Odisha State Board BSE Odisha 10th Class History Solutions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା Textbook Exercise Questions and Answers.
BSE Odisha Class 10 History Solutions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା
୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
(କ) କ୍ୟାବିନେଟ୍ ମିଶନ୍ର ମୁଖ୍ୟ ପ୍ରସ୍ତାବଗୁଡ଼ିକ କ’ଣ ଥିଲା ?
Answer:
କ୍ୟାବିନେଟ୍ ମିଶନ୍ର ମୁଖ୍ୟ ପ୍ରସ୍ତାବଗୁଡ଼ିକ ନିମ୍ନ ପ୍ରକାର ଥିଲା :
- ବ୍ରିଟିଶ୍ ଶାସିତ ପ୍ରଦେଶ ଓ ଭାରତୀୟ ଦେଶୀୟ ରାଜାମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇ ବ୍ୟବସ୍ଥାପକ ସଭା ଓ ଶାସନ ପରିଚାଳନାର ବ୍ୟବସ୍ଥା ।
- ବ୍ରିଟିଶ୍ ଶାସିତ ପ୍ରଦେଶରୁ ସାଧାରଣବର୍ଗ ଓ ପ୍ରତ୍ୟେକ ସମ୍ପ୍ରଦାୟର ପ୍ରତିନିଧ୍ଵ ସହ ୨୯୬ ଜଣ ଓ ଦେଶୀୟ ରାଜ୍ୟମାନଙ୍କରୁ ୯୩ ଜଣ ପ୍ରତିନିଧିଙ୍କୁ ନେଇ ୩୮୯ ସଦସ୍ୟ ବିଶିଷ୍ଟ ସମ୍ବିଧାନ ପ୍ରଣୟନ ସଭା ଗଠନ ।
- ସମ୍ବିଧାନ ପ୍ରଣୟନ ହେବା ପର୍ଯ୍ୟନ୍ତ ଅନୁସୂଚିତ ଜାତିର ଜଣେ ପ୍ରତିନିଧିଙ୍କ ସମେତ କଂଗ୍ରେସରୁ ଛ’ଜଣ, ମୁସଲିମ୍ ଲିଗରୁ ପାଞ୍ଚଜଣ ଏବଂ ଶିଖ୍, ଖ୍ରୀଷ୍ଟିଆନ ଓ ପାର୍ଶୀ ସମ୍ପ୍ରଦାୟରୁ ଜଣେ ଲେଖାଏଁ ହିସାବରେ ମୋଟ ଚଉଦ ଜଣ ପ୍ରତିନିଧିଙ୍କୁ ନେଇ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ।
(ଖ) କ୍ୟାବିନେଟ୍ ମିଶନ ପ୍ରସ୍ତାବ ବିରୋଧରେ ମୁସ୍ଲିମ୍ ଲିଗର ପ୍ରତିକ୍ରିୟା କିପରି ପ୍ରକାଶ ପାଇଥିଲା ? କ୍ୟାବିନେଟ୍ ମିଶନ୍ ପ୍ରସ୍ତାବରେ ସ୍ଵାଧୀନ ପାକିସ୍ତାନ ଗଠନ ବିଷୟରେ କିଛି ଉଲ୍ଲେଖ ନ ଥିବାରୁ ମୁସଲିମ୍ ଲିଗ୍ର ନେତା ମହମ୍ମଦ ଅଲ୍ଲୀ ଜିନ୍ନା କ୍ଷୁବ୍ଧ ହୋଇଥିଲେ ।
Answer:
- କ୍ୟାବିନେଟ୍ ମିଶନ୍ ପ୍ରସ୍ତାବରେ ସ୍ଵାଧୀନ ପାକିସ୍ତାନ ଗଠନ ବିଷୟରେ କିଛି ଉଲ୍ଲେଖ ନ ଥିବାରୁ ମୁସଲିମ୍ ଲିଗ୍ର ନେତା ମହମ୍ମଦ ଅଲ୍ଲୀ ଜିନ୍ତା କ୍ଷୁବ୍ଧ ହୋଇଥିଲେ ।
- ୧୯୪୬ ମସିହା ଅଗଷ୍ଟ ୧୬ ତାରିଖକୁ ସାରା ଭାରତରେ ‘ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ’ ରୂପେ ପାଳନ କରିବାକୁ ସେ ମୁସଲମାନମାନଙ୍କୁ ଆହ୍ବାନ ଦେଇଥିଲେ ।
- ଉକ୍ତ ଦିନ ସଭା, ଶୋଭାଯାତ୍ରା ଜରିଆରେ ପାକିସ୍ତାନ ଗଠନ ଦାବି ପ୍ରତି ଦୃଢ଼ ସମର୍ଥନ ପ୍ରକାଶ କରିବାପାଇଁ ମୁସଲମାନମାନଙ୍କୁ ନିର୍ଦ୍ଦେଶ ଦିଆଗଲା ।
- ଏହି ଦିନ କୋଲ୍କତା ମହାନଗରୀରେ ଶୋଭାଯାତ୍ରା ବାହାରିବା ସମୟରେ ନୃଶଂସ ହିଂସାକାଣ୍ଡ ଘଟିଲା । ଏଥିରେ ବହୁସଂଖ୍ୟକ ଲୋକ ମୃତାହତ ହେଲେ ଓ ସମଗ୍ର ଦେଶରେ ଅନୁରୂପ ଅବସ୍ଥା ପ୍ରତିଫଳିତ ହେଲା ।
- ଏହି ହିଂସାକାଣ୍ଡ କ୍ରମେ ପୂର୍ବବଙ୍ଗର ନୋଆଖଲି ଓ ତିପ୍ରା ଜିଲ୍ଲା, ବିହାର ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଗଲା ।
(ଗ) କେଉଁ ପରିସ୍ଥିତିରେ କ୍ଲିମେଣ୍ଟ ଅଟ୍ଲି ଭାରତର ସମ୍ଭାବ୍ୟ ସ୍ଵାଧୀନତା ସମ୍ପର୍କରେ ଘୋଷଣା କଲେ ? ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ବିଶ୍ଵର ରାଜନୀତିକ ପରିସ୍ଥିତିରେ ଏକ ପରିବର୍ତ୍ତନର ଧାରା ଆସିଥୁଲା ଓ ଭାରତର ସ୍ଵାଧୀନତା ସଂଗ୍ରାମ ଏକ ନୂତନ ପର୍ଯ୍ୟାୟରେ ପହଞ୍ଚିଲା ।
Answer:
- ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ବିଶ୍ଵର ରାଜନୀତିକ ପରିସ୍ଥିତିରେ ଏକ ପରିବର୍ତ୍ତନର ଧାରା ଆସିଥୁଲା ଓ ଭାରତର ସ୍ଵାଧୀନତା ସଂଗ୍ରାମ ଏକ ନୂତନ ପର୍ଯ୍ୟାୟରେ ପହଞ୍ଚିଥିଲା ।
- ୧୯୪୨ର ଅଗଷ୍ଟ ବିପ୍ଲବ, ଆଜାଦ୍ ହିନ୍ଦ୍ ଫୌଜର ସଂଗ୍ରାମ ଭାରତୀୟ ଜନତାର ବୀରତ୍ଵ ଓ ଦୃଢ଼ ସଂକଳ୍ପକୁ ସ୍ପଷ୍ଟ କରିଦେଲା । ଆଜାଦ୍ ହିନ୍ଦ୍ ଫୌଜର ସୈନିକ ଓ ଅଫିସରମାନଙ୍କ ଗିରଫ ପରେ ବିଚାର କାଳରେ ଭାରତୀୟମାନଙ୍କ ବିକ୍ଷୋଭ ଦେଖ୍ ଇଂରେଜ ସରକାର ବୁଝିପାରିଲେ ଯେ ଭାରତୀୟମାନଙ୍କୁ ଆଉ ବେଶିଦିନ ତାଙ୍କ ଅଧୀନରେ ରହେବ ନାହିଁ ।
- ପୁନଶ୍ଚ କ୍ୟାବିନେଟ୍ ମିଶନ ପ୍ରସ୍ତାବ ବିରୋଧରେ ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ପାଳନ କରାଯିବା ଫଳରେ ସାରା ଦେଶରେ ହିଂସାକାଣ୍ଡ ବ୍ୟାପିଗଲା ।
- ଏହି ସମୟରେ ଇଂଲଣ୍ଡରେ ମଧ୍ୟ ସରକାର ପରିବର୍ତ୍ତନ ଘଟି ଶ୍ରମିକ ଦଳର କ୍ଲିମେଣ୍ଟ ଅଟ୍ଲି ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କଲେ । ସେ ଉଦାର ମନୋଭାବସମ୍ପନ୍ନ ଥିଲେ ।
- ଏହି ପରିପ୍ରେକ୍ଷୀରେ ଇଂଲଣ୍ଡ ସରକାର ଯଥାଶୀଘ୍ର ଭାରତ ସମସ୍ୟାର ସମାଧାନ ନିମନ୍ତେ ନିଷ୍ପତ୍ତି ନେଲେ । ୧୯୪୭ ମସିହା ଫେବୃୟାରୀ ୨୦ ତାରିଖରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଅଟ୍ଲି ଘୋଷଣା କଲେ ଯେ ୧୯୪୮ ମସିହା ଜୁନ୍ ୩୦ ତାରିଖ ପୂର୍ବରୁ ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର କରିବେ ।
(ଘ) ମାଉଣ୍ଟବ୍ୟାଟେନ୍ଙ୍କ ଯୋଜନାରେ ଭାରତ ବିଭାଜନ ସମ୍ପର୍କରେ କ’ଣ ପ୍ରସ୍ତାବ ଥିଲା ?
Answer:
୧୯୪୭ ଜୁନ୍ ୩ରେ ଘୋଷିତ ମାଉଣ୍ଟବ୍ୟାଟେନ୍ ଯୋଜନାର ବ୍ୟବସ୍ଥାଗୁଡ଼ିକ ନିମ୍ନ ପ୍ରକାର ଥିଲା –
- ଭାରତ ବିଭାଜିତ ହେବ ଏବଂ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ସ୍ଵାଧୀନ ଦେଶ ସୃଷ୍ଟି ହେବ ।
- ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ, ସିନ୍ଧୁପ୍ରଦେଶ, ବେଲୁଚିସ୍ଥାନ ଓ ଆସାମର ମୁସଲମାନବହୁଳ ସିଲଟ ଜିଲ୍ଲାର ଲୋକମାନେ ଭାରତରେ ରହିବେ କି ପାକିସ୍ତାନରେ ରହିବେ ସେ ସମ୍ପର୍କରେ ନିଷ୍ପତ୍ତି ନେବାପାଇଁ ସେମାନଙ୍କୁ ସୁଯୋଗ ଦିଆଯିବ ।
- ବଙ୍ଗଳା ଓ ପଞ୍ଜାବ ପ୍ରଦେଶ ବିଭାଜିତ ହେବ । ମୁସଲମାନବହୁଳ ପୂର୍ବବଙ୍ଗ ପାକିସ୍ତାନରେ ମିଶିବ ଓ ଅଣମୁସଲମାନବହୁଳ ପଶ୍ଚିମବଙ୍ଗ ଭାରତରେ ରହିବ । ମୁସଲମାନବହୁଳ ପଶ୍ଚିମ ପଞ୍ଜାବ ପାକିସ୍ତାନରେ ମିଶିବ ଓ ଅଣମୁସଲମାନବହୁଳ ପୂର୍ବ ପଞ୍ଜାବ ଭାରତରେ ରହିବ । ସାର୍ ସିରିଲ୍ ରେଡ଼କ୍ଲିଫ୍ଙ୍କ ନେତୃତ୍ୱରେ ସୀମା ନିର୍ଦ୍ଧାରଣ କମିଶନ ଦୁଇ ଦେଶର ସୀମା ନିର୍ଦ୍ଧାରଣ କରିବେ ।
- ଦେଶୀୟ ରାଜ୍ୟଗୁଡ଼ିକୁ ଭାରତ କିମ୍ବା ପାକିସ୍ତାନରେ ମିଶିବାପାଇଁ କିମ୍ବା ସ୍ଵାଧୀନ ରହିବାପାଇଁ ନିଷ୍ପତ୍ତି ନେବାର ସ୍ଵାଧୀନତା ଦିଆଯିବ ।
- ଭାରତର ସମ୍ବିଧାନ ପ୍ରଣୟନ ସଭା ଚାଲୁରହିବ ଓ ପାକିସ୍ତାନରେ ଏକ ଭିନ୍ନ ସମ୍ବିଧାନ ପ୍ରଣୟନ ସଭା ଗଠିତ ହେବ । ବ୍ରିଟିଶ୍ ପାର୍ଲାମେଣ୍ଟ କ୍ଷମତା ହସ୍ତାନ୍ତର ପାଇଁ ୧୯୪୭ ଅଗଷ୍ଟ ୧୫ ପୂର୍ବରୁ ଏକ ଆଇନ ପାସ୍ କରିବ ।
(ଙ) ଭାରତ ସ୍ଵାଧୀନତା ଆଇନର ମୁଖ୍ୟ ବ୍ୟବସ୍ଥାଗୁଡ଼ିକ କ’ଣ ଥିଲା ?
Answer:
- ଭାରତ ସ୍ଵାଧୀନତା ଆଇନର ମୁଖ୍ୟ ବ୍ୟବସ୍ଥା ଅନୁସାରେ ଭାରତ ଓ ପାକିସ୍ତାନ ନାମକ ଦୁଇଟି ସ୍ବାଧୀନ ରାଷ୍ଟ୍ର ଗଠିତ ହେଲା ।
- ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ କ୍ଷମତା ହସ୍ତାନ୍ତର ନିମନ୍ତେ ନିଷ୍ପତ୍ତି ନିଆଗଲା ।
- ଦେଶୀୟ ରାଜାମାନେ ଇଚ୍ଛାନୁସାରେ ଭାରତ କିମ୍ବା ପାକିସ୍ତାନ ସହିତ ଯୋଗଦେବାର ସ୍ବାଧୀନତା ପାଇଲେ ଓ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରୁ ଇଂଲଣ୍ଡ ସହିତ ସେମାନଙ୍କର ସମସ୍ତ ଚୁକ୍ତିର ବିଲୋପ ଘଟିଲା ।
- ନିଜର ସମ୍ବିଧାନ ପ୍ରଣୀତ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦେଶର ସମ୍ବିଧାନ ପ୍ରଣୟନ ସଭାକୁ ବିଧାୟକ ସଭାର କ୍ଷମତା ଦିଆଗଲା ।
- ଉଭୟ ଦେଶ ଭାରତ ଶାସନ ଆଇନ ୧୯୩୫ ଅନୁଯାୟୀ ଶାସନ କଲେ । ଇଂଲଣ୍ଡର ଭାରତ ସଚିବ ପଦ ଉଚ୍ଛେଦ କରାଗଲା ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
(କ) କ୍ୟାବିନେଟ୍ ମିଶନ କାହିଁକି ଭାରତ ଆସିଥିଲେ ?
Answer:
- ବ୍ରିଟିଶ୍ ସରକାର ଭାରତୀୟଙ୍କ ହାତରେ କ୍ଷମତା ପ୍ରତ୍ୟର୍ପଣ କରିବାକୁ ନିଷ୍ପତ୍ତି ନେଲେ ।
- ସେଥିପାଇଁ ଭାରତୀୟ ନେତୃବର୍ଗଙ୍କ ସାଙ୍ଗରେ ବୁଝାମଣା କରିବା ଉଦ୍ଦେଶ୍ୟରେ କ୍ୟାବିନେଟ୍ ମିଶନ ଭାରତ ଆସିଥିଲେ ।
(ଖ) ଇଂଲଣ୍ଡର କେଉଁ ପ୍ରଧାନମନ୍ତ୍ରୀଙ୍କ ସମୟରେ କ୍ୟାବିନେଟ୍ ମିଶନ ଭାରତକୁ ଆସିଥିଲେ ଏବଂ କେଉଁମାନେ ଏହାର ସଦସ୍ୟ ଥିଲେ ?
Answer:
- ଇଂଲଣ୍ଡର ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଅଟ୍ଲିଙ୍କ ସମୟରେ କ୍ୟାବିନେଟ୍ ମିଶନ ଭାରତକୁ ଆସିଥିଲେ ।
- ଭାରତ ସଚିବ ପେଣ୍ଡ୍କ୍ ଲରେନସ୍, ଏ.ଭି. ଆଲେକ୍ଜାଣ୍ଡାର ଓ ସାର ଷ୍ଟାଫୋର୍ଡ଼ କ୍ରିପ୍ସ୍ ଏହାର ସଦସ୍ୟ ଥିଲେ ।
(ଗ) ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ କାହିଁକି ଏବଂ କେଉଁଦିନ ପାଳନ କରାଯାଇଥିଲା ?
Answer:
- କ୍ୟାବିନେଟ୍ ମିଶନ୍ ପ୍ରସ୍ତାବରେ ସ୍ଵାଧୀନ ପାକିସ୍ତାନ ଗଠନ କଥା ଉଲ୍ଲେଖ ନ ଥିବାରୁ ମୁସଲିମ୍ ଲିଗ୍ର ନେତା ମହମ୍ମଦ ଅଲ୍ଲୀ ଜିନ୍ନା ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ପାଳନ କରିବାକୁ ମୁସଲମାନମାନଙ୍କୁ ଆହ୍ବାନ ଦେଇଥିଲେ ।
- ଏହା ୧୯୪୬ ମସିହା ଅଗଷ୍ଟ ୧୬ ତାରିଖ ଦିନ ପାଳନ କରାଯାଇଥିଲା ।
(ଘ) ମଧ୍ୟବର୍ତ୍ତୀକାଳୀନ ସରକାର କେବେ ଗଠିତ ହୋଇଥିଲା ଏବଂ ମୁସ୍ଲିମ୍ ଲିଗ୍ କେବେ ଏଥିରେ ଯୋଗ ଦେଇଥିଲା ?
Answer:
- ୧୯୪୬ ମସିହା ସେପ୍ଟେମ୍ବର ୨ ତାରିଖରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠିତ ହୋଇଥିଲା ।
- ୧୯୪୬ ମସିହା ଅକ୍ଟୋବର ୧୩ ତାରିଖରେ ମୁସଲିମ୍ ଲିଗ୍ ଏଥରେ ଯୋଗ ଦେଇଥିଲା ।
(ଙ) ସାମ୍ପ୍ରଦାୟିକ ଦଙ୍ଗା ନିବାରଣ କରିବାପାଇଁ ମହାତ୍ମା ଗାନ୍ଧି କି ପଦକ୍ଷେପ ନେଇଥିଲେ ?
Answer:
- ସାମ୍ପ୍ରଦାୟିକ ଦଙ୍ଗା ନିବାରଣ କରିବାପାଇଁ ଗାନ୍ଧିଜୀ ପୂର୍ବବଙ୍ଗ ଓ ବିହାରରେ ପଦଯାତ୍ରା କଲେ ।
- ଏତଦ୍ବ୍ୟତୀତ ସେ ଅମରଣ ଅନଶନର ଧମକ ଦେଇ ଅନଶନ ଆରମ୍ଭ କଲେ ।
(ଚ) ୧୯୪୭ ମସିହା ଫେବୃୟାରୀ ୨୦ ତାରିଖ ଦିନ ଅଲିଙ୍କ ଘୋଷଣାର ତାତ୍ପର୍ଯ୍ୟ କ’ଣ ?
Answer:
- ଇଂଲଣ୍ଡ ସରକାର ଯଥାଶୀଘ୍ର ଭାରତ ସମସ୍ୟାର ସମାଧାନ ନିମନ୍ତେ ନିଷ୍ପତ୍ତି ନେଲେ ଓ ୧୯୪୭ ମସିହା ଫେବୃୟାରୀ ୨୦ ତାରିଖରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଅଟ୍ଲିଙ୍କ ଘୋଷଣା ପ୍ରକାଶ ପାଇଲା ।
- ୧୯୪୮ ମସିହା ଜୁନ୍ ୩୦ ତାରିଖ ପୂର୍ବରୁ ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର କରିବେ ବୋଲି ସେ ଘୋଷଣା କରିଥିଲେ ।
(ଛ) ମାଉଣ୍ଟବ୍ୟାଟେନ୍ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ଏବଂ ଏହା କେବେ ଘୋଷିତ ହୋଇଥିଲା ?
Answer:
- ମାଉଣ୍ଟବ୍ୟାଟେନ୍ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ଉଭୟ କଂଗ୍ରେସ ଓ ମୁସଲିମ୍ ଲିଗ୍ର ନେତାମାନଙ୍କ ମଧ୍ୟରେ ବୁଝାମଣା ଭିଭିରେ ଭାରତର ସମସ୍ୟା ସମାଧାନ କରିବା ।
- ଏହା ୧୯୪୭ ମସିହା ଜୁନ୍ ୩ ତାରିଖରେ ଘୋଷିତ ହୋଇଥିଲା ।
(ଜ) ମାଉଣ୍ଟବ୍ୟାଟେନ୍ ଯୋଜନାରେ ଦେଶୀୟ ରାଜ୍ୟମାନଙ୍କ ପାଇଁ କ’ଣ ବ୍ୟବସ୍ଥା ଥିଲା ?
Answer:
ମାଉଣ୍ଟବ୍ୟାଟେନ୍ ଯୋଜନା ଅନୁଯାୟୀ ଦେଶୀୟ ରାଜ୍ୟଗୁଡ଼ିକୁ ଭାରତ କିମ୍ବା ପାକିସ୍ତାନରେ ମିଶିବାପାଇଁ କିମ୍ବା ସ୍ଵାଧୀନ ରହିବାପାଇଁ ନିଷ୍ପତ୍ତି ନେବାର ସ୍ଵାଧୀନତା ଦିଆଯାଇଥିଲା ।
(ଝ) ସ୍ଵାଧୀନ ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ୍ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କିଏ ଶପଥ ଗ୍ରହଣ କରିଥିଲେ ?
Answer:
- ମହମ୍ମଦ ଅଲ୍ଲୀ ଜିନ୍ନା ସ୍ଵାଧୀନ ପାକିସ୍ତାନରେ ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ଶପଥ ଗ୍ରହଣ କରିଥିଲେ ।
- ଲିୟାକତ୍ ଅଲ୍ଲୀ ଖାଁ ସ୍ଵାଧୀନ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।
(ଞ) ଭାରତର ପ୍ରଥମ ସ୍ଵାଧୀନତା ଦିବସରେ କିଏ ଏବଂ କେଉଁଠାରେ ପତାକା ଉତ୍ତୋଳନ କରିଥିଲେ ?
Answer:
- ଭାରତର ପ୍ରଥମ ସ୍ଵାଧୀନତା ଦିବସରେ ଜବାହରଲାଲ ନେହେରୁ ପତାକା ଉତ୍ତୋଳନ କରିଥିଲେ ।
- ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ଭାରତର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) କ୍ୟାବିନେଟ୍ ମିଶନ କେବେ ଭାରତରେ ପହଞ୍ଚିଲେ ?
Answer:
କ୍ୟାବିନେଟ୍ ମିଶନ ୧୯୪୬ ମସିହା ମାର୍ଚ୍ଚ ୨୪ ତାରିଖରେ ଭାରତରେ ପହଞ୍ଚିଥିଲେ ।
(ଖ) ପ୍ରତ୍ୟକ୍ଷ କାର୍ଯ୍ୟଦିବସ ପାଳନ କରିବାପାଇଁ କିଏ ଆହ୍ବାନ ଦେଇଥିଲେ ?
Answer:
ମୁସ୍ଲିମ୍ ଲିଗ୍ର ନେତା ମହମ୍ମଦ ଅଲ୍ଲୀ ଜିନ୍ନା ପ୍ରତ୍ୟକ୍ଷ କାର୍ଯ୍ୟଦିବସ ପାଳନ କରିବାପାଇଁ ଆହ୍ବାନ ଦେଇଥିଲେ ।
(ଗ) କିଏ କଲିକତା ହିଂସାକାଣ୍ଡକୁ ବିରାଟ କଲିକତା ହତ୍ୟାକାଣ୍ଡ ଭାବେ ଅଭିହିତ କରିଥିଲେ ?
Answer:
ପୂର୍ବାଞ୍ଚଳର ତତ୍କାଳୀନ ସାମରିକ ଅଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ଫ୍ରାନ୍ସିସ୍ ଟକର କଲିକତା ହିଂସାକାଣ୍ଡକୁ ‘ବିରାଟ କଲିକତା ହତ୍ୟାକାଣ୍ଡ’ ଭାବେ ଅଭିହିତ କରିଥିଲେ ।
(ଘ) କିଏ ଭାରତର ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ବ ନେଇଥିଲେ ?
Answer:
ଜବାହରଲାଲ ନେହେରୁ ଭାରତର ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ଵ ନେଇଥିଲେ ।
(ଙ) ଭାରତକୁ କ୍ଷମତା ହସ୍ତାନ୍ତର କରାଯିବ ବୋଲି ଅଟ୍ଲି କେବେ ଘୋଷଣା କରିଥିଲେ ?
Answer:
୧୯୪୭ ମସିହା ଫେବୃୟାରୀ ୨୦ ତାରିଖରେ ଭାରତକୁ କ୍ଷମତା ହସ୍ତାନ୍ତର କରାଯିବ ବୋଲି ଅଟ୍ ଘୋଷଣା କରିଥିଲେ ।
(ଚ) ମାଉଣ୍ଟବ୍ୟାଟେନ୍ କେଉଁଦିନ ଭାରତକୁ ଭାଇସ୍ରାୟ ହୋଇ ଆସିଲେ ?
Answer:
୧୯୪୭ ମସିହା ମାର୍ଚ୍ଚ ୨୨ ତାରିଖରେ ମାଉଣ୍ଟବ୍ୟାଟେନ୍ ଭାରତକୁ ଭାଇସ୍ୟ ହୋଇ ଆସିଥିଲେ ।
(ଛ) କାହା ଭିରିରେ ଭାରତର ସ୍ଵାଧୀନତା ନିମନ୍ତେ ଆଇନ ପ୍ରସ୍ତୁତ ହୋଇଥିଲା ?
Answer:
ମାଉଣ୍ଟବ୍ୟାଟେନ୍ ଯୋଜନା ଭିଭିରେ ଭାରତର ସ୍ଵାଧୀନତା ନିମନ୍ତେ ଆଇନ ପ୍ରସ୍ତୁତ ହୋଇଥିଲା ।
(ଜ) ପାକିସ୍ତାନ କେଉଁଦିନ ଏକ ରାଷ୍ଟ୍ର ଭାବରେ ଆତ୍ମପ୍ରକାଶ କଲା ?
Answer:
୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ପାକିସ୍ତାନ ଏକ ରାଷ୍ଟ୍ର ଭାବରେ ଆତ୍ମପ୍ରକାଶ କଲା ।
(ଝ) ବ୍ରିଟିଶ୍ ଶାସନାଧୀନ ଭାରତର ଶେଷ ଗଭର୍ଣ୍ଣର ଜେନେରାଲ୍ କିଏ ଥିଲେ ?
Answer:
ବ୍ରିଟିଶ୍ ଶାସନାଧୀନ ଭାରତର ଶେଷ ଗଭର୍ଣ୍ଣର ଜେନେରାଲ ଥିଲେ ଲର୍ଡ଼ ମାଉଣ୍ଟବ୍ୟାଟେନ୍ ।
(ଞ) ସ୍ଵାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ କିଏ ଥିଲେ ?
Answer:
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ଵାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଥିଲେ ।
୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।
(କ) କ୍ୟାବିନେଟ୍ ମିଶନ କେତେ ସଂଖ୍ୟା ବିଶିଷ୍ଟ ସମ୍ବିଧାନ ପ୍ରଣୟନ ସଭାର ପ୍ରସ୍ତାବ ଦେଇଥିଲେ ?
(i) ୨୯୬
(iii) ୯୩
(ii) ୩୮୯
(iv) ୧୪
Answer:
(ii) ୩୮୯
(ଖ) କାହାର ପ୍ରବର୍ତ୍ତନା ଫଳରେ ମୁସ୍ଲିମ୍ ଲିଗ୍ ମଧ୍ୟବର୍ତ୍ତୀକାଳୀନ ସରକାରରେ ଯୋଗଦେଲା ?
(i) କ୍ଲିମେଣ୍ଟ ଅଟ୍ଲି
(ii) ଲର୍ଡ଼ ୱାଭେଲ୍
(iii) ଲର୍ଡ଼ ମାଉଣ୍ଟବ୍ୟାଟେନ୍
(iv) ମହାତ୍ମା ଗାନ୍ଧି
Answer:
(ii) ଲର୍ଡ଼ ୱାଭେଲ୍
(ଗ) କିଏ ଭାରତ ସମ୍ବିଧାନ ପ୍ରଣୟନ ସଭାର ସଭାପତି ଥିଲେ ?
(i) ଜରାହରଲାଲ ନେହେରୁ
(iii) ବଲ୍ଲଭଭାଇ ପଟେଲ
(ii) ରାଜେନ୍ଦ୍ର ପ୍ରସାଦ
(iv) ମହମ୍ମଦ ଅଲ୍ଲୀ ଜିନ୍ନା
Answer:
(ii) ରାଜେନ୍ଦ୍ର ପ୍ରସାଦ
(ଘ) କେଉଁ ତାରିଖ ସୁଦ୍ଧା ଭାରତକୁ କ୍ଷମତା ହସ୍ତାନ୍ତର କରିବାପାଇଁ ଅଲୀ ଘୋଷଣା କରିଥିଲେ ?
(i) ୧୯୪୭ ଫେବୃୟାରୀ ୨୦
(ii) ୧୯୪୭ ଜୁନ୍ ୩
(iii) ୧୯୪୭ ଅଗଷ୍ଟ ୧୫
(iv) ୧୯୪୮ ଜୁନ୍ ୩୦
Answer:
(iv) ୧୯୪୮ ଜୁନ୍ ୩୦
(ଙ) କେବେ ଭାରତ ସ୍ଵାଧୀନତା ଆଇନ ବ୍ରିଟିଶ୍ ପାର୍ଲିଆମେଣ୍ଟର ଅନୁମୋଦନ ଲାଭ କରିଥିଲା ?
(i) ୧୯୪୭ ଫେବୃୟାରୀ ୨୦
(ii) ୧୯୪୭ ଜୁନ୍ ୩
(iii) ୧୯୪୭ ଜୁଲାଇ ୧୮
(iv) ୧୯୪୭ ଅଗଷ୍ଟ ୧୪
Answer:
(iii) ୧୯୪୭ ଜୁଲାଇ ୧୮
୫| ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)