Odisha State Board BSE Odisha Class 9 Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ will enable students to study smartly.
BSE Odisha Class 9 Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:
- ନିରାପତ୍ତା ପରିଷଦର ସମଗ୍ର ବିଶ୍ଵବାସୀ ପୃଥିବୀରେ ସ୍ଥାୟୀ ଶାନ୍ତି ଓ ମୈତ୍ରୀର ପ୍ରତିଷ୍ଠା ନିମନ୍ତେ ପ୍ରଚେଷ୍ଟାରତ ହେଲେ।ଏଥପାଇଁ ଆମେରିକା ରୁଷ୍ ଓ ବ୍ରିଟେନ୍ ବହୁବାର ବୈଠକରେ ମିଳିତ ହୋଇଥିଲେ ।
- ୧୯୪୧ ମସିହା ଅଗଷ୍ଟ ୧୪ ତାରିଖ ଦିନ ଓ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଉଇନଷ୍ଟନ୍ ଚର୍ଜିଲ ଏକ ସନନ୍ଦ ଜାରି କରିଥିଲେ ।
ବିଷୟବସ୍ତୁର ରୂପରେଖ :
- ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ
- ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟପଦ
- ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ ଅଙ୍ଗ
- ସାଧାରଣ ସଭା
- ନିରାପତ୍ତା ପରିଷଦ
- ଅର୍ଥନୈତିକ ଓ ସାମାଜିକ ପରିଷଦ
- ଆନ୍ତର୍ଜାତିକ ନ୍ୟାୟାଳୟ (International Court of Justice)
- ମହାସଚିବ (Secretary General)
- ସଂଯୁକ୍ତ ରାଷ୍ଟ୍ରସଂଘର ସ୍ଵତନ୍ତ୍ର ସଂସ୍ଥାସମୂହ
- ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ (WHO)
- ସଂଯୁକ୍ତ ରାଷ୍ଟ୍ରସଂଘର ଅନ୍ୟାନ୍ୟ ସ୍ବତନ୍ତ୍ର ଅନୁଷ୍ଠାନ
→ ସଂଯୁକ୍ତ ରାଷ୍ଟ୍ରସଂଘ ଗଠନ :
- ୧୯୪୫ ମସିହା ଅପ୍ରେଲ ୨୫ ତାରିଖରୁ ଜୁନ୍ ୨୬ ତାରିଖ ମଧ୍ୟରେ ୫୧ ଗୋଟି ରାଷ୍ଟ୍ରର ୧୯୨ ଜଣ ପ୍ରତିନିଧ୍ ଯୁକ୍ତରାଷ୍ଟ୍ର ଆମେରିକାର ସାନ୍ଫ୍ରାନ୍ସିସ୍କୋଠାରେ ମିଳିତ ହୋଇ ସଂଯୁକ୍ତ ରାଷ୍ଟ୍ରସଂଘ ଗଠନ ପାଇଁ ପ୍ରସ୍ତୁତ ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦରେ ସ୍ବାକ୍ଷର କରିଥିଲେ ।
- ୧୯୪୫ ମସିହା ଅକ୍ଟୋବର ୨୪ ତାରିଖ ଦିନ ସଂଯୁକ୍ତ ରାଷ୍ଟ୍ରସଂଘ ଜନ୍ମ ହୋଇଥିଲା ।
* ପ୍ରତିବର୍ଷ ଅକ୍ଟୋବର ମାସ ୨୪ ତାରିଖକୁ ସଂଯୁକ୍ତ ରାଷ୍ଟ୍ରସଂଘ ଦିବସ ରୂପେ ପାଳନ କରାଯାଏ ।
→ ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ :
→ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟପଦ :
- ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦରେ ସ୍ଵାକ୍ଷର କରିଥିବା ୫୧ ଗୋଟି ରାଷ୍ଟ୍ରଙ୍କୁ ମୂଳ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା ଏବଂ ପରେ ଯେଉଁମାନେ ଏହାର ସଦସ୍ୟ ପଦ ଗ୍ରହଣ କଲେ ସେମାନଙ୍କୁ ନୂତନ ସଦସ୍ୟ ରୂପେ ମାନ୍ୟତା ଦିଆଗଲା ।
- ନିରାପତ୍ତା ପରିଷଦର ଅନୁମୋଦନକ୍ରମେ ସାଧାରଣ ସଭା (General Assembly)ର ଅନୁମତିରେ ସନନ୍ଦର ବ୍ୟବସ୍ଥାକୁ ମାନି ଚଳିବାପାଇଁ ପ୍ରତିଶ୍ରୁତିବଦ୍ଧ ରାଷ୍ଟ୍ରଙ୍କୁ ନୂତନ ସଦସ୍ୟ ଭାବେ ଗ୍ରହଣ କରାଯାଇଥାଏ ।
- ସନନ୍ଦର ବ୍ୟବସ୍ଥା ଭଙ୍ଗ କରୁଥିବା ରାଷ୍ଟ୍ରକୁ ‘‘ନିରାପତ୍ତା ପରିଷଦ’ର ଅନୁମୋଦନକ୍ରମେ ‘ସାଧାରଣ ସଭା’ -ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ପଦରୁ ବହିଷ୍କାର କରିଥାଏ ।
→ ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ ଅଙ୍ଗ :
(୧) ସାଧାରଣ ସଭା, (୨) ନିରାପତ୍ତା ପରିଷଦ, (୩) ନ୍ୟାସ ପରିଷଦ, (୪) ଅର୍ଥନୈତିକ ଓ ସାମାଜିକ ପରିଷଦ, (୫) ଆନ୍ତର୍ଜାତିକ ନ୍ୟାୟାଳୟ ଓ (୬) ସଚିବାଳୟ ।
ସ୍ୱତନ୍ତ୍ର ସଂସ୍ଥା – (୧) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ, (୨) ଖାଦ୍ୟ ଓ କୃଷି ସଙ୍ଗଠନ, (୩) ଆନ୍ତର୍ଜାତିକ ବ୍ୟାପାର ସଙ୍ଗଠନ, (୪) ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଙ୍ଗଠନ, (୫) ଆନ୍ତର୍ଜାତିକ ଶିଶୁକଲ୍ୟାଣ ପାଣ୍ଠି, (୬) ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ।
→ ସାଧାରଣ ସଭା (General Assembly) :
- ସାଧାରଣ ସଭାରେ ସଂଯୁକ୍ତ ରାଷ୍ଟ୍ରସଂଘ ଅନ୍ତର୍ଭୁକ୍ତ ପ୍ରତ୍ୟେକ ରାଷ୍ଟ୍ରର ୫ ଜଣ ଲେଖାଏଁ ପ୍ରତିନିଧୂ ଥାଆନ୍ତି । ମାତ୍ର ପ୍ରତି ସଦସ୍ୟ ରାଷ୍ଟ୍ରର ଗୋଟିଏ ଭୋଟ ଦେବାର ଅଧିକାର ଅଛି ।
→ ନିରାପତ୍ତା ପରିଷଦ (Security Council) :
- ୧୯୬୬ ମସିହା ଜାନୁଆରୀ ୧ ତାରିଖଠାରୁ ନିରାପତ୍ତା ପରିଷଦର ୫ଜଣ ସ୍ଥାୟୀ ସଭ୍ୟ ଓ ୧୦ଜଣ ଅସ୍ଥାୟୀ ସଭ୍ୟ ରହିଆସୁଛନ୍ତି ।
* ଯୁକ୍ତରାଷ୍ଟ୍ର ଆମେରିକା, ଇଂଲାଣ୍ଡ, ଫ୍ରାନ୍ସ, ରୁଷିଆ ଓ ଚୀନ୍ ନିରାପତ୍ତା ପରିଷଦର ସ୍ଥାୟୀ ସଭ୍ୟ ରାଷ୍ଟ୍ର ଅଟନ୍ତି ।
- ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ରାଷ୍ଟ୍ରମାନଙ୍କର ଭିଟୋ କ୍ଷମତା ଭଳି ଏକ ସ୍ଵତନ୍ତ୍ର ସୁବିଧା ରହିଛି ।
→ ନ୍ୟାସ ପରିଷଦ :
- ନ୍ୟାସ ପରିଷଦ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଓ ତିନି ବର୍ଷ ପାଇଁ ସାଧାରଣ ସଭାଦ୍ଵାରା ନିର୍ବାଚିତ ଅସ୍ଥାୟୀ ସଦସ୍ୟଙ୍କୁ ନେଇ ଗଠିତ ।
- ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ ଅନୁନ୍ନତ ଅଞ୍ଚଳ ଏବଂ କୌଣସି ରାଷ୍ଟ୍ରର ପରିସୀମା ଅନ୍ତର୍ଭୁକ୍ତ ହୋଇ ନଥିବା ଅଞ୍ଚଳମାନଙ୍କର ପ୍ରଶାସନ ଦାୟିତ୍ଵ ନେଇଥାଏ ।
- ପ୍ରତି ୨ ବର୍ଷରେ ଥରେ ଏହାର ବୈଠକ ଅନୁଷ୍ଠିତ ହୋଇଥାଏ ।
→ ଅର୍ଥନୈତିକ ଓ ସାମାଜିକ ପରିଷଦ :
- ଏହାର ସଦସ୍ୟ ସଂଖ୍ୟା ୫୪ ଓ ପ୍ରତ୍ୟେକ ସଦସ୍ୟଙ୍କର କାର୍ଯ୍ୟକାଳ ୩ ବର୍ଷ ଏବଂ ସେମାନେ ସାଧାରଣସଭା ଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।
- ବିଶ୍ବର ଅର୍ଥନୈତିକ ଓ ସାମାଜିକ ସମସ୍ୟା ସମାଧାନ ସମ୍ପର୍କରେ ଏହା ସଂଯୁକ୍ତ ରାଷ୍ଟ୍ରସଂଘକୁ ପ୍ରସ୍ତାବ ଦେଇଥାଏ ।
→ ଆନ୍ତର୍ଜାତିକ ନ୍ୟାୟାଳୟ (International Court of Justice) :
- ଆନ୍ତର୍ଜାତିକ ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟାଳୟ ନେଦରଲ୍ୟାଣ୍ଡର ଦି ହେଗ୍ ସହରରେ ଅବସ୍ଥିତ ।
- ଏହାର ୧୫ଜଣ ବିଚାରପତି ସାଧାରଣ ସଭାଦ୍ଵାରା ନିର୍ବାଚିତ ହୁଅନ୍ତି ।
- ସେମାନଙ୍କର କାର୍ଯ୍ୟକାଳ ୯ ବର୍ଷ ଏବଂ ପ୍ରତି ଦୁଇ ବର୍ଷରେ ଏକ-ତୃତୀୟାଂଶ ବିଚାରପତି ଅବସର ନିଅନ୍ତି ।
→ ମହାସଚିବ (Secretary General) :
- ଜାତିସଂଘର ମହାସଚିବ ସଂଯୁକ୍ତ ରାଷ୍ଟ୍ରସଂଘ ସଚିବାଳୟର ମୁଖ୍ୟ ।
- ସେ ସାଧାରଣ ସଭାଦ୍ଵାରା ୫ ବର୍ଷ ପାଇଁ ନିଯୁକ୍ତ ହୋଇଥା’ନ୍ତି ।
- ସେ ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଓ ସୁପ୍ରଶାସକ ହୋଇଥିବା ଆବଶ୍ୟକ ।
- ମହାସଚିବ ପାଞ୍ଚଗୋଟି କାର୍ଯ୍ୟ କରିଥା’ନ୍ତି; ଯଥା- ପ୍ରଶାସନିକ, ଆର୍ଥିକ, ରାଜନୈତିକ, ପ୍ରତିନିଧମୂଳକ, ରେଜିଷ୍ଟ୍ରେସନ ।
* ବରମାନର ସଂଯୁକ୍ତ ରାଷ୍ଟ୍ରସଂଘର ମହାସଚିବ ହେଉଛନ୍ତି ବାନ୍ କି ମୁନ୍ (ଦକ୍ଷିଣ କୋରିଆ) ।
→ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ (WHO) :
- ଏହା ୧୯୪୮ ମସିହା ଅପ୍ରେଲ ୭ ତାରିଖରେ ସୁଇଜରଲ୍ୟାଣ୍ଡର ଜେନେଭା ସହରରେ ପ୍ରତିଷ୍ଠା କରାଯାଇଥିଲା ।
* ପୃଥିବୀରେ ଶାନ୍ତିରକ୍ଷା ଦିଗରେ ସଂଯୁକ୍ତ ରାଷ୍ଟ୍ରସଂଘ ନିଜର ସଫଳତା ପାଇଁ ୧୯୮୮ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲା ।
→ ସଂଯୁକ୍ତ ରାଷ୍ଟ୍ରସଂଘର ସ୍ଵତନ୍ତ୍ର ସଂସ୍ଥାସମୂହ :
→ ସଂଯୁକ୍ତ ରାଷ୍ଟ୍ରସଂଘର ଅନ୍ୟାନ୍ୟ ସ୍ବତନ୍ତ୍ର ଅନୁଷ୍ଠାନ :
(୧) ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (IMF), (୨) ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା (IAEA), (୩) ଆନ୍ତର୍ଜାତିକ ଉନ୍ନୟନ ସଂସ୍ଥା (IDA), (୪) ସାର୍ବଜନୀନ ଡାକ ସଂସ୍ଥା (UPU), (୫) ଆନ୍ତର୍ଜାତିକ ବ୍ୟାପାର ସଙ୍ଗଠନ (UNCTAD) ଇତ୍ୟାଦି ।
→ ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ :
- ଭାରତ ସଂଯୁକ୍ତ ରାଷ୍ଟ୍ରସଂଘର ମୂଳ ସଦସ୍ୟ । ଏହା ସର୍ବଦା ସଂଯୁକ୍ତ ରାଷ୍ଟ୍ରସଂଘକୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଆସୁଛି ।
- ବର୍ଣ୍ଣବୈଷମ୍ୟବାଦର ବିଲୋପ, ଆନ୍ତର୍ଜାତିକ ମହିଳା ସଶକ୍ତିକରଣ, ବିଶ୍ୱଶାନ୍ତି ପ୍ରତିଷ୍ଠା, ଦାରିଦ୍ର୍ୟ ଦୂରୀକରଣ, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ବିରୋଧରେ ସଂଗ୍ରାମ ଇତ୍ୟାଦି କ୍ଷେତ୍ରରେ ଭାରତର ମନୋଭାବକୁ ସଂଯୁକ୍ତ ରାଷ୍ଟ୍ରସଂଘ ପୂର୍ଣ ସମର୍ଥନ କରିଆସିଛି ।
- ବିଭିନ୍ନ ରାଷ୍ଟ୍ରରେ ଶାନ୍ତିପ୍ରତିଷ୍ଠା ଦିଗରେ ସଂଯୁକ୍ତ ରାଷ୍ଟ୍ରସଂଘର ଶାନ୍ତିରକ୍ଷା ବାହିନୀ (UNPKF) ରେ ଭାରତର ସୈନ୍ୟମାନଙ୍କ ସକ୍ରିୟ ଅଂଶଗ୍ରହଣ କରିଆସୁଅଛି ।
→ ସଂଯୁକ୍ତ ରାଷ୍ଟ୍ରସଂଘଦ୍ୱାରା ବିଭିନ୍ନ ଆନ୍ତର୍ଜାତିକ ସମସ୍ୟାର ସମାଧାନ :
- ସଂଯୁକ୍ତ ରାଷ୍ଟ୍ରସଂଘ ବିଭିନ୍ନ ବିବାଦୀୟ ସ୍ଥାନକୁ ଶାନ୍ତିରକ୍ଷା ସେନାବାହିନୀ ପ୍ରେରଣ କରି ସେଠାରେ ଶାନ୍ତି ପ୍ରତିଷ୍ଠା କରିପାରିଛି ।
- ଦକ୍ଷିଣ ଆଫ୍ରିକାର ବର୍ଣବୈଷମ୍ୟ ନୀତି, ପାଲେଷ୍ଟାଇନ୍ ସମସ୍ୟା, କୋରିଆ ସମସ୍ୟା, ଇରାକ୍-ଇରାନ୍ ଯୁଦ୍ଧ, ଆଫଗାନିସ୍ତାନ ସମସ୍ୟା ଓ କାଶ୍ମୀର ସମସ୍ୟା କ୍ଷେତ୍ରରେ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଚେଷ୍ଟା ଓ ଭୂମିକା ପ୍ରଶଂସନୀୟ ।
- ବିଶ୍ବରେ ନିରସ୍ତ୍ରୀକରଣ ପ୍ରକ୍ରିୟାକୁ ସଫଳ କରିବାପାଇଁ ‘ନିରସ୍ତ୍ରୀକରଣ କମିଶନ’ ଗଠନ କରାଯାଇଛି ।