Odisha State Board BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ will enable students to study smartly.
BSE Odisha Class 8 Political Science Notes Chapter 3 ଜିଲ୍ଲା ପ୍ରଶାସନ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ :
- ପ୍ରଶାସନିକ ସୁବିଧା ପାଇଁ ପ୍ରତି ରାଜ୍ୟକୁ କେତୋଟି ଜିଲ୍ଲାରେ ବିଭକ୍ତ କରାଯାଇଛି ।
- ବର୍ତ୍ତମାନ ଓଡ଼ିଶାରେ ୩୦ଟି ଜିଲ୍ଲା ଅଛି ।
- ଜିଲ୍ଲାର ପ୍ରଶାସନିକ ମୁଖ୍ୟ ହେଉଛନ୍ତି ଜିଲ୍ଲାପାଳ ।
- ବ୍ରିଟିଶ୍ ଶାସନ ସମୟରେ ଜିଲ୍ଲାପାଳଙ୍କର ମୁଖ୍ୟତଃ ଦୁଇଟି କାର୍ଯ୍ୟ ଥିଲା; ଯଥା – (୧) ‘କଲେକ୍ଟର’ ଭାବରେ ଭୂ-ରାଜସ୍ୱ ଆଦାୟ କରିବା, (୨) ‘ମାଜିଷ୍ଟ୍ରେଟ୍’ ଭାବରେ ମୋକଦ୍ଦମା ବିଚାର କରିବା ।
- ମନେରଖ : ଭାରତରେ ଜିଲ୍ଲାପାଳ ପଦବୀ ୧୭୭୨ ମସିହାରେ ଓ୍ବାରେନ୍ ହେଷ୍ଟିଙ୍ଗସ୍ଙ୍କ ଦ୍ବାରା ସୃଷ୍ଟି ହୋଇଥିଲା ।
→ ଜିଲ୍ଲାପାଳ :
- ଜିଲ୍ଲାପାଳ ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ଅଧିକାରୀ ଅଟନ୍ତି ।
- ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଜିଲ୍ଲାର ସଦର ମହକୁମାରେ ଅବସ୍ଥିତ ।
- ଜିଲ୍ଲାପାଳ ଜିଲ୍ଲାର ଉନ୍ନୟନ ବା ବିକାଶ ଉପରେ ଗୁରୁତ୍ୱ ଦିଅନ୍ତି ।
- ଜିଲ୍ଲାର ସଦର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ପ୍ରଶାସନିକ ସହାୟତା ଦେବୀପାଇଁ ଏକ ବା ଏକାଧ୍ଯକ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଡେପୁଟି କଲେକ୍ଟରମାନେ କାର୍ଯ୍ୟରତ ଅଛନ୍ତି ।
- ଜିଲ୍ଲାରେ ଥିବା ପ୍ରତି ଉପଖଣ୍ଡରେ ଜଣେ ‘ଉପଖଣ୍ଡ ଅଧିକାରୀ’ (ସବ୍-କଲେକ୍ଟର) କାର୍ଯ୍ୟରତ ଅଛନ୍ତି ।
- ଜିଲ୍ଲାର ପ୍ରତି ଉପଖଣ୍ଡରେ ତହସିଲ ଦାୟିତ୍ବରେ ଜଣେ ‘ତହସିଲ୍ଦାର’ କାର୍ଯ୍ୟରତ ଅଛନ୍ତି ।
- ସକଲେକ୍ଟର ମୁଖ୍ୟତଃ ଭୂ-ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ଦାୟିତ୍ଵ ତୁଲାନ୍ତି ।
- ମନେରଖ : ଜିଲ୍ଲାପାଳ ପଦରେ ଜଣେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ୍) ଅଧିକାରୀ ନିଯୁକ୍ତ ହୁଅନ୍ତି ।
→ ଜିଲ୍ଲାପାଳଙ୍କ କାର୍ଯ୍ୟାବଳୀ :
- ଭୂ-ରାଜସ୍ୱ ଆଦାୟ ଓ ଜମିଜମା ସମ୍ପର୍କିତ କାର୍ଯ୍ୟ – ଉପଖଣ୍ଡ ଅଧିକାରୀ ଓ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାପାଳ ଜିଲ୍ଲାର ଭୂ-ରାଜସ୍ୱ ଆଦାୟ କରନ୍ତି । ଏହାଛଡ଼ା ଜମିଜମା ସମ୍ପର୍କିତ କାଗଜପତ୍ରର ରକ୍ଷଣାବେକ୍ଷଣ, ଭୂ-ସଂସ୍କାର କାର୍ଯ୍ୟକ୍ରମର ସୁପରିଚାଳନା, କୃଷିର ବିକାଶ ଓ ଚାଷୀମାନଙ୍କର ସୁରକ୍ଷା, ଜମି – ଅଧୁଗ୍ରହଣ ଇତ୍ୟାଦି କାର୍ଯ୍ୟ ଜିଲ୍ଲାପାଳ ତଦାରଖ କରନ୍ତି । ଜମିଜମା ସମ୍ପର୍କିତ କେତେକ ମୋକଦ୍ଦମାର ବିଚାର ମଧ୍ୟ ଜିଲ୍ଲାପାଳ କରନ୍ତି ।
- ଶାନ୍ତିଶୃଙ୍ଖଳା ରକ୍ଷା ଓ ଆଇନର ସୁରକ୍ଷା କାର୍ଯ୍ୟ – ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ତାଙ୍କ ଅଧୀନସ୍ଥ ପୋଲିସ୍ ବାହିନୀଙ୍କ ସହାୟତାରେ ଜିଲ୍ଲାପାଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖନ୍ତି । ଶାନ୍ତିଶୃଙ୍ଖଳା ଭଙ୍ଗର ଆଶଙ୍କା ଥିଲେ, ଜିଲ୍ଲାପାଳ ତତ୍କ୍ଷଣାତ୍ ସେଠାରେ ପୋଲିସ୍ ବାହିନୀକୁ ନିୟୋଜିତ କରି ଅବସ୍ଥା ସମ୍ଭାଳି ନିଅନ୍ତି । ସେ ଜିଲ୍ଲାର ମାସିକ ଅପରାଧ ସମ୍ପର୍କିତ ରିପୋର୍ଟ ସରକାରଙ୍କୁ ଦିଅନ୍ତି ।
- ବିକାଶ ବା ଉନ୍ନୟନମୂଳକ କାର୍ଯ୍ୟ – ଜନସାଧାରଣଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ, ରାସ୍ତାଘାଟ, ଗ୍ରାମ୍ୟ ବିଦ୍ୟୁତୀକରଣ, କର୍ମନିଯୁକ୍ତି ଆଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକ ଜିଲ୍ଲାପାଳଙ୍କର ନେତୃତ୍ବରେ ସଂପାଦିତ ହୁଏ । ମଣ୍ଡଳ ଉନ୍ନୟନ ଅଧିକାରୀ (ବି.ଡ଼ି.ଓ)ମାନେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶମତେ ବ୍ଲକ୍ ବା ପଞ୍ଚାୟତ ସମିତି ସ୍ତରରେ କାର୍ଯ୍ୟକାରୀ କରାନ୍ତି ।
- ମନେରଖ : ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ କାରାଗାର ଓ ଉପ-କାରାଗାରଗୁଡ଼ିକୁ ପରିଦର୍ଶନ କରନ୍ତି ଓ ସେଗୁଡ଼ିକର ପରିଚାଳନା ତଦାରଖ କରନ୍ତି ।
→ ବିବିଧ କାର୍ଯ୍ୟ :
- ଜିଲ୍ଲା ଅନ୍ତର୍ଭୁକ୍ତ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲାପାଳ ରିଟଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରନ୍ତି ଓ ନିର୍ବାଚନ କାର୍ଯ୍ୟ ତଦାରଖ କରନ୍ତି ।
- ଜିଲ୍ଲାପାଳ ଜିଲ୍ଲାର ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ପ୍ରଶାସନିକ ବ୍ୟବସ୍ଥା ତଦାରଖ କରନ୍ତି ।
- ଦୈବୀ-ଦୁର୍ବିପାକ ସମୟରେ ରିଲିଫ୍ ବଣ୍ଟନ କାର୍ଯ୍ୟ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୁଏ ଜିଲ୍ଲାପାଳ ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ସୁଷମ ବଣ୍ଟନ କରନ୍ତି ।
- ମନେରଖ : ଜିଲ୍ଲାପାଳ ଜିଲ୍ଲାର ମୁଖ୍ୟ ଜନଗଣନା ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ମୁଖ୍ୟ ପ୍ରୋଟୋକଲ୍ ଅଧିକାରୀ ।
- ଜିଲ୍ଲାପାଳ ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନ, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ସ୍ଵରୋଜଗାର ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଭାରତ ନିର୍ମାଣ ଯୋଜନା, ବିଜୁ କେ.ବି.କେ. ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ମଧୁବାବୁ ପେନ୍ସନ୍ ଯୋଜନା ଆଦିର ସଫଳ ରୂପାୟନ କିପରି ହେବ ସେ ଦିଗରେ ପଦକ୍ଷେପ ନିଅନ୍ତି ।
- ଜିଲ୍ଲାପାଳଙ୍କର ଭୂମିକା : ଜିଲ୍ଲାପାଳ ରାଜ୍ୟ ସରକାରଙ୍କର ‘ଚକ୍ଷୁ, କର୍ଣ୍ଣ ଓ ନାସା’ ସଦୃଶ । ସେ ଜନସାଧାରଣଙ୍କର ଜଣେ ‘ବିଶ୍ୱସ୍ତ ସେବା – ପ୍ରଦାନକାରୀ’ ପଦାଧିକାରୀ ଅଟନ୍ତି ।
→ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା
- ୧୯୮୦ ମସିହା ଅପ୍ରେଲ ମାସ ୧ ତାରିଖଠାରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଛି ।
- ଆତ୍ମନିଯୁକ୍ତି ଓ କର୍ମନିଯୁକ୍ତି ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ଗ୍ରାମୀଣ ଉନ୍ନୟନ ବ୍ୟବସ୍ଥାର ମୂଳମନ୍ତ୍ର ଅଟେ ।
- ପ୍ରଥମେ ଏହି ସଂସ୍ଥା ‘ନାମମାତ୍ର ଚାଷୀ ଓ କୃଷି ଉପଯୋଗୀ ଜମି ଉନ୍ନୟନ ସଂସ୍ଥା’ (M.F.A.L.D.A.) ଓ ପରବର୍ତ୍ତୀ ସମୟରେ ‘କ୍ଷୁଦ୍ରଚାଷୀ ଉନ୍ନୟନ ସଂସ୍ଥା’ (S.F.D.A.) ଭାବରେ କାର୍ଯ୍ୟ କରୁଥିଲା ।
- ମନେରଖ : ଜିଲ୍ଲା ପରିଷଦର ଅଧ୍ୟକ୍ଷ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପରିଚାଳନା ସମିତି (Governing Body)ର ଅଧକ୍ଷ ଓ ଜିଲ୍ଲାପାଳ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (Chief Executive Officer) ଅଟନ୍ତି ।
→ ଗଠନ :
- ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକ, ଜିଲ୍ଲାରେ ଥିବା ସମସ୍ତ ପଞ୍ଚାୟତ ସମିତିର ଏକ-ତୃତୀୟାଂଶ ଅଧ୍ଯକ୍ଷ, ଜିଲ୍ଲାପାଳ, ସମବାୟ କେନ୍ଦ୍ର ବ୍ୟାଙ୍କର ମୁଖ୍ୟ ଅଧିକାରୀ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ, ରିଜର୍ଭ ବ୍ୟାଙ୍କର ଜିଲ୍ଲାସ୍ତରୀୟ ପ୍ରତିନିଧ୍, ଜିଲ୍ଲାର ହରିଜନ ଓ ଆଦିବାସୀ ଉନ୍ନୟନ ଅଧିକାରୀ, ଗ୍ରାମୀଣ ମହିଳାମାନଙ୍କର ଜଣେ ପ୍ରତିନିଧ୍ର, ଜିଲ୍ଲାସ୍ତରୀୟ ମହିଳା ଓ ଶିଶୁ ମଙ୍ଗଳ ଅଧିକାରୀ, ବେସରକାରୀ ସଂସ୍ଥା (N.G.O.) ମାନଙ୍କର ଦୁଇଜଣ ପ୍ରତିନିସ୍ । ଖଦୀ ଓ ଗ୍ରାମୋଦ୍ୟୋଗ ସଂସ୍ଥାର ଜଣେ ପ୍ରତିନିଧ୍ ଏହି ସଂସ୍ଥାର ପରିଚାଳନା ସମିତିର ସଦସ୍ୟ ଅଟନ୍ତି ।
- ମନେରଖ :ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ-ନିର୍ଦ୍ଦେଶକ ପରିଚାଳନା ସମିତିର ସଭ୍ୟ-ସଚିବ (Member Secretary) ଭାବେ କାର୍ଯ୍ୟ କରନ୍ତି ।
→ ଲକ୍ଷ୍ୟ ଓ ଉଦ୍ଦେଶ୍ୟ :
- ବି.ଡି.ଓ.ଙ୍କ ସହାୟତାରେ ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଇବା ।
- ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା, ପଞ୍ଚାୟତିରାଜ ଅନୁଷ୍ଠାନ, ସମବାୟ ବ୍ୟାଙ୍କ ତଥା ଜାତୀୟକରଣ ବ୍ୟାଙ୍କ, ବିଭିନ୍ନ ନିଗମମାନଙ୍କ ସହିତ ସମନ୍ଵୟ ତଥା ସହଯୋଗ ରକ୍ଷାକରି ବିଭିନ୍ନ ବର୍ଗର ଲୋକମାନଙ୍କୁ ଯୋଜନାଗୁଡ଼ିକ ମାଧ୍ୟମରେ ଉପକୃତ କରାଇବା ।
- ଜିଲ୍ଲା ସ୍ତରରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମଗୁଡ଼ିକ ସଫଳତା ସହ କାର୍ଯ୍ୟକାରୀ କରାଇବା ।
- ସରକାରୀ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଗ୍ରାମର ଦରିଦ୍ର ଶ୍ରେଣୀର ଲୋକଙ୍କୁ ଭାଗୀଦାର କରାଇବା ।
- ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତିଙ୍କ ମଙ୍ଗଳ ଓ ବିକାଶ ପାଇଁ ଉଦ୍ଦିଷ୍ଟ ଯୋଜନାକୁ ସଫଳ କରାଇବା ।
- ବିଭିନ୍ନ ଯୋଜନାର ନୀତି ନିର୍ଦ୍ଧାରଣ, ପ୍ରସ୍ତୁତି ତଥା କାର୍ଯ୍ୟକାରିତା କ୍ଷେତ୍ରରେ ଆର୍ଥିକ ସ୍ବଚ୍ଛତା ରକ୍ଷା ସହିତ ସଂପୃକ୍ତ କର୍ମଚାରୀମାନଙ୍କର କାର୍ଯ୍ୟ ସମୀକ୍ଷା କରିବା ।
- ଜିଲ୍ଲାସ୍ତରୀୟ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର ଅଗ୍ରଗତିକୁ ସମୀକ୍ଷା କରିବା ।
→ ସଂସ୍ଥାର କାର୍ଯ୍ୟାଳୟ ପରିଚାଳନା ବ୍ୟବସ୍ଥା:
- ପ୍ରତି ଜିଲ୍ଲାସ୍ତରୀୟ ଗ୍ରାମୀଣ ଉନ୍ନୟନ ସଂସ୍ଥାରେ ନିମ୍ନଲିଖ୍ ଶାଖା ରହିଛି; ଯଥା – (୧) ଆତ୍ମନିଯୁକ୍ତି ଶାଖା, (୨) କର୍ମନିଯୁକ୍ତି ଶାଖା, (୩) ମହିଳା ଶାଖା, (୪) ଇଂଜିନିୟରିଂ ଶାଖା, (୫) ହିସାବ ରକ୍ଷକ ଶାଖା, (୬) ନିୟନ୍ତ୍ରଣ ଓ ମୂଲ୍ୟାୟନ ଶାଖା, (୭) ସାଧାରଣ ପ୍ରଶାସନ ଶାଖା ।
- ପ୍ରତିଟି ଶାଖା ଦାୟିତ୍ଵରେ ଜଣେ ଜଣେ ‘ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ’ ଅଛନ୍ତି ।
→ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭୂମିକା :
- ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକର ସୁପରିଚାଳନା, ସେଥିପାଇଁ ମିଳିଥିବା ଅର୍ଥ ଓ ଅନୁଦାନର ସତ୍ବିନିଯୋଗ ଏବଂ ଶୃଙ୍ଖଳା ଓ ସ୍ଵଚ୍ଛତା ରକ୍ଷା କରାଯିବା ବ୍ୟବସ୍ଥା କରିବା ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟ ।
- ଲୋକମାନଙ୍କ ମଧ୍ୟରେ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ଦାୟିତ୍ଵ ।
ଆମେ କ’ଣ ଶିଖୁ ?
- ଭାରତରେ ଜିଲ୍ଲାପାଳ ପଦବୀ ୧୭୭୨ରେ ଓ୍ବାରେନ୍ ହେଣ୍ଟିଙ୍ଗସ୍ଙ୍କଦ୍ଵାରା ସୃଷ୍ଟି ହେବା ଓ ଜିଲ୍ଲାପାଳ ଜିଲ୍ଲାର ସର୍ବୋଚ୍ଚ ଶାସନକର୍ତ୍ତା ହେବା ।
- ଭୂ-ରାଜସ୍ବ ଆଦାୟ କରିବା ଓ ମାଜିଷ୍ଟ୍ରେଟ୍ ଭାବରେ ମୋକଦ୍ଦମା ବିଚାର କରିବା ତାଙ୍କର ପ୍ରମୁଖ କାର୍ଯ୍ୟ
- ଶାନ୍ତିଶୃଙ୍ଖଳା ରକ୍ଷା, ଆଇନର ସୁରକ୍ଷା ଓ ବିକାଶମୂଳକ କାର୍ଯରେ ତାଙ୍କର ଯୋଗଦାନ ।
- ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବା ।
- ପୋଲିସ୍ କମିଶନରେଟ୍ ବ୍ୟବସ୍ଥା ଥିବା ଜିଲ୍ଲାମାନଙ୍କରେ ଶାନ୍ତିଶୃଙ୍ଖଳା ରକ୍ଷା ସହଜ ହୋଇଥାଏ ।
ଜାଣିବା କଥା
- ପୋଲିସ୍ କମିଶନରେଟ୍ : ଯେଉଁ ଜିଲ୍ଲାରେ ପୋଲିସ୍ କମିଶନରେଟ୍ ବ୍ୟବସ୍ଥା ଚାଲୁ ରହିଛି, ସେଠାରେ ଜିଲ୍ଲାପାଳ ପୋଲିସ କମିଶନରଙ୍କ ସାହାଯ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି ।
- ଉପଖଣ୍ଡ : ଗୋଟିଏ ଜିଲ୍ଲାକୁ ପ୍ରଶାସନିକ ସୁବିଧା ଦୃଷ୍ଟିରୁ କେତେଗୋଟି ଭାଗରେ ବିଭକ୍ତ କରାଯାଇଥାଏ । ଏହାକୁ ଉପଖଣ୍ଡ (Sub-Division) କୁହାଯାଏ ।
- ସର୍ବଭାରତୀୟ ପ୍ରଶାସନିକ ସେବା : ଆଇ.ଏ.ଏସ୍. ଓ ଆଇ.ପି.ଏସ୍.କୁ ସର୍ବଭାରତୀୟ ପ୍ରଶାସନିକ ସେବା କୁହାଯାଏ । ଏହି ସେବାଗୁଡ଼ିକ ଲାଗି ସାରା ଭାରତ ପାଇଁ ଗୋଟିଏ ସଂସ୍ଥା ଯଥା : କେନ୍ଦ୍ର ଲୋକସେବା ଆୟୋଗ (U.P.S.C.) ଦ୍ଵାରା ଚୟନ କାର୍ଯ୍ୟ କରାଯାଏ ।
- ଆରକ୍ଷୀ ଅଧ୍ୟକ୍ଷକ : ଜିଲ୍ଲାର ସର୍ବୋଚ୍ଚ ପୋଲିସ୍ ଅଧିକାରୀଙ୍କୁ ଆରକ୍ଷୀ ଅଧ୍ୟକ୍ଷକ (Superintendent of Police) କରାଯାଏ ।