Odisha State Board BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ Textbook Exercise Questions and Answers.
BSE Odisha Class 9 Odia Solutions Chapter 16 ପତାକା ଉତ୍ତୋଳନ
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
Question ୧।
ରାୟବାହାଦୁର ଘରର ଝରକା କବାଟ ବନ୍ଦ କରିଦେଲେ କାହିଁକି ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ଓଡ଼ିଆ କଥାସାହିତ୍ୟର ଅପ୍ରତିଦ୍ବନ୍ଦୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତିଙ୍କର ଏକ ସ୍ମରଣୀୟ ସୃଷ୍ଟି । ବ୍ରିଟିଶ୍ ସରକାରଙ୍କ ଏକାନ୍ତ ଅନୁଗତ କେତେକ କର୍ମଚାରୀ କିପରି ଭାରତର ସ୍ଵାଧୀନତା ପ୍ରାପ୍ତିକୁ ବିରୋଧ କରୁଥିଲେ ତା’ର ଏକ ନଗ୍ନରୂପ ଗାଳ୍ପିକ ଏଠାରେ ଉପସ୍ଥାପନ କରିଛନ୍ତି । ରାୟବାହାଦୁର ସୋମନାଥ ମହାପାତ୍ର ଥିଲେ ଏକାନ୍ତ ଅନୁଗତ ପୁଲିସ କର୍ମଚାରୀ । ବ୍ରିଟିଶ୍ ସିଂହାସନ ପ୍ରତି ତାଙ୍କର ଥିଲା ଅତିଶୟ ନିଷ୍ଠା ଓ ଅତୁଳନୀୟ ଅନୁରକ୍ତି । ଯାହାର ଦାନା ଖାଇ ସେ ମଣିଷ, ତାଙ୍କର ନିମକ୍ରାମି କରିବା ଅସମ୍ଭବ– ଏହା ଥିଲା ତାଙ୍କର ବିଚାରଧାରା । ସେହି ବ୍ରିଟିଶ୍ ସିଂହାସନ ପାଇଁ ସେ ନିଜ ଜ୍ୟେଷ୍ଠପୁତ୍ର ଅରୁଣକୁ ନିଜ ହାତରେ ଗୁଳି କରିଥିଲେ ।
ଭାରତବର୍ଷର ପବିତ୍ର ସ୍ଵାଧୀନତା ଦାବିକୁ ସେ ବିରୋଧ କରୁଥିଲେ । ତେଣୁ ସଦ୍ୟସ୍ଵାଧୀନ ଭାରତବର୍ଷ ଯେତେବେଳେ ସ୍ଵାଧୀନତା ପ୍ରାପ୍ତିର ମଙ୍ଗଳମୟ ମୁହୂର୍ତ୍ତକୁ ଶଙ୍ଖ, ଘଣ୍ଟା, ହୁଳହୁଳି ତଥା ତୋପର ମିଳିତଧ୍ଵନି ମଧ୍ୟରେ ‘ଜୟ ସ୍ବାଧୀନ ଭାରତ କୀ ଜୟ’ କହି ଉତ୍ସବ ପାଳନ କରୁଥିଲା, ସେତେବେଳେ ସେହି ଶବ୍ଦ ବ୍ରିଟିଶ୍ ସିଂହାସନ ପ୍ରତି ଅନୁରକ୍ତ ରାୟବାହାଦୁରଙ୍କ ପକ୍ଷେ ଅସହ୍ୟ ହୋଇ ଉଠିଥିଲା । ତେଣୁ ସେ ସେହି ଶବ୍ଦ ନ ଶୁଣିବାପାଇଁ ଘରର ଝରକା କବାଟ ବନ୍ଦ କରିଦେଇଥିଲେ ।
Question ୨।
ପଟୁଆରରେ ନେତୃତ୍ୱ କିଏ ନେଇଥିଲେ ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ଗାଳ୍ପିକ ସୁରେନ୍ଦ୍ର ମହାନ୍ତିଙ୍କର ଏକ ଅମ୍ଳାନ ସୃଷ୍ଟି । ଭାରତର ସ୍ବାଧୀନତାକୁ ବିରୋଧ କରି ବ୍ରିଟିଶ୍ ସିଂହାସନ ପ୍ରତି ଅତୁଳନୀୟ ଅନୁରକ୍ତି ପ୍ରଦର୍ଶନ କରୁଥିବା ଜଣେ ପୁଲିସ କର୍ମଚାରୀଙ୍କର ପୁତ୍ର ତଥା ନାତି ମଧ୍ଯ କିପରି ସ୍ଵାଧୀନତା ଆନ୍ଦୋଳନର କର୍ଣ୍ଣଧାର ହୋଇଛନ୍ତି ତାହା ଏଠାର ଗାଳ୍ପିକ ଉପସ୍ଥାପନ କରିଛନ୍ତି ।
ପଟୁଆରର ନେତୃତ୍ୱ ନେଇଥିଲେ ରାୟବାହାଦୁରଙ୍କ ପରଲୋକଗତ ଜ୍ୟେଷ୍ଠପୁତ୍ର ଅରୁଣର ପୁତ୍ର ବିଜୟ । ରାୟବାହାଦୁର ସୋମନାଥ ମହାପାତ୍ର ବ୍ରିଟିଶ୍ ସିଂହାସନ ପ୍ରତି ଏକାନ୍ତ ଅନୁଗତ ଥିଲେ ମଧ୍ୟ ତାଙ୍କ ଜ୍ୟେଷ୍ଠପୁତ୍ର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ ଥାନା ଘେରାଉ କରିବାକୁ ଆସିଥିବା ଜନତାର ନେତୃତ୍ୱ ନେଇ ପିତାଙ୍କ ଗୁଳିରେ ଜୀବନ ଦେଇଥିଲା । ସେହି ପରଲୋକଗତ ସ୍ଵାଧୀନତା ଆନ୍ଦୋଳନର କର୍ଣ୍ଣଧାର ହୋଇଛନ୍ତି ତାହା ଏଠାର ଗାଳ୍ପିକ ଉପସ୍ଥାପନ କରିଛନ୍ତି । ହାତରେ ବିରାଟ ଜାତୀୟ ପତାକା ଧରି ‘ଜୟ ସ୍ବାଧୀନ ଭାରତ କୀ ଜୟ’ କହି ପଟୁଆରର ଆଗରେ ଚାଲୁଥିଲା ।
Question ୩ ।
ସୋମନାଥ ଡ୍ରୟାରଚେଷ୍ଟର ଚାବି କାହାକୁ ଦେଇ ନଥୁଲେ କାହିଁକି ?
Answer:
ଅପ୍ରତିଦ୍ବହୀ କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ‘ପତାକା ଉତ୍ତୋଳନ’ ଏକ ସାର୍ଥକ ସୃଷ୍ଟି । ଗଳ୍ପର ପୁରୋଧା ରାୟବାହାଦୁର ସୋମନାଥ ମହାପାତ୍ର ଥିଲେ ଇଂରେଜମାନଙ୍କ ପ୍ରତି ଏକାନ୍ତ ଅନୁଗତ ଜଣେ ପୁଲିସ କର୍ମଚାରୀ । ବ୍ରିଟିଶ୍ ସିଂହାସନ ପ୍ରତି ଅତୁଳନୀୟ ଅନୁରକ୍ତି ପ୍ରଦର୍ଶନ କରିବାକୁ ଯାଇ ସେ ଗୃହସ୍ତରେ ନିଜ ପୁତ୍ର ସ୍ଵାଧୀନତା ସଂଗ୍ରାମୀ ଅରୁଣକୁ ଗୁଳି କରିଥିଲେ । ବିନିମୟରେ ସେ ବ୍ରିଟିଶ୍ ଶାସକଙ୍କଠାରୁ ଲାଭ କରିଥିଲେ ପଦୋନ୍ନତି, ଦରବାରରେ ସନନ୍ଦ, ମେଡ଼ାଲ ଓ ବହୁ ପ୍ରଶଂସାପତ୍ର । ସେସବୁକୁ ସେ ନିଜସ୍ବ ଡ୍ରୟାରଚେଷ୍ଟରେ ରଖୁଥିଲେ । କର୍ତ୍ତବ୍ୟର ନିର୍ମମ କଷାଘାତରେ ସେ ପୁତ୍ର ହତ୍ୟା କରିଥିଲେ ମଧ୍ୟ ତାଙ୍କ ପିତୃହୃଦୟର ଅନୁକୋଣରେ ବାତ୍ସଲ୍ୟ ମମତା ଗୁମୁରି ଗୁମୁରି କାନ୍ଦୁଥିଲା । ତେଣୁ ପୁତ୍ର ଅରୁଣର ଗୋଟିଏ ଫଟୋ ସେ ଅତିଯତ୍ନରେ ଭେଲ୍ଭେଟ୍ ବାକ୍ସରେ ଡ୍ରୟାରଚେଷ୍ଟ ଭିତରେ ଲୁଚାଇ ରଖୁଥିଲେ । ତେଣୁ ସେ ତା’ର ଚାବି କାହାକୁ ଦେଉ ନଥିଲେ ।
Question ୪।
୧୯୨୩ ସାଲରେ ସୋମନାଥଙ୍କୁ କାହିଁକି ସନନ୍ଦ ଦିଆଯାଇଥିଲା ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ଏକ ମହାନ୍ ସୃଷ୍ଟି । ଗଳ୍ପର ପ୍ରମୁଖ ଚରିତ୍ର ହେଉଛନ୍ତି ରାୟବାହାଦୁର ସୋମନାଥ ମହାପାତ୍ର । ସେ ଥିଲେ ଇଂରେଜ ସରକାରଙ୍କର ଏକାନ୍ତ ଅନୁଗତ । ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ନିଜ ପୁତ୍ରକୁ ସେ ତାଜ୍ୟପୁତ୍ର କରିଥିଲେ । ଥାନା ଘେରାଉ କରିବାକୁ ଆସିଥିବା ବିରାଟ ଜନତାର ନେତୃତ୍ୱ ନେଇଥିବା ନିଜର ସେହି ପୁତ୍ର ଅରୁଣକୁ ନିଜ ଗୁଳିରେ ସେ ହତ୍ୟା କରିଥିଲେ । ଏହା ଥିଲା ରାୟବାହାଦୁର ସୋମନାଥ ମହାପାତ୍ରଙ୍କ ଇଂରେଜ ସିଂହାସନ ପ୍ରତି ଅତିଶୟ ନିଷ୍ଠା ଓ ଅତୁଳନୀୟ ଅନୁରକ୍ତି । ତେଣୁ ବ୍ରିଟିଶ ସରକାର ୧୯୨୩ ସାଲରେ ଦରବାର ଉପଲକ୍ଷ୍ୟରେ ତାଙ୍କୁ ସନନ୍ଦ ପ୍ରଦାନ କରିଥିଲେ ।
Question ୫।
‘’ସ୍ବାଧୀନତା ମନୁଷ୍ୟର ଜନ୍ମଗତ ଦାବି’’ – ଏକଥା କିଏ, କାହାକୁ ଓ କାହିଁକି କହିଥିଲେ ?
Answer:
ସ୍ବାଧୀନତା ମନୁଷ୍ୟର ଜନ୍ମଗତ ଦାବି – ଏହି ଶାଶ୍ୱତ ସତ୍ୟକୁ ଅପ୍ରତିଦ୍ଵନ୍ଦୀ କଥାକାର ସୁରେନ୍ଦ୍ର ମହାନ୍ତି ସ୍ବୀୟ ‘ପତାକା ଉତ୍ତୋଳନ’ ଗଳ୍ପ ମାଧ୍ୟମରେ ପ୍ରତିପାଦନ କରିଛନ୍ତି । ଗଳ୍ପରେ ଏହି ଉକ୍ତିଟି ପୁତ୍ର ଅରୁଣ ପିତା ରାୟବାହାଦୁର ସୋମନାଥ ମହାପାତ୍ରଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଜଣେ ସ୍ୱାଧନୀତା ସଂଗ୍ରାମୀ ବିଦେଶୀ ଶାସକଙ୍କ ଗୋଲାମଗିରି କରୁଥିବା ଦେଶଦ୍ରୋହୀକୁ ଏକଥା କହିଛନ୍ତି । ଅରୁଣ ଥିଲେ ଜଣେ ଦେଶଭକ୍ତ । ଭାରତର ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ବ୍ରିଟିଶ୍ ସରକାରଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଅରୁଣଙ୍କ ଏହି କାର୍ଯ୍ୟକୁ ତାଙ୍କ ପିତା ସୋମନାଥ ମହାପାତ୍ର ବ୍ରିଟିଶ ସରକାରଙ୍କ ବିରୋଧରେ ଦ୍ରୋହାଚାର ତଥା ଅନ୍ୟାୟ ବୋଲି କହିଥିଲେ । ପ୍ରତ୍ୟୁତ୍ତରରେ ଅରୁଣ କହିଥିଲେ, ‘ସ୍ଵାଧୀନତା ମନୁଷ୍ୟର ଜନ୍ମଗତ ଦାବି । ତାହା ହେଉଛି ଭାରତର ପବିତ୍ରତମ ଦାବି ।’
Question ୬।
ଅରୁଣ ଘର ଛାଡ଼ିଲେ କାହିଁକି ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଏକ ସାର୍ଥକ ସୃଷ୍ଟି । ବ୍ରିଟିଶ୍ ସରକାରଙ୍କ ଏକାନ୍ତ ଅନୁଗତ ରାୟବାହାଦୁର ସୋମନାଥ ମହାପାତ୍ରଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଅରୁଣ । ପିତା ସୋମନାଥ ବିଦେଶୀ ଶାସକଙ୍କ ଗୋଲାମଗିରି କରୁଥିବାବେଳେ ପୁତ୍ର ଅରୁଣ ଥିଲେ ଦେଶଭକ୍ତ । ଭାରତର ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ସେ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । କିନ୍ତୁ ତାଙ୍କର ଏହି କାର୍ଯ୍ୟକୁ ତାଙ୍କ ପିତା ବ୍ରିଟିଶ୍ ସରକାରଙ୍କ ବିରୋଧରେ ଏହା ଦ୍ରୋହାଚାର ତଥା ଅନ୍ୟାୟ ବୋଲି କହି ସେଥୁରୁ ନିବୃତ୍ତ ହେବାକୁ ଆଦେଶ ଦେଇଥିଲେ । ଅନ୍ୟାୟ ଅଦେଶକୁ ଅରୁଣ ପାଳନ ନ କରିବାରୁ ରାୟବାହାଦୁର ତାଙ୍କୁ ତ୍ୟଜ୍ୟପୁତ୍ର କରିଥିଲେ । ତେଣୁ ଅରୁଣ ଘର ଛାଡ଼ି ଦେଇଥିଲେ ।
Question ୭ ।
ପୁଲିସ ସାହେବ ରାୟବାହାଦୁରଙ୍କୁ କ’ଣ ହୁକୁମ ଦେଇଥିଲେ ?
Answer:
‘ପତାକା ଉତ୍ତୋଳନ’ ଗଛଟି ପ୍ରସିଦ୍ଧ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଅନନ୍ୟ ପ୍ରତିଭାର ବଳିଷ୍ଠ ସ୍ବାକ୍ଷର ବହନ କରେ । ଗଳ୍ପର ପ୍ରମୁଖ ଚରିତ୍ର ରାୟବାହାଦୁର ସୋମନାଥ ମହାପାତ୍ର ଥିଲେ ଜଣେ ଅସ୍ଥାୟୀ ସବ୍ଇନ୍ସ୍ପେକ୍ଟର । ସେଦିନ ପୁଲିସ ସାହେବ ତାଙ୍କୁ ଆଦେଶ ଦେଇ କହିଲେ – “ ଦେଖ ମହାପାତ୍ର, ତୁମେ ଭାରି ପାରିବାର ଲୋକ । ଅନେକ ବଡ଼ ବଡ଼ କଥା ତୁମେ ଚଳେଇ ନେଇଛ । ଆଜି ଏକ ବିରାଟ ଜନତା ଆସୁଛି ସହରର ଥାନା, କଚେରୀ ଆକ୍ରମଣ କରିବାପାଇଁ । ସେମାନଙ୍କୁ ସାଫ୍ କରିବାର ଦାୟିତ୍ଵ ତୁମର ।’’ରାୟବାହାଦୁର ନାଟକୀୟ ଭଙ୍ଗୀରେ କୁଣ୍ଡିଶ୍ ଜଣାଇ ସାହେବଙ୍କ ଆଦେଶକୁ ସ୍ୱୀକାର କରିଥିଲେ ।
Question ୮ ।
କର୍ତ୍ତବ୍ୟର ନିଷ୍ଠା ନିମନ୍ତେ ବ୍ରିଟିଶ୍ ସରକାର କ’ଣ ପ୍ରଦାନ କରିଥିଲେ ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ଅପ୍ରତିଦ୍ବନ୍ଦୀ କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ଏକ ଅମ୍ଳାନ ସୃଷ୍ଟି । ଗଳ୍ପର ମୁଖ୍ୟ ଚରିତ୍ର ରାୟବାହାଦୁର ସୋମନାଥ ମହାପାତ୍ର ଥିଲେ ବ୍ରିଟିଶ ସରକାରଙ୍କର ଏକାନ୍ତ ଅନୁଗତ ପୁଲିସ କର୍ମଚାରୀ । ବ୍ରିଟିଶ୍ ସିଂହାସନ ପ୍ରତି ତାଙ୍କର ଅତିଶୟ କର୍ତ୍ତବ୍ୟନିଷ୍ଠା ଓ ଅତୁଳନୀୟ ଅନୁରକ୍ତି ପ୍ରଦର୍ଶନ କରିବାକୁ ଯାଇ ସେ ନିଜ ପୁତ୍ରକୁ ନିଜ ପିସ୍ତଲରୁ ଗୁଳି କରିଥିଲେ । ଏହି କର୍ତ୍ତବ୍ୟନିଷ୍ଠା ନିମନ୍ତେ ତାଙ୍କର ପଦୋନ୍ନତି ହୋଇଛି, ଘରକୁ ଅର୍ଥ, ପ୍ରତିପରି ଓ ମର୍ଯ୍ୟାଦା ଆସିଛି ।
ଦରବାରରେ ତାଙ୍କୁ ବ୍ରିଟିଶ୍ ସରକାର ୧୯୨୩ ସାଲରେ ସନନ୍ଦ ପ୍ରଦାନ କରିଛନ୍ତି । ପୁରସ୍କାରସ୍ୱରୂପ ସେ ଲାଭ କରିଛନ୍ତି ସେହିପରି ଅନେକ ସନନ୍ଦପତ୍ର ଓ ମେଡ଼ାଲ, ଯାହା ତାଙ୍କ ଜୀବନର ବିଜୟୋଜ୍ଜ୍ବଳ ସ୍ମାରକରାଜି । ସେ ମଧ୍ୟ ସୋମନାଥ ମହାପାତ୍ରରୁ ହୋଇଛନ୍ତି ରାୟବାହାଦୁର ସୋମନାଥ ମହାପାତ୍ର, ଆଇ. ପି. (ରିଟାୟାର୍ଡ), ସି. ବି. ଇ., ଓ. ବି. ଇ., କେ. ସି. ଆଇ. ଇ. ।
Question ୯ ।
ଇନ୍ସପେକ୍ଟର ହେବା ଦିନର ଘଟଣା! ବର୍ଣ୍ଣନ କର ।
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ସୁରେନ୍ଦ୍ର ମହାନ୍ତିଙ୍କର ଏକ ମହନୀୟ ସୃଷ୍ଟି ।
ଗଳ୍ପର କେନ୍ଦ୍ର ଚରିତ୍ର ସୋମନାଥ ମହାପାତ୍ର ଥିଲେ ଜଣେ ଅସ୍ଥାୟୀ ପୁଲିସ ଇନ୍ସ୍ପେକ୍ଟର । ସେଦିନ ସହରର ଥାନା, କର। ଆକ୍ରମଣ କରିବାକୁ ଆସୁଥିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ୱ ତାଙ୍କୁ ଦେଇଥିଲେ ପୁଲିସ ସାହେବ । ଥାନା ସମ୍ମୁଖରେ ବିରାଟ ନିରସ୍ତ୍ର ଜନତା । ଆଗରେ ସଶସ୍ତ୍ର ପୁଲିସ ବାହିନୀ । ଜନତାକୁ ଘଉଡ଼ାଇବାକୁ ଅସମର୍ଥ ହୋଇ ସୋମନାଥ ଲାଠିଚାର୍ଜର ହୁକୁମ ଦେଇଛନ୍ତି । ଏହି ସମୟରେ ତାଙ୍କ ପୁତ୍ର ଅରୁଣ ‘ବନ୍ଦେ ମାତରମ୍’ ଧ୍ଵନି ଦେଇ ଜନ୍ ଭିତରୁ ସମ୍ମୁଖକୁ ଆସି ‘‘ଲାଠିଚାର୍ଡ ଅନ୍ୟାୟ, କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ ?? ବୋଲି ଚିତ୍କାର କରିଉଠିଛି ।
ଶତସିଂହର ଗର୍ଜନ କରି ଜନତା ମାଡ଼ିଆସିଛି । କେତେଜଣ ଫ୍ଲାର୍ଷ୍ଟାଫ୍ ଭାଙ୍ଗି ୟୁନିୟନ୍ ଜାକ୍କୁ ଚିରି ଦେଇଛନ୍ତି, ଯାହା ସୋମନାଥଙ୍କ ପକ୍ଷେ ଅସହ୍ୟ ହୋଇଉଠିଛି । ତାଙ୍କ ପିସ୍ତଲ ଉପରକୁ ଉଠିଛି । ସମ୍ମୁଖରେ ପୁତ୍ର ତଥା ବିରାଟ ଜନତାର ନେତୃତ୍ଵ ନେଉଥିବା ଅରୁଣ l ସୋମନାଥଙ୍କ ହାତର ପିସ୍ତଲ ଫୁଟିଛି । ଟଳିପଡ଼ିଛି ଅରୁଣର ରକ୍ତାକ୍ତ ଶବ । ବ୍ରିଟିଶ୍ ସିଂହାସନ ପ୍ରତି ଅତୁଳନୀୟ ଅନୁରକ୍ତି ପ୍ରଦର୍ଶନ କରି ସେ ହୋଇଛନ୍ତି ଇନ୍ସ୍ପେକ୍ଟର ।
Question ୧୦ ।
ହେମମାଳା କେଉଁ ପରିସ୍ଥିତିରେ ଶଙ୍ଖଧ୍ବନି କଲେ ?
Answer:
ପ୍ରସିଦ୍ଧ କଥାକାର ସୁରେନ୍ଦ୍ର ମହାନ୍ତିଙ୍କଦ୍ଵାରା ପ୍ରଣୀତ ‘ପତାକା ଉତ୍ତୋଳନ’ ଶୀର୍ଷକ ଗଳ୍ପ ଏକ ସାର୍ଥକ ଗଳ୍ପ । ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ରାତି ୧୨ଟା । ଭାରତବର୍ଷର ଚିର ଆକାଙ୍କ୍ଷିତ ମଙ୍ଗଳମୟ ମୁହୂର୍ତ୍ତ । ସ୍ଵାଧୀନତା ଶଙ୍ଖ, ଘଣ୍ଟା, ହୁଳହୁଳି ତଥା ତୋପର ଧ୍ଵନି ମଧ୍ୟରେ ରାତିର ଶାନ୍ତ ନୀରବ ମୁହୂର୍ତ୍ତକୁ ‘ଜୟ ସ୍ବାଧୀନ ଭାରତ କୀ ଜୟ’ ଧ୍ଵନିରେ ମୁଖରିତ ତଥା ଚଳଚଞ୍ଚଳ କରି ଦେଇଥିଲା । ସେତେବେଳେ ହେମମାଳା ଦୋତାଲା ବାରଣ୍ଡାରେ ଗୋଟିଏ ତ୍ରିରଙ୍ଗା ପତାକା ଉଡ଼ାଇ ତା’ର ପାଦତଳେ ପ୍ରଦୀପ ଜାଳି ଶଙ୍ଖଧ୍ବନି କରିଥିଲେ ।
Question ୧୧ ।
ସେ ଦର୍ପର ସହିତ କ’ଣ କହିଥିଲେ ?
Answer:
‘ପତାକା ଉତ୍ତୋଳନ’ ଗଛଟି ଗାଳ୍ପିକ ସୁରେନ୍ଦ୍ର ମହାନ୍ତିଙ୍କ ଏକ ଅମ୍ଳାନ ସୃଷ୍ଟି । ସ୍ଵାଧୀନତା ପ୍ରାପ୍ତିର ଶୁଭ ମୁହୂର୍ତ୍ତରେ ହେମମାଳା ଦୋତାଲା ବାରଣ୍ଡାରେ ତ୍ରିରଙ୍ଗା ଉଡ଼ାଇ ପାଦତଳେ ପ୍ରଦୀପ ଜାଳି ଶଙ୍ଖଧ୍ବନି କରିଛନ୍ତି । ସେ ଶଙ୍ଖଧ୍ୱନି ଶୁଣି ରାୟବାହାଦୁର ପାଗଳ ପରି ଧାଇଁ ଆସି ତାଙ୍କ ହାତରୁ ଶଙ୍ଖ ଛଡ଼େଇ ନେଇଛନ୍ତି । ତ୍ରିରଙ୍ଗା ପତାକାକୁ କାଢ଼ି ଫିଙ୍ଗିଦେଇ କହିଛନ୍ତି – ‘ଯେଉଁ ୟୁନିୟନ୍ ଜାକ୍ ପାଇଁ ଅରୁକୁ ଖୁନ୍ କରିଛି, େ ପତାକାର ପତନ ଅସମ୍ଭବ ।’’ ଏହା ଶୁଣି ହେମମାଳା ଦର୍ପର ସହିତ କହିଛନ୍ତି– ‘‘ଯୋଉ ପତାକା ପାଇଁ ଅରୁ ପ୍ରାଣବଳି ଦେଇଛି, ସେ ପତାକା ଯୁଗେ ଯୁଗେ ରହିବ ଉନ୍ନତ ହୋଇ ।’’ ଏହା ଥିଲା ସ୍ଵାଧୀନତା ସଂଗ୍ରାମରେ ପୁତ୍ର ହରାଇଥିବା ଏକ ମାତାର ଅତ୍ମସନ୍ତୋଷଭରା ଦୃପ୍ତବାଣୀ ।
Question ୧୨ ।
ସୋମନାଥ କାହିଁକି ରାତି ଅନିଦ୍ରା ରହିଥୁଲେ ?
Answer:
‘ପତାକା ଉତ୍ତୋଳନ’ ଶୀର୍ଷକ ଗଳ୍ପରେ ଅପ୍ରତିଦ୍ବନ୍ଦୀ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଅମ୍ଳାନ ପ୍ରତିଭାର ସ୍ବାକ୍ଷର ନିହିତ । ସ୍ଵାଧୀନତା ପ୍ରାପ୍ତିର ଶୁଭ ସମୟକୁ ସ୍ବାଗତ କରିବାପାଇଁ ହେମମାଳା ବାରଣ୍ଡାରେ ତ୍ରିରଙ୍ଗା ଉଡ଼ାଇ, ପାଦତଳେ ପ୍ରଦୀପ ଜାଳି ଶଙ୍ଖଧ୍ବନି କରିଛନ୍ତି । ଶଙ୍ଖଧ୍ୱନି ଶୁଣି ରାୟବାହାଦୁର ପାଗଳ ପ୍ରାୟ ଧାଇଁ ଆସି ହେମମାଳାଙ୍କ ହାତରୁ ଶଙ୍ଖ ଛଡ଼ାଇ ନେଇଛନ୍ତି । ଯେଉଁ ୟୁନିୟନ୍ ଜାକ୍ ପାଇଁ ସେ ପୁତ୍ର ଅରୁଣକୁ ହତ୍ୟା କରିଛନ୍ତି, ସେ ପତାକାର ପତନ ଅସମ୍ଭବ କହି ତ୍ରିରଙ୍ଗାକୁ କାଢ଼ି ଫିଙ୍ଗି ଦେଇଛନ୍ତି । ଘର ଭିତରୁ ଅନେକ ଦିନର ସାଇତା ସିଲ୍କର ୟୁନିୟନ୍ ଜାକ୍କୁ ଆଣି ତ୍ରିରଙ୍ଗା ସ୍ଥାନରେ ଉଡ଼ାଇଛନ୍ତି ଏବଂ ସାରାରାତି ଚେଇଁ ବସିଛନ୍ତି ସେହି ପତାକା ପାଖରେ ସତର୍କ ପ୍ରହରୀଟି ପରି ।
Question ୧୩ ।
ବିଜୟ ଜେଜେଙ୍କ ଉପରେ ଉତ୍କ୍ଷିପ୍ତ ହେବାର କାରଣ କ’ଣ ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ସୁରେନ୍ଦ୍ର ମହାନ୍ତିଙ୍କର ଏକ ସାର୍ଥକ ସୃଷ୍ଟି ।
ସ୍ଵାଧୀନତା ପ୍ରାପ୍ତି ଉତ୍ସବକୁ ପାଳନ କରୁଥିବା ବିରାଟ ପଟୁଆରର ନେତୃତ୍ୱ ନେଇଥିଲା ରାୟବାହାଦୁରଙ୍କ ପରଲୋକଗତ ଜ୍ୟେଷ୍ଠପୁତ୍ରର ପୁତ୍ର ବିଜୟ । ସାରା ରାତି ଉତ୍ସବରେ ମାତି ଘରକୁ ଫେରି ଦେଖିଛି ତା’ର ଜେଜେ ବୋତାଲା ବାରଣ୍ଡାରେ ୟୁନିୟନ୍ ଜାକ୍ ଉଡ଼ାଇ ସତର୍କ ପ୍ରହରୀ ପରି ଜଗି ବସିଛନ୍ତି । ସ୍ତସ୍ଥିତ ବିଜୟ ମୁହୂର୍ତ୍ତକର ଜଡ଼ତା କଟିଯିବା ପରେ ସ୍ବାଧୀନତାର ପବିତ୍ର ଦିବସରେ ଉଡ଼ୁଥିବା ୟୁନିୟନ୍ ଜାକ୍ ସମ୍ପର୍କରେ ଜେଜେଙ୍କୁ ପ୍ରଶ୍ନ କରିଛି ।
କିନ୍ତୁ ରାୟବାହାଦୁର ‘ଦୁନିଆ ନିମକ୍ରାମ ହେଲେ ମଧ୍ୟ ସେ ହୋଇପାରିବେ ନାହିଁ ’ ବୋଲି ଉତ୍ତର ଦେଇଛନ୍ତି । ‘ସ୍ଵାଧୀନ ଭାରତବର୍ଷରେ ଇଂରେଜ ପତାକା ୟୁନିୟନ୍ ଜାକ୍ ଉଡ଼ିପାରିବ ନାହିଁ ବୋଲି କହି ବିଜୟ ପତାକାକୁ ଝାମ୍ପି ଉଠାଇ ନେଇଛି । ରାୟବାହାଦୁର ଅସ୍ବାଭାବିକ ଭାବେ ହିଂସ୍ର ହୋଇଉଠି ବିଜୟଠାରୁ ୟୁନିୟନ ଜାକ୍କୁ ଛଡ଼ାଇବାକୁ ଚେଷ୍ଟା କରିବାରୁ ବିଜୟ ଉତ୍କ୍ଷିପ୍ତ ହୋଇ ଜେଜେଙ୍କୁ ଠେଲିଦେଇଛି ।
Question ୧୪ ।
‘‘ବ୍ରିଟିଶ୍ ଗୋଲମ ପାଇଁ ସ୍ଥାନ ଏଠି ନାହିଁ? ‘ – କେଉଁ ପରିସ୍ଥିତିରେ ବିଜୟ ଏକଥା କହିଥିଲା ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ବିଶିଷ୍ଟ କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ଏକ ଅନବଦ୍ୟ ସୃଷ୍ଟି ।
ରାତିସାରା ସ୍ଵାଧୀନତା ଉତ୍ସବରେ ମାତି ବିଜୟ ଘରକୁ ଫେରି ଦେଖୁଛି ତା’ର ଜେଜେ ଘର ଭିତରେ ୟୁନିୟନ୍ ଜାକ୍ ଉତ୍ତୋଳନ କରି ସତର୍କ, ପ୍ରହରୀ ପରି ଜଗି ବସିଛନ୍ତି । ବିସ୍ମିତ ବିଜୟ ‘ପବିତ୍ର ସ୍ଵାଧୀନତା ଦିବସରେ ଘର ମଧ୍ଯରେ ଇଂରେଜ ଜାତୀୟ ପତାକା କାହିଁକି’ ବୋଲି ଜେଜେଙ୍କୁ ପ୍ରଶ୍ନ କରିଛି । କିନ୍ତୁ ‘ଦୁନିଆଁ ନିମକ୍ରାମ ହେଲେ ମଧ୍ୟ ସେ ହୋଇପାରିବେ ନାହିଁ । ସେ ଘର ତାଙ୍କର, ସେ ବଞ୍ଚିଥିବା ଯାଏଁ ୟୁନିୟନ୍ ଜାକ୍ ନିଶ୍ଚୟ ଉଡ଼ିବ’ ବୋଲି ରାୟବାହାଦୁର ଉତ୍ତର ଦେଇଛନ୍ତି । ତେଣୁ ନାତି ବିଜୟ ଉତ୍କ୍ଷିପ୍ତ ହୋଇ ୟୁନିୟନ୍ ଜାକ୍କୁ ଝାମ୍ପି ଉଠାଇ ନେଇ କହିଛି – ‘ ଏ ଦେଶ ଆମର । ବ୍ରିଟିଶ୍ ଗୋଲମ ପାଇଁ ସ୍ଥାନ ଏଠି ନାହିଁ ।’
Question ୧୫ ।
‘‘ମୁଁ ଏଥର ଶାନ୍ତିରେ ମରିପାରିବି –” ଏକଥା କିଏ କାହିଁକି କହିଥିଲେ ?
Answer:
ଅପ୍ରତିଦ୍ବନ୍ଦୀ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଅମ୍ଳାନ ପ୍ରତିଭାର ବଳିଷ୍ଠ ସ୍ବାକ୍ଷର ବହନ କରେ ‘ପତାକା ଉତ୍ତୋଳନ’ ଗଳ୍ପ । ‘ମୁଁ ଏଥର ଶାର୍ତ୍ତିରେ ମରିପାରିବି’ – ଏକଥା ରାୟବାହାଦୁର ସୋମନାଥ ମହାପାତ୍ର ତାଙ୍କ ନାତି ବିଜୟକୁ କହିଛନ୍ତି । ସୋମନାଥ ମହାପାତ୍ର ଥିଲେ ଇଂରେଜ ସରକାରଙ୍କର ଏକାନ୍ତ ଅନୁଗତ ପୁଲିସ କର୍ମଚାରୀ । ବ୍ରିଟିଶ ସିଂହାସନ ପ୍ରତି ‘ ଅନୁରକ୍ତି ପ୍ରଦର୍ଶନ କରିବାକୁ ଯାଇ କର୍ତ୍ତବ୍ୟର ନିର୍ମମ ତାଡ଼ନାରେ ସେ ପୁତ୍ରହତ୍ୟା ମଧ୍ୟ କରିଥିଲେ । ସ୍ଵାଧୀନତା ପ୍ରାପ୍ତିର ଶୁଭମୁହୂର୍ତ୍ତରେ ପତ୍ନୀ ହେମମାଳା ବାରଣ୍ଡାରେ ତ୍ରିରଙ୍ଗା ଉତ୍ତୋଳନ କରି ପ୍ରଦୀପ ଜାଳି ଶଙ୍ଖଧ୍ବନି କରୁଥିବା ଦେଖୁ ସେ ପାଗଳ ପ୍ରାୟ ହୋଇ ତ୍ରିରଙ୍ଗାକୁ ଫିଙ୍ଗି ଦେଇ ୟୁନିୟନ୍ ଜାକ୍ ଉଡ଼ାଇଥିଲେ ଏବଂ ତାକୁ ସାରାରାତି ସତର୍କ ପ୍ରହରୀ ପରି ଜଗି ବସିଥିଲେ ।
ନାତି ବିଜୟ ସାରାରାତି ଉତ୍ସବରେ ମାତି ସକାଳୁ ୟୁନିୟନ୍ ଜାକ୍ ତଳେ ଜେଜେଙ୍କୁ ଦେଖ୍ ସ୍ବାଧୀନ ଭାରତରେ ୟୁନିୟନ୍ ଜାକ୍ ଉଡ଼ିପାରିବ ନାହିଁ ବୋଲି ପ୍ରତିବାଦ କରିଥିଲା । କିନ୍ତୁ ସେ ଘର ତାଙ୍କର, ସେ ବଞ୍ଚୁଥିବା ଯାଏ ୟୁନିୟନ୍ ଜାକ୍ ନିଶ୍ଚିତ ଉଡ଼ିବ ବୋଲି ସୋମନାଥ ପ୍ରତ୍ୟୁତ୍ତର ଦେଇଥିଲେ । ବିଜୟ ଉତ୍କ୍ଷିପ୍ତ ହୋଇ ପତାକା ଝାମ୍ପିନେବାରୁ ରାୟବାହାଦୁର ଅସ୍ଵାଭାବିକ ଭାବେ ହିଂସ୍ର ହୋଇଉଠି ବିଜୟଠାରୁ ୟୁନିୟନ୍ ଜାକ୍କୁ ଛଡ଼େଇବାକୁ ଚେଷ୍ଟା କରିଥିଲେ । ଫଳରେ ବିଜୟ ତାଙ୍କୁ ଠେଲି ଦେବାରୁ ସେ ଶିଡ଼ିରେ ଗଡ଼ଗଡ଼ି ଯାଇ ତଳ ମହଲା ଚଟାଣରେ ପଡ଼ିଥିଲେ । ମୁଣ୍ଡ ଓ କାନ ଫାଟିଯାଇ ରକ୍ତଧାର ଛୁଟିଥିଲା । ସେ ଜାଣିପାରିଲେ ତାଙ୍କ ମୃତ୍ୟୁ ଆସନ୍ନ । ବଞ୍ଚିଥିବା ପର୍ଯ୍ୟନ୍ତ ସେ ୟୁନିୟନ୍ ଉଡ଼ାଇଛନ୍ତି । ନିମହାରାମ ହୋଇନାହାନ୍ତି । ତେଣୁ ବିଜୁକୁ ସେ କହିଥିଲେ – ‘ମୁଁ ଏଥର ଶାନ୍ତିରେ ମରିପାରିବି ।’
Question ୧୬ ।
ଗପଟିର ନାମ ‘ପତାତା ଉତ୍ତୋଳନ’ ରଖାଯାଇଛି କାହିଁକି ?
Answer:
ପ୍ରସିଦ୍ଧ କଥାକାର ସୁରେନ୍ଦ୍ର ମହାନ୍ତି ପତାକା ଉତ୍ତୋଳନକୁ କେନ୍ଦ୍ରକରି ‘ପତାକା ଉତ୍ତୋଳନ’ ଗଳ୍ପର ଭାବଧାରା
ପୁଲିସ ସାହେବଙ୍କ ନିର୍ଦ୍ଦେଶରେ ସେଦିନର ଅସ୍ଥାୟୀ ସବ୍ଇନ୍ସପେକ୍ଟର ସୋମନାଥ ମହାପାତ୍ର ଥାନା ଆକ୍ରମଣ କରିବାକୁ ଆସୁଥିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ୱ ନେଇଛନ୍ତି । ଜନତା ଯେତେବେଳେ ଉତ୍କ୍ଷିପ୍ତ ହୋଇ ଥାନାର ଫ୍ଲାଗ୍ୟାଷ୍ଟାକୁ ଭାଙ୍ଗି ଉଡୁଥିବା ୟୁନିୟନ୍ ଜାକ୍କୁ ଚିରିଦେଇଛନ୍ତି ସେତେବେଳେ ସେମନାଥଙ୍କ ହାତର ପିସ୍ତଲ ପୁତ୍ରହତ୍ୟା କରିବାକୁ ପଶ୍ଚାତ୍ପଦ ହୋଇନାହିଁ । ସ୍ଵାଧୀନତା ପ୍ରାପ୍ତିର ଶୁଭ ସମୟକୁ ସ୍ବାଗତ ଜଣାଇ ହେମମାଳା ଯେତେବେଳେ ତ୍ରିରଙ୍ଗା ଉଡ଼ାଇ ଶଙ୍ଖଧ୍ବନି କରିଛନ୍ତି, ସେତେବେଳେ ରାୟବାହାଦୁର ତ୍ରିରଙ୍ଗାକୁ ଫିଙ୍ଗିଦେଇ ୟୁନିୟନ୍ ଜାକ୍ ଉଡ଼ାଇଛନ୍ତି ।
ନାତି ବିଜୟ ୟୁନିୟନ୍ ଜାକ୍ ଉଡ଼ିବାକୁ ପ୍ରତିବାଦ କରି ଝାମ୍ପିନେବାରୁ ରାୟବାହାଦୁର ନାତିଠାରୁ ପତାକାକୁ ଛଡ଼େଇବା ପାଇଁ ଚେଷ୍ଟାକରିଛନ୍ତି । ସେହି ପତାକା ଯୋଗୁଁ ସେ ନାତିଠାରୁ ଆଘାତ ପାଇ ସବୁଦିନ ପାଇଁ ଆଖୁ ବୁଜିଛନ୍ତି । ପତାକା ଉତ୍ତୋଳନକୁ ଭିଭିକରି ଗଳ୍ପର ମୁଖ୍ୟସ୍ରୋତ ପ୍ରବାହିତ ହୋଇଥିବାରୁ
ତୁମପାଇଁ କାମ
୧୭ । ସୁରେନ୍ଦ୍ର ମହାନ୍ତିଙ୍କ ଅନ୍ୟାନ୍ୟ ସୃଷ୍ଟି ସଂଗ୍ରହ କରି ପଢ଼ ।
୧୮ । ଏହାକୁ ସାହିତ୍ୟ ଶିକ୍ଷକଙ୍କ ସହାୟତାରେ ଶ୍ରେଣୀରେ ଅଭିନୟ କର ।
ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ସୋମନାଥଙ୍କୁ କାହିଁ କି ସନନ୍ଦ ପ୍ରଦାନ କରାଯାଇଥିଲା ?
Answer:
ସୋମନାଥଙ୍କୁ ବ୍ରିଟିଶ୍ ସିଂହାସନ ପ୍ରତି ଅନୁରକ୍ତି ପାଇଁ ସନନ୍ଦ ପ୍ରଦାନ କରାଯାଇଥିଲା ।
2. ଅରୁଣ ଘର ଛାଡ଼ିଲେ କାହିଁକି ?
Answer:
ଅରୁଣ ତ୍ୟଜ୍ୟପୁତ୍ର ହୋଇଥିବାରୁ ଘର ଛାଡ଼ିଲେ ।
3. ଝରକା କବାଟ ବନ୍ଦ କରି କାହାକୁ ରୁଦ୍ଧ କରିହୁଏ ନାହିଁ ?
Answer:
ଝରକା କବାଟ ବନ୍ଦ କରି କୋଳାହଳକୁ ରୁଦ୍ଧ କରିହୁଏ ନାହିଁ ।
4, ଏ ଦେଶ ଆମର । ବ୍ରିଟିଶ୍ ଗୋଲାମ ପାଇଁ ସ୍ଥାନ ଏଠି ନାହିଁ?’– ଏକଥା କିଏ କହିଥିଲେ ?
Answer:
ଏ ଦେଶ ଆମର । ବ୍ରିଟିଶ୍ ଗୋଲାମ ପାଇଁ ସ୍ଥାନ ଏଠି ନାହିଁ’– ଏକଥା ବିଜୟ କହିଥିଲେ ।
5. ଶଙ୍ଖ, ଘଣ୍ଟା, ହୁଳହୁଳି ଓ ତୋପର ମିଳିତ ଧ୍ଵନିରେ କାହାର ଛାଇ ନିଦ ଭାଙ୍ଗିଗଲା ?
Answer:
ଶଙ୍ଖ, ଘଣ୍ଟା, ହୁଳହୁଳି ଓ ତୋପର ମିଳିତ ଧ୍ଵନିରେ ରାୟବାହାଦୁରଙ୍କର ଛାଇ ନିଦ ଭାଙ୍ଗିଗଲା ।
6. ଜୟଧ୍ବନି କରି ଚାଲିଥିବା ବିରାଟ ପଟୁଆର ହାତରେ କ’ଣ ଧରିଥିଲା ?
Answer:
ଜୟଧ୍ବନି କରି ଚାଲିଥିବା ବିରାଟ ପଟୁଆର ହାତରେ ସ୍ବାଧୀନ ଭାରତର ତ୍ରିରଙ୍ଗା ଧରିଥିଲା ।
7. କାହା କଣ୍ଠର ହିଁ ହିଁ ସ୍ୱରରେ ରାତ୍ରିର ନୀରବ ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇଉଠେ ?
Answer:
ଝିଙ୍କାରିର କଣ୍ଠର ଓଁ ଓଁ ସ୍ୱରରେ ରାତ୍ରିର ନୀରବ ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇଉଠେ।
8. ସହରର ଥାନା କଚେରି ଆକ୍ରମଣ କରିବାକୁ ଆସୁଥିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ବ ପୋଲିସ୍ ସାହେବ କାହାକୁ ଦେଇଥିଲେ ?
Answer:
ସହରର ଥାନା କଚେରି ଆକ୍ରମଣ କରିବାକୁ ଆସୁଥିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ବ ପୋଲିସ ସାହେବ ରାୟବାହାଦୁରଙ୍କୁ ଦେଇଥିଲେ ।
9. ସୋମନାଥ ମହାପାତ୍ର ଇଂରେଜ ସରକାରଙ୍କ ପାଖରୁ କି ଉପାଧ୍ ପାଇଥିଲେ ?
Answer:
ସୋମନାଥ ମହାପାତ୍ର ଇଂରେଜ ସରକାରଙ୍କ ପାଖରୁ ରାୟବାହାଦୁର ଉପାଧ୍ ପାଇଥିଲେ ।
10. ରାତ୍ରିର ଶାନ୍ତ ନୀରବ ମୁହୂର୍ତ୍ତ କାହାର ଜୟଧ୍ୱନିରେ କ୍ଷୁବ୍ଧ ଓ ଚଞ୍ଚଳ ହୋଇଉଠିଲା ?
Answer:
ରାତ୍ରିର ଶାନ୍ତ ନୀରବ ମୁହୂର୍ଣ ସ୍ଵାଧୀନ ଭାରତର ଜୟଧ୍ୱନିରେ କ୍ଷୁବ୍ଧ ଓ ଚଞ୍ଚଳ ହୋଇ ଉଠିଲା ।
B ଗୋଟିଏ ପଦରେ ଉତ୍ତର ଲେଖ ।
1. କେଉଁ ଶବ୍ଦ ବନ୍ଧୁକର ଗୁଳି ପରି ରାୟବାହାଦୁରଙ୍କର ପ୍ରତ୍ୟେକ ଜୀର୍ଣ ଅସ୍ଥିକୁ ଚୂର୍ଣ କରିଦେଉଥ୍ଲା ?
Answer:
ଜୟଧ୍ବନିର ଶବ୍ଦ
2. ଜୟଧ୍ଵନି କରି ଚାଲିଥିବା ବିରାଟ ପଟୁଆର ହାତରେ କ’ଣ ଧରିଥିଲା ?
Answer:
ସ୍ଵାଧୀନ ଭାରତର ତ୍ରିରଙ୍ଗା
3. ପଟୁଆରର ଅଗ୍ରଣୀ କିଏ ଥିଲେ ?
Answer:
ନାତି ବିଜୟ
4. ରାୟବାହାଦୁର ତକିଆ ତଳୁ କ’ଣ ବାହାର କଲେ ?
Answer:
ଚାବିଲେଛା
5. ରାୟବାହାଦୁର ଡ୍ରୟାର ଭିତରୁ କ’ଣ ବାହାର କଲେ ?
Answer:
ଅରୁଣର ଫଟୋଗ୍ରାଫ୍
6. କାହା କଣ୍ଠର ଝି ଝି ସ୍ୱରରେ ରାତ୍ରିର ନୀରବ ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇଉଠେ ?
Answer:
ଝିଙ୍କାରିର
7. ରାୟବାହାଦୁରଙ୍କ ପୁତ୍ରବଧୂଙ୍କ ନାମ କ’ଣ ?
Answer:
ଅପର୍ଣ୍ଣା
8. ସହରର ଥାନା କଚେରି ଆକ୍ରମଣ କରିବାକୁ ଆସୁଥିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ଵ ପୋଲିସ୍ ସାହେବ କାହାକୁ ଦେଇଥିଲେ ?
Answer:
ରାୟବାହାଦୁରଙ୍କୁ
୨. ବନ୍ଧୁକର କେଉଁ ସ୍ଥାନରେ ଖରା ପଡ଼ି ଚକ୍ ଚକ୍ କରୁଥାଏ ?
Answer:
ବାୟୋନେଟ୍ରେ
10. ଜନତା କ’ଣ କହି କୁହାଟୁଥାଏ ?
Answer:
ବନ୍ଦେ ମାତରମ୍
11. ‘ପତାକା ଉତ୍ତୋଳନ’ ଗଳ୍ପର ରଚୟିତା କିଏ ?
Answer:
ସୁରେନ୍ଦ୍ର ମହାନ୍ତି
12. ସୋମନାଥ ମହାପାତ୍ର ଇଂରେଜ ସରକାରଙ୍କ ପାଖରୁ କି ଉପାଧ୍ ପାଇଥିଲେ ?
Answer:
ରାୟବାହାଦୁର
13. ରାତି କେତେଟା ପାଖାପାଖୁ ରାୟବାହାଦୂରଙ୍କ ଛାଇନିଦ ଭାଙ୍ଗିଗଲା ?
Answer:
ବାରଟା
14. ରାତ୍ରିର ଶାନ୍ତ ନୀରବ ମୁହୂର୍ଣ କାହାର ଜୟଧ୍ୱନିରେ କ୍ଷୁବ୍ଧ ଓ ଚଞ୍ଚଳ ହୋଇଉଠିଲା ?
Answer:
ସ୍ଵାଧୀନ ଭାରତର ଜୟଧ୍ବନିରେ
15. ସୋମନାଥଙ୍କୁ କାହିଁକି ସନନ୍ଦ ପ୍ରଦାନ କରାଯାଇଥିଲା ?
Answer:
ବ୍ରିଟିଶ୍ ସିଂହାସନ ପ୍ରତି ଅନୁରକ୍ତି ପାଇଁ
C ଶୂନ୍ୟସ୍ଥାନ ପୂରଣ କର ।
1. ଶ୍ରୀରାମଚନ୍ଦ୍ର ____________________ ରେ ଦେବୀ ଆରାଧନା କରିଥିଲେ ।
Answer:
କମଳନୟନର ନୀଳୋପ୍ଳରେ
2. ଜନତାର କୁହାଟରେ ସତେ ଯେପରି ___________________ ଗର୍ଜନ କରିଉଠିଲା ।
Answer:
ଶତସିଂହ
3. ସୋମନାଥଙ୍କ ହାତର ପିସ୍ତଲ ଫୁଟିବା ପରେ ________________ ର ରକ୍ତାକ୍ତ ଶବ ତଳେ ଖସିପଡ଼ିଲା ।
Answer:
ଅରୁଣ
4. ଘର ଭିତରେ ______________ କିଛି
ଚମକି ଉଠିଲେ ।
Answer:
ଶଙ୍ଖଧ୍ବନି
5. ___________________ ଶଙ୍ଖଧ୍ବନି କରୁଥିଲେ ।
Answer:
ହେମମାଳା
6. ‘ମୋ ଅରୁ ଫେରିଆସିଛି ମୋ କୋଳକୁ’– ଏ କଥା ________________ କହିଥିଲେ ।
Answer:
ହେମମାଳା
7. ବ୍ରିଟିଶ୍ ଶାସକଙ୍କ ଜାତୀୟ ପତାକାର ନାମ ____________________ ।
Answer:
ୟୁନିୟନ୍ ଜାକ୍
8. ଭାରତର ଜାତୀୟ ପତାକାର ନାମ _________________ ।
Answer:
ତ୍ରିରଙ୍ଗା ପତାକା
୨. ‘ଯେଉଁ ୟୁନିୟନ୍ ଜାକ୍ ପାଇଁ ଅରୁକୁ ଖୁନ୍ କରିଛି ସେ ପତାକାର ପତନ ଅସମ୍ଭବ’’– ଏ କଥା _________________ କହିଥିଲେ ।
Answer:
ରାୟବାହାଦୁର
10. ରାୟବାହାଦୁର ତ୍ରିରଙ୍ଗା ପତାକା ସ୍ଥାନରେ __________________ ପତାକା ଉଡ଼ାଇଥିଲେ ।
Answer:
ୟୁନିୟନ୍ ଜାକ୍
11. _____________________ ସତର୍କପ୍ରହରୀ ପରି ୟୁନିୟନ୍ ଜାକ୍ ପାଖରେ ରାତିସୀରା ଚେଇଁ ବସିଥିଲେ ।
Answer:
ରାୟବାହାଦୁର
12. ରାତି ସାରା ______________ ଉତ୍ସବରେ ମାତି ଘରକୁ ଫେରିଥିଲେ ବିଜୟ ।
Answer:
ସ୍ଵାଧୀନତା
13. ବିଜୟ ___________________ ଙ୍କୁ ଠେଲି ଦେଇଥିଲେ ।
Answer:
ତାଙ୍କ ଜେଜେ
D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କେଉଁ ଶବ୍ଦ ବନ୍ଧୁକର ଗୁଳି ପରି ରାୟବାହାଦୁରଙ୍କର ପ୍ରତ୍ୟେକ ଜୀର୍ଣ୍ଣ ଅସ୍ଥିକୁ ଚୂର୍ଣ କରିଦେଉଥ୍ଲା ?
(A) ବନ୍ଧୁକ ଫୁଟିବା ଶବ୍ଦ
(B) ଜୟଧ୍ବନିର ଶବ୍ଦ
(C) ଗଣ୍ଡଗୋଳର ଶବ୍ଦ
(D) କୋଳାହଳର ଶବ୍ଦ
Answer:
(B) ଜୟଧ୍ବନିର ଶବ୍ଦ
2. ଜୟଧ୍ବନି କରି ଚାଲିଥିବା ବିରାଟ ପଟୁଆର ହାତରେ କ’ଣ ଧରିଥିଲା ?
(A) ସ୍ଵାଧୀନ ଭାରତର ତ୍ରିରଙ୍ଗା
(B) ଲାଠି
(C) ବୋମା
(D) ବିଦ୍ରୋହର ଧ୍ଵଜା
Answer:
(A) ସ୍ଵାଧୀନ ଭାରତର ତ୍ରିରଙ୍ଗା
3. ପଟୁଆରର ଅଗ୍ରଣୀ କିଏ ଥିଲେ ?
(A) ପୁତ୍ର ବିଜୟ
(B) ନାତି ବିଜୟ
(C) ପୁତ୍ର ଅରୁଣ
(D) ପତ୍ନୀ ହେମମାଳା
Answer:
(B) ନାତି ବିଜୟ
4. ରାୟବାହାଦୁର ତକିଆ ତଳୁ କ’ଣ ବାହାର କଲେ ?
(A) ଟଙ୍କା
(B) ବନ୍ଧୁକ
(C) ଛୁରିକା
(D) ଚାବିଲେନ୍ଥା
Answer:
(D) ଚାବିଲେନ୍ଥା
5. ରାୟବାହାଦୁର ଡ୍ରୟାର ଭିତରୁ କ’ଣ ବାହାର କଲେ ?
(A) ବନ୍ଧୁକ
(B) ଅରୁଣର ଫଟୋଗ୍ରାଫ୍
(C) କିଛି ଟଙ୍କା
(D) ଚିଠି
Answer:
(B) ଅରୁଣର ଫଟୋଗ୍ରାଫ୍
6. କାହା କଣ୍ଠର ଓଁ ଓଁ ସ୍ୱରରେ ରାତ୍ରିର ନୀରବ ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇଉଠେ ?
(A) ପେଚାର
(B) ଅଶରୀରୀର
(C) ଝିଙ୍କାରିର
(D) ବେଙ୍ଗର
Answer:
(C) ଝିଙ୍କାରିର
7. ରାୟବାହାଦୁରଙ୍କ ପୁତ୍ରବଧୂଙ୍କ ନାମ କ’ଣ ?
(A) ହେମମାଳା
(B) ଅପର୍ଣ୍ଣା
(C) ବିମଳା
(D) କମଳା
Answer:
(B) ଅପର୍ଣ୍ଣା
8. ସହରର ଥାନା କଚେରୀ ଆକ୍ରମଣ କରିବାକୁ ଆସୁଥିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ଵ ପୋଲିସ ସାହେବ କାହାକୁ ଦେଇଥିଲେ ?
(A) ଅରୁଣକୁ
(B) ବିଜୟକୁ
(C) ପୋଲିସ୍ମାନଙ୍କୁ
(D) ରାୟବାହାଦୁରଙ୍କୁ
Answer:
(D) ରାୟବାହାଦୁରଙ୍କୁ
୨. ବନ୍ଧୁକର କେଉଁ ସ୍ଥାନରେ ଖରା ପଡ଼ି ଚକ୍ ଚକ୍ କରୁଥାଏ ?
(A) ଟ୍ରିଗାରରେ
(B) ମୂଳରେ
(C) ଉପରେ
(D) ବାୟୋନେଟ୍ରେ
Answer:
(D) ବାୟୋନେଟ୍ରେ
10. ଜନତା କ’ଣ କହି କୁହାଟୁଥାଏ ?
(A) ସ୍ବାଧୀନ ଭାରତ କୀ ଜୟ
(B) ବନ୍ଦେ ମାତରମ୍
(C) ସ୍ଵାଧୀନତା ଆମର ଦାବି
(D) ଭାରତ ଛାଡ଼
Answer:
(B) ବନ୍ଦେ ମାତରମ୍
11. ‘ପତାକା ଉତ୍ତୋଳନ’ ଗଳ୍ପର ରଚୟିତା କିଏ ?
(A) ଲକ୍ଷ୍ମୀକାନ୍ତ ମହାପାତ୍ର
(B) ସୁରେନ୍ଦ୍ର ମହାନ୍ତି
(C) ପ୍ରତିଭା ରାୟ
(D) ଗୋଦାବରୀଶ ମହାପାତ୍ର
Answer:
(B) ସୁରେନ୍ଦ୍ର ମହାନ୍ତି
12. ସୋମନାଥ ମହାପାତ୍ର ଇଂରେଜ ସରକାରଙ୍କ ପାଖରୁ କି ଉପାଧ୍ ପାଇଥିଲେ ?
(A) ପଦ୍ମଶ୍ରୀ
(C) ରାୟବାହାଦୂର
(B) ପରମବୀର
(D) ବୀରବାହାଦୂର
Answer:
(C) ରାୟବାହାଦୂର
13. ରାତି କେତେଟା ପାଖାପାଖୁ ରାୟବାହାଦୂରଙ୍କ ଛାଇନିଦ ଭାଙ୍ଗିଗଲା ?
(A) ବାରଟା
(C) ଏଗାରଟା
(B) ଗୋଟାଏ
(D) ଦଶଟା
Answer:
(A) ବାରଟା
14. ରାତ୍ରିର ଶାନ୍ତ ନୀରବ ମୁହୂର୍ତ୍ତ କାହିଁକି କ୍ଷୁବ୍ଧ ଓ ଚଞ୍ଚଳ ହୋଇ ଉଠିଲା ?
(A) ସ୍ଵାଧୀନ ଭାରତର ଜୟଧ୍ଵନିରେ
(B) ତୋପଧ୍ବନିରେ
(C) ବନ୍ଧୁକ ଶବ୍ଦରେ
(D) କୋଳାହଳରେ
Answer:
(A) ସ୍ଵାଧୀନ ଭାରତର ଜୟଧ୍ଵନିର
15. ସୋମନାଥଙ୍କୁ କାହିଁକି ସନନ୍ଦ ପ୍ରଦାନ କରାଯାଇଥିଲା ?
(A) ନିଜର ପାଣ୍ଡିତ୍ୟଯୋଗୁଁ
(B) ବ୍ରିଟିଶ ସିଂହାସନ ପ୍ରତି ଅନୁରକ୍ତି ପାଇଁ
(C) ବୀରତ୍ବ ପାଇଁ
(D) ଅତୁଳନୀୟ ବୃଦ୍ଧି ପାଇଁ
Answer:
(B) ବ୍ରିଟିଶ ସିଂହାସନ ପ୍ରତି ଅନୁରକ୍ତି ପାଇଁ
16. ସୋମନାଥ ମହାପାତ୍ର ପ୍ରଥମେ ପୁଲିସ୍ ବିଭାଗରେ କେଉଁ ପଦବୀରେ ଅବସ୍ଥାପିତ ଥିଲେ ?
(A) ସବ୍ଇନିସ୍ପେକ୍ଟର
(B) କନେଷ୍ଟବଲ୍
(C) ହାବିଲ୍ଦାର
(D) ସିପାହୀ
Answer:
(A) ସବ୍ଇନିସ୍ପେକ୍ଟର
17. ଅରୁଣ ଘର ଛାଡ଼ିଲେ କାହିଁକି ?
(A) ତ୍ୟଜ୍ୟପୁତ୍ର ହୋଇଥିବାରୁ
(B) ବିଦେଶରେ ପଢ଼ିବାକୁ
(C) ବନ୍ଧୁଙ୍କୁ ଭେଟିବା ପାଇଁ
(D) ଚାକିରି ପାଇଁ
Answer:
(A) ତ୍ୟଜ୍ୟପୁତ୍ର ହୋଇଥିବାରୁ
18. ରାତ୍ରିର ଶାନ୍ତ ନୀରବ ମୁହୂଉଁ କେଉଁ ଧ୍ଵନି ଭିତରେ କ୍ଷୁବ୍ଧ ଓ ଚଞ୍ଚଳ ହୋଇଉଠିଥିଲା ?
(A) ଜୟ ସ୍ଵାଧୀନ ଭାରତ କୀ ଜୟ
(B) ଭାରତ ମାତା କୀ ଜୟ
(C) ବ୍ରିଟିଶ୍ ଶାସକ କୀ ଜୟ
(D) ସତ୍ୟ କୀ ଜୟ
Answer:
(A) ଜୟ ସ୍ଵାଧୀନ ଭାରତ କୀ ଜୟ
19. କିଏ ବିଛଣା ଛାଡ଼ି ଉଠିଲେ ?
(A) ହେମମାଳା
(B) ବିଜୟ
(C) ଅରୁଣ
(D) ରାୟବାହାଦୁର
Answer:
(D) ରାୟବାହାଦୁର
20. ଝରକା କବାଟ ବନ୍ଦ କରି କାହାକୁ ରୁଦ୍ଧ କରିହୁଏ ନାହିଁ ?
(A) ଗଣ୍ଡଗୋଳକୁ
(B) କୋଳାହଳକୁ
(C) କଳହକୁ
(D) ମରାମରିକୁ
Answer:
(B) କୋଳାହଳକୁ
21. ‘ଏ ଦେଶ ଆମର । ବ୍ରିଟିଶ୍ ଗୋଲାମ ପାଇଁ ସ୍ଥାନ ଏଠି ନାହିଁ’– ଏକଥା କିଏ କହିଥିଲେ ?
(A) ଅରୁଣ
(B) ବିଜୟ
(C) ହେମମାଳା
(D) ଅପର୍ଣ୍ଣା
Answer:
(B) ବିଜୟ
22. ‘ମୁଁ ଏଥର ଶାନ୍ତିରେ ମରିପାରିବି’– ଏକଥା କିଏ କହିଥିଲେ ?
(A) ବିଜୟ
(B) ଅରୁଣ
(C) ହେମମାଳ
(D) ରାୟବାହାଦୁର
Answer:
(D) ରାୟବାହାଦୁର
23. ଶଙ୍ଖ, ଘଣ୍ଟା, ହୁଳହୁଳି ଓ ତୋପର ମିଳିତ ଧ୍ଵନିରେ କାହାର ଛାଇ ନିଦ ଭାଙ୍ଗିଗଲା ?
(A) ବିଜୟର
(C) ଅରୁଣର
(B) ହେମମାଳାଙ୍କର
(D) ରାୟବାହାଦୁରଙ୍କର
Answer:
(D) ରାୟବାହାଦୁରଙ୍କର
24. ରାୟବାହାଦୁର ଆଖ୍ ମଳିମଳି କେଉଁଠାରେ ଉଠି ବସିଲେ ?
(A) ଚେୟାରରେ
(C) ବିଛଣାରେ
(B) ବାରଣ୍ଡାରେ
(D) ବାଲ୍କୋନିରେ
Answer:
(C) ବିଛଣାରେ
25. କେଉଁଟି ଥୁଲା ରାୟବାହାଦୁରଙ୍କର ଏକାନ୍ତ ନିଜସ୍ବ ?
(A) ବନ୍ଧୁକଟି
(B) ସନନ୍ଦଟି
(C) ଚାବିଟି
(D) ଡ୍ରୟାର ଚେଷ୍ଟଟି
Answer:
(D) ଡ୍ରୟାର ଚେଷ୍ଟଟି
26. ଅରୁଣର ଫଟୋଟି କେଉଁଥିରେ ଅତି ଯତ୍ନରେ ଥିଲା ?
(A) ଗୋଟିଏ ଭେଲ୍ଭେଟ୍ ବାକ୍ସରେ
(B) ଗୋଟିଏ କାଠବାକ୍ସରେ
(C) ଟିଣବାକ୍ସରେ
(D) ଆଲମାରୀରେ
Answer:
(A) ଗୋଟିଏ ଭେଲ୍ଭେଟ୍ ବାକ୍ସରେ
27. ଫଟୋରେ ଅରୁଣ କେଉଁ ପୋଷାକ ପରିଧାନ କରିଥିଲା ?
(A) ସୈନିକର
(B) ସତ୍ୟାଗ୍ରହୀର
(C) ଜମିଦାରଙ୍କର
(D) ଯୁବକର
Answer:
(B) ସତ୍ୟାଗ୍ରହୀର
ଲେଖକ ପରିଚୟ :
ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କଥା ସାହିତ୍ୟର ଅପ୍ରତିଦ୍ଵନ୍ଦୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି (୧୯୨୦–୧୯୯୧) ମାନବ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଲେଖନୀ ଚାଳନା କରିଥିଲେ । ତାଙ୍କ ଗଳ୍ପର ପରିସର ବୌଦ୍ଧଯୁଗର ଘଟଣାଠାରୁ ଆରମ୍ଭ କରି ଆଧୁନିକ ମାନବ ଜୀବନ ପର୍ଯ୍ୟନ୍ତ ବ୍ୟାପ୍ତ । ‘କୃଷ୍ଣଚୂଡ଼ା’, ‘ରୁଟି ଓ ଚନ୍ଦ୍ର’, ‘ସବୁଜପତ୍ର ଓ ଧୂସର ଗୋଲାପ’, ‘ମହାନଗରୀର ରାତ୍ରି’, ‘ମରାଳର ମୃତ୍ୟୁ’ ଏବଂ ‘ଓ କାଲକାଟା’ ପ୍ରଭୃତି ତାଙ୍କର ପୁସ୍ତକଗୁଡ଼ିକ ଗୋଟିଏ ଗୋଟିଏ ସାର୍ଥକ ଗଳ୍ପ ସଂକଳନ । ଗଳ୍ପ ବ୍ୟତୀତ ସେ ଅନେକ ଉପନ୍ୟାସର ସ୍ରଷ୍ଟା । ‘ବଧୂ ଓ ପ୍ରିୟା’, ‘ଅନ୍ଧ ଦିଗନ୍ତ’, ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ’ ପ୍ରଭୃତି ଉପନ୍ୟାସ ତାଙ୍କୁ ବିଶେଷ ଜନପ୍ରିୟତା ଆଣି ଦେଇଥିଲା । ‘ନୀଳ ଶୈଳ’, ଉପନ୍ୟାସ ପାଇଁ ସେ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନ ଚରିତ ଉପରେ ଆଧାରିତ ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ ତାଙ୍କର ଦୁଇଟି ଉଲ୍ଲେଖଯୋଗ୍ୟ ଚରିତୋପନ୍ୟାସ । ଶେଷଟି ପାଇଁ ସେ ମର୍ଯ୍ୟାଦାଜନକ ‘ସାରଳା ପୁରସ୍କାର’ ଲାଭ କରିଥିଲେ । ଏସବୁ ବ୍ୟତୀତ ସେ ବହୁ ପ୍ରବନ୍ଧ, ଆଲୋଚନା, ନାଟକ ଆଦି ଲେଖ ଓଡ଼ିଆ ଗଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ‘ପଥ ଓ ପୃଥିବୀ’ ତାଙ୍କର ବହୁଚର୍ଚ୍ଚିତ ଆତ୍ମଚରିତ । ସେ ଥିଲେ ଜଣେ ସାମ୍ବାଦିକ । ମୂଲ୍ୟବୋଧଭିଭିକ ରାଜନୀତି କ୍ଷେତ୍ରରେ ତାଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା । ସ୍ଵାଧୀନତା ମଣିଷର ଜନ୍ମଗତ ଅଧିକାର – ଏହି ବାର୍ତ୍ତାଟି ଶଂସିତ ଗଛର ଉପଜୀବ୍ୟ ଉପାଦାନ ।
ଗଚ୍ଛର ମର୍ମବାଣୀ :
ରାୟବାହାଦୁର ସୋମନାଥ ମହାପାତ୍ର ପ୍ରଥମେ ପୁଲିସ ବିଭାଗରେ ଥିଲେ ଜଣେ ଅସ୍ଥାୟୀ ସବ୍ଇନ୍ସ୍ପେକ୍ଟର । ବ୍ରିଟିଶ୍ ସିଂହାସନ ପାଇଁ ତାଙ୍କ ହୃଦୟରେ ଥିଲା ଅପରିସୀମ ନିଷ୍ଠା ଓ ଅତୁଳନୀୟ ଅନୁରକ୍ତି । ବ୍ରିଟିଶ୍ ସରକାରଙ୍କ ଗୋଲାମି ତାଙ୍କ ଶିରା ପ୍ରଶିରାରେ ପ୍ରବାହିତ ହେଉଥିଲା । ଯାହାର ଦାନା ସେ ଖାଉଛନ୍ତି, ତାଙ୍କର ନିମକହାରାମ କରିବା ସମ୍ପୂର୍ଣ୍ଣ ଅସମ୍ଭବ ବୋଲି ସେ ବିବେଚନା କରୁଥିଲେ । ସତେଯେପରି ବ୍ରିଟିଶ ଶାସକଙ୍କ ପାଇଁ ତାଙ୍କ ଜୀବନ ଥିଲା ସମ୍ପୂର୍ଣ ଉତ୍ସର୍ଗୀକୃତ । ତାଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଅରୁଣ । ସେ ଥିଲେ ଭାରତର ସ୍ଵାଧୀନତା ଆନ୍ଦୋଳନର ଜଣେ ମୁଖ୍ୟ ପୁରୋଧା । ସ୍ଵାଧୀନତା ମନୁଷ୍ୟର ଜନ୍ମଗତ ଦାବି – ଭାରତର ପବିତ୍ରତମ ଦାବି – ଏହା ଥିଲା ଜ୍ୟେଷ୍ଠପୁତ୍ର ଅରୁଣ ଜୀବନର ମୂଳମନ୍ତ୍ର । ସ୍ଵାଧୀନତା ପାଇଁ ସ୍ବୀୟ ଜୀବନକୁ ଉତ୍ସର୍ଗ କରିବା ନିମନ୍ତେ ସେ ଥିଲା ସଦା ତତ୍ପର ।
ଜାଗ୍ରତ ପ୍ରହରୀ ଏବଂ ଅନ୍ୟ ଜଣେ ବ୍ରିଟିଶ୍ ଶାସକଙ୍କୁ ବିତାଡ଼ିତ କରି ମାତୃଭୂମିକୁ ସ୍ୱାଧୀନ କରିବାପାଇଁ ଚାଲିଥିବା ଆନ୍ଦୋଳନର ମୁଖ୍ୟ ପୁରୋଧା । ତେଣୁ ପିତା ପୁତ୍ରଙ୍କ ମଧ୍ୟରେ ଅନେକବାର ଯୁକ୍ତିତର୍କ ହୋଇଛି । ପିତାଙ୍କ ଚାବୁକ୍ ଆଘାତରେ ପୁତ୍ର ହୋଇଛି ଜର୍ଜରିତ । ଶେଷରେ ବ୍ରିଟିଶ୍ ଗୋଲାମିରେ ଅନ୍ଧ ପିତାଙ୍କଦ୍ଵାରା ସ୍ଵାଧୀନତା ସଂଗ୍ରାମୀ ପୁତ୍ର ହୋଇଛି ‘ତାଜ୍ୟପୁତ୍ର’ । ଚଉରୀ ଚଉରାର ବିପ୍ଳବ ପରେ ଭାରତୀୟ ଜାତୀୟ ଆନ୍ଦୋଳନ ମନ୍ଥର ହୋଇଯାଇଥିଲା । କିନ୍ତୁ ଜାତୀୟ ଆନ୍ଦୋଳନରେ ସନ୍ତ୍ରାସବାଦର ଯୋଗଦାନ ପରେ ଆନ୍ଦୋଳନର ଜଡ଼ନାଟିକାରେ ଜାଗି ଉଠିଛି ଏକ ନୂତନ ସ୍ପନ୍ଦନ । ସମଗ୍ର ଭାରତବର୍ଷରେ ଜନ ଆନ୍ଦୋଳନ ଭୟଙ୍କର ରୂପ ଧାରଣ କରିଛି ।
ସେଦିନ ପୁଲିସ ସାହେବ ମହାପାତ୍ରଙ୍କୁ ଆଦେଶ ଦେଲେ, ‘ଦେଖ ମହାପାତ୍ର, ତୁମେ ଭାରି ପାରିବାର ଲୋକ । ଅନେକ ବଡ଼ ବଡ଼ କଥା ତୁମେ ଚଳେଇ ନେଇଛ । ଆଜି ଏକ ବିରାଟ ଜନତା ଆସୁଛି ସହରର ଥାନା, କଚେରୀ ଆକ୍ରମଣ କରିବାପାଇଁ, ସେମାନଙ୍କୁ ସାଫ୍ କରିବା ଦାୟିତ୍ଵ ତୁମର। ’ ନାଟକୀୟ ଭଙ୍ଗୀରେ କୁଣ୍ଡିଶ୍ ଜଣାଇଥିଲେ ରାୟବାହାଦୁର ସୋମନାଥ ମହାପାତ୍ର । ପୁଲିସ ଥାନା ଆଗରେ ବିରାଟ ନିରସ୍ତ୍ର ଜନତା । ସମ୍ମୁଖରେ ସଶସ୍ତ୍ର ପୁଲିସ ବାହିନୀ । ବନ୍ଧୁକର ବାୟୋନଟ୍ରେ ଖରା ପଡ଼ି ଚକ୍ ଚକ୍ କରୁଥାଏ । ପୁଲିସ ବାହିନୀର ମୁଖ୍ୟ ଭାବେ ରାୟବାହାଦୁର ଚିତ୍କାର କରି ଲୋକମାନଙ୍କୁ ହଟିଯିବାକୁ କହିବା ସହିତ ଲଠିଚାର୍ଜର ଆଦେଶ ଦେଲେ ।
ଜନତା କୁହାଟୁଥାଏ – ‘ବନ୍ଦେ ମାତରମ୍’। ଅପର ପକ୍ଷରେ ଭିଡ଼ ଭିତରୁ ତାଙ୍କ ଜ୍ୟେଷ୍ଠପୁତ୍ର ଅରୁଣ ବାହାରିଆସି ଲାଠିମାଡ଼ ଅନ୍ୟାୟ, କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ କହି ଚିତ୍କାର କରି କହିଲା – ବନ୍ଦେ ମାତରମ୍ । ଅରୁଣର ଆହ୍ଵାନରେ ଝଞ୍ଜାକ୍ରାନ୍ତ ସମୁଦ୍ର ପରି ଜନତା ଭୟଙ୍କର ହୋଇଉଠିଲା । ସୋମନାଥଙ୍କ ହାତର ପିସ୍ତଲ ଉପରକୁ ଉଠିଲା । ହେଲା ପିତା- ପୁତ୍ରର ଶେଷ ସାକ୍ଷାତ । ତଳେ ଖସିପଡ଼ିଲା ଅରୁଣର ରକ୍ତାକ୍ତ ଶବ । ତା’ପରଦିନ ସୋମନାଥ ମହାପାତ୍ର ହୋଇଛନ୍ତି ଇନ୍ସପେକ୍ଟର । ତା’ପରଠାରୁ ସୋମନାଥ ମହାପାତ୍ରଙ୍କ ଘରକୁ ଅର୍ଥ ଆସିଛି, ପ୍ରତିପରି ଆସିଛି, ମର୍ଯ୍ୟାଦା ଆସିଛି ।
ଅନେକ ସନନ୍ଦ, ପୁରସ୍କାର ଓ ମେଡ଼ାଲର ସେ ହୋଇଛନ୍ତି ଅଧିକାରୀ । ୧୯୨୩ ସାଲରେ ବ୍ରିଟିଶ୍ ସମ୍ରାଟଙ୍କଦ୍ୱାରା ଦରବାର ଉପଲକ୍ଷ୍ୟରେ ପ୍ରାପ୍ତ ହୋଇଥିବା ସନନ୍ଦରେ ଲେଖାଥିଲା – ‘ବ୍ରିଟିଶ୍ ସିଂହାସନ ପ୍ରତି ଆପଣଙ୍କର ନିଷ୍ଠା ଏବଂ ଅନୁରକ୍ତି ମହାମହିମ ବ୍ରିଟିଶ୍ ସମ୍ରାଟଙ୍କୁ ମୁଗ୍ଧ କରିଛି I ବ୍ରିଟିଶ୍ ସିଂହାସନ ପ୍ରତି ଏ ଅତୁଳନୀୟ ଅନୁରକ୍ତି ପାଇଁ ଆପଣ ନିଜର …”
ବ୍ରିଟିଶ୍ ସିଂହାସନ ପ୍ରତି ଅତିରିକ୍ତ ଆନୁଗତ୍ୟ ପ୍ରଦର୍ଶନ କରି ସୋମନାଥ ମହାପାତ୍ର ହୋଇଛନ୍ତି ରାୟବାହାଦୁର ଶ୍ରୀ ସୋମନାଥ ମହାପାତ୍ର, ଆଇ. ପି. (ରିଟାୟାର୍ଡ଼) ସି. ବି. ଇ, ଓ. ବି.ଇ., କେ. ସି. ଆଇ. ଇ. ।
ସମୟର ଅବିରାମ ଗତି ଭିତରେ ଭାରତର ଭାଗ୍ୟାକାଶରୁ ଦୂରେଇ ଯାଇଛି ପରାଧୀନତାର ଅମା ଅନ୍ଧକାର । ଉଦୟ ହୋଇଛନ୍ତି ସ୍ଵାଧୀନତାର ନବସୂର୍ଯ୍ୟ । ଉପସ୍ଥିତ ହୋଇଛି ୧୯୪୭ ମସିହା ଅଗଷ୍ଟ ୧୪-୧୫ ତାରିଖର ମିଳନ କାଳ (ରାତି ବାରଟା) । ରାୟବାହାଦୁରଙ୍କ ଆସ୍ରେ ଛାଇନିଦ ଲାଗିଆସିଛି । ସ୍ଵାଧୀନତାକୁ ସ୍ଵାଗତ ଜଣେଇ ଭାସିଆସିଛି ଶଙ୍ଖ, ଘଣ୍ଟା, ହୁଳହୁଳି ଓ ତୋପର ସମ୍ମିଳିତ ଧ୍ଵନି । ରାତିର ଶାନ୍ତ ନୀରବ ମୁହୂର୍ଭ ‘ଜୟ ସ୍ବାଧୀନ ଭାରତ କୀ ଜୟ’ ଧ୍ଵନିରେ କ୍ଷୁବ୍ଧ ଓ ଚଞ୍ଚଳ ହୋଇଉଠିଛି ।
କିନ୍ତୁ ସେ ଶବ୍ଦରେ ଅତିଷ୍ଠ ରାୟବାହାଦୁର ବିଛଣାରୁ ଉଠି ଘରର ସମସ୍ତ ଝରକା କବାଟ ବନ୍ଦ କରିଦେଇଛନ୍ତି । ତଥାପି କୋଳାହଳ ଶବ୍ଦରୁ ରକ୍ଷାପାଇ ନପାରି ଦୁଇକାନରେ ଦୁଇ ଆଙ୍ଗୁଠି ଚାପି ଧରିଛନ୍ତି । ତଥାପି ସେ ସେଥୁରୁ ନିସ୍ତାର ପାଇପାରି ନାହାନ୍ତି । ବନ୍ଧୁକର ଗୁଳି ପରି ଜୟଧ୍ୱନିରେ ସେ ଶବ୍ଦଗୁଡ଼ିକ ସତେ ଯେପରି ବୃଦ୍ଧ ରାୟବାହାଦୁରଙ୍କ ପ୍ରତ୍ୟେକ ଜୀର୍ଣ୍ଣ ଅସ୍ଥିଖଣ୍ଡକୁ ଚୂର୍ଣ୍ଣ କରିଦେଉଛି । କ୍ଷିପ୍ରବେଗରେ ରାୟବାହାଦୁର ଘରର ସମସ୍ତ ଝରକାକୁ ଖୋଲି ଦେଇ ଝରକାବାଟେ ତଳ ରାସ୍ତାକୁ ଚାହିଁଲେ । ଦେଖିଲେ ରାସ୍ତାରେ ଏକ ବିରାଟ ପଟୁଆର ସ୍ବାଧୀନ ଭାରତର ତ୍ରିରଙ୍ଗା ପତାକା ଧରି ଜୟଧ୍ଵନି କରି ଚାଲିଛି । ସେହି ପଟୁଆରର ଅଗ୍ରଣୀଭାବେ ହାତରେ ସ୍ବାଧୀନ ଭାରତର ଏକ ପ୍ରକାଣ୍ଡ ତ୍ରିରଙ୍ଗା ପତାକା ଧରି ଜୟଧ୍ବନି କରି ଚାଲିଛି ତାଙ୍କ ପରଲୋକଗତ ଜ୍ୟେଷ୍ଠପୁତ୍ରର ପୁତ୍ର ବିଜୟ ।
ବିଜୟକୁ ଦେଖ୍ ରାୟବାହାଦୁରଙ୍କ ଆଗରେ ଭାସି ଉଠିଛି ପରଲୋକଗତ ପୁତ୍ର ଅରୁଣର ଛବି । ଅତୀତର ଘଟଣାବଳୀ ସେ ରୋମନ୍ଥନ କରିଚାଲିଛନ୍ତି । ଜୀବନର ଗତ ପଚିଶବର୍ଷ ମଧ୍ୟରେ ସେ ନିଜକୁ ନିଜେ କ୍ଷମା ଦେଇ ଆସିଛନ୍ତି । ଏ ପୁତ୍ରହତ୍ୟା- କର୍ତ୍ତବ୍ୟର ସାଧନା ନିର୍ମମ ହୋଇପାରେ; ମାତ୍ର ଅନ୍ୟାୟ ନୁହେଁ । ହଠାତ୍ ନିଜ ଘର ମଧ୍ୟରେ ଶଙ୍ଖଧ୍ଵନି ଶୁଣି ସେ ଚମକି ଉଠିଛନ୍ତି । ବୋତାଲା ବାରଣ୍ଡାରେ ତ୍ରିରଙ୍ଗା ପତାକା ଉଡ଼ାଇ, ପାଦତଳେ ପ୍ରଦୀପ ଜାଳି ଶଙ୍ଖଧ୍ବନି କରୁଥିବା ତାଙ୍କ ପତ୍ନୀ ହେମମାଳାଙ୍କ ହାତରୁ ସେ ପାଗଳ ପରି ଯାଇ ଶଙ୍ଖଟି ଛଡ଼େଇ ଆଣିଛନ୍ତି।
ଦର୍ପିତାର କଣ୍ଠରେ ହେମମାଳା କହିଛନ୍ତି – ‘ଯୋଉ ପତାକା ପାଇଁ ଅରୁ ପ୍ରାଣବଳି ଦେଇଛି, ସେ ପତାକା ଯୁଗେ ଯୁଗେ ରହିବ ଉନ୍ନତ ହୋଇ।’’ ଅତ୍ୟଧିକ ଆବେଗ ଓ ଉତ୍ତେଜନାରେ ହେମମାଳା ତଳେପଡ଼ି ମୂର୍ତ୍ତିତା ହୋଇଗଲେ । ରାୟବାହାଦୁର ଅନେକଦିନରୁ ସାଇତା ହୋଇଥିବା ସିଲ୍କର ଗୋଟିଏ ୟୁନିୟନ୍ ଜାକ୍ ପତାକା କାଢି ତ୍ରିରଙ୍ଗା ସ୍ଥାନରେ ଉଡ଼ାଇଛନ୍ତି । ସତର୍କ ପ୍ରହରୀ ଧରି ସାରାରାତି ଚେଇଁ ବସିଛନ୍ତି ସେହି ୟୁନିୟନ୍ ଜାକ୍ ପତାକା ପାଖରେ ।
ବିଜୟ ସାରାରାତି ଉତ୍ସବରେ ମାତିସାରି ଘରକୁ ଫେରି ଦେଖୁଛି ଜେଜେଙ୍କର ଅଦ୍ଭୁତ କାଣ୍ଡ । କିଛି ସମୟର ଜଡ଼ତା କଟିଯିବା ପରେ ବିଜୟ ଜେଜେଙ୍କୁ ଉଡୁଥିବା ୟୁନିୟନ୍ ଜାକ୍ ସମ୍ପର୍କରେ ପଚାରିଛି । ଉତ୍ତରରେ ରାୟବାହାଦୁର କହିଛନ୍ତି – “ ଦୁନିଆ ନିମକହାରାମ୍ ହୋଇପାରେ ବିଜୁ, କିନ୍ତୁ ମୁଁ ନୁହେଁ ।’’ ବିଜୟ ପ୍ରତିବାଦ କରିବା ସହିତ ଝାମ୍ପି ଉଠାଇ ନେଇଛି ୟୁନିୟନ ଜାକ୍କୁ । କିନ୍ତୁ ଏ ଘର ମୋର, ମୁଁ ବଞ୍ଚିବା ଯାଏ ଏ ଘରେ ୟୁନିୟନ୍ ଜାକ୍ ଉଡ଼ିବ ବୋଲି କହି ଅତି ଅସ୍ଵାଭାବିକ ଭାବରେ ହିଂସ୍ର ଓ ଉତ୍କ୍ଷିପ୍ତ ହୋଇଉଠି ରାୟବାହାଦୁର ବିଜୟ ହାତରୁ ପତାକାଟିକୁ ଛଡ଼ାଇନେବାକୁ ଚେଷ୍ଟାକଲେ । ବିଜୟ ଜେଜେଙ୍କୁ ଠେଲି ଦେଇଛି । ସେ ଶିଡ଼ିରେ ଗଡ଼ି ଗଡ଼ି ଯାଇ ତଳ ମହଲାର ଚଟାଣରେ ପଡ଼ିଛନ୍ତି ।
ମୁଣ୍ଡ ଓ କାନ ଫାଟି ରକ୍ତର ସୁଅ ଛୁଟିଛି । କ୍ଷୀଣ କଣ୍ଠରେ ବିଜୁକୁ ଆଶୀର୍ବାଦ କରି କହିଛନ୍ତି, ‘ଯେଉଁ ପତାକା ପାଇଁ ବୁଢ଼ାଜେଜେକୁ ଆଘାତ କରିଛୁ, ସେହି ପତାକାର ଜୟ ହେଉ ।’’ ଦୁଇଜଣ ଚାକର ରାୟବାହାଦୁରଙ୍କୁ ଉପରକୁ ଟେକି ନେଲାବେଳେ ପ୍ରାଣହୀନ ପାଷାଣ ପରି ବିଜୟ ଚାହିଁ ରହିଥିଲା ପ୍ରଭାତର ଆକାଶ ଆଡ଼େ । ଭାଦ୍ର ଆକାଶର ମେଘହୀନ ସୁନୀଳ ପଟ୍ଟଭୂମିରେ ସ୍ଵାଧୀନ ଭାରତର ତ୍ରିରଙ୍ଗା ଉଡୁଥିଲା ଫର ଫର ହୋଇ ।
ବିଷୟଗତ ଶବ୍ଦ ଓ ଅର୍ଥ :
ନିଷୃତି – ନିସ୍ତାର / ରକ୍ଷା ।
ଅସ୍ଥି- ହାଡ଼ ।
ଚୂର୍ଣଓ – ଚୂନା ।
କ୍ଷିପ୍ତ ପରି – ପାଗଳ ପରି ।
ଅଗଣୀ – ଆଗୁଆ ।
ପରଳୋକ – ମୃତ୍ୟୁଲୋକ ।
ସନଦ ପତ୍ର- ବ୍ରିଟିଶ୍ ସରକାରଙ୍କଦ୍ବାରା ପ୍ରଦତ୍ତ ପ୍ରଶଂସାମୂଳକ ପତ୍ର ।
ମୁହୂର୍ତ୍ତକ ପାଇଁ- ଅଳ୍ପ ସମୟ ପାଇଁ ।
ୟୁନିଅନ୍ ଜାକ୍ – ଇଂଲଣ୍ଡର ଜାତୀୟ ପତାକା ।
ଅବିଚଳିତ – ବିଚଳିତ ନ ହୋଇ ।
କୁହାଟିବା – ବଡ଼ପାଟିରେ କହିବା ।
ବାୟୋନେଟ୍ – ବନ୍ଧୁକର ଅଗ୍ରଭାଗରେ ଲାଗିଥିବା ଛୁରି ।
ସାଫ୍ କରିବାର ଦାୟିତ୍ୱ – ଘଉଡ଼ାଇ ଦେବାର ଦାୟିତ୍ଵ ।
ମୁମୂର୍ଷୁ – ମୃତ୍ୟୁକୁ ପ୍ରାପ୍ତ ହେବାକୁ ଯାଉଥିବା ବ୍ୟକ୍ତି ।
ସୂର୍ଯ୍ୟଦ୍ଦୀପ୍ତ – ସୂର୍ଯ୍ୟଙ୍କ କରିଣରେ ଉଜ୍ଜ୍ଵଳିତ
ଶେତା ହୋଇ ଆସୁଥିବା – ଧଳା ପଡ଼ି ଆସୁଥିବା ।
ସାଇତା – ଯତ୍ନ ସହକାରେ ରଖା ଯାଇଥିବା ।
ଅତୁଳନୀୟ – ଯାହାର ତୁଳନା ନାହିଁ ।
ନିମକ୍ହାରାମ – ଦାନା ଦେଉଥିବା ବା ସାହାଯ୍ୟ କରୁଥ୍ବା ବ୍ୟକ୍ତିର ବିରୋଧାଚରଣ କରିବା କିମ୍ବା କ୍ଷତି କରିବା ।