Odisha State Board CHSE Odisha Class 12 History Solutions Chapter 4 ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ଧର୍ମୀୟ ସଂସ୍କାର ଆନ୍ଦୋଳନ-ଜୈନଧର୍ମ, ବୌଦ୍ଧଧର୍ମ Short Answer Questions.
CHSE Odisha 12th Class History Chapter 4 Short Answer Questions in Odia Medium
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।
୧। ଜୈନଧର୍ମ କେତେଜଣ ତୀର୍ଥଙ୍କରଙ୍କ ପ୍ରଚାରିତ ବାଣୀ ? କେଉଁ ଦୁଇଜଣ ତୀର୍ଥଙ୍କରଙ୍କ ନାମ ବୈଦିକ ସାହିତ୍ୟରେ ଉଲ୍ଲେଖ କରାଯାଇଛି ?
Answer:
ଜୈନଧର୍ମ ୨୪ ଜଣ ତୀର୍ଥଙ୍କରଙ୍କ ପ୍ରଚାରିତ ବାଣୀ ଅଟେ । ବୈଦିକ ସାହିତ୍ୟରେ ଋଷଭନାଥ ଓ ଆରିଷ୍ଟେନେମି ନାମକ ଦୁଇଜଣ ତୀର୍ଥଙ୍କରଙ୍କ ନାମ ଉଲ୍ଲେଖ କରାଯାଇଛି ।
୨। ମହାବୀର କେଉଁଠାରେ ଓ କେଉଁ ଗୋଷ୍ଠୀରେ ଜନ୍ମ ହୋଇଥିଲେ ? ତାଙ୍କର ମାତା ତ୍ରିଶଳା କେଉଁ ବଂଶସମ୍ଭୂତା ?
Answer:
ମହାବୀର ଉତ୍ତର ବିହାର ଅନ୍ତର୍ଗତ ବୈଶାଳୀ ନିକଟସ୍ଥ କୁନ୍ଦଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମାତା ଥିଲେ ଲିଙ୍ଗବୀ ବଂଶସମ୍ଭୂତା ।
୩ । ଖ୍ରୀ. ପୂ. ୫୧୨ରେ କେଉଁଠାରେ ଏକ ଜୈନ ସମ୍ମିଳନୀ ବସିଥିଲା ? ଉକ୍ତ ସମ୍ମିଳନୀରେ କିଏ ସଭାପତି ଥିଲେ ?
Answer:
ଖ୍ରୀ. ପୂ. ୫୧୨ରେ ବଲ୍ଲଭୀ (ଗୁଜୁରାଟ)ଠାରେ ଏକ ବୌଦ୍ଧ ସମ୍ମିଳନୀ ବସିଥିଲା । ଉକ୍ତ ସମ୍ମିଳନୀରେ ଜୈନ ସନ୍ନ୍ୟାସୀ ନାଗାର୍ଜୁନ ସଭାପତିତ୍ୱ କରିଥିଲେ ।
୪ । ମହାବୀର ଦିବ୍ୟଜ୍ଞାନ ଲାଭ କରିବାପରେ କେଉଁ କେଉଁ ନାମରେ ପରିଚିତ ହେଲେ ?
Answer:
ମହାବୀର ଦିବ୍ୟଜ୍ଞାନ ଲାଭ କରିବାପରେ ‘କେବଲୀନ୍’ (ସର୍ବଜ୍ଞ, ସର୍ବଦ୍ରଷ୍ଟା) ରୂପେ ପରିଗଣିତ ହୋଇଥିଲେ । ସଂସାରର ବନ୍ଧନକୁ ଛିନ୍ନ କରିଥିବାରୁ ସେ ନିଗ୍ରନ୍ଥ ନାମରେ ସିଦ୍ଧ ହେଲେ । ସମସ୍ତ କାମନା, ବାସନା, ଆସକ୍ତି ତଥା ଇନ୍ଦ୍ରିୟକୁ ଜୟ କରିଥୁବାରୁ ସେ ଜୀନ ନାମରେ ବିଖ୍ୟାତ ହୋଇଥିଲେ ।
୫। ପାର୍ଶ୍ଵନାଥ କିଏ ? ତାଙ୍କର ଚତୁର୍ଯ୍ୟାମ ଧର୍ମ କ’ଣ ଥିଲା ?
Answer:
ଜୈନଧର୍ମର ୨୩ତମ ଧର୍ମପ୍ରଚାରକ ଥିଲେ ପାର୍ଶ୍ଵନାଥ । ସେ ଯଜ୍ଞ, ପଶୁବଳି, ଦେବଦେବୀ ପୂଜା, ଜାତିପ୍ରଥା ଆଦିକୁ ବିରୋଧ କରି ସତ୍ୟ, ଅହିଂସା, ଆସ୍ତେୟ ଓ ଅପରିଗ୍ରହ ଭଳି ଚାରିସତ୍ୟକୁ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଏହି ‘ଚତୁର୍ଯ୍ୟାମ ଧର୍ମ’ ପାଳନ କଲେ ମଣିଷ ମୋକ୍ଷଲାଭ କରିବ ବୋଲି ସେ ଦର୍ଶାଇଥିଲେ ।
୬ | ମହାବୀର ପ୍ରଥମେ କେଉଁଠାରେ ନିଜର ଧର୍ମମତ ପ୍ରଚାର କରିଥିଲେ ? ସେଠାରେ ସେ କେତେଜଣ ବ୍ରାହ୍ମଣଙ୍କୁ ଜୈନଧର୍ମରେ ଦୀକ୍ଷିତ କରାଇଥିଲେ ?
Answer:
ଜ୍ଞାନଲାଭ ପରେ ମହାବୀର ପ୍ରଥମେ ମଗଧର ପୁରାତନ ରାଜଧାନୀ ରାଜଗୃହ ସନ୍ନିକଟ ବିପୁଳାଚଳକୁ ଯାତ୍ରା କରିଥିଲେ । ସେଠାରେ ସେ ୧୧ ଜଣ ବ୍ରାହ୍ମଣଙ୍କୁ ଜୈନଧର୍ମରେ ଦୀକ୍ଷିତ କରାଇଥିଲେ । ସମୟକ୍ରମେ ଲୋକମାନେ ତାଙ୍କ ପ୍ରତି ଆକୃଷ୍ଟ ହୋଇ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ ।
୭ । ଜୈନ୍ୟ ସ୍ଥାପତ୍ୟର ବିକାଶ ସମ୍ପର୍କରେ ଲେଖ ।
Answer:
ଜୈନମାନେ ଅନେକ ସ୍ତୂପ ନିର୍ମାଣ କରିଥିଲେ । ଏଗୁଡ଼ିକ ଦ୍ଵାରବନ୍ଧ, ସ୍ତମ୍ଭ, ଛତ୍ର ପ୍ରଭୃତି ବିଭିନ୍ନ କାରୁକାର୍ଯ୍ୟରେ ମଣ୍ଡିତ ହୋଇଥିଲା । ଅନେକ ଜୈନକୀର୍ତ୍ତି ଜୁନାଗଡ଼, ମଥୁରା, ବୁନ୍ଦେଲଖଣ୍ଡ ଓ ଗ୍ବାଲିଅର୍ ଆଦି ସ୍ଥାନରେ ଦେଖିବାକୁ ମିଳିଥାଏ । ଜୈନମାନଙ୍କର ବିହାରର ପାର୍ଶ୍ଵନାଥ ପର୍ବତ, ପାବାପୁରୀ, ରାଜଗିରି, କାଥୁଆୱାଡ଼ର ଗିରନାର ଆଦି ତୀର୍ଥସ୍ଥାନରେ ମନ୍ଦିରମାନ ରହିଅଛି ।
୮ | ମହାବୀର କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ତାଙ୍କର ପିତାମାତାଙ୍କ ନାମ କ’ଣ ଥିଲା ?
Answer:
ମହାବୀର ଖ୍ରୀ.ପୂ. ୫୪୦ରେ ବୈଶାଳୀ ନିକଟବର୍ତ୍ତୀ କୁନ୍ଦଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସିଦ୍ଧାର୍ଥ ଏବଂ ମାତାଙ୍କ ନାମ ତ୍ରିଶଳା ଥିଲା ।
୯। ମହାବୀର କେଉଁଠାରେ ଓ କେଉଁ ବୃକ୍ଷମୂଳରେ ଦିବ୍ୟଜ୍ଞାନ ଲାଭ କରିଥିଲେ ?
Answer:
ମହାବୀର ୪୨ ବର୍ଷ ବୟସରେ ବୈଶାଖ ମାସ ଶୁକ୍ଳପକ୍ଷ ଦଶମୀ ତିଥ୍ୟରେ ଜୁମ୍ଭିକ ଗ୍ରାମରେ ପ୍ରବାହିତ ଋଜୁପାଳିକା ନଦୀ ତଟସ୍ଥ ଶାଳ ବୃକ୍ଷ ମୂଳରେ ଦିବ୍ୟଜ୍ଞାନ ଲାଭ କରିଥିଲେ ।
୧୦ । ମହାବୀରଙ୍କ ମୃତ୍ୟୁପରେ ଜୈନଧର୍ମ କେତେ ଭାଗରେ ଓ କ’ଣ କ’ଣ ନାମରେ ବିଭକ୍ତ ହୋଇଥିଲା ?
Answer:
ମହାବୀରଙ୍କ ମୃତ୍ୟୁପରେ ଜୈନଧର୍ମ ଦୁଇ ଭାଗରେ ବିଭକ୍ତ ହୋଇଥିଲା; ଯଥା – ଶ୍ଵେତାମ୍ବର ଏବଂ ଦିଗମ୍ବର ।
୧୧ । ଜୀନ ଶବ୍ଦର ଅର୍ଥ କ’ଣ ? କିଏ କିପରି ଜୀନ ନାମରେ ପରିଚିତ ହୋଇଥିଲେ ?
Answer:
ଜୀନ ଶବ୍ଦର ଅର୍ଥ ସଂସାରର ସମସ୍ତ ବନ୍ଧନରୁ ନିଜକୁ ମୁକ୍ତ କରିବା । ମହାବୀର ଦିବ୍ୟଜ୍ଞାନ ଲାଭକରି ସମସ୍ତ ଇନ୍ଦ୍ରିୟକୁ ଜୟ କରିଥିବାରୁ ସେ ଜୀନ ନାମରେ ପରିଚିତ ହୋଇଥିଲେ ।
୧୨ । ମହାବୀର କେବେ ଓ କେଉଁଠାରେ ମୃତ୍ୟୁବରଣ କରିଥିଲେ ?
Answer:
ମହାବୀର ଖ୍ରୀ.ପୂ. ୪୬୮ରେ ୭୨ ବର୍ଷ ବୟସରେ ବିହାରର ପାବାଠାରେ ମୃତ୍ୟୁବରଣ କରିଥିଲେ ।
୧୩ । ଜୈନଧର୍ମର ତ୍ରିରତ୍ନ କ’ଣ ?
Answer:
ପୁନର୍ଜନ୍ମରୁ ଆତ୍ମାର ମୁକ୍ତିଲାଭ ପାଇଁ ମହାବୀର ତିନୋଟି ମାର୍ଗ ଅନୁସରଣ କରିବାକୁ ଉପଦେଶ ଦେଇଥିଲେ । ସେଗୁଡ଼ିକ ହେଲା – ସମ୍ୟକ୍ ଜ୍ଞାନ, ସମ୍ୟକ୍ ଚରିତ୍ର ଓ ସମ୍ୟକ୍ ବିଶ୍ଵାସ । ମହାବୀରଙ୍କର ଏହି ଉପଦେଶ ପଞ୍ଚମହାବ୍ରତ ନାମରେ ଖ୍ୟାତିଲାଭ କରିଥିଲା ।
୧୪ । ଜୈନଧର୍ମର ବିଭିନ୍ନ ଗ୍ରନ୍ଥର ନାମ ଲେଖ ।
Answer:
ଜୈନଧର୍ମର ବିଭିନ୍ନ ଗ୍ରନ୍ଥର ନାମ ହେଲା – ଅଙ୍ଗ, ଉପାଙ୍ଗ, ଆଗମ, କଳ୍ପସୂତ୍ର ।
୧୫ । ଜୈନଧର୍ମାବଲମ୍ବୀମାନେ କର୍ମଫଳ ଏବଂ ପୁନର୍ଜନ୍ମରେ ବିଶ୍ଵାସ କରୁଥୁଲେ କାହିଁକି ? ଏହାଦ୍ଵାରା କ’ଣ ହୁଏ ?
Answer:
ଜୈନଧର୍ମାବଲମ୍ବୀମାନେ କର୍ମଫଳ ଓ ପୁନର୍ଜନ୍ମରେ ବିଶ୍ୱାସ କରୁଥିଲେ । ନିଜ କର୍ମଯୋଗୁଁ ହିଁ ସାଧନାର ସିଦ୍ଧି ମିଳିଥାଏ । ମୁକ୍ତି ଓ ପୁନର୍ଜନ୍ମ ମହତ୍ କର୍ମ ଓ ମନ୍ଦକର୍ମଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ସୁକର୍ମ କଲେ ତାହା ସାହାଯ୍ୟରେ ତାକୁ ସୁଫଳ ମିଳିଥାଏ ଏବଂ ଶେଷରେ ନିର୍ବାଣ ପ୍ରାପ୍ତି ହୋଇଥାଏ ।
୧୬ । ଜୈନଧର୍ମର ପଞ୍ଚ ମହାବ୍ରତ କ’ଣ ?
Answer:
ଜୀବନକୁ ନୀତିମୟ କରିବାପାଇଁ ଏବଂ ଉତ୍ତମ ଚରିତ୍ର ଗଠନ ପାଇଁ ମହାବୀର ପାଞ୍ଚଗୋଟି ଉପଦେଶ ଦେଇଥିଲେ । ସେଗୁଡ଼ିକ ହେଲା — ଅହିଂସା, ସତ୍ୟ, ଅଚୌର୍ଯ୍ୟ, ଅପରିଗ୍ରହ ଏବଂ ବ୍ରହ୍ମଚର୍ଯ୍ୟ | ଏହାକୁ ଜୈନଧର୍ମର ପଞ୍ଚମହାବ୍ରତ କୁହାଯାଏ ।
୧୭ । ପାର୍ଶ୍ଵନାଥ କେବେ ଜନ୍ମଗ୍ରହଣ କରିଥିଲେ ? ତାଙ୍କ ପିତାମାତାଙ୍କ ନାମ କ’ଣ ଥିଲା ?
Answer:
ପାର୍ଶ୍ଵନାଥ ଖ୍ରୀ.ପୂ. ୮୭୭ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅଶ୍ଵସେନ ଓ ମାତାଙ୍କ ନାମ ବାମାଦେବୀ ଥିଲା ।
୧୮ । ଭଦ୍ରବାହୁ କିଏ ? ସେ କେବେ କେଉଁଠାରେ ଜୈନଧର୍ମ ପ୍ରଚାର କରିଥିଲେ ?
Answer:
ଭଦ୍ରବାହୁ ଜଣେ ଜୈନ ସନ୍ନ୍ୟାସୀ । ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀରେ ସେ ଅନେକ ଜୈନ ସନ୍ନ୍ୟାସୀଙ୍କୁ ନେଇ ସୁଦୂର ଦକ୍ଷିଣରେ ଜୈନଧର୍ମ ପ୍ରଚାର କରିଥିଲେ ।
୧୯ । ବୁଦ୍ଧଙ୍କ ଅଷ୍ଟାଙ୍ଗମାର୍ଗ କ’ଣ ? ଏହାକୁ ଅନ୍ୟ ଅର୍ଥରେ କ’ଣ କୁହାଯାଇଥାଏ ?
Answer:
ଆର୍ଯ୍ୟ ଅଷ୍ଟାଙ୍ଗମାର୍ଗ ହେଉଛି ବୌଦ୍ଧଧର୍ମର ଶ୍ରେଷ୍ଠବାଣୀ । ଏହା ହେଲା – (୧) ସତ୍ ବିଶ୍ଵାସ, (୨) ସତ୍ ଚିନ୍ତା, (୩) ସତ୍ କର୍ମ, (୪) ସତ୍ ବାକ୍ୟ, (୫) ସତ୍ ଆଚାର, (୬) ସତ୍ ଉଦ୍ୟମ, (୭) ସତ୍ ଜୀବିକା, (୮) ସତ୍ ସଂକଳ୍ପ । ଏହାକୁ ଅନ୍ୟ ଅର୍ଥରେ ମଧ୍ୟମ ମାର୍ଗ କୁହାଯାଇଥାଏ ।
୨୦ । ଓଡ଼ିଶାର କେଉଁଠାରେ ବୌଦ୍ଧ କୀର୍ତ୍ତିମାନ ରହିଅଛି ?
Answer:
ଓଡ଼ିଶାର ରତ୍ନଗିରି ଓ ଲଳିତଗିରିଠାରେ ବୌଦ୍ଧ କୀର୍ତିମାନ ରହିଅଛି ।
୨୧ । ବୁଦ୍ଧଙ୍କ ଶିଷ୍ୟ ହୋଇଥିବା ଉତ୍କଳ ବଣିକଦ୍ଵୟଙ୍କ ନାମ କ’ଣ ? ବୌଦ୍ଧଧର୍ମ କେଉଁ ଗଣିକା ଗ୍ରହଣ କରିଥିଲେ ?
Answer:
ବୁଦ୍ଧଙ୍କ ଶିଷ୍ୟ ହୋଇଥୁବା ଉତ୍କଳ ବଣିକଦ୍ବୟଙ୍କ ନାମ ତାପସୁ ଓ ଭଲ୍ଲିକ । ଗଣିକା ଅମ୍ବାପଲ୍ଲୀ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।
୨୨। ହୋଇଥୁବା ଉତ୍କଳ ବଣିକଦ୍ଵୟଙ୍କ ନାମ ତାପସୁ ଓ ଭଲ୍ଲିକ । ଗଣିକା ଅମ୍ବାପଲ୍ଲୀ ବୌଦ୍ଧଧର୍ମ ଗ୍ରହଣ ଥିଲା ? ହୁଏନ୍ସାଂ କେଉଁ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ?
Answer:
ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତକ୍ଷଶିଳା, ନାଳନ୍ଦା, ମହାବୋଧ ଏବଂ ପୁଷ୍ପଗିରି ଆଦି ବୌଦ୍ଧ ବିଶ୍ବବିଦ୍ୟାଳୟଗୁଡ଼ିକର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା । ହୁଏନ୍ସାଂ ନାଳନ୍ଦା ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ।
୨୩ । ବୁଦ୍ଧଙ୍କ ପ୍ରଚାରିତ ଚାରି ଆର୍ଯ୍ୟ ସତ୍ୟ କ’ଣ ?
Answer:
ବୁଦ୍ଧଦେବ ଚାରୋଟି ମହାନ୍ ସତ୍ୟକୁ ଉପଲବ୍ଧ କରିଥିଲେ । ଏହି ଚାରୋଟି ସତ୍ୟ ହେଲା – ଦୁଃଖ, ଦୁଃଖରୁ କାରଣ କାମନା, କାମନାର ବିନାଶରେ ଦୁଃଖର ବିନାଶ ଓ ନିର୍ବାଣ ଲାଭ ।
୨୪ । ବୁଦ୍ଧଙ୍କ ମତରେ ନିର୍ବାଣର ଅର୍ଥ କ’ଣ ? କ’ଣ କଲେ ନିର୍ବାଣ ଲାଭ ହୋଇଥାଏ ?
Answer:
ସାଂସାରିକ ଦୁଃଖରୁ ମୁକ୍ତିଲାଭ କରିବାର ଅନ୍ୟ ନାମ ହେଉଛି ନିର୍ବାଣ । କାମନାର ବିନାଶଦ୍ୱାରା ମନୁଷ୍ୟ ଜନ୍ମ ଓ ମୃତ୍ୟୁଚକ୍ରରୁ ମୁକ୍ତିଲାଭ କରିବା ସଙ୍ଗେ ସଙ୍ଗେ ନିର୍ବାଣ ଲାଭ କରିଥାଏ ।
୨୫ । ବୌଦ୍ଧଧର୍ମର ପବିତ୍ର ଧର୍ମଗ୍ରନ୍ଥର ନାମ କ’ଣ ? ଏହା କେତେ ଭାଗରେ ବିଭକ୍ତ କରାଯାଇଛି ଓ କ’ଣ କ’ଣ ?
Answer:
ବୌଦ୍ଧଧର୍ମର ପବିତ୍ର ଧର୍ମଗ୍ରନ୍ଥର ନାମ ତ୍ରିପିଟକ । ଏହାକୁ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା – ସୂତ୍ରପିଟକ, ବିନୟପିଟକ ଏବଂ ଅଭିଧର୍ମପିଟକ ।
୨୬ । ଧର୍ମଚକ୍ର ପ୍ରବର୍ତ୍ତନ କ’ଣ ?
Answer:
ଗୌତମ ବୁଦ୍ଧ ନିରଞ୍ଜନା ନଦୀକୂଳରେ ଅଶ୍ଵତ୍ଥ ବୃକ୍ଷ ମୂଳରେ ଦିବ୍ୟଜ୍ଞାନ ଲାଭ କରିବା ପରେ ବାରାଣସୀର ନିକଟବର୍ତ୍ତୀ ସାରନାଥର ମୃଗଉଦ୍ୟାନଠାରେ ପାଞ୍ଚଜଣ ବ୍ରାହ୍ମଣଙ୍କ ସମ୍ମୁଖରେ ପ୍ରଥମେ ନିଜର ଧର୍ମବାଣୀ ଶୁଣାଇଥିଲେ । ସେହି ପାଞ୍ଚଜଣ ତାଙ୍କର ଶିଷ୍ୟତ୍ବ ଗ୍ରହଣ କରିଥିଲେ । ବୁଦ୍ଧଙ୍କଦ୍ୱାରା ଏହି ପ୍ରଥମ ଧର୍ମ ପ୍ରଚାରକୁ ଧର୍ମଚକ୍ର ପ୍ରବର୍ତ୍ତନ କୁହାଯାଏ ।
୨୭ । ବୌଦ୍ଧଧର୍ମର ତ୍ରିରତ୍ନ କ’ଣ ?
Answer:
ବୁଦ୍ଧଦେବ ଧର୍ମ ଏବଂ ସଂଘ ଉପରେ ଗୁରୁତ୍ଵ ଦେଉଥିଲେ । ବୌଦ୍ଧ ସନ୍ନ୍ୟାସୀମାନେ ବୌଦ୍ଧ ସଂଘରେ ଯୋଗଦେବାବେଳେ ଶପଥ ନେଇ ଉଚ୍ଚାରଣ କରୁଥିଲେ – ବୁଦ୍ଧ ଶରଣଂ ଗଚ୍ଛାମି, ଧର୍ମ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି । ଏହାକୁ ବୌଦ୍ଧ ଧର୍ମର ତ୍ରିରତ୍ନ କୁହାଯାଏ ।
B. ପାଞ୍ଚଟି / ଛଅଟି ବାକ୍ୟରେ ଉତ୍ତର ଦିଅ ।
୧। ବୁଦ୍ଧଙ୍କ ମତରେ ନିର୍ବାଣ କ’ଣ ?
Answer:
ପୁନର୍ଜନ୍ମରୁ ମୁକ୍ତ ହୋଇ ମୋକ୍ଷଲାଭକୁ ଗୌତମ ବୁଦ୍ଧ ନିର୍ବାଣ ବୋଲି କହୁଥିଲେ । ନିର୍ବାଣ ହେଉଛି ଏକ ଅବ୍ୟକ୍ତ ଶବ୍ଦ । ଏଥିରେ ଆଶା-କାମନା, ଜନ୍ମ-ମୃତ୍ୟୁ, ଜରା-ଯୌବନ, ଦୁଃଖ-ସୁଖ ପ୍ରଭୃତିର ସ୍ଥାନ ନଥାଏ । ନିର୍ବାଣ ପାଇଁ ସଚିନ୍ତା ଓ ପବିତ୍ର କର୍ମ ଏକାନ୍ତ ଆବଶ୍ୟକ । କାରଣ ପବିତ୍ର ଚିନ୍ତା ବା ଇଚ୍ଛା ହେଉଛି ଆଶାମୁକ୍ତ ହେବାର ପ୍ରକୃତ ପାବଚ୍ଛ । ଏଥିପାଇଁ ସେ ଚାରୋଟି ନୀତିର ଅବତାରଣା କରିଥିଲେ, ଯାହାକୁ ‘ଚତୁରାନୁଶାସନ’ କୁହାଯାଏ । ଏଥିପାଇଁ ସେ ବ୍ୟକ୍ତିଗତ ସଂଯମ ଓ ନୈତିକତା ଉପରେ ଯଥେଷ୍ଟ ଗୁରୁତ୍ଵ ଦେଇଥିଲେ । ନିର୍ବାଣରେ ଆତ୍ମା ଚିରନ୍ତନ-ଶାଶ୍ୱତ ଜଗତରେ ଅବସ୍ଥାନ କରେ ।
୨ । ଜୈନ ତୀର୍ଥଙ୍କରମାନଙ୍କର ସମ୍ପର୍କରେ ଲେଖ ।
Answer:
ଜୈନ ଧର୍ମଗ୍ରନ୍ଥ ଅଙ୍ଗ, ଉପାଙ୍ଗ ଓ ମୂଳସୂତ୍ରରୁ ଜୈନ ତୀର୍ଥଙ୍କର ବା ପ୍ରଚାରକମାନଙ୍କ ସମ୍ବନ୍ଧରେ ଜଣାପଡ଼ିଥାଏ । ଏହି ଗ୍ରନ୍ଥଗୁଡ଼ିକରୁ ଜଣାପଡ଼ିଥାଏ ଯେ, ୨୩ ଜଣ ପ୍ରଚାରକ ବା ତୀର୍ଥଙ୍କର ଜୈନଧର୍ମ ପ୍ରଚାର କରିଥିଲେ । ଜୈନଧର୍ମର ପ୍ରଥମ ପ୍ରଚାରକ ଥିଲେ ଋଷଭନାଥ । ତାଙ୍କ ପରଠାରୁ ଅନ୍ୟ ୨୨ ଜଣ ପ୍ରଚାରକଙ୍କ ସମ୍ବନ୍ଧରେ କୌଣସି ଐତିହାସିକ ତଥ୍ୟ ମିଳେ ନାହିଁ । ଜୈନଧର୍ମର ୨୩ ତମ ପ୍ରଚାରକ ଥିଲେ ପାର୍ଶ୍ଵନାଥ । ସେ କ୍ଷତ୍ରିୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଚାରିବ୍ରତ (ସତ୍ୟ, ଅହିଂସା, ଅଚୌର୍ଯ୍ୟ ଓ ଅପରିଗ୍ରହ) ପ୍ରଚାର କରିଥିଲେ । ମହାବୀରଙ୍କ ଜନ୍ମର ୨୫୦ ବର୍ଷ ପୂର୍ବେ ପାର୍ଶ୍ଵନାଥ ଧର୍ମପ୍ରଚାର କରିଥିଲେ । ଏହି ଧର୍ମର ଶେଷ ପ୍ରଚାରକ ଥିଲେ ମହାବୀର । ସେ ପାର୍ଶ୍ଵନାଥଙ୍କ ବାଣୀକୁ ଆଧାର କରି ‘ପଞ୍ଚବ୍ରତ’ ପ୍ରଚାର କରିଥିଲେ ।
୩ । ମହାବୀରଙ୍କ ମୁଖ୍ୟ ଧର୍ମବାଣୀ କ’ଣ ଥିଲା ?
Answer:
ମହାବୀର ଜୈନଧର୍ମର ଶେଷ ପ୍ରଚାରକ ଥିଲେ । ସେ ପାର୍ଶ୍ଵନାଥଙ୍କ ପ୍ରଚାରିତ ବାଣୀକୁ ସମ୍ମାନ ଜଣାଇ ବ୍ରହ୍ମଚର୍ଯ୍ୟ ନାମକ ଏକ ନୂତନ ନୀତି ଏଥୁସହିତ ସଂଯୋଗ କରିଥିଲେ । ଫଳତଃ ମହାବୀରଙ୍କ ପ୍ରଚାରିତ ବାଣି ‘ପଞ୍ଚବ୍ରତ’ ନାମରେ ପରିଚିତ ହୋଇଥିଲା । ଜୀବନକୁ ନୀତିମୟ କରିବାପାଇଁ ମହାବୀର ଏହି ପାଞ୍ଚଗୋଟି ଉପଦେଶ ପ୍ରଦାନ କରିଥିଲେ । ସତ୍ୟ, ଅହିଂସା, ଅଚୌର୍ଯ୍ୟ, ଅପରିଗ୍ରହ ଓ ବ୍ରହ୍ମଚର୍ଯ୍ୟ ଥିଲା ପାଞ୍ଚ ବ୍ରତର ପାଞ୍ଚଗୋଟି ନୀତି । ଏଥୁସହିତ ସେ ମଧ୍ଯ ‘ତ୍ରିରନ୍’ ପ୍ରଚାର କରିଥିଲେ । ଏହା ଥିଲା ସତ୍ ଜ୍ଞାନ, ସତ୍ ଆଚରଣ ଓ ସତ୍ ବିଶ୍ଵାସର ସମାହାର । ଏହି ତ୍ରିରନ୍ ନୀତିକୁ ଅନୁସରଣ କଲେ ଆତ୍ମ ନିର୍ବାଣ ଲାଭକରି ଚରମ ଶାନ୍ତି ପାଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ । ସେ ପିତୁଳା ପୂଜା, ଆଡ଼ମ୍ବରପୂର୍ଣ୍ଣ ପୂଜାପଦ୍ଧତି ଓ ବ୍ରାହ୍ମଣମାନଙ୍କର ଉପସ୍ଥିତିକୁ ଅସ୍ଵୀକାର କରିଥିଲେ । ଏପରିକି ନିର୍ବାଣପ୍ରାପ୍ତି ପାଇଁ କଠୋର ଆତ୍ମସଂଯମ ଓ ସନ୍ୟାସବ୍ରତ ପାଳନ ପାଇଁ ସେ ଶିଷ୍ୟମାନଙ୍କୁ ଶିକ୍ଷା ଦେଇଥିଲେ ।
୪। ଜୈନଧର୍ମ ଓ ବୌଦ୍ଧଧର୍ମର ଉତ୍ଥାନ ପୂର୍ବରୁ ଭାରତୀୟ ସମାଜ ଓ ଧର୍ମ କିପରି ଥୁଲା ?
Answer:
ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ଭାରତୀୟ ସମାଜରେ କୁସଂସ୍କାରପୂର୍ଣ୍ଣ ଏକ ଧାର୍ମିକ ଜୀବନର ପ୍ରତିଫଳନ ଘଟିଥିଲା । ଏହି ସମୟରେ ଭାରତୀୟ ସମାଜ ଜଟିଳ କର୍ମକାଣ୍ଡର ମାୟାଜାଲରେ ଛନ୍ଦି ହୋଇ ପଡ଼ିଥିଲା । ସମାଜରେ ନାରୀର ସ୍ଥାନ ହ୍ରାସ ପାଇଥିଲା । ବୈଦିକ ଯୁଗର ସରଳ ଏବଂ ନିରାଡ଼ମ୍ବର ଧର୍ମ ଏହି ସମୟରେ ଜଟିଳ ହୋଇପଡ଼ିଥିଲା । ଦେବଦେବୀ ପୂଜା ନିମିତ୍ତ ଯାଗଯଜ୍ଞ, ପଶୁବଳି ଆଦି ଉପରେ ବ୍ରାହ୍ମଣମାନେ ଗୁରୁତ୍ଵ ଆରୋପ କରିଥିଲେ । ଧର୍ମ ଓ ସମାଜର ଏପରି ଅଧଃପତନ କାଳରେ ଜୈନଧର୍ମ ଓ ବୌଦ୍ଧଧର୍ମର ଉତ୍ଥାନ ଘଟିଥିଲା । ଏହି ଦୁଇ ଧର୍ମ ଜାତିପ୍ରଥା, ଯାଗଯଜ୍ଞ, ପଶୁବଳି ପ୍ରଥା, ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ଇତ୍ୟାଦି କୁସଂସ୍କାରକୁ ବିରୋଧ କରି ଅହିଂସା, ମାନବିକତା, ନୈତିକତା ତଥା ଆଦର୍ଶ ଜୀବନଧାରଣର ମାନ ନିର୍ଣ୍ଣୟ କରିଥିଲା ।
୫ । ଭାରତୀୟ କଳା ଓ ସ୍ଥାପତ୍ୟକୁ ଜୈନଧର୍ମର ଅବଦାନ ବିଷୟରେ ଉଲ୍ଲେଖ କର ।
Answer:
ଜୈନଧର୍ମ ଭାରତବର୍ଷରେ କଳା ଓ ସ୍ଥାପତ୍ୟର ଶ୍ରୀବୃଦ୍ଧି ସାଧନ କରିଥିଲା । ପ୍ରଥମାବସ୍ଥାରେ ଜୈନମାନେ ସ୍ତୂପ ତଥା ଗୁମ୍ଫା ଇତ୍ୟାଦି ନିର୍ମାଣ କରୁଥିଲେ । ପରବର୍ତ୍ତୀ ସମୟରେ ସେମାନେ ଜୈନ ତୀର୍ଥଙ୍କରମାନଙ୍କର ମୂର୍ତ୍ତିଗୁଡ଼ିକ ନିର୍ମାଣ କରିବାରେ ଲାଗିଲେ । ରାଜାମାନଙ୍କର ପୃଷ୍ଠପୋଷକତା ଲାଭକରି ଜୈନ କଳା ଓ ସ୍ଥାପତ୍ୟର ବିକାଶ ଘଟିଥିଲା । ମଥୁରା, ବୁନ୍ଦେଲଖଣ୍ଡ ଏବଂ ମଧ୍ୟପ୍ରଦେଶର ଉତ୍ତର ଭାଗରେ ବହୁ ସୁନ୍ଦର ସୁନ୍ଦର ଜୈନମୂର୍ତ୍ତିମାନ ଦେଖିବାକୁ ମିଳିଥାଏ । କର୍ଣ୍ଣାଟକରେ ଶ୍ରବଣବେଲ୍ ଗୋଲ୍ଲାଠାରେ ଅବସ୍ଥିତ ଗୋମତେଶ୍ଵର ନାମକ ବାହୁବଳୀଙ୍କ ମୂର୍ତ୍ତି ଜୈନ ସ୍ଥାପତ୍ୟର ଜ୍ଵଳନ୍ତ ନିଦର୍ଶନ । ଭୁବନେଶ୍ଵରର ଉଦୟଗିରି, ମଧ୍ୟପ୍ରଦେଶ, ଏଲୋରା ଏବଂ ମହାରାଷ୍ଟ୍ରର ଜୈନଗୁମ୍ଫାସମୂହ ଜୈନକଳାର ଅନନ୍ୟ ନିଦର୍ଶନ । ଦିରାର ଜୈନ ମନ୍ଦିରର କାରୁକାର୍ଯ୍ୟ ବିଶ୍ଵକୁ ବିସ୍ମିତ କରିଥାଏ ।
୬ । ବୁଦ୍ଧଙ୍କ ମତରେ ଅହିଂସା କହିଲେ କ’ଣ ବୁଝାଯାଏ ?
Answer:
ବୁଦ୍ଧ ଅହିଂସା ମାର୍ଗରେ ପରିଚାଳିତ ହେବାପାଇଁ ଉପଦେଶ ଦେଇଥିଲେ । ସେ ‘ଅହିଂସା ପରମଧର୍ମ’ ଏହି ମନ୍ତ୍ର ପ୍ରଚାର କରିଥିଲେ । ବୌଦ୍ଧଧର୍ମରେ ଜୀବପ୍ରତି ଦୟା ଏକ ପରମ ନୀତିରୂପେ ବିବେଚିତ ହେଉଥିଲା । ନିଜ କାର୍ଯ୍ୟ ଓ ଚିନ୍ତାରେ ଜୀବଜଗତ ପ୍ରତି ଅହିଂସାଭାବ ପୋଷଣ କରିବାପାଇଁ ବୌଦ୍ଧମାନେ ସଦାସର୍ବଦା ଚେଷ୍ଟିତ ଥିଲେ । ବୁଦ୍ଧଙ୍କ ପ୍ରଣୀତ ଅହିଂସା ନୀତିରେ ଅଧ୍ଵ କଠୋରତା ପରିଲକ୍ଷିତ ହୋଇନଥିବାବେଳେ ମହାବୀରଙ୍କ ପ୍ରଣୀତ ଅହିଂସା ନୀତିରେ କଠୋରତା ସ୍ଥାନ ପାଇଥିଲା । କର୍ମବାଦ ଉପରେ ଗଭୀର ବିଶ୍ଵାସ ପାଇଁ ବୁଦ୍ଧ ସତ୍ୟ, ସଂଯମ, ଦୟା,ପ୍ରେମ, ଦାନ ଓ ଅହିଂସା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
୭ । ତ୍ରିପିଟକ ସଂପର୍କରେ ଲେଖ ।
Answer:
ବୌଦ୍ଧମାନଙ୍କର ପବିତ୍ର ସାହିତ୍ୟ ବା ଧର୍ମଗ୍ରନ୍ଥକୁ ତ୍ରିପିଟକ କୁହାଯାଏ । ତ୍ରିପିଟକ ତିନି ଭାଗରେ ବିଭକ୍ତ ହୋଇଅଛି; ଯଥା— (1)ବିନୟପିଟକ, (2) ସୂତ୍ରପିଟକ ଓ (3) ଅଭିଧର୍ମପିଟକ । ବିନୟପିଟକରେ ବୌଦ୍ଧଭିକ୍ଷୁମାନଙ୍କର କର୍ତ୍ତବ୍ୟ ଓ ବୌଦ୍ଧସଂଘର ପରିଚାଳନା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ସୂତ୍ରପିଟକରେ ବୁଦ୍ଧଙ୍କର ଧର୍ମୋପଦେଶମାନ ବର୍ଣ୍ଣନା କରାଯାଇଅଛି । ଅଭିଧର୍ମ ପିଟକରେ ବୌଦ୍ଧଧର୍ମର ଅନ୍ତର୍ନିହିତ ଦର୍ଶନମାନ ବ୍ୟାଖ୍ୟା କରାଯାଇଅଛି ।
୮ | ବୁଦ୍ଧଙ୍କୁ କାହିଁକି ଭାରତର ଲୁଥର ବୋଲି କୁହାଯାଏ ?
Answer:
ଗୌତମ ବୁଦ୍ଧ ଜାତିପ୍ରଥାର ତୀବ୍ର ବିରୋଧ କରିଥିଲେ । ସେ ଜଣେ ବ୍ୟକ୍ତିକୁ କୁଳ ଅନୁସାରେ ନ ଚିହ୍ନି ତା’ର ଗୁଣଦ୍ଵାରା ଚିହ୍ନିବାପାଇଁ ଉପଦେଶ ଦେଇଥିଲେ । ଯେଉଁ ଜାତିର ହୋଇଥାଉନା କାହିଁକି ବ୍ୟକ୍ତି ଯଦି ଦୋଷୀ ସାବ୍ୟସ୍ତ ହୁଏ ସେ ଦଣ୍ଡ ପାଇବା ଉଚିତ ବୋଲି ବୁଦ୍ଧ ମତବ୍ୟକ୍ତ କରିଥିଲେ । ବୁଦ୍ଧଙ୍କର ଏହି ବାଣୀ ସମସ୍ତଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା । ଏହି ସମସ୍ତ ସଂସ୍କାରମୂଳକ ପଦକ୍ଷେପ ପାଇଁ ବୁଦ୍ଧଙ୍କୁ ଜର୍ମାନୀର ପ୍ରସିଦ୍ଧ ସଂସ୍କାରକ ମାର୍ଟିନ୍ ରୁଥରଙ୍କ ସହ ତୁଳନା କରାଯାଏ ଏବଂ ତାଙ୍କୁ ‘ଭାରତୀୟ ରୁଥର’ ରୂପେ ଅଭିହିତ କରାଯାଇଥାଏ ।
୯ । ରାଜନୈତିକ କ୍ଷେତ୍ରରେ ଜୈନଧର୍ମର ଉଲ୍ଲେଖନୀୟ ପ୍ରଭାବ ବର୍ଣ୍ଣନା କର ।
Answer:
ଭାରତର ରାଜନୈତିକ କ୍ଷେତ୍ରରେ ଜୈନଧର୍ମ ବିପୁଳ ପରିବର୍ତ୍ତନ ଆଣିଥିଲା । ବିଭିନ୍ନ ରାଜ୍ୟ ମଧ୍ୟରେ ଥିବା ପାରସ୍ପରିକ ହିଂସା ଏବଂ ଶ୍ଳେଷକୁ ଏହା ବହୁ ପରିମାଣରେ ପ୍ରଶମିତ କରିଥିଲା । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ଜଣେ ପରାକ୍ରମଶାଳୀ ରାଜାଙ୍କୁ ଏହି ଧର୍ମ ଉଦାର ‘ଚନ୍ଦ୍ରମୁନି’ରେ ପରିବର୍ତ୍ତିତ କରିଥିଲା । କଳିଙ୍ଗ ଗୌରବ ମହାମେଘବାହନ ଐର ଖାରବେଳ ଶେଷରେ ଜଣେ ଉଦାର, ଧାର୍ମିକ ତଥା ଧର୍ମସହିଷ୍ଣୁତାର ମୂର୍ତିମନ୍ତ ପ୍ରତୀକ ଭାବେ ଏହି ଜୈନଧର୍ମଦ୍ଵାରା ହିଁ ପ୍ରଭାବିତ ହୋଇଥିଲେ । ମୋଟ ଉପରେ ରାଜନ୍ୟବର୍ଗଙ୍କୁ ଏହି ଧର୍ମ ବହୁ ପରିମାଣରେ ଉଦାର ଓ ସହିଷ୍ଣୁ କରାଇଥିଲା ।
୧୦ । ମହାବୀରଙ୍କର ‘ଜୀବ ଓ ଅଜୀବ ତତ୍ତ୍ଵ’ ବିଷୟରେ ସଂକ୍ଷେପରେ ଲେଖ ।
Answer:
ସମଗ୍ର ବିଶ୍ଵ ଦୁଇଗୋଟି ସ୍ଵୟଂଶାସିତ ଉପାଦାନଦ୍ୱାରା ଗଠିତ ବୋଲି ବର୍ତ୍ତମାନ ମତବ୍ୟକ୍ତ କରିଥିଲେ । ସେ ଦୁଇଟି ହେଲା- ‘ଜୀବ’ ଏବଂ ‘ଅଜୀବ’ । ‘ଜୀବତତ୍ତ୍ଵ’ ଅନୁସାରେ ମଣିଷର ମୃତ୍ୟୁପରେ ସ୍ଥୂଳ ଶରୀରକୁ ବାଦ୍ ଦେଇ ଯାହା ଛାୟା ଆକାରରେ ରହିଥାଏ ତାହାହିଁ ଜୀବ । ଏହି ଜୀବଗୁଡ଼ିକ କାର୍ଯ୍ୟହୀନ ଅବସ୍ଥାରେ ରହିଥା’ନ୍ତି । ସେମାନଙ୍କର ଓଜନ ନାହିଁ । ସେମାନେ ଯୁଦ୍ଧ, ଗୁଣରହିତ, ମୃତ୍ୟୁହୀନ, ଅସଂଖ୍ୟ ଏବଂ ଶାଶ୍ଵତ । ବିଶ୍ଵର ଉପରିଭାଗରେ ସେମାନଙ୍କର ସ୍ଥିତି । ନିଜର ଆତ୍ମ-ବିକୃତି ଫଳରେ ସେମାନେ ଧରାବତରଣ କରନ୍ତି ଏବଂ ବିଭିନ୍ନ ଭୌତିକ ଶରୀର ଧାରଣ କରନ୍ତି । ବର୍ଷମାନଙ୍କ ପ୍ରଚାରିତ ଅଜୀବ ତତ୍ତ୍ଵ ପାଞ୍ଚୋଟି ଉପାଦାନକୁ ନେଇ ଗଠିତ । ସେଗୁଡ଼ିକ ହେଲା- ଧର୍ମ, ଅଧର୍ମ, କାଳ, ଆକାଶ ଏବଂ ଗୁଦ୍ଗଳ । ‘ଧର୍ମ’ ଗତିର ନିୟମ ହିସାବରେ ପରିଗଣିତ ହୋଇଥିବାବେଳେ ଅଧର୍ମ ସ୍ଥାଣୁତ୍ଵକୁ ପରିଚାଳିତ କରାଏ । ‘କାଳ’ ନିୟନ୍ତ୍ରକ, ‘ଆକାଶ’ ଶୂନ୍ୟତାର ସମୟର କଲାବେଳେ ‘ଗୁଦ୍ଗଳ ବସ୍ତୁର ନିୟମ ନିର୍ଦ୍ଧାରଣ କରିଥାଏ ।
୧୧ । ବୁଦ୍ଧଦେବଙ୍କର ଦଶଶୀଳ ନୀତି ବିଷୟରେ ଲେଖ ।
Answer:
ଏକ ଶୁଦ୍ଧପୂତ ଏବଂ ନୀତିମୟ ଜୀବନଯାପନ ପାଇଁ ବୁଦ୍ଧଦେବ ଦଶଗୋଟି ଉପଦେଶ ପ୍ରଦାନ କରିଥିଲେ । ସେଗୁଡ଼ିକୁ ‘ଦଶଶୀଳ ନୀତି’ ନାମରେ ନାମିତ କରାଯାଇଥାଏ । ସେଗୁଡ଼ିକ ହେଲା- (୧) ଜୀବହିଂସା କରନାହିଁ, (୨) ଚୋରି କରନାହିଁ, (୩) ବ୍ୟଭିଚାର କରନାହିଁ, (୪) ମିଥ୍ୟା କୁହନାହିଁ, (୫) ମାଦକ ଦ୍ରବ୍ୟ ସେବନ କରନାହିଁ, (୬) ସୁକୋମଳ ଶଯ୍ୟାରେ ଶୟନ କରନାହିଁ, (୭) ନୃତ୍ୟ, ଗୀତ ଆଦି ଆମୋଦ ପ୍ରମୋଦ ପ୍ରତି ଆକୃଷ୍ଟ ହୁଅନାହିଁ, (୮) ଅସମୟରେ ଭୋଜନ କରନାହିଁ, (୯) ସୁବର୍ଷ ଆଦି ମୂଲ୍ୟବାନ୍ ବସ୍ତୁ ଗ୍ରହଣ କରନାହିଁ, (୧୦) ଅର୍ଥ ସଞ୍ଚୟ କରନାହିଁ । ଏହି ଦଶଶୀଳ ନୀତି ଅବଲମ୍ବନ କଲେ ମଣିଷ ଜୀବନ ନୀତିମୟ ହୋଇଥାଏ ଓ ସେ ସମସ୍ତ ସୁଗୁଣର ଅଧିକାରୀ ହୋଇଥାଏ ।
୧୨ । ମହାଭିନିଷ୍କ୍ରମଣ କ’ଣ ?
Answer:
ଗୌତମ ମନୁଷ୍ୟ ଜୀବନରେ ଚାରିପ୍ରକାର ଦୃଶ୍ୟଦ୍ଵାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ଦିନେ ଗୌତମ ଏକ ଜରାଗ୍ରସ୍ତ ବ୍ୟକ୍ତି, ବ୍ୟାଧୁଗ୍ରସ୍ତ ଶରୀର ଓ ଏକ ମଣିଷର ଶବ ଦେଖି ଉପଲବ୍ଧ୍ୱ କରିଥିଲେ ଯେ ପାର୍ଥିବ ଜୀବନ ଦୁଃଖପୂର୍ଣ୍ଣ । ଅନ୍ୟ ଏକ ଦିନ ସେ କପିଳବାୟୁର ରାଜପଥରେ ଏକ ପ୍ରଶାନ୍ତଚେତା ନିର୍ଲିପ୍ତି ସନ୍ୟାସୀଙ୍କ ଦିବ୍ୟମୂର୍ତ୍ତି ଅବଲୋକନ କରି ସେ ଚିନ୍ତା କଲେ ଯେ, ଦୁଃଖମୟ ସାଂସାରିକ ଜୀବନଠାରୁ ସନ୍ନ୍ୟାସ ଜୀବନଯାପନ କରିବା ହିଁ ଶ୍ରେଷ୍ଠ ମାର୍ଗ । ପରିଶେଷରେ ୨୯ ବର୍ଷ ବୟସରେ ଗୌତମ ନିଜର ନବଜାତ ପୁତ୍ର, ସୁନ୍ଦରୀ ସ୍ତ୍ରୀ ଓ କପିଳବାୟୁର ରାଜପ୍ରାସାଦ ପରିତ୍ୟାଗ କରି ସତ୍ୟର ଅନୁସନ୍ଧାନରେ ଗୃହତ୍ୟାଗ କରିଥିଲେ । ତାଙ୍କର ସାଂସାରିକ ଜୀବନ ପରିତ୍ୟାଗକୁ ମହାଭିନିଷ୍କ୍ରମଣ କୁହାଯାଏ ।
୧୩ । ବୌଦ୍ଧଧର୍ମ କାହିଁକି ବିଶେଷ ଲୋକପ୍ରିୟ ହୋଇପାରିଥିଲା ?
Answer:
ବୌଦ୍ଧଧର୍ମର ନୀତିଗୁଡ଼ିକ ଅତ୍ୟନ୍ତ ସରଳ ଓ ସହଜବୋଧ ଥିବାରୁ ଏହାକୁ ଗ୍ରହଣ କରିବାକୁ ଲୋକମାନେ ଆଗ୍ରହୀ ହେଉଥିଲେ । ବୌଦ୍ଧଧର୍ମରେ ବୈଦିକ ଯୁଗର ଜଟିଳ ଯାଗଯଜ୍ଞ ଇତ୍ୟାଦିର ସ୍ଥାନ ନଥିଲା । ସଂସ୍କୃତ ପରିବର୍ତ୍ତେ ଲୋକମାନେ ବୁଝିପାରୁଥିବା ସରଳ ଭାଷାରେ ବୁଦ୍ଧ ନିଜର ଧର୍ମବାଣୀ ପ୍ରଚାର କରିଥିଲେ । ଏହାଛଡ଼ା ଗୌତମ ବୁଦ୍ଧଙ୍କ ସରଳ ଏବଂ ନିରାଡ଼ମ୍ବର ଚରିତ୍ର ଲୋକମାନଙ୍କୁ ଆକର୍ଷିତ କରିଥିଲା । ବୌଦ୍ଧ ସଂଘଗୁଡ଼ିକ ଏହି ଧର୍ମକୁ ପ୍ରଚାର କରିବାପାଇଁ ବିଶେଷ ଭୂମିକା ଗ୍ରହଣ କରିଥିଲେ । ସର୍ବୋପରି ବିମ୍ବିସାର, ଅଶୋକ, କନିଷ୍କ ଏବଂ ହର୍ଷବର୍ଦ୍ଧନ ଇତ୍ୟାଦି ସମ୍ରାଟଙ୍କ ପୃଷ୍ଠପୋଷକତା ଲାଭ କରି ବୌଦ୍ଧଧର୍ମ ବିଶେଷରୂପେ ପ୍ରଚାରିତ ଓ ପ୍ରସାରିତ ହୋଇପାରିଥିଲା ।
୧୪ । ଭାରତୀୟ ସଭ୍ୟତା ପ୍ରତି ବୌଦ୍ଧଧର୍ମର ଅବଦାନ କ’ଣ ଥିଲା ?
Answer:
ବୌଦ୍ଧଧର୍ମର ପ୍ରଭାବ ଭାରତୀୟ ସମାଜ, ଧର୍ମ, ସାହିତ୍ୟ, ଦର୍ଶନ ଏବଂ କଳା ଉପରେ ଅନୁଭୂତ ହୋଇଥିଲା । ବୁଦ୍ଧଙ୍କର ଜାତିଭେଦ ପ୍ରଥାର ବିରୋଧ ଏବଂ ଜଟିଳ ଯାଗଯଜ୍ଞ ଏବଂ ପଶୁବଳି ପ୍ରଥା ବିରୁଦ୍ଧରେ ସ୍ଵର ଉତ୍ତୋଳନ ହିନ୍ଦୁଧର୍ମକୁ ବହୁ ପରିମାଣରେ ପ୍ରଭାବିତ କରିବା ସହିତ ହିନ୍ଦୁଧର୍ମରୁ ଏହି କୁସଂସ୍କାରଗୁଡ଼ିକ ଦୂରୀଭୂତ କରିବାରେ ସହାୟକ ହୋଇଥିଲା । ବୌଦ୍ଧଧର୍ମର ଅହିଂସା ନୀତିଦ୍ଵାରା ଲୋକମାନେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ବୌଦ୍ଧଧର୍ମାବଲମ୍ବୀମାନେ ସାଧକ, ଅମରାବତୀ, ଗାନ୍ଧାର, ନାଳନ୍ଦା ପ୍ରଭୃତି ସ୍ଥାନରେ ସ୍ତୂପ ଓ ବୌଦ୍ଧମୂର୍ତ୍ତି ଆଦି ନିର୍ମାଣକରି ଭାରତୀୟ କଳା ଓ ସ୍ଥାପତ୍ୟକୁ ପରିପୁଷ୍ଟ କରିପାରିଥିଲେ । ବୁଦ୍ଧଙ୍କର ଜୀବନୀ ଓ ବାଣୀକୁ ପ୍ରାକୃତ ଭାଷାରେ ରଚନା କରାଯିବାରୁ ଆଞ୍ଚଳିକ ସାହିତ୍ୟର ଉନ୍ନତି ଘଟିଥିଲା । ନାଳନ୍ଦା, କନୌଜ, ବୁଦ୍ଧଗୟା, ତକ୍ଷଶିଳା ପ୍ରଭୃତି ସ୍ଥାନରେ ଥିବା ବୌଦ୍ଧମଠ ଓ ବିହାରଗୁଡ଼ିକ ଶିକ୍ଷାକେନ୍ଦ୍ର ରୂପେ ପ୍ରସିଦ୍ଧି ଲାଭ କରିଥିଲା । ବୌଦ୍ଧଧର୍ମାବଲମ୍ବୀମାନଙ୍କୁ ଅନୁସରଣ କରି ବ୍ରାହ୍ମଣମାନେ ମନ୍ଦିର ଏବଂ ମଠ ଇତ୍ୟାଦି ନିର୍ମାଣ କରିଥିଲେ । ଏହିପରି ଭାବରେ ଭାରତୀୟ ସମାଜ, ଧର୍ମ, କଳା, ସ୍ଥାପତ୍ୟ ଇତ୍ୟାଦି ବୌଦ୍ଧଧର୍ମର ଦାନରେ ପରିପୁଷ୍ଟ ହୋଇପାରିଥିଲା ।
୧୫ । ଭାରତୀୟ ସଭ୍ୟତା ପ୍ରତି ଜୈନଧର୍ମର ଅବଦାନମାନ ଉଲ୍ଲେଖ କର ।
Answer:
ଜୈନଧର୍ମରେ ଜାତିପ୍ରଥା, ଜଟିଳ ପୂଜାପଦ୍ଧତି ଓ ଯାଗଯଜ୍ଞ ଇତ୍ୟାଦିର ସ୍ଥାନ ନଥିବାରୁ ଏହା ଭାରତୀୟ ସଂସ୍କୃତିକୁ ବେଶ୍ ପ୍ରଭାବିତ କରିଥିଲା । ଜୈନ୍ୟ ସାଧୁସନ୍ଥମାନେ ସଂସ୍କୃତ, ତାମିଲ, କନ୍ନଡ଼ ଏବଂ ତେଲୁଗୁ ଭାଷାରେ ଜୈନଧର୍ମ ଓ ଦର୍ଶନ ସମ୍ବନ୍ଧରେ ଅନେକ ପୁସ୍ତକ ରଚନା କରିବାଦ୍ଵାରା ଭାରତୀୟ ସାହିତ୍ୟ ସମୃଦ୍ଧ ହୋଇପାରିଥିଲା । ଜୈନ ସନ୍ନ୍ୟାସୀମାନଙ୍କଦ୍ଵାରା ପ୍ରତିଷ୍ଠିତ ଧର୍ମାନୁଷ୍ଠାନଗୁଡ଼ିକ ପରବର୍ତ୍ତୀ କାଳରେ ଶିକ୍ଷା ଓ ଦର୍ଶନର ପୀଠସ୍ଥଳୀ ରୂପେ କାର୍ଯ୍ୟ କରିଥିଲା । ଜୈନଧର୍ମାବଲମ୍ବୀମାନଙ୍କର ଅହିଂସା ଓ ନୀତିମୟ ଆଦର୍ଶ ଜୀବନ ଭାରତୀୟମାନଙ୍କର ସାମାଜିକ ଜୀବନକୁ ପ୍ରଭାବିତ କରିଥିଲା । ଖଜୁରାହୋର ଜୈନ ଭାସ୍କର୍ଯ୍ୟ, ଦକ୍ଷିଣ ବାଙ୍ଗାଲୋରର ଜୈନମନ୍ଦିର ଏବଂ ଭୁବନେଶ୍ଵରରେ ଥିବା ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା ଭାରତୀୟ କଳା ଏବଂ ସ୍ଥାପତ୍ୟକୁ ବହୁ ମାତ୍ରାରେ ସମୃଦ୍ଧ କରିପାରିଥିଲା ।
୧୬ । ବୌଦ୍ଧଧର୍ମ ଏବଂ ଜୈନଧର୍ମ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟଗୁଡ଼ିକ ସଂକ୍ଷେପରେ ଦର୍ଶାଅ ।
Answer:
ଉଭୟ ବୌଦ୍ଧ ଓ ଜୈନଧର୍ମ ବୈଦିକ ଧର୍ମର ଜଟିଳ ପୂଜାପଦ୍ଧତି, ପୁରୋହିତ ଶ୍ରେଣୀର ପ୍ରାଧାନ୍ୟ, ବୈଦିକ ସମାଜର ଜାତିପ୍ରଥା ପ୍ରଭୃତି କୁସଂସ୍କାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ । ଉଭୟ ଧର୍ମ ଅହିଂସା ନୀତି, କର୍ମଫଳ, ପୁନର୍ଜନ୍ମ ଏବଂ ଶେଷରେ ମୋକ୍ଷ ବା ନିର୍ବାଣ ପ୍ରଭୃତି ମତବାଦ ଉପରେ ବିଶ୍ଵାସ କରୁଥିଲେ । ଉଭୟ ଧର୍ମ ସଂସ୍କୃତ ଭାଷା ପରିବର୍ତ୍ତେ ଜନସାଧାରଣଙ୍କର କଥିତ ଭାଷା (ପ୍ରାକୃତ ଓ ପାଲୀ) ପ୍ରଚାରର ମାଧ୍ୟମରୂପେ ଗ୍ରହଣ କରିଥିଲେ । ଏସବୁ ସତ୍ତ୍ଵେ ଉଭୟ ଧର୍ମ ମଧ୍ଯରେ କେତେକ ମୌଳିକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ନିର୍ବାଣପ୍ରାପ୍ତି ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ମୋକ୍ଷ ପ୍ରାପ୍ତି ପାଇଁ ଜୈନମାନେ ତ୍ରିରନୁ ଉପରେ ବିଶ୍ଵାସ କଲାବେଳେ ବୌଦ୍ଧମାନେ ଅଷ୍ଟାଙ୍ଗ ମାର୍ଗରେ ବିଶ୍ଵାସ କରୁଥିଲେ । ବୌଦ୍ଧଧର୍ମ ପାଳନ ପାଇଁ ସଂସାର ତ୍ୟାଗ କରି ସନ୍ନ୍ୟାସ ବ୍ରତ ଗ୍ରହଣ କରିବାର ବିଶେଷ ଆବଶ୍ୟକତା ନ ଥିଲା । ମାତ୍ର ଜୈନଧର୍ମ ପାଳନ କରିବାପାଇଁ କଠୋର ସନ୍ନ୍ୟାସ ବ୍ରତ ଅବଲମ୍ବନ କରିବାର ଆବଶ୍ୟକତା ଥିଲା ।