Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

Go through 7th Class Science Book Odia Medium Question Answer and Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା to understand textbook questions more clearly.

7th Class Science Chapter 10 Question Answer Odia Medium

Class 7 Science Chapter 10 Odia Medium

ଆସ ଆମ ଶିକ୍ଷଣ ବୃଦ୍ଧି କରିବା

Question 1.
ନିମ୍ନଲିଖତ ସାରଣୀ ପୂରଣ କର । (ପ୍ରଶ୍ନ ସହ ଉତ୍ତର)
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 1
Answer:
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 2

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

Question 3.
ଏପରି ଏକ ପରିସ୍ଥିତି କଳ୍ପନା କର ଯେଉଁଠାରେ ପୃଥ‌ିବୀରେ ଆଲୋକସଂଶ୍ଳେଷଣ କରୁଥିବା ସମସ୍ତ ଜୀବ ଅଦୃଶ୍ୟ ହୋଇଯାଇଛନ୍ତି । ଜୀବନ୍ତ ପ୍ରାଣୀମାନଙ୍କ ଉପରେ ଏହାର ପ୍ରଭାବ କ’ଣ ହେବ ?
Answer:
ଆଲୋକଶ୍ଳେଷଣ ପ୍ରକ୍ରିୟା ସମ୍ପାଦିତ ନହେଲେ, ଏହାର ନିମ୍ନଲିଖ ପ୍ରଭାବଗୁଡ଼ିକ ଜୀବନ୍ତ ପ୍ରାଣୀମାନଙ୍କ ଉପରେ ପଡ଼ିଥାଏ, ଯଥା –

  • ଖାଦ୍ୟ ପ୍ରସ୍ତୁତି ହୋଇପାରିବ ନାହିଁ ।
  • ବାୟୁମଣ୍ଡଳକୁ ଅମ୍ଳଜାନ ମୋଚନ ହେବନାହିଁ
  • ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶୋଷିତ ହେବନାହିଁ ।
  • ଜୀବନଧାରଣ ସମ୍ଭବ ହେବନାହିଁ ।

Question 3.
ଆୟୋଡ଼ିନ୍ ଦ୍ରବଣରେ ଖଣ୍ଡିଏ ଆଳୁ ରଖୁ ଆସେ ? ଆଳୁଗଛରେ କେଉଁଠାରେ ଖାଦ୍ୟ ମଣ୍ଡଦର ଉପସ୍ଥିତି ଦର୍ଶାଉଛି । ଆଳୁରେ ମଣ୍ଡଦ କେଉଁଠାରୁ ସଂଶ୍ଳେଷିତ ହୁଏ ଏବଂ ଏହା ଆଳୁରେ କିପରି ପହଞ୍ଚେ ?
Answer:

  • ଆଳୁ ଗଛରେ ଆଲୋକସଂଶ୍ଳେଷଣ ଦ୍ଵାରା ମଣ୍ଡଦ ଉତ୍ପାଦିତ ହୋଇ ଆଳୁରେ ସଂରକ୍ଷିତ ହୋଇ ରହିଥାଏ ।
  • ସବୁଜ ପତ୍ରରେ ପତ୍ରହରିତ୍, ସୂର୍ଯ୍ୟାଲୋକ ଓ ଅଙ୍ଗାରକାମ୍ଳ ଗ୍ୟାସ୍‌ ଦ୍ଵାରା ଗ୍ଲୁକୋଜ ପ୍ରସ୍ତୁତ ହୁଏ । ଏହି ଗ୍ଲୁକୋଜ ପରେ ମଣ୍ଡଦରେ ରୂପାନ୍ତରତ ହୁଏ ।
  • ଉଦ୍ଭଦରେ ଥ‌ିବା ଫ୍ଲୋଏମ୍ ନାମକ ସଂବାହୀ ନଳୀଦ୍ଵାରା ଏହା ଗ୍ଲୁକୋଜ ରୂପେ ଆଳୁ ଗଛର ସଂରକ୍ଷିତ ସ୍ଥାନ ଆଳୁରେ ପହଞ୍ଚି ମଣ୍ଡଦରୂପେ ସଂରକ୍ଷିତ ହୁଏ ।
  • ଏହି କାରଣରୁ ଆୟୋଡ଼ିନ୍ ଦ୍ରବଣରେ ଖଣ୍ଡିଏ କଟାଯାଇଥିବା ଆଳୁ ରଖୁଲେ ଏହା ନୀଳ ବର୍ଷ ଧାରଣ କରି ମଣ୍ଡଦର ଉପସ୍ଥିତି ଦର୍ଶାଇଥାଏ ।

Question 4.
ପତ୍ରର ପ୍ରଶସ୍ତ ଏବଂ ସମତଳ ଗଠନ କ’ଣ ଗଛଗୁଡ଼ିକୁ ଆଲୋକସଂଶ୍ଳେଷଣ ପାଇଁ ଅଧୁକ ଦକ୍ଷ କରିଥାଏ ? ତୁମ ଉତ୍ତରର ଯଥାର୍ଥତା ପ୍ରତିପାଦନ କର ।
Answer:
ପତ୍ରର ପ୍ରଶସ୍ତ ଏବଂ ସମତଳ ଗଠନ ଗଛଗୁଡ଼ିକୁ ଆଲୋକସଂଶ୍ଳେଷଣ ପାଇଁ ଅଧ‌ିକ ଦକ୍ଷ କରିଥାଏ, କାରଣ

  • ପତ୍ରର ପ୍ରଶସ୍ତ ଓ ସମତଳ ଗଠନ, ସୂର୍ଯ୍ୟାଲୋକକୁ ସହଜରେ ଗ୍ରହଣ କରିବାରେ ସହାୟକ ହୋଇଥାଏ । ଆଲୋକସଂଶ୍ଳେଷଣ ପାଇଁ ସୂର୍ଯ୍ୟାଲୋକ ଏକାନ୍ତ ଆବଶ୍ୟକ ଅଟେ ।
  • ପତ୍ରର ପ୍ରଶସ୍ତ ସମତଳ ଗଠନ, ଅଧ‌ିକ ସଂଖ୍ୟକ ପତ୍ରଛିଦ୍ର ବା ସ୍ତୋମ ଧାରଣ କରୁଥିବାରୁ ବାୟୁ ଆଦାନପ୍ରଦାନ ତ୍ୱରାନ୍ଵିତ ହୋଇଥାଏ ।
  • ପତ୍ର ପ୍ରଶସ୍ତ ଓ ପତଳା ସହିତ ସମତଳ ଅବସ୍ଥାନରେ ରହିଲେ ପତ୍ରର ପ୍ରତ୍ୟେକ ଅଂଶ ସୂର୍ଯ୍ୟାଲୋକ ଗ୍ରହଣ କରି ଆଲୋକଶ୍ଳେଷଣ କରିପାରେ । ତେଣୁ ଏହାଦ୍ଵାରା ଉଭିଦ ଅଧୂକ ଦକ୍ଷ ହୋଇଥାଏ ।

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

Question 5.
Y ବ୍ୟବହାର କରି X କୁ ଭାଙ୍ଗିଲେ ଅଙ୍ଗାରକାମ୍ଳ, Z ଏବଂ ଶକ୍ତି ଉତ୍ପନ୍ନ ହୁଏ ।
X + Y → ଅଙ୍ଗାରକାମ୍ଳ + Z + ଶକ୍ତି
X, Y, ଏବଂ Z ଏହି ପ୍ରକ୍ରିୟାର ତିନୋଟି ଭିନ୍ନ ଭିନ୍ନ ଉପାଦାନ । X, Y ଏବଂ Z କେଉଁ କେଉଁ ଉପାଦାନକୁ ବୁଝାଏ ?
Answer:
ଗ୍ଲୁକୋଜ + ଅମ୍ଳଜାନ → ଅଙ୍ଗାରକାମ୍ଳ ଗ୍ୟାସ୍ + ଜଳ + ଶକ୍ତି
X + Y → ଅଙ୍ଗାରକାମ୍ଳ ଗ୍ୟାସ୍ + Z + ଶକ୍ତି
ଏଠାରେ X = ଗ୍ଲୁକୋଜ
Y = ଅମ୍ଳଜାନ
ଓ Z = ଜଳ

Question 6.
କୁଣ୍ଡରେ ଲାଗିଥିବା ଦୁଇଟି ସମାନ ଆକାରର ଗଛ ସହିତ କୃଷ୍ଣ ଏକ ପରୀକ୍ଷଣ ବ୍ୟବସ୍ଥା କଲା । ସେଥୁରୁ ଅନ୍ୟଟିକୁ ଏକ ଅନ୍ଧାର କୋଠରିରେ ରଖୁଲା, ଯେପରି ଚିତ୍ରରେ ଗୋଟିଏକୁ ସୂର୍ଯ୍ୟାଲୋକରେ ଏବଂ ଦେଖାଯାଇଛି ।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ –
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 3
(କ) ଏହି ପରୀକ୍ଷଣ ମାଧ୍ୟମରେ ସେ କେଉଁ ଧାରଣା ପରୀକ୍ଷା କରିପାରିବ ?
Answer:
ଏହି ପରୀକ୍ଷଣ ମାଧ୍ୟମରେ ସେ ଆଲୋକଶ୍ଳେଷଣ ପାଇଁ ସୂର୍ଯ୍ୟାଲୋକର ଆବଶ୍ୟକତା ସମ୍ବନ୍ଧରେ ପରୀକ୍ଷଣ ବ୍ୟବସ୍ଥା କରିଥିଲା ।

(ଖ) ଉଭୟ ଅବସ୍ଥାରେ ଉଭିଦରେ କ’ଣ ପାର୍ଥକ୍ୟ ଦେଖୁଛ ?
Answer:
ସୂର୍ଯ୍ୟାଲୋକ ପାଉଥ‌ିବା ‘କ’ କୁଣ୍ଡରେ ଉଦ୍ଭଦଟିର ଉତ୍ତମ ବୃଦ୍ଧି ହୋଇଛି, ପତ୍ରଗୁଡ଼ିକ ବଡ଼, ପ୍ରଶସ୍ତ ଓ ସବୁଜ ହୋଇଛି । ମାତ୍ର ସୂର୍ଯ୍ୟାଲୋକ ପାଉ ନଥିବା ‘ଖ’ କୁଣ୍ଡରେ ଉଭିଦର ଉତ୍ତମ ବୃଦ୍ଧି ହୋଇ ନାହିଁ । ପତ୍ରଗୁଡ଼ିକ ମଳିନ ଓ ଶୁଖୁଲା ଦେଖାଯାଉଛି ।

(ଗ) ତୁମ ମତରେ, କେଉଁ ଉଭିଦର ପତ୍ରଗୁଡ଼ିକ ଆୟୋଡ଼ିନ୍ ପରୀକ୍ଷାରେ ମଣ୍ଡଦ ଉପସ୍ଥିତିକୁ ନିଶ୍ଚିତ କରନ୍ତି ?
Answer:
‘କ’ କୁଣ୍ଡରେ ଥିବା ଉଭିଦର ପତ୍ରଗୁଡ଼ିକ ଆୟୋଡ଼ିନ୍ ପରୀକ୍ଷାରେ ମଣ୍ଡଦ ଉପସ୍ଥିତିକୁ ନିଶ୍ଚିତ କରିଥାନ୍ତି କାରଣ ଏଠାରେ ଆଲୋକଶ୍ଳେଷଣ ପ୍ରକ୍ରିୟା ସମ୍ପାଦିତ ହୋଇ ମଣ୍ଡଦ ସୃଷ୍ଟି ହୋଇଥାଏ ।

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

Question 7.
ବୀଣା ବିଶ୍ଵାସ କରେ ଯେ ଅଙ୍ଗାରକାମ୍ଳ ଆଲୋକ ସଂଶ୍ଳେଷଣ ପାଇଁ ଅତ୍ୟାବଶ୍ୟକ । ସେ ତା’ର ଧାରଣାକୁ ସମର୍ଥନ କିମ୍ବା ପ୍ରତ୍ୟାଖ୍ୟାନ କରିବା ପାଇଁ ପ୍ରମାଣ ସଂଗ୍ରହ କରିବା ପାଇଁ ଚିତ୍ରରେ ଦେଖାଯାଇଥିବା ପରି ଏକ ପରୀକ୍ଷଣ ବ୍ୟବସ୍ଥା ସ୍ଥାପନ କଲ ।
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 4
ପର୍ଯ୍ୟାପ୍ତ ପାଣି ସହିତ ଏକ ପାତ୍ରରେ ରଖାଯାଇଥିବା ଉଭିଦକୁ ନିର୍ଦ୍ଧାରିତ ପରିସ୍ଥିତିରେ ରଖାଯାଇଛି ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଉପରୋକ୍ତ ବ୍ୟବସ୍ଥାଗୁଡ଼ିକରେ କେଉଁ ଉଭିଦଗୁଡ଼ିକରେ ମଣ୍ଡଦ ପ୍ରସ୍ତୁତ ହେବ ?
Answer:
ଉପରୋକ୍ତ ବ୍ୟବସ୍ଥାଗୁଡ଼ିକ ମଧ୍ୟରୁ କେବଳ ‘କ’ ବ୍ୟବସ୍ଥାରେ ମଣ୍ଡଦ ପ୍ରସ୍ତୁତ ହେବ କାରଣ ଏଠାରେ ଉଦ୍ଭଦ ସୂର୍ଯ୍ୟକିରଣ ଓ ଅଙ୍ଗାରକାମ୍ଳ ଗ୍ୟାସ୍‌ ପାଉଅଛି ଫଳରେ ଆଲୋକସଂଶ୍ଳେଷଣ ପ୍ରକ୍ରିୟା ସୃଷ୍ଟି ହୋଇ ମଣ୍ଡଦ ସୃଷ୍ଟି ହେବ ।

(ଖ) ଉପରୋକ୍ତ ବ୍ୟବସ୍ଥାଗୁଡ଼ିକରେ କେଉଁ ଉଭିଦଗୁଡ଼ିକରେ ମଣ୍ଡଦ ପ୍ରସ୍ତୁତ ହେବନାହିଁ ?
Answer:
ଉପରୋକ୍ତ ବ୍ୟବସ୍ଥାଗୁଡ଼ିକ ମଧ୍ୟରୁ ‘ଖ’, ‘ଗ’ ଓ ‘ଘ’ ରେ ମଣ୍ଡଦ ପ୍ରସ୍ତୁତ ହେବନାହିଁ । ‘ଖ’ ରେ ଅଙ୍ଗାରକାମ୍ଳ ନାହିଁ, ‘ଗ’ ରେ ଆଲୋକ ନାହିଁ ଏବଂ ‘ଘ’ ରେ ଉଭୟ ଆଲୋକ ଓ ଅଙ୍ଗାରକାମ୍ଳ ଗ୍ୟାସ ନାହିଁ ।

(ଗ) ଉପରୋକ୍ତ ବ୍ୟବସ୍ଥାଗୁଡ଼ିକରେ କେଉଁ ଉଭିଦଗୁଡ଼ିକରେ ଅମ୍ଳଜାନ ଉତ୍ପାଦନ ହେବ ?
Answer:
ଉପରୋକ୍ତ ବ୍ୟବସ୍ଥାଗୁଡ଼ିକ ମଧ୍ୟରୁ କେବଳ ‘କ’ ବ୍ୟବସ୍ଥାରେ ଅମ୍ଳଜାନ ଉତ୍ପାଦିତ ହେବ କାରଣ ଏଠାରେ ଉଦ୍ଭିଦ ସୂର୍ଯ୍ୟକିରଣ ଓ ଅଙ୍ଗାରକାମ୍ଳ ଗ୍ୟାସ ଉପସ୍ଥିତିରେ ଆଲୋକସଂଶ୍ଳେଷଣ କରି ଅମ୍ଳଜାନ ନିର୍ଗତ କରିଥାଏ ।

(ଘ) ଉପରୋକ୍ତ ବ୍ୟବସ୍ଥାଗୁଡ଼ିକରେ କେଉଁ ଉଭିଦଗୁଡ଼ିକରେ ଅମ୍ଳଜାନ ଉତ୍ପାଦନ ହେବନାହିଁ ?
Answer:
ଉପରୋକ୍ତ ବ୍ୟବସ୍ଥାଗୁଡ଼ିକ ମଧ୍ୟରୁ ‘ଖ’, ‘ଗ’ ଓ ‘ଘ’ ରେ ଅମ୍ଳଜାନ ଉତ୍ପାଦିତ ହେବନାହିଁ କାରଣ ଏଠାରେ ଆଲୋକଶ୍ଳେଷଣ ସମ୍ଭବ ନୁହେଁ ।

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

Question 8.
ଅନନ୍ୟା ଚାରୋଟି ପରୀକ୍ଷା ନଳୀ ନେଲା ଏବଂ ପ୍ରତ୍ୟେକ ପରୀକ୍ଷା ନଳୀ ତିନି-ଚତୁର୍ଥାଂଶ ପାଣିରେ ପୂର୍ଣ୍ଣ କଲା । ସେ ସେଗୁଡ଼ିକୁ ‘କ’, ‘ଖ’, ‘ଗ’ ଏବଂ ‘ଘ’ ନାମରେ ନାମିତ କଲା । ପରୀକ୍ଷା ନଳୀ ‘କ’ ରେ, ସେ ଗୋଟିଏ ଗେଣ୍ଡା ରଖୁଲା; ପରୀକ୍ଷା ନଳୀ ‘ଖ’ ରେ ସେ ଗୋଟିଏ ଜଳଜ ଉଦ୍ଭିଦ ରଖୁଲା; ପରୀକ୍ଷା ନଳୀ ‘ଗ’ ରେ ସେ ଉଭୟ ଗୋଟିଏ ଗେଣ୍ଡା ଓ ଏକ ଉଦ୍ଭଦ ରଖୁଲା I ପରୀକ୍ଷା ନଳୀ ‘ଘ’ ରେ, ସେ କେବଳ ପାଣି ରଖୁଲା । ଅନନ୍ୟା ସମସ୍ତ ପରୀକ୍ଷା ନଳୀରେ ଗୋଟିଏ ଅଙ୍ଗାରକାମ୍ଳ ସୂଚକ ଯୋଡ଼ିଥିଲା । ସେ ପାଣିର ପ୍ରାରମ୍ଭିକ ରଙ୍ଗ ରେକର୍ଡ଼ କଲା ଏବଂ ୨–୩ ଘଣ୍ଟା ପରେ ପରୀକ୍ଷା ନଳୀରେ କୌଣସି ରଙ୍ଗ ପରିବର୍ତ୍ତନ ହୋଇଛି କି ନାହିଁ ତାହା ଦେଖିଲା ।
ସେ କ’ଣ ଜାଣିବାକୁ ଚାହୁଁଛି ବୋଲି ତୁମେ ଭାବୁଛ ? ସେ କିପରି ନିଜକୁ ଠିକ୍ ପ୍ରମାଣ କରିବ ?
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 5
Answer:
ଅନନ୍ୟା ଜଳଚର ପ୍ରାଣୀ ଓ ଜଳଜ ଉଭିଦମାନଙ୍କର ଶ୍ଵାସକ୍ରିୟା ଓ ଆଲୋକ ସଂଶ୍ଳେଷଣ ସମୟରେ ଗ୍ୟାସ ବିନିମୟ ସମ୍ବନ୍ଧ ରେ ଜାଣିବାପାଇଁ ଏହି ପରୀକ୍ଷଣଟି କରିଥିଲା । ପ୍ରତ୍ୟେକ ପରୀକ୍ଷାନଳୀରେ ସେ ନିମ୍ନଲିଖତ ପରିବର୍ତ୍ତନ ଦେଖିବାକୁ ପାଇଥିଲା

  1. ‘କ’ ପରୀକ୍ଷା ନଳୀ (ଜଳ + ଗେଣ୍ଡା) : ଏହି ପରୀକ୍ଷା ନଳୀରେ ଥ‌ିବା ଗେଣ୍ଡା ଶ୍ଵାସକ୍ରିୟା କରିବ ଓ ଜଳରୁ ଅମ୍ଳଜାନ ନେଇ ଅଙ୍ଗାରକାମ୍ଳ ଗ୍ୟାସ ଛାଡ଼ିବ । ପରୀକ୍ଷା ନଳୀରେ ଥ‌ିବା ଜଳରେ ଅଙ୍ଗାରକାମ୍ଳର ମାତ୍ରା ବୃଦ୍ଧି ପାଇବାରୁ ଅଙ୍ଗାରକାମ୍ଳ ସୂଚକରେ ରଙ୍ଗ ପରିବର୍ତ୍ତନ ହେବ ।
  2. ‘ଖ’ ପରୀକ୍ଷାନଳୀ (ଜଳ + ଜଳଜ ଉଦ୍ଭଦ) : ଏହି ପରୀକ୍ଷାନଳୀରେ ଥ‌ିବା ଜଳଜ ଉଭିଦ ଯଦି ସୂର୍ଯ୍ୟାଲୋକ ପାଇବ ତେବେ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ଜଳରୁ ଅଙ୍ଗାରକାମ୍ଳ ଶୋଷଣ କରି ଅମ୍ଳଜାନ ତ୍ୟାଗ କରିବ । ଅଙ୍ଗାରକାମ୍ଳର ମାତ୍ରା ହ୍ରାସ ପାଉଥିବାରୁ ସୂଚକରେ ରଙ୍ଗ ପରିବର୍ତ୍ତନ ହେବ ।
  3. ‘ଗ’ ପରୀକ୍ଷା ନଳୀ (ଜଳ + ଜଳଜ ଉଦ୍ଭିଦ + ଗେଣ୍ଡା) : ଏହି ପରୀକ୍ଷା ନଳୀରେ ଥ‌ିବା ଗେଣ୍ଡା ଶ୍ଵାସକ୍ରିୟାଦ୍ଵାରା ଅଙ୍ଗାରକାମ୍ଳ ତ୍ୟାଗ କରିବ ଓ ଜଳଜ ଉଭିଦ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ଏହି ଅଙ୍ଗାରକାମ୍ଳକୁ ଗ୍ରହଣ କରି ଅମ୍ଳଜାନ ତ୍ୟାଗ କରିବ ଓ ଏହି ଅମ୍ଳଜାନକୁ ଗେଣ୍ଡା ଶ୍ଵାସକ୍ରିୟାରେ ଗ୍ରହଣ କରିବ । ଯଦି ଉଭୟ ଆଲୋକସଂଶ୍ଳେଷଣ ଓ ଶ୍ୱସନ କ୍ରିୟା ମଧ୍ୟରେ ସନ୍ତୁଳନ ରହିବ ତେବେ ସୂଚକରେ କୌଣସି ରଙ୍ଗ ପରିବର୍ତ୍ତନ ହେବ ନାହିଁ ।
  4. ‘ଘ’ ପରୀକ୍ଷା ନଳୀ (କେବଳ ଜଳ) : ଏହି ପରୀକ୍ଷା ନଳୀରେ କୌଣସି ଜୀବ ଥ‌ିବାରୁ ଅଙ୍ଗାରକାମ୍ଳ ଓ ଅମ୍ଳଜାନର ମାତ୍ରା ହ୍ରାସ ବା ବୃଦ୍ଧି ହେବନାହିଁ । ଫଳରେ ସୂଚକର ରଙ୍ଗରେ ମଧ୍ୟ କୌଣସି ପରିବର୍ତ୍ତନ ହେବନାହିଁ ।

ସେ ନିମ୍ନଲିଖିତ ଉପାୟରେ ନିଜକୁ ଠିକ୍ ପ୍ରମାଣିତ କରିପାରିବ –

  1. ‘କ’ ପରୀକ୍ଷା ନଳୀରେ ଅଙ୍ଗାରକାମ୍ଳର ମାତ୍ରା ବୃଦ୍ଧି ପାଇଲେ ସୂଚକର ରଙ୍ଗ ହଳଦିଆ ହେବ ।
  2. ‘ଖ’ ପରୀକ୍ଷା ନଳୀରେ ଅଙ୍ଗାରକାମ୍ଳର ମାତ୍ରା ହ୍ରାସ ହେଉଥିବାରୁ ସୂଚକର ରଙ୍ଗ ନୀଳ ହେବ ।
  3. ‘ଗ’ ପରୀକ୍ଷା ନଳୀରେ ଅଙ୍ଗାରକାମ୍ଳର ଓ ଅମ୍ଳଜନା ମଧ୍ୟରେ ସମତୁଲତା ସ୍ଥାପନ ହେଉଥ‌ିବାରୁ ରଙ୍ଗରେ କୌଣସି ବା ସାମ୍ରାଜ୍ୟ ପରିବର୍ତ୍ତନ ହେବ ।
  4. ‘ଘ’ ପରୀକ୍ଷାନଳୀରେ କେବଳ ଜଳ ଥିବାରୁ ସୂଚକ ସେହିପରି ରହିବ ।

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

Question 9.
ଗରମ କିମ୍ବା ଥଣ୍ଡା ପରିସ୍ଥିତିରେ ଉଭିଦମାନଙ୍କରେ ଜଳ ପରିବହନ ଦ୍ରୁତ ହୁଏ କି ନାହିଁ ତାହା ପର୍ଯ୍ୟବେକ୍ଷଣ କରିବା ପାଇଁ ଏକ ପରୀକ୍ଷାର ରୂପରେଖା ନକ୍‌ସା ପ୍ରସ୍ତୁତ କର ।
Answer:
ପରୀକ୍ଷା : ଉଭିଦମାନଙ୍କରେ ଜଳ ପରିବହନରେ ତାପମାତ୍ରାର ପ୍ରଭାବ :
ଆବଶ୍ୟକୀୟ ଉପକରଣ :

  1. 2 ଟି କାଚ ବିକରରେ ସମାନ ପରିମାଣର ଜଳ ।
  2. 2 ଟି ସମାନ ଉଚ୍ଚତାର ପତ୍ରଯୁକ୍ତ କାଣ୍ଡ (ଧଳା ସଦାବିହାରୀ)
  3. ନାଲି କାଳି
  4. ଥଣ୍ଡା ସ୍ଥାନ (ଫ୍ରିଜ୍)
  5. ସୂର୍ଯ୍ୟାଲୋକ/ବିଦ୍ୟୁତ୍ ଆଲୋକ
  6. ସମୟ ଜାଣିବା ପାଇଁ ଏକ ଘଣ୍ଟା

ପରୀକ୍ଷଣ :

  1. 2 ଟି କାଚ ବିକରରେ ନାଳିକାଳି ସମାନ ପରିମାଣରେ ପକାଯାଉ ।
  2. ପ୍ରତ୍ୟେକ ବିକରରେ ଗୋଟିଏ କରି ଧଳା ସଦାବିହାରୀ ଉଭିଦର ପତ୍ରଯୁକ୍ତ କାଣ୍ଡ ରଖାଯାଉ ।
  3. ଗୋଟିଏ ବିକରକୁ ରେଫ୍ରିଜିରେଟର ଓ ଅନ୍ୟ ବିକରକୁ ସୂର୍ଯ୍ୟାଲୋକରେ ରଖାଯାଉ ।
  4. ଉଭୟ ବିକରରୁ ଭିନ୍ନ ଭିନ୍ନ ସ୍ଥାନରେ 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ ରଖାଯାଉ ।

ପର୍ଯ୍ୟବେକ୍ଷଣ :
2 ରୁ 3 ଘଣ୍ଟା ପରେ ଉଭୟ ବିକରରେ ଥିବା ଉଭିଦର କାଣ୍ଡରେ ନାଲିପାଣିର ପ୍ରବାହକୁ ଅନୁଧ୍ୟାନ କଲେ ଦେଖାଯିବ ଯେ –

  1. ସୂର୍ଯ୍ୟାଲୋକରେ ଥିବା ଉଭିଦରେ ନାଲିପାଣି କାଣ୍ଡ ଭିତରକୁ ଅଧିକ ପ୍ରବେଶ କରିଅଛି ।
  2. ସୂର୍ଯ୍ୟାଲୋକରେ ନଥ‌ିବା ଉଦ୍ଭଦରେ ନାଲିପାଣି କାଣ୍ଡ ଭିତରକୁ କମ୍ ପ୍ରବେଶ କରିଅଛି ।
    ସିଦ୍ଧାନ୍ତ : ଉପରୋକ୍ତ ପରୀକ୍ଷଣଟି କରି ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ତାପମାତ୍ରାର ପରିମାଣ ବୃଦ୍ଧି ପାଇଲେ ଜଳ ତଥା ପୋଷକର ପରିବହନ ଦ୍ରୁତ ହୋଇଥାଏ ।

Question 10.
ପ୍ରକୃତିରେ ସନ୍ତୁଳନ ବଜାୟ ରଖୁବା ପାଇଁ ଆଲୋକସଂଶ୍ଳେଷଣ ଏବଂ ଶ୍ଵାସକ୍ରିୟା ଅତ୍ୟନ୍ତ ଜରୁରୀ । ଆଲୋଚନା କର ।
Answer:
ପ୍ରକୃତିରେ ସନ୍ତୁଳନ ବଜାୟ ରଖୁବା ପାଇଁ ଆଲୋକସଂଶ୍ଳେଷଣ ଏବଂ ଶ୍ଵାସକ୍ରିୟା ଅତ୍ୟନ୍ତ ଜରୁରୀ ଅଟେ, କାରଣ :
(i) ଆଲୋକସଂଶ୍ଳେଷଣ ପ୍ରକ୍ରିୟାରେ ସବୁଜ ଉଭିଦ ସୂର୍ଯ୍ୟାଲୋକ ଓ ପତ୍ରହରିତ୍ର ଉପସ୍ଥିତିରେ ଅଙ୍ଗାରକାମ୍ଳ ଓ ଜଳରୁ ଗ୍ଲୁକୋଜ୍ ନାମକ ଶର୍କରା ସୃଷ୍ଟିହେବା ସହ ଅମ୍ଳଜାନ ନିର୍ଗତ ହୋଇଥାଏ ।
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 6
(ii) ଉଦ୍ଭଦ୍ର ଶ୍ଵାସକ୍ରିୟା ସମୟରେ ଅମ୍ଳଜାନ ଉପସ୍ଥିତିରେ ଗ୍ଲୁକୋଜ ଭାଙ୍ଗିଯାଏ ଓ ଅଙ୍ଗାରକାମ୍ଳ, ଜଳ, ଶକ୍ତି ନିର୍ଗତ ହୋଇଥାଏ ।
ଗ୍ଲୁକୋଜ୍ + ଅମ୍ଳଜାନ → ଅଙ୍ଗାରକାମ୍ଳ + ଜଳ + ଶକ୍ତି
ଉଦ୍ଭିଦରେ ସମ୍ପାଦିତ ହେଉଥ‌ିବା ଉପରୋକ୍ତ 2 ଟି ଯାକ ପ୍ରକ୍ରିୟା ପରସ୍ପର ପରିପୂରକ ଅଟେ । ଅର୍ଥାତ୍ ଗୋଟିଏ ଅନ୍ୟ ଉପରେ ନିର୍ଭର କରିଥାଏ । ଆଲୋକଶ୍ଳେଷଣ କେବଳ ଦିନବେଳେ ହେଉଥ‌ିବାବେଳେ ଶ୍ଵାସକ୍ରିୟା ଉଭୟ ଦିନ ଓ ରାତିରେ ସମ୍ପାଦିତ ହୋଇଥାଏ ।

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

ଅନୁସନ୍ଧାନମୂଳକ ପ୍ରକଳ୍ପ

Question 1.
ଏକ ବଡ଼ ସ୍ଵଚ୍ଛ ବୋତଲରେ ସ୍ପାଇଡ଼ର ପ୍ଲାଣ୍ଟ (Spider plant) କିମ୍ବା ଜେଡ଼ ପ୍ଲାଣ୍ଟ (Jade Plant) ଭଳି ବଢୁଥ‌ିବା ଗଛ ଲଗାଇ ଏକ ବୋତଲ ବଗିଚା କର (ଚିତ୍ର ଭଳି) । କିଛି ଦିନ ଗଛଗୁଡ଼ିକ ସଠିକ୍ ଭାବରେ ବଢ଼ିବା ପରେ, ବୋତଲର ମୁହଁକୁ ବନ୍ଦକର । ଗଛର ବୃଦ୍ଧି ନିରୀକ୍ଷଣ କର । ଯଦି ଗଛଟି ଭଲ ଭାବରେ ବଢୁଛି ତେବେ ଏହାର ଅର୍ଥ ହେଉଛି ଗଛଟି ଗ୍ୟାସର ବିନିମୟ ବଜାୟ ରଖୁଛି, ଅର୍ଥାତ୍, ଗଛର ଶ୍ଵାସକ୍ରିୟା ପ୍ରକ୍ରିୟାରେ ଉତ୍ପାଦିତ ଅଙ୍ଗାରକାମ୍ଳ ଆଲୋକସଂଶ୍ଳେଷଣ ପାଇଁ ବ୍ୟବହୃତ ହେଉଛି, ଏବଂ ଆଲୋକସଂଶ୍ଳେଷଣରେ ଉତ୍ପାଦିତ ଅମ୍ଳଜାନ ବୋତଲ ଭିତରେ ଥିବା ଗଛଦ୍ଵାରା ଶ୍ଵାସକ୍ରିୟାରେ ବ୍ୟବହୃତ ହେଉଛି ।
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 7
Answer:
କାର୍ଯ୍ୟ : ଏକ ବଡ଼ ସ୍ଵଚ୍ଛ ବୋତଲରେ ସ୍ପାଇଡ଼ର ପ୍ଲାଣ୍ଟ କିମ୍ବା ଜେଡ୍ ପ୍ଲାଣ୍ଟ ଭଳି ବଢୁଥ‌ିବା ଗଛ ଲଗାଇ ଏକ ବୋତଲ ବଗିଚା କରାଯାଉ । କିଛି ଦିନ ଗଛଗୁଡ଼ିକ ସଠିକ୍ ଭାବରେ ବଢ଼ିବା ପରେ, ବୋତଲର ମୁହଁକୁ ବନ୍ଦ କରାଯାଉ । ଗଛର ବୃଦ୍ଧି ନିରୀକ୍ଷଣ କରାଯାଉ ।

ପର୍ଯ୍ୟବେକ୍ଷଣ : ଯଦି ଗଛଟି ଭଲ ଭାବରେ ବଢୁଛି ତେବେ ଏହାର ଅର୍ଥ ହେଉଛି ଗଛଟି ଗ୍ୟାସର ବିନିମୟ ବଜାୟ ରଖୁଛି, ଅର୍ଥାତ୍, ଗଛର ଶ୍ଵାସକ୍ରିୟା ପ୍ରକ୍ରିୟାରେ ଉତ୍ପାଦିତ ଅଙ୍ଗାରକାମ୍ଳ ଆଲୋକସଂଶ୍ଳେଷଣ ପାଇଁ ବ୍ୟବହୃତ ହେଉଛି ଏବଂ ଆଲୋକସଂଶ୍ଳେଷଣରେ ଉତ୍ପାଦିତ ଅମ୍ଳଜାନ ବୋତଲ ଭିତରେ ଥ‌ିବା ଗଛଦ୍ଵାରା ଶ୍ଵାସକ୍ରିୟାରେ ବ୍ୟବହୃତ ହେଉଛି ।

ସିଦ୍ଧାନ୍ତ : ଉପରୋକ୍ତ ପରୀକ୍ଷଣରୁ ଏହା ପ୍ରମାଣିତ ହୁଏ ଯେ, ଜଳଜ ଉଭିଦମାନେ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ଜଳରେ ଦ୍ରବୀଭୂତ ଅଙ୍ଗାରକାମ୍ଳ ଗ୍ୟାସ୍ ଗ୍ରହଣ କରନ୍ତି ଓ ଅମ୍ଳଜାନ ଗ୍ୟାସ୍ ତ୍ୟାଗ କରନ୍ତି । ପୁନଶ୍ଚ ଉଭିଦର ଶ୍ଵାସକ୍ରିୟା ସମୟରେ ଏହି ଅମ୍ଳଜାନ ପୁନଶ୍ଚ ଉଦ୍ଭଦଦ୍ଵାରା ଶୋଷିତ ହୋଇଥାଏ ।

Question 2.
ଫସଲ ଉତ୍ପାଦନ ପାଇଁ ଉଭିଦର ଆଲୋକଶ୍ଳେଷଣ, ଶ୍ଵାସକ୍ରିୟା ଏବଂ ଜଳ ଓ ଖାଦ୍ୟ ପରିବହନ ଭଳି ପ୍ରକ୍ରିୟା କିପରି ଗୁରୁତ୍ଵପୂର୍ଣ୍ଣ ?
Answer:
(A) ଫସଲ ଉତ୍ପାଦନରେ ଆଲୋକ ସଂଶ୍ଳେଷଣର ଭୂମିକା : ଫସଲ ଉତ୍ପାଦନ ପାଇଁ ଆଲୋକ ସଂଶ୍ଳେଷଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କାରଣ ଏହା ସୌରଶକ୍ତିକୁ ରାସାୟନିକ ଶକ୍ତି (ଗ୍ଲୁକୋଜ) ରେ ପରିଣତ କରେ, ଯାହା ପ୍ରାୟ ସମସ୍ତ ଖାଦ୍ୟଶୃଙ୍ଖଳର ପ୍ରାଥମିକ ପର୍ଯ୍ୟାୟ ଅଟେ । ଉଭିଦମାନେ ବଞ୍ଚିବା ଏବଂ ବୃଦ୍ଧି ପାଇଁ ଏହି ଗ୍ଲୁକୋଜକୁ ସେମାନଙ୍କର ଖାଦ୍ୟଭାବରେ ବ୍ୟବହାର କରିଥାନ୍ତି । ଫସଲର ପରିମାଣ ବୃଦ୍ଧି ପାଇଲେ ଏହା ତୃଣଭୋଜୀମାନଙ୍କର ଖାଦ୍ୟରେ ପରିଣତ ହୋଇଥାଏ । ସୁତରାଂ ଆଲୋକ ସଂଶ୍ଳେଷଣଦ୍ଵାରା ଶକ୍ତିର ରୂପାନ୍ତର ହୁଏ ଓ ଖାଦ୍ୟ ଶୃଙ୍ଖଳର ମୂଳଦୁଆ ପଡ଼ିଥାଏ ।

(B) ଫସଲ ଉତ୍ପାଦନରେ ଶ୍ଵାସକ୍ରିୟାର ଭୂମିକା : ଫସଲ ଉତ୍ପାଦନରେ ଶ୍ଵାସକ୍ରିୟାର ଭୂମିକା ବହୁମୁଖୀ ଅଟେ, କାରଣ ଉଭିଦମାନଙ୍କ ପାଇଁ ଏହା ଏପରି ଏକ ପ୍ରକ୍ରିୟା ଯାହା ଗଚ୍ଛିତ ଖାଦ୍ୟକୁ ବ୍ୟବହାରଯୋଗ୍ୟ ଶକ୍ତିରେ ପରିଣତ କରେ । ଅମଳ କରାଯାଉଥିବା ଉତ୍ପାଦ ପାଇଁ ଶ୍ଵାସକ୍ରିୟା ଏକ ଅମଳ ପରବର୍ତ୍ତୀ ପ୍ରକ୍ରିୟା ଯାହା ଶକ୍ତି ବ୍ୟବହାର କରି ଚାଲିଥାଏ । ଗଚ୍ଛିତ ଶର୍କରା ବ୍ୟବହାର କରି ଗୁଣବତ୍ତା ଓ ସ୍ଵାଦକୁ ପ୍ରଭାବିତ କରିଥାଏ । ଶ୍ଵାସକ୍ରିୟା ଉଭିଦର ଆଲୋକସଂଶ୍ଳେଷଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥାଏ । ଶ୍ଵାସକ୍ରିୟା ସର୍ବଦା ସମାନ ନୁହେଁ । ପରିବେଶଗତ ପରିସ୍ଥିତି ଏବଂ ଅଭ୍ୟନ୍ତରୀଣ କାରଣଗୁଡ଼ିକ ଉପରେ ଏହା ନିର୍ଭରଶୀଳ ଅଟେ ।

(C) ଫସଲ ଉତ୍ପାଦନରେ ଜଳ ଓ ଖାଦ୍ୟ ପରିବହନରେ ଭୂମିକା : ଖାଦ୍ୟ ଉତ୍ପାଦନ ପାଇଁ ଜଳ ଓ ପୁଷ୍ଟିକର ପଦାର୍ଥ ଅତ୍ୟନ୍ତ ଜରୁରୀ କାରଣ ସେମାନେ ଉଭିଦ ବୃଦ୍ଧି, ପୋଷକତତ୍ତ୍ଵ ପରିବହନ ଓ ବିଭିନ୍ନ ପ୍ରକାର ଶାରୀରିକ କାର୍ଯ୍ୟ, ଏହା ମାଧ୍ୟମରେ ସମ୍ପାଦିତ କରିଥାନ୍ତି । ଜଳ ସହିତ ପୋଷକ ମାଟିରୁ ଶୋଷିତ ହୋଇ ଉଭିଦ ବୃଦ୍ଧିକୁ ଇନ୍ଧନ ଯୋଗାଇଥାଏ । ପୋଷକ ପରିବହନ ପାଇଁ ଉଭିଦରେ ଜଳ ଏକ ଦ୍ରାବକ ଭାବେ କାର୍ଯ୍ୟ କରିଥାଏ । ଏହାଦ୍ଵାରା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ତ୍ଵରାନ୍ବିତ ହୁଏ ଓ ଉଭିଦର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ । ଉଭିଦରେ ଜଳର ଉପସ୍ଥିତି ଅମଳ ଓ ଗୁଣବତ୍ତା ଉପରେ ପ୍ରଭାବ ପକାଇଥାଏ ।

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

Question 3.
ତୁମ ଆଖପାଖରେ ଯଦି ଏକ ସବୁଜଗୃହ (Green House) ଅଛି, ତେବେ ତାହା ପରିଦର୍ଶନ କର । ଲୋକମାନେ କିପରି ସବୁଜ ଘରେ ଗଛ ଚାଷ କରନ୍ତି ବଢ଼ାନ୍ତି ତାହା ଦେଖ । ସେମାନେ ଚାଷ ପାଇଁ ବ୍ୟବହୃତ ଆଲୋକ, ପାଣି ଏବଂ ଅଙ୍ଗାରକାମ୍ଳ ପରିମାଣକୁ କିପରି ନିୟନ୍ତ୍ରଣ କରନ୍ତି ତାହା ଜାଣ ।
Answer:
(i) ଏକ ନିୟନ୍ତ୍ରିତ ପରିବେଶରେ ଉଭିଦ ଚାଷ କରିବା ପାଇଁ କାଚ କିମ୍ବା ପ୍ଲାଷ୍ଟିକ୍ ନିର୍ମିତ ଗୃହକୁ ସବୁଜ ଗୃହ କୁହାଯାଏ । ଏହି ଗୃହ ସୂର୍ଯ୍ୟର ଉତ୍ତାପକୁ ଧରି ଏକ ଉଷ୍ମ ସୂକ୍ଷ୍ମ ଜଳବାୟୁ ସୃଷ୍ଟିକରେ ଓ ଗଛଗୁଡ଼ିକୁ ଥଣ୍ଡା, ପବନ ଏବଂ କୀଟପତଙ୍ଗରୁ ରକ୍ଷାକରେ ।

(ii) ଏହି ଗୃହରେ ଉଭିଦର ସର୍ବୋତ୍ତମ ବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ତାପମାତ୍ରା, ଆର୍ଦ୍ରତା ଏବଂ ଆଲୋକର ନିୟନ୍ତ୍ରଣକୁ ପାଳନ କରିଥାଏ । ଫଳ, ପନିପରିବା, ଫୁଲ ଏବଂ ଅନ୍ୟାନ୍ୟ ଗଛଲତା ଚାଷପାଇଁ ସବୁଜଗୃହ
ବ୍ୟବହାର କରାଯାଏ ।

(iii) ସୂର୍ଯ୍ୟକିରଣ ସବୁଜ ଗୃହରେ ସ୍ଵଚ୍ଛ ଆବରଣ ଦେଇ ସହଜରେ ପ୍ରବେଶ କରେ ଏବଂ ଗୃହ ଭିତରେ ଥ‌ିବା ଉଭିଦ ଆଲୋକକୁ ଶୋଷଣ କରି ଏକାକୁ ତାପରେ ପରିଣତ କରେ । ଏହି ପ୍ରକ୍ରିୟାରେ ଗୃହର ଆଭ୍ୟନ୍ତରୀଣ ତାପମାତ୍ରା ବୃଦ୍ଧିପାଏ ।

(iv) ଏହି ନିୟନ୍ତ୍ରିତ ପରିବେଶ, ଉଭିଦଗୁଡ଼ିକୁ ପ୍ରତିକୂଳ ପାଗ ପରିସ୍ଥିତି, ଯେପରିକି ଥଣ୍ଡା, ପବନ ଏବଂ ଅତ୍ୟଧିକ ଗରମରୁ ସୁରକ୍ଷା ପ୍ରଦାନ କରେ । ପାରିପାର୍ଶ୍ଵକ କାରକଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଏହି ଗୃହଗୁଡ଼ିକୁ ଆଲୋକ, ବାୟୁଚଳନ ଓ ଜଳସେଚନର ବ୍ୟବସ୍ଥା କରାଯାଇଥାଏ ।

(v) ଯେଉଁ ସବୁଜ ଗୃହରେ ପ୍ଲାଷ୍ଟିକ ଫିଲ୍ମ ଆବରଣ ବ୍ୟବହାର କରାଯାଇଥାଏ, ତାହାକୁ ପଲିହାଉସ୍ କୁହାଯାଏ । ସୁତରାଂ ଏହି ଗୃହ ମଧ୍ୟରେ କୃତ୍ରିମ ଉପାୟ ଅବଲମ୍ବନ କରି ସର୍ବୋତ୍ତମ ଉଭିଦ ବୃଦ୍ଧିକୁ ସମ୍ଭବ କରାଯାଇଥାଏ ।

(vi) ସବୁଜ ଗୃହ ଗଠନ ପାଇଁ ପ୍ରାରମ୍ଭିକ ଖର୍ଚ୍ଚ ଅଧ‌ିକ ହୋଇଥାଏ । ଏଠାରେ କୌଣସି ପ୍ରାକୃତିକ ପରାଗଣ ପ୍ରକ୍ରିୟା ସମ୍ପାଦିତ ହୁଏ ନାହିଁ ।

ସବୁଜ ଗୃହରେ ଆଲୋକ ନିୟନ୍ତ୍ରଣ ବ୍ୟବସ୍ଥା : ସୂର୍ଯ୍ୟକିରଣକୁ ଅବରୋଧ କିମ୍ବା ଛାଣିବା ପାଇଁ ସବୁଜ ଗୃହ ଉପରେ କପଡ଼ାକୁ ବିସ୍ତାରିତ ବା ପ୍ରତ୍ୟାହାର କରି ଏକ ଭୌତିକ ପ୍ରତିବନ୍ଧକ ସୃଷ୍ଟି କରାଯାଏ । ଅସ୍ଥାୟୀ ସମାଧାନ ପାଇଁ ଗ୍ଲେଜିଂର ଏକ ଆବରଣ ମଧ୍ୟ ଲଗାଯାଏ । ନିର୍ଦ୍ଦିଷ୍ଟ ତରଙ୍ଗ ଦୈର୍ଘ୍ୟର ଆଲୋକର ପ୍ରବେଶ ପାଇଁ କୃତ୍ରିମ ଆଲୋକ (LED) ର ବ୍ୟବସ୍ଥା କରାଯାଏ । ସବୁଜ ଗୃହରେ ଉତ୍ତାପ ଓ ଶୀତଳତା ପରିଚାଳନା ପାଇଁ କମ୍ପ୍ୟୁଟର ସିଷ୍ଟମର ମଧ୍ଯ
ବ୍ୟବହାର କରାଯାଏ ।

ସବୁଜ ଗୃହରେ ଜଳ ନିୟନ୍ତ୍ରଣ ବ୍ୟବସ୍ଥା : ସବୁଜ ଗୃହରେ ଜଳ ନିୟନ୍ତ୍ରଣ ବ୍ୟବସ୍ଥାରେ ଡ୍ରିପ୍ ଜଳସେଚନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ଅଟେ । ଉଭିଦର ଆବଶ୍ୟକତା ଏବଂ ପରିବେଶଗତ କାରଣ ଉପରେ ଆଧାରିତ ଜଳସେଚନ ସମୟ ନିର୍ଦ୍ଧାରଣ ଓ ପୁନଃଶ୍ଚକ୍ରଣ ଭଳି ଜଳସେଚନ କୌଶଳମାନ ଅବଲମ୍ବନ କରାଯାଇଥାଏ । ଡ୍ରିପ୍ ଜଳସେଚନ, ଓଭରହେଡ୍ ଜଳ ଛିଞ୍ଚନ, ଛିଦ୍ରଯୁକ୍ତ ମ୍ୟାଟ୍ ପଦ୍ଧତି ଅବଲମ୍ବନଦ୍ଵାରା ଜଳସମ୍ପଦର ସଂରକ୍ଷଣ ଓ ସର୍ବୋତ୍ତମ ଆର୍ଦ୍ରତା ବଜାୟ ରୁହେ ।

ସବୁଜ ଗୃହରେ ଅଙ୍ଗାରକାମ୍ଳ ଗ୍ୟାସ ନିୟନ୍ତ୍ରଣ ବ୍ୟବସ୍ଥା : ସମଗ୍ର ସବୁଜ ଗୃହରେ ଅଙ୍ଗାରକାମ୍ଳ ଗ୍ୟାସର ସମାନ ଭାବରେ ବଣ୍ଟନ ପାଇଁ ଉପଯୁକ୍ତ ବାୟୁ ସଞ୍ଚାଳନ ବ୍ୟବସ୍ଥା କରାଯାଏ । କମ୍ପ୍ୟୁଟର ସହାୟତାରେ CO2 ଜେନେରେଟରଗୁଡ଼ିକୁ ଚାଲୁ ଏବଂ ବନ୍ଦ କରିବା ପାଇଁ ସେନ୍ସର ବ୍ୟବହାର କରାଯାଏ । CO2 ଉତ୍ପାଦନ ପାଇଁ କେବଳ ଟୀକା ଯୁକ୍ତ ସାମଗ୍ରୀର ବ୍ୟାଗ ବ୍ୟବହାର କରାଯାଏ । ବଡ଼ ସବୁଜ ଗୃହରେ CO2 ର ବିସ୍ତାର ପାଇଁ ଛିଦ୍ରିତ ପ୍ଲାଷ୍ଟିକ ଟ୍ୟୁବ୍ ପ୍ରାୟତଃ ବ୍ୟବହୃତ ହୁଏ ।

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

କମଲା ସୋହୋନି (୧୯୧୧–୧୯୯୮) ଭାରତର ଜଣେ ମହିଳା ବୈଜ୍ଞାନିକ ଥିଲେ । ଉଭିଦର ଶ୍ଵାସନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ କେମ୍ବ୍ରିଜ୍ ବିଶ୍ଵବିଦ୍ୟାଳୟରୁ ପିଏଚ୍‌ ଡିଗ୍ରୀ ହାସଲ କରିଥିଲେ । ସେ ଭାରତ ଫେରି ନୂଆ ଦିଲ୍ଲୀର ଲେଡ଼ି ହାର୍ଡ଼ିଞ୍ଜ ମେଡ଼ିକାଲ କଲେଜରେ ଏବଂ ପରେ କୁନୁରସ୍ଥ ପୋଷକତ୍ତ୍ଵ ଗବେଷଣା ପ୍ରୟୋଗଶାଳାରେ କାମ କରିଥିଲେ । ଏହା ପରେ, ସେ ବମ୍ବେର ତତ୍କାଳୀନ ରୟାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ,କୁ ଚାଲିଯାଇଥିଲେ, ଯେଉଁଠାରେ ତାଙ୍କୁ ଶେଷରେ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା । ତାଙ୍କର ଅଧିକାଂଶ କାର୍ଯ୍ୟ ଉଦ୍ଭଦଭିଭିକ ଖାଦ୍ୟର ପୋଷଣ ମୂଲ୍ୟକୁ ଉନ୍ନତ କରିବାରେ ସାହାଯ୍ୟ କରିଥିଲା । ସେ ନୀରା ନାମକ ଏକ ପୁଷ୍ଟିକର ପାନୀୟ ଭାବରେ ନଡ଼ିଆ ରସ ଉପରେ ମଧ୍ୟ କାମ କରିଥିଲେ ।
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 8

ଶୂନ୍ୟସ୍ଥାନ ପୂରଣ କର ।

(i) ଉଦ୍ଭଦର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟାକୁ ________ କୁହାଯାଏ ।
Answer:
ଆଲୋକସଂଶ୍ଳେଷଣ

(ii) ଖଣିଜ ପଦାର୍ଥଗୁଡ଼ିକ ଉଦ୍ଭଦର ବୃଦ୍ଧି ପାଇଁ _______ ଅଟନ୍ତି ।
Answer:
ପୋଷକ

(iii) ଉଦ୍ଭଦରେ _______ ଦ୍ଵାରା ଗ୍ରହଣ କରାଯାଉଥ‌ିବା ଜଳ ଓ ଖଣିଜ ପଦାର୍ଥ ସମସ୍ତ ଅଂଶକୁ ଯାଏ ।
Answer:
ମୂଳ

(iv) ଉଦ୍ଭଦରେ ପତ୍ରରୁ ପ୍ରସ୍ତୁତ ଖାଦ୍ୟ _______ ଦ୍ୱାରା ସଞ୍ଚିତ ଅଂଶକୁ ଯାଏ ।
Answer:
ଫ୍ଲୋଏମ୍

(v) ଗ୍ଲୁକୋଜ୍ + ଅମ୍ଳଜାନ → ଅଙ୍ଗାରକାମ୍ଳ + ଜଳ + ଶକ୍ତି
ଏହା _________ ର ଶବ୍ଦ ସମୀକରଣ ଅଟେ ।
Answer:
ଶ୍ଵାସକ୍ରିୟା

(vi)
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 9
ଏହା _________ ର ଶବ୍ଦ ସମୀକରଣ ଅଟେ ।
Answer:
ଅଙ୍ଗାରକାମ୍ଳ ଗ୍ୟାସ୍

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

(vii) ବାୟୁରେ ଥ‌ିବା _______ ପତ୍ରରେ ମଣ୍ଡଦ ପ୍ରସ୍ତୁତି ପାଇଁ ଆବଶ୍ୟକ ।
Answer:
ପତ୍ର

(viii) ଆଲୋକସଂଶ୍ଳେଷଣ ପାଇଁ ______ ମୁଖ୍ୟସ୍ଥାନ ଅଟେ ।
Answer:
ସ୍ତୋମ୍

(ix) ପତ୍ର ପୃଷ୍ଠରେ ଥିବା _______ ଗ୍ୟାସ୍ ବିନିମୟରେ ସାହାଯ୍ୟ କରେ ।
Answer:
ଜାଇଲେ ମ୍

(x) ଉଦ୍ଭଦରେ ଜଳ ଓ ଖଣିଜ ପଦାର୍ଥ ________ ନାମକ କ୍ଷୁଦ୍ର ନଳୀ ମାଧ୍ୟମରେ କାଣ୍ଡର ଉପରକୁ ଯାଏ ।
Answer:
ଆଲୋକସଂଶ୍ଳେଷଣ

(xi) ଉଭିଦର ଖାଦ୍ୟ କାରଖାନା ବା ରୋଷେଇଘର _______ ଅଟେ ।
Answer:
ପତ୍ର

(xii) ଫ୍ଲୋଏନ୍‌ଦ୍ଵାରା ପରିବାହିତ ଖାଦ୍ୟ _________ ରେ ସଞ୍ଚିତ ହୋଇ ରୁହେ ।
Answer:
ମଞ୍ଜି ବା ମୂଳ

(xiii) ସମଗ୍ର ଜୀବନ୍ତ ପ୍ରାଣୀ ________ କରିଥାନ୍ତି ।
Answer:
ଶ୍ଵାସକ୍ରିୟା

(xiv) ଶ୍ଵାସକ୍ରିୟା ସମୟରେ ଅମ୍ଳଜାନ ଉପସ୍ଥିତିରେ ______ ଭାଙ୍ଗିଯାଏ ।
Answer:
ଗ୍ଲୁକୋଜ୍

(xv) କୁଣ୍ଡରେ ଲାଗିଥିବା ଗୋଟିଏ ସବୁଜ ଗଛକୁ 2 ରୁ 3 ଦିନ ପାଇଁ ଅନ୍ଧାରୁ ଘରେ ରଖିଲେ _____ ବ୍ୟବହୃତ ହୋଇଯାଏ ।
Answer:
ମଣ୍ଡଦ

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

ଉକ୍ତିଟି ଭୁଲ ଥିଲେ (✗) ଓ ଠିକ୍ ଥିଲେ (✓) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)

(i) ମଣ୍ଡଦ ଆୟୋଡ଼ିନ୍ ସଂସ୍ପର୍ଶରେ ଆସିଲେ ଗାଢ଼ ନୀଳ ବର୍ଣ୍ଣ ଧାରଣ କରେ ।
Answer:
(✓)

(ii) କଷ୍ଟିକ ସୋଡ଼ା ବାୟୁରୁ ଅମ୍ଳଜାନ ଶୋଷଣ କରେ ।
Answer:

(iii) ଉଭିଦମାନେ ବାୟୁ ଓ ଜଳରୁ ଅଙ୍ଗାରକାମ୍ଳ ଗ୍ରହଣ କରନ୍ତି ।
Answer:
(✓)

(iv) ଆଲୋକସଂଶ୍ଳେଷଣ ସମୟରେ ଅଙ୍ଗାରକାମ୍ଳ ନିର୍ଗତ ହୁଏ ।
Answer:
(✗)

(v) ହରିତ୍ ଲବକ ଥ‌ିବା ଉଭିଦର ଅନ୍ୟ ଅଂଶ ମଧ୍ୟ ଆଲୋକସଂଶ୍ଳେଷଣ କରେ ।
Answer:
(✓)

(vi) କଷ୍ଟିକ ସୋଡ଼ା ଚର୍ମରେ ଲାଗି ଲେ ପୋଡ଼ିଦେଇପାରେ ।
Answer:
(✓)

(vii) ମଣ୍ଡଦ ଉଭିଦର ଫୁଲରେ ପ୍ରସ୍ତୁତ ହୁଏ ।
Answer:
(✗)

(viii)ଉଭିଦ ମଣ୍ଡଦ ଆକାରରେ ଖାଦ୍ୟ ସଂରକ୍ଷଣ କରେ ।
Answer:
(✓)

(ix) ପ୍ରାଣୀମାନେ ଉଦ୍ଭଦରୁ ସେମନଙ୍କର ଖାଦ୍ୟ ପାଇଥା’ନ୍ତି ।
Answer:
(✓)

(x) ଫୁଟନ୍ତା ସୁରାସାରରେ ବୁଡ଼ାଇଲେ ସବୁଜ ପତ୍ର ରଙ୍ଗହୀନ ହୋଇଥାଏ ।
Answer:
(✓)

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

(xi) ସମସ୍ତ ଜୀବଙ୍କ ବୃଦ୍ଧି ପାଇଁ ଖାଦ୍ୟ ଆବଶ୍ୟକ ।
Answer:
(✓)

(xii) ଉଦ୍ଭଦଗୁଡ଼ିକର ବୃଦ୍ଧି ପାଇଁ ସୂର୍ଯ୍ୟାଲୋକ ଓ ଜଳ ଉଭୟ ଆବଶ୍ୟକ ।
Answer:
(✓)

(xiii)ମଣ୍ଡଦ ହିଁ ଏକ ପ୍ରକାର ପୁଷ୍ଟିସାର ଅଟେ ।
Answer:
(✗)

(xiv)କଷ୍ଟିକ ସୋଡ଼ାର ରାସାୟନିକ ନାମ ସୋଡ଼ିୟମ୍‌ ହାଇଡ୍ରକ୍‌ସାଇଡ଼୍ ଅଟେ ।
Answer:
(✓)

(xv) ଆଲୋକସଂଶ୍ଳେଷଣ ସମୟରେ ଅମ୍ଳଜାନ ନିର୍ଗତ ହୁଏ ।
Answer:
(✓)

ସ୍ତମ୍ଭ ଓ ‘ଖ’ ସ୍ତମ୍ଭ ମଧ୍ଯରେ ସମ୍ପର୍କ ସ୍ଥାପନ କର । (ପ୍ରଶ୍ନ ସହ ଉତ୍ତର)

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) କମଲା ସୋହାନି ଅଙ୍ଗାରକାମ୍ଳ + ଜଳ + ଶକ୍ତି
(b) ରୁସ୍ତମ୍ ଦସ୍ତର କୃଷି ପଦ୍ଧତି
(c) ଅଙ୍ଗାରକାମ୍ଳ+ଜଳ ଉଭିଦର ଶ୍ଵାସନ
(d) ବୃକ୍ଷ ଆୟୁର୍ବେଦ ଆଲୋକସଂଶ୍ଳେଷଣ ପ୍ରକ୍ରିୟା
(e) ଗ୍ଲୁକୋଜ+ଅମ୍ଳଜାନ ଗ୍ଲୁକୋଜ+ଅମ୍ଳଜାନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) କମଲା ସୋହାନି ଉଭିଦର ଶ୍ଵାସନ
(b) ରୁସ୍ତମ୍ ଦସ୍ତର ଆଲୋକସଂଶ୍ଳେଷଣ ପ୍ରକ୍ରିୟା
(c) ଅଙ୍ଗାରକାମ୍ଳ+ଜଳ ଗ୍ଲୁକୋଜ+ଅମ୍ଳଜାନ
(d) ବୃକ୍ଷ ଆୟୁର୍ବେଦ କୃଷି ପଦ୍ଧତି
(e) ଗ୍ଲୁକୋଜ+ଅମ୍ଳଜାନ ଅଙ୍ଗାରକାମ୍ଳ + ଜଳ + ଶକ୍ତି

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ମଣ୍ଡଦର ଉପସ୍ଥିତି ମଣ୍ଡଦ
(b) ପତ୍ରରେ ଖାଦ୍ୟ ସଂରକ୍ଷଣ ଖାଦ୍ୟ କାରଖାନା
(c) ପତ୍ରର ବର୍ଷ ସବୁଜ ଆୟୋଡ଼ିନ ଦ୍ରବଣ
(d) କଷ୍ଟିକ ସୋଡ଼ା ଶକ୍ତିଶାଳୀ ରାସାୟନିକ ପଦାର୍ଥ
(e) ସବୁଜ ପତ୍ର ହରିତ୍ ଲବକର ଉପସ୍ଥିତି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ମଣ୍ଡଦର ଉପସ୍ଥିତି ଆୟୋଡ଼ିନ ଦ୍ରବଣ
(b) ପତ୍ରରେ ଖାଦ୍ୟ ସଂରକ୍ଷଣ ମଣ୍ଡଦ
(c) ପତ୍ରର ବର୍ଷ ସବୁଜ ହରିତ୍ ଲବକର ଉପସ୍ଥିତି
(d) କଷ୍ଟିକ ସୋଡ଼ା ଶକ୍ତିଶାଳୀ ରାସାୟନିକ ପଦାର୍ଥ
(e) ସବୁଜ ପତ୍ର ଖାଦ୍ୟ କାରଖାନା

Question 3.

‘କ’ ସ୍ତମ୍ଭ  ‘ଖ’ ସ୍ତମ୍ଭ
(a) ପତ୍ରର ସବୁଜ ରଙ୍ଗ ମଣ୍ଡଦ
(b) ଉଦ୍ଭଦର ଖାଦ୍ୟ ସଂରକ୍ଷଣ ପ୍ରଶସ୍ତ ଓ ସମତଳ
(c) ମଣ୍ଡଦ ଉତ୍ପାଦନ କ୍ଲୋରୋଫିଲ
(d) ଉଦ୍ଭଦର ପତ୍ର ସୂର୍ଯ୍ୟକିରଣ
(e) ହରିତ୍ ଲବକ ପତ୍ର

Answer:

‘କ’ ସ୍ତମ୍ଭ  ‘ଖ’ ସ୍ତମ୍ଭ
(a) ପତ୍ରର ସବୁଜ ରଙ୍ଗ କ୍ଲୋରୋଫିଲ
(b) ଉଦ୍ଭଦର ଖାଦ୍ୟ ସଂରକ୍ଷଣ ମଣ୍ଡଦ
(c) ମଣ୍ଡଦ ଉତ୍ପାଦନ ପତ୍ର
(d) ଉଦ୍ଭଦର ପତ୍ର ପ୍ରଶସ୍ତ ଓ ସମତଳ
(e) ହରିତ୍ ଲବକ ସୂର୍ଯ୍ୟକିରଣ

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(a) ମଣ୍ଡଦ ଉଭିଦର କେଉଁଠାରେ ପ୍ରସ୍ତୁତ ହୋଇଥାଏ. ?
Answer:
ପତ୍ର

(b) କେଉଁ ଗ୍ରନ୍ଥରେ କୃଷି ପଦ୍ଧତି ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ?
Answer:
ବୃକ୍ଷ ଆୟୁର୍ବେଦ

(c) ପତ୍ରରେ ଥିବା ହରିତ୍‌ବକ କାହାକୁ ଧରି ରଖିବାରେ ସାହାଯ୍ୟ କରେ ?
Answer:
ସୂର୍ଯ୍ୟକିରଣ

(d) ପତ୍ରରେ ମଣ୍ଡଦର ଉପସ୍ଥିତି ଜାଣିବା ପାଇଁ କେଉଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ ?
Answer:
ଆୟୋଡ଼ିନ୍ ଦ୍ରବଣ

(e) ପରିବାହିତ ଖାଦ୍ୟ ଉଭିଦର କେଉଁ ଅଂଶରେ ସଞ୍ଚିତ ହୋଇ ରୁହେ ?
Answer:
ମଞ୍ଜି ବା ମୂଳ

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

Question 2.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(a) ଉଦ୍ଭବ କିପରି ଭାବରେ ତା’ର ଖାଦ୍ୟ ସଂରକ୍ଷିତ ରଖେ ?
Answer:
ମଣ୍ଡଦ

(b) ଉଭିଦର କେଉଁ ଅଂଶ ପ୍ରାକୃତିକ ଉପାୟରେ ପ୍ରଶସ୍ତ ଓ ସମତଳ ଅଟନ୍ତି ?
Answer:
ପତ୍ର

(c) ଉଭିଦର କେଉଁ ଅଂଶ CO2 ଏବଂ O2 ବିନିମୟରେ ସାହାଯ୍ୟ କରେ ?
Answer:
ପତ୍ରରେ ଥ‌ିବା ସୋମ୍

(d) ଉଭିଦର କାଣ୍ଡରେ କେଉଁ ନଳୀର ଉପସ୍ଥିତି ଯୋଗୁଁ ଜଳର ପରିବହନ ହୋଇଥାଏ ?
Answer:
ଜାଇଲେମ୍

(e) ଉଭିଦର କାଣ୍ଡରେ କେଉଁ ନଳୀର ଉପସ୍ଥିତି ଯୋଗୁଁ ପ୍ରସ୍ତୁତ ଖାଦ୍ୟର ପରି ବହନ ହୋଇଥାଏ ?
Answer:
ଫ୍ଲୋଏମ୍

Question 3.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(a) ଶ୍ଵାସକ୍ରିୟା ସମୟରେ ଗ୍ଲୁକୋଜ୍ ଭାଙ୍ଗି କି କେଉଁଥରେ ପରିଣତ ହୁଏ ?
Answer:
ଅଙ୍ଗାରକାମ୍ଳ + ଜଳ + ଶକ୍ତି

(b) ଉଦ୍ଭଦର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟାକୁ କ’ଣ କୁହାଯାଏ ?
Answer:
ଆଲୋକସଂଶ୍ଳେଷଣ

(c) ଶ୍ଵାସକ୍ରିୟାରୁ ଉତ୍ପାଦିତ ଶକ୍ତି ଉଭିଦର କେଉଁ କାର୍ଯ୍ୟରେ ବିନିଯୋଗ ହୋଇଥାଏ ।
Answer:
ବୃଦ୍ଧି ଓ ବିକାଶ

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

(d) କାହାକୁ ଉଭିଦର ‘ଖାଦ୍ୟ କାରଖାନା’ କୁହାଯାଏ ?
Answer:
ପତ୍ର

(e) ପତ୍ର ପୃଷ୍ଠରେ ଥ‌ିବ। କ୍ଷୁଦ୍ର ଛିଦ୍ରକୁ କ’ଣ କୁହାଯାଏ ?
Answer:
ସ୍ତୋମ୍

Question 4.
କାହାକୁ କୁହନ୍ତି ସଂକ୍ଷେପରେ ଲେଖ । (ପ୍ରଶ୍ନ ସହ ଉତ୍ତର)
(a) ଆଲୋକସଂଶ୍ଳେଷଣ (Photosynthesis) :
Answer:
ଉଭିଦମାନଙ୍କର ଖାଦ୍ୟ ପ୍ରସ୍ତୁତି ପାଇଁ ସୂର୍ଯ୍ୟାଲୋକ, ଜଳ, ହରିତ୍ ଲବକ ଓ ଅଙ୍ଗାରକାମ୍ଳ ଗ୍ୟାସ୍ ଆବଶ୍ୟକ ହୋଇଥାଏ । ଯେଉଁ ପ୍ରକ୍ରିୟାରେ ସୂର୍ଯ୍ୟାଲୋକ ଏବଂ ହରିତ୍ ଲବକ ଉପସ୍ଥିତିରେ ଉଭିଦ ଖାଦ୍ୟ ପ୍ରସ୍ତୁତ କରେ, ସେହି ପ୍ରକ୍ରି ୟାକୁ ଆଲୋକ ସଂଶ୍ଳେଷଣ କୁହାଯାଏ । ଏଥ‌ିପାଇଁ ପତ୍ର ମୁଖ୍ୟସ୍ଥାନ ଅଟେ ।

(b) ଆଲୋକସଂଶ୍ଳେଷଣ ପ୍ରକ୍ରିୟା (Process of Photosynthesis):
Answer:
ଆଲୋକସଂଶ୍ଳେଷଣର ଶବ୍ଦ ସମୀକରଣ :
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 10
ଆଲୋକସଂଶ୍ଳେଷଣରେ ଶର୍କରା ଉତ୍ପାଦନ ହୋଇଥାଏ । ଏହି ସମୟରେ ଖାଦ୍ୟ ପ୍ରକୃତରେ ଏକ ସରଳ ଶର୍କରା ‘ଗ୍ଲୁକୋଜ୍’ ଭାବରେ ନ ଏହି ଉତ୍ପାଦିତ ହୁଏ । ଏହି ଗ୍ଲୁକୋଜ୍ ମଣ୍ଡଦରେ ରୂପାନ୍ତରିତ ହୋଇ ଉଭିଦରେ ସଞ୍ଚିତ ହୁଏ ।

(c) ସ୍ତୋମ୍ (Stomata) :
Answer:
ପତ୍ର ପୃଷ୍ଠରେ ଥ‌ିବା କ୍ଷୁଦ୍ର ଛିଦ୍ରଗୁଡ଼ିକୁ ସ୍ତୋମ୍ କୁହାଯାଏ । ଏହି ସ୍ତୋମ୍ ଗ୍ୟାସ୍ ବିନିମୟରେ ସାହାଯ୍ୟ କରେ । ସ୍ତୋମ୍ ବାଟଦେ ଇ ଅଙ୍ଗାରକାମ୍ଳ ଓ ଅମ୍ଳଜାନ ଗ୍ୟାସ୍‌ର ବିନିମୟ ଘଟିଥାଏ । ଦିନବେଳେ ଆଲୋକସଂଶ୍ଳେଷଣ
ସମୟରେ ପତ୍ର ସ୍ତୋମ୍ ବାଟଦେ ଇ ଅଙ୍ଗାରକାମ୍ଳ ଗ୍ରହଣ କରେ ଓ ଅମ୍ଳଜାନ ତ୍ୟାଗ କରେ ଏବଂ କୋଷୀୟ ଶ୍ଵାସନରେ ସ୍ତୋମ୍ ବାଟଦେଇ ଅମ୍ଳଜାନ ଗ୍ରହଣ କରେ ଓ ଅଙ୍ଗାରକାମ୍ଳ ତ୍ୟାଗ କରେ ।

(d) ଜାଇଲେମ୍ (Xylem) :
Answer:
ଜଳ ଓ ଖଣିଜ ପଦାର୍ଥର ପରିବହନ ଉଭିଦର କାଣ୍ଡ, ଶାଖା ଏବଂ ପତ୍ରରେ ଥିବା ଯେଉଁ ନଳୀ ଦେଇ ପରିବହନ ହୋଇଥାଏ, ତାହାକୁ ଜାଇଲେ ମ୍ କୁହାଯାଏ । ଏହା ମାଧ୍ୟମରେ ପରିବହନ ହେଉଥ‌ିବା ଜଳ ଓ ପୋଷକ ପଦାର୍ଥ ମୂଳରୁ ପତ୍ର ନିକଟକୁ ଯାଇଥାଏ ଓ ବିଭିନ୍ନ କାର୍ଯ୍ୟ କରିବା ପାଇଁ ବ୍ୟବହୃତ ହୋଇଥାଏ ।

(e) ଫ୍ଲୋଏମ୍ (Phloem) :
Answer:
ଆଲୋକ ସଂଶ୍ଲେଷଣର ମୁଖ୍ୟ ସ୍ଥାନ ହେଉଛି ପତ୍ର । ଉଭିଦର ପତ୍ରରେ ପ୍ରସ୍ତୁତ ଖାଦ୍ୟ ଅନ୍ୟ ଅଂଶକୁ ପରିବାହିତ ହୋଇଥାଏ । ଏହି ପ୍ରସ୍ତୁତ ଖାଦ୍ୟର ପରିବହନ ଯେଉଁ ନଳୀ ଦେଇ ସମ୍ପାଦିତ ହୋଇଥାଏ, ତାହାକୁ ଫ୍ଲୋଏମ୍ କୁହାଯାଏ । ଏହି ଫ୍ଲୋଏମ୍ ପରିବାହିତ ଖାଦ୍ୟ ଉଭିଦର ମଞ୍ଜି ବା ମୂଳରେ ସଞ୍ଚିତ ହୋଇ ରୁହେ ।

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

(f) ଶ୍ଵାସକ୍ରିୟା (Breathing) :
Answer:
ଶ୍ଵାସକ୍ରିୟାର ଶବ୍ଦ ସମୀକରଣ :
ଗ୍ଲୁକୋଜ୍ + ଅମ୍ଳଜାନ → ଅଙ୍ଗାରକାମ୍ଳ + ଜଳ + ଶକ୍ତି
ଶ୍ଵାସକ୍ରିୟା ସମୟରେ ଅମ୍ଳଜାନର ଉପସ୍ଥିତିରେ ଗ୍ଲୁକୋଜ୍ ଭାଙ୍ଗିଯାଏ ଏବଂ ଅଙ୍ଗାରକାମ୍ଳ, ଜଳ ଓ ଶକ୍ତି ବାହାରିଯାଏ । ଶ୍ଵାସକ୍ରିୟା ସମୟରେ ଉତ୍ପାଦିତ ଶକ୍ତି ଉଭିଦମାନଙ୍କ ଦ୍ବାରା ସେମାନଙ୍କର ବୃଦ୍ଧି ଏବଂ ବିକାଶ ପାଇଁ ବ୍ୟବହୃତ ହୁଏ । ଉଭିଦର ସବୁଜ କିମ୍ବା ଅଣ-ସବୁଜ, ସମସ୍ତ ଅଂଶରେ ଶ୍ଵାସକ୍ରିୟା ହୋଇଥାଏ ।

(g) ପତ୍ର : ଉଭିଦର ଖାଦ୍ୟ କାର ଖାନ । (Leaf : The Kitchen of Plant ) :
Answer:
ଉଦ୍ଭଦ ମଣ୍ଡଦ ଆକାରରେ ଖାଦ୍ୟ ସଂରକ୍ଷଣ କରେ । ମଣ୍ଡଦ ହିଁ ଏକ ପ୍ରକାର ଶ୍ଵେତସାର ଅଟେ । ଏହା ଉଭିଦର ପତ୍ରରେ ଉତ୍ପାଦିତ ହୁଏ । ପତ୍ର ଗୁଡ଼ିକ ପ୍ରାକୃତିକ ଉପାୟରେ ସାଧାରଣତଃ ପ୍ରଶସ୍ତ ଏବଂ ସମତଳ ହୋଇଥା’ନ୍ତି । ପତ୍ରରେ ହରିତ୍ ଲବକ ବା ସବୁଜକଣା (କ୍ଲୋରୋଫିଲ୍) ନାମକ ଏକ ସବୁଜ ରଞ୍ଜକ ରହିଥ‌ିବାରୁ ପତ୍ର ଗୁଡ଼ିକ ପ୍ରାୟତଃ ସବୁଜ ରଙ୍ଗର ହୋଇଥା’ନ୍ତି । ହରିତ୍‌ ଲବକ ସୂର୍ଯ୍ୟକିରଣକୁ ଧରିରଖୁ ଅଙ୍ଗାରକାମ୍ଳ ଓ ଜଳରୁ ମଣ୍ଡଦ ପ୍ରସ୍ତୁତ କରି ଉଭିଦକୁ ଯୋଗାଉଥିବା କାରଣରୁ ଏହାକୁ ଉଭିଦର ଖାଦ୍ୟ କାରଖାନ କୁହାଯାଏ ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
‘ଶରୀରର ବୃଦ୍ଧି ପାଇଁ ପୋଷକ ନିତାନ୍ତ ଆବଶ୍ୟକ’ ଯଥାର୍ଥତା ଦର୍ଶାଅ
Answer:

  • ସମସ୍ତ ଜୀବ ବୃଦ୍ଧିପାଆନ୍ତି ଏବଂ ଏହାର ଏହି ବୃଦ୍ଧିପାଇଁ ଖାଦ୍ୟ ଆବଶ୍ୟକ ହୋଇଥାଏ । ଖାଦ୍ୟରୁ ଶ୍ଵେତସାର, ସ୍ନେହସାର, ପୁଷ୍ଟିସାର, ଜୀବସାର ଏବଂ ଖଣିଜ ପଦାର୍ଥ ଆଦି ପୋଷକତତ୍ତ୍ଵ ମିଳିଥାଏ । ଜଳ ସହିତ ଏହିସବୁ ପୋଷକ ଶରୀର ର ବୃଦ୍ଧି ପାଇଁ ନିତାନ୍ତ ଆବଶ୍ୟକ ଅଟେ ।
  • ଉଦ୍ଭଦଗୁଡ଼ିକର ବୃଦ୍ଧି ପାଇଁ ସୂର୍ଯ୍ୟାଲୋକ ଓ ଜଳ ଆବଶ୍ୟକ ହୋଇଥାଏ । ଉଭିଦ ମଣ୍ଡଦ ଆକାରରେ ଖାଦ୍ୟ ସଂରକ୍ଷଣ କରେ । ଏହା ଏକ ପ୍ରକାର ଶ୍ଵେତସାର ଅଟେ । ଏହା ଉଭିଦର ପତ୍ରରେ ଉତ୍ପାଦିତ ହୁଏ । ପତ୍ରରେ ଥିବା ହରିତ୍ ଲବକ ସୂର୍ଯ୍ୟକିରଣକୁ ଧରି ରଖୁବାରେ ସାହାଯ୍ୟ କରେ ।

Question 2.
ଉଭିଦମାନଙ୍କରେ ମଣ୍ଡଦ ଉତ୍ପାଦନରେ ସୂର୍ଯ୍ୟକିରଣ କିପରି ସାହାଯ୍ୟ କରେ ?
Answer:
(i) ହରିତ୍ ଲବକ (କ୍ଲୋରୋଫିଲ୍)ର ଉପସ୍ଥିତି ଯୋଗୁଁ ପତ୍ର ଗୁଡ଼ିକ ପ୍ରାୟତଃ ସବୁଜ ହୋଇଥାଏ । ପତ୍ରର ସବୁଜ ଅଂଶ ଥ‌ିବା ସ୍ଥାନରେ ହିଁ ମଣ୍ଡଦ ଉତ୍ପାଦିତ ହୁଏ । ସୁତରାଂ ହରିତ୍ ଲବକ ସୂର୍ଯ୍ୟକିରଣ ଉପସ୍ଥିତିରେ ମଣ୍ଡଦ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ ।
(ii) ସୂର୍ଯ୍ୟକିରଣ ବିନା ମଣ୍ଡଦ ପ୍ରସ୍ତୁତି ସମ୍ଭବ ନୁହେଁ । ଯେଉଁ ପ୍ରକ୍ରିୟାରେ ସବୁଜ ଉଭିଦ ଏହି ମଣ୍ଡଦ ପ୍ରସ୍ତୁତ କରେ, ତାହାକୁ ଆଲୋକ- ସଂଶ୍ଳେଷଣ କୁହାଯାଏ ।
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 11
(ଆଲୋକସଂଶ୍ଳେଷଣର ଶବ୍ଦ ସମୀକରଣ)

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

Question 3.
କେଉଁ କାରଣରୁ ପତ୍ରଗୁଡ଼ିକୁ ଉଭିଦର ‘‘ଖାଦ୍ୟ କାରଖାନ’ ବା ‘‘ରୋଷେଇଘର’’ କୁହାଯାଇଥାଏ ?
Answer:

  • ମଣ୍ଡଦ ଆକାରରେ ଉଭିଦର ବିଭିନ୍ନ ଅଂଶରେ ଖାଦ୍ୟ ସଂରକ୍ଷିତ ହୋଇ ରୁହେ । ଏହା ଏକ ପ୍ରକାର ଶ୍ଵେତସାର ଅଟେ । ଏହା ଯେଉଁ ପ୍ରକ୍ରିୟାରେ ଉଭିଦର ପତ୍ରରେ ଉତ୍ପାଦିତ ହୁଏ, ତାହାକୁ ଆଲୋକସଂଶ୍ଳେଷଣ କୁହାଯାଏ ।
  • ପତ୍ରରେ ହରିତ୍ ଲବକ ବା ସବୁଜକଣ (କ୍ଲୋରୋଫିଲ୍) ନାମକ ଏକ ସବୁଜ ରଞ୍ଜକ ରହିଥ‌ିବାରୁ ପତ୍ରଗୁଡ଼ିକ ପ୍ରାୟତଃ ସବୁଜ ରଙ୍ଗର ହୋଇଥା’ନ୍ତି । ହରିତ୍‌ବକ ସୂର୍ଯ୍ୟକିରଣକୁ ଧରି ରଖ୍ ବାୟୁ ଓ ଜଳରୁ ଅଙ୍ଗାରକାମ୍ଳ ଗ୍ୟାସ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତି କରିଥାଏ।
  • ଉଦ୍ଭଦର ଅଣସବୁଜ ଅଂଶରେ ପର୍ଯ୍ୟାପ୍ତ ପରିମାଣର ହରିତ୍‌ବକ ନଥିବାରୁ ଯଥେଷ୍ଟ ମଣ୍ଡଦ ତିଆରି ହୋଇପାରେ ନାହିଁ । ଏଣୁ ପତ୍ରଗୁଡ଼ିକୁ ଉଭିଦର ‘ଖାଦ୍ୟ କାରଖାନା’ ବା ‘ରୋଷେଇ ଘର’ କୁହାଯାଏ ।

Question 4.
ଆଲୋକସଂଶ୍ଳେଷଣରେ ବାୟୁର କେଉଁ ପ୍ରକାର । ଭୂମିକା ରହିଥାଏ ? ବୁଝାଅ ।
‍Answer:
(i) ଉଭିଦମାନେ ବାୟୁ ଓ ଜଳରୁ ଅଙ୍ଗାରକାମ୍ଳ ଏବଂ ସୂର୍ଯ୍ୟକିରଣ ବ୍ୟବହାର କରି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ଖାଦ୍ୟ ପ୍ରସ୍ତୁତ କରନ୍ତି । ବାୟୁରେ ଥିବା ଅଙ୍ଗାରକାମ୍ଳ ଉଦ୍ଭଦ ପତ୍ରରେ ମଣ୍ଡଦ ପ୍ରସ୍ତୁତ କରିବାପାଇଁ ଆବଶ୍ୟକ ହୋଇଥାଏ ।

(ii) ଆଲୋକ ସଂଶ୍ଳେଷଣ ପାଇଁ ଅଙ୍ଗାରକାମ୍ଳ ଆବଶ୍ୟକ ହୁଏ ଏବଂ ଅମ୍ଳଜାନ ନିର୍ଗତ ହୋଇଥାଏ । ପତ୍ର ପୃଷ୍ଠରେ ଥିବା ସ୍ତୋମ୍ ଗ୍ୟାସ୍ ବିନିମୟରେ ସାହାଯ୍ୟ କରେ ।
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 12
(ଆଲୋକସଂଶ୍ଳେଷଣର ଶବ୍ଦ ସମୀକରଣ)

Question 5.
ଉଦ୍ଭଦ୍ରରେ ମୂଳଦ୍ଵାରା ଗ୍ରହଣ କରାଯାଉଥିବା ଜଳ ଏବଂ ଖଣିଜ ପଦାର୍ଥ ତଥା ପତ୍ରଦ୍ଵାରା ପ୍ରସ୍ତୁତ ଖାଦ୍ୟ ଉଭିଦର ସମସ୍ତ ଅଂଶକୁ କିପରି ପରିବାହିତ ହୁଏ ?
Answer:

  • ଉଦ୍ଭିଦରେ ଜଳ ଓ ଖଣିଜ ପଦାର୍ଥ ଜାଇଲେମ୍ ମାଧ୍ୟମରେ ପତ୍ର ଏବଂ ଉଭିଦର ଅନ୍ୟାନ୍ୟ ଅଂଶକୁ ପରିବାହିତ ହୁଏ । ଜାଇଲେମ୍ ମାଧ୍ୟରେ ପରିବହନ ହେ ଜଳ ଓ ପୋଷକ ଶରୀରର ବିଭିନ୍ନ କାର୍ଯ୍ୟ କରିବା ପାଇଁ ବ୍ୟବହୃତ ହୁଏ ।
  • ଆଲୋକ ସଂଶ୍ଳେଷଣ ପାଇଁ ପତ୍ର ହେଉଛି ମୁଖ୍ୟସ୍ଥାନ । ହରିତ୍ ଲବକ ଥ‌ିବା ଅନ୍ୟ ଅଂଶ ମଧ୍ୟ ଆଲୋକ ସଂଶ୍ଳେଷଣ କରେ । ଏହି ପ୍ରକ୍ରିୟାରେ ଶର୍କରା ଉତ୍ପାଦନ ହୁଏ । ଏହା ମଣ୍ଡଦରେ ରୂପାନ୍ତରିତ ହୋଇ ଫ୍ଲୋଏମ୍ ନାମକ ଏକ କ୍ଷୁଦ୍ର ନଳୀମାନଙ୍କ ଦ୍ଵାରା ମଞ୍ଜି ବା ମୂଳ ନିକଟକୁ ଯାଇଥାଏ ।

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

Question 6.
ଉଭିଦମାନେ କ’ଣ ଆମ ପରି ଶ୍ଵାସକ୍ରିୟା କରନ୍ତି ? ବୁଝାଇ ଲେଖ ।
Answer:

  1. ଶ୍ଵାସକ୍ରି ୟାରେ, ଅମ୍ଳଜାନର ଉପସ୍ଥିତିରେ ଗ୍ଲୁକୋଜ ଭାଙ୍ଗିଯାଏ ଏବଂ ଅଙ୍ଗାରକାମ୍ଳ, ଜଳ ଏବଂ ଶକ୍ତି ନିର୍ଗତ ହୁଏ ।
    ଗ୍ଲୁକୋଜ୍ + ଅମ୍ଳଜାନ → ଅଙ୍ଗାରକାମ୍ଳ + ଜଳ + ଶକ୍ତି
  2. ଶ୍ଵାସକ୍ରିୟା ସମୟରେ ଉତ୍ପାଦିତ ଉଭିଦମାନଙ୍କଦ୍ୱାରା ସେମାନଙ୍କର ବୃଦ୍ଧି ଏବଂ ବିକାଶ ପାଇଁ ବ୍ୟବହୃତ ହୁଏ । ଉଭିଦର ସବୁଜ କିମ୍ବା ଅଣ-ସବୁଜ, ସମସ୍ତ ଅଂଶ ଶ୍ଵାସକ୍ରିୟା କରିଥାନ୍ତି ।

Question 7.
‘ଉଦ୍ଭଦଗୁଡ଼ିକୁ ସେମାନଙ୍କର ବୃଦ୍ଧି ପାଇଁ ସୂର୍ଯ୍ୟାଲୋକ ଓ ଜଳ ଉଭୟ ଆବଶ୍ୟକ ହୋଇଥାଏ?? – ଦର୍ଶାଇବା ପାଇଁ ଏକ ପରୀକ୍ଷଣ ବର୍ଣ୍ଣନା କର ।
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 13
ଉଭିଦ ବୃଦ୍ଧିରେ ସୂର୍ଯ୍ୟାଲୋକ ଏବଂ ଜଳର ଭୂମିକା
Answer:
ପରୀକ୍ଷଣ :
(i) ସମାନ ଆକାରରେ 3 ଟି ମାଟିପାତ୍ରରେ ବଗିଚା ମାଟି ରଖୁ ସେଥୁରେ ଦ୍ରୁତ ବଢୁଥ‌ିବା ସମାନ ଆକାରର ଚାରା ଲଗାଯାଉ ।
(ii) ପାତ୍ରଗୁଡ଼ିକୁ ‘କ’, ‘ଖ’ ଓ ‘ଗ’ ନାମାଙ୍କନ କରାଯାଉ ।
(iii) ପ୍ରତ୍ୟେକ ଚାରାରେ ଉଭିଦର ପତ୍ର ସଂଖ୍ୟା ଗଣି ଲିପିବଦ୍ଧ କରାଯାଉ ।
(iv) ‘କ’ ପାତ୍ରକୁ ସିଧାସଳଖ ସୂର୍ଯ୍ୟାଲୋକରେ ରଖ୍ ପ୍ରତ୍ୟେକ ଦିନ ପାଣି ଦିଆଯାଉ ।
(v) ‘ଖ’ ପାତ୍ରକୁ ସିଧାସଳଖ ସୂର୍ଯ୍ୟାଲୋକରେ ରଖାଯାଉ ଏବଂ ପାଣି ଦିଆ ନଯାଉ ।
(vi) ‘ଗ’ ପାତ୍ରକୁ ଅନ୍ଧାରରେ ରଖ୍ ପାଣି ଦିଆଯାଉ ।
(vii) 2 ସପ୍ତାହ ପରେ ସେମାନଙ୍କର ଉଚ୍ଚତା, ପତ୍ରସଂଖ୍ୟା, ପତ୍ରର ରଙ୍ଗ ଓ ପରିବର୍ତ୍ତନକୁ ନିମ୍ନ ସାରଣୀରେ ଲିପିବଦ୍ଧ କରାଯାଉ ।
ପର୍ଯ୍ୟବେକ୍ଷଣ :

ବିଭିନ୍ନ ଅବସ୍ଥାରେ ରଖାଯାଇଥ‌ିବା କୁଣ୍ଡ ଉପଲବ୍ଧତା ଉଭିଦର ଉଚ୍ଚତା (ସେ.ମି.) ପତ୍ରସଂଖ୍ଯା ପତ୍ରର ରଙ୍ଗ (ସବୁଜ/ହଳଦିଆ )
ସୂର୍ଯ୍ୟାଲୋକ ଜଳ ପ୍ରଥମ ଦିନ ଦୁଇ ସପ୍ତାହ ପରେ ପ୍ରଥମ ଦିନ ଦୁଇ ସପ୍ତାହ ପରେ
ପାତ୍ର ‘କ’ ସିଧାସଳଖ ସୂର୍ଯ୍ୟାଲୋକରେ, ଜଳ ସହିତ ହଁ ହଁ 5 15 4 12 ସବୁଜ
ପାତ୍ର ‘ଖ’ ସିଧାସଳଖ ସୂର୍ଯ୍ୟାଲୋକରେ, ଜଳ ବିନା ହଁ ନା 5 6 4 5 ପତ୍ରର ରଙ୍ଗ ହଳଦିଆ ହେବାକୁ ଆରମ୍ଭ କରେ
ପାତ୍ର ‘ଗ’ ଅନ୍ଧାରରେ ଜଳ ସହିତ ନା ହଁ 5 7 4 6 ହଳଦିଆ

ସିଦ୍ଧାନ୍ତ :
ପର୍ଯ୍ୟାପ୍ତ ଜଳ ପାଇଥିବା କିନ୍ତୁ ଆଦୌ ସୂର୍ଯ୍ୟାଲୋକ ପାଇ ନଥିବା ‘ଗ’ରେ ଥ‌ିବା ଉଭିଦ ଅପେକ୍ଷା ‘କ’ରେ ଥିବା ଉଭିଦ ଭଲ ବଢ଼ୁଅଛି । ‘ଖ’ରେ ଥିବା ଉଭିଦ ଜଳ ନ ପାଇବାରୁ ମରି ଯାଇପାରେ । ସୁତରାଂ, ଉଭିଦଗୁଡ଼ିକର ବୃଦ୍ଧି ପାଇଁ ସୂର୍ଯ୍ୟାଲୋକ ଓ ଜଳ ଉଭୟ ଆବଶ୍ୟକ ହୋଇଥାଏ ।

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

Question 8.
“ସବୁଜ ପତ୍ର ମଣ୍ଡଦ ଭାବରେ ଖାଦ୍ୟ ସଂରକ୍ଷଣ କରେ” – ଦର୍ଶାଇବା ପାଇଁ ଏକ ପ୍ରୟୋଗାତ୍ମକ ବ୍ୟବସ୍ଥା ବର୍ଣ୍ଣନା କର ।
Answer:
ପରୀକ୍ଷଣ :
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 14

  1. ଗୋଟିଏ ପତ୍ରକୁ ନରମ କରିବା ପାଇଁ ଫୁଟୁଥିବା ଜଳରେ 5 ମିନିଟ୍ ପାଇଁ ବୁଡ଼ାଇ ରଖାଯାଉ ।
  2. ଏହି ପତ୍ରକୁ ପରୀକ୍ଷାନଳୀରେ ଥିବା ସୁରାସାରରେ ବୁଡ଼ାଯାଉ ।
  3. ପରୀକ୍ଷାନଳୀକୁ ଫୁଟା ଜଳଥିବା ଏକ ବିକରରେ ରଖ୍ ପତ୍ର ରଙ୍ଗହୀନ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ ।
  4. ପତ୍ରଟିକୁ ଧୀରେ ବାହାରକରି ଏକ ପ୍ଲେଟରେ ରଖାଯାଉ ।
  5. ରଙ୍ଗହୀନ ପତ୍ର ଉପରେ ଡ୍ରପର ସାହାଯ୍ୟରେ ଅଳ୍ପ ଆୟୋଡ଼ିନ ଦ୍ରବଣ ପକାଯାଉ । କିଛି ମିନିଟ୍ ଅପେକ୍ଷା କରାଯାଉ ।

ପର୍ଯ୍ୟବେକ୍ଷଣ :

  1. ପତ୍ରର ରଙ୍ଗ ଗାଢ଼ ନୀଳବର୍ଣ୍ଣ ଧାରଣ କଲେ, ଏଥିରେ ମଣ୍ଡଦର ଉପସ୍ଥିତି ସୂଚିତ କରେ ।
  2. ରଙ୍ଗହୀନ ପତ୍ର ଆମକୁ ମଣ୍ଡଦ ଅଛିକି ନାହିଁ ତାହା ସ୍ପଷ୍ଟ ଭାବେ ପର୍ଯ୍ୟବେକ୍ଷଣ କରିବାରେ ସାହାଯ୍ୟ କରେ ।

ସିଦ୍ଧାନ୍ତ :
ସବୁଜ ଉଦ୍ଭିଦ ମଣ୍ଡଦ ଆକାରରେ ଖାଦ୍ୟ ସଂରକ୍ଷଣ କରେ । ମଣ୍ଡଦ ହିଁ ଏକ ପ୍ରକାର ଶ୍ଵେତସାର । ଏହା ଉଭିଦର ପତ୍ରରେ ଉତ୍ପାଦିତ ହୁଏ । ସୁତରାଂ ସବୁଜ ପତ୍ର ମଣ୍ଡଦ ଭାବରେ ଖାଦ୍ୟ ସଂରକ୍ଷଣ କରେ ।

Question 9.
‘ଉଭିଦର ଅଣ-ସବୁଜ ଅଂଶରେ ମଣ୍ଡଦ ତିଆରି ହୁଏ ନାହିଁ, ” ଏହା ଦର୍ଶାଇବା ପାଇଁ ଏକ ପରୀକ୍ଷଣ ସାହାଯ୍ୟରେ ବର୍ଣ୍ଣନା କର ।
Answer:
ପରୀକ୍ଷଣ :

  1. ଦୁଇଟି ଅଲଗା ଅଲଗା କୁଣ୍ଡରେ ଲାଗିଥିବା ଲାଗିଥିବା
  2. ଗୋଟିଏ ଗଛକୁ ସୂର୍ଯ୍ୟ କିରଣରେ ଓ ଅନ୍ୟଟିକୁ 36 ଘଣ୍ଟା
  3. ପ୍ରତ୍ୟେକ ଗଛରୁ ଗୋଟିଏ ଲେଖାଏଁ ପତ୍ର ନେଇ ଟ୍ରେନିଂ
  4. ପତ୍ରକୁ ପ୍ରଥମେ ସୁରାସାର ଓ ଆୟୋଡ଼ିନ ଦ୍ରବଣରେ ବୁଡ଼ାଯାଉ ।

ପର୍ଯ୍ୟବେକ୍ଷଣ :
ଗଛର ପତ୍ରର ସବୁଜ ଏବଂ ଅଣ-ସବୁଜ ଅଂଶରେ ମଣ୍ଡଦର ଉପସ୍ଥିତି
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 15

  1. ସୂର୍ଯ୍ୟକିରଣରେ ରଖାଯାଇଥିବା ଗଛରେ ପତ୍ରରେ ସବୁଜ ଅଂଶ ଗାଢ଼ ନୀଳବର୍ଣ୍ଣରେ ପରିଣତ ହେବା ପତ୍ରର ସବୁଜ ଅଂଶରେ ମଣ୍ଡଦର ଉପସ୍ଥିତି ସୂଚାଇଥାଏ ।
  2. ସୁତରାଂ ସବୁଜ ଉଭିଦର ଅଣ-ସବୁଜ ଅଂଶରେ ପର୍ଯ୍ୟାପ୍ତ ପରିମାଣର ହରିତ୍‌ବକ ନଥିବାରୁ ଯଥେଷ୍ଟ ମଣ୍ଡଦ ତିଆରି ହୁଏ ନାହିଁ ।

ସିଦ୍ଧାନ୍ତ :
ଉପରୋକ୍ତ ପର୍ଯ୍ୟବେକ୍ଷଣରୁ ଜାଣିଲୁ ଯେ, ସବୁଜ ଉଭିଦର ଅଣ-ସବୁଜ ଅଂଶରେ ପର୍ଯ୍ୟାପ୍ତ ପରିମାଣର ହରିତ୍ରବକ ନଥିବାରୁ ଯଥେଷ୍ଟ ମଣ୍ଡଦ ତିଆରି ହୁଏ ନାହିଁ ।

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

Question 10.‘
‘ବାୟୁରେ ଥିବା ଅଙ୍ଗାରକାମ୍ଳ ଉଦ୍ଭିଦ ପତ୍ରରେ ମଣ୍ଡଦ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ’’ । ଏହା ଦର୍ଶାଇବା ପାଇଁ ଏକ ପରୀକ୍ଷଣ ବର୍ଣ୍ଣନା କର ।
Answer:
ପରୀକ୍ଷଣ :
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 16

  • କୁଣ୍ଡରେ ଥିବା ଗୋଟିଏ ସବୁଜ ଗଛ ନିଆଯାଉ ଓ ଏହାକୁ 2 ରୁ 3 ଦିନ ପର୍ଯ୍ୟନ୍ତ ଅନ୍ଧାର ରେ ରଖାଯାଉ । ଏହାର ଗୋଟିଏ ପତ୍ରକୁ ପରୀକ୍ଷା ପାଇଁ ବଛାଯାଉ ।
  • ଏକ ଚଉଡ଼ା ମୁହଁଥ‌ିବା ବୋତଲ ନେଇ ଏଥୁରେ କିଛି କଷ୍ଟିକ୍ ସୋଡ଼ା (ସୋଡ଼ିୟମ୍‌ ହାଇଡ୍ରକ୍‌ସାଇଡ଼) ନିଆଯାଉ ।
  • ବୋତଲର କର୍କ ଠିପି ମଧ୍ୟରେ ଥିବା ଫାଟ ଦେଇ ପତ୍ରଟିର ଅଧା, ଅଂଶକୁ ପ୍ରବେଶ କରାଯାଉ । ଅନ୍ୟ ଅର୍ଦ୍ଧେକ ଅଂଶ ବୋତଲ ବାହାରେ ରହୁ ।
  • ଗଛଟିକୁ ଆଣି କିଛି ଘଣ୍ଟା ପାଇଁ ସୂର୍ଯ୍ୟକିରଣରେ ରଖାଯାଉ ।
  • ପତ୍ରକୁ ବାହାରକୁ କାଢ଼ି ଆୟୋଡ଼ିନ୍ ପରୀକ୍ଷଣ କରାଯାଉ ।

ପର୍ଯ୍ୟବେକ୍ଷଣ :
ଉଭିଦ୍ରରେ ମଣ୍ଡଦ ପ୍ରସ୍ତୁତିରେ ବାୟୁର ଭୂମିକା

ପତ୍ରର ଏକ ଅଂଶ ଉପଲବ୍ଧତା ମଣ୍ଡଦ ଅଛି (ହଁ/ନା)
ଜଳ ସୂର୍ଯ୍ୟାଲୋକ ହରିତ୍ରବକ ଅଙ୍ଗାରକାମ୍ଳ
ବୋତଲ ଭିତରେ ଥ‌ିବା ଭିତରେପତ୍ରର ଅଂଶ ହଁ ହଁ ହଁ ନା ନା
ବୋତଲ ବାହାରେ ଥ‌ିବା ପତ୍ରର ଅଂଶ ହଁ ହଁ ହଁ ହଁ ହଁ

ଏହି ସାରଣୀରେ ଜଳ, ସୂର୍ଯ୍ୟକିରଣ, କ୍ଲୋରୋଫିଲ୍ ଏବଂ ଅଙ୍ଗାରକାମ୍ଳର ଉବଲବ୍ଧତା ସମ୍ବନ୍ଧରେ ଦର୍ଶାଯାଇଛି । ବୋତଲ ବାହାରେ ଥିବା ପତ୍ରର ଅଂଶ ଗାଢ଼ ନୀଳ ବର୍ଣ୍ଣ ଧାରଣ କରିଅଛି । ଏହା ମଣ୍ଡଦର ଉପସ୍ଥିତିକୁ ସୂଚିତ କରୁଅଛି । ବୋତଲ ଭିତରେ ଥିବା ପତ୍ରର ଅଂଶ ଗାଢ଼ ନୀଳ ହୋଇ ନଥାଏ କାରଣ କଷ୍ଟିକ ସୋଡ଼ା ବାୟୁରେ ଥ‌ିବା ଅଙ୍ଗାରକାମ୍ଳକୁ ଶୋଷଣ କରିଥାଏ ।
ସିଦ୍ଧାନ୍ତ :
ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ବାୟୁରେ ଥ‌ିବା ଅଙ୍ଗାରକାମ୍ଳ ଉଦ୍ଭିଦ ପତ୍ରରେ ମଣ୍ଡଦ ତିଆରି କରିବା ପାଇଁ ଆବଶ୍ୟକ ହୋଇଥାଏ ।

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

Question 11.
‘’ଆଲୋକ ସଂଶ୍ଳେଷଣ ସମୟରେ ଅମ୍ଳଜାନ ନିର୍ଗତ ହୁଏ’’ । ଏହା ଦର୍ଶାଇବା ପାଇଁ ଏକ ପରୀକ୍ଷଣ ବର୍ଣ୍ଣନା କର ।
‍Answer:
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 17
ପରୀକ୍ଷଣ :
(i) ଗୋଟିଏ କାଚ ଫନେଲରେ କିଛି ଚିଙ୍ଗୁଡ଼ିଆ ଦଳକୁ ଗୋଟିଏ କାଚ କାହାଳୀଦ୍ଵାର। ଘୋଡ଼ାଇ ରଖାଯାଉ । ଏହାକୁ ଜଳପୂର୍ଣ କରି ଏଥ୍ ରେ କି ସେ ଡ଼ି ୟ ମ ବାଇକାର୍ବୋନେଟ୍ ମିଶାଯାଉ । ଗୋଟିଏ ଜଳପୂର୍ଣ୍ଣ ପରୀକ୍ଷାନଳୀକୁ ଓଲଟା ଭାବରେ ଫନେଲ ଉପରେ ରଖାଯାଉ ।
(ii) ‘କ’ ଉପକରଣକୁ ସୂର୍ଯ୍ୟାଲୋକରେ ଓ ‘ଖ’ ଉପକରଣକୁ ଅନ୍ଧାରରେ ରଖାଯାଉ ।

ପର୍ଯ୍ୟବେକ୍ଷଣ :
‘କ’ ଉପକରଣର ପରୀକ୍ଷା ନଳୀରେ ଗ୍ୟାସ ଫୋଟକା ସଂଗୃହୀତ ହେଉଥ‌ିବା ବେଳେ ‘ଖ’ ପରୀକ୍ଷାଳନୀରେ ଏହା ହୋଇ ନଥାଏ । ଏହି ନିର୍ଗତ ଗ୍ୟାସ ଦହନର ସହାୟକ ଅଟେ । ଏଣୁ ଏହି ଗ୍ୟାସ ଅମ୍ଳଜାନ ଅଟେ ।

ସିଦ୍ଧାନ୍ତ :
ଉକ୍ତ ପରୀକ୍ଷାଟି କରି ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଆଲୋକସଂଶ୍ଳେଷଣ ପ୍ରକ୍ରିୟାରେ ଅମ୍ଳଜାନ ନିର୍ଗତ ହୋଇଥାଏ ।

Question 12.
ପତ୍ର ପୃଷ୍ଠରେ ଥ‌ିବା ସ୍ତୋମ ଦେଖୁବା ପାଇଁ ଆମେ କିପରି ପରୀକ୍ଷା କରିବା ବର୍ଣ୍ଣନା କର ।
Answer:
Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 18
ପରୀକ୍ଷଣ :

  • ରିଓ, ମନିପ୍ଲାଣ୍ଟ, ପିଆଜ, ମନ୍ଦାର କିମ୍ବା ଯେ କୌଣସି ଘାସ ପରି ଗଛରୁ ଏକ ପତ୍ର ସଂଗ୍ରହ କରାଯାଉ ।
  • ପତ୍ରକୁ ଏକ ଜଳପୂର୍ଣ୍ଣ ବିକରରେ ରଖାଯାଉ ।
  • ପତ୍ରର ତଳ ପୃଷ୍ଠରୁ ଏକ ପତଳା ସ୍ତରକୁ ବାହାର କରାଯାଉ ।
  • ସେହି ପତଳା ସ୍ତରକୁ ପାଣି ସହ ଏକ ୱାଚ୍ ଗ୍ଲାସ୍‌ରେ ରଖାଯାଉ ।
  • କାଚସ୍ଲାଇଡ୍ ଉପରେ ଜଳ ସହ ପତ୍ରର ସ୍ତରକୁ ରଖ୍ ଏହା ଉପରେ କାଳି ଟୋପାଏ ପକାଇ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାଯାଉ ।

ପର୍ଯ୍ୟବେକ୍ଷଣ :

  • ଦେଖାଯିବ ଯେ, ପତ୍ରର ପତଳା ସ୍ତର ଉପରେ ଛୋଟ ଛୋଟ ଛିଦ୍ର ରହିଅଛି ।

ସିଦ୍ଧାନ୍ତ :

  • ପତ୍ରର ପତଳା ସ୍ତରରେ ଥ‌ିବା ଏହି ଛିଦ୍ରଗୁଡ଼ିକୁ ସ୍ତୋମ୍ କୁହାଯାଏ । ଏହି ସ୍ତୋମ୍ ଗ୍ୟାସ୍ ବିନିମୟରେ ସାହାଯ୍ୟ କରେ ।

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

Question 13.
ଉଭିଦ୍ରରେ ପୋଷକ ପରିବହନ ଦର୍ଶାଇବା ପାଇଁ ଏକ ପରୀକ୍ଷଣ ବର୍ଣ୍ଣନା କର ।
Answer:
ପରୀକ୍ଷଣ :

  1. ଦୁଇଟି କାଚ ବିକରକୁ ‘କ’ ଓ ‘ଖ’ ନାମରେ ନାମିତ କରି ଏଥ‌ିରେ ଏକ-ତୃତୀୟାଂଶ ଜଳ ପୂର୍ଣ୍ଣ କରାଯାଉ ।
  2. ‘ଖ’ ବିକରରେ କିଛି ବୁନ୍ଦା ଲାଲ୍ କାଳି ପକାଯାଉ ଓ ଦୁଇଟି ସଦାବିହାରୀ ଗଛର ଡ଼ାଳକୁ ତେରଛା ଭାବେ କାଟି ପ୍ରତ୍ୟେକ ବିକରରେ ଗୋଟିଏ କରି ରଖାଯାଉ ।
  3. ପରଦିନ ଏହି ଗଛଗୁଡ଼ିକୁ ପର୍ଯ୍ୟବେକ୍ଷଣ କରାଯାଉ ।
    Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 19

ପର୍ଯ୍ୟବେକ୍ଷଣ :

  1. ଏକ ଦିନ ପରେ ‘ଖ’ ବିକରରେ ଥିବା ଗଛର ଡାଳ, ପତ୍ର ଏବଂ ରଖାଯାଇଛି ଫୁଲରେ ଲାଲ ରଙ୍ଗ ଦୃଶ୍ୟମାନ ହେଉଅଛି ।
  2. ଏହି ଡାଳର ଉପର ଅଂଶକୁ କାଟି ବର୍ଷକ କାଚ ସାହାଯ୍ୟରେ ଦେଖ‌ିଲେ ଜଣାପଡ଼ିବ ଯେ, ଜାଇଲେମ୍ ନାମକ ସରୁନଳୀର ଉପସ୍ଥିତି ଯୋଗୁଁ ଏହା ହୋଇଅଛି ।

ସିଦ୍ଧାନ୍ତ :
ଉକ୍ତ ପରୀକ୍ଷଣଟି କରି ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଜଳ ଏବଂ ଖଣିଜ ପଦାର୍ଥ ଜାଇଲେମ୍ ମାଧ୍ୟମରେ ପତ୍ର ଏବଂ ଉଭିଦର ଅନ୍ୟାନ୍ୟ ଅଂଶକୁ ପରିବାହିତ ହୋଇଥାଏ ।

Question 14.
‘‘ଉଭିଦଗୁଡ଼ିକ ଶ୍ଵାସକ୍ରିୟା ସମୟରେ ଅଧିକ ଅଙ୍ଗାରକାମ୍ଳ ଉତ୍ପାଦନ କରନ୍ତି ।”? ଏହା ଦର୍ଶାଇବା ପାଇଁ ଏକ ପରୀକ୍ଷଣ ବର୍ଣ୍ଣନା କର ।
Answer:
ପରୀକ୍ଷଣ :

  • କିଛି ମୁଗ ମଞ୍ଜିକୁ ରାତିସାରା ପାଣିରେ ବୁଡ଼ାଇ ରଖାଯାଉ ।
  • ଗୋଟିଏ କୋନ୍ ଆକାର ଫ୍ଲାସ୍କ ମଧ୍ଯରେ ଓଦା ତୁଳା ରଖାଯାଉ ।
  • ଓଦା ତୁଳା ଉପରେ ଭିଜା ମଞ୍ଜିଗୁଡ଼ିକୁ ରଖାଯାଉ ।
  • ଦୁଇଟି ରନ୍ଧ୍ରଥିବା କର୍କ ଠିପିକୁ ଫ୍ଲସ୍କ ଉପରେ ଲଗାଯାଉ ।
  • ପ୍ରଥମ ଛିଦ୍ରରେ ‘କ’ ଓ ଦ୍ଵିତୀୟ ଛିଦ୍ରରେ ‘ଖ’ ପରୀକ୍ଷାନଳୀ ସଂଯୁକ୍ତ କରାଯାଉ ।
  • ‘ଖ’ ପରୀକ୍ଷାନଳୀକୁ ରବର ପାଇପ୍ ଦ୍ଵାରା ଚୂନପାଣି ପୂର୍ଣ୍ଣ ପରୀକ୍ଷା ନଳୀ ମଧ୍ୟକୁ ପ୍ରବେଶ କରାଯାଉ ।
    Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 20

Class 7 Science Chapter 10 Question Answer Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

ପର୍ଯ୍ୟବେକ୍ଷଣ :
(i) କୋନାକାର ପ୍ଲାସ୍କ ସହ ସଂଯୁକ୍ତ ଚୂନପାଣି ପୂର୍ଣ୍ଣ ପରୀକ୍ଷାନଳୀ କ୍ଷୀର ଭଳି ରଙ୍ଗ ଧାରଣ କରେ କାରଣ ଏହା ଅଙ୍ଗାରକାମ୍ଳ ସଂସ୍ପର୍ଶର ଆସିଅଛି ।

ସିଦ୍ଧାନ୍ତ :
ଉକ୍ତ ପରୀକ୍ଷଣଟି କରି ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଶ୍ଵାସକ୍ରିୟା ସମୟରେ, ଅମ୍ଳଜାନର ଉପସ୍ଥିତିରେ ଗ୍ଲୁକୋଜ୍ ଭାଙ୍ଗିଯାଏ ଏବଂ ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗତ ହୁଏ । ଉଭିଦର ସବୁଜ କିମ୍ବା ଅଣ-ସବୁଜ ସମସ୍ତ ଅଂଶ ଶ୍ଵାସକ୍ରିୟା କରିଥା’ନ୍ତି ।

Leave a Comment