Go through 8th Class Science Book Odia Medium Question Answer and Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି to understand textbook questions more clearly.
8th Class Science Chapter 7 Question Answer Odia Medium
Class 8 Science Chapter 7 Odia Medium
ଜିଜ୍ଞାସା ବଜାୟ ରଖ
Question 1.
କଠିନ ଏବଂ ତରଳ ମଧ୍ୟରେ ପ୍ରାଥମିକ ପାର୍ଥକ୍ୟ ହେଉଛି ଯେ ଏହାର କଣିକାଗୁଡ଼ିକ :
(i) କଠିନ ପଦାର୍ଥରେ ଦୃଢ଼ ଭାବରେ ବନ୍ଧା ହୋଇଥିବାବେଳେ ସେଗୁଡ଼ିକ ତରଳ ପଦାର୍ଥରେ ସ୍ଥିର ଥା’ନ୍ତି ।
(ii) କଠିନ ପଦାର୍ଥରେ ପରସ୍ପରଠାରୁ ବହୁତ ଦୂରରେ ଏବଂ ତରଳ ପଦାର୍ଥରେ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଥା’ନ୍ତି ।
(iii) ସର୍ବଦା କଠିନ ପଦାର୍ଥରେ ଗତି କରନ୍ତି ଏବଂ ତରଳ ପଦାର୍ଥରେ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଥା’ନ୍ତି ।
(iv) କଠିନ ପଦାର୍ଥରେ ନିବିଡ଼ ଭାବରେ ବନ୍ଧା ହୋଇଥାନ୍ତି ଏବଂ ତରଳ ପଦାର୍ଥରେ ପରସ୍ପରକୁ ଅତିକ୍ରମକରି ଗତି କରୁଥା’ନ୍ତି ।
Answer:
(iv) କଠିନ ପଦାର୍ଥରେ ନିବିଡ଼ ଭାବରେ ବନ୍ଧା ହୋଇଥାନ୍ତି ଏବଂ ତରଳ ପଦାର୍ଥରେ ପରସ୍ପରକୁ ଅତିକ୍ରମକରି ଗତି କରୁଥା’ନ୍ତି ।
Question 2.
ନିମ୍ନଲିଖ ଉକ୍ତିଗୁଡ଼ିକ ମଧ୍ୟରୁ କେଉଁଟି ସତ୍ୟ ? ମିଥ୍ୟା ଉକ୍ତିଗୁଡ଼ିକୁ ସଂଶୋଧନ କର । (ପ୍ରଶ୍ନ ସହ ଉତ୍ତର)
(i) ବରଫକୁ ତରଳାଇ ପାଣିରେ ପରିଣତ କରିବା ଏକ କଠିନ ପଦାର୍ଥର ତରଳ ପଦାର୍ଥରେ ପରିବର୍ତ୍ତନର ଏକ ଉଦାହରଣ ।
Answer:
ସତ୍ୟ
(ii) ତରଳିବା ପ୍ରକ୍ରିୟାରେ ବସ୍ତୁର ଅବସ୍ଥାରେ ପରିବର୍ତ୍ତନ ସମୟରେ ଆନ୍ତଃକଣିକା ଆକର୍ଷଣ ହ୍ରାସପାଏ ।
Answer:
ସତ୍ୟ
(iii) କଠିନ ପଦାର୍ଥର ଏକ ନିର୍ଦ୍ଦିଷ୍ଟ ଆକାର ଏବଂ ଆୟତନ ଥାଏ ।
Answer:
ସତ୍ୟ
(iv) କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ପାରସ୍ପରିକ କ୍ରିୟା ଅଧିକ ଶକ୍ତିଶାଳୀ ଏବଂ ଆନ୍ତଃକଣିକା ସ୍ଥାନଗୁଡ଼ିକ ଅତି କମ୍ ।
Answer:
ସତ୍ୟ
(v) ଯେତେବେଳେ ଆମେ କୋଠରୀର ଗୋଟିଏ କୋଣରେ କର୍ପୂର ଗରମ କରୁ, ସେତେବେଳେ ଏହାର ସୁଗନ୍ଧ କୋଠରୀର ସମସ୍ତ କୋଣରେ ପହଞ୍ଚିଯାଏ ।
Answer:
ସତ୍ୟ
(vi) ଗରମ କରିବାଦ୍ଵାରା ଆମେ କର୍ପୂରକୁ ଶକ୍ତି ଯୋଗାଇଥାଉ ଏବଂ ଏହି ଶକ୍ତି ଗନ୍ଧ ଭାବରେ ନିର୍ଗତ ହୋଇଥାଏ ।
Answer:
ମିଥ୍ୟା
ସଂଶୋଧ ଉକ୍ତି : ଗରମ କରିବାଦ୍ଵାରା ଆମେ ଯୋଗାଉଥିବା ଶକ୍ତି ବଳରେ କର୍ପୁର କଣିକାଗୁଡ଼ିକ ଆନ୍ତଃକଣିକା ଆକର୍ଷଣ ବଳ ଅତିକ୍ରମ କରି କଠିନ ଅବସ୍ଥାରୁ ସିଧାସଳଖ ଗ୍ୟାସୀୟ ଅବସ୍ଥା ଧାରଣ କରେ । ଗ୍ୟାସୀୟ ଅବସ୍ଥାରେ କର୍ପୁର କଣିକାଗୁଡ଼ିକର ବିଚ୍ଛରଣ ଯୋଗୁଁ ସେଥୁରୁ ଗନ୍ଧ ନିର୍ଗତ ହୋଇଥାଏ ।
Question 3.
ଯଥାର୍ଥତା ସହିତ ସଠିକ୍ ଉତ୍ତର ବାଛ । ଯଦି ଆମେ ଚୌକିରୁ ସମସ୍ତ ଗଠନକାରୀ କଣିକାଗୁଡ଼ିକୁ ବାହାର କରିପାରିବା, ତେବେ କ’ଣ ହେବ ?
(i) କିଛି ପରିବର୍ତ୍ତନ ହେବ ନାହିଁ ।
(ii) କଣିକା କମିଯିବା ଯୋଗୁଁ ଚୌକିର ଓଜନ କମ୍ ହେବ ।
(iii) ଚୌକିର କିଛି ଅସ୍ତିତ୍ଵ ରହିବ ନାହିଁ ।
Answer:
(iii) ଚୌକିର କିଛି ଅସ୍ତିତ୍ଵ ରହିବ ନାହିଁ ।
ଯଥାର୍ଥତା : ଚୌକିର ଏକ ନିର୍ଦ୍ଦିଷ୍ଟ ଆକାର, ଆୟତନ ଓ ବସ୍ତତ୍ଵ ଅଛି । ଯେତେବେଳେ ସମସ୍ତ ଉପାଦାନ ଚୌକିର ବାହାର କରିଦିଆଯାଏ ତେବେ ଚୌକିର କିଛି ଅସ୍ତିତ୍ଵ ରହିବ ନାହିଁ ।
Question 4.
ଗ୍ୟାସଗୁଡ଼ିକ ସହଜରେ ମିଶି ଯାଉଥିବାବେଳେ କାହିଁକି କଠିନ ପଦାର୍ଥଗୁଡ଼ିକ ସହଜରେ ମିଶି ନଥାଏ ?
Answer:
ଗ୍ୟାସ୍ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ବ୍ୟବଧାନ ଯଥେଷ୍ଟ ଅଧିକ ଏବଂ କଣିକା ଗୁଡ଼ିକ ମୁକ୍ତାଭାବରେ ସବୁଦିଗରେ ଗତି କରନ୍ତି । କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ ନଗଣ୍ୟ । ଏଣୁ କଣିକାଗୁଡ଼ିକ ବିଚ୍ଛୁରିତ (Diffusion) ହୋଇ ସହଜରେ ପରସ୍ପର ମିଶିଯାଆନ୍ତି । ଅନ୍ୟପକ୍ଷରେ କଠିନ ପଦାର୍ଥ କଣିକାଗୁଡ଼ିକ ଦୃଢ଼ ଆନ୍ତଃକଣିକା ଆକର୍ଷଣ ବଳଦ୍ଵାରା ସଂଯୁକ୍ତ । କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ନଗଣ୍ୟ । କଣିକାଗୁଡ଼ିକର ସ୍ଥାନାନ୍ତରିତ ଗତି ନଥାଇ କେବଳ ଦୋଳନ ଗତିଥାଏ । କଣିକାଗୁଡ଼ିକ ସ୍ଥାନାନ୍ତରିତ ହୋଇପାରୁ ନଥିବାରୁ ପରସ୍ପର ମିଶି ପାରନ୍ତି ନାହିଁ ।
Question 5.
କାଚ ଗ୍ଲାସରୁ କ୍ଷୀର ଟେବୁଲ ଉପରେ ଢାଳିଦେଲେ କ୍ଷୀର ବହିଯାଏ ଏବଂ ବାହାରକୁ ଖେଳେଇ ହୋଇଯାଏ, କିନ୍ତୁ ଗ୍ଲାସଟି ସମାନ ଆକାରରେ ରହିଥାଏ । ଏହି କଥାର ଯଥାର୍ଥତା ପ୍ରମାଣ କର ।
Answer:
କ୍ଷୀର ଗୋଟିଏ ତରଳ ପଦାର୍ଥ । ଏହାର କଣିକାଗୁଡ଼ିକ ପରସ୍ପର ହାଲୁକା ଭାବରେ ସଂଯୁକ୍ତ । ସେଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ କଠିନ ପଦାର୍ଥ କଣିକା ତୁଳନାରେ କମ୍ । ତେଣୁ ସେଗୁଡ଼ିକ ମୁକ୍ତ ଭାବରେ ପରସ୍ପରକୁ ଅତିକ୍ରମ କରି ଗତି କରିପାରନ୍ତି । କଣିକାଗୁଡ଼ିକ ଧାରଣ କରିଥିବା ପାତ୍ର ଭିତରେ କିମ୍ବା କୌଣସି ପୃଷ୍ଠତଳ ଉପରେ ଅନାୟାସରେ ଗତି କରନ୍ତି । ଅନ୍ୟପକ୍ଷରେ ଗ୍ଲାସ ଗୋଟିଏ କଠିନ ପଦାର୍ଥ । ଏହାର କଣିକାଗୁଡ଼ିକ ଦୃଢ଼ ଆକର୍ଷଣ ବଳଦ୍ଵାରା ବାନ୍ଧି ହୋଇଥିବାରୁ ସ୍ଥାନାନ୍ତରିତ ହେବା ସମ୍ଭବ ନୁହେଁ । ସେଗୁଡ଼ିକ ବସ୍ତୁକୁ ନିର୍ଦ୍ଦିଷ୍ଟ ଆକାର ଦିଅନ୍ତି ଯାହା ସହଜରେ ପରିବର୍ତ୍ତିତ ହୁଏନାହିଁ । ଏଣୁ କଣିକାଗୁଡ଼ିକର ସ୍ଥିତି ଓ ଧର୍ମର ପ୍ରଭେଦ ହେତୁ କ୍ଲାସରୁ ଢଳାଯାଇଥିବା କ୍ଷୀର ଟେବୁଲ ଉପରେ ବହିଯାଏ ମାତ୍ର କାଚ ଗ୍ଲାସର ଆକୃତିରେ ପରିବର୍ତ୍ତନ ଘଟେନାହିଁ ।
![]()
Question 6.
ବରଫ ତରଳି ଜଳ ହେବ। ଏବଂ ତାହା ଜଳୀୟବାଷ୍ପରେ ପରିଣତ ହେବା ପ୍ରକ୍ରିୟାରେ କଣିକାଗୁଡ଼ିକର ବ୍ୟବସ୍ଥାରେ ପରିବର୍ତ୍ତନକୁ ଚିତ୍ର ମାଧ୍ୟମରେ ଦର୍ଶାଅ ।
Answer:
ବରଫ ତରଳି ଜଳ ହେବ। ଏବଂ ଜଳ, ଜଳୀୟବାଷ୍ପରେ ପରିଣତ ହେବା ପ୍ରକ୍ରିୟାରେ କଣିକାଗୁଡ଼ିକର ମଧ୍ୟରେ ଆନ୍ତଃକଣିକା ବ୍ୟବଧାନ ବୃଦ୍ଧି ଓ କଣିକାଗୁଡ଼ିକର ଗତିରେ ପରିବର୍ତ୍ତନ ଯୋଗୁ ସମ୍ଭବ ହୁଏ । ଏହିକ୍ରମ ପରିବର୍ତ୍ତନ କଣିକାଗୁଡ଼ିକର ତାପୀୟ ଶକ୍ତି ବୃଦ୍ଧି ଯୋଗୁ ଘଟିଥାଏ । ତାପମାତ୍ରା ବୃଦ୍ଧି ହେଲେ ବରଫକଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ ହ୍ରାସପାଏ ଏବଂ ବରଫକୁ ଜଳରେ ପରିଣତ କରେ । ତାପୀୟ ଶକ୍ତି ଜଳକଣିକାଗୁଡ଼ିକର ପାରସ୍ପରିକ ଆକର୍ଷଣ ଶକ୍ତି ହାସକରି କଣିକାଗୁଡ଼ିକର ଗତି ବୃଦ୍ଧି କରୁଥିବାରୁ ଜଳ, ଜଳୀୟବାଷ୍ପରେ ପରିଣତ ହୁଏ ।

Question 7.
ନିମ୍ନଲିଖତ ପଦାର୍ଥରେ ଉପସ୍ଥିତ କଣିକାଗୁଡ଼ିକର ବ୍ୟବସ୍ଥାକୁ ଦର୍ଶାଉଥବା ଏକ ଚିତ୍ର ଆଙ୍କ :
(i) ପତଳା ଆଲୁମିନିୟମ ପଟି (Foil)
(ii) ଗ୍ଲିସେରିନ୍
(iii) ମିଥେନ ଗ୍ୟାସ
Answer:

(i) ପତଳା ଆଲୁମିନିୟମ ପଟି (Foil) – ଏହା ଏକ କଠିନ ବସ୍ତ ହୋଇଥିବାରୁ କଣିକାଗୁଡ଼ିକ ପରସ୍ପର ଦୃଢ଼ ଭାବରେ ସଂଯୁକ୍ତ ଏବଂ କଣିକାଗୁଡ଼ିକ ସମଭାବରେ ସ୍ଥିର ସଂରଚନା ପ୍ରାପ୍ତ ହୋଇଥାନ୍ତି ।
(ii) ଗ୍ଲି ସେରିନ୍ – ଏହା ଏକ ତରଳ ପଦ। ର୍ଥ ହୋଇଥିବାରୁ ଏହାର କଣିକାଗୁଡ଼ିକ ଦୃଢ଼ଭାବରେ ସଂଯୁକ୍ତ ନହୋଇ ହାଲୁକା ଭାବରେ ଆକର୍ଷିତ ହୋଇ ପରସ୍ପର ଚାରିପଟେ ଗତିଶୀଳ ।
(iii) ମିଥେନଗ୍ୟାସ – ଏହା ଗୋଟିଏ ଗ୍ୟାସୀୟ ପଦାର୍ଥ ଯୋଗୁ କଣିକାଗୁଡ଼ିକ ପରସ୍ପରଠାରୁ ଅଧିକ ବ୍ୟବଧାନ ଧାରଣ କରନ୍ତି ଏବଂ ସେଗୁଡ଼ିକ ସବୁଦିଗରେ ଗତି କରନ୍ତି ।
Question 8.
ଚିତ୍ର (କ) ଦେଖ, ଯେଉଁଥରେ କିଛି ସମୟ ଜଳିବା ପରେ ଲିଭି ଯାଇଥିବା ଏକ ମହମବତୀର ପ୍ରତିଛବି ଦେଖାଯାଇଛି । ଚିତ୍ରରେ ମହମର ବିଭିନ୍ନ ଅବସ୍ଥା ଚିହ୍ନଟ କର ଏବଂ କଣିକାଗୁଡ଼ିକର ଅବସ୍ଥିତି ଦେଖାଯାଉଥିବା ଚିତ୍ର (ଖ) ସହିତ ମେଳାଅ ।

Answer:
ମହ ମବ ତୀ ଟି କିଛି ଜଳିବାପରେ ଯେଉଁ ଅବଶେଷ ରହିଲା ତାହା ତାର ପୂର୍ବ ଆକୃତିକୁ ଧାରଣ କରି ରଖୁବ, କାରଣ କଠିନ ଅବସ୍ଥାରେ କଣିକାଗୁଡ଼ିକ ପରସ୍ପର ସଂଘଟିତ ହୋଇ ପଦାର୍ଥର ଆକୃତି ଅପରିବର୍ତ୍ତନୀୟ ରଖେ । ମହମବତୀଟି ଲିଭିବା ସମୟରେ ଏହାର ପ୍ରଜ୍ଜ୍ୱଳନ ସଳି ତା ପାଖରେ ତରଳ ମହମ ସୃଷ୍ଟିହେବ । କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ରୂପାନ୍ତରିତ ହେବା ସମୟରେ କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ବୃଦ୍ଧିପାଏ ଓ ଅନ୍ତଃକଣିକା ଆକର୍ଷଣ ବଳ କମିଯାଏ ।
ମହମବତୀ ଜଳିଲେ ଯେଉଁ ଧୂଆଁ ସୃଷ୍ଟି ହୁଏ, ତାହା ଗ୍ୟାସୀୟ ପଦାର୍ଥ ହୋଇଥିବାରୁ ସେଥିରେ କଣିକାଗୁଡ଼ିକର ଆନ୍ତଃକଣିକା ଆକର୍ଷଣ ବଳ ହ୍ରାସପାଇ ସେଗୁଡ଼ିକ ପରସ୍ପରଠାରୁ ଦୂରେଇଯିବେ । ଏଣୁ ମହମବତୀ ଜଳି ଲିଭିଗଲା ପରେ ଦୃଶ୍ୟମାନ କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ଦୃଷ୍ଟିରୁ ଆମେ କଠିନ, ତରଳ ଓ ଗ୍ୟାସୀୟ ଏହିପରି ତିନୋଟି ଭୌତିକ ଅବସ୍ଥା ଦେଖୁପାରିବା । ଏହି ସମସ୍ତ ପ୍ରକ୍ରିୟା ତାପମାତ୍ରା ପ୍ରଭାବରେ ଘଟିଥାଏ ।
Question 9.
ସମୁଦ୍ରର ପାଣି କାହିଁକି ଲୁଣିଆ ଲାଗେ, ଯଦିଓ ଲୁଣ ଦେଖାଯାଏ ନାହିଁ, ବାଖ୍ୟା କର ।
Answer:
ଯେତେବେଳେ ବିଭିନ୍ନ ଲବଣପଦାର୍ଥ ସମୁଦ୍ର ଜଳରେ ଦ୍ରବିଭୂତ ହୁଏ ସେଗୁଡ଼ିକ କ୍ଷୁଦ୍ର କ୍ଷୁଦ୍ର କଣିକାରେ ପରିଣତ ହୁଏ । ଏହି କଣିକାଗୁଡ଼ିକ ଜଳକଣିକାଗୁଡ଼ିକର ଫାଙ୍କାସ୍ଥାନ ଅଧିକାର କରନ୍ତି । ଲବଣ କଣିକାଗୁଡ଼ିକ ଅତିକ୍ଷୁଦ୍ର ହୋଇଥିବାରୁ ଖାଲିଆସ୍ରେ ଦେଖିବା ସମ୍ଭବ ନୁହେଁ । କିନ୍ତୁ ଜଳରେ ସେଗୁଡ଼ିକର ଉପସ୍ଥିତି ଯୋଗୁଁ ଜଳକୁ ଲବଣାକ୍ତ କରେ । ସେଥିପାଇଁ ସମୁଦ୍ର ଜଳରେ କୌଣସି ଲବଣ ଦେଖିବା ସମ୍ଭବ ନହେଲେ ମଧ୍ୟ ଜଳ ଲୁଣିଆ ଲାଗେ ।
Question 10.
ଚାଉଳ ଏବଂ ଚାଉଳର ଚୁନା ବିଭିନ୍ନ ପାତ୍ରରେ ରଖୁଲେ ପାତ୍ରର ଆକାର ଗ୍ରହଣ କରେ । ସେଗୁଡ଼ିକ କଠିନ ନା ତରଳ ? ବ୍ୟାଖ୍ୟା କର ।
Answer:
ଆମେ ଜାଣୁ ଯେ କୌଣସି ତରଳ ପଦାର୍ଥ, ଏହା ରଖାଯାଇଥିବା ପାତ୍ରର ଆକାର ଧାରଣ କରେ କାରଣ ତରଳର ନିର୍ଦ୍ଦିଷ୍ଟ ଆକୃତି ନଥାଏ । କିନ୍ତୁ ଚାଉଳ ଏବଂ ଚାଇଳର ଚୁନା ବିଭିନ୍ନ ପାତ୍ରରେ ରଖୁ ସେଗୁଡ଼ିକ ଯଦିଓ ପାତ୍ରର ଆକାର ଧାରଣ କରନ୍ତି, ସେଗୁଡ଼ିକ କଠିନ ପଦାର୍ଥ ଅଟନ୍ତି । ଚାଉଳ ଓ ଚାଉଳଚୂନାର କଣିକାଗୁଡ଼ିକ ତରଳ କଣିକା ପରି ଆଚରଣ ନକରି କଠିନ ପଦାର୍ଥର କଣିକାର ଧର୍ମ ପ୍ରଦର୍ଶନ କରନ୍ତି । ଏହାର କଣିକାଗୁଡ଼ିକ ତରଳ କଣିକା ପରି ମୁକ୍ତ ଭାବରେ ଗତି କରନ୍ତି ନାହିଁ । ଚାଉଳଦାନା ଓ ଚାଉଳଚୂନା କଣିକାଗୁଡ଼ିକ କଠିନ ବସ୍ତୁ ହେଲେ ମଧ୍ୟ ଆକାରରେ କ୍ଷୁଦ୍ରତାହେତୁ ସେମାନେ ରଖାଯାଇଥିବା ପାତ୍ରର ଆକାର ଧାରଣ କରନ୍ତି । ମାତ୍ର ସେଗୁଡ଼ିକ କଠିନ ପଦାର୍ଥର ଧର୍ମ ବଜାଇ ରଖନ୍ତି ।
ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର
ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question 1.
ପଦାର୍ଥର ନିମ୍ନଲିଖତ ପ୍ରକୃତିଗୁଡ଼ିକ ଥାଏ ।
(i) ଏହା ସ୍ଥାନ ଅଧିକାର କରେ
(ii) ଏହାର ବସ୍ତତ୍ଵ ଅଛି
(iii) ଗରମ କଲେ ଏହା ଅବସ୍ଥା ପରିବର୍ତ୍ତନ କରେ ନାହିଁ
(a) ଉଭୟ (i) ଓ (ii) ଠିକ୍
(b) (ii) ଓ (iii) ଠିକ୍
(c) (i) ଓ (iii) ଠିକ୍
(d) (i), (ii) ଓ (iii) ଠିକ୍
Answer:
(a) ଉଭୟ (i) ଓ (ii) ଠିକ୍
Question 2.
ସମୁଦ୍ର କୂଳରେ ଖେଳିବା ସମୟରେ ମିରା ବାଲିଦାନା ସଂଗ୍ରହ କଲା । ସେ ଭାବିଲା ଦାନାଗୁଡ଼ିକ ପଦାର୍ଥର କ୍ଷୁଦ୍ରତମ ଏକକ । ପରେ ସେ ଦେଖୁଲା ପ୍ରତ୍ୟେକ ଦାନାକୁ ଆହୁରି କ୍ଷୁଦ୍ରକଣିକାରେ ପରିଣତ କରି ହେଉଛି । ଏହା ପଦାର୍ଥ ବିଷୟରେ କି ଧାରଣା ଦେଲା ?
(a) ପଦାର୍ଥ ସ୍ଥାୟୀ ଓ ଏହା ଭାଙ୍ଗି ହେବନାହିଁ
(b) ପଦାର୍ଥ କ୍ଷୁଦ୍ର, ଅଦୃଶ୍ୟ କଣିକାକୁ ନେଇ ଗଠିତ
(c) ବାଲି ଏକ ସ୍ଵତନ୍ତ୍ର ପ୍ରକାର ତରଳ
(d) ବାଲିଦାନ ପଦାର୍ଥର କ୍ଷୁଦ୍ରତମ ଏକକ
Answer:
(b) ପଦାର୍ଥ କ୍ଷୁଦ୍ର, ଅଦୃଶ୍ୟ କଣିକାକୁ ନେଇ ଗଠିତ
Question 3.
ଦୁଇଜଣ ଛାତ୍ର ପାଣିରେ ଚିନି ପକାଇ ଘାଣ୍ଟିଲେ । ସେମାନେ ଦେଖିଲେ ଯେ ଚିନି ଅଦୃଶ୍ୟ ହୋଇଗଲା । କିନ୍ତୁ ପାଣି ମିଠା ଲାଗିଲା । ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ
(a) ଚିନିକଣିକାଗୁଡ଼ିକ ବାଷ୍ପୀଭୂତ ହୋଇଗଲା ।
(b) ଚିନି, ପାଣି ସହ ପ୍ରତିକ୍ରିୟା କରି ଗୋଟିଏ ନୂଆ ଯୌଗିକ ତିଆରି କଲା ।
(c) ଚିନି କଣିକାଗୁଡ଼ିକ, ଜଳ କଣିକା ମଧ୍ୟରେ ଥିବା ଶୂନ୍ୟସ୍ଥାନ ଅଧିକାର କରିନେଲେ ।
(d) ଚିନିକୁ ଜଳରୁ ପରିସ୍ରବଣ କରାଗଲା ।
Answer:
(c) ଚିନି କଣିକାଗୁଡ଼ିକ, ଜଳ କଣିକା ମଧ୍ୟରେ ଥିବା ଶୂନ୍ୟସ୍ଥାନ ଅଧିକାର କରିନେଲେ ।
Question 4.
କେଉଁ ଦୃଷ୍ଟାନ୍ତ ପ୍ରମାଣ କରେ ଯେ ପଦାର୍ଥ କ୍ଷୁଦ୍ର କଣିକାମାନଙ୍କୁ ନେଇ ଗଠିତ ?
(a) ଗରମ କଲେ ବରଫ ତରଳିଯାଏ ।
(b) ପାଣିରେ ଚିନି ଅଦୃଶ୍ୟ ହୋଇଯାଏ କିନ୍ତୁ ପାଣିକୁ ଚାଲେ ମିଠାଲାଗେ ।
(c) ଗରମ କଲେ ଜଳ ବାଷ୍ପ ହୁଏ ।
(d) କାଠ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଏ ।
Answer:
(b) ପାଣିରେ ଚିନି ଅଦୃଶ୍ୟ ହୋଇଯାଏ କିନ୍ତୁ ପାଣିକୁ ଚାଲେ ମିଠାଲାଗେ ।
Question 5.
ଗୋଟିଏ ଚକ୍ଖଣ୍ଡକୁ ବାରମ୍ବାର ଭାଙ୍ଗିବାକୁ ଦିଆଗଲା । ଶେଷରେ ଏହା ସୁକ୍ଷ୍ମଗୁଣ୍ଡରେ ପରିଣତ ହେଲା । ଏହି କାର୍ଯ୍ୟ କ’ଣ ପ୍ରଦର୍ଶନ କରୁଛି ?
(a) ଚକ୍ରର ରାସାୟନିକ ପରିବର୍ତ୍ତନ ଘଟିଲା ।
(b) ଚକ୍ ତରଳରେ ପରିଣତ ହେଲା ।
(c) ପଦାର୍ଥ ସ୍ଥାୟୀ
(d) ପଦାର୍ଥ କ୍ଷୁଦ୍ର କଣିକାଗୁଡ଼ିକୁ ନେଇ ଗଠିତ ।
Answer:
(d) ପଦାର୍ଥ କ୍ଷୁଦ୍ର କଣିକାଗୁଡ଼ିକୁ ନେଇ ଗଠିତ ।
Question 6.
କେଉଁ ପରୀକ୍ଷଣ ପ୍ରମାଣ କରେ ଯେ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ଥାଏ ?
(a) ମହମ ତରଳିବା
(b) ଜଳ ଗରମ ହେବା
(c) ଜଳରେ ଚିନି ଦ୍ରବୀଭୂତ ହେବା
(d) କଠିନ ବସ୍ତୁକୁ ଚାପଦେବା
Answer:
(c) ଜଳରେ ଚିନି ଦ୍ରବୀଭୂତ ହେବା
Question 7.
ଧାରଣ ପାତ୍ରର ସମଗ୍ର ସ୍ଥାନକୁ ଗ୍ୟାସ କଣିକାଗୁଡ଼ିକ ବିସ୍ତାରିତ ହେବା ଏବଂ ଅଧ୍ଯକୃତ କରିବା ମୂଳରେ କେଉଁଟି ପ୍ରକୃତ କାରଣ ?
(a) ଦୁର୍ବଳ ଆନ୍ତଃକଣିକା ଆକର୍ଷଣ ଓ ଅଧିକ ଶୂନ୍ୟସ୍ଥାନ
(b) ଦୃଢ଼ ଆକର୍ଷଣ ଓ ଅଧିକ ଶୂନ୍ୟସ୍ଥାନ
(c) ନିର୍ଦ୍ଦିଷ୍ଟ ଆକାର ଅଧ୍ବକ ଶୂନ୍ୟସ୍ଥାନ
(d) ଉଚ୍ଚ ସାନ୍ଦ୍ରତା
Answer:
(a) ଦୁର୍ବଳ ଆନ୍ତଃକଣିକା ଆକର୍ଷଣ ଓ ଅଧିକ ଶୂନ୍ୟସ୍ଥାନ
Question 8.
ଗ୍ୟାସ୍ର କେଉଁ ଧର୍ମଯୋଗୁ ଏହା ଖୁବ୍ ଶିଘ୍ର ବ୍ୟାପିଯାଏ ଏବଂ ଅଧ୍ବକୃତ ସ୍ଥାନ ଦଖଲ କରେ ?
(a) ନିମ୍ନ ସାନ୍ଦ୍ରତା
(b) ଶକ୍ତିଶାଳୀ ଆକର୍ଷଣ
(c) କଣିକାଗୁଡ଼ିକର ଦ୍ରୁତଗତି
(d) ନିର୍ଦ୍ଦିଷ୍ଟ ଆକୃତି
Answer:
(c) କଣିକାଗୁଡ଼ିକର ଦ୍ରୁତଗତି
![]()
Question 9.
ଗୋଟିଏ ପଦାର୍ଥର କଣିକାଗୁଡ଼ିକ ଦୃଢ଼ଭାବରେ ସଂଯୁକ୍ତ ଓ ନିର୍ଦ୍ଦିଷ୍ଟ ସ୍ଥାନରେ ରହି କମ୍ପିତ ହୁଏ । ପଦାର୍ଥଟି ହେଉଛି –
(a) ଗ୍ୟାସ
(b) ତରଳ
(c) କଠିନ
(d) ଦ୍ରବଣ
Answer:
(c) କଠିନ
Question 10.
କଠିନ ବସ୍ତମାନଙ୍କ ସମ୍ବନ୍ଧରେ କେଉଁ ଉକ୍ତିଟି ଠିକ୍ ହେବନାହିଁ ?
(a) ସେମାନଙ୍କର ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ଅଛି ।
(b) ସେମାନଙ୍କର କଣିକାଗୁଡ଼ିକ ମୁକ୍ତ ଭାବରେ ଗତି କରନ୍ତି ।
(c) ସେଗୁଡ଼ିକ ଚାପ ସହନଶୀଳ ନୁହଁନ୍ତି ।
(d) ସେମାନଙ୍କର କଣିକା ନିର୍ଦ୍ଦିଷ୍ଟ ସ୍ଥାନରେ ଥାଇ କମ୍ପନ କରନ୍ତି ।
Answer:
(b) ସେମାନଙ୍କର କଣିକାଗୁଡ଼ିକ ମୁକ୍ତ ଭାବରେ ଗତି କରନ୍ତି ।
Question 11.
ପଦାର୍ଥ x ବହିଯାଏ, ଧାରଣ ପାତ୍ରର ଆକାର ନିଏ କିନ୍ତୁ ସଂପିଡ଼ନଶୀଳ ନୁହେଁ । ପଦାର୍ଥ y, ଧାରଣ ପାତ୍ରର ସବୁ ସ୍ଥାନକୁ ବ୍ୟାପିଯାଏ ଏବଂ ପାତ୍ରର କାନ୍ଥ ଉପରେ ଚାପ ପ୍ରୟୋଗ କରେ । ତେବେ x ଓ y କୁ ଚିହ୍ନଟ କର ।
(a) x – ତରଳ, y – ଗ୍ୟାସ୍
(b) x – ଗ୍ୟାସ୍ , y – ତରଳ
(c) x – କଠିନ, Y – ତରଳ
(d) x – ବାଷ୍ପ, y – କଠିନ
Answer:
(a) x – ତରଳ, y – ଗ୍ୟାସ୍
Question 12.
ପଦାର୍ଥର କେଉଁ ଅବସ୍ଥାରେ କଣିକାଗୁଡ଼ିକ କଠିନ ବସ୍ତ ପରି ଦୃଢ଼ଭାବେ ସଂଯୁକ୍ତ ନୁହଁନ୍ତି କିମ୍ବା ଗ୍ୟାସ ପରି ମୁକ୍ତ ନୁହଁନ୍ତି ?
(a) ତରଳ
(b) ଗ୍ୟାସ
(c) କଠିନ
(d) ବାଷ୍ପ
Answer:
(a) ତରଳ
Question 13.
ଆନ୍ତଃକଣିକା ସ୍ଥାନ ସର୍ବନିମ୍ନରୁ ସର୍ବାଧିକ କ୍ରମରେ କେଉଁଠି ଠିକ୍ ?
(a) କଠିନ < ତରଳ < ଗ୍ୟାସ
(b) ଗ୍ୟାସ < ତରଳ < କଠିନ
(c) ତରଳ < କଠିନ < ଗ୍ୟାସ
(d) କଠିନ < ଗ୍ୟାସ < ତରଳ
Answer:
(a) କଠିନ < ତରଳ < ଗ୍ୟାସ
Question 14.
ଯେତେବେଳେ ଗୋଟିଏ ପଦାର୍ଥକୁ ଉତ୍ତପ୍ତ କରାଯାଏ, ଏହାର କଣିକାଗୁଡ଼ିକର ଗତିରେ କି ପରିବର୍ତ୍ତନ ଦେଖାଯାଏ ?
(a) ହ୍ରାସପାଏ
(b) ଗତି ସ୍ଥିର ରହେ
(c) ବୃଦ୍ଧିପାଏ
(d) କଣିକା ଅଦୃଶ୍ୟ ହୋଇଯାଏ
Answer:
(c) ବୃଦ୍ଧିପାଏ
Question 15.
କରଣ ଗୋଟିଏ ସିରିଞ୍ଜକୁ ଜଳପୂର୍ଣ୍ଣ କରି ଏହାର ସ୍କଙ୍ଗରକୁ ଚାପି ରଖୁଲା । ସେ କିଛିଟା କଷ୍ଟ ଅନୁଭବ କଲା । ଏହା କ’ଣ ସୂଚାଉଛି ?
(a) ଜଳକଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧିକ
(b) ତରଳ ପଦାର୍ଥଗୁଡ଼ିକ ସଂପୀଡ଼ନଶୀଳ
(c) ତରଳ ପଦାର୍ଥର ବସ୍ତୁତ୍ଵ ନଗଣ୍ୟ
(d) ଆନ୍ତଃକଣିକା ସ୍ଥାନ କମ୍ବାରୁ ତରଳକୁ ସଂପୀଡ଼ନ କରାଯାଇ ପାରିବ ନାହିଁ
Answer:
(d) ଆନ୍ତଃକଣିକା ସ୍ଥାନ କମ୍ବାରୁ ତରଳକୁ ସଂପୀଡ଼ନ କରାଯାଇ ପାରିବ ନାହିଁ
Question 16.
ଜଣେ ଛାତ୍ର ଏକ ବିକରରେ ଜଳର ରଙ୍ଗ ଧୀରେ ଧୀରେ ଗୋଲାପୀ ହେବା ଲକ୍ଷ୍ୟ କଲା । ଏହା କେଉଁ ପ୍ରକ୍ରିୟାର ଦୃଷ୍ଟାନ୍ତ ?
(a) ଘନୀକରଣ
(b) ଅବକ୍ଷେପଣ
(c) ବିଚ୍ଛୁରଣ
(d) ତରଳନ
Answer:
(c) ବିଚ୍ଛୁରଣ
Question 17.
ଗରମ ଜଳ, ଥଣ୍ଡାଜଳ ତୁଳନାରେ ପୋଟାସିୟମ ପରମାଙ୍ଗାନେଟ୍କୁ ଶିଘ୍ର ଦ୍ରବୀଭୂତ କରାଏ । କାରଣ କ’ଣ ?
(a) ଜଳ କଣିକା ଶିଘ୍ର ଥଣ୍ଡା ହୋଇଯାଏ ।
(b) ଉଚ୍ଚ ତାପମାତ୍ରାରେ କଣିକାଗୁଡ଼ିକର ଗତି ଦ୍ରୁତ ଥାଏ ।
(c) ପୋଟାସିୟମ୍ ପରମାଙ୍ଗାନେଟ୍ ହାଲୁକା ।
(d) ରଙ୍ଗ, ଗରମ ଜଳରେ ଭଲଭାବରେ ଦ୍ରବୀଭୂତ ହୁଏ ।
Answer:
(b) ଉଚ୍ଚ ତାପମାତ୍ରାରେ କଣିକାଗୁଡ଼ିକର ଗତି ଦ୍ରୁତ ଥାଏ ।
Question 18.
ରିୟା ତିନିଗୋଟି ବିଭିନ୍ନ ଆକୃତି ପାତ୍ରରେ ଜଳ ରଖୁଲା । ପ୍ରତ୍ୟେକଟିରେ ଜଳସ୍ତର ସମାନହେଲା କିନ୍ତୁ ଆକୃତି ଭିନ୍ନ ଥିଲା । ଏହା ଦର୍ଶାଉଛି ଯେ
(a) ଜଳ ସଂପାଡ଼ନଶୀଳ
(b) ତରଳର ନିର୍ଦ୍ଦିଷ୍ଟ ଆକୃତି ଥାଏ
(c) ତରଳ ଧାରଣ ପାତ୍ରର ଆକୃତି ନିଏ କିନ୍ତୁ ଏହାର ଆୟତନ ସ୍ଥିର ଥାଏ
(d) ତରଳର ଆକୃତି ନଥାଏ
Answer:
(c) ତରଳ ଧାରଣ ପାତ୍ରର ଆକୃତି ନିଏ କିନ୍ତୁ ଏହାର ଆୟତନ ସ୍ଥିର ଥାଏ
Question 19.
ଆୟୋଡ଼ିନ୍ ବାଷ୍ପ ଥିବା ଗୋଟିଏ ଗ୍ୟାସ ଜାର୍କୁ ଗୋଟିଏ ଖାଲିଥିବା ଜାର୍ ଉପରେ ରଖିଲେ କ’ଣ ହୁଏ ?
(a) ବାଷ୍ପ ଘନୀଭୂତ ହୁଏ
(b) ବାଷ୍ପ ନିମ୍ନରେ ଥିବା ଜାରେ ରହେ
(c) ବାଷ୍ପ ଉଭୟ ଜାର୍କୁ ବ୍ୟାପିଯାଏ
(d) ବାଷ୍ପ ତଳକୁ ବସିଯାଏ
Answer:
(c) ବାଷ୍ପ ଉଭୟ ଜାର୍କୁ ବ୍ୟାପିଯାଏ
Question 20.
ଗ୍ୟାସ କାହିଁକି ଧାରଣ ପାତ୍ରର କାନ୍ଥ ଉପରେ ଚାପ ପ୍ରଦାନ କରେ ?
(a) ଗ୍ୟାସର କଣିକାଗୁଡ଼ିକ ସ୍ଥିର ।
(b) କଣିକାଗୁଡ଼ିକ ଦୃଢ଼ଭାବେ ସଂଯୁକ୍ତ ।
(c) କଣିକାଗୁଡ଼ିକ ଏଣେତେଣେ ଗତିକରି କାନ୍ଥରେ ଧକ୍କା ଖାଆନ୍ତି ।
(d) ଗ୍ୟାସର ନିର୍ଦ୍ଦିଷ୍ଟ ଆୟତନ ଥାଏ ।
Answer:
(c) କଣିକାଗୁଡ଼ିକ ଏଣେତେଣେ ଗତିକରି କାନ୍ଥରେ ଧକ୍କା ଖାଆନ୍ତି ।
Question 21.
ପଦାର୍ଥର କଣିକାମାନଙ୍କ ପାଇଁ କେଉଁଟି ଠିକ୍ ଉକ୍ତି ?
(a) ପଦାର୍ଥର କଣିକାଗୁଡ଼ିକ ସର୍ବଦା ଗତିଶୀଳ ।
(b) ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ଥାଏ ।
(c) କଣିକାଗୁଡ଼ିକ ପରସ୍ପରକୁ ଆକର୍ଷଣ କରନ୍ତି ନାହିଁ ।
(d) କଣିକାଗୁଡ଼ିକ ତାପମାତ୍ରାଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ ।
Answer:
(b) ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ଥାଏ ।
![]()
Question 22.
ଗୋଟିଏ ଛାତ୍ର ଧୂପକାଠି ଧୂଆଁକୁ ଗୋଟିଏ ଜାର୍ ମଧ୍ୟରେ ପୂର୍ଣ୍ଣକରି ଏହାକୁ ଅନ୍ୟ ଏକ ଜାର ମୁହଁରେ ଓଲଟାଇ ରଖୁଲେ । ପରେ ଉଭୟ ଜାର୍ ମଧ୍ଯରେ ଧୂଆ ଖେଳିଗଲା । ଏହା ଦର୍ଶାଉଛି ଯେ-
(a) ଧୂଆଁ ବାୟୁସହ ପ୍ରତିକ୍ରିୟା କରେ ।
(b) ଧୂଆଁ ତଳକୁ ଟାଣିହୁଏ ।
(c) ଧୂଆଁ ସବୁଆଡ଼େ ବ୍ୟାପିଯାଏ ଓ ସ୍ଥାନ ଅଧିକାର କରେ ।
(d) ଗ୍ୟାସଗୁଡ଼ିକ ବାୟୁଠାରୁ ଓଜନିଆ ।
Answer:
(c) ଧୂଆଁ ସବୁଆଡ଼େ ବ୍ୟାପିଯାଏ ଓ ସ୍ଥାନ ଅଧିକାର କରେ ।
ଖ) ଶୂନ୍ୟସ୍ଥାନ ପୂରଣ କର ।
1. ପଦାର୍ଥ କ୍ଷୁଦ୍ର କ୍ଷୁଦ୍ର ଏକକ କଣିକାକୁ ନେଇ ଗଠିତ ଯାହା ହେଉଛି ____________ ଏବଂ ଯାହାକୁ ଆଖ୍ୟାରେ ଦେଖୁହୁଏ ନାହିଁ ।
Answer:
ଗଠନକାରୀ କଣିକା,
2. ଯେତେବେଳେ ଗୋଟିଏ କଠିନ ପଦାର୍ଥକୁ ଭାଙ୍ଗି ଗୁଣ୍ଡ କରଯାଏ, ପ୍ରତ୍ୟେକ କ୍ଷୁଦ୍ରଖଣ୍ଡ ମୂଳ ପଦାର୍ଥର ____________ ପ୍ରଦର୍ଶନ କରେ ।
Answer:
ଧର୍ମ,
3. କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ କଠିନ ବସ୍ତୁରେ ଶକ୍ତିଶାଳୀ ଏବଂ ଗ୍ୟାସଗୁଡ଼ିକରେ ____________
Answer:
ଦୁର୍ବଳ,
4. ଯେତେବେଳେ ପଦାର୍ଥକୁ ତାକ ପ୍ରୟୋଗ କରାଯାଏ, ଏହାର କଣିକାଗୁଡ଼ିକର ଗତି ଅଧିକ ____________ ହୁଏ ।
Answer:
ଦ୍ରୁତ,
5. ପଦାର୍ଥର ଏକ ଭୌତିକ ଅବସ୍ଥା ଯେଉଁଥରେ କଣିକାଗୁଡ଼ିକ ହାଲୁକା ଭାବରେ ସଂଯୁକ୍ତ ଏବଂ ପରସ୍ପର ସହ ଘଷିହୋଇ ଗତି ____________ କରନ୍ତି ।
Answer:
ତରଳ,
6. ଯେଉଁ ତାପମାତ୍ରାରେ କଠିନବସ୍ତୁ ଉତ୍ତପ୍ତ ହୋଇ ତରଳ ହୁଏ ତାହାକୁ ____________ କହନ୍ତି ।
Answer:
ଗଳନାଙ୍କ
(ଗ) ଉକ୍ତିଗୁଡ଼ିକ ସତ୍ୟ କି ମିଥ୍ୟା ଲେଖ ।
1. ଚକ୍କୁ ଭାଙ୍ଗି ସେଥୁରୁ ମିଳୁଥିବା ଗୁଣ୍ଡ ବିଭିନ୍ନ ପଦାର୍ଥରେ ତିଆରି ।
Answer:
ମିଥ୍ୟା, ଚକ୍ର କ୍ଷୁଦ୍ର କ୍ଷୁଦ୍ର ଦାନାରେ ଏକ ପ୍ରକାର ପଦାର୍ଥ ଥାଏ ।
2. ଚିନି ଜଳରେ ପଡ଼ିଲେ ଏହା ଜଳସହ ରାସାୟନିକ ପ୍ରତିକ୍ରିୟା କରୁଥିବାରୁ ଅଦୃଶ୍ୟ ହୋଇଯାଏ ।
Answer:
ମିଥ୍ୟା, ଚିନି ଜଳରେ ଦ୍ରବୀଭୂତ ହୁଏ ମାତ୍ର ଜଳସହ କୌଣସି ରାସାୟନିକ ପ୍ରତିକ୍ରିୟା କରେ ନାହିଁ ।
3. କଠିନ ବସ୍ତର କଣିକାଗୁଡ଼ିକ ନିଜ ନିଜ ସ୍ଥାନରୁ ସ୍ଥାନାନ୍ତର ନ ହୋଇ କେବଳ କମ୍ପିତ ହୁଅନ୍ତି ।
Answer:
ସତ୍ୟ
4. ପଦାର୍ଥର ତିନିଗୋଟି ଭୌତିକ ଅବସ୍ଥା ମଧ୍ୟରେ ଗ୍ୟାସଗୁଡ଼ିକର କଣିକା ମଧ୍ୟରେ ସର୍ବାଧିକ ଆକର୍ଷଣ ବଳ ଥାଏ ।
Answer:
ମିଥ୍ୟା, ତିନିଗୋଟି ଭୌତିକ ଅବସ୍ଥା ମଧ୍ୟରେ ଗ୍ୟାସର କଣିକାଗୁଡ଼ିକ ମଧ୍ୟରେ ସବୁଠାରୁ ଦୁର୍ବଳ ଆକର୍ଷଣ ବଳ ଥାଏ ।
5. ତରଳର ନିର୍ଦ୍ଦିଷ୍ଟ ଆୟତନ ନଥାଏ ।
Answer:
ମିଥ୍ୟା, ତରଳର ନିର୍ଦ୍ଦିଷ୍ଟ ଆୟତନ ଥାଏ ମାତ୍ର ନିର୍ଦ୍ଦିଷ୍ଟ ଆକୃତି ନଥାଏ ।
(ଘ) ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭକୁ ମିଳନ କର ।
Question 1.
‘କ’ ସ୍ତମ୍ଭର ଶବ୍ଦ|ଶବ୍ଦାବଳୀ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦାବଳୀକୁ ସଂଯୋଗ କର ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (A) କଠିନ | 1. ବହିଯାଏ ମାତ୍ର ନିର୍ଦ୍ଦିଷ୍ଟ ଆୟତନ ଥାଏ |
| (B) ତରଳ | 2. ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ନ ଥାଏ |
| (C) ଗ୍ୟାସ | 3. କଣିକା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥାଇ କମ୍ପନ କରେ |
| (D) ଆନ୍ତଃକଣିକା ସ୍ଥାନ | 4. କଠିନ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥାକୁ ବୃଦ୍ଧିପାଏ |
| (E) ସୁଗନ୍ଧିତ କଣିକା | 5. କଣିକାମାନଙ୍କର ବିଚ୍ଛୁରଣ ଯୋଗ ବ୍ୟାପିଯାଏ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (A) କଠିନ | 3. କଣିକା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥାଇ କମ୍ପନ କରେ |
| (B) ତରଳ | 1. ବହିଯାଏ ମାତ୍ର ନିର୍ଦ୍ଦିଷ୍ଟ ଆୟତନ ଥାଏ |
| (C) ଗ୍ୟାସ | 2. ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ନ ଥାଏ |
| (D) ଆନ୍ତଃକଣିକା ସ୍ଥାନ | 4. କଠିନ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥାକୁ ବୃଦ୍ଧିପାଏ |
| (E) ସୁଗନ୍ଧିତ କଣିକା | 5. କଣିକାମାନଙ୍କର ବିଚ୍ଛୁରଣ ଯୋଗ ବ୍ୟାପିଯାଏ |
Question 2.
ସ୍ତମ୍ଭର ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ତଥ୍ୟ ସଂଯୋଗ କର ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (A) ଚକ୍ ଗୁଣ୍ଡ | 1. ଉଚ୍ଚ ତାପମାତ୍ରା ଯୋଗୁ ଦ୍ରୁତ ବେଗରେ ବ୍ୟାପିଥାଏ |
| (B) ଜଳରେ ଚିନିର ମିଶ୍ରଣ | 2. କଣିକାଗୁଡ଼ିକ ଦ୍ରୁତବେଗରେ କମ୍ପନ କରନ୍ତି |
| (C) କଠିନକୁ ଉତ୍ତପ୍ତ କଲେ | 3. ଆନ୍ତଃକଣିକା ସ୍ଥାନକୁ ଅସ୍ଵୀକାର କରେ |
| (D) ଆୟୋଡ଼ିନ୍ ବାଷ୍ପ | 4. ଧାରଣ ପାତ୍ର ପୂର୍ଣ୍ଣ କରେ |
| (E) ଉତ୍ତପ୍ତ ଜଳରେ ପୋଟାସିୟମ୍ ପରମାଙ୍ଗାନେଟ୍ ମିଶ୍ରଣ | 5. ଭୌତିକ ପରିବର୍ତ୍ତନ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (A) ଚକ୍ ଗୁଣ୍ଡ | 5. ଭୌତିକ ପରିବର୍ତ୍ତନ |
| (B) ଜଳରେ ଚିନିର ମିଶ୍ରଣ | 3. ଆନ୍ତଃକଣିକା ସ୍ଥାନକୁ ଅସ୍ଵୀକାର କରେ |
| (C) କଠିନକୁ ଉତ୍ତପ୍ତ କଲେ | 2. କଣିକାଗୁଡ଼ିକ ଦ୍ରୁତବେଗରେ କମ୍ପନ କରନ୍ତି |
| (D) ଆୟୋଡ଼ିନ୍ ବାଷ୍ପ | 4. ଧାରଣ ପାତ୍ର ପୂର୍ଣ୍ଣ କରେ |
| (E) ଉତ୍ତପ୍ତ ଜଳରେ ପୋଟାସିୟମ୍ ପରମାଙ୍ଗାନେଟ୍ ମିଶ୍ରଣ | 1. ଉଚ୍ଚ ତାପମାତ୍ରା ଯୋଗୁ ଦ୍ରୁତ ବେଗରେ ବ୍ୟାପିଥାଏ |
![]()
ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ପଦାର୍ଥର କେଉଁ କ୍ଷୁଦ୍ରତମ ଏକକ ପଦାର୍ଥର ପରିଚୟ (ଗୁଣ) ଧାରଣ କରିଥାଏ ?
Answer:
ପଦାର୍ଥର କ୍ଷୁଦ୍ରତ୍ତମ ଏକକ ହେଉଛି ଗଠନକାରୀ କଣିକା ଯେଉଁଗୁଡ଼ିକ ପଦାର୍ଥ ଗଠନ କରନ୍ତି ଏବଂ ପଦାର୍ଥର ସମସ୍ତ ପ୍ରକୃତି ଧାରଣ କରନ୍ତି । ଭାରତୀୟ ଦାର୍ଶନିକ ଆଚାର୍ଯ୍ୟ କଣାଦ ଏହାକୁ ପରମାଣୁ ବୋଲି ଧାରଣ ସୃଷ୍ଟି କରିଥିଲେ ।
Question 2.
ଗୋଟିଏ ଚକ୍ ଖଣ୍ଡ ଆଖୁକୁ ମସୃଣ ଦେଖାଯାଏ, କିନ୍ତୁ ଯେତେବେଳେ ଏହାକୁ ଭାଙ୍ଗି ଖଣ୍ଡ ଖଣ୍ଡ କରାଯାଏ, ଏହା ନରମ ଗୁଣ୍ଡରେ ପରିଣତ ହୁଏ । ଏହି କାର୍ଯ୍ୟ ପଦାର୍ଥର ପ୍ରକୃତି ସମ୍ବନ୍ଧରେ କି ଧାରଣା ଦିଏ ?
Answer:
ଚକ୍କୁ ଭାଙ୍ଗି ଗୁଣ୍ଡ କଲାପରେ ଏହା ଦେଖାଯାଏ ଯେ ପଦାର୍ଥ ଅତି କ୍ଷୁଦ୍ର କଣିକାମାନଙ୍କୁ ନେଇ ଗଠିତ । କଣିକାଗୁଡ଼ିକ ପଦାର୍ଥର ଗଠନକାରୀ ଏକକ ଏବଂ ସେଗୁଡ଼ିକ ପଦାର୍ଥର ସମସ୍ତ ପ୍ରକୃତି ଧାରଣ କରିଥାଆନ୍ତି । ୩ । ରିଆ, ଜଳରେ କିଛି ଲବଣ ମିଶାଇ ଘାଣ୍ଟିବାକୁ ଲାଗିଲା । ଦ୍ରବଣଟି ପରିଷ୍କାର ଦେଖାଗଲା ଯେଉଁଥିରେ ଲବଣ ଦୃଷ୍ଟିଗୋଚର ହେଲାନାହିଁ । ଏହି ଦୃଷ୍ଟାନ୍ତ କଣିକାର ଆକାର ଓ ଗତି ସମ୍ବନ୍ଧରେ କି କି ସୂଚନା ଦିଏ ? ଉ- ଲବଣରେ ଥିବା କଣିକାଗୁଡ଼ିକ ଅତି କ୍ଷୁଦ୍ର । ସେଗୁଡ଼ିକ ଜଳରେ ସମାନ ଭାବରେ ବାଣ୍ଟିହୋଇ ରହିଥାଏ । ଏହା ସୂଚାଏ ଯେ ଲବଣ କ୍ଷୁଦ୍ର କ୍ଷୁଦ୍ର କଣିକାଦ୍ଵାରା ଗଠିତ ଯାହା ଗତିଶୀଳ ଏବଂ ଜଳରେ ମିଶ୍ରଣୀୟ ।
Question 3.
ଆନ୍ତଃକଣିକା ସ୍ଥାନ କହିଲେ କ’ଣ ବୁଝାଯାଏ
Answer:
ପଦାର୍ଥର କଣିକାମାନଙ୍କ ମଧ୍ୟରେ ଥିବା ଶୂନ୍ୟସ୍ଥାନକୁ ଆନ୍ତଃକଣିକା ସ୍ଥାନ କହନ୍ତି । କଠିନ ପଦାର୍ଥ ପାଇଁ ଏହି ସ୍ଥାନ ନଗଣ୍ୟ, ତରଳ ପଦାର୍ଥରେ ଏହି ସ୍ଥାନ ସାମାନ୍ୟ ଅଧିକ ଏବଂ ଗ୍ୟାସ ପାଇଁ ଏହି ସ୍ଥାନ ସର୍ବାଧ୍ଵକ । ପଦାର୍ଥର କଣିକାମାନଙ୍କର ପାରସ୍ପରିକ ଆକର୍ଷଣ ଏହି ସ୍ଥାନ ଉପରେ ନିର୍ଭରଶୀଳ । ଏହାଯୋଗୁ ଚିନି ଓ ଲବଣ ପ୍ରଭୃତି ଜଳରେ ସହଜରେ ଦ୍ରବଣୀୟ ।
Question 4.
କଠିନ ପଦାର୍ଥଗୁଡ଼ିକର କଣିକାଗୁଡ଼ିକ ତରଳ ଓ ଗ୍ୟାସ କଣିକାପରି ପ୍ରବାହମାନ ଗତି ନକରି କାହିଁକି କେବଳ କମ୍ପନ ଗତି ଦେଖାନ୍ତି ?
Answer:
କଠିନ ବସ୍ତୁର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିବା ସ୍ଥାନ ନଗଣ୍ୟ । କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧିକ । ସେଗୁଡ଼ିକ ଦୃଢ଼ଭାବେ ବନ୍ଧା ହୋଇଥିବାରୁ ପ୍ରବହମାନ ଗତି ଦେଖାନ୍ତି ନାହିଁ ଏବଂ କେବଳ ନିଜ ନିଜ ଅବସ୍ଥାନରେ ରହି କମ୍ପିତ ହୁଅନ୍ତି ।
Question 5.
ଜଳରେ ଚିନି ଦ୍ରବୀଭୂତ ହେବାପରେ ଜଳସ୍ତର ବୃଦ୍ଧି ନ ହେବାର କାରଣ କ’ଣ ?
Answer:
ଚିନି ଜଳରେ ଦ୍ରବୀଭୂତ ହେବା ସମୟରେ ଚିନି କଣିକାଗୁଡ଼ିକ ଜଳ କଣିଚ୍ଛାଗୁଡ଼ିକ ମଧ୍ୟରେ ଥିବା ଫାଙ୍କା ସ୍ଥାନ ଦଖଲ କରିନିଅନ୍ତି । ଏଣୁ ଚିନି ଜଳରେ ଦ୍ରବୀଭୂତ ହେବା ସମୟରେ ଜଳପତନ ବୃଦ୍ଧିହେବାର ଦୃଷ୍ଟିଗୋଚର ହୁଏ ନାହିଁ ।
Question 6.
କେଉଁ ପ୍ରାଚୀନ ଭାରତୀୟ ଦାର୍ଶନିକ ‘ପରମାଣୁ’ର ଧାରଣ ଦେଇଥିଲେ ?
Answer:
ପ୍ରାଚୀନ ଭାରତୀୟ ଦାର୍ଶନିକ ଆଚାର୍ଯ୍ୟ କଣାଦ ପ୍ରଥମେ ପଦାର୍ଥର କ୍ଷୁଦ୍ରତମ କଣିକା ବା ‘ପରମାଣୁ’ର ଧାରଣା ଦେଇଥିଲେ । ସେ ବିଶ୍ଵାସ କରୁଥିଲେ ଯେ ପରମାଣୁ ପଦାର୍ଥର କ୍ଷୁଦ୍ରତ୍ତମ କଣିକା ଯାହା ଅବିଭାଜ୍ୟ ।
Question 7.
କଠିନ ପଦାର୍ଥର କାହିଁକି ନିର୍ଦ୍ଦିଷ୍ଟ ଆକୃତି ଥାଏ ?
Answer:
କଠିନ ପଦାର୍ଥର ଅଣୁଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଅତି ନଗଣ୍ୟ । କଣିକାଗୁଡ଼ିକ ଦୃଢ଼ଭାବରେ ବନ୍ଧା (Closely packed) । କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧିକ । କଣିକାଗୁଡ଼ିକ ମୁକ୍ତ ଭାବରେ ଗତି କରି ନପାରି କେବଳ ନିଜ ନିଜ ସ୍ଥାନରେ କମ୍ପିତ ହୁଅନ୍ତି । ଏଣୁ କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ଥାଏ ।
Question 8.
ଯେତେବେଳେ ଗଳନାଙ୍କର କୌଣସି କଠିନ ପଦାର୍ଥ, ତରଳ ପଦାର୍ଥରେ ପରିଣତ ହୁଏ, ସେତେବେଳେ କଣିକାଗୁଡ଼ିକ ମଧ୍ୟରେ ଥିବା ଆକର୍ଷଣ ବଳରେ କି ପରିବର୍ତ୍ତନ ଦେଖାଯାଏ ?
Answer:
କଠିନ ପଦାର୍ଥର ଗଳନାଙ୍କରେ ତାପୀୟ ଶକ୍ତିର ପ୍ରଭାବରେ କଣିକାମାନଙ୍କ ମଧ୍ୟରେ ଆକର୍ଷଣ ବଳ ହ୍ରାସ ପାଏ । କଣିକାଗୁଡ଼ିକ ମୁକ୍ତଭାବରେ ଗତି କରିବାକୁ ସକ୍ଷମ ହେବାରୁ କଠିନ ପଦାର୍ଥ ତରଳରେ ପରିଣତ ହୁଏ ।
Question 9.
ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ନଥାଇ ମଧ୍ୟ ନିର୍ଦ୍ଦିଷ୍ଟ ଆୟତନ ଥାଏ । ଏହା କିପରି ସମ୍ଭବ ?
Answer:
ତରଳ ପଦାର୍ଥର କଣିକାଗୁଡ଼ିକ ମୁକ୍ତଭାବରେ ପ୍ରବହମାନ ହେବାଯୋଗୁ ଏହାର ନିର୍ଦ୍ଦିଷ୍ଟ ଆକର ନଥାଏ, ଏହା କେବଳ ଧାରଣ ପାତ୍ରର ଆକୃତି ଗ୍ରହଣ କରେ କିନ୍ତୁ କଣିକାଗୁଡ଼ିକ ସର୍ବଦା ନିର୍ଦ୍ଦିଷ୍ଟ ସ୍ଥାନରେ ସୀମାବଦ୍ଧ ଥିବାରୁ ତରଳର ଆୟତନରେ ପରିବର୍ତ୍ତନ ଘଟେନାହିଁ ।
Question 10.
ଉତ୍ତପ୍ତ ଜଳରେ ପୋଟାସୟମ ପରମାଙ୍ଗାନେଟ ଦ୍ରୁତଭାବରେ ବିଚ୍ଛୁରିତ ହୁଏ କିପରି ?
Answer:
ତାପ, ଜଳ ଅଣୁଗୁଡ଼ିକର୍ ଗତିର ବେଗ ବୃଦ୍ଧି କରେ । ଏହାଦ୍ଵାରା ପୋଟାସିୟମ ପରମାଙ୍ଗାନେଟ ଅଣୁଗୁଡ଼ିକ ଖୁବ୍ ଶିଘ୍ର ଜଳରେ ଖେଳେଇ ହୋଇଯାଏ ଏବଂ ଦ୍ରବଣର ରଙ୍ଗ ଗୋଲାପୀ ହୁଏ ।
Question 11.
ଗ୍ୟାସଗୁଡ଼ିକ ଧାରଣ ପାତ୍ରର ସବୁ ଅଂଶକୁ ବ୍ୟାପିଯାଏ କିପରି ?
Answer:
ଗ୍ୟାସ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ସର୍ବାଧିକ । କଣିକାଗୁଡ଼ିକ ମୁକ୍ତଭାବରେ ସବୁଦିଗରେ ଗତିକରିନ୍ତି । ଏଣୁ ଧାରଣ ପାତ୍ରର ସବୁ ଅଂଶରେ କଣିକାଗୁଡ଼ିକ ବ୍ୟାପିଯିବାର ଦେଖାଯାଏ ।
Question 12.
ସିରିଞ୍ଜରେ ଗ୍ୟାସ କଣିକାଗୁଡ଼ିକ ଉପରେ ଚାପ ପ୍ରଦାନ କଲେ, କ’ଣ ଘଟେ ?
Answer:
ସିରିଞ୍ଜଦ୍ଵାରା ଗ୍ୟାସକଣିକା ଉପରେ ଚାପ ପ୍ରଦାନ କଲେ, ଗ୍ୟାସର ଆୟତନ କମିଯାଏ । ଗ୍ୟାସ କଣିକା ମଧ୍ୟରେ ଅଧିକ ଫାଙ୍କା ସ୍ଥାନ ଥିବାରୁ ଗ୍ୟାସଗୁଡ଼ିକ ସଂପୀଡ଼ନଶୀଳ ବୋଲି ଉପଲବ୍ଧ ହୁଏ ।
Question 13.
ରବି ହଠାତ ତା’ର ସୁଗନ୍ଧ ପଦାର୍ଥ ବୋତଲର ଠିପିକୁ ଗୋଟିଏ କୋଠାରୀର ଏକ କୋଣରେ ଖୋଲିଦେଲା । ମାତ୍ର କେତେ ମିନିଟ୍ ମଧ୍ୟରେ ତା’ର ସୁଗନ୍ଧ ଘର ସାରା ଅନୁଭୂତ ହେଲା । କାହିଁକି ଏପରି ଘଟେ ?
Answer:
ସୁଗନ୍ଧି ପଦାର୍ଥର କଣିକାଗୁଡ଼ିକ ସର୍ବଦା ଗତିଶୀଳ । କଣିକାଗୁଡ଼ିକ ମଧ୍ୟରେ ଫାଙ୍କାସ୍ଥାନ ଅଧ୍ବକ । ଆକର୍ଷଣ ବଳ କମ୍ ହେତୁ କଣିକାଗୁଡ଼ିକର ଦ୍ରୁତ ବିଚ୍ଛୁରଣ (diffusion) ଘଟେ । ଏଣୁ ଖୁବ୍ଶିଘ୍ର ଘରସାରା ସୁଗନ୍ଧ ଅନୁଭୂତ ହୁଏ ।
Question 14.
ଯେତେବେଳେ ବାଲି ଜଳରେ ପକାଯାଏ, ଏହା ଜଳସ୍ତରର ନିମ୍ନକୁ ଖସିଯାଏ । ଏହା ବାଲି କଣିକାର କେଉଁ ଗୁଣ ସୂଚାଏ ?
Answer:
ବାଲି କଣିକାଗୁଡ଼ିକ ଆକାରରେ ବଡ଼ ଓ ଜଳରେ ଅଦ୍ରବଣୀୟ ସେଗୁଡ଼ିକ ଚିନି କିମ୍ବା ଲବଣ କଣିକାଗୁଡ଼ିକ ପରି ଜଳକଣିକା ମଧ୍ୟସ୍ଥ ଫାଙ୍କା ସ୍ଥାନ ଅଧିକାର କରନ୍ତି ନାହିଁ । ସାନ୍ଦ୍ରତା ଅଧ୍ବକ ହେତୁ କଣିକାଗୁଡ଼ିକ ନିମ୍ନକୁ ଖସିପଡ଼ନ୍ତି । ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 15.
ପଥର କିମ୍ବା ବାଲିଗଦା ତିଆରି କରିବା ସମ୍ଭବ । କିନ୍ତୁ ପାଣି ବା ତରଳ ପଦାର୍ଥରେ ଏପରି ଗଦା ତିଆରି କରିବା ସମ୍ଭବ ନୁହେଁ କାହିଁକି ?
Answer:
ପଥର କିମ୍ବା ବାଲି କଠିନ ପଦାର୍ଥ । ସେଗୁଡ଼ିକର କଣିକାଗୁଡି଼କ ପରସ୍ପର ଦୃଢ଼ଭାବେ ସଂଯୁକ୍ତ ଏବଂ ‘‘କଣିକାଗୁଡ଼ିକର ସର୍ବଦା ସ୍ଥାନାନ୍ତରଣ ଗତି ନଥାଏ । ତେଣୁ ପଥର କିମ୍ବା ବାଲିରେ ଗଦା (Pile) ତିଆରି କରିବା ସମ୍ଭବ । ଅନ୍ୟ ପକ୍ଷରେ ଜଳ କିମ୍ବା ତରଳ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଦୃଢ଼ ଆନ୍ତଃକଣିକା ଆକର୍ଷଣ ନଥାଏ । କଣିକାଗୁଡ଼ିକ ପରସ୍ପରକୁ ଅତିକ୍ରମ କରି ସର୍ବଦା ଗତି କରିବାକୁ ଚେଷ୍ଟା କରନ୍ତି । ଏଣୁ ଜଳ କିମ୍ବା ତରଳ ପଦାର୍ଥରେ ଗଦା ତିଆରି କରିବା ସମ୍ଭବ ନୁହେଁ ।
Question 16.
ଦୁଇହାତ ପାପୁଲିରେ ପାଣି ଧାରଣ କଲେ, ପାଣି ନିର୍ଦ୍ଦିଷ୍ଟ ଆକାର ଧାରଣ କରେ, କିନ୍ତୁ ପାଣି ଢାଳିଦେବାପରେ ସେ ଆକାର ରହେନାହିଁ କାହିଁକି ?
Answer:
ପାଣି ଗୋଟିଏ ତରଳ ପଦାର୍ଥ । ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନଥାଏ । ଏହା ଯେଉଁ ପାତ୍ରରେ ରହେ, ସେହି ପାତ୍ରର ଆକୃତି ଧାରଣ କରେ । ଏଣୁ ହାତ ପାପୁଲିରେ ପାଣି ଧାରଣ କଲେ ଏହା ପାପୁଲିଦ୍ଵୟ ସଂଯୋଗର ଆକୃତି ନିଏ । ପାଣି ଢାଳିଦେଲାପରେ ଏହା ସମତଳରେ ବହିଯାଏ ଏବଂ ସମତଳରେ ଏହା ନୂଆ ଆକାର ନିଏ, କାରଣ ପାଣିର କଣିକାଗୁଡ଼ିକ ମୁକ୍ତ ଭାବରେ ସବୁଦିଗରେ ଗତିକରିବାର ପ୍ରୟାସ କରନ୍ତି ।
![]()
Question 17.
ଆମେ ବାୟୁକୁ ଦେଖିପାରୁ ନାହୁଁ କିନ୍ତୁ ଫୁଲିଥୁବା ବେଲୁନ୍ ଭିତରେ ରହି ଏହା କିପରି ବେଲୁନ୍ର ଓଜନ ବୃଦ୍ଧି କରୁଛି ?
Answer:
ବାୟୁ ଏକ ଗ୍ୟାସୀୟ ପଦାର୍ଥ ଯାହାର କଣିକାଗୁଡ଼ିକ ଆମକୁ ଆଦୌ ଦେଖାଯାଏ ନାହିଁ । ବେଲୁନ୍ ଫୁଲିଥିବା ସମୟରେ ଏହାର ଅନ୍ତର୍ଦ୍ଦେଶରେ ବାୟୁକଣିକା ଭରିହୋଇ ରହିଥାଏ । ଏହି କଣିକାଗୁଡ଼ିକ ଦୃଶ୍ୟମାନ ନହେଲେ ମଧ୍ୟ ଏହାର ବସ୍ତୁତ୍ଵଥିବାରୁ ଏହା ବେଲୁନ୍ର ଓଜନ ବୃଦ୍ଧିକରେ ।
Question 18.
ଆଜି ଆମେ ଶ୍ଵାସକ୍ରିୟାରେ ଯେଉଁ ବାୟୁ ବ୍ୟବହାର କରୁଛୁ, ତାହା କ’ଣ ହଜାର ହଜାର ବର୍ଷ ପୂର୍ବେ ଥିବା ବାୟୁସହ ସମାନ କି ?
Answer:
ବାୟୁ ଗ୍ୟାସୀୟ କଣିକାଗୁଡ଼ିକର ମିଶ୍ରଣ ଯାହା ସର୍ବଦା ଗତିଶୀଳ । ସେହି ସମାନ ବାୟୁ କଣିକାଗୁଡ଼ିକ ପ୍ରକୃତିରେ ବିଦ୍ୟମାନ ଥାଏ ଏବଂ ପୁନଃ ପୁନଃ ବ୍ୟବହୃତ ହୁଏ । ଏଣୁ ଶ୍ଵାସକ୍ରିୟାରେ ବ୍ୟବହୃତ ବାୟୁ ହଜାର ହଜାର ବର୍ଷ ପୂର୍ବେ ଥିବା ବାୟୁର ନରବଚ୍ଛିନ୍ନ ସ୍ଥିତି ଅଟେ ।
Question 19.
ଚକ୍ଗୁଣ୍ଡର ପ୍ରତି କଣିକା ଏକା ପ୍ରକାର ବସ୍ତୁରୁ ତିଆରି କିମ୍ବା ଏହାକୁ ଭାଙ୍ଗି ଆହୁରି କ୍ଷୁଦ୍ରକଲେ ଆମେ କ’ଣ କିଛି ନୂଆ ପଦାର୍ଥ ପାଇବା ?
Answer:
ଚକ୍ଗୁଣ୍ଡକୁ ଯେତେ ଭାଙ୍ଗି କ୍ଷୁଦ୍ରକ୍ଷୁଦ୍ର କଣିକାରେ ବିଭକ୍ତ କଲେ ଏକ ନିର୍ଦ୍ଦିଷ୍ଟ ପଦାର୍ଥର ସଂଯୁକ୍ତି ବୋଲି ଜାଣିପାରିବା । ଚକ୍ଗୁଣ୍ଡ ଭାଙ୍ଗିବା ଏଥୁରୁ ସର୍ବଦା ଏକ ପ୍ରକାରର କଣିକା ମିଳିବ । ଭାଙ୍ଗିବାଦ୍ଵାରା କିଛି ନୂଆ ମଧ୍ୟ ଆମେ ଏହାର ଗଠନ ଦୃଷ୍ଟିରୁ ସର୍ବଦା ଗୋଟିଏ ଭୌତିକ ପରିବର୍ତ୍ତନ ହୋଇଥିବାରୁ ପଦାର୍ଥ ସୃଷ୍ଟିହେବନାହିଁ ।
Question 20.
ଚକ୍କୁ ଭାଙ୍ଗି ଭାଙ୍ଗି ଗଲେ ବା ଚୂର୍ୟକଲେ ଆମେ ଏହାର କ୍ଷୁଦ୍ରତମ କଣିକା ପାଇପାରିବା କି ?
Answer:
ଚକ୍କୁ ଭାଙ୍ଗି ଭାଙ୍ଗି ଚାଲିଲେ ଆମେ ଏହାର କ୍ଷୁଦ୍ରତମ କଣିକା ସହଜଙ୍କର ପାଇପାରିବା ନାହିଁ । କଣିକାଗୁଡ଼ିକ ପୁନର୍ବାର ବିଭାଜନ ହୋଇପାରିବ ଯେପର୍ଯ୍ୟନ୍ତ ଗଠନାତ୍ମକ କଣିକା ପ୍ରାପ୍ତ ନହୋଇଛି । ଏହା ଭୌତିକ ପଦ୍ଧତିଦ୍ଵାରା ସମ୍ଭବ ନୁହେଁ ।
Question 21.
ଚିନିକୁ ପାଣିରେ ପକାଇ ଘାଣ୍ଟିଲେ କ’ଣ ହେବ ?
Answer:
ଚିନିକୁ ପାଣିରେ ପକାଇ ଘାଣ୍ଟିଲେ ଚିନି ପାଣିରେ ଦ୍ରବୀଭୂତ ହେବ । ଏହି ପ୍ରକ୍ରିୟାରେ ଚିନିରେ ଥିବା କଣିକାଗୁଡ଼ିକ ଜଳ କଣିକାଗୁଡ଼ିକର ମଧ୍ୟବର୍ତ୍ତୀ ଶୂନ୍ୟସ୍ଥାନ ଦଖଲ କରିନେବେ । ଫଳରେ ପାଣିକୁ ଚାଖୁଲେ ମିଠା ଲାଗିବ ।
Question 22.
ଜଳରେ ଦ୍ରବୀଭୂତ ହେବାପରେ ଚିନି ଅଦୃଶ୍ୟ ହୋଇଯାଏ କିନ୍ତୁ ଏହାର ସ୍ଵାଦ ଅନୁଭୂତ ହୁଏ କିପରି ?
Answer:
ଜଳରେ ପଡ଼ିଲେ ଚିନି ଅଦୃଶ୍ୟ କ୍ଷୁଦ୍ର କ୍ଷୁଦ୍ର କଣିକାରେ ପରିଣତ ହୁଏ । କିନ୍ତୁ କଣିକାଗୁଡ଼ିକ ଜଳଅଣୁ ମଧ୍ୟରେ ରହି ଜଳକୁ ମିଠାସ୍ଵାଦ ଦେଇଥାଆନ୍ତି ।
Question 23.
ଚକ୍ ଏବଂ ଚିନିକୁ ଭାଙ୍ଗି ସେମାନଙ୍କର ଗଠନକାରୀ କଣିକାରେ ପରିଣତ କରାଯାଇପାରେ, କିନ୍ତୁ ଗଠନକାରୀ କଣିକାଗୁଡ଼ିକ ଏକାଠି ହୋଇ କିପରି ଆମେ ଦେଖିପାରୁଥିବା ଚକ୍ ଓ ଚିନି ଗଠନ କରନ୍ତି ?
Answer:
ଗଠନକାରୀ କଣିକାଗୁଡ଼ିକ ପଦାର୍ଥର ମୌଳିକ ଏକକ ଯାହା ମୂଳ ପଦାର୍ଥକୁ ଗଠନ କରିଥାଆନ୍ତି । ଚକ୍ ଓ ଚିନି ଉଭୟ କଠିନ ପ୍ରଦାର୍ଥ ହୋଇଥିବାରୁ ସେମାନଙ୍କର ଗଠନକାରୀ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ ଅଧୂକ । ଏହି ବଳ କଣିକାମାନଙ୍କୁ ସଙ୍ଗଠିତ କରି ପଦାର୍ଥକୁ ନିର୍ଦ୍ଦିଷ୍ଟ ସ୍ଥିତି, ଆକାର ଓ ଆୟତନ ଦେଇଥାଏ ।
Question 24.
କଠିନ ଅବସ୍ଥାରେ କଣିକାମାନଙ୍କ ମଧ୍ୟରେ କିପରି ବ୍ୟବଧାନ ବୃଦ୍ଧି କରାଯାଇପାରିବ ?
Answer:
କଠିନ ପଦାର୍ଥକୁ ଉତ୍ତପ୍ତ କରିବାଦ୍ଵାରା ଏହାର କଣିକାମାନଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି କରାଯାଇ ପାରିବ । ତାପମାତ୍ରା ବୃଦ୍ଧିଯୋଗୁ କଣିକାଗୁଡ଼ିକ ଦୋଳନ କରିବାଦ୍ଵାରା ସେମାନଙ୍କ ମଧ୍ୟରେ ଆକର୍ଷଣ ବଳ ହ୍ରାସ ପାଇବ ଏବଂ କଣିକାଗୁଡ଼ିକର ଗତିରେ ପରିବର୍ତ୍ତନ ଦେଖାଯିବ । କଣିକାଗୁଡ଼ିକୁ ପରସ୍ପରକୁ ଅତିକ୍ରମ କରିବାକୁ ପ୍ରୟାସ କରି ତରଳ ଅବସ୍ଥା ଧାରଣ କରିବେ । ଫଳରେ କଣିକାମାନଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ଘଟିବ ।
Question 25.
କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆୟତନ ଥାଏ । ତରଳ ଓ ଗ୍ୟାସୀୟ ପଦାର୍ଥର ଆୟତନକୁ ନେଇ କ’ଣ କୁହାଯାଇପାରିବ ?
Answer:
ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ନଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଆୟତନ ଥାଏ । ଏହାର ଆକୃତି ଧାରଣ କରିଥିବା ପାତ୍ରର ଆକୃତି ଉପରେ ନିର୍ଭର କରେ । ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି କି ଆୟତନ ନଥାଏ । ଏହା ଅବସ୍ଥାନ କରିଥିବା ସମଗ୍ର ସ୍ଥାନକୁ ବ୍ୟାପିଯାଏ ।
Question 26.
ଜଳ କାହିଁକି ଧାରଣ ପାତ୍ରର ଆକୃତି ନିଏ ଯଦିଓ ଏହାର ଆୟତନ ନିର୍ଦ୍ଦିଷ୍ଟ ?
Answer:
ଜଳ କଣିକାଗୁଡ଼ିକ ମୁକ୍ତ ଭାବରେ ସବୁଦିଗକୁ ଗତି କରିପାରୁଥିବାରୁ ଏହା ଧାରଣ କରିଥିବା ପାତ୍ରର ଆକୃତି ନିଏ । କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ଓ ଆନ୍ତଃକଣିକା ଆକର୍ଷଣ ସମାନ ରହୁଥିବାରୁ ଆୟତନରେ ପରିବର୍ତ୍ତନ ହୁଏନାହିଁ ।
Question 27.
ଗ୍ୟାସର ନିର୍ଦ୍ଦିଷ୍ଟ ଆୟତନ ଥାଏ କି ?
Answer:
ଗ୍ୟାସର ନିର୍ଦ୍ଦିଷ୍ଟ ଆୟତନ ନଥାଏ । ଗ୍ୟାସ କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧ୍ବକ ଓ ଅନିର୍ଦ୍ଦିଷ୍ଟ । କଣିକାଗୁଡ଼ିକ ଅନାୟାସରେ ସବୁ ଦିଗରେ ଗତି କରିପାରନ୍ତି । କଣିକାଗୁଡ଼ିକ ଅନାୟାସରେ ସବୁ ଦିଗରେ ଗତି କରିପାରନ୍ତି । କଣିକାଗୁଡ଼ିକ ଲଭ୍ୟ ସ୍ଥାନର ସବୁ ଅଂଶକୁ ବ୍ୟାପିଯିବାରୁ ଏହାର ଆୟତନ ପରିବର୍ତ୍ତନୀୟ ।
Question 28.
କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାପାଇଁ ଆନ୍ତଃକଣିକା ସ୍ଥାନର ଭୂମିକା କ’ଣ ?
Answer:
କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକାସ୍ଥାନ ସେମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ଆକର୍ଷଣ ବଳକୁ ପ୍ରଭାବିତ କରେ । କଠିନ ବସ୍ତର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ବ୍ୟବଧାନ ସର୍ବନିମ୍ନ ହୋଇଥିବାରୁ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧିକ । କଣିକାମାନଙ୍କର ଏହି ଅବସ୍ଥା କଠିନ ବସ୍ତୁକୁ ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ଦେଇଥାଏ । ତରଳ ପଦାର୍ଥର କଣିକାମାନଙ୍କ ମଧ୍ୟରେ ବ୍ୟବଧାନ ସାମାନ୍ୟ ଅଧିକ ହେତୁ ଆକର୍ଷଣ ବଳ କଠିନ ପଦାର୍ଥ ତୁଳନାରେ କମ୍ । ଏଣୁ ତରଳର ନିର୍ଦ୍ଦିଷ୍ଟ ଆକୃତି ନଥାଏ କେବଳ ନିର୍ଦ୍ଦିଷ୍ଟ ଆୟତନ ଥାଏ । ଗ୍ୟାସୀୟ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ସର୍ବାଧିକ ହୋଇଥିବାରୁ ଆକର୍ଷଣ ବଳ ସର୍ବନିମ୍ନ ଓ କଣିକାମାନଙ୍କର ଗତି ଅଧ୍ୟକ । ଫଳରେ ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ବା ଆୟତନ ନଥାଏ ।
Question 29.
ଚିନି ଓ ବାଲି ଉଭୟ କଠିନ ପଦାର୍ଥ । ଚିନି ଜଳରେ ଦ୍ରବୀଭୂତ ହେବା ସମୟରେ ବାଲୁ କାହିଁକି ଦ୍ରବିଭୂତ ହୁଏନାହିଁ ?
Answer:
ଚିନିର କଣିକାଗୁଡ଼ିକ ଅତି କ୍ଷୁଦ୍ର ଓ ଖାଲି ଆଖୁକୁ ଦେଖାଯାଆନ୍ତି ନାହିଁ । ସେଗୁଡ଼ିକ ଜଳ କଣିକା ମଧ୍ଯରେ ଥିବା ଶୂନ୍ୟସ୍ଥାନ ଦଖଲ କରି ନିଅନ୍ତି । ଫଳରେ ଚିନି ଜଳରେ ଦ୍ରବିଭୂତ ହୁଏ । ବାଲି କଣିକାଗୁଡ଼ିକ ଅପେକ୍ଷାକୃତ ବଡ଼ । ସେଗୁଡ଼ିକ ଜଳ କଣିକା ମଧ୍ୟସ୍ଥ ଶୂନ୍ୟସ୍ଥାନରେ ରହିପାରନ୍ତି ନାହିଁ । ତେଣୁ ବାଲି ଜଳରେ ଦ୍ରବିଭୂତ ନହୋଇ ଅଧିକ ସାନ୍ଦ୍ରତା ହେତୁ ଜଳସ୍ତରର ନିମ୍ନରେ ରହେ ।
Question 30.
କଠିନ ପଦାର୍ଥର ଆନ୍ତଃକଣିକାସ୍ଥାନ କିପରି ଥାଏ ?
Answer:
କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ନଗଣ୍ୟ କାରଣ କରିକାଗୁଡ଼ିକ ଦୃତ ଭାବରେ ସଂଯୁକ୍ତ । କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ସର୍ବନିମ୍ନ ହେତୁ ସେମାନଙ୍କ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧିକ । ଏହା କଠିନ ପଦାର୍ଥକୁ ନିର୍ଦ୍ଧିଷ୍ଟ ଆକୃତି ଓ ଆୟତନ ଦେଇଥାଏ ଓ କଣିକାମାନଙ୍କର ଗତି କମ୍ପନ ବା ଦୋଳନରେ ସୀମିତ ରହେ ।
Question 31.
ପୋଟାସିୟମ ପରମାଙ୍ଗାନେଟକୁ ଜଳରେ ପକାଇଲେ କ’ଣ ଘଟେ ?
Answer:
ପୋଟାସିୟମ ପରମାଙ୍ଗାନେଟ୍ ଜଳରେ ପଡ଼ିଲେ ଏହା ଧୀରେ ଧୀରେ ଜଳରେ ଦ୍ରବୀଭୂତ ହେବାକୁ ଲାଗେ । ଜଳ କଣିକାଗୁଡ଼ିକର ନିରବଚ୍ଛିନ୍ନ ଗତିଯୋଗୁ ଦ୍ରବଣର ରଙ୍ଗ ଗୋଲାପୀ ହେବାକୁ ଲାଗେ ।
Question 32.
ଖାଲି ଆଖୁରେ ଦେଖିପାରୁ ନଥିବା ଗ୍ୟାସୀୟ କଣିକା ଗୁଡ଼ିକର ଗତି ଆମେ କିପରି ପ୍ରଦର୍ଶନ କରିପାରିବା ?
Answer:
ଆମେ କୋଠରୀର ଏକ କୋଣରେ ଧୂପ କାଠିଟିଏ ଜାଳିବା । କିଛି ସମୟପରେ ଏହାର ବାସନା ସମଗ୍ର କୋଠରୀରେ ବ୍ୟାପିଯିବାର ଅନୁଭବ ହେବ । ଏହା ପ୍ରମାଣିତ କରିବ ଗ୍ୟାସ କଣିକାଗୁଡ଼ିକର ସବୁଦିଗରେ ଗତିଯୋଗୁ କୋଠରିସାରା ଧୂପ କାଠିର ସୁଗନ୍ଧ ବାରିହେବ ।
![]()
Question 33.
ପଦାର୍ଥର କ୍ଷୁଦ୍ରତ୍ତମ କଣିକା ସମ୍ବନ୍ଧରେ ଦାର୍ଶନିକ କଣାଦ କି ମତ ଦେଇଥିଲେ ?
Answer:
ପ୍ରାଚୀନ ଭାରତୀୟ ଦାର୍ଶନିକ ଆଚାର୍ଯ୍ୟ କଣାଦ ‘ପରମାଣୁ’ର ଧାରଣ ଦେଇଥିଲେ । ତାଙ୍କ ମତରେ ‘ପରମାଣୁ’ ପଦାର୍ଥର କ୍ଷୁଦ୍ରତ୍ତମ କଣିକା ଯାହା ଅବିଭାଜ୍ୟ ଓ ଚିରସ୍ଥାୟୀ । ସବୁ ପଦାର୍ଥ ଏହି ପରମାଣୁରୁ ଗଠିତ । ତାଙ୍କଦ୍ୱାରା ରଚିତ ପୁସ୍ତକ ‘ବୈଶେଷିକ ସୂତ୍ର’ରେ ସେ ଏହି ତଥ୍ୟ ପ୍ରଦାନ କରିଥିଲେ ।
Question 34.
କଠିନ ପଦାର୍ଥର ୪ଟି ଧର୍ମ ଲେଖ ।
Answer:
(i) କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ଥାଏ ।
(ii) କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଅତି ନଗଣ୍ୟ ।
(iii) କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ଶକ୍ତି ସର୍ବାଧିକ ଯାହାଦ୍ଵାରା କଣିକାଗୁଡ଼ିକ ଦୃତଭାବେ ବାନ୍ଧିହୋଇ ରହିଥାଆନ୍ତି ।
(iv) କଠିନ ଅବସ୍ଥାରେ କଣିକାଗୁଡ଼ିକର କେବଳ କମ୍ପନ ବା ଦୋଳନ ଗତି ଦେଖାଯାଏ ମାତ୍ର ସେଗୁଡ଼ିକ ସ୍ଥାନାନ୍ତରିତ ହୁଅନ୍ତି ନାହିଁ ।
Question 35.
ପଦାର୍ଥର ଗଳନାଙ୍କ (Melting point) କ’ଣ ?
Answer:
ଏକ ବାୟୁମଣ୍ଡଳୀୟ ଚାପରେ ଯେଉଁ ନିର୍ଦ୍ଦିଷ୍ଟ ତାପମାତ୍ରାରେ କଠିନ ପଦାର୍ଥ ଉତ୍ତପ୍ତ ହୋଇ ତରଳ ପଦାର୍ଥରେ ପରିଣତ ହୁଏ, ତାହାକୁ ପଦାର୍ଥର ଗଳନାଙ୍କ କହନ୍ତି । ଧାତୁଗୁଡ଼ିକର ଗଳନାଙ୍କ ଅଧିକ ।
Question 36.
ତରଳ ପଦାର୍ଥର ପ୍ରକୃତିଗୁଡ଼ିକ ଲେଖ । ଏହାକୁ ପ୍ରବାହୀ (Fluid) କାହିଁକି କୁହାଯାଏ ?
Answer:
(i) ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ନଥାଏ, ଏହା ଧାରଣ କରିଥିବା ପାତ୍ରର ଆକୃତି ନଇଥାଏ । ତରଳର ନିର୍ଦ୍ଦିଷ୍ଟ ଆୟତନ ଥାଏ ।
(ii) ତରଳ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ କଠିନ ପଦାର୍ଥ ତୁଳନାରେ ଅଥକ, ଏଣୁ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ କଠିନ ପଦାର୍ଥ ତୁଳନାରେ କମ୍ ।
(iii) ତରଳ ପଦାର୍ଥର କଣିକାଗୁଡ଼ିକ ମୁକ୍ତଭାବରେ ଗତିକରି ପରସ୍ପରକୁ ଅତିକ୍ରମ କରନ୍ତି । ସେଗୁଡ଼ିକର ଗତି ଆବଦ୍ଧ ପାତ୍ରର ପରିସୀମା ମଧ୍ୟରେ ସୀମିତ ରହେ ।
(iv) ତରଳ ପଦାର୍ଥର ପ୍ରବହମାନ ଗତି ଯୋଗୁ ଏହାକୁ ପ୍ରବାହୀ କହନ୍ତି ।
Question 37.
ଗ୍ୟାସ୍ର ପ୍ରକୃତି କ’ଣ ? ଏହାକୁ ପ୍ରବାହୀ କାହିଁକି କୁହାଯାଏ ?
Answer:
(i) ଗ୍ୟାସର ନିର୍ଦ୍ଦିଷ୍ଟ ପ୍ରକୃତି କିମ୍ବା ଆୟତନ ନଥାଏ । ଏହା ଉପଲବ୍ଧ ସ୍ଥାନର ସବୁ ଅଂଶ ଦଖଲ କରେ
(ii) ଗ୍ୟାସର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ସର୍ବାଧିକ, ଏଣୁ ଆକର୍ଷଣ ବଳ ସର୍ବନିମ୍ନ ।
(iii) ଗ୍ୟାସ କଣିକାଗୁଡ଼ିକ ଉପଲବ୍ଧ ସ୍ଥାନରେ ସବୁ ଦିଗରେ ଅନାୟାସରେ ଗତି କରନ୍ତି ।
(iv) ଗ୍ୟାସର ପ୍ରବହମାନ ଗତିଯୋଗୁ ଏହାକୁ ପ୍ରବାହୀ କହନ୍ତି ।
Question 38.
ପୋଷାକପତ୍ରରେ ତେଲର ଦାଗ ଛଡ଼ାଇବାକୁ ସାବୁନ କାହିଁକି ବ୍ୟବହାର କରାଯାଏ ?
Answer:
ପୋଷାକପତ୍ର ଜଳରେ ଭିଜାଇ ତହିଁରେ ସାବୁନ ବ୍ୟବହାର କଲେ ଅନେକ ସାବୁନ କଣିକା କପଡ଼ା ଉପରେ ଥୁବା ତେଲ ସହ ଲାଗିରହେ । ସାବୁନ କଣିକାର ଗୋଟିଏ ପ୍ରାନ୍ତ ତେଲ ସହ ଓ ଅନ୍ୟ ପ୍ରାନ୍ତ ଜଳ ସହ ଲାଗିରହେ । ଫଳରେ ସାବୁନ କଣିକା ତେଲକୁ ଉଠାଇଆଣି ଧୋଇବାରେ ସାହାଯ୍ୟ କରେ ।
Question 39.
ପଦାର୍ଥର ଆନ୍ତଃକଣିକା ଆକର୍ଷଣ ଶକ୍ତି କିପରି ପଦାର୍ଥର ଭୌତିକ ଅବସ୍ଥାକୁ ପ୍ରଭାବିତ କରେ ? ଏଥିପାଇଁ କଣିକାଗୁଡ଼ିକ ମଧ୍ୟରେ ଥିବା ଆନ୍ତଃକଣିକା ସ୍ଥାନର ଭୂମିକା କ’ଣ ?
Answer:
ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧ୍ଵକ ହେଲେ କଣିକାଗୁଡ଼ିକ ଦୃଢ଼ଭାବରେ ବାନ୍ଧିହୋଇ ରହନ୍ତି, ଫଳରେ କଠିନ ପଦାର୍ଥ ସୃଷ୍ଟି ହୁଏ । କଣିକାଗୁଡ଼ିକ ଆକର୍ଷଣ ବଳ ବଧ୍ୟବିତ୍ତ ହେଲେ ଆମେ ପଦାର୍ଥର ତରଳ ଅବସ୍ଥା ଦେଖୁଥାଉ । ଅନ୍ୟପକ୍ଷରେ ଆନ୍ତଃଆକର୍ଷଣ ବଳ ସର୍ବନିମ୍ନ ଥୁବା ଗ୍ୟାସୀୟ ପଦାର୍ଥରେ ଦେଖାଯାଏ । ଆନ୍ତଃକଣିକା ସ୍ଥାନ ଦୃଷ୍ଟିରୁ ଏହି ପ୍ରକୃତି କଠିନ ପଦାର୍ଥରେ ସର୍ବନିମ୍ନ । ତରଳରେ ସାମାନ୍ୟ ଅଧ୍ଵ ଓ ଗ୍ୟାସୀୟ ଅବସ୍ଥାରେ ଏହା ସର୍ବାଧ୍ଵକ ।
Question 40.
ଯେତେବେଳେ କଠିନ ବସ୍ତୁ ଉତ୍ତପ୍ତ ହୁଏ, କଣିକାଗୁଡ଼ିକ ଦ୍ରୁତବେଗରେ କମ୍ପିତ ହୁଅନ୍ତି । କିଛି ସମୟପରେ କଠିନ ବସ୍ତୁ ତରଳିଯାଏ । ଏହି ଦୃଷ୍ଟାନ୍ତ ତାପ ଓ ଆନ୍ତଃକଣିକା ସ୍ଥାନ ମଧ୍ୟରେ କି କ୍ଲମ୍ବନ୍ଧ ସୂଚାଏ ?
Answer:
କଠିନ ବସ୍ତକୁ ଉତ୍ତପ୍ତ କଲେ ଏହାର କଣିକାଗୁଡ଼ିକରେ କମ୍ପନ ଜାତ ହୁଏ । ତାପୀୟ ଶକ୍ତି ବୃଦ୍ଧି ହେଲେ କମ୍ପନ ଦ୍ରୁତତ୍ତର ହୁଏ ଓ କିଛି ସମୟ ପରେ କଠିନ ବସ୍ତୁ ତରଳରେ ପରିଣତ ହୁଏ । ଏଠାରେ କଣିକାମାନଙ୍କର ତାପୀୟ ଶକ୍ତି ଦ୍ଵାରା କଣିକାଗୁଡ଼ିକ ମୁକ୍ତ ଭାବରେ ଗତିଶୀଳ ହେବାରୁ ସେମାନଙ୍କ ମଧ୍ୟରେ ଆନ୍ତଃକଣିକା ସ୍ଥାନ ବୃଦ୍ଧି ପାଇଥାଏ । କଣିକାଗୁଡ଼ିକର ବନ୍ଧନର ଦୃଢ଼ତା କମିଯାଏ ଓ କଠିନ ବସ୍ତୁ ତରଳ ଅବସ୍ଥା ଧାରଣ କରେ ।
Question 41.
ବରଫ, ୟୁରିଆ ଓ ଲୁହାର ଗଳନାଙ୍କ ଯଥାକ୍ରମେ 0° C, 133° C ଏବଂ 1538°C । ଏହି ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ ସମ୍ବନ୍ଧରେ ଏହା କି ସୂଚନା ଦିଏ ?
Answer:
କଠିନ ବସ୍ତର ଗଳନାଙ୍କ ଏହାର ଆନ୍ତଃକଣିକା ଆକର୍ଷଣ ବଳ ଉପରେ ନିର୍ଭର କଲେ । ଯେଉଁ କଠିନ ବସ୍ତୁର ଗଳନାଙ୍କ ଯେତେ ଅଧିକ, ସେହି ବସ୍ତୁର କଣିକାମାନଙ୍କ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସେତେ ଅଧିକ । ବରଫର ଗଳନାଙ୍କ ସର୍ବନିମ୍ନ ହୋଇଥିବାରୁ ବରଫର କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ ସର୍ବନିମ୍ନ । ଲୁହାର ଗଳନାଙ୍କ ସର୍ବାଧିକ ହୋଇଥିବାରୁ ଏହାର କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ସର୍ବାଧିକ । ଇଉରିଆର ଗଳନାଙ୍କ ସୂଚାଇଦିଏ ଯେ ଏହାର କଣିକାର ଆକର୍ଷଣ ବଳ ବରଫ କଣିକା ତୁଳନାରେ ଅଧିକ ମାତ୍ର ଲୁହାରେ ଥିବା କଣିକାମାନଙ୍କ ତୁଳନାରେ ଯଥେଷ୍ଟ କମ୍ ।
Question 42.
ରିନା ଗୋଟିଏ ପାତ୍ରରେ ଜଳ ଗରମ କରିବା ସମୟରେ ଦେଖିଲା ଯେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳରେ ଫୋଟକା ସୃଷ୍ଟିହେଲା ।
(i) କେଉଁ ତାପମାତ୍ରାରେ ଜଳରେ ଫୋଟକା ସୃଷ୍ଟିହେବାର ଦେଖାଗଲା ?
(ii) କାହିଁକି ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଫୋଟକା ସୃଷ୍ଟିହେଲା ଏବଂ ଏହି ତାପମାତ୍ରା ପୂର୍ବରୁ ସୃଷ୍ଟିହେଲା ନାହିଁ ?
Answer:
(i) ଯେଉଁ ତାପମାତ୍ରାରେ ଜଳରେ ଫୋଟକା ସୃଷ୍ଟିହେବାର ଦେଖାଗଲା ତାହାକୁ ଜଳର ସ୍ଫୁଟନାଙ୍କ (boiling point) କହନ୍ତି । ଏହା 100°C ଅଟେ ।
(ii) ଏହି ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳକଣିକା ମଧ୍ୟରେ ଥିବା ଆନ୍ତଃକଣିକା ଆକର୍ଷଣ ବଳ ଭାଙ୍ଗିଗଲା । କଣିକାଗୁଡ଼ିକ ମୁକ୍ତହୋଇ ଗତିଶୀଳ ହେଲେ ଓ ଜଳ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହେଲା । ସ୍ଫୁଟନାଙ୍କଠାରୁ କମ୍ ତାପମାତ୍ରାରେ ଆକର୍ଷଣ ବଳ ଭାଙ୍ଗି ନଥିବାରୁ ଫୋଟକା ସୃଷ୍ଟି ହୋଇ ନଥିଲା ।
Question 43.
ଚଟାଣରେ ଢଳାଯାଇଥିବା ଥଣ୍ଡା ଜଳ ମଧ୍ୟ କିଛି ସମୟ ପରେ ଅଦୃଶ୍ୟ ହୋଇଯାଏ । ଏହା ଜଳକଣିକା ଓ ଗ୍ୟାସକଣିକା ଗତି ସମ୍ବନ୍ଧରେ କି କି ସୂଚନା ଦିଏ ?
Answer:
ଚଟାଣରେ ଢଳାଯାଇଥିବା ଜଳ କଣିକା ଗତିଶୀଳ ହୋଇ ଚଟାଣ ପୃଷ୍ଠରୁ ହଟିଯାଇ ବାୟୁ କଣିକାରେ ମିଶିଯାଏ । ଗ୍ୟାସ କଣିକାଗୁଡ଼ିକ ସର୍ବଦା ଗତିଶୀଳ ଏବଂ ସେଗୁଡ଼ିକ ମଧ୍ୟରେ ଯଥେଷ୍ଟ ଶୂନ୍ୟସ୍ଥାନ ଥିବାରୁ ଜଳ କଣିକାଗୁଡ଼ିକ ସେହି ଶୂନ୍ୟସ୍ଥାନ ଅଧିକାର କରିନିଅନ୍ତି । ଏହି ପ୍ରକ୍ରିୟା ଉଭୟ ଜଳ ଓ ବାୟୁର କଣିକାମାନଙ୍କର ମୁକ୍ତ ଗତିର ସୂଚନା ଦିଏ ।
Question 44.
ଗ୍ୟାସଗୁଡ଼ିକ ଅତିମାତ୍ରାରେ ସମ୍ପିଡ଼ନଶୀଳ ମାତ୍ର କଠିନ ପଦାର୍ଥରେ ଏହି ଗୁଣ ଦେଖାଯାଏ ନାହିଁ । କଣିକାଗୁଡ଼ିକର ସଂଗଠନକୁ ବିଚାରକୁ ନେଇ ଏହାର ଯଥାର୍ଥତା ପ୍ରତିପାଦନ କର ।
Answer:
ଗ୍ୟାସ କଣିକାଗୁଡ଼ିକ ମଧ୍ୟରେ ପ୍ରଚୁର ଶୂନ୍ୟସ୍ଥାନ ଥିବାରୁ ଏହା ଅତ୍ୟନ୍ତ ସମ୍ପିଡ଼ନଶୀଳ । କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ଅତି ନଗଣ୍ୟ ହେତୁ ଏହା ଉପରେ ଚାପର ପ୍ରଭାବ ନଥାଏ । ଏଣୁ ଗ୍ୟାସ ଓ କଠିନ ବସ୍ତରେ ଥିବା କଣିକାଗୁଡ଼ିକର ସଂଗଠନ ପଦାର୍ଥର ରୂପ ସହନଶୀଳତାର ନିର୍ଣ୍ଣାୟକ ।
Question 45.
କାରଣ ଦର୍ଶାଅ ।
(i) ତରଳ ବହିଯାଏ ମାତ୍ର କଠିନ ପଦାର୍ଥର ଏହି ଗୁଣ ନଥାଏ
(ii) ଗ୍ୟାସ ତାର ଧାରଣ ପାତ୍ରର ସମଗ୍ର ଅଞ୍ଚଳ ଦଖଲ କରେ ।
Answer:
(i) ତରଳ ବହିଯାଏ ମାତ୍ର କଠିନ ପଦାର୍ଥର ଏହି ଗୁଣ ନଥାଏ – ତରଳ ପଦାର୍ଥର କଣିକାମାନଙ୍କ ମଧ୍ୟରେ ଆକର୍ଷଣ ବଳ ଦୁର୍ବଳ ହେତୁ ଏହାର କଣିକାଗୁଡ଼ିକ ପରସ୍ପରକୁ ଅତିକ୍ରମ କରିବାକୁ ସକ୍ଷମ ହୁଅନ୍ତି । ଫଳରେ ତରଳର ପ୍ରବହମାନ ଗତି ଦେଖାଯାଏ । କଠନି ପଦାର୍ଥର କଣିକା ମଧ୍ଯରେ ଦୃଢ଼ ଆକର୍ଷଣ ବଳ ଥିବାରୁ କଣିକାଗୁଡ଼ିକ ନିର୍ଦ୍ଦିଷ୍ଟ ସ୍ଥାନରେ ରହି କମ୍ପିତ ହୁଅନ୍ତି ଓ ସେଗୁଡ଼ିକ ପ୍ରବହମାନ ନୁହଁନ୍ତି ।
(ii) ଗ୍ୟାସ ତାର ଧାରଣ ପାତ୍ରର ସମଗ୍ର ଅଞ୍ଚଳ ଦଖଲ କରେ – ଗ୍ୟାସ କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ଅଧୁକ ଓ ଆକର୍ଷଣ ବଳ ନଗଣ୍ୟ ହେତୁ କଣିକାଗୁଡ଼ିକ ଅନାୟାସରେ ସର୍ବତ୍ର ଗତିଶୀଳ । ଏଣୁ ଧାରଣ ପାତ୍ରରେ ସବୁ ଅଂଶକୁ ବ୍ୟାପିଯାଇ ଗ୍ୟାସ ଧାରଣ ପାତ୍ର ପୂର୍ଣ୍ଣ କରିଥାଆନ୍ତି ।
Question 46.
ଆବଦ୍ଧ ଗ୍ୟାସ ଜାର୍ ମଧ୍ଯରେ କଠିନ ଆୟୋଡ଼ିନ୍ ଧୀରେ, ଧୀରେ ବାଷ୍ପ ହୋଇ ଜାର ଭିତରର ସମସ୍ତ ଅଂଶ ପୂରଣ କରେ ।
(i) ଗ୍ୟାସରେ କଣିକାମାନଙ୍କର ଗତି ସମ୍ବନ୍ଧରେ ଏହା କି ସୂଚନା ଦିଏ ?
(ii) ଆୟୋଡ଼ିନ ବାଷ୍ପ ଆପେ ଆପେ କିପରି ଗ୍ୟାସ ଜାର ପୂର୍ଣ କରେ ?
Answer:
(i) ଗ୍ୟାସ କଣିକାଗୁଡ଼ିକ ମୁକ୍ତ ଭାବରେ ସବୁ ଦିଗରେ ଗତିକରି ପାରୁଥିବାରୁ ଏହା ଲଭ୍ୟ ଶୂନ୍ୟସ୍ଥାନକୁ ଦଖଲ କରିନିଏ ।
(ii) ଆୟୋଡ଼ିନ ବାଷ୍ପର କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ଦୃଢ଼ ନୁହେଁ ଏବଂ କଣିକାଗୁଡ଼ିକ ମୁକ୍ତ ଭାବରେ ଗତିଶୀଳ ହେତୁ ଜାରର ସବୁ ଅଂଶରେ କଣିକାଗୁଡ଼ିକ ବ୍ୟାପିଯାଆନ୍ତି ।
![]()
Question 47.
ନିମ୍ନଲିଖୂତ ପଦାର୍ଥଗୁଡ଼ିକୁ କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥ ଭାବେ ଚିହ୍ନଟ କର ।
ଲବଣ, ତେଲ, ଯବକ୍ଷାରଜାନ, ପଥର, ଭିନେଗାର, କାର୍ବନ ଡାଇଅକ୍ସାଇଡ୍
Answer:
କଠନି ପଦାର୍ଥ – ଲବଣ, ପଥର
ତରଳ ପଦାର୍ଥ – ତେଲ, ଭିନେଗାର
ଗ୍ୟାସୀୟ ପଦାର୍ଥ – ଯବକ୍ଷାରଜାନ, କାର୍ବନ ଡାଇଅକସାଇଡ଼୍
Question 48.
କଣିକା ଶବ୍ଦଟି ଉଭୟ ବିଜ୍ଞାନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବ୍ୟବହୃତ ହୁଏ । ବାୟୁ ପ୍ରଦୂଷଣ କ୍ଷେତ୍ରରେ ଭାସମାନ ପଦାର୍ଥର କଣିକା (Suspended Particulate Matter – SPM) ଉପରୋକ୍ତ କଣିକାଠାରୁ କିପରି ଭିନ୍ନ ଅଟେ ଆଲୋଚ୍ୟ ‘‘ପଦାର୍ଥର କଣିକା ପ୍ରକୃତି” ବିଷୟକୁ ନେଇ ବୁଝାଇ ଲେଖ ।
Answer:
ଭାସମାନ ପଦାର୍ଥର କଣିକା (SPM) କହିଲେ ବାୟୁରେ ଭାସୁଥିବା ଅନାବଶ୍ୟକ କଣିକା ବା କ୍ଷୁଦ୍ରବସ୍ତ ଯାହା ଖାଲିଆସ୍ରେ ବା ପରିବର୍ଷକ ଦ୍ଵାରା ଦେଖୁବା ସମ୍ଭବ ହୁଏ । ଏଗୁଡ଼ିକ ବାୟୁର ପ୍ରଦୂଷକ ଅଟନ୍ତି । ବିଜ୍ଞାନରେ ‘କଣିକା’ (particle) କହିଲେ ପଦାର୍ଥର ଗଠନକାରୀ ଏକକ ଯାହା ଖାଲି ଆଖୁରେ ଦେଖୁବା ସମ୍ଭବ ନୁହେଁ କିମ୍ବା ସାଧାରଣ ଅଣୁବୀକ୍ଷଣରେ ମଧ୍ୟ ଦେଖୁହୁଏ ନାହିଁ । ପଦାର୍ଥର କଣିକାର ପ୍ରକୃତି କହିଲେ ପଦାର୍ଥର କ୍ଷୁଦ୍ରତମ କଣିକା ବା ପରମାଣୁର ପ୍ରକୃତିକୁ ବୁଝାଏ । ଭାସମାନ ପଦାର୍ଥର କଣିକା, ପରମାଣୁ ପରି ଗଠନକାରୀ ଏକକ ନୁହଁନ୍ତି ଏଗୁଡ଼ିକ ଆକାରରେ ସାନ ହୋଇଥିବାରୁ କଣିକା ନାମ ବହନ କରନ୍ତି ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
(i) କଣିକାମାନଙ୍କର ସଂଗଠନ ଦୃଷ୍ଟିରୁ କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ଥିବାବେଳେ ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ନଥାଏ କାହିଁକି ବୁଝାଇ ଲେଖ ।
(ii) କଣିକାମାନଙ୍କ ମଧ୍ୟରେ ବ୍ୟବଧାନ କିପରି ପଦାର୍ଥର କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାର ନିୟାମକ ତାହା ବ୍ୟାଖ୍ୟା କର ।
Answer:
(i) କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ଥାଏ । ପଦାର୍ଥରେ କଣିକାମାନଙ୍କର ସଂଗଠନ ଓ ଗତି ଯୋଗୁ ଏହା ସମ୍ଭବ । କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଅତି ନଗଣ୍ୟ । ଫଳରେ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃଆଣବିକ ଆକର୍ଷଣ ବଳ ସର୍ବାଧିକ । ଏହାଦ୍ଵାରା କଣିକାଗୁଡ଼ିକ ଦୃଢ଼ଭାବରେ ସଂଯୁକ୍ତ । କଣିକାମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥାଇ କମ୍ପନ ବା ଦୋଳନ କରନ୍ତି । ତେଣୁ କଠିନ ବସ୍ତୁର ଆକାର ଓ ଆୟର ନିର୍ଦ୍ଦିଷ୍ଟ ।
ଅନ୍ୟ ପକ୍ଷରେ ଗ୍ୟାସୀୟ ପଦାର୍ଥର କଣିକାମାନଙ୍କ ମଧ୍ୟରେ ପ୍ରଚୁର ଶୂନ୍ୟସ୍ଥାନ ଥାଏ । କଣିକାମାନଙ୍କର ଆନ୍ତଃକଣିକା ଆକର୍ଷଣ ବଳ ସର୍ବନିମ୍ନ । କଣିକାଗୁଡ଼ିକ ଅନୀୟାସରେ ସବୁଦିଗରେ ଗତିକରନ୍ତି । ତେଣୁ ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର କି ଆୟତନ ନଥାଏ ।
(ii) ଆନ୍ତଃକଣିକା ବ୍ୟବଧାନ ପଦାର୍ଥମାନଙ୍କର ଭୌତିକ ଅବସ୍ଥା ଭେଦରେ ଭିନ୍ନ ଭିନ୍ନ ଅଟେ ।
(a) କଠିନ ପଦାର୍ଥରେ କଣିକାମାନଙ୍କ ମଧ୍ୟରେ ବ୍ୟବଧାନ ଅତି ନଗଣ୍ୟ । ତେଣୁ କଣିକାଗୁଡ଼ିକ ଦୃଢ଼ଭାବେ ସଂଯୁକ୍ତ ।
(b) ତରଳ ପଦାର୍ଥରେ କଣିକାମାନଙ୍କ ମଧ୍ୟରେ ଶୂନ୍ୟସ୍ଥାନ କଠିନ ବସ୍ତୁ ତୁଳନାରେ ଅଧିକ ଯାହା କଣିକାମାନଙ୍କର ଆକର୍ଷର ବଳ ହ୍ରାସକରି କଣିକାଗୁଡ଼ିକୁ ଗତିଶୀଳ କରାଇଥାଏ ।
(c) ଗ୍ୟାସୀୟ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ସର୍ବାଧିକ ଓ ଆକର୍ଷଣ ବଳ ସର୍ବନିମ୍ନ । କଣିକାଗୁଡ଼ିକ ସର୍ବଦା ଗତିଶୀଳ ଯାହା ଗ୍ୟାସୀୟ ପଦାର୍ଥକୁ ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ଦେଇପାରେ ନାହିଁ ।
Question 2.
ତୁମ ଚତୁଃପାର୍ଶ୍ଵରେ ଦେଖପାରୁଥିବା କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥ ପ୍ରତ୍ୟେକରୁ ଦୁଇଟି ଲେଖାଏଁ ଉଦାହରଣ ଦିଅ । ପ୍ରତ୍ୟେକଟିର ଭୌତିକ ଅବସ୍ଥା ଦର୍ଶାଇବା ପାଇଁ ଗୋଟିଏ ଲେଖାଏଁ ପ୍ରକୃତି ଲେଖ ।
Answer:
| ପଦାର୍ଥର ଭୌତିକ ଅବସ୍ଥା | ପଦାର୍ଥର ନାମ | ପ୍ରକୃତି |
| କଠିନ | (i) ପଥର | ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ଥାଏ । |
| (ii) ଲବଣ | ଚାପ ପ୍ରୟୋଗ ପ୍ରଭାବିତ କରେନାହିଁ ଏବଂ ପାତ୍ରରେ ରଖାଗଲେ ମଧ୍ୟ ନିଜ ଆକୃତି ହରାଏ ନାହିଁ । | |
| ତରଳ | (i) ଊମ | ଧାରଣ କରିଥିବା ପାତ୍ରର ଆକୃତି ନିଏ କିନ୍ତୁ ଆୟତନ ସ୍ଥିର ରହେ । |
| (ii) କ୍ଷୀର | ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବହିଯାଏ ଓ ନିର୍ଦ୍ଦିଷ୍ଟ ଆକାର ଦେଇପାରେ ନାହିଁ । | |
| ଗ୍ୟାସ | (i) ଅମ୍ଳଜାନ | ଦେଖୁହୁଏ ନାହିଁ । ଧାରଣ ପାତ୍ରର ସବୁ ଅଂଶକୁ ବିସ୍ତାରିତ ହୁଏ କିମ୍ବା କୋଠରୀର ସବୁ ଅଂଶକୁ ଖେଳିଯାଏ । |
| (ii) ବାମ୍ଫ | ସବୁଦିଗକୁ ଗତିକରେ, ନିର୍ଦ୍ଦିଷ୍ଟ ଆକୃତି ବା ଆୟତନ ନଥାଏ । |
Question 3.
ଅଙ୍କୁଶ ଦେଖୁଲା ଯେ କାଚଗ୍ଲାସରେ ଥିବା ଜଳର ସ୍ତର ଗ୍ଲାସର ଆକୃତି ବଦଳରେ ମଧ୍ୟ ସମାନ ରହେ । ପରେ ଦେଖୁଲା ଯେ ଟେବୁଲ ଉପରେ ଢଳାଯାଇଥିବା ଜଳ କିଛି ସମୟ ପରେ ଅଦୃଶ୍ୟ ହୋଇଯାଏ ଯଦିଓ କୋଠରୀର ତାପମାତ୍ରା ବଦଳି ନଥାଏ । ତାର ଏହି ଦୃଷ୍ଟାନ୍ତକୁ ଭିତ୍ତିକରି ନିମ୍ନୋକ୍ତ ପ୍ରଶ୍ନର ଉତ୍ତର ଦିଅ ।
(i) ଜଳ କାହିଁକି ଧାରଣ ପାତ୍ରର ଆକାର ନିଏ ?
(ii) ଜଳର ଆୟତନ ଅପରିବର୍ତ୍ତିତ ରହିବା ତରଳର କେଉଁ ଗୁଣ ସୂଚାଏ ?
(iii) ଅଙ୍କୁଶ କିପରି ସହଜରେ ଜଳରେ ତାର ଅଙ୍ଗୁଳି ଚାଳନା କରିପାରେ ଯାହା କଠିନ ବସ୍ତ କ୍ଷେତ୍ରରେ ସମ୍ଭବ ନୁହେଁ ।
(iv) ଟେବୁଲ ଉପରେ ଢଳାଯାଇଥିବା ଜଳ ତାପମାତ୍ରା ବୃଦ୍ଧି ଘଟୁ ନଥିବା ବେଳେ ମଧ୍ୟ ଅଦୃଶ୍ୟ ହୋଇଯାଏ କାହିଁକି ?
(v) ବାଷ୍ପୀକରଣ କିପରି ସ୍ଫୁଟନଠାରୁ ଭିନ୍ନ ଅଟେ ।
Answer:
(i) ଜଳ କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ କମ୍ବାରୁ ସେମାନେ ମୁକ୍ତ ଭାବରେ ପରସ୍ପରକୁ ଅତିକ୍ରମ କରି ଗତି କରନ୍ତି ଓ ଶେଷରେ ଧାରଣ ପାତ୍ରର କାନ୍ଥରେ ବାଧାପାଇ ଗତିର ଦିଗ ବଦଳାଇଥା’ନ୍ତି । ପାତ୍ରର କାନ୍ଥ ମଧ୍ୟରେ କଣିକାମାନଙ୍କ ଗତି ସୀମିତ ରହୁଥିବାରୁ ସେମାନେ ଧାରଣ ପାତ୍ରର ଆକାର ନେଇଥା’ନ୍ତି ।
(ii) ଜଳର ସ୍ଥିର ଆୟତନ ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆୟତନର ସୂଚନା କଣିକାଗୁଡ଼ିକ ପରସ୍ପରଠାରୁ ଅଲଗା ହୁଅନ୍ତି ନାହିଁ । ଫଳରେ ଏହା ଦିଏ । ଗତିଶୀଳ ହେବା ସତ୍ତ୍ଵେ ଜଳ ନିର୍ଦ୍ଦିଷ୍ଟ ଆୟତନ ଧାରଣ କରେ ।
(ii) ତରଳ ପଦାର୍ଥର ଆନ୍ତଃକଣିକା ଆକର୍ଷଣ ବଳ କଠିନ ପଦାର୍ଥ ତୁଳନାରେ କମ୍ । କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ କଠିନ ବସ୍ତର କଣିକାମାନଙ୍କ ତୁଳନାରେ ଅଧିକ । ତେଣୁ ଜଳରେ ଅଙ୍କୁଶ ସହଜରେ ଅଙ୍ଗୁଠି ବୁଲାଇ ପାରୁଥିବା ସ୍ଥଳେ କାଠ ମଧ୍ଯରେ ବୁଲାଇବା ସମ୍ଭବ ନୁହେଁ ।
(iv) ଜଳ କଣିକାଗୁଡ଼ିକ ବାଷ୍ପିକରଣ ଦ୍ଵାରା ମୁକ୍ତହୋଇ ବାୟୁ କଣିକା ମଧ୍ଯରେ ଧୀରେ ଧୀରେ ମିଶିଯାଆନ୍ତି । ବାୟୁ କଣିକା ମଧ୍ୟରେ ଥିବା ଶୂନ୍ୟସ୍ଥାନ ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରେ । ଫଳରେ ପ୍ରଭାବିତ ଜଳ କିଛି ସମୟ ପରେ ଅଦୃଶ୍ୟ ହୋଇଯାଏ ।
(v) ସ୍ଫୁଟନାଙ୍କ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଘଟେ ଏବଂ ଏହା’ ଜଳ ବା ତରଳର ସମଗ୍ର ବସ୍ତୁତ୍ଵକୁ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହୁଏ । ଅନ୍ୟପକ୍ଷରେ ବାଷ୍ପୀକରଣ ସବୁ ତାପମାତ୍ରାରେ ସମ୍ଭବ ଏବଂ ଏହା ଜଳ ବା ତରଳର ପୃଷ୍ଠଦେଶରୁ ଆରମ୍ଭ ହୁଏ । ସ୍ଫୁଟନାଙ୍କ କେବଳ ତାପମାତ୍ରା ଉପରେ ନିର୍ଭର କରେ କିନ୍ତୁ ବାଷ୍ପୀଭବନ ତାପମାତ୍ରା, ବାୟୁଚାପ, ଆର୍ଦ୍ରତା, ପବନର ଦିଗ ଉପରେ ନିର୍ଭର କରେ ।
Question 4.
ପଦାର୍ଥର ତିନିଗୋଟି ଭୌତିକ ଅବସ୍ଥାରେ କଣିକାମାନଙ୍କର ସଜ୍ଜା ଚିତ୍ର A, B ଓ C ରେ ଲକ୍ଷ୍ୟ କର । କଣିକା ସଂଗଠନକୁ ଭିଭିକରି ପ୍ରତ୍ୟେକଟିର ଭୌତିକ ଅବସ୍ଥା ଚିହ୍ନଟ କର ।
Answer:
ଚିତ୍ର A ତରଳ ପଦାର୍ଥର କଣିକାମାନଙ୍କର ସଂଗଠନ ବୁଝାଉଛି । ଏଠାରେ କଣିକାଗୁଡ଼ିକ ପାଖାପାଖୁ ଥିଲେ ମଧ୍ୟ ସ୍ଥିର ଅବସ୍ଥାରେ ନାହାନ୍ତି । ସେଗୁଡ଼ିକ ଏକ ସୀମିତ ସ୍ଥାନ ମଧ୍ଯରେ ଗତିଶୀଳ ଅଛନ୍ତି ।
ଚିତ୍ର B ରେ କଠିନ ପଦାର୍ଥର କଣିକା ଚିତ୍ର ଦିଆଯାଇଛି । କଣିକାଗୁଡ଼ିକ ଦୃଢଭାବେ ସଂଯୁକ୍ତ । ସେମାନଙ୍କ ସ୍ଥିତି ଶୃଙ୍ଖଳିତ ଓ ସେମାନଙ୍କ ମଧ୍ୟରେ ଦୃଢ଼ ଆନ୍ତଃକଣିକା ଆକର୍ଷଣ ରହିଛି ।

ଚିତ୍ର C ରେ ଗ୍ୟାସୀୟ ପଦାର୍ଥର କଣିକାଗୁଡ଼ିକ ପ୍ରଦର୍ଶିତ ହୋଇଛି । କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧିକ ଓ ଆନ୍ତଃକଣିକା ଆକର୍ଷଣ ଖୁବ୍ କମ୍ । ସେଗୁଡ଼ିକ ଏଣେତେଣେ ଗତିଶୀଳ ।
Question 5.
ପଦାର୍ଥର କଣିକାର ପ୍ରକୃତିକୁ ଭିତ୍ତିକରି ଦୈନନ୍ଦିନ ଜୀବନରେ ବ୍ୟବହୃତ 5 ଟି ପଦାର୍ଥର ନାମ ଲେଖ । ସେଗୁଡ଼ିକର ଭୌତିକ ପରିବର୍ତ୍ତନ ଓ ପ୍ରକୃତି ଆଲୋଚନା କର ।
Answer:
(i) ବେଲୁନ୍କୁ ବାୟୁଦ୍ଵାରା ପୂର୍ଣ୍ଣ କରାଯାଏ କାରଣ ବାୟୁର କଣିକା ମୁକ୍ତ ଭାବରେ ଗତି କରନ୍ତି ଓ ବେଲୁନ ଭିତରେ ସବୁଦିଗରେ ଚାପ ପ୍ରଦାନ କରନ୍ତି ।
(ii) ଚିନି ଜଳରେ ଦ୍ରବୀଭୂତ ହେବା ସମୟରେ ଚିନି କଣିକାଗୁଡ଼ିକ ଜଳକଣିକା ମଧ୍ୟବର୍ତ୍ତୀ ଶୂନ୍ୟସ୍ଥାନ ଦଖଲ କରନ୍ତି । ଚିନି ଅଦୃଶ୍ୟ ହୋଇଯାଏ ଏବଂ ଜଳକୁ ଚାଲେ ମିଠାଲାଗେ ।
(iii) କପଡ଼ାରେ ତେଲ ଦାଗ ଛଡ଼ାଇବା ସମୟରେ ସାବୁନ କଣିକାଗୁଡ଼ିକର ଗୋଟିଏ ପ୍ରାନ୍ତ ତେଲ କଣିକା ସହ ଓ ଅନ୍ୟପ୍ରାନ୍ତ ଜଳ କଣିକା ସହ ଲାଗିରହି କପଡ଼ାରୁ ତେଲ ଛଡ଼ାଇଦିଏ ।
(iv) କୋଠରୀର ଏକ କୋଣରେ ଧୂପକାଠି ଜାଳିଲେ ଏହାର ଧୂଆଁ କଣିକା ଖୁବ୍ ଶିଘ୍ର ଘରସାରା ବ୍ୟାପିଯାଇ କୋଠରିକୁ ସୁଗନ୍ଧଯୁକ୍ତ କରେ । ଏଠାରେ କଣିକାମାନଙ୍କର ବିଚ୍ଛୁରଣ (diffusion) ପରିଲକ୍ଷିତ ହୁଏ ।
(v) ଜଳରେ ଲୁଣ ମିଶିଲେ ଲୁଣ କଣିକା ଗତିଶୀଳ ହୋଇ ଜଳକଣିକା ମଧ୍ଯସ୍ଥ ଶୂନ୍ୟସ୍ଥାନ ଦଖଲ କରେ । ଲୁଣ ଅଦୃଶ୍ୟ ହୋଇଯାଏ ।
ଦୃଢୋକ୍ତି–କାରଣ ପ୍ରଶ୍ନବଳୀ
ନିମ୍ନଲିଖତ ପ୍ରଶ୍ନଗୁଡ଼ିକରେ ପ୍ରତ୍ୟେକଟିରେ ଦୁଇଟି ଭକ୍ତି ରହିଛି । (A) ଦୃଢୋକ୍ତି ଏବଂ (R) ରେ କାରଣ ଦିଆଯାଇଛି । (A) ଓ (R) କୁ ବିଚାରକୁ ନେଇ (a), (b), (c) ଓ (d) ମଧ୍ୟରୁ କେଉଁ ତଥ୍ୟଟି ଠିକ୍ ଲେଖ ।
(a) ଉଭୟ A ଏବଂ R ସତ୍ୟ ଅଟେ, ଏବଂ R ହେଉଛି A ର ସଠିକ ବ୍ୟାଖା କରଣ ।
(b) ଉଭୟ A ଓ R ସତ୍ୟ କିନ୍ତୁ R, A ର ସଠିକ୍ ବ୍ୟାଖ୍ୟା କରଣ ନୁହେଁ ।
(c) A ସତ୍ୟ କିନ୍ତୁ R ମିଥ୍ୟା
(d) A ମିଥ୍ୟା କିନ୍ତୁ R ସତ୍ୟ
Question 1.
ଦୃଢୋକ୍ତି (Assertion) (A) : ଆମ ଚାରିପଟେ ଥିବା ସମସ୍ତ ପଦାର୍ଥ ଖାଲିଆଖରେ ଦେଖାଯାଉଥିବା କ୍ଷୁଦ୍ରକ୍ଷୁଦ୍ର କଣିକାକୁ ନେଇ ଗଠିତ ।
କାରଣ (Reason) (R): ଯେତେବେଳେ ଚିନି ଜଳରେ ମିଶିଯାଏ, ଚିନି ଅଦୃଶ୍ୟ ହୋଇଯାଏ କାରଣ ଏହା ଜଳସହ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରେ ।
Answer:
(c) A ସତ୍ୟ କିନ୍ତୁ R ମିଥ୍ୟା
Question 2.
ଦୃଢୋକ୍ତି (Assertion) (A) : ସାଧାରଣ ଅବସ୍ଥାରେ ଗୋଟିଏ କଠିନ ପଦାର୍ଥ ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ଧାରଣ କରେ ।
କାରଣ (Reason) (R): କଠିନ ପଦାର୍ଥର କଣିକାଗୁଡ଼ିକ ହାଲୁକା ଭାବରେ ବନ୍ଧା ଯାହା କଣିକାଗୁଡ଼ିକର ଗତିକୁ ସୀମିତ କରାଇଥାଏ ।
Answer:
(c) A ସତ୍ୟ କିନ୍ତୁ R ମିଥ୍ୟା
Question 3.
ଦୃଢୋକ୍ତି (Assertion) (A) : ଯେତେବେଳେ ଚିନି ଜଳରେ ଦ୍ରବୀଭୂତ ହୁଏ ସେତେବେଳେ ଜଳସ୍ତର ଆଶାଜନକ ଭାବେ ବୃଦ୍ଧି ହୁଏନାହିଁ ।
କାରଣ (Reason) (R): ଚିନିକଣିକାଗୁଡ଼ିକ ଜଳକଣିକାଗୁଡ଼ିକର ଫାଙ୍କା ସ୍ଥାନ ଦଖଲ କରିନିଏ ଯାହାଦ୍ଵାରା ଜଳର ଆୟତନର ଆଖୁଦୃଶିଆ ବୃଦ୍ଧି ଘଟେ ନାହିଁ ।
Answer:
(a) ଉଭୟ A ଏବଂ R ସତ୍ୟ ଅଟେ, ଏବଂ R ହେଉଛି A ର ସଠିକ ବ୍ୟାଖା କରଣ ।
Question 4.
ଦୃଢୋକ୍ତି (Assertion) (A) : ଥଣ୍ଡା ଜଳ ତୁଳନାରେ ଉତ୍ତପ୍ତ ଜଳରେ ପୋଟାସିୟମ ପରମାଙ୍ଗାନେଟ୍ ସ୍ଫଟିକ ଶିଘ୍ର ଦ୍ରବୀଭୂତ ହୋଇ ଖେଳେଇ ହୋଇଯାଏ ।
କାରଣ (Reason) (R): ତାପମାତ୍ରା ଜଳକଣିକାଗୁଡ଼ିକର ଗତିଜ ଶକ୍ତି ବୃଦ୍ଧି କରେ ଯାହା ଦ୍ରବ କଣିକାଗୁଡ଼ିକର ବିଚ୍ଛୁରଣକୁ ତ୍ୱରାନ୍ଵିତ କରେ ।
Answer:
(a) ଉଭୟ A ଏବଂ R ସତ୍ୟ ଅଟେ, ଏବଂ R ହେଉଛି A ର ସଠିକ ବ୍ୟାଖା କରଣ ।
![]()
Question 5.
ଦୃଢୋକ୍ତି (Assertion) (A): ଗ୍ୟାସ କଣିକାଗୁଡ଼ିକ ସବୁଦିଗରେ ଦ୍ରୁତଭାବରେ ଗତିକରି ଉପଲବ୍ଧ ସ୍ଥାନକୁ ସଂପୂର୍ଣ୍ଣ ଦଖଲ କରିଥା’ନ୍ତି ।
କାରଣ (Reason) (R): ଗ୍ୟାସ୍ କଣିକାଗୁଡ଼ିକର ଆନ୍ତଃକଣିକା ଆକର୍ଷଣ ଖୁବ୍ ଦୁର୍ବଳ ଏବଂ ସେଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଅଧିକ ଥିବାରୁ କଣିକାଗୁଡ଼ିକ ମୁକ୍ତ ଭାବରେ ଗତିଶୀଳ ହୋଇଯାଆନ୍ତି ।
Answer:
(a) ଉଭୟ A ଏବଂ R ସତ୍ୟ ଅଟେ, ଏବଂ R ହେଉଛି A ର ସଠିକ ବ୍ୟାଖା କରଣ ।
ଘଟଣା ଆଧାରିତ ପ୍ରଶ୍ନ (Case Based Questions) :
Question 1.
ଗୋଟିଏ ବିକରରେ ନିମ୍ନଦେଶରେ କିଛି କଠିନ ଲବଣ ରଖାଯାଇଛି । ଏଥରେ ପାଣି ମିଶାଇ ଘାଣ୍ଟି ଦିଆଗଲା । କିଛି ସମୟ ପରେ ଲବଣ ଅଦୃଶ୍ୟ ହୋଇଗଲା । ଦବ୍ରଣଟି ପରିଷ୍କାର ଦେଖାଗଲା କିନ୍ତୁ ଲବଣର କୌଣସି କଣିକା ଦୃଶ୍ୟମାନ ହେଲାନାହିଁ । ପଦାର୍ଥର କଣିକାର ପ୍ରକୃତି ଉପରେ ପ୍ରତିଷ୍ଠିତ ଏହି ଘଟଣା ସାଧାରଣତଃ
ଘରମାନଙ୍କରେ ଦେଖାଯାଏ ।
ଘଟଣାଟିକୁ କେନ୍ଦ୍ରକରି ନିମ୍ନଲିଖ ପ୍ରଶ୍ନଗୁଡ଼ିକର ସମ୍ଭାବ୍ୟ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(i) ଜଳରେ ଲବଣର ଅଦୃଶ୍ୟ ହେବା ପଦାର୍ଥର କଣିକା ସମ୍ବନ୍ଧରେ କ’ଣ ସୂଚାଏ ?
(a) କଣିକାଗୁଡ଼ିକ ସ୍ଵ ସ୍ଵ ସ୍ଥାନରେ ସ୍ଥିର ।
(b) କଣିକାଗୁଡ଼ିକ ଅନ୍ୟ କଣିକା ସହ ମିଶିଯାଆନ୍ତି ଏବଂ ଅନ୍ୟ କଣିକା ମଧ୍ୟରେ ଥିବା ଫାଙ୍କା ସ୍ଥାନ ଦଖଲ କରିନିଅନ୍ତି ।
(c) କଣିକାଗୁଡ଼ିକ ସେମାନଙ୍କର ପରିଚୟ ହରାଇ ବସନ୍ତି ।
(d) କଣିକାଗୁଡ଼ିକ ଜଳରେ ଅଧିକ ଓଜନିଆ ହୋଇଯାଆନ୍ତି ।
Answer:
(b) କଣିକାଗୁଡ଼ିକ ଅନ୍ୟ କଣିକା ସହ ମିଶିଯାଆନ୍ତି ଏବଂ ଅନ୍ୟ କଣିକା ମଧ୍ୟରେ ଥିବା ଫାଙ୍କା ସ୍ଥାନ ଦଖଲ କରିନିଅନ୍ତି ।
(ii) ଜଳର କେଉଁ ଗୁଣ ଲବଣ କଣିକାଗୁଡ଼ିକୁ ସର୍ବତ୍ର ବିସ୍ତାରିତ ହେବାରେ ସହାୟକ ହୁଏ ?
(a) ଜଳ କଣିକାଗୁଡ଼ିକ ଦୃତ ।
(b) ଜଳ କଣିକାଗୁଡ଼ିକ ଶୃଙ୍ଖଳିତ ଏବଂ ସ୍ଥିର ।
(c) ଜଳ କଣିକାଗୁଡ଼ିକ ସର୍ବଦା ଗତିଶୀଳ ଏବଂ ସେଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ଥାଏ ।
(d) ଜଳ କଣିକା ଲବଣକୁ ତଳକୁ ଠେଲି ଦିଅନ୍ତି ।
Answer:
(c) ଜଳ କଣିକାଗୁଡ଼ିକ ସର୍ବଦା ଗତିଶୀଳ ଏବଂ ସେଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ଥାଏ ।
(iii) ନିମ୍ନୋକ୍ତ କେଉଁ ଉକ୍ତ କଣିକା ମିଶ୍ରଣର ଅବଧାରଣା ଦିଏ ?
(a) ବରଫ ତରଳିବା ।
(b) ତେଲ, ଜଳ ଉପରେ ଭାସିବା ।
(c) ଚିନି, ଚା (tea)ରେ ଦ୍ରବୀଭୂତ ହେବା
(d) ଜଳ ବାଷ୍ପରେ ପରିଣତ ହେବା
Answer:
(c) ଚିନି, ଚା (tea)ରେ ଦ୍ରବୀଭୂତ ହେବା
Question 2.
ଅନୟା ଖଣ୍ଡେ ଲୁହାକୁ କିଛି ଲବଣ ସହ ତୁଳନା କଲା । ସେ ଦେଖିଲା ଲୁହା କଣ୍ଟା ସହଜରେ ଭାଙ୍ଗିଲା ନାହିଁ କିନ୍ତୁ ଲବଣ ଖଣ୍ଡ ଭାଙ୍ଗି ଛୋଟ ଛୋଟ ଖଣ୍ଡ ହୋଇଗଲା । ଏହି ଘଟଣାରୁ ସେ କଣିକାଗୁଡ଼ିକ କଠିନ ପଦାର୍ଥରେ କିପରି ସଜେଇ ହୋଇଥାଆନ୍ତି ଏବଂ ସେଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ କିପରି ଦୃତ ବୁଝି ପାରିଲା । ଅନୟାର ଅନୁଭବକୁ କେନ୍ଦ୍ରକରି ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) ଉପରୋକ୍ତ ଘଟଣାଟି କଠିନ ପଦାର୍ଥର କଣିକା ସମ୍ବନ୍ଧରେ କ’ଣ ସୂଚାଉଛି ?
(a) କଠିନ ପଦାର୍ଥର କଣିକା ମଧ୍ଯରେ ଦୁର୍ବଳ ଆକର୍ଷଣ ବଳ ଥାଏ ।
(b) କଠିନ ପଦାର୍ଥର କଣିକା ମଧ୍ୟରେ ଅଧିକ ଶୂନ୍ୟସ୍ଥାନ ଅଛି ।
(c) କଠିନ ପଦାର୍ଥର କଣିକାଗୁଡ଼ିକ ଦୃଢ଼ ଭାବରେ ବନ୍ଧା (closely packed)
(d) କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନଥାଏ
Answer:
(c) କଠିନ ପଦାର୍ଥର କଣିକାଗୁଡ଼ିକ ଦୃଢ଼ ଭାବରେ ବନ୍ଧା (closely packed)
(ii) ଲୁହା କଣ୍ଟାଟି ସହଜରେ ଭାଙ୍ଗିଲାନି କାହିଁକି ?
(a) ଏହା ଲବଣଠାରୁ ଓଜନିଆ ।
(b) ଏହାର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ଦୃଢ଼ ।
(c) ଏହାର ରଙ୍ଗ ଲବଣ ତୁଳନାରେ ଅଧିକ ଦୃଶ୍ୟମାନ ।
(d) ଏହା କ୍ଷୁଦ୍ର କ୍ଷୁଦ୍ର କଣିକାରେ ଗଠିତ ।
Answer:
(b) ଏହାର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ଦୃଢ଼ ।
(iii) ଘଟଣାରେ କଠିନ ପଦାର୍ଥର ପ୍ରକୃତିକୁ ନେଇ ଉକ୍ତିଗୁଡ଼ିକର ସତ୍ୟତା ପ୍ରତିପାଦନ କର ।
(a) କଠିନ ପଦାର୍ଥରେ ଆନ୍ତଃକଣିକା ଆକର୍ଷଣ ବଳ ଦୃଢ଼ Yes/No
(b) କଠିନ ପଦାର୍ଥର କଣିକା ପରସ୍ପରକୁ ଅତିକ୍ରମ କି ଗତିକରନ୍ତି Yes/No
(c) କଠିନ ପଦାର୍ଥର ଆକୃତି ନିର୍ଦ୍ଦିଷ୍ଟ ଏବଂ ଏହା ଧାରଣ ପାତ୍ରର ଆକୃତି ଉପରେ ନିର୍ଭର କରେନାହିଁ Yes/No
Answer:
(a) Yes (b) No (c) Yes
ଘଟଣାଭିଭିକ ପ୍ରଶ୍ନୋତ୍ତର (Case Study) :
Question 1.
ଅର୍ଜୁନ ଗୋଟିଏ ଗ୍ଲାସରେ ଥିବା ଜଳରେ 2 ଚାମଚ ଲୁଣ ମିଶାଇ ସ୍ତରର ନିମ୍ନରେ ବସିଯାଇଛି । ଘାଣ୍ଟିବାପରେ ଲୁଣ ସଂପୂର୍ଣ୍ଣ ଅଦୃଶ୍ୟ ଦେଖିଲା ଯେ ଆରମ୍ଭରେ ଲୁଣ ଜଳ ହୋଇଗଲା । ପୁନର୍ବାର 2 ଚାମଚ ଲୁଣ ମିଶାଇବାରୁ ଏହା ଶିଘ୍ର ଜଳରେ ଦ୍ରବୀଭୂତ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(i) ଜଳକୁ ଘାଣ୍ଟିବା ପରେ ଲୁଣ କାହିଁକି ଅଦୃଶ୍ୟ ହେଲା ?
(ii) ପରୀକ୍ଷାଟି ପଦାର୍ଥର କଣିକା ସମ୍ବନ୍ଧରେ କ’ଣ ସୂଚାଉଛି ?
(iii) ଲୁଣି କାହିଁକି ସାଧାରଣ ଜଳ ତୁଳନାରେ ଉତ୍ତପ୍ତ ଜଳରେ ଶିଘ୍ର ଦ୍ରବୀଭୂତ ହୁଏ ।
Answer:
(i) ଘାଣ୍ଟିବା ପରେ ଲୁଣ କ୍ଷୁଦ୍ର କଣିକାରେ ପରିଣତ ହେଲା ଏବଂ ସେଗୁଡ଼ିକ ଜଳକଣିକା ମଧ୍ୟରେ ଥିବା ସେ ଉତ୍ତପ୍ତ ଜଳନେଇ ଫାଙ୍କାସ୍ଥାନ ଅଧିକାର କଲା । ଫଳରେ ଲୁଣ ଅଦୃଶ୍ୟ ହେଲା ।
(ii) ପରୀକ୍ଷାଟି ଦର୍ଶାଉଛି ଯେ ପଦାର୍ଥ କଣିକାମାନଙ୍କ ଦ୍ଵାରା ଗଠିତ ଯେଉଁ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ରହିଥାଏ ।
(iii) ଉତ୍ତପ୍ତ ଜଳରେ ଜଳ କଣିକାର ତାପୀୟ ଶକ୍ତି ଜଳ କଣିକାର ଗତିର ବେଗ ବୃଦ୍ଧି କରେ ଫଳରେ ଲୁଣ ଏଥୁରେ ଶୀଘ୍ର ଦ୍ରବୀଭୂତ ହୁଏ ।
Question 2.
ପ୍ରତ୍ୟେକରେ ଆୟତନ ମାପିବା ଚିହ୍ନଥିବା ଗୋଟିଏ ସିଲିଣ୍ଡରୀୟ ଗୋଟିଏ କୋଡ୍ ଆକାର ଓ ଗୋଟିଏ ଆୟତା ଘନାକାର । ଏହିପରି 3 ଟି କାଚପାତ୍ରରେ ଜଣେ ଛାତ୍ର 200 ମି.ଲି. ଲେଖାଏଁ ଜଳ ଭର୍ତ୍ତି କଲା । ସବୁ ପାତ୍ରରେ ଜଳ 200 ମି.ଲି. ଚିହ୍ନ ଛୁଇଁଲା ମାତ୍ର ବିଭିନ୍ନ ପାତ୍ରରେ ଜଳର ଆକୃତି ଭିନ୍ନ ଭିନ୍ନ ହେଲା । ପରିସ୍ଥିତିକୁ ଲକ୍ଷ୍ୟକରି ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) ଏହି ପରିକ୍ଷଣ ତରଳର ଆକୃତି ସମ୍ବନ୍ଧରେ କି ସୂଚନା ଦିଏ ?
(ii) କୌଣସି ପାତ୍ରରେ ଜଳର ଆୟତନ ବଦଳିଲା କି ? ହଁ କି ନାହିଁ କାରଣ ଲେଖ ।
(iii) ଜଳର କେଉଁ ପ୍ରକୃତି ଏହି ପରୀକ୍ଷଣରେ ପ୍ରଦର୍ଶିତ ହେଲା ?
Answer:
(i) ପରୀକ୍ଷଣ ଦର୍ଶାଉଛି ଯେ ତରଳର ଆକୃତି ଏହା ଧାରଣ କରିଥିବା ପାତ୍ରର ଆକୃତି ଉପରେ ନିର୍ଭର କରେ ।
(ii) ନାଁ, କୌଣସି ପାତ୍ରରେ ଜଳର ଆୟତନରେ ପରିବର୍ତ୍ତନ ଦେଖାଯିବ ନାହିଁ । ଏହାର କାରଣ ଜଳ କଣିକା ମଧ୍ୟରେ ଆକର୍ଷଣ କଣିକାଗୁଡ଼ିକର ଆପେକ୍ଷିକ ସ୍ଥିତି ବଜାୟ ରଖୁବ ।
(iii) ତରଳର ନିର୍ଦ୍ଦିଷ୍ଟ ଆକୃତି ନଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଆୟତନ ଥାଏ ।
Question 3.
କୋଠାରିର ଏକ କୋଣରେ ମନିକା ଧୂପକାଠିଟିଏ ଜାଳିଲା । କୋଠରିର ବିପରୀତ ପାର୍ଶ୍ଵରେ ବସିଥିବା ଛାତ୍ରଛାତ୍ରୀମାନେ ଧୂପକାଠି ବାସନା ଅନୁଭବ କଲେ ଯଦିଓ ଧୂପକାଠି ଦୂରରେ ଜଳାଯାଇଥିଲା । ପରିସ୍ଥିତିକୁ ଦେଖୁ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) ଏହି ପରୀକ୍ଷଣ ଗ୍ୟାସ କଣିକାର କି ପ୍ରକୃତି ସୂଚାଉଛି ?
(ii) ଗ୍ୟାସର କେଉଁ ପ୍ରକୃତି ସୁଗନ୍ଧ ଘରସାରା ପହଞ୍ଚାଇ ପାରିଲା ?
(iii) ଏହି ପର୍ଯ୍ୟବେକ୍ଷଣରେ ବାୟୁକଣିକାର ଭୂମିକା କ’ଣ ?
Answer:
(i) ପର୍ଯ୍ୟବେକ୍ଷଣ ଦର୍ଶାଏ ଯେ ଗ୍ୟାସ କଣିକା ମୁକ୍ତ ଭାବରେ ସବୁଦିଗରେ ଗତି କରନ୍ତି ।
(ii) ଗ୍ୟାସର ନିର୍ଦ୍ଦିଷ୍ଟ ଆକାର ବା ଆୟତନ ନାହିଁ ଏହା ଲଭ୍ୟ ସ୍ଥାନର ସଂପୂର୍ଣ୍ଣ ଅଞ୍ଚଳକୁ ବ୍ୟାପିଯାଏ ।
(iii) ବାୟୁ କଣିକାର ଅବିଚଳିତ ଗତି ଧୂପକାଠି ଧୂଆଁ କଣିକା ସହ ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରେ ଓ ଉଭୟ ପ୍ରକାର କଣିକାଗୁଡ଼ିକର ସଂଘାତ ଘଟିଥାଏ ।