BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

Odisha State Board BSE Odisha Class 9 Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ will enable students to study smartly.

BSE Odisha Class 9 Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ନିରାପତ୍ତା ପରିଷଦର ସମଗ୍ର ବିଶ୍ଵବାସୀ ପୃଥ‌ିବୀରେ ସ୍ଥାୟୀ ଶାନ୍ତି ଓ ମୈତ୍ରୀର ପ୍ରତିଷ୍ଠା ନିମନ୍ତେ ପ୍ରଚେଷ୍ଟାରତ ହେଲେ।ଏଥପାଇଁ ଆମେରିକା ରୁଷ୍ ଓ ବ୍ରିଟେନ୍ ବହୁବାର ବୈଠକରେ ମିଳିତ ହୋଇଥିଲେ ।
  • ୧୯୪୧ ମସିହା ଅଗଷ୍ଟ ୧୪ ତାରିଖ ଦିନ ଓ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଉଇନଷ୍ଟନ୍‌ ଚର୍ଜିଲ ଏକ ସନନ୍ଦ ଜାରି କରିଥିଲେ ।

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

ବିଷୟବସ୍ତୁର ରୂପରେଖ :

  • ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ
  • ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟପଦ
  • ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ ଅଙ୍ଗ
  • ସାଧାରଣ ସଭା
  • ନିରାପତ୍ତା ପରିଷଦ
  • ଅର୍ଥନୈତିକ ଓ ସାମାଜିକ ପରିଷଦ
  • ଆନ୍ତର୍ଜାତିକ ନ୍ୟାୟାଳୟ (International Court of Justice)
  • ମହାସଚିବ (Secretary General)
  • ସଂଯୁକ୍ତ ରାଷ୍ଟ୍ରସଂଘର ସ୍ଵତନ୍ତ୍ର ସଂସ୍ଥାସମୂହ
  • ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ (WHO)
  • ସଂଯୁକ୍ତ ରାଷ୍ଟ୍ରସଂଘର ଅନ୍ୟାନ୍ୟ ସ୍ବତନ୍ତ୍ର ଅନୁଷ୍ଠାନ

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

→ ସଂଯୁକ୍ତ ରାଷ୍ଟ୍ରସଂଘ ଗଠନ :

  • ୧୯୪୫ ମସିହା ଅପ୍ରେଲ ୨୫ ତାରିଖରୁ ଜୁନ୍ ୨୬ ତାରିଖ ମଧ୍ୟରେ ୫୧ ଗୋଟି ରାଷ୍ଟ୍ରର ୧୯୨ ଜଣ ପ୍ରତିନିଧ୍ ଯୁକ୍ତରାଷ୍ଟ୍ର ଆମେରିକାର ସାନ୍‌ଫ୍ରାନ୍‌ସିସ୍କୋଠାରେ ମିଳିତ ହୋଇ ସଂଯୁକ୍ତ ରାଷ୍ଟ୍ରସଂଘ ଗଠନ ପାଇଁ ପ୍ରସ୍ତୁତ ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦରେ ସ୍ବାକ୍ଷର କରିଥିଲେ ।
  • ୧୯୪୫ ମସିହା ଅକ୍ଟୋବର ୨୪ ତାରିଖ ଦିନ ସଂଯୁକ୍ତ ରାଷ୍ଟ୍ରସଂଘ ଜନ୍ମ ହୋଇଥିଲା ।

* ପ୍ରତିବର୍ଷ ଅକ୍ଟୋବର ମାସ ୨୪ ତାରିଖକୁ ସଂଯୁକ୍ତ ରାଷ୍ଟ୍ରସଂଘ ଦିବସ ରୂପେ ପାଳନ କରାଯାଏ ।

→ ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ :
BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ Q. 1

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ
→ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟପଦ :

  • ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦରେ ସ୍ଵାକ୍ଷର କରିଥିବା ୫୧ ଗୋଟି ରାଷ୍ଟ୍ରଙ୍କୁ ମୂଳ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା ଏବଂ ପରେ ଯେଉଁମାନେ ଏହାର ସଦସ୍ୟ ପଦ ଗ୍ରହଣ କଲେ ସେମାନଙ୍କୁ ନୂତନ ସଦସ୍ୟ ରୂପେ ମାନ୍ୟତା ଦିଆଗଲା ।
  • ନିରାପତ୍ତା ପରିଷଦର ଅନୁମୋଦନକ୍ରମେ ସାଧାରଣ ସଭା (General Assembly)ର ଅନୁମତିରେ ସନନ୍ଦର ବ୍ୟବସ୍ଥାକୁ ମାନି ଚଳିବାପାଇଁ ପ୍ରତିଶ୍ରୁତିବଦ୍ଧ ରାଷ୍ଟ୍ରଙ୍କୁ ନୂତନ ସଦସ୍ୟ ଭାବେ ଗ୍ରହଣ କରାଯାଇଥାଏ ।
  • ସନନ୍ଦର ବ୍ୟବସ୍ଥା ଭଙ୍ଗ କରୁଥିବା ରାଷ୍ଟ୍ରକୁ ‘‘ନିରାପତ୍ତା ପରିଷଦ’ର ଅନୁମୋଦନକ୍ରମେ ‘ସାଧାରଣ ସଭା’ -ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ପଦରୁ ବହିଷ୍କାର କରିଥାଏ ।

→ ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ ଅଙ୍ଗ :
(୧) ସାଧାରଣ ସଭା, (୨) ନିରାପତ୍ତା ପରିଷଦ, (୩) ନ୍ୟାସ ପରିଷଦ, (୪) ଅର୍ଥନୈତିକ ଓ ସାମାଜିକ ପରିଷଦ, (୫) ଆନ୍ତର୍ଜାତିକ ନ୍ୟାୟାଳୟ ଓ (୬) ସଚିବାଳୟ ।
ସ୍ୱତନ୍ତ୍ର ସଂସ୍ଥା – (୧) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ, (୨) ଖାଦ୍ୟ ଓ କୃଷି ସଙ୍ଗଠନ, (୩) ଆନ୍ତର୍ଜାତିକ ବ୍ୟାପାର ସଙ୍ଗଠନ, (୪) ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଙ୍ଗଠନ, (୫) ଆନ୍ତର୍ଜାତିକ ଶିଶୁକଲ୍ୟାଣ ପାଣ୍ଠି, (୬) ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ।

→ ସାଧାରଣ ସଭା (General Assembly) :

  • ସାଧାରଣ ସଭାରେ ସଂଯୁକ୍ତ ରାଷ୍ଟ୍ରସଂଘ ଅନ୍ତର୍ଭୁକ୍ତ ପ୍ରତ୍ୟେକ ରାଷ୍ଟ୍ରର ୫ ଜଣ ଲେଖାଏଁ ପ୍ରତିନିଧୂ ଥାଆନ୍ତି । ମାତ୍ର ପ୍ରତି ସଦସ୍ୟ ରାଷ୍ଟ୍ରର ଗୋଟିଏ ଭୋଟ ଦେବାର ଅଧିକାର ଅଛି ।

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

→ ନିରାପତ୍ତା ପରିଷଦ (Security Council) :

  • ୧୯୬୬ ମସିହା ଜାନୁଆରୀ ୧ ତାରିଖଠାରୁ ନିରାପତ୍ତା ପରିଷଦର ୫ଜଣ ସ୍ଥାୟୀ ସଭ୍ୟ ଓ ୧୦ଜଣ ଅସ୍ଥାୟୀ ସଭ୍ୟ ରହିଆସୁଛନ୍ତି ।

* ଯୁକ୍ତରାଷ୍ଟ୍ର ଆମେରିକା, ଇଂଲାଣ୍ଡ, ଫ୍ରାନ୍ସ, ରୁଷିଆ ଓ ଚୀନ୍ ନିରାପତ୍ତା ପରିଷଦର ସ୍ଥାୟୀ ସଭ୍ୟ ରାଷ୍ଟ୍ର ଅଟନ୍ତି ।

  • ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ରାଷ୍ଟ୍ରମାନଙ୍କର ଭିଟୋ କ୍ଷମତା ଭଳି ଏକ ସ୍ଵତନ୍ତ୍ର ସୁବିଧା ରହିଛି ।

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ Q. 2

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

→ ନ୍ୟାସ ପରିଷଦ :

  • ନ୍ୟାସ ପରିଷଦ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଓ ତିନି ବର୍ଷ ପାଇଁ ସାଧାରଣ ସଭାଦ୍ଵାରା ନିର୍ବାଚିତ ଅସ୍ଥାୟୀ ସଦସ୍ୟଙ୍କୁ ନେଇ ଗଠିତ ।
  • ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ ଅନୁନ୍ନତ ଅଞ୍ଚଳ ଏବଂ କୌଣସି ରାଷ୍ଟ୍ରର ପରିସୀମା ଅନ୍ତର୍ଭୁକ୍ତ ହୋଇ ନଥିବା ଅଞ୍ଚଳମାନଙ୍କର ପ୍ରଶାସନ ଦାୟିତ୍ଵ ନେଇଥାଏ ।
  • ପ୍ରତି ୨ ବର୍ଷରେ ଥରେ ଏହାର ବୈଠକ ଅନୁଷ୍ଠିତ ହୋଇଥାଏ ।

→ ଅର୍ଥନୈତିକ ଓ ସାମାଜିକ ପରିଷଦ :

  • ଏହାର ସଦସ୍ୟ ସଂଖ୍ୟା ୫୪ ଓ ପ୍ରତ୍ୟେକ ସଦସ୍ୟଙ୍କର କାର୍ଯ୍ୟକାଳ ୩ ବର୍ଷ ଏବଂ ସେମାନେ ସାଧାରଣସଭା ଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।
  • ବିଶ୍ବର ଅର୍ଥନୈତିକ ଓ ସାମାଜିକ ସମସ୍ୟା ସମାଧାନ ସମ୍ପର୍କରେ ଏହା ସଂଯୁକ୍ତ ରାଷ୍ଟ୍ରସଂଘକୁ ପ୍ରସ୍ତାବ ଦେଇଥାଏ ।

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

→ ଆନ୍ତର୍ଜାତିକ ନ୍ୟାୟାଳୟ (International Court of Justice) :

  • ଆନ୍ତର୍ଜାତିକ ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟାଳୟ ନେଦରଲ୍ୟାଣ୍ଡର ଦି ହେଗ୍ ସହରରେ ଅବସ୍ଥିତ ।
  • ଏହାର ୧୫ଜଣ ବିଚାରପତି ସାଧାରଣ ସଭାଦ୍ଵାରା ନିର୍ବାଚିତ ହୁଅନ୍ତି ।
  • ସେମାନଙ୍କର କାର୍ଯ୍ୟକାଳ ୯ ବର୍ଷ ଏବଂ ପ୍ରତି ଦୁଇ ବର୍ଷରେ ଏକ-ତୃତୀୟାଂଶ ବିଚାରପତି ଅବସର ନିଅନ୍ତି ।

→ ମହାସଚିବ (Secretary General) :

  • ଜାତିସଂଘର ମହାସଚିବ ସଂଯୁକ୍ତ ରାଷ୍ଟ୍ରସଂଘ ସଚିବାଳୟର ମୁଖ୍ୟ ।
  • ସେ ସାଧାରଣ ସଭାଦ୍ଵାରା ୫ ବର୍ଷ ପାଇଁ ନିଯୁକ୍ତ ହୋଇଥା’ନ୍ତି ।
  • ସେ ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଓ ସୁପ୍ରଶାସକ ହୋଇଥିବା ଆବଶ୍ୟକ ।
  • ମହାସଚିବ ପାଞ୍ଚଗୋଟି କାର୍ଯ୍ୟ କରିଥା’ନ୍ତି; ଯଥା- ପ୍ରଶାସନିକ, ଆର୍ଥିକ, ରାଜନୈତିକ, ପ୍ରତିନିଧମୂଳକ, ରେଜିଷ୍ଟ୍ରେସନ ।

* ବରମାନର ସଂଯୁକ୍ତ ରାଷ୍ଟ୍ରସଂଘର ମହାସଚିବ ହେଉଛନ୍ତି ବାନ୍ କି ମୁନ୍ (ଦକ୍ଷିଣ କୋରିଆ) ।

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

→ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ (WHO) :

  • ଏହା ୧୯୪୮ ମସିହା ଅପ୍ରେଲ ୭ ତାରିଖରେ ସୁଇଜରଲ୍ୟାଣ୍ଡର ଜେନେଭା ସହରରେ ପ୍ରତିଷ୍ଠା କରାଯାଇଥିଲା ।

* ପୃଥ‌ିବୀରେ ଶାନ୍ତିରକ୍ଷା ଦିଗରେ ସଂଯୁକ୍ତ ରାଷ୍ଟ୍ରସଂଘ ନିଜର ସଫଳତା ପାଇଁ ୧୯୮୮ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲା ।

→ ସଂଯୁକ୍ତ ରାଷ୍ଟ୍ରସଂଘର ସ୍ଵତନ୍ତ୍ର ସଂସ୍ଥାସମୂହ :
BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ Q. 3

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

→ ସଂଯୁକ୍ତ ରାଷ୍ଟ୍ରସଂଘର ଅନ୍ୟାନ୍ୟ ସ୍ବତନ୍ତ୍ର ଅନୁଷ୍ଠାନ :
(୧) ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (IMF), (୨) ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା (IAEA), (୩) ଆନ୍ତର୍ଜାତିକ ଉନ୍ନୟନ ସଂସ୍ଥା (IDA), (୪) ସାର୍ବଜନୀନ ଡାକ ସଂସ୍ଥା (UPU), (୫) ଆନ୍ତର୍ଜାତିକ ବ୍ୟାପାର ସଙ୍ଗଠନ (UNCTAD) ଇତ୍ୟାଦି ।

→ ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ :

  • ଭାରତ ସଂଯୁକ୍ତ ରାଷ୍ଟ୍ରସଂଘର ମୂଳ ସଦସ୍ୟ । ଏହା ସର୍ବଦା ସଂଯୁକ୍ତ ରାଷ୍ଟ୍ରସଂଘକୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଆସୁଛି ।
  • ବର୍ଣ୍ଣବୈଷମ୍ୟବାଦର ବିଲୋପ, ଆନ୍ତର୍ଜାତିକ ମହିଳା ସଶକ୍ତିକରଣ, ବିଶ୍ୱଶାନ୍ତି ପ୍ରତିଷ୍ଠା, ଦାରିଦ୍ର୍ୟ ଦୂରୀକରଣ, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ବିରୋଧରେ ସଂଗ୍ରାମ ଇତ୍ୟାଦି କ୍ଷେତ୍ରରେ ଭାରତର ମନୋଭାବକୁ ସଂଯୁକ୍ତ ରାଷ୍ଟ୍ରସଂଘ ପୂର୍ଣ ସମର୍ଥନ କରିଆସିଛି ।
  • ବିଭିନ୍ନ ରାଷ୍ଟ୍ରରେ ଶାନ୍ତିପ୍ରତିଷ୍ଠା ଦିଗରେ ସଂଯୁକ୍ତ ରାଷ୍ଟ୍ରସଂଘର ଶାନ୍ତିରକ୍ଷା ବାହିନୀ (UNPKF) ରେ ଭାରତର ସୈନ୍ୟମାନଙ୍କ ସକ୍ରିୟ ଅଂଶଗ୍ରହଣ କରିଆସୁଅଛି ।

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

→ ସଂଯୁକ୍ତ ରାଷ୍ଟ୍ରସଂଘଦ୍ୱାରା ବିଭିନ୍ନ ଆନ୍ତର୍ଜାତିକ ସମସ୍ୟାର ସମାଧାନ :

  • ସଂଯୁକ୍ତ ରାଷ୍ଟ୍ରସଂଘ ବିଭିନ୍ନ ବିବାଦୀୟ ସ୍ଥାନକୁ ଶାନ୍ତିରକ୍ଷା ସେନାବାହିନୀ ପ୍ରେରଣ କରି ସେଠାରେ ଶାନ୍ତି ପ୍ରତିଷ୍ଠା କରିପାରିଛି ।
  • ଦକ୍ଷିଣ ଆଫ୍ରିକାର ବର୍ଣବୈଷମ୍ୟ ନୀତି, ପାଲେଷ୍ଟାଇନ୍ ସମସ୍ୟା, କୋରିଆ ସମସ୍ୟା, ଇରାକ୍-ଇରାନ୍ ଯୁଦ୍ଧ, ଆଫଗାନିସ୍ତାନ ସମସ୍ୟା ଓ କାଶ୍ମୀର ସମସ୍ୟା କ୍ଷେତ୍ରରେ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଚେଷ୍ଟା ଓ ଭୂମିକା ପ୍ରଶଂସନୀୟ ।
  • ବିଶ୍ବରେ ନିରସ୍ତ୍ରୀକରଣ ପ୍ରକ୍ରିୟାକୁ ସଫଳ କରିବାପାଇଁ ‘ନିରସ୍ତ୍ରୀକରଣ କମିଶନ’ ଗଠନ କରାଯାଇଛି ।

Leave a Comment