Odisha State Board BSE Odisha 8th Class Science Solutions Chapter 6 ଦହନ ଓ ଶିଖା Textbook Exercise Questions and Answers.
BSE Odisha Class 8 Science Solutions Chapter 6 ଦହନ ଓ ଶିଖା
Question 1.
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(a) ଇନ୍ଧନକୁ ନିଆଁ ଧରାଇବା ପାଇଁ ତାର ……………………. ପର୍ଯ୍ୟନ୍ତ ଉତ୍ତପ୍ତ କରିବାକୁ ପଡ଼େ ।
( ଦହନ ତାପମାତ୍ରା, ସ୍ଫୁଟନ ତାପମାତ୍ରା, ପ୍ରଜ୍ଜଳନ ତାପମାତ୍ରା)
(b) ଗୋଟିଏ ଦୀପଶିଖାର …………………. ଟି ମଣ୍ଡଳ ଥାଏ । (3, 2, 1)
(c) ଶିଖାର ଆଲୋକ ପ୍ରଦାନକାରୀ ମଣ୍ଡଳଟିକୁ ………………………. କୁହାଯାଏ ।
( ଦୀପ୍ତିହୀନ ମଣ୍ଡଳ, ଦୀପ୍ତିମାନ ମଣ୍ଡଳ, ଅତିଦୀପ୍ତ ମଣ୍ଡଳ)
(d) LPG ର କ୍ୟାଲୋରୀ ମୂଲ୍ୟ ……………………. ।
(55000 kJ/gm, 55000 J/kg, 55000 kJ/kg)
Answers:
(a) ପ୍ରଜ୍ଜଳନ ତାପମାତ୍ରା
(b) 3
(c) ଦୀପ୍ତିମାନ ମଣ୍ଡଳ
(d) 55000 kJ/kg.
Question 2.
ବିଜ୍ଞାନସମ୍ମତ କାରଣ ଲେଖ ।
(a) ଶୁଖୁଲା କାଠ ଅପେକ୍ଷା ଶୁଖୁଲା କାଗଜରେ ସହଜରେ ନିଆଁ ଧରେ ।
ଉ-
ଶୁଖୁଲା କାଠ ଅପେକ୍ଷା ଶୁଖିଲା କାଗଜର ପ୍ରଜ୍ଜ୍ୱଳନ ତାପମାତ୍ରା କମ୍ । ତେଣୁ ଶୁଟ୍ କାଗଜରେ ସହଜରେ ନିଆଁ ଧରେ ।
(b) ଉତ୍ତପ୍ତ କଡ଼େଇରେ ଟୋପାଏ ତେଲ ପକାଇଦେଲେ ବେଳେବେଳେ ନିଆଁ ଧରିଯାଏ ।
ଉ-
ଉତ୍ତପ୍ତ କଡ଼େଇରେ ଟୋପାଏ ତେଲ ପକାଇଲେ ଏହା ସଙ୍ଗେ ସଙ୍ଗେ ପ୍ରଜ୍ଵଳନ ତାପମାତ୍ରାରେ ପହଞ୍ଚିଯାଏ । ତେଲ ଏକ ଦାହ୍ୟ ପଦାର୍ଥ ହେତୁ ଏହା ଜଳିଉଠେ ।
(c) ଶିଳ୍ପନଗରୀମାନଙ୍କରେ ବେଶୀ ଅମ୍ଳ ବୃଷ୍ଟି ହୋଇଥାଏ ।
ଉ-
ଶିଳ୍ପନଗରୀମାନଙ୍କରେ ନିର୍ଗତ ହେଉଥିବା ଧୂଆଁରେ ସଲ୍ଫର୍ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ କାର୍ବନ୍ ଡାଇଅକ୍ସାଇଡ୍ ଆଦି ଥାଏ । ଏଗୁଡ଼ିକ ବୃଷ୍ଟିଜଳରେ ଦ୍ରବୀଭୂତ ହୋଇ ଅମ୍ଳ ସୃଷ୍ଟି କରନ୍ତି । ତେଣୁ ଶିଳ୍ପ- ନଗରୀମାନଙ୍କରେ ବେଶୀ ଅମ୍ଳ ବୃଷ୍ଟି ହୋଇଥାଏ ।
(d) ସାଧାରଣତଃ ମହାଶୂନ୍ୟରେ ଦହନ ସମ୍ଭବପର ନୁହେଁ ।
ଉ-
ମହାଶୂନ୍ୟରେ ବାୟୁ ତଥା ଅମ୍ଳଜାନ ଆଦି ଦହନ ସହାୟକ ପଦାର୍ଥ ନଥାଏ । ତେଣୁ ମହାଶୂନ୍ୟରେ ଦହନ ସମ୍ଭବପର ନୁହେଁ ।
(e) ଯାତ୍ରୀବାହୀ ଯାନବାହନରେ ପେଟ୍ରୋଲ, ଡିଜେଲ, କିରୋସିନି ଇତ୍ୟାଦି ପଦାର୍ଥ ନେବାକୁ ଅନୁମତି ଦିଆଯାଏ ନାହିଁ କାହିଁକି ?
ଉ-
ପେଟ୍ରୋଲ, ଡିଜେଲ, କିରୋସିନି ଇତ୍ୟାଦିରେ ହଠାତ୍ ନିଆଁ ଲାଗିଯାଏ, କାରଣ ଏଗୁଡ଼ିକ ଦ୍ରୁତ ଦହନଶୀଳ । ତେଣୁ ଯାତ୍ରାବାହୀ ଯାନବାହନରେ ଏଗୁଡ଼ିକୁ ନେବାକୁ ଅନୁମତି ଦିଆଯାଏ ନାହିଁ ।
Question 3.
ଦହନ କହିଲେ କ’ଣ ବୁଝ ? ତାରାମାନେ ଦପ୍ପ୍ କରିବା ଏକ ଦହନ କି ?
ଉ-
- ଦହନ ଏକ ରାସାୟନିକ ପ୍ରକିୟା, ଯେଉଁଥରେ ଏକ ପଦାର୍ଥ ଅମ୍ଳଜାନ ସହ ରାସାୟନିକ ପ୍ରକ୍ରିୟା ସଂଘଟିତ କରି ତାପ ଓ ସ୍ଥଳବିଶେଷରେ ଆଲୋକ ସୃଷ୍ଟି କରେ ।
- ତାରାମାନେ ଦପ୍ଦପ୍ କରିବା ରାସାୟନିକ ପ୍ରତିକ୍ରିୟା ନୁହେଁ । ତେଣୁ ଏହା ଏକ ଦହନ ନୁହେଁ ।
Question 4.
ଦହନ ସଂଘଟିତ ହେବାପାଇଁ କେଉଁ କେଉଁ କାରକ ଆବଶ୍ୟକ ?
ଉ-
(a) ଦାହ୍ୟ ପଦାର୍ଥ,
(b) ପ୍ରଜ୍ଜଳନ ତାପମାତ୍ରା ଏବଂ
(c) ଦହନ ସହାୟକ ପଦାର୍ଥ ।
Question 5.
ଲୁହାରେ କଳଙ୍କି ଲାଗିବା ଏକ ଦହନ । କାହିଁକି ?
ଉ-
- ଲୁହାରେ କଳଙ୍କି ଲାଗିବା ଏକ ରାସାୟନିକ ପ୍ରକ୍ରିୟା । ଲୁହା ଅମ୍ଳଜାନ ସହ ମିଶି ଲୌହ ଅକ୍ସାଇଡ୍ ସୃଷ୍ଟି କରେ । ତେଣୁ ଏହା ଏକ ଦହନ ପ୍ରକ୍ରିୟା ।
- ଏହି ଦହନ ପ୍ରକ୍ରିୟା ଧୀର ମନ୍ଥର ଗତିରେ ହୁଏ ଏବଂ ଆଦୃଶିଆ ତାପ ଓ ଆଲୋକ ଉତ୍ପନ୍ନ ହୁଏ ନାହିଁ । ତେଣୁ
Question 6.
ଇନ୍ଧନର କ୍ୟାଲୋରୀ ମୂଲ୍ୟ କହିଲେ କ’ଣ ବୁଝ ଲେଖ । ଏହାର ଏକକ କ’ଣ ? ଏହାର ଗୁରୁତ୍ଵ ଆଲୋଚନା କର।
ଉ-
- ଏକ କିଲୋଗ୍ରାମ୍ ଇନ୍ଧନର ସଂପୂର୍ଣ୍ଣ ଦହନରୁ ଯେତିକି ପରିମାଣର ତାପ ମିଳେ ତାହାକୁ ଇନ୍ଧନର କ୍ୟାଲୋରୀ ମୂଲ୍ୟ କହନ୍ତି ।
- kJ/kg, J/kg, J/gm, kJ/gm, Calorie/gm Kilocalorie/gm img ସମୟ ମଧ୍ୟରେ କମ୍ ଇନ୍ଧନ ଖର୍ଚ୍ଚକରି ବେଶୀ ତାପ ପାଇବା କଥା ଏହାଦ୍ୱାରା ଜଣାପଡ଼େ ।
Question 7.
LPG ର ଦହନ ଓ କାଠର ଦହନ ମଧ୍ୟରେ କି ପାର୍ଥକ୍ୟ ଅଛି ?
ଉ-
Question 8.
CNGର ବ୍ୟବହାର କାହିଁକି ଅପେକ୍ଷାକୃତ ପରିବେଶ ଉପଯୋଗୀ ?
ଉ-
- ପେଟ୍ରୋଲ, ଡିଜେଲ୍ ପରିବର୍ତ୍ତେ ବସ୍, ଟ୍ରକ୍, କାର୍ ଆଦି ସ୍ଥାନରେ CNG ବ୍ୟବହାର କରାଯାଉଛି, କାରଣ CNG ଖୁବ୍ କମ୍ ପରିମାଣର କ୍ଷତିକାରକ ପଦାର୍ଥ ଉତ୍ପନ୍ନ କରିଥାଏ ।
- CNGର ବ୍ୟବହାରରେ ପ୍ରଦୂଷଣର ମାତ୍ରା କମ୍ ହୁଏ, ତେଣୁ CNGର ବ୍ୟବହାର ଅପେକ୍ଷାକୃତ ପରିବେଶ ଉପଯୋଗୀ ।
Question 9.
4.5 kg ଇନ୍ଧନର ସଂପୂର୍ଣ୍ଣ ଦହନରୁ 180,000 kJ ତାପ ମିଳେ । ସେହି ଇନ୍ଧନର କ୍ୟାଲୋରୀ ମୂଲ୍ୟ ନିର୍ଣ୍ଣୟ କର ।
ଉ-
4.5 kg ଇନ୍ଧନର ସଂପୂର୍ଣ୍ଣ ଦହନରୁ 180000 kJ ତାପ ମିଳେ ।
ଇନ୍ଧନର କ୍ୟାଲୋରୀ ମୂଲ୍ୟ 40,000 kJ/kg l
Question 10.
ଗୋଟିଏ ଆଦର୍ଶ ଇନ୍ଧନର ଲକ୍ଷଣଗୁଡ଼ିକ ଲେଖ ।
ଉ-
- ଏହାକୁ ଜାଳିଲେ ବେଶୀ ପାଉଁଶ, ବିଷାକ୍ତ ଗ୍ୟାସ୍ ବା ବର୍ଜ୍ୟବସ୍ତୁ ମିଳୁ ନଥବ ।
- ଏହାକୁ ସୁବିଧାରେ ବେଶୀ ଦିନ ସଂରକ୍ଷଣ କରି ରଖାଯାଇପାରୁଥବ ।
- ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସୁବିଧାରେ ନେବାଆଣିବା କରିହେଉଥିବ ।
- ଏହାର ଉଚ୍ଚ କ୍ୟାଲୋରୀ ମୂଲ୍ୟ ଥିବ; ଅର୍ଥାତ୍ ଅପେକ୍ଷାକୃତ ଅଳ୍ପ ଇନ୍ଧନରୁ ବେଶୀ ତାପଶକ୍ତି ଉତ୍ପନ୍ନ ହେଉଥିବ ।
- ଏହା ଶସ୍ତା ଓ ସୁବିଧାରେ ସବୁଠାରେ ମିଳିପାରୁଥିବ ।
- ଏହାର ଦହନକୁ ସହଜରେ ନିୟନ୍ତ୍ରଣ କରାଯାଇପାରୁଥିବ ।
Question 11.
“‘ଦହନ ପାଇଁ ବାୟୁ ଆବଶ୍ୟକ’’ – ଗୋଟିଏ ସରଳ ପରୀକ୍ଷା ଦ୍ବାରା ବୁଝାଅ ।
ଉ-
(a) ଜଳନ୍ତା ମହମବତିଟିଏ ଏକ ଟେବୁଲ୍ ଉପରେ ରଖାଯାଉ । ଚିତ୍ରରେ ଦର୍ଶାଯାଇଥବାପରି ତାହାର ଉଭୟ ପାର୍ଶ୍ଵରେ ଦୁଇଟି କାଠଖଣ୍ଡ ରଖ୍ ଗୋଟିଏ ଲଣ୍ଠନକାଚ ତା’ ଉପରେ ଥୁଆଯାଉ । ଏହାପରେ ମହମବତିର ଶିଖା କେମିତି ଦିଶୁଛି ଲକ୍ଷ୍ୟକର ।
(b) କାଠଖଣ୍ଡ ଦୁଇଟିକୁ କାଢ଼ିନେଇ ଲଣ୍ଡ ନ କାଚ କୁ ଟେବୁଲ୍ ଉପରେ ରଖାଯାଉ । ତା’ ମଧ୍ୟରେ ଜଳନ୍ତା ମହମବତିର ଶିଖାକୁ ଲକ୍ଷ୍ୟ କରାଯାଉ ।
(c) ଏପରି ଅବସ୍ଥାରେ ମହମବତି ଜଳୁଥ୍ ବାବେଳେ କାଚଡପରେ ଗୋଟିଏ ଥାଳିଆ ଘୋଡ଼ାଇଦେଇ ମହମବତିର ଶିଖାକୁ ଲକ୍ଷ୍ୟକରାଯାଉ ।
ପର୍ଯ୍ୟବେକ୍ଷଣ –
- ପ୍ରଥମ ଚିତ୍ରରେ କାଚର ତଳପଟୁ ବାୟୁ ପ୍ରବାହ ହେଉଥିଲା । ସୁତରାଂ ମହମବତି ସ୍ଥିର ଶିଖା ପ୍ରଦାନ କରି ଜଳିଲା ।
- ଦ୍ବିତୀୟ ଚିତ୍ରରେ ଦହନ ସୀମିତ ବାୟୁର ଉପସ୍ଥିତିରେ ହେଲା । ତେଣୁ ବତିରେ ଅସ୍ଥିର ଶିଖା ଦେଖାଦେଲା ।
- ତୃତୀୟ ଚିତ୍ରରେ ବାୟୁ ଆଦୌ ପ୍ରବେଶ କରୁ ନଥିଲା; ଫଳରେ ବତିଟି ଲିଭିଗଲା । ଏହି ତିନୋଟି ପରୀକ୍ଷାରୁ ଜଣାଗଲା ଯେ ଦହନ ପାଇଁ ବାୟୁ (ଅକ୍ସିଜେନ୍) ବା ବାୟୁଭଳି ସହାୟକ ପଦାର୍ଥ ଆବଶ୍ୟକ ।
Question 12.
ଦହନଜନିତ ପ୍ରଦୂଷଣର ଏକ ସଂକ୍ଷିପ୍ତ ବିବରଣୀ ଲେଖ ।
ଉ-
- କାଠ, କୋଇଲା, ଗୋବର ଘଷି ଆଦି ଇନ୍ଧନମାନଙ୍କର ଦହନରୁ ସୃଷ୍ଟ କାର୍ବନ୍ କଣିକାର ପରିମାଣ ବାୟୁମଣ୍ଡଳରେ ଅଧିକ ହେଲେ ଏହା ଶ୍ଵାସଜନିତ ରୋଗ; ଯଥା— ଆଜ୍ମା, ବ୍ରୋଙ୍କାଇଟିସ୍, ଯକ୍ଷ୍ମା ଆଦି ରୋଗ ସୃଷ୍ଟି କରେ ।
- କାଠ, କୋଇଲା, ଗୋବର ଘଷି ଆଦି ଇନ୍ଧନମାନଙ୍କର ଅସଂପୂର୍ଣ୍ଣ ଦହନରୁ ବିଷାକ୍ତ କାର୍ବନ୍ମନୋକ୍ସାଇଡ୍ ଉତ୍ପନ୍ନ ହୁଏ । ଏହି ଗ୍ୟାସ୍ ଜୀବମାନଙ୍କର ଅନେକ କ୍ଷତି କରେ ଓ ପରିବେଶକୁ ପ୍ରଦୂଷିତ କରେ ।
- ଅଧିକାଂଶ ଇନ୍ଧନର ସମ୍ପୂର୍ଣ୍ଣ ଦହନରୁ କାର୍ବନ୍ ଡାଇଅକ୍ସାଇଡ୍ ଉତ୍ପନ୍ନ ହୁଏ । ଏହାର ପ୍ରତିଶତ ମାତ୍ରା ବାୟୁମଣ୍ଡଳରେ ବୃଦ୍ଧିଯୋଗୁଁ ପୃଥିବୀର ଉତ୍ତାପ ବୃଦ୍ଧିପାଉଛି । ପୃଥିବୀର ଏହି ଉତ୍ତାପ ବୃଦ୍ଧିକୁ ଗ୍ଲୋବାଲ୍ ୱାମିଂ କହନ୍ତି । ଗ୍ଲୋବାଲ ୱାମିଂ ପୃଥିବୀର ବାୟୁମଣ୍ଡଳର ହାରାହାରି ତାପମାତ୍ରା ବୃଦ୍ଧିକୁ ସୂଚାଏ ।
- ଗ୍ଲୋବାଲ୍ ୱିମିଂ ଯୋଗୁଁ ମେରୁ ଅଞ୍ଚଳରେ ବରଫ ତରଳି ସମୁଦ୍ର ପତ୍ତନ ବୃଦ୍ଧିର ଆଶଙ୍କା କରାଯାଉଛି । ଏତଦ୍- ବ୍ୟତୀତ ଅକାଳ ବର୍ଷା ଓ ବନ୍ୟା ମଧ୍ୟ ହୋଇପାରେ । ସମୁଦ୍ରକୂଳିଆ ଅଞ୍ଚଳରେ ଅନେକ ସ୍ଥାନ ସମୁଦ୍ରଗର୍ଭରେ
- ଜୀବାଶ୍ମ ଇନ୍ଧନରୁ ସୃଷ୍ଟ ବିଭିନ୍ନ ଅମ୍ଳୀୟ ଗ୍ୟାସ୍ (ସଲ୍ଫର୍ ଡାଇଅକ୍ସାଇଡ୍) ବର୍ଷାଜଳ ସହ ମିଶି ଅମ୍ଳ ବୃଷ୍ଟି କରେ । ଏହା ଆମର କୋଠାବାଡ଼ି, ଭାସ୍କର୍ଯ୍ୟ, ସ୍ମୃତିଫଳକ, ଫସଲ ଓ ମୃତ୍ତିକା ପ୍ରତି ବିପଦ ସୃଷ୍ଟି କରେ ।
- ଇନ୍ଧନର ଦହନରୁ ନିର୍ଗତ ଧୂଆଁ ଓ କୁହୁଡ଼ି ମିଶି ସ୍ମଗ୍ ସୃଷ୍ଟି କରେ । ସ୍ମଗ୍ ଯୋଗୁଁ ଦୁର୍ଘଟଣାର ଆଶଙ୍କା ବଢ଼ିଯାଏ । ସ୍ମଗ୍ ମଧ୍ୟ ପରିବେଶ ପ୍ରଦୂଷଣ କରେ ।
Question 13.
ପେଟ୍ରୋଲ ପମ୍ପରେ ‘ଧୂମପାନ ନିଷେଧ’ ଲେଖାଯାଇଛି କାହିଁକି ?
ଉ-
ପେଟ୍ରୋଲ ପମ୍ପ୍ ସ୍ଥାନରେ ଧୂମପାନ କଲେ ନିଆଁ ଲାଗିଯିବାର ସମ୍ଭାବନା ଥାଏ । ପେଟ୍ରୋଲର ଦ୍ରୁତ ଦହନ ଫଳରେ ସବୁ ଜଳି ଛାରଖାର ହୋଇଯାଏ । କାରଣ ପେଟ୍ରୋଲ ଦହନଶୀଳ, ତେଣୁ ପେଟ୍ରୋଲ ପମ୍ପରେ ‘ଧୂମପାନ ନିଷେଧ’ ଲେଖାଯାଇଥାଏ ।
Question 14.
ତିନୋଟି ସଂକେତ କେଉଁ କେଉଁ ସ୍ଥାନରେ ଦେଖିବାକୁ ମିଳେ ଓ କାହିଁକି ?
ଉ-
ଆଉ କ ଣ କରିହେବ?
Question 1.
ତୁମ ଅଞ୍ଚଳରେ କି କି ଇନ୍ଧନ ମିଳୁଛି ତାର ଗୋଟିଏ ତାଲିକା କର ।
ଉ-
ଗୋବର ଘଷି, ଗୋଲ କୋଇଲା, କୋଇଲା, କାଠ, କାଉଁରିଆ, ବତା, ଶୁଖୁଲା ବାଉଁଶ, ଶୁଖପତ୍ର, କୁଣ୍ଡା, କୁଟା, ବୋତି, ଅଗାଡ଼ି, କିରୋସିନି, ମହମ, ପେଟ୍ରୋଲ, ଡିଜେଲ, LPG, ଗୋବର ଗ୍ୟାସ୍ ।
Question 2.
ତୁମ ଅଞ୍ଚଳରେ କେଉଁ ସ୍ଥାନମାନଙ୍କରେ ଅଗ୍ନିନିର୍ବାପକ ଯନ୍ତ୍ର ଅଛି ବୁଝ ।
ଉ-
ଡାକ୍ତରଖାନା, ସିନେମା ହଲ୍, ବ୍ଲକ୍, ବ୍ୟାଙ୍କ୍, ତହସିଲ୍ ଅଫିସ୍, ଦମକଳ କେନ୍ଦ୍ର, ସ୍କୁଲ, କଲେଜ, ମିଉଜିୟମ୍, ଥାନା, ଟାଉନ୍ହଲ୍, ମଣ୍ଡପ ଆଦି ସ୍ଥାନମାନଙ୍କରେ ଅଗ୍ନିନିର୍ବାପକ ଯନ୍ତ୍ର ଅଛି ।
Question 3.
ତୁମ ଅଞ୍ଚଳରେ ଅନ୍ତତଃ 100 ଜଣ ବ୍ୟକ୍ତିଙ୍କ ଘରେ ବୁଲି ଏକ ଇନ୍ଧନସର୍ଭେ କର । LPG, କାଠ, କିରୋସିନି, ଗୋବର ଗ୍ୟାସ୍ ଚୁଲା ଓ ବିଦ୍ୟୁତ୍ ଚୁଲା ବ୍ୟବହାରକାରୀଙ୍କର ସଂଖ୍ୟାକୁ ଶତକଡ଼ାରେ ସ୍ଥିର କର ।
ଉ-
100 ଜଣ ବ୍ୟକ୍ତିଙ୍କ ଘର ସର୍ଭେରୁ LPG ଜାଳୁଛନ୍ତି 60 ଜଣ, କାଠ ଜାଳୁଛନ୍ତି 5 ଜଣ, କିରୋସିନି ଜାଳୁଛନ୍ତି 3 ଜଣ, ଗୋବର ଗ୍ୟାସ୍ ଜାଳୁଛନ୍ତି 5 ଜଣ, ଚୁଲା ବ୍ୟବହାର କରୁଛନ୍ତି 10 ଜଣ ଓ ବିଦ୍ୟୁତ୍ ଚୁକ୍ତା ବ୍ୟବହାର କରୁଛନ୍ତି 17 ଜଣ । ବ୍ୟବହାରକାରୀଙ୍କ ସଂଖ୍ୟାକୁ ଶତକଡ଼ାରେ ପ୍ରକାଶକଲେ LPG 60%, କାଠ 5%, କିରୋସିନି 3%, ଗୋବର ଗ୍ୟାସ୍ 5%, ଚୁଲ୍ଲା 10% ଓ ବିଦ୍ୟୁତ୍ ଚୁଲା 17% ବ୍ୟବହାର କରୁଛନ୍ତି ।
Question 4.
ତୁମ ଘରେ LPG ଷ୍ଟୋଭ୍ ଥିଲେ ତା’ର ବ୍ୟବହାରଜନିତ ସତର୍କତା ସୂଚନା ପୁସ୍ତିକାଟି ପାଠ କର । ପୁସ୍ତକାଟି ନଥୁଲେ ଯାହାର ଏ ପୁସ୍ତିକା ଅଛି ଯୋଗାଡ଼ କରି ପଢ଼ ।
ଉ-
ନିଜେ ପାଠ କର ।
Question 5.
ଗୋଟିଏ ଅଗ୍ନି -ନିର୍ବାପକ ଯନ୍ତ୍ରର ମଡ଼େଲ ତିଆରି କର । ଗୋଟିଏ ଛୋଟ ଗିନାରେ ଦୁଇଟି ମହମବତି ଲଗାଅ । ଗୋଟିଏ ଛୋଟ ଓ ଅନ୍ୟଟି ବଡ଼ । ଛୋଟ ଗିନାଟିରେ ଖାଇବାସୋଡ଼ା ଭର୍ତ୍ତି କର । ତା’ପରେ ଗିନାଟିକୁ ଗୋଟିଏ ବଡ଼ ପାତ୍ର ଭିତରେ ରଖ । ସୋଡ଼ା ଉପରେ ଭିନେଗାର ଢାଳ । କ’ଣ ଦେଖୁବ ? ମହମବତିଗୁଡ଼ିକର କ’ଣ ହେଉଛି ? କେଉଁ କ୍ରମରେ ?
ଉ-
ପ୍ରଥମେ ସାନ ମହମବତିଟି ଲିଭିବ । ପରେ ବଡ଼ ମହମବତିଟି ଲିଭିବ ।
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ବସ୍ତୁନିଷ୍ଠ ପ୍ରଶ୍ନେ। ଭର
(ii) ଯେଉଁ ପଦାର୍ଥ ଜଳେ, ତାହାକୁ ………………. ପଦାର୍ଥ କୁହାଯାଏ ।
(iii) ଯେଉଁ ପଦାର୍ଥ ଜଳେ ନାହିଁ, ତାହାକୁ ……………….. ପଦାର୍ଥ କୁହାଯାଏ ।
(iv) ତାପ ପ୍ରୟୋଗ ଦ୍ଵାରା ପଦାର୍ଥ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପହଞ୍ଚିଲେ ଜଳେ । ଏହାକୁ ……………….. ତାପମାତ୍ରା କୁହାଯାଏ ।
(v) ଧଳା ଫସ୍ ଫରସ୍ …………………. ସଂସ୍ପର୍ଶରେ ଆସିବାମାତ୍ରେ ଜଳିଥାଏ ।
(vi) ଦହନ ପାଇଁ, ………………… ଟି କାରକ ଆବଶ୍ୟକ ।
(vii) NaHCO3 ରୁ …………………….. ଗ୍ୟାସ୍ ବାହାରି ଅଗ୍ନିନିର୍ବାପନ କରେ ।
(viii) ଯେଉଁ ଦହନରେ ଖୁବ୍ କମ୍ ସମୟ ମଧ୍ୟରେ ପ୍ରଚୁର ତାପ ଓ ଆଲୋକ ସୃଷ୍ଟି ହୁଏ, ତାହାକୁ ……………………. ଦହନ କୁହାଯାଏ ।
(ix) ଯେଉଁ ଦହନ ଅତି ମନ୍ଥର ଗତିରେ ହୁଏ, ତାହାକୁ ……………………. ଦହନ କୁହାଯାଏ ।
(x) ଶରୀରରେ ଖାଦ୍ୟ ହଜମ ହେବା . ……………………… ଦହନର ଉଦାହରଣ ।
(xi) ତାଳଫୋଟକା ଫୁଟିବା ………………….. ର ଉଦାହରଣ ଅଟେ ।
(xii) ମହମବତି ଶିଖାର ………………… ଟି ମଣ୍ଡଳ ଥାଏ ।
(xiii) ଅତିଦୀପ୍ତ ମଣ୍ଡଳ, ………………… ବର୍ଣ୍ଣ ଅଟେ ।
(xiv) ଦୀପ୍ତିମାନ ମଣ୍ଡଳ ………………ବର୍ଷ ଅଟେ |
(xv) ଦୀପ୍ତିହୀନ ମଣ୍ଡଳ, ………………… ବର୍ଣ୍ଣ ଅଟେ ।
(xvi) ସମସ୍ତ ………………. ଦାହ୍ୟ ପଦାର୍ଥ ଅଟନ୍ତି ।
(xvii) ସମସ୍ତ ଦାହ୍ୟ ପଦାର୍ଥ, ……………………. ନୁହଁନ୍ତି ।
(xviii) …………….. ମଣ୍ଡଳର ତାପମାତ୍ରା ସବୁଠାରୁ କମ୍ ।
(xix) ସଲ୍ଫର୍ ଡାଇଅକ୍ସାଇଡ୍ + ଜଳ →……………. ।
(xx) କାର୍ବନ ଡାଇଅକ୍ସାଇଡ୍ + ଜଳ → …………….. ।
Answer:
(i) ଦହନ
(ii) ଦାହ୍ୟ
(iii) ଅଦାହ୍ୟ
(iv) ପ୍ରଜ୍ଜଳନ
(v) ବାୟୁ
(vi) 3ଟି
(vii) CO2
(viii) ଦ୍ରୁତ
(ix) ମୃଦୁ
(x) ମୃଦ
(xi) ବିସ୍ଫୋରଣ
(xii) 3
(xiii) ନାଳ
(xiv) ପୀତ
(xv) ତ୍କଷ୍ଟ୍ର
(xvi) ଇନ୍ଧନ
(xvii) ଇନ୍ଧନ
(xviii) ଦୀପ୍ତିହୀନ
(xix) ସଲଫାରସ୍ ଅମ୍ଳ
(xx) କାର୍ବୋନିକ୍ ଅମ୍ଳ
2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) …………….. କଠିନ ଇନ୍ଧନ ଅଟେ । (ପେଟ୍ରୋଲ, ଡିଜେଲ, କୋଲ୍ ଗ୍ୟାସ୍, ଶୁଖୁଲା ଗୋବର)
(ii) …………….. ତରଳ ଇନ୍ଧନ ଅଟେ । (କାଠ, କୋଇଲା, ଉଦଜାନ୍ ଗ୍ୟାସ୍, ସ୍ପିରିଟ୍)
(iii) ……………. ଗ୍ୟାସୀୟ ଇନ୍ଧନ ଅଟେ । (ପେଟ୍ରୋଲିୟମ୍ ଗ୍ୟାସ୍, କାଠ, ପେଟ୍ରୋଲ, ଡିଜେଲ)
(iv) ମିଥେନ୍ର କ୍ୟାଲୋରୀ ମୂଲ୍ୟ, ………………….. । (50000, 50000 kJ/kg, 50000 J/gm)
(v) କାଠର ଅସଂପୂର୍ଣ ଦହନ ………………….. ଗ୍ୟାସ୍ ସୃଷ୍ଟି ହୁଏ । (ଏମୋନିଆ, କାର୍ବନ୍ ମନୋକ୍ସାଇଡ୍, ମିଥେନ୍, ଇଥେନ୍)
(vi) ………………… ଗ୍ୟାସ୍ ଅମ୍ଳ ବୃଷ୍ଟି ପାଇଁ ଦାୟୀ । (ଏମୋନିଆ, ମିଥେନ୍, କ୍ଲୋରିନ୍, ସଲ୍ଫର୍ଡାଇଅକ୍ସାଇଡ୍)
(vii) ମହମବତି ଶିଖାର …………………. ମଣ୍ଡଳର ତାପମାତ୍ରା ସର୍ବାଧ୍ଵକ । (ଦୀପ୍ତିହୀନ, ଦୀପ୍ତିମାନ, ଅତିଦୀପ୍ତ)
(viii) …………………. ରୁ ସହଜରେ ଅଙ୍ଗାରକାମ୍ଳ ମିଳେ । (ଜଳ, ଧଳା ଫସ୍ଫରସ୍, ତୁତିଆ, ବାଇସୋଡ଼ା )
(ix) …………………. ରେ ସ୍ବତଃ ଦହନ ହୋଇଥାଏ । (ଧଳା ଫସ୍ଫରସ୍, ଲାଲ ଫସ୍ଫରସ୍, ଗନ୍ଧକ, ଅଙ୍ଗାର)
(x) ଜଳନ୍ତା …………………. ର ଅମ୍ଳଜାନର ଅନୁପସ୍ଥିତିରେ ଦହନ ଘଟିଥାଏ । ( ଅଙ୍ଗାର, ମହମବତି, ଗନ୍ଧକ, ମାଗ୍ନେସିୟମ୍ ରିବନ୍)
Answer:
(i) ଶୁଖୁଲା ଗୋବର
(ii) ସ୍ପିରିଟ୍
(iii) ପେଟ୍ରୋଲିୟମ୍ ଗ୍ୟାସ୍
(iv) 50,000 kJ/kg.
(v) କାର୍ବନ ମନୋକ୍ସାଇଡ୍
(vi) ସଲ୍ଫର୍ ଡାଇଅକ୍ସାଇଡ୍
(vii) ଅତିଦୀପ୍ତ
(vii) ବାଇସୋଡ଼ା
(ix) ଧଳା ଫସ୍ଫରସ୍
(x) ମାଗ୍ନେସିୟମ୍ ରିବନ୍
3. ବାମ ପାର୍ଶ୍ୱସ୍ଥ ସମ୍ପର୍କକୁ ଅନୁଧ୍ୟାନ କରି ଦକ୍ଷିଣ ପାର୍ଶ୍ୱସ୍ଥ ଶୂନ୍ୟସ୍ଥାନ ପୂରଣ କର ।
(i) କାଠ : କଠିନ ଇନ୍ଧନ :: ଡିଜେଲ : …………………।
(ii) ପେଟ୍ରୋଲ : ତରଳ ଇନ୍ଧନ :: H2 ଗ୍ୟାସ୍ : …………………।
(iii) ନୀଳବର୍ଣ୍ଣ : ଅତିଦୀପ୍ତ ମଣ୍ଡଳ :: କୃଷ୍ଣବର୍ଣ୍ଣ : …………………।
(iv) ତାପମାତ୍ରା କମ୍ : ଦୀପ୍ତିହୀନ ମଣ୍ଡଳ :: ତାପମାତ୍ରା ଅଧିକ : …………………।
(v) ଖାଦ୍ୟ ହଜମ : ମୃଦୁଦହନ :: ବୋମା ଫୁଟିବା : …………………।
(vi) କାଗଜ : ଦାହ୍ୟ :: ପଥର : …………………।
(vii) ସାଧାରଣ ଅଗ୍ନିକାଣ୍ଡ : ଜଳ :: ବିଦ୍ୟୁତ୍ଜନିତ ଅଗ୍ନିକାଣ୍ଡ : …………………।
(viii) ସଂପୂର୍ଣ୍ଣ ଦହନ : CO2 :: ଅସଂପୂର୍ଣ ଦହନ : . q: …………………।
(ix) କାଠ 17000-22000 J/kg:: କୋଇଲ।: …………………।
(x) MgO : ମାଗେସିୟମ ଅକ୍ସାଇଡ :: Mg3 N2 : …………………।
Answer:
(i) ତରକ ଇନ୍ଦନ
(ii) ଗ୍ୟାସୀୟ ଇନ୍ଧନ
(iii) ଦୀପ୍ତିହୀନ ମଣ୍ଡଳ
(iv) ଦୀପ୍ତିମାନ ମଣ୍ଡଳ
(v) ଅଦାହ୍ୟ
(vi) ଅଦାହି
(vii) CO2 ଗ୍ୟାସ୍
(viii) CO
(ix) 25000-33000 J/kg
(x) ମାଗ୍ନେସିୟମ୍ ନାଇଟ୍ର ଇଡ୍
4. ‘କ’ ସ୍ତମ୍ଭର ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ମିଳାଅ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
(i) ଧଳା ଫସ୍ଫରସ୍ | ଅଗ୍ନି ନିର୍ବାପକ ଯନ୍ତ୍ର |
(ii) NaHCO3 | ସ୍ଵତଃ ଦହନ |
(iii) ଖାଦ୍ୟ ହଜମ | ଶିଖା ଦେଖାଯାଏ ନାହିଁ |
(iv) ଅଙ୍ଗ।ର | ମୃଦୁ ଦହନ |
(v) Mg ଫିତା | ଅମ୍ଳବର୍ଷା |
(vi) ଦୀପ୍ତିହୀନ ମଣ୍ଡଳ | ବର୍ଣ୍ଣ କଳା |
(vii) ତାଳଫୋଟକା | ବିଷ୍ଟେ। ରଣ |
(viii) କାର୍ବୋନିକ୍ ଅମ୍ଳ | O2 ବିନା ଦହନ |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
(i) ଧଳା ଫସ୍ଫରସ୍ | ଧଳା ଫସ୍ଫରସ୍ ସ୍ଵତଃ ଦହନ |
(ii) NaHCO3 | ଅଗ୍ନି ନିର୍ବାପକ ଯନ୍ତ୍ର |
(iii) ଖାଦ୍ୟ ହଜମ | ମୃଦୁ ଦହନ |
(iv) ଅଙ୍ଗ।ର | ଶିଖା ଦେଖାଯାଏ ନାହିଁ |
(v) Mg ଫିତା | O2 ବିନା ଦହନ |
(vi) ଦୀପ୍ତିହୀନ ମଣ୍ଡଳ | ବର୍ଣ୍ଣ କଳା |
(vii) ତାଳଫୋଟକା | ବିଷ୍ଟେ। ରଣ |
(viii) କାର୍ବୋନିକ୍ ଅମ୍ଳ | ଅମ୍ଳବର୍ଷା |