Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

Go through 8th Class Science Book Odia Medium Question Answer and Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା to understand textbook questions more clearly.

8th Class Science Chapter 6 Question Answer Odia Medium

Class 8 Science Chapter 6 Odia Medium

ଜିଜ୍ଞାସା ବଜାୟ ରଖ

Question 1.
ସଠିକ୍ ବକ୍ତବ୍ୟ ବାଛ ।
(i) ଚିତ୍ର6.21କୁ ସତର୍କତା ସହିତ ଦେଖ । ପାତ୍ର R ଜଳରେ ପରିପୂର୍ଣ୍ଣ ହୋଇଛି । ଯେତେବେଳେ ପାଣି ଢାଳିବା ବନ୍ଦ କରିବ, ସେତେବେଳେ ଜଳରସ୍ତର ________ ହେବ
Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 1
(a) ପାତ୍ର P ରେ ସର୍ବୋଚ୍ଚ
(b) ପାତ୍ର Q ରେ ସର୍ବୋଚ୍ଚ
(c) ପାତ୍ର R ରେ ସର୍ବୋଚ୍ଚ
(d) ତିନୋଟି ପାତ୍ରରେ ସମାନ
Answer:
(d) ତିନୋଟି ପାତ୍ରରେ ସମାନ (କାରଣ ପାତ୍ରର ଆକାର ଯାହା ହେଉ, ସମାନ ଉଚ୍ଚତାରେ ଜଳସ୍ତର ସମାନ ରହିବ ।

(ii) ଏକ ରବର ଶୋଷକ (M)କୁ ଏକ ସମତଳ ମସୃଣ ପୃଷ୍ଠରେ ଚାପି ଦିଆଯାଏ ଏବଂ ଏକ ସମାନ ପ୍ରକାର ଶେଷକ (N) କୁ ଏକ ଅମସୃଣ ପୃଷ୍ଠରେ ଚାପି ଦିଆଯାଏ ।
(a) M ଓ N ଉଭୟ ସେମାନଙ୍କ ପୃଷ୍ଠରେ ଲାଗି ରହିବେ ।
(b) M ଓ N ଉଭୟ ସେମାନଙ୍କ ପୃଷ୍ଠରେ ଲାଗି ରହିବେ ନାହିଁ ।
(c) M ଲାଗି ରହିବ କିନ୍ତୁ N ଲାଗି ରହିବ ନାହିଁ ।
(d) M ଲାଗି ରହିବ ନାହିଁ କିନ୍ତୁ N ଲାଗି ରହିବ ।
Answer:
(c) M ଲାଗି ରହିବ କିନ୍ତୁ N ଲାଗି ରହିବ ନାହିଁ ।

(iii) ଏକ କୋଠାର ଛାତ ଉପରେ ‘H’ ଉଚ୍ଚତାରେ ଏକ ପାଣିଟାଙ୍କି ରଖାଯାଇଛି । ଭୂତଳ ମହଲାରେ ଅଧୁକ ଚାପ ସହିତ ପାଣି ପାଇବାପାଇଁ ଜଣକୁ :
(a) ଟାଙ୍କି ଯେଉଁ ଉଚ୍ଚତା ‘H’ ରେ ରଖାଯାଇଛି ତାହା ଉଚ୍ଚତା ‘H’ ବୃଦ୍ଧି କର
(b) ଟାଙ୍କି ଯେଉଁ ଉଚ୍ଚତା ‘H’ ରେ ରଖାଯାଇଛି ତରାହା ‘H’ ହ୍ରାସ କର ।
(c) ଏହି ଟାଙ୍କି ବଦଳାଇ ସମାନ ଉଚ୍ଚତାରେ ଅନ୍ୟ ଏକ ଟାଙ୍କି ରଖ ଯାହା ଅଧ୍ବକ ପାଣି ଧରିପାରିବ ।
(d) ଏହି ଟାଙ୍କି ବଦଳାଇ ସମାନ ଉଚ୍ଚତାରେ ଅନ୍ୟ ଏକ ଟାଙ୍କି ରଖ ଯାହା କଣ ପାଣି ଧରିପାରିବ ।
Answer:
(a) ଟାଙ୍କି ଯେଉଁ ଉଚ୍ଚତା ‘H’ ରେ ରଖାଯାଇଛି ତାହା ଉଚ୍ଚତା ‘H’ ବୃଦ୍ଧି କର

(iv) ଦୁଇଟି ପାତ୍ର A ଏବଂ B ଚିତ୍ରରେ ଦେଖାଯାଉଥ‌ିବାପରି ସମାନ ସ୍ତର ପର୍ଯ୍ୟନ୍ତ ପାଣି ଧାରଣ କରନ୍ତି । PA ଏବଂ PB ପାତ୍ର ଦୁଇଟିର ତଳ ଭାଗରେ ପଡୁଥ‌ିବା ଚାପ । FA ଏବଂ FB ପାତ୍ର A ଓ B ତଳଭାଗରେ ପାଣିଦ୍ଵାରା ପ୍ରଦତ୍ତ ବଳ ।
Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 2
(a) PA = PB ଏବଂ FA = FB
(b) PA = PB ଏବଂ FA < FB
(c) PA < PB ଏବଂ FA = FB
(d) PA > PB ଏବଂ FA > FB
Answer:
(b) PA = PB ଏବଂ FA < FB

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

Question 2.
ନିମ୍ନଲିଖତ ବିବୃତ୍ତିଗୁଡ଼ିକ ସତ୍ୟ (T) କିମ୍ବା ମିଥ୍ୟା (F) ଲେଖ ।
(a) ଉଚ୍ଚଚାପ କ୍ଷେତ୍ରରୁ ନିମ୍ନଚାପ କ୍ଷେତ୍ରକୁ ବାୟୁ ପ୍ରବାହିତ ହୁଏ ।
(b) ତରଳ ପଦାର୍ଥ କେବଳ ପାତ୍ରର ତଳ ଭାଗରେ ଚାପ ପ୍ରୟୋଗ କରେ ।
(c) ଘୂର୍ଣ୍ଣିବାତ୍ୟାର ଆଖ୍ ଅଞ୍ଚଳରେ ପାଗ ଝଡ଼ମୟ ହୋଇଥାଏ ।
(d) ବଜ୍ରପାତ ସମୟରେ ଗାଡ଼ି ଭିତରେ ରହିବା ସୁରକ୍ଷିତ
Answer:
(a) ସତ୍ଯ
(b) ମିଥ୍ୟା
(c) ମିଥ୍ୟା
(d) ସତ୍ଯ

Question 3.
ଚିତ୍ର 6.23 ‘କ’ରେ ଗୋଟିଏ ବାଳକ ଭୂସମାନ୍ତର ଭାବରେ ଶୋଇଥ‌ିବା ଦେଖାଯାଇଛି ଏବଂ ଚିତ୍ର 6.23 ‘ଖ’ରେ ବାଳକଟି ଏକ ଖୋଲା ବାଲିଶର୍ଯ୍ୟାରେ ଭୂଲମ୍ବ ଭାବରେ ଠିଆ ହୋଇଛି । କେଉଁ କ୍ଷେତ୍ରରେ ବାଳକ ବାଲିରେ ଅଧୁକ ବୁଡ଼ିଯାଏ ? କାରଣ ଦିଅ ।
Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 3
Answer:
ଚିତ୍ର ‘ଖ’ କ୍ଷେତ୍ରରେ ବାଳକ ବାଲିରେ ଅଧ‌ିକ ବୁଡ଼ି ରହିବେ । ଉଭୟ ଚିତ୍ର କ୍ଷେତ୍ରରେ ବାଳକର ଓଜନ ସମାନ (ମାଧ୍ୟାକର୍ଷଣ ବଳ) ମାତ୍ର ଚିତ୍ର ‘କ’ରେ ବଳ ଅଧ୍ଵକ କ୍ଷେତ୍ରଫଳ ଉପରେ ପ୍ରୟୋଗିକ ହେବାରୁ ଚାପ କମ୍ ହେବ । ଅନ୍ୟପକ୍ଷରେ ଚିତ୍ର ‘B’ ରେ କମ୍ କ୍ଷେତ୍ରଫଳ ଉପରେ ସମାନ ବଳ ପ୍ରୟୋଗ ହୋଇ ଅଧ‌ିକ ଚାପ ସୃଷ୍ଟି କରିବ । ଫଳରେ ବାଳକଟି ଅଧ୍ଵକ ବାଲିରେ ବୁଡ଼ିଯିବ ।

Question 4.
ଗୋଟିଏ ହାତୀ ଚାରିଗୋଟି ପାଦ ଉପରେ ଠିଆ ହୋଇଛି । ଯଦି ଗୋଟିଏ ପାଦଦ୍ଵାରା ଆଚ୍ଛାଦିତ ସ୍ଥାନର କ୍ଷେତ୍ରଫଳ 0.25 ବର୍ଗମିଟର ହୁଏ ତେବେ ହାତୀଟି ଭୂମିରେ ପ୍ରୟୋଗ କରୁଥିବା ଚାପ ଗଣନା କର ଯଦି ତାହାର ଓଜନ 20000 N ହୁଏ ।
Answer:
ଗୋଟିଏ ପାଦଦ୍ଵାରା ଆଚ୍ଛାଦିତ ସ୍ଥାନର କ୍ଷେତ୍ରଫଳ 0.25 ବର୍ଗମିଟର
4ଟି ପାଦଦ୍ଵାରା ଆଚ୍ଛାଦିତ ସ୍ଥାନର କ୍ଷେତ୍ରଫଳ = 0.25 × 4 = 1 ବର୍ଗମିଟର
ହାତୀର ଓଜନ F = 20,000 ନିଉଟନ
4ଟି ପାଦଦ୍ଵାରା ଆଚ୍ଛାଦିତ ସ୍ଥାନର କ୍ଷେତ୍ରଫଳ A = 1 ବର୍ଗମିଟର
ଚାପ P = \(\frac{\mathrm{F}}{\mathrm{~A}}=\frac{20,000 \mathrm{~N}}{\mathrm{Im}^2}\) = 20,000 \(\frac{\mathrm{N}}{\mathrm{~m}^2}\) = 20,000 Pa

Question 5.
A ଓ B ଦୁଇଟି ଡଙ୍ଗାଅଛି । ଡଙ୍ଗା A ର ତଳପୃଷ୍ଠର କ୍ଷେତ୍ରଫଳ 7m? ଏବଂ ଏଥ‌ିରେ 5 ଜଣ ବ୍ୟକ୍ତି ବସିଛନ୍ତି । ଡଙ୍ଗା B ର ତଳପୃଷ୍ଠର କ୍ଷେତ୍ରଫଳ 3.5m? ଏବଂ ଏଥ‌ିରେ 3 ଜଣ ବ୍ୟକ୍ତି ବସିଛନ୍ତି । ଯଦି ପ୍ରତ୍ୟେକ ବ୍ୟକ୍ତିଙ୍କ ଓଜନ 700 N, ତେବେ କେଉଁ ଡଙ୍ଗା ଏହାର ତଳପୃଷ୍ଠ ଉପରେ ଅଧିକ ଚାପ ଅନୁଭବ କରିବ ଏବଂ ଏହି ନିର୍ଣ୍ଣୟ କର ।
Answer:
ଡଙ୍ଗା A ରେ ବସିଥୁବା 5 ଜଣ ବ୍ୟକ୍ତିର ଓଜନ = 5 × 700 N = 3500 N
ଡଙ୍ଗା B ରେ ବସିଥ‌ିବା 3 ଜଣ ବ୍ୟକ୍ତିଙ୍କ ଓଜନ = 3 × 700 N = 2100 N
ଡଙ୍ଗା A ପାଇଁ F = 3500 N ଏବଂ A = 7m2
ଏଣୁ P = \(\frac{F}{A}=\frac{3500 \mathrm{~N}}{7 \mathrm{~m}^2}\) = 500 \(\frac{\mathrm{N}}{\mathrm{~m}^2}\)
ଡଙ୍ଗା B ପାଇଁ F = 2100 N ଏବଂ A = 3.5m2
ଏଣୁ P = \(\frac{F}{A}=\frac{2100 \mathrm{~N}}{3.5 \mathrm{~m}^2}\) = 600\(\frac{\mathrm{N}}{\mathrm{~m}^2}\)
600\(\frac{\mathrm{N}}{\mathrm{~m}^2}\) – 500\(\frac{\mathrm{N}}{\mathrm{~m}^2}\) = 100\(\frac{\mathrm{N}}{\mathrm{~m}^2}\)
ଏଣୁ ଡଙ୍ଗା B ରେ ଚାପ ଅଧ‌ିକ ହେବ ଏବଂ ଏହା ଡଙ୍ଗା A ଅପେକ୍ଷା 100\(\frac{\mathrm{N}}{\mathrm{~m}^2}\) ଚାପ ଅଧିକ ପ୍ରୟୋଗ କରିବ ।

Question 6.
ଯଦି ବାୟୁ ଏବଂ ମେଘ ବିଦ୍ୟୁତ୍‌ର ସୁପରିବାହୀ ହୋଇଥାନ୍ତେ ତେବେ ବଜ୍ରପାତ ଘଟିଥାନ୍ତା କି ? ତୁମ ଉତ୍ତର କାରଣ ଦିଅ ।
Answer:
ଯଦି ବାୟୁ ଏବଂ ମେଘ ବିଦ୍ୟୁତ୍‌ର ସୁପରିବାହୀ ହୋଇଥାନ୍ତେ ତେବେ ବଜ୍ରପାତ ଘଟିନଥାନ୍ତା । କାରଣ ସୁପରିବାହୀ ପଦାର୍ଥ ମଧ୍ୟରେ ବିଦ୍ୟୁତ ଚାର୍ଜ ସହଜରେ ପ୍ରବାହିତ ହୋଇପାରନ୍ତା । ମାତ୍ର ଜମିଯାଇ ସ୍ଥିର ବୈଦ୍ୟୁତିକ ଚାର୍ଜ ସୃଷ୍ଟି କରନ୍ତା ନାହିଁ । କୁପରିବାହୀ ପଦାର୍ଥରେ ବିଦ୍ୟୁତ ଚାର୍ଜ ପୃଥକୀକରଣ ଯୋଗ କମିଯିବା ଫଳରେ ଏହାର ହଠାତ ବିସର୍ଜନ (discharge) ଘଡ଼ଘଡ଼ି ସୃଷ୍ଟି କରିଥାଏ । ସୁପରିବାହୀ ହୋଇଥିଲେ ଚାର୍ଜଗୁଡ଼ିକୁ (ପରସ୍ପର ବିପରୀତ) ମାଧ୍ୟମକୁ ପ୍ରଭାବହୀନ କରନ୍ତା ବା ସମତୁଲ କରନ୍ତା ଫଳରେ ଉଚ୍ଚ ଭୋଲଟ୍ ସୃଷ୍ଟି ହୁଅନ୍ତା ନାହିଁ ।

Question 7.
ଚିତ୍ରରେ ଦେଖାଯାଉଥ‌ିବା ଦୁଇଟି ସମାନ ବେଲୁନ À ଏବଂ B ର କ’ଣ ହେବ ? ଫୁଲିଯିବ କି ? ଯଦି ହଁ, ତେବେ ସେମାନେ ସମାନ ଭାବରେ ଫୁଲିଯିବେ କି ? ତୁମ ଉତ୍ତର ବ୍ୟାଖ୍ୟାକର ।
Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 4
Answer:
ଉଭୟ ବେଲୁନ୍ ସମାନ ଭାବରେ ଫୁଲିଯିବେ ଯଦି ସେମାନେ ସମାନ ଉଚ୍ଚତା ସ୍ତରରେ ସଂଯୁକ୍ତ ହୋଇଥ‌ିବେ । ତରଳର ଚାପ ସ୍ତରର ଉଚ୍ଚତା ଉପରେ ନିର୍ଭର କରେ । ସମାନ ଉଚ୍ଚତାରେ ସମାନ ଚାପ ପ୍ରଦାନ କରେ । ଏହା ପାତ୍ରର ଆୟତନ ଉପରେ ନିର୍ଭରକରେ ନାହିଁ ।

Question 8.
ଏକ ଝଡ଼ କିପରି ଏକ ଘୂଷ୍ଠିବାତ୍ୟାରେ ପରିଣତ ହୁଏ ତାହା ବ୍ୟାଖ୍ୟା କର ।
Answer:
ସମୁଦ୍ର ଜଳ ଗରମ ହୋଇ ଏହା ଉପରେ ଥ‌ିବା ଉଷ୍ଣ ଓ ଆର୍ଦ୍ର ବାୟୁ ଉପରକୁ ଉଠିବା ସହିତ ଜଳୀୟବାଷ୍ପ ଘନିଭୂତ ହୋଇ ବର୍ଷା ବିନ୍ଦୁ ସୃଷ୍ଟିକରେ । ତାପ ପୁନର୍ବାର ବାୟୁମଣ୍ଡଳକୁ ମୁକ୍ତହୁଏ । ଏହା ଉର୍ଦ୍ଧ୍ୱଗାମୀ ବାୟୁର ଉଷ୍ଣତା ବୃଦ୍ଧିକରେ ଯାହା ଏହାକୁ ଅଧ‌ିକ ଉଚ୍ଚକୁ ନେଇଯାଏ ଏବଂ ଆହୁରି ଅଧିକ ନିମ୍ନଚାପ ସୃଷ୍ଟିହୁଏ । ଚତୁଃ ପାର୍ଶ୍ଵରେ ଥିବା ଗୁରୁଚାପ ଅଞ୍ଚଳରୁ ଏହି ଅଞ୍ଚଳକୁ ବାୟୁ ପ୍ରବାହିତ ହୋଇ ଏହା ମଧ୍ଯ ଉପରକୁ ଉଠିବାକୁ ଆରମ୍ଭ ହୁଏ । ପୃଥ‌ିବୀ ଗ୍ରହର ଘୂର୍ଣ୍ଣନ ଏହି ଗତିଶୀତ ବାୟୁର ଘୂର୍ଣ୍ଣନକୁ ତ୍ୱରାନ୍ଵିତ କରେ । ଫଳରେ ଏକ ଅତି ନିମ୍ନରୂପର କେନ୍ଦ୍ରରେ ଏକ ‘ଆଖ୍’ ସୃଷ୍ଟିହୁଏ । ଏହାର ଚାରିପଟ ମେଘ, ପବନ ଏବଂ ବର୍ଷାର ପୂର୍ବନଶୀଳ ଅବସ୍ଥା ଘୂର୍ଣ୍ଣିବାତ୍ୟା ସୃଷ୍ଟିକରେ । ଏଣୁ ଘୂଷ୍ଠିବାତ୍ୟା ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ଗତିକରେ ।

Question 9.
ଚିତ୍ରରେ ଗ୍ରୀଷ୍ମ ଅପରାହ୍ନରେ ସମୁଦ୍ର କୂଳରେ ଗଛ ଦେଖାଯାଉଛି । କେଉଁ ପାର୍ଶ୍ଵ (A କିମ୍ବା B) ସ୍ଥଳଭାଗ ତାହା ଚିହ୍ନଟ କର । ତୁମ ଉତ୍ତର ବ୍ୟାଖ୍ୟାକର ।
Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 5
Answer:
ଉପରୋକ୍ତ ଚିତ୍ରରେ À ସ୍ଥଳଭାଗ ଏବଂ B ଜଳଭାଗ । ଗ୍ରୀଷ୍ମଋତୁ ଅପରାହ୍ନରେ ସ୍ଥଳଭାଗ ଜଳଭାଗ ଅପେକ୍ଷା ଅଧିକ ଉତ୍ତପ୍ତ ହେତୁ ଏହା ଉପରେ ବାୟୁଚାପ କମ୍ବିଥାଏ । ସମୁଦ୍ର ଜଳ ସ୍ଥଳଭାଗ ଅପେକ୍ଷା କମ୍ ଉତ୍ତପ୍ତ ଥ‌ିବାରୁ ଏହା ଉପରେ ଚାପ ଅଧିକ ଥାଏ । ସ୍ଥଳଭାଗ ଓ ଜଳଭାଗ ମଧ୍ୟରେ ଚାପ ପାର୍ଥକ୍ୟ ଯୋଗୁ ସମୁଦ୍ରବାୟୁ ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ପ୍ରବାହିତ ହେଉଛି । ଗଛଗୁଡ଼ିକର ନଇଁଯିବା ସମୁଦ୍ରବାୟୁ ପ୍ରବାହ ଦର୍ଶାଉଛି ଏବଂ A ଦିଗରେ ଗଛଗୁଡ଼ିକ ନଇଁଯିବାରୁ A ସ୍ଥଳଭାଗର ସୂଚନା ପ୍ରଦାନ କରୁଛି ।

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

Question 10.
ଏକ କାର୍ଯ୍ୟ ବର୍ଣ୍ଣନା କର ଯାହା ଦେଖାଇବ ଯେ ବାୟୁ ଉଚ୍ଚତାପ କ୍ଷେତ୍ରରୁ କମ୍‌ପ କ୍ଷେତ୍ରକୁ ପ୍ରବାହିତ ହେବ ?
Answer:
ଉଚ୍ଚ ଚାପ କ୍ଷେତ୍ରରୁ ନିମ୍ନ ଚାପ କ୍ଷେତ୍ରକୁ ବାୟୁ ପ୍ରବାହ ଦର୍ଶାଇବାପାଇଁ ଆମେ ନିମ୍ନ କାର୍ଯ୍ୟ କରିପାରିବା ।
Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 6
(i) ସମାନ ଆକାରର ଦୁଇଟି ବେଲୁନ୍ ନି ଆଯାଉ ।
(ii) ଉଭୟ ବେଲୁନ୍‌କୁ ଫୁଙ୍କି ସେମାନଙ୍କୁ ସୂତାରେ ବନ୍ଧାଯଉ
(iii) ଦୁଇଟି ବେଲୁନ୍ କୁ 6-10 ସେ.ମି. (ଚିତ୍ର)ର ବ୍ୟବଧାନ ଛାଡ଼ି ଏକ ବାଡ଼ିଦ୍ଵାରା ଟଙ୍ଗାଯାଉ । ଚିତ୍ର : ଦୁଇଟି ବେଲୁନ ମଧ୍ୟରେ ଫୁଙ୍କିବା
(iv) ବର୍ତ୍ତମାନ, ଦୁଇ ବେଲୁନ୍ ମଧ୍ୟସ୍ଥ ସଂକୀର୍ଣ୍ଣ ସ୍ଥାନକୁ ଫୁଙ୍କ ଦ୍ଵାରା ବାୟୁ ପ୍ରବାହ କରାଯାଉ । ବେଲୁନ୍ ସହିତ କ’ଣ ହୁଏ ? ପର୍ଯ୍ୟବେକ୍ଷଣ କରାଯାଉ ।
(v) ବର୍ତ୍ତମାନ ଜୋର୍‌ରେ ଫୁଙ୍କି ଏବଂ ଅନୁଧ୍ୟାନ କରାଯାଉ ।
(vi) ଯେତେବେଳେ ଆମେ ଦୁଇଟି ବେଲୁନ୍ ମଧ୍ୟରେ ଫୁଙ୍କିବା ଦେଖୁ ଯେ ସେମାନେ ପରସ୍ପର ଆଡ଼କୁ ଗତି କରନ୍ତି । ଏହାର କାରଣ ଯେତେବେଳେ ଆମେ ବେଲୁନ୍ ମଧ୍ଯରେ ବାୟୁକୁ ଫୁଙ୍କୁ, ସେମାନଙ୍କ ମଧ୍ୟରେ କମ୍ ଚାପ କ୍ଷେତ୍ର ସୃଷ୍ଟି ହୁଏ । ବେଲୁନ୍ ଚାରିପାଖରେ ଥ‌ିବା ଉଚ୍ଚ ବାୟୁ ଚାପ ଉଭୟ ବେଲୁନ୍‌କୁ ପରସ୍ପର ଆଡ଼କୁ ଠେଲିଦିଏ ।
(vii) ଯଦି ଦୁଇଟି ବେଲୁନ୍ ମଧ୍ଯରେ ଅଧ‌ିକ ଜୋରରେ ଫୁଙ୍କାଯାଏ, ଦେଖିବା ଯେ ସେମାନେ ପରସ୍ପର ଆଡ଼କୁ ଅଧ‌ିକ ବେଗରେ ଗତି କରନ୍ତି ।
(viii) ଉଚ୍ଚ ଗତି ପବନ ଏକ ନିମ୍ନ ବାୟୁ ଚାପ ସୃଷ୍ଟି କରିଥାଏ । ଏହା ପର୍ଯ୍ୟବେକ୍ଷଣରୁ ଜଣାପଡ଼ିବ ।

Question 11.
ବଜ୍ରପାତ କ’ଣ ? ଏହାର ଗଠନ ପ୍ରକ୍ରିୟା ବ୍ୟାଖ୍ୟା କର ?
Answer:
ଶକ୍ତିଶାଳୀ ପବନ, ଘଡ଼ଘଡ଼ି, ବିଜୁଳି ଓ ବୃଷ୍ଟିପାତର ଏକ ସାମୟିକ ଅବସ୍ଥାକୁ ବଜ୍ରପାତ କହନ୍ତି । ଯେତେବେଳେ ଭୂପୃଷ୍ଠ ଶୀଘ୍ର ଉତ୍ତପ୍ତ ହୁଏ ଏବଂ ଏହା ଉପରିସ୍ଥ ବାୟୁ ଗରମ ହୋଇଥାଏ । ସେତେବେଳେ ଉଷ୍ଣବାୟୁ ଉପରକୁ ଉଠି ବାୟୁମଣ୍ଡଳର ଉଚ୍ଚସ୍ତରରେ ଥଣ୍ଡା ହୁଏ । ଏହା ବିରାଟକାୟ ମେଘ (Cloud) ସୃଷ୍ଟିକରେ । ଉପରକୁ ଉଠିଥିବା ବାୟୁ ଉର୍ଦ୍ଧ୍ୱମୁଖୀ ଓ ନିମ୍ନମୁଖୀ ପବନ ସୃଷ୍ଟିକରେ । ଫଳରେ ଯୁକ୍ତଚାର୍ଜିତ ହାଲୁକା ବରଫ ଉର୍ଦ୍ଧ୍ୱମୁଖୀ ହୁଏ ଏବଂ ବିଯୁକ୍ତ ଚାର୍ଜିତ ଭାରିଜଳ ମେଘର ନିମ୍ନ ଅଂଶକୁ ଆସେ । ମେଘ ମଧ୍ଯରେ ଚାର୍ଜ ପୃଥକୀକରଣ ଘଟେ । ମେଘର ବିଯୁକ୍ତ ଚାର୍ଜ ଭୂମି ନିକଟକୁ ଆସି ଭୂମି ଓ ନିକଟବର୍ତ୍ତୀ ବସ୍ତ୍ର ଯଥା ଗଛ କିମ୍ବା କୋଠାଘରକୁ ଯୁକ୍ତଚାର୍ଜ କରାଇଥାଏ । ଘଡ଼ଘଡ଼ି ସହ ବିଦ୍ୟୁତ ବିସର୍ଜନକୁ ବଜ୍ରପାତ କହନ୍ତି । ବର୍ଷପାତ ଶବ୍ଦ ବହୁତ ଭୟଙ୍କର ଅଟେ । ସାଧାରଣତଃ ଏହି ସମୟରେ ପବଳ ବର୍ଷାହୁଏ ।

Question 12.
ବଜ୍ରପାତ ଘଟାଉଥ‌ିବା ପ୍ରକ୍ରିୟା ବ୍ୟାଖ୍ୟା କର ?
Answer:
(i) ବାଦଲ ଭିତରେ ଜଳବିନ୍ଦୁ ଓ ବରଫ କଣିକା ପରସ୍ପର ସହ ଘଷିହୁଏ ।
(ii) ଏହାଦ୍ଵାରା ବିଦ୍ୟୁତ ଚାର୍ଜ ସୃଷ୍ଟି ହୁଏ ।
(iii) ମେଘର ଉପରି ଭାଗରେ ଯୁକ୍ତାତ୍ମକ ଚାର୍ଜ ସୃଷ୍ଟି ହୁଏ ।
(iv) ମେଘର ନିମ୍ନ ଭାଗରେ ବିଯୁକ୍ତାତ୍ମକଚାର୍ଜ ସୃଷ୍ଟି ହୁଏ ।
(v) ଏହିପରି ମେଘଖଣ୍ଡ ମଧ୍ୟରେ ଚାର୍ଜ ପୃଥକୀକରଣ ଦେଖାଯାଏ ।
(vi) ଏହି ପୃଥକୀକରଣ ବା ଚାର୍ଜ ପ୍ରାର୍ଥକ୍ୟ ଅଧିକ ହେଲେ ମେଘଖଣ୍ଡ ବିଦ୍ୟୁତ ବିସର୍ଜନ (discharge) କରନ୍ତି ।
(vii) ଫଳରେ ମେଘ ମେଘ ମଧ୍ଯରେ କିମ୍ବା ମେଘ ଓ ଭୂମି ମଧ୍ୟରେ ଚାର୍ଜ ଧକ୍କା ହୋଇ ବଜ୍ରପାତ ଘଟେ ।

Question 13.
ବ୍ୟାନର ଏବଂ ହୋଲିଂରେ କାହିଁକି ଛିଦ୍ର କରାଯାଏ, ବ୍ୟାଖ୍ୟା କର ।
Answer:
ଶକ୍ତିଶାଳୀ ପବନ ଉପରି ଭାଗରେ ବହୁଥ‌ିବା ସମୟରେ ନିମ୍ନଅଂଶରେ ଚାପ ଅଧ‌ିକ ଥାଏ । ଉପର ଅଂଶରେ ଚାପ କମ୍ବିଥାଏ । ଏହି ଚାପ ପ୍ରାର୍ଥକ୍ୟ ହେତୁ ବ୍ୟାନର ବା ହୋଡ଼ିଗୁଡ଼ିକ ଫାଟିଯାଆନ୍ତି କିମ୍ବା ବିଚ୍ଛିନ୍ନ ହୋଇ ଯିବାର ଦେଖାଯାଏ । ବ୍ୟାନର ଓ ହୋଲିଂ ମଧ୍ଯରେ ଛିଦ୍ର ରହିଲେ ଦ୍ରୁତଗାମୀ ପବନ ଏହା ମଧ୍ୟରେ ଅତିକ୍ରମ କରି ଚାପର ତାରତମ୍ୟ କମାଇଦିଏ, ଫଳରେ ବ୍ୟାନର ଓ ହୋଡି଼ଗୁଡ଼ିକ ଶକ୍ତିଶାଳି ପବନକୁ ସହ୍ୟ କରିପାରନ୍ତି ଏବଂ ଅନ୍ୟତ୍ର ଉଡ଼ିଯାଆନ୍ତି ନାହିଁ ।

ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ ପ୍ରଶ୍ନୋତ୍ତର

Question 1.
ଅନ୍ୟଦିନ ଅପେକ୍ଷା ବେଳେବେଳେ ପବନ କାହିଁକି ଅଧୁକ ଶକ୍ତିଶାଳୀ ହୁଏ ?
Answer:
ପବନ ଗୁରୁଚାପ ସ୍ଥାନରୁ ଲଘୁଚାପ ବିଶିଷ୍ଟ ସ୍ଥାନକୁ ପ୍ରବାହିତ ହୁଏ । ବେଳେବେଳେ ସ୍ଥାନ ଦୁଇଟି ମଧ୍ୟରେ ବାୟୁଚାପର ପ୍ରାର୍ଥକ୍ୟ ଯଥେଷ୍ଟ ଥାଏ । ଏହି ପରିସ୍ଥିତିରେ ପବନର ବେଗ ଶକ୍ତିଶାଳୀ ହୁଏ । ବାୟୁମଣ୍ଡଳରେ ଦୁଇଟି ସ୍ଥାନ ମଧ୍ୟରେ ତାପମାତ୍ରାରେ ପ୍ରାର୍ଥକ୍ୟ ଚାପ ମଧ୍ୟରେ ପ୍ରାର୍ଥକ୍ୟ ସୃଷ୍ଟିକରେ । ଦୁଇଟି ସ୍ଥାନ ମଧ୍ଯରେ ଅତ୍ୟତ୍ଵିକ ଚାପ ପାର୍ଥକ୍ୟ ପବନର ବେଗ ବୃଦ୍ଧିକରି ଏହାକୁ ଶକ୍ତିଶାଳୀ କରାଏ ।

Question 2.
ସାଧାରଣତଃ ପାଣିଟାଙ୍କି କାହିଁକି ଉଚ୍ଚସ୍ଥାନ ବା ଛାତ ଉପରେ ସ୍ଥାପନ କରାଯାଏ ?
Answer:
ପାଣିଟାଙ୍କି ଉଚ୍ଚସ୍ଥାନରେ ବା ଛାତ ଉପରେ ସ୍ଥାପନ କଲେ ଉଚ୍ଚତା ବୃଦ୍ଧି ହେତୁ ଜଳର ସ୍ଥିତିଜ ଶକ୍ତି ଅଧ‌ିକ ହୁଏ ଫଳରେ ପୃଥ‌ିବୀର ମାଧ୍ୟାକର୍ଷଣ ଅଧୂକ ହୁଏ । ଅଧ୍ବକ ବଳ (ସମାନ କ୍ଷେତ୍ରଫଳ ଉପରେ) ଅଧ‌ିକ ଚାପ ପ୍ରଦାନ କରେ । ଜଳର ଚାପ ଅଧ‌ିକ ହେତୁ ପାଣିଗ୍ୟାପ୍‌ରେ ଜଳ ଦ୍ରୁତ ବେଗରେ ଅଧିକ ପରିମାଣରେ ଆସିଥାଏ ।

Question 3.
ବାୟୁଚାପ ପ୍ରକୃତରେ ଆମକୁ ଚାପି ଦେଇପାରେ କି ?
Answer:
ଗୋଟିଏ 15 ସେ.ମି. × 15 ସେ.ମି. କ୍ଷେତ୍ରଫଳ ଉପରେ ବାୟୁଚାପ ପ୍ରାୟ 2250 N ବଳ ପ୍ରଦାନ କରେ । ଏହି ଓଜନ ପରିମାଣ ବଳଦ୍ଵାରା ଆମେ ଚାପି ନହେବାର କାରଣ ହେଲା ଆମ ଶରୀର ଭିତରେ ଚାପ ମଧ୍ୟ ବାୟୁମଣ୍ଡଳୀୟ ଚାପ ସହ ସମାନ ଥାଏ । ଏହା ବାୟୁର ଚାପକୁ ସନ୍ତୁଳିତ କରେ । ଆମ ଶରୀରର ଟିସୁ ଏବଂ ଅଙ୍ଗଗୁଡ଼ିକରେ ତରଳ ଓ ଗ୍ୟାସୀୟ ପଦାର୍ଥର ଗତିଯୋଗୁ ଶରୀର ଭିତରେ ଏହି ଚାପ ସୃଷ୍ଟିହୁଏ ।

Question 4.
ଝଡ଼ ଓ ଘୂଷ୍ଠିବାତ୍ୟାର କାରଣ କ’ଣ ? ଯଦି ପୃଥ‌ିବୀର ଆବର୍ତ୍ତନ ବନ୍ଦ ହୋଇଯାଏ, ତେବେ କ’ଣ ଘୂର୍ଣ୍ଣିବାତ୍ୟା ସୃଷ୍ଟିହେବ ?
Answer:
ଉଷ୍ଣ ଓ ଆର୍ଦ୍ରବାୟୁ ସମୁଦ୍ର ଜଳରାଶି ଉପରେ ଉର୍ଦ୍ଧ୍ୱମୁଖାହେଲେ ଝଡ଼ ଓ ବାତ୍ୟା ସୃଷ୍ଟିହୁଏ । ସେଠାରେ ଲଘୁଚାପ ସୃଷ୍ଟିହୁଏ । ଏଣୁ ଚାରିପଟୁ ପବନ ଉକ୍ତ ସ୍ଥାନକୁ ଦ୍ରୁତ ବେଗରେ ବହିଥାଏ । ପୃଥ‌ିବୀର ଆବର୍ତ୍ତନ ପବନର ବେଗ ବୃଦ୍ଧିକରେ । ପୃଥ‌ିବୀର ଆବର୍ଜନ ନଥିଲେ ଝଡ଼ ଓ ବାତ୍ୟା ସୃଷ୍ଟିହେବା ସମ୍ଭବ ହୋଇନଥାନ୍ତା ।

ପାଠ୍ୟ ବିଷୟ ଅନ୍ତର୍ଗତ ପ୍ରଶ୍ନୋତ୍ତର

Question 1.
ତରଳ ପଦାର୍ଥ ପାତ୍ରର କାନ୍ଥ ଉପରେ ଚାପ ପ୍ରଦାନ କରେ କି ?
Answer:
ତରଳ ପଦାର୍ଥ ଯେଉଁ ପାତ୍ରରେ ଥାଏ, ସେହି ପାତ୍ରର ନିମ୍ନ ଦେଶରେ ଏବଂ କାନ୍ଥରେ ଏହା ଯଥାକ୍ରମେ ନିମ୍ନଚାପ ଓ ପାର୍ଶ୍ଵଚାପ ପ୍ରଦାନ କରେ । ତରଳ ପଦାର୍ଥର ଗଭିରତା ବୃଦ୍ଧିରେ ଚାପ ବୃଦ୍ଧିଘଟେ । ତରଳର ଓଜନ ହେତୁ ଏହା ଚାପ ପ୍ରଦାନ କରିବାକୁ ସକ୍ଷମ । ବାସ୍ତବରେ ତରଳ ପଦାର୍ଥର ସର୍ବଦିଗ ଚାପ ଥାଏ ।

Question 2.
ଗୋଟିଏ କାଚ ବା ପ୍ଲାଷ୍ଟିକ ନଳୀର ଏକ ମୁଣ୍ଡରେ ବେଲୁନଟି ବାନ୍ଧିରଖ୍ ନଳୀଭିତରେ ଜଳସ୍ତର ବୃଦ୍ଧିକଲେ ବେଲୁନ୍‌ର ଆୟତନରେ କି ପରିବର୍ତ୍ତନ ଘଟିବ ?
Answer:
ଆମେ ଯଦି ନଳୀର ଜଳସ୍ତର ବୃଦ୍ଧି କରିବା, ଜଳର ଚାପ ଅଧିକ ହେବ । ଏହାଦ୍ଵାରାରା ବେଲୁନ୍‌ ଅଧ୍ୟକ ଫୁଲି ଉଠିବ ।

Question 3.
ବାୟୁମଣ୍ଡଳରେ ଚାପର ପ୍ରାର୍ଥକ୍ୟ ପବନ ସୃଷ୍ଟିହେବାର କାରଣ କି ?
Answer:
ବାୟୁମଣ୍ଡଳରେ ଚାପର ପ୍ରାର୍ଥକ୍ୟ ଏହା ଅଧିକ ଚାପ ଅଞ୍ଚଳରୁ କମ୍ ଚାପ ଥିବା ପବନ ବହିବା ସମ୍ଭବ ହେବନାହିଁ । ହେତୁ ବାୟୁ ଗତିଶୀଳ ହୋଇ ପବନ ସୃଷ୍ଟିକରେ । ବାୟୁର ଧର୍ମହେଲା ଅଞ୍ଚଳକୁ ପ୍ରବାହିତ ହେବ । ବାୟୁମଣ୍ଡଳରେ ଚାପର ତାରତମ୍ୟ ନଥିଲେ ଚଳନ କରିବା ସହଜ ହେଉନାହିଁ ।

Question 4.
ପବନ କିପରି ସୃଷ୍ଟିହୁଏ ?
Answer:
ଗତିଶୀଳ ବାୟୁକୁ ପବନ କହନ୍ତି । ବାୟୁମଣ୍ଡଳ ଉତ୍ତପ୍ତ ହେଲେ ଏହାର ଚାପ କମିଯାଏ । ବାୟୁ ଥଣ୍ଡାହେଲେ ଚାପ ବଢ଼ିଯାଏ । ଏହି ଚାପର ତାରତମ୍ୟ ହେତୁ ବାୟୁ ଗୁରୁଚାପ ଅଞ୍ଚଳରୁ ଲଘୁଚାପ ଅଞ୍ଚଳକୁ ପ୍ରବାହିତ ହୁଏ । ଏହାକୁ ପବନ କହନ୍ତି ।

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

(କ) ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ଚାପ କେଉଁ ଦୁଇଟି ରାଶି ଉପରେ ନିର୍ଭର କରେ ?
Answer:
ବଳ ଏବଂ ବଳପ୍ରୟୋଗିତ ସ୍ଥାନର କ୍ଷେତ୍ରଫଳ ।

Question 2.
ଚାପର ଦୁଇଟି ଏକକ କ’ଣ ?
Answer:
ଚାପର ଦୁଇଟି ଏକକ ହେଲା – \(\frac{\mathrm{N}}{\mathrm{~m}^2}\) ଏବଂ 1\(\frac{\mathrm{N}}{\mathrm{~m}^2}\) = 1 Pa

Question 3.
ବଳ ସମାନ ଥାଇ ସ୍ଥାନର କ୍ଷେତ୍ରଫଳ ବୃଦ୍ଧିପାଇଲେ, ଚାପର କି ପରିବର୍ତ୍ତନ ଘଟେ ?
Answer:
ଚାପ ହ୍ରାସପାଏ

Question 4.
କ୍ଷେତ୍ରଫଳ ସମାନ ଥାଇ ବଳର ପରିମାଣ ବୃଦ୍ଧିପାଇଲେ, ଚାପର କି ପରିବର୍ତ୍ତନ ଘଟେ ?
Answer:
ଚାପ ବୃଦ୍ଧିପାଏ

Question 5.
500 N ବଳ ଗୋଟିଏ 10m କ୍ଷେତ୍ରଫଳ ବସ୍ତୁ ଉପରେ ପ୍ରୟୋଗ କରାଗଲେ ବସ୍ତୁ ଉପରେ ଚାପର ପରିମାଣ କେତେହେବ ?
Answer:
\(\frac{500 \mathrm{~N}}{10 \mathrm{~m}^2}=\frac{50 \mathrm{~N}}{\mathrm{~m}^2}\) କିମ୍ବା 50 Pa ।

Question 6.
ସରୁଫିତା କିମ୍ବା ଓସାରିଆ ଫିତା ମଧ୍ୟରୁ କେଉଁଟି ବ୍ୟାଗରେ ଲାଗିଥିଲେ, ବ୍ୟାଗଟିକୁ କାନ୍ଧରେ ବୋହିନେବା ସୁବିଧା ଜନକ ?
Answer:
ଓସାରିଆ ଫିତା

Question 7.
ଦୁଇଟି ଅସମାନ ପାତ୍ରରେ ଜଳସ୍ତରର ଉଚ୍ଚତା ସମାନ ହେଲେ କ’ଣ ସମାନ ହୁଏ ?
Answer:
ଚାପ

Question 8.
ଗୋଟିଏ ପାତ୍ରରେ ଥ‌ିବା ତରଳ ପଦାର୍ଥର ଚାପ କାହା ଉପରେ ନିର୍ଭର କରେ ?
Answer:
ତରଳ ପଦାର୍ଥ ସ୍ତମ୍ଭ ଉଚ୍ଚତା

Question 9.
ଗୋଟିଏ ତିନିମହଲା ଘର ଛାତ ଉପରେ ପାଣିଟାଙ୍କି ଥିଲେ କେଉଁ ମହଲାର ଲୋକମାନେ ସର୍ବାଧକ ଜଳ ପ୍ରବାହ ଦେଖୁବେ ?
Answer:
ପ୍ରଥମ ମହଲା

Question 10.
ତରଳ କେଉଁ ଦିଗରେ ଚାପ ପ୍ରଦାନ କରେ ?
Answer:
ସବୁ ଦିଗରେ

Question 11.
ଜଳ ଭଣ୍ଡାରରେ ଥିବା ଜଳର ଆନୁଭୂମିକ ଚାପ (Horizontal Pressure) କାହା ଉପରେ ପଡ଼େ ?
Answer:
ଜଳ ଭଣ୍ଡାରର କାନ୍ଥ (wall) ଉପରେ

Question 12.
ଜଳ ଭଣ୍ଡାରେ ଜଳର ଉଲମ୍ବ ଚାପ (vertical pressure) କାହା ଉପରେ ପଡ଼େ ?
Answer:
ଚଟାଣ ଉପରେ

Question 13.
ସ୍ଥାନର କ୍ଷେତ୍ରଫଳ ବୃଦ୍ଧିପାଇଲେ ବାୟୁଦ୍ଵାରା ପ୍ରଦତ୍ତ ବଳରେ କି ପରିବର୍ତ୍ତନ ଘଟେ ?
Answer:
ପ୍ରଦତ୍ତ ବଳ ଅଧିକ ହୁଏ

Question 14.
ଗୋଟିଏ 15 ସେ.ମି. x 15 ସେ.ମି. କ୍ଷେତ୍ରଫଳ ପରିମିତ ଅଞ୍ଚଳରେ ବାୟୁମଣ୍ଡଳ ପ୍ରୟୋଗ କରୁଥିବା ବଳର ପରିମାଣ କେତେ ?
Answer:
ପ୍ରାୟ 2250 ନିଉଟନ

Question 15.
ଗୋଟିଏ 30 ସେ.ମି. ଉଚ୍ଚ ଜଳପୂର୍ଣ ସିଲିଣ୍ଡରୀୟ ପାତ୍ର ଭିତର ପାର୍ଶ୍ଵରେ ଜଳର ନିମ୍ନଦେଶରୁ ଯଥାକ୍ରମେ 5 ସେ.ମି., 10 ସେ.ମି. ଓ 15 ସେ.ମି. ଉଚ୍ଚତାରେ ତିନୋଟି ବିନ୍ଦୁ A, B ଓ C ଚିହ୍ନଟ ହୋଇଛି । କେଉଁ ବିନ୍ଦୁରେ ଜଳର ପାର୍ଶ୍ଵଚାପ ସର୍ବନିମ୍ନ ହେବ ?
Answer:
C ବିନ୍ଦୁରେ

Question 16.
ବାୟୁ ଚାପର ବ୍ୟବହାରିକ ଏକକ କ’ଣ ?
Answer:
ମିଲିବାର (mb)

Question 17.
1 ମିଲିବାର କେତେ ପାସକେଲ୍ ସହ ସମାନ ?
Answer:
100 Pa

Question 18.
ବନ୍ଧୁ ଚାପର ପ୍ରଭେଦ କ’ଣ ସୃଷ୍ଟିକରେ ?
Answer:
ପବନ (Wind)

Question 19.
ବାୟୁ କେଉଁ ଅଞ୍ଚଳରୁ କେଉଁ ଅଞ୍ଚଳକୁ ପ୍ରବାହିତ ହୁଏ ?
Answer:
ଉଚ୍ଚଚାପ ଅଞ୍ଚକ୍କଳରୁ ନିମ୍ନଚାପ ଅଞ୍ଚଳକୁ ପ୍ରବାହିତ ହୁଏ ।

Question 20.
ସ୍ଥଳଭାଗ ଓ ସମୁଦ୍ର ମଧ୍ୟରେ ଚାପର ପ୍ରାର୍ଥକ୍ୟ ଯୋଗୁ କେଉଁ ଦୁଇପ୍ରକାର ସ୍ଥାନୀୟ ବାୟୁ ପ୍ରବାହ ଦେଖାଯାଏ ?
Answer:
ସମୁଦ୍ର ବାୟୁ ଓ ସ୍ଥଳବାୟୁ

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

Question 21.
ଘର ଉପରେ ପବନ ଦ୍ରୁତ ବେଗରେ ବହିଲେ ସେଠାରେ ବାୟୁର ଚାପ କ’ଣ ଘଟେ ?
Answer:
ନିମ୍ନଚାପ ସୃଷ୍ଟି ହୁଏ

Question 22.
ପବନ ଦ୍ରୁତଗତିରେ ବହୁଥ‌ିବାବେଳେ ଘରର ଝରକା ଓ କବାଟ ଖୋଲାରଖୁଲେ ଘରଭିତର ଓ ଛାତ ମଧ୍ଯରେ ଚାପର ପ୍ରାର୍ଥକ୍ୟ ଉପରେ କି ପ୍ରଭାବ ପଡ଼େ ?
Answer:
ଚାପର ପ୍ରାର୍ଥକ୍ୟ କମିଯାଏ, ଫଳରେ ଛାତ ଉଡ଼ିଯାଏ ନାହିଁ

Question 23.
ବୃଷ୍ଟିପାତ ସହ ଶକ୍ତିଶାଳୀ ପବନ ବହିଲେ କ’ଣ ସୃଷ୍ଟିହୁଏ ?
Answer:
ଝଡ଼ (Storm)

Question 24.
ଭାରତରେ ବାରମ୍ବାର ଝଡ଼ ସୃଷ୍ଟିର କାରଣ କ’ଣ ?
Answer:
ଭାରତ ଏକ ଉଷ୍ଣ, ଆର୍ଦ୍ର ଓ କ୍ରାନ୍ତୀୟ ଅଞ୍ଚଳରେ ଅବସ୍ଥିତ ।

Question 25.
ଘଡ଼ଘଡ଼ି ମାରିବା ପୂର୍ବରୁ ମେଘର ଉପରି ଭାଗରେ ଥିବା ବରଫ କଣିକାଗୁଡ଼ିକ କେଉଁ ଚାର୍ଜ ଧାରଣ କରନ୍ତି ?
Answer:
ଯୁକ୍ତାତ୍ମକ ଚାର୍ଜ

Question 26.
ମେଘର ନିମ୍ନ ଭାଗରେ ଓଜନିଆ ଜଳ କଣିକାଗୁଡ଼ିକ କେଉଁ ଚାର୍ଜ ପ୍ରାପ୍ତ ହୁଅନ୍ତି ?
Answer:
ବିଯୁକ୍ତାତ୍ମକ ଚାର୍ଜ

Question 27.
ବିଦ୍ୟୁତ ପରିବାହିତା ଦୃଷ୍ଟିରୁ ବାୟୁ କି ପ୍ରକାର ପଦାର୍ଥ ?
Answer:
କୁପରିବାହି

Question 28.
କେଉଁ କେଉଁ ରାଜ୍ୟରେ ଝଡ଼ ତୋଫାନକୁ କାଳବୈଶାଖୁ କହନ୍ତି ?
Answer:
ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ

Question 29.
ଆସାମରେ ପ୍ରାକ୍ ମୌସୁମୀ ଝଡ଼କୁ କ’ଣ କୁହାଯାଏ ?
Answer:
ବରଦୋଇସିଲା

Question 30.
ଦକ୍ଷିଣ ଭାରତରେ ଗ୍ରୀଷ୍ମକାଳୀନ ଝଡ଼କୁ କ’ଣ କହନ୍ତି ?
Answer:
ଆମ୍ରବୃଷ୍ଟି

Question 31.
ଘଡ଼ଘଡ଼ିରୁ ରକ୍ଷା ପାଇବାକୁ ଘରର ଛାତ ଉପରେ କ’ଣ ସଂଯୁକ୍ତ କରାଯାଏ ?
Answer:
ବିଦ୍ୟୁତ୍ ପରିବାହି (Lishtening conductor)

Question 32.
ମେଘ, ପବନ ଓ ବୃଷ୍ଟିପାତର ଘୂର୍ଣାୟମାନ ଅବସ୍ଥାକୁ କ’ଣ କହନ୍ତି ?
Answer:
ବାତ୍ୟା

Question 33.
ବାତ୍ୟାର କେନ୍ଦ୍ରରେ ବାୟୁଚାପ କିପରି ଥାଏ ?
Answer:
ଲଘୁଚାପ

Question 34.
ବାତ୍ୟାର ‘ଆଖୁ’ ସ୍ଥାନରେ ପବନର ବେଗ କେତେ ?
Answer:
ପବନ ସ୍ଥିରଥାଏ ।

Question 35.
2020 ର ଅମ୍ପାନ ବାତ୍ୟାରେ ପବନର ବେଗ କେତେ ଥିଲା ?
Answer:
୨୭୦ କି.ମି. ଘଣ୍ଟାକୁ

Question 36.
କେଉଁ ସଂସ୍ଥା ବାତ୍ୟାର ପୂର୍ବ ସୂଚନା ଦିଏ ?
Answer:
ଭାରତୀୟ ପାଣିପାଗ ବିଭାଗ

Question 37.
ଓଡ଼ିଶାରେ 1999 ମହାବାତ୍ୟାରେ ପବନର ସର୍ବାଧୁକ ବେଗ କେତେ ଥିଲା ?
Answer:
300 କି.ମି. ଘଣ୍ଟାକୁ

Question 38.
ଭୂପୃଷ୍ଠରୁ ଉପରକୁ ଉପରକୁ ଗଲେ ବାୟୁ ଚାପର କି ପରିବତ୍ତର୍ନ ଦେଖାଯିବ ?
Answer:
ସମୁଦ୍ର ପତନରେ

Question 39.
ପୃଥ‌ିବୀ ପୃଷ୍ଠରେ କେଉଁ ସ୍ଥାନରେ ବାୟୁଚାପ ସର୍ବାଧ୍ଵକ ?
Answer:
ସମୁଦ୍ର ପତନରେ

Question 40.
ଘଡ଼ଘଡ଼ି ମାରିବା ସମୟରେ ବିଜୁଳି ଆଲୋକ ପ୍ରଥମେ ଦେଖାଯାଏ ଓ ପରେ ଶବ୍ଦ ଶୁଣାଯାଏ କାହିଁକି ?
Answer:
ଆଲୋକର ବେଗ ଶବ୍ଦର ବେଗଠାରୁ ଯଥେଷ୍ଟ ଅଧ‌ିକ ।

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

(ଖ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ଫୁଟାଯାଇଥିବା ଦୁଇଟି ବେଲୁନ ମଧ୍ୟରେ ଥ‌ିବା ବାୟୁକୁ ଅପସାରଣ କରାଗଲେ, ବେଲୁନ୍ ଦୁଇଟି ପରସ୍ପର ନିକଟବର୍ତ୍ତୀ ହେବା କ’ଣ ସୂଚାଏ ?
(a) ବାୟୁ ସବୁଦିଗରେ ସମାନ ଚାପ ପ୍ରଦାନ କରେ ।
b) ପବନରେ ବେଗ ବୃଦ୍ଧିହେଲେ ବାୟୁ ଚାପ ବୃଦ୍ଧିହୁଏ ।
(c) ପବନର ବେଗ ବୃଦ୍ଧି ହେଲେ ବାୟୁ ଚାପ କମିଯାଏ ।
(d) ବାୟୁର ଓଜନ ଥାଏ ।
Answer:
(c) ପବନର ବେଗ ବୃଦ୍ଧି ହେଲେ ବାୟୁ ଚାପ କମିଯାଏ ।

Question 2.
ପବନର ବେଗ ବୃଦ୍ଧିହେଲେ ବାୟୁଚାପରେ କି ପରିବର୍ତ୍ତନ ଘଟେ ?
(a) ବୃଦ୍ଧିପାଏ
(b) ହ୍ରାସପାଏ
(c) ସମାନ ରହେ
(d) ତାପମାତ୍ରା ଉପରେ ନିର୍ଭର କରେ
Answer:
(b) ହ୍ରାସପାଏ

Question 3.
ଝୁଲୁଥୁବା ଦୁଇଟି ବେଲୁନ ମଧ୍ୟରେ ବାୟୁକୁ ଫୁଙ୍କି ହଟାଇଲେ ବେଲୁନ୍ ଦୁଇଟି ପରସ୍ପର ନିକଟ ହୁଅନ୍ତି । ଏହା ବାୟୁର କି ପ୍ରକୃତି ସୂଚାଇଥାଏ ?
(a) ବାୟୁ ଗୁରୁଚାପ ସ୍ଥାନରୁ ଲଘୁଚାପ ସ୍ଥାନକୁ ପ୍ରବାହିତ ହୁଏ ।
(b) ବାୟୁ ଲଘୁଚାପ ସ୍ଥାନରୁ ଗୁରୁଚାପ ସ୍ଥାନକୁ ପ୍ରବାହିତ ହୁଏ ।
(c) ବାୟୁ ଚାପ ପ୍ରଦାନ କରେ ନାହିଁ ।
(d) ବାୟୁ ସବୁଳିଗକୁ ଗତିକରେ ।
Answer:
(a) ବାୟୁ ଗୁରୁଚାପ ସ୍ଥାନରୁ ଲଘୁଚାପ ସ୍ଥାନକୁ ପ୍ରବାହିତ ହୁଏ ।

Question 4.
ଆମେ ପାହାଡ଼ ଉପରକୁ ଗଲେ ଶ୍ଵାସକ୍ରିୟା କଷ୍ଟସାଧ୍ୟ ହୁଏ କାହିଁକି ?
(a) ଅଧ‌ିକ ଉଚ୍ଚତାରେ ଅମ୍ଳଜାନ ଅଧିକ ।
(b) ବାୟୁଚାପ କମିବାରୁ ଫୁସ୍‌ଫୁସ୍ ପ୍ରସାରିତ ହେବା ସହଜ ହୁଏନାହିଁ ।
(c) ଅଧ‌ିକ ଉଚ୍ଚତାରେ ଅମ୍ଳଜାନ କମ୍ ।
(d) ଅଧିକ ଉଚ୍ଚତା ପବନ ଜୋର୍‌ରେ ବହେ ।
Answer:
(b) ବାୟୁଚାପ କମିବାରୁ ଫୁସ୍‌ଫୁସ୍ ପ୍ରସାରିତ ହେବା ସହଜ ହୁଏନାହିଁ ।

Question 5.
ଶକ୍ତିଶାଳୀ ଝଡ଼ରେ ଘରର ଛାତ ଉଡ଼ିଯାଏ କାହିଁକି ?
(a) ଛାତତଳେ ଥିବା ବାୟୁ ଦ୍ରୁତ ବେଗରେ ଗତିକରେ
(b) ଛାତ ଉପରେ ବାୟୁର ଚାପ ଛାତତଳେ ବାୟୁର ଚାପଠାରୁ କମ୍ ହୁଏ
(c) ଛାତ ତଳେ ଥ‌ିବା ବାୟୁ ହାଲୁକା ହୋଇଯାଏ
(d) ଛାତ ଯୁକ୍ତାତ୍ମକ ଚାର୍ଜ ବହନ କରେ
Answer:
(b) ଛାତ ଉପରେ ବାୟୁର ଚାପ ଛାତତଳେ ବାୟୁର ଚାପଠାରୁ କମ୍ ହୁଏ

Question 6.
ପବନ ସୃଷ୍ଟିପାଇଁ କେଉଁ ସଇଁ ଦାୟୀ
(a) ସବୁଆଡ଼େ ବାୟୁଚାପ ସମାନ ରହିବ
(b) ନିମ୍ନଚାପ ଓ ଉଚ୍ଚଚାପ ବିଭିନ୍ନ ଅଞ୍ଚଳରେ ଦେଖାଯିବ
(c) ଜଳୀୟବାଷ୍ପର ଘନୀକରଣ
(d) ଜଳବିନ୍ଦୁ ମଧ୍ୟରେ ଘର୍ଷଣ
Answer:
(b) ନିମ୍ନଚାପ ଓ ଉଚ୍ଚଚାପ ବିଭିନ୍ନ ଅଞ୍ଚଳରେ ଦେଖାଯିବ

Question 7.
ବେଲୁନକୁ ଅତିମାତ୍ରାରେ ଫୁଙ୍କିଲେ ଏହା ଫାଟିଯାଏ କାରଣ
(a) ବାୟୁଚାପ ହରାଏ
(b) ବେଲୁନ୍ ଭିତରେ ଚାପ ଅତିଶୟ ବୃଦ୍ଧିହୁଏ
(c) ବେଲୁନ ଭିତର ଓ ବାହାର ଚାପ ସମାନ ହୁଏ
(d) ବାୟୁ ହାଲୁକା ହୁଏ
Answer:
(b) ବେଲୁନ୍ ଭିତରେ ଚାପ ଅତିଶୟ ବୃଦ୍ଧିହୁଏ

Question 8.
ବାତ୍ୟା ସୃଷ୍ଟିହେବାର ମୁଖ୍ୟ କାରଣ :
(a) ଅତି ବୃଷ୍ଟି ବନ୍ୟା ସୃଷ୍ଟିକରେ
(b) ସମୁଦ୍ର ଜଳରାଶି ଉପରେ ଉଷ୍ଣ ଓ ଆର୍ଦ୍ରବାୟୁ ଉପରକୁ ଉଠେ
(c) ପୃଥ‌ିବୀର ଆବର୍ତ୍ତନ ଉଚ୍ଚତାପ ସୃଷ୍ଟିକରେ
(d) ସ୍ଥଳଭାଗରୁ ସମୁଦ୍ରକୁ ଶକ୍ତିଶାଳୀ ପବନ ବହେ
Answer:
(b) ସମୁଦ୍ର ଜଳରାଶି ଉପରେ ଉଷ୍ଣ ଓ ଆର୍ଦ୍ରବାୟୁ ଉପରକୁ ଉଠେ

Question 9.
ବିଜୁଳି ସୃଷ୍ଟି ହେବାର କାରଣ :
(a) ସୂର୍ଯ୍ୟାଲୋକ ଯୋଗୁ ବାୟୁ ଉତ୍ତପ୍ତ ହୁଏ
(b) ମେଘରେ ଜଳବିନ୍ଦୁ ଓ ବରଫ ମଧ୍ଯରେ ଘର୍ଷଣ
(c) ସମୁଦ୍ର ବାୟୁ ପ୍ରବାହ
(d) ଜଳୀୟବାଷ୍ପର ହଠାତ ଘନୀକରଣ
Answer:
(b) ମେଘରେ ଜଳବିନ୍ଦୁ ଓ ବରଫ ମଧ୍ଯରେ ଘର୍ଷଣ

Question 10.
ଉଚ୍ଚ ଚାପରୁ ନିମ୍ନ ଚାପକୁ ବାୟୁର ଗତି କ’ଣ ସୃଷ୍ଟି କରେ
(a) ବାତ୍ଯା
(b) ପବନ
(c) ବିଜୁଳି
(d) ଘଡ଼ଘଡ଼ି
Answer:
(b) ପବନ

Question 11.
ସମୁଦ୍ର ଉପକୂଳରେ ଦିନବେଳେ ପବନ କେଉଁଆଡୁ ବହେ ?
(a) ସ୍ଥଳଭାଗରୁ ସମୁଦ୍ରକୁ
(b) ସମୁଦ୍ରରୁ ସ୍ଥଳଭାଗକୁ
(c) ସ୍ଥଳଭାଗ ଓ ଜଳଭାଗ ପରସ୍ପର ଦିଗରେ
(d) ଏଗୁଡ଼ିକ ମଧ୍ୟରୁ କେଉଁଟି ନୁହେଁ
Answer:
(b) ସମୁଦ୍ରରୁ ସ୍ଥଳଭାଗକୁ

Question 12.
ଉଷ୍ଣ ସମୁଦ୍ର ଜଳରାଶି ଉପରେ ବାତ୍ୟା ଶକ୍ତିଶାଳୀ କାହିଁକି ହୁଏ ?
(a) ଉର୍ଦୁମୁର୍ଖ ବାୟୁକୁ ତାପଶକ୍ତି ଯୋଗାଏ
(b) ଚାପ ବୃଦ୍ଧି ଘଟେ
(c) ସମୁଦ୍ର ଜଳସ୍ତର କମିଯାଏ।
(d) ପୃଥ‌ିବୀର ଆଳର୍ଶନ ବନ୍ଦ ହୋଇଯାଏ
Answer:
(a) ଉର୍ଦୁମୁର୍ଖ ବାୟୁକୁ ତାପଶକ୍ତି ଯୋଗାଏ

Question 13.
ବାତ୍ୟାର କେନ୍ଦ୍ରକୁ କ’ଣ କୁହାଯାଏ ?
(a) କ୍ରୋଧୃତ ଆଖ୍
(b) ଶାନ୍ତ ବଳୟ
(c) ଝଡ଼ର ଆଖ୍
(d) ମଧ୍ଯଚାପ
Answer:
(c) ଝଡ଼ର ଆଖ୍

Question 14.
କେଉଁ ଦୃଷ୍ଟାନ୍ତ ବାୟୁର ସର୍ବଦିଗ ଚାପ ସୂଚାଏ ?
(a) ଘରର ଛାତ ଉଡ଼ିଯିବା
(b) ଟାୟାର ଫାଟିଯିବା
(c) ପବନ ବାହାରି ଗଲେ ବେଲୁନ ସଙ୍କୁଚିତ ହେବା
(d) ଗରମ ଜଳ
Answer:
(c) ପବନ ବାହାରି ଗଲେ ବେଲୁନ ସଙ୍କୁଚିତ ହେବା

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

Question 15.
ଘଡ଼ଘଡ଼ି ସମୟରେ କାର୍‌ରେ ଥ‌ିବା ନିରାପଦ କାହିଁକି ?
(a) ଟାୟାର ବିଦ୍ୟୁତ ପ୍ରବାହ ଅଟକାଏ
(b) କାର ଦ୍ରୁତ ବେଗରେ ଗତିକରେ
(c) ଧାତୁ ଭୂତଳକୁ ବିଦ୍ୟୁତ ସ୍ରୋତ ସଞ୍ଚାରିତ କରେ
(d) କାଠ ଝରକା ଚାର୍ଜ ପ୍ରବାହ ବନ୍ଦ କରେ
Answer:
(c) ଧାତୁ ଭୂତଳକୁ ବିଦ୍ୟୁତ ସ୍ରୋତ ସଞ୍ଚାରିତ କରେ

(ଖ) ଶୂନ୍ୟସ୍ଥାନ ପୂରଣ କର ।

1. ବାୟୁ ସର୍ବଦା ________ ଚାପ ଅଞ୍ଚଳରୁ ________ ଚାପ ଅଞ୍ଚଳକୁ ପ୍ରବାହିତ ହୁଏ ।
Answer:
ଉଚ୍ଚ, ନିମ୍ନ,

2. ଆମ ଚାରିପଟେ ବାୟୁ ପ୍ରଦାନ କରୁଥିବା ଚାପକୁ ________ ଚାପ କହନ୍ତି ।
Answer:
ବାୟୁମଣ୍ଡଳୀୟ,

3. ବାତ୍ୟାର କେନ୍ଦ୍ର ଯେଉଁଠାରେ ପାଗର ଅବସ୍ଥା ଶାନ୍ତ ଥାଏ, ତାହାକୁ ________ କହନ୍ତି ।
Answer:
ଆଖୁ,

4. ଉଷ୍ଣବାୟୁ ଶୀତଳ ବାୟୁ ଅପେକ୍ଷା ________ ହେତୁ ଉପରକୁ ଉଠେ ।
Answer:
ହାଲୁକା,

5. ପବନର ବେଗ ଦ୍ରୁତହେଲେ ସେଠାରେ ________ କମିଯାଏ ।
Answer:
ବାୟୁଚାପ,

6. ବାତ୍ଯା ________ ସମୁଦ୍ର ଜଳରାଶି ଉପରେ ସୃଷ୍ଟିହୁଏ ଯେଉଁଠାରେ ଗରମ ଓ ଆର୍ଦ୍ରବାୟୁ ଉପରକୁ ଉଠେ ।
Answer:
ଉଷ୍ଣ,

7. ପଶ୍ଚିମବଙ୍ଗ ଓ ବିହାରରେ ଘଡ଼ଘଡ଼ି ସହ ବର୍ଷାର ସ୍ଥାନିୟନାମ ________ ।
Answer:
କାଳବୈଶାଖୁ,

8. ମେଘ ଭିତରେ ________ ପରିବର୍ତ୍ତନ ଯୋଗୁ ବିଜୁଳି ସୃଷ୍ଟିହୁଏ ।
Answer:
ଚାର୍ଜ

(ଗ) ଉକ୍ତିଗୁଡ଼ିକ ସତ୍ୟ କି ମିଥ୍ୟା ଲେଖ ।

1. ପବନର ବେଗ ବୃଦ୍ଧିପାଇଲେ ବାୟୁ ଚାପ ବୃଦ୍ଧିପାଏ ।
Answer:
ମିଥ୍ୟା

2. ପବନ ଅଧୁକ ଚାପ ସ୍ଥାନରୁ କମ୍ ଚାପ ସ୍ଥାନକୁ ପ୍ରବାହିତ ହୁଏ ।
Answer:
ମିଥ୍ୟା

3. ଉଷ୍ଣ ବାୟୁ ଶୀତଳ ବାୟୁ ଅପେକ୍ଷା ଓଜନିଆ ।
Answer:
ସତ୍ୟ

4. ବାତ୍ୟାର ଆଖୁ ପାଗରେ ପାଗ ଶାନ୍ତ ରହେ ଏବଂ ମେଘ ନଥାଏ ।
Answer:
ମିଥ୍ୟା

5. ଦକ୍ଷିଣ ଭାରତରେ ଆମ୍ରବୃଷ୍ଟି, ଆମ୍ବ ପାଚିବାରେ ସାହାଯ୍ୟ କରେ ।
Answer:
ସତ୍ୟ

6. ପୃଥ‌ିବୀର ଆବର୍ତ୍ତନ ଯୋଗୁ ବିଜୁଳି ସୃଷ୍ଟିହୁଏ ।
Answer:
ମିଥ୍ୟା

7. ଉତ୍ତର ଆମେରିକାରେ ବାତ୍ୟାଗୁଡ଼ିକୁ ହରିକେନ୍ କହନ୍ତି ।
Answer:
ସତ୍ୟ

8. ଘଡ଼ଘଡ଼ି ସମୟରେ ଗଛତଳେ ଆଶ୍ରୟଦେବା ନିରାପଦ ।
Answer:
ମିଥ୍ୟା

9. ବାତ୍ୟା ସର୍ବଦା ଉଷ୍ଣ ସାମୁଦ୍ରିକ ଜଳରାଶି ଉପରେ ସୃଷ୍ଟିହୁଏ ।
Answer:
ସତ୍ୟ

10. ଉଚ୍ଚ ବେଗରେ ବହୁଥୁବା ପବନ ଘରର ଛାତ ଉଡ଼ାଇ ନିଏ ।
Answer:
ସତ୍ୟ

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

(ଖ) ‘କ’ ଯୁକ୍ତ ସହିତ ‘ଖ’ ଶବ୍ଦ ମିଳାଇ କର ।

Question 1.
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଅର୍ଥକୁ ଯୋଗ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(A) ଚାପ 1. ଶକ୍ତିଶାଳୀ ପବନ + ବୃଷ୍ଟିପାତ
(B) ପବନ 2. ଝଡ଼ + ବିଜୁଳି
(C) ଝଡ଼ 3. କ୍ଷେତ୍ରଫଳ ପ୍ରତି ବଳ
(D) ଘଡ଼ଘଡ଼ି 4. ବାୟୁ ଅଧିକ ଚାପ ସ୍ଥାନରୁ କମ୍ ଚାପ ସ୍ଥାନକୁ ପ୍ରବାହ
(E) ବାତ୍ଯା 5. ଘୂର୍ଣ୍ଣାୟମାନ ଲଘୁଚାପ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(A) ଚାପ 3. କ୍ଷେତ୍ରଫଳ ପ୍ରତି ବଳ
(B) ପବନ 4. ବାୟୁ ଅଧିକ ଚାପ ସ୍ଥାନରୁ କମ୍ ଚାପ ସ୍ଥାନକୁ ପ୍ରବାହ
(C) ଝଡ଼ 1. ଶକ୍ତିଶାଳୀ ପବନ + ବୃଷ୍ଟିପାତ
(D) ଘଡ଼ଘଡ଼ି 2. ଝଡ଼ + ବିଜୁଳି
(E) ବାତ୍ଯା 5. ଘୂର୍ଣ୍ଣାୟମାନ ଲଘୁଚାପ

Question 2.
‘କ’ ସ୍ଥାନର ଶବ୍ଦଗୁଡ଼ିକ ସହ ‘ଖ’ ସ୍ଥାନର ଉପଯୁକ୍ତ ତଥ୍ୟ ସଂଯୋଗ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(A) ବ୍ୟାଗରେ ସରୁ ଫିତାଦ୍ଵାରା ଆଘାତ 1. ଉଚ୍ଚ ଚାପ ଛାତକୁ ଠେଲିନିକ
(B) ମୁଣ୍ଡ ଉପରେ ବୋଝ ତଳେ ଠକା 2. ହାଲୁକା ଉଷ୍ଣବାୟୁ ଉପରକୁ ଉଠେ
(C) ବେଲୁନ ଦୁଇଟି ମଧ୍ୟରେ ବାୟୁକୁ ଫୁଙ୍କି ଉଡ଼ାଇଦେବା 3. ଅଧ୍ଵକ କ୍ଷେତ୍ରଫଳ ଚାପ କମାଏ
(D) ଝଡ଼ର ଛାତ ଉଡ଼ିଯିବା 4. ବେଲୁନ ଦୁଇଟି ମଧ୍ଯରେ ଲଘୁଚାପ କମିଯାଏ
(E) ଉତ୍ତପ୍ତ ସ୍ଥଳବାୟୁ 5. କ୍ଷେତ୍ରଫଳ ହ୍ରାସ ଚାପ ବୃଦ୍ଧିକରେ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(A) ବ୍ୟାଗରେ ସରୁ ଫିତାଦ୍ଵାରା ଆଘାତ 5. କ୍ଷେତ୍ରଫଳ ହ୍ରାସ ଚାପ ବୃଦ୍ଧିକରେ
(B) ମୁଣ୍ଡ ଉପରେ ବୋଝ ତଳେ ଠକା 3. ଅଧ୍ଵକ କ୍ଷେତ୍ରଫଳ ଚାପ କମାଏ
(C) ବେଲୁନ ଦୁଇଟି ମଧ୍ୟରେ ବାୟୁକୁ ଫୁଙ୍କି ଉଡ଼ାଇଦେବା 4. ବେଲୁନ ଦୁଇଟି ମଧ୍ଯରେ ଲଘୁଚାପ କମିଯାଏ
(D) ଝଡ଼ର ଛାତ ଉଡ଼ିଯିବା 1. ଉଚ୍ଚ ଚାପ ଛାତକୁ ଠେଲିନିକ
(E) ଉତ୍ତପ୍ତ ସ୍ଥଳବାୟୁ 2. ହାଲୁକା ଉଷ୍ଣବାୟୁ ଉପରକୁ ଉଠେ

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ବ୍ୟାଗରେ ସରୁ କିମ୍ବା ମୋଟା ଫିତା, ଚାପର ଉଦାହରଣ କିପରି ?
Answer:
ସରୁଫିତାର କ୍ଷେତ୍ରଫଳ କମ୍ ହେତୁ ଏହା କାନ୍ଧ ଉପରେ ଅଧିକ ଚାପ ପକାଏ । ମୋଟା ଫିତାର କ୍ଷେତ୍ରଫଳ ଅଧ୍ଵକ ହେତୁ କାନ୍ଧ ଉପରେ ପଡୁଥିବା ଚାପ କମିଯାଏ ।

Question 2.
କେଉଁ ଯନ୍ତ୍ରରେ ବାୟୁମଣ୍ଡଳୀୟ ଚାପ ମାପ କରାଯାଏ ?
Answer:
ବାରୋମିଟର

Question 3.
ବାୟୁଦ୍ଵାରା କେଉଁ ଚାପ ଅନୁଭୂତ ହୁଏ ? ଆମେ କାହିଁକି ଏହା ଅନୁଭବ କରୁନାହୁଁ ?
Answer:
ବାୟୁଦ୍ଵାରା ଅନୁଭୂତ ଚାପକୁ ବାୟୁମଣ୍ଡଳୀୟ ଚାପ କହନ୍ତି । କିନ୍ତୁ ତାହା ଆମେ ଅନୁଭବ କରିପାରୁ ନାହୁଁ । କାରଣ ଆମ ଶରୀରର ଚାପ ବାୟୁମଣ୍ଡଳୀୟ ଚାପକୁ ସନ୍ତୁଳିତ କରେ ।

Question 4.
Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 7
ଉପରୋକ୍ତ ପାତ୍ର A, B, C, D ଗୁଡ଼ିକର ଚାପ ହ୍ରାସ କ୍ରମରେ ସଜାଇ ଲେଖ ।
Answer:
B > D > A > C
(ଯେଉଁ ପାତ୍ରରେ ଜଳସ୍ତର ଯେତେ ଅଧ‌ିକ ସେଥୁରେ ଚାପ ସେତେ ଅଧ୍ବକ)

Question 5.
ଶକ୍ତିଶାଳୀ ପବନରେ କୁଡ଼ିଆ ଘର ଛପର ଉଡ଼ିଯାଏ କାହିଁକି ?
Answer:
ଶକ୍ତିଶାଳୀ ପବନ ସମୟରେ ଘରର ଛାତ ଉପରେ ଚାପ ଯଥେଷ୍ଟ କମ୍ ଥାଏ । ଘରର ନିମ୍ନଦେଶରେ ଚାପ ଅଧିକ ଥାଏ । ଏଣୁ ପବନ ଘରର ନିମ୍ନଦେଶରୁ ବହି ଛାତକୁ ଠେଲି ଉଡ଼ାଇ ଦିଏ ।

Question 6. ଉଷ୍ଣ ବାୟୁ ଉପରକୁ ଉଠେ । ଏହା କିପରି ପବନ ସୃଷ୍ଟିକରେ ?
Answer:
ଉଷ୍ଣବାୟୁ ଉପରକୁ ଉଠିଲେ ସେଠାରେ ଚାପ କମିଯାଏ । ଚାରିପଟୁ ଶୀତଳ ବାୟୁର ଉଚ୍ଚଚାପ ଥାଏ । ଏଣୁ ପବନ ଅଧିକ ଚାପ ସ୍ଥାନରୁ କମ୍ ଚାପଥିବା ସ୍ଥାନକୁ ପ୍ରବାହିତ ହୁଏ ।

Question 7.
ବିଜୁଳି ସମୟରେ ଗଛମୂଳେ ଆଶ୍ରୟ ନେବା ନିରାପଦ ନୁହେଁ, କିପରି ?
Answer:
ବିଜୁଳିର ଆଘାତ ପ୍ରଥମେ ପାର୍ଶ୍ଵବର୍ତୀ ଉଚ୍ଚ ପଦାର୍ଥକୁ ଆଘାତ ଦିଏ । ଏଣୁ ବିଦ୍ୟୁତ ଚାର୍ଜ ଗଛଦେଇ ଆସି ଆଶ୍ରିତ ଲୋକର ଜୀବନ ପ୍ରତି ବିପଦ ସୃଷ୍ଟିକରେ ।

Question 8.
ଝଡ଼ର ଦୁଇଟି ସ୍ଥାନୀୟ ନାମ ଲେଖ । କେଉଁ ରାଜ୍ୟରେ ଏହି ନାମରେ ଝଡ଼ ଦେଖାଯାଏ ?
Answer:
କାଳବୈଶାଖ୍ – ପଶ୍ଚିମବଙ୍ଗ, ଓଡ଼ିଶା, ବିହାର
ବରଦୋଇସିଲା – ଆସାମ

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

Question 9.
ଆମ୍ରବୃଷ୍ଟି (Mango shower) କ’ଣ ? ଏହା କିପରି ଉପକାରୀ ?
Answer:
କେରଳ କିମ୍ବା କର୍ଣ୍ଣାଟକର ପ୍ରାକ୍ ମୌସୁମୀ ଝଡ଼କୁ ଆମ୍ରବୃଷ୍ଟି କହନ୍ତି । ଏହା ଆମ୍ବ ପାଚିବାରେ ସାହାଯ୍ୟ

Question 10.
ଉଷ୍ଣ ସମୁଦ୍ର ଜଳ ଉପରେ ବାତ୍ୟା କାହିଁକି ଅଧୁକ ଶକ୍ତିଶାଳୀ ?
Answer:
ଉଷ୍ଣ ସମୁଦ୍ରଜଳ ଆର୍ଦ୍ରବାୟୁକୁ ଉର୍ଦ୍ଧ୍ୱଗାମୀ କରେ । ଘନୀକରଣ ତାପ ମୁକ୍ତ କରେ ଓ ପବନର ବେଗ ବୃଦ୍ଧିପାଏ । ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର କରେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ପାର୍ଶ୍ୱ ସ୍ଥ ଚିତ୍ରରେ ବେଲୁନ୍ ଦୁଇଟି ମଧ୍ୟରେ ବାୟୁକୁ ଫୁଙ୍କି ଉଡ଼ାଇଦେଲେ କ’ଣ ହେବ ?
Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 8
Answer:
ବେଲୁନ ଦୁଇଟି ମଧ୍ୟରେ ବାୟୁକୁ ଫୁଙ୍କି ଉଡ଼ାଇଦେଲେ ସେଠାରେ ବାୟୁ ଚାପ କମିଯିବ । ପାର୍ଶ୍ଵବର୍ତ୍ତୀ ସ୍ଥାନରୁ ଚାପ ଅଧ‌ିକ ଯୋଗୁ ବେଲୁନଦ୍ଵୟ ପରସ୍ପରର ନିକଟବର୍ତ୍ତୀ ହେବେ ।

Question 2.
ଜଳପୂର୍ଣ ଗ୍ଳାସର ନିମ୍ନକୁ ଲାଗିଥିବା କାର୍ଡ଼ବୋର୍ଡ଼ ଖସି ନପଡ଼ିବାର କାରଣ କ’ଣ ?
im-9
Answer:
ଜଳର ନିମ୍ନମୁଖୀ ଚାପ ଓ ବାୟୁର ଉର୍ଦ୍ଧ୍ୱମୁଖୀ ଚାପ ପରସ୍ପରକୁ ସନ୍ତୁଳନ କରନ୍ତି । ତେଣୁ କାର୍ଡ଼ବୋର୍ଡ଼ ଖସିପଡ଼େନାହିଁ ।

Question 3.
ବହିପତ୍ରଥ‌ିବା ବ୍ୟାଗରେ ଚଉଡ଼ାଫିତା କାହିଁକି ଲଗାଯାଏ ।
Answer:
ବ୍ୟାଗ୍ଟିକୁ କାନ୍ଧରେ ଝୁଲାଇ ନିଆଯାଏ । ଚଉଡ଼ା ଫିତାର କ୍ଷେତ୍ରଫଳ ଅଧିକ, ଏଣୁ ବ୍ୟାଗ ଏହାଦ୍ଵାରା କାନ୍ଧ ଉପରେ କମ୍ ଚାପ ପକାଏ ।

Question 4.
ଗୋଟିଏ ପାଣିଟାଙ୍କିରେ ବିଭିନ୍ନ ଉଚ୍ଚତାରେ ତିନିଟି କଣା ଅଛି । ଯେଉଁ କଣାଟି ଅଧ୍ବକ ଦୂର ଜଳ ବିକ୍ଷେପଣ କରନ୍ତି ।
Answer:
ନିମ୍ନତମ କଣା ଅଧ୍ଵକଦୂର ଜଳ ବିକ୍ଷେପଣ କରିବ । ଅନ୍ୟ ଦୁଇଟି କଣା ତୁଳନାରେ ନିମ୍ନରେ ଥିବା କଣା ଉପରେ ଜଳସ୍ତରର ଗଭୀରତା ସର୍ବାଧ‌ିକ ଥିବାରୁ ସେଠାରେ ପାର୍ଶ୍ଵଚାପ ଅଧୂକ ହେବ ।

Question 5.
ପାଇପ୍‌ରେ କଣା ହେଲେ ଜଳ ପାର୍ଶ୍ଵକୁ ଝରଣା ପଡ଼ି ଛିଡ଼ିକି ଯାଏ । ଏହା ତରଳର କେଉଁ ଚାପ ସୂଚାଏ ?
Answer:
ଜଳ କେବଳ ପାତ୍ର ଉପରେ ନିମ୍ନଚାପ ପକାଏ ନାହିଁ, ଏହା ପାର୍ଶ୍ଵଚାପ ମଧ୍ୟ ପ୍ରଦାନ କରେ । ଏଣୁ ପାଇଟ୍‌ରେ ଥ‌ିବା ଜଳର ପାର୍ଶ୍ଵଚାପ ଯୋଗୁଁ ଜଳ ନିମ୍ନଗାମୀ ନହୋଇ ପାର୍ଶ୍ବ ଦିଗକୁ ପିଚକାରି ପରି ଛିଡ଼ିକିଯାଏ ।

Question 6.
ଗୋଟିଏ କାଗଜ ପ୍ଲେଟ ବଡ଼ କାଗଜ ଫର୍କଦ୍ଵାରା ଘୋଡ଼ା ହୋଇଥିଲେ ଏହାକୁ ଉଠାଇବା ସହଜ ହୁଏନାହିଁ କାହିଁକି ?
Answer:
ବଡ଼ କାଗଜ ଫର୍ଦ୍ଦର କ୍ଷେତ୍ରଫଳ ଅଧ‌ିକ । ବାୟୁ ଅଧ‌ିକ କ୍ଷେତ୍ରଫଳ ଉପରେ ଅଧିକ ଚାପ ପକାଇଥାଏ । ଏଣୁ କାଗଜ ପ୍ଲେଟ ଉଠାଇବା ସହଜ ହୁଏନାହିଁ ।

Question 7.
ଘଡ଼ଘଡ଼ି ସୃଷ୍ଟି କରୁଥିବା ମେଘରେ ଚାର୍ଜର ପୃଥକୀକରଣ କିପରି ଘଟେ ?
Answer:
ଘଡ଼ଘଡ଼ି ସମୟରେ ଜଳବିନ୍ଦୁ ଓ ବରଫ କଣିକା ମଧ୍ଯରେ ଘର୍ଷଣ ଦେଖାଯାଏ । ଏହାଦ୍ଵାରା ଚାର୍ଜ ଉତ୍ପନ ହୁଏ । ମେଘର ଉପର ଅଂଶ ବରଫରେ ଯୁକ୍ତ ଚାର୍ଜ
ନିମ୍ନଅଂଶରେ ବିଯୁକ୍ତ ଚାର୍ଜ ସୃଷ୍ଟିହୁଏ । ଫଳରେ ଓଜନିଆ ଜଳବିନ୍ଦୁଗୁଡ଼ିକ ବିଯୁକ୍ତାତ୍ମକ ଚାର୍ଜ ବହନ କରି ତଳକୁ ଖସନ୍ତି ଏବଂ ବିଦ୍ୟୁତ ବିଭବ ପ୍ରାର୍ଥକ୍ୟ ସୃଷ୍ଟି କରନ୍ତି ।

Question 8.
ଘଡ଼ଘଡ଼ି କ’ଣ ? ଝଡ଼ କିପରି ଘଡ଼ଘଡ଼ିରେ ପରିଣତ ହୁଏ ?
Answer:
ଶବ୍ଦ ଓ ବିଜୁଳି ସହ ସଂଯୁକ୍ତ ଝଡ଼ ବର୍ଷାକୁ ଘଡ଼ଘଡ଼ି କହନ୍ତି । ଯେତେବେଳେ ପବନ ଶକ୍ତିଶାଳୀ ହୁଏ, ବିଦ୍ୟୁତ ବିସର୍ଜନ ଘଟେ ସେତେବେଳେ ‘ଝଡ଼’ ଘଡ଼ଘଡ଼ିରେ ପରିଣତ ହୁଏ ।

Question 9.
ବାତ୍ୟାର ଆଖୁ ପାଖରେ ପାଣିପାଗର ଦୁଇଟି ପ୍ରକୃତି ଲେଖ ?
Answer:
ବାତ୍ୟାର ଆଖ୍ ଚାରିପଟେ ଦ୍ରୁତବେଗରେ ପବନ ସହ ଘୂର୍ଣାୟମାନ ବୃଷ୍ଟି ଦେଖାଯାଏ । କିନ୍ତୁ କେନ୍ଦ୍ରସ୍ଥଳରେ ଥିବା ଆଖୁ ପାଖରେ ପବନ ଶାନ୍ତ ରହେ ଯେଉଁଠାରେ ପାଗ ସାଧାରଣ ଓ ପବନର ବେଗ ନଗଣ୍ୟ ଥାଏ ।

Question 10.
ଧନଜୀବନ ଉପରେ ବାତ୍ୟାର ଦୁଇଟି ପ୍ରଭାବ ଲେଖ ?
Answer:
(i) ବାତ୍ୟା ଘରଗୁଡ଼ିକ ଭାଙ୍ଗିଦିଏ ଏବଂ ବଡ଼ ବଡ଼ ଗଛ ଉପୁଡ଼ାଇ ଦିଏ ।
(ii) ବାତ୍ୟା ବନ୍ୟା ସୃଷ୍ଟିକଲେ ଏବଂ ଭୂସ୍ଖଳନ ମଧ୍ୟ କରିଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଗ୍ରୀଷ୍ମଋତୁର ଏକ ଅପରାହ୍ନରେ ମିରା ଦେଖୁଲା ଯେ ତାଙ୍କ ଘର ଝରକାଗୁଡ଼ିକ କଡ଼କଡ଼ ଶବ୍ଦ କରୁଛି ଏବଂ ପବନ ବାହାରେ ଦ୍ରୁତ ବେଗରେ ବହୁଛି । ସେ ହଠାତ୍ ଗ୍ୟାସ ଚୂଲା ବନ୍ଦ କରିଦେଲା ଏବଂ ମେନ୍ ସୁଇଚ ଅଫ୍ କରି ବିଦ୍ୟୁତ ଯୋଗାଣ କାଟିଦେଲ ।
(i) ଗ୍ରୀଷ୍ମଦିନ ଅପରାହ୍ନ ମିରା କିପରି ପବନ ଜୋର୍‌ରେ ବହିବା ଅନୁଭବ କଲା ?
(ii) ଝଡ଼ ସମୟରେ ମିରା ପକ୍ଷରେ ଗ୍ୟାସଚୂଲା ଏବଂ ବିଦ୍ୟୁତ ସରବରାହ ବନ୍ଦ କରିବା ଗୁରୁତ୍ଵପୂର୍ଣ୍ଣ ଥିଲା କାହିଁକି ?
(iii) ମିରା ନିରାପତ୍ତାପାଇଁ କି କି ପଦକ୍ଷେପ ନେଲା ଏବଂ ଆଉ ନିରାପତ୍ତା ପାଇଁ ଆଉ ଅଧ୍ବକ କି ବ୍ୟବସ୍ଥା କରିପାରିଥାନ୍ତା ?
Answer:
(i) ଗ୍ରୀଷ୍ମକାଳ ଅପରାହ୍ନରେ ଭୂମି ଉତ୍ତପ୍ତ ହେବାରୁ ଏହାକୁ ଲାଗିଥିବା ବାୟୁସ୍ତର ଉତ୍ତପ୍ତ ହୋଇ ଉପରକୁ ଉଠେ । ଏହା ଏକ ନିମ୍ନଚାପ ଅଞ୍ଚଳ ସୃଷ୍ଟିକରେ । ଚାରିପଟୁ ଥଣ୍ଡାବାୟୁ ସେହି ଲଘୁଚାପ ଅଞ୍ଚଳକୁ ଦ୍ରୁତ ବେଗରେ ବହେ । ଫଳରେ ମିରା ଶକ୍ତିଶାଳୀ ପବନ ବହୁଥ‌ିବାର ଅନୁଭବ କରିବ ।
(ii) ଝଡ଼ ସମୟରେ ବିଦ୍ୟୁତ ପରିବାହୀ ତାର ଭାଙ୍ଗିଯାଇ ସର୍ଟ ସକ୍ୟୁଟିଂ ହେବାର ସମ୍ଭାବନା ଥାଏ । ହଠାତ ବାୟୁଚାପ ଯୋଗୁ ଗ୍ୟାସଷ୍ଟୋଭ୍ରେ ନିଆଁ ଲାଗିଯିବାର ସମ୍ଭାବନା ମଧ୍ଯ ଥାଏ । ସେଗୁଡ଼ିକ ବନ୍ଦ କରିଦେବା ଝଡ଼ ସମୟରେ ନିରାପତ୍ତା ପାଇଁ ଉଚିତ ପଦକ୍ଷେପ ଅଟେ ।
(iii) ମିରା ଦୁଇଟି ପଦକ୍ଷେପ ନେଲା । ସେ ଗ୍ୟାସଷ୍ଟୋଭ ବନ୍ଦକଲା ଏବଂ ମେନ୍ ସୁଇଚ୍ ବନ୍ଦକରି ବିଦ୍ୟୁତ ଯୋଗାଣ ବ୍ୟାହତ କଲା । ଏହା ବ୍ୟତିତ ସେ ଝରକା ଓ ଦ୍ଵାରଠାରୁ ନିଜକୁ ଦୂରେଇ ରହିବା ଉପରେ ଗୁରୁତ୍ଵ ଦେଇଥିଲେ, ପବନରେ ଉଡ଼ି ଆସୁଥୁବା ପଦାର୍ଥଗୁଡ଼ିକର ଧକ୍କା ଖାଇବାରୁ ନିଜକୁ ରକ୍ଷା କରି ପାରିଥାଆନ୍ତା ।

Question 2.
ରବି ଗୋଟିଏ ପାଣିପାଗ ରିପୋର୍ଟରୁ ଉପକୂଳବର୍ତୀ ଅଞ୍ଚଳରେ ଗୋଟିଏ ସମ୍ଭାବ୍ୟ ବାତ୍ୟାର ସମ୍ବନ୍ଧରେ ସତର୍କ ବାଣୀ ପ୍ରାପ୍ତ ହେଲା । ସେ ଦେଖିଲା ଲୋକମାନେ ଖୁବ୍ ଶିଘ୍ର ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେଉଥିଲେ ।
(i) ବାତ୍ୟାଗୁଡ଼ିକ କିପରି ସଂଘଟିତ ହୁଏ ବୁଝାଅ ।
(ii) ସମୁଦ୍ର ଉପକୂଳରେ ଅଭ୍ୟନ୍ତର ସ୍ଥଳଭାଗ ତୁଳନାରେ ଅଧିକ ବାତ୍ୟା ସୃଷ୍ଟି ହେବାର କାରଣ କ’ଣ ?
(iii) ବାତ୍ୟା ଆସିବା ପୂର୍ବରୁ ଲୋକମାନେ ଯେଉଁସବୁ ସତର୍କତା ଅବଲମ୍ବନ କରିବା ବିଧେୟ, ସେଥିରୁ ଦୁଇଟି ଉଲ୍ଲେଖ କର ।
Answer:
(i) ସମୁଦ୍ରର ଉଷ୍ଣ ଜଳରାଶି ଉପରେ ଯେତେବେଳେ ଉଚ୍ଚ ତାପମାତ୍ରା ଅଧ‌ିକ ବାଷ୍ପୀକରଣ ଘଟାଏ, ସେତେବେଳେ ବାତ୍ୟା ସୃଷ୍ଟିପାଇ ଅନୁକୂଳ ପରିସ୍ଥିତି ଦେଖାଯାଏ । ଉର୍ଦ୍ଧ୍ୱଗାମୀ ଉଷ୍ଣବାୟୁ ଲଘୁଚାପ ସୃଷ୍ଟିକରେ । ଚତୁଃପାର୍ଶ୍ବରେ ଥ‌ିବା ବାୟୁର ଚାପ ଅଧିକ ଥାଏ । ଏଣୁ ବାୟୁ ଚତୁଃପାର୍ଶ୍ବରୁ ଲଘୁଚାପ କେନ୍ଦ୍ରଆଡ଼କୁ ପ୍ରବାହିତ ହେବାକୁ ଲାଗେ । ଏହି ସମୟରେ ଶକ୍ତିଶାଳୀ ପବନ, ପୃଥ‌ିବୀର ଆବର୍ତ୍ତନଦ୍ଵାରା ପ୍ରଭାବିତ ହୋଇ ଘୂର୍ଣ୍ଣନଗତି ଦେଖାଏ । ଏହିପରି ବାତ୍ୟା ସୃଷ୍ଟିହୁଏ ।

(ii) ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ବୃହଦାକାର ଜଳରାଶି ନିକଟରେ ଅବସ୍ଥିତ ଯେଉଁଠାରେ ବାଷ୍ପୀକରଣ ପ୍ରକ୍ରିୟା ସର୍ବାଧ‌ିକ । ସେଠାରେ ଉତ୍ତପ୍ତ ଆର୍ଦ୍ରବାୟୁ ବାତ୍ୟାପାଇଁ ଅନୁକୂଳ ହୁଏ । ଆଭ୍ୟନ୍ତରୀଣ ଅଞ୍ଚଳରେ ବୃହତ୍ ଜଳରାଶି ନଥିବାରୁ ଏହି ପ୍ରାକୃତିକ ପ୍ରକ୍ରିୟା ସେଠାରେ ଘଟିପାରେ ନାହିଁ । ଏଣୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଆଭ୍ୟନ୍ତରୀଣ ଅଞ୍ଚଳ ତୁଳନାରେ ଅଧ‌ିକ ବାତ୍ୟାପ୍ରବଣ ହୋଇଥାଏ ।

(iii) (a) ପ୍ରଥମେ ଲୋକମାନେ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହେବା ଉଚିତ ।
(b) ଲୋକମାନେ ଶୁଖୁଲାଖାଦ୍ୟ, ପାନୀୟଜଳ ବାତ୍ୟା ପୂର୍ବରୁ ବ୍ୟବସ୍ଥା କରିବା ସହିତ ସେମାନଙ୍କର ଅତିଦରକାରୀ ଓ ମୂଲ୍ୟବାନ ବସ୍ତୁଗୁଡ଼ିକୁ ସୁରକ୍ଷିତ ରଖୁବା ଉଚିତ ।

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

Question 3.
ଗୋଟିଏ ବିଜ୍ଞାନ ପ୍ରଦର୍ଶନୀରେ ପିଲାମାନେ ଗୋଟିଏ ପାତ୍ରରେ ଜଳ ରଖୁ ଏହାକୁ ଉତ୍ତପ୍ତ କଲେ । ସେଥିରେ ସେମାନେ ଜଳ ଫୋଟକାଗୁଡ଼ିକ ସୃଷ୍ଟିହେବାର ଦେଖୁଲେ । ଶିକ୍ଷକ ସେମାନଙ୍କୁ ବାଣ୍ଟୁ ଓ ଜଳ ଉପରେ ତାପର ପ୍ରଭାବ ବୁଝାଇଲେ ।
(i) ଗରମ କଲେ ବାୟୁ ହାଲୁକା ହୁଏ କାହିଁକି ?
(ii) ବାୟୁର ଏହି ପ୍ରକୃତି କିପରି ପବନ ସୃଷ୍ଟି କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଏ ?
(iii) ଗୋଟିଏ ପ୍ରାକୃତିକ ଘଟଣାକୁ ଉପରୋକ୍ତ ପର୍ଯ୍ୟବେକ୍ଷଣ ସହ ସମ୍ବନ୍ଧିତ କର ।
Answer:
(i) ଯେତେବେଳେ ବାୟୁ ଉତ୍ତପ୍ତ ହୁଏ ଏହାର କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ବୃଦ୍ଧିପାଏ । ଫଳରେ ବାୟୁର ଆୟତନ ବୃଦ୍ଧିପାଇ ସାନ୍ଦ୍ରତା କମିଯାଏ । ତେଣୁ ଉଷ୍ଣବାୟୁ ଶୀତଳ ବାୟୁ ଅପେକ୍ଷା ଅଧିକ ହାଲୁକା ହୋଇଯାଏ ।
(ii) ଉଷ୍ଣବାୟୁ ଉପରକୁ ଉଠେ ଏବଂ ଏକ ନିମ୍ନଚାପ ଅଞ୍ଚଳ ସୃଷ୍ଟିକରେ । ଥଣ୍ଡାବାୟୁ ସେହି ସ୍ଥାନକୁ ପ୍ରବାହିତ ହୋଇ ଶୂନ୍ୟସ୍ଥାନ ପୂରଣ କରେ । ଫଳରେ ବାୟୁ ଗତିଶୀଳ ହୋଇ ପବନରେ ପରିଣତ ହୁଏ ।
(iii) ଦିନବେଳା ସୃଷ୍ଟି ସମୁଦ୍ର ବାୟୁ ଏହାର ଏକ ଉଦାହରଣ । ସ୍ଥଳଭାଗ ଶିଘ୍ର ଉତ୍ତପ୍ତ ହେବାରୁ ଏହା ଉପରେ ଲଘୁଚାପ ସୃଷ୍ଟିହୁଏ । ସମୁଦ୍ରଜଳ ଅପେକ୍ଷାକୃତ ଶୀତଳ ଥିବାରୁ ଏହା ଉପରେ ଚାପ ଅଧ‌ିକ ଥାଏ । ସମୁଦ୍ର ଓ ସ୍ଥଳଭାଗ ମଧ୍ୟରେ ବାୟୁଚାପର ପ୍ରଭେଦ ଯୋଗୁ ସମୁଦ୍ର ବାୟୁ ଦିନବେଳା ସମୁଦ୍ରଆଡୁ ସ୍ଥଳଭାଗ ଦିଗରେ ପ୍ରବାହିତ ହୁଏ ।

Question 4.
ରୋହିତ ବଣଭୋଜି କରୁଥିବା ସମୟରେ ଆକାଶରେ ବିଜୁଳି ସହ ଘଡ଼ଘଡ଼ି ବାରମ୍ବାର ଦେଖୁଲା । ସେ ଏପରି କାହିଁକି ହେଉଛି ଜାଣିବାକୁ ବ୍ୟଗ୍ର ହେଲା ।
(i) ଆମେ କାହିଁକି ଘଡ଼ଘଡ଼ି ପୂର୍ବରୁ ବିଜୁଳି ଦେଖୁଥାଉ ?
(ii) ବିଜୁଳି ମାରିବା ସମୟରେ ରୋହିତ କି କି ସତର୍କତା ଅବଲମ୍ବନ କରିବା ଉଚିତ ?
(iii) ମେଘ ଭିତରେ ବିଜୁଳି କିପରି ସୃଷ୍ଟିହୁଏ ? ବୁଝାଇ ଲେଖ ।
Answer:
(i) ଆଲୋକର ବେଗ ଶବ୍ଦର ବେଗଠାରୁ ଯଥେଷ୍ଟ ଅଧିକ । ଏଣୁ ବିଜୁଳି ସହ ଘଡ଼ଘଡ଼ି ମାରିବା ସମୟରେ ଆମେ ପ୍ରଥମେ ବିଜୁଳି ଆଲୋକ ଦେଖୁ ଏବଂ କିଛି ସମୟପରେ ଶବ୍ଦ ଶୁଣିବାକୁ ପାଇଥାଏ ।
(ii) ରୋହିତ କୌଣସି ଉଚ୍ଚ ଗଛ ମୂଳରେ ଆଶ୍ରୟ ନେବା ଉଚିତ ନୁହେଁ । ଲୁହାବେଣ୍ଟ ଥିବା ଛତା ଧରିବା ଉଚିତ ନୁହେଁ । ପାଣି ଭିତରେ ଥିଲେ ହଠାତ୍ ବାହାରକୁ ଆସିବା ଉଚିତ । ଖୋଲାଜାଗାରେ ବୁଲାବୁଲି ନକରି କୌଣସି ଆବଦ୍ଧ କୋଠରି ମଧ୍ୟରେ ରହିବା ନିରାପଦ ଅଟେ ।
(iii) ମେଘରେ ଚାର୍ଜର ପୃଥକୀକରଣ ଯୋଗୁ ବିଜୁଳିର ସୃଷ୍ଟି । ବରଫ କଣିକା ଓ ଜଳବିନ୍ଦୁର ଘର୍ଷଣ ଯୋଗୁ ଚାର୍ଜ ସୃଷ୍ଟିହୁଏ । ମେଘର ଉପରିଭାଗରେ ହାଲୁକା ବରଫ ଖଣ୍ଡ ଯୁକ୍ତାତ୍ମକ ଚାର୍ଜ ବହନ କରନ୍ତି । ଓଜନିଆ ଜଳବିନ୍ଦୁଗୁଡ଼ିକ ମେଘର ନିମ୍ନ ପ୍ରଦେଶରେ ବିଯୁକ୍ତାତ୍ମକ ଚାର୍ଜ ବହନ କରନ୍ତି । ଏହିପରି ଚାର୍ଜର ତାରତମ୍ୟ ଅଧିକ ହୁଏ ବାୟୁସ୍ତର ଭାଙ୍ଗିଯାଏ ଏବଂ ବିଦ୍ୟୁତ ବିସର୍ଜନ ହୁଏ । ଏହାକୁ ଆମେ ବିଜୁଳି କହିଥାଉ ।

Question 5.
ନେହା ଦେଖୁଲା ଯେ ଜୋର୍‌ରେ ପବନ ବହୁଥ‌ିବା ସମୟରେ ଅନେକ ଲୋକ ଧରିଥିବା ଛତାଗୁଡ଼ିକ ଓଲଟି ଯାଉଛି । ଏପରି କାହିଁକି ହୁଏ ? ବାୟୁର କେଉଁ ପ୍ରକୃତି ଏଥିପାଇଁ ଦାୟୀ । ବାସ୍ତବ ଜୀବନରେ ଏହିପରି ଘଟୁଥ‌ିବା ଅନ୍ୟ ଏକ ଘଟଣା ଉଲ୍ଲେଖ କର ।
Answer:
ଛଡ଼ା ଉପରେ ଦ୍ରୁତଗାମୀ ବାୟୁ ଲଘୁଚାପ ସୃଷ୍ଟିକରେ । ଛତାତଳ ସ୍ଥିର ବାୟୁର ଚାପ ଅଧୁକ ଥାଏ । ଏଣୁ ଛତାର ନିମ୍ନଅଂଶରୁ ବାୟୁ ଉପରକୁ ଉଠି ଛତା ଉପରେ ଚାପ ପ୍ରଦାନ କରେ । ଗତିଶୀଳ ବାୟୁର ଖସ ସ୍ଥିର ବାୟୁର ଚାପ ଅପେକ୍ଷା କମ୍ । ଝଡ଼ ସମୟରେ ଏହି କାରଣରୁ ଘରର ଦୁର୍ବଳ ଛାତ ଉଡ଼ିଯିବାର ଦେଖାଯାଏ । ବାୟୁର ଉର୍ଦ୍ଧ୍ବସ୍ତର ଓ ନିମ୍ନସ୍ତର ମଧ୍ଯରେ ଚାପ ପ୍ରାର୍ଥକ୍ୟ ଯୋଗୁ ଉଡ଼ାଯାହାଜ ଭୂମି ଛାଡ଼ି ଉପରକୁ ଉଠିବାରେ ସହାୟକ ହୋଇଥାଏ ।

ଦୃକ୍ତି–କାରଣ ପ୍ରଶ୍ନୋତ୍ତର

ନିମ୍ନ ପ୍ରଶ୍ନଗୁଡ଼ିକ ପ୍ରତ୍ୟେକରେ ଦୁଇଟି ଉକ୍ତି ରହିଛି । ପ୍ରଥମଟି ଦୃଢୋକ୍ତି (Assertion) A ଏବଂ ଅନ୍ୟଟି କାରଣ (Reason) (R). a, b, c, d ମଧ୍ୟରୁ ଉପଯୁକ୍ତ ସଂଯୋଗ ବାଛି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(a) ଉଭୟ A ଏବଂ R ଠିକ୍ ଏବଂ R ହେଉଛି A ର ସଠିକ ବ୍ୟାଖାକରଣ ଅଟେ ।
(b) ଉଭୟ A ଓ R ଠିକ୍ ଏବଂ R, A ର ସଠିକ୍ ବ୍ୟାଖ୍ୟାକରଣ ନୁହେଁ ।
(c) A ସତ୍ୟ କିନ୍ତୁ R ମିଥ୍ୟା
(d) A ମିଥ୍ୟ କିନ୍ତୁ R ସତ୍ୟ

Question 1.
ଦୃଢୋକ୍ତି (Assertion) (A) : ସ୍କୁଲ ବ୍ୟାଗ୍‌ରେ ମୋଟା ଫିତା ତୁଳନାରେ ସରୁ ଫିତା ଲାଗିଥିଲେ କାନ୍ଧକୁ ଅଧିକ ଆଘାତ ଦିଏ ।
କାରଣ (Reason) (R) : ସମାନ ବଳପାଇଁ କ୍ଷେତ୍ରଫଳ କମିଲେ ଚାପ ବଢ଼ିଯାଏ ।
Answer:
(a) ଉଭୟ A ଓ R ସତ୍ୟ ଏବଂ R ହେଉଛି A ର ସଠିକ୍ ବ୍ୟାଖ୍ୟାକରଣ ।

Question 2.
ଦୃଢୋକ୍ତି (Assertion) (A) : ଭିଷଣ ଝଡ଼ରେ ଛାତର ଟିଣ ଫର୍ଦ୍ଦଗୁଡ଼ିକ ଉଡ଼ିଯାଏ ।
କାରଣ (Reason) (R) : ଛାତ ଉପରେ ଦ୍ରୁତଗାମୀ ପବନ ଚାପ କମାଇଦିଏ । ଏଣୁ ଛାତ ତଳର ଉଚ୍ଚତାପ ଛାତର ଟିଣ ଫର୍ଦଗୁଡ଼ିକୁ ଠେଲିବାକୁ ଲାଗେ ।
Answer:
(a) ଉଭୟ A ଓ R ସତ୍ୟ ଏବଂ R ହେଉଛି A ର ସଠିକ୍ ବ୍ୟାଖ୍ୟାକରଣ ।

Question 3.
ଦୃଢୋକ୍ତି (Assertion) (A) : ବାୟୁଗୁଡ଼ିକ ବିଷୁବ ବୃତ୍ତଠାରୁ ମେରୁ ଆଡ଼କୁ ପ୍ରବାହିତ ହୁଅନ୍ତି ।
କାରଣ (Reason) (R) : ବିଷୁବ ବୃତ୍ତ ନିକଟରେ ତାପମାତ୍ରା ଅଧିକ ଥାଏ । ଏଣୁ ବାୟୁର ଚାପ କମିଯାଇ ଏହା ଉପରକୁ ଉଠେ ।
Answer:
(d) A ମିଥ୍ୟ କିନ୍ତୁ R ସତ୍ୟ

Question 4.
ଦୃଢୋକ୍ତି (Assertion) (A) : ଘଡ଼ଘଡ଼ି ସମୟରେ ଉଚ୍ଚ ଗଛତଳେ ଆଶ୍ରୟ ନେବା ନିରାପଦ ନୁହେଁ ।
କାରଣ (Reason) (R) : ବିଜୁଳି ଉଚ୍ଚ ବସ୍ତୁକୁ ଆଘାତ ଦିଏ ଏବଂ ବିଦ୍ୟୁତ ଚାର୍ଜ ଗଛ ମଧ୍ୟଦେଇ ଭୂମିକୁ ସ୍ଥାନାନ୍ତରିତ ହୁଏ ।
Answer:
(a) ଉଭୟ A ଓ R ସତ୍ୟ ଏବଂ R ହେଉଛି A ର ସଠିକ୍ ବ୍ୟାଖ୍ୟାକରଣ ।

Question 5.
ଦୃଢୋକ୍ତି (Assertion) (A) : ବାତ୍ୟାବେଳେ କେନ୍ଦ୍ର ଅଞ୍ଚଳରେ ଚାପ ବହୁତ କମ୍ କିନ୍ତୁ ଏହାର ଚାରିପଟେ ଚାପ ଯଥେଷ୍ଟ ଅଧିକ ।
କାରଣ (Reason) (R): ବାୟୁ ଲଘୁଚାପ ଅଞ୍ଚଳରୁ ସର୍ବଦା ଗୁରୁଚାପ ଅଞ୍ଚଳକୁ ଗତିକରେ ।
Answer:
(c) A ସତ୍ୟ କିନ୍ତୁ R ମିଥ୍ୟା

ଘଟଣା ଆଧାରିତ ପ୍ରଶ୍ନ (Case Based Questions) :

Question 1.
ଦିନବେଳା ସ୍ଥଳଭାଗ, ଜଳଭାଗ ତୁଳନାରେ ଶୀଘ୍ର ଉତ୍ତପ୍ତ ହୁଏ । ସ୍ଥଳଭାଗ ଉପରିସ୍ଥ ଉଷ୍ଣବାୟୁ ଉର୍ଦ୍ଧ୍ୱମୁଖୀ ହୁଏ ଏବଂ ନିମ୍ନଚାପ ସୃଷ୍ଟିକରେ । ଜଳଭାଗ ଉପରେ ବାୟୁର ଚାପ ଅଧିକ ଥାଏ । ତେଣୁ ବାୟୁ ଜଳଭାଗରୁ ସ୍ଥଳଭାଗକୁ ପ୍ରବାହିତ ହୁଏ । ଏହି ବାୟୁ ସମୁଦ୍ର ଉପକୂଳ ଅଞ୍ଚଳରେ ଲୋକମାନଙ୍କୁ ଆଶ୍ୱସ୍ତି ଦିଏ । ପରିସ୍ଥିତିକୁ ଅନୁଧ୍ୟାନ କରି ନିମ୍ନ ପ୍ରଶ୍ନଗୁଡ଼ିକର ସଠିକ୍ ଉତ୍ତର ବାଛ ।
(i) କି ପ୍ରକାର ଚାପ ଉପରୋକ୍ତ ଅନୁଚ୍ଛେଦରେ ବାୟୁ ପ୍ରବାହ ପାଇଁ ଦାୟୀ ?
(a) ସ୍ଥଳଭାଗରେ ଉଚ୍ଚଚାପ ଏବଂ ଜଳଭାଗରେ ନିମ୍ନଚାପ
(b) ସ୍ଥଳଭାଗରେ ନିମ୍ନଚାପ ଏବଂ ଜଳଭାଗରେ ଉଚ୍ଚଚାପ
(c) ଉଭୟ ସ୍ଥଳଭାଗ ଓ ଜଳଭାଗରେ ଉଚ୍ଚଚାପ
(d) ଉଭୟ ସ୍ଥଳଭାଗ ଓ ଜଳଭାଗରେ ନିମ୍ନଚାପ
Answer:
(b) ସ୍ଥଳଭାଗରେ ନିମ୍ନଚାପ ଏବଂ ଜଳଭାଗରେ ଉଚ୍ଚଚାପ

(ii) ଘଟଣାଟିରେ କେଉଁ ଦୃଷ୍ଟାନ୍ତ ରହିଛି ?
(a) ସ୍ଥଳବାୟୁ
(c) ମୌସୁମୀ ବାୟୁ
(b) ସମୁଦ୍ର ବାୟୁ
(d) ବାତ୍ୟା ଜନିତ ବାୟୁ
Answer:
(b) ସମୁଦ୍ରବାୟୁ

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

(iii) ଦିନବେଳା ସ୍ଥଳଭାଗର ବାୟୁ କାହିଁକି ଉର୍ଦ୍ଧ୍ୱମୁଖା ହୁଏ ?
(a) ସ୍ଥଳଭାଗ ଅଧିକ ତାପ ପ୍ରତିଫଳନ କରେ ।
(b) ସ୍ଥଳଭାଗ ଜଳଭାଗ ଅପେକ୍ଷା ଶୀଘ୍ର ଥଣ୍ଡାହୁଏ ।
(c) ସ୍ଥଳଭାଗ ଶୀଘ୍ର ଉତ୍ତପ୍ତ ହୋଇ ବାୟୁକୁ ଉଷ୍ପକରେ ।
(d) ଜଳଭାଗ ସ୍ଥଳଭାଗ ଅପେକ୍ଷା ଶୀଘ୍ର ଉତ୍ତପ୍ତ ହୁଏ ।
Answer:
(c) ସ୍ଥଳଭାଗ ଶୀଘ୍ର ଉତ୍ତପ୍ତ ହୋଇ ବାୟୁକୁ ଉଷ୍ଣକରେ ।

Leave a Comment