Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

Go through 8th Class Science Book Odia Medium Question Answer and Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି to understand textbook questions more clearly.

8th Class Science Chapter 7 Question Answer Odia Medium

Class 8 Science Chapter 7 Odia Medium

ଜିଜ୍ଞାସା ବଜାୟ ରଖ

Question 1.
କଠିନ ଏବଂ ତରଳ ମଧ୍ୟରେ ପ୍ରାଥମିକ ପାର୍ଥକ୍ୟ ହେଉଛି ଯେ ଏହାର କଣିକାଗୁଡ଼ିକ :
(i) କଠିନ ପଦାର୍ଥରେ ଦୃଢ଼ ଭାବରେ ବନ୍ଧା ହୋଇଥିବାବେଳେ ସେଗୁଡ଼ିକ ତରଳ ପଦାର୍ଥରେ ସ୍ଥିର ଥା’ନ୍ତି ।
(ii) କଠିନ ପଦାର୍ଥରେ ପରସ୍ପରଠାରୁ ବହୁତ ଦୂରରେ ଏବଂ ତରଳ ପଦାର୍ଥରେ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଥା’ନ୍ତି ।
(iii) ସର୍ବଦା କଠିନ ପଦାର୍ଥରେ ଗତି କରନ୍ତି ଏବଂ ତରଳ ପଦାର୍ଥରେ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଥା’ନ୍ତି ।
(iv) କଠିନ ପଦାର୍ଥରେ ନିବିଡ଼ ଭାବରେ ବନ୍ଧା ହୋଇଥାନ୍ତି ଏବଂ ତରଳ ପଦାର୍ଥରେ ପରସ୍ପରକୁ ଅତିକ୍ରମକରି ଗତି କରୁଥା’ନ୍ତି ।
Answer:
(iv) କଠିନ ପଦାର୍ଥରେ ନିବିଡ଼ ଭାବରେ ବନ୍ଧା ହୋଇଥାନ୍ତି ଏବଂ ତରଳ ପଦାର୍ଥରେ ପରସ୍ପରକୁ ଅତିକ୍ରମକରି ଗତି କରୁଥା’ନ୍ତି ।

Question 2.
ନିମ୍ନଲିଖ ଉକ୍ତିଗୁଡ଼ିକ ମଧ୍ୟରୁ କେଉଁଟି ସତ୍ୟ ? ମିଥ୍ୟା ଉକ୍ତିଗୁଡ଼ିକୁ ସଂଶୋଧନ କର । (ପ୍ରଶ୍ନ ସହ ଉତ୍ତର)
(i) ବରଫକୁ ତରଳାଇ ପାଣିରେ ପରିଣତ କରିବା ଏକ କଠିନ ପଦାର୍ଥର ତରଳ ପଦାର୍ଥରେ ପରିବର୍ତ୍ତନର ଏକ ଉଦାହରଣ ।
Answer:
ସତ୍ୟ

(ii) ତରଳିବା ପ୍ରକ୍ରିୟାରେ ବସ୍ତୁର ଅବସ୍ଥାରେ ପରିବର୍ତ୍ତନ ସମୟରେ ଆନ୍ତଃକଣିକା ଆକର୍ଷଣ ହ୍ରାସପାଏ ।
Answer:
ସତ୍ୟ

(iii) କଠିନ ପଦାର୍ଥର ଏକ ନିର୍ଦ୍ଦିଷ୍ଟ ଆକାର ଏବଂ ଆୟତନ ଥାଏ ।
Answer:
ସତ୍ୟ

(iv) କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ପାରସ୍ପରିକ କ୍ରିୟା ଅଧିକ ଶକ୍ତିଶାଳୀ ଏବଂ ଆନ୍ତଃକଣିକା ସ୍ଥାନଗୁଡ଼ିକ ଅତି କମ୍ ।
Answer:
ସତ୍ୟ

(v) ଯେତେବେଳେ ଆମେ କୋଠରୀର ଗୋଟିଏ କୋଣରେ କର୍ପୂର ଗରମ କରୁ, ସେତେବେଳେ ଏହାର ସୁଗନ୍ଧ କୋଠରୀର ସମସ୍ତ କୋଣରେ ପହଞ୍ଚିଯାଏ ।
Answer:
ସତ୍ୟ

(vi) ଗରମ କରିବାଦ୍ଵାରା ଆମେ କର୍ପୂରକୁ ଶକ୍ତି ଯୋଗାଇଥାଉ ଏବଂ ଏହି ଶକ୍ତି ଗନ୍ଧ ଭାବରେ ନିର୍ଗତ ହୋଇଥାଏ ।
Answer:
ମିଥ୍ୟା

ସଂଶୋଧ ଉକ୍ତି : ଗରମ କରିବାଦ୍ଵାରା ଆମେ ଯୋଗାଉଥ‌ିବା ଶକ୍ତି ବଳରେ କର୍ପୁର କଣିକାଗୁଡ଼ିକ ଆନ୍ତଃକଣିକା ଆକର୍ଷଣ ବଳ ଅତିକ୍ରମ କରି କଠିନ ଅବସ୍ଥାରୁ ସିଧାସଳଖ ଗ୍ୟାସୀୟ ଅବସ୍ଥା ଧାରଣ କରେ । ଗ୍ୟାସୀୟ ଅବସ୍ଥାରେ କର୍ପୁର କଣିକାଗୁଡ଼ିକର ବିଚ୍ଛରଣ ଯୋଗୁଁ ସେଥୁରୁ ଗନ୍ଧ ନିର୍ଗତ ହୋଇଥାଏ ।

Question 3.
ଯଥାର୍ଥତା ସହିତ ସଠିକ୍ ଉତ୍ତର ବାଛ । ଯଦି ଆମେ ଚୌକିରୁ ସମସ୍ତ ଗଠନକାରୀ କଣିକାଗୁଡ଼ିକୁ ବାହାର କରିପାରିବା, ତେବେ କ’ଣ ହେବ ?
(i) କିଛି ପରିବର୍ତ୍ତନ ହେବ ନାହିଁ ।
(ii) କଣିକା କମିଯିବା ଯୋଗୁଁ ଚୌକିର ଓଜନ କମ୍ ହେବ ।
(iii) ଚୌକିର କିଛି ଅସ୍ତିତ୍ଵ ରହିବ ନାହିଁ ।
Answer:
(iii) ଚୌକିର କିଛି ଅସ୍ତିତ୍ଵ ରହିବ ନାହିଁ ।
ଯଥାର୍ଥତା : ଚୌକିର ଏକ ନିର୍ଦ୍ଦିଷ୍ଟ ଆକାର, ଆୟତନ ଓ ବସ୍ତତ୍ଵ ଅଛି । ଯେତେବେଳେ ସମସ୍ତ ଉପାଦାନ ଚୌକିର ବାହାର କରିଦିଆଯାଏ ତେବେ ଚୌକିର କିଛି ଅସ୍ତିତ୍ଵ ରହିବ ନାହିଁ ।

Question 4.
ଗ୍ୟାସଗୁଡ଼ିକ ସହଜରେ ମିଶି ଯାଉଥ‌ିବାବେଳେ କାହିଁକି କଠିନ ପଦାର୍ଥଗୁଡ଼ିକ ସହଜରେ ମିଶି ନଥାଏ ?
Answer:
ଗ୍ୟାସ୍ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ବ୍ୟବଧାନ ଯଥେଷ୍ଟ ଅଧିକ ଏବଂ କଣିକା ଗୁଡ଼ିକ ମୁକ୍ତାଭାବରେ ସବୁଦିଗରେ ଗତି କରନ୍ତି । କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ ନଗଣ୍ୟ । ଏଣୁ କଣିକାଗୁଡ଼ିକ ବିଚ୍ଛୁରିତ (Diffusion) ହୋଇ ସହଜରେ ପରସ୍ପର ମିଶିଯାଆନ୍ତି । ଅନ୍ୟପକ୍ଷରେ କଠିନ ପଦାର୍ଥ କଣିକାଗୁଡ଼ିକ ଦୃଢ଼ ଆନ୍ତଃକଣିକା ଆକର୍ଷଣ ବଳଦ୍ଵାରା ସଂଯୁକ୍ତ । କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ନଗଣ୍ୟ । କଣିକାଗୁଡ଼ିକର ସ୍ଥାନାନ୍ତରିତ ଗତି ନଥାଇ କେବଳ ଦୋଳନ ଗତିଥାଏ । କଣିକାଗୁଡ଼ିକ ସ୍ଥାନାନ୍ତରିତ ହୋଇପାରୁ ନଥିବାରୁ ପରସ୍ପର ମିଶି ପାରନ୍ତି ନାହିଁ ।

Question 5.
କାଚ ଗ୍ଲାସରୁ କ୍ଷୀର ଟେବୁଲ ଉପରେ ଢାଳିଦେଲେ କ୍ଷୀର ବହିଯାଏ ଏବଂ ବାହାରକୁ ଖେଳେଇ ହୋଇଯାଏ, କିନ୍ତୁ ଗ୍ଲାସଟି ସମାନ ଆକାରରେ ରହିଥାଏ । ଏହି କଥାର ଯଥାର୍ଥତା ପ୍ରମାଣ କର ।
Answer:
କ୍ଷୀର ଗୋଟିଏ ତରଳ ପଦାର୍ଥ । ଏହାର କଣିକାଗୁଡ଼ିକ ପରସ୍ପର ହାଲୁକା ଭାବରେ ସଂଯୁକ୍ତ । ସେଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ କଠିନ ପଦାର୍ଥ କଣିକା ତୁଳନାରେ କମ୍ । ତେଣୁ ସେଗୁଡ଼ିକ ମୁକ୍ତ ଭାବରେ ପରସ୍ପରକୁ ଅତିକ୍ରମ କରି ଗତି କରିପାରନ୍ତି । କଣିକାଗୁଡ଼ିକ ଧାରଣ କରିଥିବା ପାତ୍ର ଭିତରେ କିମ୍ବା କୌଣସି ପୃଷ୍ଠତଳ ଉପରେ ଅନାୟାସରେ ଗତି କରନ୍ତି । ଅନ୍ୟପକ୍ଷରେ ଗ୍ଲାସ ଗୋଟିଏ କଠିନ ପଦାର୍ଥ । ଏହାର କଣିକାଗୁଡ଼ିକ ଦୃଢ଼ ଆକର୍ଷଣ ବଳଦ୍ଵାରା ବାନ୍ଧି ହୋଇଥ‌ିବାରୁ ସ୍ଥାନାନ୍ତରିତ ହେବା ସମ୍ଭବ ନୁହେଁ । ସେଗୁଡ଼ିକ ବସ୍ତୁକୁ ନିର୍ଦ୍ଦିଷ୍ଟ ଆକାର ଦିଅନ୍ତି ଯାହା ସହଜରେ ପରିବର୍ତ୍ତିତ ହୁଏନାହିଁ । ଏଣୁ କଣିକାଗୁଡ଼ିକର ସ୍ଥିତି ଓ ଧର୍ମର ପ୍ରଭେଦ ହେତୁ କ୍ଲାସରୁ ଢଳାଯାଇଥିବା କ୍ଷୀର ଟେବୁଲ ଉପରେ ବହିଯାଏ ମାତ୍ର କାଚ ଗ୍ଲାସର ଆକୃତିରେ ପରିବର୍ତ୍ତନ ଘଟେନାହିଁ ।

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

Question 6.
ବରଫ ତରଳି ଜଳ ହେବ। ଏବଂ ତାହା ଜଳୀୟବାଷ୍ପରେ ପରିଣତ ହେବା ପ୍ରକ୍ରିୟାରେ କଣିକାଗୁଡ଼ିକର ବ୍ୟବସ୍ଥାରେ ପରିବର୍ତ୍ତନକୁ ଚିତ୍ର ମାଧ୍ୟମରେ ଦର୍ଶାଅ ।
Answer:
ବରଫ ତରଳି ଜଳ ହେବ। ଏବଂ ଜଳ, ଜଳୀୟବାଷ୍ପରେ ପରିଣତ ହେବା ପ୍ରକ୍ରିୟାରେ କଣିକାଗୁଡ଼ିକର ମଧ୍ୟରେ ଆନ୍ତଃକଣିକା ବ୍ୟବଧାନ ବୃଦ୍ଧି ଓ କଣିକାଗୁଡ଼ିକର ଗତିରେ ପରିବର୍ତ୍ତନ ଯୋଗୁ ସମ୍ଭବ ହୁଏ । ଏହିକ୍ରମ ପରିବର୍ତ୍ତନ କଣିକାଗୁଡ଼ିକର ତାପୀୟ ଶକ୍ତି ବୃଦ୍ଧି ଯୋଗୁ ଘଟିଥାଏ । ତାପମାତ୍ରା ବୃଦ୍ଧି ହେଲେ ବରଫକଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ ହ୍ରାସପାଏ ଏବଂ ବରଫକୁ ଜଳରେ ପରିଣତ କରେ । ତାପୀୟ ଶକ୍ତି ଜଳକଣିକାଗୁଡ଼ିକର ପାରସ୍ପରିକ ଆକର୍ଷଣ ଶକ୍ତି ହାସକରି କଣିକାଗୁଡ଼ିକର ଗତି ବୃଦ୍ଧି କରୁଥିବାରୁ ଜଳ, ଜଳୀୟବାଷ୍ପରେ ପରିଣତ ହୁଏ ।
Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି 1

Question 7.
ନିମ୍ନଲିଖତ ପଦାର୍ଥରେ ଉପସ୍ଥିତ କଣିକାଗୁଡ଼ିକର ବ୍ୟବସ୍ଥାକୁ ଦର୍ଶାଉଥବା ଏକ ଚିତ୍ର ଆଙ୍କ :
(i) ପତଳା ଆଲୁମିନିୟମ ପଟି (Foil)
(ii) ଗ୍ଲିସେରିନ୍‌
(iii) ମିଥେନ ଗ୍ୟାସ
Answer:
Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି 2
(i) ପତଳା ଆଲୁମିନିୟମ ପଟି (Foil) – ଏହା ଏକ କଠିନ ବସ୍ତ ହୋଇଥିବାରୁ କଣିକାଗୁଡ଼ିକ ପରସ୍ପର ଦୃଢ଼ ଭାବରେ ସଂଯୁକ୍ତ ଏବଂ କଣିକାଗୁଡ଼ିକ ସମଭାବରେ ସ୍ଥିର ସଂରଚନା ପ୍ରାପ୍ତ ହୋଇଥାନ୍ତି ।
(ii) ଗ୍ଲି ସେରିନ୍ – ଏହା ଏକ ତରଳ ପଦ। ର୍ଥ ହୋଇଥିବାରୁ ଏହାର କଣିକାଗୁଡ଼ିକ ଦୃଢ଼ଭାବରେ ସଂଯୁକ୍ତ ନହୋଇ ହାଲୁକା ଭାବରେ ଆକର୍ଷିତ ହୋଇ ପରସ୍ପର ଚାରିପଟେ ଗତିଶୀଳ ।
(iii) ମିଥେନଗ୍ୟାସ – ଏହା ଗୋଟିଏ ଗ୍ୟାସୀୟ ପଦାର୍ଥ ଯୋଗୁ କଣିକାଗୁଡ଼ିକ ପରସ୍ପରଠାରୁ ଅଧିକ ବ୍ୟବଧାନ ଧାରଣ କରନ୍ତି ଏବଂ ସେଗୁଡ଼ିକ ସବୁଦିଗରେ ଗତି କରନ୍ତି ।

Question 8.
ଚିତ୍ର (କ) ଦେଖ, ଯେଉଁଥରେ କିଛି ସମୟ ଜଳିବା ପରେ ଲିଭି ଯାଇଥିବା ଏକ ମହମବତୀର ପ୍ରତିଛବି ଦେଖାଯାଇଛି । ଚିତ୍ରରେ ମହମର ବିଭିନ୍ନ ଅବସ୍ଥା ଚିହ୍ନଟ କର ଏବଂ କଣିକାଗୁଡ଼ିକର ଅବସ୍ଥିତି ଦେଖାଯାଉଥ‌ିବା ଚିତ୍ର (ଖ) ସହିତ ମେଳାଅ ।
Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି 3
Answer:
ମହ ମବ ତୀ ଟି କିଛି ଜଳିବାପରେ ଯେଉଁ ଅବଶେଷ ରହିଲା ତାହା ତାର ପୂର୍ବ ଆକୃତିକୁ ଧାରଣ କରି ରଖୁବ, କାରଣ କଠିନ ଅବସ୍ଥାରେ କଣିକାଗୁଡ଼ିକ ପରସ୍ପର ସଂଘଟିତ ହୋଇ ପଦାର୍ଥର ଆକୃତି ଅପରିବର୍ତ୍ତନୀୟ ରଖେ । ମହମବତୀଟି ଲିଭିବା ସମୟରେ ଏହାର ପ୍ରଜ୍ଜ୍ୱଳନ ସଳି ତା ପାଖରେ ତରଳ ମହମ ସୃଷ୍ଟିହେବ । କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ରୂପାନ୍ତରିତ ହେବା ସମୟରେ କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ବୃଦ୍ଧିପାଏ ଓ ଅନ୍ତଃକଣିକା ଆକର୍ଷଣ ବଳ କମିଯାଏ ।

ମହମବତୀ ଜଳିଲେ ଯେଉଁ ଧୂଆଁ ସୃଷ୍ଟି ହୁଏ, ତାହା ଗ୍ୟାସୀୟ ପଦାର୍ଥ ହୋଇଥିବାରୁ ସେଥ‌ିରେ କଣିକାଗୁଡ଼ିକର ଆନ୍ତଃକଣିକା ଆକର୍ଷଣ ବଳ ହ୍ରାସପାଇ ସେଗୁଡ଼ିକ ପରସ୍ପରଠାରୁ ଦୂରେଇଯିବେ । ଏଣୁ ମହମବତୀ ଜଳି ଲିଭିଗଲା ପରେ ଦୃଶ୍ୟମାନ କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ଦୃଷ୍ଟିରୁ ଆମେ କଠିନ, ତରଳ ଓ ଗ୍ୟାସୀୟ ଏହିପରି ତିନୋଟି ଭୌତିକ ଅବସ୍ଥା ଦେଖୁପାରିବା । ଏହି ସମସ୍ତ ପ୍ରକ୍ରିୟା ତାପମାତ୍ରା ପ୍ରଭାବରେ ଘଟିଥାଏ ।

Question 9.
ସମୁଦ୍ରର ପାଣି କାହିଁକି ଲୁଣିଆ ଲାଗେ, ଯଦିଓ ଲୁଣ ଦେଖାଯାଏ ନାହିଁ, ବାଖ୍ୟା କର ।
Answer:
ଯେତେବେଳେ ବିଭିନ୍ନ ଲବଣପଦାର୍ଥ ସମୁଦ୍ର ଜଳରେ ଦ୍ରବିଭୂତ ହୁଏ ସେଗୁଡ଼ିକ କ୍ଷୁଦ୍ର କ୍ଷୁଦ୍ର କଣିକାରେ ପରିଣତ ହୁଏ । ଏହି କଣିକାଗୁଡ଼ିକ ଜଳକଣିକାଗୁଡ଼ିକର ଫାଙ୍କାସ୍ଥାନ ଅଧିକାର କରନ୍ତି । ଲବଣ କଣିକାଗୁଡ଼ିକ ଅତିକ୍ଷୁଦ୍ର ହୋଇଥ‌ିବାରୁ ଖାଲିଆସ୍‌ରେ ଦେଖ‌ିବା ସମ୍ଭବ ନୁହେଁ । କିନ୍ତୁ ଜଳରେ ସେଗୁଡ଼ିକର ଉପସ୍ଥିତି ଯୋଗୁଁ ଜଳକୁ ଲବଣାକ୍ତ କରେ । ସେଥ‌ିପାଇଁ ସମୁଦ୍ର ଜଳରେ କୌଣସି ଲବଣ ଦେଖିବା ସମ୍ଭବ ନହେଲେ ମଧ୍ୟ ଜଳ ଲୁଣିଆ ଲାଗେ ।

Question 10.
ଚାଉଳ ଏବଂ ଚାଉଳର ଚୁନା ବିଭିନ୍ନ ପାତ୍ରରେ ରଖୁଲେ ପାତ୍ରର ଆକାର ଗ୍ରହଣ କରେ । ସେଗୁଡ଼ିକ କଠିନ ନା ତରଳ ? ବ୍ୟାଖ୍ୟା କର ।
Answer:
ଆମେ ଜାଣୁ ଯେ କୌଣସି ତରଳ ପଦାର୍ଥ, ଏହା ରଖାଯାଇଥିବା ପାତ୍ରର ଆକାର ଧାରଣ କରେ କାରଣ ତରଳର ନିର୍ଦ୍ଦିଷ୍ଟ ଆକୃତି ନଥାଏ । କିନ୍ତୁ ଚାଉଳ ଏବଂ ଚାଇଳର ଚୁନା ବିଭିନ୍ନ ପାତ୍ରରେ ରଖୁ ସେଗୁଡ଼ିକ ଯଦିଓ ପାତ୍ରର ଆକାର ଧାରଣ କରନ୍ତି, ସେଗୁଡ଼ିକ କଠିନ ପଦାର୍ଥ ଅଟନ୍ତି । ଚାଉଳ ଓ ଚାଉଳଚୂନାର କଣିକାଗୁଡ଼ିକ ତରଳ କଣିକା ପରି ଆଚରଣ ନକରି କଠିନ ପଦାର୍ଥର କଣିକାର ଧର୍ମ ପ୍ରଦର୍ଶନ କରନ୍ତି । ଏହାର କଣିକାଗୁଡ଼ିକ ତରଳ କଣିକା ପରି ମୁକ୍ତ ଭାବରେ ଗତି କରନ୍ତି ନାହିଁ । ଚାଉଳଦାନା ଓ ଚାଉଳଚୂନା କଣିକାଗୁଡ଼ିକ କଠିନ ବସ୍ତୁ ହେଲେ ମଧ୍ୟ ଆକାରରେ କ୍ଷୁଦ୍ରତାହେତୁ ସେମାନେ ରଖାଯାଇଥିବା ପାତ୍ରର ଆକାର ଧାରଣ କରନ୍ତି । ମାତ୍ର ସେଗୁଡ଼ିକ କଠିନ ପଦାର୍ଥର ଧର୍ମ ବଜାଇ ରଖନ୍ତି ।

ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

(କ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ପଦାର୍ଥର ନିମ୍ନଲିଖତ ପ୍ରକୃତିଗୁଡ଼ିକ ଥାଏ ।
(i) ଏହା ସ୍ଥାନ ଅଧିକାର କରେ
(ii) ଏହାର ବସ୍ତତ୍ଵ ଅଛି
(iii) ଗରମ କଲେ ଏହା ଅବସ୍ଥା ପରିବର୍ତ୍ତନ କରେ ନାହିଁ
(a) ଉଭୟ (i) ଓ (ii) ଠିକ୍
(b) (ii) ଓ (iii) ଠିକ୍
(c) (i) ଓ (iii) ଠିକ୍
(d) (i), (ii) ଓ (iii) ଠିକ୍
Answer:
(a) ଉଭୟ (i) ଓ (ii) ଠିକ୍

Question 2.
ସମୁଦ୍ର କୂଳରେ ଖେଳିବା ସମୟରେ ମିରା ବାଲିଦାନା ସଂଗ୍ରହ କଲା । ସେ ଭାବିଲା ଦାନାଗୁଡ଼ିକ ପଦାର୍ଥର କ୍ଷୁଦ୍ରତମ ଏକକ । ପରେ ସେ ଦେଖୁଲା ପ୍ରତ୍ୟେକ ଦାନାକୁ ଆହୁରି କ୍ଷୁଦ୍ରକଣିକାରେ ପରିଣତ କରି ହେଉଛି । ଏହା ପଦାର୍ଥ ବିଷୟରେ କି ଧାରଣା ଦେଲା ?
(a) ପଦାର୍ଥ ସ୍ଥାୟୀ ଓ ଏହା ଭାଙ୍ଗି ହେବନାହିଁ
(b) ପଦାର୍ଥ କ୍ଷୁଦ୍ର, ଅଦୃଶ୍ୟ କଣିକାକୁ ନେଇ ଗଠିତ
(c) ବାଲି ଏକ ସ୍ଵତନ୍ତ୍ର ପ୍ରକାର ତରଳ
(d) ବାଲିଦାନ ପଦାର୍ଥର କ୍ଷୁଦ୍ରତମ ଏକକ
Answer:
(b) ପଦାର୍ଥ କ୍ଷୁଦ୍ର, ଅଦୃଶ୍ୟ କଣିକାକୁ ନେଇ ଗଠିତ

Question 3.
ଦୁଇଜଣ ଛାତ୍ର ପାଣିରେ ଚିନି ପକାଇ ଘାଣ୍ଟିଲେ । ସେମାନେ ଦେଖ‌ିଲେ ଯେ ଚିନି ଅଦୃଶ୍ୟ ହୋଇଗଲା । କିନ୍ତୁ ପାଣି ମିଠା ଲାଗିଲା । ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ
(a) ଚିନିକଣିକାଗୁଡ଼ିକ ବାଷ୍ପୀଭୂତ ହୋଇଗଲା ।
(b) ଚିନି, ପାଣି ସହ ପ୍ରତିକ୍ରିୟା କରି ଗୋଟିଏ ନୂଆ ଯୌଗିକ ତିଆରି କଲା ।
(c) ଚିନି କଣିକାଗୁଡ଼ିକ, ଜଳ କଣିକା ମଧ୍ୟରେ ଥ‌ିବା ଶୂନ୍ୟସ୍ଥାନ ଅଧିକାର କରିନେଲେ ।
(d) ଚିନିକୁ ଜଳରୁ ପରିସ୍ରବଣ କରାଗଲା ।
Answer:
(c) ଚିନି କଣିକାଗୁଡ଼ିକ, ଜଳ କଣିକା ମଧ୍ୟରେ ଥ‌ିବା ଶୂନ୍ୟସ୍ଥାନ ଅଧିକାର କରିନେଲେ ।

Question 4.
କେଉଁ ଦୃଷ୍ଟାନ୍ତ ପ୍ରମାଣ କରେ ଯେ ପଦାର୍ଥ କ୍ଷୁଦ୍ର କଣିକାମାନଙ୍କୁ ନେଇ ଗଠିତ ?
(a) ଗରମ କଲେ ବରଫ ତରଳିଯାଏ ।
(b) ପାଣିରେ ଚିନି ଅଦୃଶ୍ୟ ହୋଇଯାଏ କିନ୍ତୁ ପାଣିକୁ ଚାଲେ ମିଠାଲାଗେ ।
(c) ଗରମ କଲେ ଜଳ ବାଷ୍ପ ହୁଏ ।
(d) କାଠ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଏ ।
Answer:
(b) ପାଣିରେ ଚିନି ଅଦୃଶ୍ୟ ହୋଇଯାଏ କିନ୍ତୁ ପାଣିକୁ ଚାଲେ ମିଠାଲାଗେ ।

Question 5.
ଗୋଟିଏ ଚକ୍‌ଖଣ୍ଡକୁ ବାରମ୍ବାର ଭାଙ୍ଗିବାକୁ ଦିଆଗଲା । ଶେଷରେ ଏହା ସୁକ୍ଷ୍ମଗୁଣ୍ଡରେ ପରିଣତ ହେଲା । ଏହି କାର୍ଯ୍ୟ କ’ଣ ପ୍ରଦର୍ଶନ କରୁଛି ?
(a) ଚକ୍ରର ରାସାୟନିକ ପରିବର୍ତ୍ତନ ଘଟିଲା ।
(b) ଚକ୍ ତରଳରେ ପରିଣତ ହେଲା ।
(c) ପଦାର୍ଥ ସ୍ଥାୟୀ
(d) ପଦାର୍ଥ କ୍ଷୁଦ୍ର କଣିକାଗୁଡ଼ିକୁ ନେଇ ଗଠିତ ।
Answer:
(d) ପଦାର୍ଥ କ୍ଷୁଦ୍ର କଣିକାଗୁଡ଼ିକୁ ନେଇ ଗଠିତ ।

Question 6.
କେଉଁ ପରୀକ୍ଷଣ ପ୍ରମାଣ କରେ ଯେ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ଥାଏ ?
(a) ମହମ ତରଳିବା
(b) ଜଳ ଗରମ ହେବା
(c) ଜଳରେ ଚିନି ଦ୍ରବୀଭୂତ ହେବା
(d) କଠିନ ବସ୍ତୁକୁ ଚାପଦେବା
Answer:
(c) ଜଳରେ ଚିନି ଦ୍ରବୀଭୂତ ହେବା

Question 7.
ଧାରଣ ପାତ୍ରର ସମଗ୍ର ସ୍ଥାନକୁ ଗ୍ୟାସ କଣିକାଗୁଡ଼ିକ ବିସ୍ତାରିତ ହେବା ଏବଂ ଅଧ୍ଯକୃତ କରିବା ମୂଳରେ କେଉଁଟି ପ୍ରକୃତ କାରଣ ?
(a) ଦୁର୍ବଳ ଆନ୍ତଃକଣିକା ଆକର୍ଷଣ ଓ ଅଧିକ ଶୂନ୍ୟସ୍ଥାନ
(b) ଦୃଢ଼ ଆକର୍ଷଣ ଓ ଅଧିକ ଶୂନ୍ୟସ୍ଥାନ
(c) ନିର୍ଦ୍ଦିଷ୍ଟ ଆକାର ଅଧ୍ବକ ଶୂନ୍ୟସ୍ଥାନ
(d) ଉଚ୍ଚ ସାନ୍ଦ୍ରତା
Answer:
(a) ଦୁର୍ବଳ ଆନ୍ତଃକଣିକା ଆକର୍ଷଣ ଓ ଅଧିକ ଶୂନ୍ୟସ୍ଥାନ

Question 8.
ଗ୍ୟାସ୍‌ର କେଉଁ ଧର୍ମଯୋଗୁ ଏହା ଖୁବ୍ ଶିଘ୍ର ବ୍ୟାପିଯାଏ ଏବଂ ଅଧ୍ବକୃତ ସ୍ଥାନ ଦଖଲ କରେ ?
(a) ନିମ୍ନ ସାନ୍ଦ୍ରତା
(b) ଶକ୍ତିଶାଳୀ ଆକର୍ଷଣ
(c) କଣିକାଗୁଡ଼ିକର ଦ୍ରୁତଗତି
(d) ନିର୍ଦ୍ଦିଷ୍ଟ ଆକୃତି
Answer:
(c) କଣିକାଗୁଡ଼ିକର ଦ୍ରୁତଗତି

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

Question 9.
ଗୋଟିଏ ପଦାର୍ଥର କଣିକାଗୁଡ଼ିକ ଦୃଢ଼ଭାବରେ ସଂଯୁକ୍ତ ଓ ନିର୍ଦ୍ଦିଷ୍ଟ ସ୍ଥାନରେ ରହି କମ୍ପିତ ହୁଏ । ପଦାର୍ଥଟି ହେଉଛି –
(a) ଗ୍ୟାସ
(b) ତରଳ
(c) କଠିନ
(d) ଦ୍ରବଣ
Answer:
(c) କଠିନ

Question 10.
କଠିନ ବସ୍ତମାନଙ୍କ ସମ୍ବନ୍ଧରେ କେଉଁ ଉକ୍ତିଟି ଠିକ୍ ହେବନାହିଁ ?
(a) ସେମାନଙ୍କର ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ଅଛି ।
(b) ସେମାନଙ୍କର କଣିକାଗୁଡ଼ିକ ମୁକ୍ତ ଭାବରେ ଗତି କରନ୍ତି ।
(c) ସେଗୁଡ଼ିକ ଚାପ ସହନଶୀଳ ନୁହଁନ୍ତି ।
(d) ସେମାନଙ୍କର କଣିକା ନିର୍ଦ୍ଦିଷ୍ଟ ସ୍ଥାନରେ ଥାଇ କମ୍ପନ କରନ୍ତି ।
Answer:
(b) ସେମାନଙ୍କର କଣିକାଗୁଡ଼ିକ ମୁକ୍ତ ଭାବରେ ଗତି କରନ୍ତି ।

Question 11.
ପଦାର୍ଥ x ବହିଯାଏ, ଧାରଣ ପାତ୍ରର ଆକାର ନିଏ କିନ୍ତୁ ସଂପିଡ଼ନଶୀଳ ନୁହେଁ । ପଦାର୍ଥ y, ଧାରଣ ପାତ୍ରର ସବୁ ସ୍ଥାନକୁ ବ୍ୟାପିଯାଏ ଏବଂ ପାତ୍ରର କାନ୍ଥ ଉପରେ ଚାପ ପ୍ରୟୋଗ କରେ । ତେବେ x ଓ y କୁ ଚିହ୍ନଟ କର ।
(a) x – ତରଳ, y – ଗ୍ୟାସ୍
(b) x – ଗ୍ୟାସ୍ , y – ତରଳ
(c) x – କଠିନ, Y – ତରଳ
(d) x – ବାଷ୍ପ, y – କଠିନ
Answer:
(a) x – ତରଳ, y – ଗ୍ୟାସ୍

Question 12.
ପଦାର୍ଥର କେଉଁ ଅବସ୍ଥାରେ କଣିକାଗୁଡ଼ିକ କଠିନ ବସ୍ତ ପରି ଦୃଢ଼ଭାବେ ସଂଯୁକ୍ତ ନୁହଁନ୍ତି କିମ୍ବା ଗ୍ୟାସ ପରି ମୁକ୍ତ ନୁହଁନ୍ତି ?
(a) ତରଳ
(b) ଗ୍ୟାସ
(c) କଠିନ
(d) ବାଷ୍ପ
Answer:
(a) ତରଳ

Question 13.
ଆନ୍ତଃକଣିକା ସ୍ଥାନ ସର୍ବନିମ୍ନରୁ ସର୍ବାଧ‌ିକ କ୍ରମରେ କେଉଁଠି ଠିକ୍ ?
(a) କଠିନ < ତରଳ < ଗ୍ୟାସ
(b) ଗ୍ୟାସ < ତରଳ < କଠିନ
(c) ତରଳ < କଠିନ < ଗ୍ୟାସ
(d) କଠିନ < ଗ୍ୟାସ < ତରଳ
Answer:
(a) କଠିନ < ତରଳ < ଗ୍ୟାସ

Question 14.
ଯେତେବେଳେ ଗୋଟିଏ ପଦାର୍ଥକୁ ଉତ୍ତପ୍ତ କରାଯାଏ, ଏହାର କଣିକାଗୁଡ଼ିକର ଗତିରେ କି ପରିବର୍ତ୍ତନ ଦେଖାଯାଏ ?
(a) ହ୍ରାସପାଏ
(b) ଗତି ସ୍ଥିର ରହେ
(c) ବୃଦ୍ଧିପାଏ
(d) କଣିକା ଅଦୃଶ୍ୟ ହୋଇଯାଏ
Answer:
(c) ବୃଦ୍ଧିପାଏ

Question 15.
କରଣ ଗୋଟିଏ ସିରିଞ୍ଜକୁ ଜଳପୂର୍ଣ୍ଣ କରି ଏହାର ସ୍କଙ୍ଗରକୁ ଚାପି ରଖୁଲା । ସେ କିଛିଟା କଷ୍ଟ ଅନୁଭବ କଲା । ଏହା କ’ଣ ସୂଚାଉଛି ?
(a) ଜଳକଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧିକ
(b) ତରଳ ପଦାର୍ଥଗୁଡ଼ିକ ସଂପୀଡ଼ନଶୀଳ
(c) ତରଳ ପଦାର୍ଥର ବସ୍ତୁତ୍ଵ ନଗଣ୍ୟ
(d) ଆନ୍ତଃକଣିକା ସ୍ଥାନ କମ୍‌ବାରୁ ତରଳକୁ ସଂପୀଡ଼ନ କରାଯାଇ ପାରିବ ନାହିଁ
Answer:
(d) ଆନ୍ତଃକଣିକା ସ୍ଥାନ କମ୍‌ବାରୁ ତରଳକୁ ସଂପୀଡ଼ନ କରାଯାଇ ପାରିବ ନାହିଁ

Question 16.
ଜଣେ ଛାତ୍ର ଏକ ବିକରରେ ଜଳର ରଙ୍ଗ ଧୀରେ ଧୀରେ ଗୋଲାପୀ ହେବା ଲକ୍ଷ୍ୟ କଲା । ଏହା କେଉଁ ପ୍ରକ୍ରିୟାର ଦୃଷ୍ଟାନ୍ତ ?
(a) ଘନୀକରଣ
(b) ଅବକ୍ଷେପଣ
(c) ବିଚ୍ଛୁରଣ
(d) ତରଳନ
Answer:
(c) ବିଚ୍ଛୁରଣ

Question 17.
ଗରମ ଜଳ, ଥଣ୍ଡାଜଳ ତୁଳନାରେ ପୋଟାସିୟମ ପରମାଙ୍ଗାନେଟ୍‌କୁ ଶିଘ୍ର ଦ୍ରବୀଭୂତ କରାଏ । କାରଣ କ’ଣ ?
(a) ଜଳ କଣିକା ଶିଘ୍ର ଥଣ୍ଡା ହୋଇଯାଏ ।
(b) ଉଚ୍ଚ ତାପମାତ୍ରାରେ କଣିକାଗୁଡ଼ିକର ଗତି ଦ୍ରୁତ ଥାଏ ।
(c) ପୋଟାସିୟମ୍ ପରମାଙ୍ଗାନେଟ୍ ହାଲୁକା ।
(d) ରଙ୍ଗ, ଗରମ ଜଳରେ ଭଲଭାବରେ ଦ୍ରବୀଭୂତ ହୁଏ ।
Answer:
(b) ଉଚ୍ଚ ତାପମାତ୍ରାରେ କଣିକାଗୁଡ଼ିକର ଗତି ଦ୍ରୁତ ଥାଏ ।

Question 18.
ରିୟା ତିନିଗୋଟି ବିଭିନ୍ନ ଆକୃତି ପାତ୍ରରେ ଜଳ ରଖୁଲା । ପ୍ରତ୍ୟେକଟିରେ ଜଳସ୍ତର ସମାନହେଲା କିନ୍ତୁ ଆକୃତି ଭିନ୍ନ ଥିଲା । ଏହା ଦର୍ଶାଉଛି ଯେ
(a) ଜଳ ସଂପାଡ଼ନଶୀଳ
(b) ତରଳର ନିର୍ଦ୍ଦିଷ୍ଟ ଆକୃତି ଥାଏ
(c) ତରଳ ଧାରଣ ପାତ୍ରର ଆକୃତି ନିଏ କିନ୍ତୁ ଏହାର ଆୟତନ ସ୍ଥିର ଥାଏ
(d) ତରଳର ଆକୃତି ନଥାଏ
Answer:
(c) ତରଳ ଧାରଣ ପାତ୍ରର ଆକୃତି ନିଏ କିନ୍ତୁ ଏହାର ଆୟତନ ସ୍ଥିର ଥାଏ

Question 19.
ଆୟୋଡ଼ିନ୍ ବାଷ୍ପ ଥିବା ଗୋଟିଏ ଗ୍ୟାସ ଜାର୍‌କୁ ଗୋଟିଏ ଖାଲିଥିବା ଜାର୍ ଉପରେ ରଖିଲେ କ’ଣ ହୁଏ ?
(a) ବାଷ୍ପ ଘନୀଭୂତ ହୁଏ
(b) ବାଷ୍ପ ନିମ୍ନରେ ଥ‌ିବା ଜାରେ ରହେ
(c) ବାଷ୍ପ ଉଭୟ ଜାର୍‌କୁ ବ୍ୟାପିଯାଏ
(d) ବାଷ୍ପ ତଳକୁ ବସିଯାଏ
Answer:
(c) ବାଷ୍ପ ଉଭୟ ଜାର୍‌କୁ ବ୍ୟାପିଯାଏ

Question 20.
ଗ୍ୟାସ କାହିଁକି ଧାରଣ ପାତ୍ରର କାନ୍ଥ ଉପରେ ଚାପ ପ୍ରଦାନ କରେ ?
(a) ଗ୍ୟାସର କଣିକାଗୁଡ଼ିକ ସ୍ଥିର ।
(b) କଣିକାଗୁଡ଼ିକ ଦୃଢ଼ଭାବେ ସଂଯୁକ୍ତ ।
(c) କଣିକାଗୁଡ଼ିକ ଏଣେତେଣେ ଗତିକରି କାନ୍ଥରେ ଧକ୍କା ଖାଆନ୍ତି ।
(d) ଗ୍ୟାସର ନିର୍ଦ୍ଦିଷ୍ଟ ଆୟତନ ଥାଏ ।
Answer:
(c) କଣିକାଗୁଡ଼ିକ ଏଣେତେଣେ ଗତିକରି କାନ୍ଥରେ ଧକ୍କା ଖାଆନ୍ତି ।

Question 21.
ପଦାର୍ଥର କଣିକାମାନଙ୍କ ପାଇଁ କେଉଁଟି ଠିକ୍ ଉକ୍ତି ?
(a) ପଦାର୍ଥର କଣିକାଗୁଡ଼ିକ ସର୍ବଦା ଗତିଶୀଳ ।
(b) ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ଥାଏ ।
(c) କଣିକାଗୁଡ଼ିକ ପରସ୍ପରକୁ ଆକର୍ଷଣ କରନ୍ତି ନାହିଁ ।
(d) କଣିକାଗୁଡ଼ିକ ତାପମାତ୍ରାଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ ।
Answer:
(b) ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ଥାଏ ।

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

Question 22.
ଗୋଟିଏ ଛାତ୍ର ଧୂପକାଠି ଧୂଆଁକୁ ଗୋଟିଏ ଜାର୍ ମଧ୍ୟରେ ପୂର୍ଣ୍ଣକରି ଏହାକୁ ଅନ୍ୟ ଏକ ଜାର ମୁହଁରେ ଓଲଟାଇ ରଖୁଲେ । ପରେ ଉଭୟ ଜାର୍ ମଧ୍ଯରେ ଧୂଆ ଖେଳିଗଲା । ଏହା ଦର୍ଶାଉଛି ଯେ-
(a) ଧୂଆଁ ବାୟୁସହ ପ୍ରତିକ୍ରିୟା କରେ ।
(b) ଧୂଆଁ ତଳକୁ ଟାଣିହୁଏ ।
(c) ଧୂଆଁ ସବୁଆଡ଼େ ବ୍ୟାପିଯାଏ ଓ ସ୍ଥାନ ଅଧିକାର କରେ ।
(d) ଗ୍ୟାସଗୁଡ଼ିକ ବାୟୁଠାରୁ ଓଜନିଆ ।
Answer:
(c) ଧୂଆଁ ସବୁଆଡ଼େ ବ୍ୟାପିଯାଏ ଓ ସ୍ଥାନ ଅଧିକାର କରେ ।

ଖ) ଶୂନ୍ୟସ୍ଥାନ ପୂରଣ କର ।

1. ପଦାର୍ଥ କ୍ଷୁଦ୍ର କ୍ଷୁଦ୍ର ଏକକ କଣିକାକୁ ନେଇ ଗଠିତ ଯାହା ହେଉଛି ____________ ଏବଂ ଯାହାକୁ ଆଖ୍ୟାରେ ଦେଖୁହୁଏ ନାହିଁ ।
Answer:
ଗଠନକାରୀ କଣିକା,

2. ଯେତେବେଳେ ଗୋଟିଏ କଠିନ ପଦାର୍ଥକୁ ଭାଙ୍ଗି ଗୁଣ୍ଡ କରଯାଏ, ପ୍ରତ୍ୟେକ କ୍ଷୁଦ୍ରଖଣ୍ଡ ମୂଳ ପଦାର୍ଥର ____________ ପ୍ରଦର୍ଶନ କରେ ।
Answer:
ଧର୍ମ,

3. କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ କଠିନ ବସ୍ତୁରେ ଶକ୍ତିଶାଳୀ ଏବଂ ଗ୍ୟାସଗୁଡ଼ିକରେ ____________
Answer:
ଦୁର୍ବଳ,

4. ଯେତେବେଳେ ପଦାର୍ଥକୁ ତାକ ପ୍ରୟୋଗ କରାଯାଏ, ଏହାର କଣିକାଗୁଡ଼ିକର ଗତି ଅଧ‌ିକ ____________ ହୁଏ ।
Answer:
ଦ୍ରୁତ,

5. ପଦାର୍ଥର ଏକ ଭୌତିକ ଅବସ୍ଥା ଯେଉଁଥରେ କଣିକାଗୁଡ଼ିକ ହାଲୁକା ଭାବରେ ସଂଯୁକ୍ତ ଏବଂ ପରସ୍ପର ସହ ଘଷିହୋଇ ଗତି ____________ କରନ୍ତି ।
Answer:
ତରଳ,

6. ଯେଉଁ ତାପମାତ୍ରାରେ କଠିନବସ୍ତୁ ଉତ୍ତପ୍ତ ହୋଇ ତରଳ ହୁଏ ତାହାକୁ ____________ କହନ୍ତି ।
Answer:
ଗଳନାଙ୍କ

(ଗ) ଉକ୍ତିଗୁଡ଼ିକ ସତ୍ୟ କି ମିଥ୍ୟା ଲେଖ ।

1. ଚକ୍‌କୁ ଭାଙ୍ଗି ସେଥୁରୁ ମିଳୁଥିବା ଗୁଣ୍ଡ ବିଭିନ୍ନ ପଦାର୍ଥରେ ତିଆରି ।
Answer:
ମିଥ୍ୟା, ଚକ୍‌ର କ୍ଷୁଦ୍ର କ୍ଷୁଦ୍ର ଦାନାରେ ଏକ ପ୍ରକାର ପଦାର୍ଥ ଥାଏ ।

2. ଚିନି ଜଳରେ ପଡ଼ିଲେ ଏହା ଜଳସହ ରାସାୟନିକ ପ୍ରତିକ୍ରିୟା କରୁଥିବାରୁ ଅଦୃଶ୍ୟ ହୋଇଯାଏ ।
Answer:
ମିଥ୍ୟା, ଚିନି ଜଳରେ ଦ୍ରବୀଭୂତ ହୁଏ ମାତ୍ର ଜଳସହ କୌଣସି ରାସାୟନିକ ପ୍ରତିକ୍ରିୟା କରେ ନାହିଁ ।

3. କଠିନ ବସ୍ତର କଣିକାଗୁଡ଼ିକ ନିଜ ନିଜ ସ୍ଥାନରୁ ସ୍ଥାନାନ୍ତର ନ ହୋଇ କେବଳ କମ୍ପିତ ହୁଅନ୍ତି ।
Answer:
ସତ୍ୟ

4. ପଦାର୍ଥର ତିନିଗୋଟି ଭୌତିକ ଅବସ୍ଥା ମଧ୍ୟରେ ଗ୍ୟାସଗୁଡ଼ିକର କଣିକା ମଧ୍ୟରେ ସର୍ବାଧ‌ିକ ଆକର୍ଷଣ ବଳ ଥାଏ ।
Answer:
ମିଥ୍ୟା, ତିନିଗୋଟି ଭୌତିକ ଅବସ୍ଥା ମଧ୍ୟରେ ଗ୍ୟାସର କଣିକାଗୁଡ଼ିକ ମଧ୍ୟରେ ସବୁଠାରୁ ଦୁର୍ବଳ ଆକର୍ଷଣ ବଳ ଥାଏ ।

5. ତରଳର ନିର୍ଦ୍ଦିଷ୍ଟ ଆୟତନ ନଥାଏ ।
Answer:
ମିଥ୍ୟା, ତରଳର ନିର୍ଦ୍ଦିଷ୍ଟ ଆୟତନ ଥାଏ ମାତ୍ର ନିର୍ଦ୍ଦିଷ୍ଟ ଆକୃତି ନଥାଏ ।

(ଘ) ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭକୁ ମିଳନ କର ।

Question 1.
‘କ’ ସ୍ତମ୍ଭର ଶବ୍ଦ|ଶବ୍ଦାବଳୀ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦାବଳୀକୁ ସଂଯୋଗ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(A) କଠିନ 1. ବହିଯାଏ ମାତ୍ର ନିର୍ଦ୍ଦିଷ୍ଟ ଆୟତନ ଥାଏ
(B) ତରଳ 2. ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ନ ଥାଏ
(C) ଗ୍ୟାସ 3. କଣିକା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥାଇ କମ୍ପନ କରେ
(D) ଆନ୍ତଃକଣିକା ସ୍ଥାନ 4. କଠିନ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥାକୁ ବୃଦ୍ଧିପାଏ
(E) ସୁଗନ୍ଧିତ କଣିକା 5. କଣିକାମାନଙ୍କର ବିଚ୍ଛୁରଣ ଯୋଗ ବ୍ୟାପିଯାଏ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(A) କଠିନ 3. କଣିକା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥାଇ କମ୍ପନ କରେ
(B) ତରଳ 1. ବହିଯାଏ ମାତ୍ର ନିର୍ଦ୍ଦିଷ୍ଟ ଆୟତନ ଥାଏ
(C) ଗ୍ୟାସ 2. ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ନ ଥାଏ
(D) ଆନ୍ତଃକଣିକା ସ୍ଥାନ 4. କଠିନ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥାକୁ ବୃଦ୍ଧିପାଏ
(E) ସୁଗନ୍ଧିତ କଣିକା 5. କଣିକାମାନଙ୍କର ବିଚ୍ଛୁରଣ ଯୋଗ ବ୍ୟାପିଯାଏ

Question 2.
ସ୍ତମ୍ଭର ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ତଥ୍ୟ ସଂଯୋଗ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(A) ଚକ୍ ଗୁଣ୍ଡ 1. ଉଚ୍ଚ ତାପମାତ୍ରା ଯୋଗୁ ଦ୍ରୁତ ବେଗରେ ବ୍ୟାପିଥାଏ
(B) ଜଳରେ ଚିନିର ମିଶ୍ରଣ 2. କଣିକାଗୁଡ଼ିକ ଦ୍ରୁତବେଗରେ କମ୍ପନ କରନ୍ତି
(C) କଠିନକୁ ଉତ୍ତପ୍ତ କଲେ 3. ଆନ୍ତଃକଣିକା ସ୍ଥାନକୁ ଅସ୍ଵୀକାର କରେ
(D) ଆୟୋଡ଼ିନ୍ ବାଷ୍ପ 4. ଧାରଣ ପାତ୍ର ପୂର୍ଣ୍ଣ କରେ
(E) ଉତ୍ତପ୍ତ ଜଳରେ ପୋଟାସିୟମ୍ ପରମାଙ୍ଗାନେଟ୍‌ ମିଶ୍ରଣ 5. ଭୌତିକ ପରିବର୍ତ୍ତନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(A) ଚକ୍ ଗୁଣ୍ଡ 5. ଭୌତିକ ପରିବର୍ତ୍ତନ
(B) ଜଳରେ ଚିନିର ମିଶ୍ରଣ 3. ଆନ୍ତଃକଣିକା ସ୍ଥାନକୁ ଅସ୍ଵୀକାର କରେ
(C) କଠିନକୁ ଉତ୍ତପ୍ତ କଲେ 2. କଣିକାଗୁଡ଼ିକ ଦ୍ରୁତବେଗରେ କମ୍ପନ କରନ୍ତି
(D) ଆୟୋଡ଼ିନ୍ ବାଷ୍ପ 4. ଧାରଣ ପାତ୍ର ପୂର୍ଣ୍ଣ କରେ
(E) ଉତ୍ତପ୍ତ ଜଳରେ ପୋଟାସିୟମ୍ ପରମାଙ୍ଗାନେଟ୍‌ ମିଶ୍ରଣ 1. ଉଚ୍ଚ ତାପମାତ୍ରା ଯୋଗୁ ଦ୍ରୁତ ବେଗରେ ବ୍ୟାପିଥାଏ

 

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ପଦାର୍ଥର କେଉଁ କ୍ଷୁଦ୍ରତମ ଏକକ ପଦାର୍ଥର ପରିଚୟ (ଗୁଣ) ଧାରଣ କରିଥାଏ ?
Answer:
ପଦାର୍ଥର କ୍ଷୁଦ୍ରତ୍ତମ ଏକକ ହେଉଛି ଗଠନକାରୀ କଣିକା ଯେଉଁଗୁଡ଼ିକ ପଦାର୍ଥ ଗଠନ କରନ୍ତି ଏବଂ ପଦାର୍ଥର ସମସ୍ତ ପ୍ରକୃତି ଧାରଣ କରନ୍ତି । ଭାରତୀୟ ଦାର୍ଶନିକ ଆଚାର୍ଯ୍ୟ କଣାଦ ଏହାକୁ ପରମାଣୁ ବୋଲି ଧାରଣ ସୃଷ୍ଟି କରିଥିଲେ ।

Question 2.
ଗୋଟିଏ ଚକ୍ ଖଣ୍ଡ ଆଖୁକୁ ମସୃଣ ଦେଖାଯାଏ, କିନ୍ତୁ ଯେତେବେଳେ ଏହାକୁ ଭାଙ୍ଗି ଖଣ୍ଡ ଖଣ୍ଡ କରାଯାଏ, ଏହା ନରମ ଗୁଣ୍ଡରେ ପରିଣତ ହୁଏ । ଏହି କାର୍ଯ୍ୟ ପଦାର୍ଥର ପ୍ରକୃତି ସମ୍ବନ୍ଧରେ କି ଧାରଣା ଦିଏ ?
Answer:
ଚକ୍‌କୁ ଭାଙ୍ଗି ଗୁଣ୍ଡ କଲାପରେ ଏହା ଦେଖାଯାଏ ଯେ ପଦାର୍ଥ ଅତି କ୍ଷୁଦ୍ର କଣିକାମାନଙ୍କୁ ନେଇ ଗଠିତ । କଣିକାଗୁଡ଼ିକ ପଦାର୍ଥର ଗଠନକାରୀ ଏକକ ଏବଂ ସେଗୁଡ଼ିକ ପଦାର୍ଥର ସମସ୍ତ ପ୍ରକୃତି ଧାରଣ କରିଥାଆନ୍ତି । ୩ । ରିଆ, ଜଳରେ କିଛି ଲବଣ ମିଶାଇ ଘାଣ୍ଟିବାକୁ ଲାଗିଲା । ଦ୍ରବଣଟି ପରିଷ୍କାର ଦେଖାଗଲା ଯେଉଁଥିରେ ଲବଣ ଦୃଷ୍ଟିଗୋଚର ହେଲାନାହିଁ । ଏହି ଦୃଷ୍ଟାନ୍ତ କଣିକାର ଆକାର ଓ ଗତି ସମ୍ବନ୍ଧରେ କି କି ସୂଚନା ଦିଏ ? ଉ- ଲବଣରେ ଥିବା କଣିକାଗୁଡ଼ିକ ଅତି କ୍ଷୁଦ୍ର । ସେଗୁଡ଼ିକ ଜଳରେ ସମାନ ଭାବରେ ବାଣ୍ଟିହୋଇ ରହିଥାଏ । ଏହା ସୂଚାଏ ଯେ ଲବଣ କ୍ଷୁଦ୍ର କ୍ଷୁଦ୍ର କଣିକାଦ୍ଵାରା ଗଠିତ ଯାହା ଗତିଶୀଳ ଏବଂ ଜଳରେ ମିଶ୍ରଣୀୟ ।

Question 3.
ଆନ୍ତଃକଣିକା ସ୍ଥାନ କହିଲେ କ’ଣ ବୁଝାଯାଏ
Answer:
ପଦାର୍ଥର କଣିକାମାନଙ୍କ ମଧ୍ୟରେ ଥ‌ିବା ଶୂନ୍ୟସ୍ଥାନକୁ ଆନ୍ତଃକଣିକା ସ୍ଥାନ କହନ୍ତି । କଠିନ ପଦାର୍ଥ ପାଇଁ ଏହି ସ୍ଥାନ ନଗଣ୍ୟ, ତରଳ ପଦାର୍ଥରେ ଏହି ସ୍ଥାନ ସାମାନ୍ୟ ଅଧ‌ିକ ଏବଂ ଗ୍ୟାସ ପାଇଁ ଏହି ସ୍ଥାନ ସର୍ବାଧ୍ଵକ । ପଦାର୍ଥର କଣିକାମାନଙ୍କର ପାରସ୍ପରିକ ଆକର୍ଷଣ ଏହି ସ୍ଥାନ ଉପରେ ନିର୍ଭରଶୀଳ । ଏହାଯୋଗୁ ଚିନି ଓ ଲବଣ ପ୍ରଭୃତି ଜଳରେ ସହଜରେ ଦ୍ରବଣୀୟ ।

Question 4.
କଠିନ ପଦାର୍ଥଗୁଡ଼ିକର କଣିକାଗୁଡ଼ିକ ତରଳ ଓ ଗ୍ୟାସ କଣିକାପରି ପ୍ରବାହମାନ ଗତି ନକରି କାହିଁକି କେବଳ କମ୍ପନ ଗତି ଦେଖାନ୍ତି ?
Answer:
କଠିନ ବସ୍ତୁର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିବା ସ୍ଥାନ ନଗଣ୍ୟ । କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧ‌ିକ । ସେଗୁଡ଼ିକ ଦୃଢ଼ଭାବେ ବନ୍ଧା ହୋଇଥିବାରୁ ପ୍ରବହମାନ ଗତି ଦେଖାନ୍ତି ନାହିଁ ଏବଂ କେବଳ ନିଜ ନିଜ ଅବସ୍ଥାନରେ ରହି କମ୍ପିତ ହୁଅନ୍ତି ।

Question 5.
ଜଳରେ ଚିନି ଦ୍ରବୀଭୂତ ହେବାପରେ ଜଳସ୍ତର ବୃଦ୍ଧି ନ ହେବାର କାରଣ କ’ଣ ?
Answer:
ଚିନି ଜଳରେ ଦ୍ରବୀଭୂତ ହେବା ସମୟରେ ଚିନି କଣିକାଗୁଡ଼ିକ ଜଳ କଣିଚ୍ଛାଗୁଡ଼ିକ ମଧ୍ୟରେ ଥିବା ଫାଙ୍କା ସ୍ଥାନ ଦଖଲ କରିନିଅନ୍ତି । ଏଣୁ ଚିନି ଜଳରେ ଦ୍ରବୀଭୂତ ହେବା ସମୟରେ ଜଳପତନ ବୃଦ୍ଧିହେବାର ଦୃଷ୍ଟିଗୋଚର ହୁଏ ନାହିଁ ।

Question 6.
କେଉଁ ପ୍ରାଚୀନ ଭାରତୀୟ ଦାର୍ଶନିକ ‘ପରମାଣୁ’ର ଧାରଣ ଦେଇଥିଲେ ?
Answer:
ପ୍ରାଚୀନ ଭାରତୀୟ ଦାର୍ଶନିକ ଆଚାର୍ଯ୍ୟ କଣାଦ ପ୍ରଥମେ ପଦାର୍ଥର କ୍ଷୁଦ୍ରତମ କଣିକା ବା ‘ପରମାଣୁ’ର ଧାରଣା ଦେଇଥିଲେ । ସେ ବିଶ୍ଵାସ କରୁଥିଲେ ଯେ ପରମାଣୁ ପଦାର୍ଥର କ୍ଷୁଦ୍ରତ୍ତମ କଣିକା ଯାହା ଅବିଭାଜ୍ୟ ।

Question 7.
କଠିନ ପଦାର୍ଥର କାହିଁକି ନିର୍ଦ୍ଦିଷ୍ଟ ଆକୃତି ଥାଏ ?
Answer:
କଠିନ ପଦାର୍ଥର ଅଣୁଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଅତି ନଗଣ୍ୟ । କଣିକାଗୁଡ଼ିକ ଦୃଢ଼ଭାବରେ ବନ୍ଧା (Closely packed) । କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧ‌ିକ । କଣିକାଗୁଡ଼ିକ ମୁକ୍ତ ଭାବରେ ଗତି କରି ନପାରି କେବଳ ନିଜ ନିଜ ସ୍ଥାନରେ କମ୍ପିତ ହୁଅନ୍ତି । ଏଣୁ କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ଥାଏ ।

Question 8.
ଯେତେବେଳେ ଗଳନାଙ୍କର କୌଣସି କଠିନ ପଦାର୍ଥ, ତରଳ ପଦାର୍ଥରେ ପରିଣତ ହୁଏ, ସେତେବେଳେ କଣିକାଗୁଡ଼ିକ ମଧ୍ୟରେ ଥିବା ଆକର୍ଷଣ ବଳରେ କି ପରିବର୍ତ୍ତନ ଦେଖାଯାଏ ?
Answer:
କଠିନ ପଦାର୍ଥର ଗଳନାଙ୍କରେ ତାପୀୟ ଶକ୍ତିର ପ୍ରଭାବରେ କଣିକାମାନଙ୍କ ମଧ୍ୟରେ ଆକର୍ଷଣ ବଳ ହ୍ରାସ ପାଏ । କଣିକାଗୁଡ଼ିକ ମୁକ୍ତଭାବରେ ଗତି କରିବାକୁ ସକ୍ଷମ ହେବାରୁ କଠିନ ପଦାର୍ଥ ତରଳରେ ପରିଣତ ହୁଏ ।

Question 9.
ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ନଥାଇ ମଧ୍ୟ ନିର୍ଦ୍ଦିଷ୍ଟ ଆୟତନ ଥାଏ । ଏହା କିପରି ସମ୍ଭବ ?
Answer:
ତରଳ ପଦାର୍ଥର କଣିକାଗୁଡ଼ିକ ମୁକ୍ତଭାବରେ ପ୍ରବହମାନ ହେବାଯୋଗୁ ଏହାର ନିର୍ଦ୍ଦିଷ୍ଟ ଆକର ନଥାଏ, ଏହା କେବଳ ଧାରଣ ପାତ୍ରର ଆକୃତି ଗ୍ରହଣ କରେ କିନ୍ତୁ କଣିକାଗୁଡ଼ିକ ସର୍ବଦା ନିର୍ଦ୍ଦିଷ୍ଟ ସ୍ଥାନରେ ସୀମାବଦ୍ଧ ଥ‌ିବାରୁ ତରଳର ଆୟତନରେ ପରିବର୍ତ୍ତନ ଘଟେନାହିଁ ।

Question 10.
ଉତ୍ତପ୍ତ ଜଳରେ ପୋଟାସୟମ ପରମାଙ୍ଗାନେଟ ଦ୍ରୁତଭାବରେ ବିଚ୍ଛୁରିତ ହୁଏ କିପରି ?
Answer:
ତାପ, ଜଳ ଅଣୁଗୁଡ଼ିକର୍ ଗତିର ବେଗ ବୃଦ୍ଧି କରେ । ଏହାଦ୍ଵାରା ପୋଟାସିୟମ ପରମାଙ୍ଗାନେଟ ଅଣୁଗୁଡ଼ିକ ଖୁବ୍ ଶିଘ୍ର ଜଳରେ ଖେଳେଇ ହୋଇଯାଏ ଏବଂ ଦ୍ରବଣର ରଙ୍ଗ ଗୋଲାପୀ ହୁଏ ।

Question 11.
ଗ୍ୟାସଗୁଡ଼ିକ ଧାରଣ ପାତ୍ରର ସବୁ ଅଂଶକୁ ବ୍ୟାପିଯାଏ କିପରି ?
Answer:
ଗ୍ୟାସ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ସର୍ବାଧ‌ିକ । କଣିକାଗୁଡ଼ିକ ମୁକ୍ତଭାବରେ ସବୁଦିଗରେ ଗତିକରିନ୍ତି । ଏଣୁ ଧାରଣ ପାତ୍ରର ସବୁ ଅଂଶରେ କଣିକାଗୁଡ଼ିକ ବ୍ୟାପିଯିବାର ଦେଖାଯାଏ ।

Question 12.
ସିରିଞ୍ଜରେ ଗ୍ୟାସ କଣିକାଗୁଡ଼ିକ ଉପରେ ଚାପ ପ୍ରଦାନ କଲେ, କ’ଣ ଘଟେ ?
Answer:
ସିରିଞ୍ଜଦ୍ଵାରା ଗ୍ୟାସକଣିକା ଉପରେ ଚାପ ପ୍ରଦାନ କଲେ, ଗ୍ୟାସର ଆୟତନ କମିଯାଏ । ଗ୍ୟାସ କଣିକା ମଧ୍ୟରେ ଅଧ‌ିକ ଫାଙ୍କା ସ୍ଥାନ ଥିବାରୁ ଗ୍ୟାସଗୁଡ଼ିକ ସଂପୀଡ଼ନଶୀଳ ବୋଲି ଉପଲବ୍ଧ ହୁଏ ।

Question 13.
ରବି ହଠାତ ତା’ର ସୁଗନ୍ଧ ପଦାର୍ଥ ବୋତଲର ଠିପିକୁ ଗୋଟିଏ କୋଠାରୀର ଏକ କୋଣରେ ଖୋଲିଦେଲା । ମାତ୍ର କେତେ ମିନିଟ୍ ମଧ୍ୟରେ ତା’ର ସୁଗନ୍ଧ ଘର ସାରା ଅନୁଭୂତ ହେଲା । କାହିଁକି ଏପରି ଘଟେ ?
Answer:
ସୁଗନ୍ଧି ପଦାର୍ଥର କଣିକାଗୁଡ଼ିକ ସର୍ବଦା ଗତିଶୀଳ । କଣିକାଗୁଡ଼ିକ ମଧ୍ୟରେ ଫାଙ୍କାସ୍ଥାନ ଅଧ୍ବକ । ଆକର୍ଷଣ ବଳ କମ୍ ହେତୁ କଣିକାଗୁଡ଼ିକର ଦ୍ରୁତ ବିଚ୍ଛୁରଣ (diffusion) ଘଟେ । ଏଣୁ ଖୁବ୍‌ଶିଘ୍ର ଘରସାରା ସୁଗନ୍ଧ ଅନୁଭୂତ ହୁଏ ।

Question 14.
ଯେତେବେଳେ ବାଲି ଜଳରେ ପକାଯାଏ, ଏହା ଜଳସ୍ତରର ନିମ୍ନକୁ ଖସିଯାଏ । ଏହା ବାଲି କଣିକାର କେଉଁ ଗୁଣ ସୂଚାଏ ?
Answer:
ବାଲି କଣିକାଗୁଡ଼ିକ ଆକାରରେ ବଡ଼ ଓ ଜଳରେ ଅଦ୍ରବଣୀୟ ସେଗୁଡ଼ିକ ଚିନି କିମ୍ବା ଲବଣ କଣିକାଗୁଡ଼ିକ ପରି ଜଳକଣିକା ମଧ୍ୟସ୍ଥ ଫାଙ୍କା ସ୍ଥାନ ଅଧିକାର କରନ୍ତି ନାହିଁ । ସାନ୍ଦ୍ରତା ଅଧ୍ବକ ହେତୁ କଣିକାଗୁଡ଼ିକ ନିମ୍ନକୁ ଖସିପଡ଼ନ୍ତି । ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 15.
ପଥର କିମ୍ବା ବାଲିଗଦା ତିଆରି କରିବା ସମ୍ଭବ । କିନ୍ତୁ ପାଣି ବା ତରଳ ପଦାର୍ଥରେ ଏପରି ଗଦା ତିଆରି କରିବା ସମ୍ଭବ ନୁହେଁ କାହିଁକି ?
Answer:
ପଥର କିମ୍ବା ବାଲି କଠିନ ପଦାର୍ଥ । ସେଗୁଡ଼ିକର କଣିକାଗୁଡି଼କ ପରସ୍ପର ଦୃଢ଼ଭାବେ ସଂଯୁକ୍ତ ଏବଂ ‘‘କଣିକାଗୁଡ଼ିକର ସର୍ବଦା ସ୍ଥାନାନ୍ତରଣ ଗତି ନଥାଏ । ତେଣୁ ପଥର କିମ୍ବା ବାଲିରେ ଗଦା (Pile) ତିଆରି କରିବା ସମ୍ଭବ । ଅନ୍ୟ ପକ୍ଷରେ ଜଳ କିମ୍ବା ତରଳ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଦୃଢ଼ ଆନ୍ତଃକଣିକା ଆକର୍ଷଣ ନଥାଏ । କଣିକାଗୁଡ଼ିକ ପରସ୍ପରକୁ ଅତିକ୍ରମ କରି ସର୍ବଦା ଗତି କରିବାକୁ ଚେଷ୍ଟା କରନ୍ତି । ଏଣୁ ଜଳ କିମ୍ବା ତରଳ ପଦାର୍ଥରେ ଗଦା ତିଆରି କରିବା ସମ୍ଭବ ନୁହେଁ ।

Question 16.
ଦୁଇହାତ ପାପୁଲିରେ ପାଣି ଧାରଣ କଲେ, ପାଣି ନିର୍ଦ୍ଦିଷ୍ଟ ଆକାର ଧାରଣ କରେ, କିନ୍ତୁ ପାଣି ଢାଳିଦେବାପରେ ସେ ଆକାର ରହେନାହିଁ କାହିଁକି ?
Answer:
ପାଣି ଗୋଟିଏ ତରଳ ପଦାର୍ଥ । ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନଥାଏ । ଏହା ଯେଉଁ ପାତ୍ରରେ ରହେ, ସେହି ପାତ୍ରର ଆକୃତି ଧାରଣ କରେ । ଏଣୁ ହାତ ପାପୁଲିରେ ପାଣି ଧାରଣ କଲେ ଏହା ପାପୁଲିଦ୍ଵୟ ସଂଯୋଗର ଆକୃତି ନିଏ । ପାଣି ଢାଳିଦେଲାପରେ ଏହା ସମତଳରେ ବହିଯାଏ ଏବଂ ସମତଳରେ ଏହା ନୂଆ ଆକାର ନିଏ, କାରଣ ପାଣିର କଣିକାଗୁଡ଼ିକ ମୁକ୍ତ ଭାବରେ ସବୁଦିଗରେ ଗତିକରିବାର ପ୍ରୟାସ କରନ୍ତି ।

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

Question 17.
ଆମେ ବାୟୁକୁ ଦେଖିପାରୁ ନାହୁଁ କିନ୍ତୁ ଫୁଲିଥୁବା ବେଲୁନ୍ ଭିତରେ ରହି ଏହା କିପରି ବେଲୁନ୍‌ର ଓଜନ ବୃଦ୍ଧି କରୁଛି ?
Answer:
ବାୟୁ ଏକ ଗ୍ୟାସୀୟ ପଦାର୍ଥ ଯାହାର କଣିକାଗୁଡ଼ିକ ଆମକୁ ଆଦୌ ଦେଖାଯାଏ ନାହିଁ । ବେଲୁନ୍‌ ଫୁଲିଥିବା ସମୟରେ ଏହାର ଅନ୍ତର୍ଦ୍ଦେଶରେ ବାୟୁକଣିକା ଭରିହୋଇ ରହିଥାଏ । ଏହି କଣିକାଗୁଡ଼ିକ ଦୃଶ୍ୟମାନ ନହେଲେ ମଧ୍ୟ ଏହାର ବସ୍ତୁତ୍ଵଥିବାରୁ ଏହା ବେଲୁନ୍‌ର ଓଜନ ବୃଦ୍ଧିକରେ ।

Question 18.
ଆଜି ଆମେ ଶ୍ଵାସକ୍ରିୟାରେ ଯେଉଁ ବାୟୁ ବ୍ୟବହାର କରୁଛୁ, ତାହା କ’ଣ ହଜାର ହଜାର ବର୍ଷ ପୂର୍ବେ ଥ‌ିବା ବାୟୁସହ ସମାନ କି ?
Answer:
ବାୟୁ ଗ୍ୟାସୀୟ କଣିକାଗୁଡ଼ିକର ମିଶ୍ରଣ ଯାହା ସର୍ବଦା ଗତିଶୀଳ । ସେହି ସମାନ ବାୟୁ କଣିକାଗୁଡ଼ିକ ପ୍ରକୃତିରେ ବିଦ୍ୟମାନ ଥାଏ ଏବଂ ପୁନଃ ପୁନଃ ବ୍ୟବହୃତ ହୁଏ । ଏଣୁ ଶ୍ଵାସକ୍ରିୟାରେ ବ୍ୟବହୃତ ବାୟୁ ହଜାର ହଜାର ବର୍ଷ ପୂର୍ବେ ଥ‌ିବା ବାୟୁର ନରବଚ୍ଛିନ୍ନ ସ୍ଥିତି ଅଟେ ।

Question 19.
ଚକ୍‌ଗୁଣ୍ଡର ପ୍ରତି କଣିକା ଏକା ପ୍ରକାର ବସ୍ତୁରୁ ତିଆରି କିମ୍ବା ଏହାକୁ ଭାଙ୍ଗି ଆହୁରି କ୍ଷୁଦ୍ରକଲେ ଆମେ କ’ଣ କିଛି ନୂଆ ପଦାର୍ଥ ପାଇବା ?
Answer:
ଚକ୍‌ଗୁଣ୍ଡକୁ ଯେତେ ଭାଙ୍ଗି କ୍ଷୁଦ୍ରକ୍ଷୁଦ୍ର କଣିକାରେ ବିଭକ୍ତ କଲେ ଏକ ନିର୍ଦ୍ଦିଷ୍ଟ ପଦାର୍ଥର ସଂଯୁକ୍ତି ବୋଲି ଜାଣିପାରିବା । ଚକ୍‌ଗୁଣ୍ଡ ଭାଙ୍ଗିବା ଏଥୁରୁ ସର୍ବଦା ଏକ ପ୍ରକାରର କଣିକା ମିଳିବ । ଭାଙ୍ଗିବାଦ୍ଵାରା କିଛି ନୂଆ ମଧ୍ୟ ଆମେ ଏହାର ଗଠନ ଦୃଷ୍ଟିରୁ ସର୍ବଦା ଗୋଟିଏ ଭୌତିକ ପରିବର୍ତ୍ତନ ହୋଇଥିବାରୁ ପଦାର୍ଥ ସୃଷ୍ଟିହେବନାହିଁ ।

Question 20.
ଚକ୍‌କୁ ଭାଙ୍ଗି ଭାଙ୍ଗି ଗଲେ ବା ଚୂର୍ୟକଲେ ଆମେ ଏହାର କ୍ଷୁଦ୍ରତମ କଣିକା ପାଇପାରିବା କି ?
Answer:
ଚକ୍‌କୁ ଭାଙ୍ଗି ଭାଙ୍ଗି ଚାଲିଲେ ଆମେ ଏହାର କ୍ଷୁଦ୍ରତମ କଣିକା ସହଜଙ୍କର ପାଇପାରିବା ନାହିଁ । କଣିକାଗୁଡ଼ିକ ପୁନର୍ବାର ବିଭାଜନ ହୋଇପାରିବ ଯେପର୍ଯ୍ୟନ୍ତ ଗଠନାତ୍ମକ କଣିକା ପ୍ରାପ୍ତ ନହୋଇଛି । ଏହା ଭୌତିକ ପଦ୍ଧତିଦ୍ଵାରା ସମ୍ଭବ ନୁହେଁ ।

Question 21.
ଚିନିକୁ ପାଣିରେ ପକାଇ ଘାଣ୍ଟିଲେ କ’ଣ ହେବ ?
Answer:
ଚିନିକୁ ପାଣିରେ ପକାଇ ଘାଣ୍ଟିଲେ ଚିନି ପାଣିରେ ଦ୍ରବୀଭୂତ ହେବ । ଏହି ପ୍ରକ୍ରିୟାରେ ଚିନିରେ ଥ‌ିବା କଣିକାଗୁଡ଼ିକ ଜଳ କଣିକାଗୁଡ଼ିକର ମଧ୍ୟବର୍ତ୍ତୀ ଶୂନ୍ୟସ୍ଥାନ ଦଖଲ କରିନେବେ । ଫଳରେ ପାଣିକୁ ଚାଖୁଲେ ମିଠା ଲାଗିବ ।

Question 22.
ଜଳରେ ଦ୍ରବୀଭୂତ ହେବାପରେ ଚିନି ଅଦୃଶ୍ୟ ହୋଇଯାଏ କିନ୍ତୁ ଏହାର ସ୍ଵାଦ ଅନୁଭୂତ ହୁଏ କିପରି ?
Answer:
ଜଳରେ ପଡ଼ିଲେ ଚିନି ଅଦୃଶ୍ୟ କ୍ଷୁଦ୍ର କ୍ଷୁଦ୍ର କଣିକାରେ ପରିଣତ ହୁଏ । କିନ୍ତୁ କଣିକାଗୁଡ଼ିକ ଜଳଅଣୁ ମଧ୍ୟରେ ରହି ଜଳକୁ ମିଠାସ୍ଵାଦ ଦେଇଥାଆନ୍ତି ।

Question 23.
ଚକ୍ ଏବଂ ଚିନିକୁ ଭାଙ୍ଗି ସେମାନଙ୍କର ଗଠନକାରୀ କଣିକାରେ ପରିଣତ କରାଯାଇପାରେ, କିନ୍ତୁ ଗଠନକାରୀ କଣିକାଗୁଡ଼ିକ ଏକାଠି ହୋଇ କିପରି ଆମେ ଦେଖିପାରୁଥିବା ଚକ୍ ଓ ଚିନି ଗଠନ କରନ୍ତି ?
Answer:
ଗଠନକାରୀ କଣିକାଗୁଡ଼ିକ ପଦାର୍ଥର ମୌଳିକ ଏକକ ଯାହା ମୂଳ ପଦାର୍ଥକୁ ଗଠନ କରିଥାଆନ୍ତି । ଚକ୍ ଓ ଚିନି ଉଭୟ କଠିନ ପ୍ରଦାର୍ଥ ହୋଇଥିବାରୁ ସେମାନଙ୍କର ଗଠନକାରୀ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ ଅଧୂକ । ଏହି ବଳ କଣିକାମାନଙ୍କୁ ସଙ୍ଗଠିତ କରି ପଦାର୍ଥକୁ ନିର୍ଦ୍ଦିଷ୍ଟ ସ୍ଥିତି, ଆକାର ଓ ଆୟତନ ଦେଇଥାଏ ।

Question 24.
କଠିନ ଅବସ୍ଥାରେ କଣିକାମାନଙ୍କ ମଧ୍ୟରେ କିପରି ବ୍ୟବଧାନ ବୃଦ୍ଧି କରାଯାଇପାରିବ ?
Answer:
କଠିନ ପଦାର୍ଥକୁ ଉତ୍ତପ୍ତ କରିବାଦ୍ଵାରା ଏହାର କଣିକାମାନଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି କରାଯାଇ ପାରିବ । ତାପମାତ୍ରା ବୃଦ୍ଧିଯୋଗୁ କଣିକାଗୁଡ଼ିକ ଦୋଳନ କରିବାଦ୍ଵାରା ସେମାନଙ୍କ ମଧ୍ୟରେ ଆକର୍ଷଣ ବଳ ହ୍ରାସ ପାଇବ ଏବଂ କଣିକାଗୁଡ଼ିକର ଗତିରେ ପରିବର୍ତ୍ତନ ଦେଖାଯିବ । କଣିକାଗୁଡ଼ିକୁ ପରସ୍ପରକୁ ଅତିକ୍ରମ କରିବାକୁ ପ୍ରୟାସ କରି ତରଳ ଅବସ୍ଥା ଧାରଣ କରିବେ । ଫଳରେ କଣିକାମାନଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ଘଟିବ ।

Question 25.
କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆୟତନ ଥାଏ । ତରଳ ଓ ଗ୍ୟାସୀୟ ପଦାର୍ଥର ଆୟତନକୁ ନେଇ କ’ଣ କୁହାଯାଇପାରିବ ?
Answer:
ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ନଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଆୟତନ ଥାଏ । ଏହାର ଆକୃତି ଧାରଣ କରିଥିବା ପାତ୍ରର ଆକୃତି ଉପରେ ନିର୍ଭର କରେ । ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି କି ଆୟତନ ନଥାଏ । ଏହା ଅବସ୍ଥାନ କରିଥିବା ସମଗ୍ର ସ୍ଥାନକୁ ବ୍ୟାପିଯାଏ ।

Question 26.
ଜଳ କାହିଁକି ଧାରଣ ପାତ୍ରର ଆକୃତି ନିଏ ଯଦିଓ ଏହାର ଆୟତନ ନିର୍ଦ୍ଦିଷ୍ଟ ?
Answer:
ଜଳ କଣିକାଗୁଡ଼ିକ ମୁକ୍ତ ଭାବରେ ସବୁଦିଗକୁ ଗତି କରିପାରୁଥ‌ିବାରୁ ଏହା ଧାରଣ କରିଥିବା ପାତ୍ରର ଆକୃତି ନିଏ । କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ଓ ଆନ୍ତଃକଣିକା ଆକର୍ଷଣ ସମାନ ରହୁଥ‌ିବାରୁ ଆୟତନରେ ପରିବର୍ତ୍ତନ ହୁଏନାହିଁ ।

Question 27.
ଗ୍ୟାସର ନିର୍ଦ୍ଦିଷ୍ଟ ଆୟତନ ଥାଏ କି ?
Answer:
ଗ୍ୟାସର ନିର୍ଦ୍ଦିଷ୍ଟ ଆୟତନ ନଥାଏ । ଗ୍ୟାସ କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧ୍ବକ ଓ ଅନିର୍ଦ୍ଦିଷ୍ଟ । କଣିକାଗୁଡ଼ିକ ଅନାୟାସରେ ସବୁ ଦିଗରେ ଗତି କରିପାରନ୍ତି । କଣିକାଗୁଡ଼ିକ ଅନାୟାସରେ ସବୁ ଦିଗରେ ଗତି କରିପାରନ୍ତି । କଣିକାଗୁଡ଼ିକ ଲଭ୍ୟ ସ୍ଥାନର ସବୁ ଅଂଶକୁ ବ୍ୟାପିଯିବାରୁ ଏହାର ଆୟତନ ପରିବର୍ତ୍ତନୀୟ ।

Question 28.
କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାପାଇଁ ଆନ୍ତଃକଣିକା ସ୍ଥାନର ଭୂମିକା କ’ଣ ?
Answer:
କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକାସ୍ଥାନ ସେମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ଆକର୍ଷଣ ବଳକୁ ପ୍ରଭାବିତ କରେ । କଠିନ ବସ୍ତର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ବ୍ୟବଧାନ ସର୍ବନିମ୍ନ ହୋଇଥିବାରୁ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧ‌ିକ । କଣିକାମାନଙ୍କର ଏହି ଅବସ୍ଥା କଠିନ ବସ୍ତୁକୁ ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ଦେଇଥାଏ । ତରଳ ପଦାର୍ଥର କଣିକାମାନଙ୍କ ମଧ୍ୟରେ ବ୍ୟବଧାନ ସାମାନ୍ୟ ଅଧିକ ହେତୁ ଆକର୍ଷଣ ବଳ କଠିନ ପଦାର୍ଥ ତୁଳନାରେ କମ୍ । ଏଣୁ ତରଳର ନିର୍ଦ୍ଦିଷ୍ଟ ଆକୃତି ନଥାଏ କେବଳ ନିର୍ଦ୍ଦିଷ୍ଟ ଆୟତନ ଥାଏ । ଗ୍ୟାସୀୟ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ସର୍ବାଧ‌ିକ ହୋଇଥିବାରୁ ଆକର୍ଷଣ ବଳ ସର୍ବନିମ୍ନ ଓ କଣିକାମାନଙ୍କର ଗତି ଅଧ୍ୟକ । ଫଳରେ ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ବା ଆୟତନ ନଥାଏ ।

Question 29.
ଚିନି ଓ ବାଲି ଉଭୟ କଠିନ ପଦାର୍ଥ । ଚିନି ଜଳରେ ଦ୍ରବୀଭୂତ ହେବା ସମୟରେ ବାଲୁ କାହିଁକି ଦ୍ରବିଭୂତ ହୁଏନାହିଁ ?
Answer:
ଚିନିର କଣିକାଗୁଡ଼ିକ ଅତି କ୍ଷୁଦ୍ର ଓ ଖାଲି ଆଖୁକୁ ଦେଖାଯାଆନ୍ତି ନାହିଁ । ସେଗୁଡ଼ିକ ଜଳ କଣିକା ମଧ୍ଯରେ ଥ‌ିବା ଶୂନ୍ୟସ୍ଥାନ ଦଖଲ କରି ନିଅନ୍ତି । ଫଳରେ ଚିନି ଜଳରେ ଦ୍ରବିଭୂତ ହୁଏ । ବାଲି କଣିକାଗୁଡ଼ିକ ଅପେକ୍ଷାକୃତ ବଡ଼ । ସେଗୁଡ଼ିକ ଜଳ କଣିକା ମଧ୍ୟସ୍ଥ ଶୂନ୍ୟସ୍ଥାନରେ ରହିପାରନ୍ତି ନାହିଁ । ତେଣୁ ବାଲି ଜଳରେ ଦ୍ରବିଭୂତ ନହୋଇ ଅଧ‌ିକ ସାନ୍ଦ୍ରତା ହେତୁ ଜଳସ୍ତରର ନିମ୍ନରେ ରହେ ।

Question 30.
କଠିନ ପଦାର୍ଥର ଆନ୍ତଃକଣିକାସ୍ଥାନ କିପରି ଥାଏ ?
Answer:
କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ନଗଣ୍ୟ କାରଣ କରିକାଗୁଡ଼ିକ ଦୃତ ଭାବରେ ସଂଯୁକ୍ତ । କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ସର୍ବନିମ୍ନ ହେତୁ ସେମାନଙ୍କ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧ‌ିକ । ଏହା କଠିନ ପଦାର୍ଥକୁ ନିର୍ଦ୍ଧିଷ୍ଟ ଆକୃତି ଓ ଆୟତନ ଦେଇଥାଏ ଓ କଣିକାମାନଙ୍କର ଗତି କମ୍ପନ ବା ଦୋଳନରେ ସୀମିତ ରହେ ।

Question 31.
ପୋଟାସିୟମ ପରମାଙ୍ଗାନେଟକୁ ଜଳରେ ପକାଇଲେ କ’ଣ ଘଟେ ?
Answer:
ପୋଟାସିୟମ ପରମାଙ୍ଗାନେଟ୍ ଜଳରେ ପଡ଼ିଲେ ଏହା ଧୀରେ ଧୀରେ ଜଳରେ ଦ୍ରବୀଭୂତ ହେବାକୁ ଲାଗେ । ଜଳ କଣିକାଗୁଡ଼ିକର ନିରବଚ୍ଛିନ୍ନ ଗତିଯୋଗୁ ଦ୍ରବଣର ରଙ୍ଗ ଗୋଲାପୀ ହେବାକୁ ଲାଗେ ।

Question 32.
ଖାଲି ଆଖୁରେ ଦେଖିପାରୁ ନଥ‌ିବା ଗ୍ୟାସୀୟ କଣିକା ଗୁଡ଼ିକର ଗତି ଆମେ କିପରି ପ୍ରଦର୍ଶନ କରିପାରିବା ?
Answer:
ଆମେ କୋଠରୀର ଏକ କୋଣରେ ଧୂପ କାଠିଟିଏ ଜାଳିବା । କିଛି ସମୟପରେ ଏହାର ବାସନା ସମଗ୍ର କୋଠରୀରେ ବ୍ୟାପିଯିବାର ଅନୁଭବ ହେବ । ଏହା ପ୍ରମାଣିତ କରିବ ଗ୍ୟାସ କଣିକାଗୁଡ଼ିକର ସବୁଦିଗରେ ଗତିଯୋଗୁ କୋଠରିସାରା ଧୂପ କାଠିର ସୁଗନ୍ଧ ବାରିହେବ ।

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

Question 33.
ପଦାର୍ଥର କ୍ଷୁଦ୍ରତ୍ତମ କଣିକା ସମ୍ବନ୍ଧରେ ଦାର୍ଶନିକ କଣାଦ କି ମତ ଦେଇଥିଲେ ?
Answer:
ପ୍ରାଚୀନ ଭାରତୀୟ ଦାର୍ଶନିକ ଆଚାର୍ଯ୍ୟ କଣାଦ ‘ପରମାଣୁ’ର ଧାରଣ ଦେଇଥିଲେ । ତାଙ୍କ ମତରେ ‘ପରମାଣୁ’ ପଦାର୍ଥର କ୍ଷୁଦ୍ରତ୍ତମ କଣିକା ଯାହା ଅବିଭାଜ୍ୟ ଓ ଚିରସ୍ଥାୟୀ । ସବୁ ପଦାର୍ଥ ଏହି ପରମାଣୁରୁ ଗଠିତ । ତାଙ୍କଦ୍ୱାରା ରଚିତ ପୁସ୍ତକ ‘ବୈଶେଷିକ ସୂତ୍ର’ରେ ସେ ଏହି ତଥ୍ୟ ପ୍ରଦାନ କରିଥିଲେ ।

Question 34.
କଠିନ ପଦାର୍ଥର ୪ଟି ଧର୍ମ ଲେଖ ।
Answer:
(i) କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ଥାଏ ।
(ii) କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଅତି ନଗଣ୍ୟ ।
(iii) କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ଶକ୍ତି ସର୍ବାଧ‌ିକ ଯାହାଦ୍ଵାରା କଣିକାଗୁଡ଼ିକ ଦୃତଭାବେ ବାନ୍ଧିହୋଇ ରହିଥାଆନ୍ତି ।
(iv) କଠିନ ଅବସ୍ଥାରେ କଣିକାଗୁଡ଼ିକର କେବଳ କମ୍ପନ ବା ଦୋଳନ ଗତି ଦେଖାଯାଏ ମାତ୍ର ସେଗୁଡ଼ିକ ସ୍ଥାନାନ୍ତରିତ ହୁଅନ୍ତି ନାହିଁ ।

Question 35.
ପଦାର୍ଥର ଗଳନାଙ୍କ (Melting point) କ’ଣ ?
Answer:
ଏକ ବାୟୁମଣ୍ଡଳୀୟ ଚାପରେ ଯେଉଁ ନିର୍ଦ୍ଦିଷ୍ଟ ତାପମାତ୍ରାରେ କଠିନ ପଦାର୍ଥ ଉତ୍ତପ୍ତ ହୋଇ ତରଳ ପଦାର୍ଥରେ ପରିଣତ ହୁଏ, ତାହାକୁ ପଦାର୍ଥର ଗଳନାଙ୍କ କହନ୍ତି । ଧାତୁଗୁଡ଼ିକର ଗଳନାଙ୍କ ଅଧ‌ିକ ।

Question 36.
ତରଳ ପଦାର୍ଥର ପ୍ରକୃତିଗୁଡ଼ିକ ଲେଖ । ଏହାକୁ ପ୍ରବାହୀ (Fluid) କାହିଁକି କୁହାଯାଏ ?
Answer:
(i) ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ନଥାଏ, ଏହା ଧାରଣ କରିଥିବା ପାତ୍ରର ଆକୃତି ନଇଥାଏ । ତରଳର ନିର୍ଦ୍ଦିଷ୍ଟ ଆୟତନ ଥାଏ ।
(ii) ତରଳ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ କଠିନ ପଦାର୍ଥ ତୁଳନାରେ ଅଥକ, ଏଣୁ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ କଠିନ ପଦାର୍ଥ ତୁଳନାରେ କମ୍ ।
(iii) ତରଳ ପଦାର୍ଥର କଣିକାଗୁଡ଼ିକ ମୁକ୍ତଭାବରେ ଗତିକରି ପରସ୍ପରକୁ ଅତିକ୍ରମ କରନ୍ତି । ସେଗୁଡ଼ିକର ଗତି ଆବଦ୍ଧ ପାତ୍ରର ପରିସୀମା ମଧ୍ୟରେ ସୀମିତ ରହେ ।
(iv) ତରଳ ପଦାର୍ଥର ପ୍ରବହମାନ ଗତି ଯୋଗୁ ଏହାକୁ ପ୍ରବାହୀ କହନ୍ତି ।

Question 37.
ଗ୍ୟାସ୍‌ର ପ୍ରକୃତି କ’ଣ ? ଏହାକୁ ପ୍ରବାହୀ କାହିଁକି କୁହାଯାଏ ?
Answer:
(i) ଗ୍ୟାସର ନିର୍ଦ୍ଦିଷ୍ଟ ପ୍ରକୃତି କିମ୍ବା ଆୟତନ ନଥାଏ । ଏହା ଉପଲବ୍ଧ ସ୍ଥାନର ସବୁ ଅଂଶ ଦଖଲ କରେ
(ii) ଗ୍ୟାସର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ସର୍ବାଧ‌ିକ, ଏଣୁ ଆକର୍ଷଣ ବଳ ସର୍ବନିମ୍ନ ।
(iii) ଗ୍ୟାସ କଣିକାଗୁଡ଼ିକ ଉପଲବ୍ଧ ସ୍ଥାନରେ ସବୁ ଦିଗରେ ଅନାୟାସରେ ଗତି କରନ୍ତି ।
(iv) ଗ୍ୟାସର ପ୍ରବହମାନ ଗତିଯୋଗୁ ଏହାକୁ ପ୍ରବାହୀ କହନ୍ତି ।

Question 38.
ପୋଷାକପତ୍ରରେ ତେଲର ଦାଗ ଛଡ଼ାଇବାକୁ ସାବୁନ କାହିଁକି ବ୍ୟବହାର କରାଯାଏ ?
Answer:
ପୋଷାକପତ୍ର ଜଳରେ ଭିଜାଇ ତହିଁରେ ସାବୁନ ବ୍ୟବହାର କଲେ ଅନେକ ସାବୁନ କଣିକା କପଡ଼ା ଉପରେ ଥୁବା ତେଲ ସହ ଲାଗିରହେ । ସାବୁନ କଣିକାର ଗୋଟିଏ ପ୍ରାନ୍ତ ତେଲ ସହ ଓ ଅନ୍ୟ ପ୍ରାନ୍ତ ଜଳ ସହ ଲାଗିରହେ । ଫଳରେ ସାବୁନ କଣିକା ତେଲକୁ ଉଠାଇଆଣି ଧୋଇବାରେ ସାହାଯ୍ୟ କରେ ।

Question 39.
ପଦାର୍ଥର ଆନ୍ତଃକଣିକା ଆକର୍ଷଣ ଶକ୍ତି କିପରି ପଦାର୍ଥର ଭୌତିକ ଅବସ୍ଥାକୁ ପ୍ରଭାବିତ କରେ ? ଏଥିପାଇଁ କଣିକାଗୁଡ଼ିକ ମଧ୍ୟରେ ଥିବା ଆନ୍ତଃକଣିକା ସ୍ଥାନର ଭୂମିକା କ’ଣ ?
Answer:
ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧ୍ଵକ ହେଲେ କଣିକାଗୁଡ଼ିକ ଦୃଢ଼ଭାବରେ ବାନ୍ଧିହୋଇ ରହନ୍ତି, ଫଳରେ କଠିନ ପଦାର୍ଥ ସୃଷ୍ଟି ହୁଏ । କଣିକାଗୁଡ଼ିକ ଆକର୍ଷଣ ବଳ ବଧ୍ୟବିତ୍ତ ହେଲେ ଆମେ ପଦାର୍ଥର ତରଳ ଅବସ୍ଥା ଦେଖୁଥାଉ । ଅନ୍ୟପକ୍ଷରେ ଆନ୍ତଃଆକର୍ଷଣ ବଳ ସର୍ବନିମ୍ନ ଥୁବା ଗ୍ୟାସୀୟ ପଦାର୍ଥରେ ଦେଖାଯାଏ । ଆନ୍ତଃକଣିକା ସ୍ଥାନ ଦୃଷ୍ଟିରୁ ଏହି ପ୍ରକୃତି କଠିନ ପଦାର୍ଥରେ ସର୍ବନିମ୍ନ । ତରଳରେ ସାମାନ୍ୟ ଅଧ୍ଵ ଓ ଗ୍ୟାସୀୟ ଅବସ୍ଥାରେ ଏହା ସର୍ବାଧ୍ଵକ ।

Question 40.
ଯେତେବେଳେ କଠିନ ବସ୍ତୁ ଉତ୍ତପ୍ତ ହୁଏ, କଣିକାଗୁଡ଼ିକ ଦ୍ରୁତବେଗରେ କମ୍ପିତ ହୁଅନ୍ତି । କିଛି ସମୟପରେ କଠିନ ବସ୍ତୁ ତରଳିଯାଏ । ଏହି ଦୃଷ୍ଟାନ୍ତ ତାପ ଓ ଆନ୍ତଃକଣିକା ସ୍ଥାନ ମଧ୍ୟରେ କି କ୍ଲମ୍ବନ୍ଧ ସୂଚାଏ ?
Answer:
କଠିନ ବସ୍ତକୁ ଉତ୍ତପ୍ତ କଲେ ଏହାର କଣିକାଗୁଡ଼ିକରେ କମ୍ପନ ଜାତ ହୁଏ । ତାପୀୟ ଶକ୍ତି ବୃଦ୍ଧି ହେଲେ କମ୍ପନ ଦ୍ରୁତତ୍ତର ହୁଏ ଓ କିଛି ସମୟ ପରେ କଠିନ ବସ୍ତୁ ତରଳରେ ପରିଣତ ହୁଏ । ଏଠାରେ କଣିକାମାନଙ୍କର ତାପୀୟ ଶକ୍ତି ଦ୍ଵାରା କଣିକାଗୁଡ଼ିକ ମୁକ୍ତ ଭାବରେ ଗତିଶୀଳ ହେବାରୁ ସେମାନଙ୍କ ମଧ୍ୟରେ ଆନ୍ତଃକଣିକା ସ୍ଥାନ ବୃଦ୍ଧି ପାଇଥାଏ । କଣିକାଗୁଡ଼ିକର ବନ୍ଧନର ଦୃଢ଼ତା କମିଯାଏ ଓ କଠିନ ବସ୍ତୁ ତରଳ ଅବସ୍ଥା ଧାରଣ କରେ ।

Question 41.
ବରଫ, ୟୁରିଆ ଓ ଲୁହାର ଗଳନାଙ୍କ ଯଥାକ୍ରମେ 0° C, 133° C ଏବଂ 1538°C । ଏହି ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ ସମ୍ବନ୍ଧରେ ଏହା କି ସୂଚନା ଦିଏ ?
Answer:
କଠିନ ବସ୍ତର ଗଳନାଙ୍କ ଏହାର ଆନ୍ତଃକଣିକା ଆକର୍ଷଣ ବଳ ଉପରେ ନିର୍ଭର କଲେ । ଯେଉଁ କଠିନ ବସ୍ତୁର ଗଳନାଙ୍କ ଯେତେ ଅଧିକ, ସେହି ବସ୍ତୁର କଣିକାମାନଙ୍କ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସେତେ ଅଧିକ । ବରଫର ଗଳନାଙ୍କ ସର୍ବନିମ୍ନ ହୋଇଥିବାରୁ ବରଫର କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ ସର୍ବନିମ୍ନ । ଲୁହାର ଗଳନାଙ୍କ ସର୍ବାଧ‌ିକ ହୋଇଥିବାରୁ ଏହାର କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ସର୍ବାଧ‌ିକ । ଇଉରିଆର ଗଳନାଙ୍କ ସୂଚାଇଦିଏ ଯେ ଏହାର କଣିକାର ଆକର୍ଷଣ ବଳ ବରଫ କଣିକା ତୁଳନାରେ ଅଧିକ ମାତ୍ର ଲୁହାରେ ଥିବା କଣିକାମାନଙ୍କ ତୁଳନାରେ ଯଥେଷ୍ଟ କମ୍ ।

Question 42.
ରିନା ଗୋଟିଏ ପାତ୍ରରେ ଜଳ ଗରମ କରିବା ସମୟରେ ଦେଖିଲା ଯେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳରେ ଫୋଟକା ସୃଷ୍ଟିହେଲା ।
(i) କେଉଁ ତାପମାତ୍ରାରେ ଜଳରେ ଫୋଟକା ସୃଷ୍ଟିହେବାର ଦେଖାଗଲା ?
(ii) କାହିଁକି ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଫୋଟକା ସୃଷ୍ଟିହେଲା ଏବଂ ଏହି ତାପମାତ୍ରା ପୂର୍ବରୁ ସୃଷ୍ଟିହେଲା ନାହିଁ ?
Answer:
(i) ଯେଉଁ ତାପମାତ୍ରାରେ ଜଳରେ ଫୋଟକା ସୃଷ୍ଟିହେବାର ଦେଖାଗଲା ତାହାକୁ ଜଳର ସ୍ଫୁଟନାଙ୍କ (boiling point) କହନ୍ତି । ଏହା 100°C ଅଟେ ।
(ii) ଏହି ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳକଣିକା ମଧ୍ୟରେ ଥ‌ିବା ଆନ୍ତଃକଣିକା ଆକର୍ଷଣ ବଳ ଭାଙ୍ଗିଗଲା । କଣିକାଗୁଡ଼ିକ ମୁକ୍ତହୋଇ ଗତିଶୀଳ ହେଲେ ଓ ଜଳ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହେଲା । ସ୍ଫୁଟନାଙ୍କଠାରୁ କମ୍ ତାପମାତ୍ରାରେ ଆକର୍ଷଣ ବଳ ଭାଙ୍ଗି ନଥିବାରୁ ଫୋଟକା ସୃଷ୍ଟି ହୋଇ ନଥିଲା ।

Question 43.
ଚଟାଣରେ ଢଳାଯାଇଥିବା ଥଣ୍ଡା ଜଳ ମଧ୍ୟ କିଛି ସମୟ ପରେ ଅଦୃଶ୍ୟ ହୋଇଯାଏ । ଏହା ଜଳକଣିକା ଓ ଗ୍ୟାସକଣିକା ଗତି ସମ୍ବନ୍ଧରେ କି କି ସୂଚନା ଦିଏ ?
Answer:
ଚଟାଣରେ ଢଳାଯାଇଥିବା ଜଳ କଣିକା ଗତିଶୀଳ ହୋଇ ଚଟାଣ ପୃଷ୍ଠରୁ ହଟିଯାଇ ବାୟୁ କଣିକାରେ ମିଶିଯାଏ । ଗ୍ୟାସ କଣିକାଗୁଡ଼ିକ ସର୍ବଦା ଗତିଶୀଳ ଏବଂ ସେଗୁଡ଼ିକ ମଧ୍ୟରେ ଯଥେଷ୍ଟ ଶୂନ୍ୟସ୍ଥାନ ଥ‌ିବାରୁ ଜଳ କଣିକାଗୁଡ଼ିକ ସେହି ଶୂନ୍ୟସ୍ଥାନ ଅଧିକାର କରିନିଅନ୍ତି । ଏହି ପ୍ରକ୍ରିୟା ଉଭୟ ଜଳ ଓ ବାୟୁର କଣିକାମାନଙ୍କର ମୁକ୍ତ ଗତିର ସୂଚନା ଦିଏ ।

Question 44.
ଗ୍ୟାସଗୁଡ଼ିକ ଅତିମାତ୍ରାରେ ସମ୍ପିଡ଼ନଶୀଳ ମାତ୍ର କଠିନ ପଦାର୍ଥରେ ଏହି ଗୁଣ ଦେଖାଯାଏ ନାହିଁ । କଣିକାଗୁଡ଼ିକର ସଂଗଠନକୁ ବିଚାରକୁ ନେଇ ଏହାର ଯଥାର୍ଥତା ପ୍ରତିପାଦନ କର ।
Answer:
ଗ୍ୟାସ କଣିକାଗୁଡ଼ିକ ମଧ୍ୟରେ ପ୍ରଚୁର ଶୂନ୍ୟସ୍ଥାନ ଥିବାରୁ ଏହା ଅତ୍ୟନ୍ତ ସମ୍ପିଡ଼ନଶୀଳ । କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ଅତି ନଗଣ୍ୟ ହେତୁ ଏହା ଉପରେ ଚାପର ପ୍ରଭାବ ନଥାଏ । ଏଣୁ ଗ୍ୟାସ ଓ କଠିନ ବସ୍ତରେ ଥ‌ିବା କଣିକାଗୁଡ଼ିକର ସଂଗଠନ ପଦାର୍ଥର ରୂପ ସହନଶୀଳତାର ନିର୍ଣ୍ଣାୟକ ।

Question 45.
କାରଣ ଦର୍ଶାଅ ।
(i) ତରଳ ବହିଯାଏ ମାତ୍ର କଠିନ ପଦାର୍ଥର ଏହି ଗୁଣ ନଥାଏ
(ii) ଗ୍ୟାସ ତାର ଧାରଣ ପାତ୍ରର ସମଗ୍ର ଅଞ୍ଚଳ ଦଖଲ କରେ ।
Answer:
(i) ତରଳ ବହିଯାଏ ମାତ୍ର କଠିନ ପଦାର୍ଥର ଏହି ଗୁଣ ନଥାଏ – ତରଳ ପଦାର୍ଥର କଣିକାମାନଙ୍କ ମଧ୍ୟରେ ଆକର୍ଷଣ ବଳ ଦୁର୍ବଳ ହେତୁ ଏହାର କଣିକାଗୁଡ଼ିକ ପରସ୍ପରକୁ ଅତିକ୍ରମ କରିବାକୁ ସକ୍ଷମ ହୁଅନ୍ତି । ଫଳରେ ତରଳର ପ୍ରବହମାନ ଗତି ଦେଖାଯାଏ । କଠନି ପଦାର୍ଥର କଣିକା ମଧ୍ଯରେ ଦୃଢ଼ ଆକର୍ଷଣ ବଳ ଥିବାରୁ କଣିକାଗୁଡ଼ିକ ନିର୍ଦ୍ଦିଷ୍ଟ ସ୍ଥାନରେ ରହି କମ୍ପିତ ହୁଅନ୍ତି ଓ ସେଗୁଡ଼ିକ ପ୍ରବହମାନ ନୁହଁନ୍ତି ।

(ii) ଗ୍ୟାସ ତାର ଧାରଣ ପାତ୍ରର ସମଗ୍ର ଅଞ୍ଚଳ ଦଖଲ କରେ – ଗ୍ୟାସ କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ଅଧୁକ ଓ ଆକର୍ଷଣ ବଳ ନଗଣ୍ୟ ହେତୁ କଣିକାଗୁଡ଼ିକ ଅନାୟାସରେ ସର୍ବତ୍ର ଗତିଶୀଳ । ଏଣୁ ଧାରଣ ପାତ୍ରରେ ସବୁ ଅଂଶକୁ ବ୍ୟାପିଯାଇ ଗ୍ୟାସ ଧାରଣ ପାତ୍ର ପୂର୍ଣ୍ଣ କରିଥାଆନ୍ତି ।

Question 46.
ଆବଦ୍ଧ ଗ୍ୟାସ ଜାର୍ ମଧ୍ଯରେ କଠିନ ଆୟୋଡ଼ିନ୍ ଧୀରେ, ଧୀରେ ବାଷ୍ପ ହୋଇ ଜାର ଭିତରର ସମସ୍ତ ଅଂଶ ପୂରଣ କରେ ।
(i) ଗ୍ୟାସରେ କଣିକାମାନଙ୍କର ଗତି ସମ୍ବନ୍ଧରେ ଏହା କି ସୂଚନା ଦିଏ ?
(ii) ଆୟୋଡ଼ିନ ବାଷ୍ପ ଆପେ ଆପେ କିପରି ଗ୍ୟାସ ଜାର ପୂର୍ଣ କରେ ?
Answer:
(i) ଗ୍ୟାସ କଣିକାଗୁଡ଼ିକ ମୁକ୍ତ ଭାବରେ ସବୁ ଦିଗରେ ଗତିକରି ପାରୁଥିବାରୁ ଏହା ଲଭ୍ୟ ଶୂନ୍ୟସ୍ଥାନକୁ ଦଖଲ କରିନିଏ ।
(ii) ଆୟୋଡ଼ିନ ବାଷ୍ପର କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ଦୃଢ଼ ନୁହେଁ ଏବଂ କଣିକାଗୁଡ଼ିକ ମୁକ୍ତ ଭାବରେ ଗତିଶୀଳ ହେତୁ ଜାରର ସବୁ ଅଂଶରେ କଣିକାଗୁଡ଼ିକ ବ୍ୟାପିଯାଆନ୍ତି ।

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

Question 47.
ନିମ୍ନଲିଖୂତ ପଦାର୍ଥଗୁଡ଼ିକୁ କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥ ଭାବେ ଚିହ୍ନଟ କର ।
ଲବଣ, ତେଲ, ଯବକ୍ଷାରଜାନ, ପଥର, ଭିନେଗାର, କାର୍ବନ ଡାଇଅକ୍‌ସାଇଡ୍
Answer:
କଠନି ପଦାର୍ଥ – ଲବଣ, ପଥର
ତରଳ ପଦାର୍ଥ – ତେଲ, ଭିନେଗାର
ଗ୍ୟାସୀୟ ପଦାର୍ଥ – ଯବକ୍ଷାରଜାନ, କାର୍ବନ ଡାଇଅକସାଇଡ଼୍

Question 48.
କଣିକା ଶବ୍ଦଟି ଉଭୟ ବିଜ୍ଞାନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବ୍ୟବହୃତ ହୁଏ । ବାୟୁ ପ୍ରଦୂଷଣ କ୍ଷେତ୍ରରେ ଭାସମାନ ପଦାର୍ଥର କଣିକା (Suspended Particulate Matter – SPM) ଉପରୋକ୍ତ କଣିକାଠାରୁ କିପରି ଭିନ୍ନ ଅଟେ ଆଲୋଚ୍ୟ ‘‘ପଦାର୍ଥର କଣିକା ପ୍ରକୃତି” ବିଷୟକୁ ନେଇ ବୁଝାଇ ଲେଖ ।
Answer:
ଭାସମାନ ପଦାର୍ଥର କଣିକା (SPM) କହିଲେ ବାୟୁରେ ଭାସୁଥ‌ିବା ଅନାବଶ୍ୟକ କଣିକା ବା କ୍ଷୁଦ୍ରବସ୍ତ ଯାହା ଖାଲିଆସ୍‌ରେ ବା ପରିବର୍ଷକ ଦ୍ଵାରା ଦେଖୁବା ସମ୍ଭବ ହୁଏ । ଏଗୁଡ଼ିକ ବାୟୁର ପ୍ରଦୂଷକ ଅଟନ୍ତି । ବିଜ୍ଞାନରେ ‘କଣିକା’ (particle) କହିଲେ ପଦାର୍ଥର ଗଠନକାରୀ ଏକକ ଯାହା ଖାଲି ଆଖୁରେ ଦେଖୁବା ସମ୍ଭବ ନୁହେଁ କିମ୍ବା ସାଧାରଣ ଅଣୁବୀକ୍ଷଣରେ ମଧ୍ୟ ଦେଖୁହୁଏ ନାହିଁ । ପଦାର୍ଥର କଣିକାର ପ୍ରକୃତି କହିଲେ ପଦାର୍ଥର କ୍ଷୁଦ୍ରତମ କଣିକା ବା ପରମାଣୁର ପ୍ରକୃତିକୁ ବୁଝାଏ । ଭାସମାନ ପଦାର୍ଥର କଣିକା, ପରମାଣୁ ପରି ଗଠନକାରୀ ଏକକ ନୁହଁନ୍ତି ଏଗୁଡ଼ିକ ଆକାରରେ ସାନ ହୋଇଥିବାରୁ କଣିକା ନାମ ବହନ କରନ୍ତି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
(i) କଣିକାମାନଙ୍କର ସଂଗଠନ ଦୃଷ୍ଟିରୁ କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ଥିବାବେଳେ ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ନଥାଏ କାହିଁକି ବୁଝାଇ ଲେଖ ।
(ii) କଣିକାମାନଙ୍କ ମଧ୍ୟରେ ବ୍ୟବଧାନ କିପରି ପଦାର୍ଥର କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାର ନିୟାମକ ତାହା ବ୍ୟାଖ୍ୟା କର ।
Answer:
(i) କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ଥାଏ । ପଦାର୍ଥରେ କଣିକାମାନଙ୍କର ସଂଗଠନ ଓ ଗତି ଯୋଗୁ ଏହା ସମ୍ଭବ । କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଅତି ନଗଣ୍ୟ । ଫଳରେ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃଆଣବିକ ଆକର୍ଷଣ ବଳ ସର୍ବାଧ‌ିକ । ଏହାଦ୍ଵାରା କଣିକାଗୁଡ଼ିକ ଦୃଢ଼ଭାବରେ ସଂଯୁକ୍ତ । କଣିକାମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥାଇ କମ୍ପନ ବା ଦୋଳନ କରନ୍ତି । ତେଣୁ କଠିନ ବସ୍ତୁର ଆକାର ଓ ଆୟର ନିର୍ଦ୍ଦିଷ୍ଟ ।
ଅନ୍ୟ ପକ୍ଷରେ ଗ୍ୟାସୀୟ ପଦାର୍ଥର କଣିକାମାନଙ୍କ ମଧ୍ୟରେ ପ୍ରଚୁର ଶୂନ୍ୟସ୍ଥାନ ଥାଏ । କଣିକାମାନଙ୍କର ଆନ୍ତଃକଣିକା ଆକର୍ଷଣ ବଳ ସର୍ବନିମ୍ନ । କଣିକାଗୁଡ଼ିକ ଅନୀୟାସରେ ସବୁଦିଗରେ ଗତିକରନ୍ତି । ତେଣୁ ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର କି ଆୟତନ ନଥାଏ ।

(ii) ଆନ୍ତଃକଣିକା ବ୍ୟବଧାନ ପଦାର୍ଥମାନଙ୍କର ଭୌତିକ ଅବସ୍ଥା ଭେଦରେ ଭିନ୍ନ ଭିନ୍ନ ଅଟେ ।
(a) କଠିନ ପଦାର୍ଥରେ କଣିକାମାନଙ୍କ ମଧ୍ୟରେ ବ୍ୟବଧାନ ଅତି ନଗଣ୍ୟ । ତେଣୁ କଣିକାଗୁଡ଼ିକ ଦୃଢ଼ଭାବେ ସଂଯୁକ୍ତ ।
(b) ତରଳ ପଦାର୍ଥରେ କଣିକାମାନଙ୍କ ମଧ୍ୟରେ ଶୂନ୍ୟସ୍ଥାନ କଠିନ ବସ୍ତୁ ତୁଳନାରେ ଅଧିକ ଯାହା କଣିକାମାନଙ୍କର ଆକର୍ଷର ବଳ ହ୍ରାସକରି କଣିକାଗୁଡ଼ିକୁ ଗତିଶୀଳ କରାଇଥାଏ ।
(c) ଗ୍ୟାସୀୟ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ସର୍ବାଧ‌ିକ ଓ ଆକର୍ଷଣ ବଳ ସର୍ବନିମ୍ନ । କଣିକାଗୁଡ଼ିକ ସର୍ବଦା ଗତିଶୀଳ ଯାହା ଗ୍ୟାସୀୟ ପଦାର୍ଥକୁ ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ଦେଇପାରେ ନାହିଁ ।

Question 2.
ତୁମ ଚତୁଃପାର୍ଶ୍ଵରେ ଦେଖପାରୁଥିବା କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥ ପ୍ରତ୍ୟେକରୁ ଦୁଇଟି ଲେଖାଏଁ ଉଦାହରଣ ଦିଅ । ପ୍ରତ୍ୟେକଟିର ଭୌତିକ ଅବସ୍ଥା ଦର୍ଶାଇବା ପାଇଁ ଗୋଟିଏ ଲେଖାଏଁ ପ୍ରକୃତି ଲେଖ ।
Answer:

ପଦାର୍ଥର ଭୌତିକ ଅବସ୍ଥା ପଦାର୍ଥର ନାମ ପ୍ରକୃତି
କଠିନ (i) ପଥର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ଥାଏ ।
(ii) ଲବଣ ଚାପ ପ୍ରୟୋଗ ପ୍ରଭାବିତ କରେନାହିଁ ଏବଂ ପାତ୍ରରେ ରଖାଗଲେ ମଧ୍ୟ ନିଜ ଆକୃତି ହରାଏ ନାହିଁ ।
ତରଳ (i) ଊମ ଧାରଣ କରିଥିବା ପାତ୍ରର ଆକୃତି ନିଏ କିନ୍ତୁ ଆୟତନ ସ୍ଥିର ରହେ ।
(ii) କ୍ଷୀର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବହିଯାଏ ଓ ନିର୍ଦ୍ଦିଷ୍ଟ ଆକାର ଦେଇପାରେ ନାହିଁ ।
ଗ୍ୟାସ (i) ଅମ୍ଳଜାନ ଦେଖୁହୁଏ ନାହିଁ । ଧାରଣ ପାତ୍ରର ସବୁ ଅଂଶକୁ ବିସ୍ତାରିତ ହୁଏ କିମ୍ବା କୋଠରୀର ସବୁ ଅଂଶକୁ ଖେଳିଯାଏ ।
(ii) ବାମ୍ଫ ସବୁଦିଗକୁ ଗତିକରେ, ନିର୍ଦ୍ଦିଷ୍ଟ ଆକୃତି ବା ଆୟତନ ନଥାଏ ।

Question 3.
ଅଙ୍କୁଶ ଦେଖୁଲା ଯେ କାଚଗ୍ଲାସରେ ଥିବା ଜଳର ସ୍ତର ଗ୍ଲାସର ଆକୃତି ବଦଳରେ ମଧ୍ୟ ସମାନ ରହେ । ପରେ ଦେଖୁଲା ଯେ ଟେବୁଲ ଉପରେ ଢଳାଯାଇଥିବା ଜଳ କିଛି ସମୟ ପରେ ଅଦୃଶ୍ୟ ହୋଇଯାଏ ଯଦିଓ କୋଠରୀର ତାପମାତ୍ରା ବଦଳି ନଥାଏ । ତାର ଏହି ଦୃଷ୍ଟାନ୍ତକୁ ଭିତ୍ତିକରି ନିମ୍ନୋକ୍ତ ପ୍ରଶ୍ନର ଉତ୍ତର ଦିଅ ।
(i) ଜଳ କାହିଁକି ଧାରଣ ପାତ୍ରର ଆକାର ନିଏ ?
(ii) ଜଳର ଆୟତନ ଅପରିବର୍ତ୍ତିତ ରହିବା ତରଳର କେଉଁ ଗୁଣ ସୂଚାଏ ?
(iii) ଅଙ୍କୁଶ କିପରି ସହଜରେ ଜଳରେ ତାର ଅଙ୍ଗୁଳି ଚାଳନା କରିପାରେ ଯାହା କଠିନ ବସ୍ତ କ୍ଷେତ୍ରରେ ସମ୍ଭବ ନୁହେଁ ।
(iv) ଟେବୁଲ ଉପରେ ଢଳାଯାଇଥିବା ଜଳ ତାପମାତ୍ରା ବୃଦ୍ଧି ଘଟୁ ନଥ‌ିବା ବେଳେ ମଧ୍ୟ ଅଦୃଶ୍ୟ ହୋଇଯାଏ କାହିଁକି ?
(v) ବାଷ୍ପୀକରଣ କିପରି ସ୍ଫୁଟନଠାରୁ ଭିନ୍ନ ଅଟେ ।
Answer:
(i) ଜଳ କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ କମ୍‌ବାରୁ ସେମାନେ ମୁକ୍ତ ଭାବରେ ପରସ୍ପରକୁ ଅତିକ୍ରମ କରି ଗତି କରନ୍ତି ଓ ଶେଷରେ ଧାରଣ ପାତ୍ରର କାନ୍ଥରେ ବାଧାପାଇ ଗତିର ଦିଗ ବଦଳାଇଥା’ନ୍ତି । ପାତ୍ରର କାନ୍ଥ ମଧ୍ୟରେ କଣିକାମାନଙ୍କ ଗତି ସୀମିତ ରହୁଥ‌ିବାରୁ ସେମାନେ ଧାରଣ ପାତ୍ରର ଆକାର ନେଇଥା’ନ୍ତି ।
(ii) ଜଳର ସ୍ଥିର ଆୟତନ ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆୟତନର ସୂଚନା କଣିକାଗୁଡ଼ିକ ପରସ୍ପରଠାରୁ ଅଲଗା ହୁଅନ୍ତି ନାହିଁ । ଫଳରେ ଏହା ଦିଏ । ଗତିଶୀଳ ହେବା ସତ୍ତ୍ଵେ ଜଳ ନିର୍ଦ୍ଦିଷ୍ଟ ଆୟତନ ଧାରଣ କରେ ।
(ii) ତରଳ ପଦାର୍ଥର ଆନ୍ତଃକଣିକା ଆକର୍ଷଣ ବଳ କଠିନ ପଦାର୍ଥ ତୁଳନାରେ କମ୍ । କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ କଠିନ ବସ୍ତର କଣିକାମାନଙ୍କ ତୁଳନାରେ ଅଧିକ । ତେଣୁ ଜଳରେ ଅଙ୍କୁଶ ସହଜରେ ଅଙ୍ଗୁଠି ବୁଲାଇ ପାରୁଥିବା ସ୍ଥଳେ କାଠ ମଧ୍ଯରେ ବୁଲାଇବା ସମ୍ଭବ ନୁହେଁ ।
(iv) ଜଳ କଣିକାଗୁଡ଼ିକ ବାଷ୍ପିକରଣ ଦ୍ଵାରା ମୁକ୍ତହୋଇ ବାୟୁ କଣିକା ମଧ୍ଯରେ ଧୀରେ ଧୀରେ ମିଶିଯାଆନ୍ତି । ବାୟୁ କଣିକା ମଧ୍ୟରେ ଥ‌ିବା ଶୂନ୍ୟସ୍ଥାନ ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରେ । ଫଳରେ ପ୍ରଭାବିତ ଜଳ କିଛି ସମୟ ପରେ ଅଦୃଶ୍ୟ ହୋଇଯାଏ ।
(v) ସ୍ଫୁଟନାଙ୍କ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଘଟେ ଏବଂ ଏହା’ ଜଳ ବା ତରଳର ସମଗ୍ର ବସ୍ତୁତ୍ଵକୁ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହୁଏ । ଅନ୍ୟପକ୍ଷରେ ବାଷ୍ପୀକରଣ ସବୁ ତାପମାତ୍ରାରେ ସମ୍ଭବ ଏବଂ ଏହା ଜଳ ବା ତରଳର ପୃଷ୍ଠଦେଶରୁ ଆରମ୍ଭ ହୁଏ । ସ୍ଫୁଟନାଙ୍କ କେବଳ ତାପମାତ୍ରା ଉପରେ ନିର୍ଭର କରେ କିନ୍ତୁ ବାଷ୍ପୀଭବନ ତାପମାତ୍ରା, ବାୟୁଚାପ, ଆର୍ଦ୍ରତା, ପବନର ଦିଗ ଉପରେ ନିର୍ଭର କରେ ।

Question 4.
ପଦାର୍ଥର ତିନିଗୋଟି ଭୌତିକ ଅବସ୍ଥାରେ କଣିକାମାନଙ୍କର ସଜ୍ଜା ଚିତ୍ର A, B ଓ C ରେ ଲକ୍ଷ୍ୟ କର । କଣିକା ସଂଗଠନକୁ ଭିଭିକରି ପ୍ରତ୍ୟେକଟିର ଭୌତିକ ଅବସ୍ଥା ଚିହ୍ନଟ କର ।
Answer:
ଚିତ୍ର A ତରଳ ପଦାର୍ଥର କଣିକାମାନଙ୍କର ସଂଗଠନ ବୁଝାଉଛି । ଏଠାରେ କଣିକାଗୁଡ଼ିକ ପାଖାପାଖୁ ଥିଲେ ମଧ୍ୟ ସ୍ଥିର ଅବସ୍ଥାରେ ନାହାନ୍ତି । ସେଗୁଡ଼ିକ ଏକ ସୀମିତ ସ୍ଥାନ ମଧ୍ଯରେ ଗତିଶୀଳ ଅଛନ୍ତି ।
ଚିତ୍ର B ରେ କଠିନ ପଦାର୍ଥର କଣିକା ଚିତ୍ର ଦିଆଯାଇଛି । କଣିକାଗୁଡ଼ିକ ଦୃଢଭାବେ ସଂଯୁକ୍ତ । ସେମାନଙ୍କ ସ୍ଥିତି ଶୃଙ୍ଖଳିତ ଓ ସେମାନଙ୍କ ମଧ୍ୟରେ ଦୃଢ଼ ଆନ୍ତଃକଣିକା ଆକର୍ଷଣ ରହିଛି ।
Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି 4
ଚିତ୍ର C ରେ ଗ୍ୟାସୀୟ ପଦାର୍ଥର କଣିକାଗୁଡ଼ିକ ପ୍ରଦର୍ଶିତ ହୋଇଛି । କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧିକ ଓ ଆନ୍ତଃକଣିକା ଆକର୍ଷଣ ଖୁବ୍ କମ୍ । ସେଗୁଡ଼ିକ ଏଣେତେଣେ ଗତିଶୀଳ ।

Question 5.
ପଦାର୍ଥର କଣିକାର ପ୍ରକୃତିକୁ ଭିତ୍ତିକରି ଦୈନନ୍ଦିନ ଜୀବନରେ ବ୍ୟବହୃତ 5 ଟି ପଦାର୍ଥର ନାମ ଲେଖ । ସେଗୁଡ଼ିକର ଭୌତିକ ପରିବର୍ତ୍ତନ ଓ ପ୍ରକୃତି ଆଲୋଚନା କର ।
Answer:
(i) ବେଲୁନ୍‌କୁ ବାୟୁଦ୍ଵାରା ପୂର୍ଣ୍ଣ କରାଯାଏ କାରଣ ବାୟୁର କଣିକା ମୁକ୍ତ ଭାବରେ ଗତି କରନ୍ତି ଓ ବେଲୁନ ଭିତରେ ସବୁଦିଗରେ ଚାପ ପ୍ରଦାନ କରନ୍ତି ।
(ii) ଚିନି ଜଳରେ ଦ୍ରବୀଭୂତ ହେବା ସମୟରେ ଚିନି କଣିକାଗୁଡ଼ିକ ଜଳକଣିକା ମଧ୍ୟବର୍ତ୍ତୀ ଶୂନ୍ୟସ୍ଥାନ ଦଖଲ କରନ୍ତି । ଚିନି ଅଦୃଶ୍ୟ ହୋଇଯାଏ ଏବଂ ଜଳକୁ ଚାଲେ ମିଠାଲାଗେ ।
(iii) କପଡ଼ାରେ ତେଲ ଦାଗ ଛଡ଼ାଇବା ସମୟରେ ସାବୁନ କଣିକାଗୁଡ଼ିକର ଗୋଟିଏ ପ୍ରାନ୍ତ ତେଲ କଣିକା ସହ ଓ ଅନ୍ୟପ୍ରାନ୍ତ ଜଳ କଣିକା ସହ ଲାଗିରହି କପଡ଼ାରୁ ତେଲ ଛଡ଼ାଇଦିଏ ।
(iv) କୋଠରୀର ଏକ କୋଣରେ ଧୂପକାଠି ଜାଳିଲେ ଏହାର ଧୂଆଁ କଣିକା ଖୁବ୍ ଶିଘ୍ର ଘରସାରା ବ୍ୟାପିଯାଇ କୋଠରିକୁ ସୁଗନ୍ଧଯୁକ୍ତ କରେ । ଏଠାରେ କଣିକାମାନଙ୍କର ବିଚ୍ଛୁରଣ (diffusion) ପରିଲକ୍ଷିତ ହୁଏ ।
(v) ଜଳରେ ଲୁଣ ମିଶିଲେ ଲୁଣ କଣିକା ଗତିଶୀଳ ହୋଇ ଜଳକଣିକା ମଧ୍ଯସ୍ଥ ଶୂନ୍ୟସ୍ଥାନ ଦଖଲ କରେ । ଲୁଣ ଅଦୃଶ୍ୟ ହୋଇଯାଏ ।

ଦୃଢୋକ୍ତି–କାରଣ ପ୍ରଶ୍ନବଳୀ

ନିମ୍ନଲିଖତ ପ୍ରଶ୍ନଗୁଡ଼ିକରେ ପ୍ରତ୍ୟେକଟିରେ ଦୁଇଟି ଭକ୍ତି ରହିଛି । (A) ଦୃଢୋକ୍ତି ଏବଂ (R) ରେ କାରଣ ଦିଆଯାଇଛି । (A) ଓ (R) କୁ ବିଚାରକୁ ନେଇ (a), (b), (c) ଓ (d) ମଧ୍ୟରୁ କେଉଁ ତଥ୍ୟଟି ଠିକ୍ ଲେଖ ।
(a) ଉଭୟ A ଏବଂ R ସତ୍ୟ ଅଟେ, ଏବଂ R ହେଉଛି A ର ସଠିକ ବ୍ୟାଖା କରଣ ।
(b) ଉଭୟ A ଓ R ସତ୍ୟ କିନ୍ତୁ R, A ର ସଠିକ୍ ବ୍ୟାଖ୍ୟା କରଣ ନୁହେଁ ।
(c) A ସତ୍ୟ କିନ୍ତୁ R ମିଥ୍ୟା
(d) A ମିଥ୍ୟା କିନ୍ତୁ R ସତ୍ୟ

Question 1.
ଦୃଢୋକ୍ତି (Assertion) (A) : ଆମ ଚାରିପଟେ ଥିବା ସମସ୍ତ ପଦାର୍ଥ ଖାଲିଆଖରେ ଦେଖାଯାଉଥ‌ିବା କ୍ଷୁଦ୍ରକ୍ଷୁଦ୍ର କଣିକାକୁ ନେଇ ଗଠିତ ।
କାରଣ (Reason) (R): ଯେତେବେଳେ ଚିନି ଜଳରେ ମିଶିଯାଏ, ଚିନି ଅଦୃଶ୍ୟ ହୋଇଯାଏ କାରଣ ଏହା ଜଳସହ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରେ ।
Answer:
(c) A ସତ୍ୟ କିନ୍ତୁ R ମିଥ୍ୟା

Question 2.
ଦୃଢୋକ୍ତି (Assertion) (A) : ସାଧାରଣ ଅବସ୍ଥାରେ ଗୋଟିଏ କଠିନ ପଦାର୍ଥ ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ଧାରଣ କରେ ।
କାରଣ (Reason) (R): କଠିନ ପଦାର୍ଥର କଣିକାଗୁଡ଼ିକ ହାଲୁକା ଭାବରେ ବନ୍ଧା ଯାହା କଣିକାଗୁଡ଼ିକର ଗତିକୁ ସୀମିତ କରାଇଥାଏ ।
Answer:
(c) A ସତ୍ୟ କିନ୍ତୁ R ମିଥ୍ୟା

Question 3.
ଦୃଢୋକ୍ତି (Assertion) (A) : ଯେତେବେଳେ ଚିନି ଜଳରେ ଦ୍ରବୀଭୂତ ହୁଏ ସେତେବେଳେ ଜଳସ୍ତର ଆଶାଜନକ ଭାବେ ବୃଦ୍ଧି ହୁଏନାହିଁ ।
କାରଣ (Reason) (R): ଚିନିକଣିକାଗୁଡ଼ିକ ଜଳକଣିକାଗୁଡ଼ିକର ଫାଙ୍କା ସ୍ଥାନ ଦଖଲ କରିନିଏ ଯାହାଦ୍ଵାରା ଜଳର ଆୟତନର ଆଖୁଦୃଶିଆ ବୃଦ୍ଧି ଘଟେ ନାହିଁ ।
Answer:
(a) ଉଭୟ A ଏବଂ R ସତ୍ୟ ଅଟେ, ଏବଂ R ହେଉଛି A ର ସଠିକ ବ୍ୟାଖା କରଣ ।

Question 4.
ଦୃଢୋକ୍ତି (Assertion) (A) : ଥଣ୍ଡା ଜଳ ତୁଳନାରେ ଉତ୍ତପ୍ତ ଜଳରେ ପୋଟାସିୟମ ପରମାଙ୍ଗାନେଟ୍ ସ୍ଫଟିକ ଶିଘ୍ର ଦ୍ରବୀଭୂତ ହୋଇ ଖେଳେଇ ହୋଇଯାଏ ।
କାରଣ (Reason) (R): ତାପମାତ୍ରା ଜଳକଣିକାଗୁଡ଼ିକର ଗତିଜ ଶକ୍ତି ବୃଦ୍ଧି କରେ ଯାହା ଦ୍ରବ କଣିକାଗୁଡ଼ିକର ବିଚ୍ଛୁରଣକୁ ତ୍ୱରାନ୍ଵିତ କରେ ।
Answer:
(a) ଉଭୟ A ଏବଂ R ସତ୍ୟ ଅଟେ, ଏବଂ R ହେଉଛି A ର ସଠିକ ବ୍ୟାଖା କରଣ ।

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

Question 5.
ଦୃଢୋକ୍ତି (Assertion) (A): ଗ୍ୟାସ କଣିକାଗୁଡ଼ିକ ସବୁଦିଗରେ ଦ୍ରୁତଭାବରେ ଗତିକରି ଉପଲବ୍‌ଧ ସ୍ଥାନକୁ ସଂପୂର୍ଣ୍ଣ ଦଖଲ କରିଥା’ନ୍ତି ।
କାରଣ (Reason) (R): ଗ୍ୟାସ୍ କଣିକାଗୁଡ଼ିକର ଆନ୍ତଃକଣିକା ଆକର୍ଷଣ ଖୁବ୍ ଦୁର୍ବଳ ଏବଂ ସେଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଅଧ‌ିକ ଥିବାରୁ କଣିକାଗୁଡ଼ିକ ମୁକ୍ତ ଭାବରେ ଗତିଶୀଳ ହୋଇଯାଆନ୍ତି ।
Answer:
(a) ଉଭୟ A ଏବଂ R ସତ୍ୟ ଅଟେ, ଏବଂ R ହେଉଛି A ର ସଠିକ ବ୍ୟାଖା କରଣ ।

ଘଟଣା ଆଧାରିତ ପ୍ରଶ୍ନ (Case Based Questions) :

Question 1.
ଗୋଟିଏ ବିକରରେ ନିମ୍ନଦେଶରେ କିଛି କଠିନ ଲବଣ ରଖାଯାଇଛି । ଏଥରେ ପାଣି ମିଶାଇ ଘାଣ୍ଟି ଦିଆଗଲା । କିଛି ସମୟ ପରେ ଲବଣ ଅଦୃଶ୍ୟ ହୋଇଗଲା । ଦବ୍ରଣଟି ପରିଷ୍କାର ଦେଖାଗଲା କିନ୍ତୁ ଲବଣର କୌଣସି କଣିକା ଦୃଶ୍ୟମାନ ହେଲାନାହିଁ । ପଦାର୍ଥର କଣିକାର ପ୍ରକୃତି ଉପରେ ପ୍ରତିଷ୍ଠିତ ଏହି ଘଟଣା ସାଧାରଣତଃ
ଘରମାନଙ୍କରେ ଦେଖାଯାଏ ।
ଘଟଣାଟିକୁ କେନ୍ଦ୍ରକରି ନିମ୍ନଲିଖ ପ୍ରଶ୍ନଗୁଡ଼ିକର ସମ୍ଭାବ୍ୟ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(i) ଜଳରେ ଲବଣର ଅଦୃଶ୍ୟ ହେବା ପଦାର୍ଥର କଣିକା ସମ୍ବନ୍ଧରେ କ’ଣ ସୂଚାଏ ?
(a) କଣିକାଗୁଡ଼ିକ ସ୍ଵ ସ୍ଵ ସ୍ଥାନରେ ସ୍ଥିର ।
(b) କଣିକାଗୁଡ଼ିକ ଅନ୍ୟ କଣିକା ସହ ମିଶିଯାଆନ୍ତି ଏବଂ ଅନ୍ୟ କଣିକା ମଧ୍ୟରେ ଥିବା ଫାଙ୍କା ସ୍ଥାନ ଦଖଲ କରିନିଅନ୍ତି ।
(c) କଣିକାଗୁଡ଼ିକ ସେମାନଙ୍କର ପରିଚୟ ହରାଇ ବସନ୍ତି ।
(d) କଣିକାଗୁଡ଼ିକ ଜଳରେ ଅଧ‌ିକ ଓଜନିଆ ହୋଇଯାଆନ୍ତି ।
Answer:
(b) କଣିକାଗୁଡ଼ିକ ଅନ୍ୟ କଣିକା ସହ ମିଶିଯାଆନ୍ତି ଏବଂ ଅନ୍ୟ କଣିକା ମଧ୍ୟରେ ଥିବା ଫାଙ୍କା ସ୍ଥାନ ଦଖଲ କରିନିଅନ୍ତି ।

(ii) ଜଳର କେଉଁ ଗୁଣ ଲବଣ କଣିକାଗୁଡ଼ିକୁ ସର୍ବତ୍ର ବିସ୍ତାରିତ ହେବାରେ ସହାୟକ ହୁଏ ?
(a) ଜଳ କଣିକାଗୁଡ଼ିକ ଦୃତ ।
(b) ଜଳ କଣିକାଗୁଡ଼ିକ ଶୃଙ୍ଖଳିତ ଏବଂ ସ୍ଥିର ।
(c) ଜଳ କଣିକାଗୁଡ଼ିକ ସର୍ବଦା ଗତିଶୀଳ ଏବଂ ସେଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ଥାଏ ।
(d) ଜଳ କଣିକା ଲବଣକୁ ତଳକୁ ଠେଲି ଦିଅନ୍ତି ।
Answer:
(c) ଜଳ କଣିକାଗୁଡ଼ିକ ସର୍ବଦା ଗତିଶୀଳ ଏବଂ ସେଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ଥାଏ ।

(iii) ନିମ୍ନୋକ୍ତ କେଉଁ ଉକ୍ତ କଣିକା ମିଶ୍ରଣର ଅବଧାରଣା ଦିଏ ?
(a) ବରଫ ତରଳିବା ।
(b) ତେଲ, ଜଳ ଉପରେ ଭାସିବା ।
(c) ଚିନି, ଚା (tea)ରେ ଦ୍ରବୀଭୂତ ହେବା
(d) ଜଳ ବାଷ୍ପରେ ପରିଣତ ହେବା
Answer:
(c) ଚିନି, ଚା (tea)ରେ ଦ୍ରବୀଭୂତ ହେବା

Question 2.
ଅନୟା ଖଣ୍ଡେ ଲୁହାକୁ କିଛି ଲବଣ ସହ ତୁଳନା କଲା । ସେ ଦେଖିଲା ଲୁହା କଣ୍ଟା ସହଜରେ ଭାଙ୍ଗିଲା ନାହିଁ କିନ୍ତୁ ଲବଣ ଖଣ୍ଡ ଭାଙ୍ଗି ଛୋଟ ଛୋଟ ଖଣ୍ଡ ହୋଇଗଲା । ଏହି ଘଟଣାରୁ ସେ କଣିକାଗୁଡ଼ିକ କଠିନ ପଦାର୍ଥରେ କିପରି ସଜେଇ ହୋଇଥାଆନ୍ତି ଏବଂ ସେଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ କିପରି ଦୃତ ବୁଝି ପାରିଲା । ଅନୟାର ଅନୁଭବକୁ କେନ୍ଦ୍ରକରି ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(i) ଉପରୋକ୍ତ ଘଟଣାଟି କଠିନ ପଦାର୍ଥର କଣିକା ସମ୍ବନ୍ଧରେ କ’ଣ ସୂଚାଉଛି ?
(a) କଠିନ ପଦାର୍ଥର କଣିକା ମଧ୍ଯରେ ଦୁର୍ବଳ ଆକର୍ଷଣ ବଳ ଥାଏ ।
(b) କଠିନ ପଦାର୍ଥର କଣିକା ମଧ୍ୟରେ ଅଧ‌ିକ ଶୂନ୍ୟସ୍ଥାନ ଅଛି ।
(c) କଠିନ ପଦାର୍ଥର କଣିକାଗୁଡ଼ିକ ଦୃଢ଼ ଭାବରେ ବନ୍ଧା (closely packed)
(d) କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନଥାଏ
Answer:
(c) କଠିନ ପଦାର୍ଥର କଣିକାଗୁଡ଼ିକ ଦୃଢ଼ ଭାବରେ ବନ୍ଧା (closely packed)

(ii) ଲୁହା କଣ୍ଟାଟି ସହଜରେ ଭାଙ୍ଗିଲାନି କାହିଁକି ?
(a) ଏହା ଲବଣଠାରୁ ଓଜନିଆ ।
(b) ଏହାର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ଦୃଢ଼ ।
(c) ଏହାର ରଙ୍ଗ ଲବଣ ତୁଳନାରେ ଅଧ‌ିକ ଦୃଶ୍ୟମାନ ।
(d) ଏହା କ୍ଷୁଦ୍ର କ୍ଷୁଦ୍ର କଣିକାରେ ଗଠିତ ।
Answer:
(b) ଏହାର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ଦୃଢ଼ ।

(iii) ଘଟଣାରେ କଠିନ ପଦାର୍ଥର ପ୍ରକୃତିକୁ ନେଇ ଉକ୍ତିଗୁଡ଼ିକର ସତ୍ୟତା ପ୍ରତିପାଦନ କର ।
(a) କଠିନ ପଦାର୍ଥରେ ଆନ୍ତଃକଣିକା ଆକର୍ଷଣ ବଳ ଦୃଢ଼ Yes/No
(b) କଠିନ ପଦାର୍ଥର କଣିକା ପରସ୍ପରକୁ ଅତିକ୍ରମ କି ଗତିକରନ୍ତି Yes/No
(c) କଠିନ ପଦାର୍ଥର ଆକୃତି ନିର୍ଦ୍ଦିଷ୍ଟ ଏବଂ ଏହା ଧାରଣ ପାତ୍ରର ଆକୃତି ଉପରେ ନିର୍ଭର କରେନାହିଁ Yes/No
Answer:
(a) Yes (b) No (c) Yes

ଘଟଣାଭିଭିକ ପ୍ରଶ୍ନୋତ୍ତର (Case Study) :

Question 1.
ଅର୍ଜୁନ ଗୋଟିଏ ଗ୍ଲାସରେ ଥ‌ିବା ଜଳରେ 2 ଚାମଚ ଲୁଣ ମିଶାଇ ସ୍ତରର ନିମ୍ନରେ ବସିଯାଇଛି । ଘାଣ୍ଟିବାପରେ ଲୁଣ ସଂପୂର୍ଣ୍ଣ ଅଦୃଶ୍ୟ ଦେଖିଲା ଯେ ଆରମ୍ଭରେ ଲୁଣ ଜଳ ହୋଇଗଲା । ପୁନର୍ବାର 2 ଚାମଚ ଲୁଣ ମିଶାଇବାରୁ ଏହା ଶିଘ୍ର ଜଳରେ ଦ୍ରବୀଭୂତ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(i) ଜଳକୁ ଘାଣ୍ଟିବା ପରେ ଲୁଣ କାହିଁକି ଅଦୃଶ୍ୟ ହେଲା ?
(ii) ପରୀକ୍ଷାଟି ପଦାର୍ଥର କଣିକା ସମ୍ବନ୍ଧରେ କ’ଣ ସୂଚାଉଛି ?
(iii) ଲୁଣି କାହିଁକି ସାଧାରଣ ଜଳ ତୁଳନାରେ ଉତ୍ତପ୍ତ ଜଳରେ ଶିଘ୍ର ଦ୍ରବୀଭୂତ ହୁଏ ।
Answer:
(i) ଘାଣ୍ଟିବା ପରେ ଲୁଣ କ୍ଷୁଦ୍ର କଣିକାରେ ପରିଣତ ହେଲା ଏବଂ ସେଗୁଡ଼ିକ ଜଳକଣିକା ମଧ୍ୟରେ ଥ‌ିବା ସେ ଉତ୍ତପ୍ତ ଜଳନେଇ ଫାଙ୍କାସ୍ଥାନ ଅଧିକାର କଲା । ଫଳରେ ଲୁଣ ଅଦୃଶ୍ୟ ହେଲା ।
(ii) ପରୀକ୍ଷାଟି ଦର୍ଶାଉଛି ଯେ ପଦାର୍ଥ କଣିକାମାନଙ୍କ ଦ୍ଵାରା ଗଠିତ ଯେଉଁ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ରହିଥାଏ ।
(iii) ଉତ୍ତପ୍ତ ଜଳରେ ଜଳ କଣିକାର ତାପୀୟ ଶକ୍ତି ଜଳ କଣିକାର ଗତିର ବେଗ ବୃଦ୍ଧି କରେ ଫଳରେ ଲୁଣ ଏଥୁରେ ଶୀଘ୍ର ଦ୍ରବୀଭୂତ ହୁଏ ।

Question 2.
ପ୍ରତ୍ୟେକରେ ଆୟତନ ମାପିବା ଚିହ୍ନଥ‌ିବା ଗୋଟିଏ ସିଲିଣ୍ଡରୀୟ ଗୋଟିଏ କୋଡ୍ ଆକାର ଓ ଗୋଟିଏ ଆୟତା ଘନାକାର । ଏହିପରି 3 ଟି କାଚପାତ୍ରରେ ଜଣେ ଛାତ୍ର 200 ମି.ଲି. ଲେଖାଏଁ ଜଳ ଭର୍ତ୍ତି କଲା । ସବୁ ପାତ୍ରରେ ଜଳ 200 ମି.ଲି. ଚିହ୍ନ ଛୁଇଁଲା ମାତ୍ର ବିଭିନ୍ନ ପାତ୍ରରେ ଜଳର ଆକୃତି ଭିନ୍ନ ଭିନ୍ନ ହେଲା । ପରିସ୍ଥିତିକୁ ଲକ୍ଷ୍ୟକରି ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) ଏହି ପରିକ୍ଷଣ ତରଳର ଆକୃତି ସମ୍ବନ୍ଧରେ କି ସୂଚନା ଦିଏ ?
(ii) କୌଣସି ପାତ୍ରରେ ଜଳର ଆୟତନ ବଦଳିଲା କି ? ହଁ କି ନାହିଁ କାରଣ ଲେଖ ।
(iii) ଜଳର କେଉଁ ପ୍ରକୃତି ଏହି ପରୀକ୍ଷଣରେ ପ୍ରଦର୍ଶିତ ହେଲା ?
Answer:
(i) ପରୀକ୍ଷଣ ଦର୍ଶାଉଛି ଯେ ତରଳର ଆକୃତି ଏହା ଧାରଣ କରିଥିବା ପାତ୍ରର ଆକୃତି ଉପରେ ନିର୍ଭର କରେ ।
(ii) ନାଁ, କୌଣସି ପାତ୍ରରେ ଜଳର ଆୟତନରେ ପରିବର୍ତ୍ତନ ଦେଖାଯିବ ନାହିଁ । ଏହାର କାରଣ ଜଳ କଣିକା ମଧ୍ୟରେ ଆକର୍ଷଣ କଣିକାଗୁଡ଼ିକର ଆପେକ୍ଷିକ ସ୍ଥିତି ବଜାୟ ରଖୁବ ।
(iii) ତରଳର ନିର୍ଦ୍ଦିଷ୍ଟ ଆକୃତି ନଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଆୟତନ ଥାଏ ।

Question 3.
କୋଠାରିର ଏକ କୋଣରେ ମନିକା ଧୂପକାଠିଟିଏ ଜାଳିଲା । କୋଠରିର ବିପରୀତ ପାର୍ଶ୍ଵରେ ବସିଥିବା ଛାତ୍ରଛାତ୍ରୀମାନେ ଧୂପକାଠି ବାସନା ଅନୁଭବ କଲେ ଯଦିଓ ଧୂପକାଠି ଦୂରରେ ଜଳାଯାଇଥିଲା । ପରିସ୍ଥିତିକୁ ଦେଖୁ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) ଏହି ପରୀକ୍ଷଣ ଗ୍ୟାସ କଣିକାର କି ପ୍ରକୃତି ସୂଚାଉଛି ?
(ii) ଗ୍ୟାସର କେଉଁ ପ୍ରକୃତି ସୁଗନ୍ଧ ଘରସାରା ପହଞ୍ଚାଇ ପାରିଲା ?
(iii) ଏହି ପର୍ଯ୍ୟବେକ୍ଷଣରେ ବାୟୁକଣିକାର ଭୂମିକା କ’ଣ ?
Answer:
(i) ପର୍ଯ୍ୟବେକ୍ଷଣ ଦର୍ଶାଏ ଯେ ଗ୍ୟାସ କଣିକା ମୁକ୍ତ ଭାବରେ ସବୁଦିଗରେ ଗତି କରନ୍ତି ।
(ii) ଗ୍ୟାସର ନିର୍ଦ୍ଦିଷ୍ଟ ଆକାର ବା ଆୟତନ ନାହିଁ ଏହା ଲଭ୍ୟ ସ୍ଥାନର ସଂପୂର୍ଣ୍ଣ ଅଞ୍ଚଳକୁ ବ୍ୟାପିଯାଏ ।
(iii) ବାୟୁ କଣିକାର ଅବିଚଳିତ ଗତି ଧୂପକାଠି ଧୂଆଁ କଣିକା ସହ ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରେ ଓ ଉଭୟ ପ୍ରକାର କଣିକାଗୁଡ଼ିକର ସଂଘାତ ଘଟିଥାଏ ।

Leave a Comment