Odisha State Board BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ Important Questions and Answers.
BSE Odisha Class 6 History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ପାରସିକ ଆକ୍ରମଣ ଓ ଏହାର ଫଳାଫଳ ବର୍ଣ୍ଣନା କର ।
Answer:
- ଖ୍ରୀ. ପୂ. ୫୨୨ରେ ଭାରତର ଉତ୍ତର ପଶ୍ଚିମରେ ଥିବା ପାରସ୍ୟ ଦେଶର ଶ୍ରେଷ୍ଠ ସମ୍ରାଟ ଡେରାୟସ ଶାସନଭାର ଗ୍ରହଣ କଲାପରେ, ଭାରତର ଅତୁଳଧନ ସମ୍ପଦରେ ଆକୃଷ୍ଟ ହୋଇ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳକୁ ଆକ୍ରମଣ କରି ପଞ୍ଜାବ, ସିନ୍ଧୁ ପ୍ରଦେଶ ଓ ସିନ୍ଧୁ ନଦୀର ପଶ୍ଚିମାଞ୍ଚଳ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
- ପାରସ୍ୟ ଅଧିକୃତ ଭାରତୀୟ ଅଞ୍ଚଳ ଅତ୍ୟନ୍ତ ଉର୍ବର ଓ ଜନବହୁଳ ଥିଲା । ପାରସ୍ୟର ରାଜାମାନେ ଏହି ଅଞ୍ଚଳରୁ ପ୍ରଚୁର କର ଆଦାୟ କରୁଥିଲେ ।
- ଡେରାୟାସଙ୍କ ପରେ ରାଜା ଜେରକ୍ସ୍ ଭାରତୀୟମାନଙ୍କ ପାରସ୍ୟ ସୈନ୍ୟବାହିନୀରେ ନିଯୁକ୍ତି ଦେଇ ଗ୍ରୀକ୍ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ ।
- ପାରସ୍ୟ ଆକ୍ରମଣ ଫଳରେ ଭାରତ ଓ ପାରସ୍ୟ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉଭୟ ଜଳ ଓ ସ୍ଥଳ ପଥରେ ବୃଦ୍ଧି ପାଇଥିଲା । ଫଳରେ ଉଭୟଦେଶ ମଧ୍ୟରେ ଶିଳ୍ପକଳା ଓ ସଂସ୍କୃତିର ମଧ୍ୟ ଆଦାନ ପ୍ରଦାନ ହୋଇଥିଲା ।
୨ । ଭାରତରେ ପାରସ୍ୟ ଆକ୍ରମଣର ପ୍ରଭାବ ଲେଖ ।
Answer:
- ପ୍ରାୟ ୨୦୦ ବର୍ଷ ଧରି ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ ରହିଥିଲା । ଏହି ଦୁଇଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉଭୟ ଜଳ ଓ ସ୍ଥଳ ପଥରେ ବୃଦ୍ଧି ପାଇଥିଲା ।
- ପାରସ୍ୟବାସୀଙ୍କଠାରୁ ଭାରତୀୟମାନେ ଏକ ନୂତନ ଲିପି ଶିଖୁଲେ ଯାହାର ନାମ ଥିଲା ଖରୋଷ୍ଟି । ଏହି ଲିପିର ଅକ୍ଷରଗୁଡ଼ିକ ଡାହାଣରୁ ବାମକୁ ଲେଖାଯାଉଥିଲା ।
- ଉତ୍ତର-ପଶ୍ଚିମାଞ୍ଚଳରେ ଅଶୋକଙ୍କ କେତେକ ଶିଳାଲିପି ଖରୋଷ୍ଟି ଲିପିରେ ଲେଖାଯାଇଛି ।
- ଅଶୋକଙ୍କ ଦ୍ବାରା ନିର୍ମିତ ସ୍ତମ୍ଭମାନଙ୍କରେ ପାରସ୍ୟ ସଭ୍ୟତାର ପ୍ରଭାବ ପଡ଼ିଥିବାର ଦେଖାଯାଏ । ଅଶୋକଙ୍କ ଅନୁଶାସନ ଗୁଡ଼ିକରେ ପାରସିକ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ ।
୩ । ହାଇଦାସ୍ପେସ୍ ଯୁଦ୍ଧ କାହାକୁ କୁହାଯାଏ ? ଏହି ଯୁଦ୍ଧର କାରଣ ଓ ଫଳାଫଳ ଉଲ୍ଲେଖ କର ।
Answer:
- ଆଲେକ୍ଜାଣ୍ଡାର ଗୋଟିଏ ପରେ ଗୋଟିଏ ରାଜ୍ୟ ଜୟ କରି ଭାରତ ବିଜୟ କରୁଥିବାବେଳେ ପୌରବ ରାଜା ପୁରୁ ତାଙ୍କର ଗତିପଥରେ ପ୍ରତିବନ୍ଧକ ହୋଇଥିଲେ । ଫଳରେ ପୁରୁଙ୍କ ସୈନ୍ୟ ଓ ଆଲେକ୍ଜାଣ୍ଡାରଙ୍କ ସୈନ୍ୟମାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଏହି ଯୁଦ୍ଧକୁ ହାଇଦାସ୍ପେସ୍ ଯୁଦ୍ଧ କୁହାଯାଏ ।
- ଆଲେକ୍ଜାଣ୍ଡାର ମହାନ ଯୋଦ୍ଧା ଥିଲେ । ସେ ସମଗ୍ର ପୃଥିବୀକୁ ଜୟ କରିବାର ସ୍ବପ୍ନ ଦେଖୁଥିଲା । ଭାରତର ଧନସମ୍ପତ୍ତି ତାଙ୍କୁ ଆକୃଷ୍ଟ କରିଥିବାରୁ ସେ ଭାରତ ଅଭିମୁଖେ ଅଗ୍ରସର ହେବା ସମୟରେ ପୁରୁ ରାଜା ତାଙ୍କର ବଶତା ସ୍ବୀକାର ନକରିବାରୁ ଏହି ଯୁଦ୍ଧ ହୋଇଥିଲା ।
- ଏହି ଯୁଦ୍ଧ ଫଳରେ ଭାରତରେ ରାଜନୈତିକ ଏକତା ଆସିଥଲା । ଏହି ଆକ୍ରମଣ ଦ୍ବାରା ଭାରତ ଓ ଇଉରୋପ ମଧ୍ୟରେ ବାଣିଜ୍ୟ ପ୍ରସାର ହେଲା । ଭାରତ ଓ ଗ୍ରୀକ୍ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ସ୍ଥାପିତ ହେଲା ।
- ଭାରତକୁ ୩ଟି ସ୍ଥଳପଥ ଓ ଗୋଟିଏ ଜଳପଥ ଆବିଷ୍କୃତ ହେଲା । ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ ଗାନ୍ଧାର କଳା ସୃଷ୍ଟି ହେଲା । ଆଲେକ୍ଜାଣ୍ଡାରଙ୍କ ଦ୍ବାରା ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇପାରିଥିଲା ।
୪ । ଆଲେକ୍ଜାଣ୍ଡାର କେବେ ଓ କେଉଁଠି ଜନ୍ମଗ୍ରହଣ କରିଥିଲେ ? ତାଙ୍କୁ କାହିଁକି ଦିଗ୍ବିଜୟୀ ବୀର କୁହାଯାଏ ?
Answer:
- ଖ୍ରୀ.ପୂ. ୩୫୬ ମସିହାରେ ଆଲେକ୍ଜାଣ୍ଡାର ଗ୍ରୀସର ମାସିଡୋନିଆ ନାମକ ଏକ କ୍ଷୁଦ୍ର ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଫିଲିପ୍ ମାସିଡ଼ୋନିଆ ରାଜ୍ୟର ରାଜା ଥିଲେ ।
- ବାଲ୍ୟକାଳରେ ଆଲେକ୍ଜାଣ୍ଡାର ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲଙ୍କଠାରୁ ବିଦ୍ୟା ଶିକ୍ଷା କରିଥିଲେ ଏବଂ ପିତାଙ୍କ ମୃତ୍ୟୁପରେ ମାତ୍ର ୨୦ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ।
- ସିଂହାସନ ଆରୋହଣ କରିବାର ଅଳ୍ପଦିନ ମଧ୍ୟରେ ସେ ଏସିଆ ମାଇନର, ପାରସ୍ୟ, ସିରିଆ, ମିଶର ଓ ଆଫଗାନିସ୍ଥାନ ଆଦି ଅଞ୍ଚଳ ଜୟ କରିଥିଲେ ।
- ତାଙ୍କର ବୀରତ୍ଵ ଓ ସାହସିକତା ପାଇଁ ଆଲେକ୍ଜାଣ୍ଡାରଙ୍କୁ ଦିଗ୍ବିଜୟୀ ବୀର କୁହାଯାଏ ।
୫ । ଆଲେକ୍ଜାଣ୍ଡାରଙ୍କ ରାଜ୍ୟ ଜୟ ସଂକ୍ଷେପରେ ଉଲ୍ଲେଖ କର ।
Answer:
- ଖ୍ରୀ.ପୂ. ୩୩୪ ମସିହାରେ ନିଜର ଚାଳିଶ ହଜାର ସୈନ୍ୟଙ୍କ ସହିତ ଏସିଆ ମାଇନ୍ର ଆକ୍ରମଣ କରିଥିଲେ । ସେଠାରୁ ସେ ପାରସ୍ୟ ଅଭିମୁଖେ ଅଗ୍ରସର ହୋଇ ପାରସ୍ୟ ସମ୍ରାଟ ତୃତୀୟ ଡେରାୟସ୍ଙ୍କୁ ପରାସ୍ତ କରିଥିଲେ । ସେ ସିରିଆ ଓ ମିଶରକୁ ମଧ୍ୟ ଆକ୍ରମଣ କରିଥିଲେ । ପାରସ୍ୟମାନଙ୍କ ଅଧୀନରୁ ମିଶରକୁ ମୁକ୍ତ କରି ସେଠାରେ ‘‘ଆଲେକ୍ଜାଣ୍ଡ୍ରିଆ’’ ନଗର ସ୍ଥାପନ କରିଥିଲେ ।
- ଖ୍ରୀ.ପୂ. ୩୨୬ ମସିହାରେ ଆଲେକ୍ଜାଣ୍ଡାର ଭାରତ ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲେ । ସେ ଖାଇବର ଗିରିପଥ ଦେଇ ଭାରତକୁ ପ୍ରବେଶ କଲେ ଏବଂ ଉତ୍ତର ପଶ୍ଚିମାଞ୍ଚଳର ସୀମାନ୍ତ ପ୍ରଦେଶଗୁଡ଼ିକୁ ଆକ୍ରମଣ କଲେ ।
- ଭାରତର ଉତ୍ତର-ପଶ୍ଚିମରେ ଥିବା ଅନେକ ରାଜ୍ୟ ସହିତ ତକ୍ଷଶିଳାର ରାଜା ଅମ୍ବି ଆଲେକ୍ଜାଣ୍ଡାରଙ୍କ ବଶ୍ୟତା ସ୍ଵୀକାର କରିଥିଲେ ମଧ୍ୟ ପୌରବ ରାଜ୍ୟର ରାଜା ପୁରୁ ତାଙ୍କର ବଶ୍ୟତା ସ୍ୱୀକାର କଲେ ନାହିଁ । ଫଳରେ ପୁରୁ ଓ ଆଲେକ୍ଜାଣ୍ଡାରଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଏହାକୁ ହାଇଦାସ୍ପେସ୍ ଯୁଦ୍ଧ କୁହାଯାଏ ।
- ଏହି ଯୁଦ୍ଧରେ ପୁରୁ ପରାଜିତ ହୋଇ ବନ୍ଦୀ ହେଲେ ମଧ୍ୟ ଆଲେକ୍ଜାଣ୍ଡାର ପୁରୁଙ୍କ ବୀରତ୍ଵ ଓ ସାହସିକତାରେ ମୁଗ୍ଧ ହୋଇ ତାଙ୍କୁ ତାଙ୍କର ରାଜ୍ୟ ଫେରାଇ ଦେଇଥିଲେ ।
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ବୈଦେଶିକ ଶକ୍ତିମାନେ କାହିଁକି ଭାରତ ଆକ୍ରମଣ କରିଥିଲେ ?
Answer:
- ଅତୀତରେ ଭାରତକୁ ସୁନାର ଦେଶ ବୋଲି ବର୍ଣ୍ଣନା କରାଯାଇଥିଲା । କାରଣ ଏହା ବିପୁଳ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ଥିଲା ।
- ଏହି ଧନ ସମ୍ପତ୍ତି ପାଇବା ପାଇଁ ଏବଂ ନିଜ ରାଜ୍ୟର ସାମ୍ରାଜ୍ୟ ବିସ୍ତାର କରିବା ଉଦ୍ଦେଶ୍ୟରେ କେତେକ ବୈଦେଶିକ ଶକ୍ତିମାନେ ଭାରତ ଆକ୍ରମଣ କରିଥିଲେ ।
୨ । ଅତୀତରେ କେଉଁମାନେ ଓ କାହିଁକି ଭାରତ ଆକ୍ରମଣ କରିଥିଲେ ?
Answer:
- ଅତୀତରେ ପାରସିକ ଓ ଗ୍ରୀକ୍ ଆଦି ବୈଦେଶିକ ଶକ୍ତି ଭାରତ ଆକ୍ରମଣ କରିଥିଲେ ।
- କାରଣ ସେତେବେଳେ ଭାରତ ବିପୁଳ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ଥିବାରୁ ଏହି ଧନ ସମ୍ପତ୍ତି ପାଇବା ଆଶାରେ ଏବଂ ନିଜ ସାମ୍ରାଜ୍ୟର ବିସ୍ତାର ଉଦ୍ଦେଶ୍ୟରେ ସେମାନେ ଭାରତ ଆକ୍ରମଣ କରିଥିଲେ ।
୩ । କେବେ ପାରସ୍ୟ ଦେଶରେ ଏକ ବିଶାଳ ସାମ୍ରାଜ୍ୟ ଗଢି ଉଠିଥିଲା ? ଏହିଦେଶ କାହାଦ୍ଵାରା ଶାସିତ ହେଉଥିଲା ?
Answer:
- ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ପ୍ରଥମ ଭାଗରେ ମଧ୍ୟ ଏସିଆର ପାରସ୍ୟ ଦେଶରେ ଏକ ବିଶାଳ ସାମ୍ରାଜ୍ୟ ଗଢି ଉଠିଥିଲା ।
- ଏହିଦେଶ ଆକାମେନିଡ୍ ଶାସକଙ୍କ ଦ୍ବାରା ଶାସିତ ହେଉଥିଲା ।
୪। ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ କେତେ ବର୍ଷଧରି ରହିଥିଲା ? କେଉଁ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ଘଟିଥିଲା ?
Answer:
- ପ୍ରାୟ ୨୦ ବର୍ଷ ଧରି ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ ରହିଥିଲା ।
- ଏହି ଦୁଇଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉଭୟ ଜଳ ଓ ସ୍ଥଳ ପଥରେ ବୃଦ୍ଧି ପାଇଥିଲା ।
୫ । ପାରସ୍ୟ ସମ୍ରାଟ ଡେରାୟସ୍ କେବେ ପାରସ୍ୟର ଶାସନଭାର ଗ୍ରହଣ କରିଥିଲେ ଓ ଭାରତ କେଉଁ ଅଞ୍ଚଳଗୁଡ଼ିକୁ ସେ ନିଜ ସାମ୍ରାଜ୍ୟଭୁକ୍ତ କରାଇଥିଲେ ?
Answer:
- ଖ୍ରୀ.ପୂ. ୫୨୨ରେ ପାରସ୍ୟ ସମ୍ରାଟ ଡେରାୟସ ପାରସ୍ୟର ଶାସନଭାର ଗ୍ରହଣ କରିଥିଲେ ।
- ସେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଥିବା ପଞ୍ଜାବ, ସିନ୍ଧୁ ପ୍ରଦେଶ ଓ ସିନ୍ଧୁ ନଦୀର ପଶ୍ଚିମାଞ୍ଚଳକୁ ନିଜ ସାମ୍ରାଜ୍ୟଭୁକ୍ତ କରାଇଥିଲେ ।
୬ । ଆଲେକ୍ଜାଣ୍ଡାର କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ତାଙ୍କର ପିତାଙ୍କ ନାମ କ’ଣ ଥିଲା ?
Answer:
- ଖ୍ରୀ.ପୂ. ୩୫୬ ମସିହାରେ ଆଲେକ୍ଜାଣ୍ଡାର ଗ୍ରୀସର ମାସିଡେନିଆ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ ।
- ତାଙ୍କର ପିତାଙ୍କ ନାମ ଥିଲା ‘ଫିଲିପ୍’ । ସେ ମାସିଡେନିଆ ରାଜ୍ୟର ରାଜା ଥିଲେ ।
୭ । ଆଲେକ୍ଜାଣ୍ଡାରଙ୍କ ଆକ୍ରମଣର ଦୁଇଟି ପ୍ରଭାବ ଲେଖ ।
Answer:
- ଆଲେକ୍ଜାଣ୍ଡାରଙ୍କ ଆକ୍ରମଣ ଦ୍ଵାରା ଭାରତ ଓ ଇଉରୋପ ମଧ୍ଯରେ ବାଣିଜ୍ୟର ପ୍ରସାର ହେଲା ।
- ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ ‘ଗାନ୍ଧାର କଳା’ ସୃଷ୍ଟି ହେଲା ।
୮ । ଆଲେକ୍ଜାଣ୍ଡାର କେଉଁ ନଗର ପ୍ରତିଷ୍ଠା କରିଥିଲେ ? ତାଙ୍କର ଶିକ୍ଷାଗୁରୁଙ୍କ ନାମ କ’ଣ ?
Answer:
- ଆଲେକ୍ଜାଣ୍ଡାର ମିଶର ଦେଶରେ ‘ଆଲେକ୍ଜାଣ୍ଡ୍ରିଆ’’ ନାମକ ନଗର ପ୍ରତିଷ୍ଠା କରିଥିଲେ ।
- ତାଙ୍କର ଶିକ୍ଷାଗୁରୁ ହେଉଛନ୍ତି ଗ୍ରୀକ୍ ଦାର୍ଶନିକ ‘ଆରିଷ୍ଟଟଲ’ ।
୯ । ହାଇଦାସ୍ପେସ୍ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା ଓ ଏଥିରେ କିଏ ବିଜୟୀ ହୋଇଥିଲେ ?
Answer:
- ହାଇଦାସ୍ପେସ୍ ଯୁଦ୍ଧ ଆଲେକ୍ଜାଣ୍ଡାର ଓ ପୁରୁଙ୍କ ମଧ୍ୟରେ ହୋଇଥିଲା ।
- ଏହି ଯୁଦ୍ଧରେ ଆଲେକ୍ଜାଣ୍ଡାର ବିଜୟୀ ହୋଇଥିଲେ ।
୧୦ । ଆଲେକ୍ଜାଣ୍ଡାର କେବେ ଓ କେଉଁଠି ମୃତ୍ୟୁବରଣ କରିଥିଲେ ?
Answer:
ଖ୍ରୀ.ପ ୩୨୩ ମସିହାରେ ମାତ୍ର ୩୨ ବର୍ଷ ବୟସରେ ବାବିଲୋନ୍ଠାରେ ଆଲେକ୍ଜାଣ୍ଡାର ମୃତ୍ୟୁ ବରଣ କରିଥିଲେ ।
ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ଅତୀତରେ ଭାରତକୁ କ’ଣ କୁହାଯାଉଥିଲା ?
Answer:
ଅତୀତରେ ଭାରତକୁ ସୁନାର ଦେଶ କୁହାଯାଉଥିଲା ।
୨। ଫିଲିଫ୍ କେଉଁ ରାଜ୍ୟର ରାଜା ଥିଲେ ?
Answer:
ଫିଲିଫ୍ ଗ୍ରୀସ୍ର ମାସିଡ଼ୋନିଆ ନାମକ ଏକ କ୍ଷୁଦ୍ର ରାଜ୍ୟର ରାଜା ଥିଲେ ।
୩ । ଆଲେକ୍ଜାଣ୍ଡାରଙ୍କ ଶିକ୍ଷାଗୁରୁ କିଏ ଥିଲେ ?
Answer:
ଆଲେକ୍ଜାଣ୍ଡାରଙ୍କ ଶିକ୍ଷାଗୁରୁ ଥିଲେ ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲ୍ ।
୪। ଆଲେକ୍ଜାଣ୍ଡାର କେଉଁ ନଗର ପ୍ରତିଷ୍ଠା କରିଥିଲେ ?
Answer:
ଆଲେକ୍ଜାଣ୍ଡାର ‘ଆଲେକ୍ଜାଣ୍ଡ୍ରିଆ’ ନାମକ ନଗର ପ୍ରତିଷ୍ଠା କରିଥିଲେ ।
୫ । ଅମ୍ବା କେଉଁ ଦେଶର ରାଜା ଥିଲେ ?
Answer:
ଅମ୍ବି ଭାରତର ଉତ୍ତର-ପଶ୍ଚିମରେ ଥିବା ଗାନ୍ଧାର ରାଜ୍ୟର ରାଜା ଥିଲେ ।
୬ | ଉତ୍ତର ଭାରତର ସବୁଠାରୁ ଶକ୍ତିଶାଳୀ ରାଜା କିଏ ଥିଲେ ?
Answer:
ଉତ୍ତର ଭାରତର ସବୁଠାରୁ ଶକ୍ତିଶାଳୀ ରାଜା ଥିଲେ ମଗଧର ନନ୍ଦ ସାମ୍ରାଜ୍ୟର ରାଜା ।
୭ | ଭାରତୀୟମାନେ ପାରସ୍ୟବାସୀଙ୍କଠାରୁ କେଉଁ ଲିପି ଶିଖିଲେ ?
Answer:
ଭାରତୀୟମାନେ ପାରସ୍ୟବାସୀଙ୍କଠାରୁ ଖରୋୱି ଲିପି ଶିଖୁଥିଲେ ।
୮ | ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ମଧ୍ଯ ଏସିଆର ପାରସ୍ୟ ଦେଶ କେଉଁମାନଙ୍କଦ୍ୱାରା ଶାସିତ ହେଉଥିଲା ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ମଧ୍ଯ ଏସିଆର ପାରସ୍ୟ ଦେଶ ଆକାମେନିଡ଼ ଶାସକମାନଙ୍କଦ୍ଵାରା ଶାସିତ ହେଉଥିଲା ।
୯ | ଡେରାୟସ୍ଙ୍କ ପରେ ପାରସ୍ୟର କେଉଁ ରାଜା ଭାରତୀୟମାନଙ୍କୁ ପାରସ୍ୟ ସୈନ୍ୟବାହିନୀରେ ନିଯୁକ୍ତି ଦେଇଥିଲେ ?
Answer:
ଡେରାୟସ୍ଙ୍କ ପରେ ପାରସ୍ୟର ରାଜା ଜେରକ୍ସ୍ ଭାରତୀୟମାନଙ୍କୁ ପାରସ୍ୟ ସୈନ୍ୟବାହିନୀରେ ନିଯୁକ୍ତି ଦେଇଥିଲେ ।
୧୦ । ଖରୋଷ୍ଟି ଲିପିର ଅକ୍ଷରଗୁଡ଼ିକ କିପରି ଲେଖାଯାଉଥିଲା ?
Answer:
ଖରୋଷ୍ଟି ଲିପିର ଅକ୍ଷରଗୁଡ଼ିକ ଡାହାଣପଟରୁ ବାମପଟକୁ ଲେଖାଯାଉଥିଲା ।
୧୧ । ଉତ୍ତର-ପଶ୍ଚିମାଞ୍ଚଳରେ ଅଶୋକଙ୍କ କେତେକ ଶିଳାଲିପି କେଉଁ ଲିପିରେ ଲେଖାଯାଇଛି ?
Answer:
ଉତ୍ତର-ପଶ୍ଚିମାଞ୍ଚଳରେ ଅଶୋକଙ୍କ କେତେକ ଶିଳାଲିପି ଖରୋଷ୍ଟି ଲିପିରେ ଲେଖାଯାଇଛି ।
୧୨ । ଅଶୋକଙ୍କ ଅନୁଶାସନଗୁଡ଼ିକରେ କେଉଁ ଭାଷାର ଶବ୍ଦର ବ୍ୟବହାର ଦେଖିବାକୁ ମିଳେ ?
Answer:
ଅଶୋକଙ୍କ ଅନୁଶାସନଗୁଡ଼ିକରେ ପାରସିକ ଭାଷାର ଶବ୍ଦର ବ୍ୟବହାର ଦେଖିବାକୁ ମିଳେ ।
୧୩ । ଆଲେକ୍ଜାଣ୍ଡାରଙ୍କୁ କାହିଁକି ଦିଗ୍ବିଜୟୀ ବୀର କୁହାଯାଏ ?
Answer:
ଆଲେକ୍ଜାଣ୍ଡାରଙ୍କ ବୀରତ୍ୱ ଓ ସାହସିକତା ପାଇଁ ତାଙ୍କୁ ଦିଗ୍ବିଜୟୀ ବୀର କୁହାଯାଏ ।
୧୪ । ଆଲେକ୍ଜାଣ୍ଡାର ପାରସ୍ୟର କେଉଁ ସମ୍ରାଟଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ ?
Answer:
ଆଲେକ୍ଜାଣ୍ଡାର ପାରସ୍ୟର ସମ୍ରାଟ ତୃତୀୟ ଡେରାୟସ୍ଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ ।
୧୫ । ତକ୍ଷଶିଳା କେଉଁ ରାଜ୍ୟର ରାଜଧାନୀ ଥିଲା ?
Answer:
ତକ୍ଷଶିଳା ଗାନ୍ଧାର ରାଜ୍ୟର ରାଜଧାନୀ ଥିଲା ।
୧୬ । ଆଲେକ୍ଜାଣ୍ଡାର କେଉଁଠାରେ ମୃତ୍ୟୁବରଣ କରିଥିଲେ ?
Answer:
ଆଲେକ୍ଜାଣ୍ଡାର ବାବିଲୋନ୍ଠାରେ ମୃତ୍ୟୁବରଣ କରିଥିଲେ ।
୧୭ । ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ କେଉଁ କଳା ସୃଷ୍ଟି ହୋଇଥିଲା ?
Answer:
ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ ଗାନ୍ଧାର କଳାର ସୃଷ୍ଟି ହୋଇଥିଲା ।
୧୮। ପୁରୁଙ୍କର କେଉଁ ଗୁଣ ଆଲେକ୍ଜାଣ୍ଡାରଙ୍କ ହୃଦୟକୁ ଜୟ କରିଥିଲା ?
Answer:
ପୁରୁଙ୍କର ସାହସ ଓ ବୀରତ୍ଵ ଗୁଣ ଆଲେକ୍ଜାଣ୍ଡାରଙ୍କ ହୃଦୟକୁ ଜୟ କରିଥିଲା ।
୧୯ । ଆଲେକ୍ଜାଣ୍ଡାର କେବେ ଭାରତ ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲେ ?
Answer:
ଆଲେକ୍ଜାଣ୍ଡାର ଖ୍ରୀ.ପୂ. ୩୨୬ ମସିହାରେ ଭାରତ ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲେ ।
୨୦ । ଆଲେକ୍ଜାଣ୍ଡାର କେତେ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ?
Answer:
ଆଲେକ୍ଜାଣ୍ଡାର ୩୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
୨୧ । ପାରସ୍ୟର ସମ୍ରାଟ୍ ପ୍ରଥମ ଡେରାୟସ୍ କେବେ ଶାସନଭାର ଗ୍ରହଣ କରିଥିଲେ ?
Answer:
ପାରସ୍ୟର ସମ୍ରାଟ୍ ପ୍ରଥମ ଡେରାୟସ୍ ଖ୍ରୀ.ପୂ. ୫୨୨ରେ ଶାସନଭାର ଗ୍ରହଣ କରିଥିଲେ ।
୨୨ । ପୁରୁ କେଉଁ ବଂଶର ରାଜା ଥିଲେ ?
Answer:
ପୁରୁ ପୌରବ ବଂଶର ରାଜା ଥିଲେ ।
୨୩ । ହାଇଦାସ୍ପେସ୍ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା ?
Answer:
ହାଇଦାସ୍ପେସ୍ ଯୁଦ୍ଧ ପୁରୁ ଓ ଆଲେକ୍ଜାଣ୍ଡାରଙ୍କ ମଧ୍ୟରେ ହୋଇଥିଲା ।
୨୪ । ପ୍ରଥମ ଡେରାୟସ୍ କାହିଁକି ଭାରତର ଉତ୍ତର-ପଶ୍ଚିମାଞ୍ଚଳକୁ ଆକ୍ରମଣ କରିଥିଲେ ?
Answer:
ପ୍ରଥମ ଡେରାୟସ୍ ଧନ ଲୋଭରେ ଆକର୍ଷିତ ହୋଇ ଭାରତର ଉତ୍ତର-ପଶ୍ଚିମାଞ୍ଚଳକୁ ଆକ୍ରମଣ କରିଥିଲେ ।
୨୫ । ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ ପ୍ରାୟ କେତେବର୍ଷ ଧରି ରହିଥିଲା ?
Answer:
ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ ପ୍ରାୟ ୨୦୦ ବର୍ଷ ଧରି ରହିଥିଲା ।
୨୬ । ଆଲେକ୍ଜାଣ୍ଡାରଙ୍କ ପିତାଙ୍କ ନାମ କ’ଣ ?
Answer:
ଆଲେକ୍ଜାଣ୍ଡାରଙ୍କ ପିତାଙ୍କ ନାମ ଥିଲା ଫିଲିଫ୍ ।
୨୭ । ଆଲେକ୍ଜାଣ୍ଡାର କେତେ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ?
Answer:
ଆଲେକ୍ଜାଣ୍ଡାର ୨୦ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ।
୨୮ । ଆଲେକ୍ଜାଣ୍ଡାରଙ୍କ ଭାରତ ଆକ୍ରମଣଦ୍ଵାରା କେଉଁ କେଉଁ ଅଞ୍ଚଳ ମଧ୍ୟରେ ବାଣିଜ୍ୟର ପ୍ରସାର ହୋଇଥିଲା ?
Answer:
ଆଲେକ୍ଜାଣ୍ଡାରଙ୍କ ଭାରତ ଆକ୍ରମଣଦ୍ୱାରା ଭାରତ ଓ ଇଉରୋପ ମଧ୍ଯରେ ବାଣିଜ୍ୟର ପ୍ରସାର ହେଲା ।
Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।
୧। ତକ୍ଷଶିଳା ________ ରାଜ୍ୟର ରାଜଧାନୀ ଥିଲା ।
Answer:
ଗାନ୍ଧାର
୨। ପ୍ରଥମ ଡେରାୟସ୍ ________ ରେ ପାରସ୍ୟର ଶାସନଭାର ଗ୍ରହଣ କଲେ ।
Answer:
ଖ୍ରୀ.ପୂ. ୫୨୨
୩ । ଆଲେକ୍ଜାଣ୍ଡାର ________ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ।
Answer:
୨୦
୪। ଡେରାୟସ୍ଙ୍କ ପରେ _________ ପାରସ୍ୟର ଶାସନଭାର ଗ୍ରହଣ କଲେ ।
Answer:
ଜେରକ୍ସ୍
୫ । __________ ଭାରତୀୟମାନଙ୍କୁ ପାରସ୍ୟ ସୈନ୍ୟବାହିନୀରେ ନିଯୁକ୍ତି ଦେଇଥିଲେ ।
Answer:
ଜେରକ୍ସ୍
୬ । ରାଜା ଜେରକ୍ସ୍ ________ ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ ।
Answer:
ଗ୍ରୀକ୍
୭ । ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ ପ୍ରାୟ _________ ବର୍ଷ ଧରି ରହିଥିଲା ।
Answer:
୨୦୦
୮ | ___________ ମାନଙ୍କଠାରୁ ଭାରତୀୟମାନେ ଏକ ନୂତନ ଲିପି ଶିଖୁଥିଲେ ।
Answer:
ପାରସ୍ୟବାସୀ
୯। _________ ଲିପି ପାରସ୍ୟବାସୀମାନଙ୍କଠାରୁ ଭାରତୀୟମାନେ ଶିଖୁଲେ ।
Answer:
ଖରୋଷ୍ଟି
୧୦ । ଖରୋଷ୍ଟି ଲିପି ________ ରୁ __________ ପାର୍ଶ୍ଵକୁ ଲେଖାଯାଉଥିଲା ।
Answer:
ଡାହାଣ, ବାମ
୧୧ । ଭାରତର _________ ଅଞ୍ଚଳରେ ଅଶୋକଙ୍କ ଶିଳାଲିପି ଲେଖାଯାଇଛି ।
Answer:
ଉତ୍ତର-ପଶ୍ଚିମ
୧୨ । ଅଶୋକଙ୍କ ଅନୁଶାସନଗୁଡ଼ିକରେ ________ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ ।
Answer:
ପାରସିକ
୧୩ । ଆଲେକ୍ଜାଣ୍ଡାର ଖ୍ରୀ.ପୂ. ________ ମସିହାରେ ଜନ୍ମଗ୍ରହଣ କରିଥିଲେ ।
Answer:
୩୫୬
୧୪ । ଆଲେକ୍ଜାଣ୍ଡାର ________ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ ।
Answer:
ଗ୍ରୀସ୍ର ମାସିଡ଼ୋନିଆ
୧୫ । ଆଲେକ୍ଜାଣ୍ଡାରଙ୍କ ପିତାଙ୍କ ନାମ _________ ଥିଲ ।
Answer:
ଫିଲିପ୍
୧୬ । ବାଲ୍ୟକାଳରେ ଆଲେକ୍ଜାଣ୍ଡାର _________ ଙ୍କଠାରୁ ବିଦ୍ୟାଶିକ୍ଷା କରିଥିଲେ ।
Answer:
ଆରିଷ୍ଟଟଲ୍
୧୭ । ଖ୍ରୀ.ପୂ. __________ ମସିହାରେ ଆଲେକ୍ଜାଣ୍ଡାର ଏସିଆ ମାଇନର ଆକ୍ରମଣ କଲେ ।
Answer:
୩୩୪
୧୮ । ଆଲେକ୍ଜାଣ୍ଡାର _________ ସଂଖ୍ୟକ ସୈନ୍ୟଙ୍କୁ ନେଇ ଏସିଆ ମାଇନର ଆକ୍ରମଣ କରିଥିଲେ ।
Answer:
୪୦ ହଜାର ।
B. ଠିକ୍ ଉତ୍ତର ବାଛି ଲେଖ ।
୧ । ପୁରୁଙ୍କର କେଉଁ ଗୁଣ ଆଲେକ୍ଜାଣ୍ଡାରଙ୍କ ହୃଦୟକୁ ଜୟ କରିଥିଲା ?
(୧) ଗର୍ବ ଓ ଅହଂକାର
(୨) ଦମ୍ଭ ଓ ଅଭିମାନ
(୩) ସାହସ ଓ ବୀରତ୍ଵ
(୪) ଛଳନା ଓ କପଟ
Answer:
(୩) ସାହସ ଓ ବୀରତ୍ଵ
୨ । ଆଲେକ୍ଜାଣ୍ଡାର ଏସିଆ ମାଇନର ଆକ୍ରମଣ କଲାବେଳେ ତାଙ୍କ ସୈନ୍ୟବାହିନୀରେ କେତେ ସଂଖ୍ୟକ ସୈନ୍ୟ ଥିଲେ ?
(୧) ଦଶ ହଜାର
(୨) ଚାଳିଶ ହଜାର
(୩) ବାର ହଜାର
(୪) ପଚାଶ ହଜାର
Answer:
(୨) ଚାଳିଶ ହଜାର
୩ । କେବେ ଆଲେକ୍ଜାଣ୍ଡାର ଭାରତ ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲେ ?
(୧) ଖ୍ରୀ.ପୂ. ୩୨୬ ମସିହା
(୩) ଖ୍ରୀ.ପୂ. ୪୨୨ ମସିହା
(୨) ଖ୍ରୀ.ପୂ. ୩୩୪ ମସିହା
(୪) ଖ୍ରୀ.ପୂ. ୩୨୨ ମସିହା
Answer:
(୧) ଖ୍ରୀ.ପୂ. ୩୨୬ ମସିହା
୪ । ତକ୍ଷଶିଳା ନିମ୍ନୋକ୍ତ କେଉଁ ନଦୀଦ୍ୱୟ ମଧ୍ୟରେ ଅବସ୍ଥିତ ଥିଲା ?
(୨) ଚନ୍ଦ୍ରଭାଗା ଓ ଇରାବତୀ
(୧) ଶତବ୍ଦୀ ଓ ରାବୀ
(୩) ସିନ୍ଧୁ ଓ ବିତସ୍ତା
(୪) ବିପାଶା ଓ ଶତଲେଜ
Answer:
(୩) ସିନ୍ଧୁ ଓ ବିତସ୍ତା
୫ । ଆଲେକ୍ଜାଣ୍ଡାର କେତେ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ?
(୧) ୩୦ ବର୍ଷ
(୨) ୩୨ ବର୍ଷ
(୩) ୪୦ ବର୍ଷ
(୪) ୪୮ ବର୍ଷ
Answer:
(୨) ୩୨ ବର୍ଷ
୬ । ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ କେଉଁ କଳାର ସୃଷ୍ଟି ହୋଇଥିଲା ?
(୧) ଓଡ଼ିଶୀ
(୨) ନାଗରୀ
(୩) ଗାନ୍ଧାର
(୪) ଦକ୍ଷଣୀ
Answer:
(୩) ଗାନ୍ଧାର
୭ । ପୁରୁ କେଉଁ ବଂଶର ରାଜା ଥିଲେ ?
(୧) ଲିଚ୍ଛବି
(୨) କୁଶାଣ
(୩) ସାତବାହନ
(୪) ପୌରବ
Answer:
(୪) ପୌରବ
C. ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧନ କର ।
୧ । ତକ୍ଷଶିଳା ମଗଧ ରାଜ୍ୟର ରାଜଧାନୀ ଥିଲା ।
Answer:
ଗାନ୍ଧାର
୨ । ଆଲେକଜାଣ୍ଡାର ୧୮ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ।
Answer:
୨୦ ବର୍ଷ
୩ । ଖରୋଷ୍ଟି ଲିପିର ଅକ୍ଷରଗୁଡ଼ିକ ବାମପଟରୁ ଡାହାଣପଟକୁ ଲେଖାଯାଉଥିଲା ।
Answer:
ଡାହାଣପଟରୁ ବାମପଟକୁ
୪। ପୁର ସାତବାହନ ବଂଶର ରାଜା ଥିଲେ ।
Answer:
ପୌରବ
୫ | ଆଲେକଜାଣ୍ଡାର ୨୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
Answer:
ଆଲେକଜାଣ୍ଡାର ୩୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।