Odisha State Board BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ Textbook Exercise Questions and Answers.
BSE Odisha Class 6 History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ
୧। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ ।
(କ) ଜଳବାୟୁରେ ତାପମାତ୍ରାର ପରିବର୍ତ୍ତନ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀକୁ କିପରି ପ୍ରଭାବିତ କଲା ?
Answer:
- ପ୍ରାୟ ୧୨,୦୦୦ ବର୍ଷ ପୂର୍ବେ ପୃଥିବୀର ଜଳବାୟୁରେ ବଡ ପରିବର୍ତ୍ତନ ଦେଖାଯାଇଥିଲା । ଜଳବାୟୁରେ ତାପମାତ୍ରାର ପରିବର୍ତ୍ତନ ଯୋଗୁଁ ଘାସ ଜାତୀୟ ଗଛ ଦେଖାଗଲା । ତେଣୁ ହରିଣ, ଛେଳି, ମେଣ୍ଢା, ଗାଈଗୋରୁ ଆଦି ପଶୁମାନେ ସେଠାରେ ରହିବାକୁ ଆରମ୍ଭ କଲେ ।
- ଚାଷ କରିବା ସହିତ ଲୋକମାନେ ପଶୁପାଳନ କଲେ । ପଶୁମାନଙ୍କର ଆବଶ୍ୟକତା ଜାଣି ସେମାନଙ୍କୁ ଦଳବଦ୍ଧ ଭାବରେ ରଖାଗଲା ।
- କୁକୁରକୁ ପ୍ରଥମେ ପୋଷା ପ୍ରାଣୀରୂପେ ରଖାଯାଇଥିଲା । ତା’ପରେ ମଣିଷମାନେ ଘୁଷୁରି, ଛେଳି, ମେଣ୍ଢା, ଗାଈ, ଗଧ ପ୍ରଭୃତି ପୋଷିଲେ ।
- ହିଂସ୍ର ଜନ୍ତୁମାନଙ୍କଠାରୁ ଗୃହପାଳିତ ପଶୁମାନଙ୍କୁ ରକ୍ଷା କରିବାପାଇଁ ମନୁଷ୍ୟ ଚେଷ୍ଟା କଲା ।
(ଖ) ନୂତନ ପ୍ରସ୍ତର ଯୁଗର ଶେଷ ଭାଗରେ କେଉଁ ପ୍ରକାର ପରିବର୍ତ୍ତନ ଘଟିଥିଲା ?
Answer:
- ନୂତନ ପ୍ରସ୍ତର ଯୁଗର ଶେଷ ଭାଗରେ ପଥର ନିର୍ମିତ ଓ ପଶୁମାନଙ୍କର ଅସ୍ଥିରେ ପ୍ରସ୍ତୁତ ବିଭିନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସହିତ ମନୁଷ୍ୟ ଧାତୁର ବ୍ୟବହାର କରିବା ବିଷୟରେ ଜାଣିଥିଲେ ।
- ଏହି ଯୁଗରେ ଉଭୟ ପଥର ଓ ଧାତୁର ହାତହତିଆର ବ୍ୟବହାର କରାଯାଉଥିଲା ।
- ତମ୍ବା ଧାତୁକୁ ମଣିଷ ପ୍ରଥମେ ବ୍ୟବହାର କରିଥିଲା । ତମ୍ବା ସହିତ ଟିଣ ଓ ଦକ୍ତା ମିଶାଯାଇ ବ୍ରୋଞ୍ଜ ବା କଂସା ଧାତୁ ତିଆରି କରାଗଲା । ତେଣୁ ଏହି ଯୁଗକୁ ତାମ୍ର ପ୍ରସ୍ତର ଯୁଗ କୁହାଯାଏ ।
- କର୍ଣ୍ଣାଟକର ମହୀଶୂର ନିକଟସ୍ଥ ବ୍ରହ୍ମଗିରିଠାରେ ଏହି ଧାତୁ ନିର୍ମିତ ଛୁରୀ ଓ ହାତୁଡ଼ି ଦେଖିବାକୁ ମିଳେ ।
(ଗ) ଗ୍ରାମୀଣ ସଭ୍ୟତା ପ୍ରଥମେ ପାକିସ୍ତାନର କେଉଁ ସ୍ଥାନରେ ଗଢ଼ିଉଠିଥିଲା ? ଏହି ତଥ୍ୟ ସପକ୍ଷରେ କେତୋଟି ସୂଚନା ପ୍ରଦାନ କର ।
Answer:
- ଗ୍ରାମୀଣ ସଭ୍ୟତା ପ୍ରଥମେ ପାକିସ୍ଥାନର ମେହରଗଡ଼ଠାରେ ଗଢି ଉଠିଥିଲା । ଏଠାରେ ଲୋକମାନେ ଗ୍ରାମ ସ୍ଥାପନ କରି ଚାଷ କାର୍ଯ୍ୟ ଓ ସ୍ଥାୟୀ ଭାବରେ ବସବାସ କରିଥିଲେ । ପୋଡାଶସ୍ୟ ଓ ବିଭିନ୍ନ ପଶୁମାନଙ୍କର ଅସ୍ଥି ଏଠାରେ ମିଳିଅଛି । ପ୍ରାୟ ଖ୍ରୀ.ପୂ. ୭୦୦୦ ବର୍ଷ ପୂର୍ବେ ଏଠାରେ ଚାଷ କାର୍ଯ୍ୟ, ପଶୁପାଳନ ଓ ସ୍ଥାୟୀ ବସତି ସ୍ଥାପନର ସୂଚନା ମିଳିଛି ।
- ମେହରଗଡ଼ରେ ଥିବା ଗୃହଗୁଡ଼ିକ ମାଟିରେ ନିର୍ମାଣ କରାଯାଇଥିଲା ଓ ଅତି ସାଧାରଣ ଗୃହ ଥିଲା । ସେହି ଘର ଗୁଡ଼ିକ ବର୍ଗାକାର ଅଥବା ସମକୋଣୀ ଚତୁର୍ଭୁଜ ଆକାରରେ କରାଯାଇଥିଲା ।
- ସେଠାରୁ ପଥର ହାତୁଡ଼ି, ଶାମୁକାରେ ନିର୍ମିତ ଅଳଙ୍କାର, ଚୁନପଥର, ନୀଳକାନ୍ତ ମଣି, ଗାଢ ନୀଳବର୍ଣ୍ଣ ପଥର ଓ ବାଲିପଥର ଆଦି ଆବିଷ୍କାର କରାଯାଇଛି । ସେଠାରେ କାଚମାଳି, ମାଟିପାତ୍ର ଗୁଡ଼ିକୁ ବିଭିନ୍ନ ଚିତ୍ରଦ୍ୱାରା ସୁନ୍ଦରଭାବେ ତିଆରି କରାଯାଉଥିଲା ।
- ସେହି ସମୟରେ ମୃତବ୍ୟକ୍ତିମାନଙ୍କୁ ସମାଧ୍ ଦିଆଯାଉଥିଲା । ମୃତଶରୀରକୁ ଯତ୍ନର ସହିତ ସତ୍କାର କରିବାମେହରଗଡ଼ ଲୋକମାନଙ୍କ ଏକ ବିଶେଷତ୍ଵ ଥିଲା ।
(ଘ) ଉତ୍ତର-ପୂର୍ବ ଭାରତରେ କିପରି ନୂତନ ପ୍ରସ୍ତର ଯୁଗର ସୂଚନା ମିଳିଛି ?
Answer:
- ଭାରତର ଉତ୍ତର-ପୂର୍ବ ଭାଗର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ବସତିମାନ ଆବିଷ୍କାର କରାଯାଇଛି । ସେଥିମଧ୍ୟରୁ ଆସାମର ‘ଦୁଜାଲି ହାଡ଼ି’’ ଏକ ପ୍ରସିଦ୍ଧ ସ୍ଥାନ ।
- ଏଠାରୁ ଚିକ୍କଣ ପଥରରେ ନିର୍ମିତ ହାତ ହତିଆର, ମାଟିପାତ୍ର, ରୋଷେଇ ସାମଗ୍ରୀ ଆଦି ଜିନିଷ ଆବିଷ୍କାର କରାଯାଇଛି । ‘ଜେଡ୍ନାମକ’ ଏକ ମୂଲ୍ୟବାନ ପଥର ଚୀନଦେଶରୁ ଆସିଥିବା ଅନୁମାନ କରାଯାଏ ।
- ଜୀବାବଶେଷରୁ ତିଆରି ବିଭିନ୍ନ ହାତହତିଆର ଓ ପେଷଣ ଯନ୍ତ୍ରର ମଧ୍ଯ ଆବିଷ୍କାର କରାଯାଇଛି । ସେ ସମୟରେ ରୋଷେଇ କରିବା ଓ ଶସ୍ୟକୁ ସାଇତି ରଖିପାଇଁ ମାଟିପାତ୍ରର ବହୁଳ ବ୍ୟବହାର କରାଯାଉଥିଲା ।
- ମେଘାଳୟରେ ଥିବା ‘ଗାରୋ’ ପର୍ବତମାଳା ଓ ତ୍ରିପୁରାର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ଅବଶେଷ ଦେଖିବାକୁ ମିଳେ ।
୨ । ସଂକ୍ଷେପରେ ଉତ୍ତର ଦିଅ ।
(କ) ଆଦିମାନବ କିପରି ଚାଷୀ ଓ ପଶୁପାଳକ ହୋଇପାରିଥିଲା ?
Answer:
- ଆଦିମାନବ ପ୍ରଥମେ ଫଳରୁ ମଞ୍ଜି ମାଟିରେ ପଡ଼ି ଗଛ ହେବା ଦେଖିଲା ପରେ ଚାଷ କାର୍ଯ୍ୟ ଆରମ୍ଭ କଲା ।
- ଜଳବାୟୁର ତାପମାତ୍ରା ବଢିବାଯୋଗୁଁ ଘାସଜାତୀୟ ଗଛ ଦେଖାଦେବାରୁ ଆଦିମାନବ ପଶୁପାଳନ କାର୍ଯ୍ୟ ମଧ୍ୟ ଆରମ୍ଭ କଲା । ତେଣୁ ସେ ଚାଷୀ ଓ ପଶୁପାଳକ ହୋଇ ପାରିଥିଲା ।
(ଖ) ମେହରଗଡ଼ରୁ ନୂତନ ପ୍ରସ୍ତର ଯୁଗ ବିଷୟରେ କ’ଣ ଜାଣିଲ ?
Answer:
- ଖ୍ରୀ.ପୂ. ୭୦୦୦ ବର୍ଷ ପୂର୍ବେ ପାକିସ୍ଥାନରେ ଥିବା ମେହେରଗଡ଼ର ଗ୍ରାମମାନଙ୍କରେ ଲୋକମାନେ ଚାଷକାର୍ଯ୍ୟ, ପଶୁପାଳନ ଓ ସ୍ଥାୟୀ ବସବାସ କରୁଥିବାର ଜଣାଯାଏ ।
- ଏଠାରେ ଥିବା ଘରଗୁଡ଼ିକ ମାଟିରେ ତିଆରି ବର୍ଗାକାର ବା ସମକୋଣୀ ଚତୁର୍ଭୁଜ ଆକାରର ଥିଲା । ସେଠାରେ ପଥର ହାତୁଡ଼ି, ଶାମୁକା ଅଳଙ୍କାର, ଚୁନପଥର, ବାଲିପଥର ଗାଢ଼ ନୀଳବର୍ଣ୍ଣ ପଥର ଆବିଷ୍କାର କରାଯାଇଛି । ସେହି ଅଞ୍ଚଳର ଲୋକମାନେ ମୃତ୍ୟୁ ପରେ ଜୀବନ ଫେରି ଆସିବାର ବିଶ୍ଵାସରେ ମୃତବ୍ୟକ୍ତିମାନଙ୍କୁ ସମାଧୁ ଦେଉଥିଲେ ।
(ଗ) କି କି ଧାତୁର ବ୍ୟବହାର ମଣିଷ ପ୍ରଥମେ ଜାଣିଲା ?
Answer:
- ପଥର ନିର୍ମିତ ଓ ପଶୁମାନଙ୍କର ଅସ୍ଥିରେ ପ୍ରସ୍ତୁତ ବିଭିନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସହିତ ଲୋକମାନେ ଧାତୁର ବ୍ୟବହାର ବିଷୟରେ ଜାଣିଲେ ।
- ମଣିଷ ପ୍ରଥମେ ତମ୍ବା ଧାତୁକୁ ବ୍ୟବହାର କରିଥିଲା ପରେ ତମ୍ବା ସହିତ ଟିଣ ଓ ଦକ୍ତା ମିଶାଯାଇ ବ୍ରୋଞ୍ଜ ବା କଂସା ଧାତୁ ତିଆରି କରିଥିଲା ।
(ଘ) ବୁର୍ଜାହମ୍ରେ ଆବିଷ୍କୃତ ନୂତନ ପ୍ରସ୍ତର ଯୁଗ ସମ୍ବନ୍ଧରେ ଲେଖ ।
Answer:
- ଜାମ୍ମୁ-କାଶ୍ମୀରର ଶ୍ରୀନଗରଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ବୁର୍ଜାହମ୍ରେ ନୂତନ ପ୍ରସ୍ତର ଯୁଗର ଲୋକମାନେ ମାଟିତଳେ ବିଶାଳ ଗର୍ଭଗୃହରେ ରହୁଥିଲେ ।
- ମାଟିରେ ଥିବା ପ୍ରବେଶ ଦ୍ୱାରର ଆକାର ଗୋଲାକାର ଥିଲା । ସେମାନେ ପାହାଚ ସାହାଯ୍ୟରେ ତଳକୁ ପ୍ରବେଶ କରୁଥିଲେ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ଗର୍ଭଗୃହରେ ରହୁଥିଲେ । ଏହା ଭିତରୁ ଅସ୍ଥି ନିର୍ମିତ ହାତହତିଆର, ପୋଡ଼ା ପାଉଁଶ, କାଠ କୋଇଲା ଓ ଚିକ୍କଣ ପାତ୍ରର ଭଗ୍ନାବଶେଷ ଦେଖିବାକୁ ମିଳେ ।
୩ । ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(କ) ନୂତନ ପ୍ରସ୍ତର ଯୁଗରେ କ’ଣ କ’ଣ ପରିବର୍ତ୍ତନ ଦେଖାଯାଇଥିଲା ?
Answer:
(୧) ନୂତନ ପ୍ରସ୍ତର ଯୁଗରେ କୃଷି ସହିତ ପଶୁପାଳନ କରାଗଲା ।
(୨) ଏହି ଯୁଗରେ ଉଭୟ ପଥର ଓ ଧାତୁର ହାତହତିଆର ତିଆରି ହୋଇ ବ୍ୟବହାର କରାଗଲା ।
(ଖ) ଆଦିମାନବ ଚାଷକାର୍ଯ୍ୟ କିପରି ଆରମ୍ଭ କଲା ?
Answer:
(୧) ଆଦିମାନବ ଚାଷକାର୍ଯ୍ୟ କିପରି ଆରମ୍ଭ କଲା ସେ ବିଷୟରେ ଠିକ୍ଭାବେ ଜଣାନାହିଁ ।
(୨) ଫଳରୁ ମଞ୍ଜି ମାଟିରେ ପଡ଼ି ଗଛ ହେବା ଦେଖିଲା ପରେ ନିଜେ ଚାଷକାର୍ଯ୍ୟ ଆରମ୍ଭ କରିଥବ ବୋଲି ଅନୁମାନ କରାଯାଇଛି ।
(ଗ) ଚାଷକାର୍ଯ୍ୟର ଉପକାରିତା କ’ଣ ଥିଲା ?
Answer:
(୧) ଚାଷକାର୍ଯ୍ୟ ଯୋଗୁ ଲୋକମାନେ ସ୍ଥାନ ପରିବର୍ତ୍ତନ ନ କରି ଗୋଟିଏ ସ୍ଥାନରେ ରହିବାକୁ ପସନ୍ଦ କଲେ ।
(୨) ସେଠାରେ ନିଜର ଘର ତିଆରି କରି ଚାଷ ସହିତ ବନ୍ୟଜନ୍ତୁଙ୍କୁ ଶିକାର କଲେ ।
(ଘ) ତୃଣିଜାତୀୟ ଗଛମାନଙ୍କ ଆବିର୍ଭାବ ହେବା ପରେ କି ପରିବର୍ତ୍ତନ ଆସିଥିଲା ?
Answer:
(୧) ତୃଣଜାତୀୟ ଗଛମାନଙ୍କ ଆବିର୍ଭାବ ହେବା ପରେ ହରିଣ, ଛେଳି, ମେଣ୍ଢା, ଗାଈଗୋରୁ ଆଦି ପଶୁମାନେ ସେଠାରେ ରହିବାକୁ ଆରମ୍ଭ କଲେ ।
(୨) ସେହି ପଶୁମାନଙ୍କ ଆବଶ୍ୟକତା ଜାଣି ଲୋକମାନେ କୃଷିକାର୍ଯ୍ୟ ସହିତ ନିୟମିତ ଭାବେ ପଶୁପାଳନ କଲେ ।
(ଙ) ତାମ୍ର-ପ୍ରସ୍ତର ଯୁଗ କହିଲେ କ’ଣ ବୁଝ ?
Answer:
(୧) ନୂତନ ପ୍ରସ୍ତର ଯୁଗର ଶେଷ ଭାଗରେ ଲୋକମାନେ ତମ୍ବା ଏବଂ ତମ୍ବା ସହିତ ଟିଣ ଓ ଦକ୍ତା ମିଶ୍ରିତ ବ୍ରୋଞ୍ଜ ଧାତୁର ବ୍ୟବହାର ଜାଣିଲେ ।
(୨) ଏହି ସମୟରେ ଉଭୟ ପଥର ଏବଂ ତମ୍ବା, ବ୍ରୋଞ୍ଜ ଧାତୁ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଥିବାରୁ ଏହାକୁ ତାମ୍ର-ପ୍ରସ୍ତର ଯୁଗ କୁହାଯାଏ ।
(ଚ) ବୁଜାହମ୍ର ଗର୍ଭଗୃହ କ’ଣ ପାଇଁ ବ୍ୟବହୃତ ହେଉଥିଲା ?
Answer:
ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ବୁର୍ଜାହମୂର ଗର୍ଭଗୃହକୁ ବ୍ୟବହାର କରୁଥିଲେ ।
(ଛ) କେଉଁ ସ୍ଥାନରୁ ଜୀବାବଶେଷରେ ନିର୍ମିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ମିଳିଛି ?
Answer:
ଆସାମର ଦୁଜାଲି ହାଡ଼ିରୁ ଜୀବାବଶେଷରେ ନିର୍ମିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ମିଳିଛି ।
(ଜ) ଆସାମ ବ୍ୟତୀତ ଭାରତର ଉତ୍ତର-ପୂର୍ବ ଅଞ୍ଚଳରେ ଥିବା ଆଉ କେଉଁ ଦୁଇଟି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ସନ୍ଧାନ ମିଳିଛି ?
Answer:
ଆସାମ ବ୍ୟତୀତ ଭାରତର ଉତ୍ତର-ପୂର୍ବ ଅଞ୍ଚଳରେ ଥିବା ମେଘାଳୟର ଗାରୋ ପର୍ବତମାଳା ଓ ତ୍ରିପୁରାର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ସନ୍ଧାନ ମିଳିଛି ।
୪। ଶୂନ୍ୟସ୍ଥାନ ପୂରଣ କର ।
(କ) ପ୍ରାୟ _______ ବର୍ଷ ପୂର୍ବେ ପୃଥିବୀର ଜଳବାୟୁରେ ବଡ଼ ପରିବର୍ତ୍ତନ ଆସିଥିଲା ।
Answer:
୧୨,୦୦୦
(ଖ) ନୂତନ ପ୍ରସ୍ତର ଯୁଗରେ ମିଳିଥିବା _______ ଫସଲ କାଟିବାରେ ସହାୟକ ହୋଇଥିଲା ।
Answer:
ଦାଆ
(ଗ) ନୂତନ ପ୍ରସ୍ତର ଯୁଗରେ ______ କୁ ମନୁଷ୍ୟର ପ୍ରଥମ ପୋଷାପ୍ରାଣୀ ଭାବରେ ରଖାଯାଉଥିଲା ।
Answer:
କୁକୁର
(ଘ) ପ୍ରଥମେ ଭାରତର ________ ଅଞ୍ଚଳରେ ନୂତନ ପ୍ରସ୍ତର ଯୁଗ ଆରମ୍ଭ ହୋଇଥିଲା ।
Answer:
ଉତ୍ତର
(ଙ) ନୂତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ରଗୁଡ଼ିକ ______ ଓ ______ ର ଥିଲା ।
Answer:
ପଥର, ଧାତୁର
(ଚ) କାଶ୍ମୀରର ________ ରେ ନୂତନ ପ୍ରସ୍ତର ଯୁଗର ମାନବ ବସତିର ସନ୍ଧାନ ମିଳିଛି ।
Answer:
ବୁର୍ଜାହମ୍
(ଛ) ଦୁଜାଲି ହାଡ଼ିରେ ମୂଲ୍ୟବାନ୍ ଜେଡ୍ ପଥର _______ ରୁ ଆସିଥିଲା ବୋଲି ବିଶ୍ଵାସ କରାଯାଏ ।
Answer:
ଚୀନ୍
(ଜ) ମେହରଗଡ଼ରେ ଘରଗୁଡ଼ିକ _______ ଅଥବା _____ ଆକାରରେ ନିର୍ମାଣ କରାଯାଉଥିଲା ।
Answer:
ବର୍ଗାକାର, ସମକୋଣୀ ଚତୁର୍ଭୁଜ