Odisha State Board CHSE Odisha Class 12 History Solutions Chapter 15 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ Objective Questions.
CHSE Odisha 12th Class History Chapter 15 Objective Questions in Odia Medium
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧। କେବେ ଇଂରେଜମାନେ ଓଡ଼ିଶା ଅଧୁକାର କରିଥିଲେ ?
(କ) ୧୮୦୧ ଖ୍ରୀ.ଅ.
(ଖ) ୧୮୦୨ ଖ୍ରୀ.ଅ.
(ଗ) ୧୮୦୩ ଖ୍ରୀ.ଅ.
(ଘ) ୧୮୦୪ ଖ୍ରୀ.ଅ.
Answer:
(ଗ) ୧୮୦୩ ଖ୍ରୀ.ଅ.
୨। ଦେଇ ଗଞ୍ଜାମ, ଜୟପୁର, ସମ୍ବଲପୁରକୁ ଓଡ଼ିଶା ସହିତ ମିଶାଇବାପାଇଁ କେବେ ଦାବି କରିଥିଲା ?
(କ) ୧୮୮୨ ଖ୍ରୀ.ଅ.
(ଖ) ୧୮୮୩ ଖ୍ରୀ.ଅ.
(ଗ) ୧୮୮୪ ଖ୍ରୀ.ଅ.
(ଘ) ୧୮୮୫ ଖ୍ରୀ.ଅ.
Answer:
(ଘ) ୧୮୮୫ ଖ୍ରୀ.ଅ.
୩। ବଙ୍ଗର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏସ୍.ସି. ବେଲଙ୍କୁ ଉତ୍କଳସଭା ପକ୍ଷରୁ ମଧ୍ୟ ଏକ ସ୍ମାରକପତ୍ର ଦିଆଯାଇ ମଧ୍ୟପ୍ରଦେଶ, ମାନ୍ଦ୍ରାଜ ଓ ବଙ୍ଗରେ ମିଶିଥୁବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ପୃଥକ୍ କରିବାକୁ କେବେ ଆବେଦନ କରାଇଥିଲେ ?
(କ) ୧୮୮୫ ଖ୍ରୀ.ଅ.
(ଖ) ୧୮୮୬ ଖ୍ରୀ.ଅ.
(ଗ) ୧୮୮୭ ଖ୍ରୀ.ଅ.
(ଘ) ୧୮୮୮ ଖ୍ରୀ.ଅ.
Answer:
(ଘ) ୧୮୮୮ ଖ୍ରୀ.ଅ.
୪ । ବାଲେଶ୍ଵର ଜିଲ୍ଲା ସ୍କୁଲର କେଉଁ ବଙ୍ଗାଳୀ ଶିକ୍ଷକ କହିଥିଲେ, ‘ଓଡ଼ିଆ ଏକ୍ଟା ଭାଷା ନଏ ?
(କ) କାନ୍ତିଲାଭ ଭଟ୍ଟାଚାର୍ଯ୍ୟ
(ଖ) ଶ୍ୟାମାନନ୍ଦ ଦେ
(ଗ) ଗୌରୀଶଙ୍କର ରାୟ
(ଘ) ରାଧାନାଥ ରାୟ
Answer:
(କ) କାନ୍ତିଲାଭ ଭଟ୍ଟାଚାର୍ଯ୍ୟ
୫। କେଉଁ ଅଞ୍ଚଳର ଲୋକମାନେ ‘ଗଞ୍ଜାମ ଉତ୍କଳ ହିତବାଦିନୀ ସଭା’ ଗଠନ କରି ଓଡ଼ିଆ ଭାଷା ଆନ୍ଦୋଳନକୁ ପରିପୁଷ୍ଟ କରାଇଥିଲେ ?
(କ) ଗଞ୍ଜାମ
(ଖ) ବାଲେଶର
(ଗ) ସମଲପୁର
(ଘ) କଟକ
Answer:
(କ) ଗଞ୍ଜାମ
୬ । କଟକଠାରେ ଉତ୍କଳସଭା କେବେ ଗଠିତ ହୋଇଥିଲା ?
(କ) ୧୮୮୦ ଖ୍ରୀ.ଅ.
(ଖ) ୧୮୮୧ ଖ୍ରୀ.ଅ.
(ଗ) ୧୮୮୨ ଖ୍ରୀ.ଅ.
(ଘ) ୧୮୮୩ ଖ୍ରୀ.ଅ.
Answer:
(ଗ) ୧୮୮୨ ଖ୍ରୀ.ଅ.
୭ । କେବେ ମଧ୍ୟପ୍ରଦେଶର ମୁଖ୍ୟ କଚେରିମାନଙ୍କରୁ ଓଡ଼ିଆ ଭାଷା କମିଶନର ସାର୍ ଆଣ୍ଠୁ ଫ୍ରେଜର୍ ଶାସନଗତ ସୁବିଧା ଦୃଷ୍ଟିରୁ ସମ୍ବଲପୁର କୋର୍ଟ ଉଚ୍ଛେଦ କରି ହିନ୍ଦୀଭାଷା ପ୍ରଚଳନ କରାଇଥିଲେ ?
(କ) ୧୮୯୫ ଜାନୁୟାରୀ ୧୫
(ଖ) ୧୮୯୫ ଜାନୁୟାରୀ ୧୮
(ଗ) ୧୮୯୫ ଜାନୁୟାରୀ ୨୬
(ଘ) ୧୮୯୫ ଫେବୃୟାରୀ ୮
Answer:
(କ) ୧୮୯୫ ଜାନୁୟାରୀ ୧୫
୮ | ‘ସମ୍ବଲପୁର ହିତୈଷିଣୀର’ ସମ୍ପାଦକ କିଏ ଥିଲେ ?
(କ) ନୀଳମଣି ବିଦ୍ୟାରମ୍ଭ
(ଖ) ଧରଶାରଧର ମିତୁ
(ଗ) ବଳଭଦ୍ର ସୂପକାର
(ଘ) ମଦନମୋହନ ମିଶ୍ର
Answer:
(କ) ନୀଳମଣି ବିଦ୍ୟାରନୁ
୯ । ‘ରିସ୍ଲୀ ସର୍କୁଲାର’ କେବେ ପ୍ରକାଶିତ ହୋଇଥିଲା ?
(କ) ୧୯୦୧ ଖ୍ରୀ.ଅ. ଡିସେମ୍ବର ୩ ତାରିଖ
(ଖ) ୧୯୦୨ ଖ୍ରୀ.ଅ. ଡିସେମ୍ବର ୩ ତାରିଖ
(ଗ) ୧୯୦୩ ଖ୍ରୀ.ଅ. ଡିସେମ୍ବର ୩ ତାରିଖ
(ଘ) ୧୯୦୪ ଖ୍ରୀ.ଅ. ଡିସେମ୍ବର ୩ ତାରିଖ
Answer:
(ଗ) ୧୯୦୩ ଖ୍ରୀ.ଅ. ଡିସେମ୍ବର ୩ ତାରିଖ
୧୦ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କେତୋଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ?
(କ) ୬ଟି
(ଖ) ୭ଟି
(ଗ) ୮ଟି
(ଘ) ୯ଟି
Answer:
(କ) ୬ଟି
୧୧ । କିଏ ବିଚ୍ଛିନ୍ନାଞ୍ଚଳର ଓଡ଼ିଆମାନଙ୍କୁ ଏକତ୍ରିତ କରି ୧୯୦୩ ମସିହାରେ ପ୍ରତିଷ୍ଠା କରିଥିଲେ ‘ଉତ୍କଳ ସମ୍ମିଳନୀ’ ?
(କ) ମଧୁସୂଦନ ଦାସ
(ଖ) ଗୋପବନ୍ଧୁ ଦାସ
(ଗ) ଗୌରୀଶଙ୍କର ରାୟ
(ଘ) ନୀଳମଣି ବିଦ୍ୟାରମ୍ଭ
Answer:
(କ) ମଧୁସୂଦନ ଦାସ
୧୨ । କେବେ ଜନ୍ମଲାଭ କରିଥିଲା ବିହାର-ଓଡ଼ିଶା ପ୍ରଦେଶ ?
(କ) ୧ ଏପ୍ରିଲ୍ ୧୯୧୨
(ଖ) ୨ ଏପ୍ରିଲ୍ ୧୯୧୩
(ଗ) ୧ ଏପ୍ରିଲ୍ ୧୯୧୪
(ଘ) ୩ ଏପ୍ରିଲ୍ ୧୯୧୫
Answer:
(କ) ୧ ଏପ୍ରିଲ୍ ୧୯
୧୩ । ୧୯୧୮ରେ ଅନୁଷ୍ଠିତ ହୋଇଥୁବା ଉତ୍କଳ ସମ୍ମିଳନୀର ଅଧିବେଶନରେ କିଏ ସଭାପତିତ୍ଵ କରି ମଣ୍ଟେଗୁ- ଚେମ୍ସଫୋର୍ଡ଼ ଖସଡ଼ାକୁ ପୁଙ୍ଖାନୁପୁଙ୍ଖଭାବେ ଆଲୋଚନା କରିଥିଲେ ?
(କ) ମଧୁସୂଦନ ଦାସ
(ଖ) ଗୋପବନ୍ଧୁ ଦାସ
(ଗ) ଗୌରୀଶଙ୍କର ରାୟ
(ଘ) ରାଜେଦୁ ନାରାୟଶ ଭୱଦେଓ
Answer:
(କ) ୧୩. ମଧୁସୂଦନ ଦାସ
୧୪ । କାହା ଅଧ୍ୟକ୍ଷତାରେ ୧୯୩୧ ସେପ୍ଟେମ୍ବର ମାସରେ ଏକ ସୀମା ନିର୍ଦ୍ଧାରଣ କମିଟି ଗଢ଼ାଯାଇଥିଲା ?
(କ) ସାମୁଏଲ ଓ’ଡୋନେଲ
(ଖ) ଲର୍ଡ଼ ଲିନ୍ଥଗୋ
(ଗ) ସଚ୍ଚିଦାନନ୍ଦ ସିହ୍ନା
(ଘ)ବି.ସି. ମୁଖାର୍ଜୀ
Answer:
(କ) ସାମୁଏଲ ଓ’ଡୋନେଲ
୧୫ । କେବେ ଓଡ଼ିଶାରେ ‘ସୀମା ଅଭିଯୋଗ ଦିବସ’ ପାଳନ କରାଯାଇଥିଲା ?
(କ) ୧୯୩୪ ମାର୍ଚ୍ଚ ୧୯ ତାରିଖ
(ଖ) ୧୯୩୫ ଜାନୁୟାରୀ ୧ ତାରିଖ
(ଗ) ୧୯୩୬ ଜାନୁୟାରୀ ୬ ତାରିଖ
(ଘ) ୧୯୩୭ ମାର୍ଚ୍ଚ ୧୪ ତାରିଖ
Answer:
(କ) ୧୯୩୪ ମାର୍ଚ୍ଚ ୧୯ ତାରିଖ
୧୬ । କେବେ ଜନ୍ ଅଷ୍ଟିନ୍ ହବାକଙ୍କ ନେତୃତ୍ୱରେ ଏକ ନଅଜଣିଆ ପ୍ରଶାସନିକ କମିଟି ବା ହବାକ୍ କମିଟି ଗଠନ କରାଯାଇଥିଲା ?
(କ) ୧୯୩୦ ଖ୍ରୀ.ଅ.
(ଖ) ୧୯୩୧ ଖ୍ରୀ.ଅ.
(ଗ) ୧୯୩୨ ଖ୍ରୀ.ଅ.
(ଘ) ୧୯୩୩ ଖ୍ରୀ.ଅ.
Answer:
(ଘ) ୧୯୩୩ ଖ୍ରୀ.ଅ.
୧୭ । କେଉଁ ଆଇନ ଅନୁସାରେ ୧୯୩୬ ମାର୍ଚ୍ଚ ୩ ତାରିଖରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ସଂକ୍ରାନ୍ତରେ ଇଂରେଜରାଜାଙ୍କର ଆଦେଶନାମା ବାହାରିଥିଲା ?
(କ) ୧୯୩୫ର ଭାରତ ଶାସନ ଆଇନ
(ଖ) ୧୯୩୩ର ହବାକ୍ କମିଟି ରିପୋର୍ଟ
(ଗ) ୧୯୩୨ର ‘ଓ’ଡୋନେଲ କମିଟି ରିପୋର୍ଟ’
(ଘ) ୧୯୩୦ର ଗୋଲଟେବୁଲ ବୈଠକର ନିଷ୍ପଭି
Answer:
(କ) ୧୯୩୫ର ଭାରତ ଶାସନ ଆଇନ
୧୮ । କେବେ ଜନ୍ମ ନେଇଥିଲା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ?
(କ) ୧୯୩୩ ମାର୍ଚ୍ଚ ୧ ତାରିଖ
(ଖ) ୧୯୩୪ ଜାନୁୟାରୀ ୧ ତାରିଖ
(ଗ) ୧୯୩୫ ଫେବୃୟାରୀ ୧ ତାରିଖ
(ଘ) ୧୯୩୬ ଏପ୍ରିଲ ୧ ତାରିଖ
Answer:
(ଘ) ୧୯୩୬ ଏପ୍ରିଲ ୧ ତାରିଖ
୧୯ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ଗଭଣ୍ଡିର କିଏ ଥିଲେ ?
(କ) ଲର୍ଡ଼ ହାଡ଼ିଞ୍ଜ
(ଖ) ଲର୍ଡ଼ କଜନ
(ଗ) ସାର୍ ଜନ୍ ଅଷ୍ଟିନ୍ ହବାକ୍
(ଘ) ଲର୍ଡ ମାଉଣ୍ଟବ୍ୟାଟେନ୍
Answer:
(ଗ) ସାର୍ ଜନ୍ ଅଷ୍ଟିନ୍ ହବାକ୍
୨୦ । ୧୯୦୨ ଖ୍ରୀ.ଅ.ରେ ଗଞ୍ଜାମ ସମ୍ମିଳନୀ କେଉଁଠାରେ ଆହୂତ ହୋଇଥିଲା ?
(କ) ପାରଳାଖେମୁଣ୍ଡି
(ଖ) ରମ୍ଭା
(ଗ) ବ୍ରହ୍ମପୁର
(ଘ) ଭୱନଗର
Answer:
(ଖ) ରମ୍ଭା
୨୧ । ‘ଉତ୍କଳ ଦୀପିକା’ର କାହାର ସଂପାଦନାରେ ଆତ୍ମପ୍ରକାଶ କରିଥିଲା ?
(କ) ଗୌରୀଶଙ୍କର ରାୟ
(ଖ) ମଧୁସୂଦନ ଦାସ
(ଗ) ଗୌରୀଶଙ୍କର ରାୟ
(ଘ) ଫକୀରମୋହନ ସେନାପତି
Answer:
(କ) ଗୌରୀଶଙ୍କର ରାୟ
୨୨ । ୧୮୬୬ ଖ୍ରୀ.ଅ.ରେ ପ୍ରକାଶିତ ଉତ୍କଳ ଦୀପିକାର ସମ୍ପାଦକ କିଏ ଥିଲେ ?
(କ) ନୀଳମଣି ବିଦ୍ୟାରମ୍ଭ
(ଖ) ଫକୀରମୋହନ ସେନାପତି
(ଗ) ଗୌରୀଶଙ୍କର ରାୟ
(ଘ) ଗୋପବନ୍ଧୁ ଦାସ
Answer:
(କ) ଗୌରୀଶଙ୍କର ରାୟ
୨୩ । କାହାର ସମ୍ପାଦନାରେ ‘ସମ୍ବାଦବାହିକା’ ପ୍ରକାଶ ହୋଇଥିଲା ?
(କ) ନୀଳମଣି’ ବିଦ୍ୟାରମ୍ଭ
(ଖ) ଫକୀରମୋହନ ସେନାପତି
(ଗ) ମଧୁସୂଦନ ଦାସ
(ଘ) ଗୋପବନ୍ଧୁ ଦାସ
Answer:
(ଖ) ଫକୀରମୋହନ ସେନାପତି
୨୪ । ନୀଳମଣି ବିଦ୍ୟାରଙ୍କ ସମ୍ପାଦନାରେ କେଉଁ ସମ୍ବାଦପତ୍ର ପ୍ରକାଶ ଲାଭ କରିଥିଲା ?
(କ) ସମ୍ବଦବାହିକା
(ଖ) ଉତ୍କଳ ଦୀପିକା
(ଗ) ସମ୍ବଲପୁର ହିତୈଷିଣୀ
(ଘ) ମାତୃଭୂମି
Answer:
(ଗ) ସମ୍ବଲପୁର ହିତୈଷିଣୀ
୨୫ । ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବିରେ କିଏ ଓଡ଼ିଶାରୁ ୧୯୩୦ରେ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଗୋଲଟେବୁଲ ବୈଠକରେ ଯୋଗଦେବାପାଇଁ ଯାଇଥିଲେ ?
(କ) ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ
(ଖ) ବୀରକିଶୋର ଦେ
(ଗ) ବୈକୁଣ୍ଠନାଥ ଦେ
(ଘ) କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
Answer:
(ଘ) କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
୨୬ । କିଏ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ?
(କ) ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ
(ଖ) ହରେକୃଷ୍ଣ ମହତାବ
(ଗ) ବୀରକିଶୋର ଦେବ
(ଘ) କୃଷ୍ଣଚନ୍ଦ୍ର ନାରାୟଣ ଦେଓ
Answer:
(ଘ) କୃଷ୍ଣଚନ୍ଦ୍ର ନାରାୟଣ ଦେଓ
୨୭ । ଓଡ଼ିଶା ପ୍ରଶାସନିକ କମିଟିର ଅଧ୍ୟକ୍ଷ କିଏ ଥିଲେ ?
(କ) ସାର୍ ଜନ୍ ଅଷ୍ଟିନ୍ ହବାକ୍
(ଖ) ବିଶନାଥ ଦାସ
(ଗ) ମଧୁସୂଦନ ଦାସ
(ଘ) ହରେକୃଷ୍ଣ ମହତାବ
Answer:
(କ) ସାର୍ ଜନ୍ ଅଷ୍ଟିନ୍ ହବାକ୍
୨୮ । ନିମ୍ନୋକ୍ତ କେଉଁ ଆଇନ ବଳରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶରେ ପରିଣତ ହୋଇଥିଲା ?
(କ) ୧୯୧୯ ଭାରତ ଶାସନ ଆଇନ
(ଖ) ୧୯୩୫ ଭାରତ ଶାସନ ଆଇନ
(ଗ) ୧୯୪୭ ଭାରତ ଶାସନ ଆଇନ
(ଘ) ୧୯୦୯ ଭାରତ ଶାସନ ଆଇନ
Answer:
(ଖ) ୧୯୩୫ ଭାରତ ଶାସନ ଆଇନ
୨୯ । ‘ଦି ଓଡ଼ିଶା’ ପତ୍ରିକାର ସମ୍ପାଦକ କିଏ ?
(କ) ଲିନ୍ଥଗୋ
(ଖ) ଗୌରୀଶଙ୍କର ରାୟ
(ଗ) ମଧୁସୂଦନ ଦାସ
(ଘ) ଗୋପବନ୍ଧୁ ଦାସ
Answer:
(ଗ) ମଧୁସୂଦନ ଦାସ
୩୦ । ‘ସତ୍ୟବାଦୀ’ ସାହିତ୍ୟ ପତ୍ରିକାର ସମ୍ପାଦକ କିଏ ?
(କ) ଗୋପବନ୍ଧୁ ଦାସ
(ଖ) ମଧୁସୂଦନ ଦାସ
(ଗ) ଫକୀରମୋହନ ସେନାପତି
(ଘ) କୃଷ୍ଣଚନ୍ଦ୍ର ନାରାୟଣ ଦେଓ
Answer:
(କ) ଗୋପବନ୍ଧୁ ଦାସ
୩୧ । କୃଷ୍ଣଚନ୍ଦ୍ର ନାରାୟଣ ଦେଓ ଉତ୍କଳ ସମ୍ମିଳନୀର କେଉଁ ଅଧୁବେଶନ ଆୟୋଜନ କରିଥିଲେ
(କ) ଷଷ୍ଠ ଅଧିବେଶନ
(ଖ) ସପ୍ତମ ଅଧିବେଶନ
(ଗ) ଅଷ୍ଟମ ଅଧିବେଶନ
(ଘ) ଦଶମ ଅଧ୍ଵବେଶନ
Answer:
(ଘ) ଦଶମ ଅଧ୍ଵବେଶନ
୩୨ । କେବେ ‘ସମାଜ’ ସମ୍ବାଦପତ୍ର ଆତ୍ମପ୍ରକାଶ କରିଥିଲା ?
(ଖ) ୧୯୧୯
(କ) ୧୯୧୮
(ଗ) ୧୯୨୦
(ଘ) ୧୯୨୧
Answer:
(ଖ) ୧୯୧୯
୩୩ । ଫିଲିପ୍-ଡପ୍-କମିଟି କେବେ ତା’ର ରିପୋର୍ଟ ଦାଖଲ କରିଥିଲେ ?
(କ) ୧୯୨୪, ଡିସେମ୍ବର ୨୬
(ଖ) ୧୯୨୬, ଡିସେମ୍ବର ୨୨
(ଗ) ୧୯୨୮, ଡିସେମ୍ବର ୨୧
(ଘ) ୧୯୨୨, ଡିସେମ୍ବର ୨୭
Answer:
(କ) ୧୯୨୪, ଡିସେମ୍ବର ୨୬ ।
B. ଶୂନ୍ୟସ୍ଥାନ ପୂରଣ କର ।
୧ । ________________ ଦିନ ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶ ରୂପେ ଗଠିତ ହୋଇଥିଲା ।
Answer:
ଏପ୍ରିଲ ୧, ୧୯୩୬
୨। ବାଲେଶରରୁ _______________ ଲର୍ଡ଼ କର୍ଜନଙ୍କ ନିକଟକୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଏକ ସ୍ମାରକପତ୍ର ପଠାଇଥିଲେ ।
Answer:
ବୈକୁଣ୍ଠନାଥ ଦେ
୩ । ଗଞ୍ଜାମ ଜାତୀୟ ସମିତିର ପ୍ରଥମ ସଭାପତି ________________ ଥିଲେ ।
Answer:
ଶ୍ୟାମସୁନ୍ଦର ରାଜଗୁରୁ
୪। ଗଞ୍ଜାମ ଜାତୀୟ ସମିତିର ପ୍ରଥମ ସମ୍ପାଦକ _________________ ଥିଲେ ।
Answer:
ନୀଳମଣି ବିଦ୍ୟାରମ୍ଭ
୫। ୧୯୩୦ ମସିହା ଡିସେମ୍ବର ମାସରେ କଟକରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ପ୍ରଥମ ଖୋଲା ଅଧିବେଶନରେ ________________ ପୌରୋହିତ୍ୟ କରିଥିଲେ ।
Answer:
ମୟୂରଭଞ୍ଜର ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜ
୬ । ସମ୍ପୃକ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଜନମତ କ’ଣ ଜାଣିବାପାଇଁ ________________ କମିଟି ଗଠନ କରାଯାଇଥିଲା ।
Answer:
ଫିଲିପ୍-ଡପ୍
୭ । __________________ ଦିନ ଓଡ଼ିଶା ସହ ୨୫ଟି ଗଡ଼ଜାତ ରାଜ୍ୟର ରାଜା ନିଜ ରାଜ୍ୟକୁ ମିଶାଇବା ପାଇଁ ମିଶ୍ରଣ ଦଲିଲରେ ସ୍ଵାକ୍ଷର କରିଥିଲେ ।
Answer:
୧୯୪୭ ମସିହା ଡିସେମ୍ବର ୧୫ ତାରିଖ
୮ । ଓଡ଼ିଶାର ଗଞ୍ଜାମ ଜିଲ୍ଲା ________________ ଖ୍ରୀ.ଅ.ରେ ଇଂରେଜମାନଙ୍କ ଦ୍ଵାରା କବଳିତ ହୋଇଥିଲା ।
Answer:
୧୭୫୯
୯। _________________ ଖ୍ରୀ.ଅ.ରେ ଇଂରେଜମାନେ ସମ୍ବଲପୁର ଅଧିକାର କରିଥିଲେ ଏବଂ ଏହା ________________ ର ଏକ ଅଂଶ ରୂପେ ପରିଣତ ହୋଇଥିଲା ।
Answer:
୧୮୪୯, ମଧ୍ୟପ୍ରଦେଶ
୧୦ । ଶ୍ୟାମାନନ୍ଦ ଦେ __________________ ଠାରେ ଏକ ଛାପାଖାନା ସ୍ଥାପନ କରିଥିଲେ ।
Answer:
ବାଲେଶ୍ଵର
୧୧। ସମ୍ବଲପୁରର କେତେକ ନେତୃସ୍ଥାନୀୟ ବ୍ୟକ୍ତି _________________ ଠାରେ କର୍ଜନଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ ।
Answer:
ସିମଳା,
୧୨ । ________________ ଦିନ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଇଂଲଣ୍ଡରେ ସ୍ଵତନ୍ତ୍ର ଓଡ଼ିଶା ସମ୍ପର୍କରେ ଏକ ଐତିହାସିକ ଭାଷଣ ଦେଇଥିଲେ ।
Answer:
୧୯୩୧, ଜାନୁୟାରୀ ୧୬ ତାରିଖ
୧୩ । ଲର୍ଡ଼ କର୍ଜନ ______________ ଦିନ ମାନ୍ଦ୍ରାଜ୍ ଗଭର୍ଣ୍ଣରଙ୍କୁ ଓଡ଼ିଶାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମିଶ୍ରଣର ଯୌକ୍ତିକତା ବିଷୟରେ ଲେଖିଥିଲେ ।
Answer:
୧୯୦୪ ଜାନୁଆରୀ ୫ ତାରିଖ
୧୪ । ଗଞ୍ଜାମର ଲୋକମାନେ ________________ ଗଠନ କରି ଓଡ଼ିଆ ଭାଷା ଆନ୍ଦୋଳନକୁ ପୁଷ୍ଟ କରିଥିଲେ ।
Answer:
ଗଞ୍ଜାମ ଉତ୍କଳ ହିତବାଦିନୀ ସଭା
୧୫ । ଉତ୍କଳଗୌରବ ମଧୁସୂଦନ ଦାସଙ୍କର ମହାପ୍ରୟାଣ ______________ ଖ୍ରୀ.ଅ.ରେ ହୋଇଥିଲା ।
Answer:
୧୯୩୪
୧୬ । ______________ ଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀର ସାତଜଣିଆ କମିଟିଦ୍ଵାରା ମଣ୍ଟେଗୁ ଓ ଚେମ୍ସଫୋର୍ଡ଼ଙ୍କୁ ଦାବିପତ୍ର ଦିଆଯାଇଥିଲା ।
Answer:
ମଧୁସୂଦନ ଦାସ
୧୭ । _____________ ମାନ୍ଦ୍ରାଜ ବିଧାନ ପରିଷଦର ସଦସ୍ୟ ଥିଲେ ।
Answer:
ଶଶିଭୂଷଣ ରଥ
୧୮ । ଫିଲିପ୍-ଡଫ୍ – କମିଟି _______________ ଖ୍ରୀ.ଅ.ରେ ନିଯୁକ୍ତ ହୋଇଥିଲା ।
Answer:
୧୯୨୪
C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଆଦ୍ୟ ପ୍ରଚେଷ୍ଟା କରିଥିବା ଦୁଇଜଣ ସାହିତ୍ୟିକଙ୍କ ନାମ ଲେଖ ।
Answer:
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଆଦ୍ୟ ପ୍ରଚେଷ୍ଟା କରିଥିବା ଦୁଇଜଣ ସାହିତ୍ୟିକଙ୍କର ନାମ ହେଲା
୨। କେବେ ‘ଉତ୍କଳସଭା’ ଗଠିତ ହୋଇଥିଲା ?
Answer:
୧୮୮୨ରେ ‘ଉତ୍କଳସଭା’ ନାମକ ଅନୁଷ୍ଠାନ ଗଠିତ ହୋଇଥିଲା ।
୩ । ସମ୍ବଲପୁର କୋର୍ଟ କଚେରିରୁ ଓଡ଼ିଆଭାଷା କେବେ ଉଚ୍ଛେଦ ହୋଇଥିଲା ?
Answer:
୧୮୯୫ରେ ସମ୍ବଲପୁର କୋର୍ଟ କଚେରିରୁ ଓଡ଼ିଆଭାଷା ଉଚ୍ଛେଦ ହୋଇଥିଲା ।
କେବେ କାହା ନେତୃତ୍ଵରେ ଓଡ଼ିଶା ପ୍ରଶାସନିକ କମିଟି ବା ହବାକ୍ କମିଟି ଗଠିତ ହୋଇଥିଲା ?
Answer:
୧୯୩୩ ଖ୍ରୀ.ଅ.ରେ ସାର୍ ଜନ୍ ଅଷ୍ଟିନ୍ ହବାକ୍ଙ୍କ ନେତୃତ୍ଵରେ ଓଡ଼ିଶା ପ୍ରଶାସନିକ କମିଟି ବା ହବାକ୍ କମିଟି ଗଠିତ ହୋଇଥିଲା ।
୫ । ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନ କେଉଁଠାରେ ବସିଥିଲା ?
Answer:
‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନ କଟକଠାରେ ବସିଥିଲା
୬ । କେବେ ସ୍ଵତନ୍ତ୍ର ବିହାର-ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା ?
Answer:
୧୯୧୨ ଖ୍ରୀ.ଅ.ରେ ସ୍ଵତନ୍ତ୍ର ବିହାର-ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା ।
୭ । କେବେ ସମ୍ବଲପୁରରେ ଓଡ଼ିଆଭାଷା ପ୍ରଚଳନ କରାଯାଇଥିଲା ?
Answer:
୧୯୦୩ ଖ୍ରୀ.ଅ.ରେ ସମ୍ବଲପୁରର କୋର୍ଟ କଚେରିରେ ଓଡ଼ିଆଭାଷା ପୁନଃ ପ୍ରଚଳନ କରାଯାଇଥିଲା ।
୮ । କିଏ ସମ୍ବଲପୁରକୁ ଓଡ଼ିଶା ସହିତ ମିଶାଇବାକୁ ଦାବି କରିଥିଲେ ?
Answer:
ପଣ୍ଡିତ ନୀଳମଣି ବିଦ୍ୟାରମ୍ଭ ସମ୍ବଲପୁରକୁ ଓଡ଼ିଶା ସହିତ ମିଶାଇବାକୁ ଦାବି କରିଥିଲେ ।
୯ । କେବେ ଓଡ଼ିଶାରେ ‘ସୀମା ଅଭିଯୋଗ ଦିବସ’ ପାଳିତ ହୋଇଥିଲା ?
Answer:
୧୯୩୪ ମସିହା ମାର୍ଚ୍ଚ ୧୯ ତାରିଖ ଦିନ ଓଡ଼ିଶାରେ ‘ସୀମା ଅଭିଯୋଗ ଦିବସ’ ପାଳିତ ହୋଇଥିଲା ।
୧୦ । ‘ଫିଲିପ୍-ଡପ୍-କମିଟି’ କେବେ ତା’ର ରିପୋର୍ଟ ଦାଖଲ କରିଥିଲେ ?
Answer:
୧୯୨୪, ଡିସେମ୍ବର ୨୬ ତାରିଖ ଦିନ ଫିଲିପ୍-ଡଫ୍-କମିଟି ତା’ର ରିପୋର୍ଟ ଦାଖଲ କରିଥିଲେ ।
୧୧ । ଓଡ଼ିଶା ପ୍ରଶାସନିକ କମିଟିର ଅଧ୍ୟକ୍ଷ କିଏ ଥିଲେ ?
Answer:
ସାର୍ ଜନ୍ ଅଷ୍ଟିନ୍ ହବାକ୍ ଓଡ଼ିଶା ପ୍ରଶାସନିକ କମିଟିର ଅଧ୍ୟକ୍ଷ ଥିଲେ ।
୧୨ । କେଉଁ ଆଇନ ବଳରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶରେ ପରିଣତ ହୋଇଥିଲା ?
Answer:
୧୯୩୫ ଭାରତ ଶାସନ ବଳରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶରେ ପରିଣତ ହୋଇଥିଲା ।
୧୩ । ‘ଦି ଓଡ଼ିଶା’ ପତ୍ରିକାର ସମ୍ପାଦକ କିଏ ?
Answer:
ମଧୁସୂଦନ ଦାସ ଥିଲେ ‘ଦି ଓଡ଼ିଶା’ ପତ୍ରିକାର ସମ୍ପାଦକ ।
୧୪ । ସତ୍ୟବାଦୀ ବନବିଦ୍ୟାଳୟ କେବେ ପ୍ରତିଷ୍ଠା ହୋଇଥିଲା ?
Answer:
୧୯୦୯ ଖ୍ରୀ.ଅ.ରେ ଗୋପବନ୍ଧୁ ଦାସ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
୧୫ । କେବେ ‘ସମାଜ’ ସମ୍ବାଦପତ୍ର ଆତ୍ମପ୍ରକାଶ କରିଥିଲା ?
Answer:
୧୯୧୯ ଖ୍ରୀ.ଅ.ରେ ‘ସମାଜ’ ସାପ୍ତାହିକ ସମ୍ବାଦପତ୍ର ଭାବରେ ଆତ୍ମପ୍ରକାଶ କରିଥିଲା ।
୧୬ । ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ?
Answer:
ମହାରାଜା କୃଷ୍ଣଚନ୍ଦ୍ର ନାରାୟଣ ଦେଓ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ।
୧୭ । ‘ସତ୍ୟବାଦୀ’ ସାହିତ୍ୟ ପତ୍ରିକାର ସମ୍ପାଦକ କିଏ ?
Answer:
ଗୋପବନ୍ଧୁ ଦାସ ‘ସତ୍ୟବାଦୀ’ ସାହିତ୍ୟ ପତ୍ରିକାର ସମ୍ପାଦକ ଥିଲେ ।
୧୮ । କୃଷ୍ଣଚନ୍ଦ୍ର ନାରାୟଣ ଦେଓ କେବେ ସ୍ଵତନ୍ତ୍ର ଓଡ଼ିଶା ଗଠନ ପାଇଁ ଦାବି କରିଥିଲେ ?
Answer:
୧୯୩୧ ଖ୍ରୀ.ଅ., ଜାନୁୟାରୀ ୧୬ ତାରିଖ ଦିନ କୃଷ୍ଣଚନ୍ଦ୍ର ନାରାୟଣ ଦେଓ ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଦାବି କରିଥିଲେ ।
୧୯ । କୃଷ୍ଣଚନ୍ଦ୍ର ନାରାୟଣ ଦେଓ ଉତ୍କଳ ସମ୍ମିଳନୀର କେଉଁ ଅଧୁବେଶନ ଆୟୋଜନ କରିଥିଲେ ?
Answer:
୧୯୧୪ ଖ୍ରୀ.ଅ.ରେ କୃଷ୍ଣଚନ୍ଦ୍ର ନାରାୟଣ ଦେଓ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ଆୟୋଜନ କରିଥିଲେ ।
୬୦ । ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ଇଂରେଜମାନଙ୍କ ସମୟରେ କେଉଁ କେଉଁ ପ୍ରଦେଶ ସହିତ ମିଶିକରି ରହିଥିଲା ।
Answer:
ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ଇଂରେଜମାନଙ୍କ ସମୟରେ ବଙ୍ଗ, ମାନ୍ଦ୍ରାଜ, କେନ୍ଦ୍ରୀୟ ପ୍ରଦେଶ ଓ ବିହାର ଏହି ଚାରିଗୋଟି ପ୍ରଦେଶ ସହିତ ମିଶିକରି ରହିଥିଲା ।
୨୧ । ଓଡ଼ିଶାର ପ୍ରଥମ ଓଡ଼ିଆ ଓକିଲ କିଏ ଥିଲେ ?
Answer:
ମଧୁସୂଦନ ଦାସ ଓଡ଼ିଶାର ପ୍ରଥମ ଓଡ଼ିଆ ଓକିଲ ଥିଲେ ।
୨୨ । କେବେ କେଉଁଠାରେ ଓଡ଼ିଆମାନେ ମିଳିତ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଜନସଚେତନ କାର୍ଯ୍ୟକ୍ରମ କରିଥିଲେ ।
Answer:
୧୮୭୦ ଖ୍ରୀ.ଅ.ରେ ଗଞ୍ଜାମର ରସୁଲକୋଣ୍ଡାଠାରେ ଓଡ଼ିଆମାନେ ମିଳିତ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଜନ ସଚେତନ କାର୍ଯ୍ୟକ୍ରମ କରିଥିଲେ ।
୨୩ । କିଏ କେବେ ସମ୍ବଲପୁରର ସ୍କୁଲ କଚେରିରେ ହିନ୍ଦୀ ଭାଷା ପ୍ରଚଳନ କରିଥିଲେ ?
Answer:
୧୮୯୫ ଖ୍ରୀ.ଅ.ରେ ମଧ୍ୟପ୍ରଦେଶର ମୁଖ୍ୟ କମିଶନର ଆଣ୍ଠୁ ଫ୍ରେଜର ଶାସନଗତ ସୁବିଧା ଦୃଷ୍ଟିରୁ ସମ୍ବଲପୁର ସ୍କୁଲ କଲେଜରେ ହିନ୍ଦୀ ଭାଷା ପ୍ରଚଳନ କରିଥିଲେ ।
୨୪ । ସମ୍ବଲପୁର ଅଞ୍ଚଳକୁ ଓଡ଼ିଶା ଡିଭିଜନରେ ମିଶାଇ ଦେବାପାଇଁ ସମ୍ବଲପୁରବାସୀ କେବେ ଓ କାହାକୁ ଅନୁରୋଧ କରିଥିଲେ ?
Answer:
୧୯୦୧ ଜୁଲାଇ ମାସରେ ସମ୍ବଲପୁରର କେତେକ ବିଶିଷ୍ଟ ଲୋକ କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟ କମିଶନର ଆଣ୍ଠୁ ଫ୍ରେଜ୍ରଙ୍କୁ ସମ୍ବଲପୁର ଅଞ୍ଚଳକୁ ଓଡ଼ିଶା ଡିଭିଜନରେ ମିଶାଇ ଦେବାପାଇଁ ଅନୁରୋଧ କରିଥିଲେ ।
୨୫ । ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି କାହା ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ?
Answer:
ଲର୍ଡ଼ ଲିନ୍ଲିଷ୍ଟୋଙ୍କ ଅଧ୍ୟକ୍ଷତାରେ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ଗଠିତ ହୋଇଥିଲା ।
୨୬ । ଓ’ଡ଼ୋନେଲ କମିଟି କେବେ ଓ କାହିଁକି ଗଠିତ ହୋଇଥିଲା ?
Answer:
ଓଡ଼ିଶାର ସୀମା ନିର୍ଦ୍ଧାରଣ କରିବାପାଇଁ ୧୯୩୧ ଖ୍ରୀ.ଅ.ରେ ଓ’ଡ଼ୋନେଲ କମିଟି ଗଠିତ ହୋଇଥିଲା ।
୨୭ । ଓ’ଡ଼ୋନେଲ୍ କମିଟିର ପ୍ରଥମ ବୈଠକ କେବେ ଆହୂତ ହୋଇଥିଲା ?
Answer:
ଓଡ଼ିଶାର ସୀମା ନିର୍ଦ୍ଧାରଣ କରିବାପାଇଁ ଓ’ଡ଼ୋନେଲ କମିଟିର ପ୍ରଥମ ବୈଠକ ୧୯୩୧ ନଭେମ୍ବର ୭ ତାରିଖରେ ଆହୂତ ହୋଇଥିଲା ।
୨୮ । ବିହାର-ଓଡ଼ିଶା ପ୍ରାଦେଶିକ ଲେଜିସ୍ଲେଟିଭ କାଉନ୍ସିଲର ଓଡ଼ିଆ ସଭ୍ୟ କିଏ ଥିଲେ ?
Answer:
ବିହାର-ଓଡ଼ିଶା ‘ପ୍ରାଦେଶିକ ଲେଜିସ୍ଟିଭ୍ କାଉନ୍ସିଲ୍ର ଓଡ଼ିଆ ସଭ୍ୟ ମଧୁସୂଦନ ଦାସ ଥିଲେ ।
୨୯ । ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧ୍ଵବେଶନ କେବେ ଓ କେଉଁଠାରେ ହୋଇଥିଲା ? ଏଥୁରେ ମଧୁବାବୁ କ’ଣ ବିରୋଧ କରିଥିଲେ ?
Answer:
୧୯୧୨ ଖ୍ରୀ.ଅ.ରେ ବ୍ରହ୍ମପୁରଠାରେ ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧ୍ଵବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିହାର- ଓଡ଼ିଶା ପ୍ରଦେଶ ଗଠନକୁ ମଧୁବାବୁ ଘୋର ବିରୋଧ କରିଥିଲେ ।
୩୦ । ଓ’ହୋନେଲ୍ କମିଟିରେ ଓଡ଼ିଶାର ପ୍ରତିନିଧୁତ୍ଵ କିଏ କରିଥିଲେ ?
Answer:
ଓ’ଡ଼ୋନେଲ୍ କମିଟିରେ ଓଡ଼ିଶାର କୃଷ୍ଣଚନ୍ଦ୍ର ନାରାୟଣ ଦେଓ ପ୍ରତିନିଧ୍ଵତ୍ଵ କରିଥିଲେ ।
୩୧। ବଙ୍ଗ, ମାନ୍ଦ୍ରାଜ୍ ଓ କେନ୍ଦ୍ରୀୟ ପ୍ରଦେଶ ସରକାର ସିହ୍ନାଙ୍କ ପ୍ରସ୍ତାବ ଅଗ୍ରାହ୍ୟ କରିବାପରେ ବିହାର-ଓଡ଼ିଶା ସରକାର ଓଡ଼ିଶା ପାଇଁ କ’ଣ ପ୍ରସ୍ତାବ ଦେଇଥିଲେ ?
Answer:
ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶ ସରକାର ସିହ୍ନାଙ୍କ ପ୍ରସ୍ତାବ ଅଗ୍ରାହ୍ୟ କରିବାପରେ ବିହାର-ଓଡ଼ିଶା ସରକାର ଓଡ଼ିଶାକୁ ଏକ ଉପପ୍ରଦେଶ ପାହ୍ୟା ଦେବାପାଇଁ ପ୍ରସ୍ତାବ ଦେଇଥିଲେ ।
୩୨। କୃଷ୍ଣଚନ୍ଦ୍ର ଗଜପତି କେଉଁଠାରେ ସାଇମନ୍ କମିଶନ୍କୁ ଭେଟିଥିଲେ ?
Answer:
କୃଷ୍ଣଚନ୍ଦ୍ର ଗଜପତି . ମାନ୍ଦ୍ରାଜଠାରେ ସାଇମନ୍ କମିଶନ୍କୁ ଭେଟିଥିଲେ ।
୩୩ । କେନ୍ଦ୍ରୀୟ ବିଧାୟକ ପରିଷଦର କେଉଁ ସଦସ୍ୟ ଅଟ୍ଲୀ ସବ୍-କମିଟିର ସଦସ୍ୟ ଥିଲେ ।
Answer:
କେନ୍ଦ୍ରୀୟ ବିଧାୟକ ପରିଷଦର ସଦ୍ୟ ଡକ୍ଟର ସୁର ୱକ ଅଟ୍ ସବ୍କମିଟିର ସଦସ୍ୟ ଥିଲେ ।
୩୪ । ପୃଥକ୍ ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ଓଡ଼ିଶା ସଭାରେ କିଏ ପ୍ରସ୍ତାବ ଆଗତ କରିଥିଲେ ।
Answer:
ପୃଥକ୍ ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ଓଡ଼ିଶା ପ୍ରାଦେଶିକ କଂଗ୍ରେସ ସଭାରେ ହରେକୃଷ୍ଣ ମହତାବ ପ୍ରସ୍ତାବ ଆଗତ କରିଥିଲେ ।
୩୫ । ଅଟ୍ ସବ୍ କମିଟି କାହାକୁ କୁହାଯାଏ ?
Answer:
ସାଇମନ୍ କମିଶନର ସୁପାରିସ କ୍ରମେ ଓଡ଼ିଶାର ସୀମା ନିର୍ଦ୍ଧାରଣ କରିବାପାଇଁ ଏକ କମିଟି ସି.ଆର୍.ଅଟ୍ଲୀଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିଲା, ଯାହାକୁ ଅଟ୍ ସବ୍-କମିଟି କୁହାଯାଏ ।
୩୬ । ପାରଳାଖେମୁଣ୍ଡିର କେଉଁ ଅନୁଷ୍ଠାନ ପାରଳାଖେମୁଣ୍ଡିକୁ ଓଡ଼ିଶାରେ ମିଶାଇବାପାଇଁ ଓ’ଡୋନେଲ୍ କମିଟି ନିକଟରେ ଦାବି କରିଥିଲେ ?
Answer:
ପାରଳାଖେମୁଣ୍ଡିର ‘ଉତ୍କଳ ହିତୈଷିଣୀ’ ଅନୁଷ୍ଠାନ ପାରଳାଖେମୁଣ୍ଡିକୁ ଓଡ଼ିଶାରେ ମିଶାଇବାପାଇଁ ଓ’ଡୋନେଲ କମିଟି ନିକଟରେ ଦାବି କରିଥିଲେ ।
୩୭ । ତୃତୀୟ ଗୋଲଟେବୁଲ ବୈଠକ ପରେ କିଏ ପୃଥକ୍ ଓଡ଼ିଶା ପ୍ରଦେଶ ଗଠନର ଘୋଷଣା କରିଥିଲେ ?
Answer:
ତୃତୀୟ ଗୋଲଟେବୁଲ ବୈଠକ ପରେ ଭାରତ ସଚିବ ସାମୁଏଲ୍ ହୋର୍ ଭାରତ ପାଇଁ ଉଦ୍ଦିଷ୍ଟ ସାମ୍ବିଧାନିକ ବ୍ୟବସ୍ଥାନୁଯାୟୀ ଏକ ପୃଥକ୍ ଓଡ଼ିଶା ପ୍ରଦେଶ ଗଠନର ଘୋଷଣା କରିଥିଲେ ।
୩୮ । ମିଳିତ ସଂସଦୀୟ କମିଟି ପ୍ରସ୍ତାବରେ ଓଡ଼ିଶାର କ୍ଷେତ୍ରଫଳ କେତେ ବର୍ଗ ମାଇକୁ ବୃଦ୍ଧି କରାଯାଇଥିଲା ?
Answer:
ମିଳିତ ସଂସଦୀୟ କମିଟି ପ୍ରସ୍ତାବରେ ଓଡ଼ିଶାର କ୍ଷେତ୍ରଫଳ ୨୧,୫୫୫ ବର୍ଗ ମାଇଲ୍ରୁ ବୃଦ୍ଧି ପାଇ ୩୨,୬୯୫ ‘ବର୍ଗ ମାଇଲ୍ କରାଯାଇଥିଲା ।
୩୯ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ କେବେ ସୃଷ୍ଟି ହେଲା ?
Answer:
୧୯୩୬ ମସିହା ଏପ୍ରିଲ୍ ୧ ତାରିଖ ଦିନ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ସୃଷ୍ଟି ହେଲା ।
୪୦ । କେଉଁ ଗଡ଼ଜାତ ରାଜାଙ୍କ ପ୍ରଚେଷ୍ଟାରେ ଉତ୍କଳ ବିଶ୍ଵବିଦ୍ୟାଳୟର ସୃଷ୍ଟି ହୋଇଥିଲା ?
Answer:
ପାରଳାଖେମୁଣ୍ଡିର ମହାରାଜା ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେଓଙ୍କ ପ୍ରଚେଷ୍ଟାରେ ଉତ୍କଳ ବିଶ୍ଵବିଦ୍ୟାଳୟର ସୃଷ୍ଟି ହୋଇଥିଲା ।
୪୧ । ଓଡ଼ିଶାର କେଉଁ ଗଭର୍ଣ୍ଣର ଓଡ଼ିଆ ଭାଷାର ସ୍ଵାତନ୍ତ୍ର୍ୟ ବିରୋଧୀ ମନ୍ତବ୍ୟକୁ ବିରୋଧ କରିଥିଲେ ?
Answer:
ଓଡ଼ିଶାର ଗଭଣ୍ଡି ଗୋଲ୍ଡବରୀ ଓଡ଼ିଆ ଭାଷାର ସ୍ଵାତନ୍ତ୍ର୍ୟ ବିରୋଧୀ ମନ୍ତବ୍ୟକୁ ବିରୋଧ କରିଥିଲେ ।
୪୨ । କେଉଁମାନଙ୍କୁ ନେଇ ଫିଲିପ୍-ଡପ୍ କମିଟି ଗଠିତ ହୋଇଥିଲା ?
Answer:
ସି.ଏଲ୍. ଫିଲିପ୍ ଏବଂ ଏ.ସି. ଉଙ୍କୁ ନେଇ ଫିଲିପ୍-ଡଫ୍ କମିଟି ଗଠିତ ହୋଇଥିଲା ।
୪୩ । ୧୮୮୮ରେ ଓଡ଼ିଶା ଗସ୍ତରେ ଆସିଥିବା ବଙ୍ଗର ଲେଫ୍ଟନାଣ୍ଟ ଗଭର୍ସର କିଏ ଥିଲେ ?
Answer:
୧୮୮୮ରେ ଓଡ଼ିଶା ଗସ୍ତରେ ଆସିଥିବା ବଙ୍ଗର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସାର୍ ଏ.ସି ବେଲୀ ଥିଲେ ।
୪୪ । ଓ’ଡ଼ୋନେଲ କମିଟିର ଦୁଇଜଣ ସଦସ୍ୟଙ୍କ ନାମ ଲେଖ ।
Answer:
ଓ’ଡ଼ୋନେଲ କମିଟିର ଦୁଇଜଣ ସଦସ୍ୟଙ୍କର ନାମ ହେଲା– ବମ୍ବେର ଏଚ୍.ଏମ୍. ମେହେଟ୍ଟା ଏବଂ ଆସାମର ଟି.ଆର୍.ଫୁଜନ୍ ।
୪୫ । ଓଡ଼ିଶା ଡିଭିଜନରେ ମିଶିବା ପୂର୍ବରୁ କଳାହାଣ୍ଡି କେଉଁ ପ୍ରଦେଶର ଅନ୍ତର୍ଭୁକ୍ତ ଥୁଲା ?
Answer:
ଓଡ଼ିଶା ଡିଭିଜନରେ ମିଶିବା ପୂର୍ବରୁ କଳାହାଣ୍ଡି କେନ୍ଦ୍ରୀୟ ପ୍ରଦେଶର ଅନ୍ତର୍ଭୁକ୍ତ ଥିଲା ।
୪୬ । ବିହାର-ଓଡ଼ିଶା ପ୍ରଦେଶ କେବେ ଗଠନ କରାଯାଇଥିଲା ?
Answer:
୧୯୧୨ ଅଗଷ୍ଟ ୧ ତାରିଖରେ ବିହାର-ଓଡ଼ିଶା ପ୍ରଦେଶ ଗଠନ କରାଯାଇଥିଲା ।
୪୭ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହିତ ସମ୍ପୃକ୍ତ ଥିବା ଦୁଇଟି କମିଟିର ନାମ ଲେଖ ।
Answer:
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହିତ ସମ୍ପୃକ୍ତ ଥିବା ଦୁଇଟି କମିଟିର ନାମ ହେଲା ଓ’ଡ଼ୋନେଲ କମିଟି ଓ ହାବାକ୍ କମିଟି ।
D. ଭ୍ରମ ସଂଶୋଧନ କର ।
୧ । ଉତ୍କଳ ଦୀପିକାର ସମ୍ପାଦକ ଫକୀରମୋହନ ସେନାପତି ଥିଲେ ।
Answer:
ଉତ୍କଳ ଦୀପିକାର ସମ୍ପାଦକ ଗୌରୀଶଙ୍କର ରାୟ ଥିଲେ ।
୨ । ସମ୍ବାଦବାହିକାର ସମ୍ପାଦକ ମଧୁସୂଦନ ଥିଲେ ।
Answer:
ସମ୍ବାଦବାହିକାର ସମ୍ପାଦକ ଫକୀରମୋହନ ସେନାପତି ଥିଲେ ।
୩ । ଗଞ୍ଜାମ ଜିଲ୍ଲା ମାନ୍ଦ୍ରାଜ ସହିତ ମିଶିଥିବାବେଳେ ସେଠାରେ ଓଡ଼ିଆ ଭାଷା ପ୍ରଚଳିତ ଥିଲା ।
Answer:
ଗଞ୍ଜାମ ଜିଲ୍ଲା ମାନ୍ଦ୍ରାଜ ସହିତ ମିଶିଥିବାବେଳେ ସେଠାରେ ତେଲୁଗୁ ଭାଷା ପ୍ରଚଳିତ ଥିଲା ।
୪। ୧୯୧୫ ଖ୍ରୀ.ଅ.ରେ ବିହାର-ଓଡ଼ିଶା ପ୍ରଦେଶ ନାମରେ ଏକ ନୂତନ ପ୍ରଦେଶ ଗଠନ କରି ଓଡ଼ିଶାକୁ ବିହାରର ଶାସନାଧୀନ କରି ରଖାଗଲା ।
Answer:
୧୯୧୨ ଖ୍ରୀ.ଅ.ରେ ବିହାର-ଓଡ଼ିଶା ପ୍ରଦେଶ ନାମରେ ଏକ ନୂତନ ପ୍ରଦେଶ ଗଠନ କରି ଓଡ଼ିଶାକୁ ବିହାରର ଶାସନାଧୀନ କରି ରଖାଗଲା ।
୫। ଓ’ଡ଼ୋନେଲ କମିଟି ୧୯୩୦ ଖ୍ରୀ.ଅ.ରେ ଗଠନ କରାଯାଇଥିଲା ।
Answer:
ଓ’ଡ଼ୋନେଲ କମିଟି ୧୯୩୧ ଖ୍ରୀ.ଅ.ରେ ଗଠନ କରାଯାଇଥିଲା ।
୬। ୧୮୬୬ ଖ୍ରୀ.ଅ.ର ନଅଙ୍କ ଦୁର୍ଭିକ୍ଷ ପରେ ତତ୍କାଳୀନ ସେକ୍ରେଟାରୀ ଅଫ୍ ଷ୍ଟେଟ୍ସ ଟି.ଇ. ରେଭେନ୍ସା ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶ ରୂପେ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।
Answer:
୧୮୬୬ ଖ୍ରୀ.ଅ.ର ନଅଙ୍କ ଦୁର୍ଭିକ୍ଷ ପରେ ତତ୍କାଳୀନ ସେକ୍ରେଟାରୀ ଷ୍ଟାଫୋର୍ଡ଼ ନର୍ଥକୋଟ୍ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶରୂପେ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।
୭ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରଥମେ ୪ଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ।
Answer:
ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରଥମେ ୬ଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ।
୮। ମଣ୍ଟେଗୁ-ଚେମ୍ସଫୋର୍ଡ଼ଙ୍କଦ୍ଵାରା ପ୍ରବର୍ତ୍ତିତ ୧୯୧୯ର ଭାରତ ଶାସନ ଆଇନ ଏବଂ ସିହ୍ନା ପ୍ରସ୍ତାବ ଓଡ଼ିଶାର ଏକତ୍ରୀକରଣ ପାଇଁ ଇଂରେଜ ସରକାରଙ୍କୁ ପ୍ରଭାବିତ କରିବାରୁ ଓଡ଼ିଶାର ନେତାମାନେ କ୍ଷୁବ୍ଧ ହୋଇ ଉଠିଲେ ।
Answer:
ମଣ୍ଟେଗୁ-ଚେମ୍ସଫୋର୍ଡ଼ଙ୍କଦ୍ଵାରା ପ୍ରବର୍ତ୍ତିତ ୧୯୧୯ର ଭାରତ ଶାସନ ଆଇନ ଏବଂ ସିହ୍ନା ପ୍ରସ୍ତାବ ଓଡ଼ିଶାର ଏକତ୍ରୀକରଣ ପାଇଁ ଇଂରେଜ ସରକାରଙ୍କୁ ପ୍ରଭାବିତ ନ କରିବାରୁ ଓଡ଼ିଶାର ନେତାମାନେ କ୍ଷୁବ୍ଧ ହୋଇ ଉଠିଲେ ।
୯ । ବିଚ୍ଛିନ୍ନାଞ୍ଚଳ ଓଡ଼ିଆମାନଙ୍କୁ ଏକତ୍ରିତ କରିବା ପାଇଁ ୧୯୦୩ରେ ଗୌରୀଶଙ୍କର ରାୟ ପ୍ରତିଷ୍ଠା କରିଥିଲେ ଉତ୍କଳ ସମ୍ମିଳନୀ ।
Answer:
ବିଚ୍ଛିନ୍ନାଞ୍ଚଳ ଓଡ଼ିଆମାନଙ୍କୁ ଏକତ୍ରିତ କରିବାପାଇଁ ୧୯୦୩ରେ ମଧୁବାବୁ ପ୍ରତିଷ୍ଠା କରିଥିଲେ ଉତ୍କଳସମ୍ମିଳନୀ ।
୧୦ । ୧୯୧୯ ଭାରତ ଶାସନ ଆଇନରେ ଭାରତର ଆଇନ ସ୍ୱାୟତ୍ତ ଶାସନ ପାଇଁ ଯେଉଁ ବ୍ୟବସ୍ଥା କରିଥିଲା, ସେଥୁରେ ଓଡ଼ିଆମାନଙ୍କ ପାଇଁ ସବୁ ସୁବିଧା ଥିଲା ।
Answer:
୧୯୧୯ ଭାରତ ଶାସନ ଆଇନରେ ଭାରତର ଆଇନ ସ୍ୱାୟତ୍ତ ଶାସନ ପାଇଁ ଯେଉଁ ବ୍ୟବସ୍ଥା ରହିଥିଲା, ସେଥିରେ ଓଡ଼ିଆମାନଙ୍କ ପାଇଁ କିଛି ସୁବିଧା ନ ଥିଲା ।