BSE Odisha 7th Class Political Science Important Questions Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

Odisha State Board BSE Odisha 7th Class Political Science Important Questions Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା Important Questions and Answers.

BSE Odisha Class 7 Political Science Important Questions Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

Subjective Type Questions With Answers
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ୧୮୮୫ ମସିହାରେ କାହା ଉଦ୍ୟମରେ ଭାରତୀୟ ଜାତୀୟ କଂଗ୍ରେସ ଗଠିତ ହେଲା ? ଏହାର ପ୍ରଥମ ସଭାପତି କିଏ ଥିଲେ ?
Answer:

  • ୧୮୮୫ ମସିହାରେ ଆଲାନ୍ ଆକ୍ସାଭିଆନ୍ ହ୍ୟୁମଙ୍କ ଉଦ୍ୟମରେ ଭାରତୀୟ ଜାତୀୟ କଂଗ୍ରେସ ଗଠିତ ହେଲା ।
  • ଉମେଶଚନ୍ଦ୍ର ବାନାର୍ଜୀ ଏହାର ପ୍ରଥମ ସଭାପତି ଥିଲେ।

BSE Odisha 7th Class Political Science Important Questions Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

୨। ୧୮୫୮ ମସିହା ଭାରତ ଶାସନ ଆଇନ ଅନୁଯାୟୀ ଭାରତ ଶାସନ ଦାୟିତ୍ଵ ବୁଝିବା ଦାୟିତ୍ଵରେ କିଏ ରହିଲେ ? ତାଙ୍କୁ କ’ଣ କୁହାଗଲା ?
Answer:

  • ୧୮୫୮ ମସିହା ଭାରତ ଶାସନ ଆଇନ ଅନୁଯାୟୀ ଭାରତର ଶାସନ ଦାୟିତ୍ଵ ବୁଝିବା ପାଇଁ ବ୍ରିଟିଶ୍ ମନ୍ତ୍ରୀମଣ୍ଡଳର ଜଣେ ମନ୍ତ୍ରୀ ଦାୟିତ୍ଵରେ ରହିଲେ।
  • ତାଙ୍କୁ ଭାରତ ସଚିବ କୁହାଗଲା ।

୩। ୧୯୧୯ ଖ୍ରୀଷ୍ଟାବ୍ଦରେ ଭାରତରେ କେଉଁ ଦୁଇଟି ଅପ୍ରୀତିକର ଘଟଣା ଘଟିଥିଲା ?
Answer:

  • ରାଓ୍ବାଲଟ୍ ଆକ୍ଟ ବିରେଧରେ ଜାଲିଆନାୱାଲାବାଗ୍‌ରେ ହେଉଥିବା ପ୍ରତିବାଦ ସଭାରେ ଜେନେରାଲ ଡାୟାରଙ୍କଦ୍ବାରା ଗଣହତ୍ୟା ସଂଘଟିତ ହୋଇଥିଲା।
  • ମୁସଲମାନ ଧର୍ମଗୁରୁ ଖଲିଫାଙ୍କ ସପକ୍ଷରେ ଭାରତୀୟ ମୁସଲମାନମାନେ ଇଂରେଜ ବିରୋଧୀ ଆନ୍ଦୋଳନ କରିଥିଲେ ।

୪। ବଙ୍ଗ ବିଭାଜନ କେବେ ହୋଇଥିଲା ? ଏହା ମୂଳରେ ଇଂରେଜ ସରକାରଙ୍କର କେଉଁ ଲକ୍ଷ୍ୟ ନିହିତ ଥିଲା ?
Answer:

  • ୧୯୦୫ ମସିହାରେ ବଙ୍ଗ ବିଭାଜନ ହୋଇଥିଲା।
  • ସାଂପ୍ରଦାୟିକ ବିଭେଦ ସୃଷ୍ଟି କରିବା ଲକ୍ଷ୍ୟନେଇ ଇଂରେଜ ସରକାର ଏହା କରିଥିଲେ।

BSE Odisha 7th Class Political Science Important Questions Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

୫। କ୍ୟାବିନେଟ୍ ମିଶନ୍ କ’ଣ ? ଏହା କ’ଣ ସୁପାରିସ କରିଥିଲା ?
Answer:

  • ଭାରତର ପରିସ୍ଥିତିର ସମୀକ୍ଷା ପାଇଁ ବିଲାତର ୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାରତ ଆସିଥ୍ଲେ ଯାହାକୁ କ୍ୟାବିନେଟ୍ ମିଶନ୍ କୁହାଯାଏ।
  • ଭାରତର ସମ୍ବିଧାନ ପ୍ରଣୟନ ସଭା ଗଠନ ପାଇଁ ଏହି କମିଶନ୍ ସୁପାରିସ କରିଥିଲା।

୬। ୧୮୯୨ ମସିହା ଶାସନ ସଂସ୍କାର ଆଇନର ଦୁଇଟି ବ୍ୟବସ୍ଥା ଉଲ୍ଲେଖ କର ।
Answer:

  • ସର୍ବୋଚ୍ଚ ବିଧାନ ପରିଷଦ ଓ ପ୍ରାଦେଶିକ ବିଧାନ ପରିଷଦଗୁଡ଼ିକର ସଭ୍ୟ ସଂଖ୍ୟା ବୃଦ୍ଧି କରାଗଲା ।
  • ଉଭୟ ପରିଷଦର କ୍ଷମତା ପରିସର ମଧ୍ୟ ବୃଦ୍ଧି କରାଗଲା

୭। ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ କେବେ ବସିଥିଲା ଓ ଏହାର ସଭାପତି କିଏ ଥିଲେ ?
Answer:

  • ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ୧୯୪୬ ମସିହା ଡିସେମ୍ବର ୯ ତାରିଖରେ ବସିଥିଲା ।
  • ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏହାର ସଭାପତି ଥିଲେ ।

BSE Odisha 7th Class Political Science Important Questions Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

୮। ୧୯୪୬ ମସିହାରେ ଭାରତ ସମ୍ବିଧାନର ସମ୍ବଳିତ ପ୍ରସ୍ତାବ କାହାଦ୍ଵାରା ଆଗତ କରାଯାଇଥିଲା ? ଏହାକୁ କ’ଣ କୁହାଯାଏ ?
Answer:

  • ୧୯୪୬ ମସିହାରେ ଜବାହାରଲାଲ ନେହେରୁଙ୍କଦ୍ୱାରା ଭାରତ ସମ୍ବିଧାନର ସମ୍ବଳିତ ପ୍ରସ୍ତାବ ଆଗତ ହୋଇଥିଲା।
  • ଏହାକୁ ଅନ୍ଵେକ୍ଟିଭ୍ ରିଜୋଲ୍ୟୁସନ୍ କୁହାଯାଏ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ୧୮୫୭ ମସିହାରେ ଭାରତରେ କେଉଁ ବିଦ୍ରୋହ ସଂଘଟିତ ହୋଇଥିଲା ?
Answer:
୧୮୫୭ ମସିହାରେ ଭାରତରେ ସିପାହୀ ବିଦ୍ରୋହ ସଂଘଟିତ ହୋଇଥିଲା।

୨। ସିପାହୀ ବିଦ୍ରୋହ ଫଳରେ ଭାରତୀୟମାନଙ୍କର କି ଉପକାର ହେଲା ?
Answer:
ସିପାହୀ ବିଦ୍ରୋହ ଫଳରେ ଇଂରେଜମାନେ ଭାରତୀୟମାନଙ୍କର ଅସନ୍ତୋଷର ସୂଚନା ପାଇ ଭାରତରେ କେତେକ ଶାସନ ସଂସ୍କାର ଆଣିବାପାଇଁ ପଦକ୍ଷେପ ନେଲେ ।

BSE Odisha 7th Class Political Science Important Questions Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

୩। ୧୮୫୮ ମସିହା ଭାରତ ଶାସନ ଆଇନକୁ ବୁଦ୍ଧିଜୀବୀମାନେ କି ଆଖ୍ୟା ଦେଇଥିଲେ ?
Answer:
୧୮୫୮ ମସିହା ଭାରତ ଶାସନ ଆଇନକୁ ବୃଦ୍ଧିଜୀବୀମାନେ ମାଗ୍ନାକାର୍ଟର ଆଖ୍ୟା ଦେଇଥିଲେ ।

୪। ଇଷ୍ଟଇଣ୍ଡିଆ କମ୍ପାନୀ ହାତରୁ କ୍ଷମତା ହସ୍ତାନ୍ତରିତ ହୋଇ କେବେ ଇଂଲଣ୍ଡର ରାଣୀଙ୍କ ହାତକୁ ଗଲା ?
Answer:
୧୮୫୮ ମସିହାରେ ଇଷ୍ଟଇଣ୍ଡିଆ କମ୍ପାନୀ ହାତରୁ କ୍ଷମତା ହସ୍ତାନ୍ତରିତ ହୋଇ ଇଂଲଣ୍ଡର ରାଣୀଙ୍କ ହାତକୁ ଗଲା ।

୫। କେଉଁ ଆଇନ ବଳରେ ଭାରତୀୟମାନେ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ସରକାରୀ ଚାକିରିରେ ନିଯୁକ୍ତି ପାଇଲେ ?
Answer:
୧୮୫୮ ମସିହାର ଭାରତ ଶାସନ ଆଇନ ବଳରେ ଭାରତୀୟମାନେ ଶିକ୍ଷାଗତ ଯୋଗ୍ୟତା ଭିଭିରେ ସରକାରୀ ଚାକିରିରେ ନିଯୁକ୍ତି ପାଇଲେ ।

BSE Odisha 7th Class Political Science Important Questions Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

୬। କେଉଁ ଆଇନ ବଳରେ ଇମ୍ପେରିଆଲ ବିଧାନ ପରିଷଦ ଗଠନ କରାଗଲା ?
Answer:
୧୮୬୧ ମସିହା ଭାରତୀୟ ପରିଷଦ ଆଇନ ବଳରେ ଇମ୍ପେରିଆଲ ବିଧାନ ପରିଷଦ ଗଠନ କରାଗଲା ।

୭। ୧୯୧୯ ଖ୍ରୀଷ୍ଟାବ୍ଦରେ କେଉଁଠାରେ କାହାଦ୍ଵାରା ଗଣହତ୍ୟା ସଂଘଟିତ ହୋଇଥିଲା ?
Answer:
୧୯୧୯ ଖ୍ରୀଷ୍ଟାବ୍ଦରେ ଅମୃତସରର ଜାଲିଆନାଓ୍ବାଲାବାଗଠାରେ ଜେନେରାଲ ଡାୟାରଙ୍କଦ୍ବାରା ଗଣହତ୍ୟା ସଂଘଟିତ ହୋଇଥିଲା ।

BSE Odisha 7th Class Political Science Important Questions Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

୮। କେଉଁ ମସିହାରେ ରାଉଲଟ ଆକ୍ଟ ଗୃହୀତ ହୋଇଥିଲା ?
Answer:
୧୯୧୯ ମସିହାରେ ରାଉଲଟ ଆକ୍ଟ ଗୃହୀତ ହୋଇଥିଲା ।

୯। କେଉଁ ଆଇନରେ ବ୍ରିଟିଶ୍ ସରକାରଙ୍କର ବିଭାଜନ ଓ ଶାସନ ପ୍ରତିଫଳିତ ହୋଇଥିଲା ?
Answer:
୧୯୩୫ ମସିହା ଭାରତ ଶାସନ ଆଇନରେ ବ୍ରିଟିଶ୍ ସରକାରଙ୍କର ବିଭାଜନ ଓ ଶାସନ ପ୍ରତିଫଳିତ ହୋଇଥିଲା।

୧୦। ଲର୍ଡ ମାଉଣ୍ଟବାଟେନ୍ ଭାରତକୁ କେବେ ଓ କାହିଁକି ଆସିଥିଲେ ?
Answer:
ଲର୍ଡ ମାଉଣ୍ଟବାଟେନ୍‌ ୧୯୪୭ ମସିହାରେ ଭାରତକୁ ଭାରତୀୟମାନଙ୍କର ସମସ୍ୟା ସମାଧାନ କରିବା

BSE Odisha 7th Class Political Science Important Questions Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

Objective Type Questions With Answers
ବସ୍ତୁନଷ ପ୍ରଶ୍ନୋତ୍ତର

ଶୂନ୍ୟସ୍ଥାନ ପୂରଣ କର।

୧। ପାକିସ୍ଥାନର ସ୍ଵାଧୀନତା ଦିବସ _________ ଦିନ ପାଳିତ ହୁଏ ।
Answer:
ଅଗଷ୍ଟ ୧୪ ତାରିଖ

୨। ୧୯୧୯ ମସିହାରେ ____________ ଆକ୍ଟ ପ୍ରଣୀତ ହୋଇଥିଲା ।
Answer:
ରାଉଲଟ୍

BSE Odisha 7th Class Political Science Important Questions Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

୩। ସମ୍ବିଧାନ ପ୍ରଣୟନ ସଭାର ସଭ୍ୟ ସଂଖ୍ୟା ___________ ଥିଲା ।
Answer:
୩୮୯

୫। କ୍ୟାବିନେଟ୍ ମିଶନ୍ _________ ମସିହାରେ ଭାରତକୁ ଆସିଥିଲେ।
Answer:
୧୯୪୬

୬। ୧୮୫୮ ମସିହା ଆଇନ ଅନୁସାରେ ଭାରତରେ ଇଂରେଜ ଗଭର୍ଣ୍ଣରଙ୍କୁ _______  କୁହାଗଲା
Answer:
ଭାଇସ୍ରାୟ

BSE Odisha 7th Class Political Science Important Questions Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

୭। ______________________ ମସିହା ଭାରତ ଶାସନ ଆଇନ ଅନୁଯାୟୀ ଭାରତରେ ସଂଘୀୟ ରାଷ୍ଟ୍ର ବ୍ୟବସ୍ଥା ସୃଷ୍ଟି କରାଗଲା ।
Answer:
୧୯୩୫

Leave a Comment