Odisha State Board BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର will enable students to study smartly.
BSE Odisha Class 8 Political Science Notes Chapter 1 କେନ୍ଦ୍ର ସରକାର
(କ) କେନ୍ଦ୍ର କାର୍ଯ୍ୟପାଳିକା
→ ଉପକ୍ରମ :
- ଆମ ଦେଶ ଭାରତ ଏକ ସଂଘୀୟ ରାଷ୍ଟ୍ର, କିନ୍ତୁ ଆମ ସମ୍ବିଧାନରେ ଏହା ଏକ ‘ରାଜ୍ୟମାନଙ୍କର ସମଷ୍ଟି’ (Union of States) ରୂପେ ବର୍ଣ୍ଣିତ ।
- ମନେରଖ : ତେଲେଙ୍ଗାନା ଭାରତର ୨୯ ତମ ରାଜ୍ୟ ।
- ଏଠାରେ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ଗୋଟିଏ ଲେଖାଏଁ ସରକାର ଅଛି।
- ପ୍ରତ୍ୟେକ ସରକାରର ତିନୋଟି (ଯଥା— କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଏବଂ ନ୍ୟାୟପାଳିକା) ଅଙ୍ଗ ରହିଛି ।
- ମନେରଖ : ଭାରତରେ ୨୯ ଗୋଟି ରାଜ୍ୟ ଓ ୭ ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ।
- କେନ୍ଦ୍ରସ୍ତରୀୟ କାର୍ଯ୍ୟପାଳିକା ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦକୁ ନେଇ ଗଠିତ ଏବଂ ରାଷ୍ଟ୍ରପତି ହେଉଛନ୍ତି ଏହାର ନାମମାତ୍ର ମୁଖ୍ୟ ।
→ ରାଷ୍ଟ୍ରପତି :
- ସମ୍ବିଧାନ ଅନୁଯାୟୀ କେନ୍ଦ୍ର ସରକାରର ସମସ୍ତ କାର୍ଯ୍ୟପାଳିକା କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ନ୍ୟସ୍ତ । କିନ୍ତୁ ରାଷ୍ଟ୍ରପତି ସ୍ଵଇଚ୍ଛାରେ କୌଣସି କ୍ଷମତା ବ୍ୟବହାର କରି ନଥା’ନ୍ତି । ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ପରାମର୍ଶ ଅନୁସାରେ ସେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାଆନ୍ତି ।
- ମନେରଖ : ରାଷ୍ଟ୍ରପତି ଭାରତର ନିର୍ବାଚିତ ତଥା ସର୍ବୋଚ୍ଚ ସାମ୍ବିଧାନିକ ରାଷ୍ଟ୍ରମୁଖ୍ୟ ଓ ଦେଶର ‘ସମ୍ମାନାସ୍ପଦ ପ୍ରଥମ ନାଗରିକ’ ।
- ରାଷ୍ଟ୍ରପତି ହେଉଛନ୍ତି ‘ନାମକୁ ମାତ୍ର କାର୍ଯ୍ୟପାଳିକା’ ଓ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ହେଉଛନ୍ତି ‘ବାସ୍ତବ କାର୍ଯ୍ୟପାଳିକା’ ।
→ ରାଷ୍ଟ୍ରପତି ନିର୍ବାଚନ :
- ଭାରତର ରାଷ୍ଟ୍ରପତି ଲୋକମାନଙ୍କଦ୍ୱାରା ପରୋକ୍ଷଭାବରେ ନିର୍ବାଚିତ ହୁଅନ୍ତି ।
- ସଂସଦର ଉଭୟ ଗୃହ ଏବଂ ଦିଲ୍ଲୀ ଓ ପଣ୍ଡିଚେରୀ ସମେତ ସମସ୍ତ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚିତ ସଦସ୍ୟମାନଙ୍କ ନେଇ ଗଠିତ ନିର୍ବାଚକ ମଣ୍ଡଳୀ ରାଷ୍ଟ୍ରପତିଙ୍କ ନିର୍ବାଚିତ କରନ୍ତି ।
- ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଟ (କୋଟା) ବା ନିର୍ବାଚନରେ ମିଳିଥିବା ସମସ୍ତ ‘ସିଦ୍ଧମତ ବା ସଠିକ୍ ଭୋଟ’ (Valid Vote)ର ୫୦ ପ୍ରତିଶତରୁ ଏକ ଅଧିକ (୫୦%+୧) ସମର୍ଥନ ମିଳିଲେ ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚନରେ ଜୟଲାଭ କରିବେ ।
- ମନେରଖ : ‘‘ଆନୁପାତିକ ପ୍ରତିନିଧ୍ୟ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ପସନ୍ଦଭିଭିକ ମତଦାନ ବା ଭୋଟପ୍ରଥା’’ ପ୍ରଣାଳୀରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ।
→ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଯୋଗ୍ୟତା :
- ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
- ତାଙ୍କୁ ଅନ୍ୟୁନ ୩୫ ବର୍ଷ ହୋଇଥବ ।
- ସେ ଲୋକସଭାର ସଭ୍ୟଭାବେ ନିର୍ବାଚିତ ହେବାପାଇଁ ଯୋଗ୍ୟ ହୋଇଥିବେ ।
- ସେ କେନ୍ଦ୍ର ବା ରାଜ୍ୟ ସରକାରରେ ବା ଏହି ସରକାରମାନଙ୍କ ଅଧୀନସ୍ଥ କୌଣସି ସଂସ୍ଥାରେ ବା ଅନୁଷ୍ଠାନରେ ଲାଭଜନକ ପଦବୀରେ ଅଧିଷ୍ଠିତ ହୋଇନଥିବେ ।
- ମନେରଖ : ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ବ୍ୟତତ ଅନ୍ୟ କୌଣସି ରାଷ୍ଟ୍ରପତି ପୁନଃ ନିର୍ବାଚିତ ହୋଇନାହାନ୍ତି ।
→ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ :
- ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ ପାଞ୍ଚବର୍ଷ । କିନ୍ତୁ ଜଣେ ରାଷ୍ଟ୍ରପତି ଚାହିଁଲେ ସେହି ପଦବୀ ପାଇଁ ପୁନଃ ପ୍ରତିଦ୍ଵନ୍ଦିତା କରିପାରିବେ ।
- ଜଣେ ରାଷ୍ଟ୍ରପତି ଇଚ୍ଛାକଲେ ତାଙ୍କ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଉପରାଷ୍ଟ୍ରପତିଙ୍କୁ ସମ୍ବୋଧୃତ ଇସ୍ତଫାପତ୍ର ମାଧ୍ୟମରେ ନିଜ ପଦବୀରୁ ଅବ୍ୟାହତି ନେଇପାରିବେ ।
- କୌଣସି ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ ପୂର୍ଣ୍ଣ ହେବା ପୂର୍ବରୁ ଯଦି ସେ ଇସ୍ତଫା ଦେଇ ପଦତ୍ୟାଗ କରନ୍ତି ବା ତାଙ୍କର ମୃତ୍ୟୁ ହୁଏ ବା ‘ମହାଭିଯୋଗ’ଦ୍ଵାରା ଯଦି ସେ ପଦଚ୍ୟୁତ ହୁଅନ୍ତି, ତା’ହେଲେ ରାଷ୍ଟ୍ରପତି ପଦ ଶୂନ୍ୟପଡ଼େ ଓ ଉପରାଷ୍ଟ୍ରପତି ସର୍ବାଧିକ ୬ ମାସ ପାଇଁ ଅସ୍ଥାୟୀ ରାଷ୍ଟ୍ରପତିଭାବେ କାର୍ଯ୍ୟ ନିର୍ବାହ କରିବେ ଏବଂ ଏହି ୬ ମାସ ମଧ୍ୟରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହେବେ ।
- ଉପରାଷ୍ଟ୍ରପତି ଏହି ୬ ମାସ ରାଷ୍ଟ୍ରପତି ପଦବୀର ବେତନ, ଭତ୍ତା ଓ ସମସ୍ତ ସୁବିଧା ଓ ସୁଯୋଗ ଉପଭୋଗ କରନ୍ତି ।
→ ରାଷ୍ଟ୍ରପତିଙ୍କ ପଦଚ୍ୟୁତି ବା ମହାଭିଯୋଗ ବ୍ୟବସ୍ଥା :
- ଜଣେ ରାଷ୍ଟ୍ରପତି କେବଳ ସମ୍ବିଧାନ ଭଙ୍ଗ ଅଭିଯୋଗରେ ‘ମହାଭିଯୋଗ’ ପ୍ରସ୍ତାବଦ୍ଵାରା ପଦଚ୍ୟୁତ ହୋଇପାରିବେ ।
- ଏହା ଏକ ଅର୍ଦ୍ଧ-ନ୍ୟାୟିକ ଜଟିଳ ପ୍ରକ୍ରିୟା ।
- ସର୍ବପ୍ରଥମେ ସଂସଦର ଯେକୌଣସି ଗୃହର ସର୍ବମୋଟ ସଭ୍ୟ ସଂଖ୍ୟାର ଏକ-ଚତୁର୍ଥାଂଶ ସଭ୍ୟ ୧୪ ଦିନ ପୂର୍ବରୁ ଗୃହରେ ଲିଖ୍ ନୋଟିସ୍ ଦେଇ ମହାଭିଯୋଗ ପ୍ରସ୍ତାବ ଆଗତ କରିପାରିବେ ।
- ଏହାପରେ ପ୍ରସ୍ତାବଟି ସେହି ଗୃହର ସର୍ବମୋଟ ସଭ୍ୟସଂଖ୍ୟାର ଅନ୍ୟୁନ ଦୁଇ-ତୃତୀୟାଂଶ ସଭ୍ୟଙ୍କଦ୍ୱାରା ଅନୁମୋଦିତ ହେବାପରେ ତାହା ଅନ୍ୟ ଗୃହକୁ ଅନୁସନ୍ଧାନ (Investigation) ପାଇଁ ପଠାଯିବ ।
- ଅନୁସନ୍ଧାନ ସମୟରେ ରାଷ୍ଟ୍ରପତି ଚାହିଁଲେ, ସେ ନିଜେ ବା ତାଙ୍କର ପ୍ରତିନିଧୁ ସେଠାରେ ଉପସ୍ଥିତ ରହିପାରିବେ ।
- ଅନୁସନ୍ଧାନ ପରେ, ଗୃହର ସର୍ବମୋଟ ସଭ୍ୟସଂଖ୍ୟାର ଅନ୍ୟୁନ ଦୁଇ-ତୃତୀୟାଂଶ ସଭ୍ୟ ଯଦି ମହାଭିଯୋଗ ପ୍ରସ୍ତାବକୁ ଅନୁମୋଦନ କରନ୍ତି, ତା’ହେଲେ ସେହିଦିନଠାରୁ ରାଷ୍ଟ୍ରପତି ପଦଚ୍ୟୁତ ହେବେ ।
- ମନେରଖ : ଆଜି ପର୍ଯ୍ୟନ୍ତ ଭାରତର କୌଣସି ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇନାହିଁ ।
→ ରାଷ୍ଟ୍ରପତିଙ୍କ ଶପଥପାଠ :
ଭାରତର ନିର୍ବାଚିତ ରାଷ୍ଟ୍ରପତି ସମ୍ବିଧାନିକ ବ୍ୟବସ୍ଥାନୁସାରେ ସମ୍ବିଧାନକୁ ମାନି ଚଳିବାକୁ ଓ ସମ୍ବିଧାନର ସରକ୍ଷାପାଇଁ ଈଶ୍ଵରଙ୍କ ନାମରେ ଦୃଢ଼ ସଂକଳ୍ପ କରି ଭାରତର ପ୍ରଧାନ ବିଚାରପତିଙ୍କ ଉପସ୍ଥିତିରେ ଶପଥ ପାଠ କରି ଦାୟିତ୍ୱ ଗ୍ରହଣ କରନ୍ତି ।
→ ରାଷ୍ଟ୍ରପତିଙ୍କ କ୍ଷମତା :
ସମ୍ବିଧାନ ସ୍ଵୀକୃତି ରାଷ୍ଟ୍ରପତିଙ୍କର ବିଭିନ୍ନ କ୍ଷମତାଗୁଡ଼ିକ ହେଲା –
- ପ୍ରଶାସନିକ କ୍ଷମତା
- ସାମରିକ କ୍ଷମତା
- କୂଟନୈତିକ କ୍ଷମତା
- ବ୍ୟବସ୍ଥାପିକା କ୍ଷମତା
- ଅର୍ଥ ସଂପର୍କିତ କ୍ଷମତା
- ନ୍ୟାୟିକ କ୍ଷମତା
- ବିବିଧ କ୍ଷମତା ଓ
- ଜରୁରୀକାଳୀନ କ୍ଷମତା ବା ଆପତ୍କାଳୀନ କ୍ଷମତା ।
(କ) ପ୍ରଶାସନିକ କ୍ଷମତା :
- ରାଷ୍ଟ୍ରପତି ଅନେକ ସାମ୍ବିଧାନିକ ପଦାତ୍ରୀମାନଙ୍କୁ ନିଯୁକ୍ତି ଦେଇଥା’ନ୍ତି । ସେମାନେ ହେଲେ –
(୧) ପ୍ରଧାନମନ୍ତ୍ରୀ, (୨) ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟବୃନ୍ଦ, (୩) ମହାଧବକ୍ତା (Attorney General), (୪) ମୁଖ୍ୟ ଆୟବ୍ୟୟ ହିସାବ ରକ୍ଷକ ଓ ମହାସମୀକ୍ଷକ (Comptroller & Auditor General of India), (୫) ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଓ ଅନ୍ୟ ନ୍ୟାୟାଧୀଶବୃନ୍ଦ, (୬) ରାଜ୍ୟ ଉଚ୍ଚ ନ୍ୟାୟାଳୟମାନଙ୍କର ମୁଖ୍ୟ ନ୍ୟାୟାଧୀଶ ଓ ଅନ୍ୟ ନ୍ୟାୟାଧୀଶବୃନ୍ଦ, (୭) ରାଜ୍ୟପାଳ, (୮) କେନ୍ଦ୍ର ଲୋକସେବା ଆୟୋଗର ଅଧ୍ଯକ୍ଷ ଓ ସଦସ୍ୟବୃନ୍ଦ, (୯) ଅର୍ଥ ଆୟୋଗର ଅଧ୍ଯକ୍ଷ ଓ ସଦସ୍ୟବୃନ୍ଦ, (୧୦) ନିର୍ବାଚନ ଆୟୋଗର ମୁଖ୍ୟ ଆୟୁକ୍ତ ଓ ଅନ୍ୟ ଆୟୁକ୍ତଦ୍ଵୟ, (୧୧) ସରକାରୀ ଭାଷା ଆୟୋଗର ଅଧକ୍ଷ ଓ ସଦସ୍ୟ ଏବଂ (୧୨) ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଆୟୋଗର ଅଧକ୍ଷ ଓ ସଦସ୍ୟବୃନ୍ଦ ।
→ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦର ଅନ୍ୟ ମନ୍ତ୍ରୀମାନଙ୍କ ନିଯୁକ୍ତି :
- ନିର୍ବାଚନ ପରେ ଲୋକସଭାରେ ସଂଖ୍ୟାଗରିଷ୍ଠ ରାଜନୈତିକ ଦଳ ବା ସଂଖ୍ୟାଗରିଷ୍ଠ ମିଳିତ ଦଳର ନେତାଙ୍କ ପ୍ରଧାନମନ୍ତ୍ରୀ ଭାବରେ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି । କିନ୍ତୁ ‘ଝୁଲା ସଂସଦ’ କ୍ଷେତ୍ରରେ, ଅର୍ଥାତ୍ କୌଣସି ଗୋଟିଏ ରାଜନୈତିକ ଦଳ ବା ‘ମେଣ୍ଟଦଳ’ ସଂଖ୍ୟାଗରିଷ୍ଠତା ହାସଲ କରିନପାରନ୍ତି, ପ୍ରଧାନମନ୍ତ୍ରୀ ଚୟନରେ ରାଷ୍ଟ୍ରପତି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି ।
- ଏପରି କ୍ଷେତ୍ରରେ ରାଷ୍ଟ୍ରପତିଙ୍କର ବୁଦ୍ଧି, ବିବେକ, ନିରପେକ୍ଷ ବିଚାରଶକ୍ତି, ରାଜନୈତିକ ନୈପୁଣ୍ୟ, ଅଭିଜ୍ଞତା ଓ ଦୂରଦୃଷ୍ଟି ପ୍ରୟୋଗ କରି ଯେଉଁ ବ୍ୟକ୍ତି ଏକ ସୁଦୃଢ଼ ଓ ସ୍ଥାୟୀ ସରକାର ଗଠନ କରିପାରିବେ ବୋଲି ତାଙ୍କର ବିଶ୍ୱାସ ହୁଏ, ତାଙ୍କୁ ପ୍ରଧାନମନ୍ତ୍ରୀଭାବେ ନିଯୁକ୍ତି ଦେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଇଥା’ନ୍ତି ।
- ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ପରେ ତାଙ୍କ ପରାମର୍ଶରେ ରାଷ୍ଟ୍ରପତି ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।
- ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇବା ପରେ ଯଦି ପ୍ରଧାନମନ୍ତ୍ରୀ ଇସ୍ତଫା ନ ଦିଅନ୍ତି, ତେବେ ରାଷ୍ଟ୍ରପତି ତାଙ୍କୁ ବରଖାସ୍ତ କରନ୍ତି ।
- ମନେରଖ : ବାସ୍ତବରେ ଲୋକସଭାର ‘‘ମର୍ଜି’’ ଅନୁସାରେ ମନ୍ତ୍ରୀପରିଷଦ ଶାସନ ଦାୟିତ୍ଵରେ ରହନ୍ତି ।
- ରାଷ୍ଟ୍ରପତି ମଧ୍ୟ କେତେକ ପଦାଧିକାରୀଙ୍କୁ ବହିଷ୍କାର କରିଥାଆନ୍ତି । ସେମାନେ ହେଲେ –
(୧) ମହାଧ୍ଵବକ୍ତା, (୨) ରାଜ୍ୟପାଳ, (୩) କେନ୍ଦ୍ର ଲୋକସେବା ଆୟୋଗର ଅଧକ୍ଷ ଓ ଅନ୍ୟ ସଦସ୍ୟ, (୪) ସର୍ବୋଚ୍ଚ ନ୍ୟାୟାଳୟ ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଓ ଅନ୍ୟ ନ୍ୟାୟାଧୀଶବୃନ୍ଦ ଓ (୫) ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଯେକୌଣସି ମନ୍ତ୍ରୀ ।
(ଖ) ସାମରିକ କ୍ଷମତା :
- ସେ ତିନି ବାହିନୀ (ଜଳ, ସ୍ଥଳ, ଆକାଶ)ର ମୁଖ୍ୟ ସେନାଧ୍ୟକ୍ଷଙ୍କୁ ନିଯୁକ୍ତି ଦିଅନ୍ତି । ତାଙ୍କ ନାମରେ ଯୁଦ୍ଧଘୋଷଣା ଓ ଶାନ୍ତିଚୁକ୍ତି ସମ୍ପାଦିତ ହୁଏ ।
- ସଂସଦର ଅର୍ଥ ଅନୁମୋଦନ ବିନା ରାଷ୍ଟ୍ରପତି ସାମରିକ ବାହିନୀ ଗଠନ, ପ୍ରଶିକ୍ଷଣ ଓ ପରିଚାଳନା ଇତ୍ୟାଦି କାର୍ଯ୍ୟ କରିପାରିବେ ନାହିଁ ।
- ମନେରଖ : ଆମ ସମ୍ବିଧାନ ଅନୁଯାୟୀ ଦେଶର ପ୍ରତିରକ୍ଷା ବାହିନୀର ସର୍ବୋଚ୍ଚ ସେନାଧ୍ୟକ୍ଷ ହେଉଛନ୍ତି ରାଷ୍ଟ୍ରପତି ।
(ଗ) କୂଟନୈତିକ କ୍ଷମତା :
- ରାଷ୍ଟ୍ରର ବୈଦେଶିକ ବ୍ୟାପାର ସହିତ ରାଷ୍ଟ୍ରପତିଙ୍କର କୂଟନୈତିକ କ୍ଷମତା ସଂଶ୍ଳିଷ୍ଟ ।
- ରାଷ୍ଟ୍ରପତି ଅନ୍ୟ ଦେଶ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରିବା ସହିତ, ସେଠାରେ ଆମ ଦେଶର ନାଗରିକମାନଙ୍କ ସ୍ୱାର୍ଥ ସରକ୍ଷିତ ରଖିବାପାଇଁ କୂଟନୈତିକ ପ୍ରତିନିଧୁମାନଙ୍କୁ ନିଯୁକ୍ତି ଦେଇଥାଆନ୍ତି ।
- ଅନ୍ୟ ଦେଶମାନଙ୍କର କୂଟନୈତିକ ପ୍ରତିନିଧୂ ପ୍ରଥମେ ରାଷ୍ଟ୍ରପତିଙ୍କୁ ସେମାନଙ୍କର ପରିଚୟ ପତ୍ର ପ୍ରଦାନ କରିଥା’ନ୍ତି ।
(ଘ) ବ୍ୟବସ୍ଥାପିକା କ୍ଷମତା :
- ରାଷ୍ଟ୍ରପତି ଉଭୟ ଗୃହର ଅଧିବେଶନ ଡକାନ୍ତି ଏବଂ ଆଗାମୀ ଅଧିବେଶନ ପର୍ଯ୍ୟନ୍ତ ‘ପ୍ରୋରୋଗ’ ରଖୂପାରନ୍ତି ।
- କୌଣସି ‘ବିଲ’ ଉପରେ ଉଭୟ ଗୃହ ମଧ୍ୟରେ ମତପାର୍ଥକ୍ୟ ଉପୁଜିଲେ, ରାଷ୍ଟ୍ରପତି ସଂସଦର ‘ମିଳିତ ଅଧିବେଶନ ରଖୂପାରନ୍ତି ।
- ପ୍ରତ୍ୟେକ ସାଧାରଣ ନିର୍ବାଚନ ପରେ ଓ ପ୍ରତ୍ୟେକ ବର୍ଷ ଆରମ୍ଭରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ରାଷ୍ଟ୍ରପତି ଉଭୟ ଗ୍ରହକ ‘ଅଭିଭାଷଣ’ ପ୍ରଦାନ କରନ୍ତି ଓ ସର୍ବସାଧାରଣଙ୍କ ସ୍ବାର୍ଥ ସମ୍ବଳିତ ‘ବାର୍ତ୍ତା’ ପଠାଇଥାଆନ୍ତି ।
- ରାଷ୍ଟ୍ରପତିଙ୍କ ସମ୍ମତି ବିନା କୌଣସି ‘ବିଲ୍’ ପୂର୍ଣାଙ୍ଗ ଆଇନରେ ପରିଣତ ହୋଇପାରେ ନାହିଁ ।
- ସଂସଦରେ ଗୃହୀତ ହୋଇ ଚିଠା ଆଇନ ବା ବିଲ୍ ରାଷ୍ଟ୍ରପତିଙ୍କ ନିକଟକୁ ତାଙ୍କର ‘ସମ୍ମତି’ ପାଇଁ ପଠାଗଲା ପରେ “ସେ ନିମ୍ନଲିଖ୍ ତିନୋଟି ବିକଳ୍ପରୁ ଯେକୌଣସି ଗୋଟିଏ ଅବଲମ୍ବନ କରିପାରନ୍ତି ।
(୧) ସେ ଚିଠା ଆଇନ ବା ବିଲ୍କୁ ସମ୍ମତି ପ୍ରଦାନ କରିପାରନ୍ତି ।
(୨) ‘ସମ୍ମତି’ ପ୍ରଦାନ ନ କରି ତା’ର କାରଣ ପ୍ରକାଶ କରିଥାଆନ୍ତି ।
(୩) ‘ଅର୍ଥ ବିଲ୍’ ବ୍ୟତୀତ ଅନ୍ୟ ‘ସାଧାରଣ ଚିଠା ଆଇନ’ କ୍ଷେତ୍ରରେ ସେ ବିଲ୍କୁ ସଂସଦର ଉଭୟ ଗୃହକୁ ପୁନର୍ବିଚାର ପାଇଁ ପଠାଇପାରନ୍ତି । - ବିଲ୍ ସଂସଦର ଉଭୟ ଗୃହରେ ପୁନର୍ବାର ଗୃହୀତ ହେଲେ ରାଷ୍ଟ୍ରପତି ସ୍ବୀକୃତି ଦେବାକୁ ବାଧ୍ୟ ହୁଅନ୍ତି ।
- ମନେରଖ : ଅର୍ଥ ବିଲ୍ ସଂସଦରେ ଆଗତ ହେବା ପୂର୍ବରୁ ରାଷ୍ଟ୍ରପତି ‘ପ୍ରାକ୍-ଅନୁମତି’ ପ୍ରଦାନ କରିଥିବାରୁ, ଏହି ବିଲଟିକୁ ସେ ସମ୍ମତି ଦେବାକୁ ବାଧ୍ୟ ହୋଇଥାଆନ୍ତି ।
- ସେହିପରି ନୂତନ ରାଜ୍ୟ ପ୍ରତିଷ୍ଠା ବା ରାଜ୍ୟର ପରିସୀମା ପରିବର୍ତ୍ତନ, କୌଣସି ରାଜ୍ୟର ନାମ ପରିବର୍ତ୍ତନ ବା ମୌଳିକ ଅଧିକାର ସମ୍ପର୍କିତ ବିଲ୍ ସଂସଦରେ ଆଗତ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କର ‘ପ୍ରାକ୍-ଅନୁମତି’ ଆବଶ୍ୟକ ହୋଇଥାଏ ।
- ସମ୍ବିଧାନ ସଂଶୋଧନ ସମ୍ପର୍କିତ ବିଲ୍କୁ ରାଷ୍ଟ୍ରପତି ସମ୍ମତି ଦେବାକୁ ବାଧ୍ୟ ।
- ସଂସଦର ଅଧୂବେଶନ ନଥିବା ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତି ଉପୁଜେ, ତା’ହେଲେ ମନ୍ତ୍ରୀମଣ୍ଡଳର ପରାମର୍ଶରେ ରାଷ୍ଟ୍ରପତି ‘ଅଧ୍ୟାଦେଶ’ ଜାରି କରନ୍ତି ।
- ମାତ୍ର ସଂସଦର ପରବର୍ତ୍ତୀ ଅଧୂବେଶନର ୬ ସପ୍ତାହ ମଧ୍ୟରେ ଅଧ୍ୟାଦେଶଟି ସଂସଦରେ ଗୃହୀତ ନହେଲେ ସ୍ବତଃ ଅକାମୀ ହୋଇଥାଏ, ଏବଂ ୬ ସପ୍ତାହ ମଧ୍ୟରେ ଗୃହୀତ ହେଲେ ଏହା ପୂର୍ଣ୍ଣାଙ୍ଗ ଆଇନରେ ପରିଣତ ହୁଏ ।
- ରାଷ୍ଟ୍ରପତି ଲୋକସଭାକୁ ଦୁଇଜଣ ଆଙ୍ଗୋ ଭାରତୀୟ (Anglo Indian) ସଂପ୍ରଦାୟର ବ୍ୟକ୍ତିଙ୍କୁ ସାଂସଦ ଭାବରେ ମନୋନୀତ କରିପାରନ୍ତି । କଳା, ବିଜ୍ଞାନ, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୨ ଜଣ ବ୍ୟକ୍ତିଙ୍କୁ ମଧ୍ୟ ରାଜ୍ୟସଭାକୁ ମନୋନୀତ କରିଥାଆନ୍ତି ।
(ଙ) ଅର୍ଥ ସମ୍ପର୍କିତ କ୍ଷମତା :
- ରାଷ୍ଟ୍ରପତି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କଦ୍ବାରା ପ୍ରତ୍ୟେକ ବର୍ଷ ପ୍ରାରମ୍ଭରେ ଦେଶର ବାର୍ଷିର୍କ ‘ବଜେଟ୍’ ବା ଆୟବ୍ୟୟର ଅଟକଳ ସଂସଦରେ ଆଗତ କରାଇଥାଆନ୍ତି ।
- ସେ ଭାରତର ମୁଖ୍ୟ ହିସାବ ରକ୍ଷକ ଓ ମହାସମୀକ୍ଷକ (Comptroller and Auditor General) ଙ୍କର ରିପୋର୍ଟ
- ସେ ‘ଅର୍ଥ ଆୟୋଗ’ ନିଯୁକ୍ତ କରନ୍ତି ଏବଂ ଏହାର ରିପୋର୍ଟକୁ ସଂସଦରେ ଉପସ୍ଥାପିତ କରାନ୍ତି ।
- ମନେରଖ : ରାଷ୍ଟ୍ରପତି ଦେଶର ଆର୍ଥିକ ଦୁର୍ଦ୍ଦିନରେ ‘ଆର୍ଥକ ଜରୁରୀ ପରିସ୍ଥିତି’ (Financial Emergency) ଘୋଷଣା କରାନ୍ତି ।
(ଚ) ନ୍ୟାୟିକ କ୍ଷମତା :
- ରାଷ୍ଟ୍ରପତି ମତ୍ୟ ଦଣ୍ଡାଦେଶ ପାଇଥବା ଅଭିଯୁକ୍ତ ବ୍ୟକ୍ତିଙ୍କ କ୍ଷମା ଦେଇପାରନ୍ତି ଓ ଅନ୍ୟ ଅପରାଧୀମାନଙ୍କର ଦଣ୍ଡାଦେଶର ପରିମାଣ କୋହଳ କରିପାରନ୍ତି, ସ୍ଥଗିତ ରଖୂପାରନ୍ତି ଓ ହ୍ରାସ କରିପାରନ୍ତି ।
- ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିମାନଙ୍କୁ ନିଯୁକ୍ତ କରନ୍ତି ଓ ସେମାନଙ୍କର ବଦଳି ଆଦେଶ ଦେଇଥା’ନ୍ତି ।
- ରାଷ୍ଟ୍ରପତି ସଂସଦର ଅନୁମୋଦନ କ୍ରମେ ସମସ୍ତ ବିଚାରପତିମାନଙ୍କୁ ପଦଚ୍ୟୁତ ଆଦେଶ ଦେଇପାରନ୍ତି ।
(ଛ) ବିବିଧ କ୍ଷମତା :
ରାଷ୍ଟ୍ରପତିଙ୍କୁ କେନ୍ଦ୍ର କାର୍ଯ୍ୟପାଳିକାର ମୁଖ୍ୟ ଭାବରେ ପ୍ରଦତ୍ତ ‘ବିବିଧ କ୍ଷମତା’କୁ ‘ଅବଶିଷ୍ଟ କ୍ଷମତା’ ମଧ୍ୟ କୁହାଯାଇପାରେ । ଯଥା –
- କେନ୍ଦ୍ର ଲୋକସେବା ଆୟୋଗର ସଭ୍ୟ ସଂଖ୍ୟା ନିର୍ଦ୍ଧାରଣ, ରାଜ୍ୟପାଳଙ୍କ କାର୍ଯ୍ୟାବଳୀ, ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ କାର୍ଯ୍ୟକାରୀ କରାଯିବା ପଦ୍ଧତି, ଅନସୂଚିତ ଜାତି ଓ ଜନଜାତି ନିର୍ଦ୍ଧାରଣ ପ୍ରଣାଳୀ, ଇତ୍ୟାଦି ବିଭିନ୍ନ ବିଷୟରେ ରାଷ୍ଟ୍ରପତି ଆବଶ୍ୟକୀୟ ନୀତି ନିର୍ଦ୍ଧାରଣ କରିଥାଆନ୍ତି ।
- ରାଷ୍ଟ୍ରପତି ଅର୍ଥ ଆୟୋଗ, ସରକାରୀ ଭାଷା ଆୟୋଗ, ଅନୁସୂଚିତ ଅଞ୍ଚଳର ବିକାଶର ଅନୁଧ୍ୟାନ ପାଇଁ ନିଯୁକ୍ତ ଆୟୋଗ, ଆନ୍ତଃରାଜ୍ୟ ପରିଷଦ ଇତ୍ୟାଦି ଗଠନ କରିଥାଆନ୍ତି ।
- ରାଷ୍ଟ୍ରପତିଙ୍କର କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ପାଇଁ କେତେକ ସ୍ବତନ୍ତ୍ର କ୍ଷମତା ଓ ଦାୟିତ୍ବ ରହିଅଛି ।
- ଅନୁସୂଚିତ ଜାତି ଓ ଜନଜାତି ଏବଂ ଅନୁସୂଚିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାଷ୍ଟ୍ରପତି ବିଭିନ୍ନ ଦାୟିତ୍ଵ ନିର୍ବାହ କରିଥାଆନ୍ତି ।
- ମନେରଖ : ରାଷ୍ଟ୍ରପତି ‘ସାଧାରଣତନ୍ତ୍ର ଦିବସ’ରେ ଦେଶର ଆଳଂକାରିକ ମୁଖ୍ୟଭାବେ ଦିଲ୍ଲୀଠାରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରନ୍ତି ।
(ଜ) ଜରୁରୀକାଳୀନ କ୍ଷମତା ବା ଆପତ୍କାଳୀନ କ୍ଷମତା :
- ରାଷ୍ଟ୍ରପତିଙ୍କୁ ଜରୁରୀକାଳୀନ ବା ଆପତ୍କାଳୀନ ପରିସ୍ଥିତିର ମୁକାବିଲା ପାଇଁ ତିନୋଟି କ୍ଷମତା ସମ୍ବିଧାନଦ୍ୱାରା ପ୍ରଦାନ କରାଯାଇଛି ।
- ଜାତୀୟ ଜରୁରୀ ପରିସ୍ଥିତି – ଯୁଦ୍ଧ, ବହିଃଶତ୍ରୁ ଆକ୍ରମଣ, ସଙ୍ଗଠିତ ସଶସ୍ତ୍ର ବିଦ୍ରୋହ ପରିସ୍ଥିତିରେ ରାଷ୍ଟ୍ରପତି ସମଗ୍ର ଦେଶରେ ବା ଦେଶର କେତେକ ଅଞ୍ଚଳରେ ମନ୍ତ୍ରୀମଣ୍ଡଳର ଲିଖୁ ସୁପାରିସକ୍ରମେ ସମ୍ବିଧାନର ୩୫୨ଧାରା ଅନୁସାରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥା’ନ୍ତି । ଫଳରେ କେନ୍ଦ୍ର ସରକାରଙ୍କ କ୍ଷମତା ସର୍ବବ୍ୟାପୀ ହୁଏ, ରାଜ୍ୟ ତାଲିକାଭୁକ୍ତ ବିଷୟରେ ସାଂସଦ ଆଇନ ପ୍ରଣୟନ କରେ, ନାଗରିକର ମୌଳିକ ଅଧିକାର ସଙ୍କୁଚିତ ହୁଏ ।
- ୩୫୨ ଧାରା – ଜାତୀୟ ଜରୁରୀ ପରିସ୍ଥିତି:
ରାଷ୍ଟ୍ରପତି ଶାସନ ବ୍ୟବସ୍ଥା – କୌଣସି ରାଜ୍ୟର ସାମ୍ବିଧାନିକ ଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାର ଖବର ରାଷ୍ଟ୍ରପତି ରାଜ୍ୟପାଳଙ୍କଠାରୁ ବା ଅନ୍ୟ ସୂତ୍ରରୁ ଜାଣିପାରିଲେ ସମ୍ପୃକ୍ତ ରାଜ୍ୟରେ ସମ୍ବିଧାନର ୩୫୬ ଧାରା ଅନୁସାରେ ରାଷ୍ଟ୍ରପତି ଶାସନ ଜାରି କରନ୍ତି । ଫଳରେ ସେହି ରାଜ୍ୟର ଶାସନ ଭାର ରାଷ୍ଟ୍ରପତି ଗ୍ରହଣ କରନ୍ତି, * ସଂସଦ ରାଜ୍ୟ ପାଇଁ ଆଇନ ପ୍ରଣୟନ କରେ ଓ ବଜେଟ୍ ଗୃହୀତ କରାଏ । - ୩୫୬ ଧାରା -ରାଜ୍ୟ ଜରୁରୀ ପରିସ୍ଥିତି:
ଆର୍ଥିକ ଜରୁରୀ ପରିସ୍ଥିତି – ଦେଶର ଆର୍ଥିକ ଅବସ୍ଥା ବିପଦଗ୍ରସ୍ତ ହେଲେ ରାଷ୍ଟ୍ରପତି ସମ୍ବିଧାନର ୩୬୦ ଧାରା ଅନୁସାରେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରନ୍ତି । ଏହି ପରିସ୍ଥିତିରେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସମେତ କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀଙ୍କ ବେତନ ହ୍ରାସ କରାଯାଏ ।
୩୬୦ ଧାରା – ଆର୍ଥିକ ଜରୁରୀ ପରିସ୍ଥିତି
→ ରାଷ୍ଟ୍ରପତିଙ୍କ ପଦମର୍ଯ୍ୟାଦା :
- ରାଷ୍ଟ୍ରପତି ଆମ ଦେଶର ଐକ୍ୟ ଓ ସଂହତିର ପ୍ରତୀକ । ସେ ଭାରତର ନୀତି ଓ ଆଦର୍ଶର ବାର୍ତ୍ତାବହ ।
- ସେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ବନ୍ଧୁ, ପ୍ରୋତ୍ସାହକ ଓ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରନ୍ତି ।
- ମନେରଖ : ଝୁଲା ସଂସଦ ଓ ମିଳିତ ମନ୍ତ୍ରିମଣ୍ଡଳ ଭଳି ଅସ୍ଵାଭାବିକ ପରିସ୍ଥିତିରେ ସେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ତୁଲାଇଥାଆନ୍ତି ।
→ ଉପରାଷ୍ଟ୍ରପତି :
- ଆମ ସମ୍ବିଧାନଦ୍ୱାରା ଉପରାଷ୍ଟ୍ରପତି ପଦ ସୃଷ୍ଟ ଓ ସ୍ଵୀକୃତ ।
- ଯୋଗ୍ୟତା – ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହୋଇଥିବେ, ଅନ୍ୟୁନ ୩୫ ବର୍ଷ ବୟସ୍କ ହୋଇଥିବେ, କେନ୍ଦ୍ର ଓ ରାଜ୍ୟ ସରକାର ଅଧୀନରେ କୌଣସି ଲାଭଜନକ ପଦବୀରେ ନ ଥିବେ, ରାଜ୍ୟସଭାର ସଦସ୍ୟ ହେବାପାଇଁ ତାଙ୍କର ସମସ୍ତ ଯୋଗ୍ୟତା ଥିବ ।
- ନିର୍ବାଚନ – ଉପରାଷ୍ଟ୍ରପତି ସଂସଦର ଉଭୟ ଗୃହର ସମସ୍ତ ସଭ୍ୟଙ୍କୁ ନେଇ ଗଠିତ ନିର୍ବାଚକ ମଣ୍ଡଳୀଦ୍ଵାରା ଆନୁପାତିକ ପସନ୍ଦଭିଭିକ ପ୍ରତିନିଧୂ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ଭୋଟଦାନ ପ୍ରଣାଳୀରେ ନିର୍ବାଚିତ ହୁଅନ୍ତି ।
- କାର୍ଯ୍ୟକାଳ – ଉପରାଷ୍ଟ୍ରପତି ୫ ବର୍ଷ ପାଇଁ ନିର୍ବାଚିତ ହୋଇଥାଆନ୍ତି । କାର୍ଯ୍ୟକାଳ ସମାପ୍ତି ହେବା ପୂର୍ବରୁ ସେ ଇସ୍ତଫା ପ୍ରଦାନ କରିପାରନ୍ତି ବା ତାଙ୍କୁ ପଦଚ୍ୟୁତ କରାଯାଇପାରେ ।
- କାର୍ଯ୍ୟାବଳୀ – ଯେତେବେଳେ ମୃତ୍ୟୁ, ପଦତ୍ୟାଗ ବା ପଦଚ୍ୟୁତି କାରଣରୁ ଦେଶର ରାଷ୍ଟ୍ରପତି ପଦ ଶୂନ୍ୟ ପଡ଼େ, ସେତେବେଳେ ଉପରାଷ୍ଟ୍ରପତି, ଅସ୍ଥାୟୀ ରାଷ୍ଟ୍ରପତି ଭାବରେ ସର୍ବାଧିକ ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଆନ୍ତି । ରାଷ୍ଟ୍ରପତି ଅସୁସ୍ଥ ହୋଇପଡ଼ିଲେ ବା ଦୀର୍ଘଦିନ ବିଦେଶ ଗସ୍ତରେ ଗଲେ, ସେ ରାଷ୍ଟ୍ରପତିଙ୍କର ଅନୁପସ୍ଥିତିରେ ତାଙ୍କର କାର୍ଯ୍ୟ ନିର୍ବାହ କରିଥାଆନ୍ତି ।
→ କେନ୍ଦ୍ର ମନ୍ତ୍ରୀପରିଷଦ :
- ପ୍ରଧାନମନ୍ତ୍ରୀ ହେଉଛନ୍ତି ମନ୍ତ୍ରୀପରିଷଦର ମୁଖ୍ୟ । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।
- କେନ୍ଦ୍ର ମନ୍ତ୍ରୀପରିଷଦର ସଭ୍ୟସଂଖ୍ୟା ଲୋକସଭାର ସଭ୍ୟସଂଖ୍ୟାର ୧୫ ପ୍ରତିଶତରୁ ଅଧିକ ହେବ ନାହିଁ ।
- ମନ୍ତ୍ରୀପରିଷଦରେ ସାଧାରଣତଃ ତିନିପ୍ରକାର ମନ୍ତ୍ରୀ ଥାଆନ୍ତି; ଯଥା –
- ଲୋକସଭା ‘ଅନାସ୍ଥା ପ୍ରସ୍ତାବ’ ଅନୁମୋଦନ କରି କିମ୍ବା ଗୁରୁତ୍ଵପୂର୍ଣ୍ଣ ସରକାରୀ ବିଧେୟକକୁ ଅନୁମୋଦନ ନ ଦେଇ ମନ୍ତ୍ରୀପରିଷଦ ବିରୁଦ୍ଧରେ ନିଜର ଅନାସ୍ଥା ଭାବ ପ୍ରକଟ କରିଥାଏ ।
- ମନେରଖ : ଆମ ଦେଶରେ ‘ସଂସଦୀୟ ସରକାର’ ବା ‘ମନ୍ତ୍ରିମଣ୍ଡଳୀୟ ସରକାର’ (Cabinet Goverment) ପ୍ରଚଳିତ ।
→ ପ୍ରଧାନମନ୍ତ୍ରୀ :
- ପ୍ରଧାନମନ୍ତ୍ରୀ ଆମ ଦେଶର ସଂସଦୀୟ ଶାସନ ବ୍ୟବସ୍ଥାର ମେରୁଦଣ୍ଡ ।
- ସେ ମନ୍ତ୍ରୀମାନଙ୍କ ପାହ୍ୟା ନିର୍ଦ୍ଧାରଣ କରନ୍ତି ଓ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି ।
- ସେ ରାଷ୍ଟ୍ରପତି ଏବଂ ମନ୍ତ୍ରୀମଣ୍ଡଳ ମଧ୍ୟରେ ଯୋଗସୂତ୍ର ରକ୍ଷା କରନ୍ତି । ସେ ରାଷ୍ଟ୍ରପତିଙ୍କୁ ମନ୍ତ୍ରୀମଣ୍ଡଳର ସମସ୍ତ ନିଷ୍ପଭି ଜଣାଇଥା’ନ୍ତି ।
- ସେ ମନ୍ତ୍ରୀମଣ୍ଡଳ ଓ ସଂସଦ ମଧ୍ଯରେ ଯୋଗସୂତ୍ର ରକ୍ଷା କରନ୍ତି । ସେ ରାଷ୍ଟ୍ରର ନେତା, ଦେଶର ଲୋକମାନଙ୍କର ନେତା ଓ ଦଳର ନେତାଭାବେ କାର୍ଯ୍ୟ କରନ୍ତି ।
- ମନେରଖ : ପ୍ରଧାନମନ୍ତ୍ରୀ ‘ନୀତି ଆୟୋଗ’ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରନ୍ତି । ସ୍ଵାଧୀନତା ଦିବସରେ ସେ ଲାଲକିଲ୍ଲାରେ ‘ଜାତୀୟ ପତାକା’ ଉତ୍ତୋଳନ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରନ୍ତି ।
→ ଉପକ୍ରମ :
- କେନ୍ଦ୍ର ବ୍ୟବସ୍ଥାପିକା ସଭାକୁ ‘ସଂସଦ’ ବା ‘ପାର୍ଲାମେଣ୍ଟ’ କୁହାଯାଏ । ରାଷ୍ଟ୍ରପତି, ଲୋକସଭା ଏବଂ ରାଜ୍ୟସଭାକୁ ନେଇ ସଂସଦ ଗଠିତ ।
- ଏହି ଦ୍ୱି-ସଦନୀୟ ସଂସଦର ନିମ୍ନ ସଦନକୁ ‘ଲୋକସଭା’ ଓ ଉଚ୍ଚସଦନକୁ ‘ରାଜ୍ୟସଭା’ କୁହାଯାଏ ।
- ଲୋକସଭା ହେଉଛି ଲୋକମାନଙ୍କର ସଭା । ଏହା ଜନସାଧାରଣଙ୍କଦ୍ବାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ନେଇ ଗଠିତ ।
- ରାଜ୍ୟସଭା ସଂଘୀୟ ନୀତି ଉପରେ ଆଧାରିତ । ଏହି ସଭା ରାଜ୍ୟମାନଙ୍କୁ ପ୍ରତିନିଧୁତ୍ଵ କରେ ।
- ରାଜ୍ୟସଭା ରାଜ୍ୟର ବିଧାନମଣ୍ଡଳର ନିର୍ବାଚିତ ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ଗଠିତ ।
→ ଲୋକସଭା :
- ଲୋକସଭା ଦେଶର ନାଗରିକମାନଙ୍କଦ୍ୱାରା ସାର୍ବଜନୀନ ସାବାଳକ ଭୋଟ ପ୍ରଥା ମାଧ୍ୟମରେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ଗଠିତ ।
- ମନେରଖ : ବର୍ତ୍ତମାନ ଲୋଭସଭାର ସଭ୍ୟସଂଖ୍ୟା ୫୪୫ । ସେଥିରୁ ୫୩୦ ଜଣ ରାଜ୍ୟମାନଙ୍କରୁ, ୧୩ ଜଣ କେନ୍ଦ୍ରଶାସିତ ଅଞ୍ଚଳରୁ ନିର୍ବାଚିତ ହୋଇ ଆସିଛନ୍ତି ଏବଂ ୨ଜଣ ଆଗ୍ଲୋ ଭାରତୀୟଙ୍କୁ ରାଷ୍ଟ୍ରପତି ମନୋନୀତ କରିଛନ୍ତି ।
- ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଲୋକସଭାର ସର୍ବମୋଟ ସଭ୍ୟସଂଖ୍ୟା ସର୍ବାଧିକ ୫୫୨ ହୋଇପାରିବ । ଏଥିରେ ୫୩୦ ଜଣ ବିଭିନ୍ନ ରାଜ୍ୟରୁ ଓ ସର୍ବାଧିକ ୨୦ଜଣ କେନ୍ଦ୍ରଶାସିତ ଅଞ୍ଚଳରୁ ନିର୍ବାଚିତ ହେବେ ଏବଂ ୨ଜଣ ଆଙ୍ଗୋ ଭାରତୀୟଙ୍କୁ ରାଷ୍ଟ୍ରପତି ମନୋନୀତ କରିପାରିବେ ।
- ଓଡ଼ିଶାରୁ ଲୋଭସଭାରେ ୨୧ଜଣ ସଭ୍ୟ ଅଛନ୍ତି ।
(୧) ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
(୨) ତାଙ୍କର ବୟସ ଅନ୍ୟୁନ ୨୫ ବର୍ଷ ହୋଇଥିବ ।
(୩) ସେ ଜଣେ ଦେବାଳିଆ ବା ମସ୍ତିଷ୍କ ବିକୃତ ବ୍ୟକ୍ତି ହୋଇ ନ ଥିବେ ।
(୪) ସେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଅଧୀନରେ କୌଣସି ଲାଭଜନକ ପଦବୀରେ ରହି ନଥିବେ ।
(୫) ସଂସଦଦ୍ଵାରା ପ୍ରଣୀତ ଆଇନଦ୍ୱାରା ନିର୍ଦ୍ଦେଶିତ ଅନ୍ୟାନ୍ୟ ଯୋଗ୍ୟତା ତାଙ୍କର ଥିବ । - ଲୋକସଭାର କାର୍ଯ୍ୟକାଳ ୫ ବର୍ଷ । ୫ ବର୍ଷ କାର୍ଯ୍ୟକାଳ ଶେଷ ହେଲେ ଲୋକସଭାକୁ ଆନୁଷ୍ଠାନିକ ଭାବେ ଭଙ୍ଗ କରାଯାଏ । ମାତ୍ର ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଏହାକୁ ୫ ବର୍ଷ ପୂର୍ବରୁ ଭାଙ୍ଗି ଦେଇପାରନ୍ତି ।
- ଲୋକସଭାର ଅଧିବେଶନ ଅନ୍ୟୁନ ବର୍ଷକୁ ଦୁଇଥର ବସେ । ଲୋକସଭାର ଅଧିବେଶନ ବସିବାର କାର୍ଯ୍ୟକାଳ ବର୍ଷକୁ ୧୨୦ରୁ ୧୫୦ ଦିନ ହୋଇଥାଏ ।
- କୌଣସି ସଭ୍ୟ ଗୃହର ବିନାନୁମତିରେ ଗୃହର ସମସ୍ତ ଅଧିବେଶନରୁ ୬୦ ଦିନ ପର୍ଯ୍ୟନ୍ତ ଲଗାତର ଅନୁପସ୍ଥିତ ରହିଲେ, ସେ ତାଙ୍କର ସଭ୍ୟପଦ ହରାନ୍ତି । ସମସ୍ତ ସଭ୍ୟ ନିର୍ଦ୍ଧାରିତ ବେତନ ଓ ଭତ୍ତା ପାଆନ୍ତି ।
- ମନେରଖ : ଯେଉଁ ନୂନତମ ସଂଖ୍ୟକ ସଭ୍ୟଙ୍କ ଉପସ୍ଥିତି ସଭାକାର୍ଯ୍ୟ ଆରମ୍ଭ କରିବାପାଇଁ ନିହାତି ଜରୁରୀ ତାହାକୁ ‘କୋରମ’ କୁହାଯାଏ । ଲୋକସଭାର କୋରମ ସଂଖ୍ୟା ୫୫ ।
→ ବାଚସ୍ପତି :
- ଲୋକସଭାର ପ୍ରଥମ ବୈଠକରେ ଲୋକସଭାର ସଭ୍ୟମାନେ ନିଜ ମଧ୍ୟରୁ ଜଣକୁ ବାଚସ୍ପତି ଭାବେ ନିର୍ବାଚିତ କରିଥାଆନ୍ତି । ସେ ଲୋକସଭାର ଅଧ୍ୟକ୍ଷଭାବେ କାର୍ଯ୍ୟ କରନ୍ତି ।
- ସାଧାରଣତଃ ଶାସକ ଦଳର ଜଣେ ସଭ୍ୟ ବାଚସ୍ପତି ହୋଇଥା’ନ୍ତି; ମାତ୍ର ବାଚସ୍ପତି ଭାବେ ନିର୍ବାଚିତ ହେବାପରେ ସେ ଦଳୀୟ ଆନୁଗତ୍ୟରୁ ଅଲଗା ରହି ନିରପେକ୍ଷତା ଅବଲମ୍ବନ କରିଥାଆନ୍ତି ।
- ବାଚସ୍ପତି ଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି । ସଭ୍ୟମାନଙ୍କର ଅଧିକାର ଓ ସୁବିଧା ସୁଯୋଗକୁ ସେ ସୁରକ୍ଷା ପ୍ରଦାନ କରନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ସେ ସଦସ୍ୟମାନଙ୍କୁ ଗୃହରୁ ବହିଷ୍କାର ବା ନିଲମ୍ବିତ କରନ୍ତି ।
- ଯେତେବେଳେ ଲୋକସଭାରେ ଗୋଟିଏ ଚିଠା ଆଇନ (ବିଲ୍) ବା ଆଗତ ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ, ସେତେବେଳେ ବାଚସ୍ପତି ତାଙ୍କର ‘ନିର୍ଣ୍ଣାୟକ ଭୋଟ (Casting Vote) ପ୍ରଦାନ କରି ଚିଠା ଆଇନ (ବିଲ୍) ବା ଆଗତ ପ୍ରସ୍ତାବଟିର ଭାଗ୍ୟ ନିର୍ଦ୍ଧାରଣ କରିଥାଆନ୍ତି ।
- ଲୋକସଭାର ସଭ୍ୟମାନଙ୍କଦ୍ବାରା ଜଣେ ଉପବାଚସ୍ପତି ନିର୍ବାଚିତ ହୋଇଥାଆନ୍ତି । ବାଚସ୍ପତିଙ୍କ ଅନୁପସ୍ଥିତିରେ ସେ ଗୃହକାର୍ଯ୍ୟ ପରିଚାଳନା କରନ୍ତି । ପରମ୍ପରା ଅନୁସାରେ ଜଣେ ବିରୋଧୀ ଦଳର ସଭ୍ୟ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଥାଆନ୍ତି ।
→ ରାଜ୍ୟସଭା :
- ରାଜ୍ୟସଭା ହେଉଛି ସଂସଦର ଉଚ୍ଚ ସଦନ । ଏହା ରାଜ୍ୟମାନଙ୍କର ପ୍ରତିନିଧୂ କରେ ।
- ମନେରଖ : ରାଜ୍ୟସଭାର ସର୍ବାଧିକ ସଭ୍ୟସଂଖ୍ୟା ୨୫୦ । ଏଥିରୁ ୨୩୮ ଜଣ ସଭ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପରୋକ୍ଷ ଭାବେ ନିର୍ବାଚିତ ହୁଅନ୍ତି ଏବଂ ୧୨ ଜଣ ସଭ୍ୟଙ୍କୁ ରାଷ୍ଟ୍ରପତି ମନୋନୀତ କରନ୍ତି ।
- ରାଜ୍ୟସଭାର ସଭ୍ୟ ହେବାପାଇଁ ଜଣେ ବ୍ୟକ୍ତିଙ୍କୁ ଅତିକମ୍ରେ ୩୦ ବର୍ଷ ବୟସ ହୋଇଥିବା ଆବଶ୍ୟକ । ଅନ୍ୟ ସମସ୍ତ ଯୋଗ୍ୟତା ଲୋକସଭାର ସଦସ୍ୟ ପଦର ଯୋଗତା ସହ ସମାନ ।
- ରାଜ୍ୟସଭା ଏକ ସ୍ଥାୟୀ ସଭା । ଏହାର ବିଲୟ ଘଟେ ନାହିଁ ।
- ରାଜ୍ୟସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇନଥାଏ ।
- ରାଜ୍ୟସଭାର ସଭ୍ୟମାନେ ୬ ବର୍ଷ ପାଇଁ ନିର୍ବାଚିତ ବା ମନୋନୀତ ହୋଇଥାଆନ୍ତି ।
- ରାଜ୍ୟସଭାର ଏକ-ତୃତୀୟାଂଶ ସଭ୍ୟ ପ୍ରତି ୨ ବର୍ଷରେ ଅବସର ଗ୍ରହଣ କରିଥାଆନ୍ତି । ତେଣୁ ପ୍ରତି ୨ ବର୍ଷରେ ଥରେ ରାଜ୍ୟସଭା ପାଇଁ ନିର୍ବାଚନ କରାଯାଇ ଏକ-ତୃତୀୟାଂଶ ସଭ୍ୟପଦ ପୂରଣ କରାଯାଇଥାଏ ।
- ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ଅଟନ୍ତି ।
- ସେ ରାଜ୍ୟସଭାରେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ସହିତ ଗୃହର ସଭାକାର୍ଯ୍ୟ ସମ୍ପାଦନ କରିଥାଆନ୍ତି ।
- ସେ ରାଜ୍ୟସଭାରେ ଗୃହର ନୀତି ନିୟମଗୁଡ଼ିକ ବ୍ୟାଖ୍ୟା କରନ୍ତି । ସଭ୍ୟମାନଙ୍କର ଅଧିକାର ଓ ସୁବିଧା ସୁଯୋଗର ସୁରକ୍ଷା କରନ୍ତି ।
- ଲୋକସଭାର ଉପବାଚସ୍ପତିଙ୍କ ପରି ରାଜ୍ୟସଭାରେ ଜଣେ ନିର୍ବାଚିତ ଉପାଧ୍ୟକ୍ଷ ଅଛନ୍ତି । ସେ ରାଜ୍ୟସଭାର ସଭ୍ୟମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି । ଅଧ୍ୟକ୍ଷଙ୍କର ଅନୁପସ୍ଥିତିରେ ଉପାଧ୍ୟକ୍ଷ ଗୃହକାର୍ଯ୍ୟ ପରିଚାଳନା କରନ୍ତି ।
→ ସଂସଦର କ୍ଷମତା ଓ କାର୍ଯ୍ୟାବଳୀ :
- ସଂସଦ ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପ ଓ ନୀତିଗୁଡ଼ିକ ଉପରେ ଆଲୋଚନା, ମନ୍ତ୍ରୀମାନଙ୍କୁ ପ୍ରଶ୍ନୋତ୍ତର ଆଦି କାର୍ଯ୍ୟକ୍ରମଦ୍ବାରା କାର୍ଯ୍ୟପାଳିକାକୁ ନିୟନ୍ତ୍ରଣ କରିଥାଏ ।
- ସଂସଦର ବିନା ଅନୁମୋଦନରେ ସରକାର କୌଣସି ଖର୍ଚ୍ଚ କିମ୍ବା ଟିକସ ଆଦାୟ କରିପାରନ୍ତି ନାହିଁ ।
- ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ସାଂସଦମାନେ ଭାଗ ନିଅନ୍ତି ।
- ସଂସଦଦ୍ୱାରା ରାଷ୍ଟ୍ରପତିଙ୍କୁ ମହାଭିଯୋଗ ପ୍ରସ୍ତାବଦ୍ଵାରା ପଦଚ୍ୟୁତ କରାଯାଇପାରେ ।
- ସଂସଦ ସମ୍ବିଧାନ ସଂଶୋଧନ କରିଥାଏ ।
- ମନେରଖ : ସଂସଦ କେନ୍ଦ୍ର ତାଲିକା ଏବଂ ଯୁଗ୍ମ ତାଲିକାଭୁକ୍ତ ସମସ୍ତ ବିଷୟରେ ଆଇନ ପ୍ରଣୟନ କରେ ।
→ ସଂସଦରେ ଆଗତ ପ୍ରଣୟନ ପଦ୍ଧତି :
- ସଂସଦରେ ଆଗତ ପ୍ରସ୍ତାବିତ ଆଇନକୁ ଚିଠା ଆଇନ (ବିଲ୍) କୁହାଯାଏ ।
- ଚିଠା ଆଇନ ବା ବିଲ୍ଗୁଡ଼ିକ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଏ; ଯଥା— (କ) ସାଧାରଣ ବିଲ୍ (Non-money Bill) (H) UÙ D2018 ÔM (Money Bill)
- ସାଧାରଣ ବିଲ୍ : ସାଧାରଣ ବିଲ୍ ଯେକୌଣସି ଗୃହରେ ଆଗତ କରାଯାଇପାରିବ । ଏହା ଗୃହରେ ଉପସ୍ଥାପିତ ହେବାପରେ ତିନିଗୋଟି ପାଠ (Three Readings) ମାଧ୍ୟମରେ ଗୃହୀତ ହୁଏ । ପ୍ରଥମ ପାଠ ସମୟରେ କେବଳ ବିଲ୍ର ଉଦ୍ଦେଶ୍ୟ ଏବଂ ଶିରୋନାମା (Title) ପାଠ କରାଯାଏ । ଦ୍ଵିତୀୟ ପାଠ ସମୟରେ ବିଲ୍ ଉପରେ ଗୃହରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଏ । ଆବଶ୍ୟକ ସ୍ଥଳେ ବିଲ୍ ଯାଞ୍ଚ କମିଟିକୁ ପ୍ରେରିତ ହୋଇଥାଏ ବା ଜନମତ ସଂଗ୍ରହ ପାଇଁ ଜନସାଧାରଣଙ୍କ ନିକଟକୁ ପଠାଯାଏ । ତୃତୀୟ ପାଠ ସମୟରେ ବିଲ୍ ଉପରେ ମତଦାନ ବା ଭୋଟ ଗ୍ରହଣ କରାଯାଏ । ସଂଖ୍ୟାଧିକ ସମର୍ଥନରେ ବିଲ୍ ଗୃହୀତ ହେବାପରେ ବିଲ୍ ଅନ୍ୟଗୃହକୁ ପ୍ରେରିତ ହୋଇଥାଏ । ସେହି ଗୃହରେ ମଧ୍ଯ ବିଲ୍ ତିନିଗୋଟି ପାଠ ଦେଇ ଗତି କରେ । ଉଭୟ ଗୃହରେ ବିଲ୍ ଗୃହୀତ ହେବାରେ ରାଷ୍ଟ୍ରପତିଙ୍କ ନିକଟକୁ ତାଙ୍କ ‘ସମ୍ମତି’ ପାଇଁ ପଠାଯାଏ । ରାଷ୍ଟ୍ରପତିଙ୍କ ‘ସମ୍ମତି’ ପାଇବା ପରେ ଚିଠା ଆଇନଟି ପୂର୍ଣ୍ଣାଙ୍ଗ ଆଇନ (Act)ରେ ପରିଣତ ହୁଏ ।
- ମନେରଖ : ଗୋଟିଏ ବିଲ୍ ‘ଅର୍ଥବିଲ୍’ କି ନୁହେଁ, ତାହା ଲୋକସଭାର ବାଚସ୍ପତି ନିଷ୍ପତ୍ତି କରିଥାଆନ୍ତି ।
- ଅର୍ଥ ସମ୍ବନ୍ଧୀୟ ବିଲ୍ : ପ୍ରତ୍ୟେକ ଅର୍ଥବିଲ୍ କେବଳ ଲୋକସଭାରେ ପ୍ରଥମେ ଆଗତ ହୋଇଥାଏ । ଅର୍ଥବିଲ୍ ଆଗତ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କର ପ୍ରାକ୍-ଅନୁମତି ପାଇବା ଏକାନ୍ତ ଆବଶ୍ୟକ । ଅର୍ଥବିଲ୍ଟି ଲୋକସଭାରେ ଗୃହୀତ ହେଲାପରେ ବାଚସ୍ପତିଙ୍କ ସାଟିଫିକେଟ ସହ ରାଜ୍ୟସଭାରେ ଗୃହୀତ ହେବାପାଇଁ ସେହି ଗୃହକୁ ପଠାଯାଏ । ରାଜ୍ୟସଭା ୧୪ ଦିନ ମଧ୍ୟରେ ଯଦି ବିଲ୍କୁ ଅନୁମୋଦନ କରି ଲୋକସଭାକୁ ନ ପଠାଏ, ତାହା ହେଲେ ଅର୍ଥବିଲ୍ଟି ରାଜ୍ୟସଭାଦ୍ଵାରା ଗୃହୀତ ହୋଇଛି ବୋଲି ଧରି ନିଆଯାଏ । ଅର୍ଥବିଲ୍ ଉଭୟ ଗୃହରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ‘ସମ୍ମତି’ ପାଇଁ ପଠାଯାଏ । ଅର୍ଥବିଲ୍ ରାଷ୍ଟ୍ରପତିଙ୍କ ପୂର୍ବାନୁମୋଦନ ସହିତ ଗୃହରେ ଆଗତ ହୋଇଥିବାରୁ ରାଷ୍ଟ୍ରପତି ଅର୍ଥବିଲ୍କୁ ‘ସମ୍ମତି’ ଦେଇଥାଆନ୍ତି । ରାଜ୍ୟସଭା ଅର୍ଥବିଲ୍କୁ ନାମଞ୍ଜୁର କିମ୍ବା ସଂଶୋଧ କରିପାରେ ନାହିଁ ।
ଗ) ଭାରତର ସର୍ବୋଚ୍ଚ ନ୍ୟାୟାଳୟ (Supreme Court of India)
→ ଉପକ୍ରମ :
- ସର୍ବୋଚ୍ଚ ନ୍ୟାୟାଳୟ ସଂଘୀୟ ରାଷ୍ଟ୍ରର ଏକ ଅତ୍ୟାବଶ୍ୟକ ଅଙ୍ଗ ।
- କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ କରିବା ଏବଂ ସମ୍ବିଧାନର ବ୍ୟାଖ୍ୟା କରିବା ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ କାର୍ଯ୍ୟ ।
- ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟରେ ଜଣେ ପ୍ରଧାନ ବିଚାରପତି ଏବଂ ଅନ୍ୟ ୨୫ ଜଣ ବିଚାରପତି ଅଛନ୍ତି । ବିଚାରପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି । ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ସମୟରେ ରାଷ୍ଟ୍ରପତି ଆବଶ୍ୟକ ମନେକଲେ ସୁପ୍ରିମ୍ କୋର୍ଟ ବା ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟ ବିଚାରପତି ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସହିତ ପରାମର୍ଶ କରିପାରନ୍ତି ।
- ମନେରଖ : ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍କୋର୍ଟ ୧୯୫୦ ମସିହା ଜାନୁୟାରୀ ମାସ ୨୬ ତାରିଖରେ ଜନ୍ମ ନେଇଥିଲା । ଏହା ଦିଲ୍ଲୀରେ ଅବସ୍ଥିତ ।
- ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦ ପାଇଁ ବ୍ୟକ୍ତି ଜଣେ ଭାରତୀୟ ନାଗରିକ ହୋଇଥବେ, ଏକା ବା ଏକାଧିକ ନ୍ୟାୟାଳୟରେ ଅନ୍ୟୁନ ୫ ବର୍ଷପାଇଁ ବିଚାରପତିଭାବେ କାର୍ଯ୍ୟ କରିଥିବେ ଏକ ବା ଏକାଧିକ ଉଚ୍ଚ ନ୍ୟାୟାଳୟରେ ଏକାଦିକ୍ରମ ୧୦ ବର୍ଷ ଆଇନଜୀବୀଭାବେ କାର୍ଯ୍ୟ କରିଥିବେ ଓ ରାଷ୍ଟ୍ରପତିଙ୍କ ମତରେ ସେ ଜଣେ ବିଶିଷ୍ଟ ଆଇନଜ୍ଞ ହୋଇଥିବେ ।
- ଜଣେ ବିଚାରପତି ପ୍ରମାଣିତ ଅସଦାଚରଣ କିମ୍ବା ଶାରୀରିକ ଅସାମର୍ଥ୍ୟ କାରଣରୁ ସଂସଦର ଅନୁମୋଦନ କ୍ରମେ ରାଷ୍ଟ୍ରପତିଙ୍କଦ୍ୱାରା ପଦଚ୍ୟୁତ ହୁଅନ୍ତି । ଏହି ପଦ୍ଧତି ଅତ୍ୟନ୍ତ ଜଟିଳ ।
- ବିଚାରପତିଙ୍କର ପଦଚ୍ୟୁତି ପ୍ରସ୍ତାବ ସଂସଦର ଉଭୟ ଗୃହରେ ପ୍ରତ୍ୟେକ ଗୃହର ସର୍ବମୋଟ ସଦସ୍ୟଙ୍କର ଅଦ୍ଧାତ୍ମକ ବିଚାରପତିଙ୍କର ପଦଚ୍ୟୁତି ପ୍ରସ୍ତାବ ସଂସଦର ଉଭୟ ଗୃହରେ ପ୍ରତ୍ୟେକ ଗୃହର ସର୍ବମୋଟ ସଦସ୍ୟଙ୍କର ଅର୍ଦ୍ଧାଧିକ ରାଷ୍ଟ୍ରପତି ତାଙ୍କୁ ପଦଚ୍ୟୁତ କରିପାରିବେ ।
- ମନେରଖ : ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ ୬୫ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ।
→ ସର୍ବୋଚ୍ଚ ନ୍ୟାୟାଳୟର କ୍ଷେତ୍ରାଧୁକାର ଓ କାର୍ଯ୍ୟାବଳୀ
- ସର୍ବୋଚ୍ଚ ନ୍ୟାୟାଳୟର କ୍ଷେତାଧିକାରକ ତିନିଭାଗରେ ବିଭକ୍ତ କରାଯାଇଅଛି; ଯଥା –
- ସର୍ବୋଚ୍ଚ ନ୍ୟାୟାଳୟ ଏକ ସଂଘୀୟ ନ୍ୟାୟାଳୟ ହୋଇଥିବାରୁ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ମଧ୍ୟରେ ବା ରାଜ୍ୟ – ରାଜ୍ୟମାନଙ୍କ ମଧ୍ୟରେ ବିବାଦ ଉପୁଜିଲେ, ତାହାର ନ୍ୟାୟିକ ସମାଧାନ ଏହି ସର୍ବୋଚ୍ଚ ନ୍ୟାୟାଳୟ କରିପାରିବ । ସର୍ବୋଚ୍ଚ ନ୍ୟାୟାଳୟ ନାଗରିକମାନଙ୍କର ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଥାଏ ।
- ସର୍ବୋଚ୍ଚ ନ୍ୟାୟାଳୟରେ ଉଚ୍ଚ ନ୍ୟାୟାଳୟ, ସାମରିକ ନ୍ୟାୟାଳୟ ତଥା କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଳୟର ରାୟ ବିରୁଦ୍ଧରେ ଆବେଦନ କରାଯାଇଥାଏ । ଏହି ଆବେଦନ କ୍ଷେତ୍ରାଧ୍ୟାର ତିନିପ୍ରକାରର; ଯଥା— (କ) ସାମ୍ବିଧାନିକ (ଖ) ଦେୱାନୀ, (ଗ) ଫୌଜଦାରୀ ।
- ସର୍ବୋଚ୍ଚ ନ୍ୟାୟାଳୟ ରାଷ୍ଟ୍ରପତିଙ୍କୁ ଜନସ୍ବାର୍ଥ ଜଡ଼ିତ ପ୍ରଶ୍ନ ଉପରେ ପରାମର୍ଶ ପ୍ରଦାନ କରିଥାଏ ।
- ସଂସଦ ବା ବିଧାନମଣ୍ଡଳଦ୍ଵାରା ପ୍ରଣୀତ ଆଇନ ସମ୍ବିଧାନ ବିରୋଧୀ ହୋଇଥିଲେ, ନ୍ୟାୟିକ ପୁନରାବଲୋକନ କ୍ଷମତା ବଳରେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଅସିଦ୍ଧ ଘୋଷଣା କରନ୍ତି ।
- କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକାର ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟକଳାପ ବିରୋଧରେ ଜନସ୍ବାର୍ଥ ସମ୍ବଳିତ ମୋକଦ୍ଦମା ସର୍ବୋଚ୍ଚ ନ୍ୟାୟାଳୟରେ ଆଗତ କରାଯାଇପାରିବ ।
ଆମେ କ’ଣ ଶିଖୁଲେ ?
- ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥାର ପ୍ରଚଳନ ।
- ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଶାସନମୁଖ୍ୟ ହିସାବରେ ରାଷ୍ଟ୍ରପତିଙ୍କ କାର୍ଯ୍ୟ ।
- ରାଷ୍ଟ୍ରପତିଙ୍କ ସାମ୍ବିଧାନିକ ଦାୟିତ୍ଵ ଓ କର୍ତ୍ତବ୍ୟ ।
- ଆମ ଦେଶର ବାସ୍ତବ କାର୍ଯ୍ୟପାଳିକା ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ କାର୍ଯ୍ୟ ।
- ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ମନ୍ତ୍ରୀମାନଙ୍କୁ ନିଯୁକ୍ତ କରିବା ଓ ବିଭାଗ ବଣ୍ଟନ କରିବା ।
- ସଂସଦ ନିକଟରେ ମନ୍ତ୍ରୀପରିଷଦ ସାମୂହିକ ଭାବରେ ଉତ୍ତରଦାୟୀ ହେବା ।
- ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କୁ ନେଇ ସଂସଦ ଗଠିତ ହେବା ।
- ସଂସଦର ଦୁଇ ଗୃହର ସଭ୍ୟସଂଖ୍ୟା ସ୍ଥିରୀକୃତ ହେବା ଓ ଏଥିରେ ଥିବା ନିର୍ବାଚିତ ଓ ମନୋନୀତ ସଭ୍ୟ ।
- ସଂସଦ ଆଇନ ପ୍ରଣୟନ କରୁଥିବା କେନ୍ଦ୍ର ତାଲିକା, ଯୁଗ୍ମ ତାଲିକା ଓ ରାଜ୍ୟ ତାଲିକା ।
- ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଗଠନ ଓ ବିଚାରପତିଙ୍କ ସଂଖ୍ୟା ଓ ତିନିପ୍ରକାରର କ୍ଷେତ୍ରାଧ୍ୟାର ।
- ସମ୍ବିଧାନର ରକ୍ଷାକର୍ତ୍ତା ଭାବରେ ନ୍ୟାୟିକ ପୁନରାବଲୋକନ କ୍ଷମତା ଉପଭୋଗ କରିବା ।
- ମହାଭିଯୋଗ : ରାଷ୍ଟ୍ରପତିଙ୍କୁ ଯେଉଁ ପଦ୍ଧତିରେ ବହିଷ୍କୃତ କରାଯାଇଥାଏ ।
- ସମ୍ବିଧାନ : ଦେଶର ସର୍ବୋଚ୍ଚ ଆଇନ ସଂହିତା । ଏଥିରେ ଦେଶ ଓ ସରକାର ଗଠନ, ବିଭିନ୍ନ ଅନୁଷ୍ଠାନ ଓ କର୍ମକର୍ତ୍ତାମାନଙ୍କର ସ୍ଥିତି, ପ୍ରକୃତି, କ୍ଷମତା ଓ କାର୍ଯ୍ୟାବଳୀ ବର୍ଣିତ ହୋଇଥାଏ ।
- ପ୍ରୋରୋଗ : ସଂସଦର ଅଧିବେଶନକୁ ରାଷ୍ଟ୍ରପତି ଆଗାମୀ ଅଧୂବେଶନ ପର୍ଯ୍ୟନ୍ତ ମୁଲତବୀ ବା ସ୍ଥଗିତ ଘୋଷଣା କରିବା ।
- ମିଳିତ ଅନ୍ଵେଶନ : ରାଜ୍ୟସଭା ଓ ଲୋକସଭାର ମିଳିତ ବୈଠକ । ଏଥରେ ଲୋକସଭାର ବାଚସ୍ପତି କରିବା ।
- ଜରୁରୀ ପରିସ୍ଥିତି : ଦେଶର ସୁରକ୍ଷା ବିପନ୍ନ ହେଲେ ରାଷ୍ଟ୍ରପତି ଜାତୀୟ ଜରୁରୀ ଘୋଷଣା କରିପାରିବେ । ଧାରା – ୩୫୨ ଜାତୀୟ ଜରୁରୀ, ଧାରା – ୩୫୬ ରାଜ୍ୟ ଜରୁରୀ ଓ ଧାରା – ୩୬୦ ଆର୍ଥକ ଜରୁରୀ ପରିସ୍ଥିତି ।
- ଝୁଲା ସଂସଦ : ଯେତେବେଳେ ଲୋକସଭାରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିପାରେ ନାହିଁ, ସେତେବେଳେ ଗଠିତ ହେଉଥିବା ସଂସଦ ।
- ଅନାସ୍ଥା ପ୍ରସ୍ତାବ : ଯେତେବେଳେ ବିରୋଧୀ ଦଳମାନେ ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୁଅନ୍ତି, ସେତେବେଳେ ସେମାନେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରିନ୍ତି । ପ୍ରସ୍ତାବଟି ବହୁମତରେ ଗୃହୀତ ହେଲେ ସରକାର ଇସ୍ତଫା ପ୍ରଦାନ କରନ୍ତି ।
- ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ : ସଂସଦ ଅଧ୍ଵଂଶନର ପ୍ରତିଦିନର ପ୍ରଥମ ଏକ ଘଣ୍ଟା (ସାଧାରଣତଃ ଦିନ ୧୧ଟାରୁ ୧୨ ଟା ପର୍ଯ୍ୟନ୍ତ) ସମୟ ।
- ବଜେଟ୍ : ସରକାରଙ୍କର ବାର୍ଷିକ ଆୟବ୍ୟୟ ଅଟକଳକୁ ‘ବଜେଟ୍’ କୁହାଯାଏ ।
- ଶୂନ୍ୟକାଳ (Zero Hour) : ଏହା ମଧ୍ୟାହ୍ନ ୧୨ଟା ଠାରୁ ଅପରାହ୍ନ ୧ଟା ବା ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ସମୟ ।