Go through 8th Class Science Book Odia Medium Question Answer and Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା to understand textbook questions more clearly.
8th Class Science Chapter 6 Question Answer Odia Medium
Class 8 Science Chapter 6 Odia Medium
ଜିଜ୍ଞାସା ବଜାୟ ରଖ
Question 1.
ସଠିକ୍ ବକ୍ତବ୍ୟ ବାଛ ।
(i) ଚିତ୍ର6.21କୁ ସତର୍କତା ସହିତ ଦେଖ । ପାତ୍ର R ଜଳରେ ପରିପୂର୍ଣ୍ଣ ହୋଇଛି । ଯେତେବେଳେ ପାଣି ଢାଳିବା ବନ୍ଦ କରିବ, ସେତେବେଳେ ଜଳରସ୍ତର ________ ହେବ

(a) ପାତ୍ର P ରେ ସର୍ବୋଚ୍ଚ
(b) ପାତ୍ର Q ରେ ସର୍ବୋଚ୍ଚ
(c) ପାତ୍ର R ରେ ସର୍ବୋଚ୍ଚ
(d) ତିନୋଟି ପାତ୍ରରେ ସମାନ
Answer:
(d) ତିନୋଟି ପାତ୍ରରେ ସମାନ (କାରଣ ପାତ୍ରର ଆକାର ଯାହା ହେଉ, ସମାନ ଉଚ୍ଚତାରେ ଜଳସ୍ତର ସମାନ ରହିବ ।
(ii) ଏକ ରବର ଶୋଷକ (M)କୁ ଏକ ସମତଳ ମସୃଣ ପୃଷ୍ଠରେ ଚାପି ଦିଆଯାଏ ଏବଂ ଏକ ସମାନ ପ୍ରକାର ଶେଷକ (N) କୁ ଏକ ଅମସୃଣ ପୃଷ୍ଠରେ ଚାପି ଦିଆଯାଏ ।
(a) M ଓ N ଉଭୟ ସେମାନଙ୍କ ପୃଷ୍ଠରେ ଲାଗି ରହିବେ ।
(b) M ଓ N ଉଭୟ ସେମାନଙ୍କ ପୃଷ୍ଠରେ ଲାଗି ରହିବେ ନାହିଁ ।
(c) M ଲାଗି ରହିବ କିନ୍ତୁ N ଲାଗି ରହିବ ନାହିଁ ।
(d) M ଲାଗି ରହିବ ନାହିଁ କିନ୍ତୁ N ଲାଗି ରହିବ ।
Answer:
(c) M ଲାଗି ରହିବ କିନ୍ତୁ N ଲାଗି ରହିବ ନାହିଁ ।
(iii) ଏକ କୋଠାର ଛାତ ଉପରେ ‘H’ ଉଚ୍ଚତାରେ ଏକ ପାଣିଟାଙ୍କି ରଖାଯାଇଛି । ଭୂତଳ ମହଲାରେ ଅଧୁକ ଚାପ ସହିତ ପାଣି ପାଇବାପାଇଁ ଜଣକୁ :
(a) ଟାଙ୍କି ଯେଉଁ ଉଚ୍ଚତା ‘H’ ରେ ରଖାଯାଇଛି ତାହା ଉଚ୍ଚତା ‘H’ ବୃଦ୍ଧି କର
(b) ଟାଙ୍କି ଯେଉଁ ଉଚ୍ଚତା ‘H’ ରେ ରଖାଯାଇଛି ତରାହା ‘H’ ହ୍ରାସ କର ।
(c) ଏହି ଟାଙ୍କି ବଦଳାଇ ସମାନ ଉଚ୍ଚତାରେ ଅନ୍ୟ ଏକ ଟାଙ୍କି ରଖ ଯାହା ଅଧ୍ବକ ପାଣି ଧରିପାରିବ ।
(d) ଏହି ଟାଙ୍କି ବଦଳାଇ ସମାନ ଉଚ୍ଚତାରେ ଅନ୍ୟ ଏକ ଟାଙ୍କି ରଖ ଯାହା କଣ ପାଣି ଧରିପାରିବ ।
Answer:
(a) ଟାଙ୍କି ଯେଉଁ ଉଚ୍ଚତା ‘H’ ରେ ରଖାଯାଇଛି ତାହା ଉଚ୍ଚତା ‘H’ ବୃଦ୍ଧି କର
(iv) ଦୁଇଟି ପାତ୍ର A ଏବଂ B ଚିତ୍ରରେ ଦେଖାଯାଉଥିବାପରି ସମାନ ସ୍ତର ପର୍ଯ୍ୟନ୍ତ ପାଣି ଧାରଣ କରନ୍ତି । PA ଏବଂ PB ପାତ୍ର ଦୁଇଟିର ତଳ ଭାଗରେ ପଡୁଥିବା ଚାପ । FA ଏବଂ FB ପାତ୍ର A ଓ B ତଳଭାଗରେ ପାଣିଦ୍ଵାରା ପ୍ରଦତ୍ତ ବଳ ।

(a) PA = PB ଏବଂ FA = FB
(b) PA = PB ଏବଂ FA < FB
(c) PA < PB ଏବଂ FA = FB
(d) PA > PB ଏବଂ FA > FB
Answer:
(b) PA = PB ଏବଂ FA < FB
![]()
Question 2.
ନିମ୍ନଲିଖତ ବିବୃତ୍ତିଗୁଡ଼ିକ ସତ୍ୟ (T) କିମ୍ବା ମିଥ୍ୟା (F) ଲେଖ ।
(a) ଉଚ୍ଚଚାପ କ୍ଷେତ୍ରରୁ ନିମ୍ନଚାପ କ୍ଷେତ୍ରକୁ ବାୟୁ ପ୍ରବାହିତ ହୁଏ ।
(b) ତରଳ ପଦାର୍ଥ କେବଳ ପାତ୍ରର ତଳ ଭାଗରେ ଚାପ ପ୍ରୟୋଗ କରେ ।
(c) ଘୂର୍ଣ୍ଣିବାତ୍ୟାର ଆଖ୍ ଅଞ୍ଚଳରେ ପାଗ ଝଡ଼ମୟ ହୋଇଥାଏ ।
(d) ବଜ୍ରପାତ ସମୟରେ ଗାଡ଼ି ଭିତରେ ରହିବା ସୁରକ୍ଷିତ
Answer:
(a) ସତ୍ଯ
(b) ମିଥ୍ୟା
(c) ମିଥ୍ୟା
(d) ସତ୍ଯ
Question 3.
ଚିତ୍ର 6.23 ‘କ’ରେ ଗୋଟିଏ ବାଳକ ଭୂସମାନ୍ତର ଭାବରେ ଶୋଇଥିବା ଦେଖାଯାଇଛି ଏବଂ ଚିତ୍ର 6.23 ‘ଖ’ରେ ବାଳକଟି ଏକ ଖୋଲା ବାଲିଶର୍ଯ୍ୟାରେ ଭୂଲମ୍ବ ଭାବରେ ଠିଆ ହୋଇଛି । କେଉଁ କ୍ଷେତ୍ରରେ ବାଳକ ବାଲିରେ ଅଧୁକ ବୁଡ଼ିଯାଏ ? କାରଣ ଦିଅ ।

Answer:
ଚିତ୍ର ‘ଖ’ କ୍ଷେତ୍ରରେ ବାଳକ ବାଲିରେ ଅଧିକ ବୁଡ଼ି ରହିବେ । ଉଭୟ ଚିତ୍ର କ୍ଷେତ୍ରରେ ବାଳକର ଓଜନ ସମାନ (ମାଧ୍ୟାକର୍ଷଣ ବଳ) ମାତ୍ର ଚିତ୍ର ‘କ’ରେ ବଳ ଅଧ୍ଵକ କ୍ଷେତ୍ରଫଳ ଉପରେ ପ୍ରୟୋଗିକ ହେବାରୁ ଚାପ କମ୍ ହେବ । ଅନ୍ୟପକ୍ଷରେ ଚିତ୍ର ‘B’ ରେ କମ୍ କ୍ଷେତ୍ରଫଳ ଉପରେ ସମାନ ବଳ ପ୍ରୟୋଗ ହୋଇ ଅଧିକ ଚାପ ସୃଷ୍ଟି କରିବ । ଫଳରେ ବାଳକଟି ଅଧ୍ଵକ ବାଲିରେ ବୁଡ଼ିଯିବ ।
Question 4.
ଗୋଟିଏ ହାତୀ ଚାରିଗୋଟି ପାଦ ଉପରେ ଠିଆ ହୋଇଛି । ଯଦି ଗୋଟିଏ ପାଦଦ୍ଵାରା ଆଚ୍ଛାଦିତ ସ୍ଥାନର କ୍ଷେତ୍ରଫଳ 0.25 ବର୍ଗମିଟର ହୁଏ ତେବେ ହାତୀଟି ଭୂମିରେ ପ୍ରୟୋଗ କରୁଥିବା ଚାପ ଗଣନା କର ଯଦି ତାହାର ଓଜନ 20000 N ହୁଏ ।
Answer:
ଗୋଟିଏ ପାଦଦ୍ଵାରା ଆଚ୍ଛାଦିତ ସ୍ଥାନର କ୍ଷେତ୍ରଫଳ 0.25 ବର୍ଗମିଟର
4ଟି ପାଦଦ୍ଵାରା ଆଚ୍ଛାଦିତ ସ୍ଥାନର କ୍ଷେତ୍ରଫଳ = 0.25 × 4 = 1 ବର୍ଗମିଟର
ହାତୀର ଓଜନ F = 20,000 ନିଉଟନ
4ଟି ପାଦଦ୍ଵାରା ଆଚ୍ଛାଦିତ ସ୍ଥାନର କ୍ଷେତ୍ରଫଳ A = 1 ବର୍ଗମିଟର
ଚାପ P = \(\frac{\mathrm{F}}{\mathrm{~A}}=\frac{20,000 \mathrm{~N}}{\mathrm{Im}^2}\) = 20,000 \(\frac{\mathrm{N}}{\mathrm{~m}^2}\) = 20,000 Pa
Question 5.
A ଓ B ଦୁଇଟି ଡଙ୍ଗାଅଛି । ଡଙ୍ଗା A ର ତଳପୃଷ୍ଠର କ୍ଷେତ୍ରଫଳ 7m? ଏବଂ ଏଥିରେ 5 ଜଣ ବ୍ୟକ୍ତି ବସିଛନ୍ତି । ଡଙ୍ଗା B ର ତଳପୃଷ୍ଠର କ୍ଷେତ୍ରଫଳ 3.5m? ଏବଂ ଏଥିରେ 3 ଜଣ ବ୍ୟକ୍ତି ବସିଛନ୍ତି । ଯଦି ପ୍ରତ୍ୟେକ ବ୍ୟକ୍ତିଙ୍କ ଓଜନ 700 N, ତେବେ କେଉଁ ଡଙ୍ଗା ଏହାର ତଳପୃଷ୍ଠ ଉପରେ ଅଧିକ ଚାପ ଅନୁଭବ କରିବ ଏବଂ ଏହି ନିର୍ଣ୍ଣୟ କର ।
Answer:
ଡଙ୍ଗା A ରେ ବସିଥୁବା 5 ଜଣ ବ୍ୟକ୍ତିର ଓଜନ = 5 × 700 N = 3500 N
ଡଙ୍ଗା B ରେ ବସିଥିବା 3 ଜଣ ବ୍ୟକ୍ତିଙ୍କ ଓଜନ = 3 × 700 N = 2100 N
ଡଙ୍ଗା A ପାଇଁ F = 3500 N ଏବଂ A = 7m2
ଏଣୁ P = \(\frac{F}{A}=\frac{3500 \mathrm{~N}}{7 \mathrm{~m}^2}\) = 500 \(\frac{\mathrm{N}}{\mathrm{~m}^2}\)
ଡଙ୍ଗା B ପାଇଁ F = 2100 N ଏବଂ A = 3.5m2
ଏଣୁ P = \(\frac{F}{A}=\frac{2100 \mathrm{~N}}{3.5 \mathrm{~m}^2}\) = 600\(\frac{\mathrm{N}}{\mathrm{~m}^2}\)
600\(\frac{\mathrm{N}}{\mathrm{~m}^2}\) – 500\(\frac{\mathrm{N}}{\mathrm{~m}^2}\) = 100\(\frac{\mathrm{N}}{\mathrm{~m}^2}\)
ଏଣୁ ଡଙ୍ଗା B ରେ ଚାପ ଅଧିକ ହେବ ଏବଂ ଏହା ଡଙ୍ଗା A ଅପେକ୍ଷା 100\(\frac{\mathrm{N}}{\mathrm{~m}^2}\) ଚାପ ଅଧିକ ପ୍ରୟୋଗ କରିବ ।
Question 6.
ଯଦି ବାୟୁ ଏବଂ ମେଘ ବିଦ୍ୟୁତ୍ର ସୁପରିବାହୀ ହୋଇଥାନ୍ତେ ତେବେ ବଜ୍ରପାତ ଘଟିଥାନ୍ତା କି ? ତୁମ ଉତ୍ତର କାରଣ ଦିଅ ।
Answer:
ଯଦି ବାୟୁ ଏବଂ ମେଘ ବିଦ୍ୟୁତ୍ର ସୁପରିବାହୀ ହୋଇଥାନ୍ତେ ତେବେ ବଜ୍ରପାତ ଘଟିନଥାନ୍ତା । କାରଣ ସୁପରିବାହୀ ପଦାର୍ଥ ମଧ୍ୟରେ ବିଦ୍ୟୁତ ଚାର୍ଜ ସହଜରେ ପ୍ରବାହିତ ହୋଇପାରନ୍ତା । ମାତ୍ର ଜମିଯାଇ ସ୍ଥିର ବୈଦ୍ୟୁତିକ ଚାର୍ଜ ସୃଷ୍ଟି କରନ୍ତା ନାହିଁ । କୁପରିବାହୀ ପଦାର୍ଥରେ ବିଦ୍ୟୁତ ଚାର୍ଜ ପୃଥକୀକରଣ ଯୋଗ କମିଯିବା ଫଳରେ ଏହାର ହଠାତ ବିସର୍ଜନ (discharge) ଘଡ଼ଘଡ଼ି ସୃଷ୍ଟି କରିଥାଏ । ସୁପରିବାହୀ ହୋଇଥିଲେ ଚାର୍ଜଗୁଡ଼ିକୁ (ପରସ୍ପର ବିପରୀତ) ମାଧ୍ୟମକୁ ପ୍ରଭାବହୀନ କରନ୍ତା ବା ସମତୁଲ କରନ୍ତା ଫଳରେ ଉଚ୍ଚ ଭୋଲଟ୍ ସୃଷ୍ଟି ହୁଅନ୍ତା ନାହିଁ ।
Question 7.
ଚିତ୍ରରେ ଦେଖାଯାଉଥିବା ଦୁଇଟି ସମାନ ବେଲୁନ À ଏବଂ B ର କ’ଣ ହେବ ? ଫୁଲିଯିବ କି ? ଯଦି ହଁ, ତେବେ ସେମାନେ ସମାନ ଭାବରେ ଫୁଲିଯିବେ କି ? ତୁମ ଉତ୍ତର ବ୍ୟାଖ୍ୟାକର ।

Answer:
ଉଭୟ ବେଲୁନ୍ ସମାନ ଭାବରେ ଫୁଲିଯିବେ ଯଦି ସେମାନେ ସମାନ ଉଚ୍ଚତା ସ୍ତରରେ ସଂଯୁକ୍ତ ହୋଇଥିବେ । ତରଳର ଚାପ ସ୍ତରର ଉଚ୍ଚତା ଉପରେ ନିର୍ଭର କରେ । ସମାନ ଉଚ୍ଚତାରେ ସମାନ ଚାପ ପ୍ରଦାନ କରେ । ଏହା ପାତ୍ରର ଆୟତନ ଉପରେ ନିର୍ଭରକରେ ନାହିଁ ।
Question 8.
ଏକ ଝଡ଼ କିପରି ଏକ ଘୂଷ୍ଠିବାତ୍ୟାରେ ପରିଣତ ହୁଏ ତାହା ବ୍ୟାଖ୍ୟା କର ।
Answer:
ସମୁଦ୍ର ଜଳ ଗରମ ହୋଇ ଏହା ଉପରେ ଥିବା ଉଷ୍ଣ ଓ ଆର୍ଦ୍ର ବାୟୁ ଉପରକୁ ଉଠିବା ସହିତ ଜଳୀୟବାଷ୍ପ ଘନିଭୂତ ହୋଇ ବର୍ଷା ବିନ୍ଦୁ ସୃଷ୍ଟିକରେ । ତାପ ପୁନର୍ବାର ବାୟୁମଣ୍ଡଳକୁ ମୁକ୍ତହୁଏ । ଏହା ଉର୍ଦ୍ଧ୍ୱଗାମୀ ବାୟୁର ଉଷ୍ଣତା ବୃଦ୍ଧିକରେ ଯାହା ଏହାକୁ ଅଧିକ ଉଚ୍ଚକୁ ନେଇଯାଏ ଏବଂ ଆହୁରି ଅଧିକ ନିମ୍ନଚାପ ସୃଷ୍ଟିହୁଏ । ଚତୁଃ ପାର୍ଶ୍ଵରେ ଥିବା ଗୁରୁଚାପ ଅଞ୍ଚଳରୁ ଏହି ଅଞ୍ଚଳକୁ ବାୟୁ ପ୍ରବାହିତ ହୋଇ ଏହା ମଧ୍ଯ ଉପରକୁ ଉଠିବାକୁ ଆରମ୍ଭ ହୁଏ । ପୃଥିବୀ ଗ୍ରହର ଘୂର୍ଣ୍ଣନ ଏହି ଗତିଶୀତ ବାୟୁର ଘୂର୍ଣ୍ଣନକୁ ତ୍ୱରାନ୍ଵିତ କରେ । ଫଳରେ ଏକ ଅତି ନିମ୍ନରୂପର କେନ୍ଦ୍ରରେ ଏକ ‘ଆଖ୍’ ସୃଷ୍ଟିହୁଏ । ଏହାର ଚାରିପଟ ମେଘ, ପବନ ଏବଂ ବର୍ଷାର ପୂର୍ବନଶୀଳ ଅବସ୍ଥା ଘୂର୍ଣ୍ଣିବାତ୍ୟା ସୃଷ୍ଟିକରେ । ଏଣୁ ଘୂଷ୍ଠିବାତ୍ୟା ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ଗତିକରେ ।
Question 9.
ଚିତ୍ରରେ ଗ୍ରୀଷ୍ମ ଅପରାହ୍ନରେ ସମୁଦ୍ର କୂଳରେ ଗଛ ଦେଖାଯାଉଛି । କେଉଁ ପାର୍ଶ୍ଵ (A କିମ୍ବା B) ସ୍ଥଳଭାଗ ତାହା ଚିହ୍ନଟ କର । ତୁମ ଉତ୍ତର ବ୍ୟାଖ୍ୟାକର ।

Answer:
ଉପରୋକ୍ତ ଚିତ୍ରରେ À ସ୍ଥଳଭାଗ ଏବଂ B ଜଳଭାଗ । ଗ୍ରୀଷ୍ମଋତୁ ଅପରାହ୍ନରେ ସ୍ଥଳଭାଗ ଜଳଭାଗ ଅପେକ୍ଷା ଅଧିକ ଉତ୍ତପ୍ତ ହେତୁ ଏହା ଉପରେ ବାୟୁଚାପ କମ୍ବିଥାଏ । ସମୁଦ୍ର ଜଳ ସ୍ଥଳଭାଗ ଅପେକ୍ଷା କମ୍ ଉତ୍ତପ୍ତ ଥିବାରୁ ଏହା ଉପରେ ଚାପ ଅଧିକ ଥାଏ । ସ୍ଥଳଭାଗ ଓ ଜଳଭାଗ ମଧ୍ୟରେ ଚାପ ପାର୍ଥକ୍ୟ ଯୋଗୁ ସମୁଦ୍ରବାୟୁ ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ପ୍ରବାହିତ ହେଉଛି । ଗଛଗୁଡ଼ିକର ନଇଁଯିବା ସମୁଦ୍ରବାୟୁ ପ୍ରବାହ ଦର୍ଶାଉଛି ଏବଂ A ଦିଗରେ ଗଛଗୁଡ଼ିକ ନଇଁଯିବାରୁ A ସ୍ଥଳଭାଗର ସୂଚନା ପ୍ରଦାନ କରୁଛି ।
![]()
Question 10.
ଏକ କାର୍ଯ୍ୟ ବର୍ଣ୍ଣନା କର ଯାହା ଦେଖାଇବ ଯେ ବାୟୁ ଉଚ୍ଚତାପ କ୍ଷେତ୍ରରୁ କମ୍ପ କ୍ଷେତ୍ରକୁ ପ୍ରବାହିତ ହେବ ?
Answer:
ଉଚ୍ଚ ଚାପ କ୍ଷେତ୍ରରୁ ନିମ୍ନ ଚାପ କ୍ଷେତ୍ରକୁ ବାୟୁ ପ୍ରବାହ ଦର୍ଶାଇବାପାଇଁ ଆମେ ନିମ୍ନ କାର୍ଯ୍ୟ କରିପାରିବା ।

(i) ସମାନ ଆକାରର ଦୁଇଟି ବେଲୁନ୍ ନି ଆଯାଉ ।
(ii) ଉଭୟ ବେଲୁନ୍କୁ ଫୁଙ୍କି ସେମାନଙ୍କୁ ସୂତାରେ ବନ୍ଧାଯଉ
(iii) ଦୁଇଟି ବେଲୁନ୍ କୁ 6-10 ସେ.ମି. (ଚିତ୍ର)ର ବ୍ୟବଧାନ ଛାଡ଼ି ଏକ ବାଡ଼ିଦ୍ଵାରା ଟଙ୍ଗାଯାଉ । ଚିତ୍ର : ଦୁଇଟି ବେଲୁନ ମଧ୍ୟରେ ଫୁଙ୍କିବା
(iv) ବର୍ତ୍ତମାନ, ଦୁଇ ବେଲୁନ୍ ମଧ୍ୟସ୍ଥ ସଂକୀର୍ଣ୍ଣ ସ୍ଥାନକୁ ଫୁଙ୍କ ଦ୍ଵାରା ବାୟୁ ପ୍ରବାହ କରାଯାଉ । ବେଲୁନ୍ ସହିତ କ’ଣ ହୁଏ ? ପର୍ଯ୍ୟବେକ୍ଷଣ କରାଯାଉ ।
(v) ବର୍ତ୍ତମାନ ଜୋର୍ରେ ଫୁଙ୍କି ଏବଂ ଅନୁଧ୍ୟାନ କରାଯାଉ ।
(vi) ଯେତେବେଳେ ଆମେ ଦୁଇଟି ବେଲୁନ୍ ମଧ୍ୟରେ ଫୁଙ୍କିବା ଦେଖୁ ଯେ ସେମାନେ ପରସ୍ପର ଆଡ଼କୁ ଗତି କରନ୍ତି । ଏହାର କାରଣ ଯେତେବେଳେ ଆମେ ବେଲୁନ୍ ମଧ୍ଯରେ ବାୟୁକୁ ଫୁଙ୍କୁ, ସେମାନଙ୍କ ମଧ୍ୟରେ କମ୍ ଚାପ କ୍ଷେତ୍ର ସୃଷ୍ଟି ହୁଏ । ବେଲୁନ୍ ଚାରିପାଖରେ ଥିବା ଉଚ୍ଚ ବାୟୁ ଚାପ ଉଭୟ ବେଲୁନ୍କୁ ପରସ୍ପର ଆଡ଼କୁ ଠେଲିଦିଏ ।
(vii) ଯଦି ଦୁଇଟି ବେଲୁନ୍ ମଧ୍ଯରେ ଅଧିକ ଜୋରରେ ଫୁଙ୍କାଯାଏ, ଦେଖିବା ଯେ ସେମାନେ ପରସ୍ପର ଆଡ଼କୁ ଅଧିକ ବେଗରେ ଗତି କରନ୍ତି ।
(viii) ଉଚ୍ଚ ଗତି ପବନ ଏକ ନିମ୍ନ ବାୟୁ ଚାପ ସୃଷ୍ଟି କରିଥାଏ । ଏହା ପର୍ଯ୍ୟବେକ୍ଷଣରୁ ଜଣାପଡ଼ିବ ।
Question 11.
ବଜ୍ରପାତ କ’ଣ ? ଏହାର ଗଠନ ପ୍ରକ୍ରିୟା ବ୍ୟାଖ୍ୟା କର ?
Answer:
ଶକ୍ତିଶାଳୀ ପବନ, ଘଡ଼ଘଡ଼ି, ବିଜୁଳି ଓ ବୃଷ୍ଟିପାତର ଏକ ସାମୟିକ ଅବସ୍ଥାକୁ ବଜ୍ରପାତ କହନ୍ତି । ଯେତେବେଳେ ଭୂପୃଷ୍ଠ ଶୀଘ୍ର ଉତ୍ତପ୍ତ ହୁଏ ଏବଂ ଏହା ଉପରିସ୍ଥ ବାୟୁ ଗରମ ହୋଇଥାଏ । ସେତେବେଳେ ଉଷ୍ଣବାୟୁ ଉପରକୁ ଉଠି ବାୟୁମଣ୍ଡଳର ଉଚ୍ଚସ୍ତରରେ ଥଣ୍ଡା ହୁଏ । ଏହା ବିରାଟକାୟ ମେଘ (Cloud) ସୃଷ୍ଟିକରେ । ଉପରକୁ ଉଠିଥିବା ବାୟୁ ଉର୍ଦ୍ଧ୍ୱମୁଖୀ ଓ ନିମ୍ନମୁଖୀ ପବନ ସୃଷ୍ଟିକରେ । ଫଳରେ ଯୁକ୍ତଚାର୍ଜିତ ହାଲୁକା ବରଫ ଉର୍ଦ୍ଧ୍ୱମୁଖୀ ହୁଏ ଏବଂ ବିଯୁକ୍ତ ଚାର୍ଜିତ ଭାରିଜଳ ମେଘର ନିମ୍ନ ଅଂଶକୁ ଆସେ । ମେଘ ମଧ୍ଯରେ ଚାର୍ଜ ପୃଥକୀକରଣ ଘଟେ । ମେଘର ବିଯୁକ୍ତ ଚାର୍ଜ ଭୂମି ନିକଟକୁ ଆସି ଭୂମି ଓ ନିକଟବର୍ତ୍ତୀ ବସ୍ତ୍ର ଯଥା ଗଛ କିମ୍ବା କୋଠାଘରକୁ ଯୁକ୍ତଚାର୍ଜ କରାଇଥାଏ । ଘଡ଼ଘଡ଼ି ସହ ବିଦ୍ୟୁତ ବିସର୍ଜନକୁ ବଜ୍ରପାତ କହନ୍ତି । ବର୍ଷପାତ ଶବ୍ଦ ବହୁତ ଭୟଙ୍କର ଅଟେ । ସାଧାରଣତଃ ଏହି ସମୟରେ ପବଳ ବର୍ଷାହୁଏ ।
Question 12.
ବଜ୍ରପାତ ଘଟାଉଥିବା ପ୍ରକ୍ରିୟା ବ୍ୟାଖ୍ୟା କର ?
Answer:
(i) ବାଦଲ ଭିତରେ ଜଳବିନ୍ଦୁ ଓ ବରଫ କଣିକା ପରସ୍ପର ସହ ଘଷିହୁଏ ।
(ii) ଏହାଦ୍ଵାରା ବିଦ୍ୟୁତ ଚାର୍ଜ ସୃଷ୍ଟି ହୁଏ ।
(iii) ମେଘର ଉପରି ଭାଗରେ ଯୁକ୍ତାତ୍ମକ ଚାର୍ଜ ସୃଷ୍ଟି ହୁଏ ।
(iv) ମେଘର ନିମ୍ନ ଭାଗରେ ବିଯୁକ୍ତାତ୍ମକଚାର୍ଜ ସୃଷ୍ଟି ହୁଏ ।
(v) ଏହିପରି ମେଘଖଣ୍ଡ ମଧ୍ୟରେ ଚାର୍ଜ ପୃଥକୀକରଣ ଦେଖାଯାଏ ।
(vi) ଏହି ପୃଥକୀକରଣ ବା ଚାର୍ଜ ପ୍ରାର୍ଥକ୍ୟ ଅଧିକ ହେଲେ ମେଘଖଣ୍ଡ ବିଦ୍ୟୁତ ବିସର୍ଜନ (discharge) କରନ୍ତି ।
(vii) ଫଳରେ ମେଘ ମେଘ ମଧ୍ଯରେ କିମ୍ବା ମେଘ ଓ ଭୂମି ମଧ୍ୟରେ ଚାର୍ଜ ଧକ୍କା ହୋଇ ବଜ୍ରପାତ ଘଟେ ।
Question 13.
ବ୍ୟାନର ଏବଂ ହୋଲିଂରେ କାହିଁକି ଛିଦ୍ର କରାଯାଏ, ବ୍ୟାଖ୍ୟା କର ।
Answer:
ଶକ୍ତିଶାଳୀ ପବନ ଉପରି ଭାଗରେ ବହୁଥିବା ସମୟରେ ନିମ୍ନଅଂଶରେ ଚାପ ଅଧିକ ଥାଏ । ଉପର ଅଂଶରେ ଚାପ କମ୍ବିଥାଏ । ଏହି ଚାପ ପ୍ରାର୍ଥକ୍ୟ ହେତୁ ବ୍ୟାନର ବା ହୋଡ଼ିଗୁଡ଼ିକ ଫାଟିଯାଆନ୍ତି କିମ୍ବା ବିଚ୍ଛିନ୍ନ ହୋଇ ଯିବାର ଦେଖାଯାଏ । ବ୍ୟାନର ଓ ହୋଲିଂ ମଧ୍ଯରେ ଛିଦ୍ର ରହିଲେ ଦ୍ରୁତଗାମୀ ପବନ ଏହା ମଧ୍ୟରେ ଅତିକ୍ରମ କରି ଚାପର ତାରତମ୍ୟ କମାଇଦିଏ, ଫଳରେ ବ୍ୟାନର ଓ ହୋଡି଼ଗୁଡ଼ିକ ଶକ୍ତିଶାଳି ପବନକୁ ସହ୍ୟ କରିପାରନ୍ତି ଏବଂ ଅନ୍ୟତ୍ର ଉଡ଼ିଯାଆନ୍ତି ନାହିଁ ।
ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ ପ୍ରଶ୍ନୋତ୍ତର
Question 1.
ଅନ୍ୟଦିନ ଅପେକ୍ଷା ବେଳେବେଳେ ପବନ କାହିଁକି ଅଧୁକ ଶକ୍ତିଶାଳୀ ହୁଏ ?
Answer:
ପବନ ଗୁରୁଚାପ ସ୍ଥାନରୁ ଲଘୁଚାପ ବିଶିଷ୍ଟ ସ୍ଥାନକୁ ପ୍ରବାହିତ ହୁଏ । ବେଳେବେଳେ ସ୍ଥାନ ଦୁଇଟି ମଧ୍ୟରେ ବାୟୁଚାପର ପ୍ରାର୍ଥକ୍ୟ ଯଥେଷ୍ଟ ଥାଏ । ଏହି ପରିସ୍ଥିତିରେ ପବନର ବେଗ ଶକ୍ତିଶାଳୀ ହୁଏ । ବାୟୁମଣ୍ଡଳରେ ଦୁଇଟି ସ୍ଥାନ ମଧ୍ୟରେ ତାପମାତ୍ରାରେ ପ୍ରାର୍ଥକ୍ୟ ଚାପ ମଧ୍ୟରେ ପ୍ରାର୍ଥକ୍ୟ ସୃଷ୍ଟିକରେ । ଦୁଇଟି ସ୍ଥାନ ମଧ୍ଯରେ ଅତ୍ୟତ୍ଵିକ ଚାପ ପାର୍ଥକ୍ୟ ପବନର ବେଗ ବୃଦ୍ଧିକରି ଏହାକୁ ଶକ୍ତିଶାଳୀ କରାଏ ।
Question 2.
ସାଧାରଣତଃ ପାଣିଟାଙ୍କି କାହିଁକି ଉଚ୍ଚସ୍ଥାନ ବା ଛାତ ଉପରେ ସ୍ଥାପନ କରାଯାଏ ?
Answer:
ପାଣିଟାଙ୍କି ଉଚ୍ଚସ୍ଥାନରେ ବା ଛାତ ଉପରେ ସ୍ଥାପନ କଲେ ଉଚ୍ଚତା ବୃଦ୍ଧି ହେତୁ ଜଳର ସ୍ଥିତିଜ ଶକ୍ତି ଅଧିକ ହୁଏ ଫଳରେ ପୃଥିବୀର ମାଧ୍ୟାକର୍ଷଣ ଅଧୂକ ହୁଏ । ଅଧ୍ବକ ବଳ (ସମାନ କ୍ଷେତ୍ରଫଳ ଉପରେ) ଅଧିକ ଚାପ ପ୍ରଦାନ କରେ । ଜଳର ଚାପ ଅଧିକ ହେତୁ ପାଣିଗ୍ୟାପ୍ରେ ଜଳ ଦ୍ରୁତ ବେଗରେ ଅଧିକ ପରିମାଣରେ ଆସିଥାଏ ।
Question 3.
ବାୟୁଚାପ ପ୍ରକୃତରେ ଆମକୁ ଚାପି ଦେଇପାରେ କି ?
Answer:
ଗୋଟିଏ 15 ସେ.ମି. × 15 ସେ.ମି. କ୍ଷେତ୍ରଫଳ ଉପରେ ବାୟୁଚାପ ପ୍ରାୟ 2250 N ବଳ ପ୍ରଦାନ କରେ । ଏହି ଓଜନ ପରିମାଣ ବଳଦ୍ଵାରା ଆମେ ଚାପି ନହେବାର କାରଣ ହେଲା ଆମ ଶରୀର ଭିତରେ ଚାପ ମଧ୍ୟ ବାୟୁମଣ୍ଡଳୀୟ ଚାପ ସହ ସମାନ ଥାଏ । ଏହା ବାୟୁର ଚାପକୁ ସନ୍ତୁଳିତ କରେ । ଆମ ଶରୀରର ଟିସୁ ଏବଂ ଅଙ୍ଗଗୁଡ଼ିକରେ ତରଳ ଓ ଗ୍ୟାସୀୟ ପଦାର୍ଥର ଗତିଯୋଗୁ ଶରୀର ଭିତରେ ଏହି ଚାପ ସୃଷ୍ଟିହୁଏ ।
Question 4.
ଝଡ଼ ଓ ଘୂଷ୍ଠିବାତ୍ୟାର କାରଣ କ’ଣ ? ଯଦି ପୃଥିବୀର ଆବର୍ତ୍ତନ ବନ୍ଦ ହୋଇଯାଏ, ତେବେ କ’ଣ ଘୂର୍ଣ୍ଣିବାତ୍ୟା ସୃଷ୍ଟିହେବ ?
Answer:
ଉଷ୍ଣ ଓ ଆର୍ଦ୍ରବାୟୁ ସମୁଦ୍ର ଜଳରାଶି ଉପରେ ଉର୍ଦ୍ଧ୍ୱମୁଖାହେଲେ ଝଡ଼ ଓ ବାତ୍ୟା ସୃଷ୍ଟିହୁଏ । ସେଠାରେ ଲଘୁଚାପ ସୃଷ୍ଟିହୁଏ । ଏଣୁ ଚାରିପଟୁ ପବନ ଉକ୍ତ ସ୍ଥାନକୁ ଦ୍ରୁତ ବେଗରେ ବହିଥାଏ । ପୃଥିବୀର ଆବର୍ତ୍ତନ ପବନର ବେଗ ବୃଦ୍ଧିକରେ । ପୃଥିବୀର ଆବର୍ଜନ ନଥିଲେ ଝଡ଼ ଓ ବାତ୍ୟା ସୃଷ୍ଟିହେବା ସମ୍ଭବ ହୋଇନଥାନ୍ତା ।
ପାଠ୍ୟ ବିଷୟ ଅନ୍ତର୍ଗତ ପ୍ରଶ୍ନୋତ୍ତର
Question 1.
ତରଳ ପଦାର୍ଥ ପାତ୍ରର କାନ୍ଥ ଉପରେ ଚାପ ପ୍ରଦାନ କରେ କି ?
Answer:
ତରଳ ପଦାର୍ଥ ଯେଉଁ ପାତ୍ରରେ ଥାଏ, ସେହି ପାତ୍ରର ନିମ୍ନ ଦେଶରେ ଏବଂ କାନ୍ଥରେ ଏହା ଯଥାକ୍ରମେ ନିମ୍ନଚାପ ଓ ପାର୍ଶ୍ଵଚାପ ପ୍ରଦାନ କରେ । ତରଳ ପଦାର୍ଥର ଗଭିରତା ବୃଦ୍ଧିରେ ଚାପ ବୃଦ୍ଧିଘଟେ । ତରଳର ଓଜନ ହେତୁ ଏହା ଚାପ ପ୍ରଦାନ କରିବାକୁ ସକ୍ଷମ । ବାସ୍ତବରେ ତରଳ ପଦାର୍ଥର ସର୍ବଦିଗ ଚାପ ଥାଏ ।
Question 2.
ଗୋଟିଏ କାଚ ବା ପ୍ଲାଷ୍ଟିକ ନଳୀର ଏକ ମୁଣ୍ଡରେ ବେଲୁନଟି ବାନ୍ଧିରଖ୍ ନଳୀଭିତରେ ଜଳସ୍ତର ବୃଦ୍ଧିକଲେ ବେଲୁନ୍ର ଆୟତନରେ କି ପରିବର୍ତ୍ତନ ଘଟିବ ?
Answer:
ଆମେ ଯଦି ନଳୀର ଜଳସ୍ତର ବୃଦ୍ଧି କରିବା, ଜଳର ଚାପ ଅଧିକ ହେବ । ଏହାଦ୍ଵାରାରା ବେଲୁନ୍ ଅଧ୍ୟକ ଫୁଲି ଉଠିବ ।
Question 3.
ବାୟୁମଣ୍ଡଳରେ ଚାପର ପ୍ରାର୍ଥକ୍ୟ ପବନ ସୃଷ୍ଟିହେବାର କାରଣ କି ?
Answer:
ବାୟୁମଣ୍ଡଳରେ ଚାପର ପ୍ରାର୍ଥକ୍ୟ ଏହା ଅଧିକ ଚାପ ଅଞ୍ଚଳରୁ କମ୍ ଚାପ ଥିବା ପବନ ବହିବା ସମ୍ଭବ ହେବନାହିଁ । ହେତୁ ବାୟୁ ଗତିଶୀଳ ହୋଇ ପବନ ସୃଷ୍ଟିକରେ । ବାୟୁର ଧର୍ମହେଲା ଅଞ୍ଚଳକୁ ପ୍ରବାହିତ ହେବ । ବାୟୁମଣ୍ଡଳରେ ଚାପର ତାରତମ୍ୟ ନଥିଲେ ଚଳନ କରିବା ସହଜ ହେଉନାହିଁ ।
Question 4.
ପବନ କିପରି ସୃଷ୍ଟିହୁଏ ?
Answer:
ଗତିଶୀଳ ବାୟୁକୁ ପବନ କହନ୍ତି । ବାୟୁମଣ୍ଡଳ ଉତ୍ତପ୍ତ ହେଲେ ଏହାର ଚାପ କମିଯାଏ । ବାୟୁ ଥଣ୍ଡାହେଲେ ଚାପ ବଢ଼ିଯାଏ । ଏହି ଚାପର ତାରତମ୍ୟ ହେତୁ ବାୟୁ ଗୁରୁଚାପ ଅଞ୍ଚଳରୁ ଲଘୁଚାପ ଅଞ୍ଚଳକୁ ପ୍ରବାହିତ ହୁଏ । ଏହାକୁ ପବନ କହନ୍ତି ।
![]()
ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର
ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
Question 1.
ଚାପ କେଉଁ ଦୁଇଟି ରାଶି ଉପରେ ନିର୍ଭର କରେ ?
Answer:
ବଳ ଏବଂ ବଳପ୍ରୟୋଗିତ ସ୍ଥାନର କ୍ଷେତ୍ରଫଳ ।
Question 2.
ଚାପର ଦୁଇଟି ଏକକ କ’ଣ ?
Answer:
ଚାପର ଦୁଇଟି ଏକକ ହେଲା – \(\frac{\mathrm{N}}{\mathrm{~m}^2}\) ଏବଂ 1\(\frac{\mathrm{N}}{\mathrm{~m}^2}\) = 1 Pa
Question 3.
ବଳ ସମାନ ଥାଇ ସ୍ଥାନର କ୍ଷେତ୍ରଫଳ ବୃଦ୍ଧିପାଇଲେ, ଚାପର କି ପରିବର୍ତ୍ତନ ଘଟେ ?
Answer:
ଚାପ ହ୍ରାସପାଏ
Question 4.
କ୍ଷେତ୍ରଫଳ ସମାନ ଥାଇ ବଳର ପରିମାଣ ବୃଦ୍ଧିପାଇଲେ, ଚାପର କି ପରିବର୍ତ୍ତନ ଘଟେ ?
Answer:
ଚାପ ବୃଦ୍ଧିପାଏ
Question 5.
500 N ବଳ ଗୋଟିଏ 10m କ୍ଷେତ୍ରଫଳ ବସ୍ତୁ ଉପରେ ପ୍ରୟୋଗ କରାଗଲେ ବସ୍ତୁ ଉପରେ ଚାପର ପରିମାଣ କେତେହେବ ?
Answer:
\(\frac{500 \mathrm{~N}}{10 \mathrm{~m}^2}=\frac{50 \mathrm{~N}}{\mathrm{~m}^2}\) କିମ୍ବା 50 Pa ।
Question 6.
ସରୁଫିତା କିମ୍ବା ଓସାରିଆ ଫିତା ମଧ୍ୟରୁ କେଉଁଟି ବ୍ୟାଗରେ ଲାଗିଥିଲେ, ବ୍ୟାଗଟିକୁ କାନ୍ଧରେ ବୋହିନେବା ସୁବିଧା ଜନକ ?
Answer:
ଓସାରିଆ ଫିତା
Question 7.
ଦୁଇଟି ଅସମାନ ପାତ୍ରରେ ଜଳସ୍ତରର ଉଚ୍ଚତା ସମାନ ହେଲେ କ’ଣ ସମାନ ହୁଏ ?
Answer:
ଚାପ
Question 8.
ଗୋଟିଏ ପାତ୍ରରେ ଥିବା ତରଳ ପଦାର୍ଥର ଚାପ କାହା ଉପରେ ନିର୍ଭର କରେ ?
Answer:
ତରଳ ପଦାର୍ଥ ସ୍ତମ୍ଭ ଉଚ୍ଚତା
Question 9.
ଗୋଟିଏ ତିନିମହଲା ଘର ଛାତ ଉପରେ ପାଣିଟାଙ୍କି ଥିଲେ କେଉଁ ମହଲାର ଲୋକମାନେ ସର୍ବାଧକ ଜଳ ପ୍ରବାହ ଦେଖୁବେ ?
Answer:
ପ୍ରଥମ ମହଲା
Question 10.
ତରଳ କେଉଁ ଦିଗରେ ଚାପ ପ୍ରଦାନ କରେ ?
Answer:
ସବୁ ଦିଗରେ
Question 11.
ଜଳ ଭଣ୍ଡାରରେ ଥିବା ଜଳର ଆନୁଭୂମିକ ଚାପ (Horizontal Pressure) କାହା ଉପରେ ପଡ଼େ ?
Answer:
ଜଳ ଭଣ୍ଡାରର କାନ୍ଥ (wall) ଉପରେ
Question 12.
ଜଳ ଭଣ୍ଡାରେ ଜଳର ଉଲମ୍ବ ଚାପ (vertical pressure) କାହା ଉପରେ ପଡ଼େ ?
Answer:
ଚଟାଣ ଉପରେ
Question 13.
ସ୍ଥାନର କ୍ଷେତ୍ରଫଳ ବୃଦ୍ଧିପାଇଲେ ବାୟୁଦ୍ଵାରା ପ୍ରଦତ୍ତ ବଳରେ କି ପରିବର୍ତ୍ତନ ଘଟେ ?
Answer:
ପ୍ରଦତ୍ତ ବଳ ଅଧିକ ହୁଏ
Question 14.
ଗୋଟିଏ 15 ସେ.ମି. x 15 ସେ.ମି. କ୍ଷେତ୍ରଫଳ ପରିମିତ ଅଞ୍ଚଳରେ ବାୟୁମଣ୍ଡଳ ପ୍ରୟୋଗ କରୁଥିବା ବଳର ପରିମାଣ କେତେ ?
Answer:
ପ୍ରାୟ 2250 ନିଉଟନ
Question 15.
ଗୋଟିଏ 30 ସେ.ମି. ଉଚ୍ଚ ଜଳପୂର୍ଣ ସିଲିଣ୍ଡରୀୟ ପାତ୍ର ଭିତର ପାର୍ଶ୍ଵରେ ଜଳର ନିମ୍ନଦେଶରୁ ଯଥାକ୍ରମେ 5 ସେ.ମି., 10 ସେ.ମି. ଓ 15 ସେ.ମି. ଉଚ୍ଚତାରେ ତିନୋଟି ବିନ୍ଦୁ A, B ଓ C ଚିହ୍ନଟ ହୋଇଛି । କେଉଁ ବିନ୍ଦୁରେ ଜଳର ପାର୍ଶ୍ଵଚାପ ସର୍ବନିମ୍ନ ହେବ ?
Answer:
C ବିନ୍ଦୁରେ
Question 16.
ବାୟୁ ଚାପର ବ୍ୟବହାରିକ ଏକକ କ’ଣ ?
Answer:
ମିଲିବାର (mb)
Question 17.
1 ମିଲିବାର କେତେ ପାସକେଲ୍ ସହ ସମାନ ?
Answer:
100 Pa
Question 18.
ବନ୍ଧୁ ଚାପର ପ୍ରଭେଦ କ’ଣ ସୃଷ୍ଟିକରେ ?
Answer:
ପବନ (Wind)
Question 19.
ବାୟୁ କେଉଁ ଅଞ୍ଚଳରୁ କେଉଁ ଅଞ୍ଚଳକୁ ପ୍ରବାହିତ ହୁଏ ?
Answer:
ଉଚ୍ଚଚାପ ଅଞ୍ଚକ୍କଳରୁ ନିମ୍ନଚାପ ଅଞ୍ଚଳକୁ ପ୍ରବାହିତ ହୁଏ ।
Question 20.
ସ୍ଥଳଭାଗ ଓ ସମୁଦ୍ର ମଧ୍ୟରେ ଚାପର ପ୍ରାର୍ଥକ୍ୟ ଯୋଗୁ କେଉଁ ଦୁଇପ୍ରକାର ସ୍ଥାନୀୟ ବାୟୁ ପ୍ରବାହ ଦେଖାଯାଏ ?
Answer:
ସମୁଦ୍ର ବାୟୁ ଓ ସ୍ଥଳବାୟୁ
![]()
Question 21.
ଘର ଉପରେ ପବନ ଦ୍ରୁତ ବେଗରେ ବହିଲେ ସେଠାରେ ବାୟୁର ଚାପ କ’ଣ ଘଟେ ?
Answer:
ନିମ୍ନଚାପ ସୃଷ୍ଟି ହୁଏ
Question 22.
ପବନ ଦ୍ରୁତଗତିରେ ବହୁଥିବାବେଳେ ଘରର ଝରକା ଓ କବାଟ ଖୋଲାରଖୁଲେ ଘରଭିତର ଓ ଛାତ ମଧ୍ଯରେ ଚାପର ପ୍ରାର୍ଥକ୍ୟ ଉପରେ କି ପ୍ରଭାବ ପଡ଼େ ?
Answer:
ଚାପର ପ୍ରାର୍ଥକ୍ୟ କମିଯାଏ, ଫଳରେ ଛାତ ଉଡ଼ିଯାଏ ନାହିଁ
Question 23.
ବୃଷ୍ଟିପାତ ସହ ଶକ୍ତିଶାଳୀ ପବନ ବହିଲେ କ’ଣ ସୃଷ୍ଟିହୁଏ ?
Answer:
ଝଡ଼ (Storm)
Question 24.
ଭାରତରେ ବାରମ୍ବାର ଝଡ଼ ସୃଷ୍ଟିର କାରଣ କ’ଣ ?
Answer:
ଭାରତ ଏକ ଉଷ୍ଣ, ଆର୍ଦ୍ର ଓ କ୍ରାନ୍ତୀୟ ଅଞ୍ଚଳରେ ଅବସ୍ଥିତ ।
Question 25.
ଘଡ଼ଘଡ଼ି ମାରିବା ପୂର୍ବରୁ ମେଘର ଉପରି ଭାଗରେ ଥିବା ବରଫ କଣିକାଗୁଡ଼ିକ କେଉଁ ଚାର୍ଜ ଧାରଣ କରନ୍ତି ?
Answer:
ଯୁକ୍ତାତ୍ମକ ଚାର୍ଜ
Question 26.
ମେଘର ନିମ୍ନ ଭାଗରେ ଓଜନିଆ ଜଳ କଣିକାଗୁଡ଼ିକ କେଉଁ ଚାର୍ଜ ପ୍ରାପ୍ତ ହୁଅନ୍ତି ?
Answer:
ବିଯୁକ୍ତାତ୍ମକ ଚାର୍ଜ
Question 27.
ବିଦ୍ୟୁତ ପରିବାହିତା ଦୃଷ୍ଟିରୁ ବାୟୁ କି ପ୍ରକାର ପଦାର୍ଥ ?
Answer:
କୁପରିବାହି
Question 28.
କେଉଁ କେଉଁ ରାଜ୍ୟରେ ଝଡ଼ ତୋଫାନକୁ କାଳବୈଶାଖୁ କହନ୍ତି ?
Answer:
ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ
Question 29.
ଆସାମରେ ପ୍ରାକ୍ ମୌସୁମୀ ଝଡ଼କୁ କ’ଣ କୁହାଯାଏ ?
Answer:
ବରଦୋଇସିଲା
Question 30.
ଦକ୍ଷିଣ ଭାରତରେ ଗ୍ରୀଷ୍ମକାଳୀନ ଝଡ଼କୁ କ’ଣ କହନ୍ତି ?
Answer:
ଆମ୍ରବୃଷ୍ଟି
Question 31.
ଘଡ଼ଘଡ଼ିରୁ ରକ୍ଷା ପାଇବାକୁ ଘରର ଛାତ ଉପରେ କ’ଣ ସଂଯୁକ୍ତ କରାଯାଏ ?
Answer:
ବିଦ୍ୟୁତ୍ ପରିବାହି (Lishtening conductor)
Question 32.
ମେଘ, ପବନ ଓ ବୃଷ୍ଟିପାତର ଘୂର୍ଣାୟମାନ ଅବସ୍ଥାକୁ କ’ଣ କହନ୍ତି ?
Answer:
ବାତ୍ୟା
Question 33.
ବାତ୍ୟାର କେନ୍ଦ୍ରରେ ବାୟୁଚାପ କିପରି ଥାଏ ?
Answer:
ଲଘୁଚାପ
Question 34.
ବାତ୍ୟାର ‘ଆଖୁ’ ସ୍ଥାନରେ ପବନର ବେଗ କେତେ ?
Answer:
ପବନ ସ୍ଥିରଥାଏ ।
Question 35.
2020 ର ଅମ୍ପାନ ବାତ୍ୟାରେ ପବନର ବେଗ କେତେ ଥିଲା ?
Answer:
୨୭୦ କି.ମି. ଘଣ୍ଟାକୁ
Question 36.
କେଉଁ ସଂସ୍ଥା ବାତ୍ୟାର ପୂର୍ବ ସୂଚନା ଦିଏ ?
Answer:
ଭାରତୀୟ ପାଣିପାଗ ବିଭାଗ
Question 37.
ଓଡ଼ିଶାରେ 1999 ମହାବାତ୍ୟାରେ ପବନର ସର୍ବାଧୁକ ବେଗ କେତେ ଥିଲା ?
Answer:
300 କି.ମି. ଘଣ୍ଟାକୁ
Question 38.
ଭୂପୃଷ୍ଠରୁ ଉପରକୁ ଉପରକୁ ଗଲେ ବାୟୁ ଚାପର କି ପରିବତ୍ତର୍ନ ଦେଖାଯିବ ?
Answer:
ସମୁଦ୍ର ପତନରେ
Question 39.
ପୃଥିବୀ ପୃଷ୍ଠରେ କେଉଁ ସ୍ଥାନରେ ବାୟୁଚାପ ସର୍ବାଧ୍ଵକ ?
Answer:
ସମୁଦ୍ର ପତନରେ
Question 40.
ଘଡ଼ଘଡ଼ି ମାରିବା ସମୟରେ ବିଜୁଳି ଆଲୋକ ପ୍ରଥମେ ଦେଖାଯାଏ ଓ ପରେ ଶବ୍ଦ ଶୁଣାଯାଏ କାହିଁକି ?
Answer:
ଆଲୋକର ବେଗ ଶବ୍ଦର ବେଗଠାରୁ ଯଥେଷ୍ଟ ଅଧିକ ।
![]()
(ଖ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question 1.
ଫୁଟାଯାଇଥିବା ଦୁଇଟି ବେଲୁନ ମଧ୍ୟରେ ଥିବା ବାୟୁକୁ ଅପସାରଣ କରାଗଲେ, ବେଲୁନ୍ ଦୁଇଟି ପରସ୍ପର ନିକଟବର୍ତ୍ତୀ ହେବା କ’ଣ ସୂଚାଏ ?
(a) ବାୟୁ ସବୁଦିଗରେ ସମାନ ଚାପ ପ୍ରଦାନ କରେ ।
b) ପବନରେ ବେଗ ବୃଦ୍ଧିହେଲେ ବାୟୁ ଚାପ ବୃଦ୍ଧିହୁଏ ।
(c) ପବନର ବେଗ ବୃଦ୍ଧି ହେଲେ ବାୟୁ ଚାପ କମିଯାଏ ।
(d) ବାୟୁର ଓଜନ ଥାଏ ।
Answer:
(c) ପବନର ବେଗ ବୃଦ୍ଧି ହେଲେ ବାୟୁ ଚାପ କମିଯାଏ ।
Question 2.
ପବନର ବେଗ ବୃଦ୍ଧିହେଲେ ବାୟୁଚାପରେ କି ପରିବର୍ତ୍ତନ ଘଟେ ?
(a) ବୃଦ୍ଧିପାଏ
(b) ହ୍ରାସପାଏ
(c) ସମାନ ରହେ
(d) ତାପମାତ୍ରା ଉପରେ ନିର୍ଭର କରେ
Answer:
(b) ହ୍ରାସପାଏ
Question 3.
ଝୁଲୁଥୁବା ଦୁଇଟି ବେଲୁନ ମଧ୍ୟରେ ବାୟୁକୁ ଫୁଙ୍କି ହଟାଇଲେ ବେଲୁନ୍ ଦୁଇଟି ପରସ୍ପର ନିକଟ ହୁଅନ୍ତି । ଏହା ବାୟୁର କି ପ୍ରକୃତି ସୂଚାଇଥାଏ ?
(a) ବାୟୁ ଗୁରୁଚାପ ସ୍ଥାନରୁ ଲଘୁଚାପ ସ୍ଥାନକୁ ପ୍ରବାହିତ ହୁଏ ।
(b) ବାୟୁ ଲଘୁଚାପ ସ୍ଥାନରୁ ଗୁରୁଚାପ ସ୍ଥାନକୁ ପ୍ରବାହିତ ହୁଏ ।
(c) ବାୟୁ ଚାପ ପ୍ରଦାନ କରେ ନାହିଁ ।
(d) ବାୟୁ ସବୁଳିଗକୁ ଗତିକରେ ।
Answer:
(a) ବାୟୁ ଗୁରୁଚାପ ସ୍ଥାନରୁ ଲଘୁଚାପ ସ୍ଥାନକୁ ପ୍ରବାହିତ ହୁଏ ।
Question 4.
ଆମେ ପାହାଡ଼ ଉପରକୁ ଗଲେ ଶ୍ଵାସକ୍ରିୟା କଷ୍ଟସାଧ୍ୟ ହୁଏ କାହିଁକି ?
(a) ଅଧିକ ଉଚ୍ଚତାରେ ଅମ୍ଳଜାନ ଅଧିକ ।
(b) ବାୟୁଚାପ କମିବାରୁ ଫୁସ୍ଫୁସ୍ ପ୍ରସାରିତ ହେବା ସହଜ ହୁଏନାହିଁ ।
(c) ଅଧିକ ଉଚ୍ଚତାରେ ଅମ୍ଳଜାନ କମ୍ ।
(d) ଅଧିକ ଉଚ୍ଚତା ପବନ ଜୋର୍ରେ ବହେ ।
Answer:
(b) ବାୟୁଚାପ କମିବାରୁ ଫୁସ୍ଫୁସ୍ ପ୍ରସାରିତ ହେବା ସହଜ ହୁଏନାହିଁ ।
Question 5.
ଶକ୍ତିଶାଳୀ ଝଡ଼ରେ ଘରର ଛାତ ଉଡ଼ିଯାଏ କାହିଁକି ?
(a) ଛାତତଳେ ଥିବା ବାୟୁ ଦ୍ରୁତ ବେଗରେ ଗତିକରେ
(b) ଛାତ ଉପରେ ବାୟୁର ଚାପ ଛାତତଳେ ବାୟୁର ଚାପଠାରୁ କମ୍ ହୁଏ
(c) ଛାତ ତଳେ ଥିବା ବାୟୁ ହାଲୁକା ହୋଇଯାଏ
(d) ଛାତ ଯୁକ୍ତାତ୍ମକ ଚାର୍ଜ ବହନ କରେ
Answer:
(b) ଛାତ ଉପରେ ବାୟୁର ଚାପ ଛାତତଳେ ବାୟୁର ଚାପଠାରୁ କମ୍ ହୁଏ
Question 6.
ପବନ ସୃଷ୍ଟିପାଇଁ କେଉଁ ସଇଁ ଦାୟୀ
(a) ସବୁଆଡ଼େ ବାୟୁଚାପ ସମାନ ରହିବ
(b) ନିମ୍ନଚାପ ଓ ଉଚ୍ଚଚାପ ବିଭିନ୍ନ ଅଞ୍ଚଳରେ ଦେଖାଯିବ
(c) ଜଳୀୟବାଷ୍ପର ଘନୀକରଣ
(d) ଜଳବିନ୍ଦୁ ମଧ୍ୟରେ ଘର୍ଷଣ
Answer:
(b) ନିମ୍ନଚାପ ଓ ଉଚ୍ଚଚାପ ବିଭିନ୍ନ ଅଞ୍ଚଳରେ ଦେଖାଯିବ
Question 7.
ବେଲୁନକୁ ଅତିମାତ୍ରାରେ ଫୁଙ୍କିଲେ ଏହା ଫାଟିଯାଏ କାରଣ
(a) ବାୟୁଚାପ ହରାଏ
(b) ବେଲୁନ୍ ଭିତରେ ଚାପ ଅତିଶୟ ବୃଦ୍ଧିହୁଏ
(c) ବେଲୁନ ଭିତର ଓ ବାହାର ଚାପ ସମାନ ହୁଏ
(d) ବାୟୁ ହାଲୁକା ହୁଏ
Answer:
(b) ବେଲୁନ୍ ଭିତରେ ଚାପ ଅତିଶୟ ବୃଦ୍ଧିହୁଏ
Question 8.
ବାତ୍ୟା ସୃଷ୍ଟିହେବାର ମୁଖ୍ୟ କାରଣ :
(a) ଅତି ବୃଷ୍ଟି ବନ୍ୟା ସୃଷ୍ଟିକରେ
(b) ସମୁଦ୍ର ଜଳରାଶି ଉପରେ ଉଷ୍ଣ ଓ ଆର୍ଦ୍ରବାୟୁ ଉପରକୁ ଉଠେ
(c) ପୃଥିବୀର ଆବର୍ତ୍ତନ ଉଚ୍ଚତାପ ସୃଷ୍ଟିକରେ
(d) ସ୍ଥଳଭାଗରୁ ସମୁଦ୍ରକୁ ଶକ୍ତିଶାଳୀ ପବନ ବହେ
Answer:
(b) ସମୁଦ୍ର ଜଳରାଶି ଉପରେ ଉଷ୍ଣ ଓ ଆର୍ଦ୍ରବାୟୁ ଉପରକୁ ଉଠେ
Question 9.
ବିଜୁଳି ସୃଷ୍ଟି ହେବାର କାରଣ :
(a) ସୂର୍ଯ୍ୟାଲୋକ ଯୋଗୁ ବାୟୁ ଉତ୍ତପ୍ତ ହୁଏ
(b) ମେଘରେ ଜଳବିନ୍ଦୁ ଓ ବରଫ ମଧ୍ଯରେ ଘର୍ଷଣ
(c) ସମୁଦ୍ର ବାୟୁ ପ୍ରବାହ
(d) ଜଳୀୟବାଷ୍ପର ହଠାତ ଘନୀକରଣ
Answer:
(b) ମେଘରେ ଜଳବିନ୍ଦୁ ଓ ବରଫ ମଧ୍ଯରେ ଘର୍ଷଣ
Question 10.
ଉଚ୍ଚ ଚାପରୁ ନିମ୍ନ ଚାପକୁ ବାୟୁର ଗତି କ’ଣ ସୃଷ୍ଟି କରେ
(a) ବାତ୍ଯା
(b) ପବନ
(c) ବିଜୁଳି
(d) ଘଡ଼ଘଡ଼ି
Answer:
(b) ପବନ
Question 11.
ସମୁଦ୍ର ଉପକୂଳରେ ଦିନବେଳେ ପବନ କେଉଁଆଡୁ ବହେ ?
(a) ସ୍ଥଳଭାଗରୁ ସମୁଦ୍ରକୁ
(b) ସମୁଦ୍ରରୁ ସ୍ଥଳଭାଗକୁ
(c) ସ୍ଥଳଭାଗ ଓ ଜଳଭାଗ ପରସ୍ପର ଦିଗରେ
(d) ଏଗୁଡ଼ିକ ମଧ୍ୟରୁ କେଉଁଟି ନୁହେଁ
Answer:
(b) ସମୁଦ୍ରରୁ ସ୍ଥଳଭାଗକୁ
Question 12.
ଉଷ୍ଣ ସମୁଦ୍ର ଜଳରାଶି ଉପରେ ବାତ୍ୟା ଶକ୍ତିଶାଳୀ କାହିଁକି ହୁଏ ?
(a) ଉର୍ଦୁମୁର୍ଖ ବାୟୁକୁ ତାପଶକ୍ତି ଯୋଗାଏ
(b) ଚାପ ବୃଦ୍ଧି ଘଟେ
(c) ସମୁଦ୍ର ଜଳସ୍ତର କମିଯାଏ।
(d) ପୃଥିବୀର ଆଳର୍ଶନ ବନ୍ଦ ହୋଇଯାଏ
Answer:
(a) ଉର୍ଦୁମୁର୍ଖ ବାୟୁକୁ ତାପଶକ୍ତି ଯୋଗାଏ
Question 13.
ବାତ୍ୟାର କେନ୍ଦ୍ରକୁ କ’ଣ କୁହାଯାଏ ?
(a) କ୍ରୋଧୃତ ଆଖ୍
(b) ଶାନ୍ତ ବଳୟ
(c) ଝଡ଼ର ଆଖ୍
(d) ମଧ୍ଯଚାପ
Answer:
(c) ଝଡ଼ର ଆଖ୍
Question 14.
କେଉଁ ଦୃଷ୍ଟାନ୍ତ ବାୟୁର ସର୍ବଦିଗ ଚାପ ସୂଚାଏ ?
(a) ଘରର ଛାତ ଉଡ଼ିଯିବା
(b) ଟାୟାର ଫାଟିଯିବା
(c) ପବନ ବାହାରି ଗଲେ ବେଲୁନ ସଙ୍କୁଚିତ ହେବା
(d) ଗରମ ଜଳ
Answer:
(c) ପବନ ବାହାରି ଗଲେ ବେଲୁନ ସଙ୍କୁଚିତ ହେବା
![]()
Question 15.
ଘଡ଼ଘଡ଼ି ସମୟରେ କାର୍ରେ ଥିବା ନିରାପଦ କାହିଁକି ?
(a) ଟାୟାର ବିଦ୍ୟୁତ ପ୍ରବାହ ଅଟକାଏ
(b) କାର ଦ୍ରୁତ ବେଗରେ ଗତିକରେ
(c) ଧାତୁ ଭୂତଳକୁ ବିଦ୍ୟୁତ ସ୍ରୋତ ସଞ୍ଚାରିତ କରେ
(d) କାଠ ଝରକା ଚାର୍ଜ ପ୍ରବାହ ବନ୍ଦ କରେ
Answer:
(c) ଧାତୁ ଭୂତଳକୁ ବିଦ୍ୟୁତ ସ୍ରୋତ ସଞ୍ଚାରିତ କରେ
(ଖ) ଶୂନ୍ୟସ୍ଥାନ ପୂରଣ କର ।
1. ବାୟୁ ସର୍ବଦା ________ ଚାପ ଅଞ୍ଚଳରୁ ________ ଚାପ ଅଞ୍ଚଳକୁ ପ୍ରବାହିତ ହୁଏ ।
Answer:
ଉଚ୍ଚ, ନିମ୍ନ,
2. ଆମ ଚାରିପଟେ ବାୟୁ ପ୍ରଦାନ କରୁଥିବା ଚାପକୁ ________ ଚାପ କହନ୍ତି ।
Answer:
ବାୟୁମଣ୍ଡଳୀୟ,
3. ବାତ୍ୟାର କେନ୍ଦ୍ର ଯେଉଁଠାରେ ପାଗର ଅବସ୍ଥା ଶାନ୍ତ ଥାଏ, ତାହାକୁ ________ କହନ୍ତି ।
Answer:
ଆଖୁ,
4. ଉଷ୍ଣବାୟୁ ଶୀତଳ ବାୟୁ ଅପେକ୍ଷା ________ ହେତୁ ଉପରକୁ ଉଠେ ।
Answer:
ହାଲୁକା,
5. ପବନର ବେଗ ଦ୍ରୁତହେଲେ ସେଠାରେ ________ କମିଯାଏ ।
Answer:
ବାୟୁଚାପ,
6. ବାତ୍ଯା ________ ସମୁଦ୍ର ଜଳରାଶି ଉପରେ ସୃଷ୍ଟିହୁଏ ଯେଉଁଠାରେ ଗରମ ଓ ଆର୍ଦ୍ରବାୟୁ ଉପରକୁ ଉଠେ ।
Answer:
ଉଷ୍ଣ,
7. ପଶ୍ଚିମବଙ୍ଗ ଓ ବିହାରରେ ଘଡ଼ଘଡ଼ି ସହ ବର୍ଷାର ସ୍ଥାନିୟନାମ ________ ।
Answer:
କାଳବୈଶାଖୁ,
8. ମେଘ ଭିତରେ ________ ପରିବର୍ତ୍ତନ ଯୋଗୁ ବିଜୁଳି ସୃଷ୍ଟିହୁଏ ।
Answer:
ଚାର୍ଜ
(ଗ) ଉକ୍ତିଗୁଡ଼ିକ ସତ୍ୟ କି ମିଥ୍ୟା ଲେଖ ।
1. ପବନର ବେଗ ବୃଦ୍ଧିପାଇଲେ ବାୟୁ ଚାପ ବୃଦ୍ଧିପାଏ ।
Answer:
ମିଥ୍ୟା
2. ପବନ ଅଧୁକ ଚାପ ସ୍ଥାନରୁ କମ୍ ଚାପ ସ୍ଥାନକୁ ପ୍ରବାହିତ ହୁଏ ।
Answer:
ମିଥ୍ୟା
3. ଉଷ୍ଣ ବାୟୁ ଶୀତଳ ବାୟୁ ଅପେକ୍ଷା ଓଜନିଆ ।
Answer:
ସତ୍ୟ
4. ବାତ୍ୟାର ଆଖୁ ପାଗରେ ପାଗ ଶାନ୍ତ ରହେ ଏବଂ ମେଘ ନଥାଏ ।
Answer:
ମିଥ୍ୟା
5. ଦକ୍ଷିଣ ଭାରତରେ ଆମ୍ରବୃଷ୍ଟି, ଆମ୍ବ ପାଚିବାରେ ସାହାଯ୍ୟ କରେ ।
Answer:
ସତ୍ୟ
6. ପୃଥିବୀର ଆବର୍ତ୍ତନ ଯୋଗୁ ବିଜୁଳି ସୃଷ୍ଟିହୁଏ ।
Answer:
ମିଥ୍ୟା
7. ଉତ୍ତର ଆମେରିକାରେ ବାତ୍ୟାଗୁଡ଼ିକୁ ହରିକେନ୍ କହନ୍ତି ।
Answer:
ସତ୍ୟ
8. ଘଡ଼ଘଡ଼ି ସମୟରେ ଗଛତଳେ ଆଶ୍ରୟଦେବା ନିରାପଦ ।
Answer:
ମିଥ୍ୟା
9. ବାତ୍ୟା ସର୍ବଦା ଉଷ୍ଣ ସାମୁଦ୍ରିକ ଜଳରାଶି ଉପରେ ସୃଷ୍ଟିହୁଏ ।
Answer:
ସତ୍ୟ
10. ଉଚ୍ଚ ବେଗରେ ବହୁଥୁବା ପବନ ଘରର ଛାତ ଉଡ଼ାଇ ନିଏ ।
Answer:
ସତ୍ୟ
![]()
(ଖ) ‘କ’ ଯୁକ୍ତ ସହିତ ‘ଖ’ ଶବ୍ଦ ମିଳାଇ କର ।
Question 1.
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଅର୍ଥକୁ ଯୋଗ କର ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (A) ଚାପ | 1. ଶକ୍ତିଶାଳୀ ପବନ + ବୃଷ୍ଟିପାତ |
| (B) ପବନ | 2. ଝଡ଼ + ବିଜୁଳି |
| (C) ଝଡ଼ | 3. କ୍ଷେତ୍ରଫଳ ପ୍ରତି ବଳ |
| (D) ଘଡ଼ଘଡ଼ି | 4. ବାୟୁ ଅଧିକ ଚାପ ସ୍ଥାନରୁ କମ୍ ଚାପ ସ୍ଥାନକୁ ପ୍ରବାହ |
| (E) ବାତ୍ଯା | 5. ଘୂର୍ଣ୍ଣାୟମାନ ଲଘୁଚାପ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (A) ଚାପ | 3. କ୍ଷେତ୍ରଫଳ ପ୍ରତି ବଳ |
| (B) ପବନ | 4. ବାୟୁ ଅଧିକ ଚାପ ସ୍ଥାନରୁ କମ୍ ଚାପ ସ୍ଥାନକୁ ପ୍ରବାହ |
| (C) ଝଡ଼ | 1. ଶକ୍ତିଶାଳୀ ପବନ + ବୃଷ୍ଟିପାତ |
| (D) ଘଡ଼ଘଡ଼ି | 2. ଝଡ଼ + ବିଜୁଳି |
| (E) ବାତ୍ଯା | 5. ଘୂର୍ଣ୍ଣାୟମାନ ଲଘୁଚାପ |
Question 2.
‘କ’ ସ୍ଥାନର ଶବ୍ଦଗୁଡ଼ିକ ସହ ‘ଖ’ ସ୍ଥାନର ଉପଯୁକ୍ତ ତଥ୍ୟ ସଂଯୋଗ କର ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (A) ବ୍ୟାଗରେ ସରୁ ଫିତାଦ୍ଵାରା ଆଘାତ | 1. ଉଚ୍ଚ ଚାପ ଛାତକୁ ଠେଲିନିକ |
| (B) ମୁଣ୍ଡ ଉପରେ ବୋଝ ତଳେ ଠକା | 2. ହାଲୁକା ଉଷ୍ଣବାୟୁ ଉପରକୁ ଉଠେ |
| (C) ବେଲୁନ ଦୁଇଟି ମଧ୍ୟରେ ବାୟୁକୁ ଫୁଙ୍କି ଉଡ଼ାଇଦେବା | 3. ଅଧ୍ଵକ କ୍ଷେତ୍ରଫଳ ଚାପ କମାଏ |
| (D) ଝଡ଼ର ଛାତ ଉଡ଼ିଯିବା | 4. ବେଲୁନ ଦୁଇଟି ମଧ୍ଯରେ ଲଘୁଚାପ କମିଯାଏ |
| (E) ଉତ୍ତପ୍ତ ସ୍ଥଳବାୟୁ | 5. କ୍ଷେତ୍ରଫଳ ହ୍ରାସ ଚାପ ବୃଦ୍ଧିକରେ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (A) ବ୍ୟାଗରେ ସରୁ ଫିତାଦ୍ଵାରା ଆଘାତ | 5. କ୍ଷେତ୍ରଫଳ ହ୍ରାସ ଚାପ ବୃଦ୍ଧିକରେ |
| (B) ମୁଣ୍ଡ ଉପରେ ବୋଝ ତଳେ ଠକା | 3. ଅଧ୍ଵକ କ୍ଷେତ୍ରଫଳ ଚାପ କମାଏ |
| (C) ବେଲୁନ ଦୁଇଟି ମଧ୍ୟରେ ବାୟୁକୁ ଫୁଙ୍କି ଉଡ଼ାଇଦେବା | 4. ବେଲୁନ ଦୁଇଟି ମଧ୍ଯରେ ଲଘୁଚାପ କମିଯାଏ |
| (D) ଝଡ଼ର ଛାତ ଉଡ଼ିଯିବା | 1. ଉଚ୍ଚ ଚାପ ଛାତକୁ ଠେଲିନିକ |
| (E) ଉତ୍ତପ୍ତ ସ୍ଥଳବାୟୁ | 2. ହାଲୁକା ଉଷ୍ଣବାୟୁ ଉପରକୁ ଉଠେ |
ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ବ୍ୟାଗରେ ସରୁ କିମ୍ବା ମୋଟା ଫିତା, ଚାପର ଉଦାହରଣ କିପରି ?
Answer:
ସରୁଫିତାର କ୍ଷେତ୍ରଫଳ କମ୍ ହେତୁ ଏହା କାନ୍ଧ ଉପରେ ଅଧିକ ଚାପ ପକାଏ । ମୋଟା ଫିତାର କ୍ଷେତ୍ରଫଳ ଅଧ୍ଵକ ହେତୁ କାନ୍ଧ ଉପରେ ପଡୁଥିବା ଚାପ କମିଯାଏ ।
Question 2.
କେଉଁ ଯନ୍ତ୍ରରେ ବାୟୁମଣ୍ଡଳୀୟ ଚାପ ମାପ କରାଯାଏ ?
Answer:
ବାରୋମିଟର
Question 3.
ବାୟୁଦ୍ଵାରା କେଉଁ ଚାପ ଅନୁଭୂତ ହୁଏ ? ଆମେ କାହିଁକି ଏହା ଅନୁଭବ କରୁନାହୁଁ ?
Answer:
ବାୟୁଦ୍ଵାରା ଅନୁଭୂତ ଚାପକୁ ବାୟୁମଣ୍ଡଳୀୟ ଚାପ କହନ୍ତି । କିନ୍ତୁ ତାହା ଆମେ ଅନୁଭବ କରିପାରୁ ନାହୁଁ । କାରଣ ଆମ ଶରୀରର ଚାପ ବାୟୁମଣ୍ଡଳୀୟ ଚାପକୁ ସନ୍ତୁଳିତ କରେ ।
Question 4.

ଉପରୋକ୍ତ ପାତ୍ର A, B, C, D ଗୁଡ଼ିକର ଚାପ ହ୍ରାସ କ୍ରମରେ ସଜାଇ ଲେଖ ।
Answer:
B > D > A > C
(ଯେଉଁ ପାତ୍ରରେ ଜଳସ୍ତର ଯେତେ ଅଧିକ ସେଥୁରେ ଚାପ ସେତେ ଅଧ୍ବକ)
Question 5.
ଶକ୍ତିଶାଳୀ ପବନରେ କୁଡ଼ିଆ ଘର ଛପର ଉଡ଼ିଯାଏ କାହିଁକି ?
Answer:
ଶକ୍ତିଶାଳୀ ପବନ ସମୟରେ ଘରର ଛାତ ଉପରେ ଚାପ ଯଥେଷ୍ଟ କମ୍ ଥାଏ । ଘରର ନିମ୍ନଦେଶରେ ଚାପ ଅଧିକ ଥାଏ । ଏଣୁ ପବନ ଘରର ନିମ୍ନଦେଶରୁ ବହି ଛାତକୁ ଠେଲି ଉଡ଼ାଇ ଦିଏ ।
Question 6. ଉଷ୍ଣ ବାୟୁ ଉପରକୁ ଉଠେ । ଏହା କିପରି ପବନ ସୃଷ୍ଟିକରେ ?
Answer:
ଉଷ୍ଣବାୟୁ ଉପରକୁ ଉଠିଲେ ସେଠାରେ ଚାପ କମିଯାଏ । ଚାରିପଟୁ ଶୀତଳ ବାୟୁର ଉଚ୍ଚଚାପ ଥାଏ । ଏଣୁ ପବନ ଅଧିକ ଚାପ ସ୍ଥାନରୁ କମ୍ ଚାପଥିବା ସ୍ଥାନକୁ ପ୍ରବାହିତ ହୁଏ ।
Question 7.
ବିଜୁଳି ସମୟରେ ଗଛମୂଳେ ଆଶ୍ରୟ ନେବା ନିରାପଦ ନୁହେଁ, କିପରି ?
Answer:
ବିଜୁଳିର ଆଘାତ ପ୍ରଥମେ ପାର୍ଶ୍ଵବର୍ତୀ ଉଚ୍ଚ ପଦାର୍ଥକୁ ଆଘାତ ଦିଏ । ଏଣୁ ବିଦ୍ୟୁତ ଚାର୍ଜ ଗଛଦେଇ ଆସି ଆଶ୍ରିତ ଲୋକର ଜୀବନ ପ୍ରତି ବିପଦ ସୃଷ୍ଟିକରେ ।
Question 8.
ଝଡ଼ର ଦୁଇଟି ସ୍ଥାନୀୟ ନାମ ଲେଖ । କେଉଁ ରାଜ୍ୟରେ ଏହି ନାମରେ ଝଡ଼ ଦେଖାଯାଏ ?
Answer:
କାଳବୈଶାଖ୍ – ପଶ୍ଚିମବଙ୍ଗ, ଓଡ଼ିଶା, ବିହାର
ବରଦୋଇସିଲା – ଆସାମ
![]()
Question 9.
ଆମ୍ରବୃଷ୍ଟି (Mango shower) କ’ଣ ? ଏହା କିପରି ଉପକାରୀ ?
Answer:
କେରଳ କିମ୍ବା କର୍ଣ୍ଣାଟକର ପ୍ରାକ୍ ମୌସୁମୀ ଝଡ଼କୁ ଆମ୍ରବୃଷ୍ଟି କହନ୍ତି । ଏହା ଆମ୍ବ ପାଚିବାରେ ସାହାଯ୍ୟ
Question 10.
ଉଷ୍ଣ ସମୁଦ୍ର ଜଳ ଉପରେ ବାତ୍ୟା କାହିଁକି ଅଧୁକ ଶକ୍ତିଶାଳୀ ?
Answer:
ଉଷ୍ଣ ସମୁଦ୍ରଜଳ ଆର୍ଦ୍ରବାୟୁକୁ ଉର୍ଦ୍ଧ୍ୱଗାମୀ କରେ । ଘନୀକରଣ ତାପ ମୁକ୍ତ କରେ ଓ ପବନର ବେଗ ବୃଦ୍ଧିପାଏ । ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର କରେ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ପାର୍ଶ୍ୱ ସ୍ଥ ଚିତ୍ରରେ ବେଲୁନ୍ ଦୁଇଟି ମଧ୍ୟରେ ବାୟୁକୁ ଫୁଙ୍କି ଉଡ଼ାଇଦେଲେ କ’ଣ ହେବ ?

Answer:
ବେଲୁନ ଦୁଇଟି ମଧ୍ୟରେ ବାୟୁକୁ ଫୁଙ୍କି ଉଡ଼ାଇଦେଲେ ସେଠାରେ ବାୟୁ ଚାପ କମିଯିବ । ପାର୍ଶ୍ଵବର୍ତ୍ତୀ ସ୍ଥାନରୁ ଚାପ ଅଧିକ ଯୋଗୁ ବେଲୁନଦ୍ଵୟ ପରସ୍ପରର ନିକଟବର୍ତ୍ତୀ ହେବେ ।
Question 2.
ଜଳପୂର୍ଣ ଗ୍ଳାସର ନିମ୍ନକୁ ଲାଗିଥିବା କାର୍ଡ଼ବୋର୍ଡ଼ ଖସି ନପଡ଼ିବାର କାରଣ କ’ଣ ?
im-9
Answer:
ଜଳର ନିମ୍ନମୁଖୀ ଚାପ ଓ ବାୟୁର ଉର୍ଦ୍ଧ୍ୱମୁଖୀ ଚାପ ପରସ୍ପରକୁ ସନ୍ତୁଳନ କରନ୍ତି । ତେଣୁ କାର୍ଡ଼ବୋର୍ଡ଼ ଖସିପଡ଼େନାହିଁ ।
Question 3.
ବହିପତ୍ରଥିବା ବ୍ୟାଗରେ ଚଉଡ଼ାଫିତା କାହିଁକି ଲଗାଯାଏ ।
Answer:
ବ୍ୟାଗ୍ଟିକୁ କାନ୍ଧରେ ଝୁଲାଇ ନିଆଯାଏ । ଚଉଡ଼ା ଫିତାର କ୍ଷେତ୍ରଫଳ ଅଧିକ, ଏଣୁ ବ୍ୟାଗ ଏହାଦ୍ଵାରା କାନ୍ଧ ଉପରେ କମ୍ ଚାପ ପକାଏ ।
Question 4.
ଗୋଟିଏ ପାଣିଟାଙ୍କିରେ ବିଭିନ୍ନ ଉଚ୍ଚତାରେ ତିନିଟି କଣା ଅଛି । ଯେଉଁ କଣାଟି ଅଧ୍ବକ ଦୂର ଜଳ ବିକ୍ଷେପଣ କରନ୍ତି ।
Answer:
ନିମ୍ନତମ କଣା ଅଧ୍ଵକଦୂର ଜଳ ବିକ୍ଷେପଣ କରିବ । ଅନ୍ୟ ଦୁଇଟି କଣା ତୁଳନାରେ ନିମ୍ନରେ ଥିବା କଣା ଉପରେ ଜଳସ୍ତରର ଗଭୀରତା ସର୍ବାଧିକ ଥିବାରୁ ସେଠାରେ ପାର୍ଶ୍ଵଚାପ ଅଧୂକ ହେବ ।
Question 5.
ପାଇପ୍ରେ କଣା ହେଲେ ଜଳ ପାର୍ଶ୍ଵକୁ ଝରଣା ପଡ଼ି ଛିଡ଼ିକି ଯାଏ । ଏହା ତରଳର କେଉଁ ଚାପ ସୂଚାଏ ?
Answer:
ଜଳ କେବଳ ପାତ୍ର ଉପରେ ନିମ୍ନଚାପ ପକାଏ ନାହିଁ, ଏହା ପାର୍ଶ୍ଵଚାପ ମଧ୍ୟ ପ୍ରଦାନ କରେ । ଏଣୁ ପାଇଟ୍ରେ ଥିବା ଜଳର ପାର୍ଶ୍ଵଚାପ ଯୋଗୁଁ ଜଳ ନିମ୍ନଗାମୀ ନହୋଇ ପାର୍ଶ୍ବ ଦିଗକୁ ପିଚକାରି ପରି ଛିଡ଼ିକିଯାଏ ।
Question 6.
ଗୋଟିଏ କାଗଜ ପ୍ଲେଟ ବଡ଼ କାଗଜ ଫର୍କଦ୍ଵାରା ଘୋଡ଼ା ହୋଇଥିଲେ ଏହାକୁ ଉଠାଇବା ସହଜ ହୁଏନାହିଁ କାହିଁକି ?
Answer:
ବଡ଼ କାଗଜ ଫର୍ଦ୍ଦର କ୍ଷେତ୍ରଫଳ ଅଧିକ । ବାୟୁ ଅଧିକ କ୍ଷେତ୍ରଫଳ ଉପରେ ଅଧିକ ଚାପ ପକାଇଥାଏ । ଏଣୁ କାଗଜ ପ୍ଲେଟ ଉଠାଇବା ସହଜ ହୁଏନାହିଁ ।
Question 7.
ଘଡ଼ଘଡ଼ି ସୃଷ୍ଟି କରୁଥିବା ମେଘରେ ଚାର୍ଜର ପୃଥକୀକରଣ କିପରି ଘଟେ ?
Answer:
ଘଡ଼ଘଡ଼ି ସମୟରେ ଜଳବିନ୍ଦୁ ଓ ବରଫ କଣିକା ମଧ୍ଯରେ ଘର୍ଷଣ ଦେଖାଯାଏ । ଏହାଦ୍ଵାରା ଚାର୍ଜ ଉତ୍ପନ ହୁଏ । ମେଘର ଉପର ଅଂଶ ବରଫରେ ଯୁକ୍ତ ଚାର୍ଜ
ନିମ୍ନଅଂଶରେ ବିଯୁକ୍ତ ଚାର୍ଜ ସୃଷ୍ଟିହୁଏ । ଫଳରେ ଓଜନିଆ ଜଳବିନ୍ଦୁଗୁଡ଼ିକ ବିଯୁକ୍ତାତ୍ମକ ଚାର୍ଜ ବହନ କରି ତଳକୁ ଖସନ୍ତି ଏବଂ ବିଦ୍ୟୁତ ବିଭବ ପ୍ରାର୍ଥକ୍ୟ ସୃଷ୍ଟି କରନ୍ତି ।
Question 8.
ଘଡ଼ଘଡ଼ି କ’ଣ ? ଝଡ଼ କିପରି ଘଡ଼ଘଡ଼ିରେ ପରିଣତ ହୁଏ ?
Answer:
ଶବ୍ଦ ଓ ବିଜୁଳି ସହ ସଂଯୁକ୍ତ ଝଡ଼ ବର୍ଷାକୁ ଘଡ଼ଘଡ଼ି କହନ୍ତି । ଯେତେବେଳେ ପବନ ଶକ୍ତିଶାଳୀ ହୁଏ, ବିଦ୍ୟୁତ ବିସର୍ଜନ ଘଟେ ସେତେବେଳେ ‘ଝଡ଼’ ଘଡ଼ଘଡ଼ିରେ ପରିଣତ ହୁଏ ।
Question 9.
ବାତ୍ୟାର ଆଖୁ ପାଖରେ ପାଣିପାଗର ଦୁଇଟି ପ୍ରକୃତି ଲେଖ ?
Answer:
ବାତ୍ୟାର ଆଖ୍ ଚାରିପଟେ ଦ୍ରୁତବେଗରେ ପବନ ସହ ଘୂର୍ଣାୟମାନ ବୃଷ୍ଟି ଦେଖାଯାଏ । କିନ୍ତୁ କେନ୍ଦ୍ରସ୍ଥଳରେ ଥିବା ଆଖୁ ପାଖରେ ପବନ ଶାନ୍ତ ରହେ ଯେଉଁଠାରେ ପାଗ ସାଧାରଣ ଓ ପବନର ବେଗ ନଗଣ୍ୟ ଥାଏ ।
Question 10.
ଧନଜୀବନ ଉପରେ ବାତ୍ୟାର ଦୁଇଟି ପ୍ରଭାବ ଲେଖ ?
Answer:
(i) ବାତ୍ୟା ଘରଗୁଡ଼ିକ ଭାଙ୍ଗିଦିଏ ଏବଂ ବଡ଼ ବଡ଼ ଗଛ ଉପୁଡ଼ାଇ ଦିଏ ।
(ii) ବାତ୍ୟା ବନ୍ୟା ସୃଷ୍ଟିକଲେ ଏବଂ ଭୂସ୍ଖଳନ ମଧ୍ୟ କରିଥାଏ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଗ୍ରୀଷ୍ମଋତୁର ଏକ ଅପରାହ୍ନରେ ମିରା ଦେଖୁଲା ଯେ ତାଙ୍କ ଘର ଝରକାଗୁଡ଼ିକ କଡ଼କଡ଼ ଶବ୍ଦ କରୁଛି ଏବଂ ପବନ ବାହାରେ ଦ୍ରୁତ ବେଗରେ ବହୁଛି । ସେ ହଠାତ୍ ଗ୍ୟାସ ଚୂଲା ବନ୍ଦ କରିଦେଲା ଏବଂ ମେନ୍ ସୁଇଚ ଅଫ୍ କରି ବିଦ୍ୟୁତ ଯୋଗାଣ କାଟିଦେଲ ।
(i) ଗ୍ରୀଷ୍ମଦିନ ଅପରାହ୍ନ ମିରା କିପରି ପବନ ଜୋର୍ରେ ବହିବା ଅନୁଭବ କଲା ?
(ii) ଝଡ଼ ସମୟରେ ମିରା ପକ୍ଷରେ ଗ୍ୟାସଚୂଲା ଏବଂ ବିଦ୍ୟୁତ ସରବରାହ ବନ୍ଦ କରିବା ଗୁରୁତ୍ଵପୂର୍ଣ୍ଣ ଥିଲା କାହିଁକି ?
(iii) ମିରା ନିରାପତ୍ତାପାଇଁ କି କି ପଦକ୍ଷେପ ନେଲା ଏବଂ ଆଉ ନିରାପତ୍ତା ପାଇଁ ଆଉ ଅଧ୍ବକ କି ବ୍ୟବସ୍ଥା କରିପାରିଥାନ୍ତା ?
Answer:
(i) ଗ୍ରୀଷ୍ମକାଳ ଅପରାହ୍ନରେ ଭୂମି ଉତ୍ତପ୍ତ ହେବାରୁ ଏହାକୁ ଲାଗିଥିବା ବାୟୁସ୍ତର ଉତ୍ତପ୍ତ ହୋଇ ଉପରକୁ ଉଠେ । ଏହା ଏକ ନିମ୍ନଚାପ ଅଞ୍ଚଳ ସୃଷ୍ଟିକରେ । ଚାରିପଟୁ ଥଣ୍ଡାବାୟୁ ସେହି ଲଘୁଚାପ ଅଞ୍ଚଳକୁ ଦ୍ରୁତ ବେଗରେ ବହେ । ଫଳରେ ମିରା ଶକ୍ତିଶାଳୀ ପବନ ବହୁଥିବାର ଅନୁଭବ କରିବ ।
(ii) ଝଡ଼ ସମୟରେ ବିଦ୍ୟୁତ ପରିବାହୀ ତାର ଭାଙ୍ଗିଯାଇ ସର୍ଟ ସକ୍ୟୁଟିଂ ହେବାର ସମ୍ଭାବନା ଥାଏ । ହଠାତ ବାୟୁଚାପ ଯୋଗୁ ଗ୍ୟାସଷ୍ଟୋଭ୍ରେ ନିଆଁ ଲାଗିଯିବାର ସମ୍ଭାବନା ମଧ୍ଯ ଥାଏ । ସେଗୁଡ଼ିକ ବନ୍ଦ କରିଦେବା ଝଡ଼ ସମୟରେ ନିରାପତ୍ତା ପାଇଁ ଉଚିତ ପଦକ୍ଷେପ ଅଟେ ।
(iii) ମିରା ଦୁଇଟି ପଦକ୍ଷେପ ନେଲା । ସେ ଗ୍ୟାସଷ୍ଟୋଭ ବନ୍ଦକଲା ଏବଂ ମେନ୍ ସୁଇଚ୍ ବନ୍ଦକରି ବିଦ୍ୟୁତ ଯୋଗାଣ ବ୍ୟାହତ କଲା । ଏହା ବ୍ୟତିତ ସେ ଝରକା ଓ ଦ୍ଵାରଠାରୁ ନିଜକୁ ଦୂରେଇ ରହିବା ଉପରେ ଗୁରୁତ୍ଵ ଦେଇଥିଲେ, ପବନରେ ଉଡ଼ି ଆସୁଥୁବା ପଦାର୍ଥଗୁଡ଼ିକର ଧକ୍କା ଖାଇବାରୁ ନିଜକୁ ରକ୍ଷା କରି ପାରିଥାଆନ୍ତା ।
Question 2.
ରବି ଗୋଟିଏ ପାଣିପାଗ ରିପୋର୍ଟରୁ ଉପକୂଳବର୍ତୀ ଅଞ୍ଚଳରେ ଗୋଟିଏ ସମ୍ଭାବ୍ୟ ବାତ୍ୟାର ସମ୍ବନ୍ଧରେ ସତର୍କ ବାଣୀ ପ୍ରାପ୍ତ ହେଲା । ସେ ଦେଖିଲା ଲୋକମାନେ ଖୁବ୍ ଶିଘ୍ର ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେଉଥିଲେ ।
(i) ବାତ୍ୟାଗୁଡ଼ିକ କିପରି ସଂଘଟିତ ହୁଏ ବୁଝାଅ ।
(ii) ସମୁଦ୍ର ଉପକୂଳରେ ଅଭ୍ୟନ୍ତର ସ୍ଥଳଭାଗ ତୁଳନାରେ ଅଧିକ ବାତ୍ୟା ସୃଷ୍ଟି ହେବାର କାରଣ କ’ଣ ?
(iii) ବାତ୍ୟା ଆସିବା ପୂର୍ବରୁ ଲୋକମାନେ ଯେଉଁସବୁ ସତର୍କତା ଅବଲମ୍ବନ କରିବା ବିଧେୟ, ସେଥିରୁ ଦୁଇଟି ଉଲ୍ଲେଖ କର ।
Answer:
(i) ସମୁଦ୍ରର ଉଷ୍ଣ ଜଳରାଶି ଉପରେ ଯେତେବେଳେ ଉଚ୍ଚ ତାପମାତ୍ରା ଅଧିକ ବାଷ୍ପୀକରଣ ଘଟାଏ, ସେତେବେଳେ ବାତ୍ୟା ସୃଷ୍ଟିପାଇ ଅନୁକୂଳ ପରିସ୍ଥିତି ଦେଖାଯାଏ । ଉର୍ଦ୍ଧ୍ୱଗାମୀ ଉଷ୍ଣବାୟୁ ଲଘୁଚାପ ସୃଷ୍ଟିକରେ । ଚତୁଃପାର୍ଶ୍ବରେ ଥିବା ବାୟୁର ଚାପ ଅଧିକ ଥାଏ । ଏଣୁ ବାୟୁ ଚତୁଃପାର୍ଶ୍ବରୁ ଲଘୁଚାପ କେନ୍ଦ୍ରଆଡ଼କୁ ପ୍ରବାହିତ ହେବାକୁ ଲାଗେ । ଏହି ସମୟରେ ଶକ୍ତିଶାଳୀ ପବନ, ପୃଥିବୀର ଆବର୍ତ୍ତନଦ୍ଵାରା ପ୍ରଭାବିତ ହୋଇ ଘୂର୍ଣ୍ଣନଗତି ଦେଖାଏ । ଏହିପରି ବାତ୍ୟା ସୃଷ୍ଟିହୁଏ ।
(ii) ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ବୃହଦାକାର ଜଳରାଶି ନିକଟରେ ଅବସ୍ଥିତ ଯେଉଁଠାରେ ବାଷ୍ପୀକରଣ ପ୍ରକ୍ରିୟା ସର୍ବାଧିକ । ସେଠାରେ ଉତ୍ତପ୍ତ ଆର୍ଦ୍ରବାୟୁ ବାତ୍ୟାପାଇଁ ଅନୁକୂଳ ହୁଏ । ଆଭ୍ୟନ୍ତରୀଣ ଅଞ୍ଚଳରେ ବୃହତ୍ ଜଳରାଶି ନଥିବାରୁ ଏହି ପ୍ରାକୃତିକ ପ୍ରକ୍ରିୟା ସେଠାରେ ଘଟିପାରେ ନାହିଁ । ଏଣୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଆଭ୍ୟନ୍ତରୀଣ ଅଞ୍ଚଳ ତୁଳନାରେ ଅଧିକ ବାତ୍ୟାପ୍ରବଣ ହୋଇଥାଏ ।
(iii) (a) ପ୍ରଥମେ ଲୋକମାନେ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହେବା ଉଚିତ ।
(b) ଲୋକମାନେ ଶୁଖୁଲାଖାଦ୍ୟ, ପାନୀୟଜଳ ବାତ୍ୟା ପୂର୍ବରୁ ବ୍ୟବସ୍ଥା କରିବା ସହିତ ସେମାନଙ୍କର ଅତିଦରକାରୀ ଓ ମୂଲ୍ୟବାନ ବସ୍ତୁଗୁଡ଼ିକୁ ସୁରକ୍ଷିତ ରଖୁବା ଉଚିତ ।
![]()
Question 3.
ଗୋଟିଏ ବିଜ୍ଞାନ ପ୍ରଦର୍ଶନୀରେ ପିଲାମାନେ ଗୋଟିଏ ପାତ୍ରରେ ଜଳ ରଖୁ ଏହାକୁ ଉତ୍ତପ୍ତ କଲେ । ସେଥିରେ ସେମାନେ ଜଳ ଫୋଟକାଗୁଡ଼ିକ ସୃଷ୍ଟିହେବାର ଦେଖୁଲେ । ଶିକ୍ଷକ ସେମାନଙ୍କୁ ବାଣ୍ଟୁ ଓ ଜଳ ଉପରେ ତାପର ପ୍ରଭାବ ବୁଝାଇଲେ ।
(i) ଗରମ କଲେ ବାୟୁ ହାଲୁକା ହୁଏ କାହିଁକି ?
(ii) ବାୟୁର ଏହି ପ୍ରକୃତି କିପରି ପବନ ସୃଷ୍ଟି କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଏ ?
(iii) ଗୋଟିଏ ପ୍ରାକୃତିକ ଘଟଣାକୁ ଉପରୋକ୍ତ ପର୍ଯ୍ୟବେକ୍ଷଣ ସହ ସମ୍ବନ୍ଧିତ କର ।
Answer:
(i) ଯେତେବେଳେ ବାୟୁ ଉତ୍ତପ୍ତ ହୁଏ ଏହାର କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ବୃଦ୍ଧିପାଏ । ଫଳରେ ବାୟୁର ଆୟତନ ବୃଦ୍ଧିପାଇ ସାନ୍ଦ୍ରତା କମିଯାଏ । ତେଣୁ ଉଷ୍ଣବାୟୁ ଶୀତଳ ବାୟୁ ଅପେକ୍ଷା ଅଧିକ ହାଲୁକା ହୋଇଯାଏ ।
(ii) ଉଷ୍ଣବାୟୁ ଉପରକୁ ଉଠେ ଏବଂ ଏକ ନିମ୍ନଚାପ ଅଞ୍ଚଳ ସୃଷ୍ଟିକରେ । ଥଣ୍ଡାବାୟୁ ସେହି ସ୍ଥାନକୁ ପ୍ରବାହିତ ହୋଇ ଶୂନ୍ୟସ୍ଥାନ ପୂରଣ କରେ । ଫଳରେ ବାୟୁ ଗତିଶୀଳ ହୋଇ ପବନରେ ପରିଣତ ହୁଏ ।
(iii) ଦିନବେଳା ସୃଷ୍ଟି ସମୁଦ୍ର ବାୟୁ ଏହାର ଏକ ଉଦାହରଣ । ସ୍ଥଳଭାଗ ଶିଘ୍ର ଉତ୍ତପ୍ତ ହେବାରୁ ଏହା ଉପରେ ଲଘୁଚାପ ସୃଷ୍ଟିହୁଏ । ସମୁଦ୍ରଜଳ ଅପେକ୍ଷାକୃତ ଶୀତଳ ଥିବାରୁ ଏହା ଉପରେ ଚାପ ଅଧିକ ଥାଏ । ସମୁଦ୍ର ଓ ସ୍ଥଳଭାଗ ମଧ୍ୟରେ ବାୟୁଚାପର ପ୍ରଭେଦ ଯୋଗୁ ସମୁଦ୍ର ବାୟୁ ଦିନବେଳା ସମୁଦ୍ରଆଡୁ ସ୍ଥଳଭାଗ ଦିଗରେ ପ୍ରବାହିତ ହୁଏ ।
Question 4.
ରୋହିତ ବଣଭୋଜି କରୁଥିବା ସମୟରେ ଆକାଶରେ ବିଜୁଳି ସହ ଘଡ଼ଘଡ଼ି ବାରମ୍ବାର ଦେଖୁଲା । ସେ ଏପରି କାହିଁକି ହେଉଛି ଜାଣିବାକୁ ବ୍ୟଗ୍ର ହେଲା ।
(i) ଆମେ କାହିଁକି ଘଡ଼ଘଡ଼ି ପୂର୍ବରୁ ବିଜୁଳି ଦେଖୁଥାଉ ?
(ii) ବିଜୁଳି ମାରିବା ସମୟରେ ରୋହିତ କି କି ସତର୍କତା ଅବଲମ୍ବନ କରିବା ଉଚିତ ?
(iii) ମେଘ ଭିତରେ ବିଜୁଳି କିପରି ସୃଷ୍ଟିହୁଏ ? ବୁଝାଇ ଲେଖ ।
Answer:
(i) ଆଲୋକର ବେଗ ଶବ୍ଦର ବେଗଠାରୁ ଯଥେଷ୍ଟ ଅଧିକ । ଏଣୁ ବିଜୁଳି ସହ ଘଡ଼ଘଡ଼ି ମାରିବା ସମୟରେ ଆମେ ପ୍ରଥମେ ବିଜୁଳି ଆଲୋକ ଦେଖୁ ଏବଂ କିଛି ସମୟପରେ ଶବ୍ଦ ଶୁଣିବାକୁ ପାଇଥାଏ ।
(ii) ରୋହିତ କୌଣସି ଉଚ୍ଚ ଗଛ ମୂଳରେ ଆଶ୍ରୟ ନେବା ଉଚିତ ନୁହେଁ । ଲୁହାବେଣ୍ଟ ଥିବା ଛତା ଧରିବା ଉଚିତ ନୁହେଁ । ପାଣି ଭିତରେ ଥିଲେ ହଠାତ୍ ବାହାରକୁ ଆସିବା ଉଚିତ । ଖୋଲାଜାଗାରେ ବୁଲାବୁଲି ନକରି କୌଣସି ଆବଦ୍ଧ କୋଠରି ମଧ୍ୟରେ ରହିବା ନିରାପଦ ଅଟେ ।
(iii) ମେଘରେ ଚାର୍ଜର ପୃଥକୀକରଣ ଯୋଗୁ ବିଜୁଳିର ସୃଷ୍ଟି । ବରଫ କଣିକା ଓ ଜଳବିନ୍ଦୁର ଘର୍ଷଣ ଯୋଗୁ ଚାର୍ଜ ସୃଷ୍ଟିହୁଏ । ମେଘର ଉପରିଭାଗରେ ହାଲୁକା ବରଫ ଖଣ୍ଡ ଯୁକ୍ତାତ୍ମକ ଚାର୍ଜ ବହନ କରନ୍ତି । ଓଜନିଆ ଜଳବିନ୍ଦୁଗୁଡ଼ିକ ମେଘର ନିମ୍ନ ପ୍ରଦେଶରେ ବିଯୁକ୍ତାତ୍ମକ ଚାର୍ଜ ବହନ କରନ୍ତି । ଏହିପରି ଚାର୍ଜର ତାରତମ୍ୟ ଅଧିକ ହୁଏ ବାୟୁସ୍ତର ଭାଙ୍ଗିଯାଏ ଏବଂ ବିଦ୍ୟୁତ ବିସର୍ଜନ ହୁଏ । ଏହାକୁ ଆମେ ବିଜୁଳି କହିଥାଉ ।
Question 5.
ନେହା ଦେଖୁଲା ଯେ ଜୋର୍ରେ ପବନ ବହୁଥିବା ସମୟରେ ଅନେକ ଲୋକ ଧରିଥିବା ଛତାଗୁଡ଼ିକ ଓଲଟି ଯାଉଛି । ଏପରି କାହିଁକି ହୁଏ ? ବାୟୁର କେଉଁ ପ୍ରକୃତି ଏଥିପାଇଁ ଦାୟୀ । ବାସ୍ତବ ଜୀବନରେ ଏହିପରି ଘଟୁଥିବା ଅନ୍ୟ ଏକ ଘଟଣା ଉଲ୍ଲେଖ କର ।
Answer:
ଛଡ଼ା ଉପରେ ଦ୍ରୁତଗାମୀ ବାୟୁ ଲଘୁଚାପ ସୃଷ୍ଟିକରେ । ଛତାତଳ ସ୍ଥିର ବାୟୁର ଚାପ ଅଧୁକ ଥାଏ । ଏଣୁ ଛତାର ନିମ୍ନଅଂଶରୁ ବାୟୁ ଉପରକୁ ଉଠି ଛତା ଉପରେ ଚାପ ପ୍ରଦାନ କରେ । ଗତିଶୀଳ ବାୟୁର ଖସ ସ୍ଥିର ବାୟୁର ଚାପ ଅପେକ୍ଷା କମ୍ । ଝଡ଼ ସମୟରେ ଏହି କାରଣରୁ ଘରର ଦୁର୍ବଳ ଛାତ ଉଡ଼ିଯିବାର ଦେଖାଯାଏ । ବାୟୁର ଉର୍ଦ୍ଧ୍ବସ୍ତର ଓ ନିମ୍ନସ୍ତର ମଧ୍ଯରେ ଚାପ ପ୍ରାର୍ଥକ୍ୟ ଯୋଗୁ ଉଡ଼ାଯାହାଜ ଭୂମି ଛାଡ଼ି ଉପରକୁ ଉଠିବାରେ ସହାୟକ ହୋଇଥାଏ ।
ଦୃକ୍ତି–କାରଣ ପ୍ରଶ୍ନୋତ୍ତର
ନିମ୍ନ ପ୍ରଶ୍ନଗୁଡ଼ିକ ପ୍ରତ୍ୟେକରେ ଦୁଇଟି ଉକ୍ତି ରହିଛି । ପ୍ରଥମଟି ଦୃଢୋକ୍ତି (Assertion) A ଏବଂ ଅନ୍ୟଟି କାରଣ (Reason) (R). a, b, c, d ମଧ୍ୟରୁ ଉପଯୁକ୍ତ ସଂଯୋଗ ବାଛି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(a) ଉଭୟ A ଏବଂ R ଠିକ୍ ଏବଂ R ହେଉଛି A ର ସଠିକ ବ୍ୟାଖାକରଣ ଅଟେ ।
(b) ଉଭୟ A ଓ R ଠିକ୍ ଏବଂ R, A ର ସଠିକ୍ ବ୍ୟାଖ୍ୟାକରଣ ନୁହେଁ ।
(c) A ସତ୍ୟ କିନ୍ତୁ R ମିଥ୍ୟା
(d) A ମିଥ୍ୟ କିନ୍ତୁ R ସତ୍ୟ
Question 1.
ଦୃଢୋକ୍ତି (Assertion) (A) : ସ୍କୁଲ ବ୍ୟାଗ୍ରେ ମୋଟା ଫିତା ତୁଳନାରେ ସରୁ ଫିତା ଲାଗିଥିଲେ କାନ୍ଧକୁ ଅଧିକ ଆଘାତ ଦିଏ ।
କାରଣ (Reason) (R) : ସମାନ ବଳପାଇଁ କ୍ଷେତ୍ରଫଳ କମିଲେ ଚାପ ବଢ଼ିଯାଏ ।
Answer:
(a) ଉଭୟ A ଓ R ସତ୍ୟ ଏବଂ R ହେଉଛି A ର ସଠିକ୍ ବ୍ୟାଖ୍ୟାକରଣ ।
Question 2.
ଦୃଢୋକ୍ତି (Assertion) (A) : ଭିଷଣ ଝଡ଼ରେ ଛାତର ଟିଣ ଫର୍ଦ୍ଦଗୁଡ଼ିକ ଉଡ଼ିଯାଏ ।
କାରଣ (Reason) (R) : ଛାତ ଉପରେ ଦ୍ରୁତଗାମୀ ପବନ ଚାପ କମାଇଦିଏ । ଏଣୁ ଛାତ ତଳର ଉଚ୍ଚତାପ ଛାତର ଟିଣ ଫର୍ଦଗୁଡ଼ିକୁ ଠେଲିବାକୁ ଲାଗେ ।
Answer:
(a) ଉଭୟ A ଓ R ସତ୍ୟ ଏବଂ R ହେଉଛି A ର ସଠିକ୍ ବ୍ୟାଖ୍ୟାକରଣ ।
Question 3.
ଦୃଢୋକ୍ତି (Assertion) (A) : ବାୟୁଗୁଡ଼ିକ ବିଷୁବ ବୃତ୍ତଠାରୁ ମେରୁ ଆଡ଼କୁ ପ୍ରବାହିତ ହୁଅନ୍ତି ।
କାରଣ (Reason) (R) : ବିଷୁବ ବୃତ୍ତ ନିକଟରେ ତାପମାତ୍ରା ଅଧିକ ଥାଏ । ଏଣୁ ବାୟୁର ଚାପ କମିଯାଇ ଏହା ଉପରକୁ ଉଠେ ।
Answer:
(d) A ମିଥ୍ୟ କିନ୍ତୁ R ସତ୍ୟ
Question 4.
ଦୃଢୋକ୍ତି (Assertion) (A) : ଘଡ଼ଘଡ଼ି ସମୟରେ ଉଚ୍ଚ ଗଛତଳେ ଆଶ୍ରୟ ନେବା ନିରାପଦ ନୁହେଁ ।
କାରଣ (Reason) (R) : ବିଜୁଳି ଉଚ୍ଚ ବସ୍ତୁକୁ ଆଘାତ ଦିଏ ଏବଂ ବିଦ୍ୟୁତ ଚାର୍ଜ ଗଛ ମଧ୍ୟଦେଇ ଭୂମିକୁ ସ୍ଥାନାନ୍ତରିତ ହୁଏ ।
Answer:
(a) ଉଭୟ A ଓ R ସତ୍ୟ ଏବଂ R ହେଉଛି A ର ସଠିକ୍ ବ୍ୟାଖ୍ୟାକରଣ ।
Question 5.
ଦୃଢୋକ୍ତି (Assertion) (A) : ବାତ୍ୟାବେଳେ କେନ୍ଦ୍ର ଅଞ୍ଚଳରେ ଚାପ ବହୁତ କମ୍ କିନ୍ତୁ ଏହାର ଚାରିପଟେ ଚାପ ଯଥେଷ୍ଟ ଅଧିକ ।
କାରଣ (Reason) (R): ବାୟୁ ଲଘୁଚାପ ଅଞ୍ଚଳରୁ ସର୍ବଦା ଗୁରୁଚାପ ଅଞ୍ଚଳକୁ ଗତିକରେ ।
Answer:
(c) A ସତ୍ୟ କିନ୍ତୁ R ମିଥ୍ୟା
ଘଟଣା ଆଧାରିତ ପ୍ରଶ୍ନ (Case Based Questions) :
Question 1.
ଦିନବେଳା ସ୍ଥଳଭାଗ, ଜଳଭାଗ ତୁଳନାରେ ଶୀଘ୍ର ଉତ୍ତପ୍ତ ହୁଏ । ସ୍ଥଳଭାଗ ଉପରିସ୍ଥ ଉଷ୍ଣବାୟୁ ଉର୍ଦ୍ଧ୍ୱମୁଖୀ ହୁଏ ଏବଂ ନିମ୍ନଚାପ ସୃଷ୍ଟିକରେ । ଜଳଭାଗ ଉପରେ ବାୟୁର ଚାପ ଅଧିକ ଥାଏ । ତେଣୁ ବାୟୁ ଜଳଭାଗରୁ ସ୍ଥଳଭାଗକୁ ପ୍ରବାହିତ ହୁଏ । ଏହି ବାୟୁ ସମୁଦ୍ର ଉପକୂଳ ଅଞ୍ଚଳରେ ଲୋକମାନଙ୍କୁ ଆଶ୍ୱସ୍ତି ଦିଏ । ପରିସ୍ଥିତିକୁ ଅନୁଧ୍ୟାନ କରି ନିମ୍ନ ପ୍ରଶ୍ନଗୁଡ଼ିକର ସଠିକ୍ ଉତ୍ତର ବାଛ ।
(i) କି ପ୍ରକାର ଚାପ ଉପରୋକ୍ତ ଅନୁଚ୍ଛେଦରେ ବାୟୁ ପ୍ରବାହ ପାଇଁ ଦାୟୀ ?
(a) ସ୍ଥଳଭାଗରେ ଉଚ୍ଚଚାପ ଏବଂ ଜଳଭାଗରେ ନିମ୍ନଚାପ
(b) ସ୍ଥଳଭାଗରେ ନିମ୍ନଚାପ ଏବଂ ଜଳଭାଗରେ ଉଚ୍ଚଚାପ
(c) ଉଭୟ ସ୍ଥଳଭାଗ ଓ ଜଳଭାଗରେ ଉଚ୍ଚଚାପ
(d) ଉଭୟ ସ୍ଥଳଭାଗ ଓ ଜଳଭାଗରେ ନିମ୍ନଚାପ
Answer:
(b) ସ୍ଥଳଭାଗରେ ନିମ୍ନଚାପ ଏବଂ ଜଳଭାଗରେ ଉଚ୍ଚଚାପ
(ii) ଘଟଣାଟିରେ କେଉଁ ଦୃଷ୍ଟାନ୍ତ ରହିଛି ?
(a) ସ୍ଥଳବାୟୁ
(c) ମୌସୁମୀ ବାୟୁ
(b) ସମୁଦ୍ର ବାୟୁ
(d) ବାତ୍ୟା ଜନିତ ବାୟୁ
Answer:
(b) ସମୁଦ୍ରବାୟୁ
![]()
(iii) ଦିନବେଳା ସ୍ଥଳଭାଗର ବାୟୁ କାହିଁକି ଉର୍ଦ୍ଧ୍ୱମୁଖା ହୁଏ ?
(a) ସ୍ଥଳଭାଗ ଅଧିକ ତାପ ପ୍ରତିଫଳନ କରେ ।
(b) ସ୍ଥଳଭାଗ ଜଳଭାଗ ଅପେକ୍ଷା ଶୀଘ୍ର ଥଣ୍ଡାହୁଏ ।
(c) ସ୍ଥଳଭାଗ ଶୀଘ୍ର ଉତ୍ତପ୍ତ ହୋଇ ବାୟୁକୁ ଉଷ୍ପକରେ ।
(d) ଜଳଭାଗ ସ୍ଥଳଭାଗ ଅପେକ୍ଷା ଶୀଘ୍ର ଉତ୍ତପ୍ତ ହୁଏ ।
Answer:
(c) ସ୍ଥଳଭାଗ ଶୀଘ୍ର ଉତ୍ତପ୍ତ ହୋଇ ବାୟୁକୁ ଉଷ୍ଣକରେ ।