Odisha State Board CHSE Odisha Class 12 Political Science Solutions Chapter 10 ପରିବେଶ ଓ ପ୍ରାକୃତିକ ସମ୍ପଦ Short & Long Answer Questions.
CHSE Odisha 12th Class Political Science Chapter 7 Short & Long Answer Questions in Odia Medium
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ ।
୧ । ସିନ୍ଧୁ ନଦୀ ଜଳ ବିବାଦ କ’ଣ ?
Answer:
ସିନ୍ଧୁନଦୀର କେନାଲ ଜଳ ବଣ୍ଟନକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଦେଖାଯାଇଥିଲା । ୧୯୬୦ ମସିହାରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ପାକିସ୍ତାନ ପ୍ରତିପକ୍ଷ ଆୟୁବ ଖାଁଙ୍କ ମଧ୍ୟରେ ଏକ ରାଜିନାମା ସାକ୍ଷରିତ ହେବାପରେ ଏକ ଆୟୋଗ ଗଠିତ ହୋଇ ଏହାର ସମାଧାନ କରିଥିଲା ।
୨ । ପଞ୍ଚଶୀଳ ନୀତିକୁ ନେଇ ଏକ ରାଜିନାମା କାହା କାହା ମଧ୍ୟରେ ସାକ୍ଷରିତ ହୋଇଥିଲା ?
Answer:
ଭାରତ ଓ ଚୀନ ମଧ୍ୟରେ ଅନ୍ତଃରାଷ୍ଟ୍ରୀୟ ଏବଂ ଅନ୍ୟାନ୍ୟ ସମ୍ପର୍କ ପାଇଁ ୧୯୫୪ ମସିହା ଏପ୍ରିଲ ୨୯ ତାରିଖରେ ପଞ୍ଚଶୀଳ ରାଜିନାମା ନାମକ ଏକ ସନ୍ଧି ସ୍ବାକ୍ଷରିତ ହୋଇଥିଲା । ଏହାର ମୁଖ୍ୟ ପ୍ରବକ୍ତା ଥିଲେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ।
୩ । ତାସ୍କେଣ୍ଟ ସମ୍ମିଳନୀର ଗୁରୁତ୍ବ କ’ଣ ବା ତାସ୍କେଣ୍ଟ ରାଜିନାମା କ’ଣ ?
Answer:
ରୁଷିଆର ସର୍ବୋଚ୍ଚ ଶାସକ ଶ୍ରୀଯୁକ୍ତ କୋସିଜିନ୍ଙ୍କ ମଧ୍ୟସ୍ତତାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଲାଲବାହାଦୂର ଶାସ୍ତ୍ରୀ ଏବଂ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାଁଙ୍କ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସାକ୍ଷରିତ ହୋଇଥିଲା । ଉଭୟ ରାଷ୍ଟ୍ର ମଧ୍ୟରେ ଉତ୍ତମ ପଡ଼ୋଶୀର ସମ୍ପର୍କ ରକ୍ଷା ଥିଲା ଏହାର ବିଶେଷତ୍ଵ ।
୪। ସିମୂଲା ରାଜିନାମା କେବେ ଓ କାହା କାହା ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୭୨ ମସିହା ଜୁଲାଇ ୨ ତାରିଖରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଜୁଲ୍ ଫିକର ଅଲ୍ଲି ଭୁଟୋଙ୍କ ମଧ୍ୟରେ ସିମ୍କାଠାରେ ଏକ ଶିଖର ସମ୍ମିଳନୀ ହୋଇଥିଲା । ଏଥିରେ ସାକ୍ଷରିତ ହୋଇଥୁବା ରାଜିନାମା ସିମଲା ରାଜିନାମା ରୂପେ ପରିଚିତ ।
୫ । ଲାହୋର ଘୋଷଣା କ’ଣ ?
Answer:
୧୯୯୯ ମସିହା ଫେବୃଆରୀ ୩ ତାରିଖରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଦିଲ୍ଲୀରୁ ଲାହୋର ପର୍ଯ୍ୟନ୍ତ ବସ୍ରେ ଯାତ୍ରା କରି ବସ୍ ଚଳାଚଳର ଶୁଭାରମ୍ଭ କରିଥିଲେ । ଲାହୋରଠାରେ ଯେଉଁ ଘୋଷଣାନାମା ପ୍ରକାଶିତ ହୋଇଥିଲା ତାହା ଲାହୋର ଘୋଷଣା ଭାବେ ପରିଚିତ । ଏହି ଘୋଷଣାନାମାରେ ସିମଲା ରାଜିନାମା ଅନୁସାରେ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଘୋଷଣା କରାଯାଇଥିଲା ।
B. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।
୧ । ପଞ୍ଚଶୀଳ ନୀତି
Answer:
ଭାରତ ଓ ଚୀନ ମଧ୍ୟରେ ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ଏବଂ ଅନ୍ୟାନ୍ୟ ସମ୍ପର୍କ ପାଇଁ ୧୯୫୪ ମସିହା ଏପ୍ରିଲ ୨୯ ତାରିଖରେ ଏକ ଚୁକ୍ତି ସାକ୍ଷରିତ ହୋଇଥିଲା । ଏହି ଚୁକ୍ତି ମୁଖ୍ୟତଃ ପାଞ୍ଚଗୋଟି ସର୍ଭ ଉପରେ ପ୍ରତିଷ୍ଠିତ ଥିଲା ।
- ପ୍ରତ୍ୟେକ ରାଷ୍ଟ୍ରର ଅଖଣ୍ଡତା ଓ ସାର୍ବଭୌମତା ପ୍ରତି ପାରସ୍ପରିକ ସମ୍ମାନ ପ୍ରଦର୍ଶନ |
- ପାରସ୍ପରିକ ଅନାକ୍ରମଣ ।
- ପରସ୍ପରର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନିବାରଣ ।
- ସମାନତା ଓ ପାରସ୍ପରିକ ସୁବିଧା ହାସଲ ।
- ଶାନ୍ତିପୂର୍ଣ୍ଣ ସହାବସ୍ଥାନ ।
ପଣ୍ଡିତ ନେହେରୁ ଥିଲେ ଏହାର ପ୍ରବକ୍ତା । ଏହାକୁ ପଞ୍ଚଶୀଳ ନୀତି କୁହାଯାଏ । ପରବର୍ତ୍ତୀ ସମୟରେ ୧୯୫୫ ମସିହାରେ ଅନୁଷ୍ଠିତ ବାନ୍ଦୁଙ୍ଗ୍ ସମ୍ମିଳନୀରେ ପଞ୍ଚଶୀଳ ନୀତିକୁ ଗ୍ରହଣ କରାଗଲା ।
୨ । ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସମିତି ବା ସାର୍କ
Answer:
ଏସିଆ ମହାଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ଦାନ ମଧ୍ୟ କମ୍ ନୁହେଁ । ଭାରତ, ପାକିସ୍ତାନ, ନେପାଳ, ଭୁଟାନ, ଶ୍ରୀଲଙ୍କା, ବଙ୍ଗଳାଦେଶ, ମାଲାଡ଼ିଭ୍ ଓ ଆଫଗାନିସ୍ତାନ ସମେତ ୮ଟି ରାଷ୍ଟ୍ର ବିଶିଷ୍ଟ ଦକ୍ଷିଣ ଏସିଆ ଆଞ୍ଚଳିକ ସଂଯୋଗ ସମିତିର ଭାରତ ହେଉଛି ବସ୍ତୁତଃ ଜନ୍ମଦାତା । ୧୯୮୬ ମସିହା ଅକ୍ଟୋବର ପହିଲା ଦିନ ନୂଆଦିଲ୍ଲୀଠାରେ ଗଠିତ ଏହି ଅନୁଷ୍ଠାନ ଆଞ୍ଚଳିକ ସହଯୋଗ ପ୍ରତିଷ୍ଠା ଦିଗରେ ଭାରତର ଆନ୍ତରିକତାର ଏକ ନିଦର୍ଶନ । ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ସୁସମ୍ପର୍କ ପ୍ରତିଷ୍ଠା କରିବା ଭାରତର ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ଶ୍ରୀଲଙ୍କାର ଜାତିଗତ ସମସ୍ୟାର ସମାଧାନ ଦିଗରେ ଭାରତ ଶ୍ରୀଲଙ୍କା ରାଜିନାମା ବଳିଷ୍ଠ ପଦକ୍ଷେପ ।
୩ । ଭାରତର ବୈଦେଶିକ ନୀତିର ବିଶେଷତ୍ବ
Answer:
ଭାରତ ସମ୍ବିଧାନ ପୃଥିବୀର ଏକମାତ୍ର ସମ୍ବିଧାନ ଯାହା ଦେଶର ବୈଦେଶିକ ନୀତି ନିର୍ଦ୍ଧାରଣ କରିବାପାଇଁ ସାମ୍ବିଧାନିକ ବ୍ୟବସ୍ଥା କରିଛି । ସମ୍ବିଧାନର ୫୧ ଧାରାରେ କୁହାଯାଇଛି ଯେ,
- ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷାର ଉନ୍ନତି
- ଦେଶ ଦେଶ ମଧ୍ୟରେ ନ୍ୟାୟପୂର୍ଣ୍ଣ ଓ ସମ୍ମାନଜନକ ସମ୍ପର୍କ ରକ୍ଷା
- ଆନ୍ତର୍ଜାତିକ ଆଇନ ଓ ଚୁକ୍ତିକୁ ସମ୍ମାନ ପ୍ରଦର୍ଶନ ଓ
- ମଧ୍ୟସ୍ଥିତା ମାଧ୍ୟମରେ ଆନ୍ତଃରାଷ୍ଟ୍ରୀୟ ବିବାଦଗୁଡ଼ିକୁ ସମାଧାନ କରିବାପାଇଁ ଯଥାଯଥ ଉଦ୍ୟମ କରିବା
ଇତ୍ୟାଦି ସାମ୍ବିଧାନିକ ଏହି ବ୍ୟବସ୍ଥା ଭାରତୀୟ ବୈଦେଶିକ ନୀତିର ଦିଗ୍ଦର୍ଶକ । ଆମ ଦେଶରେ ଅନୁସୃତ ବୈଦେଶିକ ନୀତିର ବୈଶିଷ୍ଟ୍ୟଗୁଡ଼ିକ ହେଲା –
- ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ରକ୍ଷା
- ସାମ୍ରାଜ୍ୟବାଦର ବିରୋଧ
- ବର୍ଣ୍ଣବୈଷମ୍ୟ ବିରୋଧ
- ଆନ୍ତର୍ଜାତିକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ
- ଶାନ୍ତିପୂର୍ଣ୍ଣ ସହାବସ୍ଥାନ
- ଗୋଷ୍ଠୀ ନିରପେକ୍ଷତା
୪ । ତାସ୍କେଣ୍ଟ ରାଜିନାମାର ବିଶେଷତ୍ଵ
Answer:
ଦୁଇ ପଡ଼ୋଶୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ରୁଷିଆର ସର୍ବୋଚ୍ଚ ଶାସକ ଶ୍ରୀଯୁକ୍ତ କୋସିଜିନ୍ ମଧ୍ୟସ୍ଥତା କରିଥିଲେ । ତାଙ୍କ ଉଦ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ଲାଲ୍ବାହାଦୁର ଶାସ୍ତ୍ରୀ ଏବଂ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାଁ ୧୯୬୬ ମସିହା ଜାନୁଆରୀ ମାସରେ ତାସ୍କେଣ୍ଟଠାରେ ଏକ ସମ୍ମିଳନୀରେ ମିଳିତ ହୋଇଥିଲେ । ଏକ ସପ୍ତାହ ବ୍ୟାପୀ ବିଚାର ବିମର୍ଷ ପରେ ଉଭୟ ନେତାଙ୍କ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ଉନ୍ନତି, ଉଭୟ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଉତ୍ତମ ପଡ଼ୋଶୀ ଭାବରେ ସମ୍ପର୍କ ପ୍ରତିଷ୍ଠା, ମିଳିତ ଜାତିସଂଘ ସନନ୍ଦ ପ୍ରତି ପୁନଃ ଆସ୍ଥା ପ୍ରକଟ ଏହି ରାଜିନାମାର ବିଶେଷତ୍ଵ ଥିଲା ।
୫ । ସିମଲା ରାଜିନାମା – ୧୯୭୨ର ବିଶେଷତ୍ଵ
Answer:
୧୯୭୨ ମସିହା ଜୁଲାଇ ୨ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଜୁଲ୍ଫିକର୍ ଅଲ୍ଲି ଭୁଟୋଙ୍କ ମଧ୍ୟରେ ସିମଲାଠାରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା ଯାହାକି ସିମଲା ରାଜିନାମା ଭାବେ ଖ୍ୟାତ ।
ଏହାର ସର୍ଭ ଥିଲା :
- ସୀମାରେଖାରୁ ଉଭୟ ଦେଶର ସୈନ୍ୟ ପ୍ରତ୍ୟାହାର ।
- ସମସ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ।
- ଜାମ୍ମୁ ଓ କାଶ୍ମୀର ବେସାମରିକ ଅଞ୍ଚଳକୁ ଉଭୟ ଭାରତ ଓ ପାକିସ୍ତାନର ମିଳିତ ତଦାରଖ ।
- ଉଭୟ ଦେଶର ସମ୍ପର୍କକୁ ସାମାନ୍ୟ କରିବାପାଇଁ କାର୍ଯ୍ୟକାରୀ ପଦକ୍ଷେପ ଗ୍ରହଣ ।
୬ | ଲାହୋର ଘୋଷଣା – ୧୯୯୯ର ବିଶେଷତ୍ଵ
Answer:
୧୯୯୯ ମସିହା ଫେବୃଆରୀ ୩ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହାରୀ ବାଜପେୟୀ ଦିଲ୍ଲୀ ଓ ଲାହୋର ବସ୍ ଚଳାଚଳ ଉଦ୍ଘାଟନ ସରୂପ ନିଜେ ବସ୍ ଯୋଗେ ଲାହୋର ଗସ୍ତ କରିଥିଲେ । ଲାହୋରଠାରେ ତିନୋଟି ଦଲିଲ୍ରେ ଏକ ଘୋଷଣାନାମା ପ୍ରକାଶିତ କରିଥିଲେ । ତାହାର ବିଶେଷତ୍ଵ ହେଲା –
- ଯଥାଶୀଘ୍ର କାଶ୍ମୀର ସମସ୍ୟାକୁ ସିମଲା ରାଜିନାମା ଅନୁସାରେ ସମାଧାନ ।
- ଜଣେ ଅନ୍ୟ ଜଣଙ୍କ ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବେ ନାହିଁ ।
- ଆଣବିକ ପରୀକ୍ଷା ବାତିଲ୍ ଓ ଆକସ୍ମିକ ଭାବେ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରାଯିବ ନାହିଁ ।
- ପର୍ଯ୍ୟାବରଣର ସୁରକ୍ଷା ପାଇଁ ଉଭୟେ ମିଳିତ ଭାବେ କାର୍ଯ୍ୟ କରିବେ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ଭାରତୀୟ ବୈଦେଶିକ ନୀତିର ମୁଖ୍ୟ ଲକ୍ଷଣ (Main features) ଗୁଡ଼ିକ ଆଲୋଚନା କର ।
Answer:
ବ୍ରିଟିଶ୍ ଶାସନାଧୀନ ଭାରତର ମଧ୍ୟ ବୈଦେଶକି ନୀତି ଥିଲା ଓ ଆନ୍ତର୍ଜାତିକ ଘଟଣାବଳୀ ସହ ଏହାର ଘନିଷ୍ଠ ସମ୍ପର୍କ ରହିଥିଲା । ମାତ୍ର ସ୍ଵାଧୀନତୋତ୍ତର ଭାରତରେ ନିଜସ୍ଵ ସ୍ଵାଧୀନ ବୈଦେଶିକ ନୀତି ଗ୍ରହଣ କରାଯିବା ହିଁ ହେଉଛି ଅତୀତ ଓ ବର୍ତ୍ତମାନ ମଧ୍ୟରେ ଥିବା ପାର୍ଥକ୍ୟ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ହିଁ ଆଣିଦେଲା ପୂର୍ଣ୍ଣ ସୁଯୋଗ ଓ ପୁଞ୍ଜୀଭୂତ ଆଶା ଏବଂ ଉଦ୍ଦୀପନା, ଯାହାକୁ ମୂଳଭିତ୍ତି କରି ଅତୀତର ନୀତି, ଘଟଣାବଳୀ, ଜାତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସକୁ ପାଥେୟ କରି ଭାରତର ନୂତନ ବୈଦେଶିକ ନୀତି ପ୍ରକାଶିତ ହେଲା । ଭାରତର ବୈଦେଶିକ ନୀତି ଅତୀତରୁ ବିଚ୍ଛିନ୍ନ ନୁହେଁ ବୋଲି ୧୯୫୦ ମସିହାରେ ପଣ୍ଡିତ ଜବାହରଲାଲ ନେହେରୁ ଭାଷଣ ପ୍ରସଙ୍ଗରେ ଲୋକସଭାରେ ମତ ଦେଇଥିଲେ । ସମୟ ଓ ପରିସ୍ଥିତିର ପରିବର୍ତ୍ତନ ସହ ଏଣ୍ଡ୍ରେ ମଧ୍ଯ ସଂଶୋଧନ କରାଯାଇ ପରିମାର୍ଜିତ କରାଯାଉଛି । ପାମର ଓ ପରକିସଙ୍କ ମତରେ, ‘ଭାରତର ବୈଦେଶିକ ନୀତିର ଅନ୍ତଃସତ୍ତା ବହୁ ଶତାବ୍ଦୀ ଧରି ସମୃଦ୍ଧ ହୋଇ ନିହିତ ରହିଛି ।’’
ଭାରତୀୟ ବୈଦେଶିକ ନୀତିର ମୂଳ ଲକ୍ଷ୍ୟ :
ଭାରତୀୟ ବୈଦେଶିକ ନୀତି ଅତ୍ୟନ୍ତ ସରଳ ଓ ସ୍ପଷ୍ଟ ଅଟେ । ଏଥୁରେ ନିମ୍ନଲିଖିତ ମୁଖ୍ୟ ଲକ୍ଷ୍ୟଗୁଡ଼ିକ ସନ୍ନିବେଶିତ ହୋଇଛି ।
- ଭାରତର ଭୂଖଣ୍ଡୀୟ ଏକତ୍ଵ ରକ୍ଷା ।
- ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ରକ୍ଷା ।
- ପଡ଼ୋଶୀ ରାଜ୍ୟମାନଙ୍କ ସହ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ ।
- ପଡ଼ୋଶୀ ଭୂଖଣ୍ଡ ମଧ୍ଯରେ ବସବାସ କରୁଥିବା ଅଧିବାସୀମାନଙ୍କୁ ନିରାପତ୍ତା ପ୍ରଦାନ ।
- ଅନ୍ୟ ଦେଶଗୁଡ଼ିକ ସହ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ।
- ଭାରତୀୟ ଆକାଶ ଓ ଜଳପଥର ସୁରକ୍ଷା ।
- ଅନ୍ୟ ପରାଧୀନ ଦେଶଗୁଡ଼ିକର ସ୍ବାଧୀନତା ଆନ୍ଦୋଳନକୁ ସମର୍ଥନ ।
- ଆନ୍ତର୍ଜାତିକ କନ୍ଦଳର ଶାନ୍ତିପୂର୍ଣ୍ଣ ଆପୋଷ ସମାଧାନ ।
- ବିଶ୍ୱଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ପାଇଁ ଆନ୍ତର୍ଜାତିକ ସଙ୍ଗଠନଗୁଡ଼ିକ ସହ ପ୍ରତ୍ୟକ୍ଷ ସହଯୋଗ ।
ପାମର ଓ ପରକିସ ଏହି ଲକ୍ଷ୍ୟଗୁଡ଼ିକୁ ନିମ୍ନୋକ୍ତ ମତେ ବର୍ଣ୍ଣନା କରିଛନ୍ତି, ଯଥା –
- ସାମ୍ରାଜ୍ୟବାଦୀ ଓ ସାମାଜିକ ଭେଦ ବିରୁଦ୍ଧରେ ସଂଗ୍ରାମ ।
- କମ୍ୟୁନିଷ୍ଟ ଓ କ୍ଷମତା-ରାଜନୀତିର ମୃତସ୍ତୂପ ଉପରେ ଜାତିର ଅର୍ଥନୈତିକ, ସାମାଜିକ, ରାଜନୈତିକ ତଥା ସାମଗ୍ରିକ ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ ।
- ଏସୀୟ ଦେଶଗୁଡ଼ିକ ଉପରେ କୌଣସି ପ୍ରକାର ଚାପର ବିରୋଧ ।
- ଗୋଷ୍ଠୀ -ନିରପେକ୍ଷ ନୀତି ଓ ସ୍ଵାଧୀନତା ଉପରେ ଗଭୀର ବିଶ୍ବାସ ସ୍ଥାପନ ।
- ସଂଯୁକ୍ତ ଜାତିସଂଘ (UNO) ଓ ଆନ୍ତର୍ଜାତିକତାବାଦ ଉପରେ ବିଶ୍ବାସ ସ୍ଥାପନ ।
- ଶୀତଳ ଯୁଦ୍ଧ (Cold War) ଓ ଆଞ୍ଚଳିକ ନିରାପତ୍ତା ସଙ୍ଗଠନ (Regional Security Organisation) ବିରୁଦ୍ଧରେ ସଂଗ୍ରାମ ଓ ନିରାପତ୍ତାମୂଳକ ପଦକ୍ଷେପ ଗ୍ରହଣ ।
- ଆନ୍ତର୍ଜାତିକ ଶାନ୍ତି ରକ୍ଷା, ଅନ୍ତ ହ୍ରାସ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତିର ସଫଳ ବିନ୍ୟାସ ପାଇଁ ପଦକ୍ଷେପ ଗ୍ରହଣ ଇତ୍ୟାଦି ।
ଉପରୋକ୍ତ ଲକ୍ଷ୍ୟଗୁଡ଼ିକୁ ବିଚାରକୁ ନେଲେ ଏହା ଆଦର୍ଶବଦ (Idealism) ଓ ବାସ୍ତବବାଦ (Realism) ର ଏକ ଅପୂର୍ବ ସମ୍ମିଶ୍ରଣ ବୋଲି ପ୍ରତୀୟମାନ ହୁଏ । ଜାତୀୟ ସ୍ୱାର୍ଥ ଏହାର ଅନ୍ତିମ ଲକ୍ଷ୍ୟ ହେଲେ ମଧ୍ୟ ବିଶ୍ୱଶାନ୍ତି ପ୍ରତିଷ୍ଠା ଓ ମାନବଜାତିର କଲ୍ୟାଣ ରୂପକ ବୃହତ୍ତର ଲକ୍ଷ୍ୟ ପ୍ରତି ଏହା ସଚେତନ ଅଟେ । ଇସ୍ରାଏଲ୍ ବିରୁଦ୍ଧରେ ଆରବ ଦେଶଗୁଡ଼ିକୁ ସମର୍ଥନ, ରୁଷିଆ ଓ ଆମେରିକା ମଧ୍ୟରୁ ରୁଷିଆକୁ ଅଧିକ ସମର୍ଥନ ଇତ୍ୟାଦି କେତେକ ବିଷୟକୁ ନେଇ ସମାଲୋଚକମାନେ ଏହା ଭାରତର ବୈଦେଶିକ ନୀତିର ବିରୁଦ୍ଧାଚରଣ କରୁଛି ବୋଲି ମତ ଦେଇଥା’ନ୍ତି ।
ମାତ୍ର ସ୍ଥୂଳତଃ, ଭାରତର ନୀତି ଗୋଷ୍ଠୀ-ନିରପେକ୍ଷ (Non-alignment) ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ (Peaceful co-existence) ନୀତି ଉପରେ ହିଁ ପର୍ଯ୍ୟବସିତ ଅଟେ । ବାସ୍ତବତା ଦୃଷ୍ଟିକୋଣରୁ ଜାତୀୟ ସ୍ୱାର୍ଥ ଓ କଲ୍ୟାଣକୁ ବାଦ୍ ଦେଇ କୌଣସି ବୈଦେଶିକ ନୀତି ପ୍ରକାଶିତ ହେବା ସମ୍ଭବ ନୁହେଁ । ଏଣୁ ୧୯୪୭ ମସିହା ଡିସେମ୍ବର ୪ ତାରିଖ ଦିନ ଶାସନ ବିଧାୟକ ସଭାରେ ପଣ୍ଡିତ ଜବାହରଲାଲ ନେହେରୁ ମତ ଦେଇଥିଲେ, ‘ଆମେ ଆନ୍ତର୍ଜାତିକ ଶାନ୍ତି, ସହଯୋଗ ଓ ସ୍ଵାଧୀନତା ଉପରେ ଯେତେ ଅଧିକ ଆଲୋଚନା କଲେ ମଧ୍ୟ ଗୋଟିଏ ଦେଶର ବୈଦେଶକି ନୀତିର ଅନ୍ତଃସ୍ବର ଜାତୀୟ ସ୍ଵାର୍ଥରେ ହିଁ ନିହିତ ରହିଥାଏ ।’’
ଭାରତୀୟ ବୈଦେଶିକ ନୀତିର ମୁଖ୍ୟ ବୈଶିଷ୍ଟ୍ୟ :
ଭାରତୀୟ ବୈଦେଶିକ ନୀତିର ମୁଖ୍ୟ ଲକ୍ଷଣଗୁଡ଼ିକୁ ନିମ୍ନଲିଖ୍ ବିଷୟଗୁଡ଼ିକ ମଧ୍ୟରେ ସୀମାବଦ୍ଧ କରି ରଖାଯାଇପାରେ ଯଥା :
- ଗୋଷ୍ଠୀ ନିରପେକ୍ଷ ନୀତି ।
- ସାମ୍ରାଜ୍ୟବାଦ (Imperialism) ଓ ଔପନିବେଶିକବାଦର (Colonialism) ର ବିରୋଧ ।
- ଜାତି ଓ ବର୍ଷଗତ ବୈଷମ୍ୟ ବିରୁଦ୍ଧରେ ସଂଗ୍ରାମ ।
- ଅନ୍ୟାନ୍ୟ ଦେଶଗୁଡ଼ିକ ସହ ବନ୍ଧୁତ୍ଵପୂର୍ଣ୍ଣ ସଂପର୍କ ସ୍ଥାପନ ।
- ସଂଯୁକ୍ତ ଜାତିସଂଘର ନୀତି ପ୍ରତି ଗୁରୁତ୍ବ ଆରୋପ ।
- ଆଫ୍ରିକୀୟ -ଏସୀୟ (Afro-Asian) ଦେଶଗୁଡ଼ିକ ମଧ୍ୟରେ ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ଓ ଐକ୍ୟ ପ୍ରତିଷ୍ଠା ।
- ପଞ୍ଚଶୀଳ (Panchsheel) ।
- ଜାତୀୟ ସମ୍ମତି ବା ଐକ୍ୟମତ ପ୍ରତିଷ୍ଠା (National Consensus)
(୧) ଗୋଷ୍ଠୀ ନିରପେକ୍ଷ ନୀତି:
ଭାରତ ହେଉଛି ଗୋଷ୍ଠୀ ନିରପେକ୍ଷ ନୀତିକୁ ଗ୍ରହଣ କରିବା କ୍ଷେତ୍ରରେ ପ୍ରଥମ ରାଷ୍ଟ୍ର । ଏହି ନୀତି ଦ୍ୱିତୀୟ ବିଶ୍ୱଯୁଦ୍ଧର ପରବର୍ତ୍ତୀ ଏସିଆ ଓ ଆଫ୍ରିକା ମହାଦେଶରେ ବିଶେଷ ଭାବେ ଜନପ୍ରିୟ ହୋଇପାରିଛି । ନେହେରୁଙ୍କ ମତରେ, ଯେତେଦୂର ସମ୍ଭବ କ୍ଷମତା ଗୋଷ୍ଠୀମାନଙ୍କଠାରୁ ଭାରତ ଦୂରେଇ ରହିବାକୁ ଚାହେଁ, କାରଣ ସେହି କ୍ଷମତା ଗୋଷ୍ଠୀମାନଙ୍କ ପାଇଁ ଅତୀତରେ ଦୁଇଟି ବିଶ୍ଵଯୁଦ୍ଧ ସଙ୍ଘଟିତ ହୋଇଛି ଓ ଭବିଷ୍ୟତରେ ମଧ୍ୟ ଏହାର ପୁନରାବୃତ୍ତି ହୋଇପାରେ । ଗୋଷ୍ଠୀ ନିରପେକ୍ଷତାର ଅର୍ଥ ନୁହେଁ ଯେ ଭାରତ ଆନ୍ତର୍ଜାତିକ କ୍ଷେତ୍ରରେ ଜୀବତ୍ଵ ପ୍ରକାଶ କରିବ ଅର୍ଥାତ୍ ସେହି କ୍ଷେତ୍ରରେ ଅଂଶଗ୍ରହଣ କରିବ ନାହିଁ । ଏହାର ପ୍ରକୃତ ଅର୍ଥ କାହାଦ୍ଵାରା ପ୍ରଭାବିତ ନ ହୋଇ ସ୍ବାଧୀନ ଭାବେ ନିଜର ନୀତି ନିର୍ଦ୍ଧାରଣ କରିବା ।
ପଣ୍ଡିତ ନେହେରୁଙ୍କ ଭାଷାରେ, ‘ଯେତେବେଳେ ସ୍ଵାଧୀନତା ବିପଦାପନ୍ନ, ଅନ୍ୟାୟ, ପ୍ରତିବାଦର ସମ୍ମୁଖୀନ କିମ୍ବା ଆକ୍ରମଣର ଗତି ପ୍ରବଳ, ସେତେବେଳେ ଆମେ ଜୀବତ୍ୱ ପ୍ରକାଶ କରିବା ସମ୍ଭବପର ନୁହେଁ ।’’୧୯୫୫ ମସିହା ଏପ୍ରିଲ୍ ମାସରେ ବାନ୍ଦୁଙ୍ଗ୍ ସମ୍ମିଳନୀରେ ଏହା ସପକ୍ଷରେ ଭାରତ ସ୍ଵର ଉତ୍ତୋଳନ କରିଥିଲା । ୧୯୭୧ ମସିହାରେ ରୁଷିଆ ସହ ଭାରତର ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ରକ୍ଷା ପାଇଁ ସ୍ବାକ୍ଷରିତ ହୋଇଥିବା ଚୁକ୍ତି, ଆମ ଗୋଷ୍ଠୀ ନିରପେକ୍ଷ ନୀତିର ବିରୋଧ କରୁଛି ବୋଲି ସମାଲୋଚକମାନେ ମତ ଦେଉଥିଲେ ମଧ୍ୟ ଏହି ମତର ଭିତ୍ତିଭୂମି ଦୁର୍ବଳ ଅଟେ । ପଣ୍ଡିତ ନେହେରୁଙ୍କଠାରୁ ଆରମ୍ଭ କରି ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ ପର୍ଯ୍ୟନ୍ତ ପୁନଶ୍ଚ ୧୯୭୭ ମସିହାର ଜନତା ସରକାରଙ୍କ ସମୟରେ ତଥା ଏନ. ଡ଼ି. ଏ. ଓ ଉପା ସରକାରଙ୍କ ବୈଦେଶିକ ନୀତି ଏହା ଉପରେ ପର୍ଯ୍ୟବସିତ ।
ଭାରତ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ସମ୍ମିଳନୀ ୧୯୮୩ ମସିହାରେ ଦିଲ୍ଲୀଠାରେ ଆୟୋଜନ କରିଥିଲା । ଭାରତ ଜାତିସଂଘରେ ମଧ୍ୟ ଏହି ଗୋଷ୍ଠୀର ମୁଖପାତ୍ର ରୂପେ କାର୍ଯ୍ୟ କରୁଛି । ବାନ୍ଦୁଙ୍ଗୁରୁ ବେଲ୍ଟ୍ରେଡ଼ ପର୍ଯ୍ୟନ୍ତ ଦୀର୍ଘଯାତ୍ରାରେ ଏସୀୟ ଓ ଆଫ୍ରିକୀୟ ଦେଶମାନଙ୍କର ନୂତନଭାବେ ସ୍ବାଧୀନତାପ୍ରାପ୍ତ ଦେଶମାନେ ୟୁଗୋସ୍ଲୋଭିଆର ରାଷ୍ଟ୍ରପତି ଟିଟୋ ଓ ଇଜିପ୍ଟର ରାଷ୍ଟ୍ରମୁଖ୍ୟ ନାସେରଙ୍କ ସହ ମିଶି ଭାରତର ପଣ୍ଡିତ ନେହେରୁଙ୍କ ନେତୃତ୍ୱରେ ଶୀତଳଯୁଦ୍ଧର ଗତିରୋଧ, ଗୋଷ୍ଠୀଗତ ରାଜନୀତିର ବିକଳ୍ପ, ଦ୍ୱି-ଶକ୍ରୀୟ ବିଶ୍ୱର ବିରୋଧ ପାଇଁ ନେଇଥିବା ସଂକଳ୍ପରୁ ସୃଷ୍ଟ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଭାରତର ବୈଦେଶିକ ନୀତିର ମୁଖ୍ୟ ଭିତ୍ତିଭୂମି ଅଟେ ।
(୨) ସାମ୍ରାଜ୍ୟବାଦ (Imperialism) ଓ ଔପନିବେଶିକବାଦ (Colonialism) ର ବିରୋଧ:
ଭାରତ, ଇଂରେଜ ସାମ୍ରାଜ୍ୟବାଦ ନୀତିର ଶିକାର ହୋଇଥିବାରୁ ଏହାର ବୈଦେଶିକ ନୀତି ସାମ୍ରାଜ୍ୟବାଦ ଓ ଔପନିବେଶିକବାଦକୁ ବିରୋଧ କରିଥାଏ । ଏହି ନୀତି ଦ୍ଵୟ ଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତି କରି ବିଶ୍ବ-ଶାନ୍ତିକୁ ବିପନ୍ନ କରୁଥିବାରୁ ଭାରତ ଏହାର ବିରୋଧୀ ଅଟେ । ଭାରତ ବିଭିନ୍ନ ଦେଶର ଜାତୀୟ ଆନ୍ଦୋଳନକୁ ସର୍ବଦା ସମର୍ଥନ କରିଥାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ହଲାଣ୍ଡ ଯେତେବେଳେ ଇଣ୍ଡୋନେସିଆର ସ୍ଵାଧୀନତାକୁ ବିପନ୍ନ କରିବାପାଇଁ ପଦକ୍ଷେପ ନେଲା, ସେତେବେଳେ ଭାରତ ଏହାର ପ୍ରବଳ ବିରୋଧ କରିବା ସଙ୍ଗେ ସଙ୍ଗେ ଇଣ୍ଡୋନେସିଆକୁ ପ୍ରତ୍ୟକ୍ଷ ସାହାଯ୍ୟ ପ୍ରଦାନ କରିଥିଲା । ସେହି ସମୟଠାରୁ ଭାରତ ବିଭିନ୍ନ ସମୟରେ ମାଲୟ, ଆଲଜେରିଆ, କଙ୍ଗୋ, ମରକ୍କୋ ଇତ୍ୟାଦି ରାଷ୍ଟ୍ରଗୁଡ଼ିକୁ ସ୍ଵାଧୀନତା ପ୍ରଦାନ ପାଇଁ ସହଯୋଗ ପ୍ରଦାନ କରିଛି । ଏସିଆ ଓ ଆଫ୍ରିକା ମହଦେଶରେ ନୂତନ ଭାବେ ସ୍ଵାଧୀନତା ପାଉଥିବା ଦେଶଗୁଡ଼ିକୁ ଭାରତ ସମର୍ଥନ, ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଛି । ୧୯୭୧ ମସିହାରେ ପୂର୍ବ ପାକିସ୍ତାନର ମୁକ୍ତି ଆନ୍ଦୋଳନରେ ଭାରତର ଅଂଶଗ୍ରହଣ ଓ ବଙ୍ଗଳାଦେଶର ସ୍ଥାପନା ପାଇଁ ଭାରତର ଅବଦାନ ଅନସ୍ବୀକାର୍ଯ୍ୟ ।
(୩) ଜାତି ଓ ବର୍ଷଗତ ବୈଷମ୍ୟ ବିରୁଦ୍ଧରେ ସଂଗ୍ରାମ:
ଜାତି ଓ ବର୍ଷଗତ ବୈଷମ୍ୟ ବିରୁଦ୍ଧରେ ସଂଗ୍ରାମ ହେଉଛି ଭାରତୀୟ ବୈଦେଶିକ ନୀତିର ଅନ୍ୟତମ ମୁଖ୍ୟ ବୈଶିଷ୍ଟ୍ୟ । ଭାରତ ଉଭୟ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଜାତି ବ୍ୟବସ୍ଥାର ବିରୋଧୀ ଅଟେ । ଦକ୍ଷିଣ ଆଫ୍ରିକାର ବର୍ଣ୍ଣଗତ ବୈଷମ୍ୟ ନୀତି ବିରୁଦ୍ଧରେ ଭାରତର ସ୍ବର ଉତ୍ତୋଳନ ଏହାର ପ୍ରମାଣ ଅଟେ । ପଣ୍ଡିତ ନେହେରୁଙ୍କ ମତରେ ଭାରତ ଜାତିବାଦ ସମ୍ପର୍କୀୟ ନାଜି ତତ୍ତ୍ଵକୁ ପ୍ରତ୍ୟାଖ୍ୟାନ କରିଛି । ପୃଥିବୀର ପ୍ରତ୍ୟେକ ଲୋକଙ୍କ ପାଇଁ ସମାନ ଓ ସମ୍ମାନାସ୍ପଦ ବ୍ୟବହାର ଦାବି ଭାରତର ବୈଦେଶିକ ନୀତିରେ ପ୍ରତିଫଳିତ ହୋଇଛି । ଭାରତ, ନିଟ୍ରୋ ଓ ରୋଡ଼େସିଆରେ ଅଣ-ଶ୍ୱେତାଙ୍ଗ ବ୍ୟକ୍ତିମାନଙ୍କର ସ୍ବାର୍ଥ ପାଇଁ ସଂଗ୍ରାମ କରିଛି ।
(୪) ଅନ୍ୟାନ୍ୟ ଦେଶଗୁଡ଼ିକ ସହ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ:
ପଡ଼ୋଶୀ ତଥା ଅନ୍ୟାନ୍ୟ ଦେଶଗୁଡ଼ିକ ସହ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ ଭାରତୀୟ ବୈଦେଶିକ ନୀତିର ଲକ୍ଷ୍ୟ ଅଟେ । ଭାରତୀୟ ସମ୍ବିଧାନର ୫୧ ଧାରାରେ ଏହି ସମ୍ପର୍କରେ ରାଷ୍ଟ୍ରର ନିର୍ଦ୍ଦେଶ ଦିଆଯାଇଛି । ସାଂସ୍କୃତିକ, ଅର୍ଥନୈତିକ, ବାଣିଜ୍ୟିକ ସମ୍ପର୍କ ସ୍ଥାପନ ପାଇଁ ଭାରତ ଅନ୍ୟାନ୍ୟ ଦେଶଗୁଡ଼ିକ ସହ ବିଭିନ୍ନ ଚୁକ୍ତି ସଂପାଦନ କରିଛି ।
(୫) ସଂଯୁକ୍ତ ଜାତିସଂଘର ନୀତି ପ୍ରତି ଗୁରୁତ୍ୱ ଆରୋପ:
ବିଶ୍ୱଶାନ୍ତି ପ୍ରତିଷ୍ଠାର ମହାନ୍ ଲକ୍ଷ୍ୟ ରଖିଥିବା ଭାରତ, ସଂଯୁକ୍ତ ଜାତିସଂଘ ପରି ଆନ୍ତର୍ଜାତିକ ସଂଗଠନର ସ୍ଥିତି ପ୍ରତି ଗୁରୁତ୍ବ ଆରୋପ କରିବା ଏକ ସ୍ବାଭାବିକ ପ୍ରକ୍ରିୟା ଅଟେ । ଆନ୍ତର୍ଜାତିକ ବୃହର ଆପୋଷ ସମାଧାନ ଦିଗରେ ସଂଯୁକ୍ତ ଜାତିସଂଘ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କାଶ୍ମୀର ସମସ୍ୟାର ସମାଧାନ ପାଇଁ ଭାରତ ଜାତିସଂଘକୁ ସହଯୋଗ ଓ ସମର୍ଥନ ପ୍ରଦାନ କରିଥିଲା । ଏହି ସମସ୍ୟାର ସମାଧାନ ପାଇଁ ଭାରତ ଜାତିସଂଘକୁ ସାମରିକ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କର ସାହାଯ୍ୟ ଯୋଗାଇ ଦେଇଥାଏ । କଙ୍ଗୋ ସମସ୍ୟା ସମୟରେ ଉକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଜାତିସଂଘକୁ ଭାରତ ହିଁ ସହଯୋଗ କରିଥିଲା । ଉପରୋକ୍ତ କ୍ଷେତ୍ର ବ୍ୟତୀତ ଲେବାନିଜ୍ ବ୍ୟାପାର ସମୟରେ ଭାରତର ସହଯୋଗକୁ ଖୁବ୍ ଉନ୍ନତ ମାନର ବୋଲି ଜାତିସଙ୍ଘର ମୁଖ୍ୟ ସଚିବ ହାମର୍ସ୍କଜାଲଡ୍ ୧୯୫୯ ମସିହା ମାର୍ଚ୍ଚ ମାସରେ ମତ ଦେଇଥିଲେ । ଜାତିସଂଘରେ ତୃତୀୟ ବିଶ୍ଵର ବିକାଶ ଓ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରେ ଲକ୍ଷ୍ୟ ପୂରଣ ପାଇଁ ଭାରତ ସଂଗ୍ରାମରତ ।
(୬) ଆଫ୍ରିକୀୟ-ଏସୀୟ ଦେଶଗୁଡ଼ିକ (Afro-Asian Countries) ମଧ୍ଯରେ ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ଓ ଐକ୍ୟ ପ୍ରତିଷ୍ଠା:
ଭାରତ ଆଫ୍ରିକା ଓ ଏସିଆ ମହାଦେଶର ଦେଶମାନଙ୍କ ସହ ଅର୍ଥନୈତିକ ଓ ରାଜନୈତିକ ସମ୍ପର୍କ ବୃଦ୍ଧି କରି ଐକ୍ୟ ପ୍ରତିଷ୍ଠାର ଲକ୍ଷ୍ୟ ରଖିଛି । ଭାରତର ବିଶ୍ଵାସ ଏହି ଦେଶମାନେ ଐକ୍ୟବଦ୍ଧଭାବେ ଔପନିବେଶିକବାଦ ବିରୁଦ୍ଧରେ ସଂଗ୍ରାମ କରିପାରିବେ । ଏହି ଐକ୍ୟ ସେମାନଙ୍କୁ ନିଜ ଗୋଡ଼ରେ ନିଜେ ଠିଆହେବାର ଦୃଢ଼ତା ଆଣିଦେବ ବୋଲି ଭାରତ ଆଶା କରେ । ଔପନିବେଶିକବାଦର ଆଧୁନିକ ରୂପରେଖ ‘Neo-Colonialism’ ଜାତି ଗଠନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି ।
ଜାତି ଗଠନର ଦୁଇଟି ଦିଗ ରହିଛି, ଯଥା-ରାଜନୈତିକ ଓ ଅର୍ଥନୈତିକ । ବୃହତ୍ ଶକ୍ତିମାନେ ଅର୍ଥନୈତିକ ସାହାଯ୍ୟ ପ୍ରଦାନକରି ନୂତନ ଭାବେ ସ୍ବାଧୀନତାପ୍ରାପ୍ତ ଦେଶଗୁଡ଼ିକର ରାଜନୈତିକ ସ୍ଵାଧୀନତାକୁ ନଷ୍ଟ କରି ଦେଉଛନ୍ତି । ଏହି ଦୃଷ୍ଟିକୋଣରୁ ଭାରତ ନିଜର ତଥା ଉପରୋକ୍ତ ଦେଶଗୁଡ଼ିକର ସ୍ବାର୍ଥ ଦୃଷ୍ଟିରୁ ଏହି ଦେଶଗୁଡ଼ିକୁ ସଙ୍ଗଠିତ କରିଛି । ଏସୀୟ ମହାଦେଶର ରାଷ୍ଟ୍ରଗୁଡ଼ିକର ସମ୍ମିଳନୀ ଦିଲ୍ଲୀଠାରେ ୧୯୪୭ ମସିହାରେ ଅନୁଷ୍ଠିତ ହୋଇଥିଲା । ଏସିଆରୁ ଔପନିବେଶିକବାଦର ମୂଳୋତ୍ପାଟନ ପାଇଁ ଏକ ପ୍ରସ୍ତାବ ଉକ୍ତ ସମ୍ମିଳନୀରେ ଗୃହୀତ ହୋଇଥିଲା । ଏହି ଶ୍ରେଣୀୟ ଦ୍ୱିତୀୟ ସମ୍ମିଳନୀ ପୁନଶ୍ଚ ଦିଲ୍ଲୀଠାରେ ୧୯୪୯ ମସିହାରେ ଅନୁଷ୍ଠିତ ହୋଇ ଇଣ୍ଡୋନେସିଆ ଉପରେ ହଲାଣ୍ଡର ଆକ୍ରମଣ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।
ଏଥିରେ ୧୭ଟି ଦେଶର ପ୍ରତିନିଧୂ ଭାଗ ନେଇଥିଲେ ଓ ଏହା ସଫଳ ହୋଇଥିଲା । ୧୯୫୫ ମସିହା ଏପ୍ରିଲ୍ ୧୮ ତାରିଖ ଦିନ ଅନୁଷ୍ଠିତ ବାନ୍ଦୁଙ୍ଗ୍ ସମ୍ମିଳନୀରେ ୨୯ ଗୋଟି ଦେଶ ଅଂଶଗ୍ରହଣ କରିଥିଲେ । ଔପନିବେଶିକବାଦକୁ ବିରୋଧ ଓ ପଞ୍ଚଶୀଳ ନୀତିକୁ ଗ୍ରହଣ କରାଯାଇ ପ୍ରସ୍ତାବ ଏହି ସମ୍ମିଳନୀରେ ଗୃହୀତ ହୋଇଥିଲା । ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ, ସଂଯୁକ୍ତ ଆରବ ସାଧାରଣତନ୍ତ୍ରର ମୁଖ୍ୟ କର୍ଣ୍ଣେଲ ନାସେର ଓ ଯୁଗୋସ୍ଲୋଭିଆର ମୁଖ୍ୟ ମାର୍ଶଲ ଟିଟୋ ଏହି ଦେଶଗୁଡ଼ିକ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ପାଇଁ ଦିଲ୍ଲୀଠାରେ ଆୟୋଜିତ ଏକ ସମ୍ମିଳନୀରେ ବ୍ୟାପକ ଆଲୋଚନା କରିଥିଲେ ।
(୭) ପଞ୍ଚଶୀଳ (Panchsheel):
ଏହି ପଞ୍ଚଶୀଳ ନୀତି ଭାରତର ଆନ୍ତର୍ଜାତିକ ରାଜନୀତିକୁ ଦାନ ଅଟେ । ଭାରତ ଓ ଚୀନ୍ ମଧ୍ଯରେ ତିବ୍ବତ ସମସ୍ୟାର ସମାଧାନ ପରିପ୍ରେକ୍ଷୀରେ ଦୁଇ ଦେଶକୁ ବନ୍ଧୁତା ସୂତ୍ରରେ ଆବଦ୍ଧ କରିବାପାଇଁ ପାଞ୍ଚଗୋଟି ନୀତି ପ୍ରଣୀତ ହୋଇଥିଲା, ଯାହା ପଞ୍ଚଶୀଳ ନାମରେ ଖ୍ୟାତ ।
ସେହି ୫ଗୋଟି ନୀତି ହେଲା:
- ପ୍ରତ୍ୟେକ ରାଷ୍ଟ୍ର ପ୍ରତ୍ୟେକର ଭୂଖଣ୍ଡୀୟ ଏକତ୍ଵ ଓ ସାର୍ବଭୌମତ୍ୱ ପ୍ରତି ସମ୍ମାନ ପ୍ରଦର୍ଶନ କରିବେ ।
- କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ରକୁ ଆକ୍ରମଣ କରିବ ନାହିଁ ।
- କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବ ନାହିଁ ।
- ସମସ୍ତ ଦେଶ ଶାନ୍ତିପୂର୍ଣ୍ଣ ସହାବସ୍ଥାନ (Peaceful co-existence) ନୀତିକୁ ପାଳନ କରିବେ ।
୧୯୫୫ ମସିହାରେ ଅନୁଷ୍ଠିତ ବାନ୍ଦୁଙ୍ଗ୍ ସମ୍ମିଳନୀରେ ଭାରତ ତା’ର ଏହି ପଞ୍ଚଶୀଳ ନୀତିରେ ଆହୁରି ପାଞ୍ଚଗୋଟି ନୀତିକୁ ସଂଯୋଜିତ କରିଥିଲା । ସେଗୁଡ଼ିକ ହେଲା –
- ମୌଳିକ ମାନବିକ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନ I
- ନିଜର ଭୌଗୋଳିକ ଏକତ୍ଵକୁ ସ୍ବୟଂ ବା ସାମୁହିକ ଭାବେ ସଂରକ୍ଷଣ କରିବା । ଭାରତ ଯୁଦ୍ଧ ଆରମ୍ଭ କରିବ ନାହିଁ; କିନ୍ତୁ ନିଜ ବିରୁଦ୍ଧରେ ଘୋଷିତ ଯୁଦ୍ଧର ମୁକାବିଲା କରିବ ।
- ଆନ୍ତର୍ଜାତିକ ସ୍ତରରେ ସମସ୍ତ ଚୁକ୍ତି ଭାରତ ସ୍ଵାଧୀନଭାବେ ସମ୍ପାଦନ କରିବ ।
- ନିଜର ବ୍ୟକ୍ତିଗତ ଉନ୍ନତି ବା କଲ୍ୟାଣ ପାଇଁ ଭାରତ ଗୁପ୍ତ ଚୁକ୍ତି ସ୍ବାକ୍ଷର କରିପାରିବ ।
- ଅନ୍ୟ ରାଷ୍ଟ୍ରମାନଙ୍କ ସହ ସୃଷ୍ଟି ହୋଇଥିବା କନ୍ଦଳକୁ ଶାନ୍ତିପୂର୍ଣ୍ଣ ଉପାୟରେ ଭାରତ ସମାଧାନ କରିବ ।
(୮) ଜାତୀୟ ସମ୍ମତି ବା ଐକ୍ୟମତ ପ୍ରତିଷ୍ଠା (National Consensus):
ପ୍ରଧାନମନ୍ତ୍ରୀ ନେହେରୁଙ୍କଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ବୈଦେଶିକ ନୀତି ଜାତୀୟ ରାଜନୀତିଠାରୁ ଊର୍ଦ୍ଧ୍ବରେ ରହି ଆସୁଛି । ଏକ ପ୍ରକାର ମତର ଅଭାବ୍ କେତେକ କ୍ଷେତ୍ରରେ ଦେଖାଗଲେ ମଧ୍ଯ ଭାରତର ବୈଦେଶିକ ନୀତି ଦୃହ, ନିର୍ବାଚନ ପ୍ରଚାର, ଦଳୀୟ ସମାଲୋଚନା ଇତ୍ୟାଦିଠାରୁ ଯଥେଷ୍ଟ ଦୂରରେ ରହିଛି । ଭାରତୀୟ ବୈଦେଶିକ ନୀତିରେ ନିରବଚ୍ଛିନ୍ନତା ରକ୍ଷାହିଁ ଆମର ଜାତୀୟ ଐକ୍ୟମତକୁ ପ୍ରତିଫଳିତ କରୁଛି । ଉପରୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ଭାରତୀୟ ବୈଦେଶିକ ନୀତିକୁ ବଳିଷ୍ଠ ଓ ୟୁଗୋପଯୋଗୀ କରି ବିଶ୍ୱଶାନ୍ତି ଓ ବିଶ୍ଵ ଭ୍ରାତୃଭାବ ପ୍ରତିଷ୍ଠାର ମହାନ୍ ଲକ୍ଷ୍ୟ ସାଧନ ପାଇଁ ବ୍ରତୀ କରୁଛି !
ଭାରତ ଓ ବିଶ୍ବ :
ଭାରତ ସ୍ବାଧୀନତାପ୍ରାପ୍ତି ପରଠାରୁ ଏକ ଅସମାନତାଶୂନ୍ୟ ବିଶ୍ଵ ତଥା ନିରସ୍ତ୍ରୀକରଣ ବିଶ୍ଵ ସପକ୍ଷରେ ଦୃଢ଼ ମତ ଦେଇ ଆସିଛି । ଆଣବିକ ଅସ୍ତ୍ରର ନିୟନ୍ତ୍ରଣ ନହେଲେ ବିଶ୍ଵ ନିରାପତ୍ତା ରକ୍ଷା କରାଯାଇପାରିବ ନାହିଁ ବୋଲି ଭାରତର ବିଶ୍ଵାସ । ନିରସ୍ତ୍ରୀକରଣ କାର୍ଯ୍ୟକ୍ରମରେ ଜାତିସଂଘକୁ ଚିନ୍ତାଧାରା, ଯୋଜନା, କାର୍ଯ୍ୟକାରୀ ବ୍ୟବସ୍ଥା ପ୍ରଦାନରେ ଭାରତର ଗଠନମୂଳକ ଭୂମିକା ରହିଛି । ୧୯୪୮ ମସିହାଠାରୁ ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ଭାରତ କାର୍ଯ୍ୟ କରିଆସୁଛି । ଆଣବିକ ଅସ୍ତ୍ରର ହ୍ରାସରୁ ଉପଲବ୍ଧ ଅର୍ଥକୁ ନେଇ ଦେଶଗୁଡ଼ିକର ବିକାଶରେ ବିନିଯୋଗ ହୋଇପାରୁଥିବା ଏକ ଜାତିସଂଘ ପାଣ୍ଠି ସୃଷ୍ଟି ପାଇଁ ଭାରତ ୧୯୫୦ ମସିହାରୁ ପ୍ରସ୍ତାବ ଦେଇଆସୁଛି । ୧୯୬୩ ମସିହାରେ ଆଂଶିକ ପରୀକ୍ଷଣ ନିରୋଧ ଚୁକ୍ତିରେ ଭାରତ ପ୍ରଥମ ସ୍ବାକ୍ଷରକାରୀ ଥିଲା ।
୧୯୮୦ ଦଶକରେ ଦିଲ୍ଲୀ ଘୋଷଣାନାମା ଏକ ଆଣବିକ ଅସ୍ତ୍ରମୁକ୍ତ ଓ ଅହିଂସାନୀତିରେ ବିଶ୍ଵାସୀ ବିଶ୍ଵ ବ୍ୟବସ୍ଥା ସପକ୍ଷରେ ଭାରତ ଦାବି କରି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଲକ୍ଷ୍ୟ ପୂରଣ ଦିଗରେ ଉଦ୍ୟମ ଜାରି ରଖୁଛି | ୧୯୯୩ରେ ରାସାୟନିକ ଅସ୍ତ୍ର ନିରୋଧ ସମ୍ମିଳନୀରେ ଗୃହୀତ ପ୍ରସ୍ତାବର ଭାରତ ଅନ୍ୟତମ ମୂଳ ସମର୍ଥକ ଥିଲା । ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ରହିଥିବା ଅନ୍ତଃଦ୍ବନ୍ଦ୍ବ, ଆନ୍ତର୍ଜାତିକ ଶାନ୍ତିରକ୍ଷା କ୍ଷେତ୍ରରେ ଜାତିସଂଘର ଶାନ୍ତିରକ୍ଷା ବାହିନୀ ଓ କାର୍ଯ୍ୟକ୍ରମକୁ ଭାରତ ବିପୁଳ ସମର୍ଥନ ଓ ସହଯୋଗ ଦେଇଆସୁଛି । ପ୍ରାୟ ଚାରିଗୋଟି ମହାଦେଶରେ ୩୫ଟି ଜାତିସଂଘ ପ୍ରାୟୋଜିତ ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାରେ ଭାରତର ଯୋଗଦାନ ଉଚ୍ଚ ପ୍ରଶଂସିତ ହୋଇଛି ।
ଇଜିପ୍ଟ ବିରୁଦ୍ଧରେ ଇସ୍ରାଏଲ୍ ଯୁଦ୍ଧର ପରିସମାପ୍ତି ପରେ ଗୀଜା ଅଞ୍ଚଳରେ ଜାତିସଂଘ ଜରୁରୀ ବାହିନୀ (United Nations Emergency Force) ପ୍ରତିଷ୍ଠା କ୍ଷେତ୍ରରେ ଭାରତର ଅବଦାନ ବିଶ୍ୱକୁ ପ୍ରଭାବିତ କରିଥିଲା । ଶୀତଳଯୁଦ୍ଧର ପରିସମାପ୍ତି ପରେ ଗୃହଯୁଦ୍ଧର ଶିକାର ହୋଇଥିବା ଆଙ୍ଗୋଲା, କାମ୍ବୋଡ଼ିଆ, ସୋମାଲିଆ, ଏଲ୍ସାଭାଡ଼ର ଆଦି ଅଞ୍ଚଳକୁ ଶାନ୍ତିରକ୍ଷା ବାହିନୀ ସହ ଡାକ୍ତର, ଇଞ୍ଜିନିୟର ଓ ପ୍ରଶାସକମାନଙ୍କୁ ପଠାଇ ଭାରତ ବିଶ୍ବସମୁଦାୟ ପାଇଁ ନିଦର୍ଶନ ପାଲଟିଛି ! ବିଶ୍ବରେ ଶାନ୍ତିରକ୍ଷା ପ୍ରକ୍ରିୟାରେ ଜାତିସଂଘର ନିରାପତ୍ତା ପରିଷଦର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିବାରୁ ଏହାର ସ୍ଥାୟୀ ସଦସ୍ୟ ସଂଖ୍ୟା ବୃଦ୍ଧି ବର୍ତ୍ତମାନ ବିଶ୍ଵର ପରିବର୍ତ୍ତିତ କ୍ଷମତା ବଣ୍ଟନ ଢାଞ୍ଚାକୁ ବିଚାରକୁ ନେଇ ପୃଥିବୀର ଚତୁର୍ଥ ଦ୍ରୁତଗାମୀ ଅର୍ଥନୈତିକ ଅଭିବୃଦ୍ଧିସଂପନ୍ନ ରାଷ୍ଟ୍ର, ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ପ୍ରମୁଖ ପ୍ରତିଷ୍ଠାତା ସଦସ୍ୟ ଆଦି ହିସାବରେ ଭାରତ ଏଥରେ ସ୍ଥାୟୀ ସଦସ୍ୟତା ପାଇଁ ବିଶ୍ୱଜନମତ ସୃଷ୍ଟି କରୁଛି ।
ଭାରତରେ ସୀମାପାରି ଆତଙ୍କବାଦ ଭାରତର ସାର୍ବଭୌମତ୍ୱ ଓ ସଂହତି ପ୍ରତି ବିପଦ ସୃଷ୍ଟି କରୁଛି । ଅର୍ଥନୈତିକ ବୈଷମ୍ୟ, ପ୍ରଶାସନିକ ଦୁର୍ନୀତି, ଧାର୍ମିକ ମୌଳବାଦ, ରାଷ୍ଟ୍ର ପ୍ରାୟୋଜିତ ବ୍ୟବସ୍ଥା, ନିରକ୍ଷରତା ଆଦି ବିବିଧ କାରଣରୁ କେବଳ ଭାରତରେ ନୁହେଁ, ବରଂ ପୃଥିବୀର ବିଭିନ୍ନ ରାଷ୍ଟ୍ର ଏହି ଆତଙ୍କବାଦର ଶିକାର ହେଉଛନ୍ତି । ବିଶ୍ୱ ବାଣିଜ୍ୟିକ ସଂଗଠନ ଉପରେ ନଭେମ୍ବର ମାସରେ ଆକ୍ରମଣ ଆତଙ୍କବାଦକୁ ଆନ୍ତର୍ଜାତୀୟ ସ୍ୱରୂପ ପ୍ରଦାନ କରିଛି ।
୨ । ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ଭାରତର ସମ୍ପର୍କ ବର୍ଣ୍ଣନା କର ।
Answer:
ପ୍ରତିବେଶୀ ରାଷ୍ଟ୍ରଗୁଡ଼ିକ ସହ ଭାରତ ସର୍ବଦା ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ଗୁରୁତ୍ଵ ଦେଇ ଆସିଛି । ଦକ୍ଷିଣ ଏସିଆର ଶାନ୍ତି ଓ ସ୍ଥିରତା ପାଇଁ ଭାରତ ସର୍ବଦା ଚେଷ୍ଟିତ । ଆମ ଦେଶକୁ ଘେରି ରହିଥିବା ବଙ୍ଗଳାଦେଶ, ଭୁଟାନ, ମାଳଦ୍ୱୀପ, ମିଆଁମାର, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଆଦି ରାଷ୍ଟ୍ରଗୁଡ଼ିକୁ ଭାରତ ମାନବୀୟ ସହଯୋଗ (humanitarian assistance) ଦେଉଛି ଓ ଏହାଛଡ଼ା ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ ଓ ଅନ୍ୟ ଉପଯୋଗୀ (amenities) ସଂସ୍ଥା ପ୍ରତିଷ୍ଠା ପାଇଁ ମଧ୍ୟ ସାହାଯ୍ୟ ଜାରି ରଖିଛି । ଆଫଗାନିସ୍ତାନର ଇସ୍ଲାମିକ୍ ମୌଳବାଦୀମାନେ ହିଂସା ଓ ଉପଦ୍ରବ ଜାରି ରଖୁବାରୁ ଭାରତ ପାଇଁ ଏହି ଦେଶ ସହ ସମ୍ପର୍କ ମୁଖ୍ୟତଃ ନିରାପତ୍ତା ଓ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ (strategic) ପୂରଣ ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ ।
ଭାରତକୁ ବଙ୍ଗଳାଦେଶରୁ ନିୟମିତ ଭାବେ ଲୋକମାନେ ଦେଶାନ୍ତର (migration) ହେବା ଓ ନିଶାଦ୍ରବ୍ୟର ଚୋରାଚାଲାଣ ତଥା କେତେକ ସନ୍ତ୍ରାସବାଦୀ ସଂଗଠନ ସେହି ଦେଶରେ ଆଡ୍ଡା ସ୍ଥାପନ କରି ଭାରତରେ ଗଣ୍ଡଗୋଳ ସୃଷ୍ଟି କରିଥିବାରୁ ଏହି ଦେଶସହ ଉତ୍ତମ ସଂପର୍କ ରକ୍ଷା ଆମ ପାଇଁ ବଡ଼ ଆହ୍ଵାନ । ୧୯୪୯ ମସିହାର Indo-Bhutan Treaty of Friendship ଅନୁଯାୟୀ ଭାରତ ଭୁଟାନ୍ ବୈଦେଶିକ ସଂପର୍କ ରକ୍ଷା କ୍ଷେତ୍ରରେ ପରାମର୍ଶଦାତାର ଭୂମିକା ନିର୍ବାହ କରୁଛି । ଏହି ଦେଶ ସହ ଭାରତର ଉତ୍ତମ ବ୍ୟବସାୟିକ ସମ୍ପର୍କ ମଧ୍ୟ ରହିଛି । ଚୀନ୍ ଭାରତର ପଡ଼ୋଶୀ ଓ ଏକ ଶକ୍ତିଶାଳୀ ରାଷ୍ଟ୍ର । ଏହି ଦେଶ ସହ ଭାରତର ଅତୀତରେ ଯୁଦ୍ଧ ମଧ୍ୟ ହୋଇଛି । ସୀମା ବିବାଦ ହିଁ ଭାରତ ଓ ଚୀନ୍ ମଧ୍ୟରେ ବିବାଦର ପ୍ରମୁଖ କାରଣ ।
ଅରୁଣାଚଳ ପ୍ରଦେଶକୁ ଏବେ ମଧ୍ୟ ଚୀନ୍ ଭାରତର ଅଂଶ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ମାଳଦ୍ୱୀପ ସହ ଭାରତର ଉତ୍ତମ ସଂପର୍କ ରହି ଆସିଛି । ୧୯୮୮-୮୯ ମସିହାରେ ଭାରତୀୟ ନେଭି operation cactus ଦ୍ଵାରା ମାଳଦ୍ଵୀପରେ ସରକାରଙ୍କ ବିରୋଧୀ ସଶସ୍ତ୍ର ଆନ୍ଦୋଳନ (coup) କୁ ରୋକି ପାରିଥିଲା । ମିଆଁମାରରେ ଗଣତାନ୍ତ୍ରିକ ଆନ୍ଦୋଳନକୁ ଭାରତ ଦୀର୍ଘଦିନ ହେଲା ସମର୍ଥନ ଦେଇଆସୁଛି । ଏବେ ସେହି ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥାର ପୁନଃସ୍ଥାପନା ହୋଇଛି । ନେପାଳ ସହ ଭାରତର ସାଂସ୍କୃତିକ ଓ ଧାର୍ମିକ ସମ୍ପର୍କ ରହିଛି । ରାଜତନ୍ତ୍ରର ଉଚ୍ଛେଦ ହେବା ପରେ ନେପାଳରେ ମାଓବାଦୀମାନେ ପଡ଼ୋଶୀ ଚୀନ ଦେଶ ସହ ମଧ୍ୟ ଏବେ ଉତ୍ତମ ସଂପର୍କ ସ୍ଥାପନ କରିବାକୁ ଚାହୁଁଛନ୍ତି । ଭାରତର ଉତ୍ତରାଞ୍ଚଳକୁ ଲାଗିଥିବା ନେପାଳର ଦକ୍ଷିଣାଞ୍ଚଳରେ ସାମ୍ବିଧାନିକ ମର୍ଯ୍ୟାଦା ପାଇଁ ଭାରତରୁ ଯାଇ ସେଠାରେ ବସବାସ କରୁଥିବା ଅଧିବାସୀମାନେ ଆନ୍ଦୋଳନ ଜାରି ରଖୁଛନ୍ତି ।
ଏହି ଆନ୍ଦୋଳନ ଯୋଗୁଁ ନେପାଳ ଓ ଭାରତ ସମ୍ପର୍କରେ ଛିଟା ପଡ଼ିଛି । ପଡ଼ୋଶୀ ଦେଶ ପାକିସ୍ତାନ ସହ ଭାରତର ସଂପର୍କ ସର୍ବଦା ଉତ୍ଥାନ ଓ ପତନ ଦେଇ ଗତି କରୁଛି । ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଶ ସ୍ଵାଧୀନତା ପାଇବା ପରଠାରୁ ଲାଗି ରହିଛି । ଭାରତ ସର୍ବଦା ଅଭିଯୋଗ କରିଆସୁଛି ଯେ ପାକିସ୍ତାନ ସନ୍ତ୍ରାସବାଦୀମାନଙ୍କ ଜରିଆରେ ଭାରତର ଆଭ୍ୟନ୍ତରୀଣ ନିରାପତ୍ତାକୁ ବିପନ୍ନ କରୁଛି । ଶ୍ରୀଲଙ୍କା ସହ ଭାରତର ସମ୍ପର୍କ ସାମୁଦ୍ରିକ ସୀମା ଓ ତାମିଲ୍ ସମସ୍ୟା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛି । LITE ନାମକ ଏକ ତାମିଲ ବିଚ୍ଛିନ୍ନତାବାଦୀ ସଂଗଠନର ଦମନ ପାଇଁ ଭାରତ ୧୯୮୭ ମସିହାରେ ଶ୍ରୀଲଙ୍କାକୁ PKF (Indian Peace Keeping Force) ପ୍ରେରଣ କରିଥିଲା । LITE ର ମୂଳପୋଛ ହେବା ଓ ନରୱେ ସରକାରଙ୍କ ମଧ୍ୟସୁତାରେ ତାମିଲ୍ମାନଙ୍କ ସହ କଥାବାର୍ତ୍ତା କରି ସଫଳତା ପାଇବା ପରେ ଶ୍ରୀଲଙ୍କା ସହ ଭାରତର ସଂପର୍କ ସ୍ଵାଭାବିକତା ଦିଗରେ ଗତିକରୁଛି । ପଡ଼ୋଶୀ ଦେଶଗୁଡ଼ିକ ସହ ଭାରତର ସଂପର୍କ ମୁଖ୍ୟତଃ ନିମ୍ନ ବର୍ଣିତ ଦୃଷ୍ଟିକୋଣଗୁଡ଼ିକଦ୍ଵାରା ପ୍ରଭାବିତ ।
- ଭାରତ ସର୍ବଦା ପଡ଼ୋଶୀ ଦେଶଗୁଡ଼ିକ ସହ ଗଠନମୂଳକ ସମ୍ପର୍କ ରଖିବାକୁ ଚାହେଁ । ହିଂସାତ୍ମକ ଭାବେ ପ୍ରତିରୋଧ ଓ ମୁକାବିଲା ସମସ୍ୟାକୁ ବିଗାଡ଼ିଦେବ ବୋଲି ଭାରତର ବିଶ୍ଵାସ ।
- ପଡ଼ୋଶୀ ଦେଶଗୁଡ଼ିକର ଆଭ୍ୟନ୍ତରୀଣ ଘଟଣାବଳୀରେ ଭାରତ ମୁଣ୍ଡ ପୂରାଇବାକୁ ଉଚିତ ମଣେ ନାହିଁ । ମାତ୍ର ଜାତୀୟ ସାର୍ଥ ରକ୍ଷା ପାଇଁ ପଡ଼ୋଶୀ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ଭାରତ ହସ୍ତକ୍ଷେପକୁ ସମର୍ଥନ କରେ ।
- ଭାରତ ପଡ଼ୋଶୀ ଦେଶଗୁଡ଼ିକରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ସପକ୍ଷରେ । ମାତ୍ର ପଡ଼ୋଶୀ ଦେଶର ଶାସନତନ୍ତ୍ର ଯେ କୌଣସି ପ୍ରକାର ଯେପରି ରାଜତନ୍ତ୍ର, ସାମରିକ ବା ସାମ୍ୟବାଦୀ ହେଲେ ମଧ୍ୟ ଭାରତ ଉତ୍ତମ ପଡ଼ୋଶୀ ସଂପର୍କ ସ୍ଥାପନ ପାଇଁ ଦ୍ବିଧା ବ୍ୟକ୍ତ କରେ ନାହିଁ ।
- ବର୍ତ୍ତମାନର ବିଶ୍ବକରଣ ଯୁଗରେ ବୈଦେଶିକ ନୀତି ଓ ଦେଶର ବିଦେଶ ଆର୍ଥକ ନୀତିର ଉଦ୍ଦେଶ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏଣୁ ଭାରତ ଦେଶର ସାମଗ୍ରିକ ବିକାଶ ପାଇଁ ବାହ୍ୟ ବାତାବରଣକୁ ଅନୁକୂଳ ସାବ୍ୟସ୍ତ କରିବାପାଇଁ ନିଜ ବୈଦେଶିକ ନୀତିରେ ବ୍ୟବସ୍ଥା କରିଛି ।
- ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ଉତ୍ତମ ସମ୍ପର୍କ ରକ୍ଷା ସହ ସେମାନଙ୍କୁ ଭାରତର ବନ୍ଧୁ ବୋଲି ପ୍ରତିପାଦିତ କରିବାକୁ ଆମ ଦେଶ ପଡ଼ୋଶୀ ରାଷ୍ଟ୍ର ମୁଖ୍ୟତଃ ନେପାଳ, ବଙ୍ଗଳାଦେଶ ଓ ଭୁଟାନ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟ ପାଇଁ ଅନୁଦାନ ଓ ସହଜ କିସ୍ତିର ଲୋନ୍ (soft loan) ଯୋଗାଇ ଦେଉଛି । ଏହି ଉତ୍ତମ ସଂପର୍କ (good will) କୁ ଆବଶ୍ୟକ ସ୍ଥଳେ ଆର୍ଥିକ ଓ ରାଜନୀତିକ ଲାଭ ପାଇଁ ବ୍ୟବହାର କରିବା ଭାରତର ଉଦ୍ଦେଶ୍ୟ ।
- ଭାରତ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆର ରାଷ୍ଟ୍ରଗୁଡ଼ିକୁ ନେଇ ଆଞ୍ଚଳିକ ସ୍ତରର ସଂଗଠନ ଗଢ଼ି ବିଶ୍ଵ ରାଜନୀତିରେ ନିଜର ଆଧ୍ଵପତ୍ୟ ବିସ୍ତାର କରିବାକୁ ଚାହେଁ । ସେଥିପାଇଁ SAARC (South Asian Association for Regional Co-operation), BIMSTEC (Bangladesh, India, Myanmar, Srilanka, Thailand Economic Co- operation) ଆଦି ସଂଗଠନ ଗଠନ ହେବା ପଛରେ ରହିଛି ଭାରତର ପ୍ରଚ୍ଛନ୍ନ ହାତ ।
ଚୀନ ସହ ଭାରତରର ସଂପର୍କ-ଚୀନ-ଭାରତର ସଂପର୍କକୁ ସିନୋ-ଭାରତୀୟ ସଂପର୍କ ଓ ଇଣ୍ଡୋ-ଚୀନ୍ ସଂପର୍କ ମଧ୍ୟ କୁହାଯାଏ । ଏହି ସଂପର୍କକୁ ଅନ୍ୟ ଭାଷାରେ ଚୀନ ଲୋକ ସାଧାରଣତନ୍ତ୍ର ଓ ଭାରତ ସାଧାରଣତନ୍ତ୍ର ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ମଧ୍ୟ କୁହାଯାଏ । ଚୀନ ଦେଶ ସହ ଭାରତର ୨୦୦୦ ବର୍ଷ ହେଲା ସଂପର୍କ ରହିଛି । ମାତ୍ର ୧୯୫୦ ମସିହାରେ ଭାରତ ତାଇୱାନକୁ ଚୀନ ସାଧାରଣତନ୍ତ୍ର ଭାବେ ଅସ୍ବୀକାର କରି ଚୀନ ଲୋକ ସାଧାରଣତନ୍ତ୍ରକୁ ପ୍ରକୃତ ଚୀନ ରୂପେ ଗ୍ରହଣ କରିବା ପରେ ଦୁଇ ଦେଶ ମଧ୍ୟରେ ନୂତନ ସମ୍ପର୍କର ମୂଳଦୁଆ ପଡ଼ିଲା । ବର୍ତ୍ତମାନର ବିଶ୍ବରେ ଉଭୟ ଚୀନ ଓ ଭାରତ ଦୁଇଟି ପ୍ରମୁଖ ଜନବହୁଳ ରାଷ୍ଟ୍ର ଓ ଏହି ଦୁଇ ରାଷ୍ଟ୍ର ମଧ୍ୟ ଆର୍ଥିକ ଦୃଷ୍ଟିରୁ ଦ୍ରୁତ ଅଗ୍ରଗତି କରୁଛନ୍ତି ।
ଏଣୁ ଏସିଆ ମହାଦେଶର ଏହି ଦୁଇଟି ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ କୁଟନୈତିକ ଓ ଆର୍ଥିକ ସମ୍ପର୍କ ସମଗ୍ର ବିଶ୍ବ ପାଇଁ ଗୁରୁତ୍ଵପୂର୍ଣ । ବହୁ ପୁରାତନ ସମୟରୁ ଭାରତ ଓ ଚୀନ୍ ମଧ୍ଯରେ ସାଂସ୍କୃତିକ ଓ ଆର୍ଥିକ ସଂପର୍କ ରହିଆସିଛି | ଜନ ମାନସରେ ଏବେ ବି ଉଜ୍ଜୀବିତ ଥିବା ରେଶମ ପଥ (silk road) କେବଳ ଭାରତ ଓ ଚୀନ୍ ମଧ୍ୟରେ ବ୍ୟବସାୟ ବାଣିଜ୍ୟକୁ ସୁଗମ କରିନଥୁଲା ; ଏଥିଯୋଗୁଁ ବୌଦ୍ଧଧର୍ମ ସାରା ଦକ୍ଷିଣ-ପୂର୍ବ ଏସିଆରେ ପ୍ରସାର ଓ ପ୍ରଚାର ଲାଭ କରିଥିଲା । ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଉଭୟ ଭାରତ ଓ ଚୀନ୍ ଜାପାନର ସାମ୍ରାଜ୍ୟ ବିସ୍ତାର ପ୍ରୟାସକୁ ଜବରଦସ୍ତ ଭାବେ ପ୍ରତିରୋଧ କରିଥିଲେ । ୧୯୫୪ ମସିହାରେ ଭାରତ ଓ ଚୀନ ମଧ୍ୟରେ ଚୁକ୍ତି ସମ୍ପାଦିତ ହେବା ସହ ପାରସ୍ପରିକ ସଂପର୍କ ରକ୍ଷା କ୍ଷେତ୍ରରେ ସେମାନେ ‘ପଞ୍ଚଶୀଳ’’ ନୀତିକୁ ଆପଣେଇବାକୁ ନିଷ୍ପତ୍ତି ନିଆଯାଇଥିଲା ।
ବର୍ତ୍ତମାନ ଚୀନ ସହ ଭାରତର ସଂପର୍କ ମୁଖ୍ୟତଃ ସୀମା ବିବାଦ, ପାକିସ୍ତାନକୁ ଚୀନ୍ର ଆର୍ଥିକ, ସାମରିକ ଓ କୂଟନୈତିକ ସାହାଯ୍ୟ, ଅଧିକ ମାତ୍ରାରେ ଭାରତ ଆମେରିକା ସହିତ ସଂପର୍କ ସ୍ଥାପନ କରିବା ଆଦି ବିଷୟକୁ ନେଇ କେନ୍ଦ୍ରୀଭୂତ । ସୀମା ବିବାଦ ଯୋଗୁଁ ୧୯୬୨ ମସିହା ଚୀନ୍ ସହ ଭାରତର ଯୁଦ୍ଧ ହୋଇଛି । ତେବେ ୧୯୮୦ ମସିହା ପରେ ଦୁଇ ଦେଶ ସଂପର୍କରେ ସୁଧାର ଆଣି ଆର୍ଥିକ ଓ କୂଟନୈତିକ ସ୍ତରରେ ଅନେକ ଅଗ୍ରଗତି ଆଣିପାରିଛନ୍ତି । ୨୦୦୮ ମସିହାରେ ଚୀନ୍ ଭାରତର ସବୁଠାରୁ ବଡ଼ ବ୍ୟବସାୟିକ ସହଯୋଗୀ ରାଷ୍ଟ୍ରଭାବେ ମାନ୍ୟତା ପାଇଲା । ଏବେ ଏହି ଦୁଇ ରାଷ୍ଟ୍ର ମଧ୍ୟରେ ସାମରିକ ଓ ଉଦ୍ଦେଶ୍ୟଭିତ୍ତିକ (strategic) ସଂପର୍କ ମଧ୍ୟ ସ୍ଥାପିତ ହୋଇଛି ।
୩ । ପଡ଼ୋଶୀ ରାଷ୍ଟ୍ର ଚୀନ୍ ଓ ପାକିସ୍ତାନ ସହିତ ଭାରତର ସମ୍ପର୍କ ଆଲୋଚନା କର ।
Answer:
ଚୀନ ଓ ପାକିସ୍ତାନ ଭାରତର ଦୁଇଟି ପଡ଼ୋଶୀ ରାଷ୍ଟ୍ର । ବିଶ୍ବର ଏକ ଶାନ୍ତିପୂର୍ଣ୍ଣ ରାଷ୍ଟ୍ର ରୂପେ ଚୀନ ଓ ପାକିସ୍ତାନ ସହିତ ଅନ୍ୟ ସମସ୍ତ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବାପାଇଁ ଭାରତ ସର୍ବଦା ପ୍ରୟାସ କରିଅଛି । ଏହା ସତ୍ତ୍ବେ, ଅନେକ ସମୟର ଭାରତ-ପାକିସ୍ତାନ ଓ ଭାରତ-ଚୀନ ମଧ୍ୟରେ ମୁଖ୍ୟତଃ ସୀମା ବିବାଦକୁ ନେଇ ତିକ୍ତତା ଦେଖା ଦେଇଛି । ଏପରିକି ଚୀନ ଓ ଭାରତ ମଧ୍ୟରେ ଥରେ ଯୁଦ୍ଧ ଏବଂ ପାକିସ୍ତାନ ଓ ଭାରତ ମଧ୍ୟରେ ଦୁଇ ଥର ଯୁଦ୍ଧ ହୋଇଛି । ୧୯୯୯ ମସିହାର କାଗିଲ ଯୁଦ୍ଧକୁ ଭାରତ-ପାକିସ୍ତାନ ତୃତୀୟ ଯୁଦ୍ଧ କହିଲେ ଭୁଲ୍ ହେବ ନାହିଁ । ଭାରତ ଓ ଚୀନ ଏବଂ ଭାରତ ପାକିସ୍ତାନ ସମ୍ପର୍କର କେତେକ ଗୁରୁତ୍ଵପୂର୍ଣ୍ଣ ଘଟଣା ନିମ୍ନରେ ବର୍ଣ୍ଣନା କରାଗଲା ।
(୧) ଭାରତ ଓ ପାକିସ୍ତାନର ସମ୍ପର୍କ :
- ୧୯୪୭ ମସିହାରେ ଭାରତ ବିଭାଜିତ ହୋଇ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେଲା ।
- ସୀମା ବିବାଦ ଓ ସିନ୍ଧୁନଦୀ ଜଳବଣ୍ଟନକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ଦେଖାଦେଲା ।
- ୧୯୬୦ ମସିହା ସେପ୍ଟେମ୍ବର ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ନଦୀଜଳ ବଣ୍ଟନକୁ ନେଇ ରାଜିନାମା . ସାକ୍ଷରିତ ହୋଇଥିଲା ।
- ୧୯୬୫ ମସିହାରେ ପାକିସ୍ତାନ ଭାରତ ଆକ୍ରମଣ କରିଥିଲା ।
- ୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଐତିହାସିକ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
- ୧୯୭୧ ମସିହାରେ ପାକିସ୍ତାନର ଦଲାଲଙ୍କଦ୍ବାରା ଭାରତର ବିମାନ ଅପହରଣ ହୋଇ ଧ୍ଵଂସ କରିଦିଆଗଲା ।
- ୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ପୁନର୍ବାର ଯୁଦ୍ଧ ସଂଘଟିତ ହୋଇଥିଲା ।
- ୧୯୭୨ ମସିହା ଜୁଲାଇ ୨ ତାରିଖରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଜୁଲ୍ ଫିକର ଅଗ୍ନି ଗ୍ଲୁଟୋଙ୍କ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
- ଯୁଦ୍ଧବନ୍ଦୀମାନଙ୍କ ସମସ୍ୟାର ସମାଧାନ ପାଇଁ ୧୯୭୩ ମସିହାରେ ଭାରତ-ପାକିସ୍ତାନ ରାଜିନାମା ସାକ୍ଷରିତ ହୋଇଥିଲା ।
- ୧୯୭୪ ମସିହାରେ ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶ ମଧ୍ଯରେ ତ୍ରିପାକ୍ଷିକ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
- ୧୯୯୦ ମସିହାରେ ପାକ୍-ସମର୍ଥିତ ଆତଙ୍କବାଦୀମାନେ କାଶ୍ମୀର ଆକ୍ରମଣ କରିଥିଲେ ।
- ୧୯୯୮ ମସିହା ଜାନୁଆରୀ ୧୫ ତାରିଖରେ ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶ ମଧ୍ୟରେ ଢାକାରେ ତ୍ରିପାକ୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
- ୧୯୯୮ ମସିହା ମେ ମାସ ୧୧-୧୩ ରେ ପୋଖରାନ୍ -୨ ଆଣବିକ ପରୀକ୍ଷାକୁ ନେଇ ପାକିସ୍ତାନ ପ୍ରତିକ୍ରିୟା ପ୍ରକାଶ କରିଥିଲା ।
- ୧୯୯୯ ମସିହାରେ କାର୍ଗିଲ ଯୁଦ୍ଧ ସଂଘଟିତ ହୋଇଥିଲା ।
- ୧୯୯୯ ଫେବୃଆରୀ ୩ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ବସ୍ ଯୋଗେ ଲାହୋର ଯାତ୍ରା, ଲାହୋର ଘୋଷଣା, ଶାନ୍ତି ଓ ସୁରକ୍ଷା ସମ୍ବନ୍ଧିତ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
- ୨୦୧୬ ମସିହା ସେପ୍ଟେମ୍ବର ମାସରେ ଅନୁପ୍ରବେଶକାରୀଙ୍କଦ୍ବାରା କାଶ୍ମୀରର ଉରୀ ସେନାବାହିନୀ ଛାଉଣା ଉପରେ ଆକ୍ରମଣ ଘଟଣାରେ ୧୭ ଜଣ ଭାରତୀୟ ସୈନ୍ୟ ସହିଦ୍ ହୋଇଥିଲେ । ପରବର୍ତ୍ତୀ ସମୟରେ ପାକ୍-ଅଧ୍ୟାତ କାଶ୍ମୀରର ଆତଙ୍କବାଦୀ ଶିବିର ଉପରେ ଭାରତ ‘ସର୍ଜିକାଲ ଷ୍ଟ୍ରାଇକ୍’ କରିଥିଲା ।
- ସଂପ୍ରତି ସୀମାନ୍ତରେ ଉଭୟ ଦେଶ ମଧ୍ୟରେ ସୈନ୍ୟସଜ୍ଜା ପାଇଁ ଯୁଦ୍ଧ ସମ୍ଭାବନା ସୃଷ୍ଟି ହୋଇଛି ।
(୨) `ଭାରତ ଓ ଚୀନର ସମ୍ପର୍କ :
- ୧୯୬୨ ମସିହା ପର୍ଯ୍ୟନ୍ତ ଭାରତ ଓ ଚୀନର ସମ୍ପର୍କ ସୌହାର୍ଘପୂର୍ଣ୍ଣ ଥିଲା ।
- ୧୯୫୧ ଓ ୧୯୫୪ ମସିହାରେ ଭାରତ ଓ ଚୀନ ମଧ୍ୟରେ ତିବ୍ବତ ସମ୍ବନ୍ଧୀୟ ଏକ ରାଜିନାମା ସାକ୍ଷରିତ ହୋଇଥିଲା ।
- ୧୯୫୪ ମସିହାରେ ଭାରତ ଓ ଚୀନ ମଧ୍ୟରେ ଐତିହାସିକ ପଞ୍ଚଶୀଳ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
- ୧୯୬୨ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା । ଭାରତର ଉତ୍ତର-ପୂର୍ବ ସୀମାନ୍ତ ଅଞ୍ଚଳ ଓ ଲଦାଖ ଅଞ୍ଚଳରେ ୫୧,୦୦୦ ବର୍ଗମାଇଲ୍ ଜାଗା ଦାବିକରି ଏହି ଆକ୍ରମଣ ଚୀନ କରିଥିଲା ।
- ଯୁଦ୍ଧ ପରେ ୧୯୬୨ ମସିହା ଏପ୍ରିଲ ମାସରେ ଭାରତ ଓ ଚୀନ ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା ହୋଇଥିଲା ।
- ୧୯୭୭ ମସିହାରେ ତିବ୍ବତୀୟଙ୍କ ସମସ୍ୟା ନେଇ ଭାରତ-ଚୀନ ମଧ୍ୟରେ ବିବାଦ ଦେଖାଦେଲା ।
- ଦୀର୍ଘ ୩୪ ବର୍ଷ ପରେ ୧୯୮୯ ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଚୀନ ଗସ୍ତ ଓ ଏକ ମିଳିତ ବୈଠକରେ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ପରେ ସୌହାର୍ଘ ପୂର୍ଣ୍ଣ ବାତାବରଣ ଆରମ୍ଭ ହୋଇଥିଲା ।
- ୧୯୯୧ ମସିହା ଫେବୃଆରୀ ୧ ତାରିଖରେ ବେଜିଂଠାରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ୧୯୬୨ ମସିହା ଯୁଦ୍ଧ ସମୟରୁ ବନ୍ଦ ଥିବା ବମ୍ବେ (ମୁମ୍ବାଇ) ଏବଂ ସାଙ୍ଘାଇଠାରେ ଉପଦେଷ୍ଟା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପୁନର୍ବାର କାର୍ଯ୍ୟକ୍ଷମ ହୋଇଥିଲା ।
- ୧୯୯୩ ମସିହା ସେପ୍ଟେମ୍ବର ୭ ତାରିଖରେ ଚୀନର ସର୍ବୋଚ୍ଚ ଶାସକ ଲି ପେଙ୍ଗ ଓ ଭାରତୀୟ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ମଧ୍ଯରେ ବାସ୍ତବ ନିୟନ୍ତ୍ରଣ ରେଖାରେ ଶାନ୍ତି ଓ ନିରାପତ୍ତା ରକ୍ଷା ପାଇଁ ରାଜିନାମା ସାକ୍ଷରିତ ହୋଇଥିଲା ।
- ୧୯୯୫ ମସିହା ମାର୍ଚ୍ଚ ମାସ ୪ ତାରିଖରେ ନୂଆଦିଲ୍ଲୀଠାରେ ଭାରତ ଓ ଚୀନର ବିଶେଷଜ୍ଞ ଦଳ ନୂଆଦିଲ୍ଲୀଠାରେ ମିଳିତ ହେବାପରେ ମାର୍ଚ୍ଚ ୫ ତାରିଖରେ ଚୀନର ପ୍ରଧାନମନ୍ତ୍ରୀ ଲି ପେଙ୍ଗ ସଂସଦରେ ଭାରତ ସହିତ ସୁସମ୍ପର୍କ ରକ୍ଷା ପାଇଁ ଘୋଷଣା କରିଥିଲେ ।
- ୧୯୯୬ ମସିହା ନଭେମ୍ବର ୨୯ ତାରିଖରେ ସୀମାନ୍ତରେ ସୈନ୍ୟ ସଂଖ୍ୟା ହ୍ରାସ କରିବା ଏବଂ ଜଣେ ଅନ୍ୟ ଜଣଙ୍କ ଉପରେ ବଳପ୍ରୟୋଗ ନ କରିବାପାଇଁ ସହମତି ପ୍ରକାଶ ପାଇଥିଲା । ଉଭୟ ଦେଶ ମିଳିତ ସମରାଭ୍ୟାସ କରିବାକୁ ସହମତି ପ୍ରକାଶ ପାଇଥିଲା ।
- ୧୯୯୮ ମସିହା ମେ ମାସ ୧୧ ଓ ୧୩ ତାରିଖରେ ଭାରତର ପୋଖରାନ୍-୨ ଆଣବିକ ପରୀକ୍ଷା ପରେ ଭାରତକୁ ଚୀନ କଡ଼ା ସମାଲୋଚନା କରିଥିଲା ।
- ୧୯୯୮ ମସିହା ଜୁଲାଇ ମାସ ୧୭ ତାରିଖରେ ଅକ୍ସାଇ ଚୀନ ସଂପର୍କିତ ବିବାଦର ଆପୋଷ ସମାଧାନ ହୋଇପାରିବ ନାହିଁ ବୋଲି ଚୀନ ସ୍ପଷ୍ଟ କରିଥିଲା ।
- ବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତ-ଚୀନ ଅବନୈତିକ ସମ୍ପର୍କ ସୁଦୃଢ଼ ହୋଇଥିଲା ।
- ଅରୁଣାଚଳ ପ୍ରଦେଶରେ ଚୀନାମାନଙ୍କର ଅନୁପ୍ରବେଶ ତଥା ସାମରିକ କାର୍ଯ୍ୟକଳାପ ଏବଂ ତାଓ୍ବାଙ୍ଗ ନିକଟରେ ରାସ୍ତା ନିର୍ମାଣ ଏବଂ ସୀମାନ୍ତ ଅଞ୍ଚଳରେ ଚୀନର ବ୍ୟାପକ ସୈନ୍ୟ ଛାଉଣୀ ସମ୍ପ୍ରତି ଭାରତ-ଚୀନ ସମ୍ପର୍କରେ ତିକ୍ତତା ସୃଷ୍ଟି କରିଛି ।