Odisha State Board BSE Odisha 10th Class Political Science Notes Chapter 5 ଭାରତର ଯୁକ୍ତରାଷ୍ଟ୍ର ଆମେରିକା ଓ ଋଷିଆ ସହିତ ସମ୍ପର୍କ will enable students to study smartly.
BSE Odisha Class 10 Political Science Notes Chapter 5 ଭାରତର ଯୁକ୍ତରାଷ୍ଟ୍ର ଆମେରିକା ଓ ଋଷିଆ ସହିତ ସମ୍ପର୍କ
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ ପ୍ରାକ୍ ସୂଚନା :
- ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଉତ୍ତମ ପାରସ୍ପରିକ ସମ୍ପର୍କ ଆନ୍ତର୍ଜାତିକ ଶାନ୍ତି ପ୍ରତିଷ୍ଠାରେ ସହାୟକ ହୋଇଥାଏ ଏବଂ ଆନ୍ତର୍ଜାତିକ ସମ୍ପର୍କ ବୈଦେଶିକ ନୀତିଦ୍ୱାରା ପ୍ରଭାବିତ ହୋଇଥାଏ ।
- ୧୯୪୭ ମସିହାରେ ସ୍ବାଧୀନତା ଲାଭକଲା ପରଠାରୁ ଭାରତ ତା’ର ବୈଦେଶିକ ନୀତି ସ୍ବାଧୀନ ଭାବରେ ନିର୍ଦ୍ଧାରଣ କରିଛି ଏବଂ ବିଭିନ୍ନ ସମୟରେ ଏହି ନୀତିରେ ପରିବର୍ତ୍ତନ ଆଣିଛି ।
- ଦ୍ବିତୀୟ ବିଶ୍ୱଯୁଦ୍ଧ ଶେଷହେବା ପରେ ପରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ରରୂପେ ଆତ୍ମପ୍ରକାଶ କରିଛି ।
- ଯଦିଓ ନୂତନ ରାଷ୍ଟ୍ର ପାକିସ୍ତାନ ଗଠନ ଭାରତର ନିରାପତ୍ତା ପ୍ରତି କିଛିଟା ବିପଦ ସୃଷ୍ଟି କରିଥିଲା, ତଥାପି ଭାରତ ଏକ ଶାନ୍ତିପ୍ରିୟ ରାଷ୍ଟ୍ର ଭାବେ ନିଜର ବୈଦେଶିକ ନୀତିରେ ସମଗ୍ର ବିଶ୍ବରେ ଏହି ଆଦର୍ଶକୁ ପ୍ରତିଫଳିତ କରିବାରେ ସକ୍ଷମ ହୋଇଛି ।
- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଭାରତର ବୈଦେଶିକ ନୀତି ନିର୍ଦ୍ଧାରଣରେ ମୁଖ୍ୟ ଭୂମିକା ଗ୍ରହଣ କରି ଏହାକୁ ଏକ ସ୍ପଷ୍ଟ ରୂପରେଖ ଦେଇଥିଲେ ।
ଭାରତର ବୈଦେଶିକ ନୀତିର ବୈଶିଷ୍ଟ୍ୟ
୧) ଗୋଷ୍ଠୀ ନିରପେକ୍ଷତା :
- ଭାରତର ଗୋଷ୍ଠୀ ନିରପେକ୍ଷତା ନୀତି ଆନ୍ତଃରାଷ୍ଟ୍ରୀୟ ସମାଜକୁ ଭାରତର ଏକ ମୁଖ୍ୟ ଅବଦାନ ।
- ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷିଆ ବିଶ୍ବର ଦୁଇଟି ଶକ୍ତିଶାଳୀ ରାଷ୍ଟ୍ରରୂପେ ମୁଣ୍ଡ ଟେକିଲେ ।
- ଏହି ଦୁଇ ଦେଶର ନେତୃତ୍ବରେ ବିଶ୍ଵ ପରସ୍ପର ବିରୋଧୀ ଦୁଇଟି ଗୋଷ୍ଠୀରେ ପରିଣତ ହେଲା । ଏହି ଦୁଇ ଦେଶ ଅନ୍ୟ ସ୍ବାଧୀନ ରାଷ୍ଟ୍ରଗୁଡ଼ିକୁ ନିଜ ନିଜ ପକ୍ଷଭୁକ୍ତ କରିବାକୁ ଉଦ୍ୟମ କଲେ । ଫଳରେ ଦୁଇ ଦେଶ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଗଲା ।
- ଶୀତଳ ଯୁଦ୍ଧ ପ୍ରତ୍ୟକ୍ଷ ଯୁଦ୍ଧ ନୁହେଁ ବରଂ ଏହା ପରସ୍ପର ବିରୋଧରେ ଅପପ୍ରଚାର ଓ ମାନସିକ ଚାପ ପ୍ରୟୋଗ ଉପରେ ଆଧାରିତ ଥିଲା ।
- ଏହି ପରିପ୍ରେକ୍ଷୀରେ ଭାରତ କୌଣସି ଗୋଷ୍ଠୀରେ ସାମିଲ ନ ହୋଇ ସମସ୍ତ ଦେଶ ସହ ସଦ୍ଭାବ ପ୍ରତିଷ୍ଠା ନିମନ୍ତେ ଗୋଷ୍ଠୀ ନିରପେକ୍ଷ ନୀତି ଅବଲମ୍ବନ କରିଥିଲା ।
(୨) ଶାନ୍ତିପୂର୍ଣ୍ଣ ସହାବସ୍ଥାନ :
- ‘ବସୁଧୈବ କୁଟୁମ୍ବକମ୍’ ନୀତିରେ ଭାରତ ବିଶ୍ଵାସ କରେ । ତେଣୁ ପୃଥିବୀର ସମସ୍ତ ରାଷ୍ଟ୍ର ମଧ୍ୟରେ ଶାନ୍ତି ଓ ସୌହାର୍ଘ୍ୟପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ନିମନ୍ତେ ଭାରତ ସର୍ବଦା ଇଚ୍ଛା ପ୍ରକାଶ କରେ ।
- ୧୯୫୪ ମସିହାରେ ଭାରତ ଓ ଚୀନ୍ ପଞ୍ଚଶୀଳ ନୀତି ଘୋଷଣାନାମାରେ ସ୍ବାକ୍ଷର କରି ତା’ର ନୀତିଗୁଡ଼ିକୁ ପାଳନ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ ।
- ପଞ୍ଚଶୀଳ ନୀତି ପାଞ୍ଚଗୋଟି ନୀତି ଉପରେ ପର୍ଯ୍ୟବସିତ; ଯଥା – (୧) ପ୍ରତ୍ୟେକ ରାଷ୍ଟ୍ରର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ପାରସ୍ପରିକ ସମ୍ମାନ ପ୍ରଦର୍ଶନ, (୨) ପାରସ୍ପରିକ ଅନାକ୍ରମଣ, (୩) କେହି କାହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାରୁ ନିବୃତ୍ତ ରହିବା, (୪) ସାମ୍ୟ ଓ ପାରସ୍ପରିକ ଉପକାର, (୫) ଶାନ୍ତିପୂର୍ଣ୍ଣ ସହାବସ୍ଥାନ ।
- ୧୯୫୫ ଅପ୍ରେଲରେ ବାନ୍ଦୁଙ୍ଗଠାରେ ଅନୁଷ୍ଠିତ ଏସୀୟ-ଆଫ୍ରିକୀୟ ଦେଶମାନଙ୍କ ସମ୍ମିଳନୀରେ ଘୋଷିତ ବିଶ୍ୱଶାନ୍ତି ଓ ସହଯୋଗ ଘୋଷଣାନାମାରେ ଏହି ନୀତି ସ୍ଥାନ ପାଇଥିଲା ।
(୩) ସାମ୍ରାଜ୍ୟବାଦର ବିରୋଧ :
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କହିଥିଲେ, ‘ଉପନିବେଶବାଦ ଆଫ୍ରିକା ଓ ଏସିଆ ଉପନିବେଶଗୁଡ଼ିକରେ ଚାଲିଥିବା ମୁକ୍ତି ସଂଗ୍ରାମକୁ ପ୍ରୋତ୍ସାହିତ କରିଥିଲା ।
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କହିଥିଲେ, ‘ଉପନିବେଶବାଦ ଆଫ୍ରିକା ଓ ଏସିଆ ମହାଦେଶ ପାଇଁ ସବୁଠାରୁ ବଡ଼ ବିପଦ ଏବଂ ଏହାକୁ ହଟାଇବା ନିତାନ୍ତ ଆବଶ୍ୟକ ।’’
(୪) ବର୍ଣ୍ଣବୈଷମ୍ୟ ନୀତିର ବିରୋଧ :
୧୯୪୯ ମସିହାରେ ଦକ୍ଷିଣ ଆଫ୍ରିକାର ସଂଖ୍ୟାଲଘୁ ଗୋରା ଶାସକଙ୍କ ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ସ୍ବର ଉତ୍ତୋଳନ କରି ଭାରତ ସେଠାକାର ଗୋରା ଶାସନ ସହିତ ସମ୍ପର୍କ ଛିନ୍ନ କରିଥିଲା ।
(୫) ଆର୍ଥିକ ପ୍ରଗତିରେ ଗୁରୁତ୍ଵ :
ଭାରତ ପ୍ରତ୍ୟେକ ରାଷ୍ଟ୍ରର ଆର୍ଥିକ ପ୍ରଗତି କାମନା କରେ । ତେଣୁ ଧନୀ ରାଷ୍ଟ୍ରମାନଙ୍କର ଗରିବ ରାଷ୍ଟ୍ରମାନଙ୍କୁ ଆର୍ଥିକ ସହାୟତାକୁ ଭାରତ ସ୍ବାଗତ କରେ, ମାତ୍ର ଏହାକୁ ମାଧ୍ୟମ କରି ଗରିବ ରାଷ୍ଟ୍ରର ଶୋଷଣକୁ ଭାରତ ଘୃଣା କରେ ।
୬) ଆନ୍ତର୍ଜାତିକ ସଙ୍ଗଠନ ସହିତ ସୁସମ୍ପର୍କ :
- ସଂଯୁକ୍ତ ରାଷ୍ଟ୍ରର ସକ୍ରିୟ ସଦସ୍ୟ ଭାବେ ବିଶ୍ୱ ଶାନ୍ତି ପ୍ରତିଷ୍ଠା ପାଇଁ ଜାତିସଂଘର ଉଦ୍ୟମକୁ ସମର୍ଥନ କରିବା ସହ -ସହଯୋଗ ଦେଇ ଆସୁଛି ।
- ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ ଜନମଙ୍ଗଳ କାର୍ଯ୍ୟ ପାଇଁ ଉଦ୍ୟମରତ ଆନ୍ତର୍ଜାତିକ ସଂସ୍ଥାକୁ ଭାରତ ସହଯୋଗ କରିଆସୁଛି ।
- ମିଶର, କଙ୍ଗୋ ଓ ଯୁଗୋସ୍ଲୋଭିଆ ରାଷ୍ଟ୍ରରେ ଶାନ୍ତି ସ୍ଥାପନ ଦିଗରେ ଭାରତର ଭୂମିକା ପ୍ରଶଂସନୀୟ ଓ ଗୁରୁତ୍ବପୂର୍ଣ ।
(୭) ଆନ୍ତର୍ଜାତିକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ :
- ଭାରତ ସମ୍ବିଧାନର ଧାରା-୫୧ ଅନୁସାରେ, ଆନ୍ତର୍ଜାତିକ କ୍ଷେତ୍ରରେ ବିଭିନ୍ନ ସମୟରେ ଉପୁଜୁଥିବା କନ୍ଦଳର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଭାରତ ଉଦ୍ୟମ କରିବ ।
- ବଳପ୍ରୟୋଗ ନ କରି ପାରସ୍ପରିକ ବୁଝାମଣା ମାଧ୍ୟମରେ ଆନ୍ତର୍ଜାତିକ ସମସ୍ୟାର ସମାଧାନ ସମ୍ଭବ ବୋଲି ଭାରତ ଦୃଢ଼ ବିଶ୍ବାସ କରେ ।
→ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା :
- ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପରେ ଶୀତଳ ଯୁଦ୍ଧ ଆରମ୍ଭ ହେଲା ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷିଆ ବିଶ୍ଵରେ ଦୁଇଟି ମହାଶକ୍ତି ରୂପେ ମୁଣ୍ଡ ଟେକିଥିଲେ । ବ୍ରିଟେନ୍, ଫ୍ରାନ୍ସ ଆଦି ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ଦୁର୍ବଳ ପାଲଟିଗଲେ । ୧୯୪୯ ମସିହା ସୁଦ୍ଧା ଉଭୟ ଦେଶ ଆଣବିକ ଅସ୍ତ୍ରଶସ୍ତ୍ରର ଅଧିକାର ହୋଇଗଲେ ।
- ଆମ ଦେଶ ଭାରତ ଏକ ଗୋଷ୍ଠୀନିରପେକ୍ଷ ରାଷ୍ଟ୍ର ହୋଇଥିବା ହେତୁ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଉଭୟ ପରାକ୍ରମୀ ଗୋଷ୍ଠୀ ସହିତ ଶାନ୍ତିପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାପାଇଁ ଉଦ୍ୟମ କରିଥିଲା ।
- ୧୯୬୨ ମସିହାରେ ଚୀନ୍ର ଭାରତ ଆକ୍ରମଣବେଳେ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ସମର୍ଥନ କରିଥିଲା; ମାତ୍ର ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧବେଳେ ପାକିସ୍ତାନକୁ ସମର୍ଥନ କରିଥିଲା ।
- ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ରିଚାର୍ଡ଼ ନିକ୍ସନ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିବା ସହ ଭାରତକୁ ଭୟଭୀତ କରିବାକୁ ବଙ୍ଗୋପସାଗରକୁ ସପ୍ତମ ନୌବହର ପଠାଇଥିଲେ | ଓ ଚୀନ୍କୁ ଭାରତ ବିରୋଧରେ ଉତ୍ସାହିତ କରିଥିଲେ ।
- କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନକୁ ଯୁକ୍ତରାଷ୍ଟ୍ର ଆମେରିକାର ଅସ୍ତ୍ରଶସ୍ତ୍ର ସାହାଯ୍ୟ, ୧୯୭୧ରୁ ୧୯୯୧ ମସିହା ପର୍ଯ୍ୟନ୍ତ ଭାରତ-ସୋଭିଏତ୍ ରୁଷ୍ ମଧ୍ୟରେ ବନ୍ଧୁତ୍ବ ଭାରତ ଓ ଯୁକ୍ତରାଷ୍ଟ୍ର ସମ୍ପର୍କରେ ତିକ୍ତତା ଆଣିଥିଲା ।
- ୧୯୯୨ ମସିହାରେ ଆମେରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଏହି ସମ୍ପର୍କରେ ଉନ୍ନତି ଆଣିବାକୁ ପ୍ରୟାସ କରିଥିଲେ ।
- ୧୯୯୭ ମସିହାରେ କାଶ୍ମୀର ପ୍ରସଙ୍ଗକୁ ନେଇ ବିବାଦରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଆମେରିକା ମନା କରିଦେଇଥିଲା ।
- ୧୯୯୫ ମସିହାରେ ଆମେରିକାର ବାଣିଜ୍ୟ ସଚିବ ରୋନାଲ୍ ବ୍ରାଉନ୍ ଏକ ପ୍ରତିନିଧି ଦଳ ସହ ଭାରତ ଆସି ଅନେକ ଦ୍ବିପାକ୍ଷିକ ଚୁକ୍ତି ସ୍ବାକ୍ଷର କରିଥିଲେ ଏବଂ ଭାରତୀୟ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଆମେରିକା ଅର୍ଥ କରିଥିଲେ ।
- ଶୀତଳ ବିଶ୍ବଯୁଦ୍ଧ ଚାଲିଥିବାବେଳେ ସାମ୍ୟବାଦୀ ସୋଭିଏତ୍ ରୁଷିଆର ପ୍ରଭାବ ହ୍ରାସ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ନାଟୋ (NATO), ସିଆଟୋ (SEATO) ଭଳି ଅନେକ ଚୁକ୍ତି ସ୍ବାକ୍ଷର କରିଥିଲା ।
→ କୋରିଆ ଯୁଦ୍ଧ :
- ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ କୋରିଆ ଦୁଇ ଭାଗ ହୋଇଗଲା । ଉତ୍ତର କୋରିଆରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠିତ ହେଲା ଏବଂ ଦକ୍ଷିଣ କୋରିଆରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥିତ ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହେଲା ।
- ୧୯୪୯ରେ ଉତ୍ତର କୋରିଆ ବିରୋଧରେ ଦକ୍ଷିଣ କୋରିଆକୁ ଯୁକ୍ତରାଷ୍ଟ୍ର ଆମେରିକାର ସମର୍ଥନକୁ ଭାରତ ନିନ୍ଦା କରିଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା ଭାରତ ବିରୋଧୀ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନକୁ ସମର୍ଥନ କରିଥିଲା ।
- ୧୯୫୬ ମସିହାରେ ହଙ୍ଗେରୀରେ କମ୍ୟୁନିଷ୍ଟ ଓ ଅଣକମ୍ୟୁନିଷ୍ଟମାନଙ୍କ ସଂଘର୍ଷବେଳେ କମ୍ୟୁନିଷ୍ଟମାନଙ୍କ ସପକ୍ଷରେ ରୁଷର ହସ୍ତକ୍ଷେପକୁ ଭାରତ ସମର୍ଥନ କରିଥିଲା, ମାତ୍ର କମ୍ୟୁନିଷ୍ଟ ଶାସିତ କ୍ୟୁବା ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ଆକ୍ରମଣକୁ ଭାରତ ବିରୋଧ କରିଥିଲା ।
- ୧୯୨୨ ମସିହାରେ ୧୫ଗୋଟି ଛୋଡ଼ ବଡ଼ ରାଜ୍ୟ ମିଳିତ ହୋଇ ସୋଭିଏତ୍ ରୁଷିଆ ବା Union of Soveit Socialist Republic (U.S.S.R.) ଗଠିତ ହୋଇଥିଲା ।
- ୧୯୯୧ ଡିସେମ୍ବରରେ ସୋଭିଏତ୍ ରୁଷିଆର ବିଲୟ ଓ ଭାରତର ଆର୍ଥନୀତିକ ଉଦାରୀକରଣ ନୀତି ଗ୍ରହଣ ପରେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ସମ୍ପର୍କ ଦୃଢ଼ୀଭୂତ ହୋଇଛି ।
- ୨୦୦୦ ମସିହା ମାର୍ଚ୍ଚ ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଭାରତ ଗସ୍ତରେ ଆସିବା ପରେ ଏହି ସମ୍ପର୍କ ଅଧିକ ଦୃଢ଼ ହୋଇପାରିଥିଲା ।
→ ଭାରତ ଓ ରୁଷିଆ:
- ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ଏକ ବୃହତ୍ ଶକ୍ତି ଭାବେ ଉଭା ହୋଇଥବା ରୁଷିଆ ଭାରତର ଗୋଷ୍ଠୀ ନିରପେକ୍ଷ ନୀତିକୁ ରହିପାରିବେ ।
- ୧୯୨୭ ମସିହାରେ ରୁଷିଆ ଗସ୍ତରେ ଯାଇଥିବା ନେହେରୁ କହିଥିଲେ ଯେ ଭାରତ ଓ ସୋଭିଏତ୍ ରୁଷିଆ ଦୁଇ ଅନ୍ତରଙ୍ଗ ବନ୍ଧୁ ହିସାବରେ ରହିପାରିବେ ।
- ଷ୍ଟାଲିନ୍ଙ୍କ ଶାସନ କାଳରେ ରୁଷିଆ ସହ ଭାରତର ସମ୍ପର୍କରେ ଉନ୍ନତି ହୋଇପାରିନଥୁଲା, ମାତ୍ର କୁଶ୍ଚେ ଭ ଓ ପରବର୍ତୀ ଶାସକଙ୍କ ଶାସନ କାଳରେ ଦୁଇ ଦେଶ ମଧ୍ୟରେ ବନ୍ଧୁତା ବଢ଼ିଥିଲା ।
- ୧୯୫୫ ମସିହା ଜୁନ୍ ମାସରେ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ରୁଷିଆ ଗସ୍ତରେ ଯାଇ ଶାନ୍ତିପୂର୍ଣ ସହାବସ୍ଥାନ ନୀତିର ପ୍ରସାର ଘଟାଇଥିଲେ । ସେହି ବର୍ଷ ନଭେମ୍ବର ମାସରେ ରୁଷିଆର ପ୍ରଧାନମନ୍ତ୍ରୀ କୁଶ୍ଚେଭ ତିନି ସପ୍ତାହ ପାଇଁ ଭାରତ ଗସ୍ତରେ ଆସିଥିଲେ ।
- ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ କ୍ଷେତ୍ରରେ ସୋଭିଏତ୍ ରୁଷିଆ ଭାରତକୁ ସମର୍ଥନ କରି କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ୱୀକାର କରିଥିଲା । ଅନେକ କ୍ଷେତ୍ରରେ ନିରାପତ୍ତା ପରିଷଦରେ ଭାରତ ସପକ୍ଷରେ ରୁଷିଆ ଭିଟୋ କ୍ଷମତା ପ୍ରୟୋଗ କରୁଥିଲା ।
- ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟ ରାଷ୍ଟ୍ରକୁ ଭିଟୋ କ୍ଷମତା ଦିଆଯାଇଛି । ନିରାପତ୍ତା ପରିଷଦରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କାର୍ଯ୍ୟକାରୀ କରିବାପାଇଁ ଏହି ପାଞ୍ଚ ସଦସ୍ୟଙ୍କ ସହମତି ଆବଶ୍ୟକ । ଏହି ପଞ୍ଚ ମହାଶକ୍ତି ମଧ୍ୟରୁ କୌଣସି ଗୋଟିଏ ରାଷ୍ଟ୍ର ନିଷ୍ପଭି ବିରୋଧରେ ଗଲେ ତାହା କାର୍ଯ୍ୟକାରୀ ହୋଇପାରେ ନାହିଁ । ଏହାକୁ ଭିଟୋ କୁହାଯାଏ ।
- ବ୍ରେଜନେଭ ଓ କୋସିଗିନ୍ ରୁଷିଆରେ କ୍ଷମତାସୀନ ଥିବାବେଳେ ଭାରତ ଓ ରୁଷିଆର ସମ୍ପର୍କ ଅତୁଟ ରହିଥିଲା ।
- ଭାରତ-ଚୀନ୍ ଯୁଦ୍ଧ ଓ ଭାରତ-ପାକିସ୍ତାନ ଯୁଦ୍ଧବେଳେ ସୋଭିଏତ ରୁଷିଆ ଭାରତକୁ ସମର୍ଥନ କରିଥିଲା ।
- ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ପରେ ରୁଷିଆର ଉଦ୍ୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ତାସ୍କେଣ୍ଟ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
- ୧୯୭୧ ଅଗଷ୍ଟ ୯ରେ ଭାରତ ଓ ରୁଷିଆ ମଧ୍ଯରେ ଶାନ୍ତି, ବନ୍ଧୁତ୍ୱ ଓ ସହଯୋଗର ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।
- ୧୯୭୩ରେ ରୁଷିଆର ରାଷ୍ଟ୍ରପତି ବ୍ରେଜନେଭଙ୍କ ପାଞ୍ଚଦିନିଆ ଭାରତ ଗସ୍ତ ଏହି ସମ୍ପର୍କକୁ ଦୃଢ଼ୀଭୂତ କରିଥିଲା ।
- ୧୯୮୫ରେ ଗୋର୍ବାଚୋଭ ରୁଷିଆ କମ୍ୟୁନିଷ୍ଟ ଦଳର ସମ୍ପାଦକ ହେବା ପରେ ଗୋର୍ବାଚୋଭ୍ ଓ ରାଜୀବ ଗାନ୍ଧିଙ୍କ ମଧ୍ୟରେ ଦଶ ଦଫାବିଶିଷ୍ଟ ଦିଲ୍ଲୀ ଘୋଷଣାନାମା ସ୍ବାକ୍ଷରିତ ହୋଇଥିଲା ।
- ସୋଭିଏତ୍ ରୁଷର ବିଲୟ ବରେ ସୋଭିଏତ୍ ସଂଘର ଛୋଟ ଛୋଟ ସ୍ଵାଧୀନ ରାଷ୍ଟ୍ରକୁ ନେଇ ନବଗଠିତ ରାଜ୍ୟଗୋଷ୍ଠୀ ସହ ଭାରତ ଉତ୍ତମ ବୁଝାମଣା ରଖୁଅଛି ।
- ରୁଷିଆର ଆର୍ଥିକ ଓ ବୈଷୟିକ ସହଯୋଗରେ ନେୟେଭେଲି ଆଣବିକ ପ୍ରକଳ୍ପ, ଦୁର୍ଗାପୁର ଓ ଭିଲାଇ କୋଇଲା ଓ ଇସ୍ପାତ କାରଖାନା, ରାଞ୍ଚିରେ ବୃହତ୍ ଯନ୍ତ୍ର ତିଆରି କାରଖାନା, ବାରାଊଣିରେ ତୈଳ ବିଶୋଧନାଗାର ପ୍ରତିଷ୍ଠିତ ହୋଇପାରିଥିଲା ।
- ସୋଭିଏତ୍ ରୁଷିଆର ବିଲୟ ପରେ ୧୯୯୩ ଜାନୁୟାରୀ ମାସରେ ରୁଷିଆ ସାଧାରଣତନ୍ତ୍ରର ପ୍ରଥମ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିଲେ ଓ ଚୁକ୍ତି ସ୍ବାକ୍ଷର କରିଥିଲେ ।
- ତାମିଲନାଡୁର କୁଦନକୁଲାମ୍ଠାରେ ଦକ୍ଷିଣ ଏସିଆର ସର୍ବବୃହତ୍ ଆଣବିକ ଶକ୍ତି ପ୍ରକଳ୍ପ ନିର୍ମାଣ ପାଇଁ ଉଭୟ ଦେଶ ମଧ୍ୟରେ ୧୯୯୮ ମସିହାରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
- ୨୦୦୦ ମସିହାରେ ଉଭୟ ଦେଶ ଆଫଗାନିସ୍ଥାନରେ ତାଲିବାନ କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ ଓ ମୌଳବାଦୀ ସଙ୍ଗଠନକୁ ଦମନ କରିବା ପାଇଁ ଏକମତ ହୋଇଥିଲେ ।