CHSE Odisha Class 11 Sociology Unit 1 Short Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ Short Answer Questions.

CHSE Odisha 11th Class Sociology Unit 1 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୨ଟି / ୩ଟି ବାକ୍ୟରେ ଲେଖ ।

1. ସମାଜ ବିଜ୍ଞାନ କହିଲେ କ’ଣ ବୁଝ ?
Answer:
ସମାଜ ବିଜ୍ଞାନ ଏକ ସାମାଜିକ ବିଜ୍ଞାନଭାବେ ପରିଚିତ । ଏହି ସମାଜ ବିଜ୍ଞାନ ଶବ୍ଦଟି ଲାଟିନ୍ ଶବ୍ଦ ‘ସୋସିଅସ୍’ (Socious) ଏବଂ ଗ୍ରୀକ୍ ଶବ୍ଦ ‘ଲୋଗସ୍’ (Logus) ର ମିଶ୍ରଣରେ ଗଠିତ । ‘ସୋସିଅସ୍’ ବା ‘ସୋସାଇଟିସ’ ଅର୍ଥ ହେଉଛି ‘ସମାଜ’ଏବଂ ‘ଲୋଗସ୍’ ଅର୍ଥ ‘ଅଧ୍ୟୟନ’ ବା ‘ବିଜ୍ଞାନ’ । ତେଣୁ ଏହି ଅର୍ଥରେ ‘ସମାଜବିଜ୍ଞାନ’ର ଅର୍ଥ ହେଉଛି ‘ସମାଜର ବିଜ୍ଞାନ’ । ଅନ୍ୟ ଅର୍ଥରେ ସମାଜ ବିଜ୍ଞାନ ହେଉଛି ମାନବ ସମାଜର ଏକ ସୁବ୍ୟବସ୍ଥିତ ଅଧ୍ୟୟନ ।

2. ସମାଜ ବିଜ୍ଞାନର ସଂଜ୍ଞା ନିରୂପଣ କର ।
Answer:
ମୋରିସ୍ ଜିନିସ୍‌ବର୍ଗ (Morris Ginsberg) ଙ୍କ ମତରେ, “ମାନବୀୟ ପାରସ୍ପରିକ କ୍ରିୟା ଏବଂ ପାରସ୍ପରିକ ସମ୍ପର୍କ, ସେଗୁଡ଼ିକର ଅବସ୍ଥା ଏବଂ ଫଳାଫଳର ଅଧୟନକୁ ସମାଜ ବିଜ୍ଞାନ କୁହାଯାଏ ।’’

ଗିଲିନ୍ ଏବଂ ଗିଲିନ୍ (Gillin and Gillin) ଙ୍କ ମତରେ, “ବିସ୍ତୃତ ଅର୍ଥରେ ସମାଜ ବିଜ୍ଞାନ କହିଲେ ସଂଘବଦ୍ଧ ଜୀବନ ଯାପନ କରୁଥିବା ମନୁଷ୍ୟମାନଙ୍କର ପାରସ୍ପରିକ କ୍ରିୟାର ଅଧ୍ୟୟନକୁ ସମାଜଶାସ୍ତ୍ର କୁହାଯାଏ ।’’

3. ସମାଜ ବିଜ୍ଞାନ ପରିସର ସମ୍ପର୍କରେ କେଉଁ ପ୍ରକାରର ମତବାଦମାନ ପ୍ରଚଳିତ ?
Answer:
ସମାଜ ବିଜ୍ଞାନର ପରିସରକୁ ନେଇ ଦୁଇଗୋଟି ମତବାଦ ରହିଛି । ସେଗୁଡ଼ିକ ହେଲା –
(୧) ସ୍ୱାତନ୍ତ୍ର୍ୟ ବା ଆକୃତିଗତ ମତବାଦ (Formalistic School) ଏବଂ
(୨) ସାଂଶ୍ଳେଷିତ ମତବାଦ (Synthetic School) ।

CHSE Odisha Class 11 Sociology Unit 1 Short Answer Questions in Odia Medium

4. ସ୍ବାତନ୍ତ୍ର୍ୟ ମତବାଦର ପୃଷ୍ଠପୋଷକମାନଙ୍କ ମଧ୍ୟରୁ ଦୁଇଜଣଙ୍କର ନାମ ଉଲ୍ଲେଖ କର ।
Answer:
ଏହି ସ୍ବାତନ୍ତ୍ର୍ୟ ମତବାଦ ଗୋଷ୍ଠୀର ଦୁଇଜଣ ପୃଷ୍ଠପୋଷକ ହେଲେ –
(i) ମ୍ୟାକ୍‌ସ ୱେବର (Max-Weber) ଏବଂ
(ii) ଫର୍ଜିନାଣ୍ଡ୍ ଟନିସ୍ (Ferdinand Tonnies) ।

5. ସାଂଶ୍ଳେଷିକ ମତବାଦର ପୃଷ୍ଠପୋଷକମାନଙ୍କ ମଧ୍ୟରୁ ତିନି ଜଣଙ୍କର ପରିଚୟ ଦିଅ ।
Answer:
ସାଂଶ୍ଳେଷିକ ମତବାଦ ଗୋଷ୍ଠୀର ତିନିଜଣ ପୃଷ୍ଠପୋଷକ ହେଲେ –
(i) ଇମାଇଲ ଦୁର୍ଖମ (Emile Durkheim)
(ii) ଏଲ୍.ଟି.ହବସ୍ (L. T. Hobbouse)
(iii) ପି.ଏ. ସରୋକିନ୍ (P.A. Sorokin) ।

6. କମ୍‌ଙ୍କର ତ୍ରି-ସ୍ତରୀୟ ନିୟମ କ’ଣ ଅଟେ ?
Answer:
ଏହି ତ୍ରି-ସ୍ତରୀୟ ନିୟମ ସମାଜ ବିଜ୍ଞାନ ଇତିହାସକୁ ଏକ ଅତୁଳନୀୟ ଦାନରୂପେ ପରିଚିତ । କମ୍‌ଟେ ୧୮୨୨ ମସିହାରେ ଏହି ନିୟମର ବିଶ୍ଳେଷଣ କରିଥିଲେ । ତାଙ୍କ ମତରେ, ପ୍ରତ୍ୟେକ ମାନବୀୟ ଜ୍ଞାନର ଧାରା ତିନିଗୋଟି ସ୍ତର ଦେଇ ବିକଶିତ ହୋଇଥାଏ । ଏହି ସ୍ତରଗୁଡ଼ିକ ହେଲା; ଯଥା –
(୧) ଧର୍ମତାତ୍ତ୍ଵିକ
(୨) ଆଧ୍ୟାତ୍ମିକ ବା ଅମୂର୍ଖ ଏବଂ
(୩) ବୈଜ୍ଞାନିକ ବା ସକାରାତ୍ମରକ ସ୍ତର ।

7. ଧର୍ମତାତ୍ତ୍ଵିକ ସ୍ତର କହିଲେ ତୁମେ କ’ଣ ବୁଝ ?
Answer:
ମନୁଷ୍ୟ ମନର ବିକାଶଧାରାର ପ୍ରଥମ ସ୍ତର ହେଉଛି ଧର୍ମତାତ୍ତ୍ଵିକ ସ୍ତର । ଏହି ସ୍ତରରେ ମନୁଷ୍ୟ ସମସ୍ତ ବସ୍ତୁକୁ ଅତି ପ୍ରାକୃତିକ ଶକ୍ତିରୂପେ ଦେଖୁଥାଏ । ମନୁଷ୍ୟର ବିଶ୍ବାସ ଯେ ପ୍ରତ୍ୟେକ ଘଟଣା ଏହି ଶକ୍ତିଦ୍ୱାରା ନିୟନ୍ତ୍ରିତ ଅଟେ । ଏହି ଧର୍ମତାତ୍ତ୍ଵିକ ସ୍ତର ତିନୋଟି ଉପସ୍ତର ଦେଇ ଗତି କରିଥାଏ । ସେଗୁଡ଼ିକ ହେଲା –
(i) ଫେଟିସବାଦ,
(ii) ବହୁ ଈଶ୍ୱରବାଦ ଏବଂ
(iii) ଏକେଶ୍ଵରବାଦ ।

8. ଜୈବ ତତ୍ତ୍ବ କହିଲେ କ’ଣ ବୁଝାଏ ?
Answer:
‘ଜୈବ ତତ୍ତ୍ବ’ ହେଉଛି ସମାଜର ଉତ୍ପତ୍ତି ସମ୍ପର୍କୀୟ ଏକ ମୁଖ୍ୟ ତତ୍ତ୍ଵ । ଏହି ତତ୍ତ୍ଵର ପୃଷ୍ଠପୋଷକମାନେ ସମାଜକୁ ଏକ ‘ଜୀବ’ ସହିତ ତୁଳନା କରିଛନ୍ତି । ସେମାନଙ୍କ ମତରେ, ଜୀବର ଯେପରି କ୍ରମବିକାଶ ଘଟିଥାଏ, ସମାଜର ମଧ୍ୟ ସେହିପରି କ୍ରମବିକାଶ ଘଟିଥାଏ ।

9. ଜୈବ ତତ୍ତ୍ଵର ମୁଖ୍ୟ ପୁରୋଧା କିଏ ।
Answer:
ଜୈବ ତତ୍ତ୍ଵର ମୁଖ୍ୟ ପୁରୋଧା ହେଉଛନ୍ତି ହର୍ବଟ୍ ସ୍ପେନ୍ସର ।

10. ସ୍ପେନ୍ସରଙ୍କ ଜୈବ ତତ୍ତ୍ବ କ’ଣ ଅଟେ ?
Answer:
ସେନ୍ସରଙ୍କ ମତରେ, ଜୀବ ଭଳି ସମାଜ କ୍ରମୋନ୍ନତିଶୀଳ ପ୍ରକ୍ରିୟାଦ୍ଵାରା ସରଳରୁ ଜଟିଳାଭିମୁଖୀ ହୋଇଥାଏ । ଜୀବ ପରି ସମାଜ ମଧ୍ୟ ତା’ର ପ୍ରକାର୍ଯ୍ୟରେ ପାର୍ଥକ୍ୟ ଏବଂ ସଂରଚନାରେ ସଂହତି ପ୍ରଦର୍ଶନ କରିଥାଏ ।

11. ଦୁର୍ଖଙ୍କ ଆତ୍ମହତ୍ୟାର ପ୍ରକାରଭେଦ ଦର୍ଶାଅ ।
Answer:
ଦୁର୍ଖମ୍ ତାଙ୍କର ଆତ୍ମହତ୍ୟାକୁ ତିନି ଭାଗରେ ବିଭକ୍ତ କରିଅଛନ୍ତି; ଯଥା –
(i) ଆତ୍ମକୈନ୍ଦ୍ରିକ ଆତ୍ମହତ୍ୟା,
(ii) ଅପ୍ରତିମାନୀୟ ଆତ୍ମହତ୍ୟା ଏବଂ
(iii) ପରାର୍ଥବାଦୀ ଆତ୍ମହତ୍ୟା ।

CHSE Odisha Class 11 Sociology Unit 1 Short Answer Questions in Odia Medium

12. ଆତ୍ମକୈନ୍ଦ୍ରିକ ଆତ୍ମହତ୍ୟା କହିଲେ ତୁମେ କ’ଣ ବୁଝ ?
Answer:
ଦୁର୍ଖଙ୍କ ମତରେ, ଯେତେବେଳେ ବ୍ୟକ୍ତି ସାମାଜିକ ସମୂହରୁ ବିଚ୍ଛିନ୍ନ ହୋଇ ନିଃସଙ୍ଗତା ଅନୁଭବ କରେ, ସେତେବେଳେ ସେ ଆତ୍ମହତ୍ୟା କରିଥାଏ । ଦୁର୍ଖଙ୍କ ମତରେ, ଏକ ବିଘଟିତ ସମାଜ ବ୍ୟକ୍ତିଗତ ବିଘଟନ ସୃଷ୍ଟି କରି ବ୍ୟକ୍ତିକୁ ଆତ୍ମହତ୍ୟା କରିବାର ବାଟ ଦେଖାଇଥାଏ ।

13. ପରାର୍ଥବାଦୀ ଆତ୍ମହତ୍ୟା କହିଲେ ତୁମେ କ’ଣ ବୁଝ ?
Answer:
ଏହିପ୍ରକାର ଆତ୍ମହତ୍ୟା ସମୂହ କଲ୍ୟାଣପାଇଁ ସଂଘଟିତ ହୋଇଥାଏ । ପୁରାତନ ସମାଜରେ ଏହି ପ୍ରକାର ଆତ୍ମହତ୍ୟାର ମାତ୍ରା ଅଧିକ ଥିଲା । ସାଧାରଣତଃ ବୃଦ୍ଧ, ଅକର୍ମଣ୍ୟ ଏବଂ ବିଧବାମାନେ ଏହିପ୍ରକାର ଆତ୍ମହତ୍ୟା କରିଥା’ନ୍ତି । କାରଣ ଏହି ଧରଣର ବ୍ୟକ୍ତିମାନେ ନିଜର ସୁଖସ୍ୱାଚ୍ଛନ୍ଦ୍ୟକୁ ସାମୁହିକ କଲ୍ୟାଣ ଏବଂ ସାମାଜିକ ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖୁବାପାଇଁ ସେମାନଙ୍କର ଜୀବନ ଉତ୍ସର୍ଗ କରିବାକୁ କୁଣ୍ଠା ପ୍ରକାଶ କରି ନ ଥା’ନ୍ତି ।

14. ନୃତତ୍ତ୍ଵର ବିଭିନ୍ନ ଉପ-ବିଭାଗଗୁଡ଼ିକ କ’ଣ ?
Answer:
ନୃତତ୍ତ୍ଵକୁ ମୁଖ୍ୟତଃ ୪ଟି ଭାଗରେ ବିଭକ୍ତ କରାଯାଇଛି; ସେଗୁଡ଼ିକ ହେଲା –
(୧) ଶାରୀରିକ ନୃତତ୍ତ୍ଵ (Physical Anthropology)
(୨) ସାମାଜିକ ନୃତତ୍ତ୍ଵ (Social Anthropology)
(୩) ସାଂସ୍କୃତିକ ପ୍ରତ୍ନତତ୍ତ୍ବ (Cultural Anthropology)
(୪) ପ୍ରାଗ୍-ଐତିହାସିକ ପ୍ରତ୍ନତତ୍ତ୍ବ (Pre-Historic Archaeology)

15. ସାଂସ୍କୃତିକ ନୃତତ୍ତ୍ଵ କହିଲେ ତୁମେ କ’ଣ ବୁଝ ?
Answer:
ସାଂସ୍କୃତିକ ନୃତତ୍ତ୍ବ ନୃତତ୍ତ୍ଵର ଏକ ମୁଖ୍ୟ ଅଂଶରୂପେ ପରିଚିତ । ଏହା ଆଦିମ ମାନବର ଉଭୟ ବସ୍ତୁଭିଭିକ ଏବଂ ବସ୍ତୁତ୍ଵର ସଂସ୍କୃତି ସହିତ ଜଡ଼ିତ । ଏହି ସାଂସ୍କୃତିକ ନୃତତ୍ତ୍ଵ ଆଦିମ-ମାନବର ଅତୀତ ଏବଂ ବର୍ତ୍ତମାନର ସାଂସ୍କୃତିକ ଉପାଦାନଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥାଏ ।

16. ଦୁଇଜଣ ବିଶିଷ୍ଟ ନୃତତ୍ତ୍ବବିତ୍‌ଙ୍କର ନାମ ଉଲ୍ଲେଖ କର ।
Answer:
ଦୁଇଜଣ ବିଶିଷ୍ଟ ନୃତଶ୍ଚିତ୍‌ ହେଉଛନ୍ତି –
(i) ଏ.ଏଲ୍‌. କ୍ରୋବର୍ (A.L. Krober) ଏବଂ
(ii) ରାଡ୍‌କ୍ଲିଫ୍ ବ୍ରାଉନ୍ (Redcliffe Brown) ।

17. ସମାଜ ବିଜ୍ଞାନ ଏବଂ ନୃତତ୍ତ୍ବ ମଧ୍ଯରେ ଯେଉଁ ପାର୍ଥକ୍ୟ ରହଛି, ସେଥ୍ମଧ୍ୟରୁ ଗୋଟିକର ସୂଚନା ଦିଅ ।
Answer:
ସମାଜ ବିଜ୍ଞାନ ଉଭୟ ସଭ୍ୟ ଏବଂ ଜଟିଳ ସମାଜକୁ ତା’ର ଅଧ୍ୟୟନର ପରିସରଭୁକ୍ତ କରିଥାଏ । ମାତ୍ର ନୃତତ୍ତ୍ଵ ପ୍ରାଗ୍-ଲିପିକ ଏବଂ ଆଦିମ ସମାଜକୁ ଅଧ୍ୟୟନ କରିଥାଏ ।

18. ଦୁଇଜଣ ଐତିହାସିକ ସମାଜବିଜ୍ଞାନୀଙ୍କର ନାମ ଉଲ୍ଲେଖ କର ।
Answer:
ବିଶ୍ବର ଦୁଇଜଣ ପ୍ରସିଦ୍ଧ ଐତିହ୍ୟିକ ସମାଜବିଜ୍ଞାନୀଙ୍କର ନାମ ହେଉଛି –
(i) ଆର୍‌ନୋଲ୍‌ ଟଏନବୀ (Arnold Toynbee)
(ii) ଓସୱାଲ୍ଡ ସ୍ପେଙ୍ଗଲର୍ (Oswald Spengler) |

19. ଅଧ୍ୟୟନର ପଦ୍ଧତିକୁ ଭିଭିକରି ସମାଜ ବିଜ୍ଞାନ କିପରି ରାଜନୀତି ବିଜ୍ଞାନଠାରୁ ପୃଥକ୍ ଅଟେ ?
Answer:
ସମାଜ ବିଜ୍ଞାନ ଏବଂ ରାଜନୀତି ବିଜ୍ଞାନର ଅଧ୍ୟୟନ ପଦ୍ଧତିରେ ତାରତମ୍ୟ ପ୍ରକାଶ ପାଇଥାଏ । ସମାଜ ବିଜ୍ଞାନରେ ସାମାଜିକ ସର୍ବେକ୍ଷଣ, ବ୍ୟକ୍ତି ଅଧ୍ୟୟନ, ପର୍ଯ୍ୟବେକ୍ଷଣ ଏବଂ ସାକ୍ଷାତ୍‌କାର ପଦ୍ଧତିର ବ୍ୟବହାର କରାଯାଉଥିବାବେଳେ ରାଜନୀତି ବିଜ୍ଞାନରେ ଆରୋହ ପଦ୍ଧତି (Inductive method) ଏବଂ ଅବରୋହ ପଦ୍ଧତି (Deductive method) ର ପ୍ରୟୋଗ କରାଯାଇଥାଏ ।

20. ସମାଜ ବିଜ୍ଞାନ ଏବଂ ମନସ୍ତତ୍ତ୍ବ ମଧ୍ଯରେ ଗୋଟିଏ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ବିଜ୍ଞାନ ସମ୍ପୂର୍ଣ୍ଣ ସମାଜକୁ ଅଧ୍ୟୟନ କରିଥାଏ । ଅପରପକ୍ଷରେ ମନସ୍ତତ୍ତ୍ଵ ବ୍ୟକ୍ତିର ମାନସିକ ଅବସ୍ଥାକୁ ଅଧ୍ୟୟନ କରିଥାଏ । ଏହା ବ୍ୟକ୍ତିର ମାନସିକ ପ୍ରକ୍ରିୟା, ଅନ୍ତଃ ଏବଂ ବାହ୍ୟ ବ୍ୟବହାରକୁ ଅଧ୍ୟୟନ କରିଥାଏ ।

21. ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ଯରେ ଯେକୌଣସି ଗୋଟିଏ ପ୍ରଭେଦ ଦର୍ଶାଅ ।
Answer:
ସମାଜ ବିଜ୍ଞାନ ପ୍ରାଥମିକଭାବେ ବ୍ୟକ୍ତିର ଅର୍ଥନୈତିକ କାର୍ଯ୍ୟକଳାପର ସାମାଜିକ ଦିଗ ସହିତ ସମ୍ପୃକ୍ତ ଅଟେ । କିନ୍ତୁ ଅର୍ଥଶାସ୍ତ୍ର ମୁଖ୍ୟତଃ ଦ୍ରବ୍ୟ ଉତ୍ପାଦନ, ଉପଭୋଗ, ବିନିମୟ ଏବଂ ବଣ୍ଟନ ବ୍ୟବସ୍ଥା ସହିତ ଜଡ଼ିତ । ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ସମାଜ ବିଜ୍ଞାନର ପ୍ରକୃତି ମାନବବାଦୀ ଅଟେ ଏବଂ ଅର୍ଥଶାସ୍ତ୍ରର ପ୍ରକୃତି ବସ୍ତୁବାଦୀ ଅଟେ ।

22. ‘ଆତ୍ମହତ୍ୟା ତତ୍ତ୍ବ’ କିଏ ପ୍ରବର୍ତ୍ତନ କରିଥିଲେ ?
Answer:
ଆତ୍ମହତ୍ୟା ତତ୍ତ୍ବ ବିଶିଷ୍ଟ ଫରାସୀ ସମାଜଶାସ୍ତ୍ରବିତ୍ ‘ଇମାଇଲ୍ ଦୁର୍ଖମ୍’ ପ୍ରବର୍ତ୍ତନ କରିଥିଲେ ।

23. ‘ତ୍ରି-ସ୍ତରୀୟ ତତ୍ତ୍ବ’ କିଏ ପ୍ରଦାନ କରିଥିଲେ ?
Answer:
‘ତ୍ରି-ସ୍ତରୀୟ ତତ୍ତ୍ୱ’ ବିଶିଷ୍ଟ ଫରାସୀ ସମାଜଶାସ୍ତ୍ରବିତ୍ ‘ଅଗଷ୍ଟ କମ୍‌’ (Auguste Comte) ପ୍ରଦାନ କରିଥିଲେ ।

24. ହର୍ବଟ୍ ସ୍ପେନସର୍‌ଙ୍କ ଯେକୌଣସି ଏକ ବିଶେଷ ଅବଦାନ ଦର୍ଶାଅ ।
Answer:
ହର୍ବଟ୍ ସ୍ପେନସର୍‌ଙ୍କ ସମାଜଶାସ୍ତ୍ର ପ୍ରତି ବିଶେଷ ଅବଦାନ ହେଲା ‘ଜୈବ ତତ୍ତ୍ବ’ (Organic Theory) ।

CHSE Odisha Class 11 Sociology Unit 1 Short Answer Questions in Odia Medium

25. ଆତ୍ମହତ୍ୟାର ସଂଜ୍ଞା ପ୍ରଦାନ କର ।
Answer:
ଇମାଇଲ୍ ଦୁର୍ଖମ୍ (Emile Durkheim) ଙ୍କ ମତରେ, ‘‘ଆତ୍ମହତ୍ୟା, ଉତ୍‌ପୀଡି଼ତ ବ୍ୟକ୍ତି ନିଜେ ବା ପରୋକ୍ଷଭାବରେ, ସକାରାତ୍ମକ ବା ନକରାତ୍ମକ କାର୍ଯ୍ୟଦ୍ୱାରା ସମ୍ପନ୍ନ କରୁଥିବା ସମସ୍ତ ପ୍ରକାର ମୃତ୍ୟୁକୁ ବୁଝାଏ ଏବଂ ଏ ପ୍ରକାର ଫଳାଫଳ ପାଇଁ ବ୍ୟକ୍ତି ନିଜେ ହିଁ ଚେଷ୍ଟା କରିଥାଏ ।’’

26. ସମାଜ ବିଜ୍ଞାନ କେବେ ସୃଷ୍ଟି ହୋଇଥିଲା ?
Answer:
ସମାଜ ବିଜ୍ଞାନ ୧୮୩୯ ମସିହାରେ ସୃଷ୍ଟି ହୋଇଥିଲା ।

27. ଆତ୍ମହତ୍ୟା କହିଲେ କ’ଣ ବୁଝ ?
Answer:
ଆତ୍ମହତ୍ୟା ବା Sucide ସମ୍ପ୍ରତ୍ୟୟଟି ‘Sui’ ଯାହାର ଅର୍ଥ ‘ଆତ୍ମା’ ଓ ‘Cide’ ଯାହାର ଅର୍ଥ ‘ହତ୍ୟା’ର ସମ୍ମିଶ୍ରଣରେ ଗଠିତ । ଅର୍ଥାତ୍ ନିଜେ ନିଜକୁ ହତ୍ୟା କରିବାକୁ ଆତ୍ମହତ୍ୟା କୁହାଯାଏ ।

28. ଇମାଇଲ୍ ଦୁର୍ଖମ୍ (Emaile Durkheim) ଙ୍କର ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନଗୁଡ଼ିକ ଉଲ୍ଲେଖ କର ।
Answer:
ଇମାଇଲ୍ ଦୁର୍ଖମଙ୍କର ସମାଜ ବିଜ୍ଞାନକୁ ମୁଖ୍ୟ ଅବଦାନଗୁଡ଼ିକ ହେଲା –
(୧) ଆତ୍ମହତ୍ୟା ତତ୍ତ୍ଵ (Theory of Suicide)
(୨) ଶ୍ରମ ବିଭାଜନ (The Division of Labour)

29. ଅଗଷ୍ଟ କମ୍‌ (Auguste Comte) ଙ୍କର ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନଗୁଡ଼ିକ କ’ଣ ?
Answer:
ଅଗଷ୍ଟ କମ୍‌ଙ୍କର ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନଗୁଡ଼ି ହେଲା –
(୧) ତ୍ରି-ସ୍ତରୀୟ ନିୟମ (Law of Three Stages)
(୨) ପ୍ରତ୍ୟକ୍ଷବାଦ (Positivism)

30. ସମାଜ ବିଜ୍ଞାନର ଦୁଇଗୋଟି ପ୍ରକୃତି ବା ଲକ୍ଷଣ ଉଲ୍ଲେଖ କର ।
Answer:
(୧) ସମାଜ ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ଅଟେ ।
(୨) ସମାଜ ବିଜ୍ଞାନ ଏକ ଅମୂର୍ଖ (Abstract) ବିଜ୍ଞାନ ଅଟେ ।

31. ଭାରତବର୍ଷରେ ସମାଜ ବିଜ୍ଞାନର ସର୍ବପ୍ରଥମେ କେବେ ଓ କେଉଁଠାରେ ଅଧ୍ୟାପନା ଆରମ୍ଭ ହୋଇଥିଲା ?
Answer:
ଭାରତବର୍ଷରେ ସମାଜ ବିଜ୍ଞାନର ଅଧ୍ୟାପନା ସର୍ବପ୍ରଥମେ ବମ୍ବେ ବିଶ୍ବବିଦ୍ୟାଳୟରେ ୧୯୧୯ ମସିହାରେ ଆରମ୍ଭ ହୋଇଥିଲା ।

32. ସମାଜଶାସ୍ତ୍ରରେ ପ୍ରତିଷ୍ଠାତା ଜନକଗଣ କିଏ ?
Answer:
ସମାଜଶାସ୍ତ୍ରରେ ପ୍ରତିଷ୍ଠାତା ଜନକଗଣ ହେଲା –
(୧) ଅଗଷ୍ଟ କମ୍‌ (Auguste Comte)
(୨) ହର୍‌ବର୍ଟ ସେନ୍ସର (Herbert Spencer)
(୩) ଇମାଇଲ୍ ଦୁର୍ଖମ୍ (Emile Durkheim)
(୪) ମାକ୍‌ସ ୱେବର୍ (Max Weber)

33. ସମାଜ ବିଜ୍ଞାନ ଓ ଇତିହାସ ମଧ୍ୟରେ ଥିବା ଗୋଟିଏ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ବିଜ୍ଞାନ ଓ ଇତିହାସ ମଧ୍ଯରେ ଗୋଟିଏ ସାମାଜିକ ବିଜ୍ଞାନ ହୋଇଥିବା ସ୍ଥଳେ, ଇତିହାସ ଏକ ମୂର୍ଖ (Concrete) ସାମାଜିକ ବିଜ୍ଞାନ ଅଟେ ।

34. ସମାଜ ବିଜ୍ଞାନ ଓ ରାଜନୀତି ବିଜ୍ଞାନ ମଧ୍ୟରେ ଥ‌ିବା ଗୋଟିଏ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ବିଜ୍ଞାନ ଓ ରାଜନୀତି ବିଜ୍ଞାନ ମଧ୍ୟରେ ଗୋଟିଏ ପାର୍ଥକ୍ୟ ହେଉଛି – ସମାଜ ବିଜ୍ଞାନ ସମାଜର ବିଜ୍ଞାନଭାବେ ପରିଗଣିତ ହେଉଥ‌ିବାବେଳେ ରାଜନୀତି ବିଜ୍ଞାନ ରାଷ୍ଟ୍ର ଏବଂ ସରକାରଙ୍କ ବିଜ୍ଞାନରୂପେ ପରିଚିତ । ସମାଜ ବିଜ୍ଞାନ ଏକ ସାଧାରଣ ସାମାଜିକ ବିଜ୍ଞାନରୂପେ; କିନ୍ତୁ ରାଜନୀତି ବିଜ୍ଞାନ ଏକ ସ୍ବତନ୍ତ୍ର ବିଜ୍ଞାନରୂପେ ପରିଚିତ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ୫ଟି / ୬ଟି ବାକ୍ୟରେ ଲେଖ ।

1. ସମାଜ ବିଜ୍ଞାନର ପରିସର କହିଲେ କ’ଣ ବୁଝ ?
Answer:
ସମାଜ ବିଜ୍ଞାନର ପରିସର କହିଲେ ତାହାର ବିଷୟବସ୍ତୁକୁ ହିଁ ବୁଝାଇଥାଏ । ଏହି ପରିସରକୁ ଭିଭିକରି ସମାଜବିଜ୍ଞାନୀମାନେ ଭିନ୍ନ ମତ ପୋଷଣ କରିଥା’ନ୍ତି । ଭି. ଏଫ୍. କାଲବର୍ଟନ୍ (V. F. Callberton)ଙ୍କ ମତରେ, “ସମାଜ ବିଜ୍ଞାନ ଏକ ସ୍ଥିତିତାପକ ବିଜ୍ଞାନ ହୋଇଥିବାରୁ ଏହାର ସୀମା କେଉଁଠାରୁ ଆରମ୍ଭ ଏବଂ କେଉଁଠି ଶେଷ, ତାହା ନିର୍ଦ୍ଧାରଣ କରିବା କଷ୍ଟସାଧ୍ୟ ।’’ ଅନ୍ୟ କେତେକଙ୍କ ମତରେ, ସମାଜ ବିଜ୍ଞାନ ସୂର୍ଯ୍ୟର ଅଧୀନରେ ଥ‌ିବା ସମସ୍ତ ଜିନିଷକୁ ଅଧ୍ୟୟନ କରିଥାଏ । କିନ୍ତୁ ଏହି ମତ ସମାଜ ବିଜ୍ଞାନର ପରିସର ସମ୍ବନ୍ଧରେ ଅତ୍ୟନ୍ତ ଅନିଶ୍ଚିତ ଅଟେ । ପ୍ରକୃତରେ ସମାଜ ବିଜ୍ଞାନର ଅଧ୍ୟୟନ କ୍ଷେତ୍ର ସୀମିତ ଅଟେ ।

ଏହି ସମାଜ ବିଜ୍ଞାନ ହେଉଛି ମାନବିକ ଅନ୍ତଃକ୍ରିୟା ଏବଂ ଅନ୍ତଃ-ସମ୍ପର୍କ, ସେଗୁଡ଼ିକର ଅବସ୍ଥା ଏବଂ ଫଳାଫଳର ଏକ ଅଧ୍ୟୟନ । ସମାଜ ବିଜ୍ଞାନ ସମାଜରେ ମନୁଷ୍ୟର ସମ୍ପୂର୍ଣ୍ଣ ଜୀବନ ତଥା ବ୍ୟବହାରକୁ ଅଧ୍ୟୟନ କରିବା ସହିତ ବ୍ୟକ୍ତିର ସମସ୍ତ କାର୍ଯ୍ୟକଳାପକୁ ଅଧ୍ୟୟନ କରେ । ସମାଜ ବିଜ୍ଞାନର ପରିସରକୁ ନିର୍ଦ୍ଧାରଣ କରିବାପାଇଁ ଆପ୍ରାଣ ଉଦ୍ୟମ କରାଯାଇଛି । ଏଥ‌ିପାଇଁ ଦୁଇଗୋଟି ମତବାଦ ଆମ ଦୃଷ୍ଟିଗୋଚରକୁ ଆସିଛି ।

CHSE Odisha Class 11 Sociology Unit 1 Short Answer Questions in Odia Medium

ସେଗୁଡ଼ିକ ହେଲା ସ୍ୱାତନ୍ତ୍ର୍ୟ ବା ଆକୃତିଗତ ମତବାଦ ଏବଂ ସାଂଶ୍ଲେଷିକ ମତବାଦ । ପ୍ରଥମ ମତବାଦ ଅନୁସାରେ ସମାଜ ବିଜ୍ଞାନ ଏବଂ ଏହାର ପରିସର ସଂକୀର୍ଣ୍ଣ ଏବଂ ସୀମିତ ହେବା ଉଚିତ । ଦ୍ଵିତୀୟ ମତବାଦ ଅନୁସାରେ ସମାଜ ବିଜ୍ଞାନ ଏକ ସାଧାରଣ ତଥା ସୁବ୍ୟବସ୍ଥିତ ବିଜ୍ଞାନ ଏବଂ ଏହାର ପରିସର ସୁଦୂରପ୍ରସାରୀ ଅଟେ ।

2. ଅଗଷ୍ଟ କମ୍‌ଙ୍କର ତ୍ରି-ସ୍ତରୀୟ ନିୟମକୁ ସଂକ୍ଷେପରେ ଆଲୋଚନା କର ।
Answer:
ପ୍ରବୀଣ ଫରାସୀ ସମାଜବିଜ୍ଞାନୀ ଅଗଷ୍ଟ କମ୍‌ଙ୍କର ସମାଜ ବିଜ୍ଞାନ କ୍ଷେତ୍ରକୁ ଅପୂରଣୀୟ ଦାନ ରହିଛି । ସେହି ମହାମାନବଙ୍କର ଯେଉଁସବୁ ଅନୁଦାନଗୁଡ଼ିକ ଆଜି ସମାଜ ବିଜ୍ଞାନକୁ ସମୃଦ୍ଧ କରିଛି, ସେଗୁଡ଼ିକ ମଧ୍ୟରୁ ତ୍ରି-ସ୍ତରୀୟ ନିୟମ
ଅନ୍ୟତମ ।

କମ୍ଫେକଙ୍କର ଯୁକ୍ତି ଏହି ଯେ ମାନବୀୟ ଜ୍ଞାନ ତିନୋଟି ସ୍ତର ଦେଇ ବିକଶିତ ହୋଇଛି । ଏହା କମ୍‌କଙ୍କର ତ୍ରି-ସ୍ତରୀୟ ନିୟମ (Law of Three Stages) ରୂପେ ପରିଚିତ । ତାଙ୍କ ମତରେ, ମନୁଷ୍ୟର ଜ୍ଞାନର ବିବର୍ତ୍ତନ ପ୍ରକ୍ରିୟା ତିନିଗୋଟି ଅବସ୍ଥା; ଯଥା – ଧର୍ମତାତ୍ତ୍ଵିକ, ଆଧ୍ୟାତ୍ମିକ ବା ଅମୂର୍ଖ ଏବଂ ବୈଜ୍ଞାନିକ ସ୍ତର ଦେଇ ଗତି କରିଥାଏ । ଅନ୍ୟ ଅର୍ଥରେ ଏହି ନିୟମ ଅନୁସାରେ ମାନବର ଜ୍ଞାନ ତିନୋଟି ଭିନ୍ନ ସ୍ତର ଦେଇ ବିକଶିତ ହୋଇଥାଏ ।

ଏହି ଧର୍ମତାତ୍ତ୍ଵିକ ସ୍ତରରେ ମନୁଷ୍ୟର ଚିନ୍ତାଧାରା ଏକ ଅତି ପ୍ରାକୃତିକ ଶକ୍ତିଠାରେ କେନ୍ଦ୍ରୀଭୂତ ହୋଇ ରହିଥାଏ । ଅନ୍ୟ ଅର୍ଥରେ କୁହାଯାଇପାରେ ଯେ ଏହି ସ୍ତରରେ ବ୍ୟକ୍ତି ସମସ୍ତ ବସ୍ତୁକୁ ଅତି ପ୍ରାକୃତିକ ଭାବେ ଅଭିହିତ କରିଥାଏ । ଏହି ସ୍ତମ୍ଭ ତିନିଗୋଟି ଉପ-ସ୍ତରରେ ବିଭକ୍ତ; ଯଥା – ଫେଟିସ୍‌ବାଦ, ବହୁଈଶ୍ବରବାଦ ଏବଂ ଏକେଶ୍ବରବାଦ ।

ମନୁଷ୍ୟ ମନର ବିବର୍ତ୍ତନ ପ୍ରକ୍ରିୟାରେ ଦ୍ବିତୀୟ ସ୍ତରଟି ହେଉଛି ଆଧ୍ୟାତ୍ମିକ ବା ଅମୂର୍ଖ ସ୍ତର । ଏହି ସ୍ତରରେ ମନୁଷ୍ୟ ଏକ ଅମୂର୍ଖ ଶକ୍ତିଠାରେ ସ୍ଥାପନ କରିଥାଏ । ତା’ର ଚିନ୍ତାଧାରାରେ ଏହି ଅମୂର୍ତ୍ତ ଶକ୍ତି ସମସ୍ତ କାର୍ଯ୍ୟକଳାପର ପଥପ୍ରଦର୍ଶକ ଅଟେ ।

ଏହି ତ୍ରି-ସ୍ତରୀୟ ନିୟମର ଶେଷ ସ୍ତରଟି ହେଉଛି ବୈଜ୍ଞାନିକ ବା ସକାରାତ୍ମକ ସ୍ତର । କମ୍ପେଙ୍କ ମତରେ, ଏହି ସ୍ତରରେ ବୈଜ୍ଞାନିକ ଚିନ୍ତାଧାରାଦ୍ୱାରା ମନୁଷ୍ୟ ସମ୍ପୂର୍ଣ୍ଣରୂପେ ଅନୁପ୍ରାଣିତ ହୋଇଥାଏ । ସେ ଯୁକ୍ତି ଏବଂ ପର୍ଯ୍ୟବେକ୍ଷଣ ଅନୁଯାୟୀ ଯେକୌଣସି ଦିଗରେ ଅଗ୍ରସର ହୋଇଥାଏ । ଅନ୍ୟ ଅର୍ଥରେ କୁହାଯାଇପାରେ ଯେ ଏହି ସ୍ତରରେ ପର୍ଯ୍ୟବେକ୍ଷଣ, ପରୀକ୍ଷାକରଣ, ବିଶ୍ଳେଷଣ ଏବଂ ବର୍ଗୀକରଣ ଇତ୍ୟାଦି ଉପରେ ଅଧିକ ଗୁରୁତ୍ବ ଆରୋପ କରାଯାଇଥାଏ ।

3. ଇମାଇଲ ଦୁର୍ଖମ୍‌ଙ୍କର ଆତ୍ମହତ୍ୟାର ପ୍ରକାରଭେଦ ଆଲୋଚନା କର ।
Answer:
କଷ୍ଟେଙ୍କ ପରେ ଦୁର୍ଖମ୍ ହେଉଛନ୍ତି ଦ୍ଵିତୀୟ ଫରାସୀ ସମାଜବିଜ୍ଞାନବିତ୍ । ସେ ଜର୍ମାନୀର ସମାଜ ବିଜ୍ଞାନ ଏବଂ ସାଂସ୍କୃତିକ ନୃତତ୍ତ୍ୱକୁ ଅଧ୍ୟୟନ କରିଥିଲେ । ପ୍ରଥମେ ଦୁର୍ଖମ୍ ବୋର୍ଡ଼କ୍‌ ବିଶ୍ୱବିଦ୍ୟାଳୟରେ ସାମାଜିକ ବିଜ୍ଞାନର ପ୍ରଫେସରଭାବେ କାର୍ଯ୍ୟକରି ପରେ ପରେ ପ୍ୟାରିସ୍ ବିଶ୍ୱବିଦ୍ୟାଳୟରେ ସମାଜ ବିଜ୍ଞାନ ଏବଂ ଶିକ୍ଷା ବିଭାଗରେ ପ୍ରଫେସରଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ।

ଦୁର୍ଖମ୍‌ଙ୍କର ବିଭିନ୍ନ ଅବଦାନଗୁଡ଼ିକ ମଧ୍ୟରୁ ଆତ୍ମହତ୍ୟା ଅନ୍ୟତମ ଅଟେ । ସେ ଆତ୍ମହତ୍ୟାକୁ ତିନୋଟି ବିଭାଗରେ ବିଭକ୍ତ କରିଅଛନ୍ତି । ସେଗୁଡ଼ିକୁ ସଂକ୍ଷେପରେ ଆଲୋଚନା କରାଗଲା ।

(i) ଆତ୍ମକୈନ୍ଦ୍ରିକ (Egoistic Sucide) – ଦୂର୍ଖମ୍ ମତ ଦେଇଛନ୍ତି ଯେ, ଏହିପ୍ରକାର ଆତ୍ମହତ୍ୟା ଏକ ନିର୍ଦ୍ଦିଷ୍ଟ କାରଣ ଯୋଗୁ ସଂଘଟିତ ହୋଇଥାଏ । ତାଙ୍କ ମତରେ, ବ୍ୟକ୍ତି ଯେତେବେଳେ ସାମାଜିକ ସମୂହଠାରୁ ବିଚ୍ଛିନ୍ନ ହୋଇପଡ଼େ, ସାମାଜିକ ସମୂହର ସଂହତି ବିଶୃଙ୍ଖଳିତ ହୋଇପଡ଼େ, ଏହି ସମୟରେ ବ୍ୟକ୍ତି ନିଃସଙ୍ଗତା ଅନୁଭବ କରିଥାଏ ଏବଂ ଏହି ନିଃସଙ୍ଗ ଜୀବନର ଅବସାନ ପାଇଁ ସେ ଆତ୍ମହତ୍ୟାର ଆଶ୍ରୟ ନେଇଥାଏ । ଯେଉଁ ବ୍ୟକ୍ତିମାନେ ପାରିବାରିକ ସ୍ନେହରୁ ବଞ୍ଚିତ, ଛାଡ଼ପତ୍ର ପାଇ ପୁରୁଷ ବା ମହିଳା ବ୍ୟକ୍ତି ଏହିପ୍ରକାର ଆତ୍ମହତ୍ୟା କରିଥା’ନ୍ତି । ଆଉ ମଧ୍ୟ ଏହିପ୍ରକାର ଆତ୍ମହତ୍ୟା ଶିଳ୍ପ ଶ୍ରମିକ, ଅବିବାହିତ, ସନ୍ତାନବିହୀନ ଦମ୍ପତିଙ୍କଠାରେ ବିଶେଷଭାବେ ଲକ୍ଷ୍ୟ କରାଯାଇଥାଏ ।

(ii) ଅପ୍ରତିମାନୀୟ ଆତ୍ମହତ୍ୟା (Anomique Suicide) – ଏହିପ୍ରକାର ଆତ୍ମହତ୍ୟା ଦୁର୍ଖଙ୍କ ମତରେ ସାମାଜିକ ଭାରସାମ୍ୟର ଅଧଃପତନ ଯୋଗୁ ଦେଖାଯାଇଥାଏ । ସେ ମତ ଦିଅନ୍ତି, ଯେତେବେଳେ ବ୍ୟକ୍ତି ହଠାତ୍ ବିଫଳତାର ସମ୍ମୁଖୀନ ହୋଇ ଦେବାଳିଆ ହୋଇଯାଏ କିମ୍ବା ବିପୁଳ ସମ୍ପତ୍ତିର ଅଧିକାରୀ ହୁଏ, ସେତେବେଳେ ସେ ମାନସିକ ଭାରସାମ୍ୟ ହରାଇଥାଏ । ଏହି ପରିସ୍ଥିତିରେ ବ୍ୟକ୍ତି ଏହି ଆକସ୍ମିକ ପରିବର୍ତ୍ତନ ସହିତ ନିଜକୁ ସାମିଲ କରି ନ ପାରି ଆତ୍ମହତ୍ୟା କରିଥାଏ । ତେଣୁ ଏହି ପ୍ରକାର ଆତ୍ମହତ୍ୟା ଜୀବନରେ ଆକସ୍ମିକ ବିପତ୍ତି ଏବଂ ଆକସ୍ମିକ ଉନ୍ନତି ପରିପ୍ରେକ୍ଷୀରେ ସଂଘଟିତ ହୋଇଥାଏ ।

(iii) ପରାର୍ଥବାଦୀ ଆତ୍ମହତ୍ୟା (Altruistic Suicide) – ଏହିପ୍ରକାର ଆତ୍ମହତ୍ୟାରେ ବ୍ୟକ୍ତି ବିଶେଷତଃ ତା’ର ସମ୍ପର୍କୀୟମାନଙ୍କର କଲ୍ୟାଣ ପାଇଁ ଆତ୍ମହତ୍ୟା କରିଥାଏ । ଏହି ପରିସ୍ଥିତିରେ ସେ ନିଜର ସୁଖ, ଶାନ୍ତିକୁ ପର ପାଇଁ ଉତ୍ସର୍ଗ କରିଥାଏ । ସାଧାରଣତଃ ବୃଦ୍ଧ, ଅକର୍ମଣ୍ୟ ଏବଂ ବିଧବାମାନେ ଏହିପ୍ରକାର ଆତ୍ମହତ୍ୟାର ଆଶ୍ରୟ ନେଇଥା’ନ୍ତି । କାରଣ ସେମାନେ କୌଣସି କାର୍ଯ୍ୟ କରିବାପାଇଁ ସମର୍ଥ ନୁହଁନ୍ତି । ପରିବାର ଉପରେ ସବୁ ସମୟପାଇଁ ନିର୍ଭର କରିବା ପରିବର୍ତ୍ତେ ସଦସ୍ୟମାନଙ୍କରମଙ୍ଗଳ ପାଇଁ ସେମାନେ ଆତ୍ମହତ୍ୟା କରିବାକୁ ଆଗ୍ରହ ପ୍ରକାଶ କରିଥା’ନ୍ତି ।

4. ସମାଜ ବିଜ୍ଞାନ ଏବଂ ରାଜନୀତି ବିଜ୍ଞାନ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ରାଜନୀତି ବିଜ୍ଞାନ ଏବଂ ସମାଜ ବିଜ୍ଞାନ ମଧ୍ୟରେ କେତେକ କ୍ଷେତ୍ରରେ ସମାନତା ପରିଲକ୍ଷିତ ହେଉଥିଲେ ମଧ୍ୟ ଏହି ଦୁଇଟି ସାମାଜିକ ବିଜ୍ଞାନ ପରସ୍ପରଠାରୁ କେତେକ କ୍ଷେତ୍ରରେ ପୃଥକ୍ ଅଟନ୍ତି ।
(i) ସମାଜ ବିଜ୍ଞାନ ସମ୍ପୂର୍ଣ୍ଣ ସମାଜର ବିଜ୍ଞାନରୂପେ ପରିଚିତ । କିନ୍ତୁ ଅପରପକ୍ଷରେ ରାଜନୀତି ବିଜ୍ଞାନ ରାଷ୍ଟ୍ରର ବିଜ୍ଞାନରୂପେ ପରିଚିତ । ସମାଜ ବିଜ୍ଞାନ ମନୁଷ୍ୟକୁ ଏକ ସାମାଜିକ ପ୍ରାଣୀଭାବେ ଅଧ୍ୟୟନ କରୁଥିବାବେଳେ ରାଜନୀତି ବିଜ୍ଞାନ ମନୁଷ୍ୟକୁ ଏକ ରାଜନୈତିକ ପ୍ରାଣୀଭାବେ ଅଧ୍ୟୟନ କରିଥାଏ ।
(ii) ଦ୍ଵିତୀୟତଃ, ସମାଜ ବିଜ୍ଞାନର ପରିସର ରାଜନୀତି ବିଜ୍ଞାନର ପରିସରଠାରୁ ବ୍ୟାପକ ଅଟେ । ସମାଜ ବିଜ୍ଞାନ ପରିବାର, ବିବାହ, ଧର୍ମ ଜ୍ଞାତି (kinship) ଓ ଜାତି ପ୍ରଭୃତି ସମସ୍ତ ସାମାଜିକ ଅନୁଷ୍ଠାନଗୁଡ଼ିକୁ ଅଧ୍ୟୟନ କରିଥାଏ । ଅନ୍ୟପକ୍ଷରେ ରାଜନୀତି ବିଜ୍ଞାନ କେବଳ ସମାଜରେ ବ୍ୟକ୍ତିର ରାଜନୈତିକ କାର୍ଯ୍ୟକଳାପ ସହିତ ସମ୍ପୃକ୍ତ । ଏହା ରାଷ୍ଟ୍ର ଏବଂ ସରକାର ପରି କେତେକ ନିର୍ଦ୍ଦିଷ୍ଟ ରାଜନୈତିକ ଅନୁଷ୍ଠାନକୁ ଅଧ୍ୟୟନ କରିଥାଏ ।
(iii) ତୃତୀୟତଃ, ସମାଜ ବିଜ୍ଞାନ ଉଭୟ ସଙ୍ଗଠିତ ଏବଂ ବିଘଟିତ ସମୁଦାୟକୁ ଅଧ୍ୟୟନ କରୁଥିବାବେଳେ ରାଜନୀତି ବିଜ୍ଞାନ କେବଳ ସଙ୍ଗଠିତ ସମୁଦାୟକୁ ଅଧ୍ୟୟନ କରିଥାଏ ।
(iv) ଚତୁର୍ଥତଃ, ରାଜନୀତି ବିଜ୍ଞାନ ଏବଂ ସମାଜ ବିଜ୍ଞାନ ସେମାନଙ୍କର ଅଧ୍ୟୟନ ପଦ୍ଧତିରେ ପରସ୍ପରଠାରୁ ପୃଥକ୍ ଅଟନ୍ତି । ସମାଜ ବିଜ୍ଞାନ ତା’ର ଅଧ୍ୟୟନ ପଦ୍ଧତିରେ ପର୍ଯ୍ୟବେକ୍ଷଣ, ବ୍ୟକ୍ତି ଅଧ୍ୟୟନ, ସାକ୍ଷାତକାର ଇତ୍ୟାଦି ପ୍ରୟୋଗ କରିଥାଏ । କିନ୍ତୁ ଅନ୍ୟପକ୍ଷରେ ରାଜନୀତି ବିଜ୍ଞାନ ଆଗମ ଓ ନିଗମ ପଦ୍ଧତି (Inductive and deductive method)ର ପ୍ରୟୋଗ କରିଥାଏ ।
(v) ପଞ୍ଚମତଃ, ସମାଜ ବିଜ୍ଞାନ ସମସ୍ତପ୍ରକାର ସଂଘ ଏବଂ ଅନୁଷ୍ଠାନଗୁଡ଼ିକୁ ଅଧ୍ୟୟନ କରୁଥିବାବେଳେ ରାଜନୀତି ବିଜ୍ଞାନ କେବଳ ରାଷ୍ଟ୍ର ଏବଂ ସରକାର ପରି ନିର୍ଦ୍ଦିଷ୍ଟ ସଂଘ ଓ ସଙ୍ଗଠନ ସହିତ ସମ୍ପୃକ୍ତ । ପ୍ରଫେସର ଗାରନର୍‌ଙ୍କ ମତରେ, ରାଜନୀତି ବିଜ୍ଞାନ କେବଳ ମାନବ ସଙ୍ଗଠନର ଗୋଟିଏ ନିର୍ଦ୍ଦିଷ୍ଟ ଆକୃତି ସହିତ ସମ୍ପୃକ୍ତ, ମାତ୍ର ସମାଜ ବିଜ୍ଞାନ ମାନବ ସଙ୍ଗଠନର ସମସ୍ତ ଆକୃତି ସହିତ ସମ୍ପୃକ୍ତ ଅଟେ ।

CHSE Odisha Class 11 Sociology Unit 1 Short Answer Questions in Odia Medium

5. ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ଅର୍ଥଶାସ୍ତ୍ର ମନୁଷ୍ୟର ଅର୍ଥନୈତିକ କାର୍ଯ୍ୟକଳାପ ସହିତ ଜଡ଼ିତ । ଏହା ମୁଖ୍ୟତଃ ସମାଜରେ ଦ୍ରବ୍ୟ ଉତ୍ପାଦନ, ଉପଭୋଗ, ବିନିମୟ ଏବଂ ବଣ୍ଟନ ପ୍ରକ୍ରିୟା ସହିତ ସମ୍ପୃକ୍ତ ଅଟେ । କିନ୍ତୁ ସମାଜ ବିଜ୍ଞାନ ସାମାଜିକ ଜୀବନର ସମସ୍ତ ଦିଗଗୁଡ଼ିକୁ ଅଧ୍ୟୟନ କରିଥାଏ । କାର୍ଲ ମାର୍କସ୍‌ଙ୍କ ମତରେ, ମନୁଷ୍ୟର ଅର୍ଥନୈତିକ ସମ୍ପର୍କ ତା’ର ସାମାଜିକ ସମ୍ପର୍କର କାରଣ ହୋଇଥାଏ । କେତେକ ନିର୍ଦ୍ଦିଷ୍ଟ ସାମାଜିକ ସମସ୍ୟା; ଯଥା – ଦାରିଦ୍ର୍ୟ, ବେକାରି, ଭିକ୍ଷାବୃତ୍ତି ଇତ୍ୟାଦି ଉଭୟ ଅର୍ଥନୀତିଜ୍ଞ ଏବଂ ସମାଜବିଜ୍ଞାନୀଙ୍କର ମିଳିତ ଉଦ୍ୟମରେ ଅଧ୍ୟୟନ କରାଯାଇଥାଏ ।

ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ଘନିଷ୍ଠ ସମ୍ପର୍କ ନିହିତ ଥ‌ିବା ସତ୍ତ୍ବେ ଏହି ଦୁଇଟି ସାମାଜିକ ବିଜ୍ଞାନ ପରସ୍ପରଠାରୁ କେତେକ କ୍ଷେତ୍ରରେ ପୃଥକ୍ ଅଟନ୍ତି ।

  • ସମାଜ ବିଜ୍ଞାନ ସମସ୍ତ ପ୍ରକାର ସାମାଜିକ ସମ୍ପର୍କକୁ ତା’ର ଅଧ୍ୟୟନର ପରିସରଭୁକ୍ତ କରିବାବେଳେ ଅର୍ଥଶାସ୍ତ୍ର କେବଳ ମନୁଷ୍ୟର ଅର୍ଥନୈତିକ ସମ୍ପର୍କ ବିଷୟରେ ଆଲୋକପାତ କରିଥାଏ ।
  • ଅର୍ଥଶାସ୍ତ୍ର ସମାଜ ବିଜ୍ଞାନଠାରୁ ବହୁ ପୁରାତନ ଅଟେ । ଅର୍ଥଶାସ୍ତ୍ର ପୁରୁଣା ସାମାଜିକ ବିଜ୍ଞାନରୂପେ ପରିଗଣିତ ହେଉଥ‌ିବାବେଳେ ସମାଜ ବିଜ୍ଞାନ ବର୍ତ୍ତମାନ ମାତ୍ର ତା’ର ଶୈଶବ ସ୍ତର ଅତିକ୍ରମ କରିଛି ।
  • ସମାଜ ବିଜ୍ଞାନରେ ଅଧ୍ୟୟନର ମୁଖ୍ୟ ପରିସର ହେଉଛି ସମାଜ, ମାତ୍ର ଅର୍ଥଶାସ୍ତ୍ରରେ ବ୍ୟକ୍ତିକୁ ଅଧ୍ୟୟନର ପରିସରଭାବେ ନିଆଯାଇଥାଏ । କାରଣ ସମାଜ ବିଜ୍ଞାନ ସମ୍ପୂର୍ଣ୍ଣରୂପେ ସମାଜକୁ ଅଧ୍ୟୟନ କରିଥାଏ; କିନ୍ତୁ ଅର୍ଥଶାସ୍ତ୍ର ଲୋକମାନଙ୍କର ଅର୍ଥନୈତିକ ସମ୍ପର୍କକୁ ଅଧ୍ୟୟନ କରିଥାଏ ।
  • ଏହି ଦୁଇଟି ସାମାଜିକ ବିଜ୍ଞାନ ଅଧ୍ୟୟନ ପଦ୍ଧତି ପରସ୍ପରଠାରୁ ପୃଥକ ଅଟନ୍ତି ।

6. ସମାଜ ବିଜ୍ଞାନ ଏବଂ ମନସ୍ତତ୍ତ୍ବ ମଧ୍ଯରେ ସମ୍ପର୍କ ଆଲୋଚନା କର ।
Answer:
ସମାଜ ବିଜ୍ଞାନ ଏବଂ ମନସ୍ତତ୍ତ୍ବ ମଧ୍ଯରେ ସମ୍ପର୍କ ଅତି ନିବିଡ଼ ଅଟେ । ପରସ୍ପର ଆନ୍ତଃ-ସମ୍ପୃକ୍ତ ଏବଂ ଆନ୍ତଃନିର୍ଭରଶୀଳ ଅଟନ୍ତି । ସମାଜ ବିଜ୍ଞାନ ମାନବ ସମାଜକୁ ଅଧ୍ୟୟନ କରୁଥିବାବେଳେ ମନସ୍ତତ୍ତ୍ଵ ମନୁଷ୍ୟର ମସ୍ତିଷ୍କ ଏବଂ ତା’ର ବ୍ୟବହାର ଅଧ୍ୟୟନ କରିଥାଏ ।

ମନସ୍ତତ୍ତ୍ବ ତା’ର ଅଧ୍ୟୟନ ପାଇଁ ଆବଶ୍ୟକ ହେଉଥିବା କେତେକ ଉପାଦାନ ସମାଜ ବିଜ୍ଞାନଠାରୁ ପାଇଥାଏ । ମନୁଷ୍ୟର ଚରିତ୍ର ଏବଂ ବ୍ୟବହାରକୁ ସଠିକ୍‌ରୂପେ ବୁଝିବାପାଇଁ ମନସ୍ତତ୍ତ୍ବ ସମାଜ ବିଜ୍ଞାନ ଉପରେ ନିର୍ଭର କରିଥାଏ । ବ୍ୟକ୍ତିର ମାନସିକ ବିକାଶ କ୍ଷେତ୍ର ଉପରେ ସମାଜ ଗଭୀର ପ୍ରଭାବ ପକାଇଥାଏ । ମନୋବିଜ୍ଞାନୀମାନେ ଏହି ସମାଜଶାସ୍ତ୍ର ଜରିଆରେ ବିଭିନ୍ନ ସାମାଜିକ ସମସ୍ୟାଗୁଡ଼ିକୁ ଅଧ୍ୟୟନ କରିଥା’ନ୍ତି ।

ଠିକ୍ ସେହିପରି ମଧ୍ଯ ମନୋବିଜ୍ଞାନ ଆବଶ୍ୟକ ତଥ୍ୟ ବା ଆଧାର ସମାଜ ବିଜ୍ଞାନକୁ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ । ସାମାଜିକ ମନସ୍ତତ୍ତ୍ଵ ସମ୍ପର୍କରେ ଆବଶ୍ୟକ ଜ୍ଞାନ ନ ଥିଲେ ମନୁଷ୍ୟ-ମନୁଷ୍ୟ ମଧ୍ୟରେ ଥ‌ିବା ପାରସ୍ପରିକ ସମ୍ପର୍କ ଏବଂ କାର୍ଯ୍ୟକଳାପଗୁଡ଼ିକୁ ବୁଝିବା ଅସମ୍ଭବ ହୋଇପଡ଼ିବ ।

  1. ପ୍ରଥମତଃ, ସମାଜ ବିଜ୍ଞାନ ସମାଜ ଏବଂ ସାମାଜିକ ଅନୁଷ୍ଠାନଗୁଡ଼ିକୁ ଅଧ୍ୟୟନ କରିଥାଏ । ମାତ୍ର ମନସ୍ତତ୍ତ୍ଵ ବ୍ୟକ୍ତିର ମାନସିକ ପ୍ରକ୍ରିୟାକୁ ଅଧ୍ୟୟନ କରିଥାଏ ।
  2. ଦ୍ଵିତୀୟତଃ, ସମାଜ ବିଜ୍ଞାନ ସମାଜକୁ ଗଠନ କରୁଥିବା ବିଭିନ୍ନ ସମୂହଗୁଡ଼ିକୁ ଅଧ୍ୟୟନ କରିଥାଏ । ମାତ୍ର ମନସ୍ତତ୍ତ୍ଵ ବ୍ୟକ୍ତିର ମାନସିକ ବିକାଶ ଉପରେ ସମୂହ ଜୀବନର ପ୍ରଭାବ, ସମୂହଗୁଡ଼ିକର ମାନସିକ ଜୀବନର ଉନ୍ନତି ଏବଂ ସେମାନଙ୍କର ପାରସ୍ପରିକ ସମ୍ପର୍କ ପ୍ରଭୃତିକୁ ଅଧ୍ୟୟନ କରିଥାଏ ।
  3. ତୃତୀୟତଃ, ଇ. ଏସ୍. ବୋଗାର୍ଡ଼ସ୍‌ଙ୍କ ମତରେ, ମନସ୍ତତ୍ତ୍ବ ମାନସିକ ପ୍ରକ୍ରିୟାଗୁଡ଼ିକୁ ବିଶ୍ଳେଷଣ କରୁଥିବାବେଳେ ସମାଜ ବିଜ୍ଞାନ ସାମାଜିକ ପ୍ରକ୍ରିୟାଗୁଡ଼ିକୁ ପର୍ଯ୍ୟାଲୋଚନା କରିଥାଏ ।
  4. ଚତୁର୍ଥତଃ, ସମାଜ ବିଜ୍ଞାନର ତଥ୍ୟାବଳୀଗୁଡ଼ିକୁ ପରୀକ୍ଷା କରିବା ନିମିତ୍ତ ସେପରି କୌଣସି ନିର୍ଦ୍ଦିଷ୍ଟ ପରୀକ୍ଷାଗାର ନାହିଁ । ମାତ୍ର ମନସ୍ତତ୍ତ୍ଵର ତଥ୍ୟଗୁଡ଼ିକୁ ପରୀକ୍ଷା କରିବାପାଇଁ ଏକ ସ୍ବତନ୍ତ୍ର ପରୀକ୍ଷାଗାର ରହିଛି ।
  5. ପଞ୍ଚମତଃ, ସମାଜ ବିଜ୍ଞାନ ଏବଂ ମନସ୍ତତ୍ତ୍ଵ ଅଧ୍ୟୟନ କ୍ଷେତ୍ରରେ ଭିନ୍ନ ଭିନ୍ନ ପ୍ରଣାଳୀକୁ ବ୍ୟବହାର କରିଥା’ନ୍ତି । ସମାଜ ବିଜ୍ଞାନ କ୍ଷେତ୍ରରେ ସାମୂହିକ ପର୍ଯ୍ୟବେକ୍ଷଣ ପ୍ରଣାଳୀ (Group Observation Method) ବ୍ୟବହୃତ ହୋଇଥାଏ । କିନ୍ତୁ ମନସ୍ତତ୍ତ୍ଵ କ୍ଷେତ୍ରରେ ବ୍ୟକ୍ତିଗତ ପର୍ଯ୍ୟବେକ୍ଷଣ ପ୍ରଣାଳୀ (Individual Observation Method) ସୁଦୁରପ୍ରସାରୀ ଅଟେ ।

Leave a Comment