BSE Odisha 10th Class History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

Odisha State Board BSE Odisha 10th Class History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ will enable students to study smartly.

BSE Odisha Class 10 History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:

→ ଓଡ଼ିଆ ଭାଷାଭାଷୀ ଗଡ଼ଜାତ ଅଞ୍ଚଳର ଦେଶୀୟ ରାଜ୍ୟସମୂହ :

  • ବ୍ରିଟିଶ୍ ଶାସନକାଳରେ ବ୍ରିଟିଶ୍ ଓଡ଼ିଶା ସୀମା ସହ ମିଶି ରହିଥ‌ିବା ଓଡ଼ିଆ ଭାଷାଭାଷୀ ଗଡ଼ଜାତ ଅଞ୍ଚଳ ଗୁଡ଼ିକୁ ଦେଶୀୟ ରାଜ୍ୟ କୁହାଯାଉଥିଲା ।
    ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ
  • ଦେଶୀୟ ରାଜ୍ୟଗୁଡ଼ିକର ସଂଖ୍ୟା ଥିଲା ଛବିଶ ଏବଂ ଆୟତନ ଦୃଷ୍ଟିରୁ ସେମାନଙ୍କୁ ‘କ’, ‘ଖ’, ଓ ‘ଗ’ ଭାବରେ ତିନି ଶ୍ରେଣୀରେ ବିଭକ୍ତ କରାଯାଇଥିଲା ।
  • ‘କ’ ଶ୍ରେଣୀଭୁକ୍ତ ୧୧ଟି ଗଡ଼ଜାତ :
    (୧) ଢେଙ୍କାନାଳ, (୨) କେନ୍ଦୁଝର, (୩) ମୟୂରଭଞ୍ଜ, (୪) ବାମଣ୍ଡା, (୫) ବୌଦ, (୬) ଗାଙ୍ଗପୁର, (୭) ପାଟଣା, (୮) କଳାହାଣ୍ଡି, (୯) ସୋନପୁର, (୧୦) ଷଢ଼େଇକଳା, (୧୧) ନୟାଗଡ଼ ।
  • ‘ଖ’ ଶ୍ରେଣୀମୁକ୍ତ ୧୨ଟି ଗଡ଼ଜାତ :
    (୧) ଆଠଗଡ଼, (୨) ବଡ଼ମ୍ବା, (୩) ନରସିଂହପୁର, (୪) ଆଠମଲ୍ଲିକ, (୫) ହିନ୍ଦୋଳ, (୬) ଦଶପଲ୍ଲା, (୭) ଖଣ୍ଡପଡ଼ା, (୮) ଖରସୁଆଁ, (୯) ରେଢ଼ାଖୋଲ, (୧୦) ତାଳଚେର, (୧୧) ସମ୍ବଲପୁର, (୧୨) ନୀଳଗିରି ।
  • ‘ଗ’ ଶ୍ରେଣୀଭୁକ୍ତ ୩ଟି ଗଡ଼ଜାତ :
    (୧) ପାଲଲହଡ଼ା, (୨) ତିଗିରିଆ, (୩) ରଣପୁର ।

BSE Odisha 10th Class History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

→ ଦେଶାୟ ରାଜ୍ୟଗୁଡ଼ିକର ମ୍ରଜାମାନଙ୍କର ଅବସ୍ଥା:

  •  ଅଧିକାଂଶ ଦେଶୀୟ ରାଜ୍ୟଗୁଡ଼ିକର ଶାସନ ପଦ୍ଧତି ତଥା ଆଭ୍ୟନ୍ତରୀଣ ସାମାଜିକ ଓ ଆର୍ଥନୀତିକ ଅବସ୍ଥା ଅତିଶୟ ଦୟନୀୟ ଥିଲା । ମାତ୍ରାତ୍ମକ କୁଶାସନ ଯୋଗୁଁ ଗଡ଼ଜାତର ପ୍ରଜାମାନେ ଦୁଃଖ ଓ ହତାଶା ମଧ୍ୟରେ ଜୀବନ ବିତାଉଥିଲେ ।
  • ଗଡ଼ଜାତର ପ୍ରଜାପୁଞ୍ଜ ମାତ୍ରାଧ୍ଵ ସମସ୍ୟା ମଧ୍ୟରେ ବୁଡ଼ି ରହି ଭାରତର ସ୍ଵାଧୀନତା ସଂଗ୍ରାମ ସମ୍ପର୍କରେ ଅବଗତ ନ ଥିଲେ ।
  • ସେହି ଅଞ୍ଚଳର ରାଜା, ରାଜପ୍ରତିନିଧ୍ଵ ଓ ରାଜକର୍ମଚାରୀମାନେ ବିଭିନ୍ନ ଉପାୟରେ ପ୍ରଜାମାନଙ୍କୁ ଅତିଶୟ ଶୋଷଣ କରୁଥିଲେ । ଦେଶୀୟ ରାଜ୍ୟମାନଙ୍କରେ ‘ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି’ ଭଳି ପ୍ରଜାମାରଣ ପ୍ରଥାଗୁଡ଼ିକ ପ୍ରଚଳିତ ଥିଲା ।
  • ଏହିସବୁ ପ୍ରଜାମାରଣ ପ୍ରଥାଗୁଡ଼ିକର ପ୍ରଚଳନ ଯୋଗୁଁ ପ୍ରଜାମାନଙ୍କୁ ରାଜା ବା ରାଜକର୍ମଚାରୀମାନଙ୍କ ପାଇଁ ଶ୍ରମଦାନ, ଅର୍ଥଦାନ ବା ଦ୍ରବ୍ୟଦାନ କରିବାକୁ ପଡ଼ୁଥିଲା ।
  • ରାସ୍ତା, ରାଜପ୍ରସାଦ ଆଦି ନିର୍ମାଣ ପାଇଁ ବିନା ପାରିଶ୍ରମିକରେ ଶ୍ରମଦାନକୁ ବେଠି, ବିନା ପାଉଣାରେ ରାଜା ବା ରାଜକର୍ମଚାରୀଙ୍କୁ ଏକ ଶିବିରରୁ ଅନ୍ୟ ଶିବିରକୁ ପାଲିଙ୍କି ବା ସବାରୀରେ ବୋହିବାକୁ ବେଗାରୀ ଏବଂ ରାଜକୀୟ ବିବାହ ତଥା ଅନ୍ୟାନ୍ୟ ଉତ୍ସବରେ ଅର୍ଥ ବା ଦ୍ରବ୍ୟ ଆକାରରେ ଦେୟ ପ୍ରଦାନକୁ ମାଗଣ କୁହାଯାଉଥିଲା ।
  • ରାଜା ଓ ରାଜକର୍ମଚାରୀଙ୍କ ମଫସଲ ଗସ୍ତ କାଳରେ ଶିବିରରେ ମାଗଣା ଖାଦ୍ୟପେୟ ବନ୍ଦୋବସ୍ତ ପ୍ରଥାକୁ ରସଦ ଏବଂ ବିବାହ ଓ ପର୍ବପର୍ବାଣି ସମୟରେ ରାଜ ଉଆସକୁ ଉପହାର ପଠାଇବା ପ୍ରଥାକୁ ଭେଟି କୁହାଯାଉଥିଲା ।
    ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ 12.1

→ ଗଡ଼ଜାତ ଶାସନ ବିରୋଧରେ ପ୍ରଜା ଆନ୍ଦୋଳନ :

  1. ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକରେ ଚାଲିଥିବା ପ୍ରଜାମାରଣ ବ୍ୟବସ୍ଥା, ଶାସକଙ୍କର ଶୋଷଣ ନୀତି ଓ ଅତ୍ୟାଚାର ବିରୋଧରେ ବିଭିନ୍ନ ସମୟରେ ବିଭିନ୍ନ ଗଡ଼ଜାତର ପ୍ରଜାମାନେ ସ୍ବର ଉତ୍ତୋଳନ କରିଥିଲେ ।
  2. ବିଭିନ୍ନ ଗଡ଼ଜାତ ରାଜ୍ୟଗୁଡ଼ିକର ପ୍ରଜା ଆନ୍ଦୋଳନର ସମୟକାଳ :
    (୧) ଢେଙ୍କାନାଳ ୧୯୨୨ ମସିହା
    (୩) ବୌଦ – ୧୯୩୦ ମସିହା
    (୨) ନୀଳଗିରି – ୧୯୨୮ ମସିହା
    (୪) ତାଳଚେର – ୧୯୩୨ ମସିହା
  3. ଗଡ଼ଜାତ ଅଞ୍ଚଳର ପ୍ରଜା ସମ୍ମିଳନୀର ଅଧୂବେଶନ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନମାନଙ୍କରେ ବିଭିନ୍ନ ବ୍ୟକ୍ତିମାନଙ୍କ ନେତୃତ୍ବରେ ଅନୁଷ୍ଠିତ ହେଉଥିଲା; ଯଥା –
    ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ 12.2
  4. ୧୯୩୭ ମସିହାରେ ଓଡ଼ିଶାର ବିଭିନ୍ନ ଗଡ଼ଜାତ ପ୍ରଜାମାନଙ୍କର ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଜାତୀୟ କଂଗ୍ରେସର ସମର୍ଥନ ଲାଭକଲା । ୧୯୩୮ ମସିହାରେ ସାରଙ୍ଗଧର ଦାସଙ୍କ ନେତୃତ୍ଵରେ ନୀଳଗିରିରେ ପ୍ରଜାମଣ୍ଡଳ ଗଠିତ ହେଲା ।
  5. ୧୯୩୮ ଢେଙ୍କାନାଳରେ ଓ ୧୯୩୯ରେ ତାଳଚେରରେ ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ ହୋଇ କ୍ରମେ ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଗଲା ।

BSE Odisha 10th Class History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

→ ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ଦାବିସମୂହ :

  • ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ଦାବିସମୂହ ହେଲା –
    ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ 12.3(i) ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି ପ୍ରଭୃତି ଅନ୍ୟାୟ ପ୍ରଥାକୁ ବନ୍ଦ କରିବା ।
    (ii) ପ୍ରଜାମାନଙ୍କୁ ମୌଳିକ ନାଗରିକ ଅଧିକାର ପ୍ରଦାନ ସ୍ଵରୂପ ଗଣମାଧ୍ୟମର ସ୍ଵାଧୀନତା ଅଧିକାର, ସେମାନଙ୍କୁ ଅଭିବ୍ୟକ୍ତିର ଅଧିକାର, ସଂଘ ଗଠନର ଅଧ୍ୟାର ପ୍ରଦାନ କରିବା ।
    (iii) ଚାଷଜମି ଉପରେ ରୟତ (କୃଷକ)ର ଅଧିକାର ନିୟମ ପ୍ରଚଳନ କରିବା ।
    (iv) ଆଦିବାସୀ ଜନଜାତିମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟର ସୁବିନିଯୋଗ କରିବାର ଅଧ୍ୟାର ପ୍ରଦାନ କରିବା ।
    (v) ଏକଚାଟିଆ ବାଣିଜ୍ୟ କାରବାରକୁ ବନ୍ଦ କରିବା ।
  • ୧୯୩୮ ମସିହାରେ ଓଡ଼ିଆ ଗଡ଼ଜାତମାନଙ୍କରେ ଶାସନ ବ୍ୟବସ୍ଥାର କାର୍ଯ୍ୟକାରିତାର ତଦନ୍ତ କରିବାପାଇଁ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟି ପୁନର୍ଗଠିତ ହେଲା ।
  • ହରେକୃଷ୍ଣ ମହତାବ ଓ ସାରଙ୍ଗଧର ଦାସ ଯଥାକ୍ରମେ ଗଡ଼ଜାତ ତଦନ୍ତ କମିଟିର ଅଧକ୍ଷ ଓ ସମ୍ପାଦକ ଥିଲେ ଏବଂ ଏହାର ଅନ୍ୟ ଦୁଇ ସଦସ୍ୟ ଥିଲେ ଲାଲମୋହନ ପଟ୍ଟନାୟକ ଓ ବଳବନ୍ତରାୟ ମେହେଟ୍ଟା ।
  • ୧୯୩୯ ମସିହାରେ ଏହି କମିଟିର ବିବରଣୀରେ ପ୍ରକାଶିତ କେତେକ ପ୍ରସ୍ତାବ ମଧ୍ୟରେ ମୁଖ୍ୟ ବ୍ୟବସ୍ଥାଟି ଥିଲା, ଗଡ଼ଜାତ ଶାସନ ଉପରେ ଅଧୀକ୍ଷଣ କ୍ଷମତା ବ୍ରିଟିଶ୍ ରାଜପ୍ରତିନିଧ୍ଵଙ୍କ ହାତରୁ ଆଣି ଓଡ଼ିଶା ସରକାରଙ୍କ ହସ୍ତରେ ନ୍ୟସ୍ତ କରିବା ।
  • ୧୯୩୯ ମସିହା ଅଗଷ୍ଟ ମାସରେ ହରେକୃଷ୍ଣ ମହତାବ ଭାରତର ଭାଇସ୍ରାୟ ଲର୍ଡ଼ ଲିନ୍‌ଲିଥ୍‌ଙ୍କୁ ସାକ୍ଷାତ କରି ଓଡ଼ିଶାର ଗଡ଼ଜାତ ଅଞ୍ଚଳର ଦୁରବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ ଓ ଶାସନ ବ୍ୟବସ୍ଥାର ସୁଧାର ପାଇଁ ପ୍ରାଦେଶିକ ସରକାରଙ୍କ ହସ୍ତକ୍ଷେପ ଜରୁରୀ ବୋଲି ବୁଝାଇଥିଲେ ।
  • ସେ ୧୯୪୨ ମସିହାରେ ଏ ବିଷୟରେ ସାର୍ ଷ୍ଟାଫୋର୍ଡ କ୍ରିପସ୍‌ଙ୍କୁ ସାକ୍ଷାତ କରିଥିଲେ । ୧୯୪୬ ଏପ୍ରିଲ୍ ୬ରେ ସେ କ୍ୟାବିନେଟ୍ ମିଶନକୁ ମଧ୍ୟ ସାକ୍ଷାତ କରି ଗଡ଼ଜାତ ମିଶ୍ରଣ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ।
  • ୧୯୪୬ ମସିହା ମେ ୧୦ ଓ ଜୁନ୍ ୨୯ ତାରିଖରେ ହରେକୃଷ୍ଣ ମହତାବ ଗଡ଼ଜାତ ମିଶ୍ରଣ ସମ୍ପର୍କରେ ଗଡ଼ଜାତ ରାଜାମାନଙ୍କ ପାଖକୁ ଦୁଇଥର ଚିଠି ଲେଖୁଥିଲେ; ମାତ୍ର ସେମାନେ ଏହାର ବିରୋଧ କରିଥିଲେ । କାରଣ, ‘ମିଶ୍ରଣ’ ଶବ୍ଦଟି ସେମାନଙ୍କ ପାଇଁ ‘ଶ୍ରୁତିକଟୁ’ ଥିଲା ।

BSE Odisha 10th Class History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

  • ୧୯୪୭ ମସିହା ଅଗଷ୍ଟ ୧ ତାରିଖରେ ମହତାବଙ୍କ ମିଶ୍ରଣ ପ୍ରସ୍ତାବକୁ ପଣ୍ଡ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଓ ଛତିଶଗଡ଼ର ଅଣଚାଳିଶଟି ଦେଶୀୟ ରାଜ୍ୟର ରାଜାମାନେ ‘ପୂର୍ବାଞ୍ଚଳ ଗଡ଼ଜାତ ସଂଘ’’ ନାମରେ ଏକ ସଙ୍ଗଠନ ଗଠନ କଲେ ।
  • କଳାହାଣ୍ଡିର ମହାରାଜା ହରେକୃଷ୍ଣ ମହତାବଙ୍କୁ ପର୍ଶୁରାମ ଆଖ୍ୟା ଦେଇଥିଲେ ।
  • ପୌରାଣିକ ମହାନାୟକ ବ୍ରାହ୍ମଣ ବୀର ପର୍ଶୁରାମ ମହାଭାରତର ବିଶିଷ୍ଟ ଯୋଦ୍ଧା ‘କଣ୍ଠ’ଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷାଦାନ କରିଥିଲେ । ଧରାପୃଷ୍ଠରୁ କ୍ଷତ୍ରିୟମାନଙ୍କ ନିପାତ ନିମନ୍ତେ ସେ ଅସ୍ତ୍ରଧାରଣ କରିଥିଲେ ।

→ ପ୍ରଜାମଣ୍ଡଳର ସମ୍ମିଳନୀ :

  • ୧୯୪୭ ମସିହା ଅଗଷ୍ଟ ୧୦ ତାରିଖ ଦିନ ପ୍ରଜାମଣ୍ଡଳର ‘କଟକ’ଠାରେ ଅନୁଷ୍ଠିତ ସମ୍ମିଳନୀରେ ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳରୁ ଅନେକ ପ୍ରଜା ଯୋଗ ଦେଇଥିଲେ । ଓଡ଼ିଶା ସହ ଓଡ଼ିଶାସ୍ଥିତ ଗଡ଼ଜାତଗୁଡ଼ିକର ମିଶ୍ରଣ ଏହି ସମ୍ମିଳନୀର ମୁଖ୍ୟ ପ୍ରସ୍ତାବ ଥିଲା ।
  • ସ୍ଵାଧୀନତା ପ୍ରାପ୍ତି ପରେ ୧୯୪୭ ମସିହା ଅକ୍ଟୋବର ୧୬ ତାରିଖରେ ଓଡ଼ିଶାର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଓଡ଼ିଆ ଭାଷାଭାଷୀ ଗଡ଼ଜାତମାନଙ୍କ ରାଜାମାନଙ୍କୁ ‘ସମ୍ବଲପୁର’ଠାରେ ଅନୁଷ୍ଠିତ ହେବାକୁ ଥ‌ିବା ପ୍ରଜାମଣ୍ଡଳର ସମ୍ମିଳନୀକୁ ନିମନ୍ତ୍ରଣ କଲେ; ମାତ୍ର ସେମାନେ ମହତାବଙ୍କର ମିଶ୍ରଣ ନିବେଦନ ପ୍ରତି କର୍ଣ୍ଣପାତ କଲେନାହିଁ ।

→ ନୀଳଗିରିରୁ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟା ଆରମ୍ଭ :

  1. ନୀଳଗିରିରେ ପ୍ରଜାମଣ୍ଡଳ ଯଥେଷ୍ଟ ସକ୍ରିୟ ଥିବାରୁ ନୀଳଗିରିର ରାଜା ପ୍ରଜାମଣ୍ଡଳ ଆନ୍ଦୋଳନ ଦମନ ପାଇଁ ତାଙ୍କ ପୋଲିସ୍ ବାହିନୀକୁ ଶକ୍ତିଶାଳୀ କଲେ ଓ ଆନ୍ଦୋଳନକାରୀମାନଙ୍କ ଘରଦ୍ଵାର ପୋଡ଼ି ଧନସମ୍ପତ୍ତି ଲୁଣ୍ଠନ କରିବାକୁ ଆଦିବାସୀମାନଙ୍କୁ ନିୟୋଜିତ କରିବାରୁ ରାଜ୍ୟରେ ସମ୍ପୂର୍ଣ୍ଣରୂପେ ଅରାଜକତା ବ୍ୟାପିଗଲା ।
  2. ଓଡ଼ିଶାର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଭାରତ ସରକାରଙ୍କୁ ନୀଳଗିରିର ଉଦ୍‌ବେଗଜନକ ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ଜଣାଇଲେ ଏବଂ ସର୍ଦାର ପଟେଲ୍‌ଙ୍କ ସହିତ ଦିଲ୍ଲୀରେ ପରାମର୍ଶ କଲେ । ଭାରତ ସରକାର ନୀଳଗିରିକୁ ଦଖଲ କରିଦେବାକୁ ଓଡ଼ିଶା ସରକାରଙ୍କୁ କ୍ଷମତା ଦେଲେ ।
  3. ନୀଳଗିରିର କ୍ଷେତ୍ରଫଳ ୨୮୪ ବର୍ଗ ମାଇଲ୍, ଜନସଂଖ୍ୟା ଥିଲା ୭୩, ୧୦୯ ୮ ଜନସଂଖ୍ୟାର ୧୫% ଜନଜାତି ଥିଲେ ।
  4. ମହତାବଙ୍କ ଅନୁପସ୍ଥିତିରେ ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନୀଳଗିରି ଦଖଲ କାର୍ଯ୍ୟ ପରିଚାଳନା କରିଥିଲେ; ଫଳରେ ୧୯୪୭ ମସିହା ନଭେମ୍ବର ୧୪ ତାରିଖରେ ନୀଳଗିରିକୁ ଓଡ଼ିଶା ସରକାର ଦଖଲ କରିନେଲେ ।
  5. ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଓଡ଼ିଶାର ନୀଳଗିରିରୁ ଆରମ୍ଭ ହୋଇ ହାଇଦ୍ରାବାଦ ଦଖଲ ପରେ ପରିସମାପ୍ତି ଲାଭ କରିଥିଲା ।
  6. ୧୯୪୭ ମସିହା ଡିସେମ୍ବର ମାସରେ ଓଡ଼ିଶା ପ୍ରଦେଶ ପରିସରରେ ‘ଖ’ ଓ ‘ଗ’ ଶ୍ରେଣୀଭୁକ୍ତ ଗଡ଼ଜାତ ରାଜାମାନଙ୍କର ଏକ ସଭା କଟକରେ ଅନୁଷ୍ଠିତ ହେବାକୁ ସ୍ଥିର କରାଗଲା ।
  7. ନୀଳଗିରିର ପ୍ରଜାମଣ୍ଡଳ ଆନ୍ଦୋଳନକୁ ସର୍ଦାର ବଲ୍ଲଭଭାଇ ପଟେଲ କଳିଙ୍ଗ ଯୁଦ୍ଧ ସହ ତୁଳନା କରି ଓଡ଼ିଶା ସହ ନୀଳଗିରିର ମିଶ୍ରଣରୁ ଅଶୋକଙ୍କ ସମୟରେ ଭାରତର ରାଜନୀତିକ ଏକତା ପ୍ରତିଷ୍ଠା ହେବା ପରି ଆଧୁନିକ ଭାରତରେ ରାଜନୀତିକ ଏକତାର ପୁନରାବୃତ୍ତି ଘଟିବ ବୋଲି କହିଥିଲେ ।

BSE Odisha 10th Class History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

→ କଟକ ସମ୍ମିଳନୀ :

  • ୧୯୪୭ ମସିହା ଡିସେମ୍ବର ୧୪ ତାରିଖରେ କଟକ ସମ୍ମିଳନୀରେ ସର୍ଦ୍ଦାର ପଟେଲ ଓ ଭି.ପି. ମେନନଙ୍କ ସହ କେନ୍ଦ୍ର ସରକାରଙ୍କର କେତେକ ଉଚ୍ଚପଦସ୍ଥ ଅଫିସର ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ‘ଖ’ ଓ ‘ଗ’ ଶ୍ରେଣୀର ୧୨ ଜଣ ଗଡ଼ଜାତ ରାଜା ଉପସ୍ଥିତ ଥିଲେ ।
  • ନିଜର ଉଦ୍‌ଘାଟନୀ ଭାଷଣରେ ସର୍ଦ୍ଦାର ପଟେଲ ଗଡ଼ଜାତଗୁଡ଼ିକୁ ଓଡ଼ିଶାରେ ମିଶିଯିବାକୁ ହେବ ବୋଲି କହିଥିଲେ । ସାମାନ୍ୟ ପ୍ରତିବାଦ ପରେ ସେମାନେ ଚୁକ୍ତିପତ୍ରରେ ସ୍ଵାକ୍ଷର କଲେ ।
  • କଟକ ସମ୍ମିଳନୀରେ ଅନୁପସ୍ଥିତ ଥିବା ବଣାଇ, ଆଠମଲ୍ଲିକ ଓ ତିଗିରିଆର ରାଜାମାନେ ପରେ ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିଲେ ।
  • ମଧ୍ୟାହ୍ନ ଭୋଜନ ପରେ ‘କ’ ଶ୍ରେଣୀର ୧୧ ଜଣ ରାଜାଙ୍କ ସହ ଆଲୋଚନା କରି ସେମାନଙ୍କୁ ଚୁକ୍ତିପତ୍ରରେ ସ୍ବାକ୍ଷର କରିବାକୁ ସର୍ଦାର ପଟେଲ ଅନୁରୋଧ କରିଥିଲେ ।
  • ଅନେକ ଆଲୋଚନା ଓ ଚାପ ପ୍ରୟୋଗ ପରେ ୧୯୪୭ ଡିସେମ୍ବର ୧୫ରେ ୯ ଜଣ ରାଜା ଚୁକ୍ତିପତ୍ରରେ ସ୍ଵାକ୍ଷର କଲେ । ଶେଷରେ କଳାହାଣ୍ଡି ରାଜା ମଧ୍ୟ ଚୁକ୍ତିପତ୍ରରେ ସ୍ଵାକ୍ଷର କଲେ ।
  • ମୟୂରଭଞ୍ଜର ମହାରାଜା ତାଙ୍କ ମନ୍ତ୍ରୀମଣ୍ଡଳ ସହିତ ଆଲୋଚନା ନକରି ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିବେ ନାହିଁ ବୋଲି ଯୁକ୍ତି ଦର୍ଶାଇ କିଛି ଦିନ ସମୟ ନେଲେ ।
  • ଷଢ଼େଇକଳା ଓ ଖରସୁଆଁର ମଧ୍ୟବର୍ତ୍ତୀ ଅଞ୍ଚଳ ମୟୂରଭଞ୍ଜ ଓଡ଼ିଶାରେ ନ ମିଶିବାରୁ ଏହି ରାଜ୍ୟଦ୍ୱୟର ରାଜାମାନେ ମତ ପରିବର୍ତ୍ତନ କରି ପଡ଼ୋଶୀ ରାଜ୍ୟ ବିହାରରେ ମିଶିଯିବାକୁ ଚାହିଁବାରୁ ଭାରତ ସରକାର ୧୯୪୮ ମସିହା ମେ ୧୮ ତାରିଖରେ ସେହି ଦୁଇଟି ଗଡ଼ଜାତ ଅଞ୍ଚଳକୁ ଓଡ଼ିଶାରୁ କାଢ଼ିନେଇ ବିହାରରେ ମିଶାଇ ଦେଇଥିଲେ ।
  • ୧୯୪୯ ଜାନୁୟାରୀ ୧ ତାରିଖରେ ମୟୂରଭଞ୍ଜ ଓଡ଼ିଶା ସହ ମିଶିଲା । ବସ୍ତୁତଃ, ଓଡ଼ିଶା ସହିତ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟାରେ ଓଡ଼ିଶାର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

→ ଓଡ଼ିଶାରେ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟାର ଫଳାଫଳ :

  • ଓଡ଼ିଶା ପ୍ରଦେଶ ସହ ଗଡ଼ଜାତ ଅଞ୍ଚଳଗୁଡ଼ିକରେ ମିଶ୍ରଣ ପରେ ଓଡ଼ିଶାର ଗଣତାନ୍ତ୍ରିକ ପ୍ରକ୍ରିୟା ଗଡ଼ଜାତମାନଙ୍କୁ ସଂପ୍ରସାରିତ ହେବାକୁ ଲାଗିଲା । ଓଡ଼ିଶାର ବିଧାନସଭାର ସଦସ୍ୟ ସଂଖ୍ୟା ୬୦ରୁ ବୃଦ୍ଧି ପାଇ ୯୧ ହେଲା ।
  • ୧୯୪୯ ମସିହା ଅକ୍ଟୋବର ୧୦ ତାରିଖରେ ଏ ସମସ୍ତ ସଭ୍ୟଙ୍କୁ ନେଇ ଓଡ଼ିଶା ବିଧାନସଭାର ଅଧ୍ଵବେଶନ ପ୍ରଥମ କରି କଟକ ପରିବର୍ତ୍ତେ ନୂଆ ରାଜଧାନୀ ଭୁବନେଶ୍ଵରରେ ଅନୁଷ୍ଠିତ ହେଲା । ଓଡ଼ିଶାର ଜିଲ୍ଲାଗୁଡ଼ିକୁ ପୁନର୍ଗଠନ କରାଯାଇ ତେରଟି ଜିଲ୍ଲାର ସୃଷ୍ଟି ହେଲା ।
  • ପ୍ରକୃତପକ୍ଷେ, ମିଶ୍ରଣ ପରେ ମଧ୍ୟ ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶା ରାଜ୍ୟର ଶାସନ ସୀମା ବାହାରେ ରହିଗଲେ । ତେଣୁ ଭାଷାଭିଭିକ ପ୍ରଦେଶ ଗଠନର ସ୍ଵପ୍ନ ସମ୍ପୂର୍ଣ୍ଣ ସାକାର ହୋଇପାରିଲା ନାହିଁ ।
  • ଓଡ଼ିଶା ସହ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପରେ ଓଡ଼ିଆମାନଙ୍କ ମଧ୍ୟରେ ଐକ୍ୟ ଏବଂ ଜାତୀୟ ଉତ୍ସାହ ପରିଲକ୍ଷିତ ହେଲା ଏବଂ ଓଡ଼ିଶା ଏକ ସମୃଦ୍ଧିଶାଳୀ ପ୍ରଦେଶ ଭାବେ ଅଗ୍ରଗାମୀ ହେବାକୁ ଲାଗିଲା ।

BSE Odisha 10th Class History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

ଐତିହାସିକ ଘଟଣାବଳୀ ଓ ସମୟ:

୧୯୨୨ ଖ୍ରୀ.ଅ. – ଢେଙ୍କାନାଳରେ ପ୍ରଜା ଆନ୍ଦୋଳନ ଆରମ୍ଭ ।
୧୯୨୮ ଖ୍ରୀ.ଅ. – ନୀଳଗିରିରେ ପ୍ରଜା ବିଦ୍ରୋହ ଆରମ୍ଭ ।
୧୯୩୦ ଖ୍ରୀ.ଅ. – ବୌଦରେ ପ୍ରଜା ଆନ୍ଦୋଳନ ଆରମ୍ଭ ।
୧୯୩୧ ଖ୍ରୀ.ଅ. (ଜୁନ୍ ୨୦) – କଟକଠାରେ ଓଡ଼ିଶା ଗଡ଼ଜାତ ରାଜ୍ୟ ପ୍ରଜା ସମ୍ମିଳନୀର ପ୍ରଥମ ଅଧ‌ିବେଶନ ଅନୁଷ୍ଠିତ ।
୧୯୩୨ ଖ୍ରୀ.ଅ. – ତାଳଚେରରେ ପ୍ରଜା ଆନ୍ଦୋଳନ ଆରମ୍ଭ ।
୧୯୩୭ ଖ୍ରୀ.ଅ. (ଜୁନ୍ ୨୩) – କଟକରେ ପ୍ରଜା ସମ୍ମିଳନୀର ଦ୍ବିତୀୟ ଅଧୂବେଶନ ଅନୁଷ୍ଠିତ ।
୧୯୩୭ ଖ୍ରୀ.ଅ. – ପ୍ରଜାମାନଙ୍କ ଆନ୍ଦୋଳନାତ୍ମକ କାର୍ଯ୍ୟକୁ ଜାତୀୟ କଂଗ୍ରେସର ସମର୍ଥନ ।
୧୯୩୮ ଖ୍ରୀ.ଅ. – ନୀଳଗିରିରେ ପ୍ରଜାମଣ୍ଡଳ ଗଠନ, ଗଡ଼ଜାତ ତଦନ୍ତ କମିଟି ପୁନର୍ଗଠନ ।
୧୯୩୯ ଖ୍ରୀ.ଅ. – ଗଡ଼ଜାତ ତଦନ୍ତ କମିଟିର ବିବରଣୀ ପ୍ରକାଶ ।
୧୯୩୯ ଖ୍ରୀ.ଅ. (ଅଗଷ୍ଟ) – ଗଡ଼ଜାତ ଶାସନ ବ୍ୟବସ୍ଥା ସଂକ୍ରାନ୍ତରେ ଆଲୋଚନା ପାଇଁ ହରେକୃଷ୍ଣ ମହତାବଙ୍କର ଭାଇସ୍‌ୟ ଲର୍ଡ଼ ଲିନ୍‌ଲିଷ୍ଟୋଙ୍କ ସହ ସାକ୍ଷାତ ।
୧୯୪୨ ଖ୍ରୀ.ଅ. – ସାର୍ ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କୁ ହରେକୃଷ୍ଣ ମହତାବଙ୍କର ସାକ୍ଷାତ୍ ।
୧୯୪୬ ଖ୍ରୀ.ଅ. (ଏପ୍ରିଲ୍ ୬) – ମହତାବଙ୍କର କ୍ୟାବିନେଟ୍ ମିଶନଙ୍କ ସହ ସାକ୍ଷାତ୍ ।
୧୯୪୭ ଖ୍ରୀ.ଅ. (ଅଗଷ୍ଟ ୧) – ପୂର୍ବାଞ୍ଚଳ ଗଡ଼ଜାତ ରାଜ୍ୟ ସଂଘ କାର୍ଯ୍ୟକ୍ଷମ ହେଲା ।
୧୯୪୭ ଖ୍ରୀ.ଅ. (ଅଗଷ୍ଟ ୧୦) – କଟକଠାରେ ପ୍ରଜାମଣ୍ଡଳର ସମ୍ମିଳନୀ ଅନୁଷ୍ଠିତ ।
୧୯୪୭ ଖ୍ରୀ.ଅ. (ନଭେମ୍ବର ୧୪) – ଓଡ଼ିଶା ସରକାରଙ୍କଦ୍ଵାରା ନୀଳଗିରି ଦଖଲ ।

BSE Odisha 10th Class History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

୧୯୪୭ ଖ୍ରୀ.ଅ. (ନଭେମ୍ବର ୨୦) – ହରେକୃଷ୍ଣ ମହତାବ ଓ ଭି.ପି. ମେନନ୍‌ଙ୍କ ମଧ୍ୟରେ ଦିଲ୍ଲୀରେ ବିଚାର ବିମର୍ଶ I
୧୯୪୭ ଖ୍ରୀ.ଅ. (ଡିସେମ୍ବର ୧୩) – କଟକ ସମ୍ମିଳନୀ ନିମନ୍ତେ ପଟେଲ ଓ ମେନନ୍‌ଙ୍କ ଭୁବନେଶ୍ଵର ଆଗମନ ।
୧୯୪୭ ଖ୍ରୀ.ଅ. (ଡିସେମ୍ବର ୧୫) – ନଅ ଜଣ ଗଡ଼ଜାତ ରାଜାଙ୍କର ମିଳନ ପତ୍ରରେ ସ୍ଵାକ୍ଷର ।
୧୯୪୭ ଖ୍ରୀ.ଅ. (ଡିସେମ୍ବର ୨୩) – ଭାରତ ସରକାରଙ୍କଦ୍ଵାରା ୨୪ଟି ଗଡ଼ଜାତ ରାଜ୍ୟର ଶାସନଭାର ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର ।
୧୯୪୮ ଖ୍ରୀ.ଅ. (ମଇ ୧୮) – ଷଢ଼େଇକଳା ଓ ଖରସୁଆଁର ବିହାର ସହ ମିଶ୍ରଣ ।
୧୯୪୮ ଖ୍ରୀ.ଅ. (ଅକ୍ଟୋବର ୧୭) – ମୟୂରଭଞ୍ଜର ମହାରାଜାଙ୍କ ମିଶ୍ରଣ ଚୁକ୍ତିରେ ସ୍ଵାକ୍ଷର ।
୧୯୪୯ ଖ୍ରୀ.ଅ. (ଅକ୍ଟୋବର ୧୦) – ଓଡ଼ିଶାର ନୂଆ ରାଜଧାନୀ ଭୁବନେଶ୍ଵରରେ କାର୍ଯ୍ୟକାରୀ ହେଲା ।

Leave a Comment