BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

Odisha State Board BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର will enable students to study smartly.

BSE Odisha Class 8 Political Science Notes Chapter 2 ରାଜ୍ୟ ସରକାର

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
(କ) କାର୍ଯ୍ୟପାଳିକା

→ ଉପକ୍ରମ :

  • ଆମ ସମ୍ବିଧାନର ସଂଘୀୟ ଶାସନ ବ୍ୟବସ୍ଥା ଅନୁସାରେ କେନ୍ଦ୍ରରେ କେନ୍ଦ୍ର ସରକାର ଓ ପ୍ରତି ରାଜ୍ୟରେ ଗୋଟିଏ ଲେଖାଏଁ ରାଜ୍ୟ ସରକାର ରହିଛି ।
  • କେନ୍ଦ୍ର ସରକାରଙ୍କ ପରି ପ୍ରତ୍ୟେକ ରାଜ୍ୟ ସରକାରରେ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ରହିଛି ।
  • ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀପରିଷଦକୁ ନେଇ ରାଜ୍ୟ ସରକାରଙ୍କ କାର୍ଯ୍ୟପାଳିକା ଗଠିତ ।
  • ରାଜ୍ୟ ବ୍ୟବସ୍ଥାପିକା କହିଲେ ରାଜ୍ୟପାଳ ଓ ଏକ ବା ଦ୍ୱି-ସଦନୀୟ ରାଜ୍ୟ ବିଧାନମଣ୍ଡଳକୁ ବୁଝାଏ ।
  • ଭାରତର ୨୯ ଗୋଟି ରାଜ୍ୟ ମଧ୍ୟରୁ ୭ ଗୋଟି ରାଜ୍ୟ; ଯଥା— ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର ଓ ଆନ୍ଧ୍ରପ୍ରଦେଶରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ରହିଛି । ଅବଶିଷ୍ଟ ରାଜ୍ୟରେ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ; ଯଥା— ଦିଲ୍ଲୀ ଓ ପୁଦୁଚେରୀରେ କେବଳ ବିଧାନସଭା ଅଛି ।
  • ନୂତନ ରାଜ୍ୟ ତେଲେଙ୍ଗାନାର ମଧ୍ଯ ବିଧାନ ପରିଷଦ ରହିବାର ବ୍ୟବସ୍ଥା ଅଛି ।

→ ରାଜ୍ୟପାଳ:

  • ରାଜ୍ୟପାଳ ରାଜ୍ୟର ସାମ୍ବିଧାନିକ ଶାସନମୁଖ୍ୟ । ତାଙ୍କରି ନାମରେ ରାଜ୍ୟ ଶାସନ ପରିଚାଳିତ ହୁଏ ।
  • ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗଠିତ ମନ୍ତ୍ରିପରିଷଦର ସାହାଯ୍ୟ ଓ ପରାମର୍ଶ କ୍ରମେ ରାଜ୍ୟପାଳ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତି ।
  • ନୂତନ ତଥ୍ୟ : ଓଡ଼ିଶାର ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଝାଡ଼ଖଣ୍ଡର ରାଜ୍ୟପାଳ, ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ।
  • ମନେରଖ : ସାମ୍ବିଧାନିକ ବ୍ୟବସ୍ଥାନୁଯାୟୀ ଗୋଟିଏ ରାଜ୍ୟ ବା ଏକାଧ୍ଵ ରାଜ୍ୟ ପାଇଁ ଜଣେ ରାଜ୍ୟପାଳ ନିଯୁକ୍ତ ହୋଇଥା’ନ୍ତି ।

→ ନିଯୁକ୍ତି ଓ କାର୍ଯ୍ୟକାଳ :

  • ରାଜ୍ୟପାଳମାନେ ନିର୍ବାଚିତ ହୁଅନ୍ତି ନାହିଁ । ସେମାନେ ରାଷ୍ଟ୍ରପତିଙ୍କଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ପାଞ୍ଚ ବର୍ଷ ପାଇଁ ନିଯୁକ୍ତ ହୁଅନ୍ତି । ଜଣେ ବ୍ୟକ୍ତି ଏକାଧ୍ଵବାର ରାଜ୍ୟପାଳ ଭାବରେ ନିଯୁକ୍ତି ପାଇବାରେ ବାଧା ନାହିଁ ।
  • ରାଜ୍ୟପାଳ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ସମ୍ବୋଧନ କରି ଇସ୍ତଫା ପତ୍ର ଲେଖୁ ଇସ୍ତଫା ଦେଇପାରନ୍ତି ବା ରାଷ୍ଟ୍ରପତିଙ୍କଦ୍ୱାରା ପଦଚ୍ୟୁତ ହୋଇପାରନ୍ତି ।
  • ମନେରଖ : ପରମ୍ପରା ଅନୁଯାୟୀ କୌଣସି ରାଜ୍ୟର ଅଧ୍ବବାସୀ ସେହି ରାଜ୍ୟର ରାଜ୍ୟପାଳ ପଦରେ ନିଯୁକ୍ତି ପାଇ ନଥା’ନ୍ତି ।
  • ରାଷ୍ଟ୍ରପତିଙ୍କ ମର୍ଜି ଉପରେ ରାଜ୍ୟପାଳ ନିଜ ପଦରେ ରହନ୍ତି ।
  • କୌଣସି ସମୟରେ ରାଜ୍ୟପାଳ ଛୁଟିରେ ଗଲେ କିମ୍ବା ଅନ୍ୟ କୌଣସି କାରଣରୁ ରାଜ୍ୟପାଳ ପଦ ଶୂନ୍ୟ ପଡ଼ିଲେ ପଡ଼ୋଶୀ ରାଜ୍ୟର ରାଜ୍ୟପାଳ ବା ସେହି ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅସ୍ଥାୟୀଭାବରେ ରାଜ୍ୟପାଳ ଦାୟିତ୍ଵରେ ରହନ୍ତି ।
  • ନବନିଯୁକ୍ତ ରାଜ୍ୟପାଳଙ୍କୁ ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶପଥ ପାଠ କରାନ୍ତି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • ତାଙ୍କର ବୟସ ୩୫ ବର୍ଷରୁ ଊର୍ଦ୍ଧ୍ୱ ହୋଇଥ‌ିବ ।
  • ସେ ଜଣେ ସାଂସଦ ବା ରାଜ୍ୟ ବିଧାନମଣ୍ଡଳର ବିଧାୟକ ହୋଇ ନଥ‌ିବେ ।
  • ସେ କୌଣସି ଲାଭଜନକ ପଦବୀରେ ନଥ‌ିବେ ।
  • ମନେରଖ : ରାଜ୍ୟ ପ୍ରଶାସନ ସଂପର୍କିତ ସମସ୍ତ ନିଷ୍ପତ୍ତି ଓ ତଥ୍ୟ ରାଜ୍ୟପାଳଙ୍କୁ ଅବଗତ କରାଇବା ମୁଖ୍ୟମନ୍ତ୍ରୀଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ।

→ ରାଜ୍ୟପାଳଙ୍କ କ୍ଷମତା :

  • କାର୍ଯ୍ୟପାଳିକା କ୍ଷମତା – ବିଧାନସଭା ନିର୍ବାଚନ ଶେଷ ହୋଇ ଫଳାଫଳ ଘୋଷିତ ହେବାପରେ ରାଜ୍ୟପାଳ ପ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରନ୍ତି । ଏହା ବ୍ୟତୀତ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଜ୍ୟର ମହାଧବକ୍ତା, ଲୋକସେବା ଆୟୋଗର ଅଧକ୍ଷ ଓ ସଦସ୍ୟବୃନ୍ଦ, ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିଯୁକ୍ତ ଦିଅନ୍ତି । ଆବଶ୍ୟକ ସମୟରେ ରାଜ୍ୟପାଳ ରାଜ୍ୟରେ ‘ରାଷ୍ଟ୍ରପତି ଶାସନ’ ଜାରି କରିବାପାଇଁ ରାଷ୍ଟ୍ରପତିଙ୍କୁ ପରାମର୍ଶ ପ୍ରଦାନ କରନ୍ତି ।
  • ବ୍ୟବସ୍ଥାପିକା କ୍ଷମତା– ରାଜ୍ୟପାଳ ରାଜ୍ୟ ବିଧାନମଣ୍ଡଳର ଏକ ଅବିଭକ୍ତ ଅଙ୍ଗ । ରାଜ୍ୟପାଳ ବିଧାନମଣ୍ଡଳର ଏକ ବା ଉଭୟ ଗୃହର ଅଧ‌ିବେଶନ ଆହ୍ୱାନ କରନ୍ତି, ଅଧୂବେଶନର ପରିସମାପ୍ତି (Prorogue) ଘୋଷଣା କରନ୍ତି ଏବଂ ଆବଶ୍ୟକସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ସେ କେବଳ ବିଧାନସଭାକୁ ଭଙ୍ଗ କରିଥାଆନ୍ତି । ନିର୍ବାଚନ ପରବର୍ତ୍ତୀ ନବଗଠିତ ବିଧାନସଭାର ପ୍ରଥମ ଅଧୂବେଶନ ଓ ପ୍ରତିବର୍ଷର ପ୍ରଥମ ଅଧ‌ିବେଶନ ପ୍ରାରମ୍ଭରେ ରାଜ୍ୟପାଳ ତାଙ୍କର ‘ଲିଖତ ଅଭିଭାଷଣ’ ବିଧାନସଭାରେ ପାଠ କରନ୍ତି । ରାଜ୍ୟ ବିଧାନମଣ୍ଡଳରେ ଗୃହୀତ ଚିଠା ଆଇନ ରାଜ୍ୟପାଳଙ୍କ ସମ୍ମତି ପାଇବା ପରେ ଆଇନରେ ପରିଣତ ହୁଏ । ବିଧାନମଣ୍ଡଳ ବା ବିଧାନସଭାର ଅଧିବେଶନ ଚାଲୁ ନଥିବା ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାପାଇଁ ନୂତନ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ସେତେବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ଅଧ୍ୟାଦେଶ (ଅର୍ଡ଼ନାନ୍ସ) ଜାରି କରିଥାଆନ୍ତି ।
  • ଅର୍ଥ ସମ୍ପର୍କିତ କ୍ଷମତା – ରାଜ୍ୟପାଳଙ୍କ ପ୍ରାକ୍ ଅନୁମତି ବିନା କୌଣସି ଅର୍ଥ ସମ୍ପର୍କିତ ଚିଠା ଆଇନ (ଅର୍ଥବିଲ୍) ବିଧାନସଭାରେ ଆଗତ କରାଯାଏ ନାହିଁ । ପ୍ରତ୍ୟେକ ‘ଆର୍ଥିକ ବର୍ଷର’ ଆରମ୍ଭ ପୂର୍ବରୁ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କଦ୍ୱାରା ବିଧାନସଭାରେ ରାଜ୍ୟର ବାର୍ଷିକ ଆୟବ୍ୟୟ-ଅଟକଳ ବା ‘ବଜେଟ୍’ ଉପସ୍ଥାପିତ କରାନ୍ତି । ଏହାଛଡା ‘ଅତିରିକ୍ତ ଖର୍ଚ୍ଚଦାବି’ ମଧ୍ୟ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କଦ୍ବାରା ବିଧାନସଭାରେ ଆଗତ କରାନ୍ତି ।
  • ନ୍ୟାୟିକ କ୍ଷମତା – ଜିଲ୍ଲାସ୍ତରୀୟ ନ୍ୟାୟାଳୟର ବିଚାରପତିମାନଙ୍କୁ ରାଜ୍ୟପାଳ ନିଯୁକ୍ତି ଦିଅନ୍ତି । ରାଜ୍ୟର ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କର ନିଯୁକ୍ତି ସମୟରେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ସହିତ ପରାମର୍ଶ କରନ୍ତି । ରାଜ୍ୟପାଳ ରାଜ୍ୟରେ ପ୍ରଚଳିତ ଆଇନଦ୍ୱାରା ଦଣ୍ଡିତ ଅପରାଧୀମାନଙ୍କର ଦଣ୍ଡକୁ ‘କୋହଳ’ ବା ‘ଲାଘବ’ କରିପାରନ୍ତି ବା ଦଣ୍ଡାଦେଶକୁ ସ୍ଥଗିତ ରଖାରନ୍ତି ।
  • ବିବିଧ କ୍ଷମତା – ରାଜ୍ୟପାଳ ପ୍ରତି ୧୫ ଦିନରେ ଥରେ ରାଜ୍ୟଶାସନ ସମ୍ପର୍କରେ ରାଷ୍ଟ୍ରପତିଙ୍କ ‘ପାକ୍ଷିକ ରିପୋର୍ଟ ପ୍ରଦାନ କରନ୍ତି । ରାଜ୍ୟରେ ଥ‌ିବା ବିଶ୍ଵବିଦ୍ୟାଳୟମାନଙ୍କର ସମାବର୍ତ୍ତନ ଉତ୍ସବରେ ସେ କୁଳାଧୂପତି ଭାବରେ ଅଧ୍ୟକ୍ଷତା କରନ୍ତି ଓ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରନ୍ତି । ସେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ଶପଥ ପାଠ କରାନ୍ତି । ସେ ରାଜ୍ୟ ରେଡ଼କ୍ରସ୍ ସଂସ୍ଥାର ମୁଖ୍ୟ । ସେ ରାଜ୍ୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭିନ୍ନ ସମୟରେ ଆଲୋଚନା କରନ୍ତି । ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରିବା ପରେ ରାଜ୍ୟସ୍ତରୀୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରନ୍ତି ।
  • ସ୍ଵେଚ୍ଛାଧୀନ କ୍ଷମତା– ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଯେଉଁ କ୍ଷମତା ପ୍ରୟୋଗ କରିବା ସମୟରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ପରାମର୍ଶଦ୍ୱାରା ପରିଚାଳିତ ନ ହୋଇ ନିଜ ବୁଦ୍ଧି ଓ ବିବେକଦ୍ୱାରା ପରିଚାଳିତ ହୁଅନ୍ତି, ସେହି କ୍ଷମତାକୁ ସ୍ଵେଚ୍ଛାଧୀନ କ୍ଷମତା କୁହାଯାଏ ।

→ ରାଜ୍ୟପାଳଙ୍କର ଭୂମିକା :

  • ରାଜ୍ୟପାଳ ରାଜ୍ୟ ପ୍ରଶାସନର ସାମ୍ବିଧାନିକ ଶାସନମୁଖ୍ୟ ।
  • ସେ ସଂସଦୀୟ ଗଣତନ୍ତ୍ରର ପରମ୍ପରା ଅନଯାୟୀ ମଖ୍ୟମନ୍ତ୍ରୀଙ୍କର ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତି ।
  • ସେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପ୍ରଶାସନ ସମ୍ପର୍କରେ ନିୟମିତ ଭାବରେ ଅବଗତ କରାଇ ଜାତୀୟ ସଂହତି ଓ ଅଖଣ୍ଡତା ବଜାୟ ରଖୁବାରେ ଓ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସୁସମ୍ପର୍କ ରକ୍ଷା କରିବାରେ ସହାୟକ ହୁଅନ୍ତି ।
  • ତାଙ୍କର ବାସ୍ତବ ଭୂମିକାଟି ହେଉଛି ‘‘ଗୋଟିଏ ଦାର୍ଶନିକ, ଗୋଟିଏ ବନ୍ଧୁ ଓ ଗୋଟିଏ ମାର୍ଗ-ଦର୍ଶକର ଭୂମିକା ।’’

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ମନ୍ତ୍ରିପରିଷଦ :

  • ମୁଖ୍ୟମନ୍ତ୍ରୀ ମନ୍ତ୍ରୀପରିଷଦର ମୁଖ୍ୟ ।
  • ଗଠନ – ପ୍ରତ୍ୟେକ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଶେଷ ହେବାପରେ ବିଧାନସଭାରେ ସଂଖ୍ୟାଗରିଷ୍ଠ ଆସନ ପାଇଥିବା ଦଳର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ଦିଅନ୍ତି ।
  • ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶ ଅନୁସାରେ ରାଜ୍ୟପାଳ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।
  • ମନେରଖ : ବିଧାନମଣ୍ଡଳର ସଭ୍ୟ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ମନ୍ତ୍ରୀପରିଷଦରେ ସ୍ଥାନ ଦେଇପାରନ୍ତି; କିନ୍ତୁ ଉକ୍ତ ବ୍ୟକ୍ତିଙ୍କୁ ୬ ମାସ ମଧ୍ୟରେ ବିଧାନମଣ୍ଡଳର ସଦସ୍ୟ ହେବାକୁ ପଡ଼ିବ ।
  • ମନ୍ତ୍ରୀପରିଷଦର ସଦସ୍ୟ ସଂଖ୍ୟା ରାଜ୍ୟ ବିଧାନସଭା ବା ବିଧାନମଣ୍ଡଳର ସଭ୍ୟସଂଖ୍ୟାର ୧୫ ଶତାଂଶଠାରୁ ଅଧ୍ୟକ ହୋଇପାରିବ ନାହିଁ ।
  • ରାଜ୍ୟ ମନ୍ତ୍ରୀପରିଷଦରେ ସାଧାରଣତଃ ତିନି ପ୍ରକାରର ମନ୍ତ୍ରୀ ଥାଆନ୍ତି; ଯଥା— (a) କ୍ୟାବିନେଟ୍ ମନ୍ତ୍ରୀ (b) ରାଷ୍ଟ୍ରମନ୍ତ୍ରୀ, (c) ଉପମନ୍ତ୍ରୀ ।
  • ବରିଷ୍ଠ, ଅଭିଜ୍ଞ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ କ୍ୟାବିନେଟ୍ ମନ୍ତ୍ରୀଭାବେ ନିଯୁକ୍ତି ଦିଆଯାଇଥାଏ ।
  • ରାଷ୍ଟ୍ରମନ୍ତ୍ରୀ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବାପାଇଁ ନିଯୁକ୍ତ ହୁଅନ୍ତି । କେତେକ କ୍ଷେତ୍ରରେ ସେମାନଙ୍କୁ ସ୍ବାଧୀନ ଦାୟିତ୍ୱ ମଧ୍ୟ ଦିଆଯାଏ ।
  • ଉପମନ୍ତ୍ରୀମାନେ କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କୁ କର୍ତ୍ତବ୍ୟ ସମ୍ପାଦନରେ ସାହାଯ୍ୟ କରନ୍ତି ।
  • କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀଙ୍କଦ୍ବାରା ଆହୂତ ହୁଏ ।
  • ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରନ୍ତି ଏବଂ ଏହାର କାର୍ଯ୍ୟସୂଚୀ ପ୍ରସ୍ତୁତ କରନ୍ତି ।
  • ରାଜ୍ୟ ବିଧାନସଭା ନିକଟରେ ସମସ୍ତ କାର୍ଯ୍ୟ ପାଇଁ ମନ୍ତ୍ରୀପରିଷଦ ବ୍ୟକ୍ତିଗତ ଭାବରେ ଓ ସମୂହ ଭାବରେ ଉତ୍ତରଦାୟୀ । ବିଧାନସଭାର ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ଆସ୍ଥାଭାଜନ ଥ‌ିବା ଯାଏ ମନ୍ତ୍ରିପରିଷଦ ତିଷ୍ଠି ରହେ ।
  • ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ଓ ବିଭାଗ ଅଦଳ ବଦଳ କରାଇ ଥାଆନ୍ତି ।
  • ମୁଖ୍ୟମନ୍ତ୍ରୀଙ୍କ ସୁପାରିସ କ୍ରମେ ରାଜ୍ୟପାଳ ମନ୍ତ୍ରୀଙ୍କର ଇସ୍ତଫାପତ୍ର ଗ୍ରହଣ କରନ୍ତି ।
  • ମନେରଖ : ମୂଖ୍ୟମନ୍ତ୍ରୀ ଇସ୍ତଫା ଦେଲେ ରାଜ୍ୟ ମନ୍ତ୍ରିପରିଷଦର ବିଲୟ ଘଟେ ।

→ ମନ୍ତ୍ରିପରିଷଦର କାର୍ଯ୍ୟାବଳୀ :

  • ରାଜ୍ୟ ମନ୍ତ୍ରୀମଣ୍ଡଳ ବାସ୍ତବରେ ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ।
  • ନୀତି ନିର୍ଦ୍ଧାରଣ କରିବା ଓ ସେଗୁଡ଼ିକୁ କାର୍ଯ୍ୟକାରୀ କରାଇବାପାଇଁ ପଦକ୍ଷେପ ନେବା ମନ୍ତ୍ରୀମଣ୍ଡଳର ମୁଖ୍ୟ କାର୍ଯ୍ୟ ।
  • ରାଜ୍ୟ ମନ୍ତ୍ରୀମଣ୍ଡଳର ବୈଠକରେ ଅର୍ଥ ବିଭାଗଦ୍ବାରା ପ୍ରସ୍ତୁତ ‘ବଜେଟ୍’ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇ ଅନୁମୋଦନ କରାଯାଏ ।
  • ମନ୍ତ୍ରୀପରିଷଦ ବୈଠକରେ ନିଆଯାଇଥିବା ‘ସାମୂହିକ ନିଷ୍ପତ୍ତି’କୁ ମାନିବାକୁ ସବୁ ମନ୍ତ୍ରୀ ବାଧ୍ୟ । ଯଦି କୌଣସି ମନ୍ତ୍ରୀ ଭିନ୍ନ ମତ ପୋଷଣ କରି ଏଥ‌ିରେ ଭାଗୀଦାର ନ ହୁଅନ୍ତି, ତେବେ ସେ ମନ୍ତ୍ରୀପରିଷଦରୁ ଇସ୍ତଫା ଦେଇଥାଆନ୍ତି ।

→ ମୁଖ୍ୟମନ୍ତ୍ରୀ :

  • ରାଜ୍ୟ ସରକାରରେ ମୁଖ୍ୟମନ୍ତ୍ରୀ ହେଉଛି ବାସ୍ତବରେ ସମ୍ବିଧାନ ସ୍ଵୀକୃତ ପ୍ରଶାସନିକ ତଥା କାର୍ଯ୍ୟପାଳିକାର ମୁଖ୍ୟ ।
  • ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀମଣ୍ଡଳ ରାଜ୍ୟସ୍ତରରେ ଶାସନ କାର୍ଯ୍ୟ ପରିଚାଳନା କରନ୍ତି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ନିଯୁକ୍ତି ଓ କାର୍ଯ୍ୟକାଳ :

  • ସାଧାରଣ ନିର୍ବାଚନ ପରେ ବିଧାନସଭାରେ ଥ‌ିବା ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରନ୍ତି । ବିଧାନସଭାରେ ସଂଖ୍ୟାଗରିଷ୍ଠ ସଭ୍ୟମାନଙ୍କର ଆସ୍ଥାଭାଜନ ହୋଇଥିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜ ପଦବୀରେ ରହନ୍ତି ।
  • ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେ ମନ୍ତ୍ରୀପରିଷଦର ବିଲୟ ଘଟେ ।
  • ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀପରିଷଦକୁ ବରଖାସ୍ତ କରାଯାଏ ।
  • ମନେରଖ : ମନ୍ତ୍ରୀପରିଷଦ ବିରୁଦ୍ଧରେ ‘ଅନାସ୍ଥା ପ୍ରସ୍ତାବ’ ବିଧାନସଭାରେ ଗୃହୀତ ହେଲେ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦ କ୍ଷମତାରୁ ଅପସରି ଯାଆନ୍ତି ।

→ କାର୍ଯ୍ୟାବଳୀ :

  • ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦ – ମୁଖ୍ୟମନ୍ତ୍ରୀ ମନ୍ତ୍ରୀପରିଷଦର ସୃଷ୍ଟି, ସ୍ଥିତି ଏବଂ ବିଲୟର ଆଧାର । ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶ କ୍ରମେ ଅନ୍ୟ ମନ୍ତ୍ରୀମାନେ ନିଯୁକ୍ତ ହୁଅନ୍ତି । ସେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି । ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳର ବୈଠକ ଆହ୍ବାନ କରନ୍ତି, କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରନ୍ତି ଏବଂ ବୈଠକରେ ଅଧ୍ୟକ୍ଷତା କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ – ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କର ସମ୍ବିଧାନ ସ୍ଵୀକୃତ ପରାମର୍ଶଦାତା । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରପରିଷଦର ପରାମର୍ଶ ଅନୁସାରେ ରାଜ୍ୟପାଳ ତାଙ୍କର କାର୍ଯ୍ୟ ସମ୍ପାଦନ କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ବିଧାନସଭା – ମୁଖ୍ୟମନ୍ତ୍ରୀ ବିଧାନସଭାର ନେତା ଅଟନ୍ତି । ବିଧାନସଭା ଗୃହର ନେତା ଭାବରେ ମୁଖ୍ୟମନ୍ତ୍ରୀ ବିଧାନସଭା ସଦସ୍ୟମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରନ୍ତି । ବିଧାନସଭାରେ ସେ ସରକାରଙ୍କର ନୂତନ ନୀତି ଓ ଯୋଜନାଗୁଡ଼ିକ ଘୋଷଣା କରନ୍ତି । ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିରୋଧୀ ଦଳର ନେତା ଓ ଅନ୍ୟ ଦଳର ନେତାମାନଙ୍କ ସହିତ ବିଚାର ଆଲୋଚନା କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ – ମୁଖ୍ୟମନ୍ତ୍ରୀ ନିଜ ଦଳ ତଥା ଶାସକ ଦଳର ନେତା । ସେ ଶାସକ ଦଳର ସଦସ୍ୟମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଚାର ଆଲୋଚନା କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନ – ରାଜ୍ୟ ସରକାରର ମୁଖ୍ୟ ଶାସନକର୍ତ୍ତା ହିସାବରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ନୀତି ନିୟମ ପ୍ରଣୟନ କରିବାରେ ନେତୃତ୍ୱ ନେବା ସହିତ ସେଗୁଡ଼ିକ କିପରି ନିଷ୍ଠାର ସହିତ କାର୍ଯ୍ୟକାରୀ ହୋଇପାରିବ, ସେଥ୍ୟପ୍ରତି ଧ୍ୟାନ ଦିଅନ୍ତି । ରାଜ୍ୟରେ ଦୈବ ଦୁର୍ବିପାକ ପରିସ୍ଥିତି ସୃଷ୍ଟି ହେଲେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ତ୍ୱରାନ୍ବିତ କରି ସମସ୍ୟାର ସମାଧାନ କରନ୍ତି । ଆବଶ୍ୟକସ୍ଥଳେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରି ରାଜ୍ୟର ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଚେଷ୍ଟା କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ଜନସାଧାରଣ – ମୁଖ୍ୟମନ୍ତ୍ରୀ ରାଜ୍ୟର ଜନସାଧାରଣଙ୍କର ପ୍ରିୟ ନେତା । ରାଜ୍ୟର ତଥା ଜନତାର ସ୍ଵାର୍ଥ କେନ୍ଦ୍ର ସରକାରଙ୍କ ନିକଟରେ ଉଚିତଭାବେ ଉପସ୍ଥାପିତ କରିବା ମୁଖ୍ୟମନ୍ତ୍ରୀଙ୍କର ପ୍ରଧାନ କାର୍ଯ୍ୟ । ଜାତୀୟ ଓ ଆନ୍ତର୍ଜାତୀୟ ସଙ୍ଗଠନ ମାଧ୍ୟମରେ ରାଜ୍ୟର ବିକାଶମୂଳକ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରି ଲୋକମାନଙ୍କର ସର୍ବବିଧ ଉନ୍ନତି ସାଧନ କରିବା ମୁଖ୍ୟମନ୍ତ୍ରୀଙ୍କର ଅନ୍ୟ ଏକ ମୁଖ୍ୟ କାର୍ଯ୍ୟ ।

(ଖ) ରାଜ୍ୟ ବିଧାନମଣ୍ଡଳ (State Legislature) 

  • ଭାରତର ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ଏକ-ସଦନୀୟ ବା ଦ୍ବି-ସଦନୀୟ ବିଧାନମଣ୍ଡଳ ରହିଅଛି ।
  • ବିଧାନମଣ୍ଡଳର ନିମ୍ନସଦନକୁ ବିଧାନସଭା ଏବଂ ଉଚ୍ଚସଦନକୁ ବିଧାନ ପରିଷଦ କୁହାଯାଏ ।
  • ଆମ ଓଡ଼ିଶାରେ କେବଳ ନିମ୍ନ ସଦନ ବା ବିଧାନସଭା ଅଛି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

ବିଧାନସଭା 
→ ଗଠନ ଓ କାର୍ଯ୍ୟକାଳ :

  • ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟ ସଂଖ୍ୟା ୫୦୦ ରୁ ଅଧ୍ବକ କିମ୍ବା ୬୦ରୁ କମ୍ ହୋଇପାରିବ ନାହିଁ ।
  • ଓଡ଼ିଶା ବିଧାନସଭାର ମୋଟ ସଭ୍ୟସଂଖ୍ୟା ୧୪୭ । ତନ୍ମଧ୍ୟରୁ ୨୨ ଆସନ ଅନୁସୂଚିତ ଜାତି (S.C.) ଏବଂ ୩୪ଟି ଆସନ ଅନୁସୂଚିତ ଜନଜାତି (S.T.)ଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୧ଟି ଆସନ ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।

ରାଜ୍ୟ ବିଧାନମଣ୍ଡଳ (State Legislature)

  • ମନେରଖ : ଜନସଂଖ୍ୟାର ସ୍ଵଳ୍ପତା ଦୃଷ୍ଟିରୁ ସିକିମ୍ ବିଧାନସଭା ୩୨ ଆସନ ବିଶିଷ୍ଟ । ଗୋଆ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ବିଧାନସଭାର ସଭ୍ୟସଂଖ୍ୟା ୪୦ ।
  • ବିଧାନସଭାର ସଭ୍ୟମାନେ ରାଜ୍ୟର ଭୋଟଦାତାମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ସାବାଳକ ଭୋଟଦାନ ବ୍ୟବସ୍ଥା ମାଧ୍ୟମରେ ନିର୍ବାଚିତ ହୁଅନ୍ତି ।
  • ମନେରଖ : ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ । ଜାତୀୟ ଜରୁରୀ ପରିସ୍ଥିତି ଜାରି ହେବା ସମୟରେ ଏହାର କାର୍ଯ୍ୟକାଳ ସଂସଦର ଆଇନଦ୍ୱାରା ଅଧିକ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।

→ ବିଧାନସଭାର ସଭ୍ୟପଦ ପାଇଁ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • ତାଙ୍କର ବୟସ ୨୫ ବର୍ଷରୁ କମ୍ ହୋଇନଥ‌ିବ ।
  • ସଂସଦଦ୍ୱାରା ପ୍ରଣୀତ ନିର୍ବାଚନ ଆଇନଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଅନ୍ୟ ସମସ୍ତ ଯୋଗ୍ୟତା ତାଙ୍କର ଥ‌ିବ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ଅଧୁବେଶନ :

  • ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶକ୍ରମେ ରାଜ୍ୟପାଳ ବିଧାନସଭାର ଅଧ‌ିବେଶନ ଡକାଇ ଥାଆନ୍ତି ।
  • ପ୍ରତିବର୍ଷ ବିଧାନସଭାର ଅନ୍ୟୁନ ଦୁଇଟି ଅଧିବେଶନ ହେବା ବାଧ୍ୟତାମୂଳକ ଅଟେ ।
  • ବାସ୍ତବରେ ପ୍ରତିବର୍ଷ ବିଧାନସଭାର ତିନିଗୋଟି ଅଧିବେଶନ ଆହୂତ ହୋଇଥାଏ ; ଯଥା— ବଜେଟ୍ ଅଧିବେଶନ, ବର୍ଷାକାଳୀନ ଅଧ୍ଶନ ଓ ଶୀତକାଳୀନ ଅଧ୍ଵବେଶନ ।
  • ମନେରଖ : ବିଧାନସଭାରେ ସର୍ବମୋଟ ସଭ୍ୟ ସଂଖ୍ୟାର ଏକ-ଦଶମାଂଶ ସଭ୍ୟ ଗୃହରେ ଉପସ୍ଥିତ ରହିଲେ ଗୃହକାର୍ଯ୍ୟ ଚାଲେ । ଏହି ସର୍ବନିମ୍ନ ସଂଖ୍ୟକ ସଦସ୍ୟଙ୍କର ଉପସ୍ଥିତିକୁ ‘କୋରମ’ କୁହାଯାଏ ।

→ ବାଚସ୍ପତି :

  • ବିଧାନସଭା ବୈଠକରେ ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।
  • ବିଧାନସଭାର ପ୍ରଥମ ଅଧିବେଶନରେ ଗୃହର ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣଙ୍କ ବାଚସ୍ପତିଭାବେ ନିର୍ବାଚିତ କରନ୍ତି । ସାଧାରଣତଃ ବାଚସ୍ପତି ଶାସକ ଦଳରୁ ଓ ଉପବାଚସ୍ପତି ବିରୋଧୀ ଦଳରୁ ନିର୍ବାଚିତ ହୋଇଥା’ନ୍ତି ।
  • ବିଧାନସଭାକୁ ନୀତି ନିୟମ ଅନୁଯାୟୀ ପରିଚାଳିତ କରିବା ଏବଂ ବିଧାନସଭାର ଅଧିବେଶନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ବାଚସ୍ପତିଙ୍କର ପ୍ରଧାନ କାର୍ଯ୍ୟ । ବାଚସ୍ପତି ବିଧାନସଭାର କାର୍ଯ୍ୟସଚୀ ନିଦ୍ଧାରଣ କରନ୍ତି ।
  • ସଭ୍ୟମାନେ ବାଚସ୍ପତିଙ୍କ ଅନୁମତି କ୍ରମେ ବିଧାନସଭାରେ ନିଜର ବକ୍ତବ୍ୟ ଉପସ୍ଥାପନ କରନ୍ତି ।
  • ସଭ୍ୟମାନଙ୍କର ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା କରିବା ବାଚସ୍ପତିଙ୍କର ମୁଖ୍ୟ କର୍ତ୍ତବ୍ୟ ।
  • ବିଧାନସଭା ଅଧ୍ଶନ ଚାଲୁଥିବା ସମୟରେ ବିଶୃଙ୍ଖଳା ସୃଷ୍ଟି ହେଲେ ବାଚସ୍ପତି ଗୃହକୁ ମୁଲତବୀ ରଖନ୍ତି ।
  • ବାଚସ୍ପତି କୌଣସି ଚିଠା ଆଇନ (ବିଲ୍) ପ୍ରସ୍ତାବ ସପକ୍ଷରେ ବା ବିପକ୍ଷରେ ଭୋଟ ଦିଅନ୍ତି ନାହିଁ । ଯେତେବେଳେ କୌଣସି ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ; ସେତେବେଳେ ବାଚସ୍ପତି ତାଙ୍କର ‘ନିର୍ଣ୍ଣାୟକ ଭୋଟ’ ମାଧ୍ୟମରେ ଚିଠା ଆଇନଟିର ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।
  • ମନେରଖ : ଉଭୟ ବାଚସ୍ପତି ଓ ଉପବାଚସ୍ପତି ଅନୁପସ୍ଥିତି ରହିଲେ ଅଧ‌ିବେଶନ କାର୍ଯ୍ୟ ଚଳାଇବା ପାଇଁ ଏକ ‘ଅଧ୍ୟକ୍ଷ ମଣ୍ଡଳୀ’ ରହିଛି ।

→ ବିଧାନସଭାର କାର୍ଯ୍ୟାବଳୀ :

  • ଆଇନ ପ୍ରଣୟନ କାର୍ଯ୍ୟ – ଆଇନ ପ୍ରଣୟନ କରିବା ବିଧାନସଭାର ମୁଖ୍ୟ କାର୍ଯ୍ୟ । ସାଧାରଣ ଚିଠା ଆଇନ (ବିଲ୍) ବିଧାନସଭାରେ ନିର୍ଦ୍ଧାରିତ ପଦ୍ଧତିରେ ଗୃହୀତ ହେବା ପରେ ରାଜ୍ୟପାଳଙ୍କ ସମ୍ମତି ପାଇଲେ ତାହା ଆଇନରେ ପରିଣତ ହୁଏ ।
  • ଅର୍ଥ ସମ୍ପର୍କିତ ନିୟନ୍ତ୍ରଣ କ୍ଷମତା — ଅର୍ଥମନ୍ତ୍ରୀ ବାର୍ଷିକ ଆୟବ୍ୟୟ ଅଟକଳ ବା ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଥାଆନ୍ତି । ବିଧାନସଭାର ବିନା ଅନୁମୋଦନରେ ସରକାର ଟିକସ ଆଦାୟ କରିପାରନ୍ତି ନାହିଁ କି କୌଣସି ଅର୍ଥ ଖର୍ଚ୍ଚ କରିପାରନ୍ତି ନାହିଁ । ଅର୍ଥ ସମ୍ପର୍କିତ ଚିଠା ଆଇନ କେବଳ ବିଧାନସଭାରେ ଆଗତ ହୁଏ ।
  • କାର୍ଯ୍ୟପାଳିକା ଉପରେ ନିୟନ୍ତ୍ରଣ ଜାହିର କ୍ଷମତା – ବିଧାନସଭା ଲୋକମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଗଠିତ । ବିଧାନସଭାର ସଭ୍ୟମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ମୁଲତବୀ ପ୍ରସ୍ତାବ ଓ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ମାଧ୍ୟମରେ ମନ୍ତ୍ରୀମଣ୍ଡଳକୁ ନିୟନ୍ତ୍ରିତ କରିଥାଆନ୍ତି । ବଜେଟ ଆଲୋଚନା ସମୟରେ ବିଧାୟକମାନେ ମନ୍ତ୍ରୀମାନଙ୍କ ସେମାନଙ୍କ ବିଭାଗ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରି ଥାଆନ୍ତି । ବିଭିନ୍ନ ‘କାଟ ପ୍ରସ୍ତାବ’ ମାଧ୍ୟମରେ ବିଧାନସଭା ମନ୍ତ୍ରୀମଣ୍ଡଳ ଉପରେ ନିୟନ୍ତ୍ରଣ ଜାହିର କରିଥାଆନ୍ତି ।
  • ବିତର୍କ ଓ ପର୍ଯ୍ୟାଲୋଚନାମୂଳକ କ୍ଷମତା – ବିଧାନସଭାରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷା, କୃଷି, ଶିଳ୍ପ, ବାଣିଜ୍ୟ ଆଦି ବିଭିନ୍ନ ବିଷୟରେ ସଦସ୍ୟମାନେ ଆଲୋଚନା ଓ ପର୍ଯ୍ୟାଲୋଚନା କରନ୍ତି ।
  • ମନେରଖ : ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହେଲେ ମନ୍ତ୍ରୀପରିଷଦ ଇସ୍ତଫା ପ୍ରଦାନ କରନ୍ତି ।
  • ସମ୍ବିଧାନ ସଂଶୋଧନ ସମ୍ପର୍କିତ କ୍ଷମତା – ସମ୍ବିଧାନର କେତେଗୁଡିଏ ଧାରାର ସଂଶୋଧନ ପାଇଁ ଆଗତ ବିଧେୟକଗୁଡ଼ିକ ଅନ୍ଧାଧ୍ଵ ରାଜ୍ୟ ବିଧାନମଣ୍ଡଳର ଅନୁମୋଦନ (Ratification) ଆବଶ୍ୟକ କରିଥାଆନ୍ତି ।
  • ନିର୍ବାଚନ ସମ୍ପର୍କିତ କ୍ଷମତା – ବିଧାନସଭାର ସଭ୍ୟମାନେ ବାଚସ୍ପତି, ଉପବାଚସ୍ପତି, ରାଜ୍ୟସଭା ସଦସ୍ୟ ଓ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇଥା’ନ୍ତି ।
  • ବିବିଧ କ୍ଷମତା – ରାଜ୍ୟ ଲୋକସେବା ଆୟୋଗର ବାର୍ଷିକ ରିପୋର୍ଟଗୁଡ଼ିକ ବିଧାନସଭାରେ ଗୃହର ସଦସ୍ୟମାନଙ୍କ ଗୋଚରାର୍ଥେ ଉପସ୍ଥାପିତ କରାଯାଏ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ବିଧାନସଭାରେ ଆଇନ ପ୍ରଣୟନ ପଦ୍ଧତି :

  • ପ୍ରଥମେ ଚିଠା-ଆଇନ ବା ‘ବିଲ୍’ ସରକାରଙ୍କ ତରଫରୁ ବିଭାଗୀୟ ମନ୍ତ୍ରୀଙ୍କଦ୍ବାରା ଗୃହର ଅନୁମତି ସହିତ ବିଧାନସଭାରେ ଆଗତ ହୁଏ । ଏହା ଦୁଇ ପ୍ରକାରର ; ଯଥା— (୧) ସାଧାରଣ ଚିଠା ଆଇନ ବା ବିଲ୍, (୨) ଅର୍ଥ- ସମ୍ବନ୍ଧୀୟ ଚିଠା ଆଇନ ବା ‘ଅର୍ଥବିଲ୍’ ।
  • ପ୍ରତ୍ୟେକ ଚିଠା ଆଇନ ବିଧାନସଭାରେ ପ୍ରଥମ ପାଠ ଦ୍ଵିତୀୟ ପାଠ ଓ ତୃତୀୟ ପାଠ ମାଧ୍ୟମରେ ଗତି କରେ ।
  • ତୃତୀୟ ପାଠ ସ୍ତରରେ ଚିଠା ଆଇନ ଗୃହୀତ ହେବାପାଇଁ ଗୃହର ସଭ୍ୟମାନଙ୍କର ମତାମତ ନିଆଯାଏ । ବିଲ୍‌ ସଂଖ୍ୟାତ୍ମକ ସଭ୍ୟଙ୍କର ସମର୍ଥନ ଲାଭ କଲେ ରାଜ୍ୟପାଳଙ୍କ ‘ସମ୍ମତି’ ପାଇ ତାଙ୍କ ପାଖକୁ ପଠାଯାଏ । ରାଜ୍ୟପାଳଙ୍କ ‘ସମ୍ମତି’ ପାଇବା ପରେ ବିଲ୍‌ ‘ଆଇନ’ରେ ପରିଣତ ହୋଇଥାଏ ।

→ ବିଧାନ ପରିଷଦ:

  • ବିଧାନ ପରିଷଦ ରାଜ୍ୟ ବିଧାନ ମଣ୍ଡଳର ଉଚ୍ଚ ସଦନ । ଏହା ଏକ ସ୍ଥାୟୀ ଗୃହ । ଏହାର ବିଲୟ ନାହିଁ ।
  • ବିଧାନ ପରିଷଦର ସଭ୍ୟମାନେ ୬ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି ଏବଂ ପ୍ରତି ୨ ବର୍ଷରେ ଏହାର ଏକ-ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରନ୍ତି ।
  • ଗଠନ – ବିଧାନ ପରିଷଦର କେତେକ ପରୋକ୍ଷଭାବେ ନିର୍ବାଚିତ ସଭ୍ୟ ଓ କେତେକ ମନୋନୀତ ସଭ୍ୟଙ୍କୁ ନେଇ ଗଠିତ । ବିଧାନ ପରିଷଦର ପାଞ୍ଚ-ଷଷ୍ଠାଶ ସଭ୍ୟ ନିର୍ବାଚିତ ଓ ଏକ-ଷଷ୍ଠାଶ ସଭ୍ୟ ରାଜ୍ୟପାଳଙ୍କଦ୍ୱାରା ମନୋନୀତ ହୁଅନ୍ତି ।
  • ମନେରଖ : କୌଣସି ରାଜ୍ୟ ବିଧାନ ପରିଷଦର ସଦସ୍ୟ ସଂଖ୍ୟା ୪୦ରୁ କମ୍ ବା ସେହି ରାଜ୍ୟର ବିଧାନସଭାର ସଭ୍ୟସଂଖ୍ୟାର ଏକ-ତୃତୀୟାଂଶର କମ୍ ହେବନାହିଁ ।

→ ବିଧାନ ପରିଷଦର ସଭ୍ୟ ହେବାପାଇଁ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥିବେ ।
  • ତାଙ୍କର ବୟସ ଅନ୍ୟନ ୩୦ ବର୍ଷ ହୋଇଥବ ।
  • ସଂସଦଦ୍ୱାରା ପ୍ରଣୀତ ଆଇନରେ ନିର୍ଦ୍ଧାରିତ ଅନ୍ୟ ସମସ୍ତ ଯୋଗ୍ୟତା ତାଙ୍କର ଥିବ ।
  • ରାଜ୍ୟ ବିଧାନ ପରିଷଦର ଅଧୂବେଶନ କାର୍ଯ୍ୟ ପରିଚାଳନା ପାଇଁ ଜଣେ ନିର୍ବାଚିତ ଅଧ୍ୟକ୍ଷ ଓ ଉପାଧ୍ଯକ୍ଷ ରହିଥାଆନ୍ତି ।

(ଗ) ରାଜ୍ୟ ନ୍ୟାୟପାଳିକା

  • ଦେଶର ସର୍ବୋଚ୍ଚ ନ୍ୟାୟାଳୟ, ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲାସ୍ତରୀୟ ଅଦାଲତକୁ ନେଇ ଏକ ତ୍ରିସ୍ତରୀୟ ନ୍ୟାୟପାଳିକା ସଂସ୍ଥା ଆମ ଦେଶରେ କାର୍ଯ୍ୟ କରୁଅଛି ।
  • ଉଚ୍ଚ ନ୍ୟାୟାଳୟ ଏବଂ ଜିଲ୍ଲା ସ୍ତରୀୟ ଅଧସ୍ତନ ନ୍ୟାୟାଳୟଗୁଡ଼ିକୁ ନେଇ ରାଜ୍ୟ ନ୍ୟାୟପାଳିକା ଗଠିତ ।

→ ଉଚ୍ଚ ନ୍ୟାୟାଳୟ :

  • ସମ୍ବିଧାନର ୨୧୪ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବ । ଦୁଇ କିମ୍ବା ତତୋଧ‌ିକ ରାଜ୍ୟମାନଙ୍କପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ଗଠନ କରାଯିବାର କ୍ଷମତା ସଂସଦର ଅଛି ।
  • ଓଡ଼ିଶାର ଉଚ୍ଚ ନ୍ୟାୟାଳୟ କଟକଠାରେ ୧୯୪୮ ମସିହାରେ ସ୍ଥାପିତ ହୋଇଛି ।
  • ବର୍ତ୍ତମାନ ଆମ ଦେଶରେ ସର୍ବମୋଟ ୨୧ ଗୋଟି ଉଚ୍ଚ ନ୍ୟାୟପାଳିକା କାର୍ଯ୍ୟ କରୁଛନ୍ତି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ଉଚ୍ଚ ନ୍ୟାୟାଳୟର ଗଠନ :

  • ଉଚ୍ଚ ନ୍ୟାୟାଳୟ ଜଣେ ମୁଖ୍ୟ ବିଚାରପତି ଏବଂ ଏକାଧ୍ଵ ବିଚାରପତିଙ୍କୁ ନେଇ ଗଠିତ ।
  • ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେବାବେଳେ ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏବଂ ସଂପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ସହିତ ପରାମର୍ଶ କରନ୍ତି । ଅନ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେବାବେଳେ ରାଷ୍ଟ୍ରପତି ସଂପୃକ୍ତ ରାଜ୍ୟ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ସହିତ ପରାମର୍ଶ କରନ୍ତି ।

Image(ଓଡ଼ିଶାର ଉଚ୍ଚ ନ୍ୟାୟାଳୟ)

→ ବିଚାରପତିଙ୍କ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • କୌଣସି ଏକ ବା ଏକାଧ୍ଵକ ଉଚ୍ଚ ନ୍ୟାୟାଳୟରେ ଅନ୍ୟୁନ ଦଶବର୍ଷ ଆଡ଼ଭୋକେଟ୍ ବା ଅଧ୍ବକ୍ତା ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କର ଥବ ।
  • କିମ୍ବା ଭାରତବର୍ଷର ଯେକୌଣସି ସ୍ଥାନରେ ଅନ୍ୟନ ଦଶବର୍ଷ ପାଇଁ ବିଚାର ବିଭାଗୀୟ ପଦବୀରେ ସେ ଅଧ୍ୟଷ୍ଠିତ ହୋଇଥ୍ ।
  • ନୂତନ ତଥ୍ୟ : ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ସମୁଦାୟ ୨୭ ଜଣ ବିଚାରପତି ରହିପାରିବେ ।

→ ବିଚାରପତିଙ୍କ କାର୍ଯ୍ୟାବଳ:

  • ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି ।
  • ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବଦଳି ହୋଇଥାନ୍ତି ।
  • ଆବଶ୍ୟକୀୟ ଦୁଇ-ତୃତୀୟାଂଶ ସଭ୍ୟଙ୍କର ସମର୍ଥନ ପାଇ ସଂସଦର ଉଭୟ ଗୃହରେ ବହିଷ୍କାର ପ୍ରସ୍ତାବ ଗୃହୀତ ହେଲେ ରାଷ୍ଟ୍ରପତିଙ୍କଦ୍ୱାରା ବିଚାରପତି ପଦବ୍ୟତ ହୁଅନ୍ତି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ରାଜ୍ୟ ଉଚ୍ଚ ନ୍ୟାୟାଳୟର କ୍ଷେତ୍ରାଧିକାର :

  • ମୌଳିକ କ୍ଷେତ୍ରାଧ୍ୟାକାର – ଧାରା ୨୨୬ ଅନୁସାରେ କୌଣସି ନାଗରିକର ମୌଳିକ ଅଧୂକାର କ୍ଷୁଣ୍ଣ ହେଲେ ସେ ସିଧାସଳଖ ଉଚ୍ଚ ନ୍ୟାୟାଳୟରେ ‘ରିଟ୍’ (ପରମାଦେଶ) ଆବେଦନ କରିପାରିବେ । ସଂସଦ, ବିଧାନସଭା ଇତ୍ୟାଦି ନିର୍ବାଚନ ସଂକ୍ରାନ୍ତୀୟ ମୋକଦ୍ଦମା ଏବଂ ଅଦାଲତ ଅବମାନନା, ବିବାହ, ଛାଡ଼ପତ୍ର ଇତ୍ୟାଦି ମୋକଦ୍ଦମାଗୁଡ଼ିକ ଉଚ୍ଚ ନ୍ୟାୟାଳୟରେ ଆଗତ କରାଯାଇପାରିବ ।
  • ଆଦେବଦମୂଳକ କ୍ଷେତ୍ରାଧିକାର – ବିଭିନ୍ନ ଦେୱାନୀ ଓ ଫୌଜଦାରୀ ମାମଲାରେ ଜିଲ୍ଲାସ୍ତରୀୟ ବିଚାରପତିଙ୍କ ରାୟ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଏ ।
  • ପର୍ଯ୍ୟବେକ୍ଷଣ କ୍ଷେତ୍ରାଧିକାର – ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜିଲ୍ଲାସ୍ତରୀୟ ନିମ୍ନ ଅଦାଲତଗୁଡ଼ିକ ପରିଦର୍ଶନ କରନ୍ତି ଏବଂ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରନ୍ତି । ଉଚ୍ଚ ନ୍ୟାୟାଳୟ ନିମ୍ନ ଅଦାଲତଗୁଡ଼ିକର କାର୍ଯ୍ୟ- ନିର୍ବାହ ପଦ୍ଧତି ସ୍ଥିର କରନ୍ତି । ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ ଉଚ୍ଚ ନ୍ୟାୟାଳୟଦ୍ଵାରା ନିର୍ଦ୍ଧାରିତ ହୁଏ ।
  • ମନେରଖ : ଜିଲ୍ଲା ଜଜଙ୍କର ନିଯୁକ୍ତ ଓ ପଦୋନ୍ନତିବେଳେ ରାଜ୍ୟପାଳ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ସହିତ ପରାମର୍ଶ କରନ୍ତି ।

→ ନିମ୍ନ ଅଦାଲତ ବା ଅଧସ୍ତନ ଅଦାଲତ :

  • ଜିଲ୍ଲା ଓ ସବ୍‌ଡିଭିଜନ୍ ବା ଉପଖଣ୍ଡ ସ୍ତରରେ ଦୁଇ ପ୍ରକାର ନ୍ୟାୟାଳୟ କାର୍ଯ୍ୟ କରୁଛନ୍ତି; ଯଥା— (କ) ଦେୱାନୀ ଅଦାଲତ, (ଖ) ଫୌଜଦାରୀ ଅଦାଲତ
  • ଜିଲ୍ଲାସ୍ତରୀୟ ଜଜ୍ ଓ ସେସସ୍ କୋର୍ଟ ଜିଲ୍ଲାର ସର୍ବୋଚ୍ଚ ଦେୱାନୀ ଓ ଫୌଜଦାରୀ ଅଦାଲତ ।

→ ଦେୱାନୀ ଅଦାଲତ :

  • ଜମିଜମା ସଂକ୍ରାନ୍ତୀୟ ଏବଂ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ସମ୍ପର୍କିତ ମୋକଦ୍ଦମାଗୁଡ଼ିକ ଯେଉଁ ଅଦାଲତରେ ବିଚାର କରାଯାଏ, ତାହାକୁ ଦେୱାନୀ ଅଦାଲତ କୁହାଯାଏ ।
  • ଦେୱାନୀ ମୋକଦ୍ଦମା ବିଚାର କରିବାପାଇଁ ଜିଲ୍ଲାସ୍ତରରେ ଜିଲ୍ଲା ଜଜ୍, ଅତିରିକ୍ତ ଜିଲ୍ଲା ଜଜଙ୍କ ଅଦାଲତ ଏବଂ ସବଡିଭିଜନ ବା ଉପଖଣ୍ଡ ସ୍ତରରେ ସବଜଜଙ୍କର ଏବଂ ମୁନ୍ସଙ୍କର ଅଦାଲତ ରହିଛି ।

→ ଫୌଜଦାରୀ ଅଦାଲତ :

  • ଯେଉଁ ଅଦାଲତଗୁଡ଼ିକରେ ଚୋରି, ଡକାୟତି, ଧର୍ଷଣ, ହତ୍ୟା ଇତ୍ୟାଦି ଅପରାଧଗୁଡ଼ିକର ବିଚାର କରାଯାଏ, ସେଗୁଡ଼ିକୁ ଫୌଜଦାରୀ ଅଦାଲତ କୁହାଯାଏ ।
  • ଏହି ମୋକଦ୍ଦମାଗୁଡ଼ିକର ବିଚାର ପାଇଁ ଜିଲ୍ଲାସ୍ତରରେ ଜିଲ୍ଲା ଦୌରାଜଜ୍, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏବଂ ସବ୍‌ଡିଭିଜନ ବା ଉପଖଣ୍ଡ ସ୍ତରରେ ସବ୍‌ଡିଭିଜନାଲ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଏବଂ ପ୍ରଥମ ଶ୍ରେଣୀ ଓ ଦ୍ବିତୀୟ ଶ୍ରେଣୀ କ୍ଷମତାପ୍ରାପ୍ତ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ରହିଛି ।

→ ଲୋକ ଅଦାଲତ :

  • ମନେରଖ : ଅଦାଲତର ପରିସର ବାହାରେ ବିଚାରପତିମାନେ ବିଭିନ୍ନ ଅଞ୍ଚଳ ଗସ୍ତକରି ସେଠାରେ ‘ଲୋକ ଅଦାଲତ’ ପରିଚାଳନା କରି ତାହା ମାଧ୍ୟମରେ ଆପୋଷ ସମାଧାନ ଭିତ୍ତିକ ମୋକଦ୍ଦମାଗୁଡ଼ିକର ଫଏସଲା କରି ରାୟ ପ୍ରଦାନ କରିବା ବ୍ୟବସ୍ଥାକୁ ‘ଲୋକ ଅଦାଲତ’ କୁହାଯାଏ ।
  • ଏହା ଫଳରେ ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କୁ ଅଯଥାରେ ଖଚ୍ଚାନ୍ତ ହୋଇ ବାରମ୍ବାର ଅଦାଲତକୁ ଧାଇବାକୁ ପଡ଼େନାହିଁ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ କେନ୍ଦ୍ର-ରାଜ୍ୟ ସମ୍ପର୍କ :

  • ଭାରତରେ ପ୍ରଚଳିତ କେନ୍ଦ୍ର-ରାଜ୍ୟ ସମ୍ପର୍କ ତିନି ପ୍ରକାରର; ଯଥା –

କେନ୍ଦ୍ର-ରାଜ୍ୟ ସମ୍ପର୍କ

  • ବ୍ୟବସ୍ଥାପିକା ସମ୍ପର୍କ – କେନ୍ଦ୍ର ସଂସଦ କେନ୍ଦ୍ର ତାଲିକାଭୁକ୍ତ ଓ ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ ଏବଂ ରାଜ୍ୟ ବିଧାନମଣ୍ଡଳ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରନ୍ତି । ଜାତୀୟ ଜରୁରୀ ପରିସ୍ଥିତି, ରାଷ୍ଟ୍ରପତି ଶାସନ, ରାଜ୍ୟର ୨/୩ ଅଂଶ ସଭ୍ୟଙ୍କ ସମର୍ଥନରେ ଗୃହୀତ ପ୍ରସ୍ତାବ, ଆନ୍ତର୍ଜାତିକ ଚୁକ୍ତିର କାର୍ଯ୍ୟକାରିତା ପାଇଁ ଆଇନର ଆବଶ୍ୟକତା ଭଳି ସ୍ଵତନ୍ତ୍ର ପରିସ୍ଥିତିରେ ସଂସଦ ଚାହିଁଲେ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରିଥାଏ ।
  • ପ୍ରଶାସନିକ ସମ୍ପର୍କ – ଯେଉଁ ବିଷୟଗୁଡ଼ିକ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ ପ୍ରଣୟନ କରନ୍ତି, ସେହି ବିଷୟଗୁଡ଼ିକ ଉପରେ ସେମାନଙ୍କର ଯଥୋଚିତ ପ୍ରଶାସନିକ ନିୟନ୍ତ୍ରଣ ରହିଥାଏ । କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ପ୍ରଶାସନିକ କ୍ଷେତ୍ରରେ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥା’ନ୍ତି ଯେ ରାଜ୍ୟ ସରକାରଙ୍କର ପ୍ରଶାସନିକ କ୍ଷମତା ପ୍ରୟୋଗ ବେଳେ କେନ୍ଦ୍ର ସରକାରଙ୍କ ଆଇନର ବିରୁଦ୍ଧାଚରଣ ନ ହେବା ବାଞ୍ଛନୀୟ । ରାଜ୍ୟପାଳ ସମ୍ମିଳନୀ, ମୁଖ୍ୟମନ୍ତ୍ରୀ ସମ୍ମିଳନୀ ଓ ବାଚସ୍ପତି ସମ୍ମିଳନୀ ମାଧ୍ୟମରେ କେନ୍ଦ୍ର ସରକାର, ରାଜ୍ୟ ସରକାରମାନଙ୍କୁ ବିଭିନ୍ନ ନିର୍ଦ୍ଦେଶ ଦେଇ ସମଗ୍ର ଦେଶରେ ଏକ ସମନ୍ବିତ ପ୍ରଶାସନିକ ବ୍ୟବସ୍ଥା ପ୍ରତିଷ୍ଠା କରିଛନ୍ତି ।
  • ମନେରଖ : ସର୍ବଭାରତୀୟ ପ୍ରଶାସନିକ ସେବା (LAS) ଓ ସର୍ବଭାରତୀୟ ପୋଲିସ୍ ସେବା (IPS) ପରି ସର୍ବଭାରତୀୟ ସେବା ମାଧ୍ୟମରେ କେନ୍ଦ୍ର ପ୍ରଶାସନ ଓ ରାଜ୍ୟ ପ୍ରଶାସନ ଉଭୟେ ସମ୍ପର୍କିତ ।
  • ଅର୍ଥ ସମ୍ବନ୍ଧୀୟ ସମ୍ପର୍କ – ଦକ୍ଷତା, ପ୍ରାଚୁର୍ଯ୍ୟ ଏବଂ ଯୋଗ୍ୟତା ଭିଭିରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ସମ୍ବଳର ବଣ୍ଟନ କରାଯାଏ । କେନ୍ଦ୍ର ତାଲିକାଭୁକ୍ତ ବିଷୟ ଉପରେ ଆଦାୟ ହେଉଥ‌ିବା ‘କର’ ବା ‘ଟିକସ’ କେନ୍ଦ୍ର ସରକାର ପାଆନ୍ତି । ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ଆଦାୟ ହେଉଥ‌ିବା ‘କର’ ରାଜ୍ୟ ସରକାର ପାଆନ୍ତି । ମାତ୍ର କେନ୍ଦ୍ର ସରକାର ନିଜର ସମ୍ବଳର କେତେକାଂଶ ରାଜ୍ୟ ସରକାରମାନଙ୍କ ମଧ୍ୟରେ ବଣ୍ଟନ କରନ୍ତି । ଷ୍ଟାମ୍ପ ଟିକସ କେନ୍ଦ୍ର ସରକର ବସାନ୍ତି; ମାତ୍ର ରାଜ୍ୟ ସରକାର ଆଦୟ କରନ୍ତି ଓ ଖର୍ଚ୍ଚ କରନ୍ତି । କେତେକ ଟିକସ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ବଣ୍ଟାଯାଏ । କେନ୍ଦ୍ର ସରକାର ଗରିବ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ଗ୍ରାଣ୍ଟ ବା ଅନୁଦାନ ଦିଅନ୍ତି । ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅର୍ଥ ଅନୁଦାନ ଦିଅନ୍ତି ।
  • ମନେରଖ : ସମ୍ବିଧାନର ୨୮୦ ଧାରା ଅନୁସାରେ ରାଷ୍ଟ୍ରପତି ପ୍ରତି ପାଞ୍ଚ ବର୍ଷରେ ଗୋଟିଏ ଲେଖାଏଁ ‘ଅର୍ଥ ଆୟୋଗ’ ନିଯୁକ୍ତ କରନ୍ତି । ଅର୍ଥ ଆୟୋଗ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ବଳ ବଣ୍ଟନର ନୀତି ନିର୍ଦ୍ଧାରଣ କରନ୍ତି ।
  • ବ୍ୟବସ୍ଥାପିକା, ପ୍ରଶାସନିକ ଏବଂ ଅର୍ଥ ସମ୍ବନ୍ଧୀୟ ସମ୍ପର୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ସରକାରଙ୍କର ଯଥେଷ୍ଟ ଆଧ୍ୟତ୍ୟ ରହିଅଛି । ତେଣୁ ଭାରତକୁ ଏକ ‘ଅର୍ଥ-ସଂଘୀୟ ରାଷ୍ଟ୍ର’ ବା ‘କେନ୍ଦ୍ରୀଭୂତ-ସଂଘୀୟ ରାଷ୍ଟ୍ର’ କୁହାଯାଏ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

ଆମେ କ’ଣ ଶିଖୁଲେ ?

  • ରାଜ୍ୟପାଳ ହେଉଛନ୍ତି ରାଜ୍ୟର ସାମ୍ବିଧାନିକ ଶାସନମୁଖ୍ୟ ।
  • ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ଉପଦେଶ ଓ ପରାମର୍ଶ ଅନୁସାରେ ରାଜ୍ୟପାଳ ଦାୟିତ୍ଵ ସମ୍ପାଦନ କରିଥା’ନ୍ତି ।
  • ରାଜ୍ୟପାଳ ରାଜ୍ୟ ପ୍ରଶାସନର ସାମ୍ବିଧାନିକ ମୁଖ୍ୟ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଗସୂତ୍ରକାରୀ ।
  • ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ନିଯୁକ୍ତି ଓ ବିଭାଗ ବଣ୍ଟନ ଦାୟିତ୍ଵ ତୁଲାଇବା ।
  • ରାଜ୍ୟ ମନ୍ତ୍ରୀମଣ୍ଡଳ ବିଧାନ ସଭା ନିକଟରେ ଉତ୍ତରଦାୟୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାବଳୀ ।
  • ଭାରତରେ ୭ଟି ରାଜ୍ୟରେ ଥ‌ିବା ବିଧାନ ପରିଷଦର ଗଠନ ପ୍ରକ୍ରିୟା ।
  • ରାଜ୍ୟ ବିଧାନ ମଣ୍ଡଳ ରାଜ୍ୟପାଳ, ବିଧାନସଭା ଓ ବିଧାନ ପରିଷଦକୁ ନେଇ ଗଠିତ । ଏହା ଯୁଗ୍ମ ତାଲିକାରେ ଆଇନ୍ ପ୍ରଣୟନ କରିବା ।
  • ପ୍ରତି ରାଜ୍ୟରେ ଏକ ଉଚ୍ଚ ଅଦାଲତ ରହିବାର ବ୍ୟବସ୍ଥା ଧାରା ୨୧୪ । ବିଚାରପତିମାନଙ୍କର ଅବସର ବୟସ ସୀମା ୬୨ |
  • ଓଡ଼ିଶା ଉଚ୍ଚ ନ୍ୟାୟାଳୟ ୧୯୪୮ରେ କଟକଠାରେ ପ୍ରତିଷ୍ଠା କରାଯିବା ଓ ବିଚାରପତି ସଂଖ୍ୟା ୨୨ ।
  • ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ନିଯୁକ୍ତି କ୍ଷେତ୍ରରେ ରାଷ୍ଟ୍ରପତିଙ୍କ କାର୍ଯ୍ୟ ।
  • ରାଜ୍ୟ ବିଧାନମଣ୍ଡଳ ଦୁଇଟି ତାଲିକାରେ ଆଇନ ପ୍ରଣୟନ କରିଥାଏ ଯଥା – ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକା ।
  • କେନ୍ଦ୍ର ସରକାରଙ୍କ ରାଜ୍ୟମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ ଓ ଅର୍ଥ ଆୟୋଗର ସୁପାରିଶକ୍ରମେ ସମ୍ବଳ ଆବଣ୍ଟନ ।

Leave a Comment