନୀତ ହେବାକୁ ବୁଝାଏ ଓ ଏହା ବିଭିନ୍ନ ପ୍ରକ୍ରିୟାରେ ସଂଗଠିତ ହୋଇଥାଏ। ପରିସଂଖ୍ୟାନର ଏହିପରି ବହୁଳ ବା ସୀମିତ ବା ଏକକ ଅର୍ଥରେ ସଂଜ୍ଞା ନିରୂପଣ କରାଯାଇଅଛି।

ତୁଳନା (Comparison):
ପରିସଂଖ୍ୟାନରେ ଏହି ସଂଜ୍ଞାର ଶ୍ରେଣୀ ବିଭାଗକୁ ତୁଳନା କଲେ ପ୍ରତ୍ୟେକ ସଂଜ୍ଞା ସ୍ଵତନ୍ତ୍ର ଉପାଦେୟତା ଉପସ୍ଥାପନା କଲେହେଁ ଏକକ ଅର୍ଥରେ ପରିସଂଖ୍ୟାନର ଉପାଦେୟତାକୁ ସର୍ବୋତ୍କୃଷ୍ଟ ଭାବେ ବିବେଚନା କରାଯାଏ ଓ ବିଷୟବସ୍ତୁର ଅଧ୍ୟୟନ କରିବାକୁ ଯାଇ ଏକକ ଅର୍ଥରେ ବିଶ୍ଳେଷଣ କରାଯାଏ। ତେଣୁ, ପରିସଂଖ୍ୟାନ କହିଲେ ଆମେ ସାଧାରଣତଃ ପରିସଂଖ୍ୟାନକୁ ଏକକ ଅର୍ଥରେ ବୁଝୁ।

Question ୨।
ପରିସଂଖ୍ୟାନର ପରିସର ଓ ସୀମାବଦ୍ଧତା ଆଲୋଚନା କର।
(Dicuss the scope and limtiations of Statistics.)
Answer:
ଚାରିରୁ ପାଞ୍ଚ ଦଶନ୍ଧି ମଧ୍ୟରେ ପରିସଂଖ୍ୟାନ ପରିସର ବିସ୍ତୃତି ହୋଇପାରିଅଛି। ଆଜି ଏହା ଅର୍ଥନୀତିର ଏକ ଅଙ୍ଗ ହୋଇ ରହିନାହିଁ, ଏହା ଏକ ସ୍ଵତନ୍ତ୍ର ବିଜ୍ଞାନ ରୂପେ ନିଜକୁ ଉପସ୍ଥାପନା କରିପାରିଅଛି। ଏହାର ବ୍ୟବହାର ବର୍ତ୍ତମାନ ବ୍ୟାପକ ଓ ଏହାକୁ ଉଭୟ କଳା ଓ ବିଜ୍ଞାନ ବୋଲି ମଧ୍ୟ ବିବଚେନା କରାଯାଉଅଛି। ଏକ କଳା ଭାବରେ ଏହା ବାସ୍ତବ ଜୀବନର ସମସ୍ୟାମାନ ସମାଧାନ କରିପାରୁଅଛି ଓ ବିଜ୍ଞାନ ଭଳି ଏହା ସଠିକତା ଉପରେ ପର୍ଯ୍ୟବେସିତ। ଲକ୍ଷ୍ୟ ପୂରଣ ଲାଗି ଏହା ବିଭିନ୍ନ ନୀତି ନିୟମ ଉପରେ ଆଧାରିତ ଓ ଏହି ରୀତିନୀତି ତଥ୍ୟ ସଂଗ୍ରହ, ପରିଚାଳନା, ଉପସ୍ଥାପନା, ତୁଳନା ଓ ବିଶ୍ଳେଷଣ ଲାଗି ଉଦ୍ଦିଷ୍ଟ। ଏହା ପରିସଂଖ୍ୟାନବିତ୍ ହସ୍ତରେ ଅସ୍ତ୍ର ସଦୃଶ, ଯାହାଦ୍ଵାରା ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରେ।

ପରିସଂଖ୍ୟାନ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରେ ଯାହା ଅର୍ଥନୀତିରେ ବିଭିନ୍ନ ନୀତି ନିର୍ଦ୍ଧାରଣର ସହାୟକ ହୁଏ। ଅନ୍ୟପକ୍ଷରେ ଏହି ତତ୍ତ୍ବ ମଧ୍ଯ ପୂର୍ବାବଲୋକନ କରି ଭବିଷ୍ୟତ ମାର୍ଗ ପ୍ରଦର୍ଶନ କରେ ଓ ସିଦ୍ଧାନ୍ତରେ ଉପନୀତ ହୁଏ। ବିଶେଷକରି ଅର୍ଥଶାସ୍ତ୍ର ଓ ବ୍ୟବସାୟ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର ଦେଖାଯାଇଥାଏ। ଭାରତରେ ଯୋଜନା ପ୍ରସୁତ ଲାଗି ପରିସଂଖ୍ୟାନର ବିଶେଷ ଉପାଦେୟତା ରହିଅଛି। କ୍ରମବର୍ଦ୍ଧିଷ୍ଣୁ ପରିଚାଳନା କ୍ଷେତ୍ରରେ ପରିସଂଖ୍ୟାନର ବିଶେଷ ପ୍ରୟୋଗ ହୋଇଥାଏ। ଭାରତରେ ମଧ୍ଯ ଯୋଜନା ପ୍ରଣୟନ ପରିସଂଖ୍ୟାନ ତତ୍ତ୍ଵର ଲୋକପ୍ରିୟତା ଆଣିପାରିଅଛି।ଏଭଳି ବିସ୍ତୃତ ପରିସର ସତ୍ତ୍ଵେ ମଧ୍ୟ ପରିସଂଖ୍ୟାନ କ୍ଷେତ୍ରରେ କେତେକ ସୀମବଦ୍ଧତା ଦେଖାଯାଏ।

ସେଗୁଡ଼ିକ:
(କ) ବ୍ୟକ୍ତିଗତ ତଥ୍ୟ, ପରିସଂଖ୍ୟାନର ପରିସରଭୁକ୍ତ ହୁଏ ନାହିଁ, ବରଂ ବ୍ୟକ୍ତିଗତ ତଥ୍ୟ ସମୂହ ପରିସଂଖ୍ୟାନ ପରିସରଭୁକ୍ତ ଅଟେ।
(ଖ) ପରିସଂଖ୍ୟାନ ଗୁଣଗତ ତଥ୍ୟ ଆଲୋଚନା କରେ ନାହିଁ । ଯଥା- ଖରାପ ବା ମନ୍ଦ, ଭଲ ଇତ୍ୟାଦି ଏଡା ଆଲୋଚନା କରି ନଥାଏ।
(ଗ) ପରିସଂଖ୍ୟାନ ଏକ ହାରାହାରି ହିସାବ ଉପସ୍ଥାପନା କରେ।
(ଘ) ପରିସଂଖ୍ୟାନବିତ୍ରମାନଙ୍କ ଦ୍ଵାରା ଏହାର ଅପବ୍ୟବହାର ଲାଗି ସୁଯୋଗ ଥାଏ । ତେଣୁ ତତ୍ତ୍ବ ପ୍ରତି ଅବିଶ୍ଵାସ ଭାବନା ସୃଷ୍ଟି ହୋଇଥାଏ।
(ଙ) ସମସ୍ୟା ସମାଧାନ ଲାଗି ଏହା ଏକ ମାଧ୍ୟମ, ମାତ୍ର ଏକମାତ୍ର ମାଧ୍ୟମ ନୁହେଁ।
(ଚ) ସମଜାତୀୟ ତଥ୍ୟଗୁଡ଼ିକ କ୍ଷେତ୍ରରେ ଏହା ତୁଳନା ସମ୍ଭବ କରିଥାଏ। ବିସମ-ଧର୍ମୀ ତଥ୍ୟ କ୍ଷେତ୍ରରେ ଏହା ବ୍ୟବହାରକ୍ଷମ ନୁହେଁ।
( ଛ) ବେଳେ ବେଳେ ଏହା ଭୁଲ୍ ତଥ୍ୟ ଉପସ୍ଥାପନା କରୁଥିବାରୁ ସର୍ବଦା ନିର୍ଭରଯୋଗ୍ୟ ହୁଏ ନାହିଁ।

CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା

Question ୩।
ପ୍ରାଥମିକ ଓ ମାଧ୍ୟମିକ ତଥ୍ୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ
(Distinguish between Primary Data and Secondary Data.)
Answer:
ପରିସଂଖ୍ୟାନଗତ ତଥ୍ୟ ସଂଗ୍ରହ ପରିସଂଖ୍ୟାନର ମୂଳ ଆବଶ୍ୟକତା ଅଟେ ଓ ଏହି ତଥ୍ୟକୁ ବିଭିନ୍ନ ମାଧ୍ୟମରେ, ସାଧାରଣତଃ ଆଭ୍ୟନ୍ତରୀଣ ଓ ବାହ୍ୟ ମାଧ୍ୟମରେ ସଂଗ୍ରହ କରାଯାଏ। ତଥ୍ୟ ସଂଗ୍ରହର ମାଧ୍ୟମ (Source of Data Collection) କୁ ଭିଭିକରି ସଂଗୃହୀତ ତଥ୍ୟକୁ ମୁଖ୍ୟତଃ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ। ତାହାହେଲା-
(କ) ପ୍ରାଥମିକ ତଥ୍ୟ
(ଖ) ମାଧ୍ୟମିକ ତଥ୍ୟ

(କ) ପ୍ରାଥମିକ ତଥ୍ୟ (Primary Data):
ଯେତେବେଳେ କୌଣସି ସମସ୍ୟାର ସମାଧାନ କରିବାକୁ ଯାଇ ଆବଶ୍ୟକ ପରିସଂଖ୍ୟାନଗତ ତଥ୍ୟକୁ ନିରୀକ୍ଷଣ କରି ପ୍ରଥମକରି ବା ନୂଆ କରି ସଂଗ୍ରହ କରାଯାଏ, ତାକୁ ପ୍ରାଥମିକ ତଥ୍ୟ କୁହାଯାଏ। ଏହା ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ନୂତନ ତଥ୍ୟର ସନ୍ଧାନକୁ ବୁଝାଏ ଓ ତଥ୍ୟର ନୂତନତ୍ବ ସର୍ବଦା ଉପସ୍ଥାପନା କରେ। ଉଦାହରଣସ୍ୱରୂପ ମହାବାତ୍ୟାଜନିତ ସାହାଯ୍ୟ ପ୍ରଦାନ ଉଦ୍ଦେଶ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ ବ୍ଲକ୍‌ର କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ଚିହ୍ନଟ କରିବା। ଏହି ପରିବାରଜନିତ ତଥ୍ୟ ପୂର୍ବରୁ ଉପଲବ୍ଧ ନଥିଲା ଓ ତାକୁ ପ୍ରଥମ କରି ନିରୀକ୍ଷଣ କରାଯାଇ ଆକଳନ କରାଗଲା।

(ଖ) ମାଧ୍ୟମିକ ତଥ୍ୟ (Secondary Data):
ଯେତେବେଳେ କୌଣସି ସମସ୍ୟାର ସମାଧାନ କରିବାକୁ ଯାଇ ଆବଶ୍ୟକ ପରିସଂଖ୍ୟାନଗତ ତଥ୍ୟକୁ ପୂର୍ବ ସଂଗୃହୀତ କ୍ଷେତ୍ରରୁ ସଂଗ୍ରହ କରାଯାଏ ବା କୌଣସି ଉଦ୍ଦେଶ୍ୟରେ ପୂର୍ବ-ସଂଗୃହୀତ ତଥ୍ୟକୁ ବର୍ତ୍ତମାନ ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ, ତାକୁ ମାଧ୍ୟମିକ ତଥ୍ୟ କୁହାଯାଏ। ଏହା ପୁରୁଣା ତଥ୍ୟକୁ ବୁଝାଏ ବା ତଥ୍ୟର ଏକାଧିକ ବ୍ୟବହାରିକ ଗୁଣ ଉପସ୍ଥାପନା କରେ। ସାଧାରଣତଃ, ଏହା ପୁରୁଣା ତଥ୍ୟର ସଂଗ୍ରକୁ ବୁଝାଏ। ଉଦାହରଣ ସ୍ଵରୂପ ଜନଗଣନା ତଥ୍ୟକୁ ଭିଭିକରି କୌଣସି ସ୍ଵେଚ୍ଛାସେବୀ ସଂଗଠନଦ୍ୱାରା କୌଣସି ରାଜ୍ୟରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ହାତକୁ ନେବା। ଏଠାରେ ପୂର୍ବସଂଗୃହୀତ ତଥ୍ୟକୁ ଭିଭିକରି ବର୍ତ୍ତମାନ ସିଦ୍ଧାନ୍ତ ଗ୍ରହଣ କରାଯାଏ।

ପାର୍ଥକ୍ୟ (Difference):
ପ୍ରାଥମିକ ତଥ୍ୟ ନୂଆ ତଥ୍ୟକୁ ବୁଝାଇବାବେଳେ ମାଧ୍ୟମିକ ତଥ୍ୟ ପୁରୁଣା ତଥ୍ୟକୁ ବୁଝାଏ। ଦ୍ଵିତୀୟ, ପ୍ରାଥମିକ ତତ୍ୟ କ୍ଷେତ୍ରରେ ଯେଉଁ ସିଦ୍ଧାନ୍ତ ଗ୍ରହଣ କରାଯାଏ, ତା’ର ସଠିକତା ଅଧୂକ। ମାତ୍ର ମାଧ୍ୟମିକ ତଥ୍ୟକୁ ବ୍ୟବହାର କଲାବେଳେ ବହୁ ସତର୍କତା ଅବଲମ୍ବନ କରାଯାଏ। ତୃତୀୟ, ପ୍ରାଥମିକ ତଥ୍ୟ ସଂଗ୍ରହ ବ୍ୟୟବହୁଳ, ସମୟ ସାପେକ୍ଷ। ମାତ୍ର ମାଧ୍ୟମିକ ତଥ୍ୟ ସଂଗ୍ରହ ସ୍ଵଳ୍ପ ବ୍ୟୟଭାର ଓ ସମୟ ଆବଶ୍ୟକ କରେ। ଚତୁର୍ଥ, ପ୍ରାଥମିକ ତଥ୍ୟଠାରୁ ମାଧ୍ୟମିକ ତଥ୍ୟର ପରିସଂଖ୍ୟାନରେ ବହୁଳ ବ୍ୟବହାର ଦେଖାଯାଏ। ଏହିସବୁ ପାର୍ଥକ୍ୟ ସତ୍ତ୍ଵେ ଉଭୟ ସିଦ୍ଧାନ୍ତ ଗ୍ରହଣରେ ପରିପୂରକ ଭୂମିକା ନିର୍ବାହ କରନ୍ତି ଓ ସିଦ୍ଧାନ୍ତ ଗ୍ରହଣ ଲାଗି କେଉଁ ତଥ୍ୟକୁ ଚୟନ କରାଯିବ, ତାହା କେତେକ ଅବସ୍ଥା ଉପରେ ନିର୍ଭର କରିଥାଏ। ସେହି ଅବସ୍ଥାଗୁଡ଼ିକ ହେଲା-

(କ) ସିଦ୍ଧାନ୍ତ ଗ୍ରହଣର ପ୍ରକୃତି
(ଖ) ସମ୍ବଳର ଉପଲବ୍ଧତା
(ଗ) ସମୟର ଉପଲବ୍ଧ ତା
(ଘ) ଆବଶ୍ୟକ ସଠିକ୍

(ଙ) ସଂଗ୍ରହକାରୀ ସଂସ୍ଥା – ତଥ୍ୟ ସଂଗ୍ରହକାରୀ ଜଣେ ବ୍ୟକ୍ତି ବା ଅନୁଷ୍ଠାନ ବା ସରକାର ଏହିସବୁ ଗୁଣକୁ ବିଚାର କରି ପ୍ରାଥମିକ ଓ ମାଧ୍ୟମିକ ତଥ୍ୟଗୁଡ଼ିକର ଚୟନ କରି ସମସ୍ୟା ସମାଧାନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ।

Question ୪।
ପ୍ରାଥମିକ ତଥ୍ୟ ସଂଗ୍ରହର ବିଭିନ୍ନ ପଦ୍ଧତିମାନ ଆଲୋଚନା କର।
(Discuss the different methods of Collecting Primary Data.)
Answer:
ପରିସଂଖ୍ୟାନଗତ ତଥ୍ୟ ସଂଗ୍ରହ ପରିସଂଖ୍ୟାନର ମୂଳ ଆବଶ୍ୟକତା ଅଟେ। କାରଣ କେବଳ ସଂଖ୍ୟା ସମ୍ବଳିତ ତଥ୍ୟକୁ ନେଇ ପରିସଂଖ୍ୟାନ ଜଟିଳ ଓ ଅନିଶ୍ଚିତ ଅବସ୍ଥାର ଯଥାର୍ଥ ସମାଧାନ ଘଟାଏ। ସମାଧାନ ବା ସିଦ୍ଧାନ୍ତରେ ଉପନୀତି ହେବାଲାଗି ଯେଉଁ ତଥ୍ୟ ସଂଗ୍ରହ କରାଯାଏ, ତାହା ପ୍ରାଥମିକ ଓ ମାଧ୍ୟମିକ ତଥ୍ୟଭାବରେ ଦୁଇ ଶ୍ରେଣୀରେ ବିଭକ୍ତ। ପ୍ରାଥମିକ ତଥ୍ୟ କହିଲେ କୌଣସି ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ଯେତେବେଳେ ତଥ୍ୟକୁ ନିରୀକ୍ଷଣ କରି ପ୍ରଥମଥର ବା ନୂଆକରି ସଂଗ୍ରହ କରାଯାଏ, ଏହା ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ନୂତନ ତଥ୍ୟ ସନ୍ଧାନକୁ ବୁଝାଏ ଓ ସର୍ବଦା ତଥ୍ୟା ନୂତନତ୍ବ ଉପସ୍ଥାପନ କରିଥାଏ। ପ୍ରାଥମିକ ତଥ୍ୟ ନିର୍ଦ୍ଦିଷ୍ଟ ଗୁଣ ପ୍ରକାଶ କଲେହେଁ ଏହା ବିଭିନ୍ନ ଉପାୟ ବା ପଦ୍ଧତିର ଅବଲମ୍ବନରେ ସଂଗୃହୀତ ହୁଏ। ଆମେ ଯେଉଁସବୁ ପଦ୍ଧତି ଅବଲମ୍ବନ କରୁ ତାହା ପ୍ରାଥମିକ ତଥ୍ୟ ସଂଗ୍ରହର ବିଭିନ୍ନ ପଦ୍ଧତି ରୂପେ ଜଣାଶୁଣା। ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା।

ପ୍ରାଥମିକ ତଥ୍ୟ ସଂଗ୍ରହର ପଦ୍ଧତି (Method of Primary Data Collection):
(୧) ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ (Direct Personal Investigation):
ପ୍ରତ୍ୟେକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପଦ୍ଧତିରେ ଅନୁସନ୍ଧାନକାରୀ ବ୍ୟକ୍ତିଗତ ଭାବରେ ତଥ୍ୟ ପ୍ରଦାନକାରୀମାନଙ୍କୁ (Informants)ଭେଟି ସେମାନଙ୍କଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିଥାଏ। ଏହି ପଦ୍ଧତିରେ, ଅନୁସନ୍ଧାନକାରୀ କ୍ଷେତ୍ରକୁ ଯାଇ ତଥ୍ୟ ପ୍ରଦାନକାରୀମାନଙ୍କ ସାକ୍ଷାତ କରନ୍ତି। ସେମାନଙ୍କଠାରୁ ତଥ୍ୟ ସଂଗ୍ରହ କରିଥାନ୍ତି। ଅନୁସନ୍ଧାନର ପରିସର ସୀମିତ ହୋଇଥିଲେ ଏହି ପଦ୍ଧତି ବିଶେଷ ଉପଯୋଗୀ ସାବ୍ୟସ୍ତ ହୁ।

(୨) ପରୋକ୍ଷ ମୌକ ତଦନ୍ତ (Indirect Oral Investigation):
ସର୍ବକ୍ଷେଣର ପରିସର ବ୍ୟାପକ ହୋଇଥିଲେ କିମ୍ବା ତଥ୍ୟ ପ୍ରଦାନକାରୀମାନେ ଉତ୍ତର ଦେବାକୁ ଅନିଚ୍ଛା ପ୍ରକାଶ କରୁଥିଲେ ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପଦ୍ଧତି ଉପଯୋଗ ହୋଇନଥାଏ। ଏପରି ସ୍ଥଳେ ପରୋକ୍ଷ ମୌଖକ ଅନୁସନ୍ଧାନ ଫଳପ୍ରଦ ହୋଇଥାଏ। ମଦ୍ୟପାନ, ଚୋର. HIV ଆକ୍ରାନ୍ତ ରୋଗ ଇତ୍ୟାଦି ବିଷୟରେ ସଂପୃକ୍ତ ବ୍ୟକ୍ତିକୁ ପ୍ରଶ୍ନ ନପଚାରି, ତା’ର ପଡ଼ୋଶୀ କିମ୍ବା ବନ୍ଧୁ ଇତ୍ୟାଦିମାନଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଏ। ସରକାରଙ୍କ ବିଭିନ୍ନ ତଦନ୍ତ କମିଶନ ଏହି ପଦ୍ଧତିରେ ତଥ୍ୟ ସଂଗ୍ରହ କରନ୍ତି।

(୩) ସ୍ଥାନୀୟ ପ୍ରତିନିଧୂଙ୍କ ଦ୍ୱାରା ତଥ୍ୟ ସଂଗ୍ରହ(ata collected Through Local Agents):
ଏହି ପଦ୍ଧତିରେ ତଥ୍ୟ ସଂଗ୍ରହ କରିବା ପାଇଁ ଅନୁସନ୍ଧାନକାରୀ ବିଭିନ୍ନ ଅଞ୍ଚଳରେ ପ୍ରତିନିଧୁମାନଙ୍କୁ ନିଯୁକ୍ତ ଦେଇଥାଏ। ଏହି ନିଯୁକ୍ତ ପ୍ରତିନିଧୁମାନଙ୍କ ସାହାଯ୍ୟରେ ତଥ୍ୟ ସଂଗ୍ରହ କରିଥାଏ। ବିଭିନ୍ନ ସମ୍ବାଦ ସରବରାହ ସଂସ୍ଥା ସାଧାରଣତଃ ଏହି ପଦ୍ଧତି ସାହାଯ୍ୟରେ ନିୟମିତ ଭାବରେ ତଥ୍ୟ ସଂଗ୍ରହ କରି ପ୍ରକାଶ କରିଥାଏ।

(୪) ଡାକ ଯୋଜନା ପ୍ରେରିତ ପ୍ରଶ୍ନମାଳା ପଦ୍ଧତି ( Mailed Questionnaire Method):
ଏହି ପଦ୍ଧତିରେ ଅନୁସନ୍ଧାନ ସଂପର୍କିତ ଏକ ପ୍ରଶ୍ନମାଳା ପ୍ରସ୍ତୁତ କରାଯାଇ ତଥ୍ୟ ପ୍ରଦାନକାରୀ ମାନଙ୍କ ପାଖକୁ ଡାକଯୋଗେ ପଠାଯାଇଥାଏ। ପ୍ରଶ୍ନମାଳାରେ ଥିବା ପ୍ରଶ୍ନଗୁଡ଼ିକ ସଂକ୍ଷିପ୍ତ ଓ ସ୍ପଷ୍ଟ ହେବା ବିଧେୟ। ଏହି ପ୍ରଶ୍ନମାଳା ସହିତ ଗୋଟିଏ ନିଜସ୍ଵ ଠିକଣା ଥିବା ଲଫାପା, ଆବଶ୍ୟକ ଡାକ ଖର୍ଚ୍ଚ ଏବଂ ଏକ ଅନୁରୋଧ ପତ୍ର ସୂଚନା ପ୍ରଦାନକାରୀମାନଙ୍କ ପାଖକୁ ପଠାଯାଇଥାଏ। ତଥ୍ୟ ପ୍ରଦାନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ଏହି ପଦ୍ଧତିର ଉପଯୋଗିତା ନିର୍ଭର କରିଥାଏ।

(୫) ଗଣନାକାରୀମାନଙ୍କ ଦବାରା ପ୍ରେରିତ ନିର୍ଭର କରିଥାଏ (Schedules sent Through Enumerators):
ଏହି ପଦ୍ଧତିରେ ଅନୁସନ୍ଧାନକାରୀଙ୍କ ଦ୍ବାରା ନିଯୁକ୍ତ ଗଣନାକାରୀ ପ୍ରଶ୍ନମାଳା ପ୍ରସ୍ତୁତ ସୂଚୀଟିକୁ ନିଜ ସଂଗରେ ନେଇ ତଥ୍ୟ ପ୍ରଦାନକାରୀମାନଙ୍କ ପାଖକୁ ଯାଇଥାନ୍ତି। ସେମାନଙ୍କୁ ପ୍ରଶ୍ନମାଳାର ପ୍ରଶ୍ନଗୁଡ଼ିକୁ ପଚାରି ଉତ୍ତର ସଂଗ୍ରହ କରିଥାନ୍ତି। ଏହି ଉତ୍ତରଗୁଡ଼ିକୁ ନିଜ ହସ୍ତାକ୍ଷରରେ ପ୍ରଶ୍ନ ତାଲିକାରେ ପୂରଣ କରି ଅନୁସନ୍ଧାନକାରୀଙ୍କ ପାଖରେ ଜମା କରିଥାନ୍ତି। ଏହି ପଦ୍ଧତିର ଉପଯୋଗିତା ଗଣନାକାରୀଙ୍କର ଦକ୍ଷତା ଓ ଅଭିଜ୍ଞତା ଉପରେ ନିର୍ଭର କରିଥାଏ। ଉପରୋକ୍ତ ଆଲୋଚ୍ୟ ଯେ କୌଣସି ଗୋଟିଏ ପଦ୍ଧତି ସାହାଯ୍ୟରେ ପ୍ରାଥମିକ ତଥ୍ୟ ସଂଗ୍ରହ କରାଯାଇଥାଏ।

CHSE Odisha Class 11 Economics Solutions Unit 5 ପରିସଂଖ୍ୟାନର ଉପସ୍ଥାପନା

Question ୫।
ତଥ୍ୟସଂଗ୍ରହର ସାମଗ୍ରିକ ଗଣନା ଓ ନମୁନା ପଦ୍ଧତି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ନମୁନା ପଦ୍ଧତି ଅଧୂକ ନିର୍ଭରଯୋଗ୍ୟ ଯୁକ୍ତି ଦର୍ଶାଅ।
(Distinguish between census survey method of Data Collection and Sample Survey method of Data Collection. Sample Survey method is more reliable. Give your view points in favour.)
Answer:
ସାମଗ୍ରିକ ଗଣନା ପଦ୍ଧତିରେ ଗୋଷ୍ଠୀର ସମସ୍ତ ଏକକ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଏ। ତଦନ୍ତର୍ଭୁକ୍ତ ସମସ୍ତ ଉପାଦାନ ବା ଏକକମାନଙ୍କର ସମଷ୍ଟିକୁ ‘ଗୋଷ୍ଠୀ’ କୁହାଯାଏ। ମନେକର ଆମେ ଭୁବନେଶ୍ଵରରେ ବାସକରୁଥିବା ଲୋକମାନଙ୍କ ହାରାହାରି ଆୟ ଜାଣିବାକୁ ଚାହୁଁଛେ। ଏଠାରେ ‘ଗୋଷ୍ଠୀ’ କହିଲେ ଭୁବନେଶ୍ଵରରେ ବାସକରୁଥିବା ଲୋକମାନଙ୍କର ସମସ୍ତ ପରିବାରକୁ ବୁଝାଏ। ସାମଗ୍ରିକ ଗଣନା ପଦ୍ଧତିରେ ହାରାହାରି ଆୟ ଜାଣିବାପାଇଁ ପ୍ରତ୍ୟେକ ପରିବାରର ଆୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଏ।

ଭାରତରେ ଜନଗଣନା ସାମଗ୍ରିକ ଗଣନା ପଦ୍ଧତିରେ କରାଯାଏ। ଏଥିରେ ଭାରତର ପ୍ରତ୍ୟେକ ପରିବାରରୁ ତଥ୍ୟ ସଂଗ୍ରହ କରାଯାଏ। ସାମଗ୍ରିକ ଗଣନା ପଦ୍ଧତିରେ ଏକ ପ୍ରଶ୍ନମାଳା ପ୍ରସ୍ତୁତ କରାଯାଏ ଏବଂ ଅଧ‌ିକ ସଂଖ୍ୟକ ତାଲିମପ୍ରାପ୍ତ ଗଣନାକାରୀମାନଙ୍କୁ ତଥ୍ୟ ପ୍ରଦାନକାରୀଙ୍କ ନିକଟକୁ ପଠାଯାଏ। ଗଣନାକାରୀମାନେ ପ୍ରଶ୍ନମାଳାରେ ଉତ୍ତର ଲେଖୁ ଅନୁସନ୍ଧାନକାରୀଙ୍କୁ ଦିଅନ୍ତି।

ସର୍ବେକ୍ଷଣ ପରିସର ବ୍ୟାପକ ହୋଇଥିଲେ ସାମଗ୍ରିକ ଗଣନା ପଦ୍ଧତି ବ୍ୟୟବହୁଳ ଓ ସମୟସାପେକ୍ଷ ହୁଏ। ଏହି କ୍ଷେତ୍ରରେ ନମୁନା ସର୍ବେକ୍ଷଣ ପଦ୍ଧତି ସାହାଯ୍ୟରେ ତଥ୍ୟସଂଗ୍ରହ କରାଯାଏ। ନମୁନା ସର୍ବେକ୍ଷଣ ପଦ୍ଧତି ସାହାଯ୍ୟରେ ତଥ୍ୟ ସଂଗ୍ରହ କରାଯାଏ। ନମୁନା ସର୍ବେକ୍ଷଣ ବା ପ୍ରତିଚୟନ ଆମେ ଦୈନନ୍ଦିନ ଜୀବନରେ ଦେଖିବାକୁ ପାଇଥାଉ। ଚାଉଳ କିଣିବା ସମୟରେ ଆମେ ବସ୍ତାଭିତରୁ କିଛି ଚାଉଳ ହାତରେ ଆଣି ଦେଖୁ। ରନ୍ଧା ହୋଇଥିବା ଖାଦ୍ୟର ସ୍ଵାଦ ଜାଣିବାପାଇଁ ଆମେ ଚାମଚରେ ଖାଦ୍ୟ ଆଣି ଚାଖୁଥାଉ। ଜଣେ କର୍ମଚାରୀଙ୍କର ଦକ୍ଷତା ଜାଣିବା ପାଇଁ ସେ ନିର୍ବାହ କରିଥିବା ସମସ୍ତ କାର୍ଯ୍ୟ ମଧ୍ୟରୁ ଆଳ୍ପ କେତୋଟିକୁ ମ୍ୟାନେଜର ପରୀକ୍ଷା କରନ୍ତି। ଏସବୁ ହେଉଛି ପ୍ରତିଚୟନର ଉଦାହରଣ। ଅନୁସନ୍ଧାନ ପାଇଁ ଚୟନ କରାଯାଉଥ‌ିବା ଗୋଷ୍ଠୀର ଏକ ନିର୍ଦ୍ଦିଷ୍ଟ ଅଂଶକୁ ନମୁନା କୁହାଯାଏ। ନୁମନା ଗୋଷ୍ଠୀ ଲକ୍ଷଣଗୁଡ଼ିକୁ ବୁଝାଇଥାଏ ଓ ଗୋଷ୍ଠୀର ପ୍ରତିନିଧୂତ୍ଵ କରିଥାଏ। ନମୁନା ପଦ୍ଧତିରେ ଗୋଷ୍ଠୀର ଏକ ନିର୍ଦ୍ଦିଷ୍ଟ ଅଂଶ ଚୟନ କରାଯାଏ।

ଚୁମନାକୁ ଅଧ୍ୟୟନ କରାଯାଏ ଓ ସେଥୁରୁ ଗୋଷ୍ଠୀ ପାଇଁ ସିଦ୍ଧାନ୍ତ ନିଆଯାଏ। ମନେକର ଆମେ କଟକରେ ବସବାସ କରୁଥିବା ପରିବାରମାନଙ୍କର ହାରାହାରି ମାସିକ ବ୍ୟୟ ଜାଣିବାକୁ ଚାହୁଁଛେ। ମନେକର କଟରେ, ୧୦,୦୦୦ ପରିବାର ଅଛନ୍ତି। ଆମେ ଏକ ନମୁନା ଚୟନ କରୁ। ମନେକର ନମୁନାର ଆକାର ୫୦୦ ପରିବାର। ଏହି ୫୦୦ ପରିବାରରୁ ତଥ୍ୟ ସଂଗ୍ରହ କରାଯାଏ ଓ ସେମାନଙ୍କର ହାରାହାରି ମାସିକ ବ୍ୟୟ ନିର୍ଣ୍ଣୟ କରାଯାଏ। ମନେକର, ତାହା ଟ. ୧୫୦୦ ଅଟେ। ଏଥୁରୁ ଆମେ ସିଦ୍ଧାନ୍ତ ଗ୍ରହଣ କରୁ ଯେ କଟକରେ ବସବାସ କରୁଥିବା ସମସ୍ତ ପରିବାର (୧୦, ୦୦୦ )ଙ୍କର ହାରାହାରି ମାସିକ ବ୍ୟୟ ଟ. ୧୫୦୦ ଅଟେ। ସାମଗ୍ରିକ ଗଣନା ପଦ୍ଧତିର କେତେଗୁଡ଼ିଏ ସୁଗୁଣ ଅଛି। ଗୋଷ୍ଠୀର ପ୍ରତ୍ୟେକ ଉପାଦାନଠାରୁ ତଥ୍ୟ ସଂଗ୍ରହ କରାଯାଏ। ତେଣୁ ସଂଗୃହୀତ ତଥ୍ୟ ନିର୍ଭୁଲ ଓ ଅଧ‌ିକ ନିର୍ଭରଯୋଗ୍ୟ ହେବାର ଯଥେଷ୍ଟ ସମ୍ଭାବନା ଥାଏ। ଏସବୁ ସତ୍ତ୍ଵେ ନମୁନା ପଦ୍ଧତିକୁ ସାମଗ୍ରିକ ଗଣନା ପଦ୍ଧତି ତୁଳନାରେ ଅଧିକ ଉପଯୋଗୀ କୁହାଯାଏ। ଏହାର କାରଣଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା।

(୧) ଅପେକ୍ଷାକୃତ କମ୍ ସମୟସାପେକ୍ଷ – ନମୁନା ପଦ୍ଧତିରେ ଗୋଷ୍ଠୀର ଏକ ଅଂଶକୁ ଅଧ୍ୟୟନ କରାଯାଏ। ତେଣୁ ଯଥେଷ୍ଟ ଶ୍ରମ ଓ ସମୟ ସଞ୍ଚୟ ହୋଇଥାଏ। ସାମଗ୍ରିକ ଗଣନା ପଦ୍ଧତି ତୁଳନାରେ ନମୁନା ପଦ୍ଧତି ଅପେକ୍ଷାକୃତ କମ୍ ସମୟ ସାପେକ୍ଷ।

(୨) ସ୍ଵଳ୍ପ ବ୍ୟୟ – ସାମଗ୍ରିକ ଗଣନା ପଦ୍ଧତି ତୁଳନାରେ ନମୁନା ପଦ୍ଧତିରେ କମ୍ ଖର୍ଚ୍ଚ ହୁଏ।

(୩) ନିର୍ଭୁଲ ତଥ୍ୟ ସଂଗ୍ରହ – ସାମଗ୍ରିକ ଗଣନା ପଦ୍ଧତିରେ ପ୍ରତିଚୟନ ତ୍ରୁଟି ନ ଥାଏ। ମାତ୍ର ନମୁନା ପଦ୍ଧତି ପ୍ରତିଚୟନ ଦୃଷ୍ଟିରୁ ମୁକ୍ତ ନୁହେଁ। ତଥାପି ନମୁନା ପଦ୍ଧତି ଫଳାଫଳ ଅଧୂକ ସଠିକ୍ ଓ ସଂଗୃହୀତ ତଥ୍ୟ ଅଧ‌ିକ ନିର୍ଭରଯୋଗ୍ୟ ଅଟେ। ଏଡାର ତିନୋଟି କାରଣ ରହିଛି। ପ୍ରଥମ ନମୁନା ପଦ୍ଧତିରେ ପ୍ରତିଚୟନ ତ୍ରୁଟିର ମାତ୍ରା ନିର୍ଣ୍ଣୟକରି ଆବଶ୍ୟକ ପଦକ୍ଷେପ ନିଆଯାଇପାରେ। ଦ୍ଵିତୀୟ, ସାମଗ୍ରିକ ଗଣନା ପଦ୍ଧତିରେ ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ, ଭୁଲ ତଥ୍ୟ ପ୍ରଦାନ ଇତ୍ୟାଦି କେତେକ ତ୍ରୁଟି ଅଧିକ ମାତ୍ରାରେ ଥାଏ। ନମୁନା ପଦ୍ଧତିରେ ଏକ ପ୍ରକାର ତ୍ରୁଟିପାଇଁ ସାବଧାନତା ଗ୍ରହଣ କରାଯାଇପାରେ।
ତୃତୀୟ ନୁମନା ପଦ୍ଧତିରେ କମ୍‌ସଂଖ୍ୟକ ଉପାଦାନ ଅଧ୍ୟୟନ କରାଯାଉଥିବାରୁ ଏଥିରେ ଅଜସଂଖ୍ୟକ ଅନୁସନ୍ଧାନକାରୀଙ୍କର ଆବଶ୍ୟକତା ଥାଏ।

(୪) ପ୍ରଶାସନିକ ସୁବିଧା – ନମୁନା ପଦ୍ଧତିରେ ଅଛସଂଖ୍ୟକ ଏକକ ଅଧ୍ୟୟନ କରାଯାଏ। ତେଣୁ ଅସଂଖ୍ୟକ ପ୍ରଶାସନିକ ଓ କ୍ଷେତ୍ର କର୍ମଚାରୀ ଆବଶ୍ୟକ ହୁଅନ୍ତି। ଫଳରେ ଉପଯୁକ୍ତ ତାଲିମ୍ ସନ୍ତୋଷଜନକ ଯୋଗାଯୋଗ ଓ ପର୍ଯ୍ୟବେକ୍ଷଣ ସମ୍ଭବ ହୁଏ।

(୫) ଅନନ୍ତ ଏବଂ ଧ୍ଵଂସମୁଖୀ ଗୋଷ୍ଠୀ- ଗୋଷ୍ଠୀର ବିସ୍ତୃତି ଅନନ୍ତ ବା ଅସୀମ ହୋଇଥିଲେ କିମ୍ବା ଅଧ୍ୟୟନ ସମୟରେ ଏକକଗୁଡ଼ିକ ଧ୍ୱଂସ ପାଇଯାଉଥିଲେ, ନମୁନା ପଦ୍ଧତି ହେଉଛି ଗୋଷ୍ଠୀକୁ ଅଧ୍ୟୟନ କରିବାର ଏକମାତ୍ର ପଦ୍ଧତି। ନଈରେ ଥିବା ମାଛ, ଆକାଶର ତାରା ଇତ୍ୟାଦି କ୍ଷେତ୍ରରେ ଗୋଷ୍ଠୀ ଅସୀମ ଅଟେ। ଏ କ୍ଷେତ୍ରରେ ସାମଗ୍ରିକ ଗଣନା ସମ୍ଭବ ନୁହେଁ। ସେହିପରି ଅଧ୍ୟୟନ ସମୟରେ ଏକକଗୁଡ଼ିକ ନଷ୍ଟ ହୋଇଯାଉଥିଲେ, ସାମଗ୍ରିକ ଗଣନା ପଦ୍ଧତି ତଥ୍ୟ ସଂଗ୍ରହ ପରିବର୍ତ୍ତେ ସବୁଯାକ ଏକକକୁ ନଷ୍ଟ କରିଦେବ।

(୫) ସାମଗ୍ରିକ ଗଣନା ପଦ୍ଧତିର ସଠିକତା ନିରୂପଣ ସାମଗ୍ରିକ ଗଣନା ପଦ୍ଧତିରେ ସଂଗୃହୀତ ତଥ୍ୟର ସଠିକ ଜାଣିବା ପାଇଁ ନମୁନା ପଦ୍ଧତ ବ୍ୟବହାର କରାଯାଏ। ଉଦାହରଣସ୍ୱରୂପ ଜନଗଣନା ସାମଗ୍ରିକ ଗଣନା ପଦ୍ଧତିରେ କରାଯାଏ। ଗଣନାକାରୀମାନଙ୍କ ଦ୍ଵାରା ସଂଗୃହିତ ତଥ୍ୟର ସଠିକତା ଜାଣିବା ନିମନ୍ତେ ଅନୁସନ୍ଧାନକାରୀ ନମୁନା ପଦ୍ଧତିର ସାହାଯ୍ୟ ନିଅନ୍ତି।

Leave a Comment