Odisha State Board BSE Odisha 10th Class History Notes Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି will enable students to study smartly.
BSE Odisha Class 10 History Notes Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:
→ ସ୍ଵାଧୀନତା ପରବର୍ତ୍ତୀ ଭାରତ ସରକାରଙ୍କ ପାଇଁ ପ୍ରମୁଖ ଆହ୍ବାନ :
- ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତରୁ ବ୍ରିଟିଶ୍ ସାମ୍ରାଜ୍ୟବାଦର ଅନ୍ତ ଘଟିଥିଲେ ସୁଦ୍ଧା ଭାରତର କେତେକ ଅବିଚ୍ଛେଦ୍ୟ ଅଞ୍ଚଳ ଅନ୍ୟ ବିଦେଶୀ ରାଷ୍ଟ୍ରର କର୍ତ୍ତୃତ୍ଵରେ ରହିଥିଲା ।
- ଭାରତର ପଶ୍ଚିମ ଉପକୂଳସ୍ଥ ଗୋଆ, ଦାମନ, ଡି,ଦାଦ୍ରା ଓ ନଗରହାବେଳି ପର୍ତ୍ତୁଗୀଜ୍ମାନଙ୍କର ଶାସନାଧୀନ ଥିଲା ।
- ପୂର୍ବ ଉପକୂଳସ୍ଥ ପୁଦୁଚେରୀ, ଚନ୍ଦନନଗର, କରାଇକଲ, ମାହେ ଓ ୟାନାମ୍ ଫରାସୀ ଉପନିବେଶ ଥିଲା ।
- ପୁଦୁଚେରୀ ଫରାସୀ ଉପନିବେଶର ସଦର ମହକୁମା ଥିଲା ।
- ଗୋଆ ଓ ପୁଦୁଚେରୀକୁ ଭାରତ ସହିତ ମିଶ୍ରଣ କରିବା ସ୍ଵାଧୀନ ଭାରତ ସରକାରଙ୍କ ନିମନ୍ତେ ଏକ ପ୍ରମୁଖ ଆହ୍ବାନ ଥୁଲା ।
→ ଭାରତ ସହିତ ଗୋଆର ମିଶ୍ରଣ :
- ଗୋଆକୁ ବିଭିନ୍ନ ସମୟରେ ସାତବାହାନ, କଦମ୍ବ, ରାଷ୍ଟ୍ରକୂଟ, ଚାଲୁକ୍ୟ, ଶିଲଦାର, ଯାଦବ ଓ ଖୁ ଆଦି ବଂଶର ଶାସକମାନେ ଶାସନ କରିଥିଲେ ।
- ୧୫୧୦ ମସିହାରେ ପର୍ତ୍ତୁଗୀଜ୍ମାନେ ବିଜୟନଗର ସମ୍ରାଟଙ୍କ ସହାୟତାରେ ଗୋଆ ଅଧିକାର କରିବା ପରେ ସେଠାରେ ପର୍ତ୍ତୁଗୀଜମାନଙ୍କ ଶାସନ ଆରମ୍ଭ ହେଲା !
- ଗୋଆ ଅତୀତରେ ଗୋମଞ୍ଚଳ, ଗୋପକପତ୍ତମ, ଗୋପକପୁରୀ, ଗୋବପୁରୀ ବା ଗୋମନ୍ତକ ଆଦି ନାମରେ ପରିଚିତ ଥିଲା ।
- କିଛି ଦିନ ପାଇଁ ଛତ୍ରପତି ଶିବାଜୀ ଗୋଆ ଅଧିକାର କରିଥିଲେ ହେଁ ଏହା ପୁନର୍ବାର ପର୍ତ୍ତୁଗୀଜ୍ମାନଙ୍କଦ୍ୱାରା ପୁନର୍ଦଖଲ ହୋଇଥିଲା ।
- ୧୯୪୭ ମସିହାରେ ଭାରତ ସ୍ଵାଧୀନ ହେବା ପରେ ମଧ୍ୟ ଗୋଆର ପର୍ତ୍ତୁଗୀଜ୍ ଶାସକ ଭାରତ ସରକାରଙ୍କ କୂଟନୈତିକ ସମାଧାନ ପ୍ରସ୍ତାବକୁ ଗ୍ରହଣ କଲେ ନାହିଁ ।
- ଗୋଆର ପର୍ତ୍ତୁଗୀଜ୍ ଶାସକମାନେ ଜନସାଧାରଣଙ୍କ ସୁଖସୁବିଧା ପାଇଁ ଦୃଷ୍ଟି ଦେଉନଥିଲେ ।
- ଗୋଆ, ଦାମନ, ଡିଉର ଜନସାଧାରଣ ପର୍ତ୍ତୁଗୀଜ୍ମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ୧୯୫୫ ମସିହା ଅଗଷ୍ଟ ୧୫ ତାରିଖରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କଲେ । ପର୍ତ୍ତୁଗୀଜ୍ ପୋଲିସ୍ର ଗୁଳିଚାଳନାରେ ୨୨ ଜଣ ଅହିଂସ ସତ୍ୟାଗ୍ରହୀଙ୍କ ମୃତ୍ୟୁ ହୋଇଥିଲା ।
- ଆନ୍ଦୋଳନକୁ ଦବାଇବା ଉଦ୍ଦେଶ୍ୟରେ ପର୍ତ୍ତୁଗୀଜ୍ ସରକାରଙ୍କ ଦାମନରୁ ସୈନ୍ୟ ପ୍ରେରଣକୁ ଭାରତୀୟ ସୈନ୍ୟବାହିନୀ ବାଧାଦେବାରୁ ପର୍ତ୍ତୁଗୀଜ୍ ସରକାର ଏହା ବିରୋଧରେ ଆନ୍ତର୍ଜାତିକ ନ୍ୟାୟାଳୟରେ ଏକ ଅର୍ଜି ଦାଖଲ କଲେ ।
- ୧୯୬୦ ମସିହାରେ ଆନ୍ତର୍ଜାତିକ ନ୍ୟାୟାଳୟ ଏହି ଅର୍ଜିଟିକୁ ଖାରଜ କରିଦେଲେ । ସେହିବର୍ଷ ଡିସେମ୍ବର ମାସରେ ଜାତିସଂଘର ସାଧାରଣ ସଭା ପର୍ତ୍ତୁଗାଲ ବାହାରେ ଥିବା ପର୍ତ୍ତୁଗୀଜ ଉପନିବେଶଗୁଡ଼ିକୁ ପର୍ତ୍ତୁଗାଲର ରାଜ୍ୟ ଭାବେ ବିବେଚନା ଦାବିକୁ ଅଗ୍ରାହ୍ୟ କରିଦେଲେ ।
- ଗୋଆକୁ ଶାସନାଧୀନ କରିବା ନିମନ୍ତେ ଭାରତ ସରକାରଙ୍କ ସମସ୍ତ କୂଟନୈତିକ ଉଦ୍ୟମ ବିଫଳ ହେବାରୁ ୧୯୬୧ ମସିହା ଡିସେମ୍ବର ୧୮ ତାରିଖରେ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କଲେ ଓ ପର୍ତ୍ତୁଗୀଜ୍ ସୈନ୍ୟମାନଙ୍କୁ ପରାସ୍ତ କଲେ ।
- ଗୋଟିଏ ରାଷ୍ଟ୍ର ମଧ୍ୟରେ ଥିବା ଅନ୍ୟ ରାଷ୍ଟ୍ରର ଶାସନାଧୀନ ଅଞ୍ଚଳଗୁଡ଼ିକୁ ଅନ୍ତଃକ୍ଷେତ୍ର କୁହାଯାଏ ।
- ଡିସେମ୍ବର ୧୯ ତାରିଖରେ ଗୋଆର ପର୍ତ୍ତୁଗୀଜ୍ ଗଭର୍ଣ୍ଣର ଶରଣପତ୍ରରେ ସ୍ଵାକ୍ଷର କଲେ ଓ ୪୫୦ ବର୍ଷର ପର୍ତ୍ତୁଗୀଜ୍ ଶାସନର ଅବସାନ ହେଲା ।
- ଦାମନ ଓ ଡିଉକୁ ଗୋଆ ସହ ମିଶାଇ ଏକ କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରାଗଲା ।
- ୧୯୬୩ ମସିହାରେ ଗୋଆରେ ସାଧାରଣ ନିର୍ବାଚନ ହେଲା । ଗୋଆ ମହାରାଷ୍ଟ୍ରରେ ମିଶିବ ନା ଅଲଗା ରହିବ ପ୍ରଶ୍ନ ଉପରେ ୧୯୬୭ ମସିହାରେ ଗୋଆରେ ଏକ ଗଣଭୋଟ ଆୟୋଜିତ ହୋଇଥିଲା । ଗୋଆବାସୀ ମିଶ୍ରଣ ବିପକ୍ଷରେ ରାୟ ଦେଇଥିଲେ ।
- ୧୯୮୭ ମସିହା ମେ ମାସ ୩୦ ତାରିଖରେ ଗୋଆ ଭାରତର ୨୫ ତମ ରାଜ୍ୟରେ ପରିଣତ ହେଲା ଏବଂ ଦାମନ ଓ ଡିଉ ପୂର୍ବବତ୍ କେନ୍ଦ୍ରଶାସିତ ଅଞ୍ଚଳ ହୋଇ ରହିଲେ ।
- ୧୯୬୧ ମସିହା ଅଗଷ୍ଟ ୧୧ ତାରିଖରେ ଦାଦ୍ରା ଓ ନଗରହାବେଳିକୁ ଭାରତ ସହିତ ମିଶାଇ ଦିଆଗଲା ଓ ଏହାକୁ ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦିଆଗଲା ।
→ ଭାରତ ସହିତ ପୁଦୁଚେରୀର ମିଶ୍ରଣ :
- ୧୯୪୭ ମସିହାରେ ଭାରତର ସ୍ବାଧୀନତା ପରେ ଫରାସୀ ଶାସନାଧୀନ ଅନ୍ତଃକ୍ଷେତ୍ର ପୁଦୁଚେରୀ, ଚନ୍ଦନନଗର, କରାଇକଲ, ମାହେ ଓ ୟାନାମ୍ର ମିଶ୍ରଣ ସଂକ୍ରାନ୍ତରେ ଫରାସୀ ଶାସକଙ୍କ ସହ ଆଲୋଚନା ଆରମ୍ଭ ହେଲା ।
- ୧୯୪୮ ମସିହାରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଏହିସବୁ ଅଞ୍ଚଳରେ ଗଣଭୋଟ କରିବାର ସ୍ଥିର ହେଲା ।
- ୧୯୪୯ ଜୁନ୍ ୧୯ରେ ଚନ୍ଦନନଗରରେ ଗଣଭୋଟ ଅନୁଷ୍ଠିତ ହେଲା । ଗଣଭୋଟର ରାୟ ଅନୁସାରେ ୧୯୫୦ ମସିହା ମେ ମାସ ୨ ତାରିଖରେ ଚନ୍ଦନନଗରର ଭାରତ ସହିତ ମିଶ୍ରଣ ହେଲା ।
- ୧୯୫୪ ମସିହାରେ ଭାରତ ସପକ୍ଷବାଦା ଆଦୋଳନକାରାମାନେ ୟାନାମ୍ ଓ ମାହେରେ ଷମତା ଦଖଲ କଲେ ।
- ୧୯୫୪ ଅକ୍ଟୋବରରେ ପୁଦୁଚେରୀ ଓ କରାଇକଲରେ ଜନମତ ନିଆଗଲା ଯାହାକି ଭାରତ ସପକ୍ଷରେ ଗଲା । ସେହିବର୍ଷ ନଭେମ୍ବର ୧ ତାରିଖରେ ପୁଦ୍ଧଚେରୀ ଓ କରାଇକଲର ବାସ୍ତବ କ୍ଷମତା ଭାରତ ସରକାରଙ୍କ ହାତକୁ ଆସିଲା ।
- ୧୯୬୨ ମସିହା ମେ ମାସରେ ଫରାସୀ ଜାତୀୟ ସଭା ଏହି ମିଶ୍ରଣଗୁଡ଼ିକୁ ଅନୁମୋଦନ କରିବା ପରେ ଭାରତରେ ଥିବା ସମସ୍ତ ଫରାସୀ ଅନ୍ତଃକ୍ଷେତ୍ର ବିଧ୍ଵବଦ୍ଧ ଭାବରେ ଭାରତରେ ମିଶିଥିଲା ।
- ପୁଦୁଚେରୀ ଏଯାବତ୍ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇ ରହିଥିଲେ ହେଁ ଏଠାରେ ତିରିଶ ଆସନବିଶିଷ୍ଟ ଏକ ବିଧାନସଭା
ଐତିହାସିକ ଘଟଣାବଳୀ ଓ ସମୟ :
୧୫୧୦ ଖ୍ରୀ.ଅ. – ବିଜୟନଗର ସମ୍ରାଟଙ୍କ ସହାୟତାରେ ପର୍ତ୍ତୁଗୀଜ୍ମାନଙ୍କର ଗୋଆ ଅଧିକାର ।
୧୯୪୭ ଖ୍ରୀ.ଅ. – (ଅଗଷ୍ଟ ୧୫) ଭାରତରେ ବ୍ରିଟିଶ୍ ସମ୍ରାଜ୍ୟବାଦର ଅବସାନ ।
୧୯୫୦ ଖ୍ରୀ.ଅ. – (ମେ ୨) ଚନ୍ଦନନଗର ବିଧ୍ଵବଦ୍ଧଭାବେ ଭାରତରେ ଅନ୍ତର୍ଭୁକ୍ତ ହେଲା ।
୧୯୫୪ ଖ୍ରୀ.ଅ. – (ଜୁଲାଇ ୧) ‘ଗୋଆର ମିଳିତ ସାମ୍ମୁଖ୍ୟ’ ଦ୍ଵାରା ଦାଦ୍ରା ଅନ୍ତଃକ୍ଷେତ୍ର ଦଖଲ ।
୧୯୫୪ ଖ୍ରୀ.ଅ. – (ଅଗଷ୍ଟ ୨) ଆଜାଦ୍ ଗୋମନ୍ତକ ଦଳଦ୍ଵାରା ନଗର ହାବେଳି ଅନ୍ତଃକ୍ଷେତ୍ର ଦଖଲ ।
୧୯୫୪ ଖ୍ରୀ.ଅ. – (ନଭେମ୍ବର ୧) ଭାରତ ସରକାରଙ୍କ ହାତକୁ ପୁଦୁଚେରୀ ଓ କରାଇକଲର ଶାସନ କ୍ଷମତା ହସ୍ତାନ୍ତର ।
୧୯୫୫ ଖ୍ରୀ.ଅ. – (ଅଗଷ୍ଟ ୧୫) ଗୋଆ, ଦାମନ ଓ ଡିଉର ଜନସାଧାରଣଙ୍କର ବିକ୍ଷୋଭ ପ୍ରଦର୍ଶନ ।
୧୯୬୧ ଖ୍ରୀ.ଅ. – (ଅଗଷ୍ଟ ୧୧) ଦାଦ୍ରା ଓ ନଗରହାବେଳିର ଭାରତ ସହିତ ମିଶ୍ରଣ ଓ ଏହାକୁ ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ ।
୧୯୬୧ ଖ୍ରୀ.ଅ. – (ଡିସେମ୍ବର ୧୮) ଭାରତୀୟ ସୈନ୍ୟବାହିନୀର ଗୋଆରେ ପ୍ରବେଶ ।
୧୯୬୨ ଖ୍ରୀ.ଅ. – (ମେ) ଫରାସୀ ଜାତୀୟ ସଭାର ଅନୁମୋଦନକ୍ରମେ ଭାରତର ଅଭ୍ୟନ୍ତରରେ ଥିବା ସମସ୍ତ ଫରାସୀ ଶାସିତ ଅଞ୍ଚଳଗୁଡ଼ିକର ଭାରତରେ ମିଶ୍ରଣ ।
୧୯୬୩ ଖ୍ରୀ.ଅ. – ଗୋଆରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ।
୧୯୬୭ ଖ୍ରୀ.ଅ. – ଗୋଆରେ ଗଣଭୋଟ ଅନୁଷ୍ଠିତ ।
୧୯୮୭ ଖ୍ରୀ.ଅ. – (ମେ ୩୦) ଗୋଆକୁ ରାଜ୍ୟ ପାହ୍ୟା ପ୍ରଦାନ ।