BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

Odisha State Board BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ Important Questions and Answers.

BSE Odisha Class 8 History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ବ୍ରିଟିଶ୍ ପାର୍ଲାମେଣ୍ଟଦ୍ଵାରା ପ୍ରଣୀତ ଏକଚାଟିଆ ବାଣିଜ୍ୟ ନୀତି ଆମେରିକା ସ୍ଵାଧୀନତା ସଂଗ୍ରାମର କିପରି ଏକ ମୁଖ୍ୟ କାରଣ ହୋଇଥିଲା ?
Answer:
ବାଣିଜ୍ୟ ନୀତି :

  • ବ୍ରିଟିଶ୍ ପାର୍ଲାମେଣ୍ଟଦ୍ଵାରା ଉପନିବେଶଗୁଡ଼ିକ ପାଇଁ ପ୍ରଚଳିତ ବାଣିଜ୍ୟ ନୀତି ସ୍ଵାଧୀନତା ସଂଗ୍ରାମର ମୁଖ୍ୟ କାରଣ ଥିଲା ।
  • ଏହି ନୀତିରେ ବ୍ୟବସ୍ଥା ଥିଲା ଯେ ଇଂଲଣ୍ଡରେ ଉତ୍ପାଦିତ ହେଉନଥ‌ିବା ପଦାର୍ଥ ଆମେରିକାରୁ ଇଂଲଣ୍ଡକୁ ନିଆଯିବ । ଇଂଲଣ୍ଡ ଜାହାଜ ବ୍ୟତୀତ ଅନ୍ୟ ଦେଶର ଜାହାଜରେ ମାଲପତ୍ର ନେବାଆଣିବା ହୋଇପାରିବ ନାହିଁ ।

ରପ୍ତାନି ଦ୍ରବ୍ୟ :
ଉପନିବେଶବାସୀମାନେ ତମାଖୁ, କପା, ଚିନି ପ୍ରଭୃତି ଦ୍ରବ୍ୟ ଇଂଲଣ୍ଡ ବ୍ୟତୀତ ଅନ୍ୟ ଦେଶକୁ ରପ୍ତାନି କରପାରିବେ ନାହିଁ ।

ଉପନିବେଶରେ ଶିଳ୍ପ ସ୍ଥାପନ :
ଇଂଲଣ୍ଡର ଲୌହ ଓ କାର୍ପାସ୍ ଶିଳ୍ପ ବ୍ୟତୀତ ଅନ୍ୟ ଦେଶର ଶିଳ୍ପଗୁଡ଼ିକୁ ଉପନିବେଶରେ ସ୍ଥାପନ କରାଯାଇ ପାରିବ ନାହିଁ । ଉପନିବେଶର ଆର୍ଥିକ ଉନ୍ନତି ପ୍ରତି ଦୃଷ୍ଟି ନଦେଇ ନିଜର ଲାଭ ବଢ଼ାଇବାପାଇଁ ଆଇନ ହେବାରୁ ଉପନିବେଶର ଅର୍ଥନୀତି ଦୁର୍ବଳ ହୋଇପଡ଼ିଲା ।

୨। ଆମେରିକା ସ୍ଵାଧୀନତା ସଂଗ୍ରାମର ଫଳାଫଳ ବର୍ଣ୍ଣନା କର ।
Answer:
ଯୁକ୍ତରାଷ୍ଟ୍ର ଆମେରିକାର ଗଠନ :
ସ୍ଵାଧୀନତା ସଂଗ୍ରାମ ପରେ ୧୩ଗୋଟି ଉପନିବେଶର ପ୍ରତିନିଧିମାନେ ଯୁକ୍ତରାଷ୍ଟ୍ର ଆମେରିକାର ଗଠନ : ସ୍ଵାଧୀନତା ସଂଗ୍ରାମ ପରେ ୧୩ଗୋଟି ଉପନିବେଶର ପ୍ରତିନିଧୁମାନେ ଫିଲାଡ଼େଲଫିଆଠାରେ ସମ୍ମିଳିତ ହୋଇ ଯୁକ୍ତରାଷ୍ଟ୍ର ଆମେରିକା ଗଠନ କଲେ । ଏହା ପୃଥ‌ିବୀର ସର୍ବପ୍ରଥମ ସାଧାରଣତନ୍ତ୍ର ରାଷ୍ଟ୍ର ରୂପେ ପରିଚିତ ହେଲା ।

ଲିଖ ସମ୍ବିଧାନ ପ୍ରସ୍ତୁତି :
ଏକ ଲିଖ୍ ସମ୍ବିଧାନ ପ୍ରସ୍ତୁତ କରାଯାଇ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେଲା । ପ୍ରତ୍ୟେକ ନାଗରିକର ସ୍ଵାଧୀନତା ଓ ନ୍ୟାୟ ପାଇବା ଅଧିକାରକୁ ସମ୍ବିଧାନରେ ସ୍ବୀକୃତି ଦିଆଗଲା ।

ରାଷ୍ଟ୍ରପତି ନିର୍ବାଚନ :
ଜର୍ଜ ଓ୍ବାଶିଂଟନ୍‌ ଆମେରିକାର ରାଷ୍ଟ୍ରପତିରୂପେ ନିର୍ବାଚିତ ହେଲେ ।

ଉପନିବେଶବାଦର ବିଲୋପ :
ଏହା ଉପନିବେଶବାଦର ବିଲୋପ କରିବାରେ ସହାୟ ହୋଇଥିଲା ଓ ଅନ୍ୟ ଦେଶକୁ ସ୍ଵାଧୀନତା ପାଇଁ ଉତ୍ସାହିତ କରିଥିଲା ।

ବିଦ୍ରୋହର ପ୍ରେରଣା :
ଏହା ଫରାସୀ ସାମନ୍ତ ଗୋଷ୍ଠୀ ଓ ସ୍ଵେଚ୍ଛାଚାରୀ ଶାସକ ବିରୁଦ୍ଧରେ ବିଦ୍ରୋହ କରିବାପାଇଁ ପ୍ରେରଣା ଯୋଗାଇଥିଲା ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୩। ଫରାସୀ ରାଷ୍ଟ୍ରବିପ୍ଲବରେ ଦାର୍ଶନିକମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କର ।
Answer:
ଦାର୍ଶନିକଗଣ :
ଫରାସୀ ରାଷ୍ଟ୍ରବିପ୍ଳବ ପୂର୍ବରୁ ପ୍ରସିଦ୍ଧ ଦାର୍ଶନିକ ଭଲ୍‌ଟାୟାର, ମଣ୍ଟେପ୍ସୁ ଓ ରୁଷୋ ପ୍ରଚଳିତ ସାମାଜିକ ବ୍ୟବସ୍ଥା ବିରୁଦ୍ଧରେ ଲୋକମାନଙ୍କ ମନରେ ବିଦ୍ରୋହ ଜନ୍ମାଇଥିଲେ ।

ମଣ୍ଡେଙ୍କ କାର୍ଯ୍ୟ :
ମଣ୍ଡେସ୍କୁ ଫ୍ରାନ୍ସର ସ୍ୱେଚ୍ଛାଚାରୀ ରାଜତନ୍ତ୍ର ଶାସନ ଓ ସାମାଜିକ ବୈଷମ୍ୟକୁ ସମାଲୋଚନା କରି ‘ସ୍ପିରିଟ୍ ଅଫ୍ ଦି ଲଜ୍’ ବା ‘ଆଇନର ତାତ୍ପର୍ଯ୍ୟ’ ପୁସ୍ତକ ଲେଖିଥିଲେ ।

ଭଲ୍‌ୟାରଙ୍କ କାର୍ଯ୍ୟ :
ଭଲ୍‌ଟାୟାର ଫ୍ରାନ୍ସର ଧର୍ମଯାଜକମାନଙ୍କଦ୍ୱାରା ଗୀର୍ଜାଗୁଡ଼ିକରେ ହେଉଥ‌ିବା ଦୁର୍ନୀତି ଓ ଅନୈତିକ କାର୍ଯ୍ୟ ପ୍ରତି ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ବହୁ ପ୍ରଚାରପତ୍ର ମାଧ୍ୟମରେ ସରକାର ଓ ସୁବିଧାଭୋଗୀ ଶ୍ରେଣୀର ଲୋକଙ୍କୁ ସମାଲୋଚନା କରିଥିଲେ ।

ରୁଷୋଙ୍କ କାର୍ଯ୍ୟ :
ରୁଷୋଙ୍କ ଲିଖ୍ ‘ସୋସିଆଲ କଣ୍ଟ୍ରାକ୍ଟ’ ପୁସ୍ତକ ଦେଶବାସୀଙ୍କୁ ବିପ୍ଳବର ଇନ୍ଧନ ଯୋଗାଇଥିଲା । ସେ ତାଙ୍କ ଲେଖା ମାଧ୍ୟମରେ ମୁକ୍ତି, ସାମ୍ୟ, ଭ୍ରାତୃତ୍ଵ ଓ ସାର୍ବଭୌମତ୍ୱ ଉପରେ ଗୁରୁତ୍ବାରୋପ କରିଥିଲେ । ସେ କହୁଥିଲେ, ‘ମନୁଷ୍ୟ ମୁକ୍ତ ହୋଇ ଜନ୍ମଗ୍ରହଣ କରିଛି, ମାତ୍ର ସବୁକ୍ଷେତ୍ରରେ ସେ ଶୃଙ୍ଖଳାଦ୍ୱାରା ଆବଦ୍ଧ’ ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଟେନିସ୍‌ ପଡ଼ିଆ ଶପଥ କ’ଣ ?
Answer:
ଫ୍ରାନ୍ସ ପ୍ରତିନିଧୂ ସଭା :
ଫ୍ରାନ୍ସର ସାମାଜିକ, ଆର୍ଥିକ ପରିସ୍ଥିତି ଅଣାୟତ୍ତ ହେବାରୁ ଷୋଡ଼ଶ ଲୁଇ ୧୭୮୯ ଖ୍ରୀଷ୍ଟାବ୍ଦ ମେ ମାସ ୫ ତାରିଖରେ ଫ୍ରାନ୍ସର ପ୍ରତିନିଧୁ ସଭାର ଏକ ବୈଠକ ଡକାଇଥିଲେ ।

କାର୍ଯ୍ୟକ୍ରମ :
ସେ ଏହି ସଭାରେ ସାମନ୍ତ, ପୁରୋହିତ ଓ ସାଧାରଣ ଲୋକଙ୍କୁ ଏକତ୍ର ନ ବସାଇ ସେମାନଙ୍କୁ ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ବସାଇବାରୁ ସାଧାରଣ ଲୋକେ ଅପମାନିତ ହୋଇ ନିକଟବର୍ତୀ ଟେନିସ୍‌ ପଡ଼ିଆରେ ମିଳିତ ହୋଇ ଫ୍ରାନ୍ସ ଦେଶ ପାଇଁ ସମ୍ବିଧାନ ପ୍ରଚଳିତ ନହେବା ପର୍ଯ୍ୟନ୍ତ ସେମାନେ ଏକତ୍ରିତ ରହିବେ ବୋଲି ଶପଥ ନେଲେ, ଯାହାକୁ ‘ଟେନିସ୍‌ ପଡ଼ିଆ ଶପଥ’ କୁହାଯାଏ ।

୨। ‘ବୋଷ୍ଟନ ଟି ପାର୍ଟି’ କହିଲେ କ’ଣ ବୁଝ ?
Answer:

  • ଉପନିବେଶବାସୀଙ୍କ ଉପରୁ ଚା’କର ପ୍ରତ୍ୟାହୃତ ନ ହେବାରୁ ୧୭୭୩ ଖ୍ରୀ.ଅ.ରେ ଇଂଲଣ୍ଡରୁ ବୋଷ୍ଟନ ବନ୍ଦରକୁ ଆସୁଥ‌ିବା ଏକ ଜାହାଜ ମଧ୍ୟରେ ଉପନିବେଶବାସୀମାନେ ଛଦ୍ମବେଶ ଧରି ପ୍ରବେଶ କରିଥିଲେ ଓ ଶହ ଶହ ଚା’ ପେଟିକୁ ସମୁଦ୍ର ମଧ୍ୟକୁ ନିକ୍ଷେପ କରିଥିଲେ ।
  • ଏହି ଘଟଣାକୁ ଆମେରିକୀୟମାନେ ‘ବୋଷ୍ଟନ୍ ଟି ପାର୍ଟି’ ବୋଲି କହନ୍ତି ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୩ । ଯୋଶେଫ୍ ମାଜିନୀ ‘ତରୁଣ ଇଟାଲୀ’ ସଙ୍ଗଠନ ମାଧ୍ୟମରେ କ’ଣ କରିଥିଲେ ?
Answer:

  • ଯୋଶେଫ୍ ମାଜିନୀ ୧୮୩୧ ମସିହାରେ ‘ତରୁଣ ଇଟାଲୀ’ ନାମକ ଏକ ସଙ୍ଗଠନ ଗଢ଼ିଥିଲେ ।
  • ସେହି ସଙ୍ଗଠନ ମାଧ୍ୟମରେ ଯୁବକମାନଙ୍କୁ ଇଟାଲୀୟମାନଙ୍କ ମନରେ ମୁକ୍ତ ଓ ଏକତା ଭାବ ସୃଷ୍ଟି କରିବାପାଇଁ ନିର୍ଦ୍ଦେଶ ଦେଲେ ।

୪। ଇଂଲଣ୍ଡ କିପରି ଉପନିବେଶଗୁଡ଼ିକର ସାର୍ବଭୌମ ଶାସକ ଥିଲା ?
Answer:

  • ଉପନିବେଶଗୁଡ଼ିକ ଇଂଲଣ୍ଡ ପାର୍ଲାମେଣ୍ଟର ଆଇନ ଅନୁସାରେ ପରିଚାଳିତ ହେଉଥିଲା ।
  • ତେଣୁ ଇଂଲଣ୍ଡ ଏହି ଉପନିବେଶଗୁଡ଼ିକର ସାର୍ବଭୌମ ଶାସକ ଥିଲା ।

୫। ଆମେରିକାର ଉପନିବେଶଗୁଡ଼ିକରେ ଶାସନ କାର୍ଯ୍ୟ କିପରି ଚାଲିଥିଲା ?
Answer:

  • ପ୍ରତ୍ୟେକ ଉପନିବେଶରେ ଜଣେ ଜଣେ ଶାସନକର୍ତ୍ତା ବା ଗଭର୍ଣ୍ଣର ଥିଲେ ଓ ଏହା ଏକ ପ୍ରତିନିଧୂମୂଳକ ଶାସନ ସଂସ୍ଥାଦ୍ଵାରା ଶାସିତ ହେଉଥିଲା ।
  • ସେମାନଙ୍କୁ ରାଜାଙ୍କ ପ୍ରତିନିଧୁଭାବେ ବିବେଚନା କରାଯାଉଥିଲା ।

୬। କେଉଁମାନଙ୍କୁ ପିଲଗ୍ରୀମ୍ ଫାଦର କୁହାଯାଏ ?
Answer:

  • ୧୬୨୦ ଖ୍ରୀ.ଅ.ରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍ସ ପ୍ରୋଟେଷ୍ଟାଣ୍ଟ ମତବାଦୀମାନଙ୍କୁ ଉପେକ୍ଷା କରୁଥିଲେ । ଏହାକୁ ପ୍ରତିବାଦ କରି ଦଳେ ପ୍ରୋଟେଷ୍ଟାଣ୍ଟ ମତବାଦୀ ‘ମେ ଫ୍ଲାୱାର ନାମକ ଏକ ଜାହାଜରେ ଆସି ଆମେରିକାର ମାସାଚୁସେଟସ୍ଠାରେ ଅବତରଣ କରି ବସତି ସ୍ଥାପନ କରିଥିଲେ ।
  • ସେମାନଙ୍କୁ ପିଲଗ୍ରାମ୍ ଫାଦର କୁହାଯାଏ ।

୭। ଇଂରେଜମାନେ କିପରି ଆମେରିକାରେ ସ୍ଥାୟୀ ବସତି ସ୍ଥାପନ କରିଥିଲେ ?
Answer:

  • ଆମେରିକାର ଉର୍ବର ମୃତ୍ତିକା, ପ୍ରଚୁର ଖଣିଜ ପଦାର୍ଥ ଓ ଶୁଷ୍କ ଜଳବାୟୁ ପିଲିଗ୍ରୀମ୍ ଫାଦରମାନଙ୍କୁ ପ୍ରଲୋଭିତ କରିଥିଲା । ସେଠାରେ ଉତ୍କୃଷ୍ଟ ଧରଣର ଧୂଆଁପତ୍ର, ତୁଳା, ଝୋଟ ଚାଷ କରି ସେମାନଙ୍କ ଆର୍ଥିକ ଅବସ୍ଥାର
  • ପରେ ବହୁସଂଖ୍ୟକ ଇଂରେଜମାନେ ସେଠାରେ ପହଞ୍ଚ୍ ତୁଳା, ପଶମ, ଚିନି, ଝୋଟ ଓ ତମାଖୁ ଆଦି ଲାଭଜନକ ବ୍ୟବସାୟ କଲେ । କ୍ରମେ ଇଂରେଜମାନେ ଆମେରିକାରେ ସ୍ଥାୟୀ ବସତି ସ୍ଥାପନ କରିଥିଲେ ।

୮। ଇଂରେଜମାନେ କେଉଁଠି କେତୋଟି ଉପନିବେଶ ସ୍ଥାପନ କରିଥିଲେ ଏବଂ ଉପନିବେଶମାନଙ୍କର କେଉଁ ଦେଶମାନଙ୍କର ଅଧ୍ୟାସୀ ଅଧ୍ଵ ଥିଲେ ?
Answer:

  • ଇଂରେଜମାନେ ଉତ୍ତର ଆମେରିକାର ଆଟଲାଣ୍ଟିକ୍ ମହାସାଗର ଉପକୂଳରେ ତେରଗୋଟି ଉପନିବେଶ ସ୍ଥାପନ କରିଥିଲେ ।
  • ଏହି ଉପନି ବେଶଗୁଡ଼ିକରେ ଇଉରୋପର ଅନ୍ୟ ଦେଶମାନଙ୍କର ଅଧିବାସୀମାନଙ୍କ ଅପେକ୍ଷା ଇଂରେଜମାନଙ୍କର ସଂଖ୍ୟା ଅଧିକ ଥିଲା ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୯। ଇଂଲଣ୍ଡ ସରକାର ଉପନିବେଶଗୁଡ଼ିକର ସମସ୍ୟା ବୁଝିବାକୁ କାହିଁକି ଅସମର୍ଥ ଥିଲେ ?
Answer:

  • ଇଂଲଣ୍ଡ ଓ ଆମେରିକା ମଧ୍ୟରେ ଆଟଲାଣ୍ଟିକ୍ ମହାସାଗର ଥ‌ିବା ଯୋଗୁଁ ଉଭୟ ଦେଶ ମଧ୍ୟରେ ଗମନାଗମନ ଓ ଯୋଗାଯୋଗ କଷ୍ଟକର ହେଉଥିଲା ।
  • ତେଣୁ ଇଂଲଣ୍ଡ ସରକାର ଉପନିବେଶଗୁଡ଼ିକର ସମସ୍ୟା ବୁଝିବାକୁ ଅସମର୍ଥ ହେଉଥିଲେ ।

୧୦। ‘ରାଇନ୍ ରାଜ୍ୟଗୋଷ୍ଠୀ’ କିଏ କିପରି ଗଠନ କରିଥିଲେ ?
Answer:

  • ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ଜର୍ମାନୀରେ ଖ୍ରୀଷ୍ଟଧର୍ମ ବିଭେଦକୁ ନେଇ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା । ଫଳରେ ଜର୍ମାନୀ ରାଷ୍ଟ୍ର କେତେଗୁଡ଼ିଏ ଛୋଟ ଛୋଟ ରାଜ୍ୟରେ ପରିଣତ ହୋଇଥିଲା ।
  • ନେପୋଲିୟନ୍ ଏହି ରାଜ୍ୟଗୁଡ଼ିକ ଅଧ୍ୟାର କରି ‘ରାଇନ୍ ରାଜ୍ୟଗୋଷ୍ଠୀ’ ଗଠନ କରିଥିଲେ ।

୧୧ । କେବେ ଓ କେଉଁଠାରେ ‘ଉପନିବେଶୀୟ ଅଧିକାର’ ଦଲିଲ ପ୍ରସ୍ତୁତ ହେଲା ? କେଉଁମାନେ ଏହି ଦଲିଲ ପ୍ରସ୍ତୁତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ?
Answer:
ସ୍ଥାନ ଓ ସମୟ :
୧୭୭୪ ଖ୍ରୀ.ଅ.ରେ ମାସାଚୁସେଟସ୍‌ ଅଧ୍ୟାୟକତ୍ଵରେ ଜର୍ଜିଆ ବ୍ୟତୀତ ୧୨ଗୋଟି ଉପନିବେଶର ପ୍ରତିନିଧ୍ ଫିଲାଡ଼େଲଫିଆଠାରେ ସମ୍ମିଳିତ ହୋଇ ‘ଉପନିବେଶୀୟ ଅଧିକାର’ ଦଲିଲ ପ୍ରସ୍ତୁତ କଲେ ।

ଦଲିଲ୍ ପ୍ରସ୍ତୁତକାରୀ :
ଟମାସ୍ ଜେଫରସନ, ବେଞ୍ଜାମିନ୍ ଫ୍ରାଙ୍କଲିନ୍, ଜର୍ଜ ୱାଶିଂଟନ୍ ଆଦି ଏହି ଦଲିଲ ପ୍ରସ୍ତୁତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

୧୨ । ଆମେରିକାର ଉପନିବେଶବାସୀ ଷ୍ଟାମ୍ପ ଆଇନକୁ କାହିଁକି ବିରୋଧ କରିଥିଲେ ?
Answer:

  • ବ୍ରିଟିଶ ପାର୍ଲାମେଣ୍ଟରେ ଷ୍ଟାମ୍ପ ଆଇନ ପ୍ରଣୟନ ସମୟରେ ଉପନିବେଶର କୌଣସି ବ୍ୟକ୍ତି ସଭ୍ୟ ରହିନଥିଲେ ।
  • ତେଣୁ ପ୍ରତିନିଧ୍ୟ ବିନା କର ଧାର୍ଯ୍ୟ ଅନ୍ୟାୟ ବୋଲି ଯୁକ୍ତି ବାଢ଼ି ସେମାନେ ଏହି ଆଇନକୁ ବିରୋଧ କଲେ ।

୧୩ । ନେପୋଲିୟନ୍ କିପରି ଇଟାଲୀରେ ଜାତୀୟ ଐକ୍ୟ ପ୍ରତିଷ୍ଠା କରିଥିଲେ ?
Answer:

  • ନେପୋଲିୟନ୍ ବୋନାପାର୍ଟ ସମଗ୍ର ଇଟାଲୀକୁ ଅସ୍କୋର କରି ଏହାକୁ ସ୍ପେନ୍ ଓ ଅଷ୍ଟ୍ରିଆ ପ୍ରାଧାନ୍ୟରୁ ମୁକ୍ତ କରିଥିଲେ ।
  • ସେ ଇଟାଲୀକୁ ଫ୍ରାନ୍ସ ଶାସନାଧୀନ କରି ଦୃଢ଼ ଶାସନ ଦେବା ସଙ୍ଗେ ସଙ୍ଗେ ଇଟାଲୀରେ ଜାତୀୟ ଐକ୍ୟ ପ୍ରତିଷ୍ଠା କରିଥିଲେ ।

୧୪ । ମଣ୍ଟେ କିଏ ? ସେ କେଉଁ ପୁସ୍ତକ ଲେଖିଥିଲେ ?
Answer:

  • ମଣ୍ଡେସ୍କୁ ଜଣେ ଫରାସୀ ଦାର୍ଶନିକ ।
  • ସେ ଫ୍ରାନ୍ସର ସ୍ୱେଚ୍ଛାଚାରୀ ରାଜତନ୍ତ୍ର ଶାସନ ଓ ସାମାଜିକ ବୈଷମ୍ୟକୁ ସମାଲୋଚନା କରି ‘ସ୍ପିରିଟ୍ ଅଫ୍ ଦି ଲଜ୍’ ନାମକ ପୁସ୍ତକ ଲେଖୁଥିଲେ ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧୫ । ଭଲ୍‌ଟାୟାର କିଏ ? ସେ କ’ଣ କରିଥିଲେ ?
Answer:

  • ଭଲ୍‌ଟାୟାର୍ ଫ୍ରାନ୍ସର ଜଣେ ଦାର୍ଶନିକ ।
  • ସେ ଫ୍ରାନ୍ସର ଧର୍ମଯାଜକମାନଙ୍କଦ୍ୱାରା ଗୀର୍ଜାଗୁଡ଼ିକରେ ହେଉଥ‌ିବା ଦୁର୍ନୀତି ଓ ଅନୈତିକ କାର୍ଯ୍ୟ ପ୍ରତି ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର (ଗୋଟିଏ ବାକ୍ୟରେ)

୧। ‘ସପ୍ତବର୍ଷବ୍ୟାପୀ ଯୁଦ୍ଧ’ କାହା କାହା ମଧ୍ୟରେ ହୋଇଥିଲା ?
Answer:
‘ସପ୍ତବର୍ଷବ୍ୟାପୀ ଯୁଦ୍ଧ’ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ହୋଇଥିଲା ।

୨। କେଉଁ ମସିହାରେ ଫରାସୀ ରାଷ୍ଟ୍ରବିପ୍ଳବ ସଂଘଟିତ ହୋଇଥିଲା ?
Answer:
୧୭୮୯ ମସିହାରେ ଫରାସୀ ରାଷ୍ଟ୍ରବିପ୍ଳବ ସଂଘଟିତ ହୋଇଥିଲା ।

୩। ‘ମୁଁ ହେଉଛି ରାଷ୍ଟ୍ର’ ବୋଲି କିଏ କହୁଥିଲେ ?
Answer:
‘ମୁଁ ହେଉଛି ରାଷ୍ଟ୍ର’– ଏକଥା ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇ କହୁଥିଲେ ।

୪।ବାସ୍ତଲ ଦୁର୍ଗର ପତନ କେବେ ହୋଇଥିଲା ?
Answer:
ବାସ୍ତଲ ଦୁର୍ଗର ପତନ ୧୭୮୯ ମସିହା ଜୁଲାଇ ୧୪ ତାରିଖରେ ହୋଇଥିଲା ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୫। ପ୍ରଥମ ଉଇଲିୟମ୍ କେବେ ପ୍ରୁସିଆର ରାଜା ହୋଇଥିଲେ ?
Answer:
ପ୍ରଥମ ଉଇଲିୟମ୍ ୧୮୬୧ ମସିହାରେ ପ୍ରୁସିଆର ରାଜା ହୋଇଥିଲେ ।

୬। କେଉଁ ଯୁଦ୍ଧରେ ଅଷ୍ଟ୍ରିଆ ପ୍ରୁସିଆଠାରୁ ପରାସ୍ତ ହେଲା ?
Answer:
ସାଡ଼ୋ ଯୁଦ୍ଧରେ ଅଷ୍ଟ୍ରିଆ ପ୍ରୁସିଆଠାରୁ ପରାସ୍ତ ହେଲା ।

୭। କେଉଁ ଯୁଦ୍ଧରେ ଫ୍ରାନ୍ସ ପ୍ରୁସିଆଠାରୁ ପରାସ୍ତ ହେଲା ?
Answer:
ସେଡ଼ାନ୍ ଯୁଦ୍ଧରେ ଫ୍ରାନ୍ସ ପ୍ରୁସିଆଠାରୁ ପରାସ୍ତ ହେଲା ।

୮। ‘ତରୁଣ ଇଟାଲୀ’ ନାମକ ଏକ ସଂଗଠନ କିଏ ଗଢ଼ିଥିଲେ ?
Answer:
ଯୋଶେଫ୍ ମାଜିନୀ ‘ତରୁଣ ଇଟାଲୀ’ ନାମକ ଏକ ସଂଗଠନ ଗଢ଼ିଥିଲେ ।

୯। ଦ୍ଵିତୀୟ ଭିକ୍ଟର ଇମାନୁଏଲ କେଉଁ ରାଜ୍ୟର ରାଜା ଥିଲେ ?
Answer:
ଦ୍ଵିତୀୟ ଭିକ୍ଟର ଇମାନୁଏଲ୍‌ ସାର୍ଜିନିଆ ରାଜ୍ୟର ରାଜା ଥିଲେ ।

୧୦। କେବେ ଷୋଡ଼ଶ ଲୁଇ ପ୍ରତିନିଧ୍ଵ ସଭାର ଏକ ବୈଠକ ଡକାଇଥିଲେ ?
Answer:
୧୭୮୯ ମସିହା ମେ ମାସ ୫ ତାରିଖରେ ଷୋଡ଼ଶ ଲୁଇ ପ୍ରତିନିଧୂ ସଭାର ଏକ ବୈଠକ ଡକାଇଥିଲେ ।

୧୧। ପ୍ରୁସିଆର କେଉଁ ରାଜା ବିସ୍‌ମାର୍କଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ ?
Answer:
ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍ ବିଜ୍‌ମାର୍କଙ୍କୁ ତାଙ୍କର ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ ।

୧୨। ‘ସୋସିଆଲ କଣ୍ଟ୍ରାକ୍ଟ’ ପୁସ୍ତକ କିଏ କେବେ ଲେଖୁଥିଲେ ?
Answer:
‘ସୋସିଆଲ୍ କଣ୍ଟ୍ରାକ୍ଟ’ ନାମକ ପୁସ୍ତକ ୧୭୬୧ ଖ୍ରୀଷ୍ଟାବ୍ଦରେ ରୁଷୋ ଲେଖୁଥିଲେ ।

୧୩। ‘‘ମନୁଷ୍ୟ ମୁକ୍ତ ହୋଇ ଜନ୍ମଗ୍ରହଣ କରିଛି, ମାତ୍ର ସେ ସବୁକ୍ଷେତ୍ରରେ ଶୃଙ୍ଖଳଦ୍ଵାରା ଆବଦ୍ଧ ।’’– ଏକଥା କିଏ କହିଥିଲେ ?
Answer:
‘ ମନୁଷ୍ୟ ମୁକ୍ତ ହୋଇ ଜନ୍ମଗ୍ରହଣ କରିଛି, ମାତ୍ର ସେ ସବୁକ୍ଷେତ୍ରରେ ଶୃଙ୍ଖଳଦ୍ଵାରା ଆବଦ୍ଧ ’– ଏକଥା ରୁଷୋ କହିଥିଲେ ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧୪। ଫରାସୀ ରାଷ୍ଟ୍ରବିପ୍ଳବ ପରେ ଫ୍ରାନ୍ସରେ କେଉଁ ଶାସନ ପ୍ରତିଷ୍ଠା କରାଯାଇଥିଲା ?
Answer:
ଫରାସୀ ରାଷ୍ଟ୍ରବିପ୍ଲବ ପରେ ଫ୍ରାନ୍ସରେ ରାଜତନ୍ତ୍ର ଶାସନ ଧ୍ୱଂସ ହୋଇ ପ୍ରଜାତନ୍ତ୍ର ଶାସନ ପ୍ରତିଷ୍ଠା ହୋଇଥିଲା ।

୧୫। କେଉଁ ବିପ୍ଳବ ସାମନ୍ତବାଦ ଲୋପ କରିବାରେ ସହାୟ ହୋଇଥିଲା ?
Answer:
ଫରାସୀ ରାଷ୍ଟ୍ରବିପ୍ଳବ ସାମନ୍ତବାଦ ଲୋପ କରିବାରେ ସହାୟ ହୋଇଥିଲା ।

A. ଶୂନ୍ୟସ୍ଥାନ ପୂରଣ କର ।

୧। _____________ ଆମେରିକା ଆବିଷ୍କାର କରିଥିଲେ ।
Answer:
କଲମ୍ବସ୍

୨। ଇଂରେଜମାନେ ଆମେରିକାରେ ______________ ଗୋଟି ଉପନିବେଶ ସ୍ଥାପନ କରିଥିଲେ ।
Answer:
୧୩

୩। ଆମେରିକା ଇଂଲଣ୍ଡ ମଧ୍ୟରେ _______________ ମହାସାଗର ଅଛି ।
Answer:
ଆଟ୍‌ଲାଣ୍ଟିକ୍

୪। ୧୮୬୬ ମସିହାରେ _______________ ଯୁଦ୍ଧରେ ଅଷ୍ଟ୍ରିଆ ପରାସ୍ତ ହୋଇଥିଲା ।
Answer:
ସାଡ଼ୋଓ୍ବା

୫। ________________ ‘ଆଇନର ତାତ୍ପର୍ଯ୍ୟ’ ନାମକ ପୁସ୍ତକ ଲେଖୁଥିଲେ ।
Answer:
ମଣ୍ଡେସ୍କୁ

୬। ପ୍ରୁସିଆର ପ୍ରଧାନମନ୍ତ୍ରୀ ________________ ଙ୍କ ନେତୃତ୍ୱରେ ଜର୍ମାନୀ ଏକତ୍ରୀକରଣ ହୋଇଥିଲା ।
Answer:
ବିସ୍‌ମାର୍କ

୭। ‘ମୁଁ ହେଉଛି ରାଷ୍ଟ୍ର’- ଏହା ______________ କହିଥିଲେ ।
Answer:
ଚତୁର୍ଦ୍ଦଶ ଲୁଇ

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୮। ଫ୍ରାନ୍ସ ସମାଜରେ ସାଧାରଣ କୃଷକ ତା’ର ଉତ୍ପାଦିତ ଶସ୍ୟର _________________ ଭାଗ କର ଆକାରରେ ଦେଉଥିଲେ ।
Answer:
ଚାରିଭାଗରୁ ତିନିଭାଗ

୯। ରୁଷୋ _____________ ଖ୍ରୀ.ଅ.ରେ ‘ସୋସିଆଲ୍ କଣ୍ଟ୍ରାକ୍ଟ’ ପୁସ୍ତକ ରଚନା କରିଥିଲେ ।
Answer:
୧୭୬୧

୧୦| ______________ ଫ୍ରାନ୍ସର ପ୍ରତିନିଧୂ ସଭାର ଏକ ବୈଠକ ଡକାଇଥିଲେ ।
Answer:
ଷୋଡ଼ଶ ଲୁଇ

୧୧। ୧୭୯୩ ଖ୍ରୀଷ୍ଟାବ୍ଦରେ ______________ ନାମକ ଯନ୍ତ୍ର ସାହାଯ୍ୟରେ ଷୋଡ଼ଶ ଲୁଇଙ୍କ ମୁଣ୍ଡକାଟ ହୋଇଥିଲା ।
Answer:
ଗିଲୋଟିନ୍

୧୨। _____________ ଖ୍ରୀଷ୍ଟାବ୍ଦରେ ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍ ସିଂହାସନରେ ଅଧିଷ୍ଠିତ ହୋଇଥିଲେ ।
Answer:
୧୮୬୧

୧୩। ପ୍ରଥମ ଉଇଲିୟମ୍‌ଙ୍କ ସାମରିକ ସଂସ୍କାର ପ୍ରସ୍ତାବକୁ ____________ ଦୃଢ଼ ସମର୍ଥନ କରିଥିଲେ ।
Answer:
ବିସମାର୍କ

୧୪। _____________ ମସିହାରେ ପ୍ରୁସିଆ, ଅଷ୍ଟ୍ରିଆ ବିରୁଦ୍ଧରେ ଯୁଦ୍ଧଘୋଷଣା କରିଥିଲା ।
Answer:
୧୮୬୬

୧୫। ଜର୍ମାନ୍ ଏକତ୍ରୀକରଣ ପରେ ____________ ଜର୍ମାନୀ ସାମ୍ରାଜ୍ୟର ଚାନ୍ସେଲର ହେଲେ ।
Answer:
ବିସ୍‌ମାର୍କ

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧୬। ____________ ଜର୍ମାନ୍‌ର ରାଜଧାନୀ ହେଲା ।
Answer:
ବର୍ଲିନ୍

୧୭। ତରୁଣ ଇଟାଲୀ ଦଳର ପତାକାରେ _______________ ଲେଖାଥିଲା ।
Answer:
‘ଏକତା ଓ ମୁକ୍ତି’

୧୮। ସାର୍ଜିନିଆର ରାଜା _____________ ଅଷ୍ଟ୍ରିଆ ବିରୋଧରେ ବାରମ୍ବାର ଯୁଦ୍ଧ କରି ପରାସ୍ତ ହୋଇଥିଲେ ।
Answer:
ଚାର୍ଲସ୍ ଆଲବର୍ଟ

୧୯। କାଉଣ୍ଟ କାଲୁର ______________ ଙ୍କର ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ପାଇଥିଲେ ।
Answer:
ଦ୍ଵିତୀୟ ଭିକ୍ଟର ଇମାନୁଏଲ୍

B. ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଠିକ୍ ବାକ୍ୟଗୁଡ଼ିକ ପାଖରେ (✓) ଚିହ୍ନ ଓ ଭୁଲ୍ ବାକ୍ୟଗୁଡ଼ିକ ପାଖରେ (X) ଚିହ୍ନ ଦିଅ ।

୧। ୧୭୭୬ ମସିହା ଜୁଲାଇ ୪ ତାରିଖରେ ଆମେରିକାର ‘ସ୍ଵାଧୀନତାର ଘୋଷଣା ପତ୍ର’ ପ୍ରକାଶ ପାଇଲା ।
Answer:

୨। ଜର୍ମାନୀର ରାଜା ଚତୁର୍ଦ୍ଦଶ ଲୁଇ କହୁଥିଲେ, ‘ମୁଁ ହେଉଛି ରାଷ୍ଟ୍ର’ ।
Answer:
X

୩। ସପ୍ତବର୍ଷବ୍ୟାପୀ ଯୁଦ୍ଧ ଆମେରିକା ଓ ଫ୍ରାନ୍ସ ମଧ୍ୟରେ ସଂଘଟିତ ହୋଇଥିଲା ।
Answer:
X

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୪। ୧୭୮୯ ମସିହାରେ ଫରାସୀ ରାଷ୍ଟ୍ରବିପ୍ଳବ ସଂଘଟିତ ହୋଇଥିଲା ।
Answer:

୫। ବାସ୍ତଲ ଦୁର୍ଗର ପତନ ୧୭୮୯ ମସିହା ଜୁଲାଇ ୧୪ ତାରିଖରେ ହୋଇଥିଲା ।
Answer:

୬। ପ୍ରଥମ ଉଇଲିୟମ୍ ୧୮୬୧ ମସିହାରେ ପ୍ରୁସିଆର ରାଜା ହୋଇଥିଲେ ।
Answer:

୭| ସର୍ବପ୍ରଥମେ ଡେନମାର୍କ ଅଧିକୃତ ପ୍ଲେଜ୍ଉଇଗ୍ ଅଞ୍ଚଳ ପୁସିଆ ସହିତ ଏକତ୍ରିତ ହୋଇଥିଲା !
Answer:

୮| ସାଡ଼ୋପ୍ସା ଯୁଦ୍ଧରେ ପ୍ରୁସିଆ ପରାସ୍ତ ହୋଇଥିଲା ।
Answer:
X

C. ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନକରି ଭ୍ରମ ସଂଶୋଧନ କର ।

୧। ଷ୍ଟାମ୍ପ୍, ଆଇନ ବ୍ରିଟିଶ୍ ପାର୍ଲାମେଣ୍ଟରେ ୧୭୬୮ ମସିହାରେ ପ୍ରଣୟନ କରାଯାଇଥିଲା ।
Answer:
ଷ୍ଟାମ୍ପ ଆଇନ ବ୍ରିଟିଶ୍ ପାର୍ଲାମେଣ୍ଟରେ ୧୭୬୫ ମସିହାରେ ପ୍ରଣୟନ କରାଯାଇଥିଲା ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୨। ଫରାସୀ ରାଷ୍ଟ୍ରବିପ୍ଳବ ୧୭୯୦ ଖ୍ରୀ.ଅ.ରେ ହୋଇଥିଲା ।
Answer:
ଫରାସୀ ରାଷ୍ଟ୍ରବିପ୍ଳବ ୧୭୮୯ ଖ୍ରୀ.ଅ.ରେ ହୋଇଥିଲା ।

୩। ‘ସ୍ପିରିଟ୍ ଅଫ୍ ଦି ଲଜ୍’ ପୁସ୍ତକର ରଚୟିତା ରୁଷୋ ଥିଲେ ।
Answer:
‘ସ୍ପିରିଟ୍ ଅଫ୍ ଦି ଲଜ୍’ ପୁସ୍ତକର ରଚୟିତା ମଣ୍ଡେସ୍କୁ ଥିଲେ ।

୪। ଫ୍ରାନ୍ସ ସମ୍ବିଧାନ ୧୭୯୫ ମସିହାରେ ନେପୋଲିୟନ୍ ବୋନାପାର୍ଟଙ୍କଦ୍ୱାରା ସଂଶୋଧ ହୋଇଥିଲା ।
Answer:
ଫ୍ରାନ୍ସ ସମ୍ବିଧାନ ୧୭୯୯ ମସିହାରେ ନେପୋଲିୟନ୍ ବୋନାପାର୍ଟଙ୍କଦ୍ୱାରା ସଂଶୋଧ ହୋଇଥିଲା ।

୫। ‘ଯୁଦ୍ଧ ବିନା ଜର୍ମାନୀ ଏକତ୍ରୀକରଣ ସମ୍ଭବ ନୁହେଁ – ଏହା ପ୍ରଥମ ଉଇଲିୟମ୍ କହିଥିଲେ ।
Answer:
‘ଯୁଦ୍ଧ ବିନା ଜର୍ମାନୀ ଏକତ୍ରୀକରଣ ସମ୍ଭବ ନୁହେଁ’ – ଏହା ବିସ୍‌ମାର୍କ କହିଥିଲେ ।

୬। ୧୮୬୬ ମସିହା ଜୁନ୍ ମାସରେ ଅଷ୍ଟ୍ରିଆ, ପ୍ରୁସିଆ ବିରୁଦ୍ଧରେ ଯୁଦ୍ଧଘୋଷଣା କରିଥିଲା ।
Answer:
୧୮୬୬ ମସିହା ଜୁନ୍ ମାସରେ ପ୍ରୁସିଆ, ଅଷ୍ଟ୍ରିଆ ବିରୁଦ୍ଧରେ ଯୁଦ୍ଧଘୋଷଣା କରିଥିଲା ।

୭। ଯୋଶେଫ୍ ମାଜିନୀ ୧୯୦୫ ଖ୍ରୀ.ଅ.ରେ ଜନ୍ମଗ୍ରହଣ କରିଥିଲେ ।
Answer:
ଯୋଶେଫ୍ ମାଜିନୀ ୧୮୦୫ ଖ୍ରୀ.ଅ.ରେ ଜନ୍ମଗ୍ରହଣ କରିଥିଲେ ।

୮। କ୍ରିମିଆ ଯୁଦ୍ଧ ୧୮୮୫ ମସିହାରେ ହୋଇଥିଲା ।
Answer:
କ୍ରିମିଆ ଯୁଦ୍ଧ ୧୮୫୪ ମସିହାରେ ହୋଇଥିଲା ।

୯। କାଭୁର୍ ମାଜିନୀଙ୍କ ଶିଷ୍ୟ ଥିଲେ ।
Answer:
ଗାରିବାଲ୍‌ ମାଜିନୀଙ୍କ ଶିଷ୍ୟ ଥିଲେ ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧୦। ଇଟାଲୀ ଇତିହାସରେ ମାଜିନୀଙ୍କୁ ତ୍ୟାଗୀପୁତ୍ର ଆଖ୍ୟା ଦିଆଯାଇଛି ।
Answer:
ଇଟାଲୀ ଇତିହାସରେ ମାଜିନୀଙ୍କୁ ତ୍ୟାଗୀପୁତ୍ର ଆଖ୍ୟା ଦିଆଯାଇଛି ।

D. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ନିମ୍ନୋକ୍ତ କେବେ ଷୋଡ଼ଶ ଲୁଇଙ୍କ ଶିରଛେଦନ ହୋଇଥିଲା ?
(କ) ୧୭୯୩
(ଖ) ୧୭୯୪
(ଗ) ୧୭୯୫
(ଘ) ୧୭୯୬
Answer:
(କ) ୧୭୯୩

୨। ନିମ୍ନୋକ୍ତ କେବେ ‘ବୋଷ୍ଟନ ଟି ପାର୍ଟି’ ଘଟଣାଟି ଘଟିଥିଲା ?
(କ) ୧୭୬୫
(ଖ) ୧୭୭୩
(ଗ) ୧୭୭୦
(ଘ) ୧୭୭୪
Answer:
(ଖ) ୧୭୭୩

୩। ନିମ୍ନୋକ୍ତ ମଧ୍ୟରୁ କିଏ କହୁଥିଲେ, ‘ମୁଁ ହେଉଛି ରାଷ୍ଟ୍ର’ ?
(କ) ପଞ୍ଚଦଶ ଲୁଇ
(ଖ) ଷୋଡ଼ଶ ଲୁଇ
(ଗ) ପ୍ରଥମ ଉଇଳିୟମ୍
(ଘ) ଚତୁର୍ଦ୍ଦଶ ଲୁଇ
Answer:
(ଘ) ଚତୁର୍ଦ୍ଦଶ ଲୁଇ

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୪। ‘ସୋସିଆଲ୍ କଣ୍ଟ୍ରାକ୍ଟ’ ନାମକ ପୁସ୍ତକ ନିମ୍ନୋକ୍ତ କେଉଁ ଦାର୍ଶନିକଙ୍କଦ୍ବାରା ରଚିତ ହୋଇଥିଲା ?
(କ) ରୁଷୋ
(ଖ) ମଣ୍ଡେସ୍କ
(ଗ) ଭଲ୍ ଟାୟାର୍
(ଘ) କଫୁସିଅସ୍
Answer:
(କ) ରୁଷୋ

୫। ଯୁଦ୍ଧ ବିନା ଜର୍ମାନୀ ଏକତ୍ରୀକରଣ ଅସମ୍ଭବ ବୋଲି ନିମ୍ନୋକ୍ତ କିଏ ଭାବୁଥିଲେ ?
(କ) ମାଜିନୀ
(ଖ) ବିସମାର୍କ
(ଗ) ଗାରିବାଲ୍ଡ଼
(ଘ) କାଭୁର୍
Answer:
(ଖ) ବିସ୍‌ମାର୍କ

୬। କାଦୁର୍ ୬। ନିମ୍ନୋକ୍ତ କେଉଁ ମସିହାରେ ‘ତରୁଣ ଇଟାଲୀ’ ନାମକ ଏକ ସଙ୍ଗଠନ ଗଢ଼ାଯାଇଥିଲା ?
(କ) ୧୮୩୧
(ଖ) ୧୮୫୪
(ଗ) ୧୮୫୯
(ଘ) ୧୮୬୬
Answer:
(କ) ୧୮୩୧

୭। ନିମ୍ନୋକ୍ତ କେତେ ମସିହାରେ ବ୍ରିଟିଶ୍ ପାର୍ଲାମେଣ୍ଟ ଷ୍ଟାମ୍ପ ଆଇନ୍ ପ୍ରଣୟନ କରିଥିଲା ?
(କ) ୧୭୫୬
(ଖ) ୧୭୭୦
(ଗ) ୧୭୬୫
(ଘ) ୧୭୭୩
Answer:
(ଗ) ୧୭୬୫

୮। ନିମ୍ନୋକ୍ତ କିଏ ‘ରାଇନ୍ ରାଜ୍ୟଗୋଷ୍ଠୀ’ ଗଠନ କରିଥିଲେ ?
(କ) ଭିକ୍ଟର ଇମାନୁଏଲ୍
(ଖ) ପ୍ରଥମ ଉଇଲିୟମ୍
(ଗ) ଚାର୍ଲସ୍ ଆଲବର୍ଟ
(ଘ) ନେପୋଲିୟନ୍ ବୋନାପାର୍ଟ
Answer:
(ଘ) ନେପୋଲିୟନ୍ ବୋନାପାର୍ଟ

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୯। ବାସ୍ତଲ ଦୁର୍ଗର ପତନ ନିମ୍ନୋକ୍ତ କେଉଁ ମସିହାରେ ହୋଇଥିଲା ?
(କ) ୧୭୮୯
(ଖ) ୧୮୫୫
(ଗ) ୧୭୯୫
(ଘ) ୧୮୫୭
Answer:
(କ) ୧୭୮୯

୧୦। ‘‘ମନୁଷ୍ୟ ମୁକ୍ତ ହୋଇ ଜନ୍ମ ଗ୍ରହଣ କରେ, ମାତ୍ର ସେ ସବୁକ୍ଷେତ୍ରରେ ଶୃଙ୍ଖଳାଦ୍ଵାରା ଆବଦ୍ଧ । ନିମ୍ନୋକ୍ତ ମଧ୍ୟରୁ କିଏ କହିଥିଲେ ?
(କ) ରୁଷୋ
(ଖ) ମାଜିନା
(ଗ) ଭଲ୍ ଟାୟାର୍
(ଘ) କାଭୁର
Answer:
(କ) ରୁଷୋ

୧୧। ନିମ୍ନୋକ୍ତ କେଉଁ ଦିନଟିକୁ ଆମେରିକାବାସୀ ସ୍ଵାଧୀନତା ଦିବସ ରୂପେ ପାଳନ କରନ୍ତି ?
(କ) ଅଗଷ୍ଟ ୪
(ଖ) ଜୁଲାଇ ୪
(ଗ) ଜୁଲାଇ ୨୫
(ଘ) ସେପ୍ଟେମ୍ବର ୬
Answer:
(ଖ) ଜୁଲାଇ ୪

୧୨ । ଫିଲାଡ଼େଲଫିଆ ସମ୍ମିଳନୀ ____________ ଦେଶକୁ ଜନ୍ମ ଦେଇଥିଲା ।
(କ) ଯୁକ୍ତରାଷ୍ଟ୍ର ଆମେରିକା
(ଖ) ଭାରତ
(ଗ) ଜାପାନ
(ଘ) ଚୀନ
Answer:
(କ) ଯୁକ୍ତରାଷ୍ଟ୍ର ଆମେରିକା

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

E. ‘କ ‘ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର ।

‘କ ‘ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର । 1

F. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ଆମେରିକା କିଏ ଆବିଷ୍କାର କରିଥିଲେ ?
Answer:
କଲମ୍ବସ୍

୨। ଷ୍ଟାମ୍ପ୍ ଆଇନ କେବେ ପ୍ରଣୟନ କରାଯାଇଥିଲା ?
Answer:
୧୭୬୫

୩ । ବୋଷ୍ଟନ ଚା’ ସଂଘର୍ଷ କେବେ ହୋଇଥିଲା ?
Answer:
୧୭୭୩

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୪ । ଯୁକ୍ତରାଷ୍ଟ୍ର ଆମେରିକା କେଉଁ ଦିନ ତା’ର ସ୍ଵାଧୀନତା ଦିବସ ପାଳନ କରିଥାଏ ?
Answer:
ଜୁଲାଇ ୪ ତାରିଖ

୫। ଫରାସୀ ରାଷ୍ଟ୍ର ବିପ୍ଳବ କେବେ ହୋଇଥିଲା ?
Answer:
୧୭୮୯ ମସିହା

୬ | କେଉଁ ଯନ୍ତ୍ର ସାହାଯ୍ୟରେ ଷୋଡ଼ଶ ଲୁଇଙ୍କ ମୁଣ୍ଡକାଟ କରାଯାଇଥିଲା ?
Answer:
ଗିଲୋଟିନ୍

୭ । ‘ତରୁଣ ଇଟାଲୀ’ କିଏ ଗଠନ କରିଥିଲେ ?
Answer:
ଯୋଶେଫ୍ ମାଜିନୀ

୮ | କ୍ରିମିଆ ଯୁଦ୍ଧ କେଉଁ ଦୁଇ ଦେଶ ମଧ୍ୟରେ ହୋଇଥିଲା
Answer:
ରୁଷିଆ ଓ ଫ୍ରାନ୍ସ

୯। “‘ମୁଁ ହେଉଛି ରାଷ୍ଟ୍ର’’ ଏକଥା କିଏ କହିଥିଲେ ?
Answer:
ଚତୁର୍ଦ୍ଦଶ ଲୁଇ

୧୦ । ‘ସୋସିଆଲ୍ କଣ୍ଟ୍ରାକ୍ଟ’’ କିଏ ଲେଖିଲେ ?
Answer:
ରୁଷୋ

୧୧ । ନେପୋଲିୟନ୍ କେଉଁ ଯୁଦ୍ଧରେ ପରାସ୍ତ ହୋଇଥିଲେ ?
Answer:
ୱାଟରରୁ ଯୁଦ୍ଧ

୧୨ । କେଉଁ ଯୁଦ୍ଧରେ ଫ୍ରାନ୍‌ସ୍ ପରାଜୟ ବରଣ କରିଥିଲା ?
Answer:
ସେଡ଼ାନ ଯୁଦ୍ଧ

୧୩। ମଣ୍ଡେସ୍କୁ କେଉଁ ଦେଶର ଦାର୍ଶନିକ ଥିଲେ ?
Answer:
ଫ୍ରାନ୍ସ,

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧୪। ରୁଷୋ କେଉଁ ପୁସ୍ତକ ଲେଖିଥିଲେ ?
Answer:
ସୋସିଆଲ୍ କଣ୍ଟ୍ରାକ୍ଟ

୧୫ । ଗାରିବାଲ୍‌ କାହାର ଶିଷ୍ୟ ଥିଲେ ?
Answer:
ମାଜିନୀ

Leave a Comment