Odisha State Board CHSE Odisha Class 12 Odia Solutions Chapter 5 ବଡ଼ପଣ Textbook Exercise Questions and Answers.
CHSE Odisha Class 12 Odia Chapter 5 ବଡ଼ପଣ Question Answer
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର
(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।
Question ୧।
“କେଶରୀ ଔରସେ ତୁମ୍ଭେ ସିନା ଶ୍ଵାନ’’ – ଏହା କାହାକୁ କୁହାଯାଇଛି ?
(i) ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କୁ
(ii) ସାମନ୍ତ ଚନ୍ଦ୍ରଶେଖରଙ୍କୁ
(iii) ଇଂରେଜ ସାହେବମାନଙ୍କୁ
(iv) କବି ରାଧାନାଥଙ୍କୁ
Answer:
(i) ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କୁ
Question ୨।
ବହ୍ନିଶିଖା ପରି ଉର୍ଦ୍ଧ୍ୱଗାମୀ କିଏ ଥିଲେ ?
(i) ସାମନ୍ତ ଚନ୍ଦ୍ରଶେଖର
(ii) ଉତ୍କଳର ଗଜପତି
(iii) ଉତ୍କଳର ସେନାପତି
(iv) ବକ୍ସି ଜଗବନ୍ଧୁ
Answer:
(ii) ଉତ୍କଳର ଗଜପତି
Question ୩ ।
କବି ରାଧାନାଥ ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କର ପିତୃଗଣଙ୍କୁ ପରମ ଉଦାର ବୋଲି କାହିଁକି କହିଛନ୍ତି ?
(i) ସେମାନେ ସୁଶାସକ ଥିଲେ ।
(ii) ଶକ୍ତିଶାଳୀ ଯୋଦ୍ଧା ଥିଲେ ।
(iii) ରାଜ୍ୟକୁ ଏକ ପରିବାର ମନେ କରୁଥିଲେ ।
(iii) ରାଜ୍ୟକୁ ଏକ ପରିବାର ମନେ କରୁଥିଲେ ।
Answer:
(iii) ରାଜ୍ୟକୁ ଏକ ପରିବାର ମନେ କରୁଥିଲେ ।
Question ୪।
କବିଙ୍କ ସମୟର ରାଜା ଓ ପ୍ରଜାଙ୍କ ସମ୍ପର୍କ କିପରି ଥୁଲା ?
(i) ଶୁଆଶାରୀ ପରି
(ii) ବାଜ-ପାରା ପରି
(iii) ସିଂହ-ଶଶକ ପରି
(iv) ପିତା-ପୁତ୍ର ପରି
Answer:
(ii) ବାଜ-ପାରା ପରି
Question ୫ ।
ଦରବାରୀ ରାଜାମାନେ ପ୍ରଜାମାନଙ୍କୁ କିପରି ଭୟଭୀତ କରୁଥିଲେ ?
(i) ବେତମାଡ଼ ଦେଇ
(ii) କର ଆଦାୟ କରି
(iii) ବିଦେଶୀ ବନ୍ଧୁକ ଦେଖାଇ
(iv) ବନ୍ଦୀ କରି
Answer:
(iii) ବିଦେଶୀ ବନ୍ଧୁକ ଦେଖାଇ
Question ୬ ।
ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କର ସର୍ବସ୍ଵ କ’ଣ ଥିଲା ?
(i) ଧନ ସକ୍ରିମଉ
(ii) ସୁନା
(iii) ଗନ୍ତାଘର
(iv) ସୈନ୍ୟସାମନ୍ତ
Answer:
(ii) ଗନ୍ତାଘର
Question ୭ ।
ଦୁଃଖୀରଙ୍କିଙ୍କୁ ଶୋଷଣ କରି ରାଜାମାନେ ବିଦେଶୀଙ୍କୁ କ’ଣ ଖୁଆଉଥିଲେ ?
(i) ଘିଅ ଅଟା
(iii) କୁକ୍କୁଟାଣ୍ଡ
(iii) କୁକ୍କୁଟାଣ୍ଡ
(iv) ଖୁଦକୁଣ୍ଡା
Answer:
(ii) ଛାଗମୁଣ୍ଡା
Question ୮ ।
ରାଜାମାନେ କିପରି ନିଜର ମାଲଖାନା ପୂର୍ଣ୍ଣ କରୁଥିଲେ ?
(i) ପ୍ରଜାମାନଙ୍କ ଧନ ଅପହରଣ କରି
(ii) ଜରିମାନା କରି
(iii) ବ୍ରିଟିଶ ସରକାରଙ୍କଠାରୁ କରଜ ଆଣି
(iv) ଭୂ-ସମ୍ପତ୍ତି ବିକ୍ରି କରି
Answer:
(ii) ଜରିମାନା କରି
Question ୯ ।
ଧନ ଅର୍ଜନର ସଫଳତା କେଉଁଠି ଥାଏ ?
(i) ଖାଇ ପିଇ ଆରାମ କରିବାରେ
(ii) ବିଳାସ ବ୍ୟସନରେ ବ୍ୟୟ କରିବାରେ
(iii) ସୁବ୍ୟୟରେ
(iv) ଅନ୍ୟକୁ ଦାନ କରିବାରେ
Answer:
(iii) ସୁବ୍ୟୟରେ
Question ୧୦ ।
ବିଶ୍ଵବିଜୟୀ ଆଲେକ୍ଜାଣ୍ଡର ସମୁଦ୍ର କୂଳରେ ପହଞ୍ଚ୍ କାହିଁକି କାନ୍ଦି ପକାଇଥିଲେ ?
(i) ଯୁଦ୍ଧ କରି କ୍ଲାନ୍ତ ହୋଇ ଯାଇଥିବାରୁ
(ii) ଜୟ କରିବାକୁ ଆଉ ରାଜ୍ୟ ନ ଥିବାରୁ
(iii) ପୁରୁଙ୍କ ସହିତ ହାରି ଯିବାରୁ
(iv) ରୋଗଗ୍ରସ୍ତ ହୋଇ ଯାଇଥିବାରୁ
Answer:
(ii) ଜୟ କରିବାକୁ ଆଉ ରାଜ୍ୟ ନଥିବାରୁ
Question ୧୧।
‘‘ଆସିଥିଲି ଫେରିଗଲି ଶୂନ୍ୟହସ୍ତେ’’ – ଉକ୍ତିଟି କାହାର ?
(i) ଉତ୍କଳର ଗଜପତି
(ii) ବିଶ୍ଵବିଜୟୀ ଆଲେକ୍ଜାଣ୍ଡର
(iii) ସାମନ୍ତ ଚନ୍ଦ୍ରଶେଖର
(iv) ଜଣେ ସାଧାରଣ ପ୍ରଜାର
Answer:
(ii) ବିଶ୍ଵବିଜୟୀ ଆଲେକ୍ଜାଣ୍ଡର
Question ୧୨ ।
ଭଙ୍ଗା ମାଠିଆରୁ ପାଣି ବୋହିଯିବା ପରି ମଣିଷ ଜୀବନରୁ କ’ଣ ସରିଯାଏ ?
(i) ବଳ
(ii) ଆୟୁ
(iii) ଧନ
(iv) ଯୌବନ
Answer:
(ii) ଆୟୁ
Question ୧୩ ।
ମୃତ୍ୟୁ ବହୁ ଦୂରରେ ଅଛି ବୋଲି ମନେକରି ଯିଏ ହସୁଥାଏ ତା’ର କିପରି ଗତି ଘଟେ ?
(i) ହସି ହସି ମୃତ୍ୟୁ ତା’ ପଛରେ ଆସି ବସିଯାଏ ।
(ii) ତା’ ଜୀବନ ଦୀର୍ଘସ୍ଥାୟୀ ହୋଇଯାଏ ।
(iii) ମୃତ୍ୟୁ ଭୟ ଲୋପ ପାଇଯାଏ ।
(iv) ଆନନ୍ଦରେ ରହେ ।
Answer:
(i) ହସି ହସି ମୃତ୍ୟୁ ତା’ ପଛରେ ଆସି ବସିଯାଏ ।
Question ୧୪ ।
ଆୟୁ ବଢ଼ିଗଲେ ଜୀବନରେ ମାୟାର ପ୍ରଭାବ କିପରି ହୁଏ ବୋଲି କବି କହିଛନ୍ତି ?
(i) ଛାୟା ପରି ବଢ଼ିଯାଏ
(ii) ବ୍ୟକ୍ତି ନିର୍ଲିପ୍ତ ହୋଇଯାଏ
(iii) ମାୟାର ଆକର୍ଷଣ ରହେନାହିଁ
(iv) ମାୟା କମିଯାଏ
Answer:
(i) ଛାୟା ପରି ବଢ଼ିଯାଏ
Question ୧୫ ।
ବିଧାତା ଧର୍ମ ରୂପକ ପୋତ ଗଢ଼ିଛନ୍ତି କାହିଁକି ?
(i) ସଂସାର ବାରିସ୍କୁ ଅତିକ୍ରମ କରିବାପାଇଁ ।
(ii) ଧର୍ମହୀନ ବ୍ୟକ୍ତିକୁ ଧର୍ମ ସମ୍ପର୍କରେ ସଚେତନ କରିବାପାଇଁ ।
(iii) ଧର୍ମର ପ୍ରସାର କରିବାପାଇଁ ।
(iv) ରାଜ୍ୟ ଶାସନ କରିବାପାଇଁ ।
Answer:
(i) ସଂସାର ବାରିଧ୍ଵ ଅତିକ୍ରମ କରିବାପାଇଁ ।
(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।
Question ୧।
‘ବଡ଼ପଣ’ କବିତା ରାଧାନାଥଙ୍କ କେଉଁ କାବ୍ୟରୁ ଆସିଅଛି ?
Answer:
‘ବଡ଼ପଣ’ କବିତା ରାଧାନାଥଙ୍କ ‘ଦରବାର’ କାବ୍ୟରୁ ଆସିଅଛି ।
Question ୨ ।
ଦରବାରରେ ଯୋଗ ଦେଇଥିବା ରାଜା ଓ ଜମିଦାରମାନେ କ’ଣ ବିକି ଭାଙ୍ଗି ଖାଉଥିଲେ ?
Answer:
ଦରବାରରେ ଯୋଗ ଦେଇଥିବା ରାଜା ଓ ଜମିଦାରମାନେ ପୂର୍ବପୁରୁଷର ବିଶାଳ ପ୍ରତିଷ୍ଠାକୁ ବିକି ଭାଙ୍ଗି ଖାଉଥିଲେ ।
Question ୩ ।
କିଏ ବହ୍ନିଶିଖା ପରି ସଦା ଊର୍ଦ୍ଧ୍ୱଗାମୀ ଥିଲେ ?
Answer:
ଉତ୍କଳର ରାଜା ବା ଗଜପତିମାନେ ବହ୍ନିଶିଖା ପରି ସଦା ଊର୍ଦ୍ଧ୍ୱଗାମୀ ଥିଲେ ।
Question ୪ ।
ବହ୍ନିଶିଖାର ଧର୍ମ କ’ଣ ?
Answer:
ବହ୍ନିଶିଖାର ଧର୍ମ ସଦା ଊର୍ଦ୍ଧ୍ୱଗାମୀ ହେବା ।
Question ୫ ।
ଜଳଧାରାର ଧର୍ମ କ’ଣ ?
Answer:
ଜଳଧାରାର ଧର୍ମ ସର୍ବଦା ଅଧୋଗତି ବା ନିମ୍ନକୁ ଗତି କରିବା ।
Question ୬।
ପୂର୍ବ ରାଜାମାନଙ୍କର ବଂଶଧର ହୋଇ ଆଜିର ରାଜା ଓ ଜମିଦାରମାନଙ୍କର କିପରି ଅବସ୍ଥା ହୋଇଛି ?
Answer:
ପୂର୍ବ ରାଜାମାନଙ୍କର ବଂଶଧର ହୋଇ ଆଜିର ରାଜା ଓ ଜମିଦାରମାନଙ୍କର ଅବସ୍ଥା ଜଳଧାରା ପରି ଅଧୋଗତି ହୋଇଛି ।
Question ୭ ।
ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ କିପରି ଥିଲେ ?
Answer:
ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ ବହ୍ନିଶିଖା ପରି ସଦା ଊର୍ଷଗାମୀ ଓ ଉଦାର ଥିଲେ ।
Question ୮ ।
କେଉଁମାନେ ରାଜ୍ୟକୁ ନିଜ ପରିବାର ପରି ମନେ କରୁଥିଲେ ?
Answer:
କବିଙ୍କ ସମୟରେ ଯୋଗ ଦେଇଥିବା ରାଜାମାନଙ୍କର ପିତୃଗଣ ରାଜ୍ୟକୁ ନିଜ ପରିବାର ପରି ମନେ କରୁଥିଲେ ।
Question ୯ ।
ଏବେ ରାଜା ଓ ପ୍ରଜାଙ୍କ ସମ୍ପର୍କ କିପରି ବୋଲି କୁହାଯାଇଛି ?
Answer:
ଏବେ ରାଜା ଓ ପ୍ରଜାଙ୍କ ସମ୍ପର୍କ ଖାଦକ ଓ ଖାଦ୍ୟର ସମ୍ପର୍କ; ଯାହାକୁ କବି ବାଜ ଓ ପାରାର ସମ୍ପର୍କ ବୋଲି କହିଛିନ୍ତି ।
Question ୧୦ ।
ରାଜଭୋଗର ଅଭିଳାଷ ପ୍ରଜାଙ୍କଠାରୁ କ’ଣ କାଢ଼ିନେଲା ?
Answer:
ରାଜଭୋଗର ଅଭିଳାଷ ପ୍ରଜାଙ୍କଠାରୁ ଶ୍ରୀମାର୍ଜିତ ଗ୍ରାସ କାଢ଼ିନେଲା ।
Question ୧୧ ।
ଦେଶୀ ହୋଇ ରାଜାମାନେ କେଉଁ ବିଦେଶୀ ନୀତି ଅବଲମ୍ବନ କରୁଥିଲେ ?
Answer:
ଦେଶୀ ହୋଇ ରାଜାମାନେ ସର୍ବଶୋଷୀ ବିଦେଶୀ ନୀତି ଅବଲମ୍ବନ କରୁଥିଲେ ।
Question ୧୨ ।
ପ୍ରଜାଙ୍କ ଚିତ୍ତକୁ ପୂର୍ବ ରାଜାମାନେ କିପରି ବାନ୍ଧିଥିଲେ ?
Answer:
ପ୍ରଜାଙ୍କ ଚିତ୍ତକୁ ପୂର୍ବ ରାଜାମାନେ ବାତ୍ସଲ୍ୟ ସ୍ନେହରେ ବାନ୍ଧିଥିଲେ ।
Question ୧୩ ।
କିଏ ବିଦେଶୀ ସଙ୍ଗିନରେ ପ୍ରଜାମାନଙ୍କୁ ଭୟଭୀତ କରୁଥିଲେ ?
Answer:
ସେ ସମୟର ରାଜାମାନେ; ଯେଉଁମାନେ ଦରବାରରେ ଉପସ୍ଥିତ ଥିଲେ, ସେମାନେ ବିଦେଶୀ ସଙ୍ଗିନରେ ପ୍ରଜାମାନଙ୍କୁ ଭୟଭୀତ କରୁଥିଲେ ।
Question ୧୪ ।
ଆଜିର ରାଜାମାନଙ୍କର ସର୍ବସ୍ଵ କ’ଣ ?
Answer:
ଆଜିର ରାଜାମାନଙ୍କର ସର୍ବସ୍ଵ ହେଉଛି ଗନ୍ତାଘର, ପ୍ରାସାଦ, ଗାଭୀ, ଅଶ୍ଵ ଓ ହସ୍ତୀ ।
Question ୧୫ ।
ଆଜିର ରାଜଧର୍ମ କିପରି ବୋଲି କୁହାଯାଇଛି ?
Answer:
ଆଜିର ରାଜଧର୍ମ ହେଉଛି କୌଣସି ପ୍ରକାରେ ପ୍ରଜାମାନଙ୍କ ଧନକୁ ବୋହି ଆଣିବା ।
Question ୧୬ ।
କବି କେଉଁମାନଙ୍କୁ କାନକୁହା ବୋଲି କବି କହିଛନ୍ତି ?
Answer:
କବି ମନ୍ତ୍ରୀମାନଙ୍କୁ କାନକୁହା ବୋଲି କହିଛନ୍ତି ।
Question ୧୭ ।
ଦୁଃଖୀରଙ୍କିଙ୍କୁ ତଣ୍ଡି ରାଜାଗଣ ବିଦେଶୀଙ୍କୁ କ’ଣ ଖୁଆଉଥିଲେ ?
Answer:
ଦୁଃଖୀରଙ୍କିଙ୍କୁ ତଣ୍ଡି ରାଜାଗଣ ବିଦେଶୀଙ୍କୁ କୁକ୍କୁଟାଣ୍ଡ ଖୁଆଉଥିଲେ ।
Question ୧୮ ।
କାଣ୍ଡପୃଷ୍ଠ ହୁଣ୍ଡା ବୋଲି କାହାକୁ କୁହାଯାଇଛି ?
Answer:
“କାଣ୍ଡପୃଷ୍ଠ ହୁଣ୍ଡା ବୋଲି ଜ୍ଞାନଶୂନ୍ୟ ଅସ୍ତ୍ର ବ୍ୟବସାୟୀଙ୍କୁ କୁହାଯାଇଛି ।
Question ୧୯ ।
ପ୍ରଜାଙ୍କ ମଧ୍ୟରେ କିଏ ପାପବୃଦ୍ଧିକୁ ମନାସୁଥିଲେ ?
Answer:
ପ୍ରଜାଙ୍କ ମଧ୍ୟରେ ସେ ସମୟର ରାଜା ଓ ଜମିଦାରମାନେ ପାପବୃଦ୍ଧିକୁ ମନାସୁଥିଲେ ।
Question ୨୦ ।
ରାଜାମାନେ କିପରି ନିଜର ମାଲଖାନା ଭରୁଥିଲେ ?
Answer:
ରାଜାମାନେ ପ୍ରଜାମାନଙ୍କ ଉପରେ ଜୋରିମାନା କରି, ସେହି ଧନରେ ନିଜର ମାଲଖାନା ଭରୁଥିଲେ ।
Question ୨୧ ।
କେଉଁ ଚିନ୍ତା ବିନା ରାଜାମାନଙ୍କର ଅନ୍ୟ ଚିନ୍ତା ନ ଥିଲା ?
Answer:
ଧନ ଚିନ୍ତା ବିନା ରାଜାମାନଙ୍କର ଅନ୍ୟ ଚିନ୍ତା ନ ଥିଲା ।
Question ୨୨ ।
ଜାଗ୍ରତ ଓ ସ୍ଵପ୍ନରେ ରାଜାମାନଙ୍କଠାରେ କେଉଁ ଲାଳସା ଜାତ ହେଉଥିଲା ?
Answer:
ଜାଗ୍ରତ ଓ ସ୍ବପ୍ନରେ ରାଜାମାନଙ୍କଠାରେ ଧନର ଲାଳସା ଜାତ ହେଉଥିଲା ।
Question ୨୩ ।
ଧନର ସାଫଲ୍ୟ କେଉଁଥିରେ ଥାଏ ?
Answer:
ଧନର ସାଫଲ୍ୟ ସୁ ବ୍ୟୟରେ ହିଁ ଥାଏ ।
Question ୨୪ ।
କିଏ ଧନକୁ ଜଗି ବସିଥାଏ ?
Answer:
ଯକ୍ଷ ଭଳି ରାଜା ଧନକୁ ଜଗି ବସିଥାଏ ।
Question ୨୫ ।
ରାଧାନାଥ କାହାକୁ ସ୍କନ୍ଦର ବୋଲି କହିଛନ୍ତି ?
Answer:
ରାଧାନାଥ ଗ୍ରୀକ୍ ବୀର ଆଲେକ୍ଜାଣ୍ଡରଙ୍କୁ ସ୍ପନ୍ଦର ବୋଲି କହିଛନ୍ତି ।
Question ୨୬ ।
ସ୍କନ୍ଦର କାହିଁକି କାନ୍ଦୁଥିଲେ ?
Answer:
ଜିଣିବାକୁ ଆଉ ଧରାଖଣ୍ଡ ନ ଥିବାରୁ ସ୍କନ୍ଦର କାନ୍ଦୁଥିଲେ ।
Question ୨୭ ।
‘ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ’ – କିଏ କହିଛନ୍ତି ?
Answer:
‘ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ’ – ବିଶ୍ବବିଜୟୀ ଆଲେକ୍ଜାଣ୍ଡର ବା ସ୍କନ୍ଦର କହିଛନ୍ତି ।
Question ୨୮ ।
ଲକ୍ଷ-ଶୋଷୀ ବୋଲି କାହାକୁ କୁହାଯାଇଛି ?
Answer:
ସେ ସମୟର ରାଜା ଓ ଜମିଦାରଗୋଷ୍ଠୀ ଯେଉଁମାନେ ନିଜକୁ ଲକ୍ଷ-ପୋଷୀ ବୋଲି କହୁଛନ୍ତି, ସେହିମାନଙ୍କୁ ଲକ୍ଷ-ଶୋଷୀ ବୋଲି କବି କହିଛନ୍ତି ।
Question ୨୯ ।
ରାଜା ଓ ଜମିଦାରମାନେ କାହିଁକି ପ୍ରଜାଙ୍କୁ ଶୋଷଣ କରନ୍ତି ?
Answer:
ରାଜା ଓ ଜମିଦାରମାନେ ଗଣିକା, ଓକିଲ, ଛାମୁଆ ପୋଷଣ ଲାଗି ପ୍ରଜାଙ୍କୁ ଶୋଷଣ କରନ୍ତି ।
Question ୩୦ ।
ପାପବିତ୍ତ କିପରି ଅର୍ଜିତ ହୁଏ ?
Answer:
ପ୍ରଜାଙ୍କର ରକ୍ତ, ସ୍ବେଦ, ଲୋତକରେ ଅର୍ଜିତ ଧନରାଶି ଲୁଣ୍ଠନଦ୍ୱାରା ପାପବିତ୍ତ ଅର୍ଜିତ ହୁଏ ।
Question ୩୧ ।
ଭଙ୍ଗା ମାଠିଆରୁ ପାଣି ବୋହିଗଲା ପରି କ’ଣ ପ୍ରତିକ୍ଷଣରେ ବୋହି ଯାଉଅଛି ?
Answer:
ଭଙ୍ଗା ମାଠିଆରୁ ପାଣି ବୋହିଗଲା ପରି ଶରୀରରୁ ଆୟୁ ପ୍ରତିକ୍ଷଣ ବୋହି ଯାଉଅଛି ।
Question ୩୨ ।
କାଳ କିପରି ?
Answer:
କାଳ କ୍ରୂର ଓ ବଡ଼ ଅବିଶ୍ୱାସୀ ।
Question ୩୩ ।
କାହାକୁ ଅବିଶ୍ବାସୀ ବୋଲି କୁହାଯାଇଛି ?
Answer:
କ୍ରୂର କାଳକୁ ଅବିଶ୍ୱାସୀ ବୋଲି କୁହାଯାଇଛି ।
Question ୩୪ ।
କିଏ ହଠାତ୍ ଆସି ହାବୁଡ଼ି ଯିବ ବୋଲି କୁହାଯାଇଛି ?
Answer:
କ୍ରୂର କାଳ ହଠାତ୍ ଆସି ହାବୁଡ଼ି ଯିବ ବୋଲି କୁହାଯାଇଛି ।
Question ୩୫ ।
କାହା ପଛରେ କାଳ ଲୁଚି ବସିଥାଏ ?
Answer:
କାଳ ଦୂରରେ ଅଛି, ଏହା ବିଚାର କରି ଯିଏ ହସୁଥାଏ, କାଳ ତାହା ପଛରେ ଲୁଚି ବସିଥାଏ ।
Question ୩୬ ।
ଛାୟା କେତେବେଳେ ବଢ଼ିଯାଏ ?
Answer:
ସୂର୍ଯ୍ୟ ଯେତେଯେତେ ପଶ୍ଚିମ ଦିଗକୁ ଯାଆନ୍ତି ବା ସମୟ ଯେତେବେଳେ ବଢ଼ିଯାଏ, ଛାୟା ସେତେବେଳେ ବଢ଼ିଯାଏ ।
Question ୩୭ ।
ରାଧାନାଥ ମାୟାକୁ କାହା ସହିତ ତୁଳନା କରିଛନ୍ତି ?
Answer:
ରାଧାନାଥ ମାୟାକୁ ଛାୟା ସହିତ ତୁଳନା କରିଛନ୍ତି ।
Question ୩୮ ।
ମାୟାର ଚେର ଭେଦିଗଲେ କି କ୍ଷତି ହୁଏ ?
Answer:
ମାୟାର ଚେର ଭେଦିଗଲେ ଅନ୍ତକ ସେତିକି ରଗଡ଼ି ଝିଙ୍କିଥାଏ ।
Question ୩୯ ।
ଅନ୍ତକ କିଏ ?
Answer:
ଅନ୍ତକ ହେଉଛି ମୃତ୍ୟୁ ଦେବତା ‘ଯମ’ ।
Question ୪୦ ।
ବେଳ ଥାଉଁ ଥାଉଁ କ’ଣ ଅର୍ଜନ କରିବାକୁ କବି ପରାମର୍ଶ ଦେଇଛନ୍ତି ?
Answer:
ବେଳ ଥାଉଁ ଥାଉଁ ଧର୍ମ ଅର୍ଜନ କରିବାକୁ କବି ପରାମର୍ଶ ଦେଇଛନ୍ତି ।
Question ୪୧ ।
ସଂସାରରେ ଜନ୍ମଫଳରୁ କ’ଣ ମିଳେ ?
Answer:
ସଂସାରରେ ଜନ୍ମଫଳରୁ ବଡ଼ପଣ ମିଳେ ।
Question ୪୨ ।
ବଡ଼ପଣ କିପରି ଚିରସ୍ଥାୟୀ ହୁଏ ?
Answer:
ବଡ଼ପଣ ଧର୍ମଫଳରୁ ଚିରସ୍ଥାୟୀ ହୁଏ ।
Question ୪୩ ।
ବିଧାତା କି ପୋତ ଗଢ଼ିଛନ୍ତି ?
Answer:
ବିଧାତା ଧର୍ମ ପୋତ ଗଢ଼ିଛନ୍ତି ।
Question ୪୪ ।
ଭଗବାନ କାହିଁକି ଧର୍ମର ପୋତ ଗଢ଼ିଛନ୍ତି ?
Answer:
ଭଗବାନ ସଂସାର ବାରିସ୍ ତରିବାପାଇଁ ଧର୍ମର ପୋତ ଗଢ଼ିଛନ୍ତି ।
Question ୪୫ ।
ସଂସାରକୁ କବି କାହା ସହିତ ତୁଳନା କରିଛନ୍ତି ?
Answer:
ସଂସାରକୁ କବି ବାରିଧ୍ ବା ସମୁଦ୍ର ସହିତ ତୁଳନା କରିଛନ୍ତି ।
Question ୪୬ ।
ସଂସାରରେ ମହତପଣିଆ କ’ଣ ?
Answer:
Question ୪୭ ।
ସଂସାରର ସବୁ ବଡ଼ପଣକୁ କବି କ’ଣ ବୋଲି କହିଛନ୍ତି ?
Answer:
ସଂସାରର ସବୁ ବଡ଼ପଣକୁ କବି ଅଢ଼େଇଦିନିଆ ବୋଲି କହିଛନ୍ତି ।
Question ୪୮ ।
ଦ୍ବିଲୋକସାଧନୀ ବୋଲି କବି କାହାକୁ କହିଛନ୍ତି ?
Answer:
ଧର୍ମରୂପକ ବଡ଼ପଣକୁ କବି ଦ୍ବିଲୋକସାଧନୀ ବୋଲି କହିଛନ୍ତି ।
Question ୪୯ ।
କେଉଁ ବଡ଼ପଣରେ ମତି ବଦଳାଇବାକୁ କବି ପରାମର୍ଶ ଦେଇଛନ୍ତି ?
Answer:
ଯେଉଁ ବଡ଼ପଣ ଦୁଇ ଲୋକର ହିତ ସାଧନ କରେ ଏବଂ ଯାହାପାଖକୁ କାଳ ପ୍ରବେଶ କରିପାରେ ନାହିଁ, ସେହି ବଡ଼ପଣରେ ମନ ବଳାଇବାପାଇଁ କବି ପରାମର୍ଶ ଦେଇଛନ୍ତି ।
Question ୫୦ ।
କେଉଁଥରେ ମନ ବାହୁଡ଼ାଇ ନେବାପାଇଁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି ?
Answer:
ଲଳସାରୁ ମନ ବାହୁଡ଼ାଇ ନେବାପାଇଁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି ।
Question ୫୧ ।
ନିଜେ ଉଚ୍ଚ ହୋଇ କ’ଣ ଲାଭ କରିବାପାଇଁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି ।
Answer:
ନିଜେ ଉଚ୍ଚ ହୋଇ ଉଚ୍ଚତର ଗତି ଲାଭ କରିବାପାଇଁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି ।
(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ରହିବ । ପ୍ରଶ୍ନର ମୂଲ୍ୟ ୨ ନମ୍ବର ।
କବିତା – ବଡ଼ପଣ, କବି – କବିବର ରାଧାନାଥ ରାୟ ।
Question ୧।
କବି ରାଧାନାଥ କେଉଁମାନଙ୍କୁ ‘‘କେଶରୀ-ଔରସେ ଶ୍ଵାନ’’ ବୋଲି କହଛନ୍ତି ?
Answer:
ସେ ସମୟର ରାଜା ଓ ଜମିଦାରମାନଙ୍କୁ ବ୍ୟଙ୍ଗକରି କବି ରାଧାନାଥ ‘କେଶରୀ ଔରସେ ଶ୍ଵାନ’ ବୋଲି କହିଛନ୍ତି ।
Question ୨।
ପୂର୍ବପୁରୁଷର ବିଶାଳ ପ୍ରତିଷ୍ଠାକୁ କବିଙ୍କ ସମୟର ରାଜାମାନେ କିପରି ନଷ୍ଟ କରିଥିଲେ ?
Answer:
ପୂର୍ବପୁରୁଷର ବିଶାଳ ପ୍ରତିଷ୍ଠାକୁ କବିଙ୍କ ସମୟର ରାଜାମାନେ ନ ବଢ଼ାଇ ବରଂ ତାହାକୁ ବିକି ଭାଙ୍ଗି ଖାଉଥିଲେ ଏବଂ ବଡ଼ାଇ ଦେଖାଇ ହୋଇ ନଷ୍ଟକରି ଦେଉଥିଲେ ।
Question ୩ ।
‘ବହ୍ନିଶିଖା ପରି ସଦା ଊର୍ଦ୍ଧ୍ୱଗାମୀ’ କାହା ଉଦ୍ଦେଶ୍ୟରେ କୁହାଯାଇଛି ?
Answer:
‘ବହ୍ନିଶିଖା ପରି ସଦା ଊର୍ଦ୍ଧ୍ୱଗାମୀ’ ଅତୀତ ଉତ୍କଳର ଯଶସ୍ଵୀ ରାଜାମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ।
Question ୪ ।
ପ୍ରାଚୀନ ଓଡ଼ିଶାର ରାଜାମାନେ କିପରି ଉଦାର ଥିଲେ ?
Answer:
ପ୍ରାଚୀନ ଓଡ଼ିଶାର ରାଜାମାନେ ରାଜ୍ୟକୁ ଏକ ପରିବାର ମନେକରି, ଉଦାର ଭାବ ଦେଖାଉଥିଲେ ।
Question ୫ ।
ରାଜା ଓ ପ୍ରଜାମାନଙ୍କ ମଧ୍ୟରେ ପ୍ରାଚୀନ ସମ୍ପର୍କ କିପରି ଥିଲା ?
Answer:
ରାଜା ଓ ପ୍ରଜାମାନଙ୍କ ମଧ୍ୟରେ ପ୍ରାଚୀନ ସମ୍ପର୍କ ଅତ୍ୟନ୍ତ ଉତ୍ତମ ଥିଲା, ଯାହାକୁ କବି ସୁଧାରା ବୋଲି କହିଛନ୍ତି ।
Question ୬ ।
କାହା-କାହାର ସମ୍ପର୍କକୁ ବାଜ ଓ ପାରାର ସମ୍ପର୍କ ବୋଲି କୁହାଯାଇଛି ?
Answer:
କବିଙ୍କ ସମୟରେ ରାଜା ଓ ପ୍ରଜାର ସମ୍ପର୍କକୁ ବାଜ ଓ ପାରାର ସମ୍ପର୍କ ବୋଲି କୁହାଯାଇଛି ।
Question ୭ ।
ପ୍ରଜାଙ୍କ ଶ୍ରୀମାର୍ଜିତ ଗ୍ରାସ କିଏ କାଢ଼ି ନେଇଛି ?
Answer:
ଭୋଗ ଅଭିଳାଷୀ ରାଜାମାନେ ପ୍ରଜାଙ୍କ ମୁଖରୁ ଶ୍ରୀମାର୍ଜିତ ଗ୍ରାସ କାଢ଼ି ନେଇଛନ୍ତି ବୋଲି କବି କହିଛନ୍ତି ।
Question ୮ ।
ନିର୍ମମ ବିଦେଶୀ ନୀତି କ’ଣ ? :
Answer:
ନିର୍ମମ ବିଦେଶୀ ନୀତି ହେଉଛି ପ୍ରଜାମାନଙ୍କୁ ସବୁଭାବରେ ଶୋଷଣ କରିବା ।
Question ୯ ।
ଦେଶୀ ରାଜାମାନେ କିପରି ବିଦେଶୀ ନୀତି ଆପଣେଇ ଥିଲେ ?
Answer:
ଦେଶୀ ରାଜାମାନେ ସର୍ବଶୋଷଣକାରୀ ନିର୍ମମ ବିଦେଶୀ ନୀତି ଆପଣେଇ ଥିଲେ ।
Question ୧୦ ।
ରାଜାମାନେ ପ୍ରଜାମାନଙ୍କୁ କିପରି ଭୟଭୀତ କରାଉଥିଲେ ?
Answer:
ରାଜାମାନେ ପ୍ରଜାମାନଙ୍କୁ ବିଦେଶୀ ସଙ୍ଗୀନରେ ଭୟଭୀତ କରାଉଥିଲେ ।
Question ୧୧ ।
ଦରବାରକାଳୀନ ରାଜାଙ୍କର ରାଜଧର୍ମ କିପରି ଥୁଲା ?
Answer:
ଦରବାରକାଳୀନ ରାଜାଙ୍କର ରାଜଧର୍ମ ଥିଲା ପ୍ରଜାମାନଙ୍କ ଧନକୁ କୌଣସି ପ୍ରକାରେ ବୋହିନେବା ।
Question ୧୨ ।
ରାଜାମାନେ ବିଦେଶୀଙ୍କୁ କିପରି କୁକ୍କୁଟାଣ୍ଡ ଖୁଆଉଥିଲେ ?
Answer:
ରାଜାମାନେ ଦୁଃଖୀ, ରଙ୍କି, ଅରକ୍ଷିତ ଓ ବିଧବାମାନଙ୍କୁ ଶୋଷଣକରି ବିଦେଶୀଙ୍କୁ କକୁଟାଣ୍ଡ ଖୁଆଉଥିଲେ ।
Question ୧୩।
ରାଜାମାନେ କ’ଣ ପାଇଁ ଟାକି ରହିଥିଲେ ବୋଲି କୁହାଯାଇଛି ?
Answer:
ରାଜାମାନେ ପ୍ରଜାମାନଙ୍କ ଉପରେ ଜୋରିମାନା କରି, ସେହି ଧନରେ ନିଜର ମାଲଖାନା ପୂରଣ କରିବାପାଇଁ ଟାକି ରହିଥିଲେ ।
Question ୧୪ ।
ଧନ ଅର୍ଜନର ପ୍ରକୃତ ସୁଫଳ କିପରି ମିଳେ ବୋଲି କବି କହିଛନ୍ତି ?
Answer:
ଧନ ଅର୍ଜନର ପ୍ରକୃତ ସୁଫଳ କେବଳ ସୁବ୍ୟୟରେ ମିଳିଥାଏ ବୋଲି କବି କହିଛନ୍ତି ।
Question ୧୫ ।
ମଣିଷର ମୃତ୍ୟୁପରେ ତା’ ଅର୍ଜିତ ଧନର କି ପରିଣତି ହୁଏ ?
Answer:
ମଣିଷର ମୃତ୍ୟୁପରେ ତା’ ଅର୍ଜିତ ଧନକୁ ସେ ସାଙ୍ଗରେ ନେଇକରି ଯାଏ ନାହିଁ, ସବୁକିଛି ସେମିତି ପଡ଼ି ରହିଥାଏ ।
Question ୧୬ ।
ବିଶ୍ଵବିଜୟୀ ଆଲେକ୍ଜାଣ୍ଡର କାହିଁକି ‘ଅଶ୍ରୁସିକ୍ତ ଗଣ୍ଡ’ କରିଥିଲେ ?
Answer:
ବିଶ୍ୱବିଜୟୀ ଆଲେକ୍ଜାଣ୍ଡରଙ୍କର ଜୟ କରିବାକୁ ଆଉ କୌଣସି ଧରାଖଣ୍ଡ ନ ଥିବାରୁ, ସେ ଅଶ୍ରୁସିକ୍ତ ଗଣ୍ଡ କରିଥିଲେ ଅର୍ଥାତ୍ କାନ୍ଦି ପକାଇଥିଲେ ।
Question ୧୭ ।
‘ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ’ କିଏ କେତେବେଳେ କହିଥିଲେ ?
Answer:
ବିଶ୍ଵବିଜୟୀ ଗ୍ରୀକ୍ବୀର ଆଲେକ୍ଜାଣ୍ଡର ଏକଥା ମୃତ୍ୟୁ ପୂର୍ବରୁ ନିଜର ସହଚରମାନଙ୍କୁ କହିଥିଲେ । ତାଙ୍କ ମୃତ୍ୟୁ ପରେ କୋକେଇରେ ଶବ ନେଲାବେଳେ ଦୁଇ ହସ୍ତ ଦୁଇ ପାର୍ଶ୍ଵକୁ ଝୁଲାଇ ରଖୁବାକୁ ସେ କହିଥିଲେ, ଯେଉଁଥୁରୁ ଜଗତବାସୀ ଜାଣିବେ ଯେ ସେ ଶୂନ୍ୟ ହସ୍ତରେ ଆସିଥିଲେ ଓ ଶୂନ୍ୟ ହସ୍ତରେ ଫେରିଗଲେ ।
Question ୧୮ ।
ରାଜାମାନେ ପ୍ରଜାଙ୍କଠାରୁ ଶୋଷଣ କରି ଆଣୁଥିବା ବିତ୍ତ କିପରି ବ୍ୟୟ କରୁଥିଲେ ?
Answer:
ରାଜାମାନେ ପ୍ରଜାମାନଙ୍କଠାରୁ ଶୋଷଣ କରି ଆଣୁଥିବା ବିଭକୁ ଗଣିକା, ଓକିଲ, ଛାମୁଆମାନଙ୍କ ପୋଷଣରେ ବ୍ୟୟ କରୁଥିଲେ ।
Question ୧୯ ।
କବି କାହିଁକି କାଳକୁ ନିଷ୍ଠୁର ଓ ଅବିଶ୍ଵାସୀ ବୋଲି କହିଛନ୍ତି ?
Answer:
କବି କାଳକୁ ନିଷ୍ଠୁର ଓ ଅବିଶ୍ଵାସୀ ବୋଲି କହିଛନ୍ତି, କାରଣ ଯେକୌଣସି ସମୟରେ କାଳ ଆସି ହାବୋଡ଼ି
Question ୨୦ ।
ମାୟା ବଢ଼ିଲେ କ’ଣ ହୁଏ ?
Answer:
ମାୟା ବଢ଼ିଲେ ମାୟାର ଚେର ତଳକୁ ତଳକୁ ଭେଦିଥାଏ, ଅର୍ଥାତ୍ ସାଂସାରିକ ବନ୍ଧନ ଦୃଢ଼ ହୋଇଥାଏ ।
Question ୨୧ ।
ଧର୍ମପୋତ କିଏ ଓ କାହିଁକି ଗଢ଼ିଛନ୍ତି ?
Answer:
ଧର୍ମପୋତକୁ ବିଧ୍, ସଂସାର-ବାରିକୁ ତରିବାପାଇଁ ଗଢ଼ିଛନ୍ତି ।
Question ୨୨ ।
ପ୍ରକୃତ ବଡ଼ପଣ କ’ଣ ?
Answer:
ପ୍ରକୃତ ବଡ଼ପଣ ହେଉଛି ଧର୍ମ, ଯାହାକୁ କି କାଳକବଳିତ କରିପାରେ ନାହିଁ ଓ ସେ ଦ୍ବିଲୋକ ସାଧନୀ ହୋଇଥାଏ ।
Question ୨୩ ।
‘ଉଚ୍ଚ ହୋଇ ଲଭ ଉଚ୍ଚତର ଗତି’ କିଏ କାହାକୁ କହିଛନ୍ତି ?
Answer:
କବି ସେ ସମୟର ରାଜାମାନଙ୍କୁ ଏକଥା କହିଛନ୍ତି କାରଣ ରାଜାମାନେ ରାଜଧର୍ମରେ ମନ ଦେଇ ମହତ କାର୍ଯ୍ୟ କରି ଉଚ୍ଚତର ଗତି ଲାଭ କରନ୍ତୁ ବୋଲି କବି ପରାମର୍ଶ ଦେଇଛନ୍ତି ।
(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର । ଉତ୍ତର ପାଇଁ ୨ ନମ୍ବର ରହିବ ।
କବିତା – ବଡ଼ପଣ, କବି – କବିବର ରାଧାନାଥ ରାୟ ।
Question ୧।
ପୂର୍ବପୁରୁଷଙ୍କ ପ୍ରତିଷ୍ଠା ବିଷୟରେ କବି କି ସୂଚନା ଦେଇଛନ୍ତି ?
Answer:
ଆୟୋଜିତ ଦରବାରକୁ ଆସିଥିଲେ ସେ ସମୟର ରାଜା ଓ ଜମିଦାରମାନେ, ଯେଉଁମାନେ କି ନିଜର ବଡ଼ପଣିଆ ଦେଖାଇ ହେଉଥିଲେ । ସେଭଳି ଦେଖାଇ ହେଉଥିବା ରାଜାମାନଙ୍କୁ ବ୍ୟଙ୍ଗକରି, କବି ସେମାନଙ୍କ ପୂର୍ବପୁରୁଷଙ୍କ ପ୍ରତିଷ୍ଠା ବିଷୟରେ ସୂଚନା ଦେଇଛନ୍ତି । ପୂର୍ବପୁରୁଷଙ୍କୁ କବି କେଶରୀ ବା ସିଂହ ସହିତ ତୁଳନା କରିଛନ୍ତି । ସେମାନଙ୍କର ପ୍ରତିଷ୍ଠା ଏତେ ବିଶାଳ ଥିଲା; ଯାହାକୁ ପରବର୍ତ୍ତୀ ଦାୟାଦମାନେ କେବଳ ବିକି ଭାଙ୍ଗି ଚଳିଯାଉଥିଲେ ।
Question ୨।
ଉତ୍କଳର ପୂର୍ବ ସମ୍ରାଟମାନଙ୍କର ପରିଚୟ କିପରି ଥିଲା ?
Answer:
ଉତ୍କଳର ପୂର୍ବ ସମ୍ରାଟମାନେ ସିଂହ ସଦୃଶ ପରାକ୍ରମୀ ଥିଲେ ଏବଂ ବିଶାଳ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ବହ୍ନିଶିଖା ସଦୃଶ ସେମାନେ ଉତ୍ତରୋତ୍ତର ଉନ୍ନତି କରୁଥିଲେ । ନିଜର ଉଦାରପଣ ହେତୁ ସେମାନେ ତାଙ୍କର ରାଜ୍ୟକୁ ଏକ ପରିବାର ସଦୃଶ ମନେକରୁଥିଲେ ଏବଂ ପ୍ରଜାଙ୍କୁ ବାତ୍ସଲ୍ୟ ସ୍ନେହରେ ବାନ୍ଧି ରଖୁଥିଲେ ।
Question ୩ ।
‘‘ରାଜା ପ୍ରଜା ଏବେ ହେଲେ ବାଜ-ପାରା’’ – କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
କବି ଦରବାରରେ ଯୋଗଦେଇଥିବା ରାଜାମାନଙ୍କୁ ବ୍ୟଙ୍ଗକରି, ପୂର୍ବ ରାଜାମାନଙ୍କର ମହତ୍ତ୍ଵ ପ୍ରତିପାଦନ କରିଛନ୍ତି । ପୂର୍ବ ରାଜାମାନେ ରାଜ୍ୟକୁ ଏକ ପରିବାର ଭଳି ମନେକରୁଥିଲେ ଏବଂ ପ୍ରଜାମାନଙ୍କ ମଙ୍ଗଳ ପାଇଁ ସଦା ତତ୍ପର ହେଉଥିଲେ । ମାତ୍ର ବର୍ତ୍ତମାନର ରାଜାମାନେ ପ୍ରଜାମାନଙ୍କୁ ବହୁଭାବରେ ଶୋଷଣ କରୁଛନ୍ତି; ଯାହାକୁ କବି ଖାଦକ ଓ ଖାଦ୍ୟର ସମ୍ପର୍କ ବା ବାଜ ଓ ପାରା ସହିତ ତୁଳନା କରିଛନ୍ତି ।
Question ୪ ।
ଧନ ଅର୍ଜନ ଓ ଏହାର ସୁବ୍ୟୟ କିପରି ହୋଇପାରିବ ବୋଲି କବି ପରାମର୍ଶ ଦେଇଛନ୍ତି ?
Answer:
କବିଙ୍କ ସମୟରେ ଧନଲାଳସୀ ରାଜାମାନଙ୍କୁ ସେ ବ୍ୟଙ୍ଗକରି କହିଛନ୍ତି, କେବଳ ଧନ ଅର୍ଜନ କଲେ କିଛି ଲାଭ ନାହିଁ । କେବଳ ଯକ୍ଷ ପରି ଜଗିବାରେ କୌଣସି ଫଳ ମିଳେନାହିଁ । ଧନ ଅର୍ଜନ ସହିତ ଏହାର ସୁ ବ୍ୟୟରେ ସଫଳତା ମିଳିଥାଏ ବୋଲି କବି କହିଛନ୍ତି । ପ୍ରଜାଙ୍କଠାରୁ ଆଦାୟ କରାଯାଉଥିବା ଧନ, କେବଳ ସେମାନଙ୍କର ମଙ୍ଗଳ ପାଇଁ ବିନିଯୋଗ କଲେ ରାଜାମାନେ ପ୍ରତିଷ୍ଠା ଫେରିପାଇବେ ବୋଲି କବି ସୂଚାଇ ଦେଇଛନ୍ତି ।
Question ୫ ।
ଆଲେକ୍ଜାଣ୍ଡରଙ୍କ ଶେଷ ଇଚ୍ଛା କ’ଣ ଥିଲା ?
Answer:
ଆଲେକ୍ଜାଣ୍ଡର ବିଶ୍ବବିଜୟୀ ଭାବେ ପରିଚିତ ହୋଇ ପ୍ରଚୁର କ୍ଷମତା ଓ ଧନସମ୍ପଦର ଅଧିକାରୀ ହୋଇଥିଲେ ଏସବୁର ଅସାରତା ସେ ବୁଝିପାରି ଶେଷ ଜୀବନରେ ହତାଶ ହୋଇ ପଡ଼ିଥିଲେ । ସେ ମୃତ୍ୟୁ ସମୟରେ ନିଜର ଶେଷଇଚ୍ଛା ପ୍ରକାଶ କରି କହିଥିଲେ, ‘‘ମୋ’’ ପିଣ୍ଡରୁ ପ୍ରାଣପକ୍ଷୀ ଚାଲିଗଲା ପରେ, ମୋର ଶବକୁ କୋକେଇରେ ନେଲାବେଳେ ଦୁଇପାଖକୁ ମୋର ହାତ ଝୁଲାଇ ଦେବ । ମୋର ଖାଲି ହାତକୁ ଦେଖୁ ଜଗତ ଜାଣିବ, ମୁଁ ଶୂନ୍ୟ ହସ୍ତରେ ଆସିଥୁଲି,
ଶୁନ୍ୟଦ୍ମପ୍ତରେ ଫେରିଗଲ ’’।
Question ୬।
‘ଘୃଷ୍ଟିମୁଖେ ଢାଳି ଯଜ୍ଞକୁଣ୍ଡ-ଘୃତ’ କେଉଁ ପ୍ରସଙ୍ଗରେ କୁହାଯାଇଛି, ବୁଝାଇ ଦିଅ ।
Answer:
କବି ସେ ସମୟର ରାଜା, ଯେଉଁମାନେ କି ଦରବାରରେ ନିଜର ବଡ଼ପଣ ଦେଖାଇ ହେଉଛନ୍ତି, ସେମାନଙ୍କୁ ବ୍ୟଙ୍ଗ କରି ଏଭଳି କହିଛନ୍ତି । ପ୍ରଜାଙ୍କୁ ଶୋଷଣ କରି ରାଜାମାନେ ଯେଉଁ ଧନ ଲୁଣ୍ଠି ନେଉଛନ୍ତି, ତାହାକୁ ସେମାନେ ଗଣିକା, ଓକିଲ, ଛାମୁଆଙ୍କ ପୋଷଣ ପାଇଁ ବ୍ୟୟ କରୁଥିଲେ । ପାପ ଅର୍ଜିତ ଧନକୁ ପ୍ରାୟଶ୍ଚିତ୍ତରେ ବ୍ୟୟ ନ
କରି ଏଭଳି ବ୍ୟୟ କରିବାଦ୍ଵାରା ସେମାନେ ଅଧିକ ପାପ କରୁଥିଲେ । ଯଜ୍ଞରେ ବ୍ୟବହାର କରାଯିବା ଘୃତକୁ ଘୁଷୁରି ମୁଖରେ ଢଳିବା ସଦୃଶ ବୋଲି କବି ଆକ୍ଷେପ କରିଛନ୍ତି ।
Question ୭ ।
ରାଜା ଓ ଜମିଦାରଙ୍କ ଅର୍ଥ କିପରି ଅପବ୍ୟୟିତ ହୋଉଥିଲା ବୋଲି କବି ଉଲ୍ଲେଖ କରିଛନ୍ତି ?
Answer:
ଦରବାରରେ ନିଜର ବଡ଼ପଣ ଦେଖାଇ ହେଉଥିବା ରାଜା ଓ ଜମିଦାରମାନଙ୍କୁ କବି ସଚେତନ କରାଇବା ସଙ୍ଗେ ସଙ୍ଗେ ବ୍ୟଙ୍ଗାତ୍ମକ ଭାବ ପ୍ରକାଶ କରିଛନ୍ତି । ସେ ସମୟର ରାଜା ଓ ଜମିଦାରମାନେ ପ୍ରଜାଙ୍କ ଧନକୁ ବହୁଭାବରେ ଶୋଷଣ କରି, ତାହାକୁ ଗଣିକା, ଓକିଲ ଓ ଛାମୁଆଙ୍କ ପୋଷଣରେ ଅପବ୍ୟୟିତ କରୁଥିଲେ ବୋଲି କବି କହିଛନ୍ତି ।
Question ୮।
ମଣିଷ ଜୀବନରେ କାଳର ମହତ୍ତ୍ବକୁ କବି କିପରି ବର୍ଣ୍ଣନା କରିଛନ୍ତି ?
Answer:
ମଣିଷ ଜୀବନରେ କାଳର ଅପ୍ରତିହତ ଉପସ୍ଥିତିକୁ କବି ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । କାଳ ହେଉଛି ବଡ଼ କୁର ଓ ଅବିଶ୍ଵାସୀ । ସେ ଯେକୌଣସି ସମୟରେ ମଣିଷ ନିକଟରେ ପହଞ୍ଚିଯାଇପାରେ । ପୁନଶ୍ଚ ଯେଉଁମାନେ କାଳ ଦୂରରେ ରହିଛି ବୋଲି ହସୁଥା’ନ୍ତି, କାଳ ସେମାନଙ୍କ ପଛରେ ହସିକରି ଲୁଚି ବସିଥାଏ । କାଳର ମହତ୍ତ୍ବକୁ ବଡ଼ିମା ଦେଖାଉଥିବା ଅଜ୍ଞମାନେ ଜାଣିପାରି ନ ଥା’ନ୍ତି ।
Question ୯ ।
କେଉଁ ଦୁଃଖରୁ ନିସ୍ତାର ଲାଭ କରିବାପାଇଁ ହୁସିଆର ହୋଇ ରହିବାକୁ କବି ପରାମର୍ଶ ଦେଇଛନ୍ତି ?
Answer:
କବି ଦାର୍ଶନିକ ଭାବେ ମଣିଷର ମୋହ, ମାୟାଗ୍ରସ୍ତ ଜୀବନରୁ ଦୂରେଇ ରହିବାକୁ ପରାମର୍ଶ ଦେଇ ଏହା କହିଛନ୍ତି । ମଣିଷର ମାୟା ବନ୍ଧନ ଯେତିକି ବଢ଼ିଥାଏ, ମୃତ୍ୟୁ ତାହାକୁ ସେତିକି କଷ୍ଟ ଦେଇଥାଏ । ଜୀବନ ଓ ମୃତ୍ୟୁର କଠିନ mis
Question ୧୦ ।
ଜନ୍ମ ଅନୁରୂପରେ ପାଇଥିବା ବଡ଼ପଣ ସଫଳ ହେବ କିପରି ?
Answer:
କବି ସେ ସମୟର ରାଜା ଓ ଜମିଦାରମାନଙ୍କୁ ଧର୍ମ ସମ୍ପର୍କରେ ସଚେତନ କରାଇଛନ୍ତି । ସେମାନେ ଯେଉଁ ବୋଲି କବି କହିଛନ୍ତି । କାରଣ ଧର୍ମ ଅର୍ଜନ କଲେ, ଧର୍ମର ଫଳସ୍ଵରୂପ ବଡ଼ପଣ ସ୍ଥାୟୀହୋଇ ରହିବ ଓ ସଫଳତା ମିଳିବ ।
Question ୧୧ ।
ଉଚ୍ଚତର ଗତି କିପରି ଲାଭ କରାଯାଇପାରେ ବୋଲି କବି କହିଛନ୍ତି ?
Answer:
ଦରବାରରେ ଉପସ୍ଥିତ ଥିବା ରାଜା ଓ ଜମିଦାରମାନଙ୍କ ବଡ଼ପଣକୁ କବି ଆକ୍ଷେପ କରିଛନ୍ତି । କାରଣ ରାଜା ଓ ଜମିଦାରମାନେ ପ୍ରଜାମାନଙ୍କ ସୁଖ ଦୁଃଖକୁ କୌଣସି ସମୟରେ ବିଚାର ନ କରି, ନିଜର ସ୍ବାର୍ଥକୁ ଦେଖୁଛନ୍ତି । ପ୍ରକୃତ ରାଜଧର୍ମ ପାଳନ କରିବାକୁ ସେମାନେ ଇଚ୍ଛାକରି ନାହାଁନ୍ତି । କବି ସେମାନଙ୍କୁ ନିଜର କର୍ତ୍ତବ୍ୟ ବିଷୟରେ ସଚେତନ ହୋଇ ରାଜଧର୍ମ ପାଳନ କରିବାକୁ କହିଛନ୍ତି, ଯଦ୍ବାରା ସେମାନେ ଉଚ୍ଚତର ଗତି ଲାଭ କରିପାରିବେ ।
Question ୧୨ ।
‘ବଡ଼ପଣ ନିଦା’ କହିବାର ଯଥାର୍ଥତା କ’ଣ ବିଚାର କର ।
Answer:
ପ୍ରକୃତ ବଡ଼ପଣ ଧର୍ମକାର୍ଯ୍ୟ ସାଧନଦ୍ଵାରା ଅର୍ଜିତ ପୁଣ୍ୟରୁ ମିଳିଥାଏ, ଯାହା ମଣିଷକୁ ଯଶଶୀଳ ଓ ମହୀୟାନ ସ ବଡ଼ପଣକୁ କ୍ରୂର କାଳ ଗ୍ରାସ କରିଥାଏ । ସେ ବଡ଼ପଣକୁ କ୍ରୂର କାଳ ଗ୍ରାସ କରିପାରେ ନାହିଁ, ସେହି ବଡ଼ପଣ ମଣିଷର ମୃତ୍ୟୁ ପରେ ମଧ୍ୟ ପ୍ରତିଷ୍ଠା ହରାଇ ନ ଥାଏ । ତେଣୁ କବି ପ୍ରକୃତ ବଡ଼ପଣକୁ ନିଦା କହିବା ଯଥାର୍ଥ ଅଟେ ।
(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।
Question ୧।
‘ବଡ଼ପଣ’ କବିତାର ସାରମର୍ମ ନିଜ ଭାଷାରେ ଲେଖ ।
Answer:
‘ଦରବାର’ କାବ୍ୟର ଅଂଶବିଶେଷ । ୧୮୯୪ ମସିହା ଅଗଷ୍ଟ ୨୯ ତାରିଖରେ ଯେଉଁ ଦରବାର ଆୟୋଜିତ ହୋଇଥିଲା, ସେଥୁରେ ଖଣ୍ଡପଡ଼ାର ରାଜବଂଶଜ ଜ୍ୟୋତିର୍ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖର ସିଂହ ଓ ବାଲେଶ୍ଵର ଜିଲ୍ଲା କାଉପୁରର ଜମିଦାର ଦୁର୍ଗ ପ୍ରାଙ୍ଗଣରେ ସେହି ଦରବାରକୁ ସେ ସମୟର ଅନେକ ରାଜା ଓ ଜମିଦାର ନିମନ୍ତ୍ରଣ ପାଇ ଆସିଥିଲେ । ସେହି ରାଜା ନୈତିକ ଜୀବନଯାପନ କରି ପ୍ରଜାମଙ୍ଗଳରେ ବ୍ରତୀ ହେବାଲାଗି ସେ ରାଜାଗଣଙ୍କୁ ଉପଦେଶ ଦେଇଛନ୍ତି । ବହ୍ନିଶିଖାପରି ଉର୍ଦ୍ଧ୍ୱଗାମୀ ଥିଲେ, ସେପରି ହେବାକୁ କହିଛନ୍ତି । ପୂର୍ବରୁ ରାଜାମାନେ ରାଜ୍ୟକୁ ନିଜର ପରିବାର ମନେକରି ରାଜା ଓ ପ୍ରଜାର ସମ୍ପର୍କ ହୋଇଛି ଖାଦକ ଓ ଖାଦ୍ୟର ସମ୍ପର୍କ । ପ୍ରଜାମାନଙ୍କୁ ତଣ୍ଡି, ସେମାନେ ସେହି ଧନରେ ବିଦେଶୀ ଶାସକଙ୍କୁ ସନ୍ତୁଷ୍ଟ କରିଛନ୍ତି । ଧନ ଅର୍ଜନ କରି ଧନର ସୁ-ବ୍ୟୟରେ ସାଫଲ୍ୟ ମିଳିଥାଏ ବୋଲି କବି ସଚେତନ କରାଇଛନ୍ତି । ଏହି ପର୍ଯ୍ୟାୟରେ ଧନ ଅର୍ଜନର ଅସାରତା ପ୍ରମାଣ କରିବାପାଇଁ କବି ଗ୍ରୀକ୍ବୀର ଆଲେକ୍ଜାଣ୍ଡର ପ୍ରସଙ୍ଗକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।
କବି ସତର୍କ କରାଇଛନ୍ତି । କାଳର ନିଷ୍ଠୁର ପ୍ରଭାବରୁ ମୁକ୍ତି ପାଇବାପାଇଁ କବି ପରାମର୍ଶ ଦେଇଛନ୍ତି । ଜନ୍ମ ଅନୁସାରେ ରାଜାମାନେ ରାଜପଦ ଲାଭ କରିଛନ୍ତି । ମାତ୍ର ସେହି ରାଜପଦକୁ ସ୍ଥାୟୀ କରିବାପାଇଁ ଯଥାର୍ଥ କର୍ମ କରିବାପାଇଁ କବି ବୁଝାଇଛନ୍ତି । ବିଧର୍ମୀ ରାଜାମାନଙ୍କୁ କବି ଧର୍ମ ସଚେତନ ହେବାକୁ କହିଛନ୍ତି । କାରଣ ସଂସାର ବାରିଧିକୁ ପାରିହେବାପାଇଁ ଧର୍ମପୋତର ଆବଶ୍ୟକତା ରହିଛି । ଧର୍ମ ହିଁ ଜୀବନରେ ଏକମାତ୍ର ସତ୍ୟ । ଧର୍ମ ବ୍ୟତୀତ ଆଉ ସବୁ ଅଢ଼େଇଦିନିଆ ଓ ଶେଷରେ କବି ଯଥାର୍ଥ ବଡ଼ପଣ ସମ୍ପର୍କରେ କହିଛନ୍ତି । ବଡ଼ପଣ ହେଉଛି କାଳଜୟୀ କର୍ମ । ଯେଉଁ କର୍ମପାଇଁ ମଣିଷ ମରି ମଧ୍ୟ ଅମର ହୋଇ ରହିଥାଏ । ମୃତ୍ୟୁପରେ ବି ଜୀବନ ସୌରଭ ଚହଟୁଥାଏ । କବି ରାଜାମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, ‘ଲଳସାରୁ ମନକୁ ବାହୁଡ଼ାଇ ନେଇ ଯଥାର୍ଥ ରାଜଧର୍ମ ଯାହାକି ପ୍ରଜାନୁରଞ୍ଜନ ତାହାକୁ ପାଳନ କରିବାପାଇଁ କହିଛନ୍ତି ।’’
ଧର୍ମ ପଥରେ ଜୀବନ ଯାପନକରି ପ୍ରକୃତ ବଡ଼ପଣର ପରିଚୟ ଦେବାକୁ କବି ପାଠକମାନଙ୍କୁ ନିବେଦନ କରିଛନ୍ତି ।
Question ୨ ।
ମଣିଷ କିପରି ଉଚ୍ଚ ହୋଇ ଉଚ୍ଚତର ଗତି ଲାଭ କରିପାରିବ – ପଠିତ ‘ବଡ଼ପଣ’ ଆଲୋଚନା କର ।
Answer:
କର୍ମ ହିଁ ମଣିଷକୁ ଉଚ୍ଚ ଓ କାଳଜୟୀ କରେ । କେହି ବଡ଼ ହୋଇ ଜନ୍ମ ହେଲେ କିମ୍ବା ଧନୀ ଘରେ ଜନ୍ମିଲେ ବଡ଼ ହୋଇ ନଥା’ନ୍ତି । କର୍ମ ହିଁ ମଣିଷକୁ ଯଥାର୍ଥରେ ବଡ଼ କରେ। କବିବର ରାଧାନାଥ ରାୟ ‘ବଡ଼ପଣ’ କବିତାରେ, ସେ ସମୟର ବିପଥଗାମୀ ରାଜାମାନଙ୍କୁ ସଚେତନ କରିବାପାଇଁ ଏଭଳି ପରାମର୍ଶ ଦେଇଛନ୍ତି । ପୁନଶ୍ଚ କବି ନିଜର ଦାର୍ଶନିକ କରିଛନ୍ତି ।
ଦରବାରରେ ଯେଉଁମାନେ ସର୍ବାଗ୍ରେ ନିଜର ବଡ଼ପଣ ଦେଖାଇ ଆସୀନ ହୋଇଥିଲେ, ସେମାନେ ଥିଲେ ସମକାଳୀନ ଓଡ଼ିଶାର ନାମମାତ୍ର ରାଜା । ଖାଲି ରାଜପଦ ସେମାନଙ୍କର ସର୍ବସ୍ଵ ଥିଲା । ରାଜାର ଭାବ ବା ରାଜାର ଧର୍ମ ସେମାନଙ୍କର ନଥିଲା । ସେମାନେ ପ୍ରଜାମାନଙ୍କୁ ବହୁଭାବରେ ଶୋଷଣ କରି, କେବଳ ବ୍ରିଟିଶ୍ ସରକାରଙ୍କୁ ଯେକୌଣସି ଉପାୟରେ ସନ୍ତୁଷ୍ଟ କରି ରଖୁଥିଲେ । ରାଜା ଓ ପ୍ରଜାମାନଙ୍କର ସମ୍ପର୍କ ଥିଲା ଶୋଷକ ଓ ଶୋଷିତର ସମ୍ପର୍କ । ସେହି ରାଜାମାନଙ୍କୁ ପରାମର୍ଶ ଦେଇ କବି ଯଥାର୍ଥ ବଡ଼ପଣ ଲାଭ କରି ଉଚ୍ଚ ହେବାପାଇଁ କହିଛନ୍ତି ।
କବିଙ୍କ ମତରେ ସେହି କେବଳ ବଡ଼, ଯାହାର ବଡ଼ପଣକୁ କାଳ କବଳିତ କରିପାରେନା । ପୁନଶ୍ଚ ସେହି ବ୍ୟକ୍ତି ସଂସାର ଛାଡ଼ି ପରପାରିକୁ ଚାଲିଗଲେ ମଧ୍ୟ ଏ ସଂସାର ତାକୁ ଝୁରି ହେଉଥାଏ । କର୍ମର ସୌରଭ ପରବର୍ତୀ ଦାୟାଦଙ୍କୁ ମହକାଇ ଦେଉଥାଏ । କବି ସେଭଳି ବ୍ୟକ୍ତିଙ୍କୁ ଦ୍ବିଲୋକସାଧନୀ ବୋଲି କହିଛନ୍ତି । କାରଣ ସେମାନେ କେବଳ ଇହଲୋକରେ ପ୍ରଶଂସିତ ହୋଇ ନଥା’ନ୍ତି ବରଂ ସେମାନେ କର୍ମ ଓ ଉପଯୁକ୍ତ ଧର୍ମ ପାଇଁ ସ୍ଵର୍ଗଲୋକର ବାସୀ ହୋଇଥା’ନ୍ତି । ସେମାନେ ହୋଇଥା’ନ୍ତି କାଳଜୟୀ । କାଳର ବଜ୍ରଦନ୍ତ ସେମାନଙ୍କୁ କବଳିତ କରିପାରେ ନାହିଁ । କବି ରାଜାମାନଙ୍କୁ ପୁନଶ୍ଚ ଉପଦେଶ ଦେଇ କହିଛନ୍ତି, ‘ରାଜପଣରେ କୌଣସି ମୂଲ୍ୟ ନାହିଁ । ସୁତରାଂ ମନକୁ ସଦାସର୍ବଦା ଲାଳସାମୁକ୍ତ କରିବାକୁ ହେବ । କେବଳ ନିଜର ଧର୍ମ ଅର୍ଥାତ୍ ରାଜା ହିସାବରେ ନିଜର କର୍ମରେ ନିଜକୁ ସାମିଲ୍ କରିବାକୁ ପଡ଼ିବ । ‘ମୁଁ କେବଳ ପ୍ରଜାମାନଙ୍କ ସେବକ ମାତ୍ର’, ସେଭଳି ମାନସିକତା ଗ୍ରହଣ କରିବାକୁ ହେବ । ଧର୍ମପଥରେ ଚାଲିଲେ ଓ ଆତ୍ମତତ୍ତ୍ଵରେ ମନଦେଲେ, କାଳଜୟୀ ରାଜା ହୋଇପାରିବ । ନିଜେ ଉଚ୍ଚ ହେବା ସହିତ ସମସ୍ତଙ୍କୁ ସୁଖରେ ରଖୁବାର କାରଣ ହୋଇପାରିବ ।’’
କବି ଏହି ପର୍ଯ୍ୟାୟରେ ଧର୍ମପଥରେ ଜୀବନଯାପନ କରି ପ୍ରକୃତ ବଡ଼ପଣର ପରିଚୟ ଦେବାକୁ ପାଠକମାନଙ୍କୁ ନିବେଦନ କରିଛନ୍ତି ।
Question ୩ ।
‘ବଡ଼ପଣ’ କବିତା ଆଧାରରେ କବି ରାଧାନାଥଙ୍କ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀର ପରିଚୟ ପ୍ରଦାନ କର ।
Answer:
କବିତା କବିର ମାନସ ସନ୍ତାନ । କବି ଚିତ୍ତଲୋକରୁ ତା’ର ଜନ୍ମ । ବିବିଧ ମାନସିକ ଭାବର ପରିପାଳନରେ ଏହାର ଅଭିବୃଦ୍ଧି । ତେଣୁ କବିର ଭାବ ହିଁ କବିତାର ଭାବ । କବି ଜୀବନକୁ ଯେମିତି ଦେଖିଥାଏ, ଯେମିତି ଅନୁଭବ କରିଥାଏ, ତାହାକୁ କବିତାରେ କଳାତ୍ମକ ଭାବରେ ସେମିତି ପ୍ରକାଶ କରେ । କବିତାର ଭାବୋଚ୍ଛାସରୁ କବିର ଆତ୍ମ ପୁରୁଷକୁ ପାଠକ ଚିହ୍ନିବାକୁ ଚେଷ୍ଟାକରେ । ସେଥୁରୁ କବିର ଜୀବନଦର୍ଶନ ଆପେ ଆପେ ବାରି ହୋଇଥାଏ । କବିବର ରାଧାନାଥ ରାୟ ସେହିପରି ଜଣେ କବି, ଯାହାଙ୍କ ପ୍ରତ୍ୟେକ ସାରସ୍ଵତ ସୃଷ୍ଟିରେ ତାଙ୍କର ଦାର୍ଶନିକ ଅନୁଚିନ୍ତା ଓ ବିଚାରବୋଧକୁ ଆକଳନ କରିହୁଏ ।
ଆଲୋଚ୍ୟ କବିତା ‘ବଡ଼ପଣ’, କବିଙ୍କର ବ୍ୟଙ୍ଗକାବ୍ୟ ‘ଦରବାର’ର ଏକ ଉଲ୍ଲେଖଯୋଗ୍ୟ ଅଂଶ । ଉକ୍ତ କାବ୍ୟଟି ଏକ ଉଦ୍ଦେଶ୍ୟ ପ୍ରଣୋଦିତ ସୃଷ୍ଟି । କବିଙ୍କ ସମୟରେ ବାରବାଟୀରେ ବସିଥିବା ଦରବାରରେ ସେ ସମୟର ରାଜା ଓ ତୋଷାମୋଦ କରୁଥିଲେ । ପ୍ରଜାମାନଙ୍କୁ ବହୁଭାବରେ ଶୋଷଣ କରି ନିଜର ବଡ଼ପଣ ଦେଖାଇ ହେଉଥିଲେ । ପ୍ରକୃତ ରାଜଧର୍ମକୁ ସେମାନେ ଭୁଲି ଯାଇଥିଲେ । କବି ସେମାନଙ୍କୁ ଜୀବନର ନଶ୍ବରତା ସମ୍ପର୍କରେ ସଚେତନ କରାଇ ଯାହା କହିଛନ୍ତି, ତାହାହିଁ କବିଙ୍କର ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ।
ମଣିଷ ଜୀବନ ପାଣିଫୋଟକା ପରି । କେତେବେଳେ କାହାର ମୃତ୍ୟୁକାଳ ଉପସ୍ଥିତ ହେବ, ତାହା କହିବେହ ନାହିଁ । ତେଣୁ ମୃତ୍ୟୁ ପ୍ରତି ବିଶେଷ ସଚେତନ ହେବା ଉଚିତ । ଫୁଟା ମାଠିଆରୁ ଯେପରି ପାଣି ଧୀରେ ଧୀରେ ବୋହିଯାଏ, ସେହିପରି ଆୟୁ ପ୍ରତି କ୍ଷଣେ କ୍ଷଣେ ସରିଆସୁଛି । କାଳ ଦୂରରେ ଅଛି ବୋଲି ଯେ ଦମ୍ଭ ଧରିଥାଏ, ହସୁଥାଏ, ହସି ହସି କାଳ ଆସି ତା’ପାଖରେ ପହଞ୍ଚିଯାଏ । ସ୍ଥାନ-କାଳ-ପାତ୍ରର ଭେଦ ତା’କୁ ଜଣାନଥାଏ । କବି ମର୍ତ୍ତ୍ୟବାସୀ ମଣିଷମାନଙ୍କୁ ଏହି କାଳ ପ୍ରତି ସଚେତନ ହେବାପାଇଁ ଅନୁରୋଧ କରିଛନ୍ତି । ପ୍ରକାରାନ୍ତରେ ଏଥିରେ କବିଙ୍କ ଜୀବନର ମୃତ୍ୟୁ ସଚେତନତା ପ୍ରତିପାଦିତ ହୋଇଥାଏ । ରାଜାମାନଙ୍କୁ ସେମାନଙ୍କର ଅପକର୍ମ ଲାଗି ସଚେତନ କରାଇଦେବା ପ୍ରସଙ୍ଗରେ ମଣିଷ ଜୀବନ ଉପରେ ମୃତ୍ୟୁର ଅପ୍ରତିହିତ ପ୍ରଭାବର ସୂଚନା ଦେଇଛନ୍ତି ।
ମୃତ୍ୟୁକାଳୀନ ଦୁଃଖରୁ ମୁକ୍ତି ପାଇବାପାଇଁ ଏକମାତ୍ର ଉପାୟ ହେଉଛି ଧର୍ମ । ଜନ୍ମଫଳରୁ ଯେ ବଡ଼ପଣ ପାଇଛି, ଧର୍ମ ଅର୍ଜନ କରି ତାକୁ ଚିରସ୍ଥାୟୀ କରିବା ଉଚିତ । ଧର୍ମରେ ଚାଲୁଥିବା ବ୍ୟକ୍ତିକୁ କବି ଦ୍ବିଲୋକସାଧନୀ ବୋଲି କହିଛନ୍ତି । ନିଜେ ଉଚ୍ଚ ହେବାପାଇଁ ମହତ୍ କର୍ମ ସାଧନରେ ମନଦେବାକୁ କବି ପରାମର୍ଶ ଦେଇଛନ୍ତି ।
Question ୪ ।
ପଠିତ କବିତା ଅବଲମ୍ବନରେ ମଣିଷ ଜୀବନରେ ଧର୍ମର ଗୁରୁତ୍ଵ ବିଚାର କର।
Answer:
କବିବର ରାଧାନାଥ ରାୟ ଥିଲେ ସତ୍ୟଦ୍ରଷ୍ଟା । ଆଲୋଚ୍ୟ କବିତା ‘ବଡ଼ପଣ’ରେ କବି ଧର୍ମର ଗୁରୁତ୍ଵ ସମ୍ପର୍କରେ ବିଭିନ୍ନ ଉଦାହରଣ ଦେଇ ବୁଝାଇଛନ୍ତି । କବିଙ୍କର ଉଦ୍ଦେଶ୍ୟପ୍ରଣୋଦିତ କାବ୍ୟ ‘ଦରବାର’ର ଏକ ଅଂଶବିଶେଷ । ଏଥରେ ସେ ସମୟର ରାଜା ଓ ଜମିଦାରମାନେ କୌଣସି ପ୍ରକାରେ ଧର୍ମାଧର୍ମର ବିଚାର ରଖୁ ନଥିଲେ ବୋଲି ସୂଚନା ଦିଆଯାଇଛି । ପୂର୍ବବର୍ତ୍ତୀ ରାଜାମାନେ ପ୍ରଜାମାନଙ୍କୁ ପୁତ୍ରପରି ପାଳନ କରୁଥିଲେ । ପ୍ରଜାନୁରଞ୍ଜନ ଥୁଲା ରାଜାଙ୍କର ମୂଳଧର୍ମ । ମାତ୍ର ରାଧାନାଥଙ୍କ ବିଭିନ୍ନ ଭାବରେ ଶୋଷଣ କରୁଥିଲେ । କବି ସେଭଳି ରାଜାଙ୍କୁ ମୃତ୍ୟୁସଚେତନ କରାଇବା ସଙ୍ଗେ ସଙ୍ଗେ ଜୀବନରେ ଧର୍ମର ମହତ୍ତ୍ଵ ସମ୍ପର୍କରେ ବୁଝାଇ କହିଛନ୍ତି ।
‘‘ଜୀବନରେ ମୃତ୍ୟୁ ହିଁ ଏକମାତ୍ର ସତ୍ୟ । ଯେକୌଣସି ସମୟରେ ମୃତ୍ୟୁ ଆସି ମଣିଷ ନିକଟରେ ପହଞ୍ଚି ଯାଇପାରେ । ମୃତ୍ୟୁକାଳୀନ ଦୁଃଖରୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହେଉଛି ଧର୍ମ । ଧର୍ମର ଯେଉଁ ବ୍ୟାପକ ସଂଜ୍ଞା ଭାରତୀୟ ଦର୍ଶନରେ ରହିଛି, କବି ଅବଶ୍ୟ ତାକୁ ଗ୍ରହଣ କରିନାହାଁନ୍ତି । ତାଙ୍କ ବିଚାରରେ ଧର୍ମର ଅର୍ଥ, ଜନ୍ମ ଅନୁରୂପ କର୍ମ । ଯେ ଯେଉଁଠାରେ ଜନ୍ମ ହୋଇଛି, ତା’ର ଅନୁରୂପ କର୍ମ ହିଁ ତା’କୁ ବଡ଼ କରାଏ । ଜନ୍ମଫଳରୁ ଯେ ବଡ଼ପଣ ପାଇଛି, ଧର୍ମ ଅର୍ଜନ କରି ତାକୁ ଚିରସ୍ଥାୟୀ କରିବା ଉଚିତ । କାରଣ ଧର୍ମ ଏକ ବିଚିତ୍ର ନୌକା । ଏ ବିଶାଳ ସଂସାର ସାଗରକୁ ପାରି ହେବାପାଇଁ ଈଶ୍ବର ଏ ନୌକାଟିକୁ ନିର୍ମାଣ କରିଛନ୍ତି । ଧର୍ମ ନାବରେ ଥରେ ପାଦଦେଲେ, ମଣିଷ ଜୀବନ ଧନ୍ୟ ହୋଇଯାଏ । ଜନ୍ମ ସଫଳ ହୋଇଥାଏ । ସଂସାର ଜୀବନରେ ଆଉ କୌଣସି ପ୍ରକାର ଦୁଃଖ ଶୋକ ରହିନଥାଏ । ତେଣୁ ଏହି ମରଶଶୀଳ ଦୁନିଆରେ
ଧର୍ମ ହିଁ ଏକମାତ୍ର ସତ୍ୟ । ଧର୍ମ ହିଁ ମଣିଷର ମହତପଣିଆର ପରିଚୟ ଦେଇଥାଏ । ଧର୍ମରହିତ ମଣିଷର କୌଣସି ମୂଲ୍ୟ ନାହିଁ । କବି ତାହାକୁ ଅଢ଼େଇଦିନିଆ ବା କ୍ଷଣସ୍ଥାୟୀ ଜୀବନ ବୋଲି ସୂଚନା ଦେଇଛନ୍ତି । କବିଙ୍କ ଭାଷାରେ –
‘ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧ୍
ଧର୍ମ ଏକା ସିନା ମହତ ପଣିଆ
ଆଉ ବଡ଼ପଣ ଅଢ଼େଇଦିନିଆ ।’’
କବି ଧର୍ମ ସମ୍ପର୍କରେ ଯେଉଁ ଅଭିମତ ଦେଇଛନ୍ତି, ତାହାକୁ ସର୍ବକାଳୀନ ସତ୍ୟ ଭାବରେ ଗ୍ରହଣ କରାଯାଇପାରେ ।
Question ୫ ।
ପଠିତ କବିତା ଅବଲମ୍ବନରେ କବି ରାଧାନାଥ ତାଙ୍କ ସମୟର ରାଜା ଓ କପିଦାରମାନଙ୍କୁ ଯେଉଁ ପରାମର୍ଶ ଦେଇଛନ୍ତି – ଆଲୋଚନା କର ।
Answer:
କବି ପ୍ରଥମେ ଜଣେ ଦରଦୀ ମଣିଷ । ମଣିଷମାନଙ୍କ ମଧ୍ୟରେ ବା ସମାଜରେ କୌଣସି ତ୍ରୁଟିବିଚ୍ୟୁତି ଲକ୍ଷ୍ୟକଲେ, କବି ତା’ର ଅମରଲେଖନୀ ଚାଳନା କରି ଜଗତକୁ ସଚେତନ କରାଏ । ସୁଧୁରି ଯିବାକୁ ପରାମର୍ଶ ଦିଏ । ସେଥିପାଇଁ ଜୀବନ ପାଇଁ କଳା ସୃଷ୍ଟି ହୋଇଛି ବୋଲି ସମାଲୋଚକମାନେ କହିଥା’ନ୍ତି । ସେହିପରି ଜଣେ କ୍ରାନ୍ତଦର୍ଶୀ ସାରସ୍ବତ ସାଧକ କବିବର ରାଧାନାଥ ରାୟ । ସେ ‘ବଡ଼ପଣ’ କବିତାରେ ସେ ସମୟର ରାଜା ଓ ଜମିଦାରମାନଙ୍କୁ ଉପଯୁକ୍ତ ପରାମର୍ଶ ଦେଇ ଯଥାର୍ଥ କହିଛନ୍ତି, ଦିନେ ଓଡ଼ିଶାର ରାଜାମାନେ ସମଗ୍ର ଭାରତବର୍ଷରେ ଯଶସ୍ବୀ ସମ୍ରାଟ ଭାବରେ ସମ୍ମାନିତ ହେଉଥିଲେ ।
ପ୍ରଜାନୁରଞ୍ଜନ ପାଳନ କରୁଥିଲେ । ସମଗ୍ର ରାଜ୍ୟ ତାଙ୍କ ଦୃଷ୍ଟିରେ ଥିଲା ଏକ ପରିବାର । କିନ୍ତୁ ଦୁଃଖର କଥା ଆଜିର ନାମମାତ୍ର ରାଜା ଓ ଜମିଦାରଙ୍କରଠାରେ ସେହି ଉଦାର ଭାବ ନାହିଁ । ରାଜା ପ୍ରଜାଙ୍କ ସମ୍ପର୍କ ଏବେ ସଞ୍ଚାଣ ଓ କପୋତର ସମ୍ପର୍କରେ ପରିଣତ ହୋଇଛି । ରାଜଭୋଗର ଅଭିଳାଷ, ପ୍ରଜାମାନଙ୍କ ମୁଖରୁ ସେମାନଙ୍କର ଶ୍ରୀମାର୍ଜିତ ଗ୍ରାସ ଛଡ଼ାଇ ନେଇଛି । ଏହି ଦେଶର ରାଜା ଓ ଜମିଦାର ଗୋଷ୍ଠୀ ବିଦେଶୀ
ଇଂରେଜ ଶାସକମାନଙ୍କ ପରି ବନ୍ଧୁକ ମୁନରେ ପ୍ରଜାଙ୍କୁ ଭୀତତ୍ରସ୍ତ କରାଉଛନ୍ତି । ରାଜଧର୍ମ ପ୍ରଜାପାଳନ ନୁହେଁ ପ୍ରଜାଶୋଷଣ ରୂପେ ବିବେଚିତ ହୋଇଛି । ଦୁଃଖୀ, ରଙ୍କୀ, ରାଣ୍ଡୀଙ୍କୁ ଶୋଷଣ କରି ଏମାନେ ଉତ୍କଟ ଧନଲିପ୍ସାର ସନ୍ଧାନ ପାଇଛନ୍ତି । ଏପରିକି ପ୍ରଜାମାନଙ୍କ ଜୋରିମାନା ଧନରେ ରାଜକୋଷ ପୂର୍ଣ୍ଣ କରିବାର ଅଭିଳାଷ କବି ରାଧାନାଥ ଏହି ଧନଚିନ୍ତାର ସାର୍ଥକତା ସମ୍ପର୍କରେ ରାଜା ଓ ଜମିଦାରଙ୍କୁ ଉତ୍ତମ ପରାମର୍ଶ ଦେଇଛନ୍ତି । କବିଙ୍କ ମତରେ, ‘ଧନର ସାଫଲ୍ୟ କେବଳ ସୁ-ବ୍ୟୟରେ ହିଁ ହୋଇଥାଏ । ଧନ ଅର୍ଜନ କରି କେବଳ ବିଳାସବ୍ୟସନରେ ଖର୍ଚ୍ଚକଲେ, ଧନର କୌଣସି ମୂଲ୍ୟ ରହେ ନାହିଁ । ପୁନଶ୍ଚ ଯକ୍ଷପରି ଧନକୁ କେବଳ ଆବୋରି ବସିଲେ ଧନ ଅର୍ଜନର କୌଣସି ମୂଲ୍ୟ ରହେନାହିଁ । ବରଂ ରାଜାଭାବରେ ପ୍ରଜାନୁରଞ୍ଜନ ପାଇଁ ଧନକୁ ବ୍ୟୟ କରିବା ହେଉଛି ଉପଯୁକ୍ତ ପଥ ।’’
କବିଙ୍କର ଏହି ଉପଦେଶ ଦେଶର କଣ୍ଠଧାରଙ୍କ ଉଦ୍ଦେଶ୍ୟରେ ଜଣେ ସଚେତନ କାବ୍ୟପୁରୁଷର ଅନ୍ତର୍ବାଣୀ ମାତ୍ର ।
Additional Multiple Choice Questions (Mcqs) With Answers
Question ୧ ।
ଧନ ଅର୍ଜନର ସଫଳତା କେଉଁଠି ଥାଏ ?
(i) ଖାଇ ପିଇ ଆରାମ କରିବାରେ
(ii) ବିଳାସ ବ୍ୟସନରେ ବ୍ୟୟ କରିବାରେ
(iii) ସୁ-ବ୍ୟୟରେ
(iv) ଅନ୍ୟକୁ ଦାନ କରିବାରେ
Answer:
(iii) ସୁ-ବ୍ୟୟରେ
Question ୨ ।
‘ବଡ଼ପଣ’ କବିତା ରାଧାନାଥଙ୍କ କେଉଁ କାବ୍ୟରୁ ଆସିଅଛି ?
(i) ମହାଯାତ୍ରା
(ii) ଦରବାର
(iii) ଚନ୍ଦ୍ରଭାଗା
(iv) ପାର୍ବତୀ
Answer:
(ii) ଦରବାର
Question ୩ ।
ରାଧାନାଥ ରାୟ ତାଙ୍କର ପୂର୍ବସୂରୀ କେଉଁ କବିଙ୍କ ପରି ଓଡ଼ିଶାର ମାଟି, ପାଣି, ଅରଣ୍ୟ, ପର୍ବତ, ନଦୀ, ସମୁଦ୍ର ଓ ତୀର୍ଥମାନଙ୍କୁ ଆପଣା କାବ୍ୟରେ ମହତ୍ ସ୍ଥାନ ପ୍ରଦାନ କରିଛନ୍ତି ?
(i) ସାରଳା ଦାସ
(ii) ଜଗନ୍ନାଥ ଦାସ
(iii) ବଳରାମ ଦାସ
(iv) ଉପେନ୍ଦ୍ର ଭଞ୍ଜ
Answer:
(i) ସାରଳା ଦାସ
Question ୪ ।
ଓଡ଼ିଶାର କେଉଁ ବରପୁତ୍ରଙ୍କୁ ସମ୍ବଦ୍ଧିତ କରିବାକୁ ବାରବାଟୀ ଦୁର୍ଗରେ ଦରବାର ବସିଥିଲା ?
(i) ପଠାଣି ସାମନ୍ତ
(ii) ରାଧାନାଥ ରାୟ
(iii) ବାସୁଦେବ ସୁଢ଼ଳଦେବ
(iv) ଦିବ୍ୟସିଂହ ଦେବ
Answer:
(i) ପଠାଣି ସାମନ୍ତ
Question ୫ ।
ଜଳଧାରାର ଧର୍ମ କ’ଣ ?
(i) ଉର୍ଦ୍ଧ୍ୱଗାମୀ
(ii) ନିମ୍ନଗତି
(iii) ପଶ୍ଚାତ୍ତି
(iv) କୌଣସିଟି ନୁହେଁ
Answer:
(ii) ନିମ୍ନଗତି
Question ୬ ।
ଦୁଃଖୀ, ରଙ୍କି, ପ୍ରଜାମାନଙ୍କୁ ଶୋଷଣ କରି ରାଜା ଓ ଜମିଦାରମାନେ କାହାକୁ ପୋଷଣ କରୁଛନ୍ତି ?
(i) ଗଣିକା
(ii) ଓକିଲ
(iii) ଖୋସାମତିଆ
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ
Question ୭ ।
ରାଧାନାଥ କାହାକୁ ସ୍କନ୍ଦର ବୋଲି କହିଛନ୍ତି ?
(i) ତୈମୁରଲଙ୍ଗ
(ii) ମାମୁଦ
(iii) ଆଲେକ୍ଜାଣ୍ଡାର
(iv) ଅଶୋକ
Answer:
(iii) ଆଲେକ୍ଜାଣ୍ଡାର
Question ୮ ।
‘ଲକ୍ଷଶୋଷୀ’’ ବୋଲି କାହାକୁ କୁହାଯାଇଛି ?
(i) ବ୍ରିଟିଶ ଶାସକ
(ii) ଆଲେକ୍ଜାଣ୍ଡାର
(iii) ଗଜପତି
(iv) ରାଜା ଓ ଜମିଦାର
Answer:
(iv) ରାଜା ଓ ଜମିଦାର
Question ୯ ।
କାହାର କ୍ରୂରତା ଓ ଅବିଶ୍ଵାସୀ ପ୍ରକୃତି ବିଷୟରେ କୁହାଯାଇଛି ?
(i) ପାପ
(ii) କାଳ
(iii) ଧନ
(iv) ତୋଷାମଦକାରୀ
Answer:
(ii) କାଳ
Question ୧୦ ।
କେଉଁଥୁରୁ ମନ ବାହୁଡ଼ାଇ ନେବାକୁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି ?
(i) ଧନ
(ii) ଅହମିକା
(iii) ପଦପଦବୀ
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ
Question ୧୧ ।
କାହାର କଠିନ ଝିଙ୍କାଝିଙ୍କିରୁ ନିସ୍ତାର ପାଇଁ ହୁସିଆର ହେବାକୁ କବି କହିଛନ୍ତି ?
(i) ଧର୍ମ
(ii) ଧନ
(iii) ମାୟା
(iv) ପଦପଦବୀ ମୋହ
Answer:
(iii) ମାୟା
Question ୧୨ ।
ଜ୍ୟୋତିର୍ବିଦ୍ ସାମନ୍ତ ଚନ୍ଦ୍ରଶେଖରଙ୍କୁ ସମ୍ବର୍ଦ୍ଧିତ କରିବାକୁ କେଉଁଠାରେ ଦରବାର ବସିଥିଲା ?
(i) ରେଭେନ୍ସା ମହାବିଦ୍ୟାଳୟ ପ୍ରାଙ୍ଗଣ
(ii) ଗଜପତିଙ୍କ ରାଜସଭା
(iii) ବାରବାଟୀ ଦୁର୍ଗ
(iv) ବିୟୋଗାନ୍ତକ କାବ୍ୟ
Answer:
(iii) ବାରବାଟୀ ଦୁର୍ଗ
Question ୧୩ ।
‘ଦରବାର’ ଏକ କେଉଁ ପ୍ରକାର କାବ୍ୟ ?
(i) ଗାଥା କାବ୍ୟ
(ii) ବ୍ୟଙ୍ଗ କାବ୍ୟ
(iii) ପ୍ରକୃତି କାବ୍ୟ
(iv) ବାମଣ୍ଡା ରାଜସଭା
Answer:
(ii) ବ୍ୟଙ୍ଗ କାବ୍ୟ
Question ୧୪ ।
ପ୍ରକୃତ ବଡ଼ପଣକୁ କବି କ’ଣ ବୋଲି କହିଛନ୍ତି ?
(i) ଦ୍ବିଲୋକସାଧନୀ
(ii) ଦ୍ୟୁଲୋକସାଧନୀ
(iii) ତ୍ରିଲୋକସାଧନୀ
(iv) ରାଜଧର୍ମ
Answer:
(i) ଦ୍ବିଲୋକସାଧନୀ
Question ୧୫ ।
ସଂସାରର ତୁକସାର ବଡ଼ପଣ ଲାଳସା – ରେଖାଙ୍କିତ ପଦର ଅର୍ଥ କ’ଣ ?
(i) ଅହଙ୍କାର
(ii) ପ୍ରତିଭା
(iii) ମୂଲ୍ୟହୀନ
(iv) ଧାର୍ମିକ ଭାବନା
Answer:
(iii) ମୂଲ୍ୟହୀନ
Question ୧୬ ।
‘‘ଅନ୍ତକର ବଜ୍ର-ଦନ୍ତ ଯାଏ ଭାଙ୍ଗି’’ – ଏହି ପଦର ତାତ୍ପର୍ଯ୍ୟ କେଉଁଟି ?
(i) ପ୍ରଜାନୁରଞ୍ଜନ ଆଦର୍ଶ ରାଜଧର୍ମ
(ii) ସର୍ଭି ଚିର ଅମର
(iii) ମାୟାଗ୍ରସ୍ତଙ୍କ ପାଇଁ ମୃତ୍ୟୁ ଭୟଙ୍କର
(iv) ଅହମିକାର ଅସାରତା
Answer:
(ii) ସର୍ଭି ଚିର ଅମର
Question ୧୭ ।
କବିତାରେ କବିଙ୍କ ଶକ୍ତିଶାଳୀ ଲେଖନୀ କେଉଁ ବିଷୟରେ ଅବତାରଣା କରିଛି ?
(i) ମହାକାଳର କ୍ରୂରତା
(ii) ଧର୍ମର ଶ୍ରେଷ୍ଠତା
(iii) ଅହମିକାର ଅସାରତା
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ
Question ୧୮ ।
ଜିଣିବାକୁ ଆଉ ନାହିଁ ଧରାଖଣ୍ଡ – କିଏ କହିଥିଲେ ?
(i) ଇଂଲଣ୍ଡର ମହାରାଣୀ
(ii) ଉତ୍କଳର ଗଜପତି
(iii) ବିଶ୍ବବିଜୟୀ ସିକନ୍ଦର
(iv) ସମ୍ରାଟ ଅଶୋକ
Answer:
(iii) ବିଶ୍ବବିଜୟୀ ସିକନ୍ଦର
Question ୧୯ ।
ଏବେ ରାଜା-ପ୍ରଜାଙ୍କ ସମ୍ପର୍କ କିପରି ହୋଇଛି ବୋଲି ଆକ୍ଷେପ କରାଯାଇଛି ?
(i) କୁକୁର-ବିରାଡ଼ି
(ii) ସାପ-ବେଙ୍ଗ
(iii) ବାଜ-ପାରା
(iv) ସିଂହ-ଶୃଗାଳ
Answer:
(iii) ବାଜ-ପାରା
Question ୨୦ ।
ପାପାର୍ଜିତ ଧନରେ କ’ଣ ଅର୍ଜନ କରୁଛ ବୋଲି କୁହାଯାଇଛି ?
(i) ପୁଣ୍ଯୟ
(ii) ପାପ
(iii) ଧର୍ମ
(iv) ଯଣ
Answer:
(ii) ପାପ
(କ) କବି ପରିଚିତି
ଓଡ଼ିଶାର ସାମାଜିକ ଜୀବନରେ ଯେତେବେଳେ ନାନା ଘାତ ପ୍ରତିଘାତ ଦେଖାଦେଇ ଗଣଜୀବନକୁ କରିଥିଲା ଶ୍ରୀହୀନ, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଯେତେବେଳେ ନାନା ପ୍ରତିରୋଧ ଓ ପ୍ରତିବନ୍ଧକ ଦେଖାଦେଇ ଓଡ଼ିଆ ଭାଷାକୁ କରିଥିଲା ପଙ୍ଗୁବତ୍ ସ୍ଥିର ଓ ସ୍ତବ୍ଧ; ସେହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ୧୮୪୮ ମସିହା ସେପ୍ଟେମ୍ବର ମାସ ୨୮ ତାରିଖରେ ରାଧାନାଥ ଭୂମିଷ୍ଠ ହୋଇଥିଲେ ବାଲେଶ୍ଵର ଜିଲ୍ଲାର କେଦାରପୁର ଗ୍ରାମରେ । ପିତା ସୁନ୍ଦର ନାରାୟଣ ଦେବ ଥିଲେ ଜଣେ ପ୍ରଗତିଶୀଳ ଓ ଶିକ୍ଷାନୁରାଗୀ ବ୍ୟକ୍ତି । ମାତା ତାରିଣୀ ଦାସୀ ଥିଲେ ଜଣେ ଆଦର୍ଶପ୍ରାଣା ମହିଳା । ମାତ୍ର ଓଡ଼ିଶାର ସକଳ ଦୁର୍ଯ୍ୟୋଗର ସନ୍ଧିକ୍ଷଣରେ ଜନ୍ମଲାଭ କରିଥିବା ରାଧାନାଥଙ୍କ ଜୀବନରେ ଅତି ଅଳ୍ପ ବୟସରୁ ଦୁର୍ଯୋଗ ଆସିଥିଲା । ଅଦିନିଆ ମେଘପରି, ଯେଉଁ ଦୁର୍ଯୋଗରେ ପୂର୍ଣ୍ଣଛେଦ ଟାଣିବା ଥିଲା ଏକ ବିଫଳ ପ୍ରୟାସ । ଏ ଦୁର୍ଯ୍ୟୋଗ ଆଉ କିଛି ନୁହେଁ – ରାଧାନାଥଙ୍କ ମାତୃ ବିୟୋଗ । ଚପଳମତି ଶିଶୁ ରାଧାନାଥଙ୍କ ମାତୃବିୟୋଗ ପରେ ସେ ବିମାତା ରୂପ ଦାସୀଙ୍କ ଯତ୍ନରେ ଆପଣାର ଜୀବନସୌଧ ନିର୍ମାଣ କରିଥିଲେ । ଶିକ୍ଷାଗୁରୁଙ୍କର ପଟ୍ଟଶିଷ୍ୟ ରାଧାନାଥଙ୍କ ଜୀବନ ସହ ଯେପରି ଦୁର୍ଯୋଗ, ବିଷାଦ ଓ ଦୁଃଖର ସମ୍ପର୍କ ଥିଲା ଅବିଚ୍ଛେଦ୍ୟ; କିନ୍ତୁ ପ୍ରତିଭାର ବିସ୍ଫୋରଣ ପାଇଁ ଏହି ଦୁର୍ଯୋଗ ହିଁ ଆଣିଥିଲା ସୁବର୍ଣ୍ଣ ସୁଯୋଗ । ଶିକ୍ଷାରମ୍ଭ ବେଳକୁ ରାଧାନାଥଙ୍କ ପ୍ରତିଭାର ଦ୍ଯୁତି ଝଟକି ଉଠିଥିଲା ।
ତତ୍ତ୍ୱାବଧାନରେ । ବାଲ୍ୟକାଳରୁ ତାଙ୍କର ମେଧାବୀପଣିଆ ଓ ଚତୁରତା ତଥା ଅଧ୍ୟବସାୟ ଗୁଣ ପ୍ରକଟିତ ହୋଇଥିଲା । ପିତା ସୁନ୍ଦର ନାରାୟଣଙ୍କ ପ୍ରଯତ୍ନରେ ସ୍ଥାପିତ ସୋରୋ ଭର୍ଣ୍ଣାକୁଲାର ସ୍କୁଲରେ ଅଧ୍ୟୟନ କରୁଥିବାବେଳେ ତାଙ୍କ ସ୍ବାସ୍ଥ୍ୟରେ ଗୁରୁତର ସେଠାକୁ ଚିକିତ୍ସିତ ହେବାକୁ ଯାଇ ଜିଲ୍ଲା ସ୍କୁଲରେ ଅଧ୍ୟୟନ କଲେ ।
ସ୍ଵାସ୍ଥ୍ୟର ଅବନତିକୁ ଭୂକ୍ଷେପ ନ କରି ମେଧାବୀ ରାଧାନାଥ ଶିକ୍ଷାଦିଗରେ ଗଭୀର ମନୋନିବେଶ କରିଥିଲେ । ପ୍ରବେଶିକା ପରୀକ୍ଷାରେ ଏହି ହେତୁ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ମାସିକ ଚଉଦ ଟଙ୍କା ବୃଦ୍ଧି ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ତାଙ୍କର ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀ ପାଇ ଉତ୍ତୀର୍ଣ୍ଣ ହେବା ଘଟଣା ସେ ସମୟରେ ବାଲେଶ୍ଵର ସହରରେ ଏକ ଉଲ୍ଲେଖଯୋଗ୍ୟ ଆଲୋଚ୍ୟ ବିଷୟ ହୋଇପଡ଼ିଥିଲା । ଫକୀରମୋହନ ଅତି ରସାଣିତ କରି ଏ କଥାକୁ ଲେଖିଛନ୍ତି – ‘ମୁଁ ବାରବାଟୀ ସ୍କୁଲରେ ପଢ଼ାଉଥିବା ସମୟରେ ବାଲେଶ୍ଵର ଜିଲ୍ଲାସ୍କୁଲର ଜଣେ ଛାତ୍ର ଏଣ୍ଟ୍ରାନ୍ସ ପରୀକ୍ଷା
ଦେବା ନିମିତ୍ତ କଲିକତାକୁ ପ୍ରେରିତ ହେଲେ । ତାଙ୍କ ନାମ ‘ରାଧାନାଥ ରାୟ’ । କବିବର ରାଧାନାଥ ବାଲେଶ୍ଵର ଜିଲ୍ଲାର ସର୍ବପ୍ରଥମ ଏଣ୍ଟ୍ରାନ୍ସ ପରୀକ୍ଷାତ୍ତୀର୍ଣ୍ଣ ଛାତ୍ର । ସେ ୧୮୬୩ ମସିହାରେ ବାଲେଶ୍ଵର ଜିଲ୍ଲା ସ୍କୁଲରୁ ପ୍ରଥମ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାଶ୍ କରିଥିଲେ । ରାଧାନାଥବାବୁଙ୍କ ପାଶ୍ ସମ୍ବାଦ ବାଲେଶ୍ବରରେ ପହଞ୍ଚିବା ଦିନ କଚେରିରେ ଭାରିଗୋଟାଏ ଚହଳ ପଡ଼ିଗଲା । ଅମଲାମାନେ ଗୋଟାଏ ସ୍ଥାନରେ ବସି ବୋଲାବୋଲି ହେଲେ – ଜଣାଯାଉଛି ଏଣ୍ଟ୍ରାନ୍ସ ପାଶ୍ଚା ଖୁବ୍ ଗୋଟାଏ ବଡ଼ କଥା ନୁହେଁ । ଆମ୍ଭମାନଙ୍କର ସୁନ୍ଦରବାବୁଙ୍କର ସାନ ସନ୍ତିଆ ପିଲାଟା ପାଶ୍ କରି ପକାଇଲା । ଏଇଟା ଆଉ କ’ଣ ବଡ଼କଥା ହୋଇପାରେ । କାହୁଁ ବୁଝିଥା’ନ୍ତେ ରାଧାନାଥଙ୍କ ଗଭୀର ଅଧ୍ୟୟନ ପ୍ରବୃତ୍ତିକୁ ଓ ପ୍ରଚଣ୍ଡ ଜ୍ଞାନପିପାସାକୁ । ଏଣ୍ଟ୍ରାନ୍ସ ପାର୍ଶ୍ଵରେ ରାଧାନାଥ ଉଚ୍ଚଶିକ୍ଷା ଲାଭ ନିମିତ୍ତ କଲିକତାର ପ୍ରେସିଡ଼େନ୍ସି କଲେଜରେ ନାମ ଲେଖାଇଥିଲେ; ମାତ୍ର ରାଧାନାଥଙ୍କ ଦୁର୍ଯୋଗ, ତାଙ୍କ ଦୁର୍ବଳ ସ୍ଵାସ୍ଥ୍ୟ ହିଁ ପ୍ରତିବନ୍ଧକ ହେଲା ତାଙ୍କ ଉଚ୍ଚଶିକ୍ଷା ପ୍ରାପ୍ତି କ୍ଷେତ୍ରରେ । ଫଳରେ
‘‘ଶକ୍ତି ନାହିଁ ବତ୍ସ କାହାରି ଜଗତେ
ନିୟତିକି ନେବ ନିଜ ଇଚ୍ଛାମତେ ।’’
ବିଧପ୍ରଦତ୍ତ ନିର୍ଦ୍ଦେଶକୁ ମାନି ରାଧାନାଥ ବାଲେଶ୍ବର ପ୍ରତ୍ୟାବର୍ତ୍ତନ କଲେ । ଉଚ୍ଚଶିକ୍ଷା ଲାଭର ଆଶା କବିଙ୍କର ହେଲା ସୁଦୂରପରାହତ । ଅବଶ୍ୟ ପରେ ସେ ଘରୋଇଭାବେ ଏଫ୍. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।
ଦୁର୍ବଳ ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ଲାଭରୁ ବଞ୍ଚ ହେତୁ ଭଗ୍ନ ମନନେଇ ରାଧାନାଥ ବାଲେଶ୍ଵର ଫେରିବା ପରେ, ମାତ୍ର ୧୬ ବର୍ଷ ବୟସରେ ସେ ବାଲେଶ୍ଵର ସ୍କୁଲର ତୃତୀୟ ଶିକ୍ଷକଭାବେ ମାସିକ ଟ ୩୦.୦୦ ବେତନରେ ୧୮୬୪ ମସିହା ମଇ ମାସ ଏକ ତାରିଖରେ ଆପଣାର କର୍ମମୟ ଜୀବନରେ ପ୍ରବେଶ କରିଥିଲେ । ଏହାର ଦୁଇବର୍ଷ ପରେ ରାଧାନାଥଙ୍କର ଜଣେ ଆତ୍ମୀୟ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇ ତାଙ୍କୁ ‘କଟକ କଲେଜରେ’ ଅଧ୍ୟୟନ କରିବାପାଇଁ ପରାମର୍ଶ ଦେଇଥିଲେ । ମାତ୍ର କବିବରଙ୍କର ସେ ବାସନା ଆଉ ଫଳବତୀ ହୋଇ ନ ଥିଲା । ବାଲେଶ୍ବରରେ ପ୍ରାୟ ପାଞ୍ଚବର୍ଷ ଶିକ୍ଷକତା ରାଧାନାଥଙ୍କର ଛାତ୍ର ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ସେତିକିବେଳେ ମଧୁସୂଦନ ରାଧାନାଥଙ୍କର ଏକାନ୍ତ ପ୍ରିୟଭାଜନ ଓ ଅନୁଗତ ଛାତ୍ରଭାବେ ବେଶ୍ ବିଦିତ ହୋଇପାରିଥିଲେ । ସାହିତ୍ୟ ପ୍ରତି ଉଭୟଙ୍କର ଅନୁରାଗ ଥିବାରୁ ଏ ସମ୍ପର୍କ ସମ୍ଭବତଃ ବିଧ୍ ପ୍ରତିପାଦିତ ଭାବେ ସ୍ଥାପିତ ହୋଇଥିଲା ।
ପୁରୀରେ ମାତ୍ର ଦୁଇବର୍ଷ କାର୍ଯ୍ୟ କରିବାପରେ ରାଧାନାଥ ଗଲେ ଡେପୁଟି କଲେକ୍ଟର ପରୀକ୍ଷା ଦେବାପାଇଁ । ସେତିକିବେଳେ ପ୍ରଚଣ୍ଡ ପରିଶ୍ରମ ଓ ଗଭୀର ଅଧ୍ୟବସାୟ ହେତୁ ସେ ଭୀଷଣ ରୋଗାକ୍ରାନ୍ତ ହୋଇପଡ଼ିଥିଲେ । ପରେ ପରେ ତାଙ୍କୁ ପୁରୀରୁ ବଙ୍ଗପ୍ରଦେଶ ଅନ୍ତର୍ଗତ ବାଙ୍କୁଡ଼ା ଜିଲ୍ଲାକୁ ଦ୍ଵିତୀୟ ଶିକ୍ଷକଭାବେ ବଦଳି କରାଗଲା । ଏହି ବଦଳିରେ ରାଧାନାଥ ତାଙ୍କର ବୃତ୍ତିଗତ ସୌଭାଗ୍ୟରବି ଉଦିତ ହେବ, ଏକଥା ରାଧାନାଥଙ୍କ କଳ୍ପନାମାନସକୁ ସ୍ପର୍ଶ କରି ନ ଥିଲା । ରାଧାନାଥ
କରାଗଲା । ରାଧାନାଥଙ୍କ ଏହି ପଦୋନ୍ନତି ସତେଯେପରି ଓଡ଼ିଆ ସାହିତ୍ୟର ଦୁର୍ଗତି ମୋଚନପାଇଁ ଏ ଶୁଭକ୍ଷଣର ସୂତ୍ରପାତ କରିଥିଲା । କାରଣ ବାଲେଶ୍ଵରଠାରେ ତାଙ୍କର ପ୍ରିୟଛାତ୍ର ମଧୁସୂଦନନ ସେତେବେଳକୁ ଶିକ୍ଷକତା କରୁଥିଲେ, ଆଉ ଓଡ଼ିଆ ହେବାପରେ ଏମାନଙ୍କ ସାହିତ୍ୟ ଆସର ବେଶ୍ ଜମିଥିଲା ଓ ଏହି ତ୍ରୟୀ ସାଧକଙ୍କ ଚିନ୍ତାଧାରାର ମଧୁମିଳନରେ ଆଧୁନିକ କଲା ‘କବିତାବଳୀ’ । ଏହିଠାରୁ ଆରମ୍ଭ ହେଲା ରାଧାନାଥଙ୍କ ସାହିତ୍ୟିକ ଜୀବନର ବିକାଶପର୍ବ । ବାଲେଶ୍ଵରଠାରେ ରାଧାନାଥ ଦୀର୍ଘ ପାଞ୍ଚବର୍ଷ ଡେପୁଟି ଇନ୍ସପେକ୍ଟର ଭାବେ କାର୍ଯ୍ୟ ସମୂହର ଜଏଣ୍ଟ ଇନ୍ସପେକ୍ଟର ପଦକୁ ପ୍ରମୋଶନ ଦିଆଗଲା । ଏତିକିବେଳେ ସେ ବଙ୍ଗଳା
କରିବାପରେ ତାଙ୍କୁ ଓଡ଼ିଶାର ସ୍କୁଲ ‘ଲେଖାବଳୀ’ ନାମକ ଏକ କବିତା ଦେଇଥିଲେ । ଏହାକୁ ପାଠକରି ଭୂଦେବବାବୁ ରାଧାନାଥଙ୍କୁ ଓଡ଼ିଆ ଭାଷାରେ ସାହିତ୍ୟ ସୃଷ୍ଟିପାଇଁ ପ୍ରେରଣା ଦେଇଥିଲେ । ପଟ୍ଟଭୂମି । ଏହି ଭୂଦେବବାବୁଙ୍କ ପ୍ରେରଣାରେ ରାଧାନାଥ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଭ୍ରମଣ କରି ସାହିତ୍ୟ ସୃଷ୍ଟିପାଇଁ ଅପୂର୍ବ ଉପାଦାନମାନ ସଂଗ୍ରହ କରିଥିଲେ । ଜୀବନର ପ୍ରଚଣ୍ଡ ଅନୁଭୂତି ସାଙ୍ଗକୁ ଦୁଃଖ ଯନ୍ତ୍ରଣାର ଅସହ୍ୟ ଜ୍ଵାଳା, ସହନର ଅପୂର୍ବ ଗୁଣମୁଗ୍ଧ ବ୍ୟକ୍ତି ଥିଲେ ବାମଣ୍ଡାର ରାଜା ସାର୍ ବାସୁଦେବ ସୁଢ଼ଳଦେବ । ତାଙ୍କ ପ୍ରେରଣା ରାଧାନାଥଙ୍କ ଜୀବନର ଏକ ପରମ ସମ୍ପଦ । ୧୮୯୬ ମସିହାରେ ଜଣେ ବିଶ୍ବସ୍ତ ତଥା ଦାୟିତ୍ଵସମ୍ପନ୍ନ କର୍ମଚାରୀଭାବେ ଇଂରେଜ ସରକାରଙ୍କଠାରୁ ସେ ମର୍ଯ୍ୟାଦାସମ୍ପନ୍ନ ‘ରାୟବାହାଦୂର’ ଉପାଧ୍ ପ୍ରାପ୍ତ ହେଲେ । ୧୮୯୯ ମସିହାରେ ତାଙ୍କୁ ବର୍ତ୍ତମାନ ଶିକ୍ଷାଜିଲ୍ଲାର ଇନ୍ସପେକ୍ଟର ଭାବେ ବଦଳି କରାଗଲା । ସେଠାରେ କିଛି ବର୍ଷ ବିତାଇବାପରେ ଚାକିରିକାଳ ଆହୁରି ଚାରିବର୍ଷ ଥିବାସ୍ଥଳେ ସେ ୧୯୦୩ ମସିହାରେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କଲେ ।
କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ସାହିତ୍ୟିକ ଜୀବନରୁ ରାଧାନାଥ ଅବସର ନେଇ ନ ଥିଲେ । ନିରବଚ୍ଛିନ୍ନ ସାହିତ୍ୟ ସାଧନାଦ୍ୱାରା ସେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଯାଇଛନ୍ତି । ତାଙ୍କ ଅମୃତ ଲେଖନୀର ଫଳଶ୍ରୁତି ହେଉଛି ‘କେଦାରଗୌରୀ’, ‘ଚିଲିକା’, ‘ନନ୍ଦିକେଶ୍ଵରୀ’, ‘ପାର୍ବତୀ’, ‘ମହାଯାତ୍ରା’ ଆଦି ଉଚ୍ଚକୋଟୀର କାବ୍ୟ କବିତା । ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧ ଲେଖକ ହିସାବରେ ତାଙ୍କ ଯଶସ୍ବୀ ସ୍ବାକ୍ଷର ହେଉଛି – ‘ବିବେକୀ’ । ଓଡ଼ିଆ ସାହିତ୍ୟର ଏହି ମହାନ୍ ଚିନ୍ତାନାୟକଙ୍କ ଜୀବନର ଗତି ନାନା ଘାତ ପ୍ରତିଘାତ ମଧ୍ୟରେ ସମାହିତ ହୋଇ ୧୯୪୮ ମସିହା ଅପ୍ରେଲ ମାସ ୧୨ ତାରିଖରେ ନିର୍ବାପିତ ହୋଇଯାଇଥିଲା । ତାଙ୍କ ମୃତ୍ୟୁରେ ଗୁଣଗ୍ରାହୀ ବାମଣ୍ଡାଧୂପତି ଏକ ସୁନ୍ଦର କବିତା ଖୋଦିତ କରାଇଥିଲେ ।
ବାମଣ୍ଡାଧୂପତିଙ୍କ ପ୍ରସ୍ତରଖୋଳାରେ ରାଧାନାଥ ଅମର ହୋଇ ରହିନାହାଁନ୍ତି, ସେ ଅମର ହୋଇ ରହିଛନ୍ତି ଆପଣାର ପ୍ରତିଭା ବଳରେ । ତାଙ୍କ ଜୀବନୀ ତାଙ୍କ ପ୍ରତିଭାବିଳାସର ସ୍ମୃତିଚାରଣରେ ହିଁ ଉଦ୍ଜୀବିତ ହୋଇ ରହିଛି । ନିଜକୁ ତିଳ ତିଳ ଦଗ୍ଧକରି ନାନା ଦୁଃଖ ଯନ୍ତ୍ରଣା, ଅପବାଦ-ଲାଞ୍ଛନା, ନିନ୍ଦା-ଗଞ୍ଜଣା ସତ୍ତ୍ବେ ରାଧାନାଥ ସାହିତ୍ୟ ସେବାରେ ବିମୁଖ ହୋଇ ନାହାଁନ୍ତି । ଫଳତଃ ଓଡ଼ିଆ ସାହିତ୍ୟ ଅନୁଭବ କରିଛି ଆଧୁନିକତାର ସ୍ଵାଦ । ରାଧାନାଥ ହେଉଛନ୍ତି ଆଧୁନିକତାର ବାର୍ତ୍ତାବହ ।
(ଖ) କବିତାର ପୃଷ୍ଠଭୂମି :
ବାରବାଟୀ ଦୁର୍ଗ ଓ କଟକ କମିଶନ ବଙ୍ଗଳାରେ ଅନୁଷ୍ଠିତ ହୋଇଥିବା ଦୁଇଟି ଦରବାରକୁ ନେଇ କାବ୍ୟଟିକୁ କବି ପରିକଳ୍ପନା କରିଥିଲେ । କାରଣ ଦରବାରରେ କବି ନିଜେ ଉପସ୍ଥିତ ଥାଇ ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିଥିଲେ । କାବ୍ୟଟିରେ ପାରମ୍ପରିକ କାବ୍ୟଭଳି କଥାବସ୍ତୁ ସେତେଟା ବଳିଷ୍ଠ ନୁହେଁ । ବାରବାଟୀ ଦୁର୍ଗରେ ଦରବାର ବସିଥିଲା ଏବଂ ଏଥିରେ ସାମନ୍ତ ଚନ୍ଦ୍ରଶେଖର ଓ ଗୋବିନ୍ଦବଲ୍ଲଭ ରାୟଙ୍କୁ ରାୟବାହାଦୂର ଉପାଧ୍ ଦେବାପାଇଁ ବ୍ୟବସ୍ଥା କରାଯାଇଥିଲା । ଦରବାରକୁ ମଧ୍ୟ ନିମନ୍ତ୍ରିତ ହୋଇ ମଧ୍ୟ ଏମାନେ ନିଜର ବଡ଼ିମାକୁ ଦେଖାଇ ହେଉଥିଲେ ଏବଂ ଉପାଧୂପାଇଁ ଲାଳାୟିତ ଥିଲେ । କବି ଉକ୍ତ ପ୍ରସଙ୍ଗରେ, ଧର୍ମକୁ ଆକ୍ଷେପ କରିଛନ୍ତି । ଭୋଗବିଳାସ ପରିତ୍ୟାଗ କରି ଧର୍ମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ନୈତିକ ଜୀବନଯାପନ ପୂର୍ବକ ପ୍ରଜାମଙ୍ଗଳରେ ବ୍ରତୀ ହେବାପାଇଁ ସେ ଉପେଦଶ ଦେଇଛନ୍ତି । ମୋଟ ଉପରେ କବି ଦେଖାଇ ହେଉଥିବା ବଡ଼ପଣକୁ ଦେଇଛନ୍ତି ।
(ଗ) କବିତାର ସାରକଥା
କାହାର ସନ୍ତାନ କ’ଣ ମନେନାହିଁ ।’ ଅର୍ଥାତ୍ ଅତୀତକୁ ଭୁଲିଯାଇ, ବର୍ତ୍ତମାନସର୍ବସ୍ଵ ଜୀବନଯାପନ କରୁଥିବା ରାଜାମାନଙ୍କୁ ସେ ବହୁଭାବରେ ବ୍ୟଙ୍ଗ କରିଛନ୍ତି । ଉଦ୍ବୋଧନ ଦେଇ କହିଛନ୍ତି, ତୁମ୍ଭେ ହେଉଛ ସିଂହର ସନ୍ତାନ; ମାତ୍ର ତୁମର କାର୍ଯ୍ୟକଳାପ ଦେଖିଲେ ମନେହେଉଛି, ତୁମ୍ଭେ ସିଂହ ଔରସରୁ ଜନ୍ମ ନେଇଥିବା ଶ୍ଵାନ । ତୁମ୍ଭର ପୂର୍ବପୁରୁଷ ଯଥେଷ୍ଟ ପ୍ରତିଷ୍ଠା ଅର୍ଜନ ବିକି ଭାଙ୍ଗି ଆଉ କେତେଦିନ ଚଳୁଥବ ବୋଲି କବି ସେମାନଙ୍କୁ ଆକ୍ଷେପ କରିଛନ୍ତି । ପୂର୍ବପୁରୁଷ ଯେତିକି ଅଗ୍ରଗତି କରିଥିଲେ
ପୂର୍ବରୁ ଉତ୍କଳର ସ୍ଵାମୀ ବା ରାଜାମାନେ ଥିଲେ ଉଦାରମନା । ଅଗ୍ନିଶିଖା ପରି ସେମାନେ ଥିଲେ ଊର୍ଦ୍ଧ୍ୱଗାମୀ । ବିଳାସବ୍ୟସନ ପରି ତୁଚ୍ଛ କାର୍ଯ୍ୟରେ ସେମାନେ ବୁଡ଼ି ରହୁ ନ ଥିଲେ । ସେହି ରାଜାମାନଙ୍କର ଉନ୍ନତଚିନ୍ତା କଥା କବି ମନେ ପକାଇଛନ୍ତି । ମାତ୍ର ଅହମିକା ଦେଖାଉଥିବା ସେ ସମୟର ରାଜାମାନଙ୍କ ମାନସିକତାକୁ ଲକ୍ଷ୍ୟ କରି କବି ଦୁଃଖପ୍ରକାଶ କରିଛନ୍ତି । କାରଣ ସେହି ମହାବଂଶର ବା ଉନ୍ନତ ବଂଶର ଦାୟାଦ ହୋଇ ସେମାନେ ଜଳଧାରା ପରି ସଦାସର୍ବଦା ନିମ୍ନମୁଖୀ ହୋଇଛନ୍ତି । କବି ସେମାନଙ୍କୁ ଆହୁରି କହିଛନ୍ତି, ତୁମର ପିତୃପୁରୁଷଗଣ ଥିଲେ ଏକାନ୍ତ ଉଦାର । ସେମାନଙ୍କ ମଧ୍ୟରେ ସଂକୀର୍ଣ୍ଣତା ନ ଥିଲା । ତେଣୁ ସମଗ୍ର ରାଜ୍ୟକୁ ସେମାନେ ଗୋଟିଏ ପରିବାର ବୋଲି ମନେକରୁଥିଲେ । ପରିବାରର ଦାୟାଦ ହିସାବରେ ସେମାନେ ସମସ୍ତଙ୍କର ସୁଖଦୁଃଖ ବୁଝୁଥିଲେ ।
ବର୍ତ୍ତମାନର ରାଜାମାନେ ପ୍ରଜାମାନଙ୍କର ଭଲମନ୍ଦକୁ ଦୃଷ୍ଟି ଦେଉନାହାଁନ୍ତି ବୋଲି କବି ଆକ୍ଷେପ କରିଛନ୍ତି । ବର୍ତ୍ତମାନ ରାଜା ଓ ପ୍ରଜାର ସଂପର୍କ ହେଉଛି ସଞ୍ଚାଣ ଓ ପାରା ସମ୍ପର୍କ । ଯେଉଁ ସମ୍ପର୍କରେ ରାଜା ପ୍ରଜାର ମଙ୍ଗଳ କରେ ନାହିଁ କିମ୍ବା ଉନ୍ନତି ଚିନ୍ତା କରେ ନାହିଁ । ସେମାନଙ୍କର ଭୋଗ ଅଭିଳାଷ ପ୍ରଜାମାନଙ୍କୁ ବହୁଭାବରେ ଶୋଷଣ କରେ । ପ୍ରଜାମାନଙ୍କର ମୁଖରୁ ଶ୍ରୀମାର୍ଜିତ ଖାଦ୍ୟକୁ ଅତି ନିଷ୍ଠୁର ଭାବରେ ଛଡ଼ାଇନିଏ । ଓଡ଼ିଶାର ପାଣିପବନରେ ଚଳୁଥିଲେ ମଧ୍ୟ ତୁମେ ନିଜର ଦେଶୀୟ ମନୋଭାବକୁ ଦୂରେଇ ଦେଇ ବିଦେଶୀମାନଙ୍କ ନୀତି ଅନୁସରଣ କରିଛ ବୋଲି କବି କହିଛନ୍ତି ।
ପୂର୍ବରୁ ପ୍ରଜାମାନଙ୍କୁ ରାଜାମାନେ ପୁତ୍ର ପରି ମନେକରୁଥିଲେ । ବାତ୍ସଲ୍ୟ ମମତାରେ ବାନ୍ଧି ରଖୁଥିଲେ । ମାତ୍ର ବର୍ତ୍ତମାନ ପରିସ୍ଥିତିରେ ରାଜାମାନେ ବିଦେଶୀମାନଙ୍କ ସହିତ ମିଶି ପ୍ରଜାମାନଙ୍କୁ ଭୟଭୀତ କରୁଛନ୍ତି । ବନ୍ଧୁକ ମୁନରେ ପ୍ରଜାଙ୍କୁ ଶାସନ କରିବାକୁ ଚାହୁଁଛନ୍ତି । ସେମାନେ ନିଜର ଗନ୍ତାଘର ବା ଖଜଣାଖାନା, ରାଜପୁର, ଗାଭୀ, ହସ୍ତୀ, ଅଶ୍ୱାଦି ସମ୍ପଦ ବ୍ୟତୀତ ଅନ୍ୟ କେଉଁଥରେ ଆତ୍ମୀୟତା ରଖିନାହାଁନ୍ତି । ନିଜର ଧନସଂପଦକୁ ସଜାଡ଼ି ରଖିବା ସେମାନଙ୍କ ଜୀବନର ଲକ୍ଷ୍ୟ ହୋଇଛି । ଜଳାଞ୍ଜଳି ଦେଇଥାଏ । ମାତ୍ର ବର୍ତ୍ତମାନର ରାଜାମାନେ ପ୍ରଜାମାନଙ୍କର ଧନକୁ ବହୁଭାବରେ ଶୋଷଣ କରିନେଉଛନ୍ତି । ଯେଉଁ ମନ୍ତ୍ରୀ ପ୍ରଜାଙ୍କୁ ସତ୍ଵପରାମର୍ଶ ଦେବାକଥା, ସେମାନେ ଖଳ, ଖଣ୍ଟ, କାନକୁହାଙ୍କ ଭଳି ରାଜାଙ୍କୁ ହୀନ ପରାମର୍ଶ ଦେଉଛନ୍ତି ।
ରାଜାମାନେ ବିଦେଶୀଙ୍କୁ ସନ୍ତୁଷ୍ଟ କରିବାପାଇଁ ଦୁଃଖୀ, ରଙ୍କ, ଅରକ୍ଷିତ ଓ ବିଧବାମାନଙ୍କୁ ମଧ୍ୟ ଠକୁଛନ୍ତି । ପ୍ରଜାମାନେ ଖୁଦକୁଣ୍ଡା ଖାଇବାକୁ ପାଉ ନ ଥିଲାବେଳେ, ବିଚାର ବୁଦ୍ଧିହୀନ ଅଜ୍ଞ ଅସ୍ତ୍ର ବ୍ୟବସାୟୀମାନଙ୍କୁ ଘିଅ, ଅଟା, ଛେଳିମାଂସ ଆଦି ଦେଇ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର କିଣିଲ । ରାଜପୁରୀର ଇଷ୍ଟଦେବତାଙ୍କୁ ତୁମେମାନେ ଲୋଭଗ୍ରସ୍ତ କରାଇଲ । ବିପଦ ରୂପ ବେତ୍ରାଘାତ ପାଇଲେ ମଧ୍ୟ ତୁମେ ତିଳେହେଲେ ନିଜର ସ୍ଥିତିକୁ ବିଚାର କଲନାହିଁ । ସବୁବେଳେ ପାପଧନରେ ଆଶାୟୀ ହୋଇ ରହିଲ ଏବଂ ପ୍ରଜାମାନଙ୍କ ଅଭିବୃଦ୍ଧି କଥା କୌଣସି ସମୟରେ ଚିନ୍ତା କଲ ନାହିଁ ବୋଲି କବି ସେଭଳି ରାଜାମାନଙ୍କୁ କହିଛନ୍ତି । କାରଣ ରାଜାମାନେ ସ୍ବପନେ ବା ଜାଗରଣେ ମନ ମଧ୍ୟରେ ଧନର ଲାଳସା ରଖିଲେ ।
କୌଣସି ପ୍ରକାରେ ଧନ ସଞ୍ଚୟ କରିବା ବ୍ୟତୀତ ସେମାନଙ୍କ ମଧ୍ୟରେ କୌଣସି ଚିନ୍ତା ନ ଥିଲା । ଧନର ସଫଳତା ରହିଥାଏ କେବଳ ଉପଯୁକ୍ତ ବ୍ୟୟରେ; ମାତ୍ର ଯକ୍ଷ ପରି ଧନକୁ ଆବୋରି ରହିଲେ ବା ଜଗିରହିଲେ ଧନର ମର୍ଯ୍ୟାଦା ନଷ୍ଟ ହୋଇଥାଏ । ଏ ସୃଷ୍ଟିରୂପୀ ରଙ୍ଗମଞ୍ଚକୁ କେତେ ଆସିଛନ୍ତି ଓ କାର୍ଯ୍ୟ ପରିସମାପ୍ତି ପରେ ବିଦାୟ ନେଇଛନ୍ତି, କେହି ମୃତ୍ୟୁ ସମୟରେ ଧନ ମୁଣ୍ଡାଇ ନେଇ ନାହାଁନ୍ତି । ସବୁଧନକୁ ପକାଇଦେଇ ଅନ୍ତିମ ବିଦାୟ ନେଇଛନ୍ତି । ହାତୀ, ଘୋଡ଼ା, ସୁନାରୂପା, ରତ୍ନ ପରିପୂର୍ଣ କୁବେର ଭଣ୍ଡାରପରି ଗନ୍ତାଘରକୁ କେହି ନେଇନାହାଁନ୍ତି । ସେ ଯେମିତି ଖାଲି ହାତରେ ଆସିଥାଏ, ସେମିତି ଖାଲିହାତରେ ଚାଲିଯାଏ ।
ଆଲେକ୍ଜାଣ୍ଡାର, ଆଉ ଜୟ କରିବାକୁ ଭୂମି ନାହିଁ ବୋଲି ମନ ଦୁଃଖ କରିଥିଲେ । ଯୁଦ୍ଧ ଜୟକରି ଅନେକ ରାଜ୍ୟର ଅଧିକାରୀ ହୋଇଥିଲେ । ସେ ମଧ୍ୟ ଖାଲି ହାତରେ ଫେରିଯାଇଥିଲେ । ସେ ତାଙ୍କର ଅନୁଚରମାନଙ୍କୁ କହିଥିଲେ; ‘ମୁଁ ମରିଗଲେ ମୋର ଶବ ଧାର ଦୁଇକଡ଼କୁ ଦୁଇ ଶୂନ୍ୟହସ୍ତକୁ ଝୁଲାଇ ଦେଇଥିବ । ଏହା ଦେଖି ବିଶ୍ଵବାସୀ ବୁଝିବେ, ମୁଁ ବିଶ୍ୱବିଜୟୀ ହେଲି, ମାତ୍ର ମୁଁ କିଛି ନେଇ ଯାଇପାରିଲି ନାହିଁ । କେବଳ ଶୂନ୍ୟ ହସ୍ତରେ ଫେରିଗଲି ।’’ କବି କହିଛନ୍ତି, ହେ ରାଜନ୍ୟବର୍ଗ, ଏ ମହାବାକ୍ୟକୁ ସ୍ମରଣ କରି, ନିଜର ଲୋଭ, ମନ୍ଦ ଭାବକୁ ତ୍ୟାଗ କରି ସତ୍ତ୍ବଗୁଣ ପଥରେ ଗତିକର ।
ବିନାକାରଣରେ ଆଉ ଦୁଃସ୍ଥ, ଅସହାୟମାନଙ୍କୁ ଶୋଷଣ କରନାହିଁ । କାରଣ ଏ ଜୀବନ କ୍ଷଣସ୍ଥାୟୀ । ପୁନଶ୍ଚ ରାଜାମାନେ ଲକ୍ଷ ଲକ୍ଷ ଲୋକଙ୍କୁ ପୋଷଣ କରନ୍ତି ବୋଲି ସେମାନଙ୍କୁ ଲକ୍ଷପୋଷୀ କୁହାଯାଏ । ମାତ୍ର ସେମାନେ କାର୍ଯ୍ୟରେ ଲକ୍ଷପୋଷୀ ନ ହୋଇ ଲକ୍ଷଶୋଷୀ ହୋଇଥା’ନ୍ତି ବା ଲକ୍ଷ ଲକ୍ଷ ଲୋକଙ୍କୁ ଶୋଷଣ କରିଥା’ନ୍ତି । ସେ ସମୟର ରାଜାମାନେ ବେଶ୍ୟାସକ୍ତ ଥିଲେ । ମାଲିମୋକଦ୍ଦମା କରି ଅଯଥା ଅର୍ଥ ବ୍ୟୟ କରୁଥିଲେ । ସୁଯୋଗ ଦେଖି ସେମାନଙ୍କ ପାଖ ଲୋକ ମଧ୍ୟ ସେମାନଙ୍କ ବହୁ ଅର୍ଥ ନେଇଯାଉଥିଲେ ବୋଲି କବି ରାଜାଙ୍କୁ ଆକ୍ଷେପ କରିଛନ୍ତି ।
ପ୍ରଜାମାନଙ୍କର କଷ୍ଟଲବ୍ଧ ଧନକୁ ରାଜା ଅନେକ ସମୟରେ ଠକି ନେଇଥାଏ । ତେଣୁ କବି ରାଜାଙ୍କର ଧନକୁ ପ୍ରଜାଙ୍କର ଲହୁଲୁହର ଧନ ବୋଲି କହିଛନ୍ତି । ରାଜା ପ୍ରଜାଙ୍କଠାରୁ ପାପଧନ ଆଦାୟ କରି ତାହାକୁ ପ୍ରାୟଶ୍ଚିତ୍ତରେ ବ୍ୟୟ କରିବାଦ୍ଵାରା, ସେ ପୁଣି ପାପ କରିଥାଏ । ଯେଉଁ ଘୃତ ଯଜ୍ଞକୁଣ୍ଡରେ ଢଳା ହେବା କଥା, ତାହାକୁ ଘୁଷୁରି ମୁଖରେ ଦେଇ ସେମାନେ ପାପ ଅର୍ଜନ କରୁଛନ୍ତି । ପ୍ରଜାମାନଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ଧନ ବ୍ୟୟ ନ କରି, ଦୁଷ୍ଟଲୋକଙ୍କୁ ତାହା ଦେଉଥିବାରୁ କବି ଏଭଳି ମଣିଷର ସତ୍ୟ ଓ ଛଳକଥାକୁ ସମ୍ମୁଖୀନ ହେବାର ସାମର୍ଥ୍ୟ ନଥାଏ। ଏଠାରେ କବି ରାଜାମାନଙ୍କ ଉଦ୍ଦେଶ୍ୟରେ ଯାହା କହିଗଲେ ତାହା ଅପ୍ରିୟ ହେଲେ ମଧ୍ୟ ସତ୍ୟ । ଏହାକୁ ଛଳ ନକରି ନିଜର ଶ୍ରେୟପଥ ଚିନ୍ତା କରିବାପାଇଁ ସେ ସେମାନଙ୍କୁ ପରମର୍ଶ ଦେଇଛନ୍ତି ।
କବି ସେ ସମୟର ରାଜାମାନଙ୍କୁ ଜୀବନର ସସୀମତା ସମ୍ପର୍କରେ ସଚେତନ କରାଇଛନ୍ତି । ପରମାୟୁ ଯେ ସରି ସରି ଆସୁଛି, ତାହାକୁ ବୁଝାଇବାକୁ ଯାଇ କହିଛନ୍ତି, କଣା ମାଠିଆରୁ ଯେପରି ଜଳ ସରି ସରି ଆସେ ଠିକ୍ ସେହିପରି ମଣିଷର ଆୟୁ ଦିନକୁ ଦିନ ଶେଷ ହୋଇଯାଉଛି । ଅର୍ଥାତ୍ ପ୍ରତିକ୍ଷଣରେ ହିଁ ମଣିଷର ପରମାୟୁ ସରି ସରି ଯାଉଛି । ପୁନଶ୍ଚ କାଳ ବା ମୃତ୍ୟୁକୁ କୌଣସି ସମୟରେ ବିଶ୍ଵାସ କରାଯାଇ ପାରିବ ନାହିଁ । ସେ ଯେକୌଣସି ସମୟରେ କୌଣସି ସୂଚନା ନ ଦେଇ ଆସି ପହଞ୍ଚିଯିବ । ସମସ୍ତଙ୍କୁ ଆଶ୍ଚର୍ଯ୍ୟକରି ଜୀବନକୁ ସେ କବଳିତ କରିନେବ; ମାତ୍ର ମଣିଷ ଏକଥାକୁ ସହଜରେ ବିଶ୍ଵାସ କରେ ନାହିଁ । ମୃତ୍ୟୁ ଦୂରରେ ରହିଛି ଭାବି ସେ ହସିଥାଏ, କିନ୍ତୁ କାଳ ହସି ହସି ତା’ନିକଟରେ ଲୁଚି ବସିଥାଏ । ସେ ବେଳ ଦେଖି ଆସି ଆଗରେ ପହଞ୍ଚାଇଥାଏ । ଏହାକୁ କେହି ଜାଣିପାରନ୍ତି ନାହିଁ । ଅହଂକାରୀ ମଣିଷମାନଙ୍କୁ କବି ସଚେତନ କରାଇ ଦେଉଛନ୍ତି, ଏହି ଖେଳ ଏଇମିତି କେତେଦିନ ଖେଳୁଥିବ। ଅନ୍ତିମ ସମୟ ଯେ ପାଖେଇ ପାଖେଇ ଆସୁଛି ।
କବି ଆହୁରି ସଚେତନ କରାଇ କହିଛନ୍ତି, କାଳ ବା ଶେଷସମୟ ଏକାନ୍ତରେ ନୀରବରେ ପ୍ରତିକ୍ଷଣରେ ନିକଟତର ହେଉଛି । ତା’ର ରଥ ସଦାସର୍ବଦା ଗତିଶୀଳ । ଅନବରତ ଗଡ଼ି ଗଡ଼ି ତାହା ଦିନେ ଆସି ତୁମ ପାଖରେ ପହଞ୍ଚିଯିବ । ଆହୁରି ମଧ୍ୟ ଜୀବନର ସର୍ବକାଳୀନ ସତ୍ୟକୁ ଦେଖାଇ ସେ କହିଛନ୍ତି, ସୂର୍ଯ୍ୟ ତଳକୁ ଗଡ଼ିଲେ, ଛାୟା ବଢ଼େ । ସେହିପରି ଆୟୁ ସୂର୍ଯ୍ୟର ଗତି ବା ବୟସ ଯେତେ ଯେତେ ବଢୁଛି, ମଣିଷ ପାର୍ଥିବ ମାୟାମୋହ ପ୍ରତି ସେତେ ଅଧିକ ଆସକ୍ତ ହୋଇପଡୁଛି । ଯେପରି ବୃକ୍ଷର ଚେର ଯେତିକି ଦମ୍ଭ ହେବ, ଉପାଡ଼ିଲାବେଳକୁ ସେତିକି କଷ୍ଟ ହେବ । ସେହିପରି ପାର୍ଥିବ ମାୟାର ଚେର ଯେତିକି ଶକ୍ତ ହେବ, ଯମ ସେତିକି ଜୋର୍ରେ ମଣିଷକୁ ମୃତ୍ୟୁଲୋକକୁ ଝିଙ୍କିନେବ । ମୃତ୍ୟୁର ସେହି କଠିନ ଝିଙ୍କାଝିଙ୍କିରୁ ଥାଉଁ ଧର୍ମକର୍ମରେ ମନଦିଅ । ଯେପରି ମହାନ୍ ବଂଶରେ ଜନ୍ମ ନେଇଛ, ସେହିପରି ମହାନ୍ କର୍ମ କରି ଜୀବନକୁ ସଫଳ କରାଅ । କବି ସେ ସମୟର ରାଜାମାନଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ।
ରାଜାମାନେ ଜନ୍ମସୂତ୍ରରେ ରାଜବଂଶର ଅଧିକାରୀ ହୋଇଛନ୍ତି ଓ ସଂସାରରେ ବଡ଼ପଣ ପାଇଛନ୍ତି । ମାତ୍ର ଧର୍ମକରି, ଧର୍ମ ହେଉଛି ଶ୍ରେଷ୍ଠ । ଏ ବିଶାଳ ସଂସାର ସାଗର ପାରିହେବାପାଇଁ ଧର୍ମ ହିଁ ଏକମାତ୍ର ନୌକା । ବିଧାତା ମର୍ତ୍ତ୍ୟବାସୀଙ୍କ ପାଇଁ ଧର୍ମରୂପକ ସୁନ୍ଦର ପୋତ ନିର୍ମାଣ କରିଛନ୍ତି । ଦୁନିଆର ଧର୍ମହିଁ ଏକମାତ୍ର ମହତ୍ଵପଣ । ଧର୍ମହିଁ ମଣିଷକୁ ଚିରଅମର କରିରଖେ । ଧର୍ମ ଧନରେ ଧନୀ ହେଲେ ମଣିଷର ସେହି ଧନକୁ କେହି ଅପହରଣ କରିପାରେନା । ଧର୍ମବ୍ୟତୀତ ସଂସାରରେ ଆଉ ସବୁ ବଡ଼ପଣ ସମ୍ପର୍କରେ କବି ବୁଝାଇ କହିଛନ୍ତି, ପ୍ରକୃତ ବଡ଼ପଣ ହେଉଛି ଧର୍ମରକ୍ଷା, ଯାହାକୁ କି କେହି ଦ୍ରୁମ ପାଖରୁ ଛଡ଼ାଇ ନେଇପାରିବେ ନାହିଁ । ଶେଷ ସମୟ ପର୍ଯ୍ୟନ୍ତ ତାହାର ସୁଗନ୍ଧିରେ ଚତୁର୍ଦ୍ଦିଗ ମହକି ଯାଉଥବ । ବଡ଼ପଣ ବ୍ୟକ୍ତିକୁ ମର୍ତ୍ତ୍ୟ ଓ ସ୍ଵର୍ଗ ଦୁଇଲୋକରେ ସୁଖୀ କରାଏ । ଏହି ବଡ଼ପଣକୁ କାଳର ଦନ୍ତ ଭେଦ କରିପାରେ ନାହିଁ।
ନିୟତିର ସର୍ବକାଳୀନ ସତ୍ୟକୁ ଉଲ୍ଲେଖ କରି କବି ରାଜାମାନଙ୍କୁ କହିଛନ୍ତି, ଯଥାର୍ଥ ବଡ଼ପଣରେ ମନଦିଅ । ଯେଉଁ ବଡ଼ପଣ ପାଇଁ ତୁମେ କାଳଜୟୀ ହୋଇପାରିବ । କାଳ ତୁମକୁ ସ୍ପର୍ଶ କରିପାରିବ ନାହିଁ । ବଡ଼ପଣ ପ୍ରକାଶ ପାଇଁ ତୁମ ନିକଟରେ ଯଥେଷ୍ଟ ସୁବିଧା ସୁଯୋଗ ରହିଛି । ସେହି ସୁବିଧାକୁ ଉପଯୋଗ କର । ସେଥିରେ ତିଳେମାତ୍ର ହେଳା କରନାହିଁ । ସେହି ବଡ଼ପଣ ତୁମର ଇହ ଓ ପରକାଳର ମଙ୍ଗଳ କରିବ । ଏହି ସାଂସାରିକ ବଡ଼ପଣରେ କୌଣସି ମୂଲ୍ୟ ନାହିଁ । ସେଭଳି ବଡ଼ପଣରୁ ମନକୁ ଫେରାଇ ନେବାପାଇଁ ସେ କହିଛନ୍ତି । ଦୁନିଆର ମାନ ପ୍ରତି ଉଦାସୀନ ରହିବାକୁ କବି ସଚେତନ କରାଇଛନ୍ତି । କାରଣ ସଂସାର ପ୍ରତି ଉଦାସୀନ ଭାବ ପୋଷଣକରି ଧର୍ମଆଡ଼କୁ ଦୃଷ୍ଟି ରଖିଲେ ଅନ୍ତରରେ ପରମ ସୁଖ ମିଳିବ । କବି ଶେଷରେ କହିଛନ୍ତି, ରାଜାର ଧର୍ମ ହେଉଛି ପ୍ରଜାନୁରଞ୍ଜନ । ପ୍ରଜାମାନଙ୍କୁ ସନ୍ତୁଷ୍ଟ କଲାଭଳି କର୍ମ କଲେ ଓ ଆତ୍ମାନୁସନ୍ଧାନରେ ମନଦେଲେ ନିଜେ ଉଚ୍ଚ ହେବା ସହିତ, ଉଚ୍ଚତର ଗତି ଲାଭ କରିବ ।
(ଘ) କଠିନ ଶବ୍ଦ ଓ ଏହାର ଅର୍ଥ: