Odisha State Board BSE Odisha 9th Class Physical Science Solutions Chapter 8 କାର୍ଯ୍ୟ ଓ ଶକ୍ତି Textbook Exercise Questions and Answers.
BSE Odisha Class 9 Physical Science Solutions Chapter 8 କାର୍ଯ୍ୟ ଓ ଶକ୍ତି
1. ନିମ୍ନଲିଖତ ଉଦାହରଣଗୁଡ଼ିକୁ ଅନୁଧ୍ୟାନ କର । କାର୍ଯ୍ୟର ସଂଜ୍ଞାନୁସାରେ ଏଥୁମଧ୍ୟରୁ ଯେଉଁ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦିତ ହୋଇଛି, ତାହାର ସୂଚନା ଦିଅ ।
(a) କଳ୍ପନା ଗୋଟିଏ ପୋଖରୀରେ ପହଁରୁଛି ।
ଉ –
କଳ୍ପନା ପୋଖରୀରେ ପହଁରୁଥିବାରୁ କାର୍ଯ୍ୟ ସମ୍ପାଦିତ ହେଉଛି । କାରଣ ସେ ବଳ ପ୍ରୟୋଗ କରି ନିଜ ଅବସ୍ଥାନରୁ ବିସ୍ଥାପିତ ହୋଇଛି ।
(b) ଗୋଟିଏ ଗଧ ନିଜ ପିଠି ଉପରେ ଜିନିଷ ନେଇଯାଉଛି ।
ନାହିଁ । ଏଠାରେ ଜିନିଷର ଓଜନ ସହ ସମପରିମାଣରେ ଉର୍ଦୁବଳ କ୍ରିୟାଶୀଳ ହୁଏ । କିନ୍ତୁ ଜିନିଷର ବିସ୍ଥାପନ ଆନୁ ଭୂମିକ ଦିଗରେ ହୋଇଥାଏ । ତେଣୁ ବିସ୍ଥାପନ ‘s’ ଓ ବଳ ‘F’ ମଧ୍ୟରେ କୋଣର ପରିମାଣ ଶୂନ ହୋଇଥାଏ । W = Fs cos 90° = 0
∴ ସମ୍ପାଦିତ କାର୍ଯ୍ୟ = 0
(c) ପବନ ଚକି କୂଅରୁ ପାଣି ଉଠାଉଛି ।
ଉ –
ପବନ ଚକି କୂଅରୁ ପାଣି ଉଠାଇଲାବେଳେ କାର୍ଯ୍ୟ ସମ୍ପାଦିତ ହୋଇଥାଏ । କାରଣ ବସ୍ତୁ (ପାଣି) ନିଜ ଅବସ୍ଥାନରୁ ବିସ୍ଥାପିତ ହୋଇଥାଏ ।
(d) ଗୋଟିଏ ସବୁଜ ଉଭିଦ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରୁଛି ।
ଉ –
ଗୋଟିଏ ସବୁଜ ଉଭିଦ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କଲାବେଳେ କୌଣସି ବିସ୍ଥାପନ ହୋଇନଥାଏ ତେଣୁ ଏଠାରେ କାର୍ଯ୍ୟ ସମ୍ପାଦିତ ହୁଏ ନାହିଁ ।
(e) ଗୋଟିଏ ଇଞ୍ଜିନ୍ ରେଳଗାଡ଼ିକୁ ଟାଣୁଛି ।
ଉ –
ଇଞ୍ଜିନ୍ ରେଳଗାଡ଼ିକୁ ଟାଣିବାବେଳେ ରେଳଡବା ବଳ ଦିଗରେ ବିସ୍ଥାପିତ ହୋଇଥାଏ । ତେଣୁ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
(f) ସୂର୍ଯ୍ୟଙ୍କ କିରଣରେ ଖାଦ୍ୟଶସ୍ୟଗୁଡ଼ିକୁ ଶୁଖାଯାଉଛି ।
ଉ –
ସୂର୍ଯ୍ୟକିରଣରେ ଖାଦ୍ୟଶସ୍ୟଗୁଡ଼ିକୁ ଶୁଖାଯିବାବେଳେ କୌଣସି ବିସ୍ଥାପନ ଘଟୁ ନ ଥିବାରୁ କାର୍ଯ୍ୟ ହୁଏ ନାହିଁ ।
(g) ଗୋଟିଏ ପାଲଟଣା ଜାହାଜ ପବନ ଯୋଗୁଁ ଦରିଆରେ ଭାସି ଭାସି ଚାଲୁଛି ।
ଉ –
ଗୋଟିଏ ପାଲଟଣା ଜାହାଜ ପନବ ଯୋଗୁଁ ବିସ୍ଥାପନ ହେଉଥିବାରୁ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
2. ସର୍କସରେ ରହିଥିବା ଏକ ବିରାଟ ବଡ଼ ଲୁହା ଜାଲିର ଗ୍ଲୋବ୍ (globe) ଭିତରେ ଏକ ମଟର ବାଇକ୍ ଚାଳକ ଦ୍ରୁତ ବେଗରେ ମଟର ବାଇକ୍ ଚଳାଇ, ଗ୍ଲୋବ୍ର ଭିତର ପୃଷ୍ଠରେ ଘୂର୍ଶନ କରି ଗ୍ଲୋବ୍ର ନିମ୍ନତମ ସ୍ଥାନରୁ ଭୂଲମ୍ବ ଦିଗରେ ଶୀର୍ଷତମ ସ୍ଥାନକୁ ଯାଇ ପୁଣି ନିମ୍ନତମ ସ୍ଥାନକୁ ଫେରିଆସିଲେ ମୋଟ କାର୍ଯ୍ୟ କେତେ ସମ୍ପାଦିତ ହୁଏ ?
ଉ –
ଏଠାରେ ମୋଟ ବଳର ପରିମାଣ = F, ମୋଟ ବିସ୍ଥାପନର ପରିମାଣ = 0
∴ ସମ୍ପାଦିତ କାର୍ଯ୍ୟ (W) = F · s = F . 0 = 0
3. ମୁକ୍ତଭାବେ ଖସୁଥିବା ଏକ ବସ୍ତୁର ସ୍ଥିତିଜ ଶକ୍ତି କ୍ରମାଗତଭାବେ ହ୍ରାସ ପାଉଛି । ଏହା ଶକ୍ତି ସଂରକ୍ଷଣ ନିୟମକୁ ଖଣ୍ଡନ କରୁଛି କି ? ତୁମ ଉତ୍ତରର ଯଥାର୍ଥତା ବୁଝାଅ ।
ଉ –
- ମୁକ୍ତଭାବେ ଖସୁଥିବା ଏକ ବସ୍ତୁର ସ୍ଥିତିଜ ଶକ୍ତି କ୍ରମାଗତ ଭାବେ ହ୍ରାସ ପାଏ । କାରଣ ଭୂମିଠାରୁ ବସ୍ତୁର ଉଚ୍ଚତା କମି କମି ଯାଏ । ମାତ୍ର ବସ୍ତୁତ୍ଵ ଓ ତ୍ଵରଣ ସମାନ ଥାଏ ।
- ମୋଟ ଯାନ୍ତ୍ରିକ ଶକ୍ତିର ପରିମାଣ ସମାନ ହେତୁ ଏହା ଶକ୍ତି ସଂରକ୍ଷଣ ନିୟମକୁ ଖଣ୍ଡନ କରେ ନାହିଁ । ସ୍ଥିତିଜ ଶକ୍ତିର ପରିମାଣ କମି କମି ଗଲେ ଗତି ଶକ୍ତିର ପରିମାଣ ସେହି ହାରରେ ବଢ଼ି ବଢ଼ି ଯିବ ।
- ଏଠାରେ ସ୍ଥିତିଜ ଶକ୍ତି ଗତିଜ ଶକ୍ତିରେ ରୂପାନ୍ତରିତ ହେବ । ମୋଟ ଶକ୍ତି ସମାନ ରହିବ । ଏଣୁ ଏହା ଶକ୍ତି ସଂରକ୍ଷଣ ନିୟମକୁ ଖଣ୍ଡନ କରୁ ନାହିଁ ।
4. ତମେ ସାଇକେଲ୍ ଚଳାଇବା ବେଳେ ଶକ୍ତି କେଉଁ ରୂପରୁ କେଉଁ ରୂପକୁ ରୂପାନ୍ତରିତ ହୋଇଥାଏ, ତାହା ବର୍ଣ୍ଣନା କର ।
ଉ –
ପାଇକୋଲ ଚଲାଇବାବେଳେ ଉଭୟ ଦ୍ଵାର ଓ ଗୋଡ଼ର ମାଂସପେଶ1ପ ବଳ ପାଇକେଲ ଉପରେ ପ୍ରସ୍ତୁକ୍ତ ହୋଇଥାଏ । ମାଂସପେଶୀୟ ବଳ ଖାଦ୍ୟର ରାସାୟନିକ ଶକ୍ତିରୁ ମିଳିଥାଏ । ମାଂସପେଶୀୟ ଶକ୍ତି ଯାନ୍ତ୍ରିକ ଶକ୍ତିରେ ପରିଣତ ହୋଇ ସାଇକେଲ୍କୁ ଗତିଶୀଳ କରାଏ ।
ଖାଦ୍ୟ → ରାସାୟନିକ ଶକ୍ତି → ମାଂସପେଶୀୟ ଶକ୍ତି → ଯାନ୍ତ୍ରିକ ଶକ୍ତି
5. ଗୋଟିଏ ଇଲେକ୍ଟ୍ରିକ୍ ହିଟର୍ର ପାୱାର 1500 ୱାଟ୍ । ଏହା 10 ଘଣ୍ଟାରେ କେତେ ଶକ୍ତି ବ୍ୟବହାର କରିବ ?
ଉ –
ଏଠାରେ ହିଟର୍ର ପାୱାର (P) = 1500 ୱାଟ୍, ସମୟ (t) = 10 ଘଣ୍ଟା
∴ W = Pt = 1500 ୱାଟ୍ x 10 ଘଣ୍ଟା = 15000 ୱାଟ୍ ଘଣ୍ଟା = 15 kWh = 15 ୟୁନିଟ୍
∴ ହିଟରଟି 10 ଘଣ୍ଟାରେ 15 ୟୁନିଟ୍ ଶକ୍ତି ବ୍ୟବହାର କରିବ ।
6. (m) ବସ୍ତୁତ୍ଵ ଥିବା ଗୋଟିଏ ବସ୍ତୁ ଏକ ନିର୍ଦ୍ଦିଷ୍ଟ ପରିବେଗ (v)ରେ ଗତି କରୁଛି । ଏହି ବସ୍ତୁକୁ ସ୍ଥିର ଅବସ୍ଥାକୁ ଆଣିବାକୁ ହେଲେ କେତେ ପରିମାଣର କାର୍ଯ୍ୟ କରିବାକୁ ହେବ ?
ଉ –
ଖୋଟିଏ ବସ୍ତୁର ବସ୍ତୁତ୍ଵ = m
ମନେକର ପ୍ରାରମ୍ଭିକ ପରିବେଗ (u) = v ଓ ଅନ୍ତିମ ପରିବେଗ (v) = 0
ବସ୍ତୁର ତ୍ଵରଣ = a ଓ ବିସ୍ଥାପନ = s
ତୃତ1ଯ ଖତି ସମ1କାରଣ ଅନୁଯାୟ1, v2 = u2 + 2as ⇒ s =
ବିଯୁକ୍ତ ଚିହ୍ନରୁ ପରିବେଗ ହ୍ରାସ ପାଇବାର ସୂଚନା ମିଳେ ।
7. 1500 କି.ଗ୍ରା. ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ମୋଟର କାର୍ ଘଣ୍ଟା ପ୍ରତି 60 କି.ମି. ବେଗରେ ଗତି କରୁଛି । ତାହାକୁ ସ୍ଥିର ଅବସ୍ଥାକୁ ଆସିବାକୁ ହେଲେ କେତେ ପରିମାଣର କାର୍ଯ୍ୟ କରିବାକୁ ହେବ ?
ଉ –
ଏଠାରେ ମୋଟର୍ କାରର ପ୍ରାରମ୍ଭିକ ବେଗ (u) = 60 କି.ମି./ ଘଣ୍ଟା \(\frac { 60000 ମି. }{ 3600ସେ. }\) = \(\frac { 5 }{ 3 }\) ମି./ସେ.
ଅନ୍ତିମ ବେଗ (v) = 0 ଓ ବସ୍ତୁତ୍ୱ (m) = 1500 କି.ଗ୍ରା
ମନେକର ମୋଟର୍ କାରର ମୋଟ ବିସ୍ଥାପନ = s ଓ ତ୍ଵରଣ = a
କାର୍କୁ ସ୍ଥିରାବସ୍ଥାକୁ ଆଣିବାକୁ ହେଲେ 208333-38 ଜୁଲ୍ କାର୍ଯ୍ୟ କରିବାକୁ ପଡ଼ିବ ।
ପ୍ରଶାବଳୀ ଓ ଉତ୍ତର
1. ପ୍ରଶ୍ନ : ଏକ 7 ନିଉଟନ୍ ପରିମାଣର ବଳ ଗୋଟିଏ ବସ୍ତୁ ଉପରେ ପ୍ରୟୋଗ ହୋଇ ବସ୍ତୁଟିକୁ ବଳ ଦିଗରେ 8 ମିଟର ପର୍ଯ୍ୟନ୍ତ ବିସ୍ଥାପନ କରିପାରିଲା । ଏହି କ୍ଷେତ୍ରରେ କାର୍ଯ୍ୟର ପରିମାଣ କେତେ ?
ଉ –
ଏଠାରେ F = 7 ନିଉଟନ୍,
s = 8 ମିଟର ।
∴ କାର୍ଯ୍ୟର ପରିମାଣ (W) = F. s = 7 ନିଉଟନ୍ × 8 ମିଟର = 56 am |
2. ଆମେ କେଉଁ କ୍ଷେତ୍ରରେ କହିବା ଯେ, କାର୍ଯ୍ୟ ସଂପାଦିତ ହୋଇଛି ?
ଉ –
ଯେତେବେଳେ ଗୋଟିଏ ବସ୍ତ୍ର ଉପରେ ବାହ୍ୟବଳ ପ୍ରୟୋଗ କରାଯାଏ, ତାକୁ ବଳ ଦିଗରେ ଗତିଶୀଳ କଲେ କାର୍ଯ୍ୟ ସମ୍ପାଦିତ ହୋଇଥାଏ।
3. କାର୍ଯ୍ୟର ଏକ ଉଦାହରଣ ଦିଅ ଯେଉଁଠାରେ କି ବସ୍ତୁ ଉପରେ ପ୍ରୟୋଗ ହୋଇଥବା ବଳ ଏବଂ ଏହାଦ୍ଵାରା ବସ୍ତୁର ବିସ୍ଥାପନ ଏକ ଦିଗରେ ହେଉଥିବ।
ଉ –
ପାହାଡ଼ ଉପରୁ ଜଣେ ବ୍ୟକ୍ତି ଓହ୍ଲାଇଲା କ୍ଷେତ୍ରରେ ବସ୍ତୁ ଉପରେ ପ୍ରୟୋଗ ହୋଇଥିବା ବଳ ଓ ବସ୍ତୁର ବିସ୍ଥାପନ ଏକ ଦିଗରେ ହୋଇଥାଏ।
4. କାର୍ଯ୍ୟର ଆଉ ଏକ ଉଦାହରଣ ଦିଅ ଯେଉଁ କ୍ଷେତ୍ରରେ ବସ୍ତୁ ଉପରେ ପ୍ରୟୋଗ ହୋଇଥୁବା ବଳ ଓ ବସ୍ତୁର ବିସ୍ଥାପନ ବିପରୀତ ଦିଗରେ ହୋଇଥିବ ?
ଉ –
ଏକ ପଥରକୁ ଟେକିଲାବେଳେ ବସ୍ତୁ ଉପରେ ପ୍ରୟୋଗ ହୋଇଥିବା ବଳ ଓ ବସ୍ତୁର ବିସ୍ଥାପନ ବିପରୀତ ଦିଗରେ ହୋଇଥାଏ।
5. ଏକ ଜୁଲ୍ କାର୍ଯ୍ୟକୁ ଗାଣିତିକ ଭାଷାରେ ପ୍ରକାଶ କର।
ଉ –
1 ନିଉଟନ୍ ବଳ ଏକ ବସ୍ତୁ ଉପରେ କାର୍ଯ୍ୟକରି ବସ୍ତୁକୁ ବଳ ଦିଗରେ 1 ମିଟର ବିସ୍ଥାପିତ କଲେ, ବଳଦ୍ଵାରା ସମ୍ପାଦିତ କାର୍ଯ୍ୟକୁ ଏକ ଜୁଲ୍ କୁହାଯାଏ । 1 ଜୁଲ୍ = 1ନିଜଗନ୍ x 1ମିଟର
6. କୌଣସି ବସ୍ତୁର ଗତିଜ ଶକ୍ତି କ’ଣ ?
ଉ –
କୌଣସି ବସ୍ତୁ ତାହାର ଗତି ଯୋଗୁଁ ଯେଉଁ ଶକ୍ତି ଆହରଣ କରିଥାଏ, ତାହାକୁ ବସ୍ତୁର ଗତିଜ ଶକ୍ତି କୁହାଯାଏ।
7. ବସ୍ତୁର ଗତିଜ ଶକ୍ତିର ସମୀକରଣ ଲେଖ ।
ଉ-
Ek = \(\frac { 1 }{ 2 }\) mv2 ଯେଉଁଠାରେ Ek = ଗତିଜ ଶକ୍ତିର ପରିମାଣ, ବସ୍ତୁର ବସ୍ତୁତ୍ଵ = m ଏବଂ ବସ୍ତୁର ପରିବେଗ = v।
8. ଗୋଟିଏ ବସ୍ତୁର ବସ୍ତୁତ୍ଵ m, ପରିବେଗ 5ମି. | ସେ. ଏବଂ ଗତିଜ ଶକ୍ତି 25 ଜୁଲ୍ । ଯଦି ବସ୍ତୁର ପରିବେଗକୁ ଦ୍ଵିଗୁଣିତ କରାଯାଏ, ତେବେ ତାହାର ଗତିଜ ଶକ୍ତି କେତେ ହେବ ? ଗତିଜ ଶକ୍ତି କେତେ ଗୁଣ ହୋଇଗଲା ?
ଉ-
ଗୋଟିଏ ବସ୍ତୁର ବସ୍ତୁତ୍ଵ = m, ପରିବେଗ (v) = 5 ମି./ସେ.
ଗତିଜ ଶକ୍ତି (Ek) = 25 ଜୁଲ୍
⇒ \(\frac { 1 }{ 2 }\) mv2 = 25 ଜୁଲ୍
⇒\(\frac { 1 }{ 2 }\) . m . (5 ମି./ସେ.)2 = 25 ଜୁଲ୍
⇒ m . 25 ମି2/ସେ2 = 50 ଜୁଲ୍
⇒ m = \(\frac { 50 }{ 25 }\) କି . ଗ୍ରା. ଣ୍ଠି 2 କି.ଗ୍ରା.
v ଦ୍ଵିଗୁଣିତ ହେଲେ v= 2 × 5ମି./ସେ. ଣ୍ଠି 10 ମି./ସେ.
∴ ଗତିକ ଶକ୍ତି = \(\frac { 1 }{ 2 }\) mv2 = \(\frac { 1 }{ 2 }\) x 2 କି.ଗ୍ରା. × (10 ମି./ସେ.)2 = 100 ଜୁଲ୍
∴ ଗତିକ ଶକ୍ତି = \(\frac { 100 }{ 25 }\) = 4 ଗୁଣ ହେଲା ।
(b) ସ୍ଥିତିଜ ଶକ୍ତି (Potential Energy):
9. ପାୱାରର୍ ସଂଜ୍ଞା କ’ଣ ?
ଉ-
କାର୍ଯ୍ୟ କରିବାର ହାରକୁ ପାୱାର୍ କହନ୍ତି ।
10. ଏକ ୱାଟ୍ ପାୱାର୍ କହିଲେ କ’ଣ ବୁଝ ?
ଉ-
ଯଦି ଗୋଟିଏ କାରକ ଏକ ସେକେଣ୍ଡରେ ଏକ ଜୁଲ୍ କାର୍ଯ୍ୟ ସମ୍ପାଦନ କରିପାରେ, ତେବେ ତାହାର ପାୱାର ଏକ ୱାଟ୍ ବୋଲି କୁହାଯାଏ ।
11. ଗୋଟିଏ ବିଦ୍ୟୁତ୍ ବଲ୍ବ 10 ସେକେଣ୍ଡ ସମୟ ମଧ୍ୟରେ 1000 ଜୁଲ୍ ଶକ୍ତି ବ୍ୟବହାର କରେ । ତାହାର ପାୱାର କେତେ ?
ଉ-
ଏଠାରେW = 1000 ଜୁଲ୍ ଓ t = 10 ସେକେଣ୍ଡ
∴ ବିଦ୍ୟୁତ୍ ବଲ୍ବର ପାୱାର 100 ୱାଟ୍ ।
12. ହାରାହାରି ପାଓ୍ବାର କେତେବେଳେ ନିର୍ଣ୍ଣୟ କରାଯାଏ ? ଏହାର ସଂଜ୍ଞା କ’ଣ ?
ଉ-
- ଗୋଟିଏ ବସ୍ତୁ ଅଲଗା ଅଲଗା ସମୟ ବ୍ୟବଧାନରେ ଅଲଗା ଅଲଗା ହାରରେ କାର୍ଯ୍ୟ ସଂପାଦନ କଲେ ସେତେବେଳେ ବସ୍ତୁ ବା କାରକର ହାରାହାରି ପାଓ୍ବାର ନିର୍ଣ୍ଣୟ କରାଯାଏ ।
- ସଂଜ୍ଞା – କାର୍ଯ୍ୟ ସମ୍ପାଦନ ସମୟରେ ମୋଟ ନିୟୋଜିତ ଶକ୍ତି ବା ମୋଟ ସଂପାଦିତ କାର୍ଯ୍ୟ ଏବଂ ମୋଟି ସମୟର ଅନୁପାତକୁ ହାରାହାରି ପାୱାର କୁହାଯାଏ ।
କାର୍ଯ୍ୟାବଳୀ (Activity) :
ତୁମପାଇଁ କାମ 8.1 :
ତୁମର ଦୈନନ୍ଦିନ ଜୀବନରେ କାର୍ଯ୍ୟ କରିବାର କିଛି ଉଦାହରଣକୁ ମନେ ପକାଅ ଓ ତା’ର ଏକ ତାଲିକା ପ୍ରସ୍ତୁତ କର । ଏପରି କିଛି ଉଦାହରଣ ଦିଅ ଯେଉଁଠାର କି ବଳ ପ୍ରୟୋଗ ହୋଇ ମଧ୍ୟ ବସ୍ତୁଟିର ଅବସ୍ଥାନରେ କୌଣସି ପରିବର୍ତ୍ତନ ହୁଏ ।
ଉ –
- ଫୁଟବଲ ଗଡ଼ାଇବା, ଫୁଲ ତୋଳିବା, କୂଅରୁ ପାଣିକାଢ଼ିବା, କାଠଗଣ୍ଠିକୁ ଗଡ଼ାଇବା- ଏ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ହୋଇଛି, କାରଣ ବସ୍ତୁ ବିସ୍ଥାପିତ ହୋଇଛି ।
- ମନେକର ଏକ ଓଜନିଆ କାଠଗଣ୍ଡିକୁ ଜଣେ ବଳପ୍ରୟୋଗ କରି ଠେଲିଲା । ଏଠାରେ ଠେଲାବଳ ପ୍ରୟୋଗ ହେଲା ମାତ୍ର କାଠଗଣ୍ଡିଟି ହଲିଲା ନାହିଁ । ତେବେ ଏଠାରେ କାର୍ଯ୍ୟ ହେଲା ନାହିଁ ।
ତୁମପାଇଁ କାମ 8.2 :
- ବିଭିନ୍ନ ଶକ୍ତି ଉତ୍ସର ତାଲିକା କର ।
- କେଉଁ କେଉଁ ଶକ୍ତି ସୂର୍ଯ୍ୟଙ୍କଠାରୁ ମିଳିଥାଏ, ତାହାର ଏକ ତାଲିକା କର ।
- ଏପରି କୌଣସି ଶକ୍ତି ରହିଛି, ଯାହାକି ସୂର୍ଯ୍ୟଙ୍କଠାରୁ ଆସିନାହିଁ ? ତାହାର ଏକ ତାଲିକା କର ।
ଉ –
- କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍, ସମୁଦ୍ର ଓ ନଦୀର ଜଳ, ଗୋବର, କାଠ, ପବନ, ଜୁଆର ଆଦି ଶକ୍ତିର ଉତ୍ସ ।
- ସୌରଶକ୍ତି ଆଲୋକ ଶକ୍ତି, ତାପଶକ୍ତି, ବିଦ୍ୟୁତ୍ ଶକ୍ତି, ରାସାୟନିକ ଶକ୍ତି ଆଦି ବିଭିନ୍ନ ଶକ୍ତିକୁ ରୂପାନ୍ତରିତ ହୋଇଥାଏ ।
- ନ୍ୟୁକ୍ଲିୟ ଶକ୍ତି ଓ ଭୂତାପୀୟ ଶକ୍ତି ସୂର୍ଯ୍ୟଙ୍କଠାରୁ ମିଳି ନଥାଏ ।
- ଯେଉଁ ବସ୍ତୁର କାର୍ଯ୍ୟ କରିବାପାଇଁ କ୍ଷମତା ଥାଏ, ତାହା ମଧ୍ୟରେ ଶକ୍ତି ରହିଥାଏ । ବସ୍ତୁ ନିଜେ କାର୍ଯ୍ୟ କଲେ ଶକ୍ତି ହ୍ରାସ ପାଏ ।
- ଯେତେବେଳେ ବସ୍ତୁ ଉପରେ ବାହ୍ୟବଳ ପ୍ରୟୋଗ କରାହୋଇଥାଏ ଓ ସେହି ବଳଦ୍ଵାରା ବସ୍ତୁ ଉପରେ କିଛି କାର୍ଯ୍ୟ କରାଯାଏ, ସେହି ସମୟରେ ବସ୍ତୁର ଶକ୍ତି ବୃଦ୍ଧି ପାଏ ।
- ଯଦି ଗୋଟିଏ ବସ୍ତୁ ମଧ୍ୟରେ ଅଧିକ ଶକ୍ତି ଥାଏ, ତେବେ ସେହି ବସ୍ତୁ ନିକଟରେ କାର୍ଯ୍ୟ କରିବା ପାଇଁ ଅଧିକ କ୍ଷମତା ଥାଏ ।
କାର୍ଯ୍ୟ କରିବାର ସାମର୍ଥ୍ୟକୁ ଶକ୍ତି କୁହାଯାଏ ।
ଉଦାହରଣ :
- ଗୋଟିଏ ସମତଳରେ ଦୁଇଟି ଗୋଲକ କିଛି ବ୍ୟବଧାନରେ ରହିଛି । ସେଥିମଧ୍ୟରୁ ଦ୍ଵିତୀୟ ଗୋଲକଟି ସ୍ଥିର ରହିଛି ।
- ପ୍ରଥମ ଗୋଲକଟିକୁ ଦ୍ଵିତୀୟ ଗୋଲକ ଆଡ଼କୁ ଗଡ଼ାଇ ଦିଆଗଲା । ଗଡ଼ିଗଡ଼ ଗତି କରୁଥିବା ପ୍ରଥମ
- ଯେତେବେଳେ ପ୍ରଥମ ଗୋଲକଟି ଦ୍ଵିତୀୟ ଗୋଲକକୁ ଧକ୍କା ଦେବ, ସେତେବେଳେ ପ୍ରଥମ ଗୋଲକଟି ଦ୍ଵିତୀୟ ଗୋଲକ ଉପରେ ବଳ ପ୍ରୟୋଗ କରିବ।
- ଏହାଦ୍ଵାରା ପ୍ରଥମ ଗୋଲକର ଶକ୍ତିର ସମ୍ପୂର୍ଣ୍ଣ ବା କିଛି ଅଂଶ ଦ୍ୱିତୀୟ ଗୋଲକକୁ ସଞ୍ଚାରିତ ହେବ ଏବଂ ସ୍ଥିର ହୋଇ ରହିଥିବା ଦ୍ଵିତୀୟ ଗୋଲକଟି ପ୍ରଥମ ଗୋଲକଠାରୁ କିଛି ଶକ୍ତି ଆହରଣ କରିବ ଓ ତାହା ଗତିଶୀଳ ହୋଇ ସମତଳ ପୃଷ୍ଠ ଉପରେ ଗଡ଼ିବା ଆରମ୍ଭ କରିବ ।
- ପ୍ରଥମ ଗୋଲକର ଶକ୍ତି ଥିବାରୁ ତାହା ଧକ୍କା ମାରିବାବେଳେ କାର୍ଯ୍ୟକରି ଦ୍ଵିତୀୟ ଗୋଲକକୁ ଗତିଶୀଳ କରାଇ ପାରିଲା । ତେଣୁ ବସ୍ତୁରେ ଶକ୍ତି ଥିଲେ ତାହା କାର୍ଯ୍ୟ କରିପାରେ । କାର୍ଯ୍ୟ କରିବାର ସାମର୍ଥ୍ୟ ଦ୍ଵାରା ଶକ୍ତିକୁ ମପାଯାଇପାରିବ |
ଏକକ :
କାର୍ଯ୍ୟ ଓ ଶକ୍ତିର ଏକକ ସମାନ । CGS ପଦ୍ଧତିରେ ଶକ୍ତିର ଏକକ ଅର୍ଗ ଓ SI ପଦ୍ଧତିରେ ଜୁଲ୍ ଅଟେ । ଶକ୍ତିର ବୃହତ୍ତର ଏକକ କିଲୋକୁଲ୍ (kilo joule) ।
ତୁମପାଇଁ କାମ 8.3
ବାଲୁକା ଶଯ୍ୟା ଉପରେ ଏକ ଓଜନିଆ ବଲ୍କୁ 25 ସେ.ମି. ଉଚ୍ଚତାରୁ ପକାଇ ବାଲି ଉପରେ ସୃଷ୍ଟି ହୋଇଥିବା ଅବତଳ ଆକାରର ଗାତର ଗଭୀରତାକୁ ମପାଯାଉ । ଏହାପରେ ସେହି ବଲ୍କୁ 50 ସେ.ମି., I ମିଟର ଓ 5 ମିଟର
ଗଭୀରତା ଅଧୂକ ଓ କେଉଁଟିର କମ୍ ତାହା କାରଣ ସହ ଲେଖ । ଗାତର ଗଭୀରତା ଓ ବଲ୍ ପଡୁଥିବା ଉଚ୍ଚତା ମଧ୍ୟରେ କି ସଂପର୍କ ଅଛି ନିର୍ଣ୍ଣୟ କର ।
ଉ –
- 25 ସେ.ମି. ଉଚ୍ଚତାରୁ ପଡ଼ିଥିବା ବଦ୍ଵାରା ସୃଷ୍ଟି ହୋଇଥିବା ଗାତ ଅପେକ୍ଷା 50 ସେ.ମି. ଉଚ୍ଚତାରୁ ପଡ଼ିଥିବା ବଦ୍ଵାରା ସୃଷ୍ଟି ହୋଇଥିବା ଗାତର ଗଭୀରତା ଅଧିକ ହୋଇଥାଏ । ଅର୍ଥାତ୍ ଉଚ୍ଚତା ଯେତେ ବୃଦ୍ଧି ପାଏ ଗାତର ଗଭୀରତା ସେହି ଅନୁ ସାରେ ଅଧିକ ହୋଇଥାଏ ।
- 5 ମିଟର ଉଚ୍ଚତାରୁ ପଡ଼ିଥିବା ବଦ୍ଵାରା ସୃଷ୍ଟି ହୋଇଥିବା ଗାତର ଗଭୀରତା ଅଧିକ ଓ 25 ସେ.ମି. ଉଚ୍ଚତାରୁ ପଡ଼ିଥିବା ବଦ୍ଵାରା ସୃଷ୍ଟି ହୋଇଥିବା ଗାତର ଗଭୀରତା କମ୍ ହୋଇଥାଏ ।
- ବଲ୍ ଅଧିକ ଉଚ୍ଚତାରୁ ପଡ଼ିଲେ ଗାତର ଗଭୀରତା ଅଧିକ ହୁଏ । ଅଧିକ ଉଚ୍ଚତାରୁ ବସ୍ତୁଟିଏ ପଡ଼ିଲେ ତା’ର ପରିବେଗ ଅଧ୍ବକ ହେବ । ତେଣୁ ଗାତର ଗଭୀରତା ଅଧୂକ ହେବ ।
- ଗୋଟିଏ ବସ୍ତୁର ବେଗ ବଢ଼ିଲେ ତାହାର ଗତିଜ ଶକ୍ତି ବୃଦ୍ଧିପାଏ ଓ ବେଗ କମିଲେ ତାହାର ଗତିଜ ଶକ୍ତି ହ୍ରାସପାଏ । ଗତିଶୀଳ ବସ୍ତୁ କାର୍ଯ୍ୟକଲେ ତାହାର ଗତିଜ ଶକ୍ତି ହ୍ରାସପାଏ ।
- ସ୍ଥିର ବସ୍ତୁର ଗତିଜ ଶକ୍ତି ନଥାଏ, ତେଣୁ ସ୍ଥିର ବସ୍ତର ଗତିଜ ଶକ୍ତି ଶୂନ ଅଟେ ।
- ଗତିଶୀଳ ବସ୍ତୁ ସ୍ଥିର ଅବସ୍ଥାକୁ ଆସିବା ପର୍ଯ୍ୟନ୍ତ ଯେଉଁ ପରିମାଣର କାର୍ଯ୍ୟକରେ ତାହା ତା’ର ଗତିଜ ଶକ୍ତିର ପରିମାଣ ସହିତ ସମାନ ଅଟେ |
- ଗତିର ବିପରୀତ ଦିଗରେ ବଳ ପ୍ରୟୋଗ କଲେ ବସ୍ତୁର ବେଗ ଧୀରେ ଧୀରେ କମିଯାଏ ଓ ଶେଷରେ ବସ୍ତୁଟି ସ୍ଥିର ହୋଇଯାଏ । ଏଠାରେ ବସ୍ତୁ ପ୍ରତିରୋଧୀ ବଳ ବିରୁଦ୍ଧର ନିଜର ଶକ୍ତି ବ୍ୟବହାର କରି କାର୍ଯ୍ୟ କରେ ଏବଂ ମୋଟ ସମ୍ପାଦିତ କାର୍ଯ୍ୟ ତାର ଗତିଜ ଶକ୍ତି ସହ ସମାନ ହୋଇଥାଏ ।
ଉଦାହରଣ –
ରାସ୍ତାରେ ଚାଲୁଥିବା କାର୍, ଆକାଶରେ ଉଡୁଥିବା ଉଡ଼ାଜାହାଜ, ଗଛରୁ ତଳକୁ ପଡୁଥିବା ଫଳ, ବନ୍ଧୁକରୁ ନିର୍ଗତ ହେଉଥିବା ବୁଲେଟ୍ରେ ଗତିଜ ଶକ୍ତି ଥାଏ ।
ଗତିଜ ଶକ୍ତି ନିମନ୍ତେ ଗାଣିତିକ ସୂତ୍ର :
- ମନେକର m ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁ ଗୋଟିଏ ସରଳରେଖାରେ ସ୍ଥିର ପରିବେଗ (u)ରେ ଗତି କରୁଛି । ଏହି ବସ୍ତୁ ଉପରେ ତା’ର ଗତିର ଦିଗରେ ବଳ (F) ପ୍ରୟୋଗ କରାଗଲା ।
- ବସ୍ତୁର ପରିବେଗ ବୃଦ୍ଧିପାଇ ତ୍ଵରଣ a ସୃଷ୍ଟିହେଲା ଓ ତାହା ଦୂରତା s ଅତିକ୍ରମ କଲାପରେ ତା’ର ପରିବେଗ v ହେଲା ।
- ତୃତୀୟ ଗତି ସମୀକରଣ ଅନୁ ସାରେ v2 = u2 + 2as
ପ୍ରୟୋଗ ବଳଦ୍ଵାରା ସମ୍ପାଦିତ କାର୍ଯ୍ୟ (W) = F · s = m a s (∵ F = ma) - ଯଦି ପ୍ରାରମ୍ଭରୁ ବସ୍ତୁ ସ୍ଥିର ରହିଥାଏ ତେବେ ପ୍ରାରମ୍ଭିକ ବେଗ (u) = 0 ଅଟେ ।
- ଏହି କାର୍ଯ୍ୟ ବାହ୍ୟବଳ ଦ୍ଵାରା ସମ୍ପାଦିତ ହୋଇଛି । ଏହା ସମପରିମାଣର ଗତିଜ ଶକ୍ତି (Ek) ଭାବରେ ବସ୍ତୁ ମଧ୍ୟରେ ରହେ ।
ତେଣୁ Ek = W ⇒ Ek = \(\frac { 1 }{ 2 }\) mv2
ତୁମପାଇଁ କାମ 8.4 :
ଗୋଟିଏ ରବର ବ୍ୟାଣ୍ଡ୍ ନେଇ ଏହାର ଗୋଟିଏ ମୁଣ୍ଡକୁ ହାତରେ ଧରି ଅନ୍ୟ ମୁଣ୍ଡକୁ ଟାଣ । ରବର ବ୍ୟାଣ୍ଡ୍ ଲମ୍ବା ହୋଇଯାଏ । ବର୍ତ୍ତମାନ ରବର ବ୍ୟାଣ୍ଡ୍ର ଗୋଟିଏ ମୁଣ୍ଡକୁ ଛାଡ଼ିଦିଅ । କ’ଣ ହେଉଛି ଲକ୍ଷ୍ୟକର ।
ଉ –
ରବର ବ୍ୟାଣ୍ଟି ତା’ର ମୂଳ ଅବସ୍ଥାକୁ ଫେରିଯିବ । ଏଠାରେ ରବର ବ୍ୟାଣ୍ଟି ତା’ର ପ୍ରସାରଣ ଯୋଗୁ ଶକ୍ତି ଅର୍ଜନ କରିଥାଏ ।
ତୁମପାଇଁ କାମ 8.5 :
ଗୋଟିଏ ନିର୍ଦ୍ଦିଷ୍ଟ ଉଚ୍ଚତା ପର୍ଯ୍ୟନ୍ତ ଗୋଟିଏ ବସ୍ତୁକୁ ଉଠାଅ । ଉତ୍ତୋଳିତ ବସ୍ତୁଟି ଏବେ କାର୍ଯ୍ୟ କରିପାରିବ । ଏହାକୁ ହାତରୁ ଛାଡ଼ିବା ମାତ୍ରେ ତାହା ତଳକୁ ଖସିପଡ଼ିବ । ଏହା ଦର୍ଶାଏ ଯେ, ବସ୍ତୁଟି ଉଚ୍ଚକୁ ଉଠିବାମାତ୍ରେ ତାହା କିଛି ଶକ୍ତି ଅର୍ଜନ କରିଥାଏ; ଯାହାଦ୍ଵାରା ସେ କାର୍ଯ୍ୟ କରିପାରେ । ଯଦି ଉଚ୍ଚତା ବଢ଼ାଇ ଦିଆଯାଏ, ତେବେ ବସ୍ତୁଟି ଅଧିକ ଶକ୍ତି ଆହରଣ କରିବ ଏବଂ ଅଧ୍ବକ କାର୍ଯ୍ୟ ସମ୍ପାଦନ କରିପାରିବ । ବସ୍ତୁଟି କେଉଁଠାରୁ ଏହି ଶକ୍ତି ଗ୍ରହଣ କଲା ?
ଉ –
କୌଣସି ବସ୍ତୁ ଆପେ ଆପେ ଉପରକୁ ଉଠିପାରେ ନାହିଁ । ବାହ୍ୟବଳ ପ୍ରୟୋଗ କଲେ ବସ୍ତୁଟି ଉପରକୁ ଉଠେ । ବାହ୍ୟବଳ ବସ୍ତୁ ଉପରେ କିଛି କାର୍ଯ୍ୟ କରିଥାଏ । ବସ୍ତୁ ଉପରେ ସଂପାଦିତ ହେଉଥିବା କାର୍ଯ୍ୟ ଯୋଗୁଁ ତାହା କିଛି ଶକ୍ତି ଆହରଣ କରିଥାଏ ଏବଂ ଏହି ଶକ୍ତି ବସ୍ତୁକୁ ସ୍ଥାନାନ୍ତରିତ ହୋଇ ବସ୍ତୁରେ ଗଚ୍ଛିତ ହୋଇ ରହେ । ଏହି ଗଚ୍ଛିତ ଶକ୍ତିକୁ ବସ୍ତୁର ସ୍ଥିତିଜ ଶକ୍ତି କୁହାଯାଏ ।
ଉଦାହରଣ –
ଏକ ରବର ବ୍ୟାଣ୍ଟକୁ ଟାଣି ଲମ୍ବା କଲେ ରବର ବ୍ୟାଣ୍ଡ୍ ଉପରେ କିଛି କାର୍ଯ୍ୟ ସମ୍ପାଦିତ ହୁଏ । ଏହି କାର୍ଯ୍ୟ ଯୋଗୁଁ -ବିରୂପିତ ରବର ବ୍ୟାଣ୍ଡ୍ କିଛି ଶକ୍ତି ଆହରଣ କରେ । ଏହି ଶକ୍ତି ରବର ବ୍ୟାଣ୍ଡ୍ ମଧ୍ଯରେ ଗଚ୍ଛିତ ହୋଇ ରହେ । ଏହି ଶକ୍ତିକୁ ରବର ବ୍ୟାଣ୍ଡ୍ ସ୍ଥିତିଜ ଶକ୍ତି କୁହାଯାଏ ।
ତୁମପାଇଁ କାମ 8.6 :
କିଛି ସାଙ୍ଗମାନଙ୍କୁ ନେଇ ଗୋଟିଏ ଛୋଟିଆ ଗ୍ରୁପ୍ରେ ବସ । ସମସ୍ତଙ୍କ ସାଙ୍ଗରେ ପ୍ରକୃତିରେ ହେଉଥିବା ବିଭିନ୍ନ ରୂପାନ୍ତରଣ ବିଷୟରେ ଆଲୋଚନା କର । ସାଙ୍ଗମାନଙ୍କ ସହିତ ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକ ବିଷୟରେ ଆଲୋଚନା କର ।
- ସବୁଜ ଉଭିଦ କିପରି ଭାବେ ନିଜର ଖାଦ୍ୟ ପ୍ରସ୍ତୁତ କରନ୍ତି ?
- ଏଥିପାଇଁ ସବୁଜ ଉଭିଦ କେଉଁଠୁ ଶକ୍ତି ପାଏ ?
- ବାୟୁମଣ୍ଡଳରେ ବାୟୁ କିଭଳି ଭାବେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଚଳପ୍ରଚଳ କରେ ?
- କୋଇଲା, ପେଟ୍ରୋଲିୟମ୍ ଭଳି ଇନ୍ଧନ ପ୍ରକୃତିରେ କିପରି ପ୍ରସ୍ତୁତ ହୁଏ ?
- କେଉଁ ପ୍ରକାରର ଶକ୍ତି ରୂପାନ୍ତରଣ ଜଳଚକ୍ରକୁ ସାହାଯ୍ୟ କରିଥାଏ ?
ଉ –
- ସବୁଜ ଉଦ୍ଭିଦ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରନ୍ତି ।
- ଏଥିପାଇଁ ସବୁଜ ଉଭିଦ ସୂର୍ଯ୍ୟଙ୍କଠାରୁ ଶକ୍ତି ପାଏ ।
- କୋଇଲା ପ୍ରାକୃତିକ ଅନ୍ତର୍ଧୂମପାତନ ପ୍ରଣାଳୀରେ ପ୍ରସ୍ତୁତ ହୁଏ । ମାଟିତଳେ ସାମୁଦ୍ରିକ ଜୀବ ଓ ଉଭିଦ ଆଦିର ବିଘଟନରୁ ପେଟ୍ରୋଲିୟମ୍ ସୃଷ୍ଟି ହୁଏ ।
- ପ୍ରଥମେ ଆଲୋକ ଶକ୍ତି ତାପଶକ୍ତିରେ ରୂପାନ୍ତରିତ ହୋଇ ଭୂପୃଷ୍ଠସ୍ଥ ଜଳକୁ ବାଷ୍ପୀଭୂତ କରିବାରେ ସାହାଯ୍ୟ କରେ । ବାଷ୍ପୀଭୂତ ଜଳୀୟବାଷ୍ପ ତାପଶକ୍ତିରୁ ରାସାୟନିକ ଶକ୍ତିରେ ରୂପାନ୍ତରିତ ହୋଇ ବର୍ଷା ହେବାରେ ସାହାଯ୍ୟ କରେ ।
ତୁମପାଇଁ କାମ 8.7 .
ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ବିଭିନ୍ନ ଯନ୍ତ୍ରପାତି କାର୍ଯ୍ୟ କରୁଥିବା ବେଳେ ଓ ଆମମାନଙ୍କର ବିଭିନ୍ନ କାର୍ଯ୍ୟକଳାପରେ ଶକ୍ତି ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ରୂପାନ୍ତରିତ ହୋଇଥାଏ । ଏପରି ଶକ୍ତି ରୂପାନ୍ତରଣର ଏକ ତାଲିକା ପ୍ରସ୍ତୁତ କର ଏବଂ ତାହା ସହିତ ସଂଲଗ୍ନ ଯନ୍ତ୍ରପାତିର ନାମ ଲେଖ । ପ୍ରତ୍ୟେକ ଯନ୍ତ୍ରପାତି ଓ କାର୍ଯ୍ୟକଳାପ ସହିତ ସଂପୃକ୍ତ ଶକ୍ତି ରୂପାନ୍ତରଣର ପ୍ରକ୍ରିୟାକୁ ଅନୁଧ୍ୟାନ କର ଏବଂ ତାହାକୁ ଲେଖ ।
ଉ –
ତୁମପାଇଁ କାମ 8.8 .
20 କି.ଗ୍ରା. ଓଜନ ବିଶିଷ୍ଟ ଗୋଟିଏ ବସ୍ତୁକୁ ଭୂମିଠାରୁ 4 ମିଟର ଉଚ୍ଚତାରୁ ଖସାଇ ଦିଆଗଲା । ଏହି କ୍ଷେତ୍ରରେ ନିମ୍ନଲିଖତ ଟେବୁଲରେ ଦର୍ଶାଯାଇଥିବା ଭଳି ପ୍ରତ୍ୟେକ ସ୍ଥାନରେ ବସ୍ତୁଟିର ସ୍ଥିତିଜ ଶକ୍ତି ଓ ଗତିଜ ଶକ୍ତିକୁ ହିସାବ କରି ଶୂନ୍ୟସ୍ଥାନ ପୂରଣ କର ।
- ମିଟର ଖସିବା ପରେ v2 = u2 + 2gs = 02 + 2 x 10 m/s2 x 1m = 20 m2/s2
- ମିଟର ଖସିବା ପରେ v2 = u2 + 2gs = 02 + 2 x 10 m/s2 x 2m = 40 m2/s2
- ମିଟର ଖସିବା ପରେ v2 = u2 + 2gs = 02 + 2 x 10 m/s2 x 3m = 60 m2/s2
- ମିଟର ଖସିବା ପରେ v2 = u2 + 2gs = 02 + 2 x 10 m/s2 x 4m = 80 m2/s2
ଟିକିଏ ଚିନ୍ତାକର :
ପ୍ରକୃତିରେ ଯଦି ଶକ୍ତି ରୂପାନ୍ତରଣ ପ୍ରକ୍ରିୟା ସମ୍ଭବପର ହୋଇନଥାନ୍ତା, ତେବେ କ’ଣ ହୋଇଥାଆନ୍ତ ? ଶକ୍ତିର ରୂପାନ୍ତରଣ ବିନା ପ୍ରକୃତିରେ ଜୀବନ ସମ୍ଭବ ହୋଇ ପାରିନଥାନ୍ତା । ଏଥୁରେ ତୁମେ ଏକମତ ନା ନାହିଁ ?
ଉ –
ଏଥୁରେ ଆମେ ଏକମାତ
ତୁମପାଇଁ କାମ 8.9 :
ମନେକର ଦୁଇଜଣ ବାଳକ A ଏବଂ B ଙ୍କର ଓଜନ ସମାନ । ଦୁଇଜଣଜାକ ଏକ ଦୌଡ଼ିକୁ ଧରି ପୃଥକ୍ ପୃଥକ୍ଭାବରେ ଉପରକୁ ଆଠ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢ଼ିଲେ । ଚଢ଼ିବାପାଇଁ Aକୁ 15 ସେକେଣ୍ଡ ଓ Bକୁ 20 ସେକେଣ୍ଡ ସମୟ ଲାଗିଲା । ଏଠାରେ ଉଭୟ À ଓ B ପ୍ରତ୍ୟେକ କେତେ ପରିମାଣ କାର୍ଯ୍ୟ ସମ୍ପାଦନ କଲେ ?
ଉ –
Aର କ୍ଷମତା ବେଶୀ ଓ Bର କ୍ଷମତା କମ୍ ।
A 1 ସେକେଣ୍ଡରେ କରିଛି
B 1 ସେକେଣ୍ଡରେ କରିଛି \(\frac { 8mg }{ 20 }\) ଏକକ କାର୍ଯ୍ୟ ।