Odisha State Board BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ Textbook Exercise Questions and Answers.
BSE Odisha Class 10 Life Science Solutions Chapter 8 ଶକ୍ତିର ଉତ୍ସ
Question 1.
ସୌର ଚୁଲାର ଗଠନ ଓ କାର୍ଯ୍ୟକାରିତା ଚିତ୍ର ସହ ବୁଝାଅ ।
ଉ-
ଯେଉଁ ଉପକରଣଦ୍ଵାରା ସୌର ତାପରେ ରୋଷେଇ କରାଯାଏ, ତାହାକୁ ସୌରଚୁଲା କୁହାଯାଏ । ଏଥିରେ ସୌରତାପ ସିଧାସଳଖ ରୋଷେଇ ଦ୍ରବ୍ୟକୁ ଗରମ କରିଥାଏ ।
(I) ସୌରଚୁଲାର ଗଠନ – ସୌରଚୁଲା ନିମ୍ନଲିଖ ତିନୋଟି ଅଂଶଗୁଡ଼ିକୁ ନେଇ ଗଠିତ ହୋଇଥାଏ; ଯଥା- (କ) ଆଧାର ପାତ୍ର, (ଖ) ତାପଶୋଷୀ ଆଚ୍ଛାଦନ, (ଗ) ପ୍ରତିଫଳକ ।
(କ) ଆଧାର ପାତ୍ର – ଏଥରେ ଜଳ ଓ ରନ୍ଧାଦ୍ରବ୍ୟ ରଖିବାପାଇଁ ପାତ୍ରମାନ ଥାଏ । ଅଧିକ ତାପ ଅବଶୋଷଣ ପାଇଁ ଏହି ପାତ୍ରଗୁଡ଼ିକର ବାହାର ପାଖରେ କଳା ରଙ୍ଗର ପ୍ରଲେପ ଦିଆଯାଇଥାଏ ।
(ଖ) ତାପଶୋଷୀ ଆଚ୍ଛାଦନ – ଆଧାର ପାତ୍ରର ଭିତରପାର୍ଶ୍ଵରେ କଳାରଙ୍ଗର ପ୍ରଲେପ ଦିଆଯାଇଥାଏ । ଏହାର ଉପରିଭାଗକୁ କାଚ ଫଳକରେ ଆବୃତ କରାଯାଇଥାଏ । ଫଳରେ
ପାତ୍ରର ଭିତର ପାର୍ଶ୍ଵର ତାପମାତ୍ରା ବୃଦ୍ଧିପାଏ । ପାତ୍ରଦ୍ୱାରା ଅବଶୋଷିତ ତାପ ସହଜରେ କାଚ ଆବରଣର ବାହାରକୁ ଯାଇପାରେ ନାହିଁ ।
(ଗ) ପ୍ରତିଫଳକ – ସୂର୍ଯ୍ୟକିରଣକୁ ସିଧା କିମ୍ବା ଅବତଳ ପ୍ରତିଫଳକ ସାହାଯ୍ୟରେ କେନ୍ଦ୍ରୀଭୂତ କରି ଆଧାର ପାତ୍ର ମଧ୍ୟକୁ ପକାଯାଏ । ସୂର୍ଯ୍ୟର ଅବସ୍ଥାନ ଅନୁସାରେ ଏହାକୁ ବିଭିନ୍ନ ଦିଗରେ ଘୂରାଇ ସୂର୍ଯ୍ୟକିରଣକୁ ଆଧାରପାତ୍ର ଉପରେ ଫୋକସ୍ କରାଯାଇଥାଏ । ସାଧାରଣତଃ ଆଲୁମିନିୟମ ଧାତୁ କିମ୍ବା କାଚରେ ପ୍ରତିଫଳକ ତିଆରି ହୋଇଥାଏ । ଅଧ୍ବକ ପ୍ରତିଫଳନ ପାଇଁ ପ୍ରତିଫଳକର ଭିତରପୃଷ୍ଠକୁ ଅତି ମସୃଣ କରାଯାଇଥାଏ ।
(II) ସୌରଚୁଲାର କାର୍ଯ୍ୟ –
- ଧାତୁ ନିର୍ମିତ ଆଧାର ପାତ୍ରର ବାହାର ପାଖରେ ଓ ତାପଶୋଷୀ ଆଛାଦନର ଭିତର ପାର୍ଶ୍ଵରେ କଳାରଙ୍ଗର ପ୍ରଲେପ ଥିବାରୁ ଏହା ଧଳା ପୃଷ୍ଠ ବା ପ୍ରତିଫଳନ କରୁଥିବା ପୃଷ୍ଠଠାରୁ ଅଧିକ ତାପ ଶୋଷଣ କରେ ।
- ତାପଶୋଷୀ ଆଚ୍ଛାଦନର ଉପରି ଭାଗକୁ କାଚ ଫଳକରେ ଆବୃତ କରାଯାଇଥିରୁ ଅଭ୍ୟନ୍ତର ତାପମାତ୍ରା ବୃଦ୍ଧିପାଏ କାରଣ ଅବଶୋଷିତ ତାପ ସହଜରେ ବାହାରିପାରେ ନାହିଁ ।
- ଅଧ୍ବକ ପ୍ରତିଫଳନ ପାଇଁ ପ୍ରତିଫଳକର ଭିତର ପୃଷ୍ଠକୁ ଅତି ମସୃଣ କରାଯାଇଥାଏ ଫଳରେ ସୌରଚୁଲାର ଅଭ୍ୟନ୍ତର ତାପମାତ୍ରା ବୃଦ୍ଧିପାଏ ଓ ରୋଷେଇ କାର୍ଯ୍ୟ କରାଯାଏ ।
Question 2.
ଜୁଆରରୁ କିପରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିହେବ ବର୍ତ୍ତନ କର ।
ଉ-
- ଘୂର୍ଣାୟମାନ ପୃଥିବୀ ଉପରେ ଚନ୍ଦ୍ରର ମାଧ୍ୟାକର୍ଷଣ ପ୍ରଭାବ ଯୋଗୁଁ ସମୁଦ୍ରଜଳର ଉତ୍ଥାନପତନ ପରିଲକ୍ଷିତ ହୁଏ ଓ ଜୁଆର ସୃଷ୍ଟିହୁଏ ।
- ସମୁଦ୍ରଜଳର ଉତ୍ଥାନପତନରୁ ଜୁଆର ଶକ୍ତିର ସୃଷ୍ଟି ହୋଇଥାଏ । ସମୁଦ୍ର ତଟବର୍ତ୍ତୀ ସ୍ଥାନରେ ପିଟି ହେଉଥିବା ଢେଉର ଶକ୍ତି ଯଥେଷ୍ଟ ଅଧ୍ଵ ରହିଥାଏ ।
- 1961 ମସିହାରେ ଫରାସୀ ବୈଜ୍ଞାନିକମାନେ ଜୁଆରରୁ ଶକ୍ତି ସଂଗ୍ରହ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ ।
- ରାନ୍ସ ନଦୀ ମୁହାଣରେ ଜୁଆର ଓ ଭଟ୍ଟା ମଧ୍ଯରେ ଜଳପତ୍ତନର ଉଚ୍ଚତାରେ ପ୍ରାୟ 14 ମିଟର ପାର୍ଥକ୍ୟ ରହେ । ଦିନକ ମଧ୍ୟରେ ଦୁଇଥର ଜୁଆର ଓ ଭଟ୍ଟା ହୋଇଥାଏ । ସେହି ଜୁଆରରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ ।
- ଜୁଆରଶକ୍ତି ସଂଗ୍ରହ ପାଇଁ ନଦୀ ମୁହାଣରେ ପ୍ରାୟ 20 କି.ମି. ଲମ୍ବର୍ ଜଳାଶୟ ନିର୍ମାଣ କରାଯାଇ ସେଥିରେ ସ୍କୁ ଇସ୍ ଗେଟ୍ ଲଗାଯାଏ ।
- ଉଚ୍ଚ ଜୁଆର ସମୟରେ ସେହି ଗେଟ୍ ଖୋଲିଦିଆଯାଏ । ଜଳାଶୟ ମଧ୍ୟକୁ ଜଳ ପ୍ରବେଶ କଲାପରେ ଗେଟ୍ ବନ୍ଦ କରାଯାଏ । ପରେ ଉଚ୍ଚପତ୍ତନରୁ ଜଳକୁ ନିୟନ୍ତ୍ରିତଭାବେ ସମୁଦ୍ରକୁ ଖଲାସ କରାଯାଏ ।
- ଏହି ଖଲାସ ହେଉଥିବା ଜଳସ୍ରୋତରେ ଟର୍ବାଇନ୍ ଚଳାଇ ବିଦ୍ୟୁତ୍ଶକ୍ତି ଉତ୍ପାଦନ କରାଯାଏ ।
Question 3.
ପବନକଳର ଚିତ୍ର ଅଙ୍କନ କରି ଏହାର କାର୍ଯ୍ୟକାରିତା ଆଲୋଚନା କର ।
ଉ-
ପବନ କଳର କାର୍ଯ୍ୟକାରିତା :
- ପବନକଳ ସାହାଯ୍ୟରେ ବାୟୁର ଗତିଜ ଶକ୍ତିକୁ ଉପଯୋଗ କରି ଜେନେରେଟର ଚଳାଇ ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଏ ।
- ବାୟୁ ପ୍ରବାହ ହେଲେ ପବନକଳର ପ୍ରପେଲର ଘୂରେ ଓ ଏଥ୍ ସହିତ ସଂଯୁକ୍ତ ଜେନେରେଟର ଘୁରିଥାଏ, ଫଳରେ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୁଏ ।
- ଗୋଟିଏ ପବନକଳରୁ ଉତ୍ପାଦିତ ଶକ୍ତି ଏତେ ଅଧିକ ନୁହେଁ । ତେଣୁ ଏକା ସାଙ୍ଗରେ ଗୋଟିଏ ସ୍ଥାନରେ ଅନେକ ପବନ କଳ ସ୍ଥାପନ -କରାଯାଇଥାଏ । ଏହାକୁ ପବନ ଶକ୍ତି କେନ୍ଦ୍ର ବା ପବନ ଶକ୍ତି କ୍ଷେତ୍ର କୁହାଯାଏ ।
- ଏହି ଶକ୍ତି କେନ୍ଦ୍ରଗୁଡ଼ିକରୁ ଉତ୍ପତ୍ତି ସମୂହ ଶକ୍ତି ବ୍ୟବସାୟିକ କ୍ଷେତ୍ରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କ୍ଷେତ୍ରରେ ସହାୟକ ହୋଇଥାଏ ।
- ପବନର ବେଗ ଅତ୍ୟଧିକ କମିଗଲେ ବା ବଢ଼ିଗଲେ ବିଦ୍ୟୁତ୍ ଜେନେରେଟର ଚଳାଇବା ସମ୍ଭବ ହୁଏ ନାହିଁ ।
- ସାଧାରଣତଃ ବିଦ୍ୟୁତ୍ ସରବରାହ ସୁବିଧା ନଥିବା ଦୂରସ୍ଥ କୃଷିକ୍ଷେତ୍ରମାନଙ୍କରେ ଜଳସେଚନ ପାଇଁ ପମ୍ପ ଚଳାଇବାରେ ପବନ କଳ ବିଶେଷ ସହାୟକ ହୋଇଥାଏ ।
Question 4.
ସୂର୍ଯ୍ୟ ସକଳ ଶକ୍ତିର ଆଧାର – ଏ ଉକ୍ତିର ଯଥାର୍ଥତା ଦର୍ଶାଅ ।
ଉ-
- ପୃଥିବୀ ପୃଷ୍ଠରେ ଯେତେପ୍ରକାର ଶକ୍ତି ଉପଲବ୍ଧ, ସେଗୁଡ଼ିକର ମୂଳଉତ୍ସ ସୂର୍ଯ୍ୟ ଅଟେ ।
- ଜଳସ୍ରୋତ ଓ ବାୟୁ ସ୍ରୋତଠାରୁ ଆରମ୍ଭ କରି ବୃକ୍ଷଲତାଦିରେ ଥିବା ଜୈବ ରାସାୟନିକ ଶକ୍ତି, ଜୀବାଶ୍ମ ଶକ୍ତି ଆଦି ସମସ୍ତ ଶକ୍ତି ସୌର ଶକ୍ତିରୁ ହିଁ ସୃଷ୍ଟି ହୋଇଥାଏ ।
- ଜଳସ୍ରୋତ ସାଧାରଣତଃ ସୂର୍ଯ୍ୟକିରଣ ପ୍ରଭାବରେ ଉତ୍ପନ୍ନ ହେଉଥିବା ବୃଷ୍ଟିପାତ ଯୋଗୁଁ ସମ୍ଭବ ହୋଇଥାଏ ।
- ସୂର୍ଯ୍ୟକିରଣ ପ୍ରଭାବରେ ବାୟୁମଣ୍ଡଳର ବିଭିନ୍ନ ସ୍ଥାନ ସମାନଭାବେ ଉତ୍ତପ୍ତ ହେଉନଥିବାରୁ ବାୟୁଚାପରେ ପାର୍ଥକ୍ୟ ରହେ । ଏହାଯୋଗୁ ବାୟୁସ୍ରୋତ ସୃଷ୍ଟି ହୋଇଥାଏ ।
- ଜଳସ୍ରୋତରେ ଉପଲବ୍ଧ ଗତି ଶକ୍ତିକୁ ଆମ୍ଭେମାନେ ଡଙ୍ଗା, ବୋଇତ ଇତ୍ୟାଦି ଚଳାଇବାରେ ବିନିଯୋଗ କରିଥାଉ ।
- ବାୟୁସ୍ରୋତକୁ ବ୍ୟବହାର କରି ପବନ ଚକ୍ରିଠାରୁ ଆରମ୍ଭକରି ପାଲଟଣା ବୋଇତ ପ୍ରଭୃତି ଚଳାଇବା ସମ୍ଭବ ହୋଇଥାଏ ।
- ବୃକ୍ଷଲତାରେ ଥିବା ଜୈବରାସାୟନିକ ଶକ୍ତିକୁ ସେମାନେ ଆଲୋକଶ୍ଳେଷଣ ପଦ୍ଧତିରେ ସୂର୍ଯ୍ୟାଲୋକରୁ ଲାଭ କରିଥାନ୍ତି । ଏହି ଶକ୍ତି ଖାଦ୍ୟ-ଖାଦକ ଶୃଙ୍ଖଳରେ ଅନ୍ୟାନ୍ୟ ଜନ୍ତୁମାନଙ୍କୁ ସ୍ଥାନାନ୍ତରିତ ହୋଇଥାଏ ।
- ଭୂମିକମ୍ପ ବା ଅନ୍ୟ କୌଣସି ପ୍ରାକୃତିକ ଉପାୟରେ ଜଙ୍ଗଲପୂର୍ଣ ଭୂଖଣ୍ଡ ଓ ଜୀବଜନ୍ତୁ ମାଟି ତଳେ ପୋତିହୋଇଗଲେ କାଳକ୍ରମେ ଅତ୍ୟଧିକ ଚାପ ଓ ତାପ ଯୋଗୁଁ ତାହା କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ରେ ରୂପାନ୍ତରିତ ହୋଇଥାଏ । ତାହା ହେଉଛି ଜୀବାଶ୍ମ ଜାଳେଣି ଏବଂ ସେଗୁଡ଼ିକ ବ୍ୟବହାର କରି ଆମେ ତାପ ଶକ୍ତି, ବିଦ୍ୟୁତ୍ ଶକ୍ତି ଓ ଯାନ୍ତ୍ରିକ ଶକ୍ତି ଆଦି ପାଇଥାଉ ।
- ଏ ସବୁକୁ ବିଚାର କଲେ ସ୍ପଷ୍ଟ ହୁଏ ଯେ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର ଏବଂ ଅସରନ୍ତି ଶକ୍ତିର ଉତ୍ସ ଅଟନ୍ତି ।
Question 5.
ଗୋବର ଗ୍ୟାସ୍ ପ୍ଲାଣ୍ଟର ଚିତ୍ର ଅଙ୍କନ କରି ତାହାର ବିଭିନ୍ନ ଅଂଶର କାର୍ଯ୍ୟ ଉଲ୍ଲେଖ କର ।
ଉ-
ଗୋବରଗ୍ୟାସ ପ୍ଲାଣ୍ଟରେ ନିମ୍ନଲିଖ୍ ଅଂଶ ରହିଥାଏ; ଯଥା-
(କ) ପ୍ରବେଶ ପାତ୍ର :
- ଏଥିରେ ଗୋବର ଓ ପାଣି 4:5 ଆୟତନ ଅନୁପାତରେ ମିଶାଇ ଭଲଭାବରେ ଫେଣ୍ଟି ମଣ୍ଡ କରାଯାଏ ଓ ଏହି ମଣ୍ଡକୁ ପ୍ରବେଶ ପାତ୍ରରେ ଭର୍ତ୍ତି କରାଯାଏ ।
- ଏହି ମିଶ୍ରଣ ଏକ ନଳଭିତର ଦେଇ ଆପେ ଆପେ ଡାଇଜେଷ୍ଟର କୂପକୁ ଚାଲିଯାଏ ।
(ଖ) ଡାଇଜେଷ୍ଟର କୂପ :
- ଏହାର ଚାରିକାନ୍ଥ ଇଟା ଓ ସିମେଣ୍ଟରେ ତିଆରି ହୋଇଥାଏ । ଏହାର ପ୍ରାୟ ଏକ ତୃତୀୟାଂଶ ଭୂମିର ଉପରକୁ ଓ ଦୁଇ ତୃତୀୟାଂଶ ଭୂମିଠାରୁ ତଳକୁ ଥାଏ ।
- ଗୋବର ଓ ପାଣିର ମିଶ୍ରଣ ଏଠାରେ ଜମା ହୁଏ ।
(ଗ) ଧାତୁନିମତ ଡୋମ୍ :
- ସାଧାରଣତଃ ଏହି ଡୋମିଟ ଇସ୍ପାତ୍ରରେ ନିର୍ମିତ ।
- ଏବେ ସିମେଣ୍ଟ ଓ କଂକ୍ରି ଟ୍ରେ ଡୋମ୍ ନିର୍ମାଣ କରାଯାଉଛି । ଏହା କୂପକୁ ସମ୍ପୂର୍ଣ୍ଣରୂପେ ଘୋଡ଼ାଇ ବାୟୁରୋଧୀ କରିଦିଏ ।
- ଅମ୍ଳଜାନ ଅନୁପସ୍ଥିତିରେ ବଢ଼ି ପାରୁ ଥିବା ମିଥାନୋଜେନ୍ ଓ ମିଶ୍ରଣରୁ କିଣ୍ବନ ଦ୍ବାରା ମିଥେନ୍, ଡାଇଅକ୍ ସାଇଡ୍, ହାଇଡ୍ରୋଜେନ୍, ହାଇଡ୍ରୋଜେନ ସଲଫାଇଡ୍ ଗ୍ୟାସ୍ ଉତ୍ପନ୍ନ କରନ୍ତି । ଏଥୁରେ ମିଥେନ୍ ଗ୍ୟାସ୍ ଶତକଡ଼ା ପ୍ରାୟ 65-75 ଭାଗ ଥାଏ । ଗ୍ୟାସ୍ ଚାପରେ ଡୋମ୍ଟି ଉପରକୁ ଉଠେ
(ଘ) ନିର୍ଗମନଳୀ :
- ଏହି ଧାତବନଳୀ ବାଟଦେଇ ଗ୍ୟାସ୍ ରୋଷେଇଘର ଚୂଲାକୁ ଯାଏ ।
- ନିୟନ୍ତ୍ରିତ ଚାପରେ ଏହାକୁ ଜଳାଇବାର ବ୍ୟବସ୍ଥା ହୋଇଥାଏ ।
Question 6.
ସୋଲାର ସେଲ୍ କ’ଣ ? ଏହାର ଉପକାରିତା ଉଲ୍ଲେଖ କର ।
ଉ-
- ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରିବାପାଇଁ ବ୍ୟବହୃତ ଉପକରଣକୁ ସୋଲାର ସେଲ୍ କୁହାଯାଏ ।
- ଏଥିରେ ସୌରଶକ୍ତିର ସିଧାସଳଖ ବିନିଯୋଗ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟିକରେ । ଏହି ପଦ୍ଧତିକୁ ଆଲୋକ ଭୋଲଟୀୟ ପ୍ରଭାବ କୁହାଯାଏ ।
- ଭୋଲଟୀୟ ସେଲରେ ଯେପରି ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟି ହୁଏ, ସେହିପରି ଏକ ଅର୍ବପରିବାହୀ ପଦାର୍ଥରେ
ସୋଲାର ସେଲ୍ର ଉପକାରିତା :
- ଯାନବାହନ ଚଳାଇବାରେ ଏବଂ ରେଡ଼ିଓ ଟେଲିଭିଜନ୍ର ଯନ୍ତ୍ରପାତିରେ ସୌରସେଲ୍ ବ୍ୟବହାର କରାଯାଉଛି ।
- ଦୁର୍ଗମ ବରଫାବୃତ ପାର୍ବତ୍ୟାଞ୍ଚଳରେ ଓ ମହାକାଶ ଉପଗ୍ରହରେ ଯନ୍ତ୍ରପାତି ଚଳାଇବାପାଇଁ ସୋଲାର ସେଲ୍ ମାଧ୍ୟମରେ ସୌରଶକ୍ତି ବ୍ୟବହାର କରିବା ସମ୍ଭବ ହେଲାଣି ।
- ସୌରସେଲ୍ ତିଆରିପାଇଁ ବ୍ୟବହାର ହେଉଥିବା ବିଶେଷ ଧରଣର ସିଲିକନ୍ ସହଜରେ ଉପଲବ୍ଧ ହୁଏନାହିଁ । ସୌର ସେଲ୍ର ସଂପୂର୍ଣ ତିଆରି ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ । ପ୍ୟାନେଲ୍ ପ୍ରସ୍ତୁତି ପାଇଁ ସେଲ୍ ଓ ସେଲ୍କୁ ଯୋଡ଼ିବାପାଇଁ ବ୍ୟବହୃତ ସିଲଭର ଏହି ଖର୍ଚ୍ଚକୁ ବହୁଗୁଣିତ କରିଥାଏ ।
Question 7.
ନଦୀବନ୍ଧ ଯୋଜନାଦ୍ଵାରା କିପରି ଶକ୍ତି ଉତ୍ପାଦନ କରାଯାଏ ?
ଉ-
- ଦୀବନ୍ଧ ଯୋଜନା ଦ୍ଵାରା ନଦୀରେ ବନ୍ଧ ପକାଇ ଏକ ବୃହତ୍ ଜଳଭଣ୍ଡାର ସୃଷ୍ଟି କରାଯାଏ । ପରେ ଜଳକୁ ଉଚ୍ଚପତ୍ତନରୁ ନିମ୍ନ ପତ୍ତନକୁ ପ୍ରବଳ ବେଗରେ ଛଡ଼ାଯାଏ ।
- ସେଥୁରୁ ସୃଷ୍ଟି ହେଉଥିବା ଜଳସ୍ରୋତର ଶକ୍ତି ଟର୍ବାଇନ୍ ଘୂରାଇବାରେ ବ୍ୟବହୃତ ହୁଏ ।
- ଟର୍ବାଇନ୍ ସହ ସଂଯୁକ୍ତ ଜେନେରେଟରର ଆର୍ମେଚର ଘୂରିବା ଦ୍ବାରା ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୁଏ ।
Question 8.
ପାର୍ଥକ୍ୟ ଦର୍ଶାଅ :
(ଖ) ଜଳ ବିଦ୍ୟୁତ୍ ଶକ୍ତି ଓ ତାପଜ ବିଦ୍ୟୁତ୍ ଶକ୍ତି
(ଗ) ସାମୁଦ୍ରିକ ତାପଜ ଶକ୍ତି ଓ ଭୂତାପଜ ଶକ୍ତି
(ଘ) ସୌରଚୁଲା ଓ ସୋଲାର ସେଲ୍
Question 9.
ସଂକ୍ଷେପରେ ଉତ୍ତର ଦିଅ ।
(କ) ସୌର ଚୁଲାର 2ଟି ଉପକାରିତା ଲେଖ ।
ଉ-
- କୌଣସି ଇନ୍ଧନର ଆବଶ୍ୟକତା ପଡ଼େ ନାହିଁ ।
- ପ୍ରତିଫଳକର ଭିତର ପୃଷ୍ଠକୁ ଅତି ମସୃଣ କରାଯାଇଥିବାରୁ ରୋଷେଇ ଦ୍ରବ୍ୟ ଅଧିକ ତାପମାତ୍ରାରେ ଗରମ କରାଯାଏ ।
(ଖ) ନାଭିକୀୟ ଶକ୍ତି ବିନିଯୋଗର 2ଟି ପ୍ରତିବନ୍ଧକ ଲେଖ ।
ଉ-
- ଏହି ବିଭାଜନ ପ୍ରକ୍ରିୟାର ଏକ ବିଶେଷ ଅସୁବିଧା ହେଉଛି ବ୍ୟବହୃତ ପରମାଣୁର ସଂରକ୍ଷଣ ଓ ଏହାର ଠିକ୍ ଉପାୟରେ ପରିଚାଳନା । ଏହା ହୋଇନପାରିଲେ ପରିବେଶ ପ୍ରଦୂଷଣର ଯଥେଷ୍ଟ ସମ୍ଭାବନା ରହିଥାଏ ।
- ନାଭିକୀୟ ଶକ୍ତି କେନ୍ଦ୍ରର ପ୍ରତିଷ୍ଠାରେ ଅତ୍ୟଧ୍ଵ ଖର୍ଚ୍ଚ, ପରିବେଶ ପ୍ରଦୂଷଣର ଯଥେଷ୍ଟ ସମ୍ଭାବନା ଓ ଗୁରୁ ପରମାଣୁର ସୀମିତ ଲଭ୍ଯତା ଏହି ଶକ୍ତିର ବିନିଯୋଗ ଦିଗରେ ପ୍ରତିବନ୍ଧକ ଅଟେ ।
(ଗ) ଜୀବାଶ୍ମ ଇନ୍ଧନର 2ଟି ଉପକାରିତା ଲେଖ ।
ଉ
- କୋଇଲାକୁ ଶକ୍ତିଉତ୍ସଭାବେ ବ୍ୟବହାରକରି ଶିଳ୍ପ ବିପ୍ଳବ ସମ୍ଭବ ହୋଇପାରିଛି ।
- ଶିଳ୍ପ ଅଭିବୃଦ୍ଧିରୁ ହିଁ ମନୁଷ୍ୟର ଜୀବନଶୈଳୀରେ ପରିବର୍ତ୍ତନ ଘଟିଛି
(ଘ) ସୌରଶକ୍ତି ଜୀବାଶ୍ମ ଇନ୍ଧନ ଅପେକ୍ଷା ଅଧିକ ଉପଯୋଗୀ କାହିଁକି ?
ଉ-
- ସୌରଶକ୍ତି ଏକ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଅଟେ ।
- ଏହି ପ୍ରକାର ଶକ୍ତି ଉତ୍ସରୁ ଶକ୍ତି ବ୍ୟବହାର କଲାପରେ ପୁନର୍ବାର ସେହି ଉତ୍ସ ସୃଷ୍ଟି କରିହୁଏ ବା ପ୍ରାକୃତିକ
- ସୌରପ୍ରବାହ ଦ୍ବାରା ପୃଥିବୀପୃଷ୍ଠରେ l ମିନିଟ୍ରେ ପ୍ରତି ବର୍ଗ ସେ.ମି.ରେ ପ୍ରାୟ 2 କ୍ୟାଲୋରୀ ଶକ୍ତି ମିଳିଥାଏ ଓ ଏହା ଏକ ସ୍ଥିରାଙ୍କ ଅଟେ ।
(ଙ) ସୌରଶକ୍ତି ବାୟୁପ୍ରବାହ ପାଇଁ କିପରି ଦାୟୀ ବୁଝାଅ ।
ଉ-
ସୂର୍ଯ୍ୟକିରଣ ପ୍ରଭାବରେ ବାୟୁମଣ୍ଡଳର ବିଭିନ୍ନ ସ୍ଥାନ ସମାନ ଭାବେ ଉତ୍ତପ୍ତ ହୋଇ ନଥିବାରୁ ବାୟୁଚାପରେ ପାର୍ଥକ୍ୟ ରହେ । ବାୟୁ ଚାପର ଏହି ପାର୍ଥକ୍ୟ ଯୋଗୁଁ ବାୟୁସ୍ରୋତ ସୃଷ୍ଟି ହୋଇଥାଏ । ଏହି କାରଣରୁ ସୌରଶକ୍ତି ବାୟୁ ପ୍ରବାହପାଇଁ ଦାୟୀ ଅଟେ ।
Question 10.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ପିଟ୍ରେ ପ୍ରାୟ କେତେ ପରିମାଣ କାର୍ବନ ରହିଥାଏ ?
ଉ-
ପିଟ୍ରେ ପ୍ରାୟ 44% ରୁ 71% ପରିମାଣ କାର୍ବନ ରହିଥାଏ ।
(ଖ) କୋକ୍କୁ କେଉଁ କାର୍ଯ୍ୟ ପାଇଁ ବ୍ୟବହୃତ ହୁଏ ?
ଉ-
କୋକ୍କୁ ଷ୍ଟିଲ୍ ତିଆରିପାଇଁ ବିଜାରକ ରୂପେ ବ୍ୟବହୃତ କରାଯାଏ ।
(ଗ) ଆଂଶିକ ପାତନ ପ୍ରକ୍ରିୟା କ’ଣ ?
ଉ-
ଆଂଶିକ ପାତନ ହେଲା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କେବଳ ଗୋଟିଏ ଉପାଦାନ ସଂଗୃହୀତ ହେବା ।
(ଘ) କେଉଁଗୁଡ଼ିକ ଜୀବାଶ୍ମ ଇନ୍ଧନ ଶ୍ରେଣୀଭୁକ୍ତ ?
ଉ- କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସଗୁଡ଼ିକ ଜୀବାଶ୍ମ ଇନ୍ଧନ ଶ୍ରେଣୀଭୁକ୍ତ ଅଟେ ।
(ଙ) ନାଭିକୀୟ ଶକ୍ତି କିପରି ମିଳିଥାଏ ?
ଉ-
ନାଭିକୀୟ ଶକ୍ତି ଗୁରୁ ପରମାଣୁର ନାଭିକୀୟ ବିଭାଜନ ଘଟିଲେ ମିଳିଥାଏ ।
Question 11.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ସୌରଶକ୍ତି କେଉଁ ପ୍ରକାର ଶକ୍ତିର ଏକ ଉଦାହରଣ ?
ଉ-
ନବୀକରଣ ଯୋଗ୍ୟ
(ଖ) ପ୍ରାକୃତିକ ଗ୍ୟାସ କେଉଁ ପ୍ରକାର ଶକ୍ତିର ଉଦାହରଣ ?
ଉ-
ନବୀକରଣ ଅଯୋଗ୍ୟ
(ଗ) ଗୋବର ଗ୍ୟାସ୍ରେ କେଉଁ ଗ୍ୟାସ୍ ଅଧ୍ଵ ପରିମାଣରେ ଥାଏ ?
ଉ-
ମିଥେନ୍ ଗ୍ୟାସ୍
(ଘ) କେଉଁ ଦେଶରେ ପବନ କଳ ଅଧିକ ବ୍ୟବହାର କରାଯାଏ ?
ଉ-
ନେଦରଲ୍ୟାଣ୍ଡ / ଡେନ୍ମାର୍କ
(ଙ) କେଉଁ ପ୍ରକାର କୋଇଲା ସବୁଠାରୁ ଉତ୍କୃଷ୍ଟ ?
ଉ- ଆନ୍ସାଇଟ୍
Question 12.
ଶୂନ୍ୟସ୍ଥାନ ପୂରଣ କର ।
(କ) ଏକ ସୌର ଜଳଉତ୍ତାପକ ଯନ୍ତ୍ରରେ ……………………. ଦିନଗୁଡ଼ିକରେ ପାଣି ଗରମ କରାଯାଇପାରିବ ନାହିଁ ।
(ଖ) ଗୋବର ଗ୍ୟାସ୍ ଏକ ………………… ପ୍ରକାର ଶକ୍ତିର ଅନ୍ତର୍ଭୁକ୍ତ ।
(ଗ) ଜୁଆର ଶକ୍ତି ଏକ ……………………. ପ୍ରକାର ଶକ୍ତିର ଉତ୍ସ ।
(ଘ) କୋଇଲା ଏକ ………………… ଶକ୍ତିର ଡତ୍ପ ।
(ଙ) ଗୋବର ଗ୍ୟାସରେ ମୁଖ୍ୟତଃ ………………….. ଗ୍ୟାସ୍ ଅଧିକ ପରିମାଣରେ ଥାଏ ।
(ଚ) ଆଲୋକଶ୍ଳେଷଣ ପଦ୍ଧତିରେ ସୌରଶକ୍ତି ………………….. ରେ ପରିଣତ ହୁଏ ।
(ଛ) ପେଟ୍ରୋଲିୟମ୍ର ବିଭିନ୍ନ ଉତ୍ପାଦ ………………………… ପଦ୍ଧତିରେ ମିଳିଥାଏ ।
(ଜ) ପୃଥିବୀ ଉପରେ ର ମାଧ୍ୟାକର୍ଷଣ …………………….. ର ପ୍ରଭାବ ଯୋଗୁଁ ସମୁଦ୍ରରେ ଜୁଆର ସୃଷ୍ଟି ହୁଏ ।
Answers
(କ) ବର୍ଷାଦିନ
(ଖ) ନବୀକରଣ ଯୋଗ୍ୟ
(ଗ) ନବୀକରଣ ଯୋଗ୍ୟ
(ଘ) ନବୀକରଣ ଅଯୋଗ୍ୟ
(ଙ) ମିଥେନ୍
(ଚ) ଜୈବରାସାୟନିକ ଶକ୍ତି |ଶର୍କରା
(ଛ) ଆଂଶିକ ପାତନ
(ଜ) ଚନ୍ଦ୍ର
Question 13.
ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ | ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।
(କ) ପିଟ୍ ସର୍ବୋତ୍କୃଷ୍ଟ ମାନ କୋଇଲା ଅଟେ ।
ଉ-
’ପିଟ୍ ନିକୃଷ୍ଟ ମାନ କୋଇଲା ଅଟେ ।
(ଖ) ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରିବା ପାଇଁ ସୋଲାର ସେଲ୍ ବ୍ୟବହାର କରାଯାଏ ।
ଉ-
ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରିବା ପାଇଁ ସୋଲାର ସେଲ୍ ବ୍ୟବହାର କରାଯାଏ ।
(ଗ) ଯେଉଁ ଉପକରଣଦ୍ଵାରା ସୌର ତାପରେ ରୋଷେଇ କରିହୁଏ ତାକୁ ଡାଇଜେଷ୍ଟର କୁହନ୍ତି ।
ଉ-
ଯେଉଁ ଉପକରଣଦ୍ଵାରା ସୌର ତାପରେ ରୋଷେଇ କରିହୁଏ ତାକୁ ସୋଲାର କୁକର କୁହନ୍ତି ।
(ଘ) ଅମ୍ଳଜାନ ଅନୁପସ୍ଥିତିରେ ଜୈବପଦାର୍ଥର ବିଘଟନଦ୍ୱାରା ନିର୍ଗତ ଗ୍ୟାସ୍ର ମିଶ୍ରଣକୁ ପ୍ରାକୃତିକ ଗ୍ୟାସ କୁହାଯାଏ ।
ଉ-
ଅମ୍ଳଜାନ ଅନୁପସ୍ଥିତିରେ ଜୈବପଦାର୍ଥର ବିଘଟନଦ୍ୱାରା ନିର୍ଗତ ଗ୍ୟାସ୍ର ମିଶ୍ରଣକୁ ଜୈବ ଗ୍ୟାସ କୁହାଯାଏ ।
(ଙ) ଭୂ-ଅଭ୍ୟନ୍ତରରେ ଥିବା ତାପଶକ୍ତିକୁ ନାଭିକୀୟ ଶକ୍ତି କୁହାଯାଏ ।
ଉ-
ଭୂ-ଅଭ୍ୟନ୍ତରରେ ଥିବା ତାପଶକ୍ତିକୁ ଭୂ-ତାପଜ ଶକ୍ତି କୁହାଯାଏ ।
Question 14.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।
(କ) ସୌରଶକ୍ତି : ନବୀକରଣ ଯୋଗ୍ୟ : : କୋଇଲା : …………………….. ।
(ଖ) ନିକୃଷ୍ଟ ମାନ କୋଇଲା : ପିଟ୍ : : ସର୍ବୋତ୍କୃଷ୍ଟ କୋଇଲା : …………………….. ।
(ଗ) ଅଶୋଧ ତୈଳର ଆଂଶିକ ପାତନ : ପେଟ୍ରୋଲିୟମ୍ : : କୋଇଲାର ଅନ୍ତର୍ଧୂମ ପାତନ : …………………….. ।