CHSE Odisha Class 11 Sociology Unit 2 Short Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 2 ମୌଳିକ ସମ୍ପ୍ରତ୍ୟୟ Short Answer Questions.

CHSE Odisha 11th Class Sociology Unit 2 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୨ଟି / ୩ଟି ବାକ୍ୟରେ ଲେଖ ।

1. ସମାଜର ଯେକୌଣସି ତିନିଗୋଟି ଉପାଦାନର ନାମ ଉଲ୍ଲେଖ କର ।
Answer:
ସମାଜର ତିନିଗୋଟି ଉପାଦାନଗୁଡ଼ିଜ ହେଲା –
(i) ସାମାଜିକ ସମ୍ପର୍କର ଏକ ପଦ୍ଧତି
(ii) ସମାନତା ଏବଂ
(iii) ତାରତମ୍ୟତା

2. ସମୁଦାୟ କହିଲେ କ’ଣ ବୁଝ ?
Answer:
ସମୁଦାୟ ଏକ ନିର୍ଦ୍ଦିଷ୍ଟ ସୀମାରେଖାରେ ଅବସ୍ଥିତ ଜନସମୂହକୁ ବୁଝାଇଥାଏ । ଯେତେବେଳେ କୌଣସି କ୍ଷୁଦ୍ର ବା ବୃହତ୍ ସମୂହର ଲୋକମାନେ ଏକତ୍ର ବାସ କରି କୌଣସି ନିର୍ଦ୍ଦିଷ୍ଟ ସ୍ବାର୍ଥରେ ଭାଗ ନ ନେଇ ସାଧାରଣ ଜୀବନର ମୌଳିକ ଅବସ୍ଥାରେ ଭାଗୀଦାର ହୋଇଥା’ନ୍ତି, ସେତେବେଳେ ସେହି ସମୂହକୁ ଆମେ ସମୁଦାୟ ବୋଲି କହିଥାଉ । ଏହି ସମୁଦାୟ ହେଉଛି ଏକ ସୀମାରେଖୀୟ ସମୂହ ଯାହାକି ସାମାଜିକ ଜୀବନର ସମସ୍ତ ଦିଗଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ ।

3. ସମୁଦାୟ ସଂଜ୍ଞା ପ୍ରଦାନ କର ।
Answer:
ଇ.ଏସ୍. ବୋଗାର୍ଡ଼ସ୍‌ (E.S. Bogardus) ଙ୍କ ମତରେ, ‘ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଭିତରେ ବାସ କରୁଥିବା ଏବଂ ‘ଆମ ଭାବନା’ ଥିବା ଏକ ସାମାଜିକ ସମୂହକୁ ସମୁଦାୟ କୁହାଯାଇଥାଏ ।’’
କିଙ୍ଗ୍‌ସଲେ ଡେଭିସ୍ (Kingsley Davis) ଙ୍କ ମତରେ, ‘‘ଏହି ସମୁଦାୟ ହେଉଛି ଏକ କ୍ଷୁଦ୍ରାତିକ୍ଷୁଦ୍ର ଆଞ୍ଚଳିକ ସମୂହ ଯାହାକି ସାମାଜିକ ଜୀବନର ସମସ୍ତ ବିଭାଗକୁ ଧାରଣ କରିଥାଏ ।’’

4. ସମୁଦାୟର ଯେକୌଣସି ଚାରିଗୋଟି ଲକ୍ଷଣ ଦର୍ଶାଅ ।
Answer:
ସମୁଦାୟର ଚାରିଗୋଟି ଲକ୍ଷଣଗୁଡ଼ିକ ହେଲା-
(i) ନିର୍ଦ୍ଦିଷ୍ଟ ସ୍ଥାନ (Definite Locality)
(ii) ସମ୍ପ୍ରଦାୟ ଭାବନା (Community Sentiment)
(iii) ସମାନତା (Likeness)
(iv) ପ୍ରାକୃତିକତା (Naturality)

CHSE Odisha Class 11 Sociology Unit 2 Short Answer Questions in Odia Medium

5. ସଂଘ କହିଲେ କ’ଣ ବୁଝ ?
Answer:
ଯେତେବେଳେ ଦଳେ ଲୋକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟର ପରିତୃପ୍ତି ପାଇଁ ସଙ୍ଗଠିତ ହୁଅନ୍ତି, ସେତେବେଳେ ସେମାନେ ଏକ ସଂଘ ଗଠନ କରିଥା’ନ୍ତି । ତେଣୁ ଏକ ବା ଏକାଧିକ ଉଦ୍ଦେଶ୍ୟ ପୂରଣ ନିମିତ୍ତ ଦୁଇ ବା ତତୋଽଧ୍ଵକ ବ୍ୟକ୍ତିମାନଙ୍କଦ୍ୱାରା ଶୃଙ୍ଖଳିତଭାବେ ଗଠିତ ହୋଇଥିବା ସଙ୍ଗଠନକୁ ସଂଘ କୁହାଯାଏ ।

6. ସଂଘର ସଂଜ୍ଞା ପ୍ରଦାନ କର ।
Answer:
ପି. ଜିସ୍ବବର୍ଟ (P. Gisbert) ଙ୍କ ମତରେ, ‘ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବା କେତେକ ସୀମିତ ଉଦ୍ଦେଶ୍ୟ ପୂରଣ ନିମିତ୍ତ ସଙ୍ଗଠିତ ହୋଇଥ୍ ଦଳେ ବ୍ୟକ୍ତିଙ୍କୁ ନେଇ ସଂଘ ଗଠିତ ହୋଇଥାଏ ।’’
ଇ. ଏସ୍. ବୋଗାର୍ଡ଼ସ୍ (E.S. Bogardus) ଙ୍କ ମତରେ, ‘ଯେତେବେଳେ କେତେକ ଲୋକ ଏକତ୍ର ହୋଇ କେତେକ ଉଦ୍ଦେଶ୍ୟ ପୂରଣ ପାଇଁ କାର୍ଯ୍ୟ କରିଥା’ନ୍ତି ତାହାକୁ ସଂଘ କୁହାଯାଏ ।’’

7. ସଂଘର ଚାରିଗୋଟି ମୁଖ୍ୟ ଉପାଦାନକୁ ଦର୍ଶାଅ ।
Answer:
ସଂଘର ଚାରିଗୋଟି ମୁଖ୍ୟ ଉପାଦାନ ହେଲା-

  • ଏକ ଗୋଷ୍ଠୀ (A group of people)
  • ସ୍ୱେଚ୍ଛାକୃତ ସଭ୍ୟପଦ (Voluntary membership)
  • ସାଧାରଣ ଲକ୍ଷ୍ୟ (Common aims)
  • ସହଯୋଗୀ ଆତ୍ମା (Cooperative spirit)

8. ଅନୁଷ୍ଠାନ କହିଲେ କ’ଣ ବୁଝ ?
Answer:
ପ୍ରତ୍ୟେକ ସଂଘ ଏବଂ ସଙ୍ଗଠନ କେତେକ ସ୍ବୀକୃତିପ୍ରାପ୍ତ ଏବଂ ପ୍ରତିଷ୍ଠିତ ନୀତିନିୟମଦ୍ୱାରା ପରିଚାଳିତ । ଏହି ନିୟମ ବା କାର୍ଯ୍ୟପ୍ରଣାଳୀଗୁଡ଼ିକୁ ସମାଜ ବିଜ୍ଞାନରେ ଅନୁଷ୍ଠାନ ବୋଲି କୁହାଯାଏ । ଏହି ଅନୁଷ୍ଠାନ ହେଉଛି ସ୍ବୀକୃତିପ୍ରାପ୍ତ ଏବଂ ଗ୍ରହଣୀୟ କର୍ମପଦ୍ଧତି ଯାହା ବ୍ୟକ୍ତି ଏବଂ ସମୂହ ମଧ୍ୟରେ ଥିବା ସମ୍ପର୍କକୁ ନିୟନ୍ତ୍ରିତ କରିଥାଏ ।

9. ଅନୁଷ୍ଠାନର ମୁଖ୍ୟ ଲକ୍ଷଣଗୁଡ଼ିକ କ’ଣ ଅଟେ ?
Answer:
ନିମ୍ନରେ ଅନୁଷ୍ଠାନର ମୁଖ୍ୟ ଲକ୍ଷଣଗୁଡ଼ିକୁ ଉଲ୍ଲେଖ କରାଗଲା ।
(i) ନିର୍ଦ୍ଦିଷ୍ଟ ଆବଶ୍ୟକତାର ସନ୍ତୁଷ୍ଟତା (Satisfaction of specific needs)
(ii) ମୂଲ୍ୟବୋଧର ପ୍ରତୀକ (Embodiment of values);
(iii) ଭଲଭାବେ ପରିଭାଷିତ ପରମ୍ପରା (Well-defined traditions);
(iv) ଅବକ୍ଷୟତା (Abstractness)

10. ସାମାଜିକ ସମୂହର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ କ’ଣ ?
Answer:
ସାମାଜିକ ସମୂହର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା-
(i) ବ୍ୟକ୍ତିମାନଙ୍କର ସମଷ୍ଟି (Collection of individuals);
(ii) ପାରସ୍ପରିକ ସମ୍ପର୍କ (Mutual relationship);
(iii) ଆମ-ଭାବନା (We-feeling);
(iv) ସାଧାରଣ ଆଗ୍ରହ (Common interest)

11. ପ୍ରାଥମିକ ସମୂହ କହିଲେ କ’ଣ ବୁଝ ?
Answer:
ଏହି ପ୍ରାଥମିକ ସମୂହ ଆକାରରେ କ୍ଷୁଦ୍ର ଅଟେ ଏବଂ ମୁଖୋନୁ ଖ ସମ୍ପର୍କ, ଘନିଷ୍ଠ ବନ୍ଧନ ଏବଂ ସହଯୋଗିତାଦ୍ୱାରା ପରିଚାଳିତ । ଅନ୍ୟ ଅର୍ଥରେ ପ୍ରତ୍ୟକ୍ଷ ଏବଂ ଘନିଷ୍ଠ ସମ୍ପର୍କ ରକ୍ଷାକରୁଥିବା ସୀମିତସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ପ୍ରାଥମିକ ସମୂହ ଗଠିତ । ଏହି ସମୂହ ସାମାଜିକ ସଂରଚନାର ଏକକ ଜୀବକୋଷରୂପେ ପରିଚିତ ।

12. ପ୍ରାଥମିକ ସମୂହର ଚାରିଗୋଟି ବୈଶିଷ୍ଟ୍ୟର ନାମ ଉଲ୍ଲେଖ କର ।
Answer:
ପ୍ରାଥମିକ ସମୂହର ଚାରିଗୋଟି ବୈଶିଷ୍ଟ୍ୟ ହେଲା-

  • ଶାରୀରିକ ସାନ୍ନିଧ୍ୟତା (Physical proximity);
  • କ୍ଷୁଦ୍ର ଆକାର (Small size);
  • ଶେଷର ପରିଚୟ (Identy of ends);
  • ବ୍ୟକ୍ତିଗତ ସମ୍ପର୍କ (Personal relationship)

CHSE Odisha Class 11 Sociology Unit 2 Short Answer Questions in Odia Medium

13. ଗୌଣ ସମୂହ କାହାକୁ କୁହାଯାଏ ?
Answer:
ଯେଉଁ ସମୂହର ସଦସ୍ୟମାନଙ୍କର ସମ୍ପର୍କରେ ମୁଖୋନ୍ମୁଖ ସମ୍ପର୍କ ପରିଲକ୍ଷିତ ହୋଇ ନ ଥାଏ, ତାହାକୁ ଗୌଣ ସମୂହ କୁହାଯାଏ । ଏହି ଗୌଣ ସମୂହ ହେଉଛି ସେହି ସମୂହ ଯାହା ପରୋକ୍ଷ, ଅବୈୟକ୍ତିକ ଏବଂ ଗୌଣ ସମ୍ପର୍କ ଉପରେ ପ୍ରତିଷ୍ଠିତ । ଏହାର ସଦସ୍ୟମାନେ ଆତ୍ମସ୍ୱାର୍ଥଦ୍ୱାରା ପରିଚାଳିତ ଏବଂ ସଦସ୍ୟମାନେ ବିକ୍ଷିପ୍ତଭାବରେ ରହିବାର ଦେଖାଯାଇଥାଏ ।

14. ଆନ୍ତଃସମୂହ କହିଲେ କ’ଣ ବୁଝ ?
Answer:
ସମ୍ବନର୍‌ଙ୍କ ମତରେ, ବ୍ୟକ୍ତି ଯେଉଁ ସମୂହରେ ବାସକରେ, ସେହି ସମୂହକୁ ବ୍ୟକ୍ତିର ଆନ୍ତଃସମୂହ କୁହାଯାଇଥାଏ । ଅନ୍ୟ ଅର୍ଥରେ ଆନ୍ତଃ-ସମୂହ ହେଉଛି ସେହି ସାମାଜିକ ସମୂହ ଯେଉଁଥରେ ବ୍ୟକ୍ତିମାନେ ବାସ କରିଥା’ନ୍ତି ଏବଂ ସେମାନଙ୍କ ମଧ୍ୟରେ ଏକପ୍ରକାର ସଚେତନ ଭାବନା ରହିଥାଏ ।

15. ବହିଃସମୂହ କହିଲେ ତୁମେ କ’ଣ ବୁଝ ?
Answer:
ସମ୍ବନର୍‌ଙ୍କ ମତରେ, ଯେଉଁ ସମୂହରେ ବ୍ୟକ୍ତି ସଦସ୍ୟଭୁକ୍ତ ହୋଇ ନ ଥାଏ ବା ଯେଉଁ ସମୂହ ସହିତ ସେ ପରିଚିତ ନୁହେଁ, ସେହି ସମୂହକୁ ବ୍ୟକ୍ତିର ବହିଃସମୂହ ବୋଲି କୁହାଯାଇଥାଏ । ଅନ୍ୟ ଅର୍ଥରେ ବ୍ୟକ୍ତି ବାସକରୁଥିବା ନିଜ ସମୂହ ବ୍ୟତୀତ ଅନ୍ୟ ସମସ୍ତ ସମୂହକୁ ସେହି ବ୍ୟକ୍ତିର ବହିଃସମୂହ ବୋଲି କୁହାଯାଇଥାଏ ।

16. ସଂସ୍କୃତିର ଚାରିଗୋଟି ଲକ୍ଷଣ ଦର୍ଶାଅ ।
Answer:
ସଂସ୍କୃତିର ଚାରିଗୋଟି ଲକ୍ଷଣ ହେଲା-
(i) ସଂସ୍କୃତି ଏକ ଅର୍ଜିତ ଗୁଣ ।
(ii) ସଂସ୍କୃତି ଆଦର୍ଶବାଦୀ ଅଟେ ।
(iii) ସଂସ୍କୃତି ଏକ ଚଳନଶୀଳ ବ୍ୟାପାର ।
(iv) ସଂସ୍କୃତି ମାନବିକ ଆବଶ୍ୟକତାଗୁଡ଼ିକୁ ପୂରଣ କରିଥାଏ ।

17. ଭୌତିକ ସଂସ୍କୃତି କହିଲେ କ’ଣ ବୁଝ ?
Answer:
ଯେଉଁସବୁ ପଦାର୍ଥଗୁଡ଼ିକୁ ଦେଖହୁଏ ଏବଂ ସ୍ପର୍ଶ କରିହୁଏ, ତାହା ଭୌତିକ ସଂସ୍କୃତିର ଅନ୍ତର୍ଭୁକ୍ତ ଅଟେ । ଏହିପ୍ରକାର ସଂସ୍କୃତି ମୂର୍ଖ ଏବଂ ସ୍ପର୍ଶଯୋଗ୍ୟ ପଦାର୍ଥକୁ ନେଇ ଗଠିତ । ବାସଗୃହ, ପୋଷାକ-ପରିଚ୍ଛଦ, ଆସବାବାପତ୍ର, ପୁସ୍ତକ ପ୍ରଭୃତି ଏହି ଭୌତିକ ସଂସ୍କୃତିର ଉଦାହରଣ ଅଟେ ।

18. ଭୌତିକ ସଂସ୍କୃତି କହିଲେ କ’ଣ ବୁଝ ?
Answer:
ଏହି ଅଭୌତିକ ସଂସ୍କୃତି ଅମୂର୍ତ୍ତି ଏବଂ ସ୍ପର୍ଶହୀନ ଅଟେ । ଏହି ସଂସ୍କୃତିର ପରିବର୍ତ୍ତନର ବେଗ ଧୀର, ମନ୍ତର ଗତିରେ ସଂଘଟିତ ହୋଇଥାଏ । ଆଦର୍ଶ, ମୂଲ୍ୟବୋଧ, ବିଶ୍ଵାସ, ପ୍ରଥା, ପରମ୍ପରା ଇତ୍ୟାଦି ଅଭୌତିକ ସଂସ୍କୃତିର ଅନ୍ତର୍ଭୁକ୍ତ ଅଟେ ।

19. ପ୍ରାଥମିକ ସମୂହର ଦୁଇଗୋଟି ଉଦାହରଣ ଉଲ୍ଲେଖ କର ।
Answer:
ପ୍ରାଥମିକ ସମୂହର ଦୁଇଗୋଟି ଉଦାହରଣ ହେଉଛି
(୧) ପରିବାର ଓ (୨) ପଡ଼ୋଶୀ

20. ସଂଘର ଯେକୌଣସି ଦୁଇଟି ଉଦାହରଣ ପ୍ରଦାନ କର ।
Answer:
ସଂଘର ଦୁଇଗୋଟି ଉଦାହରଣ ହେଉଛି-
(୧) ପରିବାର ଓ (୨) ରାଜନୈତିକ ଦଳ ।

21. ଗୌଣ ସମୂହର ଦୁଇଗୋଟି ଲକ୍ଷଣ ପ୍ରଦାନ କର ।
Answer:
ଗୌଣ ସମୂହର ଦୁଇଗୋଟି ଲକ୍ଷଣ ହେଉଛି-
(୧) ପରୋକ୍ଷ ସମ୍ପର୍କ (୨) ମୁଖୋନୁ ଖ ସମ୍ପର୍କର ଅଭାବ ।

22. ମାଜର ଯେକୌଣସି ଦୁଇଗୋଟି ପ୍ରକାର୍ଯ୍ୟ ସମ୍ବନ୍ଧୀୟ ଉପାଦାନ ପ୍ରଦାନ କର ।
Answer:
ସମାଜର ଦୁଇଗୋଟି ପ୍ରକାର୍ଯ୍ୟ ସମ୍ବନ୍ଧୀୟ ଉପାଦାନ ହେଲା-
(୧) ମୌଳିକ ଆବଶ୍ୟକତାର ପରିପୂରଣ ପାଇଁ ବନ୍ଦୋବସ୍ତ । (୨) ସାମାଜିକୀକରଣ ଓ ପାରସ୍ପରିକ ନିର୍ଭରଶୀଳତା ।

23. ଅବସ୍ତୁଭିତ୍ତିକ ସଂସ୍କୃତିର ଦୁଇଗୋଟି ଉଦାହରଣ ପ୍ରଦାନ କର ।
Answer:
ଅବସ୍ତୁଭିଭିକ ସଂସ୍କୃତିର ଦୁଇଗୋଟି ଉଦାହରଣ ହେଲା-
(୧) ପ୍ରଥା, ପରମ୍ପରା ଓ (୨) ଭାଷା, ମୂଲ୍ୟବୋଧ ।

CHSE Odisha Class 11 Sociology Unit 2 Short Answer Questions in Odia Medium

24. ବସ୍ତୁଭିଭିକ ସଂସ୍କୃତିର ଯେକୌଣସି ଦୁଇଗୋଟି ଉଦାହରଣ ପ୍ରଦାନ କର ।
Answer:
ବସ୍ତୁଭିଭିକ ସଂସ୍କୃତିର ଦୁଇଗୋଟି ଉଦାହରଣ ହେଲା- (୧) ବାସଗୃହ, ପୋଷାକ ପରିଚ୍ଛଦ, (୨) ପୁସ୍ତକ, ଆସୁବାବପତ୍ର ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୫ଟି / ୬ଟି ବାକ୍ୟରେ ଲେଖ ।

1. ସମାଜ ଏବଂ ସମୁଦାୟ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ଏବଂ ସମୁଦାୟ ମଧ୍ୟରେ ବିଭିନ୍ନ ପ୍ରକାର ତାରତମ୍ୟ ପ୍ରକାଶ ପାଇଥାଏ । ସେଗୁଡ଼ିକୁ ନିମ୍ନମତେ ବର୍ଣ୍ଣନା କରାଯାଇପାରେ ।

(i) ସମାଜ ସାମାଜିକ ସମ୍ପର୍କର ସମଷ୍ଟି ଅଟେ । ଏହି ସମ୍ପର୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ, ଶୃଙ୍ଖଳିତ କିମ୍ବା ବିଶୃଙ୍ଖଳିତ ହୋଇପାରେ । ଅନ୍ୟ ପକ୍ଷରେ ସମୁଦାୟ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରୁଥିବା ଦଳେ ବ୍ୟକ୍ତିଙ୍କର ସମଷ୍ଟି ଅଟେ । ଏହି ସମୁଦାୟର ଲୋକମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ, ଅନ୍ତରଙ୍ଗ ଏବଂ ସହଯୋଗମୂଳକ ସମ୍ପର୍କ ବିଦ୍ୟମାନ ।

(ii) ସମାଜ ଅମୂର୍ଖ (Abstract) ଅଟେ । ଏହାର କୌଣସି ନିର୍ଦ୍ଦିଷ୍ଟ ଆକାର ନାହିଁ । କିନ୍ତୁ ସମୁଦାୟ ଏକ ମୂର୍ଖ (Concrete) ସମ୍ପ୍ରତ୍ୟୟ ଅଟେ । ଏହି ସମୁଦାୟର ନିର୍ଦ୍ଦିଷ୍ଟ ଆକାର ବିଷୟରେ ଆମେ କଳନ କରିପାରୁ । ଏହି ସମୁଦାୟ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜନବସତିକୁ ସୂଚାଇଥାଏ ଯାହାର ସ୍ଥିତିକୁ ଆମେ ସହଜରେ ନିର୍ଦ୍ଧାରଣ କରିପାରୁ ।

(iii) ସମୁଦାୟର ସଦସ୍ୟମାନଙ୍କ ମଧ୍ୟରେ ଆମେ ‘ସାମୁଦାୟିକ ମନୋଭାବ’ (Community sentiment) ଦେଖିବାର ପାଇଥାଉ । ଏହି ସାମୁଦାୟିକ ମନୋଭାବ ସମୁଦାୟର ଏକ ମୁଖ୍ୟ ବୈଶିଷ୍ଟ୍ୟ ଅଟେ । ଏହି ସାମୁଦାୟିକ ମନୋଭାବ ବିନା ସମୁଦାୟ ଅସ୍ଥିତ୍ଵ ନାହିଁ କହିଲେ ଚଳେ । ମାତ୍ର ସମାଜର ସଦସ୍ୟମାନଙ୍କ ମଧ୍ୟରେ ଏହି ଭାବନା ପ୍ରାୟ ପରିଲକ୍ଷିତ ହୋଇ ନ ଥାଏ ।

(iv) ସମାଜ ଏକ ବ୍ୟାପକ ସଂସ୍ଥା ଅଟେ । ଏହାର ପରିସର କେତେକ ସମୁଦାୟକୁ ଅନ୍ତର୍ଭୁକ୍ତ କରିଥାଏ । ମାତ୍ର ଅପରପକ୍ଷରେ ସମୁଦାୟ ହେଉଛି ସମାଜର ଅଂଶ ସ୍ଵରୂପ । ଏହାର ଆକାର କ୍ଷୁଦ୍ର ହୋଇଥିବାରୁ ଏହା ସମାଜକୁ ନିଜର ପରିସରଭୁକ୍ତ କରିପାରି ନ ଥାଏ ।

2. ସଂଘ ଏବଂ ସମୁଦାୟ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଏକ ସଂଘ ଏକ ସମୁଦାୟ ପଦବାଚ୍ୟ ହୋଇପାରେ ନାହିଁ । ଏହା ହେଉଛି ସମୁଦାୟ ମଧ୍ୟରେ ଥ‌ିବା ଏକ ସ୍ବେଚ୍ଛାକୃତ ଏବଂ ସଙ୍ଗଠିତ ସମୂହ ଅଟେ । ଏହି ସଂଘ ଏବଂ ସମୁଦାୟ ପରସ୍ପରଠାରୁ କେତେକ କ୍ଷେତ୍ରରେ ପୃଥକ୍ ଅଟନ୍ତି ।

(i) ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟକୁ ଚରିତାର୍ଡ କରିବାପାଇଁ ଲୋକମାନେ ସ୍ବେଚ୍ଛାକୃତଭାବେ ସଂଘ ଗଠନ କରିଥା’ନ୍ତି । ମାତ୍ର ଅନ୍ୟପକ୍ଷରେ ସମୁଦାୟ ସ୍ବତଃସ୍ଫୁର୍ଭ (spontaneous) ଭାବେ ତିଆରି ହୋଇଥାଏ । ତେଣୁ ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ସଂଘ ମନୁଷ୍ୟକୃତ ହୋଇଥିବା ସ୍ଥଳେ ସମୁଦାୟ ଈଶ୍ଵରକୃତ ଅଟେ ।

(ii) ସଂଘର ଗଠନ ନିମିତ୍ତ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନିହିତ ଥାଏ । ସଂଘ ମାନବ ଜୀବନର ସମସ୍ତ ଦିଗଗୁଡ଼ିକୁ ଅନ୍ତର୍ଭୁକ୍ତ କରି ନ ଥାଏ । କିନ୍ତୁ ଅପରପକ୍ଷରେ ସମୁଦାୟ ମାନବ ଜୀବନର ସମସ୍ତ ଦିଗଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ । କୌଣସି ନିର୍ଦ୍ଦିଷ୍ଟ ଆଗରେ ରଖ୍ ବ୍ୟକ୍ତି ସମୁଦାୟର ସଦସ୍ୟ ହୋଇ ନ ଥାଏ । ଏହି ସମୁଦାୟର ସଦସ୍ୟତା ବ୍ୟକ୍ତିର ଜନ୍ମଗତ ପ୍ରବୃତ୍ତି ଅଟେ । ତେଣୁ ସମୁଦାୟ ସଂଘ ଅପେକ୍ଷା ଅଧିକ ବ୍ୟାପକ ଅଟେ ।

(iii) ସଂଘର ସଭ୍ୟପଦ ସ୍ଵେଚ୍ଛାକୃତ ହେବାବେଳେ ସମୁଦାୟର ସଭ୍ୟପଦ ବାଧ୍ୟତାମୂଳକ ଅଟେ । ବ୍ୟକ୍ତି ତା’ର ଇଚ୍ଛା ଅନୁସାରେ ଯେକୌଣସି ସଂଘର ସଭ୍ୟପଦ ଗ୍ରହଣ କିମ୍ବା ପରିତ୍ୟାଗ କରିପାରେ । ଅପରପକ୍ଷରେ ବ୍ୟକ୍ତି ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ସମୁଦାୟର ସଭ୍ୟହୋଇ ରହିଥାଏ ।

(iv) ସମୁଦାୟର ଏକ ମୁଖ୍ୟ ଉପାଦାନ ହେଉଛି ସାମୁଦାୟିକ ମନୋଭାବ । ଏହି ସାମୁଦାୟିକ ମନୋଭାବ ବ୍ୟତିରେକେ ସମୁଦାୟର ସ୍ଥିତି ବିଷୟରେ କଳ୍ପନା କରାଯାଇ ନ ପାରେ । ମାତ୍ର ସଂଘରେ ଏପ୍ରକାର ମନୋଭାବ ପରିଲକ୍ଷିତ ହୋଇ ନ ଥାଏ ।

CHSE Odisha Class 11 Sociology Unit 2 Short Answer Questions in Odia Medium

(v) ଏକ ସଂଘର ନିର୍ଦ୍ଦିଷ୍ଟ ଭୌଗୋଳିକ ଭୂଖଣ୍ଡ ନ ଥାଏ । ଅପରପକ୍ଷରେ ଏକ ସମୁଦାୟର ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡ ରହିଥାଏ । ସମୁଦାୟ ସେହି ଲୋକମାନଙ୍କୁ ନିଜର ପରିସରଭୁକ୍ତ କରିଥାଏ, ଯେଉଁମାନେ କି ଏକ ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ଯରେ ବାସ କରିଥା’ନ୍ତି ।

3. ସମାଜ ଏବଂ ସଂଘ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ଏବଂ ସଂଘ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି । ସେମାନଙ୍କ ମଧ୍ୟରେ ନିମ୍ନଲିଖ ପ୍ରଭେଦଗୁଡ଼ିକୁ ଦେଖୁବାକୁ ମିଳିଥାଏ ।

(i) ସମାଜ ସାମାଜିକ ସମ୍ପର୍କର ଏକ ସମଷ୍ଟି ହୋଇଥିବାବେଳେ ସଂଘ ଲୋକମାନଙ୍କର ଏକ ସମୂହରୂପେ ପରିଚିତ ।
(ii) ସମାଜ ପ୍ରାକୃତିକ ଉପାୟରେ ଆମ ଦୃଷ୍ଟିଗୋଚରକୁ ଆସିଛି । ପ୍ରକୃତି ଏହାର ବିକାଶରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ସଂଘ ଲୋକମାନଙ୍କଦ୍ୱାରା ଇଚ୍ଛାକୃତଭାବେ ଗଠିତ । ତେଣୁ ସଂଘ କୃତ୍ରିମ ଉପାୟରେ ସୃଷ୍ଟି ହୋଇଥିବାବେଳେ ସମାଜ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥାଏ ।
(iii) ସମାଜ ସ୍ଥାୟୀ ସଂସ୍ଥାରୂପେ ପରିଚିତ । ମାତ୍ର ସଂଘ ସ୍ଥାୟୀ ବା ଅସ୍ଥାୟୀ ହୋଇପାରେ । ଏହି ଦୃଷ୍ଟିରୁ ସମାଜ ସଂଘ ଅପେକ୍ଷା ଅଧ୍ବକ ସୁଦୃଢ଼ ଅଟେ ।
(iv) ସମାଜ ଉଭୟ ସହଯୋଗିତା ଏବଂ ସଂଘର୍ଷର ଏକ ସମାହାର । ତେଣୁ ମାକାଇଭର୍ (Maclver) କହିଛନ୍ତି, ‘ସମାଜ ହେଉଛି ସଂଘର୍ଷଦ୍ବାରା ଅତିକ୍ରାନ୍ତ ସହଯୋଗିତା ।’’ ମାତ୍ର ଅପରପକ୍ଷରେ ସଂଘ ମୁଖ୍ୟତଃ ସହଯୋଗିତା ଉପରେ ହିଁ ପ୍ରତିଷ୍ଠିତ ।
(v) ସମାଜ ଲୋକମାନଙ୍କର ସମସ୍ତ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ପୂରଣ କରିଥାଏ । ମାତ୍ର ସଂଘ ଲକ୍ଷ୍ୟ ଉପରେ ପ୍ରତିଷ୍ଠିତ । କେତେକ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ପୂରଣ କରିବା ନିମନ୍ତେ ସଂଘକୁ ଗଠନ କରାଯାଇଥାଏ । ତେଣୁ ସମାଜର ଲକ୍ଷ୍ୟ ସଂଘର ଲକ୍ଷ୍ୟ ତୁଳନାରେ ବ୍ୟାପକ ଅଟେ ।

4. ଅନୁଷ୍ଠାନର ପ୍ରକାର୍ଯ୍ୟଗୁଡ଼ିକୁ ଆଲୋଚନା କର ।
Answer:
ସମାଜରେ ଅନୁଷ୍ଠାନର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ଏହା କେତେକ ମୁଖ୍ୟ ସାମାଜିକ ପ୍ରକାର୍ଯ୍ୟକୁ ସମ୍ପାଦନ କରିଥାଏ । ଏହି ପ୍ରକାର୍ଯ୍ୟଗୁଡ଼ିକୁ ନିମ୍ନରେ ବର୍ଣ୍ଣନା କରାଗଲା ।

(i) ଅନୁଷ୍ଠାନ କେତେକ ନିର୍ଦ୍ଧାରିତ ନୀତିନିୟମ ମାଧ୍ୟମରେ ତା’ର ସଦସ୍ୟମାନଙ୍କର ଆଚରଣ ଏବଂ ବ୍ୟବହାର ପଦ୍ଧତିକୁ ନିୟନ୍ତ୍ରିତ କରିଥାଏ । ଉଦାହରଣସ୍ୱରୂପ, ଏକ ସାମାଜିକ ଅନୁଷ୍ଠାନରୂପେ ପରିବାର ତା’ର ସଦସ୍ୟମାନଙ୍କର ବ୍ୟବହାରକୁ ନିୟନ୍ତ୍ରିତ କରିଥାଏ । ସେହିପରି ବିବାହ ଅନୁଷ୍ଠାନ ସ୍ଵାମୀ ଏବଂ ‘ସ୍ତ୍ରୀ’ଙ୍କର ଯୌନ ସମ୍ପର୍କକୁ ନିୟନ୍ତ୍ରିତ କରିଥାଏ ।
(ii) ସମାଜରେ ପ୍ରଚଳିତ ଆଦର୍ଶ, ଜ୍ଞାନ, ନୈତିକତା ଏବଂ ବ୍ୟବହାର ପ୍ରଭୃତି ଗୋଟିଏ ପୁରୁଷରୁ ଅନ୍ୟ ଗୋଟିଏ ପୁରୁଷକୁ ଏହି ଅନୁଷ୍ଠାନ ଜରିଆରେ ସ୍ଥାନାନ୍ତରିତ ହୋଇଥାଏ ।
(iii) ଏହି ଅନୁଷ୍ଠାନଗୁଡ଼ିକ ବ୍ୟକ୍ତିର ସାମାଜିକୀକରଣ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିଥା’ନ୍ତି । ଏହା ଫଳରେ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ସଂଘଟିତ ହୋଇଥାଏ ।
(iv) ଏହି ଅନୁଷ୍ଠାନ ସମାଜରେ ବ୍ୟକ୍ତିର ପ୍ରସ୍ଥିତି ଏବଂ ଭୂମିକାକୁ ନିର୍ଦ୍ଧାରିତ କରିଥାଏ । ବିବାହ ଅନୁଷ୍ଠାନଦ୍ୱାରା ସ୍ଵାମୀ ଏବଂ ସ୍ତ୍ରୀର ଭୂମିକା ନିର୍ଦ୍ଧାରିତ ହୋଇଥାଏ ।
(v) ଏକ ଅନୌପଚାରିକ ମାଧ୍ୟମଭାବେ ଅନୁଷ୍ଠାନ ସମାଜରେ ବ୍ୟକ୍ତି ବ୍ୟବହାରକୁ ନିୟନ୍ତ୍ରିତ କରିଥାଏ । ସମାଜରେ ଯୌନସମ୍ପର୍କ ବିବାହ ଅନୁଷ୍ଠାନଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଲୋକମାନଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ୱବୋଧକୁ ଧର୍ମ ନିୟନ୍ତ୍ରତ କରିଥାଏ । ଲୋକମାନଙ୍କୁ ଉଚିତ ମାର୍ଗରେ ପରିଚାଳିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଦୈନନ୍ଦିନର କାର୍ଯ୍ୟକଳାପ ଉପରେ ପ୍ରତ୍ୟକ୍ଷ ନିୟନ୍ତ୍ରଣ ଜାହରି କରିଥାଏ ।
(vi) ଏହି ଅନୁଷ୍ଠାନ ଲୋକମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପରିଚାଳିତ କରି ସମାଜର ଏକତା ଏବଂ ସଂହତିକୁ ଦୃଢ଼ କରିଥାଏ । ତେଣୁ କୁହାଯାଇପାରେ ଯେ ସମାଜର ଏକତା ଏବଂ ସଂହତି ରକ୍ଷା କରିବା କ୍ଷେତ୍ରରେ ଅନୁଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ।

5. ସଂଘ ଏବଂ ଅନୁଷ୍ଠାନ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ସଂଘ ଏବଂ ଅନୁଷ୍ଠାନ ମଧ୍ୟରେ ପରିଦୃଷ୍ଟ ହେଉଥ‌ିବା ମୁଖ୍ୟ ପ୍ରଭେଦଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ! –

(i) ଅନୁଷ୍ଠାନ କେତେକ ନୀତିନିୟମ, ବିଧ୍ଵବିଧାନ ଏବଂ କାର୍ଯ୍ୟପ୍ରଣାଳୀର ଏକ ବ୍ୟବସ୍ଥା । ମାତ୍ର ସଂଘ ଲୋକମାନଙ୍କର ଏକ ସଙ୍ଗଠନ । ତେଣୁ ସଂଘ ମାନବିକ ଦିଗଗୁଡ଼ିକୁ ସୂଚାଉଥ‌ିବାବେଳେ ଅନୁଷ୍ଠାନ ମନୁଷ୍ୟର ବ୍ୟବହାର ଏବଂ ଆଚରଣର ସାମାଜିକ ଅବସ୍ଥାକୁ ସୂଚାଇଥାଏ।

(ii) ଅନୁଷ୍ଠାନଗୁଡ଼ିକ ସ୍ଵତଃସ୍ଫୁର୍ଭଭାବେ ଦୃଷ୍ଟିଗୋଚରକୁ ଆସିଥା’ନ୍ତି । ଅପରପକ୍ଷରେ ସଂଘ କେତେକ ବ୍ୟକ୍ତିଙ୍କଦ୍ୱାରା ଇଚ୍ଛାକୃତଭାବେ ଗଠିତ ହୋଇଥାଏ । ତେଣୁ ଅନୁଷ୍ଠାନର ସଦସ୍ୟପଦ ବାଧ୍ୟତାମୂଳକ ହେଉଥିବାବେଳେ ସଂଘର ସଭ୍ୟପଦ ଇଚ୍ଛାଧୀନ ଅଟେ ।

(iii) ସଂଘ ‘ମୂର୍ଖ’ (concrete) ଅଟେ । ଏହି ସଂଘକୁ ବ୍ୟକ୍ତିଙ୍କର ସମଷ୍ଟିରୂପେ ଦେଖାଯାଇଥାଏ । ଅପରପକ୍ଷରେ ଅନୁଷ୍ଠାନ ଅମୁର୍ତ୍ତି (abstract) ଅଟେ । ଏହି ଅନୁଷ୍ଠାନ ନିୟମ ଏବଂ କାର୍ଯ୍ୟ ପଦ୍ଧତିର ଏକ ବ୍ୟବସ୍ଥା, ଯାହାକୁ ଆମେ ଦେଖୁପାରି ନ ଥାଉ ।

(iv) ସଂଘରେ କେତେକ ଔପଚାରିକ ନିୟମ ରହିଥାଏ; କିନ୍ତୁ ଅନୁଷ୍ଠାନର ନୀତିନିୟମ ଏବଂ ବିଶ୍ଵାସ ପଦ୍ଧତି ପ୍ରଭୃତି ସାମାଜିକ ନିୟନ୍ତ୍ରଣର ଅନୌପଚାରିକ ମାଧ୍ୟମ ଉପରେ ପର୍ଯ୍ୟବସିତ ।

(v) ଏହି ଅନୁଷ୍ଠାନ ମନୁଷ୍ୟର କର୍ମପଦ୍ଧତିକୁ ଦର୍ଶାଉଥ‌ିବାବେଳେ ସଂଘ ବ୍ୟକ୍ତିର ସଭ୍ୟପଦକୁ ସୂଚାଇଥାଏ । ତେଣୁ କୁହାଯାଇପାରେ ଯେ ମନୁଷ୍ୟ ସଂଘର ସଭ୍ୟ ଅଟେ; ମାତ୍ର ଅନୁଷ୍ଠାନର ନୁହେଁ ।

(vi) ସଂଘ ବ୍ୟକ୍ତିଗତ ସ୍ଵାର୍ଥ ଉପରେ ଅଧ‌ିକ ଗୁରୁତ୍ବ ଆରୋପ କରିଥାଏ । ଅନ୍ୟ ଅର୍ଥରେ କୁହାଯାଇପାରେ ଯେ ସଂଘ ଲୋକମାନଙ୍କର କେତେକ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ପୂରଣ କରୁଥିବାବେଳେ ଅନୁଷ୍ଠାନ ସାମୂହିକ କଲ୍ୟାଣ ଉପରେ ଅଧ‌ିକ ଗୁରୁତ୍ଵ ଦେଇଥାଏ ।

(vii) ସଂଘକୁ ଲୋକମାନଙ୍କଦ୍ଵାରା ସ୍ଥାପିତ କରାଯାଇଥାଏ । ଏହା କିପରି ସ୍ଥାପିତ ହେଲା ଏବଂ କାହାଦ୍ବାରା ସ୍ଥାପିତ ହେଲା ଏହା ସ୍ପଷ୍ଟରୂପେ କୁହାଯାଇପାରେ । ମାତ୍ର ଅପରପକ୍ଷରେ ଅନୁଷ୍ଠାନର ଉତ୍ପତ୍ତି କିପରି ବା କାହାଦ୍ଵାରା ହୋଇଛି, ସେ ବିଷୟରେ କିଛି କଳ୍ପନା କରାଯାଇପାରିବ ନାହିଁ । ଏହାର କାରଣ ଅନୁଷ୍ଠାନ ଧୀରେ ଧୀରେ ସ୍ବତଃ ବିକଶିତ ହୋଇଥାଏ । ଅନୁଷ୍ଠାନ ଏବଂ ସମୁଦାୟ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।

CHSE Odisha Class 11 Sociology Unit 2 Short Answer Questions in Odia Medium

6. ଅନୁଷ୍ଠାନ ଏବଂ ସମୁଦାୟ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
(i) ସମୁଦାୟ ଲୋକମାନଙ୍କର ଏକ ସମୂହରୂପେ ପରିଚିତ । ଅନ୍ୟପକ୍ଷରେ ଅନୁଷ୍ଠାନ ହେଉଛି ବହୁ ନୀତିନିୟମ, କାର୍ଯ୍ୟରୀତି, ପ୍ରଥା, ପରମ୍ପରାର ଏକ ସଙ୍ଗଠନ ।
(ii) ଅନୁଷ୍ଠାନ ସମାଜର ଏକ ସଂରଚନା ଯାହାକି କେତେକ ଆବଶ୍ୟକତାର ପୂରଣ ପାଇଁ ସୃଷ୍ଟି ହୋଇଥାଏ । କିନ୍ତୁ ଅପରପକ୍ଷରେ ସମୁଦାୟ ଦଳେ ଲୋକମାନଙ୍କଦ୍ୱାରା ଗଠିତ ହୋଇଥାଏ, ଯେଉଁମାନେ କି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ପାଖରେ ସ୍ଥାୟୀଭାବେ ବାସ କରିଥା’ନ୍ତି ଏବଂ ସେମାନଙ୍କ ମଧ୍ୟରେ ଏକ ଦୃଢ଼ ‘ଆମେକ-ଭାବନା’ (we-feeling) ରହିଥାଏ ।
(iii) ଅନୁଷ୍ଠାନର ସେପରି କୌଣସି ନିର୍ଦ୍ଦିଷ୍ଟ ଆକାର ନାହିଁ । ମାତ୍ର ସମୁଦାୟର ନିର୍ଦ୍ଦିଷ୍ଟ ଆକାର ରହିଛି । ବ୍ୟକ୍ତି ସମୁଦାୟର ସଭ୍ୟ ଅଟେ, ମାତ୍ର ଅନୁଷ୍ଠାନର ନୁହେଁ ।
(iv) ଅନୁଷ୍ଠାନର ଜନ୍ମ ସମୁଦାୟ ମଧ୍ଯରେ ହୋଇଥାଏ । ମାତ୍ର ସମୁଦାୟ ଆପେ ଆପେ ବିକାଶଲାଭ କରିଥାଏ । (v) ପ୍ରତ୍ୟେକ ଅନୁଷ୍ଠାନ ଜୀବନର ଏକ ନିର୍ଦ୍ଦିଷ୍ଟ ଦିଗ ସହିତ ସମ୍ପୃକ୍ତ; କିନ୍ତୁ ସମୁଦାୟ ମନୁଷ୍ୟର ସମ୍ପୂର୍ଣ୍ଣ ସାମାଜିକ ଜୀବନ ସହିତ ସମ୍ପୃକ୍ତ ଅଟେ ।
(vi) ଅନୁଷ୍ଠାନ ମନୁଷ୍ୟମାନଙ୍କର ସାମୂହିକ କାର୍ଯ୍ୟାବଳୀ ଉପରେ ପର୍ଯ୍ୟାବସିତ; କିନ୍ତୁ ସମୁଦାୟ ଲୋକମାନଙ୍କର ପାରସ୍ପରିକ ସମ୍ପର୍କ ଉପରେ ପ୍ରତିଷ୍ଠିତ ।
(vii) ଅନୁଷ୍ଠାନ ଅମୂର୍ଖ (abstract) ଏବଂ ସ୍ପର୍ଶହୀନ ଅଟେ; ମାତ୍ର ସମୁଦାୟ ମୂର୍ଖ (concrete) ଏବଂ ଦୃଶ୍ୟଯୋଗ୍ୟ ଅଟେ ।
(viii) ପ୍ରତ୍ୟେକ ଅନୁଷ୍ଠାନ ଏକ ନିର୍ଦ୍ଦିଷ୍ଟ ପ୍ରତୀକ ଉପରେ ପର୍ଯ୍ୟବସିତ; କିନ୍ତୁ ପ୍ରତ୍ୟେକ ସମୁଦାୟ ଏକ ନିର୍ଦ୍ଦିଷ୍ଟ ନାମକୁ ଧାରଣ କରିଥାଏ ।
(ix) ମନୁଷ୍ୟର ବହୁବିଧ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାପାଇଁ ସମୁଦାୟ ହେଉଛି ସମାଜର ଏକ ମୁଖ୍ୟ ଅଙ୍ଗ । ଅପରପକ୍ଷରେ କେତେକ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ପୂରଣ କରିବା ନିମିତ୍ତ ଅନୁଷ୍ଠାନ ହେଉଛି ସମାଜର ଏକ ସଂରଚନା ।

7. ଅନୁଷ୍ଠାନ ଏବଂ ସମାଜ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ଏବଂ ଅନୁଷ୍ଠାନ ମଧ୍ୟରେ ନିମ୍ନଲିଖ ପ୍ରଭେଦଗୁଡ଼ିକ ଦେଖିବାକୁ ମିଳିଥାଏ ।

  • ସମାଜ ହେଉଛି ସାମାଜିକ ସମ୍ପର୍କର ଏକ ଜାଲ ସଦୃଶ । ମାତ୍ର ଅପରପକ୍ଷରେ ଅନୁଷ୍ଠାନ କେତେକ ନୀତିନିୟମ, ପ୍ରଥା, ପରମ୍ପରା ଏବଂ ବ୍ୟାବହାରିକ ରୀତିର ଏକ ସଙ୍ଗଠନ ଅଟେ ।
  • ଅନୁଷ୍ଠାନ ହେଉଛି କେତେକ କାର୍ଯ୍ୟରୀତି ଯାହାକି ସମାଜଦ୍ବାରା ସ୍ବୀକୃତିପ୍ରାପ୍ତ ଏବଂ ଗ୍ରହଣୀୟ ହୋଇଥାଏ । ମାତ୍ର ଅନୁଷ୍ଠାନଦ୍ୱାରା ସମାଜ ସ୍ବୀକୃତିପ୍ରାପ୍ତ ହୋଇ ନ ଥାଏ ।
  • ସମାଜ ମାନବିକ ଭାବଧାରାଗୁଡ଼ିକ ପ୍ରଦର୍ଶନ କରିଥାଏ; କିନ୍ତୁ ଅନୁଷ୍ଠାନ ଆଚରଣ ଏବଂ ବ୍ୟବହାରର ଏକ ସାମାଜିକ
  • ସମାଜ ମଧ୍ୟରେ ଅନୁଷ୍ଠାନଗୁଡ଼ିକ ତିଷ୍ଠି ରହିଥା’ନ୍ତି । ଏଗୁଡ଼ିକ ସମାଜର ସଦସ୍ୟମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପରିଚାଳିତ କରିଥା’ନ୍ତି ।
  • ପ୍ରତ୍ୟେକ ଅନୁଷ୍ଠାନ ମୁଖ୍ୟତଃ ଜୀବନର ଏକ ନିର୍ଦ୍ଦିଷ୍ଟ ଦିଗ ସହିତ ସମ୍ପୃକ୍ତ ଥ‌ିବାବେଳେ, ସମାଜ ସାମାଜିକ ଜୀବନର ସମସ୍ତ ଦିଗଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ ।
  • ପ୍ରତ୍ୟେକ ଅନୁଷ୍ଠାନର ଏକ ନିର୍ଦ୍ଦିଷ୍ଟ ପ୍ରତୀକ (symbol) ଥାଏ; ମାତ୍ର ସମାଜର କୌଣସି ନିର୍ଦ୍ଦିଷ୍ଟ ପ୍ରତୀକ ନ ଥାଏ ।

8. ସାମାଜିକ ସମୂହର ବୈଶିଷ୍ଟ୍ୟଗୁଡ଼ିକୁ ଆଲୋଚନା କର ।
Answer:
ଗୋଷ୍ଠୀଗତ ଜୀବନଯାପନ କରିବା ମନୁଷ୍ୟର ଏକ ସହଜାତ ଗୁଣ । ବ୍ୟକ୍ତିର ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ତା’ର ଦୈନନ୍ଦିନ ଜୀବନରେ ସମୂହ ଉପରେ ନିର୍ଭର କରିଥାଏ । ନିମ୍ନରେ ସାମାଜିକ ସମୂହର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକୁ ବିଶ୍ଳେଷଣ କରାଗଲା ।

(i) ବ୍ୟକ୍ତିଙ୍କର ଏକ ସମଷ୍ଟ (Collection of individuals)- ସାମାଜିକ ସମୂହ ବ୍ୟକ୍ତିମାନଙ୍କର ଏକ ସମଷ୍ଟି ଅଟେ । ଦଳେ ବ୍ୟକ୍ତିଙ୍କ ଅନୁପସ୍ଥିତିରେ ସାମାଜିକ ସମୂହର ସ୍ଥିତି ବିଷୟରେ କଳ୍ପନା କରାଯାଇ ନ ପାରେ । ଏହି ସାମାଜିକ ସମୂହ ହେଉଛି ବ୍ୟକ୍ତିମାନଙ୍କର ଏକ ସମଷ୍ଟି, ଯେଉଁମାନେ କି ଏକ ସାଧାରଣ ଲକ୍ଷ୍ୟ ପାଇଁ ସାମାଜିକ ଚୁକ୍ତିରେ ଆବଦ୍ଧ ହୋଇଥା ନ୍ତି ।

(ii) ପାରସ୍ପରିକ ସମ୍ପର୍କ (Mutual relationship)- ପାରସ୍ପରିକ ସମ୍ପର୍କ ସାମାଜିକ ସମୂହର ଏକ ବଳିଷ୍ଠ ଲକ୍ଷଣ । ପାରସ୍ପରିକ ସମ୍ପର୍କ ବ୍ୟତିରେକେ ଏକ ସାମାଜିକ ସମୂହର ସ୍ଥିତିକୁ ସ୍ବୀକାର କରାଯାଇ ନ ପାରେ । ଏହି ପାରସ୍ପରିକ ସମ୍ପର୍କ ହେଉଛି ଏକ ମୂଳଦୁଆ, ଯାହା ଉପରେ ସାମାଜିକ ସମୂହ ଦଣ୍ଡାୟମାନ ଅଟେ । ଏହି ପାରସ୍ପରିକ ସମ୍ପର୍କ ଯେତେ ନିବିଡ଼ ହୁଏ, ଭାବର ଆଦାନପ୍ରଦାନ ସେତେ ଗଭୀର ହୁଏ ।

(iii) ଏକତାବଦ୍ଧ ଚେତନା (Sense of unity) ଐକ୍ୟ ଭାବନା ନ ରହିଲେ ସାମାଜିକ ସମୂହ ଗଠନ କରାଯାଇପାରିବ ନାହିଁ । ଗୋଟିଏ ସାମାଜିକ ସମୂହର ସଦସ୍ୟମାନଙ୍କ ମଧ୍ୟରେ ଦୃଢ଼ ଐକ୍ୟ ମନୋବୃତ୍ତି ରହିଥାଏ । ଏହା ସାମାଜିକ ସଂହତିର ଏକ ଦୃଢ଼ ପ୍ରତୀକ ଅଟେ । ଏହି ଐକ୍ୟ ଭାବନା ସେମାନଙ୍କ ମଧ୍ୟରେ ସଙ୍ଗଠିତ ହେଉଥ‌ିବା ମାନସିକ କ୍ରିୟା ପ୍ରକ୍ରିୟାରୁ ସୃଷ୍ଟି ହୋଇଥାଏ ।

(iv) ‘ଆମ-ଭାବନା’ (We-feeling)- ସାମାଜିକ ସମୂହର ଏକ ମୁଖ୍ୟ ଲକ୍ଷଣ ହେଉଛି ‘ଆମ-ଭାବନା’ । ଏହି ‘ଆମ-ଭାବନା’ ସମୂହର ସମସ୍ତ ଲୋକମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖୁଥାଏ । ଏହି ଭାବନା ବଳରେ ପ୍ରତ୍ୟେକ ସମୂହର ସଦସ୍ୟମାନେ ନିଜ ସମୂହର ବ୍ୟକ୍ତିମାନଙ୍କୁ ନିଜର ବୋଲି ମନେକରନ୍ତି ଏବଂ ଅନ୍ୟ ସମୂହର ବ୍ୟକ୍ତିମାନଙ୍କୁ ବାହାର ବ୍ୟକ୍ତିଭାବରେ ଗଣନା କରିଥା’ନ୍ତି ।

(v) ସାଧାରଣ ସ୍ଵାର୍ଥ (Common interest)- ସାମାଜିକ ସମୂହ ସମୂହ ସ୍ବାର୍ଥ ଉପରେ ପର୍ଯ୍ୟବସିତ । ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ସ୍ବାର୍ଥକୁ ପୂରଣ କରି ନ ଥାଏ । ଏକ ସାମାଜିକ ସମୂହର ସଦସ୍ୟମାନଙ୍କର ଲକ୍ଷ୍ୟ, ଆଗ୍ରହ, ଅଭିବୃଦ୍ଧି ଏବଂ ଆଦର୍ଶ ମୋଟଉପରେ ସାଧାରଣ ଅଟେ । ସଦସ୍ୟମାନେ ଏକ ସାଧାରଣ ସମସ୍ୟାକୁ ମିଳିତଭାବରେ ଆଲୋଚନା କରନ୍ତି । ତେଣୁ କୁହାଯାଇପାରେ ଯେ ପ୍ରତ୍ୟେକ ସାମାଜିକ ସମୂହ ସାମୂହିକ ସ୍ବାର୍ଥ ଉପରେ ପର୍ଯ୍ୟବସିତ ।

9. ଗୌଣ ସମୂହର ପ୍ରକାର୍ଯ୍ୟଗୁଡ଼ିକ ସଂକ୍ଷେପରେ ଆଲୋଚନା କର ।
Answer:
ଆଧୁନିକ ଶିଳ୍ପବହୁଳ ସମାଜରେ ଗୌଣ ସମୂହର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ଗୌଣ ସମୂହ ଆଧୁନିକ ସମାଜରେ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ କରିଥାଏ । ଗୌଣ ସମୂହଦ୍ୱାରା ସମ୍ପାଦିତ ହେଉଥ‌ିବା କେତେକ ମୁଖ୍ୟ କାର୍ଯ୍ୟଗୁଡ଼ିକୁ ସଂକ୍ଷେପରେ ଆଲୋଚନା କରାଗଲା ।

(i) ନିର୍ଦ୍ଦିଷ୍ଟ ସ୍ଵାର୍ଥର ପରିତୃପ୍ତି (Fulfilment of specific interest)- ଗୌଣ ସମୂହର ଗୋଟିଏ ମୁଖ୍ୟ ପ୍ରକାର୍ଯ୍ୟ ହେଉଛି ଯେ ଏହା ସଦସ୍ୟମାନଙ୍କର ନିର୍ଦ୍ଦିଷ୍ଟ ସ୍ବାର୍ଥକୁ ପୂରଣ କରିଥାଏ । ଲୋକମାନେ ସେମାନଙ୍କର ଅଭିଳାଷିତ ଲକ୍ଷ୍ୟକୁ ପୂରଣ କରିବାପାଇଁ ଗୌଣ ସମୂହର ସଦସ୍ୟଭୁକ୍ତ ହୋଇଥା’ନ୍ତି । ଉଦାହରଣସ୍ୱରୂପ, ରାଜନୈତିକ ଲକ୍ଷ୍ୟ ଏବଂ ଅଭିଳାଷକୁ ପୂରଣ କରିବାପାଇଁ ଗୌଣ ସମୂହର ସଦସ୍ୟଭୁକ୍ତ ହୋଇଥା’ନ୍ତି । ଉଦାହରଣସ୍ୱରୂପ, ରାଜନୈତିକ ଲକ୍ଷ୍ୟ ଏବଂ ଅଭିଳାଷକୁ ପୂରଣ କରିବାପାଇଁ ଏକ ରାଜନୈତିକ ଦଳ ଗଠିତ ହୋଇଥାଏ ।

(ii) କାର୍ଯ୍ୟଦକ୍ଷତା ବୃଦ୍ଧି (Increase in efficiency)- ଗୌଣ ସମୂହ ତାର ସଦସ୍ୟମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହି ଗୌଣ ସମୂହ ଶ୍ରମ ବିଭାଜନ ଏବଂ କାର୍ଯ୍ୟ ବିଶେଷୀକରଣଦ୍ବାରା ବିଶେଷଭାବେ ଚିହ୍ନିତ ହୋଇଥାଏ । ଏହାର ପରିଚାଳନା ନିମିତ୍ତ ବହୁ ନୀତିନିୟମ ସୃଷ୍ଟି ହୋଇଥାଏ । ଏକ ଦକ୍ଷତାପୂର୍ଣ୍ଣ ଔପଚାରିକ ବିଶେଷଜ୍ଞମଣ୍ଡଳୀଦ୍ଵାରା ହୋଇଥାଏ । ଏହାର ପରିଚାଳନା ନିମିତ୍ତ ବହୁ ନୀତିନିୟମ ସୃଷ୍ଟି ହୋଇଥାଏ । ଏକ ଦକ୍ଷତାପୂର୍ଣ ଔପଚାରିକ ବିଶେଷଜ୍ଞମଣ୍ଡଳୀଦ୍ଵାରା ଏହା ପରିଚାଳିତ । ସମସ୍ତ ସଦସ୍ୟ ସେମାନଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ପୂରଣ କରିବାପାଇଁ ଦକ୍ଷତାର ସହିତ କାର୍ଯ୍ୟ କରିଥା’ନ୍ତି । ଏହା ଫଳରେ ସଦସ୍ୟମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ ।

(iii) ସୁବିଧାସୁଯୋଗର ମାଧ୍ୟମ (Channels of opportunity)- ଗୌଣ ସମୂହ ସମସ୍ତପ୍ର କାର ସୁବିଧାସୁଯୋଗର ଏକ ସଠିକ୍ ମାଧ୍ୟମରୂପେ କାର୍ଯ୍ୟ କରିଥାଏ । ଗୌଣ ସମୂହଗୁଡ଼ିକ ବ୍ୟକ୍ତିଗତ ପ୍ରତିଭା, ଦକ୍ଷତା, କର୍ମକୁଶଳତା ଏବଂ ସାର୍ମର୍ଥ୍ୟ ପ୍ରଭୃତିର ବିକାଶ ପାଇଁ ଏକ ବ୍ୟାପକ ସୁଯୋଗ ପ୍ରଦାନ କରିଥାଏ । ବର୍ତ୍ତମାନ ସମାଜରେ ବାଣିଜ୍ୟ ବ୍ୟବସାୟ, ଶିଳ୍ପ ଏବଂ ଅନ୍ୟାନ୍ୟ କଳ-କୌଶଳ କ୍ଷେତ୍ରରେ ଦକ୍ଷ ଏବଂ ଅଭିଜ୍ଞ ଲୋକମାନେ ନିମ୍ନସ୍ତରରୁ ଊର୍ଦ୍ଧ୍ବସ୍ତରକୁ ଉନ୍ନୀତ ହୋଇପାରୁଛନ୍ତି । ଏହା କେବଳ ଗୌଣ ସମୂହଗୁଡ଼ିକର ବିକାଶ ଯୋଗୁଁ ସମ୍ଭବପର ହୋଇପାରିଛି ।

(iv) ପ୍ରଶସ୍ତ ଦୃଷ୍ଟିଭଙ୍ଗୀ (Wider outlook)- ଗୌଣ ସମୂହ ତା’ର ସଦସ୍ୟମାନଙ୍କର ଦୃଷ୍ଟିଭଙ୍ଗୀକୁ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରିଥାଏ । ଏହି ଗୌଣ ସମୂହର ପରିସର ପ୍ରାଥମିକ ସମୂହ ଅପେକ୍ଷା ବ୍ୟାପକ ଅଟେ । ଏହି ସମୂହ ବହୁସଂଖ୍ୟକ ଲୋକ ଏବଂ ଅଞ୍ଚଳକୁ ନିଜର ପରିସରଭୁକ୍ତ କରିଥାଏ, ଯାହାଫଳରେ କି ସେମାନଙ୍କର ଦୃଷ୍ଟିଭଙ୍ଗୀ କ୍ରମଶଃ ପ୍ରଶସ୍ତ ହୋଇଥାଏ । ଏହି ଗୌଣ ସମୂହ ଆଞ୍ଚଳିକତାବାଦ, ପ୍ରାଦେଶିକବାଦ ଏବଂ ଜାତିବାଦ ପ୍ରଭୃତିର ବନ୍ଧନକୁ ଛିନ୍ନ କରିଥାଏ ।

CHSE Odisha Class 11 Sociology Unit 2 Short Answer Questions in Odia Medium

10. ଆନ୍ତଃସମୂହ ଏବଂ ବହିଃସମୂହ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଏହି ଆନ୍ତଃସମୂହ ଏବଂ ବହିଃସମୂହ ମଧ୍ୟରେ ମଧ୍ୟରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଏହି ଦୁଇଟି ସମୂହ ମଧ୍ୟରେ ଦୃଷ୍ଟିଗୋଚର ହେଉଥ‌ିବା କେତେକ ମୁଖ୍ୟ ତାରତମ୍ୟକୁ ନିମ୍ନରେ ପ୍ରଦାନ କରାଗଲା ।

(i) ଯେଉଁ ସମୂହରେ ବ୍ୟକ୍ତି ବାସ କରିଥାଏ, ତାହା ତା’ର ଅନ୍ତଃ ସମୂହରୂପେ ପରିଚିତ । ଅନ୍ୟ ସମସ୍ତ ସମୂହକୁ ସେହି ବ୍ୟକ୍ତିର ବହିଃସମୂହ କୁହାଯାଏ ।
(ii) ଆନ୍ତଃସମୂହର ସଦସ୍ୟମାନଙ୍କର ମନୋବୃତ୍ତିରେ ସମାନତା ପରିଲକ୍ଷିତ ହୋଇଥାଏ; ମାତ୍ର ବହିଃସମୂହ ପ୍ରତି ସେମାନଙ୍କର ସମାନ ମନୋବୃତ୍ତି ନ ଥାଏ ।
(iii) ଆନ୍ତଃସମୂହର ସଦସ୍ୟମାନେ ପରସ୍ପର ସହିତ ପରିଚିତ ଅଟନ୍ତି; ମାତ୍ର ବିହଂସମୂହର ସଦସ୍ୟମାନଙ୍କ ସହିତ ସେମାନେ ପରିଚିତ ନୁହଁନ୍ତି ।
(iv) ଆନ୍ତଃସମୂହର ସଦସ୍ୟମାନଙ୍କ ମଧ୍ୟରେ ଥିବା ସମ୍ପର୍କ ସହଯୋଗିତା ଏବଂ ପାରସ୍ପରିକ ସାହାଯ୍ୟଦ୍ୱାରା ନିର୍ଦ୍ଧାରିତ ହୋଇଥାଏ; କିନ୍ତୁ ବହିଃସମୂହର ସଦସ୍ୟମାନଙ୍କ ମଧ୍ୟରେ ଥ‌ିବା ସମ୍ପର୍କ ନୈରାଶ୍ୟ, ପ୍ରତିଦ୍ବନ୍ଦିତା ଏବଂ ସଂଘର୍ଷଦ୍ବାରା ସ୍ଥିରୀକୃତ ହୋଇଥାଏ ।
(v) ଆନ୍ତଃସମୂହର ସଦସ୍ୟମାନେ ସକାରାତ୍ମକ (positive) ଭାବନାଦ୍ୱାରା ପରିଚାଳିତ ହେଉଥ‌ିବା ସ୍ଥଳେ ବହିଃସମୂହର ସଦସ୍ୟମାନେ ନକାରାତ୍ମକ (negative) ଭାବନାଦ୍ଵାରା ପରିଚାଳିତ ହୋଇଥା’ନ୍ତି ।
(vi) ଆନ୍ତଃସମୂହରେ ‘ଆମେକ-ଭାବନା’ ଥାଏ; ମାତ୍ର ବହିଃସମୂହ ସଦସ୍ୟମାନଙ୍କର ‘ସେମାନେ’ ବା ‘ଅନ୍ୟମାନେ’ (They or other) ଭାବନା ଥାଏ । ଉଦାହରଣସ୍ୱରୂପ, ‘ଆମ୍ଭେମାନେ ହିନ୍ଦୁ’, ‘ସେମାନେ ମୁସଲମାନ’, ‘ଆମ୍ଭେମାନେ ବ୍ରାହ୍ମଣ’, ‘ସେମାନେ ଶୂଦ୍ର’ ଇତ୍ୟାଦି ।

11. ସଂସ୍କୃତିର ପ୍ରକାରଭେଦ ବିଷୟରେ ଏକ ବିବରଣୀ ଦିଅ ।
Answer:
ଓଗ୍‌ବର୍ଣ୍ଣ (Ogburn)ଙ୍କ ସଂସ୍କୃତିର ଦୁଇଟି ବିଭାଗ ରହିଛି; ଯଥା- (i) ବସ୍ତୁଭିଭିକ ସଂସ୍କୃତି ଏବଂ (ii) ବତର ବା ଅବସ୍ତୁଭିଭିକ ସଂସ୍କୃତି । ଏହି ଦୁଇଟି ବିଭାଗ ପରସ୍ପର ସହ ନିବିଡ଼ଭାବେ ସମ୍ପୃକ୍ତ ଅଟନ୍ତି ।

(i) ବସ୍ତୁଭିଭିକ ସଂସ୍କୃତି (Material culture) ବସ୍ତୁଭିଭିକ ସଂସ୍କୃତି ସମସ୍ତ ମୂର୍ଖ (concrete) ଏବଂ ସ୍ପର୍ଶଯୋଗ୍ୟ (tangible) ବସ୍ତୁକୁ ନେଇ ଗଠିତ । ଅନ୍ୟ ଅର୍ଥରେ ଯେଉଁସବୁ ପଦାର୍ଥଗୁଡ଼ିକୁ ଦେଖୁହୁଏ ଏବଂ ସ୍ପର୍ଶ କରିହୁଏ, ତାହା ବସ୍ତୁଭିଭିକ ବା ଭୌତିକ ସଂସ୍କୃତିର ଅନ୍ତର୍ଭୁକ୍ତ ଅଟେ । ବାସଗୃହ, ପୋଷାକ-ପରିଚ୍ଛଦ, ଯନ୍ତ୍ରପାତି, ରେଡ଼ିଓ, ଘଣ୍ଟା, ଟେଲିଭିଜନ, ବହିପତ୍ର ପ୍ରଭୃତିକୁ ବସ୍ତୁଭିଭିକ ବା ଭୌତିକ ସଂସ୍କୃତି ଅନ୍ତର୍ଭୁକ୍ତ କରିଥାଏ । କାରଣ ଏହିସବୁ ବସ୍ତୁଗୁଡ଼ିକୁ ଦେଖ୍ହୁଏ ଏବଂ ସ୍ପର୍ଶ କରିହୁଏ । ଏହିପ୍ରକାର ସଂସ୍କୃତି ଦୃଢ଼ ଗତିଶୀଳ ଅଟେ ।

(ii) ଅବସ୍ତୁଭିଭିକ ସଂସ୍କୃତି (Non-material culture)- ଅବସ୍ତୁଭିଭିକ ବା ଅଭୌତିକ ସଂସ୍କୃତି ଅମୃର୍ତ୍ତ ଏବଂ ସ୍ପର୍ଶହୀନ ଅଟେ । ଏହିପ୍ରକାର ସଂସ୍କୃତି ସ୍ପର୍ଶହୀନ ବସ୍ତୁକୁ ନେଇ ଗଠିତ । ଆଦର୍ଶ, ମୂଲ୍ୟବୋଧ, ପ୍ରଥା, ପରମ୍ପରା, ଚିନ୍ତାଧାରା, ବିଜ୍ଞାନ, ସାହିତ୍ୟ ପ୍ରଭୃତି ଅବସ୍ତୁଭିଭିକ ସଂସ୍କୃତିର ଅନ୍ତର୍ଭୁକ୍ତ । ଏଗୁଡ଼ିକୁ ଦେଖ୍ହୁଏ ନାହିଁ କି ସ୍ପର୍ଶ କରିହୁଏ ନାହିଁ । ଏହିପ୍ରକାର ସଂସ୍କୃତି ଅପେକ୍ଷାକୃତ କମ୍ ଗତିଶୀଳ ଅଟେ । ତେଣୁ କୁହାଯାଇପାରେ ଯେ ଯେଉଁ ସଂସ୍କୃତି ଅଦୃଶ୍ୟ ଏବଂ ସ୍ପର୍ଶହୀନ ଅଟେ ଏବଂ ଯାହାର ବିଲୟ ସମ୍ଭବ ନୁହେଁ ତାହାକୁ ଅବସ୍ତୁଭିଭିକ ସଂସ୍କୃତି କୁହାଯାଇଥାଏ ।

12. ସାଂସ୍କୃତିକ ବିଳମ୍ବନ କ’ଣ ?
Answer:
ସାଂସ୍କୃତିକ ବିଳମ୍ବନ ସଂପ୍ରତ୍ୟଟି ପ୍ରଥମେ ଡବ୍ଲ୍ୟୁ. ଏଫ୍. ଓଗ୍‌ବର୍ଣ୍ଣ (W.F. Ogburn) ତାଙ୍କ ପୁସ୍ତକ ସାମାଜିକ ପରିବର୍ତ୍ତନ (Social Change) ରେ ଉଲ୍ଲେଖ କରିଥିଲେ । ନିମ୍ନରେ ଏହି ସାଂସ୍କୃତିକ ବିଳମ୍ବନର ବିଶ୍ଳେଷଣ କରାଗଲା ।

ଓଗ୍‌ବର୍ଣ୍ଣ ସଂସ୍କୃତିକୁ ଦୁଇଗୋଟି ବିଭାଗରେ ବିଭକ୍ତ କରିଅଛନ୍ତି; ଯଥା- ବସ୍ତୁଭିଭିକ ଏବଂ ଅବସ୍ତୁଭିଭିକ । ଓଗ୍‌ବର୍ଣ୍ଣ କୁହନ୍ତି ଯେତେବେଳେ ବସ୍ତୁଭିଭିକ ସଂସ୍କୃତିରେ ପରିବର୍ତ୍ତନ ସଂଘଟିତ ହୁଏ, ସେହି ସମୟରେ ସଂସ୍କୃତିର ଅବସ୍ତୁଭିଭିକ ବିଭାଗକୁ ମଧ୍ୟ ଗତି କରିଥାଏ । ଏହି ଦୁଇଟି ସଂସ୍କୃତି ପରିବର୍ତ୍ତନ ମଧ୍ୟ ଦେଇ ଗତି କରିଥା’ନ୍ତି । ମାତ୍ର ଏଠାରେ ସ୍ମରଣ କରାଯାଇପାରେ ଯେ ସଂସ୍କୃତିର ଏହି ଦୁଇଟି ବିଭାଗ ସମାନଭାବରେ ପରିବର୍ତ୍ତିତ ହୋଇ ନ ଥା’ନ୍ତି ।

ଓଗ୍‌ବର୍ଣ୍ଣ କହିଛନ୍ତି ବସ୍ତୁଭିଭିକ ସଂସ୍କୃତି ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଥ‌ିବାବେଳେ ଅବସ୍ତୁଭିତ୍ତିକ ସଂସ୍କୃତି ଧୀର ଗତିରେ ପରିବର୍ତ୍ତିତ ହୋଇଥାଏ । ଏହି ଅବସ୍ତୁଭିଭିକ ସଂସ୍କୃତିର ଗତି ଅପେକ୍ଷାକୃତ ଧୀର ହୋଇଥିବାରୁ ଏହା ବସ୍ତୁଭିଭିକ ସଂସ୍କୃତି ସହିତ ସମାନ ଧାରାରେ ଗତି କରିପାରେ ନାହିଁ । ଫଳରେ ଏହି ଅଭୌତିକ ସଂସ୍କୃତି ଭୌତିକ ସଂସ୍କୃତିର ବହୁ ପଛରେ ପଡ଼ିଯାଏ । ଏହା ଫଳରେ ଏହି ଦୁଇଟି ସଂସ୍କୃତି ମଧ୍ୟରେ ବ୍ୟବଧାନ ଦୃଷ୍ଟିଗୋଚର ହୋଇଥାଏ । ସେହି ବ୍ୟବଧାନକୁ ଓଗ୍‌ବର୍ଣ୍ଣ ‘ସାଂସ୍କୃତିକ ବିଳମ୍ବନ (Cultural Lag) ଭାବେ ଅଭିହିତ କରିଛନ୍ତି ।

ଓଗ୍‌ବର୍ଣ୍ଣ କହିଛନ୍ତି, ଆମ୍ଭର ଖାଦ୍ୟପେୟ, ବେଶପୋଷାକ, ଚାଲିଚଳଣ ବ୍ୟବହାର ପଦ୍ଧତିରେ ଦୃତ ପରିବର୍ତ୍ତନ ହେଉଛି । ମାତ୍ର ଆମର ପ୍ରଥା, ପରମ୍ପରା, ଆଦର୍ଶ ଏବଂ ମୂଲ୍ୟବୋଧରେ ଆଶାନୁରୂପ ପରିବର୍ତ୍ତନ ହେଉନାହିଁ । ଭାରତୀୟମାନେ ପାଶ୍ଚାତ୍ୟ ଦେଶର ଭୌତିକ ସଂସ୍କୃତିକୁ ଗ୍ରହଣ କରୁଛନ୍ତି; କିନ୍ତୁ ସେମାନେ ନିଜ ଦେଶର ଅଭୌତିକ ସଂସ୍କୃତିକୁ ପରିତ୍ୟାଗ କରିପାରୁ ନାହାଁନ୍ତି । ଏହିପରିଭାବରେ ବିଭିନ୍ନ କ୍ଷେତ୍ରରେ ସାଂସ୍କୃତିକ ବିଳମ୍ବନ ସୃଷ୍ଟି ହେଉଥିବାର ଲକ୍ଷ୍ୟ କରାଯାଉଅଛି ।

ସମାଲୋଚନା (Criticism)- ଓର୍‌ବର୍ଣ୍ଣଙ୍କର ଏହି ସାଂସ୍କୃତିକ ବିଳମ୍ବନ ତତ୍ତ୍ଵକୁ କେତେକ ବିଦ୍ୟାର୍ଥୀଙ୍କଦ୍ୱାରା ସମାଲୋଚନା କରାଯାଉଅଛି।
(i) ପ୍ରଥମତଃ, ମାକାଇଭର୍‌ (MacIver) ଙ୍କ ମତରେ, ‘ବସ୍ତୁଭିଭିକ’ ଏବଂ ‘ଅବସ୍ତୁଭିଭିକ’ ସଂସ୍କୃତି ମଧ୍ୟରେ ପାର୍ଥକ୍ୟ ବିଜ୍ଞାନସମ୍ମତ ନୁହେଁ । କେ.ଡେଭିସ୍ (K.Davis) କହିଛନ୍ତି ଯେ, ସଂସ୍କୃତିର ବିଭବକୁ ବସ୍ତୁଭିଭିକ ଏବଂ ଅବସ୍ତୁଭିଭିକ ସଂସ୍କୃତିଭାବେ ବିଭକ୍ତ କରାଯାଇପାରିବ ନାହିଁ ।
(ii) ଦ୍ଵିତୀୟତଃ, ‘ବିଳମ୍ବନ’ ବା ‘Lag’ ଶବ୍ଦଟି ଏକ ଯଥାର୍ଥ ବା ଆକ୍ଷରିକ ଶବ୍ଦ ନୁହେଁ । ମାକାଇଭର କହିଛନ୍ତି, ଯେ ‘ବିଳମ୍ବନ’ ଶବ୍ଦଟି ପ୍ରାଦ୍ୟୋଗିକ କାରକ ଏବଂ ସାଂସ୍କୃତିକ ସଂରୂପ କିମ୍ବା ସଂସ୍କୃତିର ବିଭିନ୍ନ ଉପାଂଶ (component) ମଧ୍ୟରେ ଥ‌ିବା ସମ୍ପର୍କ ପ୍ରତି ଠିକ୍‌ଭାବେ ପ୍ରଯୁଜ୍ୟ ନୁହେଁ ।
(iii) ତୃତୀୟତଃ, ‘ଓଗ୍‌ବର୍ଣ୍ଣ’ଙ୍କ ପ୍ରଦତ୍ତ ସାଂସ୍କୃତିକ ବିଳମ୍ବନ ତତ୍ତ୍ଵ ସାର୍ବଜନୀନ ନୁହେଁ । ଏହି ତତ୍ତ୍ଵକୁ ଏକ ସାର୍ବଜନୀନ ତତ୍ତ୍ୱଭାବେ ପ୍ରୟୋଗ କରାଯାଇପାରିବ ନାହିଁ ।

Leave a Comment