Odisha State Board BSE Odisha 10th Class Odia Solutions Chapter 17 ଫଲଗୁ Textbook Exercise Questions and Answers.
BSE Odisha Class 10 Odia Solutions Chapter 17 ଫଲଗୁ
ପରୀକ୍ଷା ଉପଯୋଗୀ ଅତିରି
ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୧।
ସୁବ୍ରତ କି ଚାକରି କରନ୍ତି ?
Answer:
ସୁବ୍ରତ ଏକ କଲେଜରେ ଅଧ୍ୟାପକ
Question ୨ ।
ସୁବ୍ରତଙ୍କ ସ୍ତ୍ରୀଙ୍କ ନାମ କ’ଣ ?
Answer:
ସୁବ୍ରତଙ୍କ ସ୍ତ୍ରୀଙ୍କ ନାମ ପ୍ରୀତି ।
Question ୩ ।
ପ୍ରୀତି କାନିରେ କି ଜଳଖିଆ ଧରି ଆସିଥିଲେ ?
Answer:
ପ୍ରୀତି କାନିରେ ତେଲ ପିଆଜମିଶା ଚାଉଳଭଜା ଜଳଖିଆ ଧରି ଆସିଥିଲେ ।
Question ୪।
କେଉଁ ଜିନିଷ ଭିତରେ ରଖିଦେଇ ଆସେ ବୋଲି ପ୍ରୀତି ସୁବ୍ରତଙ୍କୁ କହିଲେ ?
Answer:
ସୁବ୍ରତଙ୍କ ଉଦ୍ଦେଶ୍ୟରେ ରଖୁଥିବା ଚାଉଳଭଜାକୁ ଭିତରେ ରଦେଇ ଆସେ ବୋଲି ପ୍ରୀତି ସୁବ୍ରତଙ୍କୁ କହିଥିଲେ ।
Question ୫।
କାରୁ କିଏ ଓହ୍ଲାଇ ସୁବ୍ରତଙ୍କ ଘର ଆଡ଼କୁ ଆସିଲେ ?
Answer:
କାର୍ରୁ କ୍ୟାପଟେନ୍ ମହାପାତ୍ର ଓହ୍ଲାଇ ସୁବ୍ରତଙ୍କ ଘରଆଡ଼କୁ ଆସିଲେ ।
Question ୬।
ମହାପାତ୍ରଙ୍କ ସ୍ତ୍ରୀଙ୍କ ନାମ କ’ଣ ?
Answer:
ମହାପାତ୍ରଙ୍କ ସ୍ତ୍ରୀଙ୍କ ନାମ ପୂରବୀ ।
Question ୭ ।
ମହାପାତ୍ର କେଉଁଠାରେ ଘର କରିଛନ୍ତି ?
Question ୮।
ମହାପାତ୍ରଙ୍କ ଝିଅର ନାଁ କ’ଣ ?
Answer:
ମହାପାତ୍ରଙ୍କ ଝିଅର ନାଁ ବେବି ।
Question ୯ ।
ପିଉସୀଙ୍କ ପାଇଁ କ’ଣ କରିବାକୁ ମହାପାତ୍ର ବେବିକୁ କହିଲେ ?
Answer:
ପିଉସୀଙ୍କ ପାଇଁ ଗୋଟାଏ ମଟ୍ କଫି କରି ଦେଇଆସିବାକୁ ମହାପାତ୍ର ବେବିକୁ କହିଲେ ।
Question ୧୦ ।
ମହାପାତ୍ର କେଉଁଠାରୁ କାର୍ ଡ୍ରାଇଭିଂ କରି ଆସୁଥିଲେ ?
Answer:
ମହାପାତ୍ର ମାଡ୍ରାସ୍ କାର୍ ଡ୍ରାଇଭିଂ କରି ଆସୁଥିଲେ ।
Question ୧୧।
ମାଡ୍ରାସ୍ରୁ ରାଉରକେଲା ମହାପାତ୍ର ସାଧାରଣତଃ କେଉଁଥିରେ ଯାଆନ୍ତି ?
Answer:
ମାଡ୍ରାସ୍ ରାଉରକେଲା ମହାପାତ୍ର ସାଧାରଣତଃ ପ୍ଲେନ୍ରେ ଯାଆନ୍ତି ।
Question ୧୨ ।
କଟକରେ ସୁବ୍ରତଙ୍କ କଥା ତାଙ୍କର କାହିଁକି ମନେପଡ଼ିଲା ?
Answer:
କଟକର କାଠଯୋଡ଼ି ପୋଲ ଉପରେ ଗାଡ଼ି ଗଲାବେଳେ, ବେବି ଯେତେବେଳେ, ‘ଏଇଟା କଟକ’ ବୋଲି କହିଲା, ସେତେବେଳେ ମହାପାତ୍ରଙ୍କର ସୁବ୍ରତଙ୍କ କଥା ମନେପଡ଼ିଲା । କହିଲା, ସେତେବେଳେ ମହାପାତ୍ରଙ୍କର ସୁବ୍ରତଙ୍କ କଥା ମନେପଡ଼ିଲା।
Question ୧୩ ।
ବେବିର ସନ୍ଧ୍ୟାବେଳର ଖାଦ୍ୟ କ’ଣ ଥିଲା ?
Answer:
ବେବିର ସନ୍ଧ୍ୟାବେଳର ଖାଦ୍ୟ ୧୪। ‘ଭାରି କ୍ଷଣ ରାଗି ! ଠିକ୍ ତା’ ବୋଉ ପରି’ ଏକଥା ଫଳ ଓ ଦୁଧ ଥିଲା
Question ୧୪।
‘ଭାରି କ୍ଷଣ ରାଗି ! ଠିକ୍ ତା’ ବୋଉ ପରି’ ଏକଥା କିଏ କହିଛନ୍ତି ?
Answer:
‘ଭାରି କ୍ଷଣ ରାଗି ! ଠିକ୍ ତା’ ବୋଉ ପରି’ ଏକଥା ମହାପାତ୍ର ଝିଅ ବେବି ଉଦ୍ଦେଶ୍ୟରେ କହିଛନ୍ତି ।
Question ୧୫ ।
ସେ ପଢ଼ିଲାବେଳେ ମୁଁ ହୁଏତ ରାସ୍ତା ତିଆରି କି ପୋଲ ତିଆରି କଥା ହୁଏନା ମୋର – ଏ ଉକ୍ତିରେ ‘ସେ’ କାହା ପାଇଁ ଉଦ୍ଦିଷ୍ଟ ?
Answer:
ସେ ପଢ଼ିଲାବେଳେ ମୁଁ ହୁଏତ ରାସ୍ତା ତିଆରି କି ପୋଲ ତିଆରି କଥା ଭାବୁଥାଏ, କିନ୍ତୁ ହୁଁ ମାରିବାରେ ଭୁଲ ହୁଏନା ମୋର – ଏ ଉକ୍ତିରେ ‘ସେ’ ପୂରବୀ ପାଇଁ ଉଦ୍ଦିଷ୍ଟ ।
Question ୧୬ ।
ପୂରବୀ କାହା ଆଗରେ ବହିଟିକୁ ଟିକିନିଖ୍ କରି ପଢ଼ନ୍ତି ?
Answer:
ପୂରବୀ ନିଜର ସ୍ଵାମୀ ମହାପାତ୍ରଙ୍କ ଆଗରେ ବହିଟିକୁ ଟିକିନିଖ୍ କରିପଢ଼ନ୍ତି।
Question ୧୭ ।
ପୂରବୀ କାହାକୁ ଦେବତା ସଦୃଶ ଦେଖୁଥିଲେ ?
Answer:
ପୂରବୀ ସୁବ୍ରତଙ୍କୁ ଦେବତା ସଦୃଶ ଦେଖୁଥିଲେ ।
Question ୧୮।
‘ବେବିଙ୍କୁ ଆଣିଲେ, ତାଙ୍କୁ ନେଇ ଆସିପାରିଥା’ନ୍ତେ’ ଏକଥା କିଏ କହିଛନ୍ତି ?
Answer:
‘ବେବିଙ୍କୁ ଆଣିଲେ, ତାଙ୍କୁ ନେଇ ଆସିପାରିଥା’ନ୍ତେ’ ଏକଥା ପ୍ରାତି ମହାପାତ୍ର ବାବୁଙ୍କୁ ବାବୁଙ୍କୁ କହିଛନ୍ତି।
Question ୧୯ ।
କିଏ ମାଡ୍ରାସ୍ର ଗୋଟିଏ କାର୍ ଆକ୍ସିଡ଼େଣ୍ଟରେ ମୃତ୍ୟୁବରଣ କରିଥିଲେ ?
Answer:
ପୂରବୀ ମାଡ୍ରାସ୍ର ଗୋଟିଏ କାର୍ ଆକ୍ସିଡ଼େଣ୍ଟରେ ମୃତ୍ୟୁବରଣ କରିଥିଲେ ।
Question ୨୦ ।
ସୁବ୍ରତଙ୍କୁ କି ଖବର ଦେବାପାଇଁ ପୂରବୀ ମହାପାତ୍ରଙ୍କୁ କହିଥିଲେ ?
Answer:
‘ବିବାହ ପୂର୍ବରୁ ପୂରବୀ ସୁବ୍ରତଙ୍କ ପାଖକୁ ଯେଉଁ ପ୍ୟାକେଟ୍ଟି ପଠାଇଥିଲେ, ତା’ର ଅସମ୍ମାନ ଯେପରି ସେ
Question ୨୧ ।
‘ପୂରବୀ ମୋର ସହପାଠିନୀ’ – ଏହା କାହାର ଉକ୍ତି ?
Answer:
‘ପୂରବୀ ମୋର ସହପାଠିନୀ’ – ଏହା ସୁବ୍ରତଙ୍କର ଭକ୍ତି ।
Question ୨୨ ।
ବିବାହର ଠିକ୍ ପୂର୍ବରୁ ପୂରବୀ ସୁବ୍ରତଙ୍କ ପାଖକୁ ପ୍ୟାକେଟ୍ରେ କ’ଣ ପଠାଇଥିଲେ ?
Answer:
ବିବାହର ଠିକ୍ ପୂର୍ବରୁ ପୂରବୀ ସୁବ୍ରତଙ୍କ ପାଖକୁ ପ୍ୟାକେଟ୍ରେ ଗାଢ଼ ନେଳିରଙ୍ଗର କଲମଟିଏ ପଠାଇଥିଲେ ।
Question ୨୩ ।
ସୁବ୍ରତ କେଉଁ ରଙ୍ଗର କଲମରେ ଲେଖୁଥିଲେ ?
Answer:
ସୁବ୍ରତ ପୂରବୀଙ୍କଠାରୁ ପାଇଥିବା ନେଳିରଙ୍ଗର କଲମରେ ଲେଖୁଥିଲେ ।
Question ୨୪ ।
କଲମଟି ବିକି ଦେଇଥିବାରୁ କିଏ କାନ୍ଦି ଉଠିଲେ ?
Answer:
କଲମଟି ବିକି ଦେଇଥିବାରୁ ପ୍ରୀତି କଇଁ କଇଁ ହୋଇ କାନ୍ଦି ଉଠିଲେ ।
Question ୨୫ ।
ଘନଶ୍ୟାମ ବାବୁଙ୍କ ସ୍ତ୍ରୀଙ୍କୁ କ’ଣ ଦେବାକୁ ପ୍ରୀତି କହିଲେ ?
Answer:
ଘନଶ୍ୟାମ ବାବୁଙ୍କ ସ୍ତ୍ରୀଙ୍କୁ ପଟେ କାଚ ବନ୍ଧା ରଖ୍ ଦଶଟଙ୍କା ଦେବାକୁ ପ୍ରୀତି କହିଲେ ।
Question ୧।
ସୁବ୍ରତବାବୁଙ୍କ ଡ୍ରଇଂରୁମ୍ ଟେବୁଲ୍ ଉପରେ ଟେବଲ୍କ୍ଲଥ ପରିବର୍ତ୍ତେ କ’ଣ ପରା ହୋଇଥିଲା ?
Answer:
ସୁବ୍ରତବାବୁଙ୍କ ଡ୍ରଇଂରୁମ୍ ଟେବୁଲ୍ ଉପରେ ଟେବ୍ଲକ୍ଲଥ୍ ପରିବର୍ତ୍ତେ କେତେଖଣ୍ଡ ପୁରୁଣା ଖବରକାଗଜ ପରା ହୋଇଥିଲା ।
Question ୨।
କେଉଁଥୁରୁ ସୁବ୍ରତଙ୍କ ଦାରିଦ୍ର୍ୟର ରୂପ ସୁସ୍ପଷ୍ଟ ଥିଲା ?
Answer:
ଟେବୁଲ ଉପରେ ଟେବୁଲ କ୍ଲଥ ପରିବର୍ତ୍ତେ ପୁରୁଣା ଖବର କାଗଜ ପରାହେବା ଏବଂ ଦରଭଙ୍ଗା ଚୌକିରୁ ସୁବ୍ରତଙ୍କ ଦାରିଦ୍ର୍ୟର ରୂପ ସୁସ୍ପଷ୍ଟ ଥିଲା ।
Question ୩ ।
ବଂଶୀରେ କେଉଁ ରାଗିଣୀ ଭାସି ଆସୁଥୁଲା ?
Answer:
ବଂଶୀରେ ପୂରବୀ ରାଗିଣୀ ଭାସି ଆସୁଥିଲା ।
Question ୪।
କଲେଜରୁ ଫେରିଲାବେଳେ କାହାକୁ ଭୋକ କରୁଥିଲା ?
Answer:
କଲମଟି ବିକି ଦେଇଥିବାରୁ ପ୍ରୀତି କଇଁ କଇଁ ହୋଇ କାନ୍ଦି ଉଠିଲେ ।
Question ୫।
କଲେଜକୁ ଗଲାବେଳେ ପ୍ରୀତି କ’ଣ ଆଣିବାକୁ ସୁବ୍ରତକୁ କହିଥିଲେ ?
Answer:
କଲେଜକୁ ଗଲାବେଳେ ପ୍ରୀତି ଅଟା ଆଣିବାକୁ ସୁବ୍ରତକୁ କହିଥିଲେ
Question ୬୮
ସୁବ୍ରତ ଓ ପ୍ରୀତିର ବୈବାହିକ ଜୀବନ କେତେ ଦିନର ଥିଲା ?
Answer:
ସୁବ୍ରତ ଓ ପ୍ରୀତିର ବୈବାହିକ ଜୀବନ ଆଠବର୍ଷର ଥିଲା ।
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
Question ୧।
ସୁବ୍ରତବାବୁଙ୍କ ଡ୍ରଇଂରୁମ୍ ଟେବୁଲ୍ ଉପରେ ଟେବଲ୍ଥ ପରିବର୍ତ୍ତେ କ’ଣ ପରା ହୋଇଥିଲା ?
Answer: ସୁବ୍ରତବାବୁଙ୍କ ଡ୍ରଇଂରୁମ୍ ଟେବୁଲ୍ ଉପରେ ଟେବ୍ଲକ୍ଲଥ୍ ପରିବର୍ତ୍ତେ କେତେଖଣ୍ଡ ପୁରୁଣା ଖବରକାଗଜ ପରା ହୋଇଥିଲା।
Question ୨।
କେଉଁଥୁରୁ ସୁବ୍ରତଙ୍କ ଦାରିଦ୍ର୍ୟର ରୂପ ସୁସ୍ପଷ୍ଟ ଥିଲା ?
Answer:
ଟେବୁଲ ଉପରେ ଟେବୁଲ କ୍ଲଥ ପରିବର୍ତ୍ତେ ପୁରୁଣା ଖବର କାଗଜ ପରାହେବା ଏବଂ ଦରଭଙ୍ଗା ଚୌକିରୁ ସୁବ୍ରତଙ୍କ ଦାରିଦ୍ର୍ୟର ରୂପ ସୁସ୍ପଷ୍ଟ ଥିଲା ।
Question ୩ ।
ବଂଶୀରେ କେଉଁ ରାଗିଣୀ ଭାସି ଆସୁଥୁଲା ?
Answer:
ବଂଶୀରେ ପୂରବୀ ରାଗିଣୀ ଭାସି ଆସୁଥୁଲା ।
Question ୪।
କଲେଜରୁ ଫେରିଲାବେଳେ କାହାକୁ ଭୋକ କରୁଥିଲା ?
Answer:
କଲେଜରୁ ଫେରିଲାବେଳେ ସୁବ୍ରତଙ୍କୁ ଭୋକ କରୁଥିଲା ।
Question ୫।
କଲେଜକୁ ଗଲାବେଳେ ପ୍ରୀତି କ’ଣ ଆଣିବାକୁ ସୁବ୍ରତକୁ କହିଥିଲେ ?
Answer:
କଲେଜକୁ ଗଲାବେଳେ ପ୍ରୀତି ଅଟା ଆଣିବାକୁ ସୁବ୍ରତକୁ କହିଥିଲେ ।
Question ୬।
ସୁବ୍ରତ ଓ ପ୍ରୀତିର ବୈବାହିକ ଜୀବନ କେତେ ଦିନର ଥିଲା ?
Answer:
ସୁବ୍ରତ ଓ ପ୍ରୀତିର ବୈବାହିକ ଜୀବନ ଆଠବର୍ଷର ଥିଲା ।
Question ୭।
ପ୍ରୀତି କେତୋଟି ପିଲାର ମା’ ଥିଲେ ?
Answer:
ପ୍ରୀତି ଦୁଇଟି ପିଲାର ମା’ ଥିଲେ ।
Question ୮।
କିଏ ବଂଶୀ ବଜାଉଥିଲା ?
Answer:
ଘନଶ୍ୟାମବାବୁଙ୍କ ମଝିଆଁ ପୁଅ ବଂଶା ବଜାଉଥ୍ ଲା
Question ୯।
‘ବାଃ, ତମେ ବି କମ୍ ରୋମାଣ୍ଟିକ୍ ନୁହେଁ – ଏକଥା କିଏ କାହାକୁ କହିଥିଲେ ?
Answer:
ବାଃ, ତମେ ବି କମ୍ ରୋମାଣ୍ଟିକ୍ ନୁହଁ’ – ଏକଥା ସୁବ୍ରତ ପ୍ରୀତିକୁ କହିଥିଲେ ।
Question ୧୦ ।
ମହାପାତ୍ରବାବୁ କ୍ୟାପେଟନ୍ ପଦରୁ ଅବସର ନେଲାପରେ, କେଉଁ କାମ କରୁଥିଲେ ?
Answer:
ମହାପାତ୍ରବାବୁ କ୍ୟାପେଟନ୍ ପଦରୁ ଅବସର ନେଲାପରେ, କଣ୍ଟ୍ରାକ୍ଟର କାମ କରୁଥିଲେ ।
Question ୧୧ ।
ମହାପାତ୍ରଙ୍କର ପୂରବୀ ସହିତ କେତେ ବର୍ଷ ହେଲା ବିଭାଘର ହୋଇଥିଲା ?
Answer:
ମହାପାତ୍ରଙ୍କର ପୂରବୀ ସହିତ ବାର ବର୍ଷ ହେଲା ବିଭାଘର ହୋଇଥିଲା ।
Question ୧୨ ।
କିଏ ଭାରି ଏକଜିଦିଆ ବୋଲି ମହାପାତ୍ରବାବୁ କହିଛନ୍ତି ?
Answer:
ତାଙ୍କର ଅପା ଅର୍ଥାତ୍ ବେବିର ପିଉସୀ ବଡ଼ ଏକଜିଦିଆ ବୋଲି ମହାପାତ୍ରବାବୁ କହିଛନ୍ତି ।
Question ୧୩ ।
ମହାପାତ୍ର ବାବୁଙ୍କ ପରିବାର ପାଇଁ କେଉଁଠାରେ ରହିବା ଖାଇବାର ବ୍ୟବସ୍ଥା ହୋଇଥିଲା ?
Answer:
ମହାପାତ୍ର ବାବୁଙ୍କ ପରିବାର ପାଇଁ ଚଉଦୁଆର ଗେଷ୍ଟହାଉସରେ ରହିବା ଖାଇବାର ସବୁ ବ୍ୟବସ୍ଥା ହୋଇଥିଲା ।
Question ୧୪ ।
‘ରାକ୍ଷସ ତ ଆପଣ ଆଉ ନୁହଁନ୍ତି ?? – ଏକଥା କିଏ କାହାକୁ କହିଥିଲେ ?
Answer:
‘ରାକ୍ଷସ ତ ଆପଣ ଆଉ ନୁହଁନ୍ତି ?’ – ଏକଥା ପ୍ରୀତି ମହାପାତ୍ରବାବୁଙ୍କୁ କହିଥିଲେ ।
Question ୧୫ ।
ବେବିର ମୁଣ୍ଡ କିଏ କୁଣ୍ଡାଇ ଦେଇଥିଲେ ?
Answer:
ବେବିର ମୁଣ୍ଡ ସୁବ୍ରତବାବୁ କୁଣ୍ଡାଇ ଦେଇଥିଲେ ।
Question ୧୬ ।
ସୁବ୍ରତବାବୁଙ୍କ ଘରେ ମୁହଁ ନ ମାରିଥିଲେ, କାହା ପ୍ରତି ଯଥେଷ୍ଟ ଅନ୍ୟାୟ ହୋଇଥା’ନ୍ତା ବୋଲି ମହାପାତ୍ରବାବୁ କହିଥିଲେ ?
Answer:
ସୁବ୍ରତବାବୁଙ୍କ ଘରେ ମୁହଁ ନ ମାରିଥିଲେ, ପୂରବୀ ପ୍ରତି ଯଥେଷ୍ଟ ଅନ୍ୟାୟ ହୋଇଥା’ନ୍ତା ବୋଲି ମହାପାତ୍ରବାବୁ କହିଥିଲେ ।
Question ୧୭ ।
କେତେ ବର୍ଷ ହେଲା ପୂରବୀ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛି ବୋଲି ମହାପାତ୍ରବାବୁ କହିଥିଲେ ?
Answer:
ତିନି ବର୍ଷ ହେଲା ପୂରବୀ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛି ବୋଲି ମହାପାତ୍ର କହିଥିଲେ ।
Question ୧୮ ।
ପୂରବୀ କିପରି ମୃତ୍ୟୁବରଣ କରିଥିଲେ ?
Answer:
ପୂରବୀ ମାଡ୍ରାସ୍ରେ ଗୋଟାଏ କାର୍ ଆକ୍ସିଡେଣ୍ଟରେ ମୃତ୍ୟୁବରଣ କରିଥିଲେ ।
Question ୧୯ ।
ସୁବ୍ରତଙ୍କ ଲେଖାଲେଖିର ପ୍ରେରଣା କିଏ ଥିଲେ ?
Answer:
ସୁବ୍ରତଙ୍କ ଲେଖାଲେଖିର ପ୍ରେରଣା ପୂରବୀ ଥିଲେ ।
Question ୨୦ ।
ପୂରବୀ କେଉଁ ସ୍ମୃତି ସୁବ୍ରତଙ୍କ ପାଖରେ ଛାଡ଼ି ଯାଇଥିଲେ ?
Answer:
ପୂରବୀ ନୀଳ କଲମଟି ଉପହାର ଦେଇ, ସେହି ସ୍ମୃତି ସୁବ୍ରତଙ୍କ ପାଖରେ ଛାଡ଼ି ଯାଇଥିଲେ ।
Question ୨୧ ।
ପୂରବୀ କେଉଁ ଐଶ୍ଵର୍ଯ୍ୟରେ ସୁବ୍ରତଙ୍କ ଜୀବନପାତ୍ରକୁ ପୂର୍ଣ୍ଣକରି ଦେଇ
Answer:
ପୂରବୀ ଭଲ ପାଇବାର ଐଶ୍ବର୍ଯ୍ୟରେ ସୁବ୍ରତଙ୍କ ଜୀବନପାତ୍ରକୁ ପୂର୍ଣ୍ଣକରି ଦେଇଥିଲେ ।
Question ୨୨ ।
ପୂରବୀର ଉପହାର ଜିନିଷଟିକୁ ପ୍ରୀତି କ’ଣ କଲେ ?
Answer:
ପୂରବୀର ଉପହାର ଜିନିଷଟିକୁ ପ୍ରୀତି ଅଜାଣତରେ ଘନଶ୍ୟାମବାବୁଙ୍କ ସ୍ତ୍ରୀଙ୍କୁ ବିକିଦେଲେ ।
Question ୨୩ ।
ସୁବ୍ରତଙ୍କର କେଉଁ ପ୍ରତିଭା ପ୍ରତି ପୂରବୀ ଆକୃଷ୍ଟ ଥିଲେ ?
Answer:
ସୁବ୍ରତଙ୍କର ସାରସ୍ଵତ ପ୍ରତିଭା ପ୍ରତି ପୂରବୀ ଆକୃଷ୍ଟ ଥିଲେ ।
(B) ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
Question ୧।
କେଉଁ ନାଟକ ପାଇଁ ନାଟ୍ୟକାର ମନୋରଞ୍ଜନ ଦାସ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ?
Answer:
ଅରଣ୍ୟ ଫସଲ
Question ୨ ।
କେଉଁ ନାଟକ ପାଇଁ ନାଟ୍ୟକାର ମନୋରଞ୍ଜନ ଦାସ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ?
Answer:
ଛୋଟ ନାଟକ
Question ୩ ।
ସୁବ୍ରତଙ୍କ ବୟସ କେତେ ହେବ ?
Answer:
ପାଇଁ ତ୍ରିଶ ପାଖାପାଖି
Question ୪ ।
ବଂଶୀର କେଉଁ ରାଗିଣୀ ଭାସି ଆସୁଥାଏ ?
Answer:
ପୂରବୀ ରାଗିଣୀ
Question ୫।
ଗଉଡ଼ ଦୁଧ ଦେଇ ନ ଥିବାରୁ, କ’ଣ କରି ଚଳେଇ ଦେବାକୁ ସୁବ୍ରତ କହିଥିଲେ ?
Answer:
ବାର୍ଲି
Question ୬ ।
ସୁବ୍ରତ ବଂଶୀର ସ୍ଵର କିପରି ଶୁଣୁଥିଲେ ?
Answer:
ତନ୍ମୟହୋଇ
Question ୭ |
ସୁବ୍ରତଙ୍କ ସମବୟସ୍କ କିଏ ଥିଲେ ?
Answer:
କ୍ୟାପଟେନ୍ ମହାପାତ୍ର
Question ୮।
ମହାପାତ୍ର କେଉଁଠାରୁ କଣ୍ଟ୍ରାକ୍ଟ ପାଇଥିଲେ ?
Answer:
ରାତ୍ତରେକଲାରୁ
Question ୯ ।
‘ଦେହଟା ଯେମିତି ଲମ୍ବା ଚଉଡ଼ା, ଖାଇବାଟା ଯେବେ ସେମିତି ନ ହୁଏ…’ – ଏକଥା କିଏ କହିଥିଲେ ?
Answer:
ମହାପାତ୍ରବାବୁ
Question ୧୦ ।
କେତେ ଘଣ୍ଟା କାର୍ଟା ଡ୍ରାଇଭ୍ କରି କରି ଗୋଡ଼ହାତ ଲାଠି ହୋଇଗଲାଣି ବୋଲି ମହାପାତ୍ରବାବୁ କହିଥିଲେ ?
Answer:
ଆଠ ଘଣ୍ଟା।
Question ୧୧ ।
କେତୋଟି ଅଣ୍ଡାର ଆତ୍ମଲେଟ୍ କରିବାପାଇଁ ସୁବ୍ରତ ପ୍ରୀତିକୁ ବରାଦ କରିଥିଲେ ?
Answer:
ଡଜନେ ଅଣ୍ଡା
Question ୧୨ ।
ପୂରବୀ ଆଗରେ ସୁବ୍ରତ କ’ଣ ଥିଲେ ବୋଲି, ମହାପାତ୍ରବାବୁ କହିଛନ୍ତି ?
Answer:
ଦେବତା
Question ୧୩ ।
‘ଆପଣଙ୍କର ବହି ବାହାରଚି କି ନାହିଁ, କିଣିଆଣି, ସବୁଗୁଡ଼ାକ ମୋ ଆଗରେ ଟିକିଟିକି କରି ପଢ଼ନ୍ତି ।’ ଏଠାରେ ଆପଣ ଶବ୍ଦ କାହାପାଇଁ ବ୍ୟବହାର କରାଯାଇଛି ?
Answer:
ସୁବ୍ରତବାବୁ
Question ୧୪ ।
‘ତା’ ବୋଲି କିନ୍ତୁ ଆପଣଙ୍କ ପ୍ରତିଭାକୁ ମୁଁ କ୍ଷୁଣ୍ଣ କରିନି କେବେ’ । – ଏକଥା କିଏ କହିଥିଲେ ?
Answer:
ମହାପାତ୍ରବାବୁ
Question ୧୫।
‘ବେବିଙ୍କୁ ଆଣିଲେ, ତାଙ୍କୁ ବି ତ ନେଇଆସି ପାରିଥା’ନ୍ତେ ?’ – ଏକଥା କିଏ କହିଥିଲେ ?
Answer:
ପ୍ରୀତି
Question ୧୬ ।
ବିବାହ ପୂର୍ବରୁ ପୂରବୀ ଦେଇଥିବା ପ୍ୟାକେଟ୍ରେ କ’ଣ ଥିଲା ?
Answer:
କଲମ ଓ ଚିଠି
Question ୧୭ ।
ପୂରବୀ କାହାର ସହପାଠିନୀ ଥିଲେ ?
Answer:
ପୁବ୍ରତର
Question ୧୮ ।
ଜୀବନର ବାସ୍ତବତାରେ କେଉଁ ଆବେଗକୁ ମିଶାଇ ଦୃହ ସୃଷ୍ଟି କରିବାକୁ ସୁବ୍ରତ ଚାହିଁ ନଥିଲେ ?
Answer:
ସ୍ବପ୍ନ
Question ୧୯ ।
‘ଭଲ ପାଇବା ଗୌରବର ବିଷୟ ନ ହୋଇପାରେ, କିନ୍ତୁ ପାପ ତ ନୁହେଁ – ଏକଥା କିଏ କହିଥିଲେ ?
Answer:
ପୂରବା
Question ୨୦ ।
କାହାର ଅଦୃଶ୍ୟ ପ୍ରେରଣାରେ ସୁବ୍ରତଙ୍କ ସାହିତ୍ୟିକ ଜୀବନ ସାର୍ଥକ ହୋଇଥିଲା ?
Answer:
ପୂରବୀର
(C) ଠିକ୍ ବାକ୍ୟ ପାର୍ଶ୍ଵରେ ଠିକ୍ ଚିହ୍ନ (✓) ଏବଂ ଭୁଲ୍ ବାକ୍ୟ ପାର୍ଶ୍ଵରେ ଭୁଲ୍ ଚିହ୍ନ (✗) ଦିଅ ।
୧। ମନୋରଞ୍ଜନ ଦାସ ଥିଲେ ନବନାଟ୍ୟ ଆନ୍ଦୋଳନର ପୁରୋଧା ।
୨ । ଛୋଟ ନାଟକ ‘ଫଲ୍ଗୁ’ ଗୋଟିଏ ଦରିଦ୍ର ପରିବାରର ଚିତ୍ର ବହନ କରିଛି ।
୩ । ଆକାଶବାଣୀରେ କାର୍ଯ୍ୟ କରିବା ଅବସରରେ ମନୋରଞ୍ଜନ ଦାସ ବେତାର ନାଟକଗୁଡ଼ିକ ପ୍ରସାରଣ କରିବାର ସୁଯୋଗ ପାଇଥିଲେ ।
୪। ‘ଛୋଟ ନାଟକ’ ପାଇଁ ମନୋରଞ୍ଜନ ଦାସ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି ।
୫। ପୂରବୀଙ୍କ ଉପହାର ଜିନିଷଟିକୁ ପ୍ରୀତି ଲୁଚାଇ ଦେଇଥିଲେ ।
୬ । ସୁବ୍ରତକୁ ସାହିତ୍ୟର ସ୍ରଷ୍ଟାକରି ଗଢ଼ିବା ପାଇଁ ପ୍ରୀତି ଚାହିଁଥିଲେ ।
୭ । ବିବାହର ଠିକ୍ ପୂର୍ବରୁ ପୂରବୀ ପୋଷ୍ଟରେ ଗୋଟିଏ ପ୍ୟାକେଟ୍ ସୁବ୍ରତଙ୍କ ପାଖକୁ ପଠାଇଥିଲେ ।
୮। ସୁବ୍ରତ କହିଥିଲେ, ‘ଭଲପାଇବା ଗୌରବର ବିଷୟ ନ ହୋଇପାରେ, କିନ୍ତୁ ପାପ ତ ନୁହେଁ ।’ ଜୀବନର ବାସ୍ତବତାରେ ସ୍ଵପ୍ନର ଆବେଗକୁ ମିଶାଇ ଦ୍ବନ୍ଦ୍ବ ସୃଷ୍ଟି କରିବାକୁ ସୁବ୍ରତ ଚାହିଁଥିଲେ।
୧୦ । ଭଲ”ଯାଇବାର ଐଶ୍ବର୍ଯ୍ୟରେ ନାରୀ ପୁରୁଷକୁ ମହୀୟାନ କରେ ।
୧୧ । ମହାପାତ୍ରବାବୁ ବାଙ୍ଗାଲୋରରେ ଘରକରି ରହିଥିଲେ ।
୧୨ । ମହାପାତ୍ରବାବୁ ଅଣ୍ଡାଟା ଆମ୍ୱିଟ କରିବାକୁ ଦେଲେ ନାହିଁ ।
୧୩ । ବେବି ଭାରି କ୍ଷଣରାଗି । ଠିକ୍ ତା’ ବୋଉ ପରି ।
୧୪ । ବେବି ସୁବ୍ରତଙ୍କୁ କହିଲା, ମାଈଁ କହିଲେ ମୁଣ୍ଡଟି ମୋର ଭଲକରି କୁଣ୍ଡାଇଦିଅ ।
୧୫ । ମହାପାତ୍ରବାବୁ କହିଲେ, ‘କୁଆଡ଼ୁ ଆସିଲି କୁଆଡ଼େ ଯାଉଛ କିଛି କହୁନି, ଖାଲି ବରାଦ ପରେ ବରାଦ ।’
Answer:
୧। ମନୋରଞ୍ଜନ ଦାସ ଥିଲେ ନବନାଟ୍ୟ ଆନ୍ଦୋଳନର ପୁରୋଧା । (✓)
୨ । ଛୋଟ ନାଟକ ‘ଫଲ୍ଗୁ’ ଗୋଟିଏ ଦରିଦ୍ର ପରିବାରର ଚିତ୍ର ବହନ କରିଛି । (✗)
୩ । ଆକାଶବାଣୀରେ କାର୍ଯ୍ୟ କରିବା ଅବସରରେ ମନୋରଞ୍ଜନ ଦାସ ବେତାର ନାଟକଗୁଡ଼ିକ ପ୍ରସାରଣ କରିବାର ସୁଯୋଗ ପାଇଥିଲେ । (✓)
୪। ‘ଛୋଟ ନାଟକ’ ପାଇଁ ମନୋରଞ୍ଜନ ଦାସ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି । (✗)
୫। ପୂରବୀଙ୍କ ଉପହାର ଜିନିଷଟିକୁ ପ୍ରୀତି ଲୁଚାଇ ଦେଇଥିଲେ । (✗)
୬ । ସୁବ୍ରତକୁ ସାହିତ୍ୟର ସ୍ରଷ୍ଟାକରି ଗଢ଼ିବା ପାଇଁ ପ୍ରୀତି ଚାହିଁଥିଲେ । (✗)
୭ । ବିବାହର ଠିକ୍ ପୂର୍ବରୁ ପୂରବୀ ପୋଷ୍ଟରେ ଗୋଟିଏ ପ୍ୟାକେଟ୍ ସୁବ୍ରତଙ୍କ ପାଖକୁ ପଠାଇଥିଲେ । (✓)
୮। ସୁବ୍ରତ କହିଥିଲେ, ‘ଭଲପାଇବା ଗୌରବର ବିଷୟ ନ ହୋଇପାରେ, କିନ୍ତୁ ପାପ ତ ନୁହେଁ ।’ ଜୀବନର ବାସ୍ତବତାରେ ସ୍ଵପ୍ନର ଆବେଗକୁ ମିଶାଇ ଦ୍ବନ୍ଦ୍ବ ସୃଷ୍ଟି କରିବାକୁ ସୁବ୍ରତ ଚାହିଁଥିଲେ। (✗)
୧୦ । ଭଲ”ଯାଇବାର ଐଶ୍ବର୍ଯ୍ୟରେ ନାରୀ ପୁରୁଷକୁ ମହୀୟାନ କରେ । (✓)
୧୧ । ମହାପାତ୍ରବାବୁ ବାଙ୍ଗାଲୋରରେ ଘରକରି ରହିଥିଲେ । (✗)
୧୨ । ମହାପାତ୍ରବାବୁ ଅଣ୍ଡାଟା ଆମ୍ୱିଟ କରିବାକୁ ଦେଲେ ନାହିଁ । (✗)
୧୩ । ବେବି ଭାରି କ୍ଷଣରାଗି । ଠିକ୍ ତା’ ବୋଉ ପରି । (✓)
୧୪ । ବେବି ସୁବ୍ରତଙ୍କୁ କହିଲା, ମାଈଁ କହିଲେ ମୁଣ୍ଡଟି ମୋର ଭଲକରି କୁଣ୍ଡାଇଦିଅ । (✗)
୧୫ । ମହାପାତ୍ରବାବୁ କହିଲେ, ‘କୁଆଡ଼ୁ ଆସିଲି କୁଆଡ଼େ ଯାଉଛ କିଛି କହୁନି, ଖାଲି ବରାଦ ପରେ ବରାଦ ।’ (✓)
(D) ଶୂନ୍ୟସ୍ଥାନ ପୂରଣ କର ।
Question ୧।
ଚୌକିଗୁଡ଼ିକ ଦରଭଙ୍ଗା ଅବସ୍ଥାରେ ………………….. ରୂପ ସୁସ୍ପଷ୍ଟ ।
Answer:
ଦାରିଦ୍ର୍ୟର
Question ୨।
ବଂଶାର ସ୍ଵର ଶୁଶି ……………. ହୋଇ ଠିଆ ହୋଇଥା’ନ୍ତି ସୁବ୍ରତ ।
Answer:
ତନ୍ମୟ
Question ୩ ।
ଅଫିସ୍କୁ ଗଲାବେଳେ ପରା କହିଥୁଲି ……………………… ନାହିଁ ।
Answer:
ଅଟା
Question ୪।
ବାଁ ପାଖ ଝରକା ପାଖରୁ ପୁଣି ଭାସିଆସିଲା ବଂଶୀର ……………………… ମୂର୍ଚନା
Answer:
ପୂରବାର
Question ୫।
…………….ବାବୁଙ୍କର ମଝିଆଁ ପୁଅ ଚମତ୍କାର ବଂଶୀ ବଜାଉଛି ।
Answer:
ଘନଶ୍ୟାମ
Question ୬ ।
ଚାଉଳଭଜାଗୁଡ଼ିକ ଭିତରେ ରଖିଦେଇ ଆସେ। ……………………. ଦେଖିଲେ କ’ଣ ଭାବିବୋ
Answer:
ଭଦ୍ରଲୋକ
Question ୭ |
ଦାଣ୍ଡବାରଣ୍ଡା ଉପରକୁ ଉଠିଆସିଲେ …………………… ସୁବ୍ରତଙ୍କ ସମବୟସ୍କ ଲମ୍ବାଚୌଡ଼ା ଚେହେରା ।
Answer:
କ୍ୟାପ୍ ଟେନ୍ ମହାପାତ୍ର
Question ୮ ।
ପୂରବୀ ସହିତ ବିଭାଘର ଏ ………………………… ବର୍ଷ ହେଲା; ମୁଁ ଭାବୁଛି କେମିତି ଥରେ ଆପଣଙ୍କ ସଙ୍ଗେ ଦେଖା ହୋଇଯିବ ବୋଲି।
Answer:
ବାର
Question ୯୮
ନୂଆବୋହୂ, ବରଂ ତା’ପାଇଁ ଗୋଟାଏ ମଗ୍ ……………………. କରି ସେଠିକି ପଠାଇ ଦିଅନ୍ତୁ ।
Answer:
କଫି
Question ୧୦।
……………………. କାର୍ଟା ଡ୍ରାଇଭ୍ କରି କରି ଗୋଡ଼ହାତ ଲାଠି ହୋଇଗଲାଣି ।
Answer:
ଆଠଘଶ୍ୱା
Question ୧୧ ।
ଅବେଳରେ ……………………. ପଡ଼ିଯିବ ବୋଲି ଡରିଯାଉଛନ୍ତି କି ନୂଆବୋହୂ ?
Answer:
ପରିଶ୍ରମ
Question ୧୨।
………………….. ସେ ଫଳ ଆଉ ଦୁଧ ଛଡ଼ା କିଛି ଖାଏନା ।
Answer:
ପଞ୍ଜବେଳେ
Question ୧୩ ।
ଭାରି …………………….ଠିକ୍ ତା’ ବୋଉ ପରି ।
Answer:
କ୍ଷଣରାଗି
Question ୧୪ ।
ପୂରବୀଙ୍କ ଆଗରେ ଆପଣ ତ ……………………… ନୁହଁନ୍ତି, ଦେବତା …….. ସତେ ଆପଣ ବି ସେମିତି ଲେଖନ୍ତି ।
Answer:
ମିଶ୍ରିଷ
Question ୧୫ ।
ପୂରବୀ ମୋର …………………………।
Answer:
ସହପାଠିନା
Question ୧୬ ।
ଭଲ ପାଇବାର ଯେଉଁ ଐଶ୍ବର୍ଯ୍ୟରେ ନାରୀ ………………………….. କୁ ମହୀୟାନ କରେ, ସେଇ ଐଶ୍ବର୍ଯ୍ୟରେ ସେ ମୋ ଜୀବନ ପାତ୍ର ପୂର୍ଣ୍ଣ କରି ଦେଇଥିଲେ ।
Answer:
ପୁରୁଷ
Question ୧୭ ।
ଜୀବନର ……………………… ରେ ସ୍ୱପ୍ନର ଆବେଗକୁ ମିଶାଇ ଦୃହ ସୃଷ୍ଟି କରିବାକୁ ମୁଁ କେବେ ଚାହିଁ ନଥୁଲି ପ୍ରୀତି ।
Answer:
ବାସ୍ତ୍ରବତା
Question ୧୮ ।
ଉଭୟ ଆମେ ଉଭୟକୁ ଭଲ ପାଉଥିଲୁ । ତେଣୁ କେହି କାହାର ………………………… ରେ ଆଲୋଡ଼ନ ଆଣିବାକୁ ଚାହିଁନୁ ।
Answer:
ସୁଖସଂସାର
Question ୧୯ ।
ଭଲ ପାଇବା …………………….. ର ବିଷୟ ନ ହୋଇପାରେ; କିନ୍ତୁ ପାପ ତ ନୁହେଁ ।
Answer:
ଗୌରବ
Question ୨୦।
ମୋ ରାଣ, ଏଇ କଲମଟି ଧରି ତୁମେ ……………………… ଲେଖୁ ।
Answer:
ପୁରୁଷ
(E) ସ୍ତମ୍ଭ ମିଳନ କର ।
Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ସୁବ୍ରତ | ମହାପାତ୍ରବାବୁଙ୍କ ପତ୍ନା |
ମହାପାତ୍ର | ପ୍ରାତିଙ୍କ ସ୍ଵାମା |
ପୂରବା | ସୁବ୍ରତାରୁଙ୍କ ସ୍ତ୍ରୀ |
ପ୍ରାତି | ମହାପାତ୍ରଙ୍କ କନ୍ୟା |
ବେବି | ପୂରବାଙ୍କ ସ୍ଵାମୀ |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ସୁବ୍ରତ | ପ୍ରାତିଙ୍କ ସ୍ଵାମା |
ମହାପାତ୍ର | ପୂରବାଙ୍କ ସ୍ଵାମୀ |
ପୂରବା | ମହାପାତ୍ରବାବୁଙ୍କ ପତ୍ନା |
ପ୍ରାତି | ସୁବ୍ରତାରୁଙ୍କ ସ୍ତ୍ରୀ |
ବେବି | ମହାପାତ୍ରଙ୍କ କନ୍ୟା |
Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ବେବି | କଲମ ଉପହାର |
ମହାପାତ୍ର | ଚାଉଳଭଜା |
ସୁବ୍ରତ | ବଂଶା |
ଘନଶ୍ୟାମଙ୍କ ମଝିଆ ପୁଅ | ଅଣ୍ଡା ଆମ୍ବଲେଟ୍ |
ପୂରବା | କ୍ଷାର ଓ ଫଳ |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ବେବି | କ୍ଷାର ଓ ଫଳ |
ମହାପାତ୍ର | ଅଣ୍ଡା ଆମ୍ବଲେଟ୍ |
ସୁବ୍ରତ | ଚାଉଳଭଜା |
ଘନଶ୍ୟାମଙ୍କ ମଝିଆ ପୁଅ | ପୁଅ ବଂଶା |
ପୂରବା | କଲମ ଉପହାର |
Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ପ୍ରାତି | ବାର୍ଲି କରି ଆଜି ଚଳେଇ ଦିଅ |
ସୁବ୍ରତ | ବାପା, ପିଉସା ଗାତ଼ିରୁ ମୋଟେ ଉଠୁନାର୍ହି |
କେବି | ଚାଲ ଆମେ ବିଚାହ କରିବା |
ପୁରବା | ଚିନୁ ଖାଇବ କ’ଣ? |
ମହାପାତ୍ର | ତମେ ଭାରି ସ୍ପାର୍ଟ ନୂଆ ବୋହ୍ଜ |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ପ୍ରାତି | ଚିନୁ ଖାଇବ କ’ଣ? |
ସୁବ୍ରତ | ବାର୍ଲି କରି ଆଜି ଚଳେଇ ଦିଅ |
କେବି | ବାପା, ପିଉସା ଗାତ଼ିରୁ ମୋଟେ ଉଠୁନାର୍ହି |
ପୁରବା | ଚାଲ ଆମେ ବିଚାହ କରିବା |
ମହାପାତ୍ର | ତମେ ଭାରି ସ୍ପାର୍ଟ ନୂଆ ବୋହ୍ଜ |
Question 4
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ସୁବ୍ରତ | ପୁର୍ବତନ ପ୍ରେମିକା |
ମହାପାତ୍ର | ସ୍ୱଞ୍ଜ ରୋଜଗାରା କଲେଜ ଅଧ୍ୟାପକ |
ପୂରବା | ସୁଗୃହିଶା |
ପ୍ରାତି | ଟେହ୍ନାଝିଅ |
ବେବି | କଣ୍ଡାକୁର |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ସୁବ୍ରତ | ସ୍ୱଞ୍ଜ ରୋଜଗାରା କଲେଜ ଅଧ୍ୟାପକ |
ମହାପାତ୍ର | କଣ୍ଡାକୁର |
ପୂରବା | ପୁର୍ବତନ ପ୍ରେମିକା |
ପ୍ରାତି | ସୁଗୃହିଶା |
ବେବି | ଟେହ୍ନାଝିଅ |
ନାଟ୍ୟକାର ପରିଚୟ ।
ଓଡ଼ିଆ ନାଟ୍ୟଜଗତର ଜଣେ ସଫଳ ପ୍ରତିଭା ମନୋରଞ୍ଜନ ଦାସ । ଓଡ଼ିଆ ନାଟକରେ ନବନାଟ୍ୟ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ସେ ଅନେକ ନାଟକ ଲେଖୁ ସଫଳତା ଲାଭ କରିଛନ୍ତି । ତାହାଙ୍କ ରଚିତ ନାଟକଗୁଡ଼ିକ ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ଚମତ୍କୃତ କରିଛି । ପୁନଶ୍ଚ ତାଙ୍କ ନାଟକରେ ଦେଶପ୍ରେମମୂଳକ କଥାବସ୍ତୁ ଓ ଚରିତ୍ର ଉପସ୍ଥାପନ କରି ସେ ଦର୍ଶକମାନଙ୍କୁ ଦେଶାତ୍ମବୋଧରେ ଅନୁପ୍ରାଣିତ କରିବାପାଇଁ ଚେଷ୍ଟା କରିଛନ୍ତି । ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜ’, ‘ବକ୍ସି ଜଗବନ୍ଧୁ’, ‘ଜନ୍ମମାଟି’ ଓ ‘ଅଗଷ୍ଟ ନ’ ଆଦି ନାଟକ ଏହି ଶ୍ରେଣୀୟ ନାଟକ । ଏତଦ୍ବ୍ୟତୀତ ମନସ୍ତାତ୍ତ୍ଵିକ, ସାମାଜିକ ଓ ରାଜନୀତିକ, ସମସ୍ୟାମୂଳକ, ବିଦୁପାତ୍ମକ, ବୌଦ୍ଧିକ କଥାବସ୍ତୁକୁ କେନ୍ଦ୍ରକରି ନାନାଧରଣର ପ୍ରୟୋଗାତ୍ମକ ଓ ପରୀକ୍ଷାମୂଳକ ନାଟକ ରଚନା କରିବା ଦିଗରେ ତାଙ୍କର କୃତିତ୍ଵ ଅବିସମ୍ବାଦିତ ।
ନାଟ୍ୟକାର ପ୍ରୟୋଗବାଦୀ ସୃଷ୍ଟିଶୀଳ ନାଟ୍ୟ ପ୍ରତିଭାର ପରିଚୟ ଦେଇଛନ୍ତି ‘ଆଗାମୀ’ ନାଟକ ରଚନା କରି । ୧୯୬୦ ମସିହା ପରଠାରୁ ସେ ନାଟକ କ୍ଷେତ୍ରରେ ବହୁପ୍ରକାର ପରୀକ୍ଷା ନିରୀକ୍ଷା କରିଛନ୍ତି । ତାଙ୍କଦ୍ୱାରା ରଚିତ ନାଟକଗୁଡ଼ିକ ହେଉଛି ‘ଅବରୋଧ’, ‘ବନହଂସୀ’, ‘ଅରଣ୍ୟଫସଲ’, ‘ଅମୃତସ୍ୟ ପୁତ୍ର’, ‘କାଠଘୋଡ଼ା’, ‘ଶବ୍ଦଲିପି’, ‘କ୍ଳାନ୍ତ ପ୍ରଜାପତି’, ‘ବିତର୍କିତ ଅପରାହ୍ନ’, ‘ନନ୍ଦିକାକେଶରୀ’। ସେହିପରି ଏକାଙ୍କିକା ସଂକଳନଗୁଡ଼ିକ ହେଉଛି ‘ଛୋଟ ନାଟକ’, ‘ମହାସମୁଦ୍ର’, ‘ଅବବାହିକାର ସ୍ଵପ୍ନ’, ‘ନାଟ୍ୟଗୁଚ୍ଛ’, ‘ବିଚିତ୍ର ମନର ନାଟକ’ ଇତ୍ୟାଦି ।
ନାଟ୍ୟକାର ଦାସ ‘ଅରଣ୍ୟ ଫସଲ’ ନାଟକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଛନ୍ତି । ‘ଛୋଟ ନାଟକ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଏବଂ ‘ନନ୍ଦିକାକେଶରୀ’ ପାଇଁ ସାରଳା ପୁରସ୍କାର ପାଇଛନ୍ତି । ସେ ଆକାଶବାଣୀରେ କାର୍ଯ୍ୟ କରିବା ଅବସରରେ ବେତାର ନାଟକଗୁଡ଼ିକ ପ୍ରସାରଣ କରାଇଛନ୍ତି । ମୋଟ ଉପରେ କହିବାକୁ ଗଲେ ମନୋରଞ୍ଜନ ଜଣେ ଦୂରଦର୍ଶା ନାଟ୍ୟକାର । କ୍ରମଶଃ ସେ ନାଟ୍ୟକାର । କ୍ରମଶଃ ସେ ନିଜ ନାଟକ ପ୍ରତି ଦର୍ଶକମାନଙ୍କର ଅନୁରକ୍ତି ବଢ଼ାଇବାରେ ସଫଳ ହୋଇଛନ୍ତି।
ଏକାଙ୍କିକାର କଥାବସ୍ତ
‘ଫଲ୍ଗୁ’ ଏକାଙ୍କିକାରେ ଏକ ମଧ୍ୟବିତ୍ତ ପରିବାରର ଅଭାବ, ଅସୁବିଧାର ଯଥାର୍ଥ ଚିତ୍ର ପ୍ରଦାନ କରାଯାଇଛି । ମଧ୍ୟବିତ୍ତ ପରିବାରରେ ଅଭାବ ଥାଏ, ମାତ୍ର ସେହି ଅଭାବକୁ ସେ ଅନ୍ୟଆଗରେ ପ୍ରକାଶ କରିବାକୁ ଚାହେଁନା । ନିଜର ଅସୁବିଧା ପରିସ୍ଥିତିକୁ କୌଣସି ପ୍ରକାର ଲୁଚାଇ ଦେଇ, ଅନ୍ୟ ପାଖରେ ସହଜ, ସ୍ଵାଭାବିକ ହେବାକୁ ଚେଷ୍ଟାକରେ । ପୁନଶ୍ଚ ଜୀବନର ବଞ୍ଚିବାର ସାମର୍ଥ୍ୟକୁ ସେ ବଡ଼କରି ଦେଖାଇବାକୁ ଇଚ୍ଛାକରେ ନାହିଁ । ସେହି ଅସୁବିଧା ତା’ର ସୃଜନଶୀଳତାକୁ, ତା’ର କଳାତ୍ମକ ଆବେଦନକୁ ମାରିପାରେ ନାହିଁ । ଅନ୍ୟଭାବରେ ପ୍ରକାଶ କଲେ ଜୀବନର ବାସ୍ତବତାରେ ସ୍ଵପ୍ନର ଆବେଗକୁ
ସ୍ରୋତ ଭାବରେ ପ୍ରବାହିତ ହେଲେ ବି, ସେ ବାହାରକୁ ଦେଖାଯାଏନା କିମ୍ବା କାହାକୁ ଦେଖାଇବାକୁ ଚାହେଁନା । ପାରିବାରିକ ସ୍ରୋତ ଭାବରେ ପ୍ରବାହିତ ହେଲେ ବି, ସେ ବାହାରକୁ ଦେଖାଯାଏନା କିମ୍ବା କାହାକୁ ଦେଖାଇବାକୁ ଚାହେଁନା । ପାରିବାରିକ ଜୀବନର ହସଖୁସି ଭିତରେ ସେହି ଦୁର୍ବଳତା କୌଣସି ପ୍ରଭାବ ପକାଇ ନଥାଏ ।
ସୁବ୍ରତବାବୁ ଜଣେ ଚାକିରିଜୀବୀ ସହରୀ ମଣିଷ। ଚାକିରିର ସ୍ଵଳ୍ପ ରୋଜଗାରରେ ସେ ପାରିବାରିକ ଜୀବନକୁ କୌଣସି ପ୍ରକାରରେ ଚଳାଇ ନିଅନ୍ତି । ଫଳରେ ତାଙ୍କର ଚଳଣି ଥାଏ ନିହାତି ସାଧାରଣ । ସେ ଡ୍ରଇଂ ରୁମ୍ରେ ଭଲ ଚେଆର ପକାଇ ପାରନ୍ତି ନାହିଁ କିମ୍ବା ଘରର ଆସବାବ ପତ୍ରକୁ ନିହାତି ରୁଚିକର କରିପାରନ୍ତି ନାହିଁ । କେବଳ ବଞ୍ଚିବାର ସାମର୍ଥ୍ୟ ଯୋଗାଡ଼ କରି, ପାରିବାରିକ ଜୀବନ ବିତାଇଥା’ନ୍ତି ।
ସୁବ୍ରତବାବୁ ଅଫିସ୍ରୁ ଫେରି, ପତ୍ନୀ ପ୍ରୀତିକୁ ଖାଇବାକୁ ମାଗିଛନ୍ତି । ପତ୍ନୀ ଯେତେବେଳେ ‘ଘରେ କିଛି ନାହିଁ, ‘ବାହାରୁ କିଛି ଜଳଖିଆ କରି ଆସିଲ ନାହିଁ ବୋଲି କହିଛନ୍ତି, ତାହାର ଉତ୍ତରରେ ସେ କହିଛନ୍ତି, ‘ଆରେ ଏକାବେଳେ ଯେ ଏ ଘରକୁ ଆସିଥିବା ନୂଆ ମଣିଷଟିଏ ପରି କଥା କହିଲଣି ! ରୋଜଗାର କେତେ ଜାଣ ତ ? ଗଲାବେଳେ ପକେଟରେ କେତେ ପଇସା ଦେଇଥିଲ ?’’ ସୁବ୍ରତଙ୍କ ଏଭଳି କଥାରେ ପତ୍ନୀ ପ୍ରୀତି ନିହାତି ଅସହାୟ ଭାବରେ କହିଛନ୍ତି – ‘ପଇସା ମୁଁ କେଉଁଠୁ ଆଣିବି ! ତମେ ମତେ ଯାହା ଦେଇଥୁଲ ।’’ ସେହିପରି ପ୍ରୀତି କହିଥିଲେ, ଅଫିସ୍ରୁ ଫେରିଲା ବେଳେ ଅଟା ଆଣିବାପାଇଁ, ମାତ୍ର ସୁବ୍ରତ ଅଟା ଆଣିପାରି ନଥିଲେ । ଏହାଥିଲା ତାଙ୍କ ପାରିବାରିକ ଜୀବନର ଯଥାର୍ଥ ଚିତ୍ର । ତଥାପି ସୁବ୍ରତବାବୁ ସୃଜନଶୀଳତାକୁ ବଞ୍ଚାଇ ରଖିବାକୁ ଚାହାଁନ୍ତି । ବହିଥାକରୁ ବହିଆଣି ପଢ଼ିବାକୁ ଇଚ୍ଛା କରନ୍ତି । ପଡ଼ୋଶୀ ଘରର ପିଲା ବଂଶୀ ବଜାଉଥିଲେ, ସେ ତାହାକୁ ମନଭରି ଉପଭୋଗ କରନ୍ତି ।
ପ୍ରୀତି ଜଳଖିଆ ଆଣିବାକୁ ଯାଇ, ଚାଉଳଭଜା ସାଙ୍ଗରେ ତେଲ ପିଆଜ ମିଶାଇ ଆଣିଛି । ପ୍ରୀତିର ଏଭଳି ଯୋଜନାକୁ ସୁବ୍ରତ ତାରିଫ କରିଛନ୍ତି । କାରଣ କୌଣସି ଉପାୟରେ ଚଳିଯିବା ଓ ଚଳାଇନେବା ହେଉଛି, ତାଙ୍କ ବଞ୍ଚିବାର ଶୈଳୀ । ସେହି ଚାଉଳଭଜାଗଣ୍ଡକ ଖାଇବାକୁ ଯିବା ପୂର୍ବରୁ, ତାଙ୍କ ଘର ଆଗରେ ମଟରଗାଡ଼ି ବ୍ରେକ୍ ଦେବାର ଶବ୍ଦ ଶୁଣାଯାଇଛି । କେହି ଜଣେ ଭଦ୍ରଲୋକ ଆସୁଥିବାରୁ ପ୍ରୀତି ଚାଉଳଭଜାଗୁଡ଼ାକ ଭିତରେ ରଖୁଦେଇ ଆସିଛି ।
ଘରକୁ ଆସିଛନ୍ତି କ୍ୟାପଟେନ୍ ମହାପାତ୍ର । ସେ ସୁବ୍ରତଙ୍କ ପାଇଁ ନୂଆ ଓ ଅପରିଚିତ । ତାଙ୍କର ଚେହେରା ଓ ପୋଷାକରୁ ଜଣାଯାଉଥାଏ, ସେ ବେଶ୍ ସ୍ୱଚ୍ଛଳ । ସେ ଘରକୁ ପଶିଆସିବା ସହିତ, ସୁବ୍ରତଙ୍କ ସହିତ ନିଜଆଡୁ ପରିଚିତ ହୋଇଛନ୍ତି । ଯେଭଳି ବହୁପରିଚିତ ଭଳି ଏବଂ ଅତି ଅଭ୍ୟସ୍ତ ମଣିଷଙ୍କ ଭଳି ବ୍ୟବହାର କରିଛନ୍ତି । ସେ ହେଉଛନ୍ତି ସୁବ୍ରତଙ୍କ ବାନ୍ଧବୀ, ଯାହାକୁ ହୃଦୟରେ ଜାଗାଟିଏ ଦେଇଥିଲେ, ତାଙ୍କରି ସ୍ୱାମୀ । ମହାପାତ୍ର ସୁବ୍ରତଙ୍କ ଘରର କୌଣସି ପରିସ୍ଥିତି କଥା ଚିନ୍ତାକରି ନାହାଁନ୍ତି । ନିଜ ଚଳଣିରେ, ନିଜ୍ ଆର୍ଥିକ ସ୍ଥିତିରେ ସୁବ୍ରତଙ୍କ ପରିବାରକୁ ଆକଳନ କରିଛନ୍ତି । ଫଳରେ ସେ ଯେହେତୁ ମାଡ୍ରାସ୍ କାର ଡ୍ରାଇଭ୍ କରି ଆସିଛନ୍ତି, ସେଠାରେ ଟିକିଏ ଧୂଆପୋଛା ହେବାକୁ ଇଚ୍ଛା କରିଛନ୍ତି । ଝିଅ ବେବିକୁ କହିଛନ୍ତି,
ମାମୁ ମାଈଁକୁ ନମସ୍କାର କରିବାପାଇଁ । ସେହି ଅବସରରେ ତାଙ୍କର କିପରି ଚର୍ଚ୍ଚା କରାଯିବ, କିଭଳି ଆତିଥ୍ୟ ସେ ଆଶା କରନ୍ତି, ସବୁକିଛି ଖୋଲାଖୋଲି ପ୍ରକାଶ କରିଦିଅନ୍ତି । ସେ ଯେଉଁ ବରାଦ କରନ୍ତି ତାହା ସୁବ୍ରତଙ୍କ ନିଅଣ୍ଟିଆ ପରିବାର ପାଇଁ ଯେ କଷ୍ଟକର, ତାହା ସେ ଜାଣିପାରନ୍ତି ନାହିଁ । ସହଜ ସରଳ ଭାବରେ ମହାପାତ୍ର କହିଛନ୍ତି – ଗାଡ଼ିରେ ବସିଥିବା ତାଙ୍କର ଭଉଣୀ ପାଖକୁ ଗୋଟାଏ ମର୍ କଫିକରି ପଠାଇଦେବାକୁ, ଝିଅ ପାଇଁ ଫଳ ଓ ଦୁଧର ବ୍ୟବସ୍ଥା କରିବାପାଇଁ । ତାଙ୍କ ବିଚାରରେ ଏଭଳି ବ୍ୟବସ୍ଥା କରିବାରେ କୌଣସି ଅସୁବିଧା ନାହିଁ । ତାଙ୍କ ପାଇଁ କେବଳ ଆଠଟି ଅଣ୍ଡାର ଆତ୍ମଲେଟ୍ କରିଦେବା ପାଇଁ । ସୁବ୍ରତ ନିଜର ପରିବାର ସ୍ଥିତିକୁ ବିଚାର ନକରି, ପ୍ରୀତିକୁ ବରାଦ କରିଛନ୍ତି, ବଡ଼ ବଡ଼ ଅଣ୍ଡା ବାଛି ଡଜନେ ଅଣ୍ଡାର ଆତ୍ମଲେଟ କରିବାପାଇଁ ।
ମହାପାତ୍ରଙ୍କ ବରାଦ ଅନୁସାରେ ଏବଂ ତାଙ୍କର ଆତିଥ୍ୟ ପାଇଁ ପ୍ରୀତି ସବୁକିଛି ବ୍ୟବସ୍ଥା କରିଦେଇଛନ୍ତି । ସୁବ୍ରତ ଜାଣି ନାହାଁନ୍ତି, ଏହା କିପରି ହେଉଛି ଏବଂ ଏସବୁ ବ୍ୟବସ୍ଥା କିପରି କରାଯାଉଛି । ପ୍ରୀତି ମୁଗୃହିଣୀ ଭାବରେ ସବୁକିଛି ଚଳାଇ ନେଇଛନ୍ତି । ମହାପାତ୍ରଙ୍କର ଢେଙ୍କାନାଳରେ ପହଞ୍ଚିବାର ସମୟ ହୋଇଯାଇଛି । ତଥାପି ସେହି ଅବସରରେ ସେ ପୂରବୀ କଥା କହିଛନ୍ତି । ପୂରବୀ କିପରି ସୁବ୍ରତଙ୍କ ଲେଖାକୁ ଭଲପାଏ, ଗୋଟାଏ ବହି ପ୍ରକାଶ ପାଇଲେ, ତାହାକୁ ପଢ଼ିବା ସହିତ, ମହାପାତ୍ରଙ୍କୁ ଶୁଣାଏ, ସବୁକଥା ତରତରରେ ମହାପାତ୍ର କହିଛନ୍ତି । ପୂରବୀ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ କହିଛନ୍ତି, ବିବାହ ପୂର୍ବରୁ ସେ ଯେଉଁ ପ୍ୟାକେଟଟି ପଠାଇଥିଲେ, ତାହାର ଯେପରି ଅସମ୍ମାନ ନ କରନ୍ତି ।
ଘଣ୍ଟା ଦେଖ୍ ମହାପାତ୍ର ତରତରରେ ବାହାରି ଯାଇଛନ୍ତି । ବାହାରି ଯିବାପୂର୍ବରୁ ଆତିଥ୍ୟର ସଦ୍ବ୍ୟବହାର କରିବାପାଇଁ ରହିଥିବା ସମସ୍ତ ଅଣ୍ଡା, ଫଳ, କ୍ଷୀର ସବୁକିଛି ସାଙ୍ଗରେ ନେଇଯାଇଛନ୍ତି । ଅଳ୍ପସମୟ ଭିତରେ ସେ ଯେଭଳି ଝଡ଼ଭଳି ଆସିଥିଲେ ଠିକ୍ ସେହିପରି ଚାଲିଯାଇଛନ୍ତି । ଯିବା ପୂର୍ବରୁ ପୂରବୀର କଥାକୁ ସ୍ପଷ୍ଟ କରାଇ ଦେଇ ଯାଇଛନ୍ତି ।
ମହାପାତ୍ର ଚାଲିଗଲା ପରେ, ପ୍ରୀତି ଗୃହିଣୀ ଭାବରେ ନିଜର କାମ କରିଦେଇ ଥିବାରୁ ସନ୍ତୁଷ୍ଟ ଭାବ ପ୍ରକାଶ କରିଛନ୍ତି । ମହାପାତ୍ର ଭାରି ଅମାୟିକ ଲୋକ, ପାଞ୍ଚ ମିନିଟ୍ରେ ନିଜର କରିନେଲା ଭଳି ଭାବ ଦେଖାଇଛନ୍ତି ବୋଲି କହିଛନ୍ତି । ଏହି ଅବସରରେ ପ୍ରୀତି ସୁବ୍ରତଙ୍କୁ ପୂରବୀ ସମ୍ପର୍କରେ ପ୍ରଶ୍ନ କରିଛନ୍ତି। କାରଣ ପୂରବୀ ଯେ ସୁବ୍ରତଙ୍କ ସୃଷ୍ଟିର ପ୍ରେରଣା, ସାଧନାର ମୂଳ, ଏହା କେବେ ପ୍ରୀତି ବୈବାହିକ ଜୀବନର ଆଠ ବର୍ଷ ପରେ ଓ ଦୁଇଟି ପିଲାର ମା’ ହେବା ପରେ ମଧ୍ୟ ଜାଣିନାହିଁଛି । ସୁବ୍ରତ ପ୍ରୀତିଙ୍କୁ ସବୁକଥା କହିଛନ୍ତି । ପୂରବୀ ଯେ ତାଙ୍କର ସହପାଠିନୀ-ସଙ୍ଗିନୀ-ମାନସୀ-ବାନ୍ଧବୀ, ଏହା ମଧ୍ୟ କହିଛନ୍ତି। ଏପରିକି ସେ ସ୍ୱୀକାର କରିଛନ୍ତି, ‘ଭଲପାଇବାର ଯେଉଁ ଐଶ୍ବର୍ଯ୍ୟରେ ନାରୀ ପୁରୁଷକୁ ମହୀୟାନ କରେ, ସେଇ ଐଶ୍ବର୍ଯ୍ୟରେ ସେ ମୋ ଜୀବନପାତ୍ର ପୂର୍ଣ୍ଣକରି ଦେଇଥିଲେ ।’’ ପୁନଶ୍ଚ ପ୍ରୀତି ଅଭିମାନରେ ସୁବ୍ରତକୁ କହିଛନ୍ତି, ସେ କାହିଁକି ଆଗରୁ ଏକଥା କହିନଥିଲେ । ଏହାର ଉତ୍ତରରେ ସୁବ୍ରତ ଏକ ଦାର୍ଶନିକ ସମ୍ବଳିତ ଉତ୍ତର ଦେଇ କହିଛନ୍ତି, ‘ଜୀବନର ବାସ୍ତବତାରେ ସ୍ଵପ୍ନର ଆବେଗକୁ ମିଶାଇ ଦୃହ ସୃଷ୍ଟି କରିବାକୁ ମୁଁ କେବେ ଚାହିଁ ନଥୁଲି ପ୍ରୀତି’’ ।
କାରଣ ସୁବ୍ରତ ଓ ପ୍ରୀତିଙ୍କ ମଧ୍ୟରେ ଭଲପାଇବା ଅନ୍ତଃସଲିଳା ଫଲ୍ଗୁ ଭଳି ରହିଥୁଲା, ମାତ୍ର କେହି କାହାର ସୁଖ ସଂସାରରେ ଆଲୋଡ଼ନ ସୃଷ୍ଟି କରିବାକୁ ଚାହିଁ ନାହାଁନ୍ତି । ଯେଉଁ ସମୟରେ ସୁବ୍ରତ ପୂରବୀକୁ ବିବାହ କରିବାକୁ ଚାହିଁନାହିଁ, ସେହି ମୁହୂର୍ଭ ପରେ ପୂରବୀ ଆଉ ସୁବ୍ରତ ଜୀବନକୁ ଆସିନାହିଁ । ଉଭୟେ ସଫଳ ବୈବାହିକ ଓ ପାରିବାରିକ ଜୀବନ ଅତିବାହିତ କରିଛନ୍ତି । ସୁବ୍ରତ ପ୍ରୀତିକୁ ବୁଝାଇବାକୁ ଯାଇ କହିଛନ୍ତି, ସେ କେବେହେଲେ ଭଲପାଇବା ଭିତରେ ବିବାହକୁ ମିଶାଇବାକୁ ଚାହିଁ ନାହାଁନ୍ତି । ତଥାପି ପୂରବୀ ବିବାହ ପୂର୍ବରୁ, ସୁବ୍ରତଙ୍କ ଉଦ୍ଦେଶ୍ୟରେ ପୋଷ୍ଟରେ ଏକ ପ୍ୟାକେଟ୍ ପଠାଇଛନ୍ତି । ସେହି ପ୍ୟାକେଟ୍ରେ ଥିଲା ଏକ ଚିଠି, ଯେଉଁ ଚିଠିରେ ପୂରବୀ ତା’ର ମନକଥା ଲେଖୁଦେଇଛି । ତା’ର ଇଚ୍ଛା ଥିଲା, ସୁବ୍ରତଙ୍କୁ ସାହିତ୍ୟରେ ଏକ ସଫଳ ସ୍ରଷ୍ଟା ଗଢ଼ି ତୋଳିବାପାଇଁ । ସେଥପାଇଁ ସେ କଲମଟିଏ ପଠାଇଛି। କଲମଟିରେ ବରାବର ଲେଖିବାପାଇଁ ଅନୁରୋଧ କରିଛି ।
ସୁବ୍ରତ, କଲମ କଥା କହିବାରୁ, ପ୍ରୀତି କଇଁ କଇଁ ହୋଇ କାନ୍ଦିଛି । କାରଣ ସେହି ଆଦରର କଲମ, ଯାହାକି ସୁବ୍ରତଙ୍କ ସାହିତ୍ୟିକ ଜୀବନର ପ୍ରେରଣା ହୋଇଥିଲା, ତାହାକୁ ବନ୍ଧୁଚର୍ଚ୍ଚା କରିବାକୁ ଯାଇ ବିକିଦେବା କଥା ପ୍ରୀତି କହିଛନ୍ତି । ପାଖ ପଡ଼ୋଶୀ ଘରେ, ଘନଶ୍ୟାମ ବାବୁଙ୍କ ସ୍ତ୍ରୀଙ୍କୁ କଲମଟି ଦେଇ, ତାହା ବଦଳରେ ସେ ଦଶଟଙ୍କା ଆଣିଛନ୍ତି । ସେହି ଦଶଟଙ୍କାରେ ସେ ବନ୍ଧୁଚର୍ଚ୍ଚା କରିଛନ୍ତି । ଏଥିପାଇଁ ପ୍ରୀତି ଅନୁତାପ କରିଛନ୍ତି । ଭୁଲ୍ ହୋଇଥିବାରୁ ସୁବ୍ରତ ପାଦଧରି କ୍ଷମା ମାଗିବାକୁ ପ୍ରସ୍ତୁତ ହୋଇଛନ୍ତି । ସୁବ୍ରତ ପ୍ରୀତିର ଏଭଳି ଉଦ୍ୟମ ପାଇଁ ଦୋଷ ଦେଇନାହାଁନ୍ତି । ତାଙ୍କର କାର୍ଯ୍ୟକୁ ଭୁଲ୍ ବୋଲି କହିନାହାଁନ୍ତି। ବରଂ ଜୀବନକୁ ସହଜ ସରଳ କରିଦେବାକୁ, ସେ ସେଠାରୁ ଉଠିଯାଇଛନ୍ତି । ଘନଶ୍ୟାମ ବାବୁଙ୍କ ମଝିଆଁ ପୁଅର ବଂଶୀର ଝକାର, ପୂରବୀର ସ୍ଵରରେ ନିଜକୁ ହଜାଇ ଦେବାକୁ ଚାହିଁଛନ୍ତି ।
କାଠିନ ଶବ୍ଦାର୍ଥ ଓ ଟିପ୍ପଶା
- ଫଲ୍ ଗୁ – ଗୟାରେ ଥିବା ଅନ୍ତଃସଲିଳା ନଦୀ । (ଏଠାରେ ପ୍ରେମିକ ଓ ପ୍ରେମିକାଙ୍କ ହୃଦୟରେ ପ୍ରବାହିତ ଭଲପାଇବାର ସ୍ରୋତ, ଯାହାକି ଅବାରିତ ରହିଥିଲେ ବି’ ବାହାରକୁ ପ୍ରକାଶ ପାଏନା ।)
- ତନ୍ମୟ – ଅଭିଭୂତ
- ରାଗିଶା – ସ୍ଵରର ଝକାର
- ମୂର୍ଚ୍ଚନା – ସ୍ୱର
- ମନ୍ତ୍ରଆ – ମନ ଅନୁସାରେ କାମ କରୁଥ୍ ବା ବ୍ୟକ୍ତି
- ନିଷ୍ପ୍ରଭ – ମଳିନ
- ନିର୍ବକାର – କୌଣସି କଥା ନଭାବି
- ‘ରୋଡ଼ ସିକ୍ସେସ୍’ – ଯାତ୍ରାଜନିତ କ୍ଳାନ୍ତି
- ମହାପ୍ବାନ୍ – ମହତ୍ଵପୂର୍ଣ୍ଣ
- ଅନୁରାଗ – ପରସ୍ପର ପ୍ରତି ରହିଥିବା ଆସକ୍ତି
- ସର୍ବସ୍ଵ – ସବୁ କିଛି।