Odisha State Board BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ Textbook Exercise Questions and Answers.
BSE Odisha Class 6 History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ
୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ‘ଉପନିଷଦ’ରୁ ଆମେ କ’ଣ ଜାଣିପାରିବା ?
Answer:
- ଆମେ ‘ଉପନିଷଦ’ରୁ ଜାଣିପାରିବା ଯେ ମରିଗଲା ପରେ ଲୋକମାନେ କେଉଁଠାକୁ ଯାଆନ୍ତି ଓ ମଲାପରେ ସେମାନଙ୍କର ଅବସ୍ଥା କ’ଣ ହୁଏ ଇତ୍ୟାଦି ପ୍ରଶ୍ନର ଉତ୍ତର ।
- ଉପନିଷଦ ଗ୍ରନ୍ଥରେ ଭାରତୀୟ ଦର୍ଶନର ମୌଳିକ ତଥ୍ୟଗୁଡ଼ିକ ଆଲୋଚନା କରାଯାଇଛି ।
- ଆମ ମନରେ, ଆଧାତ୍ମକ ଭାବ ଜାଗ୍ରତ କରିବା ଦିଗରେ ଉପନିଷଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
- ଉପନିଷଦରୁ ବ୍ରହ୍ମଜ୍ଞାନ ବିଷୟରେ ଜାଣିହୁଏ ।
(ଖ) ଉପନିଷଦରେ କେଉଁ ବିଷୟ ଉପରେ ଆଲୋଚନା କରାଯାଇଛି ?
Answer:
- ଉପନିଷଦ ହେଉଛି ବେଦର ଏକ ଅଂଶ । ବୈଦିକ ଯୁଗର ଶେଷଭାଗରେ ଏହା ରଚନା କରାଯାଇଛି ।
- ଗୁରୁ ଓ ଶିଷ୍ୟ ମଧ୍ୟରେ କଥୋପକଥନ ମାଧ୍ୟମରେ ବହୁ ତତ୍ତ୍ୱର ଗୂଢ଼ ରହସ୍ୟ ଉପନିଷଦରେ ବର୍ଣ୍ଣନା କରାଯାଇଛି ।
- ଏଥିରେ ବହୁ ଜଟିଳ ତତ୍ତ୍ବ ଯଥା – ଜୀବାତ୍ମା, ପରାମାତ୍ମା ଓ ପୃଥିବୀ ସୃଷ୍ଟିର ରହସ୍ୟ ଆଦି ବିଷୟରେ ଆଲୋଚନା
- ବ୍ରହ୍ମ ହେଉଛି ପରମାତ୍ମା ବା ପରମେଶ୍ଵର । ଏହି ବ୍ରହ୍ମଜ୍ଞାନ ବିଷୟରେ ଉପନିଷଦରେ ଆଲୋଚନା କରାଯାଇଛି ।
(ଗ) କଠୋପନିଷଦରେ କେଉଁ ବିଷୟ ଉଲ୍ଲେଖ ଅଛି ?
Answer:
- ‘ନଚିକେତା ଉପାଖ୍ୟାନ’ ହେଉଛି କଠୋପନିଷଦର ଏକ ଉଦାହରଣ ।
- ନଚିକେତା କିପରି ନିଜର ଶ୍ରଦ୍ଧା, ଭକ୍ତି, ନିଷ୍ଠା ଓ ସେବା ବଳରେ ଧର୍ମରାଜ ଯମଙ୍କଠାରୁ ବ୍ରହ୍ମଜ୍ଞାନ ଲାଭ କରିଥିଲେ କଠୋପନିଷରେ ଏହା ବର୍ଣ୍ଣନା କରାଯାଇଛି ।
(ଘ) ପାର୍ଶ୍ଵନାଥ କିଏ ? ସେ କ’ଣ କହିଥିଲେ ?
Answer:
- ପାର୍ଶ୍ଵନାଥ ହେଉଛନ୍ତି ମହାବୀରଙ୍କର ପୂର୍ବବର୍ତ୍ତୀ ତୀର୍ଥଙ୍କର ।
- ସେ ମହାବୀରଙ୍କ ୨୫୦ ବର୍ଷ ପୂର୍ବେ ଆବିର୍ଭାବ ହୋଇଥଲେ ।
- ସେ କାଶୀରାଜା ଅଶ୍ଵସେନଙ୍କ ପୁତ୍ର ଥିଲେ ।
- ସେ ଜୈନଧର୍ମର ଚାରିଗୋଟି ନୀତି ପ୍ରଚାର କରିଥିଲେ । ସେଗୁଡ଼ିକ ହେଲା – (୧) ଜୀବପ୍ରତି ହିଂସା ଆଚରଣ ନକରିବା, (୨) ମିଥ୍ୟା ନ କହିବା, (୩) ଚୋରି ନକରିବା ଓ (୪) ସମ୍ପଭି ପ୍ରତି ଅନାଗ୍ରହ ହେବା । ତେଣୁ ପାର୍ଶ୍ଵନାଥଙ୍କ ପ୍ରଚାରିତ ଧର୍ମକୁ ‘ଚତୁର୍ଯ୍ୟାମଧର୍ମ’’ କୁହାଯାଏ ।
(ଙ) ମହାବୀରଙ୍କ ଜନ୍ମ ପରିଚୟ ପ୍ରଦାନ କର ।
Answer:
- ଆଜକୁ ପ୍ରାୟ ୨୫୦୦ ବର୍ଷ ତଳେ ଅର୍ଥାତ୍ ଖ୍ରୀ. ପୂ. ଷଷ୍ଠ ଶତାବ୍ଦୀରେ ଭାରତରେ ମହାବୀର ଜନ୍ମଗ୍ରହଣ କରିଥିଲେ । ସେ ଜୈନଧର୍ମର ପ୍ରଚାରକ ଥିଲେ ।
- ସେ ବୈଶାଳୀ ନଗରର କୁନ୍ଦଗ୍ରାମର ଏକ କ୍ଷତ୍ରୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜନ୍ମବେଳେ ତାଙ୍କର ନାମ ଥିଲା ବର୍ତମାନ ।
- ତାଙ୍କର ପିତାଙ୍କ ନାମ ସିଦ୍ଧାର୍ଥ ଏବଂ ମାତାଙ୍କ ନାମ ତ୍ରିଶଳା ଥିଲା ।
- ବର୍ଦ୍ଧମାନ ଯଶୋଦା ନାମ୍ନୀ ଏକ କନ୍ୟାକୁ ବିବାହ କରିଥିଲେ । ତାଙ୍କର ଗୋଟିଏ କନ୍ୟା ଜାତ ହୋଇଥିଲା ।
(ଚ) ଜୈନଧର୍ମର ପ୍ରସାର କେଉଁ କାରଣରୁ ହୋଇପାରିଥିଲା ?
Answer:
- ଜୈନଧର୍ମର ନୀତିଗୁଡ଼ିକୁ ପାଲି ଓ ପ୍ରାକୃତ ଭାଷାରେ ଲେଖାଯାଇଥିବାରୁ ଲୋକମାନେ ଏହାକୁ ସହଜରେ ଜାଣିପାରୁଥିଲେ । ତେଣୁ ଏହା କାଳକ୍ରମେ ଲୋକପ୍ରିୟହେଲା ଓ ଭାରତର ବିଭିନ୍ନ ଅଞ୍ଚଳକୁ ପ୍ରସାରିତ ହେଲା ।
- ମହାବୀର ବିଭିନ୍ନ ସ୍ଥାନ ବୁଲି ଜୈନଧର୍ମ ପ୍ରଚାର କରିଥିଲେ । ସେ ମଗଧର ରାଜା ବିମ୍ବିସାର ଓ ଅଜାତଶତ୍ରୁଙ୍କୁ ଜୈନଧର୍ମ ପ୍ରତି ଆକୃଷ୍ଟ କରାଇଥିଲେ ।
- ଜୈନଧର୍ମର ପ୍ରଚାରକମାନେ ଭାରତର ବିଭନ୍ନ ଅଞ୍ଚଳକୁ ଯାଇ ଏହି ଧର୍ମର ପ୍ରସାର ଘଟାଇଥିଲେ ।
- ମଗଧର ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ କଳିଙ୍ଗର ରାଜା ଖାରବେଳ ଜୈନଧର୍ମ ଗ୍ରହଣ କରି ଏହାର ପୃଷ୍ଠପୋଷକତା ଲାଭ କରିଥିଲେ । ବର୍ତ୍ତମାନ ଗୁଜରାଟ ଓ ରାଜସ୍ଥାନ ରାଜ୍ୟରେ ଜୈନ ଧର୍ମାବଲମ୍ବୀ ଅଧ୍ଵ ସଂଖ୍ୟାରେ ଦେଖାଯାଆନ୍ତି ।
(ଛ) ମହାବୀର ଜିନ କର୍ମବାଦ ଉପରେ କ’ଣ କହିଛନ୍ତି ?
Answer:
- ମହାବୀରଙ୍କ ମତରେ ପ୍ରତ୍ୟେକଙ୍କର ସୁକର୍ମ ଓ କୁକର୍ମ ଉପରେ ତା’ର ପୁନର୍ଜନ୍ମ ନିର୍ଭର କରେ ।
- ସୁକର୍ମ କଲେ ପୁନର୍ଜନ୍ମ ହୁଏ ନାହିଁ ।
- ଆମ୍ବ ସଂଯମ, ଶୁଦ୍ଧପୂତ ଆଚରଣ ଓ ନୀତିମୟ ଜୀବନଯାପନ ଦ୍ୱାରା ଆତ୍ମା ମୁକ୍ତି ଲାଭ କରେ ।
- ଆତ୍ମାର କର୍ମ ବନ୍ଧନରୁ ମୁକ୍ତି ହେଉଛି ନିର୍ବାଣ ଓ ଏହା କେବଳ ଉପବାସ, ଧ୍ୟାନ ଓ କଠୋର ସଂଯମ ଦ୍ବାରା ସମ୍ଭବ ହୋଇଥାଏ ।
(ଜ) ଜୈନ ‘ପଞ୍ଚମହାବ୍ରତ’ କ’ଣ ?
Answer:
- ପାର୍ଶ୍ଵନାଥ ଜୈନଧର୍ମର ଚାରିଗୋଟି ନୀତି ପ୍ରଚାର କରିଥିଲେ । ସେଗୁଡ଼ିକ ହେଲା – (୧) ଜୀବପ୍ରତି ହିଂସା ଆଚରଣ ନକରିବା, (୨) ମିଥ୍ୟା ନକହିବା, (୩) ଚୋରି ନକରିବା, (୪) ସମ୍ପତ୍ତି ପ୍ରତି ଅନାଗ୍ରହ ହେବା ।
- ତେଣୁ ପାର୍ଶ୍ଵନାଥଙ୍କ ପ୍ରଚାରିତ ଧର୍ମକୁ ‘ଚତୁର୍ଯ୍ୟାମ ଧର୍ମ’’ କୁହାଯାଉଥିଲା ।
- ମହାବୀର ସେଥିରେ ଆଉ ଗୋଟିଏ ନୀତି ‘ବ୍ରହ୍ମଚର୍ଯ୍ୟ’ ଯୋଗ କରିବାରୁ ଏହା ‘ପଞ୍ଚଯାମ ଧର୍ମ’’ରେ ପରିଣତ ହେଲା ।
- ତେଣୁ ଏହି ପାଞ୍ଚଟି ନୀତିକୁ ଜୈନମାନେ ‘ପଞ୍ଚମହାବ୍ରତ’ ଭାବରେ ପାଳନ କରିଥାନ୍ତି ।
(ଝ) ଜୈନଧର୍ମର କୀର୍ତ୍ତି ଥିବା କେତୋଟି ସ୍ଥାନର ନାମ ଲେଖ ।
Answer:
- ଭାରତର ବିଭିନ୍ନ ସ୍ଥାନରେ ଜୈନ କୀର୍ତ୍ତିମାନ ନିର୍ମିତ ହୋଇଥିଲା ।
- ସେଗୁଡ଼ିକ ମଧ୍ୟରେ ପ୍ରସିଦ୍ଧ ହେଉଛି – କର୍ଣ୍ଣାଟକ ଶ୍ରାବଣ ବେଲଗୋଲାର ଜୈନ କୀର୍ତ୍ତି, ମହାରାଷ୍ଟ୍ରର ଏଲୋରା ପାହାଡରେ ଥିବା ଜୈନଗୁମ୍ଫା ଏବଂ ରାଜସ୍ଥାନର ଆବୁ ପର୍ବତରେ ଥିବା ଜୈନ ମନ୍ଦିର ।
- ଓଡିଶାର ଭୁବନେଶ୍ୱରର ଉଦୟଗିରି ଓ ଖଣ୍ଡଗିରି ପାହାଡ଼ରେ ଜୈନ ମନ୍ଦିର ଏବଂ ରାଣୀ ଓ ହାତୀ ଗୁମ୍ଫା ରହିଛି ।
(ଞ) ବୁଦ୍ଧଦେବଙ୍କ ଜନ୍ମ ଓ ବାଲ୍ୟାବସ୍ଥା ବର୍ଣ୍ଣନା କର ।
Answer:
- ଗୌତମ ବୁଦ୍ଧ ନେପାଳ ଦେଶର ହିମାଳୟ ପାଦଦେଶରେ ଅବସ୍ଥିତ କପିଳବାସ୍ତୁ ନଗରୀ ନିକଟବର୍ତ୍ତୀ ଲୁମ୍ବିନୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ ।
- ତାଙ୍କ ପିତା ଶୁଦ୍ଧୋଦନ ଶାକ୍ୟ ନାମକ ଏକ କ୍ଷତ୍ରୀୟ ବଂଶର ରାଜାଥିଲେ । ମାତା ମାୟାଦେବୀ ପୁତ୍ରର ଜନ୍ମର ସାତଦିନ ପରେ ମୃତ୍ୟୁ ବରଣ କରିଥିଲେ ।
- ସେହି ସାତଦିନର ଶିଶୁପୁତ୍ର ତାଙ୍କର ମାଉସୀ ଗୌତମୀଙ୍କ ଦ୍ବାରା ଲାଳିତପାଳିତ ହୋଇଥିବାରୁ ଶିଶୁପୁତ୍ରଟିର ନାମ ଗୌତମୀ ରଖାଗଲା ।
- ଗୌତମଙ୍କର ଅନ୍ୟନାମ ଥିଲା ସିଦ୍ଧାର୍ଥ ।
(ଟ) ଗୌତମ ଗୃହତ୍ୟାଗ କରିବାର କାରଣ କ’ଣ ଥିଲା ?
Answer:
- ଗୌତମ ବୁଦ୍ଧ ଏକ ସମ୍ଭ୍ରାନ୍ତ ରାଜବଂଶରେ ଜନ୍ମହୋଇ ମଧ୍ଯ ସଂସାର ପ୍ରତି ତାଙ୍କର ବିରାଗ ମନୋଭାବ ଦେଖାଦେଇଥିଲା । ସେ ରାଜକୀୟ ପରିବେଶରୁ ସର୍ବଦା ଦୂରେଇ ରହୁଥିଲେ । ତାଙ୍କର ଏପରି ଅନାଗ୍ରହ ଭାବଦେଖ୍ ପିତା ଶୁଦ୍ଧୋଦନ ଯଶୋଧାରା ନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟା ସହ ତାଙ୍କର ବିବାହ କରାଇଦେଲେ । ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା ।
- ଦିନେ ଗୌତମ ନଗର ପରିକ୍ରମା କରୁଥିବା ସମୟରେ ଏକ ବୃଦ୍ଧ, ଏକରୋଗୀ ଓ ଏକ ଶବକୁ ଦେଖୁ ତାଙ୍କ ମନରେ ବିରାଗ ଭାବ ଜାତ ହେଲା । ସଂସାରରେ ରହିଲେ ଦୁଃଖ ଭୋଗ କରିବାକୁ ହେବ ବୋଲି ସେ ଭାବିଲେ ।
- ଏହାପରେ ଦିନେ ଜଣେ ଗୈରିକ ବସ୍ତ୍ର ପରିହିତ ସାଧୁଙ୍କୁ ଦେଖ୍ ଉପଲବ୍ଧ କଲେ ଯେ ସାଂସାରିକ ଦୁଃଖ କଷ୍ଟରୁ ମୁକ୍ତି ପାଇବାର ଏକମାତ୍ର ମାର୍ଗ ହେଲା ସନ୍ୟାସ ।
- ତେଣୁ ସେ ୨୯ ବର୍ଷ ବୟସରେ ଏକ ଗଭୀର ରାତିରେ ନିଜର, ସ୍ତ୍ରୀ, ପୁତ୍ର ଓ ରାଜପ୍ରାସାଦ ଛାଡି ସତ୍ୟର ସନ୍ଧାନ ପାଇଁ ଗୃହତ୍ୟାଗ କଲେ ।
(୦) ଗୌତମ କାହିଁକି ବୁଦ୍ଧ ନାମରେ ପରିଚିତ ହେଲେ ?
Answer:
- ଗୌତମ ଗୃହତ୍ୟାଗ କରି ୬ ବର୍ଷ ଧରି ବିଭିନ୍ନ ସ୍ଥାନ ବୁଲି ଜ୍ଞାନ ଆହରଣ କରିବାର ମାର୍ଗ ଖୋଜିଥିଲେ । ସେ -ଆରାଦକାଳାମ ଏବଂ ରୁଦ୍ରକ ରାମପୁତ୍ର ନାମକ ସନ୍ୟାସୀମାନଙ୍କ ଶିଷ୍ୟ ହେଲେ ।
- କିନ୍ତୁ ସେଥିରେ ସନ୍ତୁଷ୍ଟ ନହେବାରୁ ଗୟାକୁ ଯାଇ ନିରଞ୍ଜନା ନଦୀ କୂଳରେ ଥିବା ଏକ ଅଶ୍ଵତ୍ଥ ଗଛ ମୂଳରେ ଧ୍ୟାନମଗ୍ନ ହେଲେ ।
- ବହୁଦିନ ଧ୍ୟାନମଗ୍ନ ହେବାପରେ ତାଙ୍କର ଜ୍ଞାନପ୍ରାପ୍ତି ହେଲା । ତେଣୁ ସେ ‘ବୁଦ୍ଧ’ ନାମରେ ପରିଚିତ ହେଲେ ।
- ଯେଉଁ ଅଶ୍ୱତ୍ଥ ବୃକ୍ଷମୂଳରେ ଧ୍ୟାନ କରୁଥିଲେ ସେହି ବୃକ୍ଷକୁ ‘ବୋଧେମ’ ଓ ସେହି ସ୍ଥାନକୁ ‘ବୁଦ୍ଧଗୟା’ କୁହାଗଲା ।
(ଡ) ବୁଦ୍ଧଦେବ ତାଙ୍କ ଧର୍ମ କିପରି ପ୍ରଚାର କରିଥିଲେ ?
Answer:
- ବୁଦ୍ଧଦେବ ଜ୍ଞାନଲାଭ କଲାପରେ ପ୍ରଥମେ ସାରନାଥର ହରିଣ ଉଦ୍ୟାନରେ ପାଞ୍ଚଜଣଙ୍କୁ ଧର୍ମବାଣୀ ପ୍ରଚାର କରିଥିଲେ । ବୁଦ୍ଧଦେବ ତାଙ୍କର ଦିବ୍ୟଜ୍ଞାନକୁ ବିତରଣ କରିବା ଉଦ୍ଦେଶ୍ୟରେ ଭାରତର ବିଭିନ୍ନ ସ୍ଥାନକୁ ଯାଇଥିଲେ ।
- ମଗଧକୁ ଯାତ୍ରା କରି ରାଜା ବିମ୍ବିସାର ଓ ଅଜାତଶତ୍ରୁଙ୍କୁ ତାଙ୍କ ଧର୍ମରେ ଦୀକ୍ଷିତ କରାଇଥିଲେ ଏବଂ କୋଶଳ ଯାତ୍ରା କରି ରାଜା ପ୍ରସେନ୍ଜିତ୍ ଓ ରାଣୀ ମଲ୍ଲିକାଙ୍କୁ ତାଙ୍କର ଶିଷ୍ୟକରାଇଥିଲେ ।
- ସେ କପିଳବାସ୍ତୁକୁ ଯାଇ ପିତା ଶୁଦ୍ଧୋଦନ ଓ ପୁତ୍ର ରାହୁଳଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ ।
- ସମୟକ୍ରମେ ସେ ଶ୍ରୀବସ୍ତୀ, ନାଳନ୍ଦା, କୌଶାୟୀ, ଚମ୍ପା, ପାବା ଓ କୁଶୀ ନଗର ଆଦି ସ୍ଥାନ ଭ୍ରମଣ କରି ନିଜର ଧର୍ମମତ ସରଳ ଭାଷାରେ ପ୍ରଚାର କରିଥିଲେ ।
(ଢ) ବୌଦ୍ଧଧର୍ମର ସତ୍ୟଗୁଡ଼ିକ କ’ଣ ?
Answer:
- ବୁଦ୍ଧଦେବ ଚାରୋଟି ସତ୍ୟ ପ୍ରଚାର କରିଥିଲେ । ଏହାକୁ ‘ଚତୁଃ ଆର୍ଯ୍ୟସତ୍ୟ’ କୁହାଯାଏ ।
- ସେଗୁଡ଼ିକ ହେଲା – ମନୁଷ୍ୟ ଜୀବନ ଦୁଃଖପୂର୍ଣ୍ଣ ।
- ଏହି ଦୁଃଖର କାରଣ ହେଉଛି କାମନା ।
- କାମନାର ବିନାଶରେ ଦୁଃଖର ବିନାଶ । ଆର୍ଯ୍ୟ ଅଷ୍ଟାଙ୍ଗମାର୍ଗ ମାଧ୍ୟରେ କାମନାର ବିନାଶ ହୋଇପାରିବ । କାମନାର ବିନାଶ ହେଲେ ନିର୍ବାଣ ହେବ ।
(ଣ) ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ କ’ଣ ?
Answer:
- ମନୁଷ୍ୟ ଜୀବନ ଦୁଃଖପୂର୍ଣ୍ଣ । ଏହି ଦୁଃଖର କାରଣ ହେଉଛି କାମନା । କାମନାର ବିନାଶରେ ଦୁଃଖର ବିନାଶ ହୁଏ ।
- ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ମାଧ୍ୟମରେ କାମନାର ବିନାଶ ହୋଇପାରିବ ।
- ସେହି ଅଷ୍ଟାଙ୍ଗମାର୍ଗ ହେଉଛି – (୧) ସତ୍ ବିଶ୍ଵାସ, (୨) ସଚିନ୍ତା, (୩) ସତ୍କର୍ମ, (୪) ସବାକ୍ୟ, (୫) ସତ୍ ଆଚାର, (୬) ସତ୍ ଉଦ୍ୟମ, (୭) ସତ୍ ଜୀବିକା, (୮) ସତ୍ ସଂକଳ୍ପ ।
- ଏହା ବ୍ରାହ୍ମଣ ଧର୍ମର କୋମଳତା ଓ ଜୈନଧର୍ମର କଠୋରତାର ମଧ୍ୟବର୍ତ୍ତୀ ହୋଇଥିବାରୁ ଏହାକୁ ‘ମଧ୍ୟମପଥ କୁହାଯାଏ ।
୨ । ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନ ପାଇଁ ଚାରିଗୋଟି ସମ୍ଭାବ୍ୟ ଉତ୍ତର ରହିଛି । ସେଥୁରୁ ଉପଯୁକ୍ତ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଅର୍ଜୁନ ଶ୍ରୀକୃଷ୍ଣଙ୍କଠାରୁ ________ ଲାଭ କରିଥିଲେ ।
(୧) କର୍ମଜ୍ଞାନ
(୨) ଶାସ୍ତ୍ରଜ୍ଞାନ
(୩) ବ୍ରହ୍ମଜ୍ଞାନ କହନ୍ତି ।
(୪) ସୃଷ୍ଟିଜ୍ଞାନ
Answer:
ବ୍ରହ୍ମଜ୍ଞାନ
(ଖ) ଯାହାକୁ ଅଧ୍ୟୟନ କରିବାଦ୍ଵାରା ବ୍ରହ୍ମପ୍ରାପ୍ତି ହୁଏ ତାକୁ ______ କହନ୍ତି ।
(୧) ବ୍ରାହ୍ମଣ
(୨) ଉପନିଷଦ
(୩) ଆରଣ୍ୟକ
(୪) ବେଦ
Answer:
ଉପନିଷଦ
(ଗ) ଭାରତୀୟ ଦାର୍ଶନିକ _________ ଅଦ୍ଵୈତବାଦର ପ୍ରବର୍ତ୍ତକ ।
(୧) ଶଙ୍କରାଚାର୍ଯ୍ୟ
(୨) ବଲ୍ଲଭାଚାର୍ଯ୍ୟ
(୩) ମାଧ୍ଵଚାର୍ଯ୍ୟ
(୪) ରାମାନୁଜ
Answer:
ଶଙ୍କରାଚାର୍ଯ୍ୟ
(ଘ) ଜୈନଧର୍ମର ପ୍ରସାର ପାଇଁ ରାଜା ________ ବିଭିନ୍ନ ପଦକ୍ଷେପ ନେଇଥିଲେ ।
(୧) ବିନ୍ଦୁସାର
(୨) ଅଜାତଶତ୍ରୁ
(୩) ଅଶୋକ
(୪) ଖାରବେଳ
Answer:
ଖାରବେଳ
(ଙ) __________ ଶ୍ରେଣୀର ଜୈନ ସନ୍ନ୍ୟାସୀମାନେ ଶ୍ଵେତବସ୍ତ୍ର ପରିଧାନ କରନ୍ତି ।
(୧) ଦିଗମ୍ବର
(୨) ଶ୍ଵେତାମ୍ବର
(୩) ଆଜିବୀକ
(୪) ନିର୍ଗଛ
Answer:
ଶ୍ଵେତାମ୍ବର
(ଚ) ସାରନାଥଠାରେ ବୁଦ୍ଧଦେବ _____ ଜଣ ଶିଷ୍ୟଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ ।
(୧) ୨
(୨) ୫
(୩) ୧୧
(୪) ୨୩
Answer:
୫
(ଛ) ଓଡ଼ିଶାରେ ବୌଦ୍ଧକୀର୍ତ୍ତି _________ ଠାରେ ରହିଅଛି ।
(୧) ରଗିରି
(୨) ଖଣ୍ଡଗିରି
(୩) ନିୟମଗିରି
(୪) ମହେନ୍ଦ୍ରଗିରି
Answer:
ରଗିରି
୩ । ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି ବାକ୍ୟରେ ପ୍ରଦାନ କର ।
(କ) ଭାରତୀୟ ଋଷି ଓ ମହର୍ଷିମାନେ ଉପନିଷଦକୁ କିପରି ବ୍ୟାଖ୍ୟା କରିଛନ୍ତି ?
Answer:
- ଭାରତୀୟ ଋଷି ଓ ମହର୍ଷିମାନେ ଉପନିଷଦକୁ ବିଭିନ୍ନ ଚିନ୍ତାଧାରାରେ ବ୍ୟାଖ୍ୟା କରିଛନ୍ତି ।
- ସଂସାର ସହିତ ଅଧ୍ଵ ସଂପୃକ୍ତ ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତବାଦମୂଳକ ବ୍ୟାଖ୍ୟାକୁ ଦର୍ଶନଶାସ୍ତ୍ର ପଣ୍ଡିତମାନେ ଅଧିକ ସମ୍ମାନ ଦେଉଥୁଲାବେଳେ ବଲ୍ଲଭାଚାର୍ଯ୍ୟ, ମାଲ୍ଟାଚାର୍ଯ୍ୟ ଓ ରାମାନୁଜ ଆଦି ଦାର୍ଶନିକଗଣ ଉପନିଷଦକୁ ଭିନ୍ନ ଭାବେ ଉପସ୍ଥାପନ କରିଛନ୍ତି ।
(ଖ) ମହାବୀରଙ୍କ ପୂର୍ବରୁ କେତେଜଣ ଜୈନ ତୀର୍ଥଙ୍କର ଥିଲେ ? ପ୍ରଥମ ଓ ମହାବୀରଙ୍କ ପୂର୍ବ ତୀର୍ଥଙ୍କରଙ୍କ ନାମ ଲେଖ ।
Answer:
- ମହାବୀରଙ୍କ ପୂର୍ବରୁ ୨୩ ଜଣ ଜୈନ ତୀର୍ଥଙ୍କର ଥିଲେ।
- ପ୍ରଥମ ତୀର୍ଥଙ୍କରଙ୍କ ନାମ ଋଷଭନାଥ ଏବଂ ମହାବୀରଙ୍କ ପୂର୍ବ ତୀର୍ଥଙ୍କରଙ୍କ ନାମ ହେଉଛି ପାର୍ଶ୍ଵନାଥ ।
(ଗ) ‘ଜିନ୍’ ଶବ୍ଦର ଅର୍ଥ କ’ଣ ? ମହାବୀରଙ୍କ ପ୍ରଚାରିତ ଧର୍ମକୁ କ’ଣ କୁହାଗଲା ?
Answer:
- ‘ଜିନ୍’ ଶବ୍ଦର ଅର୍ଥ ହେଉଛି ‘ପ୍ରକୃତ ଜ୍ଞାନର ଅଧିକାରୀ’ ।
- ମହାବୀରଙ୍କ ପ୍ରଚାରିତ ଧର୍ମକୁ ଜୈନଧର୍ମ କୁହାଗଲା ।
(ଘ) ମହାବୀର କେଉଁ ସ୍ଥାନରେ ଦେହତ୍ୟାଗ କରିଥିଲେ ?
Answer:
ମହାବୀର ପାବା ନାମକ ସ୍ଥାନରେ ଦେହତ୍ୟାଗ କରିଥିଲେ ।
(ଙ) ମହାବୀର କର୍ମବାଦ ସମ୍ବନ୍ଧରେ କ’ଣ କହିଥିଲେ ?
Answer:
- ମହାବୀର କର୍ମବାଦ ସମ୍ବନ୍ଧରେ କହୁଥିଲେ ଯେ ପ୍ରତ୍ୟେକଙ୍କର ସୁକର୍ମ ଓ କୁକର୍ମ ଉପରେ ତା’ର ପୁନର୍ଜନ୍ମ ନିର୍ଭର କରେ ।
- ସୁକର୍ମ କଲେ ପୁନର୍ଜନ୍ମ ହୁଏ ନାହିଁ ଏବଂ ଆତ୍ମସଂଯମ, ଶୁଦ୍ଧପୂତ ଆଚରଣ ଓ ନୀତିମୟ ଜୀବନଯାପନଦ୍ୱାରା ଆତ୍ମା ମୁକ୍ତିଲାଭ କରେ ।
(ଚ) ବୁଦ୍ଧଙ୍କ ନାମ ଗୌତମ କାହିଁକି ହୋଇଥିଲା ?
Answer:
- ବୁଦ୍ଧଙ୍କ ଜନ୍ମର ସାତଦିନ ପରେ ତାଙ୍କ ମାତା ମାୟାଦେବୀଙ୍କ ମୃତ୍ୟୁ ହୋଇଥିଲା ।
- ସେ ତାଙ୍କ ମାଉସୀ ଗୌତମୀଙ୍କଦ୍ବାରା ଲାଳିତପାଳିତ ହୋଇଥିବାରୁ ତାଙ୍କ ନାମ ଗୌତମ ହୋଇଥିଲା ।
(ଛ) ବୁଦ୍ଧଦେବ କୋଶଳ ରାଜ୍ୟ ଓ କପିଳବାସ୍ତୁ ରାଜ୍ୟରେ କେଉଁମାନଙ୍କୁ ନିଜ ଧର୍ମରେ ଦୀକ୍ଷିତ କରାଇଲେ ?
Answer:
- ବୁଦ୍ଧଦେବ କୋଶଳ ରାଜ୍ୟର ରାଜା ପ୍ରସେନ୍ତ ଓ ରାଣୀ ମଲ୍ଲିକାଙ୍କୁ ନିଜ ଧର୍ମରେ ଦୀକ୍ଷିତ କରାଇଥିଲେ ।
- ସେ କପିଳବାସ୍ତୁରେ ତାଙ୍କ ପିତା ଶୁଦ୍ଧୋଦନ ଓ ପୁତ୍ର ରାହୁଳଙ୍କୁ ନିଜ ଧର୍ମରେ ଦୀକ୍ଷିତ କରାଇଥିଲେ ।
(ଜ) ତ୍ରିପିଟକ କ’ଣ?
Answer:
ବୌଦ୍ଧ ଧର୍ମଗ୍ରନ୍ଥକୁ ତ୍ରିପିଟକ କୁହାଯାଏ ।
୪। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ବାକ୍ୟରେ ଲେଖ ।
(କ) ଉପନିଷଦରେ ଆଲୋଚିତ ଜଟିଳ ତତ୍ତ୍ଵଗୁଡ଼ିକ କ’ଣ ?
Answer:
ଉପନିଷଦରେ ଆଲୋଚିତ ଜଟିଳତତ୍ତ୍ଵଗୁଡ଼ିକ ହେଲା– ଜୀବାତ୍ମା, ପରମାତ୍ମା ଓ ପୃଥିବୀ ସୃଷ୍ଟିର ରହସ୍ୟ ।
(ଖ) ଉପନିଷଦର ବ୍ରହ୍ମତତ୍ତ୍ବର କଥୋପକଥନ କାହା କାହା ମଧ୍ୟରେ କରାଯାଇଛି ?
Answer:
ଉପନିଷଦର ବ୍ରହ୍ମତତ୍ତ୍ଵର କଥୋପକଥନ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ କରାଯାଇଛି ।
(ଗ) ଜୈନଧର୍ମର ମୂଳମନ୍ତ୍ର କ’ଣ ଥିଲା ?
Answer:
ଜୈନଧର୍ମର ମୂଳମନ୍ତ୍ର ଥିଲା ଅହିଂସା ।
(ଘ) ଜୈନଧର୍ମାବଲମ୍ବୀମାନେ କେତେ ଭାଗରେ ବିଭକ୍ତ ହୋଇଥିଲେ ?
Answer:
ଜୈନଧର୍ମାବଲମ୍ବୀମାନେ ଦୁଇ ଭାଗରେ ବିଭକ୍ତ ହୋଇଥିଲେ ।
(ଙ) ମହାଭିନିଷ୍କ୍ରମଣର ଅର୍ଥ କ’ଣ ?
Answer:
ସତ୍ୟର ସନ୍ଧାନ ପାଇଁ ବୁଦ୍ଧଦେବଙ୍କର ସଂସାର ତ୍ୟାଗକୁ ମହାଭିନିଷ୍କ୍ରମଣ କୁହାଯାଏ ।
(ଚ) ଧର୍ମଚକ୍ର ପ୍ରବର୍ତ୍ତନ କହିଲେ କ’ଣ ବୁଝ ?
Answer:
ଜ୍ଞାନ ଲାଭ ପରେ ବୁଦ୍ଧଦେବ ପ୍ରଥମେ ସାରନାଥର ହରିଣ ଉଦ୍ୟାନରେ ପାଞ୍ଚଜଣଙ୍କୁ ଧର୍ମବାଣୀ ପ୍ରଚାର କରିଥିଲେ ଓ ଏହି ପ୍ରଥମ ଧର୍ମ ପ୍ରଚାରକୁ ବୌଦ୍ଧଧର୍ମରେ ଧର୍ମଚକ୍ର ପ୍ରବର୍ତ୍ତନ ବୋଲି କୁହାଯାଏ ।
୫ | ‘କ’ ସ୍ତମ୍ଭର ଶବ୍ଦମାନଙ୍କ ସହ ‘ଖ’ ସ୍ତମ୍ଭର ସମ୍ପର୍କିତ ଶବ୍ଦକୁ ଗାର ଟାଣି ଘୋଡ଼ ।
Answer: