Odisha State Board CHSE Odisha Class 11 Sociology Solutions Unit 3 ସାମାଜିକ ଅନୁଷ୍ଠାନ Questions and Answers.
CHSE Odisha 11th Class Sociology Unit 3 Question Answer ସମାଜ ସାମାଜିକ ଅନୁଷ୍ଠାନ
କ’ ବିଭାଗ
ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ଉତ୍ତର ଚୟନ କର :
Question ୧।
ପରିବାର କ’ଣ ଅଟେ ?
(i) ଏକ ଅନୁଷ୍ଠାନ
(ii) ଏକ ସଂଘ
(ii) ଏକ ସମୁଦାୟ
(iv) ଏ ସମସ୍ତ
Answer:
(iv) ଏ ସମସ୍ତ
Question ୨।
ସନ୍ତାନ ମାନଙ୍କର ଯତ୍ନ ଓ ନିରାପତ୍ତା କାହା ଦ୍ୱାରା ହୋଇଥାଏ ?
(i) ପରିବାର
(ii) ବିବାଦ
(iii) ଧର୍ମ
(iv) ଜାତି
Answer:
(i) ପରିବାର
Question ୩।
ଯେଉଁ ବ୍ୟକ୍ତି ବା ସମ୍ପର୍କୀୟମାନେ ଅତି ନିଜର ଭାବେ ନିକଟତର ସେମାନଙ୍କୁ କ’ଣ କୁହାଯାଏ ?
(i) ପ୍ରାଥମିକ ଜ୍ଞାତି
(ii) ଗୌଣ ଜ୍ଞାତି
(iii) ଆଶିଂଳ ଜ୍ଞାତି
(iv) ଏ ସମସ୍ତ
Answer:
(i) ପ୍ରାଥମିକ ଜ୍ଞାତି
Question ୪।
ପ୍ରାଥମିକ ଜ୍ଞାତିଙ୍କର ଗୌଣଜ୍ଞାତିଙ୍କୁ ବା ଗୌଣ ଜ୍ଞାତିମାନଙ୍କର ପ୍ରାଥମିକ ଜ୍ଞାତିକୁ କ’ଣ କୁହାଯାଏ ?
(i) ପ୍ରାଥମିକ ଜ୍ଞାତି
(ii) ଗୌଣ ଜ୍ଞାତି
(iii) ଆଶିଂଳ ଜ୍ଞାତି
(iv) ଏ ସମସ୍ତ
Answer:
(ii) ଆଶିଂଳ ଜ୍ଞାତି
Question ୬।
ରକ୍ତ ସମ୍ପର୍କ ବା ରକ୍ତ ବଦଳରେ ପ୍ରତିଷ୍ଠିତ ଜାତିକୁ କ’ଣ କୁହାଯାଏ ?
(i) ରକ୍ତ ସମ୍ପର୍କୀୟ ଜ୍ଞାତି
(ii) ନିକଟ ସମ୍ପର୍କୀୟ ଜ୍ଞାତି
(iii) ଉଭୟ ରକ୍ତ ଓ ନିକଟ ସମ୍ପର୍କୀୟ ଜ୍ଞାତି
(iv) ଏ ସମସ୍ତ
Answer:
(i) ରକ୍ତ ସମ୍ପର୍କୀୟ ଜ୍ଞାତି
Question ୭।
ମାତୃବଂଶ ଅନୁସାରେ ସମ୍ପର୍କୀୟ ଜ୍ଞାତିକୁ କ’ଣ କୁହାଯାଏ ?
(i) ମାତୃବଂଶୀୟ ଜ୍ଞାତି
(ii) ପିତୃବଂଶୀୟ ଜ୍ଞାତି
(iii) ମାଉସୀବଂଶୀୟ ଜ୍ଞାତି
(iv) ଏ ସମସ୍ତ
Answer:
(iv) ଏ ସମସ୍ତ
Question ୮।
ରକ୍ତ ସମ୍ପର୍କ ଭିତ୍ତିରେ ବ୍ୟକ୍ତି ଯେଉଁ ସମ୍ପର୍କୀୟମାନଙ୍କ ସହ ବାସ କରିଥାଏ ତାହାକୁ ବ୍ୟକ୍ତିର କ’ଣ କୁହାଯାଏ ?
(i) ରୋମାନ
(ii) ଲାଟିନ୍
(iii) ଗ୍ରୀକ୍
(iv) ବିବାହ
Answer:
(i) ରୋମାନ
Question ୯।
ପରିବାର ହେଉଛି ଏକ କ୍ଷୁଦ୍ର ସମୂହ ଯେଉଁଥରେ ସୂକ୍ଷ୍ମ ଏବଂ ସ୍ଥାୟୀ ଯୌନ ସମ୍ପର୍କଥାଏ ଏବଂ ତାହା ସନ୍ତାନ ଜନ୍ମ ଏବଂ ସେମାନଙ୍କର ଲାଳନପାଳନ ପାଇଁ ଉଦ୍ଧିଷ୍ଟ। ଏ କଥା କିଏ କହିଥିଲେ?
(i) ଓରବର୍ଗ
(ii) ମାନ୍ ଅଇଭର
(iii) ବର୍ଗେସ
(iv) ସ୍ମର
Answer:
(ii) ମାନ୍ ଅଇଭର
Question ୧୦।
କେଉଁଟି ପରିବାରରେ ଏକ ଲକ୍ଷଣ ନୁହେଁ ?
(i) ଏକ ସାଧାରଣ ବାସସ୍ଥଳୀ
(ii) ଏକ ପ୍ରକାର ନିବାସ
(iii) ଏକ ନାମକରଣ ପଦ୍ଧତି
(iv) ଏକ ନିର୍ଦ୍ଦିଷ୍ଟ ସିମାରେଖା
Answer:
(iv) ଏକ ନିର୍ଦ୍ଦିଷ୍ଟ ସିମାରେଖା
Question ୧୧।
କେଉଁଟି ପରିବାରର ଏକ ଅପରିହାର୍ଯ୍ୟ ପ୍ରକାର୍ଯ୍ୟ ନୁହେଁ ?
(i) ଯୌନ ଇଚ୍ଛା ତୃପ୍ତି
(ii) ପ୍ରଜନନ
(iii) ଧାର୍ମିକ ପ୍ରକାର୍ଯ୍ୟ
(iv) ଅର୍ଥନୈତିକ
Answer:
(iii) ଧାର୍ମିକ ପ୍ରକାର୍ଯ୍ୟ
Question ୧୨।
ଇଂରାଜୀରେ (Education) ଶବ୍ଦଟି କେଉଁ ଭାଷାରୁ ଉତ୍ପତ୍ତି ହୋଇଛି ?
(i) ଗ୍ରୀକ୍
(ii) ଫ୍ରାନସ୍
(iii) ଲାଟିନ୍
(iv) ଜର୍ମାନୀ
Answer:
(iii) ଲାଟିନ୍
ଗୋଟିଏ ଶବ୍ଦରେ ଉତ୍ତର ଦିଅ :
Question ୧।
ପରିବାରରେ ଗୋଟିଏ ପ୍ରକାର୍ଯ୍ୟ ଉଲ୍ଲେଖ କର।
Answer:
ସନ୍ତାନ ମାନଙ୍କର ଯତ୍ନ
Question ୨।
ପରିବାରରେ ଏକ ପରିବର୍ତ୍ତନଶୀଳ ପ୍ରକାର୍ଯ୍ୟ ଦର୍ଶାଅ ।
Answer:
ଚିର ବିନୋଦନ ପ୍ରକାର୍ଯ୍ୟରେ ପରିବର୍ତ୍ତନ
Question ୩।
ସ୍ବାମୀ, ସ୍ତ୍ରୀ ଓ ସେମାନଙ୍କର ଅପ୍ରାପ୍ତ ବୟସ୍କ ପିଲାମାନଙ୍କୁ ନେଇ ଗଠିତ ପରିବାରକୁ କି ପରିବାର କୁହାଯାଏ ?
Answer:
ଏକକ ପରିବାର
Question ୪।
ସଂରଚନା ଭିତ୍ତିରେ ଏକ ପରିବାରରେ ଉଦାହାରଣ ଦିଅ।
Answer:
ଯୌଥ ପରିବାର
Question ୫।
ବଂଶାନୁକ୍ରମ ଭିତ୍ତିରେ ଏକ ପରିବାରର ଉଦାହାରଣ ପ୍ରଦାନ କର ।
Answer:
ମାତୃବଂଶୀୟ ପରିବାର
Question ୬।
ପ୍ରାଧ୍ୟାକାରକୁ ଭିଭିକରି ଏକ ପରିବାରର ଉଦାହରଣ ଦିଅ।
Answer:
ପିତୃ-ଜ୍ଞାତିକ ପରିବାର
Question ୭।
ବସତି ସ୍ଥାପନ ଭିତ୍ତିରେ ଗୋଟିଏ ପରିବାରର ଉଦାହରଣ ଦିଅ।
Answer:
ପିତୃ-ଆବାସିକ ପରିବାର
Question ୮।
ବିବାହକୁ ଭିତ୍ତିକରି ଗୋଟିଏ ପରିବାରର ଉଦାହରଣ ପ୍ରଦାନ କର।
Answer:
ଏକ–ପତ୍ନୀକ ପରିବାର
Question ୯।
ଆନ୍ତଃ-ସମୂହ ଭିଭିରେ କେଉଁ ପରିବାର ଦେଖା ଦେଇଥାଏ ?
Answer:
ଅନ୍ତଃବିବାହୀ ପରିବାର
Question ୧୦।
ବହିଃ–ସମୂହ ଭିଭିରେ କେଉଁ ପରିବାର ଦେଖା ଦେଇଥାଏ।
Answer:
ବହିଃବିବାହୀ ପରିବାର
Question ୧୧।
ପିତୃବଂଶ ଅନୁଯାୟୀ ବଂଶାନୁକ୍ରମ ଓ ଉତ୍ତରାଧୁକାର ସ୍ଥିର ହେଲେ ତାହାକୁ କି ପରିବାର କୁହାଯାଏ ।
Answer:
ପିତୃ-ବଂଶୀୟ ପରିବାର
Question ୧୨।
ଯେଉଁ ପରିବାରରେ ପିତା ବା ଜ୍ୟେଷ୍ଟ ପୁରୁଷ, ବ୍ୟକ୍ତି ପରିବାରରେ ମୁଖ୍ୟ ଅଟନ୍ତି ସେ ପରିବାରକୁ କି ପରିବାର କୁହାଯାଏ?
Answer:
ପିତୃତାତ୍ତ୍ଵିକ ପରିବାର
Question ୧୩।
ଯେଉଁ ପରିବାରରେ ମାତା ଓ ସ୍ତ୍ରୀ ପରିବାରର ମୁଖ୍ୟ ଅଟନ୍ତି ? ସେ ପରିବାର କି ପ୍ରକାର ପରିବାର ଅଟେ ?
Answer:
ମାତୃତାନ୍ତ୍ରିକ ପରିବାର
Question ୧୪।
ଯେଉଁ ପରିବାର ଗୋଟିଏ ପୁରୁଷ ଓ ଗୋଟିଏ ନାରୀକୁ ନେଇ ଗଠିତ ହୋଇଥାଏ ତାହାକୁ କି ପରିବାର କୁହାଯାଏ?
Answer:
ଏକକ ପରିବାର ବା ଏକ-ପତ୍ନୀକ ପରିବାର
Question ୧୫।
ଯେଉଁ ପରିବାର ଗୋଟିଏ ପୁରୁଷ ଓ ଦୁଇ କିମ୍ବା ତତୋଧ୍ଵକ ସ୍ଵାମୀ ନେଇ ଗଠିତ ହୋଇଥାଏ ତାହାକୁ ପରିବାର କୁହାଯାଏ?
Answer:
ବହୁ-ପତ୍ନୀ ପରିବାର
Question ୧୬।
ଯଦି ନିବାସ ପରେ ସ୍ତ୍ରୀ ନିଜ ପିତୃତ୍ବର ପରିତ୍ୟାଗ କରି ନିଜ ସ୍ଵାମୀ ଗୃହରେ ସ୍ଵାୟୀଭାବରେ ଅବସ୍ଥାନ କରେ ତେବେ ସେହି ପରିବାରକୁ କେଉଁ ପରିବାର କୁହାଯାଏ?
Answer:
ପିତୃ-ଆବାସିକ ପରିବାର
Question ୧୭।
ଯଦି ବିବାହ ପରେ ସ୍ଵାମୀ ନିକଗୃହ ପରିତ୍ୟାଗ କରି ସ୍ତ୍ରୀ ଗୃହରେ ସ୍ଥାୟୀଭାବରେ ଅବସ୍ଥାନ କରେ ! ସେହି ପରିବାରକୁ କେଉଁ ପରିବାର କୁହାଯାଏ?
Answer:
ମାତୃ–ଆବାସିକ ପରିବାର
Question ୧୮ ।
ପରିବାର ହେଉଛି ସାମାଜିକ ସମ୍ପର୍କୀୟ ଏକ ପଦ୍ଧତି ଯାହା ପିତାମାତା ଏବଂ ସନ୍ତାନ ସନ୍ତତିମାନଙ୍କ ମଧ୍ୟରେ ରହିଥାଏ। ଏହି ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ?
Answer:
ପ୍ରଫେସର କ୍ଲାୟାର
Question ୧୯।
ପରିବରର ଗୋଟିଏ ଲକ୍ଷଣ ଉଲ୍ଲେଖ କର।
Answer:
ଏକ ସାଧାରଣ ବାସସ୍ଥଳୀ
Question ୨୦।
ପିତା, ମାତା ଏବଂ ଏକ ବା ଏକାଧିକ ସନ୍ତାନମାନଙ୍କୁ ନେଇ ଗଠିତ ସମୂହକୁ କ’ଣ କୁହାଯାଏ ?
Answer:
ପରିବାର
Question ୨୧।
ସନ୍ତାନ କିମ୍ବା ନିଃସନ୍ତାନ ସ୍ଵାମୀ-ସ୍ତ୍ରୀଙ୍କର କିମ୍ବା ସନ୍ତାନମାନଙ୍କ ସହିତ ଏକ ପୁରୁଷ ଏକ ପୁରୁଷ କିମ୍ବା ନାରୀର ସୂକ୍ଷ୍ମ କିମ୍ବା ଦୀର୍ଘ ସମୟର ବସବାସକୁ ପରିବାର କୁହାଯାଏ। ତାହା କିଏ କହିଥିଲେ ?
Answer:
ଅକବର୍ଷ ଏବଂ ନିସ୍କୋଫ୍
Question ୨୨।
ଯେଉଁ ପରିବାର ଗୋଟିଏ ସ୍ତ୍ରୀ ଓ ଅନେକ ସ୍ଵାମୀକୁ ନେଇ ଗଠିତ ହୋଇଥାଏ ତାହାକୁ କି ପରିବାର କୁହାଯାଏ ?
Answer:
ବହୁ–ପତିକ ପରିବାର
Question ୨୩।
ରକ୍ତ ସମ୍ପର୍କ ଭିତ୍ତିରେ ବା ବିବାହ ଭିଭିରେ ବ୍ୟକ୍ତି ଯେଉଁ ସମ୍ପକୀୟମାନଙ୍କ ସହ ବାସ କରିଥାଏ ସେମାନେ ବ୍ୟକ୍ତିର କ’ଣ କହନ୍ତି ?
Answer:
ଜ୍ଞାତି
Question ୨୪।
ଜ୍ଞାତି କିପରି ସୃଷ୍ଟି ହୋଇଥାନ୍ତି ? ଗୋଟିଏ ଭିଭି ଦର୍ଶାଅ।
Answer:
ରକ୍ତ ସମ୍ପର୍କ
Question ୨୫।
ଜ୍ଞାତିରେ ଏକ ପ୍ରକାରଭେଦ ଦର୍ଶାଅ।
Answer:
ରକ୍ତ ସମ୍ପକୀୟ ଜ୍ଞାତିତ୍ଵ
Question ୨୬।
ବିବାହ ପରେ ଯେଉଁ ସମ୍ପକୀୟମାନେ ନୂତନଭାବେ ସୃଷ୍ଟି ହୋଇଥାନ୍ତି ସେମାନଙ୍କୁ କ’ଣ କୁହାଯାଏ ?
Answer:
ନିକଟ ସମ୍ପର୍କୀୟ ଜ୍ଞାତିତ୍ଵ
Question ୨୭।
ରକ୍ତ ବନ୍ଧନରେ ପ୍ରତିଷ୍ଠିତ ଜ୍ଞାତିମାନଙ୍କୁ କ’ଣ କୁହାଯାଏ ?
Answer:
ରକ୍ତ ସମ୍ପର୍କୀୟ ଜ୍ଞାତିକ
Question ୨୮।
ପିତୃବଂଶ ଅନୁସାରେ ସମ୍ପର୍କୀୟ ଜ୍ଞାତିକୁ କ’ଣ କୁହାଯାଏ ?
Answer:
ପିତୃବଂଶୀୟ ଜ୍ଞାତି
Question ୨୯।
ଯେଉଁ ବ୍ୟକ୍ତି ବା ସମ୍ପର୍କୀୟ ଅତି ଘନିଷ୍ଠ ବା ପ୍ରତ୍ୟକ୍ଷ ଭାବେ ନିକଟରେ ଅଛନ୍ତି ସେମାନଙ୍କୁ କ’ଣ କୁହାଯାଏ ?
Answer:
ପ୍ରାଥମିକ ଜ୍ଞାତି
Question ୩୦।
ପ୍ରାଥମିକ ଜ୍ଞାତିର ଏକ ଉଦାହରଣ ଦିଅ।
Answer:
ସ୍ୱାମୀ – ସ୍ରା
Question ୩୧।
ପ୍ରାଥମିକ ଜ୍ଞାତିମାନଙ୍କର ପ୍ରାଥମିକ ଜ୍ଞାତିମାନଙ୍କୁ କ’ଣ କୁହାଯାଏ ?
Answer:
ଗୌଣ ଜ୍ଞାତି
Question ୩୨।
ଗୌଣ ଜ୍ଞାତିର ଏକ ଉଦାହରଣ ଦିଅ।
Answer:
ଭାଇଙ୍କ କନ୍ୟା
Question ୩୩।
ପ୍ରାଥମିକ ଜ୍ଞାତିମାନଙ୍କର ଗୌଣ ଜ୍ଞାତିକୁ ବା ଗୌଣ ଜ୍ଞାତିମାନଙ୍କର ପ୍ରାଥମିକ ଜ୍ଞାତିକୁ କ’ଣ କୁହାଯାଏ ?
Answer:
ଆଂଶିକ ଜ୍ଞାତି
ଭ୍ରମ ଥିଲେ ସଂଶୋଧନ କର :
Question ୧।
ପରିବାର କେବଳ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ସନ୍ତାନମାନଙ୍କୁ ଦେଇ ଗଠିତ ହୋଇଥାଏ।
Answer:
ପରିବାର କେବଳ ସ୍ଵାମୀ, ସ୍ତ୍ରୀ ଓ ସେମାନଙ୍କର ସନ୍ତାନମାନଙ୍କୁ ଦେଇ ଗଠିତ ହୋଇ ନଥାଏ।
Question ୨।
ପରିବାର ଏକ ସାର୍ବଜନୀନ ଅନୁଷ୍ଠାନ ନୁହେଁ।
Answer:
ପରିବାର ଏକ ସାର୍ବଜନୀନ ଅନୁଷ୍ଠାନ
Question ୩ ।
ପରିବାର ଏକ ଗୌଣ ଅନୁଷ୍ଠାନ ଅଟେ।
Answer:
ପରିବାର ଏକ ପ୍ରାଥମିକ ଅନୁଷ୍ଠାନ
Question ୪।
ପରିବାର ନିମିତ୍ତ ବାସସ୍ଥାନର ଏକାନ୍ତ ଆବଶ୍ୟକତା ନଥାଏ।
Answer:
ପରିବାର ନିମିତ୍ତ ବାସସ୍ଥାନର ଏକାନ୍ତ ଆବଶ୍ୟକତା ଥାଏ।
Question ୫।
ଜ୍ଞାତି କେବଳ ବିବାହ ବନ୍ଧନ ଉପରେ ପ୍ରତିଷ୍ଠିତ ଅଟେ।
Answer:
ଜ୍ଞାତି କେବଳ ବିବାହ ବନ୍ଧନ ନୁହେଁ ରକ୍ତ ସମ୍ପର୍କ ଉପରେ ପ୍ରତିଷ୍ଠିତ।
Question ୨୬।
ବିବାହ ପରେ କେଉଁ,ନୂତନ ସମ୍ପର୍କୀୟ ମାନେ ସୃଷ୍ଟି ହୋଇଥାନ୍ତି ତାକୁ ରକ୍ତ ସମ୍ପର୍କୀୟ ଜ୍ଞାତି କୁହାଯାଏ।
Answer:
ତାହାକୁ ନିକଟ ସମ୍ପର୍କୀୟ ଜ୍ଞାତି କୁହାଯାଏ।
Question ୭।
ପିତା, ମାତା ଓ ସେମାନଙ୍କର ପିତାମାନଙ୍କୁ ନେଇ ଯେଉଁ ଜ୍ଞାତିକ ଗଠିତ ହୋଇଥାଏ ତାହାକୁ ନିକଟ ସମ୍ପର୍କୀୟ ଜ୍ଞାତି କୁହାଯାଏ।
Answer:
ରକ୍ତ ସମ୍ପର୍କୀୟ ଜ୍ଞାତି କୁହାଯାଏ।
Question ୮।
ମାତୃବଂଶ ଜ୍ଞାତିରେ କେବଳ ମାତୃବଂଶର ଉତ୍ତରାଧିକାରୀ ସ୍ଥାନ ପାଇଥାନ୍ତି ?
Answer:
ଠିକ୍ ଅଛି ।
Question ୯।
ସ୍ଵାମୀ-ସ୍ତ୍ରୀ, ପିତା-ମାତା, ଭାଇ-ଭଉଣୀ ପରସ୍ପର ଗୌଣ ଜ୍ଞାତି ଅଟନ୍ତି ।
Answer:
ପ୍ରାଥମିକ ଜ୍ଞାତି ଅଟନ୍ତି।
Question ୧୦।
ପ୍ରାଥମିକ ଜ୍ଞାତିମାନଙ୍କର ପ୍ରାଥମିକ ଜ୍ଞାତିକୁ ଆଂଶିକ ଜ୍ଞାତି କୁହାଯାଏ।
Answer:
ଗୌଣ ଜ୍ଞାତି
Question ୧୧।
ଗୌଣ ଜ୍ଞାତିମାନେ ପ୍ରାଥମିକ ଜ୍ଞାତିକ ଦ୍ଵାରା ଜ୍ଞାତିତ୍ଵ ହାସଲ କରିଥାନ୍ତି।
Answer:
ଠିକ୍ ଅଛି।
Question ୧୨।
ପିତାଙ୍କ ଭାଇ, ଭଉଣୀର ସ୍ବାମୀ, ଭାଇଙ୍କ କନ୍ୟା ଇତ୍ୟାଦି ଆଶିଂକ ଜ୍ଞାତିର ଉଦାହରଣ ଅଟନ୍ତି।
Answer:
ଗୌଣ ଜ୍ଞାତିର ଉଦାହରଣ ଅଟନ୍ତି।
Question ୧୩।
ପ୍ରାଥମିକ ଜ୍ଞାତିଙ୍କ ଗୌଣଜ୍ଞାତିଙ୍କୁ ଆଶିଂକ ଜ୍ଞାତି କୁହାଯାଏ।
Answer:
ଠିକ୍ ଅଛି ।
Question ୧୪।
ଗୌଣ ଜ୍ଞାତିଙ୍କ ପ୍ରାଥମିକ ଜ୍ଞାତିଙ୍କୁ ଆଶିଂକ ଜ୍ଞାତି କୁହାଯାଏ।
Answer:
ଠିକ୍ ଅଛି ।
Question ୧୫।
ସ୍ଵାମୀଙ୍କ ଭାଇଙ୍କ ସ୍ତ୍ରୀ ଗୌଣ ଜ୍ଞାତିର ଉଦାହରଣ ଅଟେ।
Answer:
ଆଶିଂକ ଜ୍ଞାତିର ଉଦାହରଣ ଅଟେ।
Question ୧୬।
ସାଧାରଣତଃ ବିବାହ ବନ୍ଧନ ଦ୍ବାରା ଏବଂ ରକ୍ତ ସମ୍ପର୍କ ଦ୍ବାରା ସୃଷ୍ଟି ହୋଇଥିବା ସାମାଜିକ ସମ୍ପର୍କକୁ ବୈବାହିକ ସମ୍ପର୍କ ବୋଲି କୁହାଯାଇଥାଏ।
Answer:
ସାଧାରଣତଃ ବିବାହ ବନ୍ଧନ ଦ୍ଵାରା ଏବଂ ରକ୍ତ ସମ୍ପର୍କ ଦ୍ବାରା ସୃଷ୍ଟି ହୋଇଥିବା ସାମାଜିକ ସମ୍ପର୍କକୁ ଜ୍ଞାତି ସମ୍ପର୍କ ବୋଲି କୁହାଯାଇଥାଏ।
Question ୧୭।
ଶିକ୍ଷା ଶବ୍ଦଟି ରୋମାନ ଶବ୍ଦ (Education)ରୁ ଅଣାଯାଇଛି।
Answer:
ଶିକ୍ଷା ଶବ୍ଦଟି ଲାଟିନ୍ ଶବ୍ଦ (Education)ରୁ ଅଣାଯାଇଛି ।
ଶୂନ୍ୟସ୍ଥାନ ପୂରଣ କର :
Question ୧।
ସାଧାରଣତଃ ବିବାହ ବନ୍ଧନ ଦ୍ବାରା ଏବଂ ରକ୍ତ ସମ୍ପର୍କ ଦ୍ବାରା ସୃଷ୍ଟି ହେଉଥିବା ସାମାଜିକ ସମ୍ପର୍କକୁ _______।
Answer:
ଜ୍ଞାତି ସମ୍ପର୍କ
Question ୨।
ଏକତ୍ର ବାସ କରୁଥିବା ଏବଂ ରକ୍ତ ସମ୍ପର୍କ ସୂତ୍ରରେ ଆବଦ୍ଧ ହୋଇଥିବା ଦୁଇ ବା ତତୋଧକ ବ୍ୟକ୍ତିମାନଙ୍କର ଏକ ସ୍ବାମୀଙ୍କୁ _______ କୁହାଯାଇଥାଏ
Answer:
ପରିବାର
ବୋଲି କୁହାଯାଇଥାଏ ।
Question ୩।
ଯେଉଁ ପରିବାରରେ ବୟୋଜ୍ୟେଷ୍ଟ ପୁରୁଷ ବ୍ୟକ୍ତି ଗୃହର ମୁଖ୍ୟବର୍ତୀ ଅଟନ୍ତି ଏବଂ ସେ ସମସ୍ତ ଅଧିକାର ଓ କ୍ଷମତାଲାଭ କରିଥାନ୍ତି ଓ ପରିବାର ସମ୍ପତ୍ତି ରକ୍ଷଣବକ୍ଷଣ କରିଥାନ୍ତି। ସେହି ପରିବାରକୁ _______। ପରିବାର କୁହାଯାଏ।
Answer:
ପିତୃତାନ୍ତ୍ରିକ ବା ପିତୃକୈନ୍ଦ୍ରିକ
Question ୪।
ଯେଉଁ ପରିବାରରେ ବୟୋଜ୍ୟେଷ୍ଟ ନାରୀଗୃହର ମୁଖ୍ୟକର୍ତ୍ତା ହୋଇଥାନ୍ତି ଓ ସମସ୍ତ କ୍ଷମତା ଓ କରୁତ୍ଵର ଅଧିକାରିଣୀ ହୋଇଥାନ୍ତି ଓ ସମ୍ପରି ଉପରେ ତାଙ୍କର ଅଖଣ୍ଡ ଆଧୂପତ୍ୟ ଥାଏ। ସେହି ପରିବାରକୁ _______ ପରିବାର କୁହାଯାଏ।
Answer:
ମାତୃତାନ୍ତ୍ରିକ ବା ମାତୃକୈନ୍ଦ୍ରିକ
Question ୫।
ସ୍ଵାମୀ, ସ୍ତ୍ରୀ ଓ ସେମାନଙ୍କର ଅପ୍ରାପ୍ତ ବୟସ୍କ ସନ୍ତାନ ସନ୍ତତିମାନଙ୍କୁ ନେଇ ଗଠିତ ପରିବାରକୁ _______ ପରିବାର କୁହାଯାଏ।
Answer:
ଏକକ ବା ବାଧ୍ୟତାମୂଳକ ପରିବାର।
Question ୬।
ପରିବାର ଏକ _______ ସମୂହ।
Answer:
କ୍ଷୁଦ୍ର
Question ୭।
_______ ପରିବାରକୁ ଅଭିବାହିତ ବା ଏକାନ୍ତବର୍ତୀ ପରିବାର କୁହାଯାଏ।
Answer:
ଯୌଥ ।
Question ୮।
_______ ପରିବାରର ଏକ ପ୍ରକାର୍ଯ୍ୟ ଅଟେ।
Answer:
ଗୃହସ୍ଥ୍ୟ ଜୀବନ ପ୍ରତିଷ୍ଠା
Question ୯।
_______ ପରିବାର ଏକ ଅତିରିକ୍ତ ପ୍ରକାର୍ଯ୍ୟ ଅଟେ।
Answer:
ଧାର୍ମିକ କାର୍ଯ୍ୟ
Question ୧୦।
ପରିବାର ଯେଉଁ ପ୍ରକାର୍ଯ୍ୟ ମାନଙ୍କର ପରିବର୍ତ୍ତନ ହୋଇଛି ସେଥିରୁ ଗୋଟିଏ ହେଉଛି _______।
Answer:
ଅର୍ଥନୈତିକ ପ୍ରକାର୍ଯ୍ୟ
Question ୧୧।
ବଂଶାନୁକ୍ରମିକ ଭିଭିକରି ଦେଖା ଦେଉଥିବା ଏକ ପରିବାର ଉଦାହରଣ ଦେଲା_______।
Answer:
ମାତୃବଂଶୀୟ ।
Question ୧୨।
ବଂଶାନୁକ୍ରମ ଓ ଉତ୍ତରାଧିକାର ମାଆଙ୍କ ନାମାନୁସାରେ ହେଲେ ତାକୁ _______ ପରିବାର କୁହାଯାଏ।
Answer:
ମାତୃବଂଶୀୟ
Question ୧୩।
ବଂଶାନୁକ୍ରମ ଓ ଉତ୍ତରାଧୁକାର ପିତାଙ୍କ ନାମାନୁସାରେ ହେଲେ ତାକୁ _______ ପରିବାର କୁହାଯାଏ।
Answer:
ପିତୃବଂଶୀୟ।
Question ୧୪।
ପ୍ରାଧୂକାର ଓ ଅଧୁକାର ଭିତ୍ତିକରି ଦେଖା ଦେଉଥିବା ପରିବାରର ଏକକ ଉଦାହରଣ ହେଲା _______।
Answer:
ମାତୃତାନ୍ତ୍ରିକ ପରିବାର।
Question ୧୫।
ଯେଉଁ ପରିବରରେ ସ୍ତ୍ରୀ ସମସ୍ତ ଅଧିକାର ଓ କ୍ଷମତାର ଅଧିକାରୀ ହୋଇଥାନ୍ତି ତାଙ୍କୁ _______ ପରିବାର କୁହାଯାଏ।
Answer:
ମାତୃତାନ୍ତ୍ରିକ।
Question ୧୬।
ବସତି ସ୍ଥାପନକୁ ଭିଭିକରି ଦେଖା ଦେଉଥୁବା ପରିବାର ଏକ ଉଦାହରଣ ହେଲା _______।
Answer:
ପିତୃ ଆବାସିକ ପରିବାର
Question ୧୭।
ବିବାହ ପରେ ସ୍ତ୍ରୀ ନିଜ ଗୃହ ତ୍ୟାଗକରି ସ୍ଵାମୀର ଗୃହରେ ରହିଲେ ତାଙ୍କୁ _______ପରିବାର କୁହାଯାଏ।
Answer:
ମାତୃ ଆବାସିକ ପରିବାର।
Question ୧୮।
ପରିବାର କୁହାଯାଏ। ବିବାହ ପରେ ସ୍ଵାମୀ ଗୃହ ତ୍ୟାଗ କରି ସ୍ତ୍ରୀ ଗୃହରେ ସ୍ଥାୟୀ ଭାବରେ ରହିଲେ ତାକୁ _______ ପରିବାର କୁହାଯାଏ।
Answer:
ପିତୃ ଆବାସିକ ପରିବାର
Question ୧୯।
ବିବାହକୁ ଭିତ୍ତିକରି ଦେଖା ଦେଉଥିବା ଏକ ପରିବାରରେ ଉଦାହରଣ ହେଲା _______।
Answer:
ଏକପତ୍ନୀକ ପରିବାର
Question ୨୦।
ଯେଉଁ ପରିବାର ଏକ ସ୍ତ୍ରୀ ଓ ଏକ ପୁରୁଷକୁ ନେଇ ଗଠିତ ତାହାକୁ _______ ପରିବାର କୁହାଯାଏ।
Answer:
ଏକପନ୍ଥୀକ ପରିବାର। ପରିବାର ପରିବାର କୁହାଯାଏ। ପରିବାର
Question ୨୧।
ଯେଉଁ ପରିବାର ଏକ ସ୍ଵାମୀ ଓ ଅନେକ ସ୍ତ୍ରୀକୁ ନେଇ ଗଠିତ ହୋଇଥାଏ ତାହାକୁ _______ ପରିବାର କୁହାଯାଏ।
Answer:
ଏକପନ୍ଥୀକ ପରିବାର।
Question ୨୨।
ଯେଉଁ ପରିବାର ଏକ ସ୍ତ୍ରୀ ଓ ଅନେକ ସ୍ଵାମୀକୁ ନେଇ ଗଠିତ ହୋଇଥାଏ ତାହାକୁ _______ ପରିବାର କୁହାଯାଏ।
Answer:
ବହୁପତିକ ପରିବାର।
Question ୨୩।
ଜ୍ଞାତି _______ ଉପରେ ପ୍ରତିଷ୍ଠିତ।
Answer:
ରକ୍ତ ସମ୍ପର୍କ।
Question ୨୪।
ଜ୍ଞାତିର ଏକ ପ୍ରକାରଭେଦ ହେଲା _______।
Answer:
ବିବାହ ବନ୍ଧନ
Question ୨୫।
ବିବାହ ପରେ ଯେଉଁ ସମ୍ପର୍କୀୟଭାବେ ନୂତନଭାବେ ସୃଷ୍ଟି ହୋଇଥାନ୍ତି ସେମାନଙ୍କୁ _______ ପରିବାର ଜ୍ଞାତି କୁହାଯାଏ।
Answer:
ନିକଟ ସମ୍ପର୍କୀୟ
Question ୨୬।
ରକ୍ତ ଉପରେ ପ୍ରତିଷ୍ଠିତ ଜ୍ଞାତିକୁ _______ କୁହାଯାଏ।
Answer:
ରକ୍ତ ସମ୍ପର୍କୀୟ ଜ୍ଞାତି। ଜ୍ଞାତି କୁହାଯାଏ।
Question ୨୭।
ମାତୃବଂଶ ଅନୁସାରେ ସମ୍ପର୍କୀୟମାନଙ୍କୁ _______ ଜ୍ଞାତି କୁହାଯାଏ।
Answer:
ମାତୃବଂଶୀୟ।
Question ୨୮।
ଯେଉଁ ବ୍ୟକ୍ତି ବା ସମ୍ପର୍କୀୟମାନେ ଅତି ନିଜର ତଥା ପରୋକ୍ଷ ଭାବରେ ନିକଟତର ସେମାନଙ୍କୁ _______ ଜ୍ଞାତି କୁହାଯାଏ।
Answer:
ପ୍ରାଥମିକ ଜ୍ଞାତି
Question ୨୯।
ପ୍ରାଥମିକ ଜ୍ଞାତିଙ୍କର ପ୍ରାଥମିକ ଜ୍ଞାତିକୁ _______ କୁହାଯାଏ।
Answer:
ଗୌଣ ଜ୍ଞାତି।
Question ୩୦।
ସ୍ଵାମୀ-ସ୍ତ୍ରୀ _______ ଜ୍ଞାତି ଅଟନ୍ତି।
Answer:
ପ୍ରାଥମିକ
Question ୩୧।
ପିତାଙ୍କ ଭାଇ, ଭଉଣୀ କନ୍ୟା _______ ଜ୍ଞାତିର ଉଦାହରଣ ଅଟନ୍ତି।
Answer:
ଗୌଣ ଜ୍ଞାତି।
Question ୩୨।
ପ୍ରାଥମିକ ଜ୍ଞାତିଙ୍କର ଗୌଣ ଜ୍ଞାତିକୁ ବା ଗୌଣ ଜ୍ଞାତିଙ୍କର ପ୍ରାଥମିକ ଜ୍ଞାତିକୁ _______ଜୁହାଯାଏ।
Answer:
ଆଶିଂକ ଜ୍ଞାତି କୁହାଯାଏ ।
Question ୩୩ ।
_______ ମତରେ ଧର୍ମ ହେଉଛି ଏକ ଶକ୍ତିରେ ବିଶ୍ବାସ ଯାହା ମନୁଷ୍ୟଠାରୁ ଶ୍ରେଷ୍ଠ ଅଟେ। ଯାହାକି ମନୁଷ୍ୟର ଜୀବନ ଓ ତାହାର ପ୍ରାକୃତିକ ନିର୍ଦ୍ଧାରିତ କରିଥାଏ ବୋଲି ବିଶ୍ବାସ କରାଯାଏ।
Answer:
ଫ୍ରେଜର
‘ଖ’ ବିଭାଗ
ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଦୁଇଟି କିମ୍ବା ତିନୋଟି ବାକ୍ୟରେ ଉତ୍ତର ଦିଅ :
Question ୧।
ପରିବାର କହିଲେ କ’ଣ ବୁଝ ?
Answer:
ପରିବାର ସାଧାରଣତଃ ବାପା, ମା ଏବଂ ସେମାନଙ୍କର ପିଲାମାନଙ୍କୁ ନେଇ ଗଠିତ ହୋଇଥାଏ ଏକ ଅନେକ ସମୟରେ ଏହା ନିକଟ ସମ୍ପର୍କୀୟମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ। ଏହା ଏକ ସାର୍ବଜନୀନ ଓ ସ୍ଥାୟୀ ସାମାଜିକ ଅନୁଷ୍ଠାନ ଅଟେ।
Question ୨।
ପରିବାରର ସଂଜ୍ଞା ପ୍ରଦାନ କର।
Answer:
ଓର୍ବର୍ଣ୍ଣ ଓ ନିମ୍ଫ (Ogburn and Nimkaf)ଙ୍କ ମତରେ, “ସନ୍ତାନ କିମ୍ବା ସ୍ଵାମୀ-ସ୍ତ୍ରୀଙ୍କର କିମ୍ବା ସନ୍ତନୀମାନଙ୍କ ସହିତ ଏକ ପିତା ଓ ମାତା, ପୁତ୍ର ଓ କନ୍ୟା, ଭାଇ ଭାଉଜ ଆଦି ନିଜର ସାମାଜିକ ଭୂମିକା ଅନୁସାରେ ପରସ୍ପର ସହିତ ସମ୍ପର୍କ ଏବଂ ସହଯୋଗ ରକ୍ଷାକରି ଏକ ସମାନ ସଂସ୍କୃତି ସୃଷ୍ଟି କରିଥାଆନ୍ତି ।”
Question ୩।
ପରିବାରର ଯେକୌଣସି ଚାରୋଟି ବିଶେଷ ଗୁଣ ଦର୍ଶାଅ।
Answer:
(୧) ପରିବାରର ସାର୍ବଜନୀନ ସାମାଜିକ ଅନୁଷ୍ଠାନ।
(୨) ପରିବାର ସ୍ନେହ, ପ୍ରେମ ସହଯୋଗ ଆଦି ଅବେଗମୟ ଭାବନାଦ୍ଵାରା ଗଠିତ ହୋଇଥାଏ।
(୩) ପରିବାର ଆକାରରେ କ୍ଷୁଦ୍ର ଅଟେ।
(୪) ପରିବାର ବ୍ୟକ୍ତିର ବ୍ୟକ୍ତିତ୍ଵ ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
Question ୪।
ଯୌଥ ପରିବାର କହିଲେ କ’ଣ ବୁଝ ?
Answer:
ଯୌଥ ପରିବାର ବା ବଦ୍ଧିତ ପରିବାର ସାଧାରଣତଃ ତିନି ତତୁର୍ଥ ପିଢିର ଲୋକମାନଙ୍କୁ ନେଇ ଗଠିତ ହୋଇଥାଏ। ଯଥା- ସ୍ଵାମୀ, ସ୍ତ୍ରୀ ସେମାନଙ୍କର ବିବାହ ଓ ଅବିବାହିତା ପିଲାମାନେ ଏକା ଅନେକ ସମୟରେ ଅନ୍ୟାନ୍ୟ ସମ୍ପର୍କୀୟମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ। ଏହି ପ୍ରକାରରେ ପରିବାର ଭାରତୀୟ ଗ୍ରାମ୍ୟ ସମାଜରେ ଦେଖାଦେଇଥାଏ।
Question ୫।
ଯୌଥ ପରିବାରର ସଂଜ୍ଞା ପ୍ରଦାନ କର।
Answer:
ଡକ୍ଟର ଇରାବତୀ କାର୍ଭେ (Dr. Lravati Karve)ଙ୍କ ମତରେ ଯୌଥ ପରିବାର ହେଉଛି ଦଳେ ବ୍ୟକ୍ତିଙ୍କର ଏକ ସମୂହ। ଯେଉଁମାନେ ସାଧାରଣତଃ ଗୋଟିଏ ଗୃହରେ ବାସ କରନ୍ତି, ଗୋଟିଏ ଚୁଲିରେ ରନ୍ଧନ ହୋଇଥିବା ଖାଦ୍ୟକୁ ଭୋଜନ କରନ୍ତି। ସାଧାରଣ ଭାବେ ସମସ୍ତେ ସମ୍ପତ୍ତିର ଅଧ୍ବକାର ହୋଇଥାନ୍ତି ଏବଂ ସାଧାରଣ ପୂଜା ବିଶ୍ଵରେ ଅଂଶଗ୍ରହଣ କରନ୍ତି ଓ କେତେକ ନିର୍ଦ୍ଦିଷ୍ଟ ପ୍ରକାରର ଜ୍ଞାତି ଭାବେ ପରସ୍ପର ସହ ସଂପୃକ୍ତ ହୋଇଥାନ୍ତି। ଆଇ. ପି. ଦେଶାଇ (1. P Deshai)ଙ୍କ ମତରେ, ଆମ୍ଭେ ସେହି ପରିବାରକୁ ଯୌଥ ପରିବାର କହିବା ଯାହାର କି ଅତ୍ୟଧିକ ପୁରୁଷ ଗଭୀରତା ରହିଥାଏ । ଏବଂ ଯାହାର ସଦସ୍ୟମାନେ ସମ୍ପତ୍ତି, ରୋଜଗାର ଓ ପାରସ୍ପରିକ ଅଧିକାର ଓ ନୈତିକ କର୍ଭବ୍ୟ ଦ୍ଵାରା ପରସ୍ପର ସହ ସଂପୃକ୍ତ ଥାଆନ୍ତି।
Question ୬।
ଏକକ ପରିବାର କ’ଣ ?
Answer:
ଏକକ ପରିବାର ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ଅପ୍ରାପ୍ତ ବୟସ୍କ ପିଲାମାନଙ୍କୁ ନେଇ ଗଠିତ ହୋଇଥାଏ। ପ୍ରାପ୍ତ ବୟସ୍କ ପିଲାମାନଙ୍କର ପିତାମାତାଙ୍କ ଠାରୁ ପୃଥକ ହୋଇ ବାସ କରନ୍ତି। ଏହି ପ୍ରକାରର ପରିବାର ଆଧୁନିକ ସହରୀ ସମୁଦାୟର ଲୋକମାନଙ୍କ ମଧ୍ୟରେ ଦେଖାଦେଇଥାଏ।
Question ୭।
ସଂରଚନାକୁ ଭିତ୍ତିକରି କେତେ ପ୍ରକାର ପରିବାର ଦେଖିବାକୁ ମିଳେ।
Answer:
ସଂରଚନାକୁ ଭିତ୍ତିକରି ଦୁଇ ପ୍ରକାରର ପରିବାର ଦେଖିବାକୁ ମିଳେ। ଯଥା – ଯୌଥ ପରିବାର ବା ବଦ୍ଧିତ ପରିବାର ଏବଂ ଦାମ୍ପତ୍ୟମୂଳକ ପରିବାର।
Question ୮।
‘ବସତି’କୁ ଭିତ୍ତିକରି କେତେ ପ୍ରାକରର ପରିବାର ପରିଦୃଷ୍ଟ ହୁଏ।
Answer:
ବସତି ଭିଭିରେ ତିନି ପ୍ରକାରର ପରିବାର ଦେଖିବାକୁ ମିଳିଥାଏ। ଯଥା – ପ୍ରତିସ୍ଥାନିକ ପରିବାର, ପତ୍ନୀସ୍ଥାନିକ ପରିବାର ଏବଂ ପରିବର୍ତ୍ତିତ ଆବାସ।
Question ୯।
ପତିସ୍ଥାନିକ ପରିବାର ବା ପିତୃ ଆବାସିକ ପରିବାର କ’ଣ ?
Answer:
ପତିସ୍ଥାନିକ ପରିବାରରେ ବିବାହପରେ ସ୍ତ୍ରୀ ପିତାଗୃହ ପରିତ୍ୟାଗ କରି ସ୍ଵାମୀ ଗୃହରେ ବାସ କରିଥାଏ। ଏପ୍ରକାର ପରିବାର ପୃଥିବୀରେ ସବୁଆଡେ ଦେଖାଦେଇଥାଏ।
Question ୧୦।
ପତ୍ନୀସ୍ତାନିକ ବା ମାତୃଆବାସିକ ପରିବାର କ’ଣ ?
Answer:
ବିବାହରେ ଯଦି ପୁରୁଷ ନିଜ ସ୍ତ୍ରୀର ଘରେ ବାସ କରିଥାଏ ତେବେ ତାହାକୁ ପତ୍ନୀସ୍ଥାନିକ ବା ମାତୃ ଆବାସିକ ପରିବାର କୁହାଯାଏ ।
Question ୧୧।
ବଶଂନୁକ୍ରମିକ କେତେ ପ୍ରକାରର ପରିବାର ପରିଲକ୍ଷିତ ହୁଏ ?
Answer:
ବଶଂନୁକ୍ରମିକ ଅନୁସାରେ ପିତା ପରିବାରର ମୁଖ୍ୟ ଅଟନ୍ତି। ସେ ପ୍ରକାରର ପରିବାରକୁ ପିତୃବଂଶୀୟ କୁହାଯାଏ। ଏହି ପରିବାରରେ ବଂଶାନୁକ୍ରମେ ଓ ଉତ୍ତରାଧିକାରୀ ସୂତ୍ର ପିତାଙ୍କ ନାମରେ ନିର୍ଦ୍ଧାରିତ ହୋଇଥାଏ। ପିତା ସମସ୍ତ ସମ୍ପତ୍ତିର ମାଲିକ ଅଟନ୍ତି। ପିତା, ପୁତ୍ର, ନାତି ଇତ୍ୟାଦିଙ୍କର କ୍ରମରେ ସମ୍ପତି ହସ୍ତାନ୍ତରୀତ ହୋଇଥାଏ। ସ୍ତ୍ରୀ ଲୋକମାନଙ୍କର ସମ୍ପତି ଉପରେ ଯେକୌଣସି ଅଧିକାର ନଥାଏ।
Question ୧୨।
ପିତୃବଂଶୀୟ ପରିବାର କ’ଣ ବୁଝ ?
Answer:
ଯେଉଁ ପରିବାରରେ ପିତା ପରିବାରରେ ମୁଖ୍ୟ ଅଟନ୍ତି। ସେ ପ୍ରକାରର ପରିବାରକୁ ପିତୃବଂଶୀୟ ପରିବାର କୁହାଯାଏ। ଏହି ପରିବାରରେ ବଂଶାନୁକ୍ରମେ ଓ ଉତ୍ତରାଧ୍ୟାକାରୀ ସୂତ୍ରରେ ପିତାଙ୍କ ନାମରେ ନିର୍ଦ୍ଧାରିତ ହୋଇଥାଏ। ପିତା ସମସ୍ତ ସମ୍ପତ୍ତିର ମାଲିକ ଅଟନ୍ତି।
Question ୧୩ ।
ଅନ୍ତଃର୍ବିବାହୀ ପରିବାର ଅର୍ଥ କ’ଣ ବୁଝ ?
Answer:
ବିବାହ ପୂର୍ବରୁ ପ୍ରାର୍ଥୀ ମନୋନୟନ କ୍ଷେତ୍ରରେ କେତେକ ନୀତି ନିୟମକୁ ଅନୁସରଣ କରାଯାଇଥାଏ। ଆନ୍ତର୍ବିବାହ ନିୟମାନୁସାରେ ଜଣେ ବ୍ୟକ୍ତି ନିଜର ବର୍ଷ , ଜାତି, ଗୋତ୍ର ଉପଜାତି ମଧ୍ୟରେ ବିବାହ କରିବାକୁ ବାଧ୍ୟ ଅଟେ। ଯେଉଁ ପରିବାରରେ ଏହି ଗୁଣଗୁଡିକ ମିଳିଥାଏ ତାକୁ ଆନ୍ତଃର୍ବିବାହୀ ପରିବାର କହନ୍ତି।
Question ୧୪।
ବହିଁବିବାହୀ ପରିବାର କହିଲେ କ’ଣ ବୁଝ ?
Answer:
ଯେଉଁ ପରିବାରରେ ବ୍ୟକ୍ତି ନିକର ଗୋତ୍ର, ପ୍ରବର, ସପିଣ୍ଡ ଓ ଜ୍ଞାତିକୁ ଛାଡି ବାହ୍ୟ ଜ୍ଞାତି ଗୋତ୍ର ସହିତ ବିବାହ କରି ପରିବାର ଗଠନ କରେ ତାଙ୍କୁ ବହିଁବିବାହ ପରିବାର କହନ୍ତି।
Question ୧୫।
ପିତୃତାନ୍ତ୍ରିକ ପରିବାର ଅର୍ଥ କ’ଣ ?
Answer:
ଯେଉଁ ପରିବାରରେ ପିତା ବା ବୟୋଜ୍ୟେଷ୍ଠ ପୁରୁଷ ବ୍ୟକ୍ତି ମୁଖ୍ୟ ଅଟନ୍ତି ତାଙ୍କର ନିର୍ଦ୍ଦେଶରେ ସବୁକାର୍ଯ୍ୟ ପରିଚାଳିତ ହୁଏ। ସେ ସମସ୍ତ ସମ୍ପରିର ଅଧିକାରୀ ଅଟନ୍ତି। ପିତାଙ୍କ ମୃତ୍ୟୁପରେ ଜ୍ୟେଷ୍ଠପୁତ୍ର ଉତ୍ତରାଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଥାଏ। ସେହି ପରିବାରକୁ ପିତୃତାନ୍ତ୍ରିକ ପରିବାର କହନ୍ତି।
Question ୧୬।
ମାତୃତାନ୍ତ୍ରିକ ପରିବାର କ’ଣ ?
Answer:
ଯେଉଁ ପରିବାରରେ ପିତା କିମ୍ବା ଅନ୍ୟ କେହି ବୟୋଜ୍ୟେଷ୍ଠ ମହିଳା ପରିବାରରେ ମୁଖ୍ୟ ଅଟନ୍ତି ସେ ସମସ୍ତ କ୍ଷମତା ଓ ସମ୍ପତ୍ତିର ଅଧିକାରିଣୀ ଅଟନ୍ତି ତାଙ୍କ ପରେ ଝିଅ ଓ ନାତୁଣୀ ଉତ୍ତରାଧିକାରିଣୀ ଅଟନ୍ତି, ସେହି ପରିବାରକୁ ମାତୃତାନ୍ତ୍ରିକ ପରିବାର କହନ୍ତି।
Question ୧୭।
ବିବାହ କ’ଣ ?
Answer:
ବିବାହ ହେଉଛି ପୁରୁଷ ଓ ନାରୀ ମଧ୍ଯରେ ହେଉଥୁବା ମିଳନ ଯାହା କି ସ୍ତ୍ରୀ ଦ୍ଵାରା ଜନ୍ମଲାଭ କରୁଥିବା ସନ୍ତାନମାନେ ଉଭୟେ ପିତା ଓ ମାତାଙ୍କର ବୈଧ ସନ୍ତାନ ଭାବେ ସ୍ବୀକୃତୀ ଲାଭ କରିଥା’ନ୍ତି ।
Question ୧୮।
ଅନ୍ତଃଜାତି ବିବାହ କ’ଣ ଅଟେ ?
Answer:
ଯେତେବେଳେ ଦୁଇ ଭିନ୍ନ ଜାତିର ପୁରୁଷ ଓ ନାରୀ ମଧ୍ଯରେ ବିବାହ ସମ୍ପନ୍ନ ହୁଏ ତାକୁ ଅନ୍ତଃଜାତି ବିବାହ କହାଯାଏ।
Question ୧୯।
ଏକ ବିବାହ କ’ଣ ଅଟେ ?
Answer:ଜ.
ଯେତେବେଳେ ଜଣେ ପୁରୁଷ ଏକ ସମୟରେ ଜଣେ ସ୍ତ୍ରୀକୁ ବିବାହ କରିଥାଏ ତାକୁ ଏକ ବିବାହ କୁହାଯାଏ।
Question ୨୦।
ଜ୍ଞାତି କହିଲେ କ’ଣ ବୁଝାଯାଏ ?
Answer:
ଯେତେବେଳେ ଦୁଇଜଣ ବ୍ୟକ୍ତି ବିବାହ ବନ୍ଧନରେ ଆବଦ୍ଧ ହୋଇ ମୌଳିକ ପରିବାରର ସଦସ୍ୟ ହେବା ସହିତ ପ୍ରଜନନ ପରିବାର ପ୍ରତିଷ୍ଠା କରିବା ପାଇଁ ସମ୍ପର୍କ ସ୍ଥିର ବିକାଶ ଘଟାଇଛନ୍ତି। ସେତେବେଳେ ଜ୍ଞାତି ସମ୍ପର୍କରେ ସୃଷ୍ଟି ହୋଇଥାଏ।
Question ୨୧।
ଜ୍ଞାତିର ପ୍ରକାରଭେଦ ମଧ୍ୟରୁ ଦୁଇଟି ଉଲ୍ଲେଖ କର।
Answer:
ଜ୍ଞାତିର ଦୁଇଟି ମୁଖ୍ୟ ପ୍ରକାରଭେଦ ହେଲା -(୧) ସମରକ୍ତ ଜ୍ଞାତି ସମ୍ପର୍କ, (୨) ବିବାହ ସମ୍ବନ୍ଧୀୟ ଜ୍ଞାତି।
Question ୨୨।
ପ୍ରାଥମିକ ଜ୍ଞାତି (Primary Kin) କ’ଣ ?
Answer:
ଯେଉଁ ବ୍ୟକ୍ତିମାନେ ପ୍ରତ୍ୟେକ୍ଷ ସମ୍ପର୍କରେ ବନ୍ଧା ସେମାନଙ୍କୁ ପ୍ରାଥମିକ ଜ୍ଞାତି କୁହାଯାଏ। ଦୁବେଙ୍କ କହିବା ଅନୁସାରେ ପ୍ରାଥମିକ ଜ୍ଞାତି ଆଠ ପ୍ରକାର। ସ୍ଵାମୀ-ସ୍ତ୍ରୀ, ପିତା-ପୁତ୍ର, ପିତା-ପୁତ୍ରୀ, ମାତା–ପୁତ୍ରୀ, ମାତା-ପୁତ୍ର, ବିରଷ୍ଠ ଓ କନିଷ୍ଠ ଭଗ୍ନୀ, କନିଷ୍ଠ-ବରିଷ୍ଠ ଭାତ୍ରା ଏବଂ ଭାତ୍ରା ଭଗ୍ନା ଇତ୍ୟାଦି।
Question ୨୩।
ଗୌଣ ଜ୍ଞାତି (Secondary Kin) କ’’ଣ ?
Answer:
ପ୍ରାଥମିକ ଜ୍ଞାତି ଦ୍ଵାରା ସୃଷ୍ଟି ହୋଇଥିବା ଜ୍ଞାତିକୁ ଗୌଣ ଜ୍ଞାତି କୁହାଯାଏ। ପିତାଙ୍କର ପିତା, ମାତାଙ୍କର ଭ୍ରାତାଙ୍କର କନ୍ୟା, ପିତାଙ୍କର ଭଗ୍ନୀ, ଭଗ୍ନୀପତି ପ୍ରକୃତି ଗୌଣ ଜ୍ଞାତି ଶ୍ରେଣୀୟ ଅଟନ୍ତି। ଏମାନଙ୍କର ସଂଖ୍ୟା ପ୍ରାୟ ତେତିଶ।
Question ୨୪।
ତୃତୀୟ ଜ୍ଞାତି (Tertiary kin) କ’ଣ ?
Answer:
ପ୍ରାଥମିକ ଜ୍ଞାତିଙ୍କର ଗୌଣ ଜ୍ଞାତି ଓ ଗୌଣ ଜ୍ଞାତିଙ୍କର ପ୍ରାଥମିକ ତୃତୀୟ ଜ୍ଞାତି ରୂପେ ପରିଚିତ । ସ୍ଵାମୀଙ୍କ ପତ୍ନୀ, ସ୍ତ୍ରୀଙ୍କର ଭ୍ରାତାଙ୍କର ପତ୍ନୀ ପ୍ରଭୃତି ଏହାର ଉଦାହରଣ ଅଟେ ।
Question ୨୫।
ଶିକ୍ଷାର ଏକ ସଂଜ୍ଞା ପ୍ରଦାନ କର।
Answer:
ଆରିଷ୍ଟାଟଲଙ୍କ ମତରେ ସୁସ୍ଥ ଶରୀରରେ ସୁସୁମନର ଶିକ୍ଷାର ଲକ୍ଷ୍ୟ ଅଟେ ।
Question ୨୬।
ଶିକ୍ଷାର ଯେକୌଣସି ଗୋଟିଏ ଅର୍ଥ ଲେଖ।
Answer:
ଶିକ୍ଷା ମାନବକୁ ଆତ୍ମସାକ୍ଷାତ୍ରେ ସାହାଯ୍ୟ କରେ।
Question ୨୭।
ଶିକ୍ଷାର ଗୋଟିଏ ବ୍ୟୁତ୍ପତ୍ତିଗତ ଅର୍ଥ ଲେଖ।
Answer:
ଶିକ୍ଷା ଦୁଇଟି ଏଡୁକେୟାର (Educare) ଶବ୍ଦରୁ ଆସିଅଛି । ଯାହାର ଅର୍ଥ ହେଉଛି ଲାଳନପାଳନ କରିବା ବା ପୁନଃଜାଗରଣ କରିବା।
Question ୨୮।
ବ୍ୟାପକ ଅର୍ଥରେ ଶିକ୍ଷା କହିଲେ କ’ଣ ବୁଝ ?
Answer:
ବ୍ୟାପକ ଅର୍ଥରେ ଶିକ୍ଷାର ଅର୍ଥ ହେଲା ଜୀବନବ୍ୟାପୀ ପ୍ରକ୍ରିୟା। ମାତୃ ଗର୍ଭରୁ ସମାଧ୍ଵସ୍ଥଳ ପର୍ଯ୍ୟନ୍ତ।
Question ୨୯।
ଶିକ୍ଷାର ସଂକୀର୍ଣ୍ଣ ଅର୍ଥ କହିଲେ କ’ଣ ଜାଣ ଲେଖ।
Answer:
ଅନୁଷ୍ଠାନିକ ଶିକ୍ଷା ବା
Question ୩୦।
ଶିକ୍ଷାର ଦ୍ବିପାକ୍ଷିକ ପ୍ରକ୍ରିୟା
Answer:
ଶିକ୍ଷାର ଦୁଇଟି ପକ୍ଷ
Question ୩୧।
ଶିକ୍ଷାର ତ୍ରିପାକ୍ଷିକ ପ୍ରକ୍ରିୟା କ’ଣ ?
Answer:
ଶିକ୍ଷକ, ଶିକ୍ଷାର୍ଥୀ ଓ ପରିବଶକୁ ନେଇ ଯେଉଁ ସଙ୍ଗଠନ ଗଠନ ହୋଇଥାଏ ତାହାକୁ ତ୍ରିପାକ୍ଷିକ ପ୍ରକ୍ରିୟା କୁହାଯାଏ ।
Question ୩୨।
ଶିକ୍ଷାର ଗୋଟିଏ କାର୍ଯ୍ୟ ଲେଖ।
Answer:
ମନୁଷ୍ୟର ସମସ୍ତ ସହଜାତ ଗୁଣର ବିକାଶ କରାଇବା ଶିକ୍ଷାର ଗୋଟିଏ କାର୍ଯ୍ୟ ଅଟେ।
Question ୩୩।
ଜ୍ଞାତିତ୍ଵର ଦୁଇଟି ଲକ୍ଷଣ ଲେଖ।
Answer:
(୧) ଏକ ସାଂସ୍କୃତିକ ବ୍ୟବସ୍ଥା
(୨) ସାମାଜିକ ଜୀବନର ନୟନ୍ତ୍ରକ ଅଟେ।
Question ୩୪।
ଶିକ୍ଷାର ଗୁରୁତ୍ବ ଦର୍ଶାଅ।
Answer:
(୧) ଶିକ୍ଷା ସାମାଜିକୀକରଣକୁ ତ୍ବରାନ୍ବିତ କରେ।
(୨) ଶିକ୍ଷା ସାମାଜିକ ସଂହତି ଓ ବିକାଶ ଆଣେ।
(୩) ବ୍ୟକ୍ତିତ୍ଵ ବିକାଶରେ ସହାୟକ ହୁଏ ।
Question ୩୫।
ଅର୍ଥନୈତିକ ବ୍ୟବସ୍ଥା କ’ଣ ?
Answer:
ଅର୍ଥନୈତିକ ବ୍ୟବସ୍ଥା ସମାଜର ଏକ ଉପବ୍ୟବସ୍ଥା। ଏହା ମନୁଷ୍ୟର ଅର୍ଥନୈତିକ କାର୍ଯ୍ୟକଳାପ ସହିତ ଜଡିତ। ମନୁଷ୍ୟର ଅର୍ଥନୈତିକ ଆବଶ୍ୟକତା, କାର୍ଯ୍ୟ ସହିତ ଜଡିତ ଥିବା ବ୍ୟବସ୍ଥା ବା ନିୟମ ପଦ୍ଧତିକୁ ଅର୍ଥନୈତିକ ବ୍ୟବସ୍ଥା କହନ୍ତି।
Question ୩୬।
ସଂପରି କ’ଣ ?
Answer:
ସଂପରି ଏକ ପ୍ରମୁଖ ଅର୍ଥନୈତିକ ଅନୁଷ୍ଠାନ। ଏହାକୁ ଦୁଇଟି ଦୃଷ୍ଟିରେ ଅର୍ଥ କରାଯାଇପାରେ। ସଂପରି ବ୍ୟକ୍ତି ମୂହର ମାଲିକାନାରେ ଥିବା ଦ୍ରବ୍ୟ ବା ଜିନିଷକୁ ବୁଝାଇଥାଏ। ଅନ୍ୟ କେତେକଙ୍କ ମତରେ ସଂପରି କେତେକ ଅଧିକାରକୁ ବୁଝାଏ। ଏହା ଉଭୟ ମୂର୍ଖ ବା ଅମୁର୍ଣ ହୋଇପାରେ।
Question ୩୭।
ଯେକୌଣସି ୨ଟି ସଂପରି ଅଧୂକାରରେ ପ୍ରକୃତି ଲେଖ।
Answer:
(୧) ସଂପତିକୁ ଏହାର ମାଲିକ ବିକ୍ରୟ, ବିନିମୟ ବା ଦାନ ଦ୍ଵାରା ହସ୍ତାନ୍ତର କରିପାରିବ।
(୨) ସଂପରି ଧାରଣ କରିବା ସର୍ବଦା ଅନ୍ୟମାନଙ୍କ ଉପରେ କ୍ଷମତା ଧାରଣକୁ ବୁଝାଏ।
Question ୩୮।
ଶ୍ରମ ବିଭାଜନ କ’ଣ ?
Answer:
ଏକ ସମୟରେ ଲୋକମାନେ ଭିନ୍ନ ଭିନ୍ନ ପ୍ରକାର୍ଯ୍ୟ ସମ୍ପାଦନ କରିବାର ଏକ ବ୍ୟବସ୍ଥାକୁ ଶ୍ରମ ବିଭାଜନ କୁହାଯାଏ। ଏହା ଶ୍ରମକୁ ବୁଝାଏ ଓ ଅର୍ଥନୀତି କ୍ଷେତ୍ରରେ ବ୍ୟବହୃତ ହୋଇଥାଏ।
Question ୩୯।
ଶ୍ରମ ବିଭାଜନ ସମ୍ବନ୍ଧରେ ମାତୃଙ୍କ ମତ କ’ଣ ?
Answer:
ଶ୍ରମ ବିଭାଜନ ସମ୍ବନ୍ଧରେ ମାଙ୍କ ନକରାତ୍ଵିକ ମତ ପୋଷଣ କରିଛନ୍ତି, ତାଙ୍କ ମତରେ ସ୍ଵତନ୍ତ୍ର ଶ୍ରମ ବିଭାଜନ ଶ୍ରମିକକୁ ତା’ର ବୃତ୍ତିଗତ ଭୂମିକାରେ ବାନ୍ଧି ରଖୁଥାଏ ସେ ସମାଜକୁ ଦୁଇ ପରସ୍ପର ବିରୋଧୀ ସାମାଜିକ ଶ୍ରେଣୀରେ ବିଭାଜିତ କରିଥାଏ। ଏଥଯୋଗୁଁ ଶ୍ରମିକମାନେ କାର୍ଯ୍ୟରୁ ନିଜକୁ ଅଲଗା କରିଥାନ୍ତି ଫଳରେ ସନ୍ତୋଷ ପାଇନାହାନ୍ତି।
Question ୪୦।
ଶ୍ରମ ବିଭାଜନ ସମ୍ବନ୍ଧରେ ଦୁଙ୍କ ମତ କ’ଣ ?
Answer:
ଦୁର୍ଖମ୍ ଶ୍ରମ ବିଭାଜନ ସମ୍ବନ୍ଧରେ ସକରାତ୍ମକ ମତ ପୋଷଣ କରିଛନ୍ତି। ସେ ତାଙ୍କ ପୁସ୍ତକ ସାମାଜିକ ଶ୍ରମ ବିଭାଜନରେ ବ୍ୟକ୍ତି ଏବଂ ସମୁଦାୟ ମଧ୍ଯରେ ସମ୍ପକକୁ ପ୍ରକାଶ କରିଛନ୍ତି। ତାଙ୍କ ମତରେ ଶ୍ରମ ବିଭାଜନ ଏକ ସାମାଜିକ ସତ୍ୟ। ଏହା ବୃତ୍ତିଗତ ଭିନ୍ନତା ଉପରେ ପର୍ଯ୍ୟବେସିତ ସାମାଜିକ ଭିନ୍ନତା ଏବଂ ଶିଳ୍ପଭିତ୍ତିକ କାର୍ଯ୍ୟରେ ବ୍ୟପକ ବୃଦ୍ଧିକୁ ବୁଝାଇଥାଏ।
ବ୍ୟାଖ୍ୟା କର ଛଅଟି ବାକ୍ୟରେ ଉତ୍ତର ଦିଅ :
Question ୧।
ଯୌଥ ପରିବାର ଏବଂ ଏକକ ପରିବାର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ।
Answer:
ଯୌଥ ପରିବାର ଦୁଇ ବା ତିନି ପିଢ଼ିରୁ ଉର୍ଦ୍ଧ୍ଵ ସମ୍ପର୍କୀୟ ଯଥା ସ୍ଵାମୀ, ସ୍ତ୍ରୀ, ସେମାନଙ୍କର ପିଲାମାନେ ଓ ସମ୍ପର୍କୀୟମାନଙ୍କୁ ନେଇ ଗୋଟିଏ ଛାତ ତଳେ ବସବାସ କରୁଥିବା ଗ୍ରାମାଞ୍ଚଳରେ ଦେଖାଦେଇଥାଏ। କିନ୍ତୁ ଏକକ ପରିବାର ପିତା, ମାତ୍ରା ଲୋକମାନଙ୍କୁ ନେଇ ଗଠିତ। ଏହା ସାଧାରଣତଃ ଓ ସେମାନଙ୍କ ଅପ୍ରାପ୍ତ ବୟସ୍କ ପିଲାମାନଙ୍କୁ ନେଇ ଗଠିତ। ଏହା ସହରାଞ୍ଚଳରେ ଦେଖାଯାଇଥାଏ।
Question ୨।
ପ୍ରତିସୁନିକ ବା ପତ୍ନୀସ୍ଥାନିକ ପରିବାର ମଧ୍ୟରେ ପାର୍ଥକ୍ୟ କ’ଣ ?
Answer:
ପତିସୁନିକ ପରିବାରରେ ବିବାହ ପରେ ସ୍ତ୍ରୀ ପିତା ଗୃହତ୍ୟାଗ କରି ସ୍ଵାମୀ ଗୃହରେ ବାସ କରିଥାଏ, ଏହା ପୃଥିବୀର ସବୁ ସ୍ଥାନରେ ଦେଖିବାକୁ ମିଳିଥାଏ। କିନ୍ତୁ ବିବାହପରେ ଯଦି ପୁରୁଷ ନିଜ ସ୍ତ୍ରୀର ଘରେ ବାସ କରିଥାଏ, ତେବେ ତାକୁ ପତ୍ନୀସ୍ଥାନିକ ପରିବାର କୁହାଯାଏ। ଏହା କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଦେଖିବାକୁ ମିଳିଥାଏ।
Question ୩।
ପିତୃବଂଶୀୟ ପରିବାର ଓ ମାତୃବଂଶୀୟ ପରିବାରରେ ପାର୍ଥକ୍ୟ କ’ଣ ବର୍ଣ୍ଣନା କର।
Answer:
ଯେଉଁ ପରିବାରରେ ପିତା ମୁଖ୍ୟ ଅଟନ୍ତି, ସମସ୍ତ ସମ୍ପତ୍ତି ଓ ନିଷ୍ପତ୍ତି ତାଙ୍କର ଚାଲେ ତାଙ୍କ ପିତୃବଂଶୀୟ ପରିବାର କୁହାଯାଏ। ଏହି ପ୍ରକାରର ପରିବାର ଉତ୍ତରାଧିକାରୀ ପିତାଙ୍କ ନାମରେ ନିର୍ଦ୍ଧାରଣ କରାଯାଏ। ମାତ୍ର ଯେଉଁ ପରିବାରରେ ମାଆ ପରିବାରର ସମ୍ପତ୍ତି ଓ କ୍ଷମତାର ଅଧିକାରିଣୀ ଅଟନ୍ତି ତାକୁ ମାତୃବଂଶୀୟ ପରିବାର କୁହାଯାଏ। ଏହି ପ୍ରକାର ପରିବାରର ଉତ୍ତରାଧିକାରୀ ମାତୃବଂଶ ଅନୁଯାୟୀ ହୋଇଥାଏ। ଏବଂ ଝିଅ ପରିବାରର ପରିବର୍ତ୍ତୀ ମୁଖ୍ୟ ରୂପେ ଗଣାଯାଏ।
Question ୪।
ଏକପତ୍ନୀକ ଓ ବହୁପତ୍ନୀକ ପରିବାରରେ ପାର୍ଥକ୍ୟ କ’ଣ ?
Answer:
ଯେଉଁ ପରିବାରରେ ଗୋଟିଏ ପୁରୁଷ ଏକ ସମୟରେ ଗୋଟିଏ ପତ୍ନୀକୁ ବିବାହ କରିଥାଏ, ତାକୁ ଏକ ପତ୍ନୀକୁ ବିବାହ କରିଥାଏ, ତାକୁ ଏକ ପତ୍ନୀକ ପରିବାର କୁହାଯାଏ। ଏହା ଏକ ଆଦର୍ଶ ଓ ସାର୍ବଜନୀନ ବିବାହ ପ୍ରକ୍ରିୟା ଅଟେ; କିନ୍ତୁ ଯେଉଁ ପରିବାରରେ ଗୋଟିଏ ପୁରୁଷ ଏକ ସମୟରେ ଦୁଇରୁ ଅଧିକ ସଂଖ୍ୟକ ନାରୀକୁ ବିବାହ କରି ଏକତ୍ର ବାସ କରିଥାନ୍ତି, ତାହାକୁ ବହୁପତ୍ନୀକ ପରିବାର କୁହାଯାଏ। ଏହା ସାଧାରଣତଃ ଆଦିବାସୀ, ମୁସଲମାନ ଓ ଧନୀକ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ।
Question ୫।
ଅନ୍ତଃର୍ବିବାହୀ ଓ ବହିଃର୍ବିବାହୀ ପରିବାରରେ ପ୍ରଭେଦ କ’ଣ ?
Answer:
ଅନ୍ତଃର୍ବିବାହୀ ପରିବାରରେ ଜଣେ ବ୍ୟକ୍ତି ନିଜର ବର୍ଣ୍ଣ, ଜାତି ଓ ଗୋତ୍ର ମଧ୍ୟରେ ବିବାହ କରିଥାଏ। ଏହା ସାଧାରଣତଃ ହିନ୍ଦୁ ସଂପ୍ରଦାୟରେ ଦେଖାଯାଇଥାଏ। ଏବଂ ଗ୍ରାମାଞ୍ଚଳର ଲୋକମାନେ ଏହାକୁ ମାନିକରି ଚାଲନ୍ତି। ମାତ୍ର ବହିଃର୍ବିବାହୀ ପରିବାରରେ ସଦସ୍ୟମାନେ ନିଜର ବର୍ଷ, ଗୋତ୍ର ଓ ଜାତି ବାହାରେ ବିବାହ କରିଥାନ୍ତି। ଏହି ପ୍ରକାର ଶିକ୍ଷିତ ସହରାଞ୍ଚଳ ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ।
Question ୬।
ଜ୍ଞାତିତ୍ଵର ପ୍ରକାରଭେଦ ଦର୍ଶାଅ।
Answer:
(୧) ନିକଟତମ ଜ୍ଞାତି : ବିବାହଦ୍ଵାର ବନ୍ଧନକୁ ନିକଟତମ ଜ୍ଞାତି ବୋଲି କୁହାଯାଇଥାଏ।
(୨) ରକ୍ତ ସମ୍ବନ୍ଧୀୟ ଜ୍ଞାତି : ରକ୍ତ ଉପରେ ପ୍ରତିଷ୍ଠିତ ବନ୍ଧନକୁ ରକ୍ତ ସମ୍ବନ୍ଧୀୟ ଜ୍ଞାତି କୁହାଯାଏ।
(୩) ପ୍ରାଥମିକ ଜ୍ଞାତି : ଏହିପ୍ରକାର ଜ୍ଞାତି ସ୍ଵାମୀ-ସ୍ତ୍ରୀ, ପିତାମାତା ଏବଂ ସେମାନଙ୍କ ପିଲାମାନଙ୍କୁ ନେଇ ଗଠିତ।
(୪) ଗୌଣ ଜ୍ଞାତି : ଏହି ପ୍ରକାର ଜ୍ଞାତି ସେହି ସମ୍ପର୍କୀୟମାନଙ୍କୁ ନେଇ ଗଠିତ ଯେଉଁମାନେ କି ବ୍ୟକ୍ତିର ପ୍ରାଥମିକ ଜ୍ଞାତି ସହିତ ସମ୍ପୃକ୍ତ।
(୫) ଆଂଶିକ ଜ୍ଞାତି ; ଏହି ପ୍ରକାର ଜ୍ଞାତି ଗୌଣ ଜ୍ଞାତି ସୂମହର ପ୍ରାଥମିକ ଜ୍ଞାତିକୁ ଅନ୍ତର୍ଭୁକ୍ତ କରିଥାଏ।
Question ୭।
ଜ୍ଞାତିତ୍ଵର ଭୂମିକା ଉଲ୍ଲେଖ କର।
Answer:
ଜ୍ଞାତିତ୍ଵର ଭୂମିକା ସମାଜରେ ଅତୁଳନୀୟ। ଅଧୁନା ସହରୀକରଣ ନଗରୀକରଣ ଓ ନୂତନ ଉପାଦାନ ପଦ୍ଧତିର ଉନ୍ନତି ଘଟିଥିଲେ ମଧ୍ୟ ଜ୍ଞାତିତ୍ଵର ଭିତ୍ତିଭୂମି ସେହିଭଳି ବଳବତ୍ତର ରହିଛି। ଏବେବି ବିବାହ, ବ୍ରତ ଇତ୍ୟାଦିର ଯେଉଁ ନିୟମ ଓ କର୍ମକାଣ୍ଡ ତାହା ବାଧ୍ୟତାମୂଳକ ଭାବରେ ପାଳନ କରାଯାଇଛି।
Question ୮।
ଶିକ୍ଷାର କାର୍ଯ୍ୟ ସମ୍ବନ୍ଧରେ ଉଲ୍ଲେଖ କର।
Answer:
ଆଧୁନିକ ସମାଜରେ ଶିକ୍ଷାର କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଶିକ୍ଷା ବିନା ଏହି ସମାଜର ସ୍ଥିତି ଅସମ୍ଭବ। ଏହା ସର୍ବଜନଗୃହୀତ ଯେ ମନୁଷ୍ୟର ପୂର୍ଣାଙ୍ଗ ବିକାଶ ହିଁ ଶିକ୍ଷା। ଶିକ୍ଷାର କାର୍ଯ୍ୟ ଯେ, କେବଳ ବିଦ୍ୟାଳୟ ବା ପାଠ୍ୟପୁସ୍ତକରେ ସୀମିତ ନୁହେଁ। ଏହା ଶିଶୁର ଇଚ୍ଛା, ତାହା କ୍ରମବିକାଶ ନିମନ୍ତେ ଆବଶ୍ୟକତା ଓ ସ୍ଵାଧୀନତା ପାଇବାର ନିଚ୍ଛକ ଅନୁଭୂତି । ନିଜେ ବୁଝିବାରେ ସକ୍ଷମ, ଆତ୍ମଚିନ୍ତା, ଆମ୍ବପରୀକ୍ଷା ଜୀବନର ଲକ୍ଷ୍ୟ-ପ୍ରଭୃତି ମଧ୍ୟ ଶିକ୍ଷାର ଗୁରୁତ୍ଵପୂର୍ଣ୍ଣ ଅନ୍ତର୍ଭୁକ୍ତ।
Question ୯।
ଜ୍ଞାତିତ୍ଵର କେତେକ ଲକ୍ଷଣକୁ ଦର୍ଶାଅ।
Answer:
(୧) ଜ୍ଞାତିତ୍ଵ ଏକ ସାଂସ୍କୃତିକ ବ୍ୟବସ୍ଥା ଅଟେ।
(୨) ଜ୍ଞାତିତ୍ଵ ସଂପର୍କର ଏକ ସଂରଚିତ ବ୍ୟବସ୍ଥା।
(୩) ଜ୍ଞାତିତ୍ଵ ରକ୍ତ ସଂପର୍କ ଓ ବିବାହ ବନ୍ଧନ ଉପରେ ପର୍ଯ୍ୟବେସିତ।
(୪) ଜ୍ଞାତିତ୍ଵ ସାମାଜିକ ଭାବେ ସ୍ଵୀକୃତ ସଂପର୍କକୁ ଅନ୍ତର୍ଭୁକ୍ତ କରିଥାଏ।
(୫) ଜ୍ଞାତିତ୍ବ ବିଭିନ୍ନ ସମାଜର ଭିନ୍ନ ଭିନ୍ନ ହୋଇଥାଏ।
Question ୧୦।
ଶିକ୍ଷାର କେତେକ ଗୁରୁତ୍ବକୁ ଉଲ୍ଲେଖ କର।
Answer:
(୧) ଶିକ୍ଷା ମନୁଷ୍ୟର ବ୍ୟକ୍ତିତ୍ଵ ବିକାଶ ଓ ସାମାଜିକୀକରଣରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
(୨) ଶିକ୍ଷା ସାମାଜିକ ନିୟନ୍ତ୍ରଣ ଓ ସାମାଜିକ ମଙ୍ଗଳର ମାଧ୍ୟମ ଭାବେ କାର୍ଯ୍ୟ କରେ।
(୩) ଶିକ୍ଷା ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାର ସ୍ଥାନାନ୍ତରଣରେ ସହାୟକ ହୁଏ।
(୪) ଶିକ୍ଷା ସମାଜର ଏକତା, ସ୍ଥିରତା ଓ ଶାନ୍ତି ବଜାୟ ରଖେ।
(୫) ଶିକ୍ଷା ସମାଜର ବିକାଶକୁ ତ୍ଵରାନ୍ଵିତ କରେ।
Question ୧୧।
ସଂପତ୍ତି ଉପରେ ଟିପ୍ପଣୀ ଦିଅ।
Answer:
ସଂପତି ଏକ ଗୁରୁତ୍ଵପୂର୍ଣ୍ଣ ରାଜନୈତିକ ଅନୁଷ୍ଠାନ। ଏହାକୁ ଦୁଇଟି ଦୃଷ୍ଟିରୁ ବ୍ୟାଖ୍ୟା କରାଯାଇଥାଏ। ଗୋଟିଏ ଦୃଷ୍ଟିରୁ ବ୍ୟକ୍ତି ବା ସମୂହର ମାଲିକାନାରେ ଥିବା ଦ୍ରବ୍ୟ ବା ଜିନିଷକୁ ସଂପରି କୁହାଯାଏ। ଅନ୍ୟ ଦୃଷ୍ଟିରୁ ସଂପତ୍ତି କେତେଗୁଡ଼ିଏ ଅଧିକାରର ସମଷ୍ଟିକୁ ବୁଝାଏ। ଏହା ଉଭୟ ମୂର୍ଖ ଏବଂ ଅମୂର୍ଣ ଅଟେ। କେ. ଡାଭିସ୍କଙ୍କ ମତରେ, “ ସଂପରି କେତେକ ସ୍ଵଳ୍ପ ଦ୍ରବ୍ୟ ଭିଭିରେ ଅନ୍ୟ ବ୍ୟକ୍ତି ବା ସମୂହମାନଙ୍କର ବିରୁଦ୍ଧରେ ଜଣେ ବ୍ୟକ୍ତି ବା ଦଳେ ବ୍ୟକ୍ତିମାନଙ୍କ ଅଧିକାର ଓ କଉଁବାକୁ ନେଇ ଗଠିତ।” ଏହା ମଧ୍ୟ କେତେକ ଅଧିକାର ଓ କର୍ତ୍ତବ୍ୟର ଗୁଳ୍ମ।
Question ୧୨।
ଶ୍ରମ ବିଭାଜନ କ’ଣ
Answer:
ଏକ ସମୟରେ ଲୋକମାନେ ଭିନ୍ନ ଭିନ୍ନ ପ୍ରକାର୍ଯ୍ୟ ସଂପାଦନ କରିବାର ଏକ ବ୍ୟବସ୍ଥାକୁ ଶ୍ରମ ବିଭାଜନ କୁହାଯାଏ। ଏହା ମୁଖ୍ୟତଃ ଅର୍ଥନୈତିକ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ। କିନ୍ତୁ ଆଧୁନିକ ସମାଜରେ ଏହା ଶ୍ରମ କ୍ଷେତ୍ରରେ ସୀମିତ ନ ରହି ଉତ୍ପାଦନର ସମସ୍ତ ସାଧନ କ୍ଷେତ୍ରରେ ପ୍ରୟୋଗ ହୋଇଥାଏ। ଆଧୁନିକ ଜଟିଳ ଉତ୍ପାଦନ ବ୍ୟବସ୍ଥାରେ ଜଣେ ବ୍ୟକ୍ତି ସମସ୍ତ କାର୍ଯ୍ୟ ସଂପାଦନ କରିବା କଷ୍ଟକର ଯାହାଫଳରେ ଶ୍ରମ ବିଭାଜନ ସୃଷ୍ଟି ହୁଏ। ଅର୍ଥନୀତିଜ୍ଞ ଆଡ଼ମ ସ୍ମିଥ ପ୍ରଥମେ ଏହାର ବ୍ୟବହାର କରିଥିଲେ। ମାର୍କସ ଓ ଦୁମ୍ ଶ୍ରମ ବିଭାଜନ ସମ୍ବନ୍ଧରେ ମତ ଦେଇଛନ୍ତି। ମାର୍କସଙ୍କ ମତରେ ଶ୍ରମ ବିଭାଜନ ସମାଜକୁ ବିଭିନ୍ନ ସାମାଜିକ ଗୋଷ୍ଠୀରେ ବିଭାଜିତ କରିଥାଏ। ଦୁର୍ଖମ୍ ତାଙ୍କ ସାମାଜିକ ଶମ୍ଭୁ ବିଭାଜନରେ ବ୍ୟକ୍ତି ଓ ସମୁଦାୟ ମଧ୍ଯରେ ସଂପର୍କକୁ ପ୍ରକାଶ କରିଛନ୍ତି।
‘ଗ’ ବିଭାଗ
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୧।
ପରିବାରର ପ୍ରକାର୍ଯ୍ୟଗୁଡ଼ିକ କ’ଣ ? ବର୍ତ୍ତମାନ ସମାଜରେ ଏହାର ପରିବର୍ତ୍ତନ ଗୁଡ଼ିକ ଆଲୋଚନା କର।
Answer:
ପରିବାର ସମାଜର ସମସ୍ତ ଅନୁଷ୍ଠାନ ମଧ୍ୟରେ ଶ୍ରେଷ୍ଠତମ ଅଟେ। ଏହା ଏକ ସ୍ଥିର ଓ ପୁରାତନ ଅନୁଷ୍ଠାନ। ପରିବାର ତା’ର ସଦସ୍ୟମାନଙ୍କ ପାଇଁ ଅନେକଗୁଡ଼ିଏ କାର୍ଯ୍ୟ ସମ୍ପାଦନ କରିଥାଏ। ବିଭିନ୍ନ ସମାଜ ବିଜ୍ଞାନୀଙ୍କ ମତରେ ପରିବାର ପ୍ରକାର୍ଯ୍ୟ ଚାରିପ୍ରକାର-ପ୍ରଜନନ, ଭରଣପୋଷଣ, ପୁନଃସ୍ଥାପନ ଓ ସାମାଜିକୀକରଣ। ଓର୍ବର୍ଣ୍ଣ ଓ ନିମ୍ନକଫଙ୍କ ମତରେ ଏହି ପ୍ରକାର୍ଯ୍ୟଗୁଡ଼ିକ ସାଧାରଣତଃ ୬ ପ୍ରକାରର ଯଥା ସ୍ନେହାତ୍ମକ ପ୍ରକାର୍ଯ୍ୟ, ଅର୍ଥନୈତିକ, ମନୋରଞ୍ଜନାତ୍ମକ ସୁରକ୍ଷାତ୍ମକ, ଧାର୍ମିକ ଓ ଶିକ୍ଷାଗତ ପ୍ରକାର୍ଯ୍ୟ ଅଟେ। କିନ୍ତୁ ମାକାଇଭର ଓ ପେକ୍ଙ୍କ ମତରେ, ପରିବାରର ପ୍ରକାର୍ଯ୍ୟ ସାଧାରଣତଃ ଦୁଇ ପ୍ରକାର; ଯଥା (୧) ଅତ୍ୟାବଶ୍ୟକ ବା ଦରକାର ପ୍ରକାର୍ଯ୍ୟ, (୨) ଅତିରିକ୍ତ ବା ଅଦରକାରୀ ପ୍ରକାର୍ଯ୍ୟ।
(୧) ଅତ୍ୟାବଶ୍ୟକୀୟ ବା ଦରକାରୀ ପ୍ରକାର୍ଯ୍ୟ : ଏହି ପ୍ରକାର୍ଯ୍ୟଗୁଡ଼ିକ ମନୁଷ୍ୟର ଦୈନନ୍ଦିନ ଜୀବନର ସାଥୀ ଅଟନ୍ତି। ତେଣୁ ପରିବାର ପ୍ରଥମେ ତା’ର ସଦସ୍ୟମାନଙ୍କର ନିହାତି ଆବଶ୍ୟକ ହେଉଥିବା ଉପାଦାନଗୁଡ଼ିକୁ ପୂରଣ କରିଥାଏ। ଏହି ପ୍ରକାର୍ଯ୍ୟଗୁଡ଼ିକ ହେଲା
- ଯୌନ ଆବଶ୍ୟକତାର ତୃଷ୍ଟି : ଯୌନ ଇଚ୍ଛା ମଣିଷର ସମସ୍ତ ମାନବ ପାଇଁ ନିତ୍ୟାନ୍ତ ଆବଶ୍ୟକ। ତେଣୁ ପରିବାର ମଧ୍ୟରେ ଜଣେ ବ୍ୟକ୍ତି ସଦସ୍ୟ ମେଣ୍ଢାଇଥାଏ।
- ପ୍ରଜନନ : ପରିବାର ତିଷ୍ଠି ରହିବାକୁ ହେଲେ ସଦସ୍ୟ ଜନ୍ମଦେବା ଦରକାର। ସେଥିପାଇଁ ଆଉ ଏକ କାର୍ଯ୍ୟ ହେଉଛି ପ୍ରଜନନ।
- ସନ୍ତାନମାନଙ୍କର ନିରାପତ୍ତା ଓ ଯତ୍ନ : ମାନବ ଶିଶୁଟି, ଜନ୍ମ ନେଇ ଅନ୍ୟ ଉପରେ ନିର୍ଭର କରିଥାଏ। ତେଣୁ ତା’ର ଲାଳନପାଳନ, ନିରାପତ୍ତା ହେଉଛି ପରିବାରର ମୁଖ୍ୟ କାର୍ଯ୍ୟ।
- ଗ୍ରାହସ୍ଥ୍ୟ ଜୀବନ ପ୍ରତିଷ୍ଠା : ପରିବାରରେ ଥିବା ପୁରୁଷ ଓ ମହିଳାମାନେ ନିଜ ନିଜର ଗ୍ରାହସ୍ୟ ଜୀବନ ସୂଚାରୁ ରୂପେ ମେଣ୍ଟାଇଥାନ୍ତି।
- ସାମାଜିକୀକରଣ ; ପରିବାରରେ ଶିଶୁଟିଏ ଜନ୍ମ ନେଇ ଅନ୍ୟାନ୍ୟ ପଶୁଭଳି ଧୀରେ ଧୀରେ ପରିବାରରୁ ଶିକ୍ଷା କରିଥାଏ ମନୁଷ୍ୟର ପ୍ରକୃତିଗୁଡ଼ିକୁ ଓ ନିଜକୁ ସାମାଜିକ ପ୍ରାଣୀଭାବେ ଗଢ଼ି ତୋଳିଥାଏ। ତେଣୁ ବ୍ୟକ୍ତିତ୍ଵର ବିକାଶ କ୍ଷେତ୍ର ପରିବାର ହିଁ ସାହାଯ୍ୟ କରିଥାଏ।
(୨) ଅତିରିକ୍ତ ବା ଅଦରକାରୀ ପ୍ରକାର୍ଯ୍ୟ : ପରିବାର ମନୁଷ୍ୟର ଅତ୍ୟନ୍ତ ଆବଶ୍ୟକତା ପୂରଣ କରୁଥିଲେ ମଧ୍ୟ, ଅନ୍ୟ କେତେକ କାର୍ଯ୍ୟ ସମ୍ପାଦନା କରିଥାଏ। ଯାହା ମନୁଷ୍ୟର ସାମାଜିକ ଆବଶ୍ୟକତା ଓ ବ୍ୟକ୍ତିତ୍ଵର ବିକାଶ, ଦିଗରେ ସାହାଯ୍ୟ ହୋଇଥାଏ। ସେହି ଅତିରିକ୍ତ ପ୍ରକାର୍ଯ୍ୟଗୁଡ଼ିକ ହେଲା
- ଅର୍ଥନୈତିକ ପ୍ରକାର୍ଯ୍ୟ : ପରିବାରର ସଦସ୍ୟମାନେ ନିଜ କର୍ତ୍ତବ୍ୟ ଅନୁସାରେ ରୋଜଗାର କରିଥାନ୍ତି। ଯେଉଁମାନେ ରୋଜଗାରକ୍ଷମ ନଥାନ୍ତି ଯଥା- ଶିଶୁ, ମହିଳା, ଅକ୍ଷମ ଓ ବୃଦ୍ଧି ସମସ୍ତଙ୍କର ଖାଦ୍ୟପେୟ, ବାସଗୃହ ଓ ଅନ୍ୟାନ୍ୟ ଅସୁବିଧାକୁ ମଧ୍ୟ ପରିବାର ପୂରଣ କରିଥାଏ।
- ଶିକ୍ଷାଗତ ପ୍ରକାର୍ଯ୍ୟ ; ବ୍ୟକ୍ତି ପ୍ରଥମେ ପରିବାର ମଧ୍ୟରେ ଶିକ୍ଷା ଲାଭ କରିଥାଏ। ପରିବାର ଦ୍ଵାରା ଲାଭ କରିଥିବା ଶିକ୍ଷା ବ୍ୟକ୍ତିତ୍ଵ ଓ ଚରିତ୍ର ନିର୍ମାଣରେ ଅଧିକ ପ୍ରଭାବ ପକାଇଥାଏ। ଏହା ଏକ ଶିକ୍ଷାନୁଷ୍ଠାନ ଭଳି କାର୍ଯ୍ୟ କରିଥାଏ।
- ସ୍ଵାସ୍ଥ୍ୟଗତ ପ୍ରକାର୍ଯ୍ୟ : ପରିବାର ଶିଶୁ, ବୃଦ୍ଧ ଅକ୍ଷମ ବ୍ୟକ୍ତିମାନଙ୍କର ଯତ୍ନ ନେଇଥାଏ। କୌଣସି ସଦସ୍ୟ ରୋଗାଗ୍ରସ୍ତ ହେଲେ ପରିବାର ମଧ୍ୟରେ ତାର ପ୍ରାଥମିକ ଚିକିତ୍ସା କରାଯାଇଥାଏ। ପରିବାର ଅସହାୟ ସଦସ୍ୟମାନଙ୍କର ଜୀବନସାଥୀ ଭାବରେ କାର୍ଯ୍ୟ କରିଥାଏ।
- ଧାର୍ମିକ ପ୍ରକାର୍ଯ୍ୟ : ପ୍ରତ୍ୟେକ ପରିବାର ଯେକୌଣସି ଧର୍ମରେ ବିଶ୍ବାରେ କରେ। ଶିଶୁଟି ଜନ୍ମ ହେବା ଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଧାର୍ମିକ ପ୍ରଥାକୁ ଅନୁସରଣ କରିଥାଏ। ପରିବାର ଶିଶୁକୁ ଧର୍ମ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରିଥାଏ। ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ପୂଜା, ପାର୍ବଣ ବ୍ରତ, ଉତ୍ସବ ଓ ଧାର୍ମିକ ଦିନ ବିଷୟରେ ପରିବାରରୁ ଶିକ୍ଷା କରିଥାନ୍ତି।
- ଚିତ୍ତ ବିନୋଦନ ପ୍ରକାର୍ଯ୍ୟ : ପରିବାର ଏକ ଚିତ୍ତ ବିନୋଦନର କେନ୍ଦ୍ରସ୍ଥଳୀ ରୂପେ କରିଥାଏ। ବିଭିନ୍ନ ପର୍ବପର୍ବାଣୀରେ ନାଚିବା, ଗାଇବା, ଖେଳିବା ଓ ବନ୍ଧୁବାନ୍ଧବଙ୍କ ଘରକୁ ଯିବା ଦ୍ଵାରା ସଦସ୍ୟମାନେ ନିଜକୁ ମନୋରଞ୍ଜନ କାର୍ଯ୍ୟରେ ଲିପ୍ତଥିଲା ପରି ମନେ କରନ୍ତି। ତେଣୁ ଉପରୋକ୍ତ ପ୍ରକୀର୍ଯ୍ୟଗୁଡ଼ିକୁ ପରିବାର ସୂଚାରୁ ରୂପେ ପ୍ରଦାନ କରିଥାଏ।
ପ୍ରକାର୍ଯ୍ୟର ପରିବର୍ତ୍ତନ : ବର୍ତ୍ତମାନର ବୈଜ୍ଞାନିକ ଯୁଗରେ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷିତ, ସଚେତନ ଓ ସ୍ଵାଧୀନ ଅଟନ୍ତି। ଆଧୁନିକ ସମାଜ ଉପରେ ଔଦ୍ୟୋଗୀକରଣ, ନଗରୀକରଣ, ଗମନାଗମନ, ଯୋଗାଯୋଗ, ନାରୀଶିକ୍ଷା, ପାଶ୍ଚାତ୍ୟ ସଂସ୍କୃତି ଓ ସାମ୍ବିଧାନିକ ନିୟମର ପ୍ରଭାବ ପ୍ରତିଫଳିତ ହେଉଛି ଯାହାଦ୍ଵାରା ପରିବାର କ୍ଷେତ୍ରରେ ଅନେକଗୁଡ଼ିଏ ପରିବର୍ତ୍ତନ ଘଟୁଥିବା ଲକ୍ଷ୍ୟ କରାଯାଉଛି। ସାମାଜିକ ପରିବର୍ତ୍ତନ ମଧ୍ୟ ପରିବାରର ପ୍ରକାର୍ଯ୍ୟଗୁଡ଼ିକର ପରିବର୍ତ୍ତନ ଘଟାଉଛି। ସେ ପରିବର୍ତ୍ତନଗୁଡ଼ିକ ହେଲା
(କ) ସାମାଜିକ ନିରାପତ୍ତା ପ୍ରକାର୍ଯ୍ୟରେ ପରିବର୍ତ୍ତନ : ପରିବାର ତାର ଅସହାୟ ଶିଶୁ, ବୃଦ୍ଧ ଅକର୍ମଣ୍ୟ ସଦସ୍ୟମାନଙ୍କୁ ନିରାପତ୍ତା ପ୍ରଦାନ କରିଥାଏ। କିନ୍ତୁ ବର୍ତ୍ତମାନ ସଦସ୍ୟମାନେ ଜୀବନର ନିରାପତ୍ତା ପାଇଁ ବିଭିନ୍ନ ପ୍ରକାରର ବୀମା ଯୋଜନାର ଆଶ୍ରୟ ନେଉଛନ୍ତି।
(ଖ) ଶିକ୍ଷାଗତ ପ୍ରକାର୍ଯ୍ୟରେ ପରିବର୍ତ୍ତନ : ପୁରାତନ କାଳରେ ପରିବାର ଶିକ୍ଷା କିନ୍ତୁ ବର୍ତ୍ତମାନ ମନୁଷ୍ୟ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରୁ ବିଭିନ୍ନ ଶିକ୍ଷା ସମାଜରେ ରେଡ଼ିଓ, ଟେଲିଭିଜନ ମାଧ୍ୟମରେ ମଧ୍ୟ ଶିଶୁମାନଙ୍କୁ ବିଭିନ୍ନ ଶିକ୍ଷା ଦିଆଯାଉଛି।
(ଗ) ଅର୍ଥନୈତିକ ପ୍ରକାର୍ଯ୍ୟରେ ପରିବର୍ତ୍ତନ : ପରିବାର ସମସ୍ତ ସଦସ୍ୟମାନଙ୍କ ପାଇଁ ଉତ୍ପାଦନ ବଣ୍ଟନ ଓ ପରିବାର ସମସ୍ତ ସଦସ୍ୟମାନଙ୍କ ପାଇଁ ଉତ୍ପାଦନ ବଣ୍ଟନ ଓ ଉପଭୋଗର ସୁଯୋଗ ସୃଷ୍ଟି କରୁଥିଲା। ପୁରାତନ ପରିବାରୁ ଗୁଡିକର କୃଷି ଉପରେ ନିର୍ଭର କରୁଥିଲା। କିନ୍ତୁ ବର୍ତ୍ତମାନ ପରିବାରର ସଦସ୍ୟମାନେ, ବ୍ୟବସାୟ, ଚାକିରି ଓ ଅନ୍ୟାନ୍ୟ ପନ୍ଥା ଉପରେ ନିର୍ଭର କରିବାକୁ ଚାଳିବାକୁ ଚେଷ୍ଟା କରୁଛନ୍ତି।
(ଘ) ସ୍ଵାସ୍ଥ୍ୟଗତ ପ୍ରକାର୍ଯ୍ୟରେ ପରିବର୍ତ୍ତନ : ପରିବାରରେ ଶିଶୁଟିଏ ଜନ୍ମ ନେବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରୋଗଗ୍ରସ୍ତ ସମୟରେ ପ୍ରାଥମିକ ଚିକିତ୍ସା ପାଇଁ ପରିବାର ଉପରେ ନିର୍ଭର କରୁଥିଲା। କିନ୍ତୁ ବର୍ତ୍ତମାନ ଯେକୌଣସି ସାମାନ୍ୟ ରୋଗପାଇଁ ସଦସ୍ୟମାନେ ହସ୍ପିଟାଲ୍ର ସାହାଯ୍ୟ ନେଇଥୁବାରୁ ଆବଶ୍ୟକ ସ୍ଥଳେ ଆବଶ୍ୟକ ସ୍ଥଳେ ଡାକ୍ତରମାନେ ରୋଗୀର ବାସସ୍ଥାନକୁ ଆସି ରୋଗ ଭଲ ହେବା ପାଇଁ ଚେଷ୍ଟା କରୁଛନ୍ତି।
(ଙ) ଧାର୍ମିକ୍ ପ୍ରକାର୍ଯ୍ୟରେ ପରିବର୍ତ୍ତନ : ପୁରାତନ ଯୁଗରେ ବିଭିନ୍ନ ପ୍ରକାରର ଧାର୍ମିକ କାର୍ଯ୍ୟକଳାପ ଯଥା ମୂର୍ତ୍ତିପୂଜା, ମେଳା ମହୋତ୍ସବ, ପ୍ରାର୍ଥନା, ଧର୍ମଚର୍ଚ୍ଚା ଇତ୍ୟାଦି ପରିବାର ମଧ୍ୟରେ ଦେଖିବାକୁ ମିଳୁଥିଲା। କିନ୍ତୁ ବର୍ତ୍ତମାନର ଆଧୁନିକ ସମାଜର ଏହିସବୁ ଧାର୍ମିକ କାର୍ଯ୍ୟ ପରିବାର ବାହାରେ ବେଶୀ ପରିମାଣରେ ଦେଖାଦେଉଛି। ଧାର୍ମିକ ବିଶ୍ବାସକୁ ବୈଜ୍ଞାନିକ ଯୁଗର ମନୁଷ୍ୟମାନେ ଅନ୍ଧବିଶ୍ଵାସ ଭାବେ ପରିଗଣିତ କରୁଛନ୍ତି। ସର୍ବୋପରି ବ୍ୟକ୍ତିମାନଙ୍କ ମନରୁ ଧାର୍ମିକ ମୂଲ୍ୟବୋଧର ଅବକ୍ଷୟ ଘଟୁଛି ଓ ପାପ, ମୋହ ପ୍ରଭୃତି ଉନ୍ନତି ପରିଲକ୍ଷିତ ହେଉଛି।
(ଚ) ଚିତ୍ତ ବିନୋଦନ ପ୍ରକାର୍ଯ୍ୟରେ ପରିବର୍ତ୍ତନ : ପୁରାତନ ପରିବାରଗୁଡ଼ିକ ଚିତ୍ତବିନୋଦନର ଠିକାଦାର ଭାବରେ କାର୍ଯ୍ୟ କରୁଥିଲା। ପରିବାର ସଦସ୍ୟମାନେ ପରସ୍ପର ମଧ୍ୟରେ ଖେଳ, କୌତୁକ, ଗପସପ ଆଦିଦ୍ୱାରା ମନୋରଞ୍ଜନ କରିବା ସଙ୍ଗେ ସଙ୍ଗେ ସମୟ ମଧ୍ୟ ଅତିବାହିତ କରୁଥିଲେ। କିନ୍ତୁ ବର୍ତ୍ତମାନର ପରିବାର ସଦସ୍ୟମାନେ ନିଜ ପରିବାର ବାହାରେ ସିନେମା, କ୍ରୀଡ଼ା, କ୍ଲବ୍ ଭ୍ରମଣ ଆଦିଦ୍ଵାରା ମନୋରଞ୍ଜନ କରୁଛନ୍ତି। ତେଣୁ ପରିବାର ପ୍ରକାର୍ଯ୍ୟଗୁଡ଼ିକରେ ଅନେକ ପରିବର୍ତ୍ତନ ଦେଖାଦେଇଛି। ପରିବାର ପ୍ରକାର୍ଯ୍ୟଗୁଡ଼ିକରେ ଯେତେବେଳେ ପରିବର୍ତ୍ତନ ଦେଖାଦେଲେ ମଧ୍ୟ ଜଣେ ବ୍ୟକ୍ତି ପରିବାରର ବାହାରେ ତା’ର ଆବଶ୍ୟକତାଗୁଡ଼ିକୁ ପୂରଣ କରିବାକୁ ସକ୍ଷମ ହୋଇନଥାଏ। ବ୍ୟକ୍ତି ଜୀବନରେ ପରିବାରର ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ଅସ୍ଵୀକାର କରାଯାଇପାରିବ ନାହିଁ।
Question ୨।
ଜ୍ଞାତି ସମ୍ପର୍କ କାହାକୁ କହନ୍ତି ? ଏହାର ପ୍ରକାର ଭେଦ ସମ୍ପର୍କରେ ଆଲୋଚନା କର ?
Answer:
ଜ୍ଞାତି ସମ୍ପର୍କ ହେଉଛି ପ୍ରତ୍ୟେକ ସମାଜର ଏକ ସର୍ବବିଦ୍ୟମାନ ସାମାଜିକ ଅନୁଷ୍ଠାନ। ଏହି ସମ୍ପର୍କ କେଉଁ ପୁରାତନ ଯୁଗରୁ ମଣିଷ ସମାଜରେ ପ୍ରଚଳିତ ଅଟେ। ଉକ୍ତ ବନ୍ଧନ ମାଧ୍ୟମରେ ମଣିଷ ସମୁଦାୟ ମଧ୍ଯରେ ଏକତ୍ର ବସତି ସ୍ଥାପନ କରିବାକୁ ସମର୍ଥ ହୋଇଥାଏ। ବିବାହ ହେଉଛି ଜ୍ଞାତି ସମ୍ପର୍କ ଭିତ୍ତିପ୍ରସ୍ତର ସ୍ୱରୂପ। ବିବାହ ପରେ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଜ୍ଞାତି ସମ୍ପର୍କର ସୂତ୍ରପାତ ହୋଇଥାଏ। ମର୍ଡକ୍ଙ୍କ ମତରେ ଜଣେ ବ୍ୟକ୍ତି ତା’ର ସାମାଜିକ ଜୀବନରେ ଦୁଇଟି ମୌଳିକ ପରିବାରର ସଦସ୍ୟ ଅଟେ। ଉକ୍ତ ପରିବାର ଦୁଇଟି ହେଲା
(କ) ସମାଜାନୁସ୍ଥାପକ ପରିବାର ଓ (ଖ) ପ୍ରଜନନ ପରିବାର। ଯେକୌଣସି ବ୍ୟକ୍ତି ପ୍ରଥମେ ସମାଜାନୁସ୍ଥାପକ ପରିବାରରେ ଜନ୍ମଲାଭ କରି, ଲାଳିତପାଳିତ ହୋଇଥାଏ। ତା’ର ପିତା, ମାତା, ଭାଇ ଭଉଣୀ ପ୍ରଭୃତି ଉକ୍ତ ପରିବାରର ସଦସ୍ୟ ଅଟନ୍ତି। ଉକ୍ତ ବ୍ୟକ୍ତି ବିବାହ ମାଧ୍ୟମରେ ପ୍ରଜନନ ପରିବାର ପ୍ରତିଷ୍ଠା କରିଥାଏ। ତେଣୁ ଉପରୋକ୍ତ ଦୁଇଟି ଉପାୟରେ ଜଣେ ବ୍ୟକ୍ତି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଜ୍ଞାତି ସମ୍ପର୍କ ସହିତ ଜଡ଼ିତ ହେବା ସହିତ ଏହାର ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ।
ପୁରାତନ ଯୁଗରେ ସାମାଜିକ ଜୀବନ ଉପରେ ଜ୍ଞାତି ସମ୍ପର୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା। ଜ୍ଞାତି ସହିତ ପଦ୍ଧତି ଅନୁଯାୟୀ ବ୍ୟକ୍ତିର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଜୀବନର ବିକାଶ ସମ୍ଭପର ହୋଇ ପାରୁଥିଲା। ବିଭିନ୍ନ ପ୍ରକାରର ସୁବିଧା, ସୁଯୋଗ, ଅଧିକାର ସାବ୍ୟସ୍ତ କରିବାରେ ଜ୍ଞାତି ସମ୍ପର୍କ ସହାୟ ହେଉଥିଲା। ସାମାଜିକ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଜ୍ଞାତି ସମ୍ପର୍କ ବ୍ୟକ୍ତି ବିଶେଷ ନିୟନ୍ତ୍ରଣ କରିବାରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ସମ୍ପର୍କ ପ୍ରତ୍ୟେକ ସମାଜରେ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳିଥାଏ। ଜ୍ଞାତି ସମ୍ପର୍କର ପ୍ରକାରଭେଦ : ଜ୍ଞାତି ସମ୍ପର୍କ ପ୍ରତ୍ୟେକ ମନୁଷ୍ୟର ସାମାଜିକ ଜୀବନର ମୌଳିକ ଆଧାର ଅଟେ। ଏହା ସାଧାରଣତଃ ଭିନ୍ନ ଭିନ୍ନ ରୂପରେ ସମାଜରେ ପରିଲକ୍ଷିତ ହୋଇଥାଏ। ସେଗୁଡ଼ିକ ହେଲା
(କ) ସମରକ୍ତ ଜ୍ଞାତି ସମ୍ପର୍କ : ଏହି ପ୍ରକାରର ଜ୍ଞାତି ସମ୍ପର୍କ ସମରକ୍ତର ବନ୍ଧନରୁ ହିଁ ବୁଝାଇଥାଏ। ସାଧାରଣତଃ ପିତା, ମାତା, ପୁତ୍ର, କନ୍ୟା ଓ ନାତି, ନାତୁଣୀ ମଧ୍ଯରେ ଯେଉଁ ବନ୍ଧନ ଥାଏ, ତାହାକୁ ସମରକ୍ତ ଜ୍ଞାତି ସମ୍ପର୍କ କୁହାଯାଇଥାଏ। ଏଥିରେ ଦାଦା, ଖୁଡ଼ି, ସେମାନଙ୍କର ସନ୍ତାନ ସନ୍ତତି ମଧ୍ୟ ସଂପୃକ୍ତ ହୋଇଥାନ୍ତି। ଏମାନେ ସମସ୍ତେ ସୃଜନ ରକ୍ତ ଦ୍ଵାରା ସୃଷ୍ଟି ଲାଭ କରି ଜ୍ଞାତି ସମ୍ପର୍କ ବନ୍ଧନରେ ବାନ୍ଧି ହୋଇଥାଏ।
(ଖ) ବିବାହ ସମ୍ବନ୍ଧୀୟ ଜ୍ଞାତି ସମ୍ପର୍କ : ବିବାହ ପରେ ମଣିଷର ସାମାଜିକ ଜୀବନରେ ଅନ୍ୟ ଏକ ପ୍ରକାରର, ଜ୍ଞାତି ସମ୍ପର୍କ ସ୍ଥାପନ ହୋଇଥାଏ। ଯାହାକୁ କି, ବିବାହ ସମ୍ବନ୍ଧୀୟ ଜ୍ଞାତି ସମ୍ପର୍କ କୁହାଯାଇଥାଏ। ଜଣେ ବ୍ୟକ୍ତି ବିବାହ କରିସାରିବା ପରେ, ସେ ସ୍ଵାମୀ ପଦବାଚ୍ୟ ହେବା ସହିତ ଅନ୍ୟାନ୍ୟ ଜ୍ଞାତି ସମ୍ପର୍କ ଯଥା, ଜ୍ବାଇଁ, ଭିଣୋଇ, ଦାଦା, ଶଳା ଶାଳୀ ଶାଶୁ, ଶ୍ଵଶୁର ପ୍ରଭୃତି ସହିତ ଜଡ଼ିତ ହୋଇଯାଇଥାଏ। ସ୍ତ୍ରୀ ପକ୍ଷରେ ମଧ୍ୟ ଏଭଳି ସମ୍ପର୍କ ସୃଷ୍ଟି ହୋଇଥାଏ। ଜଣେ, ସ୍ତ୍ରୀ ଲୋକ ମଧ୍ୟ ବିବାହ ପରେ ପରିବାରରେ ବୋହୂ, ଭାଉଜ, ମାଇଁ, ଖୁଡ଼ି ପ୍ରଭୃତି ସମ୍ପର୍କରେ ବାନ୍ଧି ହୋଇଯାଇଥାଏ। ଏଭଳି ବୈବାହିକ ରୀତି ଜ୍ଞାତି ସମ୍ପର୍କର ସୃଷ୍ଟି ହୋଇଥାଏ।
(ଗ) ବନ୍ଧୁ ସମ୍ପର୍କ : ବନ୍ଧୁ ସମ୍ପର୍କ ହେଉଛି ଜ୍ଞାତି ସମ୍ପର୍କର ଗୋଟିଏ ରୂପ। ଏହି ସମ୍ବନ୍ଧ ଅନୁଯାୟୀ ଜଣେ ବ୍ୟକ୍ତି ପରିବାର ମଧ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ କରି ଆଣି ରଖୁଲେ ଏହା ବନ୍ଧୁ ସମ୍ପର୍କ ଭାବେ ପରିଗଣିତ ହୋଇଥାଏ। ଅନ୍ୟପକ୍ଷରେ ଜଣେ ସାଧାରଣ ବ୍ୟକ୍ତି ପୁରୁଷ ହେଉ ବା ସ୍ତ୍ରୀ ପୂର୍ବପୁରୁଷଙ୍କଠାରୁ ଅବତରଣ କରିଥିଲେ ତାହାକୁ ଜ୍ଞାତି କୁହାଯାଇଥାଏ। ତେଣୁ ଯେତେବେଳେ ପୁରୁଷ ଜାତୀୟ ବଂଶଧରମାନଙ୍କଠାରୁ ପରିବାର ଉତ୍ପତ୍ତି ‘ବା’ ଜ୍ଞାତି ସମ୍ପର୍କର ବିକାଶ ସାଧନ ହୋଇଥାଏ ବୋଲି ବିଶ୍ଵାସ କରାଯାଏ । ସେହି ଜ୍ଞାତିକୁ ପିତୃବଂଶାନୁକ୍ରମିକ ଜ୍ଞାତି (Kin) ବା ପିତୃ ସମ୍ବନ୍ଧୀୟ ଜ୍ଞାନି (Kin) କୁହାଯାଏ ।
ସେହିପରି ସ୍ତ୍ରୀ ଜାତୀୟ ବଂଶଧରମାନଙ୍କ ଠାରୁ ଜ୍ଞାତି ସମ୍ପର୍କର ଉତ୍ପତ୍ତି ଓ ବିକାଶ ସାଧାରଣ ପୂର୍ବପୁରୁଷ ଉପରେ ବିଶ୍ଵାସ ରଖେ ତାହାକୁ ଜନୟତୁ ଜ୍ଞାତି (cogmate) ବା ବନ୍ଧୁ କୁହାଯାଏ। ନିକଟ ବା ଦୂରତ୍ବ ସମ୍ପର୍କକୁ ଭିଭିକରି ଜ୍ଞାତି ବା ବନ୍ଧୁମାନଙ୍କ ମଧ୍ୟରେ ପ୍ରଭେଦ ଦେଖାଯାଇଥାଏ। ତାହା ହେଲା
(କ) ପ୍ରାଥମିକ ସୃଜନ ବା ଲୋକମାନେ ବ୍ୟକ୍ତିର ପ୍ରାଥମିକ ବନ୍ଧୁ ବା ତାହାର ପ୍ରାଥମିକ ଜ୍ଞାତି ଅଟନ୍ତି। ଜ୍ଞାତି :ସମାଜରେ ଜନ୍ମ ଅବସ୍ଥାରୁ ନିକଟବର୍ତ୍ତୀ ହୋଇ ରହିଥିବା ସମ୍ପର୍କୀୟ ଜ୍ଞାତି ରୂପେ ପରିଗଣିତ। ଜଣେ ବ୍ୟକ୍ତିର ପିତାମାତା, ଭାଇ, ଭଉଣୀ ପ୍ରଭୃତି
(ଖ) ଗୌଣ ସୃଜନ ବା ଜ୍ଞାତି : ପ୍ରାଥମିକ ବନ୍ଧୁମାନଙ୍କର ନିକଟବର୍ତ୍ତୀ ଜ୍ଞାତିମାନଙ୍କୁ ଗୌଣ ଜ୍ଞାତିର ଆଖ୍ୟା ମିଳିଥାଏ। ଯଥା-ପିତାଙ୍କର ପିତା, ମାତା, ମାତାଙ୍କର ଭାଇ, ଭାଇଙ୍କର ଝିଅ ଓ ପୁଅ ଇତ୍ୟାଦି ଗୌଣବନ୍ଧୁର ଉଦାହରଣ।
(ଗ) ତୃତୀୟିକବନ୍ଧୁ ବା ଜ୍ଞାତି : ତୃତୀୟକ ବନ୍ଧୁ ତା ଜ୍ଞାତିମାନେ ହେଉଛନ୍ତି ଗୌଣ ବନ୍ଧୁ ବା ଜ୍ଞାତିଙ୍କର କଟତମ ବ୍ୟକ୍ତି ବିଶେଷ। ସାଧାରଣତଃ, ସ୍ଵାମୀଙ୍କ ଭାଇର ସ୍ତ୍ରୀ, ସ୍ତ୍ରୀଙ୍କ ଭାଇର ସ୍ତ୍ରୀ, ପ୍ରଭୃତି ତୃତୀୟକ ଜ୍ଞାତି ବା ସୃଜନର ଦୃଷ୍ଟାନ୍ତ ଅଟେ।
ଉପରୋକ୍ତ ଆଲୋଚନାରେ ଜ୍ଞାତି ସମ୍ପର୍କ ଓ ଏହାର ପ୍ରକାର ଭେଦ ଉପରେ ଏକ ସମ୍ପୂର୍ଣ୍ଣ ଚିତ୍ର ପ୍ରଦାନ କରାଯାଇଛି ତେଣୁ ଜ୍ଞାତି ସମ୍ପର୍କ ହେଉଛି ମାନବ ସମାଜର ଏକ ଆଦିମ ବା ଅତି ପୁରାତନ ସମ୍ପର୍କ ଯାହାକୁ ଛାଡ଼ି ମଣିଷ ସମାଜ ମାଧ୍ୟମରେ ବଞ୍ଚିପାରିବ ନାହିଁ।
Question ୩।
ପରିବାରର ବିଭିନ୍ନ ପ୍ରକାରଭେଦ ଆଲୋଚନା କରି।
Answer:
ବିଭିନ୍ନ ସମାଜରେ ବିଭିନ୍ନ ପ୍ରକାର ପରିବାର ଦେଖାଯାଏ। ପରିବାର ଏକ ସାର୍ବଜନୀନ ଅନୁଷ୍ଠାନ। ମାତ୍ର ସମସ୍ତ ପ୍ରକାର ଏକ ପ୍ରକାର ନୁହେଁ। ପ୍ରାଧୂକାର ସଂରଚନା ବସତି ସ୍ଥାପନ ବିବାହ ଓ ବଂଶାନୁକ୍ରମକୁ ଭିଭି କରି ପରିବାର ବିଭକ୍ତିକରଣ କରାଯାଇଛି। ସେଗୁଡ଼ିକ ହେଲା
(୧) ଏକକ ପରିବାର : ଏକ ପରିବାର ହେଉଛି ଏକ କ୍ଷୁଦ୍ର ପରିବାର ଯେଉଁଥରେ ସ୍ଵାମୀ ଓ ସ୍ତ୍ରୀ ଏବଂ ସେମାନଙ୍କର ଅପ୍ରାପ୍ତବୟସ୍କ ବାଳକବାଳିକା ବିବାହ କରିଥାନ୍ତି ଏହା କ୍ଷୁଦ୍ର ଏବଂ କମ୍ସଂଖ୍ୟକ ସଭ୍ୟଙ୍କୁ ନେଇ ଗଠିତ।
(୨) ଯୌଥ ପରିବାର : ଯୌଥ ପରିବାରର ଆକାର ବୃହତ୍ ଅଟେ। ଏହା ବହୁସଂଖ୍ୟକ ସଦସ୍ୟଙ୍କୁ ନେଇ ଗଠିତ ଅଟେ। ଏହି ପରିବେଶରେ ପିତାମାତା ପ୍ରାପ୍ତ ଏବଂ ଅପ୍ରାପ୍ତ ବୟସ୍କ ସନ୍ତାନ, ପିତାମାତାଙ୍କର ଭ୍ରାତୃବର୍ଗ ପିତାଙ୍କର ବୃଦ୍ଧ ପିତାମାତା ବାସ କରିଥାନ୍ତି।
(୩) ପିତୃ ଆବାସିକ ପରିବାର : ଏହି ପରିବାରରେ ବିବାହ ପରେ ସ୍ତ୍ରୀ ନିଜର ପିତାଗୃହ ପରିତ୍ୟାଗ କରି ସ୍ଵାମୀ ଗୃହରେ ସ୍ଥାୟୀ ଭାବରେ ବାସ କରିଥାଏ। ଆଧୁନିକ ସମାଜରେ ଏହି ପରିବାର ଏକ ଆଦର୍ଶ ପରିବାର ରୂପେ ପରିଚିତ।
(୪) ମାତୃ-ଆବାସିକ ପରିବାର : ଏହି ପରିବାରରେ ବିବାହ ପରେ ସ୍ଵାମୀ ନିଜ ଗୃହ ପରିତ୍ୟାଗ କରି ସ୍ତ୍ରୀ ଗୃହରେ ବାସ କରିଥାଏ। ଆସାମର ଖାସି ଜନଜାତି ଭିତରେ ଏହି ପ୍ରକାର ପରିବାର ଦେଖାଯାଏ।
(୫) ଏକ-ପତ୍ନୀକ ପରିବାର : ଏହି ପରିବାର ଗୋଟିଏ ପୁରୁଷ କେବଳ ମାତ୍ର ଗୋଟିଏ ସ୍ତ୍ରୀକୁ ବିବାହ କରିଥାଏ। ଏଥିରେ ପୁରୁଷ ଦ୍ବିତୀୟ ସ୍ତ୍ରୀ ଗ୍ରହଣ କରିପାରିବ ନାହିଁ।
(୬) ବହୁ ପତ୍ନୀକ ପରିବାର : ବହୁପତ୍ନୀକ ପରିବାରରେ ଗୋଟିଏ ପୁରୁଷ ଏକ ସମୟରେ ଏକାଧିକ ସ୍ତ୍ରୀଙ୍କୁ ବିବାହ କରିଥାଏ। ଆଫ୍ରିକାର ନିଗ୍ରୋ ଓ ମୁସଲମାନ ସମ୍ପ୍ରଦାୟରେ ଦେଖାଯାଏ।
(୭ ) ବହୁପତିକ ପରିବାର : ବହୁପତି ପରିବାରରେ ଗୋଟିଏ ସ୍ତ୍ରୀ ଏକ ସମୟରେ ଏକାଧିକ ପୁରୁଷମାନଙ୍କୁ ବିବାହ କରିଥାଏ। ପାଣ୍ଡବ ପରିବାର ବହୁପତିକ । ପରିବାରର ଏକ ଜ୍ଵଳନ୍ତ ଉଦାହରଣ।
(୮) ପିତୃତାନ୍ତ୍ରିକ ପରିବାର : ପିତୃତାନ୍ତ୍ରିକ ପରିବାରରେ ପିତା ସମସ୍ତ କ୍ଷମତାର ଅଧିକାରୀ। ପିତା ପରିବାରକୁ ଶାସନ କରନ୍ତି। ପରିବାରର ସମସ୍ତ ସମ୍ପତ୍ତି ପିତାଙ୍କ ନାମରେ ଥାଏ। ପିତା ପରିବାରକୁ ନିମନ୍ତ୍ରିତ ତଥା ପରିଚାଳିତ କରନ୍ତି। ପରିବାରର ସମ୍ପତ୍ତି ପିତାଙ୍କ ମୃତ୍ୟୁରେ ତାଙ୍କ ପୁତ୍ର ତାଙ୍କ ବଂଶଧର ଅଧିକାରକୁ ଆସିଥାଏ।
(୯) ପିତୃବଂଶୀୟ ପରିବାର : ପିତୃବଂଶୀୟ ପରିବାରରେ ପିତା ପରିବାର ମୁଖ୍ୟ ଅଟନ୍ତି। ପରିବାରର ବଂଶାନୁକ୍ରମେ ଓ ଉତ୍ତରାଧୁକାରୀ ପତ୍ରରେ ପିତାଙ୍କ ନାମରେ ନିର୍ଦ୍ଧାରିତ ହୁଏ। ପୁତ୍ରମାନଙ୍କ କ୍ରମରେ ସମ୍ପତ୍ତି ପ୍ରବର୍ତ୍ତନ ହୁଏ। ପିତା, ପୁତ୍ର, ନାତି ଇତ୍ୟାଦି କ୍ରମରେ ବଂଶାନୁକ୍ରମ ନିଦ୍ଧାରିତ ହୋଇଥାଏ।
(୧୦) ମାତୃବଂଶୀୟ ପରିବାର : ମାତୃବଂଶୀୟ ପରିବାରରେ ମାତା ପରିବାରର ମୁଖ୍ୟ ଅଟନ୍ତି। ବଂଶାନୁକ୍ରମ ଉତ୍ତରାଧିକାରୀ ପୁତ୍ର ମାତାଙ୍କ ନାମରେ ଅନୁସୃତ ହୋଇଥାଏ। ମାତା, କନ୍ୟା, ନାତୁଣୀ ଇତ୍ୟାଦି କ୍ରମରେ ବଂଶାନୁକ୍ରମତା ନିର୍ଦ୍ଧାରିତ ହୁଏ। ଏହି ପରିବାରରେ ପିତା, ପୁତ୍ର, ନାତି ପ୍ରଭୃତିଙ୍କ ସମ୍ପତ୍ତି ଉପରେ ଅଧିକାର ନଥାଏ।
Question ୪।
ଜ୍ଞାତି ବିଭିନ୍ନ ପ୍ରକାର ପ୍ରଭେଦମାନ ଆଲୋଚନା କର।
Answer:
ଜ୍ଞାତିମାନଙ୍କୁ ନିମ୍ନମତେ ବିଭିନ୍ନ ପ୍ରକାରରେ ବିଭକ୍ତ କରାଯାଇପାରେ
(୧) ଲିଙ୍ଗ : ଲିଙ୍ଗ ଅନୁସାରେ ସମସ୍ତ ଜ୍ଞାତିମାନଙ୍କୁ ପୁରୁଷ ଜ୍ଞାତି ଓ ସ୍ତ୍ରୀ ଜ୍ଞାତି ଭାବେ ଦୁଇ ପ୍ରକାରରେ ବିଭକ୍ତ କରାଯାଇପାରେ। ବାପା, ଅଜା, ମାମୁ, ଭାଇ, ଦାଦା ପ୍ରଭୃତି ପୁରୁଷ ଜ୍ଞାତି ଅଟନ୍ତି। ମାଆ, ମଉସା, ମାଉସୀ ଝିଅ, ଭଉଣୀ ପିଉସୀ, ଆଈ, ସ୍ତ୍ରୀ ଜ୍ଞାତି ଅଟନ୍ତି।
(୨) ପୁରୁଷ : ବିଭିନ୍ନ ପୁରୁଷ ଅନୁଯାୟୀ ସମସ୍ତ ଜ୍ଞାତିମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାରରେ ବିଭକ୍ତ କରାଯାଇପାରେ। ଯଥା-ସ୍ତ୍ରୀ ପୁରୁଷ ଜ୍ଞାତି, ପିତୃ-ପୁରୁଷ ଜ୍ଞାତି, ପିତାମହ-ପୁରୁଷ ଜ୍ଞାତି, ପିତାମହ ପୁରୁଷ ଜ୍ଞାତି ପ୍ରଭୃତି ତଥା ପୁତ୍ର–ପୁରୁଷ ଜ୍ଞାତି, ପୌତ୍ର–ପୁରୁଷ ଜ୍ଞାତି ଇତ୍ୟାଦି। ଜଣକର ଭାଇ, ଭଉଣୀ ପିଉସୀ ପୁଅ ଭାଇ, ମାମୁ ଝିଅ ଭଉଣୀ ପ୍ରଭୃତି ଉକ୍ତ ବ୍ୟକ୍ତିଙ୍କ ନିଜ ପୁରୁଷର ହୋଇଥିବାରୁ ସେମାନେ ଉକ୍ତ ବ୍ୟକ୍ତିଙ୍କର ପିତୃ-ପୁରୁଷ ଜ୍ଞାତି ଏବଂ ତାଙ୍କର ପୁଅଝିଅ ସମସ୍ତ ରକ୍ତ ସମ୍ପର୍କୀୟ ପୁତୁରା, ଝିଆରୀ ପ୍ରଭୃତି ତାଙ୍କର ପୁତ୍ର-ପୁରୁଷ ଜ୍ଞାତି ଅଟନ୍ତି। ଏହିପରି ସମସ୍ତ ପୁରୁଷର ଜ୍ଞାତିମାନଙ୍କର ଉଦାହରଣ ଦିଆଯାଇପାରେ।
(୩) ବିବାହ-ସମ୍ବନ୍ଧ ଓ ରକ୍ତ ସମ୍ବନ୍ଧ : ସମସ୍ତ ଜ୍ଞାତିଙ୍କୁ ଉକ୍ତ ସମ୍ବନ୍ଧୀ ଓ ବିବାହ ସମ୍ବନ୍ଧୀ ଜ୍ଞାତି ଭାବେ ଆବଶ୍ୟକୀୟ ସ୍ଥଳରେ ମଧ୍ୟ ବିଭକ୍ତ କରାଯାଇପାରେ ଏ ବିଷୟରେ କିଞ୍ଚିତ୍ ପୂର୍ବରୁ ଆଲୋଚନା କରାଯାଇଛି।
(୪) ସ୍ଵବଂଶୀୟ ଓ ବର୍ହିବଂଶୀୟ ଜ୍ଞାତି : ଯେଉଁ ଜ୍ଞାତି ବ୍ୟକ୍ତି ବିଶେଷଙ୍କର ନିଜ ବଂଶର ଅଟନ୍ତ, ତାଙ୍କୁ ସ୍ବ- ବଂଶୀୟ ଜ୍ଞାତି କୁହାଯାଏ। ଓ ଯେଉଁ ଜ୍ଞାତି ଅନ୍ୟ ବଂଶରେ ଅଟନ୍ତି ତାହାଙ୍କୁ ବର୍ହିବଂଶୀୟ ଜ୍ଞାତି କୁହାଯାଏ। ବଂଶ ଏକ ସାଧାରଣ ପୂର୍ବପୁରୁଷଙ୍କଠାରେ ଏକ ପକ୍ଷ ଦେଇ ଉଭଦ ହେଉଥିବା ବ୍ୟକ୍ତିମାନଙ୍କୁ ନେଇ ଗଠିତ ସମୂହକୁ ବଂଶ କୁହାଯାଏ। ଆହୁରି ମଧ୍ୟ କୁହାଯାଇପାରେ ଯେ ପିତୃ ଓ ମାତୃ ପକ୍ଷ ମଧ୍ୟରୁ କୌଣସି ଗୋଟିଏ ପକ୍ଷକୁ ବଂଶ ଗଣନା କରାଯାଇଥାଏ। ଯଥା ଆମ୍ଭ ଭାରତୀୟ ହିନ୍ଦୁ, ଶିଖ୍ ଓ ମୁସଲମାନ ପରିବାରରେ ପିତୃପକ୍ଷରୁ ବଂଶଗଣନା କରାଯାଏ। ଅର୍ଥାତ୍ ବ୍ୟକ୍ତିବିଶେଷଙ୍କ ଦାଦା, ଦାଦାପୁଅ ଭାଇ ପ୍ରଭୃତି ତାଙ୍କର ସ୍ଵବଂଶୀୟ ଅଟନ୍ତି। ଏହିପରି ନିକଟ ରକ୍ତ ସମ୍ପର୍କୀୟ କେତୋଟି ପରିବାର ଗୋଟିଏ ବଂଶର ଅନ୍ତର୍ଭୁକ୍ତ ହୋଇଥାନ୍ତି, କିନ୍ତୁ ଏହି ପିତୃବଂଶୀୟ ସମାଜରେ ବ୍ୟକ୍ତିବିଶେଷଙ୍କ ମାତାଙ୍କ ପକ୍ଷରେ ଜ୍ଞାତିମାନେ ଯଥା – ଅଜା, ମାମୁ, ପୁଅ ଇତ୍ୟାଦି ବର୍ହିବଂଶୀୟ ଜ୍ଞାତି ଅଟନ୍ତି। ଏଣୁ ଆମ୍ଭ ଭାରତୀୟ ହିନ୍ଦୁ, ମୁସଲମାନ ଓ ଶିଖ୍ ସମାଜରେ ପିତୃପକ୍ଷୀୟ ଜ୍ଞାତିମାନେ ଆମ୍ଭର ସ୍ବବଂଶୀୟ ଜ୍ଞାତି ଅଟନ୍ତି ଓ ମାତାଙ୍କ ପକ୍ଷରେ ଜ୍ଞାତିମାନେ ଆମ୍ଭର ବହିବଂଶୀୟ ଜ୍ଞାତି ଅଟନ୍ତି।
Question ୫।
ଶିକ୍ଷାର ଅର୍ଥ ନିରୂପଣ କର। ଶିକ୍ଷାର ବିଭିନ୍ନ କାର୍ଯ୍ୟ (Function) ସମ୍ବନ୍ଧରେ ବର୍ଣ୍ଣନା କର।
Answer:
ଶିକ୍ଷାର ଅର୍ଥ ଅତି ବ୍ୟାପକ ଓ ସମୟାନୁଯାୟୀ ପରିବର୍ତ୍ତନଶୀଳ। ବ୍ୟକ୍ତିର ଜୀବନଦର୍ଶନ ସାମାଜିକ ସ୍ଥିତି ଓ ବିଭିନ୍ନ ସମୟରେ ଅନୁସୃତ ଆବଶ୍ୟକତାକୁ ନେଇ ଶିକ୍ଷାର ଅର୍ଥ ନିରୂପଣ କରାଯାଇଥାଏ। ତେଣୁ ଦାର୍ଶନିକ, ନମସ୍ତତ୍ତ୍ଵବିତ୍, ବୈଜ୍ଞାନିକ, ଅର୍ଥନୀତିଜ୍ଞ ଓ ଶିକ୍ଷାବିତ୍ରୀମାନେ ନିଜ ନିଜର ଦୃଷ୍ଟିକୋଣର ଶିକ୍ଷାର ଭିନ୍ନଭିନ୍ନ ସଂଜ୍ଞା ପ୍ରଦାନ କରିଛନ୍ତି। ଗୋଟିଏ ଶବ୍ଦରେ ବା ଗୋଟିଏ ବାକ୍ୟରେ ଶିକ୍ଷାର ପ୍ରକୃତ ଅର୍ଥ ପ୍ରକାଶ କରିବା ଆଦୌ ସମ୍ଭବପର ନୁହେଁ। ସଂକ୍ଷେପରେ ଶିକ୍ଷାର ଅର୍ଥ ପ୍ରକାଶ କରିବା ପାଇଁ ଯଦି ବା କେହି ପ୍ରୟାସ କରେ, ତାହା ତା’ର ସଂକୀର୍ଣ୍ଣ ଦୃଷ୍ଟିକୋଣର ପରିଚାୟକ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଶିକ୍ଷା ଶବ୍ଦର ବ୍ୟାପକତା ଦୃଷ୍ଟିରୁ ତା’ର ପ୍ରକୃତ ଅର୍ଥ ଜାଣିବା ପାଇଁ ଆମକୁ ଶିକ୍ଷାବିତମାନଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ସଂଜ୍ଞାକୁ ଅନୁଶୀଳନ ଓ ତର୍ଜମା କରିବାକୁ ପଡ଼ିଥାଏ। ପୁନଶ୍ଚ କେଉଁ ମୂଳ ଶବ୍ଦରୁ ଶିକ୍ଷା ଶବ୍ଦଟିର ଉତ୍ପତ୍ତି ହୋଇଛି, ତାହା ଜାଣିଲେ ଏହାର ଅର୍ଥ ବୁଝିବା ମଧ୍ୟ ଆମ ପକ୍ଷରେ ସହଜ ହୋଇପାରିବ।
ଶିକ୍ଷାର ବିଭିନ୍ନ କାର୍ଯ୍ୟ : ଶିକ୍ଷାର ଲକ୍ଷ୍ୟ, କାର୍ଯ୍ୟ ଅର୍ଥ ବିଷୟରେ ବିବେଚନା ଏକ କାଠିକର ବିଷୟ; କିନ୍ତୁ ଏହି ତିନୋଟି ଜିନିଷ ସଦାସର୍ବଦା ଏକ ଓ ଅଭିନ୍ନ। ଅର୍ଥରେ ବୁଝିବାକୁ ହେଲେ ଶିକ୍ଷା କ’ଣ କରିପାରେ ? ମାତ୍ର ଲକ୍ଷ୍ୟରେ ବୁଝି ବାକୁ ହେଲେ ଶିକ୍ଷା କ’ଣ କରିବା ଉଚିତ। ଶିକ୍ଷା ସର୍ବଦା ପରିବର୍ତ୍ତନଶୀଳ। ଏହା କେତେବେଳେ କେଉଁ ରଙ୍ଗ ନେଇଥାଏ ବୁଝିବା କଷ୍ଟକର। ଶିକ୍ଷା ପରିବର୍ତ୍ତନଶୀଳ ହେବା ସଙ୍ଗେ ସଙ୍ଗେ ତାହାର କାର୍ଯ୍ୟ ମଧ୍ୟ ବଦଳି ଯାଇଥାଏ। ଆଧୁନିକ ସମାଜରେ ଶିକ୍ଷାର କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଶିକ୍ଷା ବିନା ଏହି ସମାଜରେ ସ୍ଥିତି ଅସମ୍ଭବ। ଏହା ସର୍ବଜନଗୃହୀତ ଯେ, ମନୁଷ୍ୟର ପୂର୍ଣାଙ୍ଗ ବିକାଶ ହିଁ ଶିକ୍ଷା, ଶିକ୍ଷା ବିନା ଏହି ସମାଜରେ ସ୍ଥିତି ଅସମ୍ଭବ। ଏହା ସର୍ବଜନଗୃହୀତ ଯେ, ମନୁଷ୍ୟର ପୂର୍ଣାଙ୍ଗ ବିକାଶ ହିଁ ଶିକ୍ଷା, ଶିକ୍ଷା ବିନା ଏହି ସମାଜରେ ସ୍ଥିତି ଅସମ୍ଭବ। ଶିକ୍ଷାର କାର୍ଯ୍ୟ ଯେ, କେବଳ ବିଦ୍ୟାଳୟ ବା ପାଠ୍ୟପୁସ୍ତକରେ ସୀମିତ ନୁହେଁ। ଶିଶୁର ଇଚ୍ଛା, ତାହାର କ୍ରମବିକାଶ ନିମନ୍ତେ ଆବଶ୍ୟକତା ଓ ସ୍ଵାଧୀନତା ପାଇବାରେ ଅନୁସୃତି। ନିଜକୁ ନିଜେ ବୁଝିବାରେ ସକ୍ଷମ ଆମ୍ବଚିନ୍ତା, ଆତ୍ମପରୀକ୍ଷା ଜୀବନର ଲକ୍ଷ୍ୟ ପ୍ରଭୃତି ମଧ୍ୟ ଶିକ୍ଷାର ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟର ଅନ୍ତର୍ଭୁକ୍ତ। ଏଠାରେ ଶିକ୍ଷାର କାର୍ଯ୍ୟ ସମୂହକୁ ଆଲୋଚନା କରାଗଲା।
(କ) ସାମାଜିକ ରକ୍ଷଣଶୀଳତା ଦିଗରେ ଶିକ୍ଷା : ସମାଜରୁ ମନୁଷ୍ୟ ନିଜ ପାଇଁ ଜୀବନ ଧାରଣର ମାର୍ଗ ନିଜେ ବାହାର କରିଥାଏ। ସମାଜ ବିନା ମନୁଷ୍ୟର ଜୀବନଧାରଣ ଅସମ୍ଭବ। ତାହାର ଜୀବନଧାରାର ପ୍ରବାହ ଅନିଶ୍ଚିତ ଓ ଲକ୍ଷ୍ୟହୀନ ହେଉଥାଏ। ସମାଜକୁ ବାଦଦେଲେ ମନୁଷ୍ୟ ଜୀବନର ସ୍ଥିତି ଅସମ୍ଭବ। ସମାଜର ନୀତି, ନିୟମ, ଶୃଙ୍ଖଳା ଏବଂ ଧର୍ମଧାରା ମନୁଷ୍ୟର ଜୀବନକୁ ସରଳ, ସରସ, ସୁନ୍ଦର ଓ ସୁସଂଯତ କରିଥାଏ। ମାନବ ସମାଜର ସ୍ଥିତିକୁ ଅନୁଧ୍ୟାନ କରିବାକୁ ହେଲେ ଶିକ୍ଷା ଏକାନ୍ତ ଆବଶ୍ୟକ।
(ଖ) ସାମାଜିକ ଆବଶ୍ୟକତା ଦିଗରେ ଶିକ୍ଷା : ବିଦ୍ୟାଳୟ ଶିକ୍ଷାର ପରିସମାପ୍ତି ପରେ ଶିଶୁ ସହିତ ପ୍ରତ୍ୟକ୍ଷ ‘ସମ୍ବନ୍ଧ ରଖ୍ ଚଳିଥାଏ। ବିଦ୍ୟାଳୟରେ ଅଧ୍ୟୟନ ସମୟରେ ସେ ଯେପରି ମୁଖ୍ୟ ଦାୟିତ୍ଵମାନ ନେଇଥାଏ, ଠିକ୍ ସେହିପରି ସମାଜରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବାକୁ ତାକୁ ପଡ଼ିଥାଏ । ବିଦ୍ୟାଳୟର ସାଂଗଠନିକ କାର୍ଯ୍ୟରେ ନେତୃତ୍ବ ନେଉଥିବା କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା, ନାଟକ, ସଙ୍ଗୀତ, ନାଚ, ଗୀତ ପ୍ରଭୃତିରେ ଭାଗ ନେଉଥିବା ଛାତ୍ରଛାତ୍ରମାନେ ପରବର୍ତୀ ଜୀବନରେ ଦେଶର ଜଣେ ନେତା, କ୍ରୀଡ଼ାବିତ୍ କବି, ଶିଳ୍ପୀ, ଅଭିନେତା ଭାବରେ ପ୍ରତିଷ୍ଠା ଲାଭ କରିଥାନ୍ତି।
(ଗ) ଜୀବିକା ଅର୍ଜନରେ ଶିକ୍ଷା : ସାଂପ୍ରତିକ ନୂତନ ଶିକ୍ଷାନୀତି ଫଳରେ ସମାଜରେ ଶିକ୍ଷାକୁ ଉତ୍ପାଦନକ୍ଷମ କରାଯାଉଛି। ଶିକ୍ଷାକୁ କର୍ମ ସହିତ ସଂଶ୍ଳିଷ୍ଟ କରାଯାଇ କମାନୁଭୂତି ଶିକ୍ଷାକୁ ଗୁରୁତ୍ଵ ଦିଅଯାଉଛି। ବିଶ୍ଵବିଦ୍ୟାଳୟ ସ୍ତରରେ ଶିକ୍ଷାକୁ କୃଷି ପ୍ରୟୋଗିକ ସ୍ତରରେ ଗୁରୁତ୍ଵ ପ୍ରଦାନ କରାଯିବା ଦ୍ଵାରା ଶିକ୍ଷାର୍ଥୀ ସାମଜରେ ଏକ ପରାଙ୍ଗପୁଷ୍ଟ ଜୀବ ନ ହୋଇ ଏକ ସ୍ଵାବଲମ୍ବନଶୀଳ ଜୀବ ହେବାରେ ସମର୍ଥ ହୋଇପାରିବ। ଆଧୁନିକ ସମାଜକୁ ଶିଳ୍ପାନୁଭୂତ କରାଇବା ଦ୍ଵାରା କ୍ଷୁଦ୍ର ଓ ବୃହତ୍ ଶିଳ୍ପାନୁଷ୍ଠାନମାନ ଗଠନ କରି ଆତ୍ମନିର୍ଭରଶୀଳ ହେବାକୁ ଆଜିର ଶିକ୍ଷାର୍ଥୀ ଶିକ୍ଷା ମାଧ୍ୟମରେ ନିଜକୁ ଠିକ୍ ଭାବରେ ଗଢ଼ି ତୋଳିବାକୁ ଯଥାସାଧ୍ଯ ପ୍ରଚେଷ୍ଟା କରୁଛି।
(ଘ) ଜାତୀୟ ସଂହତିରେ ଶିକ୍ଷା : ଭାରତ ହେଉଛି ବହୁଭାଷା ଓ ଜାତିର ଦେଶ। ହିମାଳୟଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ହିନ୍ଦୀ, ମରାଠୀ, ଗୁଜୁରାଟୀ, ଓଡ଼ିଆ, ବଙ୍ଗଳା, ତେଲୁଗୁ, ମାଲାୟାଲମ୍ ଭାଷାର ଭିନ୍ନ ପ୍ରଦେଶରେ କଥାବାର୍ତ୍ତା ହୋଇଥାଆନ୍ତି। ଏତଦ୍ବ୍ୟତୀତ ଜାତି ଓ ସଂସ୍କୃତି ପ୍ରଭଦେ ପରିପୁଷ୍ଟ ହୋଇଥାଏ। କିନ୍ତୁ ଏତେ ଭେଦ ଏତେ ବୈଷମ୍ୟ ରହିଥିଲେ ମଧ୍ୟ ଭାରତୀୟ ଭାବରେ ସମସ୍ତେ ପରସ୍ପର ସ୍ନେହ, ସୌହାର୍ଯ୍ୟ, ସହାନୁଭୂତି ଓ ମମତାରେ ଆବଦ୍ଧ ହୋଇ ରହିଛନ୍ତି। ଏହା କେବଳ ଶିକ୍ଷାଦ୍ଵାରା ସମ୍ଭବପର। ଶିକ୍ଷା ସମାଜର ଆର୍ଥିକ, ସାମାଜିକ, ସାଂସ୍କୃତିକ ମୂଲ୍ୟବୋଧର ଐକ୍ୟ ମନୋଭାବ ଆଣିଦେବାରେ ଯଥେଷ୍ଟ ସାହାଯ୍ୟ କରିଥାଏ। ଏତଦ୍ବ୍ୟତୀତ ସମସ୍ତେ କିପରି ଜାତୀୟ ସଂହତିର ପ୍ରକୃତ ମୂଲ୍ୟବୋଧକୁ ବୁଝିପାରିବେ ସେଥୁନିମନ୍ତେ ଚର୍ଚ୍ଚା ମଧ୍ୟ କରିଥାଏ। ଓ ଆବଶ୍ୟକସ୍ଥଳେ ଯାହା ଆବଶ୍ୟକ ତାହା ମଧ୍ୟ ସାହାଯ୍ୟ କରିଥାଏ।
(ଙ) ଜାତୀୟ ସେବା ଅର୍ଥରେ ଶିକ୍ଷା : ଶିକ୍ଷାର ଏକ ମୁଖ୍ୟ ଅଂଶ ହେଉଛି ସେବା। ପ୍ରତ୍ୟେକ ଶିକ୍ଷାର୍ଥୀ ସମାଜସେବା ଓ ଦେଶସେବା ନିମନ୍ତେ ସଚେତନ ହେବା ବିଧେୟ। ସେବା ମନୋଭାବ ଶିକ୍ଷାର୍ଥୀ ମନରେ ଶୃଙ୍ଖଳାଭାବ, ଆତ୍ମସନ୍ତୋଷ, ଚରିତ୍ରଗଠନ ଏବଂ କାର୍ଯ୍ୟପ୍ରତି ଆଗ୍ରହ ସୃଷ୍ଟି କରିଥାଏ। ଶିକ୍ଷାର୍ଥମାନେ ସମଷ୍ଟିଗତ ଜୀବନଯାପନ ଓ ପରସ୍ପର ପ୍ରତି ସହାନୁଭୂତିର ପ୍ରକୃତ ମୂଲ୍ୟ ଏହି ଶିକ୍ଷା ମାଧ୍ୟମରେ ବୁଝି ପାରିଥାଆନ୍ତି।
(ଚ) ସାଂସ୍କୃତିକ ବିକାଶରେ ଶିକ୍ଷା : ବିକାଶଶୀଳ ରାଷ୍ଟ୍ର ବା ସମାଜରେ ସାଂସ୍କୃତିକ ମୂଲ୍ୟବୋଧର ପରିବର୍ତ୍ତନ ଘଟିଥାଏ। ଇତିହାସରେ ପୃଷ୍ଠା ଓଲଟାଇଲେ ଆଖ୍ କୋଣରେ ଲୁହ ଜକେଇ ଆସେ। ଏହି ଭାରତ ଭୂଇଁ ମୁସଲମାନ, ମୋଗଲ, ମରହଟ୍ଟା, ଇଂରେଜ ପ୍ରଭୃତି ଜାତିମାନଙ୍କରେ ସଭ୍ୟତାର ଆଲୋକକୁ ଦେଖିବାକୁ ହୋଇଛି। ସମୟର ତାଳେ ତାଳେ ସବୁ ଜାତିର ବିୟୋଗ ଘଟିଥିଲେ ମଧ୍ୟ ସେମାନେ ଛାଡ଼ିଯାଇଥିବା ସଂସ୍କୃତି ଆଜି ବି ଆମ କାନରେ ଝଙ୍କୃତ ହେଉଛି। ଶିକ୍ଷାର ପରିସର ସୁଦୂରପ୍ରସାରୀ ହୋଇଥିବାରୁ ଏହି ଦେଶରେ ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବ ବେଶ୍ ହୋଇଥାଏ। ତେଣୁ ଆଧୁନିକ ସମାଜରେ ଶିକ୍ଷାର କାର୍ଯ୍ୟ ଅତ୍ୟନ୍ତ ବ୍ୟାପକ ହୋଇପଡ଼ିଛି କହିଲେ ଅତ୍ୟୁକ୍ତି ହେବାହିଁ।
( ଛ) ଆଧୁନିକ ମୂଲ୍ୟବୋଧ ସୃଷ୍ଟି କରିବାରେ ଶିକ୍ଷା: ଆଧୁନିକ ସମାଜରେ ଯେଉଁ ପ୍ରକାର ପ୍ରଗତି ହେଉଛି ମନୁଷ୍ୟର ସାମାଜିକ ଚଳଣୀରେ ଯେଉଁ ପରିବର୍ତ୍ତନମାନ ପରିଲକ୍ଷିତ ହେଉଛି ତାହା ମନୁଷ୍ୟକୁ ସମାଜର ନୂତନ ମୂଲ୍ୟବୋଧ ଗ୍ରହଣ କରିବାରେ ସକ୍ଷମ କରାଇଛି। ଏତିକିରେ ଯେ ସେ ଆନନ୍ଦ ପାଏ କଥା ବି ନୁହେଁ, ସେ ଜାତି ଓ ଦେଶ ଉଦ୍ଦେଶ୍ୟରେ ସେବାପରାୟଣ ହୋଇ ନିଜର ଜୀବନକୁ ଆଡ଼ୋତ୍ସର୍ଗ କରିବାକୁ ମଧ୍ୟ ପଶ୍ଚାତପଦ ହେଉନାହିଁ। ସତ୍ୟ, ଧର୍ମ, ନ୍ୟାୟ ଓ କମ୍ପ୍ୟୁବ୍ୟପରାୟଣତାକୁ ପାଥେୟ କରି ମନୁଷ୍ୟ ଆଜି ସମାଜର ଆତ୍ମସମ୍ମାନ, ଆତ୍ମମର୍ଯ୍ୟାଦା ଲାଭ କରିପାରୁଛି, ଶିକ୍ଷା ମନୁଷ୍ୟକୁ ପାଶବିକ ପ୍ରବୃଭିରୁ ଦୂରେଇ ନେଇ ଦୟା, ଧର୍ମ ଶାନ୍ତି ଓ ମୈତ୍ରୀଭାବ ଇତ୍ୟାଦି ମହତଗୁଣ ଉଦ୍ରେକ କରାଇ ଏକ ସୁନାଗରିକ ଭାବରେ ତାହାକୁ ଶାରୀରିକ ଓ ମାନସିକ ଶକ୍ତି ଓ ଶାନ୍ତି ପ୍ରଦାନ କରିବାରେ ଆପ୍ରାଣ ଚେଷ୍ଟା କରିଥାଏ।
(ଜ) ନେତୃତ୍ବ ନିମିତ୍ତ ଶିକ୍ଷା : ଭାରତ ଗୋଟିଏ ଗଣତନ୍ତ୍ର ଶାସିତ ରାଷ୍ଟ୍ର, ଗଣତନ୍ତ୍ର ଶାସନରେ ବ୍ୟକ୍ତିକୁ ନିଜର ମତ ପ୍ରକାଶକରିବାକୁ ପଡ଼େ। ତେଣୁ ପ୍ରତ୍ୟେକ ବ୍ୟକ୍ତିର ମନରେ ନେତୃତ୍ଵଭାବ ଜାଗ୍ରତ ହେବା ଦରକାର। ଦିନେ ସେହିମାନଙ୍କ ନେତୃତ୍ଵ ନେଇ ଦେଶ ଓ ଦେଶର ଉନ୍ନତି ପାଇଁ ଦେଶ ଓ ଜାତିକୁ ନେତୃତ୍ୱ ନେବା। ତେଣୁ ଗଣତନ୍ତ୍ର ରାଷ୍ଟ୍ରର ସନ୍ତାନମାନଙ୍କୁ ସୁନାଗରିକ କରିବା ପାଇଁ ଓ ନେତୃତ୍ଵ ଶିକ୍ଷା ଦେବା ପାଇଁ ଶିକ୍ଷାର କାର୍ଯ୍ୟ ଅପରିହାର୍ଯ୍ୟ ଅଟେ।
(ଝ) ଆତ୍ମନିର୍ଭରଶୀଳତାର ଶିକ୍ଷା : ଆମ ଦେଶରେ ଜନସଂଖ୍ୟା ବୃଦ୍ଧିର ହାର ଦିନକୁ ଦିନ ବଢ଼ିଚାଲିଛି ଓ ଜନସଂଖ୍ୟା ବୃଦ୍ଧିକୁ ତାଳଦେଇ ବିଭିନ୍ନ ପ୍ରକାର ସମସ୍ୟା ଯଥା-ଖାଦ୍ୟ ସମସ୍ୟା, ଆର୍ଥିକ ଅନାଟନ, ବେକାରୀ ସମସ୍ୟା ଇତ୍ୟାଦି ଦେଖାଦେଇଛି। ଏସବୁ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ମନୁଷ୍ୟମାନେ ଆତ୍ମନିର୍ଭରଶୀଳ ହେବା ଦରକାର। ସେମାନେ ସମସ୍ୟା ସବୁ ଏଡାଇବା ପାଇଁ ବିଭିନ୍ନ ଧନ୍ଦାମୂଳକ ଓ ମୌଳିକ ଶିକ୍ଷା ଦୁଇଟି ପରିସରଭୁକ୍ତ କରିଥିଲେ। ଦେଶର ଘୋର ଅନାଟନ ଓ ସଙ୍କଟରୁ ମୁକ୍ତି କରି ଆତ୍ମନିର୍ଭରଶୀଳ କରିବା ପାଇଁ ଶିକ୍ଷାର କାର୍ଯ୍ୟ ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ।
(ଞ) ଜାତୀୟ ନିରାପତ୍ତା ଦିଗରେ ଶିକ୍ଷା : ଶୃଙ୍ଖଳିତ ଜୀବନ, ନିଃସ୍ବାର୍ଥପର ସେବା ଓ ବ୍ୟକ୍ତିଗତ ତ୍ୟାଗଦ୍ଵାରା ଗୋଟିଏ ଦେଶ ଉନ୍ନତିର ଚରମସୀମାରେ ପହଞ୍ଚି ପାରିବ। ତେଣୁ ଆମେ ସମସ୍ତେ ତ୍ୟାଗ ଓ ନିଃସ୍ୱାର୍ଥପରତା ଓ ତ୍ୟାଗପୂରକ ଯଜ୍ଞରେ ନିଜର ସ୍ଵାର୍ଥକୁ ଜଳାଞ୍ଜଳି ଦେଇ ଦେଶର ସ୍ଵାଧୀନତା ରକ୍ଷା କରିବା ଉଚିତ। ତେଣୁ ପ୍ରତ୍ୟେକଙ୍କ ହୃଦୟରେ, ଜାତୀୟ ନିରାପତ୍ତା ରକ୍ଷା କରିବା ପାଇଁ ଦେଶ ପ୍ରେମ ଭାବ ଜାଗ୍ରତ କରିବା ଉଚିତ। ଏହା ଶିକ୍ଷାଦ୍ଵାରା ହିଁ କେବଳ ସମ୍ଭବ। ତେଣୁ ବିଭିନ୍ନ ଆଲୋଚନାରୁ ଜଣାଗଲା ଯେ ଶିକ୍ଷା କ୍ଷେତ୍ରରେ ଶିକ୍ଷାର କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ।
Question ୬।
ଜ୍ଞାତିତ୍ଵ କ’ଣ ? ଏହାର ଲକ୍ଷଣଗୁଡ଼ିକୁ ଆଲୋଚନା କର।
Answer:
ମନୁଷ୍ୟ ଏକ ସାମାଜିକ ପ୍ରାଣୀ ଓ ସେ ସମାଜରେ ଅନ୍ୟମାନଙ୍କ ସହ ଏକତ୍ର ବସବାସ କରିଥାଏ। ସେ ବାସ କରୁଥିବା ଓ ସଂପର୍କ ରଖୁଥିବା ଲୋକମାନଙ୍କ ମଧ୍ୟରୁ କେତେକ ରକ୍ତ ସଂପର୍କୀୟ ହୋଇଥିବାବେଳେ ଅନ୍ୟ କେତେକ ବିବାହ ବନ୍ଧନ ଦ୍ଵାରା ସଂପର୍କିତ ଅଟନ୍ତି। ତେଣୁ ଏହି ରକ୍ତ ସଂପର୍କ ଓ ବିବାହ ବନ୍ଧନ ସଲଗ୍ନ ସଂପର୍କରେ ସମାବେଶକୁ ଜ୍ଞାତିତ୍ଵ କୁହାଯାଏ। ଅନ୍ୟ ଅର୍ଥରେ କହିଲେ ରକ୍ତ ଓ ବୈବାହିକ ବନ୍ଧନର ସାମାଜିକ ସ୍ଵୀକୃତିକୁ ଜ୍ଞାତିତ୍ଵ କୁହାଯାଏ। ଯଦିଓ ଜ୍ଞାତିତ୍ଵ ପ୍ରଜନନ ଉପରେ ପର୍ଯ୍ୟବେସିତ; କିନ୍ତୁ ଏଥରେ ଜୈବିକ ଦିଗ ଅପେକ୍ଷା ସାମାଜିକ ସ୍ଵୀକୃତିକୁ ବିଶେଷ ପ୍ରାଧାନ୍ୟ ଦିଆଯାଏ।
(୧) ରିଭର୍ସଙ୍କ ମତରେ ଜ୍ଞାତିତ୍ଵ କହିଲେ ଜୈବିକ ବନ୍ଧନର ସାମାଜିକ ସ୍ଵୀକୃତିକୁ ବୁଝାଏ ।”
(୨) ଚାର୍ଲସ ଉଇଙ୍କ ମତରେ ଆନୁମାନିକ ଅଥବା ପ୍ରକୃତ ରକ୍ତ ସଂପର୍କ ଉପରେ ପ୍ରତିଷ୍ଠିତ ସମାଜ ଦ୍ଵାରା ଅନୁମୋଦନ ପ୍ରାପ୍ତ ସାମାଜିକ ସଂପର୍କ ଜ୍ଞାତିତ୍ଵ ବ୍ୟବସ୍ଥାର ଅର୍ନ୍ତଭୁକ୍ତ।
(୩) ଡ଼ିସଙ୍କ ମତରେ “ରକ୍ତ ସଂପର୍କ ଅଥବା ବୈବାହିକ ସଂପର୍କକୁ ନେଇ ଜ୍ଞାତିତ୍ଵ ଗଠିତ ।”
ଜ୍ଞାତିତ୍ଵର ଲକ୍ଷଣ (Characteristics of Kinship) :
(୧) ଜ୍ଞାତିତ୍ଵ ଏକ ସାଂସ୍କୃତିକ ବ୍ୟବସ୍ଥା ଅଟେ।
(୨) ଜ୍ଞାତିତ୍ଵ ପ୍ରଜନନ ଉପରେ ପର୍ଯ୍ୟବେସିତ ହୋଇଥିଲେ ମଧ୍ୟ ସାମାଜିକ ସ୍ଵୀକୃତି ଉପରେ ପ୍ରାଧାନ୍ୟ ଦେଇଥାଏ।
(୩) ଜ୍ଞାତ୍ରିତ୍ଵ ରକ୍ତ ଓ ବୈବାହିକ ବନ୍ଧନରେ ସାମାଜିକ ସ୍ଵୀକୃତି।
(୪) ଜ୍ଞାତିତ୍ର ସମାଜରୁ ସମାଜ ଓ ସଂସ୍କୃତିରୁ ସଂସ୍କୃତି ଭିନ୍ନ ହୋଇଥାଏ।
(୫) ଜ୍ଞାତିତ୍ଵ ସଂପର୍କର ଏକ ସଂରଚିତ ବ୍ୟବସ୍ଥା।
(୬) କିଏ କାହାକୁ ବିବାହ କରିବ ଓ କାହା ସହିତ ବିବାହ ନିଷେଧ ଏହା ଜ୍ଞାତିତ୍ଵ ସ୍ଥିର କରିଥାଏ।
(୭) ଜ୍ଞାତିତ୍ର ସାମାଜିକ ଜୀବନର ଏକ ନିୟନ୍ତ୍ରକ ଭାବେ କାର୍ଯ୍ୟ କରିଥାଏ।
(୮) ଜ୍ଞାତିତ୍ଵ ସଂପର୍କିତମାନଙ୍କ ମଧ୍ୟରେ ଦୃଢ଼ ଏକତା ବଜାୟ ରଖେ।
(୯) ଜ୍ଞାତିତ୍ଵ ପରିବାର ରୈଖକ ସଂପର୍କ ଯଥା ଗୋତ୍ର ଏବଂ କୂଳ ସ୍ଥିର କରିଥାଏ।
Question ୭।
ଶିକ୍ଷା କ’ଣ ? ଏହାର ଗୁରୁତ୍ବକୁ ଆଲୋଚନା କର।
Answer:
ଶିକ୍ଷା ସମାଜର ଏଖ ଉପବ୍ୟବସ୍ଥା। ଏହା ମାନବ ସମାଜର ଆରମ୍ଭର ମନୁଷ୍ୟ ସମାଜରେ ପ୍ରଚଳିତ। ଶିକ୍ଷା ଆବଶ୍ୟକତା ପ୍ରତ୍ୟେକ ମନୁଷ୍ୟର ଏକ ମୌଳିକ ଆବଶ୍ୟକତା ଅଟେ। ଶିକ୍ଷା ଶବ୍ଦର ଇଂରାଜୀ ପ୍ରତିଶବ୍ଦ ଏଜୁକେସନ (Education) ଲାଟିନ୍ ଶବ୍ଦ ଏଜୁକେସନ ଅର୍ଥ ଗଢ଼ି ତୋଳିବା ବା ବିକଶିତ କରିବା। ଶିକ୍ଷା ମୁଖ୍ୟତଃ ଏକତ୍ରମୁଖୀ ପ୍ରକ୍ରିୟା ଯାହାକି ଛାତ୍ର, ଶିକ୍ଷକ ଓ ପରିବେଶକୁ ଅନ୍ତର୍ଭୁକ୍ତ କରିଥାଏ। କିନ୍ତୁ ସଂପ୍ରତି ଶିକ୍ଷା ଏକ ବହୁମୁଖୀ ପ୍ରକ୍ରିୟା ଅଟେ। ଆରିଷ୍ଟୋଟଲଙ୍କ ମତରେ ବ୍ୟକ୍ତିର ସାମଗ୍ରିକ ବିକାଶ ଶିକ୍ଷାର ଲକ୍ଷ୍ୟ ଅଟେ। ଉଭୟ ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ଭାବେ ଆହରଣ କରାଯାଉଥିବା ଜ୍ଞାନକୁ ଶିକ୍ଷା କୁହାଯାଏ। ସଂକୀର୍ୟ ଦୃଷ୍ଟିକୋଣରୁ ଶିକ୍ଷା ଆନୁଷ୍ଠାନିକ ଶିକ୍ଷାକୁ ବୁଝାଇଥାଏ। କିନ୍ତୁ ବ୍ୟାପ ଦୃଷ୍ଟିରୁ ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟାକୁ ବୁଝାଇଥାଏ। ବିଭିନ୍ନ କ୍ଷେତ୍ରରୁ ବ୍ୟକ୍ତି ଆହରଣ କରୁଥିବା ଅଭିଜ୍ଞତା ହିଁ ଶିକ୍ଷା। ଏହା ଆମକୁ ଅନ୍ଧାରରୁ ଆଲୋକ ଆଡ଼କୁ ନେଇଥାଏ ଓ ଆତ୍ମାକୁ ମୁକ୍ତି ଦିଏ। ଏହା ଏକ ସଚେତନ ମୌଖ୍ୟକ କାର୍ଯ୍ୟକ୍ରମ। ପ୍ଲାଟୋଙ୍କ ମତରେ ଜଣେ ବିଦ୍ୟାର୍ଥୀର ଆମ୍ବାର ବିକାଶ ଶିକ୍ଷା ମାଧ୍ୟମରେ ହୋଇଥାଏ। ଶିକ୍ଷା ବ୍ୟକ୍ତିର ଚିନ୍ତା ଓ ଚେତନାକୁ ସମୃଦ୍ଧ କରି ତା’ର ଚରିତ୍ର ଗଠନ କରିଥାଏ।
(୧) ଆରିଷ୍ଟୋଟଲଙ୍କ ମତରେ “ସୁସୁ ଶରୀରରେ ସୁସ୍ଥ ମନ ସୃଷ୍ଟି କରିବାକୁ ଶିକ୍ଷା କୁହାଯାଏ ।’
(୨) ପ୍ଲାଟୋଙ୍କ ମତରେ “ଠିକ୍ ସମୟରେ ଆନନ୍ଦ ଓ ବିଷାଦ ଅନୁଭବ କରିବାର ଦକ୍ଷତା ହିଁ ଶିକ୍ଷା ଅଟେ।”
(୩) ବିବେକାନନ୍ଦଙ୍କ ମତରେ “ମନୁଷ୍ୟ ମଧ୍ଯରେ ପୂର୍ବରୁ ରହିଥିବା ପୂର୍ଣତାର ପରିପ୍ରକାଶ।”
(୪) ମହାତ୍ମାଗାନ୍ଧୀଙ୍କ ମତରେ “ଶିକ୍ଷା କହିଲେ ମୁଁ ବୁଝେ ଶିଶୁ ଓ ମନୁଷ୍ୟର ଶରୀର, ମନ ଏବଂ ଆମ୍ର ଗୁଣଗୁଡ଼ିକର ସର୍ବାଙ୍ଗୀନ ଓ ସର୍ବୋତ୍ତମ ପରିପ୍ରକାଶ।”
ଅତଏବ ଶିକ୍ଷା ମନୁଷ୍ୟର ଅନ୍ତର୍ନିହିତ ଗୁଣାବଳୀର ବିକାଶରେ ସହାୟକ ହୋଇଥାଏ।
ଶିକ୍ଷାର ଗୁରୁତ୍ଵ : ଶିକ୍ଷା ଏକ ମୌଳିକ ଆବଶ୍ୟକତା। ମନୁଷ୍ୟ ଜୀବନର ସାମଗ୍ରିକ ବିକାଶରେ ଶିକ୍ଷାର ସ୍ଵତନ୍ତ୍ର ଗୁରୁତ୍ଵ ରହିଛି। ଶିକ୍ଷାର ନିମ୍ନଲିଖୂତ ଗୁରୁତ୍ଵ ରହିଛି ଯଥା
(୧) ଶିକ୍ଷା ମନୁଷ୍ୟର ଚରିତ୍ର ଗଠନରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାଏ।
(୨) ଶିକ୍ଷା ବ୍ୟକ୍ତିର ବ୍ୟବହାରକୁ ମାର୍ଜିତ କରିବା ସହିତ ତା’ର ଅନ୍ତର୍ନିହିତ ଗୁଣାବଳୀର ବିକାଶରେ ମଧ୍ଯ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
(୩) ଶିକ୍ଷା ସମାଜରେ ବ୍ୟକ୍ତିମାନଙ୍କର ସାମାଜିକୀକରଣ ପ୍ରକ୍ରିୟାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
(୪) ଶିକ୍ଷା ଏକ ସମାଜ ବା ଦେଶରେ ସାମାଜିକ ଏକତା ଓ ସଂହତି ସୃଷ୍ଟିରେ ସହାୟକ ହୁଏ।
(୫) ଶିକ୍ଷା ସାମାଜିକ ନିୟନ୍ତ୍ରଣରେ ଏକ ପ୍ରମୁଖ ମାଧ୍ୟମ ଭାବେ କାର୍ଯ୍ୟ କରି ସମାଜରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖୁଥାଏ।
(୬) ଶିକ୍ଷା ବ୍ୟକ୍ତିର ଉଜ୍ଜ୍ଵଳ ଭବିଷ୍ୟତ ଗଠନରେ ସହାୟକ ହେବା ସହ ଦେଶର ଅର୍ଥନୈତିକ ବିକାଶକୁ ମଧ୍ୟ ତ୍ବରାନ୍ବିତ କରିଥାଏ।
(୭) ଶିକ୍ଷା ବ୍ୟକ୍ତିକୁ ସମାଜ ଓ ବିଭିନ୍ନ ପରିସ୍ଥିତି ସହିତ ଖାପ ଖୁଆଇ ଚଳିବା ଶିଖାଇଥାଏ।
(୮) ଶିକ୍ଷା ସମାଜରେ ପରିବର୍ତ୍ତନ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
(୯) ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ବିଭିନ୍ନ ସମସ୍ୟା ସମାଧାନ କରିବାର ପଥ ଶିକ୍ଷା ଦେଖାଇଥାଏ।
(୧୦) ଶିକ୍ଷା ବ୍ୟକ୍ତି ଓ ରାଷ୍ଟ୍ରର ଦୃଷ୍ଟିଭଙ୍ଗୀକୁ ବ୍ୟାପକ ବା ପ୍ରସାରିତ କରିବା ସହିତ ସେମାନଙ୍କ ମଧ୍ୟରେ ସହନଶୀଳତା ବୃଦ୍ଧି କରିଥାଏ।
Question ୮।
ସଂପରି କ’ଣ ? ସଂପରି ଅଧିକାରର ଲକ୍ଷଣ ବା ପ୍ରକୃତିକୁ ବର୍ଣନା କର।
Answer:
ସଂପରି ଏକ ମୌଳିକ ଅର୍ଥନୈତିକ ଅନୁଷ୍ଠାନ। ଏହା ପ୍ରାୟ ମାନବ ସମାଜର ଇତିହାସର ପ୍ରତ୍ୟେକ ସ୍ତରରେ ପ୍ରତ୍ୟେକ ସମାଜରେ ପରିଲକ୍ଷିତ ହୋଇଥାଏ। ସଂପରି ସଂପ୍ରତ୍ୟୟଟିକୁ ମୁଖ୍ୟତଃ ଦୁଇଟି ଦୃଷ୍ଟିରୁ ଅର୍ଥ କରାଯାଇପାରେ। ପ୍ରଥମ ଦୃଷ୍ଟିରୁ ସଂପରି ସାଧାରଣତଃ ବ୍ୟକ୍ତି ବା ସମୂହର ମାଲିକାନାରେ ଥିବା ଦ୍ରବ୍ୟକୁ ବୁଝାଏ। ଏହି ଅର୍ଥରେ ଜଣେ ବ୍ୟକ୍ତି ଧାରଣ କରିଥିବା ଦ୍ରବ୍ୟ ତା’ର ସଂପତି ଅଟେ। ଅନ୍ୟ ଦୃଷ୍ଟିରୁ ସଂପରି କେତେକ ଅଧିକାରର ସମଷ୍ଟିକୁ ବୁଝାଇଥାଏ। ଏହି ଦୃଷ୍ଟିରୁ ବ୍ୟକ୍ତି ପାଖରେ ଥିବା ଦ୍ରବ୍ୟକୁ ନ ବୁଝାଇ ଏହି ଦ୍ରବ୍ୟକୁ ବ୍ୟବହାର କରିବାର ଅଧିକାରକୁ ବୁଝାଏ। ତେଣୁ ସଂପତ୍ତି ଉଭୟ ମୂର୍ତ୍ତି ବା ଅମୂର୍ଣ ହୋଇପାରେ। ସହଜ ଓ ମୁକ୍ତ ଭାବେ ମିଳୁଥିବା ଦ୍ରବ୍ୟ, ସଂପରି ନୁହେଁ।
(୧) କେ. ଡାଭିସ୍ଙ୍କ ମତରେ ସଂପରି କେତେକ ସ୍ଵଳ୍ପ ଦ୍ରବ୍ୟ ଭିତ୍ତିରେ ଅନ୍ୟ ବ୍ୟକ୍ତି ବା ସମୂହମାନଙ୍କର ବିରୁଦ୍ଧରେ ଜଣେ ବ୍ୟକ୍ତି କିମ୍ବା ଦଳେ ବ୍ୟକ୍ତିମାନଙ୍କର ଅଧିକାର ଓ କର୍ତ୍ତବ୍ୟକୁ ନେଇ ଗଠିତ।
(୨) ମୋରିସ୍ ଜିନିସ୍ବର୍ଗଙ୍କ ମତରେ, ସଂପରିକୁ କେତେଗୁଡ଼ିଏ ଅଧାର ଏବଂ କର୍ତ୍ତବ୍ୟର ଗୁଳ୍ମ ଭାବେ ବର୍ଣ୍ଣନା କରାଯାଇପାରେ ଯାହାକି ବ୍ୟକ୍ତି ଓ ସମୂହ ମଧ୍ୟରେ ଥିବା ସଂପର୍କକୁ ସେମାନଙ୍କ ବସ୍ତୁବାଦୀ ଦ୍ରବ୍ୟ ଉପର ଥିବା ସେମାନଙ୍କର ନିୟନ୍ତ୍ରଣ ଭିଭିରେ ସଂଜ୍ଞା କରିଥାଏ।
(୩) ଏଚ୍. ଟି. ମଜୁମଦାରଙ୍କ ମତରେ ସଂପତ୍ତି ଉଭୟ ବସ୍ତୁବାଦୀ ଓ ଅବସ୍ତୁବାଦୀ ବସ୍ତୁର ବ୍ୟବହାର ଏବଂ ବିତରଣ ବା ବିକ୍ରୟ ସମ୍ବନ୍ଧୀୟ ଅମୂର୍ତ୍ତି ଅଧିକାରକୁ ବୁଝାଏ ଯେଉଁଠିକି ଲୋକରୀତି ଓ ଲୋକନିୟମ ଅନୁସାରେ ମାଲିକାନା ଅଧିକାର ବ୍ୟକ୍ତି ବା ସମୂହ ପାଇଁ ଘୋଷିତ ହୋଇଥାଏ।
ସଂପତ୍ତି ଅଧ୍ବକାରର ଲକ୍ଷଣ ବା ପ୍ରକୃତି :
(୧) ହସ୍ତାନ୍ତର ଯୋଗ୍ୟତା ସଂପତ୍ତିଗତ ଅଧିକାରର ଏକ ପ୍ରମୁଖ ଲକ୍ଷଣ। ସଂପରିକୁ ତା’ର ମାଲିକ ବିକ୍ରୟ, ଦାନ ବା ବିନିମୟ ଦ୍ଵାରା ଅନ୍ୟକୁ ହସ୍ତାନ୍ତର କରିପାରିବ।
(୨) ସଂପରିଗତ ଅଧିକାର ଉଭୟ ମୂର୍ତ୍ତି ଓ ଅମୂର୍ଖ ସଂପରିକୁ ଅନ୍ତର୍ଭୁକ୍ତ କରିଥାଏ।
(୩) କ୍ଷମତା ଦିଗ ସଂସ୍କୃତିର ଅନ୍ୟ ଏକ ଲକ୍ଷଣ ସଂପରି ଧାରଣ କରିଥିବା ବ୍ୟକ୍ତିର ସର୍ବଦା ସଂପତ୍ତି ନଥିବା ବ୍ୟକ୍ତିଙ୍କ ଉପରେ କ୍ଷମତା ଧାରଣ କରିଥାଏ।
(୪) ସଂପତ୍ତି ଅର୍ନ୍ତଗତ ବସ୍ତୁର ନିଜସ୍ଵ ଅଧିକାର ନଥାଏ ଏହା କେବଳ ମାଲିକର ଲକ୍ଷ୍ୟ ପୂରଣରେ ସହାୟକ ହୋଇଥାଏ। ତେଣୁ ଏହା ଅଣମାନବୀୟ।
(୫) ସଂପତ୍ତିଗତ ଅଧିକାର ସଂପତ୍ତି ନଷ୍ଟ କରିବାର ଅଧିକାରକୁ ଅନ୍ତର୍ଭୁକ୍ତ କରିଥାଏ।
(୬) ସଂପତିଗତ ଅଧିକାର ଏହାକୁ ଦାନ କରି ଦେବାର ଅଧିକାରକୁ ଅନ୍ତଭୁକ୍ତ କରିଥାଏ।
(୭) ସଂପତ୍ତିଗତ ଅଧୁକାର ଏହାର ମାଲିକାନା। ଅଧିକାରକୁ ଅର୍ନ୍ତଭୁକ୍ତ କରିଥାଏ।
(୮) ସଂପତ୍ତିଗତ ଅଧିକାର ସଂପତ୍ତିକୁ ବ୍ୟବହାର କରିବାର ଅଧିକାରକୁ ଅର୍ନ୍ତଭୁକ୍ତ କରିଥାଏ। କିନ୍ତୁ ଜଣେ ସଂପରିକୁ ବ୍ୟବହାର ନକରି ମଧ୍ୟ ମାଲିକ ହୋଇପାରେ। ସେହିପରି ସଂପରି ଜଣଙ୍କର ଅଧୀନରେ ଥିଲେ ମଧ୍ୟ ସେ ମାଲିକ ହୋଇନପାରେ।
Question ୯।
ଦୁର୍ଗମୂଙ୍କର ଶ୍ରମବିଭାଜନ ତତ୍ତ୍ବ ଉପରେ ଟିପ୍ପଣୀ ଦିଅ।
Answer:
ଶ୍ରମ ବିଭାଜନ ଏକ ଅର୍ଥନୈତିକ ଅନୁଷ୍ଠାନ। ଯଦିଓ ଏହା ଶ୍ରମକୁ ବୁଝାଏ; କିନ୍ତୁ ଆଧୁନିକ ସମାଜରେ ଏହା ଶ୍ରମ କ୍ଷେତ୍ରରେ ସୀମିତ ନରହି ଉତ୍ପାଦନର ସମସ୍ତ ସାଧନ କ୍ଷେତ୍ରରେ ପ୍ରୟୋଗ ହୋଇଥାଏ ଓ ଅର୍ଥନୀତି କ୍ଷେତ୍ର ବ୍ୟତୀତ ଅନ୍ୟ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହୋଇଥାଏ। ତେବେ ଶ୍ରମ ବିଭାଜନ ଏକ ପ୍ରକାର ବ୍ୟବସ୍ଥାକୁ ବୁଝାଏ ଯେଉଁଠିକି ଏକ ସମୟରେ ଲୋକମାନେ ଭିନ୍ନ ଭିନ୍ନ ପ୍ରକାର୍ଯ୍ୟ ସଂପାଦନ କରିଥାନ୍ତି। ଶ୍ରମ ବିଭାଜନ ସମ୍ବନ୍ଧରେ କାର୍ଲମାର୍କସ୍ ତାଙ୍କ ମତ ରଖୁଛନ୍ତି। ଶ୍ରମ ବିଭାଜନ ସମ୍ବନ୍ଧରେ ସେ ମୁଖ୍ୟତଃ ନକରାତ୍ମକ ମତ ପୋଷଣ କରିଛନ୍ତି। କିନ୍ତୁ ସମାଜବିଜ୍ଞାନୀ ଇମାଇଲ ଦୁର୍ଗମ୍ ଶ୍ରମ ବିଭାଜନ ସମ୍ବନ୍ଧରେ ସକରାତ୍ମକ ମତ ପୋଷଣ କରିଛନ୍ତି। ସେ ଶ୍ରମ ବିଭାଜନର ଏକ ସ୍ଵତନ୍ତ୍ର ଅଧ୍ୟୟନ କରି ତାହାକୁ ତାଙ୍କର ପ୍ରସିଦ୍ଧ ପୁସ୍ତକ “ ସାମାଜିକ ଶ୍ରମ ବିଭାଜନ”ରେ ପ୍ରକାଶ କରିଛନ୍ତି । ସେଥିରେ ସେ ବ୍ୟକ୍ତି ଓ ସମୁଦାୟ ମଧ୍ୟରେ ସଂପର୍କକୁ ପ୍ରକାଶ କରିଛନ୍ତି।
ଦୁର୍ଗମ୍ଙ୍କ ଅନୁସାରେ ଆଡ଼ାମ ସ୍ମିଥଙ୍କ ଶ୍ରମ ବିଭାଜନ ତତ୍ତ୍ଵ ମାନବୀୟ ସନ୍ତୋଷ ଓ ଉପକାରୀତା ଉପରେ ପର୍ଯ୍ୟବେସିତ ଅଟେ। କିନ୍ତୁ ଦୁର୍ଗମଙ୍କ ମତରେ ଶ୍ରମ ବିଭାଜନ ଏକ ସାମାଜିକ ସତ୍ୟ। ତେଣୁ ଏହାର ଏକ ସମାଜତାତ୍ତ୍ୱିକ ବ୍ୟାଖ୍ୟା ଆବଶ୍ୟକ। ଦୁର୍ଗମ୍ ସାମାଜିକ ଏକତାର ଦୁଇ ପ୍ରକାର ଯଥା: ଯାନ୍ତ୍ରିକ ଏକତା ଓ ଜୈବିକ ଏକତା ମଧ୍ଯରେ ପାର୍ଥକ୍ୟ ଦର୍ଶାଇଛନ୍ତି। ଦୁର୍ଖମ୍ଙ୍କ ମତରେ ଜନସଂଖ୍ୟାର ବୃଦ୍ଧି ସହିତ ମାନବ ସମାଜ ଯାନ୍ତ୍ରିକ ଏକତା ସ୍ତରରୁ ଜୈବିକ ଏକତା ଆଡ଼କୁ ଗତି କରିଥାଏ। ଯାନ୍ତ୍ରିକ ଏକତା ସ୍ତରରେ ସାମଞ୍ଜସ୍ୟତା ପରିଲକ୍ଷିତ ହେଉଥିବାବେଳେ ଜୈବିକ ଏକତା ସ୍ତରରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ଓ ପରସ୍ପର ମଧ୍ୟରେ ଆନ୍ତଃ ନିର୍ଭରଶୀଳତା ବୃଦ୍ଧି ପାଇ ସେମାନଙ୍କୁ ନିକଟତର କରି ସାମାଜିକ ଏକତା ବୃଦ୍ଧି କରିଥାଏ। ପ୍ରଥମ ସ୍ତରରେ ଶ୍ରମ ବିଭାଜନ ସରଳ ହୋଇଥିବା ବେଳେ ଦ୍ଵିତୀୟ ସ୍ତରରେ ଏହା ଅଧୁକ ଜଟିଳ ହୋଇଥାଏ। ଶ୍ରମ ବିଭାଜନ ପ୍ରଥମ ସ୍ତରଟି ଚାପ ଜନିତ ଆଇନ୍ ଦ୍ଵାରା ପରିଚାଳିତ ହେଉଥିବାବେଳେ ଦ୍ଵିତୀୟ ସ୍ତରଟି ଥଇଥାନ ଭିଜିକ୍ସ ଆଇନ୍ ଦ୍ଵାରା ପରିଚାଳିତ ହୋଇଥାଏ।
ପୁନଶ୍ଚ ଦୁର୍ଖମ୍ଙ୍କ ମତରେ ଶ୍ରମ ବିଭାଜନ ବୃତ୍ତିଗତ ଭିନ୍ନତା ଉପରେ ପର୍ଯ୍ୟବେସିତ ସାମାଜିକ ଭିନ୍ନତା ବା ପାର୍ଥକ୍ୟକୁ ଏବଂ ଶିଳ୍ପଭିତ୍ତିକ କାର୍ଯ୍ୟର ବ୍ୟାପକ ବୃଦ୍ଧିକୁ ବୁଝାଇଥାଏ। ସେ ଶ୍ରମ ବିଭାଜନକୁ ଦୁଇ ଭାଗରେ ବିଭାଜିତ କରିଛନ୍ତି; ଯଥା ସାଧାରଣ ଏବଂ ଅନୋମି ବା ପାଥେଲୋଜିକାଲ। ସେ ଆନୋମିକୁ ମଧ୍ୟ ପୁନଶ୍ଚ ଦୁଇ ଭାଗରେ ବିଭାଜିତ କରିଛନ୍ତି; ଯଥା- ଆନୋମିକ୍ ଶ୍ରମ ବିଭାଜନ ଏବଂ ଚାପ ପ୍ରୟୋଗ ବା ବାଧ୍ୟତାମୂଳକ ଶ୍ରମ ବିଭାଜନ। ଇମାଇଲ୍ ଦୁର୍ଖମ୍ ଶ୍ରମ ବିଭାଜନର ତିନି ପ୍ରକାର ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି; ଯଥା- ସାମାଜିକ ଶ୍ରମ ବିଭାଜନ, ଯାନ୍ତ୍ରିକ ଶ୍ରମ ବିଭାଜନ ଏବଂ ଆଞ୍ଚଳିକ ବା ସ୍ଥାନୀୟ ଶ୍ରମ ବିଭାଜନ।