BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

Odisha State Board BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା Textbook Exercise Questions and Answers.

BSE Odisha Class 10 History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦରେ ଲେଖ ।

(କ) ‘କ୍ରିପ୍‌ସ୍ ମିଶନ୍’ର ପ୍ରସ୍ତାବଗୁଡ଼ିକ ଆଲୋଚନା କର ।
Answer:

  • ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍‌ ଏସ୍. ଚର୍ଚ୍ଚିଲ୍ ୧୯୪୨ ମସିହା ମାର୍ଚ୍ଚ ମାସରେ ସାର୍‌ ଷ୍ଟାଫୋର୍ଡ଼ କ୍ରିପ୍‌ସ୍‌ଙ୍କ ନେତୃତ୍ୱରେ ଏକ ପ୍ରତିନିଧ‌ି ଦଳ ଭାରତକୁ ପଠାଇଥିଲେ । ତାହା ‘କ୍ରିପ୍‌ସ୍ ମିଶନ୍’ ନାମରେ ପରିଚିତ ।
  • ଏହି ମିଶନ ପ୍ରସ୍ତାବ ଦେଲା ଯେ ଭାରତକୁ ବ୍ରିଟିଶ୍ ସାମ୍ରାଜ୍ୟର ଏକ ଅଂଶ ରୂପେ ସ୍ଵାୟର ଶାସନ ଅଧିକାର ଦିଆଯିବ ।
  • ଭାରତବାସୀ ନିଜ ପାଇଁ ସମ୍ବିଧାନ ପ୍ରସ୍ତୁତ କରିବାର ଅଧିକାର ପାଇବେ ।
  • କିନ୍ତୁ କୌଣସି ପ୍ରଦେଶ ଯଦି ସେ ସମ୍ବିଧାନ ଗ୍ରହଣ ନ କରେ; ତେବେ ସେହି ପ୍ରଦେଶ ନିଜ ପାଇଁ ଗୋଟିଏ ପୃଥକ୍ ସମ୍ବିଧାନ ପ୍ରସ୍ତୁତ କରିପାରିବ ।
  • ଭାରତକୁ ଖଣ୍ଡବିଖଣ୍ଡ କରି ବ୍ରିଟିଶ୍ ସାମ୍ରାଜ୍ୟବାଦର ଦୃଢ଼ୀକରଣ ଉଦ୍ଦେଶ୍ୟ ବୁଝିପାରି କ୍ରିପ୍‌ସ୍‌ ମିଶନ୍‌ର ଏହି ପ୍ରସ୍ତାବକୁ ସବୁ ଦଳ ପ୍ରତ୍ୟାଖ୍ୟାନ କରିଥିଲେ ।

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଖ) ଭାରତ ଛାଡ଼ ପ୍ରସ୍ତାବ କିପରି ଗୃହୀତ ହୋଇଥିଲା ?
Answer:

  • ୧୯୪୨ ମସିହା ଜୁଲାଇ ୬ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ବସିଲା ଏବଂ ଏଥିରେ ‘ଭାରତ ଛାଡ଼’ ପ୍ରସ୍ତାବ ଗୃହୀତ ହୋଇଥିଲା ।
  • ୧୯୪୨ ମସିହା ଅଗଷ୍ଟ ୭ ତାରିଖ ଦିନ ମୁମ୍ବାଇଠାରେ କଂଗ୍ରେସର ସାଧାରଣ ଅଧିବେଶନରେ ସଭାପତି ମୌଲାନା ଆବୁଲ୍ କାଲାମ୍ ଆଜାଦ୍ ଭାରତ ଛାଡ଼ ଆନ୍ଦୋଳନର ଅର୍ଥ ବ୍ୟାଖ୍ୟା କରି ଶାନ୍ତିପୂର୍ଣ୍ଣ ଓ ଅହିଂସ ଉପାୟରେ ଆନ୍ଦୋଳନ କରିବାପାଇଁ ଆହ୍ବାନ ଦେଇଥିଲେ ।
  • ଜବାହରଲାଲ ନେହେରୁ ‘ଭାରତଛାଡ଼’ ଆନ୍ଦୋଳନ ପ୍ରସ୍ତାବ ଆଗତ କଲେ ଏବଂ ସର୍ଦାର ବଲ୍ଲଭଭାଇ ପଟେଲ ଏହାକୁ ସମର୍ଥନ କରିଥିଲେ ।
  • ଅଗଷ୍ଟ ୮ ତାରିଖ ଦିନ ବିପୁଳ ଉତ୍ସାହ ଓ ଉଦ୍ଦୀପନାରେ ‘ଭାରତ ଛାଡ଼’ ପ୍ରସ୍ତାବକୁ କଂଗ୍ରେସ ଅନୁମୋଦନ କଲା ।
  • ଏହି ଅବସରରେ ଗାନ୍ଧିଜୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ‘ସ୍ଵାଧୀନତା ଆମର ପ୍ରାପ୍ୟ’ । ସେଥ‌ିପାଇଁ ଗୋଟିଏ ମନ୍ତ୍ର ଅଛି ‘କର ବା ମର’ । ‘ଆମ ମାତୃଭୂମିକୁ ଆମେ ସ୍ବାଧୀନ କରିବା କିମ୍ବା ସେଥ‌ିପାଇଁ ମରିବା ।’’

(ଗ) ଭାରତ ଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ?
Answer:
ଭାରତ ଛାଡ଼ ଆନ୍ଦୋଳନ ସମୟରେ ନିମ୍ନଲିଖ୍ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଥିଲା ।

  • ଶ୍ରମିକ ଓ କୃଷକମାନେ ଭୂରାଜସ୍ଵ ଦେବା ବନ୍ଦ କରିବେ ।
  • ଇଂରେଜ କର୍ମଚାରୀମାନଙ୍କୁ କୌଣସି ଖାଦ୍ୟପଦାର୍ଥ ବିକ୍ରି କରାଯିବ ନାହିଁ କିମ୍ବା କାଗଜ ନୋଟ ଗ୍ରହଣ କରାଯିବ ନାହିଁ ।
  • ରାସ୍ତାଘାଟ, ଯାନବାହନ, ଟେଲିଗ୍ରାଫ୍ ଓ ରେଳ ବିଭାଗକୁ ଅଚଳ କରାଯିବ ।
  • ଥାନା, କୋର୍ଟ ଓ ଜେଲଖାନାକୁ ଭାରତୀୟମାନଙ୍କ ଆୟତ୍ତରେ ରଖାଯିବ ।
  • ସାଧାରଣ ଜନତା ଅହିଂସ ମାର୍ଗ ଗ୍ରହଣ କରିବେ ।

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଘ) ଭାରତ ଛାଡ଼ ଆନ୍ଦୋଳନର ଦମନ ପାଇଁ ବ୍ରିଟିଶ୍ ସରକାର କି କି ପଦକ୍ଷେପ ଗ୍ରହଣ କରିଥିଲେ ?
Answer:

  • ଭାରତ ଛାଡ଼ ଆନ୍ଦୋଳନକୁ ଦମନ କରିବାପାଇଁ ବ୍ରିଟିଶ୍ ସରକାର ବହୁ ଅମାନୁଷିକ ପଦକ୍ଷେପ ଗ୍ରହଣ କରିଥିଲେ ।
  • ସରକାର ସଭା ଓ ଶୋଭାଯାତ୍ରାକୁ ବେଆଇନ ଘୋଷଣା କଲେ ।
  • ଲାଠିପ୍ରହାର ଓ ଗୁଳିଚାଳନା ଏକ ସାଧାରଣ ଘଟଣାରେ ପରିଣତ ହେଲା ।
  • ସରକାରଙ୍କର ନିଷ୍ଠୁର ଆକ୍ରମଣ ଫଳରେ ଅସଂଖ୍ୟ ବିପ୍ଳବୀ ଆହତ ଓ ନିହତ ହେଲେ ଏବଂ ପାଖାପାଖୁ ଏକଲକ୍ଷ ସଂଖ୍ୟକ କର୍ମୀ ଗିରଫ ହେଲେ ।
  • ଭାରତଛାଡ଼ ଆନ୍ଦୋଳନକୁ ଦମନ କରିବାପାଇଁ ଇଂରେଜ ସରକାର ସବୁ ପ୍ରକାର ଅସ୍ତ୍ରର ବ୍ୟବହାର କଲେ । ଏହି ଆନ୍ଦୋଳନ ଦମନ କରାଯାଇଛି ବୋଲି ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ୍ ହାଉସ୍ ଅଫ୍ କମନ୍ସରେ ଘୋଷଣା କଲେ ।

(ଡି) ଭାରତ ଛାଡ଼ ଆନ୍ଦୋଳନରେ ଲକ୍ଷ୍ମୀ ନାୟକଙ୍କ ଅବଦାନ ସମ୍ପର୍କରେ ଆଲୋଚନା କର ।
Answer:

  • ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଗ୍ରାମର ଲକ୍ଷ୍ମଣ ନାୟକ କୋରାପୁଟ ଜିଲ୍ଲାରେ ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।
  • ୧୯୪୨ ମସିହା ଅଗଷ୍ଟ ୨୧ ତାରିଖରେ ସେ କଂଗ୍ରେସ ପତାକା ଓ ଲାଠି ଧରି ବହୁ ଲୋକଙ୍କ ସହ ମାତିଲି ଥାନା ଘେରାଉ କରିଥିଲେ ।
  • ସେଠାରେ ପୋଲିସ୍‌ର ଗୁଳିଚାଳନାରେ ୫ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।
  • ଜଣେ ଜଙ୍ଗଲରକ୍ଷୀକୁ ପିଟି ପିଟି ହତ୍ୟା କରିଥିବାର ମିଥ୍ୟା ଅଭିଯୋଗରେ ପୋଲିସ୍ ଲକ୍ଷ୍ମଣ ନାୟକଙ୍କୁ ଗିରଫ କରି ବ୍ରହ୍ମପୁର ଜେଲକୁ ପଠାଇଥିଲା ଏବଂ ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ସେଠାରେ ତାଙ୍କୁ ଫାଶୀ ଦିଆଯାଇଥିଲା ।
  • ସେ ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରେ ଫାଶୀ ପାଇଥିବା ଓଡ଼ିଶାର ଏକମାତ୍ର ବ୍ୟକ୍ତି ଥିଲେ ଏବଂ ସେ ସହିଦ୍ ଲକ୍ଷ୍ମଣ ନାୟକ ରୂପେ ପରିଚିତ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ବିନୋବା ଭାବେ କେବେ ଓ କେଉଁଠି ତାଙ୍କ ସତ୍ୟାଗ୍ରହ ଆରମ୍ଭ କରିଥିଲେ ?
Answer:

  • ବିନୋବା ଭାବେ ୧୯୪୦ ମସିହା ଅକ୍ଟୋବର ୧୭ ତାରିଖରେ ସତ୍ୟାଗ୍ରହ ଆରମ୍ଭ ହୋଇଥିଲେ ।
  • ସେ ପାନାଉରଠାରେ ତାଙ୍କର ସତ୍ୟାଗ୍ରହ ଆରମ୍ଭ କରିଥିଲେ ।

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଖ) ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହେବା ପରେ ଗାନ୍ଧିଜୀ କେବେ ଗିରଫ ହେଲେ ଏବଂ ତାଙ୍କୁ କେଉଁଠାରେ ବନ୍ଦୀ କରି ରଖାଗଲା ?
Answer:

  • ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହେବାର ପରଦିନ ଅର୍ଥାତ୍ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଗାନ୍ଧିଜୀ ଗିରଫ ହେଲେ ।
  • ତାଙ୍କୁ ପୁନେଠାରେ ଆଗା ଖାଁ ପ୍ୟାଲେସ୍‌ରେ ବନ୍ଦୀ କରି ରଖାଯାଇଥିଲା ।

(ଗ) ଭାରତ ଛାଡ଼ ଆନ୍ଦୋଳନ ସମୟରେ ବିହାରରେ ଛାତ୍ରମାନେ କେବେ ଓ କେଉଁଠାରେ ପତାକା ଉତ୍ତୋଳନ କରିଥିଲେ ?
Answer:

  • ଭାରତ ଛାଡ଼ ଆନ୍ଦୋଳନ ସମୟରେ ବିହାରରେ ଛାତ୍ରମାନେ ୧୯୪୨ ମସିହା ଅଗଷ୍ଟ ୧୧ ତାରିଖରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
  • ସେମାନେ ପାଟନା ସଚିବାଳୟର ପୂର୍ବ ଦ୍ଵାରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

(ଘ) ରେଭେନ୍ସା କଲେଜରେ ଭାରତଛାଡ଼ ଆନ୍ଦୋଳନ କେଉଁ ଛାତ୍ରନେତାମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ?
Answer:
କଟକର ରେଭେନ୍ସା କଲେଜରେ ଛାତ୍ରନେତା ବିବୁଧେନ୍ଦୁ ମିଶ୍ର, ଅଶୋକ ଦାସ, ସୁରଜମଲ ଶାହା, ବିରେନ ମିତ୍ରଙ୍କ ନେତୃତ୍ୱରେ ଭାରତଛାଡ଼ ଆନ୍ଦୋଳନ ପରିଚାଳିତ ହୋଇଥିଲା ।

(ଙ) ଭାରତ ଛାଡ଼ ଆନ୍ଦୋଳନ ସମୟରେ କେଉଁ ଖବର ଶୁଣିବା ପରେ ବରୀ ଅଞ୍ଚଳର ଉତ୍ୟକ୍ତ ଲୋକ କାଇପଦର ଡାକଘର ପୋଡ଼ି ଦେଇଥିଲେ ?
Answer:
ଭାରତ ଛାଡ଼ ଆନ୍ଦୋଳନ ସମୟରେ ଏକ ଅମାନୁଷିକ ଘଟଣା ଘଟିଥିଲା । ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ ଗିରଫ ଖବର ଶୁଣିବା ପରେ ବରୀ ଅଞ୍ଚଳର ଭୂଭ୍ୟକ୍ତ ଲୋକମାନେ କାଇପଦର ଡାକଘରେ ନିଆଁ ଲଗାଇ ଦେଇଥିଲେ ।

(ଚ) ଭାରତ ଛାଡ଼ ଆନ୍ଦୋଳନ ସମୟରେ ଭଣ୍ଡାରୀପୋଖରୀରେ କେଉଁ ଦୁଇ ସତ୍ୟାଗ୍ରହୀ ଗିରଫ ହୋଇଥିଲେ ?
Answer:
ଭାରତଛାଡ଼ ଆନ୍ଦୋଳନ ସମୟରେ ଭଣ୍ଡାରୀପୋଖରୀରେ ଦୁଇ ସତ୍ୟାଗ୍ରହୀ ଜଗନ୍ନାଥ ଦାସ ଓ ଦ୍ବାରିକା ଦାସ ଗିରଫ ହୋଇଥିଲେ ।

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଛ) ଇରମ୍ରେ କେବେ ଗୁଳିକାଣ୍ଡ ଘଟିଥିଲା ଏବଂ ସେଥ‌ିରେ ସହିଦ୍ ହୋଇଥ‌ିବା ମହିଳାଙ୍କ ନାମ କ’ଣ ?
Answer:

  • ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖରେ ଇରମଠାରେ ଗୁଳିକାଣ୍ଡ ଘଟିଥିଲା ।
  • ସେଥ୍ରେ ସହିଦ୍ ହୋଇଥିବା ମହିଳାଙ୍କ ନାମ ଥିଲା ପରୀ ବେୱା ।

(ଜ) ଭାରତ ଛାଡ଼ ଆନ୍ଦୋଳନର ପ୍ରଭାବରେ ନିମାପଡ଼ାରେ କାହିଁକି ପୋଲିସ୍ ଗୁଳିଚାଳନା କରିଥିଲେ ?
Answer:

  • ଭାରତ ଛାଡ଼ ଆନ୍ଦୋଳନ ସମୟରେ ନିମାପଡ଼ାଠାରେ ସେପ୍ଟେମ୍ବର ୧୬ ତାରିଖରେ ସତ୍ୟାଗ୍ରହୀମାନେ ସରକାରଙ୍କୁ ଖଜଣା ନ ଦେବାକୁ ସ୍ଥିର କଲେ ଓ ଜାତୀୟ ପତାକା ଉତ୍ତୋଳନ କରିବାକୁ ଚେଷ୍ଟା କଲେ ।
  • ପୋଲିସ୍ ବାରଣ କରିବାରୁ ସେମାନେ ଥାନାରେ ଅଗ୍ନି ସଂଯୋଗ କଲେ, ତେଣୁ ପୋଲିସ୍ ଗୁଳି ଚଳାଇଥିଲା ଓ ଏଥ‌ିରେ ଉତ୍ସବ ମଲ୍ଲିକ ପ୍ରାଣ ହରାଇଥିଲେ ।

(ଝ) ପାପଢ଼ାହାଣ୍ଡିଠାରେ କାହିଁକି ଗୁଳିଚାଳନା କରାଯାଇଥିଲା ଏବଂ ଏଥ‌ିରେ କେତେଜଣ ପ୍ରାଣତ୍ୟାଗ କରିଥିଲେ ?
Answer:

  • ୧୯୪୨ ମସିହା ଅଗଷ୍ଟ ୨୪ ତାରିଖରେ କୋରାପୁଟର ବହୁ ଲୋକ ପାପଡ଼ାହାଣ୍ଡିଠାରେ ଥ‌ିବା ଟୋଲ ଓ ଥାନା ଧ୍ବଂସ କରିବାକୁ ଯାଇଥିଲେ ।
  • ଫଳରେ ପୋଲିସ୍ ଗୁଳିଚାଳନା କରିଥିଲା ଓ ଏଥ‌ିରେ ୧୫ ଜଣ ବ୍ୟକ୍ତି ପ୍ରାଣତ୍ୟାଗ କରିଥିଲେ ।

(ଞ) କିଏ ଢେଙ୍କାନାଳରେ ଭାରତଛାଡ଼ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ଏବଂ ତାଙ୍କ ନେତୃତ୍ଵରେ କେଉଁଠାରେ ଥାନା ପୋଡ଼ି ସଂଘଟିତ ହୋଇଥିଲା ?
Answer:

  • ବୈଷ୍ଣବ ଚରଣ ପଟ୍ଟନାୟକ ଢେଙ୍କାନାଳରେ ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।
  • ତାଙ୍କ ନେତୃତ୍ଵରେ ୧୯୪୨ ମସିହା ଅଗଷ୍ଟ ୨୬ ତାରିଖରେ ମଢ଼ି (ବର୍ତ୍ତମାନର କାମାକ୍ଷାନଗର)ରେ ଥାନା ପୋଡ଼ି ସଂଘଟିତ ହୋଇଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କ୍ରିପ୍‌ସ୍ ମିଶନ କେବେ ଭାରତକୁ ଆସିଥିଲେ ?
Answer:
୧୯୪୨ ମସିହା ମାର୍ଚ୍ଚ ମାସରେ ‘କ୍ରିପ୍‌ସ୍ ମିଶନ’ ଭାରତକୁ ଆସିଥିଲେ ।

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଖ) କେଉଁଦିନ ଭାରତ ଛାଡ଼ ପ୍ରସ୍ତାବ ଗୃହୀତ ହୋଇଥିଲା ?
Answer:
୧୯୪୨ ମସିହା ଜୁଲାଇ ୧୪ ତାରିଖ ଦିନ ଭାରତ ଛାଡ଼ ପ୍ରସ୍ତାବ ଗୃହୀତ ହୋଇଥିଲା ।

(ଗ) କେଉଁଦିନ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ଗିରଫ କରାଯାଇଥିଲା ?
Answer:
୧୯୪୨ ମସିହା ଅଗଷ୍ଟ ୯ ତାରିଖ ଦିନ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ଗିରଫ କରାଯାଇଥିଲା ।

(ଘ) ଅଗଷ୍ଟ ବିପ୍ଳବରେ ଯୋଗ ଦେଇଥିବା ଜଣେ ସମାଜବାଦୀ ମହିଳାଙ୍କ ନାମ ଉଲ୍ଲେଖ କର ।
Answer:
ଅଗଷ୍ଟ ବିପ୍ଳବରେ ଯୋଗ ଦେଇଥିବା ଜଣେ ସମାଜବାଦୀ ମହିଳା ଥିଲେ ଅରୁଣା ଆସଫ୍ ଅଲ୍ଲୀ ।

(ଡି) ଭାରତ ଛାଡ଼ ଆନ୍ଦୋଳନ ସମୟରେ କିଏ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଥିଲେ ?
Answer:
ଭାରତ ଛାଡ଼ ଆନ୍ଦୋଳନ ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଥିଲେ ଉଇନ୍‌ଷ୍ଟନ୍ ଏସ୍. ଚର୍ଚ୍ଚିଲ୍ ।

(ଚ) କେଉଁଦିନ କାଇପଦରଠାରେ ଲୋକମାନେ ଡାକଘର ପୋଡ଼ି ଦେଇଥିଲେ ?
Answer:
୧୯୪୨ ମସିହା ଅଗଷ୍ଟ ୧୭ ତାରିଖରେ କାଇପଦରଠାରେ ଲୋକମାନେ ଡାକଘର ପୋଡ଼ି ଦେଇଥିଲେ ।

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଛ) କିଏ ଧାମନଗରଠାରେ ଭାରତ ଛାଡ଼ ଆନ୍ଦୋଳନକୁ ଗତିଶୀଳ କରାଇଥିଲେ ?
Answer:
ମୁରଲୀଧର ପଣ୍ଡା ଧାମନଗରଠାରେ ଭାରତ ଛାଡ଼ ଆନ୍ଦୋଳନକୁ ଗତିଶୀଳ କରାଇଥିଲେ ।

(ଜ) ଭାରତ ଛାଡ଼ ଆନ୍ଦୋଳନ ସମୟରେ କିଏ ନିମାପଡ଼ାରେ ପୋଲିସ୍ ଗୁଳିରେ ପ୍ରାଣ ହରାଇଥିଲେ ?
Answer:
ଭାରତ ଛାଡ଼ ଆନ୍ଦୋଳନ ସମୟରେ ଉତ୍ସବ ମଲ୍ଲିକ ନିମାପଡ଼ାରେ ପୋଲିସ୍ ଗୁଳିରେ ପ୍ରାଣ ହରାଇଥିଲେ ।

(ଝ) କେଉଁଦିନ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା ?
Answer:
୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା ।

(ଞ) ତାଳଚେରରେ କିଏ ଅଗଷ୍ଟ ବିପ୍ଳବର ନେତୃତ୍ବ ନେଇଥିଲେ ?
Answer:
ପବିତ୍ରମୋହନ ପ୍ରଧାନ ତାଳଚେରରେ ଅଗଷ୍ଟ ବିପ୍ଳବର ନେତୃତ୍ଵ ନେଇଥିଲେ ।

୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) କେଉଁ ମସିହାରେ ଇଂରେଜ ସରକାର ‘ଅଗଷ୍ଟ ଦାନ’ ଘୋଷଣା କରିଥିଲେ ?
(i) ୧୯୩୯
(ii) ୧୯୪୦
(iii) ୧୯୪୧
(iv) ୧୯୪୨
Answer:
(ii) ୧୯୪୦

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଖ) କଂଗ୍ରେସ ଅଧ୍ଵଂଶନରେ କିଏ ‘ଭାରତ ଛାଡ଼’ ପ୍ରସ୍ତାବ ଆଗତ କରିଥିଲେ ?
(i) ମୌଲାନା ଆବୁଲ୍ କାଲାମ୍ ଆଜାଦ୍
(ii) ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍
(iii) ଗୋବିନ୍ଦବଲ୍ଲଭ ପନ୍ଥ
(iv) ଜବାହରଲାଲ ନେହେରୁ
Answer:
(iv) ଜବାହରଲାଲ ନେହେରୁ

(ଗ) ଭାରତ ଛାଡ଼ ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧିଙ୍କୁ କେଉଁଠାରେ ବନ୍ଦୀ କରି ରଖାଯାଇଥିଲା ?
(i) ଅହମ୍ମଦନଗର
(ii) ନାଗପୁର
(iii) ପୁନେ
(iv) ପାଟନା
Answer:
(iii) ପୁନେ

(ଘ) କେବେ କୋରାପୁଟର ଲୋକମାନେ ପାପଡ଼ାହାଣ୍ଡି ନିକଟରେ ଥାନା ଧ୍ବଂସ କରିବାକୁ ଯାଇଥିଲେ ?
(i) ୧୯୪୨ ଅଗଷ୍ଟ ୧୭
(ii) ୧୯୪୨ ଅଗଷ୍ଟ ୨୧
(iii) ୧୯୪୨ ଅଗଷ୍ଟ ୨୪
(iv) ୧୯୪୨ ଅଗଷ୍ଟ ୨୬
Answer:
(ii) ୧୯୪୨ ଅଗଷ୍ଟ ୨୪

(ଙ) କିଏ ‘ଭାରତ ଛାଡ଼’ ଆନ୍ଦୋଳନ ସହିତ ସମ୍ପୃକ୍ତ ନୁହଁନ୍ତି ?
(i) ହରେକୃଷ୍ଣ ମହତାବ
(ii) ସୁରେନ୍ଦ୍ରନାଥ ଦ୍ଵିବେଦୀ
(iii) ଗୋପବନ୍ଧୁ ଚୌଧୁରୀ
(iv) ଗୋପବନ୍ଧୁ ଦାସ
Answer:
(iv) ଗୋପବନ୍ଧୁ ଦାସ

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୫| ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

Leave a Comment