Odisha State Board CHSE Odisha Class 12 Political Science Solutions Chapter 1 ଗଣତନ୍ତ୍ର Long Answer Questions.
CHSE Odisha 12th Class Political Science Chapter 1 Long Answer Questions in Odia Medium
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ | ଗଣତନ୍ତ୍ରର ସଂଜ୍ଞା ଏବଂ ଏହି ଶାସନ ବ୍ୟବସ୍ଥାର ଉପକାରିତା ଓ ଅପକାରିତା ତର୍ଜମା କର ।
Answer:
ସାଧାରଣତଃ ଲୋକମାନଙ୍କର ଶାସନକୁ ଗଣତନ୍ତ୍ର କୁହାଯାଏ । ଗଣତନ୍ତ୍ର ଶବ୍ଦଟି ଗ୍ରୀକ୍ ଭାଷାର ‘ଡେମୋସ୍’ ଅର୍ଥାତ୍ ଗଣ ବା ଲୋକମାନେ ‘କ୍ରାଟସ୍’ ଅର୍ଥାତ୍ କ୍ଷମତା ଶବ୍ଦଦ୍ଵୟରୁ ଉଦ୍ଧୃତ ହୋଇଛି । ଏହି ଦୁଇଟି ଶବ୍ଦର ଯୁଗ୍ମ ଅର୍ଥ ହେଉଛି ‘ଲୋକମାନଙ୍କର କ୍ଷମତା ବା ଶାସନ’ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ ମତରେ, “ ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କଦ୍ୱାରା, ଲୋକମାନଙ୍କ ପାଇଁ” ଏକ ଶାସନ ବ୍ୟବସ୍ଥା । ଅଧ୍ୟାପକ ସିଲିଙ୍କ ଭାଷାରେ, ‘ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା ଯେଉଁଥିରେ ପ୍ରତ୍ୟେକ ଲୋକଙ୍କର ଅଂଶ ଥାଏ ।” ଗଣତନ୍ତ୍ରରେ ପ୍ରକୃତ ସାର୍ବଭୌମ କ୍ଷମତା ଜନସାଧାରଣଙ୍କଠାରେ ନ୍ୟସ୍ତ ଥାଏ । ଏହା ପ୍ରତ୍ୟକ୍ଷ ବା ପରୋକ୍ଷ ହୋଇପାରେ । ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଜନସାଧାରଣ ପ୍ରତ୍ୟକ୍ଷ ଭାବରେ ଶାସନ ବ୍ୟବସ୍ଥାରେ ଅଂଶଗ୍ରହଣ କରୁଥିବାବେଳେ ପରୋକ୍ଷ ବା ପ୍ରତିନିଧୁମୂଳକ ବ୍ୟବସ୍ଥାରେ ନିଜର ନିର୍ବାଚିତ ପ୍ରତିନିଧୁମାନଙ୍କ ମାଧ୍ୟମରେ ଶାସନ ବ୍ୟବସ୍ଥାରେ ଅଂଶଗ୍ରହଣ କରିଥା’ନ୍ତି ।
ଗଣତନ୍ତ୍ରର ସୁଗୁଣ / ଉପକାରିତା :
- ବ୍ୟକ୍ତି ସ୍ବାଧୀନତା – ଗଣତନ୍ତ୍ର ବ୍ୟକ୍ତିର ସ୍ଵାଧୀନତା ବା ସ୍ୱତନ୍ତ୍ରତା ଉପରେ ଗୁରୁତ୍ବ ଆରୋପ କରିଥାଏ । ଏହା ସମାନତାର ବାତାବରଣ ମଧ୍ଯରେ ସ୍ବତନ୍ତ୍ରତା ପ୍ରଦାନ କରେ । ଏହି ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନସାଧାରଣ ଉଭୟ ରାଜନୈତିକ ଓ ସାମାଜିକ ଅଧିକାର ଉପଭୋଗ କରିବା ଫଳରେ ଶାସନ କ୍ଷେତ୍ରରେ ସମସ୍ତେ ସମାନ ମତବ୍ୟକ୍ତ କରିପାରନ୍ତି ଯାହା ଫଳରେ ବ୍ୟକ୍ତି ନିଜର ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ରହେ ।
- ରାଜନୈତିକ ସମାନତା – ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଇନ ନିକଟରେ ସମସ୍ତେ ସମାନ । ପ୍ରତ୍ୟେକ ବ୍ୟକ୍ତିକୁ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା ଗଣତନ୍ତ୍ରର ଏକ ମୂଲ୍ୟବୋଧ । ଜାତି, ବର୍ଣ୍ଣ, ଧର୍ମ ଓ ପଦମର୍ଯ୍ୟାଦା ନିର୍ବିଶେଷରେ ସମସ୍ତ ନାଗରିକ ମତଦାନର ଅଧିକାର ପାଇଥା’ନ୍ତି । ଜଣେ ବ୍ୟକ୍ତି ଗୋଟିଏ ଭୋଟ ନୀତି ଉପରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ।
- ରାଜନୈତିକ ଶିକ୍ଷା – ଗଣତନ୍ତ୍ରରେ ଲୋକମାନଙ୍କ ମଧ୍ୟରେ ରାଜନୈତିକ ଚେତନା ବୃଦ୍ଧି ପାଏ । ଏହି ଶାସନରେ ଜନସାଧାରଣ ମତଦାନ ମାଧ୍ୟମରେ ରାଜନୀତିରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିଥା’ନ୍ତି । ଏହା ନାଗରିକକୁ ସୁନାଗରିକ ଭାବେ ଗଢ଼ିଥାଏ । ଶାସନରେ ଜନସାଧାରଣ ନିଜର ମତାମତ ଦେବାକୁ ସୁବିଧା ପାଉଥିବାରୁ ସେମାନଙ୍କର ରାଜନୈତିକ ଚିନ୍ତାଧାରାର ବିକାଶ ଘଟେ ।
- ଦାୟିତ୍ବପୂର୍ଣ୍ଣ ଓ ଦକ୍ଷ ସରକାର – ଗଣତନ୍ତ୍ର ସରକାର ପ୍ରତିନିଧୁମୂଳକ ସରକାର ହୋଇଥିବାରୁ ଏହା ଲୋକଙ୍କର ମତ ଉପରେ ପ୍ରତିଷ୍ଠିତ । ଗଣତାନ୍ତ୍ରିକ ସରକାରରେ ଶାସକମାନେ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ରହନ୍ତି । ଏଥିରେ ଜନ ଅସନ୍ତୋଷର ସମ୍ଭାବନା କମ୍ ଥାଏ । ତେଣୁ ଗଣତନ୍ତ୍ର ଶାସନ ଏକ ସ୍ଥାୟୀ, ଦକ୍ଷ ଏବଂ ଦାୟିତ୍ଵପୂର୍ଣ ସରକାର ଗଠନ କରେ ।
- ସ୍ବଦେଶପ୍ରୀତି – ଗଣତନ୍ତ୍ରରେ ଜନସାଧାରଣ ରାଷ୍ଟ୍ର ଶାସନରେ ସକ୍ରିୟ ଅଂଶଗ୍ରହଣ କରିଥା’ନ୍ତି । ଗଣତନ୍ତ୍ର ବ୍ୟକ୍ତିର ଦେଶାତ୍ମବୋଧ ଓ ଜାତୀୟତାବାଦର ବିକାଶ ଘଟାଏ । ଏହା ଜାତୀୟ ସଂହତି ପ୍ରତିଷ୍ଠାରେ ସହାୟକ ହୁଏ ।
- ବିପ୍ଳବରୁ ମୁକ୍ତ – ଗଣତନ୍ତ୍ର ଶାସନରେ ଜନସାଧାରଣ ସ୍ଵାଧୀନଭାବରେ ନିଜର ଅସନ୍ତୋଷ ପ୍ରକାଶ କରିପାରନ୍ତି । ସରକାର ଜନମତ ଉପରେ ପ୍ରତିଷ୍ଠିତ ଥିବାରୁ ଜନଅସନ୍ତୋଷ ଦୂର କରିବାପାଇଁ ଯତ୍ନଶୀଳ ହୁଅନ୍ତି । ତେଣୁ ଗଣତନ୍ତ୍ରରେ ହିଂସା, ଦ୍ବେଷ ଏବଂ ବିପ୍ଳବ ଆଦିର ସ୍ଥାନ ନାହିଁ ।
- ଲୋକଙ୍କ ମଙ୍ଗଳ ପାଇଁ ଶାସନ – ଜନସାଧାରଣଙ୍କର ସେବା କରିବା ଗଣତନ୍ତ୍ରର ପ୍ରଧାନ ଲକ୍ଷ୍ୟ; ତେଣୁ ଏହି ଶାସନରେ ସବୁ ଲୋକଙ୍କର ମଙ୍ଗଳ ସାଧନ ହୁଏ । ଗଣତନ୍ତ୍ର ଶାସନରେ ରାଜନୀତିରେ ଅଂଶଗ୍ରହଣ କରିବାରେ କୌଣସି ପ୍ରତିବନ୍ଧକ ନଥାଏ । ଜନସାଧାରଣଙ୍କର ସମୂହ କଲ୍ୟାଣ ପାଇଁ ଗଣତନ୍ତ୍ର କାର୍ଯ୍ୟ କରେ ।
ଗଣତନ୍ତ୍ର ଶାସନର ଦୁର୍ଗୁଣ / ଅପକାରିତା :
ଗଣତନ୍ତ୍ର ଶାସନରେ କେତେକ ଦୋଷ ଦୁର୍ବଳତା ପରିଲକ୍ଷିତ ହୁଏ । ତାହା ନିମ୍ନରେ ପ୍ରତିପାଦନ କରାଗଲା ।
- ଅଯୋଗ୍ୟତାର ନିଦର୍ଶନ – ଗଣତନ୍ତ୍ରରେ ଗୁଣ ଅପେକ୍ଷା ସଂଖ୍ୟାକୁ ପ୍ରାଧାନ୍ୟ ଦିଆଯାଇଥାଏ । ଗଣତନ୍ତ୍ର ନାମରେ ଅନେକ ଅଯୋଗ୍ୟ ବ୍ୟକ୍ତି ନିର୍ବାଚନ ଜିଣି ଶାସନକାର୍ଯ୍ୟ ପରିଚାଳନା କରନ୍ତି । ଫଳତଃ ଦେଶରେ ଅଜ୍ଞ, ଅଯୋଗ୍ୟ ଏବଂ ଅନଭିଜ୍ଞ ବ୍ୟକ୍ତିମାନଙ୍କର ଶାସନ ଚାଲେ । ବିଜ୍ଞ ଓ ଶିକ୍ଷିତ ଜନସାଧାରଣ ଦଳୀୟ ରାଜନୀତିରୁ ଦୂରେଇ ରହନ୍ତି ।
- ବ୍ୟୟସାପେକ୍ଷ – ଗଣତନ୍ତ୍ର ଶାସନ ବ୍ୟୟସାପେକ୍ଷ ଅଟେ । ଶସ୍ତା ଲୋକପ୍ରିୟତା ପାଇଁ ନେତାମାନେ ଅନେକ ସମୟରେ ଅପବ୍ୟୟ କରିଥା’ନ୍ତି । କ୍ଷମତାସୀନ ରାଜନୈତିକ ଦଳ ରାଷ୍ଟ୍ରର ଅର୍ଥନୈତିକ ପରିସ୍ଥିତିକୁ ଦୃଷ୍ଟିରେ ନ ରଖୁ ଅଯଥା ଖର୍ଚ୍ଚ କରିଥା’ନ୍ତି । ଏହାଦ୍ଵାରା ଜନସାଧାରଣ ଆର୍ଥିକ ସଙ୍କଟର ସମ୍ମୁଖୀନ ହୁଅନ୍ତି ।
- ଦାୟିତ୍ବହୀନତାର ପ୍ରତୀକ – ଗଣତନ୍ତ୍ର ଶାସନରେ ପ୍ରତ୍ୟେକ ବ୍ୟକ୍ତି ଶାସନରେ ଅଂଶଗ୍ରହଣ କରନ୍ତି; ତେଣୁ ପ୍ରତ୍ୟେକର କାର୍ଯ୍ୟ କାହା କାର୍ଯ୍ୟ ନୁହେଁ” ନ୍ୟାୟରେ ଶାସନ ଅବହେଳିତ ହୁଏ । ଏଥିରେ ଦାୟିତ୍ଵ ସମସ୍ତଙ୍କ ଉପରେ ନ୍ୟସ୍ତ ଥିବାରୁ କେହି ନିଜକୁ ସମ୍ପୂର୍ଣ୍ଣରୂପେ ଦାୟୀ ମଣନ୍ତି ନାହିଁ । ତେଣୁ ଗଣତନ୍ତ୍ରର ଶାସନ ଦାୟିତ୍ବହୀନତାର ପ୍ରତୀକ ।
- ଦଳୀୟ ରାଜନୀତିର କୁପରିଣାମ – ରାଜନୈତିକ ଦଳ ବିନା ଗଣତନ୍ତ୍ର ବଞ୍ଚିପାରେ ନାହିଁ । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ରାଜନୈତିକ ଦଳଗୁଡ଼ିକ ଦଳୀୟ ମନୋଭାବ ନେଇ କାର୍ଯ୍ୟ କରିଥା’ନ୍ତି । ଫଳରେ ଏହା ଲୋକ ଚରିତ୍ର ଉପରେ କୁପ୍ରଭାବ ପକାଏ ।
- ଜରୁରିକାଳୀନ ପରିସ୍ଥିତି ପାଇଁ ଅନୁପଯୁକ୍ତ – ଗଣତନ୍ତ୍ର ଶାସନ ଜରୁରିକାଳୀନ ପରିସ୍ଥିତି ପାଇଁ ଅନୁପଯୁକ୍ତ । ଗଣତନ୍ତ୍ରରେ ନିଷ୍ପତ୍ତି ନେବାରେ ବିଳମ୍ବ ହୁଏ; ଏଣୁ ଜରୁରିକାଳୀନ ପରିସ୍ଥିତିରେ ଉଚିତ ମୁକାବିଲା ପାଇଁ ଆବଶ୍ୟକୀୟ ଜରୁରୀ ପଦକ୍ଷେପ ଶୀଘ୍ର ନିଆଯାଇପାରେ ନାହିଁ ।
- ସଂଖ୍ୟାଗରିଷ୍ଠତାର ଏକଚ୍ଛତ୍ରବାଦ – ଦଳ ଶାସନ କାର୍ଯ୍ୟ ପରିଚାଳନା କରୁଥିବାରୁ ଓ ଦୃଢ଼ ଶୃଙ୍ଖଳାନୀତି ହେତୁ ସଂଖ୍ୟାଗରିଷ୍ଠତାର ଏକଚ୍ଛତ୍ରବାଦ ଏକ ପ୍ରତିଷ୍ଠିତ ସତ୍ୟରେ ପରିଣତ ହୋଇଛି । ଗଣତନ୍ତ୍ରର ସମସ୍ତ ଦୁର୍ଗୁଣ ସତ୍ତ୍ବେ ଏହା ଏକ ଉତ୍କୃଷ୍ଟ ଶାସନ ବ୍ୟବସ୍ଥା ବୋଲି ଜେ.ଏସ୍.ମିଲ୍ ଓ ଲର୍ଡ଼ ବ୍ରାଇସ୍ ମତ ଦେଇଛନ୍ତି । ଗଣତନ୍ତ୍ରର ସଫଳତା ପାଇଁ ଜାଗ୍ରତ ନାଗରିକତ୍ଵ, ଉପଯୁକ୍ତ ମୌଳିକ ଅଧିକାର, ଦାରିଦ୍ର୍ୟ ନିରାକରଣ, ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ଯୋଗାଣ, ସ୍ଵାଧୀନ ସମ୍ବାଦ ସଂସ୍ଥା ଇତ୍ୟାଦିର ସର୍ବ ପୂରଣ ହେବା ଆବଶ୍ୟକ ।
୨ | ଗଣତନ୍ତ୍ରର ସଫଳ କାର୍ଯ୍ୟକାରିତା ନିମନ୍ତେ ଅତ୍ୟାବଶ୍ୟକ ସର୍ଭାବଳୀ ଆଲୋଚନା କର ।
Answer:
ଗଣତନ୍ତ୍ର ବର୍ତ୍ତମାନ ପୃଥିବୀର ସର୍ବାଧିକ ଲୋକପ୍ରିୟ ସରକାର ଅଟେ । ଏଥିରେ ସାର୍ବଭୌମତ୍ଵ ଲୋକମାନଙ୍କ ଉପରେ ଆଧାରିତ । ଏହା ପ୍ରଥମେ ଗ୍ରୀସ୍ ଦେଶରେ ପ୍ରତିଷ୍ଠିତ ହୋଇଥିଲା । ଏହା ଦୁଇଟି ଗ୍ରୀକ୍ ଶବ୍ଦ ‘ଡିମୋସ୍’ ଓ ‘କ୍ରାଟସ୍ ରୁ ଆନୀତ ଯାହାର ଅର୍ଥ ଯଥାକ୍ରମେ ‘ଗଣ’ ଓ ‘କ୍ଷମତା’ । ସୁତରାଂ ଗଣତନ୍ତ୍ର ଲୋକମାନଙ୍କର କ୍ଷମତାକୁ ବୁଝାଏ । ଆବ୍ରାହମ୍ ଲିଙ୍କନଙ୍କ ମତରେ, “ ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କଦ୍ୱାରା ଏବଂ ଲୋକମାନଙ୍କ ପାଇଁ ଏକ ଶାସନ ବ୍ୟବସ୍ଥା ।” ଏହାର ସଫଳତା ପାଇଁ ନିମ୍ନଲିଖୁତ ଉପାଦାନଗୁଡ଼ିକ ଆବଶ୍ୟକ ।
- ନୈତିକ ଓ ବୌଦ୍ଧିକ ବିକାଶ – ଲର୍ଡ଼ ବ୍ରାଇସ୍ କହନ୍ତି ଯେ ଉତ୍ତମ ନାଗରିକତା ସକାଶେ ବୁଦ୍ଧି, ଆତ୍ମସଂଯମ ଏବଂ ବିବେକ ଦରକାର । ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକ ବୁଦ୍ଧିମାନ୍ ହେଲେ ସେମାନେ ନିଜର ପ୍ରତିନିଧୂ ଠିକ୍ଭାବେ ବାଛି ପାରିବେ । ଆତ୍ମସଂଯମ ହେଲେ ସେମାନେ ଦୁର୍ନୀତିମୁକ୍ତ ହେବେ ଏବଂ ନୈତିକ ମନୋଭାବ ସେମାନଙ୍କୁ ବିବେକୀ କରାଇଥାଏ ।
- ଶିକ୍ଷାର ପ୍ରସାର – ଭାରତର ଦାର୍ଶନିକ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ କହିଥିଲେ ଯେ ଶିକ୍ଷା ହେଉଛି ରାଷ୍ଟ୍ରର ଦ୍ଵିତୀୟ ଧାଡ଼ିର ପ୍ରତିରକ୍ଷା ବ୍ୟବସ୍ଥା । ଇଂରେଜ ଦାର୍ଶନିକ ମିଲ୍ କହିଥିଲେ ଯେ ସାର୍ବଜନୀନ ଭୋଟପ୍ରଥା ସାର୍ବଜନୀନ ଶିକ୍ଷା ପରେ ପ୍ରାପ୍ତ ହେବା ଉଚିତ । ଯେଉଁ ନାଗରିକ ଅଶିକ୍ଷିତ ତାହାଦ୍ୱାରା ଗଣତନ୍ତ୍ର ସୁରକ୍ଷିତ ହେବ ନାହିଁ ।
- ଅର୍ଥନୈତିକ ସମତା – ଜାତିର ପିତା ମହାତ୍ମା ଗାନ୍ଧି କହିଥିଲେ ଯେ ଖାଲି ପେଟରେ କେହିହେଲେ ଦେଶପ୍ରେମୀ ହୋଇପାରିବେ ନାହିଁ । ଅର୍ଥନୈତିକ ବୈଷମ୍ୟ ଓ ଶୋଷଣ ରାଜନୈତିକ ସ୍ବାତନ୍ତ୍ର୍ୟ ଓ ସମତା କ୍ଷେତ୍ରରେ ବାଧା ଉପୁଜାଇଥାଏ । ଏଣୁ କୁହାଯାଏ ଅର୍ଥନୈତିକ ଗଣତନ୍ତ୍ର ବିନା ରାଜନୈତିକ ଗଣତନ୍ତ୍ର ଅସମ୍ଭବ ଅଟେ । ପ୍ରତ୍ୟେକ ବ୍ୟକ୍ତିର ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା; ଯଥା- ଖାଦ୍ୟ, ବସ୍ତ୍ର ଓ ବାସଗୃହ ପୂରଣ ହେବା ନିତାନ୍ତ ଆବଶ୍ୟକ ।
- କ୍ଷମତା ବିକେନ୍ଦ୍ରୀକରଣ – ଲର୍ଡ଼ ଆକ୍ଟନ୍ଙ୍କ ମତରେ, କ୍ଷମତା ମନୁଷ୍ୟକୁ ଦୁର୍ନୀତିଗ୍ରସ୍ତ କରେ । କ୍ଷମତାର କେନ୍ଦ୍ରୀଭୂତ ରୂପ ଦୁର୍ନୀତିର ଭିତ୍ତିଭୂମିକୁ ଦୃଢ଼ କରେ । ଏଣୁ ଗଣତନ୍ତ୍ରରେ କ୍ଷମତା ବିକେନ୍ଦ୍ରୀକରଣ ଓ ନିୟନ୍ତ୍ରଣ ଉପରେ ଗୁରୁତ୍ଵ ଦିଆଯାଏ । ଲୋକମାନଙ୍କ ସଂଖ୍ୟାଗରିଷ୍ଠ ସମର୍ଥନ ଉପଭୋଗ କରୁଥିବା ରାଜନୈତିକ ଦଳ ଲୋକମାନଙ୍କ ସମର୍ଥନ ଅନୁଯାୟୀ କ୍ଷମତା ଉପଭୋଗ କରି ଲୋକମଙ୍ଗଳ ପାଇଁ ଏହାର ବ୍ୟବହାର କରିଥାଏ । ସରକାରୀ ଦଳର କ୍ଷମତା ବିରୋଧୀ ଦଳ, ଜନମତ, ପ୍ରଥା, ପରମ୍ପରା, ସମ୍ବିଧାନ ଆଦିଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ସ୍ୱାୟତ୍ତ ଶାସନ ବ୍ୟବସ୍ଥାଦ୍ଵାରା କ୍ଷମତା ବିକେନ୍ଦ୍ରୀକରଣ ବ୍ୟବସ୍ଥା ତ୍ବରାନ୍ବିତ ଓ ବାସ୍ତବ ହୁଏ । ଏହା ଗଣତନ୍ତ୍ରର ପ୍ରାଥମିକ ସ୍ତର ଅଟେ ।
- ଗଣତାନ୍ତ୍ରିକ ମନୋବୃତ୍ତି – ଗଣତନ୍ତ୍ରର ନୀତି ହେଉଛି “ ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚିବାକୁ ଦିଅ ।” ଲୋକମାନଙ୍କ ମଧ୍ୟରେ ସ୍ନେହ, ସୌହାର୍ଘ୍ୟ, ତ୍ୟାଗ, ସହିଷ୍ଣୁତା, ଦୟା, ସହଯୋଗ ଆଦି ମାନବୀୟ ଗୁଣ ନଥିଲେ ଗଣତନ୍ତ୍ର ବିପଦାପନ୍ନ ହୁଏ ।
- ସୁସ୍ଥ ବିରୋଧୀ ଦଳ – ଗଣତନ୍ତ୍ରର ସଫଳ ରୂପାୟନ ପାଇଁ ଏକ ଦୃଢ଼ ଶାସନ ଦଳ ପରି ଏକ ସୁସଙ୍ଗଠିତ, ଦୃଢ଼, ଗଠନମୂଳକ କାର୍ଯ୍ୟ କରୁଥିବା ଉପଯୁକ୍ତ ନୀତିସମ୍ପନ୍ନ ବିରୋଧୀ ଦଳର ଆବଶ୍ୟକତା ରହିଛି । ଏହା ଶାସକ ଦଳର ଦୋଷତ୍ରୁଟିକୁ ସମାଲୋଚନା କରିବା ସଙ୍ଗେ ସଙ୍ଗେ ଜନମତ ସୃଷ୍ଟି ଓ ସଂରକ୍ଷଣରେ ସାହାଯ୍ୟ କରେ । ଏହାର ଅନୁପସ୍ଥିତିରେ ଶାସକ ଦଳ ସ୍ଵେଚ୍ଛାଚାରୀ ହୋଇଯିବ । ଏଣୁ ଗଣତନ୍ତ୍ର ପାଇଁ ଦ୍ବିଦଳୀୟ ବ୍ୟବସ୍ଥା ଅତ୍ୟନ୍ତ ଉପଯୋଗୀ ଅଟେ ।
- ଜାଗ୍ରତ ଜନମତ – ଜାଗ୍ରତ ଜନମତ ହିଁ ଗଣତନ୍ତ୍ରର ସତର୍କ ପ୍ରହରୀ । ଗଣତନ୍ତ୍ରରେ ଜନମତ ହିଁ ପ୍ରକୃତ ଭାଗ୍ୟନିୟନ୍ତା ! ପ୍ରତିନିଧୂମୂଳକ ଗଣତନ୍ତ୍ରରେ ପ୍ରତିନିଧୁ ନିର୍ବାଚନଠାରୁ ଆରମ୍ଭ କରି ସରକାର ପ୍ରତିଷ୍ଠା, ଶାସନର ଦାୟିତ୍ଵ, ପରିଚାଳନା, ନୀତି ନିର୍ଦ୍ଧାରଣ ଆଦି ପ୍ରତ୍ୟେକ କ୍ଷେତ୍ରରେ ଜନମତ ହିଁ ମୁଖ୍ୟ ଭୂମିକା ଗ୍ରହଣ କରେ । ଜନମତକୁ ନିଜ ସପକ୍ଷରେ ନେଲେ ଗୋଟିଏ ରାଜନୈତିକ ଦଳ ଶାସନ କ୍ଷମତା ଉପଭୋଗ ଓ ବ୍ୟବହାର କରିପାରେ ।
- କର୍ତ୍ତବ୍ୟବୋଧ ଓ ଦାୟିତ୍ଵଜ୍ଞାନ – ଗଣତନ୍ତ୍ରର ସଫଳତା ପାଇଁ ନାଗରିକ, ଶାସକ ଦଳ, ବିରୋଧୀ ଦଳ ଇତ୍ୟାଦି ପ୍ରତ୍ୟେକଙ୍କ ପାଖରେ ଉଚ୍ଚକୋଟୀର କର୍ତ୍ତବ୍ୟବୋଧ ଓ ଦାୟିତ୍ଵଜ୍ଞାନ ଥୁବ ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତି ଓ ଅନୁଷ୍ଠାନ ନିଜର ଭୂମିକା ଠିକ୍ ଭାବେ ସମ୍ପାଦନ କଲେ ଗଣତନ୍ତ୍ର ସଫଳ ହେବ । ଗଣତନ୍ତ୍ରର ସୁରକ୍ଷା ଲୋକମାନଙ୍କର ସାମାଜିକ, ନୈତିକ ଓ ବୌଦ୍ଧିକ ଉନ୍ନତି ଉପରେ ନିର୍ଭର କରେ । ମାକ୍ଙ୍କ ମତରେ, ଗଣତନ୍ତ୍ର ହେଉଛି ଏକ ଜୀବନଧାରା ।
୩ । ଗଣତନ୍ତ୍ରର ଚାରିତ୍ରିକ ଲକ୍ଷଣଗୁଡ଼ିକ ଦର୍ଶାଅ । ପ୍ରତ୍ୟକ୍ଷ ଓ ପରୋକ୍ଷ ଗଣତନ୍ତ୍ର ମଧ୍ୟରେ ଥିବା ପାର୍ଥକ୍ୟ ତର୍ଜମା କର।
Answer:
ଲର୍ଡ଼ ବ୍ରାଇସ୍ ଗଣତନ୍ତ୍ରର ସଂଜ୍ଞା ନିରୂପଣ କରି ମତ ଦେଇଛନ୍ତି ଯେ, “ ଗଣତନ୍ତ୍ର ଏପରି ଏକ ସରକାର ଯେଉଁଥରେ ରାଷ୍ଟ୍ରର ଶାସନ କ୍ଷମତା କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀ ବା ଶ୍ରେଣୀସମୂହ ହାତରେ ନ୍ୟସ୍ତ ନ ହୋଇ ସମାଜର ସମଗ୍ର ସଦସ୍ୟମାନଙ୍କ ଉପରେ ନ୍ୟସ୍ତ ହୋଇଥାଏ ।” ଏଣୁ ଗଣତନ୍ତ୍ରରେ ଲୋକମାନେ କ୍ଷମତାର ମୂଳ ଆଧାର ଅଟନ୍ତି । ଏହା ସାମ୍ବିଧାନିକ ଉପାୟରେ ପରିବର୍ତ୍ତନଶୀଳ ଶାସନ ବ୍ୟବସ୍ଥା ଅଟେ ।
ଗଣତନ୍ତ୍ରର ବିଭିନ୍ନ ସ୍ବରୂପ (Aspects of Democracy) :
- ଗଣତାନ୍ତ୍ରିକ ରାଷ୍ଟ୍ର – ଜନସାଧାରଣ ସର୍ବୋଚ୍ଚ କ୍ଷମତାର ଅଧିକାରୀ ହୋଇ ଜନସ୍ବାର୍ଥ ଦୃଷ୍ଟିରୁ କ୍ଷମତା ବ୍ୟବହୃତ ହେଉଥିବା ରାଷ୍ଟ୍ରୀୟ ସଙ୍ଗଠନକୁ ଗଣତାନ୍ତ୍ରିକ ରାଷ୍ଟ୍ର କୁହାଯାଏ । ଏହି ବ୍ୟବସ୍ଥାରେ ରାଷ୍ଟ୍ର ଏକ ମାଧ୍ୟମ ଓ ବ୍ୟକ୍ତି ଏକ ଲକ୍ଷ୍ୟ ଅଟେ ।
- ଗଣତାନ୍ତ୍ରିକ ସରକାର – ଏହି ସରକାରରେ କ୍ଷମତା ଜନସାଧାରଣଙ୍କଦ୍ବାରା ପ୍ରତ୍ୟକ୍ଷଭାବେ ବା ସେମାନଙ୍କର ପ୍ରତିନିଧୁମାନଙ୍କଦ୍ଵାରା ଜନସ୍ବାର୍ଥ ଦୃଷ୍ଟିରୁ ବ୍ୟବହୃତ ହୋଇଥାଏ ।
- ଗଣତାନ୍ତ୍ରିକ ସମାଜ – ଏହି ସମାଜ ସ୍ଵତନ୍ତ୍ରତା, ସମାନତା ଓ ଭ୍ରାତୃଭାବ ଉପରେ ପ୍ରତିଷ୍ଠିତ ହୋଇଥାଏ ।
- ଗଣତାନ୍ତ୍ରିକ ଅର୍ଥନୈତିକ ବ୍ୟବସ୍ଥା – ଏହି ଅର୍ଥନୈତିକ ବ୍ୟବସ୍ଥାରେ ଉତ୍ପାଦନ ଓ ବଣ୍ଟନ ନୀତି ଲୋକମାନଙ୍କଦ୍ୱାରା ସାଧାରଣ ସ୍ଵାର୍ଥ ଦୃଷ୍ଟିରୁ ନିର୍ଦ୍ଧାରଣ ଓ ପରିଚାଳନା କରାଯାଇଥାଏ । ପ୍ରତ୍ୟେକ ବ୍ୟକ୍ତି ଜୀବନଧାରଣର ପର୍ଯ୍ୟାପ୍ତ ସୁଯୋଗ ପ୍ରାପ୍ତ ହେବା ଓ ଶୋଷଣମୁକ୍ତ ଜନମଙ୍ଗଳକାରୀ ଅର୍ଥନୀତି ଏହି ବ୍ୟବସ୍ଥାର ଅନ୍ୟତମ ଲକ୍ଷ୍ୟ ଅଟେ ।
- ଗଣତାନ୍ତ୍ରିକ ଜୀବନଧାରା (Democratic way of life) – ଗଣତନ୍ତ୍ର ଲୋକମାନଙ୍କ ମଧ୍ୟରେ ଶାନ୍ତି, ବନ୍ଧୁତ୍ଵ, ସହଯୋଗ, ସହନଶୀଳତା ଆଦି ମୂଲ୍ୟବୋଧ ସୃଷ୍ଟି କରି ସେମାନଙ୍କ ପ୍ରକୃତି, ବ୍ୟବହାର ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣିଥାଏ । ଏହି ବ୍ୟକ୍ତିଗତ ବ୍ୟବହାର ସାମାଜିକ ବ୍ୟବହାର ନିର୍ଦ୍ଧାରଣରେ ସହାୟକ ହୋଇଥାଏ ।
ଗଣତନ୍ତ୍ରର ଚାରିକ ଲକ୍ଷଣ (Characteristics of Democracy) :
- ଗଣତନ୍ତ୍ରରେ ଲୋକମାନେ ସାର୍ବଭୌମ କ୍ଷମତାର ଅଧିକାରୀ ଅଟନ୍ତି ।
- ଏହା ସ୍ଵତନ୍ତ୍ରତା, ସମାନତା, ଅଧିକାର, ନ୍ୟାୟ ଓ ଭ୍ରାତୃଭାବର ସ୍ଥିତି ଉପରେ ପ୍ରତିଷ୍ଠିତ ।
- ଏହି ବ୍ୟବସ୍ଥାରେ ଲୋକମାନେ ‘ଲକ୍ଷ୍ୟ’ (end) ଓ ରାଷ୍ଟ୍ର ତଥା ସରକାର ‘ମାଧ୍ୟମ’ (means) ରୂପେ କାର୍ଯ୍ୟ କରିଥାଏ ।
- ପ୍ରତିନିଧୂମୂଳକ ଗଣତନ୍ତ୍ରରେ ‘ସଂଖ୍ୟାତ୍ମକର ଶାସନ’ ପ୍ରତିଷ୍ଠିତ ହୋଇଥାଏ ।
- ସ୍ଵାଧୀନ ବିଚାର ସଂସ୍ଥା ଓ ‘ଆଇନର ଶାସନ’ର କାର୍ଯ୍ୟକାରିତା ଏହାର ଲକ୍ଷ୍ୟ ଅଟେ ।
- ବିରୋଧୀ ଦଳ ଓ ମତ ପ୍ରତି ସହନଶୀଳତା ଓ ସମ୍ମାନ ପ୍ରଦର୍ଶନ ଏହାର ପ୍ରକୃତି ଅଟେ ।
- ସାମ୍ବିଧାନିକ ଉପାୟରେ ନିୟମିତ ବ୍ୟବଧାନରେ ସଂଘଟିତ ନିର୍ବାଚନ ମାଧ୍ୟମରେ ସରକାର ପରିବର୍ତ୍ତନ ସମ୍ଭବ ହୋଇଥାଏ ।
- ବହୁଦଳୀୟ ରାଜନୈତିକ ବ୍ୟବସ୍ଥା ଏହାର ସଫଳତା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ ।
- ମନୁଷ୍ୟର ଯୁକ୍ତିଶୀଳତା (rationality) ଉପରେ ଏହା ବିଶ୍ବାସ ସ୍ଥାପନ କରିଥାଏ ।
ପ୍ରତ୍ୟକ୍ଷ ଓ ପରୋକ୍ଷ ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ (Difference between Direct and Indirect Democracy) :
ଐତିହାସିକ ଦୃଷ୍ଟିକୋଣରୁ ଜନ ଅଂଶଗ୍ରହଣର ପ୍ରକୃତି ଭିତ୍ତିରେ ଗଣତନ୍ତ୍ରକୁ ପ୍ରତ୍ୟକ୍ଷ (Direct) ଓ ପରୋକ୍ଷ ବା ପ୍ରତିନିଧୁମୂଳକ (Indirect or Representative) ପରି ଦୁଇ ଭାଗରେ ବିଭକ୍ତ କରାଯାଇଥାଏ ।
ପ୍ରତ୍ଯକ୍ଷ ଗଣତନ୍ତ୍ର – ଏହା ପୁରାତନ ଓ ବାସ୍ତବ ଗଣତାନ୍ତ୍ରିକ ବ୍ୟବସ୍ଥା ଅଟେ । ଏହି ବ୍ୟବସ୍ଥାରେ ଲୋକମାନେ ପ୍ରତ୍ୟକ୍ଷଭାବେ ରାଷ୍ଟ୍ରୀୟ ବ୍ୟାପାରରେ ଅଂଶଗ୍ରହଣ କରିଥା’ନ୍ତି । ଗ୍ରୀକ୍ ନଗର-ରାଜ୍ୟ ଓ ରୋମାନ୍ ସଭ୍ୟତା ସମୟରେ ସ୍ଵଳ୍ପ ଜନସଂଖ୍ୟା ବିଶିଷ୍ଟ କ୍ଷୁଦ୍ର ରାଷ୍ଟ୍ର କ୍ଷେତ୍ରରେ ଏହାର କାର୍ଯ୍ୟକାରିତା ଦେଖିବାକୁ ମିଳୁଥିଲା । କିନ୍ତୁ ବିଶାଳ ଭୂଖଣ୍ଡ, ବିରାଟ ଜନସଂଖ୍ୟା ଓ ବ୍ୟାପକ କାର୍ଯ୍ୟପରିସର ହେତୁ ବର୍ତ୍ତମାନର ରାଷ୍ଟ୍ରୀୟ ବ୍ୟବସ୍ଥାରେ ପ୍ରତ୍ୟକ୍ଷ ଗଣତନ୍ତ୍ରର କାର୍ଯ୍ୟକାରିତା ସମ୍ଭବ ନୁହେଁ । ତଥାପି ସୁଇଜରଲ୍ୟାଣ୍ଡର ପାଞ୍ଚଗୋଟି କ୍ୟାଣ୍ଟନରେ ‘ଲ୍ୟାଣ୍ଡସ୍ମିଣ୍ଟ୍’ (Landsgemeinde) ବା ପ୍ରାଥମିକ ସଭା ମାଧ୍ୟମରେ ପ୍ରତ୍ୟକ୍ଷ ଗଣତନ୍ତ୍ରର ବାସ୍ତବ ଉପସ୍ଥିତି ଦେଖିବାକୁ ମିଳୁଛି । ଏହି ବ୍ୟବସ୍ଥାରେ ସମସ୍ତ ସାବାଳକ ନାଗରିକ ବର୍ଷରେ ଥରେ ଏକତ୍ରିତ ହୋଇ ପ୍ରାଥମିକ ସଭାରେ ଆଇନ ପ୍ରଣୟନ, ଶାସନ ନୀତି ନିର୍ଦ୍ଧାରଣ ଓ ପରିଚାଳନା ଆଦି କାର୍ଯ୍ୟ ସମ୍ପାଦନ କରିଥା’ନ୍ତି । ଏହି ସଂଗଠନକୁ ଛାଡ଼ିଦେଲେ ‘ଗଣଭୋଟ’ (Referendum), ‘ଗଣ ଉଦ୍ୟୋଗ’ (Initiative), ‘ପ୍ରତ୍ୟାହାର’ (Recall) ଓ ‘ରାଜନୈତିକ ବ୍ୟାପାରରେ ଗଣଭୋଟ’ (Plebiscite) ଆଦି ବ୍ୟବସ୍ଥା ମାଧ୍ଯମରେ ବର୍ତ୍ତମାନର ପରିସ୍ଥିତିରେ ପରୋକ୍ଷ ଗଣତନ୍ତ୍ରରେ ଜନ ଅଂଶଗ୍ରହଣ ବୃଦ୍ଧିର ପରିବେଶ ସୃଷ୍ଟି କରାଯାଉଛି ।
ଗଣଭୋଟ (Referendum) :
ବ୍ୟବସ୍ଥାପିକାଦ୍ଵାରା ଗୃହୀତ କୌଣସି ବିଧେୟକକୁ ଅନୁମୋଦନ ବା ପ୍ରତ୍ୟାଖ୍ୟାନ କରିବାର ବ୍ୟବସ୍ଥା ‘ଗଣଭୋଟ’ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାଏ । ଏଠାରେ ଲୋକମାନେ ସାର୍ବଭୌମ କ୍ଷମତାର ସର୍ବଶେଷ ଅଧିକାରୀ ବୋଲି ପ୍ରତିପାଦନ କରାଯାଇଥାଏ । ଏହା ଭୋଟଦାତାଙ୍କ ‘ଭିଟୋ କ୍ଷମତା’ ବୋଲି ଅଭିହିତ ହୋଇଥାଏ । ଏହା ଲୋକମାନଙ୍କ ପାଖରେ ବ୍ୟବସ୍ଥାପିକାର ଅତ୍ୟାଚାରରୁ ମୁକୁଳିବା ପାଇଁ ଏକ ‘ଢାଲ’ (shield) ରୂପେ ବ୍ୟବହୃତ ହୁଏ । ଏହା ଦୁଇ ପ୍ରକାରର, ଯଥା (କ) ବାଧ୍ୟତାମୂଳକ ଗଣଭୋଟ ଓ (ଖ) ଇଚ୍ଛାଧୀନ ଗଣଭୋଟ ।
- ବାଧ୍ୟତାମୂଳକ ଗଣଭୋଟ (Compulsory Referendum) – ବ୍ୟବସ୍ଥାପିକାଦ୍ଵାରା ଗୃହୀତ ବିଧେୟକ ଜନସାଧାରଣଙ୍କଦ୍ବାରା ଅନୁମୋଦିତ ନ ହେଲା ପର୍ଯ୍ୟନ୍ତ ତାହା ଆଇନରେ ପରିଣତ ହୋଇପାରେ ନାହିଁ । ସୁଇଜରଲ୍ୟାଣ୍ଡରେ ସମସ୍ତ ସାମ୍ବିଧାନିକ ସଂଶୋଧନ ବିଧେୟକ ଏହି ପର୍ଯ୍ୟାୟଭୁକ୍ତ ହୋଇଥାଏ ।
- ଇଚ୍ଛାଧୀନ ଗଣଭୋଟ (Optional Referendum) – ସାଧାରଣ ବିଧେୟକ କ୍ଷେତ୍ରରେ ଗଣଭୋଟ ଇଚ୍ଛାଧୀନ ଅଟେ । ସୁଇଜରଲ୍ୟାଣ୍ଡରେ ୫୦,୦୦୦ ଭୋଟଦାତା କିମ୍ବା ଆଠଗୋଟି କ୍ୟାଣ୍ଟନ ଏକ ବିଧେୟକ କ୍ଷେତ୍ରରେ ଗଣଭୋଟ ଦାବି ପ୍ରସ୍ତାବ ଆଗତ କରିପାରନ୍ତି । ଏହା ବ୍ୟତୀତ ସଂଘୀୟ ବ୍ୟବସ୍ଥାପିକା ଆବଶ୍ୟକତା ଅନୁଭବ କଲେ ଏକ ସାଧାରଣ ବିଧେୟକ କ୍ଷେତ୍ରରେ ଗଣଭୋଟ କରିପାରନ୍ତି । ଭୋଟଦାତା ଓ କ୍ୟାଣ୍ଟନ ଗଣଭୋଟ ଦାବି କରୁଥିବା ପରିସ୍ଥିତିରେ ବିଧେୟକର ପ୍ରକାଶନର ୯୦ ଦିନ ମଧ୍ୟରେ ଏହା କରାଯିବା ଆବଶ୍ୟକ ଅଟେ ।
ଗଣ ଉଦ୍ୟୋଗ (Initiative) :
ସରକାର ଆଇନ ପ୍ରଣୟନ ନ କଲେ ଜନସାଧାରଣ ପ୍ରସ୍ତାବ ବା ପୂର୍ଣ୍ଣାଙ୍ଗ ରୂପେ ଆଇନ ପ୍ରଣୟନର ଉଦ୍ୟମ କରୁଥିବା ବ୍ୟବସ୍ଥାକୁ ‘ଗଣ ଉଦ୍ୟୋଗ’ କୁହାଯାଏ । ଏହା ଲୋକମାନଙ୍କ ହାତରେ ଏକ ‘ଖଡ୍ଗ’ (sword) ରୂପେ କାର୍ଯ୍ୟ କରେ ଯାହା ଫଳରେ ବ୍ୟବସ୍ଥାପିକାର ସ୍ଥାଣୁତା ଓ ସ୍ଵାର୍ଥପରତା ବିରୁଦ୍ଧରେ ଯୁଦ୍ଧ କରି ଆଇନ ପ୍ରଣୟନର ପଥ ଉନ୍ମୁକ୍ତ କରାଯାଇପାରେ | ସୁଇଜରଲ୍ୟାଣ୍ଡରେ ୫୦ ହଜାର ଭୋଟଦାତା କେବଳ ସାମ୍ବିଧାନିକ ସଂଶୋଧନ କ୍ଷେତ୍ରରେ ଗଣ ଉଦ୍ୟୋଗକୁ ପ୍ରୟୋଗ କରିପାରନ୍ତି । ଏହା ଦୁଇ ପ୍ରକାରର; ଯଥା – ପୂର୍ବାଙ୍ଗ (Formulated) ଓ ଅପୂର୍ଣ୍ଣାଙ୍ଗ ବା ପ୍ରସ୍ତାବ ଆକୃତିଧାରୀ (Unformulated) ।
- ପୂର୍ଣ୍ଣାଙ୍ଗ ଗଣଉଦ୍ୟୋଗ କ୍ଷେତ୍ରରେ ଭୋଟଦାତା ସମ୍ପୂର୍ଣ୍ଣ ଲିଖୁତ ଓ ପୂର୍ଣ୍ଣାଙ୍ଗ ରୂପରେ ବ୍ୟବସ୍ଥାପିକାର ଅନୁମୋଦନ ପାଇଁ ଏକ ପ୍ରସ୍ତାବ ଉପସ୍ଥାପନ କରନ୍ତି ।
- ପ୍ରସ୍ତାବ ଆକୃତିଧାରୀ ଗଣ ଉଦ୍ୟୋଗ କ୍ଷେତ୍ରରେ କେବଳ ଏକ ପ୍ରସ୍ତାବ ବ୍ୟବସ୍ଥାପିକାରେ ଉପସ୍ଥାପନ କରାଯାଏ ଓ ବ୍ୟବସ୍ଥାପିକା ଏହାର ପୂର୍ଣ କଳେବର ନିରୂପଣ କରିଥାଏ ।
ପ୍ରତ୍ୟାହାର (Recall) :
ଲୋକ ପ୍ରତିନିଧ୍ୟ ଏକ ନିର୍ଦ୍ଧାରିତ ସମୟ ପାଇଁ ନିର୍ବାଚିତ ହୋଇଥା’ନ୍ତି । ଏହି ସମୟସୀମା ମଧ୍ୟରେ ସେମାନେ ଅଣନିୟନ୍ତ୍ରିତ ହେଲେ ଅଣଦାୟିତ୍ଵସମ୍ପନ୍ନ ଓ ସ୍ଵେଚ୍ଛାଚାରୀ ହୋଇ ଗଣତନ୍ତ୍ରର ମୂଳଭିଭିକୁ ଦୁର୍ବଳ କରିଦେବାର ସମ୍ଭାବନା ରହିଛି । ଏଣୁ କେତେକ ରାଷ୍ଟ୍ରରେ ସେମାନେ ଅଣଦାୟିତ୍ଵସମ୍ପନ୍ନ ହେବା ପରିସ୍ଥିତିରେ ସେମାନଙ୍କୁ ଭୋଟଦାତାଙ୍କଦ୍ବାରା ପ୍ରତ୍ୟାହାର କରିବାର ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ।
ରାଜନୈତିକ ବ୍ୟାପାରରେ ଗଣଭୋଟ ବା ‘ପ୍ଲେବିସାଇଟ୍’ (Plebiscite) :
‘ପ୍ଲେବିସାଇଟ୍’ ଶବ୍ଦଟି ଦୁଇଟି ଲାଟିନ୍ ଶବ୍ଦ ‘ପ୍ଲେବିସ୍’ (Plebis) ଓ ‘ସିଟିଅମ୍’ (Sitium) ରୁ ଉଦ୍ଧୃତ ହୋଇଛି । ‘ପ୍ଲେବିସ୍’ର ଅର୍ଥ ‘ଜନସାଧାରଣ’ ଓ ‘ସିଟିଅମ୍’ର ଅର୍ଥ ଏକ ‘ଶୃଙ୍ଖଳା’ (an Order) । ଏଣୁ ପ୍ଲେବିସାଇଟ୍ର ଅର୍ଥ ‘ଜନସାଧାରଣଙ୍କ ଶୃଙ୍ଖଳା’ । ଏହା ଗୁରୁତ୍ଵପୂର୍ଣ୍ଣ ରାଜନୈତିକ ପ୍ରଶ୍ନ କ୍ଷେତ୍ରରେ ପ୍ରୟୋଗ କରାଯାଏ । ପ୍ଲେବିସାଇଟ୍ ଓ ଗଣଭୋଟ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ହେଉଛି ପ୍ଲେବିସାଇଟ୍ ରାଜନୈତିକ ପ୍ରଶ୍ନ କ୍ଷେତ୍ରରେ ଜନମତାମତ ଗ୍ରହଣ ପାଇଁ ଉଦ୍ଦିଷ୍ଟ ଥିବାବେଳେ ‘ଗଣମତାମତ ଗ୍ରହଣ’ (Referendum) ଯେକୌଣସି ଆଇନ ପ୍ରଣୟନ କ୍ଷେତ୍ରରେ ପ୍ରୟୋଗ ହୋଇଥାଏ ।
ପ୍ରତ୍ୟକ୍ଷ ଗଣତନ୍ତ୍ରର ଉପକାରିତା :
- ଏହା ଜନପ୍ରିୟ ସାର୍ବଭୌମତ୍ୱ ଉପରେ ପ୍ରତିଷ୍ଠିତ !
- ଥିରେ ଜନସାଧାରଣ ଉନ୍ନତ ରାଜନୈତିକ ଶିକ୍ଷା ପାଇପାରନ୍ତି ।
- ଜନମତ ଜାଣିବାପାଇଁ ଏହା ସମ୍ପୂର୍ଣ ଉପଯୁକ୍ତ ପଦ୍ଧତି ଅଟେ ।
- ଏହା ରାଜନୈତିକ ଦଳର କୁପ୍ରଭାବ ହ୍ରାସ କରେ ।
- ବ୍ୟକ୍ତିସ୍ଵାର୍ଥର ନିରାପତ୍ତା ପ୍ରଦାନକାରୀ ହିସାବରେ ଏହା ବିପ୍ଳବର ସମ୍ଭାବନା ହ୍ରାସ କରେ ।
- ଏହି ବ୍ୟବସ୍ଥାରେ ଆଇନ ଓ ସରକାର ପ୍ରତି ମାନ୍ୟତା ଓ ଆନୁଗତ୍ୟର ଭିତ୍ତି ସ୍ଵତଃସ୍ଫୁର୍ତ୍ତ ଓ ବଳିଷ୍ଠ ହୁଏ ।
ପ୍ରତ୍ୟକ୍ଷ ଗଣତନ୍ତ୍ରର ଅପକାରିତା :
- ଏହା ବ୍ୟବସ୍ଥାପିକାର ମର୍ଯ୍ୟାଦା ଓ ସ୍ଵାଭିମାନ ହ୍ରାସ କରେ ।
- ସାଧାରଣ ଭୋଟଦାତା ଆଇନ ପ୍ରଣୟନ ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟତାସମ୍ପନ୍ନ ନୁହଁନ୍ତି |
- ଏହା ଏକ ବ୍ୟୟବହୁଳ ଓ ଜଟିଳ ବ୍ୟବସ୍ଥା ଅଟେ ।
- ଲୋକମାନଙ୍କ ଭିତରେ ବିତୃଷ୍ଣା ଓ ଅନାଗ୍ରହ ରହିଥିବାରୁ ଏହି ବ୍ୟବସ୍ଥା ସଫଳତାର ସହ କାର୍ଯ୍ୟକାରୀ ହୋଇପାରେ ନାହିଁ ।
- ପ୍ରଗତିଶୀଳ ବ୍ୟବସ୍ଥାପିକା କ୍ଷେତ୍ରରେ ଏହା ପ୍ରତିବନ୍ଧକ ସୃଷ୍ଟି କରିଥାଏ ।
ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ର (Indirect or Representative Democracy):
ପ୍ରତ୍ୟକ୍ଷ ଗଣତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତି ଯୋଗ୍ୟ ହୋଇନଥିବାରୁ ଏହା ଅଯୋଗ୍ୟ ବ୍ୟକ୍ତିଙ୍କର ଶାସନରେ ପରିଣତ ହୋଇଥାଏ । କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଲୋକମାନଙ୍କଦ୍ଵାରା ନିର୍ବାଚିତ ଓ ନିୟନ୍ତ୍ରିତ ହୋଇଥିବାରୁ ସେମାନଙ୍କ କାର୍ଯ୍ୟଧାରାରେ ଦଳୀୟ ମନୋଭାବ ସୃଷ୍ଟି ହୋଇଥାଏ । ବିଶାଳ ଭୂଖଣ୍ଡ, ବିରାଟ ଜନସଂଖ୍ୟା, ବ୍ୟାପକ କାର୍ଯ୍ୟପରିସର ହେତୁ ବର୍ତ୍ତମାନ ପ୍ରତ୍ୟକ୍ଷ ଗଣତନ୍ତ୍ରର କାର୍ଯ୍ୟକାରିତା ସମ୍ଭବପର ନୁହେଁ । ପରୋକ୍ଷ ଗଣତନ୍ତ୍ରରେ ଜନସାଧାରଣ ସେମାନଙ୍କ ପ୍ରତିନିଧୁ ନିର୍ବାଚନ କରନ୍ତି । ସେହି ପ୍ରତିନିଧୂମାନେ ଲୋକମାନଙ୍କ ତରଫରୁ କ୍ଷମତା ବ୍ୟବହାର କରି ଲୋକମାନଙ୍କ ନିକଟରେ ଉତ୍ତରଦାୟୀ ରହିଥା’ନ୍ତି । ଏହା ସାର୍ବଜନୀନ ସାବାଳକ ଭୋଟପ୍ରଥାଦ୍ଵାରା କାର୍ଯ୍ୟକାରୀ ହୋଇଥାଏ । ଜନମତର କୌଣସି ନିର୍ଦ୍ଦିଷ୍ଟ ଆକାର ଓ ପ୍ରକାର ନଥିବାରୁ ଜନମତକୁ ନିର୍ବାଚନ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ରୂପରେଖ ପ୍ରଦାନ କରାଯାଏ ଓ ଏହା ଗଣତନ୍ତ୍ରର ଭିଭିକୁ ଦୃଢ଼ କରିଥାଏ ।
ପରୋକ୍ଷ ଗଣତନ୍ତ୍ରର ଉପକାରିତା :
- ଏହା ଉତ୍ତମ ପ୍ରଶାସନ ପ୍ରଦାନ କରିଥାଏ ।
- ଏହା ଉତ୍ତମ ଆଇନ ପ୍ରଣୟନ ପାଇଁ ଅନୁକୂଳ ଅଟେ ।
- ଏହା ଜନମତ ଉପରେ ପ୍ରତିଷ୍ଠିତ ଓ ଜନସମର୍ଥନ ଭିତ୍ତିରେ ପରିଚାଳିତ ଏକ ଦାୟିତ୍ଵଶୀଳ ଶାସନ ବ୍ୟବସ୍ଥା ଅଟେ ।
- ଏହା ସମାନତା, ସ୍ବତନ୍ତ୍ରତା, ଆଇନର ଶାସନ ଆଦି ଉପରେ ଗୁରୁତ୍ବ ଆରୋପ କରିଥାଏ ।
- ଏହା ଏକ ପ୍ରଗତିଶୀଳ ଓ ଦକ୍ଷ ସରକାର ପ୍ରତିଷ୍ଠା କରେ ।
- ଏହା ରାଜନୀତିରେ ବିରୋଧୀ ମତ ଓ ଦଳକୁ ଉପଯୁକ୍ତ ମର୍ଯ୍ୟାଦା ଦିଏ ।
- ସରକାରଙ୍କୁ ସମାଲୋଚନା କରିବା ଓ ରାଜନୈତିକ ଶିକ୍ଷାପ୍ରାପ୍ତ ହେବାର କ୍ଷେତ୍ର ଏଠାରେ ଅଧିକ ବ୍ୟାପକ ହୋଇଥାଏ ।
- ଏହା ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସଂସ୍କାରର ଉପଯୁକ୍ତ ମାଧ୍ୟମ ଅଟେ ।
ପ୍ରତ୍ୟକ୍ଷ ଗଣତନ୍ତ୍ରର ଅପକାରିତା :
- ଏହା ଅଦକ୍ଷ, ଅଜ୍ଞ ଜନସାଧାରଣଙ୍କ ସରକାର ଅଟେ ।
- ଏହା ଗୁଣାତ୍ମକ ମାନ ଅପେକ୍ଷା ସଂଖ୍ୟାତ୍ମକ ମାନ ଉପରେ ଅଧିକ ଗୁରୁତ୍ଵ ଦିଏ ।
- ଏହା ଅମଲାତନ୍ତ୍ରର ଭୂମିକା ବୃଦ୍ଧି ଓ ଉପୀଡ଼ନ ସୃଷ୍ଟି କରେ ।
- ଏହା ଏକ ବ୍ୟୟବହୁଳ ବ୍ୟବସ୍ଥା ଅଟେ ।
- ଏହା ସଂଖ୍ୟାଧ୍ୟାକର ଏକଚ୍ଛତ୍ରବାଦ ପ୍ରତିଷ୍ଠା କରେ ।
- ଏହା ରାଜନୈତିକ ଦଳର କୁପ୍ରଭାବର ଶିକାର ହୋଇଥାଏ ।
- ଏହା ଧନିକ ଶ୍ରେଣୀର ସରକାର ଅଟେ ।
- ଏଥୁରେ ରାଜନୀତି ଏକ ବୃତ୍ତିରେ ପରିଣତ ହୋଇ ସ୍ଵାର୍ଥପରତା, ଅସାଧୁତା ଓ ଦୁର୍ନୀତି ବୃଦ୍ଧି ପାଏ ।
- ଏହା ଏକ ଅସ୍ଥିର ସରକାର ଅଟେ ।
- ଏହି ବ୍ୟବସ୍ଥାରେ ଜରୁରୀ ପରିସ୍ଥିତିର ଉପଯୁକ୍ତ ମୁକାବିଲା ସମ୍ଭବ ହୋଇପାରେ ନାହିଁ ।
- ଏହି ବ୍ୟବସ୍ଥାରେ ଜାତୀୟ ଏକତାର ଭିତ୍ତିଭୂମି ଦୁର୍ବଳ ହୁଏ ।
ପରୋକ୍ଷ ଗଣତନ୍ତ୍ରର ଉପରୋକ୍ତ ଅପକାରିତା ସତ୍ତ୍ଵେ ବାସ୍ତବତା ଦୃଷ୍ଟିରୁ ଏହାହିଁ ଉପଯୁକ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା ଅଟେ । ପରୋକ୍ଷ ଗଣତନ୍ତ୍ରକୁ ଅଧିକ ଲୋକାଭିମୁଖୀ ଓ ବଳିଷ୍ଠ କରିବାପାଇଁ ଜନ ଅଂଶଗ୍ରହଣର ମାତ୍ରାକୁ ଅଧିକ ବ୍ୟାପକ କରାଯିବାର ବିଭିନ୍ନ ବ୍ୟବସ୍ଥା ବିଭିନ୍ନ ରାଷ୍ଟ୍ରରେ ଗ୍ରହଣ କରାଯାଉଛି ।
୪ । ଗଣତନ୍ତ୍ର କହିଲେ କ’ଣ ବୁଝ ? ଅର୍ଥନୈତିକ ଗଣତନ୍ତ୍ର ବିନା ରାଜନୈତିକ ସ୍ତରରେ ଗଣତନ୍ତ୍ର ସଫଳ ହେବ କି ? ମତ ଦିଅ ।
Answer:
‘ଗଣତନ୍ତ୍ର’ ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ‘ଡେମସ୍’ ଓ ‘କ୍ରାସିଆ’ରୁ ଉଦ୍ଧୃତ ଯାହା ଯଥାକ୍ରମେ ଲୋକମାନେ ଓ କ୍ଷମତା ଅର୍ଥକୁ ସୂଚିତ କରିଥାଏ । ଏଣୁ ଗଣତନ୍ତ୍ର ଲୋକମାନଙ୍କର କ୍ଷମତା ବା ଶାସନକୁ ବୁଝାଇଥାଏ । ସିଲିଙ୍କ ମତରେ ‘ଗଣତନ୍ତ୍ର ଏପରି ଏକ ସରକାର ଯେଉଁଥରେ ପ୍ରତ୍ୟେକ ଲୋକଙ୍କ ଅଂଶ ଥାଏ ।’ ବର୍ତ୍ତମାନ ଗଣତନ୍ତ୍ର କେବଳ ଏକ ସରକାର ମଧ୍ୟରେ ସୀମାବଦ୍ଧ ନରହି ଏହା ଏକ ସାମାଜିକ ବ୍ୟବସ୍ଥା, ଏକ ଅର୍ଥନୈତିକ ଶୃଙ୍ଖଳା ଓ ଏକ ଜୀବନ ପ୍ରକ୍ରିୟାକୁ ନିର୍ଦ୍ଦେଶିତ କରୁଛି । ଗଣତନ୍ତ୍ରରେ ଲୋକମାନେ କ୍ଷମତାର ମୂଳ ଆଧାର ଅଟନ୍ତି । ଏହା ସ୍ଵତନ୍ତ୍ରତା, ସମାନତା, ନ୍ୟାୟ ଓ ଭ୍ରାତୃଭାବ ଉପରେ ପ୍ରତିଷ୍ଠିତ । ଆଇନର ଶାସନ, ସାମ୍ବିଧାନିକ ପଦ୍ଧତିରେ ବିଶ୍ଵାସ ଓ ସ୍ଵାଧୀନ ନ୍ୟାୟପାଳିକା ମାଧ୍ୟମରେ ଏହା କାର୍ଯ୍ୟ କରିଥାଏ ।
ଉଦାରବାଦୀ ଗଣତନ୍ତ୍ରରେ ଲୋକମାନଙ୍କୁ ରାଜନୈତିକ ପ୍ରକ୍ରିୟାରେ ସାର୍ବଜନୀନ ସାବାଳକ ଭୋଟପ୍ରଥା, ମୁକ୍ତ ନିର୍ବାଚନ, ଦାୟିତ୍ଵଶୀଳ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଇତ୍ୟାଦି ବ୍ୟବସ୍ଥା ମାଧ୍ୟମରେ ଅଧିକ ଅଂଶଗ୍ରହଣର ସୁଯୋଗ ଦିଆଯାଇଥାଏ । ବର୍ତ୍ତମାନ ଜନମଙ୍ଗଳ ରାଷ୍ଟ୍ରର ଜନପ୍ରିୟତା ସାମାଜିକ ଓ ରାଜନୈତିକ ଗଣତନ୍ତ୍ରର ଭିରିକୁ ଦୃଢ଼ କରିଛି । ଗଣତନ୍ତ୍ରର ତିନିଗୋଟି ବିଭବ ରହିଛି, ଯଥା- ସାମାଜିକ, ରାଜନୈତିକ ଓ ଅର୍ଥନୈତିକ । ଏହି ତିନି ଉପାଦାନର ସହାବସ୍ଥାନ ହିଁ ଗଣତନ୍ତ୍ରକୁ ବାସ୍ତବ ଓ ସଫଳ କରିଥାଏ । ସାମାଜିକ କ୍ଷେତ୍ରରେ ଶ୍ରେଣୀ, ଜାତି, ବର୍ଣ୍ଣ, ଲିଙ୍ଗ, ଧର୍ମ ଆଦି ମଣିଷକୃତ ବିଭେଦତା ନିର୍ବିଶେଷରେ ପ୍ରତ୍ୟେକ ଲୋକ ସମାନ ବୋଲି ବିବେଚିତ ହୋଇ ସମାନ ସୁଯୋଗ ଉପଭୋଗ କରିବାକୁ ସାମାଜିକ ଗଣତନ୍ତ୍ର କୁହାଯାଏ ।
ଏହା ଗଣତନ୍ତ୍ରର ପ୍ରାଥମିକ ଆବଶ୍ୟକତା ଅଟେ ଓ ଗଣତନ୍ତ୍ରର ମୂଳଭିଭି ରୂପେ କାର୍ଯ୍ୟକରେ । ରାଜନୈତିକ ଗଣତନ୍ତ୍ର ନାଗରିକକୁ ଶାସନ କ୍ଷେତ୍ରରେ ସମାନ ଅଂଶଗ୍ରହଣର ସୁଯୋଗ ଦେଇଥାଏ । ଏହା ରାଷ୍ଟ୍ରର ଆତ୍ମ-ନିର୍ଦ୍ଧାରଣ ଅଧିକାରକୁ ସ୍ବୀକୃତି ଦେଇଥାଏ । ରାଷ୍ଟ୍ରୀୟ ସ୍ଵାଧୀନତାର ପରିବେଶରେ ବ୍ୟକ୍ତି ଭୋଟଦାନର ଅଧିକାର, ନିର୍ବାଚନରେ ଅଂଶଗ୍ରହଣର ଅଧିକାର, ସରକାର ଗଠନ ଓ ସମାଲୋଚନା କରିବାର ଅଧିକାର, ଚିନ୍ତନ ଓ ପ୍ରକାଶନର ସ୍ଵାଧୀନତା ସାଧାରଣ ପଦପଦବୀ ଗ୍ରହଣ କରିବାର ସ୍ବାଧୀନତା ଇତ୍ୟାଦି ଉପଭୋଗ କରି ରାଷ୍ଟ୍ରର ରାଜନୈତିକ ବ୍ୟାପାରରେ ଅଂଶଗ୍ରହଣ ସୁଯୋଗ ପାଇଥାଏ । ସାର୍ବଜନୀନ ସାବାଳକ ଭୋଟଦାନ ବ୍ୟବସ୍ଥା ଏହି ଦିଗରେ ଏକ ଗୁରୁତ୍ଵପୂର୍ଣ ବ୍ୟବସ୍ଥା ଅଟେ । ରାଜନୈତିକ ଗଣତନ୍ତ୍ର ରାଜନୈତିକ ସ୍ଵତନ୍ତ୍ରତା ମାଧ୍ୟମରେ ଆତ୍ମପ୍ରକାଶ କରିଥାଏ ।
ଅନ୍ୟପକ୍ଷରେ, ଅର୍ଥନୈତିକ ଗଣତନ୍ତ୍ର ବ୍ୟକ୍ତିକୁ ଅର୍ଥନୈତିକ ଶୋଷଣମୁକ୍ତ ପରିବେଶରେ ନିଜର ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ପୂରଣ କରିପାରୁଥିବା ବ୍ୟବସ୍ଥା ପ୍ରଦାନ କରିଥାଏ । ଏହା ‘ସମାଜବାଦ’ ମାଧ୍ୟମରେ ଆତ୍ମପ୍ରକାଶ କରେ । ଏହା ରାଷ୍ଟ୍ରୀୟ ଆୟ ଓ ସଂପତ୍ତିର ସମାନୁପାତିକ ବଣ୍ଟନ ଏବଂ ବ୍ୟାପକ ଅର୍ଥନୈତିକ ବୈଷମ୍ୟର ଅନୁପସ୍ଥିତିର ସପକ୍ଷରେ କାର୍ଯ୍ୟ କରିଥାଏ । ଏହା କାମ କରିବାର ଅଧିକାର । ଉପଯୁକ୍ତ ମଜୁରୀ, ନିର୍ଦ୍ଦିଷ୍ଟ ସମୟସୀମାଭିତ୍ତିକ କାର୍ଯ୍ୟ ସଂପାଦନ ଓ ସୁସ୍ଥ ଜୀବନଧାରଣ ପାଇଁ ଆବଶ୍ୟକ ସର୍ବନିମ୍ନ ସୁଯୋଗ ଆଦିକୁ ଦାବି କରିଥାଏ ।
ରାଜନୈତିକ ଗଣତନ୍ତ୍ର ପ୍ରଦାନ କରୁଥିବା ରାଜନୈତିକ ସ୍ଵତନ୍ତ୍ରତା ଅର୍ଥନୈତିକ ସମାନତା ବ୍ୟତୀତ ମୂଲ୍ୟହୀନ ଅଟେ । ନିଜର ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ଅର୍ଥାତ୍ ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ପୂରଣ କରିପାରୁନଥୁବା ବ୍ୟକ୍ତିଟିଏ ରାଜନୈତିକ ଗଣତନ୍ତ୍ରଦ୍ୱାରା ପ୍ରଦତ୍ତ ରାଜନୈତିକ ସ୍ଵତନ୍ତ୍ରତାକୁ ସ୍ଵାଧୀନ ଓ ପ୍ରକୃତ ଅର୍ଥରେ ଉପଯୋଗ କରିପାରିବ ନାହିଁ । ଅର୍ଥନୈତିକ ଶୋଷଣର ଶିକାର ହେଉଥିବା ବ୍ୟକ୍ତି ପାଖରେ ରାଜନୈତିକ ସ୍ଵାଧୀନତା ମୂଲ୍ୟହୀନ ଅଟେ । ଅର୍ଥନୈତିକ ତାରତମ୍ୟର ମାତ୍ରା ଅଧ୍ବକ ହେଲେ ଶାସନ କ୍ଷମତା ଧନିକ ଶ୍ରେଣୀହାତରେ ହିଁ କେନ୍ଦ୍ରୀଭୂତ ହୋଇ ରହିବ ଯାହା ରାଜନୈତିକ ଗଣତନ୍ତ୍ରର ସ୍ଵରୂପକୁ ବିକୃତ କରିଦେଇଥାଏ ।
ଏଣୁ ଅର୍ଥନୈତିକ ଅସମାନତା ରାଜନୈତିକ ସ୍ଵାଧୀନତା ଦୃଷ୍ଟିରୁ ଗୃହଣୀୟ ନୁହେଁ । ଏକ ସମାଜବାଦୀ ବ୍ୟବସ୍ଥାରେ ଉତ୍ପାଦନ ଓ ବଣ୍ଟନର ମାଲିକାନା ରାଷ୍ଟ୍ର ନିକଟରେ ରହିଲେ ବ୍ୟକ୍ତିର ଅର୍ଥନୈତିକ ସ୍ଵାର୍ଥର ସୁରକ୍ଷା ସମ୍ଭବ ହୋଇଥାଏ । ଏଣୁ ରାଜନୈତିକ ଗଣତନ୍ତ୍ରର ସଫଳତା ପାଇଁ ଅର୍ଥନୈତିକ ଗଣତନ୍ତ୍ରର ପ୍ରାଥମିକ ସର୍ଭ ପୂରଣ ହେବା ଆବଶ୍ୟକ । ରାଜନୈତିକ ଗଣତନ୍ତ୍ର ଓ ଅର୍ଥନୈତିକ ଗଣତନ୍ତ୍ର ମଧ୍ୟରେ ଥିବା ଅନ୍ତଃ-ସଂପର୍କ କାରଣରୁ ବର୍ତ୍ତମାନ ‘ଗଣତାନ୍ତ୍ରିକ ସମାଜବାଦ’ ର ବ୍ୟାପକ ପ୍ରସାର ସମ୍ଭବ ହୋଇଛି ।
୫ | ଗଣତନ୍ତ୍ର ପ୍ରତି ମୁଖ୍ୟ ପ୍ରତିବନ୍ଧକ ବା ଆହ୍ବାନଗୁଡ଼ିକ ଆଲୋଚନା କର ।
Answer:
ଗଣତନ୍ତ୍ର ଲୋକମତ ଅନୁଯାୟୀ ଓ ଜନସମର୍ଥନ ଭିତ୍ତିରେ ପରିଚାଳିତ ଏକ ଶାସନ ବ୍ୟବସ୍ଥା ହୋଇଥିବାରୁ ଏହା ସର୍ବୋତ୍ତମ ଶାସନ ବ୍ୟବସ୍ଥା ରୂପେ ପରିଗଣିତ ହେଉଛି । କିନ୍ତୁ ଏହା ନିମ୍ନୋକ୍ତ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବାରୁ ଏହାର ସଫଳତା ଅନେକ ପରିମାଣରେ ବ୍ୟାହତ ହେଉଛି ।
ଗଣତନ୍ତ୍ରର ମୁଖ୍ୟ ପ୍ରତିବନ୍ଧକ :
- ଲୋକମାନଙ୍କ ମଧ୍ୟରେ କ୍ରମବର୍ଦ୍ଧମାନ ସାମାଜିକ ଓ ଅର୍ଥନୈତିକ ଅସମାନତା – ବର୍ତ୍ତମାନର ପ୍ରତିନିଧୂମୂଳକ ଗଣତନ୍ତ୍ରରେ ସମସ୍ତ ନାଗରିକ ଭୋଟଦାନର ଅଧିକାର ପ୍ରାପ୍ତ ହୋଇଥିଲେ ମଧ୍ୟ ନିର୍ବାଚନ ଏକ ବ୍ୟୟବହୁଳ ପ୍ରକ୍ରିୟା ହୋଇଥିବାରୁ କେବଳ ଧନୀମାନେ ହିଁ ନିର୍ବାଚନରେ ସଫଳତା ପାଇବାର ସମ୍ଭାବନା ଅଧିକ । ସାଧାରଣ ଜନତାର ବହୁମୂଲ୍ୟ ଭୋଟ ଅଧିକାର ବିକ୍ରୟଯୋଗ୍ୟ ଓ କ୍ରୟଯୋଗ୍ୟ ବୋଲି ଗୃହୀତ ହେଉଛି । ବ୍ୟବସ୍ଥାପିକା ସଭାରେ ଧନୀ ବ୍ୟକ୍ତିମାନଙ୍କ ସଂଖ୍ୟାତ୍ମକ ପ୍ରଭାବଶାଳୀ ସ୍ଥିତି ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଆଇନ ପ୍ରଣୟନ ପାଇଁ ପରିବେଶ ସୃଷ୍ଟି କରୁଛି । ଏହା ସାମାଜିକ ଓ ଅର୍ଥନୈତିକ ଅସମାନତା ସୃଷ୍ଟି କରୁଛି ।
- ଅସାମାଜିକ ତଥା ଅପରାଧୀମାନଙ୍କ କୁପ୍ରଭାବଶାଳୀ ଭୂମିକା – ନିର୍ବାଚନରେ ଅସାମାଜିକ ଶକ୍ତିର ବ୍ୟାପକ ଉପଯୋଗ କରାଯାଉଛି । ରାଜନୀତିର ଅପରାଧୀକରଣ ପରେ ନିର୍ବାଚନରେ ଅପରାଧୀ ଓ ବାହୁବଳର ବ୍ୟାପକ ନିୟୋଜନ ଶାସନ ପ୍ରକ୍ରିୟା ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରୁଛି । ସାଧୁତାର ସହ ନିର୍ବାଚନ ପରିଚାଳନା ଅସମ୍ଭବ ହୋଇପଡୁଛି ।
- ଦୁର୍ନୀତି ଓ ଅଦକ୍ଷତା – ନିର୍ବାଚନ ପ୍ରକ୍ରିୟାଠାରୁ ଆରମ୍ଭ କରି ଶାସନ ବ୍ୟବସ୍ଥା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତିର କାୟା ବିସ୍ତାର ହୋଇଛି ଯାହା ଶାସନ ବ୍ୟବସ୍ଥାର ଦକ୍ଷତା ହ୍ରାସ କରୁଛି । ଅସାଧୁ, ଦୁର୍ନୀତିଗ୍ରସ୍ତ ଓ ଅଦକ୍ଷ ରାଜନେତା, ସରକାରୀ କର୍ମଚାରୀ ନିଜ ସ୍ବାର୍ଥ ପାଇଁ କାର୍ଯ୍ୟ କରିବା ଫଳରେ ଲୋକମାନଙ୍କର ଶାସନ ବ୍ୟବସ୍ଥା ପ୍ରତି ଆକୃଷ୍ଟି ରହୁନାହିଁ ଓ ଜନସମର୍ଥନର ସ୍ଵତଃପ୍ରବୃତ୍ତ ଚରିତ୍ର ବ୍ୟାହତ ହେଉଛି ।
- ଜାତିବାଦ ଓ ସାଂପ୍ରଦାୟିକତାବାଦ – ନିର୍ବାଚନ ପ୍ରକ୍ରିୟାରେ ଜାତି ଓ ଧର୍ମ ପରି ସାମାଜିକ ବ୍ୟବସ୍ଥାର ଉପାଦାନ ଗୁଡ଼ିକୁ ରାଜନୈତିକ ସଂକୀର୍ଣ୍ଣ ସ୍ବାର୍ଥ ହାସଲ ପାଇଁ ଉପଯୋଗ କରାଯାଉଛି । ଜାତି ଏକ ରାଜନୈତିକ ଦଳ ବୋଲି ଜୟପ୍ରକାଶ ନାରାୟଣ ମତ ଦେଇଥିଲେ । ଜାତି ଓ ଧର୍ମକୁ ରାଜନୈତିକ ଦଳମାନେ ନିଜର ଭୋଟବ୍ୟାଙ୍କ ସୃଷ୍ଟି ପାଇଁ ପ୍ରୟୋଗ କରୁଛନ୍ତି । ଏହା ଗଣତନ୍ତ୍ରର ସ୍ଵାସ୍ଥ୍ୟ ହାନି କରୁଛି । ସାମାଜିକ ଓ ଧାର୍ମିକ ବିଶ୍ଳେଷଭାବ ସୃଷ୍ଟି ହୋଇ ପ୍ରଶାସନିକ ଅସ୍ଥିରତା ସୃଷ୍ଟି ହେଉଛି ।
- ଆତଙ୍କବାଦ – ବଳ ପ୍ରୟୋଗ କରି ନିଷ୍ପତ୍ତି ଗ୍ରହଣକାରୀ ପ୍ରକ୍ରିୟାକୁ ପରିଚାଳନା କରିବା ଆତଙ୍କବାଦର ଲକ୍ଷ୍ୟ । ଭୀତି ସଞ୍ଚାର କରି ଜନମତକୁ ପ୍ରଭାବିତ କରିବା ଏକ ସାଧାରଣ-ଘଟଣାରେ ପରିଣତ ହୋଇଗଲାଣି । ଅର୍ଥନୈତିକ ବୈଷମ୍ୟ, ସ୍ଵାଧୀନତା ପାଇଁ ଆହ୍ଵାନ, ପରିଚୟଗତ ସଙ୍କଟ, ଧାର୍ମିକ ମୌଳବାଦ ଆଦି ଆତଙ୍କବାଦକୁ ଉତ୍ସାହିତ କରୁଛି । ସହିଷ୍ଣୁତାର ଅଭାବ ଆତଙ୍କବାଦର ତୀବ୍ରତାକୁ ବୃଦ୍ଧି କରୁଛି । ଏହା ଗଣତନ୍ତ୍ର ପ୍ରତି ସ୍ପୃହଣୀୟ ନୁହେଁ ।
- ଆଞ୍ଚଳିକତାବାଦ – ନିଜ ଅଞ୍ଚଳକୁ ଭଲ ପାଇ ଅନ୍ୟ ଅଞ୍ଚଳ ପ୍ରତି ବିଦ୍ବେଷଭାବ ପୋଷଣ କରିବା ଆଞ୍ଚଳିକତାବାଦର କୁପ୍ରଭାବରୁ ସମ୍ଭବ ହୋଇଥାଏ । ଏହା ଏକ ସଂକୀର୍ଣ୍ଣ ଚିନ୍ତାଧାରା ଅଟେ ଯାହା ବ୍ୟକ୍ତି ମଧ୍ୟରେ ବିଭେଦତା ସୃଷ୍ଟି କରି ଐକ୍ୟଭାବକୁ ନଷ୍ଟ କରିଥାଏ ।
- ଶିକ୍ଷା ଓ ସଚେତନଶୀଳତାର ଅଭାବ – ଗଣତନ୍ତ୍ର ବ୍ୟକ୍ତିର ଶିକ୍ଷା ଓ ସଚେତନଶୀଳତା ଉପରେ ନିର୍ଭରଶୀଳ । ଗଣତନ୍ତ୍ର ଶିକ୍ଷା ଓ ସଚେତନଶୀଳତା ଉପରେ ନିର୍ଭରଶୀଳ । ରାଜନୈତିକ ଶିକ୍ଷା ଓ ତାଲିମର ମାତ୍ରା କମିଲେ ଓ ସଚେତନଶୀଳତାର ମାତ୍ରା ବୃଦ୍ଧି ନପାଇଲେ ଗଣତନ୍ତ୍ରର ସଫଳ ବିନ୍ୟାସ ସମ୍ଭବ ନୁହେଁ । ବ୍ୟକ୍ତିର ରାଜନୈତିକ ପରିପକ୍ବତା ହିଁ ଗଣତନ୍ତ୍ରକୁ ଦୃଢ଼ ଓ ସୁବିକଶିତ କରିଥାଏ । ନାଗରିକ ନିଜର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଂପୂର୍ଣ୍ଣ ସଚେତନଶୀଳ ହେବା ।
- ଲିଙ୍ଗଗତ ଅସମାନତା – ଗଣତନ୍ତ୍ରର ସଫଳ ବିନ୍ୟାସ ଦିଗରେ ଏକ ମୁଖ୍ୟ ପ୍ରତିବନ୍ଧକ ହେଉଛି ପୁରୁଷ ଓ ନାରୀ ମଧ୍ଯରେ ବ୍ୟାପକ ଅସମାନତା । ଯୌନ ସମ୍ପର୍କ (Sex) ଏକ ଜୈବିକ ବ୍ୟବସ୍ଥା ହୋଇଥିବାବେଳେ ଲିଙ୍ଗ (Gender) ଏକ ସାମାଜିକ ଓ ସାଂସ୍କୃତିକ ବିଷୟ ଯାହା ପୁରୁଷ ଓ ନାରୀକୁ ସାମାଜିକ ଦୃଷ୍ଟିରୁ ଦିଆଯାଇଥିବା ଭୂମିକାକୁ ସୂଚିତ କରିଥାଏ । ଲିଙ୍ଗଗତ ପାର୍ଥକ୍ୟ ଏକ ମଣିଷକୃତ ଅସମାନତା ଅଟେ । ଅଧିକାଂଶ କ୍ଷେତ୍ରରେ ଏହା ମହିଳାମାନଙ୍କ ବିରୁଦ୍ଧରେ ଏକ ପ୍ରଭେଦ ସୃଷ୍ଟିକାରୀ ପ୍ରକ୍ରିୟା ରୂପେ ବିବେଚିତ ହୋଇଥାଏ । ମହିଳାମାନେ ଶୋଷିତ, ନିର୍ଯାତିତ ଓ ସୁଯୋଗରୁ ବଞ୍ଚ ହେଲେ ଓ ପୁରୁଷମାନଙ୍କ ସହ ସମାନ ମର୍ଯ୍ୟାଦା ପ୍ରାପ୍ତ ନ ହେଲେ ସାମାଜିକ ବ୍ୟବସ୍ଥା ଦୁର୍ବଳ ହୋଇପଡ଼େ । ଏହା ଗଣତନ୍ତ୍ରର ପରିପନ୍ଥୀ ଅଟେ । ସାମାଜିକ ଗଣତନ୍ତ୍ରର ଅନୁପସ୍ଥିତିରେ ରାଜନୈତିକ ଗଣତନ୍ତ୍ର ମୂଲ୍ୟହୀନ ଅଟେ ।
ଗଣତନ୍ତ୍ର ପ୍ରତି ଆହ୍ଵାନର ସମ୍ମୁଖୀନ ହେବାପାଇଁ ବ୍ୟବସ୍ଥା :
- ପ୍ରତ୍ୟେକ କ୍ଷେତ୍ରରୁ ଅସମାନତା ହ୍ରାସ ପାଇଁ ବାସ୍ତବ ପଦକ୍ଷେପ ଗ୍ରହଣ ।
- ଦଳିତ ଓ ନିଷ୍ପେଷିତ ଗୋଷ୍ଠୀକୁ ସ୍ଵର ପ୍ରଦାନ ପାଇଁ ସୁଯୋଗ ସୃଷ୍ଟି ।
- ଏକ ନିରପେକ୍ଷ ଓ ସ୍ଵାଧୀନ ଗଣମାଧ୍ୟମ କଲ୍ୟାଣର ମାଧ୍ୟମ ଓ ସୁରକ୍ଷାର କବଚ ସାଜିବାର ଭୂମିକା ଗ୍ରହଣ ।
- ସେବା ପ୍ରଦାନର ଗୁଣାତ୍ମକ ମାନ ବୃଦ୍ଧି ।
- ରାଜନୈତିକ ଦଳମାନେ ନିର୍ବାଚନୀ କ୍ଷମତା ରାଜନୀତିରୁ ଦୂରେଇ ରହିବା ଓ ପରସ୍ପରକୁ ଦୋଷ ଦେବାର ଖେଳ ନ ଖେଳିବା ।
- ତଥ୍ୟ ପ୍ରାପ୍ତିର ସୁଯୋଗ ଓ ମତପ୍ରକାଶନର ବ୍ୟାପକତା ବୃଦ୍ଧି କରିବା ।
- ଧର୍ମନିରପେକ୍ଷ ଦୃଷ୍ଟିଭଙ୍ଗୀର ବ୍ୟାପକ ଉପଯୋଗ କରାଯିବ ।
- ଶିକ୍ଷାର ବ୍ୟାପକ ପ୍ରସାର କରିବା ।
- ଆତଙ୍କବାଦର ଦୃଢ଼ ମୁକାବିଲା କରିବା ।
୬ | ଅସମାନତା କ’ଣ ? ଏହା ଗଣତନ୍ତ୍ରର ସଫଳତା କ୍ଷେତ୍ରରେ କ’ଣ ଏକ ଦୃଢ଼ ପ୍ରତିବନ୍ଧକ ? ଏହାର ଦୂରୀକରଣ ପାଇଁ ଭାରତରେ କ’ଣ ପଦକ୍ଷେପ ନିଆଯାଉଛି ?
Answer:
ବର୍ତ୍ତମାନ ସମୟରେ ଅସମାନତାର କ୍ରମବର୍ତ୍ତମାନ ସ୍ଵରୂପ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବ୍ୟବସ୍ଥା ଓ ପ୍ରକ୍ରିୟା ପ୍ରତି ଏକ ମୁଖ୍ୟ ଆହ୍ଵାନ ରୂପେ ଦେଖାଦେଇଛି । ଏହା ଗୋଟିଏ ରାଷ୍ଟ୍ରର ବିକାଶ ପ୍ରକ୍ରିୟାକୁ ପ୍ରତିହତ କରୁଛି । ସାମାଜିକ ଅସମାନତା, ଆୟଗତ ଓ ଅର୍ଥନୈତିକ ଅସମାନତା, ଆଞ୍ଚଳିକ ଅସମାନତା, ଲିଙ୍ଗଗତ ଅସମାନତା ଆଦି ବିବିଧ ରୂପରେ ଅସମାନତାର ପରିପ୍ରକାଶ ଘଟିଥାଏ । ଏହି ଅସମାନତା ମାନବିକ ଏକତାକୁ ନଷ୍ଟ କରୁଛି । ଅସମାନତା ପାର୍ଥକ୍ୟ ଓ ବିଭେଦ ଆଧରିକ ଅଟେ ।
ଫଳାଫଳ ବା ପ୍ରାପ୍ତିରେ ଅସମାନତା (Inequality of Outcomes) ଓ ସୁବିଧା ସୁଯୋଗରେ ଅସମାନତା (Inequality of Opportunity) ମଧ୍ୟରେ ରହିଥିବା ମୌଳିକ ପାର୍ଥକ୍ୟ ଅସମାନତାର ନଗ୍ନସ୍ବରୂପକୁ ପ୍ରକାଶ କରିଥାଏ । ମାନବର କଲ୍ୟାଣ ସଂପର୍କିତ ପ୍ରସଙ୍ଗ ଯଥା ଆୟଗତ ସ୍ତର ଓ ଶିକ୍ଷାପ୍ରାପ୍ତିର ସ୍ତର ଇତ୍ୟାଦିରେ ଅସମାନତା ତୀବ୍ର ମାତ୍ରାରେ ବୃଦ୍ଧି ପାଉଛି । ମଜୁରୀ ନିୟନ୍ତ୍ରଣ ଆଇନର ଉପସ୍ଥିତି ଓ ସମାଜବାଦୀ ବ୍ୟବସ୍ଥାର ସ୍ଥିତି ସତ୍ତ୍ଵେ ଆୟଗତ ଅସମାନତାର ଭୟଙ୍କର ସ୍ବରୂପ ବିଦ୍ୟମାନ । ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାକୁ ମାଗଣା ଓ ବାଧ୍ୟତାମୂଳକ କରିବା ସତ୍ତ୍ବେ ଉଚ୍ଚଶିକ୍ଷା କ୍ଷେତ୍ରରେ ଘରୋଇ ଶିକ୍ଷାନୁଷ୍ଠାନର ବିକାଶ ଗୁଣାତ୍ମକ ଶିକ୍ଷାକୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ କରିବାରେ ଅନେକାଂଶରେ ବିଫଳ ହେଉଛି ।
ଏହା ଫଳାଫଳ ବା ପ୍ରାପ୍ତିର ଅସମାନତାର କ୍ଷେତ୍ରକୁ ପ୍ରଶସ୍ତ କରୁଛି । ଅନ୍ୟପକ୍ଷରେ, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସମାନ ସୁଯୋଗର ଅନୁପସ୍ଥିତି ରହିଛି ଯାହା ସୁବିଧାସୁଯୋଗର ଅସମାନତାକୁ ପ୍ରୋତ୍ସାହିତ କରୁଛି । ଶିକ୍ଷା, ସ୍ବାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ପ୍ରାପ୍ତିରେ ବ୍ୟାପକ ଅସମାନତା ଗଣତନ୍ତ୍ରର ସ୍ଥିତିକୁ ଦୋହଲାଇ ଦେଉଛି । ଜନ୍ମ, ଲିଙ୍ଗ, ସହରାଞ୍ଚଳ ଓ ପୁଷ୍ଟିକର ଖାଦ୍ୟ ପ୍ରାପ୍ତିରେ ବ୍ୟାପକ ଅସମାନତା ଗଣତନ୍ତ୍ରର ସ୍ଥିତିକୁ ଦୋହଲାଇ ଦେଉଛି । ଜନ୍ମ, ଲିଙ୍ଗ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସ୍ଥିତି ଆଦି କାରଣରୁ ଉଭୟ ପ୍ରାପ୍ତି ଓ ସୁଯୋଗ କ୍ଷେତ୍ରରେ ଅସମାନତା ପରିଦୃଷ୍ଟ ହେଉଛି । ସାମାଜିକ ସ୍ତରୀକୃତ ବ୍ୟବସ୍ଥା (Social Stratification) ଉପରୋକ୍ତ ଦୁଇ ପ୍ରକାର ଅସମାନତା ସୃଷ୍ଟିର ଏକ ମୁଖ୍ୟ କାରଣ ଅଟେ ।
ସାମାଜିକ ଅସମାନତା (Social Inequality) – ଗୋଟିଏ ସମାଜ ବା ମାନବଗୋଷ୍ଠୀ ମଧ୍ୟରେ ଅସମାନ ପ୍ରାପ୍ତିର ସ୍ଥିତି ଏବଂ ଭିନ୍ନ ଭିନ୍ନ ସାମାଜିକ ପଦମର୍ଯ୍ୟାଦା ଲାଭ ସାମାଜିକ ଅସମାନତାକୁ ସୂଚିତ କରିଥାଏ । ଭାରତରେ ଜାତି ଭିତ୍ତିକ ସମାଜ ଏକ ସ୍ତରୀକୃତ ସାମାଜିକ ସଂଗଠନର ସୂଚନା ଦିଏ ଯାହା ସାମାଜିକ ଅସମାନତାକୁ ନିର୍ଦ୍ଦେଶିତ କରିଥାଏ । ବ୍ରାହ୍ମଣ ପରମ୍ପରାର ଏକ ଦାୟାଦଭାବେ ଜାତି ବ୍ୟବସ୍ଥା ତା’ର କାୟା ବିସ୍ତାର କରି ରହିଛି । ଏକ ଜାତିରେ ଜନ୍ମ ହୋଇଥିବାର କାରଣ ସେହି ବ୍ୟକ୍ତିର ସାମାଜିକ ସ୍ଥିତି ଓ ମର୍ଯ୍ୟାଦା ନିର୍ଦ୍ଧାରଣ କରେ । ବ୍ରାହ୍ମଣମାନଙ୍କର ସ୍ୱେଚ୍ଛାଚାରିତା ଓ ପ୍ରାଧାନ୍ୟକୁ ବିରୋଧ କରିବା ଆଳରେ ଇଂରେଜୀ ଉପନିବେଶବାଦ ନିଜର ସ୍ଥିତି ଦୃଢ଼ କରିଥିଲା । ଶ୍ରେଣୀଗତ କାରଣରୁ ମଧ୍ଯ ଭାରତରେ ସାମାଜିକ ଅସମାନତା ପରିଦୃଷ୍ଟ ହୁଏ । ଉପନିବେଶବାଦର ପ୍ରଭାବ ଶ୍ରେଣୀଭିଭିକ ସାମାଜିକ ଅସମାନତା ସୃଷ୍ଟି କରିଛି । ଅତୀତର ଜମିଦାର ଶ୍ରେଣୀଠାରୁ ବର୍ତ୍ତମାନର ଅମଲାତାନ୍ତ୍ରିକ-ମ୍ୟାନେଜର ଶ୍ରେଣୀୟ ଗୋଷ୍ଠୀଙ୍କ ମାଧ୍ୟମରେ ଭାରତରେ ଶ୍ରେଣୀଗତ ସାମାଜିକ ଅସମାନତାର ପରିପ୍ରକାଶ ଘଟୁଛି । ଜାତି ଓ ଶ୍ରେଣୀଭିଭିକ ଅସମାନତା ଗଣତନ୍ତ୍ରର ପଥରୋଧ କରିଥାଏ ।
ଲିଙ୍ଗଗତ ଅସମାନତା (Gender Inequality) – ଏକ ନିର୍ଦ୍ଦିଷ୍ଟ ସମାଜରେ ପୁରୁଷ ଓ ନାରୀକୁ ସାମାଜିକ ଦୃଷ୍ଟିରୁ ନିର୍ଦ୍ଧାରିତ ଭୂମିକା ପ୍ରଦାନରେ ରହିଥିବା ପାର୍ଥକ୍ୟକୁ ଲିଙ୍ଗଗତ ଅସମାନତା କୁହାଯାଏ । ପୁରୁଷକୁ କ୍ଷମତାଗତ ସମ୍ପର୍କ କ୍ଷେତ୍ରରେ ନାରୀଠାରୁ ଉତ୍କର୍ଷ ବୋଲି ବିବେଚନା କରାଯାଇଥାଏ । ଏହା ଏକ ସାମାଜିକ ତଥା ସାଂସ୍କୃତିକ ପ୍ରକୃତିଗତ ଅସମାନତା ଅଟେ । ଏହା ମଣିଷକୃତ ଅସମାନତାର ପରିଚାୟକ ଅଟେ ! ଲିଙ୍ଗଗତ ଅସମାନତା ମହିଳାମାନଙ୍କ ବିରୋଧୀ ଏକ ପ୍ରସଙ୍ଗ ବୋଲି ବିବେଚିତ ହୋଇଥାଏ । ମହିଳା ସମାଜରେ ଶୋଷିତ, ପୁରୁଷ ଅଧୀନସ୍ଥ ଅମର୍ଯ୍ୟାଦାଯୁକ୍ତ ଶ୍ରେଣୀ ବୋଲି ବିବେଚିତ ହୁଏ । ଭାରତରେ ପ୍ରଚଳିତ ପୁରୁଷ ପ୍ରାଧାନ୍ୟ ବ୍ୟବସ୍ଥା ଏଡି ଲିଙ୍ଗଗତ ଅସମାନତାର ମୁଖ୍ୟ ଆଧାର ଅଟେ । ସିଲ୍ଭିଆ ୱାଲବିଙ୍କ ପରି ସମାଜତତ୍ତ୍ବବିତ୍ମାନେ ଏହି ପୁରୁଷପ୍ରାଧାନ୍ୟ ସାମାଜିକ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେଇଥା’ନ୍ତି ।
ମନୁଙ୍କ ପରି ପ୍ରାଚୀନ ଆଇନବିତ୍ମାନେ ନାରୀକୁ ଶିଶୁ ଅବସ୍ଥାରେ ପିତାଙ୍କ, ବିବାହ ପରେ ସ୍ଵାମୀ ଓ ବାର୍ଦ୍ଧକ୍ୟ ଅବସ୍ଥାରେ ବା ବିଧବାର ସ୍ଥିତିରେ ପୁତ୍ରର ନିରପତ୍ତା ବଳୟ ମଧ୍ୟରେ ରଖୁବାର ପ୍ରୟାସ କରି ଲିଙ୍ଗଗତ ଅସମାନତାକୁ ବଳିଷ୍ଠ କରିଛନ୍ତି । ବର୍ତ୍ତମାନ ମଧ୍ୟ ଏହି ସ୍ଥିତିରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ । ସାମାଜିକ ନିଷ୍ପଭିଗ୍ରହଣ ପ୍ରକ୍ରିୟାରେ ନାରୀ ଗୌଣ ଭୂମିକା ନିର୍ବାହ କରୁଛି । ତୀବ୍ର ଦାରିଦ୍ର୍ୟ ଓ ଶିକ୍ଷାର ଅଭାବ ନାରୀର ଏହି ନିମ୍ନ ମର୍ଯ୍ୟାଦାସଂପନ୍ନ ସ୍ଥିତି ପାଇଁ ଦାୟୀ । ନାରୀଶିକ୍ଷା ପାଇଁ ନିମ୍ନବର୍ଗର ଲୋକଙ୍କ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସଚେତନଶୀଳତାର ଅଭାବ ରହିଛି । ନାରୀ ଭୃଣ ହତ୍ୟା ଲିଙ୍ଗଗତ ଅସମାନତାର ଏକ ଚରମ ପରିପ୍ରକାଶ ଅଟେ । ଲିଙ୍ଗଗତ ନ୍ୟାୟ ପ୍ରତିଷ୍ଠା ଏକ ଆହ୍ବାନରେ ପରିଣତ ହୋଇଛି ।
ଲିଙ୍ଗଗତ ଅସମାନତା ଦୂରୀକରଣ ପାଇଁ ଭାରତରେ ଆଇନଗତ ବ୍ୟବସ୍ଥା – ଭାରତ ସମ୍ବିଧାନର ପ୍ରାକ୍କଥନରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରଦାନର ପ୍ରତିଶ୍ରୁତି ସହ ମର୍ଯ୍ୟାଦା ଓ ସୁଯୋଗ ପ୍ରାପ୍ତି କ୍ଷେତ୍ରରେ ସମସ୍ତଙ୍କ ପାଇଁ ସମାନତା ପ୍ରଦାନର ସୂଚନା ଦିଆଯାଇଛି । ଲିଙ୍ଗଗତ ପାର୍ଥକ୍ୟ ଦୂରୀକରଣ ପାଇଁ ସମ୍ବିଧାନର ୧୫ ଧାରାରେ ବ୍ୟବସ୍ଥା ରହିଛି । କିନ୍ତୁ ୧୫(୩) ଧାରାରେ ଶିଶୁ ଓ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ନିମନ୍ତେ ରାଷ୍ଟ୍ରକୁ କ୍ଷମତା ପ୍ରଦାନ କରାଯାଇଛି । ରାଷ୍ଟ୍ର ନିୟାମକ ତତ୍ତ୍ଵରେ ଲିଙ୍ଗଗତ ତାରତମ୍ୟ ଦୂରୀକରଣ ପାଇଁ ସମାନ କାମ ପାଇଁ ସମାନ ମଜୁରୀ, ସମସ୍ତଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପରି ନିର୍ଦେଶ ରାଷ୍ଟ୍ରକୁ ଦିଆଯାଇଛି ।
୧୯୮୭ ମସିହାର ସତୀ ନିରାକରଣ ଆଇନ, ୧୯୬୧ ମସିହାର ଯୌତୁକ ନିବାରଣ ଆଇନ, ୧୯୫୪ ମସିହାର ବିବାହ ଆଇନରେ ଆନ୍ତଃ-ଜାତି ଓ ଆନ୍ତଃ- ଧର୍ମ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ଆଦି, ଭ୍ରୂଣ ଚିହ୍ନଟ ପ୍ରତିରୋଧ ଆଇନ, ୧୯୯୪ ଆଦି ବିବିଧ ଆଇନଦ୍ୱାରା ଲିଙ୍ଗଗତ ଅସମାନତା ଦୂରୀକରଣ ପାଇଁ ଭାରତରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । କିନ୍ତୁ ଏହାର ପ୍ରକୃତ ନିରାକରଣ ଓ ମୂଳୋତ୍ପାଟନ ପାଇଁ ସାଂସ୍କୃତିକ ପରିସ୍ଥିତିରେ ପରିବର୍ତ୍ତନ ଆବଶ୍ୟକ ଯାହାଫଳରେ ଜନମାନସରେ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ହୋଇପାରିବ ।
୭ । ଭାରତୀୟ ଗଣତନ୍ତ୍ର ପ୍ରତି ନିରକ୍ଷରତା କିପରି ଏକ ପ୍ରତିବନ୍ଧକ ରୂପେ ଉଭା ହୋଇଛି ତାହା ତର୍ଜମା କର ।
Answer:
ଗଣତନ୍ତ୍ର ଜନମତ ଓ ଜନସମର୍ଥନ ଆଧାରରେ ପରିଚାଳିତ ଏକ ଶାସନ ବ୍ୟବସ୍ଥା ଅଟେ । ଜନମତର ସୃଷ୍ଟି ଓ ସଂଚଳନ ପାଇଁ ତଥା ଶାସନ ବ୍ୟବସ୍ଥାକୁ ଜନସମର୍ଥନ ପ୍ରଦାନ ନିମନ୍ତେ ନାଗରିକ ସଚେତନଶୀଳ, ଶିକ୍ଷିତ, ବିବେକବାନ ତଥା ଯୁକ୍ତିଶୀଳ ହୋଇଥିବା ଆବଶ୍ୟକ । ଏଥିପାଇଁ ଶିକ୍ଷାର ପ୍ରୟୋଜନୀୟତା ରହିଛି । ଶିକ୍ଷାର ପ୍ରସାର ଗଣତନ୍ତ୍ରର ସଫଳତା ପାଇଁ ଏକ ପ୍ରଧାନ ସର୍ଭ ଅଟେ । ନାସ୍ତିସୂଚକ ଅର୍ଥରେ ନିରକ୍ଷରତା ଗଣତନ୍ତ୍ର ପ୍ରତି ଏକ ବଳିଷ୍ଠ ଆହ୍ବାନ ଅଟେ । ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ଶିକ୍ଷିତମାନଙ୍କର ହାର ଶତକଡ଼ା ୭୪.୦୪ ଅଟେ । ସର୍ବାଧିକ ୯୩.୯୧ ପ୍ରତିଶତ ଶିକ୍ଷିତ ହାର କେରଳରେ ରହିଥିବାବେଳେ ବିହାରରେ ଏହାର ସର୍ବନିମ୍ନ ହାର ଶତକଡ଼ା ୬୩,୮୨ ଅଟେ ।
୧୯୪୭ ମସିହାରେ ସ୍ଵାଧୀନତା ସମୟରେ ଏହି ଶିକ୍ଷିତ ହାର ଶତକଡ଼ା ୧୨ ରହିଥିଲା । ବର୍ତ୍ତମାନ ଛଅଗୁଣରୁ ଅଧ୍ବକ ଶିକ୍ଷିତ ହାର ପ୍ରାପ୍ତ ହୋଇଥିଲେ ମଧ୍ୟ ବିଶ୍ବର ହାରାହାରି ଶିକ୍ଷିତ ହାର ଶତକଡ଼ା ୮୪ ଅଟେ । ଭାରତର ନିରକ୍ଷରତା ହାର ଚିନ୍ତାଜନକ ହୋଇଥିବାରୁ ଗଣତନ୍ତ୍ର ପ୍ରତି ଏହା ଏକ ଚରମ ଆହ୍ଵାନରୂପେ ଦେଖାଯାଇଛି । ବର୍ତ୍ତମାନର ଶିକ୍ଷା ବିକାଶ ଧାରାକୁ ବିଚାରକୁ ନେଇ କୁହାଯାଇପାରେ ଯେ ୨୦୬୦ ମସିହା ବେଳକୁ ଭାରତରେ ସଂପୂର୍ଣ୍ଣ ସାକ୍ଷରତାର ଲକ୍ଷ୍ୟ ହାସଲ କରାଯାଇପାରିବ । ଶିକ୍ଷିତ ସଂଖ୍ୟାକୁ ବିଶ୍ଳେଷଣ କଲେ ଭାରତରେ ବ୍ୟାପକ ଲିଙ୍ଗଗତ ବିଭେଦତା ରହିଥିବାର ଜଣାପଡ଼େ । ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ଶତକଡ଼ା ୮୨.୧୪ ପୁରୁଷ ଶିକ୍ଷିତ ହୋଇଥିବାବେଳେ ମହିଳାମାନଙ୍କ ଶିକ୍ଷିତ ହାର ଶତକଡ଼ା ୬୫.୪୬ ଅଟେ ।
ସମାଜରେ ମହିଳା ସ୍ବାକ୍ଷର ହାର ନିମ୍ନ ସ୍ତରର ଥିବାରୁ ପରିବାର ପରିଚାଳନା କ୍ଷେତ୍ରରେ ଏହାର କୁପ୍ରଭାବ ଦେଖିବାକୁ ମିଳିଥାଏ । ବିଭିନ୍ନ ପରିପ୍ରେକ୍ଷୀରେ ବ୍ୟକ୍ତିବିଶେଷ ପରିଚିତ ଲାଭ କରିବାର ଦକ୍ଷତା, ବୋଧଗମ୍ୟତାର ସାମର୍ଥ୍ୟ, ବ୍ୟାଖ୍ୟା କରିବାର ଯୋଗ୍ୟତା, ହିସାବ କରିବାର ବୁଦ୍ଧିମତ୍ତା ଆଦି ପ୍ରାପ୍ତ ହେବାକୁ ଶିକ୍ଷିତ ହେବାର ଯୋଗ୍ୟତା ଲାଭ ସ୍ଥିତିକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ । ଜାତୀୟ ଶିକ୍ଷା ମିଶନର ସଂଜ୍ଞା ଅନୁଯାୟୀ ପଠନ, ଲିଖନ ଓ ପାଟୀଗଣିତର ଦକ୍ଷତା ଲାଭ କରିବା ହିଁ ଶିକ୍ଷିତ ହେବାର ମାନଦଣ୍ଡ ଅଟେ । ୧୯୯୧ ମସିହାର ଜନଗଣନାଠାରୁ ୭ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ହିସାବକୁ ନିଆଯାଇ ସାକ୍ଷର ହାର ନିର୍ମାଣ କରାଯାଇଥାଏ । ଭାରତ ବେଦଭୂମି କିନ୍ତୁ ଏଠାରେ ଅଶିକ୍ଷିତତାର ହାର ସର୍ବାଧିକ ଅଟେ ।
ସାର୍କ ଦେଶସମୂହରୁ ଶ୍ରୀଲଙ୍କା ପଛକୁ ଭାରତ ଷଷ୍ଠ ସ୍ଥାନରେ ଶିକ୍ଷିତ ହାର ଭିରିରେ ସ୍ଥାନିତ ହୋଇଛି । ଭାରତରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜନସଂଖ୍ୟା ମଧ୍ୟରେ ବ୍ୟାପକ ପାର୍ଥକ୍ୟ ରହିଛି ଯାହାର ଏକ ପ୍ରକୃତ ପ୍ରତିଫଳନ ଶିକ୍ଷିତ ହାରରେ ମଧ୍ୟ ଦେଖିବାକୁ ମିଳିଥାଏ । କୃଷି ଉପରେ ନିର୍ଭରଶୀଳ ଗ୍ରାମାଞ୍ଚଳରେ ଶିକ୍ଷିତ ହାର କର୍ମଜୀବୀ ଶ୍ରେଣୀର ପ୍ରାଧାନ୍ୟ ଥିବା ସହରାଞ୍ଚଳର ଶିକ୍ଷିତ ହାରଠାରୁ ଯଥେଷ୍ଟ କମ୍ ଅଟେ । ପୁରୁଷ ଓ ସ୍ତ୍ରୀ ସାକ୍ଷର ହାରରେ ମଧ୍ୟ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଭାରତର ସାମାଜିକ ବ୍ୟବସ୍ଥା ପୁରୁଷର ଶିକ୍ଷାପ୍ରାପ୍ତି ପାଇଁ ମହିଳାମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ଵ ଦେଉଛି । ନିରକ୍ଷରତା ଏକ ଉନ୍ନତିକାମୀ ଗଣତନ୍ତ୍ରର ବିକାଶକୁ ପ୍ରତିରୋଧ କରିଥାଏ ।
ସଂଖ୍ୟାଲଘୁ ଶ୍ରେଣୀ, ବଞ୍ଚ ଓ ବିଚ୍ଛିନ୍ନ ଶ୍ରେଣୀ, ଦଳିତ ବର୍ଗ, ମହିଳା ଆଦିଙ୍କ ମଧ୍ୟରେ ଶିକ୍ଷାର ବ୍ୟାପକ ପ୍ରସାର ନହେଲେ ଗଣତନ୍ତ୍ରର ମୂଳଦୁଆ ଦୋହଲିଯିବ । ଦାରିଦ୍ର୍ୟ ଦୂରୀକରଣ ଓ ରାଜନୈତିକ ସଶକ୍ତିକରଣ ପାଇଁ ସମସ୍ତ ସରକାରୀ କାର୍ଯ୍ୟକ୍ରମର ସଫଳତା ନିରକ୍ଷରତା ଦୂରୀକରଣ ଉପରେ ନିର୍ଭର କରିଥାଏ । ଏହା ବ୍ୟକ୍ତିର ଜୀବନର ଗୁଣାତ୍ମକ ମାନ ବୃଦ୍ଧି କରିଥାଏ । ଶିକ୍ଷାର ପ୍ରସାର ନହେଲେ ବାଲ୍ୟ ବିବାହ, ଯୌତୁକ ପ୍ରଥା, ଧାର୍ମିକ ମୌଳବାଦୀ ଚିନ୍ତାଧାରା ଆଦି ସାମାଜିକ କୁସଂସ୍କାରକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଭାରତକୁ ବିକଶିତ ହେବାକୁ ହେଲେ ଆମେ ପ୍ରତ୍ୟେକ ବ୍ୟକ୍ତି ଜଣକୁ ଶିକ୍ଷିତ କରିବାର ମୂଳମନ୍ତ୍ର (Each one Teach one) ରେ ଦୀକ୍ଷିତ ହେବାକୁ ପଡ଼ିବ ।
ନିରକ୍ଷରତା ଦୂରୀକରଣ ପାଇଁ ଭାରତ ସରକାରଙ୍କ ବିଧୁ ବ୍ୟବସ୍ଥା :
୧୯୮୬ ମସିହାରେ ଜାତୀୟ ଶିକ୍ଷାନୀତି ଗୃହୀତ ହୋଇ ନିରକ୍ଷରତା ଦୂରୀକରଣ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ।୧୯୮୮ ମସିହାରେ ଜାତୀୟ ଶିକ୍ଷା ମିଶନ ପ୍ରତିଷ୍ଠିତ ହୋଇ ଏହି ଦିଗରେ କାର୍ଯ୍ୟ କରୁଛି । ୧୯୯୨ ମସିହାର ଶିକ୍ଷାନୀତି ୧୪ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ଦେବାପାଇଁ କାର୍ଯ୍ୟକ୍ରମକୁ ଆଗେଇ ନେଇଛି । ୧୯୯୩ ମସିହାରେ ଭାରତର ଉଚ୍ଚତମ ନ୍ୟାୟାଳୟ ଶିକ୍ଷାକୁ ପିଲାମାନଙ୍କର ମୌଳିକ ଅଧିକାର ବୋଲି ସୂଚିତ କରିଥିଲେ । ୨୦୦୨ ମସିହାର ୮୬ ତମ ସମ୍ବିଧାନ ସଂଶୋଧନ ଆଇନ ଧାରା ୨୧(କ)ରେ ୬-୧୪ ବର୍ଷର ପିଲାମାନଙ୍କ ପାଇଁ ଶିକ୍ଷାକୁ ମୌଳିକ ଅଧିକାର ରୂପେ ସ୍ଥାନିତ କରିଛି । ସର୍ବଶିକ୍ଷା ଅଭିଯାନ ପ୍ରାଥମିକ ଶିକ୍ଷାର ବ୍ୟାପକ ପ୍ରସାର ଉପରେ ଗୁରୁତ୍ଵ ଦେଉଛି । ଗଣତନ୍ତ୍ରର ପ୍ରଧାନ ଶତ୍ରୁ ଦୁର୍ନୀତି ଓ ପ୍ରଶାସନିକ ଦକ୍ଷତା । ଏଣୁ ସୁଶାସନର ଯଥାର୍ଥତା ରହିଛି । ନାଗରିକ ସଚେତନ ଓ ଶିକ୍ଷିତ ହେଲେ ପ୍ରଶାସନର ଉତ୍ତରଦାୟିତ୍ଵ ବୃଦ୍ଧି ପାଇବ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଅଧିକ ସ୍ୱଚ୍ଛ ହୋଇପାରିବ । ଏଣୁ ନିରକ୍ଷରତା ପରି ବ୍ୟାଧ୍ୟାକୁ ସଂକ୍ରମଣର ସୁଯୋଗ ଦିଆ ନଯିବା ଆବଶ୍ୟକ ।
୮ | ଭାରତରେ ନକ୍ସଲ ଆତଙ୍କବାଦ ଗଣତନ୍ତ୍ର ପାଇଁ ଏକ ପ୍ରମୁଖ ଆହ୍ଵାନ ରୂପେ କିପରି ଉଭା ହୋଇଛି ତାହା ବିଶ୍ଳେଷଣ କର ।
Answer:
ନକ୍ସଲପନ୍ଥୀଙ୍କୁ ଭାରତରେ ମାଓବାଦୀ କମ୍ୟୁନିଷ୍ଟ ସଙ୍ଗଠନର ଗରିଲା ଗୋଷ୍ଠୀର ସଦସ୍ୟରୂପେ ଗ୍ରହଣ କରାଯାଇଥାଏ । ପଶ୍ଚିମବଙ୍ଗର ନକ୍ସଲବରୀ ଗ୍ରାମରୁ ନକ୍ସଲପନ୍ଥୀ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ନକ୍ସଲପନ୍ଥୀମାନେ ଉଗ୍ର ବାମପନ୍ଥୀ ଗୋଷ୍ଠୀ ଅଟନ୍ତି । ଭାରତୀୟ କମ୍ୟୁନିଷ୍ଟ ଦଳରେ ୧୯୬୭ ମସିହାର ବିଭାଜନ ପରେ ମାଓବାଦୀ-ଲେନିନ୍ବାଦୀ ଗୋଷ୍ଠୀର ଆବିର୍ଭାବ ହୋଇ ପଶ୍ଚିମବଙ୍ଗ ସହ ପଡ଼ୋଶୀ ଓଡ଼ିଶା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଆଦିରେ ଏହି ସଙ୍ଗଠନ ନିଜର କାୟାବିସ୍ତାର କରିଥିଲା । ଆଦିବାସୀମାନଙ୍କୁ ସେମାନଙ୍କର ଜମି ଓ ବାସଗୃହରୁ ବିତାଡ଼ନ କରିବା ଦିଗରେ ସରକାରଙ୍କ ଉପନିବେଶବାଦୀ କାର୍ଯ୍ୟକ୍ରମକୁ ପ୍ରତିରୋଧ କରିବାପାଇଁ ନକ୍ସଲପନ୍ଥୀ ଓ ବର୍ତ୍ତମାନର ମାଓବାଦୀ ଆନ୍ଦୋଳନର ଉଦ୍ଭବ ହୋଇଥିଲା ।
ଆଦିବାସୀମାନଙ୍କୁ ସେମାନଙ୍କର ପାରମ୍ପରିକ ଜଙ୍ଗଲଜାତ ଦ୍ରବ୍ୟର ଉପଯୋଗରୁ ବଞ୍ଚିତ କରିବା ବିରୋଧରେ ଏହା ଏକ ସଂଗଠିତ ବିଦ୍ରୋହ ଅଟେ । ୨୦୦୨ ରୁ ୨୦୦୬ ମସିହା ମଧ୍ୟରେ ନକ୍ସଲ ଓ ସରକାରୀ ପ୍ରଶାସନ ମଧ୍ୟରେ ଯୁଦ୍ଧରେ ପ୍ରାୟ ତିନି ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା ଓ ୨୦୦୯ ମସିହା ପର୍ଯ୍ୟନ୍ତ ପ୍ରାୟତଃ ତିନିଲକ୍ଷ ପଚାଶ ହଜାର ଆଦିବାସୀ ଗୋଷ୍ଠୀ ସେମାନଙ୍କର ପ୍ରାଚୀନ ଭୂମି ଓ ଜୀବିକାର ବିତାଡ଼ିତ ହୋଇଥିଲେ । ୨୦୦୬ ମସିହାରେ ଭାରତର ଗୁପ୍ତଚର ସଂସ୍ଥା ‘ର’ (RAW – Research and Analysis Wing) ର ତଥ୍ୟ ଅନୁଯାୟୀ ପଚାଶ ହଜାର ସ୍ଥାୟୀ କ୍ୟାଡ଼ରଙ୍କ ସହ କୋଡ଼ିଏ ହଜାର ସଶସ୍ତ୍ର କ୍ୟାଡ଼ର ନକ୍ସଲପନ୍ଥୀ ଭାରତର ବିଭିନ୍ନ ଅଞ୍ଚଳରେ ସକ୍ରିୟ ରହିଛନ୍ତି ଯାହାକୁ ବିଚାରକୁ ନେଇ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହାକୁ ଭାରତର ଜାତୀୟ ନିରପତ୍ତା ପ୍ରତି ଏକ ଭୟଙ୍କର ଆଭ୍ୟନ୍ତରୀଣ ବିପଦ ବୋଲି ଅଭିହିତ କରିଥିଲେ ।
୨୦୦୯ ମସିହା ବେଳକୁ ନକ୍ସଲପନ୍ଥୀମାନେ ଭାରତର ୧୦ ଗୋଟି ରାଜ୍ୟର ୧୮୦ ଟି ଜିଲ୍ଲାରେ ନିଜର ଦୃଢ଼ ଆସ୍ଥାନ ପ୍ରତିଷ୍ଠା କରିସାରିଥିଲେ । ଏହାକୁ ଦମନ କରିବାପାଇଁ ଭାରତ ସରକାର ଏକ ସଂଯୁକ୍ତ କାର୍ଯ୍ୟକ୍ରମ (Integrated Action Plan – IAP) ପ୍ରସ୍ତୁତ କରି ରାଜ୍ୟମାନଙ୍କର ମିଳିତ ସହଯୋଗ କ୍ରମେ ୨୦୦୯ ଫେବୃୟାରୀ ମାସରୁ କାର୍ଯ୍ୟକାରୀ କଲେ । ନକ୍ସଲ ଅନ୍ୟୁଷିତ ଅଞ୍ଚଳରେ ଅର୍ଥନୈତିକ ବିକାଶ ପାଇଁ ଏଥିରେ ବ୍ୟାପକ ବ୍ୟବସ୍ଥା ରହିଥିଲା । ୨୦୧୦ ଅଗଷ୍ଟ ମାସରୁ ଏହି କାର୍ଯ୍ୟକ୍ରମର ସଫଳ ବିନ୍ୟାସ ଫଳରେ ୨୦୧୧ ମସିହାରେ କର୍ଣ୍ଣାଟକ ନକ୍ସଲମୁକ୍ତ ଅଞ୍ଚଳରେ ପରିଣତ ହେଲା ଓ ନକ୍ସଲ ପ୍ରଭାବୀ ଜିଲ୍ଲା ସଂଖ୍ୟା ୮୩କୁ ଖସି ଆସିଲା । ମାଓବାଦୀମାନଙ୍କ ପ୍ରଭାବ ୨୦୧୦ରୁ ବୃଦ୍ଧି ପାଉଥିଲେ ମଧ୍ୟ ଜାତୀୟ ସ୍ତରରେ ଏହି କାରଣରୁ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ହ୍ରାସ ପାଉଛି ।
ଭାରତର ପଶ୍ଚିମବଙ୍ଗ ରାଜ୍ୟର ନକ୍ସଲବରୀ ଗ୍ରାମରେ ଚାରୁ ମଜୁମ୍ଦାର, କାନୁ ସାନ୍ୟାଲ୍ ଓ ଜଙ୍ଗଲ ସାନ୍ତାଲଙ୍କ ନେତୃତ୍ଵରେ ଭୂମିହୀନଙ୍କୁ ଭୂମିର ପୁନଃବଣ୍ଟନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ନକ୍ସଲପନ୍ଥୀ ଆନ୍ଦୋଳନ ୧୯୬୭ ମସିହାରେ ଆରମ୍ଭ ହୋଇଥିଲା । ସାନ୍ତାଳୀ ଜନଜାତିମାନେ ଅନ୍ୟ ଗରିବ ଲୋକଙ୍କ ସହ ମିଶି ସ୍ଥାନୀୟ ଜମିଦାରମାନଙ୍କ ଉପରେ ସଶସ୍ତ୍ର ଆକ୍ରମଣ କଲେ । ଭାରତ ସମ୍ବିଧାନର ୫ମ ଓ ୬ଷ୍ଠ ଅନୁସୂଚୀରେ ଜନଜାତି ଅଞ୍ଚଳର ବିକାଶ ପାଇଁ ରହିଥିବା ବ୍ୟବସ୍ଥା କାର୍ଯ୍ୟକାରୀ ନହେବା କାରଣରୁ ନକ୍ସଲପନ୍ଥୀ ଆନ୍ଦୋଳନ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲା ।
ମାଓ ଜେଡ଼ଙ୍ଗ ନକ୍ସଲପନ୍ଥୀ ଆନ୍ଦୋଳନକୁ ଆଦର୍ଶଗତ ନେତୃତ୍ବ ପ୍ରଦାନ କରିଥିଲେ । ଚାରୁ ମଜୁମ୍ଦାରଙ୍କ ଲିଖ୍ “Historic Eight Documents” ନକ୍ସଲବାଦୀ ଆଦର୍ଶବାଦର ମୁଖ୍ୟ ଗ୍ରନ୍ଥ ଅଟେ । ଏହି ଆନ୍ଦୋଳନର ଅନେକ ନେତା ପ୍ରାଥମିକ ଅବସ୍ଥାରେ ପଶ୍ଚିମବଙ୍ଗର ବାମପନ୍ଥୀ ମେଣ୍ଟ ସରକାରର ଅଂଶବିଶେଷ ଥିଲେ । ନକ୍ସଲପନ୍ଥୀମାନେ ଭାରତୀୟ କମ୍ୟୁନିଷ୍ଟ ଦଳ (ମାର୍କ୍ସବାଦୀ- ଲେଲିନ୍ବାଦୀ)ର ସଦସ୍ୟ ରୂପେ ବିବେଚିତ ହୋଇଥା’ନ୍ତି । ୧୯୮୦ ମସିହାଠାରୁ ଏହି ଆନ୍ଦୋଳନ ଓ ଗୋଷ୍ଠୀରେ ବ୍ୟାପକ ବିଭାଜନ ଦେଖାଦେଲା । ୧୯୭୧ ମସିହାଠାରୁ ଛାତ୍ରମାନଙ୍କର ଅଂଶଗ୍ରହଣ ଫଳରେ ଏହି ଆନ୍ଦୋଳନ ଦୃଢ଼ ହୋଇପାରିଥିଲା ।
ବିକାଶ ପ୍ରକ୍ରିୟାରେ ଆନ୍ଦୋଳନର କୁପ୍ରଭାବ :
- ମୋଟ ଗୃହ ଉତ୍ପାଦ (GDP) ବୃଦ୍ଧି ଓ ମୁଣ୍ଡପିଛା ଆୟରେ ହ୍ରାସ ।
- ନକ୍ସଲବାଦୀଙ୍କ ସମାନ୍ତରାଳ ସରକାର ଫଳରେ ସରକାରୀ କଳ ରାଜସ୍ଵ ଓ କର ଆଦାୟ ସଠିକ୍ ଢଙ୍ଗରେ କରି ନପାରିବା ଫଳରେ ରାଜସ୍ୱ ସଂଗ୍ରହ ହ୍ରାସ ହେଉଛି ।
- ନକ୍ସଲ ଆନ୍ଦୋଳନ ଦମନ ପାଇଁ ବ୍ୟାପକ ବ୍ୟୟବରାଦ ଫଳରେ ଉପଭୋକ୍ତାମାନଙ୍କ ପାଇଁ ଦ୍ରବ୍ୟ ଉତ୍ପାଦନ ନିମନ୍ତେ ପୁଞ୍ଜିର ଅଭାବ ପରିଲକ୍ଷିତ ହେଉଛି ।
- ଆମଦାନୀ-ରପ୍ତାନି ବାଧାପ୍ରାପ୍ତ ହେଉଛି । ପ୍ରତ୍ୟକ୍ଷ ବୈଦେଶିକ ବିନିଯୋଗରେ ହ୍ରାସ ଦେଖାଦେଉଛି ।
- ଯୋଗାଯୋଗ ବ୍ୟବସ୍ଥାର ଅବକ୍ଷୟ ଘଟୁଛି । ଏହାର ରକ୍ଷଣାବେକ୍ଷଣ ମଧ୍ୟ ସମ୍ଭବ ହେଉନାହିଁ ।
- ପର୍ଯ୍ୟଟନ ଶିଳ୍ପ ଗଭୀରଭାବେ ବାଧାପ୍ରାପ୍ତ ହେଉଛି ।
- ବିଦ୍ୟାଳୟରେ ଉପସ୍ଥାନ ହାର ହ୍ରାସ ଘଟୁଛି ଓ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି ।
- ବ୍ୟାଙ୍କ ଓ ଶିଳ୍ପ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇ ଉପଯୁକ୍ତ ସେବା ଯୋଗାଇ ପାରୁନାହାନ୍ତି ।
- ନକ୍ସଲପନ୍ଥୀମାନେ ନିଜର ଆଧୂପତ୍ୟ ଓ ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଅଧିକ ଆଗ୍ରହ ପ୍ରକାଶ କରି ପ୍ରଶାସନରେ ଅଧୂକ ହିଂସା ଓ ଅସ୍ଥିରତା ସୃଷ୍ଟି କରୁଛନ୍ତି ।
- ନକ୍ସଲପନ୍ଥୀମାନେ ନିଜର ଆଧୂପତ୍ୟ ଓ ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଅଧୁକ ଆଗ୍ରହ ପ୍ରକାଶ କରି ପ୍ରଶାସନରେ ଅଧୂକ ହିଂସା ଓ ଅସ୍ଥିରତା ସୃଷ୍ଟି କରୁଛନ୍ତି ।
- ନିରୀହ ଜନସାଧାରଣ ନକ୍ସଲପନ୍ଥୀଙ୍କ ହିଂସାର ଶିକାର ହେଉଛନ୍ତି ।
- ସରକାରଙ୍କ ଭୂସଂସ୍କାର ଆଇନ ଓ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ ।
- ଲୋକ ଯୁଦ୍ଧ ଗୋଷ୍ଠୀ (People’s War Group – PWG) ସଂସଦୀୟ ଗଣତନ୍ତ୍ରର ତୀବ୍ର ବିରୋଧୀ ରୂପେ କାର୍ଯ୍ୟ କରୁଛି ।
ଭାରତର ଯୋଜନା ବିଶେଷଜ୍ଞମାନେ ଆଦିବାସୀମାନଙ୍କୁ ଉନ୍ନୟନ ଓ ଅର୍ଥନୈତିକ ଅଭିବୃଦ୍ଧିର ବାସ୍ତବ ସ୍ବାଦ ଚଖାଇବା ପାଇଁ କୃଷି, ଯୋଗାଯୋଗ, ବଜାର, ବ୍ୟାଙ୍କ ଆଦି କ୍ଷେତ୍ରର ବିକାଶ ଘଟାଇଛନ୍ତି ଯାହା ଫଳରେ ସେମାନେ ନିଜକୁ ବଞ୍ଚିତ ଗୋଷ୍ଠୀ ଭାବେ ବିଚାର ନକରି ଜାତୀୟ ମହାସ୍ରୋତରେ ସାମିଲ ହେବେ ଓ ଏହା ନକ୍ସଲପନ୍ଥୀ ବା ମାଓବାଦୀ ଆନ୍ଦୋଳନର କୁପ୍ରଭାବରୁ ଗଣତନ୍ତ୍ରକୁ ରକ୍ଷା କରିବ ।