Odisha State Board BSE Odisha Class 9 History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ will enable students to study smartly.
BSE Odisha Class 9 History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:
ପ୍ରଥମ ବିଶ୍ବଯୁଦ୍ଧ ପରେ ପୃଥିବୀର ବିଭିନ୍ନ ଦେଶରେ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ସଙ୍କଟ, ସମାଜବାଦୀ ଓ ସାମ୍ୟବାଦୀ ଆନ୍ଦୋଳନ, ଜାତୀୟତାବାଦୀ ଜାଗରଣ ଆଦି ସମସ୍ୟାଗୁଡ଼ିକ ଦେଖା ଦେଇଥିଲା ଓ ଏଗୁଡ଼ିକ ଉତ୍କଟ ରୂପ ଧାରଣ କରିଥିଲା ।
ଅର୍ଥନୈତିକ ସଙ୍କଟ :
- ୧୯୨୯ ଓ ୧୯୩୩ ମସିହାରେ ପୃଥିବୀର ବିଭିନ୍ନ ଅଞ୍ଚଳରେ ଅର୍ଥନୈତିକ ସଙ୍କଟ ଦେଖାଦେଇଥିଲା ।
- ୧୯୨୮ ମସିହାରେ ଯୋଶେଫ ଷ୍ଟାଲିନ୍ଙ୍କଦ୍ଵାରା ପଞ୍ଚବାର୍ଷିକ ଯୋଜନାର ପ୍ରବର୍ତ୍ତନ ଫଳରେ ସୋଭିଏତ୍ ରୁଷ୍ ଦ୍ରୁତ ଅର୍ଥନୈତିକ ଉନ୍ନତି ଦେଖାଦେଇଥିଲା ।
- ପ୍ରଥମ ବିଶ୍ବଯୁଦ୍ଧ ପରେ ଯୁଦ୍ଧ ସାମଗ୍ରୀ ଉତ୍ପାଦନପାଇଁ ଗଢ଼ି ଉଠିଥିବା ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯିବାରୁ ବେକାରୀ ସମସ୍ୟା ବୃଦ୍ଧି ପାଇଲା ।
- ବେସମାରିକ ଦ୍ରବ୍ୟ ଉତ୍ପାଦନ ଶିଳ୍ପଗୁଡ଼ିକର ଶ୍ରମିକମାନେ ଧର୍ମଘଟ ଆରମ୍ଭ କଲେ, ଶିଳ୍ପଜାତ ଦ୍ରବ୍ୟର ଚାହିଦା କମିଲା, ଶିଳ୍ପ ଉତ୍ପାଦନ ହ୍ରାସ ପାଇଲା, ଶିଳ୍ପଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି ଘଟିଲା ।
- ବ୍ୟାକ୍ଗୁଡ଼ିକ ଅଚଳ ହୋଇଯିବାରୁ ଲୋକେ ସେମାନଙ୍କର ସଞ୍ଚ ଅର୍ଥ ହରାଇଥିଲେ ।
→ ବିଷୟବସ୍ତୁର ରୂପରେଖ:
- ଇଟାଲୀରେ ଫାସୀବାଦର ବିକାଶ
- ଜର୍ମାନୀରେ ନାଜିବାଦର ବିକାଶ
- ହିଝ୍ ଲରିଙ୍କ ଶାସନ ସଂସ୍ନ।ର
→ ପଞ୍ଚବାର୍ଷିକ ଯୋଜନା – ପୃଥିବୀରେ ପ୍ରଥମ କରି ରୁଷିଆରେ ଯୋଶେଫ୍ ଷ୍ଟାଲିନ୍ ୧୯୨୮ ମସିହାରେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରିଥିଲେ ।
କୃଷି :
- ଶିଳ୍ପ ବିପ୍ଳବର ପ୍ରଭାବ ଯୋଗୁଁ କୃଷି ଉତ୍ପାଦନ ବୃଦ୍ଧି ପାଇଥିଲା । ମାତ୍ର ଯୁଦ୍ଧ ପରେ ବାଣିଜ୍ୟ ବ୍ୟବସାୟ ବନ୍ଦହେବା ଫଳରେ କୃଷିଜାତ ଦ୍ରବ୍ୟ ବିକ୍ରି ହୋଇପାରି ନଥିଲା । ତେଣୁ କୃଷି ଶ୍ରମିକମାନଙ୍କର ଅବସ୍ଥା ସଙ୍କଟରେ ପଡ଼ିଲା ।
- ଉତ୍ପାଦନର ଦୁଇ ମୁଖ୍ୟ ଉତ୍ସ କୃଷି ଓ ଶିଳ୍ପ କ୍ଷେତ୍ରରେ ଏକ ପ୍ରକାର ସଙ୍କଟ ଯୋଗୁଁ ଚାରିଆଡ଼େ ଅଭାବ ଓ ଅନଟନ ଦେଖାଦେଇଥିଲା ।
ରାଜନୈତିକ ଅସ୍ଥିରତା :
- ଦାରିଦ୍ର୍ୟ ଓ ବେକାରୀ ବୃଦ୍ଧି ସହ ଆଇନ ଶୃଙ୍ଖଳା ରକ୍ଷାରେ ସରକାର ବିଫଳ ହେଲେ ଓ ଜନ ଆନ୍ଦୋଳନ ବୃଦ୍ଧି ପାଇଥିଲା ।
- ପ୍ରଜାତନ୍ତ୍ର ପ୍ରତିଷ୍ଠା ଲକ୍ଷ୍ୟରେ ସାମ୍ୟବାଦୀ ଓ ସମାଜବାଦୀ ଦଳ ନେତୃତ୍ୱରେ ଶ୍ରମିକ ଆନ୍ଦୋଳନ ଆରମ୍ଭ ହେଲା ।
- ଜମିଦାର ଓ ଶିଳ୍ପପତିମାନେ ଶ୍ରମିକ ଆନ୍ଦୋଳନକୁ ଦମନ କରିବା ପାଇଁ ଉଗ୍ରବାଦୀ ଶକ୍ତିର ସାହାଯ୍ୟ ନେଲେ । ଫଳରେ ଉଗ୍ର ଜାତୀୟତାବାଦ ଓ ଏକଚ୍ଛତ୍ରବାଦର ଉତ୍ଥାନ ହେଲା । ସେମାନଙ୍କୁ ଫାସୀବାଦୀ ଶକ୍ତି କୁହାଗଲା ।
- ଜର୍ମାନୀ ଓ ଇଟାଲୀରେ ଫାସୀବାଦୀ ଆନ୍ଦୋଳନର ସୂତ୍ରପାତ ହେଲା ।
→ ଲାଟିନ୍ ଶବ୍ଦ ‘ଫାସିସ୍’ ରୁ ଫାସୀବାଦ ଶବ୍ଦର ସୃଷ୍ଟି । ‘ଫାସିସ୍’ ଶବ୍ଦର ଅର୍ଥ କୁରାଢ଼ି ସହିତ ବିଡ଼ାଏ କାଠି ।
ଇଟାଲୀରେ ଫାସୀବାଦ ବିକାଶ:
- ଇଟାଲୀରେ ଯୁଦ୍ଧୋତ୍ତର ଆର୍ଥକ ଅବନତି, ଦାରିଦ୍ର୍ୟ, ବେକାରୀ, ଶ୍ରମିକ ଅଶାନ୍ତି ଓ ଆନ୍ଦୋଳନ ଆଦି କାରଣରୁ ବେନିତୋ ମୁସୋଲିନୀଙ୍କ ନେତୃତ୍ୱରେ ଫାସିବାଦୀ ଦଳ ଗଢ଼ିଉଠିଥିଲା ।
- ଯୁଦ୍ଧଫେରନ୍ତା ବେକାର ସୈନିକ, ଦେଶଭକ୍ତ ନାଗରିକ ଓ ରାଜତନ୍ତ୍ର ବିରୋଧୀମାନେ ଏହି ଦଳରେ ସକ୍ରିୟ ସଭ୍ୟ ଥିଲେ ଏବଂ ଏମାନେ ‘କଳାକୁର୍ତ୍ତା ବାହିନୀ’ ନାମକ ଏକ ସଶସ୍ତ୍ର ସ୍ଵେଚ୍ଛାସେବୀ ବାହିନୀ ଗଠନ କରି ଶ୍ରମିକ ଆନ୍ଦୋଳନ ଦମନ ପାଇଁ ପ୍ରୟାସ କରିଥିଲେ ।
- ମୁସୋଲିନୀ ୧୯୨୨ ମସିହା ଅକ୍ଟୋବର ୨୯ ତାରିଖ ଦିନ ଇଟାଲୀର ପ୍ରଧାନମନ୍ତ୍ରୀ ହେଲେ ।
- ସାମ୍ୟବାଦୀ ଓ ସମାଜବାଦୀ ନେତାମାନଙ୍କୁ ହତ୍ୟା କିମ୍ବା ବନ୍ଦୀ କରାଗଲା ବା ନିର୍ବାସନ ଦଣ୍ଡ ଦିଆଗଲା ।
- ୧୯୨୬ ପରେ ଫାସୀବାଦୀ ଦଳ ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳକୁ ବେଆଇନ ଘୋଷଣା କରାଗଲା ।
- ସାର୍ବଜନୀନ ଭୋଟ ପ୍ରଥା ଉଚ୍ଛେଦ, ସମ୍ବାଦପତ୍ରର ସ୍ଵାଧୀନତା ଲୋପ, ବାଧ୍ୟତାମୂଳକ ସାମରିକ ଶିକ୍ଷା ପ୍ରଚଳନ ଆଦି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଗଲା । ଶାସନର ସର୍ବେସବା ହେଲେ ମୁସୋଲିନୀ ।
→ ଫାସୀବାଦ ଦଳର ମୁଖ୍ୟ ଲକ୍ଷ୍ୟ – ହିଂସାତ୍ମକ ପନ୍ଥାଦ୍ୱାରା ଜଣେ କିମ୍ବା ମୁଷ୍ଟିମେୟ ଲୋକଙ୍କ ହାତରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ କରି ଦେଶରେ ଏକଛତ୍ରବାଦୀ ଶାସନ ପ୍ରତିଷ୍ଠା କରିବା ଫାସୀବାଦୀ ଦଳର ମୂଳ ଲକ୍ଷ୍ୟ ଥିଲା ।
ଜର୍ମାନୀରେ ନାଜିବାଦର ବିକାଶ :
- ପ୍ରଥମ ବିଶ୍ବଯୁଦ୍ଧରେ ଜର୍ମାନୀର ପରାଜୟ ଓ ଭର୍ସାଇ ସନ୍ଧିରେ ଅପମାନଜନକ ସର୍ଭାବଳୀରେ ମର୍ମାହତ ଜର୍ମାନ୍ମାନେ ତତ୍କାଳୀନ କାଇଜର ତୃତୀୟ ଉଇଲିୟମ୍ଙ୍କ ବିରୋଧରେ ଗଣବିପ୍ଳବର ଆହ୍ଵାନ ଦେଇଥିଲେ ।
- ଭୟଭୀତ କାଇଜର ଦେଶ ଛାଡ଼ି ପଳାୟନ କରିବାରୁ ଜର୍ମାନୀରେ ‘ଓଏମର ସାଧାରଣତନ୍ତ୍ର’ ପ୍ରତିଷ୍ଠା ହୋଇଥିଲା, ମାତ୍ର ଏହା ଜର୍ମାନ୍ମାନଙ୍କର ଆଶା ଆକାଂକ୍ଷା ପୂରଣରେ ବିଫଳ ହୋଇଥିଲା ।
- ଏହି ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ଆଡ଼ଲଫ୍ ହିଲର୍ଙ୍କ ନେତୃତ୍ୱରେ ଉଗ୍ରଜାତୀୟତାବାତୀ ଆଦୋଳନ ଆରମ୍ଭ ହେଲା, ଯାହା ‘ନାଜି ବିପ୍ଳବ’ ନାମରେ ପରିଚିତ । ହିଟ୍ଲର୍ ପୁଞ୍ଜିପତି ଓ ଗଣତନ୍ତ୍ର ବିରୋଧୀ ଶକ୍ତିମାନଙ୍କର ଅକୁଣ୍ଠ ସମର୍ଥନ ପାଇଥିଲେ । ୧୯୩୩ ମସିହାରେ ସେ ଜର୍ମାନୀର ଶାସନ କ୍ଷମତା ହାତକୁ ନେଇଥିଲେ ।
→ ହିଟ୍ର ୧୯୨୩ ମସିହାରେ ଶାସନ କ୍ଷମତା ଅଧିକାର ଉଦ୍ୟମରେ ବିଫଳ ହୋଇ କାରାଦଣ୍ଡ ଭୋଗିଥିଲେ ଓ ଜେଲ୍ରେ ଥିବାବେଳେ ‘ମେଁ କାମ୍ପ’ ପୁସ୍ତକ ରଚନା କରିଥିଲେ ।
ହିଟ୍ଲର୍ଙ୍କ ଶାସନ ସଂସ୍କାର :
- ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ହିଟ୍ଲର୍ ସମସ୍ତ କ୍ଷମତା ନିଜ ହାତକୁ ନେଲେ ।
- ଜର୍ମାନୀରେ ନାଜିଦଳକୁ ଏକମାତ୍ର ଦଳଭାବେ ସ୍ବୀକୃତି ଦିଆଗଲା ।
- ସାମ୍ୟବାଦୀ ଓ ସମାଜବାଦୀ ଦଳର ସଂଗଠନ ଭାଙ୍ଗି ଦିଆଯିବା ସହ ନାଜି ବିରୋଧୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା ।
- ସମ୍ବାଦପତ୍ର ଓ ବେତାର ନିୟନ୍ତ୍ରଣ, ବ୍ୟକ୍ତି ସ୍ଵାଧୀନତା ଲୋପକରି ଜର୍ମାନୀର ସାମରିକ ଶକ୍ତି ବୃଦ୍ଧି ଲାଗି ପଦକ୍ଷେପ ନିଆଗଲା ।
ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ :
୧୮୮୩ ଖ୍ରୀ.ଅ. – ଇଟାଲୀର ରୋମାନାଠାରେ ବେନିତୋ ମୁସୋଲିନୀଙ୍କ ଜନ୍ମଗ୍ରହଣ ।
୧୮୮୯ ଖ୍ରୀ.ଅ. – (ଅପ୍ରେଲ୍ ୨୦ ତାରିଖ) ଅଷ୍ଟ୍ରିଆର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ହିଟ୍ଲର୍ଙ୍କ ଜନ୍ମଗ୍ରହଣ ।
୧୯୧୯ ଖ୍ରୀ.ଅ. – ହିଟ୍ଲର୍ଙ୍କର ‘ଶ୍ରମଜୀବୀ ଦଳ’ ନାମକ ଏକ ରାଜନୈତିକ ଦଳରେ ଯୋଗଦାନ ।
୧୯୨୧ ଖ୍ରୀ.ଅ. – ଇଟାଲୀରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ଏବଂ ‘ଶ୍ରମଜୀବୀ ଦଳ’ର ନେତା ହୋଇ ହିଟ୍ଲର୍ଙ୍କଦ୍ୱାରା ଦଳର ନାମ ‘ଜାତୀୟ ସମାଜବାଦୀ ଶ୍ରମିକ ଦଳ’ ବା ‘ନାଜି ଦଳ’କୁ ପରିବର୍ତ୍ତନ ।
୧୯୨୨ ଖ୍ରୀ.ଅ. – (ଅକ୍ଟୋବର ୨୮ ତାରିଖ) ବଳପୂର୍ବକ କ୍ଷମତା ଅଧିକାର ପାଇଁ ମୁସୋଲିନୀଙ୍କର ନିଜ ଅନୁଗାମୀମାନଙ୍କ ସହ ରୋମ ଅଭିମୁଖେ ଯାତ୍ରା, (ଅକ୍ଟୋବର ୨୯ ତାରିଖ) ଇଟାଲୀର ରାଜା ଭିକ୍ଟର ଇମାନୁଏଲ୍ ତୃତୀୟଙ୍କଦ୍ବାରା ମୁସୋଲିନୀଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଓ ମୁସୋଲିନୀ ପ୍ରଧାନମନ୍ତ୍ରୀ ରୂପେ ଅଧିଷ୍ଠିତ ।
୧୯୨୩ ଖ୍ରୀ.ଅ. – ଜର୍ମାନୀରେ ହିଟଲର୍ଙ୍କ ବଳପୂର୍ବକ କ୍ଷମତା ଅଧିକାର ଉଦ୍ୟମ ବିଫଳ ଏବଂ କାରାଦଣ୍ଡରେ ଦଣ୍ଡିତ ।
୧୯୨୪ ଖ୍ରୀ.ଅ. – ଫାସୀବାଦୀ ଦଳ ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠତା ହାସଲ କରିବାରୁ ମୁସୋଲିନୀଙ୍କ ପ୍ରତିପରି ଓ କ୍ଷମତା ବୃଦ୍ଧି ।
୧୯୨୬ ଖ୍ରୀ.ଅ. – ଇଟାଲୀରେ ଫାସୀବାଦୀ ଦଳ ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳ ବେଆଇନ ଘୋଷିତ ।
୧୯୨୮ ଖ୍ରୀ.ଅ. – ଯୋଶୋପ୍ ଷ୍ଟାଲିନ୍ଙ୍କଦ୍ୱାରା ରୁମ୍ରେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ ।
୧୯୨୯-୧୯୩୩ ଖ୍ରୀ.ଅ. – ପୃଥିବୀରେ ଏକ ଅର୍ଥନୈତିକ ସଙ୍କଟ ଦେଖାଦେଇଥିଲା ।
୧୯୩୩ ଖ୍ରୀ.ଅ. – ଜର୍ମାନୀର ରାଷ୍ଟ୍ରପତି ହିଣ୍ଟେନ୍ବର୍ଗଙ୍କଦ୍ବାରା ହିଟ୍ଲର୍ ପ୍ରଧାନମନ୍ତ୍ରୀ ବା ଚାନ୍ସେଲର୍ରୂପେ ନିଯୁକ୍ତ ।