BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

Odisha State Board BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ Important Questions and Answers.

BSE Odisha Class 6 History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ପାରସିକ ଆକ୍ରମଣ ଓ ଏହାର ଫଳାଫଳ ବର୍ଣ୍ଣନା କର ।
Answer:

  • ଖ୍ରୀ. ପୂ. ୫୨୨ରେ ଭାରତର ଉତ୍ତର ପଶ୍ଚିମରେ ଥ‌ିବା ପାରସ୍ୟ ଦେଶର ଶ୍ରେଷ୍ଠ ସମ୍ରାଟ ଡେରାୟସ ଶାସନଭାର ଗ୍ରହଣ କଲାପରେ, ଭାରତର ଅତୁଳଧନ ସମ୍ପଦରେ ଆକୃଷ୍ଟ ହୋଇ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳକୁ ଆକ୍ରମଣ କରି ପଞ୍ଜାବ, ସିନ୍ଧୁ ପ୍ରଦେଶ ଓ ସିନ୍ଧୁ ନଦୀର ପଶ୍ଚିମାଞ୍ଚଳ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
  • ପାରସ୍ୟ ଅଧିକୃତ ଭାରତୀୟ ଅଞ୍ଚଳ ଅତ୍ୟନ୍ତ ଉର୍ବର ଓ ଜନବହୁଳ ଥିଲା । ପାରସ୍ୟର ରାଜାମାନେ ଏହି ଅଞ୍ଚଳରୁ ପ୍ରଚୁର କର ଆଦାୟ କରୁଥିଲେ ।
  • ଡେରାୟାସଙ୍କ ପରେ ରାଜା ଜେରକ୍‌ସ୍ ଭାରତୀୟମାନଙ୍କ ପାରସ୍ୟ ସୈନ୍ୟବାହିନୀରେ ନିଯୁକ୍ତି ଦେଇ ଗ୍ରୀକ୍‌ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ ।
  • ପାରସ୍ୟ ଆକ୍ରମଣ ଫଳରେ ଭାରତ ଓ ପାରସ୍ୟ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉଭୟ ଜଳ ଓ ସ୍ଥଳ ପଥରେ ବୃଦ୍ଧି ପାଇଥିଲା । ଫଳରେ ଉଭୟଦେଶ ମଧ୍ୟରେ ଶିଳ୍ପକଳା ଓ ସଂସ୍କୃତିର ମଧ୍ୟ ଆଦାନ ପ୍ରଦାନ ହୋଇଥିଲା ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୨ । ଭାରତରେ ପାରସ୍ୟ ଆକ୍ରମଣର ପ୍ରଭାବ ଲେଖ ।
Answer:

  • ପ୍ରାୟ ୨୦୦ ବର୍ଷ ଧରି ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ ରହିଥିଲା । ଏହି ଦୁଇଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉଭୟ ଜଳ ଓ ସ୍ଥଳ ପଥରେ ବୃଦ୍ଧି ପାଇଥିଲା ।
  • ପାରସ୍ୟବାସୀଙ୍କଠାରୁ ଭାରତୀୟମାନେ ଏକ ନୂତନ ଲିପି ଶିଖୁଲେ ଯାହାର ନାମ ଥିଲା ଖରୋଷ୍ଟି । ଏହି ଲିପିର ଅକ୍ଷରଗୁଡ଼ିକ ଡାହାଣରୁ ବାମକୁ ଲେଖାଯାଉଥିଲା ।
  • ଉତ୍ତର-ପଶ୍ଚିମାଞ୍ଚଳରେ ଅଶୋକଙ୍କ କେତେକ ଶିଳାଲିପି ଖରୋଷ୍ଟି ଲିପିରେ ଲେଖାଯାଇଛି ।
  • ଅଶୋକଙ୍କ ଦ୍ବାରା ନିର୍ମିତ ସ୍ତମ୍ଭମାନଙ୍କରେ ପାରସ୍ୟ ସଭ୍ୟତାର ପ୍ରଭାବ ପଡ଼ିଥ‌ିବାର ଦେଖାଯାଏ । ଅଶୋକଙ୍କ ଅନୁଶାସନ ଗୁଡ଼ିକରେ ପାରସିକ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ ।

୩ । ହାଇଦାସ୍ପେସ୍ ଯୁଦ୍ଧ କାହାକୁ କୁହାଯାଏ ? ଏହି ଯୁଦ୍ଧର କାରଣ ଓ ଫଳାଫଳ ଉଲ୍ଲେଖ କର ।
Answer:

  • ଆଲେକ୍‌ଜାଣ୍ଡାର ଗୋଟିଏ ପରେ ଗୋଟିଏ ରାଜ୍ୟ ଜୟ କରି ଭାରତ ବିଜୟ କରୁଥିବାବେଳେ ପୌରବ ରାଜା ପୁରୁ ତାଙ୍କର ଗତିପଥରେ ପ୍ରତିବନ୍ଧକ ହୋଇଥିଲେ । ଫଳରେ ପୁରୁଙ୍କ ସୈନ୍ୟ ଓ ଆଲେକ୍‌ଜାଣ୍ଡାରଙ୍କ ସୈନ୍ୟମାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଏହି ଯୁଦ୍ଧକୁ ହାଇଦାସ୍ପେସ୍ ଯୁଦ୍ଧ କୁହାଯାଏ ।
  • ଆଲେକ୍‌ଜାଣ୍ଡାର ମହାନ ଯୋଦ୍ଧା ଥିଲେ । ସେ ସମଗ୍ର ପୃଥ‌ିବୀକୁ ଜୟ କରିବାର ସ୍ବପ୍ନ ଦେଖୁଥିଲା । ଭାରତର ଧନସମ୍ପତ୍ତି ତାଙ୍କୁ ଆକୃଷ୍ଟ କରିଥିବାରୁ ସେ ଭାରତ ଅଭିମୁଖେ ଅଗ୍ରସର ହେବା ସମୟରେ ପୁରୁ ରାଜା ତାଙ୍କର ବଶତା ସ୍ବୀକାର ନକରିବାରୁ ଏହି ଯୁଦ୍ଧ ହୋଇଥିଲା ।
  • ଏହି ଯୁଦ୍ଧ ଫଳରେ ଭାରତରେ ରାଜନୈତିକ ଏକତା ଆସିଥଲା । ଏହି ଆକ୍ରମଣ ଦ୍ବାରା ଭାରତ ଓ ଇଉରୋପ ମଧ୍ୟରେ ବାଣିଜ୍ୟ ପ୍ରସାର ହେଲା । ଭାରତ ଓ ଗ୍ରୀକ୍ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ସ୍ଥାପିତ ହେଲା ।
  • ଭାରତକୁ ୩ଟି ସ୍ଥଳପଥ ଓ ଗୋଟିଏ ଜଳପଥ ଆବିଷ୍କୃତ ହେଲା । ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ ଗାନ୍ଧାର କଳା ସୃଷ୍ଟି ହେଲା । ଆଲେକ୍‌ଜାଣ୍ଡାରଙ୍କ ଦ୍ବାରା ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇପାରିଥିଲା ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୪ । ଆଲେକ୍‌ଜାଣ୍ଡାର କେବେ ଓ କେଉଁଠି ଜନ୍ମଗ୍ରହଣ କରିଥିଲେ ? ତାଙ୍କୁ କାହିଁକି ଦିଗ୍‌ବିଜୟୀ ବୀର କୁହାଯାଏ ?
Answer:

  • ଖ୍ରୀ.ପୂ. ୩୫୬ ମସିହାରେ ଆଲେକ୍‌ଜାଣ୍ଡାର ଗ୍ରୀସର ମାସିଡୋନିଆ ନାମକ ଏକ କ୍ଷୁଦ୍ର ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଫିଲିପ୍ ମାସିଡ଼ୋନିଆ ରାଜ୍ୟର ରାଜା ଥିଲେ ।
  • ବାଲ୍ୟକାଳରେ ଆଲେକ୍‌ଜାଣ୍ଡାର ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲଙ୍କଠାରୁ ବିଦ୍ୟା ଶିକ୍ଷା କରିଥିଲେ ଏବଂ ପିତାଙ୍କ ମୃତ୍ୟୁପରେ ମାତ୍ର ୨୦ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ।
  • ସିଂହାସନ ଆରୋହଣ କରିବାର ଅଳ୍ପଦିନ ମଧ୍ୟରେ ସେ ଏସିଆ ମାଇନର, ପାରସ୍ୟ, ସିରିଆ, ମିଶର ଓ ଆଫଗାନିସ୍ଥାନ ଆଦି ଅଞ୍ଚଳ ଜୟ କରିଥିଲେ ।
  • ତାଙ୍କର ବୀରତ୍ଵ ଓ ସାହସିକତା ପାଇଁ ଆଲେକ୍‌ଜାଣ୍ଡାରଙ୍କୁ ଦିଗ୍‌ବିଜୟୀ ବୀର କୁହାଯାଏ ।

୫ । ଆଲେକ୍ଜାଣ୍ଡାରଙ୍କ ରାଜ୍ୟ ଜୟ ସଂକ୍ଷେପରେ ଉଲ୍ଲେଖ କର ।
Answer:

  • ଖ୍ରୀ.ପୂ. ୩୩୪ ମସିହାରେ ନିଜର ଚାଳିଶ ହଜାର ସୈନ୍ୟଙ୍କ ସହିତ ଏସିଆ ମାଇନ୍‌ର ଆକ୍ରମଣ କରିଥିଲେ । ସେଠାରୁ ସେ ପାରସ୍ୟ ଅଭିମୁଖେ ଅଗ୍ରସର ହୋଇ ପାରସ୍ୟ ସମ୍ରାଟ ତୃତୀୟ ଡେରାୟସ୍‌ଙ୍କୁ ପରାସ୍ତ କରିଥିଲେ । ସେ ସିରିଆ ଓ ମିଶରକୁ ମଧ୍ୟ ଆକ୍ରମଣ କରିଥିଲେ । ପାରସ୍ୟମାନଙ୍କ ଅଧୀନରୁ ମିଶରକୁ ମୁକ୍ତ କରି ସେଠାରେ ‘‘ଆଲେକ୍‌ଜାଣ୍ଡ୍ରିଆ’’ ନଗର ସ୍ଥାପନ କରିଥିଲେ ।
  • ଖ୍ରୀ.ପୂ. ୩୨୬ ମସିହାରେ ଆଲେକ୍‌ଜାଣ୍ଡାର ଭାରତ ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲେ । ସେ ଖାଇବର ଗିରିପଥ ଦେଇ ଭାରତକୁ ପ୍ରବେଶ କଲେ ଏବଂ ଉତ୍ତର ପଶ୍ଚିମାଞ୍ଚଳର ସୀମାନ୍ତ ପ୍ରଦେଶଗୁଡ଼ିକୁ ଆକ୍ରମଣ କଲେ ।
  • ଭାରତର ଉତ୍ତର-ପଶ୍ଚିମରେ ଥ‌ିବା ଅନେକ ରାଜ୍ୟ ସହିତ ତକ୍ଷଶିଳାର ରାଜା ଅମ୍ବି ଆଲେକ୍‌ଜାଣ୍ଡାରଙ୍କ ବଶ୍ୟତା ସ୍ଵୀକାର କରିଥିଲେ ମଧ୍ୟ ପୌରବ ରାଜ୍ୟର ରାଜା ପୁରୁ ତାଙ୍କର ବଶ୍ୟତା ସ୍ୱୀକାର କଲେ ନାହିଁ । ଫଳରେ ପୁରୁ ଓ ଆଲେକ୍‌ଜାଣ୍ଡାରଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଏହାକୁ ହାଇଦାସ୍ପେସ୍ ଯୁଦ୍ଧ କୁହାଯାଏ ।
  • ଏହି ଯୁଦ୍ଧରେ ପୁରୁ ପରାଜିତ ହୋଇ ବନ୍ଦୀ ହେଲେ ମଧ୍ୟ ଆଲେକ୍‌ଜାଣ୍ଡାର ପୁରୁଙ୍କ ବୀରତ୍ଵ ଓ ସାହସିକତାରେ ମୁଗ୍ଧ ହୋଇ ତାଙ୍କୁ ତାଙ୍କର ରାଜ୍ୟ ଫେରାଇ ଦେଇଥିଲେ ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ବୈଦେଶିକ ଶକ୍ତିମାନେ କାହିଁକି ଭାରତ ଆକ୍ରମଣ କରିଥିଲେ ?
Answer:

  1. ଅତୀତରେ ଭାରତକୁ ସୁନାର ଦେଶ ବୋଲି ବର୍ଣ୍ଣନା କରାଯାଇଥିଲା । କାରଣ ଏହା ବିପୁଳ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ଥିଲା ।
  2. ଏହି ଧନ ସମ୍ପତ୍ତି ପାଇବା ପାଇଁ ଏବଂ ନିଜ ରାଜ୍ୟର ସାମ୍ରାଜ୍ୟ ବିସ୍ତାର କରିବା ଉଦ୍ଦେଶ୍ୟରେ କେତେକ ବୈଦେଶିକ ଶକ୍ତିମାନେ ଭାରତ ଆକ୍ରମଣ କରିଥିଲେ ।

୨ । ଅତୀତରେ କେଉଁମାନେ ଓ କାହିଁକି ଭାରତ ଆକ୍ରମଣ କରିଥିଲେ ?
Answer:

  • ଅତୀତରେ ପାରସିକ ଓ ଗ୍ରୀକ୍ ଆଦି ବୈଦେଶିକ ଶକ୍ତି ଭାରତ ଆକ୍ରମଣ କରିଥିଲେ ।
  • କାରଣ ସେତେବେଳେ ଭାରତ ବିପୁଳ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ଥ‌ିବାରୁ ଏହି ଧନ ସମ୍ପତ୍ତି ପାଇବା ଆଶାରେ ଏବଂ ନିଜ ସାମ୍ରାଜ୍ୟର ବିସ୍ତାର ଉଦ୍ଦେଶ୍ୟରେ ସେମାନେ ଭାରତ ଆକ୍ରମଣ କରିଥିଲେ ।

୩ । କେବେ ପାରସ୍ୟ ଦେଶରେ ଏକ ବିଶାଳ ସାମ୍ରାଜ୍ୟ ଗଢି ଉଠିଥିଲା ? ଏହିଦେଶ କାହାଦ୍ଵାରା ଶାସିତ ହେଉଥିଲା ?
Answer:

  • ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ପ୍ରଥମ ଭାଗରେ ମଧ୍ୟ ଏସିଆର ପାରସ୍ୟ ଦେଶରେ ଏକ ବିଶାଳ ସାମ୍ରାଜ୍ୟ ଗଢି ଉଠିଥିଲା ।
  • ଏହିଦେଶ ଆକାମେନିଡ୍ ଶାସକଙ୍କ ଦ୍ବାରା ଶାସିତ ହେଉଥିଲା ।

୪। ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ କେତେ ବର୍ଷଧରି ରହିଥିଲା ? କେଉଁ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ଘଟିଥିଲା ?
Answer:

  • ପ୍ରାୟ ୨୦ ବର୍ଷ ଧରି ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ ରହିଥିଲା ।
  • ଏହି ଦୁଇଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉଭୟ ଜଳ ଓ ସ୍ଥଳ ପଥରେ ବୃଦ୍ଧି ପାଇଥିଲା ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୫ । ପାରସ୍ୟ ସମ୍ରାଟ ଡେରାୟସ୍ କେବେ ପାରସ୍ୟର ଶାସନଭାର ଗ୍ରହଣ କରିଥିଲେ ଓ ଭାରତ କେଉଁ ଅଞ୍ଚଳଗୁଡ଼ିକୁ ସେ ନିଜ ସାମ୍ରାଜ୍ୟଭୁକ୍ତ କରାଇଥିଲେ ?
Answer:

  • ଖ୍ରୀ.ପୂ. ୫୨୨ରେ ପାରସ୍ୟ ସମ୍ରାଟ ଡେରାୟସ ପାରସ୍ୟର ଶାସନଭାର ଗ୍ରହଣ କରିଥିଲେ ।
  • ସେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଥ‌ିବା ପଞ୍ଜାବ, ସିନ୍ଧୁ ପ୍ରଦେଶ ଓ ସିନ୍ଧୁ ନଦୀର ପଶ୍ଚିମାଞ୍ଚଳକୁ ନିଜ ସାମ୍ରାଜ୍ୟଭୁକ୍ତ କରାଇଥିଲେ ।

୬ । ଆଲେକ୍‌ଜାଣ୍ଡାର କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ତାଙ୍କର ପିତାଙ୍କ ନାମ କ’ଣ ଥିଲା ?
Answer:

  • ଖ୍ରୀ.ପୂ. ୩୫୬ ମସିହାରେ ଆଲେକ୍‌ଜାଣ୍ଡାର ଗ୍ରୀସର ମାସିଡେନିଆ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ ।
  • ତାଙ୍କର ପିତାଙ୍କ ନାମ ଥିଲା ‘ଫିଲିପ୍’ । ସେ ମାସିଡେନିଆ ରାଜ୍ୟର ରାଜା ଥିଲେ ।

୭ । ଆଲେକ୍‌ଜାଣ୍ଡାରଙ୍କ ଆକ୍ରମଣର ଦୁଇଟି ପ୍ରଭାବ ଲେଖ ।
Answer:

  • ଆଲେକ୍‌ଜାଣ୍ଡାରଙ୍କ ଆକ୍ରମଣ ଦ୍ଵାରା ଭାରତ ଓ ଇଉରୋପ ମଧ୍ଯରେ ବାଣିଜ୍ୟର ପ୍ରସାର ହେଲା ।
  • ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ ‘ଗାନ୍ଧାର କଳା’ ସୃଷ୍ଟି ହେଲା ।

୮ । ଆଲେକ୍‌ଜାଣ୍ଡାର କେଉଁ ନଗର ପ୍ରତିଷ୍ଠା କରିଥିଲେ ? ତାଙ୍କର ଶିକ୍ଷାଗୁରୁଙ୍କ ନାମ କ’ଣ ?
Answer:

  • ଆଲେକ୍‌ଜାଣ୍ଡାର ମିଶର ଦେଶରେ ‘ଆଲେକ୍‌ଜାଣ୍ଡ୍ରିଆ’’ ନାମକ ନଗର ପ୍ରତିଷ୍ଠା କରିଥିଲେ ।
  • ତାଙ୍କର ଶିକ୍ଷାଗୁରୁ ହେଉଛନ୍ତି ଗ୍ରୀକ୍ ଦାର୍ଶନିକ ‘ଆରିଷ୍ଟଟଲ’ ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୯ । ହାଇଦାସ୍ପେସ୍ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା ଓ ଏଥିରେ କିଏ ବିଜୟୀ ହୋଇଥିଲେ ?
Answer:

  • ହାଇଦାସ୍ପେସ୍ ଯୁଦ୍ଧ ଆଲେକ୍‌ଜାଣ୍ଡାର ଓ ପୁରୁଙ୍କ ମଧ୍ୟରେ ହୋଇଥିଲା ।
  • ଏହି ଯୁଦ୍ଧରେ ଆଲେକ୍‌ଜାଣ୍ଡାର ବିଜୟୀ ହୋଇଥିଲେ ।

୧୦ । ଆଲେକ୍‌ଜାଣ୍ଡାର କେବେ ଓ କେଉଁଠି ମୃତ୍ୟୁବରଣ କରିଥିଲେ ?
Answer:
ଖ୍ରୀ.ପ ୩୨୩ ମସିହାରେ ମାତ୍ର ୩୨ ବର୍ଷ ବୟସରେ ବାବିଲୋନ୍‌ଠାରେ ଆଲେକ୍‌ଜାଣ୍ଡାର ମୃତ୍ୟୁ ବରଣ କରିଥିଲେ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଅତୀତରେ ଭାରତକୁ କ’ଣ କୁହାଯାଉଥିଲା ?
Answer:
ଅତୀତରେ ଭାରତକୁ ସୁନାର ଦେଶ କୁହାଯାଉଥିଲା ।

୨। ଫିଲିଫ୍ କେଉଁ ରାଜ୍ୟର ରାଜା ଥିଲେ ?
Answer:
ଫିଲିଫ୍ ଗ୍ରୀସ୍‌ର ମାସିଡ଼ୋନିଆ ନାମକ ଏକ କ୍ଷୁଦ୍ର ରାଜ୍ୟର ରାଜା ଥିଲେ ।

୩ । ଆଲେକ୍‌ଜାଣ୍ଡାରଙ୍କ ଶିକ୍ଷାଗୁରୁ କିଏ ଥିଲେ ?
Answer:
ଆଲେକ୍‌ଜାଣ୍ଡାରଙ୍କ ଶିକ୍ଷାଗୁରୁ ଥିଲେ ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲ୍ ।

୪। ଆଲେକ୍‌ଜାଣ୍ଡାର କେଉଁ ନଗର ପ୍ରତିଷ୍ଠା କରିଥିଲେ ?
Answer:
ଆଲେକ୍‌ଜାଣ୍ଡାର ‘ଆଲେକ୍‌ଜାଣ୍ଡ୍ରିଆ’ ନାମକ ନଗର ପ୍ରତିଷ୍ଠା କରିଥିଲେ ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୫ । ଅମ୍ବା କେଉଁ ଦେଶର ରାଜା ଥିଲେ ?
Answer:
ଅମ୍ବି ଭାରତର ଉତ୍ତର-ପଶ୍ଚିମରେ ଥ‌ିବା ଗାନ୍ଧାର ରାଜ୍ୟର ରାଜା ଥିଲେ ।

୬ | ଉତ୍ତର ଭାରତର ସବୁଠାରୁ ଶକ୍ତିଶାଳୀ ରାଜା କିଏ ଥିଲେ ?
Answer:
ଉତ୍ତର ଭାରତର ସବୁଠାରୁ ଶକ୍ତିଶାଳୀ ରାଜା ଥିଲେ ମଗଧର ନନ୍ଦ ସାମ୍ରାଜ୍ୟର ରାଜା ।

୭ | ଭାରତୀୟମାନେ ପାରସ୍ୟବାସୀଙ୍କଠାରୁ କେଉଁ ଲିପି ଶିଖିଲେ ?
Answer:
ଭାରତୀୟମାନେ ପାରସ୍ୟବାସୀଙ୍କଠାରୁ ଖରୋୱି ଲିପି ଶିଖୁଥିଲେ ।

୮ | ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ମଧ୍ଯ ଏସିଆର ପାରସ୍ୟ ଦେଶ କେଉଁମାନଙ୍କଦ୍ୱାରା ଶାସିତ ହେଉଥିଲା ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ମଧ୍ଯ ଏସିଆର ପାରସ୍ୟ ଦେଶ ଆକାମେନିଡ଼ ଶାସକମାନଙ୍କଦ୍ଵାରା ଶାସିତ ହେଉଥିଲା ।

୯ | ଡେରାୟସ୍‌ଙ୍କ ପରେ ପାରସ୍ୟର କେଉଁ ରାଜା ଭାରତୀୟମାନଙ୍କୁ ପାରସ୍ୟ ସୈନ୍ୟବାହିନୀରେ ନିଯୁକ୍ତି ଦେଇଥିଲେ ?
Answer:
ଡେରାୟସ୍‌ଙ୍କ ପରେ ପାରସ୍ୟର ରାଜା ଜେରକ୍‌ସ୍ ଭାରତୀୟମାନଙ୍କୁ ପାରସ୍ୟ ସୈନ୍ୟବାହିନୀରେ ନିଯୁକ୍ତି ଦେଇଥିଲେ ।

୧୦ । ଖରୋଷ୍ଟି ଲିପିର ଅକ୍ଷରଗୁଡ଼ିକ କିପରି ଲେଖାଯାଉଥିଲା ?
Answer:
ଖରୋଷ୍ଟି ଲିପିର ଅକ୍ଷରଗୁଡ଼ିକ ଡାହାଣପଟରୁ ବାମପଟକୁ ଲେଖାଯାଉଥିଲା ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୧୧ । ଉତ୍ତର-ପଶ୍ଚିମାଞ୍ଚଳରେ ଅଶୋକଙ୍କ କେତେକ ଶିଳାଲିପି କେଉଁ ଲିପିରେ ଲେଖାଯାଇଛି ?
Answer:
ଉତ୍ତର-ପଶ୍ଚିମାଞ୍ଚଳରେ ଅଶୋକଙ୍କ କେତେକ ଶିଳାଲିପି ଖରୋଷ୍ଟି ଲିପିରେ ଲେଖାଯାଇଛି ।

୧୨ । ଅଶୋକଙ୍କ ଅନୁଶାସନଗୁଡ଼ିକରେ କେଉଁ ଭାଷାର ଶବ୍ଦର ବ୍ୟବହାର ଦେଖିବାକୁ ମିଳେ ?
Answer:
ଅଶୋକଙ୍କ ଅନୁଶାସନଗୁଡ଼ିକରେ ପାରସିକ ଭାଷାର ଶବ୍ଦର ବ୍ୟବହାର ଦେଖିବାକୁ ମିଳେ ।

୧୩ । ଆଲେକ୍‌ଜାଣ୍ଡାରଙ୍କୁ କାହିଁକି ଦିଗ୍‌ବିଜୟୀ ବୀର କୁହାଯାଏ ?
Answer:
ଆଲେକ୍‌ଜାଣ୍ଡାରଙ୍କ ବୀରତ୍ୱ ଓ ସାହସିକତା ପାଇଁ ତାଙ୍କୁ ଦିଗ୍‌ବିଜୟୀ ବୀର କୁହାଯାଏ ।

୧୪ । ଆଲେକ୍‌ଜାଣ୍ଡାର ପାରସ୍ୟର କେଉଁ ସମ୍ରାଟଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ ?
Answer:
ଆଲେକ୍‌ଜାଣ୍ଡାର ପାରସ୍ୟର ସମ୍ରାଟ ତୃତୀୟ ଡେରାୟସ୍‌ଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ ।

୧୫ । ତକ୍ଷଶିଳା କେଉଁ ରାଜ୍ୟର ରାଜଧାନୀ ଥିଲା ?
Answer:
ତକ୍ଷଶିଳା ଗାନ୍ଧାର ରାଜ୍ୟର ରାଜଧାନୀ ଥିଲା ।

୧୬ । ଆଲେକ୍‌ଜାଣ୍ଡାର କେଉଁଠାରେ ମୃତ୍ୟୁବରଣ କରିଥିଲେ ?
Answer:
ଆଲେକ୍‌ଜାଣ୍ଡାର ବାବିଲୋନ୍‌ଠାରେ ମୃତ୍ୟୁବରଣ କରିଥିଲେ ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୧୭ । ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ କେଉଁ କଳା ସୃଷ୍ଟି ହୋଇଥିଲା ?
Answer:
ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ ଗାନ୍ଧାର କଳାର ସୃଷ୍ଟି ହୋଇଥିଲା ।

୧୮। ପୁରୁଙ୍କର କେଉଁ ଗୁଣ ଆଲେକ୍‌ଜାଣ୍ଡାରଙ୍କ ହୃଦୟକୁ ଜୟ କରିଥିଲା ?
Answer:
ପୁରୁଙ୍କର ସାହସ ଓ ବୀରତ୍ଵ ଗୁଣ ଆଲେକ୍‌ଜାଣ୍ଡାରଙ୍କ ହୃଦୟକୁ ଜୟ କରିଥିଲା ।

୧୯ । ଆଲେକ୍‌ଜାଣ୍ଡାର କେବେ ଭାରତ ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲେ ?
Answer:
ଆଲେକ୍‌ଜାଣ୍ଡାର ଖ୍ରୀ.ପୂ. ୩୨୬ ମସିହାରେ ଭାରତ ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲେ ।

୨୦ । ଆଲେକ୍‌ଜାଣ୍ଡାର କେତେ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ?
Answer:
ଆଲେକ୍‌ଜାଣ୍ଡାର ୩୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

୨୧ । ପାରସ୍ୟର ସମ୍ରାଟ୍ ପ୍ରଥମ ଡେରାୟସ୍ କେବେ ଶାସନଭାର ଗ୍ରହଣ କରିଥିଲେ ?
Answer:
ପାରସ୍ୟର ସମ୍ରାଟ୍ ପ୍ରଥମ ଡେରାୟସ୍ ଖ୍ରୀ.ପୂ. ୫୨୨ରେ ଶାସନଭାର ଗ୍ରହଣ କରିଥିଲେ ।

୨୨ । ପୁରୁ କେଉଁ ବଂଶର ରାଜା ଥିଲେ ?
Answer:
ପୁରୁ ପୌରବ ବଂଶର ରାଜା ଥିଲେ ।

୨୩ । ହାଇଦାସ୍ପେସ୍ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା ?
Answer:
ହାଇଦାସ୍ପେସ୍ ଯୁଦ୍ଧ ପୁରୁ ଓ ଆଲେକ୍‌ଜାଣ୍ଡାରଙ୍କ ମଧ୍ୟରେ ହୋଇଥିଲା ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୨୪ । ପ୍ରଥମ ଡେରାୟସ୍ କାହିଁକି ଭାରତର ଉତ୍ତର-ପଶ୍ଚିମାଞ୍ଚଳକୁ ଆକ୍ରମଣ କରିଥିଲେ ?
Answer:
ପ୍ରଥମ ଡେରାୟସ୍ ଧନ ଲୋଭରେ ଆକର୍ଷିତ ହୋଇ ଭାରତର ଉତ୍ତର-ପଶ୍ଚିମାଞ୍ଚଳକୁ ଆକ୍ରମଣ କରିଥିଲେ ।

୨୫ । ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ ପ୍ରାୟ କେତେବର୍ଷ ଧରି ରହିଥିଲା ?
Answer:
ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ ପ୍ରାୟ ୨୦୦ ବର୍ଷ ଧରି ରହିଥିଲା ।

୨୬ । ଆଲେକ୍‌ଜାଣ୍ଡାରଙ୍କ ପିତାଙ୍କ ନାମ କ’ଣ ?
Answer:
ଆଲେକ୍‌ଜାଣ୍ଡାରଙ୍କ ପିତାଙ୍କ ନାମ ଥିଲା ଫିଲିଫ୍ ।

୨୭ । ଆଲେକ୍‌ଜାଣ୍ଡାର କେତେ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ?
Answer:
ଆଲେକ୍‌ଜାଣ୍ଡାର ୨୦ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ।

୨୮ । ଆଲେକ୍‌ଜାଣ୍ଡାରଙ୍କ ଭାରତ ଆକ୍ରମଣଦ୍ଵାରା କେଉଁ କେଉଁ ଅଞ୍ଚଳ ମଧ୍ୟରେ ବାଣିଜ୍ୟର ପ୍ରସାର ହୋଇଥିଲା ?
Answer:
ଆଲେକ୍‌ଜାଣ୍ଡାରଙ୍କ ଭାରତ ଆକ୍ରମଣଦ୍ୱାରା ଭାରତ ଓ ଇଉରୋପ ମଧ୍ଯରେ ବାଣିଜ୍ୟର ପ୍ରସାର ହେଲା ।

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧। ତକ୍ଷଶିଳା ________ ରାଜ୍ୟର ରାଜଧାନୀ ଥିଲା ।
Answer:
ଗାନ୍ଧାର

୨। ପ୍ରଥମ ଡେରାୟସ୍ ________ ରେ ପାରସ୍ୟର ଶାସନଭାର ଗ୍ରହଣ କଲେ ।
Answer:
ଖ୍ରୀ.ପୂ. ୫୨୨

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୩ । ଆଲେକ୍‌ଜାଣ୍ଡାର ________ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ।
Answer:
୨୦

୪। ଡେରାୟସ୍‌ଙ୍କ ପରେ _________ ପାରସ୍ୟର ଶାସନଭାର ଗ୍ରହଣ କଲେ ।
Answer:
ଜେରକ୍‌ସ୍

୫ । __________ ଭାରତୀୟମାନଙ୍କୁ ପାରସ୍ୟ ସୈନ୍ୟବାହିନୀରେ ନିଯୁକ୍ତି ଦେଇଥିଲେ ।
Answer:
ଜେରକ୍‌ସ୍

୬ । ରାଜା ଜେରକ୍‌ସ୍ ________ ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ ।
Answer:
ଗ୍ରୀକ୍

୭ । ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ ପ୍ରାୟ _________ ବର୍ଷ ଧରି ରହିଥିଲା ।
Answer:
୨୦୦

୮ | ___________ ମାନଙ୍କଠାରୁ ଭାରତୀୟମାନେ ଏକ ନୂତନ ଲିପି ଶିଖୁଥିଲେ ।
Answer:
ପାରସ୍ୟବାସୀ

୯। _________ ଲିପି ପାରସ୍ୟବାସୀମାନଙ୍କଠାରୁ ଭାରତୀୟମାନେ ଶିଖୁଲେ ।
Answer:
ଖରୋଷ୍ଟି

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୧୦ । ଖରୋଷ୍ଟି ଲିପି ________ ରୁ __________ ପାର୍ଶ୍ଵକୁ ଲେଖାଯାଉଥିଲା ।
Answer:
ଡାହାଣ, ବାମ

୧୧ । ଭାରତର _________ ଅଞ୍ଚଳରେ ଅଶୋକଙ୍କ ଶିଳାଲିପି ଲେଖାଯାଇଛି ।
Answer:
ଉତ୍ତର-ପଶ୍ଚିମ

୧୨ । ଅଶୋକଙ୍କ ଅନୁଶାସନଗୁଡ଼ିକରେ ________ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ ।
Answer:
ପାରସିକ

୧୩ । ଆଲେକ୍‌ଜାଣ୍ଡାର ଖ୍ରୀ.ପୂ. ________ ମସିହାରେ ଜନ୍ମଗ୍ରହଣ କରିଥିଲେ ।
Answer:
୩୫୬

୧୪ । ଆଲେକ୍‌ଜାଣ୍ଡାର ________ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ ।
Answer:
ଗ୍ରୀସ୍‌ର ମାସିଡ଼ୋନିଆ

୧୫ । ଆଲେକ୍‌ଜାଣ୍ଡାରଙ୍କ ପିତାଙ୍କ ନାମ _________ ଥିଲ ।
Answer:
ଫିଲିପ୍

୧୬ । ବାଲ୍ୟକାଳରେ ଆଲେକ୍‌ଜାଣ୍ଡାର _________ ଙ୍କଠାରୁ ବିଦ୍ୟାଶିକ୍ଷା କରିଥିଲେ ।
Answer:
ଆରିଷ୍ଟଟଲ୍

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୧୭ । ଖ୍ରୀ.ପୂ. __________ ମସିହାରେ ଆଲେକ୍‌ଜାଣ୍ଡାର ଏସିଆ ମାଇନର ଆକ୍ରମଣ କଲେ ।
Answer:
୩୩୪

୧୮ । ଆଲେକ୍‌ଜାଣ୍ଡାର _________ ସଂଖ୍ୟକ ସୈନ୍ୟଙ୍କୁ ନେଇ ଏସିଆ ମାଇନର ଆକ୍ରମଣ କରିଥିଲେ ।
Answer:
୪୦ ହଜାର ।

B. ଠିକ୍ ଉତ୍ତର ବାଛି ଲେଖ ।

୧ । ପୁରୁଙ୍କର କେଉଁ ଗୁଣ ଆଲେକ୍‌ଜାଣ୍ଡାରଙ୍କ ହୃଦୟକୁ ଜୟ କରିଥିଲା ?
(୧) ଗର୍ବ ଓ ଅହଂକାର
(୨) ଦମ୍ଭ ଓ ଅଭିମାନ
(୩) ସାହସ ଓ ବୀରତ୍ଵ
(୪) ଛଳନା ଓ କପଟ
Answer:
(୩) ସାହସ ଓ ବୀରତ୍ଵ

୨ । ଆଲେକ୍‌ଜାଣ୍ଡାର ଏସିଆ ମାଇନର ଆକ୍ରମଣ କଲାବେଳେ ତାଙ୍କ ସୈନ୍ୟବାହିନୀରେ କେତେ ସଂଖ୍ୟକ ସୈନ୍ୟ ଥିଲେ ?
(୧) ଦଶ ହଜାର
(୨) ଚାଳିଶ ହଜାର
(୩) ବାର ହଜାର
(୪) ପଚାଶ ହଜାର
Answer:
(୨) ଚାଳିଶ ହଜାର

୩ । କେବେ ଆଲେକ୍‌ଜାଣ୍ଡାର ଭାରତ ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲେ ?
(୧) ଖ୍ରୀ.ପୂ. ୩୨୬ ମସିହା
(୩) ଖ୍ରୀ.ପୂ. ୪୨୨ ମସିହା
(୨) ଖ୍ରୀ.ପୂ. ୩୩୪ ମସିହା
(୪) ଖ୍ରୀ.ପୂ. ୩୨୨ ମସିହା
Answer:
(୧) ଖ୍ରୀ.ପୂ. ୩୨୬ ମସିହା

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୪ । ତକ୍ଷଶିଳା ନିମ୍ନୋକ୍ତ କେଉଁ ନଦୀଦ୍ୱୟ ମଧ୍ୟରେ ଅବସ୍ଥିତ ଥିଲା ?
(୨) ଚନ୍ଦ୍ରଭାଗା ଓ ଇରାବତୀ
(୧) ଶତବ୍ଦୀ ଓ ରାବୀ
(୩) ସିନ୍ଧୁ ଓ ବିତସ୍ତା
(୪) ବିପାଶା ଓ ଶତଲେଜ
Answer:
(୩) ସିନ୍ଧୁ ଓ ବିତସ୍ତା

୫ । ଆଲେକ୍‌ଜାଣ୍ଡାର କେତେ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ?
(୧) ୩୦ ବର୍ଷ
(୨) ୩୨ ବର୍ଷ
(୩) ୪୦ ବର୍ଷ
(୪) ୪୮ ବର୍ଷ
Answer:
(୨) ୩୨ ବର୍ଷ

୬ । ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ କେଉଁ କଳାର ସୃଷ୍ଟି ହୋଇଥିଲା ?
(୧) ଓଡ଼ିଶୀ
(୨) ନାଗରୀ
(୩) ଗାନ୍ଧାର
(୪) ଦକ୍ଷଣୀ
Answer:
(୩) ଗାନ୍ଧାର

୭ । ପୁରୁ କେଉଁ ବଂଶର ରାଜା ଥିଲେ ?
(୧) ଲିଚ୍ଛବି
(୨) କୁଶାଣ
(୩) ସାତବାହନ
(୪) ପୌରବ
Answer:
(୪) ପୌରବ

C. ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧନ କର ।

୧ । ତକ୍ଷଶିଳା ମଗଧ ରାଜ୍ୟର ରାଜଧାନୀ ଥିଲା ।
Answer:
ଗାନ୍ଧାର

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୨ । ଆଲେକଜାଣ୍ଡାର ୧୮ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ।
Answer:
୨୦ ବର୍ଷ

୩ । ଖରୋଷ୍ଟି ଲିପିର ଅକ୍ଷରଗୁଡ଼ିକ ବାମପଟରୁ ଡାହାଣପଟକୁ ଲେଖାଯାଉଥିଲା ।
Answer:
ଡାହାଣପଟରୁ ବାମପଟକୁ

୪। ପୁର ସାତବାହନ ବଂଶର ରାଜା ଥିଲେ ।
Answer:
ପୌରବ

୫ | ଆଲେକଜାଣ୍ଡାର ୨୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
Answer:
ଆଲେକଜାଣ୍ଡାର ୩୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

Leave a Comment