CHSE Odisha Class 12 Economics Chapter 13 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 13 କେନ୍‌ସଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ Short Answer Questions.

CHSE Odisha 12th Class Economics Chapter 13 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

1. ଆୟ ନିର୍ଦ୍ଧାରଣ ତତ୍ତ୍ବ କାହିଁକି ଏକ ସ୍ଵଳ୍ପକାଳୀନ ତତ୍ତ୍ବ ?
Answer:
କେନ୍‌ସ୍‌ଙ୍କ ମତରେ ଅନ୍ୟାନ୍ୟ ବିଷୟ; ଯଥା – ପୁଞ୍ଜି, ଶ୍ରମ, ଯନ୍ତ୍ରପାତି, ଦକ୍ଷତା ଇତ୍ୟାଦି ଅପରିବର୍ତ୍ତିତ ଥାଇ ଯଦି ରାଷ୍ଟ୍ରର ନିୟୋଜନ ବୃଦ୍ଧିପାଏ ତାହେଲେ ଜାତୀୟ ଆୟ ଓ ଉତ୍ପାଦନ ବୃଦ୍ଧି ପାଇଥାଏ । ଅତଏବ, ସ୍ଵଳ୍ପ କାଳରେ ଅନ୍ୟାନ୍ୟ ବିଷୟ ଅପରିବର୍ତିତ ରହିଲେ ନିୟୋଜନ ସହ ଜାତୀୟ ଆୟର ପ୍ରତ୍ୟକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୋଇଥାଏ । ତେଣୁ କେନ୍‌ସ୍‌ଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ ଏକ ସ୍ବଳ୍ପକାଳନୀ ତତ୍ତ୍ବ ।

2. କେନ୍‌ସ୍‌ଙ୍କ ଉପଭୋଗ ଫଳନ ସ୍ଥିର କାହିଁକି ?
Answer:
ଅନ୍ୟାନ୍ୟ ସମସ୍ତ ଉପାଦାନ ଅପରିବର୍ତ୍ତିତ ଥାଇ ଜାତୀୟ ଆୟ ବୃଦ୍ଧି ସହିତ ସାମୂହିକ ଉପଭୋଗ ଚାହିଦା ବୃଦ୍ଧି ପାଏ କିନ୍ତୁ ଏହି ବୃଦ୍ଧି ଜାତୀୟ ଆୟ ବୃଦ୍ଧିଠାରୁ କମ୍ । ଅର୍ଥାତ୍ ସାମୂହିକ ଉପଭୋଗର ପରିବର୍ତ୍ତନ ସର୍ବଦା ଜାତୀୟ ଆୟର ପରିବର୍ତ୍ତନଠାରୁ କମ୍ ରହିଥାଏ । ସ୍ଵଳ୍ପକାଳରେ ଜାତୀୟ ଆୟ ବ୍ୟତୀତ ଉପଭୋଗକୁ ପ୍ରଭାବିତ କରୁଥିବା ସମସ୍ତ ଉପାଦାନ; ଯଥା – ଜନସଂଖ୍ୟା, ରୁଚି, ଅଭ୍ୟାସ ଇତ୍ୟାଦି ସ୍ଥିର ରହୁଥ‌ିବାରୁ ଉପଭୋଗ ପରିବର୍ତ୍ତନ ସର୍ବଦା ଜାତୀୟ ଆୟର ପରିବର୍ତ୍ତନଠାରୁ କମ୍ । ଆୟ ଓ ଉପଭୋଗର ଏହି ସ୍ଥିର ସମ୍ପର୍କକୁ ସ୍ଥିର ଉପଭୋଗ ଫଳନ କୁହାଯାଏ ।

3. ଉପଭୋଗ ପ୍ରବୃତ୍ତି କ’ଣ ?
Answer:
ଉପଭୋଗ ବ୍ୟୟ ଓ ସଞ୍ଚୟ ଆୟର ଦୁଇଟି ମୁଖ୍ୟ ଉପାଦାନ । ଉପଭୋଗ ପ୍ରବୃତ୍ତିର ସ୍ଵରୂପ, ହାରାହାରି ଉପଭୋଗ ପ୍ରବୃତ୍ତି ଓ ପ୍ରାନ୍ତୀୟ ଉପଭୋଗ ପ୍ରବୃଭିଦ୍ୱାରା ନିୟନ୍ତ୍ରଣ ହୋଇଥାଏ । ହାରାହାରି ଉପଭୋଗ ପ୍ରବୃତ୍ତି କହିଲେ ଉପଭୋଗ ବ୍ୟୟ ଓ ଆୟର ଅନୁପାତକୁ ସୂଚାଇଥାଏ ଏବଂ ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତି କହିଲେ ବର୍ଦ୍ଧିତ ଉପଭୋଗ ବ୍ୟୟର (ଉପଭୋଗର ପରିବର୍ତ୍ତନ) ଓ ବର୍ଷିତ ଆୟର (ଆୟର ପରିବର୍ତ୍ତନ) ଅନୁପାତକୁ ବୁଝାଇଥାଏ ।

4. ସ୍ବୟଂକ୍ରିୟ ନିବେଶ କ’ଣ ?
Answer:
ଆୟ ପରିବର୍ତ୍ତନ ସହ ନିବେଶ ପରିମାଣରେ ପରିବର୍ତ୍ତନ ନ ହେଲେ ନିବେଶକୁ ସ୍ୱାୟତ୍ତ ନିବେଶ ବୋଲି କୁହାଯାଏ । ଏହି ନିବେଶ ସରକାର କରନ୍ତି ଏବଂ ଏହା ଲାଭକୁ ଭିଭିକରି କରାଯାଏ ନାହିଁ । ଜନହିତକର କାର୍ଯ୍ୟ ପାଇଁ ବିପୁଳ ପରିମାଣ ଅର୍ଥ ପୁଞ୍ଜି ଗଠନ (ରାସ୍ତାଘାଟ, ପୋଲ, କେନାଲ, ପ୍ରତିରକ୍ଷା ଓ ଆଶ୍ରୟସ୍ଥଳ ଇତ୍ୟାଦି ନିର୍ମାଣ)ରେ ସରକାର ଯେଉଁ ଦୀର୍ଘକାଳୀନ ନିବେଶ କରନ୍ତି ତାହାକୁ ସ୍ବୟଂକ୍ରିୟ ନିବେଶ କୁହାଯାଏ ।

CHSE Odisha Class 12 Economics Chapter 13 Short Answer Questions in Odia Medium

5. ପ୍ରରୋଚିତ ନିବେଶ କ’ଣ ?
Answer:
ଆୟ ଓ ନିବେଶ ସମଦିଗରେ ପରିବର୍ତ୍ତିତ ହେଲେ ନିବେଶକୁ ପ୍ରରୋଚିତ ନିବେଶ କୁହାଯାଏ । ପ୍ରରୋଚିତ ନିବେଶ ଲାଭଦ୍ବାରା ପ୍ରଭାବିତ ହୋଇଥାଏ । ଲାଭ ଯେତେ ଅଧିକ ହେବ ପ୍ରରୋଚିତ ନିବେଶ ସେତେ ଅଧ୍ବକ ହେବ ଏବଂ ଏହି ପ୍ରକାର ନିବେଶ ଆୟର ପରିବର୍ତ୍ତନଦ୍ଵାରା ପ୍ରଭାବିତ ହୋଇଥାଏ । ବଦ୍ଧିତ ଚାହିଦାକୁ ପୂରଣ କରିବାପାଇଁ ଅତିରିକ୍ତ ଦ୍ରବ୍ୟ ଓ ସେବାର ଉତ୍ପାଦନ ନିମନ୍ତେ ନୂତନ ପୁଞ୍ଜି ଗଠନ ବା ନିବେଶର ଆବଶ୍ୟକତା ଅନୁଭୂତ ହୁଏ । ଉକ୍ତ ନିବେଶକୁ ପ୍ରରୋଚିତ ନିବେଶ ବୋଲି କୁହାଯାଏ ।

6. ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା କହିଲେ କ’ଣ ବୁଝ ?
Answer:
ସ୍ଵଳ୍ପକାଳରେ ପ୍ରରୋଚିତ ନିବେଶର ବାସ୍ତବ ପରିମାଣ ପୁଞ୍ଜିର ଉତ୍ପନ୍ନ ଶକ୍ତି ଓ ସୁଧର ହାର ଉପରେ ନିର୍ଭର କରିଥାଏ । ପୁଞ୍ଜିର ଉତ୍ପନ୍ନ ଶକ୍ତି କହିଲେ ତାହାର ଉପାର୍ଜନ କ୍ଷମତାକୁ ହିଁ ବୁଝାଇଥାଏ । ପ୍ରାନ୍ତୀୟ ପୁଞ୍ଜି ଉତ୍ପନ୍ନ ହାରକୁ ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ବୋଲି କୁହାଯାଏ । ସୁଧର ହାର ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତାଠାରୁ କମ୍ ହେଲେ, ପୁଞ୍ଜିନିବେଶ ଲାଭଦାୟକ ହୁଏ ଓ ନିବେଶ ଚାହିଦାର ବୃଦ୍ଧି ଘଟେ ।

7. ନିବେଶ ଚାହିଦାରେଖା କାହିଁକି ନିମ୍ନଗାମୀ ହୋଇଥାଏ ?
Answer:
ନିମ୍ନଗାମୀ ନିବେଶ ଚାହିଦାରେଖା ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ଓ ନିବେଶ ପରିମାଣ ମଧ୍ଯରେ ଥିବା ପ୍ରତିଲୋମୀ ସମ୍ପର୍କକୁ ସୂଚିତ କରିଥାଏ । ସୁଧର ହାର ହ୍ରାସ ପାଇଲେ ନିବେଶ ଚାହିଦା ବୃଦ୍ଧିପାଏ ଓ ସୁଧର ହାର ବୃଦ୍ଧି ହେଲେ ନିବେଶ ଚାହିଦା ହ୍ରାସ ପାଇଥାଏ । ସେହିପରି ସୁଧର ହାର ଅପରିବର୍ତ୍ତିତ ରହି ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ବୃଦ୍ଧି ହେଲେ ନିବେଶ ଚାହିଦା ବୃଦ୍ଧି ପାଇଥାଏ ଓ ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ହ୍ରାସ ହେଲେ ନିବେଶ ଚାହିଦା ହ୍ରାସ ପାଇଥାଏ ।

8. ପ୍ରଯୁଜ୍ୟ ଆୟ କ’ଣ ?
Answer:
ପାରିବାରିକ ଉପଭୋଗ ବସ୍ତୁତଃ ପାରିବାରିକ ପ୍ରଯୁଜ୍ୟ ଆୟ ଉପରେ ନିର୍ଭର କରେ । ପାରିବାରିକ ଆୟରୁ ପ୍ରତ୍ୟକ୍ଷ କର ବାଦଦେଲେ ଅବଶିଷ୍ଟାଶକୁ ପାରିବାରିକ ପ୍ରଯୁଜ୍ୟ ଆୟ କୁହାଯାଏ । ପୁନଶ୍ଚ ପାରିବାରିକ ପ୍ରଯୁଜ୍ୟ ଆୟ ଦୁଇଟି ଉପାଦାନର ସମଷ୍ଟି; ଯଥା – ଉପଭୋଗ ଓ ସଞ୍ଚୟ ।

9. ଉପଭୋଗ କୃତ୍ୟ କ’ଣ ?
Answer:
ପରିବାରର ଉପଭୋଗର ଖର୍ଚ୍ଚ ପରିବାରର ଖର୍ଚ୍ଚଯୋଗ୍ୟ ଆୟ ଉପରେ ନିର୍ଭର କରିଥାଏ । ପରିବାରର ମୋଟ ଆୟରୁ ପ୍ରତ୍ୟକ୍ଷ କରକୁ ବାଦେଲେ ଯାହା ରହିଥାଏ, ତାହାକୁ ବ୍ୟବହାରଯୋଗ୍ୟ ବା ଉପଭୋଗ କୃତ୍ୟ ଆୟ କୁହାଯାଏ ।

10. ଅବସ୍ତୀତି ବ୍ୟବଧାନ କ’ଣ ?
Answer:
ସାମୂହିକ ଚାହିଦା ପୂର୍ଣ୍ଣନିୟୋଗ ଯୋଗାଣଠାରୁ କମ୍ ହେଲେ ନିଅଣ୍ଟିଆ ଚାହିଦାଜନିତ ଅବସ୍ଥା ସୃଷ୍ଟି ହୁଏ । ଏହି ପରିସ୍ଥିତିରେ ଦାମ୍ ସ୍ତର ଓ ଲାଭ ହ୍ରାସ ପାଇ ତାହା କ୍ରମେ ଉତ୍ପାଦନ, ନିଯୁକ୍ତି ଓ ଆୟ ସ୍ତରର ହ୍ରାସ ଘଟାଏ । ଏହି ଅବସ୍ଥାକୁ ମାନ୍ଦାବସ୍ଥା କହନ୍ତି । ନିୟନ୍ତ୍ରଣ କରାଯାଇ ନ ପାରିଲେ ତାହା ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦିଏ ।

11. ସ୍ତ୍ରୀତି ବ୍ୟବଧାନ କ’ଣ ?
Answer:
ପୂର୍ଣ ନିୟୋଜନ ପ୍ରାପ୍ତି ହେଲେ ଅର୍ଥବ୍ୟବସ୍ଥାରେ ଉତ୍ପାଦନ ଓ ଆୟ ତଥା ନିଯୁକ୍ତି ଆଉ ଉଚ୍ଚସ୍ତରକୁ ବୃଦ୍ଧି ହୋଇପାରେ ନାହିଁ । ପୂର୍ଣ୍ଣନିୟୋଜନ ସନ୍ତୁଳନଠାରେ ସାମୂହିକ ଚାହିଦା ପୁନଶ୍ଚ ବୃଦ୍ଧି ପାଇଲେ ସ୍ତ୍ରୀତି ବ୍ୟବଧାନ ସୃଷ୍ଟି ହୁଏ ଓ ତାହା ଦାମ୍ ସ୍ତରକୁ ବୃଦ୍ଧି କରେ । ଅର୍ଥବ୍ୟବସ୍ଥା ମୁଦ୍ରାଙ୍ଗୀତି କବଳିତ ହୁଏ ଏବଂ ତାହା ନିୟନ୍ତ୍ରଣ ବାହାରକୁ ଗଲେ ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼େ ।

12. ଫଳପ୍ରଦ ଚାହିଦା କ’ଣ ?
Answer:
ଯେଉଁ ବିନ୍ଦୁରେ ସାମୂହିକ ଯୋଗାଣ ଦର ରେଖା ଓ ସାମୂହିକ ଚାହିଦା ଦର ରେଖା ପରସ୍ପରକୁ ଛେଦ କରନ୍ତି, ସେହି ବିନ୍ଦୁକୁ ଫଳପ୍ରଦ ଚାହିଦା କୁହାଯାଏ । ଅର୍ଥାତ୍ ଫଳପ୍ରଦ ଚାହିଦା ଯେତେ ଅଧ୍ବକ ହୁଏ, ନିୟୋଜନ ଓ ଆୟ ସ୍ତର ସେତେ ଅଧିକ ହୁଏ ଏବଂ ଫଳପ୍ରଦ ଚାହିଦା କମ୍ ହେଲେ, ନିୟୋଜନ ଓ ଆୟ ସ୍ତର କମ୍ ହୋଇଥାଏ ।

13. ବଳକା ଚାହିଦା କ’ଣ ?
Answer:
ପୂର୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ ଅଧିକ ହେଲେ “ଅଳକା ଚାହିଦାଜନିତ ପରିସ୍ଥିତି ସୃଷ୍ଟି ହୁଏ । ବଳକା ଚାହିଦା ସ୍ତ୍ରୀତି ବ୍ୟବଧାନ ସୃଷ୍ଟି କରେ ଏବଂ ବଳକା ଚାହିଦା ଜାତୀୟ ଆୟ, ସାମୂହିକ ଉତ୍ପାଦ, ସାଧାରଣ ଦାମ୍ ସ୍ତରର ବୃଦ୍ଧି ଘଟାଏ ।

14. ନିଅଣ୍ଟିଆ ଚାହିଦା କ’ଣ ?
Answer:
ପୂର୍ଣ୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ କମ୍ ହେଲେ ନିଅଣ୍ଟିଆ ଚାହିଦା ସୃଷ୍ଟି ହୁଏ । ନିଅଣ୍ଟିଆ ଚାହିଦା ଅବସ୍ତୀତି ବ୍ୟବଧାନ ସୃଷ୍ଟି କରିଥାଏ ଏବଂ ନିଅଣ୍ଟିଆ ଚାହିଦା ଜାତୀୟ ଆୟ, ସାମୂହିକ ଉତ୍ପାଦ, ସାଧାରଣ ଦାମ୍ ସ୍ତରର ହ୍ରାସ ଘଟାଏ ।

15. ପୂର୍ଣ ନିୟୋଜନ ସନ୍ତୁଳନ କ’ଣ ?
Answer:
ଯେଉଁ ଅବସ୍ଥାରେ ଅର୍ଥବ୍ୟବସ୍ଥାରେ ସାମୂହିକ ଚାହିଦା ସହ ସାମୂହିକ ଯୋଗାଣ ସମାନ ହୁଏ, ସେହି ଅବସ୍ଥାକୁ ପୂର୍ଣ୍ଣନିୟୋଜନ ସନ୍ତୁଳନ ଅବସ୍ଥା କୁହାଯାଏ । ଏହି ସନ୍ତୁଳନ ଅବସ୍ଥା ସାମୂହିକ ଯୋଗାଣ ଓ ସାମୂହିକ ଚାହିଦା ପାରସ୍ପରିକ କ୍ରିୟାଫଳରେ ଲାଭ କରାଯାଏ ।

16. ସାମୂହିକ ଯୋଗାଣ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ନିଯୁକ୍ତି ସ୍ତରରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ଉତ୍ପାଦନରେ ନିଯୁକ୍ତ ବିଭିନ୍ନ ଉପାଦାନ ଯେଉଁ ଆୟ – ଅଶେଷ, ମଜୁରି, ସୁଧ ଓ ଲାଭ-ଉପାର୍ଜନ କରନ୍ତି, ତାହାକୁ ସାମୂହିକ ଯୋଗାଣ କୁହାଯାଏ । କହିବାକୁ ଗଲେ ଏକବର୍ଷ ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥାରେ ଦ୍ରବ୍ୟ ଓ ସେବାର ପ୍ରବାହ ହିଁ ସାମୁହିକ ଯୋଗାଣ ।

CHSE Odisha Class 12 Economics Chapter 13 Short Answer Questions in Odia Medium

17. ସାମୂହିକ ଚାହିଦା କ’ଣ ?
Answer:
ଗୋଟିଏ ଅର୍ଥବ୍ୟବସ୍ଥାରେ ଏକବର୍ଷ ମଧ୍ୟରେ ନିର୍ଘଣ୍ଟ ପରିମାଣର ନିଯୁକ୍ତି ଯୋଗୁଁ ଯେଉଁ ଅର୍ଥ ମିଳେ, ଯାହାକୁ କ୍ରେତାଗଣ ବିଭିନ୍ନ ପ୍ରକାରର ଦ୍ରବ୍ୟ ଓ ସେବା ଉପରେ ବ୍ୟୟ କରନ୍ତି, ତାହାକୁ ସାମୂହିକ ଚାହିଦା କୁହାଯାଏ । ଅନ୍ୟ ଅର୍ଥରେ କୌଣସି ନିର୍ଦ୍ଦିଷ୍ଟ ବର୍ଷରେ ଅର୍ଥବ୍ୟବସ୍ଥାରେ ଉତ୍ପାଦନକାରୀ ଉତ୍ପାଦିତ ଦ୍ରବ୍ୟ ଓ ସେବା ବିକ୍ରୟ କରି ଯେଉଁ ସର୍ବାଧ‌ିକ ଆୟର ପ୍ରତ୍ୟାଶା କରନ୍ତି, ତାହାକୁ ସାମୂହିକ ଚାହିଦା କୁହାଯାଏ ।

18. ନିଟ୍ ରପ୍ତାନି ଚାହିଦା କହିଲେ କ’ଣ ବୁଝ ?
Answer:
ଗୋଟିଏ ଦେଶର ରପ୍ତାନି ଆୟରୁ ଆମଦାନି ବ୍ୟୟ ବାଦ୍ ଦେଲେ ଯେଉଁ ଅବଶିଷ୍ଟ୍ୟଶ ରହେ, ତାହାକୁ ଦେଶର ନିଟ୍ ରପ୍ତାନି ଆୟ କୁହାଯାଏ । ଦେଶର ନିଟ୍ ରପ୍ତାନି ଚାହିଦାକୁ ସମ୍ପୃକ୍ତ ଦେଶର ସାମୂହିକ ଚାହିଦାର ଏକ ଅଂଶ ବୋଲି ବିବେଚନା କରାଯାଏ ।

19. ଆୟ ଓ ନିଯୁକ୍ତିର ସନ୍ତୁଳନ ସ୍ତର କ’ଣ ?
Answer:
ଉଭୟ ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ଅର୍ଥବ୍ୟବସ୍ଥାରେ ଆୟ ଓ ନିଯୁକ୍ତି ସ୍ତର ତଥା ଉତ୍ପାଦନକୁ ନିର୍ଦ୍ଧାରିତ କରିଥା’ନ୍ତି । ଆୟ ଓ ନିଯୁକ୍ତିର ଯେଉଁ ସ୍ତରରେ ଉଭୟ ପରସ୍ପର ସହିତ ସମାନ ହୁଅନ୍ତି, ତାହାକୁ ସନ୍ତୁଳନ ଆୟ ଓ ନିୟୋଜନ ସ୍ତର ବୋଲି କୁହାଯାଏ । ଏହି ଆୟ ସ୍ତରରେ ପ୍ରତ୍ୟାଶିତ ସଞ୍ଚୟ ଏବଂ ପ୍ରତ୍ୟାଶିତ ନିବେଶ ପରସ୍ପର ସହିତ ସମାନ ହୋଇଥାଏ ।

20. ପ୍ରତ୍ୟାଶିତ ନିବେଶ ପ୍ରତ୍ୟାଶିତ ସଞ୍ଚୟଠାରୁ ଅଧ‌ିକ ହେଲେ ଆୟ ଓ ନିୟୋଜନ ସ୍ତରରେ କ’ଣ ପରିବର୍ତ୍ତନ ହୁଏ ?
Answer:
ସନ୍ତୁଳନ ବିନ୍ଦୁରେ ଉଭୟ ସାମୂହିକ ଚାହିଦା ସାମୂହିକ ଯୋଗାଣ ସମାନ ରହେ । ପ୍ରତ୍ୟାଶିତ ନିବେଶ ପ୍ରତ୍ୟାଶିତ ସଞ୍ଚୟଠାରୁ ଅଧିକ ହେଲେ ଆୟ ଓ ନିୟୋଜନ ସ୍ତର ବୃଦ୍ଧି ପାଏ । ଅଧିକ ଆୟରେ ସଞ୍ଚୟର ପରିମାଣ ଅଧିକ ହୁଏ ଏବଂ ତାହା ନିବେଶ ସହିତ ସମାନ ହେବା ଫଳରେ ଅର୍ଥବ୍ୟବସ୍ଥାର ସନ୍ତୁଳନ ଅବସ୍ଥା ପୁନଃ ଅବସ୍ଥାପିତ ହୋଇଥାଏ ।

21. ପ୍ରତ୍ୟାଶିତ ସଞ୍ଚୟ ପ୍ରତ୍ୟାଶିତ ନିବେଶଠାରୁ ଅଧ‌ିକ ହେଲେ ଆୟ ଓ ନିୟୋଜନ ସ୍ତରରେ କ’ଣ ପରିବର୍ତ୍ତନହୁଏ ?
Answer:
ସନ୍ତୁଳନ ବିନ୍ଦୁରେ ଉଭୟ ସାମୂହିକ ଯୋଗାଣ ଏବଂ ‘ସାମୂହିକ ଚାହିଦାର ସମାନତା ରହେ । କିନ୍ତୁ ପ୍ରତ୍ୟାଶିତ ସଞ୍ଚୟ ପ୍ରତ୍ୟାଶିତ ନିବେଶଠାରୁ ଅଧିକ ହେଲେ ସାମୂହିକ ଚାହିଦା ହ୍ରାସ ପାଏ । ଆୟ ଓ ନିଯୁକ୍ତିର ହ୍ରାସ ଘଟେ । ଏହି ପରିସ୍ଥିତିରେ ସଞ୍ଚୟର ପରିମାଣ ହ୍ରାସ ପାଏ ଏବଂ ଅର୍ଥବ୍ୟବସ୍ଥା ଏକ ନିମ୍ନ ଆୟ ସ୍ତରରେ ପୁନଃ ସନ୍ତୁଳନ ଅବସ୍ଥାକୁ ଫେରିଆସେ ।

22. ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା କହିଲେ କ’ଣ ବୁଝ ?
Answer:
ସରକାରଙ୍କୁ ଦ୍ରବ୍ୟ ଓ ସେବାର ଏକ ପ୍ରଧାନ କ୍ରେତା ହିସାବରେ ଅଭିହିତ କରାଯାଏ । ତେଣୁ ଦେଶର ସାମୂହିକ ଉନ୍ନତି ତଥା ନାଗରିକମାନଙ୍କର ମଙ୍ଗଳ ସକାଶେ ସରକାର ବିଦ୍ୟାଳୟ, ମହାବିଦ୍ୟାଳୟ, ସ୍ବାସ୍ଥ୍ୟକେନ୍ଦ୍ର, ରାସ୍ତାଘାଟ ତଥା ଗମନାଗମନ, ଜଳସେଚନ ତଥା ଶକ୍ତି ପ୍ରକଳ୍ପ ଇତ୍ୟାଦି ନିର୍ମାଣ କରନ୍ତି । ସୁତରାଂ ବହୁବିଧ ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା ଆଧୁନିକ ଅର୍ଥବ୍ୟବସ୍ଥାରେ ସାମୂହିକ ଚାହିଦାର ଏକ ପ୍ରଧାନ ଉପାଦାନ ହୋଇଥାଏ ।

23. ସ୍ଵଳ୍ପକାଳରେ ସମୁଦାୟ ଯୋଗାଣ ବୃଦ୍ଧି କିପରି ଅଧୂକରୁ ଅଧ‌ିକ ନିୟୋଜନଦ୍ୱାରା ସମ୍ଭବ ହୋଇଥାଏ ?
Answer:
ସମୁଦାୟ ଯୋଗାଣ କହିଲେ ଏକ ନିର୍ଦ୍ଦିଷ୍ଟ ବର୍ଷରେ ବିକ୍ରୟ ହେଉଥ‌ିବା ଦ୍ରବ୍ୟ ପରିମାଣକୁ ବୁଝାଏ । ଏହାକୁ ମଧ୍ୟ ନିଟ୍ ଜାତୀୟ ଉତ୍ପାଦ କୁହାଯାଏ । ଯୋଗାଣର ବୃଦ୍ଧି ଦୁଇଟି କାରଣରୁ ସମ୍ଭବ ହୋଇଥାଏ । ପ୍ରଥମଟି ହେଲା ଅଧ୍ଵରୁ ଅଧ୍ଵକ ନିୟୋଜନ ଓ ଦ୍ୱିତୀୟଟି ହେଲା ଉତ୍ପାଦନ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ । କିନ୍ତୁ ସ୍ଵଳ୍ପକାଳରେ ଜ୍ଞାନକୌଶଳର ଉନ୍ନତି ସମ୍ଭବ ହୋଇପାରେ ନାହିଁ । ତେଣୁ ସ୍ଵଳ୍ପକାଳରେ ସମୁଦାୟ ଯୋଗାଣର ବୃଦ୍ଧି କେବଳ ଅଧ୍ଵରୁ ଅଧୂକ ନିୟୋଜନରୁ ସମ୍ଭବ ହୋଇଥାଏ ।

24. ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ନିୟୋଜନ ସ୍ତର କିପରି ନିର୍ଦ୍ଧାରଣ କରିଥା’ନ୍ତି ?
Answer:
ନିୟୋଜନ ଉଭୟ ଉତ୍ପାଦନ ଓ ଚାହିଦା ଉପରେ ନିର୍ଭର କରେ । ଉତ୍ପାଦନକାରୀ, ଉତ୍ପାଦନ ପରିମାଣ ନିର୍ଦ୍ଧାରଣ କରିବା ଲାଗି ବଜାର ଚାହିଦା ସ୍ଥିତିକୁ ବିଚାରକୁ ନେଇଥା’ନ୍ତି । ତେଣୁ ନିୟୋଜନ ନିର୍ଦ୍ଧାରଣ କ୍ଷେତ୍ରରେ ଉଭୟ ଉତ୍ପାଦନ ଓ ଚାହିଦାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ସନ୍ତୁଳନ ଅବସ୍ଥାରେ ହିଁ କେବଳ ନିୟୋଜନ ନିର୍ଦ୍ଧାରଣ କରାଯାଏ । ସନ୍ତୁଳନ ଅବସ୍ଥାରେ ପରିବର୍ତ୍ତନ ମଧ୍ୟ ନିୟୋଜନ ନିର୍ଦ୍ଧାରଣ କରିଥାଏ । ସନ୍ତୁଳନ ଅବସ୍ଥାରେ ପରିବର୍ତ୍ତନ ମଧ୍ୟ ନିୟୋଜନ ସ୍ଥିତିରେ ପରିବର୍ତ୍ତନ ଆଣିଥାଏ ।

25. ସାମୁହିକ ଚାହିଦା କିପରି ଉତ୍ପାଦନକାରୀଙ୍କ ଆୟର ସମଷ୍ଟି ?
Answer:
ଗୋଟିଏ ଅର୍ଥବ୍ୟବସ୍ଥାରେ ଏକବର୍ଷ ମଧ୍ୟରେ ନିର୍ଦ୍ଦିଷ୍ଟ ପରିମାଣର ନିଯୁକ୍ତି ଯୋଗୁଁ ଯେଉଁ ଅର୍ଥ ମିଳେ, ତାହାକୁ କ୍ରେତାଗଣ ବିଭିନ୍ନ ପ୍ରକାରର ଦ୍ରବ୍ୟ ଓ ସେବା ଉପରେ ବ୍ୟୟ କରନ୍ତି | ଦ୍ରବ୍ୟ ପ୍ରତି ଯେତିକି ଚାହିଦା ସୃଷ୍ଟି ହୁଏ, ଉତ୍ପାଦନକାରୀ ସେତିକି ବିକ୍ରୟ କରି ଆୟ ଲାଭ କରନ୍ତି । ତେଣୁ ସାମୂହିକ ଚାହିଦା ଗୁଣନ ଦ୍ରବ୍ୟ ପ୍ରତି ଦର, ଉତ୍ପାଦନକାରୀଙ୍କ ଆୟ ସଙ୍ଗେ ସମାନ ହୋଇଥାଏ ।

26. କିପରି ସାମୂହିକ ଯୋଗାଣ ଦର ନିଯୁକ୍ତିର ଏକ ଫଳନ ?
Answer:
ସାମୂହିକ ଯୋଗାଣ ଦର ନିଯୁକ୍ତିର ପରିମାଣ ଉପରେ ନିର୍ଭରଶୀଳ । ଅର୍ଥାତ୍ ସାମୁହିକ ଯୋଗାଣ ଦର ନିଯୁକ୍ତିର ପରିମାଣ ଉପରେ ନିର୍ଭରଶୀଳ ଏବଂ ନିଯୁକ୍ତିର ବୃଦ୍ଧି ଓ ହ୍ରାସ ଯୋଗୁଁ ସାମୂହିକ ଯୋଗାଣ ଦରର ବୃଦ୍ଧି ଓ ହ୍ରାସ ହୁଏ । ସାମୂହିକ ଯୋଗାଣ ଦର ଅର୍ଥ ବ୍ୟବସ୍ଥାର ସମସ୍ତ ଉତ୍ପାଦନ ଉପାଦାନମାନଙ୍କର ଆୟ ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି| ଛଅଟି ବାକ୍ୟରେ ଦିଅ ।

1. ସାମୁହିକ ଚାହିଦା :
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଅର୍ଥବ୍ୟବସ୍ଥାରେ ଦ୍ରବ୍ୟ ଓ ସେବା ପାଇଁ ବ୍ୟୟ କରାଯାଉଥିବା ସାମଗ୍ରିକ ଖର୍ଚ୍ଚକୁ ସାମୂହିକ ଚାହିଦା କୁହାଯାଏ । ଅର୍ଥାତ୍‌ କୌଣସି ନିର୍ଦ୍ଦିଷ୍ଟ ବର୍ଷରେ ଅର୍ଥବ୍ୟବସ୍ଥାରେ ଉତ୍ପାଦନକାରୀମାନଙ୍କ ଉତ୍ପାଦିତ ଦ୍ରବ୍ୟ ଓ ସେବା ବିକ୍ରୟ କରି ଯେଉଁ ସର୍ବାଧ‌ିକ ଆୟର ପ୍ରତ୍ୟାଶା କରନ୍ତି ତାହାକୁ ସାମୁହିକ ଚାହିଦା କୁହାଯାଏ । ସାମୂହିକ ଚାହିଦା ଅର୍ଥବ୍ୟବସ୍ଥାରେ ନିୟୋଜନ ସ୍ତର ଉପରେ ନିର୍ଭର କରେ । ସାମୂହିକ ଚାହିଦାର ଉପାଂଶଗୁଡ଼ିକ ହେଲା ପାରିବାରିକ ଉପଭୋଗ ଚାହିଦା, ବିନିଯୋଗ ଚାହିଦା, ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା, ନିଟ୍ ରପ୍ତାନି । ଏସବୁର ସମଷ୍ଟିରୁ ସାମୁହିକ ଚାହିଦାର ଚିତ୍ର ପ୍ରତିଫଳିତ ହୋଇଥାଏ ।
ସାମୂହିକ ଚାହିଦା = ଉପଭୋଗ ଚାହିଦା + ବିନିଯୋଗ ଚାହିଦା !
ଉପଭୋଗ ଚାହିଦା ପରିବାର ମଧ୍ୟରୁ ସୃଷ୍ଟି ହୋଇଥାଏ ଏବଂ ବିନିଯୋଗ ଚାହିଦା ପ୍ରତିଷ୍ଠାନରୁ ସୃଷ୍ଟି ହୋଇଥାଏ ।

CHSE Odisha Class 12 Economics Chapter 13 Short Answer Questions in Odia Medium

2. ସାମୂହିକ ଯୋଗାଣ :
Answer:
କୌଣସି ଅର୍ଥବ୍ୟବସ୍ଥାରେ ଏକ ନିର୍ଦ୍ଦିଷ୍ଟ ବର୍ଷରେ ଉତ୍ପାଦନ କରାଯାଉଥ‌ିବା ସମସ୍ତ ଦ୍ରବ୍ୟ ଓ ସେବାର ସମଷ୍ଟିକୁ ସାମୂହିକ ଯୋଗାଣ କୁହାଯାଏ । ଏହିସବୁ ଦ୍ରବ୍ୟ ଓ ସେବା, ବ୍ୟକ୍ତିବିଶେଷ, ପ୍ରତିଷ୍ଠାନ ବା ସରକାରଙ୍କଦ୍ବାରା ଉତ୍ପାଦିତ ହୋଇଥାଏ । ତେଣୁ ସାମୂହିକ ଯୋଗାଣ କହିଲେ ଦେଶର ନିଟ୍ ଜାତୀୟ ଉତ୍ପାଦକୁ ବୁଝାଇଥାଏ । ଏହିସବୁ ଦ୍ରବ୍ୟ ଓ ସେବା ଉତ୍ପାଦନ କରିବାରେ ଯାହା ଖର୍ଚ୍ଚ ହୁଏ ତାହା ଉତ୍ପାଦନକାରୀ ବିକ୍ରୟ କରି ଆୟ ସ୍ୱରୂପ ଅର୍ଜନ କରିଥା’ନ୍ତି । ଏହି ଆୟରୁ ସେ ଅଶେଷ, ମଜୁରି, ସୁଧ ଓ ଲାଭ ପରିଶୋଧ କରିଥା’ନ୍ତି । ତେଣୁ ଅଶେଷ, ମଜୁରି, ସୁଧ ଓ ଲାଭର ସମାହାର ସାମୂହିକ ଯୋଗାଣର ପ୍ରତୀକ । ଏହି ପ୍ରକ୍ରିୟାରେ ସୃଷ୍ଟ ଆୟ ଉପଭୋଗ ଉଦ୍ଦେଶ୍ୟରେ ଖର୍ଚ୍ଚ ହୁଏ ବା ସଞ୍ଚୟ ହୋଇଥାଏ । ତେଣୁ ସାମୂହିକ ଯୋଗାଣକୁ ଉପଭୋଗ ଓ ସଞ୍ଚୟର ସମଷ୍ଟିରୂପେ ବ୍ୟାଖ୍ୟା କରାଯାଇପାରେ । ନିୟୋଜନ ସ୍ତର ସହିତ ସାମୂହିକ ଯୋଗାଣର ପ୍ରତ୍ୟକ୍ଷ ସମ୍ପର୍କ ରହିଥ‌ିବାରୁ ସାମୂହିକ ଯୋଗାଣରେଖା ବାମରୁ ଡାହାଣକୁ ଊର୍ଦ୍ଧ୍ୱଗାମୀ ହୋଇଥାଏ ।

3. ଉପଭୋଗ କୃତ୍ୟ :
Answer:
ପରିବାରର ଉପଭୋଗର ଖର୍ଚ୍ଚ ପରିବାରର ଖର୍ଜଯୋଗ୍ୟ ଆୟ ଉପରେ ନିର୍ଭର କରିଥାଏ । ପରିବାରର ମୋଟ ଆୟରୁ ପ୍ରତ୍ୟକ୍ଷ କରକୁ ବାଦ୍ ଦେଲେ ଯାହା ରହିଥାଏ ତାହାକୁ ବ୍ୟବହାର ଯୋଗ୍ୟ ବା ଖର୍ଚ୍ଚଯୋଗ୍ୟ ଆୟ କୁହାଯାଏ । ଏହି ବ୍ୟବହାରଯୋଗ୍ୟ ଆୟ ଓ ଉପଭୋଗ ମଧ୍ୟରେ ଥ‌ିବା ସମ୍ପର୍କକୁ ଉତ୍ପାଦନ ଫଳନ ବା ଉତ୍ପାଦନ କୃତ୍ୟ କୁହାଯାଏ । କୌଣସି ଅର୍ଥବ୍ୟବସ୍ଥାରେ ଆୟର ପରିମାଣ ବୃଦ୍ଧି ସହ ଉପଭୋଗର ପରିମାଣ ବୃଦ୍ଧି ହୋଇଥାଏ । ମାତ୍ର ଉପଭୋଗ ବୃଦ୍ଧିର ପରିମାଣ ଆୟର ବୃଦ୍ଧିର ପରିମାଣରୁ କମ୍ ହୋଇଥାଏ । ତେଣୁ ଉପଭୋଗ ବ୍ୟୟ ଓ ପାରିବାରିକ ଆୟ ମଧ୍ୟରେ ଥ‌ିବା ସମ୍ପର୍କକୁ ଉପଭୋଗ କୃତ୍ୟ ବା ଫଳନ କୁହାଯାଏ । ଏହି ଉପଭୋଗ କୃତ୍ୟ ଆୟ ନିର୍ଦ୍ଧାରଣ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

4. ପୂର୍ଣ୍ଣ ନିୟୋଜନ ସନ୍ତୁଳନ :
Answer:
ଯେଉଁ ଅବସ୍ଥାରେ ଅର୍ଥବ୍ୟବସ୍ଥାରେ ସାମୂହିକ ଚାହିଦା ସହ ସାମୂହିକ ଯୋଗାଣ ସମାନ ହୁଏ ସେହି ଅବସ୍ଥାକୁ ପୂର୍ଣ୍ଣ ନିୟୋଜନ ସନ୍ତୁଳନ ଅବସ୍ଥା କୁହାଯାଏ । ଏହି ସନ୍ତୁଳନ ଅବସ୍ଥା ସାମୂହିକ ଚାହିଦା ସାମୂହିକ ଯୋଗାଣର ପାରସ୍ପରିକ କ୍ରିୟା ଫଳରେ ଲାଭ କରାଯାଇଥାଏ । ଏହି ଅବସ୍ଥାରେ ନିର୍ଦ୍ଧାରିତ ମଜୁରି ହାରରେ କାର୍ଯ୍ୟ କରିବାକୁ ଆଗ୍ରହୀ ଶ୍ରମିକ କାର୍ଯ୍ୟ କରିବାର ସୁଯୋଗ ପାଇଥା’ନ୍ତି । ଅନ୍ୟ ଅର୍ଥରେ, ଯେଉଁ ଅବସ୍ଥା ବା ସ୍ତରରେ ଦେଶର ସମସ୍ତ ସମ୍ବଳର ଉପଯୋଗ ହୋଇଥାଏ ଏବଂ ଉତ୍ପାଦନ ସର୍ବାଧ‌ିକ ହୋଇଥାଏ ତାହାକୁ ପୂର୍ଣ୍ଣ ନିୟୋଜନ ସନ୍ତୁଳନ ଅବସ୍ଥା କୁହାଯାଏ । ପୂର୍ଣ୍ଣ ନିୟୋଜନ ସନ୍ତୁଳନ ପ୍ରାପ୍ତି ହେଲେ ଅର୍ଥବ୍ୟବସ୍ଥାରେ ଉତ୍ପାଦନ ଓ ଆୟ ତଥା ନିଯୁକ୍ତି ଆଉ ଉଚ୍ଚସ୍ତରକୁ ବୃଦ୍ଧି ହୋଇପାରେ ନାହିଁ । ପୂର୍ଣ୍ଣ ନିୟୋଜନ ସନ୍ତୁଳନ ପରେ ସାମୂହିକ ଚାହିଦା ପୁନଶ୍ଚ ବୃଦ୍ଧି ପାଇଲେ ସ୍ତ୍ରୀତି ବ୍ୟବଧାନ ସୃଷ୍ଟି ହୁଏ ।

5. ପାରିବାରିକ ଉପଭୋଗ ଚାହିଦା :
Answer:
ଏହା ସାମୂହିକ ଚାହିଦାର ଏକ ପ୍ରଧାନ ଉପାଦାନ । ପ୍ରତ୍ୟେକ ପରିବାରର ମୌଳିକ ଆବଶ୍ୟକତା, ଆରାମ ଓ ବିଳାସବ୍ୟସନ ପାଇଁ କେତେଗୁଡ଼ିଏ ଦ୍ରବ୍ୟ ଓ ସେବା ଦରକାର କରନ୍ତି । ସେହିସବୁ ଦ୍ରବ୍ୟ ଓ ସେବାଗୁଡ଼ିକର ମୂଲ୍ୟକୁ ପାରିବାରିକ ଉପଭୋଗ ଚାହିଦା କୁହାଯାଏ । ପରିବାରମାନେ ଉପଭୋଗ ବାବଦରେ ଯେଉଁ ବ୍ୟୟ କରନ୍ତି, ତାହାକୁ ପାରିବାରିକ ଉପଭୋଗ ବ୍ୟୟ ଓ କ୍ରୟ ହେଉଥ‌ିବା ଦ୍ରବ୍ୟ ଓ ସେବା ଆଦିକୁ ପାରିବାରିକ ଉପଭୋଗ ଚାହିଦା କୁହାଯାଏ । ପାରିବାରିକ ଉପଭୋଗ ପାରିବାରିକ୍ ପ୍ରଯୁଜ୍ୟ ଆୟ ଉପରେ ନିର୍ଭର କରେ । ପାରିବାରିକ ଆୟରୁ ପ୍ରତ୍ୟକ୍ଷ କର ବାଦ୍ ଦେଲେ ଅବଶିଷ୍ଟଶକୁ ପାରିବାରିକ ପ୍ରଯୁଜ୍ୟ ଆୟ କୁହାଯାଏ । ପାରିବାରିକ ପ୍ରଯୁଜ୍ୟ ଆୟ ଦୁଇଟି ଉପାଦାନର ସମଷ୍ଟି; ଯଥା – ଉପଭୋଗ ଓ ସଞ୍ଚୟ । ଆୟ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଉପଭୋଗ ବ୍ୟୟ ମଧ୍ୟ ବୃଦ୍ଧି ହୁଏ, ମାତ୍ର ଉପଭୋଗ ବ୍ୟୟର ବୃଦ୍ଧିହାର ଆୟର ବୃଦ୍ଧିହାର ତୁଳନାରେ ସ୍ଵଳ୍ପତର ହୋଇଥାଏ ।

6. ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତି :
Answer:
ଉପଭୋଗ ବ୍ୟୟ ଏବଂ ଆୟ ସମଦିଗରେ ଗତି କରୁଥିଲେ ମଧ୍ୟ ଆୟର ବୃଦ୍ଧିହାର ତୁଳନାରେ ଉପଭୋଗ ବ୍ୟୟର ବୃଦ୍ଧିହାର ସ୍ଵଳ୍ପତର ହୋଇଥାଏ । ଏହାକୁ ଉପଭୋଗ ପ୍ରବୃତ୍ତି କୁହାଯାଏ । ଉପଭୋଗ ପ୍ରବୃତ୍ତିର ସ୍ବରୂପ ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତିଦ୍ଵାରା ପ୍ରଭାବିତ ହୋଇଥାଏ । ଉପଭୋଗ ପ୍ରବୃତ୍ତି ଆୟ ଏବଂ ଉପଭୋଗ ବ୍ୟୟ ମଧ୍ୟରେ ଥିବା ସମ୍ବନ୍ଧକୁ ଦର୍ଶାଇଥାଏ । ପରିବର୍ତ୍ତିତ ଉପଭୋଗ ବ୍ୟୟ ଏବଂ ପରିବର୍ତ୍ତିତ ଆୟର ଅନୁପାତକୁ ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତି କୁହାଯାଏ । ସାଙ୍କେତିକ ଭାଷାରେ ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତିକୁ \(\frac{\Delta \mathrm{C}}{\Delta \mathrm{Y}}\) ଭାବେ ଉଲ୍ଲେଖ କରାଯାଏ । ଯେଉଁଠାରେ ΔC – ଉପଭୋଗ ବ୍ୟୟର ପରିବର୍ତ୍ତନ ଏବଂ ΔY – ଆୟର ପରିବର୍ତ୍ତନ ।

7. ଘରୋଇ ନିବେଶ ଚାହିଦା :
Answer:
ଘରୋଇ ନିବେଶ ଚାହିଦା ସାମୂହିକ ଚାହିଦାର ଅନ୍ୟ ଏକ ପ୍ରଧାନ ଉପାଦାନ । ନୂତନ ପୁଞ୍ଜି ଗଠନ ନିମିତ୍ତ ଯେଉଁ ବ୍ୟୟ କରାଯାଏ, ତାହାକୁ ନିବେଶ କୁହାଯାଏ । ନିବେଶ ମାଧ୍ୟମରେ ଉଦ୍ୟୋକ୍ତା ଲାଭ ପାଇଥାଏ । ନିବେଶ ଚାହିଦା ଦୁଇଟି ଉପାଦାନ ଉପରେ ନିର୍ଭର କରେ; ଯଥା – ସୁଧ ହାର ଓ ପୁଞ୍ଜିର ଉତ୍ପନ୍ନ ଶକ୍ତି । କୌଣସି ପୁଞ୍ଜି ଦ୍ରବ୍ୟର ପ୍ରତ୍ୟାଶିତ ଉତ୍ପନ୍ନ ବା ଆଶା କରାଯାଉଥିବା ଲାଭକୁ ପୁଞ୍ଜିର ଉତ୍ପନ୍ନ ଶକ୍ତି ବୋଲି କୁହାଯାଏ । ଯଦି ନିବେଶର ବିକଳ୍ପ ପରିବ୍ୟୟ (ସୁଧହାର) ପୁଞ୍ଜିର ଉତ୍ପନ୍ନ ଶକ୍ତିଠାରୁ କମ୍ ହୁଏ, ତେବେ ନିବେଶ ଲାଭଦାୟକ ହୋଇଥାଏ । ତେଣୁ ନିବେଶ ଚାହିଦାର ବୃଦ୍ଧି ଘଟେ । ଅନ୍ୟପକ୍ଷରେ ଯଦି ସୁଧହାର ପୁଞ୍ଜିର ଉତ୍ପନ୍ନ ଶକ୍ତିଠାରୁ ଅଧିକ ହୁଏ, ତେବେ ନିବେଶଲାଭଦାୟକ ହୁଏ ନାହିଁ । ତେଣୁ ନିବେଶ ଚାହିଦା କମ୍ ହୁଏ । ସୁତରାଂ ନିବେଶ ଚାହିଦା ବୃଦ୍ଧି ହେବା ଫଳରେ ଅର୍ଥବ୍ୟବସ୍ଥାରେ ଉତ୍ପାଦନ, ଆୟ ଓ ନିଯୁକ୍ତିର ପରିମାଣ ବୃଦ୍ଧି ପାଏ ।

8. ନିଟ୍ ରପ୍ତାନି ଚାହିଦା :
Answer:
ବର୍ତ୍ତମାନ ସମୟରେ ପ୍ରତ୍ୟେକ ଦେଶର ଅର୍ଥବ୍ୟବସ୍ଥା ଉନ୍ମୁକ୍ତ । ଅର୍ଥାତ୍ ବିଶ୍ବର ଅନ୍ୟାନ୍ୟ ଦେଶମାନଙ୍କ ସହିତ ପ୍ରତ୍ୟେକ ଦେଶର ବାଣିଜ୍ୟ କାରବାର କରାଯାଇଥାଏ । ରପ୍ତାନି ଯୋଗୁଁ ଦେଶ ବୈଦେଶିକ ମୁଦ୍ରା ଅର୍ଜନ କରୁଥିବାବେଳେ ଆମଦାନି ଯୋଗୁଁ ଦେଶକୁ ବୈଦେଶିକ ମୁଦ୍ରା ବ୍ୟୟ କରିବାକୁ ପଡ଼ିଥାଏ । ଗୋଟିଏ ଦେଶର ରପ୍ତାନି ଆୟରୁ ଆମଦାନି ବ୍ୟୟ ବାଦ୍ ଦେଲେ ଯେଉଁ ଅବଶିଷ୍ଟ୍ୟଶ ରହେ, ତାହାକୁ ଦେଶର ନିଟ୍ ରପ୍ତାନି ଆୟ କୁହାଯାଏ । ଏହି ଆୟକୁ ରପ୍ତାନିକାରୀମାନେ ଉପଭୋଗ ବା ନିବେଶ ବାବଦରେ ବ୍ୟୟ କରିଥା’ନ୍ତି । ସେହି ଦୃଷ୍ଟିରୁ ଏହା ସାମୂହିକ ଚାହିଦାର ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ ଭାବେ ପରିଗଣିତ ହୋଇଥାଏ । ଅବଶ୍ୟ ଏହା ସର୍ବଦା ଧନାତ୍ମକ ହୋଇ ନ ପାରେ ।

9. ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କର ଚାହିଦା :
Answer:
ଆଧୁନିକ ଅର୍ଥବ୍ୟବସ୍ଥାରେ ସରକାରଙ୍କ ଭୂମିକା ଉଲ୍ଲେଖଯୋଗ୍ୟ । କାରଣ ସରକାରଙ୍କୁ ଦ୍ରବ୍ୟ ଓ ସେବାର ଏକ ପ୍ରଧାନ କ୍ରେତା ହିସାବରେ ଅଭିହିତ କରାଯାଉଛି । ପୁନଶ୍ଚ ଦେଶର ସାମୂହିକ ଉନ୍ନତି ଏବଂ ଜନକଲ୍ୟାଣ ସରକାରଙ୍କ ମୂଳ ଆଭିମୁଖ୍ୟ । ତେଣୁ ଦେଶର ସାମୁହିକ ଉନ୍ନତି ତଥା ନାଗରିକମାନଙ୍କର ମଙ୍ଗଳ ପାଇଁ ସରକାର ବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର, ରାସ୍ତାଘାଟ ତଥା ଗମନାଗମନ, ଜଳସେଚନ ତଥା ଶକ୍ତି ପ୍ରକଳ୍ପ ଇତ୍ୟାଦି ନିର୍ମାଣ କରନ୍ତି । ଏତଦ୍‌ବ୍ୟତୀତ, ଆଇନଶୃଙ୍ଖଳା ରକ୍ଷା ଓ ନ୍ୟାୟ ପ୍ରଦାନ କରିବା, ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଦରଦାମ୍ ସ୍ଥିର ରଖ୍ ସୁଲଭ ମୂଲ୍ୟରେ ଦ୍ରବ୍ୟ ଯୋଗାଇଦେବା, କୃଷି ତଥା ଶିଳ୍ପର ଉନ୍ନତି ପାଇଁ ଭିତ୍ତିଭୂମି ଓ ଶକ୍ତି ପ୍ରକଳ୍ପ ନିର୍ମାଣ କରିବା ଇତ୍ୟାଦି ସରକାରଙ୍କର ବହୁବିଧ କାର୍ଯ୍ୟାବଳୀର ନମୁନା ମାତ୍ର । ସୁତରାଂ ବହୁବିଧ ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା ଆଧୁନିକ ଅର୍ଥବ୍ୟବସ୍ଥାରେ ସାମୂହିକ ଚାହିଦାର ଏକ ପ୍ରଧାନ ଉପାଦାନ ହୋଇଛି ।

CHSE Odisha Class 12 Economics Chapter 13 Short Answer Questions in Odia Medium

10. କେନ୍‌ସ୍‌ଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ :
Answer:
ପ୍ରଫେସର ଜେ.ଏମ୍.କେନ୍‌ସ୍ ତାଙ୍କ ସ୍ୱରଚିତ ପୁସ୍ତକ ‘ନିଯୁକ୍ତି, ସୁଧ ଓ ମୁଦ୍ରାର ସାଧାରଣ ତତ୍ତ୍ବ’ରେ ଏକ ଆୟ ତଥା ନିଯୁକ୍ତି ସମ୍ବନ୍ଧୀୟ ତତ୍ତ୍ଵ ରଚନା କରିଥିଲେ । ୧୯୩୦ ଦଶକରେ ବିଶ୍ବରେ ମହାସଙ୍କୋଚନ ସୃଷ୍ଟି ହେବା ଫଳରେ ବେକାର ସମସ୍ୟା ଉତ୍କଟତର ହେଲା ଓ ଦରଦାମ୍ ତଥା ଜାତୀୟ ଆୟ ହ୍ରାସ ପାଇଲା । ଫଳରେ ବିଶ୍ବରେ ମାନ୍ଦାବସ୍ଥା ଅନୁଭୂତ ହେଲା । ସଂସ୍ଥାପକ ଅର୍ଥଶାସ୍ତ୍ରୀଙ୍କଦ୍ୱାରା ଆହୂତ ମଜୁରି ଦର ନମନୀୟତା ଓ ସୁଧହାର ନମନୀୟତା ସତ୍ତ୍ଵେ ସମସ୍ୟାଗୁଡ଼ିକ ତୀବ୍ରତର ହେଲା । ଏହି ସମୟରେ ପ୍ରଫେସର କେନ୍ସ ତାଙ୍କ ସ୍ବରଚିତ ପୁସ୍ତକରେ ସଂସ୍ଥାପକ ନିଯୁକ୍ତି ତଥା ଆୟ ତତ୍ତ୍ଵକୁ କେବଳ ଯେ ଭୁଲ୍ ରୂପେ ପ୍ରମାଣିତ କଲେ ତା’ ନୁହେଁ ବରଂ ଏକ ସରଳ ଆୟ ତଥା ନିଯୁକ୍ତି ତତ୍ତ୍ଵ ରଚନା କରିଥିଲେ । ସାମୂହିକ ଚାହିଦାର ସ୍ଵଳ୍ପତା ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ଓ ତଦ୍ଵଜନିତ ଉତ୍ପାଦନ, ନିଯୁକ୍ତି ଓ ଆୟ ହ୍ରାସର ମୁଖ୍ୟ କାରଣ ବୋଲି ସେ ଅଭିହିତ କଲେ ଏବଂ ସାମୂହିକ ଚାହିଦା ବୃଦ୍ଧିରେ ଅର୍ଥବ୍ୟବସ୍ଥାରେ ସଂଘଟିତ ମାନ୍ଦାବାସ୍ଥା ଦୂରୀଭୂତ ହୋଇପାରିବ ବୋଲି ମତବ୍ୟକ୍ତ କଲେ । ବାସ୍ତବରେ ସାମୂହିକ ଚାହିଦାର ବୃଦ୍ଧିରେ ବିଶ୍ଵର ମହାସଙ୍କୋଚନ ଦୂରୀଭୂତ ହେଲା ।

C. ଛଅଟି ବାକ୍ୟରେ ସୀମିତ ରଖି ପାର୍ଥକ୍ୟ ଦର୍ଶାଅ ।

1. ନିଅଣ୍ଟିଆ ଚାହିଦା ଓ ବଳକା ଚାହିଦା :
Answer:
(a) ପୂର୍ଣ୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ କମ୍ ହେଲେ ନିଅଣ୍ଟିଆ ଚାହିଦା ସୃଷ୍ଟି ହୁଏ । ଅନ୍ୟପକ୍ଷରେ, ପୂର୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ ଅଧିକ ହେଲେ ‘ବଳକା ଚାହିଦା’ ଜନିତ ପରିସ୍ଥିତି ସୃଷ୍ଟି ହୁଏ ।
(b) ନିଅଣ୍ଟିଆ ଚାହିଦା ‘ ଅବସ୍ତୀତି ବ୍ୟବଧାନ’ ସୃଷ୍ଟି କରିଥାଏ । ଏହି ଅବସ୍ଥାକୁ ମାନ୍ଦାବସ୍ଥା କହନ୍ତି । ନିୟନ୍ତ୍ରିତ ନ ହେଲେ ତାହା ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦିଏ । ଅନ୍ୟପକ୍ଷରେ, ବଳକା ଚାହିଦା ସ୍ତ୍ରୀତି ବ୍ୟବଧାନ ସୃଷ୍ଟି କରେ, ଯାହାକି ଦାମ୍‌ସ୍ତରକୁ ବୃଦ୍ଧି କରେ ଓ ଅର୍ଥବ୍ୟବସ୍ଥା ମୁଦ୍ରାଷ୍ଟୀତିର କବଳିତ ହୁଏ ।
(c) ନିଅଣ୍ଟିଆ ଚାହିଦା, ଜାତୀୟ ଆୟ, ସାମୂହିକ ଉତ୍ପାଦ, ସାଧାରଣ ଦାମ୍ ସ୍ତରର ହ୍ରାସ ଘଟାଏ; ମାତ୍ର ବଳକା ବା ଅତ୍ୟଧ୍ଵକ ଚାହିଦା ମୁଦ୍ରାଙ୍ଗୀତି ଘଟାଏ ।

2. ପୂର୍ଣନିୟୋଗ ସନ୍ତୁଳନ ଓ ଅବନିୟୋଗ ସନ୍ତୁଳନ :
Answer:
ଉଭୟ ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ଅର୍ଥବ୍ୟବସ୍ଥାରେ ଆୟ ଓ ନିଯୁକ୍ତି ସ୍ତର ତଥା ଉତ୍ପାଦନକୁ ନିର୍ଦ୍ଧାରିତ କରିଥା’ନ୍ତି । ଆୟ ଓ ନିଯୁକ୍ତିର ଯେଉଁ ସ୍ତରରେ ଉଭୟ ପରସ୍ପର ସହିତ ସମାନ ହୁଅନ୍ତି, ତାହାକୁ ସନ୍ତୁଳିତ ଆୟ ଓ ନିୟୋଜନ ସ୍ତର ବୋଲି କୁହାଯାଏ । ଏହି ଆୟ ସ୍ତରରେ ପ୍ରତ୍ୟାଶିତ ସଞ୍ଚୟ ଏବଂ ପ୍ରତ୍ୟାଶିତ ନିବେଶ ପରସ୍ପର ସମାନ ହୋଇଥାଏ । ସାମୂହିକ ଯୋଗାଣ ଓ ଚାହିଦାରେଖା, ଉଭୟ ପରସ୍ପରକୁ ଯେଉଁ ବିନ୍ଦୁରେ ଛେଦ କରନ୍ତି, ତାହା ହେଉଛି ସନ୍ତୁଳନ ବିନ୍ଦୁ । ପୂର୍ଣ୍ଣ ନିୟୋଜନ ସନ୍ତୁଳନ ପ୍ରାପ୍ତହେଲେ ଅର୍ଥବ୍ୟବସ୍ଥାରେ ଉତ୍ପାଦନ ଓ ଆୟ ତଥା ନିଯୁକ୍ତି ଆଉ ଉଚ୍ଚସ୍ତରକୁ ବୃଦ୍ଧି ହୋଇପାରେ ନାହିଁ । ପୂର୍ଣ ନିୟୋଜନ ସନ୍ତୁଳନ ପରେ ସାମୂହିକ ଚାହିଦା ପୁନଶ୍ଚ ବୃଦ୍ଧି ପାଇଲେ ସ୍ତ୍ରୀତି ବ୍ୟବଧାନ ସୃଷ୍ଟି ହୁଏ ।

ମାତ୍ର ପୂର୍ଣନିୟୋଜନ ସନ୍ତୁଳନ ଆୟସ୍ତରରେ ଯଦି ସାମୂହିକ ଯୋଗାଣ ତୁଳନାରେ ସାମୂହିକ ଚାହିଦା ସ୍ଵଳ୍ପତର ହୁଏ, ତେବେ ଅବଡ୍ଡୀତି ଓ ମାନ୍ଦାବସ୍ଥା ଦେଖାଦିଏ, ଯାହାକୁ ଅବନିୟୋଗ ସନ୍ତୁଳନ ବୋଲି କୁହାଯାଏ । ଏହି ମାନ୍ଦାବସ୍ଥା ମଧ୍ୟଦେଇ ଗତିକରୁଥ‌ିବା ଅର୍ଥବ୍ୟବସ୍ଥାରେ ଉତ୍ପାଦନ, ନିଯୁକ୍ତି ଓ ଆୟସ୍ତର ହ୍ରାସପାଇ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିପକାଏ । ଉପଯୁକ୍ତ ମୁଦ୍ରାନୀତି, ରାଜକୋଷୀୟ ନୀତି ଏବଂ ବାଣିଜ୍ୟ ନୀତି ପ୍ରୟୋଗ କରି ଏହି ସମସ୍ୟାର ସମାଧାନ କରାଯାଇପାରେ ।

3. ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ :
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ କୌଣସି ଅର୍ଥବ୍ୟବସ୍ଥାରେ ଅନ୍ତିମ ଦ୍ରବ୍ୟ ଉଦ୍ଦେଶ୍ୟରେ କରାଯାଉଥିବା ସାମଗ୍ରିକ ବ୍ୟୟକୁ ସାମୂହିକ ଚାହିଦା କୁହାଯାଏ । ଅନ୍ୟ ଅର୍ଥରେ, କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ନିୟୋଜନ ସ୍ତରରେ ଉତ୍ପାଦନକାରୀଙ୍କ ଉତ୍ପାଦିତ ଦ୍ରବ୍ୟ ଓ ସେବା ଉପରେ ଅନ୍ୟମାନେ ଯେଉଁ ବ୍ୟୟ କରନ୍ତି, ତାହାକୁ ସାମୂହିକ ଚାହିଦା କୁହାଯାଏ । ସାମୂହିକ ଚାହିଦା ଚାରିଗୋଟି ଉପାଦାନର ସମଷ୍ଟିରେ ଗଠିତ, ଯଥା – ପାରିବାରିକ ଉପଭୋଗ ଚାହିଦା, ଘରୋଇ ନିବେଶ ଚାହିଦା, ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା ଓ ନିଟ୍ ରପ୍ତାନି ଚାହିଦା ।

ଏକ ନିର୍ଦ୍ଦିଷ୍ଟ ନିଯୁକ୍ତି ସ୍ତରରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ଉତ୍ପାଦନରେ ନିଯୁକ୍ତ ବିଭିନ୍ନ ଉପାଦାନ ଯେଉଁ ଆୟ-ଅଧିଶେଷ, ମଜୁରୀ, ସୁଧ ଓ ଲାଭ ଉପାର୍ଜନ କରନ୍ତି, ତାହାକୁ ସାମୂହିକ ଯୋଗାଣ କୁହାଯାଏ । ଏହା ଦେଶର ନିଟ୍ ଜାତୀୟ ଉତ୍ପାଦ ସହିତ ସମାନ ହୋଇଥାଏ । ଦେଶର ନାଗରିକମାନେ ଉପାର୍ଜନ କରୁଥିବା ଆୟର କିଛି ଅଂଶ ଉପଭୋଗରେ ବ୍ୟୟ କରୁଥିବାବେଳେ ଅବଶିଷ୍ଟ ବଳକା ଆୟକୁ ସଞ୍ଚୟ କରିଥା’ନ୍ତି । ତେଣୁ ଉପଭୋଗ ଜନିତ ବ୍ୟୟ ଓ ସଞ୍ଚୟର ସମଷ୍ଟିକୁ ସାମୂହିକ ଯୋଗାଣ ଦର କୁହାଯାଏ । କହିବାକୁ ଗଲେ ଏକବର୍ଷ ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥାରେ ଦ୍ରବ୍ୟ ଓ ସେବାର ପ୍ରବାହ ହିଁ ସାମୂହିକ ଯୋଗାଣ ।

Leave a Comment