CHSE Odisha Class 11 Sociology Unit 3 Short Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 3 ସାମାଜିକ ଅନୁଷ୍ଠାନ Short Answer Questions.

CHSE Odisha 11th Class Sociology Unit 3 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୨ଟି / ୩ଟି ବାକ୍ୟରେ ଲେଖ ।

1. ବିବାହ କହିଲେ କ’ଣ ବୁଝ ?
Answer:
ଯେଉଁ ବିବାହରେ ଜଣେ ପୁରୁଷ ଏକାଧିକ ନାରୀଙ୍କୁ କିମ୍ବା ଜଣେ ନାରୀ ଏକାଧ୍ଵ ପୁରୁଷଙ୍କୁ ବିବାହ କରିଥାଏ, ସେହି ବିବାହକୁ ବହୁ ବିବାହ (Polygamy) କୁହାଯାଏ ।

2. ପରିବାର କହିଲେ କ’ଣ ବୁଝ ?
Answer:
ପରିବାର ହେଉଛି ଏକ କ୍ଷୁଦ୍ର ସାମାଜିକ ସମୂହ ଯାହା ପିତା, ମାତା ଏବଂ ଏକ ବା ଏକାଧିକ ସନ୍ତାନମାନଙ୍କୁ ନେଇ ଗଠିତ । ଅନ୍ୟ ଅର୍ଥରେ କୁହାଯାଇପାରେ ଯେ, ଏକତ୍ର ବାସ କରୁଥିବା ଏବଂ ରକ୍ତସମ୍ପର୍କ ସୂତ୍ରରେ ଆବଦ୍ଧ ହୋଇଥିବା ଦୁଇ ବା ତତୋଽଧ୍ଵକ ବ୍ୟକ୍ତିମାନଙ୍କର ଏକ ସମୂହକୁ ପରିବାର କୁହାଯାଇଥାଏ ।

3. ପରିବାରର ଚାରିଗୋଟି ସ୍ଵତନ୍ତ୍ର ବୈଶିଷ୍ଟ୍ୟ ଉଲ୍ଲେଖ କର ।
Answer:
ପରିବାର ଚାରିଗୋଟି ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଲା –
(i) ସାର୍ବଜନୀନ ସଂସ୍ଥା
(ii )ଆବେଗାତ୍ମକ ଭିତ୍ତି
(iii) ଗଠନମୂଳକ ପ୍ରଭାବ
(iv) ସୀମିତ ଆକାର

CHSE Odisha Class 11 Sociology Unit 3 Short Answer Questions in Odia Medium

4. ଯେକୌଣସି ଚାରିପ୍ରକାର ପରିବାରର ନାମ ଉଲ୍ଲେଖ କର ।
Answer:
ଚାରିପ୍ରକାର ପରିବାରର ନାମ ହେଲା –
(i) ପିତୃ-ତାନ୍ତ୍ରିକ ପରିବାର
(ii) ମାତୃ-ତାନ୍ତ୍ରିକ ପରିବାର
(iii) ଏକପତ୍ନୀକ ପରିବାର
(iv) ବହୁପତ୍ନୀକ ପରିବାର

5. ମାତୃବଂଶୀୟ ପରିବାର କହିଲେ ତୁମେ କ’ଣ ବୁଝ ?
Answer:
ଏହି ମାତୃବଂଶୀୟ ପରିବାରରେ ସ୍ତ୍ରୀ ବା ମାତା ପରିବାରର ମୁଖ୍ୟ ଅଟନ୍ତି । ବଂଶାନୁକ୍ରମ ଏବଂ ଉତ୍ତରାଧିକାର ସୂତ୍ର ମାଆଙ୍କ ନାମରେ ନାମିତ ହୋଇଥାଏ । ସେ ପରିବାରର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ଅଟନ୍ତି । କନ୍ୟାମାନଙ୍କ କ୍ରମରେ ସମ୍ପରି ହସ୍ତାନ୍ତର ହୋଇଥାଏ । ଏହି ପରିବାରରେ ପିତା, ପୁତ୍ର ଏବଂ ନାତିମାନଙ୍କର ସମ୍ପତ୍ତି ଉପରେ କୌଣସି ଅଧିକାର ନ ଥାଏ ।

6. ପିତୃବଂଶୀୟ ପରିବାର କ’ଣ ?
Answer:
ଏହି ପରିବାରରେ ବଂଶାନୁକ୍ରମ ଏବଂ ଉତ୍ତରାଧ୍ୟାର ନିୟମ ପିତାଙ୍କ ନାମରେ ନିର୍ଦ୍ଧାରିତ ହୋଇଥାଏ । ପିତା ସମସ୍ତ ସମ୍ପଭିର ମାଲିକ ଅଟନ୍ତି । ପୁତ୍ରମାନଙ୍କ କ୍ରମରେ ଉତ୍ତରାତ୍‌କାରିତା ପ୍ରବର୍ତ୍ତନ ହୋଇଥାଏ । ପିତା, ପୁତ୍ର, ନାତି ଇତ୍ୟାଦି କ୍ରମରେ ବଂଶାନୁକ୍ରମତା ନିର୍ଦ୍ଧାରିତ ହୁଏ । ଏହି ପରିବାରରେ ମାତା, କନ୍ୟା ଓ ନାତୁଣୀ ପ୍ରଭୃତିଙ୍କର ସମ୍ପରି ଉପରେ କୌଣସି ଅଧିକାର ନ ଥାଏ ।

7. ପରିବାରର ଚାରିଗୋଟି ଅପରିହାର୍ଯ୍ୟ ପ୍ରକାର୍ଯ୍ୟ ଦର୍ଶାଅ ।
Answer:
ପରିବାରର ଚାରିଗୋଟି ଅପରିହାର୍ଯ୍ୟ ପ୍ରକାର୍ଯ୍ୟ ଦର୍ଶାଅ –
(i) ଯୌନ ଇଚ୍ଛା ତୃପ୍ତି
(ii) ପ୍ରଜନନ
(iii) ସନ୍ତାନମାନଙ୍କର ଯତ୍ନ
(iv) ଗାର୍ହସ୍ଥ୍ୟ ଜୀବନ ପ୍ରତିଷ୍ଠା

8. ପରିବାରର ଚାରିଗୋଟି ଅତିରିକ୍ତ ପ୍ରକାର୍ଯ୍ୟ ଉଲ୍ଲେଖ କର ।
Answer:
ପରିବାରର ଚାରିଗୋଟି ଅତିରିକ୍ତ ପ୍ରକାର୍ଯ୍ୟ ହେଲା –
(i) ଆର୍ଥନୀତିକ ପ୍ରକାର୍ଯ୍ୟ
(ii) ଧାର୍ମିକ ପ୍ରକାର୍ଯ୍ୟ
(iii) ଶିକ୍ଷାଗତ ପ୍ରକାର୍ଯ୍ୟ
(iv) ସାମାଜିକୀକରଣ ପ୍ରକାର୍ଯ୍ୟ

9. ପରିବାରର ପରିବର୍ତ୍ତନଶୀଳ ପ୍ରକାର୍ଯ୍ୟ ବିଷୟରେ ଉଲ୍ଲେଖ କର ।
Answer:
ପରିବାରର ପରିବର୍ତ୍ତନଶୀଳ ପ୍ରକାର୍ଯ୍ୟଗୁଡ଼ିକ ହେଲା –
(i) ଶିକ୍ଷାଗତ ପ୍ରକାର୍ଯ୍ୟରେ ପରିବର୍ତ୍ତନ
(ii) ସ୍ଵାସ୍ଥ୍ୟଗତ ପ୍ରକାର୍ଯ୍ୟରେ ପରିବର୍ତ୍ତନ
(iii) ର୍ଥନୀତିକ ପ୍ରକାର୍ଯ୍ୟରେ ପରିବର୍ତ୍ତନ
(iv) ସାମାଜିକୀକରଣ ପ୍ରକାର୍ଯ୍ୟରେ ପରିବର୍ତ୍ତନ
(v) ଧାର୍ମିକ ପ୍ରକାର୍ଯ୍ୟରେ ପରିବର୍ତ୍ତନ
(vi) ଚିତ୍ତବିନୋଦନ ପ୍ରକାର୍ଯ୍ୟରେ ପରିବର୍ତ୍ତନ

10. ବିବାହ କହିଲେ କ’ଣ ବୁଝ ?
Answer:
ବିବାହ ସମାଜର ସର୍ବାପେକ୍ଷା ମୌଳିକ ତଥା ପ୍ରାଚୀନତମ ଅନୁଷ୍ଠାନ । ଏହା ଏକ ସ୍ଥାୟୀ ଏବଂ ପବିତ୍ର ଅନୁଷ୍ଠାନ ଯାହା ଉଭୟ ପୁରୁଷ ଏବଂ ନାରୀର ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟକୁ ଚରିତାର୍ଡ କରିବାପାଇଁ ସେମାନଙ୍କୁ ଏକ ସ୍ଥାୟୀ ବନ୍ଧନରେ ଦୃଢ଼ଭାବେ ଚିରଦିନ ପର୍ଯ୍ୟନ୍ତ ବାନ୍ଧି ରଖୁଥାଏ । ସମାଜଦ୍ଵାରା ସ୍ଵୀକୃତ ପୁରୁଷ ଓ ନାରୀର ସ୍ଥାୟୀ ସମ୍ପର୍କକୁ ବିବାହ କୁହାଯାଏ ।

CHSE Odisha Class 11 Sociology Unit 3 Short Answer Questions in Odia Medium

11. ବହୁପତି ବିବାହ କହିଲେ କ’ଣ ବୁଝ ?
Answer:
ଯେଉଁ ବିବାହ ପ୍ରଥାରେ ଜଣେ ନାରୀ ଏକସମୟରେ ଦୁଇ ବା ତତୋଽଧ୍ଵ ପୁରୁଷଙ୍କୁ ବିବାହ କରିଥାଏ, ତାହାକୁ ବହୁପତି ବିବାହ କୁହାଯାଇଥାଏ । ଭାରତରେ ଟୋଡ଼ା, ଖାସି ନାୟାର, ଟିଆ, କୋଟା ଏବଂ ଅନ୍ୟ ଜନଜାତି ମଧ୍ୟରେ ଏହି ପ୍ରକାର ବିବାହ ଦେଖାଯାଇଥାଏ ।

12. ଭ୍ରାତୃକ ବହୁପତି ବିବାହ କହିଲେ କ’ଣ ବୁଝ ?
Answer:
ଭ୍ରାତୃକ ବହୁପତି ବିବାହ ପ୍ରଥାରେ ଜଣେ ସ୍ତ୍ରୀ ଗୋଟିଏ ପରିବାରର ସମସ୍ତ ଭାଇମାନଙ୍କୁ ବିବାହ କରିଥାଏ । ଅନ୍ୟ ଅର୍ଥରେ ଭ୍ରାତୃ ସମ୍ପର୍କରେ ଆବଦ୍ଧ ଥିବା ଦଳେ ପୁରୁଷଙ୍କ ସହିତ ଗୋଟିଏ ନାରୀର ବିବାହକୁ ଭ୍ରାତୃକ ବହୁପତି ବିବାହ କୁହାଯାଏ ।

13. ବହୁପତି ବିବାହର ଯେକୌଣସି ତିନିଗୋଟି କାରଣ ଦର୍ଶାଅ ।
Answer:
ବହୁପତି ବିବାହ ପ୍ରଥାର ତିନିଗୋଟି କାରଣ ହେଲା –
(i) ଅତ୍ୟଧ୍ବ ଦାରିଦ୍ର୍ୟ
(ii) ଯୌଥ ପରିବାରର ଅଖଣ୍ଡତା
(iii) ଜନସଂଖ୍ୟା ନିୟନ୍ତ୍ରଣର ଆବଶ୍ୟକତା

14. ଲେଭିରେଟ୍ କହିଲେ କ’ଣ ବୁଝ ?
Answer:
‘ଲେଭିରେଟ୍’ ଏକପ୍ରକାର ନିକଟ ସମ୍ପର୍କୀୟ ବିବାହ ଯେଉଁଥରେ ସ୍ବାମୀର ମୃତ୍ୟୁ ପରେ ବିଧବା ‘ସ୍ତ୍ରୀ’ ମୃତ ସ୍ଵାମୀର ଭାଇକୁ ବିବାହ କରିଥାଏ । ଅନ୍ୟ ଅର୍ଥରେ ସ୍ବାମୀ ମୃତ୍ୟୁବରଣ କରିବା ପରେ ବିଧବା ସ୍ତ୍ରୀ ମୃତସ୍ବାମୀର ଭାଇକୁ ବିବାହ କରିବା ପ୍ରଥାକୁ ‘ଲେଭିରେଟ୍’ ବା ସ୍ଵାମୀ-ଭ୍ରାତା ବିବାହ ବୋଲି କୁହାଯାଇଥାଏ ।

15. ସରୋରେଟ୍ କହିଲେ କ’ଣ ବୁଝ ?
Answer:
ସରୋରେଟ୍ ଏକପ୍ରକାର ବିବାହ ଯେଉଁଥରେ ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀ ମୃତ ‘ସ୍ତ୍ରୀ’ର ସାନ ଭଉଣୀକୁ ବିବାହ କରିଥାଏ । ଅନ୍ୟ ଅର୍ଥରେ ସ୍ତ୍ରୀ ମୃତ୍ୟୁବରଣ କରିବା ପରେ ସ୍ବାମୀ ମୃତ ‘ସ୍ତ୍ରୀ’ର ସାନ ଭଉଣୀ (ଶାଳୀ)କୁ ବିବାହ କରିବା ପ୍ରଥାକୁ ‘ସରୋରେଟ୍’ ବା ଜାୟା-ଭଗ୍ନୀ ବିବାହ କୁହାଯାଏ । ଏହି ବିବାହକୁ ମଧ୍ଯ ‘ଶାଳୀ ବିବାହ’ ବୋଲି କୁହାଯାଇଥାଏ ।

16. ‘ଜ୍ଞାତି’ ସମ୍ପର୍କ କହିଲେ କ’ଣ ବୁଝ ?
Answer:
ସାଧାରଣତଃ ବିବାହ ବନ୍ଧନଦ୍ୱାରା ଏବଂ ରକ୍ତସମ୍ପର୍କଦ୍ୱାରା ସୃଷ୍ଟି ହେଉଥ‌ିବା ସାମାଜିକ ସମ୍ପର୍କକୁ ଜ୍ଞାତି ସମ୍ପର୍କ ବୋଲି କୁହାଯାଇଥାଏ ।

17. ‘ଜ୍ଞାତି’ର ପ୍ରକାରଭେଦ ଦର୍ଶାଅ ।
Answer:
ଜ୍ଞାତିକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଅଛି; ଯଥା –
(i) ନିକଟତମ ଜ୍ଞାତି
(ii) ରକ୍ତସମ୍ବନ୍ଧୀୟ ଜ୍ଞାତି

18. ଶିକ୍ଷା କହିଲେ କ’ଣ ବୁଝ ?
Answer:
ଲାଟିନ୍ ଭାଷାରେ ‘ଶିକ୍ଷା’ ଶବ୍ଦଟିର ମୂଳ ଅର୍ଥ ହେଉଛି ଶିଶୁର ଅନ୍ତର୍ନିହିତ ଗୁଣରାଜିର ବିକାଶ ସାଧନ । ଏ ସମ୍ବନ୍ଧରେ ଇମାଇଲ୍ ଦୁର୍ଖମ୍ କହିଛନ୍ତି, ଶିକ୍ଷା ହେଉଛି ଏକ ପ୍ରକ୍ରିୟା, ଯାହାକି ପୁରାତନ ବ୍ୟକ୍ତିମାନଙ୍କଦ୍ୱାରା ସାମାଜିକ ଜୀବନ ଲାଗି ଆଦୌ ପ୍ରସ୍ତୁତ ହୋଇ ନଥୁବା ଶିଶୁମାନଙ୍କ ପ୍ରତି ଧାର୍ଯ୍ୟ ହୋଇଥାଏ । ଏହାର ଲକ୍ଷ୍ୟ ହେଉଛି ଶିଶୁର ଶାରୀରିକ, ବୌଦ୍ଧିକ ତଥା ନୈତିକ ଅବସ୍ଥାକୁ ଉଜ୍ଜୀବିତ କରିବ ।

19. ବହିଃ-ବିବାହ (Exogamy) କହିଲେ କ’ଣ ବୁଝ ?
Answer:
ଯେତେବେଳେ ଜୀବନସାଥୀ ମନୋନୟନ ନିଜ ସମୂହ ବାହାରେ ସମ୍ପନ୍ନ ହୋଇଥାଏ, ସେତେବେଳେ ଏହାକୁ ବିହଃ-ବିବାହ କୁହାଯାଏ ।

20. ଆନ୍ତଃ-ବିବାହର ଦୁଇଗୋଟି ପ୍ରକାରଭେଦ ଲେଖ ।
Answer:
ଆନ୍ତଃ-ବିବାହର ଦୁଇଗୋଟି ପ୍ରକାରଭେଦ ହେଲା –
(୧) ଜାତି ଆନ୍ତଃ-ବିବାହ (Caste endogamy)
(୨) ଶ୍ରେଣୀ ଆନ୍ତଃ-ବିବାହ (Class endogamy)

21. ବହିଃ-ବିବାହର ଦୁଇଗୋଟି ପ୍ରକାରଭେଦ ଲେଖ ।
Answer:
ବହିଃ-ବିବାହର ଦୁଇଗୋଟି ପ୍ରକାରଭେଦ ହେଲା –
(୧) ଗୋତ୍ର ବହିଃ-ବିବାହ (Gotra exogamy)
(୨) ସପିଣ୍ଡ ବହିଃ-ବିବାହ (Sapinda exogamy)

22. ପ୍ରତିଲୋମା (Pratiloma) ବିବାହ କ’ଣ ?
Answer:
ଯେତେବେଳେ ଏକ ଉଚ୍ଚ ବର୍ଷ ବା ଉଚ୍ଚ ଜାତିର ନାରୀ, ଏକ ନୀଚ ବର୍ଣ୍ଣ ବା ନୀଚ ଜାତିର ପୁରୁଷକୁ ବିବାହ କରିଥାଏ,, ସେତେବେଳେ ଏହାକୁ ପ୍ରତିଲୋମା ବା ନୀଚ ବିବାହ କୁହାଯାଏ ।

23. ଆନ୍ତଃ-ଜାତି (Inter-caste) ବିବାହ କହିଲେ କ’ଣ ବୁଝ ?
Answer:
ଉଚ୍ଚ ଜାତି ଓ ନୀଚ ଜାତି ମଧ୍ୟରେ ବିବାହକୁ ଆନ୍ତଃ-ଜାତି (Inter-caste) ବିବାହ କୁହାଯାଏ ।

CHSE Odisha Class 11 Sociology Unit 3 Short Answer Questions in Odia Medium

24. ଜ୍ଞାତିତ୍ଵ (Kinship) କହିଲେ କ’ଣ ବୁଝ ?
Answer:
ସାଧାରଣତଃ ବିବାହ ବନ୍ଧନଦ୍ୱାରା ଏବଂ ରକ୍ତସମ୍ପର୍କଦ୍ୱାରା ସୃଷ୍ଟି ହେଉଥ‌ିବା ସାମାଜିକ ସମ୍ପର୍କକୁ ଜ୍ଞାତି ସମ୍ପର୍କ ବୋଲି କୁହାଯାଇଥାଏ ।

25. ଶିକ୍ଷାର ଦୁଇଗୋଟି ପ୍ରକାର୍ଯ୍ୟ ଲେଖ ।
Answer:
ଶିକ୍ଷାର ଦୁଇଗୋଟି ପ୍ରକାର୍ଯ୍ୟ ହେଲା –
(୧) ଅନ୍ତର୍ନିହିତ ଗୁଣଗୁଡ଼ିକର ବିକାଶ କରିବା
(୨) ସାମାଜିକୀକରଣ ପ୍ରକିୟାକୁ ସମ୍ପୂର୍ଣ୍ଣ କରିବା ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୫ଟି / ୬ଟି ବାକ୍ୟରେ ଲେଖ ।

1. ପରିବାରର ସ୍ୱତନ୍ତ୍ର ବୈଶିଷ୍ଟ୍ୟଗୁଡ଼ିକୁ ସଂକ୍ଷେପରେ ଆଲୋଚନା କର ।
Answer:
ପରିବାରର ସ୍ୱତନ୍ତ୍ର ବୈଶିଷ୍ଟ୍ୟଗୁଡ଼ିକୁ ନିମ୍ନରେ ଆଲୋଚନା କର –
(a) ସର୍ବବ୍ୟାପୀ ସଂସ୍ଥା (Universality) – ସମାଜର ସମସ୍ତ ସାମାଜିକ ଅନୁଷ୍ଠାନ ଏବଂ ସଂଘଗୁଡ଼ିକ ମଧ୍ୟରେ ପରିବାର ହେଉଛି ସବୁଠାରୁ ଅଧିକ ସର୍ବବ୍ୟାପୀ ସଂସ୍ଥା । ଏହି ପରିବାର ସମସ୍ତ ସଂସ୍କୃତି ଏବଂ ସଭ୍ୟତାର କେନ୍ଦ୍ରବିନ୍ଦୁ ଅଟେ । ଏହି ପରିବାର ସୃଷ୍ଟିର ଆରମ୍ଭରୁ ତିଷ୍ଠି ରହିଛି । ବିଶ୍ବର ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିନ୍ତଭାବରେ କୌଣସି ପରିବାରର ସଦସ୍ୟ ଅଟନ୍ତି । ଯଦିଓ ଏହି ପରିବାର ମାନବ ସମାଜ ଛଡ଼ା ପଶୁ ସମାଜରେ ଦୃଷ୍ଟିଗୋଚର ହୋଇଥାଏ; କିନ୍ତୁ ପଶୁମାନଙ୍କର ପାରିବାରିକ ଜୀବନ ଉତ୍କୃଷ୍ଟ ଧରଣର ନୁହେଁ ।

(b) ଆବେଗାତ୍ମକ ଭିଭି (Emotional basis) – ଆବେଗ ହେଉଛି ପରିବାରର ମୂଳଭିଭି ସଦୃଶ । ଆବେଗାତ୍ମକ ଉପାଦାନଗୁଡ଼ିକ ମାନବର ଜୈବିକ ପ୍ରବୃତ୍ତିରୁ ସୃଷ୍ଟି । ପରିବାର ମଧ୍ୟରେ ସ୍ନେହ, ଶ୍ରଦ୍ଧା, ସହାନୁଭୂତି, ପିତାମାତଙ୍କର ବାତ୍ସଲ୍ୟ ମମତା ପରିବାରକୁ ଦୃଢ଼ୀଭୂତ କରିଥାଏ । ଏହିପ୍ରକାର ଆବଶ୍ୟକତାଗୁଡ଼ିକ ସମସ୍ତ ସଦସ୍ୟମାନଙ୍କୁ ଏକତା ସୂତ୍ରରେ ଆବଦ୍ଧ କରିଥାଏ ।

(c) ଗଠନମୂଳକ ପ୍ରଭାବ (Formative influence) – ଶିଶୁର ସାମାଜିକ ଜୀବନ ପରିବାରଦ୍ବାରା ଗଭୀରଭାବେ ପ୍ରଭାବିତ । ଏକ ସୁସ୍ଥ ସାମାଜିକ ବାତାବରଣ ତିଆରି କରି ପରିବାର ଶିଶୁକୁ ଶିକ୍ଷିତ ଏବଂ ଦକ୍ଷ କରି ଗଢ଼ିତୋଳିବାରେ ସାହାଯ୍ୟ କରିଥାଏ ।

(d) ସୀମିତ ଆକାର (Limited size) – ପରିବାର ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ସନ୍ତାନସନ୍ତତିଙ୍କୁ ନେଇ ଗଠିତ । ପରିବାରର ପ୍ରତ୍ୟେକ ସଦସ୍ୟ ପରସ୍ପର ସହିତ ନିବିଡ଼ଭାବରେ ସମ୍ପୃକ୍ତ । ଏହି ପାରିବାରିକ ସମ୍ପର୍କ ପ୍ରାକୃତିକ ଏବଂ ଚିରନ୍ତନ ଅଟେ । କ୍ଷୁଦ୍ର ଆକାରବିଶିଷ୍ଟ ପରିବାର ଏହି ଘନିଷ୍ଠ ସମ୍ପର୍କ ସ୍ଥାପନ କରିବାପାଇଁ ଦାୟୀ ଅଟେ ।

(e) ସଭ୍ୟମାନଙ୍କର ଦାୟିତ୍ଵ (Responsibility of members) – ପରିବାରର ସଦସ୍ୟମାନଙ୍କର ପରିବାର ପ୍ରତି ଅଧ୍ଵ ଦାୟିତ୍ଵ ଥାଏ । ଅନ୍ୟ ଅର୍ଥରେ କୁହାଯାଇପାରେ, ପ୍ରତ୍ୟେକ ସଦସ୍ୟ ଉପରେ କେତେକ ସ୍ଥାୟୀ ଦାୟିତ୍ଵ ନ୍ୟସ୍ତ ଥାଏ । ଯେପରି ସ୍ବାମୀ ଏବଂ ସ୍ତ୍ରୀ ପୁତ୍ରକନ୍ୟାମାନଙ୍କୁ ଜନ୍ମଦେଇ ସେମାନଙ୍କର ଲାଳନପାଳନ ଭାର ଗ୍ରହଣ କରିଥା’ନ୍ତି, ଠିକ୍ ସେହିପରି ପୁତ୍ରକନ୍ୟାମାନେ ମଧ୍ୟ ସେମାନଙ୍କର ସାଂସାରିକ ଧର୍ମ ରକ୍ଷା କରିଥା’ନ୍ତି । ଏହି ପରିପ୍ରେକ୍ଷୀରେ ମାକାଇଭର ( Maclver) କହିଛନ୍ତି, “ପରିସ୍ଥିତିରେ ପଡ଼ି ମନୁଷ୍ୟ ଦେଶ ପାଇଁ କାର୍ଯ୍ୟ କରିପାରେ କିମ୍ବା ମୃତ୍ୟୁବରଣ କରିପାରେ, ମାତ୍ର ସେ ତା’ର ଜୀବନକାଳ ମଧ୍ୟରେ ପରିବାର ପାଇଁ କଠିନ ପରିଶ୍ରମ କରିଥାଏ ।’’

2. ବହୁପତ୍ନୀ ବିବାହର କାରଣଗୁଡ଼ିକୁ ଆଲେଚାନା କର ।
Answer:
ଏକ୍‌ୱାର୍ଡ଼ ୱେଷ୍ଟରମା (Edward Westermark) ଙ୍କ ମତରେ, ନିମ୍ନଲିଖ୍ କାରଣଗୁଡ଼ିକ ବହୁପତ୍ନୀ ବିବାହରେ ପ୍ରଚଳନ ପାଇଁ ଦାୟୀ ଅଟନ୍ତି ।
(a) ଯୌନ ସମ୍ପର୍କ ଉପରେ କଟକଣା (Restrictions on sexual relations) – ଯୌନ ସମ୍ପର୍କ ଉପରେ କଟକଣା ବହୁପତ୍ନୀ ବିବାହର ଏକ ମୁଖ୍ୟ କାରଣ ଅଟେ । ସାଧାରଣତଃ ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ଏବଂ ସଦ୍ୟଜାତ ଶିଶୁ ମାତୃସ୍ତନରୁ କ୍ଷୀରପାନ କରିବା ସମୟରେ ସ୍ତ୍ରୀ ସହିତ ଯୌନ ସମ୍ପର୍କରେ ଲିପ୍ତ ରହିବା ନିଷିଦ୍ଧ ଅଟେ । ଏହି ସମୟରେ ପୁରୁଷ ତା’ର ଯୌନ ଲାଳସାକୁ ପୂରଣ କରିବାପାଇଁ ଦ୍ୱିତୀୟ ବିବାହ କରିବାପାଇଁ ଅଗ୍ରସର ହୁଏ ।

(b) ନାରୀର ଚଞ୍ଚଳ ବାର୍ଦ୍ଧକ୍ୟ (Quick ageing of female) – ସ୍ତ୍ରୀର ଚଞ୍ଚଳ ବାର୍ଦ୍ଧକ୍ୟ ବହୁପତ୍ନୀ ବିବାହର ଅନ୍ୟ ଏକ କାରଣ ଅଟେ । କେତେକ କ୍ଷେତ୍ରରେ ଦେଖାଯାଇଛି ଯେ, ଆଧୁନିକ ସୌନ୍ଦର୍ଯ୍ୟପ୍ରେମୀ ପୁରୁଷମାନେ ବହୁପତ୍ନୀ ବିବାହକୁ ଏକ ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟରୂପେ ବିଚାର କରିଥା’ନ୍ତି । ଯେତେବେଳେ ପ୍ରଥମ ସ୍ତ୍ରୀ ବାର୍ଦ୍ଧକ୍ୟ ଅବସ୍ଥାକୁ ଗତିକରି ତା’ର ସୌନ୍ଦର୍ଯ୍ୟ ହରାଇବସେ ଏବଂ ସ୍ୱାମୀକୁ ଆକୃଷ୍ଣ କରିବାରେ ବିଫଳ ହୁଏ, ସେହି ସମୟରେ ପୁରୁଷ ଏକ ସୁନ୍ଦରୀ ଯୁବତୀ ପାଇବା ଆଶାରେ ଦ୍ବିତୀୟ ବିବାହ କରିଥାଏ ।

(c) ସ୍ତ୍ରୀର ବନ୍ଧ୍ୟାଦୋଷ (Barrenness of wife) – ସ୍ତ୍ରୀର ବନ୍ଧ୍ୟାଦୋଷ ମଧ୍ୟ ବହୁପତ୍ନୀ ବିବାହର ଅନ୍ୟ ଏକ କାରଣ ଅଟେ । ଯଦି ସ୍ତ୍ରୀ ସନ୍ତାନ ଜନ୍ମ କରିବାକୁ ଅକ୍ଷମ ହୁଏ, ସେହି ସମୟରେ ପୁରୁଷ ସନ୍ତାନଲାଭ ଆଶାରେ ଦ୍ୱିତୀୟ ବିବାହ କରିଥାଏ ।

(d) ପୁତ୍ରସନ୍ତାନର ଆବଶ୍ୟକତା (Desire to have a male issue) – ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ହିନ୍ଦୁ ବିବାହର ମୂଳ ଲକ୍ଷ୍ୟ ହେଉଛି ପୁତ୍ର-ସନ୍ତାନପ୍ରାପ୍ତି । କାରଣ ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ପୁତ୍ର ତା’ର ମୃତ ପିତାମାତଙ୍କ ଅନ୍ତେଷ୍ଟିକ୍ରିୟା ସମୟରେ ଅର୍ଘ୍ୟ ବା ନୈବେଦ୍ୟ ପ୍ରଦାନ କରି ସେମାନଙ୍କ ପାଇଁ ମୁକ୍ତିର ଦ୍ଵାରକୁ ଉନ୍ମ କ୍ତ କରିଥାଏ । ଆଉ ମଧ୍ୟ ଦମ୍ପରିଙ୍କର ବିଶ୍ଵାସ ଯେ, ମୃତ୍ୟୁ ପରେ ପୁତ୍ର ପିତାମାତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପିଣ୍ଡଦାନ କରିଥାଏ । ତେଣୁ ଏକ ପୁତ୍ର-ସନ୍ତାନର ଆବଶ୍ୟକତା ବହୁପତ୍ନୀ ବିବାହ ପାଇଁ ମୁଖ୍ୟତଃ ଦାୟୀ ଅଟେ ।

(e) ଆର୍ଥନୀତିକ ଆବଶ୍ୟକତା (Economic necessity) – ଆର୍ଥନୀତିକ ଦୃଷ୍ଟିକୋଣରୁ ବିଚାର କଲେ ଜଣାପଡ଼େ ଯେ, ବହୁପତ୍ନୀ ବିବାହର ଯଥେଷ୍ଟ ଆର୍ଥନୀତିକ ଉପଯୋଗିତା ରହିଛି । କାରଣ ଏହା ଏକ ଅଭ୍ୟାସ ଯାହାକି ସଂଖ୍ୟାଧ‌ିକ ଶ୍ରମିକ ସୃଷ୍ଟିକରି ଶସ୍ତା ଏବଂ ଆବଶ୍ୟକୀୟ ଶ୍ରମ ପ୍ରଦାନ କରିଥାଏ । ଉଦାହରଣସ୍ୱରୂପ ହିମାଳୟ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ସେମାନଙ୍କର ସମ୍ପତ୍ତିକୁ ରକ୍ଷା କରିବାପାଇଁ ଏବଂ କୃଷିଭିତ୍ତିକ କାର୍ଯ୍ୟରେ ଅଧୂକ ସାହାଯ୍ୟ ପାଇବାପାଇଁ ଅନେକ ସ୍ତ୍ରୀଙ୍କୁ ବିବାହ କରିଥା’ନ୍ତି । କାରଣ ଏହାଦ୍ଵାରା ଜଣେ କୃଷକ ତା’ର ବହୁସଂଖ୍ୟକ ସ୍ତ୍ରୀ ଏବଂ ସନ୍ତାନମାନଙ୍କୁ କୃଷିକ୍ଷେତ୍ରରେ ନିୟୋଜିତ କରି ବାହ୍ୟ ଶ୍ରମିକମାନଙ୍କ ନିମନ୍ତେ ବ୍ୟୟ କରାଯାଉଥିବା ମଜୁରି ବାବଦ ଅର୍ଥକୁ ସଞ୍ଚୟ କରିଥାଏ । ଏହାଦ୍ଵାରା ପରିବାରର ଆର୍ଥନୀତିକ ସ୍ଥିତି ସୁଦୃଢ଼ ହୁଏ ।

3. ବହୁପତି ବିବାହର କାରଣଗୁଡ଼ିକୁ ଆଲୋଚନା କର ।
Answer:
ୱେଷ୍ଟରମାର୍କ ବହୁପତି ବିବାହାର ମୁଖ୍ୟ କାରଣଗୁଡ଼ିକୁ ନିମ୍ନମତେ ଦର୍ଶାଇଛନ୍ତି –
(a) ଅତ୍ୟଧ୍ବ ଦାରିଦ୍ର୍ୟ (Extreme poverty) – ଅତ୍ୟଧ୍ବକ ଦାରିଦ୍ର୍ୟ ମଧ୍ୟ ବହୁପତି ବିବାହ ପ୍ରଥାର ଏକ ମୁଖ୍ୟ କାରଣ ଅଟେ । ଜଣେ ଦରିଦ୍ର ବ୍ୟକ୍ତିପକ୍ଷେ ଗୋଟିଏ ସ୍ତ୍ରୀକୁ ବିବାହ କରି ଚଳାଇବା କଷ୍ଟସାଧ୍ୟ ଅଟେ । ଆଉ ମଧ୍ଯ ଯେଉଁ ସମାଜରେ ‘ସ୍ତ୍ରୀ-ଧନ’ (Bride price) ପ୍ରଥା ପ୍ରଚଳିତ, ସେଠାରେ ଜଣେ ଦରିଦ୍ର ବ୍ୟକ୍ତି କନ୍ୟାପିତାଙ୍କୁ ଆବଶ୍ୟକ ଅର୍ଥ ଦେଇପାରନ୍ତି ନାହିଁ । ଫଳସ୍ଵରୂପ ବହୁ ପୁରୁଷ ଏକତ୍ର ହୋଇ ଗୋଟିଏ ସ୍ତ୍ରୀକୁ ବିବାହ କରିଥା’ନ୍ତି ।

CHSE Odisha Class 11 Sociology Unit 3 Short Answer Questions in Odia Medium

(b) ବିବାହଯୋଗ୍ୟ କନ୍ୟାମାନଙ୍କର ଅଭାବ (Dearth of marriageable girls) – ପୁରାତନ ସମାଜରେ ଏହି ବହୁପତି ବିବାହ ପ୍ରଥା ବହୁଳଭାବେ ପ୍ରଚଳିତ ଥିଲା । କାରଣ ସାମାଜିକ ପ୍ରଥା ଯୋଗୁଁ ଶିଶୁକନ୍ୟାମାନଙ୍କୁ ହତ୍ୟା କରାଯିବା ଫଳରେ ବିବାହଯୋଗ୍ୟ କନ୍ୟାମାନଙ୍କର ଅଭାବ ପରିଲକ୍ଷିତ ହେଉଥିଲା । ଫଳରେ ବହୁପତି ବିବାହ ପ୍ରଥାର ସୂତ୍ରପାତ ହେଲା ।

(c) ଜନସଂଖ୍ୟା ନିୟନ୍ତ୍ରଣର ଆବଶ୍ୟକତା (Desire to control population) – ଅନେକ ସମାଜରେ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବାପାଇଁ ଲୋକମାନେ ବହୁପତି ବିବାହ ପ୍ରଥାକୁ ଅନୁସରଣ କରିଥା’ନ୍ତି । କାରଣ ବହୁପତି ବିବାହ ପ୍ରଥା ଜନସଂଖ୍ୟା ହ୍ରାସ କରିବାର ଏକ ବଳିଷ୍ଠ ଅସ୍ତ୍ରସ୍ବରୂପ । କାରଣ ବହୁସଂଖ୍ୟକ ସନ୍ତାନମାନଙ୍କୁ ଜନ୍ମଦେବା ଗୋଟିଏ ସ୍ତ୍ରୀପକ୍ଷେ ସମ୍ଭବପର ନୁହେଁ । ଏହି କାରଣରୁ ଲୋକମାନେ ବହୁପତି ବିବାହ କରିଥା’ନ୍ତି ।

(d) ଯୌଥ ପରିବାର ଅଖଣ୍ଡତା (Maintenance of unity in joint family) – ଯୌଥ ପରିବାରର ଏକତା, ସଂହତି ଏବଂ ଅଖଣ୍ଡତାକୁ ବଜାୟ ରଖିବାପାଇଁ ଗୋଟିଏ ପରିବାରର ସମସ୍ତ ଭାଇମାନେ କେବଳମାତ୍ର ଜଣେ ସ୍ତ୍ରୀକୁ ବିବାହ କରିଥା’ନ୍ତି । ପୌରାଣିକ କିମ୍ବଦନ୍ତୀରୁ ଜଣାପଡ଼େ ଯେ, ଦ୍ରୌପଦୀଙ୍କୁ ବିବାହ କରିବାପାଇଁ ନାରଦ ପାଣ୍ଡବମାନଙ୍କୁ ଉପଦେଶ ଦେଇଥିଲେ । ଏହାର କାରଣ ଭାଇଭାଇଙ୍କ ମଧ୍ୟରେ ଦ୍ବନ୍ଦ୍ବ ବା କଳହର ଅବସାନ କରିବା । ସମ୍ବନର ମତ ଦେଇଛନ୍ତି ଯେ, କୃଷିଜାତ ଦ୍ରବ୍ୟର ସ୍ଵଳ୍ପ ଉତ୍ପାଦନ ଯୋଗୁଁ ତିବ୍ବତ ଅଞ୍ଚଳରେ ବସବାସ କରୁଥିବା ଜନଜାତୀୟ ପୁରୁଷମାନେ ଗୋଟିଏ ସ୍ତ୍ରୀକୁ ଗ୍ରହଣ କରିଥା’ନ୍ତି । ଏହିସବୁ କାରଣ ବହୁପତି ବିବାହକୁ ଉତ୍ସାହିତ କରିଥାଏ ।

4. ଯୌଥ ପରିବାରର ଉପକାରିତାଗୁଡ଼ିକୁ ସଂକ୍ଷେପରେ ଆଲୋଚନା କର ।
Answer:
ଯୌଥ ପରିବାର ବ୍ୟକ୍ତି ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ଏହା ବ୍ୟକ୍ତିର ସାମାଜିକ, ଆର୍ଥନୀତିକ, ଧାର୍ମିକ ଏବଂ ସାଂସ୍କୃତିକ ଜୀବନକୁ ଉଚିତ ମାର୍ଗରେ ପରିଚାଳିତ କରିଥାଏ । ନିମ୍ନରେ ଏହାର ଉପକାରିତାଗୁଡ଼ିକୁ ସଂକ୍ଷେପରେ ବଣ୍ଣିନା କରାଗଲା –
(a) ସାମାଜିକ ନିୟନ୍ତ୍ରଣ (Social control)- ଯୌଥ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ, ଘନିଷ୍ଠ ଏବଂ ବ୍ୟକ୍ତିଗତ ସମ୍ପର୍କ ବିଦ୍ୟମାନଥାଏ । ଶିଶୁ ଜନ୍ମଲାଭ କରିବା ପରେ ପରେ ସେ ତା’ର ପିତାମାତା ଏବଂ ଅନ୍ୟ ଗୁରୁଜନମାନଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିଥାଏ । ଏହି ପରିବାରରେ କନିଷ୍ଠ ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପ ଉପରେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣ ରହିଥାଏ । ଫଳରେ ସଦସ୍ୟମାନେ ବିପଥଗାମୀ ହେବାର ସୁଯୋଗ ପାଇପାରନ୍ତି ନାହିଁ ।

(b) ସାମାଜିକୀକରଣ (Socialization) – ଏହି ପରିବାର ଶିଶୁର ସାମାଜିକୀକରଣ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଶିଶୁମାନେ ପିତାମାତା ତଥା ଅନ୍ୟ ଗୁରୁଜନମାନଙ୍କର ସଂସ୍ପର୍ଶରେ ଆସିବାଦ୍ୱାରା ସେମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟିଥାଏ । ଶିଶୁ ପରିବାରରୁ ଭାଷା, ବ୍ୟବହାର, ଚାଲିଚଳନ, ରୀତିନୀତି ପ୍ରଭୃତି ଶିକ୍ଷାଲାଭ କରିଥାଏ । ଯୌଥ ପରିବାରର ଏହି ସାମାଜିକୀକରଣ ପ୍ରକାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଏହାଦ୍ଵାରା ଔପଚାରିକ ସଂସ୍କାରଗୁଡ଼ିକୁ ବ୍ୟକ୍ତି ପ୍ରଚ୍ଛନ୍ନଭାବେ ଶିକ୍ଷା ଓ ଆତ୍ମୀକରଣ କରିଥାଏ ।

(c) ବ୍ୟକ୍ତିତ୍ୱର ବିକାଶ (Development of personality) – ଯୌଥ ପରିବାରର ଅନ୍ୟ ଏକ ଉପକାରିତା ହେଉଛି ଯେ, ଏହା ବ୍ୟକ୍ତିର ବ୍ୟକ୍ତିତ୍ବର ବିକାଶ ଘଟାଇଥାଏ । ଏହା ବ୍ୟକ୍ତିକୁ ସ୍ନେହ, ପ୍ରେମ, ଦୟା, କ୍ଷମା, ସହଯୋଗ, ସହାନୁଭୂତି, ସେବା, ତ୍ୟାଗ, ଆତ୍ମସଂଯମ, ଆଜ୍ଞାନୁବର୍ତ୍ତିତା ପ୍ରଭୃତି ଅପରିହାର୍ଯ୍ୟ ଗୁଣଗୁଡ଼ିକୁ ଶିକ୍ଷା ଦେଇଥାଏ । ଏହା ଫଳରେ ବ୍ୟକ୍ତି ଭବିଷ୍ୟତରେ ଜଣେ ଉତ୍ତମ ନାଗରିକ ହେବାର ସୁଯୋଗ ପାଇଥାଏ ।

(d) ଅର୍ଥନୈତିକ ଉପକାରିତା (Economical advantages) – ଯୌଥ ପରିବାର ଉଭୟ ଉତ୍ପାଦନକାରୀ ଏବଂ ଉପଯୋଗୀ ସଂସ୍ଥାରୂପେ କାର୍ଯ୍ୟ କରିଥାଏ । ଯୌଥ ପରିବାର ତା’ର ସଦସ୍ୟମାନଙ୍କର ସର୍ବନିମ୍ନ ଆର୍ଥନୀତିକ ଚାହିଦା; ଯଥା – ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ଆଦି ମୌଳିକ ଆବଶ୍ୟକତାକୁ ପୂରଣ କରିଥାଏ । ଏହା ଭୂସମ୍ପତ୍ତିକୁ ଖଣ୍ଡବିଖଣ୍ଡିତ ହେବାର ସୁଯୋଗ ଦିଏ ନାହିଁ । ଭୂସମ୍ପଭି ଅବିଭକ୍ତ ଯୋଗୁଁ ଓ ସମସ୍ତେ ମିଳିମିଶି ଚାଷକାର୍ଯ୍ୟ କରିବା ଯୋଗୁଁ ଉତ୍ପାଦନ ବୃଦ୍ଧି ପାଇଥାଏ ।

(e) ଶିକ୍ଷାଗତ ଉପକାରିତା (Educational advantages) – ଯୌଥ ପରିବାର ତା’ର ସମସ୍ତ ସଦସ୍ୟମାନଙ୍କର ଶିକ୍ଷା ପ୍ରତି ଅଧ‌ିକ ଯତ୍ନଶୀଳ ଥାଏ । ପରିବାର ମଧ୍ୟରେ ପିତାମାତା ତଥା ଅନ୍ୟ ଗୁରୁଜନମାନଙ୍କ ଯତ୍ନରେ ଶିଶୁର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥାଏ । ତେଣୁ ଯୌଥ ପରିବାରକୁ ଶିଶୁର ପ୍ରଥମ ଶିକ୍ଷାକେନ୍ଦ୍ର ବୋଲି କୁହାଯାଇଥାଏ । ଏହି ପରିପ୍ରେକ୍ଷୀରେ ମ୍ୟାଜିନ୍ (Mazzin) କହିଛନ୍ତି, ‘ଶିଶୁର ପ୍ରଥମ ପାଠପଢ଼ା ମାତାଙ୍କର ଚୁମ୍ବନ ଏବଂ ପିତାଙ୍କର ସଯତ୍ନ ମଧ୍ୟରେ ଆରମ୍ଭ ହୋଇଥାଏ ।’’

5. ଯୌଥ ପରିବାରର ଅପକାରିତାଗୁଡ଼ିକୁ ସଂକ୍ଷେପରେ ଆଲୋଚନା କର ।
Answer:
ଯଦିଓ ଯୌଥ ପରିବାର ବ୍ୟକ୍ତି ଏବଂ ସମାଜ ପାଇଁ ଉପକାର କରିଥାଏ, ତଥାପି ଏହି ପରିବାରର କେତେକ ଦୋଷତ୍ରୁଟି ପରିଲକ୍ଷିତ ହୋଇଥାଏ । ନିମ୍ନରେ ଏହି ଯୌଥ ପରିବାରର କେତେକ ଦୋଷତ୍ରୁଟି ବା ଅପକାରିତାଗୁଡ଼ିକୁ ସଂକ୍ଷେପରେ ବଣ୍ଣିନା କରାଗଲା ।

(a) ନାରୀମାନଙ୍କର ଶୋଚନୀୟ ଅବସ୍ଥା (Miserable condition of women) – ଏହି ପରିବାରର ପ୍ରଥମ ଅପକାରିତା ହେଉଛି ଏହା ନାରୀମାନଙ୍କର ଅବସ୍ଥାକୁ ଅତି ଶୋଚନୀୟ କରିଦେଇଥାଏ । ପରିବାର ସେମାନଙ୍କୁ ଚାରିକାନ୍ଥ ମଧ୍ୟରେ ଆବଦ୍ଧ ରଖ୍ ସେମାନଙ୍କର ପ୍ରସ୍ଥିତିରେ ଉନ୍ନତି ଆଣିବାର ସୁଯୋଗ ଦେଇ ନ ଥାଏ । ମୋଟଉପରେ ଏହି ପରିବାର ନାରୀମାନଙ୍କୁ କୌଣସି ସ୍ଵାଧୀନତା ପ୍ରଦାନ କରି ନ ଥାଏ । ଯୌତୁକକୁ କେନ୍ଦ୍ରକରି ଯୌଥ ପରିବାର ଅନେକ ସମୟରେ ବହୁ ନିରୀହା ନବବଧୂମାନଙ୍କ ଜୀବନକୁ ବିପନ୍ନ କରିଥାଏ ଏବଂ ସେମାନଙ୍କୁ ଆତ୍ମହତ୍ୟା କରିବାପାଇଁ ସୁଯୋଗ ଦେଇଥାଏ ।

(b) ବ୍ୟକ୍ତିତ୍ୱର ବିକାଶରେ ବାଧା (Hindrance to the development of personality) – ଯୌଥ ପରିବାର ମଧ୍ୟ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ଅନ୍ତରାୟ ସୃଷ୍ଟି କରିଥାଏ । ଗୋଟିଏ ଗୃହରେ ବହୁସଂଖ୍ୟକ ଲୋକ ଏକତ୍ର ବାସ କରିବାଦ୍ଵାରା ଏବଂ ଏହି ପରିବାରର ଆକାର ବୃହତ୍ ହୋଇଥିବାରୁ ଏହା ଶିଶୁମାନଙ୍କର ଉପଯୁକ୍ତ ଯତ୍ନ ନେଇପାରେ ନାହିଁ । ଫଳରେ ଶିଶୁମାନଙ୍କର ଉତ୍ତମ ବିକାଶ ହୋଇ ନ ଥାଏ । ଯୌଥ ପରିବାରର ଅଧିକାଂଶ ଶିଶୁ ବାଲ୍ୟ ଅପରାଧୀ ରୂପ ନେଇଥା’ନ୍ତି । କାରଣ ସେମାନଙ୍କ ଉପରେ ପରିବାରର ପ୍ରତ୍ୟକ୍ଷ ନିୟନ୍ତ୍ରଣ ନ ଥାଏ ।

(c) ବିବାଦର କେନ୍ଦ୍ରସ୍ଥଳୀ (Centre of conflict) – ଏହି ପରିବାର ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ କଳହର ବୀଜ ବପନ କରିଥାଏ । ଫଳତଃ, ସେମାନେ ଅନବରତ କଳହରେ ଲିପ୍ତ ରହି ପରିବାରର ଶାନ୍ତ ପରିବେଶକୁ କଳୁଷିତ କରିଥା’ନ୍ତି । ବିଶେଷକରି ପିଲାମାନଙ୍କର କାର୍ଯ୍ୟକଳାପକୁ ଭିତ୍ତିକରି ଉତ୍ତେଜନା ବୃଦ୍ଧି ପାଇଥାଏ । ମନ ମଧ୍ୟରେ ଭେଦଭାବ ରଖ୍ ସେମାନେ ସମସ୍ତଙ୍କ ପ୍ରତି ସମାନ ବିଚାର କରନ୍ତି ନାହିଁ । ବିଭିନ୍ନ ସ୍ବାର୍ଥ ଏବଂ ଆତ୍ମକୈନ୍ଦ୍ରିକ ମନୋଭାବର ତାରତମ୍ୟ ଯୋଗୁଁ ଭାଇ-ଭାଇ ମଧ୍ୟରେ ସଦାସର୍ବଦା ଦୃହ ସୃଷ୍ଟି ହୋଇ ଯୌଥ ପରିବାରକୁ ବିଘଟିତ କରିଥାଏ ।

(d) ଶିକ୍ଷାର ଅବ୍ୟବସ୍ଥା (Lack of education) – ଏହି ପରିବାର ସମସ୍ତ ସଦସ୍ୟଙ୍କୁ ଶିକ୍ଷା ପ୍ରଦାନ କରିବାକୁ ଅକ୍ଷମ ହୋଇଥାଏ । ଶିକ୍ଷା କ୍ଷେତ୍ରରେ ଏହି ପରିବାର ପକ୍ଷପାତିତା ନୀତି ଅନୁସରଣ କରିଥାଏ । ଅଧ୍ଵ ରୋଜଗାର କରୁଥିବା ସଦସ୍ୟମାନଙ୍କର ପିଲାମାନଙ୍କୁ ଏହି ପରିବାର ସମସ୍ତ ଶିକ୍ଷାଗତ ସୁବିଧା ସୁଯୋଗ ପ୍ରଦାନ କରିଥାଏ ଏବଂ ଯେଉଁମାନେ ରୋଜଗାର କରିବାକୁ ଅକ୍ଷମ ହୋଇଥା’ନ୍ତି, ସେମାନଙ୍କ ସନ୍ତାନମାନଙ୍କୁ ଶିକ୍ଷାଦାନରୁ ବଞ୍ଚିତ କରିଥାଏ ।

6. ଜ୍ଞାତି କହିଲେ କ’ଣ ବୁଝ ? ଏହାର ପ୍ରକାରଭେଦ ଆଲୋଚନା କର ।
Answer:
ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ମନୁଷ୍ୟ ସମାଜରେ କେବେହେଲେ ଏକାକୀ ବାସ କରି ନ ଥାଏ । ସେ କେତେକ ପ୍ରକାର ଲୋକମାନଙ୍କର ଗହଣରେ ବାସ କରିଥାଏ । ଏଥୁମଧ୍ୟରୁ କେତେକ ବ୍ୟକ୍ତି ତା’ର ସମ୍ପର୍କୀୟ ହୋଇଥିବାବେଳେ ଆଉ କେତେକ ତା’ର ବନ୍ଧୁଭାବରେ ପରିଚିତ । ଆଉ କେତେକ ପଡ଼ୋଶୀ ହୋଇଥିବାବେଳେ ଆଉ କେତେକ ସମ୍ପୂର୍ଣ୍ଣଭାବେ ତା’ ପାଇଁ ଅଜଣା ଥାଆନ୍ତି । ସେ ସେହି ଲୋକମାନଙ୍କ ସହିତ ବାସ କରିବାପାଇଁ ବାଧ୍ୟ ଯେଉଁମାନେ କି ତା ସହିତ ବିବାହ ବନ୍ଧନ ବା ରକ୍ତସମ୍ପର୍କୀୟ ବନ୍ଧନଦ୍ୱାରା ଆବଦ୍ଧ । ବିବାହ ଏବଂ ରକ୍ତକୁ ଭିତ୍ତିକରି ସୃଷ୍ଟି ହୋଇଥିବା ସମ୍ପର୍କ ନିକଟତମ କିମ୍ବା ଦୂରତ୍ବ ସମ୍ପର୍କ ହୋଇପାରେ ।

ଏହି ବିବାହ ବା ରକ୍ତସମ୍ପର୍କୀୟ ବନ୍ଧନକୁ ‘ଜ୍ଞାତି’ ଭାବେ ଅଭିହିତ କରାଯାଇଥାଏ ।
ଏହି ଜ୍ଞାତି ସାଧାରଣତଃ ଦୁଇ ପ୍ରକାର ଅଟେ; ଯଥା –
(1) ନିକଟତମ ଜ୍ଞାତି ଏବଂ
(2) ରକ୍ତ ସମ୍ବନ୍ଧୀୟ ଜ୍ଞାତି ।

(1) ନିକଟତମ ଜ୍ଞାତି (Affinal kinship) – ବିବାହଦ୍ଵାରା ବନ୍ଧନକୁ ନିକଟତମ ଜ୍ଞାତି ବୋଲି କୁହାଯାଇଥାଏ । ଯେତେବେଳେ ଜଣେ ବ୍ୟକ୍ତି ବିବାହ କରେ ସେତେବେଳେ ସେ କେବଳ ଜଣେ ଝିଅ ସହିତ ସମ୍ପର୍କ ସ୍ଥାପନ କରି ନ ଥାଏ; ବରଂ ସେ ଝିଅ ପରିବାରର ଅନ୍ୟ କେତେକ ବ୍ୟକ୍ତିଙ୍କ ସହିତ ସମ୍ପର୍କରେ ଆବଦ୍ଧ ହୋଇଥାଏ । କେବଳ ସେହି ପୁରୁଷର କନ୍ୟାର ପରିବାର ସହିତ ସମ୍ପର୍କ ସ୍ଥାପନ ହୋଇ ନ ଥାଏ; ପରନ୍ତୁ ସେହି ପୁରୁଷର ପରିବାର ସହିତ କନ୍ୟା ପରିବାରର ସମ୍ପର୍କ ସ୍ଥାପନ ହୋଇଥାଏ । ଏହିପରି ବିବାହଦ୍ଵାରା ସ୍ଥାପନ କରାଯାଇଥିବା ସମ୍ପର୍କକୁ ନିକଟତମ ଜ୍ଞାତି ସମ୍ପର୍କ ବୋଲି କୁହାଯାଇଥାଏ ।

(2) ରକ୍ତସମ୍ବନ୍ଧୀୟ ଜ୍ଞାତି (Consanguinous kinship) – ଏହିପ୍ରକାର ଜ୍ଞାତି ରକ୍ତସମ୍ପର୍କଦ୍ୱାରା ସୃଷ୍ଟି ହୋଇଥାଏ । ପିତାମାତା ଏବଂ ସେମାନଙ୍କର ପିଲାମାନଙ୍କ ମଧ୍ୟରେ ସୃଷ୍ଟି ହେଉଥ‌ିବା ସମ୍ପର୍କ ରକ୍ତସମ୍ବନ୍ଧୀୟ ଜ୍ଞାତିରୂପେ ପରିଚିତ । ଏହିପ୍ରକାର ଜ୍ଞାତି ପ୍ରକୃତ କିମ୍ବା ସ୍ଥିରୀକୃତ ଅଟେ । ଏକ ବହୁପତିକ ପରିବାରରେ ଜଣେ ଶିଶୁର ପ୍ରକୃତ ପିତାଙ୍କୁ ଚିହ୍ନଟ କରାଯାଇପାରି ନ ଥାଏ । ମାତ୍ର ଏଠାରେ ସୂଚନାଯୋଗ୍ୟ ଯେ ରକ୍ତସମ୍ପର୍କ ଜୈବିକ ଭିତ୍ତିରେ ନ ହୋଇ ସାମାଜିକ ସ୍ୱୀକୃତିଦ୍ୱାରା ସ୍ଥିର କରାଯାଇଥାଏ । ପୁନଶ୍ଚ ଜ୍ଞାତିକୁ ମଧ୍ୟ ନିମ୍ନଲିଖ୍ ବିଭାଗରେ ବିଭକ୍ତ କରାଯାଇପାରେ; ଯଥା –
(i) ପ୍ରାଥମିକ ଜ୍ଞାତି (Primary kinship) – ଏହି ପ୍ରକାର ଜ୍ଞାତି ସ୍ଵାମୀ-ସ୍ତ୍ରୀ, ପିତାମାତା ଏବଂ ସେମାନଙ୍କର ପିଲାମାନଙ୍କୁ ନେଇ ଗଠିତ ଯେଉଁମାନେ କି ପରସ୍ପର ସହିତ ପ୍ରତ୍ୟକ୍ଷଭାବରେ ସଂପୃକ୍ତ ।
(ii) ଗୌଣ ଜ୍ଞାତି (Secondary kinship) – ଏହି ପ୍ରକାର ଜ୍ଞାତି ସେହି ସମ୍ପର୍କୀୟମାନଙ୍କୁ ନେଇ ଗଠିତ ଯେଉଁମାନେ କି ବ୍ୟକ୍ତିର ପ୍ରାଥମିକ ଜ୍ଞାତି ସମୂହ ସହିତ ସମ୍ପୃକ୍ତ; ଯଥା — ବିଧବା ମାତା, ଭାଇ, ଭାଉଜ, ଦିଅର ପ୍ରଭୃତି ।
(iii) ଆଂଶିକ ଜ୍ଞାତି (Tertiary kinship) – ଏହି ପ୍ରକାର ଜ୍ଞାତି ଗୌଣ ଜ୍ଞାତି ସମୂହର ପ୍ରାଥମିକ ଜ୍ଞାତିକୁ ଅନ୍ତର୍ଭୁକ୍ତ କରିଥାଏ । ଥଟ୍ଟା-ମଜ୍ଜାଜନିତ ବ୍ୟବହାରକୁ ଭିଭିକରି ଜଣେ ବ୍ୟକ୍ତିର ପତ୍ନୀର ଭାଇ, ଭଉଣୀମାନଙ୍କ ସହିତ ସ୍ଥାପିତ ହୋଇଥିବା ସମ୍ପର୍କ ଏହି ଆଂଶିକ ଜ୍ଞାତି ସମ୍ପର୍କର ଅନ୍ତର୍ଭୁକ୍ତ ଅଟେ ।

7. ଆନ୍ତଃଜାତି ବିବାହ ସମ୍ବନ୍ଧରେ ଏକ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
Answer:
ଆନ୍ତଃଜାତି ବିବାହ କହିଲେ ସାଧାରଣତଃ ବ୍ୟକ୍ତିର ବିବାହ ସୃଜାତିରେ ନହୋଇ ଅନ୍ୟ ଜାତିରେ ହେବାକୁ ବୁଝାଇଥାଏ ।
ଅନ୍ୟ ଅର୍ଥରେ ଦୁଇଟି ଭିନ୍ନ ଜାତିର ପୁରୁଷ ଓ ନାରୀର ସଂଯୋଗ ବା ମିଳନକୁ ଆନ୍ତଃ-ଜାତି ବିବାହ କୁହାଯାଏ । ସମାଜବିଜ୍ଞାନୀମାନେ ଆନ୍ତଃ-ଜାତି ବିବାହକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି, ଯଥା — (1) ଉଚ୍ଚ ବିବାହ ବା ଅନୁଲୋମା, (2) ନୀଚ ବିବାହ ବାପ୍ରତିଲୋମା ।

CHSE Odisha Class 11 Sociology Unit 3 Short Answer Questions in Odia Medium

(1) ଉଚ୍ଚ ବିବାହ ବା ଅନୁଲୋମା (Hypergamy or Anuloma) – ଉଚ୍ଚ ବର୍ଣ୍ଣ ବା ଜାତିର ପୁରୁଷ, ନୀଚ ବର୍ଣ୍ଣ ବା ଜାତିର ନାରୀ ସହିତ ବିବାହକୁ ଉଚ୍ଚ ବିବାହ ବା ଅନୁଲୋମୀ କୁହାଯାଏ । ପ୍ରାଚୀନ ଭାରତୀୟ ସାହିତ୍ୟ ଓ ପୁରାଣରୁ ଏହିପ୍ରକାର ବିବାହ ପ୍ରଥାର ଉଦାହରଣ ଦେଖିବାକୁ ମିଳେ । ମହାଭାରତରେ ବର୍ଣ୍ଣିତ ଅଛି ଯେ, ରାଜା ଶାନ୍ତନୁ ପ୍ରଥମେ ଗଙ୍ଗା ଓ ପରେ ସତ୍ୟବାଦୀ ନାମକ ଏକ ଧୀବର କନ୍ୟାକୁ ବିବାହ କରିଥିଲେ ।

(2) ନୀଚ ବିବାହ ବା ପ୍ରତିଲୋମା (Hypogamy or Pratiloma) ନୀଚ ବର୍ଣ୍ଣ ବା ଜାତିର ପୁରୁଷ ସହିତ ଉଚ୍ଚ ବର୍ଣ୍ଣ ବା ଜାତିର ନାରୀର ବିବାହକୁ ନୀଚ ବିବାହ ବା ପ୍ରତିଲୋମା କୁହାଯାଏ । ନୀତିଶାସ୍ତ୍ର ପ୍ରଣେତା ‘ମନୁ’ ଏହି ବିବାହ ପ୍ରଥାର ପକ୍ଷପାତୀ ନଥିଲେ । ତଥାପି ମଧ୍ଯ ପ୍ରାଚୀନ ହିନ୍ଦୁ ସମାଜରେ ପ୍ରତିଲୋମୀ ପରିଲକ୍ଷିତ ହେଉଥିଲା ।

ଉଦାହରଣ – କାକୁସ୍ଥବର୍ମା (Kakustha Verma) ନାମକ ଜଣେ ବ୍ରାହ୍ମଣ ରାଜା ତାଙ୍କ କନ୍ୟାକୁ ଗୁପ୍ତ ବଂଶର ଜଣେ ରାଜାଙ୍କୁ ବିବାହ ଦେଇଥଲେ ।

8. ସମ୍ପତ୍ତିର ସଂଜ୍ଞା ପ୍ରଦାନ କର ।
Answer:
ଜିନ୍ସ ବର୍ଗ (Ginsberg) ଙ୍କ ମତାନୁସାରେ, କୌଣସି ଭୌତିକ ବସ୍ତୁ ଉପରେ ନିୟନ୍ତ୍ରଣଠାରୁ ଆରମ୍ଭ କରି ବ୍ୟକ୍ତି ତଥା ସମୂହ ମଧ୍ୟରେ ପାରସ୍ପରିକ ସମ୍ବନ୍ଧକୁ ପରିଭାଷିତ କରୁଥିବା ଅଧ‌ିକାର ଓ ଦାୟିତ୍ବର ସମଷ୍ଟି ହେଉଛି ‘ସମ୍ପରି’ ।

9. ସମ୍ପତ୍ତି (Property) ର ଲକ୍ଷଣମାନ ଆଲୋଚନା କର ।
Answer:
ସମ୍ପତ୍ତିର ପ୍ରଧାନ ଲକ୍ଷଣମାନ ହେଲା –
(୧) ସମ୍ପତ୍ତି ଉଭୟ ମୂର୍ଖ ଏବଂ ଅମୂର୍ଣ ଅଟେ ।
(୨) ସମ୍ପତ୍ତିର ସ୍ଵତ୍ତ୍ଵାଧ୍ଵର ସହିତ ଘନିଷ୍ଠ ସମ୍ବନ୍ଧ ଥାଏ !
(୩) ସମ୍ପତ୍ତି ସୀମିତ ମାତ୍ରାରେ ଥାଏ ।
(୪) ସମ୍ପତ୍ତିରେ ହସ୍ତାନ୍ତରୀକରଣ (Transferability)ର ଗୁଣ ଥାଏ ।
(୫) ସମ୍ପତ୍ତି ଧାରଣା ସହିତ ଏହାର ବିନିମୟ ମୂଲ୍ୟ ମଧ୍ୟ ଯୋଡ଼ା ହୋଇଥାଏ ।
(୬) ସମ୍ପତ୍ତି ଉଭୟ ଅର୍ଥନୈତିକ ଏବଂ ସାମାଜିକ ତଥ୍ୟ ଅଟେ ।

10. ସମ୍ପତ୍ତିର ଗତିଶୀଳତା ଆଧାରରେ ସମ୍ପତ୍ତିର ପ୍ରକାରଭେଦ ଉଲ୍ଲେଖ କର ।
Answer:
ସମ୍ପତ୍ତିର ଗତିଶୀଳତା ଆଧାରରେ ଏହାକୁ ସଚଳ ଏବଂ ଅଚଳ ଦୁଇଭାଗରେ ବିଭକ୍ତ କରାଯାଇଛି ।
(୧) ସଚଳ ସମ୍ପତ୍ତି (Movable property) – ଯେଉଁ ସମ୍ପଭିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସେହି ରୂପରେ ନିଆଯାଇ ପାରିଥାଏ, ତାହାକୁ ସଚଳ ସମ୍ପତ୍ତି କୁହାଯାଏ । ଯଥା – କଂସାବାସନ, ମେସିନ୍, ଜିନିଷପତ୍ର ଇତ୍ୟାଦି ।
(୨) ଅଚଳ ସମ୍ପତ୍ତି (Immovable property) – ଯେଉଁ ବସ୍ତୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ହୋଇନଥାଏ କିନ୍ତୁ ବ୍ୟକ୍ତି ବା ସମୂହର ଏହା ଉପରେ ଅଧିକାର ଥାଏ, ତାହାକୁ ଅଚଳ ସମ୍ପତ୍ତି କୁହାଯାଏ । ଘର ଏବଂ ଜମି ଇତ୍ୟାଦି ।

11. ବସ୍ତୁର ସ୍ୱରୂପ ଆଧାରରେ ସମ୍ପତ୍ତିର ବର୍ଗୀକରଣ କର ।
Answer:
ବସ୍ତୁର ସ୍ଵରୂପ ଆଧାରରେ ସମ୍ପତ୍ତିକୁ ଦୃଶ୍ୟମାନ ଏବଂ ଅଦୃଶ୍ୟମାନ ଦୁଇଭାଗରେ ବିଭକ୍ତ କରାଯାଇଛି ।
(୧) ଦୃଶ୍ୟମାନ ସମ୍ପତି (Tangible property) – ଯେଉଁ ସମ୍ପଭିକୁ ଦେଖ୍ ହୋଇଥାଏ ଏବଂ ଯାହା ସ୍ପର୍ଶଯୋଗ୍ୟ ଅଟେ ତାହାକୁ ଦୃଶ୍ୟମାନ ସମ୍ପଭି କୁହାଯାଏ । ଘର, ମଟରଗାଡ଼ି, ଗହଣାଗାଣ୍ଠି, ଆସବାବପତ୍ର ଇତ୍ୟାଦି ଦୃଶ୍ୟମାନ ସମ୍ପତ୍ତିର ଉଦାହରଣ ଅଟେ ।
(୨) ଅଦୃଶ୍ୟ ସମ୍ପତ୍ତି (Intangible property) – ଯେଉଁ ବସ୍ତୁର ଉପଭୋଗ ସମ୍ବନ୍ଧିତ ବ୍ୟକ୍ତିର ଅଧିକାରକୁ ଆଇନ ସୃଷ୍ଟି କରିଥାଏ, ଅଥବା ଯାହା ବ୍ୟକ୍ତିର ବିଶେଷାଧ୍ଵର ସହିତ ସମ୍ବନ୍ଧିତ ତାହାକୁ ଅଦୃଶ୍ୟ ସମ୍ପତ୍ତି କୁହାଯାଏ । ବହି ଉପରେ ଲେଖକଙ୍କର କପି ରାଇଟ୍ (Copy right) ଅଦୃଶ୍ୟ ସମ୍ପଭିର ଉଦାହରଣ ଅଟେ ।

12. ଅଧ୍ୟାର ଆଧାରରେ ସମ୍ପତ୍ତିର ପ୍ରକାରଭେଦ ଆଲୋଚନା କର ।
Answer:
ଅଧ୍ୟାର ଆଧାରରେ ସମ୍ପତ୍ତିକୁ ତିନି ଭାଗରେ ବିଭକ୍ତ କରାଯାଇଅଛି ।
(୧) ସାମୂହିକ ସମ୍ପତ୍ତି (Collective property) – ଯଦି କୌଣସି ସମ୍ପତ୍ତି ଉପରେ ଏକାଧ୍ଯକ ବ୍ୟକ୍ତିଙ୍କର ପୂର୍ଣ ତଥା ସହଯୋଗୀ ଅଧ୍ୟାର ସ୍ପଷ୍ଟ ରୂପରେ ଦେଖ‌ିବାକୁ ମିଳିଥାଏ, ତେବେ ଏହାକୁ ସାମୂହିକ ସମ୍ପତ୍ତି କୁହାଯାଏ ।
(୨) ସର୍ବସାଧାରଣ ସମ୍ପରି (Public property) – ଯଦି କୌଣସି ସମ୍ପତ୍ତି ଉପରେ ଗୋଟିଏ ବ୍ୟକ୍ତିର ଅଧିକାର ନ ହୋଇ କେତେକ ନିୟମର ଅନ୍ତର୍ଗତ ସମୁଦାୟର ସମସ୍ତ ବ୍ୟକ୍ତି ଏହାକୁ ଉପଭୋଗ କରିବାର ଅଧିକାର ପାଇଥାନ୍ତି, ତେବେ ସେ ପ୍ରକାର ସମ୍ପତ୍ତିକୁ ‘‘ସର୍ବସାଧାରଣ ସମ୍ପରି’’ କୁହାଯାଏ । ଆଧୁନିକ ସମାଜରେ ରେଳ, ଡାକଘର, ସଡ଼କ, ସରକାରୀ କାର୍ଯ୍ୟାଳୟ ଇତ୍ୟାଦି ସର୍ବସାଧାରଣ ସମ୍ପତ୍ତିର ଉଦାହରଣ ଅଟେ ।
(୩) ନିଜ ବା ବ୍ୟକ୍ତିଗତ ସମ୍ପତ୍ତି (Private property) – ଯଦି କୌଣସି ଦ୍ରବ୍ୟ ଉପରେ ଗୋଟିଏ ବ୍ୟକ୍ତିର ସବୁଠାରୁ ଅଧିକ ବା ସମ୍ପୂର୍ଣ୍ଣ ଅଧିକାର ଥାଏ, ତେବେ ସେ ପ୍ରକାର ସମ୍ପତ୍ତିକୁ ବ୍ୟକ୍ତିଗତ ସମ୍ପତ୍ତି କୁହାଯାଏ । ବ୍ୟକ୍ତି ବା ବ୍ୟକ୍ତିମାନଙ୍କୁ ନିଜର ଇଚ୍ଛାନୁସାରେ ଏହି ସମ୍ପତ୍ତିର ବ୍ୟବହାର ଉପଭୋଗ ଓ ହସ୍ତାନ୍ତର କରିବାର ଅଧୁକାର ମିଳିଥାଏ ।

13. ବ୍ୟକ୍ତିଗତ ସମ୍ପତ୍ତିର ଉପକାରିତାମାନ ଦର୍ଶାଅ ।
Answer:
ବ୍ୟକ୍ତିଗତ ସମ୍ପତ୍ତିର ନିମ୍ନଲିଖ୍ ଉପକାରିତାମାନ ପରିଲକ୍ଷିତ ହୋଇଥାଏ ।
(୧) ଅର୍ଥନୈତିକ ପ୍ରଗତିରେ ସହାୟକ ଅଟେ ।
(୨) ଭବିଷ୍ୟତ ତଥା ବିପତ୍ତି ବା ଦୁର୍ଦ୍ଦିନ ସମୟରେ ସୁରକ୍ଷା ପ୍ରଦାନ କରିଥାଏ ।
(୩) କାର୍ଯ୍ୟ କରିବାପାଇଁ ଅଧିକ ପ୍ରେରଣା ପ୍ରଦାନ କରିଥାଏ ।
(୪) ମାନବର ସ୍ବଭାବଗତ ପ୍ରବୃତ୍ତିର ପରିତୃପ୍ତି ମିଳିଥାଏ ।
(୫) ମାନବୋଚିତ ବା ମାନବିକ ଗୁଣଗୁଡ଼ିକର ବିକାଶ ଘଟିଥାଏ ।

14. ବ୍ୟକ୍ତିଗତ ସମ୍ପତ୍ତିର ଅପକାରିତାମାନ ଦର୍ଶାଅ ।
Answer:
ବ୍ୟକ୍ତିଗତ ସମ୍ପତ୍ତିର ନିମ୍ନଲିଖ୍ ଅପକାରିତାମାନ ହେଲା –
(୧) ମାନବିକ ମୂଲ୍ୟବୋଧର ପରିସମାପ୍ତି ଘଟିଥାଏ ।
(୨) ସମ୍ପରି ପ୍ରତି ଅତ୍ୟଧିକ ଲୋଭ ବା ଲାଳସା ବୃଦ୍ଧି ପାଇଥାଏ ।
(୩) ଅନେକଗୁଡ଼ିଏ ସାମାଜିକ ସମସ୍ୟାର ସୃଷ୍ଟି ହୋଇଥାଏ ।
(୪) ପୁଞ୍ଜିବାଦୀ ଚିନ୍ତାଧାରାକୁ ଉତ୍ସାହିତ କରିଥାଏ ।
(୫) ଅସମାନତା ବୃଦ୍ଧି ପାଇଥାଏ ।
(୬) ବିଳାସୀ ଶ୍ରେଣୀର ବୃଦ୍ଧିରେ ଉତ୍ସାହିତ କରିଥାଏ ।

CHSE Odisha Class 11 Sociology Unit 3 Short Answer Questions in Odia Medium

15. ଶ୍ରମ ବିଭାଜନ କହିଲେ କ’ଣ ବୁଝ ?
Answer:
ଶ୍ରମ ବିଭାଜନ ଉତ୍ପାଦନର ଏକ ପ୍ରଣାଳୀ ଅଟେ । ଯାହାର ଅନ୍ତର୍ଗତ କାର୍ଯ୍ୟ ବିଶେଷକୁ କେତେ ବିଧ୍ (Process) ବା ଉପବିଜ୍ (Sub-process) ରେ ଭାଗ କରି ଦିଆଯାଇଥାଏ ଏବଂ ପ୍ରତ୍ୟେକ ବିଧ୍ ବା ଉପବିଧ‌ିକୁ ବିଭିନ୍ନ ବ୍ୟକ୍ତିଙ୍କ ସମୂହ ଦ୍ଵାରା କରାଯାଇଥାଏ । ଅନ୍ୟ ଅର୍ଥରେ ଗୋଟିଏ କାମକୁ ଅନେକ ଛୋଟ ବଡ଼ ଖଣ୍ଡରେ ବିଭାଜିତ କରି କରାଯାଇଥାଏ । ତେବେ ତାହାକୁ ଶ୍ରମ ବିଭାଜନ କ୍ରିୟା କୁହାଯାଏ । ଉଦାହରଣ ସ୍ୱରୂପ, ଗୋଟିଏ ସାଇକେଲ୍‌ର ନିର୍ମାଣରେ ଦଳ ଦଳ ଲୋକ ସାଇକେଲ୍‌ର ଭିନ୍ନ ଭିନ୍ନ ଅଂଶକୁ ନିର୍ମାଣ କରିଥାନ୍ତି । ପରିଶେଷରେ ଏକ ସମ୍ପୂର୍ଣ୍ଣ ସାଇକେଲର ନିର୍ମାଣ ହୋଇଥାଏ ।

16. ଶ୍ରମ ବିଭାଜନର ସଂଜ୍ଞା ପ୍ରଦାନ କର ।
Answer:
ପ୍ରଫେସର ୱାନଙ୍କ ଅନୁସାରେ, ‘ଉତ୍ପାଦନର କ୍ରିୟାକୁ ବିଭିନ୍ନ ଉପକ୍ରିୟାରେ ବିଭାଜିତ କରି ବିଶିଷ୍ଟ ସାଧନାକୁ (ବ୍ୟକ୍ତିଙ୍କ) ଉପକ୍ରିୟା ଗୁଡ଼ିକୁ କରିବାପାଇଁ ଦେବା ଏବଂ ପୁନଶ୍ଚ ସମସ୍ତ ସାଧନଗୁଡ଼ିକର (ବ୍ୟକ୍ତିଙ୍କ) ଚେଷ୍ଟାକୁ ମିଶାଇ ଆବଶ୍ୟକ ଉପଭୋଗ ବସ୍ତୁକୁ ଉତ୍ପାଦନ କରିବାକୁ ଶ୍ରମ ବିଭାଜନ କୁହାଯାଏ ।

17. ଶ୍ରମ ବିଭାଜନର ପ୍ରକାରଭେଦମାନ ଉଲ୍ଲେଖ କର ।
Answer:
ଶ୍ରମ ବିଭାଜନକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଛି ।
(୧) ସରଳ ଶ୍ରମ ବିଭାଜନ ।
(୨) ଜଟିଳ ଶ୍ରମ ବିଭାଜନ ।

ଜଟିଳ ଶ୍ରମ ବିଭାଜନ ପୁନଃଶ୍ଚ ତିନିଗୋଟି ଉପବିଭାଗରେ ବର୍ଗୀକୃତ ହୋଇଅଛି । ଯଥା –
(୧) ପୂର୍ଣ୍ଣ କ୍ରିୟା ଶ୍ରମ ବିଭାଜନ ।
(୨) ଅସଂପୂର୍ଣ୍ଣ କ୍ରିୟା ଶ୍ରମ ବିଭାଜନ ।
(୩) ପ୍ରାଦେଶିକ ବା କ୍ଷେତ୍ରୀୟ ବା ଭୌଗୋଳିକ ଶ୍ରମ ବିଭାଜନ ।

18. ଶ୍ରମ ବିଭାଜନର ଉପକାରିତାମାନ ବୁଝାଅ ।
Answer:
ଶ୍ରମ ବିଭାଜନର ଉପକାରିତାମାନ ହେଲା –
(୧) କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ।
(୨) ରୁଚି ଓ ଯୋଗ୍ୟତାନୁସାରେ କାର୍ଯ୍ୟ ।
(୩) କମ୍ ସମୟରେ କାର୍ଯ୍ୟର ଶିକ୍ଷା ।
(୪) କମ୍ ଶାରୀରିକ ଓ ମାନସିକ ପରିଶ୍ରମ ।
(୫) ସ୍ଥାନ ପରିବର୍ତ୍ତନ ବା ଶ୍ରମିକଙ୍କର ଗତିଶୀଳତାରେ ବୃଦ୍ଧି ।
(୬) ଏକତା ଏବଂ ଶ୍ରମିକ ସଂଗଠନରେ ବୃଦ୍ଧି ।
(୭) କମ୍ ସମୟର ଅପଚୟ ।
(୮) ଉତ୍ପାଦନ ବ୍ୟୟରେ କମ୍ ତଥା ଶ୍ରେଷ୍ଠ ବସ୍ତୁର ଉତ୍ପାଦନ ।
(୯) ଉତ୍ପାଦନର ମାତ୍ରାରେ ବୃଦ୍ଧି ।
(୧୦) ମେସିନ୍‌ ଆବିଷ୍କାର ଏବଂ ଉପଯୋଗରେ ବୃଦ୍ଧି ।
(୧୧) ଆବିଷ୍କାରର ସଂଖ୍ୟାରେ ବୃଦ୍ଧି ।
(୧୨) ଶସ୍ତାରେ ସାମଗ୍ରୀଗୁଡ଼ିକର ଲାଭ ।
(୧୩) ମାନବ ସାଧନ ଗୁଡ଼ିକର ଉଚିତ୍ ପ୍ରୟୋଗ ଇତ୍ୟାଦି ।

19. ଶ୍ରମ ବିଭାଜନର ଅପକାରିତାମାନ କ’ଣ ଦର୍ଶାଅ ।
Answer:
ଶ୍ରମ ବିଭାଜନର ନିମ୍ନଲିଖ୍ ଅପକାରିତାମାନ ପରିଲକ୍ଷିତ ହୋଇଥାଏ ।
(୧) ବେକାରୀ ସମସ୍ୟା ସୃଷ୍ଟି ।
(୨) କାର୍ଯ୍ୟରେ ନିରସତା ।
(୩) ଗତିଶୀଳତାରେ ଅଭାବ
(୪) ଶ୍ରମିକ ଏବଂ ମାଲିକ ମଧ୍ୟରେ ସଂଘର୍ଷ ।
(୫) ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶରେ ପ୍ରତିବନ୍ଧକ
(୬) ଗୋଷିବାଦର ବୃଦ୍ଧି ଇତ୍ୟାଦି ।

20. ସରଳ ଶ୍ରମବିଭାଜନ କହିଲେ କ’ଣ ବୁଝାଏ ?
Answer:
ସରଳ ଶ୍ରମ ବିଭାଜନ ଅତ୍ୟନ୍ତ ପ୍ରାଚୀନ ଅଟେ । ଯଦି ବ୍ୟକ୍ତି ବା ବ୍ୟକ୍ତିଙ୍କର ସମୂହ ନିଜର ଶିକ୍ଷା, ଯୋଗ୍ୟତା ଏବଂ କୁଶଳତାର ଆଧାରରେ କୌଣସି ବ୍ୟବସାୟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରିଥାନ୍ତି, ତେବେ ଏହି ପ୍ରକାର ବ୍ୟବସାୟକୁ ସାଧାରଣ ଅଥବା ସରଳ ଶ୍ରମ ବିଭାଜନ ଶ୍ରେଣୀଭୁକ୍ତ କରାଯାଇଥାଏ । ଭାରତର ଜାତି ବ୍ୟବସ୍ଥା ଏହି ଶ୍ରେଣୀର ଶ୍ରମ ବିଭାଜନର ରୂପ ଅଟେ ।

21. ଜଟିଳ ଶ୍ରମ ବିଭାଜନ (Complex division of labour) କହିଲେ କ’ଣ ବୁଝାଏ ?
Answer:
ଯଦି କୌଣସି ଉତ୍ପାଦନ କାର୍ଯ୍ୟକୁ ଏକରୁ ଅନେକ ଭାଗରେ ବିଭାଜିତ କରି ଦିଆଯାଇ ବିଭାଜିତ ଭାଗର ଉତ୍ପାଦନକୁ ବ୍ୟକ୍ତିମାନଙ୍କ ବା ବ୍ୟକ୍ତିଙ୍କ ସମୂହ ମଧ୍ୟରେ ବାଣ୍ଟି ଦିଆଯାଇଥାଏ, ତା ହେଲେ ଏ ପ୍ରକାରର ଶ୍ରମ ବିଭାଜନକୁ ଜଟିଳ ଶ୍ରମ ବିଭାଜନ କୁହାଯାଏ । ଏହି ପ୍ରକାର ଶ୍ରମ ବିଭାଜନରେ କୌଣସି ବ୍ୟକ୍ତିକୁ ସମ୍ପୂର୍ଣ୍ଣ କ୍ରିୟାର ଏକ ବିଶେଷ ଉପକ୍ରିୟାକୁ ହିଁ ତାର ରୁଚି, ଯୋଗ୍ୟତା ଏବଂ କ୍ଷମତାନୁସାରେ ପ୍ରଦାନ କରାଯାଇଥାଏ ।

CHSE Odisha Class 11 Sociology Unit 3 Short Answer Questions in Odia Medium

22. ପୂର୍ଣ୍ଣ କ୍ରିୟା ଶ୍ରମ ବିଭାଜନ (Division of labour into complete process) କହିଲେ କ’ଣ ବୁଝାଏ ?
Answer:
ଯଦି ଗୋଟିଏ ଶ୍ରମିକ ବା ଶ୍ରମିକ ସମୂହ ଦ୍ବାରା ତିଆରି କରାଯାଇଥିବା ବସ୍ତୁ କୌଣସି ଅନ୍ୟ ଶ୍ରମିକ ବା ଶ୍ରମିକ ସମୂହ ପାଇଁ କଞ୍ଚା ସାମଗ୍ରୀ ରୂପରେ ପ୍ରୟୋଗ କରାଯାଇଥାଏ, ତେବେ ତାହାକୁ ପୂର୍ଣ୍ଣକ୍ରିୟା ଶ୍ରମ ବିଭାଜନ କୁହାଯାଏ । ଉଦାହରଣ ସ୍ଵରୂପ ଯଦି ତୁଳାକୁ ଗୋଟିଏ ବ୍ୟକ୍ତି ଭିଣିଥାଏ, ଦ୍ବିତୀୟ ବ୍ୟକ୍ତି ସୂତା କାଟିଥାଏ, ତୃତୀୟ ବ୍ୟକ୍ତି ସୂତାକୁ ରଙ୍ଗାଇଥାଏ ଏବଂ ଚତୁର୍ଥ ବ୍ୟକ୍ତି ଏଥୁରୁ ଲୁଗା ବୁଣିଥାଏ ତେବେ ଏହା ପୂର୍ଣ୍ଣକ୍ରିୟା ଶ୍ରମ ବିଭାଜନ ଅଟେ । ଏହି ପ୍ରଣାଳୀରେ ବିଭିନ୍ନ ଶ୍ରମ ସମୂହ ମଧ୍ୟରେ ସହଯୋଗର ବହୁତ ଆବଶ୍ୟକତା ଥାଏ ।

23. ପ୍ରାଦେଶିକ ବା କ୍ଷେତ୍ରୀୟ ବା ଭୌଗୋଳିକ ଶ୍ରମ ବିଭାଜନ (Territorial and Geographical division of labour) କହିଲେ କ’ଣ ବୁଝାଏ ?
Answer:
ଯଦି କୌଣସି ସ୍ଥାନ ବିଶେଷ ବା କ୍ଷେତ୍ର ବିଶେଷରେ ବିଭିନ୍ନ ପ୍ରାକୃତିକ ସୁବିଧା ଯୋଗୁଁ କୌଣସି ବିଶେଷ ପ୍ରକାରର ଶିଳ୍ପର ସ୍ଥାପନା କରାଯାଇଥାଏ, ତାହେଲେ ଏହାକୁ ପ୍ରାଦେଶିକ ବା କ୍ଷେତ୍ରୀୟ ଶ୍ରମ ବିଭାଜନ କୁହାଯାଏ । ଉଦାହରଣ ସ୍ୱରୂପ, ପଶ୍ଚିମ ବଙ୍ଗରେ ଝୋଟ, ଉତ୍ତର ପ୍ରଦେଶରେ ଚିନି ଏବଂ ମହାରାଷ୍ଟ୍ରରେ କପା ଶିଳ୍ପ ସ୍ଥାପନ ହୋଇଥାଏ ।

Leave a Comment