CHSE Odisha Class 12 Sociology Unit 1 Short Answer Questions in Odia Medium

Odisha State Board CHSE Odisha Class 12 Sociology Solutions Unit 1 ଭାରତୀୟ ସମାଜର ପରିଚୟ Short Answer Questions.

CHSE Odisha 12th Class Sociology Unit 1 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ବିଭିନ୍ନତାରେ ଏକତା ଉପରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ବିଭିନ୍ନତାରେ ଏକତାର ଏକ ସୁନ୍ଦର ଉଦାହରଣ ହେଉଛି ଆମ ଦେଶ ଭାରତ । ଅନେକ ପ୍ରଜାତୀୟ, ଭାଷାଗତ ଓ ଧାର୍ମିକ ବିଭିନ୍ନତା ମଧ୍ଯରେ ଏଠାରେ ଏକତା ପରିଲକ୍ଷିତ ହୋଇଥାଏ । ଯେଉଁ କାରଣସବୁ ଭାରତରେ ବିଭିନ୍ନତା ପାଇଁ ଦାୟୀ ସେ ସମସ୍ତ କାରଣ ମଧ୍ଯ ଏକତା ପାଇଁ ଦାୟୀ ଅଟେ । ଭାରତରେ ବିଭିନ୍ନତା ମଧ୍ୟରେ ଏକତା ଲୁକ୍‌କାୟିତ ହୋଇ ରହିଛି ।

୨। ଭାରତ ବା ଇଣ୍ଡିଆର ନାମକରଣ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ପୁରାଣ ଯୁଗର ଜଣେ ପ୍ରସିଦ୍ଧ ରାଜା ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ପୁତ୍ର ପ୍ରସିଦ୍ଧ ରାଜା ଭରତଙ୍କ ନାମ ଅନୁସାରେ ଆମ ଦେଶର ନାମ ଭାରତ ହୋଇଛି । ସେହିପରି ଇଣ୍ଡିଆ (India) ନାମଟି ଭାରତର ଉତ୍ତର-ପଶ୍ଚିମରେ ପ୍ରବାହିତ ବୃହତ୍ ନଦୀ ଇଣ୍ଡସ୍ (Indus) ବା ସିନ୍ଧୁ (Sindhu) ନଦୀର ନାମ ଅନୁସାରେ ହୋଇଛି । ପ୍ରାକ୍ ଆର୍ଯ୍ୟମାନେ ଏହି ବିରାଟ ନଦୀକୁ ସିନ୍ଧୁ ନାମ ଦେଇଥିଲେ ଯାହାର ଅର୍ଥ ‘ସାଗର’।

୩। ଭାରତର ଭୌଗୋଳିକ ଅଞ୍ଚଳ ବା ଅବସ୍ଥିତି ସମ୍ପର୍କରେ ଆଲୋଚନା କର ।
Answer:
ଭାରତ ଏକ ବିରାଟ ଦେଶ ଯାହାର ଭୌଗୋଳିକ ଅଞ୍ଚଳ ୩୨,୮୦,୪୮୩ ବର୍ଗ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଟେ । ସଂପ୍ରତି ଏହାର ଭୌଗୋଳିକ ଅଞ୍ଚଳ କାଶ୍ମୀରରୁ କେପ୍ କମୋରିନ୍ ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଟେ । ଏହାର ଉତ୍ତରରେ ହିମାଳୟ ଏବଂ ଅନ୍ୟ ତିନିପଟେ ସମୁଦ୍ର ଘେରି ରହିଛି ।

୪। ବିଭିନ୍ନତା କ’ଣ ?
କିମ୍ବା, ବିଭିନ୍ନତା ଉପରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
Answer:
ଏକତାର ବିପରୀତ ହେଉଛି ବିଭିନ୍ନତା । ଧାର୍ମିକ ଓ ଭାଷାଗତ ଲକ୍ଷଣ ଉପରେ ପର୍ଯ୍ୟବସିତ ଦଳେ ଲୋକମାନଙ୍କ ମଧ୍ୟରେ ଥ‌ିବା ସାମୂହିକ ପାର୍ଥକ୍ୟକୁ ବିଭିନ୍ନତା କୁହାଯାଏ । ଏହି ସମସ୍ତ ଗୁଣାବଳୀ ଭିଭିରେ ଲୋକମାନଙ୍କ ମଧ୍ୟରେ ଓ ଦେଶରେ ଭିନ୍ନ ଭିନ୍ନ ବିଭିନ୍ନତା କରିଲକ୍ଷିତ ହୋଇଥାଏ ।

୫। ପ୍ରଜାତୀୟ ବିଭିନ୍ନତା ଉପରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
Answer:
ପ୍ରଜାତୀୟ ବିଭିନ୍ନତା ଦୈହିକ ପାର୍ଥକ୍ୟ ଭିଭିରେ ହିଁ ଗଢ଼ି ଉଠିଥାଏ । ଭାରତ ଏକ ବହୁ ପ୍ରଜାତିର ଦେଶ । ପୃଥ‌ିବୀର ପ୍ରାୟ ସମସ୍ତ ପ୍ରକାରର ପ୍ରଜାତି ଏଠାରେ ପରିଲକ୍ଷିତ ହୋଇଥାଏ । ଗୋଟିଏ ଦେଶରେ ଭିନ୍ନ ଭିନ୍ନ ପ୍ରଜାତିର ଲୋକମାନେ ଦେଖିବାକୁ ମିଳିଲେ ତାହା ପ୍ରଜାତୀୟ ବିଭିନ୍ନତା ନାମରେ ନାମିତ ହୋଇଥାଏ ।

୬ । ପ୍ରଜାତି (Race) ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
କେତେଗୁଡ଼ିଏ ସ୍ୱତନ୍ତ୍ର ଦୈହିକ ଲକ୍ଷଣ ପ୍ରକାଶ କରୁଥିବା ଲୋକମାନଙ୍କର ଏକ ସମଷ୍ଟିକୁ ପ୍ରଜାତି କୁହାଯାଏ । ଏହି ଦଳଗୁଡ଼ିକ କେତେକ ସାଧାରଣ ଗୁଣ ବହନ କରିଥା’ନ୍ତି । ତେଣୁ ଏ.ଡବ୍ଲ୍ୟୁ. ଗ୍ରୀନ୍‌ଙ୍କ ମତରେ, ‘‘କେତେକ ସ୍ଵତନ୍ତ୍ର ଏବଂ ବଂଶାନୁକ୍ରମିକ ଲକ୍ଷଣ ଥିବା ଏକ ବୃହତ୍ ଦୈହିକ ମାନବିକ ଦଳକୁ ପ୍ରଜାତି ବୋଲି କୁହାଯାଏ ।

CHSE Odisha Class 12 Sociology Unit 1 Short Answer Questions in Odia Medium

୭। ଭାରତୀୟ ପ୍ରଜାତିର ବର୍ଗୀକରଣ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ବିଭିନ୍ନ ନୃତତ୍ତ୍ବବିଜ୍ଞାନୀମାନେ ଭାରତର ପ୍ରଜାତିର ନିଜସ୍ବ ବର୍ଗୀକରଣ ପ୍ରଦାନ କରିଛନ୍ତି । ଏହି ବର୍ଗୀକରଣ ପ୍ରଦାନ କରିଥିବା ପ୍ରମୁଖମାନେ ହେଲେ ରିସ୍‌ଲେ, ଜେ.ଏଚ୍.ହଟନ୍, ଡି.ଏନ୍.ମଜୁମଦାର ଏବଂ ବି.ଏସ୍.ଗୁହା । କିନ୍ତୁ ଭାରତୀୟ ପ୍ରଜାତିର ଏହି ସମସ୍ତ ବର୍ଗୀକରଣ ମଧ୍ୟରୁ ରିସ୍‌ଲେ ଏବଂ ବି.ଏସ୍. ଗୁହାଙ୍କ ପ୍ରଦତ୍ତ ବର୍ଗୀକରଣ ଅଧିକ ଗ୍ରହଣୀୟ ଓ ଗୁରୁତ୍ଵପୂର୍ଣ୍ଣ ଅଟେ ।

୮ । ଭାରତୀୟ ଜନସଂଖ୍ୟାର ରିସ୍‌ଙ୍କ ପ୍ରଦତ୍ତ ପ୍ରଜାତୀୟ ବର୍ଗୀକରଣ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ପ୍ରଖ୍ୟାତ୍ ନୃବିଜ୍ଞାନୀ ସାର୍ ହରବର୍ଟ ରିସ୍‌ଲେ ଭାରତୀୟ ଜନସଂଖ୍ୟାକୁ ୭ଟି ପ୍ରଜାତୀୟ ପ୍ରକାରରେ ବିଭାଜିତ କରିଛନ୍ତି । ରିସ୍‌ଲେଙ୍କର ସେହି ପ୍ରଜାତୀୟ ପ୍ରକାରଗୁଡ଼ିକ ହେଉଛି – (୧) ତୁର୍କୀ-ଇରାନିଆନ୍, (୨) ଇଣ୍ଡୋ-ଆର୍ଯ୍ୟ, (୩) ସ୍କାଇଥୋ- ଦ୍ରାବିଡ଼ିଆନ୍ (୪) ଆର୍ଯ୍ୟ-ଦ୍ରାବିଡ଼ିଆନ୍, (୫) ମଙ୍ଗୋଲୋ -ଦ୍ରାବିଡ଼ିଆ, (୬) ମଙ୍ଗୋଲ୍‌ଏଡ୍, (୭) ଦ୍ରାଭିଡ଼ିଆନ୍ ।

୯। ଏ.ସି.ହାଡନ୍‌ଙ୍କ ପ୍ରଜାତୀୟ ପ୍ରକାରଗୁଡ଼ିକୁ ଆଲୋଚନା କର ।
Answer:
ଅନ୍ୟ ଜଣେ ପ୍ରଖ୍ୟାତ ନୃବିଜ୍ଞାନୀ ଏ.ସି.ହଡ଼ନ୍ ଭାରତୀୟ ଜନସଖ୍ୟାକୁ ୫ଟି ପ୍ରଜାତୀୟ ପ୍ରକାରରେ ବିଭାଜିତ କରିଛନ୍ତି । ସେହି ପ୍ରଜାତୀୟ ପ୍ରକାରଗୁଡ଼ିକ ହେଉଛି – (୧) ପ୍ରାକ୍-ଦ୍ରାବିଡ଼ିଆନ୍, (୨) ଦ୍ରାବିଡ଼ିଆନ୍, (୩) ଇଣ୍ଡୋ-ଆର୍ଯ୍ୟ, (୪) ଇଣ୍ଡୋ- ଆଲପାଇନ୍, (୫) ମଙ୍ଗୋଲିଆନ୍ ।

୧୦ । ଭାଷାଗତ ବିଭିନ୍ନତା ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ଲୋକମାନେ କଥା ହେଉଥ‌ିବା ଭିନ୍ନ ଭିନ୍ନ ଭାଷା ଭିତ୍ତରେ ହିଁ ଭାଷାଗତ ବିଭିନ୍ନତା ସୃଷ୍ଟି ହୋଇଥାଏ । ଭାରତରେ ପ୍ରାୟ ୨୦୦୦ ପ୍ରକାରର ଭାଷା ଦେଖିବାକୁ ମିଳେ ବୋଲି ବିଶ୍ଵାସ କରାଯାଏ । ଆମ ସମ୍ବିଧାନ ମଧ୍ୟ ୧୮ଟି ଭାଷାକୁ ସ୍ବୀକୃତି ପ୍ରଦାନ କରିଛି । ସେଥ‌ିପାଇଁ ଭାରତକୁ ଭାଷାର ଏକ ସଂଗ୍ରହାଳୟ ବୋଲି କୁହାଯାଏ । ଏହି ଭାଷାଗୁଡ଼ିକୁ ୪ଟି ଭାଷାଗତ ପରିବାରଭୁକ୍ତ କରାଯାଇଅଛି

୧୧ । ଭାଷା ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ଭାଷା ଭାବ ପ୍ରକାଶ କରିବାର ମାଧ୍ୟମ ଅଟେ । ଏହା କେତେକ ପ୍ରତୀକ ବା ଚିହ୍ନକୁ ବୁଝାଇଥାଏ ଯାହାର ଅର୍ଥ ଏହାକୁ ବ୍ୟବହାର କରୁଥିବା ଲୋକମାନଙ୍କୁ ହିଁ ଜଣାଥାଏ । ଏହି ଭାଷା ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ ସମ୍ଭବ ହୋଇଥାଏ । ଏକ ଭାଷାର ଉଭୟ ଲିଖୁତ ଏବଂ ମୌଖ୍ ଦିଗ ରହିଛି ।

୧୨ । ବିଭିନ୍ନ ଭାଷା ପରିବାର ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ଭାରତ ଏକ ବହୁ ଭାଷାଭାଷୀ ଦେଶ ଅଟେ । ୧୯୬୧ ଜନଗଣନା ଅନୁସାରେ ଏଠାରେ ୧୬୫୨ ପ୍ରକାର ଭାଷାରୁ ଊର୍ଦ୍ଧ୍ୱ ଭାଷା ରହିଛି । କିନ୍ତୁ ପ୍ରକୃତରେ ଏଠାରେ ପ୍ରାୟ ୨୦୦୦ ରୁ ଊର୍ଦ୍ଧ୍ୱ ଭାଷା ରହିଛି । ଏହି ସମସ୍ତ ଭାଷାକୁ ମୁଖ୍ୟତଃ ୪ଟି ଭାଷାଗତ ପରିବାରରେ ଅନ୍ତଭୁକ୍ତ କରାଯାଇଛି । ସେହି ଭାଷା ପରିବାରଗୁଡ଼ିକ ହେଲା- (୧) ଇଣ୍ଡୋ-ଆର୍ଯ୍ୟ ଭାଷା ପରିବାର, (୨)ଦ ୍ରାବିଡ଼ୀୟ ଭାଷା ପରିବାର, (୩) ଅଷ୍ଟ୍ରିକ୍ ଭାଷା ପରିବାର ଏବଂ (୪) ସିନୋ-ତିବେତାନ୍ ଭାଷା ପରିବାର ।

୧୩ । ଇଣ୍ଡୋ-ଆର୍ଯ୍ୟ ଭାଷା ପରିବାର ଉପରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
Answer:
ଭାରତରେ ଦେଖାଯାଉଥ‌ିବା ସମସ୍ତ ଭାଷାକୁ ୪ଟି ଭାଷା ପରିବାରଭୁକ୍ତ କରାଯାଇଛି । ସେହି ସମସ୍ତ ଭାଷା ପରିବାର ମଧ୍ୟରୁ ଇଣ୍ଡୋ-ଆର୍ଯ୍ୟ ଭାଷା ପରିବାର ଅନ୍ୟତମ ଅଟେ । ଆସାମୀ, ବେଙ୍ଗଲୀ, ଗୁଜରାଟୀ, ହିନ୍ଦୀ, କାଶ୍ମୀରୀ, ମରାଠୀ, ଓଡ଼ିଆ, ପଞ୍ଜାବୀ, ଊର୍ଦୁ ଇତ୍ୟାଦି ଏହି ଇଣ୍ଡୋ-ଆର୍ଯ୍ୟ ଭାଷା ପରିବାରଭୁକ୍ତ ଅଟେ ।

୧୪ । ଦ୍ରାବିଡ଼ିଆନ୍ ଭାଷ୍ଟ୍ରା ପରିବାର ଉପରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
Answer:
ଭାରତର ଲୋକମାନେ କଥା ଭାଷା ପରିବାର ମଧ୍ୟରୁ ଦ୍ରାବିଡ଼ିଆନ୍ ଭାଷା ଏହି ଭାଷା ପରିବାର ଅନ୍ତଭୁକ୍ତ । ହେଉଥ‌ିବା ସମସ୍ତ ଭାଷାକୁ ମୁଖ୍ୟତଃ ୪ଟି ଭାଷା ପରିବାରଭୁକ୍ତ କରାଯାଇଛି । ସେହି ପରିବାର ଅନ୍ୟତମ ଅଟେ । କନ୍ନଡ଼, ମାଲାୟାଲାମ୍, ତାମିଲ ଓ ତେଲେଗୁ ଇତ୍ୟାଦି ଏହି ଭାଷା ପରିବାର ଅର୍ନ୍ତଭୁକ୍ତ ।

୧୫ । ଆମ ସମ୍ବିଧାନ ସ୍ବୀକୃତି ପ୍ରଦାନ କରିଥିବା ଭାଷାଗୁଡ଼ିକ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ଭାରତ ଏକ ବହୁ ଭାଷାଭାଷୀ ଦେଶ ହୋଇଥିବାରୁ ଆମ ସମ୍ବିଧାନ ୧୮ଟି ଭାଷାକୁ ସ୍ବୀକୃତି ପ୍ରଦାନ କରିଛି । ସେହି ଭାଷାଗୁଡ଼ିକ ହେଉଛି ଆସାମୀ, ବେଙ୍ଗଲୀ, ଗୁଜରାଟୀ, ହିନ୍ଦୀ, କନ୍ନଡ଼, କାଶ୍ମୀରୀ, କୋନ୍‌କାନୀ, ମାଲାୟାଲାମ୍, ମଣିପୁରୀ, ମରାଠୀ, ନେପାଳୀ, ଓଡ଼ିଆ, ପଞ୍ଜାବୀ, ସଂସ୍କୃତ, ସିନ୍ଧୀ, ତାମିଲ, ତେଲୁଗୁ ଓ ଊର୍ଦୁ ଇତ୍ୟାଦି ।

୧୬ । ଧର୍ମ ଉପରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
Answer:
ଅତି ପ୍ରାକୃତିକ ଶକ୍ତିଠାରେ ବିଶ୍ୱାସକୁ ଧର୍ମ କୁହାଯାଏ । ଏହି ବିଶ୍ୱାସ ଓ ଅଭ୍ୟାସ ଇତ୍ୟାଦି ମାନବିକ ସମ୍ପର୍କକୁ ପ୍ରଭାବିତ କରିଥାଏ । ଦୁର୍‌ଖୁମ୍‌ଙ୍କ ମତରେ ‘ଧର୍ମ ହେଉଛି ବିଶ୍ଵାସ ଏବଂ ଅଭ୍ୟାସଗୁଡ଼ିକର ଏକ ସଙ୍ଗଠିତ ବ୍ୟବସ୍ଥା ଯାହା କି ପବିତ୍ର ଦ୍ରବ୍ୟ ସହିତ ସଂପୃକ୍ତ ଅଟେ ।

୧୭ । ଧାର୍ମିକ ବିଭିନ୍ନତା ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ଭାରତ ଏକ ଅନେକ ବିଭିନ୍ନତାର ଦେଶ । ଏହି ବିଭିନ୍ନତାଗୁଡ଼ିକ ମଧ୍ୟରୁ ଧାର୍ମିକ ବିଭିନ୍ନତା ଅନ୍ୟତମ ଅଟେ । ପୃଥ‌ିବୀର ପ୍ରାୟ ସମସ୍ତ ପ୍ରକାରର ଧର୍ମ ଭାରତରେ ଦେଖିବାକୁ ମିଳିଥାଏ । ହିନ୍ଦୁ, ଇସ୍‌ଲାମ୍, ଖ୍ରୀଷ୍ଟ, ବୌଦ୍ଧ, ଜୈନ, ଶିଖ୍, ପାର୍ସୀ ଇତ୍ୟାଦି ଧର୍ମ ଭାରତରେ ଦେଖୁବାକୁ ମିଳିଥାଏ । ଏତଦ୍‌ବ୍ୟତୀତ ଏହି ଧର୍ମଗୁଡ଼ିକର ମଧ୍ୟ ବିଭିନ୍ନ ସଂପ୍ରଦାୟ ରହିଛି । ତେଣୁ ଭାରତରେ ଧାର୍ମିକ ବିଭିନ୍ନତା ଅତ୍ୟନ୍ତ ତୀବ୍ର ଅଟେ ।

୧୮ । ଏକତାର ବନ୍ଧନ ବା କାରକ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ଅନେକ ବିଭିନ୍ନତା ସତ୍ତ୍ବେ ଭାରତରେ ସମସ୍ତ ବିଭିନ୍ନତା ମଧ୍ୟରେ ଏକତାର ବନ୍ଧନ ପରିଲକ୍ଷିତ ହୋଇଥାଏ । ଏକତାର ବନ୍ଧନ କହିଲେ ଏକତାର ଭାବକୁ ବୁଝାଇଥାଏ । ଏକତାର ବନ୍ଧନ ସେହି ସମସ୍ତ କାରକଗୁଡ଼ିକୁ ବୁଝାଏ ଯାହାକି ଦେଶର ଲୋକମାନଙ୍କ ମଧ୍ୟରେ ଏକ ଏକତାଭାବ ସୃଷ୍ଟି କରିଥାଏ । ଭାରତରେ ଐତିହାସିକ, ଭୌଗୋଳିକ, ସାଂସ୍କୃତିକ ଓ ଧାର୍ମିକ ବନ୍ଧନମାନ ପରିଲକ୍ଷିତ ହୋଇଥାଏ ।

୧୯ । ଭାରତର ଐତିହାସିକ ଏକତା ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ଭାରତୀୟ ସମାଜର ଏକତା ପ୍ରତିଷ୍ଠା କ୍ଷେତ୍ରରେ ଐତିହାସିକ କାରକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଭାରତୀୟ ସମାଜର ସୁଦୀର୍ଘ ଇତିହାସ ରହିଛି । ସିନ୍ଧୁ ଉପତ୍ୟକାର ସଭ୍ୟତା ପୃଥ‌ିବୀର ଏକ ସର୍ବପ୍ରାଚୀନ ସଭ୍ୟତା ଭାବେ ଭାରତୀୟଙ୍କ ମଧ୍ୟରେ ଏକତା ଭାବ ସୃଷ୍ଟି କରିଥାଏ । ଏତଦ୍‌ବ୍ୟତୀତ ଭାରତର ପ୍ରାଚୀନ ସାଂସ୍କୃତିକ ପରମ୍ପରା ଏ ପର୍ଯ୍ୟନ୍ତ ତିଷ୍ଠି-ରହି ଭାରତୀୟଙ୍କ ମଧ୍ୟରେ ଏକତା ଭାବ ସୃଷ୍ଟି କରୁଛି । ଭାରତୀୟମାନେ ଏହି ପ୍ରାଚୀନ ସଭ୍ୟତାର ସଦସ୍ୟ ଅଟନ୍ତି ଓ ଏହି ଭାବନା ସେମାନଙ୍କ ମଧ୍ୟରେ ଐତିହାସିକ ଏକତା ଆଣିଥାଏ ।

୨୦ । ସିନ୍ଧୁ ଉପତ୍ୟକାର ସଭ୍ୟତା ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ସିନ୍ଧୁ ଉପତ୍ୟକାର ସଭ୍ୟତା ପୃଥ‌ିବୀର ଏକ ପ୍ରାଚୀନ ସଭ୍ୟତା ଭାବେ ପରିଗଣିତ ଅଟେ । ଏହି ସଭ୍ୟତା ଖ୍ରୀ.ପୂ. ୨୫୦୦ ବେଳକୁ ସୃଷ୍ଟି ହୋଇଥିଲା ଓ ଖ୍ରୀ.ପୂ. ୧୭୦୦ ବେଳକୁ ଏହାର ବିଲୟ ଘଟିଥିଲା । ଏହି ସଭ୍ୟତା ସିନ୍ଧୁ ନଦୀ କୂଳରେ ଗଢ଼ି ଉଠିଥିବାରୁ ଏହାକୁ ସିନ୍ଧୁ ଉପତ୍ୟକାର ସଭ୍ୟତା ବୋଲି କୁହାଯାଏ ।

୨୧ । ଭାରତର ଭୌଗୋଳିକ ଏକତା ଉପରେ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:
ଅନ୍ୟାନ୍ୟ କାରକ ପରି ଭୌଗୋଳିକ କାରକ ମଧ୍ୟ ଭାରତର ଏକତା ପ୍ରତିଷ୍ଠା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହାର ଭୌଗୋଳିକ ବିରାଟତା ଓ ବିଭିନ୍ନତା ସତ୍ତ୍ବେ ଭାରତର ଭୌଗୋଳିକ ଏକତା ରହିଛି । ଏହାର ପ୍ରାକୃତିକ ପରିସୀମା ତା’ର ଭୌଗୋଳିକ ଏକତା ପାଇଁ ଦାୟୀ ଅଟେ । ଏହାର ତିନି ପାର୍ଶ୍ବରେ ସମୁଦ୍ର ଓ ଗୋଟିଏ ପଟେ ହିମାଳୟ ଏହାକୁ ଭୌଗୋଳିକ ଏକତା ପ୍ରଦାନ କରୁଛି ।

୨୨ । ଭାରତର ଭୌଗୋଳିକ ଅବସ୍ଥିତି ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ଭାରତର ସମୁଦାୟ ଭୌଗୋଳିକ ଅଞ୍ଚଳ ୩୨,୮୦,୪୮୩ ବର୍ଗ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଟେ । ଏତଦ୍‌ବ୍ୟତୀତ ଏହାର ପରିସୀମା କାଶ୍ମୀରରୁ କେପ୍ କମୋରିନ୍ ପର୍ଯ୍ୟନ୍ତ ୨୦୦୦ ମାଇଲ୍ ଏବଂ ଗୁଜରାଟରୁ ଆସାମ ପର୍ଯ୍ୟନ୍ତ ୧୫୦୦ ମାଇଲ ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଟେ । ଏହାର ଉତ୍ତରରେ ହିମାଳୟ ଓ ଅନ୍ୟ ତିନି ପାର୍ଶ୍ବରେ ବିସ୍ତୃତ ସମୁଦ୍ର ରହିଅଛି ।

୨୩। ଭାରତର ସାଂସ୍କୃତିକ ଏକତା ଉପରେ ଟିପ୍ପଣୀ ଦିଅ ।
Answer:
ବିଭିନ୍ନତା ସତ୍ତ୍ଵେ ଭାରତରେ ସୁଦୃଢ଼ ସାଂସ୍କୃତିକ ଏକତା ପରିଲକ୍ଷିତ ହୋଇଥାଏ । ଭାରତୀୟ ସାମାଜିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏହି ଏକତା ପରିଲକ୍ଷିତ ହୋଇଥାଏ । ବିଭିନ୍ନ ପର୍ବପର୍ବାଣି, ଉତ୍ସବ, ଧାର୍ମିକ କର୍ମକାଣ୍ଡ ମଧ୍ୟରେ ମଧ୍ୟ ଏହି ଏକତା ପରିଲକ୍ଷିତ ହୋଇଥାଏ । ଭାରତର ପବିତ୍ର ଭୌଗୋଳିକ ଅଞ୍ଚଳ ଓ ମୌଳିକ କଳା ଓ ବାଦ୍ୟ ଏହାର ସାଂସ୍କୃତିକ ଏକତାକୁ ଦର୍ଶାଇଥାଏ ।

CHSE Odisha Class 12 Sociology Unit 1 Short Answer Questions in Odia Medium

୨୪ । ସଂସ୍କୃତି ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ସଂସ୍କୃତି ମନୁଷ୍ୟର ହସ୍ତକର୍ମ ଓ ମାଧ୍ୟମ ଯାହାଦ୍ୱାରା ମନୁଷ୍ୟ ତା’ର ଲକ୍ଷ୍ୟ ପୂରଣ କରିଥାଏ । ଏହା ଏକ ଜଟିଳ ସମାହାରକୁ ବୁଝାଇଥାଏ ଯାହା କି କଳାସ୍ଥାପତ୍ୟ, ନୈତିକତା, ବିଶ୍ବାସ ଏବଂ ଅନ୍ୟ ସମସ୍ତ ଗୁଣକୁ ଅନ୍ତର୍ଭୁକ୍ତ କରିଥାଏ ଯାହାକି ମନୁଷ୍ୟ ସମାଜର ଏକ ସଦସ୍ୟ ଭାବେ ହାସଲ କରିଥାଏ । ଆମର ଖାଦ୍ୟାଭ୍ୟାସ ଓ ପୋଷାକ ଆଦି ସଂସ୍କୃତିର ଉଦାହରଣ ଅଟେ ।

୨୫ । ଭାରତର ଧାର୍ମିକ ଏକତା ଉପରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
Answer:
ଧାର୍ମିକ ବିଭିନ୍ନତା ସତ୍ତ୍ଵେ ଭାରତରେ ଧାର୍ମିକ ଏକତା ମଧ୍ୟ ପରିଲକ୍ଷିତ ହୋଇଥାଏ । ଭାରତରେ ପୃଥ‌ିବୀର ପ୍ରାୟ ସମସ୍ତ ଧର୍ମାବଲମ୍ବୀ ଲୋକ ବସବାସ କରୁଥିଲେ ମଧ୍ୟ ଏହା ଧର୍ମନିରପେକ୍ଷ ନୀତିରେ ବିଶ୍ୱାସ କରିଆସିଛି । ଏକାଧିକ ଧର୍ମ ମଧ୍ଯରେ ଏକତାର ଏକ ଅନ୍ତଃସ୍ରୋତ ପ୍ରବାହିତ ହେଉଛି । ହିନ୍ଦୁ ଧର୍ମ ଏକ ବୃହତ୍ ଧର୍ମ ଭାବେ ମଧ୍ଯ ଏକତା ପ୍ରତିଷ୍ଠାରେ ସହାୟକ ହୋଇଥାଏ ।

୨୬ । ହିନ୍ଦୁଧର୍ମ ଉପରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
Answer:
ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏଠାରେ ଏକାଧ୍ଵକ ଧର୍ମ ପରିଲକ୍ଷିତ ହୋଇଥାଏ । ସେହି ସମସ୍ତ ଧର୍ମ ମଧ୍ୟରୁ ହିନ୍ଦୁ ଏକ ବୃହତ୍ ଧାର୍ମିକ ସମୂହ ଅଟେ । ଶୈବ, ଶାକ୍ତ, ଗାଣପତ୍ୟ, ବୈଷ୍ଣବ ଆଦି ଏକାଧ୍ଵ ସଂପ୍ରଦାୟ ହିନ୍ଦୁ ଧର୍ମରେ ପରିଲକ୍ଷିତ ହୋଇଥାଏ । ଏହା ଆତ୍ମାର ଅବିନଶ୍ବରତା, ପୁନର୍ଜନ୍ମ, କର୍ମମତବାଦ, ପୁରୁଷାର୍ଥ ଓ ନିର୍ବାଣ ଆଦିରେ ବିଶ୍ବାସ ରଖୁଥାଏ । ରାମାୟଣ, ମହାଭାରତ ଓ ବେଦ ଏହାର ପ୍ରମୁଖ ଧର୍ମଗ୍ରନ୍ଥ ଅଟେ ।

୨୭ । ଧାର୍ମିକ ବିଭିନ୍ନତା କିପରି ଧାର୍ମିକ ଏକତା ଆଣୁଛି ସଂକ୍ଷେପରେ ଲେଖ ।
Answer:
ଭାରତରେ ଏକାଧିକ ଧର୍ମ ପରିଲକ୍ଷିତ ହେଉଥିଲେ ମଧ୍ୟ କେତେକ ଧର୍ମ ଯଥା- ବୌଦ୍ଧ ଧର୍ମ, ଜୈନ ଧର୍ମ ଓ ଶିଖ୍ ଧର୍ମ ପ୍ରାୟତଃ ହିନ୍ଦୁ ଧର୍ମ ସହିତ ସମାନ ଅଟେ । ଏତଦ୍‌ବ୍ୟତୀତ ଏହି ଧର୍ମଗୁଡ଼ିକ ସମାନ ବିଶ୍ଵାସ ଓ ଦର୍ଶନରେ ବିଶ୍ୱାସ କରିଥା’ନ୍ତି । ପୁନଶ୍ଚ ହିନ୍ଦୁ ଧର୍ମ, ଖ୍ରୀଷ୍ଟ ଧର୍ମ ଓ ଇସ୍‌ଲାମ୍ ଧର୍ମକୁ ମଧ୍ଯ ଗଭୀର ଭାବେ ପ୍ରଭାବିତ କରିଛି ଓ ନିଜେ ମଧ୍ୟ ସେହିସବୁ ଧର୍ମଦ୍ୱାରା ପ୍ରଭାବିତ ହୋଇଛି । ତେଣୁ ଧାର୍ମିକ ବିଭିନ୍ନତା ଏଠାରେ ଧାର୍ମିକ ଏକତା ସୃଷ୍ଟି କରିଛି ।

୨୮ । ଭାରତୀୟ ଜନସଂଖ୍ୟାର ବୟସାନୁକ୍ରମିକ ଗଠନ କ’ଣ ?
Answer:
ଭରତରେ ଜନସଂଖ୍ୟାର ତିନିଟି ବିଭାଜନ ଅଛି । ୧୫ ବର୍ଷରୁ କମ୍ ବୟସ୍କ ଶିଶୁ, ୧୫-୬୦ ବର୍ଷ ବୟସ୍କ କାର୍ଯ୍ୟକ୍ଷମ ଲୋକ, ୬୦ ବର୍ଷ ବୟସରୁ ଊର୍ଦ୍ଧ୍ବ ୭୫% ବୃଦ୍ଧ-ବୃଦ୍ଧା ଗୋଷ୍ଠୀ । ପ୍ରଥମବର୍ଷ, ଦ୍ବିତୀୟ ବର୍ଷ ଓ ତୃତୀୟ ବର୍ଗର ଜନସଂଖ୍ୟା ମୋଟ ଜନସଂଖ୍ୟାର ଯଥାକ୍ରମେ ୩୧.୧%, ୬୦.୬% ଓ ୮.୩% ଅଟନ୍ତି।

୨୯ । ଜନସଂଖ୍ୟାର ଲିଙ୍ଗ ସରଞ୍ଚନା କ’ଣ ?
Answer:
ଆମ ଦେଶର ଜନସଂଖ୍ୟାର ପୁରୁଷ ଓ ମହିଳାଙ୍କ ସଂଖ୍ୟା ବିଚାରକଲେ ପୁରୁଷଙ୍କ ସଂଖ୍ୟା ଅଧ୍ବକ ଓ ମହିଳାମାନଙ୍କ ସଂଖ୍ୟା କମ୍ । ୨୦୧୧ ଜନଗଣନା ଅନୁସାରେ ଏକହଜାର ପୁରୁଷରେ ୯୪୦ ଜଣ ମହିଳା ଅଛନ୍ତି । ଭାରତରେ ମୋଟ ୬୨.୩୭ କୋଟି ପୁରୁଷ ଓ ୫୮.୬୫ କୋଟି ମହିଳା ଅଛନ୍ତି ।

୩୦ । ଭାରତର ରାଜନୈତିକ ଏକତା କ’ଣ ?
Answer:
ପ୍ରାଚୀନ କାଳରେ ଶକ୍ତିଶାଳୀ ରାଜାମାନେ ଭାରତକୁ ଏକତ୍ରୀକରଣ କରିଥିଲେ । ରାଜଚକ୍ରବର୍ତୀ ଉପାଧ୍, ଅଶ୍ଵମେଧ ଯଜ୍ଞର ପାଳନ ସେମାନଙ୍କର ରାଜନୈତିକ ଏକତାକୁ ପ୍ରସ୍ଫୁଟିତ କରିଥାଏ । ଦେଶୀୟ ରାଜ୍ୟଗୁଡ଼ିକର ସମ୍ମିଶ୍ରଣ ସେମାନଙ୍କୁ ରାଜନୈତିକ ସକ୍ରିୟ କରିଥିଲା।

୩୧ । ଧର୍ମୀୟ ଏକତା କ’ଣ ?
Answer:
ଭାରତୀୟ ଜୀବନଧାରାରେ ଆଧ୍ୟାତ୍ମିକତାକୁ ଶ୍ରେଷ୍ଠ ସ୍ଥାନ ପ୍ରଦାନ କରାଯାଇଅଛି । ବର୍ଷ, ଧର୍ମ ଓ ଆଶ୍ରମ ବ୍ୟବସ୍ଥାରେ ସମସ୍ତେ ଏକ ସଂସ୍କୃତି ସହ ଜଡ଼ିତ । ବେଦ, ପୁରାଣ ଓ ଉପନିଷଦ୍ରରେ ସର୍ବଧର୍ମକୁ ଗୁରୁତ୍ୱ ପ୍ରଦାନ କରାଯାଇଅଛି ।

୩୨ । ଭାରତର ଜନ ବିସ୍ଫୋରଣ କ’ଣ ?
Answer:
ଭାରତରେ ଜନ ବିସ୍ଫୋରଣ ଦ୍ରୁତ ଭାବରେ ବୃଦ୍ଧି ହେଉଛି । ଭାରତ ୧୩୦ କୋଟିରୁ ଊର୍ଦ୍ଧ୍ଵ ଜନସଂଖ୍ୟାରେ ଉପନୀତ । ଜନ୍ମହାରରେ ବୃଦ୍ଧି ଦେଶାନୁରୀତ ଓ ମୃତ୍ୟୁସଂଖ୍ୟା ହ୍ରାସ ଏଥପାଇଁ ଦାୟୀ ଅଟେ । ଏହାର ତୁରନ୍ତ ନିରାକରଣ ଆବଶ୍ୟକ ।

୩୩ । ପ୍ରଜାତୀୟ ବିବିଧତା ବର୍ଣ୍ଣନା କର ।
Answer:
ପ୍ରଜାତି ଏକ ନିର୍ଦ୍ଦିଷ୍ଟ ଜୈବିକ ଧାରଣା ଅଟେ । ନୃ-ବିଜ୍ଞାନୀଙ୍କ ମତରେ ପ୍ରଜାତି ଏକ ବ୍ୟକ୍ତିର ସମଷ୍ଟି । ଏକ ସାମାଜିକ ଦଳ । ଏହି ପ୍ରଜାତିର ସଦସ୍ୟମାନେ କେତେକ ସାଧାରଣ ଶାରୀରିକ ଲକ୍ଷଣଦ୍ବାରା ପରିଚିତ ହୋଇଥା’ନ୍ତି । ସେମାନେ ସାମୂହିକ ମନୋଭାବଦ୍ଵାରା ପ୍ରଭାବିତ ହୋଇଥା’ନ୍ତି । ସେମାନଙ୍କର ଶାରୀରିକ ଲକ୍ଷଣ ବଂଶାନୁଗତ ହୋଇଥାଏ । ପାରିପାର୍ଶ୍ବକ ପରିସ୍ଥିତିରେ ଯେତେ ବ୍ୟତିକ୍ରମ ବା ପରିବର୍ଭନ ହେଲେ ମଧ୍ୟ ସେମାନଙ୍କର ଆଦିମ ପ୍ରକୃତିକୁ ପରିତ୍ୟାଗ କରିପାରି ନ ଥା’ନ୍ତି ।

୩୪ । ପ୍ରଜାତିର ଯେକୌଣସି ଦୁଇଟି ବୈଶିଷ୍ଟ୍ୟ ଉଲ୍ଲେଖ କର ।
Answer:
ପ୍ରଜାତିର ଯେକୌଣସି ଦୁଇଟି ବୈଶିଷ୍ଟ୍ୟ ହେଲା –
(୧) ପ୍ରଜାତି ଏକ ଜୈବିକ ଧାରଣା ଅଟେ ।
(୨) ଏହା କୌଣସି ଭାଷା, ସଂସ୍କୃତି ଓ ରାଷ୍ଟ୍ରକୁ ନେଇ ପରିଚିତ ହୋଇ ନ ଥାଏ ।

୩୫ । ଦ୍ରାବିଡ଼ୀୟମାନେ ସାଧାରଣତଃ ଭାରତର କେଉଁ ସ୍ଥାନରେ ବାସ କରିଥାନ୍ତି ?
Answer:
ଦ୍ରାବିଡ଼ୀୟମାନେ ସାଧାରଣତଃ ଦକ୍ଷିଣ-ଭାରତରେ ବସତି ସ୍ଥାପନ କରୁଅଛନ୍ତି । ମୁଖ୍ୟତଃ ସେମାନେ ଭାରତର ମଧ୍ୟପ୍ରଦେଶ, ଛୋଟନାଗପୁର, ଚେନ୍ନାଇ ଓ ହାଇଦ୍ରାବଦରେ ଦେଖାଯାଇଥା’ନ୍ତି । ଏହି ପ୍ରଜାତି ଭାରତର ସର୍ବପ୍ରଥମ ପ୍ରଜାତି ଅଟେ ।

୩୬ । ‘ଭାରତରେ ଭାଷାଗତ ବିବିଧତା ପରିଲକ୍ଷିତ’ ଏହାର ଯଥାର୍ଥତା ପ୍ରତିପାଦନ କର ।
Answer:
ଭାଷା ବ୍ୟକ୍ତିର ସ୍ୱତଃପ୍ରବୃତ୍ତ ଆବେଗ ଓ ଚିନ୍ତାଧାରାର ପରିପ୍ରକାଶ ଅଟେ । ଏହା ଜାତୀୟଭାବର ସୃଷ୍ଟି କରିବାରେ ବିଶେଷ ସହାୟକ ହୋଇଥାଏ ।ଭାଷା ମାଧ୍ୟମରେ ସମାଜର ଭାଷା ସଂସ୍କୃତିର ବିକାଶ ସାଧୂତ ହୋଇଥାଏ ଏବଂ ଏହାର ପ୍ରଭାବରେ ସମାଜରେ ଐକ୍ୟ ଓ ସଂହତି ସ୍ଥାପନ ହୋଇପାରିଥାଏ । ତେଣୁ ଭାଷା ଓ ରାଷ୍ଟ୍ର ମଧ୍ୟରେ ନିବିଡ଼ ସମ୍ପର୍କ ରହିଅଛି । ଚିନ୍ତା ଓ ଆବେଗର ବାକ୍ୟ ସହିତ ଅତି ଘନିଷ୍ଠ ସମ୍ପର୍କ ରହିଥ‌ିବାରୁ ଶବ୍ଦ ସଂଯୋଜନା ମାଧ୍ୟମରେ ବ୍ୟକ୍ତି ଭାବନା ଓ ଚିନ୍ତନକୁ ଉଜ୍ଜୀବିତ କରାଇଥାଏ । ଭାରତ ଏକ ବହୁଭାଷୀ ରାଷ୍ଟ୍ର ଅଟେ।

CHSE Odisha Class 12 Sociology Unit 1 Short Answer Questions in Odia Medium

୩୭ । ‘ଭାରତ ଏକ ବହୁଧର୍ମୀ ରାଷ୍ଟ୍ର ଅଟେ? – ଏହାର କାରଣ ଦର୍ଶାଅ ।
Answer:
ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଅଟେ । ଏ ଦେଶରେ ସମସ୍ତ ଧର୍ମକୁ ସମାନ ସୁବିଧା ଓ ସୁଯୋଗ ଦିଆଯାଇଥାଏ । ପ୍ରଧାନତଃ ଏ ଦେଶ ଧର୍ମକୁ ବ୍ୟକ୍ତିକୈନ୍ଦ୍ରିକ ନ କରାଇ ସମୁଦାୟ ସମ୍ପର୍କିତ କରାଇଥାଏ । ତେଣୁ ଭାରତ ହେଉଛି ଏକ ବହୁଧର୍ମୀ ରାଷ୍ଟ୍ର । ଏହା ଏକ ଦେବ ଲୀଳାଭୂମି କହିଲେ ଅତ୍ୟୁକ୍ତି ହେବ ନାହିଁ । ଜାତି, ଧର୍ମ, ଆଞ୍ଚଳିକ ଭାଷାଗୁଡ଼ିକୁ ନେଇ ଭାରତ ସୁପରିଚିତ ।

୩୮ । ଇସ୍‌ଲାମ୍ ଧର୍ମ ବିଷୟରେ ସମ୍ୟକ୍ ଆଲୋକ ପ୍ରଦାନ କର ।
Answer:
ଇସ୍‌ଲାମ୍ ମୁସଲମାନ ସମ୍ପ୍ରଦାୟର ଧର୍ମ ଅଟେ । ୨୦୦୧ ଭାରତୀୟ ଜନଗଣନାନୁଯାୟୀ ଭାରତୀୟ ଜନସଂଖ୍ୟାର୧୩,୪ ଶତାଂଶ ମୁସଲମାନ ଅଟନ୍ତି । ଇସ୍‌ଲାମ୍ ଧର୍ମ ଭାରତର ନିଜସ୍ଵ ଧର୍ମ ନୁହେଁ । ଅଷ୍ଟମ ଶତାବ୍ଦୀରେ ମୁସଲମାନମାନେ ହିନ୍ଦୁଜାତି ଓ ଜନଜାତିଗୁଡ଼ିକୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଇଥିଲେ; କିନ୍ତୁ ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭରୁ ସେମାନେ ଭାରତବର୍ଷରେ ବିଧବଦ୍ଧ ଭାବରେ ସାମ୍ରାଜ୍ୟ ବିସ୍ତାର କରିବା ସହିତ ଧର୍ମୀୟ ବ୍ୟବସ୍ଥାରେ ହସ୍ତକ୍ଷେପ କରିଥିଲେ ଏବଂ ପରିଶେଷରେ ଇସ୍‌ଲାମ୍ ଧର୍ମକୁ ଅନ୍ୟ ଧର୍ମ ପରି ପ୍ରତିଷ୍ଠିତ କରାଇପାରିଥିଲେ ।

(ଖ) ପାଞ୍ଚଟି । ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ବିଭିନ୍ନତାରେ ଏକତାର ଏକ ସୁନ୍ଦର ଉଦାହରଣ ହେଉଛି ଭାରତ, ବୁଝାଅ ।
Answer:
ଭାରତରେ ବିଭିନ୍ନତାରେ ଏକତା ଓ ଏକତାରେ ବିଭିନ୍ନତା ପରିଲକ୍ଷିତ ହୋଇଥାଏ । ଏଠାରେ ପ୍ରଜାତୀୟ, ଭାଷାଗତ, ଧାର୍ମିକ, ଭୌଗୋଳିକ ଓ ସାଂସ୍କୃତିକ ବିଭିନ୍ନତା ପରିଲକ୍ଷିତ ହୋଇଥାଏ । କିନ୍ତୁ ଏସବୁ ସତ୍ତ୍ୱେ ଏହି ବିଭିନ୍ନତାଗୁଡ଼ିକ ମଧ୍ୟରେ ଏକତାର ଏକ ଅନ୍ତଃସ୍ରୋତ ମଧ୍ଯ ପ୍ରବାହିତ ହୋଇଥାଏ । ଯେଉଁସବୁ କାରଣ ବିଭିନ୍ନତା ପାଇଁ ଦାୟୀ ତାହା ମଧ୍ୟ ଏକତା ସୃଷ୍ଟିରେ ସହାୟକ ହୋଇଥାଏ । ସେଥ‌ିପାଇଁ ଭାରତ ବିଭିନ୍ନତାରେ ଏକତାର ଏକ ସୁନ୍ଦର ଉଦାହରଣ ଅଟେ ।

୨। ଭାରତବର୍ଷର ନାମକରଣ ସମ୍ବନ୍ଧରେ ବୁଝାଅ ।
Answer:
ଭାରତର ନାମ ପୁରାଣ ଯୁଗର ରାଜା ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ପୁତ୍ର ରାଜା ଭରତଙ୍କ ନାମ ଅନୁସାରେ ନାମିତ ହୋଇଛି । ଭାରତ ମଧ୍ୟ ଇଣ୍ଡିଆ ନାମରେ ପରିଚିତ ଅଟେ । ପ୍ରାଚୀନ ମହାନ୍ ନଦୀ ସିନ୍ଧୁ ବା ଇଣ୍ଡସ୍ ଅନୁସାରେ ଭାରତର ନାମ ଇଣ୍ଡିଆ ହୋଇଛି । ଗ୍ରୀକ୍ ଆକ୍ରମଣକାରୀ ଭାରତକୁ ଇଣ୍ଡିଆ ନାମ ଦେଇଥିବାବେଳେ ମୁସଲିମ୍ ଆକ୍ରମଣକାରୀମାନେ ଏହାକୁ ହିନ୍ଦୁସ୍ଥାନ ନାମ ଦେଇଥିଲେ ।

୩ । ଭାରତର ଉତ୍ପତ୍ତି ସମ୍ବନ୍ଧରେ ସଂକ୍ଷେପରେ ବୁଝାଅ
Answer:
ଭାରତର ସଠିକ୍ ଉତ୍ପତ୍ତି ସମ୍ବନ୍ଧରେ ଇତିହାସ ନୀରବ; କିନ୍ତୁ ଖ୍ରୀ.ପୂ. ୫,୦୦,୦୦୦ ବର୍ଷ ପୂର୍ବେ ଆମ ଦେଶରେ ସର୍ବପ୍ରଥମେ ମନୁଷ୍ୟର ଆବିର୍ଭାବ ଘଟିଥିଲା ବୋଲି ବିଶ୍ୱାସ କରାଯାଏ । କେଉଁ ଅଜଣା ଅତୀତରୁ ଏହାର ସୃଷ୍ଟି ହୋଇଛି । ଏଠାରେ ସୃଷ୍ଟି ହୋଇଥ‌ିବା ସିନ୍ଧୁ ଉପତ୍ୟକାର ସଭ୍ୟତା ବିଶ୍ଵର ସର୍ବପ୍ରାଚୀନ ସଭ୍ୟତା ଅଟେ । ସିନ୍ଧୁ ଉପତ୍ୟକାର ସଭ୍ୟତାର ବହୁ ପୂର୍ବରୁ ଭାରତରେ ସୃଷ୍ଟି ହୋଇଥିବାର ବିଶ୍ବାସ କରାଯାଏ।

୪। ଭାରତର ବିଭିନ୍ନତା କାରଣଗୁଡ଼ିକୁ ସଂକ୍ଷେପରେ ବୁଝାଅ ।
Answer:
ପ୍ରକୃତ କ୍ଷେତ୍ରରେ ଭାରତ ଏକ ଅନେକ ବିଭିନ୍ନତାର ଦେଶ । ଅନେକ ବିଭିନ୍ନତାର ସଂଶ୍ଳେଷଣ ଏଠାରେ ପରିଲକ୍ଷିତ ହୋଇଥାଏ । ଏଠାରେ ପ୍ରଜାତୀୟ, ଧାର୍ମିକ, ସାଂସ୍କୃତିକ, ଭୌଗୋଳିକ ବିଭିନ୍ନତା ଆଦି ପରିଲକ୍ଷିତ ହୋଇଥାଏ । ଭାରତର ଲୋକମାନେ ୨୦୦୦ରୁ ଊର୍ଦ୍ଧ୍ୱ ଭାଷାରେ କଥା ହୋଇଥା’ଛି । ଏକ ପ୍ରାଚୀନ ଦେଶ ଭାବେ ଏଠାରେ ଅନେକ ବିଭିନ୍ନତା ଦେଖାଯାଇଥାଏ ।

୫। ବିଭିନ୍ନତାର ଅର୍ଥ ବୁଝାଅ ।
Answer:
ଏକତାର ବିପରୀତ ଶବ୍ଦ ହେଉଛି ବିଭିନ୍ନତା । ଦୈହିକ, ଧାର୍ମିକ, ଭାଷାଗତ ଓ ସାଂସ୍କୃତିକ ଲକ୍ଷଣ ଉପରେ ପର୍ଯ୍ୟବସିତ ଲୋକମାନଙ୍କ ମଧ୍ୟରେ ପରିଲକ୍ଷିତ ହେଉଥ‌ିବା ସାମୂହିକ ପାର୍ଥକ୍ୟକୁ ବିଭିନ୍ନତା କୁହାଯାଏ । ଏହି ସମସ୍ତ ଲକ୍ଷଣ ଭିଭିରେ ଲୋକମାନେ ପରସ୍ପରଠାରୁ ଭିନ୍ନ ହୋଇଥା’ନ୍ତି ।

୬। ପ୍ରଜାତୀୟ ବିଭିନ୍ନତାକୁ ସଂକ୍ଷେପରେ ବୁଝାଅ ।
Answer:
ପ୍ରଜାତି ଦୃଷ୍ଟିକୋଣରୁ ଭାରତ ଏକ ବିଭିନ୍ନତାର ଦେଶ ଅଟେ । ବିଭିନ୍ନ ପ୍ରକାର ପ୍ରଜାତିର ଲୋକମାନେ ଏଠାରେ ଦେଖିବାକୁ ମିଳନ୍ତି । ପୃଥ‌ିବୀର ସମସ୍ତ ପ୍ରକାରର ପ୍ରଜାତି ଏଠାରେ ଦେଖିବାକୁ ମିଳନ୍ତି । ନୃବିଜ୍ଞାନୀ ହରବର୍ଟ ରିସ୍‌ଲେ ଭାରତରେ ଦେଖାଯାଇଥିବା ପ୍ରଜାତିକୁ ୭ ଭାଗରେ ବିଭକ୍ତ କରିଛନ୍ତି । ସେହିପରି ବି.ଏସ୍.ଗୁହା ମଧ୍ଯ ଭାରତରେ ପରିଲକ୍ଷିତ ପ୍ରଜାତିକୁ ୬ ଭାଗରେ ବିଭକ୍ତ କରିଛନ୍ତି ।

୭ । ପ୍ରଜାତି କ’ଣ ବୁଝାଅ ।
Answer:
ସ୍ବତନ୍ତ୍ର ଦୈହିକ ଲକ୍ଷଣ ଥିବା, ଯଥା ଏକ ପ୍ରକାର ନାକ ବା ମୁଣ୍ଡର ଗଠନ, ଲୋକମାନଙ୍କର ଏକ ସମଷ୍ଟିକୁ ପ୍ରଜାତି କୁହାଯାଏ । ଏହି ସମୂହଗୁଡ଼ିକ କେତେକ ସାଧାରଣ ଲକ୍ଷଣ ବହନ କରିଥା’ନ୍ତି । ଅନ୍ୟ ଅର୍ଥରେ ଏକ ବୃହତ୍ ଦୈହିକ ମାନବୀୟ ଦଳ ବା ସମୂହକୁ ପ୍ରଜାତି କୁହାଯାଏ ।

CHSE Odisha Class 12 Sociology Unit 1 Short Answer Questions in Odia Medium

୮। ରିସ୍‌ଲେଙ୍କଦ୍ୱାରା ପ୍ରଦତ୍ତ ପ୍ରଜାତିର ବର୍ଗୀକରଣକୁ ବୁଝାଅ ।
Answer:
ପ୍ରଖ୍ୟାତ ନୃବିଜ୍ଞାନୀ ରିସ୍‌ ଭାରତୀୟ ଜନସଂଖ୍ୟାକୁ ୭ଟି ପ୍ରଜାତିରେ ବିଭାଜିତ କରିଛନ୍ତି । ସେହି ପ୍ରଜାତିଗୁଡ଼ିକ ହେଲା – ଦ୍ରାବିଡ଼ିଆନ୍, ମଙ୍ଗୋଲିଆନ୍, ଇଣ୍ଡୋ-ଆର୍ଯ୍ୟ, ତୁର୍କୋ-ଇରାନିଆନ୍, ସ୍କାଇଥୋ -ଦ୍ରାବିଡ଼ିଆନ୍, ଆର୍ଯ୍ୟ-ଦ୍ରାବିଡ଼ିଆନ୍ ଏବଂ ମଙ୍ଗୋଲୋ ଦ୍ରାବିଡ଼ିଆନ୍ ।

୯। ବି.ଏସ୍.ଗୁହାଙ୍କ ପ୍ରଜାତୀୟ ବର୍ଗୀକରଣକୁ ବୁଝାଅ ।
Answer:
ଅନ୍ୟ ଜଣେ ନୃବିଜ୍ଞାନୀ ବି.ଏସ୍. ଗୁହା ଭାରତର ଜନସଂଖ୍ୟାକୁ ୬ଟି ପ୍ରଜାତିରେ ବିଭାଜିତ କରିଛନ୍ତି । ସେହି ପ୍ରଜାତିଗୁଡ଼ିକ ହେଲା- ନିଗ୍ରିଟୋ, ପ୍ରୋଟୋ-ଅଷ୍ଟ୍ରାଲଏଡ୍, ମଙ୍ଗୋଲଏଡ୍, ମେଡ଼ିଟେରାନିଆନ୍, ୱେଷ୍ଟ ବ୍ରାସିସେଫାଲ୍ ଓ ନିର୍ଦ୍ଦିକ୍ ଇତ୍ୟାଦି । ଏହା ଭାରତୀୟ ଜନସଂଖ୍ୟାର ସବୁଠୁ ଆଧୁନିକ ବର୍ଗୀକରଣ ଭାବେ ପରିଚିତ ।

୧୦ । ଏ.ସି.ହଡ଼ନ୍‌ଙ୍କ ପ୍ରଜାତୀୟ ବର୍ଗୀକରଣକୁ ବୁଝାଅ ।
Answer:
ଅନ୍ୟ ଜଣେ ନୃବିଜ୍ଞାନୀ ଏ. ସି. ହଡ଼ନ୍ ଭାରତୀୟ ଜନସଂଖ୍ୟାକୁ ୫ଟି ପ୍ରଜାତୀୟ ପ୍ରକାରରେ ବିଭାଜିତ କରିଛନ୍ତି । ସେହି ପ୍ରଜାତୀୟ ପ୍ରକାରଗୁଡ଼ିକ ହେଉଛି, ଦ୍ରାବିଡ଼ିଆନ୍, ପ୍ରାକ୍-ଦ୍ରାଭିଡ଼ିଆନ୍, ଇଣ୍ଡୋ-ଆର୍ଯ୍ୟ, ଇଣ୍ଡୋ ଆଲପାଇନ୍, ମଙ୍ଗୋଲିଆନ୍ ଇତ୍ୟାଦି ।

୧୧ । ପ୍ରଜାତୀୟ ବିଭିନ୍ନତା କ’ଣ ବୁଝାଅ ।
Answer:
ଜୈବିକ ବା ଦୈହିକ ପାର୍ଥକ୍ୟ ଭିତ୍ତିରେ ପ୍ରଜାତୀୟ ବିଭିନ୍ନତା ପରିଲକ୍ଷିତ ହୋଇଥାଏ । ଭାରତରେ ବିଭିନ୍ନ ପ୍ରକାରର ପ୍ରଜାତି ପରିଲକ୍ଷିତ ହୋଇଥାଏ । ବିଭିନ୍ନ ସମାଜବିଜ୍ଞାନୀ ଓ ନୃବିଜ୍ଞାନୀ ଭାରତର ଜନସଂଖ୍ୟାକୁ ବିଭିନ୍ନ ପ୍ରଜାତିରେ ବିଭାଜିତ କରିଛନ୍ତି । ଭାରତର ଜନସଂଖ୍ୟା ପୃଥ‌ିବୀର ପ୍ରାୟ ସମସ୍ତ ପ୍ରଜାତିର ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରିଥିବାରୁ ଏଠାରେ ପ୍ରଜାତୀୟ ବିଭିନ୍ନତା ଦେଖାଯାଇଥାଏ ।

୧୨ । ଭାଷାଗତ ବିଭିନ୍ନତା କ’ଣ ବୁଝାଅ ।
Answer:
ଲୋକମାନେ କଥା ହେଉଥ‌ିବା ଭାଷା ଭିତ୍ତିରେ ଭାଷାଗତ ବିଭିନ୍ନତା ପରିଲକ୍ଷିତ ହୋଇଥାଏ । ଗୋଟିଏ ଦେଶର ଜନସଂଖ୍ୟା ଭିନ୍ନ ଭିନ୍ନ ଭାଷାରେ କଥା ହେଲେ ଓ ସେମାନଙ୍କ ନିଜ ନିଜ ଭାଷା ପ୍ରତି ଆନୁଗତ୍ୟ ପ୍ରକାଶ କଲେ ତାହାକୁ ଭାଷାଗତ ବିଭିନ୍ନତା କୁହାଯାଏ । ଭାରତରେ ପାଖାପାଖୁ ୨୦୦୦ ପ୍ରକାରର ଭାଷା ଦେଖ‌ିବାକୁ ମିଳୁଥ‌ିବାରୁ ଏହାକୁ ଭାଷାର ଏକ ସଂଗ୍ରହାଳୟ ବୋଲି କୁହାଯାଏ ।

୧୩ । ଭାଷା କ’ଣ ବୁଝାଅ ।
Answer:
ଭାଷା ଭାବ ପ୍ରକାଶ କରିବାର ଏକ ମାଧ୍ୟମ ଓ ଏହାଦ୍ଵାରା ଲୋକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସମ୍ଭବ ହୋଇଥାଏ । ଭାଷା କେତେକ ପ୍ରତୀକ ବା ଚିହ୍ନକୁ ବୁଝାଏ ଯାହାର ଅର୍ଥ ଏହାକୁ ବ୍ୟବହାର କରୁଥିବା ଲୋକଙ୍କୁ ଜଣାଥାଏ । ଏହା ଉଭୟ ଲିଖ୍ ଓ ମୌଖ୍ୟକ ଅଟେ ।

୧୪ । ବିଭିନ୍ନ ଭାଷା ପରିବାରଗୁଡ଼ିକୁ ବୁଝାଅ ।
Answer:
ଭାରତରେ ୨୦୦୦ ରୁ ଊର୍ଦ୍ଧ୍ଵ ଭାଷା ଦେଖ‌ିବାକୁ ମିଳିଥାଏ । ଏହି ଭାଷାଗୁଡ଼ିକୁ ମୁଖ୍ୟତଃ ଚାରୋଟି ଭାଷାଗତ ପରିବାରରେ ଅନ୍ତର୍ଭୁକ୍ତ କରାଯାଇଥାଏ । ସେହି ଚାରୋଟି ଭାଷା ପରିବାର ହୋଉଛି (୧) ଇଣ୍ଡୋ-ଆର୍ଯ୍ୟ ଭାଷା ପରିବାର, (୨) ଦ୍ରାବିଡ଼ିଆନ୍ ଭାଷା ପରିବାର, (୩) ଅଷ୍ଟ୍ରିକ୍ ଭାଷା ପରିବାର, (୪) ସିନୋ-ତିବେତାନ୍ ଭାଷା ପରିବାର ।

୧୫ । ଆମ ସମ୍ବିଧାନର ସ୍ଵୀକୃତି ଲାଭ କରିଥିବା ଭାଷାଗୁଡ଼ିକୁ ବୁଝାଅ ।
Answer:
ଭାରତ ଏକ ବହୁ ଭାଷାଭାଷୀ ଦେଶ ଅଟେ । କିନ୍ତୁ ଆମ ସମ୍ବିଧାନର ଅଷ୍ଟମ ପରିଚ୍ଛେଦ ୧୮ଟି ପ୍ରମୁଖ ଭାଷାକୁ ସ୍ୱୀକୃତି ପ୍ରଦାନ କରିଛି । ସେହି ଭାଷାଗୁଡ଼ିକ ହେଉଛି ଆସାମିଜ, ବେଙ୍ଗଲୀ, ଗୁଜରାଟୀ, ହିନ୍ଦୀ, କନ୍ନଡ଼, କାଶ୍ମୀରୀ, କୋନ୍‌କାନୀ, ମାଲାୟଲାମ୍, ମଣିପୁରୀ, ମରାଠୀ, ନେପାଳୀ, ଓଡ଼ିଆ, ପଞ୍ଜାବୀ, ସଂସ୍କୃତ, ସିନ୍ଧି, ତାମିଲ, ତେଲୁଗୁ, ଉର୍ଦୁ ।

୧୬ । ଧର୍ମର ଅର୍ଥ ବୁଝାଅ ।
Answer:
ଧର୍ମ ଏକ ପ୍ରକାର ସଂଗଠିତ ବିଶ୍ୱାସ ଯାହାକି ଅତିପ୍ରାକୃତିକ ବା ପବିତ୍ର ଜିନିଷ ସହିତ ଜଡ଼ିତ ଅଟେ । ଅନ୍ୟ ଅର୍ଥରେ ଯାହା ସମାଜକୁ ଧାରଣ କରିଥାଏ ତାହା ହିଁ ଧର୍ମ ।

୧୭ । ଧାର୍ମିକ ବିଭିନ୍ନତା କ’ଣ ବୁଝାଅ ।
Answer:
ଧାର୍ମିକ ଦୃଷ୍ଟିରୁ ଭାରତରେ ବିଭିନ୍ନତା ପରିଲକ୍ଷିତ ହୋଇଥାଏ । କାରଣ ଏଠାରେ ଏକସଙ୍ଗେ ଏକାଧ୍ଵକ ଧର୍ମ ପରିଲକ୍ଷିତ ହୋଇଥାଏ । ବିଭିନ୍ନ ଧର୍ମର ଲୋକମାନେ ବିନା ବାଧାରେ ଏଠାରେ ସେମାନଙ୍କ ଧର୍ମ ପାଳନ କରିଥା’ନ୍ତି । ପୁନଶ୍ଚ ପ୍ରତ୍ୟେକ ଧର୍ମର ଏକାଧିକ ସଂପ୍ରଦାୟ ମଧ୍ୟ ରହିଛି । ତେଣୁ ଗୋଟିଏ ଦେଶରେ ଏକାଧ୍ଵକ ଧର୍ମ ଓ ଧାର୍ମିକ ଗୋଷ୍ଠୀର ଅବସ୍ଥିତି ସେଠାରେ ଧାର୍ମିକ ବିଭିନ୍ନତା ସୃଷ୍ଟି କରିଥାଏ ।

୧୮ । ଭାରତରେ ଥିବା ବିଭିନ୍ନ ଧର୍ମଗୁଡ଼ିକୁ ବୁଝାଅ ।
Answer:
ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଏଠାରେ ଏକାଧ୍ଯକ ଧର୍ମ ଦେଖିବାକୁ ମିଳିଥାଏ । ଭାରତରେ ଦେଖିବାକୁ ମିଳୁଥୁବା ଧର୍ମଗୁଡ଼ିକ ହେଲା – ହିନ୍ଦୁ, ଇସଲାମ୍, ଶିଖ୍, ବୌଦ୍ଧ, ଜୈନ, ଯୁଦାଇ, ଜୋରଷ୍ଟର, ଆନିମିଜିମ୍ ଇତ୍ୟାଦି ।

CHSE Odisha Class 12 Sociology Unit 1 Short Answer Questions in Odia Medium

୧୯ । ହିନ୍ଦୁ ଧର୍ମ କ’ଣ ବୁଝାଅ ।
Answer:
ହିନ୍ଦୁ ଏକ ବହୁପୁରାତନ ଧର୍ମ । ଏହାର ଅନେକ ସଂପ୍ରଦାୟ ରହିଛି; ଯଥା – ଶୈବ, ଶାକ୍ତ, ଆର୍ଯ୍ୟ ସମାଜ, ବ୍ରାହ୍ମ ସମାଜ, କବୀରପନ୍ଥୀ, ବୈଷ୍ଣବ ଇତ୍ୟାଦି । ଭାରତର ଅଧିକାଂଶ ଲୋକ ଏପରିକି ୮୨ ଭାଗରୁ ଊର୍ଦ୍ଧ୍ବ ଲୋକ ହିନ୍ଦୁ ଧର୍ମାବଲମ୍ବୀ ଅଟନ୍ତି । ଏହା ପୁନର୍ଜନ୍ମ, କର୍ମମତବାଦ, ପୁରୁଷାର୍ଥ ଇତ୍ୟାଦିରେ ବିଶ୍ୱାସ କରିଥାଏ । ଏହା ମୂର୍ତ୍ତିପୂଜାରେ ବିଶ୍ଵ କରିଥାଏ ।

୨୦ । ଏକତାର ବନ୍ଧନ କ’ଣ ବୁଝାଅ ।
Answer:
ଏକତାର ବନ୍ଧନ କହିଲେ ସେହି ଏକତ୍ଵ ଭାବ ଯାହାକି ଏକ ବିଭିନ୍ନତା ପର୍ଯ୍ୟବସିତ ସମାଜର ସଦସ୍ୟମାନଙ୍କୁ ଏକତ୍ର ବାନ୍ଧି ରଖୁଥାଏ । ଏହି ଏକତାର ବନ୍ଧନ ଭାରତ ପାଇଁ ନୂଆ ନୁହେଁ । ଅନେକ ପାର୍ଥକ୍ୟ ଓ ବିଭିନ୍ନତା ସତ୍ତ୍ୱେ ଏହା ଲୋକମାନଙ୍କୁ ଦୃଢ଼ଭାବେ ଏକତ୍ର ବାନ୍ଧି ରଖିଥାଏ । ଏହି ଏକତାର ବନ୍ଧନ କେତେକ କାରଣ ଯୋଗୁଁ ସମ୍ଭବ ହୋଇଥାଏ; ଯଥା – ଐତିହାସିକ, ଭୌଗୋଳିକ, ସାଂସ୍କୃତିକ ଓ ଧାର୍ମିକ ।

୨୧ । ଭାରତର ଐତିହାସିକ ଏକତାକୁ ବୁଝାଅ । କିମ୍ବା, ଏକତାର ଐତିହାସିକ କାରଣକୁ ବୁଝାଅ ।
Answer:
ଭାରତର ଏକତା ପାଇଁ ଏକାଧ୍ଵକ କାରଣ ଦାୟୀ ଓ ସେହି କାରଣଗୁଡ଼ିକ ମଧ୍ୟରୁ ଐତିହାସିକ କାରଣ ଅନ୍ୟତମ ଅଟେ । ଭାରତ ଏକ ଅତି ପ୍ରାଚୀନ ଦେଶ । ଭାରତର ଏହି ଏକତା ଏହାର ସୁଦୀର୍ଘ ଐତିହାସିକ ଅବସ୍ଥିତି ଯୋଗୁ ସମ୍ଭବ ହୋଇଛି । ଭାରତର ସୃଷ୍ଟି କେଉଁ ଅଜଣା ସମୟରୁ ହୋଇଛି । ଭାରତର ଏହି ଅଜଣା ସୃଷ୍ଟି ଏହାର ଲୋକମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖେ ଯାହାକି ଐତିହାସିକ ଏକତା ଭାବେ ପରିଚିତ ।

୨୨ । ଭାରତର ଏକତାର ଭୌଗୋଳିକ କାରକକୁ ବୁଝାଅ ।
Answer:
ଭାରତର ଏକତାର ଏକାଧିକ କାରଣ ମଧ୍ୟରୁ ଭୌଗୋଳିକ କାରକ ଅନ୍ୟତମ ଅଟେ । ଭାରତର ଏକ ବିରାଟ ଦେଶ ଓ ତା’ର ଭୌଗୋଳିକ ବିସ୍ତୃତତା ତା’ର ଏକତା ପାଇଁ ଦାୟୀ ଅଟେ । ଏହାର ପ୍ରାକୃତିକ ପରିସୀମା ମଧ୍ୟ ଭୌଗୋଳିକ ଏକତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

୨୩ । ଭାରତର ଏକତାର ସାଂସ୍କୃତିକ କାରକକୁ ବୁଝାଅ ।
Answer:
ଭାରତର ଏକତାର ଏକାଧିକ କାରଣ ମଧ୍ୟରୁ ସାଂସ୍କୃତିକ କାରକ ଅନ୍ୟତମ ଅଟେ । ସାଂସ୍କୃତିକ ବିଭିନ୍ନତା ସତ୍ତ୍ବେ ଏଠାରେ ସାଂସ୍କୃତିକ ଏକତା ମଧ୍ୟ ପରିଲକ୍ଷିତ ହୋଇଥାଏ । ଭାରତର ପବିତ୍ର ଭୌଗୋଳିକ ଅବସ୍ଥିତି ଏହାର ସାଂସ୍କୃତିକ ଏକତା ପାଇଁ ଦାୟୀ ଅଟେ । ଭାରତୀୟ ସାମାଜିକ ଜୀବନର ସମସ୍ତ କ୍ଷେତ୍ରରେ ଏହି ଏକତା ପରିଲକ୍ଷିତ ହୋଇଥାଏ । ବିଭିନ୍ନ ସାମାଜିକ ପର୍ବପର୍ବାଣି ଓ ଉତ୍ସବ ଦେଶସାରା ଏକତ୍ର ପାଳନ ହେବା ମଧ୍ୟ ଏହାର ସାଂସ୍କୃତିକ ଏକତା ପାଇଁ ଦାୟୀ ଅଟେ ।

୨୪ । ଭାରତୀୟ ଏକତାର ଧାର୍ମିକ କାରଣକୁ ବୁଝାଅ ।
Answer:
ଧାର୍ମିକ ବିଭିନ୍ନତା ସତ୍ତ୍ବେ ମଧ୍ଯ ଭାରତରେ ଦେଖାଯାଉଥିବା ଏକତା ଧାର୍ମିକ କାରଣ ଯୋଗୁଁ ହୋଇଛି ବୋଲି ବିଶ୍ଵାସ କରାଯାଏ । ଭାରତ ଏକ ବହୁଧର୍ମର ଦେଶ । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଏଠାରେ ସବୁ ଧର୍ମାବଲମ୍ବୀ ଲୋକମାନେ ସ୍ବଚ୍ଛନ୍ଦରେ ବସବାସ କରିଥା’ନ୍ତି । ଏହି ବିଭିନ୍ନ ଧାର୍ମିକ ସମୂହ ମଧ୍ଯରେ ଧାର୍ମିକ ଏକତାର ଏକ ଅନ୍ତଃସ୍ରୋତ ପ୍ରବାହିତ ହେଉଛି ।

୨୫ । ଏକତା ଓ ବିଭିନ୍ନତା ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଏକତା ଏକ ପ୍ରକାର ଏକତ୍ଵ ଭାବକୁ ବୁଝାଇଥାଏ । କିନ୍ତୁ ବିଭିନ୍ନତା ଲୋକମାନଙ୍କ ମଧ୍ୟରେ ଥିବା ସାମୂହିକ ପାର୍ଥକ୍ୟକୁ ଦର୍ଶାଇଥାଏ । ଏକତାର ବିପରୀତ ଶବ୍ଦ ହେଉଛି ବିଭିନ୍ନତା । ଏକତା ଏକ ବିଭିନ୍ନତା ପର୍ଯ୍ୟବସିତ ଦେଶର ସଦସ୍ୟମାନଙ୍କୁ ଏକତ୍ର କରୁଥିବାବେଳେ ବିଭିନ୍ନତା ସେମାନଙ୍କ ମଧ୍ୟରେ ପାର୍ଥକ୍ୟ ଆଣିଥାଏ । ଏକତା ଲୋକମାନଙ୍କ ମଧ୍ୟରେ ସଂହତି ଆଣୁଥିବାବେଳେ ବିଭିନ୍ନତା ସେମାନଙ୍କ ମଧ୍ୟରେ ପାର୍ଥକ୍ୟ ଆଣିଥାଏ ।

୨୬ । ରିସ୍‌ ଓ ଗୁହାଙ୍କ ପ୍ରଜାତୀୟ ବର୍ଗୀକରଣ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ପ୍ରଖ୍ୟାତ ନୃବିଜ୍ଞାନୀ ହରବର୍ଟ ରିସ୍‌ ଓ ବି. ଏସ୍. ଗୁହା ଭାରତୀୟ ଜନସଂଖ୍ୟାର ପ୍ରଜାତୀୟ ବର୍ଗୀକରଣ ପ୍ରଦାନ କରିଛନ୍ତି । କିନ୍ତୁ ଉଭୟ ନିମ୍ନ ଦୃଷ୍ଟିରୁ ପରସ୍ପରଠାରୁ ପୃଥକ୍ ଅଟନ୍ତି ।
(୧) ରିସ୍‌ ଭାରତୀୟ ଜନସଂଖ୍ୟାକୁ ୭ ଭାଗରେ ବିଭାଜିତ କରିଥିବା ବେଳେ ବି. ଏସ୍. ଗୁହା ଏହାକୁ ୬ଭାଗରେ ବିଭାଜିତ କରିଛନ୍ତି ।
(୨) ରିସ୍‌ଲେଙ୍କ ବର୍ଗୀକରଣ ତ୍ରୁଟିପୂର୍ଣ୍ଣ ବୋଲି ଅଭିହିତ ହୋଉଥ‌ିବାବେଳେ ଗୁହାଙ୍କ ବର୍ଗୀକରଣ ଗ୍ରହଣୀୟ ଓ ଆଧୁନିକ ଅଟେ ।

୨୭ । ପ୍ରଜାତୀୟ ଓ ଭାଷାଗତ ବିଭିନ୍ନତା ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
(୧) ଜୈବିକ ବା ଦୈହିକ ଲକ୍ଷଣ ଭିତ୍ତିରେ ପ୍ରଜାତୀୟ ବିଭିନ୍ନତା ପରିଲକ୍ଷିତ ହୋଇଥାଏ । କିନ୍ତୁ ଲୋକମାନେ କଥା ହେଉଥୁବା ଭାଷା ଭିତ୍ତିରେ ଭାଷାଗତ ବିଭିନ୍ନତା ପରିଲକ୍ଷିତ ହୋଇଥାଏ ।
(୨) ଭାରତରେ ୬ ପ୍ରକାରର ପ୍ରଜାତି ଦେଖିବାକୁ ମିଳୁଥିବା ବେଳେ ଏଠାରେ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ବ ଭାଷା ରହିଛି ।
(୩) ଭାରତୀୟ ଜନସଂଖ୍ୟାକୁ ୬ଟି ପ୍ରଜାତୀୟ ସମୂହରେ ବିଭାଜିତ କରାଯାଇଥିବାବେଳେ ସମୁଦାୟ ଭାଷାକୁ ୪ଟି ଭାଷାଗତ ପରିବାରରେ ବିଭାଜିତ କରାଯାଇଛି ।

୨୮ । ଭାଷାଗତ ଓ ଧାର୍ମିକ ବିଭିନ୍ନତା ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
(୧) ଭାଷା ଭାବ ଆଦାନ ପ୍ରଦାନର ଏକ ମାଧ୍ଯମଭାବେ ପ୍ରତୀକାତ୍ମକ ହୋଇଥିବା ବେଳେ ଧର୍ମ ଏକପ୍ରକାର ବିଶ୍ଵାସ ବା ଧାରଣାକୁ ବୁଝାଇଥାଏ ।
(୨) ଲୋକାମନେ କଥା ହେଉଥ‌ିବା ଭାଷା ଭିତ୍ତିରେ ଭାଷାଗତ ବିଭିନ୍ନତା ଦେଖାଦେଉଥ‌ିବାବେଳେ ଲୋକମାନଙ୍କ ବିଶ୍ଵାସ ଓ ଧାରଣା ଭିତ୍ତିରେ ଧାର୍ମିକ ବିଭିନ୍ନତା ଦେଖାଯାଇଥାଏ ।
(୩) ଭାରତରେ ୨୦୦୦ରୁ ଉର୍ଦ୍ଧ୍ଵ ଭାଷା ଥ‌ିବାବେଳେ ପ୍ରାୟ ୮ଟି ଧାର୍ମିକ ସମୂହ ରହିଛି ।

CHSE Odisha Class 12 Sociology Unit 1 Short Answer Questions in Odia Medium

୨୯ । ଭାରତର ଏକତାର ଐତିହାସିକ ଓ ଭୌଗୋଳିକ କାରକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
(୧) ଭାରତର ସୁଦୀର୍ଘ ଐତିହାସିକ ଅବସ୍ଥିତି ଏହାର ଐତିହାସିକ ଏକତା ପାଇଁ ଦାୟୀ ଅଟେ; କିନ୍ତୁ ଭାରତର ବୃହତ୍ ଭୌଗୋଳିକ ଆକାର ଓ ଏହାର ପ୍ରାକୃତିକ ପରିସୀମା ଏହାର ଭୌଗୋଳିକ ଏକତା ପାଇଁ ଦାୟୀ ଅଟେ ।
(୨) ସିନ୍ଧୁ ଉପତ୍ୟକାର ସଭ୍ୟତା ପୃଥ‌ିବୀର ଏକ ପ୍ରାଚୀନ ସଭ୍ୟତା ହୋଇଥିବାରୁ ଏହା ଭାରତୀୟମାନଙ୍କ ମଧ୍ୟରେ ଏକତା ଭାବ ସୃଷ୍ଟି କରିଥାଏ । କିନ୍ତୁ କାଶ୍ମୀରରୁ କନ୍ୟାକୁମରୀ ଓ କେପ୍ କମୋରିନ୍‌ଠାରୁ ଗୁଜୁରାଟ ପର୍ଯ୍ୟନ୍ତ ବିସ୍ତୃତି ଭାରତର ଭୌଗୋଳିକ ଏକତା ଆଣିଥାଏ।

୩୦ । ଭାରତୀୟ ସାଂସ୍କୃତିକ ଏକତା ଓ ଧାର୍ମିକ ଏକତା ମଧ୍ଯରେ ପାର୍ଥକ୍ୟ ଦର୍ଶାଅ
Answer:
(୧) ଭାରତରେ ପବିତ୍ର ଭୌଗୋଳିକ ଅବସ୍ଥିତି ଏହାର ସାଂସ୍କୃତିକ ଏକତା ପାଇଁ ଦାୟୀ; କିନ୍ତୁ ଧାର୍ମିକ ସମୂହ ମଧ୍ଯରେ ଧାର୍ମିକ ଏକତାର ଏକ ଅନ୍ତଃସ୍ରୋତ ପ୍ରବାହିତ ଅଟେ ।
(୨) ଭାରତୀୟ ସାମାଜିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସାଂସ୍କୃତିକ ଏକତା ପରିଲକ୍ଷିତ ହେଉଥ‌ିବାବେଳେ ହିନ୍ଦୁଧର୍ମ ଏକ ପ୍ରଭାବଶାଳୀ ଧର୍ମ ଭାବେ ଭାରତରେ ଧାର୍ମିକ ଏକତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

୩୧ । ଆର୍ଯ୍ୟ-ଦ୍ରାବିଡ଼ୀୟ ଓ ମଙ୍ଗୋଲ-ଦ୍ରବିଡ଼ୀୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ଏହି ଆର୍ଯ୍ୟ-ଦ୍ରାବିଡ଼ୀୟ ପ୍ରଜାତି ଏକ ମିଶ୍ରିତ ଜାତି ଅଟନ୍ତି । ଇଣ୍ଡୋ-ଆର୍ଯ୍ୟ ଓ ଦ୍ରାବିଡ଼ୀୟଙ୍କ ମିଶ୍ରଣ ଅର୍ଥାତ୍ ଆନ୍ତଃ ବିବାହରୁ ଯେଉଁ ନୂତନ ପ୍ରଜାତି ସୃଷ୍ଟି ହୋଇଅଛି, ତାହା ଆର୍ଯ୍ୟ- ଦ୍ରବିଡ଼ୀୟ ପ୍ରଜାତି ଅଟେ । ଭାରତର ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର ପ୍ରଭୃତି ରାଜ୍ୟମାନଙ୍କରେ ଏହି ପ୍ରକାର ପ୍ରଜାତି ବାସ କରୁଅଛନ୍ତି । ସାଧାରଣତଃ,ଶାରୀରିକ ଦୃଷ୍ଟିକୋଣରୁ ଏହି ମିଶ୍ରିତ ପ୍ରଜାତି ମଧ୍ୟମ ଉଚ୍ଚତା, ଈଷତ୍ ବାଦାମୀରୁ କଳା ବର୍ଣ୍ଣ, ମୁଖମଣ୍ଡଳ ଅଧିକ ଲୋମଦ୍ୱାରା ଆଦୃତ ଓ ମଧ୍ୟମ ନାକ ଥିବା ବ୍ୟକ୍ତି ଅଟନ୍ତି ।

ମଙ୍ଗୋଲୀୟ-ଦ୍ରାବିଡ଼ମାନଙ୍କ ଆନ୍ତଃବିବାହରୁ ଏହି ମଙ୍ଗୋଲ-ଦ୍ରାବିଡ଼ୀୟ ପ୍ରଜାତିର ସୃଷ୍ଟି । ଭାରତର ବଙ୍ଗଳା ଓ ଓଡ଼ିଶା ରାଜ୍ୟରେ ଏହି ଜାତି ପରିଲକ୍ଷିତ ହୋଇଥା’ନ୍ତି । କଳା ଶରୀର, ଗେଡ଼ା ଓ ଗୋଲାକାର ମୁଣ୍ଡ, ମୁଖମଣ୍ଡଳ ଲୋମାବୃତ, ମଧ୍ୟମ ନାକ ଇତ୍ୟାଦି ଏହି ପ୍ରଜାତିର ଶାରୀରିକ ବୈଶିଷ୍ଟ୍ୟ ଅଟେ ।

୩୨ । ମଙ୍ଗୋଲୀୟ ଓ ଦ୍ରାବିଡ଼ୀୟ ମଧ୍ୟରେ ଥ‌ିବା ପାର୍ଥକ୍ୟ ଦର୍ଶାଅ ।
Answer:
ମଙ୍ଗୋଲୀୟ ପ୍ରଜାତି ଭାରତର ନେପାଳ, ଆସାମ ରାଜ୍ୟଠାରୁ ବର୍ମା ପର୍ଯ୍ୟନ୍ତ ବିସ୍ତାରିତ ହୋଇ ଅଛନ୍ତି । ଭାରତରେ କବି ଲାହୁଲ ଏବଂ କୁଲୁର କାନେଟସ୍, ଦାର୍ଜିଲିଂ ଓ ସିକିମ୍ବର ଲିପ୍‌ଚା, ଆଲମୋରାର ଭୂତିଆ, ଖାତମା (ନୈନିତାଲ)ର ଗାରୁମାନେ ଏହି ପ୍ରଜାତିର ଅନ୍ତର୍ଭୁକ୍ତ ଅଟନ୍ତି । ଏହି ପ୍ରଜାତିର ବ୍ୟକ୍ତିମାନଙ୍କର ଶାରୀରିକ ଲକ୍ଷଣ ଅନ୍ୟ ପ୍ରଜାତିଠାରୁ ଭିନ୍ନ ଅଟେ । ଏହି ବ୍ୟକ୍ତିମାନଙ୍କର ଚଉଡ଼ା ମସ୍ତିଷ୍କ, ଚଉଡ଼ା ନାକ, ଚଉଡ଼ା ମୁଖ, ମୁଖମଣ୍ଡଳରେ ଖୁବ୍ କମ୍ ଲୋମ ଆଚ୍ଛାଦିତ, ଉଚ୍ଚତା କମ୍ ଏବଂ ଚକ୍ଷୁ କ୍ଷୁଦ୍ର ଅଟେ।

ଦ୍ରାବିଡ଼ୀୟମାନେ ସାଧାରଣତଃ ଦକ୍ଷିଣ ଭାରତରେ ବସତି ସ୍ଥାପନ, କରିଅଛନ୍ତି । ମୁଖ୍ୟତଃ ସେମାନେ ଭାରତର ମଧ୍ୟପ୍ରଦେଶ, ଛୋଟନାଗପୁର, ଚେନ୍ନାଇ ଓ ହାଇଦ୍ରାବାଦରେ ଦେଖାଯାଇଥାନ୍ତି । ଏହି ପ୍ରଜାତି ଭାରତର ସର୍ବପ୍ରଥମ ପ୍ରଜାତି ଅଟେ । କେତେକ ନିର୍ଦ୍ଦିଷ୍ଟ ଶାରୀରିକ ଲକ୍ଷଣ ଧାରଣ କରିଥିବାରୁ ଦ୍ରାବିଡ଼ମାନେ ଅନ୍ୟ ଜାତିଠାରୁ ଭିନ୍ନ ଅଟନ୍ତି । ସେମାନଙ୍କର ଉଚ୍ଚତା କମ୍ ଶରୀରର ରଙ୍ଗ ଖୁବ୍ କଳା, ଶରୀରରେ ଲୋମ ଅଧିକ, ଚକ୍ଷୁ କଳା, ଲମ୍ବା ଏବଂ ନାକ ଚଉଡ଼ା ।

୩୩ । ପ୍ରାକ୍-ଦ୍ରାବିଡ଼ ଓ ଦ୍ରାବିଡ଼ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ସାନ୍ତାଳ, କାଦର, କୁରୁମ୍ବ, ଇରୁହା, କାନିକର, ଭିଲ, ଗଣ୍ଡ, କନ୍ଧ, କୋଲାରିଅ ଏବଂ ଉତ୍ତର ପ୍ରଦେଶ ଓ ବିହାରରେ ବାସ କରୁଥିବା ନିମ୍ନ ଜାତି ଏବଂ ପ୍ରାକ୍ -ଦ୍ରାବିଡ଼ୀୟ ଶ୍ରେଣୀର ଅନ୍ତର୍ଭୁକ୍ତ । କୁହାଯାଏ, ପ୍ରାକ୍-ଦ୍ରାବିଡ଼ୀୟ ପ୍ରଜାତି ସର୍ବପ୍ରାଚୀନ ଭାରତାୟ ।
ତାମିଲ, ମାଳୟାଲାମ, କାନାରି, ତେଲୁଗୁ ଭାଷା ବ୍ୟବହାର କରୁଥିବା ବ୍ୟକ୍ତିମାନେ ଏହି ଦ୍ରାବିଡ଼ୀୟ ଶ୍ରେଣୀର ଅନ୍ତର୍ଭୁକ୍ତ ଅଟନ୍ତି । କେତେକ ସମୂହ, ଯଥା- ଦକ୍ଷିଣ ଭାରତର ଉଚ୍ଚଜାତି ଏହି ଜାତିର ମୌଳିକତା ବହନ କରି ଆସୁଅଛନ୍ତି । ତାମିଲ ବ୍ରାହ୍ମଣ, ନାୟର, ଦଦଗା,ତିୟାନ, ମାଲବାର ଓ କେରଳର ଏବଂ କାନାରି ହିନ୍ଦୁ ଏହି ଦ୍ରାବିଡ଼ୀୟ ଜାତିର ଅନ୍ତର୍ଭୁକ୍ତ ଅଟନ୍ତି ।

୩୪ । ଦାକ୍ଷିଣାତ୍ୟ ବ୍ରାଚୀ ସେଫାଲସ୍ ଓ ପଶ୍ଚିମାଞ୍ଚଳ ବ୍ରାଚୀ ସେଫାଲସ୍ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ଦାକ୍ଷିଣାତ୍ୟ ବ୍ରାଚୀ ସେଫାଲସ୍ ପ୍ରଜାତି ଉତ୍ତର ଆର୍କଟରୁ ତିରୁନେଲ୍‌ଭେଲି ପର୍ଯ୍ୟନ୍ତ ପ୍ରସାରିତ । ଡିନେ ଉପତ୍ୟକାର ପାନିଅର ଏବଂ ତାମିଲନାଡୁ ଜିଲ୍ଲାର ପାରଭର ଏହି ଶ୍ରେଣୀୟ ଅଟନ୍ତି । ଏହି ଜାତିର ବ୍ୟକ୍ତିମାନଙ୍କର କେଶ କଳା ଓ ଖଦଡ଼ା, ଚଉଡ଼ା ମୁଖ ଏବଂ ଓଜନିଆ ଶରୀର ଅଟେ ।

ଏହି ପ୍ରଜାତି ଭାରତର ଗୁଜରାଟରୁ କେରଳ ପର୍ଯ୍ୟନ୍ତ ପ୍ରସାରିତ ହୋଇଅଛନ୍ତି । ଏଥ୍ ସହିତ ପଶ୍ଚିମ ସମୁଦ୍ର ଉପକୂଳରେ ଏ ପ୍ରକାର ଜାତି ମଧ୍ୟ ପରିଲକ୍ଷିତ । ନାଗର, ବ୍ରାହ୍ମଣ, ପ୍ରଭୁ, ମରାଠା, କୁର୍ଗ, କଡ଼ୋଗା ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ଅଟନ୍ତି । ସେମାନଙ୍କର ଶାରୀରିକ ଆକୃତି ଅନ୍ୟ ଜାତିଠାରୁ ଭିନ୍ନ ଅଟେ ।

୩୫ । ମଙ୍ଗୋଲୀୟ ଓ ମେଢ଼ିଟୋରାନୀୟଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଉଲ୍ଲେଖ କର ।
Answer:
ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରବର୍ଷର ମଧ୍ୟଭାଗରୁ ଉତ୍ତର ପଶ୍ଚିମାଞ୍ଚଳ ଚୀନ୍ ଏବଂ ମଙ୍ଗୋଲିଆରୁ ଏହି ମଙ୍ଗୋଲୀୟ ବଂଶଜ ତିବ୍ବତ ମଧ୍ୟଦେଇ ଭାରତକୁ ପ୍ରବେଶ କରି ବସତି ସ୍ଥାପନ କରିଥିଲେ । ସେମାନେ ହିମାଳୟର ସୀମାନ୍ତ ଅଞ୍ଚଳ, ଯଥା- ଲାଦାଖ, ସିକିମ୍, ଅରୁଣାଚଳ ପ୍ରଦେଶ ଏବଂ ବଙ୍ଗଳାର ଉତ୍ତର ପୂର୍ବାଞ୍ଚଳ ଓ ଆସାମର ପାହାଡ଼ିଆ ସମତଳଭୂମିରେ ବିକ୍ଷିପ୍ତ ଭାବରେ ବସତି ସ୍ଥାପନ କଲେ ।
ମେଡ଼ିଟେରାନି ଆନ୍ ପ୍ରଜାତି ଏକ ପ୍ରଭାବଶାଳୀ ପ୍ରଜାତି ଅଟେ । ପର୍ଯ୍ୟାୟକ୍ରମେ ଦେଶାନ୍ତର ଗମନରେ ସହିତ ମିଶି ବାସ କରୁଥିଲେଏବଂ ବହୁ ପରିମାଣରେ ଅଷ୍ଟ୍ରିକ୍ ଲୋକମାନଙ୍କୁ ପ୍ରଭାବିତ କରିଥିଲେ ।

୩୬ । ମଙ୍ଗୋଲୀୟ ଓ ନର୍ଜିକ୍ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ
Answer:
ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରବର୍ଷର ମଧ୍ୟଭାଗରୁ ଉତ୍ତର ପଶ୍ଚିମାଞ୍ଚଳ ଚୀନ୍ ଏବଂ ମଙ୍ଗୋଲିଆରୁ ଏହି ମଙ୍ଗୋଲୀୟ ବଂଶଜ ତିବ୍ଦତ ମଧ୍ୟଦେଇ ଭାରତକୁ ପ୍ରବେଶ କରି ବସତି ସ୍ଥାପନ କରିଥିଲେ । ସେମାନେ ହିମାଳୟର ସୀମାନ୍ତ ଅଞ୍ଚଳ, ଯଥା – ଲାଦାଖ, ସିକିମ୍, ଅରୁଣାଚଳ ପ୍ରଦେଶ ଏବଂ ବଙ୍ଗଳାର ଉତ୍ତର ପୂର୍ବାଞ୍ଚଳ ଆସାମର ପାହାଡ଼ିଆ ସମତଳଭୂମିରେ ବିକ୍ଷିପ୍ତ ଭାବରେ ବସତି ସ୍ଥାପନ କଲେ ।

ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀ ସମୟରେ ଏହି ନର୍ଦ୍ଦିକ୍ ପ୍ରଜାତି ଭାରତକୁ ଆଗମନ କରିଥିଲେ । ଏହି ପ୍ରଜାତି ବିଶେଷତଃ ଉତ୍ତର ଭାରତରେ ଦେଖିବାକୁ ମିଳୁଛନ୍ତି । ସେମାନେ ପଞ୍ଜାବ, ହରିୟାଣା ଓ ରାଜସ୍ଥାନ ରାଜ୍ୟର ସବୁଠାରୁ ଶକ୍ତିଶାଳୀ ପ୍ରଜାତି ଅଟନ୍ତି ।

୩୭ । ପାଲିଓ ମେଡ଼ିଟେରାନିଆନ୍ ଓ ପ୍ରାଚ୍ୟ ଦେଶବାସୀୟ ପ୍ରଜାତିଙ୍କ ମଧ୍ୟରେ ଥ‌ିବା ପାର୍ଥକ୍ୟ ଦର୍ଶାଅ ।
Answer:
ପାଲିଓ ବା ପ୍ରାଚୀନ ମେଡ଼େଟେରାନିଆନ୍ ପ୍ରଜାତିକୁ ଦ୍ରାବିନୀୟ ଏବଂ ତଫସିଲଭୁକ୍ତ ଜାତି ମଧ୍ୟ କୁହାଯାଏ । ଆନ୍ଧ୍ରପ୍ରଦେଶ ବା ତାମିଲନାଡୁର ବୃହତ୍ ଅଞ୍ଚଳ, କର୍ଣ୍ଣାଟକ, କେରଳରେ ପାଲିଓ ମେଡ଼ିଟେରାନିଆନ୍ ପ୍ରଜାତି ପରିଲକ୍ଷିତ । କୃଷ୍ଣବର୍ଣ୍ଣ ଶରୀର, ଲମ୍ବା ମସ୍ତିଷ୍କ, ଓସାରିଆ ମୁଖ, ମଧ୍ୟମ ଶରୀର, ମୁଖ ଏବଂ ଶରୀରରେ ସ୍ଵଳ୍ପ ଲୋମ, ଓସାରିଆ ନାସିକା ଇତ୍ୟାଦି ଏହି ଜାତୀୟ ପ୍ରଜାତିଙ୍କର ଶାରୀରିକ ବିଶେଷତ୍ଵ ଅଟେ ।
ପ୍ରାଚ୍ୟ ଦେଶବାସୀୟ ପ୍ରଜାତିକୁ ମଧ୍ୟ ଫିସ୍କଜର ବା ସେମେଟିକ୍ ପ୍ରକାରର ପ୍ରଜାଚି କୁହାଯାଏ । ମେଡ଼ିଟେରାନୀୟ ପ୍ରଜାତିଙ୍କ ସହିତ ଏହି ପ୍ରକାର ପ୍ରଜାତିଙ୍କର ଅଧିକାଂଶ ସାମଞ୍ଜସ୍ୟ ରହିଅଛି ଯଦିଓ ଏହି ପ୍ରଜାତିଙ୍କର ମୂଳ ଉତ୍ପତ୍ତିସ୍ଥଳ ବା ଆଦିମ ବାସସ୍ଥଳ ଏସିଆ ମାଇନ୍‌ର ଓ ଆରବ ଦେଶ ତଥାପି ସେହିମାନଙ୍କର ବଂଶୋଦ୍ଭବ ଭାରତରେ ପରିଲକ୍ଷିତ ।

୩୮ । ପାଲିଓ- ମଙ୍ଗୋଲୀୟ ଓ ତିଦ୍ଧତୀୟ ମଙ୍ଗୋଲୀୟଙ୍କ ମଧ୍ୟରେ ଥ‌ିବା ପାର୍ଥକ୍ୟ ଦର୍ଶାଅ ।
Answer:
ପାଲିଓ-ମଙ୍ଗୋଲୀୟ ହିମାଳୟ ଅଞ୍ଚଳରେ ବାସ କରୁଥିବା ନାଗା ଜନଜାତି ଲମ୍ବା ମସ୍ତିଷ୍କଧାରୀ ପୁରାତନ ବା ଅତି ପ୍ରାଚୀନ ମଙ୍ଗୋଲୀୟ ଅଟନ୍ତି । ସେମାନେ କୃଷ୍ଣ ବା ଈଷତ୍ ମାଟିଆ ବର୍ଷ ଅଟନ୍ତି । ଅନ୍ୟପକ୍ଷରେ ସେମାନଙ୍କର ଓଷ୍ଠର ବର୍ଣ୍ଣ ଲାଲ ଏବଂ ସେମାନଙ୍କର ଚଉଡ଼ା ମସ୍ତିଷ୍କ, ମଧ୍ୟମ ନାସିକା ଏବଂ ସିଧା କେଶ ଶାରୀରିକ ବିଶେଷତ୍ଵ ଅଟେ ।

ଓସାରିଆ ମସ୍ତିଷ୍କ, ହାଲକା ଶରୀର, ଅଧିକ ଉଚ୍ଚତା, ପ୍ରଶସ୍ତ ଓ ଓସାରିଆ ନାସିକା, ଲୋମବିହୀନ ଶରୀର ଏବଂ ମୁଖମଣ୍ଡଳ ଇତ୍ୟାଦି ତିବ୍ବତୀୟ ମଙ୍ଗୋଲୀୟମାନଙ୍କର ଶାରୀରିକ ଲକ୍ଷଣ ଅଟେ । ଏହି ବଂଶୀୟମାନେ ସିକିମ୍ ଏବଂ ଭୁଟାନ୍ ପ୍ରଭୃତି ସ୍ଥାନରେ ପରିଲକ୍ଷିତ ହୋଇଥା’ନ୍ତି ।

CHSE Odisha Class 12 Sociology Unit 1 Short Answer Questions in Odia Medium

୩୯ । ଆଲପିନଏଡ଼୍ ଓ ଡିନାରିକ୍ ମଧ୍ୟରେ ଥ‌ିବା ପାର୍ଥକ୍ୟ ଉଲ୍ଲେଖ କର ।
Answer:
ଆଲପିନଏଡ଼ ଉପପ୍ରଜାତି ପ୍ରାୟତଃ ଭାରତର ପଶ୍ଚିମ ବଙ୍ଗଳା, ଗୁଜରାଟ ଓ ମହାରାଷ୍ଟ୍ରରେ ପରିଲକ୍ଷିତ ହୋଇଥା’ନ୍ତି । ଏହି ଉପପ୍ରଜାତି ଦକ୍ଷତା ବେଲୁଚିସ୍ଥାନରୁ ସିନ୍ଧୁ ମଧ୍ୟ ଦେଇ ଭାରତରେ ପ୍ରବେଶ କରିଥିଲେ । କାଠି, ଦନିଆ, କାୟସ୍ଥ ଜାତି ପ୍ରଭୃତି ଏହି ଆଲପିନଏଡ୍ ଶ୍ରେଣୀର ଅଟନ୍ତି ।

ଡନାରିକ୍ ଉପପ୍ରଜାତୀୟ ପାଶ୍ଚାତ୍ୟ ବ୍ରାଚୀସେଫାଲସ୍ ଭାରତର ପଶ୍ଚିମ ବଙ୍ଗଳା, ଓଡ଼ିଶା, କେରଳ, କୁର୍ଗରେ ପରିଲକ୍ଷିତ । ଏହି ଉପପ୍ରଜାତିର ଲୋକମାନଙ୍କର ଉଚ୍ଚତା ଅଧିକ, ଲମ୍ବା ଓ ବଙ୍କା ନାକ, ମୁଖ ଅପେକ୍ଷାକୃତ ଲମ୍ବାଳିଆ, ମସ୍ତିଷ୍କ କ୍ଷୁଦ୍ର ହୋଇଥାଏ ।

୪୦ । ଡିନାରିକ ଓ ଆର୍ମିନଏଡ଼ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ଡିନାରିକ ଉପପ୍ରଜାତୀୟ ପାଶ୍ଚାତ୍ୟ ବ୍ରାଚୀସେଫାଲସ୍ ଭାରତର ପଶ୍ଚିମବଙ୍ଗଳା, ଓଡ଼ିଶା, କେରଳ, ଜୁର୍ଗରେ ପରିଲକ୍ଷିତ । ଏହି ଉପପ୍ରଜାତିର ଲୋକମାନଙ୍କର ଉଚ୍ଚତା ଅଧିକ, ଲମ୍ବା ଓ ବଙ୍କା ନାକ, ମୁଖ ଅପେକ୍ଷାକୃତ ଲମ୍ବାଳିଆ, ମସ୍ତିଷ୍କ କ୍ଷୁଦ୍ର ହୋଇଥାଏ ।

ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀ ସମୟରେ ଏହି ନର୍ଦ୍ଦିକ୍ ପ୍ରଜାତି ଭାରତକୁ ଆଗମନ କରିଥିଲେ । ଏହି ପ୍ରଜାତି ବିଶେଷତଃ ଉତ୍ତର ଭାରତରେ ଦେଖିବାକୁ ମିଳୁଛନ୍ତି । ସେମାନେ ପଞ୍ଜାବ, ହରିୟାଣା ଓ ରାଜସ୍ଥାନ ରାଜ୍ୟର ସବୁଠାରୁ ଶକ୍ତିଶାଳୀ ପ୍ରଜାତି ଅଟନ୍ତି ।

୩୭ । ପାଲିଓ ମେଡ଼ିଟେରାନିଆନ୍ ଓ ପ୍ରାଚ୍ୟ ଦେଶବାସୀୟ ପ୍ରଜାତିଙ୍କ ମଧ୍ୟରେ ଥ‌ିବା ପାର୍ଥକ୍ୟ ଦର୍ଶାଅ ।
Answer:
ପାଲିଓ ବା ପ୍ରାଚୀନ ମେଡ଼େଟେରାନିଆନ୍ ପ୍ରଜାତିକୁ ଦ୍ରାବିନୀୟ ଏବଂ ତଫସିଲଭୁକ୍ତ ଜାତି ମଧ୍ୟ କୁହାଯାଏ । ଆନ୍ଧ୍ରପ୍ରଦେଶ ବା ତାମିଲନାଡୁର ବୃହତ୍ ଅଞ୍ଚଳ, କର୍ଣ୍ଣାଟକ, କେରଳରେ ପାଲିଓ ମେଡ଼ିଟେରାନିଆନ୍ ପ୍ରଜାତି ପରିଲକ୍ଷିତ । କୃଷ୍ଣବର୍ଣ୍ଣ ଶରୀର, ଲମ୍ବା ମସ୍ତିଷ୍କ, ଓସାରିଆ ମୁଖ, ମଧ୍ୟମ ଶରୀର, ମୁଖ ଏବଂ ଶରୀରରେ ସ୍ବଚ୍ଛ ଲୋମ, ଓସାରିଆ ନାସିକା ଇତ୍ୟାଦି ଏହି ଜାତୀୟ ପ୍ରଜାତିଙ୍କର ଶାରୀରିକ ବିଶେଷତ୍ଵ ଅଟେ ।
ପ୍ରାଚ୍ୟ ଦେଶବାସୀୟ ପ୍ରଜାତିକୁ ମଧ୍ୟ ଫିସ୍କଜର ବା ସେମେଟିକ୍ ପ୍ରକାରର ପ୍ରଜାଚି କୁହାଯାଏ ।

ମେଡ଼ିଟେରାନୀୟ ପ୍ରଜାତିଙ୍କ ସହିତ ଏହି ପ୍ରକାର ପ୍ରଜାତିଙ୍କର ଅଧିକାଂଶ ସାମଞ୍ଜସ୍ୟ ରହିଅଛି ଯଦିଓ ଏହି ପ୍ରଜାତିଙ୍କର ମୂଳ ଉତ୍ପତ୍ତିସ୍ଥଳ ବା ଆଦିମ ବାସସ୍ଥଳ ଏସିଆ ମାଇନ୍‌ର ଓ ଆରବ ଦେଶ ତଥାପି ସେହିମାନଙ୍କର ବଂଶୋଦ୍ଭବ ଭାରତରେ ପରିଲକ୍ଷିତ ।

୩୮ । ପାଲିଓ- ମଙ୍ଗୋଲୀୟ ଓ ତିଦ୍ଧତୀୟ ମଙ୍ଗୋଲୀୟଙ୍କ ମଧ୍ୟରେ ଥ‌ିବା ପାର୍ଥକ୍ୟ ଦର୍ଶାଅ ।
Answer:
ପାଲିଓ-ମଙ୍ଗୋଲୀୟ ହିମାଳୟ ଅଞ୍ଚଳରେ ବାସ କରୁଥିବା ନାଗା ଜନଜାତି ଲମ୍ବା ମସ୍ତିଷ୍କଧାରୀ ପୁରାତନ ବା ଅତି ପ୍ରାଚୀନ ମଙ୍ଗୋଲୀୟ ଅଟନ୍ତି । ସେମାନେ କୃଷ୍ଣ ବା ଈଷତ୍ ମାଟିଆ ବର୍ଣ୍ଣ ଅଟନ୍ତି । ଅନ୍ୟପକ୍ଷରେ ସେମାନଙ୍କର ଓଷ୍ଠର ବର୍ଷ ଲାଲ ଏବଂ ସେମାନଙ୍କର ଚଉଡ଼ା ମସ୍ତିଷ୍କ, ମଧ୍ୟମ ନାସିକା ଏବଂ ସିଧା କେଶ ଶାରୀରିକ ବିଶେଷତ୍ଵ ଅଟେ ।

ଓସାରିଆ ମସ୍ତିଷ୍କ, ହାଲକା ଶରୀର, ଅଧିକ ଉଚ୍ଚତା, ପ୍ରଶସ୍ତ ଓ ଓସାରିଆ ନାସିକା, ଲୋମବିହୀନ ଶରୀର ଏବଂ ମୁଖମଣ୍ଡଳ ଇତ୍ୟାଦି ତିଦ୍ଧତୀୟ ମଙ୍ଗୋଲୀୟମାନଙ୍କର ଶାରୀରିକ ଲକ୍ଷଣ ଅଟେ । ଏହି ବଂଶୀୟମାନେ ସିକିମ୍ ଏବଂ ଭୁଟାନ୍ ପ୍ରଭୃତି ସ୍ଥାନରେ ପରିଲକ୍ଷିତ ହୋଇଥା’ନ୍ତି ।

୩୯ । ଆଲପିନଏଡ଼୍ ଓ ଜିନାରିକ୍ ମଧ୍ୟରେ ଥ‌ିବା ପାର୍ଥକ୍ୟ ଉଲ୍ଲେଖ କର ।
Answer:
ଆଲପିନଏଡ଼ ଉପପ୍ରଜାତି ପ୍ରାୟତଃ ଭାରତର ପଶ୍ଚିମ ବଙ୍ଗଳା, ଗୁଜରାଟ ଓ ମହାରାଷ୍ଟ୍ରରେ ପରିଲକ୍ଷିତ ହୋଇଥା’ନ୍ତି । ଏହି ଉପପ୍ରଜାତି ଦକ୍ଷତା ବେଲୁଚିସ୍ଥାନରୁ ସିନ୍ଧୁ ମଧ୍ଯ ଦେଇ ଭାରତରେ ପ୍ରବେଶ କରିଥିଲେ । କାଠି, ଦନିଆ, କାୟସ୍ଥ ଜାତି ପ୍ରଭୃତି ଏହି ଆଲପିନଏଡ୍ ଶ୍ରେଣୀର ଅଟନ୍ତି ।

ଡନାରିକ୍ ଉପପ୍ରଜାତୀୟ ପାଶ୍ଚାତ୍ୟ ବ୍ରାଚୀସେଫାଲସ୍ ଭାରତର ପଶ୍ଚିମ ବଙ୍ଗଳା, ଓଡ଼ିଶା, କେରଳ, କୁର୍ଗରେ ପରିଲକ୍ଷିତ । ଏହି ଉପପ୍ରଜାତିର ଲୋକମାନଙ୍କର ଉଚ୍ଚତା ଅଧିକ, ଲମ୍ବା ଓ ବଙ୍କା ନାକ, ମୁଖ ଅପେକ୍ଷାକୃତ ଲମ୍ବାଳିଆ, ମସ୍ତିଷ୍କ କ୍ଷୁଦ୍ର ହୋଇଥାଏ ।

୪୦ । ଡିନାରିକ ଓ ଆର୍ମିନଏଡ଼ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଡିନାରିକ ଉପପ୍ରଜାତୀୟ ପାଶ୍ଚାତ୍ୟ ବ୍ରାଚୀସେଫାଲସ୍ ଭାରତର ପଶ୍ଚିମବଙ୍ଗଳା, ଓଡ଼ିଶା, କେରଳ, ଜୁର୍ଗରେ ପରିଲକ୍ଷିତ । ଏହି ଉପପ୍ରଜାତିର ଲୋକମାନଙ୍କର ଉଚ୍ଚତା ଅଧିକ, ଲମ୍ବା ଓ ବଙ୍କା ନାକ, ମୁଖ ଅପେକ୍ଷାକୃତ ଲମ୍ବାଳିଆ, ମସ୍ତିଷ୍କ କ୍ଷୁଦ୍ର ହୋଇଥାଏ ।

ଆର୍ମିନଏଡ୍ ଜାତୀୟ ପାଶ୍ଚାତ୍ୟ ବ୍ରାଚୀସେଫାଲସ୍ ପ୍ରଜାତି ଭାରତର ମହାରାଷ୍ଟ୍ର ଏବଂ ପଶ୍ଚିମ ବଙ୍ଗଳାରେ ଦେଖାଯାଇଥା’ନ୍ତି । ପାର୍ଶୀ, ବଙ୍ଗାଳୀ, ବୈଦ୍ୟ,କାୟସ୍ଥ ପ୍ରକୃତି ଜାତି ଏହି ପ୍ରଜାତି ଶ୍ରେଣୀର ଅନ୍ତର୍ଭୁକ୍ତ ଅଟନ୍ତି । କ୍ଷୁଦ୍ର ଏବଂ ମଧ୍ୟମ ଉଚ୍ଚତା, ଗୌର ବର୍ଣ୍ଣ, ଚଉଡ଼ା ମସ୍ତିଷ୍କ, ସଂକୀର୍ୟ ନାସା ଇତ୍ୟାଦି ଏହି ପ୍ରଜାତୀୟଙ୍କର ଶାରୀରିକ ବିଶେଷତ୍ଵ ଅଟେ ।

୪୧ । ଇଣ୍ଡୋ-ଆର୍ଯ୍ୟ ଓ ଦ୍ରାବିଡ଼ ଭାଷା ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ଇଣ୍ଡୋ-ଆର୍ଯ୍ୟ ଭାଷା ଏକ ପ୍ରମୁଖ ଭାଷା ପରିବାର ଶ୍ରେଣୀୟ ଅଟେ । ସର୍ବବୃହତ୍ ଭାଷା ଏବଂ ମାତୃଭାଷାଗୁଡ଼ିକ ଇଣ୍ଡୋ-ଆର୍ଯ୍ୟ ଭାଷାର ଅନ୍ତର୍ଭୁକ୍ତ ଅଟନ୍ତି ଏବଂ ଏହି ଭାଷା ଇଣ୍ଡୋ-ଇଉରୋପୀୟ ଭାଷାର ଉପଭାଷା ପରିବାର ଅଟେ । ଇଣ୍ଡୋ- ଇରାନୀୟମାନେ ଇଣ୍ଡୋ-ଆର୍ଯ୍ୟମାନଙ୍କର ପୂର୍ବପୁରଷ ଅଟନ୍ତି । ତେଣୁ ଏହି ଇଣ୍ଡୋ- ଆର୍ଯ୍ୟଭାଷା ପାଖାପାଖୁ ଖ୍ରୀଷ୍ଟପୂର୍ବ ୨୦୦୦ ବର୍ଷରୁ ଭାରତରେ ବ୍ୟବହୃତ ହୋଇଆସୁଅଛି । ସଂସ୍କୃତ, ହିନ୍ଦୀ, ଉର୍ଦୁ, କାଶ୍ମୀରୀ, ସିନ୍ଧି, ଗୁଜୁରାଟୀ, ମରାଠୀ, ବଙ୍ଗଳା, ଓଡ଼ିଆ, ଆସାମୀ, ପଞ୍ଜାବୀ ଏବଂ ଏହାର ଉପଭାଷାଗୁଡ଼ିକ ଇଣ୍ଡୋ-ଆର୍ଯ୍ୟ ଭାଷାର ଅନ୍ତର୍ଭୁକ୍ତ ଅଟନ୍ତି ।

ଦ୍ରାବିଡ଼ୀୟ ଶବ୍ଦଟି ସର୍ବପ୍ରଥମେ ରବର୍ଟ ଏ. କାଲ୍‌ଡୱେଲ୍‌ଙ୍କଦ୍ୱାରା ବ୍ୟବହୃତ ହୋଇଥିଲା । ସେ ପ୍ରଥମେ ଦ୍ରାବିଡ଼ ନାମକ ୨୬ ଗୋଟି ଦ୍ରବିଡ଼ୀୟ ଭାଷା ରହିଛି । ତନ୍ମଧ୍ୟରୁ ୨୫ ଗୋଟି ଦ୍ରାବିଡ଼ିୟ ଭାଷା ଭାରତରେ ବ୍ୟବହୃତ ହେଉଅଛି ।

୪୨ । ଅଷ୍ଟ୍ରୋ-ଏସିଆଟିକ୍ କିପରି ଅଷ୍ଟୋ-ଏସିଆନ୍‌ଙ୍କଠାରୁ ଭିନ୍ନ ?
Answer:
ଉଭୟ ଭାଷା ଭାରତ, ଦକ୍ଷିଣ ପୂର୍ବାଞ୍ଚଳ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ଵୀପପୁଞ୍ଜରେ ଅବସ୍ଥାପିତ ଅଧିକାଂଶ ଅଧିବାସୀମାନଙ୍କର କଥ୍ତ ଭାଷା ଅଟେ । ଅଷ୍ଟ୍ରୋ-ଏସିଆଟିକ୍ ଶାଖା ପୁନଶ୍ଚ ତିନିଗୋଟି ଉପଶାଖାରେ ବିଭକ୍ତ ହୋଇଅଛି; ଯଥା – ମୁଣ୍ଡା, ମକାମର ଶାଖା ଭାରତରେ ଅବସ୍ଥାପିତ ଏବଂ ବ୍ୟବହୃତ । ଏହି ମୁଣ୍ଡାଭାଷାଗୁଡ଼ିକ ଭାରତର ପୂର୍ବାଞ୍ଚଳ ଏବଂ ଦକ୍ଷିକାଂଶରେ ବ୍ୟବହାର ହେଉଅଛି । ସାନ୍ତାଳ, ମୁଣ୍ଡା, ଭୂମିଜ, ବିରହର, ହୋ, ତ୍ରି, କୁଋକୁ, ଖରି, ଜୁଆଙ୍ଗ ଏବଂ ଶବର ଇତ୍ୟାଦି ମୁଣ୍ଡା ଭାଷା ଶ୍ରେଣୀୟ ଅଟନ୍ତି । ସାଧାରଣତଃ ପାର୍ବତ୍ୟାଞ୍ଚଳ ଏବଂ ବଣଜଙ୍ଗଲରେ ବାସ କରୁଥିବା ଜନଜାତି ଏହି କଥ୍ୟ ଭାଷାକୁ ବ୍ୟବହାର କରିଥାନ୍ତି ।

୪୩ । ଥାଇ ଓ ଡିଦେତୋବର୍ମନ୍ ଭାଷା ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ଥାଇ ଭାଷାର ଅଲୋମ ଏବଂ ଶାମତି କଥ୍ୟ ଭାଷାକୁ ଭାରତ ପ୍ରାନ୍ତୀୟ ଉତ୍ତର-ପୂର୍ବାଞ୍ଚଳ ସୀମାନ୍ତରେ ବାସ କରୁଥିବା କ୍ଷୁଦ୍ର ଜନଜାତିମାନେ ବ୍ୟବହାର କରିଥା’ନ୍ତି । ଏତଦ୍‌ବ୍ୟତୀତ ତିଦ୍ଧତୀୟ ବର୍ମନ୍ ଭାଷା ପରିବାର ମଧ୍ୟରେ ଭୋତିଆ, ବଡ଼, ନାଗା, ଆଜର,କୁକି, ଟିନ୍ ମଣିପୁରୀ, ନେୱାରୀ ଲେପନ୍ଥା ଉପଭାଷା ଅନ୍ତର୍ଗତ ଅଟେ । ଆସାମ, ଅରୁଣାଚଳ ପ୍ରଦେଶ, ନେପାଳ, ମଣିପୁର, ହିମାଚଳ ପ୍ରଦେଶ, ସିକିମ୍ ଓ ଦାର୍ଜିଲିଂରେ ବାସ କରୁଥିବା ଅଧ‌ିବାସୀ ତିଦ୍ଧତୀୟ ଭାଷା ପରିବାରଭୁକ୍ତ ଅଟନ୍ତି ।

୪୪ । ହିନ୍ଦୁ ଓ ଇସ୍‌ଲାମ୍ ଧର୍ମ ମଧ୍ଯରେ ଥ‌ିବା ପାର୍ଥକ୍ୟ ଉଲ୍ଲେଖ କର ।
Answer:
୨୦୦୧ ଜନଗଣନା ଅନୁଯାୟୀ ଭାରତର ଜନସଂଖ୍ୟାର ୮୦.୫ ଶତାଂଶ ହିନ୍ଦୁ ଅଟନ୍ତି । ତେଣୁ ହିନ୍ଦୁ ଧର୍ମ ଭାରତରେ ସର୍ବବୃହତ୍ ଧର୍ମ ଅଟେ । ଏହି ଧର୍ମ ବହୁ ଈଶ୍ବରବାଦକୁ ଗ୍ରହଣ କରିଥାଏ । ତେଣୁ ଏହି ଧର୍ମାବଲମ୍ବୀମାନେ ଏକେଶ୍ୱରବାଦରେ ବିଶ୍ୱାସ କରନ୍ତି ନାହିଁ । ହିନ୍ଦୁ ଧର୍ମର ଜୀବନଧାରା ଅନ୍ୟ ଧର୍ମଠାରୁ ସ୍ଵତନ୍ତ୍ର । ଏହି ଧର୍ମରେ ଥ‌ିବା ଧର୍ମବିଶ୍ଵାସ ଏବଂ ପ୍ରତିଷ୍ଠିତ ପଦ୍ଧତିରେ କଠୋରତା ନ ଥାଏ । ସହନଶୀଳତା ଏହି ଧର୍ମର ପ୍ରଧାନ ବୈଶିଷ୍ଟ୍ୟ ଅଟେ ।

ଇସ୍‌ଲାମ୍ ମୁସଲମାନ ସମ୍ପ୍ରଦାୟର ଧର୍ମ ଅଟେ । ୨୦୦୧ ଭାରତୀୟ ଜନଗଣନାନୁଯାୟୀ ଭାରତୀୟ ଜନସଂଖ୍ୟା ୧୩.୪ ଶତାଂଶ ମୁସଲମାନ ଅଟନ୍ତି । ଇସ୍‌ଲାମ୍ ଧର୍ମ ଭାରତର ନିଜସ୍ଵ ନୁହେଁ । ଏହି ଧର୍ମ ସପ୍ତମ ଶତାବ୍ଦୀର ଶେଷାର୍ଦ୍ଧରେ ଆରବୀୟମାନଙ୍କଦ୍ୱାରା ଭାରତରେ ପ୍ରସାରିତ ହୋଇଥିଲା । ଅଷ୍ଟମ ଶତାବ୍ଦୀରେ ମୁସଲମାନମାନେ ସିନ୍ଧୁ ଆକ୍ରମଣ କରି ହିନ୍ଦୁ ଜାତି ଓ ଜନଜାତିଗୁଡ଼ିକୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଇଥଲେ ଏବଂ ଧର୍ମାନ୍ତରୀକରଣ ମଧ୍ୟ କରାଇଥିଲେ ।

୪୫ । ଖ୍ରୀଷ୍ଟଧର୍ମ ଓ ଶିଖୁଧର୍ମ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଭାରତୀୟ ପଟ୍ଟଭୂମିରେ ଖ୍ରୀଷ୍ଟଧର୍ମ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଅଛି । ଇସ୍‌ଲାମ୍ ଧର୍ମ ପରି ଏହି ଧର୍ମ ମଧ୍ଯ ଭାରତରେ ପ୍ରସାର ଲାଭ କରିଅଛି । ତେଣୁ ଖ୍ରୀଷ୍ଟଧର୍ମ ଭାରତୀୟ ସମାଜର ଏକ ଅନ୍ତର୍ନିହିତ ଅଙ୍ଗ ରୂପେ ପରିଗଣିତ । ୨୦୦୧ ଜନଗଣନାନୁଯାୟୀ ଭାରତୀୟ ଜନସଂଖ୍ୟାର ୨.୩ ଶତାଂଶ ଖ୍ରୀଷ୍ଟିଆନ୍ ବା ଖ୍ରୀଷ୍ଟଧର୍ମାବଲମ୍ବୀ ଭାରତରେ ବାସ କରୁଅଛନ୍ତି । ସେମାନଙ୍କ ସ୍ଥାନ ଭାରତରେ ତୃତୀୟ ଅଟେ । ପ୍ରଭୁ ଯିଶୁଖ୍ରୀଷ୍ଟ ଏହି ଧର୍ମର ପ୍ରବର୍ତ୍ତକ ଅଟନ୍ତି । ଏହା ବିଶ୍ବାସ କରାଯାଏ ଯେ ପ୍ରଭୁଙ୍କର ବାଣୀ ବା ଧର୍ମ ସର୍ବପ୍ରଥମେ ସେଣ୍ଟ ଥୋମାସ୍ ଏବଂସେଣ୍ଟ ବାର୍ଥୋଲମିୟୁ ଭାରତରେ ପ୍ରଚାରଏବଂ ପ୍ରସାର କରାଇଥିଲେ ।

ଶିଖ୍ ଧର୍ମ ଏକ ଭକ୍ତିମୂଳକ ଧାର୍ମିକ ସମ୍ପ୍ରଦାୟ ଅଟେ । ଏହା ଇଣ୍ଡିକ୍ ଧର୍ମର ଅନ୍ତର୍ଭୁକ୍ତ ଅଟେ । ଶିଶୁମାନଙ୍କ ଧର୍ମକୁ ଶିଖ୍ ଧର୍ମ କୁହାଯାଏ । ଏହି ଧର୍ମ ଅଦ୍ୱୈତବାଦକୁ ଗୁରୁତ୍ଵ ଦେଇଥାଏ । ଏହି ଧର୍ମାବଲମ୍ବୀ ଐକ୍ୟବାଦୀ ଅଟନ୍ତି । ଷୋଡ଼ଶ ଶତାବ୍ଦୀରେ ପ୍ରଥମ ଗୁରୁ ନାନକ ଶିଖ୍ ଧର୍ମକୁ ଭାରତରେ ପ୍ରତିଷ୍ଠିତ କରାଇ ପାରିଥିଲେ ।

CHSE Odisha Class 12 Sociology Unit 1 Short Answer Questions in Odia Medium

୪୬ । ଜୁଡ଼ାବାଦ ଓ ଜୀବବାଦର ପ୍ରଭେଦ ଉଲ୍ଲେଖ କର ।
Answer:
ଏକେଶ୍ୱରବାଦ, ମୋଜେସ୍ ଏବଂ ତାଲମୁଦ୍ ଦେଇଥ‌ିବା ମତ ଉପରେ ଆଧାରିତ ଇହୁତୀମାନଙ୍କ ଧର୍ମକୁ ଜୁଡ଼ାବାଦୀ ଧର୍ମ କୁହାଯାଏ । ଏହି ଧର୍ମୀୟ ସମ୍ପ୍ରଦାୟ ଭାରତର କ୍ଷୁଦ୍ର ସମୁଦାୟ ଅଟନ୍ତି । ଏହି ଧର୍ମୀୟ ବ୍ୟକ୍ତିମାନେ ସାଧାରଣତଃ ଭାରତୀୟ ପ୍ରଥା, ଦୈନନ୍ଦିନ ଚଳଣି, ପୋଷାକ, ପରିଚ୍ଛଦ ନିଜ ଜୀବନଧାରାରେ ସାମିଲ କରିଦେଇଅଛନ୍ତି । ତେଣୁ ଭାରତୀୟ ସମାଜରେ ସେମାନେ ନିଜକୁ ଏକୀଭୂତ କରିପାରିଛନ୍ତି । ଏହା ହିଁ ଏହି ଧର୍ମର ବିଶେଷତ୍ଵ ।

ଯେଉଁ ଜନଜାତି ଧର୍ମାନ୍ତରୀକରଣରେ ସାମିଲ ହୋଇ ନାହାନ୍ତି କିମ୍ବା ହିନ୍ଦୁ, ଇସ୍‌ଲାମ୍ ଓ ଖ୍ରୀଷ୍ଟଧର୍ମକୁ ଗ୍ରହଣ କରି ନାହାନ୍ତି ସେମାନେ ପ୍ରକୃତି ପଦାର୍ଥ ବିଶ୍ବାସୀ ବା ପ୍ରକୃତି ପୂଜକ ଅଟନ୍ତି । ଏହି ପ୍ରକୃତି ପୂଜକ ଜନଜାତିମାନେ ଭାରତରେ ପରିଲକ୍ଷିତ ଅନ୍ୟାନ୍ୟ ଧର୍ମୀୟ ସମୂହର ଅନ୍ତର୍ଭୁକ୍ତ ଅଟନ୍ତି । ସେହି ଧର୍ମୀମାନେ ବିଶ୍ଵାସ କରନ୍ତି ଯେ ଜଟିଳ ଭାବରେ ସମାଜ ଏବଂ ସଂସ୍କୃତିର ଉପାଦାନ ସହିତ ଧର୍ମ ଜଡ଼ିତ ଅଟେ ।

Leave a Comment