BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ InText Questions

Odisha State Board BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ InText Questions Textbook Exercise Questions and Answers.

BSE Odisha Class 7 Maths Solutions Chapter 8 ବ୍ୟାବହାରିକ ଗଣିତ InText Questions

ନିଜେ କରି ଦେଖ :
1. ତୁମ ଶ୍ରେଣୀରେ ଗୋଟିଏ ଦିନରେ ଅନୁପସ୍ଥିତ ଥ‌ିବା ପିଲାସଂଖ୍ୟା, ସମୁଦାୟ ପିଲାସଂଖ୍ୟାର କେତେ ଶତକଡ଼ା ?
ସମାଧାନ:
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ InText Questions 1

2. ତୁମ ଶ୍ରେଣୀରେ ଗଣିତରେ 30 ରୁ କମ୍ ନମ୍ବର ରଖୁଥ‌ିବା ପିଲାସଂଖ୍ୟା ସମୁଦାୟ ପିଲାସଂଖ୍ୟାର କେତେ ଶତକଡ଼ା ?
ସମାଧାନ:
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ InText Questions 2

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ InText Questions

ନିଜେ ସମାଧାନ କର:
ଜଣେ ଦୋକାନୀ 4 ଟି ଲେମ୍ବୁକୁ 3 ଟଙ୍କାରେ କିଣିଲା ଏବଂ 3 ଟିକୁ 4 ଟଙ୍କା ଦରରେ ସବୁଯାକ ବିକିଦେଲା । ତେବେ ତା’ର ଶତକଡ଼ା କେତେ ଲାଭ ବା କ୍ଷତି ହେଲା ?
ସମାଧାନ:
4 ଓ 3 ର ଲ.ସା.ଗୁ. = 12 । ମନେକର ଦୋକାନୀଟି 12 ଟି ଲେମ୍ବୁ କିଣିଥିଲା ।
4 ଟି ଲେମ୍ବୁର କ୍ରୟମୂଲ୍ୟ = 3 ଟଙ୍କା
12 ଟି ଲେମ୍ବୁର କ୍ରୟମୂଲ୍ୟ = 3× 3 ଟ. = 9 ଟଙ୍କା
3 ଟି ଲେମ୍ବୁର ବିକ୍ରୟ ମୂଲ୍ୟ 4 ଟଙ୍କା
12 ଟି ଲେମ୍ବୁର ବିକ୍ରୟ ମୂଲ୍ୟ = 4 x 4 ଟଙ୍କା = 16 ଟଙ୍କା
ଲାଭ = ବିକ୍ରୟ ମୂଲ୍ୟ କ୍ରୟମୂଲ୍ୟ = 16 ଟ. – 9 ଟ. = 7 ଟଙ୍କା
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ InText Questions 3
∴ ଦୋକାନୀର 77 \(\frac{7}{9}\)% ଲାଭ ହେଲା ।

ସମାଧାନ କର :
ଗୋଟିଏ ପାଣିଟାଙ୍କିରେ 12 ଟି ପାଇପ୍ ଲଗାଯାଇଛି । 8 ଟି ପାଇପ୍ ଖୋଲାଥ୍ଲେ ଟାଙ୍କିଟି 6 ଘଣ୍ଟାରେ ପୂର୍ଣ୍ଣହୁଏ । ତେବେ ସମସ୍ତ ପାଇପ୍ ଖୋଲାରହିଲେ ଟାଙ୍କିଟି କେତେ ଘଣ୍ଟାରେ ପୂର୍ଣ ହେବ ? 
ସମାଧାନ:
ପାଇପ୍ ସଂଖ୍ୟା ବଢ଼ିଲେ ପାଣିଟାଙ୍କି ପୂଣ୍ଣହେବା ସମୟ କମିବ । ତେଣୁ ଏହା ପ୍ରତିଲୋମୀ ଚଳନ ।
ଏଠାରେ ପାଇପ୍ ସଂଖ୍ୟାକୁ x ଓ ସମୟକୁ y ଘଣ୍ଟା ନେଇ ସାରଣୀଟିଏ ପ୍ରସ୍ତୁତ କଲେ –

x (ପାଇପ୍ ସଂଖ୍ୟା) x1 = 12 x2 = 8
y (ସମୟ) ଘଣ୍ଟାରେ y1 = ? y2 = 6

x ଓ y ମଧ୍ୟରେ ପ୍ରତିଲୋମୀ ଚଳନ ହେତୁ x1y2 = x2y1
⇒ 12 × y1 = 8 × 6
⇒ y1 = \(\frac{8 \times 6}{12}\) = 4
ସମସ୍ତ ପାଇପ୍ ଖୋଲା ରହିଲେ ଟାଙ୍କିଟି 4 ଘଣ୍ଟାରେ ପୂର୍ଣ୍ଣ ହେବ ।

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ InText Questions

ଉତ୍ତର ନିର୍ଣ୍ଣୟ କର :
ଦୁଇ ଜଣ ସାଙ୍ଗ A ଓ B ଏକ ନିର୍ଦ୍ଦିଷ୍ଟ ସମୟ ଲାଗି ସ୍କୁଟର ଚଳାଇବାକୁ ଆରମ୍ଭ କଲେ । A ଘଣ୍ଟାପ୍ରତି 54 କି.ମି. ବେଗରେ ସ୍କୁଟର ଚଳାଇ ନିର୍ଦ୍ଧାରିତ ସମୟ ମଧ୍ୟରେ 36 କି.ମି. ଦୂରତା ଅତିକ୍ରମ କଲେ । B ସେହି ସମୟ ମଧ୍ୟରେ 30 କି.ମି. ଦୂରତା ଅତିକ୍ରମ କଲେ, ତେବେ B କେତେ ବେଗରେ ସ୍କୁଟର ଚଳାଉଥିଲେ ?
ସମାଧାନ:
A ର ବେଗ (s) = 54 କି.ମି./ଘଣ୍ଟା ଓ ଦୂରତା (d) = 36 କି.ମି. ।
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ InText Questions 4
B ଘଣ୍ଟା ପ୍ରତି 45 କି.ମି. ବେଗରେ ସ୍କୁଟର ଚଳାଉଥିଲା ।

Leave a Comment