Odisha State Board CHSE Odisha Class 11 Economics Solutions Unit 8 ପରିସାଂଖ୍ୟିକ ପଦ୍ଧତି (II) Questions and Answers.
CHSE Odisha 11th Class Economics Unit 8 Question Answer ପରିସାଂଖ୍ୟିକ ପଦ୍ଧତି (II)
I. ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ଚୟନ କର।
[Choose the Correct answer of the following from the Alternatives as given]
Question ୧।
ସହସମ୍ବନ୍ଧର ଅର୍ଥ ?
(A) ସହ ପରିବର୍ଜନ
(B) ବିପରୀତ ଦିଗରେ ପରିବର୍ତ୍ତନ
(C) ଉଭୟ (A) ଓ (B)
(D) କୌଣସିଟି ନୁହେଁ
Answer:
(A) ସହ ପରିବର୍ତ୍ତନ
Question ୨।
ସହ ସମ୍ବନ୍ଧର ମୂଲ୍ୟ ସର୍ବଦା:
(A) +୧
(B) -୧
(C) + ୧
(D) ୧ ରୁ କମ୍
Answer:
(C) + ୧
Question ୩ ।
ଯଦି, ଉଭୟ ଚଳରାଶି ସମଦିଗରେ ପରିବର୍ତ୍ତନ ହୁଏ, ତେବେ ସେମାନଙ୍କ ମଧ୍ୟରେ ସହ ସମ୍ବନ୍ଧ :
(A) ଧନାତ୍ମକ
(B) ଋଣାତ୍ମକ
(C) ଶୂନ୍ଯ
(D) ସମସ୍ତଟି
Answer:
(A) ଧନାତ୍ମକ
Question ୪।
ଯଦି, ଉଭୟ ଚଳରାଶି ପରସ୍ପର ବିପରୀତ ଦିଗରେ ଗତି କରିଥାଏ, ତେବେ ସେମାନଙ୍କ ମଧ୍ୟରେ ସଂପର୍କ
(A) ଧନାତ୍ମକ
(B) ଋଣାତ୍ମକ
(C) ଶୂନ୍ଯ
(D) ସମସ୍ତଟି
Answer:
(B) ଋଣାତ୍ମକ
Question ୫।
ଯଦି, ଉଭୟ ଚଳରାଶୀର ପରିବର୍ତ୍ତନର ଅନୁପାତ ସମାନ, ସେମାନଙ୍କ ମଧ୍ୟରେ ସଂପର୍କ (ସହ ସମ୍ବନ୍ଧ):
(A) ସରଳରେଖକ
(B) ବକ୍ର-ରୈଖକ
(C) ଉଭୟ (A) ଓ (B)
(D) କୌଣସିଟି ନୁହେଁ
Answer:
(A) ସରଳରେଖକ .
Question ୬।
ପ୍ରତିପଗମନ (Regression) ର ଅର୍ଥ ?
(A) ପଶ୍ଚାତଗମନ
(B) ଆଗକୁ ଯିବା
(C) ଉଭୟ (i) ଓ (i)
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ପଶ୍ଚାତଗମନ
Question ୭।
କେଉଁ ପରିସଂଖ୍ୟାନ ବିତ୍ତ ସର୍ବପ୍ରଥମେ ପ୍ରତିପଗମନ ଶବ୍ଦର ବ୍ୟବହାର କରିଥିଲେ ?
(A) ଗାଲଟନ୍
(B) ଫିସର୍
(C) ସ୍ମିଥ୍
(D) ଉପରୋକ୍ତ
Answer:
(A) ଗାଲଟନ୍
Question ୮।
ସାର୍ ଫ୍ରାନ୍ସିସ୍ ଗାଲଟନ୍ କେଉଁ ମସିହାରେ ଏହି ଶବ୍ଦର ବ୍ୟବହାର କରିଥିଲେ ?
(A) 1977
(B) 1877
(C) 1675
(D) 1890
Answer:
(B) 1877
Question ୯।
ପ୍ରତିପଗମନ ମାପକ କ’ଣ ମାପ କରେ ?
(A) ଦୁଇଗୋଟି ଚଳର ପରିବର୍ତ୍ତନ
(B) ଗୋଟିଏ ଚଳକୁ ସ୍ଥିର ରଖ୍ ଅନ୍ୟ ଗୋଟିଏ ଚଳର ପରିବର୍ତ୍ତନକୁ ମାପକରେ
(C) ଦୁଇଟି ଚଳ ମଧ୍ୟରେ ପରିବର୍ତ୍ତନ ଅନୁପସ୍ଥିତିକୁ
(D) ଉପରୋକ୍ତ ସମସ୍ତ
Answer:
(B) ଗୋଟିଏ ଚଳକୁ ସ୍ଥିର ରଖୁ ଅନ୍ୟ ଗୋଟିଏ ଚଳର ପରିବର୍ତ୍ତନକୁ ମାପକରେ
Question ୧୦।
ସହସମ୍ବନ୍ଧ ମାପକ କ’ଣ ମାପ କରେ ?
(A) ଗୋଟିଏ ଜଣାଥୁବା ପରିବର୍ତ୍ତନୀୟରୁ ଯଣା ନଥିବା ପରିବର୍ତ୍ତନୀୟ ବାଚକ
(B) ଗୋଟିଏ ଯଣାଥିବା ପରିବର୍ତ୍ତନୀୟରୁ ଅନ୍ୟ ଗୋଟିଏ ଯଣାଥିବା ପରିବର୍ତ୍ତନର
(C) ଦୁଇଟି ଜଣା ନଥୁବା ପରିବର୍ତ୍ତନୀୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(D) ଉପରୋକ୍ତ କୌଣସିଟି ନୁହେଁ
Question ୧୧।
ଯେଉଁ ଚଳରାଶୀ ସାହାଯ୍ୟରେ ଅନ୍ୟ ଗୋଟିଏ ଚଳରାଶୀର ମୂଲ୍ୟ ଗଣନା କରାଯାଏ, ତାହାକୁ କ’ଣ କୁହାଯାଏ ?
(A) ଆଶ୍ରିତ ଚଳ
(B) ସ୍ଵାଧନ ଚଳ
(C) ଉଭୟ (i) ଓ (ii) (iv)
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ସ୍ବାଧ୍ଵନ ଚଳ
Question ୧୨।
ପ୍ରତିପଗମନ ଗୁଣାଙ୍କ (Repression Coefficiation) ଦୁଇଟି ଚଳ ରାଶୀ ମଧ୍ଯରେ କ’ଣ ମାପକରେ ?
(A) ସହ’ ପରିବର୍ତ୍ତନର ମାତ୍ରା
(B) ଦୁଇଟି ଚଳରାଶୀ ମଧ୍ୟରେ ଥିବା ସଂପର୍କର ପ୍ରକୃତି
(C) ସହ ସଂପର୍କର ପରିବର୍ତ୍ତନ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଦୁଇଟି ଚଳରାଶୀ ମଧ୍ୟରେ ଥିବା ସଂପର୍କର ପ୍ରକୃତି
Question ୧୩।
ନିମ୍ନୋକ୍ତ ମଧ୍ଯରୁ କେଉଁ ମାପକ ଦୁଇଟି ଚଳରାଶୀ ମଧ୍ୟରେ ଥିବା କାରଣ-ପ୍ରଭାବ ସଂପର୍କରେ ଦର୍ଶାଇଥାଏ ?
(A) ସହ ସମ୍ବନ୍ଧ
(B) ପ୍ରତିପଗମନ
(C) ହାରାହାରି
(D) ବିଚ୍ଛୁରଣ
Answer:
(B) ପ୍ରତିପଗମନ
Question ୧୪।
ପ୍ରତିପଗମନ ବିଶ୍ଳେଷଣରେ ଦୁଇଟି ପ୍ରତିପଗମନ ଗୁଣାଙ୍କର ମୂଲ୍ୟ ?
(A) ସମପରିମିତ
(B) ସମପରିମିତ ନୁହେଁ
(C) ଉଭୟ (A) ଓ (B)
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ସମପରିମିତ ନୁହେଁ
Question ୧୫।
ନିମ୍ନୋକ୍ତ ମଧ୍ୟରୁ କେଉଁ ସାଂଖ୍ୟକ ମାପକଟି ମୂଳବିନ୍ଦୁର ପରିବର୍ତ୍ତନ ଠାରୁ ସ୍ବାଧୁନ କିନ୍ତୁ ଆୟତନ (Scale)ଠାରୁ ସ୍ବାଧୁନ ନୁହେଁ ?
(A) ସହସମ୍ବନ୍ଧ ଗୁଣାଙ୍କ
(B) ପ୍ରତିପଗମ ଗୁଣାଙ୍କ
(C) ମାନକ ବିଚ୍ୟୁତି ଗୁଣାଙ୍କ
(D) ମାଧବଚ୍ୟୁତି ଗୁଣାଙ୍କ
Answer:
(B) ପ୍ରତିପଗମ ଗୁଣାଙ୍କ
Question ୧୬।
X ଓ Y ପ୍ରତିଗମନ ସମୀକରଣ (Repression Equation) ରେ କେଉଁ ଚଳ ସ୍ବାଧୀନ ?
(A) X ଚଳ ସ୍ଵାଧନ
(B) X ଚଳ ସ୍ଵାଧନ
(C) ଉଭୟ X ଓ Y ସ୍ଵାଧନ ଚଳ
(D) ଉପରୋକ୍ତ କୌଣସିଟି ନୁହେଁ।
Answer:
(B) X ଚଳ ସ୍ଵାଧନ
Question ୧୭।
Y on X ପ୍ରତିଗମନ ସମୀକରଣରେ କେଉଁ ଚଳ ସ୍ବାଧୁନ ?
(A) X ଚଳ
(B) V ଚଳ
(C) ଉଭୟ X ଓ Y
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) Y ଚଳ
Question ୧୮।
\(\sqrt{\sigma x \cdot \sigma y}=\)
(A) ସହସମ୍ବନ୍ଧ ଗୁଣାଙ୍କ
(C) ପରିବର୍ତ୍ତନୀୟ ଗୁଣାଙ୍କ
(B) ପ୍ରତିପମନ ଗୁଣାଙ୍କ
(D) ଉପରୋକ୍ତ ସମସ୍ତଟି
Answer:
(A) ସହସମ୍ବନ୍ଧ ଗୁଣାଙ୍କ
Question ୧୯।
ନିମ୍ନୋକ୍ତ ମଧ୍ଯରୁ କେଉଁ ପଦ୍ଧତି ସାହାଯ୍ୟରେ ପ୍ରତାପଗମନ ସମୀକରଣର ମୂଲ୍ୟ ନିର୍ଦ୍ଧାରଣ କରାଯାଇପାରିବ ?
(A) \(r \cdot \frac{6 x}{6 y}\)
(B) \(\text { r. } \frac{6 y}{6 x}\)
(C) Σx = Na + 6Σy and Σ xy = a Σ y + 6 Σ y2
(D) ଉପରୋକ୍ତ ସମସ୍ତଟି
Answer:
(D) ଉପରୋକ୍ତ ସମସ୍ତଟି
Question ୨୦।
ଯଦି ପ୍ରତିପଗମନ ଗୁଣାଙ୍କ ଦୁଇଟିର ମୂଲ୍ୟ ଯଥାକ୍ରମେ –0.8 and 1.2, ତେବେ ସହ ସମ୍ବନ୍ଧ ଗୁଣାଙ୍କର ମୂଲ୍ୟ କେତେ ହେବ ?
(A) .98
(B) +.98
(C) 1.24
(D) -1.34
Answer:
(B)+.98
Question ୨୧।
ଯଦି, 6xy = 0.8 ଏବଂ 6yx = 1.2, ତେବେ ସହ ସମ୍ବନ୍ଧ ଗୁଣାଙ୍କ (r) ର ମୂଲ୍ୟ କେତେହେବ ?
(A) -98
(B) +.98
(C) 1.45
(D) -1.32
Answer:
(B) + 98
Question ୨୨।
ମାନକ ବିଚ୍ୟୁତି x(6x) ର ମୂଲ୍ୟ = 4 ଏବଂ ମାନକ ବିଚ୍ୟୁତି y(6x) ର ମୂଲ୍ୟ = 3, ସହସମ୍ବନ୍ଧ ଗୁଣାଙ୍କ (r) ର ମୂଲ୍ୟ = .6, 6, ତେବେ ପ୍ରତିପଗମନ ଗୁଣାଙ୍କ (6xx) ର ମୂଲ୍ୟ କେତେ ହେବ ?
(A) 0.8
(B) 0.5
(C) 0.6
(D) 2.8.
Answer:
(A) 0.8
Question ୨୩ ।
ସମୟାନୁକ୍ରମୀମାଳା (Time series) ଆଲୋଚନାରେ କେଉଁ ଉପାଦାନଟି ଗୁରୁତ୍ବପୂର୍ଣ ଅଟେ ?
(A) ସମୟ
(B) ଚଳ
(C) ବାରମ୍ବାରତା
(D) ଉପରୋକ୍ତ ସମସ୍ତଟି
Answer:
(A) ସମୟ
Question ୨୪।
ସମୟ ମାଳାକୁ ସାଧାରଣତଃ କେଉଁ ତଥ୍ୟାବଳୀ ସହିତ ବ୍ୟବହାର କରାଯାଇଥାଏ ?
(A) ସାମାଜିକ
(B) ରାଜନୈତିକ
(C) ଅର୍ଥନୈତିକ
(D) ସାଂସ୍କୃତିକ
Answer:
(C) ଅର୍ଥନୈତିକ
Question ୨୫।
ନିମ୍ନୋକ୍ତ ମଧ୍ଯରୁ କେଉଁଟି ସମୟ ମାଳାର ଉଦାହରଣ ଅଟେ ?
(A) ୧୯୯୧ ମସିହାରେ ଜନସଂଖ୍ୟା ୮୪ କୋଟି
(B) ୨୦୦୧ ଜନସଂଖ୍ୟା ୧୦୨.୭୮ କୋଟି
(C) ୨୦୧ରେ ଜନସଂଖ୍ୟା ୧୨୧– ୧୧ କୋଟି
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ
Question ୨୬।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ସମୟ ମାଳାର ବ୍ୟବହାର
(A) ଏହା ଅତୀତରେ ଘଟିଯାଇଥିବା ଘଟଣାବଳୀକୁ ବୁଝିବାରେ ସାହାଜ୍ୟ କରେ
(B) ଏହା ଭବିଷ୍ୟତର କାର୍ଯ୍ୟପନ୍ଥା ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରେ
(C) ଏହା ତଥ୍ୟାବଳୀକୁ ତୁଳନା କରିବାରେ ସାହାଯ୍ୟ କରେ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ
Question ୨୭।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ସମୟ ମାଳାର ଉପାଦାନ ?
(A) ଋତୁଭିଭିକ ପତ୍ନିବର୍ତ୍ତନ
(B) ଭୌତିକ ପ୍ରବଣତା
(C) ନିୟମିତ କାଳଚକ୍ରାକାର ପରିବର୍ତ୍ତନ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ
Question ୨୮।
ଭୌତିକ ପ୍ରବଣତା (Secular Trend) କହିଲେ ତଥ୍ୟାବଳୀର କେଉଁ ପରିବର୍ତ୍ତନକୁ ବୁଝାଏ ?
(A) ସ୍ଵଳ୍ପକାଳୀନ
(B) ଦୀର୍ଘକାଳୀନ ସ୍ଥିର ପରିବର୍ତ୍ତନ
(C) ଉଭୟ (କ) ଓ (ଖ)
(D) ଉପରୋକ୍ତ ସମସ୍ତ
Answer:
(B) ଦୀର୍ଘକାଳୀନ ସ୍ଥିର ପରିବର୍ତ୍ତନ
Question ୨୯।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭୌତିକ ପ୍ରବଣତାର କାରଣ ?
(A) ଜନସଂଖ୍ୟାରେ ପରିବର୍ତ୍ତନ
(B) ବୈଷୟୀକ ପରିବର୍ତ୍ତନ
(C) ଉପରୋକ୍ତଙ୍କର ରଚିରେ ପରିବର୍ତ୍ତନ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ
Question ୩୦।
ଋତୁଭିତ୍ତିକ ପରିବର୍ତ୍ତନ (Seasonal Variation) ର ସମୟ ସୀମା କେତେ ?
(A) ଏକବର୍ଷ
(B) ଦୁଇବର୍ଷ
(C) ତିନିବର୍ଷ
(D) ଚାରିବର୍ଷ
Answer:
(A) ଏକବର୍ଷ
Question ୩୧।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଋତୁଭିଭିକ ପରିବର୍ତ୍ତନ କାରଣ ?
(A) ପାଣିପାଗରେ ପରିବର୍ତ୍ତନ
(B) ପରଂପରାରେ ପରିବର୍ତ୍ତନ
(C) ଚଳଣି ଓ ଅଭ୍ୟାସରେ ପରିବର୍ତ୍ତନ
(D) ଉପରୋକ୍ତ ସମସ୍ତଟି
Answer:.
(D) ଉପରୋକ୍ତ ସମସ୍ତ
Question ୩୨।
ବ୍ୟବସାୟୀକ ଋତୁ ଚକ୍ରରେ କେତେ ଗୋଟି ସ୍ତର ରହିଛି ?
(A) ୪ଟି
(B) ୨ଟି
(C) ୧ଟି
(D) ୫ଟି
Answer:
(A) ୪ଟି
Question ୩୩।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ସମୟ ମାଳାର ଉପାଦାନ ନୁହେଁ ?
(A) ଋତୁଭିଭିକ ପରିବର୍ତ୍ତନ
(B) ଭୌତିକ ପ୍ରବଣତା
(C) ନିୟମିତ କାଳଚକ୍ରାକାର ପରିବର୍ତ୍ତନ
(D) ଅଭୌତିକ ପରିବର୍ତ୍ତନ
Answer:
(D) ଅଭୌତିକ ପରିବର୍ତ୍ତନ
Question ୩୪।
ଭୌତିକ ପ୍ରବଣତା (Secular Trend) କହିଲେ ତଥ୍ୟବଳୀର କେଉଁ ପରିବର୍ତ୍ତନକୁ ବୁଝାଏ ନାହ ?
(A) ସ୍ଵଳ୍ପକାଳୀନ ପରିବର୍ତ୍ତନ
(B) ଦୀର୍ଘକାଳୀନ ସ୍ଥିର ବା ଅବିଚଳିତ
(C) ଉଭୟ (A) ଓ (B)
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ସ୍ଵଳ୍ପକାଳୀନ ପରିବର୍ତ୍ତନ
Question ୩୫।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭୌତିକ ପ୍ରବଣତାର କାରଣ ନୁହେଁ?
(A) ଜନସଂଖ୍ୟାରେ ପରିବର୍ତ୍ତନ
(C) ଉପଭୋକ୍ତାଙ୍କର ରଚିରେ ପରିବର୍ତ୍ତନ
(B) ବୈଷ୍ୟୟୀକ ପରିବର୍ତ୍ତନ
(D) ଉପରୋକ୍ତ କୌଣସଟି ନୁହେଁ
Answer:
(D) ଉପରୋକ୍ତ କୌଣସଟି ନୁହେଁ
Question ୩୬।
ଋତୁଭିଭିକ ପରିବର୍ତ୍ତନ (Seasonal Variation) ର ସମୟସୀମା ନୁହେଁ।
(A) ଏକ ବର୍ଷ
(C) ତିନିବର୍ଷ
(B) ଦୁଇବର୍ଷ
(D) ଉଭୟ (B) ଓ (C)
Answer:
(D) ଉଭୟ (B) ଓ (C)
Question ୩୭।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଋତୁଭିଭିକ ପରିବର୍ତ୍ତନର କାରଣ ନୁହେଁ ?
(A) ପାଣିପାଗରେ ପରିବର୍ତ୍ତନ
(B) ପରଂପରାରେ ପରିବର୍ତ୍ତନ
(C) ଚଳଣି ଓ ଅଭ୍ୟାସରେ ପରିବର୍ତ୍ତନ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(D) ଉପରୋକ୍ତ କୌଣସିଟି ନୁହେଁ
Question ୩୮।
ବ୍ୟବସାୟୀକ ଋତୁଚିତ୍ର କେତେ ଗୋଟି ସ୍ତର ରହିଛି ?
(A) ୩ଟି
(B) ୨ଟି
(C) ୧ଟି
(D) କୌଣସିଟି ନୁହେଁ
Answer:
(D) କୌଣସିଟି ନୁହେଁ
Question ୩୯।
ନିୟମିତ କାଳଚକ୍ରିକାର ପରିବର୍ତ୍ତନ (Cyclical Variations) କୁ
(A) ଦୀର୍ଘକାଳୀନ ପରିବର୍ତ୍ତନ
(B) ସ୍ଵଳ୍ପକାଳୀନ ପରିବର୍ତନ
(C) ସ୍ଵାଭାବିକ ପରିବର୍ତ୍ତନ
(D) ଉପରୋକ୍ତ ସମସ୍ତ
Answer:
(A) ଦୀର୍ଘକାଳୀନ ପରିବର୍ତ୍ତନ
Question ୪୦।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ନୀୟମିତ କାଳଚକ୍ରୀୟ ପରିବର୍ତ୍ତନର କାରଣ :
(A) ଜଳବାୟୁରେ ପରିବର୍ତ୍ତନ
(B) ସାମାଜିକ ପ୍ରଥାରେ ପରିବର୍ତ୍ତନ
(C) ପରଂପରାରେ ପରିବର୍ତ୍ତନ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(D) ଉପରୋକ୍ତ କୌଣସିଟି ନୁହେଁ
Question ୪୧।
ଅନିୟମିତ ପରିବର୍ତ୍ତନ (Irregular Variations) ହେଉଛି:
(A) ଆକସ୍ମିକ
(B) ଚଞ୍ଚଳ
(C) ଅସ୍ଵାଭାବିକ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ
Question ୪୨।
ଅନିୟମିତ ପରିବର୍ତ୍ତନର କାରଣ ହେଲା :
(A) ଭୂମିକଂପ
(B) ବନ୍ଯା
(C) ଯୁଦ୍ଧ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ
Question ୪୩।
ସାଧାରଣ ଦର ସ୍ତରର ପରିବର୍ତ୍ତନ ମାପ କରିବାରେ ବ୍ୟବହୃତ ହେଉଥିବା ପରିସାଂଖ୍ୟକ ପଦ୍ଧତି କ’ଣ ?
(A) ମୂଲ୍ୟସୂଚାଙ୍କ
(B) ମୁଦ୍ରାର ମୂଲ୍ଯ
(C) ମୁଦ୍ରାର ଯୋଗାଣ
(D) ମୁଦ୍ରାର ଚାହିଦା
Answer:
(A) ମୂଲ୍ୟସୂଚାଙ୍କ
Question ୪୪।
ମୁଦ୍ରାର ମୂଲ୍ୟ କହିଲେ କ’ଣ ବୁଝ ?
(A) ସାଧାରଣ କ୍ରୟ ଶକ୍ତି
(B) ଟଙ୍କା
(C) ସଂପଦ
(D) ପୁଞ୍ଜି
Answer:
(A) ସାଧାରଣ କ୍ରୟ ଶକ୍ତି
Question ୪୫।
ନିମ୍ନୋକ୍ତ ମଧ୍ଯରୁ କେଉଁଟି ମୂଲ୍ୟସୂଚାଙ୍କ ସାହାଯ୍ୟରେ ମାପ କରାଯାଇପାରିବ ?
(A) ଉତ୍ପାଦନର ପରିବର୍ତ୍ତନ
(B) ଦରର ପରିବର୍ତ୍ତନ
(C) ଆୟର ପରିବର୍ତ୍ତନ
(D) ଉପରୋକ୍ତ ସମସ୍ତ
Answer:
(B) ଦରର ପରିବର୍ତ୍ତନ
Question ୪୬।
ମୂଲ୍ୟ ସୂଚାଙ୍କର ଆଭିମୁଖ୍ୟ କ’ଣ ?
(A) ସାଧାରଣ ଦର ସ୍ତରର ପରିବର୍ତ୍ତନ ମାପ କରିବା
(B) ଦର ସ୍ତର ମାପ କରିବା
(C) ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ଦର ମାପ କରିବା
(D) ଉପରୋକ୍ତ ସମସ୍ତ
Answer:
(A) ସାଧାରଣ ଦର ସ୍ତରର ପରିବର୍ତ୍ତନ ମାପ କରିବା
Question ୪୭।
ମୂଲ୍ୟ ସୂଚାଙ୍କ ଦରସ୍ତରର କେଉଁ ପରିବର୍ତ୍ତନ ମାପକରେ ?
(A) କେତେକ ବର୍ଷଧରି ଦର ପରିବର୍ତ୍ତନ
(B) ଏକ ନିର୍ଦ୍ଦିଷ୍ଟ ସମୟରେ ଦର ପରିବର୍ତ୍ତନ
(C) ଉଭୟ (i) ଓ (ii)
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) କେତେକ ବର୍ଷଧରି ଦର ପରିବର୍ତ୍ତନ
Question ୪୮।
ଦର ସୂଚାଙ୍କର ଦର ପରିବର୍ତ୍ତନର କ’ଣ ?
(A) ତୁଳନାତ୍ମକ ଚିତ୍ର ପ୍ରଦାନ କରେ
(B) ଦରର ହ୍ରାସ ଓ ବୃଦ୍ଧି
(C) ଦର ସ୍ଥିରତା
(D) ଉପରୋକ୍ତ ସମସ୍ତ
Answer:
(A) ତୁଳନାତ୍ମକ ଚିତ୍ର ପ୍ରଦାନ କରେ
Question ୪୯।
ଦର ସୂଚାଙ୍କ ପ୍ରସ୍ତୁତିରେ ବୈଶିଷ୍ଟ୍ୟ ଗୁଡ଼ିକ କ’ଣ ?
(A) ମୂଳବର୍ଷ ପସନ୍ଦ କରିବା
(B) ଦ୍ରବ୍ୟ ଓ ସେବା ଚୟନ କରିବା
(C) ଦ୍ରବ୍ୟ ଓ ସେବାର ଦର ସ୍ଥିର କରିବା
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ
Question ୫୦।
ଆଧାର ବର୍ଷର ମୂଲ୍ୟକୁ ସର୍ବଦା କେତେ ଧରାଯାଏ ?
(A) ୧୦୦
(B) ୨୦ ୦
(C) ୫୦
(D) ୫ ୦୦
Answer:
(A) ୧୦୦
Question ୧୫।
ବର୍ତ୍ତମାନ ବା ଅନୁସନ୍ଧାନ ବର୍ଷର ହାରାହାରି ସର୍ବଦା:
(A) ୧୦୦
(B) ୧୦୦ ରୁ ଅଧିକ
(C) ୧୦୦ ରୁ କମ୍
(D) ଉପରୋକ୍ତ ସମସ୍ତ
Answer:
(B) ୧୦୦ ରୁ ଅଧିକ
Question ୫୨।
ଦରଦାମ୍ ସ୍ତରର ପରିବର୍ତ୍ତନକୁ ସାଧାରଣତଃ କେଉଁ ଆକାରରେ ପ୍ରକାଶ କରାଯାଏ ?
(A) ଅନୁପାତ
(B) ଶତାଂଶ
(C) ପୂର୍ବସଂଖ୍ୟା
(D) ଉପରୋକ୍ତ ସମସ୍ତ
Answer:
(B) ଶତାଂଶ
Question ୫୩।
ମୂଲ୍ୟସୂଚୀ ପ୍ରସ୍ତୁତରେ କେଉଁ ଦ୍ରବ୍ୟ ନିଆଯାଏ ?
(A) ପ୍ରତିନିଧ୍ଵମୂଳକ ଦ୍ରବ୍ୟ ଓ ସେବା
(B) ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଓ ସେବା
(C) ଯେକୌଣସି ଦ୍ରବ୍ୟ ଓ ସେବା
(D) ଉପରୋକ୍ତ ସମସ୍ତ
Answer:
(A) ପ୍ରତିନିଧୂମୂଳକ ଦ୍ରବ୍ୟ ଓ ସେବା
Question ୫୪।
ପାଇକାରି ମୂଲ୍ୟସୂଚୀ ପ୍ରସ୍ତୁତ କଲାବେଳେ କେଉଁ ଦରକୁ ଗଣନା କରାଯାଏ ?
(A) ପାଇକାରି ଦର
(B) ଖୁଚୁରା ଦର
(C) ନିର୍ମାଣ ଦ୍ରବ୍ୟର ଦର
(D) ଉପରୋକ୍ତ ସମସ୍ତ
Answer:
(A) ପାଇକାରି ଦର
Question ୫୫।
ପାଇକାରି ମୂଲ୍ୟସୂଚୀ ପ୍ରସ୍ତୁତି ସମୟରେ କେଉଁ ଦ୍ରବ୍ୟର ଦରକୁ ଗଣନା କରାଯାଏ ?
(A) କଞ୍ଚାମାଲର ଦର
(B) ନିର୍ମାଣ ଦ୍ରବ୍ୟର ଦର
(C) ଅନ୍ତର୍ବତୀ ଦ୍ରବ୍ୟର ଦର
(D) ଉପରୋକ୍ତ ସମସ୍ତଟି
Answer:
(A) କଞ୍ଚାମାଲର ଦର
Question ୫୬।
ଉପଭୋକ୍ତା ମୂଲ୍ୟ ସୂଚୀ ପ୍ରସ୍ତୁତି କଲାବେଳେ କେଉଁ ଦରକୁ ଗଣନା କରାଯାଏ ?
(A) ପାଇକାରି ଦର
(B) ଖୁଚୁରା ଖୁଚୁରା ଦର
(C) କଞ୍ଚାମାଲର ଦର
(D) ଉପରୋକ୍ତ ସମସ୍ତ
Answer:
(B) ଖୁଚୁରା ଦର
Question ୫୭।
ନିମ୍ନଲିଖୁତ ମଧ୍ୟରୁ
କେଉଁଟି ଉପଭୋକ୍ତା ମୂଲ୍ୟସୂଚୀର ବ୍ୟବହାର:
(A) ମଜୁରି ଚୁକ୍ତି ବା ବୁଝାମଣା
(B) ସାଧାରଣ ଆର୍ଥିକ ନୀତି
(C) ବାସ୍ତବ ଆୟ
(D) ଉପରୋକ୍ତ ସମସ୍ତ
Answer:
(B) ସାଧାରଣ ଆର୍ଥକ ନୀତି
Question ୫୮।
ଉପଭୋକ୍ତା ମୂଲ୍ୟ ସୂଚୀ ପ୍ରସ୍ତୁତିରେ ସୋପାନଗୁଡ଼ିକ କ’ଣ ?
(A) ମୂଲ୍ୟସୂଚୀ ପ୍ରସ୍ତୁତ କରାଯାଉଥିବା ଲୋକମାନଙ୍କର ଶ୍ରେଣୀ
(B) ପରିବାର ବଜେଟ୍ ବିଷୟରେ ତଦନ୍ତ
(C) ଖୁଚୁରା ଦର ର ତାଲିକା ପ୍ରସ୍ତୁତି
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ
Question ୬୦।
ଉପଭୋକ୍ତା ମୂଲ୍ୟସୂଚୀ ପ୍ରସ୍ତୁତ ବେଳେ କେଉଁ ଦ୍ରବ୍ୟର ଦରକୁ ଗଣନାଭୁକ୍ତ କରାଯାଏ ?
(A) ସମସ୍ତ ଦ୍ରବ୍ୟର ଦର
(B) ନିର୍ଦ୍ଦିଷ୍ଟ ଦ୍ରବ୍ୟର ଦର ଯାହା ଜଣେ ଉପଭୋକ୍ତା ପ୍ରକୃତପକ୍ଷେ କ୍ରୟ କରିଛି
(C) ହାରାହାରି ଦର
(D) ଉପରୋକ୍ତ ସମସ୍ତ
Answer:
(B) ନିର୍ଦ୍ଦିଷ୍ଟ ଦ୍ରବ୍ୟର ଦର ଯାହା ଜଣେ ଉପଭୋକ୍ତା ପ୍ରକୃତପକ୍ଷେ କ୍ରୟ କରିଛି
II. ନିମ୍ନୋକ୍ତ ଉକ୍ତିଗୁଡ଼ିକର ସଠିକତା ପ୍ରମାଣ କର। ଆବଶ୍ୟକ ସ୍ଥଳେ ରେଖାଙ୍କିତ ଅଂଶଗୁଡ଼ିକୁ ନ ବଦଳାଇ ଭ୍ରମ ସଂଶୋଧନ କର। .
[Prove the correctness of the followings correct then if necessary you that changing words underlined.]
Question ୧।
ପ୍ରତିପଗମନାର ଅର୍ଥ ହେଲା ଆଗକୁ ଯିବା।
Answer:
ଭୁଲ୍, ପ୍ରତିପଗମନାର ଅର୍ଥ ହେଲା ପଛକୁ ଫେରିବା।
Question ୨।
ଫ୍ରାନସିସ ଗାଲଟନ୍ ସର୍ବପ୍ରଥମେ ପ୍ରତିପଗମନା ବିଶ୍ଲେଷଣର ବ୍ୟବହାର କରିଥିଲେ।
Answer:
ସଠିକ୍ ।
Question ୩।
ପ୍ରତିପଗମନା ମାପକ ସାହାଯ୍ୟରେ ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ ନିର୍ଦ୍ଧାରଣ କରାଯାଏ।
Answer:
ସଠିକ୍
Question ୪।
ପ୍ରତିପଗମନା ଗୁଣାଙ୍କ ଦୁଇଟି ଚଳରାଣୀ ମଧ୍ୟରେ ଥିବା ସହ ସଂପର୍କର ମାତ୍ର ନିର୍ଦ୍ଧାରଣ କରେ।
Answer:
ଭୁଲ୍, ସହସମ୍ବନ୍ଧ ଗୁଣାଙ୍କ ଦୁଇଟି ଚଳରାଶୀ ମଧ୍ୟରେ ଥିବା ସହସଂପର୍କର ମାତ୍ରା ଗଣନା କରେ।
Question ୫।
ସହ ସମ୍ବନ୍ଧ ଗୁଣାଙ୍କ ମୂଳବିନ୍ଦୁର ପରିବର୍ତ୍ତନ ଉପରେ ନିର୍ଭରଶୀଳ ନୁହେଁ, କିନ୍ତୁ ଆୟତନର ପରିବର୍ତ୍ତନ ଉପରେ ନିର୍ଭରଶୀଳ ଅଟେ।
Answer:
ଭୁଲ୍, ପ୍ରତିପଗମନ ଗୁଣାଙ୍କ ମୂଳ ବିନ୍ଦୁର ପରିବର୍ତ୍ତନ ଉପରେ ନିର୍ଭରଶୀଳ ନୁହେଁ, କିନ୍ତୁ ଆୟତନର ପରିବର୍ତ୍ତନ ଉପରେ ନିର୍ଭରଶୀଳ ଅଟେ।
Question ୬।
ପ୍ରତିଗମନ ବିଶ୍ଳେଷଣରେ ଦୁଇଟି ଯାକ ପ୍ରତିପଗମନ ଗୁଣାଙ୍କ ସମପରିମିତ ଅଟନ୍ତି ।
Answer:
ଜ, ଭୁଲ୍, ପ୍ରତିପଗମନ ବିଶ୍ଳେଷଣରେ ଦୁଇଟିଯାକ ପ୍ରତିପଗମନ ଗୁଣାଙ୍କ ସମପରିମିତ ନୁହେନ୍ତି। ସହସମ୍ବନ୍ଧ ମାପକ ସାହାଯ୍ୟରେ, ଗୋଟିଏ ଚଳରାଶୀକୁ ସ୍ଥିର ରଖୁ ଅନ୍ୟ ଗୋଟିଏ ଚଳ ରାଶୀର ପରିବର୍ତ୍ତନକୁ
ମାପ କରାଯାଏ।
Question ୭।
ଭୁଲ, ପ୍ରତିପଗମନ ବିଶ୍ଳେଷଣରେ ଗୋଟିଏ ଚଳରାଶୀକୁ ସ୍ଥିର ରଖୁ ଅନ୍ୟ ଗୋଟିଏ ଚଳ ରାଶୀର ପରିବର୍ତ୍ତନକୁ ମାପ କରାଯାଏ।
Answer:
ଭୁଲ୍, ପ୍ରତିପଗମନ ଗୁଣାଙ୍କ ଦୁଇଟି ଚଳରାଶୀ ମଧ୍ଯରେ ସହପରିବର୍ତ୍ତନର ପ୍ରକୃତି ମାପ କରେ। ପ୍ରତିଗମନ ଗୁଣାଙ୍କ ଦ୍ଵୟ ଧନାତ୍ମକ ହେଲେ ସହ ସମ୍ବନ୍ଧ ଗୁଣାଙ୍କ ଧନାତ୍ମକ ହୋଇଥାଏ। ଢ. ସଠିକ୍। ଦୁଇଟିଯାକ ପ୍ରତିପଗମନ ଗୁଣାଙ୍କର ସମାନ ସାଙ୍କେତିକ ଚିହ୍ନ ହୋଇଥାଏ।
Question ୮।
ପ୍ରତିପଗମନ ଗୁଣାଙ୍କ ଦୁଇଟି ଚଳଶାରୀ ମଧ୍ୟରେ ସହ ପରିବର୍ତ୍ତନର ମାତ୍ର ମାପ କରେ।
Answer:
ସଠିକ୍।
Question ୯।
ଦୁଇଟିଯାକ ପ୍ରତିପଗମନ ଗୁଣାଙ୍କର ସମାନ ସାଙ୍କେତିକ ଚିହ୍ନ ହୋଇଥାଏ ।
Answer:
ସଠିକ୍ ।
Question ୧୦।
ସହସମ୍ବନ୍ଧ ଗୁଣାଙ୍କ (r) = \(\sqrt{6 x y \times 6 y x}\)
Answer:
ସଠିକ୍।
Question ୧୧।
X on X ପ୍ରତିପଗମନ ସମୀକରଣରେ, Y, ଚଳରାଶୀ ସ୍ବାଧୁନ ଏବଂ X ଚଳରାଶୀ ଆଶ୍ରିତ ଅଟେ।
Answer:
ସଠିକ୍।
Question ୧୨।
X on Y ପ୍ରତିପଗମନ ସମୀକରଣରେ, X ସ୍ବାଧନ ଚଳରାଶୀ ଏବଂ Y ଆଶ୍ରୀତ ଚଳରାଶୀ।
Answer:
ସଠିକ୍।
Question ୧୩।
Y = a + by ସମୀକରଣରେ, a ଓ b ଦୁଇଟି ସାଂଖ୍ୟକ ସ୍ଥିର ଅଟନ୍ତି।
Answer:
ସଠିକ୍
Question ୧୪।
ସହ ସମ୍ବନ୍ଧର ଅର୍ଥ ସହ ପରିବର୍ତ୍ତନ।
Answer:
ସଠିକ୍ !
Question ୧୫।
ସହସମ୍ବନ୍ଧ ବିଶ୍ଳେଷଣ ଦୁଇଟି ଚଳରାଶୀ ମଧ୍ୟରେ ଥିବା ପରିବର୍ତ୍ତନକୁ ଅଧ୍ୟୟନ କରିଥାଏ।
Answer:
ସଠିକ୍
Question ୧୬।
ସହ ସମ୍ବନ୍ଧ ଗୁଣାଙ୍କର ମୂଲ୍ୟ +୧
Answer:
ସହ ସମ୍ବନ୍ଧ ଗୁଣାଙ୍କର ମୂଲ୍ୟ ± ୧
Question ୧୭।
ସହ ସମ୍ବନ୍ଧ ଗୁଣାଙ୍କର ମୂଲ୍ୟ ଶୂନ୍ୟ ହେଲେ, X ଓ Y ଚଳ ମଧ୍ୟରେ ସଂପର୍କ ନଥାଏ।
Answer:
ସଠିକ୍ !
Question ୧୮।
ସହ ସମ୍ବନ୍ଧର ମୂଲ୍ୟ+1 ହେଲେ, ଚଳରାଶୀ ଦ୍ଵୟ ମଧ୍ଯରେ ଋଣାତ୍ମକ ସଂପର୍କ ଥାଏ।
Answer:
ସହ ସମ୍ବନ୍ଧର ମୂଲ୍ୟ +1 ହେଲେ, ଚଳରାଶୀ ମଧ୍ୟରେ ସଂପର୍କ ଧନାତ୍ମକ ଥାଏ।
Question ୧୯।
X ଓ Y ଚଳରାଶୀର ପରିବର୍ତ୍ତନର ଅନୁପାତ ସମାନ ନ ହେଲେ, ସହ ସମ୍ବନ୍ଧ ବକ୍ର ବୈଖ୍ୟକ ହୁଏ।
Answer:
ସଠିକ୍ ।
Question ୨୦।
X ଓ Y, ଚଳରାଶୀ ସମଦିଗରେ ଗତି କରୁଥିଲେ । ଚଳରାଶୀ ଦ୍ଵୟ ମଧ୍ଯରେ ସଂପର୍କ ଧନାତ୍ମକ ।
Answer:
ସଠିକ୍ ।
Question ୨୧।
ମୂଲ୍ୟ ସୂଚୀ ଏକ ସାଂଖ୍ୟକ ପଦ୍ଧତି ଯାହା ସାହାଯ୍ୟରେ ଦର ପରିର୍ତ୍ତନ ମାପ କରାଯାଏ ।
Answer:
ସଠିକ୍
Question ୨୨।
ଆଧାର ବର୍ଷର ମୂଲ୍ୟକୁ ସର୍ବଦା ୫୦ ଧରାଯାଏ ।
Answer:
ଭୁଲ, ଆଧାର ବର୍ଷର ମୂଲ୍ୟକୁ ସର୍ବଦା ୧୦୦ ଧରାଯାଏ ।
Question ୨୩।
ସମସ୍ତ ଦୃଷ୍ଟି କୋଣରୁ ଆଧାର ବର୍ଷ ଏକ ସ୍ବାଭାବିକ ବର୍ଷ।
Answer:
ସଠିକ୍ ।
Question ୨୪।
ପାଇକାରି ମୂଲ୍ୟ ସୂଚୀ ପ୍ରସ୍ତୁତି ସମୟରେ ଚୁଡ଼ାନ୍ତ ଦ୍ରବ୍ୟର ଦରକୁ ଗଣନା କରାଯାଇଥାଏ।
Answer:
ଭୁଲ୍, ପାଇକାରି ମୂଲ୍ୟସୂଚୀ ପ୍ରସ୍ତୁତି ସମୟରେ କଞ୍ଚା ମାଲର ଦରକୁ ଗଣନା କରାଯାଏ।
Question ୨୫।
ଉପଭୋକ୍ତା ମୂଲ୍ୟସୂଚୀ ପ୍ରସ୍ତୁତି ସମୟରେ ଖୁଚୁରା ଦ୍ରବ୍ୟର ଦର ଗଣନା କରାଯାଏ।
Answer:
ସଠିକ୍
Question ୨୬।
ମୂଲ୍ୟ ସୂଚୀ ପ୍ରସ୍ତୁତି ସମୟରେ କେବଳ ପ୍ରତିନିଧୂମୂଳକ ଦ୍ରବ୍ୟକୁ ଗଣନା ପରିସରଭୁକ୍ତ କରାଯାଏ।
Answer:
ସଠିକ୍
Question ୨୭।
ଉପଭୋକ୍ତା ମୂଲ୍ୟସୂଚୀର ଅନ୍ୟନାମ ବଞ୍ଚିବାର ବ୍ୟୟ ମୂଲ୍ୟ ସୂଚୀ।
Answer:
ସଠିକ୍।
Question ୨୮।
ମୁଦ୍ରାର ମୂଲ୍ୟ କହିଲେ ମୁଦ୍ରାର କ୍ରୟ ଶକ୍ତିକୁ ବୁଝାଏ।
Answer:
ସଠିକ୍।
Question ୨୯।
ମୁଦ୍ରାର ମୂଲ୍ୟର ପରିବର୍ତ୍ତନକୁ ମୂଲ୍ୟସୂଚୀ ସାହାଜ୍ୟରେ ମାପ କରାଯାଏ।
Answer:
ସଠିକ୍।
Question ୩୦।
ଉପଭୋକ୍ତା ମୂଲ୍ୟସୂଚୀ ପ୍ରସ୍ତୁତରେ ସମସ୍ତ ଦ୍ରବ୍ୟ ଓ ସେବାକୁ ଗଣନାଭୁକ୍ତ କରାଯାଏ।
Answer:
ଭୁଲ୍, ଉପଭୋକ୍ତା ମୂଲ୍ୟସୂଚୀ ପ୍ରସ୍ତୁତିରେ କେତେକ ପ୍ରତିନିଧ୍ଵମୂଳକ ଦ୍ରବ୍ୟ ଓ ସେବାକୁ ଗଣନା ପରିସରଭୁକ୍ତ କରାଯାଏ।
Question ୩୧।
ମୁଦ୍ରାର ମୂଲ୍ୟକୁ ସାଧାରଣ ଦର ସ୍ତର ଆକାରରେ ପ୍ରକାଶ କରାଯାଏ।
Answer:
ସଠିକ୍।
Question ୩୨।
ଉପଭୋକ୍ତା ପାଇକାରି ଦର ବା ମୁଦ୍ରାର ମୂଲ୍ୟ
Answer:
ଭୁଲ୍, ଉପଭୋକ୍ତ ଦ୍ରବ୍ୟର ଖୁଚୁରା ଦର ବା ସହିତ କାର୍ଯ୍ୟକରେ। ମୁଦ୍ରାର ମୂଲ୍ୟ ସହିତ କାର୍ଯ୍ୟ କରେ।
Question ୩୩।
ଆଧାର ବର୍ଷରେ ସମସ୍ତ ଦ୍ରବ୍ୟ ଓ ସେବାର ଦରକୁ ୧୦୦ ଭାବେ ଗଣନା କରାଯାଏ।
Answer:
ସଠିକ୍।
Question ୩୪।
ଗୋଟିଏ ସରଳ ଦର ମୂଲ୍ୟସୂଚୀ ପ୍ରସ୍ତୁତ କ୍ଷେତ୍ରରେ ସମସ୍ତ ଦ୍ରବ୍ୟକୁ ସମାନ ଗୁରୁତ୍ବ ଦିଆଯାଇଥାଏ।
Answer:
ସଠିକ୍।
Question ୩୫।
ଗୋଟିଏ (Weighted) ଦର ମୂଲ୍ୟସୂଚୀ ପ୍ରସ୍ତୁତି କ୍ଷେତ୍ରରେ ସମସ୍ତ ଦ୍ରବ୍ୟ ଓ ସେବାକୁ ସମାନ ଗୁରୁତ୍ଵ ଦିଆଯାଏ।
Answer:
ଭୁଲ୍, ଗୋଟିଏ Weighted ଦର ମୂଲ୍ୟସୂଚୀ ପ୍ରସ୍ତୁତି କ୍ଷେତ୍ର ଉପଭୋକ୍ତାଙ୍କର କ୍ରୟକୁ ଲକ୍ଷ୍ୟ କରାଯାଇ ଭିନ୍ନ ଭିନ୍ନ ଦ୍ରବ୍ୟର ଭିନ୍ନ ଭିନ୍ନ ଗୁରୁତ୍ଵ ଦିଆଯାଇଥାଏ।
Question ୩୬।
ଗଣନା ବର୍ଷରେ ବିଭିନ୍ନ ଦ୍ରବ୍ୟ ଓ ସେବାର ଦର ପରିବର୍ତ୍ତନକୁ ଅନୁପାତ ଆକାରରେ ପ୍ରକାଶ କରାଯାଏ।
Answer:
ସଠିକ୍।
Question ୩୭।
ଯଦି ମୂଲ୍ୟସୂଚୀରେ ବୃଦ୍ଧି ହୁଏ, ତେବେ ଦର ଦାମ୍ରେ ମଧ୍ୟ ବୃଦ୍ଧି ହୋଇଥାଏ।
Answer:
ସଠିକ୍
Question ୩୮।
ମୂଲ୍ୟ ସୂଚୀ କହିଲେ ସାଧାରଣତଃ ଦର ମୂଲ୍ୟସୂଚୀକୁ ବୁଝାଇ ଥାଏ।
Answer:
ସଠିକ୍
Question ୩୯।
ଉପଭୋକ୍ତା ମୂଲ୍ୟ ସୂଚୀ ପ୍ରସ୍ତୁତି ସମୟରେ ଖୁଚୁରା ଦରକୁ ଗଣନାଭୁକ୍ତ କରାଯାଏ।
Answer:
ସଠିକ୍
Question ୪୦।
ଆଧାର ବର୍ଷରେ ଅସ୍ବଭାବିକ ପରିବର୍ତ୍ତନ ହୋଇଥାଏ।
Answer:
ଭୁଲ୍, ଆଧାର ବର୍ଷରେ କୌଣସି ଅସ୍ବଭାବିକ ପରିବର୍ତ୍ତନ ହୋଇନଥାଏ।
Question ୪୧।
ଯଦି ଆଧାର ବର୍ଷ ୧୯୯୦ରେ ଦର ମୂଲ୍ୟ ସୂଚୀର ମୂଲ୍ୟ ୧୦୦ ଏବଂ ଗଣନା ବର୍ଷ ୨୦୧୦ରେ ଦର ମୂଲ୍ୟ ସୂଚୀର ମୂଲ୍ୟ ୨୬୦.୫୩ ତେବେ ଦ୍ରବ୍ୟର ଦରରେ ୧୬୦.୫୩ ପ୍ରତିଶତ ବୃଦ୍ଧି ହୋଇଥିବା ଏବହା ସୂଚୀତ କରୁଛି।
Answer:
ସଠିକ୍
Question ୪୨।
ସମୟ ମାଳା ଆଲୋଚନାରେ ସମୟ ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ।
Answer:
ସଠିକୁ।
Question ୪୩ ।
ସମୟ ମାଳା କହିଲେ ସମୟନୁକ୍ରମିକ ଭାବରେ ସଜ୍ଜିତ ସାଂଖ୍ୟକ ତଥ୍ୟାବଳୀକୁ ବୁଝାଏ।
Answer:
ସଠିକ୍
Question ୪୪।
ସମୟନୁକ୍ରମିକ ମାଳାକୁ ସାଧାରଣତ ପ୍ରାକୃତିକ ତଥ୍ୟ ଆକାରରେ ପ୍ରକାଶ କରାଯାଇଥାଏ।
Answer:
ଭୁଲ୍, ସମୟନୁକ୍ରମିକ ମାଳାକୁ ସାଧାରଣତଃ ଅର୍ଥନୈତିକ ତଥ୍ୟ ଆକାରରେ ପ୍ରକାଶ କରାଯାଇଥାଏ।
Question ୪୫।
ବିଭିନ୍ନ ପ୍ରକାର ସମୟ ମାଳାକୁ ସାଧାରଣତଃ ତୁଳନାତ୍ମକ ଭାବରେ ପ୍ରକାଶ କରାଯାଏ ।
Answer:
ସଠିକ୍ ।
Question ୪୬।
ସମୟମାଳାର ସାଧାରଣତଃ ତିନୋଟି ଉପାଦାନ ରହିଛି।
Answer:
ଭୁଲ, ସମୟ ମାଳାରେ ସାଧାରଣତଃ ଚାରୋଟି ଉପାଦାନ ରହିଛି ।
Question ୪୭।
ପାରଂପରିକ ସମୟମାଳାରେ, ଚାରିଟି ଉପାଦାନ ମଧ୍ୟରେ ଗୁଣାତ୍ମକ ସଂପର୍କ ରହିଛି।
Answer:
ସଠିକ୍
୪୮ । ଯୁକ୍ତାତ୍ମକ ସମୟ ମାଳାରେ ଚାରିଟିଯାକ ଉପାଦାନ ପରସ୍ପର ନିର୍ଭରଶୀଳ ଅଟନ୍ତି।
Answer:
ସଠିକ୍
Question ୫୦।
ଭୌତିକ ପ୍ରବଣତା (Secular trend) କହିଲେ ସ୍ବଳ୍ପକାଳୀନ ପରିବର୍ତ୍ତନକୁ ବୁଝାଏ।
Answer:
ଭୌତିକ ପ୍ରବଣତା କହିଲେ ଦୀର୍ଘକାଳୀନ ସ୍ଥିର ପରିବର୍ତ୍ତନକୁ ବୁଝାଏ ।
Question ୫୧।
ଜନସଂଖ୍ୟାର ପରିବର୍ତ୍ତନ ଫଳରେ ସମୟ ମାଳାର ଭୌତିକ ପ୍ରବଣତାରେ ପରିବର୍ତ୍ତନ ହୋଇଥାଏ।
Answer:
ସଠିକ୍।
Question ୫୨।
ବୈଷୟୀକ ପରିବର୍ତ୍ତନ ଫଳରେ ସମୟମାଳାରେ ଦୀର୍ଘକାଳୀନ ପରିବର୍ତ୍ତନ ହୋଇଥାଏ ।
Answer:
ସଠିକ୍
Question ୫୩।
ଋତୁଭିଭିକ ପରିବର୍ତ୍ତନ କହିଲେ ସମୟ ମାଳାରେ ବ୍ୟବସାୟୀକ କାର୍ଯ୍ୟକଳାପର ଧାରାବାହିକ ପରିବର୍ତ୍ତନକୁ ବୁଝାଏ।
Answer:
ସଠିକ୍
Question ୫୪।
ସମୟମାଳା ଋତୁଭିଭିକ ପରିବର୍ତ୍ତନ ପ୍ରତି ୧୨ ମାସ ବା ଏକ ବର୍ଷର ଅନ୍ତରରେ ହୋଇଥାଏ।
Answer:
ସଠିକ୍
Question ୫୫।
ଋତୁଭିଭିକ ସମୟ ମାଳାରେ ତଥ୍ୟାବଳୀକୁ ସାପ୍ତାହିକ ବା ମାସିକ ଅନ୍ତରରେ ଦସ୍ତବିର୍ଜ ପ୍ରସ୍ତୁତ କରାଯାଏ।
Answer:
ସଠିକ୍।
Question ୫୬।
ପାଣିପାଗର ପରିବର୍ତ୍ତନ ଫଳରେ ସମୟ ମାଳାର ଦୀର୍ଘକାଳୀନ ପରିବର୍ତ୍ତନ ହୋଇଥାଏ।
Answer:
ଭୁଲ୍, ପାଣି ପାଗରେ ପରିବର୍ତ୍ତନ ହେଲେ ସମୟ ମାଳାର ଋତୁଭିଭିକ ପରିବର୍ତ୍ତନ ହୋଇଥାଏ।
Question ୫୭।
ଚକ୍ରୀୟ ପ୍ରବଣତା କହିଲେ ସମୟ ମାଳାର ପୌନଃପୁନିକ ପରିବର୍ତ୍ତନକୁ ବୁଝାଏ।
Answer:
ସଠିକ୍।
Question ୫୮।
ଚକ୍ରୀୟ ପ୍ରବଣତାକୁ ସମୟ ମାଳାର ଦୀର୍ଘକାଳୀନ ପରିବର୍ତ୍ତନ କୁହାଯାଏ।
Answer:
ସଠିକ୍।
Question ୫୯।
ପରିବର୍ତ୍ତନୀୟରେ ପୌନଃପୁନିକ ପରିବର୍ତ୍ତନ ହୋଇଥାଏ।
Answer:
ସଠିକ୍।
Question ୬୦।
ଅନିୟମିତ ପ୍ରବଣତାରେ ବ୍ୟବସାୟୀକ କାର୍ଯ୍ୟକଳାପରେ ସ୍ବାଭାବିକ ପରିବର୍ତ୍ତନ ହୋଇଥାଏ।
Answer:
ଭୁଲ୍, ଅନିୟମିତ ପ୍ରବଣତାରେ ବ୍ୟବସାୟ କାର୍ଯ୍ୟକଳାପରେ ଅସ୍ଵାଭାବିକ ପରିବର୍ତ୍ତନ ହୋଇଥାଏ।
Question ୬୧।
ଭୂମିକଂପ ପ୍ରଭାବରେ ସମୟାନୁକ୍ରମିକ ଧାରାରେ ଅନିୟମିତ ପରିବର୍ତ୍ତନ ହୋଇଥାଏ।
Answer:
ସଠିକ୍।
Question ୬୨।
ବନ୍ୟାର ପ୍ରଭାବରେ ସମୟାନୁକ୍ରମିକ ଧାରାରେ ସ୍ବାଭାବିକ ପରିବର୍ତ୍ତନ ହୋଇଥାଏ।
Answer:
ଭୁଲ୍, ବନ୍ୟା ପରିବର୍ତ୍ତନରେ ସମୟ ମାଳାର ଅସ୍ଵାଭାବିକ ପରିବର୍ତ୍ତନ ହୁଏ।
Question ୬୩।
ଯୁଦ୍ଧର ପ୍ରଭାବରେ ସମୟାନୁକ୍ରମିକ ଧାରାରେ ଆକସ୍ମିକ ପରିବର୍ତ୍ତନ ହୋଇଥାଏ।
Answer:
ସଠିକ୍
Question ୬୪।
ଅନିୟମିତ ପ୍ରବଣତା ସାଧାରଣତଃ ବିଶେଷଧରଣର ପୃଥକ୍ ଘଟଣାବଳୀରେ ପରିବର୍ତ୍ତନ ଦ୍ବାରା ସମ୍ବବପର ହୋଇଥାଏ।
Answer:
ସଠିକ୍
III. ନିମ୍ନୋକ୍ତ ବାକ୍ୟଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଦିଅ।
[Answer in One Sentence]
Question ୧।
ପ୍ରତିପଗମନ (Regression) ର ଅର୍ଥ କ’ଣ ?
Answer:
ପ୍ରତିପଗମନର
Question ୨।
ଅର୍ଥ ପଛକୁ ଫେରିବାର କଳା (Act of returning back). ପ୍ରତିପଗମନ ବିଶ୍ଳେଷଣ (Regression analysis) କ’ଣ ?
Answer:
ଦୁଇ ଗୋଟି ଚଳରାଶୀ ମଧ୍ୟରେ ଥିବା ହାରାହାରି ସଂପର୍କକୁ ମାପ କରିବା ପାଇଁ ବ୍ୟବହୃତ ହେଉଥିବା ସାଂଖ୍ୟକ କୌଶଳକୁ ପ୍ରତିପର୍ଗମନ ବିଶ୍ଳେଷଣ କୁହାଯାଏ ।
Question ୩।
ପ୍ରତିପଗମନ ବିଶ୍ଳେଷଣ ଦୁଇଟି ଚଳ ରାଶୀ ମଧ୍ୟରେ କ’ଣ ଆଲୋଚନା କରିଥାଏ ?
Answer:
ଦୁଇଟି ଚଳରାଶୀ ମଧ୍ୟରେ ଥିବା ସଂପର୍କର ପ୍ରକୃତି ବା କାର୍ଯ୍ୟକାରୀ ସଂପର୍କ ।
Question ୪।
ପ୍ରତିପଗମନ ବିଶ୍ଳେଷଣ ସାହାଯ୍ୟରେ କ’ଣ ମାପ କରାଯାଏ ?
Answer:
ପ୍ରତିପଗମନ ବିଶ୍ଳେଷଣ ସାହାଯ୍ୟରେ ସ୍ଵାଧନ ଚଳର ମୂଲ୍ୟ ସାହାଯ୍ୟରେ ପରାଧନ ଚଳର ମୂଲ୍ୟ ନିର୍ଦ୍ଧାରଣ କରାଯାଏ।
Question ୫।
Σ(Y – Xc)ର ମୂଲ୍ୟ କେତେ ?
Answer:
Σ(Y – Xc) ର ମୂଲ୍ୟ ଶୂନ୍ୟ।
Question ୬।
X on Y ପ୍ରତିପଗମନ ସମୀକରଣରେ କେଉଁ ଚଳଟି ସ୍ବାଧ୍ଵନ ଚଳ ?
Answer:
X ଚଳଟି ସ୍ଵାଧନ ଚଳ ଅଟେ।
Question ୭।
Y on X ପ୍ରତିପଗମନ ସମୀକରଣରେ କେଉଁ ଚଳଟି ସ୍ବାଧ୍ଵନ ଚଳ ?
Answer:
Y ଚଳଟି ସ୍ଵାଧନ ଚଳ।
Question ୮।
ପ୍ରତିପଗମନ ବିଶ୍ଳେଷଣର ଦୁଇଟି ପ୍ରତିପଗମନ ଗୁଣାଙ୍କ ମୂଲ୍ୟ କ’ଣ ହୁଏ ?
Answer:
ସମ ସାଙ୍କେତିକ ଚିହ୍ନ (ଧନାତ୍ମକ କିମ୍ବା ଋଣାତ୍ମକ) ବିଶିଷ୍ଟ ହୁଏ।
Question ୮।
ପ୍ରତିପଗମନ ବିଶ୍ଳେଷଣର ଦୁଇଟି ବ୍ୟବହାର ଲେଖ।
Answer:
ପ୍ରତିପଗମନ ବିଶ୍ଳେଷଣର ଦୁଇଟି ବ୍ୟବହାର ହେଲା
(a) ଏହି ମାପକ ସ୍ଵାଧନ ଚଳ ସାହାଯ୍ୟରେ ଆଶୀତ ଚଳର ମୂଲ୍ୟ ନିର୍ଦ୍ଧାରଣ କରାଯାଏ। ଏବଂ
(b) ସହ ସମ୍ବନ୍ଧ ଗୁଣାଙ୍କର ମୂଲ୍ୟ ନିର୍ଦ୍ଧାରଣ କରାଯାଏ।
Question ୧୦।
କେଉଁ ଗୁଣାଙ୍କ ମୂଳବିନ୍ଦୁର ପରିବର୍ତ୍ତନ ଉପରେ ନିର୍ଭରଶୀଳ ନୁହେଁ, କିନ୍ତୁଆୟତନର ପରିବର୍ତ୍ତନ ଉପରେ ନିର୍ଭରଶୀଳ ଅଟେ।
Answer:
ପ୍ରତୀପଗମନ ଗୁଣାଙ୍କ
Question ୧୧।
ପ୍ରତୀପ ଗମନ ବିଶ୍ଳେଷଣରେ ଦୁଇଟି ଯାକ ପ୍ରତୀପଗମନ ଗୁଣାଙ୍କ ସମପରିମିତ ଅଟନ୍ତି କି ?
Answer:
ନାଁ ସମପରିମିତ ନୁହଁନ୍ତି
Question ୧୨।
କାହା ସାହାର୍ଯ୍ୟରେ ଗୋଟିଏ ଚଳରାଶିକୁ ସ୍ଥିର ରଖ୍, ଅନ୍ୟ ଗୋଟିଏ ଚଳରାଶିର ପରିବର୍ତ୍ତନକୁ ମାପ କରାଯାଏ ?
Answer:
ପ୍ରତୀପ ଗମନ
Question ୧୩ ।
ପ୍ରତୀପ ଗମନ ଗୁଣାଙ୍କ ଦୁଇଟି ଚଳରାଶି ମଧ୍ୟରେ ଥିବା କେଉଁ ସଂପର୍କ ମାପକରେ ?
Answer:
ସହ ପରିବର୍ତ୍ତନର ପ୍ରକୃତି
Question ୧୪।
ପ୍ରତୀପ ଗମନ ଗୁଣାଙ୍କ ଦ୍ଵୟ ଧନାତ୍ମକ ହେଲେ ସହସମ୍ବନ୍ଧ ଗୁଣାଙ୍କ କ’ଣ ହୋଇଥାଏ ?
Answer:
ଧନାତ୍ମକ
Question ୧୫।
ସହସମ୍ବନ୍ଧ ଗୁଣାଙ୍କ (r) = ?
Answer:
\(\sqrt{\text { bxy.byx }}\)
Question ୧୬।
କେଉଁ ସମୀକରଣରେ X ଚଳରାଶି ସ୍ଵାଧୀନ ଓ Y ଚଳରାଶି ଆଶ୍ରିତ ଅଟେ ?
Answer:
X on Y
Question ୧୭।
କେଉଁ ସମୀକରଣରେ Y ଚଳରାଶି ସ୍ବାଧୀନ ଓ X ଚଳରାଶି ଆଶ୍ରିତ ଅଟେ ?
Answer:
Y on Y
Question ୧୮।
ପ୍ରତୀପ ଗମନର ଅର୍ଥ କ’ଣ ?
Answer:
ପ୍ରତୀପ ଗମନର ଅର୍ଥ ପଛକୁ ଫେରିବାର କଳା।
Question ୧୯।
ପ୍ରତୀପ ଗମନ ବିଶ୍ଳେଷଣ କ’ଣ ?
Answer:
ଦୁଇଗୋଟି ଚଳରାଶି ମଧ୍ୟରେ ଥିବା ହାରାହାରି ସଂପର୍କକୁ ମାପ କରିବା ପାଇଁ ବ୍ୟବହୃତ ହେଉଥିବା ସାଂଖ୍ୟକ କୌଶଳକୁ ପ୍ରତୀପ ଗମନ ବିଶ୍ଳେଷଣ କୁହାଯାଏ।
Question ୨୦।
ପ୍ରତୀପ ଗମନ ବିଶ୍ଳେଷଣ ଦୁଇଟି ଚଳରାଶି ମଧ୍ୟରେ କ’ଣ ଆଲୋଚନା କରିଥାଏ ?
Answer:
ଦୁଇଟି ଚଳରାଶି ମଧ୍ୟରେ ଥିବା ସଂପର୍କର ପ୍ରକୃତି ବା କାର୍ଯ୍ୟକାରୀ ସଂପର୍କ।
Question ୨୧।
ପ୍ରତୀପ ଗମନ ବିଶ୍ଳେଷଣ ସାହାଯ୍ୟରେ କ’ଣ ମାପ କରାଯାଏ ? କରାଯାଏ।
Answer:
ପ୍ରତୀପଗମନ ବିଶ୍ଳେଷଣ ସାହାଯ୍ୟରେ ସ୍ବାଧୀନ ଚଳର ମୂଲ୍ୟ ସାହାଯ୍ୟରେ ପରାଧୀନ ଚଳର ମୂଲ୍ୟ ନିର୍ଦ୍ଧାରଣ କରାଯାଏ।
Question ୨୨।
Σ(Y – YC) ର ମୂଲ୍ୟ କେତେ ?
Answer:
Σ(Y – YC)ର ମୂଲ୍ୟ ଶୂନ୍ୟ।
Question ୨୩।
X on X ପ୍ରତୀପ ଗମନ ସମୀକରଣରେ କେଉଁ ଚଳଟି ସ୍ବାଧୀନ ?
Answer:
x ଚଳଟି ସ୍ଵାଧୀନ ଚଳ ଅଟେ।
Question ୨୪ ।
Y on X ପ୍ରତୀପ ଗମନ ସମୀକରଣରେ କେଉଁ ଚଳଟି ସ୍ବାଧୀନ ଚଳ ନୁହେଁ ?
Answer:
X ଚଳଟି ସ୍ଵାଧୀନ ଚଳ ନୁହେଁ।
Question ୨୫।
ପ୍ରତୀପ ଗମନ ବିଶ୍ଳେଷଣରେ ଦୁଇଟି ପ୍ରତୀପ ଗମନ ଗୁଣାଙ୍କ ମୂଲ୍ୟ କ’ଣ ହୁଏ ?
Answer:
ସମସାଙ୍କେତିକ ଚିହ୍ନ (ଧନାତ୍ମକ କିମ୍ବା ଋଣାତ୍ମକ) ବିଶିଷ୍ଟ ହୁଏ ।
Question ୨୬।
ମୂଲ୍ୟ ସୂଚୀ କ’ଣ ?
Answer:
ମୂଲ୍ୟସୂଚୀ (Index number) କହିଲେ ଏକ ପରିସାଂଖ୍ୟକ ପଦ୍ଧତିକୁ ବୁଝାଏ ଯାହା ସାହାଯ୍ୟରେ ସାଧାରଣ ଦର ସ୍ତରରେ ପରିବର୍ତ୍ତନକୁ ମାପ କରାଯାଇଥାଏ।
Question ୨୭।
ଦର ମୂଲ୍ୟସୂଚୀର ଆଭିମୁଖ୍ୟ କ’ଣ ?
Answer:
ସାଧାରଣ ଦର ସ୍ତରକୁ ଏକ ଆକାରରେ ଉପସ୍ଥାପନ କରିବା।
Question ୨୮।
ମୂଲ୍ୟସୂଚୀର ପ୍ରସ୍ତୁତିର ମୁଖ୍ୟ ବ୍ୟବହାର କ’ଣ ?
Answer:
ଦ୍ରବ୍ୟର ଦର ପରିବର୍ତ୍ତନର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା।
Question ୨୯୮
ମୂଲ୍ୟସୂଚୀର ଅନ୍ୟ ବ୍ୟବହାର କ’ଣ ?
Answer:
ମୂଲ୍ୟ ସୂଚୀର ଅନ୍ୟ ବ୍ୟବହାରଗୁଡ଼ିକ ହେଲା ଅନ୍ୟ ପରିବର୍ତ୍ତନୀର ପରିବର୍ତ୍ତନକୁ ମାପ କରିବା।
Question ୩୦।
ମୂଲ୍ୟ ସୂଚୀ ପ୍ରସ୍ତୁତିର ପ୍ରଥମ ନିୟମ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷକୁ ଆଧାର ବର୍ଷ ଭାବେ ଚୟନ କରିବା ମୂଲ୍ୟସୂଚୀ ପ୍ରସ୍ତୁତିର ପ୍ରଥମ ନିୟମ।
Question ୩୧।
ଆଧାର ବର୍ଷର କାହାକୁ କୁହାଯାଏ ?
Answer:
ଯେଉଁ ସ୍ଵାଭାବିକ ବର୍ଷକୁ ଆଧାର କରି ଅନ୍ୟ ଏକ ବର୍ଷ (ଗଣନ)ର ଦର ପରିବର୍ତ୍ତନ ମାପ କରିଯାଏ, ତାହାକୁ ଆଧାର ବର୍ଷ କୁହାଯାଏ।
Question ୩୨।
କେଉଁ ବର୍ଷକୁ ଆଧାର ବର୍ଷ ଭାବେ ଚୟନ କରାଯାଇଥାଏ ?
Answer:
ଯେଉଁ ବର୍ଷରେ କୌଣସି ଅସ୍ଵାଭାବିକ ଘଟଣା ଯଥା ମୁଦ୍ରାସ୍ପତି, ପ୍ରାକୃତିକ ବିପର୍ଯ୍ୟୟ ଯୁଦ୍ଧ ଇତ୍ୟାଦି ଘଟି ନ ଥାଏ, ସେହି ବର୍ଷକୁ ଆଧାର ବର୍ଷ ଭାବେ ଗ୍ରହଣ କରାଯାଏ !
Question ୩୩।
ମୂଲ୍ୟ ସୂଚୀ ପ୍ରସ୍ତୁତି ସମୟରେ କେଉଁ ଦ୍ରବ୍ୟ ଓ ସେବାକୁ ଚୟନ କରାଯାଏ ?
Answer:
ପ୍ରତିନିଧୂମୂଳକ ଦ୍ରବ୍ୟ ଓ ସେବା।
Question ୩୪।
ଗଣନା ବର୍ଷରେ ବିଭିନ୍ନ ଦ୍ରବ୍ୟ ଓ ସେବାର ଦର ପରିବର୍ତ୍ତନକୁ କିପରି ପ୍ରକାଶ କରାଯାଏ ?
Answer:
ଅନୁପାତ ଆକାରରେ।
Question ୩୫।
ଯଦି ଗଣନା ବର୍ଷର ମୂଲ୍ୟ ସୂଚୀ ଆଧାର ବର୍ଷରୁ ମୂଲ୍ୟସୂଚୀଠାରୁ ଅଧିକ ହୁଏ, ତେବେ ଦର କ’ଣ ?
Answer:
ଦର ସ୍ତର ବୃଦ୍ଧି ହେବାର ଏହା ସୂଚୀତ କରୁଛି ।
Question ୩୬।
ଗୋଟିଏ ସରଳ ଦର ମୂଲ୍ୟସୂଚୀକୁ ନିର୍ଦ୍ଧାରଣ କରାଯାଏ ?
Answer:
ଗୋଟିଏ ସରଳ ଦର ମୂଲ୍ୟ ସୂଚୀକୁ ନିମ୍ନଲିଖତ ପଦ୍ଧତି ସାହାଯ୍ୟରେ ନିର୍ଣ୍ଣୟ କରାଯାଏ
Question ୩୭।
ଯଦି ଗଣନ ବର୍ଷର ମୂଲ୍ୟ ସୂଚୀର ସମଷ୍ଟି 1700 ଏବଂ ଦ୍ରବଣର ସଂଖ୍ୟା 7, ତେବେ ଗଣନା ବର୍ଷର କେତେ ହେବ ?
Answer:
Question ୩୮।
ଭାରୀ ଦର ମୂଲ୍ୟ ସୂଚୀର ମୂଲ୍ୟ ନିର୍ଦ୍ଧାରଣ କରିବା ପଦ୍ଧତି କ’ଣ ?
Answer:
ଭାରୀ ଦର ମୂଲ୍ୟ ସୂଚୀ (Weighted Price Index number)
Question ୩୯।
ଯଦି 1990 ମସିହାରେ (ଗଣନ ବର୍ଷରେ) ଭାରୀ ମୂଲ୍ୟ ସୂଚୀର ସମଷ୍ଟି 1500 ଏବଂ ମୋଟ ଓଜନ (Weight) 12, ତେବେ ଭାରୀ ମୂଲ୍ୟସୂଚୀର ମୂଲ୍ୟ କେତେ ?
Answer:
\(\frac{1500}{12}\) = 25
Question ୪୦।
ପାଇକାରି ମୂଲ୍ୟସୂଚୀ କାହାକୁ କୁହାଯାଏ ?
Answer:
ଯେଉଁ ମୂଲ୍ୟସୂଚୀକୁ କେତେକ ଗୁରୁତ୍ବପୂର୍ଣ୍ଣ ବା ପ୍ରତିନିଧୂମୂଳକ ଦ୍ରବ୍ୟ ଓ ସେବାର ଦର ପାଇକାରି ମୂଲ୍ୟକୁ ଆଧାର କରି ପ୍ରସ୍ତୁତ କରାଯାଏ, ତାହାକୁ ପାଇକାରି ମୂଲ୍ୟସୂଚୀ (Wholesale Price Index) କୁହାଯାଏ।
Question ୪୧।
ଉପଭୋକ୍ତାଙ୍କ ମୂଲ୍ୟ ସୂଚୀ (Consumer Price Index) କାହାକୁ କୁହାଯାଏ ?
Answer:
ଯେଉଁ ମୂଲ୍ୟସୂଚୀକୁ ଖୁଚୁରା ଦର ବା ସାଧାରଣ ଉପଭୋକ୍ତ କ୍ରୟ କରୁଥୁବା ଦରକୁ ଆଧାର କରି ପ୍ରସ୍ତୁତ କରାଯାଏ, ତାହାକୁ ଉପଭୋକ୍ତାଙ୍କ ମୂଲ୍ୟ ସୂଚୀ କୁହାଯାଏ।
Question ୪୨।
ପାଇକାରି ମୂଲ୍ୟ ସୂଚୀ ପ୍ରସ୍ତୁତିରେ କେଉଁ ଦ୍ରବ୍ୟର ଦରକୁ ଗଣନା ପରିସରଭୁକ୍ତ କରାଯାଏ ?
Answer:
କଞ୍ଚାମାଲର ଦରକୁ ଆଧାରକରି ପାଇକାରି ମୂଲ୍ୟସୂଚୀ ପ୍ରସ୍ତୁତ କରାଯାଏ।
Question ୪୩।
ମୂଲ୍ୟସୂଚୀ କେତେ ପ୍ରକାରର ଅଟେ ?
Answer:
ମୂଲ୍ୟସୂଚୀ ଦୁଇ ପ୍ରକାରର ଯଥା (୧) ପାଇକାରି ମୂଲ୍ୟସୂଚୀ ଏବଂ (୨) ଉପଭୋକ୍ତାଙ୍କ ମୂଲ୍ୟସୂଚୀ।
Question ୪୪।
ସମୟାନୁକ୍ରମିକ ଧାରା (Time Series) କ’ଣ ?
Answer:
ସମୟାନୁକ୍ରମ ଧାରା କହିଲେ ସମୟାନୁକ୍ରମିକ ଭାବେ ସଜାଜାଇଥବା ପରିସାଂଖ୍ୟକ ପର୍ଯ୍ୟବେକ୍ଷଣର ଏକ ସେଟ୍କୁ ବୁଝାଏ ।
Question ୪୫।
ସମୟାନୁକ୍ରମିକ ଧାରାର କେତୋଟି ଉପାଦାନ ରହିଛି ?
Answer:
ଚାରିଟି ଉପାଦାନ।
Question ୪୬।
ସମାୟାନୁକ୍ରମିକ ଧାରାର ଉପାଦାନ ଗୁଡ଼ିକ କ’ଣ ?
Answer:
ଭୌତିକ ପ୍ରବଣତା, ଋତୁଭିଭିକ ପ୍ରବଣତା, ଚକ୍ରୀୟ ପ୍ରବଣତା ଓ ଅନିୟମିତ ପ୍ରବଣତା; ଏହି ଚାରିଗୋଟି ଉପାଦାନ ସମୟାନୁକ୍ରମିକ ଧାରାର ଉପାଦାନ ଅଟନ୍ତି।
Question ୪୭।
ପାଂରପରିକ ସମୟାନୁକ୍ରମିକ ଧାରାରେ ଚାରିଗୋଟି ଉପାଦାନମାନଙ୍କ ମଧ୍ୟରେ କ’ଣ ସଂପର୍କ ରହିଛି ?
Answer:
ଗୁଣନୀୟ ସଂପର୍କ (Multiplicative relation)
Question ୪୮।
ଆଧୁନିକ ସମୟାନୁକ୍ରମିକ ଧାରାରେ ଚାରିଟି ଉପାଦାନ ମଧ୍ଯରେ କି ସଂପର୍କ ରହିଛି ?
Answer:
ଯୋଗାକୃତ (additive) ସଂପର୍କ।
Question ୪୯।
ଭୌତିକ ପ୍ରବଣତା (Secular trend) କ’ଣ ?
Answer:
ଭୌତିକ ପ୍ରବଣତା କହିଲେ ଅର୍ଥନୈତିକ ପରିବର୍ତ୍ତନୀୟ; ଯଥା ଉତ୍ପାଦନ, ବିକ୍ରି, ଲାଭ, ଆୟ, ରୋଜଗାର ଇତ୍ୟାଦିର କେତେକ ସମୟ ଭିତରେ ବୃଦ୍ଧି ଓ ହ୍ରାସ ହେବାର ମୌଳିକ ପ୍ରବୃତିକୁ ବୁଝାଏ।
Question ୫୦।
ଋତୁଭିଭିକ ପରିବର୍ତ୍ତନ (Seasonal Variation) କ’ଣ ?
Answer:
ଋତୁଭିଭିକ ପରିବର୍ତ୍ତନ କହିଲେ ବ୍ୟବସାୟୀକ ଚକ୍ରର ଏହି ସମୟାନୁକ୍ରମିକ ଗତିକୁ ବୁଝାଏ । ଯାହାକି ପ୍ରତି ବର୍ଷ ନିୟମିତ ଭାବରେ ସଂଘଟିତ ହୋଇଥାଏ।
Question ୫୧।
ଋତୁଭିଭିକ ପରିବର୍ତ୍ତନର ଦୁଇଟି କାରଣ ଲେଖ ।
Answer:
(୧) ପାଣିପାଗ ଓ ଜଳବାୟୁରେ ପରିବର୍ତ୍ତନ; ଏବଂ (୨) ପରଂପରା, ପ୍ରଥା ଓ ଅଭ୍ୟାସରେ ପରିବର୍ତ୍ତନ ହେଲେ, ସମୟାନୁକ୍ରମିକ ଧାରାର।
Question ୫୨।
ଚକ୍ରୀୟ ପରିବର୍ତ୍ତନ କ’ଣ ?
Answer:
ସମାୟାନୁକ୍ରମିକ ଅର୍ଥନୈତିକ କାର୍ଯ୍ୟାବଳୀର ଧାରାର ଚକ୍ରୀୟ ପରିବର୍ତ୍ତନ କହିଲେ ଅର୍ଥନୈତିକ କାର୍ଯ୍ୟାବଳୀର ସେହି ଦୀର୍ଘକାଳୀନ ପରିବର୍ତ୍ତନକୁ ବୁଝାଏ। ଯାହାକି ନିୟମିତ ବା ଅବିରୋଧ ଭାବରେ ବୃଦ୍ଧି ଏବଂ ହ୍ରାସ ହୋଇଥାଏ।
Question ୫୩।
ବ୍ୟବସାୟୀକ ଚକ୍ରର କେତୋଟି ସ୍ତର ରହିଛି ?
Answer:
ଚାରିଟି ସ୍ତର
Question ୫୪।
ବ୍ୟବସାୟୀକ ଚକ୍ରର ପ୍ରଥମ ଦୁଇଟି ସ୍ତର କ’ଣ ?
Answer:
ଆର୍ଥିକ ସ୍ଵଚ୍ଛଳତା (Economic Prosparity) ଏବଂ ଉତ୍ସାହ ହୀନତା ହ୍ରାସମାନସ୍ତର।
Question ୫୫।
ବ୍ୟବସାୟୀକ ଚକ୍ରର ଦ୍ଵିତୀୟ ଦୁଇଟି ସ୍ତର କ’ଣ ?
Answer:
ମୂଲ୍ୟ ହ୍ରାସ (Depression) ଏବଂ ପୁନର୍ବାର (Recovery) ସ୍ତର।
Question ୫୬।
ଅନିୟମିତ ପରିବର୍ତ୍ତନ କ’ଣ ?
Answer:
ସମାୟାନୁକ୍ରମିକ ମାଳାର ଅନିୟାମିତ ପରିବର୍ତ୍ତନ କହିଲେ ବ୍ୟବସାୟୀକ କାର୍ଯ୍ୟକଳାପରେ ସେହି ପରିବର୍ତ୍ତନକୁ ବୁଝାଏ। ଯାହାକି କୌଣସି ନିର୍ଦ୍ଦିଷ୍ଟ ଧାରାରେ ପୁନରାବୃତ୍ତି ହୁଏ ନାହିଁ।
Question ୫୭।
ସମାୟୁକ୍ରମିକ ମାଳାର ଅନିୟାମିତ ପରିବର୍ତ୍ତନର ଦୁଇଟି କାରଣ ଦର୍ଶାଅ।
Answer:
ବନ୍ୟା; ଏବଂ ଭୂମି କଂପ।
IV. ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟିରୁ ତିନୋଟି ବାକ୍ୟରେ ମଧ୍ୟରେ ଲେଖ।
[Answer the following questions within 2 to 3 sentences in each case.]
Question ୧।
ସମୟାନୁକ୍ରମିକ ଧାରା ବା ମାଳା କ’ଣ ?
Answer:
ସମୟାନୁକ୍ରମିକ ଧାରା (Time Series) କହିଲେ ସମୟାନୁକ୍ରମରେ (Chronologically) ସଜା ଯାଇଥିବା ସାଂଖ୍ୟକ ତଥ୍ୟ ବଳୀକୁ ବୁଝାଏ । ଅନ୍ୟ ଅର୍ଥରେ, ଯେତେବେଳେ ଆମେ, ସାଂଖ୍ଯତ ତଥ୍ୟାବଳୀକୁ ବିଭିନ୍ନ ସମୟରେ ଅନୁଧ୍ୟାନ କରୁ, ସେହି ସାଂଖ୍ୟକ ପର୍ଯ୍ୟବେକ୍ଷଣର ଏହି ସେଟ୍କୁ ସମୟାନୁକ୍ରମିକ ଧାରା କୁହାଯାଏ ।
Question ୨।
ସମୟାନୁକ୍ରମିକ ଧାରାର ଉପାଦାନ (Elements) ଗୁଡ଼ିକ କ’ଣ ?
Answer:
ସମୟାନୁକ୍ରମିକ ମାଳାର ଉପାଦାନ ଗୁଡ଼ିକ ହେଲା
(a) ଭୌତିକ ପ୍ରବଣତା (Secular trend)
(b) ଋତୁଭିଭିକ ପରିବର୍ତ୍ତନ (Seasonal Variation)
(c) ଚକ୍ରୀୟ ପରିବର୍ତ୍ତନ (Cyclical Variation) ଏବଂ
(d) ଅନିୟମିତ ପରିବର୍ତ୍ତନ (Prregular Variation)
Question ୩ ।
ଭୌତିକ ପ୍ରବଣତା (Secular trend) କ’ଣ ?
Answer:
ଭୌତିକ ପ୍ରବଣତା କହିଲେ ଅର୍ଥନୈତିକ ପରିବର୍ତ୍ତନ; ଯଥା ଉତ୍ପାଦାନ, ଆୟ, ବିକ୍ରି, ରୋଜଗାର ଇତ୍ୟାଦିର କେତେକ ସମୟ ମଧ୍ୟରେ ହ୍ରାସ କିମ୍ବା ବୃଦ୍ଧିକୁ ବୁଝାଏ। ଏହାକୁ ସମୟାନୁକ୍ରମିକ ମାଳାର ଦୀର୍ଘକାଳୀନ ପରିବର୍ତ୍ତନକୁ ବୁଝାଏ।
Question ୪।
ଋତୁଭିଭିକ ପରିବର୍ତ୍ତନ (Seasonal Variation) କ’ଣ ?
Answer:
ସମୟାନୁକ୍ରମିକ ଧାରାର ଋତୁଭିଭିକ ପରିବର୍ତ୍ତନ କହିଲେ ବ୍ୟବସାୟୀକ କାର୍ଯ୍ୟକଳାପର ସେହି ପରିବର୍ତ୍ତନକୁ ବୁଝାଏ ଯାହାକି ପ୍ରତିବର୍ଷ ନିୟମିତ ଭାବରେ ଘଟିଥାଏ । ପାଣିପାଗ ଓ ଜଳବାୟୁ, ପରଂପରା ଓ ଅଭ୍ୟାସ ଦ୍ଵାରା ପ୍ରଭାବିତ ହୋଇଥାଏ।
Question ୫।
ଚକ୍ରୀୟ ପରିବର୍ତ୍ତନ (Cyclical Variation) କ’ଣ ?
Answer:
ସମୟାନୁକ୍ରମିକ ମାଳାର ଚକ୍ରୀୟ ପରିବର୍ତ୍ତନ କହିଲେ ଅର୍ଥନୈତିକ କାର୍ଯ୍ୟକଳାପର ଦୀର୍ଘକାଳୀନ ପରିବର୍ତ୍ତନ (ବୃଦ୍ଧି ବା ହ୍ରାସ)କୁ ବୁଝାଏ। ଯାହାକି ଲଗାତାର ବା ଧାରାବାହିକ ଭାବରେ ପରିବର୍ତ୍ତନ ହୋଇଥାଏ। ବ୍ୟବସାୟୀକ ଚକ୍ରର କ୍ରିୟା ପ୍ରଭାବ ଚାରି ପ୍ରକାରର; ଯଥା ଆର୍ଥିକ ସ୍ଵଚ୍ଛଳତା, ହ୍ରାସମାନ ସ୍ତର, ମୂଲ୍ୟହ୍ରାସ ଓ ପୁନର୍ବାର।
Question ୬।
ଅନିୟମିତ ପରିବର୍ତ୍ତନ (Irregular Variation) କ’ଣ ?
Answer:
ଅନିୟମିତ ପରିବର୍ତ୍ତନ କହିଲେ ସମୟାନୁକ୍ରମିକ ଧାରାର ବ୍ୟବସାୟୀକ କାର୍ଯ୍ୟକଳାପର ସେହି ପରିବର୍ତ୍ତନକୁ ବୁଝାଏ ଯାହାକି କୌଣସି ନିର୍ଦ୍ଦିଷ୍ଟ ଧାରାରେ ପୁନରାବୃତ୍ତି ହୁଏ ନାହିଁ। ଅନିୟମିତ ପରିବର୍ତ୍ତନ କେତେକ ବିଶେଷ ଧରଣର ପୃଥକ ଘଟଣାବଳୀ; ଯଥା ଭୂମିକଂପ, ବନ୍ୟା, ଯୁଦ୍ଧ ଇତ୍ୟାଦିର ପରିବର୍ତ୍ତନ ଫଳରେ ଦେଖାଦେଇଥାଏ।
Question ୭।
ସମୟାନୁକ୍ରମିକ ଧାରାର ଗୁଣାତଳ୍ମକ ସଂପର୍କ (Multiplicative) ପରିବର୍ତ୍ତନ କ’ଣ ?
Answer:
ପାରଂପରିକ ସମୟାନୁକ୍ରମିକ ମାଳାରେ ଚାରିଟି ଯାକ ଉପାଦାନ ମଧ୍ୟରେ ଗୁଣାତ୍ମକ ସଂପର୍କ। ଗୋଟିଏ ନିର୍ଦ୍ଦିଷ୍ଟ ମାଳାର ଯେକୌଣସି ଗୋଟିଏ ନିର୍ଦ୍ଦିଷ୍ଟ ମୂଲ୍ୟ ସେହି ସମସ୍ତ ଉତ୍ପାଦନ ଗୁଡ଼ିକର ଗୁଣିତକ ମୂଲ୍ୟକୁ ବୁଝାଏ। ସାଙ୍କେତିକ ଭାଷାରେ Y = T × S × C × I
Question ୮।
ଯୋଗାତ୍ମକ (Additive) ସମୟାନୁକ୍ରମିକ ଧାରା କ’ଣ ?
Answer:
ସମାୟାନୁକ୍ରମିକ ଧାରାର ଚାରିଟି ଉପାଦାନ ମଧ୍ୟରେ ଯୋଗାବୃତ୍ତ ସଂପର୍କ ଥିବାରୁ ଏହାକୁ ଯୋଗାତ୍ମକ ସମୟାନୁକ୍ରମିକ ଧାରା କୁହାଯାଏ। ଏକ ନିର୍ଦ୍ଦିଷ୍ଟ ମାଳାର ଯେକୌଣସି ଗୋଟିଏ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ହେଲେ ଚାରିଟିଯାକ ଉପାଦାନକୁ ଯୋଗ କରିବାକୁ ହେବ। ସାଙ୍କେତିକ ଭାଷାରେ, Y = T + S + C I
Question ୯।
ଦ୍ବିବିଚଳ ପରିବଣ୍ଟନ (Bi-variate-Variable) କାହାକୁ କୁହାଯାଏ ?
Answer:
ଦୁଇଟି ଚଳରାଶି ଥବା ବିତରଣକୁ ଦ୍ବିବଚଳ ପରିବଣ୍ଟନ କୁହାଯାଏ । ଏହିପରି ବଣ୍ଟନରେ ଦୁଇଟି ଚଳରାଶିର ବିଶ୍ଳେଷଣ କରାଯାଏ।
Question ୧୦।
ସହସମ୍ବନ୍ଧ (Correlation) କାହାକୁ କୁହାଯାଏ ?
Answer:
ଯଦି ଦୁଇଟି ଚଳମାନ ମଧ୍ୟରେ ଏପରି ସଂପର୍କ ଥାଏ ଯେ, ଗୋଟିଏ ପରିବର୍ତ୍ତିତ ହେଲେ ଅନ୍ୟଟି ମଧ୍ୟ ପରିବର୍ତ୍ତିତ ହୁଏ। ତେବେ ଏ ଦୁଇଟି ଚଳମାନ ମଧ୍ୟରେ ସହସମ୍ବନ୍ଧ ଅଚି ବୋଲି କୁହାଯାଏ। ଅର୍ଥଶାସ୍ତ୍ରୀ ଟଟଲ୍ଙ୍କ ମତରେ, ଦୁଇ ବା ତତୋଧକ ଚଳରାଶିମାନଙ୍କର ସହମାନ ପରିବର୍ତ୍ତନର ବିଶ୍ଳେଷଣକୁ ସହସମ୍ବନ୍ଧ କୁହାଯାଏ। ଉଦାହରଣସ୍ୱରୂପ, ଦର ଓ ଚାହିଦାର ପରିବର୍ତ୍ତନ।
Question ୧୧।
ଋଣାତ୍ମକ ସହସମ୍ବନ୍ଧ (Negative-Correlation) କାହାକୁ କୁହାଯାଏ ?
Answer:
ଦୁଇଟି ଚଳରାଶି ପରସ୍ପର ବିପରୀତ ଦିଗରେ ଗତି କରୁଥିଲେ, ସେମାନଙ୍କର ମଧ୍ୟରେ ଥିବା ସହସମ୍ବନ୍ଧକୁ ଋଣାତ୍ମକ ସହସମ୍ବନ୍ଧ କୁହାଯାଏ। ଅନ୍ୟ ଅର୍ଥରେ ଗୋଟିଏ ଚଳରାଶି ବୃଦ୍ଧିପାଇଲେ ଅନ୍ୟଟି ହ୍ରାସପାଏ।
Question ୧୨।
ଧନାତ୍ମକ ସହସମ୍ବନ୍ଧ (Positve Correlation) କାହାକୁ କୁହାଯାଏ ?
Answer:
ଯଦି ଦୁଇଟି ଚଳରାଶି ସମ ଦିଗରେ ଗତି କରୁଥାନ୍ତି, ସେମାନଙ୍କ ମଧ୍ୟରେ ଥିବା ସମସମ୍ବନ୍ଧ ଧନାତ୍ମକ ସହସମ୍ବନ୍ଧ କୁହାଯାଏ । ଉଦାହରଣ ସ୍ୱରୂପ ଜନସଂଖ୍ୟା ଓ ଖାଦ୍ୟଶସ୍ୟ ମଧ୍ୟରେ ସହସମ୍ବନ୍ଧ ଧନାତ୍ମକ ହୋଇଥାଏ। ଗୋଟିଏର ପରିମାଣରରେ ବୃଦ୍ଧି ଘଟିଲେ ଅନ୍ୟଟିର ମଧ୍ୟରେ ବୃଦ୍ଧି ଘଟିବ, ଏବଂ ଗୋଟିଏର ପରିମାଣ ହ୍ରାସ ଘଟିଲେ ଅନ୍ୟଟି ମଧ୍ୟ ହ୍ରାସ ପାଇବ।
Question ୧୩।
ବୈଖକ ସହସମ୍ବନ୍ଧ (Lineal Correlation) କାହାକୁ କୁହାଯାଏ ?
Answer:
ଯଦି ପରସ୍ପର ସଂପର୍କିତ ଚଳରାଶିର ପରିବର୍ତ୍ତନର ଅନୁପାତ ସ୍ଥିର ରୁହେ, ତେବେ ସେମାନଙ୍କ ମଧ୍ୟରେ ଥିବା ସହସମ୍ବନ୍ଧକୁ ରେଖକ ସହସମ୍ବନ୍ଧ କୁହାଯାଏ। ଅର୍ଥାତ୍ ଗୋଟିଏ ଚଳର ଏକ ନିର୍ଦ୍ଦିଷ୍ଟ ପରିମାଣର ପରିବର୍ତ୍ତନ ପାଇଁ ଅନ୍ୟ ଚଳର ଏକ ନିର୍ଦ୍ଦିଷ୍ଟ ପରିମାଣର ପରିବର୍ତ୍ତନକୁ କୈକ୍କ ସହସମ୍ବନ୍ଧ କୁହାଯାଏ।
Question ୨୦।
ଦର ମୂଲ୍ୟ ସୂଚୀ (Price Index number) କାହାକୁ କୁହାଯାଏ ?
Answer:
ଯେଉଁ ସାଂଖ୍ୟକ ପଦ୍ଧତି ସାହାଯ୍ୟରେ ଦ୍ରବ୍ୟର ସାଧାରଣ ଦରର ପରିବର୍ତ୍ତନକୁ ମାପ କରାଯାଏ, ତାହାକୁ ଦର ମୂଲ୍ୟସୂଚୀ କୁହାଯାଏ। ଅନ୍ୟ ଅର୍ଥରେ କହିଲେ, ମୁଦ୍ରାର ମୂଲ୍ୟର ପରିବର୍ତ୍ତନକୁ ଦର ମୂଲ୍ୟସୂଚୀ ସାହାଯ୍ୟରେ ମାପ କରାଯାଏ।
Question ୨୧।
ଦର ମୂଲ୍ୟସୂଚୀ ମାପିବାର ଦୁଇଟି ନିୟମ ଲେଖ।
Answer:
ଦର ମୂଲ୍ୟସୂଚୀ ମାପିବାର ଦୁଇଟି ନିୟମ (Rules) ହେଲା – (1) ଆଧାର ବର୍ଷର ଚୟନ, ଏବଂ (2) ଦ୍ରବ୍ୟ ଓ ସେବାର ଚୟନ।
Question ୨୨।
ଆଧାର ବର୍ଷ (Base year) କ’ଣ ?
Answer:
ଆଧାର ବର୍ଷ କହିଲେ ଏହି ଆର୍ଥିକ ବର୍ଷକୁ ବୁଝାଏ ଯେଉଁ ବର୍ଷର ହାରାହାରି ଦର ଅନ୍ୟ ଏକ ବର୍ଷ (ଗଣନ)ର ହାରାହାରି ଦର ସହିତ ତୁଳନା କରାଯାଏ । ଆଧାର ବର୍ଷକୁ ସର୍ବଦା ୧୦୦ ଭାବେ ଧରାଯାଏ।
Question ୧୬।
ସରଳ ଦର ମୂଲ୍ୟ ସୂଚୀ (Simple Price Index number) କ’ଣ ?
Answer:
ଯେଉଁ ଦର ମୂଲ୍ୟ
ସୂଚୀରେ ସମସ୍ତ ଦ୍ରବ୍ୟ ଓ ସେବାକୁ ସମ୍ମାନ ଗୁରୁତ୍ଵ ଦିଆଯାଏ, ତାହାକୁ ସରଳ ଦର ମୂଲ୍ୟସୂଚୀ କୁହାଯାଏ। ସରଳ ଦର ମୂଲ୍ୟସୂଚୀରେ ଗଣନ ବର୍ଷର ମୂଲ୍ୟ ସୂଚୀର ସମଷ୍ଟିକୁ ଦ୍ରବ୍ୟର ମୋଟ ସଂଖ୍ୟାରେ ଭାଗ କରି ସରଳ ଦର ମୂଲ୍ୟ ସୂଚୀର ମୂଲ୍ୟ ନିର୍ଦ୍ଧାରଣ କରାଯାଏ।
Question ୨୩।
ଭାରୀ ଦୂର ମୂଲ୍ୟ ସୂଚୀ (Weightal Price Index number) କାହାକୁ କୁହାଯାଏ।
Answer:
ଯେଉଁ ଦର ମୂଲ୍ୟସୂଚୀରେ ସମସ୍ତ ଦ୍ରବ୍ୟ ଓ ସେବାକୁ ସମାନ ଗୁରୁତ୍ବ ଦିଆନଯାଇ ଉପଭୋକ୍ତାଙ୍କର ଅନୁସାରେ ଦ୍ରବ୍ୟକୁ ଗୁରୁତ୍ଵ ଦିଆଯାଇଥାଏ, ସେହି ମୂଲ୍ୟ ସୂଚୀକୁ ଭାରୀ ଦର ମୂଲ୍ୟ ସୂଚୀ କୁହାଯାଏ। ଏହି ମୂଲ୍ୟସୂଚୀର ମୂଲ୍ୟ ନିର୍ଦ୍ଧାରଣ କରିବାକୁ ହେଲେ ଗଣନା ବର୍ଷର ମୂଲ୍ୟସୂଚୀର ସମଷ୍ଟିକୁ ଦ୍ରବ୍ୟର ମୋଟ ଓଜନ (Weight) ସହିତ ଭାଗ କରାଯାଏ।
Question ୨୪।
ସରଳ ଦର ମୂଲ୍ୟ ସୂଚୀର ଦୁଇଟି ସୀମାବଦ୍ଧତା(Limitations) ଲେଖ।
Answer:
(୧) ଏକ ନିର୍ଦ୍ଦିଷ୍ଟ ବର୍ଷକୁ ସ୍ଵାଭାବିତ ବର୍ଷ ଧରିବା ସହଜ ସାଧ୍ୟ ନୁହେଁ କାରଣ ପ୍ରତ୍ୟେକ ବର୍ଷରେ କିଛି ନା କିଛି ଅସ୍ଵାଭାବିକ ଘଟଣା ଘଟିଥାଏ; (୨) ଏକ ନିର୍ଦ୍ଦିଷ୍ଟ ହାରାହାରି ର ପଦ୍ଧତିକୁ ଚୟନ କରିବା ସମସ୍ୟା ବହୁଳ ଅଟେ।
Question ୨୫।
ପାଇକାରି ମୂଲ୍ୟସୂଚୀ (Whole Sale Price Index) କ’ଣ ?
Answer:
ଯେଉଁ ମୂଲ୍ୟସୂଚୀକୁ ଦ୍ରବ୍ୟ ଓ ସେବାର ପାଇକାରି ଦରକୁ ଆଧାର କରି ପ୍ରସ୍ତୁତ କରାଯାଏ ତାହାକୁ ପାଇକାରି ମୂଲ୍ୟ ସୂଚୀ କୁହାଯାଏ। ପାଇକାରି ମୂଲ୍ୟସୂଚୀ ପ୍ରସ୍ତୁତି ସମୟରେ କେବଳ କଞ୍ଚାମାଲର ଦରକୁ ଗଣନାଭୁକ୍ତ କରାଯାଏ।
Question ୨୬।
ଉପଭୋକ୍ତା ମୂଲ୍ୟସୂଚୀ (Consumer Price Index Number) କ’ଣ ?
Answer:
ଯେଉଁ ମୂଲ୍ୟସୂଚୀକୁ ଖୁଚୁରା ଦ୍ରବ୍ୟ ଓ ସେବାର ଖୁଚୁରା ଦରକୁ ଆଧାର କରି ପ୍ରସ୍ତୁତ କରାଯାଏ, ତାହାକୁ ଉପଭୋକ୍ତା ମୂଲ୍ୟସୂଚୀ କୁହାଯାଏ । ଲୋକମାନଙ୍କର ବଞ୍ଚିବାର ମାନରେ ପରିବର୍ତ୍ତନ ଏହି ମୂଲ୍ୟସୂଚୀ ସାହାଯ୍ୟରେ ମାପ କରାଯାଏ।
Question ୨୭।
ମୂଲ୍ୟସୂଚୀର ଦୁଇଟି ବ୍ୟବହାର (Use) ଲେଖ।
Answer:
ମୂଲ୍ୟ ସୂଚୀର ଦୁଇଟି ବ୍ୟବହାରହେଲା – (୧) ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମୂଲ୍ୟସୂଚୀ ସହାୟକ ହୋଇଥାଏ; ଏବଂ ଭବିଷ୍ୟତର ଅର୍ଥନୈତିକ କାର୍ଯ୍ୟକଳାପର ପୂର୍ବଆକଳନ କରିବାରେ ଏହା ସହାୟକ ହୋଇଥାଏ। ଏ.
V. ପାର୍ଥକ୍ୟ ଦର୍ଶାଅ।
[Distinguish between]
Question ୧।
ପାଇକାରିମୂଲ୍ୟ ସୂଚୀ ଓ ଉପଭୋକ୍ତା ମୂଲ୍ୟସୂଚୀ (Wholesale Price Index and Consumer Price Index)
Answer:
ପାଇକାରି ମୂଲ୍ୟ ସୂଚୀ :
(a) କେତେକ ଦ୍ରବ୍ୟର ପାଇକାରି ଦର ଆଧାରରେ ଏହି ମୂଲ୍ୟ ସୂଚୀ ପ୍ରସ୍ତୁତ ହୋଇଥାଏ।
(b) କେବଳ କଞ୍ଚାମାଲର ଦର ଏହି ମୂଲ୍ୟସୂଚୀରେ ଗଣନାଭୁକ୍ତ କରାଯାଏ।
(c) ଦେଶର ଲୋକମାନଙ୍କର ବଞ୍ଚିବାର ମାନ ଏହି ମୂଲ୍ୟ ସୂଚୀ ସାହାଯ୍ୟରେ ଗଣନା କରି
(d) ଜଣେ ଉପଭୋକ୍ତା ପାଇକାରି ମୂଲ୍ୟସୂଚୀ ଜାଣିବାରେ ଗୁରୁସ୍ ଦେଇନଥାଏ।
(e) ନିର୍ମାଣ ଦ୍ରବ୍ୟର ଦର ଏହି ମୂଲ୍ୟ ସୂଚୀରେ ଅନ୍ତର୍ଭୁକ୍ତ ହେଉନଥିବାରୁ ଏହି ମୂଲ୍ୟସୂଚୀ ବାସ୍ତବ କ୍ଷେତ୍ରରେ ମୁଦ୍ରାର ମୂଲ୍ୟ ପରିବର୍ତ୍ତନକୁ ସୂଚୀତ କରିନଥାଏ।
ଉପଭୋକ୍ତା ମୂଲ୍ୟସୂଚୀ:
(a) କେତେକ ପ୍ରତିନିଧୂମୂଳକ ଦ୍ରବ୍ୟ ଓ ସେବାର ଖୁଚୁରା ଦର (Retail Price) କୁ ଆଧାର କରି ଏହି ମୂଲ୍ୟସୂଚୀ ପ୍ରସ୍ତୁତ କରାଯାଏ।
(b) ସମସ୍ତ ଦ୍ରବ୍ୟର ଚୁଡ଼ାନ୍ତ ଦର ଏହି ମୂଲ୍ୟ ସୂଚୀରେ ଗଣନା କରାଯାଏ।
(c) ଦେଶର ଲୋକମାନଙ୍କର ବଞ୍ଚିବାର ମାନ ଏହି ମୂଲ୍ୟସୂଚୀ ସାହାଯ୍ୟରେ ଗଣନା କରାଯାଏ।
(d) ଏହି ମୂଲ୍ୟସୂଚୀ ଜଣେ ଉପଭୋକ୍ତା ପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ।
(e) ଏହି ମୂଲ୍ୟସୂଚୀ ଉପଭୋକ୍ତା କ୍ରୟ କରୁଥିବା ଦ୍ରବ୍ୟ ଓ ସେବାକୁ ଆଧାର କରାଯାଇ ପ୍ରସ୍ତୁତ କରାଯାଉଥିବାରୁ ଏହା ମୁଦ୍ରାର ମୂଲ୍ୟପରିବର୍ତ୍ତନକୁ ସଠିକ ଭାବେ ସୂଚୀତ କରିଥାଏ।
Question ୨।
ସରଳ ମୂଲ୍ୟସୂଚୀ ଓ ଭାରୀ ଦର ମୂଲ୍ୟସୂଚୀ।
(Simple Price Index and Weighted Price Index Number.)
Answer:
ସରଳ ମୂଲ୍ୟସୂଚୀ :
(a) ଏକ ସରଳ ଦର ମୂଲ୍ୟ ସୂଚୀ ପ୍ରସ୍ତୁତିରେ ସମସ୍ତ ଦ୍ରବ୍ୟକୁ ସମାନ ଗୁରୁତ୍ଵ ଦିଆଯାଏ।
(b) ଉପଭୋକ୍ତା ସମସ୍ତ ଦ୍ରବ୍ୟକୁ ସମାନ ଗୁରୁତ୍ଵ ଦେଇଥାଏ।
(c) ଦ୍ରବ୍ୟର ଓଜନ ଅନୁସାରେ ମୂଲ୍ୟସୂଚୀ ପ୍ରସ୍ତୁତ ହୁଏ ନାହିଁ।
(d) ଏହି ମୂଲ୍ୟସୂଚୀ ଦର ପରିବର୍ତ୍ତନକୁ ସଠିକ୍ ପ୍ରତିନିଧୁତ୍ଵ କରେ ନାହିଁ।
ଭରା ଦୁର ମୂଲ୍ୟତ୍ସଚା:
(a) ଏକ ଭାଗୀଦର ମୂଲ୍ୟସୂଚୀ ପ୍ରସ୍ତୁତିରେ ସମସ୍ତ ଦ୍ରବ୍ୟକୁ ସମାନ ଗୁରୁତ୍ବ ଦିଆଯାଏ ନାହିଁ।
(b) ଉପଭୋକ୍ତା ସମସ୍ତ ଦ୍ରବ୍ୟକୁ ସମାନ ଗୁରୁତ୍ଵ ଦେଇନଥାଏ।
(c) ଦ୍ରବ୍ୟର ଓଜନ ଅନୁସାରେ ମୂଲ୍ୟସୂଚୀ ପ୍ରସ୍ତୁତି କରାଯାଏ।
(d) ଏହି ମୂଲ୍ୟସୂଚୀ ଦର ପରିବର୍ତ୍ତନକୁ ସଠିକ୍ ପ୍ରତିନିଧୃତ୍ଵ କରେ ନାହିଁ।
Question ୩।
ମୁଦ୍ରାର ପାଇକାରି ମାନଦଣ୍ଡ ଓ ମୁଦ୍ରାର ଖୁଚୁରା ମାନଦଣ୍ଡ
(Whoesale Monetary Standard and Retain Monetary Standard.)
Answer:
ମୁଦ୍ରାର ପାଇକାରି ମାନଦଣ୍ଡ :
(a) ଏହି ମାନଦଣ୍ଡ ଅନୁସାରେ ମୁଦ୍ରାର ମୂଲ୍ୟକୁ ଦ୍ରବ୍ୟ ଓ ସେବାର ପାଇକାରି ଦର ଆକାରରେ ପ୍ରକାଶ କରାଯାଏ।
(b) ଏହି ମାନ ଦଣ୍ଡରେ ନିର୍ଦ୍ଧାରିତ ମୁଦ୍ରାର ମୂଲ୍ୟକୁ ପାଇକାରି ମୁଦ୍ରାର ମୂଲ୍ୟ କୁହାଯାଏ।
(c) ପାଇକାରି ମାନଦଣ୍ଡକୁ ସାଧାରଣ ଭାବରେ ଗ୍ରହଣ କରାଯାଏ କାରଣ ପାଇକାରି ଦରକୁ ନିୟମିତ ଭାବରେ ସଂଗ୍ରହ କରାଯାଏ।
(d) ଏହି ମାନଦଣ୍ଡ ହୃଦ୍ୟୋକ୍ତାଙ୍କ ଦୃଷ୍ଟି କୋଣରୁ ଗୁରୁତ୍ବପୂର୍ଣ୍ଣ ଅଟେ।
Question ୪।
(a) ଏହି ମାନଦଣ୍ଡ ଅନୁସାରେ ମୁଦ୍ରାର ମୂଲ୍ୟକୁ ସମସ୍ତ ଦ୍ରବ୍ୟ ଓ ସେବାର ଖୁଚୁରା ଦର ଆକାରରେ ପ୍ରକାଶ କରାଯାଏ।
(b) ଏହି ମାନଦଣ୍ଡ ଅନୁସାରେ ନିର୍ଦ୍ଧାରିତ ମୁଦ୍ରାର ମୂଲ୍ୟକୁ ଖୁଚୁରା ମୁଦ୍ରାର ମୂଲ୍ୟ କୁହାଯାଏ।
(c) ଖୁଚୁରା ମାନଦଣ୍ଡକୁ ସାଧାରଣ ଭାବରେ ଗ୍ରହଣ କରାଯାଏ ନାହିଁ, କାରଣ ଏହି ଦରକୁ ନିୟମିତ ଭାବରେ ସଂଗ୍ରହ କରାଯାଏ ନାହିଁ।
(d) ଏହା ଉପଭୋକ୍ତାଙ୍କ ଦୃଷ୍ଟି କୋଣରୁ ଗୁରୁତ୍ଵପୂର୍ଣ୍ଣ ଅଟେ।
Question ୩।
ଧନାତ୍ମକ ସହସମ୍ବନ୍ଧ ଓ ଋଣାତ୍ମକ ସହ ସମ୍ବନ୍ଧ ।
(Positive Correlation and Negative Córrelation.)
Answer:
ମୁଦ୍ରାର ପାଇକାରି ମାନଦଣ୍ଡ :
(a) ଦୁଇ ବା ତତୋଽଧ୍ଵକ ଚଳରାଶି ସମଦିଗରେ ପରିବର୍ତ୍ତନ ହୋଇଥାନ୍ତି।
(b) ଏକ ଚଳରାଶି ମଧ୍ୟରେ ଥିବା ଧନାତ୍ମକ ସଂପର୍କ ଦର୍ଶାଇଥାଏ।
(c) ଏ କ୍ଷେତ୍ରରେ X ଚଳରାଶି ବୃଦ୍ଧି ହେଲେ, Y ଚଳରାଶି ମଧ୍ୟ ବୃଦ୍ଧି ହୁଏ।
ଋଣାତ୍ମକ ସହସମ୍ବନ୍ଧ :
(a) ଦୁଇ ବା ତତୋଽଧକ ଚଳରାଶି ବିପରୀତ ଦିଗରେ ପରିବର୍ତ୍ତନ ହୋଇଥାନ୍ତି।
(b) ଏହା ଚଳରାଶି ମଧ୍ୟରେ ଋଣାତ୍ମକ ସଂପର୍କ ଦର୍ଶାଇଥାଏ।
(c) ଏ କ୍ଷେତ୍ରରେ X ଚଳରାଶି ବୃଦ୍ଧି ହେଲେ Y ଚଳରାଶି ହ୍ରାସ ପାଏ।
Question ୫।
ଋତୁଭିଭିକ ପରିବର୍ତ୍ତନ ଓ ଅନିୟମିତ ପରିବର୍ତ୍ତନ। (Sasonal Variation and Irregular Variation.)
Answer:
ଋତୁଭିତ୍ତିକ ପରିବର୍ତ୍ତନ
(a) ଋତୁଭିଭିକ ପରିବର୍ତ୍ତନର ସମୟସୀମା ଏକ ବର୍ଷ।
(b) ଏହି ପରିବର୍ତ୍ତନ ନିୟମିତ ଭାବରେ ପ୍ରତି ୧୨ ମାସରେ ଅନ୍ତରରେ ସଂଗଠିତ ହୁଏ।
(c) ଏହିପରି ପରିବର୍ତ୍ତନର ନିଶ୍ଚିତତା ଥାଏ ଏବଂ ଏହାର ସଠିକ୍ ଆକଳନ କରିହୁଏ।
ଅନିୟମିତ ପରିବର୍ତ୍ତନ :
(a) ଅନିୟମିତ ପରିବର୍ତ୍ତନର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନ ଥାଏ।
(b) ଏହି ପରିବର୍ତ୍ତନ ନିୟମିତ ଭାବରେ ସଂଗଠିତ ହୁଏ ନାହିଁ।
(c) ଏହି ପରିବର୍ତ୍ତନ ଅନିଶ୍ଚିତ ଓ ଆକସ୍ମିକ ଘଟଣାର ପ୍ରଭାବରେ ସଂଗଠିତ ହୋଇଥାଏ।
Question ୬।
ସହସମ୍ବନ୍ଧ ବିଶ୍ଳେଷଣ ଓ ପ୍ରତୀପଗାମନ ବିଶ୍ଳେଷଣ।
(Correlation analye’s and Regression analysis.)
Answer:
ସହସମ୍ବନ୍ଧ ବିଶ୍ଳେଷଣ :
(a) ସହସମ୍ବନ୍ଧ ବିଶ୍ଳେଷଣ ଦୁଇ ବା ତତୋଽଧବକ ଚଳରାଶି ମଧ୍ୟରେ ସହ ପରିବର୍ତ୍ତନର ମାତ୍ରା ମାପ କରେ।
(b) ଏହି ଦୁଇଟି ଚଳରାଶି ମଧ୍ୟରେ ଥିବା କାରଣ ପ୍ରଭାବ ସଂପର୍କ ଆଲୋଚନା କରି ନ ଥାଏ।
(c) ଦୁଇଟି ଚଳରାଶିର ପରିବର୍ତ୍ତନ ଦିଗ ସରଳ ସହସମ୍ବନ୍ଧ ଦର୍ଶାଇଥାଏ।
ପ୍ରତୀପଗାମନ ବିଶ୍ଳେଷଣ :
(a) ପ୍ରତୀପଗମନ ବିଶ୍ଳେଷଣ ଦୁଇ ବା ତତୋଽଧୂକ ଚଳରାଶି ମଧ୍ୟରେ ଥିବା ସଂପର୍କରେ ପ୍ରକୃତି ଅଧ୍ୟୟନ କରେ।
(b) ଏହି ଦୁଇଟି ଚଳରାଶି ମଧ୍ୟରେ ଥିବା କାରଣ ପ୍ରଭାବ ସଂପର୍କ ଆଲୋଚନା କରିଥାଏ।
(c) ଏହା ଦୁଇଟି ଚଳରାଶିର ପରିବର୍ତ୍ତନର ପ୍ରକୃତି ଓ ଜଟିଳ ସଂପର୍କ ଦର୍ଶାଇଥାଏ।
Question ୭।
ପ୍ରତୀପ ଗମନ ସମୀକରଣ ଓ ପ୍ରତୀପଗମନ ସମୀକରଣ ।
(Regression equation of X on Y and Regresison equation of Y on X.)
Answer:
ପ୍ରତୀପ ଗମନ ସମୀକରଣ
(a) ପ୍ରତୀପ ଗମନ ସମୀକରଣ X on Y, X ଚଳରାଶିରେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନକୁ ଆଧାର କରି ଚଳରାଶିର ପରିବର୍ତ୍ତନ ଗଣନା କରିଥାଏ।
(b) ଏଠାରେ Y ଚଳ ଆଶ୍ରିତ ଏବଂ X ଚଳ ସ୍ଵାଧନ ଚଳ ଅଟେ।
(c) ଏଠାରେ ସ୍ଵାଧୂନ ଚଳ (X) ସାହାଯ୍ୟରେ ଆଶ୍ରିତଚଳ (Y)ର ମୂଲ୍ୟ ନିର୍ଦ୍ଧାରଣ କରିଥାଏ।
ପ୍ରତୀପଗମନ ସମୀକରଣ :
(a) ପ୍ରତୀପ ଗମନ ସମୀକରଣ Y on X ରେ Y ଚଳରାଶିରେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନକୁ ଆଧାର କରି X ଚଳରାଶିର ପରିବର୍ତ୍ତନ କରାଯାଏ।
(b) ଏଠାରେ Y ଚଳ ସ୍ଵାଧୀନ ଚଳ ଏବଂ X ଚଳ ଆଶ୍ରିତ ଚଳ।
(c) ଏଠାରେ ସ୍ଵାଧୀନ ଚଳ Y ସାହାଯ୍ୟରେ ଆଶ୍ରିତ ଚଳ X ର ମୂଲ୍ୟ ନିର୍ଦ୍ଧାରଣ କରାଯାଏ।
Question ୮।
ମୁଦ୍ରାର ପାଇକାରୀ ମାନଦଣ୍ଡ ଓ ମୁଦ୍ରାର ଖୁଚୁରା ମାନଦଣ୍ଡ।
(Whoesale Prie Index and Retail Price Index.)
Answer:
ମୁଦ୍ରାର ପାଇକାରୀ ମାନଦଣ୍ଡ :
(a) ଏହି ମାନଦଣ୍ଡ ଅନୁସାରେ ମୁଦ୍ରାର ମୂଲ୍ୟକୁ ଦ୍ରବ୍ୟ ଓ ସେବାର ପାଇକାରୀ ଦର ଆକାରରେ ପ୍ରକାଶ କରାଯାଏ।
(b) ଏହି ମାନଦଣ୍ଡରେ ନିର୍ଦ୍ଧାରିତ ମୁଦ୍ରାର ମୂଲ୍ୟକୁ ପାଇକାରି ମୁଦ୍ରାର ମୂଲ୍ୟ କୁହାଯାଏ।
ମୁଦ୍ରାର ଖୁଚୁରା ମାନଦଣ୍ଡ :
(a) ଏହି ମାନଦଣ୍ଡ ଅନୁସାରେ ମୁଦ୍ରାର ମୂଲ୍ୟକୁ ସମସ୍ତ ଦ୍ରବ୍ୟ ଓ ସେବାର ଖୁଟୁରା ଦର ଆକାରରେ ପ୍ରକାଶ କରାଯାଏ।
(b) ଏହି ମାନଦଣ୍ଡ ଅନୁସାରେ ନିର୍ବାଚିତ ମୁଦ୍ରାର ମୂଲ୍ୟକୁ ଖୁଚୁରା ମୁଦ୍ରାର ମୂଲ୍ୟ ବା ବଂଚିବାର ମାନ ମୂଲ୍ୟ କୁହାଯାଏ।
Question ୯।
ଚକ୍ରୀୟ ପରିବର୍ତ୍ତନ ଓ ଋତୁଭିତ୍ତିକ ପରିବର୍ତ୍ତନ ।
(Cyclical Variation and Seasonal Variation.)
Answer:
ଚକ୍ରୀୟ ପରିବର୍ତ୍ତନ
(a) ଚକ୍ରୀୟ ପରିବର୍ତ୍ତନର ସମୟ ସୀମା ଏକ ବର୍ଷରୁ ଅଧିକ ସମୟ ହୋଇଥାଏ।
(b) ଚକ୍ରୀୟ ପରିବର୍ତ୍ତନର ନିୟମିତ ଭାବରେ ପ୍ରତିବର୍ଷ ଘଟି ନ ଥାଏ।
(c) ଏହି ପାଣିପାଗ, ଜଳବାୟୁ, ପରମ୍ପରା, ପ୍ରଥା କିମ୍ବା ଅଭ୍ୟାସଗତ କାରଣ ଦ୍ବାରା ପ୍ରଭାବିତ ହୋଇ ନ ଥାଏ।
ଋତୁଭିଭିକ ପରିବର୍ତ୍ତନ :
(a) ଋତୁଭିଭିକ ପରିବର୍ତ୍ତନର ସମୟ ସୀମା ୧ ବର୍ଷ ବା ୧୨ ମାସ ହୋଇଥାଏ।
(b) ଏହା ନିୟମିତ ଭାବେ ପ୍ରତି ବର୍ଷା ଘଟିଥାଏ।
(c) ଏହା ପାଣିପାଗ, ଜଳବାୟୁ, ପରମ୍ପରା ଓ ଅଭ୍ୟାସ ଇତ୍ୟାଦି କାରର ଦ୍ଵାରା ପ୍ରଭାବିତ ହୋଇଥାଏ।
Question ୧୦।
ଶୈଖୁକ ସହ ସଂବନ୍ଧ ଓ ଅରୈଖ୍ୟକ ସହ ସଂବନ୍ଧ !
(Linear Correlation and Curvilinear Correlation.).
Answer:
ରୈଖକ ସହ ସଂବନ୍ଧ
(a) 2 ଟି ଚଳରାଶିର ପରିବର୍ତ୍ତନର ଅନୁପାତ ସ୍ଥିର ରହିଥାଏ।
(b) X ଚଳର ଏକ ନିର୍ଦ୍ଦିଷ୍ଟ ହାରରେ ପରିବର୍ତ୍ତନ ହେବା ସହିତ Y ଚଳର ମଧ୍ୟ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ପରିବର୍ତ୍ତନ ହୋଇଥାଏ।
(c) ଉଦାହରଣ
X – 2, 4, 6, 8, 10, 12
Y – 4. 5, 6, 7, 8, 9
ଅରୈଶୂକ ସହ ସଂବନ୍ଧ :
(a) 2ଟି ଚଳରାଶିର ପରିବର୍ତ୍ତନର ଅନୁପାତ ସ୍ଥିର ରହି ନ ଥାଏ।
(b) X ଚଳର ଏକ ନିର୍ଦ୍ଦିଷ୍ଟ ହାରରେ ପରିବର୍ତ୍ତନ ହେଲେ ସୁଦ୍ଧା Y ଚଳର ଏକ ନିର୍ଦ୍ଦିଷ୍ଟ ହାରରେ ପରିବର୍ତ୍ତନ ହୋଇ ନ ଥାଏ।
(c) ଉଦାହରଣ :
X – 7, 9, 11, 13, 15
Y – 3, 4, 6, 9, 11
Question ୧୧।
ଭୌତିକ ପରିବର୍ତ୍ତନ ଓ ଅନିୟମିତ ପରିବର୍ତ୍ତନ।
(Secular Trend and Irregular Trend.)
Answer:
ଭୌତିକ ପରିବର୍ତ୍ତନ :
(a) ଏହାକୁ ଦୀର୍ଘକାଳୀନ ପରିବର୍ତନ କୁହାଯାଏ।
(b) ଜନସଂଖ୍ୟା, ବୈଷଜ୍ଞାନ କୌଶଳ, ଉପଭୋକ୍ତାଙ୍କ ରୁଚି ଓ ପସନ୍ଦର ଇତ୍ୟାଦିର ପରିବର୍ତ୍ତନରେ ଦୀର୍ଘ କାଳୀନ ପରିବର୍ତ୍ତନ ସଂଗଠିତ ହୁଏ।
(c) ଏହି ପ୍ରକାରର ପରିବର୍ତ୍ତନ ଦୃତ ବା ଅବିଚଳିତ ଯାହାକି ଦୀର୍ଘ ସମୟ ଧରି ସଂଗଠିତ ହୋଇଥାଏ। ବା।
ଅନିୟମିତ ପରିବର୍ତ୍ତନ :
(a) ଏହା ଦୀର୍ଘକାଳୀନ ପରିବର୍ତ୍ତନ ନୁହେଁ।
(b) ଏହି ପରିବର୍ତ୍ତନର କୌଣସି ନିର୍ଦ୍ଦିଷ୍ଟ ସ୍ତର ନ ଥାଏ।
(c) ଏହି ପରିବର୍ତ୍ତନ ଜନସଂଖ୍ୟା ବୈଷୟିକ ଜ୍ଞାନ କୌଶଳ, ଉପଭୋକ୍ତାଙ୍କ ରୁଚି ଓ ପସନ୍ଦର ଦ୍ଵାରା ସଂଗଠିତ ହୋଇଥାଏ।
Question ୧୨।
ଭୌତିକ ପରିବର୍ତ୍ତନ ଓ ଚକ୍ରିୟ ପରିବର୍ତ୍ତନ।
(Secular Trend and Cyclical Variation.)
Answer:
ଭୌତିକ ପରିବର୍ତ୍ତନ
(a) ଏହା ଦୀର୍ଘକାଳୀନ ପରିବର୍ତ୍ତନ ଅଟେ।
(b) ଏହି ପରିବର୍ତ୍ତନ ନିର୍ଦ୍ଦିଷ୍ଟ ବା ସ୍ଥିର ନ ଥାଏ।
(c) ଏହି ପରିବର୍ତ୍ତନ ଜନସଂଖ୍ୟା ବୈଷୟିକ ଜ୍ଞାନ କୌଶଳର ପ୍ରଭାବରେ ସଂଘଟିତ।
(d) ଉପଭୋକ୍ତାଙ୍କ ରୁଚି ଓ ପସନ୍ଦର ଦ୍ବାରା ସଗଠିତ ହୋଇଥାଏ।
ଚକ୍ରିୟ ପରିବର୍ତ୍ତନ :
(a) ଚକ୍ରିୟ ପରିବର୍ତ୍ତନର ସମୟ ସୀମା ଏକ ବର୍ଷରୁ ଅଧିକ ସମୟ ହୋଇଥାଏ।
(b) ଚକ୍ରିୟ ପରିବର୍ତ୍ତନର ନିୟମିତ ଭାବରେ ପ୍ରତିବର୍ଷ ଘଟି ନ ଥାଏ।
(c) ଏହା ପାଣିପାଗ, ଜଳବାୟୁ ପ୍ରଥା, ପରମ୍ପରା କିମ୍ବା ଅଭ୍ୟାସଗତ କାରଣ ଦ୍ଵାରା ପ୍ରଭାବିତ ହୋଇ ନ ଥାଏ।
V. ଦୀର୍ଘଧର୍ମୀ ପ୍ରଶ୍ନୋତ୍ତର ।
[Long Answer type Questions]
Question ୧।
ନିମ୍ନୋକ୍ତ ତଥ୍ୟରୁ ସହସମ୍ବନ୍ଧ ଗୁଣାଙ୍କ ନିର୍ଣ୍ଣୟ କର।
(Determine the value of Correlation Coefficient.)
X: | ୨ | ୩ | ୪ | ୫ | ୬ | ୭ | ୮ |
Y: | ୪ | ୭ | ୮ | ୯ | ୧୦ | ୧୪ | ୧୮ |
Answer:
ସହ ସମ୍ବନ୍ଧ ଗୁଣାଙ୍କ ନିର୍ଦ୍ଧାରଣ
Question ୨।
ମୂଲ୍ୟସୂଚୀ କହିଲେ କ’ଣ ବୁଝ ? ମୂଲ୍ୟସୂଚୀ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ପଦ୍ଧତିଗୁଡ଼ିକ କ’ଣ ?
(What do you mean by an Index Number? Explain the Rates used in the construction of an Index Number.)
Answer:
ମୂଲ୍ୟସୂଚୀ କହିଲେ ଏକା ସାଂଖ୍ୟକ ପଦ୍ଧତି ବୁଝାଏ ଯାହା ସାହାଯ୍ୟରେ ସାଧାରଣ ସ୍ତର ସ୍ତରର ପରିବର୍ତ୍ତନ ମାପ କରାଯାଏ। ଅନ୍ୟ ଅର୍ଥରେ, ମୁଦ୍ରାର ମୂଲ୍ୟର ପରିବର୍ତ୍ତନକୁ ମାପକରିବା ପାଇଁ ବ୍ୟବହୃତ ହେଉଥିବା ସାଂଖ୍ୟକ ପଦ୍ଧତିକୁ ମୂଲ୍ୟସୂଚୀ କୁହାଯାଏ। ବିଭିନ୍ନ ଅର୍ଥଶାସ୍ତ୍ରୀ ମୂଲ୍ୟସୂଚୀର ଭିନ୍ନ ଭିନ୍ନ ସଂଜ୍ଞା ପ୍ରଦାନ କରିଛନ୍ତି। କ୍ରକ୍ସଟନ୍ ଓ କାଓଡ଼ିନ୍ (Crotxon and Cowdin)ଙ୍କ ମତରେ, “ମୂଲ୍ୟସୂଚୀ କହିଲେ ସାଂଖ୍ୟକ ପଦ୍ଧତିକୁ ବୁଝାଏ ଯାହା ସାହାଯ୍ୟରେ କେତେଗୁଡ଼ିଏ ଦ୍ରବ୍ୟର ପାର୍ଥକ୍ୟର ମାତ୍ରା ବା ପରିମାଣ ମାପ କରାଯାଏ”। ସାଇଜେଲ୍ଙ୍କ ମତରେ, “ମୂଲ୍ୟସୂଚୀ କହିଲେ ସାଂଖ୍ୟକ ପଦ୍ଧତିକୁ ବୁଝାଏ ଯାହା ସାହାଯ୍ୟରେ ଅନେକଗୁଡ଼ିଏ ପରିବର୍ତ୍ତନୀୟର ପରିବର୍ତ୍ତନକୁ ସମୟ, ଆଞ୍ଚଳିକ ସୀମା କିମ୍ବା ଅନ୍ୟାନ୍ୟ ପରିବର୍ତ୍ତନୀୟ; ଯଥା ଆୟ, ବୃତ୍ତି ଇତ୍ୟାଦିର ପରିବର୍ତ୍ତନକୁ ଆଧାର କରି ମାପ କରାଯାଏ”।
ଉପରୋକ୍ତ ସଂଜ୍ଞାରୁ ଏହା ସ୍ପଷ୍ଟ ଯେ ମୂଲ୍ୟସୂଚୀ କହିଲେ ‘ଏକ ସ୍ଵତନ୍ତ୍ର ହାରାହାରିକୁ ବୁଝାଏ ଯାହା ସାହାଯ୍ୟରେ କେତେକ ବର୍ଷର ଅନେକଗୁଡ଼ିଏ ସଂପର୍କିତ ପରିବର୍ତ୍ତନୀୟର ପରିବର୍ତ୍ତନକୁ ମାପ କରାଯା। ଅର୍ଥଶାସ୍ତ୍ରରେ ମୂଲ୍ୟସୂଚୀ କହିଲେ ଦର ମୂଲ୍ୟସୂଚୀକୁ ବୁଝାଏ। ଏହା କେତେକ ପୂର୍ବ ବର୍ଷର ଦର ସ୍ତର ସହିତ ବର୍ତ୍ତମାନ ବର୍ଷର ଦର ସ୍ତର ସହିତ ତୁଳନା କରିବାରେ ସାହାଯ୍ୟ କରେ। ଅନ୍ୟ ଅର୍ଥରେ, ଏହା ଦ୍ରବ୍ୟ ଦରର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରେ।
ମୂଲ୍ୟସୂଚୀ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ପଦ୍ଧତି : ଗୋଟିଏ ମୂଲ୍ୟସୂଚୀ ପ୍ରସ୍ତୁତି ସମୟରେ ନିମ୍ନଲିଖିତ ପଦ୍ଧତିଗୁନିକୁ ଦିଆଯାଇଥାଏ
(କ) ଆଧାର ବର୍ଷର ଚୟନ (Choice of a Base Year):
ମୂଲ୍ୟସୂଚୀ ପ୍ରସ୍ତୁତିର ପ୍ରଥମ ପର୍ଯ୍ୟାୟ ହେଲା ଏକ ନିର୍ଦ୍ଦିଷ୍ଟ ବର୍ଷକୁ ଆଧାରବର୍ଷ ଭାବେ ଗଣନା କରିବା। ଏହି ବର୍ଷଟି ସମସ୍ତ ଦୃଷ୍ଟିକୋଣରୁ ସ୍ଵାଭାବିକ ବର୍ଷ ଅଟେ। ଆଧାର ବର୍ଷର ମୂଲ୍ୟକୁ ସର୍ବଦା ୧୦୦ ଭାବରେ ଗ୍ରହଣ କରାଯାଏ।
(ଖ) ଦ୍ରବ୍ୟ ଓ ସେବାର ଚୟନ (Choices of Goods and Services):
ମୂଲ୍ୟସୂଚୀ ପ୍ରସ୍ତୁତିର ଦ୍ଵିତୀୟ ପର୍ଯ୍ୟାୟ ହେଲା ଦ୍ରବ୍ୟ ଓ ସେବାର ଚୟନ। ମୂଲ୍ୟସୂଚୀ ପ୍ରସ୍ତୁତିରେ ସମସ୍ତ ଦ୍ରବ୍ୟ ଓ ସେବାକୁ ନିଆ ନ ଯାଇ କେତେକ ପ୍ରତିନିଧୂମୂଳକ ଦ୍ରବ୍ୟ ଓ ସେବାକୁ ଚୟନ କରାଯାଏ।
(ଗ) ଦ୍ରବ୍ୟ ଓ ସେବାର ଦର ଚୟନ (Choice of Price of Goods and Services):
ଦ୍ରବ୍ୟ ଓ ସେବାର ଦର ଚୟନ ମୂଲ୍ୟସୂଚୀ ପ୍ରସ୍ତୁତିର ତୃତୀୟ ପର୍ଯ୍ୟାୟ ଅଟେ। ଏହି ପର୍ଯ୍ୟାୟରେ ପ୍ରତିନିଧୂମୂଳକ ଦ୍ରବ୍ୟ ଓ ସେବାର ଦର ସ୍ଥିର କରାଯାଇଥାଏ। ଦର ସାଧାରଣତଃ ଦୁଇ ପ୍ରକାରର; ଯଥା- ପାଇକାରୀ ଦର ଓ ଖୁଚୁରା ଦର।
(ଘ) ଦରକୁ ଅନୁପାତରେ ପରିଣତ କରିବା (Conversion of Price into Ratio):
ଏହି ସ୍ତରରେ ବଛାଯାଇଥିବା ଦ୍ରବ୍ୟ ଓ ସେବା ରଦରକୁ ଅନୁପାତ ଆକାରରେ ପ୍ରକାଶ କରାଯାଏ। ଆଧାର ବର୍ଷର ଦରକୁ ୧୦୦ ଧରାଯାଇ, ଗଣନା ବର୍ଷର ଦରକୁ ଅନୁପାତ (Ratio) ଆକାରରେ ପ୍ରକାଶ କରାଯାଏ।
(ଙ) ପ୍ରତିନିଧୂମୂଳକ ଦ୍ରବ୍ୟ ଓ ସେବାର ଉଭୟ ଆଧାର ବର୍ଷ ଓ ଗଣନା ବର୍ଷରେ ହାରାହାରି ନିର୍ଦ୍ଧାରଣ କରିବା:
ଅନ୍ତିମ ପର୍ଯ୍ୟାୟରେ ବଛାଯାଇଥିବା ଦ୍ରବ୍ୟ ଓ ଦେବାର ଅନୁପାତ ବାହାର କରାଯାଇଥାଏ। ଉଭୟ ମୂଳ ବର୍ଷ ଓ ଗଣନ ବର୍ଷରେ ଦରର ହାରାହାରି ବାହାର କରାଯାଇଥାଏ। ଆଧାର ବର୍ଷର ଦର ହାରାହାରି ୧୦୦ ଧରାଯାଏ ଏବଂ ଗଣନ ବର୍ଷର ହାରାହାରି ଦର ୧୦୦ କିମ୍ବା ୧୦୦ ରୁ ଅଧିକ ହୋଇଥାଏ। ଦୁଇଟିଯାକ ବର୍ଷର ହାରାହାରି ଦରକୁ ତୁଳନା କରାଯାଇ ଦର ମୂଲ୍ୟସୂଚୀ ନିର୍ଦ୍ଧାରଣ କରାଯାଏ। ଯଦି ଗଣନ ବର୍ଷର ହାରାହାରି ଦୂର ଆଧାର ବର୍ଷର ହାରାହାରି ଦରଠାରୁ ଅଧିକ, ତେବେ ଦ୍ରବ୍ୟ ଓ ସେବାର ଦର ବୃଦ୍ଧି ହୋଇଛି ବୋଲି ଧରାଯାଏ। ତେଣୁ ଉପରୋକ୍ତ ଆଲୋଚ୍ୟ ସମସ୍ତ ପଦ୍ଧତି ସାହାଯ୍ୟରେ ଏକ ଦର ମୂଲ୍ୟସୂଚୀ ପ୍ରସ୍ତୁତ କରାଯାଏ। ଏହି ସମସ୍ତ ପଦ୍ଧତି ବିନା ଏକ ଦର ମୂଲ୍ୟସୂଚୀ ପ୍ରସ୍ତୁତ କରିବା ସମ୍ଭବପର ନୁହେଁ।
Question ୩।
ମୂଲ୍ୟସୂଚୀ କାହାକୁ କୁହାଯାଏ ? ମୂଲ୍ୟସୂଚୀର ପ୍ରକାରଭେଦ ଆଲୋଚନା କର।
(What is an Index Number? Explain the types of Index Number.)
Answer:
ମୂଲ୍ୟସୂଚୀ କହିଲେ, ଏକ ସାଂଖ୍ୟକ ପଦ୍ଧତିକୁ ବୁଝାଏ ଯାହା ସାହାଯ୍ୟରେ ସାଧାରଣ ଦର ସ୍ତରର ପରିବର୍ତ୍ତନ ମାପ କରାଯାଏ। ଅନ୍ୟ ଅର୍ଥର, ମୁଦ୍ରାର ମୂଲ୍ୟର ପରିବର୍ତ୍ତନକୁ ମାପକରିବା ପାଇଁ ବ୍ୟବହୃତ ହେଉଥିବା ସାଂଖ୍ୟକ ପଦ୍ଧତିକୁ ମୂଲ୍ୟସୂଚୀ କୁହାଯାଏ ! ମୂଲ୍ୟସୂଚୀକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା
(୧) ପାଇକାରୀ ମୂଲ୍ୟସୂଚୀ (Wholesale Price Index Number); ଏବଂ
(୨) ଉପଭୋକ୍ତା ମୂଲ୍ୟସୂଚୀ (Consumer Price Index Number);
(୧) ପାଇକାରୀ ମୂଲ୍ୟସୂଚୀ (Wholesale Price Index Number):
ପାଇକାରୀ ମୂଲ୍ୟସୂଚୀକୁ କେତେକ ଗୁରୁତ୍ଵପୂର୍ଣ୍ଣ ପାଇକାରୀ ଦର ଆଧାରରେ ପ୍ରସ୍ତୁତ କରାଯାଇଥାଏ। ପାଇକାରୀ ମୂଲ୍ୟସୂଚୀ ପ୍ରସ୍ତୁତିରେ କେବଳ କଞ୍ଚାମାଲର ଦରକୁ ଗଣନା ପରିସରଭୁକ୍ତ କରାଯାଇଥାଏ। ବିଭିନ୍ନ ଦ୍ରବ୍ୟକୁ ସେମାନଙ୍କର ଗୁରୁତ୍ଵ ଅନୁସାରେ ଭାରୀ (Weight) ପ୍ରଦାନ କରାଯାଇଥାଏ। ଏହି ମୂଲ୍ୟସୂଚୀ ସାଧାରଣତଃ ମୁଦ୍ରାର ମୂଲ୍ୟର ପରିବର୍ତ୍ତନକୁ ମାପ କରିବାରେ ବ୍ୟବହାର କରାଯାଏ।
ପାଇକରୀ ମୂଲ୍ୟସୂଚୀ ପ୍ରସ୍ତୁତିରେ ନିର୍ମାଣ ଦ୍ରବ୍ୟଗୁଡ଼ିକର ଦରକୁ ଗଣନା ପରିସରଭୁକ୍ତ କରାଯାଇ ନ ଥାଏ। ଦ୍ଵିତୀୟତଃ ପାଇକାରୀ ମୂଲ୍ୟସୂଚୀ ପ୍ରସ୍ତୁତି ସମୟରେ ବ୍ୟକ୍ତିଗତ ସେବାର ମୂଲ୍ୟ ଓ ଦ୍ରବ୍ୟର ବିକ୍ରିୟ ପରିବ୍ୟୟ (Selling Cost)କୁ ମଧ୍ଯ ପରିସରଭୁକ୍ତ କରାଯାଇ ନ ଥାଏ। ତେଣୁ ଏହି ମୂଲ୍ୟସୂଚୀକୁ ମୁଦ୍ରାର ମୂଲ୍ୟର ପରିବର୍ତ୍ତନକୁ ସଠିକ୍ଭାବେ ଗଣନା କରିପାରେ ନାହିଁ।
(୨) ଉପଭୋକ୍ତା ମୂଲ୍ୟସୂଚୀ (Consumer Price Index Number):
ଖୁଚୁରା ବଜାରରେ ପ୍ରଚଳିତ ଦରକୁ ଆଧାର କରି ଉପଭୋକ୍ତା ମୂଲ୍ୟସୂଚୀ ପ୍ରସ୍ତୁତ କରାଯାଇଥାଏ। ଏହି ମୂଲ୍ୟସୂଚୀ ଅନ୍ତର୍ଭୁକ୍ତ ହେଉଥିବା ଦ୍ରବ୍ୟ ଓ ସେବାକୁ ଉପଭୋକ୍ତା ବାସ୍ତବ କ୍ଷେତ୍ରରେ କ୍ରୟକରି ଉପଭୋଗ କରିଥାନ୍ତି। ସାଧାରଣତଃ ଉପଭୋକ୍ତାଙ୍କ ଦ୍ଵାରା ଉପଭୋଗ କରାଯାଉଥିବା ଦ୍ରବ୍ୟ ଓ ସେବାକୁ ଆଧାରକରି ମୁଦ୍ରାର ମୂଲ୍ୟ ମାପ କରାଯାଇଥାଏ। ଏହି ମୂଲ୍ୟସୂଚୀ ପ୍ରସ୍ତୁତି କ୍ଷେତ୍ରରେ ସମସ୍ତ ଦ୍ରବ୍ୟ ଓ ସେବାକୁ ଅନ୍ତର୍ଭୁକ୍ତ କରା ନ ଯାଇ କେବଳ କେତେକ ପ୍ରତିନିଧୂମୂଳକ ଦ୍ରବ୍ୟ ଓ ସେବା, ଯାହାକି ଉପଭୋକ୍ତାମାନେ ଉପଭୋଗ କରିଥାନ୍ତି, ସେହି ଦ୍ରବ୍ୟ ଓ ସେବାକୁ ଏହି ମୂଲ୍ୟସୂଚୀରେ ଅନ୍ତର୍ଭୁକ୍ତ କରାଯାଇଥାଏ। ଏହି ମୂଲ୍ୟସୂଚୀ ସାହାଯ୍ୟରେ ଉପଭୋକ୍ତାମାନଙ୍କର ବଞ୍ଚିବାର ମାନ ପରିବର୍ତ୍ତନକୁ ସହଜରେ ଗଣନା କରାଯାଇପାରେ।
Question ୪।
ଉପଭୋକ୍ତା ମୂଲ୍ୟସୂଚୀ (What is Consumer Pricde In dex Number) କ’ଣ ? ଉପଭୋକ୍ତା ମୂଲ୍ୟସୂଚୀ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ସୋପାନଗୁଡ଼ିକ ଆଲୋଚନା କର ।
(Explain the steps used to construct a Consumer Price Inddex?)
Answer:
ଉପଭୋକ୍ତା ମୂଲ୍ୟସୂଚୀକୁ ଖୁଚୁରା ଦରକୁ ଆଧା ରକରି ପ୍ରସ୍ତୁତ କରାଯାଇଥାଏ। ଏହି ମୂଲ୍ୟସୂଚୀରେ ଅନ୍ତର୍ଭୁକ୍ତ ହେଉଥିବା ଦ୍ରବ୍ୟ ଓ ସେବାକୁ ସାଧାରଣ ଉପଭୋକ୍ତା ବାସ୍ତବ କ୍ଷେତ୍ରରେ କ୍ରୟକରି ଉପଭୋଗ କରିଥାନ୍ତି। ସାଧାରଣ ଉପଭୋକ୍ତା ଉପଭୋଗ କରୁଥିବା ଦ୍ରବ୍ୟ ଓ ସେବାକୁ ଆଧାର କରି ମୁଦ୍ରାର ମୂଲ୍ୟର ପରିବର୍ତ୍ତନକୁ ଏହି ମୂଲ୍ୟସୂଚୀ ସାହାଯ୍ୟରେ ଗଣନା କରାଯାଇଥାଏ।
ଏହି ମୂଲ୍ୟସୂଚୀ ପ୍ରସ୍ତୁତିର ଲକ୍ଷ୍ୟ ହେଲା କେତେକ ବିଶେଷ ଧରଣର ଦ୍ରବ୍ୟ ଓ ସେବାର ଦର ଯାହାକି ଅନ୍ତିମ ଉପଭୋକ୍ତା ପ୍ରଦାନ କରିଥାନ୍ତି, ତାହାର କେତେକ ବର୍ଷ ଧରି ପରିବର୍ତ୍ତନକୁ ମାପକରିବା। ପାଇକାରୀ ମୂଲ୍ୟସୂଚୀ ବିଭିନ୍ନ ଶ୍ରେଣୀର ଉପଭୋକ୍ତାଙ୍କ ବଞ୍ଚିବାର ମାନ ଉପରେ ସାଧାରଣ ଦର ସ୍ତରର ପ୍ରଭାବର ଏକ ନିର୍ଦ୍ଦିଷ୍ଟ ଏବଂ ସଠିକ୍ ସୂଚନା ପ୍ରଦାନ କରିବାର ଅକ୍ଷମ । ଏହାର କାରଣ ହେଲା ବିଭିନ୍ନ ଶ୍ରେଣୀର ଉପଭୋକ୍ତା ଭିନ୍ନ ଭିନ୍ନ ପ୍ରକାରର ଦ୍ରବ୍ୟ ଓ ସେବା କ୍ରୟ କରିଥାନ୍ତି। ତେଣୁ ସେମାନଙ୍କର ବଞ୍ଚିବାର ମାନ ଉପରେ ଦର ସ୍ତରରୁ ପ୍ରଭାବ ପାଇକାରୀ ମୂଲ୍ୟସୂଚୀ ସାହାଯ୍ୟରେ ଆକଳନ କରିବା ସମ୍ଭବର ନୁହେଁ।
ଉପଭୋକ୍ତା ମୂଲ୍ୟସୂଚୀ ବା ବଞ୍ଚିବାର ପରିବ୍ୟୟ ମୂଲ୍ୟସୂଚୀ ବିଭିନ୍ନ ଶ୍ରେଣୀର ଉପଭୋକ୍ତାଙ୍କର ବଞ୍ଚିବାର ମାନ ଉପରେ ଦରଦାମ୍ ସ୍ତରର ହ୍ରାସ ଓ ବୃଦ୍ଧି ମାପ କରିବାରେ ବିଶେଷ ସହାୟକ ହୋଇଥାଏ। ଏହି ମୂଲ୍ୟସୂଚୀ ଗଠନର ଉପାଦେୟତା ଅଧିକ; କାରଣ ଅଧିକ ମଜୁରିର ଚାହିଦା ଉପଭୋକ୍ତା ମୂଲ୍ୟସୂର ଉପରେ ଆଧାରିତ । ଅଧିକାଂଶ ଦେଶରେ ମଜୁରି ଓ ଦରମା ସ୍ତରକୁ ଏହି ମୂଲ୍ୟସୂଚୀ ଅନୁସାରେ ନିର୍ଦ୍ଧାରିତ କରାଯାଇଥାଏ।
ଉପଭୋକ୍ତା ବା ବଞ୍ଚିବାର ମାନ ମୂଲ୍ୟସୂଚୀ ଗଠନ କରିବାର ଲକ୍ଷ୍ୟ ହେଲା ଏକ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ଶ୍ରେଣୀର ଉପଭୋକ୍ତା କେତେକ ଦ୍ରବ୍ୟ ଓ ସେବା କ୍ରୟ କରିବା ପାଇଁ କେତେକ ପରିମାଣରେ ଆଧାର ବର୍ଷ ତୁଳନାରେ ବର୍ତ୍ତମାନ ସମୟରେ ( ଗଣନା ବର୍ଷ) ହେଉଛନ୍ତି।
ଉପଭୋକ୍ତା ମୂଲ୍ୟସୂଚୀ ପ୍ରସ୍ତୁତିର ସୋପାନଗୁଡ଼ିକ :
ଉପଭୋକ୍ତା ମୂଲ୍ୟସୂଚୀ ପ୍ରସ୍ତୁତିରେ ନିମ୍ନଲିଖତ ସୋପାଗୁଡ଼ିକ ଦିଆଯାଇଥାଏ-
(୧) ଯେଉଁ ଶ୍ରେଣୀର ଲୋକମାନଙ୍କ ପାଇଁ ମୂଲ୍ୟସୂଚୀ ପ୍ରସ୍ତୁତ କରାଯାଇଛି ସେମାନଙ୍କ ବିଷୟରେ ନିଷ୍ପତ୍ତି
ନେବା (taking decision abou the people Far ahom it is prepared):
ପ୍ରଥମ ସ୍ତରରେ ଯେଉଁ ଶ୍ରେଣୀର ଉପଭୋକ୍ତାମାନଙ୍କ ପାଇଁ ମୂଲ୍ୟସୂଚୀ ଗଠନ କରାଯାଇଛି ସେମାନଙ୍କ ବିଷୟରେ ନିଷ୍ପତ୍ତି ଗ୍ରହଣ କରାଯାଇଥାଏ। ବିଭିନ୍ନ ଶ୍ରେଣୀର ଉପଭୋକ୍ତା; ଯଥା: ଶିଳ୍ପକ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ, ଶିକ୍ଷକ ଶ୍ରେଣୀ, କର୍ମଚରୀ ଇତ୍ୟାଦି ବିଷୟରେ ନିଷ୍ପତି ଗ୍ରହର କରାଯାଇଥାଏ। ଏ କ୍ଷେତ୍ରରେ ମୂଲ୍ୟସୂଚୀର ପରିସରକୁ ନିର୍ଭୁଲଭାବରେ ବ୍ୟାଖ୍ୟା କରାଯିବା ବିଧେୟ।
(୨) ପରିବାର ବଜେଟ୍ ବିଷୟରେ ତଦନ୍ତ କରିବା (Inquire about family budge):
ଦ୍ଵିତୀୟ ସୋପାନରେ ଯେଉଁ ଶ୍ରେଣୀର ଜନସଂଖ୍ୟା ପାଇଁ ମୂଲ୍ୟସୂଚୀ ପ୍ରସ୍ତୁତ ହୋଇଛି ସେମାନଙ୍କର ପରିବାର ବଜେଟ୍ ବିଷୟରେ ତଦନ୍ତ କରିବା। ଏହି ମୂଲ୍ୟସୂଚୀ ପ୍ରସ୍ତୁତିର ଲକ୍ଷ୍ୟ ହେଲା ଗୋଟିଏ ହାରାହାରି ପରିବାର ବିଭିନ୍ନ ଦ୍ରବ୍ୟ ଓ ସେବାର ଉପଭୋଗରେ ଖର୍ଚ୍ଚ କରୁଥିବା ଟଙ୍କାର ପରିମାଣ ବିଷୟରେ ସୂଚନା ପ୍ରସ୍ତୁତ କରିବା। ଏହି ଗଣନା କାର୍ଯ୍ୟରେ ଉପଭୋଗ କରାଯାଉଥିବା ଦ୍ରବ୍ୟର ପରିମାଣ ଏବଂ ସେହି ସମସ୍ତ ଦ୍ରବ୍ୟର ଦରକୁ ଗଣନା କରାଯାଇଥାଏ।
(୩) ଦର କୋଟେସନ (Price Quotation):
ଖୁଚୁରା ଦର ବିଷୟରେ ସୂଚନା ସଂଗ୍ରହ କରିବା ଉପଭୋକ୍ତା ମୂଲ୍ୟସୂଚୀ ପ୍ରସ୍ତୁତିର ତୃତୀୟ ଗୁରୁତ୍ଵପୂର୍ଣ୍ଣ ସୋପାନ। ଏହି ଦର ସଂଗ୍ରହ କରିବା ଏକ କଷ୍ଟସାଧ୍ୟ କାମ; କାରଣ ଖୁଚୁରା ଦର ଭିନ୍ନ ବଜାରରେ ଭିନ୍ନ ଭିନ୍ନ ହୋଇଥାଏ। ତେଣୁ, ଦରର କୋଟେସନ ନିର୍ଦ୍ଦିଷ୍ଟ ଉପଭୋକ୍ତା ଯେଉଁ ଅଂଚଳରେ ରହୁଛନ୍ତି ବା ଦ୍ରବ୍ୟ କ୍ରୟ କରୁଛନ୍ତି ସେହି ଅଂଚଳକୁ ଦର କୋଯେସନ ନିର୍ଦ୍ଦିଷ୍ଟ ଉପଭୋକ୍ତା ଯେଉଁ ଅଂଚଳରେ ରହୁଛନ୍ତି ବା ଦ୍ରବ୍ୟ କ୍ରୟ କରୁଛନ୍ତି ସେ ଅଂଚଳରୁ ଦର କୋଟେସନ ସଂଗ୍ରହ କରିବା ଆବଶ୍ୟକ। ସମସ୍ତ ଖୁଚୁରା ଦୋକାନରୁ ଦର କୋଟେସନ ସଂଗ୍ରହ କରିବା ପରେ ମୂଲ୍ୟସୂଚୀରେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରତ୍ୟେକ ଦ୍ରବ୍ୟର ଏକ ହାରାହାରି ଦର ଗଣନ କରାଯିବା ଆବଶ୍ୟକ। ଦରକୁ ମୂଲ୍ୟସୂଚୀ ପରିବର୍ତ୍ତନ କରିବାକୁ ହେଲେ ଦରସ୍ତରକୁ ଗୁରୁତ୍ଵ ( Weight) ଦିଆଯିବା ଆବଶ୍ୟକ। ତେଣୁ ଉପରୋକ୍ତ ଆଲୋଚ୍ୟ ପଦକ୍ଷେପଗୁଡ଼ିକୁ ଆଖି ଆଗରେ ରଖ୍ ଏକ ଉପଭୋକ୍ତା ସହଜରେ ଏବଂ ନିର୍ଭୁଲଭାବରେ ପ୍ରସ୍ତୁତ କରାଯାଇପାରିବ।
Question ୫।
ମୂଲ୍ୟସୂଚୀ ପ୍ରସ୍ତୁତି ସମୟରେ ଦେଖାଦେଉଥିବା ଅସୁବିଧାଗୁଡ଼ିକ ଆଲୋଚନା କର।
(Explain the problems in the Computation of Index Number.)
Answer:
ଦର ମୂଲ୍ୟସୂଚୀ ସାହାଯ୍ୟରେ ମୁଦ୍ରାର ମୂଲ୍ୟ ବା ଦରଦାମ୍ର ପରିବର୍ତ୍ତନ ମାପକରିବା ଏତେ ସହଜସାଧ୍ୟ କାର୍ଯ୍ୟ ନୁହେଁ। ଦର ମୂଲ୍ୟସୂଚୀ ପ୍ରସ୍ତୁତି କ୍ଷେତ୍ରରେ ଅନେକଗୁଡ଼ିଏ ଅସୁବିଧା ଦେଖାଦେଇଥାଏ। ସେହି ସମସ୍ତ ଅସୁବିଧାକୁ ସାଧାରଣତଃ ଦୁଇ ଭାଗରେ ବର୍ଗୀକରଣ କରାଯାଇଛି; ଯଥା-
(୧) ଧାରଣାଗତ ସମସ୍ୟା (Conceptual Difficulties) ଏବଂ
(୨) ବାସ୍ତବଗତ ସମସ୍ୟା (Practical Difficulties)
(୧) ଧାରଣାଗତ ସମସ୍ୟା (Conceptual Difficulties):
ଦର୍ ମୂଲ୍ୟସୂଚୀ ପ୍ରସ୍ତୁତି କ୍ଷେତ୍ରରେ ଅନେକଗୁଡ଼ିଏ ଧାରଣାଗତ ସମସ୍ୟା ରହିଛି। ସେଗୁଡ଼ିକ ହେଲା-
(କ) ମୁଦ୍ରାର ନିଜସ୍ଵ ମୂଲ୍ୟ ନ ଥାଏ। ଏହା ଏକ ଅସ୍ପଷ୍ଟ ଏବଂ ମୂଲ୍ୟସୂଚୀ ଧାରଣା। ଏହା ସାଧାରଣ ଦର ସ୍ତରର ବିପରୀତ ଧାରଣା। ମୁଦ୍ରାର ମୂଲ୍ୟରେ ପରିବର୍ତ୍ତନକୁ ଅନେକ ବର୍ଷର ଦର ସ୍ତରର ପରିବର୍ତ୍ତନ ସାହାଯ୍ୟରେ ପରିମାପ କରାଯାଏ। ତାତ୍ତ୍ଵିକ ଦୃଷ୍ଟିକୋଣରୁ ଦର ସ୍ତରର ଧାରଣାଟି ମଧ୍ୟ ଅସ୍ପଷ୍ଟ। ଏହା ସମସ୍ତ ଦ୍ରବ୍ୟ ଓ ସେବାର ଦରକୁ ବୁଝାଏ। କିନ୍ତୁ ବାସ୍ତବ କ୍ଷେତ୍ରରେ ବଜାରରେ ଉପଲବ୍ଧ ହେଉଥିବା ସମସ୍ତ ଦ୍ରବ୍ୟର ଦରକୁ ଅନ୍ତର୍ଭୁକ୍ତ କରିବା ସମ୍ଭବପର ନୁହେଁ। ଏହି କାରଣରୁ ଆମ୍ଭେ ନିର୍ଦ୍ଦିଷ୍ଟ ଦ୍ରବ୍ୟର ଦରକୁ ଗଣନା ପରିସରଭୁକ୍ତ କରିଥାଉ। ବିଭିନ୍ନ ଉପଭୋକ୍ତାପାଇଁ ଭିନ୍ନ ମାନର ମୂଲ୍ୟସୂଚୀ ପ୍ରସ୍ତୁତ କରିଥାଉ।
(ଖ) ମୂଲ୍ୟସୂଚୀର ଦ୍ବିତୀୟ ସମସ୍ୟା ହେଲା ପରିବର୍ତ୍ତନ। ଦର ସ୍ତରରେ ବୃଦ୍ଧି ବା ହ୍ରାସର ଅର୍ଥ ନୁହେଁ ସମସ୍ତ ଦ୍ରବ୍ୟର ଦର ଏକାସଂଗରେ ହ୍ରାସ ବା ବୃଦ୍ଧି ହୋଇଛି। କେତେକ ଦ୍ରବ୍ୟର ହ୍ରାସ ହୋଇପାରେ ତ ଆଉ କେତେକ ଦ୍ରବ୍ୟର ଦର ବୃଦ୍ଧି ହୋଇପାରେ। ଏହି କାରଣରୁ ମୁଦ୍ରାର ମୂଲ୍ୟର ପରିବର୍ତ୍ତନ ମୂଲ୍ୟସୂଚୀ ସାହାଯ୍ୟରେ ସହଜରେ ମାପ କରି ହେବନାହିଁ।
(ଗ) ତୃତୀୟ ଧାରଣାଗତ ସମସ୍ୟା ହେଲା ମୁଦ୍ରାର ମୂଲ୍ୟର ପରିବର୍ତ୍ତନର ପରିମାପ କରିବା। ମୁଦ୍ରାର ମୂଲ୍ୟ ସାଧାରଣତଃ ପାଇକାରୀ ମୂଲ୍ୟସୂଚୀ ସାହାଯ୍ୟରେ ମାପ କରାଯାଇଥାଏ। କିନ୍ତୁ ସାଧାରଣ ଉପଭୋକ୍ତା ପାଇକାରୀ ବଜାର ଅପେକ୍ଷା ଖୁଚୁରା ବଜାରରୁ ଦ୍ରବ୍ୟ କ୍ରୟ କରିଥାନ୍ତି । ତେଣୁ ମୂଲ୍ୟର ଖୁଚୁରା ଦରଦ୍ଵାରା ଅଧ୍ବକ ପ୍ରଭାବିତ ହୋଇଥାଏ। ଖୁଚୁରା ଦରର ସୂଚନା ସହଜରେ ମିଳି ନ ଥାଏ। ଯଦିବା ମିଳିଥାଏ, ଖୁଚୁରା ଦରର ସଠିକତା ଉପରେ ବିଶ୍ଵାସ କରିବା ସମ୍ଭବପର ନୁହେଁ । ଖୁଚୁରା ଦର ବିଭିନନ ବଜାରରେ ଭିନ୍ନ ଭିନ୍ନ ହୋଇଥାଏ। ତେଣୁ ଉପଭୋକ୍ତା ମୂଲ୍ୟସୂଚୀ ପ୍ରସ୍ତୁତ କରିବା ମଧ୍ୟ କଷ୍ଟସାଧ୍ୟ ଅଟେ।
(୨) ବାସ୍ତବଗତ ସମସ୍ୟା (Practical Difficulties): ମୂଲ୍ୟସୂଚୀ ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ଅନେକଗୁଡ଼ିଏ ବାସ୍ତବଧର୍ମୀ ସମସ୍ୟା ଦେଖାଦେଇଥାଏ। ଏହି ସମସ୍ୟା ଉପଭୋକ୍ତାଙ୍କ ବଞ୍ଚିବାର ମାନ ସହିତ ସଂପର୍କ ଥାଏ। ସେହି ସମସ୍ତ ବାସ୍ତବ ସମସ୍ୟାକୁ ନିମ୍ନମତେ ଆଲୋଚନା କରାଯାଇଛି
(କ) ଆଧାର ବର୍ଷ ଚୟନର ସମସ୍ୟା (Problem of the Choice of the Base Year): ମୂଲ୍ୟସୂଚୀ ପ୍ରସ୍ତୁତିର ପ୍ରଥା ବାସ୍ତବ ସମସ୍ୟା ହେଲା-ଆଧାର ବର୍ଷର ଚୟନ । କାରଣ କୌଣସି ଏକ ନିର୍ଦ୍ଦିଷ୍ଟ ବର୍ଷକୁ ସ୍ଵାଭାବିକ ବର୍ଷଭାବେ ଗ୍ରହଣକରିବା କଷ୍ଟକର । ପ୍ରତ୍ୟେକ ବର୍ଷରେ କିଛି ନା କିଛି ଅସ୍ଵାଭାବିକ ଘଟଣା ଘଟିଥିବାର ଉଦାହରଣ ରହିଛି । ଦ୍ଵିତୀୟତଃ ଆଧାର ବର୍ଷ ସ୍ଥିର ନ ରହି ପ୍ରତିବର୍ଷ ପରିବର୍ତ୍ତନ ହୋଇଥାଏ।
(ଖ) ପ୍ରତିନିଧୂମୂଳକ ଦ୍ରବ୍ୟ ଚୟନର ସମସ୍ୟା (Problems in the Choice of the Representative Commodities):
ମୂଲ୍ୟସୂଚୀ ପ୍ରସ୍ତୁତିର ଦ୍ଵିତୀୟ ସମସ୍ୟା ହେଲା ପ୍ରତିନିଧୂମୂଳକ ଦ୍ରବ୍ୟର ଚୟନ। ଦ୍ରବ୍ୟର ଗୁଣାତ୍ମକ ମାନ ସମୟର ପରିବର୍ତ୍ତନ ସହିତ ପରିବର୍ତ୍ତନ ହେଉଛି। ଆଜି ଯିଏ ପ୍ରତିନିଧୂମୂଳକ ଦ୍ରବ୍ୟ ଆସନ୍ତାକାଲି ସେହି ଦ୍ରବ୍ୟ ପ୍ରତିନିଧୂମୂଳକ ଦ୍ରବ୍ୟ ହୋଇ ନ ପାରେ। ଉପରୁ ଙ୍କର ରୁଚି ଓ ପସନ୍ଦରେ ପରିବର୍ତ୍ତନ ସହିତ ଦ୍ରବ୍ୟର ଗୁରୁତ୍ବ ପରିବର୍ତ୍ତନ ହେଉଛି। ତେଣୁ କେତେକ ନିର୍ଦ୍ଦିଷ୍ଟ ଦ୍ରବ୍ୟକୁ ବହୁତ ସମୟଧରି ପ୍ରତିନିଧ୍ଵମୂଳକ ଦ୍ରବ୍ୟଭାବେ ଗ୍ରହଣ କରାଯାଇପାରିବ ନାହିଁ। ସମୟର ପରିବର୍ତ୍ତନ ସହିତ ପ୍ରତିନିଧୂମୂଳକ ଦ୍ରବ୍ୟର ମଧ୍ୟ ପରିବର୍ତ୍ତନ ହେବା ବିଧେୟ।
(ଗ) ଦର ସମ୍ବନ୍ଧୀୟ ସୂଚନାର ସମସ୍ୟା(Problems in the Choice of the Price): ମୂଲ୍ୟସୂଚୀ ପ୍ରସ୍ତୁତି କ୍ଷେତ୍ରରେ ଦେଖାଦେଇଥିବା ତୃତୀୟ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ହେଲା ଦର ସମ୍ବନ୍ଧୀୟ ସୂଚନା ସଂଗ୍ରହ କରିବା। ଦର କହିଲେ ପାଇକାରୀ ଦର ଓ ଖୁଚୁରା ଦରକୁ ବୁଝାଏ। ପାଇକାରୀ ଦର ସଂଗ୍ରହ କରିବାରେ କୌଣସି ସମସ୍ୟା ଉପୁଜି ନ ଥାଏ; କିନ୍ତୁ ଖୁଚୁରା ଦର ସଂଗ୍ରହରେ ସମସ୍ୟା ଦେଖାଦେଇଥାଏ। କାରଣ ଏହି ଦର ଭିନ୍ନ ଭିନ୍ନ ବଜାରରେ ଭିନ୍ନ ଭିନ୍ନ ହୋଇଥାଏ। ଖୁଚୁରା ଦର ବାରମ୍ବାର ପରିବର୍ତ୍ତନ ହୋଇଥାଏ l ମୂଲ୍ୟସୂଚୀ ପ୍ରସ୍ତୁତିର ଏହା ଏକ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ଅଟେ।
(ଘ) ଗୁରୁତ୍ଵ ଦେବାରେ ସମସ୍ୟା (Problems for Giving Weightage): ବିଭିନ୍ନ ପ୍ରତିନିଧୂମୂଳକ ଦ୍ରବ୍ୟର ଗୁରୁତ୍ଵ ଦେବା ମୂଲ୍ୟସୂଚୀ ଗଠନର ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ସମସ୍ୟା। ବିଭିନ୍ନ ଦ୍ରବ୍ୟର ସଠିକ୍ ଗୁରୁତ୍ବ ଦେବାଦ୍ୱାରା ସଠିକ ଏବଂ ପକ୍ଷପାତିତାବିହୀନ ତଥ୍ୟ ସଂଗ୍ରହ କରାଯାଇଥାଏ । ବିଭିନ୍ନ ଦ୍ରବ୍ୟର ଗୁରୁତ୍ଵ ନିର୍ଦ୍ଧାରଣର କୌଣସି ଧରାବନ୍ଧା ନିୟମ ନ ଥିବାରୁ ପକ୍ଷପାତିତାବିହୀନ ଗୁରୁତ୍ଵ ଦେବା ସମ୍ଭବପର ହୋଇ ନ ଥାଏ।
(ଙ) ଏକ ନିର୍ଦ୍ଦିଷ୍ଟ ହାରାହାରି ଚୟନରେ ସମସ୍ୟା (Problems for the Choice of a Particular Average): ମୂଲ୍ୟସୂଚୀ ପ୍ରସ୍ତୁତିର ଅନ୍ତିମ ଏବଂ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ହେଲା ଏକ ନିର୍ଦ୍ଦିଷ୍ଟ ହରାହାରିର ଚୟନ। ବିଭିନ୍ନ ପ୍ରକାରର ହାରାହାରି ରହିଛି; ଯଥା- ମାଧ୍ଯମାନ, ମଧ୍ୟମା, ଗରିଷ୍ଠକ ଇତ୍ୟାଦି। ପ୍ରତ୍ୟେକ ହାରାହାରିର ନିଜସ୍ଵ ସୁବିଧା ଓ ଅସୁବିଧା ରହିଛି। ବିଭିନ୍ନ ହାରାହାରିକୁ ଏକପ୍ରକାରର ସାଂଖ୍ୟକ ତଥ୍ୟାବଳୀର ବ୍ୟବହାର କଲେ ଭିନ୍ନ ଭିନ୍ନ ଫଳ ମିଳିଥାଏ। ତେଣୁ ପ୍ରତ୍ୟେକ ହାରାହାରିକୁ ସତର୍କତାର ସହିତ ବ୍ୟବହାର କରିବା ଉଚିତ। ନଚେତ୍ ଭୁଳ ତଥ୍ୟ ସଂଗ୍ରହ ହେବାର ଅଧିକ ସମ୍ଭାବନା ରହିଛି।
ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଯେ ଏକ ମୂଲ୍ୟସୂଚୀ ପ୍ରସ୍ତୁତି କ୍ଷେତ୍ରରେ ଅନେକଗୁଡ଼ିଏ ସମସ୍ୟା ଉପୁଜିଥାଏ। ତେଣୁ ଏକ ବାସ୍ତବଧର୍ମୀ ମୂଲ୍ୟସୂଚୀ ଗଠନ କରିବା ସମ୍ଭବପର ନୁହେଁ। ଯେ କୌଣସି ମୂଲ୍ୟସୂଚୀ ପ୍ରସ୍ତୁତି କରାଗଲେ ସୁଦ୍ଧା ତାହାର ମୁଦ୍ରାର ମୂଲ୍ୟ ପରିବର୍ତ୍ତନର ସଠିକ୍ ପରିପ୍ରକାଶ ନୁହେଁ। ଏହାର ଅର୍ଥ ନୁହେଁ ମୂଲ୍ୟସୂଚୀ ସଂପୂର୍ଣ୍ଣ ଅଦରକାରୀ। ବିସ୍ତୃତଭାବରେ କହିଲେ, ଦର ମୂଲ୍ୟସୂଚୀ ଦେଶର ଦରଦାମ୍ ସ୍ତରରେ ପରିବର୍ତ୍ତନର ସଠିକ୍ ପରିପ୍ରକାଶ ଅଟେ।
Question ୬।
ସମୟାନୁକ୍ରମୀର ସଂଜ୍ଞା ପ୍ରଦାନ କର।
(Define Time Series.)
Answer:
ସାଂପ୍ରତିକ ପରିସ୍ଥିତିରେ ଅର୍ଥଶାସ୍ତ୍ରୀ ଏବଂ ବ୍ୟବସାୟୀମାନଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ହେଲା ଭବିଷ୍ୟତ ବିଷୟରେ ସଠିକ୍ ଆକଳନ କରିବା। ତେଣୁ ଭବିଷ୍ୟତ ବିଷୟରେ ଆକଳନ କରିବାର ପ୍ରଥମ ସୋପାନ ହେଲା ଆବଶ୍ୟକ ଘଟଣାବଳୀ ବିଷୟରେ ତଥ୍ୟ ସଂଗ୍ରହ କରିବା। ଏହି ସମ୍ବନ୍ଧରେ ସାଧାରଣତଃ ପରିସାଂଖ୍ୟକ ତଥ୍ୟାବଳୀର ବ୍ୟବହାର କରାଯାଇଥାଏ। ଏହି ତଥ୍ୟାବଳୀକୁ ସମୟ ବ୍ୟବଧାନରେ ସଂଗ୍ରହ, ଅନୁଧ୍ୟାନ ଏବଂ ଗଣନାଭୁକ୍ତ କରାଯାଇଥାଏ। ଏହି ସମସ୍ତ ତଥ୍ୟାବଳୀକୁ ସମୟାନୁକ୍ରମୀ ଧାରା (Fire Serics) କୁହାଯାଏ।
ଯେତେବେଳେ ଆମେ ସାଂଖ୍ୟକ ତଥ୍ୟାବଳୀକୁ ସମୟରେ ଅନୁଧ୍ୟାନ କରିଥାଉ ପର୍ଯ୍ୟବେକ୍ଷଣର ସେହି ଅନୁଚ୍ଛେଦକୁ ସମୟାନୁକ୍ରମୀ ଧାରା କୁହାଯାଏ। ଉଦହାରଣ ସ୍ଵରୂପ ଯଦି ଆମେ ଉତ୍ପାଦନ, ଲାଭ, ଆୟ, ଜନସଂଖ୍ୟା ଇତ୍ୟାଦି ପରିବର୍ତ୍ତନୀୟକୁ ବିଗତ ପାଞ୍ଚବର୍ଷ, ଦଶବର୍ଷ କିମ୍ବା କୋଡ଼ିଏ ବର୍ଷ ଧରି ଅନୁଧ୍ୟାନ କରିବ, ତେବେ ସେହି ପର୍ଯ୍ୟବେକ୍ଷଣକୁ ସମୟାନୁକ୍ରମୀ ଧାରା କୁହାଯିବ। ସମୟାନୁକ୍ରମୀ ଧାରା ଅଧ୍ୟୟନରେ ସମୟର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ। ଏହାର କାରଣ ହେଲା ପରିବର୍ତ୍ତନୀୟଗୁଡ଼ିକୁ ସମୟ ଆଧାରରେ ପର୍ଯ୍ୟବେକ୍ଷଣ କରାଯାଏ। ସମୟାନୁକ୍ରମୀ ଧାରାକୁ ଭିନ୍ନ ଭିନ୍ନ ପରିସଂଖ୍ୟାନବିତ୍ ଭିନ୍ନ ଭିନ୍ନ ସଂଜ୍ଞା ପ୍ରକରଣ କରିଛନ୍ତି। ନିମ୍ନରେ କେତେକ ସଂଜ୍ଞାର ଆଲୋଚନା କରାଯାଇଛି । ମୋରିସ୍ ହାମ୍ବର୍ଗଙ୍କ ମତରେ,”
ସମୟାନୁକ୍ରମୀ ଧାରା କହିଲେ ସମୟାନୁକ୍ରମରେ ସଜ୍ଜିତ ହୋଇଥିବା ସାଂଖ୍ୟକ ପର୍ଯ୍ୟବେକ୍ଷଣର ଏକ ଅନୁଚ୍ଛେଦକୁ ବୁଝାଏ”ପାରଟସରନଙ୍କ ମତରେ, “ସମୟାନୁକ୍ରମୀ ଧାରା କହିଲେ ଆନୁକ୍ରମିକ ସମୟ ବ୍ୟବଧାନରେ ସଂଗୃହୀତ, ଗଣନାଭୁକ୍ତ ଏବଂ ସଂପାଦିତ ହୋଇଥିବା ସାଂଖ୍ୟକ ତଥ୍ୟାବଳୀର ଏକ ଅନୁଚ୍ଛେଦକୁ ବୁଝାଏ। ୱେସେଲ୍ ଏବଂ ଷ୍ଟାଲେଟ୍ (Wessel and Wallet) ଙ୍କ ମତରେ, ଯେତେବେଳେ ତଥ୍ୟାବଳୀକୁ ତା’ର ଅର୍ଦ୍ଧେକ ବା ସଂଘଟିତ ଅନୁସାରେ ସଜ୍ଜିତ କରାଯାଇଥାଏ, ସେତେବଳେ ସେହି ସାଂଖ୍ୟକ ଧାରାକୁ ସମୟାନୁକ୍ରମୀ ଧାରା କୁହାଯାଏ।
ଉପରୋକ୍ତ ସଂଜ୍ଞାଗୁଡ଼ିକର ଆଲୋଚନାରୁ ଏକ ସ୍ପଷ୍ଟ ହୁଏ ଯେ ସମୟାନୁକ୍ରମୀ ଧାରା କହିଲେ ସମୟାନୁକ୍ରମରେ ସଜ୍ଜିତ ସାଂଖ୍ୟକ ତଥ୍ୟାବଳୀକୁ ବୁଝାଏ। ସମୟାନୁକ୍ରମୀ ଧାରାକୁ ସାଧାରଣତଃ ଅର୍ଥନୈତିକ ତଥ୍ୟାବଳୀ ସହିତ ସଂପର୍କ ସ୍ଥାପନ କରି ବ୍ୟବହାର କରାଯାଇଥାଏ। ଅନ୍ୟ ଅର୍ଥରେ କହିଲେ ସମୟାନୁକ୍ରମୀ ଧାରାର ଉତ୍ପତ୍ତି କ୍ଷେତ୍ରରେ ଅର୍ଥଶାସ୍ତ୍ରୀମାନଙ୍କର ଅବଦାନ ଅତୁଳନୀୟ। ସମୟାନୁକ୍ରମୀ ଧାରାକୁ ମଧ୍ୟ ଅନ୍ୟ ପରିବର୍ତ୍ତନୀୟ; ଯଥା ଏକ ନିର୍ଦ୍ଦିଷ୍ଟ ବର୍ଷରେ ବିବାହର ସଂଖ୍ୟା, ଜଣେ ରୋଗୀ ଶରୀରର ତାପମାତ୍ରାରେ ପରିବର୍ତ୍ତନ ଇତ୍ୟାଦି କ୍ଷେତ୍ରରେ ବ୍ୟବହାର କରାଯାଇଥାଏ; କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି କୌଶଳର ବ୍ୟବହାରକୁ ସାଧାରଣତଃ ଅର୍ଥନୈତିକ ଓ ବ୍ୟାବସାୟିକ ତଥ୍ୟାବଳୀ କ୍ଷେତ୍ରରେ ସୀମିତ ରଖାଯାଇଛି।
Question ୭।
ସମୟାନୁକ୍ରମୀ ଧାରାର ବ୍ୟବହାର ଆଲୋଚନା କର।
(Explain uses of Time Series.)
Answer:
ସମୟାନୁକ୍ରମୀ ଧାରା ଭବିଷ୍ୟତ ବିଷୟରେ ଗଣନା ପ୍ରସ୍ତୁତ କରିବା କ୍ଷେତ୍ରରେ ସମୟାନୁକ୍ରମୀ ଧାରାର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ। ସମୟାନୁକ୍ରମୀ ଧାରା ଯେ କେବଳ ଅର୍ଥଶାସ୍ତ୍ରୀ ଏବଂ ବ୍ୟବସାୟୀଗୋଷ୍ଠୀ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇ ନ ଥାଏ; ଏହା ମଧ୍ୟ ବୈଜ୍ଞାନିକ, ଗବେଷକ, ଡାକ୍ତର, ଯନ୍ତ୍ରୀ, ଫଳିତ ଜ୍ୟୋତିଷୀ, ଭୂତତ୍ତ୍ବବିଦ୍, ସମାଜବାଦୀ, ଜୀବବିଜ୍ଞାନୀ ଇତ୍ୟାଦିମାନଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଛି। ନିମ୍ନରେ ସମୟାନୁକ୍ରମୀ ଧାରାର ବ୍ୟବହାର ଓ ଗୁରୁତ୍ଵ ବିଷୟରେ ବିସ୍ତୃତଭାବରେ ଆଲୋଚନା କରାଯାଇଛି।
(୧) ଅତୀତ ଆଚରଣ ବା ବ୍ୟବହାରକୁ ବୁଝିବା :
ଯେତେବେଳେ ଆମ୍ଭେ କୌଣସି ତଥ୍ୟାବଳୀ ବିଷୟରେ କେତେବର୍ଷ ଧରି ପର୍ଯ୍ୟବେକ୍ଷଣ କରିବା, ସେତେବେଳେ ଆମ୍ଭେ ଅତୀତରେ ଘଟିଥିବା ଘଟଣାବଳୀ ପରିବର୍ତ୍ତନକୁ ସହଜରେ ବୁଝିପାରିବ। ଏହି ଆଲୋଚନା ଭବିଷ୍ୟତର କାର୍ଯ୍ୟପନ୍ଥା ନିରୂପଣ କରିବାରେ ବିଶେଷ ସହାୟକ ହେବ।
(୨) ଭବିଷ୍ୟତ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତି :
ବର୍ତ୍ତମାନର ଘଟଣାବଳୀକୁ ପୂର୍ବରୁ ଅଟକ ନ କରିବା ଏବଂ ଘଟଣାବଳୀ ମଧ୍ୟରେ ସଂପର୍କ ସ୍ଥାପନ ନ କରି ଭବିଷ୍ୟତର ଯୋଜନାକୁ ଫଳପ୍ରଦ କରି ହେବ ନାହିଁ। ସମୟାନୁକ୍ରମୀ ଧାରାକୁ ଏହିପରି ଭାବରେ ଆଲୋଚନା କରିବାକୁ ସକ୍ଷମ କରିବାପାଇଁ ସାଂଖ୍ୟକ କୌଶଳ ବ୍ୟବହାର କରାଯାଇଛି। ଯଦି କୌଣସି ବୈଶିଷ୍ଟ୍ୟର ଏକ ସୁଦୀର୍ଘ ସମୟଧରି ସଂଘଟିତ ହେବାର ଧାରାବାହିକତା ଦୃଢ଼ୀକରଣ ହୁଏ ତେବେ ତାହାର ସମ୍ଭାବିତ ଭବିଷ୍ୟତର ପରିବର୍ତ୍ତନକୁ ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ନିର୍ଦ୍ଧାରଣ କରାଯାଇପାରିବ।
(୩) ବର୍ତ୍ତମାନର ଦାୟିତ୍ଵକୁ ମୂଲ୍ୟାୟନ କରିବା :
ବର୍ତ୍ତମାନର କାର୍ଯ୍ୟଭାରକୁ ମୂଲ୍ୟାୟନ କରିବାକ୍ଷେତ୍ରରେ ସମୟାନୁକ୍ରମୀ ଧାରା ସହାୟକ ହୋଇଥାଏ। ପ୍ରକୃତ ଅଗ୍ରଗତିକୁ ସମ୍ଭାବିତ ଅଗ୍ରଗତି ସହିତ ତୁଳନା କରାଯାଇ ପରିବର୍ତ୍ତନର କାରଣ ନିର୍ଦ୍ଧାରଣ କରାଯାଇପାରିବ। ଯେତେବେଳେ ଆମେ ଗୋଟିଏ ପରିବର୍ତ୍ତନୀୟକୁ ଏକ ନିର୍ଦ୍ଦିଷ୍ଟ ସମୟରେ ଅଧ୍ୟୟନ କରିଥାଉ, ସେତେବେଳେ ବୈଜ୍ଞାନିକ ପଦ୍ଧତି ସାହାଯ୍ୟରେ ଅନ୍ୟାନ୍ୟ ବିଷୟ ସ୍ଥିର ରଖୁବାପାଇଁ ସମୟାନୁକ୍ରମୀ ଧାରା ସହାକ ପ୍ରଦାନ କରିଥାଏ।
(୪) ତୁଳନାକ୍ଷେତ୍ରରେ ସହାୟକ ହୋଇଥାଏ :
ବିଭିନ୍ନ ସମୟାନୁକ୍ରମୀ ଧାରାକୁ ତୁଳନା କରାଯାଇ ଗୁରୁତ୍ଵପୂର୍ଣ୍ଣ ଉପସଂହାର ନିର୍ଦ୍ଧାରଣ କରାଯାଇଥାଏ। ତେଣୁ ସମୟାନୁକ୍ରମୀ ଧାରା ବିଭିନ୍ନ ସାଂଖ୍ୟକ ତଥ୍ୟାବଳୀକୁ ତୁଳନା କରିବାରେ ସହାୟକ ହୋଇଥାଏ। ସମୟାନୁକ୍ରମୀ ଧାରାର ଏହି ସମସ୍ତ ସୁବିଧାସତ୍ତ୍ଵେ ଆମେ ଏହି ଉପନୀତିରେ ପହଞ୍ଚିବା ଉଚିତ ନୁହେଁ ଯେ ସମୟାନୁକ୍ରମୀ ଧାରା ସାହାଯ୍ୟରେ ଜଣେ ବ୍ୟକ୍ତି ଭବିଷ୍ୟତର କାର୍ଯ୍ୟପନ୍ଥା ବିଷୟରେ ଶତ ପ୍ରତିଶତ ସଠିକ୍ ତଥ୍ୟ ପ୍ରଦାନ କରିପାରିବ। ଯଦି ସମୟାନୁକ୍ରମୀ ଧାରାକୁ ପ୍ରଭାବିତ କରୁଥିବା ଉପାଦାନସମୂହ; ଯଥା- ପାଣିପାଗ ଅବସ୍ଥା, ଜଳବାୟୁ, ପରଂପରା, ବୃଦ୍ଧି ଓ ହ୍ରାସ ଉପାଦାନ ଏବଂ ଜଟିଳ ସମସ୍ୟା ପାଇଁ ଯାହାକି ବ୍ୟବସାୟିକ ଚକ୍ର ସୃଷ୍ଟି କରିଥାଏ। ସେମାନଙ୍କର କାର୍ଯ୍ୟକାରିତାରେ ଧାରାବାହିକତା ଦର୍ଶାଇଥାନ୍ତି। ତେବେ ଭବିଷ୍ୟତ ବିଷୟରେ ୧୦୦ ପ୍ରତିଶତ ସଠିକ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇପାରିବ; କିନ୍ତୁ ବାସ୍ତବତା ଯାହା ଦର୍ଶାଉଅଛି ତାହା ପ୍ରମାଣ କରୁଛି ଯେ ଏହି ପ୍ରକାରର ଧାରବାହିକତା ବଜାଇ ରଖବା ସମ୍ଭବପର ନୁହେଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସମୟାନୁକ୍ରମୀ ଧାରା ସଂପୂର୍ଣ୍ଣ ବ୍ୟବହାରଯୋଗ୍ୟ ନୁହେଁ। ଯଦି ଏହି ଆଲୋଚନା ସହିତ ବ୍ୟବସାୟିକ ସୂଚକାଙ୍କର ମିଳିତ କରି ଗଣନା କରାଯାଏ, ତେବେ ଆମେ ସହଜରେ ଭବିଷ୍ୟତର କାର୍ଯ୍ୟପନ୍ଥା ବିଷୟରେ ଆକଳନ କରି ଭବିଷ୍ୟତର ବ୍ୟବସାୟିକ ଅବସ୍ଥାରେ ସୁଧାର ଆଣିପାରିବା।
Question ୭।
ସମୟାନୁକ୍ରମୀ ଧାରା ଉପାଦାନଗୁଡ଼ିକ ଆଲୋଚନା କର।
(Explain the elements of Time Series.)
Answer:
ଚିରାଚରିତ ଭାବରେ, ସମୟାନୁକ୍ରମୀ ଧାରାର ଅସ୍ଥିରତାର ହ୍ରାସ ବା ବୃଦ୍ଧିକୁ ଚାରିପ୍ରକାରର ପରିବର୍ତ୍ତନରେ ବର୍ଗୀକରଣ କରାଯାଇଥାଏ । ଏହି ଚାରିଗୋଟି ପରିବର୍ତ୍ତନ ପରସ୍ପର ଉପରେ ଅଧାରୋପିତ (Super imposcd) ‘ଏବଂ ସ୍ଥାୟୀଭାବରେ କାର୍ଯ୍ୟ କରି ସମୟାନୁକ୍ରମୀ ଧାରାରେ କେତେକ ସମୟଧରି ପରିବର୍ତ୍ତନ ଆଣିଥାଏ । ଏହି ଚାରିପ୍ରକାରର ଗତି ( Movements) ବା ଉପାଦାନଗୁଡ଼ିକ ହେଲା-
(୧) ଭୌତିକ ଧାରା ବା ପ୍ରବଣତା (Secular Trend) (୨) ଋତୁଭିଭିକ ପରିବର୍ଜନ( Seasonal Variation) (୩) ଚକ୍ରୀୟ ପରିବର୍ତ୍ତନ (Cyclical Variation) (୪) ଅନିୟମିତ ପରିବର୍ତ୍ତନ (Irregular Variation)
(୧) ଭୌତିକ ଧାରା ବା ପ୍ରବଣତା (Secular Trend):
ପ୍ରବଣତା (Trend) ଶବ୍ଦଟିକୁ ଦୈନନ୍ଦିନ ଜୀବନରେ ସାଧାରଣଭାବରେ ବ୍ୟବହାର କରାଯାଇଥାଏ। ପ୍ରବଣତା କହିଲେ ସ୍ଵଳ୍ପକାଳୀନ ପରିବର୍ତ୍ତନକୁ ନ ବୁଝାଇ ଦୀର୍ଘକାଳୀନ ପରିବର୍ତ୍ତନକୁ ବୁଝାଇଥାଏ। ଭୌତିକ ପ୍ରବଣତା ବା ଧାରା କହିଲେ ଉତ୍ପାଦନ, ଲାଭ, ଆୟ, ରୋଜଗାର ଇତ୍ୟାଦି ଭଳି ଅର୍ଥନୈତିକ ପରିବର୍ତ୍ତନୀୟ ଦୀର୍ଘସମୟ ଧରି ବୃଦ୍ଧି ବା ହ୍ରାସ ହେବାର ଲକ୍ଷଣକୁ ବୁଝାଏ। ଜନସଂଖ୍ୟାର ପରିବର୍ତ୍ତନ, ବୈଷୟିକ ଜ୍ଞାନ କୌଶଳ, ଉପଭୋକ୍ତାଙ୍କର ରୁଚିରେ ପ୍ରଭୂତ ପରିବର୍ତ୍ତନ ଇତ୍ୟାଦି ଉପାଦାନଗୁଡ଼ିକର ପରିବର୍ତ୍ତନ ଦ୍ଵାରା ସମୟାନୁକ୍ରମୀ ଧାରାରେ ଦୀର୍ଘକାଳୀନ ପରିବର୍ତ୍ତନ ହୋଇଥାଏ। ସମୟର ଅବଧୂ ଯେତେ ଅଧିକ ହେବ, ପ୍ରବଣତା ବା ପରିବର୍ତ୍ତନର ତୀବ୍ରତା ସେତିକି ଅଧିକ ହେବ।
(୨) ଋତୁଭିଭିକ ପରିବର୍ତ୍ତନ(Seasonal Variation):
ଋତୁଭିଭିକ ପରିବର୍ତ୍ତନ କହିଲେ ସମୟାନୁକ୍ରମୀ ଧାରାର ସମୟଭିଭିକ ପରିବର୍ତ୍ତନକୁ ବୁଝାଏ। ଏହି ପରିବର୍ତ୍ତନ ପ୍ରତିବର୍ଷ ଧାରାବାହିକ ଭାବରେ ଘଟିଥାଏ। ଏହି ପରିବର୍ତ୍ତନର ଆଧାର ହେଲା ସେହି ବର୍ଷର ପ୍ରକୃତି। ଏହି ପରିବର୍ତ୍ତନ ୧୨ ମାସ ବ୍ୟବଧାନରେ ପୌନଃପୁନ୍ୟଭାବେ ସୃଷ୍ଟି ହୋଇଥାଏ। ପ୍ରାୟତଃ ସମସ୍ତ ପ୍ରକାରର ବ୍ୟବସାୟିକ କାର୍ଯ୍ୟକଳାପ ଋତୁଭିଭିକ ପରିବର୍ତ୍ତନ ଦ୍ବାରା ପ୍ରଭାବିତ ହୋଇଥାଏ। ତେଣୁ ଏହି ପ୍ରକାରର ପରିବର୍ତ୍ତନ ସ୍ଵାଭାବିକ ଏବଂ ଏହା ପ୍ରତିବର୍ଷ ଘଟିଥାଏ। ଏହି ପରିବର୍ତ୍ତନର ସମୟସୀମା ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ଏହାର ସମୟ ସୀମାକୁ ଏକବର୍ଷରେ ସୀମିତ ରଖାଯାଇଛି । ପାଣିପାଗ, ଜଳବାୟୁ, ପରମ୍ପରା, ରୁଚି ଓ ପସନ୍ଦ ଇତ୍ୟାଦି କାରଣର ପ୍ରଭାବରେ ଋତୁଭିଭିକ ପରିବର୍ତ୍ତନ ସଂଘଟିତ ହୋଇଥାଏ।
(୩) ଚକ୍ରୀୟ ପରିବର୍ତ୍ତନ (Cyclical Variation) :
ଚକ୍ର (Cycle) ଶବ୍ଦର ଅର୍ଥ ହେଲା ସମୟାନୁକ୍ରମୀ ଧାରାରେ ପୌନଃପୁନିକ ପରିବର୍ତ୍ତନ, ଯାହାକି ଏକବର୍ଷରୁ ଅଧୁକ ସମୟ ଧରି ସଂଘଟିତ ହୋଇଥାଏ। ଏହି ପରିବର୍ତ୍ତନର ନିୟମିତତା ନ ଥାଏ। ପ୍ରାୟତଃ, ସମସ୍ତ ପ୍ରକାରର ଅର୍ଥନୈତିକ ଏବଂ ବ୍ୟବସାୟିକ ତଥ୍ୟାବଳୀ ଏହି ଚକ୍ରୀୟ ପ୍ରବାହର ଲକ୍ଷଣ ; ଦର୍ଶାଇଥାନ୍ତି। ଚକ୍ରୀୟ ପ୍ରବାହ କହିଲେ ବ୍ୟବସାୟିକ କାର୍ଯ୍ୟକଳପାର ଧାରବାହିକ ଭାବରେ ଦୀର୍ଘକାଳୀନ ଉତ୍ଥାନ ଓ ପତନ (ହ୍ରାସ ଓ ବୃଦ୍ଧି) କୁ ବୁଝାଇଥାଏ। ଏହି ପରିବର୍ତ୍ତନ ବ୍ୟବସାୟିକ କାର୍ଯ୍ୟକଳାପର ଉତ୍ଥାନ ଓ ପତନ (Up and Down) ବା ପରିବର୍ତ୍ତନକୁ ବୁଝାଏ । ବ୍ୟବସାୟିକ ଚକ୍ରର ଚାରିଗୋଟି ପର୍ଯ୍ୟାୟ ରହିଛି; ଯଥା ଆର୍ଥିକ ବିକାଶ (Economic Prosperity), ଅଧୋଗତି ( Recession), ମୂଲ୍ୟହ୍ରାସ ସ୍ତର (Depression) ଏବଂ ପୁନରୁଦ୍ଧାରସ୍ତ (Recovery) ବ୍ୟବସାୟିକ ଚକ୍ରର ଗୋଟିଏ ପର୍ଯ୍ୟାୟ, ଅନ୍ୟ ଗୋଟି, ପର୍ଯ୍ୟାୟକୁ କ୍ରମଶଃ ପରିବର୍ତ୍ତନ ହୋଇଥାଏ । ଏହି ପରିବର୍ତ୍ତନ ବାରଂବାର ଚକ୍ରୀୟ ଆଧାରରେ ପରିବର୍ତ୍ତନ ହେଉଥିବାରୁ ଅର୍ଥନୀତିର ପରିବର୍ତ୍ତନୀୟଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସ୍ତରରେ ସ୍ଥିର ନ ରହି ଗୋଟିଏ ସ୍ତରରୁ ଆଉ ଗୋଟିଏ ସ୍ତରକୁ ଧାରାବାହିକ ଭାବରେ ପରିବର୍ତ୍ତନ ହୋଇଥାଏ।
(୪) ଅନିୟମିତ ପରିବର୍ତ୍ତନ (Irregular Variation):
ସମୟାନୁକ୍ରମୀ ଧାରର ଚତୁର୍ଥ ଗୁରୁତ୍ଵପୂର୍ଣ୍ଣ ପ୍ରବଣତା ହୋଇ ଅନିୟମିତ ପରିବର୍ତ୍ତନ। ଏହାକୁ ମଧ୍ୟ ଆକସ୍ମିକ ପରିବର୍ତ୍ତନ ବା ନମୁନା ପରିବର୍ତ୍ତନ ମଧ୍ୟ କୁହାଯାଏ। ଏହି ପରିବର୍ତ୍ତନ ଏକ ନିର୍ଦ୍ଦିଷ୍ଟ ଧାରାରେ ବାରମ୍ବାର ସଂଘଯିତ ହୋଇ ନ ଥାଏ। ଏହି ପରିବର୍ତ୍ତନ କେତେକ ବିଶେଷଧରଣର ଘଟଣା; ଯଥା- ବନ୍ୟା, ମରୁଡ଼ି, ବାତ୍ୟା, ସୁନାମୀ, ବନ୍ଧ, ଯୁଦ୍ଧ ଇତ୍ୟାଦି କାରଣ ଯୋଗୁଁ ସଂଘଯିତ ହୋଇଥାଏ। ଏହି ପରିବର୍ତ୍ତନୀୟ ପ୍ରାୟତଃ ଅହେତୁକ (Random) ଯାହାକି ସାଧାରଣତଃ ଦୈବୀ ସୁବିଧାଗତ ଉପାଦାନ ଦ୍ଵାରା ପ୍ରଭାବିତ ହୋଇଥାଏ। ଦ୍ରବ୍ୟ ଓ ସେବାର ଆକସ୍ମିକ ପରିବର୍ତ୍ତନ କିମ୍ବା ଦ୍ରୁତ ବୈଷୟିକ ଜ୍ଞାନ କୌଶଳର ପରିବର୍ତ୍ତନକୁ ଏହି ପ୍ରକାରର ପରିବର୍ତ୍ତନରେ ଅନ୍ତର୍ଭୁକ୍ତ କରାଯାଇଥାଏ। ପରିଶେଷରେ କୁହାଯାଇପାରେ ଯେ ସମୟାନୁକ୍ରମୀ ଧାରାର ଏହି ଚାରିଶ୍ରେଣୀୟ ବର୍ଗୀକରଣ ସାଧାରଣ ଅର୍ଥନୈତିକ ଅବସ୍ଥାରେ କାର୍ଯ୍ୟକାରିତାକୁ ଆଲୋଚନାତ୍ମକ ଦୃଷ୍ଟିକୋଣରୁ ସମାଲୋଚନା କରାଯାଇଛି। ଭିନ୍ନ ଭିନ୍ନ ପରିସଂଖ୍ୟାନବିତ୍ମାନେ ଏହି ଚାରିଶ୍ରେଣୀୟ ବର୍ଗଗୀକରଣକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ସମାଲୋଚାନ କରିଛନ୍ତି। ଏହି ବିରୋଧାତ୍ମକ ମତବାଦକୁ ଆଧାର କରି କୁହାଯାଇପାରେ ଯେ ସମୟାନୁକ୍ରମୀ ଧାରାର ଏହି ବର୍ଗୀକରଣ କେବଳ ମାତ୍ର ସଂଯୋଗ। ଏହି ବର୍ଗୀକରଣ ବ୍ୟବହାର କରିବାକୁ ସୁବିଧାଜନକ ହେଲେ ସୁଦ୍ଧା ପରିବର୍ତ୍ତନର ଆବଶ୍ୟକତା ସମୟର ଆହ୍ଵାନ ଅଟେ।
Question ୯।
ପ୍ରତୀପ ଗମନ ବିଶ୍ଳେଷଣ କାହାକୁ କୁହାଯାଏ ?
(Define Regression analysis)
Answer:
ପ୍ରତୀପ ଗମନ ବିଶ୍ଳେଷଣ ପରିସଂଖ୍ୟାନ ଆଲୋଚନାର ଅନ୍ୟତମ ସାଂଖ୍ୟକ ମାପକ। ଏହି ମାପକ ପୌନଃପୁନ୍ୟ ବିତରଣ ଅଧ୍ୟୟନର ଅନ୍ୟତମ ମାପକ। ପ୍ରତୀପ ଗମନ ବିଶ୍ଳେଷଣ ଦୁଇ ବା ତତୋଽଧୂକ ପରିବର୍ତ୍ତନୀୟ ମଧ୍ଯରେ ହାରାହାରି ସଂପର୍କ ସୂଚିତ କରିଥାଏ।
ପ୍ରତୀପ ଗମନର ଶବ୍ଦ କୋଷର ଅର୍ଥ ହେଲା ପଛକୁ ଫେରିବାର କଳା ବା ପଶ୍ଚାତ୍ଗମନର କଳା ( Act of going back or returning -back)। ସାର୍ ଫ୍ରାନ୍ସିସ୍ ଗାଲ୍ ଟନ୍ ସର୍ବପ୍ରଥମେ ୧୮୭୭ ମସିହାରେ ବାପମାନଙ୍କର ଉଚ୍ଚତା ଏବଂ ପୁଅମାନଙ୍କର ଉଚ୍ଚତା ମଧ୍ୟରେ ଥିବା ସଂପର୍କ ବିଷୟରେ ଆଲୋଚନା କରିବା ସମୟରେ ଏହି ମାପକକୁ ବ୍ୟବହାର କରିଥିଲେ। ତାଙ୍କ ରଚିତ ପୁସ୍ତକ “Regression towards Mediocrity in Hereditary Stature’ ସେ ‘ଏହି ଶବ୍ଦଟିର ବ୍ୟବହାର କରିଥିଲେ। ପଛକୁ ଫେରିବାର ପ୍ରକୃତିକୁ ଦର୍ଶାଇବା ପାଇଁ ବ୍ୟବହାର ହେଉଥିବା ରେଖାକୁ ଗାଲଟନ୍ ପ୍ରତୀପ ଗମନ ରେଖକାର ମାନ୍ୟତା ଦେଇଥିଲେ; ଯଦିଓ ଏହି ଶବ୍ଦକୁ କେତେଗୁଡ଼ିଏ ବିନ୍ଦୁପାଇଁ ଯେଉଁ ରେଖାର ଙ୍କନ ଆବଶ୍ୟକ, ସେହି ରେଖାକୁ ଦର୍ଶାଇବା ପାଇଁ ପ୍ରତୀପ ଗମନ୍ ରେଖାକୁ ବ୍ୟବହାର କରାଯାଉଛି; କିନ୍ତୁ ପ୍ରତୀପ ଗମନର ମୂଳ ଅର୍ଥକୁ ବର୍ତ୍ତମାନ ପରିସ୍ଥିତିରେ ପରିବର୍ତ୍ତନ କରାଯାଇଛି। ଆଧୁନିକ ପରିସଂଖ୍ୟାନବିତ୍ରମାନେ ପ୍ରତୀପ ଗମନ ରେଖା ବଦଳରେ ନିରୂପିତ ରେଖା ବା ମୂଲ୍ୟ ନିର୍ଣ୍ଣୟରେଖା (Estimating Line) ବହୁଳଭାବରେ ବ୍ୟବହାର କରିଛନ୍ତି। ଏହାର କାରଣ ହେଲା ପ୍ରତିଗମନ ରେଖା ତୁଳନାରେ ମୂଲ୍ୟ ନିର୍ଣ୍ଣୟ ରେଖାର ବୈଶିଷ୍ଟ୍ୟ ଅପେକ୍ଷାକୃତଭାବେ ଅଧିକ ସ୍ପଷ୍ଟୀକରଣୀୟ। ବିଭିନ୍ନ ପରିସଂଖ୍ୟାନବିତ୍ ପ୍ରତୀପ ଗମନ ରେଖାର ଭିନ୍ନ ଭିନ୍ନ ସଂଜ୍ଞା ପ୍ରଦାନ କରିଛନ୍ତି । ନିମ୍ନରେ ପ୍ରତୀପ ଗମନରେଖାର କେତେକ ଗୁରୁତ୍ଵପୂର୍ଣ୍ଣ ସଂଜ୍ଞା ଆଲୋଚନା କରାଯାଇଛି :
ୟା ଲୁମ ଚାଓ (Ya-Lum-Chau) ଙ୍କ ମତରେ, “ ପ୍ରତୀପ ଗମନ ବିଶ୍ଳେଷଣ ଦୁଇଟି ଚଳରାଶି ମଧ୍ୟରେ ସଂପର୍କର ପ୍ରକୃତି ସ୍ଥାପନ କରିବାର ପ୍ରଚେଷ୍ଟା କରୁଛି; ଅଥବା ଦୁଇଟି ଚଳରାଶି ମଧ୍ୟରେ କାର୍ଯ୍ୟକାରୀ ସଂପର୍କ ଅଧ୍ୟୟନ କରୁଛି ଏବଂ ଯାହାଦ୍ଵାରା ପ୍ରାକ୍-ଆକଳନ ବା ପୂର୍ବାନୁମାନର ଏକ ମାଧ୍ୟମ ବା ଯନ୍ତ୍ର ଉପକରଣ ପ୍ରଦାନ କରୁଛି”। ଟୁରେ ୟାମାନେ (Turo Yamane) ଙ୍କ ମତରେ, ଅର୍ଥବ୍ୟବସ୍ଥା ଓ ବ୍ୟବସାୟିକ ଗବେଷଣା କ୍ଷେତ୍ରରେ ଦୁଇଟି ଚଳରାଶି ମଧ୍ୟରେ ସଂପର୍କ ନିର୍ଦ୍ଧାରଣ କରିବାପାଇଁ ଅର୍ଥଶାସ୍ତ୍ର ଏବଂ ବ୍ୟାବସାୟିକ ଗବେଷଣା କ୍ଷେତ୍ରରେ ଯେଉଁ କୌଶଳକୁ ପୌନଃପୁନ୍ୟ ଭାବରେ ବ୍ୟବହାର କରାଯାଏ, ତାହାକୁ ପ୍ରତୀପ ଗମନ ବିଶ୍ଳେଷଣ କୁହାଯାଏ।
ଉପରୋକ୍ତ ସଂଜ୍ଞାଗୁଡ଼ିକ ବ୍ୟାଖ୍ୟାକଲେ ଆମ୍ଭେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେ ପ୍ରତୀପ ଗମନ କହିଲେ ତଥ୍ୟାବଳୀର ମୌଳିକ ଏକକ ଆକାରରେ ଦୁଇଟି ଚଳରାଶି ମଧ୍ୟରେ ହାରାହାରି ସଂପର୍କର ଏକ ମାପକକୁ ବୁଝାଏ। ଅନ୍ୟ ଅର୍ଥରେ କହିଲେ ପ୍ରତୀପ ଗମନ ଆଲୋଚନା କହିଲେ ଏକ ସାଂଖ୍ୟକ ପଦ୍ଧତିକୁ ବୁଝାଏ, ଯାହା ସାହାଯ୍ୟରେ ଗୋଟିଏ ବିଦିତ ବା ପରିଚିତ (known) ଚଳ ସାହାଯ୍ୟରେ ଅନ୍ୟ ଗୋଟିଏ ଅପରିଚିତ (uknown) ଚଳରାଶିର ମୂଲ୍ୟ ନିର୍ଦ୍ଧାରଣ କରାଯାଏ
ଯେଉଁ ଚଳରାଶିକୁ ବ୍ୟବହାର କରାଯାଇ ଅନ୍ୟ ଏକ ଚଳରାଶିର ମୂଲ୍ୟ ନିର୍ଦ୍ଧାରଣ କରାଯାଏ, ତାହାକୁ ନିରପେକ୍ଷ ବା ସ୍ଵାଧୀନ (independent) ଚଳରାଶି କୁହାଯାଏ। ଯେଉଁ ଚଳରାଶିର ମୂଲ୍ୟ ନିଶ୍ଚରଣ କରିବାପାଇଁ ଆମେ ପ୍ରୟାସ କରୁଛୁ ତାହାକୁ ସାପେକ୍ଷ ବା ଆଶ୍ରିତ (dependent) ଚଳରାଶି କୁହାଯାଏ। ସ୍ଵାଧୀନ ଚଳରାଶିକୁ ଇଂରେଜୀ ଶବ୍ଦ x ଏବଂ ଅଶ୍ରିତ ଚଳରାଶିକୁ ଇଂରେଜୀ ଶବ୍ଦ ଦ୍ଵାରା ପ୍ରକାଶ କରାଯାଇଛି। ବ୍ୟବହାର ହେଉଥିବା ରେଖାକୁ ସରଳରେଖାବିଶିଷ୍ଟ (Simle Linear) ପ୍ରତୀପ ଗମନ ଆଲୋଚନା କୁହାଯାଏ । ସରଳ ଶବ୍ଦର ଅର୍ଥ ହେଲା ଗୋଟିଏ ସ୍ଵାଧୀନ ଚଳରାଶିର ଉପସ୍ଥିତ ଏବଂ ରେଖନୀୟ (Linear) ର ଅର୍ଥ ହେଲା ସ୍ଵାଧୀନ ଓ ଆଶ୍ରିତ ଚଳରାଶି ମଧ୍ୟରେ ରେଖନୀୟ ସଂପର୍କ। ରେଖାବିଶିଷ୍ଟ ଅର୍ଥ ହେଲା ଗୋଟିଏ ସରଳରେଖାର ଏକ ସମୀକରଣ ( Anequation of straight line) ଉକ୍ତ ସମୀକରଟି ହେଲ-
Y = a + bx
ଏଠାରେ a ଏବଂ b ଦୁଇଟି ସ୍ଥିର ରାଶି ଏହି ଦୁଇଟି ଅପରିବର୍ତ୍ତନୀୟକୁ ବ୍ୟବହାର କରାଯାଇ x ଓ Y ମଧ୍ୟରେ ଥିବା ହାରାହାରି ସଂପର୍କ ନିଷ୍କାରର କରାଯାଇଥାଏ।
Question ୧୦।
ପ୍ରତୀପ ଗମନ ବିଶ୍ଳେଷଣର ବ୍ୟବହାର ଆଲୋଚନା କର।
(Explain the causes of Regresison analysis.)
Answer:
ପ୍ରତୀପ ଗମନ ବିଶ୍ଳେଷଣ ପରିସାଂଖ୍ୟକ ମତବାଦର ଏକ ଶାଖା – ଯାହାକି ପ୍ରାୟ ସମସ୍ତ ବୈଜ୍ଞାନିକ ଅନୁଶାସନରେ ବହୁଳଭାବରେ ବ୍ୟବହୃତ ହୋଇଥାଏ । ଅର୍ଥଶାସ୍ତ୍ରରେ, ପ୍ରତୀପ ଗମନ ବିଶ୍ଳେଷଣର ଅର୍ଥନୈତିକ ପରିବର୍ତ୍ତନୀୟଗୁଡ଼ିକ ମଧ୍ୟରେ ଥିବା ସଂପର୍କ ମାପ କରିବାର ଏକ ମୌଳିକ ପଦ୍ଧତି ବା କୌଶଳ। ଉଦାହରଣ ସ୍ଵରୂପ, ଯଦି ଆମେ ଦୁଇଟି ଚଳରାଶି; ଯଥା- ଦର (x) ଏବଂ ଚାହିଦା (y) ପରସ୍ପର ନିବିଡ଼ ଭାବରେ ସଂପର୍କିତ; ତେବେ ଆମେ x ଚଳରାଶିର ମୂଲ୍ୟକୁ yଜ ଚଳରାଶି ସାହାଯ୍ୟରେ ଗଣନା କରିପାରିବା କିମ୍ବା, y ଚଳରାଶିର ମୂଲ୍ୟକୁ y ଚଳରାଶି ସାହାଯ୍ୟରେ ନିର୍ଦ୍ଧାରଣ କରିପାରିବା।
ପ୍ରତୀପ ଗମନ ବିଶ୍ଳେଷଣ ଅଧ୍ୟୟନ ଅର୍ଥନୀତି ଏବଂ ବ୍ୟବସାୟକ୍ଷେତ୍ରରେ ବିଶେଷ ସହାୟକ ହୋଇଥାଏ। ପ୍ରତୀପ ଗମନ ବିଶ୍ଳେଷଣ ଅର୍ଥନୀତି ଓ ବ୍ୟବସାୟ ବ୍ୟତୀତ ଅନ୍ୟ କେତେଗୁଡ଼ିଏ ବ୍ୟବହାର ରହିଛି। ସମସ୍ତ ପ୍ରାକୃତିକ, ଭୌତିକ ଏବଂ ସାମାଜିକ ବିଜ୍ଞାନ କ୍ଷେତ୍ରରେ ପ୍ରତୀପ ଗମନ ବିଶ୍ଳେଷଣକୁ ବ୍ୟବହାର କରାଯାଇଛି। ନିମ୍ନରେ ପ୍ରତୀପ ଗମନ ବିଶ୍ଳେଷଣର କେତେକ ବ୍ୟବହାର ଆଲୋଚନା କରାଯାଇଛି-
(୧) ପ୍ରତୀପ ଗମନ ବିଶ୍ଳେଷଣ ସାପେକ୍ଷ ଚଳ xର ମୂଲ୍ୟକୁ ସ୍ଵାଧୀନ ଚଳ y ସାହାଯ୍ୟରେ ନିର୍ଦ୍ଧାରଣ କରିବାର ସୁବିଧା ପ୍ରଦାନ କରିଛି। ଏହି କାର୍ଯ୍ୟକୁ ସଂପାଦନ କରିବା ପାଇଁ ବ୍ୟବହୃତ ହେଉଥିବା ପଦ୍ଧତିକୁ ପ୍ରତୀପ ଗମନ ରେଖା (Regression Line) କୁହାଯାଏ। ଏହା x ଓ y ଚଳରାଶି ମଧ୍ୟରେ ଥିବା ହାରାହାରି ସଂପର୍କ ସୂଚିତ କରୁଅଛି। ଏହି ରେଖାର ସମୀକରଣକୁ ପ୍ରତୀପ ଗମନ ସମୀକରଣ କୁହାଯାଏ। ପ୍ରତୀପ ଗମନ ସମୀକରଣ ଅପେକ୍ଷା ଚଳରାଶି ପରିମାପର ବ୍ୟବସ୍ଥା କରିଥାଏ, ଯେତେବେଳେ ସ୍ଵାଧୀନ ଚଳରାଶିକୁ ସମୀକରଣ ଭିତରେ ଅନ୍ତର୍ଭୁକ୍ତ କରାଯାଇଥାଏ।
(୨) ପ୍ରତୀପ ଗମନ ବିଶ୍ଳେଷଣର ଦ୍ବିତୀୟ ବ୍ୟବହାର ପ୍ରତୀପ ଗମନ ରେଖାର ବ୍ୟବହାରରେ ଦେଖାଦେଇଥିବା ତ୍ରୁଟିର ପରିମାପ କରିବା ଏହି ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ପରିଗଣନାଗତ ତ୍ରୁଟି ସାଧାରଣ ମାନଦଣ୍ଡ ନିର୍ଦ୍ଧାରଣ କରାଯାଏ।
(୩) ପ୍ରତୀପ ଗମନ ଗୁଣାଙ୍କ ସାହାଯ୍ୟରେ ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ ନିର୍ଦ୍ଧାରଣ କରାଯାଏ। ପ୍ରତୀପ ଗମନ ଗୁଣାଙ୍କର ବର୍ଗରାଶିକୁ ସହସମ୍ବନ୍ଧ ନିର୍ଦ୍ଧାରଣ କୁହାଯାଏ। ସହସମ୍ବନ୍ଧ ନିର୍ଦ୍ଧାରଣ ଦୁଇଟି, ଚଳ ମଧ୍ଯରେ ସହ ପରିବର୍ତ୍ତନ ସଂଯୋଗର ମାତ୍ର ମାପ କରିଥାଏ । ଏହା ଆଶ୍ରିତ ଚଳରାଶିର ଭିନ୍ନତାର ଅନୁପାତ ନିର୍ଧାରଣ କରିବାର ସାହାଯ୍ୟ କରିଥାଏ । ଭିନ୍ନତା (variance) ର ମୂଲ୍ୟ ଯେତେ ଅଧିକ ହେବ ପ୍ରତୀପ ଗମନ ସମୀକରଣ ସେତେ ଅଧିକ ଉପଯୋଗୀ ହେବ।
Question ୧୧।
ସହସମ୍ବନ୍ଧ ବିଶ୍ଳେଷଣ ଏବଂ ପ୍ରତୀପ ଗମନ ବିଶ୍ଳେଷଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ।
(Distinguish between Correlation Analysis and Regression Analysis.)
Answer:
ସହସମ୍ବନ୍ଧ ବିଶ୍ଳେଷଣ ଏବଂ ପ୍ରତୀପ ଗମନ ବିଶ୍ଳେଷଣ ଭିନ୍ନ ଭିନ୍ନ ସର୍ତ୍ତାବଳୀକୁ ଆଧାରକରି ପ୍ରସ୍ତୁତ କରାଯାଇଛି। ସେମାନେ ଭିନ୍ନ ଭିନ୍ନ ପ୍ରକାରର ସୂଚନା ପ୍ରଦାନ କରିଥାନ୍ତି। ଏହା ସର୍ବଦା ସ୍ପଷ୍ଟ ନୁହେଁ ଯେ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ କେଉଁ ମାପକର ବ୍ୟବହାର କରାଯିବ। ସହସମ୍ବନ୍ଧ ମାପକ ଓ ତ୍ରପୀ ଗମନ ମାପକ ମଧ୍ୟରେ ଥିବା ପାର୍ଥକ୍ୟକୁ ନିମ୍ନମତେ ଆଲୋଚନା କରାଯାଇଛି।
(୧) ସହସମ୍ବନ୍ଧ ଗୁଣାଙ୍କ (Correlation Efficient) ଦୁଇଟି ଚଳରାଶି (x ଏବଂ y) ର ସହପରିବର୍ତ୍ତନ ପରିମାଣର (degree) ଏକ ପରିମାପକ; କିନ୍ତୁ ପ୍ରତୀପ ଗମନ ଗୁଣାଙ୍କ ଦୁଇଟି ଚଳରାଶି ମଧ୍ୟରେ ଥିବା ହାରାହାରି ସଂପର୍କର ଏକ ଅଧ୍ୟୟନ ଏହି ମାପକ ସାହାଯ୍ୟରେ ଆମେ ଗୋଟିଏ ପରିବର୍ତ୍ତନୀୟକୁ ସ୍ଥିରରଖ୍ ଅନ୍ୟ ଏକ ପରିବର୍ତ୍ତନୀୟ ମୂଲ୍ୟ ଗଣନା କରିଥାଉ।
(୨) ସହସମ୍ବନ୍ଧ ବିଶ୍ଳେଷଣ ଦୁଇଟି ଚଳରାଶି ମଧ୍ୟରେ ଥିବା ସଂପର୍କ ପରିମାଣ ବା ମାତ୍ରାର ଏକ ଅଧ୍ୟୟନ। ତେଣୁ, କେଉଁ ପରବର୍ତ୍ତନୀୟଟି କାରଣ ଏବଂ କେଉଁଟି ପ୍ରଭାବ ଏହା ନିର୍ଦ୍ଧାରଣ କରିବା ସମ୍ଭବପର ନୁହେଁ। ଅନ୍ୟପକ୍ଷରେ, ପ୍ରତୀପ ଗମନ ବିଶ୍ଳେଷଣ ଦୁଇଟି ରାଶି-ମଧ୍ୟରେ ଥିବା ସଂପର୍କର ପ୍ରକୃତିକୁ ଅଧ୍ୟୟନ କରିଥାଏ। ଏହା ଦୁଇଟି ଚଳରାଶି ମଧ୍ୟରେ ଥିବା କାରଣ ପ୍ରଭାବ ସଂପର୍କ ନିର୍ଦ୍ଧାରଣ କରିବାରେ ସକ୍ଷମ ହୋଇଥାଏ। ପ୍ରତୀପ ଗମନ ଆଲୋଚନାରେ ଗୋଟିଏ ଚଳରାଶି ସ୍ଵାଧୀନ ଏବଂ ଅନ୍ୟଟି ସାପେକ୍ଷ ଅଟେ।
(୨) ସହସମ୍ବନ୍ଧ ଆଲୋଚନାରେ b x y କୁ ଦୁଇଟି ଚଳରାଶି ମଧ୍ୟରେ ଥିବା ରେଖନୀୟ (Lincar) ସଂପର୍କର ଦିଗ ଓ ମାତ୍ରା ବା ପରିମାଣର ଏକ ମାପକ bxy ଓ byx। ଏହି ଦୁଇଟି ଗୁଣାଙ୍କ ଯଥାନୁପାତିକ ବା ସମପରିମିତ (Symmetrical) ସାଂକେତିକ ଭାଷାରେ, bxy = byx
ତେଣୁ କେଉଁ ଚଳରାଶିଟି ସ୍ଵାଧୀନ ଓ କେଉଁ ଚଳରାଶିଟି ଆଶ୍ରିତ, ଏହା ଜାଣିବାର ଆବଶ୍ୟକତା ଉପଲବ୍ଧ ହୋଇ ନ ଥାଏ। ଅନ୍ୟ ପକ୍ଷରେ ପ୍ରତୀପ ଗମନ ଆଲୋଚନାର ଦୁଇଟି ଗୁଣାଙ୍କ bxy ଓ byx ପରସ୍ପର ସମପରିମିତ ନୁହେଁ । ତେଣୁ ସ୍ଵାଧୀନ ଚଳ ଏବଂ ଆଶ୍ରିତ ଚଳ ମଧ୍ଯରେ ପାର୍ଥକ୍ୟ ନିର୍ଦ୍ଧାରଣ କରିବା ଯୁକ୍ତିସଂଗତ ଅଟେ।
(୪) ପ୍ରତୀପ ଗମନ ଆଲୋଚନାରେ ଦୁଇଟି ଚଳରାଶି ମଧ୍ୟରେ ଅର୍ଥହୀନ ବା ଅସଂଗତ (Non-sense) ସଂପର୍କ ଥାଇପାରେ। ଏହି ଅସଂଗତ ସଂପର୍କର କାରଣ ସଂପୂର୍ଣ୍ଣଭାବେ ଆକସ୍ମିକ। ଏହାର ବାସ୍ତବ ଘଟଣାବଳୀ ସହିତ କୌଣସି ସଂପର୍କ ନ ଥାଏ। ଉଦାହରଣ ସ୍ୱରୂପ, ଆୟର ପରିବର୍ତ୍ତନ ଏବଂ ଲୋକମାନଙ୍କର ଉଚ୍ଚତା ମଧ୍ୟରେ ଅସଂଗତ ସଂପର୍କ ଥାଏ । ଅନ୍ୟ ପକ୍ଷରେ ସହସମ୍ବନ୍ଧ ଆଲୋଚନାରେ ଦୁଇଟି ଚଳରାଶି ମଧ୍ୟରେ ଅର୍ଥହୀନ ବା ଅସଂଗତ ସଂପର୍କ ନ ଥାଏ।
(୫) ସହସମ୍ବନ୍ଧ ଗୁଣାଙ୍କ ଆଧାରରେ ପରିବର୍ତ୍ତନ ଏବଂ ଆୟତନ (Scale) ପରିବର୍ଭନ ଦ୍ୱାରା ପ୍ରଭାବିତ ହୋଇ ନ ଥାଏ। ଅନ୍ୟ ପକ୍ଷରେ ପ୍ରତୀପ ଗମନ ଗୁଣାଙ୍କ ଆଧାର (Origin) ର ପରିବର୍ତ୍ତନ ଦ୍ଵାରା ପ୍ରଭାବିତ ହୋଇ ନଥାଏ; କିନ୍ତୁ ଆୟତନର ପରିବର୍ତ୍ତନ ଦ୍ଵାରା ପ୍ରଭାବିତ ହୋଇଥାଏ। ଉପରୋକ୍ତ ଆଲୋଚ୍ୟ ପାର୍ଥକ୍ୟ ସତ୍ତ୍ଵେ ସହସମ୍ବନ୍ଧ ଗୁଣାଙ୍କ ଏବଂ ପ୍ରତୀପ ଗମନ ଗୁଣାଙ୍କ ମଧ୍ୟରେ କେତେକ ସାମଞ୍ଜସ୍ୟ ରହିଛି। ଉଭୟ ଗୁଣାଙ୍କର ସମାନ ସାଂକେତିକ ଚିହ୍ନର ବ୍ୟବହାର କରାଯାଇଛି (bxy ଓ byx)। ଯଦି ଗୋଟିଏ ସ୍ତରରେ b ର ମୂଲ୍ୟ ଗୁରୁତ୍ଵପୂର୍ଣ୍ଣ, ଅନ୍ୟ ଗୋଟିଏ ସ୍ତରରେ rର ମଧ୍ୟ ସମଗୁରୁତ୍ଵପୂର୍ଣ୍ଣ ଅଟେ।
Question ୧୧।
ପ୍ରତୀପ ଗମନ ସମୀକରଣ ବ୍ୟାଖ୍ୟା କରି।
(Define Regression Equation.)
Answer: ପ୍ରତୀପ ଗମନ ରେଖା ( Regression Line)e ଗାଣିତିକ ପରିପ୍ରକାଶକୁ ପ୍ରତୀପ ଗମନ ସମୀକରଣ କୁହାଯାଏ । ଯେହେତୁ ଦୁଇଟି ପ୍ରତୀପ ଗମନ ରେଖା ରହିଛି । ସେହେତୁ ଦୁଇଟି ପ୍ରତୀପ ଗମନ ସମୀକରର ମଧ୍ୟ ରହିଛି । ଦୁଇଟି ପ୍ରତୀପ
ଗମନ ସମୀକରଣ ହେଲା–
(୧) ପ୍ରତୀପ ଗମନ ସମକୀରଣ y on x ;ଏବଂ
(୨) ପ୍ରତୀପ ଗମନ ସମୀକରଣ x on yମ
(୧) ପ୍ରତୀପ ଶମନ ସମକୀରଣ y on x
ପ୍ରତୀପ ଗମ୍ବନ ରେଖା y on x କୁ ନିମ୍ନୋକ୍ତ ମତେ ପରିପ୍ରକାଶ କରାଯାଇଛି;
y = a + bx
ଏହି ସମୀକରଣରେ X ଚଳରାଶି ଏକ ଆଶ୍ରିତ (dependent) ଚଳ ଏହାର ମୂଲ୍ୟ x ଚଳ (ସ୍ଵାଧୀନ) ଉପରେ ନିର୍ଭର କରିଥାଏ । Y ଚଳକୁ ସ୍ଵାଧୀନ (Independent) ଚଳ କୁହାଯାଏ। Y ଚଳର ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ସାହାଯ୍ୟରେ X ଚଳର ମୂଲ୍ୟ ନିର୍ଦ୍ଧାରଣ କରାଯାଏ। a, x ଚଳ ବାଟରେ ଅଟକ କରିଥାଏ (y – Intercept)a ଚଳର ମୂଲ୍ୟ Y ଅକ୍ଷର ଏକ ବିନ୍ଦୁକୁ ବୁଝାଏ, ଯେଉଁଠାରେ କି ପ୍ରତୀପ ଗମନ ରେଖା y ଚଳକୁ ଉଲ୍ଲମ୍ବ ଅକ୍ଷରେ ଛେଦ କରି ଊର୍ଦ୍ଧ୍ୱଗାମୀ ହୋଇଥାଏ।
b = ପ୍ରତୀପ ଗମନ ରେଖାର ପତନ (Slope)। ଏହା x ଚଳରାଶିର ଏକ ନିର୍ଦ୍ଦିଷ୍ଟ ଏକକ ପରିବର୍ତ୍ତନକୁ ଆଧାର କରି y ଚଳରାଶିର ପରିବର୍ତ୍ତନକୁ ବୁଝାଏ। ଏହି ସମୀକରଣରେ a ଏବଂ b ଦୁଇଟି ସାଂଖ୍ୟକ ଅପରିବର୍ତ୍ତନୀୟ (Numerical Constant)। ଏହାର କାରଣ ହେଲା ଯେ କୌଣସି ସରଳରେଖା କ୍ଷେତ୍ରରେ ଏହି ଦୁଇଟି ପରିବର୍ତ୍ତନୀୟ ମୂଲ୍ୟ ଅପରିବର୍ତିତ ରହିଥାଏ।
ଯଦି ଏହି ଦୁଇଟି ଅପରିବର୍ତ୍ତନୀୟ ମୂଲ୍ୟ ଜଣାଯାଏ; ତେବେ ପ୍ରତୀପ ଗମନ ରେଖାକୁ ସଂପୂର୍ଣ୍ଣ ଭାବରେ ନିର୍ଦ୍ଧାରଣ କରାଯାଇପାରିବ। a ଓ b ର ମୂଲ୍ୟକୁ ସର୍ବନିମ୍ନ ବର୍ଗରାଶି ପଦ୍ଧତି (Least Square Method) ଦ୍ଵାରା ନିର୍ଣ୍ଣୟ କରାଯାଇପାରେ ଏହି ପଦ୍ଧତି ସାହାଯ୍ୟରେ ଦୁଇଟି ସ୍ଵାଭାବିକ ସମୀକରଣକୁ ସମାଧାନ କରାଯାଇଥାଏ।
Σy = Na + bΣx …….(i)
ΣΧΥ aΣx + bΣx2 …….(i)
ଏହି ଦୁଇଟି ସ୍ଵାଭାବିକ ସମୀକରଣ ସାହାଯ୍ୟରେ a ଓ Ð ଅପରିବର୍ତ୍ତନୀୟ ମୂଲ୍ୟ ନିର୍ଦ୍ଧାରଣ କରାଯାଇପାରିବ ! ଏହି ସମାଧାନ ସର୍ବନିମ୍ନ ବର୍ଗରାଶି ପଦ୍ଧତିର ସମସ୍ତ ଆବଶ୍ୟକତା ପୂରଣ କରିପାରିବ।
(୨) ପ୍ରତୀପ ଗମନ ସମୀକରଣ x on y ପ୍ରତୀପ ଗମନ ରେଖା x on y କୁ ନିମ୍ନୋକ୍ତ ପରିପ୍ରକାଶ କରାଯାଇପାରିବ।
x = a + b y….(ii)
ଏହି ସମୀକରଣରେ Y ଚଳରାଶି ଏକ ଆଶ୍ରିତ (dependent) ଚଳରାଶି ଅଟେ। ଏହାର ମୂଲ୍ୟ X ଚଳ(ସ୍ଵାଧୀନ) ଉପରେ ନିର୍ଭର କରିଥାଏ। X ଚଳର ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ସାହାଯ୍ୟରେ ? ଚଳର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ। ଏଠାରେ a=x ବାଟରେ ଅଟକ ରଖୁଥାଏ (x-Intercept) ଏହାର ମୂଲ୍ୟ x ବିନ୍ଦୁର ଏକ ବିନ୍ଦୁକୁ ବୁଝାଏ ଯେଉଁଠାରେ କି ପ୍ରତୀପ ଗମନରେଖା x ଅକ୍ଷକୁ ଛେଦ କରି ଗତି କରିଥାଏ।
b = ପ୍ରତୀପ ଗମନ ରେଖାର ପତନ।
ଏହି ସମୀକରଣରେ a ଓ b ଦୁଇଟି ସାଂଖ୍ୟକ ଅପରିବର୍ତ୍ତନୀୟ, ଯଦି ଏହି ଦୁଇଟି ଅପରିବର୍ତ୍ତନୀୟର ମୂଲ୍ୟ ଜଣାଯାଏ; ତେବେ ପ୍ରତୀପ ଗମନ ରେଖାକୁ ସଂପୂର୍ଣ୍ଣଭାବେ ନିର୍ଦ୍ଧାରଣ କରାଯାଇପାରେ। a ଓ b ର ମୂଲ୍ୟକୁ ସର୍ବନିମ୍ନ ବର୍ଗରାଶି ପଦ୍ଧତି ସାହାଯ୍ୟରେ ନିର୍ଦ୍ଧାରଣ କରାଯାଇଥାଏ। a ଓ b ର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଦୁଇଟି ସ୍ଵାଭାବିକ ସମୀକରଣକୁ ସମାଧାନ କରିବାକୁ ପଡ଼ିଥାଏ। ଏହି ଦୁଇଟି ସମୀକରଣ ହେଲା-
(a) Σx = Na + bΣy ……(i)
(b) Σxy = a Σy + b Σy2….(ii)
ଏହି ଦୁଇଟି ସମୀକରଣର ସାହାଯ୍ୟରେ a ଓ b ର ମୂଲ୍ୟ ନିର୍ଦ୍ଧାରଣ କରାଯାଇପାରିବ। a ଓ b ର ମୂଲ୍ୟ ନିର୍ଦ୍ଧାରଣ କରାଯାଇପାରିଲେ ସର୍ବନିମ୍ନ ବର୍ଗରାଶି ପଦ୍ଧତିର ସମସ୍ତ ସର୍ଭାବଳୀ ପୂରଣ କରାଯାଇପାରିବ।
Question ୧୨।
ପ୍ରତୀପ ଗମନ ସମୀକରଣ ନିର୍ଣ୍ଣୟ କର।
(Calculate the value of Regression Equations.)
X: | 6 | 2 | 10 | 4 | 8 |
Y: | 9 | 11 | 5 | 8 | 7 |
Answer:
ପ୍ରତୀପ ଗମନ ସମୀକରଣ ଗଣନା
X | X2 | y | y2 | x × y |
6 | 36 | 9 | 81 | 54 |
2 | 4 | 11 | 121 | 22 |
10 | 100 | 5 | 25 | 50 |
4 | 16 | 8 | 64 | 32 |
8 | 64 | 7 | 49 | 56 |
Σx = 30 | Σx2 = 220 | Σy = 40 | y2 = 340 | Σxy:214 |
y on x ର ପ୍ରତୀପ ଗମନ ସମୀକରଣ : yc = a + by
y on x ର ପ୍ରତୀପ ଗମନ ସମୀକରଣ a b ର ମୂଲ୍ୟ ଗଣନା କରିବା ପାଇଁ ନିମ୍ନଲିଖତ ଦୁଇଟି ସାଧାରଣ ସମୀକରଣ ସମାଧାନ କରିବାକୁ ପଡ଼ିବ।
Σy = Na + b Σx ………(i).
Σxy = a Σx + bΣ x2……(ii)
ଉପରୋକ୍ତ ସମସ୍ତ ମୂଲ୍ୟକୁ ଏହି ସମୀକରଣରେ ବସାଇଲା ପରେ ଆମେ ପାଇବା,
ସମୀକରଣ (i) ରେ b ରେ ମୂଲ୍ୟ ବସାଇଲେ,
40 = 5a + 30b
40 = 5a + 30 (-65)
40 = 5a + 19.5
5a = 40 + 19.5
5a = 59.5
a = \(\frac{59.5}{5}\) = 11.9
yc = a + bx yc = 11.9 .65x
ପ୍ରତୀପ ଗମନ ସମୀକରଣ x on y : Xc = a + by
ପ୍ରତୀପ ଗମନ ସମୀକରଣ x on y ର a ଏବଂ b ମୂଲ୍ୟ ଦୁଇଟି ସାଧାରଣ ସମୀକରଣ ସାହାଯ୍ୟରେ ସମାଧାନ କରାଯାଇପାରିବ।
ΣΥ = Na + b Σy ….. (i)
Σxy = a Σx + bΣ x2 ……(ii)
ଉପରୋକ୍ତ ସମୀକରଣରେ Σx, Σy, Σxy, Σx2 ଇତ୍ୟାଦିର ମୂଲ୍ୟ ବସାଇଲେ
ସମୀକରଣ (i) ରେ। ର ମୂଲ୍ୟ ବସାଇଲେ,
30 = 5a + 40b
30 = 5a + 40 ×(-1.3)
30 = 52 + 30
5a = 82
or a \(\frac{82}{5}\) = 16.3
∴ aର ମୂଲ୍ୟ 16.4
ପ୍ରତୀପ ଗମନ x on y ରେ à ଓ b ର ମୂଲ୍ୟ ବସାଇଲେ।
xc = a + by
xc = 16.4 + (-1.3)y
= 16.4 – 1.3y
Question ୧୩।
ପ୍ରତୀପ ଗମନ ସମୀକରଣ ନିର୍ଣ୍ଣୟ କର।
(Y on X)Calculate the value of Regression Equations of Y on X.)
X: | 50 | 60 | 50 | 60 | 80 | 50 | 80 | 40 | 70 |
Y: | 30 | 60 | 40 | 50 | 60 | 30 | 70 | 50 | 60 |
Answer:
ପ୍ରତୀପ ଗମନ ସମୀକରଣ x on y ର ମୂଲ୍ୟ
Question ୧୪।
ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ ନିର୍ଦ୍ଧାରଣ କର।
(Calculate the value of correlation coefficient.)
X: | 10 | 12 | 14 | 16 | 18 |
Y: | 5 | 8 | 10 | 7 | 10 |
Answer:
ସହ ସମ୍ବନ୍ଧ ଗୁଣାଙ୍କ
X: | dx (x – x̄) | x2 | y | y (y-y) | y2 | xy |
10 | -4 | 16 | 5 | -3 | 9 | 12 |
12 | -2 | 04 | 8 | 0 | 0 | 0 |
14 | 0 | 00 | 10 | 2 | 4 | 0 |
16 | 2 | 04 | 7 | -1 | 1 | -2 |
18 | 4 | 16 | 10 | 2 | 4 | 8 |
Σx = 30 | Σx2 = 40 | Σy = 40 | Σy2 = 18 | Σdxy = 18 |
Question ୧୫।
ପ୍ରତୀପଗମନ ସମୀକରଣ ମୂଲ୍ୟ ନିର୍ଦ୍ଧାରଣ କର।
(Calculate the value to Regression Equations.)
X: | 2 | 4 | 5 | 7 | 12 |
Y: | 5 | 8 | 9 | 6 | 7 |
ପ୍ରତୀୟ ଗମନ ସମୀକରଣ x on y
yc = a + bx
a ଓ b ର ମୂଲ୍ୟ ଗଣନା ପାଇଁ ନିମ୍ନଲିଖତ ୨ଟି ସାଧାରଣ ସମୀକରଣ ସମାଧାନ କରାଯିବା ଆବଶ୍ୟକ।
Σy = Na + bΣ x….(i)
Σxy = aΣ x – 1 6Σxx …… (ii)
35 = 5a + 30b
213 = 30a + 238b
ସମୀକରଣ (1) × 6
ସମୀକରଣ 1 ରେ bର ମୂଲ୍ୟ ବସାଇ a ର ମୂଲ୍ୟ ନିର୍ଦ୍ଧାରଣ କରାଯାଇପାରେ।
35 = 5a + 30 b
⇒ 35 = 5a + 30 (0.51)
⇒ 35 = 5a + 15.30
⇒ 35 = 5a + 15.30
⇒ 50 = 35 – 15.30
⇒ 50 19.70
= \(\frac{19.70}{5}\)
⇒ a = 3.94
∴ Yc = 3.94 + 0.51
ପ୍ରତୀଗମନ ସମୀକରଣ X on Y :
Xc = a + by
a ଓ b ର ମୂଲ୍ୟ ନିର୍ଦ୍ଧାରଣ ପାଇଁ ନିମ୍ନଲିଖତ ଦୁଇଟି ସମୀକରଣ ସମାଧାନ କରିବା ଆବଶ୍ୟକ।
Σx = Na + b Σy ……(i)
Σxy = ay + b Σy2 ……(ii)
30 = 5 + 35 b
213 = 35 a + 255 a
ସମୀକରଣ (1) ରେ bର ମୂଲ୍ୟ ବସାଇ
30 = 5a + 35 b
[xc = a + by]
[= 3.9 + 0.3y]
30 = 5a + 35(0.3)
30 = 5a + 10.5
5a = 30 105.
5a = 19.5
∴ a = \(\frac{19.5}{5}\) 3.9