Odisha State Board BSE Odisha 10th Class Odia Solutions Chapter 9 ଜନ୍ମଭୂମି Textbook Exercise Questions and Answers.
BSE Odisha Class 10 Odia Solutions Chapter 9 ଜନ୍ମଭୂମି
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର
Question ୧।
‘ଆୟୁସୂର୍ଯ୍ୟ’ – ଏହାର ଠିକ୍ ବ୍ୟାସବାକ୍ୟଟି ଚିହ୍ନାଅ ।
(କ) ଆୟୁ ଓ ସୂର୍ଯ୍ୟ
(ଖ) ଆୟୁ ରୂପକ ସୂର୍ଯ୍ୟ
(ଗ) ଆୟୁର ସୂର୍ଯ୍ୟ
(ଘ) ଆୟୁ ଅଟେ ସୂର୍ଯ୍ୟ
Answer:
(ଖ) ଆୟୁ ରୂପକ ସୂର୍ଯ୍ୟ
Question ୨
‘ଧର୍ମାନ୍ତର’ – ଏହାର ବିଗ୍ରହବାକ୍ୟ କ’ଣ ହେବ ?
(କ) ଧର୍ମ ଓ ଅନ୍ତର
(ଖ) ଧର୍ମରୁ ଅନ୍ତର
(ଗ) ଅନ୍ୟ ଧର୍ମ
(ଘ) ଧର୍ମର ଅନ୍ତର
Answer:
(ଗ) ଅନ୍ୟ ଧର୍ମ (ଧର୍ମରୁ ଅନ୍ତର)
Question ୩।
‘ପୁନର୍ଜନ୍ମ’ ଶବ୍ଦ ପାଇଁ ନିମ୍ନଲିଖତ ସନ୍ଧିରୁ ଠିକ୍ ସନ୍ଧିଟି ବାଛି ଲେଖ ।
(କ) ପୁନର୍ + ଜନ୍ମ
(ଖ) ପୁନ + ଜନ୍ମ
(ଗ) ପୁନ + ର୍ଜନ୍ମ
(ଖ) ପୁନ + ଜନ୍ମ
Answer:
(ଘ) ପୁନଃ + ଜନ୍ମ
Question ୪।
‘ଶୁଷ୍କ’ ଶବ୍ଦଟି କିପରି ଗଠିତ ହୋଇଛି?
(କ) ଶୁଷ୍ + ତ
(ଖ) ଶୁଷ୍ + କ
(ଗ) ଶୋଷ୍ + କ
(ଘ) ଶୋଷ୍ + ତ
Answer:
(ଖ) ଶୁଷ୍ + କ
Question ୫।
ନିମ୍ନୋକ୍ତ ଶବ୍ଦଗୁଡ଼ିକ ମଧ୍ୟରୁ ଶୁଦ୍ଧ ଶବ୍ଦଟି ବାଛ ।
(କ) ଶାରିରୀକ
(ଖ) ଶାରୀରୀକ
(ଗ) ଶାରୀରିକ
(ଘ) ଶାରିରିକ
Answer:
(ଗ) ଶାରୀରିକ
Question ୬।
ଗ୍ରାମ ମଧ୍ୟରେ ଏକପରିବାରତ୍ଵର ପରମ୍ପରା ସ୍ଵରୂପ ନିମ୍ନଲିଖ ମଧ୍ୟରୁ ଯେଉଁ ଉକ୍ତିଟି ଗ୍ରହଣୀୟ ଲେଖ ।
(କ) ଲୋକଙ୍କୁ ଡାକିଆଣି ମନବୋଧ ଚଉତିଶା ଆଦିର ବ୍ୟାଖ୍ୟା ଶୁଣାଇବା ।
(ଖ) ରଜ ପ୍ରଭୃତି ବିଭିନ୍ନ ପର୍ବ ମିଳିମିଶି ପାଳନ କରିବା ।
(ଗ) ଗ୍ରାମରେ ଜାତି ବର୍ଣ୍ଣ ନିର୍ବିଶେଷରେ ଭାଇ, ଭଉଣୀ, କକା, ଖୁଡ଼ୀ ଆଦି ଭାବରେ ସମ୍ପର୍କ ରଖୁବା ।
(ଘ) ପିଣ୍ଡାରେ ବସି ଗ୍ରାମକୁ ଆସୁଥିବା ଅତିଥିମାନଙ୍କୁ କୁଶଳ ଜିଜ୍ଞାସା କରିବା ।
Answer:
(ଗ) ଗ୍ରାମରେ ଜାତି ବର୍ଣ୍ଣ ନିର୍ବିଶେଷରେ ଭାଇ, ଭଉଣୀ, କକା, ଖୁଡ଼ୀ ଆଦି ଭାବରେ ସମ୍ପର୍କ ରଖୁବା ।
Question ୭।
ନିମ୍ନରେ ପ୍ରଦତ୍ତ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ବିଶାଳ, ସ୍ମରଣ, ଅସ୍ଵୀକାର, ଅବାଞ୍ଛିତ, ପ୍ରଶଂସା, ମଧୁର
Answer:
ଶବ୍ଦ | ବିପରାତ ଶବ୍ଦ |
ବିଶାଳ | କ୍ଷୁଦ୍ର |
ସ୍ମରଣ | ବିସ୍ମରଣ |
ଅସ୍ୱାକାର | ସ୍ୱାକାର |
ଅବାଞ୍ଛତ | ପାଞ୍ଚତ |
ପ୍ରଶଂସା | ନିନ୍ଦା |
ମଧୁର | ତିକ୍ତ |
Question ୮।
ନିମ୍ନଲିଖତ ଶବ୍ଦଗୁଡ଼ିକୁ ଉପଯୁକ୍ତ ବାକ୍ୟରେ ପ୍ରୟୋଗ କର ।
ଅଭିଜାତ, ପ୍ରତ୍ୟୟ, ସିକ୍ତ, ପ୍ରବଞ୍ଚନା, ଅକର୍ମା, ଶୀର୍ଷ
Answer:
ଅଭିଜାତ – ଅଭିଜାତ ଘରର ପିଲାମାନେ ମାନମର୍ଯ୍ୟାଦାର ସହ ଚଳନ୍ତି ।
ପ୍ରତ୍ୟୟ – ସେ ଯେଭଳି ମିଛୁଆ ପିଲା, ତା’ କଥାରେ ମୋର ସାମାନ୍ୟ ପ୍ରତ୍ୟୟ ନାହିଁ ।
ସିକ୍ତ – ଶିଶିର ସିକ୍ତ ସକାଳ ଦେହକୁ ଥରାଇଦିଏ ।
ପ୍ରବଞ୍ଚନା – ବୁଦ୍ଧିମାନ ବ୍ୟକ୍ତି କୌଣସି ସମୟରେ ପ୍ରବଞ୍ଚନାର ଶିକାର ହୁଏ ନାହିଁ ।
ଅକର୍ମା – ଅକର୍ମାମାନେ ଭୂମିକୁ ନିନ୍ଦା କରିଥା’ନ୍ତି ।
ଶୀର୍ଷ – ଖାଦ୍ୟ ବିନା ଦେହ ଶୀର୍ଘ ହୋଇଯାଏ ।
Question ୯।
ପାଦରେ ଦଳିଦେବା, ପାର ପାଇବା, କଣ୍ଟ କରିବା : ଏହି ରୂଢ଼ିଗୁଡ଼ିକୁ ବାକ୍ୟରେ ବ୍ୟବହାର କର ।
Answer:
ପାଦରେ ଦଳିଦେବା – ସମସ୍ତଙ୍କ ପରାମର୍ଶକୁ ପାଦରେ ଦଳିଦେଇ, ସେ ନିଜ ଇଚ୍ଛାନୁସାରେ କାମ କରିଯାଉଛନ୍ତି ।
ପାର ପାଇବା – ପ୍ରଭୁଙ୍କର କରୁଣା ହେଲେ, ଆମେ ଭବସାଗରରୁ ପାର ପାଇପାରିବା ।
କଣ୍ଡ କରିବା – ସେ ଶନିବାର ଦିନ ସହରରୁ ଫେରିବେ ବୋଲି କଣ୍ଟ କରି ଯାଇଛନ୍ତି ।
Question ୧୦ ।
ଶ୍ରମକୁ ଯେ ଜୀବନ ଧାରଣର ପନ୍ଥା ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ ଶ୍ରମଜୀବୀ । ସେହିଭଳି ଶେଷରେ ଜୀବୀ ଥିବା ଆଉ ପାଞ୍ଚଟି ଶବ୍ଦ ଲେଖ ।
Answer:
କୃଷିକୁ ଯେ ଜୀବନ ଧାରଣର ପନ୍ଥା ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ – କୃଷିଜାବା
ମତ୍ସ୍ୟକୁ ଯେ ଜୀବନ ଧାରଣର ପନ୍ଥା କୃଷିଜୀବୀ ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ – ମତ୍ସ୍ୟଜାବା
ବୁଦ୍ଧିକୁ ଯେ ଜୀବନ ଧାରଣର ପନ୍ଥା ମତ୍ସ୍ୟଜୀବୀ ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ – ବୁଦ୍ଧିଜାବା
ଭିକ୍ଷାକୁ ଯେ ଜୀବନ ଧାରଣର ପନ୍ଥା ବୁଦ୍ଧିଜୀବୀ ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ – ଭିକ୍ଷାଜାବା
କର୍ମକୁ ଯେ ଜୀବନ ଧାରଣର ପନ୍ଥା ଭିକ୍ଷାଜୀବୀ ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ – କର୍ମଜୀବୀ
Question ୧୧ ।
ବାମ ପାଖରେ ଥିବା ଶବ୍ଦ ସହ ଡାହାଣ ପାଖରେ ଥିବା ଉପଯୁକ୍ତ ଶବ୍ଦକୁ ଯୋଡ଼ି ସ୍ୱତନ୍ତ୍ର ବାକ୍ୟରେ ପ୍ରୟୋଗ କରା
ଶସ୍ୟଶ୍ୟାମଳା – ଧାନ୍ୟ
ସ୍ତପାକୃତ – ପ୍ରାସାଦ
ସ୍ୱର୍ଣ୍ଣଶାର୍ଷ – ଜାବ
ଯୁକ୍ତିବାଦା – ଧରଣା
ଅଭ୍ରଂକଷ – ବ୍ୟଥା
ଦୋଳାୟମାନ – ଆହବ
ଆହତୁକ – ପଦପଲ୍ଲବ ମେଘ
Answer:
ଶସ୍ୟଶ୍ୟାମଳା – ଧାନ୍ ଶା ପଲ୍ଲୀ ଅଞ୍ଚଳର ଶସ୍ୟଶାମଳା ଧରଣୀର ଦୃଶ୍ୟ ସମସ୍ତଙ୍କ ମନକୁ ବିମୋହିତ କରେ ।
ସ୍ତପାକୃତ ମେଘ – ଆଷାଢ଼ ମାସରେ ଆକାଶର ସ୍ତୁପୀକୃତ ମେଘ ଧରଣୀକୁ ଜଳମୟ କରିଦିଏ ।
ସ୍ୱର୍ଣ୍ଣଶାର୍ଷ ଧାନ୍ୟ – ଶୀତଋତୁରେ କୃଷିକ୍ଷେତ୍ରବ୍ୟାପୀ ସ୍ଵଶୀର୍ଷ ଧାନ୍ୟ ଦେଖୁ କୃଷକର ମନ ଆନନ୍ଦରେ ବିଭୋର ହୋଇଉଠେ ।
ଯୁକ୍ତିବାଦା ଜାବ – ଯେଉଁମାନେ ପ୍ରତି କଥାରେ ଯୁକ୍ତି କରିଥା’ନ୍ତି, ସେମାନଙ୍କୁ ଆକ୍ଷେପ କରି ଯୁକ୍ତିବାଦୀ ଜୀବ ବୋଲି କୁହାଯାଇଥାଏ ।
ଅଭ୍ରଂକଷ ପ୍ରାସାଦ – ସମୃଦ୍ଧିଶାଳୀ ନଗରୀରେ ଅଭ୍ରଂକଷ ପ୍ରାସାଦ ଦେଖିବାକୁ ମିଳିଥାଏ।
ଦୋଳାୟମାନ ପଦପଲ୍ଲବ – ରଜଦୋଳିରେ ଦୋଳି ଖେଳୁଥିବା ବାଳିକାମାନଙ୍କର ଦୋଳାୟମାନ ପଦପଲ୍ଲବ ଦର୍ଶକର ମନକୁ ଆମୋଦିତ କରିଥାଏ।
ଆହତୁକ ବ୍ୟଥା – ବର୍ତ୍ତମାନ ସମୟରେ ବୃଦ୍ଧି ପିତାମାତା ସେମାନଙ୍କ ପୁଅଝଅମାନଙ୍କ ପାଇଁ ଅହେତୁକ ବ୍ୟଥାରେ ରହୁଛନ୍ତି।
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୧୨ ।
ଲେଖକ ଜନ୍ମଭୂମି ପଲ୍ଲୀକୁ ନିଜର ମା’ବୋଲି ଭାବିଛନ୍ତି କାହିଁକି ?
Answer:
ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଜନ୍ମଭୂମି ପଲ୍ଲୀକୁ ନିଜର ମା’ ବୋଲି ଭାବିଛନ୍ତି । ଲେଖକ ମାତୃଗର୍ଭରୁ ପଡ଼ି ପ୍ରଥମେ ସେହି ପଲ୍ଲୀର ଭୂମି ସ୍ପର୍ଶ କରିଥିଲେ ଏବଂ ସେହି ପଲ୍ଲୀର ଫଳ, ପୁଷ୍ପ, ଶାକ, ତଣ୍ଡୁଳରେ ନିଜର ଶିଶୁପ୍ରାଣକୁ ପରିପୁଷ୍ଟ କରିଥିଲେ ବୋଲି ସେ ଏପରି ଭାବିଛନ୍ତି ।
Question ୧୩ ।
ଜନ୍ମଭୂମିକୁ ଧାତ୍ରୀ ଓ ଶିକ୍ଷୟିତ୍ରୀ କହିବାର କାରଣ କ’ଣ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଜନ୍ମଭୂମିକୁ ଧାତ୍ରୀ ଓ ଶିକ୍ଷୟିତ୍ରୀ ବୋଲି କହିଛନ୍ତି । ଧାତ୍ରୀ ଯେପରି ସେବା ଯତ୍ନକରି ଶିଶୁକୁ ବଢ଼ାଏ ଏବଂ ଶିକ୍ଷୟିତ୍ରୀ ଯେପରି ଶିଶୁକୁ ଅନେକ କଥା ଶିଖାଏ, ଠିକ୍ ସେହିପରି ଶିଖୁବାର ସୁଯୋଗ ପାଇଛନ୍ତି ।
Question ୧୪ ।
‘‘ଏ ସମସ୍ତ ମୋ’ର ଜନ୍ମଭୂମି’’ – ଏହି ବାକ୍ୟାଶରେ ‘ଏ ସମସ୍ତ’ କାହାକୁ ବୁଝାଉଛି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ‘ଏ ସମସ୍ତ ମୋ’ର ଜନ୍ମଭୂମି ଏହି ବାକ୍ୟାଶରେ ‘ଏ ସମସ୍ତ’ ଏସିଆ ମହାଦେଶ, ଭାରତବର୍ଷ, ଓଡ଼ିଶା ପ୍ରଦେଶ ଓ ଲେଖକ ଜନ୍ମଲାଭ କରିଥିବା ପଲ୍ଲୀଗ୍ରାମ ଖ୍ଙ୍ଗ୍କୁ ବୁଝାଉଛି ।
Question ୧୫ ।
ବୟସ ବଢ଼ିବା ସହ ଲେଖକଙ୍କର ଜନ୍ମଭୂମି ସହିତ ସମ୍ବନ୍ଧ କିପରି ହୋଇଛି ବୋଲି ସେ କହିଛନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ବୟସ ବଢ଼ିବା ସହ ଲେଖକଙ୍କର ଜନ୍ମଭୂମି ସହିତ ସମ୍ବନ୍ଧ ଦିନକୁ ଦିନ କ୍ଷୀଣ ହୋଇ, ଶେଷରେ ଲୀନ ହେବାକୁ ବସିଛି ବୋଲି ସେ କହିଛନ୍ତି ।
Question ୧୬ ।
ସମୟସ୍ରୋତରେ ଲେଖକ କିପରି ଭାସି ଚାଲିଛନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଲେଖକଙ୍କର ଜନ୍ମଭୂମିକୁ ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ସମୟ ସ୍ରୋତରେ ଲେଖକ ଏକ ନିଃସହାୟ ଶୁଷ୍କ ତୃଣ ପରି ଭାସି ଚାଲିଛନ୍ତି ବୋଲି କହିଛନ୍ତି ।
Question ୧୭ ।
ଜନ୍ମଭୂମିର କେଉଁ ରୂପ ଲେଖକଙ୍କର ଆଖ୍ ଆଗରେ ଭାସିଯାଏ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଲେଖକଙ୍କର ଜନ୍ମଭୂମିକୁ ଫେରିଯିବାପାଇଁ ନୈତିକ ସାହସ ନଥିଲେ ବି, ତାଙ୍କ ଜନ୍ମଭୂମିର ରାଶି ରାଶି ଶାଳତରୁ ମଧ୍ୟରେ ନଦୀ ପରିବେଷ୍ଟିତ ଭଞ୍ଜ କୀର୍ତ୍ତିକିରୀଟିନୀ କମନୀୟ ରୂପଶୋଭା ଆଖ୍ ଆଗରେ ଭାସିଯାଏ ।
Question ୧୮।
ଧର୍ମାନ୍ତର ପରେ ଲୋକର କି ପରିବର୍ତ୍ତନ ହୋଇଥାଏ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଧର୍ମାନ୍ତର ପରେ, ଧର୍ମାନ୍ତର ଦୀକ୍ଷିତ ବ୍ୟକ୍ତି ନବଗୃହୀତ ଧର୍ମ ନିକଟରେ ନିଜର ସମସ୍ତ ମାନବିକତାକୁ ହରାଇ ବସିଥାଏ । ଏପରିକି ନିଜର ନାମ, ପଦବୀ, ଭାଷା, ଆହାର, ବ୍ୟବହାର, ବେଶଭୂଷା ଆଦିକୁ ବଦଳାଇ ଦିଏ ଓ ଶେଷକୁ ଜାତୀୟତା ଭୁଲି ନିଜ ଜନ୍ମଭୂମିକୁ ସୁଦ୍ଧା ଅସ୍ବୀକାର କରିଥାଏ ।
Question ୧୯ ।
ପଲ୍ଲୀରେ ଏକପରିବାରତ୍ଵ ଗଢ଼ିଉଠିବାର କି ପ୍ରମାଣ ମିଳେ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ବହୁ ବାଦବିସମ୍ବାଦ ସତ୍ତ୍ବେ ପଲ୍ଲୀଗ୍ରାମର ନରନାରୀଙ୍କ ମଧ୍ୟରେ ଜାତି-ଧର୍ମ ନିର୍ବିଶେଷରେ ଏକପରିବାରତ୍ଵର ପରମ୍ପରା ଗଢ଼ିଉଠିଥାଏ । ପଲ୍ଲୀରେ ଏକ- ପରିବାରତ୍ଵ ଗଢ଼ିଉଠିଥିବାର ପ୍ରମାଣ ହେଉଛି, ପଲ୍ଲୀରେ କେହି ଭାଇ, କେହି ଭଉଣୀ, କେହି କକା, କେହି ଖୁଡ଼ୀ ଇତ୍ୟାଦି ଭାବରେ ସମସ୍ତ ଗ୍ରାମବାସୀ ପରସ୍ପର ମଧ୍ୟରେ ପରିଚିତ ହୋଇଥା’ନ୍ତି ।
Question ୨୦ ।
‘ସାର ମାଉସୀ’ ଲେଖକଙ୍କୁ ଆଗେ କ’ଣ କହି ପଚାରୁଥୁଲା ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ‘ସାର ମାଉସୀ’ ଲେଖକଙ୍କୁ ଆଗେ ‘କେବେ ଆସିଲୁ ବାପା !’ କହି ପଚାରୁଥିଲା ।
Question ୨୧ ।
‘ସାର ମାଉସୀ’ର ପ୍ରଶ୍ନ ପଚାରିବାରେ ପରେ କି ପରିବର୍ତ୍ତନ ଆସିଛି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ‘ସାର ମାଉସୀ’ ଆଗେ ଦେଖିବା ମାତ୍ରେ ପଚାରୁଥୁଲା, ‘କେବେ ଆସିଲୁ ବାପା !’ ଆଜିକାଲି ଦେଖାହେଲେ ସେ କହେ, ‘କେବେ ଆସିଲ ବାବୁ !’ ସାର ମାଉସୀଙ୍କ ପ୍ରଶ୍ନରେ ଏବେ ଏହି ପରିବର୍ତ୍ତନ ଆସିଛି ।
Question ୨୨ ।
‘ଗୋବିନ୍ଦ ଭାଇ’ କି ପ୍ରକାର ଲୋକ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗ୍ରାମ ମଝିରେ କୁଟିର ଭିତରେ ରହିଥିବା ଗୋବିନ୍ଦ ଭାଇ ଥିଲା ଆଜୀବନ ଅକର୍ମା ଓ ଅବିବାହିତ । ସେ ଲେଖକଙ୍କୁ ଆଗେ ଦେଖାହେଲେ, ବହୁ ମାନ ସମ୍ମାନ ସହିତ କୁଟିରରେ ବସାଇ ମନବୋଧ ଚଉତିଶା ବ୍ୟାଖ୍ୟା କରୁଥିଲା । ମାତ୍ର ଲେଖକ ଶିକ୍ଷିତ ହୋଇ ସହରବାସୀ ହେଲାପରେ, ଗୋବିନ୍ଦ ଭାଇର ସେହିଭଳି ବ୍ୟବହାର ରହିନଥିଲା । ଲେଖକ ଶତଚେଷ୍ଟା କଲେ ବି ଆଉ ତା’ର ପୂର୍ବ ପ୍ରତ୍ୟୟ ଫେରିପାଇ
Question ୨୩ ।
ଗୋବିନ୍ଦ ଭାଇ ଲେଖକଙ୍କୁ କୁଟିରରେ ବସାଇ କି ପ୍ରକାର ବ୍ୟବହାର ଦେଖାଉଥିଲେ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗୋବିନ୍ଦ ଭାଇ ଲେଖକଙ୍କୁ ସମ୍ମାନର ସହିତ କୁଟିରରେ ବସାଇ, ଆନ୍ତରିକତାର ସହିତ ମନବୋଧ ଚଉତିଶାର ବ୍ୟାଖ୍ୟା ଶୁଣାଉଥିଲା ।
Question ୨୪ ।
‘ଗ୍ରାମଟିଯାକ ନବାଗତ ଅତିଥିରେ ପରିପୂର୍ଣ୍ଣ ହୋଇଗଲାଣି’– ଏଠାରେ କେଉଁ ନବାଗତ ଅତିଥିଙ୍କ କଥା ଲେଖକ କହିଛନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଦୀର୍ଘଦିନ ସହରରେ ରହିଲା ପରେ, ଲେଖକ ଗ୍ରାମକୁ ଫେରି ଛୋଟ ଛୋଟ ପିଲାମାନଙ୍କୁ ଦେଖୁଛନ୍ତି, ଯେଉଁମାନେକି ତାଙ୍କ ପାଇଁ ଥିଲେ ନିହାତି ଅପରିଚିତ୍ର । ସେହି ଅପରିଚିତ ଗ୍ରାମ୍ୟଶିଶୁଙ୍କୁ ଲେଖକ ‘ନବାଗତ ଅତିଥ୍’ ବୋଲି କହିଛନ୍ତି ।
Question ୨୫ ।
ଗ୍ରାମର ଶିଶୁ ସମାବେଶ ଉପରେ ଲେଖକ କି ଅଭିମତ ଦେଇଛନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗ୍ରାମର ଶିଶୁମାନଙ୍କ ବିଷୟରେ ଅଭିମତ ଦେଇ କହିଛନ୍ତି ଯେ, ଗ୍ରାମର ଯେଉଁଆଡ଼େ ଚାହିଁଲେ ଶୀର୍ଣ୍ଣ, ମଳିନ, ଉଲଗ୍ନ, କୃଶୋଦର, ଲମ୍ବୋଦର, ଅବାଞ୍ଛିତ, ଅବହେଳିତ ଶିଶୁମାନଙ୍କର ସମାବେଶ ଦେଖାଯାଏ । ଯେହେତୁ ଲେଖକ ତାଙ୍କ ପାଇଁ ଅପରିଚିତ ଥିଲେ, ତେଣୁ ସେମାନେ ଲେଖକଙ୍କୁ ଦେଖିଲେ, ଆଫ୍ରିକାରୁ ନୂଆ ହୋଇ ଆସିଥିବା ଜେବ୍ରା ବା ଜିରାଫକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା ପରି, ଖାଲି ଚାହିଁଥା’ନ୍ତ୍ରି ।
Question ୨୬ ।
ଏଇ ଶିଶୁମାନେ ଲେଖକଙ୍କୁ ଏବେ ଦେଖୁଲେ କିପରି ବ୍ୟବହାର ଦେଖାଇଥା’ନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଲେଖକ ଦୀର୍ଘଦିନଧରି ଗ୍ରାମରେ ଅନୁପସ୍ଥିତ ଥିବାରୁ ଗ୍ରାମର ଶିଶୁମାନେ କେହି ତାଙ୍କୁ ଜାଣିନଥିଲେ କିମ୍ବା ଚିହ୍ନିନଥିଲେ । ଫଳରେ ଏଇ ଶିଶୁମାନେ ଲେଖକଙ୍କୁ ଏବେ ଦେଖିଲେ ଆଫ୍ରିକାରୁ ନୂଆ ଆସିଥିବା ଜେବ୍ରା ବା ଜିରାଫକୁ ଚାହିଁଲା ପରି ଲେଖକଙ୍କୁ ଚାହିଁ ରହୁଥିଲେ ।
Question ୨୭ ।
ଗ୍ରାମର ସାଧାରଣ ଯୁବକମାନେ କିପରି ସମୟ ବିତାନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗ୍ରାମର ସାଧାରଣ ଯୁବକମାନେ ଯେଉଁମାନେ କି ଶିକ୍ଷିତ କିମ୍ବା ଅଷ୍ଟଶିକ୍ଷିତ, ସେମାନେ ଚାକିରି ନପାଇ ଜନ୍ମଭୂମିକୁ ଛାଡ଼ିପାରନ୍ତି ନାହିଁ । ସେମାନେ ପ୍ରଧାନତଃ ରାଜନୀତିର ଆଶ୍ରୟ ନେଇ ସମୟ ବିତାନ୍ତି । ସେମାନଙ୍କ ଭିତରୁ କେହି ହୋଇଥାଏ କଂଗ୍ରେସୀ, କେହି ଗଣତନ୍ତ୍ରୀ, କମ୍ୟୁନିଷ୍ଟ ଓ କେହି ସୋସିଆଲିଷ୍ଟ । ରାଜନୀତି ବୋଇଲେ ସେମାନେ ବୁଝିଥା’ନ୍ତି – ବିପ୍ଳବ, ଦଙ୍ଗା ଓ ହଣାକଟା । ଦେଶକୁ କିପରି ଗଠନ କରାଯିବ, ଏହା ସେମାନଙ୍କ ମୁଣ୍ଡକୁ ଜୁଟେ ନାହିଁ ।
Question ୨୮ ।
ଗ୍ରାମ୍ୟ ଯୁବକମାନଙ୍କ ସହିତ ପଲ୍ଲୀପ୍ରକୃତିର ଶୋଭା ଉପଭୋଗ କରିବା ଲେଖକଙ୍କ ପକ୍ଷରେ କାହିଁକି ସମ୍ଭବ ହୁଏ ନାହିଁ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗ୍ରାମ୍ୟ ଯୁବକମାନେ ତତ୍କାଳୀନ ରାଜନୀତି ସହିତ ନିଜକୁ ସାମିଲ୍ କରି ଦେଇଥିବାରୁ, ରାଜନୀତିକ ମତବାଦ ଅନୁସାରେ, ସେମାନଙ୍କର ମାନସିକ ପରିବର୍ତ୍ତନ ହୋଇଛି । ପଲ୍ଲୀର ପ୍ରାକୃତିକ ଶୋଭାରେ ସେମାନେ ଦେଖୁଛନ୍ତି ରାଜନୀତିକ ମତବାଦର ସଂକେତ ବା ଚିହ୍ନ । ଫଳରେ ଗ୍ରାମ୍ୟ ଯୁବକମାନଙ୍କ ସହିତ ପଲ୍ଲୀ ପ୍ରକୃତିର ଶୋଭା ଉପଭୋଗ କରିବା ଲେଖକଙ୍କ ପକ୍ଷରେ ସମ୍ଭବପର ହୁଏ ନାହିଁ ।
Question ୨୯ ।
ଶିକ୍ଷିତ ଲୋକେ ପଲ୍ଲୀର କର୍ମଯୋଜନାରେ ଅଂଶଗ୍ରହଣ ନକରି ପାରିବାର କାରଣ କ’ଣ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଶିକ୍ଷିତ ଲୋକେ ପଲ୍ଲୀର କର୍ମଯୋଜନାରେ ଅଂଶଗ୍ରହଣ ନକରି ପାରିବାର କାରଣ ହେଉଛି, ସେମାନେ ପଲ୍ଲୀର ଶୃଙ୍ଖଳିତ କର୍ମଯୋଜନାରେ ନିଜକୁ ସାମିଲ୍ କରିପାରନ୍ତି ନାହିଁ । ସେମାନଙ୍କ ଭୌତିକ ଶକ୍ତିର ଓ ନୈତିକ ଶକ୍ତିର ଅଭାବ ରହିଥାଏ ।
Question ୩୦ ।
କେଉଁ ପର୍ବରେ ଦୋଳିଖେଳର ପ୍ରାଧାନ୍ୟ ଥାଏ ?
Answer: ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ପଲ୍ଲୀଭୂଇଁରେ ରଜପର୍ବରେ ଦୋଳିଖେଳର ପ୍ରାଧାନ୍ୟ ଥାଏ ।
Question ୩୧ ।
‘ରଜପର୍ବ ଶେଷ ହେବା ପରେ ନିଷ୍ଠୁର ବାସ୍ତବତା ଆସି ପଡ଼େ’- ଏକଥା ଲେଖକ କହିବାର ଉଦ୍ଦେଶ୍ୟ କ’ଣ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଶିକ୍ଷିତମାନେ କାୟକ୍ଲେଶ ଓ ଆଭିଜାତ୍ୟ ମଧ୍ୟରୁ ଆଭିଜାତ୍ୟକୁ ଅବ୍ଲକ ପସନ୍ଦ କରନ୍ତି, କାରଣ ଶିକ୍ଷିତମାନେ ଆଭିଜାତ୍ୟକୁ ଛାଡ଼ିବା ଅସମ୍ଭବ ମନେକରିଥା’ନ୍ତି । ଯେହେତୁ ଶିକ୍ଷିତମାନଙ୍କ ପକ୍ଷେ ଆଭିଜାତ୍ୟ ଛାଡ଼ିବା ସମ୍ଭବ ନୁହେଁ, ତେଣୁ ଶାରୀରିକ ଶ୍ରମ ଛାଡ଼ିବା ହିଁ
ସମ୍ଭବ ହୋଇଥାଏ ।
Question ୩୨ ।
ଶିକ୍ଷିତମାନେ କାୟକ୍ଳେଶ ଓ ଆଭିଜାତ୍ୟ ମଧ୍ୟରୁ କେଉଁଟିକୁ ଅଧ୍ବକ ପସନ୍ଦ କରନ୍ତି ଓ କାହିଁକି ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଶିକ୍ଷିତମାନେ କାୟକ୍ଲେଶ ଓ ଆଭିଜାତ୍ୟ ମଧ୍ୟରୁ ଆଭିଜାତ୍ୟକୁ ଅଧ୍ୟକ ପସନ୍ଦ କରନ୍ତି, କାରଣ ଶିକ୍ଷିତମାନେ ଆଭିଜାତ୍ୟକୁ ଛାଡ଼ିବା ଅସମ୍ଭବ ମନେକରିଥା’ନ୍ତି । ଯେହେତୁ ଶିକ୍ଷିତମାନଙ୍କ ପକ୍ଷେ ଆଭିଜାତ୍ୟ ଛାଡ଼ିବା ସମ୍ଭବ ନୁହେଁ, ତେଣୁ ଶାରୀରିକ ଶ୍ରମ ଛାଡ଼ିବା ହିଁ ସମ୍ଭବ ହୋଇଥାଏ ।
Question ୩୩ ।
କିଭଳି ଲୋକ ଜୀବନ-ଯୁଦ୍ଧରେ ଦିଗ୍ବିଜୟୀ ବୀର ବୋଲି ପରିଚିତ ହୁଏ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ମାନବର ସମସ୍ତ ନୀତିକୁ ପାଦରେ ଦଳିଦେଇ, ଊର୍ଦ୍ଧାଶ୍ଵାସରେ ଧାଇଁ ଯେ ଯେତେ ବେଶି ଧନ ଅର୍ଜନ କରିପାରେ, ସେ ସେତେ ବେଶି ଜୀବନ-ଯୁଦ୍ଧରେ ଦିଗ୍ବିଜୟୀ ବୀର ବୋଲି ପରିଚିତ ହୁଏ ।
Question ୩୪ ।
ଗ୍ରାମର ବିଦ୍ୟାର୍ଥୀମାନଙ୍କ ସମ୍ପର୍କରେ କି ପ୍ରକାର ଧାରଣା ପ୍ରଥମେ ସୃଷ୍ଟି ହୋଇଥାଏ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗ୍ରାମର ବିଦ୍ୟାର୍ଥୀମାନେ ପିତା-ମାତାଙ୍କ ଆଶାଭରସାର ସ୍ଥଳ ହୋଇଥା’ନ୍ତି ଓ ସେମାନେ ଗ୍ରାମର ବୃଦ୍ଧମାନଙ୍କର ପ୍ରଶଂସାର ପାତ୍ର ହୋଇ ଗ୍ରାମଭୂମି ମଣ୍ଡନ କରିଥା’ନ୍ତି । ସେମାନେ ଯେ ଭବିଷ୍ୟତରେ ପିତା-ମାତାଙ୍କର ଯତ୍ନ ନେବେ ଓ ଗ୍ରାମର ଉନ୍ନତି ବିଧାନ କରିବେ – ଏହି ପ୍ରକାରର ଧାରଣା ଗ୍ରାମରେ ପ୍ରଥମେ ସୃଷ୍ଟି ହୋଇଥାଏ ।
Question ୩୫ ।
ଶିକ୍ଷିତମାନଙ୍କ ଗ୍ରାମ ଛାଡ଼ି ପଳାଇଯିବା ସହ କେଉଁ ପୌରାଣିକ କଥାର ତୁଳନା କରାଯାଇଛି ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଶିକ୍ଷିତମାନଙ୍କ ଗ୍ରାମ ଛାଡ଼ି ପଳାଇଯିବା ସହ ଶ୍ରୀକୃଷ୍ଣ ଗୋପପୁର ଛାଡ଼ି ପଳାଇଯିବା କଥାର ତୁଳନା କରାଯାଇଛି ।
Question ୩୬ ।
ଶ୍ରୀକୃଷ୍ଣଙ୍କୁ ମହାଭାରତର କର୍ଣ୍ଣଧାର କୁହାଯାଇଛି କାହିଁକି ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ମହାଭାରତ ଯୁଦ୍ଧର ଅଗ୍ରଗତି ଓ ଫଳାଫଳ ଶ୍ରାକୃଷ୍ଣଙ୍କଦ୍ୱାରା ହିଁ ନିୟନ୍ତ୍ରିତ ହୋଇଥିଲା ଏଣୁ ଶ୍ରୀକୃଷ୍ଣଙ୍କୁ ମହାଭାରତର କର୍ଣ୍ଣଧାର ବୋଲି କୁହାଯାଇଛି।
Question ୩୭ ।
ଶ୍ରୀକୃଷ୍ଣଙ୍କ ବଂଶର ଶେଷ ଅବସ୍ଥା କ’ଣ ହୋଇଥିଲା ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଶ୍ରୀକୃଷ୍ଣଙ୍କ ବଂଶଧରମାନେ ପ୍ରଭାସତୀର୍ଥର ଏରକାର ବନରେ ପରସ୍ପରକୁ ହାଣି ଧ୍ୱଂସ ହୋଇଯାଇଥିଲେ ।
Question ୩୮ ।
ଭଲ ବିଶ୍ବବାସୀ କହିଲେ କ’ଣ ବୁଝାଯାଏ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଯେଉଁ ଶିକ୍ଷିତ ବ୍ୟକ୍ତି ନିଜର ମହାନୁଭବତାର ପରିକୁ ପଲ୍ଲୀଗ୍ରାମରୁ ଆରମ୍ଭ କରି ବିଶ୍ଵପର୍ଯ୍ୟନ୍ତ ପରିବ୍ୟାପ୍ତ କରିଛନ୍ତି, ସେମାନେ ଲେଖକଙ୍କର ନମସ୍ୟ । ସେଭଳି ବ୍ୟକ୍ତିଙ୍କୁ ଭଲ ଗ୍ରାମବାସୀ, ଭଲ ଓଡ଼ିଶାବାସୀ, ଭଲ ଭାରତବାସୀ ଓ ଶେଷରେ ଭଲ ବିଶ୍ଵବାସୀ ଭାବରେ ବୁଝାଯାଇଥାଏ।
ସପ୍ରସଙ୍ଗ ସରଳାର୍ଥ
Question ୩୯ ।
ସମୟ-ସ୍ରୋତରେ ନିଃସହାୟ ଶୁଷ୍କ ତୃଣ ପରି ମୁଁ ଭାସି ଚାଲିଛି ।
Answer:
ସମୟ ସ୍ରୋତରେ ……………………. ମୁଁ ଭ।ସି ଚାଲିଛି।
ପ୍ରଦତ୍ତ ଗଦ୍ୟାଶଟି ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚିତ ‘ଜନ୍ମଭୂମି’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ନିଜ ଜନ୍ମଭୂମି ସେବାରେ ନିଜକୁ ଉତ୍ସର୍ଗ କରିବାରେ ଅସାମର୍ଥ୍ୟ ପ୍ରକାଶ କରି ନିଜକୁ ସମୟ-ସ୍ରୋତରେ ଏକ ଭାସମାନ ତୃଣଖଣ୍ଡ ସହ ତୁଳନା କରିଛନ୍ତି । ପଲ୍ଲୀ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଓ ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ହୋଇଥିବା ଯୁବସମାଜର ପ୍ରତିନିଧୁଭାବେ ପ୍ରାବନ୍ଧିକ ନିଜକୁ ପରିଚିତ କରାଇଛନ୍ତି । ସଂପ୍ରତି ଜନନୀ, ଧାତ୍ରୀ ଓ ଶିକ୍ଷୟିତ୍ରୀ ଭୂମିକା ଗ୍ରହଣ କରିଥିବା ଯେଉଁ ସ୍ବର୍ଗାଦପି ଗରୀୟସୀ ଜନ୍ମଭୂମି ବ୍ୟକ୍ତିକୁ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ ଦେଇ ତା’ ବାଲ୍ୟ ଓ କୌଶୋର ଜୀବନରେ ଇନ୍ଦ୍ରଧନୁର ବର୍ଣ୍ଣାଳୀ ସୃଷ୍ଟି କରିଥିଲା, ସେହି ଜନ୍ମଭୂମି ସହ ତା’ର ସମ୍ପର୍କ ନିବିଡ଼ରୁ ନିବିଡ଼ତର ହେବା ପରିବର୍ତ୍ତେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ।
ଏହାର କାରଣ ସ୍ଵରୂପ ଲେଖକ କାଳର ଅପ୍ରତିହତ ଗତିର ପ୍ରଭାବକୁ ଦାୟୀ କରିଛନ୍ତି । କାଳ ହସ୍ତରେ କ୍ରୀଡ଼ନକ ସାଜିଛି ଆଧୁନିକ ଶିକ୍ଷିତ ସଂପ୍ରଦାୟ । ଫଳରେ ସେ ତା’ର ନିଜସ୍ଵ ସ୍ଥିତି ହରାଇ ବସିଛି । କାଳର ଅବାରିତ ସ୍ରୋତରେ ନିଃସହାୟ ଶୁଷ୍କ ତୃଣଖଣ୍ଡ ଭାସି ଚାଲିଲା ପରି ବିଳାସ ବ୍ୟସନ ତଥା ସହରୀ ଜୀବନର ରଙ୍ଗୀନ ନିଶାରେ ମସଗୁଲ୍ ରହିବାପାଇଁ ଆୟର ବହୁବିଧ ପନ୍ଥା ନିର୍ଦ୍ଧାରଣ କରିବାକୁ ସେ ସହରାଞ୍ଚଳକୁ ନିଜ କର୍ମଭୂମିଭାବେ ବାଛି ନେଇଛି । ଫଳତଃ ଇଚ୍ଛା ଥିଲେ ମଧ୍ୟ ଜନ୍ମଭୂମି ସହ ସମ୍ପର୍କ ରକ୍ଷା କରିପାରୁ ନାହିଁ । ସମାଜରେ ପ୍ରତିଷ୍ଠା ଲାଭ କରିବାକୁ ଜନ୍ମଭୂମି ପ୍ରତି ଉଦାସୀନ ହୋଇ ସହରୀ ସଭ୍ୟତାକୁ ଆପଣେଇ ନେଇଛି । ପ୍ରାବନ୍ଧିକ ଜନ୍ମଭୂମିକୁ ଫେରିଯିବାର ନୈତିକ ସାହସ ହରାଇଛନ୍ତି ବୋଲି ସ୍ବୀକାର କରିଛନ୍ତି l ପରୋକ୍ଷରେ ଜନ୍ମଭୂମି ବିମୁଖତା ଦେଶ ଓ ଦଶ ପାଇଁ କଦାପି ଶୁଭଙ୍କର ନୁହେଁ ବୋଲି ସତର୍କ କରାଇଛନ୍ତି ।
Question ୪୦ ।
ଏହା ମଧ୍ୟ ତାଙ୍କର୍ କୃତକର୍ମର ପରିଣାମ ।
Answer:
ଏହା ମଧ୍ଯ ……………… ପରିଣାମ ।
ପ୍ରୋକ୍ତ ଗଦ୍ୟାଶଟି ପ୍ରଖ୍ୟାତ ପ୍ରାବନ୍ଧିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚିତ ‘ପ୍ରବନ୍ଧ ମାନସ’ପୁସ୍ତକରୁ ସଂଗୃହୀତ ‘ଜନ୍ମଭୂମି’ ଶୀର୍ଷକ ପ୍ରବନ୍ଧବୁ ଆନାତା ଏଠାରେ ଲେଖକ ଦ୍ଵାରକାଧୀଶ, ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଜନ୍ମଭୂମି ଗୋପପୁର ପ୍ରତି ବିଶ୍ଵାସଘାତକତା ଓ ଅବହେଳାର ଭୟଙ୍କର ପରିଣାମ ଉପରେ ଆଲୋକପାତ କରିଛନ୍ତି ।
ନନ୍ଦନନ୍ଦନ ଗୋପୀନାଥ ଶ୍ରୀକୃଷ୍ଣ ତିନିଦିନକୁ କଣ୍ଟ କରି ଗୋପପୁର ଛାଡ଼ି ମଥୁରା ଆସିଥିଲେ । ମାତ୍ର ପିତାମାତା ନନ୍ଦ- ଯଶୋଦାଙ୍କର ଅନାବିଳ ବାତ୍ସଲ୍ୟ, ଗୋପାଳ ବାଳକଙ୍କ ସଙ୍ଗସୁଖ, ପ୍ରେମମୟୀ ରାଧା ଓ ଗୋପାଙ୍ଗନାମାନଙ୍କ ପବିତ୍ର ପ୍ରେମ ପ୍ରତି ବିଶ୍ୱାସଘାତକତା କରି ଆଉ ଗୋପପୁର ଫେରି ନଥିଲେ। ବିପୁଳ ରାଜ୍ୟ, ଅପରିସୀମ ବିଭବ, ଅଭ୍ରଂକଷ ପ୍ରାସାଦ, ଅଷ୍ଟପାଟବଂଶୀ ’ ଓ ଅଗଣିତ ପୁତ୍ରକନ୍ୟା ମେଳରେ, ରାଜଐଶ୍ଵର୍ଯ୍ୟ ଓ ଭୋଗବିଳାସରେ ନିମଗ୍ନ ରହି ଜନ୍ମଭୂମିକୁ ସଂପୂର୍ଣ୍ଣ ଭୁଲିଗଲେ । ମାତ୍ର ଜନ୍ମଭୂମି ପ୍ରତି ବିଶ୍ୱାସଘାତକତାଜନିତ ଅପରାଧ ପାଇଁ ତାଙ୍କ ପରି ଯୁଗାବତାରଙ୍କୁ ମଧ୍ୟ ଦଣ୍ଡ ଭୋଗ କରିବାକୁ ପଡ଼ିଥିଲା । ତାଙ୍କ ବିଶାଳ ଦ୍ଵାରକା ରାଜପ୍ରାସାଦ ଅତଳ ଜଳଧୂ ଗର୍ଭରେ ବିଲୀନ ହେଲା, ତାଙ୍କ ମଦ୍ୟପ ବଂଶ ଗୋଷ୍ଠୀ ପ୍ରଭାସ ତୀର୍ଥର ଏରକାର ବନରେ ନିଶାସକ୍ତଭାବେ ପରସ୍ପର ମଧ୍ୟରେ ହଣାହଣି ହୋଇ ଧ୍ବସ୍ତ ହୋଇଗଲେ । ଶେଷରେ ମହାଭାରତ ମହାସମରର ମହାନାୟକ ଶ୍ରୀକୃଷ୍ଣ ଶିଆଳି ଲତିକାର ଦୋଳିରେ ବିଶ୍ରାମରତ ଥିବାବେଳେ ବ୍ୟାଧର ଲୌହ ଶରାଘାତରେ ପ୍ରାଣ ବିସର୍ଜନ କଲେ । ପ୍ରତି ଅବିଚାର ଓ ବିଶ୍ବାସଘାତକତାର ଫଳସ୍ବରୂପ ତାଙ୍କର ଏତାଦୃଶ ବିନାଶ ହେଲା ବୋଲି କହି ପ୍ରାବନ୍ଧିକ ପଲ୍ଲୀବିମୁଖ ଶିକ୍ଷିତ ସମାଜକୁ ସତର୍କ କରାଇ ଦେଇଛନ୍ତି ।
Question ୪୧ ।
ଏମାନେ ପୁଷିତ ପଳାଶବନରେ ଦେଖନ୍ତି ବିଦ୍ରୋହର ବହ୍ନି, ସ୍ଥଳପଦ୍ମରେ ଦେଖନ୍ତି ଆହବର ରକ୍ତ ଓ ଆନତ ଦେଖନ୍ତି ଅନାଗତ ଯୁଗର ରକ୍ତକେତନ ।
Answer:
ସେମାନେ ପୁଷ୍ଟିତ ପଳାଶ ……………. ରକ୍ତକେତନା
ପ୍ରଦତ୍ତ ପଦ୍ୟାଂଶଟି ଉଃ କୃଷ୍ଣଚନ୍ଦ୍ର ପାଣିଗ୍ରାହାଙ୍କ ‘ପ୍ରପ୍ତନ୍ଧ ମାନସ’ ପୁସ୍ତକରୁ ‘ଜନ୍ନଭୂମି’ ଣାର୍ଷକ ପ୍ରବନ୍ଧରୁ ଆନାତା ଏଠାରେ ଲେଖକ ଗ୍ରାମର ଅଶକ୍ଷତ ଯୁବକମାନଙ୍କଠାରେ ପରିଦୃଷ୍ଠ ସଂକାର୍ଣ୍ଣି ରାଜନୀତ ତଥା ରାଜନାତ ପ୍ରଭାବରେ ସେମାନଙ୍କ କଳୁଷିତ ମାନସିକତା ଉପରେ ଆଲୋକପାତ କରିଛନ୍ତି ।
ସଂପ୍ରତି ପଲ୍ଲୀର ଶାନ୍ତ, ସୁସ୍ଥ, ସାଂସ୍କୃତିକ ତଥା ସାମାଜିକ ପରିବେଶରାଜନୈତିକ ନେତୃବୃନ୍ଦଙ୍କ ହାତବାରିସି ସାଜିଥିବା ଅଶିକ୍ଷିତ ଓ ଅର୍ଦଶିକ୍ଷିତ ଯୁବକମାନଙ୍କ ସଂକୀର୍ଣ ସ୍ଵାର୍ଥକୈନ୍ଦ୍ରିକ ଚିନ୍ତାଧାରାରେ କଳୁଷିତ ହେବାରେ ଲାଗିଛି । ସେହି ଯୁବକମାନଙ୍କ ମଧ୍ୟରୁ କେହି କଂଗ୍ରେସୀ, କେହି ଗଣତନ୍ତ୍ରୀ, କେହି ସୋସିଆଲିଷ୍ଟ ବା କେହି କମ୍ୟୁନିଷ୍ଟ ଆଦି ଦଳର ମତବାଦଦ୍ଵାରା ପ୍ରଭାବିତ ହୋଇ ଦଳୀୟ ନେତାମାନଙ୍କର ଅନ୍ଧ ସମର୍ଥକ ସାଜିଛନ୍ତି । ପଲ୍ଲୀର ଅନୁପମ ପ୍ରାକୃତିକ ଶୋଭା ସେମାନଙ୍କୁ ବିପ୍ଲବ, ରକ୍ତପାତ, ଯୁଦ୍ଧ ଓ ସଂଗ୍ରାମର ବିଭୀଷିକା ପ୍ରାୟ ପ୍ରତୀୟମାନ ହେଉଛି । ସଂକୀର୍ୟ ରାଜନୀତିର ବିଷ ପ୍ରଭାବରେ ସେମାନଙ୍କ ମାନସିକତା ଏପରି କଳୁଷିତ ହୋଇଉଠିଛି ଯେ ସେମାନଙ୍କ ସହ ପଲ୍ଲୀର ମନୋରମ ରୂପମାଧୁରୀ ଉପଭୋଗ କରିବା ସମ୍ଭବ ହୋଇପାରୁ ନାହିଁ । ପୁଷିତ ପଳାଶ ବନର ଲାଲିମା ସେମାନଙ୍କୁ ବିଦ୍ରୋହର ଅଗ୍ନିଶିଖା, ସ୍ଥଳପଦ୍ମର ସୁଷମା ଯୁଦ୍ଧଭୂମିର ରକ୍ତାକ୍ତ ଦୃଶ୍ୟ ଓ କୃଷ୍ଣଚୂଡ଼ାର ମାଧୁରିମା ଅନାଗତ ଯୁଗର ରକ୍ତବର୍ତ୍ତୀ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୪୨ ।
ପଲ୍ଲୀକୋଳକୁ ଫେରିଯିବାର ତାଙ୍କର ନୈତିକ ସାହସ ନାହିଁ ବୋଲି ଲେଖକ୍ କାହିଁକି କହିଛନ୍ତି ?[2014(A) କିମ୍ବା, ନିଜର ଜନ୍ମମାଟି ପଲ୍ଲୀକୁ ଯିବା ନିମନ୍ତେ ପ୍ରାବନ୍ଧିକ କାହିଁକି ଅସହାୟତା ପ୍ରକାଶ କରିଛନ୍ତି ତାହା ପଠିତ ପ୍ରବନ୍ଧ
Answer:
ପ୍ରାବନ୍ଧିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଆଧୁନିକ ପ୍ରବନ୍ଧ ସାହିତ୍ୟରେ ଜଣେ ସୁପରିଚିତ ତଥା ସୁପ୍ରତିଷ୍ଠିତ ପ୍ରତିଭା । ଜାବନର ଅନ୍ତିରଙ୍ଗ ସ୍ପର୍ଶଦେଇ ସେ ଓଡ଼ିଶାର ଚିତ୍ର – ଚରିତ୍ର – ଘଟଣାକୁ ରୂପ ପ୍ରଦାନ କରିଛନ୍ତିା ତାଙ୍କ ସାରସ୍ଵତ କୃତିଗୁଡିକ ମଧ୍ୟରେ ‘ଇତିହାସ ଓ କିମ୍ବଦନ୍ତୀ’, ‘ପ୍ରବନ୍ଧ ମାନସ’, ‘ସାରଳା ମହାଭାରତରେ ଐତିହାସିକ ଚିତ୍ର’ ଓ ‘ମୋ ସମୟର ଓଡ଼ିଶା’ ଇତ୍ୟାଦି ପ୍ରାବନ୍ଧିକଙ୍କ ଅନନ୍ୟସାଧାରଣ ପ୍ରତିଭାର ପରିଚାୟକା ପ୍ରବନ୍ଧ ‘ଜନ୍ମଭୂମି’ ଲେଖକଙ୍କ ‘ପ୍ରବନ୍ଧ ମାନସ’ ପୁସ୍ତକରୁ ସଂଗୃହୀତ । ଚାଲ୍ଲା କି ରାମାୟଣରେ ଶ୍ରୀରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ଲକ୍ଷ୍ମଣଙ୍କୁ କହିଥ୍ ଲେ
‘ଅପି ସ୍ଵର୍ଣ୍ଣମୟୀ ଲଙ୍କା ଲକ୍ଷ୍ମଣ ନ ମେ ରୋଚତେ,
ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ।’’
ଯୁଗେ ଯୁଗେ ଜନ୍ମଭୂମିର ମହତ୍ତ୍ବ ପରିକୀର୍ତିତ ହୋଇଆସିଛି । କିନ୍ତୁ ପରିତାପର ବିଷୟ, ଆଜିର ଶିକ୍ଷିତ ସମାଜ ସେହି ଜନ୍ମିଭୂମି ପଲ୍ଲାଗ୍ରାମ ପ୍ରତି ବାତସୃହା
ପ୍ରାବନ୍ଧିକ ଉଃ ପାଣିଗ୍ରାହା ‘ଜନ୍ମଭୂମି’ ପ୍ରବନ୍ଧରେ ସଂପ୍ରତି ଶିକ୍ଷିତ ମଧ୍ୟରେ ପରିଦୃଷ୍ଟ ପଲ୍ଲବି ମୁଖତା ତଥା ସହରାଭିମୁଖା ମାନସିକତାକୁ ସ୍ଵଅଭିଜ୍ଞତା ସହ ସମ୍ପର୍କୀକୃତ କରାଇଛନ୍ତି । ନିଜକୁ ଶିକ୍ଷିତ ତଥା ଅଭିଜାତ ଗୋଷ୍ଠୀର ପ୍ରତିନିଧୁଭାବେ ବିବେଚନା କରି ଜନ୍ମଭୂମି ପ୍ରତି ନିଜ ନୈତିକ କର୍ଭବ୍ୟରୁ ସେ ବିଚ୍ୟୁତ ହୋଇଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ନିଜ ଜନ୍ମସ୍ଥାନ ପଲ୍ଲୀଭୂମିକୋଳକୁ ଫେରିଆସିବାପାଇଁ ନୈତିକ ସାହାସ ସଞ୍ଚୟ କରିବାରୁ ନାହାନ୍ତି ବୋଲି ଗର୍ଭାର ଅନୁତାପ ଓ ଅନୁଶୋଚନା ମଧ୍ୟରେ
ତାଙ୍କ ମନ ବିଷାଦିତ ହୋଇଉଠିଛି । ଏହା ଲେଖକଙ୍କ ବ୍ୟକ୍ତିଗତ ସମସ୍ୟା ନୁହେଁ । ଲେଖକଙ୍କ ମୁଗ୍ଧ ଅନୁଭବରେ ପ୍ରତିଫଳିତ ହୁଏ ସମାଜର ବାସ୍ତବ ଚିତ୍ର । ଏ ସମସ୍ୟା ସମଗ୍ର ଶିକ୍ଷିତ ସମାଜର ସମସ୍ୟା । ପ୍ରଚଳିତ ପାଶ୍ଚାତ୍ୟମୁଖୀ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଆଧୁନିକ ଶିକ୍ଷିତ ଗୋଷ୍ଠୀ ନିଜର ସମସ୍ତ ମାନବିକତାକୁ ଉତ୍ସର୍ଗ କରି ନିଜ ଜନ୍ମଭୂମିକୁ ବିସ୍ମ ତ ହେଉଛନ୍ତି । ଶିକ୍ଷା ସମାପ୍ତି ପରେ ସତେଯେପରି ସେମାନେ ପୁନର୍ଜନ୍ମ ଲାଭ କରୁଛନ୍ତି । ଆବଶ୍ୟକବେଳେ କିଛି ଅର୍ଥଦାନ କରି ଜନ୍ମଭୂମି ପ୍ରତି ନିଜ କର୍ତ୍ତବ୍ୟ ଶେଷ ହୋଇଛି ବୋଲି ସେମାନେ ତୃପ୍ତିଲାଭ କରୁଛନ୍ତି । ଅଥଚ ଜନ୍ମଭୂମି ସହ ନିଜକୁ ବିଜଡ଼ିତ କରି ପଲ୍ଲୀର ସୁଖ ଦୁଃଖରେ ଅଂଶୀଦାର – ହେବାକୁ ଇଚ୍ଛାପ୍ରକାଶ କରୁନାହାନ୍ତି । ପ୍ରାବନ୍ଧିକ ଜନ୍ମଭୂମି ପ୍ରତି ନିଜ କର୍ତ୍ତବ୍ୟ ସମ୍ପାଦନ କରିବାରେ ଅସହାୟତା ପ୍ରକାଶ କରି କହିଛିନ୍ତି-
‘‘ସମୟ ସ୍ରୋତରେ ନିଃସହାୟ ଶୁଷ୍କ ତୃଣପରି ମୁଁ ଭାସି ଚାଲିଛି ।’’
ମାତୃଗର୍ଭରୁ ପଡ଼ି ଯେଉଁଠାରେ ସେ ପ୍ରଥମେ ଭୂମି ସ୍ପର୍ଶ କରିଥିଲେ, ଯେଉଁଠାରେ ପାଇଥିଲେ ରୂପ, ରସ, ଗନ୍ଧ, ପ୍ରଥମ ପରିଚୟ, ସେହି ପଲ୍ଲୀଗ୍ରାମ ପ୍ରତି ବୟଃପ୍ରାପ୍ତି ପରେ ସମ୍ପର୍କର ନିବିଡ଼ତା ଘନିଷ୍ଠତର ହେବା ପରିବର୍ତ୍ତେ ସମ୍ବନ୍ଧ କ୍ରମଶଃ ଛିନ୍ନ ହେବାରେ ଲାଗିଛି । ଏଥିପାଇଁ ବହୁ କାରଣ ଦର୍ଶାଇଥିଲେ ମଧ୍ୟ ପ୍ରାବନ୍ଧିକ ନିଜକୁ ଅପରାଧୀ ଭାବେ ବିବେଚନା କରିଛନ୍ତି । ମହାନୁଭବତାର ପରିଧକୁ ଜିଲ୍ଲା ଗ୍ରାମରୁ ଆରମ୍ଭକରି ସମଗ୍ର ବିଶ୍ଵ ପରିବ୍ୟାପ୍ତ କରାଇଥ୍ବା ଶିକ୍ଷିତ ବ୍ୟକ୍ତିଙ୍କୁ ନମସ୍ୟ ଭାବେ ବର୍ଣ୍ଣନା କରିଛନ୍ତି ସେ ।
ପ୍ରାବନ୍ଧିକଙ୍କ ମତରେ ନିଜ ପଲ୍ଲାଗ୍ରାମରେ ଗଢିଉଠିଥିବା ଏକପରିବାରଦ୍ବ ପରମ୍ପରା ସହ ସେ ନିଜକୁ ଏବେ ସାମିଲ କରିପାରୁ ନାହାନ୍ତି । ସାର ମାଉସୀ କି ଗୋବିନ୍ଦ ଭାଇଙ୍କ ବ୍ୟବହାରରେ ପ୍ରାବନ୍ଧିକ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି । ନବାଗତ ଅତିଥିଙ୍କଦ୍ୱାରା ପରିପୂର୍ଣ୍ଣ ଗ୍ରାମର ଶୀର୍ଶ, ମଳିନ, ଉଲଗ୍ନ ଶିଶୁମାନେ ତାଙ୍କୁ ଆଫ୍ରିକାରୁ ନବାଗତ ଜେବ୍ରା ବା ଜିରାଫ ପରି ଚାହିଁ ରହନ୍ତି । ଗ୍ରାମବାସୀଙ୍କ ମଧ୍ୟରୁ ଚାକିରି ପାଇ ନଥିବା ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବକମାନେ କୌଣସି ନା କୌଣସି ରାଜନୈତିକ ଦଳର ଅନ୍ଧ ସମର୍ଥକ ସାଜିବା ଫଳରେ ସେମାନଙ୍କ ମାନସିକତାରେ ଏକ ପ୍ରକାର ପରିବର୍ତ୍ତନ ପରିଲକ୍ଷିତ ହେଉଛି । ପ୍ରତ୍ୟେକ ବିଷୟରେ ରଚନାତ୍ମକ ଦିଗ ପ୍ରତି ଆଖୁ ବୁଜିଦେଇ ଏମାନେ ଏହାର ଧ୍ଵଂସାତ୍ମକ ଦିଗଟିକୁ ହିଁ ଦେଖୁଛନ୍ତି । ପ୍ରାବନ୍ଧିକଙ୍କ ଭାଷାରେ –
‘ଏମାନେ ପୁଷିତ ପଳାଶ ବନରେ ଦେଖନ୍ତି ବିଦ୍ରୋହର ବହ୍ନି, ସ୍ଥଳ-ପଦ୍ମରେ ଦେଖନ୍ତି ଆହବର ରକ୍ତ ଓ ଆନତ କୃଷ୍ଣଚୂଡ଼ାରେ ଦେଖନ୍ତି ଅନାଗତ ଯୁଗର ରକ୍ତ କେତନ ।’’ ଗ୍ରାମର ଶୃଙ୍ଖଳିତ କର୍ମ ଯୋଜନାରେ ମଧ୍ୟ ଲେଖକ ନିଜକୁ ଖାପ ଖୁଆଇବାକୁ ଅସମର୍ଥ । ଶାରୀରିକ ଶକ୍ତିର ଅଭାବ ନଥିଲେ ମଧ୍ୟ ଏଥିପାଇଁ ନିଜ ନୈତିକ ବଳ ନଥିବାର ଅନୁଭବ କରିଛନ୍ତି ସେ । ଏଣୁ ସେ ମନ ଓ କର୍ମରେ ଜନ୍ମଭୂମିଠାରୁ ବିଚ୍ୟୁତ।
ସମୟର ଗଡାଳିକା ପ୍ରବାହରେ ଭାସିଯାଉଥିବା ଅନୁଭବ କରି ତାଙ୍କ ଭଳି ଶିକ୍ଷିତ ସହରାଭିମୁଖୀ ଯୁବକ ଗୋଷ୍ଠୀ ନିଜକୁ ଅଭିଜାତ ଶ୍ରେଣୀଭୁକ୍ତ କରି ଶାରୀରିକ କ୍ଳେଶଯୁକ୍ତ ଗ୍ରାମ୍ୟଜୀବନ ପ୍ରତି ବୀତସ୍ପୃହ ହୋଇଉଠୁଛନ୍ତି । ଏହି ଶିକ୍ଷିତ ପଲ୍ଲୀ ସନ୍ତାନମାନଙ୍କ ଉପରେ ସେମାନଙ୍କ ପିତାମାତା ତଥା ଗ୍ରାମବାସୀ ପଲ୍ଲୀର ଉନ୍ନତିକଵେ ଗଢ଼ି ତୋଳିଥିବା ଆଶାସୌଧ ଅମାନବିକତାର ଧକ୍କାରେ ଟଳି ପଡ଼ିଛି । ପଲ୍ଲୀ ଜନନୀ ଆଜି ତା’ର ଶିକ୍ଷିତ ସନ୍ତାନମାନଙ୍କୁ ହରାଇ ବସିଛି । ପରୋକ୍ଷରେ ପ୍ରାବନ୍ଧିକ ସ୍ବର୍ଗାଦପି ଗରୀୟସୀ ଜନ୍ମଭୂମି ପ୍ରତି ଆଜିର ଶିକ୍ଷିତ ସମାଜର ବିମୁଖତାର ଦୃଢ଼ ନିନ୍ଦା କରିଛନ୍ତି ।
Question ୪୩।
ଗ୍ରାମରେ ଦେଖାଯାଉଥିବା ଏକପରିବାରତ୍ଵ ପରମ୍ପରା ସମ୍ପର୍କରେ ପଠିତ ପ୍ରବନ୍ଧକୁ ଭିତ୍ତି କରି ବର୍ଣ୍ଣନା କର । କିମ୍ବା, ‘ଆତ୍ମୀୟତା ଥୁଲା ଗ୍ରାମ୍ୟ ସଭ୍ୟତାରେ’ – ‘ଜନ୍ମଭୂମି’ ପ୍ରବନ୍ଧ ଆଧାରରେ ଏହି ଉକ୍ତିଟିର ଯାଥାର୍ଯ୍ୟ ପ୍ରତିପାଦନ କର ।
Answer:
ପ୍ରଖ୍ୟାତ ପ୍ରାବନ୍ଧିକ, ବିଜ୍ଞ ପ୍ରତ୍ନତାତ୍ତ୍ୱିକ ଗବେଷକ ତଥା ପ୍ରସିଦ୍ଧ ଐତିହାସିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓଡ଼ିଆ ସାହିତ୍ୟରେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ । ତାଙ୍କ ପ୍ରବନ୍ଧଗୁଡ଼ିକରେ ସତ୍ୟ ଓ ତଥ୍ୟର ସୁମଧୁର ସମନ୍ବୟ, ଅକାଟ୍ୟ ଯୁକ୍ତି ତଥା ମନ୍ଦ୍ରଗମ୍ଭୀର ଭାଷା ତାଙ୍କ ରଚନାକୁ ଅନୁପମ ମର୍ଯ୍ୟାଦା ପ୍ରଦାନ କରିଛି । ତାଙ୍କ ସାରସ୍ବତ କୃତିଗୁଡ଼ିକ ମଧ୍ୟରେ ‘ପ୍ରବନ୍ଧ ମାନସ’, ‘ଇତିହାସ ଓ କିମ୍ବଦନ୍ତୀ’, ‘ସାରଳା ମହାଭାରତରେ ଐତିହାସିକ ଚିତ୍ର’ ଓ ଆତ୍ମଜୀବନୀ ‘ମୋ ସମୟର ଓଡ଼ିଶା’ ଲେଖକଙ୍କ ଅସାଧାରଣ ପ୍ରତିଭାର ପରିଚାୟକା
ପ୍ରାବନ୍ଧିକଙ୍କ ‘ଜନ୍ମଭୂମି’ ଶୀର୍ଷକ ପ୍ରବନ୍ଧ ସ୍ୱରଚିତ ‘ପ୍ରବନ୍ଧ ମାନସ ରୁ ସଂଗୃହୀତ ଯେଉଁଥରେ ସେ ଜନ୍ମଭୂମିର ପ୍ରକୃତ ଅର୍ଥ ସନ୍ଧାନ ପୂର୍ବକ ନିଜ ପଲ୍ଲୀ ଜନ୍ମମାଟିର ଅନନ୍ୟ ମହତ୍ତ୍ବ ଦର୍ଶାଇଛନ୍ତି । ‘ବସୁଧୈବ କୁଟୁମ୍ବକମ୍’ ମହାବାଣୀ ଉପରେ ଆଧାରିତ ପ୍ରବନ୍ଧଟି ଲେଖକଙ୍କ ଜନ୍ମଭୂମି ପ୍ରତି ଅନ୍ତରର ଗଭୀର ଅନୁରାଗର ବାଙ୍ମୟ ପରିପ୍ରକାଶ । ଶତ ବାଲ୍ୟସ୍ଥ ତିଦ୍ୱାରା ପବିତ୍ରିତ ତାଙ୍କ ଅନୁଭୂତିର ଶାବଲ୍ୟରେ ପ୍ରବନ୍ଧଟି ରମ୍ୟ ଓ ମନୋଜ୍ଞ, ଯେଉଁଥରେ ପ୍ରାବନ୍ଧିକଙ୍କ ଗଭୀର ମାତୃଭୂମି ପ୍ରୀତି, ପ୍ରଚଣ୍ଡ ଦେଶାତ୍ମବୋଧ ତଥା ଉଦାର ମାନବିକତାର ସ୍ଵର ସ୍ବାକ୍ଷର ସ୍ପଷ୍ଟ ପ୍ରତିଭାତ ହୋଇଛି ।
ଜୀବନର ସମସ୍ତ ସୌଭାଗ୍ଯ ଓ ସମୃଦ୍ଧି ସତ୍ତ୍ଵେ ପ୍ରାବନ୍ଧିକ ଡଃ ପାଣିଗ୍ରାହୀ ଜନ୍ମଭୂମିର ମମତାସିକ୍ତ ସ୍ମୃତି ଓ ଅନୁଭୂତିକୁ ବିସ୍ମରି ନାହାନ୍ତି । ସେହି ସ୍ମୃତିର କେତୋଟି ସ୍ନିଗ୍ଧ ମୁହୂର୍ଭର୍ ରୋମନ୍ଥନ କରିଛନ୍ତି ‘ଜନ୍ମଭୂମି’ ପ୍ରବନ୍ଧରେ । ରାଶି ରାଶି ଶାଳତରୁ ମଧ୍ୟରେ ତଟିନୀ-ବେଷ୍ଟିତ ଭଞ୍ଜ-କୀର୍ତ୍ତି କିରୀଟିନୀ ମୟୂରଭଞ୍ଜର ଖୁଚିଂ ହେଉଛି ଲେଖକଙ୍କ ଜନ୍ମଭୂମି । ମାତୃଗର୍ଭରୁ ଭୂମିଷ୍ଠ ହୋଇ ସେହି ପଲ୍ଲୀ ଗ୍ରାମରେ ସେ ପାଇଥିଲେ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ । ମାତା, ଧାତ୍ରୀ, ଶିକ୍ଷୟିତ୍ରୀ ପରି ସେହି ଜନ୍ମଭୂମି ତାଙ୍କୁ ଶୈଶବରୁ କୈଶୋର ପର୍ଯ୍ୟନ୍ତ ଦେଇ ଆସିଥିଲା ଅଯାଚିତ ସାହଚର୍ଯ୍ୟ । ମାତ୍ର ଉଚ୍ଚଶିକ୍ଷା ପ୍ରାପ୍ତି ପରେ ସହରାଞ୍ଚଳ ହିଁ ତାଙ୍କ କର୍ମଭୂମି ହୋଇଥିଲା । କ୍ରମେ ଜନ୍ମମାଟି ପଲ୍ଲୀଗ୍ରାମ ସହ ତାଙ୍କର ସମ୍ପର୍କ କ୍ଷୀଣରୁ କ୍ଷୀଣତର ହେବାକୁ ଲାଗିଲା। ଏପରିକି ପରବର୍ତୀ ସମୟରେ ସେଠାକୁ ଫେରିଯିବାକୁ ନିଜ ନୈତିକ ସାହସ ହରାଇ ବସିଛନ୍ତି ସେ । କିନ୍ତୁ ନିଜ ଜନ୍ମଭୂମି ପଲ୍ଲୀ ଗ୍ରାମର ସମସ୍ତ ସ୍କତି ତାଙ୍କ ମାନସପଟରେ ବାରମ୍ବାର ଉଦ୍ଭାସିତ ହୋଇଛି।
ପଲ୍ଲାଗ୍ରାମର ଲୋକମାନଙ୍କ ମଧ୍ୟରେ ଏକ ନିଆରା ସାମାଜିକ ସମ୍ପର୍କ ଗଢ଼ି ତ୍ତଠିଥାଏ। ସମସ୍ତ ନରନାରାଙ୍କ ମଧ୍ୟରେ ଗଢ଼ିଉଠିଥାଏ ଏକପରିବାରତ୍ଵର ପରମ୍ପରା । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସେମାନେ ଗୋଟିଏ ପରିବାରର ସଦସ୍ୟ ପରି ପାରସ୍ପରିକ ସ୍ନେହ, ସୌହାର୍ଘ୍ୟ, ସମ୍ପର୍କ ଓ ସହଯୋଗ ମଧ୍ଯରେ ବସବାସ କରନ୍ତି । ସମ୍ପତ୍ତିବାଡ଼ି ସମ୍ପର୍କିତ ଅଥବା ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ରକରି ପୃଷ୍ଠ ବାଦବିସମ୍ବାଦ ସତ୍ତ୍ ସେମାନେ ଶାନ୍ତିପୂର୍ଣ୍ଣ ସହାବସ୍ଥରିକ ଓ ପାରସ୍ପରିକ ବୁଝ।ମଶା ନାତିରେ ବିଶ୍ଵାସ କରିଥା’ନ୍ତି । ରକ୍ତଗତ ସମ୍ପର୍କ ନଥିଲେ ମଧ୍ୟ କେହି ଭାଇ, କେହି ଭଉଣୀ କେହି କକା ବା ଖୁଡ଼ୀ ଇତ୍ୟାଦି ଭାବେ ସମସ୍ତ ଗ୍ରାମବାସୀ ପରସ୍ପର ମଧ୍ୟରେ ପରିଚିତ ହୋଇଥାନ୍ତି ।
‘ଆଖୁ ଦୂର, ମନରୁ ଦୂର ନ୍ୟାୟରେ ପ୍ରାବନ୍ଧିକଙ୍କର ଗ୍ରାମବାସୀଙ୍କ ସହ ଏ ସମ୍ପର୍କ କ୍ରମେ ଦୂରେଇ ଯାଇଛି । ପ୍ରାବନ୍ଧିକ ଅନୁଭବ କରିଛନ୍ତି ଯେ ଗ୍ରାମଟିଯାକର ଭାଇ-ଭଉଣୀ, କକା-ଖୁଡ଼ୀ, ମାମୁ- ମାଈଁ, ମଉସା -ମାଉସୀ ଇତ୍ୟାଦି ସବୁ ପର ହୋଇଗଲେଣି। ଗ୍ରାମବାସୀଙ୍କ ମଧ୍ୟରେ ରହିଥିବା ଏହି ମଧୁର ସମ୍ବନ୍ଧ କ୍ରମେ ବିଲୁପ୍ତ ହେବାକୁ ଲାଗିଲାଣି । ଗ୍ରାମମୁଣ୍ଡରେ ମମତାବୋଳା ଆଦର ସମ୍ବୋଧନରେ ପରିବର୍ତ୍ତନ ଲକ୍ଷ୍ୟକରିଛନ୍ତି ପ୍ରାବନ୍ଧିକ । ଗ୍ରାମମଝିରେ ଆଜୀବନ ଅକର୍ମା ଓ ଅବିବାହିତ ରହିଥିବା ଗୋବିନ୍ଦ ଭାଇ ଏବେ ଆଉ ଲେଖକଙ୍କୁ ‘ମନବୋଧ ଚଉତିଶା’ ବ୍ୟାଖ୍ୟା କରି ଶୁଣାଇବାକୁ ସାହସ କରିପାରୁନାହିଁ । ପ୍ରାବନ୍ଧିକଙ୍କ ଭାଷାରେ-
‘ଆଜି ମୁଁ ଶତଚେଷ୍ଟା କଲେ ମଧ୍ୟ ତା’ର ପୂର୍ବ ପ୍ରତ୍ୟୟ ଫେରିପାଏ ନାହିଁ ।’’
ଗ୍ରାମବାସାମାନେ ମୁଖ୍ୟତଃ କୃଷିଜାବା ହୋଇଥ୍ବାରୁ ସେମାନଙ୍କ ମଧ୍ୟରେ ଶ୍ରମକିନ୍ଦ୍ରିକ ପାରସ୍ଥଗିକ ସହଯୋଗ ଓ କୃଷିଭିତ୍ତିକ ସାହଚର୍ଯ୍ୟ ସେମାନଙ୍କୁ ଏକପରିବାରତ୍ନ ପରମ୍ପରା ମଧ୍ୟରେ ବାନ୍ଧିରଖୁଥାଏ । ନିଦାଘର ନିରାଟ ଝାଞ୍ଜିରେ, ଆଷାଢ଼ର ବାରିପାତରେ, ହେମନ୍ତର କାକରରେ ବା ଶୀତର କାଲୁଆ ପବନରେ କ୍ଷେତବାଡ଼ିରେ କର୍ମରତ ରହି ସେମାନଙ୍କ ପରସ୍ପର ସହ ଏକପରିବାର ଭଳି ଘନିଷ୍ଠ ହୋଇଥା’ନ୍ତି । ପଲ୍ଲୀବାସୀଙ୍କ ନିତ୍ୟନୈମିତ୍ତିକ କର୍ମଯୋଜନାରେ ନିଜକୁ ସାମିଲ୍ କରିବାରେ ଅକ୍ଷମ ପ୍ରାବନ୍ଧିକ ନିଜେ ମଧ୍ୟ ନୈତିକ ଶକ୍ତିର ଅନୁଭବ କରିଛିନ୍ତି। ସୁହର ସହରରେ ରହି ଗ୍ରାମବାସୀମାନଙ୍କର ସେହି ଆମ୍ବାୟତାର ନିବିଡ଼ ବନ୍ଧନକୁ ମାନସ ପଟରେ ଅଙ୍କନ କରିଛନ୍ତି । ମାତ୍ର କେବଳ ନିଜ ମୁଗ୍ଧ ଅନୁଭବରେ ପଲ୍ଲୀବାସୀଙ୍କ ସହ ବିତାଇଥବା ଦିନ କେତୋଟିର ସୁମଧୁର ସ୍କତି ରୋମନ୍ଥିନ କରିଛନ୍ତି।
Question ୪୪ ।
ମନୁଷ୍ୟକୁ ବହୁ ପରିମାଣରେ ପରମ୍ପରାର ଦାସ ବୋଲି କହିବାର ଯଥାର୍ଥତା କ’ଣ ? . କିମ୍ବା, ମନୁଷ୍ୟ ଯୁକ୍ତିବାଦୀ ଜୀବ ହେଲେ ମଧ୍ୟ ସେ ବହୁ ପରିମାଣରେ ଗତାନୁଗତିକତାର ଦାସ– ଉକ୍ତିଟିର ସତ୍ୟତା ପଠିତ ପ୍ରବନ୍ଧାନୁସରଣରେ ପ୍ରତିପାଦନ କର ।
Answer:
ପ୍ରଥଯଶ ପ୍ରାବନ୍ଧିକ, ସଫଳ ଗବେଷକ, ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ତଥା ଉଚ୍ଚକୋଟୀର ଐତିହାସିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଥୁଲେ ଅନନ୍ୟ ବହୁମୁଖୀ ପ୍ରତିଭାର ଅଧିକାରୀ । ସମୁନ୍ନତ ଭାଷା, ଉନ୍ନତ ମାର୍ଜିତ ଶୈଳୀ ଓ ରସାଳ ଭାବଧାରା ମାଧ୍ୟମରେ ପ୍ରାଣସ୍ଥର୍ଶା ତଥା ବାସ୍ତବଧର୍ମା ପ୍ରବନ୍ଧ ରଚନା ଲେଖକଙ୍କ ସୃଷ୍ଟିର ସ୍ୱାତନ୍ତ୍ୟା ତାଙ୍କ ସାରସ୍ବତ କୃତିଗୁଡ଼ିକ ମଧ୍ୟରେ ‘ପ୍ରବନ୍ଧ ମାନସ’, ‘ମୋ ସମୟର ଓଡ଼ିଶା’, ‘ଇତିହାସ ଓ କିମ୍ବଦନ୍ତୀ’, ‘ସାରଳା ମହାଭାରତରେ ଐତିହାସିକ ଚିତ୍ର ’ ଆଦି ପୁସ୍ତକ ପ୍ରାବକ୍ଷିକଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାର ନିଦର୍ଶନା
ଆଲୋଚ୍ୟ ପ୍ରବନ୍ଧ ‘ଜନ୍ମଭୂମି’ ଲେଖକଙ୍କ ‘ପ୍ରବନ୍ଧ ମାନସ’ ପୁସ୍ତକରୁ ସଂଗୃହୀତ ଯେଉଁଥରେ ପ୍ରାବନ୍ଧିକଙ୍କ ପଲ୍ଲୀପ୍ରୀତି, ଦେଶାତ୍ମବୋଧ ଓ ଉଦାର ମାନବିକତା ସରଳ ଗଦ୍ୟଶୈଳୀ ମଧ୍ଯରେ ଅଭିବ୍ୟକ୍ତି ଲାଭ କରିଛି । ଗତାନୁଗତିକତା ତଥା ପରମ୍ପରାର ଦାସ ସାଜିଥିବା ପାଶ୍ଚାତ୍ୟ ସଭ୍ୟତାପ୍ରେମୀ ଶିକ୍ଷିତ ବ୍ୟକ୍ତିମାନଙ୍କର ପଲ୍ଲୀବିମୁଖତାର କାରଣ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ମୁଦୁ ଅପେକ୍ଷା ମାଧ୍ୟମରେ ଜନ୍ମଭୂମି ପ୍ରତି ଅନୁରାଗ ସୃଷ୍ଟି କରିବାହିଁ ପ୍ରବନ୍ଧର ଉପଜୀବ୍ୟ ବସ୍ତୁ ।
‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ।’’
ଜନ୍ମସ୍ଥାନର ମାଧୁରିମାମୟ କୋଳ ହିଁ ମନୁଷ୍ୟର ଈପ୍ସିତ ସ୍ବର୍ଗ । ପ୍ରତ୍ୟେକ ବ୍ୟକ୍ତିର ଶିଶୁପ୍ରାଣକୁ ପଲ୍ଲୀର ଫୁଲ-ଫଳ, ଶାକ-ତଣ୍ଡୁଳ ପରିପୁଷ୍ଟ କରିଥାଏ। ପଲ୍ଲୀଭୂମି ହିଁ ମାତା, ଧାତ୍ରୀ, ଶିକ୍ଷୟିତ୍ରୀ ରୂପେ ତାକୁ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ ପ୍ରଦାନ କରେ । ସେହି ପଲ୍ଲୀଜନନୀ ତା’ପାଇଁ ଚିର ପୂଜ୍ୟ, ଚିର ନମସ୍ୟା ଓ ବନ୍ଦନୀୟା । ପରବର୍ତ୍ତୀ ସମୟରେ ତ୍ରା’ ସହ ସମ୍ପର୍କ କ୍ରମଶଃ ନିବିଡ଼ରୁ ନିବିଡ଼ତର ହେବା ସ୍ଵାଭାବିକ । ପରନ୍ତୁ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଉଚ୍ଚଶିକ୍ଷିତ ହେବାର କାମନା ନେଇ ପଲ୍ଲୀଭୂମି ତ୍ୟାଗ କରୁଥିବା ବ୍ୟକ୍ତି ସହରାଭିମୁଖୀ ହୋଇ ଶେଷରେ ଜନ୍ମଭୂମି ପଲ୍ଲୀଗ୍ରାମ ପ୍ରତି ବୀତସ୍ପୃହ ହୋଇପଡ଼େ । ଆଧୁନିକ ଯୁବସମାଜର ଏତାଦୃଶ ମନୋବୃତ୍ତିର ମୁଖ୍ୟ କାରଣ ରୂପେ ଆଭିଜାତ୍ୟର ଅହଙ୍କାର ତଥା ଗତାନୁଗତିକତାର ଅନ୍ଧାନୁସରଣକୁ ଦାୟୀ କରିଛନ୍ତି।
ପଲ୍ଲୀଯୁବକ ଗ୍ରାମଭୂମି ତ୍ୟାଗ କରି ଉଚ୍ଚଶିକ୍ଷା ପ୍ରାପ୍ତିପାଇଁ ଆସେ ସହରକୁ । ପାଶ୍ଚାତ୍ୟ ଜୀବନାଦର୍ଶ, ରୀତିନୀତି ତଥା ପରମ୍ପରା ଓ ସଂସ୍କୃତି ନିକଟରେ ନିଜକୁ ନିର୍ବିଚାରରେ ସମର୍ପଣ କରିଦିଏ । ମାନବିକତାକୁ ଜଳାଞ୍ଜଳି ଦେଇ ବିଳାସବ୍ୟସନର ପ୍ରାଚୁର୍ଯ୍ୟ ମଧ୍ୟରେ ସହରୀ ଚଳଣିକୁ ଆପଣେଇ ନିଏ । ପରମ୍ପରାକୁ ଜାବୋଡ଼ିଧରି ନିଜକୁ ଅଭିଜାତ ଗୋଷ୍ଠୀର ସଦସ୍ୟରୂପେ ପରିଚାର ନୈତିଙ୍କ ସାହସ ତା’ର ଲୋପ ପାଇଯାଇଥାଏ।
‘ଶିକ୍ଷା ସମାପନ ସଙ୍ଗେ ସଙ୍ଗେ ସେମାନଙ୍କର ଏକ ପ୍ରକାର ପୁନର୍ଜନ୍ମ ଘଟିଥାଏ ।’’
ପରମ୍ପରା – ସ୍ରୋତରେ ନିଃସହାୟ ଶୁଷ୍କ ତୃଣସମ ଭାସିଚାଲେ ଶିକ୍ଷିତ ଯୁବକା ସେତେବେଳେ ପଲ୍ଲାକେ।ଳକୁ ପ୍ରତ୍ୟାବର୍ତ୍ତନ କରିବାର ନୈତିକ ସାହସ ତା’ର ଲୋପ ପାଇଯାଇଥାଏ । ପ୍ରାବନ୍ଧିକଙ୍କ ଭାଷାରେ-
“ମନୁଷ୍ୟ ବହୁ ପରିମାଣରେ ପରମ୍ପରାର ଦାସ”
ଉଦାହରଣ ଦେଇ ପ୍ରାବନ୍ଧିକ କହିଛନ୍ତି ଯେ ଶୀତପ୍ରଧାନ ଦେଶର ଅଭିଜାତ ବର୍ଗର ଚିହ୍ନ ସ୍ୱରୂପ ପରିଗଣିତ ନେକ୍ଟାଇ ବା ଗଳାବନ୍ଧିନାକୁ ଭାରତ ଭଳି ଗ୍ରାଷ୍ଟପ୍ରଧାନ ଦେଶରେ ପରିଧାନ କରି ଶିକ୍ଷିତ ଗୋଷ୍ଠୀ ଗଳହଘର୍ମ ହୁଅନ୍ତି ସିନା ଆଭିଚ୍ଚାତ୍ୟର ଅନ୍ଧାନୁସରଣରୁ ନିଜକୁ ମୁକ୍ତ କରିପାରନ୍ତି ନାହିଁ ।
ଶ୍ରମ ବିମୁଖତା ହେଉଛି ଆଭିଜାତ୍ୟର ଅନ୍ୟ ଏକ ଚିହ୍ନ । ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ବ୍ୟକ୍ତି ଶାରୀରିକ ଶ୍ରମକୁ ଘୃଣା କରିଥାଆନ୍ତି । ଏଣୁ ପଲ୍ଲୀବାସୀଙ୍କ ସ୍ଵାଭାବିକ ଶୃଙ୍ଖଳିତ କର୍ମଯୋଜନାରେ ଅଂଶଗ୍ରହଣ କରିବା ସେମାନଙ୍କ ପକ୍ଷେ ଅସମ୍ଭବ ହୋଇଉଠେ । ଜୀବନଯୁଦ୍ଧରେ ଦିଗ୍ବିଜୟୀ ବୀରଭାବେ ପରିଗଣିତ ହେବାପାଇଁ ଆୟର ବହୁବିଧ ପନ୍ଥା ଉଦ୍ଘାଟନ ପୂର୍ବକ ପାର୍ଥିବ ସୁଖସମ୍ଭୋଗରେ ମ୍ୟୁହମାନ ମାନବ ମାନବିକତାକୁ ହତ୍ୟା କରିଚାଲେ । ତେଣୁ ପଲ୍ଲୀର ଏକପରିବାରତ୍ଵ ପରମ୍ପରାରେ ସାମିଲ୍ ହୋଇ ମାନବିକ ମଧୁର ସମ୍ପର୍କ ସ୍ଥାପନ କରିବା ତା’ପାଇଁ ସୁଦୂର ପରାହତ ହୋଇପଡ଼େ ।
ପ୍ରାବନ୍ଧିକ ନିଜକୁ ତଥାକଥ ଅଭିଜାତ ବର୍ଗର ଓ ଶିକ୍ଷିତ ସଂପ୍ରଦାୟର ପ୍ରତିନିଧୁଭାବେ ବର୍ଣ୍ଣନା କରି ପଲ୍ଲୀର ଦୁରବସ୍ଥା ନିମନ୍ତେ ନିଜକୁ ତଥା ନିଜେ ପ୍ରତିନିଧ୍ୟ କରୁଥିବା ଶ୍ରେଣୀକୁ ଦାୟୀ କରିଛନ୍ତି । ତଙ୍ଗେ ସଙ୍ଗେ ଉଦାହରଣ ମାଧ୍ୟମରେ ଶ୍ରୀକୃଷ୍ଣଙ୍କ ଉପାଖ୍ୟାନ ଉପସ୍ଥାପନ କରି ପଲ୍ଲା ବିମୁଖତାର ଭୟାବହତା ତଥା ପ୍ରିମେୟ ପରିଚିତି ବିଷୟରେ ସତର୍କ କରାଇ ଦେଇଛିନ୍ତି । ପ୍ରାବନ୍ଧିକଙ୍କ ବାସ୍ତବଧର୍ମୀ ମତାମତ ପ୍ରବନ୍ଧଟିରେ ଭରିଦେଇଛି ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟ ।
Question ୪୫ ।
ପଲ୍ଲୀର ଶିକ୍ଷିତ ସଂପ୍ରଦାୟ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ତୁଳନା କେତେଦୂର ଯୁକ୍ତିଯୁକ୍ତ ବୁଝାଇ ଲେଖ ।
କିମ୍ବା, ଜନ୍ମଭୂମି ପ୍ରତି ବିଶ୍ୱାସଘାତକତା କରି କେହି ପାର ପାଇ ନାହାନ୍ତି – ଉକ୍ତିଟିର ଯଥାର୍ଥତା ପଠିତ ପ୍ରବନ୍ଧାନୁସରଣରେ ଆଲୋଚନା କର ।
Answer:
ବିଶିଷ୍ଟ ପ୍ରାବନ୍ଧିକ, ସଫଳ ଗବେଷକ ତଥା ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଥୁଲେ ଅନନ୍ୟ ବହୁମୁଖୀ ପ୍ରତିଭାର ଅଧିକାରୀ । ସାରସ୍ବତ ସାଧନାର ଉତ୍ତାଳ ଫଲ୍ଗୁରେ ଚିରତଲ୍ଲୀନ ଏହି ପ୍ରଜ୍ଞାପୁରୁଷଙ୍କର ସୃଷ୍ଟି ଯେଭଳି ଉଚ୍ଚକୋଟୀର ଓ ଭାବଗମ୍ଭୀର, ସେହିଭଳି ପ୍ରାଣସ୍ପର୍ଶୀ ଓ ବାସ୍ତବଧର୍ମୀ । ଲେଖକଙ୍କ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ଯରେ ‘ପ୍ରବନ୍ଧ ମାନସ’, ‘ମୋ ସମୟର ଓଡ଼ିଶା’, ‘ଇତିହାସ ଓ କିମ୍ବଦନ୍ତୀ’, ‘ସାରଳା ମହାଭାରତରେ ଐତିହାସିକ ଚିତ୍ର’ ଆଦି ତାଙ୍କ ଅନନ୍ୟ ପ୍ରତିଭାର ପରିଚୟ ବହନ କରେ । ଆଲୋଚ୍ୟ ପ୍ରବନ୍ଧ ‘ଜନ୍ମଭୂମି’ ଲେଖକଙ୍କ ‘ପ୍ରବନ୍ଧ ମାନସ’ ପୁସ୍ତକରୁ ସଂଗୃହୀତ ।
ସଂପ୍ରତି ପଲ୍ଲୀଗ୍ରାମରେ ଜନ୍ମିତ ତଥା ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ଯୁବଗୋଷ୍ଠୀଙ୍କଠାରେ ପରିଦୃଷ୍ଟ ନଗର ଉନ୍ମୁଖତା ତଥା ପଲ୍ଲୀ ବିମୁଖତା ପ୍ରାବନ୍ଧିକଙ୍କ ମନରେ ଗଭୀର ଉଦ୍ବେଗର କାରଣ ହୋଇଛି । ଜନ୍ମଭୂମି ପ୍ରତି ବୀତସ୍ପୃହ ଆଧୁନିକ ଶିକ୍ଷିତ ସଂପ୍ରଦାୟକୁ ଏ ଦିଗରେ ସଚେତନ କରିବାକୁ ଯାଇ ପ୍ରାବନ୍ଧିକ ପ୍ରକାଶ କରିଛନ୍ତି ଯେ ନିଜ ଜନ୍ମଭୂମି ପ୍ରତି ବିଶ୍ୱାସଘାତକତା ତଥା ପ୍ରବଞ୍ଚନା ପରି ଅନୈତିକତାର ପରିଣାମ ଯୁଗାବତାର ଶ୍ରୀକୃଷ୍ଣଙ୍କୁ ମଧ୍ୟ ଭୋଗ କରିବାକୁ ପଡ଼ିଥିଲା ।
ଜନନୀ ଓ ଜନ୍ମଭୂମି ଯେ ସ୍ବର୍ଗଠାରୁ ବଡ଼ ଏଥିରେ ଦ୍ବିରୁକ୍ତି ନାହିଁ । ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଜନ୍ମଭୂମି ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ଭୂମିକାରେ ଅବତୀର୍ଣ୍ଣ ହୁଏ । ଶୈଶବରୁ କୈଶୋର ପର୍ଯ୍ୟନ୍ତ ଯେଉଁ ପଲ୍ଲୀଗ୍ରାମ ବ୍ୟକ୍ତିକୁ ରୂପ, ରସ, ଗନ୍ଧ, ପରିଚୟ ଶିକ୍ଷାଦେଇ ଜୀବନ ଦିଗନ୍ତରେ ଆଙ୍କିଦିଏ ଆଶା ଇନ୍ଦ୍ରଧନୁର ବର୍ଣ୍ଣାଳୀ, ସେହି ପଲ୍ଲୀଜନନୀର ମମତାସିକ୍ତ ସ୍ମୃତି ଓ ଅନୁଭୂତିକୁ ପାସୋରି ଦେଇ ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ଆଧୁନିକ ଯୁବ ସଂପ୍ରଦାୟ ଜନ୍ମଭୂମି ପ୍ରତି ବିମୁଖ ହୋଇପଡ଼େ । ସେମାନଙ୍କଠାରେ ସେହି ବୀତସ୍ପୃହତା ଅବଶ୍ୟ ଦିନେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ପ୍ରାବନ୍ଧିକ ଶିକ୍ଷିତ ସମାଜକୁ ସତର୍କ କରିଦେଇଛନ୍ତ୍ରି ।
ଦ୍ଵାପର ଯୁଗର ମହାନାୟକ ଶ୍ରୀକୃଷ୍ଣ ଗୋପପୁର ନନ୍ଦ-ଯଶୋଦାଙ୍କ ଅନାବିଳ ସ୍ନେହ, ଗୋପୀ ଗୋପାଳଙ୍କ ଅସୀମ ମମତା ଲାଭକରି ଶୈଶବରୁ କୈଶୋରରେ ପଦାର୍ପଣ କରିଥିଲେ । ଗୋପପୁର, ଯମୁନା କୂଳର କଦମ୍ବମୂଳ ଥିଲା ତାଙ୍କ କୈଶୋର ଜୀବନର କ୍ରୀଡ଼ାଭୂମି । କ୍ରୀଡ଼ାସାଥୀ ଗୋପାଳବାଳକଙ୍କ ଅନ୍ତରଙ୍ଗ ସଙ୍ଗସୁଖ, ଗୋପାଙ୍ଗନାଙ୍କ ଅନାବିଳ ପ୍ରେମ ଓ ଭଲପାଇବା, ସର୍ବୋପରି ନନ୍ଦ, ଯଶୋଦାଙ୍କ ବାତ୍ସଲ୍ୟ ସ୍ନେହକୁ ଜଳାଞ୍ଜଳି ଦେଇ କଂସ ନିସୂଦନ ଉଦ୍ଦେଶ୍ୟରେ ଗୋପପୁର ଛାଡ଼ି ଚାଲିଗଲେ ମଥୁରା । ତିନିଦିନ ପାଇଁ କଷ୍ଟ କରି ଯାଇଥିଲେ ମଧ୍ୟ ଆଉ ଜନ୍ମଭୂମି ମଥୁରାକୁ ଫେରିନଥିଲେ । ମଥୁରାରୁ ହାରିକା ଦୀର୍ଘପଥ ଅତିକ୍ରମ କରି ସେ ବିପୁଳ ରାଜ୍ୟ, ଅପରିସୀମ ବିଭବ, ଅଭ୍ରଂକଷ ପ୍ରାସାଦ, ଅଷ୍ଟପାଟବଂଶୀ ଓ ଅଗଣିତ ପୁତ୍ରକନ୍ୟାର ଅଧିକାରୀ
ହୋଇ ମହାସମାରୋହରେ ରଚନା କଲେ ଐଶ୍ବର୍ଯ୍ୟଲୀଳା । ଅନ୍ୟାୟ, ଅନୀତି, ପକ୍ଷପାତିତା ତଥା ବିଶ୍ୱାସଘାତକତାରେ ଜର୍ଜରିତ ହେଲା ‘ମଥୁରା ମଙ୍ଗଳ’, କୃଷ୍ଣ କେଶବଙ୍କ ଜୀବନ ଚରିତ । ଜନ୍ମଭୂମି ପ୍ରତି ଅନାଦର ଓ ପ୍ରବଞ୍ଚନାର ଦୁରନ୍ତ ଦୁଷ୍ପରିଣାମରୁ ସେ ମୁକ୍ତି ପାଇପାରିଲେନି । କାଳର ଅପ୍ରତିରୋଧ୍ୟ ଶକ୍ତି ନିକଟରେ ନାରାୟଣୀ ଶକ୍ତିର ପରାଜୟ ହେଲା । ତାଙ୍କ ନଉଶ୍ଚୁମ୍ବୀ ରାଜନବର, ବିଳାସସୌଧ ସିନ୍ଧୁର କରାଳ ଗର୍ଭରେ ନିମଗ୍ନ ହେଲା । ପୁତ୍ର, ପୌତ୍ରାଦି କାଦମ୍ବରୀ ମଦ୍ୟପାନପୂର୍ବକ ପ୍ରଭାସ ତୀର୍ଥର ଏରକାର ବନରେ ମଦମତ୍ତ ଅବସ୍ଥାରେ ମୃତ୍ୟୁବରଣ କଲେ । ରାଜ୍ୟହୀନ ପରିବାର-ପରିଜନ ତଥା ଗୃହଶୂନ୍ୟ ଭାବେ ଲୀଳାମୟ କୃଷ୍ଣ ଶିଆଳି ଲତାର ଘୁମନ୍ତଦୋଳିରେ ବିଶ୍ରାମରତ ଥିବାବେଳେ ନିର୍ବୋଧ ବ୍ୟାଧର ଲୌହଶର ଯୁଗପୁରୁଷଙ୍କ ପାର୍ଥିବ ଲୀଳାବସାନ ଘଟାଇଲା ।
ଗଳ୍ଲାର ଶିକ୍ଷିତ ସଂପ୍ରଦାୟକୁ ଶ୍ରାକୃଷ୍ଣଙ୍କ ସହ ତୁଳନା କରିବା ପଶୁ।ତ୍ଭାଗରେ ପ୍ରାବନ୍ଧିକଙ୍କ ଇଙ୍ଗିତ ସୃଷ୍ଟା ଶ୍ରାକୃଷ୍ଣଙ୍କ ନବରାଜ୍ୟ ଦ୍ଵାରକା ସାଗରର ଅତଳ ଗର୍ଭରେ ଲୀନ ହୋଇଥିଲେ ମଧ୍ୟ ଗୋପପୁର ଅଦ୍ୟାବଧୂ ପୂର୍ବବତ୍ ରହିଅଛି । ଯମୁନାକୂଳ ନୀପକୁଞ୍ଜର ମଧୁଗନ୍ଧରେ ଆଜି ମଧ୍ୟ ଗୋପ, ବୃନ୍ଦାବନକୁ ଆମୋଦିତ କରୁଛି । କଦମ୍ବର ସ୍ନିଗ୍ଧ ଛାୟାରେ ପ୍ରମତ୍ତ ମୟୂରର ସ୍ଵର ନୀରବି ନାହିଁ । ନଗରର ପ୍ରତୀକ ଦ୍ଵାରକା ନିଜ ଅସ୍ଥିତ୍ଵ ହରାଇଥିଲାବେଳେ ପଲ୍ଲୀଭୂମିର ପ୍ରତୀକ ଗୋପ-ବୃନ୍ଦାବନ ଆଜି ମଧ୍ୟ ପୂର୍ବବତ୍ ବିଦ୍ୟମାନା ଆଧୁନିକ ଦିନେ ହୁଏତ ଧ୍ଵଂସମ୍ପୂଖରେ ନିଃଶେଷ ହୋଇଯାଇପାରେ ମାତ୍ର ଗିଲ୍ଲାର ବିନାଶ ନାହିଁ
କୃଷ୍ଣଙ୍କ ପରି ଆଜିର ଯୁବ ସଂପ୍ରଦାୟ ପଲ୍ଲୀଭୂମି ତ୍ୟାଗ କରି ଉଚ୍ଚଶିକ୍ଷା ପ୍ରାପ୍ତି ପାଇଁ ଆସେ ସହରକୁ । ଶିକ୍ଷାଲାଭ ପରେ ସେହି ପାଶ୍ଚାତ୍ୟ ସଭ୍ୟତା ନିକଟରେ ସେ ନିଜ ମାନବିକତାକୁ ଉତ୍ସର୍ଗ କରିଦେଇ ଭୁଲିଯାଏ ନିଜ ଜନ୍ମଭୂମି ପଲ୍ଲୀଗ୍ରାମକୁ । ସହରର ଚାକଚକ୍ୟ, ବିଳାସ -ବ୍ୟସନର ପର୍ଯ୍ୟାପ୍ତ ସୁଯୋଗ, ନଭଶ୍ଚୁମ୍ବୀ ସୌଧମାଳାର ବର୍ଣ୍ଣାଢ଼ୀ ପରିବେଶ ଓ ରଙ୍ଗୀନ ଆଲୋକମାଳାର ମାୟାପୁରୀ ତା’ର ଚକ୍ଷୁରେ ବୋଳିଦିଏ ଯାଦୁର ଅଞ୍ଜନ । ଜନ୍ମସ୍ଥାନର ମାଧୁରିମାମୟ କ୍ରୋଡ଼ ତା’ର ବିସ୍ମରଣ ହୁଏ । ସହରାଞ୍ଚଳର ଜୀବନଶୈଳୀ ତାକୁ ଦିଏ ସ୍ୱର୍ଗସୁଖ । ସେ ଭୁଲିଯାଏ ଜନ୍ମଭୂମି ପ୍ରତି ତା’ର କର୍ତ୍ତବ୍ୟବୋଧକୁ I ପଲ୍ଲୀଗ୍ରାମର ହଳକର୍ଷିତ ଜଳବର୍ଷିତ ଶାନ୍ତିପ୍ରଦ ମାଟିଗନ୍ଧ ତାକୁ ଆକୃଷ୍ଟ କରିପାରେ ନାହିଁ । ସହରାଞ୍ଚଳର ଯନ୍ତ୍ର ଓ ମନ୍ତ୍ରରେ ମୁଗ୍ଧ ହୋଇ ସେ ଭୁଲିଯାଏ ପଲ୍ଲୀର ଶ୍ରୀ ଓ ସୌନ୍ଦର୍ଯ୍ୟ ।
ଜୀବନ ଓ ଜୀବିକାର ଉନ୍ନତିକଳ୍ପ ପଲ୍ଲୀ ଜନତା ଗ୍ରାମଭୂମି ତ୍ୟାଗକରି ସହରାଭିମୁଖୀ ହେବା ଫଳରେ ସଂପ୍ରତି ପଲ୍ଲୀ ଜନନୀ ସେମାନଙ୍କ ଶିକ୍ଷିତ ସନ୍ତାନଙ୍କୁ ହରାଇ ବସିଛି। Oliver Gold Smithଙ୍କ ପରି ସଂବେଦନଶୀଳ କବି ‘Deserted Village’ କାବ୍ୟରେ ଏହି ଶ୍ରୀହୀନ ପଲ୍ଲୀର ଇତିକଥା ରଚନା କରିଛନ୍ତି ।
ଅର୍ଥ-ସ୍ଵାର୍ଥ-ସର୍ବସ୍ଵ ଶିକ୍ଷିତ ସଂପ୍ରଦାୟ କୃଷ୍ଣଙ୍କ ପରି ନିଜ ଜନ୍ମଭୂମି ପ୍ରତି ଯେଭଳିଭାବେ ବିଶ୍ୱାସଘାତକତା କରି ଚାଲିଛନ୍ତି ତା’ର ପରିଣାମ ଦିନେ ଭୟାବହ ପରିସ୍ଥିତି ସୃଷ୍ଟି କରିବ ବୋଲି ଲେଖକ ଦୃଢୋକ୍ତି ପ୍ରକାଶ କରିଛନ୍ତି । ନବ୍ୟ-ସଭ୍ୟ-ଶିକ୍ଷିତ ଯୁବକମାନଙ୍କର ପଲ୍ଲୀଗ୍ରାମ ପ୍ରତି ଚରମ ଉଦାସୀନତା ଓ ବିଦ୍ବେଷଭାବକୁ ପ୍ରକାରାନ୍ତରେ ସମାଲୋଚନା କରିଛନ୍ତି ସେ । ଗଭୀର ମାତୃଭୂମି ପ୍ରୀତି ଓ ଉଦାର ମାନବିକତାର ସ୍ଵର ଝଙ୍କାରରେ ଝଙ୍କୃତ ପ୍ରବନ୍ଧ ‘ଜନ୍ମଭୂମି’ ଡଃ ପାଣିଗ୍ରାହୀଙ୍କ ଆନ୍ତରିକ ଅନୁରାଗର ବାଙ୍ମୟ ପରିପ୍ରକାଶ ।
Question ୪୬ ।
ଏହି ପ୍ରବନ୍ଧରେ ଲେଖକ ଶିକ୍ଷିତ ସମାଜକୁ କି ପରାମର୍ଶ ଦେଇଛନ୍ତି ?. କିମ୍ବା, ଶିକ୍ଷିତ ସମାଜ କିପରି ପୂଜ୍ୟ ଓ ନମସ୍ୟ ହୋଇପାରିବେ ତାହାକୁ ‘ଜନ୍ମଭୂମି’ ପ୍ରବନ୍ଧ ଆଧାରରେ ଆଲୋଚନା କର ।
Answer:
ବୃତ୍ତିରେ ଇତିହାସ ଅଧ୍ୟାପକ ଓ ପ୍ରତ୍ନତାତ୍ତ୍ଵିକ ଗବେଷକ ପ୍ରଫେସର ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରବୃତ୍ତି ଦୃଷ୍ଟିରୁ ଥିଲେ ନିରଳସ ସାହିତ୍ୟ ସାଧକ । ଏହି ପ୍ରଜ୍ଞାପୁରୁଷଙ୍କ ପ୍ରବନ୍ଧଗୁଡ଼ିକ ତଥ୍ୟ ସମ୍ବଳିତ ତଥା ସତ୍ୟ ଉପରେ ପର୍ଯ୍ୟବସିତ । ତାଙ୍କ ସାରସ୍ବତ କୃତିଗୁଡ଼ିକ ମଧ୍ୟରେ ‘ପ୍ରବନ୍ଧ ମାନସ’, ‘ଇତିହାସ ଓ କିମ୍ବଦନ୍ତୀ’, ‘ସାରଳା ମହାଭାରତରେ ଐତିହାସିକ ଚିତ୍ର ’ଏବଂ ଆତ୍ମଜୀବନୀ ‘ମୋ ସମୟର ଓଡ଼ିଶା’ ପ୍ରାବନ୍ଧିକଙ୍କ ଅମ୍ଳାନ ପ୍ରତିଭାର ପରିଚାୟକ ।
ମୋ ସମୟର ଓଡ଼ିଶା’ ପ୍ରାବନ୍ଧିକଙ୍କ ଅମ୍ଳାନ ପ୍ରତିଭାର ପରିଚାୟକ ।
ଲେଖକଙ୍କ ‘ପ୍ରବନ୍ଧ ମାନସ’ ପୁସ୍ତକରୁ ସଂଗୃହୀତ ‘ଜନ୍ମଭୂମି’ ଶୀର୍ଷକ ପ୍ରବନ୍ଧରେ ଶିକ୍ଷିତ ସମାଜରେ ପରିଦୃଷ୍ଟ ନଗର ଉନ୍ମୁଖତା ତଥା ପଲ୍ଲୀବିମୁଖତା ପ୍ରାବନ୍ଧିକଙ୍କ ମନରେ ଉଦ୍ବେଗ ପ୍ରକାଶ କରିଛି । ଗତାନୁଗତିକତା ତଥା ପରମ୍ପରାର ଦାସ ସାଜିଥ୍ବା ପାଣ୍ଠାତ୍ୟ ସଭ୍ୟତାପ୍ରେମା ଶିକ୍ଷିତ ବ୍ୟକ୍ତିମାନଙ୍କର ଗ୍ରାମ୍ୟସଭ୍ୟତା ପ୍ରତି ବାତ ବାତସ୍ପହତାର କାରଣ ଅନୁଧ୍ୟାନ କରିବା ପୂର୍ବକ ସେମାନଙ୍କ ଉଦାସୀନତାର ପରିଣାମ ଭବିଷ୍ୟତରେ ଯେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ଏ ଦିଗରେ ସତର୍କ କରାଇଛନ୍ତି । ମୁଦୁ ଅପେକ୍ଷା ମାଧ୍ୟମରେ ସେ ଶିକ୍ଷିତ ଗୋଷ୍ଠୀଙ୍କୁ ପରୋକ୍ଷରେ ବହୁ ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଛନ୍ତି ।
ପ୍ରତ୍ୟେକ ବ୍ୟକ୍ତିର ଶିଶୁପ୍ରାଣକୁ ଫୁଲ, ଫଳ, ଶାକ-ତଣ୍ଡୁଳ ଯୋଗରେ ପରିପୁଷ୍ଟ କରିବା ସଙ୍ଗେ ସଙ୍ଗେ ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ସାଜି ପଲ୍ଲୀଜନନୀ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ କରାଏ । ସେ ଦୃଷ୍ଟିରୁ ସେ ସଭିଙ୍କ ପାଇଁ ଚିରନମସ୍ୟା, ପୂଜ୍ୟ ଓ ବନ୍ଦନୀୟା । ତାହା ସହ ସମ୍ପର୍କ ପରବର୍ତ୍ତୀ ସମୟରେ ନିବିଡ଼ରୁ ନିବିଡ଼ତର ହେବା ପରିବର୍ତ୍ତେ ସଂପ୍ରତି ପଲ୍ଲୀଗ୍ରାମ ଛାଡ଼ି ଉଚ୍ଚଶିକ୍ଷା ନିମିତ୍ତ ସହରାଞ୍ଚଳ ଯାଉଥିବା ଯୁବଗୋଷ୍ଠୀ ପରବର୍ତ୍ତୀ ସମୟରେ ନିଜ ଜନ୍ମଭୂମି ପ୍ରତି ବୀତସ୍ପୃହ ହୋଇଉଠେ ।
ତଥା ଅର୍ଥ, କ୍ଷମତା ଓ ପ୍ରଭୁତ୍ଵର ଅହଙ୍କାର ହେତୁ ସେମାନଙ୍କାରେ ପଲ୍ଲୀବିମୁଖତା ପରି ଅମାନବିକତା ପରିଲକ୍ଷିତ ହୁଏ । ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’ ପରି ମହାନ୍ ବାଣୀ ସେମାନଙ୍କ ପାଇଁ ଅର୍ଥହୀନ ତଥା ଅବାସ୍ତବ ହୋଇଉଠେ । ଏଥିପାଇଁ ପ୍ରାବନ୍ଧିକ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ତଥା ଗତାନୁଗତିକତାର ଅନ୍ଧି।ନୁସରଣକୁ ଦାୟା କରିଛନ୍ତି। ଶିକ୍ଷାଗତ ଯୋଗ୍ୟତ। ତଥା ଅର୍ଥ, କ୍ଷମତା ଓ ପ୍ରଭୁତ୍ଵର ଅହଙ୍କାର ହେତୁ ସେମାନଙ୍କଠାରେ ପଲ୍ଲୀବିମୁଖତା ପରି ଅମାନବିକତା ପରିଲକ୍ଷିତ ହୁଏ । ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’ ପରି ମହାନ୍ ବାଣୀ ସେମାନଙ୍କ ପାଇଁ ଅର୍ଥହୀନ ତଥା ଅବାସ୍ତବ ହୋଇଉଠେ । ଏଥପ୍ରତି ସଚେତନ ହେବାପାଇଁ ପ୍ରାବନ୍ଧିକ ପରୋକ୍ଷରେ ପରାମର୍ଶ ଦେଇଛନ୍ତି । ଲେଖକ ପୁନଶ୍ଚ କହିଛନ୍ତି ଯେ-
‘‘ମନୁଷ୍ୟ ବହୁପରିମାଣରେ ପରମ୍ପରାର ଦାସ ।’’
ଉଚ୍ଚଶିକ୍ଷା ଲାଭପରେ ପର୍ଯ୍ୟାପ୍ତ ଆୟ ହେତୁ ଶିକ୍ଷିତ ଗୋଷ୍ଠୀ ନିଜକୁ ଅଭିଜାତ ଗୋଷ୍ଠୀ ଅନ୍ତର୍ଭୁକ୍ତ ବୋଲି ମନେକରେ । ଆଭିଜାତ୍ୟର ଚିହ୍ନ ସ୍ୱରୂପ ପୋଷାକ ପରିଚ୍ଛଦ ପରିଧାନ ସହ ଆଧୁନିକ ଜୀବନଶୈଳୀ ମଧ୍ଯରେ ସେ ଶାରୀରିକ ଶ୍ରମଠାରୁ ଦୂରେଇ ଯାଇ ବିଳାସ ବ୍ୟସନର ପ୍ରାଚୁର୍ଯ୍ୟ ମଧ୍ଯରେ ଜୀବନକୁ ଉପଭୋଗ କରିବାକୁ ଶ୍ରେୟ ମନେକରେ । ପୁନଶ୍ଚ ଜୀବନ ଯୁଦ୍ଧରେ ଦିଗ୍ବିଜୟୀ ବୀରଭାବେ ପରିଚିତ ହେବାପାଇଁ ସେ ଉଶ୍ଵାସରେ ଧାଇଁ ଆୟର ପନ୍ଥା ବିସ୍ତାର କରିବାକୁ ଲାଗେ । କାରଣ ସେ ଅନୁଭବ କରେ ଯେ ଆଦର ଓ ପ୍ରଶଂସା ପାଇବାପାଇଁ ଧନର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସେମାନେ କିନ୍ତୁ ଭୁଲିଯିବା ଉଚିତ ନୁହେଁ, ଜନ୍ମଭୂମି ତ୍ୟାଗକରି ବିପୁଳ ରାଜ୍ୟ ଅପରିସୀମ ବିଭବ ଓ ଅଭ୍ରଂକକ୍ଷ ପ୍ରାସାଦ ଓ ଅଷ୍ଟପାଟବଂଶୀଙ୍କ ଅଧିକାରୀ ଯୁଗାବତାର ଶ୍ରୀକୃଷ୍ଣଙ୍କୁ ଦିନେ ରାଜ୍ୟହୀନ, ଗୃହହୀନ, ଧନହୀନ ଓ ପୁତ୍ରକନ୍ୟାହୀନ ହୋଇ ଅପ୍ରତ୍ୟାଶିତ ମୃତ୍ୟୁର ସମ୍ମୁଖୀନ ଅନୈତିକ ଏବଂ ଏ ଦିଗରେ ବେଳହୁଁ ସାବଧାନ ହେବାପାଇଁ ପ୍ରାବନ୍ଧିକଙ୍କ ପରାମର୍ଶ ଅବଶ୍ୟ ଗୁରୁତ୍ୱପୂର୍ଣ୍ଣ ।
ଶ୍ରମବିମୁଖତାକୁ ଆଭିଜାତ୍ୟର ଚିହ୍ନ ଭାବେ ଗ୍ରହଣ କରିଥ୍ବା ଶିକ୍ଷିତ ଗୋଷ୍ଠା ପିଲ୍ଲାବାସୀଙ୍କ ଶ୍ଠଙ୍ଖଳିତ କର୍ମଯୋଜନାରେ ନିଜକୁ ସାମିଲ କରିବାକୁ ଅକ୍ଷମତା ପ୍ରକାଶ କରିଥାଆନ୍ତି । ଶାରୀରିକ ସୁସ୍ଥତା ପାଇଁ କର୍ମମୁଖର ଜୀବନଯାପନ ଶୈଳୀର ଆବଶ୍ୟକତା ଅନସ୍ବୀକାର୍ଯ୍ୟ । ତେଣୁ ଶିକ୍ଷିତ ଗୋଷ୍ଠୀ ଏଥପ୍ରତି ଧ୍ୟାନଦେବା ଅବଶ୍ୟ ବିଧେୟ । ଆଭିଜାତ୍ୟର ଗର୍ବରେ ଜନ୍ମଭୂମି ପଲ୍ଲୀଗ୍ରାମରେ ଜାତି-ଧର୍ମ- ବର୍ଣ୍ଣ ନିର୍ବିଶେଷରେ ଗଢ଼ିଉଠିଥିବା ମହାନ୍ ଏକପରିବାରତ୍ଵ ପରମ୍ପରାରେ ସେ ନିଜକୁ ଖାପଖୁଆଇ ନ ପାରିବା ସର୍ବାଦୌ ଅନୁଚିତ । ଜନ୍ମଭୂମି ପଲ୍ଲୀଗ୍ରାମବାସୀଙ୍କ ଆତ୍ମୀୟତାର ନିବିଡ଼ ବନ୍ଧନକୁ ହେୟ ମନେକରି ସେମାନଙ୍କ ସହ ସମ୍ପର୍କ ଛିନ୍ନ କରିବା କଦାପି ମାନବିକତାର ପରିଚାୟକ ନୁହେଁ । ଇଂରେଜ କବି ସେକ୍ସପିୟରଙ୍କ ମତରେ-
‘He, who hath not said this is my own my native land is beast.” ଜନ୍ମମାଟିକୁ ନେଇ ଯେ ଗର୍ବ ନକରେ ସେ ପଶୁତୁଲ୍ୟ । ପ୍ରତ୍ୟେକ ବ୍ୟକ୍ତି ନିଜ ଜନ୍ମସ୍ଥାନକୁ ଅନ୍ତରଙ୍ଗଭାବେ ଭଲ ପାଇବା ଉଚିତ । ସହରୀ ଚାକଚକ୍ୟରେ ବୁଡ଼ିରହି ମଳିନ ଜନ୍ମମାଟି ପ୍ରତି ଯଥାସମ୍ଭବ କର୍ତ୍ତବ୍ୟରୁ ବିରତ ହେବା ଅବଶ୍ୟ ଅନୈତିକ ଓ ଅମାନବିକ ଏଥିରେ ସନ୍ଦେହର ଅବକାଶ ନାହିଁ । ସେହି ଶିକ୍ଷିତମାନେ ହିଁ ଆମର ନମସ୍ୟ ଯେଉଁମାନେ ସେମାନଙ୍କର ମହାନୁଭବତାର ପରିକୁ ପଲ୍ଲୀଗ୍ରାମରୁ ଆରମ୍ଭକରି ବିଶ୍ବ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିପାରିଛନ୍ତି । ପ୍ରବନ୍ଧର ଉପସଂହାର କରି ପ୍ରାବନ୍ଧକ କହିଛନ୍ତି ‘‘ଯେ ଭଲ ଗ୍ରାମବାସୀ ନୁହେଁ; ସେ ଭଲ ଓଡ଼ିଶାବାସୀ ନୁହେଁ, ସେ ଭଲ ଭାରତବାସୀ ନୁହେଁ ଓ ଯେ ଭଲ ଭାରତବାସୀ ନୁହେଁ ସେ ଭଲ ବିଶ୍ବବାସୀ ହୋଇନପାରେ ।’’
Question ୪୭ ।
ଗ୍ରାମରେ ରଜ, କୁମାର ପୂର୍ଣ୍ଣିମା ଭଳି ବିଭିନ୍ନ ପର୍ବପର୍ବାଣିରେ ଯେଉଁସବୁ ଗୀତ ବୋଲାଯାଏ, ସେସବୁ ସଂଗ୍ରହ କରି ତୁମ ସାହିତ୍ୟ ଶିକ୍ଷକଙ୍କୁ ଦେଖାଅ ।
Answer:
ପଲ୍ଲୀକବି ନନ୍ଦକିଶୋର ବଳ, ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ, ଡ. କୁଞ୍ଜବିହାରୀ ଦାସଙ୍କ ପଲ୍ଲୀଗୀତ ସଂକଳନରୁ ଏସବୁ ଗୀତ ସଂଗ୍ରହ କର ଏସବୁ ଗୀତ ସଂଗ୍ରହ କରା
ତୁମ ପାଇଁ କାମ
Question ୪୮ ।
ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଲିଖ୍ ଅନ୍ୟାନ୍ୟ ବହି ପଢ଼। ବିଶେଷତଃ ତାଙ୍କ ଆତ୍ମଜୀବନୀ- ‘ମୋ ସମୟର ଓଡ଼ିଶା’ ପୁସ୍ତକ ପଢ଼ା
Question ୪୯ ।
ପଲ୍ଲୀ କବିତାଗୁଡ଼ିକୁ ମନେରଖ୍ ନିଜ ନିଜ ମଧ୍ୟରେ ପଦ୍ୟାନ୍ତ ପ୍ରତିଯୋଗିତା କର ।
Question ୫୦ ।
ତୁମ ଜନ୍ମଭୂମି ସମ୍ପର୍କରେ ତୁମେ ଏକ କବିତା କିମ୍ବା ପ୍ରବନ୍ଧ ଲେଖୁ ତୁମ ସାହିତ୍ୟ ଶିକ୍ଷକଙ୍କୁ ଦେଖାଅ ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]
ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର
Question 1.
ଲେଖକ କାହାକୁ ତାଙ୍କର ଜନ୍ମଭୂମି ବୋଲି କହିଛନ୍ତି ?
Answer:
ପଲ୍ଲୀ ମାଟିକୁ
Question 2.
ଦ୍ଵାରକାର ରାଜଭୋଗରେ ଶ୍ରୀକୃଷ୍ଣଙ୍କ ପାଦ କିପରି ରକ୍ତାଭ ହୋଇଥିଲା ?
Answer:
ନବପଲ୍ଲବ ପରି
Question 3.
ଗାଁର ଯେଉଁ ନବ ଯୁବକମାନେ ଚାକିରି ନ ପାଇ ଜନ୍ମଭୂମି ଛାଡ଼ି ନାହାଁନ୍ତି, ସେମାନେ କାହାର ଆଶ୍ରୟ ନେଇଛନ୍ତି ?
Answer:
ରାଜନୀତିର
Question 4.
ଜନ୍ମଭୂମି ପ୍ରବନ୍ଧଟି ପ୍ରାବନ୍ଧିକଙ୍କର କେଉଁ ପୁସ୍ତକରୁ ସଂଗୃହୀତ ?
Answer:
ପ୍ରବନ୍ଧ ମାନସ
Question 5.
ଜନ୍ମଭୂମିକୁ ଫେରିଯିବାପାଇଁ ଲେଖକଙ୍କର କ’ଣ ଅଭାବ ରହିଛି ?
Answer:
ନୈତିକ ସାହାସ
Question 6.
ଭାରତୀୟ ଅର୍ଥନୈତିକ ବେଷ୍ଟନୀରେ କାହାକୁ ଥୋଇ ଦିଆହୋଇଛି ?
Answer:
ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିକୁ
Question 7.
ଧର୍ମାନ୍ତର ପରେ ଦୀକ୍ଷିତ ବ୍ୟକ୍ତି ଧର୍ମ ପାଖରେ କ’ଣ ଉତ୍ସର୍ଗ କରିଥାଏ ?
Answer:
ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିକୁ
Question 8.
ପୂର୍ବରୁ ଦେଖାହେଲେ ଗୋବିନ୍ଦାଭାଇ ଲେଖକଙ୍କୁ କୁଟିରରେ ବସାଇ କାହାର ବ୍ୟାଖ୍ୟା ଶୁଣାଉଥିଲା ?
Answer:
ମାନିଗରିକତା
Question 9.
‘ସିକ୍ତଭୂମିର ସୁଗନ୍ଧ ଓ ବନ୍ୟଯୂଥର ପରିମଳ’ରେ କେଉଁ ପର୍ବ ଆରମ୍ଭ ହୁଏ ?
Answer:
ମଳରୋଧ ଚଉତିଶାର
Question 10.
ସାର ମାଉସୀ ଲେଖକଙ୍କୁ ଆଗେ କ’ଣ କହି ପଚାରୁଥୁଲା ?
Answer:
କେବେ ଆସିଲୁ ବାପା ?
ପରୀକ୍ଷା ଉପଯୋଗୀ ଅତିରି
(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
Question 1.
ଗ୍ରାମର ଶୃଙ୍ଖଳିତ କର୍ମଯୋଜନା କ’ଣ ?
Answer:
ଗ୍ରୀଷ୍ମର ଝାଞ୍ଜି, ବର୍ଷାର ଝଡ଼ ଓ ହେମନ୍ତର ଶୀତକୁ ଖାତିର ନ କରି ଗ୍ରାମବାସୀମାନେ ଯେଉଁ କର୍ମ କରି ଚାଲନ୍ତି, ସେହି କାମହିଁ ଗ୍ରାମର ଶୃଙ୍ଖଳିତ କର୍ମଯୋଜନା ।
Question 2.
କୃଷ୍ଣ ଦ୍ଵାରକା ଯାଇ ସେଠାରେ କେଉଁ ବିଭବର ଅଧିକାରୀ ହୋଇଥିଲେ ?
Answer:
କୃଷ୍ଣ ମଥୁରାରୁ ଦ୍ଵାରକାରେ ଉପନୀତ ହୋଇ ସେଠାରେ ବିପୁଳ ରାଜ୍ୟ ସ୍ଥାପନ କରି ଅପରସୀମ ବିଭବର ଅଧିକାରୀ ହୋଇ ଅଭ୍ରଂକଷ ପ୍ରାସାଦ ନିର୍ମାଣ କରିଥିଲେ ।
Question 3.
ଶ୍ରୀକୃଷ୍ଣ କେଉଁମାନଙ୍କୁ ପ୍ରବଞ୍ଚନା କରି ଗୋପପୁର ଛାଡ଼ି ଆସିଲେ ?
Answer:
ଶ୍ରୀକୃଷ୍ଣ ଗୋପପୁରରେ ନନ୍ଦ, ଯଶୋଦା ଓ ଗୋପୀ-ଗୋପାଳଙ୍କୁ ପ୍ରବଞ୍ଚନା କରି ଗୋପପୁର ଛାଡ଼ି ଆସିଲେ ।
Question 4.
ଆଜି ମଧ୍ୟ କୃଷ୍ଣଙ୍କ ମାତୃଭୂମିରେ କ’ଣ ପୂର୍ବପରି ରହିଛି ?
Answer:
ଆଜି ମଧ୍ୟ କୃଷ୍ଣଙ୍କ ମାତୃଭୂମି ଗୋପ, ବୃନ୍ଦାବନ, ଯମୁନା, ଗୋପୀ, ଗୋପାଳ ପ୍ରଭୃତି ପୂର୍ବପରି ରହିଛନ୍ତି ।
Question 5.
ଶ୍ରୀକୃଷ୍ଣ କାହିଁକି ଲତିକା ଦୋଳାରେ ନିଜର ଅବଶ ଅଂଶକୁ ଢାଳିଦେଲେ ?
Answer:
ରାଜ୍ୟହୀନ, ଗୃହହୀନ, ଧନହୀନ ଓ ପୁତ୍ରକନ୍ୟାହୀନ ହୋଇଥିବାରୁ ଶ୍ରୀକୃଷ୍ଣ ନିବିଡ଼ ଅରଣ୍ୟର ଲତିକା ଦୋଳାରେ ନିଜର ଅବଶ ଅଙ୍ଗକୁ ଢାଳିଦେଇଥିଲେ ।
Question 6.
କେଉଁ ଗବେଷଣା ଗ୍ରନ୍ଥଟି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଇଂରାଜୀ ଲିଖ୍ ଏକ ଗବେଷଣା ଗ୍ରନ୍ଥ ?
Answer:
‘ଭୁବନେଶ୍ୱରର ପ୍ରତ୍ନତାତ୍ତ୍ଵିକ ଅବଶେଷ’ ନାମକ ଉପାଦେୟ ଗ୍ରନ୍ଥଟି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଇଂରାଜୀ ଲିଖ୍ ଏକ ଗବେଷଣାଗ୍ରନ୍ଥ ।
Question 7.
ଗ୍ରାମର ଉନ୍ନତି ନିମନ୍ତେ ପ୍ରାବନ୍ଧିକଙ୍କର ଏକମାତ୍ର ଅବଶେଷ କର୍ତ୍ତବ୍ୟ କ’ଣ ?
Answer:
ଗ୍ରାମର ଉନ୍ନତି ନିମନ୍ତେ ଅର୍ଥଦାନ ହିଁ ପ୍ରାବନ୍ଧିକଙ୍କର ଏକମାତ୍ର ଅବଶେଷ କର୍ତ୍ତବ୍ୟ ।
Question 8.
ପୁରାତନୀ ଗାଥା କ’ଣ ଭେଦ କରି ଆଜି ଆମ୍ଭମାନଙ୍କ ପାଖରେ ପହଞ୍ଚିଛି ?
Answer:
ପୁରାତନୀ ଗାଥା ବହୁ ଶତାବ୍ଦୀର ବିସ୍ମୃତି ଭେଦ କରି ଆଜି ଆମ୍ଭମାନଙ୍କ ପାଖରେ ପହଞ୍ଚିଛି ।
Question 9.
କେଉଁମାନେ ପ୍ରବଞ୍ଚନା କରିଥା’ନ୍ତି ?
Answer:
ଯେଉଁମାନେ ଗ୍ରୀସୀୟ ଦେବତା ଏଟ୍ଲାସ ପରି ସମସ୍ତ ବିଶ୍ବର ଭାର ବହନ କରିଛନ୍ତି କହି କୁବ୍ଜ ହୋଇ ଚାଲନ୍ତି, ସେହିମାନେ ପ୍ରବଞ୍ଚନା କରିଥା’ନ୍ତି ।
Question 10.
‘ଭଞ୍ଜକୀର୍ତ୍ତି’ କହିଲେ କ’ଣ ବୁଝ ?
Answer:
‘ଭଞ୍ଜକୀର୍ତ୍ତି’ କହିଲେ ମୟୂରଭଞ୍ଜର ଭଞ୍ଜବଂଶର ରାଜାମାନଙ୍କ କୀର୍ତ୍ତିକୁ ବୁଝାଏ ।
Question 11.
ଗ୍ରାମବାସୀମାନେ କେଉଁ ସମୟରେ ଧରଣୀର ବକ୍ଷ ଚିରି ନୂଆ ମେଘକୁ ଚାହିଁ ରହନ୍ତି ?
Answer:
ଗ୍ରାମବାସୀମାନେ ଗ୍ରୀଷ୍ମଋତୁରେ ଧରଣୀର ବକ୍ଷ ଚିରି ନୂଆ ମେଘକୁ ଚାହିଁ ରହନ୍ତି ।
Question 12.
ରଜପର୍ବର ପରିସମାପ୍ତି ପରେ ଗ୍ରାମବାସୀମାନେ କାହାର ସମ୍ମୁଖୀନ ହୁଅନ୍ତି ?
Answer:
ରଜପର୍ବର ପରିସମାପ୍ତି ପରେ ଗ୍ରାମବାସୀମାନେ ନିଷ୍ଠୁର ବାସ୍ତବତାର ସମ୍ମୁଖୀନ ହୁଅନ୍ତି ।
Question 13.
‘ପଦପଲ୍ଲବ’ କହିଲେ କ’ଣ ବୁଝ ?
Answer:
‘ପଦପଲ୍ଲବ’ କହିଲେ କଅଁଳ ପତ୍ର ପରି କୋମଳ ପାଦକୁ ବୁଝାଏ ।
Question 14.
ଲେଖକ ପଲ୍ଲୀକୁ ଧାତ୍ରୀ କହିବାର କାରଣ କ’ଣ ?
Answer:
ଲେଖକ ପଲ୍ଲୀକୁ ଧାତ୍ରୀ କହିବାର କାରଣ ହେଉଛି, ସେ ପଲ୍ଲୀକୋଳରେ ଜନ୍ମନେବା ପରେ ପଲ୍ଲୀଜନନୀ ହିଁ ତାଙ୍କୁ ଫୁଲ, ଫଳ, ଶାକ, ତଣ୍ଡୁଳ ପ୍ରଦାନ କରି ଧାତ୍ରୀଙ୍କ ପରି ପାଳନ କରିଛି ।
Question 15.
‘‘ଏ ସମସ୍ତ ମୋର ଜନ୍ମଭୂମି’’- ଏହି ବାକ୍ୟାଶରେ ଏ ସମସ୍ତ କାହାକୁ ବୁଝାଉଛି ?
Answer:
ଏ ସମସ୍ତ ଶବ୍ଦଟି ବ୍ୟାପକ ଅର୍ଥରେ ବିଶାଳ ଏସିଆ ମହାଦେଶ, ବିଶାଳ ଭାରତବର୍ଷ, ଓଡ଼ିଶା ପ୍ରଦେଶ ଓ ଜନ୍ମସ୍ଥାନ
Question 16.
ଧର୍ମାନ୍ତର ଗ୍ରହଣ ପରେ ଲୋକର କି ପରିବର୍ତ୍ତନ ହୋଇଥାଏ ?
Answer:
ଧର୍ମାନ୍ତର ଗ୍ରହଣ ପରେ ଲୋକଟି ସେହି ଧର୍ମ ପାଖରେ ନିଜର ସମସ୍ତ ମାନବିକତାକୁ ଉତ୍ସର୍ଗ କରି ନିଜର ନାମ, ପଦବୀ, ଭାଷା, ଆଚାର, ବ୍ୟବହାର, ବେଶଭୂଷାକୁ ବଦଳାଇ ଦେବା ସହ ପରିଶେଷରେ ସ୍ବୀୟ ଜାତୀୟତା ଭୁଲି ଜନ୍ମଭୂମିକୁ ମଧ୍ୟ ଅସ୍ବୀକାର କରିଥାଏ ।
Question 17.
ସାର ମାଉସୀର ପ୍ରଶ୍ନରେ କି ପରିବର୍ତ୍ତନ ଆସିଛି ?
Answer:
ଆଗେ ସାର ମାଉସୀ ହୃଦୟର ସ୍ନେହ, ମମତା ଓ ଆପଣାର ଭାବ ନେଇ ‘କେବେ ଆସିଲୁ ବାପା’ ବୋଲି ସମ୍ବୋଧନ କରୁଥିଲେ ବି ପରବର୍ତ୍ତୀ ସମୟରେ ତାହାକୁ ପରିବର୍ତ୍ତନ କରି ‘କେବେ ଆସିଲ ବାବୁ’ ବୋଲି ପ୍ରଶ୍ନ କରିଛି ।
Question 18.
ଗୋବିନ୍ଦ ଭାଇ କି ପ୍ରକାରର ଲୋକ ?
Answer:
ଗୋବିନ୍ଦ ଭାଇ ଆଜୀବନ ଅକର୍ମା ଓ ଅବିବାହିତ ଲୋକ, ଯେ କି ସଂସାର ବିରୋଧରେ ବିଦ୍ରୋହ ଘୋଷଣା କରେ ଏବଂ ଶ୍ରୋତାଙ୍କୁ ଚଉତିଶା ଶୁଣାଇବାକୁ ମନରେ ରଖିଥାଏ ପ୍ରବଳ ଆଗ୍ରହ ।
Question 19.
ଗ୍ରାମରେ ନବାଗତ ଅତିଥ୍ୟ କିଏ ବୋଲି ଲେଖକ ଅଭିମତ ପୋଷଣ କରିଛନ୍ତି ?
Answer:
ଗ୍ରାମରେ ଜନ୍ମଗ୍ରଦଶ କରିଥିବା ନୂତନ ଶିଶୁମାନଙ୍କୁ ଲେଖକ ନବାଗତ ଅତିଥିର ଆଖ୍ୟା ପ୍ରଦାନ କରିଛନ୍ତି।
Question 20.
ଗ୍ରାମର ବିଦ୍ୟାର୍ଥୀମାନଙ୍କ ସମ୍ପର୍କରେ ପ୍ରଥମେ କି ପ୍ରକାର ଧାରଣା ସୃଷ୍ଟି ହୋଇଥାଏ ?
Answer:
ଗ୍ରାମର ବିଦ୍ୟାର୍ଥୀମାନେ ଭବିଷ୍ୟତରେ ପିତାମାତାଙ୍କର ଯତ୍ନ ନେବେ ଓ ଗ୍ରାମର ଉନ୍ନତି ବିଧାନ କରିବେ ବୋଲି ଗ୍ରାମର ଲୋକମାନଙ୍କର ଧାରଣା ଥାଏ ।
Question 21.
ଶ୍ରୀକୃଷ୍ଣଙ୍କ ବଂଶର ଶେଷ ଅବସ୍ଥା କ’ଣ ହୋଇଥିଲା ?
Answer:
ଶ୍ରୀକୃଷ୍ଣଙ୍କ ବଂଶଧରମାନେ ପରିଶେଷରେ ପ୍ରଭାସ ତୀର୍ଥର ଏରକାର ବନରେ ପରସ୍ପର ହଣାହଣି ହୋଇ ଧ୍ବଂସ ହୋଇଯାଇଥିଲେ ।
Question 22.
.ଭଲ ବିଶ୍ୱବାସୀ କହିଲେ କ’ଣ ବୁଝ ?
Answer:
ଯେଉଁ ବ୍ୟକ୍ତି ତାଙ୍କର ମହାନୁଭବତାର ପରିଧ୍ଵ ପଲ୍ଲୀଗ୍ରାମରୁ ଆରମ୍ଭ କରି ବିଶ୍ବ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିପାରନ୍ତି, ସେମାନେ ହିଁ ଭଲ ବିଶ୍ଵବାସୀଭାବେ ବିବେଚିତ ହୁଅନ୍ତି ।
(B) ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।
Question 1.
‘ଜନ୍ମଭୂମି’ ପ୍ରବନ୍ଧଟି କେଉଁ ଭାବନାରେ ପରିପୁଷ୍ଟ ?
Answer:
ବସୁଧୈବ କୁଟୁମ୍ବକମ୍
Question 2.
ପ୍ରାବନ୍ଧିକଙ୍କ ଜନ୍ମମାଟି ପଲ୍ଲୀ କାହାଦ୍ଵାରା ପରିବେଷ୍ଟତା ?
Answer:
ଅରଣ୍ୟ
Question 3.
ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଇଂରାଜୀ ଲିଖ୍ ଏକ ଗବେଷଣାଗ୍ରନ୍ଥର ନାମ କ’ଣ ?
Answer:
ଭୁବନେଶ୍ୱରର ପ୍ରତ୍ନତାତ୍ତ୍ତିକ ଅବଶେଷ
Question 4.
ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଜନ୍ମଭୂମି ସହିତ ପ୍ରାବନ୍ଧିକଙ୍କ ସମ୍ପର୍କ କିପରି ହୋଇଛି ବୋଲି ସେ କହିଛନ୍ତି ?
Answer:
କ୍ଷୀଣ
Question 5.
ପ୍ରାବନ୍ଧିକ ଜାତିସ୍ମର ପରି କାହାକୁ ସ୍ମରଣ କରିଛନ୍ତି ?
Answer:
ପଲ୍ଲୀଜନନୀକୁ
Question 6.
ପ୍ରାବନ୍ଧିକଙ୍କ ଜନ୍ମଭୂମି କେଉଁ ବଂଶର ରାଜାମାନଙ୍କ କୀର୍ତ୍ତିରେ ଉଦ୍ଭାସିତା ?
Answer:
ଭଞ୍ଜ ବଂଶର
Question 7.
ଗ୍ରାମର କେଉଁଠାରେ ସାର ମାଉସୀର ଘର ଥିଲା ?
Answer:
ଗ୍ରାମ ମୁଣ୍ଡରେ
Question 8.
ଶିକ୍ଷିତମାନେ -ବିଦ୍ୟାର୍ଥୀ ଜୀବନରେ କେଉଁମାନଙ୍କର ପ୍ରଶଂସାର ଦୃଷ୍ଟାନ୍ତ ହୋଇଥା’ନ୍ତି ?
Answer:
ଗ୍ରାମ ବୃଦ୍ଧମାନଙ୍କର
Question 9.
ଶ୍ରୀକୃଷ୍ଣ କେଉଁ ସ୍ଥାନରୁ ଦ୍ଵାରକା ପର୍ଯ୍ୟନ୍ତ ଦୀର୍ଘପଥ ଅତିକ୍ରମ କରିଥିଲେ ?
Answer:
ମଥୁରାରୁ
Question 10.
ଶ୍ରୀକୃଷ୍ଣଙ୍କ ପଦଦ୍ବୟ ଦ୍ଵାରକାର ରାଜଭୋଗରେ କିପରି ରକ୍ତାଭ ହୋଇଉଠିଥିଲା ?
Answer:
ନବପଲ୍ଲବ ପରି
Question 11.
କେଉଁମାନଙ୍କ ସହ ଶ୍ରୀକୃଷ୍ଣ ପ୍ରବଞ୍ଚନା କରିଥିଲେ ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ଗୋପପୁରବାସୀଙ୍କ ସହ
Question 12.
ରଜପର୍ବରେ ଗ୍ରାମବାସୀମାନେ କେଉଁ ଖେଳରେ ମାତି ଥାଆନ୍ତି ?
Answer:
ଦୋଳି ଖେଳ
Question 13.
ଯେଉଁମାନେ ଗ୍ରୀସୀୟ ଦେବତା ଏଟ୍ଲାସ୍ ପରି ସମସ୍ତ ବିଶ୍ବର ଭାର ବହନ କରିଛନ୍ତି ବୋଲି କହି କୁବ୍ଜ ହୋଇଚାଲନ୍ତି, ସେମାନେ ପ୍ରକୃତରେ କ’ଣ କରିଥା’ନ୍ତି ?
Answer:
ପ୍ରବଞ୍ଚନା
Question 14.
‘ଜନ୍ମଭୂମି’ ପ୍ରବନ୍ଧଟି ପ୍ରାବନ୍ଧିକଙ୍କର କେଉଁ ପ୍ରବନ୍ଧ ପୁସ୍ତକରୁ ଆସିଅଛି ?
Answer:
ପ୍ରବନ୍ଧ ମାନସ
Question 15.
ପ୍ରାବନ୍ଧିକ ଆୟୁକୁ କାହା ସହିତ ତୁଳନା କରିଛନ୍ତି ?
Answer:
ସୂର୍ଯ୍ୟଙ୍କ ସହ
Question 16.
ଶିକ୍ଷା ସମାପନ ସଙ୍ଗେ ସଙ୍ଗେ ଶିକ୍ଷିତମାନଙ୍କର କ’ଣ ଘଟିଥାଏ ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ପୁନର୍ଜନ୍ମ
Question 17.
ସାର ମାଉସୀ ଗ୍ରାମମୁଣ୍ଡରେ କେଉଁ ସ୍ଥାନରେ ବହୁବର୍ଷ ଧରି ପ୍ରସ୍ତର ମୂର୍ତ୍ତିଟି ପରି ବସି ଆସିଛନ୍ତି ?
Answer:
ଛୋଟ ପିଣ୍ଡାରେ
Question 18.
ଗୋବିନ୍ଦ ଭାଇ କାହାକୁ ଦୁର୍ଗ କରି ସମଗ୍ର ବିଶ୍ଵ ବିରୋଧରେ ବିଦ୍ରୋହ ଘୋଷଣା କରୁଥିଲା ?
Answer:
ତା’ର କ୍ଷୁଦ୍ର କୁଟୀରକୁ
Question 19.
ଗ୍ରାମଯାକ କେଉଁ ଅତିଥିମାନଙ୍କଦ୍ୱାରା ପରିପୂର୍ଣ୍ଣ ହୋଇଗଲାଣି ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ନବାଗତ ଅତିଥ୍
Question 20.
ପଲ୍ଲୀର କର୍ମଯୋଜନାରେ ଅଂଶଗ୍ରହଣ କରିବାପାଇଁ ପ୍ରାବନ୍ଧିକଙ୍କ ନିକଟରେ କେଉଁ ଶକ୍ତିର ଅଭାବ ନ ଥିଲା ?
Answer:
ଭୌତିକ ଶକ୍ତି
Question 21.
କିଏ ଶଶିକଳା ପରି ଦୀନା ଓ କ୍ଷୀଣା ହୋଇଯାଇଥିଲେ ?
Answer:
ରାଧା
Question 22.
ଦ୍ଵାରକା ନିକଟରେ କେଉଁ ତୀର୍ଥସ୍ଥାନ ଅବସ୍ଥିତ ?
Answer:
ପ୍ରଭାସତୀର୍ଥ
Question 23.
କାହାର ଲୌହଶର ଶ୍ରୀକୃଷ୍ଣଙ୍କର ପଦକୁ ବିଦ୍ଧ କରିଥିଲା ?
Answer:
ବ୍ଯାଧର
Question 24.
ଏଟ୍ଲାସ କେଉଁ ଦେଶୀୟ ଦେବତା ଅଟନ୍ତି ?
Answer:
ଗ୍ରୀସୀୟ
Question 25.
ଗୋପପୁର ଓ ମଥୁରା ମଧ୍ୟରେ କେଉଁ ନଦୀ ବହିଚାଲିଛି ?
Answer:
ଯମୁନା
Question 26.
ଶ୍ରୀକୃଷ୍ଣ କେଉଁଠାରେ ତାଙ୍କର ଅଭ୍ରଂକଷ ପ୍ରାସାଦ ନିର୍ମାଣ କରାଇଥିଲେ ?
Answer:
ଦ୍ଵାରକାରେ
Question 27.
ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିକୁ କେଉଁମାନଙ୍କ ସହ ତୁଳନା କରିଛନ୍ତି ?
Answer:
ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ସହିତ
Question 28.
ଯେ ପୂର୍ବଜନ୍ମର ଘଟଣାବଳୀକୁ ସ୍ମରଣ କରିପାରେ ତା’କୁ କ’ଣ କୁହାଯାଏ ?
Answer:
ଜାତିସ୍ମର
Question 29.
ପଲ୍ଲୀଗ୍ରାମର ନରନାରୀଙ୍କ ମଧ୍ୟରେ ଜାତି-ଧର୍ମ ନିର୍ବିଶେଷରେ କ’ଣ ଗଢ଼ି ଉଠିଥାଏ ?
Answer:
ଏକ ପରିବାରତ୍ଵର ପରମ୍ପରା
Question 30.
ଆଗେ ସାର ମାଉସୀ ପ୍ରାବନ୍ଧିକଙ୍କୁ ଦେଖୁବାମାତ୍ରେ କ’ଣ ବୋଲି ପଚାରୁଥିଲା ?
Answer:
କେବେ ଆସିଲୁ ବାପା
Question 31.
ଆଜିକାଲି ସାର ମାଉସୀ ପ୍ରାବନ୍ଧିକଙ୍କୁ ଦେଖିଲେ କ’ଣ ପଚାରେ ?
Answer:
କେବେ ଆସିଲ ବାବୁ ?
Question 32.
ଗୋବିନ୍ଦ ଭାଇ ପ୍ରାବନ୍ଧିକଙ୍କୁ କୁଟୀରରେ ବସାଇ କ’ଣ ବ୍ୟାଖ୍ୟା କରୁଥିଲା ?
Answer:
ମନବୋଧ ଚଉତିଶା
Question 33.
ଗ୍ରାମରେ ନବାଗତ ଅତିଥ୍ୟ ବୋଲି ପ୍ରାବନ୍ଧିକ କେଉଁମାନଙ୍କୁ ଲକ୍ଷ୍ୟକରି କହିଛନ୍ତି ?
Answer:
ଶିଶୁମାନଙ୍କୁ
Question 34.
ଆଫ୍ରିକାରୁ ନବାଗତ ଜେବ୍ରା ବା ଜିରାକୁ ଚାହିଁ ରହିଲା ପରି ଶିଶୁମାନେ ପ୍ରବନ୍ଧରେ କାହାକୁ ଚାହିଁ ରହନ୍ତି
Answer:
ପ୍ରାବନ୍ଧିକଙ୍କୁ
Question 35.
ରୋଗାଦି କାରଣରୁ ଯେଉଁମାନଙ୍କ ପେଟ ବାହାରି ପଡ଼ିଥାଏ, ସେମାନଙ୍କୁ କ’ଣ କୁହାଯାଏ ?
Answer:
ଲମ୍ବୋଦର
Question 36.
ରାଜନୈତିକ ମତବାଦ ଅନୁସାରେ କେଉଁମାନଙ୍କ ମାନସିକ ପରିବର୍ତ୍ତନ ଘଟିଯାଇଛି ?
Answer:
ଶିକ୍ଷିତ ଓ ଅର୍ଦଶିକ୍ଷିତ ନବଯୁବକମାନଙ୍କର
Question 37.
ଗ୍ରାମବାସୀମାନେ କେଉଁ ଋତୁରେ ଧରଣୀର ବକ୍ଷ ଚିରି ନୂଆ ମେଘକୁ ଚାହିଁ ରହନ୍ତି ?
Answer:
ଗ୍ରୀଷ୍ମଋତୁରେ
Question 38.
କେଉଁମାନଙ୍କ ସମବେତ ଯତ୍ନରେ ଧରଣୀ ଶସ୍ୟଶ୍ୟାମଳା ହୋଇଉଠେ ?
Answer:
ଶ୍ରମଜୀବୀମାନଙ୍କ
Question 39.
କେଉଁ ପର୍ବର ପରିସମାପ୍ତି ପରେ ଗ୍ରାମବାସୀମାନେ ନିଷ୍ଠୁର ବାସ୍ତବତାର ସମ୍ମୁଖୀନ ହୁଅନ୍ତି ?
Answer:
ରଜପର୍ବର
(C) ଶୂନ୍ୟସ୍ଥାନ ପୂରଣ କର ।
Question 1.
ପ୍ରାବନ୍ଧିକ ……………………….. କୁ ତାଙ୍କ ଜନ୍ମଭୂମି ବୋଲି କହିଛନ୍ତି ।
Answer:
ପଲ୍ଲୀ
Question 2.
ଏହା ଭିତରେ ମୋର ପୁନର୍ଜନ୍ମ ଘଟିଯାଇଛି । ଏହି ବାକ୍ୟରେ ‘ମୋର’ ପଦଟି ……………………. ଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି।
Answer:
ପ୍ରାବନ୍ଧିକ
Question 3.
‘ତଣ୍ଡୁଳ’ କହିଲେ ……………………….. କୁ ବୁଝାଯାଏ ।
Answer:
ଚାଉଳ
Question 4.
ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ……………………… ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।
Answer:
ମୟୂରଭଞ୍ଜ
Question 5.
ଗ୍ରାମରେ ନିବାଗତ ଅତିଥ୍ ବୋଲି ପ୍ରାବନ୍ଧିକ ………………. ମାନଙ୍କୁ ଲକ୍ଷ୍ୟକରି କହିଛନ୍ତି ।
Answer:
ଶିଶୁ
Question 6.
ମହାଭାରତରେ ମହାସମରକୁ…………………… ଅଙ୍ଗୁଳି ନିର୍ଦ୍ଦେଶରେ ଚଳାଇଥିଲେ ।
Answer:
ଶ୍ରୀକୃଷ୍ଣ
Question 7.
ରୋଗାଦି କାରଣରୁ ଯେଉଁମାନଙ୍କ ପେଟ ବାହାରି ପଡ଼ିଥାଏ, ସେମାନଙ୍କୁ ………………… କୁହାଯାଇଛିା
Answer:
ଲମ୍ବୋଦର
Question 8.
ରଜପର୍ବରେ ଗ୍ରାମବାସୀମାନେ ………………….. ଖେଳରେ ରତ ହୁଅନ୍ତି।
Answer:
ରଜ
Question 9.
……………… ମାନଙ୍କ ସମବେତ ଯତ୍ନରେ ଧାରଣା ଶସ୍ୟଶ୍ୟାମଳା ହୋଇଉଠେ।
Answer:
ଶ୍ରମଜୀବୀ
Question 10.
ହେମନ୍ତରେ ଗ୍ରାମଭୂମି …………………………. ରେ ପରିପୂର୍ଣ୍ଣ ହୋଇଯାଏ ।
Answer:
ସ୍ଵର୍ଣ୍ଣଶୀର୍ଷ ଧାନ୍ୟ
Question 11.
ସ୍ତୂପୀକୃତ – ଶବ୍ଦଟିର ଅର୍ଥ …………………… ।
Answer:
ସ୍ତର ବା ଥାକ ଥାକ ହୋଇ ଜମି ରହିଥିବା
Question 12.
କାୟିକ ଶ୍ରମଦ୍ବାରା ଯେଉଁମାନେ ଜୀବିକା ନିର୍ବାହ କରନ୍ତି, ସେମାନଙ୍କୁ ……………………….. କୁହାଯାଇଛି ।
Answer:
ଶ୍ରମଜୀବୀ
Question 13.
‘ସ୍ତୁପୀକୃତ ମେଘ ଘନ-ଶ୍ୟାମ ଗିରିରାଜିର ମସ୍ତକରୁ ଧୀରେ ଧୀରେ ଅଗଣିତ ଶାଳତରୁ ଉପରକୁ ଆନତ ହୋଇଆସେ । ଏଠାରେ “ଘନଶ୍ୟାମ ଗିରିରାଜି”’ ……………………..କୁ ଲକ୍ଷ୍ୟ କରି କୁହାଯାଇଛି ।
Answer:
ଶିମିଳିପାଳ ପର୍ବତ
Question 14.
ମନୁଷ୍ୟ ବହୁ ପରିମାଣରେ …………………. ର ଦାସ ।
Answer:
ଗତାନୁଗତିକତା
Question 15.
ସମସ୍ତ ଶିକ୍ଷିତ ………………… ଶ୍ରେଣୀର ଅନ୍ତର୍ଭୁକ୍ତ।
Answer:
ଅଭିଜାତ
Question 16.
ବୃନ୍ଦାବନର ପୁଷିତ କଦମ୍ବରେ ଆଜି ମଧ୍ୟ ……………………… ‘ର ଉଦ୍ଧତ ନୃତ୍ୟ ଦେଖାଯାଏ ।
Answer:
ମୟୂର
Question 17.
ପ୍ରଭାସ ତୀର୍ଥଟି ……………………….. ନିକଟବର୍ତ୍ତୀ ତୀର୍ଥସ୍ଥାନ ଅଟେ ।
Answer:
ଦ୍ଵାରକା
Question 18.
ବ୍ୟାଧର ଲୌହଶର …………………………. ଙ୍କର ପଦବିଦ୍ଧ କରିଥିଲା ।
Answer:
ଶ୍ରୀକୃଷ୍ଣ
(D) ଠିକ୍ ଉକ୍ତି ପାଇଁ “I” ଓ ଭୁଲ୍ ଉକ୍ତି ପାଇଁ “F” ଲେଖ
1. କୃଷ୍ଣଙ୍କର ଅଭ୍ରଂକଷ ପ୍ରାସାଦ ନଦୀଗର୍ଭରେ ନିମଗ୍ନ ହୋଇଗଲା ।
2. ପରିଶେଷରେ ମହାଭାରତର କର୍ଣ୍ଣଧାର ରାଜ ଅନ୍ତଃପୁରରେ ନିଜ ଅବଶ ଅଙ୍ଗକୁ ଢାଳିଦେଲେ ।
3. ‘ଅଷ୍ଟପାଟବଂଶୀ’ କହିଲେ ଶ୍ରୀକୃଷ୍ଣଙ୍କ ଅଷ୍ଟପତ୍ନୀଙ୍କୁ ବୁଝାଯାଏ ।
4. ପ୍ରତିଶ୍ରୁତି ରକ୍ଷା ଲାଗି ପୃଥିବୀକୁ ଦୁଇ ହାତରେ ଟେକି ରଖୁଥିବା ଗ୍ରୀସୀୟ ଦେବତାଙ୍କ ନାମ ଏଟ୍ଲାସ୍ ।
5. ‘ଗାଥା’ କହିଲେ କବିତାକୁ ବୁଝାଏ ।
6. ଧର୍ମାନ୍ତର ପରେ ଦୀକ୍ଷିତ ବ୍ୟକ୍ତି ଧର୍ମ ପାଖରେ ମାନବିକତା ଉତ୍ସର୍ଗ କରିଥାଏ ।
7. ‘ସିକ୍ତଭୂମିର ସୁଗନ୍ଧ ଓ ବନ୍ୟଯୂଥର ପରିମଳ’ରେ ଦୋଳ ପର୍ବ ଆରମ୍ଭ ହୁଏ ।
8. ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିରେ ରୂପ, ରସ, ଗନ୍ଧ ଓ ସ୍ପର୍ଶର ପ୍ରଥମ ପରିଚୟ ପାଇଥିଲେ ।
9. ଶିକ୍ଷିତମାନେ ବିଦ୍ୟାର୍ଥୀ ଜୀବନରେ ପିତାମାତାଙ୍କର ଆଶା ଭରସାର ସ୍ଥଳ ହୋଇଥାଆନ୍ତି ।
10. ଗୋପପୁରରେ ବଳରାମଙ୍କ ପାଦ ଗୋଚାରଣଦ୍ଵାରା କଠିନ ହୋଇଥିଲା ।
11. ଶିକ୍ଷା ସମାପନ ସଙ୍ଗେ ସଙ୍ଗେ ଶିକ୍ଷିତମାନଙ୍କର ଏକ ପ୍ରକାର ପୁନର୍ଜନ୍ମ ଘଟିଥାଏ ବୋଲି ପ୍ରାବନ୍ଧିକ କହିଛନ୍ତି ।
12. ଗୋବିନ୍ଦ ଭାଇ ଥିଲା ବିବାହିତ ।
13. ସୀତା ଶଶିକଳା ପରି ଦୀନା ଓ କ୍ଷୀଣା ହୋଇଯାଇଥିଲେ ।
14. ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିକୁ ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ସହିତ ତୁଳନା କରିଛନ୍ତି ।
15. ଯେ ପୂର୍ବଜନ୍ମର ଘଟଣାବଳୀକୁ ସ୍ମରଣ କରିପାରେ ତା’କୁ ଜାତିସ୍ମର କୁହାଯାଏ ।
Answer:
1. କୃଷ୍ଣଙ୍କର ଅଭ୍ରଂକଷ ପ୍ରାସାଦ ନଦୀଗର୍ଭରେ ନିମଗ୍ନ ହୋଇଗଲା । (F)
2. ପରିଶେଷରେ ମହାଭାରତର କର୍ଣ୍ଣଧାର ରାଜ ଅନ୍ତଃପୁରରେ ନିଜ ଅବଶ ଅଙ୍ଗକୁ ଢାଳିଦେଲେ । (F)
3. ‘ଅଷ୍ଟପାଟବଂଶୀ’ କହିଲେ ଶ୍ରୀକୃଷ୍ଣଙ୍କ ଅଷ୍ଟପତ୍ନୀଙ୍କୁ ବୁଝାଯାଏ । (T)
4. ପ୍ରତିଶ୍ରୁତି ରକ୍ଷା ଲାଗି ପୃଥିବୀକୁ ଦୁଇ ହାତରେ ଟେକି ରଖୁଥିବା ଗ୍ରୀସୀୟ ଦେବତାଙ୍କ ନାମ ଏଟ୍ଲାସ୍ ।
5. ‘ଗାଥା’ କହିଲେ କବିତାକୁ ବୁଝାଏ । (F)
6. ଧର୍ମାନ୍ତର ପରେ ଦୀକ୍ଷିତ ବ୍ୟକ୍ତି ଧର୍ମ ପାଖରେ ମାନବିକତା ଉତ୍ସର୍ଗ କରିଥାଏ । (T)
7. ‘ସିକ୍ତଭୂମିର ସୁଗନ୍ଧ ଓ ବନ୍ୟଯୂଥର ପରିମଳ’ରେ ଦୋଳ ପର୍ବ ଆରମ୍ଭ ହୁଏ । (F)
8. ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିରେ ରୂପ, ରସ, ଗନ୍ଧ ଓ ସ୍ପର୍ଶର ପ୍ରଥମ ପରିଚୟ ପାଇଥିଲେ । (T)
9. ଶିକ୍ଷିତମାନେ ବିଦ୍ୟାର୍ଥୀ ଜୀବନରେ ପିତାମାତାଙ୍କର ଆଶା ଭରସାର ସ୍ଥଳ ହୋଇଥାଆନ୍ତି । (F)
10. ଗୋପପୁରରେ ବଳରାମଙ୍କ ପାଦ ଗୋଚାରଣଦ୍ଵାରା କଠିନ ହୋଇଥିଲା । (T)
11. ଶିକ୍ଷା ସମାପନ ସଙ୍ଗେ ସଙ୍ଗେ ଶିକ୍ଷିତମାନଙ୍କର ଏକ ପ୍ରକାର ପୁନର୍ଜନ୍ମ ଘଟିଥାଏ ବୋଲି ପ୍ରାବନ୍ଧିକ କହିଛନ୍ତି ।
12. ଗୋବିନ୍ଦ ଭାଇ ଥିଲା ବିବାହିତ । (F)
13. ସୀତା ଶଶିକଳା ପରି ଦୀନା ଓ କ୍ଷୀଣା ହୋଇଯାଇଥିଲେ । (F)
14. ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିକୁ ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ସହିତ ତୁଳନା କରିଛନ୍ତି । (T)
15. ଯେ ପୂର୍ବଜନ୍ମର ଘଟଣାବଳୀକୁ ସ୍ମରଣ କରିପାରେ ତା’କୁ ଜାତିସ୍ମର କୁହାଯାଏ । (T)
(E) ସ୍ତମ୍ଭ ମିଳନ କର ।
Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଆୟ | ଦୃଶ |
ଧର୍ମାନ୍ତର | ସାହସ |
ଶୁଷ୍କ | ସୂର୍ଯ୍ୟ |
ନୈତିକ | କର୍ତ୍ତବ୍ୟ |
ଅବଶେଷ | ଭାଷିତ |
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଆୟ | ସୂର୍ଯ୍ୟ |
ଧର୍ମାନ୍ତର | ଭାଷିତ |
ଶୁଷ୍କ | ଦୃଶ |
ନୈତିକ | ସାହସ |
ଅବଶେଷ | କର୍ତ୍ତବ୍ୟ |
Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ମଧୁର | ସମ୍ବନ୍ଧ |
କ୍ଷୁଦ୍ର | ଅକର୍ମା |
ପ୍ରସ୍ତର | ଅତିଥି |
ଆକାରନ | କୁଟାର |
ନବାଗତ | ମୂର୍ତ୍ତି |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ମଧୁର | ସମ୍ବନ୍ଧ |
କ୍ଷୁଦ୍ର | କୁଟାର |
ପ୍ରସ୍ତର | ମୂର୍ତ୍ତି |
ଆକାରନ | ଅକର୍ମା |
ନବାଗତ | ଅତିଥି |
Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ସାହିତ୍ୟ | ପଳାଶ |
ପୁଷ୍ଠିତ | ଝ।ଞ୍ଜି |
ନିଦାଘ | ରାଧା |
ଆଭିଜାତ୍ୟ | ଚିହ୍ନ |
ପ୍ରେମମୟା | ଚର୍ଚ୍ଚା |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ସାହିତ୍ୟ | ଚର୍ଚ୍ଚା |
ପୁଷ୍ଠିତ | ପଳାଶ |
ନିଦାଘ | ଝ।ଞ୍ଜି |
ଆଭିଜାତ୍ୟ | ଚିହ୍ନ |
ପ୍ରେମମୟା | ରାଧା |
Question 4
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଦିଗ୍ବିଜୟା | ଶ୍ରମ |
ଶାରୀରିକ | ଘାଟ ବଂଶା |
ଅଭ୍ରଂକଷ | ଗାଥା |
ଅଷ୍ଟ | ବାର |
ପୁରାତନା | ପ୍ରାସାଦ |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଦିଗ୍ବିଜୟା | ବାର |
ଶାରୀରିକ | ଶ୍ରମ |
ଅଭ୍ରଂକଷ | ପ୍ରାସାଦ |
ଅଷ୍ଟ | ଘାଟ ବଂଶା |
ପୁରାତନା | ଗାଥା |
କରି ପରିଚୟ
ପାଣିଗ୍ରାହୀ ସୁପରିଚିତ । ତାଙ୍କର ସାହିତ୍ୟ ସୃଷ୍ଟି ଜୀବନର ଅନୁଭୂତି ସମ୍ବଳିତ କେତେକ ତଥ୍ୟକୁ ନେଇ ଆଧାରିତ । ସହଜ ଅଧ୍ୟୟନଓ ଅଧ୍ୟାପନାର ଜୀବନ ପର୍ଯ୍ୟାୟ ମଧ୍ୟରେ ଜଣେ ଐତିହାସିକର ଭୂମିକା ଗ୍ରହଣ କରିବାରେ ଡଃ କୃଷ୍ଣଚନ୍ଦ୍ର ସାବଲାଳ ଶୈଳୀରେ ଐତିହାସିକ ତଥ୍ୟାବଳାକୁ କାହାଶାର ସ୍ପର୍ଶଦେଇ ପାଠକୀୟ ସ୍ଵାକୃତି ଲାଭ କରିବାରେ ସେ ଏକ ଅନନ୍ୟ ଚରିତ୍ର । ‘ପ୍ରବନ୍ଧ ମାନସ’, ‘ଇତିହାସ ଓ କିମ୍ବଦନ୍ତୀ’, ‘ଭାରତୀୟ ପ୍ରତ୍ନତତ୍ତ୍ୱ’, ‘ଓଡ଼ିଶା ସଂସ୍କୃତି ଓ ଇତିହାସରେ ଯାଜପୁର’, ‘ସାରଳା ସାହିତ୍ୟରେ ଐତିହାସିକ ଚିତ୍ର’ ଏବଂ ‘ମୋ ସମୟର ଓଡ଼ିଶା’ ଇତ୍ୟାଦି ତାଙ୍କର ସାର୍ଥକ ସୃଷ୍ଟିସମ୍ଭାର ।
ସୃଜନାଭିମୁଖ୍ୟ
ଡଃ ପାଣିଗ୍ରାହୀ ଜଣେ ସୁପରିଚିତ ଐତିହାସିକ । ସେ ଥିଲେ ବୃତ୍ତିରେ ଅଧ୍ୟାପକ । ତାଙ୍କର ଜୀବନାନୁଭୂତିକୁ ନେଇ ସେ ସାହିତ୍ୟ ସୃଷ୍ଟି କରନ୍ତି । ସତ୍ୟ ସହିତ ତତ୍ତ୍ଵର ସମନ୍ବୟ, ଅକାଟ୍ୟ ଯୁକ୍ତି ଓ ମଦ୍ର-ଗମ୍ଭୀର ଭାଷା ତାଙ୍କ ପ୍ରବନ୍ଧକୁ ଦେଇଛି ଅନୁପମ ମର୍ଯ୍ୟାଦା । ସହଜ ସାବଲୀଳ ଶୈଳୀରେ ଐତିହାସିକ ତଥ୍ୟକୁ କାହାଣୀର ସ୍ପର୍ଶଦେଇ ସେ ପାଠକ ସମାଜ ଆଗରେ ଉପସ୍ଥାପନ କରିଥା’ନ୍ତି । ସେଥିପାଇଁ ତାଙ୍କ ଲେଖାଗୁଡ଼ିକ ସୁଖପାଠ୍ୟ ଓ ଆକର୍ଷଣୀୟ ।
କବିତାର ପ୍ଠଷ୍ଠଭୂମି
‘ଜନ୍ମଭୂମି’ ପ୍ରବନ୍ଧଟି ପ୍ରାବନ୍ଧକଙ୍କର ‘ପ୍ରବନ୍ଧମାନସ’ ପୁସ୍ତକରୁ ସଂଗୃହାତା ଏଥିରେ ପ୍ରାବନ୍ଧିକ ଜନ୍ମଭୂମିର ପ୍ରକୃତ ଅର୍ଥ ବୁଝାଇଛନ୍ତି । ଅରଣ୍ୟ ପ୍ରକୃତି ବିଶିଷ୍ଟ ନିଜ ପଲ୍ଲୀ ଜନ୍ମମାଟିର ଅନନ୍ୟ ମହତ୍ତ୍ଵକୁ ସେ ଦର୍ଶାଇଛନ୍ତି । ନିଜ ଗ୍ରାମ ସମ୍ବନ୍ଧରେ ନିଜର ବାଲ୍ୟଯୌବନର ସ୍ମୃତି, ପଲ୍ଲୀଜୀବନର ଶୃଙ୍ଖଳିତ ଧାରା, ପଲ୍ଲୀବାସୀଙ୍କର ଏକପରିବାରତ୍ୱ ସମ୍ପର୍କରେ ଲେଖକ ସୂଚନା ଦେଇଛନ୍ତି । ପୁନଶ୍ଚ ପଲ୍ଲୀରେ ଆଧୁନିକ ରାଜନୀତିର ପ୍ରବେଶ ଫଳରେ ପଲ୍ଲୀ ସରଳତା ବିଲୋପ ହୋଇଛି ବୋଲି କହିଛନ୍ତି । ଗ୍ରାମରୁ ରାଜ୍ୟ, ଦେଶ ଓ ବିଶ୍ବବାସୀ ହେବାପାଇଁ ପ୍ରକାରାନ୍ତରେ ସେ ଆହ୍ୱାନ ଜଣାଇଛନ୍ତି । ଉକ୍ତ ପ୍ରବନ୍ଧର ମୂଳସୂତ୍ର ହେଉଛି ‘ବସୁଧୈବ କୁଟୁମ୍ବକମ୍’ର ଭାବନାକୁ ଜାଗ୍ରତ କରାଇବା । ଉଦାର ବିଶ୍ୱମାନବ ହେବାଠାରୁ ଜନ୍ମଭୂମି କ୍ଷୁ ପ୍ରଗ୍ରାମ ଖିବିଙ୍ଗ୍ କଶେ ସାଧାରଣ ନାଗରିକ ହେବାକୁ ପ୍ରକାଶିତ ହୋଇଛି। ହେବାକୁ ପ୍ରାବନ୍ଧିକଙ୍କ ଆକୁଳତା ପ୍ରକାଶିତ ହୋଇଛି ।
କରିବାର ମଧିବାଶା
ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରଥମେ ଜନ୍ମଭୂମିର ପ୍ରକୃତ ପରିଚୟ ଦେଇଛନ୍ତି । ବିଶାଳ ପୃଥିବୀ ଭିତରେ ଏସିଆ ମହାଦେଶ, ଏସିଆ ଭିତରେ ଭାରତବର୍ଷ, ଭାରତ ଭିତରେ ଓଡ଼ିଶା ଏବଂ ସେହି ଓଡ଼ିଶା ଭିତରେ ତାଙ୍କର ପଲ୍ଲୀଗ୍ରାମ । ସେହି ପଲ୍ଲୀଗ୍ରାମରେ ସେ ଜନ୍ମ ନେଇଥିଲେ । ଏହି ସମସ୍ତ ଭୂଭାଗ କେହି କାହାରିଠାରୁ ଅଲଗା ନୁହଁନ୍ତି । କେହି ବିଚ୍ଛିନ୍ନ ନୁହଁନ୍ତି । ବ୍ୟାପକ ଦୃଷ୍ଟିରୁ ବିଚାର କଲେ ଏହି ସମସ୍ତ ହେଉଛି ଲେଖକଙ୍କର ଜନ୍ମଭୂମି । ତଥାପି ଯେଉଁ ଭୂମି ଉପରେ ସେ ପ୍ରଥମେ ମାତୃଗର୍ଭରୁ ଜନ୍ମ ନେଲେ, ପ୍ରଥମେ ଭୂମି ସ୍ପର୍ଶ କଲେ, ତାହାହିଁ ହେଉଛି ତାଙ୍କ ପାଇଁ ପ୍ରକୃତ ଜନ୍ମଭୂମି । କାରଣ ସେହି ମାଟିର ରୂପ, ରସ, ଗନ୍ଧର ସ୍ପର୍ଶ ସେ ପ୍ରଥମେ ପାଇଥିଲେ । ସେହି ମାଟିରୁ ଉପୁଜିଥିବା ଫଳ ପୁଷ୍ପରେ, ଶାକ ତଣ୍ଡୁଳରେ ନିଜର ଶରୀର ରକ୍ଷା କରିଥିଲେ । ସେଠାକାର ସୁଖଦୁଃଖରେ ସେ ନିଜକୁ ସାମିଲ୍ କରାଇ ଦେଇଥିଲେ ।
ବୟସ ବଢ଼ିବା ସଙ୍ଗେ ସଙ୍ଗେ ଲେଖକଙ୍କ ସମ୍ପର୍କର ସେତୁ କ୍ରମଶଃ ଦୁର୍ବଳ ହୋଇଛି । ଏପରିକି କ୍ରମେ କ୍ରମେ ସେହି ସମ୍ପର୍କରେ ଧାରା କ୍ଷୀଣରୁ କ୍ଷୀଣତର ହୋଇ ଲୀନ ହେବାକୁ ବସିଛି । ସେହି ଜନ୍ମଭୂମିରୁ କର୍ତ୍ତବ୍ୟ ଆହ୍ଵାନରେ ସେ ଦୂରରେ ରହିଛନ୍ତି । ସେଠାକୁ ଫେରିବାକୁ ତାଙ୍କର ଆଉ ସାହସ ହେଉନାହିଁ। ବରଂ ତାଙ୍କର ହୋଇଛି ପୁନର୍ଜନ୍ମ । ସେ କେବଳ ଜାତିସ୍ମର ଭଳି ତାଙ୍କର ପ୍ରାକୃତିକ ପରିବେଶରେ ପରିପୂର୍ଣ ଜନ୍ମଭୂମିକୁ ମନେ ପକାଇଛନ୍ତି ।
ଶିକ୍ଷିତ ବ୍ୟକ୍ତି ଭାବରେ ଗ୍ରାମରୁ ଦୂରରେ ରହି ଗ୍ରାମ୍ୟଜୀବନକୁ ସେ ବିସ୍ତୃତ ହୋଇଛନ୍ତି । ଏଭଳି ସମସ୍ୟାକୁ ଏକ ସାର୍ବଜନୀନ ସମସ୍ୟା ଭାବରେ ଲେଖକ ସୂଚିତ କରିଛନ୍ତି । ଧର୍ମାନ୍ତର ବ୍ୟକ୍ତି ଭଳି ନିଜର ସମସ୍ତ ମାନବିକତାକୁ ସେ ଭୁଲିଛନ୍ତି। ପ୍ରଚଳିତ ଶିକ୍ଷାକୁ ଗ୍ରହଣ କରିଥିବାରୁ ଶେଷରେ ସେ ନିଜର ଜନ୍ମଭୂମି ନିକଟରୁ ଦୂରେଇ ରହିଛନ୍ତି ଏବଂ ତାହାକୁ ପାସୋର ଦେଇଛନ୍ତି । କେବେ କେମିତି ପଲ୍ଲୀଜୀବନକୁ ଫେରିଯାଇ ସେଠାରେ କିଛିକାଳ ରହିବା ତାଙ୍କ ପକ୍ଷେ ସମ୍ଭବ ହୋଇନାହିଁ ।
ଲେଖକ ପଲ୍ଲୀଜୀବନର ବିଶେଷତ୍ବ ପ୍ରତିପାଦନ କରିବାକୁ ଯାଇ, ପଲ୍ଲୀଜୀବନରେ ମିଳିମିଶି ଚଳିବା, ପରସ୍ପର ପରସ୍ପରର ସୁଖ ଦୁଃଖରେ ଭାଗହେବା କଥାକୁ ସ୍ମରର୍ଣ କରିଛନ୍ତି । ଗୋଟିଏ ଗାଁ ଯେପରି ହୋଇଥାଏ ଗୋଟିଏ ପରିବାର। ସେମାନଙ୍କ ଭିତରୁ କିଏ ଭାଇ ଭଉଣୀ, କିଏ କକା ଖୁଡ଼ୀ ଇତ୍ୟାଦି ସମ୍ପର୍କ ନେଇ ଚଳିବାକୁ ହୋଇଥାଏ । ମାତ୍ର ସମୟ ଅନୁସାରେ ସେଭଳି ବିଚାରବୋଧ ଗାଁରୁ ଦୂରେଇ ଯାଇଛି । ଗାଁରେ ଥିବା ସାର ମାଉସୀର ସ୍ନେହଭରା ଡାକ କିପରି ବଦଳି ଯାଇଛି । ଯେଉଁ ଆଜୀବନ ଅକର୍ମା ଗୋବିନ୍ଦ ଭାଇ ମନବୋଧ ଚଉତିଶା ଶୁଣାଉଥିଲା, ସେ ଆଉ ସେଭଳି ସମ୍ଭାଷଣ ଜଣାଉନାହିଁ । ନିଜସ୍ଵ ଅଭିଜ୍ଞତାକୁ ପ୍ରକାଶ କରି ଲେଖକ ପୁନଶ୍ଚ କହିଛନ୍ତି, ଆଜିକାଲି ଅନେକ ନୂଆମୁହଁ ଦେଖିବାକୁ ମିଳୁଛି, ଯେଉଁମାନେ ତାଙ୍କୁ ଚିହ୍ନି ନାହାଁନ୍ତି ବରଂ ଅପରିଚିତ ଦୃଷ୍ଟିରେ ଚାହିଁଛନ୍ତି ।
ଗ୍ରାମବାସୀଙ୍କ ମଧ୍ୟରୁ ଯେଉଁ ଶିକ୍ଷିତ ବ୍ୟକ୍ତିମାନେ କୌଣସି ଚାକିରିବାକିରି ନପାଇ ଗାଁରେ ରହିଛନ୍ତି, ସେମାନେ ରାଜନୀତିକୁ ଆପଣେଇ ନେଇଛନ୍ତି । ଫଳରେ ସେହି ଶିକ୍ଷିତ ବା ଅର୍ଜଶିକ୍ଷିତଙ୍କ ଭିତରୁ କିଏ କଂଗ୍ରେସୀ ହେଉଛନ୍ତି ତ ଆଉକେହି ଗଣତନ୍ତ୍ରୀ, କମ୍ୟୁନିଷ୍ଟ ବା ସୋସିଆଲିଷ୍ଟ ଭାବରେ ନିଜକୁ ପରିଚିତ କରାଉଛନ୍ତି । ସେମାନେ ପଲ୍ଲୀର ପ୍ରାକୃତିକ ଶୋଭାରେ କିମ୍ବା ସାହିତ୍ୟଚର୍ଚ୍ଚାରେ ନିଜକୁ ସାମିଲ୍ କରାଇ ପାରୁନାହାଁନ୍ତି । ବରଂ ସେହି ପ୍ରକୃତିର ଅପରୂପ ଶୋଭାକୁ ରାଜନୈତିକ ମତବାଦ ଅନୁସାରେ ବିଚାର କରୁଛନ୍ତି। ଗ୍ରାମବାସୀଙ୍କ ମନରୁ ଲେଖକ ଦୂରେଇ ଯାଇଛନ୍ତି । କର୍ମରୁ ବିଚ୍ୟୁତ ହୋଇଛନ୍ତି। କାରଣ ଏମାନଙ୍କ କର୍ମଯୋଜନାରେ ସେ ନିଜକୁ ସାମିଲ କରାଇ ପାରିନାହାଁନ୍ତି । ଋତୁକ୍ରମରେ କୃଷିପ୍ରଧାନ ଗ୍ରାମ୍ୟ ଜୀବନର ଶୃଙ୍ଖଳାରେ ତାଙ୍କର ସ୍ଥାନ ପାଇବା ଅସମ୍ଭବ ବୋଲି ସେ ସ୍ଵୀକାର କରିଛନ୍ତି । କାରଣ ଗ୍ରୀଷ୍ମର ଝାଞ୍ଜିରେ, ବର୍ଷାର ଝଡ଼ରେ ବା ହେମନ୍ତର ଶୀତରେ ତାଙ୍କର କର୍ମଯୋଜନା ସ୍ଥାନ ପାଇପାରିବ ନାହିଁ ବୋଲି ସେ ଜାଣି ପାରିଛନ୍ତି ।
ମନୁଷ୍ୟ ବହୁ ପରିମାଣରେ ଗତାନୁଗତିକତାର ଦାସ । ଆଭିଜାତ୍ୟର ଚିହ୍ନ ବୋଲି ମଣିଷ କାୟ-କ୍ଲେଶ ବା ଶାରୀରିକ ପରିଶ୍ରମ କରିବାକୁ ଚାହେଁନାହିଁ । ସମସ୍ତ ଶିକ୍ଷିତ କାୟ-କ୍ଳେଶ ସହିବାକୁ ଅକ୍ଷମ ନହେଲେ ବି, ନିଜକୁ ଅଭିଜାତ୍ୟ ଗୋଷ୍ଠୀ ଗାଁରେ ରହି ଶାରୀରିକ ପରିଶ୍ରମ କରି ଜୀବନ ଧାରଣ କରନ୍ତି, ସେମାନେ ଆର୍ଥିକ ବ୍ୟବଧାନକୁ କମ୍ କରିପାରନ୍ତି ନାହିଁ ।
ଅର୍ଥ ବଳରେ ହେଉ, ଭାଗ୍ୟ ବଳରେ ହେଉ ବା ଅଧ୍ୟବସାୟ ବଳରେ ଯେଉଁମାନେ ଶିକ୍ଷିତ ହୋଇ ସହରରେ ରହନ୍ତି, ସେମାନେ କୌଣସି ସମୟରେ ଗାଁକୁ ଫେରିବାକୁ ଚାହାଁନ୍ତି ନାହିଁ । ଏହି କାରଣରୁ ବହୁ ପଲ୍ଲୀଜନନୀ ସେମାନଙ୍କ ଶିକ୍ଷିତ ସନ୍ତାନକୁ ପାଖରେ ପାଇନଥା’ନ୍ତି ଯେଉଁ ପଲ୍ଲୀବାସୀ ବାଳକ ପାଇଁ ଅନେକ ସମ୍ଭାବନାର ସ୍ବପ୍ନ ଦେଖାଯାଇଥାଏ, ସେମାନେ ସମୟକ୍ରମେ ଗ୍ରାମବାସୀଙ୍କର ଅପହଞ୍ଚ ହୋଇଯାଇଥା’ନ୍ତି। ଏହି ପ୍ରସଙ୍ଗରେ ପ୍ରାବନ୍ଧିକ ଗୋପପୁରର ଶ୍ରୀକୃଷ୍ଣଙ୍କ କଥା। ଉଲ୍ଲେଖ କରିଛନ୍ତି। ଶ୍ରୀକୃଷ୍ଣ ଗୋପୀ, ଗୋପାଳଙ୍କ ନିକଟକୁ ଫେରିଆସିବାପାଇଁ ତିନିଦିନ ସମୟ ନେଇଥିଲେ, ମାତ୍ର ସେ ଆଉ. ମଥୁରାରୁ ଗୋପକୁ ଫେରିନଥିଲେ । କୃଷ୍ଣଙ୍କର ଏହି ଅନୈତିକ ବା ବିଶ୍ଵାସଘାତକତାର ପରିଣାମ ତାଙ୍କୁ ଭୋଗ କରିବାକୁ ପଡ଼ିଥିଲା ।
କୃଷ୍ଣ ମଥୁରାରୁ ଦ୍ଵାରକା ଯାଇଥିଲେ । ସେଠାରେ ବିଳାସ ବ୍ୟସନରେ ରହିଥିଲେ । ମାତ୍ର କୃଷ୍ଣଙ୍କର ଆକାଶଛୁଆଁ ପ୍ରାସାଦ ଓ ରାଜଧାନୀ ଦ୍ଵାରକା ଅତଳ ଜଳରେ ନିମଗ୍ନ ହୋଇଥିଲା । ତାଙ୍କ ବଂଶଗୋଷ୍ଠୀ ଓ ସାଙ୍ଗସାଥୀ ପ୍ରଭାସ ତୀର୍ଥର ଏରକାର ବନରେ ପରସ୍ପର ମଧ୍ୟରେ ହଣାହଣି ହୋଇ ଧ୍ୱଂସ ହୋଇଗଲେ । ନିଜେ କୃଷ୍ଣ ରାଜ୍ୟହୀନ, ଧନହୀନ ଗୃହହୀନ ସେ ମୃତ୍ୟୁଲାଭ କରିଥିଲେ । କୃଷ୍ଣଙ୍କର ଦ୍ଵାରକା ଆଜି ଆଉ ନାହିଁ । ମାତ୍ର ସେ ଯେଉଁ ମାତୃଭୂମି, ଗୋପ, ଗୋପର ବୃନ୍ଦାବନ ଓ ଯମୁନା ନଦୀକୁ ଉପେକ୍ଷା କରିଥିଲେ, ତାହା ଅଦ୍ୟାବଧୂ ରହିଛି । କୃଷ୍ଣଙ୍କର ଏହି ଚରିତରୁ ଜନ୍ମଭୂମିକୁ ଉପେକ୍ଷା କରିଥିବା ଶିକ୍ଷିତମାନଙ୍କର ବହୁତ କଥା ଶ୍ରିଖ୍ରାବାର ରହିଛି।
ପ୍ରବନ୍ଧର ଶେଷ ପର୍ଯ୍ୟାୟରେ ପ୍ରାବନ୍ଧିକ କହିଛନ୍ତି, ଯେଉଁ ଅଳ୍ପ କେତେଜଣ ଶିକ୍ଷିତ ସେମାନଙ୍କର ମହାନୁଭବତାକୁ ପଲ୍ଲୀଗ୍ରାମରୁ ଆରମ୍ଭକରି ବିଶ୍ବବ୍ୟାପୀ କରିଛନ୍ତି ସେମାନେ ଆମର ନମସ୍ୟ । ଯେଉଁମାନେ ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ହେଲେବି, ପାଶ୍ଚାତ୍ୟ ଶିକ୍ଷାର ପରମ୍ପରାକୁ ଛିନ୍ନ କରି ସେମାନଙ୍କର ମହାନୁଭବତାକୁ ଦିଲ୍ଲୀରୁ ନିଜର ପଲ୍ଲୀ ପର୍ଯ୍ୟନ୍ତ ବ୍ୟାପ୍ତ ରଖୁଛନ୍ତି ସେମାନେ ନମସ୍ୟ । ଯେଉଁମାନେ ପଲ୍ଲୀଭୂଇଁ ବା ନିଜର ଜନ୍ମଭୂମିକୁ ପୂରାପୂରି ପାସୋରି ଦେଇ ଗ୍ରୀସୀୟ ଦେବତା ଏଟ୍ଲାସ ପରି ସମସ୍ତ ବିଶ୍ଵର ଭାର ବହନ କରିଛନ୍ତି ବୋଲି କୁବ୍ଜ ହୋଇ ଚାଲନ୍ତି, ସେମାନେ ଠିକ୍ କଥା କହନ୍ତି ନାହିଁ । ସେମାନେ କେବଳ ପ୍ରବଞ୍ଚନା କରିଥା’ନ୍ତି । ବାସ୍ତବରେ ଯେ ଭଲ ଗ୍ରାମବାସୀ ନୁହେଁ, ସେ ଭଲ ଓଡ଼ିଶାବାସୀ ନୁହେଁ, ଯେ ଭଲ ଓଡ଼ିଶାବାସୀ ନୁହେଁ, ସେ ଭଲ ଭାରତବାସୀ ନୁହେଁ ଓ ଯେ ଭଲ ଭାରତବାସୀ ନୁହେଁ, ସେ ଭଲ ବିଶ୍ବବାସୀ ହୋଇନପାରେ ।
କାଠିନ ଶବ୍ଦାର୍ଥ ଓ ଟିପ୍ପଶା
- ବିଛିନ୍ନ – ଅଲଗା
- ସ୍ପର୍ଶ କଲି – ବିପଦ/ବିପର୍ଯ୍ୟୟ
- ଶାକ – ଶାଗ
- ତଣ୍ଡୁଳ – ଚାଉଳ
- ଧାତ୍ରା – ଧାଈମା’/ପାଳନକର୍ତ୍ତ୍ରୀ
- ଆୟସୂର୍ଯ୍ୟ – ଆୟୁ ରୂପକ ସୂର୍ଯ୍ୟ
- କ୍ଷାଶ – ଶାର୍ଣ୍ଣ/ କୃଶ
- ଶୁଷ୍କ – ଶୁଖିଲା
- ନିଃହାୟ – ଅସହାୟ
- ଲାନ – ଲୁପ୍ତ
- ନୈତିକ – ନାତି ସମ୍ବିନ୍ଧାୟ
- ଜାତିସ୍ଵର – ଯେ ପୂର୍ବଜନ୍ମର ଘଟଣାବଳା ଚରଣ କରିପାରେ ବା ମନେ ପକାଇପାରେ
- ରାଣି ରାଣି – ବହୁପରିମାଣ
- ତଟି ନାବେଷୃତ – ନଦାଘେରା
- ଭଞ୍ଜ କାର୍ତ୍ତି – ମୟୂରଭଞ୍ଜର ଭଞ୍ଜବଂଶର ରାଜାମାନଙ୍କ କାର୍ତ୍ତ
- ବିରାଟିନା – କିରାଟଯୁକ୍ତା ବା ମୁକୁଟ – ମଣ୍ଡିତ।
- ଧର୍ମାନ୍ତର – ଅନ୍ୟ ଧର୍ମ
- ମାନବିକତା – ମଣିଷପଣିଆ
- ଉତ୍ସର୍ଗ – ସମର୍ପଣ
- ସମାପନ – ଶେଷ
- ବାଦ – ଋତୁତା
- ବିସମ୍ବିାନ୍ଦ – ଖରାପ ଖବର
- ମନବେଧ – ଏହି ଜନପ୍ରିୟ ଚଉତିଶାଟି ବୈରାଗ୍ୟ ଓ ଭକ୍ତିଭାବ ସମ୍ବଳିତ । ଏହାର ରଚୟିତା ହେ ଉଛନ୍ତି ଶେଷଭାଗର କବି ଭକ୍ତଚରଣ ଦାସ ।
- ପ୍ରତ୍ୟୟ – ବିଶ୍ଵାସ
- ନବାଗତ – ନିଆ ହୋଇ ଆସିଥିବା
- ଶାର୍ଣ୍ଣ – ଦୁର୍ବଳ
- ଉଲଗ୍ନ – ଅଙ୍ଗଲା
- କୃଶୋଦର – (କୃଶ + ଉପର) ଅପୁଷ୍ପତା ହେତୁ ଯେଉଁମାନଙ୍କ ପେଟ ଶିଯାଇଥାଏ
- ଲମ୍ବୋଦର – (ଲମ୍ବ + ଡଦର )ଏଠାରେ ରୋଗୀଦି କାରଣରୁ ଯେଉଁମାନଙ୍କ ପେଟ ବାହାରି ପଡ଼ିଥାଏ
- ଅବାଞ୍ଚତ – ଯାହାକୁ ଆମେ ଗାହୁନା କିମ୍ବା ଇଚ୍ଛା କରୁନା
- ଅବହେଳିତ – ଯାହାର କୌଣସି ପ୍ରକାର ସେବା, ଯତ୍ନ ନିଆଯାଏ ନାହିଁ
- ସମାବେଶ – ସମ୍ମଳନ
- ଜେବ୍ରା – ଆଫ୍ରିକୀୟ ପଶୁବିଶେଷ, ଯାହାର ଦେହ ଘୋଡ଼ା ଭଳି ଓ ସେଥିରେ ପଟା ପଟା କଳାଧଳା ଦାଗ ରହିଥାଏ
- ଜିରାଫ – ଆଫ୍ରିକୀୟ ପଶୁବିଶେଷ, ଯାହାର ବେଳ ବଡ଼ ଲମ୍ବା
- ପୁଷ୍ଠିତ ପଳାଶ – ଫୁଲ ଫୁଟିଥିବା ଗାଳିଧୁଆ, ଲାଲ ରଙ୍ଗର ପେନ୍ନା ପେନ୍ନା ଫୁଲ ବିଶେଷ
- ବହ୍ନି – ନିଆଁ/ଅଗ୍ନି
- ଆହବ – ଯୁନ୍ଧ
- ଅନାଗତ – ଯାହା ଆସିନାର୍ହି/ ଭବିଷ୍ୟତ
- ରକ୍ତକେତନ – ନାଲି ପତାକା
- କ୍ଲେଶ – କଷ୍ଣ
- ନିଦାଘ – ପ୍ରାତ୍ନ
- ଧରଶା – ପୃଥିବା/ପାଟି
- ସ୍ତ୍ରପାକୃତ – ସ୍ତର ସ୍ତର ହୋଇ ରହିଥିବା / ଜମା ହୋଇ ରହିଥିବା
- ଆନତ – ନଇଁ ଆସିଥିବା
- ଚାରିପାତ – କୃଷ୍ଣପାତ
- ସିକ୍ତ – ଓଦା
- ଯୂଥ୍ – ଯଇଫୁଲ
- ପରିମଳ – ସୁବାସ, ରେଭ
- ଉଦବେଳ – ଉଛୁଳୁଥ୍ବାବା
- ମହାସମାରେ।ହରେ -ଖୁର୍ ଜାକଚ୍ଚମକରେ
- ଧାରାହତ – ବର୍ଷଧାରାଦ୍ଵାରା ଆହତ
- ସ୍କର୍ଣ୍ଣ – ଶର୍ଷ ଧାନ୍ୟରେ – ସୁନାର ଧାନରେ/ ପଚିଲା ଧାନକଶ୍ତାରେ
- ଶ୍ରମଜାବା – କାୟିକ ବା ଶାରୀରିକ ଶ୍ରମରେ
- ଭୌଗିକ – ଶାରୀରିକ (ଶରୀର ପଞ୍ଚଭୂତ ବା ପଞ୍ଚ ମହାଭୂତକୁ ନେଇ ଗଠିତ । ଏହି ପଞ୍ଚଭୂତ ହେଉଛି କ୍ଷିତି, ଆପ, ତେଜ, ମରୁତ୍ଵ, ବ୍ୟୋମ ।)
- ଆଭିଜାତ୍ୟ – ସଂଭ୍ରାନ୍ତପଣିଆ /ଉଚ୍ଚବଂଶାୟ ବ୍ୟକ୍ତିର ସମ୍ମାନ
- ଅଧ୍ୟବସାୟ – ପରିଶ୍ରମ ପାଠ କରିବା
- କୁଣ୍ଡ – ଚୁକ୍ତ / କଥା ଦେବା
- ଶଶିକଳା ପରି – ଚନ୍ଦ୍ରକଳା ପରି (କୃଷ୍ଣପକ୍ଷରେ ଚନ୍ଦ୍ର ଯେପରି କ୍ଷୟ ହୋଇଥାଏ ।)
- ବିଭାବ – ସମ୍ପଦ
- ଅପରିସାମ – ଅସାମ/ବହୁତ
- ଅଭ୍ରଂକଷ – ଆକାଶଛୁଆଁ
- ଅଷ୍ଟପାଟବଂଶୀ – ଶ୍ରୀ କୃ ଷ୍ଣଙ୍କର ଆଠଜଣ ପତ୍ନୀ। ସେମାନକର ନାମ ହେଲା ରୁକ୍ମିଶା, ସତ୍ୟଭାମା, ଜାମ୍ବବତୀ, କାଳିନ୍ଦୀ, ମିତ୍ରବିନ୍ଦା, ସତ୍ୟା, ଭଦ୍ରା ଓ ଲକ୍ଷଣା ।
- ପରିଶାମ – ଶେଷଫଳ
- ଜଳଧ୍ – ସମୁଦ୍ର
- ନିମଗ୍ନ ହୋଇଗଲା – ବୁଡ଼ିଗଲା
- ପ୍ରଭାବତୀର୍ଥ – ଦ୍ଵାରକା ନିକଟବର୍ତ୍ତୀ ପାର୍ଥସ୍ଥାନ
- ଏରକାର ବନ – ଶର ବାଣ
- କର୍ଣ୍ଣଧାର – ମଙ୍ଗୁଆଳ
- ଆବଶ – କ୍ଳାନ୍ତ
- ପଦପଲ୍ଲବ – କଅଁଳ ପତ୍ର ପରି କୋମଳ ପାଦ
- ରକ୍ତାଭ – ରକ୍ତବର୍ଣ୍ଣ ସଦୃଶ
- ଗାଥା – କାହାଶା / କିମ୍ବଦନ୍ତୀ
- ଅହେତୁକ – ଅକରଣ
- ଅନାହୃତ – ଅନିମନ୍ତ୍ରିତ, ଭକା ଯାଇନଥ୍ ବା
- ମହାନଭାବତା -ଉଦାର ହୃଦୟ ଭାବ
- ପରିଧ୍ – ବତ୍ତର ଚେଷ୍ଠନ ଦରଖା
- ଟଲାସ୍ – ଗ୍ରୀସୀୟ ଦେବତା । ପ୍ରତିଶ୍ରୁତି ରକ୍ଷା କରିବାଲାଗି ସେ ପୃଥ୍ବାକୁ ନିଜର ଦୁଇହାତରେ ଟେକି ଧରିଥିଲେ ।
- କୁବଜ – କୁଜା
- ପ୍ରବଞ୍ଚନା – ଠକାମି/ଛଳନା
- ନିଗଡ଼ – ଶିକୁଳି / ବନ୍ଧନ