BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

Odisha State Board BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ Important Questions and Answers.

BSE Odisha Class 9 History Important Questions Chapter 15 ଓଡ଼ିଶାର ଐତିହ୍ୟ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କଳିଙ୍ଗ ଶୈଳୀ ଉପରେ ଏକ ଟିପ୍ପଣୀ ପ୍ରଦାନ କର ।
Answer:

  • ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ଶୈଳୀକୁ ‘କଳିଙ୍ଗ ଶୈଳୀ’ କୁହାଯାଏ । ଭାରତର ଅନ୍ୟ ସ୍ଥାନମାନଙ୍କରେ ନିର୍ମିତ ମନ୍ଦିରଗୁଡ଼ିକର ଶୈଳୀଠାରୁ କଳିଙ୍ଗ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।
  • ଷଷ୍ଠ ଶତାବ୍ଦୀର ଶେଷ ଭାଗରେ ବା ସପ୍ତମ ଶତାବ୍ଦୀର ଆରମ୍ଭରେ କଳିଙ୍ଗ ଶୈଳୀରେ ନିର୍ମିତ ଭୁବନେଶ୍ଵରରେ ଭଗ୍ନାବସ୍ଥାରେ ଥ‌ିବା ଲକ୍ଷ୍ମଣେଶ୍ୱର, ଭରତେଶ୍ୱର ଏବଂ ଶତ୍ରୁଗ୍ନେଶ୍ୱର ମନ୍ଦିରଗୁଡ଼ିକ ସର୍ବପୁରାତନ ଅଟେ ।
  • ଏହି ଶୈଳୀର ମନ୍ଦିରଗୁଡ଼ିକ ମଧ୍ୟରେ ଭୌମକର ଶାସନ କାଳରେ ନିର୍ମିତ ଭୁବନେଶ୍ୱରର ଶିଶିରେଶ୍ୱର, ବୈତାଳ ଓ ମାର୍କଣ୍ଡେଶ୍ଵର ମନ୍ଦିର, ସୋମବଂଶୀ ରାଜତ୍ଵ କାଳରେ ନିର୍ମିତ ମୁକ୍ତେଶ୍ଵର, ରାଜାରାଣୀ, ବ୍ରହ୍ମେଶ୍ଵର ଓ ଲିଙ୍ଗରାଜ ମନ୍ଦିର ପ୍ରଧାନ ଅଟେ ।
  • ପରବର୍ତ୍ତୀ ଗଙ୍ଗବଂଶର ରାଜତ୍ଵ ସମୟରେ ନିର୍ମିତ ହୋଇଥବା ମନ୍ଦିରଗୁଡ଼ିକ ମଧ୍ୟରେ ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ଵରର ମେଘେଶ୍ବର, ଅନନ୍ତ ବାସୁଦେବ, ଭାସ୍କରେ ଶ୍ଵର ମନ୍ଦିର ଓ ସାରିଦେଉଳ ଆଦି ଏହି ଶୈଳୀର ଜ୍ଵଳନ୍ତ ନିଦର୍ଶନ ଅଟେ ।

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

୨। ଓଡ଼ିଶାର ବୌଦ୍ଧକୀର୍ତ୍ତିଗୁଡ଼ିକ ଉପରେ ଏକ ଟିପ୍ପଣୀ ଲେଖ ।
Answer:

  • ଓଡ଼ିଶାର ବୌଦ୍ଧଧର୍ମର ଅଭୁତ୍ଥାଥା ସହିତ ତାଳ ଦେଇ ଅନେକ ବୌଦ୍ଧ ବିହାର ଓ ଉପାସନା ଗୃହ ଗଢ଼ି ଉଠିଥିଲା ।
  • ରତ୍ନଗିରି, ଉଦୟଗିରି ଓ ଲଳିତଗିରିର ପ୍ରତ୍ନତାତ୍ତ୍ୱିକ ଖନନରୁ ଅନୈକ ସଂଖ୍ୟାରେ ବୌଦ୍ଧସ୍ତୂପ, ଚୈତ୍ୟଗୃହ, ମଠ ଓ ବୌଦ୍ଧ ମୂର୍ତ୍ତିକଳା ଆବିଷ୍କୃତ ହୋଇ ପୁରାତନ ଓଡ଼ିଶାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ପ୍ରମାଣ ଦେଇଥାଏ ।
  • ଗଞ୍ଜାମ ଜିଲ୍ଲାର ବୁଢ଼ାଖୋଲ ପାହାଡ଼ରୁ ଅନେକ ବୌଦ୍ଧକୀର୍ତ୍ତିର ଧ୍ଠସାବଶେଷ ଆବିଷ୍କୃତ ହୋଇଛି ।
  • ଏତଦ୍‌ବ୍ୟତୀତ କଟକ ଜିଲ୍ଲାର ବାଣେଶ୍ଵରନାସି ଓ ଚୌଦ୍ଵାର, ଯାଜପୁର ଜିଲ୍ଲାର ଯାଜପୁର, ପୁରୀ ଜିଲ୍ଲାର କୁରୁମ, ଖୋର୍ଦ୍ଧା ଜିଲ୍ଲାର ଅଚ୍ୟୁତ ରାଜପୁର, ’ମୟୂରଭଞ୍ଜ ଜିଲ୍ଲାର ଖୁଚିଙ୍ଗ, ବାଲେଶ୍ଵର ଜିଲ୍ଲାର ଅଯୋଧ୍ୟା, ଭଦ୍ରକ ଜିଲ୍ଲାର ଖଡ଼ିପଦା ଓ ସୋଲାପୁର, ବରଗଡ଼ ଜିଲ୍ଲାର ଗଣିଆପାଲୀ, ବୌଦ୍ଧ ଜିଲ୍ଲାର ବୌଦ୍ଧ ପ୍ରଭୃତି ସ୍ଥାନଗୁଡ଼ିକରୁ ଆବିଷ୍କୃତ ଅନେକ ବୌଦ୍ଧ କୀର୍ତ୍ତିର ଧ୍ବଂସାବଶେଷ ପ୍ରାଚୀନ ଓଡ଼ିଶାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ପରିଚୟ ଦିଏ ।

୩ । ଉଦୟଗିରି ଓ ଖଣ୍ଡଗିରିଠାରେ ଥ‌ିବା ଜୈନ ଗୁମ୍ଫାଗୁଡ଼ିକ ସମ୍ପର୍କରେ ସଂକ୍ଷେପରେ ବର୍ଣ୍ଣନା କର ।
Answer:

  1. ଭୁବନେଶ୍ୱର ନିକଟସ୍ଥ ଉଦୟଗିରି ଓ ଖଣ୍ଡଗିରିଠାରେ ଥ‌ିବା ଜୈନ ଗୁମ୍ଫାଗୁଡ଼ିକରେ ଚମତ୍କାର ଭାସ୍କର୍ଯ୍ୟ ଦେଖିବାକୁ ମିଳେ ।
  2. ଖ୍ରୀ.ପୂ. ପ୍ରଥମ ଶତାବ୍ଦୀରେ ସମ୍ରାଟ ଖାରବେଳଙ୍କ ସମୟରେ ନିର୍ମିତ ଖଣ୍ଡଗିରି, ଉଦୟଗିରିର କେତେକ ଗୁମ୍ଫା ଦ୍ବିତଳ ବିଶିଷ୍ଟ ଏବଂ ଗୁମ୍ଫାଗୁଡ଼ିକର ଖୋଦିତ ମୂର୍ତ୍ତିକଳା ଅତ୍ୟନ୍ତ ମନୋରମ ଅଟେ ।
  3. ଉଦୟଗିରିର ରାଣୀଗୁମ୍ଫା ସବୁଠାରୁ ବଡ଼ ଓ ସବୁଠାରୁ ସୁନ୍ଦର ଗୁମ୍ଫା ଅଟେ ।
  4. ଉଦୟଗିରି ନିକଟସ୍ଥ ଖଣ୍ଡଗିରି ପାହାଡ଼ରେ ପନ୍ଦରଟି ଜୈନଗୁମ୍ଫା ରହିଛି ।
  5. ସେହି ଗୁମ୍ଫାଗୁଡ଼ିକରେ ମଧ୍ୟ ସୁନ୍ଦର ଦେଖାଯାଏ ।

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଐତିହ୍ୟ କହିଲେ କ’ଣ ବୁଝ ?
Answer:
ଗୋଟିଏ ଜାତିର ଗୌରବୋଜ୍ଜଳ ଅତୀତର କୀର୍ତ୍ତିରାଜି ସମ୍ବଳିତ ସଂସ୍କୃତି, ସାହିତ୍ୟ, ଧର୍ମ, କଳା, ସ୍ଥାପତ୍ୟ,ପରମ୍ପରା ଓ ଜୀବନଶୈଳୀର ଆଲେଖ୍ୟ ଉତ୍ତର ପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିଲେ, ସେଗୁଡ଼ିକୁ ସେ ଜାତିର ଐତିହ୍ୟ କୁହାଯାଏ ।

୨। ଓଡ଼ିଶାର କେଉଁ ସ୍ଥାନର ପ୍ରତ୍ନତାତ୍ତ୍ୱିକ ଖନନରୁ ଅନେକ ସଂଖ୍ୟାରେ ବୌଦ୍ଧସ୍ତୂପ, ଚୈତ୍ୟଗୃହ, ମଠ ଓ ବୌଦ୍ଧ ମୂର୍ତ୍ତିକଳା ଆବିଷ୍କୃତ ହୋଇଛି?
Answer:
ଓଡ଼ିଶାର ରତ୍ନଗିରି, ଉଦୟଗିରି ଓ ଲଳିତଗିରିର ପ୍ରତ୍ନତାତ୍ତ୍ୱିକ ଖନନରୁ ଅନେକ ସଂଖ୍ୟାରେ ବୌଦ୍ଧ ସ୍ତୂପ, ଚୈତ୍ୟ ଗୃହ, ମଠ ଓ ବୌଦ୍ଧ ମୂର୍ତ୍ତିକଳା ଆବିଷ୍କୃତ ହୋଇଛି ।

୩ । ପଞ୍ଚସଖା କେଉଁମାନଙ୍କୁ କୁହାଯାଏ ?
Answer:
ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଅନନ୍ତ ଦାସଙ୍କୁ ଓଡ଼ିଶାର ପଞ୍ଚସଖା କୁହାଯାଏ ।

୪। ଓଡ଼ିଶାରେ ହସ୍ତତନ୍ତରୁ ପ୍ରସ୍ତୁତି କେଉଁ ସାମଗ୍ରୀ ବିଶ୍ବର ପ୍ରାୟ ସମସ୍ତ ଦେଶରେ ଓଡ଼ିଶା ପାଇଁ ସୁଖ୍ୟାତି ଆଣିଛି ?
Answer:

  • ଓଡ଼ିଶାରେ ହସ୍ତତନ୍ତରୁ ପ୍ରସ୍ତୁତ ସମ୍ବଲପୁର ଓ ବଲାଙ୍ଗୀରର ପଶାପାଲି ଶାଢ଼ି; ସମ୍ବଲପୁର, ବଲାଙ୍ଗୀର, ବରଗଡ଼ ଓ ସୋନପୁରର ବୋମକାଇ ପାଟ, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ମଠା ଶାଢ଼ି ଆଦି ବିଦେଶରେ ଖୁବ୍ ଆଦୃତି ଲାଭ କରିଛି ।
  • ଏହାଛଡ଼ା କଟକ ଜିଲ୍ଲାର ନୂଆପାଟଣା ଓ ମାଣିଆବନ୍ଧ ଶାଢ଼ି, ଖୋର୍ଦ୍ଧା ଜିଲ୍ଲାର ଲୁଙ୍ଗି, ଗାମୁଛା ଆଦି ହସ୍ତତନ୍ତରୁ ପ୍ରସ୍ତୁତ ସାମଗ୍ରୀ ବିଶ୍ବର ପ୍ରାୟ ସମସ୍ତ ଦେଶରେ ଓଡ଼ିଶା ପାଇଁ ସୁଖ୍ୟାତି ଆଣିଛି ।

୫। ବୈଶାଖ ମାସର ପ୍ରଥମ ଦିନକୁ କ’ଣ ଭାବରେ ପାଳନ କରାଯାଇଥାଏ ? ଏହି ଦିନ ମଙ୍ଗଳାଙ୍କୁ କ’ଣ ସମର୍ପଣ କରାଯାଏ ?”
Answer:

  • ବୈଶାଖ ମାସର ପ୍ରଥମ ଦିନ ଓଡ଼ିଆ ପଞ୍ଜିକାର ନବବର୍ଷର ପ୍ରଥମ ଦିନ ଓ ପ୍ରଥମ ପର୍ବ ‘ବିଷୁବ ସଂକ୍ରାନ୍ତି’ ଭାବରେ ପାଳନ କରାଯାଏ ।
  • ଏହିଦିନ ଦେବୀ ମଙ୍ଗଳାଙ୍କ ନିକଟରେ ବେଲରୁ ପ୍ରସ୍ତୁତ ଏକ ସୁସ୍ୱାଦୁ ପାନୀୟ ବା ପଣା ସମର୍ପଣ କରାଯାଇ ସେବନ କରାଯାଏ ।

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

୬ | କଳିଙ୍ଗର ସାଧବମାନେ ଅତୀତରେ କେଉଁ କେଉଁ ସ୍ଥାନକୁ ବାଣିଜ୍ୟ ବ୍ୟବସାୟ କରିବାକୁ ଯାଉଥିଲେ ?
Answer:
କଳିଙ୍ଗର ସାଧବମାନେ ଅତୀତରେ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ ଦ୍ଵୀପପୁଞ୍ଜ ତଥା ଅନ୍ୟାନ୍ୟ ଦକ୍ଷିଣ- ପୂର୍ବ ଏସୀୟ ଦେଶମାନଙ୍କୁ ବାଣିଜ୍ୟ ବ୍ୟବସାୟ କରିବାକୁ ଯାଉଥିଲେ ।

୭ । ଇକତ୍ ଢାଞ୍ଚା କେଉଁଥୁରୁ ସୃଷ୍ଟି ହୋଇଛି ବୋଲି ବିଶ୍ଵାସ କରାଯାଏ ?
Answer:
ବୟନ କଳାର ବୈଶିଷ୍ଟ୍ୟ ଇକତ୍ ଢାଞ୍ଚା ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ କାର୍ଯ୍ୟକଳାପର ପ୍ରଭାବରୁ ସୃଷ୍ଟି ହୋଇଛି ବୋଲି ବିଶ୍ଵାସ କରାଯାଏ ।

୮। ଓଡ଼ିଶାର କେଉଁ ଅଞ୍ଚଳ ରୁପାର ତାରକାସୀ କାମ ପାଇଁ ପ୍ରସିଦ୍ଧ ଓ କାହିଁକି ?
Answer:

  1. ଓଡ଼ିଶାର କଟକ ସହର ରୁପାର ଆଦିବାସୀ କାମ ପାଇଁ ମ୍ରସିଦ୍ଧ।
  2. ରୁପାର ସୂକ୍ଷ୍ମ କାରୁକାର୍ଯ୍ୟ ଖଚିତ ସୁନ୍ଦର କୋଣାର୍କ ଚକ୍ର, ଦେବଦେବୀ ଓ ମନ୍ଦିରମାନଙ୍କର ପ୍ରତିଛବି, ପଶୁପକ୍ଷୀ, ଗଛ, ଡାଳ, ଫୁଲ, ପତ୍ର ଆଦି ପ୍ରସ୍ତୁତ କରି କଟକର କାରିଗରମାନେ ସେମାନଙ୍କର କୌଣକର ପରାକାକ୍ଷ୍ମ। ପ୍ରଦର୍ଣନ କରିବା ସହ ବାଦେଶରେ ଯଶ ଅର୍ଜନ କରିଛନ୍ତି ।

୯ । ଓଡ଼ିଶାର କେତୋଟି ଲୋକନୃତ୍ୟ ଓ ଆଦିବାସୀ ନୃତ୍ୟର ନାମ ଲେଖ ।
Answer:

  • ଓଡ଼ିଶାର ଲୋକନୃତ୍ୟଗୁଡ଼ିକର ନାମ ହେଲା ରଣପା ନାଚ, ଚଇତି ଘୋଡ଼ାନାଚ, ଦଣ୍ଡ ନାଚ ଓ ନାଗା ନାଚ, କେଳାକେଲୁଣୀ ନାଚ, ଘୁମୁରା ନାଚ, ଛଉ ନାଚ, ଡାଲଖାଇ ନାଚ, ରସକେଲୀ ନାଚ ଇତ୍ୟାଦି ।
  • ଓଡ଼ିଶାର ଆଦିବାସୀ ନୃତ୍ୟଗୁଡ଼ିକ ମଧ୍ୟରେ କରମା, ଗଦବା, କେଦ୍ରୁ, ଝୁମର, କୋୟା, ପରଜା ଇତ୍ୟାଦି ଅନ୍ୟତମ ।

୧୦ । ଓଡ଼ିଶାର କେତୋଟି ଲୋକ ସଙ୍ଗୀତର ନାମ ଲେଖ ।
Answer:
ଓଡ଼ିଶାର କେତୋଟି ଲୋକ ସଙ୍ଗୀତର ନାମ ହେଲା, ଚମ୍ପୁ, ଛାନ୍ଦ, ଚଉତିଶା, କୋଇଲି ଗୀତ, ଜଣାଣ ଓ ଭଜନ ଇତ୍ୟାଦି ।

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

୧୧ । କେଉଁ ଚିତ୍ରକଳା ଓଡ଼ିଶାର ଚିତ୍ରକଳାର ସ୍ୱତନ୍ତ୍ରତାର ପରିଚୟ ଦିଏ ? ଏହା କେଉଁ ଶତାବ୍ଦୀରୁ ସୃଷ୍ଟି ହୋଇଛି ?
Answer:

  • ପଟ୍ଟଚିତ୍ର ଓଡ଼ିଶାର ଚିତ୍ରକଳାର ସ୍ବତନ୍ତ୍ରତାର ପରିଚୟ ଦିଏ ।
  • ଏହା ଦ୍ଵାଦଶ ଶତାବ୍ଦୀରୁ ସୃଷ୍ଟି ହୋଇଛି ।

୧୨ । କଟକର କେଉଁ କେଉଁ ଅଞ୍ଚଳରେ ମସ୍‌ଦ୍‌ମାନ ଦେଖିବାକୁ ମିଳେ ?
Answer:
କଟକର ଦରଘା ବଜାରଠାରେ କଦମ୍ବରସୁଲ୍,ଦିଓ୍ବାନ ବଜାରଠାରେ ସର୍ବପୁରାତନ ତାତର ଖାଁ ମସ୍ତିଦ୍ ଓ ବାଲୁବଜାରଠାରେ ଜୁମ୍ମା ମସ୍‌ଜିଦ୍ ଦେଖିବାକୁ ମିଳେ ।

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ରତ୍ନଗିରି ପାହାଡ଼ କେଉଁ ପ୍ରଦେଶରେ ଅବସ୍ଥିତ ?
Answer:
ରତ୍ନଗିରି ପାହାଡ଼ ଓଡ଼ିଶା ପ୍ରଦେଶରେ ଅବସ୍ଥିତ ।

୨। କୋଣାର୍କ ମନ୍ଦିର କେଉଁ ଶୈଳୀର ସ୍ବାତନ୍ତ୍ର୍ୟ ପ୍ରତିପାଦନ କରେ ?
Answer:
କୋଣାର୍କ ମନ୍ଦିର କଳିଙ୍ଗ ଶୈଳୀର ସ୍ବାତନ୍ତ୍ର୍ୟ ପ୍ରତିପାଦନ କରେ ।

୩ । ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ କିଏ ଲେଖୁଥିଲେ ?
Answer:
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ ଲେଖୁଲେ ।

୪। ଫକୀରମୋହନଙ୍କର ପ୍ରମୁଖ କୄତିମାନଙ୍କର ନାମ କଣ ?
Answer:
‘ଛ’ମାଣ ଆଠଗୁଣ୍ଠ’, ‘ମାମୁ’, ‘ପ୍ରାୟଶ୍ଚିତ୍ତ’ ଓ ‘ଲଛମା’ ଫକୀରମୋହନଙ୍କର କେତେକ ପ୍ରମୁଖ କୃତି ଅଟେ ।

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

୫ । ମଧୁସୁଦନ ରାଓ କାହା ଅନୁକରଣରେ ସନେଟ୍ ଲେଖୁଥ‌ିଲେ ?
Answer:
ମଧୁସୂଦନ ରାଓ ସେକସପିଅର୍ ଓ ମିଲଟନ୍‌ଙ୍କ ଶୈଳୀର ଅନୁକରଣରେ ସନେଟ୍ ଲେଖୁଥିଲେ ।

୬ । ଭୁବନେଶ୍ୱରର ରାଜାରାଣୀ ମନ୍ଦିର କାହା ରାଜତ୍ଵ କାଳରେ ନିର୍ମିତ ହୋଇଥିଲା ?
Answer:
ସୋମବଂଶୀ ରାଜତ୍ଵ କାଳରେ ଭୁବ ନେ ଶ୍ଵ ର ର ରାଜାରାଣୀ ମନ୍ଦିର ନିର୍ମିତ ହୋଇଥିଲା ।

୭। ପର୍ଶୁରାମେଶ୍ଵର ମନ୍ଦିର କେଉଁଠାରେ ଅବସ୍ଥିତ ?
Answer:
ଭୁବନେଶ୍ୱରଠାରେ ପର୍ଶୁରାମେଶ୍ଵର ମନ୍ଦିର ଅବସ୍ଥିତ ।

୮ । ଓଡ଼ିଶା ଆଫଗାନମାନଙ୍କଦ୍ୱାରା କେବେ ଅଧୂକୃତ ହୋଇଥିଲା ?
Answer:
୧୫୬୮ ଖ୍ରୀ.ଅ.ରେ ଓଡ଼ିଶା ଆଫଗାନ୍‌ମାନଙ୍କଦ୍ୱାରା ଅଧିକୃତ ହୋଇଥିଲା ।

୯ । ଉଦୟଗିରିର ସବୁଠାରୁ ବଡ଼ ଗୁମ୍ଫାର ନାମ କ’ଣ ?
Answer:
ଉଦୟଗିରିର ସବୁଠାରୁ ବଡ଼ ଗୁମ୍ଫାର ନାମ ହେଉଛି ରାଣୀଗୁମ୍ଫା ।

୧୦। ‘ଓଡ଼ିଆ ଭାଗବତ’ କିଏ ରଚନା କରିଛନ୍ତି ?
Answer:
ଜଗନ୍ନାଥ ଦାସ ‘ଓଡ଼ିଆ ଭାଗବତ’ ରଚନା କରିଛନ୍ତି ।

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

୧୧। ଓଡ଼ିଆ ସାହିତ୍ୟରେ କାବ୍ୟଯୁଗ କେବେ ଆରମ୍ଭ ହେଲା ?
Answer:
ଓଡ଼ିଶାର ଐତିହ୍ୟରେ ଜଗନ୍ନାଥ ଚେତନାର ମାହାତ୍ମ୍ୟ କାବ୍ୟଯୁଗ ଆରମ୍ଭ ହେଲା ।

୧୨ । ‘ଗୀତ ଗୋବିନ୍ଦ’ର ରଚୟିତା କିଏ ?
Answer:
‘ଗୀତ ଗୋବିନ୍ଦ’ର ରଚୟିତା ହେଉଛନ୍ତି ଓଡ଼ିଶାର ପ୍ରଖ୍ୟାତ ସଂସ୍କୃତ କବି ଜୟଦେବ ।

୧୩ । ଓଡ଼ିଶାର ଐତିହ୍ୟରେ କେଉଁ ଚେତନାର ମାହାତ୍ମ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ?
Answer:
ଓଡ଼ିଶାର ଐତିହ୍ୟରେ ଜଗନ୍ନାଥ ଚେତନାର ମାହାତ୍ମ୍ୟ ଚେତନାର ମାହାତ୍ମ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

୧୪ । ଖଣ୍ଡଗିରି ପାହାଡ଼ରେ କେତୋଟି ଗୁମ୍ଫା ରହିଛି ?
Answer:
ଖଣ୍ଡଗିରି ପାହାଡ଼ରେ ୧୫ଟି ଗୁମ୍ଫା ରହିଛି ।

୧୫ । ବାପ୍‌ଟିଷ୍ଟ ଚର୍ଜ କେଉଁଠାରେ ଅବସ୍ଥିତ ?
Answer:
କଟକର ତିନିକୋଣିଆ ବଗିଚାରେ ବାପ୍‌ଟିଷ୍ଟ ଚର୍ଚ୍ଚ ଅବସ୍ଥିତ । 

୧୬। କେଉଁଥରେ ଭାରତ ମହାସାଗରର ଦ୍ଵୀପପୁଞ୍ଜକୁ କଳିଙ୍ଗୋଡ୍ର ଦେଶ ଭାବେ ବର୍ଣ୍ଣନା କରାଯାଇଛି ?
Answer:
ମଧ୍ୟଯୁଗୀୟ ବୌଦ୍ଧଗ୍ରନ୍ଥ ‘ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ’ରେ ଭାରତ ମହାସାଗରର ଦ୍ଵୀପପୁଞ୍ଜକୁ କଳିଙ୍ଗୋଡ୍ର ଦେଶ ଭାବେ ବର୍ଣ୍ଣନା କରାଯାଇଛି ।

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

୧୭ । ଓଡ଼ିଶାର କେଉଁ ନୃତ୍ୟ ଶାସ୍ତ୍ରୀୟ ନୃତ୍ୟଭାବେ ଭାରତର ଏକ ପ୍ରଧାନ ମାନ୍ୟତା ପାଇଛି ?
Answer:
ଓଡ଼ିଶାର ଓଡ଼ିଶୀ ନୃତ୍ୟ ଭାରତର ଏକ ପ୍ରଧାନ ଶାସ୍ତ୍ରୀୟ ନୃତ୍ୟ ଭାବେ ମାନ୍ୟତା ପାଇଛି ।

୧୮। କେଉଁ ନୃତ୍ୟ ଶୈଳୀକୁ ମାହାରୀ ଶୈଳୀ କୁହାଯାଏ ?
Answer:
ସଙ୍ଗୀତର ତାଳ ଓ ରାଗ ସହିତ ସମନ୍ଵୟ ରକ୍ଷାକରି ନୃତ୍ୟ ପରି ବେ ଷଣ କରୁଥ‌ିବା ନଉଁ କୀମାନଙ୍କ ନୃତ୍ୟଶୈଳୀକୁ ମାହାରୀ ଶୈଳୀ କୁହାଯାଏ ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। ମୁକ୍ତେଶ୍ଵର ମନ୍ଦିର କେଉଁଠାରେ ଅବସ୍ଥିତ ?
Answer:
ଭୁବନେଶ୍ୱର

୨। ଭୁବନେଶ୍ଵରର କପିଳେଶ୍ଵର ମନ୍ଦିର କେଉଁ ଶାସନ ସମୟରେ ନିର୍ମିତ ହୋଇଥିଲା ?
Answer:
ସୂର୍ଯ୍ୟବଂଶୀ ଗଜପତି

୩ । ‘ଗୀତ ଗୋବିନ୍ଦ’ର ରଚୟିତା କିଏ ?
Answer:
ଜୟଦେବ

୪। କେଉଁ ନୃତ୍ୟ ଶୈଳୀରୁ ଓଡ଼ିଶୀ ନୃତ୍ୟର ସୃଷ୍ଟି ହୋଇଛି ?
Answer:
ମାହାରୀ ନାଚ

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

୫। ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ଶୈଳୀକୁ କ’ଣ କୁହାଯାଏ ?
Answer:
କଳିଙ୍ଗ ଶୈଳୀ

୬। କେଉଁ ପୁସ୍ତକରେ କଳିଙ୍ଗର ରାଜାଙ୍କୁ ‘ମହୋଦଧୂପତି’ ଭାବରେ ଚିତ୍ରଣ କରାଯାଇଛି ?
Answer:
କାଳିଦାସଙ୍କ ରଘୁବଂଶମ୍

୭ । ଓଡ଼ିଶାରେ କେଉଁ ପର୍ବରେ ଚାଷୀ ବିଲରେ ବିହନ ବୁଣିବା ଆରମ୍ଭ କରେ ?
Answer:
ଅକ୍ଷୟ ତୃତୀୟା

୮। ନୂଆଖାଇ ପର୍ବ ଅନ୍ୟ କେଉଁ ନାମରେ ମଧ୍ୟ ପ୍ରସିଦ୍ଧ ?
Answer:
ନବାନ୍ନ ଭକ୍ଷଣ

୯ । ଓଡ଼ିଶାର କେଉଁ ସ୍ଥାନ ଧନୁଯାତ୍ରା ପାଇଁ ସମଗ୍ର ଭାରତରେ ପ୍ରସିଦ୍ଧ ଲାଭ କରିଛି ?
Answer:
ବରଗଡ଼

୧୦ । ମୁସଲମାନ୍ ଭକ୍ତ ସାଲବେଗ ଓଡ଼ିଶାର ଘରେ ଘରେ କେଉଁଥିପାଇଁ ପରିଚିତ ?
Answer:
ଜଗନ୍ନାଥ ଜଣାଣ

୧୧ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି କେଉଁ ମାସରେ ହୁଏ ?
Answer:
ମାଘ ମାସ

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

୧୨ । କେଉଁ ଅମାବାସ୍ୟା ଦିନ ମହାଳୟା ପର୍ବ ପାଳନ କରାଯାଏ ?
Answer:
ଆଶ୍ୱିନ ଅମାବାସ୍ୟା

୧୩ । ଶ୍ରାବଣ ମାସର ଅମାବାସ୍ୟାଟି କ’ଣ ଭାବରେ ପାଳନ କରାଯାଏ ?
Answer:
ଚିତାଲାଗି ଅମାବାସ୍ୟା

୧୪ । କେଉଁ ସଂକ୍ରାନ୍ତିକୁ ନବବର୍ଷର ପ୍ରଥମ ଦିନ ଭାବରେ ପାଳନ କରାଯାଏ ?
Answer:
ବିଷୁବ ସଂକ୍ରାନ୍ତି

୧୫ । ଓଡ଼ିଶାର ନୌବାଣିଜ୍ୟ କେଉଁ ଶତାବ୍ଦୀରୁ ଆରମ୍ଭ ହୋଇଥିବାର ସୂଚନା ମିଳିଥାଏ ?
Answer:
ତୃତୀୟ ଶତାବ୍ଦୀ

୧୬ । ଓଡ଼ିଶାର କେଉଁ ସହର ‘ତାରକାସି କାମ’ ପାଇଁ ପ୍ରସିଦ୍ଧ ଅଟେ ?
Answer:
କଟକ ସହର

୧୭ । ପଟ୍ଟଚିତ୍ରର ପରମ୍ପରା ଓଡ଼ିଶାରେ କେଉଁ ଶତାବ୍ଦୀରୁ ଚଳି ଆସୁଛି ?
Answer:
ଦ୍ଵାଦଶ ଶତାବ୍ଦୀ

୧୮ । ତାତର ଖାଁ ମସ୍‌ଜିଦ୍‌ କେଉଁଠାରେ ଅବସ୍ଥିତ ?
Answer:
କଟକ

୧୯ । ଓଡ଼ିଶାରେ ସ୍ନେହ, ପ୍ରେମ, ଭ୍ରାତୃଭାବର ପ୍ରତୀକ ରୂପେ କାହାଙ୍କୁ ଗ୍ରହଣ କରାଯାଇଛି ?
Answer:
ଶ୍ରୀଜଗନ୍ନାଥ

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

୨୦ । ମାଗଧୀ-ପ୍ରାକୃତ ଭାଷାରୁ କେଉଁ ଭାଷାର ଉତ୍ପତ୍ତି ହୋଇଛି ?
Answer:
ଓଡ଼ିଆ

୨୧ । କିଏ ‘ରୁଦ୍ରସୁଧାନିଧ୍’ ରଚନା କରିଥିଲେ ?
Answer:
ଅବଧୂତ ନାରାୟଣ ସ୍ବାମୀ

୨୨ । ‘ରସକଲ୍ଲୋଳ’ କାହାର ସର୍ବଶ୍ରେଷ୍ଠ କୃତି ଥିଲା ?
Answer:
ଦୀନକୃଷ୍ଣ ଦାସ

୨୩ । ଗ୍ରାମ୍ୟ ଜୀବନଭିତ୍ତିକ ପଲ୍ଲୀଚିତ୍ର କେଉଁ କବିଙ୍କ ରଚନାରୁ ସ୍ପଷ୍ଟ ବାରିହୁଏ ?
Answer:
ନନ୍ଦକିଶୋର ବଳ

୨୪ । ଗଞ୍ଜାମ ଜିଲ୍ଲାର କେଉଁ ପାହାଡ଼ରେ ବୌଦ୍ଧକୀର୍ତ୍ତିର ଧ୍ଵଂସାବଶେଷ ଦେଖିବାକୁ ମିଳେ ?
Answer:
ବୁଢ଼ାଖୋଲ ପାହାଡ଼

୨୫ । ଭୁବନେଶ୍ଵରର ‘ପର୍ଶୁରାମେଶ୍ବର’ ମନ୍ଦିର କେଉଁ ଶୈଳୀରେ ନିର୍ମିତ ହୋଇଛି ?
Answer:
କଳିଙ୍ଗ ଶୈଳୀ

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

C. ଶୂନ୍ୟସ୍ଥାନ ପୂରଣ କର ।

୧ । ଓଡ଼ିଶାରେ ସ୍ନେହ, ପ୍ରେମ, ଭ୍ରାତୃଭାବର ପ୍ରତୀକ ରୂପେ ________ ଙ୍କୁ ଗ୍ରହଣ କରାଯାଇଛି ।
Answer:
ଶ୍ରୀଜଗନ୍ନାଥ

୨ । ମାଗଧୀ-ପ୍ରାକୃତ ଭାଷାରୁ ______ ଭାଷାର ଉତ୍ପ ହୋଇଛି ।
Answer:
ଓଡ଼ିଆ

୩ । _______ ‘ରୁଦ୍ରସୁଧାନିଧ୍’ ରଚନା କରିଥିଲେ ।
Answer:
ଅବଧୂତ ନାରାୟଣ ସ୍ବାମୀ

୪ । ‘ରସକଲ୍ଲୋଳ’ — ଙ୍କ ସର୍ବଶ୍ରେଷ୍ଠ କୃତି ଥିଲା ।
Answer:
ଦୀନକୃଷ୍ଣ ଦାସ

୫ । ଗ୍ରାମ୍ୟ ଜୀବନଭିତ୍ତିକ ପଲ୍ଲୀଚିତ୍ର କବି _______ ଙ୍କ ରଚନାରୁ ସ୍ପଷ୍ଟ ବାରିହୁଏ ।
Answer:
ନନ୍ଦକିଶୋର ବଳ

୬ । ଧଉଳି ପାହାଡ଼ ______ ନଦୀ କୂଳରେ ଅବସ୍ଥିତ ।
Answer:
ଦୟା

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

୭ । ଗଞ୍ଜାମ ଜିଲ୍ଲାର _________ ପାହାଡ଼ରୁ ବୌଦ୍ଧକୀର୍ତ୍ତିର ଧ୍ବଂସାବଶେଷ ଦେଖିବାକୁ ମିଳେ ।
Answer:
ବୁଢ଼ାଖୋଲ

୮ । ଭୁବନେଶ୍ଵରର ପର୍ଶୁ ରାମେଶ୍ଵର ମନ୍ଦିର _________ ଶୈଳୀରେ ନିର୍ମିତ ହୋଇଛି ।
Answer:
କଳିଙ୍ଗ

୯ । ________ ବଂଶର ଶାସନର ପତନ ପରେ ଓଡ଼ିଶାରେ ମନ୍ଦିର ନିର୍ମାଣର ସମାପ୍ତି ଘଟିଥିଲା ।
Answer:
ସୂର୍ଯ୍ୟ

୧୦ । ରୋମାନ୍ କ୍ୟାଥଲିକ୍ ଚର୍ଚ୍ଚ _________ ନଦୀକୂଳରେ ଅବସ୍ଥିତ ।
Answer:
କାଠଯୋଡ଼ି

୧୧ । ପଶାପାଲି ଶାଢ଼ି ପାଇଁ _______ ବିଶ୍ବପ୍ରସିଦ୍ଧ ।
Answer:
ସମ୍ବଲପୁର

୧୨ । କେନ୍ଦୁଝର ଜିଲ୍ଲାର ______ ଶିଳ୍ପ ଓଡ଼ିଶାର ଐତିହ୍ୟ ବହନ କରେ ।
Answer:
ଟେରାକୋଟା

୧୩। ବୈଶାଖ ଶୁକ୍ଳପକ୍ଷ ତୃତୀୟା ଦିନ _______ ପର୍ବ ପାଳିତ ହୁଏ ।
Answer:
ଅକ୍ଷୟ ତୃତୀୟା

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ୍ ଉକ୍ତି ପାଇଁ (✗) ଲେଖ ।

୧। ସାରଳା ଦାସଙ୍କ ରଚିତ ‘ରାମାୟଣ’ ଓଡ଼ିଶାର ପୌରାଣିକ କାବ୍ୟଜଗତର ଏକ ଅମୂଲ୍ୟ କୃତି ।
୨ । ଜଗନ୍ନାଥ ଦାସଙ୍କ ‘ମହାଭାରତ’ ଓଡ଼ିଶାରେ ସର୍ବାଧ‌ିକ ଆଦୃତ ଓ ସମ୍ମାନିତ ।
୩ । କାବ୍ୟଯୁଗରେ ସର୍ବାଧ‌ିକ ଲୋକପ୍ରିୟତା ଲାଭ କରିଥିବା ‘ରସକଲ୍ଲୋଳ’ ଉପେନ୍ଦ୍ର ଭଞ୍ଜଙ୍କ କୃତି ଥିଲା ।
୪। ଓଡ଼ିଆ ସାହିତ୍ୟର ପ୍ରଥମ କବି ରାଧାନାଥ ରାୟଙ୍କ ସର୍ବଶ୍ରେଷ୍ଠ କୀର୍ତ୍ତି ହେଉଛି ‘ପ୍ରଣୟ ବଲ୍ଲରୀ’ ।
୫। ପିଲାଙ୍କ କବିତା ‘ନାନାବାୟା ଗୀତ’ ନନ୍ଦକିଶୋର ବଳ ରଚନା କରିଥିଲେ ।
୬। ଖୁଚିଙ୍ଗ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ ।
୭। ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ଶୈଳୀକୁ କଳିଙ୍ଗ ଶୈଳୀ କୁହାଯାଏ ।
୮। ୧୫୬୭ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆଫଗାନ୍‌ମାନଙ୍କ ଦ୍ବାରା
୯। ମୁକ୍ତେଶ୍ଵର ମନ୍ଦିରକୁ ‘ଓଡ଼ିଶା ସ୍ଥାପତ୍ୟ କଳାର ମଣି’ ବୋଲି କୁହାଯାଏ ।
୧୦ । ପୁରୀ ଜିଲ୍ଲାର ବୀରମହାରାଜପୁର ଗ୍ରାମରେ ପଟ୍ଟଚିତ୍ର ଅଙ୍କନ ଏକ କୌଳିକ ବୃତ୍ତି ।

Answer:
୧। (×)
୨ । (×)
୩ । (×)
୪। (×)
୫ । (✓)
୬। (×)
୭। (✓)
୮। (×)
୯।  (✓)
୧୦। (×)

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । Chapter 15
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । Chapter 15.1
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । Chapter 15.2

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ପ୍ରତିବର୍ଷ ଏପ୍ରିଲ ମାସ ୧୫ ତାରିଖକୁ ବିଶ୍ଵ ଐତିହ୍ୟ ଦିବସ ରୂପେ ପାଳନ କରାଯାଏ ।
Answer:
୧୮

୨ । ହାତୀ ଗୁମ୍ଫା ଶିଳାଲେଖ ମୁକୁନ୍ଦଦେବଙ୍କ ରାଜତ୍ୱ କାଳରେ ତଥ୍ୟ ପ୍ରଦାନ କରିଥାଏ ।
Answer:
ଖାରବେଳ

୩। ସାରଳା ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ ।
Answer:
ଓଡ଼ିଆ ମହାଭାରତ

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

୪। ଗାଥା କବିତା କେଶବ-କୋଇଲିର ଲେଖକ ଥିଲେ ଅର୍ଜନ ଦାସ ।
Answer:
ମାର୍କଣ୍ଡଦାସ

୫। ଜଗନ୍ନାଥ ରଥର ନାମ ଦର୍ପଦଳନ ।
Answer:
ନନ୍ଦିଘୋଷ

୬। ଓଡ଼ିଶାର ବଲାଙ୍ଗୀର ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସିଦ୍ଧି ଲାଭ କରିଛି ।
Answer:
ସମ୍ବଲପୁର

୭। ଅଶୋକାଷ୍ଟମୀ ଦିନ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ ।
Answer:
ଲିଙ୍ଗରାଜ

୮। ଆଶ୍ୱିନ ମାସର ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ପାଳନ କରାଯାଏ ।
Answer:
ମହାଳୟା

୯ । କୋଣାର୍କକୁ ତୁଳସୀ କ୍ଷେତ୍ର କୁହାଯାଇଥାଏ ।
Answer:
ଅର୍କକ୍ଷେତ୍ର

୧୦ । ଓଡ଼ିଶାର ବାଳକାଟି ତମ୍ବାପାତ୍ର ନିର୍ମାଣ କରିବା ପାଇଁ ପ୍ରସିଦ୍ଧ ।
Answer:
କଂସା ପିତ୍ତଳ ବାସନ

୧୧ । ରାଉରକେଲାକୁ ରୌପ୍ୟ ନଗରୀ କୁହାଯାଏ ।
Answer:
ଇସ୍ପାତ ନଗରୀ

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

୧୨ । ‘ସ୍ତୁତି ଚିନ୍ତାମଣି’ ଅରକ୍ଷିତ ଦାସ ଲେଖୁଥିଲେ ।
Answer:
ଭୀମ ଭୋଇ

୧୩ । ‘ଇନ୍ଦୁମତୀ’ କାବ୍ୟ ରଚୟିତା ଥିଲେ ରାଧାନାଥ ରାୟ ।
Answer:
ଗଙ୍ଗାଧର ମେହେର

୧୪ । ମଠା ଶାଢ଼ି ପାଇଁ ସମ୍ବଲପୁର ପ୍ରସିଦ୍ଧ ।
Answer:
ବ୍ରହ୍ମପୁର

୧୫ । କଦମରସୁଲ ମସ୍‌ଜିଦ୍ ବକ୍ସି ବଜାରରେ ଅବସ୍ଥିତ ।
Answer:
ଦରଘା ବଜାର ।

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ନିମ୍ନୋକ୍ତ କେଉଁ ମାସରେ ??
(A) ଶ୍ରାବଣ
(B) ମାଘ
(C) ଆଶ୍ବିନ
(D) ଫାଲଗୁନ
Answer:
(B) ମାଘ

Question 2.
କେଉଁ ଅମାବାସ୍ୟା ଦିନ ମହାଳୟା ପର୍ବ ପାଳନ କରାଯାଏ ?
(A) ଆଷାଢ଼
(B) ଆଶ୍ବିନ
(C) କାର୍ତିକ
(D) ଚୈତ୍ର
Answer:
(B) ଆଶ୍ବିନ

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

Question 3.
ଶ୍ରାବଣ ମାସର ଅମାବାସ୍ୟାଟି କ’ଣ ଭାବରେ ପାଳନ କରାଯାଏ ?
(A) ଦୀପାବଳୀ
(B) ମହାଳୟା
(C) ଚିତାଲାଗି ଅମାବାସ୍ୟା
(D) ବୋଇତ ବନ୍ଦାଣ
Answer:
(C) ଚିତାଲାଗି ଅମାବାସ୍ୟା

Question 4.
କେଉଁ ସଂକ୍ରାନ୍ତିକୁ ନବବର୍ଷର ପ୍ରଥମ ଦିନ ଭାବରେ ପାଳନ କରାଯାଏ ?
(A) ମକର ସଂକ୍ରାନ୍ତି
(B) ବିଷୁବ ସଂକ୍ରାନ୍ତି
(C) ରଜ ସଂକ୍ରାନ୍ତି
(D) କୁମ୍ଭ ସଂକ୍ରାନ୍ତି
Answer:
(B) ବିଷୁବ ସଂକ୍ରାନ୍ତି

Question 5.
ଓଡ଼ିଶାର ନୌବାଣିଜ୍ୟ କେଉଁ ଶତାବ୍ଦୀରୁ ଆରମ୍ଭ ହୋଇଥିବାର ସୂଚନା ମିଳିଥାଏ ?
(A) ପ୍ରଥମ ଶତାବ୍ଦୀ
(B) ତୃତୀୟ ଶତାବ୍ଦୀ
(C) ଦ୍ଵିତୀୟ ଶତାବ୍ଦୀ
(D) ପଞ୍ଚମ ଶତାବ୍ଦୀ
Answer:
(B) ତୃତୀୟ ଶତାବ୍ଦୀ

Question 6.
ଓଡ଼ିଶାର କେଉଁ ସହର ‘ତାରକାସି କାମ’ ପାଇଁ ପ୍ରସିଦ୍ଧ ଅଟେ ?
(A) କଟକ
(B) ବ୍ରହ୍ମପୁର
(C) ସମ୍ବଲପୁର
(D) ବାଲେଶ୍ଵର
Answer:
(A) କଟକ

Question 7.
ପଟ୍ଟଚିତ୍ରର ପରମ୍ପରା ଓଡ଼ିଶାରେ କେଉଁ ଶତାବ୍ଦୀରୁ ଚଳି ଆସୁଛି ?
(A) ନବମ
(B) ଏକାଦଶ
(C) ଦଶମ
(D) ଦ୍ଵାଦଶ
Answer:
(D) ଦ୍ଵାଦଶ

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

Question 8.
ତାତର ଖାଁ ମସ୍‌ଜିଦ୍ କେଉଁଠାରେ ଅବସ୍ଥିତ ?
(A) କଟକ
(B) ସମ୍ବଲପୁର
(C) ପୁରୀ
(D) ବ୍ରହ୍ମପୁର
Answer:
(B) ସମ୍ବଲପୁର

Question 9.
ଓଡ଼ିଶାରେ ସ୍ନେହ, ପ୍ରେମ, ଭ୍ରାତୃଭାବର ପ୍ରତୀକ ରୂପେ କାହାଙ୍କୁ ଗ୍ରହଣ କରାଯାଇଛି ?
(A) ଶ୍ରୀଜଗନ୍ନାଥ
(B) ଲିଙ୍ଗରାଜ
(C) ଶ୍ରୀଲୋକନାଥ
(D) ଅଲାରନାଥ
Answer:
(A) ଶ୍ରୀଜଗନ୍ନାଥ

Question 10.
ମାଗଧୀ-ପ୍ରାକୃତ ଭାଷାରୁ କେଉଁ ଭାଷାର ଉତ୍ପ ହୋଇଛି ?
(A) ସଂସ୍କୃତ
(B) ଓଡ଼ିଆ
(C) ବଙ୍ଗଳା
(D) ମରାଠୀ
Answer:
(B) ଓଡ଼ିଆ

Question 11.
‘ରସକଲ୍ଲୋଳ’ କାହାର ସର୍ବଶ୍ରେଷ୍ଠ କୃତି ଥିଲା ?
(A) ଦୀନକୃଷ୍ଣ ଦାସ
(B) ଉପେନ୍ଦ୍ରଭଞ୍ଜ
(C) ଅବଧୂତ ନାରାୟଣ ସ୍ଵାମୀ
(D) ବଳରାମ ଦାସ
Answer:
(A) ଦୀନକୃଷ୍ଣ ଦାସ

Question 12.
ଗ୍ରାମ୍ୟ ଜୀବନଭିଭିକ ପଲ୍ଲୀଚିତ୍ର ନିମ୍ନୋକ୍ତ କେଉଁ କବିଙ୍କ ରଚନାରୁ ସ୍ପଷ୍ଟ ବାରିହୁଏ ?
(A) ନନ୍ଦକିଶୋର ବଳ
(B) ମଧୁସୂଦନ ରାଓ
(C) ଗଙ୍ଗାଧର ମେହର
(D) କୌଣସିଟି ନୁହେଁ
Answer:
(A) ନନ୍ଦକିଶୋର ବଳ

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

Question 13.
ଗଞ୍ଜାମ ଜିଲ୍ଲାର କେଉଁ ପାହାଡ଼ରୁ ବୌଦ୍ଧକୀର୍ତ୍ତିର ଧ୍ବଂସାବଶେଷ ଦେଖିବାକୁ ମିଳେ ?
(A) ବଣିଆ
(B) ରମ୍ଭାଖୋଲ
(C) ବୁଢ଼ାଖୋଲ
(D) ଚିତ୍ରଗିରି
Answer:
(C) ବୁଢ଼ାଖୋଲ

Question 14.
ଭୁବନେଶ୍ଵରର ‘ପର୍ଶୁରାମେଶ୍ଵର’ ମନ୍ଦିର କେଉଁ ଶୈଳୀରେ ନିର୍ମିତ ହୋଇଛି ?
(A) ଆର୍ଯ୍ୟ
(B) କଳିଙ୍ଗ
(C) ଦ୍ରାବିଡ଼
(D) କୌଣସିଟି ନୁହେଁ
Answer:
(B) କଳିଙ୍ଗ

Question 15.
କେଉଁ ବଂଶର ଶାସନର ପତନ ପରେ ଓଡ଼ିଶାରେ ମନ୍ଦିର ନିର୍ମାଣର ସମାପ୍ତି ଘଟିଥିଲା ।
(A) ଗଙ୍ଗବଂଶ
(B) ସୋମବଂଶ
(C) ସୂର୍ଯ୍ୟବଂଶ
(D) ଚନ୍ଦ୍ରବଂଶ
Answer:
(C) ସୂର୍ଯ୍ୟବଂଶ

Question 16.
ପଶାପାଲି ଶାଢ଼ି ପାଇଁ ନିମ୍ନୋକ୍ତ କେଉଁ ସ୍ଥାନଟି ବିଶ୍ବପ୍ରସିଦ୍ଧ ?
(A) ସମ୍ବଲପୁର
(B) ମାଣିଆବନ୍ଧ
(C) କଟକ
(D) ବାଲେଶ୍ଵର
Answer:
(A) ସମ୍ବଲପୁର

Question 17.
କେନ୍ଦୁଝର ଜିଲ୍ଲାର କେଉଁ ଶିଳ୍ପ ଓଡ଼ିଶାର ଐତିହ୍ୟ ବହନ କରେ ?
(A) ତାରକସି
(B) କଂସାବାସନ
(C) ଟେରାକୋଟା
(D) ସପମଶିଣା
Answer:
(C) ଟେରାକୋଟା

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

Question 18.
କେଉଁ ନୃତ୍ୟଶୈଳୀରୁ ଓଡ଼ିଶୀ ନୃତ୍ୟର ସୃଷ୍ଟି ହୋଇଛି ?
(A) ଦଣ୍ଡନାଚ
(B) ଛଉନାଚ
(C) ପାଇକନାଚ
(D) ମାହାରୀନାଚ
Answer:
(D) ମାହାରୀନାଚ

Question 19.
‘ଓଡ଼ିଆ ଭାଗବତ’ କିଏ ରଚନା କରିଛନ୍ତି ?
(A) ବଳରାମ ଦାସ
(B) ଜଗନ୍ନାଥ ଦାସ
(C) କାର୍ମଣ୍ଡ ଦାସ
(D) ଯଶୋବନ୍ତ ଦାସ
Answer:
(B) ଜଗନ୍ନାଥ ଦାସ

Question 20.
ଭୁବନେଶ୍ଵର ନିକଟବର୍ତ୍ତୀ ପାହାଡ଼ରେ କେଉଁ କୀର୍ତ୍ତି ଖଣ୍ଡଗିରି ଓ ଉଦୟଗିରି ଦେଖିବାକୁ ମିଳେ ?
(A) ବୌଦ୍ଧ କୀର୍ତ୍ତି
(B) ଜୈନ କୀର୍ତ୍ତି
(C) ଉତ୍କଳ କୀର୍ତ୍ତି
(D) ଗୁମ୍ଫା କୀର୍ତି
Answer:
(B) ଜୈନ କୀର୍ତ୍ତି

Question 21.
ଚମତ୍କାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଯୋଗୁଁ କେଉଁ ମନ୍ଦିରକୁ ‘ଓଡ଼ିଶା ସ୍ତାପତ୍ୟ କଳାର ମଣି’ ବୋଲି କୁହାଯାଏ ?
(A) ମୁକ୍ତେଶ୍ଵର ମନ୍ଦିର
(B) କୋଣାର୍କ ମନ୍ଦିର
(C) ଲିଙ୍ଗରାଜ ମନ୍ଦିର
(D) ରାଜରାଣୀ ମନ୍ଦିର
Answer:
(A) ମୁକ୍ତେଶ୍ଵର ମନ୍ଦିର

Question 22.
ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପାଇଁ ଓଡ଼ିଶାର କେଉଁ ମନ୍ଦିରକୁ ବିଶ୍ଵର ଏକ ଐତିହ୍ୟ ସ୍ମାରକୀ ରୂପେ ମାନ୍ୟତା ଦିଆଯାଇଛି ?
(A) ମୁକ୍ତେଶ୍ଵର ମନ୍ଦିର
(B) କୋଣାର୍କ ମନ୍ଦିର
(C) ଲିଙ୍ଗରାଜ ମନ୍ଦିର
(D) ରାଜରାଣୀ ମନ୍ଦିର
Answer:
(B) କୋଣାର୍କ ମନ୍ଦିର

Question 23.
କଟକରେ ସ୍ଥାପିତ କେଉଁ ମୁସଲମାନ କୀର୍ତ୍ତି ହିନ୍ଦୁ ଓ ଭାବରେ ପରିଗଣିତ ?
(A) କଦମ୍ ରସୁଲ
(B) ତାତା ଖାଁ ମସ୍‌ଜିଦ୍
(C) ଜୁମ୍ମା ମସ୍‌ଜିଦ୍
(D) କବର ସ୍ଥାନ
Answer:
(A) କଦମ୍ ରସୁଲ

BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ

Question 24.
ରାଣୀଗୁମ୍ଫା କେଉଁ ପାହାଡ଼ରେ ରହିଛି ?
(A) ଖଣ୍ଡଗିରି
(B) ଉଦୟଗିରି
(C) ଦଉଳିଗିରି
(D) ରତ୍ନଗିରି
Answer:
(B) ଉଦୟଗିରି

Question 25.
କୋଣାର୍କ ସୂର୍ଯ୍ୟ ମନ୍ଦିରର ନିର୍ମାତା କେଉଁ ବଂଶର ରାଜା ଥିଲେ ?
(A) ସୋମବଂଶ
(B) ଗଙ୍ଗବଂଶ
(C) ସୂର୍ଯ୍ୟବଂଶ
(D) ଭୋଇବଂଶ
Answer:
(B) ଗଙ୍ଗବଂଶ

Leave a Comment