CHSE Odisha Class 12 Odia Solutions Chapter 13 ଆକାଶ କଇଁଛ

Odisha State Board CHSE Odisha Class 12 Odia Solutions Chapter 13 ଆକାଶ କଇଁଛ Textbook Exercise Questions and Answers.

CHSE Odisha Class 12 Odia Chapter 13 ଆକାଶ କଇଁଛ Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର।

Question ୧ ।
ସରୋବରରେ ରହୁଥ‌ିବା କଚ୍ଛପଟିର ନାମ କ’ଣ ଥିଲା ?
ଚିତ୍ରଗୀବ, କସ୍ତୁଗ୍ରୀବ, ମଣିଗ୍ରୀବ, ଶଂଖଗ୍ରୀବ ।
Answer:
କସ୍ତୁଗ୍ରୀବ

Question ୨ ।
କମ୍ବୁଗ୍ରୀବ କ’ଣ ଥିବାରୁ ତା’ ପରିବେଶ ତାକୁ ସନ୍ତୁଷ୍ଟ କରିପାରୁ ନଥିଲା ?
ଉଚ୍ଚାଭିଳାଷୀ, ଉଚ୍ଚାକାଙ୍‌କ୍ଷୀ, କଳ୍ପନାଶ୍ରୟୀ, ଭାବପ୍ରବଣ ।
Answer:
ଉଚ୍ଚାଭିଳାଷୀ

Question ୩ ।
କଚ୍ଛପଟି କୂଳକୁ ଉଠିଯାଇ କେଉଁଥ‌ିରେ ବିଚରଣ କରୁଥାଏ ?
ଶିଶିର ବିନ୍ଦୁରେ, ଘାସଫୁଲରେ, ମୃଦୁ ସମୀରଣରେ, ସବୁଜ ଉପତ୍ୟକାରେ ।
Answer:
ମୃଦୁ ସମୀରଣରେ

Question ୪ ।
କଚ୍ଛପଟି ଆଖବୁଜି କେଉଁଠି ଭଳିକି ଭଳି ଅଜବ ଦୃଶ୍ୟ ଦେଖେ ?
ବିମୁଗ୍‌ଧ କଳ୍ପଲୋକରେ, ବର୍ଷଣମୁଖର ସନ୍ଧ୍ୟାରେ, ସ୍ୱଚ୍ଛ ସରୋବରରେ, ସାତରଙ୍ଗୀ ଇନ୍ଦ୍ରଧନୁରେ ।
Answer:
ବିମୁଗ୍‌ଧ କଳ୍ପଲୋକରେ

Question ୫ ।
କେତେବେଳେ ଦୁଇଗୋଟି ହଂସ ସରୋବରରେ ଉପନୀତ ହେଉଥିଲେ ?
ଶୀତଋତୁ, ଶରତଋତୁ, ବସନ୍ତଋତୁ, ବର୍ଷାଋତୁ ।
Answer:
ବର୍ଷାଋତୁ

Question ୬ ।
ଖଣ୍ଡିଏ କାଠିର ଦୁଇ ପ୍ରାନ୍ତକୁ କିଏ କାମୁଡ଼ି ଧରିଥିଲେ ?
ବିକଟ ଓଁ କମ୍ବୁଗ୍ରୀବ, କମ୍ବୁଗ୍ରୀବ ଓ ସଙ୍କଟ, ବିକଟ ଓ ସଂକଟ, ମଣିଗ୍ରୀବ ଓ ବିକଟ ।
Answer:
ବିକଟ ଓ ସଂକଟ

Question ୭ ।
‘‘ପରୀକ୍ଷା ସଫଳ’’ ବୋଲି କିଏ କହିଥିଲା ?
ସଙ୍କଟ, ବିକଟ, କମ୍ବୁଗ୍ରୀବ, ଚିତ୍ରଗ୍ରୀବ ।
Answer:
ବିକଟ

Question ୮ ।
ଶୂନ୍ୟରେ ଥିବାଯାଏ ମୁହଁ ନ ଖୋଲିବାକୁ କିଏ କମ୍ପୁଗ୍ରୀବକୁ ଚେତେଇ ଦେଇଥିଲା ?
ସଙ୍କଟ, ବିକଟ, ମର୍କଟ, ସୁଗ୍ରୀବ ।
Answer:
ସଙ୍କଟ

CHSE Odisha Class 12 Odia Solutions Chapter 13 ଆକାଶ କଇଁଛ

Question ୯ ।
ଆକାଶର ଭବିଷ୍ୟତ ଅନ୍ଧକାର ବୋଲି କିଏ ଭବିଷ୍ୟବାଣୀ କରିଥିଲା ?
ଚିଲ, ବଗ, କାଉ, ବକ ।
Answer:
ବକ

Question ୧୦ ।
ହଂସମାନେ ବିଶ୍ଵାସଘାତକ ବୋଲି କିଏ କହିଛି ?
ବତାସୀ, ଘରଚଟିଆ, ଚିଲ, ବକ ।
Answer:
ବକ

Question ୧୧ ।
କେଉଁ ଶବ୍ଦଟିକୁ କମ୍ମୁଗ୍ରୀବ ଗଳାଧଃକରଣ କରିଦେଇଥିଲା ?
ଆଃ, ବୁଦ୍ଦୁ, ବୋକା, ମୂର୍ଖ ।
Answer:
ବୁଦ୍ଦୁ

Question ୧୨ ।
ରାଜା ଉଡ଼ନ୍ତା କଚ୍ଛପଟିକୁ ଦେଖ୍ କ’ଣ କହିଥିଲେ ?
ଅଶ୍ଚର୍ଯ୍ୟ, ଅଦ୍‌ଭୁତ, ବିଚିତ୍ର, ଅସାଧାରଣ ।
Answer:
ବିଚିତ୍ର

Question ୧୩ ।
ତାଙ୍କ ରାଜ୍ୟରେ କିଏ ଉଡ଼ିଯିବାର ଦେଖାଯାଏ ବୋଲି ବିଦେଶୀ ରାଜଦୂତ କହିଥିଲେ ?
ଠେକୁଆ, ଶିଆଳ, ଘୁଷୁରି, ମଇଁଷି ।
Answer:
ଘୁଷୁରି

Question ୧୪ ।
ବିଦେଶୀ ରାଜଦୂତଙ୍କ ରାଜ୍ୟରେ କେଉଁ ଭଳି ବୃହଦାକାର ବିହଙ୍ଗମାନେ ଅଛନ୍ତି ବୋଲି ସେ କହିଥିଲେ ?
ମଇଁଷି, ଗଣ୍ଡା, ଜଳହସ୍ତୀ, ଜିରାଫ ।
Answer:
ମଇଁଷି

Question ୧୫ ।
କେତେ ବର୍ଷରେ ଥରେ ଶୂନ୍ୟରୁ କଚ୍ଛପ ବୃଷ୍ଟିହୁଏ ବୋଲି କୁହାଯାଇଛି ?
ଶହେ, ଲକ୍ଷେ, ଅୟୁତ, ସହସ୍ର ।
Answer:
ସହସ୍ର

Question ୧୬ ।
କଚ୍ଛପମାଂସ କାହାର ଅଯୋଗ୍ୟ ବୋଲି ମହାପଣ୍ଡିତେ କହିଥିଲେ ?
ଦେବ ମଣୋହି, ରାଜ ମଣୋହି, ସାଧାରଣ ମଣୋହି, ଜନ ମଣୋହି ।
Answer:
ରାଜ ମଣୋହି

Question ୧୭ ।
କାହା ଆଡ଼କୁ ଦୃଷ୍ଟିପାତ କରି ରାଜାଙ୍କର ଗୋଟିଏ ଚକ୍ଷୁ ଝଟକି ଉଠିଥିଲା ?
ବିହଙ୍ଗ, ହଂସ, କଚ୍ଛପ, ମଇଁଷି ।
Answer:
କଚ୍ଛପ

Question ୧୮ ।
ସେନାପତି କେଉଁ ରୋଗରୁ ମୁକ୍ତି ପାଇବାପାଇଁ ଫାଳେ କଚ୍ଛପ ମାଂସ ଖାଇବାକୁ କହିଥିଲେ ?
ଶ୍ଵାସ, ଆମାଶୟ, ନିମୋନିଆ, ଗଣ୍ଠିବାତ ।
Answer:
ଗଣ୍ଠିବାତ

Question ୧୯ ।
ଶୂନ୍ୟରୁ ଖସିଲାବେଳେ କଚ୍ଛପଟି କେଉଁ ଶବ୍ଦ ଉଚ୍ଚାରଣ କରିଥିଲା ?
ଗର୍ବୀ, ପଙ୍ଗୁ, ବୁଦ୍ଧ, ଲୋଭୀ ।
Answer:
ବୁଦ୍ଧ

Question ୨୦ ।
କେଉଁ ବ୍ୟାଧିରୁ ସେ ମୁକ୍ତ ହେବା ଜରୁରୀ ବୋଲି ରାଜା କହିଥିଲେ ?
ଅହଂକାରୀ, ଲୋଭୀ, ପୃଥୁଳକାୟ, ବୁଦୁ ।
Answer:
ବୁଦ୍ଧି

Question ୨୧ ।
ରାଜାଙ୍କ କୋଳରେ ପାଚକର ସହକାରୀ କ’ଣ ବିଛାଇ ଦେଇଥିଲା ?
ଚିତ୍ରିତ ସତରଞ୍ଜି, ମନ୍ତ୍ରୀଙ୍କ ପଗଡ଼ି, ରାଜାଙ୍କ ଉତ୍ତରୀୟ, ମଖମଲ ଚାଦର ।
Answer:
ମନ୍ତ୍ରୀଙ୍କ ପଗଡ଼ି

CHSE Odisha Class 12 Odia Solutions Chapter 13 ଆକାଶ କଇଁଛ

Question ୨୨ ।
ରାଜାଙ୍କ ଧମକ କେଉଁଭଳି ସଭାସଦ୍‌ମାନଙ୍କ କୋହ – କାନ୍ଦଣାକୁ ନିସ୍ତବ୍‌ଧ କରିଦେଇଥିଲା ?
ବୁଲ୍‌ଡ଼ୋଜର, ଟ୍ରାକ୍‌ଟର, ଶଗଡ଼, ମଟରଗାଡ଼ି ।
Answer:
ବୁଲ୍‌ଡ଼ୋଜର

Question ୨୩ ।
ତାଙ୍କ ରାଜ୍ୟର ମଇଁଷି ଆକାରର ବିହଙ୍ଗରୁ କେତେ ନେଇଆସିବାକୁ ରାଜା, ଦେଇଥିଲେ ?
ଚାରୋଟି, ହଳେ, ଗୋଟିଏ, ପାଞ୍ଚଟି ।
Answer:
ହଳେ

Question ୨୪ ।
ମହତକାର୍ଯ୍ୟ ବୋଲି ରାଜା କେଉଁ କାର୍ଯ୍ୟକୁ ଇଙ୍ଗିତ କରିଛନ୍ତି ?
ଶିକାର, ବୈଦେଶିକ ସମ୍ପର୍କ, ରାଜୋତ୍ସବ, ଯୁଦ୍ଧ ।
Answer:
ଯୁଦ୍ଧ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
କମ୍ବୁଗ୍ରୀବକୁ କେଉଁ ପରିବେଶ ସନ୍ତୁଷ୍ଟ କରିପାରୁ ନଥିଲା ?
Answer:
ସରୋବରର ସ୍ୱଚ୍ଛଜଳ, ଉପତ୍ୟକାର ସବୁଜତା କମ୍ବୁଗ୍ରୀବକୁ ସନ୍ତୁଷ୍ଟ କରିପାରୁ ନଥିଲା ।

Question ୨।
କଚ୍ଛପଟି କାହିଁକି ନିଜ ଭାଗ୍ୟକୁ ଧୂକ୍‌କର ଦେଇଥାଏ ?
Answer:
ସେ ବିହଙ୍ଗଟିଏ ନ ହୋଇ କଚ୍ଛପଟିଏ ହୋଇଥିବାରୁ ନିଜ ଭାଗ୍ୟକୁ ସ୍ଵୀକାର କରୁଥିଲା ।

Question ୩ ।
କେଉଁମାନଙ୍କ ମଧ୍ୟରେ ତର୍କସଭା ହେବାର କସ୍ତୁଗ୍ରୀବ ଦେଖିପାରୁଥିଲା ?
Answer:
ନର ଓ ବାନରବର୍ଗଙ୍କ ମଧ୍ୟରେ ତର୍କସଭା ହେବାର କମ୍ବୁଗ୍ରୀବ ଦେଖିପାରୁଥିଲା ।

Question ୪ ।
କେଉଁଠିକୁ ଯିବା ମାର୍ଗରେ ଦୁଇଗୋଟି ହଂସ ସରୋବରଟିରେ ସପ୍ତାହେ ବିଶ୍ରାମ ନେଉଥିଲେ ?
Answer:
ପର୍ବତଶ୍ରେଣୀ ସେପାରିସ୍ଥ ଏକ ବୃହତ୍ତର ସରୋବରକୁ ଯିବା ମାର୍ଗରେ ଦୁଇଗୋଟି ହଂସ ସରୋବରଟିରେ ସପ୍ତାହେ ବିଶ୍ରାମ ନେଉଥିଲେ ।

Question ୫ ।
ହଂସଯୁଗଳ କେଉଁ ସମ୍ପର୍କରେ ଅବହିତ ଥିଲେ ?
Answer:
ହଂସଯୁଗଳ କଚ୍ଛପର ଅନୁସନ୍ଧିତ୍ସା ସମ୍ପର୍କରେ ଅବହିତ ଥିଲେ ।

Question ୬।
ଅର୍ଥକୋଶ ଅତିକ୍ରମ କଲାପରେ ହଂସ-ଯୁଗଳ ଓ କଚ୍ଛପ କେଉଁଠି ଅବତରଣ କରିଥିଲେ ?
Answer:
ଅର୍ଥକୋଶ ଅତିକ୍ରମ କଲାପରେ ହଂସ-ଯୁଗଳ ଓ କଚ୍ଛପ ଏକ ଅନୁଚ୍ଚ ପାହାଡ଼ ଉପରେ ଅବତରଣ କରିଥିଲେ ।

Question ୭ ।
ମୃଦୁହାସ୍ୟ ସହକାରେ ବିକଟ କ’ଣ ବ୍ୟକ୍ତ କରିଥିଲା ?
Answer:
ମୁଦୁହାସ୍ୟ ସହକାରେ ବିକଟ ପରୀକ୍ଷା ସଫଳ ବୋଲି ବ୍ୟକ୍ତ କରିଥିଲା ।

Question ୮ ।
କଚ୍ଛପ ଉତ୍କଣ୍ଠିତ ଭାବରେ କ’ଣ ପ୍ରଶ୍ନ କରିଥିଲା ?
Answer:
ଶୂନ୍ୟରେ ଥିବାଯାଏ ମୁହଁ ଖୋଲିବ ପାହିଁ, ଏତିକି ମାତ୍ର କହିବାପାଇଁ ଅବତରଣ କରିବା ଦରକାର ଥିଲା ବୋଲି କଚ୍ଛପ ଉତ୍କଣ୍ଠିତ ଭାବରେ ପ୍ରଶ୍ନ କରିଥିଲା ।

Question ୯।
କସ୍ତୁଗ୍ରୀବ କିପରି ଚତୁର୍ଦ୍ଦିଗ ନିରୀକ୍ଷଣ କରିଲାଗିଥିଲା ?
Answer:
କମ୍ବୁଗ୍ରୀବ ବିସ୍ମୟ ଓ ପୁଲକରେ ଚତୁର୍ଦ୍ଦିଗ ନିରୀକ୍ଷଣ କରି ଲାଗିଥିଲା ।

Question ୧୦ ।
କଚ୍ଛପ ଗଦ୍‌ଗଦ୍ କଣ୍ଠରେ କ’ଣ କହିଥିଲା ?
Answer:
କଚ୍ଛପ ଗଦ୍‌ଗଦ୍ କଣ୍ଠରେ କହିଥିଲା, ‘‘ଇତିହାସରେ ପ୍ରଥମ କଚ୍ଛପ – ମହାକାଶଚ।ରୀ ଉ।ବରେ ମୋ’ ନାମ ଅମର ରହିବ ।’’

Question ୧୧ ।
ଆକାଶର ଅକଳ୍ପନୀୟ ଦୃଶ୍ୟ ଦେଖ୍ କେଉଁ ପକ୍ଷୀ ବିମୂଢ଼ ପାଲଟି ଯାଇଥିଲେ ?
Answer:
ଆକାଶରେ ଅକଳ୍ପନୀୟ ଦୃଶ୍ୟ ଦେଖ୍ ଘରଚଟିଆ ଓ ବତାସୀ ଭଳି ସାଧାରଣ ପକ୍ଷୀମାନେ ବିମୂଢ଼ ପାଲଟି ଯାଇଥିଲେ ।

Question ୧୨ ।
କେଉଁମାନଙ୍କୁ ସମ୍ଭ୍ରାନ୍ତ ପକ୍ଷୀ ବୋଲି କୁହାଯାଇଛି ?
Answer:
ପାରା ଓ ଚିଲଙ୍କୁ ସମ୍ଭ୍ରାନ୍ତ ପକ୍ଷୀ ବୋଲି କୁହାଯାଇଛି ।

Question ୧୩ ।
ନିରାଶାବାଦୀ ପକ୍ଷୀ ଭାବେ କିଏ ଜଣାଶୁଣା ?
Answer:
ନିରାଶାବାଦୀ ପକ୍ଷୀଭାବେ କାଉ ଜଣାଶୁଣା ।

Question ୧୪ ।
‘ବକ’ଟିଏ କ’ଣ ମନ୍ତବ୍ୟ ଦେଇଥିଲା
Answer:
ହଂସମାନେ ଯୁଗେ ଯୁଗେ ବିଶ୍ଵାସଘାତକ ବୋଲି ବକଟି ମନ୍ତବ୍ୟ ଦେଇଥିଲା ।

Question ୧୫ ।
ଆକାଶମାର୍ଗୀୟ ଅଭିନବ ଘଟଣାଟି ପ୍ତଥମେ କାହାର ଦୃଷ୍ଟିଗୋଚର ହୋଇଥିଲା ?
Answer:
ଆକାଶମାର୍ଗୀୟ ଅଭିନବ ଘଟଣାଟି ପ୍ତଥମେ କେତେଜଣ ଗାଈଅ।ଳ ଗେ।କାମାନଙ୍କ ଦୃଷ୍ଟିଗୋଚର ହୋଇଥିଲା ।

Question ୧୬ ।
ଟୋକାମାନେ କେଉଁଠାରେ ଅଟକି ଯିବାକୁ ବାଧ୍ୟ ହୋଇଥିଲେ ?
Answer:
ଟୋକାମାନେ ନଦୀତୀରଯାଏ ଆସି ଅଟକି ଯିବାକୁ ବାଧ୍ୟ ହୋଇଥିଲେ ।

Question ୧୭ ।
ହଂସମାନେ ବେଶି ଉପରକୁ ଉଠିପାରୁ ନଥିଲେ କାହିଁକି ?
Answer:
କମ୍ବୁଗ୍ରୀବର ଓଜନ ଯୋଗୁ ହଂସମାନେ ବେଶି ଉପରକୁ ଉଠିପାରୁ ନ ଥିଲେ ।

Question ୧୮ ।
ବୃଦ୍ଧଜଣକ କାହା ସହ ନୌକାରେ ଫେରୁଥିଲେ ?
Answer:
ବୃଦ୍ଧଜଣକ ତରୁଣୀ ଭାର୍ଯ୍ୟା ସହ ନୌକାରେ ଫେରୁଥିଲେ ।

Question ୧୯ ।
ବୃଦ୍ଧଜଣକ ମୁକୁଟ ସହ ଉଠି ଠିଆ ହେଲାବେଳେ କ’ଣ ଘଟିଥିଲା ?
Answer:
ବୃଦ୍ଧଜଣକ ମୁକୁଟ ସହ ଉଠି ଠିଆହେଲାବେଳେ ଭାରସାମ୍ୟ ହରାଇ ପଡ଼ିଗଲେ ।

Question ୨୦ ।
‘‘ବୁଦୁ’’ ବୋଲି କହି ଆସୁଥ‌ିବା କସ୍ତୁଗ୍ରୀବ ତା’ର ଉଦ୍‌ଗତ ଶବ୍ଦଟିକୁ କ’ଣ କଲା ?
Answer:
‘ବୁଦୁ’ ବୋଲି କହି ଆସୁଥ‌ିବା କମ୍ବୁଗ୍ରୀବ ତା’ର ଉଦ୍‌ଗତ ଶବ୍ଦଟିକୁ ଗଳାଧଃକରଣ କରିଦେଲା ।

CHSE Odisha Class 12 Odia Solutions Chapter 13 ଆକାଶ କଇଁଛ

Question ୨୧ ।
ତାଙ୍କ ରାଜ୍ୟରେ ଘୁଷୁରି ଉଡ଼ାଇନେବା କେଉଁମାନଙ୍କର ସଉକ ବୋଲି ବିଦେଶୀ ରାଜଦୂତ କହିଥିଲେ ?
Answer:
ତାଙ୍କ ରାଜ୍ୟରେ ଘୁଷୁରି ଉଡ଼ାଇନେବା ମଇଁଷି ଉଳି ବୃହଦାକାର ବହଙ୍ଗମାନଙ୍କର ସଭକ ବୋଲି ବିଦେଶୀ ରାଜଦୂତ କହିଥିଲେ ।

Question ୨୨ ।
ସଭାସଦ୍ରବର୍ଗ କାହିଁକି ଶଙ୍କି ଯାଇଥିଲେ ?
Answer:
ଉଦ୍‌ଗତ ଭାବାବେଗ ସମ୍ଭାଳି ନ ପାରି କନ୍ତୁଗ୍ରୀବ ତଳେ ପଡ଼ିଯିବାର ଶବ୍ଦରେ ସଭାସଦ୍‌ବର୍ଗ ଶଙ୍କି ଯାଇଥିଲେ ।

Question ୨୩ ।
ରାଜା, ମହାପଣ୍ଡିତଙ୍କୁ କ’ଣ ପ୍ରଶ୍ନ କରିଥିଲେ ?
Answer:
ରାଜା, ମହାପଣ୍ଡିତଙ୍କୁ ପ୍ରଶ୍ନ କରିଥିଲେ, ‘ଆପଣ ଏଇଟିର ପତନ ସଂପର୍କରେ ଭବିଷ୍ୟତବାଣୀ କରି ନ ଥିଲେ କାହିଁକି ?

Question ୨୪ ।
କଚ୍ଛପ ଆଡ଼କୁ ଦୃଷ୍ଟିପାତ କରିବାରୁ ରାଜାଙ୍କର କ’ଣ ହୋଇଥିଲା ?
Answer:
କଚ୍ଛପ ଆଡ଼କୁ ଦୃଷ୍ଟିପାତ କରିବାରୁ ରାଜାଙ୍କର ଗୋଟିଏ ଚକ୍ଷୁ ଝଟକି ଉଠିଥିଲା ।

Question ୨୫ ।
କଚ୍ଛପ କାହାକୁ ମିଳିବ ବୋଲି ରାଜା କହିଥିଲେ ?
Answer:
ଯାହାର ସର୍ବାଧ‌ିକ ପ୍ରୟୋଜନ କଚ୍ଛପ ତାହାକୁ ମିଳିବ ବୋଲି ରାଜା କହିଥିଲେ ।

Question ୨୬ ।
ଗମ୍ଭୀର ମୌନତା ଭିତରେ ସଭାସଦ୍‌ବର୍ଗ କ’ଣ କରିଥିଲେ ?
Answer:
ଗମ୍ଭୀର ମୌନତା ଭିତରେ ସଭାସଦ୍‌ବର୍ଗ ପରସ୍ପର ପ୍ରତି ଘନଘନ ଦୃକ୍‌ତ କରିଥିଲେ ।

Question ୨୭ ।
ରାଜା ହଠାତ୍ କାନ୍ଦିଉଠି କ’ଣ କହିଥିଲେ ?
Answer:
ରାଜା ହଠାତ୍ କାନ୍ଦିଉଠି କହିଲେ, ‘ବାକି ରହିଲି ମୁଁ – ଅର୍ଥାତ୍ ମୁଁ ହିଁ ବୁଦ୍ଧ।’

Question ୨୮ ।
ସଭାସଦ୍ରବର୍ଗଙ୍କ କାନ୍ଦ ଅବ୍ୟାହତ ଥାଉଁ ଥାଉଁ ରାଜା କ’ଣ କହିଥିଲେ ?
Answer:
ସଭାସଦ୍‌ବର୍ଗଙ୍କ କାନ୍ଦ ଅବ୍ୟାହତ ଥାଉଁ ଥାଉଁ ରାଜା କହିଲେ, ରାଜା ବୁଦ୍ଧି ହେଲେ ଚଳିବ ନାହିଁ ଏବଂ ଦରକାର ହେଲେ ରାଜପରିବାରର ପବିତ୍ର ପରମ୍ପରା ଭଙ୍ଗକରି ରାଜା ପଚ୍ଛପ ମାଂସ ଖାଇ ବୁଦୁ ବ୍ୟାଧୁରୁ ମୁକ୍ତ ହେବେ ।

Question ୨୯ ।
ରାଜାଙ୍କ ଧମକ ସଭାସଦ୍‌ମାନଙ୍କର କ’ଣ କରିଥିଲା ?
Answer:
ଯୁଦ୍ଧ ଅଭାବ କାରଣରୁ ସେନାପତି ଗଣ୍ଠିବାତ ଭୋଗ କରୁଛନ୍ତି ବୋଲି ରାଜା କହିଛନ୍ତି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୧ ନମ୍ବର ।

ଗଳ୍ପ – ଆକାଶ କଇଁଛ, ଗାଳ୍ପିକ – ମନୋଜ ଦାସ

Question ୧ ।
ସମୟ ସମୟରେ କସ୍ତୁଗ୍ରୀବ କୂଳକୁ ଉଠିଯାଇ କ’ଣ କରେ ?
Answer:
ସମୟ ସମୟରେ କସ୍ତୁଗ୍ରୀବ କୂଳକୁ ଉଠିଯାଇ ମୃଦୁ ସମୀକରଣରେ ବିଚରଣ କରିଥାଏ ।

Question ୨ ।
ହଂସଯୁଗଳ କଚ୍ଛପର ମନୋରଞ୍ଜନ ପାଇଁ କ’ଣ କରୁଥିଲେ ?
Answer:
ହଂସଯୁଗଳ କଚ୍ଛପର ମନୋରଞ୍ଜନ ପାଇଁ ଦୂରଦୂରାନ୍ତରର କାହ।ଣୀ ଶୁଣାଉଥିଲେ ।

Question ୩ ।
ବିକଟ ସଙ୍କଟ କିପରି କସ୍ତୁଗ୍ରୀବକୁ ଧରି ଶୂନ୍ୟକୁ ଉଠିଥିଲେ ?
Answer:
ବିକଟ ସଙ୍କଟ ଖଣ୍ଡିଏ କାଠିକୁ ଦୁଇ ପ୍ରାନ୍ତର କାମୁଡ଼ି ଧରିଥିଲାବେଳେ, କାଠିର ମଧ୍ୟଭାଗକୁ କାମୁଡ଼ି ଧରିଥିଲା କସ୍ତୁଗ୍ରୀବ ଏବଂ ତା’ପରେ ସେମାନେ ଉଡ଼ି ଶୂନ୍ୟକୁ ଉଠିଥିଲେ ।

Question ୪ ।
କମ୍ବୁଗ୍ରୀବକୁ ସଙ୍କଟ କ’ଣ ଚେତାଇ ଦେଇଥିଲା ?
Answer:
କମ୍ବୁଗ୍ରୀବକୁ ସଙ୍କଟ ଶୂନ୍ୟରେ ଥିବାଯାଏ ମୁହଁ ଖୋଲିବ ନାହିଁ ବୋଲି ଚେତାଇ ଦେଇଥିଲା ।

Question ୫ ।
ହଂସମାନେ କଚ୍ଛପଟିର ଶୋଚନୀୟ ଅବସ୍ଥା କଥା ମନେପକାଇ ଦେଲେ ମଧ୍ୟ କସ୍ତୁଗ୍ରୀବ କ’ଣ କହିଥିଲା ?
Answer:
ହଂସମାନେ କଚ୍ଛପଟିର ଶୋଚନୀୟ ଅବସ୍ଥା କଥା ମନେପକାଇ ଦେଲେ ମଧ୍ୟ କସ୍ତୁଗ୍ରୀବ ବିସ୍ମୟ ଓ ପୁଲକରେ ଚତୁର୍ଦ୍ଦିଗ ନିରୀକ୍ଷଣ କରିବାରେ ଲାଗିଥିଲା ।

Question ୬ ।
ହଂସମାନେ କିପରି ଊର୍ଷକୁ ଉଠିଥିଲେ ?
Answer:
ହଂସମାନେ ଅପେକ୍ଷାକୃତ ଅଧିକ ସ୍ବାଚ୍ଛନ୍ଦ୍ୟ ଓ ଅ।ମ୍ୱବିଶ୍ଵ।ସ ସହକାରେ ଊର୍ଷକୁ ଉଠିଥିଲେ ।

Question ୭ ।
କଚ୍ଛପଦ୍ବାରା ଏ ଆକାଶ-ବିଜୟ ସମ୍ପର୍କରେ ‘କାଉ’ କ’ଣ କହିଥିଲା ?
Answer:
କଚ୍ଛପଦ୍ଵାରା ଏ ଆକାଶ ବିଜୟ ସମ୍ପର୍କରେ କାଉ କହିଥିଲା, ଆକାଶର ଭବିଷ୍ୟତ ଅନ୍ଧକାର ବୋଲି ମୁଁ ଯେଉଁ ଭବିଷ୍ୟବାଣୀ କରିଆସିଥିଲି ଏହା ସେହି ଅବଶ୍ୟମ୍ଭାବୀ ପରିଣତିର ଆରମ୍ଭମାତ୍ର ।

Question ୮।
କେଉଁକଥା କେଉଁଠି ଗାଈଆଳଟୋକାଙ୍କ ଦୃଷ୍ଟିଗୋଚର ହୋଇଥିଲା ?
Answer:
ଆକାଶମାର୍ଗୀୟ ସେ ଅଭିନବ ଘଟଣା ପର୍ବତ ସେପାରି ପ୍ରାନ୍ତରର ଗାଈଆଳ ଟୋକାଙ୍କ ଦୃଷ୍ଟିଗୋଚର ହୋଇଥିଲା ।

Question ୯ ।
ଟୋକାମାନେ ଅଟକି ଯିବାକୁ ବାଧ୍ୟହେବାରୁ କଚ୍ଛପଟି କ’ଣ ଅନୁଭବ କରିଥିଲା ?
Answer:
ନଦୀତୀରଯାଏ ଯାଇ ଯେବେଳେ ଟୋକାମାନେ ଅଟକି ଯିବାକୁ ବାଧ୍ୟ ହୋଇଥିଲେ, ସେତେବେଳେ କଚ୍ଛପଟି ସ୍ଵୟଂ ହାତତାଳି ଦେବାର ପ୍ରେରଣା ଅନୁଭବ କରିଥିଲା ।

Question ୧୦ ।
ଅସ୍ତମାନ ସୂର୍ଯ୍ୟର ରଶ୍ମିଜାଳ ସମ୍ପର୍କରେ ଆସି ହଂସ ଓ କଚ୍ଛପଙ୍କର କ’ଣ ହୋଇଥିଲା ?
Answer:
ଅସ୍ତମାନ ସୂର୍ଯ୍ୟଙ୍କର ରଶ୍ମିଜାଳ ହଂସଦ୍ଵୟଙ୍କ ଚଞ୍ଚଳ ପକ୍ଷ ଓ କଚ୍ଛପର ମସୃଣ ପୃଷ୍ଠଦେଶରେ ସୁନାର ଧୂଳି ମଖାଇ ଦେଲାଭଳି ଅନୁଭୂତ ହୋଇଥିଲା ।

Question ୧୧ ।
କେଉଁ କଥାରେ କଚ୍ଛପ କୌଣସି ପ୍ରକାରେ ନିଜକୁ ସମ୍ଭାଳି ନେଇଥିଲା ?
Answer:
‘ଆ ! ମୁଁ ଉଡ୍ଡୀୟମାନ !’’ ହଠାତ୍ ଏତକ ବଡ଼ପାଟିରେ କହିବାକୁ ଉଦ୍ୟତ ହୋଇ କଚ୍ଛପ କୌଣସି ପ୍ରକାରେ ନିଜକୁ ସମ୍ଭାଳି ନେଇଥିଲା ।

Question ୧୨ ।
ବିଦେଶୀ ରାଜଦୂତଙ୍କ ରାଜ୍ୟରେ ଘୁଷୁରି ଉଡ଼ିବର କଥା ଶୁଣି ରାଜା ତାଙ୍କୁ କ’ଣ କହିଥିଲେ ?
Answer:
ବିଦେଶୀ ରାଜଦୂତଙ୍କ ରାଜ୍ୟରେ ଘୁଷୁରି ଉଡ଼ିବର କଥା ଶୁଣି ରାଜା ତାଙ୍କୁ କହିଥିଲେ, ଘୁଷୁରିମାନଙ୍କୁ କିଏ ଉଡ଼ାଇ ନିଏ କିମ୍ବା ତାଙ୍କର ପର ଅଛି ଅଥବା ତମ ରାଜାଙ୍କର ଲାଞ୍ଜ ଅଛି ।

Question ୧୩ ।
କମ୍ବୁଗ୍ରୀବ କିପରି ନଅର ଛାତ ଉପରେ ପଡ଼ିଯାଇଥିଲା ?
Answer:
କମ୍ବୁଗ୍ରୀବ ଚକ୍ରବତ୍‌ ବୁଲି ବୁଲି ଆସି ସଶବ୍ଦ ଛାତ ଉପରେ ପଡ଼ିଯାଇଥିଲା ।

Question ୧୪ ।
ଦରବାରର ପ୍ରଧାନ ବିଶେଷଜ୍ଞ – ଭୋଜନପ୍ରେମୀ କ’ଣ କହିଥିଲେ ?
Answer:
ପ୍ରଧାନ ବିଶେଷଜ୍ଞ – ଭୋଜନପ୍ରେମୀ କହିଥିଲେ, ଏଇଟି ଦୁର୍ଲଭ ଧରଣର ସୁସ୍ୱାଦୁ କଇଁଛ ।’

CHSE Odisha Class 12 Odia Solutions Chapter 13 ଆକାଶ କଇଁଛ

Question ୧୫ ।
ଦରବାରର କବିରାଜ ଜ୍ୟୋତିଷୀ କଚ୍ଛପମାଂସ ସମ୍ପର୍କରେ କ’ଣ କହିଥିଲେ ?
Answer:
ଦରବାରରେ କବିରାଜ ଜ୍ୟୋତିଷୀ କଚ୍ଛପମାଂସ ସମ୍ପର୍କରେ କହିଥିଲେ, ସହସ୍ର ବର୍ଷରେ ଶୂନ୍ୟରୁ କଚ୍ଛପ ବୃଷ୍ଟି ହୋଇଥାଏ ଏବଂ ସେ କଚ୍ଛପ ମାଂସ ସହସ୍ର ଧରଣର ରୋଗବ୍ୟାଧ ଓ ଦୋଷ ଦୁର୍ବଳତାର ପ୍ରତିଷେଧକ ହୋଇଥାଏ ।

Question ୧୬ ।
ରାଜାଙ୍କ ପ୍ରଶ୍ନରେ ମହାପଣ୍ଡିତେ କି ଉତ୍ତର ଦେଇଥିଲେ ?
Answer:
ରାଜାଙ୍କ ପ୍ରଶ୍ନରେ ମହାପଣ୍ଡିତେ ଉତ୍ତର ଦେଇ କହିଥିଲେ, ଯେହେତୁ କଚ୍ଛପ ମାଂସ ରାଜ ମଣୋହିର ଅଯୋଗ୍ୟ, ତେଣୁ ଏ ଘଟଣାକୁ ମୁଁ ଉଲ୍ଲେଖଯୋଗ୍ୟ ବୋଲି ବିଚାରି ନ ଥିଲି ।

Question ୧୭ ।
କ’ଣ କହି ରାଜା ମୁଖ୍ୟପାଚକକୁ କଚ୍ଛପଟି ରାନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ ?
Answer:
‘ଯେହେତୁ ଏହି ମାଂସ ବହୁ ରୋଗ ଓ ଦୋଷ ଦୁର୍ବଳତାର ମହୌଷଧ, ଏହାକୁ ରନ୍ଧନ କରି ପୀଡ଼ିତମାନଙ୍କୁ ଦେବାର ବ୍ୟବସ୍ଥା କରିବା’ କହି ରାଜା ମୁଖ୍ୟପାଚକକୁ’ କଚ୍ଛପଟିକୁ ରାନ୍ଧିବାକୁ ନିର୍ଦେଶ ଦେଇଥିଲେ ।

Question ୧୮ ।
କଚ୍ଛପ ମାଂସ ଖାଇବା ସମ୍ପର୍କରେ ସେନାପତି କ’ଣ କହିଥିଲେ ?
Answer:
ଅଧିକ ଦକ୍ଷତା ସହ ରାଜସେବା କରିବା ନିମନ୍ତେ ଗଣ୍ଠିବାତରୁ ସହଜ ମୁକ୍ତି ପାଇବାପାଇଁ କଚ୍ଛପ ମାଂସ ଫାଳେ ଖାଇବା ଆବଶ୍ୟକ ବୋଲି ସେନାପତି କହିଥିଲେ ।

Question ୧୯ ।
ମନ୍ତ୍ରୀ ଓ ସଭାସଦ୍‌ବର୍ଗ କେଉଁ ବିଷୟରେ ଆଗ୍ରହୀ ହୋଇଥିଲେ ?
Answer:
ମନ୍ତ୍ରୀ ଓ ସଭାସଦ୍‌ବର୍ଗ ଅଧ‌ିକ ଦକ୍ଷ ରାଜସେବା ନିମନ୍ତେ କଚ୍ଛପର କିୟଦଂଶମାଂସ ଭକ୍ଷଣ କରି କୌଣସି ନା କୌଣସି ରୋଗରୁ ମୁକ୍ତି ପାଇଁ ଆଗ୍ରହୀ ଥିଲେ ।

Question ୨୦ ।
କଚ୍ଛପ ମାଂସ ସମ୍ପର୍କରେ ବିଦେଶୀ ରାଜଦୂତ କ’ଣ ଘୋଷଣା କରିଥିଲେ ?
Answer:
କଚ୍ଛପ ମାଂସ ସମ୍ପର୍କରେ ବିଦେଶୀ ରାଜଦୂତ ଘୋଷଣା କରିଥିଲେ, ଆମ ଦୁଇ ମହାନ୍ ଦେଶ ମଧ୍ୟରେ ମୈତ୍ରୀ ଗାଢ଼ତର କରିବାର ଆବଶ୍ୟକତା ଦୃଷ୍ଟିରୁ ସେ କିଞ୍ଚ୍ କଚ୍ଛପ ମାଂସ ଭକ୍ଷଣ କରିବାକୁ ପ୍ରସ୍ତୁତ ।

Question ୨୧ ।
ବିଦେଶୀ ରାଜଦୂତ ରାଜାଙ୍କ କେଉଁ ବକ୍ତବ୍ୟ ପ୍ରତି ସମର୍ଥନ ଜଣାଇଥିଲେ ?
Answer:
ରାଜା କହିଥିଲେ, ଆମର ସମ୍ମାନିତ ଅତିଥ୍ ବିଦେଶୀ ରାଜଦୂତ ମହୋଦୟ ତାଙ୍କ କୂଟନୈତିକ ବୈଶିଷ୍ଟ୍ୟ ଦୃଷ୍ଟିରୁ ବୁଦ୍ଧି ପଦବାଚ୍ୟ ନୁହଁନ୍ତି ଏବଂ ରାଜାଙ୍କର ଏହି ବକ୍ତବ୍ୟକୁ ରାଜଦୂତ ସମର୍ଥନ ଜଣାଇଥିଲେ ।

Question ୨୨ ।
ମନ୍ତ୍ରୀବର୍ଗଙ୍କ ସମ୍ପର୍କରେ ରାଜା କ’ଣ ମନ୍ତବ୍ୟ ଦେଇଥିଲେ ?
Answer:
ମନ୍ତ୍ରୀବର୍ଗଙ୍କ ସମ୍ପର୍କରେ ରାଜା ମନ୍ତବ୍ୟ ଦେଇ କହିଥିଲେ, ଆମ ମନ୍ତ୍ରୀମାନେ ହୁଏତ ମନ୍ତ୍ରୀ ନ ହେଲେ ବୁଦ୍ଧି, ଏକାଧାରରେ ଉଭୟ ହୋଇ ନ ପାରନ୍ତି ।

Question ୨୩ ।
ସମସ୍ତ ସଭାସଦ୍ କାହିଁକି କାନ୍ଦି ଉଠିଥିଲେ ?
Answer:
ରାଜା କାନ୍ଦିଉଠି କହିଲେ, ‘ବାକି ରହିଲି ମୁଁ ଅର୍ଥାତ୍‌ ମୁ ହିଁ ବୁଦୁ’ ଏବଂ ରାଜାଙ୍କ କାନ୍ଦ ଦେଖୁ ସମସ୍ତ ସଭାସଦ୍ କାନ୍ଦି ଉଠିଥିଲେ ।

Question ୨୪ ।
ଦୀର୍ଘକାଳ ହେବ ତାଙ୍କ ରାଜ୍ୟରେ କ’ଣ ହୋଇଛି ବୋଲି ରାଜା କହିଥିଲେ ?
Answer:
ଦୀର୍ଘକାଳ ହେବ ତାଙ୍କ ରାଜ୍ୟରେ କୌଣସି ମହତ୍ କାର୍ଯ୍ୟ ଅର୍ଥାତ୍ ଯୁଦ୍ଧ ହୋଇନାହିଁ, ଫଳରେ ସୈନ୍ୟମାନେ ମୋଟେଇ ଯାଇଛନ୍ତି ଏବଂ ସେନାପତି ଗଣ୍ଠିବାତ ଭୋଗୁଛନ୍ତି ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

ଗଳ୍ପ – ଆକାଶ କଇଁଛ, ଗାଳ୍ପିକ – ମନୋଜ ଦାସ

Question ୧ ।
ଦିଗନ୍ତ ପ୍ରତି ଦୃଷ୍ଟିପାତ କରି କସ୍ତୁଗ୍ରୀବ କ’ଣ ଭାବୁଥିଲା ?
Answer:
ଦିଗନ୍ତ ପ୍ରତି ଦୃଷ୍ଟିପାତ କରି କସ୍ତୁଗ୍ରୀବ ଦୀର୍ଘଶ୍ଵାସ ଛାଡୁଥିଲା । ସେ ଭାବୁଥିଲା ଦୂରର ପର୍ବତଶ୍ରେଣୀ ସେପାରିସ୍ଥ ସରୋବରମାନ କେତେ ସ୍ୱଚ୍ଛତର ଓ ଉପତ୍ୟକାମାନ କେତେ ସବୁଜତର ହୋଇ ନ ଥ‌ିବ । ସେ ବିହଙ୍ଗଟିଏ ନ ହୋଇ କଚ୍ଛପ ହୋଇଥିବା ହେତୁ ନିଜ ଭାଗ୍ୟକୁ ସ୍ଵୀକାର କରୁଥିଲା ।

Question ୨ ।
କମ୍ବୁଗ୍ରୀବର ଦୂରାନ୍ତରର ଅଜଣାକୁ ଜାଣିବାର ପିପାସା ସମ୍ପର୍କରେ କ’ଣ କୁହାଯାଇଛି ?
Answer:
କମ୍ପୁଗ୍ରୀବ ଅନେକ ସମୟରେ କୂଳକୁ ଉଠିଯାଇ ମୃଦୁ ସମୀରଣରେ ବିଚରଣ କରେ । ବେଳେ ବେଳେ ଲତାପତ୍ର ଦେହରୁ ଶିଶିର ବିନ୍ଦୁଟିଏ ଚାଟିଦିଏ ତ କେତେବେଳେ ଘାସ ଫୁଲଟିଏ ଚୋବାଇ ପକାଏ; କିନ୍ତୁ ଦୂରାନ୍ତରର ଅଜଣାକୁ ଜାଣିବାର ପିପାସା ସେଥ‌ିରେ ବଢ଼େ ସିନା, କମେ ନାହିଁ ।

Question ୩ ।
ବିମୁଗ୍‌ଧ କଳ୍ପନାଲୋକରେ କମ୍ବୁଗ୍ରୀବ କ’ଣ ଦେଖୁଥାଏ ?
Answer:
ବିମୁଗ୍‌ଧ କଳ୍ପନାଲୋକରେ କସ୍ତୁଗ୍ରୀବ ଭଳିକି ଭଳି ଅଜବ ଦୃଶ୍ୟ ଦେଖୁଥାଏ । ଗୀତ ବୋଲୁଥିବା ଗଛଲତା, ମେଘମାଳା ଭିତରୁ ସିଧାସଳଖ ଝରିଆସୁଥିବା ସାତରଙ୍ଗୀ ନଦୀ, ପ୍ରଶସ୍ତ ସଦନରେ ଏକତ୍ରିତ ସ୍ୱନାମଧନ୍ୟ ନର ଓ ବାନରବର୍ଗ ମଧ୍ୟରେ ଲାଙ୍ଗୁଳର ଉପଯୋଗିତ ସମ୍ପର୍କରେ ତର୍କସଭା ଇତ୍ୟାଦି ଦେଖୁଥାଏ ।

Question ୪ ।
ବର୍ଷାଋତୁ ହେଲେ କମ୍ବୁଗ୍ରୀବ କାହାର ଆଗମନକୁ ଅପେକ୍ଷା କରିଥାଏ ?
Answer:
ବର୍ଷାଋତୁ ହେଲେ କମ୍ବୁଗ୍ରୀବ, ବିକଟ ଓ ସଙ୍କଟ ନାମକ ଦୁଇଗୋଟି ହଂସଙ୍କ ଆଗମନକୁ ଅପେକ୍ଷା କରି ରହିଥାଏ । କାରଣ ସେମାନେ ଦୈନିକ ଘଣ୍ଟାଏ ଦୁଇଘଣ୍ଟା ଦୂରଦୂରାନ୍ତରର କାହାଣୀ ଶୁଣାଇ କମ୍ବୁଗ୍ରୀବର ମନୋରଞ୍ଜନ କରୁଥିଲେ ।

Question ୫ ।
କେଉଁ ପରୀକ୍ଷାମୂଳକ ପଦକ୍ଷେପ ନେବା ସମ୍ପର୍କରେ ହଂସଯୁଗଳ ରାଜି ହୋଇଥିଲେ ?
Answer:
ବନ୍ଧୁତାପାଇଁ କନ୍ତୁଗ୍ରୀବ ସେମାନଙ୍କ ସହିତ ପର୍ବତଶ୍ରେଣୀ ସେପାରିସ୍ଥ ସରୋବରକୁ ଯିବାପାଇଁ ଇଚ୍ଛା ପ୍ରକାଶ କରିଥିଲା । ପ୍ରସ୍ତାବରେ ଯଥେଷ୍ଟ ସନ୍ଦେହ ଥିଲେ ବି ହଂସଦ୍ଵୟ ପ୍ରଥମ ଅର୍ଥକୋଶ ପଥଯାଏ ଏକ ପରୀକ୍ଷାମୂଳକ ପଦକ୍ଷେପ ନେବାକୁ ରାଜି ହୋଇଥିଲେ ।

Question ୬ ।
ହଂସମାନେ କମ୍ବୁଗ୍ରୀବକୁ କେଉଁ କଥା ମନେପକାଇ ଦେଇଥିଲେ ଓ କାହିଁକି ?
Answer:
ହଂସମାନେ ପରୀକ୍ଷାମୂଳକ ଭାବେ, କମ୍ବୁଗ୍ରୀବକୁ ଅର୍ଥକୋଶ ଅତିକ୍ରମ କରାଇ ନେଇ ଏକ ଅନୁଚ୍ଚ ପାହାଡ଼ ଉପରେ ଅବତରଣ କଲେ । ପରୀକ୍ଷା ସଫଳ ହେବାରୁ, ସେମାନେ ପୁଣି ଉଡ଼ଇବା ଆରମ୍ଭ କରିବା ପୂର୍ବରୁ, ଶୂନ୍ୟରେ ଥ‌ିବାଯାଏ, ମୁହଁ ନ ଖୋଲିବାପାଇଁ କହିଥିଲେ । ମାତ୍ର ଅବତରଣ ନ କରି ଏକଥା କହିଥିଲେ ଚଳିଥା’ନ୍ତା ବୋଲି କମ୍ବୁଗ୍ରୀବ କହିଲା । ଏହାଶୁଣି, ହଂସମାନେ ମନେପକାଇ ଦେଇଥିଲେ, ଅବତରଣ ନ କରି ଏକଥା କହିଥିଲେ ତମ ଅବସ୍ଥା ଶୋଚନୀୟ ହୋଇଥା’ନ୍ତା ।

Question ୭ ।
ମହାକାଶରେ କଚ୍ଛପ ଉଡ଼ିଚାଲିଥିବାର ଦେଖୁ ପକ୍ଷୀମାନେ କି କି ପ୍ରତିକ୍ରିୟା ପ୍ରକାଶ କରିଥିଲେ ?
Answer:
ମହାକାଶରେ କଚ୍ଛପ ଉଡ଼ିଚାଲିଥିବାର ଦେଖ୍ ଘରଚଟିଆ ଓ ବତାସୀ ଭଳି ସାଧାରଣ ପକ୍ଷୀମାନେ ବିମୂଢ଼ ପାଲଟି ଯାଇଥିଲେ । ମାତ୍ର ପାରା ଓ ଚିଲ ଜାତୀୟ ସମ୍ଭ୍ରାନ୍ତ ପକ୍ଷୀମାନେ ଉଦ୍‌ବେଗ ପ୍ରକାଶ କଲେ । ନିରାଶବାଦୀ ପକ୍ଷୀ କାଉ କହିଲା, ଆକାଶ ଭବିଷ୍ୟତ ଅନ୍ଧକାର ହେବ । ବକ କହିଲା, ହଂସମାନେ ଯୁଗେ ଯୁଗେ ବିଶ୍ଵାସଘାତକ । ପକ୍ଷୀମାନେ ନିଜ ମନମୁତାବକ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

Question ୮ ।
ଆକାଶମାର୍ଗୀୟ ଅଭିନବ ଘଟଣାଟିକୁ ଦେଖ୍ ଗାଈଆଳଟୋକାମାନେ କ’ଣ କରିଥିଲେ ?
Answer:
ଆକାଶମାର୍ଗୀୟ ଅଭିନବ ଘଟଣାଟିକୁ ଦେଖ୍ ଗାଈଆଳ ଟୋକାମାନେ ଯଥାଶକ୍ତି ହାତ ତାଳି ଦେଇ କଚ୍ଛପବାହୀ ହଂସମାନଙ୍କ ସହ ତାଳରଖ୍ ଦୌଡ଼ିଲେ । ନଈତୀର ଯାଏ ଦୌଡ଼ି ଦୌଡ଼ି ଆସି ଟୋକାମାନେ ଅଟକି ଯାଇଥିଲେ ।

Question ୯ ।
ନୌକାରେ ଫେରୁଥ‌ିବା ବୃଦ୍ଧ ଓ ତାଙ୍କ ତରୁଣୀ ଭାର୍ଯ୍ୟାଙ୍କ ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ନୌକାରେ ବୃଦ୍ଧି ଓ ତାଙ୍କ ତରୁଣୀ ଭାର୍ଯ୍ୟା ଫେରୁଥିଲେ । ଆକାଶରେ ହଂସ, କଚ୍ଛପକୁ ଉଡ଼ାଇ ନେଉଥ‌ିବା ଘଟଣାଟି ଦେଖିବାପାଇଁ କନ୍ୟାଟି ମୁଣ୍ଡର ଓଢ଼ଣା କାଢ଼ି ଦେଇଥିଲେ । ନିଜ ସ୍ଵାମୀକୁ କୋମଳ କହୁଣୀରେ ପ୍ରଥମ ସ୍ପର୍ଶ କରି, ମୋତେ ସେଇଟି ଆଣିଦିଅ ବୋଲି କହିଥିଲା । ସ୍ତ୍ରୀ କଥାନୁସାରେ ବୃଦ୍ଧି ଠିଆ ହୋଇପଡ଼ିଲେ ଏବଂ ଭାରସାମ୍ୟ ହରାଇ ପୁଣି ପଡ଼ିଗଲେ ।

Question ୧୦ ।
ଆକାଶରେ ଏକ ଅପୂର୍ବ ଦୃଶ୍ୟର ଖବର ପାଇ ରାଜା କ’ଣ କରିଥିଲେ ?
Answer:
ଆକାଶରେ ଏକ ଅପୂର୍ବ ଦୃଶ୍ୟର ଖବର ପାଇ ରାଜା ତାଙ୍କର ସମଗ୍ର ଦରବାରକୁ ଛାତ ଉପରକୁ ଉଠାଇନେଲେ । ଦରବାରରେ ମଧ୍ୟ ଥିଲେ ଜଣେ ବିଦେଶୀ ରାଜଦୂତ । ଆକାଶରେ କଇଁଛକୁ ହଂସମାନେ ଉଡ଼ାଇ ନେବାର ଦୃଶ୍ୟ ଦେଖ୍ ରାଜା କହିଥିଲେ ‘ବିଚିତ୍ର’ ।

Question ୧୧ ।
ଘୁଷୁରିମାନେ ଉଡ଼ିବା ସମ୍ପର୍କରେ ବିଦେଶୀ ରାଜଦୂତ କ’ଣ କହିଛନ୍ତି ?
Answer:
ହଂସମାନେ କଇଁଛକୁ ଉଡ଼ାଇ ନେବାର ଦୃଶ୍ୟକୁ ରାଜା ବିଚିତ୍ର ବୋଲି କହିଥିଲେ । ମାତ୍ର ବିଦେଶୀ ରାଜଦୂତ ତାଙ୍କ ଦେଶରେ ଘୁଷୁରିମାନେ ଉଡ଼ିବା କଥା କହିଛନ୍ତି । ଏହା କିପରି ସମ୍ଭବ ବୋଲି ରାଜା ପଚାରିବାରୁ, ରାଜଦୂତ କହିଛନ୍ତି, ଆମ ଘୁଷୁରିମାନେ ପକ୍ଷବନ୍ତ ନୁହଁନ୍ତି, କିନ୍ତୁ ଆମ ରାଜ୍ୟରେ ମଇଁଷି ଭଳି ବୃହଦାକାର ବିହଙ୍ଗ ଅଛନ୍ତି ଯେଉଁମାନଙ୍କର ଘୁଷୁରି ଉଡ଼ାଇ ନେବାରେ ସଉକ ରହିଛି ।

Question ୧୨ ।
କମ୍ବୁଗ୍ରୀବର ସଶବ୍ଦ ପତନ ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଭାବବେଗ ସମ୍ଭାଳି ନ ପାରି କସ୍ତୁଗ୍ରୀବ ‘ବୁଦୁ’ ବୋଲି କହିଦେବାରୁ ଚକ୍ରପରି ବୁଲି ବୁଲି ସେ ଆସି ସଶବ୍ଦ ପଡ଼ିଲା ନଅର ଛାତରେ । ସଭାସଦ୍ ଶଙ୍କିଯାଇଥିଲେ । ହଂସମାନେ ବାଡ଼ିଖଣ୍ଡିକ ପକାଇଦେଇ କିଛି ସମୟ ଆର୍ଭରବ ଛାଡ଼ି ନଅର ଉପରେ ଉଡ଼ି ଉଡ଼ି, ପାର୍ଶ୍ଵବର୍ତ୍ତୀ ଗଛରେ ବସିପଡ଼ିଲେ ।

Question ୧୩ ।
କବିରାଜ ଜ୍ୟୋତିଷୀ କ’ଣ ଘୋଷଣା କରିଥିଲେ ?
Answer:
କଇଁଛଟି ଉପରୁ ପଡ଼ିବାରୁ କବିରାଜ ଜ୍ୟୋତିଷୀ ନିଜର ବଡ଼ପଣ ଦେଖାଇ ଘୋଷଣା କଲେ ବର୍ଷରେ ଥରେ ଯାଇ ଶୂନ୍ୟରୁ କଚ୍ଛପ ବୃଷ୍ଟିହୁଏ । ଆଉ ସେ କଚ୍ଛପ ମାଂସ ସହସ୍ର ଧରଣର ରୋଗବ୍ୟାଧ ଓ ଦୋଷଦୁର୍ବଳତାର ପ୍ରତିଷେଧକ ହୋଇଥାଏ ।’’

CHSE Odisha Class 12 Odia Solutions Chapter 13 ଆକାଶ କଇଁଛ

Question ୧୪ ।
ମହାପଣ୍ଡିତେ କଚ୍ଛପର ପତନ ଭଳି ଘଟଣାକୁ ଉଲ୍ଲେଖଯୋଗ୍ୟ ବିଚାରି ନଥିଲେ କାହିଁକି ?
Answer:
ମହାପଣ୍ଡିତଙ୍କୁ, ‘ଆପଣ ଏଇଟିର ପତନ ସମ୍ପର୍କରେ ଭବିଷ୍ୟବାଣୀ କରି ନ ଥିଲେ କାହିଁକି’ ବୋଲି ରାଜା ପଚାରିଥିଲେ । ରାଜାଙ୍କ ପ୍ରଶ୍ନର ଉତ୍ତର କୌଣସି ପ୍ରକାରେ ଦେବାପାଇଁ ମହାପଣ୍ଡିତେ କହିଥିଲେ, ‘ଛାମୁଙ୍କୁ କେନ୍ଦ୍ରକରି ମୋର ସବୁ ଗଣନା । ଯେହେତୁ କଚ୍ଛପ ମାଂସ ରାଜା ମଣୋହିର ଅଯୋଗ୍ୟ, ତେଣୁ କଚ୍ଛପର ପତନ ଭଳି ଘଟଣାକୁ ଉଲ୍ଲେଖଯୋଗ୍ୟ ବିଚାରି ନ ଥିଲେ ।’’

Question ୧୫ ।
ଚଳନ୍ତି ସିଂହାସନ ଉପରେ ଉପବେଶନ କରି କଚ୍ଛପ ସମ୍ପର୍କରେ ରାଜା କ’ଣ କହିଥିଲେ ?
Answer:
ଚଳନ୍ତି ସିଂହାସନ ଉପରେ ଉପବେଶନ କରି କଚ୍ଛପ ସଂପର୍କରେ ରାଜା କହିଥିଲେ, ଯାହାର ସର୍ବାଧ‌ିକ ପ୍ରୟୋଜନ, କଚ୍ଛପ ତାଙ୍କୁ ହିଁ ମିଳିବ । ସେ କଥା ଆମ୍ଭେ ଦେଖୁ । କିନ୍ତୁ ଜୀବଟି ଶୂନ୍ୟରୁ ଖସିଲାବେଳେ କିଛି ଗୋଟିଏ କହିବାର ଆମେ ଶୁଣିଲୁ । ସେଇଟି କ’ଣ ବୋଲି, ବୃହତ୍ତମ କର୍ଶ ସମ୍ବଳିତ ଲୋକଟିକୁ ପଚାରି ବୁଝିବାକୁ ରାଜା ଚାହିଁଥିଲେ ।

Question ୧୬ ।
ରାଜା କେଉଁ କଥାରେ ବିସ୍ମୟ ପ୍ରକାଶ କରିଥିଲେ ?
Answer:
କଇଁଛଟି ଆକାଶରୁ ଖସିଲା ବେଳେ ‘ବୁଦୁ’ କହିଥିଲା । କିନ୍ତୁ ଏହା କାହାକୁ ଲକ୍ଷ୍ୟକରି ଏଭଳି ସମ୍ବୋଧନ କରିଥାଇପାରେ । ଆମ ଭିତରେ ପୁଣି ବୁଦୁ କିଏ ? ଏ କଥାରେ ରାଜା ବିସ୍ମୟ ପ୍ରକାଶ କରିଥିଲେ ।

Question ୧୭ ।
ରାଜାଙ୍କ କେଉଁ ବକ୍ତବ୍ୟ ପ୍ରତି ବିଦେଶୀ ରାଜଦୂତ ସମର୍ଥନ ଜଣାଇଥିଲେ ?
Answer:
ରାଜାଙ୍କର ବକ୍ତବ୍ୟ ଥିଲା, ‘ଆମ ସମ୍ମାନିତ୍ ଅତିଥୁ ବିଦେଶୀ ରାଜଦୂତ ମହୋଦୟ କୂଟନୈତିକ ବୈଶିଷ୍ଟ୍ୟ ଦୃଷ୍ଟିରୁ ବୁଦ୍ଧି ପଦବାଚ୍ୟ ନୁହଁନ୍ତି ।’’ରାଜାଙ୍କର ଏଭଳି ବକ୍ତବ୍ୟ ପ୍ରତି ବିଦେଶୀ ରାଜଦୂତ ମୁଣ୍ଡହଲାଇ ସମର୍ଥନ ଜଣାଇଥିଲେ ।

Question ୧୮ ।
ସେନାପତି କାହିଁକି ବିକଳ ହସ ହସି ସମସ୍ତଙ୍କ ମୁହଁକୁ ଅନାଇଥିଲେ ?
Answer:
କଇଁଛ ମାଂସ ଖାଇବା ଲୋଭରେ ସେନାପତି ନିଜର ଗଣ୍ଠିବାତ ହୋଇଥିବା କଥା ସ୍ଵୀକାର କରିଥିଲେ । ତେଣୁ ସେନାପତି ଯେ ବୁଦୁ ନୁହଁନ୍ତି ତାହାକୁ ପ୍ରମାଣ କରି ରାଜା କହିଛନ୍ତି – ‘ଆମ ସେନାପତି ସର୍ବସମକ୍ଷରେ, ଏପରିକି ବିଦେଶୀ ରାଜଦୂତ ଥିବା ସତ୍ତ୍ବେ, ନିଜର ଗଣ୍ଠିବାତ କଥା କହିଥିବାରୁ, ତାଙ୍କ ଚେହେରାରୁ ଯେତିକି ଜଣାପଡ଼େ, ତା’ ତୁଳନାରେ ଅଧ‌ିକ ବିଜ୍ଞ।’ ଏହା ଶୁଣି ସେନାପତି ବିକଳ ହସ ହସି ସମସ୍ତଙ୍କ ମୁହଁକୁ ଅନାଇଥିଲେ ।

Question ୧୯ ।
‘‘କିନ୍ତୁ ରାଜାଟିଏ ବୁଦୁ ହେଲେ ଚଳିବ କି ?’’ ଏ ପ୍ରସଙ୍ଗରେ କ’ଣ କୁହାଯାଇଛି ?
Answer:
ରାଜା ଯେତେବେଳେ ବାତିଲ୍ ରୀତିରେ ଅତି ଚତୁରତାର ସହିତ, ତାଙ୍କର ସମସ୍ତ ସଦସ୍ୟ ବୁଦ୍ଧି ନୁହଁନ୍ତି ବୋଲି ପ୍ରମାଣ କଲେ, ସେତେବେଳେ ସେ ଅବଶିଷ୍ଟ ଲୋକ ହିସାବରେ ନିଶ୍ଚୟ ବୁଢୀ। ଏହା କହି ସେ ହଠାତ୍ କାନ୍ଦି ପକାଇଲେ । ରାଜାଙ୍କ କାନ୍ଦ ଦେଖୁ ସମସ୍ତ ସଭାସଦ୍ କାନ୍ଦି ପକାଇଲେ । ଏଥର ରାଜା କହିଲେ, ରାଜାଟିଏ ବୁଦୁ ହେଲେ ରାଜ୍ୟ ଚଳିବ ନାହିଁ । ସୁତରାଂ ସେ ରାଜପରିବାରର ପବିତ୍ର ପରମ୍ପରା ଭାଙ୍ଗି କଇଁଛ ମାଂସ ଖାଇ ବୁଦୁ ବ୍ୟାଧିରୁ ମୁକ୍ତ ହେବେ ।

Question ୨୦ ।
ବିଦେଶୀ ରାଜାଦୂତଙ୍କୁ ରାଜା କେଉଁଥିପାଇଁ ମାସେଟିଏ ସମୟ ଦେଇଥିଲେ ?
Answer:
ବିଦେଶୀ ରାଜଦୂତ ରାଜାଙ୍କ କଥା ଉପରେ ନିଜର ବଡ଼ପଣ ସାବ୍ୟସ୍ତ କରିବାପାଇଁ ଚେଷ୍ଟା କରିଥିଲେ । ରାଜା ଯେତେବେଳେ କଇଁଛ ଉଡ଼ାଇନେବା ବିଚିତ୍ର ବୋଲି କହିଥିଲେ, ସେତେବେଳେ ରାଜଦୂତ ତାଙ୍କ ଦେଶରେ ଘୁଷୁରିକୁ ଉଡ଼ାଇ ନେବା ପ୍ରସଙ୍ଗ କହିଥିଲେ । ତେଣୁ ରାଜା ବିଦେଶୀ ରାଜଦୂତଙ୍କୁ ମାସଟିଏ ସମୟ ଦେଇଥିଲେ, ଯେଉଁ ସମୟରେ ସେ ତାଙ୍କ ରାଜ୍ୟରେ ଥ‌ିବା ସୁଲଭ ଥିବା ମଇଁଷି ଆକାରର ବିହଙ୍ଗରୁ ହଳେ ଆଣିବେ, ନଚେତ୍ ତାଙ୍କର ରାଜ୍ୟ ରାଜାଙ୍କ ତାଲୁକରେ ପରିଣତ ହେବ ।

Question ୨୧ ।
‘‘ଯୁଦ୍ଧଟିଏ ଅଭାବରୁ ଏ ଦୁର୍ଦ୍ଦଶା ସିନା’’ – ଏହା କାହିଁକି କୁହାଯାଇଛି ?
Answer:
ରାଜା ବିଦେଶୀ ରାଜ୍ୟ ସହିତ ଯୁଦ୍ଧ କରିବାର ଯୋଜନା କରି କହିଛନ୍ତି, ଦୀର୍ଘକାଳ ହେବ ଆମ୍ଭେ କୌଣସି ମହତ୍ କାର୍ଯ୍ୟରେ ହାତ ଦେଇନାହୁଁ; ଫଳରେ ଆମର ସୈନ୍ୟମାନେ ମୋଟେଇ ଯାଇଛନ୍ତି, ସେନାପତି ଗଣ୍ଠିବାତ ଭୋଗ କରୁଛନ୍ତି । ଏସବୁ କେବଳ ହୋଇଛି, ଯୁଦ୍ଧ ଅଭାବରୁ । ଯୁଦ୍ଧ ହେଲେ ସମସ୍ତେ ଶାରୀରିକ ବ୍ୟବସ୍ଥା ଠିକ୍ ରହିବ ।

(ଙ‍) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧।
ପଠିତ ଗଳ୍ପରୁ କମ୍ମୁଗ୍ରୀବର ପରିବେଶ ଓ ତା’ର ମାନସିକ ସ୍ଥିତି ଉପରେ ଦୃଷ୍ଟିପାତ କର ।
Answer:
କଥାକାର ମନୋଜ ଦାସ ଓଡ଼ିଆ ସାହିତ୍ୟର ପ୍ରବାଦ ପୁରୁଷ । ସେ ତାଙ୍କର ଅନେକ ଗଳ୍ପରେ ମାନବେତର ଚରିତ୍ରମାନଙ୍କୁ ମାନବୀୟ ରୂପ ଦେଇ, ସେମାନଙ୍କ ମାଧ୍ୟମରେ ସମାଜକୁ ଦିଗ୍‌ଦର୍ଶନ ଦେଇଥା’ନ୍ତି । ପ୍ରାଚୀନ ପରମ୍ପରା, ପଞ୍ଚତନ୍ତ୍ର, ହିତୋପଦେଶ ଭଳି ଚରିତ୍ର ସେ ସଂଗ୍ରହ କରିଥିଲେ ବି ସେ ପ୍ରକାରାନ୍ତରେ ନିଜର ବ୍ୟଙ୍ଗାତ୍ମକ ଅଭିବ୍ୟକ୍ତି ପ୍ରକାଶ କରିଥା’ନ୍ତି । ଫଳରେ ତାଙ୍କର ଗଳ୍ପ ହୋଇଯାଇଥାଏ, କାଳଜୟୀ । ଆଲୋଚ୍ୟ ଗଳ୍ପ ‘ଆକାଶ କଇଁଛ’ରେ କଥାଶିଳ୍ପୀ ଶ୍ରୀଯୁକ୍ତ ଦାସ ଜଣେ ଅତି ଆଶାୟୀ ବ୍ୟକ୍ତିର କରୁଣ ପରିଣତି ସମ୍ପର୍କରେ ସୂଚନା ଦେଇଛନ୍ତି ।

କମ୍ବୁଗ୍ରୀବ ଏକ କଇଁଛ । ସେ ଯେଉଁ ସ୍ଥାନରେ ଥିଲା, ସେ ସ୍ଥାନ ତା’ପାଇଁ ଥିଲା ଯଥେଷ୍ଟ ଅନୁକୂଳ ଓ ନିରାପଦ । ସେ ଯେଉଁ ସରୋବରରେ ରହିଥିଲା ସେ ସରୋବରର ଜଳ ଥିଲା ସ୍ଵଚ୍ଛ । ସରୋବର ରହିଥ‌ିବା ଉପତ୍ୟକାଟି ମଧ୍ୟ ଥିଲା ସବୁଜ । ଗୋଟିଏ କଇଁଛ ବଞ୍ଚିବାପାଇଁ ଓ ଚଳିବାପାଇଁ ଯାହାକିଛି ଆବଶ୍ୟକ, ସେହିଭଳି ପରିବେଶ ରହିଥିଲା । ମାତ୍ର କଇଁଛ କମ୍ବୁଗ୍ରୀବର ମନରେ ରହିଥିଲା ଉଚ୍ଚାଭିଳାଷ, ଯାହାଫଳରେ ସେ ସେଥ‌ିରେ ସନ୍ତୁଷ୍ଟ ହୋଇପାରୁ ନଥିଲା; ବରଂ ବାହାରକୁ ଯିବାପାଇଁ ମନେ ମନେ ଚିନ୍ତାକରୁଥିଲା । ନିଜର ସ୍ଥିତିକୁ ନେଇ ସେ ସନ୍ତୁଷ୍ଟ ହୋଇପାରୁ ନଥିଲା । କଥାକାରି ଏହାକୁ କଚ୍ଛପ ମୁହଁରେ ବ୍ୟକ୍ତ କରି ଲେଖୁଛନ୍ତି – ‘‘ଦୂରର ପର୍ବତଶ୍ରେଣୀ ସେପାରିସ୍ଥ ସରୋବରମାନ କେତେ ସ୍ବଚ୍ଛତର ଓ ଉପତ୍ୟକାମାନ କେତେ ସବୁଜତର ହୋଇନଥ‌ିବ । ସେ ବିହଙ୍ଗଟିଏ ନହୋଇ କଚ୍ଛପ ହୋଇଥିବା ହେତୁ ନିଜ ଭାଗ୍ୟକୁ ଧକ୍‌କାର ଦିଏ ।’

ସମୟେ ସମୟେ କମ୍ବୁଗ୍ରୀବ କୂଳକୁ ଉଠିଯାଏ । ସେଠାକାର ମୃଦୁ ସମୀରଣରେ ବିଚରଣ କରେ । କେତେବେଳେ କେମିତି ଲତାପତ୍ର ଦେହରୁ ଶିଶିର ବିନ୍ଦୁଟିକୁ ଚାଟିଦେଇ, ତାହାର ସ୍ଵାଦୁ ଆକଳନ କରେ । ପୁଣି ଆଉ କେତେବେଳେ ଘାସ ଫୁଲଟିକୁ ଦେଖ‌ିଲେ, ଚୋବାଇ ଚୋବାଇ ଖାଇଦିଏ । ସେହି ପରିବେଶକୁ ଯେମିତି ପୂର୍ବଭାବରେ ଉପଭୋଗ କରିବାକୁ ଚେଷ୍ଟାକରେ । ମାତ୍ର ଏଭଳି ଉପଭୋଗରେ ତା’ର ଦୂରାନ୍ତରର ଅଜଣା ସ୍ଥାନକୁ ଯିବାର ପିପାସା ବଢ଼େ ସିନା କମେ ନାହିଁ । ସେଥ‌ିପାଇଁ ସେ ଥରେ ଥରେ କଳ୍ପନା ଭୋଳରେ ଭାସିଯାଏ, ଏକ ଅସମ୍ଭବ ଇଲାକାକୁ, ଯେଉଁଠାରେ ସେ ଦେଖାରେ ଭଳିକି ଭଳି ଦୃଶ୍ୟ । ଗୀତ ବୋଲୁଥ‌ିବା ଗଛଲତା, ମେଘ ଭିତରୁ ସିଧାସଳଖ ଝରି ଆସୁଥିବା ସାତରଙ୍ଗୀ ନଦୀ, ପ୍ରଶସ୍ତ ସଦନରେ ଏକତ୍ରିତ ସ୍ୱନାମଧନ୍ୟ ନର ଓ ବାନରବର୍ଗ ମଧ୍ୟରେ ଲାଙ୍ଗୁଳର ଉପଯୋଗିତା ସଂପର୍କରେ ତର୍କସଭା ଇତ୍ୟାଦି ।

ବାସ୍ତବରେ କଥାକାର କମ୍ବୁଗ୍ରୀବ ମାଧ୍ୟମରେ ଜଣେ ସ୍ଵପ୍ନବିଳାସୀ, ସଦା ଅସନ୍ତୁଷ୍ଟ ଭାବ ରହିଥ‌ି ଚରିତ୍ରର ସୁନ୍ଦର ନମୁନା ବଖାଣି ବସିଛନ୍ତି ।

Question ୨ ।
‘‘ପରୀକ୍ଷା ସଫଳ’’ – ପଠିତ ଗଳ୍ପରୁ ଉକ୍ତିଟିର ତାତ୍ପର୍ଯ୍ୟ ବୁଝାଅ ।
Answer:
ଆଧୁନିକ ଓଡ଼ିଆ କଥାସାହିତ୍ୟରେ ଯେଉଁ କେତେଜଣ ସଫଳ ଗଳ୍ପସ୍ରଷ୍ଟା ମାନବେତର ଚରିତ୍ର ମାଧ୍ୟମରେ ଜୀବନର ଅନୂରଦର୍ଶତାକୁ ବ୍ୟଙ୍ଗ।ମ୍ନକ ଭ।ବରେ ପ୍ରକାଣ କରିଛନ୍ତି ସେମାନଙ୍କ ମଧ୍ୟରେ କଆକାର ମନୋଜ ଦାସ ଅନ୍ୟତମ । ଆଲୋଚ୍ୟ ଗଳ୍ପ ‘ଆକାଶ କଇଁଛ’ରେ ସେ କଇଁଛ କମ୍ବୁଗ୍ରୀବ ମନରେ ରହିଥ‌ିବା ଉଚ୍ଚାଭିଳାଷକୁ ଯଥାଯଥ ଭାବେ ବର୍ଣ୍ଣନା କରିଛନ୍ତି ।

କମ୍ବୁଗ୍ରୀବ ସୁନ୍ଦର ସରୋବର, ସ୍ଵଚ୍ଛ ଜଳରାଶି, ସବୁଜ ପରିବେଶରେ ରହି ସୁଦ୍ଧା ମନରେ ତା’ର ରହିଥିଲା ସଦା ଅସନ୍ତୁଷ୍ଟଭାବ । ସେ ନିଜର ସ୍ଥିତିକୁ ନେଇ ଅନୁତାପ କରେ । ସେ ବିହଙ୍ଗଟିଏ ନହୋଇ କଚ୍ଛପଟିଏ ହୋଇଥବାରୁ ନିଜର ଭାଗ୍ୟକୁ ନିନ୍ଦାକରେ । ସେହି ପରିବେଶରେ ଯେତେ ବୁଲାବୁଲି କଲେ ମଧ୍ୟ, ସେଥ‌ିରେ ତା’ର ଦୂରାନ୍ତରର ଅଜଣାକୁ ଜାଣିବାର ପିପାସା ବଢ଼େ ସିନା କୌଣସି ସମୟରେ କମେ ନାହିଁ । ଏପରିକି ସେ ସମୟେ ସମୟେ ଆଜି ବିମୁଗ୍‌ଧ ଭାବରେ କଳ୍ପଲୋକରେ ଭାସିବୁଲେ । ଅଜବ ଅଜବ ଦୃଶ୍ୟ ଦେଖୁ ସନ୍ତୁଷ୍ଟ ହୋଇଯାଏ ।

ପ୍ରତିବର୍ଷ ବର୍ଷାଋତୁରେ ସମାଗତ ହୁଅନ୍ତି ବିକଟ ଓ ସଙ୍କଟ ନାମକ ଦୁଇଟି ହଂସ । ଗଭୀର ଆଗ୍ରହର ସହିତ କମ୍ବୁଗ୍ରୀବ ଅପେକ୍ଷା କରି ରହିଥାଏ, ସେମାନଙ୍କର ଆଗମନକୁ । କାରଣ ସେମାନେ ଆସିଲାପରେ କମ୍ବୁଗ୍ରୀବକୁ ଦୂରଦୂରାନ୍ତର କାହାଣୀ ଶୁଣାଇଥା’ନ୍ତି । କ୍ରମଶଃ ସେମାନଙ୍କର ବନ୍ଧୁତା ଦୃଢ଼ତର ହେଲାପରେ, କୟୁଗ୍ରୀବ ସେମାନଙ୍କ ଆଗରେ ନିଜର ମନର କଥା ଖୋଲି କହିଲା । ପର୍ବତଶ୍ରେଣୀ ସେପାରିସ୍ଥ ସରୋବରକୁ ଯିବାପାଇଁ ଇଚ୍ଛା ପ୍ରକାଶ କଲା । ପ୍ରସ୍ତାବର ବିଜ୍ଞତା ସଂପର୍କରେ ଯଥେଷ୍ଟ ସନ୍ଦେହ ଥିଲେ ବି, ହଂସଦ୍ଵୟ ପ୍ରଥମେ ଅର୍ଦ୍ଧେକ୍ରୋଶ ପଥଯାଏ ପରୀକ୍ଷାମୂଳକ ପଦକ୍ଷେପ ନେବାକୁ ରାଜି ହେଲେ ।

ବିକଟ ଓ ସଙ୍କଟ ଗୋଟିଏ କାଠିର ଦୁଇମୁଣ୍ଡକୁ କାମୁଡ଼ି ଧରିଲେ । କାଠିର ମଧ୍ୟଭାଗକୁ କମ୍ବୁଗ୍ରୀବ କାମୁଡ଼ି ଧରିଲା । ତା’ପରେ ସେମାନେ ସତର୍କତାର ସହ ଉପରକୁ ଉଠିଲେ । ଏହି ପ୍ରଣାଳୀରେ ସେମାନେ ପରୀକ୍ଷାମୂଳକ ଭାବେ ଅର୍ଷକୋଶ ଅତିକ୍ରମ କରିବାପରେ, ଏକ ଅନୁଚ୍ଚ ପାହାଡ଼ ଉପରେ ଅବତରଣ କଲେ । ଏହିଭଳି ଭାବରେ ସେମାନେ ପର୍ବତଶ୍ରେଣୀ ପାର ହୋଇପାରିବେ ବୋଲି, ସେମାନଙ୍କ ମନରେ ଆତ୍ମବିଶ୍ଵାସ ଆସିଲା । ତେଣୁ ମୃଦୁହାସ୍ୟ ସହକାରେ ବିକଟ ନାମକ ହଂସ ବ୍ୟକ୍ତ କଲା ‘ପରୀକ୍ଷା ସଫଳ’ । ଏହାପରେ ସେମାନେ ବନ-ପର୍ବତ, ନଗର-ଜନପଦ ଉପରେ ନିରବଚ୍ଛିନ୍ନ ଭାବରେ ଉଡ଼ିପାରିବେ ବୋଲି ବିଚାରକଲେ ।

ବାସ୍ତବରେ ବିକଟର ଏଭଳି ଉକ୍ତି ଗଳ୍ପଟିର ଚମତ୍କାରିତା ବଢ଼ାଇପାରିଛି ।

Question ୩ ।
ମହାକାଶଚାରୀ କଚ୍ଛପ ବିଷୟରେ ପକ୍ଷୀମାନେ ଦେଇଥିବା ମନ୍ତବ୍ୟର ବିଶ୍ଳେଷଣ କର ।
Answer:
ଆଧୁନିକ ଓଡ଼ିଆ କଥାସାହିତ୍ୟର ପ୍ରବାଦପୁରୁଷ କଥାଶିଳ୍ପୀ ମନୋଜ ଦାସ । ସେ ଗଳ୍ପ ରଚନାରେ ବେଶ୍ ପାରଙ୍ଗମ । ତେଣୁ ସେ ମାନବ କାହିଁକି ମାନବେତର ଚରିତ୍ର ମାଧ୍ୟମରେ ନିଜର ମନକଥାକୁ ଉପସ୍ଥାପିତ କରିପାରନ୍ତି । କମ୍ବୁଗ୍ରୀବ ନାମରେ କଚ୍ଛପଟି ମନରେ ଉଚ୍ଚାଭିଳାଷ ପ୍ରତିପୋଷଣ କରି, ନିଜ ପରିବେଶରେ ସନ୍ତୁଷ୍ଟ ରହିପାରୁନଥିଲା । ନିଜର ସ୍ଥିତି ସଂପର୍କରେ ସଚେତନ ହୋଇ ବରଂ ବିହଙ୍ଗଟିଏ ହୋଇଥିଲେ ଭଲ ହୋଇଥାନ୍ତା ବୋଲି ଚିନ୍ତା କରିଥିଲା । ସଙ୍କଟ ଓ ବିକଟ ନାମରେ ହଂସଙ୍କୁ ବନ୍ଧୁରୂପେ ପାଇ ସେ ମନର କଥାକୁ ସେମାନଙ୍କ ନିକଟରେ ପ୍ରକାଶ କରିଥିଲା ।

ପରୀକ୍ଷାମୂଳକ ଭାବେ ସଙ୍କଟ ଓ ବିକଟ, କଚ୍ଛପଟିକୁ କାଠି ସାହାଯ୍ୟରେ ଉଡ଼ାଇ ନେଇଥିଲେ । ପରୀକ୍ଷା ସଫଳ ସଙ୍କଟ କସ୍ତୁଗ୍ରୀବକୁ ଚେତାଇ ଦେଇଥିଲା, ଶୂନ୍ୟରେ ଥ‌ିବାଯାଏ ମୁହଁ ଖୋଲିବ ନାହିଁ । କମ୍ବୁଗ୍ରୀବ ଅନ୍ୟ ସାହାଯ୍ୟରେ ଉଡୁଥୁଲେ ମଧ୍ୟ ନିଜର ସ୍ଥିତିକୁ ବିଚାର କରିପାରୁ ନଥିଲା । ବରଂ ସେ ବିସ୍ମୟ ଓ ପୁଲକରେ ଚତୁର୍ଦ୍ଦିଗକୁ ନିରୀକ୍ଷଣ କରି ଚାଲିଥିଲା । ପୁନର୍ବାର କାଠି ମଝିରେ ଦାନ୍ତ ବସାଇବା ପୂର୍ବରୁ, ‘‘ଇତିହାସର ପ୍ରଥମ କଚ୍ଛପ ମହାକାଶଚାରୀ ଭାବରେ ତା’ର ନାମ ଲିପିବଦ୍ଧ ହୋଇ ରହିବ’’ ବୋଲି ସେ ପ୍ରକାଶ କରିଥିଲା ।

ହଂସମାନେ ପୂର୍ବ ଅପେକ୍ଷା ଅଧିକ ସ୍ଵାଚ୍ଛନ୍ଦ୍ୟ ଓ ଆତ୍ମବିଶ୍ଵାସ ସହକାରେ ଊର୍ଷକୁ ଉଠିଥିଲେ । ସେମାନଙ୍କ ପାଇଁ ପବନ ଥିଲା ଅନୁକୂଳ ଏବଂ ଆକାଶ ଥିଲା ମେଘମୁକ୍ତ । ସୂର୍ଯ୍ୟାସ୍ତ ସମୟ ହୋଇଥିବାରୁ ଅନେକ ପକ୍ଷୀ ଆକାଶରେ ଉଡ଼ୁଥିଲେ । ସେମାନେ ଦେଖ‌ିଲେ ଏହି ଅଦ୍ଭୁତ ଦୃଶ୍ୟକୁ । ଘରଚଟିଆ ଓ ବତାସୀ ଭଳି ସାଧାରଣ ପକ୍ଷୀମାନେ ସେ ଅକଳ୍ପନୀୟ ଦୃଶ୍ୟରେ ବିମୂଢ଼ ପାଲଟି ଯାଇଥିଲେ । ପାରା ଓ ଚିଲ ଭଳି ସମ୍ଭ୍ରାନ୍ତ ପକ୍ଷୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ । ସେମାନେ ଆଶଙ୍କା କଲେ ଏହାଦ୍ଵାରା ସେମାନଙ୍କ ବୈଶିଷ୍ଟ୍ୟ ହୁଏତ ନଷ୍ଟ ହୋଇଯିବ । ନିରାଶାବାଦୀ ଭାବରେ ଜଣାଶୁଣା କାଉ କହିଲା, ‘ଆକାଶର ଭବିଷ୍ୟତ ଅନ୍ଧକାର ବୋଲି ମୁଁ କେତେଦିନରୁ କହିଆସୁଛି । କଚ୍ଛପଦ୍ବାରା ଏ ଆକାଶ ବିଜୟ ସେହି ଅବଶ୍ୟମ୍ଭାବୀ ପରିଣତିର ଆରମ୍ଭମାତ୍ର ।’’ବକ କୌଣସି ସମୟରେ ହଂସମାନଙ୍କୁ ସହିପାରେ ନାହିଁ, ତେଣୁ ସେ ହଂସଙ୍କର ଏଭଳି ଭାବକୁ ଭଲ ଦୃଷ୍ଟିରେ ଦେଖପାରିଲା ନାହିଁ । ବରଂ କହିଲା, ‘ହଂସମାନେ ଯୁଗେ ଯୁଗେ ବିଶ୍ଵାସଘାତକ ।’

ବାସ୍ତବରେ ପକ୍ଷୀମାନଙ୍କର ମନ୍ତବ୍ୟ ନାଟକୀୟ ଓ ହୃଦୟସ୍ପର୍ଶୀ ହେ।ଇପାରିଛି । ପକ୍ଷ।ମାନଙ୍କ ମନ୍ତ୍ରବ୍ୟରେ ସେମାନଙ୍କର ଚରିତ୍ରକୁ କଥାକାର ପ୍ରକାରାନ୍ତରେ ଉଲ୍ଲେଖ କରିଛନ୍ତି ।

Question ୪।
ଆକାଶମାର୍ଗୀୟ ଅଭିନବ ଘଟଣାକୁ ଦେଖୁ ମଣିଷଙ୍କ ଭିତରୁ କିଏ କିପରି ପ୍ରତିକ୍ରିୟା ପ୍ରକାଶ କରିଥିଲେ ବର୍ଣ୍ଣନା କର ।
Answer:
କଥାଶିଳ୍ପୀ ମନୋଜ ଦାସ ସମାଜ ଜୀବନର ଚିତ୍ର ଓ ଚରିତ୍ରକୁ ନେଇ ଗଳ୍ପରଚନା କରିଥା’ନ୍ତି । ମଣିଷମାନଙ୍କ ନିଚ୍ଛକ ଭାବକୁ ଦେଖାଇବାକୁ ଯାଇ, ସେଥ‌ିରେ କିଛିଟା ପରିବର୍ତ୍ତନ ଆଣିବାକୁ ସେ ଚେଷ୍ଟାକରନ୍ତି । ଅତି ମନୋଜ୍ଞ ଓ ବ୍ୟଙ୍ଗାତ୍ମକ ଭାବରେ ଚରିତ୍ରର ମାନସିକତା ଦେଖାଇବାରେ ସେ ସଫଳ ହୋଇଛନ୍ତି, ଯାହାକୁକି ଆଲୋଚ୍ୟ ଗଳ୍ପ ‘ଆକାଶ କଇଁଛ’ ‘ଗଳ୍ପରୁ ଆକଳନ କରାଯାଇପାରେ ।

ବିକଟ ଓ ସଙ୍କଟ ନାମକ ହଂସଦ୍ଵୟ ଗଭୀର ଆତ୍ମବିଶ୍ଵାସର ସହିତ କମ୍ବୁଗ୍ରୀବ ନାମକ କଇଁଛକୁ ଅ।କାଣରେ ଉଡ଼ାଇ ଉଡ଼ାଇ ନେଉଥାନ୍ତି । ଆକାଶମାର୍ଗୀୟ ସେ ଅଭିନବ ଘଟଣା ମଣିଷଙ୍କ ଭିତରୁ ପ୍ରଥମେ ପର୍ବତ ସେପାରିର ପ୍ରାନ୍ତରରେ କେତେଜଣ ଗାଈଆଳ ଟୋକାଙ୍କ ଦୃଷ୍ଟିଗୋଚର ହେଲା । ସେହି ଦୃଶ୍ୟ ଦେଖୁ ସେମାନେ କେବଳ ଉତ୍‌ଫୁଲ୍ଲିତ ହୋଇନଥିଲେ, ବରଂ କଇଁଛଟିକୁ କିପରି ପାଇବେ, ସେଥ‌ିପାଇଁ ପ୍ରୟାସ ଜାରିରଖିଲେ । ଯଥାଶକ୍ତି ହାତତାଳି ଦେଇ କଚ୍ଛପବାହୀ ହଂସମାନଙ୍କ ସହ ତାଳରଖ୍ ସେମାନେ ଦୌଡ଼ିଥିଲେ । ଦୌଡ଼ି ଦୌଡ଼ି ନଈତୀର ଯାଏ ଯାଇ, ବାଧ୍ୟ ହୋଇ ଅଟକି ଯାଇଥିଲେ ।

କିଛି ବାଟ ଉଡ଼ିଲା ପରେ ଏବଂ କମ୍ବୁଗ୍ରୀବର ଓଜନ ପାଇଁ, ହଂସଦ୍ଵୟ ବେଶି ଉପରକୁ ଉଠିପାରୁ ନଥିଲେ । ନଦୀ ଉପରେ ସେମାନେ ଉଡ଼ି ଉଡ଼ି ଯାଉଥିଲାବେଳେ, ନଦୀବକ୍ଷରେ ଜଣେ ବୃଦ୍ଧ ଏକ ତରୁଣୀ ଭାର୍ଯ୍ୟାକୁ ସାଙ୍ଗରେ ନେଇ ନୌକରେ ଫେରୁଥିଲେ । କନ୍ୟା ଦୀର୍ଘ ଓଢ଼ଣା ଦେଇ ବସିଥିଲା ବେଳେ ଆକାଶରେ ଘଟୁଥ‌ିବା ଅଭାବନୀୟ ଘଟଣାକୁ ଦେଖିବାପାଇଁ ସହଯାତ୍ରୀମାନେ ପାଟିଗୋଳ କରିଥିଲେ । ଏହା ଶୁଣିବାମାତ୍ରେ ତରୁଣୀଟି କ୍ଷୀପ୍ରଗତିରେ ଓଢ଼ଣା ଅପସାରଣ କରି ସ୍ଵାମୀଙ୍କୁ କୋମଳ କହୁଣୀରେ ପ୍ରଥମ ସ୍ଵାଦ ଖୋଇ, ‘ମୋତେ ସେହିଟି ଆଣିଦିଅ’ ବୋଲି କହିଥିଲେ । ତରୁଣୀ ଭାର୍ଯ୍ୟାର ଅନୁରୋଧ ରକ୍ଷାକରିବାପାଇଁ ବୃଦ୍ଧଜଣକ ଅସାମର୍ଥ୍ୟ ସତ୍ତ୍ଵେ ଠିଆ ହୋଇପଡ଼ିଥିଲେ; ମାତ୍ର ନିଜର ଭାରସାମ୍ୟ ରକ୍ଷା ନକରି ସେ ପଡ଼ିଯାଇଥିଲେ ।

କଆକାର ଆକାଶମାର୍ଗୀୟ ଅଭିନବ ଘଟଣା ଦେଖ୍ ମଣିଷମାନଙ୍କ ଭିତରେ ଯେଉଳି ପ୍ରକାଶ ପାଇଥିଲା, ତାହାକୁ ସୁନ୍ଦର ଭାବରେ ଉପସ୍ଥାପିତ କରିଛନ୍ତି ।

CHSE Odisha Class 12 Odia Solutions Chapter 13 ଆକାଶ କଇଁଛ

Question ୫ ।
ରାଜା କାହିଁକି ‘‘ବିଚିତ୍ର’’ ! ଶବ୍ଦ ଉଚ୍ଚାରଣ କରିଥିଲେ ଉଲ୍ଲେଖ କର ।
Answer:
ସାରସ୍ଵତ ସାଧକ ମନୋଜ ଦାସ ଜଣେ ଯଶସ୍ବୀ କଥାଶିଳ୍ପୀ । ପ୍ରାଚୀନ କାହାଣୀକୁ ସେ ନୂତନ ଭାବରେ ଉପସ୍ଥାପନ କରି, ନିଜର ଅସାଧାରଣ ବିଜ୍ଞତାର ପରିଚୟ ଦେଇଥାନ୍ତି । ପରମ୍ପରାକୁ ମାନ୍ୟତା ଦେଇ ସେ ଏହି ଶ୍ରେଣୀୟ ଗଳ୍ପରେ କିଛି ନୂତନ ସନ୍ଦେଶ ଦେଇଥାନ୍ତି । ଆଲୋଚ୍ୟ ଗଳ୍ପ ‘ଆକାଶ କଇଁଛ’ରେ କଥାଶିଳ୍ପୀ ଅନୁରୂପ ଭାବଧାରା ଗ୍ରହଣ କରି ରାଜାଙ୍କର ସ୍ଵାର୍ଥାନ୍ଵେଷୀ ମନୋଭାବକୁ ସୁନ୍ଦର ଭାବରେ ଦେଖାଇଛନ୍ତି ।

କମ୍ବୁଗ୍ରୀବ ନାମକ କଇଁଛଟି, ଉପତ୍ୟକାର ସ୍ଵଚ୍ଛ ସରୋବରରେ ରହି ମଧ୍ୟ ସନ୍ତୁଷ୍ଟ ହୋଇପାରୁ ନଥିଲା । ବୃଥା ଉଚ୍ଚାଭିଳାଷ ମାନସିକତା ପାଇଁ ସେ ସରୋବର ପରିତ୍ୟାଗ ଅନ୍ୟ ସରୋବରକୁ ଯିବାକୁ ଚାହୁଁଥିଲା । ସଂକଟ ଓ ବିକଟ ନାମକ ହଂସଦ୍ଵୟଙ୍କ ସହ ବନ୍ଧୁତା ହେଲାପରେ, ସେମାନଙ୍କ ସହାୟତାରେ ସେହି ସରେ।ବରକୁ ଛାଡ଼ି ଦୂରର୍ପବତଶ୍ରେଣୀ ସେପାରିସ୍ଥ ସରୋବରରେ ରହିବାକୁ କମ୍ବୁଗ୍ରୀବ ଚାହିଁଥିଲା। ତେଣୁ ଗୋଟିଏ କାଠିର ଦୁଇପଟକୁ ହଂସଦ୍ଵୟ କାମୁଡ଼ି ଧରିଥିଲାବେଳେ, ମଝି ଅଂଶଟିକୁ କଇଁଛ କାମୁଡ଼ି ଧରିଥିଲା । ସେମାନେ ଆକାଶରେ ଉଡ଼ି ଉଡ଼ି ବନ-ପର୍ବତ, ନଗର- ଜନପଦ ନିରବଚ୍ଛିନ୍ନ ଭାବେ ଅତିକ୍ରମ କରିଚାଲିଥିଲେ ।

ସେମାନେ ଉଡ଼ି ଉଡ଼ି କ୍ରମଶଃ ରାଜନବର ଉପରେ ଆସି ପହଞ୍ଚିଲେ । ଇତି ମଧ୍ୟରେ ଅନେକ ଲୋକ ଦୌଡ଼ିଯାଇ, ରାଜାଙ୍କୁ ସେ ଅପୂର୍ବ ଦୃଶ୍ୟର ସମ୍ବାଦ ଜଣାଇ ସାରିଥିଲେ । ସେହି ଦୃଶ୍ୟ ଦେଖିବାପାଇଁ ରାଜା ମଧ୍ୟ ଛାତ ଉପରକୁ ଉଠି ଯାଇଥିଲେ । ରାଜାଙ୍କ ସହିତ ସମଗ୍ର ଦରବାରର ଲୋକ ସେହି ଦୃଶ୍ୟକୁ ଦେଖୁଥିଲେ । ଦରବାର ଅନ୍ତର୍ଭୁକ୍ତ ବିଦେଶୀ ରାଜଦୂତ ମଧ୍ୟ ତାଙ୍କ ସଙ୍ଗରେ ରହିଥିଲେ । ରାଜା ଉଡ଼ନ୍ତା କଚ୍ଛପକୁ ଦେଖ୍ କହିଲେ ‘ବିଚିତ୍ର’ । ଅର୍ଥାତ୍ ଏହି ଦୃଶ୍ୟ ଆଗରୁ କେବେ ଦେଖାଦେଇନଥିଲା । ମାତ୍ର ରାଜାଙ୍କ ପାଖରେ ଥ‌ିବା ବିଦେଶୀ ଦୂତ ରାଜାଙ୍କ କଥାର ମାନକୁ କମାଇ ଦେବାପାଇଁ କହିଥିଲା, ‘ବିଚିତ୍ର କ’ଣ ମଣିମା ! ଆମ ରାଜ୍ୟରେ ଥରେ ଥରେ ଗୋଟିଏ ଗୋଟିଏ ସଂପୂର୍ଣ ଘୁଷୁରି ଉଡ଼ିଯିବାର ଦେଖାଯାଇଥାଏ ।’’ ବିଦେଶୀ ରାଜଦୂତଙ୍କ କଥାକୁ ରାଜା ଅବିଶ୍ଵାସ କରି ବ୍ୟଙ୍ଗାତ୍ମକ ଭାବରେ କହିଲେ, ‘‘ତମର ଘୁଷୁରିମାନଙ୍କର ପର ଅଛି, ଅଥବା ଅଛି ତମ ରାଜାଙ୍କର ଲାଞ୍ଜ ।’’ ରାଜଦୂତ କହିଥିବା ମିଛକଥାକୁ ଦୋହରାଇ କହିଲା, ‘ଆମ ଘୁଷୁରିମାନେ ପକ୍ଷବନ୍ତ ନୁହଁନ୍ତି, ଆମ ଛାମୁଙ୍କର ନାହିଁ ଲାଞ୍ଜ । କିନ୍ତୁ ଆମ ରାଜ୍ୟରେ ମଇଁଷିଭଳି ବୃହଦାକାର ବିହଙ୍ଗମାନ ଅଛନ୍ତି । ଘୁଷୁରି ଉଡ଼ାଇନେବା ସେହିମାନଙ୍କର ସଉକ ।’’ ରାଜା ପୁନର୍ବାର କହିଲେ ‘ବିଚିତ୍ର’ ।

ରାଜା ଓ ରାଜଦୂତଙ୍କ କଥୋପକଥନରେ ଗଳ୍ପଟି ନାଟକୀୟ ଓ ମନୋଜ୍ଞ ହୋଇପାରିଛି ।

Question ୬ ।
କଚ୍ଛପ ମାଂସ ଭକ୍ଷଣ କରିବାକୁ କିଏ କିପରି ଆଗ୍ରହ ପ୍ରକାଶ କରିଥିଲେ – ଦର୍ଶାଅ।
Answer:
ଗାଳ୍ପକ ମନୋଜ ଦାସ ଓଡ଼ିଆ ଗଳ୍ପସାହିତ୍ୟରେ ଚୁଚିପୂର୍ଣ୍ଣ ନୂତନଚିନ୍ତା ଏବଂ ନବୀନସ୍ୱାଦ ପରିବେଷଣରେ ସିଦ୍ଧି ଅର୍ଜନ କରିଛନ୍ତି । ମାନବ ଜୀବନର ବିଭିନ୍ନ ଦିଗକୁ, ବିଭିନ୍ନ ଦୃଷ୍ଟିକୋଣରୁ ସେ ବିଚାର କରିଛନ୍ତି । ମାନବ ମନର ଗୋପନ ରହସ୍ୟ ଓ ବିଚାରଧାରାକୁ ସେ ତାଙ୍କର କନ୍ଦିତ ଚରିତ୍ର ମାଧ୍ୟମରେ ପରିପ୍ରକାଶ କରିଥା’ନ୍ତି । ଆଲୋଚ୍ୟ ଗଳ୍ପ ‘ଆକାଶ କଇଁଛ’ରେ ଗାଳ୍ପିକ ଖାଦ୍ୟ ସହିତ ମଣିଷ ମନର ଆକର୍ଷଣକୁ ସ୍ୱତନ୍ତ୍ର ଦୃଷ୍ଟିରୁ ବିଚାର କରିଛନ୍ତି । ଖାଦ୍ୟର ଜୀବନରେ ଆବଶ୍ୟକତା ରହିଥିଲେ ବି ରୁଚିପୂର୍ଣ୍ଣ ସ୍ବାଦଯୁକ୍ତ ଖାଦ୍ୟ ଖାଇବାପାଇଁ ସମସ୍ତେ ଲାଳାୟିତ ହୋଇଥା’ନ୍ତି । ଖାଦ୍ୟ ଖାଇବାପାଇଁ ଆଗ୍ରହ ଓ ଇଚ୍ଛା ଥିଲେ ମଧ୍ୟ ନିଜର ସ୍ଥିତିକୁ ଚାହିଁ ସେମାନେ ସିଧାସିଧ୍ ତାହା ପ୍ରକାଶ କରନ୍ତିନାହିଁ । ଗଳ୍ପଟିରେ ରାଜାଙ୍କଠାରୁ ଆରମ୍ଭକରି ସମସ୍ତ ପରିଷଦ, ଏପରିକି ବିଦେଶୀ ରାଜଦୂତ, ସୁସ୍ବାଦୁ କଇଁଛ ମାଂସ ଖାଇବାପାଇଁ ମନରେ ଆଗ୍ରହ ରଖୁଛନ୍ତି, କିନ୍ତୁ ତାହା ସିଧାସିସ୍ ନକହି ପ୍ରକାରାନ୍ତରେ ପ୍ରକାଶ କରିଛନ୍ତି ।

କଚ୍ଛପଟିକୁ ଦେଖ୍ ପ୍ରଧାନ ବିଶେଷଜ୍ଞ ଭୋଜନପ୍ରେମୀ କହିଲେ, ‘ଏଇଟି ଦୁର୍ଲଭ ଧରଣର ସୁସ୍ବାଦୁ କଚ୍ଛପ । କଚ୍ଛପ ମାଂସ ରାଜକୀୟ ଖାଦ୍ୟ ତାଲିକାର ବହିର୍ଭୂତ ହୋଇନଥିଲେ ଏହା ରାଜଭୋଗର ମର୍ଯ୍ୟାଦା ପାଇବାକୁ ହକଦାର ଥିଲା ।’’ କବିରାଜ ଜ୍ୟୋତିଷୀ ନିଜର ବଡ଼ପଣ ଓ ବିଶେଷତାକୁ ଦେଖାଇବାକୁ ଯାଇ କହିଲେ, ‘ସହସ୍ର ବର୍ଷରେ ଥରେ ଯାଇ କଚ୍ଛପ ବୃଷ୍ଟି ହୁଏ । ଆଉ ସେ କଚ୍ଛପ୍ ମାଂସ ସହସ୍ର ଧରଣର ରୋଗବ୍ୟାଧ୍ ଓ ଦୋଷ ଦୁର୍ବଳତାର ପ୍ରତିଷେଧକ ହୋଇଥାଏ ।’’ କଚ୍ଛପ ଆଡ଼କୁ ଦୃଷ୍ଟିପାତ କରି ରାଜାଙ୍କର ଚକ୍ଷୁ ଝଲସି ଉଠିଲା । ନିଜର ମନର ଭାବକୁ ସେ ଗୋପନ ରଖ୍ କହିଲେ, ‘ଏହା ଯେ ସ୍ଥଳେ ବହୁରୋଗ ଓ ଦୋଷ ଦୁର୍ବଳତାର ମହୌଷଧ, ଏହାକୁ ରନ୍ଧନକରି ପୀଡ଼ିତମାନଙ୍କୁ ଦେବାର ବ୍ୟବସ୍ଥା କରିବା ।’’ ରାଜା ମୁଖ୍ୟ ପାଚକକୁ ରନ୍ଧନ କରିବାକୁ ନିର୍ଦ୍ଦେଶ ଦେଲେ । ସେନାପତି, କଚ୍ଛପ ମାଂସ ଖାଇବାପାଇଁ ଇଚ୍ଛା କରିଥିଲେ ବି ରାଜାଙ୍କୁ କହିଥିଲେ, ଛାର କଚ୍ଛପ ମାଂସ ଖାଇବାକୁ ସେ ପସନ୍ଦ କରନ୍ତି ନାହିଁ, ଏଇଟିରୁ ବରଂ ଫାଳେ ଖାଇବେ । ଅଧ୍ଵ ଦକ୍ଷତା ସହ ରାଜସେବା କରିବା ନିମନ୍ତେ ସେ ଗଣ୍ଠିବାତରୁ ସହଳ ମୁକ୍ତି ପାଇବା ଆବଶ୍ୟକ । ସେନାପତିଙ୍କ କଥା ଶୁଣି ସମସ୍ତ ମନ୍ତ୍ରୀ ଓ ସଭାସଦ୍‌ବର୍ଗ କହିଲେ, ଅଧ୍ଵକ ଦକ୍ଷ ରାଜସେବା ନିମନ୍ତେ କଚ୍ଛପର କିୟଦଂଶମାନ ଭକ୍ଷଣକରି କୌଣସି ନା କୌଣସି ରୋଗରୁ ମୁକ୍ତି ପାଇଁ ସେମାନେ ଆଗ୍ରହୀ ।

ସମସ୍ତଙ୍କ କଥା ଶୁଣି ବିଦେଶୀ ରାଜଦୂତ ମଧ୍ୟ, କଚ୍ଛପ ମାଂସ ଖାଇବାର ଲୋଭ ସମ୍ବରଣ କରିପାରିଲେ ନାହିଁ । ନିଜର ମନର ଭାବକୁ ଗୋପନ ରଖ୍ ସେ କହିଲେ, ‘ଆମ ଦୁଇ ମହାନ୍ ଦେଶ ମଧ୍ୟରେ ମୈତ୍ରୀ ଗାଢ଼ତର କରିବାର ଆବଶ୍ୟକତା ଦୃଷ୍ଟିରୁ ମୁଁ ମଧ୍ୟ କିଞ୍ଚିତ୍ କଚ୍ଛପ ମାଂସ ଭକ୍ଷଣ ପାଇଁ ପ୍ରସ୍ତୁତ ।’

ବାସ୍ତବରେ କଥାକାର ସମସ୍ତଙ୍କର ‘ବକ୍ତବ୍ୟ ମାଧ୍ୟମରେ ସେମାନଙ୍କର ମାନସିକତାକୁ ପ୍ରକାରାନ୍ତରେ ଉଲ୍ଲେଖ କରିଛନ୍ତି ।

Question ୭ ।
‘ବୁଦ୍ଧି ସ୍ୱୟଂ ମାନି ନଗଲେ ଆମ୍ଭକୁ ବାତିଲ୍ ରୀତିଦ୍ଵାରା ତାକୁ ଆବିଷ୍କାର କରିବାକୁ ହେବ’’ – ଉକ୍ତିଟିର ତାତ୍ପର୍ଯ୍ୟ ବୁଝାଅ ।
Answer:
କଥାଶିଳ୍ପୀ ମନୋଜ ଦାସ ଗଳ୍ପସୃଷ୍ଟିରେ ଅସାଧାରଣ ପ୍ରତିଭାର ଅଧିକାରୀ । ସେ ନିଜର କାହାଣୀଭାଗକୁ ହାସ୍ୟ ଓ ବ୍ୟଙ୍ଗ ମାଧ୍ୟମରେ ସରସ କରିବାକୁ ଚେଷ୍ଟା କରିଥା’ନ୍ତି । ଆମ ସାମାଜିକ ଜୀବନରେ ରହିଥ‌ିବା ଦୋଷତ୍ରୁଟି ଓ ମାନବୀୟ ଗତି ପ୍ରବାହରେ ରହିଥ‌ିବା ବିଡ଼ମ୍ବନାକୁ ଚିହ୍ନି ଚିହ୍ନେଇବାରେ ତାଙ୍କର ବିଶେଷତା ରହିଛି । ଆଲୋଚ୍ୟ ‘ଆକାଶ କଇଁଛ ଗଳ୍ପରେ ଗାଳ୍ପିକ ଚାତୁର୍ଯ୍ୟକୁ ସୁନ୍ଦର ଭାବରେ ଦେଖାଇଛନ୍ତି ।

କଇଁଛଟି ଖସିପଡ଼ିଲା ପରେ ରାଜା ଓ ରାଜପରିଷଦ କଇଁଛ ମାଂସ ଖାଇବାପାଇଁ ଇଚ୍ଛା କରିଛନ୍ତି । କିନ୍ତୁ କେହି ସିଧାସିଧ୍ ନକହି, ବରଂ ପ୍ରକାରାନ୍ତରରେ ନିଜର ଅସୁସ୍ଥତା ଦେଖାଇ କଇଁଛ ମାଂସରେ ଭାଗୀଦାର ହେବାକୁ ଚାହିଁଛନ୍ତି । ତେଣୁ ରାଜା କହିଛନ୍ତି, ଯାହାର ସର୍ବାଧ‌ିକ ପ୍ରୟୋଜନ କଇଁଛ ମାଂସ ତାହାକୁ ହିଁ ମିଳିବ । କିନ୍ତୁ କଇଁଛଟି ଶୂନ୍ୟରୁ ଖସିଲାବେଳେ କିଛି ଗୋଟିଏ କହୁଥିବାର ଶୁଣାଯାଇଛି । ଏ ସଂପର୍କରେ ବୃହତ୍ତମ କଣ୍ଠସମ୍ବଳିତ ସଭାସଦ୍‌କୁ ପଚାରିବାରୁ ସେ କହିଥିଲା, ଜୀବଟି ‘ବୁଦୁ’ ବୋଲି ଉଚ୍ଚାରଣ କରିଥିଲା ।

କାହାକୁ ଉଦ୍ଦେଶ୍ୟକରି କଇଁଛଟି ‘ବୁଦୁ’ ବୋଲି ସମ୍ବୋଧନ କରିଥିଲା, ତାହା ରାଜା ଜାଣିବାକୁ ଚାହିଁଥିଲେ । କେହି ନିଜକୁ ବୁଘୁ ବୋଲି ପରିଚିତ ନକରି ବରଂ ପରସ୍ପର ପରସ୍ପର ପ୍ରତି ଘନ ଘନ ଦୃଢ଼ପାତ କରିଥିଲେ । ତେଣୁ ରାଜା ସଭାସଦ୍‌ଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘ବୁଦୁ ସ୍ବୟଂ ମାନିନଗଲେ, ଆମ୍ଭକୁ ବାତିଲ୍ ରୀତିଦ୍ୱାରା ତାକୁ ଆବିଷ୍କାର କରିବାକୁ ହେବ ।’’ ରାଜା ଜଣକ ପରେ ଜଣଙ୍କର ବିଶେଷତଃ ସୂଚିତ କଲେ ଏବଂ କେହି ବୁଦୁ ନୁହନ୍ତି ବୋଲି ସ୍ୱୀକାର କଲେ ।

ରାଜା ପ୍ରଥମେ ବିଦେଶୀ ରାଜଦୂତଙ୍କ ଉଦ୍ଦେଶ୍ୟରେ କହିଲେ, ‘ରାଜଦୂତ ମହୋଦୟ ତାଙ୍କ କୂଟନୈତିକ ବୈଶିଷ୍ଟ୍ୟ ଦୃଷ୍ଟିରୁ ବୁଦ୍ଧି ପଦବାଚ୍ୟ ହୋଇନପାରନ୍ତି ।’’ ରାଜଦୂତ ମୁଣ୍ଡହଲାଇ ରାଜାଙ୍କ କଥାକୁ ସମର୍ଥନ କଲେ । ମନ୍ତ୍ରୀମାନଙ୍କୁ କହିଲେ, ‘ଆମ ମନ୍ତ୍ରୀମାନେ କେବଳ ମନ୍ତ୍ରୀ, ସେମାନେ ବୁଦ୍ଧି ହୋଇନପାରନ୍ତି ।’’ ସ୍ମିତହସମାନ ଫୁଟାଇ ମନ୍ତ୍ରୀମାନେ ‘ଆମ ସେନାପତି, ଯିଏକି ସର୍ବ ସମକ୍ଷରେ, ଏପରିକି ଜଣେ ବିଦେଶୀ ଦୂତଙ୍କ ଉପସ୍ଥିତି ସତ୍ତ୍ୱେ, ନିଜ ଗଣ୍ଠିବାତର ରହସ୍ୟ ପ୍ରକାଶ କରିଦେଲେ, ସେ ନିଶ୍ଚୟ ତାଙ୍କ ଚେହେରାରୁ ଯେତିକି ଜଣାପଡ଼େ, ତା’ ତୁଳନାରେ ଅଧ୍ବକ ବିଜ୍ଞ ।’’ ରାଜାଙ୍କ କଥା ଶୁଣି ସେନାପତି ବିକଳ ହସ ହସି ସମସ୍ତଙ୍କ ମୁହଁକୁ ଅନାଇଲେ ।

ଏହିପରି ବାତିଲ୍ ରୀତିରେ ଜଣ ଜଣ ହୋଇ ସମସ୍ତ ସଭାସଦ୍ ବୁଦ୍ଧି ହୋଇଥିବାର ସମ୍ଭାବନାରୁ ମୁକ୍ତ ହୋଇଥିଲେ । ଶେଷରେ ରାଜା ଦୀର୍ଘଶ୍ଵାସ ପକାଇ କାନ୍ଦି ଉଠି କହିଥିଲେ, ‘ବାକି ରହିଲି ମୁଁ, ଅର୍ଥାତ୍ ମୁଁ ହିଁ ବୁଦୁ ।’’

କଥାକାର ରାଜାଙ୍କ କଥାନୁସାରେ ଯେପରି ବାତିଲ୍ ରୀତି ପ୍ରକାଶ କରିଛନ୍ତି, ତାହା ଅତ୍ୟନ୍ତ ସରସ ହୋଇପାରିଛି ।

Additional Multiple Choice Questions (Mcqs) With Answers

Question ୧ ।
ନିରାଶାବାଦୀ ପକ୍ଷୀ ଭାବେ କିଏ ଜଣାଶୁଣା ?
(i) ବଗ
(ii) କୋଇଲି
(iii) କାଉ
(iv) ଘରଚଟିଆ
Answer:
(iii) କାଉ

Question ୨ ।
କଚ୍ଛପର ମନୋରଞ୍ଜନ ପାଇଁ ହଂସଦ୍ଵୟ କେତେ ସମୟ ନେଉଥିଲେ ?
(i) ଏକ ଘଣ୍ଟା
(ii) ଦୁଇ ଘଣ୍ଟା
(iii) ତିନି ଘଣ୍ଟା
(iv) ଚାରି ଘଣ୍ଟା
Answer:
(ii) ଦୁଇ ଘଣ୍ଟା

Question ୩ ।
କଚ୍ଛପ ମାଂସ କାହାର ଅଯୋଗ୍ୟ ବୋଲି ମହାପଣ୍ଡିତେ କହିଥିଲେ ?
(i) ଦେବ ମଣୋହି
(ii) ରାଜ ମଣୋହି
(iii) ସାଧାରଣ ମଣୋହି
(iv) ଜନ ମଣୋହି
Answer:
(ii) ରାଜ ମଣୋହି

Question ୪।
କାହା ଆଡ଼କୁ ଦୃଷ୍ଟିପାତ କରି ରାଜାଙ୍କର ଗୋଟିଏ ଚକ୍ଷୁ ଝଟକି ଉଠିଥିଲା ?
(i) ବିହଙ୍ଗ
(ii) ହଂସ
(iii) କଚ୍ଛପ
(iv) ମଇଁଷି
Answer:
(iii) କଚ୍ଛପ

Question ୫ ।
କଚ୍ଛପଟି କୂଳକୁ ଉଠିଯାଇ କେଉଁଥ‌ିରେ ବିଚରଣ କରୁଥାଏ ?
(i) ଶିଶିର ବିନ୍ଦୁରେ
(ii) ଘାସଫୁଲରେ
(iii) ମୃଦୁ ସମୀରଣରେ
(iv) ସବୁଜ ଉପତ୍ୟକାରେ
Answer:
(iii) ମୃଦୁ ସମୀରଣରେ

Question ୬ ।
କେଉଁ ପୁସ୍ତକ ପାଇଁ ଗାଳ୍ପିକ ମନୋଜ ଦାସ ସରସ୍ଵତୀ ପୁରସ୍କାର ଲାଭ କରିଛନ୍ତି ?
(i) ଅମୃତଫଳ
(ii) ଆକାଶର ଇସାରା
(iii) ପ୍ରଭଞ୍ଜନ
(iv) ଶେଷ ବସନ୍ତର ଚିଠି
Answer:
(i) ଅମୃତଫଳ

CHSE Odisha Class 12 Odia Solutions Chapter 13 ଆକାଶ କଇଁଛ

Question ୭ ।
ଗାଳ୍ପିକଙ୍କ ଶୈଳୀ କେଉଁପରି ?
(i) ଅଭିଜାତପୂର୍ଣ କଥନଶୈଳୀ
(ii) ବ୍ୟଙ୍ଗଶୈଳୀ
(iii) ଲଘୁ ହାସ୍ୟରସ ଶୈଳୀ
(iv) ନାଟକୀୟ ଶୈଳୀ
Answer:
(iii) ଲଘୁ ହାସ୍ୟରସ ଶୈଳୀ

Question ୮ ।
ନିମ୍ନୋକ୍ତ କେଉଁଟି ଗାଳ୍ପିକଙ୍କ ଗଳ୍ପ ସଂକଳନ ନୁହେଁ ?
(i) ସମୁଦ୍ରର କ୍ଷୁଧା
(ii) ଆରଣ୍ୟକ
(iii) ଜୀବନର ସ୍ବାଦ
(iv) ପ୍ରଥମ ଓ ଶେଷ
Answer:
(iv) ପ୍ରଥମ ଓ ଶେଷ

Question ୯ ।
ପଠିତ ଗଳ୍ପ ‘ଆକାଶ କଇଁଛ’’ ଗାଳ୍ପିକଙ୍କ କେଉଁ ଗଳ୍ପଗ୍ରନ୍ଥରୁ ଆସିଛି ?
(i) ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ
(ii) ସମୁଦ୍ରର କ୍ଷୁଧା
(iii) କଥା ଓ କାହାଣୀ
(iv) ଲକ୍ଷ୍ମୀର ଅଭିସାର
Answer:
(i) ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ

Question ୧୦ ।
ପରୀକ୍ଷାମୂଳକ ଉଡ଼ାଣ ନିମନ୍ତେ ହଂସଦ୍ଵୟ କଚ୍ଛପକୁ କେତେ ବାଟ ଉଡ଼ାଇ ନେଲେ ?
(i) ଦୁଇକୋଣ
(ii) ଅଵିକ୍ରୋଶ
(iii) ଏକ କୋଶ
(iv) କୌଣସିଟି ନୁହେଁ
Answer:
(ii) ଅଵିକ୍ରୋଶ

Question ୧୧ ।
ବିଦେଶୀ ରାଜଦୂତ କେଉଁଥିପାଇଁ କଚ୍ଛପମାଂସ ଭକ୍ଷଣ କରିବାକୁ ପ୍ରସ୍ତୁତ ?
(i) ଗଣ୍ଠିବାତ ରୋଗରୁ ମୁକ୍ତି ପାଇଁ
(ii) ଦକ୍ଷ ରାଜସେବା ନିମନ୍ତେ
(iii) ଦୁଇ ଦେଶ ମଧ୍ୟରେ ମୈତ୍ରୀ ପ୍ରତିଷ୍ଠା ପାଇଁ
(iv) ବୁଦ୍ଧି ଦୋଷ କଟାଇବା ପାଇଁ
Answer:
(iii) ଦୁଇ ଦେଶ ମଧ୍ୟରେ ମୈତ୍ରୀ ପ୍ରତିଷ୍ଠା ପାଇଁ

Question ୧୨ ।
ପାଚକର ସହକାରୀ କାହା ପଗଡ଼ି ଓଟାରିଆଣି ରାଜାଙ୍କ କୋଳରେ ବିଛାଇ ତହିଁରେ କଚ୍ଛପ ମାଂସ ଥୋଇଲା ?
(i) ମନ୍ତ୍ରୀ
(ii) ସେନାପତି
(iii) କବିରାଜ ଜ୍ୟୋତିଷ
(iv) ବିଦେଶୀ ରାଜଦୂତ
Answer:
(i) ମନ୍ତ୍ରୀ

Question ୧୩ ।
କାନ୍ଦୁଥ‌ିବା ସଭାସଦ୍‌ଙ୍କ ପ୍ରତି ରାଜାଙ୍କର ଧମକ କିପରି ଥୁଲା ?
(i) ବନ୍ଧୁକରୁ ଗୁଳି ଫୁଟିଲା ପରି
(ii) ତୋପ ଗର୍ଜିଲା ପର
(iii) ବୁଲଡୋଜର ପରି
(iv) କୌଣସିଟି ନୁହେଁ
Answer:
(iii) ବୁଲଡୋଜର ପରି

Question ୧୪ ।
ତମ ରାଜ୍ୟ ଆଗର ଏକ ତାଲକରେ ପରିଣତ ହେବ । – ରେଖାଙ୍କିତ ଶବ୍ଦର ଅର୍ଥ କ’ଣ ?
(i) ଭୂ-ସଂପରି
(ii) ଦୁର୍ବଳ ରାଜ୍ୟ
(iii) ସ୍ଵାଧୀନ ରାଜ୍ୟ
(iv) କୌଣସିଟି ନୁହେଁ
Answer:
(i) ଭୂ-ସଂପରି

Question ୧୫ ।
ରାଜାଙ୍କର ତଥାକଥ୍ତ ବିଜ୍ଞ ଓ ପଣ୍ଡିତ ପଦବାଚ୍ୟ ସଭାସଦ୍‌ମାନଙ୍କର କେଉଁ ଗୁଣକୁ ଗଛଟି ପ୍ରକଟିତ କରୁଛି ?
(i) ଅଜ୍ଞତା ଓ ନିର୍ବୋଧତା
(ii) ବିଜ୍ଞତା
(iii) ଆସ୍ଫାଳନ
(iv) ପାଣ୍ଡିତ୍ୟ
Answer:
(i) ଅଜ୍ଞତା ଓ ନିର୍ବୋଧତା

Question ୧୬ ।
ଆଲୋଚ୍ୟ ଗଳ୍ପ ସାମଗ୍ରିକ ରୂପେ ମନୁଷ୍ୟର କେଉଁ ପ୍ରକାର ଅବସ୍ଥାକୁ ବ୍ୟଙ୍ଗ କରୁଛି ?
(i) ମନୁଷ୍ୟର ସ୍ଥିତି ଓ ତା’ର କାରୁଣ୍ୟ
(ii) ମନୁଷ୍ୟର ଆସ୍ଫାଳନ
(iii) ମନୁଷ୍ୟର ପଦପଦବୀ
(iv) ମନୁଷ୍ୟର ପାଣ୍ଡିତ୍ୟ
Answer:
(i) ମନୁଷ୍ୟର ସ୍ଥିତି ଓ ତା’ର କାରୁଣ୍ୟ

Question ୧୭ ।
କଚ୍ଛପ ବହୁରୋଗ ଓ ଦୋଷଦୁର୍ବଳତାର ମହୌଷଧ୍ ବୋଲି କିଏ କହିଛନ୍ତି ?
(i) ରାଜା
(ii) ସେନାପତି
(iii) କବିରାଜ ଜ୍ୟୋତିଷ
(iv) ଭୋଜନ ବିଶେଷଜ୍ଞ
Answer:
(iii) କବିରାଜ ଜ୍ୟୋତିଷ

Question ୧୮ ।
ମଇଁଷି ଆକାରର ବିହଙ୍ଗରୁ ହଳେ ଆଣିବାକୁ ରାଜା ବିଦେଶୀ ରାଜାଦୂତଙ୍କୁ କେତେ ସମୟ ଦେଇଥିଲେ ?
(i) ଏକ ମାସ
(ii) ତିନି ମାସ
(iii) ଦୁଇ ମାସ
(iv) ଚାରି ମାସ
Answer:
(i) ଏକ ମାସ

Question ୧୯ ।
କ’ଣ ପାଇଁ ରାଜାଙ୍କର ସୈନ୍ୟମାନେ ମୋଟେଇ ଯାଉଛନ୍ତି ଓ ସେନାପତି ଗଣ୍ଠିବାତ ଭୋଗୁଛନ୍ତି ?
(i) ଘରେ ବସିରହିବା ଯୋଗୁଁ
(ii) ଯୁଦ୍ଧ ଅଭାବରୁ
(iii) ତୋସାମଦିଆ ଗୁଣ ଯୋଗୁଁ
(iv) ସବୁଗୁଡ଼ିକ
Answer:
(ii) ଯୁଦ୍ଧ ଅଭାବରୁ

Question ୨୦ ।
ସଭାସଦ୍ ବର୍ଗ କଚ୍ଛପ ପାଖରେ କିପରି ରହି ଚମତ୍କୃତ ହୋଇ ଅନାଇ ରହିଲେ ?
(i) ଚକ୍ରାକାରେ ରହି
(ii) ମାଡ଼ି ବସି
(iii) ବସ୍ତ୍ରାବୃତ କରି
(iv) ସଙ୍କଟ ବିକଟ
Answer:
(i) ଚକ୍ରାକାରେ ରହି

Question ୨୧ ।
ବର୍ଷାଋତୁ ସମାଗତ ହେଲେ କେଉଁମାନେ ସରୋବରରେ ଉପନୀତ ହେଉଥିଲେ ?
(i) ବଗବଗୁଲୀ
(ii) ଶୁକଶୁକୀ
(iii) କପୋତ କପୋତୀ
(iv) ଓଲଟାଇ
Answer:
(iv) ଓଲଟାଇ

Question ୨୨ ।
ପାରା ଓ ଚିଲ ଜାତୀୟ ପକ୍ଷୀଙ୍କୁ କିଭଳି ପକ୍ଷୀ ବୋଲି କୁହାଯାଇଛି ?
(i) ଅବିଶ୍ବାସୀ
(ii) ସମ୍ଭ୍ରାନ୍ତ
(iii) ମହତ
(iv) ନୀତିବାନ୍
Answer:
(ii) ସମ୍ଭ୍ରାନ୍ତ

Question ୨୩ ।
ବୃଦ୍ଧ ଜଣକ କାହା ସହ ନୌକାରେ ଫେରୁଥିଲେ ?
(i) ତରୁଣୀ ଭାର୍ଯ୍ୟା
(ii) ବୃଦ୍ଧା ଭାର୍ଯ୍ୟା
(iii) ଯୁବତୀ ଭାର୍ଯ୍ୟା
(iv) ବୃଦ୍ଧ ସହଚର
Answer:
(i) ତରୁଣୀ ଭାର୍ଯ୍ୟା

CHSE Odisha Class 12 Odia Solutions Chapter 13 ଆକାଶ କଇଁଛ

Question ୨୪ ।
ହଂସମାନେ ବେଶି ଉପରକୁ ଉଠିପାରୁ ନଥିଲେ କାହିଁକି ?
(i) କମ୍ବୁଗ୍ରୀବର ଓଜନ ଯୋଗୁଁ
(ii) ଅଧୂକ ପବନ ଯୋଗୁଁ
(iii) ଅଧ‌ିକ ଖରା ଯୋଗୁଁ
(iv) ଅଧ‌ିକ ଶ୍ରମ ଯୋଗୁଁ
Answer:
(i) କମ୍ବୁଗ୍ରୀବର ଓଜନ ଯୋଗୁଁ

Question ୨୫ ।
ପରୀକ୍ଷାମୂଳକ ଉଡ଼ାଣ ପରେ ସେମାନେ କେଉଁଠାରେ ଅବତରଣ କଲେ ?
(i) ଉଚ୍ଚ ପାହାଡ଼
(ii) ଅନୁଚ୍ଚ ପାହାଡ଼
(iii) ବୃକ୍ଷଶାଖା
(iv) ସ୍ଥଳଭାଗରେ
Answer:
(ii) ଅନୁଚ୍ଚ ପାହାଡ଼

Question ୨୬ ।
ପକ୍ଷୀମାନେ ଆକାଶବ୍ୟାପୀ ବିଞ୍ଚ୍ ହୋଇ ରହିଥ‌ିବା ଦୃଶ୍ୟକୁ ଗାଳ୍ପିକ କେଉଁପରି ବର୍ଣ୍ଣନା କରିଛନ୍ତି ?
(i) କାଗଜ ଉପରେ ସ୍ୟାହି ବିଞ୍ଚ୍ ହେଲାପରି
(ii) ଶୁଭ୍ର ଆକାଶରେ ଭାସମାନ କଳାମେଘ ପରି
(iii) ବିରାଟ ଇଲାକାରେ କ୍ଷୁଦ୍ର ଜନବସତି ପରି
(iv) ସମୁଦ୍ର ବକ୍ଷରେ ବୋଇତ ଭାସିଲା ପରି
Answer:
(i) କାଗଜ ଉପରେ ସ୍ୟାହି ବିଞ୍ଚ୍ ହେଲାପରି

Question ୨୭ ।
କାହାକୁ ସାଧାରଣ ପକ୍ଷୀ ବୋଲି କୁହାଯାଇଛି ?
(i) ଘରଚଟିଆ
(ii) ପାରା
(iii) ଚିଲ
(iv) ବକ
Answer:
(i) ଘରଚଟିଆ

Question ୨୮ ।
ନଦୀରେ ନୌକା ଯୋଗେ ବୃଦ୍ଧ ସହିତ କିଏ ଫେରୁଥିଲେ ?
(i) ଜ୍ଯୋତିଷ
(ii) ତରୁଣୀ ଭାର୍ଯ୍ୟା
(iii) ରାଜଦୂତ
(iv) ଗାଈଆଳ ଟୋକା
Answer:
(ii) ତରୁଣୀ ଭାର୍ଯ୍ୟା

Question ୨୯ ।
କ’ଣ ବଡ଼ପାଟିରେ କହିବାକୁ ଯାଇ କଚ୍ଛପ କୌଣସି ପ୍ରକାରେ ସମ୍ଭାଳିଗଲା ?
(i) ବୁଦୁ
(ii) ମୁଁ ଉଡ୍ଡୀୟମାନ୍
(iii) ବିଚିତ୍ର
(iv) କୌଣସିଟି ନୁହେଁ
Answer:
(ii) ମୁଁ ଉଡ୍ଡୀୟମାନ୍

Question ୩୦ ।
ରାଜାଙ୍କ ଦରବାରରେ କିଏ ଅନ୍ତର୍ଭୁକ୍ତ ନଥିଲେ ?
(i) ବିଦେଶୀ ରାଜଦୂତ
(ii) କବିରାଜ ଜ୍ୟୋତିଷ
(iii) ପଡ଼ୋଶୀ ରାଜା
(iv) ସେନାପତି
Answer:
(iii) ପଡ଼ୋଶୀ ରାଜା

Question ୩୧ ।
କମ୍ବୁଗ୍ରୀବ କଇଁଛ କେଉଁଠାରେ ଖସି ପଡ଼ିଲା ?
(i) ନଅର ଛାତ ଉପରେ
(ii) ନଦୀ ଗର୍ଭରେ
(iii) ସ୍ଥଳଭାଗରେ
(iv) ବୃକ୍ଷ ଶାଖାରେ
Answer:
(i) ନଅର ଛାତ ଉପରେ

Question ୩୨ ।
‘‘କଚ୍ଛପ ମାଂସ ସହସ୍ରଧରଣର ରୋଗବ୍ୟାଧୂ ଓ ଦୋଷ ଦୁର୍ବଳତାର ପ୍ରତିଷେଧକ ହୋଇଥାଏ’ – ଗଳ୍ପରେ ଏହା କାହାର ଉକ୍ତି ?
(i) ଜ୍ଯୋତିଷ
(ii) ସେନାପତି
(iii) ବିଦେଶୀ ରାଜଦୂତ
(iv) ରାଜା
Answer:
(i) ଜ୍ଯୋତିଷ

Question ୩୩ ।
କିଏ ଗଣ୍ଠିବାତ ରୋଗରେ ପୀଡ଼ିତ ବୋଲି କୁହାଯାଇଛି ?
(i) କବିରାଜ ଜ୍ୟୋତିଷ
(ii) ସେନାପତି
(iii) ବିଦେଶୀ ରାଜଦୂତ
(iv) ରାଜା
Answer:
(ii) ସେନାପତି

(କ) ଗାଳ୍ପିକ ପରିଚିତି :

ଓଡ଼ିଆ କଥାସାହିତ୍ୟରେ କଥାକାର ମନୋଜ ଦାସ ହେଉଛନ୍ତି ସ୍ବତନ୍ତ୍ର ପ୍ରତିଭା । ସେ ତାଙ୍କର ସାରସ୍ୱତ ଜୀବନ ଛାତ୍ରଜୀବନରୁ ଆରମ୍ଭ କରିଥିଲେ । ସେ ପ୍ରଥମେ ମାର୍କସୀୟ ଚିନ୍ତାଧାରାଦ୍ୱାରା ପ୍ରଭାବିତ ଥିଲେ । ସେହି ଭାବଧାରାକୁ ନେଇ ସେ କବିତା ରଚନା କରୁଥିଲେ । କବିତା ରଚନା ସହିତ ସେ ଗଳ୍ପଲେଖାରେ ମନୋନିବେଶ କଲେ । ପରେ ସେ କବିତା ଲେଖାରୁ ଦୂରେଇଯାଇ ଅଧ‌ିକ ପରିମାଣରେ ଗଳ୍ପ ରଚନା କଲେ । ସେହି ଗଳ୍ପରେ ସେ ଅଧ୍ଵ ସଫଳତାର ଅଧୀକାରୀ ହୋଇପାରିଥିଲେ । ଅବଶ୍ୟ ତାଙ୍କର ଗଳ୍ପରେ ସୁନ୍ଦର କାବିକ ଭାବମୂର୍ତ୍ତି ସେ ପ୍ରକାଶକଲେ, କିନ୍ତୁ କବିତାରେ ପ୍ରକାଶିତ ମାର୍କସୀୟ ଅନୁଚିନ୍ତା ଗଳ୍ପକୁ ଅଧ୍ଵକ ପରିମାଣରେ ପ୍ରଭାବିତ କରି ରଖିପାରିଲା ନାହିଁ । ତଥାପି ଗଳ୍ପ ରଚନାରେ ସେ ଯେଭଳି ଅନନ୍ୟତା ପ୍ରକାଶ କଲେ ତାହା ତାଙ୍କୁ ଓଡ଼ିଆ ଗଳ୍ପଜଗତରେ ସ୍ବତନ୍ତ୍ର ଆସନ ପ୍ରଦାନ କଲା । ତାଙ୍କର ସୃଷ୍ଟି ସମ୍ପର୍କରେ ‘ଗଳ୍ପବିଚିତ୍ରା’ର ଉପୋଦ୍‌ଘାତରେ ଅଧ୍ୟାପକ ମହାପାତ୍ର ନୀଳମଣି ସାହୁ ଲେଖିଥିଲେ । – “ଲେଖକ ତାଙ୍କର ଅଧିକାଂଶ ଗଳ୍ପରେ ଆତ୍ମସଚେତନ ଅନୁଭୂତିପ୍ରବଣ ବ୍ୟକ୍ତି ମାନସରେ ମଗ୍ନ । ଅବଚେତନ ଭିତରୁ ବହୁ ନିଗୁଢ଼ ସୁକୁମାର ଏଷଣା, ପୁଣି ବାସନାଲୋକରେ ବହୁ ସୂକ୍ଷ୍ମଭାବ ଓ ରସର ନିରାକାର ସତ୍ତାମାନେ ଏକ ପରିସ୍ଥିତିରେ ପ୍ରସ୍ତୁତି ଭିତରେ ଆକସ୍ମିକ ଭାବେ ଏକ ନାଟକୀୟ ହଟ୍ଟକାରିତାରେ ସାକାର ହୋଇଉଠନ୍ତି; କେବଳ ଚମତ୍କାରିତା ସୃଷ୍ଟି କରନ୍ତି ବୋଲି ନୁହେଁ, ସେହି ଅସମ୍ଭବ ସମ୍ଭାବନାମାନେ ପାଠକର ତନ୍ମୟ ଚିତ୍ତକୁ ସମ୍ମୋହିତ ବିଶ୍ଵାସରେ ଏକ ଭାବମୟ ଜଗତ ଭିତରକୁ ଟାଣିନିଅନ୍ତି । ଏକ ସଚେତନ ବାକ୍‌ଯମ ବାକ୍ୟବିନ୍ୟାସରେ କିଞ୍ଚିତ୍ ତିର୍ଯ୍ୟକ ରସିକତା ସହ ଏକ ବିତର୍କିତ ଚତୁର ନିର୍ଲିପତାରେ ସ୍ଵର ତାଙ୍କ ଶୈଳୀର ବିଶେଷତ୍ଵ ।’’

କଥାଶିଳ୍ପୀ ଶ୍ରୀଯୁକ୍ତ ଦାସ ତାଙ୍କର ଗଳ୍ପ ସୃଷ୍ଟି ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି । ପ୍ରାନ୍ତୀୟ ସାରଳା ପୁରସ୍କାରଦ୍ଵାରା ସେ ମଧ୍ଯ ସମ୍ମାନିତ । ତାଙ୍କ ଗଳ୍ପ ସୃଷ୍ଟିରେ ଅନ୍ୟ ଏକ ବିଶେଷତ୍ଵ ହେଉଛି ସେ ଅନେକ ସମୟରେ ବହୁ ଗଳ୍ପକୁ ଇଂରାଜୀ ଭାଷାରେ ପ୍ରକାଶ କରିଥା’ନ୍ତି ଏବଂ ବିଦେଶୀ ସାହିତ୍ୟ କ୍ଷେତ୍ରରେ ମର୍ଯ୍ୟାଦା ଲାଭ କରିଥା’ନ୍ତି । ସେହି ଗଳ୍ପକୁ ସେ ଓଡ଼ିଆ ଭାଷାରେ ପ୍ରକାଶ କରିଥା’ନ୍ତି । ତାଙ୍କ ଗଳ୍ପଲେଖାର ବିଶେଷତ୍ଵ ହେଉଛି ବୌଦ୍ଧିକ ମନନଶୀଳତା ଓ ସୂକ୍ଷ୍ମ ମନସ୍ତାତ୍ତ୍ଵିକ ବିଶ୍ଳେଷଣ ।

ମଣିଷ ବାହାରକୁ ଯାହା ଦେଖାଇ ହେଲେ ବି ଅନ୍ତର ଭିତରେ ସେ ତାହା ନୁହେଁ । ମଣିଷର ଏହିଭଳି ଅସହାୟତାବୋଧ ଓ ବିଫଳତାକୁ ମନୋଜ ଦାସ ସୁନ୍ଦର ଭାବରେ ଗଳ୍ପରେ ପ୍ରକାଶ କରିଥା’ନ୍ତି । ନିଜସ୍ବ ଗଳ୍ପ ସମ୍ପର୍କରେ ସେ କହନ୍ତି – ‘ମଣିଷର ଅସହାୟତାକୁ ଚିତ୍ରଣ କରି ମୁଁ ତା’ପାଇଁ ଅନ୍ୟଠାରୁ ସହାନୁଭୂତି ଆକର୍ଷଣ କରିବାକୁ ଚାହେଁ । ରାଜନୈତିକ ଓ ସାମାଜିକ ଜୀବନରେ କେହି କ୍ଷମତା ଅଥବା ଅନ୍ୟ କେହି ଧର୍ମର ମୁଖାଧରି ପ୍ରତିଷ୍ଠିତ ହୋଇଥା’ନ୍ତି; କିନ୍ତୁ ଏଇ ମୁଖାତଳେ ଥିବା ତା’ର ପ୍ରକୃତ ଅସହାୟ ଅବସ୍ଥା କଥା ଭାବି ମୁଁ ଅଭିଭୂତ ହୁଏ ଏବଂ ଜଣେ ଜୀବନ୍ତ ଶିଳ୍ପୀଭାବରେ ଯେତେବେଳେ ମୁଁ ତା’ର ମୁଖା ଖୋଲେ, ମୁଖର ଆକୃତି ଗଳ୍ପରେ ରୂପଦିଏ, ତାହା କିଛି ପରିମାଣରେ ତିତ୍ୟିକ ବ୍ୟଙ୍ଗରେ ପରିଣତ ହୁଏ ।’

ମନୋଜ ଦାସଙ୍କ ଗଳ୍ପଗୁଡ଼ିକ ବିଶେଷ ଭାବରେ କାହାଣୀଧର୍ମୀ ଓ ସୁଖପାଠ୍ୟ । ସେ ଗଳ୍ପ ଉପସ୍ଥାପନାରେ ନିଜେ ଦୂରରେ ରହି ଗଭୀର ସମ୍ବେଦନଶୀଳତା ସହ ଅନ୍ୟମାନଙ୍କୁ କାହାଣୀ ଶୁଣାଇଲା ଭଳି ଗଳ୍ପକୁ ଲେଖିଥା’ନ୍ତି । ଗଳ୍ପ ଭିତରେ ସେ ଉପସ୍ଥାପିତ କରିଥିବା ଲୌକିକ, ଅଲୌକିକ, ଇହଲୋକ ଓ ପରଲୋକର ପରିବେ ପାଠକଙ୍କୁ ମୁଗ୍ଧଚକିତ କରିଥାଏ । ଚିରନ୍ତନ ମାନବୀୟ ନୀତିବୋଧ ଓ ରୁଚିବୋଧକୁ ସେ ସୁକୁମାର ଶୈଳୀରେ ଅଭିବ୍ୟକ୍ତ କରିଥା’ନ୍ତି । ସେଭଳି ଉପସ୍ଥାପନା ତାଙ୍କ ଗଳ୍ପକୁ ଲୋକପ୍ରିୟ କରିଥାଏ । ସେ ଯେ କେବଳ ଚରିତ୍ରମାନଙ୍କ ପ୍ରତି ସମ୍ବେଦନଶୀଳତା ସୃଷ୍ଟି କରନ୍ତି ତାହା ନୁହେଁ, ସେ ମଧ୍ୟ ବ୍ୟଙ୍ଗାତ୍ମକ ହାସ୍ୟ କଥାବସ୍ତୁ । ତେଣୁ ସଂସ୍କୃତ, ବେଦ, ଉପନିଷଦୀୟ ଭାରତୀୟ ପରମ୍ପରାଠାରୁ ଆରମ୍ଭକରି ଫକୀରମୋହନଙ୍କ କଥାସାହିତ୍ୟ ହେଉଛି ତାଙ୍କ ଗଳ୍ପସାହିତ୍ୟର ଭୂମି ପ୍ରସ୍ତୁତକାରୀ । ସମାଜର ଯାହାକିଛି ଦୋଷତ୍ରୁଟି ରହିଛି, ସେ ତାହାକୁ ମନୋମୁଗ୍ଧକର ଭାବେଲେଖିଛନ୍ତି – ‘ମନୋଜ ଗଳ୍ପମାନସ ଆଶା-ଆଶଙ୍କା ବିବର୍ଜିତ ଏକ ନିର୍ଭିକ ସମ୍ବେଦନଶୀଳ ମାନସ । ଏ ମାନସ ଯେତିକି ବ୍ୟାପକ ସେତିକି ଗଭୀର । ଯେତିକି ଏହାର ଅଛି ବ୍ୟାପ୍ତି, ସେତିକି ଅଛି ଦୀପ୍ତି । ଏହା ବ୍ୟାପକ ଗଭୀର ଦୀପ୍ତିଯୁକ୍ତ ମାନସ ସଂଯତ, ଏକାଗ୍ର । ଏହାର ଦୀପ୍ତିରେ ଆଲୋକିତ ହୋଇଉଠିଲା ସମଗ୍ର ମଣିଷ ଜୀବନର ରହସ୍ୟଘନ ଭାବଧାରା । ଏହି ମାନସ ବାହ୍ୟଜଗତର ସ୍ଥୂଳବିଗ୍ରହ-ଲାଳସୀ ନୁହେଁ । ମାତ୍ର ଅନ୍ତର୍ଜଗତର ଅନ୍ଧକାର କାରାକକ୍ଷରେ ଏହା ବିଚରଣ କରିଛି । ଯନ୍ତ୍ରଣାର କଂସକାରାକୁ ଭେଦକରି ସମ୍ବେଦନଶୀଳ ମାନବାତ୍ମାକୁ ସ୍ପର୍ଶ କରିଛି । ଏହି ହେତୁ ଏ ଗଳ୍ପମାନସ ହୋଇଛି ମାନବାତ୍ମାର ଯଥାର୍ଥ ଶିଳ୍ପୀ ।’’

ଗାଳ୍ପିକ ଦାସ ବାଲେଶ୍ଵର ଜିଲ୍ଲାର ଭୋଗରାଇଠାରେ ୧୯୩୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଇଂରାଜୀ ଭାଷା ଓ ସାହିତ୍ୟ ଏମ୍.ଏ.ପାଶ୍ କରିବାପରେ ଅଧ୍ୟାପକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେ ପ୍ରଥମେ ଖ୍ରୀଷ୍ଟ ମହାବିଦ୍ୟାଳୟରେ କିଛିବର୍ଷ ପାଇଁ ଇଂରାଜୀ ଅଧ୍ୟାପକଭାବେ ଅଧ୍ୟାପନା
କରିଥିଲେ । ପରବର୍ତୀ ସମୟରେ ସେ ଶ୍ରୀମାଙ୍କ ଚିନ୍ତାଧାରାରେ ଦୀକ୍ଷିତ ହେଲାପରେ ପଣ୍ଡିଚେରୀର ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଅଧ୍ୟାପନା କରିବାକୁ ଚାଲିଯାଇଥିଲେ ।

ମନୋଜ ଦାସ ସମ୍ପାଦକ ହିସାବରେ ପ୍ରତିଷ୍ଠା ଲାଭ କରିଛନ୍ତି । ସେ କିଶୋର ବୟସରେ ହାତଲେଖା ପତ୍ରିକା ସମ୍ପାଦନା ଦାୟିତ୍ଵ ନେଇଥିଲେ । ପରେ ସେ ‘ଦିଗନ୍ତ’ ପତ୍ରିକାର ସମ୍ପାଦନା ଦାୟିତ୍ଵ ନେଇ ନୂତନ ଚିନ୍ତାଧାରା ଓ ସାର୍ଥକ କଳାସୃଷ୍ଟିରେ ସହାୟକ ହୋଇଥିଲେ । ବର୍ତ୍ତମାନ ସେ ‘HERITAGE’ ନାମରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ମାସିକ ଇଂରାଜୀ ପତ୍ରିକାର ସମ୍ପାଦକ ଦାୟିତ୍ଵ ନେଇ ପତ୍ରିକାଟିକୁ ପ୍ରକାଶ କରୁଛନ୍ତି ।

ସାହିତ୍ୟର ବିଭିନ୍ନ ବିଭାଗ – କବିତା, କ୍ଷୁଦ୍ରଗଳ୍ପ, ନିବନ୍ଧ, ଉପନ୍ୟାସ, ସାହିତ୍ୟ ସମାଲୋଚନା, ଭ୍ରମଣ ସାହିତ୍ୟ ଆଦି ପ୍ରତ୍ୟେକ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି ଓ ସଫଳ ହୋଇଛନ୍ତି ମଧ୍ୟ । ତାଙ୍କ ରଚିତ ସାରସ୍ବତ କୃତିଗୁଡ଼ିକ ହେଲା ‘ମନୋଜ ଦାସ କଥା ଓ କାହାଣୀ’, ‘ଲକ୍ଷ୍ମୀର ଅଭିସାର’, ‘ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ’, ‘ବିଷକନ୍ୟାର କାହାଣୀ’, ‘ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’, ‘ଶେଷ ବସନ୍ତର ଚିଠି’, ‘ଆରଣ୍ୟକ’, ‘ସମୁଦ୍ର କ୍ଷୁଧା’, ‘ନନ୍ଦାବତୀର ମାଝି?, ‘ପଦଧ୍ଵନି’, ‘ଜୀବନର ସ୍ଵାଦ’, ‘ସରଳ ରାମାୟଣ’, ‘ଦୂରଦୂରାନ୍ତ’ । ତାଙ୍କ ଲେଖନୀ ଏବେ ମଧ୍ଯ ଅବିଶ୍ରାନ୍ତ ଭାବେ ଚାଲି ପତ୍ରପତ୍ରିକାର କଳେବରକୁ ମହିମାନ୍ବିତ କରାଉଛି ।

(ଖ) ଗଳ୍ପର ପୃଷ୍ଠଭୂମି :

‘ଆକାଶ କଇଁଛ’ ଗଳ୍ପଟି ମନୋଜ ଦାସଙ୍କ ‘ପ୍ରାପ୍ତବୟସ୍କର ପଞ୍ଚତନ୍ତ୍ର’ ଗଳ୍ପର ଅନ୍ୟତମ ଗଳ୍ପ । ଗଳ୍ପଟିରେ କଥାକାର ମାନବେତର ଚରିତ୍ର ମାଧ୍ୟମରେ, ଯିଏ ନିଜର ଶକ୍ତି ଅନୁସାରେ କାମନାକରି, ଅଧିକ କିଛି ଆଶାକରେ, ସେ କିପରି ବିପଦରେ ପଡ଼ିଥାଏ, ତାହା କମ୍ବୁଗ୍ରୀବ ନାମକ କଇଁଛ ମାଧ୍ୟମରେ ଦେଖାଇଛନ୍ତି । କଇଁଛର ଉଡ଼ିବା ଶକ୍ତି ନଥିଲେ ବି, ଅନ୍ୟର ସହାୟତାରେ ଉଡ଼ିବା ଦ୍ଵାରା ନିଜର ବଡ଼ପଣକୁ ଜାହିର୍ କରିବା ଓ ଯେଉଁ ସମୟରେ କଥା ନକହିବା କଥା, ସେ ସମୟରେ ପାଟି ଖୋଲିବା, ତା’ପାଇଁ ବିପଦର କାରଣ ହୋଇଛି । ଅର୍ଥାତ୍ କଇଁଛଟି ନିଜର ଅଦୂରଦର୍ଶିତା ପାଇଁ ମୃତ୍ୟୁମୁଖରେ ପଡ଼ିଛି । କାରଣ ତା’ ଦୃଷ୍ଟିରେ ସେ ହୋଇଛି ସବୁଠାରୁ ବୁଦ୍ଧିମାନ୍ ଓ ଅନ୍ୟମାନେ ହେଉଛନ୍ତି ବୁଦ୍ଧିହୀନ ।

ପୁନଶ୍ଚ କଇଁଛଟି ତଳେ ପଡ଼ିଗଲା ପରେ, ତାହା ସମ୍ପର୍କରେ ଜ୍ୟୋତିଷ ପଞ୍ଜିକାଠାରୁ ଆରମ୍ଭ କରି କବିରାଜ ପର୍ଯ୍ୟନ୍ତ ଅତି ଆଶ୍ଚର୍ଯ୍ୟଜନକ ଅଭିମତ ଦେଇଛନ୍ତି । ସମସ୍ତ ଭିତରେ ରହିଛି କଇଁଛର ସୁସ୍ବାଦୁ ମାଂସ ଭକ୍ଷଣ କରିବାର ଇଚ୍ଛା । ଶେଷରେ ରାଜା ଅତି ଚତୁରତାର ସହିତ କଇଁଛ ମାଂସ ଭକ୍ଷଣ କରିଛନ୍ତି ଏବଂ ପଡ଼ୋଶୀ ରାଜ୍ୟର ଦୂତକୁ ଯୁଦ୍ଧ ସମ୍ପର୍କରେ ଚେତାବନୀ ଶୁଣାଇଛନ୍ତି ।

(ଗ) ଗଳ୍ପର ସାରକଥା :

ଉପତ୍ୟକା ଭିତରର ସରୋବରର ଜଳ ଥିଲା ସ୍ଵଚ୍ଛ । ପରିବେଶ ଥିଲା ସବୁଜ । ମାତ୍ର ସେହି ସରୋବରରେ ରହୁଥ‌ିବା କଇଁଛ କମ୍ବୁଗ୍ରୀବ, ସେଠାରେ ସନ୍ତୁଷ୍ଟ ନଥିଲା । ସେ ଚାହୁଁଥିଲା ଦୂରର ପର୍ବତଶ୍ରେଣୀ ସେ ପାରିରେ ଥ‌ିବା ସ୍ୱଚ୍ଛତର ସରୋବରକୁ । କାରଣ ସେ ମନେ ମନେ ଭାବିଥିଲା ସେଠିକାର ପରିବେଶ, ଏଠିକାର ପରିବେଶଠାରୁ ଆହୁରି ସୁନ୍ଦର ଓ ସବୁଜ । ସେ ବିହଙ୍ଗଟିଏ ହୋଇଥଲେ ଏହି ପରିବେଶକୁ ଛାଡ଼ି ସେହି ପରିବେଶକୁ ଚାଲିଯାଆନ୍ତା । ଉଡ଼ିବାର ଶକ୍ତି ନଥ‌ିବାରୁ ସେ ନିଜକୁ ନିଜେ ଧ୍ୟାର କଲା । ବେଳେବେଳେ କମ୍ବୁଗ୍ରୀବ କୂଳକୁ ଉଠିଆସେ । ମୁଦୁସମୀରଣରେ ବିଚରଣ କରେ । ଲତାପତ୍ର ଦେହରେ ଲାଗିଥିବା ଶିଶିରବିନ୍ଦୁକୁ ଚାଟିଦିଏ । କଅଁଳିଆ ଘାସଫୁଲକୁ ଚୋବାଇଦିଏ । ଏହାଦ୍ଵାରା ଦୂରାନ୍ତରର ଅଜଣାକୁ ଜାଣିବାର ପିପାସା ତା’ର ବଢ଼େ ସିନା, କମେ ନାହିଁ ।

ଥରେ ଥରେ ସେ ଆଖିବୁଜି ବିମୁଗ୍ଧ କଳ୍ପନାରେ ଦେଖେ ଅଜବ ଦୃଶ୍ୟକୁ । ସେଠାରେ ସେ ଦେଖେ ଗୀତ ବୋଲୁଥୁବା ଗଛଲତାଙ୍କୁ । ମେଘମାଳାରୁ ସିଧା ଝରି ଆସୁଥ‌ିବା ସପ୍ତରଙ୍ଗର ନଦୀକୁ । ପୁଣି ଦେଖେ ନର-ଓ ବାନରଙ୍କର ଲାଙ୍ଗୁଡ଼ର ଉପଯୋଗିତା ସମ୍ପର୍କରେ ତର୍କସଭାକୁ ।

ପ୍ରତିବର୍ଷ ବର୍ଷାଋତୁରେ ସଙ୍କଟ ଓ ବିକଟ ନାମରେ ଦୁଇଗୋଟି ହଂସ ପର୍ବତଶ୍ରେଣୀ ସେପାରିର ବୃହତ୍ତର ସରୋବରକୁ ଯିବା ବାଟରେ, ଏହି ସରୋବରରେ ସପ୍ତାହେ ବିଶ୍ରାମ ନେଉଥିଲେ । ବିଶ୍ରାମ ନେବା ଅବକାଶରେ ସେମାନଙ୍କ ସହିତ କସ୍ତୁଗ୍ରୀବର ସମ୍ପର୍କ ସୃଷ୍ଟି ହୋଇଥିଲା । ପ୍ରତି ବର୍ଷ କର୍ତ୍ତୁଗ୍ରୀବ ହଂସଯୁଗଳଙ୍କୁ ଅପେକ୍ଷା କରି ରହୁଥିଲା । ହଂସଯୁଗଳ ମଧ୍ଯ କଚ୍ଛପର ଅନୁସନ୍ଧିତ୍ସା ସମ୍ପର୍କରେ ଅବଗତ ଥିଲେ । ତେଣୁ ସେମାନେ ଦୂରଦୂରାନ୍ତରର କାହାଣୀ କହି, କଚ୍ଛପର ମନୋରଞ୍ଜନ କରୁଥିଲେ ।

ସେମାନଙ୍କ ମଧ୍ୟରେ ବନ୍ଧୁତା ଯଥେଷ୍ଟ ନିବିଡ଼ ହେବାରୁ, କଚ୍ଛପଟି ସେମାନଙ୍କୁ ପର୍ବତ ସେପାଖରେ ଥ‌ିବା ସରୋବରକୁ ଯିବାର ଇଚ୍ଛାପ୍ରକାଶ କଲା । ପ୍ରସ୍ତାବଟି ସନ୍ଦେହଜନକ ହେଲେ ବି, ସେମାନେ ପରୀକ୍ଷାମୂଳକ ଭାବେ ଅର୍ଥକୋଶ ପଥଯାଏ କଇଁଛକୁ ଉଡ଼ାଇନେଲେ । କାରଣ ଖଣ୍ଡିଏ କାଠିର ଦୁଇପାଖକୁ ହଂସଦ୍ଵୟ କାମୁଡ଼ି ଧରିଥିଲାବେଳେ, ମଝିଟିକୁ କାମୁଡ଼ି ଧରିଥିଲା କଇଁଛ । ଅର୍ଷକୋଶଯାଏ ପରୀକ୍ଷାମୂଳକ ଭାବେ ଗଲାପରେ ସେମାନେ ଏକ ଅନୁଚ୍ଚ ପାହାଡ଼ ଉପରେ ଅବତ୍‌ରଣ କଲେ ।

ପାହାଡ଼ର ଅବତରଣ କଲାପରେ, ସଙ୍କଟ କସ୍ତୁଗ୍ରୀବକୁ ଚେତାଇଦେଲା ଏଥର ନିରବଚ୍ଛିନ୍ନ ଭାବରେ ଉଡ଼ିବାକୁ ପଡ଼ିବ । ଆଉ ଏହି ସମୟରେ ଯେପରି ସେ କେବେବି ପାଟି ଖୋଲିବ ନାହିଁ । କମ୍ବୁଗ୍ରୀବ ହଂସଙ୍କ ସହିତ ଉଡ଼ିଥିବାରୁ ଅଧିକ ଭାବବିହ୍ବଳ ହୋଇଯାଇଥିଲା । ତେଣୁ ସେ କହିଲା, ଏତିକି ମାତ୍ର କଥା କହିବାକୁ ଅବତରଣ କରିବାର କିଛି ଆବଶ୍ୟକତା ନଥୁଲା । କମ୍ବୁଗ୍ରୀବ ଜାଣିପାରୁ ନଥିଲା ଯେ ଉଡ଼ୁଥିଲାବେଳେ ପଦିଏ କଥା ନୁହେଁ, ପାଟି ଖୋଲିବା ମଧ୍ୟ ସମ୍ଭବପର ନୁହେଁ । କମ୍ବୁଗ୍ରୀବ ହଂସଟିର କୌଣସି କଥା ଶୁଣିବାକୁ ଚାହୁଁନଥିଲା, ସେ ବରଂ ବିସ୍ମୟ ଓ ପୁଲକରେ ଚତୁର୍ଦ୍ଦିଗକୁ ନିରୀକ୍ଷଣ କରୁଥିଲା । ପୁନର୍ବାର କମ୍ବୁଗ୍ରୀବ କାଠିକୁ ଦାନ୍ତରେ ଧରିବା ପୂର୍ବରୁ ଗଦ୍ ଗଦ୍ ହୋଇ କହୁଥୁଲା, ‘ଇତିହାସରେ ପ୍ରଥମ କଚ୍ଛପ ମହାକାଶଚାରୀ ଭାବରେ ମୋ ନାମ ଅମର ରହିବ।’’

ହଂସମାନେ ଏଥର ଅପେକ୍ଷାକୃତ ଅଧ୍ଵ ସ୍ବଚ୍ଛନ୍ଦ ଓ ଆତ୍ମବିଶ୍ଵାସର ସହିତ କଚ୍ଛପକୁ ନେଇ ଉଡ଼ି ଉଡ଼ି ଚାଲିଲେ । ସେହି ଦୃଶ୍ୟକୁ ଦେଖି ଅନ୍ୟାନ୍ୟ ପକ୍ଷୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ । ସେମାନେ କଚ୍ଛପ ପ୍ରତି ଅସୂୟା ପ୍ରକାଶ କରି ଅନେକ କଥା କହିଲେ । ଆକାଶରେ ଉଡ଼ି ଉଡ଼ି ଯାଉଥଲାବେଳେ କେତେଜଣ ଗାଈଆଳ ଟୋକା, କଚ୍ଛପକୁ ପାଇବା ଆଶାରେ ହଂସ ସହିତ ତାଳଦେଇ ଦୌଡ଼ିବାକୁ ଲାଗିଲେ । ମାତ୍ର ହଂସମାନେ ଯେତେବେଳେ ନଦୀ ଉପରେ ଉଡ଼ିଲେ, ସେତେବେଳେ ଟୋକାମାନେ ବାଧ୍ୟହୋଇ କୂଳରେ ଅଟକି ରହିଲେ । ଗାଈଆଳ ଟୋକାମାନେ ଅଟକି ଯିବାରୁ କମ୍ମୁଗ୍ରୀବକୁ ଆମୋଦିତ ଲାଗିଲା, ସେ ଖୁସିରେ ତାଳି ମାରିବାକୁ ଇଚ୍ଛାକରି ମଧ୍ଯ ତାଳି ମାରିପାରିଲା ନାହିଁ ।

CHSE Odisha Class 12 Odia Solutions Chapter 13 ଆକାଶ କଇଁଛ

କମ୍ବୁଗ୍ରୀବର ଓଜନ ଯୋଗୁଁ ହଂସମାନେ ବେଶି ଉଚ୍ଚାରେ ଉଡ଼ିପାରୁ ନଥିଲେ । ତଳେ ନଦୀବକ୍ଷରେ ଡଙ୍ଗାରେ ଜଣେ ବୃଦ୍ଧ ତରୁଣୀ ଭାର୍ଯ୍ୟାକୁ ସାଙ୍ଗରେ ନେଇ ଫେରୁଥିଲେ । ତରୁଣୀ ଭାର୍ଯ୍ୟାର ସୂଚନାତ୍ମକ ପ୍ରେରଣାରେ ଅନୁପ୍ରାଣିତ ହୋଇ, ବୃଦ୍ଧଟି ଉଠୁ ଉଠୁ ପଡ଼ିଯାଇଥିଲା । ଏହି ଦୃଶ୍ୟ ଦେଖି କମ୍ବୁ ‘ବୁଦୁ’ ବୋଲି କହି ଆସୁଥିଲେ ବି କଣ୍ଠରୁ କଥା ବାହାରକଲା ନାହିଁ ।

ଅସ୍ତମାନ ସୂର୍ଯ୍ୟଙ୍କର କିରଣ ପଡ଼ିଥିଲା ହଂସମାନଙ୍କର ଡେଣା ଉପରେ ଓ କଇଁଛର ମସୃଣ ପୃଷ୍ଠ ଉପରେ । ସେଥ‌ିପାଇଁ ସେମାନେ ସୁନେଲି ବର୍ଣ୍ଣର ଦେଖାଯାଉଥିଲେ ।

ଅଦୂରରେ ଦେଖାଯାଉଥିଲା ରାଜନବରର ଶିଖର । ଇତି ମଧ୍ୟରେ କେହି ଜଣେ ଦୌଡ଼ିଯାଇ ରାଜାଙ୍କୁ ଏହି ଅଦ୍‌ଭୁତ ଦୃଶ୍ୟ ସମ୍ପର୍କରେ ସମ୍ବାଦ ଦେଇଥିଲା । ରାଜା ସମେତ ସମସ୍ତ ଦରବାରର ସଦସ୍ୟ ଛାତ ଉପରକୁ ଉଠିଯାଇଥିଲେ, ଉଡ଼ନ୍ତା କଇଁଛକୁ ଦେଖିବାପାଇଁ ।

ରାଜା ସେହି ଦୃଶ୍ୟକୁ ଦେଖି କହିଲେ ‘ବିଚିତ୍ର’ । ମାତ୍ର ପାଖରେ ଥ‌ିବା ଜଣେ ବିଦେଶୀ ଦୂତ କହିଲା, ‘ବିଚିତ୍ର କ’ଣ ମଣିମା’, ଆମ ଦେଶରେ ଗୋଟିଏ ଗୋଟିଏ ଘୁଷୁରି ମଧ୍ୟ ଆକାଶରେ ଉଡ଼ିଥାଏ ।’ରାଜା ଏଥିରେ ଅତିଷ୍ଠ ହୋଇ କହିଲେ, ‘ତୁମ ଦେଶରେ ଘୁଷୁରିଙ୍କର କ’ଣ ପର ଅଛି ନା ତୁମ ରାଜାଙ୍କର ଲାଞ୍ଜ ଅଛି ।’’ବାହାସ୍ଫୋଟ ମାରୁଥିବା ରାଜଦୂତର ପାଟି ଖନି ମାରିଯାଇଥଲା । ତଥାପି ନିଜ କଥାର ସତ୍ୟତା ପ୍ରମାଣ କରିବାକୁ କହିଥିଲା, ‘ଆମ ଘୁଷୁରିମାନେ ପକ୍ଷବନ୍ତ ନୁହଁନ୍ତି, ଆମ ଛାମୁଙ୍କର ନାହିଁ ଲାଞ୍ଜ । କିନ୍ତୁ ଆମ ରାଜ୍ୟରେ ମଇଁଷି ଭଳି ବୃହଦାକାର ବିହଙ୍ଗମାନ ଅଛନ୍ତି । ଘୁଷୁରି ଉଡ଼ାଇନେବା ସେମାନଙ୍କର ସଉକ ।’’

ବିଦେଶୀ ଦୂତ କଥା ଶୁଣି ରାଜା କହିଲେ ‘ବିଚିତ୍ର’ ।

ରାଜା ଓ ଦୂତ କଥା ଶୁଣି କମ୍ବୁଗ୍ରୀବ ଭାବପ୍ରବଣ ହୋଇ ଉଠିଲେ । ତା’ ପାଟିରୁ ବାହାରିପଡ଼ିଲା ଏକ ଅବଜ୍ଞାସୂଚକ ଶବ୍ଦ, ‘ବୁଦ୍ଦୁ’ ପରିଣତିରେ ସେ ଚକ୍ରବତ୍ ବୁଲି ବୁଲି ନଅର ଛାଡ଼ ଉପରେ ଶବ୍ଦକରି ଖସିପଡ଼ିଲା ।

ଶବ୍ଦ ଶୁଣି ସଭାସଦ୍‌ବର୍ଗ ଚମକି ପଡ଼ିଲେ । ହଂସଦ୍ଵୟ ବାଡ଼ିଖଣ୍ଡିକ ପକାଇ ଦେଇ ଚିତ୍କାର କରି ନଅର ଉପରେ ଚକ୍‌କର କାଟିବା ପରେ ପାର୍ଶ୍ଵବର୍ତୀ ଏକ ଗଛ ଉପରେ ବସି ପଡ଼ିଲେ ।

ସଭାସଦ୍‌ବର୍ଗ କଚ୍ଛପଟିକୁ ଘେରିଗଲେ । ସମସ୍ତେ ସୁଦୃଶ୍ୟ କଇଁଛକୁ ଦେଖି ତା’ର ମାଂସ ଖାଇବାପାଇଁ ମନରେ ଆଶାପୋଷଣ କଲେ । ମାତ୍ର ନିଜ ନିଜର ପଦର ମର୍ଯ୍ୟାଦା ରଖି ବିଭିନ୍ନ କଥା କହିଲେ ।

ଭୋଜନପ୍ରେମୀ ବିଶେଷଜ୍ଞ କହିଲେ, ‘ଏଇଟି ଦୁର୍ଲଭ ଧରଣର ସୁସ୍ବାଦୁ କଇଁଛ’ ।

କବିରାଜ କହିଲେ – ‘‘ସହସ୍ର ବର୍ଷରେ ଥରେ ଯାଇ ଶୂନ୍ୟରୁ କଚ୍ଛପ ବୃଷ୍ଟିହୁଏ । ଆଉ ସେ କଚ୍ଛପ ମାଂସ ରୋଗବ୍ୟାଧ୍ ଓ ଦୋଷ ଦୁର୍ବଳତାର ପ୍ରତିଷେଧକ ହୋଇଥାଏ ।’’

ଜ୍ୟୋତିଷ କହିଲେ – ଆଜିଠାରୁ ନଅଶହ ବର୍ଷ ନଅମାସ ନଅ ସପ୍ତାହ ପରେ ଭବିଷ୍ୟତରେ, ଏହିପରି କଚ୍ଛପ ଶୂନ୍ୟରୁ ଖସିବ ।

ରାଜା ଚତୁରତାର ସହିତ କଚ୍ଛପ ମାଂସକୁ, ପୀଡ଼ିତମାନଙ୍କୁ ଦେବାକୁ କହି ମୁଖ୍ୟପାଚକ ହାତରେ ଦେଇଦେଲେ । ସେନାପତି ନିଜର ଗଣ୍ଠିବାତରୁ ମୁକ୍ତ ହେବାପାଇଁ ଫାଳେ କଇଁଛ ମାଂସ ଖାଇବେ ବୋଲି ପ୍ରସ୍ତାବ ରଖିଲେ । ସେନାପତିଙ୍କ କଥାଶୁଣି ମନ୍ତ୍ରୀ ଓ ସଭାସଦ୍‌ବର୍ଗ କଚ୍ଛପ ମାଂସ ଭକ୍ଷଣ କରି ନୀରୋଗ ରହିବେ ବୋଲି ପ୍ରକାଶ କଲେ । ରାଜଦୂତ ମଧ୍ୟ କହିଲେ, ଦୁଇ ମହାନ୍ ଦେଶ ମଧ୍ୟରେ ମୈତ୍ରୀଭାବ ରଖିବାକୁ ସେ କଇଁଛ ମାଂସ ଭକ୍ଷଣ କରିବେ । ଇତି ମଧ୍ୟରେ ରାଜାଙ୍କ ପାଇଁ ଛାତ ଉପରକୁ ସିଂହାସନ ଆସିଯାଇଥିଲା । ରାଜା ତହିଁରେ ଉପବେଶନ କରିବାରୁ ଅନ୍ୟମାନେ ତଳେ ବସିପଡ଼ିଥିଲେ ।

ରାଜା ସଭାସଦ୍‌ଙ୍କ ଉଦ୍ଦେଶ୍ୟରେ କହିଲେ, ଯାହାର ଅଧିକ ପ୍ରୟୋଜନ ସେ ନିଶ୍ଚୟ କଚ୍ଛପ ମାଂସ ଖାଇବ । ମାତ୍ର ଏହି ଜୀବଟି ତଳକୁ ଖସିଲାବେଳେ କ’ଣ ଗୋଟିଏ ଶବ୍ଦ କହିଥିଲା, ତାହା ଶୁଣିବାକୁ ଚାହିଁଥିଲେ । ଏହି ପ୍ରଶ୍ନର ଉତ୍ତରରେ ଲମ୍ବକର୍ଣ୍ଣ ଥ‌ିବା ସଭାସଦ୍ କହିଥିଲା, ‘ଜୀବଟି ‘ବୁଦୁ’ ବୋଲି କହିଥିଲା ।’’

ରାଜା ଗୋଟି ଗୋଟି କରି ସମସ୍ତ ସଭାସଦ୍ ଓ ରାଜଦୂତକୁ, କିଏ ବୁଦ୍ଧି ହୋଇପାରେ ବୋଲି ପ୍ରଶ୍ନ ପଚାରିଥିଲେ । ମାତ୍ର ନିଜର ପଦବୀ ସୁରକ୍ଷା ଭୟରେ କେହି ନିଜକୁ ବୁଦୁ ବୋଲି କହିନଥିଲେ । ଅତିଥ୍ ଭାବରେ ରହିଥ‌ିବା ରାଜଦୂତ କେବେ ବୁଦୁ ହୋଇ ନପାରନ୍ତି, କାରଣ ସେ କୂଟନୈତିକ ବୈଶିଷ୍ଟ୍ୟଯୁକ୍ତ । ମନ୍ତ୍ରୀମାନେ କେବଳ ମନ୍ତ୍ରୀ, ସେମାନେ କେବେହେଲେ ଏକାଧାରରେ ମନ୍ତ୍ରୀ ଓ ବୁଦୁ ହୋଇପାରିବେ ନାହିଁ । ସେହିପରି ଯେଉଁ ସେନାପତି, ସର୍ବସମ୍ମୁଖରେ ଏପରିକି ବିଦେଶୀ ଦୂତଙ୍କ ଉପସ୍ଥିତିରେ ନିଜ ଗଣ୍ଠିବାତର ରହସ୍ୟ ପ୍ରକାଶ କରିଦେଲେ, ସେ ନିଶ୍ଚୟ ଜଣେ ବିଜ୍ଞ ।

ଏହିପରି ସମସ୍ତଙ୍କୁ ପ୍ରଶ୍ନ ପଚାରିଲା ପରେ, ରାଜା ନିଜକୁ ବୁଦ୍ଧି ବୋଲି କହି କାନ୍ଦି ଉଠିଲେ । କିନ୍ତୁ ରାଜା ବୁଦ୍ଧି ହେଲେ ଚଳିବ ନାହିଁ, ସେଥ‌ିପାଇଁ ତାଙ୍କୁ ସମଗ୍ର କଚ୍ଛପ ମାଂସ ଖାଇ ବୁଦୁ ବ୍ୟାଧିରୁ ମୁକ୍ତ ହେବାକୁ ପଡ଼ିବ । ତେଣୁ ସଦ୍ୟ ପ୍ରସ୍ତୁତ ହୋଇଥିବା କଚ୍ଛପ ମାଂସକୁ ରାଜା ଏକାକୀ ଖାଇଥିଲେ ।

ତତ୍‌ପରେ ସେ ସଭାସଦ୍‌ଙ୍କୁ ଚୁପ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ରାଜଦୂତ ରାଜାଙ୍କ ସମ୍ମୁଖରେ ଅସମ୍ଭବ କଥାକହି ବାହାବା ନେବାକୁ କହିଥିଲା, ତା’ ଉଦ୍ଦେଶ୍ୟରେ କହିଥିଲେ, ‘ଶୁଣ ଦୂତ ମହାଶୟ ! ମାସଟିଏ ସମୟ ଦେଲି | ତମ ରାଜ୍ୟରେ ସୁଲଭ ଥିବା ମଇଁଷି ଆକାରର ବିହଙ୍ଗରୁ ହଳେ ନେଇଆସ । ନ ହେଲେ ତମ ରାଜ୍ୟ ଆମର ଏକ ତାଲୁକରେ ପରିଣତ ହେବ । ଦୀର୍ଘକାଳ ହେବ ଆମ୍ଭେ କୌଣସି ମହତ୍ କାର୍ଯ୍ୟରେ ହାତ ଦେଇନାହୁଁ; ଫଳରେ ଆମ ସୈନ୍ୟମାନେ ମୋଟେଇ ଯାଇଛନ୍ତି, ସେନାପତି ଗଣ୍ଠିବାତ ଭୋଗୁଛନ୍ତି । ଯୁଦ୍ଧଟିଏ ଅଭାବର ଏ ଦୁର୍ଦ୍ଦଶା ସିନା ।’’

ରାଜା ଚତୁରତାର ସହିତ କେବଳ କଇଁଛ ମାଂସ ଖାଇଲେ ନାହିଁ, ବରଂ ରାଜ୍ୟର ପାରିଷଦଙ୍କ ପାଇଁ ଉପଯୁକ୍ତ କର୍ମର ବ୍ୟବସ୍ଥା କରାଇଦେଲେ ।

ହାସ୍ୟ ଓ ବ୍ୟଙ୍ଗ ମାଧ୍ୟମରେ ଗାଳ୍ପିକ ପ୍ରତ୍ୟେକ ଚରିତ୍ରଙ୍କର ମନୋଭାବକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି ।

Leave a Comment