BSE Odisha 8th Class Science Solutions Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ

Odisha State Board BSE Odisha 8th Class Science Solutions Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ Textbook Exercise Questions and Answers. Try More: INDIAMART Pivot Point Calculator

BSE Odisha Class 8 Science Solutions Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣଅଧାତୁ

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ପ୍ରାଣୀମାନଙ୍କୁ ସେମାନଙ୍କର ନିଜ ପରିବେଶରେ ସୁରକ୍ଷା ଦେବା ସ୍ଥାନିକୁ ………… କୁହାଯାଏ ।
(ଖ) ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଦେଖାଦେଉଥ‌ିବା ପ୍ରାଣୀ |ଉଭିଦ ଜାତିକୁ ………………….. କୁହାଯାଏ ।
(ଗ) ପରିବ୍ରାଜକ ପକ୍ଷୀ ………………… ପରିବର୍ତ୍ତନ ଯୋଗୁଁ ବହୁ ଦୂରକୁ ଉଡ଼ିଯାଆନ୍ତି ।

Answer:
(କ) ଅଭୟାରଣ୍ୟ
(ଖ) ସ୍ଥାନିକ ଜାତି
(ଗ) ପାଗ

BSE Odisha 8th Class Science Solutions Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ

Question 2.
ପ୍ରଭେଦ ଦର୍ଶାଅ :
(କ) ଅଭୟାରଣ୍ୟ ଓ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ (81)
(ଖ) ଚିଡ଼ିଆଖାନା ଓ ଅଭୟାରଣ୍ୟ
(ଗ) ବିପଦଗ୍ରସ୍ତ ଓ ବିଲୁପ୍ତ ଜାତି ଉଦ୍ଭଦସମୂହ ଓ ପ୍ରାଣୀକୁଳ
ଉ-
(କ) ଅଭୟାରଣ୍ୟ ଓ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ (81)

BSE Odisha 8th Class Science Solutions Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ 1
(ଖ) ଚିଡ଼ିଆଖାନା ଓ ଅଭୟାରଣ୍ୟ
BSE Odisha 8th Class Science Solutions Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ 2

(ଗ) ବିପଦଗ୍ରସ୍ତ ଓ ବିଲୁପ୍ତ ଜାତି ଉଦ୍ଭଦ ସମୂହ ଓ ପ୍ରାଣୀକୁଳ
ଉ-
BSE Odisha 8th Class Science Solutions Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ 3

Question 3.
ଜଙ୍ଗଲ ଧ୍ବଂସ ହେତୁ ନିମ୍ନଲିଖ୍ଯ ବିଷୟ ଉପରେ କ’ଣ ପ୍ରଭାବ ପଡ଼େ ଆଲୋଚନା କର । (କ) ବନ୍ୟପ୍ରାଣୀ (ଖ) ଗ୍ରାମାଞ୍ଚଳ (ଗ) ପୃଥ‌ିବୀ (ଘ) ପରିବେଶ (ଙ) ସହରାଞ୍ଚଳ (ଚ) ପରପିଢ଼ି
ଉ-
(କ) ବନ୍ୟପ୍ରାଣୀ :
ଜଙ୍ଗଲ ଧ୍ଵଂସ ଯୋଗୁଁ ବନ୍ୟପ୍ରାଣୀମାନଙ୍କର ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହୋଇଥାଏ; ଫଳରେ ଏମାନେ ପ୍ରଥମେ ବିପଦଗ୍ରସ୍ତ ପ୍ରାଣୀ ଓ ପରବର୍ତ୍ତୀ ପର୍ଯ୍ୟାୟରେ ବିଲୁପ୍ତ ଜାତିରେ ପରିଣତ ହୋଇଥା’ନ୍ତି ।
(ଖ) ଗ୍ରାମାଞ୍ଚଳ :
ଜଙ୍ଗଲ ଧ୍ୱଂସ ଯୋଗୁଁ ସୃଷ୍ଟି ହେଉଥ‌ିବା ଅବସ୍ଥା; ଯଥା – ବୃଷ୍ଟିପାତରେ ଅନିୟମିତତା, ମୃତ୍ତିକାର ଉର୍ବରତା ହ୍ରାସ ଓ ବନ୍ୟା ଇତ୍ୟାଦିର ପ୍ରତିକୂଳ ପ୍ରଭାବ ଗ୍ରାମାଞ୍ଚଳ ଉପରେ ଅଧ୍ଵ ମାତ୍ରାରେ ପଡ଼ିଥାଏ ।

(ଗ) ପୃଥ‌ିବୀ :
ଜଙ୍ଗଲ ଧ୍ଵଂସ ଯୋଗୁଁ ମାଟିର ଧର୍ମ ବଦଳିଯାଉଛି । ମୃଭିକାର ଉପର ସ୍ତର କ୍ଷୟ ହେଉଥିବାରୁ ତଳେ ଥିବା କଠିନ ଓ ପଥୁରିଆ ସ୍ତର ଉପରକୁ ଦେଖାଯାଉଛି । ଏହି ସ୍ତରରେ ଖତିରର ପରିମାଣ କମ୍ ଥ‌ିବାରୁ ଧୀରେ ଧୀରେ ଉର୍ବର ମୃତ୍ତିକା ମରୁଭୂମିରେ ପରିଣତ ହେଉଛି ।

(ଘ) ପରିବେଶ :
ଜଙ୍ଗଲ ଧ୍ଵଂସ କାରଣରୁ ବାୟୁମଣ୍ଡଳରେ ଅଙ୍ଗରାକାମ୍ଳର ପରିମାଣ ବୃଦ୍ଧି ପାଇଥିବାରୁ ପୃଥ‌ିବୀର ତାପମାତ୍ରା ବୃଦ୍ଧି- ପାଉଛି; ଫଳରେ ଜଳଚକ୍ର ବାଧାପ୍ରାପ୍ତ ହେଉଛି ଏବଂ ବୃଷ୍ଟିପାତ କମିଯାଉଛି ଓ ମରୁଡ଼ି ଦେଖାଦେଉଛି ।

(ଡ) ସହରାଞ୍ଚଳ :
ଜଙ୍ଗଲ ଧ୍ୱଂସ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧିପାଉଛି । ସହରାଞ୍ଚଳରେ ଗାଡ଼ିମଟରରୁ ନିର୍ଗତ ଧୂଆଁ ଏହି ବୃଦ୍ଧିକୁ ତ୍ୱରାନ୍ବିତ କରୁଛି । ଅଙ୍ଗାରକାମ୍ଳ ପୃଥ‌ିବୀରୁ ବିକିରିତ ତାପ ଶୋଷଣ କରିବାଦ୍ୱାରା ସହରାଞ୍ଚଳର ତାପମାତ୍ରା ଅତ୍ୟଧ୍ବକ ବୃଦ୍ଧି ପାଉଛି ।

(ଚ) ପରପିଢ଼ି
ଜଙ୍ଗଲ ଧ୍ଵଂସ ପ୍ରକ୍ରିୟା ବନ୍ଦ ନ ହେଲେ ବା ଧ୍ଵଂସରୁ ରକ୍ଷାପାଇବାପାଇଁ ପୁନଃବନୀକରଣ କରା ନଗଲେ ପର ପିଢ଼ିର ପ୍ରାଣୀମାନେ ପୃଥ‌ିବୀରେ ବଞ୍ଚିରହିବା ପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରକୃତି ବିରୁଦ୍ଧରେ ସଂଗ୍ରାମ କରିବାକୁ ବାଧ୍ୟହେବେ । ସୁତରାଂ ଭବିଷ୍ୟତର ସବୁଜ ଅରଣ୍ୟ ବର୍ତ୍ତମାନର ବୃକ୍ଷରୋପଣ ଉପରେ ହିଁ ନିର୍ଭରଶୀଳ ।

BSE Odisha 8th Class Science Solutions Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ

Question 4.
କ’ଣ ଘଟିବ ଯଦି
(କ) ଆମେ ଗଛ କାଟିଚାଲୁ
(ଖ) ଗୋଟିଏ ପ୍ରାଣୀର ପରିସ୍ଥାନ ବିପର୍ଯ୍ୟସ୍ତ ହୁଏ
(ଗ) ମାଟିର ଉପର ସ୍ତର ନଷ୍ଟ ହୁଏ
ଉ-
(କ) ଆମେ ଗଛକଟା ଚାଲୁରଖୁ :

  • ବାୟୁମଣ୍ଡଳରେ ଅମ୍ଳଜାନର ସାନ୍ଦ୍ରତା କ୍ରମଶଃ ହ୍ରାସପାଇବ ଓ ପ୍ରାଣୀମାନଙ୍କର ବଞ୍ଚିବା ଅସମ୍ଭବ ହୋଇପଡ଼ିବ ।
  • ପୃଥ‌ିବୀର ତାପମାତ୍ରା ବୃଦ୍ଧି ପାଇବା ସହ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବ ।
  • ପ୍ରାକୃତିକ ବିପର୍ଯ୍ୟୟ ଜନଜୀବନକୁ ପ୍ରଭାବିତ କରିବ ।
  • ଚିରାଚରିତ ଜଳଚକ୍ର ବାଧାପ୍ରାପ୍ତ ହେବା ଫଳରେ ଜଳବାୟୁରେ ଘୋର ପରିବର୍ତ୍ତନ ଦେଖାଦେବ ।

(ଖ) ଗୋଟିଏ ପ୍ରାଣୀର ପରିସ୍ଥାନ ବିପର୍ଯ୍ୟସ୍ତ ହେଲେ :

  • ସେହି ପ୍ରାଣୀର ସ୍ଥିତିପ୍ରତି ବିପଦ ସୃଷ୍ଟି ହେବ ଓ ତିଷ୍ଠିବା କଷ୍ଟକର ହୋଇପଡ଼ିବ ।
  • ସେମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସପାଇ ବିପଦଗ୍ରସ୍ତ ପ୍ରାଣୀ ଭାବେ ପରିଚିତ ହେବେ ।
  • ସେମାନେ କ୍ରମଶଃ ବିଲୁପ୍ତ ହୋଇ ବିଲୁପ୍ତ ଜାତିରେ ପରିଣତ ହେବେ ।

(ଗ) ମାଟିର ଉପର ସ୍ତର ନଷ୍ଟ ହେଲେ :

  • ମାଟିର ଉପର ସ୍ତର ତଳେ ଥିବା କଠିନ ଓ ପଥୁରିଆ ସ୍ତର ବାହାରକୁ ଦେଖାଯିବ ।
  • ପଥୁରିଆ ସ୍ତରରେ ହ୍ୟୁମସ୍‌ର ପରିମାଣ କମ୍ ଥିବାରୁ ଉର୍ବରତା ହ୍ରାସପାଇବ ।
  • ଧୀରେ ଧୀରେ ଉର୍ବର ମୃତ୍ତିକା ମରୁଭୂମିରେ ପରିଣତ ହେବ ।
  • ମୃତ୍ତିକାରେ ପୋଷକ ପରିମାଣ ଓ ଗଠନ ଇତ୍ୟାଦି ପରିବର୍ତ୍ତିତ ହେବ ।

Question 5.
ସଂକ୍ଷେପରେ ଲେଖ :
(କ) ଆମେ କାହିଁକି ଜୈବବିବିଧତା ସଂରକ୍ଷଣ କରିବା ?
ଉ-
ଜୈବ ବିବିଧତା କହିଲେ ପୃଥ‌ିବୀପୃଷ୍ଠରେ ବାସକରୁଥିବା ବିଭିନ୍ନ ପ୍ରକାରର ଉଭିଦ ଓ ପ୍ରାଣୀ, ସେମାନଙ୍କ ମଧ୍ୟରେ ରହିଥ‌ିବା ପାରସ୍ପରିକ ସମ୍ପର୍କ ଓ ପରିବେଶ ସହ ସେମାନଙ୍କ ସମ୍ପର୍କକୁ ବୁଝାଇଥାଏ । ଜୈବବିବିଧତାର ସଂରକ୍ଷଣ ଦ୍ଵାରା ପରିସଂସ୍ଥାର ଉପଯୁକ୍ତ ରକ୍ଷଣାବେକ୍ଷଣ ସମ୍ଭବ ହୋଇଥାଏ କାରଣ ବିଭିନ୍ନ ଜାତିର ପ୍ରାଣୀ ଓ ଉଦ୍ଭିଦମାନେ ଖାଦ୍ୟଶୃଙ୍ଖଳ ଓ ଖାଦ୍ୟ ଜାଲିର ଗୋଟିଏ ଗୋଟିଏ ଅଂଶ ଅଟନ୍ତି । ଜୈବ ବିବିଧତାର ସଂରକ୍ଷଣ ଦ୍ବାରା ଉଭୟ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ଧ୍ୱଂସମୁଖରୁ ରକ୍ଷା କରାଯାଇପାରିବ ।

(ଖ) ସୁରକ୍ଷିତ ଜଙ୍ଗଲ ମଧ୍ୟ କାହିଁକି ପ୍ରାଣୀମାନଙ୍କ ପାଇଁ ସମ୍ପୂର୍ଣ ନିରାପଦ ନୁହେଁ ?
ଉ-
ସୁରକ୍ଷିତ ଜଙ୍ଗଲରେ କୌଣସି ପ୍ରାଣୀକୁ ଶିକାର କରିବା, ସେମାନଙ୍କୁ ଗୁଳିକରି ବା ଫାଶ ବସାଇ ଧରିବା ନିଷିଦ୍ଧ ଅଟେ । ଦୁଃଖର ବିଷୟ ଏହି ସୁରକ୍ଷିତ ଜଙ୍ଗଲଗୁଡ଼ିକ ପ୍ରାଣୀମାନଙ୍କ ପାଇଁ ମଧ୍ଯ ନିରାପଦ ନୁହଁନ୍ତି କାରଣ ଆଖପାଖର ଅଧିବାସୀ ଏହାକୁ ଜବର ଦଖଲ କରି ଜୀବଜନ୍ତୁମାନଙ୍କୁ ନଷ୍ଟ କରିଥା’ନ୍ତି ।

(ଗ) କେତେକ ଆଦିବାସୀ ଜଙ୍ଗଲ ଉପରେ ନିର୍ଭର କରନ୍ତି । କିପରି ?
ଉ-
କେତେକ ଆଦିବାସୀ ଜଙ୍ଗଲ ଉପରେ ସମ୍ପୂର୍ଣ ନିର୍ଭରଶୀଳ କାରଣ ଏମାନେ ବଞ୍ଚିବାପାଇଁ ତାଙ୍କର ସମସ୍ତ ଆବଶ୍ୟକ ଦ୍ରବ୍ଯ ଜଙ୍ଗଲରୁ ହିଁ ସଂଗ୍ରହ କରିଥା’ନ୍ତି । ବାହ୍ୟଜଗତ ସହିତ ଏମାନଙ୍କର ପ୍ରାୟ ସମ୍ପର୍କ ନଥାଏ ।

(ଘ) ଜଙ୍ଗଲଧ୍ୱଂସର କାରଣ ଓ ପରିମାଣ କ’ଣ ?
ଉ-
ଚାଷ ଉପଯୋଗୀ କ୍ଷେତ୍ର ପ୍ରସ୍ତୁତି, ବାସ ଉପଯୋଗୀ ଗୃହ ଓ କଳକାରଖାନା ନିର୍ମାଣ,ଜାଳେଣି କାଠର ବ୍ୟବହାର ଏବଂ ବିଭିନ୍ନ ପ୍ରାକୃତିକ କାରଣ ଯଥା ମରୁଡ଼ି ଓ ବନାଗ୍ନି ଜଙ୍ଗଲ ଧ୍ଵଂସର କାରଣ ଅଟେ I ତାପମାତ୍ରା ପ୍ରଦୂଷଣର ମାତ୍ରା ବୃଦ୍ଧି, ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ, ମରୁଭୂମିକରଣ ଇତ୍ୟାଦି ଜଙ୍ଗଲଧ୍ଵଂସର ପରିମାଣ ଅଟେ ।

(ଙ) ରେଡ୍ ଡାଟା ବୁକ୍ କ’ଣ ?
ଉ-
ସମସ୍ତ ସଂକଟାପନ୍ନ ବା ବିପଦଗ୍ରସ୍ତ ପ୍ରାଣୀ ଓ ଉଦ୍ଭଦମାନଙ୍କର ଅଭିଲେଖ ରେଡ୍ ଡାଟା ବୁକ୍‌ରେ ସ୍ଥାନ ପାଇଛି । ଉଭିଦ, ପ୍ରାଣୀ ଓ ଅନ୍ୟଜାତିମାନଙ୍କ ପାଇଁ ପୃଥକ ପୃଥକ ରେଡ୍ ଡାଟା ବୁକ୍ ରହିଅଛି ।

(ଚ) ପରିବ୍ରଜନ କହିଲେ କ’ଣ ବୁଝ ?
ଉ-
ବସବାସକରୁଥିବା ଅଞ୍ଚଳର ପାଗ ଅତିଶୟ ଥଣ୍ଡା ବା ପ୍ରତିକୂଳ ହେଲେ ଅଣ୍ଡା ଦେବାପାଇଁ କେତେକ ପକ୍ଷୀ ଅନ୍ୟତ୍ର ଉଡ଼ିଯାଆନ୍ତି । ଏହାକୁ ପରିବ୍ରଜନ କୁହାଯାଏ । ବହୁଦୂର ଅତିକ୍ରମ କରୁଥିବା ପକ୍ଷୀମାନଙ୍କୁ ପରିବ୍ରାଜକ ପକ୍ଷୀ କୁହାଯାଏ ।

BSE Odisha 8th Class Science Solutions Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ

Question 6.
କଳକାରଖାନା ଓ ବାସଗୃହର ଆବଶ୍ୟକତା ପୂରଣ ପାଇଁ ଗଛକଟା ସବୁବେଳେ ଚାଲିଛି । ଏହିଭଳି ପ୍ରକଳ୍ପ ପାଇଁ ଗଛ କାଟିବା ବିଧେୟ କି ? ଆଲୋଚନା କରି ଏକ ରିପୋର୍ଟ ପ୍ରସ୍ତୁତ କର ।
ଭ-
କଳକାରଖାନା ଓ ବାସଗୃହର ଆବଶ୍ୟକତା ପୂରଣ ପାଇଁ ଗଛକଟା ସବୁବେଳେ ଚାଲିଛି । ଏହିଭଳି ପ୍ରକଳ୍ପ ପାଇଁ ଗଛ କାଟିବା ବିଧେୟ ନୁହେଁ କାରଣ-

  • ଅଣଜଙ୍ଗଲ ଅଞ୍ଚଳରେ କଳକାରଖାନା ଓ ବାସଗୃହ ନିର୍ମାଣ କରାଯାଇପାରିବ ।
  • ବୃକ୍ଷରୋପଣଦ୍ୱାରା ପୁନଃ ବନୀକରଣ କରାଯାଇ ପାରିବ ।

Question 7.
ତୁମ ଅଞ୍ଚଳର ସବୁଜ ସମ୍ପଦ ରକ୍ଷାକରିବାପାଇଁ ତୁମେ କ’ଣ କରି ପାରିବ ତା’ର ଏକ ତାଲିକା ପ୍ରସ୍ତୁତ କର 1
ଭ-
ଆମ ଅଞ୍ଚଳର ସବୁଜସମ୍ପଦ ରକ୍ଷାକରିବାପାଇଁ ଆମେ ନିମ୍ନଲିଖତ ପଦକ୍ଷେପମାନ ନେଇପାରିବା; ଯଥା

  • ଗଛ କାଟିବାପାଇଁ କାହାକୁ ଅନୁମତି ଦେବା ନାହିଁ ।
  • ବୃକ୍ଷରୋପଣ କରି ସବୁଜ ଅରଣ୍ୟ ସୃଷ୍ଟି କରିବା ।
  • ଛୋଟ ଗଛରେ ପାଣିଦେଇ ବଢ଼ାଇବା ।
  • ଛୋଟ ଗଛକୁ ତାରବାଡ଼ଦ୍ୱାରା ଆବଦ୍ଧ କରି ରଖୁବା ।
  • ସବୁଜ ସମ୍ପଦର ସୁରକ୍ଷାପାଇଁ ଜନସଚେତନତା ସୃଷ୍ଟିକରିବା ।

Question 8.
ଜଙ୍ଗଲ ଧ୍ବଂସ ଫଳରେ ବୃଷ୍ଟିପାତ କିପରି କମିଯାଏ ବୁଝାଅ ।
ଭ-
ପ୍ରକ୍ରିୟାରେ ଜଳ ବାୟୁମଣ୍ଡଳକୁ ଆସିପାରେ ନାହିଁ । ମାଟିତଳେ ଥିବା ଜଳ ସ୍ତର ଆହୁରି ତଳକୁ ଖସିଯାଏ । ଗଛ ସଂଖ୍ୟା କମିବା ଫଳରେ ବାୟୁମଣ୍ଡଳ ରେ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧିପାଏ । ଏହି ଅଙ୍ଗାରକାମ୍ଳ ତାପମାତ୍ରା ବୃଦ୍ଧିପାଏ; ଫଳରେ ଜଳଚକ୍ର ବାଧାପ୍ରାପ୍ତ ହେବାଯୋଗୁଁ ବୃଷ୍ଟିପାତ ହ୍ରାସପାଏ ।

BSE Odisha 8th Class Science Solutions Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ

Question 9.
ତୁମ ରାଜ୍ୟରେ ଥ‌ିବା ଜାତୀୟ ଉଦ୍ୟାନଗୁଡ଼ିକ ଚିହ୍ନଟ କରି ଭାରତର ଏକ ରେଖା ମାନଚିତ୍ରରେ ସେ ଅଞ୍ଚଳ ଦର୍ଶାଅ ।
ଭ-
ଜାତୀୟ ଉଦ୍ୟାନ :

  • ଶିମିଳିପାଳ,
  • ଭିତରକନିକା

BSE Odisha 8th Class Science Solutions Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ 4

Question 10.
କାଗଜ ସଞ୍ଚୟ କରିବା କାହିଁକି ? କେଉଁ ଉପାୟରେ କାଗଜ ସଞ୍ଚୟ କରିହେବ ତା’ର ଗୋଟିଏ ତାଲିକା ପ୍ରସ୍ତୁତ କର ।
(a) ଜଙ୍ଗଲ ଲୋପପାଇବାର ଅନ୍ୟଏକ କାରଣ ହେଉଛି କାଗଜର ଅତ୍ୟଧିକ ବ୍ୟବହାର । ଗୋଟିଏ ଟନ୍ କାଗଜ ତିଆରି ପାଇଁ 17 ଟି ପୂରା ବଢ଼ିଥିବା ଗଛ ଆବଶ୍ୟକ ହୋଇଥାଏ । ଏହି କାରଣରୁ ଆମେ କାଗଜ ସଞ୍ଚୟ କରିବା ଉଚିତ ।
(b) ନିମ୍ନଲିଖତ ଉପାୟରେ କାଗଜ ସଞ୍ଚୟ କରିହେବ; ଯଥା –

  • ଯଥାସମ୍ଭବ ଅଳ୍ପ କାଗଜ ବ୍ୟବହାର କରିବା ।
  • କାଗଜର ପୁନଃ ବ୍ୟବହାର ଓ ପୁନଶ୍ଚକ୍ରଣ କରିବା । ନୋଟ୍‌ବୁକ୍‌ ବ୍ୟବହାର କରିବା ।
  • ଇଲେକ୍‌ଟ୍ରୋନିକ
  • ଗାଣିତିକ ହିସାବ ପାଇଁ log table ଓ calculator ବ୍ୟବହାର କରିବା ।
  • Computer ରେ ତଥ୍ୟ ସଂରକ୍ଷିତ ରଖୁବା

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।
(i) ଜୀବଜଗତ ଓ ………………. ପରସ୍ପରଦ୍ଵାରା ପ୍ରଭାବିତ ହୋଇଥାଏ ।
(ii) ଆମ ରାଜ୍ୟରେ ସର୍ବମୋଟ …………………. ଟି ଅଭୟାରଣ୍ୟ ଅଛି ।
(iii) ଆମ ରାଜ୍ୟରେ ………………. -ଟି ସାମୁଦ୍ରିକ ଅଭୟାରଣ୍ୟ ଅଛି ।
(iv) ଓଡ଼ିଶାରେ ସଂରକ୍ଷିତ ଜଙ୍ଗଲର ଆୟତନ ………………………. ବର୍ଗ କି.ମି.ରୁ ସାମାନ୍ୟ ଅଧିକ ।
(v) ଭିତରକନିକା ଅଭୟାରଣ୍ୟର କେନ୍ଦ୍ରସ୍ଥଳର ଅବସ୍ଥିତି ପ୍ରାୟ ………………. ବର୍ଗ କି.ମି ।
(vi) ଜଙ୍ଗଲ କ୍ଷୟ ଫଳରେ ପୃଥ‌ିବୀର …………………. ଓ ………………… ବିପଜ୍ଜନକ ଭାବେ ବୃଦ୍ଧିପାଇ ଚାଲିଛି ।
(vii) ଜଙ୍ଗଲରୁ ଗଛ କଟାହେଲେ …………………… ଓ …………………. ହ୍ରାସ – ପାଇଥାଏ ।
(viii) ଅଙ୍ଗାରକାମ୍ଳ ପୃଥ‌ିବୀରୁ ………………….. ଶୋଷଶ କରିବାଦ୍ୱାରା ପୃଥ‌ିବୀର ତାପମାତ୍ରା ବୃଦ୍ଧିପାଏ ।
(ix) ବିଶ୍ଵ ତାପନ ଯୋଗୁଁ …………………… ବିଶ୍ବ ତାପନ ଯୋଗୁ ବୃଷ୍ଟିପାତ କମିଯାଉଛି ।
(x) ଜଙ୍ଗଲ କ୍ଷୟ ଯୋଗୁଁ ମାଟିର ………………… ବଦଳିଯାଉଛି ।
(xi) ବୃକ୍ଷରୋପଣ ଓ ଉଭିଦରାଜି ମାଟିର ……………………….. ଧର୍ମ ଉପରେ ପ୍ରଭାବ ପକାଇଥା’ନ୍ତି ।
(xii) ଜଙ୍ଗଲସମ୍ପଦ ନଷ୍ଟ ହେବା ଫଳରେ ମାଟିର …………………….. ସାମର୍ଥ୍ୟ କମିଯାଉଛି ।
(xiii) ଜୈବ ବିବିଧତାର ସଂରକ୍ଷଣ ପାଇଁ ……………………. ରହିଥାଏ ।
(xiv) ଉଭିଦ ଏବଂ ପ୍ରାଣୀମାନଙ୍କର ଯେଉଁ ଜାତିଗୁଡ଼ିକ କେବଳ ଗୋଟିଏ ଜାଗାରେ ବାସକରନ୍ତି, ସେଗୁଡ଼ିକୁ ସେଠାକାର ……………………. କୁହାଯାଏ ।
(xv) ପଚମାରୀ ଜୈବମଣ୍ଡଳର ………………….. ଗଛ ସ୍ଥାନିକ ଉଦ୍ଭାଦ ଅଟନ୍ତି ।

BSE Odisha 8th Class Science Solutions Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ

Answers:
(i) ପରିବେଶ
(ii) 17
(iii) 1
(iv) 26,000
(v) 145
(vi) ତାପମାତ୍ରା, ପ୍ରଦୂଷଣ
(vii) ବୃଷ୍ଟିପାତ, ମାଟିର ଉର୍ବରତ
(viii) ବିକିରିତ ତାପ
(ix) ଜଳଚକ୍ର
(x) ଧର୍ମ
(xi) ଭୌତିକ
(xii) ଜଳଧାରଣ
(xiii) ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
(xiv) ସ୍ଥାନିକ ଜାତି
(xv) ଶାଳ ଓ ବଣୁଆ ଆମ୍ବ

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର :
(i) ପଚମାରୀ ଜୀବମଣ୍ତଳ ସଂରକ୍ଷିତ ସ୍ଥାନରେ ……………… ଟି ଶିଳାଲିପି ଚିହ୍ନଟ ହୋଇଛି । [45, 50, 55, 60]
(ii) ଗୋଟିଏ ଟନ୍ କାଗଜ ତିଆରି ପାଇଁ ……………………. ଟି ପୂରା ବଢ଼ିଥ‌ିବା ଗଛ ଆବଶ୍ୟକ । [14, 15, 16, 17]
(iii) ଥରେ ବ୍ୟବହାର ହୋଇଥିବା କାଗଜର ପୁନଶ୍ଚକ୍ରଣ ଦ୍ଵାରା ……………………….. ଥର ବ୍ୟବହର କରିହେବ [2-3, 3-4, 4-5, 5-6]
(iv) ଭିତରକନିକା ଜାତୀୟ ଉଦ୍ୟାନରେ ………………………. ମିଳନ୍ତି । [70, 72,63, 73]
(v) ସମଗ୍ର ପୃଥିବୀରେ ……………………… ଜାତିର ଲୁଣା ଉଭିଦ ଦେଖିବାକୁ ମିଳନ୍ତି । [70,71,72,73]
(vi) ଆମ ରାଜ୍ୟରେ ସର୍ବମୋଟ …………………… ଟି ଅଦ୍ଭୟାରଣ୍ୟ ରହଛି I [14, 15, 16, 17]
(vii) ଭିତରକନିକା କେନ୍ଦ୍ରସ୍ଥଳର ଅବସ୍ଥିତି ପ୍ରାୟ ……………………… [140, 145, 150, 155]
(viii) …………….. ଜାତୀୟ ଉଦ୍ୟାନ ଭାରତର ପ୍ରଥମ ସଂରକ୍ଷିତ ଜଙ୍ଗଲ । [ଶିମିଳିପାଳ, ଭିତରକନିକା, କାଜିରଙ୍ଗା, ସାତପୁରା]

Answers:
(i) 55
(ii) 17
(iii) 5-6
(iv) 63
(v) 72
(vi) 17
(vii) 145
(viii) legal

3. ବାମ ପାର୍ଶ୍ଵର ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ୱସ୍ଥ ଶୂନ୍ୟସ୍ଥାନ ପୂରଣ କର ।
(i) ହସ୍ତୀ ପ୍ରକଳ୍ପ : ଚନ୍ଦକା :: ବ୍ୟାଘ୍ର ପ୍ରକଳ୍ପ : …………………….. ।
(ii) ବିପଦଗ୍ରସ୍ତ ପ୍ରାଣୀ : ବାରଶିଂଘା :: ବିଲୁପ୍ତ ଜାତି :…………………….. ।
(iii) ପୃଥ‌ିବୀର ଲୁଣାଉଭିଦ ଜାତି : 72 :: ଭିତରକନିକାର ଲୁଣା ଉଭିଦ ଜାତି :…………………….. ।
(iv) ପଚମାରିର ସ୍ଥାନିକ ଉଦ୍ଭଦ : ବଣୁଆ ଆମ୍ବଗଛ :: ପଚମାରୀର ସ୍ଥାନିକ ପ୍ରାଣୀ: ……………………… ।
(v) ଭିତରକନିକା : ଶିମିଳିପାଳ :: ଜାତୀୟ ଉଦ୍ୟାନ : ……………………… ।
(vi) ଜଙ୍ଗଲ ଧ୍ବଂସ : ବିଶ୍ୱତାପନ :: ମୃତ୍ତିକାର ଉର୍ବରତା ହ୍ରାସ : ……………………… ।
(vii) ରାଜ୍ୟର ସର୍ବମୋଟ ଅଭୟାରଣ୍ୟ : 17 :: ରାଜ୍ୟର ସାମୁଦ୍ରିକ ଅଭୟାରଣ୍ୟ : ……………………… ।

BSE Odisha 8th Class Science Solutions Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ

Answers:
(i) ଶିମିଳମାଳ
(ii) ଡାଇନୋସର
(iii) 63
(iv) ଗୟଳ
(v) ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
(vi) ମରୁ ଭୂମିକରଣ
(vii) 1
(viii) ସୁନ୍ଦରବନ

4. ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଦ୍ଭବିଷ୍ୟତର ସବୁକଥାରଣ୍ୟ (i) ବିଶ୍ୱତାପନ
(ii) ପରିବ୍ରାଜକ ପକ୍ଷୀ (ii) ଶମିଳିପାଳ
(iii) ବ୍ୟାଘ୍ର ପ୍ରକଳ୍ପ (iii) ରେଡ୍ ଡାଟା ବୁକ୍
(iv) ପ୍ରଥମ ସଂରକ୍ଷିତ ଜଙ୍ଗଲ (iv) ହେନ୍ତାଳ ବଣ
(v) ଭିତରକନିକା (v) ପୁନଃବନୀକରଣ
(vi) ସ୍ୱ-ଅଞ୍ଚଳୀୟ ଜାତି (vi) ମରୁଭୂମିକରଣ
(vii) ଜଙ୍ଗଲ ଧ୍ବଂସ (vii) ଜୀବ ଓ ପରିବେଶର ସମ୍ପର୍କ
(viii) ଜୈବବିବିଧତା (viii) ଚିଲିକା
(ix) ମୃତ୍ତିକାର ଉର୍ବରତା ହ୍ରାସ (ix) ବୃହତ୍ ଗୁଣ୍ଡୁଚି
(x) ସଂକଟାପନ୍ନ ପ୍ରାଣୀ ଓ ଉଦ୍ଭଦ (x) ସାତପୁରା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଦ୍ଭବିଷ୍ୟତର ସବୁକଥାରଣ୍ୟ (v) ପୁନଃବନୀକରଣ
(ii) ପରିବ୍ରାଜକ ପକ୍ଷୀ (viii) ଚିଲିକା
(iii) ବ୍ୟାଘ୍ର ପ୍ରକଳ୍ପ (ii) ଶମିଳିପାଳ
(iv) ପ୍ରଥମ ସଂରକ୍ଷିତ ଜଙ୍ଗଲ (x) ସାତପୁରା
(v) ଭିତରକନିକା (iv) ହେନ୍ତାଳ ବଣ
(vi) ସ୍ୱ-ଅଞ୍ଚଳୀୟ ଜାତି (ix) ବୃହତ୍ ଗୁଣ୍ଡୁଚି
(vii) ଜଙ୍ଗଲ ଧ୍ବଂସ (i) ବିଶ୍ୱତାପନ
(viii) ଜୈବବିବିଧତା (vii) ଜୀବ ଓ ପରିବେଶର ସମ୍ପର୍କ
(ix) ମୃତ୍ତିକାର ଉର୍ବରତା ହ୍ରାସ (vi) ମରୁଭୂମିକରଣ
(x) ସଂକଟାପନ୍ନ ପ୍ରାଣୀ ଓ ଉଦ୍ଭଦ (iii) ରେଡ୍ ଡାଟା ବୁକ୍

 

Follow More:

GNFC Pivot Point Calculator

Leave a Comment