+2 1st Year Optional Odia Solutions Chapter 1 ମଥୁରାମଙ୍ଗଳ Question Answer

Odisha State Board Plus Two First Year Optional Odia Question Answer Chapter 1 ମଥୁରାମଙ୍ଗଳ Textbook Exercise Questions and Answers.

Plus Two First Year Optional Odia Chapter 1 ମଥୁରାମଙ୍ଗଳ Question Answer

ପାଠ୍ୟପୁସ୍ତକସ୍ଥ ନମୁନା ପ୍ରଶ୍ନବଳୀ ଓ ଉତ୍ତର

(କ) ୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ।

Question 1.
ଶ୍ରୀକୃଷ୍ଣଙ୍କ ଖଡ଼ଗର ନାମ କ’ଣ?
(କ) ସୁଦର୍ଶନ
(ଖ) ନନ୍ଦକ
(ଗ) ମାଧବ
(ଘ) ବକାରି
Answer:
(ଖ) ନନ୍ଦକ

Question 2.
ଦୁର୍ମିଳା ନନ୍ଦନ କାହାକୁ କୁହାଯାଇଛି?
(କ) ନନ୍ଦ
(ଖ) ବସୁଦେବ
(ଗ) କୃଷ୍ଣ
(ଘ) କଂସ
Answer:
(ଘ) କଂସ

Question 3.
କଂସର ମାତାଙ୍କ ନାମ କ’ଣ?
(କ) ଯଶୋଦା
(ଖ) ଇନ୍ଦୁମତୀ
(ଗ) ଦେବକୀ
(ଘ) ପୂତନା
Answer:
(ଖ) ଇନ୍ଦୁମତୀ

Question 4.
ଉଗ୍ରସେନ କେଉଁ ରାଜ୍ୟର ରାଜା ଥିଲେ?
(କ) ମଥୁରା
(ଖ) ଗୋପ
(ଗ) ସୌଭ
(ଘ) ଦ୍ଵାରକା
Answer:
(କ) ମଥୁରା

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 5.
କାରଣ-ସଲିଳ-ବିହାରୀ ବୋଲି କାହାକୁ କୁହାଯାଇଛି?
(କ) ଶ୍ରୀକୃଷ୍ଣଙ୍କୁ
(ଖ) କଂସକୁ
(ଗ) ନନ୍ଦଙ୍କୁ
(ଘ) ଅକୃରଙ୍କୁ
Answer:
(କ) ଶ୍ରୀକୃଷ୍ଣଙ୍କୁ

Question 6.
ବିଶ୍ୱକର୍ମା କିଏ?
(କ) ବିଶ୍ଵନିୟନ୍ତା
(ଖ) ଦେବଶିଳ୍ପୀ
(ଗ) ବିଶ୍ଵକର୍ତ୍ତା
(ଘ) ଦାନବ ଶିଳ୍ପୀ
Answer:
(ଖ) ଦେବଶିଳ୍ପୀ

Question 7.
ବିରଞ୍ଚ୍ କିଏ?
(କ) ବିଷ୍ଣୁ
(ଖ) ବ୍ରହ୍ମା
(ଗ) ମହେଶ୍ଵର
(ଘ) ବିଶ୍ୱକର୍ମା
Answer:
(ଖ) ବ୍ରହ୍ମା

Question 8.
କବିଙ୍କର ଦରିଦ୍ର ଜୀବନ କାହିଁକି ହୋଇଛି?
(କ) ଧନବିନେ
(ଖ) ଭଦ୍ଭାବିନେ
(ଗ) ପ୍ରାଚୁର୍ଯ୍ୟବିନେ
(ଘ) ଐଶ୍ବର୍ଯ୍ୟବିନେ
Answer:
(ଖ) ଭଲ୍ଲିବିନେ

Question 9.
ପାପଅନଳ କ’ଣ ଦହନ କରେ?
(କ) ଘରଦ୍ବାର
(ଖ) ବଣପାହାଡ଼
(ଗ) ପିଣ୍ଡ-କାଷ୍ଠ
(ଘ) ଗାଁଗଣ୍ଡା
Answer:
(ଗ) ପିଣ୍ଡ-କାଷ୍ଠ

Question 10.
ଶୁକମୁନି କେଉଁ ରାଜାଙ୍କୁ କୃଷ୍ଣଚରିତ ଭାଗବତ ଶୁଣାଇଥିଲେ?
(କ) କଂସ
(ଖ) ନନ୍ଦ
(ଗ) ପରୀକ୍ଷିତ
(ଘ) ଉଗ୍ରସେନ
Answer:
(ଗ) ପରୀକ୍ଷିତ

Question 11.
ମହୀକୁ ରକ୍ଷା କରିବାପାଇଁ ବ୍ରହ୍ମାଙ୍କ ସମେତ ସର୍ବଦେବତା କେଉଁଠାରେ ଭଗବାନଙ୍କୁ ଗୁହାରି ଜଣାଇଥିଲେ?
(କ) କ୍ଷୀର ସାଗର ତଟେ
(ଖ) ହିମାଳୟ ପାଦ ତଳେ
(ଗ) ବୈକୁଣ୍ଠ ପୁରରେ
(ଘ) ଇନ୍ଦ୍ରଭୁବନରେ
Answer:
(କ) କ୍ଷୀର ସାଗର ତଟେ

Question 12.
ଶ୍ରୀକୃଷ୍ଣ ଜନ୍ମ ହୋଇ କେତେ ଦିନ ପରେ ପୂତନାକୁ ମାରିଥିଲେ?
(କ) ବାର ଦିନରେ
(ଖ) ସାତ ଦିନରେ
(ଗ) ନଅ ଦିନରେ
(ଘ) ଏକୋଇଶି ଦିନରେ
Answer:
(ଖ) ସାତ ଦିନରେ

Question 13.
ନନ୍ଦରାଜାଙ୍କୁ କିଏ ହରଣ କରିନେଇଥିଲେ?
(କ) ଇନ୍ଦ୍ର
(ଖ) ବରୁଣ
(ଗ) ଯମ
(ଘ) ସୂର୍ଯ୍ୟ
Answer:
(ଖ) ବରୁଣ

Question 14.
ଇନ୍ଦ୍ର ସହିତ ବିବାଦବେଳେ ଶ୍ରୀକୃଷ୍ଣ କେଉଁ ପର୍ବତ ତୋଳି ଧରିଥିଲେ?
(କ) ଗନ୍ଧମାର୍ଦ୍ଦନ
(ଖ) ହିମାଳୟ
(ଗ) ଗୋବର୍ଦ୍ଧନ
(ଘ) ମୈନାକ
Answer:
(ଗ) ଗୋବର୍ଦ୍ଧନ

Question 15.
କଂସର ମନ୍ତ୍ରୀ କିଏ?
(କ) ଉଗ୍ରସେନ
(ଖ) ଅକ୍ରୂର
(ଗ) ଉଦ୍ଧବ
(ଘ) ଉପନନ୍ଦ
Answer:
(ଖ) ଅକ୍ରୂର

Question 16.
କଂସର ବଇରୀ ନନ୍ଦନନ୍ଦନ ବୋଲି କିଏ କହିଯାଇଥିଲେ?
(କ) ମୁନିବର ନାରଦ
(ଖ) ବଶିଷ୍ଠ
(ଗ) ବିଶ୍ଵାମିତ୍ର
(ଘ) ବ୍ରହ୍ମା
Answer:
(କ) ମୁନିବର ନାରଦ

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 17.
କେଉଁଠାରେ ଥିବା ଅଗ୍ନିକଣା ମନ୍ଦ ପବନରେ ବଳିଷ୍ଠ ହୋଇଉଠେ?
(କ) ଘର ଭିତରେ
(ଖ) ଚୁଲି ଭିତରେ
(ଗ) ଭସ୍ମକୁଢ଼ରେ
(ଘ) ଅରଣ୍ୟ ଭିତରେ
Answer:
(ଗ) ଭସ୍ମକୁଢ଼ରେ

Question 18.
ସ୍ଵପ୍ନ ସତ୍ୟ ନୋହେ ବୋଲି କଂସ କେଉଁପରି ଜାଣିଲା?
(କ) ଏହା ବେଦ ଭାଷଇ
(ଖ) ଏହା ଋଷିଆଜ୍ଞା
(ଗ) ଏହା ରାଜାଙ୍କ ଆଦେଶ
(ଘ) ଈଶ୍ୱରଙ୍କ ଇଚ୍ଛା
Answer:
(କ) ଏହା ବେଦ ଭାଷଇ

Question 19.
ସଫଳାସୁତ କିଏ?
(କ) ଶ୍ରୀକୃଷ୍ଣ
(ଖ) ବଳରାମ
(ଗ) ଅକ୍ରୂର
(ଘ) ଉଦ୍ଧବ
Answer:
(ଗ) ଅକ୍ରୂର

Question 20.
ଜଳଦତନୁ କାହାକୁ କୁହାଯାଇଛି?
(କ) ମେଘ ପରି ଦେହ ଯାହାଙ୍କର
(ଖ) ଜଳ ପରି ଶରୀର ଯାହାର
(ଗ) ଆକାଶ ପରି ଦେହ ଯାହାର
(ଘ) ନଦୀ ପରି ଶରୀର ଯାହାର
Answer:
(କ) ମେଘ ପରି ଦେହ ଯାହାଙ୍କର

Question 21.
ରାମ କୃଷ୍ଣ ଗୋପପୁରରେ ଅକୃରଙ୍କୁ ଦେଖ୍ କ’ଣ ପଚାରିବେ?
(କ) ବିଶ୍ଵାସକଥା
(ଖ) କଂସଙ୍କ ଖବର
(ଗ) ମଥୁରା ଖବର
(ଘ) ଧନୁଯାତ୍ରା କଥା
Answer:
(କ) ବିଶ୍ୱାସକଥା

Question 22.
ଶ୍ରୀପତିଙ୍କୁ ଦେଖ‌ିଲେ ଅକୁରଙ୍କର କ’ଣ ଛିନ୍ନ ହେବ?
(କ) ଭବବନ୍ଧ
(ଖ) ମଥୁରାର ମାୟା
(ଗ) ଗୋପର ଆସକ୍ତି
(ଘ) ବୈକୁଣ୍ଠ ଲାଭର ଆଶା
Answer:
(କ) ଭବବନ୍ଧ

Question 23.
ଆକୁଳ ହୋଇ ଶୂନ୍ୟକୁ କିଏ କୋଳ କରୁଥିଲେ?
(କ) କଂସ
(ଖ) ଅକ୍ରୂର
(ଗ) ଉଦ୍ଧବ
(ଘ) ବସୁଦେବ
Answer:
(ଖ) ଅକ୍ରୂର

Question 24.
ଅକ୍ରୂର ଗୋପସୀମାନ୍ତରେ ଶ୍ରୀକୃଷ୍ଣ କ’ଣ କରୁଥିବାର ଦେଖିଲେ?
(କ) ଗାବ ଦୋହନ
(ଖ) ଗୋପାଳ ମେଳେ କ୍ରୀଡ଼ା
(ଗ) ଗୋପୀମାନଙ୍କ ସହିତ କଥାବାର୍ତ୍ତା
(ଘ) ଗୋ ଚାରଣ
Answer:
(କ) ଗାବ ଦୋହନ

Question 25.
ରୋହିଣୀବଳା କିଏ?
(କ) ଶ୍ରୀକୃଷ୍ଣ
(ଖ) ବଳରାମ
(ଗ) ଅକ୍ରୂର
(ଘ) ନନ୍ଦ
Answer:
(ଖ) ବଳରାମ

Question 26.
କଂସ ଲେଖୁଥିବା ପତ୍ରକୁ ମନ୍ତ୍ରୀ କେଉଁଠି ଧାରଣ କଲେ?
(କ) ଗଳାରେ ଲମ୍ବାଇଲେ
(ଖ) ଅଣ୍ଟାରେ ଖୋସିଲେ
(ଗ) କାଖରେ ଜାକିଲେ
(ଘ) ମୁଣ୍ଡରେ ବାନ୍ଧିଲେ
Answer:
(କ) ଗଳାରେ ଲମ୍ବାଇଲେ

Question 27.
କଂସ କେଉଁ ଅବସ୍ଥାରେ ପତ୍ର ଲେଖୁଥିଲା?
(କ) ମହାରୋଷ ହୋଇ
(ଖ) ଖୁସୀ ହୋଇ
(ଗ) ଦୁଃଖରେ ପଡ଼ି
(ଘ) ନିଦ୍ରାରେ ଥାଇ
Answer:
(କ) ମହାରୋଷ ହୋଇ

Question 28.
କଂସର ଆଦେଶରେ ନନ୍ଦରାଜା ମଥୁରାକୁ କେବେ ଆସିବେ?
(କ) ତତକାଳେ
(ଖ) ଦିନେ ପରେ
(ଗ) ଦୁଇଦିନ ପରେ
(ଘ) ସୁବିଧା ହେଲେ
Answer:
(କ) ତତକାଳେ

Question 29.
ବିଧାଘାତରେ କଂସ କ’ଣ ଚୂନା କରିପାରେ?
(କ) ଚତ୍ରକୂଟ କୁଧର
(ଖ) ମେରୁପର୍ବତ
(ଗ) ହିମାଳୟ ପର୍ବତ
(ଘ) ନନ୍ଦର ମେରୁଦଣ୍ଡ
Answer:
(କ) ଚତ୍ରକୂଟ କୁଧର

Question 30.
କଂସର ଦାନୀପଣ ସହିତ କିଏ ସମକକ୍ଷ?
(କ) ସୁନାସୀର
(ଖ) କର୍ଷ
(ଗ) ହରିଶ୍ଚନ୍ଦ୍ର
(ଘ) ବଳି
Answer:
(କ) ସୁନାସୀର

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 31.
କଂସର ଧାର୍ମିକପଣ ସହିତ କିଏ ସମାନ?
(କ) ଯୁଧ୍ର
(ଖ) କେହି ନୁହେଁ
(ଗ) ବସୁଦେବ
(ଘ) ଶ୍ରୀକୃଷ୍ଣ
Answer:
(ଖ) କେହି ନୁହେଁ

Question 32.
କଂସର ଶଶୁରଙ୍କ ନାମ କ’ଣ?
(କ) ଉଗ୍ରସେନ
(ଖ) ଜରାସନ୍ଧ
(ଗ) ଦକ୍ଷ
(ଘ) ବ୍ରହ୍ମା
Answer:
(ଖ) ଜରାସନ୍ଧ

Question 33.
କିଏ କଂସର ସଖା ଥିଲା?
(କ) ବୀରକେଶୀ
(ଖ) ଅଘା
(ଗ) ବକା
(ଘ) ଧେନୁକା
Answer:
(କ) ବୀରକେଶୀ

Question 34.
ନନ୍ଦ ଯଦି ଶିରୀଷ କୁସୁମ ହୁଏ ତେବେ କଂସର ଭୂମିକା କ’ଣ ହେବ?
(କ) ମହାପ୍ରଳୟ ବରଷା
(ଖ) ଶାଗୁଣା ପକ୍ଷୀ
(ଗ) ମହୁମାଛି
(ଘ) ମାଳି
Answer:
(କ) ମହାପ୍ରଳୟ ବରଷା

Question 35.
ଅକ୍ରୂର କାହାକୁ ନେବାପାଇଁ ଗୋପପୁର ଆସିଥିଲେ?
(କ) ରାମକୃଷ୍ଣ
(ଖ) ନନ୍ଦ ଯଶୋଦା
(ଗ) ଦେବକୀ ବସୁଦେବ
(ଘ) ନନ୍ଦ ବସୁଦେବ
Answer:
(କ) ରାମକୃଷ୍ଣ

Question 36.
ସାୟକ ପୂଜା କିଏ କରିଥିଲା?
(କ) ନନ୍ଦ
(ଖ) ଅକ୍ରୂର
(ଗ) କଂସ
(ଘ) ଗୋପୀମାନେ
Answer:
(ଗ) କଂସ

Question 37.
କଂସ କାହାକୁ ଚିଟାଉ ଲେଖୁଥିଲା?
(କ) ଶ୍ରୀକୃଷ୍ଣ
(ଖ) ବଳରାମ
(ଗ) ନନ୍ଦ
(ଘ) ବସୁଦେବ
Answer:
(ଗ) ନନ୍ଦ

Question 38.
କଂସର ଆଜ୍ଞା ପ୍ରମାଣେ ନନ୍ଦ ନଆସିଲେ କଂସ କ’ଣ କରିବ?
(କ) ନନ୍ଦକୁ କାରାଗାରରେ ରଖୁବ
(ଖ) ଦେଶାନ୍ତର କରିବ
(ଗ) କାନ୍ଧ ଛେଦନ କରିବ
(ଘ) ଅପମାନିତ କରିବ
Answer:
(ଗ) କାନ୍ଧ ଛେଦନ କରିବ

Question 39.
କଂସର ବଳବୀର୍ଯ୍ୟ ଅଇରି କୁଳକୁ କିଭଳି ଥୁଲା?
(କ) କେତୁ
(ଖ) ରାହୁ
(ଗ) ସୁନାସୀର
(ଘ) କୁବେର
Answer:
(କ) କେତୁ

Question 40.
କଂସର କୋପରେ ମହୀର ଅବସ୍ଥା କ’ଣ ହୁଏ?
(କ) ଦୋହଲି ଉଠଇ
(ଖ) ଭାଙ୍ଗି ପଡ଼େ
(ଗ) ଖଣ୍ଡ ଖଣ୍ଡ ହୋଇଯାଏ
(ଘ) ବିବର୍ଣ୍ଣ ହୋଇଯାଏ
Answer:
(କ) ଦୋହଲି ଉଠଇ

Question 41.
କଂସର କୋପରେ କିଏ ଥରହର ହୁଏ?
(କ) ମେରୁ
(ଖ) ଗନ୍ଧମାର୍ଦ୍ଦନ
(ଗ) ଗୋବର୍ଦ୍ଧନ
(ଘ) ବିନ୍ଧ୍ୟପର୍ବତ
Answer:
(କ) ମେରୁ

Question 42.
ଅଇରି ଉରସଲ-ବାନା କିଏ ବହନ କରୁଥିଲା?
(କ) ନନ୍ଦ
(ଖ) ବସୁଦେବ
(ଗ) ଶ୍ରୀକୃଷ୍ଣ
(ଘ) କଂସ
Answer:
(ଘ) କଂସ

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 43.
କଂସର ପାଣ୍ଡିତ୍ୟରେ କିଏ ହାରିଯାଏ?
(କ) ନାରଦ
(ଖ) ଶ୍ରୀକୃଷ୍ଣ
(ଗ) ଦେବଗୁରୁ
(ଘ) ମହେଶ୍ବର
Answer:
(ଗ) ଦେବଗୁରୁ

Question 44.
କଂସର ‘ରଡ଼ିଗୋଟାକେ’ର ପରିଣତି କ’ଣ?
(କ) ତିନିପୁରର ସର୍ବଜନ୍ତୁ ମରିବେ
(ଖ) ମହୀ ଦୋହଲି ଉଠିବ
(ଗ) ମଥୁରାପୁରା ଧ୍ଵଂସ ହେବ
(ଘ) ବୈକୁଣ୍ଠପୁର ଭାଙ୍ଗିଯିବ
Answer:
(କ) ତିନିପୁରର ସର୍ବଜନ୍ତୁ ମରିବେ

Question 45.
ଶ୍ରୀକୃଷ୍ଣଙ୍କ ମଥୁରା ଯିବା କଥା ଶୁଣି ଗୋପୀମାନେ କେତେ ସଂଖ୍ୟାରେ ମେଳି ହୋଇ ବିଚାର କରୁଥିଲେ?
(କ) ପାଞ୍ଚ ସାତ
(ଖ) ଛଅ ନଅ
(ଘ) ବାର ପନ୍ଦର
(ଗ) ଦଶ ବାର
Answer:
(କ) ପାଞ୍ଚ ସାତ

Question 46.
ଏଣୀଦୃଶା କହିଲେ କ’ଣ ବୁଝାଏ?
(କ) ମୀନ ନୟନୀ
(ଖ) ହରିଣ ନୟନା
(ଗ) ମୟୂର ଆଖ୍
(ଘ) ପଦ୍ମଲୋଚନା
Answer:
(ଖ) ହରିଣ ନୟନା

Question 47.
ଶ୍ରୀକୃଷ୍ଣ ମଥୁରା ଚାଲିଗଲେ ଗୋପୀମାନେ ସ୍ତିରୀହତ୍ୟା ଦୋଷ କାହାକୁ ଦେବେ?
(କ) ଶ୍ରୀକୃଷ୍ଣଙ୍କୁ
(ଖ) ବଳରାମଙ୍କୁ
(ଗ) ଅକ୍ରୁରଙ୍କୁ
(ଘ) କଂସକୁ
Answer:
(ଘ) କଂସକୁ

Question 48.
ଭୋଜପତି କିଏ?
(କ) ନନ୍ଦ
(ଖ) ବସୁଦେବ
(ଗ) ଅକ୍ରୂର
(ଘ) କଂସ
Answer:
(ଘ) କଂସ

Question 49.
ଶ୍ରୀକୃଷ୍ଣ ମଥୁରା ଚାଲିଗଲେ ଭୂମିର ଅବସ୍ଥା କ’ଣ ହେବ?
(କ) ଅଙ୍ଗ ଅଶୋଭା ଦିଶିବ
(ଖ) ବନ୍ଧ୍ୟା ପାଲଟି ଯିବ
(ଗ) ଦୁଇଫାଳ ହୋଇଯିବ
(ଘ) ଶୂନ୍ୟରେ ମିଳାଇ ଯିବ
Answer:
(କ) ଅଙ୍ଗ ଅଶୋଭା ଦିଶିବ

Question 50.
ମଥୁରାରେ ଧନୁଉତ୍ସବ ଦେଖ୍ କେତେଦିନ ପରେ ଶ୍ରୀକୃଷ୍ଣ ଲେଉଟି ଆସିବେ ବୋଲି ଗୋପୀମାନଙ୍କୁ କହିଲେ?
(କ) ପାଞ୍ଚ ସାତ ଦିନ
(ଖ) ଦୁଇ ଚାରି ଦିନ
(ଗ) ଦିନେ ଦୁଇଦିନ
(ଘ) ଦଶବାର ଦିନ
Answer:
(ଖ) ଦୁଇ ଚାରି ଦିନ

Question 51.
ପ୍ରଭୁ ଚକ୍ରପାଣି କାହା ଘରେ ଜନ୍ମ ହେବେ ବୋଲି ଦେବତାମାନଙ୍କୁ କହିଥିଲେ?
(କ) ନନ୍ଦ ଘରେ
(ଖ) ବସୁଦେବ ଘରେ
(ଗ) କଂସ ଘରେ
(ଘ) ଉଗ୍ରସେନ ଘରେ
Answer:
(ଖ) ବସୁଦେବ ଘରେ

Question 52.
ପୃଥ୍ବୀ ହିତରେ ଭଗବାନ କେଉଁ ଶୟନ ତେଜିଥିଲେ?
(କ) ନାଗଶୟନ
(ଖ) ବୈକୁଣ୍ଠ ଶୟନ
(ଗ) ପଦ୍ମ ଶୟନ
(ଘ) ଲକ୍ଷ୍ମୀଙ୍କ ଅଙ୍କ ଶୟନ
Answer:
(କ) ନାଗଶୟନ

Question 53.
କଳି-କଳୁଷ-ରୋଗକୁ କ’ଣ ଔଷଧ ବୋଲି କୁହାଯାଇଛି?
(କ) କୃଷ୍ଣ ଚରିତ
(ଖ) କଂସ ଚରିତ
(ଗ) ବସୁଦେବ ଚରିତ
(କ) କୃଷ୍ଣ ଚରିତ
Answer:
(ଘ) ଉଦ୍ଧବ ଚରିତ

Question 54.
କୃଷ୍ଣ ଚରିତ ଭାଗବତ ଶୁଣି କିଏ ଉଷତ ହୋଇଥିଲେ?
(କ) କଂସରାଜା
(ଖ) ପରୀକ୍ଷିତ ରାଜା
(ଗ) ଯୁଧୃଷ୍ଠିର ରାଜା
(ଘ) ଧୃତରାଷ୍ଟ୍ର ରାଜା
Answer:
(ଖ) ପରୀକ୍ଷିତ ରାଜା

Question 55.
ଗୋରୁ ବ୍ରାହ୍ମଣଙ୍କୁ କିଏ କଷଣ ଦେଇଥିଲା?
(କ) କୃଷ୍ଣ
(ଖ) ବଳରାମ
(ଗ) କଂସ
(ଘ) ବସୁଦେବ
Answer:
(ଗ) କଂସ

Question 56.
ପିତାମହ କିଏ?
(କ) ବ୍ରହ୍ମା
(ଖ) ଉଗ୍ରସେନ
(ଗ) ନନ୍ଦ
(ଘ) କଂସ
Answer:
(କ) ବ୍ରହ୍ମା

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 57.
କେଉଁ ସାଗରରେ ଭଗବାନ ଅନନ୍ତଶୟନ କରିଥିଲେ?
(କ) କ୍ଷୀର ସାଗରରେ
(ଖ) ମହୁ ସାଗରରେ
(ଗ) ଘୃତ ସାଗରରେ
(ଘ) ଅମୃତ ସାଗରରେ
Answer:
(କ) କ୍ଷୀର ସାଗରରେ

Question 58.
ବେଦବର କିଏ?
(କ) ବ୍ରହ୍ମା
(ଖ) ବିଷ୍ଣୁ
(ଗ) ଉଦ୍ଧବ
(ଘ) ନାରଦ
Answer:
(କ) ବ୍ରହ୍ମା

Question 59.
କୁବେର କୁମାରଙ୍କୁ କିଏ ତାରଣ କରିଥିଲେ?
(କ) ବସୁଦେବ
(ଖ) ଯଶୋଦା
(ଗ) ବଳରାମ
(ଘ) ଶ୍ରୀକୃଷ୍ଣ
Answer:
(ଘ) ଶ୍ରୀକୃଷ୍ଣ

Question 60.
ନନ୍ଦରାଜାଙ୍କୁ କିଏ ହରଣ କରିନେଇଥିଲା?
(କ) ଯମ
(ଖ) ଇନ୍ଦ୍ର
(ଗ) ବରୁଣ
(ଘ) ଗନ୍ଧର୍ବ
Answer:
(ଗ) ବରୁଣ

Question 61.
ଇନ୍ଦ୍ର ବିବାଦରେ ଶ୍ରୀକୃଷ୍ଣ କେଉଁ ପର୍ବତକୁ ତୋଳି ଧରିଥିଲେ?
(କ) ଗନ୍ଧମାର୍ଦ୍ଦନ
(ଖ) ଗୋବଦ୍ଧନ
(ଗ) କୈଳାସ
(ଘ) ହିମାଳୟ
Answer:
(ଖ) ଗୋବର୍ଦ୍ଧନ

Question 62.
ଗୋରୁ ବ୍ରାହ୍ମଣ ରକ୍ଷଣେ କିଏ ଜାତ ହୁଅନ୍ତି?
(କ) କଂସ
(ଖ) ଭଗବାନ ଶ୍ରୀକୃଷ୍ଣ
(ଗ) ବ୍ରହ୍ମା
(ଘ) ମହେଶ୍ବର
Answer:
(ଖ) ଭଗବାନ ଶ୍ରୀକୃଷ୍ଣ

Question 63.
ଶ୍ରୁତି ସ୍ମୃତିକୁ କିଏ ଗୋଚର ନୁହନ୍ତି?
(କ) ମଣିଷ
(ଖ) ପୃଥ‌ିବୀ
(ଗ) ଭଗବାନ
(ଘ) ପର୍ବତ
Answer:
(ଗ) ଭଗବାନ

Question 64.
‘କୃଷ୍ଣଙ୍କୁ ଭଜିଲେ ତରିବା’ କଥା କବି କେଉଁଠାରୁ ଶୁଣିଲେ?
(କ) ସୁଜ୍ଞଜନଙ୍କ ମୁଖରୁ
(ଖ) ପାଲାକାରଙ୍କଠାରୁ
(ଗ) ପୌରାଣିକମାନଙ୍କଠାରୁ
(ଘ) ଗାଁ ଗହଳରୁ
Answer:
(କ) ସୁଵଜନଙ୍କ ମୁଖରୁ

Question 65.
କଂସ ଜନ୍ମ, ମରଣ ଭାଗବତର କେଉଁ ସ୍କନ୍ଧରେ ବର୍ଣ୍ଣିତ ହୋଇଛି?
(କ) ୧ମ
(ଖ) ୨ୟ
(ଗ) ୫ମ
(ଘ) ୧୦ମ
Answer:
(ଘ) ୧୦ମ

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 66.
କାଳୀୟ ନାଗକୁ ଶ୍ରୀକୃଷ୍ଣ କେଉଁଠାରେ ଦଳନ କରିଥିଲେ?
(କ) କାଳିନ୍ଦୀ ହ୍ରଦରେ
(ଖ) ଚିଲିକା ହ୍ରଦରେ
(ଗ) ମାନସରୋବରରେ
(ଘ) ଯମୁନା ଜଳରେ
Answer:
(କ) କାଳିନ୍ଦୀ ହ୍ରଦରେ

Question 67.
କଂସର ମନ୍ତ୍ରୀ କିଏ ଥିଲେ?
(କ) ଅକ୍ରୂର
(ଖ) ଉଦ୍ଧବ
(ଗ) ଉଗ୍ରସେନ
(ଘ) ନାରଦ
Answer:
(କ) ଅକ୍ରୂର

Question 68.
କୃଷ୍ଣଙ୍କୁ ମାରିବା ପାଇଁ ପୂତନା କେଉଁଠାରେ ବିଷ ଭରିଥିଲା?
(କ) ସ୍ତନରେ
(ଖ) ଓଠରେ
(ଗ) ଜିହ୍ନାରେ
(ଘ) ହସ୍ତରେ
Answer:
(କ) ସ୍ତନରେ

Question 69.
ବ୍ୟାଧ୍ୟାକୁ ହେଳା କଲେ କ’ଣ ହୁଏ?
(କ) ପରାଣେ ମାରଇ
(ଖ) ମୋକ୍ଷ ଦିଏ
(ଗ) ମୁକ୍ତି ଦିଏ
(ଘ) ଭଲ ହୋଇଯାଏ
Answer:
(କ) ପରାଣେ ମାରଇ

Question 70.
ଭସ୍ମକୁଢ଼ରେ କ’ଣ ଥାଇ ମନ୍ଦ ପବନରେ ବଳିଷ୍ଠ ହୋଇଥାଏ?
(କ) ପାଉଁଶ
(ଖ) ଅଗ୍ନିକଣା
(ଗ) ଅଙ୍ଗାର
(ଘ) ଜଳନ୍ତା ନିଆଁ
Answer:
(ଖ) ଅଗ୍ନିକଣା

Question 71.
କଂସରାଜା କେଉଁଥରେ ପଡ଼ି ମୋହ ହୋଇଲା?
(କ) ସଂସାର ଚକ୍ରରେ
(ଖ) କାଳ ଚକ୍ରରେ
(ଗ) ବିଷୟ ଚକ୍ରରେ
(ଘ) ଘଟଣା ଚକ୍ରରେ
Answer:
(ଖ) କାଳ ଚକ୍ରରେ

Question 72.
କଂସରାଜାକୁ କ’ଣ ସବୁ ବିଷ ସମାନ ଲାଗୁଥିଲା?
(କ) ଶାସନ କାର୍ଯ୍ୟ
(ଖ) ରାଜଭୋଗ
(ଗ) ସ୍ନାନ ମାର୍ଜନ ଶୟନ ଭୋଜନ
(ଘ) ଧନୁଯାତ୍ରା ପ୍ରସଙ୍ଗ
Answer:
(ଗ) ସ୍ନାନ ମାର୍ଜନ ଶୟନ ଭୋଜନ

Question 73.
କଂସ ଡଗର ବୋଲି କାହାକୁ କୁହାଯାଇଛି?
(କ) ଉଦ୍ଧବ
(ଖ) ଅକ୍ରୂର
(ଗ) ନାରଦ
(ଘ) ବସୁଦେବ
Answer:
(ଖ) ଅକ୍ରୂର

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 74.
‘ଜଳଦତନୁ’ ବୋଲି କାହାକୁ କୁହାଯାଇଛି?
(କ) ଶ୍ରୀକୃଷ୍ଣଙ୍କୁ
(ଖ) ଉଦ୍ଧବକୁ
(ଗ) ଅକ୍ରୂରକୁ
(ଘ) କଂସକୁ
Answer:
(କ) ଶ୍ରୀକୃଷ୍ଣଙ୍କୁ

Question 75.
ଶତପତ୍ର କହିଲେ କ’ଣ ବୁଝାଏ?
(କ) ମନ୍ଦାର
(ଖ) ପଦ୍ମ
(ଗ) ନାରିକେଳ
(ଘ) ଛଣ
Answer:
(ଖ) ପଦ୍ମ

Question 76.
ଶ୍ରୀକୃଷ୍ଣଙ୍କର ପରିଧାପନ କ’ଣ ଥିଲା?
(କ) ନୀଳବସନ
(ଖ) ପୀତବସନ
(ଗ) କୃଷ୍ଣବସନ
(ଘ) ଲାଲବସନ
Answer:
(ଖ) ପୀତବସନ

Question 77.
ଶ୍ରୀକୃଷ୍ଣଙ୍କ ନାସାର ସୁଷମା କାହା ସହିତ ତୁଳନୀୟ?
(କ) ତିଳ କୁସୁମ
(ଖ) ଚମ୍ପାଫୁଲ
(ଗ) ମନ୍ଦାର ଫୁଲ
(ଘ) ଅଶୋକ ଫୁଲ
Answer:
(କ) ତିଳ କୁସୁମ

Question 78.
ଶ୍ରୀକୃଷ୍ଣଙ୍କ ଅଧର’ରଙ୍ଗର ତୁଳନା କିଏ?
(କ) ପଦ୍ମଫୁଲ
(ଖ) ପାରିଜାତ
(ଗ) କଇଁଫୁଲ
(ଘ) ଗୋଲାପ ଫୁଲ
Answer:
(ଖ) ପାରିଜାତ

Question 79.
ଶ୍ରୀକୃଷ୍ଣଙ୍କ ଦନ୍ତଶ୍ରେଣୀର ଉପମା କିଏ?
(କ) ଡାଳିମ୍ବବୀଜ
(ଖ) କାଇଁଚ
(ଗ) ଗଙ୍ଗଶିଉଳି
(ଘ) ମଲ୍ଲୀଫୁଲ
Answer:
(କ) ଡାଳିମ୍ବବୀଜ

Question 80.
‘ଘନେ ଅଙ୍ଗିର’ କହିଲେ କ’ଣ ବୁଝାଯାଏ?
(କ) ମେଘରେ ବିଜୁଳି
(ଖ) ମେଘ ଭିତରେ ତାରା
(ଗ) ମେଘ ଭିତରେ ସୂର୍ଯ୍ୟ
(ଘ) ମେଘ ଭିତରେ ଚନ୍ଦ୍ର
Answer:
(କ) ମେଘରେ ବିଜୁଳି

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 81.
ଅକୃରଙ୍କ ବିଚାରରେ ଶ୍ରୀକୃଷ୍ଣଙ୍କ ରୋମମୂଳରେ କ’ଣ ସବୁ ନିବାସ କରିଛନ୍ତି?
(କ) ବ୍ରହ୍ମାଣ୍ଡମାଳ
(ଖ) ଫୁଲମାଳ
(ଗ) ରତ୍ନମାଳ
(ଘ) ମଣିମାନେ
Answer:
(କ) ବ୍ରହ୍ମାଣ୍ଡମାଳ

Question 82.
ନନ୍ଦରାଜା ପାଖକୁ କିଏ ଚିଟାଉ ଲେଖୁଥିଲା?
(କ) ବସୁଦେବ
(ଖ) କଂସ
(ଗ) ଶ୍ରୀକୃଷ୍ଣ
(ଘ) ବଳରାମ
Answer:
(ଖ) କଂସ

Question 83.
କଂସ ରାଣ ଦେଲେ କିଏ ଭୟ କରେ?
(କ) ପଶୁପତି
(ଖ) ଜନ୍ତୁପତି
(ଗ) ଖଗପତି
(ଘ) ମୃଗପତି
Answer:
(ଖ) ଜନ୍ତୁପତି

Question 84.
ପଣ୍ଡିତ ପଣେ ଦେବଗୁରୁ କାହାଠାରୁ ହାରିଯାଏ ବୋଲି ଚିଟାଉରେ ଲେଖାଥିଲା?
(କ) କଂସ
(ଖ) ଚାଲୁର
(ଗ) ମୁଷ୍ଟିକ
(ଘ) ଅଘା
Answer:
(କ) କଂସ

Question 85.
ପ୍ରଜାପାଳନରେ କଂସର ଭୂମିକା କିଭଳି ଥିଲା ବୋଲି ଚିଟାଉରେ ଉଲ୍ଲେଖ ଥିଲା?
(କ) ତାତ
(ଖ) ମାତ
(ଗ) ଭ୍ରାତ
(ଘ) ଖୁଡୁତା
Answer:
(କ) ତାତ

Question 86.
ଅଷ୍ଟଭୁଜ କିଏ?
(କ) ବିଷ୍ଣୁ
(ଖ) ବ୍ରହ୍ମା
(ଗ) ମହେଶ୍ଵର
(ଘ) କଂସ
Answer:
(ଖ) ବ୍ରହ୍ମା

Question 87.
କିଏ କଂସର ହନ୍ତକାର ନୁହେଁ?
(କ) ଚାଣୁର
(ଖ) ମୁଷ୍ଟିକ
(ଗ) ଅଘା
(ଘ) ଉଗ୍ରସେନ
Answer:
(ଘ) ଉଗ୍ରସେନ

Question 88.
ଅକ୍ରୁର କେଉଁଭଳି କୃଷ୍ଣପ୍ରେମରେ ମଜି ଯାଇଥିଲା?
(କ) ଜଳେ ଲବଣ
(ଖ) କ୍ଷୀରେ ପାଣି
(ଗ) ପାଣିରେ ଚିନି
(ଘ) କ୍ଷୀରରେ ଚିନି
Answer:
(କ) ଜଳେ ଲବଣ

Question 89.
‘ତ୍ରିଯାଦବେ’ ବୋଲି କାହାଙ୍କୁ କୁହାଯାଇଛି?
(କ) କଂସ, ନନ୍ଦ, ବସୁଦେବ
(ଖ) ଉଦ୍ଧବ, ଅକ୍ରୂର, କୃଷ୍ଣ
(ଗ) ବଳରାମ, କୃଷ୍ଣ, ଅକ୍ରୂର
(ଘ) କୃଷ୍ଣ, ବଳରାମ, କଂସ
Answer:
(ଗ) ବଳରାମ, କୃଷ୍ଣ, ଅକ୍ରୂର

Question 90.
ଅକ୍ରୁରଙ୍କ ଭାବନାରେ ଯାଦବକୁଳ କାଳଅନଳ କିଏ?
(କ) ଶ୍ରୀକୃଷ୍ଣ
(ଖ) ବଳରାମ
(ଗ) କଂସ
(ଘ) ଅକ୍ରୂର
Answer:
(ଗ) କଂସ

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 91.
‘ଶାରଙ୍ଗପାଣି’ ବୋଲି କାହାକୁ କୁହାଯାଇଛି?
(କ) ବଳରାମ
(ଖ) ଶ୍ରୀକୃଷ୍ଣ
(ଗ) କଂସ
(ଘ) ଇନ୍ଦ୍ର
Answer:
(ଖ) ଶ୍ରୀକୃଷ୍ଣ

Question 92.
‘ସାୟକ ପୂଜା’ର ଅର୍ଥ କ’ଣ?
(କ) ଧନୁଯାତ୍ରା
(ଖ) ତୀର ପରୀକ୍ଷା
(ଗ) ଖଡ଼ଗ ପୂଜା
(ଘ) ବୀର ପୂଜା
Answer:
(କ) ଧନୁଯାତ୍ରା

Question 93.
‘ଏଣୀଦୃଶା’ କହିଲେ କାହାକୁ ବୁଝାଯାଏ?
(କ) ପୂତନା
(ଖ) ମୃଗୁଣୀ
(ଗ) ହରିଣୀ
(ଘ) ଗୋପୀ
Answer:
(ଘ) ଗୋପୀ

Question 94.
‘ଅକ୍ରୂର ହସ୍ତରେ ଯେଣୁ ବେନି ଚକ୍ଷୁ ଦେବା’ । ଏଠାରେ ବେନି ଚକ୍ଷୁର ତାତ୍ପର୍ଯ୍ୟ କ’ଣ?
(କ) ନନ୍ଦ, ବସୁଦେବ
(ଖ) କୃଷ୍ଣ, ବଳରାମ
(ଗ) ଉଦ୍ଧବ, ଅକ୍ରୂର
(ଘ) ଉଗ୍ରସେନ, କଂସ
Answer:
(ଖ) କୃଷ୍ଣ, ବଳରାମ

Question 95.
‘ମଧୁପୁର’ କେଉଁଟି?
(କ) ଗୋପପୁର
(ଖ) ମଥୁରାପୁର
(ଗ) ଅଳକାପୁର
(ଘ) ବୈକୁଣ୍ଠପୁର
Answer:
(ଖ) ମଥୁରାପୁର

Question 96.
ଶ୍ରୀକୃଷ୍ଣ ମଥୁରାପୁର ଯିବା କଥା ଶୁଣି ଗୋପୀଙ୍କର ମନ ମୀନ କେଉଁଠାରେ ବୁଡ଼ିଗଲା?
(କ) ଚିନ୍ତା-ରତ୍ନାକରରେ
(ଖ) ଆନନ୍ଦ ସାଗରରେ
(ଗ) କ୍ଷୀର ସମୁଦ୍ରରେ
(ଘ) କାଳିନ୍ଦୀ ହ୍ରଦରେ
Answer:
(କ) ଚିନ୍ତା-ରତ୍ନାକରରେ

Question 97.
ଶ୍ରୀକୃଷ୍ଣ ମଥୁରା ଚାଲିଗଲେ ଗୋପୀମାନେ କେଉଁଠାରେ ଜୀବନ ହାରିବେ ବୋଲି କହିଛନ୍ତି?
(କ) ଯମୁନା ଗଣ୍ଡେ
(ଖ) ହିମାଳୟରେ
(ଗ) କାଳିନ୍ଦୀ ହ୍ରଦରେ
(ଘ) ମହୋଦଧୂରେ
Answer:
(କ) ଯମୁନା ଗଣ୍ଡେ

Question 98.
କରୀନ୍ଦ୍ର ଗମନା କାହାକୁ କୁହାଯାଇଛି ?
(କ) ଶ୍ରୀକୃଷ୍ଣ
(ଖ) ବଳରାମ
(ଗ) ଗୋପୀ
(ଘ) ଅକ୍ରୂର
Answer:
(ଗ) ଗୋପୀ

Question 99.
କଂସ ନାମରେ ଗୋପୀମାନେ ଯଦି ପ୍ରାଣ ହରାଇବେ ତେବେ କଂସ କେଉଁ ଦୋଷ ପାଇବ?
(କ) ନରହତ୍ଯା
(ଖ) ବ୍ରହ୍ମହତ୍ଯା
(ଗ) ସ୍ତିରୀହତ୍ଯା
(ଘ) ଶିଶୁହତ୍ଯା
Answer:
(ଗ) ସ୍ତିରୀହତ୍ୟା

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 100.
କେଉଁଟି ଭକ୍ତଚରଣ ଦାସଙ୍କ ରଚନା?
(କ) ମନବୋଧ ଚଉତିଶା
(ଖ) ମଧୁପ ଚଉତିଶା
(ଗ) ମୃଗୁଣୀ ସ୍ତୁତି
(ଘ) ବଟଅବକାଶ
Answer:
(କ) ମନବୋଧ ଚଉତିଶା

(ଖ) ୧ ନମ୍ବର ବିଶିଷ୍ଟ ଏକ ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ।

Question 1.
‘ମିଥ୍ୟା ନୁହଇ ପ୍ରମାଣ ବଚନ’ ବୋଲି କେଉଁଠି ଲେଖାଯାଇଛି?
Answer:
‘ମିଥ୍ୟା ନୁହଇ ପ୍ରମାଣ ବଚନ’ ବୋଲି ଭକ୍ତଚରଣ ଦାସଙ୍କ ‘ମଥୁରାମଙ୍ଗଳ’ କାବ୍ୟର ପ୍ରଥମ ଛାନ୍ଦରେ ଲେଖାହୋଇଛି।

Question 2.
ନରକ ଅସୁରକୁ କିଏ ବିନାଶ କରିଥିଲେ?
Answer:
ନରକ ଅସୁରକୁ ଶ୍ରୀକୃଷ୍ଣ ବିନାଶ କରିଥିଲେ।

Question 3.
ଶ୍ରୁତି ସ୍ମୃତିକୁ କିଏ ଗୋଚର ନୁହନ୍ତି?
Answer:
ଶ୍ରୁତି ସ୍ମୃତିକୁ ଶ୍ରୀକୃଷ୍ଣ ଗୋଚର ନୁହଁନ୍ତି।

Question 4.
ଶ୍ରୀକୃଷ୍ଣ ଭଗବାନଙ୍କ ଆଜ୍ଞାରେ ବ୍ରହ୍ମା କେତେଗୋଟି ଭୁବନ ରଚନା କରିଛନ୍ତି?
Answer:
ଶ୍ରୀକୃଷ୍ଣ ଭଗବାନଙ୍କ ଆଜ୍ଞାରେ ବ୍ରହ୍ମା ଚଉଦଗୋଟି ଭୁବନ ରଚନା କରିଛନ୍ତି।

Question 5.
କ’ଣ ବିନା କବିଙ୍କର ଦରିଦ୍ର ଜୀବନ ହୋଇଛି?
Answer:
ଭକ୍ତି ବିନା କବିଙ୍କ ଜୀବନ ଦରିଦ୍ର ହୋଇଛି।

Question 6.
ନିଶିଦିବସେ ଯେ ହରି ଭଜନ୍ତି ତାଙ୍କର କ’ଣ ହୁଏ?
Answer:
ନିଶିଦିବସେ ଯେ ହରି ଭଜନ୍ତି ତାଙ୍କର ସଂସାରର ପାପତାପ ନାଶ ହୁଏ।

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 7.
କଳି-କଳୁଷ-ରୋଗକୁ ଔଷଧ ବୋଲି କାହାକୁ କୁହାଯାଇଛି?
Answer:
କଳି-କଳୁଷ-ରୋଗକୁ ଔଷଧ ବୋଲି କୃଷ୍ଣଚରିତ ରୂପକ ଅମୃତମୟ କଥାକୁ କୁହାଯାଇଛି।

Question 8.
ବଛା ବାଳକମାନଙ୍କୁ ବିଧାତା ହରିନେଲା ପରେ ଶ୍ରୀକୃଷ୍ଣ କ’ଣ କଲେ?
Answer:
ବଛା ବାଳକମାନଙ୍କୁ ବିଧାତା ହରି ନେଲାପରେ ଶ୍ରୀକୃଷ୍ଣ ନିଜ ଶରୀରରୁ ବଛା ବାଳକମାନଙ୍କୁ ଜାତ କରାଇ ବ୍ରହ୍ମାଙ୍କ ମାୟାଙ୍କୁ ଖଣ୍ଡନ କରିଥିଲେ।

Question 9.
କୃଷ୍ଣଙ୍କୁ ମାରିବା ପାଇଁ ପୁତନା କେଉଁ ଉପାୟ କରିଥିଲା?
Answer:
କୃଷ୍ଣଙ୍କୁ ମାରିବା ପାଇଁ ପୁତନା ନିଜ ସ୍ତନାଗ୍ରରେ ବିଷ ବୋଳି ତାଙ୍କୁ କ୍ଷୀର ପାନ କରାଇଥିଲା।

Question 10.
ବ୍ୟାଧ୍ୟାକୁ ହେଳା କଲେ କ’ଣ ହୁଏ?
Answer:
ବ୍ୟାଧ୍ୟାକୁ ହେଳା କଲେ ମୃତ୍ୟୁର କାରଣ ହୁଏ।

Question 11.
ଭସ୍ମକୁଢ଼ରେ ଥ‌ିବା ଅଗ୍ନିକଣା କିପରି ବଳିଷ୍ଠ ହୁଏ?
Answer:
ଭସ୍ମକୁଢ଼ରେ ଥ‌ିବା ଅଗ୍ନିକଣା ମନ୍ଦପବନରେ ବଳିଷ୍ଠ ହୁଏ।

Question 12.
ଅକୂରଙ୍କର ନାସାଦ୍ବାରା କିପରି ଆନନ୍ଦ ଲାଭ କରିବେ?
Answer:
ଅକ୍ରୂରଙ୍କର ନାସାଦ୍ଵାରା ଶ୍ରୀକୃଷ୍ଣଙ୍କ ଶରୀରର ଗନ୍ଧ ପାଇ ଆନନ୍ଦ ଲାଭ କରିବ।

Question 13.
କଂସ ଯଦି କୋପ କରେ ତେବେ କ’ଣ ହୁଏ?
Answer:
କଂସ କୋପ କଲେ ପୃଥ‌ିବୀ ଦୋହଲି ଉଠେ ଓ ମେରୁ ପର୍ବତ ଥରହର ହୁଏ।

(ଗ) ୨ ନମ୍ବର ବିଶିଷ୍ଟ ଦୁଇଟି ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ । ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।

Question 1.
କଂସ କିପରି ବ୍ରହ୍ମାଣ୍ଡକୁ ମୋର କରିପାରିଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ବଳ ବୀର୍ଯ୍ୟ ଓ ପ୍ରତାପରେ ସମଗ୍ର ବିଶ୍ବବ୍ରହ୍ମାଣ୍ଡ ଥରହର ହେଉଥିଲେ। କୌଣସି ଯୋଦ୍ଧା କଂସ ସହ ଯୁଦ୍ଧ କରିବାକୁ ସାହସ କରିପାରୁନଥିଲେ। ତେଣୁ ବିନା ଯୁଦ୍ଧରେ ଯୋଦ୍ଧାମାନଙ୍କୁ ପରାଜିତ କରି କଂସ ବ୍ରହ୍ମାଣ୍ଡକୁ ମୋର କରିପାରିଥିଲା।

Question 2.
କଂସର ହନ୍ତକାରମାନଙ୍କ ନାମ କ’ଣ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ହନ୍ତକାରମାନଙ୍କ ନାମ ହେଲା ଶୂର, ନାରକା ବ୍ୟୋମା, ଅଘା, ପ୍ରଳମ୍ବା, କଦମ୍ବା, ମୁଷ୍ଟିକ, ଶଲ୍ୟ ଦୃବିନ୍ଦ, ଚାଣୁର ଇତ୍ୟାଦି।

Question 3.
ଶିରୀଷ -କୁସୁମ-ପ୍ରସଙ୍ଗରେ କ’ଣ କୁହାଯାଇଛି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଶିରୀଷ କୁସୁମ ଅତ୍ୟନ୍ତ କୋମଳ । ଏପରି କୋମଳ ଯେ ଶିରୀଷ-ପାତର ଭାରା ସହି ନପାରି ନଷ୍ଟ ହୋଇଯାଏ। ଅର୍ଥାତ୍ ମହାପ୍ରଳୟର ପ୍ରହାର ସହି ନପାରି ନଷ୍ଟ ହୋଇଯାଏ । ସେହିପରି କଂସ ନିଜକୁ ମହାପ୍ରଳୟଙ୍କରୀ ବର୍ଷା କହି ନନ୍ଦଙ୍କୁ ଶିରୀଷ ଫୁଲ ସହ ତୁଳନା କରିଛନ୍ତି।

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 4.
କଂସର ଆଜ୍ଞା ପ୍ରମାଣେ ନନ୍ଦ ନ ଆସିଲେ କଂସ କ’ଣ କରିବ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ଆଜ୍ଞା ପ୍ରମାଣେ ନନ୍ଦ ନ ଆସିଲେ କଂସ ଅତିମାତ୍ରାରେ କ୍ରୋଧାନ୍ଵିତ ହୋଇ ନନ୍ଦର ସ୍କନ୍ଧ ଛେଦନ କରିବ।

Question 5.
କଂସର ବଳବୀର୍ଯ୍ୟ କିପରି ବର୍ଷିତ ହୋଇଛି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ବଳବୀର୍ଯ୍ୟ ଆଇରି କୁଳ ନିମନ୍ତେ କେତୁ ବା ଧୂମକେତୁ ସଦୃଶ ଥିଲା ବୋଲି ବର୍ଣ୍ଣିତ ହୋଇଛି।

Question 6.
କଂସ କୋପକଲେ ମହୀର ଅବସ୍ଥା କିପରି ହୁଏ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ କୋପ କଲେ ମହୀ ଅର୍ଥାତ୍ ପୃଥ‌ିବୀର ଅବସ୍ଥା ସଂକଟାପନ୍ନ ହୁଏ। ମହୀ ଥରି ଉଠେ ଅର୍ଥାତ୍ ଦୋହଲି ଉଠେ ଏବଂ ମେରୁ ପର୍ବତ ଥରହର ହୁଏ।

Question 7.
ମେରୁ କେତେବେଳେ ଥରହର ହୁଏ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଯେତେବେଳେ କଂସ କୋପ କରେ ଅଥବା କ୍ରୋଧ କରେ ସେତେବେଳେ ମେରୁ ଥରହର ହୁଏ।

Question 8.
ବିଧାଘାତରେ କଂସ କ’ଣ କରିପାରେ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ବିଧାଘାତରେ କଂସ ଚିତ୍ରକୂଟ ପର୍ବତକୁ ଚୂନା କରିପାରେ।

Question 9.
କଂସ ବିଧାଘାତର ଭୟାବହତା କିଭଳି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ବିଧାଘାତ ଭୟଙ୍କର ଥୁଲା, ଯାହାଦ୍ୱାରା ସେ ଚିତ୍ରକୂଟ ପର୍ବତକୁ ଚୂନା କରିଦେଉଥଲା।

Question 10.
ଅଇରି ଉରସଲ-ବାନାର ପ୍ରାସଙ୍ଗିକତା କ’ଣ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଶତ୍ରୁକୁଳର ବକ୍ଷ ଭେଦକାରୀ ତୀକ୍ଷ୍ଣ ଅସ୍ତ୍ର କୁନ୍ତ ସଦୃଶ ଥ‌ିବାରୁ ତା’ର ବାନା ବା ପତାକାକୁ ଭରସଲ-ବାନା ବୋଲି କୁହାଯାଇଛି।

Question 11.
କଂସ ତା ଚିଟାଉରେ ନିଜ ପଣ୍ଡିତ ପଣ ସମ୍ପର୍କରେ କ’ଣ ଲେଖୁଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ତା’ର ଚିଟାଉରେ ନିଜ ପଣ୍ଡିତପଣ ଦେଖାଇ କହିଛି ଯେ ସେ ପଣ୍ଡିତପଣରେ ଦେବଗୁରୁ ବୃହସ୍ପତିକୁ ହରାଇ ଦେଇପାରେ।

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 12.
କଂସର ରଡ଼ି ଗୋଟାକେ କେଉଁ ଅବସ୍ଥା ସୃଷ୍ଟି ହେବ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ରଡ଼ି ଗୋଟାକରେ ତ୍ରିପୁରରେ ଥିବା ସର୍ବପ୍ରାଣୀ ମୃତ୍ୟୁବରଣ କରିବେ।

୩ ନମ୍ବର ବିଶିଷ୍ଟ ଉତ୍ତରମୂଳକ ପ୍ରଶ୍ନବଳୀ। (୩୦ଟି ଶବ୍ଦ ମଧ୍ୟରେ) ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର।

Question 1.
କଂସକୁ କ’ଣ ଓ କାହିଁକି ବିଷ ସମାନ ଲାଗୁଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସକୁ ସ୍ନାନ, ମାର୍ଜନ, ଭୋଜନ ଓ ଶୟନ ସବୁକିଛି ବିଷପରି ଲାଗୁଥିଲା । କାରଣ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜାତ ସନ୍ତାନ ହାତରେ ତା’ର ମୃତ୍ୟୁ ଘଟିବ ବୋଲି ମୁନିବର ନାରଦଙ୍କ ମୁଖରୁ ସେ ଶୁଣିଥିଲା । ତେଣୁ ସେ ଭୟଭୀତ ହୋଇ ପଡ଼ିଥିଲା।

Question 2.
ସ୍ଵପ୍ନ ସତ୍ୟ ନୁହେଁ ବୋଲି କଂସ କେତେବେଳେ ଓ କାହିଁକି ମନେକଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜାତ ସନ୍ତାନ ତା’ର ମୃତ୍ୟୁର କାରଣ ହେବ ବୋଲି ଜାଣିବା ପରେ କଂସକୁ କିଛି ଭଲ ଲାଗୁନଥିଲା । ସେ ଯେଉଁ ଦିଗକୁ ଚାହୁଁଥିଲା ତାକୁ କେବଳ କୃଷ୍ଣରୂପ ଦୃଶ୍ୟ ହେଉଥିଲା । ଶୋଇବା ସମୟରେ ନାନାଦି ଭୟଙ୍କର ଅଶୁଭସୂଚକ ସ୍ଵପ୍ନ ଦେଖି ଚମକି ପଡୁଥିଲା । ନିଦ୍ରାଭଙ୍ଗ ହେବା ପରେ କଂସ ଉଠିପଡ଼ି ଏସବୁ ସ୍ଵପ୍ନକୁ ମିଥ୍ୟା ମନେ କଲା, କାରଣ ସ୍ଵପ୍ନ ସତ୍ୟ ନୁହେଁ ବୋଲି ବେଦରେ କୁହାଯାଇଛି ।

Question 3.
ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ କଂସ କେଉଁମାନଙ୍କୁ ପଠାଇଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ମହାପ୍ରତାପୀ କଂସ ଦେବକୀର ଅଷ୍ଟମ ଗର୍ଭରୁ ଜାତ ସନ୍ତାନ ତା’ର ଚିରଶତ୍ରୁ ଶ୍ରୀକୃଷ୍ଣ ଗୋପପୁରେ ନନ୍ଦରାଜା ଘରେ ଥିବା କଥା ଜାଣିବା ପରେ ତାଙ୍କୁ ମାରିବାପାଇଁ ପ୍ରଥମେ ପୁତନା ରାକ୍ଷସୀକୁ ପଠାଇଥିଲା । ପରେ କଂସ ନିଜର ଅନୁଚର ତୃଣା, ଶକଟା, ବକା, ଅଘା ଆଦିଙ୍କୁ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ପଠାଇଥିଲା।

Question 4.
କୃଷ୍ଣଙ୍କୁ ମାରିବାପାଇଁ ଅକ୍ରୂର ପାଖରେ କଂସ କେଉଁ ଉପାୟ ବାଢ଼ିଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ କୃଷ୍ଣଙ୍କୁ ମାରିବା ପାଇଁ ଅନେକ ରାକ୍ଷସଙ୍କୁ ପଠାଇଥିଲେ ମଧ୍ୟ କେହି ସଫଳ ହୋଇନଥିଲେ। ଫଳରେ କଂସାସୁର କୃଷ୍ଣ ବଧ ନିମନ୍ତେ ଭିନ୍ନ ବ୍ୟୁହ ରଚନା କରି ଅକୁରଙ୍କୁ ପଠାଇବା ପାଇଁ ମନସ୍ଥ କରିଥିଲା। କୃଷ୍ଣ ବଳରାମଙ୍କୁ ଧନୁଯାତ୍ରା ଦେଖାଇବା ଆଳରେ ଏକ ବର୍ଷର ଧାର୍ଯ୍ୟ ରାଜଦେୟ ସହିତ ସଙ୍ଗରେ ଘେନି ଆସିବାକୁ ସେ ଅକ୍ରୂରକୁ କହିଥିଲା।

Question 5.
କଂସ ସ୍ଵପ୍ନରେ କ’ଣ ଦେଖୁଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ମୃତ୍ୟୁ ଭୟରେ ଖୁବ୍ ଆତଙ୍କିତ କଂସ ଶେଶଇପଡ଼ି ସ୍ବପ୍ନ ଦେଖିଲା ଯେ ତା’ର ତତଲା ନିଶ୍ଵାସ ଶଙ୍ଖଶବ୍ଦ ପରି ଶୁଭିଛି। ସେ ସ୍ଵପ୍ନରେ ନାନା ଭୟଙ୍କର ଦୃଶ୍ୟରୂପ ଦେଖୁଥିଲା; ଯଥା – ସେ ମଇଁଷି ଉପରେ ମନ୍ଦାରମାଳ ପକାଇ ଯାଉଛି। ଚାରିଦିଗରେ ଶାଗୁଣା, ଶୃଗାଳ, ଶୂନ, ବିରାଡ଼ି, ପେଚାଙ୍କ ଶବ୍ଦ ଶୁଣାଯାଇଛି।

Question 6.
ଅକ୍ରୂର ଗୋପକୁ ଯିବା ପାଇଁ କିପରି ପ୍ରସ୍ତୁତ ହେଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ କୃଷ୍ଣଙ୍କୁ ଆଣିବା ପାଇଁ ଅକ୍ରୂରକୁ ପଠାଇଥିଲେ। ତେଣୁ ଅକ୍ରୂର ପ୍ରାତକାଳରୁ ଉଠି ନିତ୍ୟକର୍ମ ସାରି ବାହାରିଲା। ରଥରେ ଅଶ୍ବ ଯୋଚି ଲଗାମ ଧରି ଯା’ ବୋଲି କହିଲା। ତତ୍‌କ୍ଷଣାତ୍‌ ସେ ମଥୁରା ସୀମା ପାର ହୋଇଗଲା।

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 7.
କଂସଡଗର ନିଜ ପିତାମାତଙ୍କୁ କାହିଁକି ଧନ୍ୟ ଧନ୍ୟ ବୋଲି କହିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସଡଗର ଅକ୍ରୂର ବଳରାମ ଓ ଶ୍ରୀକୃଷ୍ଣଙ୍କୁ ଗୋପରୁ ମଥୁରାକୁ ଆଣି କଂସ ନିକଟରେ ହାଜର କରାଇବା ପାଇଁ ରଥ ଚଢ଼ି ବାହାରିଲା । ମନେମନେ ସେ ବିଚାର କଲେ ଶ୍ରୀକୃଷ୍ଣ ତା’ର’ ରଥରେ ବିଜେ କରିବେ, ଏହା ଅତି ଚମତ୍କାର କଥା। ମନରେ ଭାବିଛି ଆଜି ଧନ୍ୟ ହୋଇଗଲା ସେ। ତା’ର ପିତାମାତା ତା’ପରି ପୁଅକୁ ଜନ୍ମ ଦେଇଥ‌ିବାରୁ ସେ ପିତାମାତାଙ୍କୁ ଧନ୍ୟ ଧନ୍ୟ ବୋଲି କହିଲା।

Question 8.
ଅକୃରଙ୍କର ବେନିଶ୍ରବଣ କିପରି ସର୍ବ ଦୋଷ ତେଜିବେ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର ମନରେ ଆନନ୍ଦ ଭରି ଯାଇଛି, ଯେତେବେଳେ ସେ ଶ୍ରୀକୃଷ୍ଣ ବଳରାମଙ୍କୁ ଆଣିବା ପାଇଁ ଗୋପପୁର ନିମନ୍ତେ ଯାତ୍ରା କରିଛି । ନିଜ ପିତାମାତାଙ୍କୁ ଧନ୍ୟ ଧନ୍ୟ କହି ତା’ର ଏଇ ଜନ୍ମ ସାର୍ଥକ ହେଲା ବୋଲି ବିଚାର କରିଛି । ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଦର୍ଶନ କରି ତା’ର ଚକ୍ଷୁ ଧନ୍ୟ ହେବ। ଯେତେବେଳେ ଗୋପପୁରରେ ସେ ପହଞ୍ଚିବେ, ସେତେବେଳେ ଶ୍ରୀକୃଷ୍ଣ ‘ଅକ୍ରୂର ଆସ’ ବୋଲି ଡାକିବେ। ଏହା ଅକ୍ରୂରର ଦୁଇ ଶ୍ରବଣେନ୍ଦ୍ରୟର ସକଳ ଦୋଷ ହରଣ କରିନେବ।

Question 9.
ଅକୃରଙ୍କର ଅଙ୍ଗ କିପରି ନିର୍ମଳ ହେବ ବୋଲି ସେ ମନେ କରିଛନ୍ତି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର ଶ୍ରୀକୃଷ୍ଣ ବଳରାମଙ୍କୁ ଆଣିବା ଉଦ୍ଦେଶ୍ୟରେ ଗୋପପୁର ଗମନ କରିଛି। ଶ୍ରୀକୃଷ୍ଣଙ୍କୁ ନେଇ ତାଙ୍କ ମନରେ ଅନେକ ଭାବନା ସୃଷ୍ଟି ହୋଇଛି । କଂସ ଏହି ଦାୟିତ୍ୱ ତାଙ୍କୁ ଦେଇଥ‌ିବାରୁ ସେ ନିଜକୁ ଧନ୍ୟ ମନେକରିଛି । ଶ୍ରୀକୃଷ୍ଣ ତୁଣ୍ଡରୁ କଥା ଶୁଣି ତା’ର ଶ୍ରବଣଇନ୍ଦ୍ରିୟ ଓ ଶ୍ରୀକୃଷ୍ଣଙ୍କ ଅଙ୍ଗର ମହକରେ ନାସା ଇନ୍ଦ୍ରିୟ ଧନ୍ୟ ହେବ। ତା’ପରେ ପ୍ରଭୁ ଶ୍ରୀକୃଷ୍ଣ ଯଦି ତା’କୁ କୋଳ କରନ୍ତି ତେବେ ତା’ର ଅଙ୍ଗ ନିର୍ମଳ ହେବ ବୋଲି ସେ ମନେକରିଛି।

Question 10.
ଅକ୍ରୂର କଂସରାଜାଙ୍କୁ କାହିଁକି ଧନ୍ୟବାଦ ଦେଉଥିଲେ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଶ୍ରୀକୃଷ୍ଣ ବଳରାମଙ୍କୁ ମଥୁରାକୁ ନିମନ୍ତ୍ରଣ କରି ଆଣିବାପାଇଁ ଅକ୍ରୂରକୁ ପଠାଇଛି । ଅକୁରଙ୍କ ପାଇଁ ଏହା ମହାସୁଯୋଗ ପାଲଟିଛି । ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା, ତାଙ୍କ ଶ୍ରୀତୁଣ୍ଡରୁ ଅମୃତ ସମାନ କଥା ଶ୍ରବଣ କରିବା ଏମିତିକି ତାଙ୍କ ଶ୍ରୀଅଙ୍ଗ ସ୍ପର୍ଶ କରିବାର ସୁଯୋଗ ମିଳିବା ଯୋଗୁ ଅକ୍ରୂର କଂସରାଜାଙ୍କୁ ଧନ୍ୟବାଦ ଦେଉଥିଲା।

Question 11.
ଅକ୍ରୂର ଗୋପ ଯିବା ବାଟରେ ଥ‌ିବା ବାଲିକୁଦରେ କ’ଣ ସବୁ ଦେଖୁଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର କଂସାଦେଶରେ ମଥୁରାରୁ ଗୋପପୁର ଯାତ୍ରା କରିଛି। ଗୋପପୁର ଯିବା ବାଟରେ ବାଲିକୁଦ ଦେଖୁଲା। ଶ୍ରୀକୃଷ୍ଣ ବଳରାମଙ୍କ ଦର୍ଶନରେ ଆତ୍ମବିଭୋର ହୋଇ ଉଠିଥ‌ିବା ଅକ୍ରୂର ସେଇ ବାଲିକୁଦ ଉପରେ ଚକ୍ର, ପାଦପଦ୍ମ, ଧ୍ଵଜ, ଅଙ୍କୁଶ ଆଦିର ଚିହ୍ନ ମଧ୍ଯ ପଡ଼ିଥିବାର ଦେଖିଲା। ସେ ରଥରୁ ଓହ୍ଲାଇ ସେଇ ବାଲିକୁ ନେଇ ନିଜ ମଥାରେ ଲଗାଇଲା।

Question 12.
କିଏ କାହାକୁ ଓ କାହିଁକି ‘ମୁଁ ହୀନ ମୂଢ଼ ପାପିଷ୍ଠ ରାଢ଼’ ବୋଲି କହିଛି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର ଶ୍ରୀକୃଷ୍ଣଙ୍କୁ ଆଣିବା ଲାଗି ମଥୁରାରୁ ଗୋପପୁରକୁ ଯାଇଛି । ରାସ୍ତାରେ ରଥ ନେଇ ଗଲାବେଳେ କୃଷ୍ଣ ଦର୍ଶନର ଅନେକ କଥା ଚିନ୍ତାକରି ଭାବବିହ୍ବଳ ହୋଇଉଠିଛନ୍ତି । ରାସ୍ତାରେ ବାଲିଗଦାରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଚିହ୍ନ ଦେଖ୍ ଭାବରେ ଗଦ୍‌ଗଦ୍ ହୋଇ ସେଇ ବାଲିକୁ ମଥାରେ ଲଗାଇଛି। ତା’ର ଭାବାନ୍ତର ହୋଇଛି ସତରେ ସେ କ’ଣ କୃଷ୍ଣଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରିପାରିବ ? ଏଇ ପ୍ରଶ୍ନ ସେ ନିଜ ମନକୁ ମନ ପଚାରିଚାଲିଛି ଏବଂ ନିଜକୁ ହୀନ ମୂଢ଼ ପାପିଷ୍ଠ ବୋଲି କହିଛି।

Question 13.
ବେନି ଭାଇ ଅକ୍ରୁରଙ୍କ ଅଙ୍ଗରେ କ’ଣ ଲେପନ କରୁଥିଲେ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର ଗୋପପୁରରେ ପହଞ୍ଚିଲା ପରେ ଶ୍ରୀକୃଷ୍ଣଙ୍କ ମାୟା ଯୋଗୁ ସେ ଶ୍ରୀକୃଷ୍ଣଙ୍କୁ ଚିହ୍ନିପାରି ନାହାନ୍ତି। ଅକ୍ରୂର ରଥଚଢ଼ି ଆସିଲାବେଳେ ମନରେ ଯାହାସବୁ ଚିନ୍ତା କରିଥିଲେ ଭାବଗ୍ରାହୀ ଶ୍ରୀକୃଷ୍ଣ ତାଙ୍କ ସହ ସେହିସବୁ କରିଲେ। ଖାଇବାକୁ ଦେଇସାରି ପାନଭାଙ୍ଗି ଦେଇଗଲେ। ବେନିଭାଇ ଅକ୍ରୁରଙ୍କ ଦେହରେ ବା ଅଙ୍ଗରେ ବାସଚନ୍ଦନ ଲେପନ କରୁଥିଲେ।

Question 14.
କଂସ କାହା ପ୍ରତି ନିଶାମଣି ବୋଲି ଚିଟାଉରେ ଲେଖୁଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଅକ୍ରୂର ହାତରେ ନନ୍ଦଙ୍କ ନିକଟକୁ ଏକ ଚିଟାଉ ପ୍ରେରଣ କରିଥିଲା, ଯେଉଁଥିରେ ସେ ନିଜ ଆତ୍ମବଡ଼ିମା ଗାନ କରିଥିଲା। ଏଇ ଚରାଚର ସଂସାରରେ କେହି ତା’ର ସରି ନୁହେଁ ବୋଲି କହିଥିଲା। ସେଇ ଚିଟାଉରେ ଲେଖୁଥୁଲା ଯଦି ଯାଦବ ବଂଶ କୁମୁଦ ବନ ହୁଅନ୍ତି, ତେବେ ସେ ନିଶାମଣି ସଦୃଶ ଅଟନ୍ତି।

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 15.
କଂସ କିପରି ଯୋଦ୍ଧାମାନେ ଜିଣିଥିଲା ବୋଲି କହିଛି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ନିଜ ଆତ୍ମବଡ଼ିମା ଗାନ କରି ନନ୍ଦରାଜାଙ୍କ ନିକଟକୁ ଚିଟାଉ ପଠାଇଛି, ଯେଉଁଥରେ ସେ ନିଜ ଶ୍ରେଷ୍ଠତା ନିଜେ ଗାନ କରିଛି । ସେ ଘୋଷଣା କରି ଲେଖୁଛି, ସେ ଏପରି ଜଣେ ଯୋଦ୍ଧା ଯେ ଅନ୍ୟ ଯୋଦ୍ଧାମାନେ ତା’ସହ ଯୁଦ୍ଧ କରିବା ପୂର୍ବରୁ ତା’ର ବଶତା ସ୍ବୀକାର କରିଥା’ନ୍ତି। ଅନ୍ୟ ଯୋଦ୍ଧାମାନେ ଭୟରେ ତା’ସହ ସନ୍ଧି କରି ପରାଜୟ ସ୍ୱୀକାର କରିଥାନ୍ତି। ତେଣୁ ଯୁଦ୍ଧ ନକରି ମଧ୍ଯ ଯୋଦ୍ଧାମାନ ଜିଣିଥିଲା ବୋଲି ସେ କହିଛି।

Question 16.
କଂସର ରଡ଼ିଗୋଟାକେ କି ଅବସ୍ଥା ହେବ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ନନ୍ଦରାଜାଙ୍କ ନିକଟକୁ ପଠାଇଥିବା ଚିଟାଉରେ କଂସ ଲେଖିଛି ଯେ ତା’ର ରଡ଼ି ଗୋଟାକରେ ତିନିପୁରରେ ଅର୍ଥାତ୍ ସ୍ଵର୍ଗପୁର, ମର୍ତ୍ତ୍ୟପୁର ଓ ପାତାଳପୁରରେ ଯେତେକ ଜୀବଜନ୍ତୁ ଅଛନ୍ତି, ସମସ୍ତେ ମରିବେ ।

Question 17.
ରାମକୃଷ୍ଣଙ୍କୁ ଅକ୍ରୂର ସହିତ ପଠାଇଦେବା ପାଇଁ କଂସ କାହିଁକି ଲେଖୁଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ନନ୍ଦଙ୍କ ନିକଟକୁ ପଠାଇଥିବା ଚିଟାଉରେ ରାମକୃଷ୍ଣଙ୍କୁ ଅକ୍ରୂର ସହ ପଠାଇବାକୁ ଲେଖୁଥିଲା। କାରଣ ନନ୍ଦରାଜାର ଏଇ ଦୁଇ ବାଳକ କେତେ ବଡ଼ ହେଲେଣି ଏହା ସେ ଦେଖିବାକୁ ଚାହୁଁଛି। ଏହା ବ୍ୟତୀତ ବଳରାମ ଶ୍ରୀକୃଷ୍ଣ ଅକୃରଙ୍କ ସହ ମଥୁରା ଆସିଲେ ଏଠାରେ ବଡ଼ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ ଏବଂ ତାଙ୍କ ମନରୁ ସମସ୍ତ ଭୟ ଦୂରହେବ।

Question 18.
ଯେତେବେଳେ ଗୋପ ତେଜି ଯିବେ ନାରାୟଣ, ସେତେବେଳେ କ’ଣ ହେବ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୁରଙ୍କ ସହ ଯେତେବେଳେ ଶ୍ରୀକୃଷ୍ଣ ବଳରାମ ଗୋପପୁର ଛାଡ଼ି ମଥୁରା ଯିବେ ସେତେବେଳେ ଏଇ ସମ୍ବାଦ ସମଗ୍ର ଗୋପନଗରରେ ଦୁଃଖର ଲହରୀ ଖେଳାଇଦେବ। ସକଳ ହୃଦୟରେ ବେଦନାର ଛାୟା ଘୋଟିଯିବ। ଯିଏ ସାରା ଗୋପପୁରର ପ୍ରାଣ, ତାଙ୍କ ବିନା ଗୋପପୁରର ଅବସ୍ଥା ମ୍ରିୟମାଣ ହୋଇଯିବ।

Question 19.
କାଲିଠାରୁ ଅନ୍ଧ ହୋଇଯିବା ବୋଲି ଗୋପୀ ଜଣକ କାହିଁକି କହିଛି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୃଷ୍ଣଙ୍କ ଗୋପପୁରରୁ ବିଦାୟ ପରେ ଗୋପୀ ଗୋପାଳୁଣୀ କିପରି ଜୀବନ ଧାରଣ କରିବେ ଭାଳି ହୋଇଛନ୍ତି। କୃଷ୍ଣଙ୍କୁ ନିଜ ଜୀବନ ପ୍ରଶ୍ଵାସ ଧରି ନେଇଥିବା ଗୋପୀମାନେ ଜୀବନ ଜିଇଁବାର ଆଶା ହରାଇଛନ୍ତି। ସେଇ ଗୋପୀମାନଙ୍କ ମଧ୍ୟରୁ ଜଣେ ଗୋପୀ କହିଛି ଯେ କୃଷ୍ଣଙ୍କ ବିଦାୟ ପରେ କାଲିଠାରୁ ସେ ରୋଦନ କରି କରି ନିଜର ଦୃଷ୍ଟିଶକ୍ତି ହରାଇ ଅନ୍ଧ ହୋଇଯିବ।

Question 20.
କାଲିଠାରୁ କୁମୁଦ ମରିବେ ବୋଲି କହିବାର ତାତ୍ପର୍ଯ୍ୟ କ’ଣ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଶ୍ରୀକୃଷ୍ଣଙ୍କ ମଥୁରା ଯାତ୍ରା ଗୋପୀମାନଙ୍କୁ ଭାବବିହ୍ବଳ କରିପକାଇଛି। ସେମାନେ ଜଡ଼ ପ୍ରାୟ ପାଲଟି ଯାଇଛନ୍ତି । କାଲିଠାରୁ ଅର୍ଥାତ୍ କୃଷ୍ଣଙ୍କ ବିଦାୟ ପରଠାରୁ କୁମୁଦ ମରିବେ। କାରଣ କୁମୁଦ ରମଣ କୁମୁଦକୁ ଯିବେ, ଅର୍ଥାତ୍ କୁମୁଦରମଣ ଶ୍ରୀକୃଷ୍ଣ କୁମୁଦକୁ ଅର୍ଥାତ୍ ଦକ୍ଷିଣ-ପଶ୍ଚିମସ୍ଥ ମଥୁରା ନଗରୀକୁ ଯିବେ। ତେଣୁ କୁମୁଦରୂପୀ ଗୋପୀମାନେ ମରିବେ।

୫ ନମ୍ବର ବିଶିଷ୍ଟ ଉତ୍ତରମୂଳକ ପ୍ରଶ୍ନବଳୀ। (୧୫୦ଟି ଶବ୍ଦ ମଧ୍ଯରେ ଉତ୍ତର)।

Question 1.
‘ମଥୁରାମଙ୍ଗଳ’ କାବ୍ୟର ନାମକରଣର ଯଥାର୍ଥତା ଦର୍ଶାଅ।
କିମ୍ବା, ‘ମଥୁରାମଙ୍ଗଳ’ କାବ୍ୟ ଏକ ସଫଳ ପୌରାଣିକ କାବ୍ୟ ଆଲୋଚନା କର ।
Answer:
ରୀତିଯୁଗୀୟ କାବ୍ୟ ପରମ୍ପରାରେ ଭକ୍ତକବି ଭକ୍ତଚରଣ ଦାସଙ୍କର ‘ମଥୁରାମଙ୍ଗଳ’ ଏକ ବ୍ୟତିକ୍ରମ। ଏହା ବୈଷ୍ଣବ ଭକ୍ତିରସାତ୍ମକ କାବ୍ୟ। ଭାଗବତରେ ବିଷୟବସ୍ତୁ ଆଧାରରେ ଏହା ରଚିତ ହୋଇଥିଲେ ହେଁ, ଏଥରେ ଶୁଦ୍ଧାରାଗାନୁଗା ଭକ୍ତି ଉପରେ ଗୁରୁତ୍ବ ଆରୋପ କରାଯାଇଅଛି। ଏହି କାବ୍ୟରେ ମଥୁରାଧୂପତି ଯଦୁରାଜ କଂସର ବିନାଶ ଓ ମଥୁରାର ମଙ୍ଗଳ ବିଧାନ ମୁଖ୍ୟ ପ୍ରତିପାଦିତ ବିଷୟ। କଂସ ବ୍ରହ୍ମାବରରେ ବଳୀୟାନ, ସେ ଅତ୍ୟାଚାରୀ ଓ ସ୍ଵେଚ୍ଛାଚାରୀ, ଦେବତାମାନଙ୍କୁ ସେ ପାଦତଳେ ଖଟାଏ। ସମସ୍ତେ ତାଙ୍କୁ ଭୟ କରନ୍ତି। ଏପରିକି ନିଜର ପିତା ଉଗ୍ରସେନ ମଧ୍ଯ ତାଙ୍କୁ ଭୟରେ ସିଂହାସନ ଛାଡ଼ିଦେଇ ସାମାନ୍ୟ କଟୁଆଳ ରୂପେ କାର୍ଯ୍ୟକଲେ । ସେ ପୁଣି ଶୂନ୍ୟବାଣୀ ଶୁଣି ନିଜର ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ ବନ୍ଦୀଶାଳାରେ ରଖୁଲା। ସେମାନଙ୍କର ଜନ୍ମିତ ସନ୍ତାନମାନଙ୍କୁ ନିର୍ମମ ଭାବରେ ହତ୍ୟାକଲା। ଅଷ୍ଟମ ଗର୍ଭରେ ଜନ୍ମନେଲେ ଭଗବାନ୍ ଶ୍ରୀକୃଷ୍ଣ। ବସୁଦେବ ତାଙ୍କୁ ଆଣି ଗୋପପୁରରେ ନନ୍ଦରାଣୀ ଯଶୋଦାଙ୍କ କୋଳରେ ଶୁଆଇଦେଇ ତାଙ୍କର ସତ୍ୟଜାତ କନ୍ୟାକୁ ନେଇଗଲେ। କଂସ ସେଇ କନ୍ୟାକୁ ଶିଳା ଉପରେ କଚାଡ଼ିଲା ମାତ୍ରେ ସେଇ କନ୍ୟା ଆକାଶମାର୍ଗକୁ ଚାଲିଯାଇ କଂସର ମୃତ୍ୟୁ ଅବଶ୍ୟମ୍ଭାବୀ ବୋଲି ଘୋଷଣା କଲା । ତତ୍‌ପରେ କଂସ ନାନା ଉପାୟରେ ଚେଷ୍ଟାକଲା ଶ୍ରୀକୃଷ୍ଣ ଓ ବଳରାମକୁ ମାରିବାପାଇଁ। ପୁତନା, ଅଘା, ବକା, ଶକଟା, ଧେନୁକା, ତୃଣା ଆଦି କେତେ ଅସୁରଙ୍କୁ ପଠାଇଲା। ମାତ୍ର ସମସ୍ତେ ଶ୍ରୀକୃଷ୍ଣଙ୍କ ହାତରେ ମଲେ। ମଥୁରାର ଦୁଷ୍ଟ ଅସୁରମାନଙ୍କୁ ଗୋଟି ଗୋଟି କରି ମାରିଦେଲେ ଶ୍ରୀକୃଷ୍ଣ। ଏଥିରେ କଂସ ଚିନ୍ତାରେ ପଡ଼ିଗଲା, ସେ କ’ଣ କରିବ? କିପରି କୃଷ୍ଣଙ୍କୁ ମାରିବ। ଅନ୍ୟପକ୍ଷରେ ଦେବତାମାନେ ଭଗବାନଙ୍କୁ ପ୍ରାର୍ଥନା କଲେ –

ଅତି ଆରତେ ଡାକଛି ଅମର ।
ଦେବ ରକ୍ଷାକର ମହୀ ତୋହର ॥
ଯେବେ ନ ରଖୁବ ନାଶ ଗଲୁଟି ।
ଦୈତ୍ୟ ସ୍ଵର୍ଗ ଭୁବନ କଲା ଲୁଟି ॥
ଗୋରୁ ବ୍ରାହ୍ମଣ ସୁଜନ ନାଶିଲା ।
ମହା ଅଧର୍ମେ ମହୀକି ଗ୍ରାସିଲା ॥

ସେଦିନ ଭଗବାନ୍ ଦେବତାମାନଙ୍କୁ ନିଜେ ବସୁଦେବଙ୍କ ଘରେ ଜନ୍ମହୋଇ କଂସକୁ ବିନାଶ କରିବେ ବୋଲି କହି ବିଦା କରିଥିଲେ। କଂସ ମଧ୍ଯ ଶ୍ରୀକୃଷ୍ଣଙ୍କୁ ବିନାଶ କରିବାକୁ ଉଦ୍ୟମ କରି ବ୍ୟର୍ଥ ହେଲାପରେ ଅକ୍ରୂରକୁ ପଠାଇଛି ଶ୍ରୀକୃଷ୍ଣ ଓ ବଳରାମଙ୍କୁ କୌଶଳ କରି ମଥୁରାକୁ ନେଇଆସିବା ଲାଗି। ଶ୍ରୀକୃଷ୍ଣ ଓ ବଳରାମ ମଥୁରାକୁ ଆସିଲେ। ପ୍ରଥମେ ସେ କଂସର ଅସୁର ରଜକକୁ ହତ୍ୟା କଲେ। ତା’ପରେ ସେମାନେ ନିଧନ କଲେ କୁବଳୟା ହସ୍ତୀକୁ। ତା’ପରେ ମୁଷ୍ଟିକ ଓ ଚାଣୁରକୁ ବେନିଭାଇ ହତ୍ୟା କଲେ। ପରିଶେଷରେ ଶ୍ରୀକୃଷ୍ଣ ଗଲେ କଂସ ନିକଟକୁ। କଂସ ମଞ୍ଚାରୁ ଡେଇଁପଡ଼ି ମୃତ୍ୟୁବରଣ କଲା। ଦୁଷ୍ଟ ରାକ୍ଷସର ମୃତ୍ୟୁ ହେଲା। ଦେବତାମାନେ ଖୁସିରେ ପୁଷ୍ପ ବୃଷ୍ଟି କଲେ, ଗନ୍ଧର୍ବମାନେ ଗୀତ ଗାଇଲେ। କିନ୍ନରଗଣ ନୃତ୍ୟକଲେ। ଅଗ୍ନି ଶିଖା ତୋଳି ଉଠିଲା। ପବନ ଖୁସିରେ ବହିଗଲା। ମଥୁରା ହେଲା ଶାନ୍ତ। ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ ହେଲା ଶାନ୍ତ। ମଥୁରାବାସୀ ଆନନ୍ଦ ପ୍ରକାଶ କଲେ। ସମସ୍ତେ ଶ୍ରୀକୃଷ୍ଣଙ୍କୁ ଘେନି ଆନନ୍ଦ ଉଲ୍ଲାସରେ ଖୁସି ମନାଇଲେ। ଏହି ଦୃଷ୍ଟିରୁ ଦେଖ‌ିଲେ କବି ଏହି ବିଷୟଟିର ନାମ ରଖୁଥିଲେ ‘ମଥୁରାମଙ୍ଗଳ’। ଏହି କାବ୍ୟରେ କଂସର ବିନାଶ ଫଳରେ ମଥୁରାର ମଙ୍ଗଳ ହୋଇଛି ସତ; କିନ୍ତୁ କବି ଭକ୍ତଚରଣ ଦାସ ଏହି ଗ୍ରନ୍ଥରେ ଶୁଦ୍ଧାଭକ୍ତି, ଗୋପିପ୍ରେମ ଓ ଉଦ୍ଧବଙ୍କ ଭକ୍ତିଭାବକୁ ବ୍ୟକ୍ତ କରିଅଛନ୍ତି। କୃଷ୍ଣଙ୍କ ପ୍ରତି ଗୋପୀମାନଙ୍କର ଆକୁଳତା ଯେପରି ଏହି କାବ୍ୟରେ ବର୍ଣ୍ଣିତ ତାହା ଏକାନ୍ତ ହୃଦ୍ୟ। ଏହା ସତ୍ତ୍ୱେ କବି ଯେପରି ‘ମଥୁରାମଙ୍ଗଳ’ ନାମକରଣ କରିଛନ୍ତି ତାହା ଯଥାର୍ଥ ଅଟେ।

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 2.
ଅକ୍ରୂରଙ୍କ ଗୋପଯାତ୍ରାକାଳୀନ ଦୃଶ୍ୟ ବର୍ଣ୍ଣନା କର।
କିମ୍ବା, ‘ମଥୁରାମଙ୍ଗଳ’ କାବ୍ୟରେ ଅକ୍ରୂର ଚରିତ୍ରର ଉପଯୋଗିତା ବିଚାର କର।
Answer:
‘ମଥୁରାମଙ୍ଗଳ’ କାବ୍ୟରେ ଅକ୍ରୂର ଚରିତ୍ର ଏକ ଅନବଦ୍ୟ ଚରିତ୍ର। ଏହି ଚରିତ୍ର ଅବଲମ୍ବନରେ ଭକ୍ତକବି ଭକ୍ତଚରଣ ଦାସ ନିଜର ଭକ୍ତି ଭାବନାକୁ ପ୍ରକାଶ କରିଛନ୍ତି। ଅକ୍ରୂର ମଥୁରାପତି କଂସାସୁରର ମନ୍ତ୍ରୀ। ସେ କଂସକୁ ମନ୍ତ୍ରଣା ଦେବା ମାଧ୍ୟମରେ କଂସର ପତନ ଚାହିଁଛନ୍ତି। ସେ ପୁଣି କୃଷ୍ଣଗତ ପ୍ରାଣ, କଂସର ଅତ୍ୟାଚାରକୁ ସେ ବରଦାସ୍ତ କରିପାରି ନାହାଁନ୍ତି। ତେଣୁ ସେ କୌଶଳ କରିଛନ୍ତି କଂସର ନିଧନ ପାଇଁ। କଂସର ମନରେ ଦାରୁଣ ଦୁଃଖ ସୃଷ୍ଟି ହୋଇଛି। କୃଷ୍ଣଙ୍କୁ ମାରିବାର ସକଳ ଚେଷ୍ଟା ବ୍ୟର୍ଥ ହୋଇଛି। ପୁତନା, ଶକଟା, ଧେନୁକା, ତୃଣା, ବକା, ଅଘା ଆଦି ଅସୁରମାନଙ୍କୁ ନିଧନ କରି ଶ୍ରୀକୃଷ୍ଣ ଗୋପପୁରରେ ରହିଥା’ନ୍ତି। ଏହି କାରଣରୁ କଂସ ଘୋର ଚିଷ୍ଠିତ। କଂସ ମନ୍ତ୍ରୀ ଅକ୍ରୂରକୁ ଡାକି କହିଛନ୍ତି ଯେ ରାମକୃଷ୍ଣଙ୍କୁ ଯେକୌଣସି ମତେ ମଥୁରାକୁ ନେଇ ଆସିବାକୁ। ସେ କହିଛନ୍ତି –

‘‘ମୋର ବିଶ୍ବାସ ତୁ, ଏଣୁ କହୁଛି ।
ଆଣି ଦେବୁ ନନ୍ଦର ବେନି ବଛି ।।
X X X X
ମୋହ ଛାମୁରେ କରାଇବୁ ଭେଟ ।
ବଳେ ଧରି ମାରିବି ନନ୍ଦ ଚାଟ ।।’’

ଅକ୍ରୂର ଏହି କଥା ଶୁଣି ଆନନ୍ଦିତ ହୋଇଛନ୍ତି। କଂସର ଦୁର୍ବଳତାକୁ ସେ ଉପଲବ୍ଧି କରିଛନ୍ତି। ଶ୍ରୀକୃଷ୍ଣଙ୍କୁ ମଥୁରାକୁ ଆଣିବାକୁ ହେବ। ଅକ୍ରୂର ରଥସଜାଇ କୃଷ୍ଣଦର୍ଶନ ଆଶାରେ ଉତ୍ପନ୍ନ ହୋଇ ଗୋପପୁରକୁ ବାହାରି ପଡ଼ିଛନ୍ତି। କେତେ ଆକାଙ୍‌କ୍ଷା ନେଇ ସେ ଗମନକଲେ ବ୍ରଜପୁରକୁ। ଭଗବାନ ଶ୍ରୀକୃଷ୍ଣଙ୍କୁ ସେ ଦେଖ‌ିବେ, କୋଟି ଜନ୍ମ ତାଙ୍କର ସାର୍ଥକ ହେବ। କବିଙ୍କ ଭାଷାରେ –

‘‘କଂସଡ଼ଗର କରେ ବିଚାର ଧନ୍ୟ ହୋଇଲା ଆଜ।
ଧନ୍ୟ ମୋ ତାତ ଧନ୍ୟ ମୋ ମାତ ଦେଖୁ ଦେବରାଜ॥
ଧନ୍ୟରେ ନେତ୍ର ହେବ ପବିତ୍ର ଚାହିଁ ଜଳଦତନୁ।
ଗୋପାଳ ମେଳେ ନନ୍ଦର କୋଳେ ବସି ଯେ ଥିବେ କାହୁ॥’’

କେତେ ବାସନା ତାଙ୍କ ମନରେ ଜାଗିଉଠିଛି। ତାଙ୍କୁ ରାମକୃଷ୍ଣ ପ୍ରେମରେ ଆଲିଙ୍ଗନ କରିବେ। ଏହିପରି ନାନା ଚିନ୍ତାକରି ଯାଉ ଯାଉ ପଥ ମଧ୍ଯରେ ବାଲିକୁଦ ଉପରେ ସେ ଶ୍ରୀକୃଷ୍ଣଙ୍କ ଧ୍ଵଜ, ଅଙ୍କୁଶ, ଚକ୍ର ଓ ପଦଚିହ୍ନ ଦେଖ‌ିଲେ। ତାଙ୍କର ଅନ୍ତର ଢଳଢଳ ହୋଇଉଠିଲା। ସେ ରଥରୁ ଡେଇଁ ପଡ଼ିଲେ। ସେଇ ବାଲିକୁ ନେଇ ସେ ଦେହସାରା ବୋଲିହେଲେ। ନୟନରୁ ଝରିପଡ଼ିଲା ପ୍ରେମାଶ୍ରୁ। କବି ଏ ପ୍ରସଙ୍ଗରେ ଲେଖିଛନ୍ତି –

‘‘ଆନନ୍ଦ ହୋଇ ରଥରୁ ଡେଇଁ ଶିରେ ନିଉଡ଼େ ବାଲି ।
ହା କୃଷ୍ଣ ବୋଲି ନ ପାରେ ଚାଲି, ନୟନୁ, ଅଶ୍ରୁ ଗଳି ॥
କହି ହୁଡ଼ଇ, ଉଠି ପଡ଼ଇ, ଗଡ଼ଇ ପାଦ ପରେ ।
ଶୂନ୍ୟକୁ କୋଳ କରି ଆକୁଳ, କମ୍ପଇ ପ୍ରେମଭରେ ॥’’

ଅକ୍ରୂରର ଏହା ଭାବାନ୍ତର ନୁହେଁ ସତେ ଯେମିତି ଏହା ହେଉଛି କବିଙ୍କର ଅନ୍ତରର କଥା। ଅକ୍ରୁର ଚରିତ୍ର ସହିତ ସେ ଏକାମ୍ ହୋଇ ଯାଇଛନ୍ତି। ଅକ୍ରୂର ଗୋପଦାଣ୍ଡରେ ପ୍ରବେଶ କରି ଶ୍ରୀକୃଷ୍ଣଙ୍କୁ ଚିହ୍ନିପାରି ନାହାଁନ୍ତି। ମାୟାଧର ମାୟା କରିଦେଲେ ଗୋପର ସମସ୍ତ ଗୋପାଳ ବାଳକ ଶ୍ରୀକୃଷ୍ଣଙ୍କ ପରି ଦେଖାଯାଉଛନ୍ତି। ଘୋର ଚିନ୍ତାରେ ପଡ଼ିଗଲେ ଅକ୍ରୂର। ତା’ପରେ ଶ୍ରୀକୃଷ୍ଣ ମାୟା ସମ୍ବରଣ କଲେ। ଅକୁରଙ୍କୁ ସେ ଆଲିଙ୍ଗନ କଲେ। ରାମ ଓ କୃଷ୍ଣ ଅକୁରଙ୍କର ସେବା କରିଛନ୍ତି। ଅକୁରଙ୍କର ପାଦ ଚାପି ନେଇଛନ୍ତି। ଏହି ଅବସରରେ ଅକ୍ରୂର ତାଙ୍କର ମନକଥା କହିଛନ୍ତି।

‘‘ପାରିଲେ ରଖ, ହେଲି ନିରେଖ କଂସର ଦର୍ପ ହରି।
ଏହି ବିଷୟ ଆସିଛି ମୁହିଁ, ପଚାରୁ ଭଙ୍ଗୀ କରି॥’’

ଏହାପରେ ଅକୁରଙ୍କୁ ସାନ୍ତନା ଦେଇଛନ୍ତି କୃଷ୍ଣ । ନନ୍ଦର ନିକଟରେ ଅକ୍ରୂର କଂସର ଚିଟାଉ ଉପସ୍ଥାପିତ କରିଛି। ତା’ପରେ ଅକ୍ରୂର ରାମକୃଷ୍ଣଙ୍କୁ ସାଥ୍‌ରେ ବସାଇ ମଥୁରା ଅଭିମୁଖେ ଯାତ୍ରା କରିଛନ୍ତି। ବାଟରେ ଯମୁନା ଜଳରେ ସ୍ନାନ କଲାବେଳେ ଜଳ ମଧ୍ୟରେ ସେ ରାମକୃଷ୍ଣଙ୍କୁ ଦେଖୁ ବିସ୍ମିତ ହୋଇଛନ୍ତି। ଜଳରୁ ଉଠି ସେ ପୁଣି ଦେଖୁଛନ୍ତି ରଥରେ ବିଦ୍ୟମାନ ରାମକୃଷ୍ଣ। ଅତଏବ ଉକ୍ତ କାବ୍ୟରେ ଅକ୍ରୂର ଚରିତ୍ରର ବିଶେଷ ଭୂମିକା ରହିଛି।

Question 3.
କଂସ ଲେଖୁଥ‌ିବା ଚିଟାଉର ଭାବଧାରା ବିଶ୍ଳେଷଣ କର।
Answer:
ଓଡ଼ିଆ ଭକ୍ତି ସାହିତ୍ୟ ପରମ୍ପରାରେ ଯେଉଁ କେତେଜଣ ବିଶିଷ୍ଟ ପ୍ରତିଭା ନିଜ ନାମକୁ ରୀତିସାହିତ୍ୟ ଧାରାରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି, ସେମାନଙ୍କ ମଧ୍ୟରୁ କବି ଭକ୍ତଚରଣ ଦାସ ଅନ୍ୟତମ ପ୍ରଚଣ୍ଡ ପ୍ରତିଭା । ସହଜ ସରଳ ‘ଭାଷାଶୈଳୀ, ସରଳ ଭକ୍ତିରସାତ୍ମକ ଭାବଧାରା ତାଙ୍କ ସୃଷ୍ଟିଗୁଡ଼ିକୁ ସାର୍ଥକ କରିରଖୁଛି। ସେଇ ସବୁ ଅମୂଲ୍ୟ କୃତିଗୁଡ଼ିକ ମଧ୍ୟରୁ ‘ମଥୁରାମଙ୍ଗଳ’ ଅନ୍ୟତମ। ଏଇ ‘ମଥୁରାମଙ୍ଗଳ’ କାବ୍ୟରେ ଶ୍ରୀକୃଷ୍ଣ, ନନ୍ଦ, ଯଶୋଦା, ଗୋପୀଗୋପାଳୁଣୀ ଓ କଂସ ଚରିତ୍ର ସଂପର୍କରେ ଆଲୋକପାତ କରାଯାଇଛି। କଂସର ମୃତ୍ୟୁ ଏହାର ମୁଖ୍ୟ କଥାବସ୍ତୁ। କଂସର ଅହଂ, ତା’ର ଗର୍ବଭାବକୁ ଚୂର୍ଣ୍ଣ କରି ଶ୍ରୀକୃଷ୍ଣ ମର୍ତ୍ତ୍ୟରେ ସତ୍ୟ-ଧର୍ମ ଓ ପରମ୍ପରାକୁ ବିନାଶ ହେବାରୁ ଉଦ୍ଧାର କରିଥିଲେ।

ମଥୁରା ନରପତି ଉଗ୍ରସେନଙ୍କ ରାଣୀ ଇନ୍ଦୁମତୀଙ୍କୁ ଅଭିଶପ୍ତ ବିଦ୍ୟାଧର ଦୁର୍ମିଳା ରାକ୍ଷସ ଛଦ୍ମବେଶରେ ରମଣ କରିବାରୁ କଂସର ଜନ୍ମ ହୋଇଥିଲା ଏବଂ ଅସୁର ସନ୍ତାନ ହେତୁ ତା’ର ପ୍ରକୃତି ମଧ୍ଯ ରାକ୍ଷସ ପରି ହୋଇଥିଲା। ଯୁବ ଅବସ୍ଥାରେ ସେ ତ୍ରିଭୁବନ ପ୍ରକମ୍ପିତ କରିଲା। ସୁର, ନର, କିନ୍ନର ସଭିଙ୍କୁ ଦାସ ପରି ଖଟାଇଲା। ଆଭିଜାତ୍ୟ ଓ କୌଳିନ ଦୃଷ୍ଟିରୁ କେହି କଂସର ସମକକ୍ଷ ହୋଇନାହାନ୍ତି। ତେବେ ଏହି କଂସ ଧନସଂପରି, କ୍ଷମତା ଏବଂ ଐଶ୍ବର୍ଯ୍ୟର ବିଳାସ ମଧ୍ୟରେ ପାଲଟି ଯାଇଛି ବିକ୍ରମଶାଳୀ।

ଏହି ବିକ୍ରମଶାଳୀ ମହାପ୍ରତାପୀ ରାଜା କଂସର ମୃତ୍ୟୁ ଦେବକୀଙ୍କ ଅଷ୍ଟମ ସନ୍ତାନଦ୍ୱାରା ହେବ ବୋଲି ନାରଦ କହିଥିଲେ। ତେଣୁ କଂସ ଦେବକୀଙ୍କ ସନ୍ତାନମାନଙ୍କୁ ଗୋଟେ ଗୋଟେ କରି ହତ୍ୟା କରିଛି। ହେଲେ ବିଧୁ ନିର୍ଦ୍ଦେଶରେ ଦେବକୀଙ୍କ ଅଷ୍ଟମ ସନ୍ତାନ ଗୋପପୁର ନନ୍ଦ ଯଶୋଦାଙ୍କ ସନ୍ତାନ ହୋଇ ବଢ଼ିଛି। ଏହି ଖବର କଂସକୁ ପ୍ରାପ୍ତ ହେଲାପରେ କଂସ ବହୁ ଅସୁରଙ୍କୁ ପଠାଇଛି ନନ୍ଦସୁତ ଶ୍ରୀକୃଷ୍ଣଙ୍କୁ ବଧ କରିବା ନିମନ୍ତେ। ସମସ୍ତେ ଅସଫଳ ହେବାପରେ ଏକ ଚକ୍ରାନ୍ତ ରଚି ନନ୍ଦସୁତ ବଳରାମ ଶ୍ରୀକୃଷ୍ଣଙ୍କୁ ମଥୁରାକୁ ନିମନ୍ତ୍ରିତ କରାଇଛି । କଂସ ତା’ର ମନ୍ତ୍ରୀ ଅକ୍ରୂରକୁ ଗୋପପୁର ପଠାଇଛି ଏବଂ ତାଙ୍କରି ହାତରେ ନନ୍ଦରାଜାଙ୍କ ନିକଟକୁ ଏକ ଚିଟାଉ ପଠାଇଛି।

ଏହି ଚିଟାଉରେ ନନ୍ଦରାଜାଙ୍କୁ କଂସ ନିଜର ବଡ଼ପଣ ଦେଖାଇ ଅନେକ କଥା ଲେଖୁଛନ୍ତି। ବିନା ଯୁଦ୍ଧରେ କିପରି ଶତ୍ରୁମାନେ କଂସର ବଶତା ସ୍ଵୀକାର କରନ୍ତି, ତା’ର ରଡ଼ି ଶୁଣି ତ୍ରିଭୁବନ କିପରି ଥରି ଉଠେ ତାହାକୁ ଉଲ୍ଲେଖ କରିଛି। ଜଣେ ଅଭିଜ୍ଞ କୂଟନୀତିଜ୍ଞ ପରି ସେ ଚିଟାଉରେ ନନ୍ଦସୁତମାନଙ୍କୁ ଅର୍ଥାତ୍ ଶ୍ରୀକୃଷ୍ଣ ବଳରାମଙ୍କୁ ଦର୍ଶନ କରିବା କଥା ନନ୍ଦ ନିକଟକୁ ଲେଖୁ ପଠାଇଛନ୍ତି । ଶ୍ରୀକୃଷ୍ଣ ବଳରାମ ମଥୁରା ଗଲେ ବିଜ୍ଞଜନଙ୍କ ସହ ମିଶି ପରିଚିତ ହୋଇ ନିର୍ଭୟରେ କିପରି ରହିବେ ଏକଥା ଉଲ୍ଲେଖ କରିବା ପଛରେ ତା’ର ଚତୁରତା ବାରି ହୋଇପଡ଼େ।

‘ମଥୁରାମଙ୍ଗଳ’ କାବ୍ୟର ନାୟକ ଶ୍ରୀକୃଷ୍ଣ ହେଲେ ହେଁ କଂସାସୁର ହେଉଛି ପ୍ରତିନାୟକ। ଏହି ପ୍ରତି ନାୟକ ସହିତ ସଂଘର୍ଷ ହେଲେ ସିନା ନାୟକର ବ୍ୟକ୍ତିତ୍ଵ ପ୍ରକଟିତ ହେବ! କଂସ ନନ୍ଦଙ୍କ ଉଦ୍ଦେଶ୍ୟରେ ପଠାଇଥିବା ଚିଟାଉରୁ ହିଁ ତା’ର ଚରିତ୍ର ବିଷୟରେ ଧାରଣା ପାଠକ ନିକଟରେ ସ୍ପଷ୍ଟ ହୋଇଉଠିଛି । କଂସକୁ ପାପର ପ୍ରତୀକ ଭାବରେ ଗ୍ରହଣ କରି ଏହାର ବିନାଶ ସାଧନକରି ସତ୍ୟର ପ୍ରତିଷ୍ଠା କରାଇବା ହିଁ ଲେଖକ ତଥା କବି ଭକ୍ତଚରଣ ଦାସଙ୍କ କଳ୍ପିତ-କଳ୍ପନା ହୋଇଥିଲେ ସୁଦ୍ଧା କଂସ ଯେ ଜଣେ ରାଜନୀତିଜ୍ଞ, ବିକ୍ରମଶାଳୀ ବୀର, ସୁଚତୁର ରାଜପୁରୁଷ ଏବଂ ଧୈର୍ଯ୍ୟବାନ୍ ଶାସକ ଏଥ‌ିରେ ସନ୍ଦେହର ଅବକାଶ ନାହିଁ। ବାସ୍ତବିକ ‘ମଥୁରାମଙ୍ଗଳ’ର କଂସ ଚରିତ୍ର ଚିତ୍ରଣ ଓ ଚିଟାଉରେ କଂସର ବର୍ଣ୍ଣନା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ।

Question 4.
କଂସ ଚିଟାଉରୁ ତା’ର ଅହଂକାରର ସ୍ଵରୂପ ନିର୍ଣ୍ଣୟ କର।
Answer:
ଓଡ଼ିଆ ଭକ୍ତି ସାହିତ୍ୟ ପରମ୍ପରାରେ ଯେଉଁ କେତେଜଣ ବିଶିଷ୍ଟ ପ୍ରତିଭା ନିଜ ନାମକୁ ରୀତିସାହିତ୍ୟ ଧାରାରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି, ସେମାନଙ୍କ ମଧ୍ୟରୁ କବି ଭକ୍ତଚରଣ ଦାସ ଅନ୍ୟତମ ପ୍ରଚଣ୍ଡ ପ୍ରତିଭା । ସହଜ ସରଳ ‘ଭାଷାଶୈଳୀ, ସରଳ ଭକ୍ତିରସାତ୍ମକ ଭାବଧାରା ତାଙ୍କ ସୃଷ୍ଟିଗୁଡ଼ିକୁ ସାର୍ଥକ କରିରଖୁଛି। ସେଇ ସବୁ ଅମୂଲ୍ୟ କୃତିଗୁଡ଼ିକ ମଧ୍ୟରୁ ‘ମଥୁରାମଙ୍ଗଳ’ ଅନ୍ୟତମ। ଏଇ ‘ମଥୁରାମଙ୍ଗଳ’ କାବ୍ୟରେ ଶ୍ରୀକୃଷ୍ଣ, ନନ୍ଦ, ଯଶୋଦା, ଗୋପୀଗୋପାଳୁଣୀ ଓ କଂସ ଚରିତ୍ର ସଂପର୍କରେ ଆଲୋକପାତ କରାଯାଇଛି। କଂସର ମୃତ୍ୟୁ ଏହାର ମୁଖ୍ୟ କଥାବସ୍ତୁ। କଂସର ଅହଂ, ତା’ର ଗର୍ବଭାବକୁ ଚୂର୍ଣ୍ଣ କରି ଶ୍ରୀକୃଷ୍ଣ ମର୍ତ୍ତ୍ୟରେ ସତ୍ୟ-ଧର୍ମ ଓ ପରମ୍ପରାକୁ ବିନାଶ ହେବାରୁ ଉଦ୍ଧାର କରିଥିଲେ।

ମଥୁରା ନରପତି ଉଗ୍ରସେନଙ୍କ ରାଣୀ ଇନ୍ଦୁମତୀଙ୍କୁ ଅଭିଶପ୍ତ ବିଦ୍ୟାଧର ଦୁର୍ମିଳା ରାକ୍ଷସ ଛଦ୍ମବେଶରେ ରମଣ କରିବାରୁ କଂସର ଜନ୍ମ ହୋଇଥିଲା ଏବଂ ଅସୁର ସନ୍ତାନ ହେତୁ ତା’ର ପ୍ରକୃତି ମଧ୍ଯ ରାକ୍ଷସ ପରି ହୋଇଥିଲା। ଯୁବ ଅବସ୍ଥାରେ ସେ ତ୍ରିଭୁବନ ପ୍ରକମ୍ପିତ କରିଲା। ସୁର, ନର, କିନ୍ନର ସଭିଙ୍କୁ ଦାସ ପରି ଖଟାଇଲା। ଆଭିଜାତ୍ୟ ଓ କୌଳିନ ଦୃଷ୍ଟିରୁ କେହି କଂସର ସମକକ୍ଷ ହୋଇନାହାନ୍ତି। ତେବେ ଏହି କଂସ ଧନସଂପରି, କ୍ଷମତା ଏବଂ ଐଶ୍ବର୍ଯ୍ୟର ବିଳାସ ମଧ୍ୟରେ ପାଲଟି ଯାଇଛି ବିକ୍ରମଶାଳୀ।

ଏହି ବିକ୍ରମଶାଳୀ ମହାପ୍ରତାପୀ ରାଜା କଂସର ମୃତ୍ୟୁ ଦେବକୀଙ୍କ ଅଷ୍ଟମ ସନ୍ତାନଦ୍ୱାରା ହେବ ବୋଲି ନାରଦ କହିଥିଲେ। ତେଣୁ କଂସ ଦେବକୀଙ୍କ ସନ୍ତାନମାନଙ୍କୁ ଗୋଟେ ଗୋଟେ କରି ହତ୍ୟା କରିଛି। ହେଲେ ବିଧୁ ନିର୍ଦ୍ଦେଶରେ ଦେବକୀଙ୍କ ଅଷ୍ଟମ ସନ୍ତାନ ଗୋପପୁର ନନ୍ଦ ଯଶୋଦାଙ୍କ ସନ୍ତାନ ହୋଇ ବଢ଼ିଛି। ଏହି ଖବର କଂସକୁ ପ୍ରାପ୍ତ ହେଲାପରେ କଂସ ବହୁ ଅସୁରଙ୍କୁ ପଠାଇଛି ନନ୍ଦସୁତ ଶ୍ରୀକୃଷ୍ଣଙ୍କୁ ବଧ କରିବା ନିମନ୍ତେ। ସମସ୍ତେ ଅସଫଳ ହେବାପରେ ଏକ ଚକ୍ରାନ୍ତ ରଚି ନନ୍ଦସୁତ ବଳରାମ ଶ୍ରୀକୃଷ୍ଣଙ୍କୁ ମଥୁରାକୁ ନିମନ୍ତ୍ରିତ କରାଇଛି । କଂସ ତା’ର ମନ୍ତ୍ରୀ ଅକ୍ରୂରକୁ ଗୋପପୁର ପଠାଇଛି ଏବଂ ତାଙ୍କରି ହାତରେ ନନ୍ଦରାଜାଙ୍କ ନିକଟକୁ ଏକ ଚିଟାଉ ପଠାଇଛି।

ଏହି ଚିଟାଉରେ ନନ୍ଦରାଜାଙ୍କୁ କଂସ ନିଜର ବଡ଼ପଣ ଦେଖାଇ ଅନେକ କଥା ଲେଖୁଛନ୍ତି। ବିନା ଯୁଦ୍ଧରେ କିପରି ଶତ୍ରୁମାନେ କଂସର ବଶତା ସ୍ଵୀକାର କରନ୍ତି, ତା’ର ରଡ଼ି ଶୁଣି ତ୍ରିଭୁବନ କିପରି ଥରି ଉଠେ ତାହାକୁ ଉଲ୍ଲେଖ କରିଛି। ଜଣେ ଅଭିଜ୍ଞ କୂଟନୀତିଜ୍ଞ ପରି ସେ ଚିଟାଉରେ ନନ୍ଦସୁତମାନଙ୍କୁ ଅର୍ଥାତ୍ ଶ୍ରୀକୃଷ୍ଣ ବଳରାମଙ୍କୁ ଦର୍ଶନ କରିବା କଥା ନନ୍ଦ ନିକଟକୁ ଲେଖୁ ପଠାଇଛନ୍ତି । ଶ୍ରୀକୃଷ୍ଣ ବଳରାମ ମଥୁରା ଗଲେ ବିଜ୍ଞଜନଙ୍କ ସହ ମିଶି ପରିଚିତ ହୋଇ ନିର୍ଭୟରେ କିପରି ରହିବେ ଏକଥା ଉଲ୍ଲେଖ କରିବା ପଛରେ ତା’ର ଚତୁରତା ବାରି ହୋଇପଡ଼େ।

‘ମଥୁରାମଙ୍ଗଳ’ କାବ୍ୟର ନାୟକ ଶ୍ରୀକୃଷ୍ଣ ହେଲେ ହେଁ କଂସାସୁର ହେଉଛି ପ୍ରତିନାୟକ। ଏହି ପ୍ରତି ନାୟକ ସହିତ ସଂଘର୍ଷ ହେଲେ ସିନା ନାୟକର ବ୍ୟକ୍ତିତ୍ଵ ପ୍ରକଟିତ ହେବ! କଂସ ନନ୍ଦଙ୍କ ଉଦ୍ଦେଶ୍ୟରେ ପଠାଇଥିବା ଚିଟାଉରୁ ହିଁ ତା’ର ଚରିତ୍ର ବିଷୟରେ ଧାରଣା ପାଠକ ନିକଟରେ ସ୍ପଷ୍ଟ ହୋଇଉଠିଛି । କଂସକୁ ପାପର ପ୍ରତୀକ ଭାବରେ ଗ୍ରହଣ କରି ଏହାର ବିନାଶ ସାଧନକରି ସତ୍ୟର ପ୍ରତିଷ୍ଠା କରାଇବା ହିଁ ଲେଖକ ତଥା କବି ଭକ୍ତଚରଣ ଦାସଙ୍କ କଳ୍ପିତ-କଳ୍ପନା ହୋଇଥିଲେ ସୁଦ୍ଧା କଂସ ଯେ ଜଣେ ରାଜନୀତିଜ୍ଞ, ବିକ୍ରମଶାଳୀ ବୀର, ସୁଚତୁର ରାଜପୁରୁଷ ଏବଂ ଧୈର୍ଯ୍ୟବାନ୍ ଶାସକ ଏଥ‌ିରେ ସନ୍ଦେହର ଅବକାଶ ନାହିଁ। ବାସ୍ତବିକ ‘ମଥୁରାମଙ୍ଗଳ’ର କଂସ ଚରିତ୍ର ଚିତ୍ରଣ ଓ ଚିଟାଉରେ କଂସର ବର୍ଣ୍ଣନା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ।

Question 5.
ମଥୁରାମଙ୍ଗଳ କାବ୍ୟ ଅବଲମ୍ବନରେ ଭକ୍ତଚରଣଙ୍କ ଭକ୍ତିମତା ନିରୂପଣ କର।
କିମ୍ବା, ‘ମଥୁରାମଙ୍ଗଳ’ କାବ୍ୟର ଦ୍ଵିତୀୟ ଛାନ୍ଦ ଅବଲମ୍ବନରେ ଅକୁରଙ୍କ ଭକ୍ତି ଭାବନାର ପରିଚୟ ଦିଅ।
Answer:
‘ମଥୁରାମଙ୍ଗଳ’ କାବ୍ୟ ହେଉଛି କବି ଭକ୍ତଚରଣ ଦାସଙ୍କର ସର୍ବଶ୍ରେଷ୍ଠ କୃତି। ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳାମୟ ଜୀବନର ଏହା ଏକ ରସମୟ ଅଭିବ୍ୟକ୍ତି। ଏହି କାବ୍ୟରେ ଅକୁରଙ୍କ ଚରିତ୍ର ଏକ ଅନବଦ୍ୟ ସୃଷ୍ଟି। ଅକ୍ରୂର ହେଉଛନ୍ତି ମଥୁରା ନରପତି କଂସର ମନ୍ତ୍ରୀ। ସେ ଭକ୍ତ। ସେ ଜାଣେ ଶ୍ରୀକୃଷ୍ଣ ହିଁ ସ୍ୱୟଂ ଭଗବାନ୍। କଂସଙ୍କର ମନ୍ତ୍ରୀ ହେଲେବି ସେ କଂସଙ୍କର କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ। ସେ ଚାହେଁ କଂସର ବିନାଶ, ମାତ୍ର ଏଥିପାଇଁ ସେ ଅକ୍ଷମ। ବାହାରକୁ ସେ କଂସର ବିଶ୍ବାସୀ, କିନ୍ତୁ ମନଭିତରେ ସେ କଂସର ମୃତ୍ୟୁ କାମନା କରନ୍ତି। କଂସ ଯେତେବେଳେ ଜାଣିଲା ଶ୍ରୀକୃଷ୍ଣ ଗୋପପୁରରେ ନନ୍ଦରାଜାଙ୍କ ଘରେ ବଢୁଛନ୍ତି, ସେତେବେଳେ ସେ ତାଙ୍କୁ ମାରିବାକୁ ନାନା ଉପାୟ କଲା। ମାତ୍ର ତା’ର ସକଳ ଉଦ୍ୟମ ବିଫଳ ହେଲା। ସେ ଯେତେ ଅସୁରଙ୍କୁ ପଠାଇଲା ସମସ୍ତେ ମଲେ। ଏଣୁ ସେ ବ୍ୟସ୍ତ ହୋଇପଡ଼ିଲା। ଅବଶେଷରେ ମନ୍ତ୍ରୀ ଅକ୍ରୁରଙ୍କୁ ପାଖକୁ ଡାକି ନିଜର ମନୋଭାବ ବ୍ୟକ୍ତ କଲା –

‘‘ନନ୍ଦନନ୍ଦନ ମୋହର ବଇରୀ।
ତାକୁ କେମନ୍ତେ ପକାଇବି ମାରି ।।’’

ଶେଷରେ ରାମକୃଷ୍ଣଙ୍କୁ ଆଣିବା ପାଇଁ ଅକ୍ରୁରଙ୍କୁ ରଥ ନେଇ ଗୋପପୁରକୁ ଯିବାକୁ ସେ ଆଦେଶ ଦେଲା। ରାମକୃଷ୍ଣଙ୍କୁ ସେ ଆଣି ନିଜ ହାତରେ ମାରି ଶାନ୍ତି ଲାଭକରିବ ବୋଲି କହିଲା। ଅକ୍ରୁରଙ୍କୁ ସେ ବିନୀତ ହୋଇ କୃଷ୍ଣଙ୍କୁ ମଥରାପୁର ଆଣିବାକୁ କହିଲା। ପ୍ରକୃତରେ ଅକ୍ରୂର ଏପରି ଏକ ସୁଯୋଗର ଅପେକ୍ଷା କରିଥିଲେ। ଏତେଦିନ ତାଙ୍କ ଜୀବନ ଧନ୍ୟ ହେଲା। ସେ ନିଜେ ଦେଖୁବେ ଭଗବାନ୍ ଶ୍ରୀକୃଷ୍ଣଙ୍କୁ। ତାଙ୍କ ଜନ୍ମ ସାର୍ଥକ ହେବ। କଂସର ହେବ ବିନାଶ। ସକାଳୁ ସେ ରଥ ପ୍ରସ୍ତୁତ କରି ଗୋପକୁ ଯିବାକୁ ବାହାରିଲେ। କୃଷ୍ଣ ଦର୍ଶନ ଆଶା ତାଙ୍କର ବଳବତ୍ତର ହୋଇଉଠିଲା। ଚକ୍ଷୁ ପଲକମାତ୍ରେ ସେ ମଥୁରା ସୀମା ଅତିକ୍ରମ କରିଗଲେ। ବାଟରେ ସେ ମନେମନେ ଚିନ୍ତା କରୁଥା’ନ୍ତି –

‘‘କଂସଡଗର କରେ ବିଚାର ଧନ୍ୟ ହୋଇଲି ଆଜ ।
ଧନ୍ୟ ମୋ ତାତ ଧନ୍ୟ ମୋ ମାତ ଦେଖୁବି ଦେବରାଜ ॥
ଧନ୍ୟ ମୋ ନେତ୍ର ହେବ ପବିତ୍ର ଚାହିଁ ଜଳଦତନୁ ।
ଗୋପାଳ ମେଳେ ନନ୍ଦର କୋଳେ ବସି ୟେ ଥିବେ କାହୁ ॥
ଦୂରୁ ଅନାଇ ଡାକିବେ ଦୁଇ-ଭାଇ ଅକ୍ରୁର ଆସ ।
ସେ ବାଣୀ ଶୁଣି ଶ୍ରବଣ ବେନି ତେଜିବେ ସର୍ବ ଦୋଷ ॥’’

ଅକ୍ରୁର ଭକ୍ତ, ତାଙ୍କ ମନ ଓ ହୃଦୟ କୃଷ୍ଣ ଅନୁରକ୍ତ। ସେ ଭାବୁଥା’ନ୍ତି ଶ୍ରୀକୃଷ୍ଣଙ୍କର ନବୀନ ଘନକାନ୍ତି ଦେଖୁ ତାଙ୍କର ଆଖ୍ ପବିତ୍ର ହେବ। ଶ୍ରୀକୃଷ୍ଣଙ୍କର ମଧୁମୟ ବାଣୀ ଶୁଣି ତା’ର କର୍ଣ୍ଣ ଧନ୍ୟ ହେବ। ଶ୍ରୀକୃଷ୍ଣଙ୍କ ଶରୀରର ସୁଗନ୍ଧ ଲାଭକରି ତାଙ୍କର ନାସା ପବିତ୍ର ହେବ। ଶ୍ରୀକୃଷ୍ଣ ଯେତେବେଳେ ତାଙ୍କୁ କୋଳ କରିବେ ସେତେବେଳେ ତାଙ୍କର ଅଙ୍ଗ ନିର୍ମଳ ହୋଇଯିବ। ମନେ ମନେ ସେ କଂସକୁ ପ୍ରଶଂସା କଲେ ତାଙ୍କୁ ପଠାଇଥିବା ହେତୁ । ସେ ଏଥର ଭାବିଲେ –

‘‘ପାଇବି ଗତି ଦେଖୁ ଶ୍ରୀପତି ଛେଦିବି ଭବବନ୍ଧ ।
ସ୍ନେହରେ କରି ବ୍ରଜବିହାରୀ କର ଦେବ ମୋକନ୍ଧ ॥’’

ଅକ୍ରୁରଙ୍କ ମନ ଭିତରେ ଆଉ କୌଣସି ଭାବନା ନାହିଁ । କେବଳ କୃଷ୍ଣଦର୍ଶନ ଆଶାରେ ସେ ଅଧୀର । ରଥରେ ଯାଉ ଯାଉ ବାଟରେ ବାଲିକୁଦ ପଡ଼ିଲା। ସେଠି ସେ ଦେଖିଲେ ଭଗବାନଙ୍କ ପାଦ ଚିହ୍ନ ପଡ଼ିଛି। ସେ ତତ୍‌କ୍ଷଣାତ୍‌ ରଥରୁ ଡେଇଁପଡ଼ି ଦେହସାରା ବାଲି ବୋଳିହୋଇ କାନ୍ଦି କାନ୍ଦି ମୁର୍ଚ୍ଛା ହୋଇପଡ଼ିଲେ । ଅଳ୍ପ ଅଳ୍ପ ଚାହିଁ ପୁଣି ନୟନ ମୁଦ୍ରିତ କରିନେଲେ। ଶ୍ରୀକୃଷ୍ଣଙ୍କ ସେ ଆର୍ଭକଣ୍ଠରେ ଡାକଦେଲେ। ସତେ କ’ଣ ସେ କରୁଣାମୟ ଭଗବାନ୍ ଶ୍ରୀକୃଷ୍ଣଙ୍କୁ ଦେଖ‌ିବେ । ସତେ କ’ଣ ତାଙ୍କର ଜୀବନ ଧନ୍ୟ ହେବ। କବି ଅକ୍ରୁରଙ୍କର ଏହି ଭକ୍ତି ଭାବବିହ୍ବଳ ଅବସ୍ଥାକୁ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି –

‘‘ଆନନ୍ଦ ହୋଇ ରଥରୁ ଡେଇଁ ଶିରେ ନିଉଡ଼େ ବାଲି ।
ହା କୃଷ୍ଣ ବୋଲି ନ ପାରେ ଚାଲି, ନୟନୁ ଅଶ୍ରୁ ଗଳି ॥
କହି ହୁଡ଼ଇ, ଉଠି ପଡ଼ଇ, ଗଡ଼ଇ ପାଦ ପରେ ।
ଶୂନ୍ୟକୁ କୋଳ କରି ଆକୁଳ, କମ୍ପଇ ପ୍ରେମଭରେ ॥’’

ବାସ୍ତବିକ ଉକ୍ତ କବିତାରେ ଅକୃରଙ୍କର ଶ୍ରୀକୃଷ୍ଣ ଭକ୍ତିର ଯଥାର୍ଥ ଭାବ ନିହିତ । ସେ କଂସର ମନ୍ତ୍ରୀ ହୋଇ ମଧ୍ଯ କଂସର ଅନ୍ୟାୟ-ଅନାଚାର ଓ ଅତ୍ୟାଚାରକୁ ପ୍ରଶ୍ରୟ ଦେଇନାହାନ୍ତି । ସେ କୃଷ୍ଣଙ୍କୁ ପରମାତ୍ମା ଭାବରେ ଜାଣନ୍ତି । ତେଣୁ ସେ ଶ୍ରୀକୃଷ୍ଣଙ୍କ କରୁଣାଲାଭ କରି ଧନ୍ୟ ହୋଇଅଛନ୍ତି । କବି ଏହି ଚରିତ୍ରକୁ ସୁନ୍ଦର ଭାବରେ ରୂପାୟନ କରିଅଛନ୍ତି ।

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 6.
ଏକ କୃଷ୍ଣରସାଶ୍ରିତ କାବ୍ୟ ଭାବରେ ‘ମଥୁରା ମଙ୍ଗଳ’ର ସାର୍ଥକତା ନିରୂପଣ କର।
Answer:
ବୈରାଗୀଚରଣ ପଟ୍ଟନାୟକରୁ ଯେଉଁ ଅଲୌକିକ ପ୍ରତିଭାର ରୂପନ୍ତରଣରେ ଆବିର୍ଭାବ ହୋଇଥଲେ ଓଡ଼ିଆ ସାହିତ୍ୟର ଅନନ୍ୟ କବି ଭକ୍ତଚରଣ ଦାସ, ସେଇ ଅଲୌକିକତାର ଏକ ଜ୍ଵଳନ୍ତ ରୂପଭାବରେ ପ୍ରକଟିତ ହୋଇଥିଲା କାବ୍ୟ ‘ମଥୁରାମଙ୍ଗଳ’ ଓଡ଼ିଆ କୃଷ୍ଣ ସାହିତ୍ୟ କ୍ଷେତ୍ରରେ ଏକ ଅଦ୍ବିତୀୟ ଓ ଅନୁପମ କାବ୍ୟ ଏହି ‘ମଥୁରାମଙ୍ଗଳ’। ଭକ୍ତି ରସାତ୍ମକ ଭାବ ଓ ସତ୍ୟ- ଧର୍ମର ପ୍ରତିଷ୍ଠାର ଜୟଗାନ କରୁଥିବା ଏହି କାବ୍ୟ ଏଯାବତ୍ ତା’ର ଲୋକପ୍ରିୟତାକୁ ଅକ୍ଷୁଣ୍ଣ ରଖୁଛି। ‘ମଥୁରାମଙ୍ଗଳ’ କାବ୍ୟର ନାୟକ ଶିରୋମଣି ହେଉଛନ୍ତି ଶ୍ରୀକୃଷ୍ଣ । ସଂସ୍କୃତ କାବ୍ୟ ପରମ୍ପରାନୁଯାୟୀ ସ୍ୱୟଂ ଭଗବାନ ବୋଲି ଚିତ୍ରିତ ହୋଇଆସୁଥ‌ିବା ଏହି ମହାନାୟକ ହେଉଛନ୍ତି ଅବ୍ୟକ୍ତ ନିରାକାର ଏବଂ ପରଂବ୍ରହ୍ମ । ଇଚ୍ଛାମୟ ପୁରୁଷ ଶ୍ରୀକୃଷ୍ଣ ଯେକୌଣସି ରୂପ ନେଇପାରନ୍ତି । ସେ ଜଣେ ଅଲୌକିକ ପୁରୁଷ, ତାଙ୍କ ଚରିତ୍ରରେ ଦେବତ୍ୱର ସୀମା ନାହିଁ । ତାଙ୍କର ଅଲୌକିକତା ସଂପର୍କରେ ଅତି ସଂକ୍ଷେପରେ କୁହାଯାଇପାରେ –

‘‘ସୁଜନ ବାନ୍ଧବ, ଦୁର୍ଜନ ଯମ
ଶରଣ ତାରଣ କାମିନୀ କାମ ।
ରୂପ ଅରୂପ ନାନାଗତି ହୋଏ
ଯା ନାମେ ଅଶେଷ କଳୁଷ ଦହେ ।’’

ସେହି ନନ୍ଦସୁତ ଗୋଲୋକସୁନ୍ଦର ହଟିଆ ନାଗର ଶ୍ରୀକୃଷ୍ଣ ବାଲ୍ୟକାଳରୁ ତୁଳସୀ ଦୁଇପତ୍ରରୁ ବାସେ ନ୍ୟାୟରେ ଦୁଷ୍ଟ ନବାରି ସନ୍ଥ ପାଇଛନ୍ତି । ପୁତନାର ପ୍ରାଣନେବାଠାରୁ ବକାଶୁର ବଧ ପର୍ଯ୍ୟନ୍ତ ବନ ଅନଳକୁ ଶୋଷିବାଠାରୁ ଗିରି ଗୋବର୍ଦ୍ଧନ ଉତ୍ତୋଳନ କରିବା ପର୍ଯ୍ୟନ୍ତ ସବୁ ବର୍ଣ୍ଣନା ଭିତରେ ଶ୍ରୀକୃଷ୍ଣଙ୍କ ମହନୀୟତା ପରିସ୍ପଷ୍ଟ । ମଥୁରା ଯାତ୍ରା କାଳରେ ଅକ୍ରୁରଙ୍କୁ ମାୟା ପ୍ରଦର୍ଶନ, ବିନାଯୁଦ୍ଧରେ କଂସ ପରି ପ୍ରତାପୀ ରାକ୍ଷସର ମୃତ୍ୟୁ, ଏସବୁ ଗ୍ରନ୍ଥରେ ଶ୍ରୀକୃଷ୍ଣଙ୍କର ଅଲୌକିକ ଅସାଧାରଣ ଶକ୍ତିର ପରିଚୟ ମିଳେ । ଗୋପୀଗୋପାଳୁଣୀଙ୍କ ଜୀବନଠାରୁ ଅଧିକ ସ୍ନେହଶ୍ରଦ୍ଧା ପ୍ରୀତି ପ୍ରଦାନ ମଧ୍ୟ ଏହି ଅଲୌକିକତାର ଏକ ଏକ ନମୁନା । ଫଳରେ ଶ୍ରୀକୃଷ୍ଣଙ୍କ ମଥୁରାଗମନ ବଡ଼ ଅସହ୍ୟ ହୋଇଉଠିଛି ଗୋପୀମାନଙ୍କ ପାଇଁ । ବାସ୍ତବିକ ‘ମଥୁରାମଙ୍ଗଳ’ କାବ୍ୟରେ କୃଷ୍ଣଙ୍କ ଚରିତ୍ର ଚିତ୍ରଣ ଅଦ୍ବିତୀୟ ।

Question 7.
‘ମଥୁରାମଙ୍ଗଳ’ର ପ୍ରଥମ ଛାନ୍ଦ ଅବଲମ୍ବନରେ ଶ୍ରୀକୃଷ୍ଣଙ୍କ ମହିମା ବର୍ଣ୍ଣନା କର।
Answer:
ମଧ୍ଯକାଳୀନ ଓଡ଼ିଆ କାବ୍ୟଧାରାର ଅନନ୍ୟ ପ୍ରମୁଖ କାବ୍ୟକର୍ତ୍ତା ଥିଲେ ‘ମଥୁରାମଙ୍ଗଳ’ର ରଚୟିତା କବି ଭକ୍ତଚରଣ ଦାସ । ଭକ୍ତଚରଣ ଥିଲେ ନିଷ୍ଠାପର ବୈଷ୍ଣବ, ତାଙ୍କ ବୈଷ୍ଣବୀୟ ଭାବସତ୍ତାର ସୁନ୍ଦର ପ୍ରତିବିମ୍ବନ ହେଉଛି କାବ୍ୟ ‘ମଥୁରାମଙ୍ଗଳ’ । ପରମ୍ପରାକୁ ମାନ୍ୟତା ପ୍ରଦାନ କରି କବି ଭକ୍ତଚରଣ ଦାସ, କାବ୍ୟର ପ୍ରଥମ ଛାନ୍ଦରେ ତାଙ୍କର ଉପାସ୍ୟ ପ୍ରଭୁ କୃଷ୍ଣଙ୍କ ମହିମା ପ୍ରଖ୍ଯାପନ କରିବାରେ ଅସାମାନ୍ୟ ସଫଳତା ଅର୍ଜନ କରିଛନ୍ତି । ‘ମଥୁରାମଙ୍ଗଳ’ କାବ୍ୟର ପ୍ରଥମ ଛାନ୍ଦରେ ପ୍ରଥମେ କବି କୃଷ୍ଣପ୍ରଶସ୍ତି ଗାନ କରିଛନ୍ତି । ତାଙ୍କ ମତରେ କୃଷ୍ଣ ହେଉଛନ୍ତି ଗୋକୁଳ-ସୁନ୍ଦର ଗୋବିନ୍ଦ, ସେ ନନ୍ଦକଧାରୀ, ସେ ମାଧବ, ଦାମୋଦର, କଂସାରି, ଦଇତାରି, ଅନନ୍ତ ବ୍ରହ୍ମାଣ୍ଡବିହାରୀ, ସେ ହିରଣ୍ୟାରି, ବକାରି, ନରକାରି, ମୁରାରି । ସେ ବ୍ରଜଚନ୍ଦ୍ରମା, ନନ୍ଦ-ନନ୍ଦନ-ଆନନ୍ଦକନ୍ଦ, ଗୋପିଜନବଲ୍ଲଭ ସର୍ବକାରଣର କାରଣ ଗୋକୁଳ ଚନ୍ଦ୍ରମା । ସକଳ ଆତ୍ମାରେ ବିଚରଣ କରୁଥିବା ହେତୁ ସେ ହେଉଛନ୍ତି ଆତ୍ମାରାମ, ତାଙ୍କର ଆଦି-ମଧ୍ଯ -ଅନ୍ତ ସବୁକାଳରେ ଅଗୋଚର । ସେଇ ନିରାକାର, ନିରାଧାର, ନିରାମୟ ପରମପୁରୁଷଙ୍କ ଆଜ୍ଞାରେ ସ୍ରଷ୍ଟାପୁରୁଷ ବ୍ରହ୍ମା ସୃଜିଛନ୍ତି ଚତୁର୍ଦ୍ଦଶ ଭୁବନ; ଏଥ‌ିରେ ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ କେବଳ ସେଇ ପରମପୁରୁଷଙ୍କ ଆଜ୍ଞାରେ ଆତଜାତ ହୁଅନ୍ତି । କବିଙ୍କ ଭାଷାରେ-

ସେ ଆଦି ଅନାଦି ନିରାକାର । ଶ୍ରୁତି-ସୁମୃତିକି ନାହିଁ ଗୋଚର ।।
ତୋର ଆଜ୍ଞା ଶିରେ ଧରି ବିରଞ୍ଚ । ଚତୁର୍ଦ୍ଦଶ ଭୁବନ ଅଛି ରଞ୍ଚି ।।
ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଆଦି ଦେବତା । ତୋର ସର୍ଜିଲାରୁ ଏହି ବକତା ।।

କୃଷ୍ଣଙ୍କର ନାମୋଚ୍ଚାରଣରେ ପ୍ରାପ୍ତ ହୁଏ ଅସୀମ ଭକ୍ତ । ସକଳ ପାପ-ସନ୍ତାପରୁ ମିଳେ କେବଳ ମୁକ୍ତି । ତାଙ୍କ ଚରିତ ଗାନ, ପଠନ, ଶ୍ରବଣଦ୍ୱାରା ଅନେକ ସନ୍ତପ୍ତ ବ୍ୟକ୍ତି ପାଇଛନ୍ତି ମୁକ୍ତି । କଳି-କଳୁଷ ବ୍ୟାଡ୍ ଉପଶମ କରିବା ନିମିତ୍ତ କୃଷ୍ଣ ଚରିତ ହେଉଛି ମହୋର୍ଷେଧ୍ । କବିଙ୍କ ଭାଷାରେ –

କୃଷ୍ଣ ଚରିତ ଅମୃତ ବାରାଧ୍ । କବି-କଳୁଷ-ରୋଗକୁ ଔଷଧ ।

ପ୍ରଥମ ଛନ୍ଦର ଶେଷାଶରେ କବି ଭକ୍ତଚରଣ, କୃଷ୍ଣଙ୍କ ଭୋଜବଂଶ ଅବତଂସ ଦ୍ରୁମିଲାନନ୍ଦନ କଂସଙ୍କ ନିଧନ ପ୍ରସଙ୍ଗରେ ଚମତ୍କାର ବର୍ଣ୍ଣନା ପ୍ରଦାନ କରିଛନ୍ତି । ଏଥିପାଇଁ ସେ ଭାଗବତର କଂସବଧ ବୃତ୍ତାନ୍ତକୁ ଆଧାର କରି, କଂସ ପ୍ରତାପରୁ ମହୀଭାରାକୁ ଉଦ୍ଧାର କରିବାପାଇଁ କୃଷ୍ଣ କିପରି ଅବତାର ଗ୍ରହଣ କଲେ ତାହା ଅତି ସୁନ୍ଦର ଓ ସାବଲୀଳ ଶୈଳୀରେ ବର୍ଣ୍ଣନା କରିଅଛନ୍ତି।

Question 8.
ଶ୍ରୀକୃଷ୍ଣଙ୍କ ମଥୁରା ଯାତ୍ରାକାଳୀନ ଦୃଶ୍ୟ ବର୍ଣ୍ଣନା କର।
Answer:
ମଧ୍ଯକାଳୀନ ଓଡ଼ିଆ କାବ୍ୟ ସାହିତ୍ୟର ପ୍ରମୁଖ କାବ୍ୟକର୍ତ୍ତା ଅନାସକ୍ତ ବୈଷ୍ଣବ କବି ଭକ୍ତଚରଣଙ୍କ ଅସାମାନ୍ୟ କୃଷ୍ଣଭକ୍ତିର ଅସାଧାରଣ ପରିଚୟ ହେଉଛି କାବ୍ୟ ‘ମଥୁରାମଙ୍ଗଳ’ । ଶଂସିତ କାବ୍ୟରେ କବି ବହୁଚର୍ଚ୍ଚିତ ଜନପ୍ରିୟ ପୁରାଣ ଆଖ୍ୟାନ କଂସବଧ ପ୍ରସଙ୍ଗକୁ ଗ୍ରହଣ କରିଛନ୍ତି । ପ୍ରବଳପ୍ରତାପୀ ଦୂରାଚାରୀ କଂସ ପ୍ରତାପରେ ସମଗ୍ର ଧରାବାସୀ ଗଭୀର ଦୁଃଖ ଓ ଯାତନାରେ ପୀଡ଼ିତ ହେବାପରେ ସେମାନଙ୍କୁ ଉଦ୍ଧାର କରିବାକୁ ଅବତାରୀ ପୁରୁଷ ଆଦି-ଅନ୍ତଚ୍ୟୁତ ଅଚ୍ୟୁତ କୃଷ୍ଣ ବ୍ରଜପୁରରେ ନନ୍ଦ-ମନ୍ଦିରରେ ବ୍ରଜଲୀଳା ଆରମ୍ଭ କରନ୍ତି ।
ଦେବକୀନନ୍ଦନ କୃଷ୍ଣଙ୍କୁ ବଧ କରିବାପାଇଁ ପାପିଷ୍ଠ ମଥୁରାପତି ମାତୁଳ କଂସ କପଟରେ ମନ୍ତ୍ରୀ ଅକୁରଙ୍କୁ ଦୂତକରି ବ୍ରଜପୁରକୁ ପ୍ରେରଣ କରନ୍ତି । ବ୍ରଜପୁରରେ ଅକୁରଙ୍କ ଉପସ୍ଥିତି ସମସ୍ତଙ୍କୁ ଆଚମ୍ବିତ କରେ, ସବୁରି ମନରେ ସଂଶୟ । ସମ୍ବାଦ ପ୍ରସରିଯାଏ, ବ୍ରଜବାସୀଙ୍କର ଏକାନ୍ତ ପ୍ରିୟତମ ରାମ-କୃଷ୍ଣ-ମଥୁରା ଯାତ୍ରା କରିବେ । ଏହି ସମ୍ବାଦ ଶ୍ରବଣରେ ମର୍ମାହତ ହୋଇଉଠିଛି ସମଗ୍ର ଗୋପପୁର । ପଥେ-ଘାଟେ ଚର୍ଚ୍ଚା, ଆଲୋଚନା, ଆଲୋଡ଼ା, ଖେଦ, ସନ୍ତାପ ଆଉ ବିଚଳନ ।
କୃଷ୍ଣଙ୍କ ମଥୁରାଯାତ୍ରା ପ୍ରସଙ୍ଗରେ ସମସ୍ତେ ଚକିତ, ଗଭୀର ଭାବରେ ଦୁଃଖାଭିଭୂତ । ସତେ ଯେମିତି ଗୋପରେ ଅକାଳ ବଜ୍ରପାତ ଘଟିଛି । କବିଙ୍କ ଭାଷାରେ –

‘‘ଶୁଣି ଗୋପପୁରଜନେ ହୋଇଲେ ଆରତ
ବଜ୍ର ବାଜି ଥାବର ହୁଅଇ ଯେହ୍ନେ ପାତ ।’’

ମେଳି ମେଳି ହୋଇ ଗୋପୀମାନେ ବିଚାର କରୁଥିଲେ, କୃଷ୍ଣ ତାଙ୍କର ପ୍ରାଣ, ପ୍ରାଣ ଚାଲିଗଲେ ସେମାନେ ଜୀବନ ଜିଇଁବେ କିପରି? ତେଣୁ

‘‘ନିଶ୍ଚେ ହୋଇବ ମରଣ
ଯେତେବେଳେ ଗୋପ ତେଜି ଯିବେ ନାରାୟଣ ।’’

କୃଷ୍ଣଙ୍କ ମଥୁରାଯାତ୍ରା ପ୍ରସଙ୍ଗ ସମସ୍ତଙ୍କ ହୃଦୟକୁ ମଥୁ କରିଦେଲା, ଏହା ଶୁଣିବା ମାତ୍ରେ କେହି କେହି ପ୍ରାଣ ବିସର୍ଜନ କରିବାର ପ୍ରତିଜ୍ଞା କଲେ, ସବୁରି ଚକ୍ଷୁ ଲୋତକାପ୍ଲତ, ଅବାରିତ ବାରିଧାରା ଭଳି କେହି କେହି ଢାଳୁଥୁଲେ ଅଶ୍ଳୀଳ ଅର୍ଘ୍ୟ । ସମସ୍ତେ ସନ୍ତାପିତ, ଦୁଃଖ-ସନ୍ତାପର ଚରମ ମୁହୂର୍ଭ ଯେମିତି ସମଗ୍ର ଗୋପକୁ ଆଚ୍ଛନ୍ନ ଆଉ ଉଚ୍ଛନ୍ନ କରୁଥିଲା । କୃଷ୍ଣଙ୍କ ମଥୁରା ଯାତ୍ରାକାଳୀନ ଦୃଶ୍ୟାଙ୍କନରେ କବିଙ୍କର ବର୍ଣ୍ଣନା ଅତ୍ୟନ୍ତ ବେଦନାରୁଣ ଅବସ୍ଥା ସୃଷ୍ଟି କରିଛି । ସତେଯେମିତି ସମଗ୍ର ଗୋପଦାଣ୍ଡରେ ପ୍ରବାହିତ ହୋଇଛି ଶୋକ-କାରୁଣ୍ୟର ଉଜାଣି ଯମୁନା ।

Question 9.
ରାମକୃଷ୍ଣଙ୍କ ମଥୁରା ଯାତ୍ରା ସମୟରେ ଗୋପୀମାନଙ୍କ ଅବସ୍ଥା ବର୍ଣ୍ଣନା କର।
Answer:
ଅସାଧାରଣ ଭକ୍ତିମତ୍ତା ଓ କୃଷ୍ଣିକପ୍ରାଣତାର ରସବାନ ଅଭିବ୍ୟକ୍ତି କବି ଭକ୍ତଚରଣଙ୍କର ଅନନ୍ୟ ଭକ୍ତି ଅର୍ଘ୍ୟ ‘ମଥୁରାମଙ୍ଗଳ’। ଶଂସିତ କାବ୍ୟର ଚତୁର୍ଥ ଛନ୍ଦରେ କବି କୃଷ୍ଣଙ୍କର ମଥୁରା ଯାତ୍ରାର ପ୍ରାକ୍ ସୂଚନାରେ କୃଷ୍ଣଗତପ୍ରାଣା ଗୋପୀମାନଙ୍କର ଶୋକ-କାରୁଣ୍ୟର ସନ୍ତାପିତ ମୁହୁର୍ଭକୁ ଅତି ସୁନ୍ଦର ଓ ମନୋଜ୍ଞ ଭାବରେ ବର୍ଣ୍ଣନା କରିଛି। ଭୋଜବଂଶ ଅବତଂସ ଦ୍ରୁମିଲାସୁତ କଂସଙ୍କ ମନ୍ତ୍ରୀ ଅକ୍ରୁରଙ୍କ ରଥ ଗୋପଦାଣ୍ଡରେ ନନ୍ଦ-ମନ୍ଦିର ଅଭିମୁଖୀ ହେବାପରେ ସମଗ୍ର ବ୍ରଜଭୂମିରେ ପରିଲକ୍ଷିତ ହୋଇଛି ଅକାଳ ବଜ୍ରପାତର ଦାରୁଣ ଓ ଶୋକଦ ପରିସ୍ଥିତି । ସବୁରି ଭିତରେ ବିଷଣ୍ଣତା ଆଉ ବ୍ୟାକୁଳତା । କୃଷ୍ଣ ଗୋପୀନାଥ, ଗୋପାଙ୍ଗନାମାନେ କୃଷ୍ଣଗତପ୍ରାଣା । ସେ ମଥୁରା ଚାଲିଗଲେ ପ୍ରାଣଶୂନ୍ୟ ହୋଇଯିବେ ଗୋପୀମାନେ । ରାମକୃଷ୍ଣ ସେମାନଙ୍କ ବେନି ନେତ୍ର, ଉଭୟ ମଥୁରାଗଲେ ସେମାନେ ଚକ୍ଷୁଶୂନ୍ୟ ହେବେ । କୃଷ୍ଣ ପ୍ରୀତି-ପାଗଳିନୀ ଗୋପାଙ୍ଗନାମାନଙ୍କ ମଧ୍ୟରୁ କେହି କେହି ଗଭୀର ଦୁଃଖରେ କେବଳ ଅଶୁମୁଞ୍ଚନ କରିବାକୁ ଲାଗିଲେ । କେହି କେହି କୃଷ୍ଣବିହୀନ ଜୀବନକୁ ଯମୁନା ଜଳରେ ଝାସ ଦେବାର ଯୋଜନା କଲେ । କଂସଦ୍ଵାରା କୃଷ୍ଣ ନୀତ ହେଉଥିବାରୁ, କୃଷ୍ଣଙ୍କ ବିହୁନେ ବଞ୍ଚିବା ଅସମ୍ଭବ ହେଉଥ‌ିବାରୁ କେହି କେହି ନିଶ୍ଚିତ ମରଣର ଉଦ୍‌ଘୋଷଣା କରି, କଂସ ନାରୀହତ୍ୟା ଦୋଷର ମହାପାତକରେ ପାତକୀ ହେବ ବୋଲି ଦୃଢ଼ ଚେତାବନୀ ଶୁଣାଇଛନ୍ତି ।

‘‘କେ ବୋଲେ, ଯମୁନାଗଣ୍ଡେ ଜୀବନ ହାରିବା
ଦାରୁଣ କଂସ ନୃପତି ନାମରେ ମରିବା ।
ସ୍ତିରୀହତ୍ୟା ଦୋଷ ପାଉ,
ସୁଖ ଶିରୀ ଛାଡ଼ି ନିଜ ଜୀବନ ହରାଉ।’’

କୃଷ୍ଣଙ୍କ ମଥୁରାଯାତ୍ରା ପରିପ୍ରେକ୍ଷୀରେ ଚତୁରୀ ଗୋପାଙ୍ଗନାମାନଙ୍କ ଆତୁରତା ହେଉଥୁଲା ତୀବ୍ରତର। କେହି କେହି ଗୋପୀ କୃଷ୍ଣ ମଥୁରା ଯାତ୍ରା ନକରନ୍ତୁ, ଗୋପରେ ରହନ୍ତୁ, ଏଥ‌ିପାଇଁ ନିଜର ମୃତ୍ୟୁ ହେଉ ବୋଲି ସଂକଳ୍ପ କରୁଥିଲେ। ସମଗ୍ର ଗୋପାଙ୍ଗନାମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଏକାନ୍ତ ଶୋକ-ସନ୍ତୁଳିତ-ସନ୍ତପ୍ତ ପରିସ୍ଥିତି । କିଏ ଏଇ ବେଦନାରେ ହୃଦରେ କରାଘାତ କରୁଥାଏ ତ, କିଏ ପୁଣି ଭାରସାମ୍ୟ ହରାଇ ଭୂମିଗତା ହେଉଥାଏ। ‘ହା ଗୋବିନ୍ଦ’ ଶବ୍ଦ ଉଚ୍ଚାରଣ କରି କିଏ ପୁଣି ମୂର୍ତ୍ତିତା ହେଉଥାଏ। ଗୋପାଙ୍ଗନାମାନଙ୍କ ଶୋକ-ସନ୍ତାପିତ ଅବସ୍ଥାର ଭାବୋଚ୍ଛାସକୁ ଭକ୍ତ କବି ଭକ୍ତଚରଣ ଅତି ଚମତ୍କାର ତଥ୍ୟ ଅନ୍ତରଙ୍ଗ ଶୈଳୀରେ ବର୍ଣ୍ଣନା କରି, ଭାବଗ୍ରାହୀଙ୍କ ପ୍ରତି ଭାବପ୍ରବଣା ଗୋପୀମାନଙ୍କର ଭାବସାବଲ୍ୟ ପ୍ରକାଶ କରିଛନ୍ତି।

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 10.
‘ମଥୁରାମଙ୍ଗଳ’ କାବ୍ୟଟି ଭକ୍ତି ଓ ସଙ୍ଗୀତର ସମନ୍ବିତ ଆଧାର ଆଲୋଚନା କର । କିମ୍ବା, ‘ମଥୁରାମଙ୍ଗଳ’ କାବ୍ୟରୁ କବିଙ୍କର କବିତ୍ବ ଓ ବର୍ଣ୍ଣନା ନୈପୁଣ୍ୟର ପରିଚୟ ପ୍ରଦାନ କର?
Answer:
ରୀତିଯୁଗର ଅନ୍ୟତମ ବିଶିଷ୍ଟ କବି ଭକ୍ତଚରଣ ଦାସ। ‘ମଥୁରାମଙ୍ଗଳ’ ତାଙ୍କର ଅନନ୍ୟ ସୃଷ୍ଟି। ଏହି କାବ୍ୟରେ ବର୍ଣ୍ଣିତ ହୋଇଛି ଶ୍ରୀକୃଷ୍ଣଙ୍କର ଅଲୌକିକ ଲୀଳାର କମନୀୟ ଅଭିବ୍ୟକ୍ତି। ଏଥ‌ିରେ ଶ୍ରୀକୃଷ୍ଣଙ୍କ ଜନ୍ମ, କୈଶୋର କଳା, ଶ୍ରୀକୃଷ୍ଣଙ୍କ ପ୍ରତି ଯଶୋଦାଙ୍କର ବାତ୍ସଲ୍ୟଭାବ, ଶ୍ରୀକୃଷ୍ଣ ଓ ଗୋପାଙ୍ଗନାମାନଙ୍କର ପ୍ରେମଲୀଳା, ଶ୍ରୀକୃଷ୍ଣଙ୍କ ମଥୁରାଗମନ, ଅକ୍ରୁରଙ୍କ କୃଷ୍ଣଭକ୍ତି, ମଥୁରାରେ କୃଷ୍ଣଙ୍କର ଅବସ୍ଥାନ, କଂସ ବିନାଶ, କଂସ ରାଣୀମାନଙ୍କର ଶୋକ, ଶ୍ରୀକୃଷ୍ଣଙ୍କ ବିଚ୍ଛେଦରେ ଗୋପାଙ୍ଗନାମାନଙ୍କର ଗଭୀର ଦୁଃଖ, ଉଦ୍ଧବ ଓ ଗୋପାଙ୍ଗନାଙ୍କର ଉକ୍ତି ପ୍ରତ୍ଯୁକ୍ତି ଏବଂ ପ୍ରେମଭକ୍ତିର ଶ୍ରେଷ୍ଠତ୍ୱ ପ୍ରତିପାଦନ ଇତ୍ୟାଦି ବିବିଧ ପ୍ରସଙ୍ଗ ରସାଳଭାବରେ ବର୍ଣ୍ଣିତ । ବୈଷ୍ଣବ ଭକ୍ତି ଓ ପ୍ରେମତତ୍ତ୍ଵ ଏଥରେ ରୂପାୟନ କରାଯାଇଥିଲେ ମଧ୍ୟ କବି ରୀତିଯୁଗର କାବ୍ୟାଦର୍ଶକୁ ଏଥ‌ିରେ ଅନୁସରଣ କରିଛନ୍ତି । ବିଭିନ୍ନ ଛାନ୍ଦ ଓ ରାଗରାଗିଣୀ, ଆଳଙ୍କାରିକ ଶବ୍ଦ ସଂଯୋଜନା, ଶୃଙ୍ଗାର ରସ ପ୍ରାଧାନ୍ୟ, ଅନ୍ୟାନ୍ୟ ରସଗୁଡ଼ିକର ଆନୁଷଙ୍ଗିକ ପ୍ରୟୋଗ, ବିଭିନ୍ନ ଅଳଙ୍କାରର ବ୍ୟବହାର ଏହି କାବ୍ୟରେ ଦେଖିବାକୁ ମିଳେ । ଏହି କାବ୍ୟର ଆରମ୍ଭରେ କବି ‘ଆଦୌ ଆଶା ନମସ୍କ୍ରିୟ ।’ ରୀତିରେ ଇଷ୍ଟସ୍ତୁତି ଓ ବସ୍ତୁନିର୍ଦେଶ କରିଅଛନ୍ତି; ଯଥା –

ଜୟ ଗୋବିନ୍ଦ ଗୋକୁଳ-ସୁନ୍ଦର ।
ଜୟ ରାମ-ଅନୁଜ ଦାମୋଦର ।।
ଜୟ କଂସାରି ଜଗତ-ତାରଣ ।
ଜୟ ମାଧବ ନନ୍ଦକ-ଧାରଣ ।।

ଶ୍ରୀମଦ୍‌ଭାଗବତର ଦଶମ ସ୍କନ୍ଧର କଥାବସ୍ତୁକୁ ଗ୍ରହଣ କରି କବି କାବ୍ୟର ବିଷୟବସ୍ତୁ ଅବତାରଣା କରିଅଛନ୍ତି । ଏହାପରେ କବି କଂସର ଅତ୍ୟାଚାରରେ ଧରଣୀର ଦୁଃଖ, ବ୍ରହ୍ମାଦି ଦେବତାମାନଙ୍କର ନାରାୟଣଙ୍କୁ ସ୍ତୁତି, ନାରାୟଣଙ୍କର କୃଷ୍ଣ ଅବତାର, ଗୋପପୁରରେ ଅବସ୍ଥାନ, କଂସ ପଠାଇଥିବା ଅସୁରମାନଙ୍କ ଶ୍ରୀକୃଷ୍ଣଙ୍କ ହାତରେ ନିଧନ, କଂସର ଭାଳେଣି, ଶ୍ରୀକୃଷ୍ଣଙ୍କୁ ମଥୁରା ଆଣିବାକୁ ମନ୍ତ୍ରୀ ଅକୃରଙ୍କୁ ପ୍ରେରଣ ଆଦି ଘଟଣାକୁ ଚମତ୍କାର ଭାବରେ ରୂପାୟନ କରିଅଛନ୍ତି । ଏହାପରେ ଅକ୍ରୂର ଯାଇଛନ୍ତି ଶ୍ରୀକୃଷ୍ଣଙ୍କୁ ଆଣିବାପାଇଁ। କବି ଯେପରି ଭାବରେ ଅକ୍ରୂରଙ୍କର କୃଷ୍ଣଭକ୍ତିଙ୍କୁ ରୂପାୟନ କରିଅଛନ୍ତି ସେଥ‌ିରୁ କବିଙ୍କର କୃଷ୍ଣଭକ୍ତି ଜଣାଯାଇଥାଏ । ଅକ୍ରୂର ଗୋପଦାଣ୍ଡରେ ପହଞ୍ଚି ଶ୍ରୀକୃଷ୍ଣଙ୍କ ଗୋଦୋହନ କରୁଥିବା ଦେଖୁଥିଲେ। କବି ଲେଖୁଛନ୍ତି –

‘ଦେଖୁଲା ଗୋଟେ ଗୋପାଳ ମେଣ୍ଟ ଗାବ ଦୁହନ୍ତି ହରି ।
ନୀଳଜୀମୃତ-ବରନ ଦୀତ-ବସନ ବିଦୁପରି ॥
ଶିରେ ତ୍ରିମୁଣ୍ଡୀ କି ଅବା ମଣ୍ଡି ଥୋଇଛି ଇନ୍ଦ୍ରଧନୁ ।
ଭ୍ରମର ଶ୍ରେଣୀ ଚୁମ୍ବନ୍ତି ଜାଣି ସୁଗନ୍ଧ ଗନ୍ଧ ଯେଣୁ ॥
ଅଳକାପନ୍ତି ଝଳି ଦିଶନ୍ତି ଭୁଲତା ପୁଷ୍ପଚାପ ।
ନୟନ ବାଣ ଅଞ୍ଜନ ଗୁଣ କର୍ଷ ପର୍ଯ୍ୟନ୍ତେ ଧାପ ॥’’

ଶ୍ରୀକୃଷ୍ଣଙ୍କର ରୂପକାନ୍ତି କବିଙ୍କର ଲେଖନୀରେ ଜୀବନ୍ତ ହୋଇଉଠିଛି । ବର୍ଣ୍ଣନା ଯେପରି ସ୍ଵାଭାବିକ ସେହିପରି ଏକାନ୍ତ ରସମୟ । ପୁଣି ଶ୍ରୀକୃଷ୍ଣଙ୍କର ପରୀକ୍ଷା, ଅକୃରଙ୍କ ଦୁଃଖ ଓ ଅବଶେଷରେ ଶ୍ରୀକୃଷ୍ଣଙ୍କର ଅକୃରଙ୍କୁ ଗୃହକୁ ନେବା, ତାଙ୍କର ଆତିଥ୍ୟ ସତ୍କାର କରିବା ଓ କଂସର ଉଦ୍ଦେଶ୍ୟ ସମ୍ପର୍କରେ ଅକ୍ରୂର କହିବା ଆଦି ଘଟଣା ବେଶ୍ ଚିତ୍ତାକର୍ଷକ ହୋଇଅଛି । କବି ଏହି ପ୍ରସଙ୍ଗରେ କଂସର ଗୋଟିଏ ଚିଠିର ଅବତାରଣା କରିଅଛନ୍ତି । ଏହି ଚିଠିରେ କଂସର ସାମ-ଦାନ-ଦଣ୍ଡ ଭେଦନୀତିରେ ପରିଚୟ ନିହିତ । କଂସ ଚିଠିରେ ନନ୍ଦରାଜାଙ୍କୁ ଧମକ ଦେଇଛି ।

‘‘କେବଳ ଶିରୀଷ-କୁସୁମକୁ ମହା-ପ୍ରଳୟ ବରଷା ଲୋଡ଼ି ।
ସେହି ପ୍ରାୟେ ମୁହିଁ, ସେହି ପ୍ରାଏ ତୁହି, ଶିଶିରେ ଯେ ଯିବୁ ସଢ଼ି ॥”

ଶ୍ରୀକୃଷ୍ଣ-ବଳରାମଙ୍କ ସହିତ ମଥୁରାକୁ ବାହାରିଲେ । ଏହି ସମ୍ବାଦ ଗୋପପୁରରେ ବ୍ୟାପିଗଲା । ଜନନୀ ଯଶୋଦା ମଧ୍ୟ ବିକଳ ବିଳାପ କରିବାକୁ ଲାଗିଲେ ।

ଆରେ ବାବୁ ଶ୍ୟାମଘନ ତୁ ଗଲେ ମଧୁଭୁବନ
କାହା ମୁଖ ଅନାଇ ବଞ୍ଚିବି
ହେବ ଦଶ ଦିଗ ଶୂନ୍ଯ ଅସ୍ଥିର ହେବ ଜୀବନ
ନିଶି ଦିବସରେ ଝୁରୁଥିବିରେ ଜୀବଧନ।

ଶ୍ରୀକୃଷ୍ଣ ମଥୁରାକୁ ଗଲେ ଗୋପପୁରବାସୀ କିପରି ବଞ୍ଚିବେ ଏହିକଥାକୁ ସେମାନେ ଚିନ୍ତା କରିଛନ୍ତି । କବି ଯେପରି ଭାବରେ ବିଷୟବସ୍ତୁର ଉପସ୍ଥାପନ କରିଛନ୍ତି ତାହା ଏକାନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ଅତଏବ ‘ମଥୁରାମଙ୍ଗଳ’ କାବ୍ୟରୁ କବିଙ୍କର ବର୍ଣ୍ଣନା ନୈପୁଣ୍ୟର ଯଥାର୍ଥ ପରିଚୟ ମିଳିଥାଏ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

(କ) ୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ ।

Question 1.
ଭକ୍ତଚରଣ ଦାସ କେଉଁ ଯୁଗର କବି?
(A) ସବୁଜ ଯୁଗ
(B) ରୀତି ଯୁଗ
(C) ସାରଳା ଯୁଗ
(D) ସତ୍ୟବାଦୀ ଯୁଗ
Answer:
(B) ରୀତି ଯୁଗ

Question 2.
ଶ୍ରୀକୃଷ୍ଣ କାହାର ଶତ୍ରୁ?
(A) ଶକଟାର
(B) ହିରଣ୍ୟକଶିପୁର
(C) ଅଘାସୁରର
(D) କଂସର
Answer:
(D) କଂସର

Question 3.
‘ମଥୁରା ମଙ୍ଗଳ କାବ୍ୟ’ରେ କେଉଁ କାବ୍ୟରେ ପ୍ରଭାବ ପଡୁଛି?
(A) ଭାଗବତ
(B) କୀଚକବଧ
(C) ମହାଭାରତ
(D) ଚିଲିକା
Answer:
(A) ଭାଗବତ

Question 4.
‘ମଥୁରାମଙ୍ଗଳ’ କାବ୍ୟରେ କେତୋଟି ଛାନ୍ଦ ଅଛି?
(A) ୧୫
(B) ୨୦
(C) 99
(D) ୩୦
Answer:
(D) ୩୦

Question 5.
ନିମ୍ନୋକ୍ତ କେଉଁଟି ଭକ୍ତଚରଣଙ୍କ ରଚିତ କାବ୍ୟ?
(A) ଚିଲିକା
(B) ରସକଲ୍ଲୋଳ
(C) କୀଚକବଧ
(D) ଗୋପମଙ୍ଗଳ
Answer:
(D) ଗୋପମଙ୍ଗଳ

Question 6.
ଶ୍ରୀକୃଷ୍ଣ କାହା କୋଳରେ ଜନ୍ମଗ୍ରହଣ କରିଥିଲେ?
(A) ଯଶୋଦା
(B) ପାର୍ବତୀ
(C) ଉର୍ମିଳା
(D) ଦେବକୀ
Answer:
(D) ଦେବକୀ

Question 7.
ଶ୍ରୀକୃଷ୍ଣଙ୍କୁ ମଥୁରାପୁରକୁ ନେବାପାଇଁ କିଏ ଆସିଥିଲା?
(A) ଉଦ୍ଧବ
(B) କଂସ
(C) ଅଘାସୁର
(D) ଅକ୍ରୂର
Answer:
(D) ଅକ୍ରୂର

Question 8.
‘ମଥୁରାମଙ୍ଗଳ’ କାବ୍ୟର ରଚୟିତା କିଏ?
(A) ରାଧାନାଥ ରାୟ
(B) ଭକ୍ତଚରଣ ଦାସ
(C) ଉପେନ୍ଦ୍ରନାଥ ଦାସ
(D) ସାରଳା ଦାସ
Answer:
(B) ଭକ୍ତଚରଣ ଦାସ

Question 9.
କବି ଭକ୍ତଚରଣଙ୍କ ସମୟସୀମା କେବେ?
(A) ୧୮୦୫–୧୯୦୦
(B) ୧୫୫୦–୧୬୬୦
(C) ୧୯୦୦–୨୦୧୦
(D) ୧୭୮୦–୧୮୫୫
Answer:
(D) ୧୭୮୦–୧୮୫୫

Question 10.
ଭକ୍ତଚରଣଙ୍କ ପିତୃଦତ୍ତ ନାମ କ’ଣ ଥିଲା?
(A) ବାବାଜୀ ଚରଣ ପଟ୍ଟନାୟକ
(B) ସିଦ୍ଧେଶ୍ଵର ପରିଡ଼ା
(C) ସୀତାକାନ୍ତ ପଟ୍ଟନାୟକ
(D) ବୈରାଗୀ ଚରଣ ପଟ୍ଟନାୟକ
Answer:
(B) ସିଦ୍ଧେଶ୍ଵର ପରିଡ଼ା

Question 11.
କେଉଁ ଦୀକ୍ଷା ଗ୍ରହଣ କରିବା ପରେ ତାଙ୍କ ନାମ ହେଲା ଭକ୍ତଚରଣ ଦାସ ହୋଇଥିଲା?
(A) ଗୌଡ଼ୀୟ ଦୀକ୍ଷା
(B) ଶୈବ ଦୀକ୍ଷା
(C) ବୈଷ୍ଣବ ଦୀକ୍ଷା
(D) ମନଃଦୀକ୍ଷା
Answer:
(C) ବୈଷ୍ଣବ ଦୀକ୍ଷା

Question 12.
କବି ଭକ୍ତଚରଣ ଜନ୍ମ ସମୟ କେବେ?
(A) ୧୭୮୦
(B) ୧୮୫୦
(C) ୧୭୯୦
(D) ୧୯୩୦
Answer:
(A) ୧୭୮୦

Question 13.
କବି ଭକ୍ତଚରଣ କେଉଁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ?
(A) କଟକ
(B) ପୁରୀ
(C) ଖୋର୍ଦ୍ଧା
(D) ସମ୍ବଲପୁର
Answer:
(B) ପୁରୀ

Question 14.
ଶ୍ରୀକୃଷ୍ଣ ଜନ୍ମସ୍ଥାନ କେଉଁଠି?
(A) ମଥୁରାପୁର
(B) ଯମୁନାକୂଳ
(C) ଗୋପପୁର
(D) ଅଯୋଧ୍ୟା
Answer:
(A) ମଥୁରାପୁର

Question 15.
ରାମକୃଷ୍ଣ କିଏ?
(A) ଅର୍ଜୁନ-କୃଷ୍ଣ
(B) ବଳରାମ-ଶ୍ରୀକୃଷ୍ଣ
(C) କୃଷ୍ଣ-କଂସ
(D) ଅଭିମନ୍ୟୁ-ଶ୍ରୀକୃଷ୍ଣ
Answer:
(B) ବଳରାମ-ଶ୍ରୀକୃଷ୍ଣ

Question 16.
‘କୁଧର’ ଶବ୍ଦର ଅର୍ଥ କ’ଣ?
(A) ପର୍ବତ
(B) ମନ୍ଦଲୋକ
(C) କୃଷ୍ଣ
(D) ଭଲଲୋକ
Answer:
(A) ପର୍ବତ

(ଖ) ୧ ନମ୍ବର ବିଶିଷ୍ଟ ଏକ ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ ।

Question 1.
‘ମଥୁରାମଙ୍ଗଳ’ କାବ୍ୟର ରଚୟିତା କିଏ ? ଓଡ଼ିଆ ସାହିତ୍ୟରେ ସେ କେଉଁ ଯୁଗର କବି?
Answer:
‘ମଥୁରାମଙ୍ଗଳ’ କାବ୍ୟର ରଚୟିତା ହେଉଛନ୍ତି ଭକ୍ତଚରଣ ଦାସ । ଓଡ଼ିଆ ସାହିତ୍ୟରେ ସେ ହେଉଛନ୍ତି ରୀତିଯୁଗର କବି ।

Question 2.
ଭକ୍ତଚରଣ କେଉଁ ଧର୍ମର ଉପାସକ ଥିଲେ?
Answer:
ଭକ୍ତଚରଣ ଗୌଡ଼ୀୟ ବୈଷ୍ଣବ ଧର୍ମର ଉପାସକ ଥିଲେ ।

Question 3.
ଭକ୍ତଚରଣ କାହାକୁ ପୂଜା କରୁଥିଲେ ?
Answer:
ଭକ୍ତଚରଣ ବୃନ୍ଦାବନ ଚନ୍ଦ୍ରଙ୍କୁ ପୂଜା କରୁଥିଲେ ।

Question 4.
ଭକ୍ତଚରଣଙ୍କ ରଚିତ ଦୁଇଟି ଗ୍ରନ୍ଥର ନାମ ଲେଖ ।
Answer:
ଭକ୍ତଚରଣଙ୍କ ରଚିତ ଦୁଇଗୋଟି ଗ୍ରନ୍ଥ ହେଉଛି – କଳାକଳେବର ଚଉତିଶା, ମନବୋଧ ଚଉତିଶା ।

Question 5.
‘ମଥୁରାମଙ୍ଗଳ’ କାବ୍ୟରେ କେତୋଟି ଛାନ୍ଦ ରହିଛି?
Answer:
‘ମଥୁରାମଙ୍ଗଳ’ କାବ୍ୟରେ ୩୦ଟି ଛାନ୍ଦ ରହିଛି ।

Question 6.
କାବ୍ୟ ଆରମ୍ଭରେ କବି କାହାର ବନ୍ଦନା କରିଛନ୍ତି?
Answer:
କାବ୍ୟ ଆରମ୍ଭରେ କବି ଶ୍ରୀକୃଷ୍ଣଙ୍କର ବନ୍ଦନା କରିଛନ୍ତି ।

Question 7.
କବି କାହାକୁ ଅମୃତ ବାରାଧ୍ ବୋଲି କହିଛନ୍ତି?
Answer:
କବି କୃଷ୍ଣ ଚରିତକୁ ଅମୃତ ବାରାଧ୍ ବୋଲି କହିଛନ୍ତି ।

Question 8.
କଳି-କଳୁଷ ରୋଗର ଔଷଧ କ’ଣ?
Answer:
କୃଷ୍ଣ ଚରିତ ପଠନ, ଶ୍ରବଣ, ଲିଖନ ହେଉଛି କଳି-କଳୁଷ ରୋଗର ଔଷଧ ।

Question 9.
ଭାଗବତରେ କୃଷ୍ଣ ଚରିତ ପ୍ରସଙ୍ଗ କିଏ କାହାକୁ ଶୁଣାଇଛନ୍ତି?
Answer:
ଭାଗବତରେ କୃଷ୍ଣଚରିତ ଶୁକମୁନି ପରୀକ୍ଷିତ ରାଜାଙ୍କୁ ଶୁଣାଇଛନ୍ତି ।

Question 10.
ଭାଗବତର କେଉଁ ସ୍କନ୍ଧରେ କଂସର ଜନ୍ମ-ମରଣ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି?
Answer:
ଭାଗବତର ଦଶମ ସ୍କନ୍ଧରେ କଂସର ଜନ୍ମ-ମରଣ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି ।

Question 11.
କଂସର ପିତା ଓ ମାତାଙ୍କ ନାମ କ’ଣ?
Answer:
କଂସର ପିତାଙ୍କ ନାମ ଦୁର୍ମିଳାସୁର ଓ ମାତାଙ୍କ ନାମ ଇନ୍ଦୁମତୀ ।

Question 12.
କୃଷ୍ଣ ଗୋପପୁରରେ କେଉଁ କେଉଁ ଅସୁରମାନଙ୍କୁ ବିନାଶ କରିଥିଲେ ।
Answer:
କୃଷ୍ଣ ଗୋପପୁରରେ ପୁତନା, ତୃଣା, ଶକଟା, ବକା, ଅଘା ଆଦି ଅସୁରମାନଙ୍କୁ ବିନାଶ କରିଥିଲେ ।

Question 13.
ନନ୍ଦରାଜାଙ୍କୁ କିଏ ହରଣ କରି ନେଇଥିଲେ?
Answer:
ନନ୍ଦରାଜାଙ୍କୁ ବରୁଣ ହରଣ କରି ନେଇଥିଲେ ।

Question 14.
କଂସ ରାଜାର ମନ୍ତ୍ରୀଙ୍କ ନାମ କ’ଣ?
Answer:
କଂସ ରାଜାର ମନ୍ତ୍ରୀଙ୍କ ନାମ ଅକ୍ରୂର ।

Question 15.
‘ଭସ୍ମ କୋଷରେ ଅଗ୍ନିକଣା ଥାଇ, ମନ୍ଦ ପବନେ ବଳିଷ୍ଠ ହୁଅଇ’ – ଏକଥା କିଏ କାହାକୁ କହିଛି?
Answer:
ଏକଥା କଂସରାଜା ମନ୍ତ୍ରୀ ଅକୃରଙ୍କୁ କହିଛନ୍ତି ।

Question 16.
କଂସ ଅକ୍ରୂର ହାତରେ ନନ୍ଦଙ୍କ ପାଖକୁ କ’ଣ ପଠାଇଥିଲା?
Answer:
କଂସ ଅକ୍ରୁର ହାତରେ ନନ୍ଦଙ୍କ ପାଖକୁ ‘ଆଜ୍ଞାପତ୍ର’ ଲେଖୁ ପଠାଇଥିଲା ।

Question 17.
ଗୋପରୁ କୃଷ୍ଣ ବଳରାମଙ୍କୁ ଆଣିବା ପାଇଁ କଂସ କାହାକୁ ପଠାଇଥିଲା?
Answer:
ଗୋପରୁ କୃଷ୍ଣ-ବଳରାମଙ୍କୁ ଆଣିବା ପାଇଁ ମନ୍ତ୍ରୀ ଅକ୍ରୂରକୁ ପଠାଇଥିଲା ।

Question 18.
ସଫଳାସୁତ କିଏ ? ସେ କ’ଣ ଦେଖିବାକୁ ଉଚ୍ଛନ୍ନ ହେଲା?
Answer:
ସଫଳାସୁତ ଅକ୍ରୂର । ସେ କୃଷ୍ଣଙ୍କୁ ଦେଖିବା ପାଇଁ ଉଚ୍ଛନ୍ନ ହେଲା ।

Question 19.
ଅକ୍ରୁର ଯିବାବେଳେ କ’ଣ ଶୋଭା ପାଉଥିଲା?
Answer:
ଅକ୍ରୂର ଯିବାବେଳେ ରହୁବର ବା ରଥଶ୍ରେଷ୍ଠ ଶୋଭା ପାଉଥିଲା ।

Question 20.
କଂସର ଡଗର କିଏ? ସେ କେଉଁଠିକି ଯାଇଛି?
Answer:
କଂସର ଡଗର ଅକ୍ରୂର । ସେ ଗୋପପୁରକୁ ଯାଇଛି ।

Question 21.
ଶ୍ରୀକୃଷ୍ଣ କେଉଁଠି ବସିଥ‌ିବେ ବୋଲି ଅକୃର ଭାବିଛି?
Answer:
ଶ୍ରୀକୃଷ୍ଣ ଗୋପାଳମାନଙ୍କ ମେଳରେ ନନ୍ଦଙ୍କ କୋଳରେ ବସିଥିବେ ବୋଲି ଅକ୍ରୂର ଭାବିଛି ।

Question 22.
ଅକ୍ରୁରଙ୍କୁ ଦୂରରୁ ଅନାଇ କିଏ ଡାକିବେ?
Answer:
ଅକ୍ରୂରଙ୍କୁ ଦୂରରୁ ଅନାଇ ରାମ-କୃଷ୍ଣ ଦୁଇଭାଇ ତାଙ୍କୁ ଡାକିବେ।

Question 23.
ଅକ୍ଟର ଆଖୁବୁଜି କାହାର ଲୀଳା ସ୍ମରଣ କରିଛି?
Answer:
ଅକ୍ରୂର ଆଖିବୁଜି ଗୋବିନ୍ଦଙ୍କ ଲୀଳା ସ୍ମରଣ କରିଛି ।

Question 24.
ଶରୀର ଗନ୍ଧ ପାଇ କ’ଣ ଆନନ୍ଦ ହେବ?
Answer:
ଶରୀର ଗନ୍ଧ ପାଇ ନାସାଦ୍ବାରା ଆନନ୍ଦ ହେବ ।

Question 25.
ଅକ୍ରୁର କାହାର ଭାଇ?
Answer:
ଅକ୍ରୂର କୃଷ୍ଣଙ୍କ ପିତା ବସୁଦେବଙ୍କ ଭାଇ ଅଟନ୍ତି ।

(ଗ) ୨ ନମ୍ବର ବିଶିଷ୍ଟ ଦୁଇଟି ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ । ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।
(ଉତ୍ତର ଲେଖିବାବେଳେ ଲେଖା ଓ ଲେଖକଙ୍କ ନାମ ଉଲ୍ଲେଖ କରିବାକୁ ପଡ଼ିବ ।)

Question 1.
ଶ୍ରୀକୃଷ୍ଣଙ୍କୁ ଦେଖ୍ ଅକୃରଙ୍କର କ’ଣ ହେବ ବୋଲି ସେ ଭାବିଛନ୍ତି ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଶ୍ରୀକୃଷ୍ଣଙ୍କୁ ଦେଖ୍ ତାଙ୍କର ମୁକ୍ତି ହୋଇଯିବ, ସେ ପରମଗତି ଲାଭ କରିବେ ଏବଂ ଭବ ବନ୍ଧନରୁ ସବୁଦିନ ପାଇଁ ଛେଦ କରିବେ ବୋଲି ଅକ୍ରୂର ଭାବିଛନ୍ତି ।

Question 2.
ଅକୃରଙ୍କୁ ଦେଖ୍ ଶ୍ରୀକୃଷ୍ଣ କାହିଁକି ମାୟା ରଚନା କରିଥିଲେ ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକୂରଙ୍କୁ ଦେଖୁ ଶ୍ରୀକୃଷ୍ଣ ତାଙ୍କ ଭକ୍ତିଭାବର ପରିଚୟ ପାଇବାପାଇଁ ମାୟା ରଚନା କରିଥିଲେ ।

Question 3.
ଅକ୍ରୂର ପ୍ରଥମେ କାହିଁକି କୃଷ୍ଣଙ୍କୁ ଚିହ୍ନି ପାରିଲେ ନାହିଁ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂରଙ୍କୁ ଦେଖ୍ କୃଷ୍ଣ ମାୟା ରଚନା କଲେ । ସମସ୍ତ ଗୋପାଳମାନଙ୍କର ସମ ଭୂଷଣ, ସମ ଗମନ, ସମ ଚାହାଁଣିକୁ ଦେଖ୍ ଅକ୍ରୂର ପ୍ରଥମେ କିଏ ରାମ ଓ କିଏ କୃଷ୍ଣ ବୋଲି ଚିହ୍ନି ପାରିଲେ ନାହିଁ ।

Question 4.
କୃଷ୍ଣ ଅକୃରଙ୍କୁ କି କି ଦ୍ରବ୍ୟ ଖାଇବାକୁ ଦେଇଥିଲେ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୃଷ୍ଣ ଅକ୍ରୁରଙ୍କୁ ବିଭିନ୍ନ ପୁରଦିଆ ପିଠା, ସର, ଲବଣୀ ଆଦି ଖାଇବାକୁ ଦେଇଥିଲେ ।

Question 5.
ରାମକୃଷ୍ଣ ଅକୃରଙ୍କର କିପରି ସେବା କରିଥିଲେ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ରାମକୃଷ୍ଣ ଆନନ୍ଦରେ ଅକୃରଙ୍କୁ ଘରକୁ ଡାକିନେଇ ପାଦଧୋଇ ବିବିଧ ପୁରଦିଆ ପିଠା, ସର, ଲବଣୀ ଖାଇବାକୁ ଦେଲେ । ଦେହରେ ବାସଚନ୍ଦନ ଲେପନ କରି ରତ୍ନ ପଲଙ୍କରେ ଝୀନବସନ ପାରିଦେଇ ତହିଁ ଉପରେ ପୁଷ୍ପ ବିଞ୍ଚି ତାଙ୍କ ଶେଶଇବା ବ୍ୟବସ୍ଥା କରିଥିଲେ । ଅକ୍ରୂର ଶୟନ କରିବା ପରେ ତାଙ୍କର ପାଦ ଚାପିଥିଲେ । ଏହିପଟି ରାମକୃଷ୍ଣ ଅକୃରଙ୍କର ସେବା କରିଥିଲେ ।

Question 6.
କୃଷ୍ଣଙ୍କ ଦନ୍ତର କାନ୍ତି କିପରି ଥୁଲା ଓ ତାହା କାହାକୁ ନିନ୍ଦା କରୁଥିଲା ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୃଷ୍ଣଙ୍କ ଦନ୍ତର କାନ୍ତି ଡାଳିମ୍ବ ମଞ୍ଜି ସଦୃଶ ଥିଲା ଓ ତାହା ଚନ୍ଦ୍ରକୁ ନିନ୍ଦା କରୁଥିଲା ।

Question 7.
କୃଷ୍ଣଙ୍କ ଶିରର ତ୍ରିମୁଣ୍ଡୀ କିପରି ଶୋଭା ପାଉଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୃଷ୍ଣଙ୍କ ଶିରର ତ୍ରିମୁଣ୍ଡି ଇନ୍ଦ୍ରଧନୁ ସଦୃଶ ଶୋଭା ପାଉଥିଲା ।

Question 8.
‘କାହାର ଧନ ଜୀବନ ଚିର ନୋହି ହୋଇବ ହୀନ’ – ଏକଥା କିଏ, କାହାକୁ ଓ କାହିଁକି କହିଛନ୍ତି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଏକଥା କୃଷ୍ଣ ଅକୃରଙ୍କୁ କଂସର ଦୌରାମ୍ୟକୁ ଲକ୍ଷ୍ୟକରି କହିଛନ୍ତି ।

Question 9.
କଂସର ଆଜ୍ଞାପତ୍ର କାହାକୁ ଦେବାପାଇଁ କୃଷ୍ଣ ଅକୃରଙ୍କୁ କହିଛନ୍ତି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ଆଜ୍ଞାପତ୍ର ପିତା ନନ୍ଦକୁ ଦେବାପାଇଁ କୃଷ୍ଣ ଅକୃରଙ୍କୁ କହିଛନ୍ତି ।

Question 10.
କବି କାହିଁକି ନିରାଶ ହୋଇଛନ୍ତି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କବି ସାଧୁ ସଙ୍ଗ ନପାଇ ନିରାଶ ହୋଇଛନ୍ତି ।

Question 11.
କଂସ ଚିଠିରେ କ’ଣ ଲେଖୁଛି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଅତିମାତ୍ରାରେ କ୍ରୋଧାନ୍ଵିତ ହୋଇ ନନ୍ଦରାଜାଙ୍କୁ ଚିଠିରେ ଲେଖିଛି ଯେ ମୋର ଆଜ୍ଞା ମୁତାବକ ତତ୍‌କାଳେ ମଥୁରାକୁ ଆସିବୁ, ନଚେତ୍ ତୋର ସ୍କନ୍ଧ ଛେଦନ କରିବି ।

Question 12.
କଂସର ଅତି ଶକ୍ତିଶାଳୀ ବୀର କେଉଁମାନେ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି ।
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ନାରକା, ବ୍ୟୋମ, ଅଘା, ପ୍ରଳମ୍ବା, କଦମ୍ବା, ଦୁର୍ବିନ୍ଦ ପ୍ରଭୃତି ଅସୁରମାନେ କଂସର ଅତି ଶକ୍ତିଶାଳୀ ବୀର ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି ।

Question 13.
କଂସର ମନ୍ତ୍ରୀ ଅକ୍ରୂର କାହିଁକି ଭ୍ରମରେ ପଡ଼ିଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୃଷ୍ଣ ମାୟା ରଚିବାରୁ ଗୋପବାଳକମାନଙ୍କ ମଧ୍ୟରୁ କିଏ କୃଷ୍ଣ ଓ କିଏ ବଳରାମ ଜାଣିନପାରି କଂସର ମନ୍ତ୍ରୀ ଭ୍ରମରେ ପଡ଼ିଥିଲା ।

Question 14.
୧୪। ଜ୍ଞାନୀମାନଙ୍କ ମୁହଁରୁ କବି କ’ଣ ଶୁଣୁଥିଲେ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୃଷ୍ଣନାମ ଭଜନ କଲେ ଜୀବନରେ ମୁକ୍ତି ମିଳେ ବୋଲି କବି ଜ୍ଞାନୀମାନଙ୍କ ମୁହଁରୁ ଶୁଣିଥିଲେ ।

Question 15.
କଂସର ଅତ୍ୟାଚାରରେ ଅତିଷ୍ଠ ହୋଇ ଦେବଗଣ କାହାକୁ ଗୁହାରି ଜଣାଇଥିଲେ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ଅତ୍ୟାଚାରରେ ଅତିଷ୍ଠ ହୋଇ ଦେବଗଣ କ୍ଷୀର ସାଗରରେ ନଗଶୟନ କରିଥିବା ବିଷ୍ଣୁଙ୍କ ପାଖରେ ଗୁହାରି କରିଥିଲେ ।

Question 16.
ଅକ୍ରୂର କ’ଣ ସାଜିଲା ଓ ସେଥ‌ିରେ କ’ଣ ଯୋଚିଲା ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର ରଥ ସାଜିଲା ଓ ସେଥୁରେ ଅଶ୍ବ ଯୋଚିଲା ।

+2 1st Year Odia Optional Chapter 1 ମଥୁରାମଙ୍ଗଳ Summary

ମଥୁରାମଙ୍ଗଳ କବି ପରିଚୟ
ରୀତିଯୁଗୀୟ ଓଡ଼ିଆ ସାହିତ୍ୟରେ ଯେଉଁ କେତେଜଣ କବି କାବ୍ୟ ରଚନାକରି ଓଡ଼ିଆ ପୁରାଣ ସାହିତ୍ୟକୁ ସମୃଦ୍ଧ ଓ ବଳିଷ୍ଠ କରି ଯାଇଛନ୍ତି ତନ୍ମଧ୍ୟରୁ ‘ମଥୁରାମଙ୍ଗଳ’ର କବି ଭକ୍ତଚରଣ ଦାସ ଅନ୍ୟତମ । ଓଡ଼ିଆ ସାହିତ୍ୟରେ ସେ ହେଉଛନ୍ତି ଅନୁରାଗ ଓ ବିରାଗର କବି । କବିଙ୍କ ରଚିତ ‘ମନବୋଧ ଚଉତିଶା’ରେ ଜୀବନର ଅନ୍ତଦୃଷ୍ଟି, ଦୈହିକ ଭୋଗତୃଷ୍ଠା ଓ ସାଂସାରିକ ଲାଳସା ପ୍ରତି ବୈରାଗ୍ୟଭାବ ପାଠକ ପ୍ରାଣକୁ ଯେଭଳି ବିରାଗବ୍ୟଞ୍ଜିତ କରେ, ‘କଳା କଳେବର ଚଉତିଶା’ରେ ଗୋପୀମାନଙ୍କର କୃଷ୍ଣପ୍ରେମ ଓ କୃଷ୍ଣଙ୍କ ପ୍ରତି ଅତ୍ୟଧ‌ିକ ଆସକ୍ତି ପାଠକକୁ ଅନୁରୂପ ଭାବରେ ପ୍ରେମ ଅନୁରାଗୀ କରାଇଥାଏ । ଭକ୍ତଚରଣ ଥିଲେ ଓଡ଼ିଆ ସାହିତ୍ୟରେ ଭକ୍ତିବାଦର ପ୍ରଚାରକ । ତାଙ୍କର ଜନ୍ମ ବିଷୟରେ ଜାଣିବା ଏବେବି ରହସ୍ୟମୟ । କିମ୍ବଦନ୍ତୀ ଅନୁସାରେ ତାଙ୍କର ପିତୃଦତ୍ତ ନାମ ଥିଲା ବୈରାଗୀଚରଣ ପଟ୍ଟନାୟକ । ଜାତିରେ ସେ ଥିଲେ କରଣ । ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବାପରେ ତାଙ୍କର ନାମ ରଖାଗଲା ଭକ୍ତଚରଣ ଦାସ । ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବଙ୍କର ସେ ଥିଲେ ସମସାମୟିକ । ଖୋର୍ଦ୍ଧା ଜିଲ୍ଲାର ସୁନାଖଳାରେ (ସାନପଦର ଗ୍ରାମରେ) ଏବେ ସୁଦ୍ଧା ତାଙ୍କର ଏକ ମିଠ ଅଛି ।

କେହି କେହି ସମାଲୋଚକ ତାଙ୍କର ଜନ୍ମ ୧୭୨୯ ମସିହାରେ ଖୋର୍ଦ୍ଧା ଜିଲ୍ଲା ସାନପଦର ଗ୍ରାମରେ ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି । ସେ ଯାହା ହେଉନା କାହିଁକି ୧୮୧୩ ମସିହା କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ୮୪ ବର୍ଷ ବୟସରେ ସୁନାଖଳାଠାରୁ ସଂକୀର୍ତ୍ତନ କରି ପୁରୀ ଯିବା ବାଟରେ ତାଙ୍କର ମହାପ୍ରୟାଣ ହୋଇଥିଲା । ପ୍ରକୃତରେ କହିବାକୁ ଗଲେ ଭକ୍ତଚରଣ ଥିଲେ ଜଣେ ପ୍ରକୃତ ଭକ୍ତ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ସେ ଖାଲିପାଦରେ ଭାରତର ବିଭିନ୍ନ ତୀର୍ଥ ସ୍ଥାନରୁ ଚାଲିଚାଲି ଯାଇଥିଲେ । ଖୋର୍ଦ୍ଧା, ବାଣପୁର, ଦଶପଲ୍ଲା ଓ ରାଜସୁନାଖଳାଠାରେ ସେ ଚାରୋଟି ମଠ ସ୍ଥାପନ କରିଥିଲେ । ଯେତେବେଳେ ସେ ଗୌଡ଼ପଡ଼ା ମଠାରେ ଅବସ୍ଥାନ କରୁଥିଲେ, ସେତେବେଳେ ସେ ବୃନ୍ଦାବନଚନ୍ଦ୍ରଙ୍କୁ ଉପାସନା କରୁଥିଲେ । ସେଠାକାର ରାଜକର୍ମଚାରୀମାନେ ତାଙ୍କ ସହିତ ଶତ୍ରୁତା ଆଚରଣ କରି ତାଙ୍କର ଉପାସ୍ୟ ଦେବତାଙ୍କୁ ନଦୀଗର୍ଭକୁ ପକାଇ ଦେଇଥିଲେ । ଭକ୍ତଚରଣଙ୍କୁ ସ୍ୱପ୍ନାଦେଶ ହେଲା ଯେ ସେହି ବିଗ୍ରହକୁ ନେଇ ସୁନାଖଳାରେ ପୂଜା କରିବେ । ତେଣୁ ଭକ୍ତଚରଣ ରାଜସୁନାଖଳାରେ ବୃନ୍ଦାବନଚନ୍ଦ୍ରଙ୍କୁ ସ୍ଥାପନ କରି ପୂଜା କଲେ । ଭକ୍ତଚରଣ ଏକାଧାରରେ ଥିଲେ ଭକ୍ତ, କବି ଓ ଚିକିତ୍ସକ ।

ଭକ୍ତଚରଣ ବହୁ କାବ୍ୟ, କବିତା, ଚଉତିଶା ଆଦି ରଚନା କରିଥିଲେ । ତାଙ୍କର ବହୁଜନାଦୃତ ଗ୍ରନ୍ଥ ହେଉଛି ‘‘ମଥୁରାମଙ୍ଗଳ’’ । ଏତଦ୍‌ବ୍ୟତୀତ ସେ ମଧ୍ଯ ‘ଗୋପମଙ୍ଗଳ’, ‘ମନଃଶିକ୍ଷା’, ‘କଳାକଳେବର ଚଉତିଶା’, ‘ମନବୋଧ ଚଉତିଶା’ ଆଦି କାବ୍ୟକବିତା ରଚନା କରିଥିଲେ । ରଚନା କ୍ରମ ଦୃଷ୍ଟିରୁ କବିଙ୍କ ‘ମନବୋଧଚଉତିଶା’କୁ ପ୍ରାଥମିକ ସ୍ତରର ରଚନା ଭାବରେ ସ୍ବୀକୃତି ଦିଆଯାଏ । ବୈରାଗ୍ୟ, ସାଂସାରିକ ଧର୍ମ ପ୍ରତି ଅନାସକ୍ତିଜନିତ ଅନୁଭବରୁ ଏହି କବିତାର ସୃଷ୍ଟି । ଏଥରେ କବି ଦର୍ଶାଇଛନ୍ତି ଯେ, ଏ ସଂସାର ଅନିତ୍ୟ, ଦେହ ଅନିତ୍ୟ, ସଂପଦ ଅନିତ୍ୟ । ବଞ୍ଚୁଥିଲା ପର୍ଯ୍ୟନ୍ତ ମଣିଷ ମଣିଷକୁ ପଚାରେ, ସ୍ତ୍ରୀ ତା’ର ସ୍ୱାମୀକୁ ଭଲପାଏ, ଜ୍ଞାତି କୁଟୁମ୍ବ ପଚାରନ୍ତି । କିନ୍ତୁ ମରିଗଲେ ମଣିଷକୁ କେହି ପଚାରନ୍ତି ନାହିଁ । ମୃତ୍ୟୁପରେ ତାକୁ କେହି ଛୁଇଁବେ ନାହିଁ । ତା’ପାଇଁ ଦରକାର ହେବ ମାତ୍ର ଛଅ ଖଣ୍ଡ କାଠ । ସେଥ‌ିପାଇଁ କବି ଲେଖୁଛନ୍ତି –

‘‘ଛଅ ଖଣ୍ଡ କାଠ ହେବ ତୋ ପାଇଁ ଲୋଡ଼ା
ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା ।’’ (ମନବୋଧ ଚଉତିଶା)
ପୁଣି ସେ ଲେଖୁଛନ୍ତି ଯେ –
‘‘ଖଣ୍ଡି ଯେ ଖଣ୍ଡି ତୋର
ପିଞ୍ଜରା କାଠି
ଖାଉଣ ଥିବେ ଶ୍ଵାନ
ଶୃଗାଳ ବାଣ୍ଟି ଯେ ।
ଗଲେଣି ତୋ ସଙ୍ଗତୁ
ଯେତେକ ଜନ
ଗଣ୍ଠିରେ ବାନ୍ଧିନେଲେ
କେ କେତେ ଧନ ରେ ।”
ତେଣୁ ସେ କହିଛନ୍ତି ବାରମ୍ବାର ଭଗବାନ ନାମ ନେବାକୁ ବାରମ୍ବାର କହୁଥିଲେ । ତାଙ୍କ ମତରେ –
‘‘କହଇ ମନ ଆରେ ମୋ ବୋଲ କର
କଳା ଶ୍ରୀମୁଖ ବାରେ ଦେଖୁବା ଚାଲ ରେ
କେତେ ଦିନକୁ ମନ ବାନ୍ଧିବୁ ଆଣ୍ଟ
କି ଘେନି ଯିବୁ ତୋ’ର ଛୁଟିଲେ ଘଟ ରେ ।’’

ଅନ୍ୟ କବିମାନଙ୍କ ଅପେକ୍ଷା ଭକ୍ତଚରଣ ଦାସ କିଛିଟା ବାସ୍ତବବାଦୀ ଥିଲେ । ମୃତ୍ୟୁ, ସଂସାର, ଜନ୍ମ, ଦେହ-ଦେହାନ୍ତ ପ୍ରତି କବି ଯଥେଷ୍ଟ ସଚେତନ ଥିଲେ । ତାଙ୍କର କବିତା ପଢ଼ିଲେ ଯେ କେହି ସାଂସାରିକ ଲୋକ ମନରେ ଭରିଯାଏ ବୈରାଗ୍ୟର ସନ୍ଦେଶ । ଅତଏବ ଭକ୍ତଚରଣଙ୍କ କବିତାରେ ଭକ୍ତି ଭାବନାରେ ସ୍ରୋତ କୂଳ ଲଙ୍ଗିଛି ସତ୍ୟ; – କିନ୍ତୁ ଉତ୍ତୁଙ୍ଗ ସାମାଜିକ ଜୀବନ ପ୍ରବାହରେ ଏହା ହୋଇଛି ମର୍ମରିତ ।

ଗୌଡ଼ୀୟ ବୈଷ୍ଣବଧର୍ମରେ ଦୀକ୍ଷିତ ହେବାପରେ କବି ଭକ୍ତଚରଣଙ୍କ ଜୀବନ କୃଷ୍ଣ ପ୍ରେମାନୁରାଗରେ ରଞ୍ଜିତ ହୋଇ ଯାଇଥିଲା । ଜଣେ ସଫଳ ବୈଷ୍ଣବ ଭାବରେ ତାଙ୍କୁ ଚାରିଦିଗ ଦେଖାଯାଉଥିଲା କୃଷ୍ଣମୟ । ଶୟନ, ସପନ, ଜାଗରଣ ସବୁଥ୍ରେ ଯେପରି ତାଙ୍କର ହେଉଥୁଲା ଶ୍ରୀକୃଷ୍ଣଙ୍କ ସାକ୍ଷାତ୍‌କାର । ଦେହ, ମନ, ପ୍ରାଣକୁ ସେ କୃଷ୍ଣ ପଦାରବିନ୍ଦରେ ସମର୍ପିତ କରି ଦେଉଥିଲେ । ଏହି ଐକାନ୍ତିକ କୃଷ୍ଣ ଆତ୍ମିକତାରୁ ଜନ୍ମ ନେଲା ‘‘କଳାକଳେବର ଚଉତିଶା’’ । କୃଷ୍ଣ ଗୋପପୁରକୁ ଆନନ୍ଦ ଉତ୍ସାହରେ ଭରି ଦେଉଥିଲେ । ବିଷୟବାସନା ବ୍ୟସ୍ତ, ଅର୍ଥ ଉପାର୍ଜନନିରତ ଗୋପିନୀମାନଙ୍କ ଜୀବନରେ କୃଷ୍ଣ ଭରି ଦେଉଥ୍ଲେ ପ୍ରେମ ଓ ପ୍ରଣୟର ଅନୁରାଗ । ଗୋପୀଗଣ ଭୁଲିଥିଲେ ତାଙ୍କ ବ୍ୟବସାୟ, ଜାତି, କୁଳ, ଗୋତ୍ର, ବଂଶାଭିମାନ; ଏପରିକି କୃଷ୍ଣ ପାଇଁ ବି ଭୁଲି ଥିଲେ ମଧ୍ୟ ଆପଣାର ପ୍ରିୟତମ ଗୋପାଳମାନଙ୍କୁ । ଏବେ ସେହି କୃଷ୍ଣ ସେମାନଙ୍କୁ ଛାଡ଼ି ଚାଲିଯିବେ ମଧୁପୁରୀକୁ । କଂସର ମନ୍ତ୍ରୀ ଅକ୍ରୂର ଆସିଛନ୍ତି କୃଷ୍ଣଙ୍କୁ ନେଇଯିବା ପାଇଁ ଏ ସମ୍ବାଦ ଗୋପୀମାନେ ଶୁଣିଛନ୍ତି । ପ୍ରଥମେ ସେମାନେ ଏ କଥାକୁ ବିଶ୍ୱାସ କରିପାରି ନାହାଁନ୍ତି । ନିଷ୍ଠୁର ସତ୍ୟକୁ ମୁହାଁମୁହିଁ କରିବାର ସାହାସ ନାହିଁ । ପରସ୍ପର ମଧ୍ୟରେ ପଚରାପଚରି ହେଉଛନ୍ତି ଯେ ସତରେ କ’ଣ କୃଷ୍ଣ ଆମ୍ଭକୁ ଛାଡ଼ି ଚାଲିଯିବେ । ଗୋପୀମାନଙ୍କ ମୁଖରେ କୃଷ୍ଣ ରୂପର ମଞ୍ଜୁଳ ବର୍ଣନା ‘କଳାକଳେବର ଚଉତିଶା’କୁ ଏକାନ୍ତ ଲୋକପ୍ରିୟ କରିଛି । ମନୋହର ଲୋକ ସଙ୍ଗୀତର ସ୍ଵରରେ ଏହା ଆଜି ମଧ୍ୟ ଓଡ଼ିଆ ପ୍ରାଣକୁ ମୁଗ୍ଧ କରେ । ଗୋପୀମାନେ କହୁଛନ୍ତି –

‘‘ଖସି ପଡୁଛି କି ଆକାଶୁ
କିବା ଗଙ୍ଗା-ଯମୁନା,
କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ
ନାଶ ଗଲା ପୁତନା ।
X X X X X X X
ଜହର ସଙ୍ଗତେ ମହୁରା
ଆସି ହେଲା ନିରତ,
ଯୁବତୀ କୁଳକୁ ଦଇବ
କଳା ଏ ହନ୍ତସନ୍ତ |
ଝରିପଡ଼ୁଛି କି ଝୁଣ୍ଟିଆ
ଝସ କେତନ ଘାତେ
ଝାଳ ବିନ୍ଦୁ ବିନ୍ଦୁ ଶ୍ରୀମୁଖ
ବୋହୂ ଅଛି ନିରତେ ।
ନୟନ ଉପରେ ଭୂଲତା
କିଏ କାମ କମାଣ
ନୁହଁନ୍ତି ଏ ପୋଏ କାହାରି
ସବୁ ଗୋପୀଙ୍କ ପ୍ରାଣ ।’’

‘‘କଳାକଳେବର ଚଉତିଶା’’ ରଚନାରେ କବିଙ୍କ ସଫଳତା ତାଙ୍କୁ ‘ମଥୁରାମଙ୍ଗଳ’ ସୃଷ୍ଟି ପାଇଁ ପ୍ରେରଣା ଯୋଗାଇଛି । କୃଷ୍ଣଙ୍କର ଜନ୍ମପରେ ମଥୁରାର ମଙ୍ଗଳ ପାଇଁ ତାଙ୍କର ମଧୁପୁର ଯାତ୍ରା ଓ ଦୁରାଚାରୀ କଂସକୁ ସବୁ ନିପାତ କରିବାର କଥାବସ୍ତୁକୁ ଭିଭିକରି ‘ମଥୁରାମଙ୍ଗଳ’ କାବ୍ୟ ରଚିତ । ‘ମଥୁରା’ ରାଜ୍ୟର ମଙ୍ଗଳ କାମନା ପାଇଁ ବିଷୟ ହୋଇଥିବାରୁ ଏହାର ନାମକରଣ ‘ମଥୁରାମଙ୍ଗଳ’ କରାଯାଇଛି । ସରଳ ଲୋକକଥ୍ତ ଗ୍ରାମ୍ୟଭାଷା ସହିତ ଶାସ୍ତ୍ରୀୟ ଶବ୍ଦର ମଣିକାଞ୍ଚନ ଯୋଗରେ ଏହି କାବ୍ୟ ଏକାନ୍ତ ଶ୍ରୁତିମଧୁର ହୋଇପାରିଛି । ଭାଷ୍ୟ ପ୍ରୟୋଗରେ ଭକ୍ତଚରଣଙ୍କର ନିଷ୍ଠା ଯେକୌଣସି ପାଠକଠାରେ ଭାବ ତନ୍ମୟତା ସୃଷ୍ଟିକରେ । ମଥୁରା ରାସ୍ତାରେ ମଦନମୋହନ ରୂପ ଧାରଣ କରି କୃଷ୍ଣ କଂସର ରାଜସଭାକୁ ଯାଉଥିବାବେଳର ଗୋଟିଏ ଦୃଶ୍ୟର ବର୍ଣ୍ଣନାରୁ ଦୃଷ୍ଟାନ୍ତ ସ୍ଵରୂପ ନିଆଯାଇପାରେ –

‘‘ବାବୁ ସେ ନବ ନାଗର କାହୁ
ଦେଖୁ ପାଶୋରିବ କାହାର ମନୁ ।
ଶିଶୁଙ୍କୁ ଦିଶନ୍ତି ଶିଶୁ ପରାୟେ
ନାରୀଙ୍କ ଦୃଷ୍ଟିକୁ ମଦନରାୟେ ।
ବୃଦ୍ଧଙ୍କୁ ବାଳକ ସ୍ଵଭାବ ମତି
ଜ୍ଞାନୀଙ୍କି ନିର୍ଗୁଣ ରୂପ ଶ୍ରୀପତି ।
ଭକ୍ତକୁ ନନ୍ଦ-ନନ୍ଦନ ପରା
ନାନା ରୂପ ଧରେ ନନ୍ଦର ଧରା ।’’

ଭକ୍ତକବିଙ୍କର ଅନ୍ତର ଥୁଲା ଭକ୍ତିରେ ନିତ୍ୟ ଢଳଢଳ । ବୃନ୍ଦାବନଚନ୍ଦ୍ରଙ୍କୁ ସେ ପୂଜା କରୁଥିଲେ । ସେ ଥିଲେ ବୈଷ୍ଣବ । ସାଧୁସନ୍ଥଙ୍କ ପ୍ରତି ତାଙ୍କର ଥିଲା ବହୁ ଆଦର । ଭକ୍ତଚରଣ ଯେ କେବଳ କବି ଏକଥା ନୁହେଁ, କବିରାଜି ଶାସ୍ତ୍ରରେ ମଧ୍ୟ ତାଙ୍କର ନିପୁଣତା ଥିବା କଥା ତାଙ୍କ ଲିଖିତ ‘ମନଃଶିକ୍ଷା’ ଓ ବୈଦ୍ୟଶାସ୍ତ୍ରରୁ ସ୍ପଷ୍ଟ ଅନୁମତି ହୁଏ । କବିଙ୍କ ରଚିତ ଗ୍ରନ୍ଥଗୁଡ଼ିକ ହେଲା –

  • ମଥୁରାମଙ୍ଗଳ
  • ଗୋପମଙ୍ଗଳ
  • ମନବୋଧ ଚଉତିଶା
  • କଳାକଳେବର ଚଉତିଶା
  • ମନଃଶିକ୍ଷା
  • ବୈଦ୍ୟଶାସ୍ତ୍ର ଇତ୍ୟାଦି

କବିଙ୍କର ସାଧନାର ପୀଠ ଥୁଲା ରାଜସୁନାଖଳା ମଠ । ‘ମଥୁରାମଙ୍ଗଳ’ କାବ୍ୟଟି ଜୀବନର ଶେଷ ପାଦରେ ରଚନା କରିଥିବାରୁ ରାଜସୁନାଖଳା ମଠରେ ଏହାର ଆରମ୍ଭ ଓ ଶେଷ ହୋଇଥିଲା ବୋଲି ମନେହୁଏ । ଏହା ପୂର୍ବରୁ ସେ ‘କଳାକଳେବର ଚଉତିଶା’, ‘ମନବୋଧ ଚଉତିଶା’ ଓ ‘ମନଃଶିକ୍ଷା’ ରଚନା କରିଥିଲେ । କଥ୍ତ ଅଛି ଯେ– ଦୁଇଟି ବୈଦ୍ୟଶାସ୍ତ୍ର ଗ୍ରନ୍ଥ ଓ ‘ଗୋପମଙ୍ଗଳ’ କାବ୍ୟ ମଧ୍ୟ ରଚନା କରିଥିଲେ । କିନ୍ତୁ ଏହା ଅଦ୍ୟାବଧୂ ବି ଦୁଷ୍ଟ୍ରାପ୍ୟ । କବିଙ୍କ ‘କଳାକଳେବର ଚଉତିଶା’ ଓ ‘ମନବୋଧ ଚଉତିଶା’ର ଅପୂର୍ବ ସାଙ୍ଗୀତିକତା ପାଠକ ଓ ଶ୍ରୋତାଙ୍କୁ ମୁଗ୍ଧ କରିରଖେ । ଭକ୍ତଚରଣ – ଭକ୍ତ, ବୈଷ୍ଣବ – ପୁଣି ସେ କବି । ଗୋଟିଏ ମଣିଷର ତିନୋଟି ବୃତ୍ତି । ସଂସାରର ହିତ ଏ ବୃତ୍ତିସମୂହର ଧର୍ମ । ‘‘ମଥୁରାମଙ୍ଗଳ’’ କାବ୍ୟରେ ଗୋପାଙ୍ଗନାମାନେ ଭକ୍ତିମାର୍ଗର ଅଧିକାରିଣୀ, କୃଷ୍ଣ ସେମାନଙ୍କର ଆରାଧ୍ୟ ଦେବତା । ଲୌକିକ ଚରିତ୍ର ନେଇ ପ୍ରକଟିତ କୃଷ୍ଣ ତାଙ୍କର ସାକାର ବ୍ରହ୍ମ । ସେ ଗୋପୀମାନଙ୍କର ସୁଖ-ଦୁଃଖ ସହିତ ସଂଶ୍ଳିଷ୍ଟ । ଗୋପୀମାନଙ୍କ ସଗୁଣ ପ୍ରେମଭକ୍ତି ତାଙ୍କ ଭକ୍ତିର ଆଧାର । ପ୍ରେମରେ ଆବେଶିତ ମନହିଁ ମଣିଷକୁ ପ୍ରଭୁଙ୍କ ନିକଟତର କରାଏ । ଶେଷରେ ଉପାସ୍ୟ ଓ ଉପାସକର ଏକୀକରଣ ହୋଇଥାଏ ଯେତେବେଳେ ଦୁହେଁ ଅଭିନ୍ନ, ପ୍ରେମରେ ଅତୀନ୍ଦ୍ରିୟତା ସେତେବେଳେ ପ୍ରେମ ପ୍ରେମିକକୁ ଯୁଗବଥ ଶାଶ୍ୱତ ଓ ମହାନ୍
କରେ ।

ଭକ୍ତଚରଣ ଅବତାରୀ କୃଷ୍ଣଙ୍କୁ ଏହି ରୂପରେ ଦେଖୁଛନ୍ତି ଓ ତା’ର ପ୍ରତିଷ୍ଠା ମଧ୍ଯ ଚାହିଁଛନ୍ତି, ଠିକ୍ ଚୈତ୍ୟନଙ୍କ ପରି । ‘ମଥୁରାମଙ୍ଗଳ’ରେ ଉଦ୍ଧବ ଜ୍ଞାନମାର୍ଗୀ ଓ ଗୋପାଙ୍ଗନାମାନେ ପ୍ରେମ ମାର୍ଗର ପଥକ । ଦୁଇଟିର ଦ୍ବନ୍ଦ୍ବ ମଧ୍ୟରେ ପ୍ରେମମାର୍ଗର ବିଜୟବାର୍ତ୍ତା ଭକ୍ତଚରଣ ‘ମଥୁରାମଙ୍ଗଳ’ରେ ଶୁଣାଇଛନ୍ତି । ନତମସ୍ତକ ହୋଇ ଉଦ୍ଧବ ଗୋପୀମାନଙ୍କ ପ୍ରେମଭକ୍ତିକୁ ସ୍ଵୀକାର କରିନେଇଛନ୍ତି । ଦର୍ଶନର ନିଗୂଢ଼ ତତ୍ତ୍ଵରାଜିରୁ ସେ ସହଜ, ସରଳ ଓ ବୋଧଗମ୍ୟ ଭାଷାରେ ବ୍ୟାଖ୍ୟା କରିଛନ୍ତି । ସେଥ‌ିରେ ଅଯଥା ପାଣ୍ଡିତ୍ୟ ଓ କ୍ଳିଷ୍ଟତା ନାହିଁ । ଜୀବ ଓ ବ୍ରହ୍ମକୁ ସେ ପୃଥକ୍ ପୃଥକ୍ ଭାବରେ ଦେଖୁଛନ୍ତି । ଅର୍ଥାତ ଜୀବର ବ୍ରହ୍ମ ସହିତ ମିଶ୍ରଣକୁ ସେ ସ୍ଵୀକାର କରିନାହାଁନ୍ତି, କିନ୍ତୁ ତାଙ୍କର ଏକ ମନନଶୀଳ ବ୍ୟକ୍ତି ଯେ ସେ ଜୀବ ପ୍ରତି ଦୟା ପ୍ରଦର୍ଶନ କରିବାକୁ ଚାହିଁଛନ୍ତି ।

ପୂର୍ବଭାଷା :
‘ମଥୁରାମଙ୍ଗଳ’ ପୂର୍ବରୁ କୃଷ୍ଣ-ବିଷୟକ କାହାଣୀକୁ ଆଧାର କରି ଓଡ଼ିଶାରେ ବହୁ କାବ୍ୟକବିତା ରଚିତ ହୋଇଛି । କିନ୍ତୁ ‘ମଥୁରାମଙ୍ଗଳ’ ଓଡ଼ିଆ କାବ୍ୟଧାରାରେ ସ୍ବାତନ୍ତ୍ର୍ୟ ରକ୍ଷା କରିଥାଏ । କୃଷ୍ଣବିଷୟକ ଗୀତିକବିତା—ଚଉତିଶା ଏବଂ କାବ୍ୟ ମଧ୍ୟରେ ‘ମଥୁରାମଙ୍ଗଳ’ ଥିଲା ଏକ ଯୋଗସୂତ୍ର ସମ୍ପାଦକ କାବ୍ୟ । ‘ମଥୁରାମଙ୍ଗଳ’ ଅନ୍ୟାନ୍ୟ କୃଷ୍ଣବିଷୟକ କାବ୍ୟଠାରୁ ସ୍ୱତନ୍ତ୍ର, ବ୍ୟତିକ୍ରମ ଓ ଅନନ୍ୟ ମଧ୍ଯ । ପ୍ରସଙ୍ଗତଃ ଭାଗବତ ବ୍ୟତୀତ ଉପର୍ୟ୍ୟକ୍ତ ଗ୍ରନ୍ଥଗୁଡ଼ିକ ସହ ଏକ ତୁଳନାତ୍ମକ ବିଶ୍ଳେଷଣ କରିପାରିବା । କୃଷ୍ଣକଥା ଆଲୋଚନା ହେଲେ ଓଡ଼ିଶାର ଜନମାନସରେ ଏକ ଉନ୍ମାଦନା ସୃଷ୍ଟି ହୁଏ । ସେଥ‌ିପାଇଁ ଓଡ଼ିଆରେ କୁହାଯାଇଛି ଯେ ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ କୃଷ୍ଣଭକ୍ତିକୁ ନିଜର ମାନସିକ ଓ କୃଷ୍ଣଙ୍କୁ ପ୍ରତ୍ୟକ୍ଷ ଦେବତା ବୋଲି କୁହନ୍ତି । କହିବାକୁ ଗଲେ ଯେଉଁ କେତେଜଣ କବି ତାଙ୍କର ମନନଶୀଳ ଭାବରେ ଓଡ଼ିଆ ସାହିତ୍ୟରେ କୃଷ୍ଣଭକ୍ତି ରସାତ୍ମକ କାବ୍ୟ ରଚନା କରିଛନ୍ତି ତନ୍ମଧ୍ୟରୁ ଭକ୍ତଚରଣଙ୍କ ‘ମଥୁରାମଙ୍ଗଳ’ ଏକ ଭିନ୍ନ ଧରଣର ଲିଖୁ କାବ୍ୟ ।

ତିରିଶ ଛାନ୍ଦରେ ବିଷୟ ବିନ୍ୟାସ ଘଟିଛି । ଶୁଦ୍ଧାଭତ୍ତିର ଉପାସକ କବି କାହାଣୀରେ ନୂତନତା ସୃଷ୍ଟିକରି ନାହାଁନ୍ତି; ମାତ୍ର ନିଜର ଭକ୍ତିପୁଷ୍ପରେ କାବ୍ୟମନ୍ଦିର ନିର୍ମାଣ କରି ଶ୍ରୀକୃଷ୍ଣଙ୍କୁ ସେଥ‌ିରେ ସ୍ୱୟଂ ପରମବ୍ରହ୍ମରୂପେ ସ୍ଥାପନ କରିଛନ୍ତି । କବି ନିଜର ଭକ୍ତପ୍ଲାବିତ ହୃଦୟର ଅନୁଭବ ଓ କଳ୍ପନାର ଅରୁଣିମାରେ ବିଚିତ୍ର ସ୍ପନ୍ଦନ ସୃଜିଛନ୍ତି । ନିଜସ୍ଵ ଧର୍ମମିତ ଓ ବିଶ୍ଵାସର ଶ୍ରେଷ୍ଠତା ପ୍ରତିପାଦନ ପାଇଁ ତାଙ୍କର ଚରମ ଆକାଂକ୍ଷା । ସୃଷ୍ଟି ଭିତରେ ତାହାର ପ୍ରତିଫଳନ ଓ ପ୍ରତିପାଦନ ଏପରି ଘଟିଛି ଯେ ପାଠକ କବିର ସ୍ୱତନ୍ତ୍ର ଧାରଣା ଓ କୃଷ୍ଣ-କାହାଣୀକୁ ସ୍ଵତନ୍ତ୍ର କରି ବୁଝିବାକୁ ଅବସର ପାଏ ନାହିଁ । ମଥୁରାର ମଙ୍ଗଳ କାମନା ଏ କାବ୍ୟର ଉଦ୍ଦେଶ୍ୟ ନୁହେଁ । ଏହା ହୋଇଥିଲେ ବାଲ୍ୟଲୀଳାର ବର୍ଣ୍ଣନା ଅଧିକ ସ୍ଥାନ ପାଇଥା’ନ୍ତା ଓ କଂସ ନିଧନରେ ଗ୍ରନ୍ଥର ପରିସମାପ୍ତି ଘଟିଥା’ନ୍ତା । ଧନୁଯାତ୍ରା ଉତ୍ସବକୁ କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ କରି ନେବାଠାରୁ ବିଷୟର ଉପସ୍ଥାପନ ହୋଇଛି । ଅକ୍ରୂର ଗୋପପୁରରୁ କୃଷ୍ଣ-ବଳରାମଙ୍କୁ ମଥୁରା ଆଣିବା ସମ୍ବାଦରେ ଆର୍ଭ-ଆକୁଳ ଗୋପନାରୀ ଓ ଯଶୋଦାଙ୍କର ବିଳାପ ବର୍ଣ୍ଣନା ପାଞ୍ଚଟି ଛାନ୍ଦରେ ସ୍ଥାନ ପାଇଛି । ପରବର୍ତ୍ତୀ ସାତଟି ଛାନ୍ଦରେ ଉଦ୍ଧବ ଗୋପୀମାନଙ୍କ ମଧ୍ୟରେ ଉକ୍ତି-ପ୍ରତ୍ୟୁକ୍ତି – ଜ୍ଞାନ ଓ ଶ୍ରଦ୍ଧାଭତ୍ତିର ବର୍ଣ୍ଣନା ଭିତରେ କାବ୍ୟର ପରିସମାପ୍ତି ଘଟିଛି ।

ବିଷୟ ବିନ୍ୟାସରେ କବି କୁଶଳୀ-କବି ପ୍ରତିଭାର ପରିଚୟ ଦେଇଛନ୍ତି । ଡଃ ନଟବର ସାମନ୍ତରାୟଙ୍କ ଉକ୍ତିଟି ଏଠାରେ ସ୍ମରଣୀୟ – ‘‘ସମଗ୍ର ଓଡ଼ିଆ ବୈଷ୍ଣବ ସାହିତ୍ୟ ମଧ୍ଯରେ ସୃଷ୍ଟିର ଏପରି ସୁମଧୁର ପରିକଳ୍ପନା ଏକାନ୍ତ ଦୁର୍ଲଭ’’। ଡଃ ସାମନ୍ତରାୟ ପୁନଶ୍ଚ କହିଛନ୍ତି – ‘‘କବିଙ୍କର ପ୍ରକୃତ ସୃଷ୍ଟି ଲକ୍ଷ୍ୟ ହେଉଛି କାବ୍ୟର ପରିସୀମା ମଧ୍ୟରେ ଗୋପୀଭାବର ଚିରନ୍ତନ, ଶାଶ୍ୱତ ମହିମା ପ୍ରଖ୍ଯାପନ କରିବା ।’’

ଡଃ ସାମାନ୍ତରାୟଙ୍କ ଉପର୍ୟ୍ୟନ୍ତ ମତ ‘‘କବିର ଏଇ ମୌଳିକ ନିର୍ମାଣ ପ୍ରତିଭା’’ ‘ମଥୁରାମଙ୍ଗଳ’ର ବିଷୟ ସଜ୍ଜୀକରଣ ପଶ୍ଚାତ୍‌ରେ ନିହିତ ରହିଛି । ଏକବିଂଶ ଓ ଦ୍ୱାବିଂଶ ଛାନ୍ଦରେ ଯୁଦ୍ଧର ବର୍ଣ୍ଣନା ଏବଂ ଦ୍ୱାବିଂଶ ଛାନ୍ଦର ମାତ୍ର ଦୁଇଟି ପଦରେ ( ଷୋଡ଼ଶ ଓ ସପ୍ତଦଶ) କଂସ ମୃତ୍ୟୁର ସୂଚନା କବି ମନୋଜ୍ଞ ଚିତ୍ର ଭିତରେ ଉପସ୍ଥାପନ କରିଛନ୍ତି । ଏହି କେତୋଟି ଛାନ୍ଦ ବ୍ୟତୀତ ସମଗ୍ର ଗ୍ରନ୍ଥରେ ଶୁଦ୍ଧାଭକ୍ତିର ରସ ପ୍ଲାବନ ଘଟିଛି । ଛାନ୍ଦାନୁସାରେ ବିଷୟବସ୍ତୁର ବିଭାଜନ କଲେ ସ୍ପଷ୍ଟ ଅନୁଭବ କରିହେବ କବିଙ୍କର ଲକ୍ଷ୍ୟ ।

  • ଛାନ୍ଦ ୧-୩ – ଧନୁଯାତ୍ରା ପାଇଁ ନିମନ୍ତ୍ରଣ, ଅକ୍ରୂରଙ୍କ ଗୋପ ଗମନ, କଂସର ଚିଟାଉ ।
  • ଛାନ୍ଦ ୪-୯ – ଗୋପାଙ୍ଗନା ଓ ଯଶୋଦା ବିଳାପ | ଗୋପପୁର ବର୍ଣ୍ଣନା ।
  • ଛାନ୍ଦ ୧୦-୧୧ – ପଥରେ ଅକ୍ରୂରର ଭ୍ରାନ୍ତି ଓ ତା’ର ନିରାକରଣ ଏବଂ ଭକ୍ତିର ସାଯୁଜ୍ୟ ଦର୍ଶନ ।
  • ଛାନ୍ଦ ୧୨ – କଂସର ମନ୍ତ୍ରଣା ।
  • ଛାନ୍ଦ ୧୩-୧୭ – ମଥୁରାରେ ପ୍ରବେଶ ଓ ମଥୁରା ନଗରବାସୀଙ୍କର ଆନନ୍ଦ ବର୍ଣ୍ଣନା (ରଜକ, କୁବ୍‌ଜା, ସୁଦାମା ମାଳୀର ସୁଦେଶ ଓ ରାତ୍ରିଯାପନ)
  • ଛାନ୍ଦ ୧୮-୨୨ – ଧନୁଯାତ୍ରାରେ ପ୍ରବେଶ, ମଲ୍ଲମାନଙ୍କ ସହିତ ଯୁଦ୍ଧ ବର୍ଣ୍ଣନା, କଂସର ମୃତ୍ୟୁ ।
  • ଛାନ୍ଦ ୨୩ – ଶୋକାଉଁ କଂସ ରମଣୀଙ୍କର ବର୍ଣ୍ଣନା ଓ କୃଷ୍ଣଙ୍କର ଛଦ୍ମ ଶୋକ ।
  •  ଛାନ୍ଦ ୨୪-୩୦ · ଉଦ୍ଧବର ଗୋପ ଗମନ, ଗୋପୀମାନଙ୍କ ସହ ଆଳାପ, ଭକ୍ତର ମାହାତ୍ମ୍ୟ କଥନ ଓ ମଥୁରା ପ୍ରତ୍ୟାବର୍ତ୍ତନ ପରେ ଶ୍ରୀକୃଷ୍ଣଙ୍କୁ ଗୋପପୁର ସମ୍ବାଦ କଥନ ।

ଆଠଟି ପର୍ଯ୍ୟାୟରେ କାବ୍ୟକର୍ମକୁ ବିଭକ୍ତ କରାଯାଇଛି । ପ୍ରଥମ ଛାନ୍ଦରେ ବିଷୟ ସମ୍ଭାବନା ସହିତ କଂସର ମୃତ୍ୟୁ ଭୟାର୍ତ୍ତ ବିକାରଗ୍ରସ୍ତ ମନର ମନୋରମ ବର୍ଣ୍ଣନା ରହିଛି । କଂସବଧ ମାଧ୍ୟମରେ ମଥୁରା ମଙ୍ଗଳର ସ୍ଥୂଳ ଇଙ୍ଗିତ ହୁଏତ ଥାଇପାରେ । ମାତ୍ର ଅବଶିଷ୍ଟ ୨୭ଟି ଛାନ୍ଦ ଭିତରେ କବିଙ୍କର ଭକ୍ତି ବିଚ୍ଛୁରିତ ହୋଇଛି । ଶ୍ରୀକୃଷ୍ଣଙ୍କ ପ୍ରତି ଉଭୟ ଗୋପ ଓ ମଥୁରାର ନରନାରୀମାନଙ୍କ ଭିତରେ ଥ‌ିବା ଅକୃତ୍ରିମ ପ୍ରେମର ବର୍ଣ୍ଣନା ଏହି ୨୭ଟି ଛାନ୍ଦ ମଧ୍ୟରେ ସୂକ୍ଷ୍ମାକାରେ କଥିତ । ମନେହୁଏ, ଗୋପୀଭାବ ଓ ସେ ଭାବର ମହିମା ପ୍ରଖ୍ଯାପନ ଭକ୍ତକବି ମଥୁରାମଙ୍ଗଳରେ ଚାହିଁଛନ୍ତି । ଅକୃତ୍ରିମ ପ୍ରେମହିଁ ମଥୁରାକୁ ମଙ୍ଗଳଦାନ କରିଛି । ଶାନ୍ତ ବା ଭକ୍ତି ରସର ପ୍ରାଧାନ୍ୟ କାବ୍ୟଟିର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଦେଇଛି ବୋଲି କୁହାଯାଇପାରେ ।

ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ଛାନ୍ଦର ସାରକଥା :
କବି ଭକ୍ତଚରଣ ଥିଲେ ଗୌଡ଼ୀୟ ବୈଷ୍ଣବ ଧର୍ମର କବି । ତେଣୁ ସେ କାବ୍ୟର ଆରମ୍ଭରେ ତାଙ୍କ ଆରାଧ୍ୟ ଦେବତା ଶ୍ରୀକୃଷ୍ଣଙ୍କର ବନ୍ଦନା କରିଛନ୍ତି । ଏ ପ୍ରକାର ବନ୍ଦନା କରିବା ପ୍ରାଚୀନ କାବ୍ୟର ଆଦର୍ଶ ଥିଲା । କବି ନିଜର କାବ୍ୟ ଆରମ୍ଭ କରିବା ବେଳେ ମଙ୍ଗଳାଚରଣରେ କୃଷ୍ଣଙ୍କର ବନ୍ଦନା କରିଛନ୍ତି । ଏହା ମଧ୍ୟ ପାଠକ ଓ ଶ୍ରୋତାଙ୍କ ମନରେ ଭକ୍ତିଭାବ ସୃଷ୍ଟି କରେ । କୃଷ୍ଣ ଥିଲେ କବିଙ୍କର ଆରାଧ୍ୟ ଦେବତା । ଶ୍ରୀକୃଷ୍ଣଙ୍କୁ ସେ ପରମ ଆରାଧ୍ୟ ଦେବତା ବୋଲି ସ୍ମରଣ କରିଛନ୍ତି । ଶ୍ରୀକୃଷ୍ଣ ହେଉଛନ୍ତି ଶ୍ରେଷ୍ଠ ଦେବତା । ଏହି ସଂସାରରେ ସୃଷ୍ଟି ଓ ପାଳନ ପାଇଁ ସେ ଜନ୍ମଗ୍ରହଣ କରିଛନ୍ତି । ତାଙ୍କର ଲୀଳାଖେଳା ମୂଳରେ ଜଗତର କଲ୍ୟାଣସାଧନ ହେଉଛି ଏକମାତ୍ର ଉଦ୍ଦେଶ୍ୟ । କବି ଭକ୍ତଚରଣ ଦାସ ଲେଖୁଛନ୍ତି –

‘‘ଜୟ ଯାଦବ-ବରଜଚନ୍ଦ୍ରମା ।
ଜୟ ସର୍ବ କାରଣ ବିଶ୍ୱକର୍ମା ॥
ନାନା ରୂପ, ଅରୂପ ତୁହି ହଉ ।
ପ୍ରାଣିମାନଙ୍କ ହିତେ ଦେହ ବହୁ ॥
ଗୋରୁ ବ୍ରାହ୍ମଣ ରକ୍ଷଣେ ତୋ ଜାତ ।
କେହି ନ ଜାଣେ ଆଦି ମଧ୍ଯ ଅନ୍ତ ॥
ସର୍ବ ଆତ୍ମାରେ ତୁହି ଆତ୍ମ ରାମ ।
ତୋର ବିହୁନେ ନାହିଁ କର୍ମକର୍ମ ॥’’

ପ୍ରଥମ ଛାନ୍ଦରେ କବି ସେହି ଲୀଳାମୟ ପୁରୁଷ କୃଷ୍ଣଙ୍କର ବନ୍ଦନା କରିଛନ୍ତି । ସେ ହେଉଛନ୍ତି ସ୍ୱୟଂ ଭଗବାନ ଏବଂ ସମସ୍ତ ଐଶ୍ବର୍ଯ୍ୟମୁକ୍ତ । ‘କୃଷ୍’ ଶବ୍ଦର ଅର୍ଥ ଭୂବା ବା ସତ୍, ‘ଶ’ଶବ୍ଦର ଅର୍ଥ ନିବୃତ୍ତି ବା ଚିଦାନନ୍ଦ । ଏହି ଦୁଇ ଶବ୍ଦର ଯୋଗରେ ‘କୃଷ୍ଣ’ ଶବ୍ଦର ଉତ୍ପତ୍ତି । ଅତଏବ‘କୃଷ୍ଣ’ ଶବ୍ଦର ଅର୍ଥ ସଚ୍ଚିଦାନନ୍ଦ, ଈଶ୍ବର, ଅନାଦି ଅନନ୍ତକାଳରୁ ବିଦ୍ୟମାନ, ଜ୍ଞାନମୟ ଓ ଆନନ୍ଦସ୍ଵରୂପ । ତେଣୁ ଏହି ସମଗ୍ର ଭାବକୁ ‘କୃଷ୍ଣ’ ଏହି ଗୋଟିଏ ଶବ୍ଦରେ ‘ଅଭିହିତ’ କରାଯାଇଛି । ସେହି ଭଗବାନ ଶ୍ରୀକୃଷ୍ଣ କବିଙ୍କର ଦୃଷ୍ଟିରେ ‘ସର୍ବକାରଣ କର୍ତ୍ତା ବିଶ୍ଵକର୍ମା’ ସର୍ବ ଆତ୍ମାରେ ସେ ଆତ୍ମାରାମ । ସେ ହେଉଛନ୍ତି ସୃଷ୍ଟିର ସର୍ବଶ୍ରେଷ୍ଠ କର୍ତ୍ତା । ତାଙ୍କ ବିନା ଗତି ନାହିଁ । ତେଣୁ କବି ସେହି ଲୀଳାମୟ ପୁରୁଷ ଭଗବାନଙ୍କ ପାଦତଳେ ମନୋପ୍ରାଣକୁ ଢାଳି ଦେଇଛନ୍ତି ।

କୃଷ୍ଣ ନାମକୁ କବି ଜପାମାଳି ରୂପେ ଗ୍ରହଣ କରିଛନ୍ତି । ତାଙ୍କ ମତରେ କୃଷ୍ଣ ଚିନ୍ତା ହେଉଛନ୍ତି ସୃଷ୍ଟିର ସର୍ବଶ୍ରେଷ୍ଠ କର୍ତ୍ତା । ତାଙ୍କ ବିନା ଏ ସଂସାରର ମୂଲ୍ୟ ନାହିଁ । ତାଙ୍କ ବିନା
ହେଉଛି ସଂସାରର ଶ୍ରେଷ୍ଠ ଚିନ୍ତା । ସେ ଏ ଭବସାଗରରୁ ମୁକ୍ତି ହେବା ସମ୍ଭବ ନୁହେଁ । ଏହିପରି ପୂର୍ବକାଳରେ ମୁନିଋଷିମାନେ ତରିଯାଇଛନ୍ତି । ପୁରାଣରେ ମଧ୍ଯ ଲେଖାଅଛି ଯେ ଯେଉଁମାନେ ଦିନରାତି ଶ୍ରୀକୃଷ୍ଣଙ୍କ ନାମ ସ୍ମରଣ କରନ୍ତି ସେମାନେ ସବୁ ପାପରୁ ମୁକ୍ତି ପାଆନ୍ତି । କବି ଆଜି ବିଚାର କରିଛନ୍ତି – ସଂସାରରେ ଧନ, ଜନ, ଜୀବନ ଚିର ନୁହେଁ । ପାପପଙ୍କିଳ ଦୁନିଆରେ ମୋହମାୟାରେ ପଡ଼ି କବି ଅନେକ ପାପକର୍ମ କରିଯାଇଛନ୍ତି । ଦିନୁ ଦିନ ଆୟୁଷ ତାଙ୍କର କ୍ଷୀଣ ହେବାର ଲାଗିଛି । ସେହି ପାପପଙ୍କରୁ ଉଦ୍ଧାର ପାଇବାପାଇଁ କବି କୃଷ୍ଣ ଚରିତ ବର୍ଣନା କରିବାକୁ ମନ ବଳାଇଛନ୍ତି । ଗୀତରେ ସେ ବର୍ଣ୍ଣନା କରିବେ ଭଗବାନଙ୍କର ଅଲୌକିକ ଲୀଳାକୁ । ଏଥିପାଇଁ ତାଙ୍କର ଆରାଧ୍ୟ ଦେବତା କୃଷ୍ଣ ତାଙ୍କୁ ସହାୟ ହୁଅନ୍ତୁ ବୋଲି କବି ପ୍ରାର୍ଥନା କରି ଲେଖୁଛନ୍ତି –

‘‘କୃଷ୍ଣ ଚରିତ ଅମୃତ ବାରାଧୁ ।
କଳି-କଳୁଷ-ରୋଗକୁ ଔଷଧୂ ॥
ତହୁଁ କିଛି ପ୍ରସଙ୍ଗରେ କହିବି ।
ଦୁଷ୍ଟ ପାତକଭାରାକୁ ଦହିବି ॥
ଗୀତ କରି ରଚିବି ହାରିଲୀଳା ।
ଦୟା କରି ହେ ସ୍ଵାମୀ ନନ୍ଦବଳା ॥
ଯେଉଁ ରୂପେ କଂସ କେଶୀ ବଧୂ ।
ଏଥୁ ପରେ ନାନୀ ଦୁଷ୍ଟ ସାଧୂ ||
ତାହା କହିବାକୁ ମୋ’ର ବିଚାର ।
ରାଗବନ୍ଧରେ କରିବି ପ୍ରଚାର ||
ମୋର ହୃଦରେ ବସି ଦିଅ କହି ।
ଭକ୍ତଚରଣ ଏତକ ମାଗଇ ॥’’

କୃଷ୍ଣ-ଚରିତ ଶ୍ରବଣ କରିବାପାଇଁ କବି ସୁଜନମାନଙ୍କୁ କହିଛନ୍ତି । କୃଷ୍ଣଚରିତ ସମ୍ପର୍କରେ ଶୁକଦେବ ରାଜା ପରୀକ୍ଷିତକୁ କହିଛନ୍ତି । ଏକଥା ଭାଗବତର ଦଶମ ସ୍କନ୍ଧରେ ଉଲ୍ଲେଖ ଅଛି । ସେହିକଥାକୁ ଅବଲମ୍ବନ କରି ଏବଂ କଂସର ଜନ୍ମ, ମରଣକୁ ନେଇ କବି ଭକ୍ତଚରଣ ଦାସ ରଚନା କରିଛନ୍ତି ‘ମଥୁରାମଙ୍ଗଳ’ କାବ୍ୟ । ସତେଯେପରି ଏହି କାବ୍ୟଟି ମଥୁରାର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଥିଲା ।

ଦ୍ଵାପର ଯୁଗରେ ଦୁର୍ମିଳାନନ୍ଦନ କଂସ ମଥୁରା ରାଜା ଉଗ୍ରସେନଙ୍କ ରାଣୀ ଇନ୍ଦୁମତୀଙ୍କ ଗର୍ଭରୁ ଜନ୍ମ ନେଲା । ବ୍ରହ୍ମାଙ୍କ ବଳରେ ବଳୀୟାର ହୋଇ ସେ ଗୋରୁ, ବ୍ରାହ୍ମଣମାନଙ୍କୁ ବହୁ କଷଣ ଦେଲା । ସ୍ବର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁରକୁ ଥରହର କଲା । ଭୟରେ ଦେବତାମାନେ ଆସି ତା’ର ପାଦତଳେ ଶରଣ ପଶିଲେ । ଧର୍ମକୁ ନାଶ କରି କଂସ ଅଧର୍ମ କାର୍ଯ୍ୟ କରିଚାଲିଲା । ଜୀବମାନଙ୍କୁ ଅଶେଷ ନିର୍ଯାତନା ଦେଲା । ଦିନୁଦିନ ତା’ର ଅତ୍ୟାଚାର ବଢ଼ିଚାଲିଲା । ଦେବତାମାନେ ଆଉ ସହ୍ୟ କରିପାରିଲେ ନାହିଁ । ସମସ୍ତେ ଯାଇ ଇନ୍ଦ୍ରଙ୍କ ପାଖରେ ପହଞ୍ଚିଲେ । ଇନ୍ଦ୍ର ମଧ୍ୟ କ’ଣ କରିବେ ଚିନ୍ତା କରିପାରିଲେ ନାହିଁ । ବ୍ରହ୍ମାଙ୍କଠାରୁ ସନ୍ଦେଶ ପାଇ ଇନ୍ଦ୍ରଙ୍କ ସହିତ ଦେବଗଣ ଯାଇ କ୍ଷୀର ସାଗରରେ ଅନନ୍ତ ଶୟନ କରିଥିବା ଭଗବାନ ବିଷ୍ଣୁଙ୍କ ନିକଟରେ ପହଞ୍ଚିଲେ । ଅତି ଆକୁଳରେ ଦେବଗଣ ଭଗବାନ୍ ବିଷ୍ଣୁଙ୍କୁ ସ୍ତୁତି କଲେ ଏବଂ କଂସର ଅନ୍ୟାୟ ଅତ୍ୟାଚାର ସମ୍ବନ୍ଧରେ ଜଣାଇଲେ ।

ଭଗବାନ୍ ବିଷ୍ଣୁ ହେଉଛନ୍ତି ଦୟାର ସାଗର । ଦେବତାମାନଙ୍କର କଥାକୁ ସେ ହୃଦୟଙ୍ଗମ କଲେ । ଅଳ୍ପଦିନ ପରେ ସେ କଂସକୁ ମାରିବେ । କୃଷ୍ଣ ଅବତାର ନେଇ ସେ ବସୁଦେବଙ୍କ ଘରେ ଦେବକୀଙ୍କ ଗର୍ଭରୁ ଅଷ୍ଟମ ସନ୍ତାନରୂପେ ଜନ୍ମନେବେ । ଏକଥା ଶୁଣି ଦେବଗଣ ଆନନ୍ଦ ମନରେ ପ୍ରତ୍ୟାବର୍ତ୍ତନ କଲେ । କିଛିଦିନ ପରେ ଭଗବାନ ବିଷ୍ଣୁ ଦେବକୀଙ୍କର ଗର୍ଭରେ ଆସି ବାସ କଲେ । ଦଶମାସ ଦଶଦିନ ହେବାରୁ କୃଷ୍ଣରୂପରେ ସେ ଜନ୍ମନେଲେ । କଂସର ଭୟରେ ସେହି ରାତିରେ ବସୁଦେବ ବନ୍ଦୀଗୃହରୁ କୃଷ୍ଣଙ୍କୁ ନେଇ ଗୋପପୁରରେ ନନ୍ଦରାଣୀ ଯଶୋଦାଙ୍କ କୋଳରେ ଛାଡ଼ିଦେଇ ଆସିଲେ । ଏକଥା କଂସ ଜାଣିପାରିଲେ ନାହିଁ । ଗୋପପୁରରେ ନନ୍ଦ ଯଶୋଦାଙ୍କ କୋଳରେ କୃଷ୍ଣ ଶୁକ୍ଳପକ୍ଷ ଚନ୍ଦ୍ରପରି ଦିନକୁ ଦିନ ବଢ଼ିବାକୁ ଲାଗିଲେ । ସାତଦିନରେ,ସେ କଂସ ପଠାଇଥିବା ପୁତନାକୁ ନାଶ କଲେ । ଏହାପରେ ତୃଣା, ଶକଟା, ବକା, ଅଘା ଆଦି ଅସୁରମାନଙ୍କୁ ବଧ କଲେ । କାଳିନ୍ଦୀ ହ୍ରଦରେ କାଳୀନାଗ ଦମନ କଲେ । କ୍ରମେ ଗୋପପୁରରେ ଏହିରୂପେ ପ୍ରଭୁ ଲୀଳା ଆରମ୍ଭ କଲେ ।

ଏକଦା କ୍ରୋଧବଶତଃ ବରୁଣ ଆସି ନନ୍ଦରାଜାଙ୍କୁ ହରଣ କରିନେଇଥିଲେ । ତାଙ୍କ ହସ୍ତରୁ କୃଷ୍ଣ ନନ୍ଦଙ୍କୁ ଉଦ୍ଧାର କରି ଆଣିଥିଲେ । ପୁଣି ଇନ୍ଦ୍ର କୋପକରି ସାତଦିନ ବ୍ୟାପି ଗୋପପୁରରେ ବର୍ଷା କରାଇଥିଲେ । କୃଷ୍ଣ ନିଜ କାଣି ଆଙ୍ଗୁଠିରେ ଗିରି ଗୋବଦ୍ଧନକୁ ଟେକି ଇନ୍ଦ୍ରଙ୍କ କୋପରୁ ଗୋପବାସୀଙ୍କୁ ଉଦ୍ଧାର କଲେ । ବୃନ୍ଦାବନ ହେଲା ତାଙ୍କ ଖେଳଭୂମି । ଗୋପବାଳାମାନଙ୍କୁ ନେଇ ସେହି ବୃନ୍ଦାବନରେ ସେ ନିତ୍ୟ ନିବାସ କଲେ । ଗୋପୀମାନଙ୍କ ସହ ଅନେକ ଖେଳକୌତୁକରେ ରତ ହେଲେ । ଯମୁନା ଜଳରେ ସ୍ନାନ କରୁଥିବାବେଳେ ସେ ଗୋପୀମାନଙ୍କର ବସ୍ତ୍ରକୁ ଚୋରାଇ ନେଇ ଗୋପୀମାନଙ୍କ ସହ ରାସକ୍ରୀଡ଼ାରେ ନିମଗ୍ନ ରହିଲେ । ପୁଣି ନିଜର ବାହୁବଳରେ କେଶୀ ପିଣ୍ଡକୁ ମତ୍ତନ କଲେ । ଯେତେ ଅସୁର ଥିଲେ ସମସ୍ତଙ୍କୁ ବଧ କରି ଧର୍ମପାଳନ କଲେ । ତାହା ଶୁଣି କଂସ ଭୟରେ ଥରହର ହେଲା । କେଉଁ ଉପାୟରେ ସେ ତା’ର ଶତ୍ରୁକୁ ମାରିବ ସେହି ଚିନ୍ତାରେ ଘାରିହେଲା । ମନ୍ତ୍ରୀ ଅକ୍ରୂରକୁ ଡକାଇ ପରାମର୍ଶ ଲୋଡ଼ିଲା । ନାରଦ କହିଯାଇଥିବା କଥା ଅକ୍ରୂରକୁ ଜଣାଇଲା । ଦେବକୀର ଅଷ୍ଟମଗର୍ଭରେ ଜାତ ହୋଇଥ‌ିବା ସନ୍ତାନ ଗୋପପୁରରେ ବଢ଼ୁଛି । ସେହି ନନ୍ଦସୁତ କୃଷ୍ଣ ତା’ପାଇଁ କାଳ ହୋଇ ରହିଛି । ତାକୁ ମାରିବାପାଇଁ ସେ କୌଶଳକରି ପୁତନା, ତୃଣା, ଶକଟା, କେଶୀ, କଦମ୍ବା, ଧେନୁକା, ବ୍ୟୋମା, ବସା, ଅଘା ଆଦି ଅସୁରମାନଙ୍କୁ ପଠାଇଥିଲା । ସମସ୍ତେ ସେଇ କୃଷ୍ଣ ହାତରେ ମଲେ । ନିରୁପାୟ ହୋଇ କଂସ ବସିରହିଛି । ବିଶ୍ଵାସୀ ମନ୍ତ୍ରୀ ଅକ୍ରୂରର ପରାମର୍ଶ ଲୋଡ଼ିଛି । କାଲି ପ୍ରଭାତରେ ଗୋପପୁର ଯାଇ କୃଷ୍ଣ-ବଳରାମଙ୍କୁ କୌଣସି ପ୍ରକାରରେ ମଥୁରାକୁ ଆଣିବାକୁ କହିଛି । ଏହିଠାରେ ସେ ଦୁଇଭାଇଙ୍କୁ ହତ୍ୟାକରି ଆନନ୍ଦରେ ଅନ୍ନଜଳ ଭକ୍ଷଣ କରିବ । ତା’ର ମୃତ୍ୟୁ ଯେ କୃଷ୍ଣ ହାତରେ ସେ ଏ କଥା ଜାଣିପାରି କହିଛି –

‘‘ଶୂନ୍ୟ ମଣ୍ଡଳେ ମେଘ ପ୍ରକାଶଇ ।
ଛିଦ୍ର ହୋଇ ବହୁତ ବରଷଇ ॥
ଭସ୍ମ କୁଢ଼ରେ ଅଗ୍ନିକଣା ଥାଇ ।
ମନ୍ଦ ପବନେ ବଳିଷ୍ଠ ହୁଅଇ ॥
କାଳେ ସଂସାର କରଇ ଦହିଜ ।
ସେହି ପ୍ରକରେ ନନ୍ଦର ତନୁଜ ॥
ତାକୁ ବେଳହୁଁ ଉପାଏ ମାରିବା ।
ନ ମାଇଲେ କାଳେ ଆପେ ମାରିବା ॥’’

ନିଜ ମରଣଭେଦ ମନ୍ତ୍ରୀ ଅକୃରଙ୍କୁ କଂସ ଜଣାଇଛି । ଅତି ବିକଳ ହୋଇ ଅକୁରଙ୍କ ହାତଧରି ଉପାୟ ବତାଇ ଦେଇଛି । କ୍ରମେ ରାତ୍ରି ପ୍ରବେଶ ହୋଇଛି । କଂସ ଆଜ୍ଞାପତ୍ର ଲେଖୁଛି । ଅକ୍ରୂର ହସ୍ତରେ ତାହାକୁ ପ୍ରଦାନ କରିଛି । ଅକ୍ରୂର ଆଜ୍ଞାପତ୍ରକୁ ଗଳାରେ ଲମ୍ବାଇ ଗୋପପୁରକୁ ଗମନ କରିଛନ୍ତି । ସେଥ‌ିପାଇଁ କଂସ ଧନୁଯାତ୍ରାର ବନ୍ଦୋବସ୍ତ କରିଛି । ସେହିପରି ଭାବରେ ଦ୍ଵିତୀୟ ଛାନ୍ଦରେ କବି ଅକୁରଙ୍କ ଗୋପପୁର ଗମନ ଓ କୃଷ୍ଣଦର୍ଶନ ପ୍ରସଙ୍ଗ ବର୍ଣ୍ଣନା କରିଛନ୍ତି । ରାତି ପାହି ସକାଳ ହୋଇଛି । ଅକ୍ରୂର ଗୋପପୁରକୁ ଗମନ କରିଛି । କୃଷ୍ଣଙ୍କୁ ଦର୍ଶନ କରିବାପାଇଁ ଅକ୍ରୂରର ମନ ଉଚ୍ଛନ୍ନ ହୋଇଉଠିଛି । ସେ ମନେ ମନେ ଚିନ୍ତା କରୁଥାଏ ଯେ ତା’ର ଜୀବନ ଧନ୍ୟ ହୋଇଛି । ତା’ର ପିତା ମାତା ଧନ୍ୟ । ସେ ଆଜି ଦେବରାଜ କୃଷ୍ଣଙ୍କୁ ଦେଖୁବ । ସେ ପହଞ୍ଚିଲାବେଳକୁ କୃଷ୍ଣ ଯାଇ ନନ୍ଦ ଯଶୋଦାଙ୍କ କୋଳରେ ବସିଥିବେ । ଅକ୍ରୁର ଯାଇ ପହଞ୍ଚିଯିବ ସେଠାରେ । ଦୁଇଭାଇ ଦୂରରୁ ଦେଖୁ ‘ଆସ ଆସ’ ବୋଲି ଡାକିବେ । ସେହି ଅମୃତମୟ ବାଣୀ ଶୁଣି ତାଙ୍କର ସବୁ ଦୋଷ ଖଣ୍ଡିତ ହୋଇଯିବ ।

କବି ଲେଖନୀରେ – କଂସଡଗର କରେ ବିଚାର ଧନ୍ୟ ହୋଇଲା ଆଜ ।
ଧନ୍ୟ ମୋ ତାତ ଧନ୍ୟ ମୋ ମାତ ଦେଖୁ ଦେବରାଜ ॥

କୃଷ୍ଣଙ୍କୁ ଦେଖୁଲେ ପରବର୍ତ୍ତୀ ଅବସ୍ଥାରେ କ’ଣ କ’ଣ ଘଟିବ ତାହା ଅକ୍ରୂର ମନେମନେ ବିଚାର କରିଛନ୍ତି । ଶେଷରେ ଅକ୍ରୁରଙ୍କ ମନକଥାକୁ ବୁଝିପାରିଛନ୍ତି କୃଷ୍ଣ । ମଥୁରା ଯିବାପାଇଁ ସେ ସମ୍ମତି ଜଣାଇଛନ୍ତି । ଚିଟାଉ ନେଇ ପିତା ନନ୍ଦଙ୍କୁ ଦେବାପାଇଁ କହିଛନ୍ତି । ଅକ୍ରୁର ନନ୍ଦରାଜାଙ୍କୁ ଚିଟାଉ ଦେଇଛନ୍ତି । ନିଦ୍ରାରୁ ଉଠି ରାଜା ନନ୍ଦ କଂସର ଆଜ୍ଞା ପତ୍ରିକାକୁ କାତର ଚିତ୍ତରେ ପାଠ କରିଛନ୍ତି।

ସେହିପରି ତୃତୀୟ ଛାନ୍ଦରେ ନନ୍ଦଙ୍କ ନିକଟକୁ କଂସ ଲେଖୁଥ‌ିବା ଆଜ୍ଞାପତ୍ରର ବିଷୟବସ୍ତୁ ବର୍ଷିତ ହୋଇଅଛି । କଂସ ଲିଖ୍ ଆଜ୍ଞାପତ୍ରର ବିଷୟବସ୍ତୁ ଏହି ଯେ ଇନ୍ଦ୍ର, ଚନ୍ଦ୍ର ଆଦି ଦେବତା ତା’ର ବଶ୍ୟତା ସ୍ୱୀକାର କରିଅଛନ୍ତି । ନନ୍ଦ ଯେ କେତେକାଳ ଧରି କଂସ ପ୍ରତି ଅବଜ୍ଞାଭାବ ପୋଷଣ କରିଆସିଛନ୍ତି, ସେଥ୍ପାଇଁ କଂସ କୁପିତ ହୋଇ ନନ୍ଦଙ୍କୁ ଉପହାରଦ୍ରବ୍ୟ ସହିତ ଆସି ତା’ ନିକଟରେ କ୍ଷମାଭିକ୍ଷା କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଧନୁ ଉତ୍ସବ ଦେଖିବାପାଇଁ କୃଷ୍ଣ-ବଳରାମଙ୍କୁ ସଙ୍ଗରେ ଆଣି ଆସିବାପାଇଁ ମଧ୍ଯ କଂସ ନିର୍ଦ୍ଦେଶ ଦେଇଛନ୍ତି । ନନ୍ଦ ଏହି ଆଜ୍ଞାପତ୍ର ପାଠ କରି ଦୁଃଖ୍ତ ହୋଇ ମଥୁରାଯାତ୍ରା ବିଷୟ ଗୋପପୁରରେ ଘୋଷଣା କରିଛନ୍ତି ଏବଂ ଅକ୍ରୁରଙ୍କୁ ଆଦର ସହିତ ସତ୍କାର କରିଅଛନ୍ତି ।

ସେହିପରି ଚତୁର୍ଥ ଛାନ୍ଦରେ ଧନୁ ଉତ୍ସବ ଦେଖୁବା ନିମିତ୍ତ ଶ୍ରୀକୃଷ୍ଣ ଓ ବଳରାମ ମଥୁରାପୁର ଯିବାକଥା ଶୁଣି ଗୋପୀମାନେ ଅତ୍ୟନ୍ତ ଦୁଃଖୁତା ଓ ଉତ୍କଣ୍ଠିତା ହୋଇପଡ଼ିଛନ୍ତି । ସେମାନେ ନନ୍ଦଙ୍କ ମନ୍ଦିରରେ ପ୍ରବେଶ କରି ଦେଖ‌ିଲେ ଯେ ମଥୁରାପୁର ଯାତ୍ରାଲାଗି ନନ୍ଦମନ୍ଦିର ପ୍ରାଙ୍ଗଣରେ ସମ୍ଭାରସଜ୍ଜା ଚାଲିଅଛି । ଗୋପୀମାନେ ଶ୍ରୀକୃଷ୍ଣଙ୍କର ମଥୁରାଗମନ କଥା ଜାଣିପାରି ତାଙ୍କ ବିରହରେ ଅସହ୍ୟ ହୋଇପଡ଼ିଛନ୍ତି । ଏହି ଛାନ୍ଦର କଥାବସ୍ତୁ ମୁଖ୍ୟତଃ ଭାଗବତରୁ ଗୃହୀତ ହୋଇଅଛି । ଏହି ଛାନ୍ଦର ପଦଲାଳିତ୍ୟ ଓ ସଙ୍ଗୀତ ମୁଗ୍ଧକର ହୋଇଅଛି । ଶ୍ରୀକୃଷ୍ଣ ମଥୁରାକୁ ଚାଲିଗଲେ ଗୋପବାସୀଙ୍କ ଅବସ୍ଥା କିପରି ଶୋଚନୀୟ ହୋଇପଡ଼ିବ ତାହା ସୁନ୍ଦର ଭାବରେ କବି ବର୍ଣ୍ଣନା କରିଛନ୍ତି ।

କବିଙ୍କ ଭାଷାରେ – ‘‘କେ ବୋଲଇ, କାଲିଠାରୁ କୁମୁଦ ମରିବେ ।
କୁମୁଦ-ରମଣ ଯେଣୁ କୁମୁଦକୁ ଯିବେ ।
ଅନ୍ଧକାରକୁ ବାଢ଼ିବ ।
ସତେ କି ଚନ୍ଦ୍ରମା ଚନ୍ଦ୍ରମଣିକି ଛାଡ଼ିବ ।”

କଠିନ ଶବ୍ଦ ଓ ଏହାର ଅର୍ଥ :

ପ୍ରଥମ ଛାନ୍ଦ

  • ଅନୁଜ – ସାନଭାଇ, ଯେ ଶେଷରେ ଜାତ।
  • ତାରଣ – ଉଦ୍ଧାରକର୍ତ୍ତା।
  • ଜୟ – ୧ମ ପଦଠାରୁ ୭ମ ପଦ ପର୍ଯ୍ୟନ୍ତ କବି ଶ୍ରୀକୃଷ୍ଣଙ୍କ ର ଜୟଗାନ କରିଥିବାରୁ ଏଠାରେ ‘ଜୟ’ ଶବ୍ଦର ଅର୍ଥ ନମସ୍କାର।
  • କଂସାରି – କଂସର ଶତ୍ରୁ।
  • ରମାରମଣ – ଲକ୍ଷ୍ମୀପତି ।
  • ଦଇତାରି – ଅସୁରମାନଙ୍କ ଶତ୍ରୁ ।
  • ଅନନ୍ତ – ଯାହାର ଅନ୍ତ ନାହିଁ ।
  • ନନ୍ଦକ – ଶ୍ରୀକୃଷ୍ଣଙ୍କ ଖଡ଼ଗ ।
  • ଅନାଦି – ଯାହାର ଆରମ୍ଭ ନାହିଁ କି ଶେଷ ନାହିଁ ।
  • ଅଖେଳବିହାରୀ – ସର୍ବବ୍ୟାପୀ ।
  • ପଙ୍କଜ – ଯେ ପଙ୍କରୁ ଜାତ, ପଦ୍ମ।
  • ପୟର – ପାଦ ।
  • ପ୍ରୟୋଜନ – ଆବଶ୍ୟକ ।
  • ସୁଜନ – ପଣ୍ଡିତ ।
  • ତରି ଅଛନ୍ତି – ମୁକ୍ତି ପାଇଛନ୍ତି ।
  • ନିଶି – ରାତି ।
  • ଭବ – ସଂସାର ।
  • ତେଜନ୍ତି – ପରିତ୍ୟାଗ କରନ୍ତି ।
  • ପୀତବାସ – ହଳଦିଆ ବସ୍ତ୍ର ଯେ ପରି ଧାନ କରନ୍ତି ।
  • ବକାରି – ବକାସୁରର ଶତ୍ରୁ।
  • ନରକ – ପ୍ରାଗ୍ ଜ୍ୟୋତି ଷପୁରର ରାକ୍ଷସରାଜ ।
  • ଯାତନା – କଷ୍ଟ ।
  • ବାରିଧ୍ – ସାଗର ।
  • ଉସତ – ଆନନ୍ଦ ।
  • ଦୁର୍ମୂଲା ନନ୍ଦକ – କଂସ ।
  • ସୁନାସୀର – ଇନ୍ଦ୍ର ।
  • କାଳୀ – କାଳୀ ନାଗ ।
  • ବିବାଦ – କଳହ ।
  • ନିବାସ – ବାସ ।
  • ସନ୍ତାପ – ଦୁଃଖ ।
  • କଳୁଷ – ପାପ ।
  • ସୁରଗଣ – ଦେବଗଣ
  • ଉଦରେ – ଗର୍ଭରେ ।
  • ଦେହୀ – ଶରୀର ।
  • ବଇରୀ – ଶତ୍ରୁ ।
  • ଭାଳଇ – ଚିନ୍ତା କରଇ ।
  • ଭସ୍ମକୁଢ଼ – ପାଉଁଶ ।
  • ମନ୍ଦ – ଧୀର ।
  • ଦହିଜ – ଦହ୍ୟ, ଦଗ୍‌ଧ ।
  • ତନୁଜ – ପୁତ୍ର ।
  • ବେନିକର – ଦୁଇହାତ ।
  • ବେନିଭାଇ – ଦୁଇଭାଇ (କୃଷ୍ଣ ଓ ବଳରାମ) ।
  • ବିନତି – ଅନୁରୋଧ ।
  • କବରୀ – ଜୁଡ଼ା, ଖୋସା ।
  • ଗୃଧ୍ର – ଭାବ ।
  • ସ୍ବନ – ଶାଗୁଣା ।
  • ମାର୍ଜାର – ବିରାଡ଼ି (ମଞ୍ଜାରି) ।
  • ଉଦେ – ଉଦିତ ହୁଏ ।
  • ଭାନୁ – ସୂର୍ଯ୍ୟ ।
  • ଯାଦବ – ଯଦୁବଂଶରେ ଜାତ ।
  • ଚତୁର୍ଦ୍ଦଶ ଭୁବନ – ଚଉଦ ଭୁବନ (ଅତଳ, ବିତଳ ସୁତଳ, ରସାତଳ, ତଳାତଳ, ମହାତଳ, ପାତାଳ, ଭୂ, ଭୂଦଃ, ସ୍ୱ, ମହାଃ, ଜନଃ, ତପଃ, ସତ୍ୟ) ।
  • ବକତା – ବ୍ୟକ୍ତ ।
  • ସର୍ବକରତା – ଯେ ସବୁ କରିଛନ୍ତି ।
  • ବ୍ଯତ୍ରକେ – ବ୍ୟତୀତ ।
  • ମୋହରେ – ମୋତେ ।
  • ପଙ୍କଜପୟରେ – ପଦ୍ମପାଦରେ ।
  • ପ୍ରମାଣ ବଚନ – ସିଦ୍ଧ ବଚନ ।
  • ଭବକଳୁଷ ସନ୍ତାପ – ସଂସାରର ପାପତାପ ।
  • କେଶୀ – କଂସର ଅନୁଚର ।
  • ସାଧୁକ – ନାଶ କଲ ।
  • ରାଜନ – ପରୀକ୍ଷିତ ।
  • ଉଷତ – ଆନନ୍ଦିତ ।
  • ବେଦବର – ବ୍ରହ୍ମା ।
  • ଦୈତ – କଂସ ।
  • ନାଗଶୟନ – ଅନନ୍ତଶଯ୍ୟା ।
  • ଚନ୍ଦ୍ରମା ପକ୍ଷ – ଶୁକ୍ଳପକ୍ଷ ।
  • ପୁତନା – ଅଘା ଓ ବକାସୁରର ଭଉଣୀ ।
  • ବେନି ବଛି – ଦୁଇପୁଅ ।
  • ବର୍ତ୍ତନ ବସାଣ – ଧାର୍ଯ୍ୟ ହୋଇଥିବା ରାଜ୍ୟବୃତ୍ତି ।
  • ଝାଇଁ – ତତଲା ।

ଦ୍ବିତୀୟ ଛାନ୍ଦ

  • ଆଶେ – ଆଶାରେ ।
  • ସଫଳାସୁତ – ଅକ୍ରୂର ।
  • ହେଜିଲା – ଭାବିଲା ।
  • ବାଗ ଦଉଡ଼ି – ଲଗାମ ।
  • ଉଚ୍ଛନ୍ନ – ଚଞ୍ଚଳ ।
  • ଚକ୍ଷୁ ମଟକେ – ଆଖୁପିଛୁଳାକେ ।
  • ଅତି ଛଟକେ – ଅତି ଶୀଘ୍ର ।
  • ରହୁବର – ରଥଶ୍ରେଷ୍ଠ ।
  • ବଳି – ଅତିକ୍ରମ କରି ।
  • ଦେବଙ୍କ ରାଜେ – ଶ୍ରୀକୃଷ୍ଣ ।
  • ତାତ – ପିତା ।
  • ମଧୁପୁର – ମଥୁରା ।
  • ଡଗର – ଦୂତ ।
  • ଜଳଦ ତନୁ – ନୂଆ ମେଘ ପରି ଯାହାର ଶରୀର ।
  • ନାସାଦ୍ବାର – ନାସାରନ୍ଧ୍ର ।
  • ପେଷିଲା – ପଠାଇଲା ।
  • ଶ୍ରୀପତି – କୃଷ୍ଣ ।
  • ଭବବନ୍ଧନ – ସଂସାର ବନ୍ଧନ ।
  • ବ୍ରଜବିହାରୀ – ଶ୍ରୀକୃଷ୍ଣ ।
  • ଭାଳି – ଚିନ୍ତା କରି ।
  • ଧ୍ବଜ – ପତାକା ।
  • ଚକ୍ରାଦି – ଚକ୍ର ଆଦି ଅଷ୍ଟାଦଶ ଚିହ୍ନ ।
  • ଶିରେ – ମୁଣ୍ଡରେ ।
  • କହି ହୁଡ଼ଇ – କେହୁ କହୁ ଭୁଲିଯିବା ।
  • ଗଡ଼ଇ ପାଦ ପରେ – ପାଦତଳେ ଗଡ଼ିଯିବା ।
  • ଶୂନ୍ୟକୁ କୋଳ କରି – ଶୂନ୍ୟକୁ ଶ୍ରୀକୃଷ୍ଣ ଭାବି ବାହୁ ବିସ୍ତାରକରି, ଆଲିଙ୍ଗନ କରି
  • ମନେ ହେଜଇ – ମନରେ ଚିନ୍ତା କରିବା ।
  • ବାତୁଳ ହୋଇ – ଉନ୍ମାଦ ହୋଇ ।
  • ଗୋପୀମୋହନ – ଶ୍ରୀକୃଷ୍ଣ ।
  • ଆରତ – ଆତୁର ।
  • ଅଙ୍କୁଶ – ଆଙ୍କୁଡ଼ି ।
  • ନିଉଡ଼େ – ବୋଳେ ।
  • ରାଢ଼ – କୃପଣ ।
  • ଗୋପମାର୍ଗ – ବ୍ରଜଦାଣ୍ଡ ।
  • ଦ୍ରହାସେ – ମନ୍ଦହାସରେ, ଅଳ୍ପ ଅଳ୍ପ ହସି ।
  • ସୀମାନ୍ତରେ – ଶେଷଭାଗରେ ।
  • ଜୀମୂତ – ମେଘ ।
  • ବିଦ୍ୟୁ – ବିଜୁଳି ।
  • ତ୍ରିମୁଣ୍ଡୀ – ଫୁଲ ଖୋସା ହୋଇଥିବା ଜୁଡ଼ା ।
  • ତିଳକୁସୁମ – ରାଶିଫୁଲ ।
  • ପାରିଜାତ – ସ୍ବର୍ଗମନ୍ଦାର ।
  • ଶତପତ୍ର – ପଦ୍ମ ।
  • ରଦନ ତେଜ – ଦନ୍ତର କାନ୍ତି ।

ତୃତୀୟ ଛାନ୍ଦ

  • ଅଇରିକୁଳକୁ କେତୁ – ଶତ୍ରୁକୁଳକୁ ଧୂମକେତୁ।
  • ରଣରାଜପୁତ୍ରେ – ରଣପ୍ରିୟ ରାଜପ୍ରତୁମାନେ ମୋର ପ୍ରତିଜ୍ଞାରେ ରଣତେଜି ମୃତ୍ୟୁ ଲଭନ୍ତି ।
  • ଜନ୍ତୁ ପତି – ଯମ ।
  • କୁଧର – ପର୍ବତ ।
  • ଅଇରି – ଶତ୍ରୁ ।
  • ଉର – ଛାତି ।
  • ଶଲ – କୁନ୍ତ ।
  • ବ୍ରଜସେହ୍ନା – ଦୁର୍ଭେଜ୍ୟ ସାଞ୍ଜୁବିଶେଷ ।
  • ସୁନାସୀର – ଇନ୍ଦ୍ର ।
  • ଜଳଧୂ – ସମୁଦ୍ର ।
  • ଦେବଗୁରୁ – ବୃହସ୍ପତି ।
  • ବିଧ – ବ୍ରହ୍ମା ।
  • ତାତ – ବ୍ରହ୍ମା ।
  • ମୂଳ – ପ୍ରଧାନ କଥା ।
  • କଟକାଇ – ଯୁଦ୍ଧ ଆୟୋଜକ କଲେ ବା ସୈନ୍ୟ ସହିତ ଗଡ଼ ଆକ୍ରମଣ କଲେ ।
  • ଯାଦବକୁଳ – ଯଦୁବଂଶ ।
  • କୁମୁଦବନ – କଇଁସମୂହ ।
  • ନିଶାମଣି – ଚନ୍ଦ୍ର ଚନ୍ଦ୍ର କଇଁମାନଙ୍କୁ ପ୍ରଫୁଲ୍ଲିତ କଲା ପରି ମୁଁ ଯଦୁବଂଶର ଆନନ୍ଦଦାତା ଅଟେ ।
  • ସହିବା ପଣେ – ସହିଷ୍ଣୁତାରେ ।
  • ଅଷ୍ଟଭୂଜ – ବ୍ରହ୍ମା ।
  • ଧାପ – ରଣଯାତ୍ରା ।
  • ଜରାସନ୍ଧ – ମଗଧର ରାଜା ।
  • ହନ୍ତକାର – ଘାତକ ।
  • ମହାପ୍ରଳୟ ବରଷା – ସଂବର୍ଭମେଘ ।
  • ସମ୍ଭାର – ଦ୍ରବ୍ଯାପହାର ।
  • ଗୋଟିକା, ଅଧାମ – ମିଷ୍ଟାନ୍ନ ବିଶେଷ ।
  • ପରଚେ – ଚିହ୍ନା, ପରିଚୟ ।
  • ଶିରୀପତି – କୃଷ୍ଣ ।
  • ପରିଜନ – ଭୃତ୍ୟ ।
  • ଗୋପସାଇଁ – ଗେପରାଜା, ନନ୍ଦ ।

ଚତୁର୍ଥ ଛାନ୍ଦ

  • ସାୟକ – ଶର।
  • ସାୟକ ପୂଜା – ଧନୁପୂଜା ।
  • ଥାବର – ସ୍ଥାବର, ପର୍ବତବୃକ୍ଷାଦି ।
  • ପାତ – ବିନାଶ, କ୍ଷୟ ।
  • ଗୋଈ – ଗୋପୀ ।
  • ଏଣୀଦୃଶା – ମୃଗନୟନା ।
  • ବେନିଚକ୍ଷୁ – ଏଠାରେ କୃଷ୍ଣଚନ୍ଦ୍ର ଓ ବଳରାମ ।
  • ମୁକୁଦ ମରିବେ – କଇଁସବୁ ମରିବେ ।
  • କୁମୁଦରମଣ – ଚନ୍ଦ୍ର ।
  • କୁମୁଦ – ନୈର୍ଗତ କୋଣ ।
  • କରୀନ୍ଦ୍ର ଗମନା – କଂସ ।
  • ଆୟୁନେଉ – ଆମ୍ଭଙ୍କୁ ମାରୁ ।
  • ଲୀଳା – କୃଷ୍ଣଙ୍କ ଖେଳ କଉତୁକ ।
  • ବାହୁନି – ଉଚ୍ଚସ୍ୱରରେ ବର୍ଣନା କରି ।
  • କୋଡ଼େ – ମାରେ ।
  • ସ୍ଥକିତ – ଥର ।
  • ଭଙ୍ଗାଇ – ନିଷେଧ କରି, ଭାଙ୍ଗୁଣିଆ କରି ।
  • ସାରଣୀ – ଜଣେ ଗୋପୀ ।
  • ପ୍ରତିବାଣୀ – ପ୍ରତ୍ୟୁତ୍ତର ।
  • ମଧୁପୁର – ମଥୁରା ।
  • ଭେଳିକି – କୁହୁକ, ଭୋଜବିଦ୍ୟା ।
  • ହେମମାଳା – ଗଜରାଜ ଗତି ।
  • ଭେଳା – ଆଶ୍ରା ବା ଆଶ୍ରୟ ।
  • ଧାତା ଛାଡ଼ିଲା – ଦଇବ ଛାଡ଼ିଲା, ବିହି ବାମ ହେଲା ।
  • ନିୟତ – ନିଶ୍ଚୟ ।
  • ଗୋରସରେ – ଦୁଧରେ ।
  • ବରଜ – କୃଷ୍ଣଚନ୍ଦ୍ର ।
  • ବରଜ ଚତୁରୀ – ଗୋପୀ ।
  • ବରଗିଛି – ପଠାଇଛି ।
  • ରମଣ – କାନ୍ତ, ଗୋପୀରମଣ ଅର୍ଥରେ ।
  • ଚିନ୍ତାରତ୍ନାକରେ – ଚିନ୍ତାରୂପ ସମୁଦ୍ରରେ ।
  • ମନମୀନ – ମନରୂପ ମାଛ ବୁଡ଼ିଗଲା ।
  • କାରୁଣ – କାରୁଣ୍ୟ, ରୋଦନ ।

Leave a Comment