Go through 8th Class Science Book Odia Medium Question Answer and Class 8 Science Chapter 3 Question Answer Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ to understand textbook questions more clearly.
8th Class Science Chapter 3 Question Answer Odia Medium
Class 8 Science Chapter 3 Odia Medium
ଜିଜ୍ଞାସା ବଜାୟ ରଖ
Question 1.
ନିମ୍ନ ଛବିଗୁଡ଼ିକରେ ଦେଖାଯାଇଥିବା ରୋଗଗୁଡ଼ିକୁ ସଂକ୍ରାମକ କିମ୍ବା ଅଣସଂକ୍ରାମକ ଭାବରେ ଶ୍ରେଣୀଭୁକ୍ତ କର ।

Answer:
ସଂକ୍ରାମକ ରୋଗ – ଥଣ୍ଡା ଏବଂ ଫ୍ଲୁ, ଟାଇଫଏଡ୍, ମିଳିମିଳା
ଅଣସଂକ୍ରାମକ ରୋଗ – ମଧୁମେହ, ଶ୍ଵାସରୋଗ
Question 2.
ରୋଗଗୁଡ଼ିକୁ ବ୍ୟାପକ ଭାବରେ ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗରେ ବିଭକ୍ତ କରାଯାଇପାରିବ । ତଳେ ଦିଆଯାଇଥିବା ବିକଳ୍ପଗୁଡ଼ିକରୁ ଅଣସଂକ୍ରାମକ ରୋଗଗୁଡ଼ିକୁ ଚିହ୍ନଟ କର ।
(i) ଟାଇଫଏଡ଼୍
(ii) ଶ୍ଵାସରୋଗ
(iii) ମଧୁମେହ
(iv) ମିଳିମିଳା
(a) (i) ଓ (ii)
(b) (ii) ଓ (iii)
(c) (i) ଓ (iv)
(d) (ii) ଓ (iv)
Answer:
(b) (ii) (iii) – (ଶ୍ଵାସରୋଗ ଏବଂ ମଧୁମେହ ଅଣସଂକ୍ରାମକ ରୋଗ ଅଟେ ।)
Question 3.
ତୁମ ବିଦ୍ୟାଳୟରେ ଫ୍ଲର ପ୍ରକୋପ ଚାଲିଛି । ଅନେକ ସହପାଠୀ ଅନୁପସ୍ଥିତି ଅଛନ୍ତି, ସେତେବେଳେ ମଧ୍ୟ କିଛି ପିଲା କାଶିବା ଏବଂ ଛିଙ୍କିବା ସହ ବିଦ୍ୟାଳୟକୁ ଆସୁଛନ୍ତି ।
(i) ଅଧୁକ ବ୍ୟାପିବାକୁ ରୋକିବା ପାଇଁ ବିଦ୍ୟାଳୟ ତୁରନ୍ତ କ’ଣ ପଦକ୍ଷେପ ନେବା ଉଚିତ୍ ?
Answer:
- ଅଧିକ ବ୍ୟାପିବାକୁ ରୋକିବାପାଇଁ ବିଦ୍ୟାଳୟ ତୁରନ୍ତ ନିମ୍ନଲିଖୁତ ପଦକ୍ଷେପ ନେବା
- ବିଦ୍ୟାଳୟକୁ ଅସ୍ଥାୟୀ ଭାବେ ବନ୍ଦକରିବା ।
- ଶ୍ରେଣୀ ଗୃହକୁ ସଫା କରିବା (ସାନିଟାଇଜ୍ କରିବା) ।
- ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ନ ଆସିବା ପାଇଁ ପରାମର୍ଶ ଦେବା ।
- ଚିକିତ୍ସକଙ୍କୁ ବିଦ୍ୟାଳୟକୁ ଡାକି ସମସ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଇବା ।
- SMC ବୈଠକ ଡାକିବା ଓ ଅଭିଭାବକମାନଙ୍କୁ ସଚେତନ କରିବା ।
(ii) ଯଦି ତୁମ ପାଖରେ ବସୁଥିବା ସହପାଠୀଙ୍କ ଠାରେ ଥଣ୍ଡା, ଜ୍ଵରର ଲକ୍ଷଣ ଦେଖାଦିଏ, ତେବେ ତୁମେ କିପରି ଭଦ୍ର ଓ ବିଚାରଶୀଳ ଭାବରେ ପ୍ରତିକ୍ରିୟା ପ୍ରଦର୍ଶନ କରିବ ?
Answer:
- ସହପାଠୀଙ୍କ ଡାକ୍ତରଙ୍କୁ ଦେଖାକରିବାକୁ ଏବଂ ଘରେ ବିଶ୍ରାମ ନେବା ପାଇଁ ବିନମ୍ରତାର ସହିତ ପରମର୍ଶ ଦେଇପାରିବା ।
- ବିଦ୍ୟାଳୟରେ ପଢ଼ାଯାଉଥିବା ପାଠର ନୋଟ୍ ତାଙ୍କୁ ପ୍ରଦାନ କରିପାରିବା ।
(iii) ତୁମେ ଏହି ପରିସ୍ଥିତିରେ କିପରି ନିଜକୁ ଏବଂ ଅନ୍ୟମାନଙ୍କୁ ସଂକ୍ରମିତ ହେବାରୁ ରକ୍ଷା କରିପାରିବ ?
Answer:
- ନିଜକୁ ଏବଂ ଅନ୍ୟମାନଙ୍କୁ ସଂକ୍ରମିତ ହେବାରୁ ରକ୍ଷାକରିବାପାଇଁ ନିମ୍ନଲିଖ ପଦକ୍ଷେପମାନ ନେବା ଉଚିତ୍ :
- ନିୟମିତ ହାତଧୋଇବା (ସାନିଟାଇଜର ବ୍ୟବହାର କରିବା), ପରିଷ୍କାର ପରିଚ୍ଛନ୍ନ ରହିବା
- ନିଜେ ମାସ୍କ ପିନ୍ଧିବା
- ସଂକ୍ରମିତ ଛାତ୍ର/ଛାତ୍ରୀଙ୍କଠାରୁ ଖାଦ୍ୟ ଗ୍ରହଣ ନ କରିବା ।
- ତାଙ୍କର ପାଣି ବୋତଲରୁ ପାଣି ନ ପିଇବା ।
![]()
Question 4.
ତୁମ ପରିବାର ମ୍ୟାଲେରିଆ ବ୍ୟାପିଥିବା ଅନ୍ୟ ଏକ ସହରକୁ ଯାତ୍ରା କରିବାକୁ ଯୋଜନା କରୁଛନ୍ତି । ଏଠାରେ…..
(i) ଯାତ୍ରା ପୂର୍ବରୁ, ଯାତ୍ରା ସମୟରେ ଏବଂ ଯାତ୍ରା ପରେ ତୁମେ କ’ଣ ସତର୍କତା ଅବଲମ୍ବନ କରିବା ଉଚିତ୍ ?
Answer:
ଯାତ୍ରା ସମୟରେ ଆମ ପରିବାରକୁ ମ୍ୟାଲେରିଆରୁ ରକ୍ଷା କରିବାପାଇଁ ଆମେ ନିମ୍ନଲିଖତ ସତର୍କତା ପ୍ରତି ଧ୍ୟାନ ଦେବା ।
ଯାତ୍ରା ପୂର୍ବରୁ :
- ଡାକ୍ତରଙ୍କ ସହିତ ପରାମର୍ଶ କରିବା ।
- ଆବଶ୍ୟକ ଟୀକା ଓ ଔଷଧ ସାଙ୍ଗରେ ରଖୁବା ।
- ସାଙ୍ଗରେ ମଶାରୀ ନେବା ।
- ସୁରକ୍ଷିତ ପୋଷକ ବ୍ୟବହାର କରିବା ।
ଯାତ୍ରା ସମୟରେ :
- ପ୍ରତିରୋଧକ ଔଷଧ ବ୍ୟବହାର ଜାରି ରଖୁବା ।
- ଶରୀରକୁ ଆବୃତ କରି ରଖୁବା ।
- ମଶାରୀ ପକାଇ ରାତ୍ରୀଯାପନ କରିବା ।
ଯାତ୍ରାପରେ :
- ରୋଗର ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରମର୍ଶ ନେବା ।
- ପୋଷାକଗୁଡ଼ିକୁ ବିଶୋଧନ କରିବା ।
(ii) ତୁମେ ତୁମର ଭାଇଭଉଣୀଙ୍କୁ ମଶାରୀ ଓ ମଶା ପ୍ରତିରୋଧକର ଗୁରୁତ୍ଵ କିପରି ବୁଝାଇ ପାରିବ ?
Answer:
ମଶା କାମୁଡ଼ିଲେ ମ୍ୟାଲେରିଆ ଜ୍ଵର ହୋଇଥାଏ । ତେଣୁ ଆମର ଭାଇ ଓ ଭଉଣୀମାନଙ୍କୁ ମଶାରୀ ବ୍ୟବହାର ସହିତ ଘରେ ଅଲ୍ଆଉଟ୍ ବା ଗୁଡ଼ନାଇଟ୍ ଭଳି ବିଦ୍ୟୁତ୍ ଚାଳିତ ମଶା ଘଉଡ଼ାଇବା ଉପକରଣ ବ୍ୟବହାର କରିବାକୁ କହିପାରିବା ।
(iii) ଯଦି ଯାତ୍ରୀମାନେ ଏପରି ଅଞ୍ଚଳରେ ସ୍ଵାସ୍ଥ୍ୟ ପରାମର୍ଶକୁ ଅଣଦେଖା କରନ୍ତି ତେବେ କ’ଣ ହୋଇପାରେ ?
ଉ –
ଯଦି ଯାତ୍ରୀମାନେ ସ୍ଵାସ୍ଥ୍ୟ ପରାମର୍ଶକୁ ଅଣଦେଖା କରନ୍ତି ତେବେ ଅସୁସ୍ଥତା ଗୁରୁତର ହୋଇପାରେ ଓ ସେମାନେ ମୃତ୍ୟୁମୁଖରେ ପଡ଼ିପାରନ୍ତି ।
![]()
Question 5.
ତୁମ ଦାଦା ତାଙ୍କ ବନ୍ଧୁମାନଙ୍କ ସହିତ ମିଶି ଧୂମ୍ରପାନ ଆରମ୍ଭ କରିଛନ୍ତି, ଯଦିଓ ଏହା ସମସ୍ତେ ଜାଣନ୍ତି ଯେ ଧୂମ୍ରପାନ ଶରୀରକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇବା ସହ ମୃତ୍ୟୁ ମୁଖରେ ପକାଇଥାଏ ।
(i) କଠୋର ନ ହୋଇ ତାଙ୍କୁ ବନ୍ଦ କରିବା ପାଇଁ ତୁମେ କ’ଣ କହିବ ?
Answer:
ଧୂମପାନ ହୃଦ୍ରୋଗ ଓ ଫୁସ୍ଫୁସ୍ କର୍କଟର କାରଣ ହୋଇଥାଏ । ଏହା ଶରୀରରେ ଗମ୍ଭୀର ସ୍ଵାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଏହାକୁ ପରିତ୍ୟାଗ କଲେ ସ୍ଵାସ୍ଥ୍ୟରେ ଉନ୍ନତି ଆସିବ । -ଏହା ଆମେ ଦାଦାଙ୍କୁ କହିପାରିବ ।
(ii) ଯଦି ତୁମର ବନ୍ଧୁ ଏକ ଭୋଜିରେ ତୁମକୁ ସିଗାରେଟ୍ଟିଏ ଦିଅନ୍ତି, ତେବେ ତୁମେ କ’ଣ କରିବ ?
Answer:
ଯଦି ଆମର ବନ୍ଧୁ ଏକ ଭୋଜିରେ ଆମକୁ ସିଗାରେଟ୍ ଦିଅନ୍ତି ତେବେ ଭଦ୍ରାମୀର ସହିତ ଏହାକୁ ପ୍ରତ୍ୟାଖ୍ୟାନ କରିବା । ସିଗାରେଟ୍ ସେବନର ଭୟାବହତା ସମ୍ବନ୍ଧରେ ଆମେ ବନ୍ଧୁଙ୍କ ସହିତ ଆଲୋଚନା କରିପାରିବା ।
(iii) ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଏପରି କ୍ଷତିକାରକ ଅଭ୍ୟାସରୁ ନିବୃତ୍ତ ରହିବା ପାଇଁ କିପରି ସାହାଯ୍ୟ କରିପାରିବେ ?
Answer:
ବିଦ୍ୟାଳୟମାନଙ୍କରେ ଆମେ ସ୍ଵାସ୍ଥ୍ୟ ବିପଦ ବିଷୟରେ ଶିକ୍ଷା ଦେଇପାରିବା ଓ ନିୟମିତ ଭାବରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରି ଏପରି ଅଭ୍ୟାସରେ ଲିପ୍ତ ହେବାରୁ ନିବୃତ୍ତ କରିପାରିବା ।
Question 6.
ସରସ୍ଵତୀ ତାର ସାଙ୍ଗ ବନିତାକୁ କହୁଛି ‘‘ଆଣ୍ଟିବାୟୋଟିକ୍ ଯେକୌଣସି ସଂକ୍ରମଣରୁ ଆମକୁ ରକ୍ଷା କରିପାରେ, ତେଣୁ ଆମକୁ ରୋଗ ଭଲ ହେବା ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ ।’? ସରସ୍ଵତୀ ତା’ର ବକ୍ତବ୍ୟ ଭୁଲ୍ ଅଛି ବୋଲି ବୁଝିବା ପାଇଁ ବନିତା ତାକୁ କେଉଁ ପ୍ରଶ୍ନ ପଚାରି ପାରିବ ?
Answer:
- ତୁମେ କ’ଣ ଜାଣ ଯେ, ଆଣ୍ଟିବାୟୋଟିକ୍ ଭୂତାଣୁକୁ ନଷ୍ଟ କରିପାରେ ନାହିଁ ?
- ଆଣ୍ଟିବାୟୋଟିକ୍ କେବଳ ଜୀବାଣୁ ସଂକ୍ରମଣ ପାଇଁ ଉପଯୋଗୀ ।
- ସେଥିପାଇଁ କେବଳ ଅନୁଭୂତି ସମ୍ପର୍ଣ୍ଣ ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ୍ ନିଆଯାଇଥାଏ ।
Question 7.
ନିମ୍ନଲିଖୂତ ସାରଣୀରେ ଏକ ବର୍ଷ ମଧ୍ୟରେ ହସ୍ପିଟାଲରେ ରିପୋର୍ଟ ହୋଇଥିବା ଡେଙ୍ଗୁ ମାମଲା ସଂଖ୍ୟା ବିଷୟରେ ସୂଚନା ଦିଆଯାଇଛି :

Y-ଅକ୍ଷରେ ରୋଗୀ ସଂଖ୍ୟା ଏବଂ X-ଅକ୍ଷରେ ମାସ ନେଇ ଏକ ବାର୍ ଗ୍ରାଫ୍ ତିଆରି କର । ତୁମ ଫଳାଫଳକୁ ଭଲ ଭାବରେ ବିଶ୍ଳେଷଣ କରି ନିମ୍ନଲିଖୂ ଉତ୍ତର ଦିଅ ।

(i) କେଉଁ ତିନି ମାସରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଥିଲା ?
Answer:
ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ଏହି ତିନିମାସରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଥିଲା ।
(ii) କେଉଁ ମାସରେ ସବୁଠାରୁ କମ୍ ରୋଗୀ ସଂଖ୍ୟା ଥିଲା ?
Answer:
ଜାନୁଆରୀ ମାସରେ
(iii) କେଉଁ ମାସଗୁଡ଼ିକରେ ପ୍ରାକୃତିକ କିମ୍ବା ପରିବେଶଗତ କାରଣ ଯୋଗୁଁ ଡେଙ୍ଗୁ ରୋଗୀ ସଂଖ୍ୟା ଅଧିକ ବୃଦ୍ଧି ପାଇଛି ?
Answer:
ବର୍ଷାଋତୁରେ
(iv) ଡେଙ୍ଗୁ ରୋଗର ପ୍ରସାରକୁ ହ୍ରାସ କରିବା ପାଇଁ ଗୋଷ୍ଠୀ କିମ୍ବା ସରକାର ସଂକ୍ରମଣ ବୃଦ୍ଧି ପାଉଥିବା ଋତୁ ପୂର୍ବରୁ କ’ଣ ପ୍ରତିରୋଧକ ପଦକ୍ଷେପ ନେଇ ପାରିବେ ତୁମେ ପରାମର୍ଶ ଦିଅ ।
Answer:
ମ୍ୟୁନିସିପାଲିଟି କର୍ମଚାରୀ ବା ଗ୍ରାମସଭା କରି ଜମିରହିଥିବା ପାଣିକୁ ସଫାକରିବା, ମଶାରୀ ବ୍ୟବହାର କରିବା, ନିୟମିତଭାବେ ପ୍ରତିଷେଧକ ଔଷଧ ବ୍ୟବହାର କରିବା ପାଇଁ ଆମେ ପରାମର୍ଶ ଦେଇପାରିବା ।
Question 8.
କଳ୍ପନା କର ଯେ ତୁମେ ଏକ ବିଦ୍ୟାଳୟ ସ୍ୱାସ୍ଥ୍ୟ ଅଭିଯାନର ଦାୟିତ୍ଵରେ ଅଛ । ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗ ହ୍ରାସ କରିବା ପାଇଁ ତୁମେ କେଉଁ କେଉଁ ମୁଖ୍ୟ ବାର୍ତ୍ତା ବ୍ୟବହାର କରିବ ?
Answer:
ସଂକ୍ରାମକ ଏବଂ ଅଣ ସଂକ୍ରାମକ ରୋଗ ହ୍ରାସ କରିବାପାଇଁ ଏକ ବିଦ୍ୟାଳୟ ସ୍ଵାସ୍ଥ୍ୟ ଅଭିଯାନର ମୁଖ୍ୟ ବାର୍ତ୍ତାଗୁଡ଼ିକ ହେଉଛି :
- ନିୟମିତ ହାତକୁ ସାନିଟାଇଜର ଦ୍ଵାରା ସଫାରଖୁ
- ସୁଷମ ଖାଦ୍ୟ ଖାଇବା
- ପ୍ରତ୍ୟେକ ଦିନ ବ୍ୟାୟାମ କରିବା
- ଟୀକାକରଣ କରିବା
- ଧୂମ୍ରପାନ ପରିହାର କରିବା
- ପରିବେଶକୁ ପରିଷ୍କାର ରଖୁ ।
Question 9.
ଥଣ୍ଡା କାଶ କିମ୍ବା ଫ୍ଲୁ ଭଳି ଭୂତାଣୁ ସଂକ୍ରମଣ ପାଇଁ ଆମେ ଆଣ୍ଟିବାୟୋଟିକ୍ ନେବା ଉଚିତ ନୁହେଁ ବୋଲି ସୁପାରିଶ କରାଯାଇଛି । ତୁମେ ଏହି ସୁପାରିଶର ସମ୍ଭାବ୍ୟ କାରଣ କହି ପାରିବ କି ?
Answer:
ଆଣ୍ଟିବାୟୋଟିକ୍ କେବଳ ବୀଜାଣୁ ସଂକ୍ରମଣ ବିରୁଦ୍ଧରେ କାମ କରେ କିନ୍ତୁ ଏହା ଭୂତାଣୁମାନଙ୍କୁ ମାରିପାରେ ନାହିଁ କିମ୍ବା ସେମାନଙ୍କ ବଂଶବୃଦ୍ଧିକୁ ବନ୍ଦ କରିପାରେ ନାହିଁ । ତେଣୁ ଥଣ୍ଡା କାଶ ବା ଫ୍ଲୁ ଭଳି ରୋଗର ନିଦାନ ପାଇଁ ଆଣ୍ଟିବାଇଓଟିକ୍ ବ୍ୟବହାର କରିବା ଉଚିତ ନୁହେଁ ।
Question 10.
ନିମ୍ନଲିଖୂତ ମଧ୍ୟରୁ କେଉଁ ରୋଗ ବ୍ୟାପିବାର ସମ୍ଭାବନା ରହିଛି ? ହେପାଟାଇଟିସ୍−ଏ, ଯକ୍ଷ୍ମା, ହଇଜା, ପୋଲିଓ ଏବଂ ହାଡ଼ଫୁଟି ।
Answer:
ଯଦି ସଂକ୍ରମିତ ବ୍ୟକ୍ତିଙ୍କ ମଳ ଦ୍ଵାରା ପାନୀୟ ଜଳ ଦୂଷିତ ହୁଏ ତେବେ ହେପାଟାଇଟସ୍- A
ପୋଲିଓ ଏବଂ ହଇଜା : ଏହି ରୋଗଗୁଡ଼ିକ ବ୍ୟାପିବାର ସମ୍ଭାବନା ରହିଅଛି ।
![]()
Question 11.
ଯେତେବେଳେ ଆମର ଶରୀର ପ୍ରଥମ ଥର ପାଇଁ ଏକ ରୋଗକାରକ ଅଣୁଜୀବର ସମ୍ମୁଖୀନ ହୁଏ, ସେତେବେଳେ ରୋଗ ପ୍ରତିରୋଧକ ପ୍ରତିକ୍ରିୟା ସାଧାରଣତଃ କମ୍ ଥାଏ କିନ୍ତୁ ପୁନର୍ବାର ସେହି ରୋଗଜୀବାଣୁ ସଂସ୍ପର୍ଶରେ ଆସିଲେ ଶରୀରର ରୋଗ ପ୍ରତିରୋଧର ପ୍ରତିକ୍ରିୟା ବହୁତ ଅଧିକ ହୋଥାଏ । ଏହା କାହିଁକି ?
Answer:
ପ୍ରଥମ ସଂକ୍ରମଣ ସମୟରେ :
- ଶରୀର ରୋଗର କାରକକୁ ଚିହ୍ନଟ କରେ ।
- ନିର୍ଦ୍ଦିଷ୍ଟ ଆଣ୍ଟିବଡ଼ି ଶରୀରରେ ପ୍ରସ୍ତୁତ ହୁଏ ।
- ସ୍ମୃତିକୋଷରେ ଏହି ତଥ୍ୟ ସୁରକ୍ଷିତ ରୁହେ ।
ପରବର୍ତୀ ସଂକ୍ରମଣ ସମୟରେ :
- ସ୍ମୃତିକୋଷ ଶିଘ୍ର ସଠିକ୍ ଆଣ୍ଟିବଡ଼ି ଉତ୍ପାଦନ କରେ ।
- ଆଣ୍ଟିବଡ଼ି ସଂକ୍ରମିତ କୋଷକୁ ଶୀଘ୍ର ନଷ୍ଟ କରିଦିଏ ।
ଆବିଷ୍କାର, ପରିକଳ୍ପନା ଓ ତର୍କ
Question 1.
ତୁମ୍ଭେମାନେ ଗୋଟିଏ ମାସର ନିଜର ଖାଦ୍ୟ, ନିଦ୍ରା, ବ୍ୟାୟାମ, ପରିଷ୍କାର ପରିଚ୍ଛନ୍ନତା, ମୋବାଇଲ ଓ ଟେଲିଭିଜନ ଦେଖୁବା ସମୟ ଏବଂ ଭାବପ୍ରବଣ ମାନସିକ ସ୍ଥିତି ଏକ ସ୍ଵାସ୍ଥ୍ୟ ଡାଏରୀରେ ଲେଖୁ ରଖ ।
Answer:
- ସୁସ୍ଥ ଅଭ୍ୟାସ ଗଠନ ପାଇଁ ଜଣେ ଛାତ୍ର ସ୍ଵାସ୍ଥ୍ୟ ପରିଷ୍କାର ପରିଚ୍ଛନ୍ନତା, ମୋବାଇଲ ଦେଖିବା, ସମ୍ବନ୍ଧରେ ଉଲ୍ଲେଖ କରିବା ଆବଶ୍ୟକ । ଡାଏରୀରେ ନିଜର ଖାଦ୍ୟ, ନିଦ୍ରା, ବ୍ୟାୟାମ, TV ଦେଖିବା ଏବଂ ଭାବପ୍ରବଣ ମାନସିକ ସ୍ଥିତି ଏହା ନମୁନା ଚିହ୍ନଟ କରିବାରେ, ସୁସ୍ଥତାରେ ଉନ୍ନତି ଆଣିବାରେ ଏବଂ ସୁସ୍ଥତା ଲକ୍ଷ୍ୟ ସ୍ଥିର କରିବାରେ ସାହାଯ୍ୟ କରିଥାଏ ।
- ପ୍ରତିଦିନ ଡାଏରୀ ପୂରଣ କରିବା ଆବଶ୍ୟକ ଅଟେ । ବିଶେଷକରି ଶୋଇବା ପୂର୍ବରୁ ଏହା କରାଗଲେ ଭଲ ।
ପ୍ରତ୍ୟେକ ମାସର ଶେଷରେ ଉନ୍ନତି ପାଇଁ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରାଯାଇପାରିବ ଏବଂ ଅଭିଭାବକଙ୍କ ସହ ତଥ୍ୟଗୁଡ଼ିକର ବିଶ୍ଳେଷଣ କରାଯାଇପାରିବ । - ଏଥିପାଇଁ ଏକ ସ୍ଵତନ୍ତ୍ର ନୋଟବୁକ୍, ବୁଲେଟ୍ ଜର୍ଣ୍ଣାଲ୍ କିମ୍ବା ଟ୍ରାଙ୍କ୍ ଆପ୍ ବ୍ୟବହାର କରାଯାଇପାରିବ ।
ଦୈନିକ ତଥ୍ୟ ଗ୍ରହଣ ପାଇଁ ନମୁନା :

Question 2.
ସ୍ଵାସ୍ଥ୍ୟ ଏବଂ ରୋଗ କ୍ଷେତ୍ରରେ ସୁନୀତି ସୋଲୋମନ, ଡକ୍ଟର ୟେଲାପ୍ରଗଦା ସୁବାରାଓ, ଅସୀମା ଚାଟାର୍ଜୀ, ଡକ୍ତଟ ମେରୀ ପୁନେନ ଲୁକୋସେଙ୍କ ଭଳି ଭାରତୀୟ ବୈଜ୍ଞାନିକଙ୍କ ବିଷୟରେ ପଢ଼ ।
Answer:
(i) ସୁନିତି ସୋଲୋମନ (Suniti Solomon, 1938-2015) : ଏହି ମହିଳା ତାଙ୍କ ଛାତ୍ର ନିର୍ମଳାଙ୍କ ସହିତ ଚେନ୍ନାଇ ଯୌନକର୍ମୀଙ୍କ ମଧ୍ୟରେ ପ୍ରଥମ ଭାରତୀୟ AIDS ମାମଲା ନିର୍ଣ୍ଣୟ କରିବା ପରେ ଭାରତରେ AIDS ଗବେଷଣା ଏବଂ ନିବାରଣର ପଥ ପ୍ରଦର୍ଶକ ଥିଲେ । AIDS ନିୟନ୍ତ୍ରଣ ସମାଜ ଦ୍ଵାରା ଜୀବନବ୍ୟାପୀ ସାଧନା ପୁରସ୍କାର ପାଇଥିଲେ ।
(ii) ଡକ୍ଟର ୟେଲାପ୍ରଗଦା ସୁବାରାଓ (Dr. Yellapragada Subbarao, 1895-1948) : ଅଙ୍କୋଲୋଜି ଏବଂ ସଂକ୍ରାମକ ରୋଗପାଇଁ ତାଙ୍କର ଅବଦାନ ରହିଅଛି । ଏକ ପ୍ରାରମ୍ଭିକ କେମୋଥେରାପି ଔଷଧ ବିକଶିତ କରିବାରେ ଏବଂ ବିଶ୍ୱର ପ୍ରଥମ ଆଣ୍ଟିବାଇଓଟିକ୍ ଟେଟ୍ରାସାଇକ୍ଲିନ୍ ଆବିଷ୍କାର କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ଜୈବ ରସାୟନବିତ୍ ATP ର କାର୍ଯ୍ୟ ଆବିଷ୍କାର କରିଥିଲେ ।
(iii) ଅସୀମା ଚାଟାର୍ଜୀ (Asima Chatterjee, 1917-2006) : ସେ ଜଣେ ଭାରତୀୟ ଜୈବ ରସାୟନବିତ୍ ଥିଲେ ଯାହା ଜୈବ ରସାୟନ ବିଜ୍ଞାନ ଏବଂ ଫାଇଟୋମେଡ଼ିସିନ୍ କ୍ଷେତ୍ରରେ କାର୍ଯ୍ୟ ପାଇଁ ପ୍ରସିଦ୍ଧ ଥିଲେ । ମ୍ୟାଲେରିଆ ପ୍ରତିରୋଧକ ଔଷଧର ବିକାଶରେ ତାଙ୍କର ଅବଦାନ ଗୁରୁତ୍ଵପୂର୍ଣ୍ଣ ଥିଲା । ସେ ଜାତୀୟ ଓ ଆନ୍ତର୍ଜାତୀୟ ପତ୍ରିକାରେ ଉଭିଦ ଔଷଧ ଉପରେ 400 ରୁ ଅଧିକ ଗବେଷଣା ପ୍ରବନ୍ଧ ପ୍ରକାଶ କରିଅଛନ୍ତି ।
(iv) ଡକ୍ଟର ମେରୀ ପୁନେନ ଲୁକୋସେ (Dr. Mary Poonen Lukose, 1886-1976) : ସେ ଜଣେ ଭାରତୀୟ ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ପ୍ରସୂତି ବିଶେଷଜ୍ଞ ଅଟନ୍ତି । ସେ ଭାରତର ପ୍ରଥମ ମହିଳା ସର୍ଜନ ଜେନେରାଲ ଥିଲେ । ସେ ମାଡ୍ରାସ୍ ବିଶ୍ଵବିଦ୍ୟାଳୟରୁ ପ୍ରଥମ ମହିଳା ସ୍ନାତକ ଏବଂ MBBS ପଢ଼ିବା ପାଇଁ ପ୍ରଥମ ଭାରତୀୟ କଳା ସ୍ନାତକ ହୋଇ ଶିକ୍ଷାଗତ ଉତ୍କର୍ଷତା ହାସଲ କରିଥିଲେ ।
Question 3.
ଟୀକାକରଣ ଦ୍ଵାରା ବସନ୍ତ ପରି ମାରାତ୍ମକ ରୋଗକୁ ମଧ୍ଯ ଦୂର କରାଯାଇ ପାରିଥିଲା । ଏହା କିପରି କରାଯାଇଥିଲା ଏବଂ ଏହା କାହିଁକି ସଫଳତାର ସହ କାର୍ଯ୍ୟ କରିଥିଲା ତାହା ଅନୁସନ୍ଧାନ କର । ଅନ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତଙ୍କୁ ଟୀକାକରଣ କରାଯିବା ଆବଶ୍ୟକ କି ନାହିଁ ତାହା ବିତର୍କ କର ।
Answer:
ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଭାରତୀୟ ଓ ଚୀନ ଦେଶର ଚିକିତ୍ସକମାନେ ବସନ୍ତ ରୋଗୀର ବକଳା ଖଣ୍ଡକୁନେଇ ସୁସ୍ତ ଲୋକ ଶରୀରରେ ଘଷିବାର ଉଦାହରଣ ରହିଛି । ସେମାନେ ବିଶ୍ଵାସ କରୁଥିଲେ ଯେ ଏପରି କରିବା ଦ୍ଵାରା ସୁସ୍ଥ ଲୋକର ଶରୀରରେ ବସନ୍ତ ରୋଗର ଅଣୁଜୀବ ପ୍ରବେଶ କରିବ ଓ ସେହି ରୋଗ ବିରୁଦ୍ଧରେ ସୁସ୍ଥ ଶରୀରରେ ରୋଗ ପ୍ରତିରୋଧ ଉତ୍ପନ୍ନ ହେବ । ଫଳରେ ସୁସ୍ଥ ଲୋକଙ୍କ ଆଉ ବସନ୍ତ ରୋଗଗ୍ରସ୍ଥ ହେବନାହିଁ ।
ଆଜକୁ ଦୁଇଶହ ବର୍ଷ ପୁର୍ବେ ଜଣେ ଇଂରେଜ ଡାକ୍ତର ଏଡଓ୍ବାର୍ଡ ଜେନର୍ ଦେଖୁଲେ ଯେ ଯେଉଁ ଗୋପାଳକମାନଙ୍କ ଗୋରୁ ମାନଙ୍କୁ ଗୋବସନ୍ତ ହୋଇଛି, ସେହି ଗୋପାଳକମାନଙ୍କୁ ବସନ୍ତ ରୋଗ ମହାମାରୀ ସମୟରେ ମଧ୍ୟ ହେଉନାହିଁ । ଗୋ-ବସନ୍ତ କ୍ଵଚିତ୍ ଦେଖାଯାଏ । ଗୋବସନ୍ତ ଭୂତାଣୁ ଓ ମଣିଷ ବସନ୍ତ ଭୂତାଣୁ ମଧ୍ୟରେ ସାମଞ୍ଜସ୍ୟ ଅଧୂକ । ଜେନର୍ ଏହି ଗୋବସନ୍ତ ଭୂତାଣୁକୁ ଆଣି ମଣିଷ ଶରୀରରେ ପ୍ରବେଶ କରାଇଲେ । ଫଳରେ ସେହି ମଣିଷ ଶରୀରରେ ରୋଗ ପ୍ରତିରୋଧ କ୍ଷମତା ଅଧିକ ହେଲା ଓ ସେମାନେ ବସନ୍ତ ରୋଗକୁ ପ୍ରତିରୋଧ କରିପାରିଲେ ।
ଲାଟିନ୍ର ଗାଈକୁ ‘ଭାକା’’ (Vacca) ଏବଂ ଗୋବସନ୍ତକୁ ଭାକ୍ସିନିଆ ( Vaccinia) କୁହାଯାଏ । ଉଭୟର ସଂଯୋଗରେ ଟୀକାକରଣକୁ ହ୍ୟାକ୍ସିନେସନ (Vaccination) କୁହାଗଲା ।
= ଅନ୍ୟମାନଙ୍କୁ ସୁରକ୍ଷା ଦେବାପାଇଁ ସମସ୍ତଙ୍କୁ ଟୀକାକରଣ କରାଯିବାର ଆବଶ୍ୟକତା ରହିଛି । ଏହାଦ୍ଵାରା ରୋଗର ମୂଳୋତ୍ପାଟନ ହୋଇପାରିବ ।
Question 4.
ବର୍ତ୍ତମାନର ନର୍ଦ୍ଦେଶାବଳୀ ଅନୁସାରେ ହଠାତ୍ ଶ୍ଵାସକ୍ରିୟା ବନ୍ଦ ହୋଇଯିବା କ୍ଷେତ୍ରରେ ଜଣେ ବୟସ୍କ ବ୍ୟକ୍ତିଙ୍କ ଉପରେ ହୃଦ୍–ଫୁସ୍ଫୁସୀୟ ପୁନଃରୁତ୍ଥାନ (Cardio Pulmonary Resuscitation-CPR) କରିବା ପାଇଁ ପଦକ୍ଷେପଗୁଡ଼ିକର ସଠିକ୍ କ୍ରମ ଶିଖ । ସ୍କୁଲ୍କୁ ଜଣେ ଡାକ୍ତର କିମ୍ବା ଜଣେ ବୃତ୍ତିଗତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରି ମକ୍ ଡ୍ରିଲ୍ ପ୍ରଦର୍ଶନ କରିବାକୁ କୁହାଯାଇପାରେ I
Answer:
- ଜଣେ ଅଣନିଃଶ୍ଵାସୀ ବ୍ୟକ୍ତି ପାଇଁ ହୃଦ-ଫୁସଫୁସୀୟ ପୁନଃରୁତ୍ଥାନ ଆରମ୍ଭ କରାଯାଇ ପାରିବ । ଏହି ପ୍ରକ୍ରି ୟାରେ 30 ଥରି ଦ୍ରୁତ ଛାତି ସଙ୍କୋଚନ ଏବଂ ତା’ପରେ 2 ଥର ଉଦ୍ଧାର ନିଶ୍ଵାସ (30 : 2) ଚକ୍ର ଜାରି ରଖୁବାକୁ ପଡ଼ିଥାଏ ।
- ବ୍ୟକ୍ତି ପ୍ରତିକ୍ରିୟା ପ୍ରଦର୍ଶନ କରୁଛନ୍ତି କି ନାହିଁ ତାହା ପରୀକ୍ଷା କରାଯାଉ । ଯଦି କୌଣସି ପ୍ରତିକ୍ରିୟା ହେଉ ନଥାଏ ତେବେ ଜରୁରୀକାଳୀନ ସେବା ସହିତ ଯୋଗାଯୋଗ କରାଯାଉ ।
- ବିନାବାଧାରେ 30 : 2 ଚକ୍ର (30 ଥର ସଙ୍କୋଚନ ଓ 2 ଥର ନିଶ୍ଵାସ) ଜାରି ରଖୁବା ଆବଶ୍ୟକ ।
Question 5.
ସ୍କୁଲ୍କୁ ଜଣେ ଡାକ୍ତରଙ୍କୁ ନିମନ୍ତ୍ରଣ କରି ଛାତ୍ରଛାତ୍ରୀମାନଙ୍କୁ କୁପୋଷଣ (କମ୍ ପୁଷ୍ଟିସାର ଏବଂ ଅତ୍ୟଧ୍ବକ ପୁଷ୍ଟିସାର) ସମସ୍ୟା ଉପରେ ଡାକ୍ତରଙ୍କ ସହ ଆଲୋଚନା କରିବାକୁ ଉତ୍ସାହିତ କରାଯାଇପାରେ ।
Answer:
କୁ ପୋଷଣ (Malnutrition) :
- କୁ-ପୋଷଣ ହେଉଛି ଅସନ୍ତୁଳିତ ଖାଦ୍ୟଗ୍ରହଣ – ଅତ୍ୟଧିକ କମ୍ ଅନୁପଯୁକ୍ତ ଖାଦ୍ୟ ଗ୍ରହଣ ଦ୍ଵାରା ଶରୀରରେ ପ୍ରତିକୂଳ ଅବସ୍ଥାର ଏକ ସୋପାନ ।
- ଏଥୁରେ ଅପପୁଷ୍ଟି ଏବଂ ଅତ୍ୟଧ୍ବକ ପୁଷ୍ଟିକତା ଉଭୟ ଅନ୍ତର୍ଭୁକ୍ତ ଅଟେ । ଏହା ଥକ୍କାପଣ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଏବଂ ଦୀର୍ଘକାଳୀନ ରୋଗ ଭଳି ଗୁରୁତ୍ଵପୂର୍ଣ୍ଣ ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥାଏ ।
- ଏହା ସମସ୍ତ ବୟସର ବ୍ୟକ୍ତିଙ୍କୁ ହୋଇଥାଏ, କିନ୍ତୁ ଏହା ପିଲାମାନଙ୍କ ପାଇଁ ବିଶେଷ ଭାବରେ ବିପଜ୍ଜନକ ଅଟେ । ଏହା ରୋଗ ଓ ମୃତ୍ୟୁର ଆଶଙ୍କା ବୃଦ୍ଧିକରେ ।
Question 6.
ଯଦି ତୁମକୁ ଏକ ସ୍ଵାସ୍ଥ୍ୟ କାର୍ଡ଼ ତିଆରି କରିବାର ସୁଯୋଗ ଦିଆଯାଏ, ତେବେ ତୁମେ ଏଥରେ କ’ଣ ସବୁ ଅନ୍ତର୍ଭୁକ୍ତ କରିବାକୁ ଚାହିଁବ ? ତୁମେ ନିଜର ସ୍ଵାସ୍ଥ୍ୟ କାର୍ଡ଼ ତିଆରି କର ଏବଂ ଏହା ବିଷୟରେ ଅଲୋଚନା କର ।
Answer:
ନିଜର ସ୍ଵାସ୍ଥ୍ୟ କାର୍ଡ଼ ତିଆରି ପାଇଁ ନିମ୍ନଲିଖତ ସୂଚନା ଅନ୍ତର୍ଭୁକ୍ତ କରିବାକୁ ଚାହିଁବ ।
(ନାମ, ଜନ୍ମ ତାରିଖ, ଯୋଗାଯୋଗ ବିବରଣୀ)
- ପରିଚୟ
- ଡାକ୍ତରଙ୍କ ପରାମର୍ଶ
- ହେଉଥିବା ରୋଗର ନାମ
- ଓଜନ
- ରକ୍ତ ପରୀକ୍ଷା ରିପୋର୍ଟ
- ଡାକ୍ତରଙ୍କ ପ୍ରେସ୍କିପ୍ସନ୍
- ଗ୍ରହଣ କରୁଥିବା ଔଷଧର ବିବରଣୀ
- ଉଚ୍ଚତା
![]()
Question 7.
ସାଥୀମାନଙ୍କ ଉପରେ ଫାଷ୍ଟଫୁଡ୍ର କୁପ୍ରଭାବ ଅଛି କି ? ଏକ ବିତର୍କ କର ।
Answer:
ଫାଷ୍ଟଫୁଡ (Fast Food) :
- ଏହା ପ୍ରକ୍ରିୟାକୃତ ଉପାଦାନରୁ ପ୍ରସ୍ତୁତ ହୋଇଥାଏ । ଏଥିରେ ସୁଲଭତା ଓ ସୁବିଧାକୁ ପ୍ରାଥମିକତା ପ୍ରଦାନ କରାଯାଇଥାଏ ।
- ଏହା ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ସୁବିଧାଜନକ ଅଟେ । ପିଜା, ବର୍ଗର, କେକ୍ ଇତ୍ୟାଦି ଏହାର ଉଦାହରଣ ଅଟେ ।
- ଏଥୁରେ ଫାଇବର, ଭିଟାମିନ୍ ଓ ଖଣିଜ ପଦାର୍ଥ କମ୍ ପରିମାଣରେ ରହିଥାଏ । କ୍ୟାଲୋରୀ, ଚର୍ବି, ଚିନି, ସୋଡ଼ିୟମ ଓ ରିଫାଇନ୍ ଶସ୍ୟର ପରିମାଣ ଅଧିକ ରହିଥାଏ । ଏହାର କୁପ୍ରଭାବ ଶରୀର ଉପରେ ପଡ଼ିଥାଏ ।
ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ ପ୍ରଶ୍ନୋତ୍ତର
Question 1.
ସାଧାରଣ ଥଣ୍ଡା ଭଳି ସଂକ୍ରମଣ ପ୍ରତି ତୁମ ଶରୀର କିପରି ପ୍ରତିକ୍ରିୟା କରେ ?
Answer:
(କ) ସାଧାରଣ ଥଣ୍ଡା ରୋଗ ଭୂତାଣୁ ସଂକ୍ରମଣ ଯୋଗୁଁ ହୋଇଥାଏ । ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀ ସାଧାରଣ ଥଣ୍ଡା ରୋଗ ପ୍ରତି ପ୍ରତିକ୍ରିୟା ପ୍ରକାଶ କରିଥାଏ ।
(ଖ) ଆମ ଶରୀର ସଂକ୍ରମଣ ସହିତ ଲଢ଼ିବା ସମୟରେ ନାକରୁ ପାଣି ବୋହିବା, ଗଳାରେ ଯନ୍ତ୍ରଣା ଅନୁଭବ ହେବା ଓ କାଶ ଭଳି ଲକ୍ଷଣ ଦେଖାଯାଇଥାଏ ।
(ଗ) ଶରୀରର ପ୍ରତିରକ୍ଷା ପ୍ରଣାଳୀ ଭୂତାଣୁକୁ ନିରପେକ୍ଷ କରିବା ପାଇଁ ଆଣ୍ଟିବଡ଼ି ଉତ୍ପାଦନ କରେ ଓ ଶ୍ଵେତରକ୍ତ କଣିକା (WBC) ସଂକ୍ରମିତ କୋଷଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଥାଏ ।
(ଘ) ବିଶ୍ରାମ, ଜଳୀୟ ଅଂଶ ଏବଂ କେତେକ ସମୟରେ ଔଷଧ ଶରୀରକୁ ଆରୋଗ୍ୟ କରିବାରେ ସାହାଯ୍ୟ କରେ ।
Question 2.
ଆଜିକାଲି ଆମେ ଦେଖୁ ବସନ୍ତ କିମ୍ବା ପୋଲିଓ ଭଳି ରୋଗ କମ୍ ବ୍ୟାପୁଛି କିନ୍ତୁ ମଧୁମେହ ଓ ହୃଦ୍ ସମସ୍ୟା ସାଧାରଣତଃ ଅଧିକ ସଂଖ୍ୟାରେ ହେଉଛି କାହିଁକି ?
Answer:
(କ) ବ୍ୟାପକ ଟୀକାକରଣ କାର୍ଯ୍ୟକ୍ରମ ଯୋଗୁଁ ବସନ୍ତ ଏବଂ ପୋଲିଓ ଭଳି ରୋଗର ସମ୍ପୂର୍ଣ୍ଣ ନିରାକରଣ ସମ୍ଭବ ହୋଇପାରିଛି ।
(ଖ) ଆଧୁନିକ ଜୀବନଶୈଳୀ କାରଣରୁ ଏବଂ ପ୍ରକ୍ରିୟାକୃତ ଚର୍ବିଯୁକ୍ତ କିମ୍ବା ଚିନିଯୁକ୍ତ ଖାଦ୍ୟର ବ୍ୟାପକ ବ୍ୟବହାର ହେତୁ ମଧୁମେହ ଓ ହୃଦ୍ରୋଗ ଭଳି ଅଣ ସଂକ୍ରାମକ ରୋଗର ପରିମାଣ ବୃଦ୍ଧି ପାଉଅଛି ।
Question 3.
ଜଳବାୟୁ ପରିବର୍ତ୍ତନ ଯୋଗୁଁ ନୂତନ ପ୍ରକାରର ରୋଗ ସୃଷ୍ଟି ହୋଇପାରେ କି ?
Answer:
(କ) ଜଳବାୟୁ ପରିବର୍ତ୍ତନ ଯୋଗୁଁ ନୂତନ ପ୍ରକାରର ରୋଗ ସୃଷ୍ଟିହେବାର ସମ୍ଭାବନା ଅଧିକ ଥାଏ ।
(ଖ) ଉଷ୍ଣ ତାପମାତ୍ରା ଏବଂ ପରିବର୍ତ୍ତନଶୀଳ ପାଣିପାଗ ଯୋଗୁଁ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗ ବାହକ ଜୀବାଣୁମାନଙ୍କର ପରିସର ବିସ୍ତାରିତ ହେଉଛି ।
(ଗ) ଜଳର ଗୁଣବତ୍ତା ହ୍ରାସ ପାଉଥିବା କାରଣରୁ ନୂତନ ପ୍ରଜାତିର ରୋଗଜୀବାଣୁର ଆବିର୍ଭାବ ହେଉଅଛି ଓ ଏହାଦ୍ଵାରା ଅସ୍ଵାଭାବିକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି ।
Question 4.
ମାନସିକ ଚାପ କିମ୍ବା ଚିନ୍ତା ଆମକୁ କିପରି ପ୍ରଭାବିତ କରେ ଏବଂ ଏହା ଆମକୁ ଅସୁସ୍ଥ କରିଥାଏ କି ?
Answer:
(କ) ମାନସିକ ଚାପ ଓ ଚିନ୍ତା ଆମ ଶରୀରରେ କର୍ଟିସୋଲ ଭଳି ହରମୋନ୍ କ୍ଷରଣ କରି ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିଥାଏ । ଏହାଦ୍ଵାରା ଶରୀର ବିଭିନ୍ନ ପ୍ରକାର ଜୀବାଣୁ ସଂକ୍ରମଣ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାଏ ।
(ଖ) ଦୀର୍ଘକାଳୀନ ମାନସିକ ଚାପ, ନିଦ୍ରାହୀନତା, କୁପୋଷଣ ଇତ୍ୟାଦି ମାନସିକ ସ୍ଵାସ୍ଥ୍ୟକୁ ପ୍ରଭାବିତ କରେ । ଏହାଯୋଗୁଁ ଉଚ୍ଚ ରକ୍ତଚାପ ଓ ମଧୁମେହ ପରି ଅଣ-ସଂକ୍ରମଣକାରୀ ରୋଗର ଭୟାବହତା ବୃଦ୍ଧି ପାଉଥାଏ ।
Question 5.
ରୋଗ ବ୍ୟାପିବା ସମୟରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ କାହିଁକି ଅନ୍ୟମାନଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି ?
Answer:
(କ) ଯେଉଁମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଯଥା ପିଲା ଓ ବୃଦ୍ଧମାନେ ଅଧିକ ପରିମାଣରେ ପ୍ରଭାବିତ ହୋଇଥା’ନ୍ତି ।
(ଖ) ଅସ୍ୱାସ୍ଥ୍ୟକର ପରିବେଶ, କୁପୋଷଣ ବା ପୂର୍ବରୁ ଶରୀରରେ ସ୍ଵାସ୍ଥ୍ୟ ସମସ୍ୟା ରହିଥିଲେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ରୋଗ ବ୍ୟାପିବା ସମୟରେ ଅଧିକ ପ୍ରଭାବିତ ହୋଇଥାନ୍ତି ।
(ଗ) ଜନଗହଳିପୂର୍ଣ୍ଣ ବାସସ୍ଥାନ କିମ୍ବା ସୀମିତ ସ୍ଵାସ୍ଥ୍ୟସେବା ଉପଲବ୍ଧତା ଭଳି ସାମାଜିକ କାରଣଗୁଡ଼ିକ ମଧ୍ୟ ଦୁର୍ବଳତାକୁ ବୃଦ୍ଧି କରିଥାନ୍ତି ।
ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର
ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
(i) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । କେଉଁଟି ‘ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ’କୁ ବୁଝାଇଥାଏ ?
(a) WHO
(b) OHW
(c) HOW
(d) OWH
Answer:
(a) WHO
(ii) ଔଷଧ ସେବନ କଲେ କାହା ମଧ୍ୟରେ ସମତା ଆସିଥାଏ ?
(a) ବାତ ଓ ପିତ୍ତ ମଧ୍ୟରେ
(b) ପିତ୍ତ ଓ କଫ ମଧ୍ଯରେ
(c) ବାତ ଓ କଫ ମଧ୍ଯରେ
(d) ବାତ, ପିତ୍ତ ଓ କଫ ମଧ୍ୟରେ
Answer:
(d) ବାତ, ପିତ୍ତ ଓ କଫ ମଧ୍ୟରେ
(iii) କେଉଁଟିକୁ ଅବଲମ୍ବନ କଲେ ଆମେ ସୁସ୍ଥ ଜୀବନଶୈଳୀ ବଜାୟ ରଖ୍ଯାରିବା ?
(a) ପ୍ରଚୁର ଫଳ, ପନିପରିବା ଓ ଶସ୍ୟଜାତୀୟ ଖାଦ୍ୟ ଖାଇଲେ
(b) ପ୍ରକ୍ରିୟାକୃତ ଖାଦ୍ୟ, ଚିନିଯୁକ୍ତ ଖାଦ୍ୟ ପରିହାର କଲେ
(c) ଶାରୀରିକ ଭାବେ ସକ୍ରିୟ ରହିଲେ
(d) ଉପରୋକ୍ତ ସମସ୍ତ ପାଳନ କଲେ
Answer:
(d) ଉପରୋକ୍ତ ସମସ୍ତ ପାଳନ କଲେ
(iv) କେଉଁଟି ଅଣସଂକ୍ରାମକ ରୋଗ ଅଟେ ?
(a) ଟାଇଫଏଡ୍
(b) କର୍କଟ
(c) ଡେଙ୍ଗୁ
(d) ମିଳିମିଳା
Answer:
(b) କର୍କଟ
(v) କେଉଁ ରୋଗଟି ଭୂତାଣୁ ଯୋଗୁଁ ବ୍ୟାପିଥାଏ ?
(a) ହସ୍ତୀ
(b) ଆନ୍ତ୍ରିକ ଜ୍ଵର
(c) ହେପାଟାଇଟିସ୍ – A
(d) ଗୋଲକୃମି ରୋଗ
Answer:
(c) ହେପାଟାଇଟିସ୍ – A
ଶୂନ୍ୟସ୍ଥାନ ପୂରଣ କର ।
(a) ହାଡ଼ଫୁଟି __________ ଯୋଗୁ ହୋଇଥାଏ ।
Answer:
ଭୂତାଣୁ
(b) ମ୍ୟାଲେରିଆ __________ ଯୋଗୁ ହୋଇଥାଏ ।
Answer:
ଆଦିପ୍ରାଣୀ
(c) 3 ମାସରୁ ଅଧିକ ସମୟ ଧରି ଦେଖାଯାଉଥିବା ରୋଗକୁ __________ ରୋଗ କୁହାଯାଏ ।
Answer:
ଦୀର୍ଘକାଳୀନ
(d) ଏଡ଼ୱାର୍ଡ଼ ଜେନର __________ଟୀକା ଉଦ୍ଭାବନ କରିଥିଲେ ।
Answer:
ବସନ୍ତ
(e) ରୋଟାଭାଇରସ ଟୀକା ବିକଶିତ କରିବାରେ __________ ଭାରତୀୟ ଡାକ୍ତର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
Answer:
ଡକ୍ଟର ମହାରାଜ କିଶନ
![]()
ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ ।
(a) ଶାରୀରିକ ସ୍ଵାସ୍ଥ୍ୟ ଏବଂ ଖୁସି ଅନୁଭବ କରିବା ପରସ୍ପର ପରିପୂରକ ଅଟେ ।
Answer:
✓
(b) ରୋଗ ଶରୀର କିମ୍ବା ମନର ସାଧାରଣ କାର୍ଯ୍ୟକୁ ପ୍ରଭାବିତ କରେ ନାହିଁ ।
Answer:
✗
(c) ମଧୁମେହ ଏବଂ ହୃଦରୋଗ ଅଣସଂକ୍ରାମଣ ରୋଗ ଅଟେ ।
Answer:
✓
(d) ସଂକ୍ରାମକ ରୋଗଗୁଡ଼ିକ ବୀଜାଣୁ, ଭୂତାଣୁ କିମ୍ବା କୃମି ଦ୍ଵାରା ସୃଷ୍ଟି ହୋଇ ନଥାଏ ।
Answer:
✗
(e) ରୋଗର ପରିଚାଳନା ଏବଂ ନିରାକରଣ ପାଇଁ ରୋଗର ଚିହ୍ନଟ ଏବଂ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ଵପୂର୍ଣ ଅଟେ ।
Answer:
✓
‘କ’ ସ୍ତମ୍ଭ ଓ ‘ଖ’ ସ୍ତମ୍ଭ ମଧ୍ଯରେ ସମ୍ପର୍କ ସ୍ଥାପନ କର ।
Question 1.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ପେନିସିଲିନ୍ | ଡକ୍ଟର ମହାରାଜ କିଶନ |
| (b) ରୋଟାଭାଇରସ୍ ଟିକା | ଡକ୍ଟର କମଲ ରାଣାଦିଭେ |
| (c) ଭୂତାଣୁ ଓ କର୍କଟ ରୋଗ | ଏଡ୍ର୍ଡ଼ ଜେନର |
| (d) ବସନ୍ତ ଟିକା | ବସନ୍ତରୋଗର ଚିକିତ୍ସା |
| (e) ଭେରି ଓଲେସନ | ଆଲେକ୍ଜାଣ୍ଡର ଫ୍ଲେମିଂ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ପେନିସିଲିନ୍ | ଆଲେକ୍ଜାଣ୍ଡର ଫ୍ଲେମିଂ |
| (b) ରୋଟାଭାଇରସ୍ ଟିକା | ଡକ୍ଟର ମହାରାଜ କିଶନ |
| (c) ଭୂତାଣୁ ଓ କର୍କଟ ରୋଗ | ଡକ୍ଟର କମଲ ରାଣାଦିଭେ |
| (d) ବସନ୍ତ ଟିକା | ଏଡ୍ର୍ଡ଼ ଜେନର |
| (e) ଭେରି ଓଲେସନ | ବସନ୍ତରୋଗର ଚିକିତ୍ସା |
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଆୟୁର୍ବେଦ ଆମକୁ କ’ଣ ଶିକ୍ଷା ଦିଏ ?
Answer:
(i) ଆୟୁର୍ବେଦ ଆମକୁ ଶିକ୍ଷା ଦିଏ ଯେ, ପ୍ରକୃତି ସ୍ଵାସ୍ଥ୍ୟ ହେଉଛି ଶରୀର, ମନ ଏବଂ ପରିବେଶର ଏକ ଉପଯୁକ୍ତ ସନ୍ତୁଳନ । ଦିନଚର୍ଯ୍ୟା ଏବଂ ଋତୁକାଳୀନ ଋତୁଚର୍ଯ୍ୟା ଅନୁସରଣ କଲେ ସନ୍ତୁଳନ ବଜାୟ ରୁହେ ।
(ii) ବ୍ୟକ୍ତିର ଶରୀର ଗଠନ ପାଇଁ ଉପଯୁକ୍ତ ସତେଜ ଓ ସୁଷମ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ ଅଟେ । ନିୟମିତ ବ୍ୟାୟାମ, ପରିଷ୍କାର ପରିଚ୍ଛନ୍ନତା, ଗାଢ଼ ନିଦ୍ରା ଏବଂ ଶାନ୍ତ ମନ ସାମଗ୍ରିକ ସୁସ୍ଥତା ପ୍ରଦାନ କରିଥାଏ । ଏହାକୁ ଯୋଗ ଓ ଧ୍ୟାନ ଦ୍ଵାରା ହାସଲ କରାଯାଇପାରିବ ।
Question 2.
ସୁସ୍ଥ ରହିବା ପାଇଁ ଭଲ ଅଭ୍ୟାସ ଗୁଡ଼ିକର ତାଲିକା ପ୍ରଦାନ କର ।
Answer:
(i) ନିଜକୁ ପରିଷ୍କାର ରଖୁବା
(ii) ବ୍ୟକ୍ତିଗତ ପରିଚ୍ଛନ୍ନତା ବଜାୟ ରଖୁବା
(iii) ସୁଷମ ଖାଦ୍ୟ ଖାଇ ନିୟମିତ ବ୍ୟାୟାମ କରିବା
(iv) ବିଶ୍ରାମ ନେବା ଓ ଧ୍ୟାନ କରିବା
Question 3.
କେଉଁ ମନ୍ଦ ଅଭ୍ୟାସଗୁଡ଼ିକ ଆମ ସ୍ଵାସ୍ଥ୍ୟପାଇଁ ଭଲ ନୁହେଁ ତାହାର ତାଲିକା ପ୍ରଦାନ କର ।
Answer:
(i) ମୋବାଇଲ୍ ଫୋନ୍, କମ୍ୟୁଟର, ଟି.ଭି. ଅଧିକ ସମୟ ଦେଖିବା
(ii) ଫାଷ୍ଟଫୁଡ୍ ଓ ଜଙ୍କ ଫୁଡ଼୍ ଦୈନିକ ଖାଇବା
(iii) ଡେରିରେ ଶୋଇବା ଓ ପର୍ଯ୍ୟାପ୍ତ ନିଜ ନ ହେବା
(iv) ସକାଳ ଜଳଖୁ ନ ଖାଇ ଉପାସ ରହିବା
![]()
Question 4.
ଆମେ ଅସୁସ୍ଥ ବୋଲି କିପରି ଜାଣିବା ?
Answer:
(i) ଆମ ଶରୀରରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, କ୍ଳାନ୍ତି ପ୍ରଭୃତି ଲକ୍ଷଣ ଏବଂ ଜ୍ଵର, ଉଚ୍ଚ ରକ୍ତଚାପ, ଫୋଟକା କିମ୍ବା ଶରୀରରେ ଫୁଲା ଭଳି ସଂକେତ ଇତ୍ୟାଦି ସୂଚାଇଥାଏ ଯେ, ଆମେ ଅସୁସ୍ଥ ଅଛୁ ।
(ii) ଏକ ଲକ୍ଷଣ ହେଉଛି ତାହା, ଯାହା ଆମେ ଅନୁଭବ କରିଥାଉ (ଯେପରିକି ଯନ୍ତ୍ରଣା) ଏବଂ ଅନ୍ୟଟି ହେଉଛି ସଂକେତ ଯାହାକୁ ଦେଖାଯାଇପାରେ କିମ୍ବା ମାପ କରାଯାଇପାରେ (ଜ୍ୱର) । ଏଗୁଡ଼ିକ ଡାକ୍ତରମାନଙ୍କୁ ଚିକିତ୍ସା କରିବାରେ ସହାୟତା ପ୍ରଦାନ କରିଥାଏ ।
Question 5.
ରୋଗ କାହାକୁ କୁହାଯାଏ ? ରୋଗ ସୃଷ୍ଟି କରିବାରେ ରୋଗ କାରକର ଭୂମିକା କ’ଣ ?
Answer:
(i) ରୋଗ ହେଉଛି ଏକ ଅବସ୍ଥା ଯାହା ଶରୀର କିମ୍ବା ମନର ସାଧାରଣ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ଯେତେବେଳେ ଶରୀରର ଗୋଟିଏ ବା ଦୁଇଟି ଅଙ୍ଗ ବା ଅଙ୍ଗ ସଂସ୍ଥା ଠିକ୍ଭାବେ କାର୍ଯ୍ୟ ନ କରନ୍ତି, ସେତେବେଳେ ଏହା ହୋଇଥାଏ ।
(ii) କିଛି ରୋଗ, ବୀଜାଣୁ, ଭୂତାଣୁ, କୃମି ଆଦିପ୍ରାଣୀ, କବକ ଭଳି ଅଣୁଜୀବମାନଙ୍କଦ୍ଵାରା ହୋଇଥାଏ । ଏହି ରୋଗ ସୃଷ୍ଟିକରୁଥିବା ଜୀବମାନଙ୍କୁ ରୋଗ କାରକ ବା ରୋଗାଣୁ ଅଣୁଜୀବ କୁହାଯାଏ ।
Question 6.
କେଉଁ କାରଣରୁ ଭାରତରେ ଅଣ-ସଂକ୍ରାମକ ରୋଗ ବ୍ୟାପୁଅଛି ?
Answer:
(i) ସାମ୍ପ୍ରତିକ ସମୟରେ ଭାରତରେ ହୃଦ୍ରୋଗ, କର୍କଟ ରୋଗ ଏବଂ ମଧୁମେହ ପରି ଅଣସଂକ୍ରାମକ ରୋଗଗୁଡ଼ିକ ବହୁ ମାତ୍ରାରେ ବ୍ୟାପୁଛି । ଏହା ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଘଟୁଅଛି ।
(ii) ଅଧୂକ ମାତ୍ରାରେ ପ୍ରକ୍ରିୟାକୃତ ଖାଦ୍ୟଗ୍ରହଣ, କମ୍ ବ୍ୟାୟାମ କରିବା ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚିରହିବା ପାଇଁ ଚେଷ୍ଟାକରିବା ଇତ୍ୟାଦି ଏହାର ଅନ୍ୟତମ କାରଣ ଅଟେ ।
Question 7.
ସଂକ୍ରାମକ ରୋଗ କିପରି ସୃଷ୍ଟି ହୁଏ ଓ ବ୍ୟାପିଥାଏ ?
Answer:
(i) ସମସ୍ତ ପ୍ରକାର ସଂକ୍ରାମକ ରୋଗ, ରୋଗ କାରକ ଅଣୁଜୀବଦ୍ଵାରା ସୃଷ୍ଟି ହୋଇଥାଏ । ଏହି ରୋଗଜୀବାଣୁ ଆମେ ପ୍ରଶ୍ଵାସ ନେବା ସମୟରେ ବାୟୁ ମାଧ୍ୟମରେ କିମ୍ବା ଦୂଷିତ ଖାଦ୍ୟ ବା ଜଳ ବ୍ୟବହାର କରିବା କରିବା ଦ୍ଵାରା ଆମ ଶରୀରରେ ପ୍ରବେଶ କରିଥାଏ ।
(ii) ଏହା ସାଧାରଣତଃ ବାୟୁ ମାଧ୍ୟମରୁ ସଂକ୍ରମିତ ବ୍ୟକ୍ତିଙ୍କର କାଶ କିମ୍ବା ଛିଙ୍କଦ୍ଵାରା କିମ୍ବା ପ୍ରତ୍ୟକ୍ଷ ସଂସ୍ପର୍ଶ ଯଥା ହାତ ମିଳାଇବା, ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ଜିନିଷପତ୍ର ବ୍ୟବହାର କରିବା ଦ୍ଵାରା ବ୍ୟାପିଥାଏ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ବାୟୁ ମାଧ୍ଯମରେ ବ୍ୟାପୁଥିବା 4 ଟି ସଂକ୍ରମଣ ରୋଗର ନାମ, କାରକ ଓ ସଂକ୍ରମଣ ସ୍ଥାନ ସମ୍ବନ୍ଧରେ ତଥ୍ୟ ପ୍ରଦାନ କର ।
Answer:
| କ୍ରମାଙ୍କ | ରୋଗର ନାମ | କାରକ | ସଂକ୍ରମଣ ସ୍ଥାନ |
| 1. | ସାଧାରଣ ଥଣ୍ଡାଜ୍ୱର | ଭୂତାଣୁ | ଶ୍ଵାସନଳୀ |
| 2. | ହାଡ଼ଫୁଟି | ଭୂତାଣୁ | ଶ୍ଵାସନଳୀ ଓ ଚର୍ମ |
| 3. | ମିଳିମିଳା | ଭୂତାଣୁ | ଶ୍ଵାସନଳୀ ଓ ଚର୍ମ |
| 4. | ଯକ୍ଷ୍ମା (T.B.) | ବୀଜାଣୁ | ଫୁସ୍ଫୁସ୍ |
Question 2.
ଦୂଷିତ ଖାଦ୍ୟ ଓ ଜଳ ଦ୍ଵାରା ବ୍ୟାପୁଥିବା ଏକ ସଂକ୍ରାମକ ରୋଗର ନାମ, କାରକ ଓ ସ୍ଥାନ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରେ ।
Answer:
| କ୍ରମାଙ୍କ | ରୋଗର ନାମ | କାରକ | ସଂକ୍ରମଣ ସ୍ଥାନ |
| 1. | ହେପାଟାଇଟିସ୍ A | ଭୂତାଣୁ | ଯକୃତ |
| 2. | ହଇଜା | ଜୀବାଣୁ | ଅନ୍ତ୍ରନଳୀ |
| 3. | ଆମ୍ବିକ ଜ୍ଵର | ଜୀବାଣୁ | ଅନ୍ତ୍ରନଳୀ |
| 4. | ଗୋଲକୃତି | କୀଟ | ଅନ୍ତ୍ରନଳୀ |
Question 3.
କୀଟପତଙ୍ଗ ଦ୍ଵାରା ବ୍ୟାପୁଥୁବା 2 ଟି ସଂକ୍ରମିତ ରୋଗର ନାମ, କାରକ ଓ ଲକ୍ଷଣ ସମ୍ପର୍କରେ ତଥ୍ୟ ପ୍ରଦାନ କର ।
Answer:
| କ୍ରମାଙ୍କ | ରୋଗର ନାମ | କାରକ | ଲକ୍ଷଣ |
| 1. | ମ୍ୟାଲେରିଆ | ଆଦିପ୍ରାଣୀ |
|
| 2. | ଡେଙ୍ଗୁ ଜ୍ୱର | ଭୂତାଣୁ |
|
Question 4.
କେଉଁ ଉପାୟ ଅବଲମ୍ବନ କଲେ ଆମେ ଏକ ସୁସ୍ଥ ଜୀବନଶୈଳୀ ପ୍ରଚୁର ଫଳ, ବଜାୟ ରଖୁପାରିବା ?
Answer:
- ପନିପରିବା ଓ ଶସ୍ୟଜାତୀୟ ଖାଦ୍ୟ ଖାଇବା ।
- ପ୍ରକ୍ରିୟାକୃତ, ଚର୍ବି ଓ ଚିନିଜାତୀୟ ଖାଦ୍ୟ କମ୍ ବ୍ୟବହାର କରିବା ।
- ବିଭିନ୍ନ ପ୍ରକାର ବ୍ୟାୟାମ କରି ଶାରୀରିକ ଭାବେ ସୁସ୍ଥ ରହିବା ।
- ଫୋନ୍, କମ୍ପ୍ୟୁଟର ଓ TV ଦେଖୁବା ସମୟ ସୀମିତ କରିବା ।
- ଶରୀର ଓ ମନକୁ ବିଶ୍ରାମ ଦେବା ସହ ପର୍ଯ୍ୟାପ୍ତ ନିଦ୍ରା ଯିବା ।
- ନିୟମିତ ଭାବେ ଯୋଗ ଓ ପ୍ରାଣାୟାମ ସହିତ ନିଶା ସେବନ ନ କରିବା ।
Question 5.
ଆମେ କିପରି ସୁସ୍ଥ ରହିପାରିବା ? ଏ ସମ୍ବନ୍ଧୀୟ ସୂଚନା କେଉଁ ପୁସ୍ତକରୁ ମିଳିଥାଏ ।
Answer:
- ପୁଷ୍ଟିକର ଖାଦ୍ୟ ଖାଇବା, ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖୁ, ପରିଷ୍କାର ସ୍ଥାନରେ ବାସ କରିବା, ନିୟମିତ ବ୍ୟାୟାମ କରିବା, ଠିକ୍ ନିଦ୍ରାଯିବା, ପରିବାର ଓ ବନ୍ଧୁମାନଙ୍କ ସହିତ ଅଧିକ ସମୟ ଅତିବାହିତ କରିବା ଓ ସକରାତ୍ମକ ମନୋଭାବ ପୋଷଣ କରିବା ଦ୍ଵାରା ଆମେ ସୁସ୍ଥ ରହି ପାରିବା ।
- ଋତୁ ପରିବର୍ତ୍ତନ ସମୟର ଜଳବାୟୁ ଏବଂ ଆମମାନଙ୍କ ଆହାର, ବିହାର, ଶରୀରର ଦୋଷ ସମୂହ ଯଥା– ବାତ, ପିତ୍ତ, କଫ ଓ କ୍ଷୟ ବୃଦ୍ଧି ହୋଇଥାଏ । ସୁତରାଂ ଯେଉଁ ଔଷଧ ଖାଇଲେ ଏହି ଦୋଷମାନଙ୍କ ମଧ୍ୟରେ ସମତା ଆସିଥାଏ । ସେହି ଔଷଧରେ ଶରୀର ରୋଗମୁକ୍ତ ହୋଇଥାଏ ।
- ଏହି ଔଷଧଗୁଡ଼ିକର ବ୍ୟବହାର ସମ୍ପର୍କିତ ସୂଚନା ଲକ୍ଷ୍ମଣ ମିଶ୍ରଙ୍କ ‘ଘର ବଇଦ’ ପୁସ୍ତକରୁ ସଂଗୃହୀତ ହୋଇପାରିବ ।
![]()
Question 6.
ସଂକ୍ରାମକ ରୋଗ ଓ ଅଣ ସଂକ୍ରାମକ ରୋଗ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ସଂକ୍ରାମକ ରୋଗ
- ରୋଗ କାରକ ଅଣୁଜୀବ ଦ୍ଵାରା ହେଉଥିବା ରୋଗଗୁଡ଼ିକୁ ସଂକ୍ରାମକ ରୋଗ କୁହାଯାଏ ।
- ଏଗୁଡ଼ିକ ଜଣେ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ବ୍ୟାପିଥାଏ ।
- ସଂକ୍ରାମକ ରୋଗର ଉଦାହରଣ :-
- ଟାଇଫଏଡ଼୍
- ଡେଙ୍ଗୁ
- ଫ୍ଲୁ (ଥଣ୍ଡା)
- ମିଳିମିଳା
- କୋଭିଡ଼୍ – 19
ଅଣସଂକ୍ରାମକ ରୋଗ
- ଯେଉଁ ରୋଗଗୁଡ଼ିକ ସାଧାରଣତଃ ଜୀବନଶୈଳୀ, ଖାଦ୍ୟ ଏବଂ ପରିବେଶ ସହିତ ଜଡ଼ିତ ରହିଥାଏ, ତାହାକୁ ଅଣସଂକ୍ରାମକ ରୋଗ କୁହାଯାଏ ।
- ଏହି ରୋଗଗୁଡ଼ିକ ଜଣେ ସଂକ୍ରମିତ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ବ୍ୟାପି ନ ଥାଏ ।
- ଅଣସଂକ୍ରାମକ ରୋଗର ଉଦାହରଣ :
- ଶ୍ଵାସରୋଗ
- ମଧୁମେହ
- କର୍କଟ
- ଗଳଗଣ୍ଡ
- ମେଦବହୁଳତା
Question 7.
ସଂକ୍ରାମକ ରୋଗକୁ କିପରି ରୋକାଯାଇ ପାରିବ, ସେ ସମ୍ବନ୍ଧରେ ତଥ୍ୟ ଉପସ୍ଥାପିତ କର ।
Answer:
- ନିଜକୁ ଏବଂ ଆମର ଆଖପାଖକୁ ସଫା ରଖୁବା ।
- ପ୍ରତିଦିନ ମୌଳିକ ପରିଷ୍କାର ପରିଚ୍ଛନ୍ନତା ଅଭ୍ୟାସ କରିବା ।
- ରୋଗ ଜୀବାଣୁମାନଙ୍କୁ ଦୂର କରିବା ପାଇଁ ସାବୁନ ଏବଂ ପାଣିରେ ହାତ ଧୋଇବା ।
- କାଶିବା କିମ୍ବା ଛିଙ୍କିବା ସମୟରେ ଆମର ମୁହଁ ଏବଂ ନାକକୁ ଘୋଡ଼ାଇ ରଖୁବା ।
- ଭିଡ଼ ସ୍ଥାନରେ ମାସ୍କ ପିନ୍ଧି ସୁରକ୍ଷିତ ରହିବା ।
- ତଉଲିଆ ଏବଂ ରୁମାଲ ଭଳି ବ୍ୟକ୍ତିଗତ ଜିନିଷଗୁଡ଼ିକୁ ଅନ୍ୟ କାହାକୁ ବ୍ୟବହାର କରିବାକୁ ଦେବା ନାହିଁ ।
- ଆମର ଘର, ଖାଦ୍ୟ ଏବଂ ପାଣିକୁ ପରିଷ୍କାର ରଖୁବା ।
- ଆମେ ଅସୁସ୍ଥ ସମୟରେ ଘରେ ରହିବା ଏବଂ ବିଶ୍ରାମ ନେବା ଦ୍ଵାରା ଆମ ଶରୀର ସୁସ୍ଥ ରହିବା ସହ ଅନ୍ୟମାନଙ୍କୁ ରୋଗ ବ୍ୟାପିବାକୁ ଦିଏ ନାହିଁ ।
Question 8.
ଅଣ ସଂକ୍ରାମକ ରୋଗ କେଉଁ କାରଣରୁ ହୋଇଥାଏ ? ଦୀର୍ଘକାଳୀନ ରୋଗ କାହାକୁ କୁହାଯାଏ ? ମଧୁମେହ ରୋଗର କାରଣ ଲେଖ ।
Answer:
- କର୍କଟ, ମଧୁମେହ ଏବଂ ଶ୍ଵାସରୋଗ ଭଳି ଅଣସଂକ୍ରମିତ ରୋଗଗୁଡ଼ିକ ଜୀବନ ଶୈଳ, ଖାଦ୍ୟ କିମ୍ବା ପରିବେଶ ସହିତ ଜଡ଼ିତ ହୋଇଥାଏ । ସେହିପରି ସ୍କର୍ଭ, ରକ୍ତହୀନତା ଏବଂ ଗଳଗଣ୍ଡ ପରି ରୋଗ ସ୍ଵତନ୍ତ୍ର ପୋଷକର ଅଭାବରୁ ହୋଇଥାଏ ।
- କର୍କଟ, ମଧୁମେହ ଏବଂ ଶ୍ଵାସରୋଗ ପ୍ରାୟତଃ ତିନିମାସରୁ ଅଧିକ ବା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ ଏବଂ ଏହାକୁ ଦୀର୍ଘକାଳୀନ ରୋଗ ବୋଲି କୁହାଯାଏ ।
- ମଧୁମେହ ଏକ ସାଧାରଣ ରୋଗ ଯାହା ବୟସ୍କ ଏବଂ ପିଲାମାନଙ୍କୁ ଅଧ୍ୟକ ପରିମାଣରେ ହେଉଅଛି । ଏହା ପ୍ରାୟତଃ ହରମୋନ୍ ଅସନ୍ତୁଳନ, ଓଜନ ବୃଦ୍ଧି କିମ୍ବା ମେଦବହୁଳତା, ଅସ୍ଵାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ପରିଶ୍ରମର ଅଭାବ ଓ ଅନ୍ୟାନ୍ୟ କାରଣ ଯୋଗୁ ହୋଇଥାଏ ।
Question 9.
ପ୍ରତିବର୍ଷକ କାହାକୁ କୁହାଯାଏ ? ବୀଜାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ପ୍ରଥମ ଆଣ୍ଟିବାୟୋଟିକ୍ର ନାମ ଲେଖୁ ଏହା କିପରି ଆବିଷ୍କୃତ ହୋଇଥିଲା ବର୍ଣ୍ଣନା କର ।
Answer:
- ଯଦି ଆମର ପ୍ରତିରକ୍ଷା ପ୍ରଣାଳୀ ଆମକୁ ଏକ ସଂକ୍ରାମକ ରୋଗ ବିରୁଦ୍ଧରେ ସୁରକ୍ଷା ଦେବାରେ ବିଫଳ ହୁଏ, ତେବେ ଆମକୁ ଆଣ୍ଟିବାୟୋଟିକ୍ ନେବାକୁ ପଡ଼ିଥାଏ । ଏହା କେବଳ ବୀଜାଣୁ ସଂକ୍ରମଣ ବିରୁଦ୍ଧରେ କାର୍ଯ୍ୟ କରିଥାଏ କିନ୍ତୁ ଆଦିପ୍ରାଣୀ ଓ ଭୂତାଣୁ ବିରୁଦ୍ଧରେ କାର୍ଯ୍ୟ କରିବାରେ ନାହିଁ ।
- ପ୍ରଥମ ଆବିଷ୍କୃତ ଆଣ୍ଟିବାୟୋଟିକ୍ ନାମ ପେନିସିଲିନ୍ ଅଟେ । ଏହା ଲଣ୍ଡନର ଜଣେ ବୀଜାଣୁବିତ୍ ଆଲେକ୍ଜାଣ୍ଡାର ଫ୍ଲେମିଂଙ୍କ ଦ୍ଵାରା 1928 ରେ ଆବିଷ୍କୃତ ହୋଇଥିଲା ।
- ସେ ଜାଣିବାକୁ ପାଇଥିଲେ ଯେ, ଫିମ୍ପି ଜୀବାଣୁର ବୃଦ୍ଧିକୁ ବନ୍ଦକରି ଦେଇପାରୁଛି । ଏହି ଆକସ୍ମିକ ଆବିଷ୍କାର ହିଁ ପେନ୍ସିଲିନ୍ ଭଳି ପ୍ରତୀଜୀବକ ସୃଷ୍ଟି କରିଥିଲା ଯାହା ବୀଜାଣୁ ସଂକ୍ରମଣର ଚିକିତ୍ସାପାଇଁ ବ୍ୟବହୃତ ପ୍ରଥମ ଆଣ୍ଟିବାୟୋଟିକ୍ ଅଟେ ।
Question 10.
ରୋଗ ପ୍ରତିରୋଧକ ଶକ୍ତି ବିରୁଦ୍ଧରେ ଟିକା କିପରି କାର୍ଯ୍ୟ କରେ ?
Answer:
- ରୋଗ ସହିତ ଲଢ଼ିବା ପାଇଁ ଆମ ଶରୀରର ପ୍ରାକୃତିକ କ୍ଷମତାକୁ ରୋଗ ପ୍ରତିରୋଧକ ଶକ୍ତି କୁହାଯାଏ । ଏହି ସ୍ଵତନ୍ତ୍ର ବ୍ୟବସ୍ଥା ଦ୍ଵାରା ଶରୀର ରୋଗ ବିରୁଦ୍ଧରେ ଲଢ଼େଇ କରି ତାହାକୁ ମାରିବାକୁ ସକ୍ଷମ ହୋଇଥାଏ
- ପୋଲିଓ, ଟିଟାନସ୍, ମଳିମିଳା ଏବଂ ହେପାଟାଇଟିସ୍ ଭଳି କିଛି ରୋଗରୁ ନିଜକୁ ରକ୍ଷାକରିବା ପାଇଁ ଯେଉଁ କିଛି ବୁନ୍ଦା ବା ଇଞ୍ଜେକ୍ସନ୍ ନିଆଯାଏ, ତାହାକୁ ଟିକା କୁହାଯାଏ । ଏହା ଭୂତାଣୁ ଏବଂ ବୀଜାଣୁ ଦ୍ଵାରା ହେଉଥିବା ଗୁରୁତର ସଂକ୍ରମଣକୁ ରୋକିଥାଏ ।
- ଟିକା ଆମ ଶରୀରର କ୍ଷତିକାରକ ବୀଜାଣୁକୁ ଚିହ୍ନଟ କରି ଏହାକୁ ପ୍ରତିରୋଧ କରିବା ସହ ପ୍ରତିରକ୍ଷା ପ୍ରଣାଳୀକୁ ବଢ଼ାଇ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ ।
- ଟିକାର ସଂସ୍ପର୍ଶରେ ଆସିବା ପାଇଁ ଶରୀରରେ ବିକଶିତ ହେଉଥିବା ପ୍ରତିରୋଧକ ଶକ୍ତିକୁ ଅର୍ଜିତ ପ୍ରତିରକ୍ଷା ଶକ୍ତି କୁହାଯାଏ । ଆଘାତ ପରେ ଦିଆଯାଉଥିବା ଟିଟାନସ୍ ଟିକା ଟିଟାସନ୍ ସୃଷ୍ଟିକାରୀ ବୀଜାଣୁ ଦ୍ଵାରା ସଂକ୍ରମଣରୁ ଆମକୁ ରକ୍ଷା କରେ ।
- ଏଥୁରେ ଏକ ନିଷ୍କ୍ରିୟ ବୀଜାଣୁ ପ୍ରତିଷେଧକ ରହିଥାଏ, ଯାହା ରୋଗ ସୃଷ୍ଟି ନକରି ପ୍ରତିରକ୍ଷା ପ୍ରଣାଳୀକୁ ସୁରକ୍ଷା ପ୍ରଦାନ କରିଥାଏ ଓ ରୋଗ ବିରୁଦ୍ଧରେ ଲଢ଼ିବାକୁ ସମର୍ଥ ହୋଇଥାଏ ।